ଆବିର୍ଭାବ :- ୦୩-୦୧-୧୯୪୫
ଜନ୍ମସ୍ଥାନ :- ଭଦ୍ରକ ଜିଲ୍ଲାସ୍ଥ ଜଗନ୍ନାଥପୁର
ଭଦ୍ରକ ଜିଲ୍ଲାସ୍ଥ ଜଗନ୍ନାଥପୁର ଠାରେ ୧୯୪୫ ମସିହା ଜାନୁଆରୀ ୩ ତାରିଖରେ ରମେଶଙ୍କ ଜନ୍ମ । ମାତା ପଦ୍ମାବତୀ ଦାସ, ପିତା ସୂର୍ଯ୍ୟାନନ୍ଦ ଦାସ । ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ଅଧ୍ୟାପନା ବୃତ୍ତିରେ ପ୍ରବେଶ କରି ନିଜ କର୍ମମୟ ଜୀବନ ଆରମ୍ଭ କରନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ ଦୀର୍ଘ ତିରିଶ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଶିକ୍ଷାଦାନ ପରେ ସେ ଅବସର ଗ୍ରହଣ କରିଛନ୍ତି । ୧୯୭୮ ମସିହାରେ ତାଙ୍କର ‘ନିଦ’ ପ୍ରଥମ ପ୍ରକାଶିତ ନାଟକ ପୁସ୍ତକ । ସେ ନାଟକ ବ୍ୟତୀତ ଗଳ୍ପ, ଦର୍ଶନ, ଭାଷ୍ୟ, ଗୀତିକବିତା, ସମ୍ପାଦନା ଓ ଅନୁବାଦ ଆଦି ବିଭାଗରେ ଲେଖନୀ ଚାଳନା କରି ସିଦ୍ଧି ଲାଭ କରିଛନ୍ତି । ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭବରେ ସେ ସାଧନାରତ ଥିଲେ ମଧ୍ୟ ନାଟକରେ ସେ ଜଣେ ସଫଳ ନାଟ୍ୟକାର ଭାବରେ ଯଶସ୍ୱୀ । ତାଙ୍କର ପ୍ରତିଟି ନାଟକ ମୌଳିକ ଓ ନୂତନ ଚିନ୍ତାଧାରା ନେଇ ପ୍ରସ୍ତୁତ ହୋଇଥିବାରୁ ତାହା ମଞ୍ଚାୟନ ସମୟରେ ଦର୍ଶକଙ୍କୁ ଅଭିଭୂତ କରିବା ସଙ୍ଗେ ସଙ୍ଗେ ନାଟ୍ୟ ସାହିତ୍ୟର ଗୁଣଗ୍ରାହୀ ପାଠକ / ପାଠିକାମାନଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ ।
ଉଲ୍ଲେଖନୀୟ ରଚନାବଳୀ : ନାଟକ: ଅଝାଲ ଉଡ଼େଇ ଦେ, ନିଷିଦ୍ଧ ଇଲାକାର କାବ୍ୟ, ଗୋଟିଏ ବିଚିତ୍ର ନକ୍ସା, ନିଦ, ଅନ୍ଧ ଉପତ୍ୟକା, ସତ୍କାର, ସତ୍ୟଅସତ୍ୟର କାହାଣୀ, ନାଟକ ସମଗ୍ର
ବ୍ୟାଖ୍ୟା: ଅଷ୍ଟବନ ଗୀତା, ଅବଧୂତ ଗୀତା
ଗଳ୍ପ: ଧ୍ଵାନ୍ତ ପକ୍ଷୀର ଗାଥା
ଗୀତିକବିତା : ସ୍ଵଚ୍ଛନ୍ଦ, ସ୍ଵଗତ, ସ୍ଵତାନ, ଜୀବନ ଛନ୍ଦ
ଅନୁବାଦ : ମୁଁ ହିଁ ବ୍ରହ୍ମ, ମୁ ଅମୃତର ସାଗର, ଶ୍ରଦ୍ଧାର ପ୍ରତିମା ସଦ୍ଗୁରୁ, ଆତ୍ମ ସାକ୍ଷାତ୍କାର, ଧାନ ସମୟରେ, ମନ କଥା ଜାଣେ ରାମ, ସହଜ ସମାଧି, ସହଜ ଧାନ, ଜାଣ ତାପରେ ମାନ, ବିଚାର ହିଁ ମାର୍ଗ ଇତ୍ୟାଦି ।
ସମ୍ମାନ ଓ ସ୍ୱୀକୃତି : ନାଟକ ‘ନିଷିନ୍ଧ ଇଲାକାର କାବ୍ୟ’ ପାଇଁ ରାଉରକେଲା କଲଚୁରାଲ ଏକାଡେମୀ ଦ୍ଵାରା ଲୋକନାଟକ ମହୋତ୍ସବରେ ‘ଶ୍ରେଷ୍ଠ ନାଟ୍ୟକାର’ ଓ ଅନେକ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ।