ସନ୍ଧ୍ୟା ହେଲେ ଯେତେବେଳେ ବାହାରର ଲାଇଟ୍ଗୁଡ଼ାକ ଜଳି ଉଠେ । ସେଗୁଡ଼ିକୁ ଚାହିଁ ରହନ୍ତି ଘଡ଼ିଏ କାଳ ମଫସଲର ଲୋକେ । କେଡ଼େ ଆଶ୍ଚର୍ଯ୍ୟ, ଶୂନ୍ୟ ମହାଶୂନ୍ୟରେ ସତେକି ସେ ଦୈବ ସୃଷ୍ଟି ଆଲୋକ । ନାହିଁ ଉତ୍ତାପ, ନାହିଁ ବାଷ୍ପ, ଖାଲି ରଙ୍ଗ ବେରଙ୍ଗ ତମ୍ୱା ତାରର ଆଲୋକ ଖାଦ୍ୟ । କାଚ ଓଢ଼ଣା ତଳେ ଆଲୋକ ଲୁଚି ରହିବାକୁ ଚାହେଁନା । ସଞ୍ଜହେଲେ ସମସ୍ତଙ୍କ ଗାଲ ଆଉ ଦେହରେ ଘସିହୋଇ ଯାଇ, ଲେସିଦିଏ ମନକୁ ଆଉ ତା’ର ଅତୃପ୍ତ ଆତ୍ମାକୁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy