ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଜୀବନର ଜଟିଳତା ବୃଦ୍ଧିର ଯେଉଁ ଅମୋଘ ସଂପର୍କ ସମ୍ଭବତଃ ତାହାରି ଏକ ପାଦରେ ସାହିତ୍ୟ କ୍ଷେତ୍ରରେ ଉପନ୍ୟାସର ଆଗମନ । କବିତା ଏବଂ ନାଟକ ସଭ୍ୟତାର ଅବିଚ୍ଛେଦ୍ୟ ଅଂଶ ବିଶେଷ । କିନ୍ତୁ ବିଧିବଦ୍ଧ ନିୟମ ଏବଂ ବାଧାନିଷେଧ ଦ୍ୱାରା ଆବେଷ୍ଟିତ କବିତା ଏବଂ ନାଟକ ବୋଧହୁଏ ଜୀବନର କ୍ରମବର୍ଦ୍ଧମାନ ଜଟିଳତାକୁ ପ୍ରକାଶ କରିବାରେ ଅକ୍ଷମ ହୋଇ ଉଠିଥିଲା ଏବଂ ଗୋଟିଏ ମୁକ୍ତତର ଏବଂ ପ୍ରଶସ୍ତତର ପ୍ରଣାଳୀର ପ୍ରୟୋଜନ ବୋଧହୁଏ ଅନୁଭୂତ ହୋଇଥିଲା ଜଟିଳ ଜୀବନର ଅଭିଜ୍ଞତାକୁ ବ୍ୟକ୍ତ କରିବାପାଇଁ । ଫଳ ସ୍ୱରୂପ ଉପନ୍ୟାସର ଆବିର୍ଭାବ ।
ଲେଖକ– କୋଶଳ ସାହିତ୍ୟ ସମାଜ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy