ଆଶ୍ଚର୍ଯ୍ୟ ଏଇ ଶ୍ରୀକାନ୍ତ । ନିସ୍ତୁକ କାମ କରେ ଏବଂ ନିସ୍ତୁକ ଶୁଏ । ସାଙ୍ଗମେଳରେ ବସିଥିଲେ, ଅନ୍ୟମାନେ କଥା ହେଲାବେଳକୁ ସେ ଘୁମାଉଥିବ । ଏପରିକି ଖାଇ ବସିଲାବେଳେ, ତର ତର ହୋଇ ଖାଇଦେଇ ସେମିତି ଅଇଁଠା ହାତରେ ଢୁଳାଏ । ଟଣାଓଟରା ନ କଲା ପର୍ଯ୍ୟନ୍ତ ତା’ର ତନ୍ଦ୍ରା ଭାଙ୍ଗେନାହିଁ । ଆନନ୍ଦ, ଦୁଃଖ, ଅପମାନ, ସମ୍ମାନ ସବୁଥିରେ ଶ୍ରୀକାନ୍ତ ମୁହଁରେ ଏକ ଭାବ । ହସ ନାହିଁ କି କାନ୍ଦ ନାହିଁ, ଖାଲି ଗାମ୍ଭୀର୍ଯ୍ୟ । ଅନ୍ୟମାନେ ତା’ ଗୁଣ ଜାଣି ପାଖ ପଶନ୍ତି ନାହିଁ । ତେଣୁ ଶ୍ରୀକାନ୍ତର ଅନ୍ତରଙ୍ଗ ବନ୍ଧୁ ଥିଲେ ମୂକ ପଶୁପକ୍ଷୀମାନେ, ଯେଉଁମାନେ ଉଭୟେ ଉଭୟଙ୍କ କାର୍ଯ୍ୟକଳାପକୁ ଚମତ୍କାରଭାବେ ଭଲପାଉଥିଲେ ।
ଲେଖକ– ଦାଶରଥି ନନ୍ଦ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy