ଆଜି ନୂଆଗାଁର ସ୍ମୃତି ଆକସ୍ମିକ ଭାବେ ତନ୍ମୟ ମହାପାତ୍ରର ଆବେଗହୀନ ମନଟିକୁ ଦୁର୍ବଳ କରିଦେଉଛି । ତା’ପରି ଗୋଟେ ଡାକ୍ତର, ଯିଏ ସାରା ଜୀବନ ନିଜ କ୍ୟାରିୟର୍, ନିଜର ଅର୍ଥନୈତିକ ସ୍ୱଚ୍ଛଳତା, ସାମାଜିକ ସ୍ଥିତି ଓ ପତିଆରା ପ୍ରତିଷ୍ଠା ପାଇଁ ବିତେଇ ଆସିଥିଲା, ଆଜି ହଠାତ୍ ଗୋଟେ ମଫସଲୀ ଗାଁର ସ୍ମୃତିକୁ ନେଇ ଭାବପ୍ରବଣ ହୋଇଉଠିଛି । ତାକୁ ଲାଗୁଛି ଏତେ ଦ୍ରୁତଗତିରେ ଧାଇଁବା ହୁଏତ ପ୍ରୟୋଜନ ନ ଥିଲା । ବୋଧହୁଏ ସେଇଥିପାଇଁ ଆଜି ଜୀବନର ପ୍ରାପ୍ତି ଓ ପ୍ରାଚୁର୍ଯ୍ୟ ସାମ୍ନାରେ ଅପ୍ରାପ୍ତି ଓ ଅବସୋସର ତାଲିକା ଦୀର୍ଘ ଏବଂ ଓଜନିଆ ମନେ ହେଉଛି ।
ଲେଖକ– ଗୌରହରି ଦାସ ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy