ଅଭାବ ଅନାଟନର ଅକାଳ ବନ୍ୟା ମଣିଷ ଅନ୍ତରର ସବୁଜ ଭୂମିରୁ କ’ଣ ସମସ୍ତ ପ୍ରବଣତା, ଦୟା, ନମ୍ରତା ଚାଟିଚୁଟି ନିଃଶେଷ କରି ଏପରି ଧୂସର, ଅସ୍ଥିର କରିଦିଏ । ଯେ ଦୁଃଖୀ, ଚାରି ଦିନରେ ଥରେ ଯାହା ପେଟକୁ ମୁଠାଏ ଦାନା ଯାଏ ନାହିଁ, ସେ କ’ଣ କେବେ କଳ୍ପନା ବଳରେ ନିଜ ଭିତରେ ଭରସା ସୃଷ୍ଟି କରି ଦୁଃଖକୁ କ୍ଷୁଧାକୁ ଦୂରେଇ ଦେଇପାରେ ? ମଣିଷ, ମଣିଷ । ସବୁ ମଣିଷ ଯୋଗୀ ଋଷି ହୋଇପାରିବ ନାହିଁ କି କୌଣସି ନିକାଞ୍ଚନ ସ୍ଥାନରେ ଧ୍ୟାନରତ ହୋଇ ନିଜର ଜୀବନକୁ ଅନ୍ୟଥାରେ ଖର୍ଚ୍ଚ କରିବେ ନାହିଁ ।
ଲେଖକ– ଶ୍ରୀ ଧୁନ ଖୁଣ୍ଟିଆ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy