ମେଘମୁକ୍ତ ଉଜ୍ଜ୍ୱଳ ଆକାଶର ପିଠିରେ ଗୁଡ଼ିଟିର ଉଡ଼ାଣ ଦିଶୁଥିଲା ଚମତ୍କାର । ଦିଗ୍ବଳୟର ଧାରେ ଧାରେ ନଡ଼ିଆ ଓ ତାଳଗଛମାନଙ୍କର ଚେହେରା ଦିଶୁଥାଏ ପ୍ରାର୍ଥନା ସଭାରେ ନତମସ୍ତକ ଭକ୍ତମାନଙ୍କ ପରି । ପ୍ରଥମେ କଣ୍ଟାବୁଦା, ଚମ୍ପା ଓ ଚାକୁଣ୍ଡା, ତା’ପରେ ବର, ଅଶ୍ୱତ୍ଥ, ଝାଉଁ ଏବଂ ଶେଷରେ ତାଳ ଓ ନଡ଼ିଆ ଗଛର ଉଚ୍ଚତାକୁ ଟପି ଗୁଡ଼ିଟି ଏବେ ଆକାଶକୁ ଛୁଇଁବା ପାଇଁ ଧାଉଁଥିଲା । ପୋଖତ ଗୁଡ଼ି ଉଡ଼ାଳି କେହି ଲଟେଇର ସବୁଯାକ ସୂତା ଛାଡ଼ି ଦେଇଛି । ପବନ ବି ଅନୁକୂଳ ଅଛି ସହରର ଏଇ ମୋଡ଼ଟାରେ । ଗୁଡ଼ିଟି ଖୁବ୍ ଉଚ୍ଚରେ ଉଡ଼ୁଛି, ସଫେଦ ବଉଦ ଓ ଉଡ଼ାଣଖୋର ଚଢ଼େଇମାନଙ୍କ ସ୍ପର୍ଦ୍ଧାକୁ ଅସ୍ୱୀକାର କରି ।
ଲେଖକ- ଗୌରହରି ଦାସ ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: ୪୬
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy