ରଜନୀକାନ୍ତ କାବ୍ୟ-ସଂଚୟନ

ରଜନୀକାନ୍ତ ଦାସ

 

 

 

ପ୍ରଗତି ଉତ୍କଳ ସଂଘ

ରାଉରକେଲା

ରଜନୀକାନ୍ତ କାବ୍ୟ-ସଂଚୟନ 

ରଜନୀକାନ୍ତ ଦାସ

ପ୍ରକାଶକ : ପ୍ରଗତି ଉତ୍କଳ ସଂଘ 

ବି-୯, ଫକୀରମୋହନ ନଗର

ରାଉରକେଲା - ୭୬୯୦୦୩ 

ଅକ୍ଷର ସଜା : ଶ୍ରୀ ଭୁବନାନନ୍ଦ ପ୍ରଧାନ 

ରାଇଟର୍ସ ଓ।ର୍କସପ 

ରାଉରକେଲା - ୭୬୯୦୧୨

ମୁଚନ୍ଦ୍ର ଣ : ଅପ୍ଟିମା (ଅଫସେଟ) ପ୍ରିଣ୍ଟସ୍

ସୂତାହାଟ, କଟକ - ୭୫୩୦୦୧

ପ୍ରଚ୍ଛଦ ସଜା : ଶ୍ରୀ ଅସୀମ ବସୁ

ଆଲୋକ ଚିତ୍ର : ଶ୍ରୀ ଭି.ଏ. ଆକ୍ୱଲା 

ଅଙ୍କନ ଶିଳ୍ପୀ ଶ୍ରୀ ବିକ୍ରମ କିଶୋର ସର । 

ପ୍ରଥମ ପ୍ରକାଶ : ୧୯୯୯

ମୂଲ୍ୟ : ଟ ୧୨୫.୦୦

 

ସୂଚୀପତ୍ର 

ଶିରୋନାମ 

୧ ମୁଖଶାଳା

୨ କବିତାନୁବୃଦ୍ଧି

କୁମ୍ଭକାମୋଦି

୩ ମୁଖବନ୍ଧ 

୪ ଉତ୍ସର୍ଗ 

୫ ମାର୍କଣ୍ଡେୟ

୬ ସର୍ପ ଓ ସରୀସୃପ

୭ ଈଶ୍ୱର

୮ବଗ

୯ ମୁକ୍ତି

୧୦ ରୁପକଳ୍ପ

୧୧ ମୋ ସହର

୧୨ ନିର୍ବାଚନ-୯୫

୧୩ ରାଉରକେଲା

୧୪ ଵୃହନ୍ନଳା

୧୫ କୁଣ୍ଠିତ ଚନ୍ଦ୍ରମା

୧୬ ପ୍ରେମ

୧୭ ସଂପ୍ଳବ ଓ ଉତ୍ ପ୍ଳବ

୧୮ ମରାଳ ର ଅପମୃତ୍ୟୁ

୧୯ ଟିଲୋତ୍ତମା ସହର

୨୦ କୃପଣ

୨୧ ପ୍ରାର୍ଥନା

୨୨ ଇତିହାସ

ଶିରୋନାମ

୨୩ ରାଜକୀୟ

୨୪ ଫୁଲବାଣୀ ଜହ୍ନ

୨୫ ପୁରସ୍ତମ

୨୬ ମୁଖା

୨୭ ସଂଚିତ୍

୨୮ ଯାଜ୍ଞସେନୀ (୨)

୨୯ ଗ୍ରାମ୍ୟବିବାହ

୩୦ ସିଡ଼ି

୩୧ କମୋଡ଼

୩୨ ଗଜପତି ଅଭିଯାନ

୩୩ କବି

୩୪ ଶିକ୍ଷା -ବାଣିଜ୍ୟ

୩୫ ନୂତନ ପ୍ରାର୍ଥନା

୩୬ ଅମୁଖ

୩୭ ଅନ୍ୱେଷଣ

୩୮ ମାଟି

୩୯ କୋଣାର୍କ

୪୦ ମଧ୍ୟବିତ୍ତ

୪୧ପ୍ରଧାନମନ୍ତ୍ରୀ

ପଦ୍ମପଲାସ ୬୭-୧୧୨

୪୨ ଆତ୍ମସଂଳାପ

୪୩ ରେଖାଗଣିତ

୪୪ ଡାକ୍ତର ଆରୋଗ୍ୟ

୪୫ ମଧ୍ୟବିତ୍ତର ଅତ୍ମାନେପଡି

୪୬ ବିଦୀର୍ଣ୍ଣ ପଳାଶ

୪୭ ଟଙ୍କିକୀୟା ନୋଟ୍

୪୮ ଆସାମ

ଶିରୋନାମ

୪୯ ମାଲୁଣିର ସଙ୍କଟ

୫୦ ଭିଏତନାମ

୫୧ ପଦ୍ମବନ ଦଗ୍ଧ

୫୨ ଶୋଭାଯାତ୍ରା

୫୩ ଖଲିସ୍ତନ

୫୪ ଶାଳ୍ମଳୀ ବନସ୍ତ

୫୫ ସମୟର ପଦଟିକା

୫୬ କ୍ରୁଶବିଦ୍ଧ

୫୭ ସଂସଦରୁ ସଡକ

୫୮ ଦାସୀ

୫୯ ଡାହାଣୀ

୬୦ ଅପ୍ରେଲ

୬୧ ମୃଣ୍ମୟୀ ମୌସୁମୀ

୬୨ ନୀଳ ସେତୁବଂଧ

୬୩ କିଂବଦନ୍ତୀ

୬୪ ରତ୍ନବେଦୀ

୬୫ ସାଲବେଗ

ବିରଳ ମୃତିକା ୧୧୩-୧୯୬

୬୬ ଅଭିମତ

୬୭ କାକଜ୍ୟୋତ୍ସ୍ନା

୬୮ କମଳା ଲେମ୍ବୁ

୬୯ ସନ୍ଧ୍ୟତାରା

୭୦ କିରାସିନି କଂଟ୍ରୋଲ

୭୧ ପ୍ରତିମା ମହାନ୍ତି

୭୨ ନିସିପଦ୍ମା

୭୩ ଖଂଡ଼େ ସିଗାରେଟ୍

୭୪ କ୍ୟୁ

ଶିରୋନାମ

୭୫ ବାଘ

୭୬ ରିକ୍ସାବାଲା

୭୭ ଗଣ

୭୮ ଚଷା ସରକାର

୭୯ ଚାଳିଶି ବର୍ଷ

୮୦ ନୌକାରହୀ

୮୧ ଚଉଦ ତାରିଖ

୮୨ ଚର୍ଚିଲ

୮୩ ମେଥ୍ୟୁଗ୍

୮୪ଖଡଗ ବ୍ୟାଗ

୮୫ ସମ୍ପାଦକ

୮୬ ନିଲାମ

୮୭ ମାଧିଆ ଭାଇ

୮୯ ଭୋଟ୍ ବାକ୍ସର କବିତା

୮୯ ଅନ୍ନଛତ୍ର

୯୦ ସ୍ଫୁଟନି୍କ

୯୧ ଫାଇଲ

୯୨ କାଠହଣା ଚଢେଇ

୯୩ ମୁଦ୍ରା

୯୪ ନିର୍ବାସଂତ

୯୫ ଆତ୍ମିକ ସଂଳାପ

୯୬ ଅନ୍ୟ ଶତାବ୍ଦୀ

୯୭ ଯାନ୍ତ୍ରିକ ଭାରତ

୯୮ ଅସତ୍ୟ ସହର

ରଘୁ ମହାନ୍ତି(ଏକକ କବିତା)

୯୯ ମୁଖବନ୍ଧ

ସଂଘର୍ଷ

୧୦୦ ଅଭିମତ(୧-୨)

୧୦୧ ସଜୀବ ଓ ସତେଜ କବିତା

୧୦୨ ଅମୁଖ

୧୦୩ ବ୍ୟଭିଚାର ର ପୂଜା

୧୦୪ ଵନ୍ଦନା

୧୦୫ ଵିପଥୁଁ

୧୦୬ ପ୍ରେମ ଓ ପାପ

୧୦୭ ଅନୀତି

୧୦୮ ବ୍ୟଥା ର ଦୃଷ୍ଟି

୧୦୯ ପ୍ରାଣ ର କବିତା

୧୧୦ ଝଡର ଲଗ୍ନେ

୧୧୧ ଆବାହକ

୧୧୨ ଦ୍ରୌପଦୀ

୧୧୩ ଦେହର ଲୀଳା

୧୧୪ ଯୌବନ

୧୧୫ ଅଭିଯାତ୍ରୀ

୧୧୬ ବ୍ୟଗ୍ରତା

୧୧୭ ସୈତାନ ର ଡାକ

୧୧୮ ଗଣ

୧୧୯ ଭଗବାନ

୧୨୦ ଆତ୍ମଘାତି

୧୨୧ ସନ୍ଧ୍ୟା

୧୨୨ ସୀମା

ପୃଷ୍ଠା ଭରଣମ

୧୨୩ ସାରସ୍ୱତ ପାରିବାରିକ

୧୨୪ ପରିଶିଷ୍ଟ (୧)

୧୨୫ ପରିଶିଷ୍ଟ (୨)

୧୨୬ ପରିଶିଷ୍ଟ (୩)

୧୨୭ ପରିଶିଷ୍ଟ (୪)

୧୨୮ ପରିଶିଷ୍ଟ (୫)

ମୁଖଶାଳା

କବି, ଲେଖକ ରଜନୀକାନ୍ତ ଦାସ(୧୯୧୭) ବିଂଶ ଶତକର ଚତୁର୍ଥ ଦଶକ ପରବର୍ତ୍ତୀ ସମୟର ଅନ୍ୟତମ ସମ୍ବେଦନଶୀଳ, ଜୀବନଧର୍ମୀ ଲେଖକ । ବ୍ୟକ୍ତି-ସ୍ୱାତନ୍ତ୍ର୍ୟର ପୂର୍ଣ ଅଧିକାର ଦାବିକରି, ତାଙ୍କ ଲେଖନୀ ଛଅଟି ଦଶକ ଧରି ଗତିଶୀଳ । ସଂଗ୍ରାମୀ ମନୋଭାବ, ସ୍ପଷ୍ଟବାଦିତା, ସାଲିସବିହୀନ ଭାବ ଓ ସର୍ବୋପରି କୌଣସି ଗୋଷ୍ଠୀରେ ବାନ୍ଧି ନ ହେବାର ମାନସିକତା ଯୋଗୁଁ ସେ ଆଢୁଆଳରେ ରହିଯାଇଛନ୍ତି ; ଯେପରି ପ୍ରଚାରିତ ଓ ପ୍ରସାରିତ ହେବାକଥା ସେପରି ସେ ହୋଇପାରି ନାହାନ୍ତି । ଅମଡ଼ାରେ ବାଟ ତିଆରି କରିବାର ଆଗ୍ରହ ଯୋଗୁ ତାଙ୍କ ପାଦ ଅନେକତ୍ର କଣ୍ଟକିତ ହୋଇଛି , ପଥ ଦୁର୍ଗମ ହୋଇଛି, ଗତିରୋଧ ହେବାର ସଂକେତ ମିଳିଛି,ମାତ୍ର ଅମାନିଆ ବଣ ଝରଣା ଭଳି ସେ ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ, ଅନେକ ଆଗକୁ । ଆଜି ସେ ଉତ୍ତୀର୍ଣ୍ଣ ବୟସରେ ଅବତୀର୍ଣ୍ଣ କିନ୍ତୁ ଆଗକୁ ଯିବାର ମୋହ ତୁଟିନାହିଁ,ନୂଆ ଦେଖିବାର ଇଚ୍ଛା ଯାଇନାହିଁ । 

 

ଜନ୍ମମାଟି ଅବିଭକ୍ତ କଟକ ଜିଲ୍ଲା (ବର୍ତମାନ ଜଗତ୍‌ସିଂହପୁର ଜିଲ୍ଲା)ର ସଂଗ୍ରାମପୁର ଗ୍ରାମ, ମାମୁଘରେ ବାଲିକୁଦାରେ ପାଠପଢ଼ା ,ବାନର ସେନାର ସଂଗ୍ରାମୀ ମାନସିକତାରୁ ତାଙ୍କୁ ନିଆଯାଏ କୁଜଙ୍ଗ-ଏରସମା ଅଞ୍ଚଳର ପଞ୍ଚପଲ୍ଲୀ ମାଇନର ସ୍କୁଲ,ସେଠାରୁ ଜଗତ୍‌ସିଂହପୁରର ଶ୍ରୀକୃଷ୍ଣ ଏକାଡ଼େମୀ, ଅଷ୍ଟମ ଶ୍ରେଣୀରେ ବର୍ଷେ ମାତ୍ର ଅଧ୍ୟୟନ ପରେ ସେ ଲମ୍ପ ଦେଇ ପହଞ୍ଚିଛନ୍ତି କଳାହାଣ୍ଡି ଷ୍ଟେଟର ରାଜଧାନୀ ଭବାନୀପାଟଣାରେ ! ପାଠପଢ଼ା ଚାଲିଛି, ଲେଖାଲେଖି ଚାଲିଛି , ଚଷୁ ତଳର ନିଆଁ ପରି ସଂଗ୍ରାମ ବି ଆଗେଇ ଚାଲିଛି ! ରଜନୀକାନ୍ତଙ୍କ ନିଜ ଗାଁର କୋଳ ଛୁଇଁ ବହିଯାଇଛି ଅଳକା ନଦୀ । ତାଙ୍କର ସ୍ଵପ୍ନ ଭୂଇଁ ଚକଡ଼ା ମେଲିଥିବା ବରଗଛର ଛାୟାଶୀତଳ କୋଳରେ ହଳଦୀବସନ୍ତର ଚଳଚଞ୍ଚଳ କ୍ରୀଡ଼ା । ନାରୀକେଳ, ଆମ୍ବ , ପଣସ ଜାମୁ,ତାଳ-ଖଜୁରୀ-କଦଳୀ ବଗିଚାରେ ଶୋଭିତ ସବୁଜିମାରେ ଭରା ପଲ୍ଲୀ ଗାଁ । ଘର ଚକଡ଼ା ଭିତରେ ନଡ଼ିଆ କଦଳୀର ବଗି ଚI, ମାଛଗାଡ଼ିଆର କୂଳଛୁଇଁ ଝଂକାଳିଆ ଆମ୍ବଗଛ, ଛାଇଅଂଧାରୁଆ ବାର୍ତ୍ତାଶବଣ, ରଜନୀକାନ୍ତଙ୍କ ବାଲ୍ୟକାଳକୁ ଯେପରି କାବ୍ୟକ ଭାବନାରେ ଗାଧୋଇ ଦେଉଥିଲା । ତା ସାଙ୍ଗକୁ ଘର ଭାଗବତ ଗାଦିରେ ସଯତ୍ନ-ସାଇତା ନାନା ପ୍ରକାର ପୋଥି, ସଂଧ୍ୟାରେ ଭାଗବତ ଗାଦିରେ ସାଇତୀ ପୋଥିର ପାଠ,ବର୍ଷର ବିଭିନ୍ନ ସମୟରେ ପଠିତ ହେଉଥିବା ପୁରାଣର କାହାଣୀ ଓ ପରେ ଅଜା ଆଈଙ୍କୁ ପୋଥି ଶୁଣାଇବା ଅଭ୍ୟାସରୁ ରଜନୀକାନ୍ତ ଆପେ ଆପେ ଯେପରି ଭାରତୀୟ ଧର୍ମ ଓ ଦର୍ଶନର ଚର୍ଚ୍ଚା ଭିତରକୁ ପଶିସାଇଥିଲେ । ଛାତ୍ର ଜୀବନରେ ସାଧାରଣ ପାଠ ସହିତ ସାହିତ୍ୟର ଚର୍ଚ୍ଚା ଓ ରଚନା ଆଡ଼କୁ ମନ ଢ଼ଳି ଯାଇଥିଲା

 

ପ୍ରାଥମିକ ବିଦ୍ୟାଳୟରେ ପଢ଼ିଲାବେଳେ ରଜନୀକାନ୍ତଙ୍କ ଗୋଟିଏ ଧାରଣା ଦୃଢ଼ୀଭୂତ ହୋଇଥିଲା ଯେ “ସାହିତ୍ୟ ହିଁ ପ୍ରଧାନ ଶିକ୍ଷା । ସେ ସମୟରେ ବିଜ୍ଞାନ ଶିକ୍ଷାର ପ୍ରସାର ହୋଇ ନଥାଏ, ବୈଷୟିକ ବିଦ୍ୟା-ସଂପର୍କରେ ସାଧାରଣରେ କିଛି ଧାରଣା ନଥାଏ । ଏଣୁ ‘ସାହିତ୍ୟ ହିଁ ଥିଲା ରାଜା’ । ଅଙ୍କ ଶାସ୍ତ୍ର ଥିଲା ଦ୍ୱିତୀୟ ସ୍ଥାନରେ । କ୍ରମଶଃ ରଜନୀକାନ୍ତଙ୍କ ପରିବେଶ ହିଁ ତାଙ୍କ ଆଗ୍ରହକୁ ବହୁଗୁଣିତ କରିଦେଲା । ଦୁଇଜଣ ମହାନ ସାହିତ୍ୟିକଙ୍କ ସଂସ୍ପର୍ଶରେ ଆସି ରଜନୀକାନ୍ତଙ୍କ ସ୍ରଷ୍ଟାପ୍ରାଣ ଅଙ୍କୁରିତ ହୋଇ ଉଠିଥିଲା । ଜଣେ ହେଲେ ବାଲିକୁଦା ମାଇନର ସ୍କୁଲର ପ୍ରଧାନ ଶିକ୍ଷକ, କର୍ମଯୋଗୀ ରାଜକିଶୋର କାନନୁଗୋ;ଆଉଜଣେ ହେଲେ ସେ ସମୟର ବହୁ ପ୍ରଚାରିତ,ଲୋକପ୍ରିୟ ‘ଧୂପ’ର କବି ବିଶିଷ୍ଟ ଶିକ୍ଷାବିତ୍ ଡଃ ମାୟାଧର ମାନସିଂହ ।

 

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ ଶ୍ରୀରାମଚନ୍ଦ୍ର ଦାଶ ରାଜକିଶୋର କାନନୁଗୋଙ୍କର ଛାତ୍ର ଥିଲେ । ଶ୍ରେଣୀ ଦୃଷ୍ଟିରୁ ସେ ରଜନୀକାନ୍ତଙ୍କ ଠାରୁ ବରିଷ୍ଠ ଥିଲେ । ରଜନୀକାନ୍ତଙ୍କ ସାନଭାଇ ପ୍ରଫେସର ଡଃ ସୂର୍ଯ୍ୟକାନ୍ତ ଦାସ ବି ସେ ସ୍କୁଲରେ ଶ୍ରୀ କାନନୁଗୋଙ୍କର ଛାତ୍ର ଥିଲେ । ଶ୍ରୀ କାନନୁଗୋଙ୍କ ସଂପର୍କରେ ଡଃ ଶ୍ରୀରାମଚନ୍ଦ୍ର ଦାଶ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହଣୀ’ ରେ ଉଲ୍ଲେଖ କରିଛନ୍ତି ---‘ମୁଁ ବାଲିକୁଦI ମାଇନର ସ୍କୁଲର ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଲାବେଳେ ପ୍ରଧାନ ଶିକ୍ଷକ ଥିଲେ ଗୋବିନ୍ଦପୁର ଥାନା ଉତ୍ତାରଣ ଗ୍ରାମର ରାଜକିଶୋର କାନନୁଗୋ । ସେ ଜଣେ ଧର୍ମପ୍ରାଣ ତଥା ସାହିତ୍ୟପ୍ରେମୀ ବ୍ୟକ୍ତି ଥିଲେ । ତାଙ୍କ ଆଦର୍ଶବାଦଯୋଗୁ ଅନେକ ତାଙ୍କୁ ଜଣେ ଅବାଗିଆ ଲୋକରୂପେ ବିଚାର କରୁଥିଲେ । ...... ସେ ନିଜେ ଜଣେ କଂଗ୍ରେସ କର୍ମୀ ଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଖଦଡ଼ ପିନ୍ଧୁଥିଲେ ଓ ନିୟମିତ ସୂତା କାଟୁଥିଲେ । ତାଙ୍କ ନିର୍ଦ୍ଦେଶରେ ବହୁ ଛାତ୍ରଙ୍କୁ ପିତଳ ତାକୁଡ଼ି ଓ ତୁଳା ଯୋଗାଇ ଦିଆଯାଇଥିଲା । ଆମେ ମଧ୍ୟ ସୂତାକଟା ଶିଖିଲୁ । ସ୍କୁଲ ନିକଟରେ ଗୋଟିଏ ଗଞ୍ଜଇ ଅଫିମ ଦୋକାନ ଥିଲା । କଂଗ୍ରେସ କର୍ମୀମାନେ ସେ ଦୋକାନ ଆଗରେ ଶୋଇ ପିକେଟିଂ କରିବାବେଳେ କୌତୁହଳ ବଶତଃ ବହୁ ଛାତ୍ର ମଧ୍ୟ ଏହି ପିକେଟିଂରେ ଯୋଗ ଦେଉଥିଲେ ।... ପ୍ରଧାନ ଶିକ୍ଷକଙ୍କ ଉଦାର ମନୋଭାବ ସମସ୍ତଙ୍କୁ ମୁଗ୍ଧ କରିଥିଲା । କେବଳ ତାଙ୍କରି ଯୋଗୁ ବାଲିକୁଦା ମାଇନର ସ୍କୁଲର ବହୁସଂଖ୍ୟକ ଛାତ୍ର କାଳକ୍ରମେ ସ୍ୱାଧୀନତା ସଂଗ୍ରାମର ପୁରୋଭାଗରେ ଥିଲେ ।

 

ତାଙ୍କର ଆଧ୍ୟାତ୍ମିକ ପ୍ରଭାବ ସବୁଠାରୁ ବେଶି ଥିଲା । ପ୍ରତି ଶନିବାର ସଂଧ୍ୟାରେ ଗୀତାପାଠ ଭଜନ ଓ ସଂକୀର୍ତ୍ତନ କରାଯାଉଥିଲା । ପ୍ରଧାନଶିକ୍ଷକ ଜଣେ ବ୍ରହ୍ମଚାରୀ ଥିଲେ । ସେ ପ୍ରତ୍ୟେକ ଦିନ ହବିଷ କରୁଥିଲେ ଏବଂ ସାରୁପତ୍ରଛଡ଼ା ଅନ୍ୟ କୌଣସି ଶାଗ ଖାଉ ନଥିଲେ । ଏହାପୁଣି ଭାତରେ ପଡ଼ି ସିଝା ଯାଉଥିଲା । ସେ ଦିନକୁ ଦୁଇଥର ଗାଧୋଉଥିଲେ ଏବଂ ଗାଧୋଇବା ପରେ ଦୀର୍ଘ ଏକଘଣ୍ଟା କାଳ ପ୍ରାର୍ଥନା କରୁଥିଲେ ।

 

ପ୍ରଧାନ ଶିକ୍ଷକ ଜଣେ ସୁସାହିତ୍ୟିକ ଥିଲେ । ଆମେ ଛାତ୍ର ଥିବା ବେଳେ ଚିତ୍ରାଙ୍ଗଦା ନାମକ ଗୋଟିଏ କାବ୍ୟ ସେ ଅମିତ୍ରାକ୍ଷରରେ ରଚନା କରିଥିଲେ । ସେ ଗୀତାର ସଟୀକ ଓଡ଼ିଆ ଅନୁବାଦ ଲେଖିଯାଇଛନ୍ତି ।’ ସେ ଜୀବନର ଅନ୍ତିମ ଭାଗରେ ରାମଚରିତ ମାନସର ମଧ୍ୟ ଅନୁବାଦ ସମାପ୍ତ କରିଥିଲେ । ଶ୍ରୀ କାନନୁଗୋ ସେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଆଉରି ଅନେକ କାବ୍ୟର ଅନୁବାଦ ଶେଷ କରିଥିଲେ । ସୁନ୍ଦର ଓ ସୁଗଠିତ ହସ୍ତାକ୍ଷର ଯୋଗୁ ପାଣ୍ଡୁଲିପି ନକଲ କରିବାର ଦାୟିତ୍ବ ଦିଆଗଲା ରଜନୀକାନ୍ତଙ୍କ ହାତରେ । ସେ ସଂପର୍କରେ ରଜନୀକାନ୍ତ କହନ୍ତି: “ ସତେ ଯେପରି ଗଭୀର ସମୁଦ୍ର ଭିତରେ ଉବେଇ ଟୁବେଇ ହୋଇ ଯାଇଥିଲି । ମାଇନର ସ୍କୁଲରେ ପାଠପଢୁଥିବା ଅବୋଧ ଛାତ୍ର ପକ୍ଷରେ ରବୀନ୍ଦ୍ରନାଥଙ୍କ କାବ୍ୟ-କବିତାର ବହିଗୁଡ଼ିକ ଦର୍ଶନ କରିବା ଥିଲା ଦୂରନ୍ତ ପ୍ରଶ୍ନ ; କିନ୍ତୁ ମୋ ହାତରେ ଧରାଇ ଦିଆ ଯାଇଥିଲା ଅମୃତଲଡୁ । ନିଜ ମାତୃଭାଷାରେ ରବୀନ୍ଦ୍ରସାହିତ୍ୟକୁ ପଢ଼ିବା ବୁଝିବା ଓ ନକଲ କରିବାର ସୁଯୋଗ ମୋ ହାତକୁ ଚାଲି ଆସିଥିଲା ଏକା ଥରକେ ।( ଉତ୍କଳ ଗୌରବ-ବିଂଶ ଅର୍ଘ୍ୟ -୧୯୮୭) 

 

ରଜନୀକାନ୍ତଙ୍କ ବାପା ଶ୍ରୀ ଦୀନବନ୍ଧୁ ଦାସ ଭବାନୀପାଟଣାରେ ସ୍ଥାୟୀ ଭାବରେ ଘର ତିଆରି କରି ବ୍ୟବସାୟ କରୁଥିଲେ । ଆଜିକାଲି ଭଳି ସେତେବେଳେ ଏତେ ପରିମାଣର ଓ ଏତେ ପ୍ରକାରର ଦୋକାନ ନଥିଲା । ଗୋଟିଏ ଦୋକାନରେ କଂସା ବାସନ ଠାରୁ ଆରମ୍ଭ କରି ବହିପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମିଳୁଥିଲା । ରଜନୀକାନ୍ତଙ୍କ ବାପାଙ୍କର ସେହିଭଳି ଅତି ଆବଶ୍ୟକ ବିବିଧ ଜିନିଷରେ ଭରପୁର ବଡ଼ଧରଣର ଏକ ବ୍ୟବସାୟ ଥିଲା । କେବଳ ବ୍ୟବସାୟୀ ଭାବରେ ନୁହେଁ;ଜଣେ ମାନ୍ୟଗଣ୍ୟ ଲୋକଭାବରେ ରଜନୀକାନ୍ତଙ୍କ ବାପାଙ୍କର ସେଠାରେ ମାନ୍ୟତା ଥିଲା । ତାଙ୍କ ବାପା ସେତେବେଳକୁ ଦଶବର୍ଷଧରି ସେଠାରେ ବ୍ୟବସାୟ କରୁଥିଲେ ବି ମାଆ ଶ୍ରୀମତୀ ସୁନ୍ଦରମଣି ଦେବୀ ଗାଁରେ ରହୁଥିଲେ । ରଜନୀକାନ୍ତଙ୍କୁ ଭବାନୀପାଟଣା ହାଇସ୍କୁଲକୁ ନେବାବେଳେ ତାଙ୍କ ମାଆଙ୍କୁ ବି ସେଠାରେ ରହିବାକୁ ପଡ଼ିଲା । ତାଙ୍କ ସାନଭାଇ ସୂର୍ଯ୍ୟକାନ୍ତ ସେଠାରେ ଯାଇ ପାଠ ପଢ଼ିଲେ । ରଜନୀକାନ୍ତ ଭବାନୀପାଟଣାରେ ନାମ ଲେଖାଇଲାବେଳେ କବି ମାୟାଧର ମାନସିଂହ ଭବାନୀପାଟଣା ହାଇସ୍କୁଲରେ ଇଂରାଜୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥା'ନ୍ତି । ରଜନୀକାନ୍ତ ଥଲେ ମାନସିଂହଙ୍କ ର ପ୍ରିୟଛାତ୍ର । ମାନ ସିଂହ ଶ୍ରଦ୍ଧାରେ ଦୁଇଭାଇଙ୍କୁ ରଜନୀକାନ୍ତ,ସଜନୀକାନ୍ତ( ପ୍ରଫେସର ଡଃ ସୂର୍ଯ୍ୟକାନ୍ତଙ୍କୁ) ନାମରେ ଡାକୁଥିଲେ । ମାନସିଂହଙ୍କ ‘ଜେମା’କାବ୍ୟ ଓ ଅନ୍ୟ କେତେକ ବହିର ପାଣ୍ଡୁଲିପି ପ୍ରସ୍ମୃତି କାର୍ଯ୍ୟ ରଜନୀକାନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ମାନସିଂହଙ୍କ କର୍ମଶାଳାର କାବ୍ୟିକ ପରିବେଶରେ ବେଶ୍ ଅନୁପ୍ରାଣିତ ହୋଇଥିଲେ ସେ । କାବ୍ୟ-କବିତା ରଚନା କରିବା ପାଇଁ ରଜନୀକାନ୍ତଙ୍କ ମନ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରଶସ୍ତ କ୍ଷେତ୍ର । କବି ମାୟାଧର ମାନସିଂହ ଉଦାର ହୃହୟର ବ୍ୟକ୍ତି ଥିଲେ । ଯେପରି ତାଙ୍କୁ କୌଣସି ଅବସ୍ଥାରେ ଆଞ୍ଚଳିକତା ତଥା ସଂକୀର୍ଣ୍ଣତା ଗ୍ରାସ କରି ନଥିଲା, ତାଙ୍କ ପ୍ରିୟ ଛାତ୍ର ରଜନୀକାନ୍ତ ବି ସେହି ପ୍ରକାର ଆଞ୍ଚଳିକତାରୁ ଉର୍ଦ୍ଧ୍ୱରେ ରହି ନାନା କାର୍ଯ୍ୟ କରୁଥିଲେ । ଉଭୟ ପୂର୍ବ-ଓଡ଼ିଶାର ଲୋକ ହେଲେ ମଧ୍ୟ ସେମାନଙ୍କ କର୍ମସ୍ଥଳୀ ଥିଲା ନିଜ ଅଞ୍ଚଳଠାରୁ ଅନେକ ଦୂର । 

 

ନିଜ ପରିବାରରେ ଚର୍ଚ୍ଚା କରାଯାଉଥିବା ପ୍ରାଚୀନ ସାହିତ୍ୟ,ଗ୍ରାମ୍ୟ ଜୀବନର କାବ୍ୟକ ପରିବେଶ,ରାଜକିଶୋରଙ୍କ ସାହିତ୍ୟ ପ୍ରୀତି ତଥା ଜୀବନାଦର୍ଶ, ରବୀନ୍ଦ୍ର ସାହିତ୍ୟ ଓ ମାନସିଂହଙ୍କ କାବ୍ୟ-ଭୂମିର ପ୍ରଭାବ ପଡ଼ିଥିଲା ରଜନୀକାନ୍ତଙ୍କ ମନ ଉପରେ । ନବମ ଶ୍ରେଣୀର ଛାତ୍ର ରଜନୀକାନ୍ତ ରଚନାକଲେ ଏକ ଖଣ୍ଡକାବ୍ୟ ରାବଣ ଦର୍ହ ପଥେ’ । ଏହା ଏକ ବ୍ୟଙ୍ଗ କାବ୍ୟ । ଏଥିରେ ସାନଭାଇ ସୂର୍ଯ୍ୟକାନ୍ତ ସମେତ କେତେକ ସାଥଙ୍କୁ ବ୍ୟଙ୍ଗ କରାଯାଇଥିଲା । ‘ରାବଣ ଦର୍ହ’ ଜଳପ୍ରପାତ ଭବାନୀପାଟଣା ଠାରୁ କିଛି ଦୂରରେ ଅବସ୍ଥିତ ଏକ ରମଣୀୟ ସ୍ଥାନ । 

 

ରଜନୀକାନ୍ତଙ୍କ ସ୍କୁଲ ଛାତ୍ର-ସମୟ ଭାରତୀୟ ରାଜନୀତିର ଏକ ଘଡ଼ିସନ୍ଧି କାଳ । ଜାତିର ଜନକ ବାପୁଜୀଙ୍କ ଆହ୍ବାନରେ ସାରାଦେଶ ତାତି ଉଠିଥାଏ । ମୋହନ ଦାସଙ୍କ ମୋହନବଂଶୀର ସ୍ୱର ଚପଳ ବାଳକମାନଙ୍କୁ ବାନରସେନାରେ ପରିଣତ କରାଇ ଦେଇଥିଲା । ବାଲିକୁଦା ମାଇନର ସ୍କୁଲରେ ପଢ଼ିଲାବେଳେ ସତ୍ୟାଗ୍ରହ ଆନ୍ଦୋଳନର ପ୍ରଭାବ ତାଙ୍କ କିଶୋର ମନକୁ ଆଚ୍ଛନ୍ନ କରିଦେଇଥିଲା । ସହିଦ୍ ଭଗତ୍ ସିଂହ ଫାଶୀ ତା ସହିତ ଗାନ୍ଧିଜୀଙ୍କ ଡାକରା ପରିବେଶକୁ ଉତ୍ତପ୍ତ କରିଦେଇଥିଲା । ବିଦ୍ୟାଳୟ ସନ୍ନିକଟରେ ସତ୍ୟାଗ୍ରହୀମାନଙ୍କ ପାଇଁ ତାଲିମ ଶିବିର ଖୋଲାଯାଇଥିଲା । ସତ୍ୟାଗ୍ରହୀମାନଙ୍କ ଆହ୍ବାନର ସ୍ଵର ଅନେକ ଛାତ୍ରଙ୍କୁ ବେଶ ପ୍ରଭାବିତ କରିଥିଲା । ରଜନୀକାନ୍ତ ସଂଗ୍ରାମ ଆଡ଼କୁ ଆଗେଇଯାଉଥିବା ଦେଖି ଅଭିଭାବକମାନେ ତାଙ୍କୁ ବିରାଡ଼ି ଛୁଆ ଭଳି ବାଲିକୁଦା ସ୍କୁଲରୁ କୁଜଙ୍ଗ ଅଞ୍ଚଳର ପଞ୍ଚପଲ୍ଲୀ, ସେଠାରୁ ଜଗତସିଂହପୁରର ଶ୍ରୀକୃଷ୍ଣ ଏକାଡ଼େମୀରୁ ନେଇ କଳାହାଣ୍ଡି ଗଡ଼ଜାତର ରାଜଧାନୀ ଭବାନୀପାଟଣା ହାଇସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖାଇ ଦେଲେ;କାରଣ ସେତେବେଳେ ଭବାନୀପାଟଣାରେ ଜାତୀୟ ଆନ୍ଦୋଳନ ଏତେ ତୀବ୍ର ଆକାର ଧାରଣ କରି ନଥିଲା । ରଜନୀକାନ୍ତଙ୍କ ସଂଗ୍ରାମୀ ମନ କିନ୍ତୁ ଦବିଯାଇ ନଥିଲା । ସାମ୍ୟବାଦୀ ନେତା ଭଗବତୀ ଚରଣ ପାଣିଗ୍ରାହୀ କେବଳ ସାହିତ୍ୟ ରଚନାରେ ନୁହେଁ, ସଂଗ୍ରାମରେ ରଜନୀକାନ୍ତଙ୍କ ମନରେ ଆସନପାତି ସାରିଥିଲେ । କଳାହାଣ୍ଡିରେ ଚାଲିଥାଏ ସେତେବେଳେ ଅଂନ୍ଧାରି ଶାସନ। ଅନ୍ୟାନ୍ୟ ଗଡ଼ଜାତ ପରି ବେଠି,ଭେଟି ଓ ଲାଠିର ଚାଲିଥାଏ ରାଜୁତି । କଳାହାଣ୍ଡିର ବୃଦ୍ଧ ମହାରାଜା ବ୍ରଜମୋହନ ଦେବଙ୍କ ଶୋଷଣ,ଦମନ ଓ ଅତ୍ୟାଚାର ବିରୋଧରେ ରଜନୀକାନ୍ତ ଚିଠିପତ୍ର ଓ ଲେଖାଦ୍ୱାରା ପ୍ରଥମେ ମୋଗଲବନ୍ଦୀ ଅଂଚଳର ନେତାମାନଙ୍କ ସହିତ ସଂପର୍କ ସ୍ଥାପନ କଲେ । 

 

ସର୍ବଦା ବାଟ-ଭଙ୍ଗା ଲୋକଟି ପରି ରଜନୀକାନ୍ତ ଲେଖାପଢ଼ାରେ ମନ ଦେବା ସଙ୍ଗେ ସଙ୍ଗେ କବିତା ଲେଖାପାଇଁ କଲମକୁ ସଜାଗ ରଖୁଥିଲେ । ସେ ସମୟର ଜଳନ୍ତା ନିଆଁଖୁଣ୍ଟା ସାମ୍ୟବାଦୀ ନେତା ଭଗବତୀଚରଣ ପାଣିଗ୍ରାହୀଙ୍କ ସହିତ ପତ୍ରମାଧମରେ ତାଙ୍କର ସଂପର୍କ ଗଢ଼ିଉଠିଥିଲା । ଗଡ଼ଜାତ ରାଜାମାନଙ୍କର ଅନ୍ଧାରି ଶାସନ ବ୍ୟବସ୍ଥା ଯୋଗୁଁ ପ୍ରଜାମାନେ ଦାରୁଣ କଷ୍ଟ ଭୋଗୁଥିଲେ । ଏ କଷଣକୁ ରଜନୀକାନ୍ତ ଭଲ ଭାବରେ ଦେଖିଥିଲେ । ତାଙ୍କ ବାପାଙ୍କର ସେଠାରେ ପ୍ରତିଷ୍ଠା ଥିବାରୁ ଓ ସେମାନେ ଗଡ଼ଜାତର ପ୍ରଜା ହୋଇ ନଥିବାରୁ ପ୍ରତ୍ୟକ୍ଷ ଭାବରେ ତାଙ୍କର କିଛି ଅସୁବିଧା ନଥିଲା;ମାତ୍ର ଅତ୍ୟାଚାରର ଦୃଶ୍ୟ ଦେଖି କବି ଲେଖକର ସ୍ପର୍ଶ-କାତର-ମନ ସହଜରେ ଥମି ପାରୁନଥିଲା । ସ୍କୁଲ ଛାତ୍ର ରଜନୀକାନ୍ତ ଗଡ଼ଜାତର କରୁଣ କାହାଣୀ ବୟାନ କରି ବିପ୍ଳବ ନିମିତ୍ତ ଚିଠି ଲେଖୁଥଲେ ବିପ୍ଳବୀ ଭଗବତୀଚରଣ ପାଣିଗ୍ରାହୀଙ୍କ ପାଖକୁ । ସେଥି ମଧ୍ୟରୁ ଦୈବାତ୍ ଗୋଟିଏ ଚିଠି ଭଗବତୀଙ୍କ ପାଖରେ ପହଁଚିବା ପୂର୍ବରୁ ସମ୍ବଲପୁରରେ ସରକାରୀ ଗୋଇନ୍ଦା ବିଭାଗ ହାତରେ ପଡ଼ିଲା । ତନାଘନା ଅନୁସଂଧାନ ପରେ ରଜନୀକାନ୍ତ ବିପ୍ଳବ ସହିତ ଜଡ଼ିତ ଅଛନ୍ତି ବୋଲି ପ୍ରମାଣିତ ହୋଇଗଲା । ରାଜଦଣ୍ଡ ନିର୍ଦ୍ଧାରଣ ହେଲା କଳାହାଣ୍ଡିରୁ ନିର୍ବାସନ । 

 

ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରମୁଖନେତା ଭଗବତୀ ଚରଣ ପାଣିଗ୍ରାହୀ ‘କୃଷକ’ ନାମରେ ଏକ ସମ୍ବାଦପତ୍ରଧର୍ମୀ ତଥା ପ୍ରଗତି ଶୀଳ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ । ସେ ସମୟରେ ପ୍ରକାଶିତ ବିଭିନ୍ନ ପ୍ରଗତିଶୀଳ ପତ୍ରିକାରେ ରଜନୀକାନ୍ତଙ୍କ ବିପ୍ଳବଧର୍ମୀ କବିତା ପ୍ରକାଶିତ ହେଉଥିଲା । ସେତେବେଳେ ରଜନୀକାନ୍ତ ହାଇସ୍କୁଲରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର । ପରେ ସେ ସବୁ କବିତା ସଂଘର୍ଷ’ ପୁସ୍ତକରେ ସ୍ଥାନ ପାଇଥିଲା । 

 

ଏହିପ୍ରକାର କାର୍ଯ୍ୟ ତାଙ୍କ ପିତା ତଥା ପରିବାରକୁ ଅନେକାଂଶରେ ବିପନ୍ନ କରିଥିଲା । କିନ୍ତୁ ସଂଗ୍ରାମୀ ରଜନୀକାନ୍ତ ପରିଣତି ବିଷୟରେ ଆଦୌ ଚିନ୍ତା କରି ନଥିଲେ । ରାଜାଙ୍କ ବିରୋଧରେ ଯାଇ ରାଜଦ୍ରୋହୀ ହେବାକୁ ରଜନୀକାନ୍ତ ଏକ ଗୌରବ ପୂର୍ଣ୍ଣ କାର୍ଯ୍ୟ ବୋଲି ବିଚାର କରୁଥିଲେ । ପିତାଙ୍କ ପ୍ରତିପତ୍ତି ଯୋଗୁଁ ଓ ରଜନୀକାନ୍ତ ନାଁବାଳକ ସ୍କୁଲ ଛାତ୍ର ଥିବାରୁ ପରେ ଦଣ୍ଡାଦେଶରେ ସାମାନ୍ୟ କୋହଳ କରାଗଲା,କେବଳ ହାଇସ୍କୁଲ ପରୀକ୍ଷା ଦେବାପାଇଁ । ପାଟନା ବିଶ୍ବବିଦ୍ୟାଳୟ ଅଧୀନରେ ସେ ହାଇସ୍କୁଲ ପରୀକ୍ଷା ଦେଲେ ସମ୍ବଲପୁରରେ । ପରେ ରଜନୀକାନ୍ତଙ୍କୁ ଓଡ଼ିଶା ବାହାରେ ଦୀର୍ଘଦିନ ଧରି ଅଜ୍ଞାତବାସ କରିବାକୁ ପଡ଼ିଲା । 

 

କବି ରଜନୀକାନ୍ତ,ସଂଗ୍ରାମୀ ରଜନୀକାନ୍ତ ଆପାତତଃ ଅଜ୍ଞାତ ଭାବରେ ନିର୍ବାସିତ ଜୀବନଯାପନ କଲେ ମଧ୍ୟପ୍ରଦେଶଅନ୍ତର୍ଗତ ସୁରୁଗୁଜା’ ଷ୍ଟେଟର ରାଜଧାନୀ ଅମ୍ବିକା ପୁରରେ । ସେଠାରେ ରଜନୀକାନ୍ତଙ୍କ ବଡ଼ବାପା ରହୁଥାନ୍ତି । ସୁରୁଗୁଜା ଷ୍ଟେଟର ରେଭିନିୟୁ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିବା ପାଇଁ ଏକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ନିଯୁକ୍ତି ପାଇଲେ । କର୍ମ ଦକ୍ଷତା ଓ ଉତ୍ତମ ପରିବେଶ ଯୋଗୁ ସେଠାରେ ଆଦର ପାଇଲେବି ନିଜର ନାମ ବ୍ୟତୀତ ଆଉ ସବୁ ତାଙ୍କୁ ଗୋପନୀୟ ରଖିବାକୁ ପଡ଼ୁଥିଲା । ତଥାପି କଳାହାଣ୍ଡିରୁ ସମନ ପହଞ୍ଚିବାର ଆଶଙ୍କା ସବୁ ସମୟରେ ଥାଏ । ସେଇଠି କିଛି ପଢ଼ାପଢ଼ି, ରାଜକର୍ମଚାରୀ ଭାବରେ କିଛି କାର୍ଯ୍ୟ, ସେ ପୁଣି ଅଜ୍ଞାତ ଭାବରେ । ଧରା ପଡ଼ିଲେ ଦଣ୍ଡର ବ୍ୟବସ୍ଥା ସୁନିଶ୍ଚିତ । 

 

କୋରାପୁଟ ଜିଲ୍ଲାର ପୋଲିସ ଅଧ୍ୟକ୍ଷଙ୍କ ଦପ୍ତରରେ ବିଶ୍ୱସ୍ତ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଗାଳ୍ପିକା ତଥା ଅନୁବାଦକ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି ହେଉଛନ୍ତି ରଜନୀକାନ୍ତଙ୍କ ପ୍ରଥମ ପତ୍ରବନ୍ଧୁ; ଯାହାଙ୍କ ସହିତ ‘ଡଗର’ ମାଫିତରେ ପରିଚୟ ଆରମ୍ଭ ହୋଇଥିଲା । ମାତ୍ର ପରସ୍ପର ମଧ୍ୟରେ ସାକ୍ଷାତ ହୋଇ ନ ଥିଲା । ରଜନୀକାନ୍ତଙ୍କ ରଚିତ ରାଜଦ୍ରୋହମୂଳକ କବିତା ଗୁଡ଼ିକର ସେ ହୋଇଥିଲେ ମାର୍ଫତର ତଥା ପ୍ରକାଶକ । ତାଙ୍କ ଉଦ୍ୟମରେ ଭଦ୍ରକ ସହର ସଂଲଗ୍ନ ଜଗନ୍ନାଥପୁରରେ ଗଢ଼ା ଯାଇଥିଲା ସାହିତ୍ୟ ଅନୁଷ୍ଠାନ ଜଗନ୍ନାଥ ସାହିତ୍ୟ ସମିତି । ଏହାର ପ୍ରଥମ ଅବଦାନ ଭାବରେ କାନ୍ତକବିଙ୍କ ମୁଖବନ୍ଧ ସହିତ ଭଦ୍ରକର ଗୋପୀନାଥ ପ୍ରେସରୁ ପ୍ରକାଶ ପାଇଲା ରଜନୀକାନ୍ତଙ୍କ ପ୍ରଥମ କବିତା ପୁସ୍ତକ “ସଂଘର୍ଷ । କାନ୍ତକବି ଲେଖିଲେ ‘ସମାଜର ଚଳନ୍ତି ଚିନ୍ତାଧାରାରେ କବି ଗୋଟାଏ ବିପୁଳ ବିପ୍ଳବ ଆଣି ଦେଇଛନ୍ତି । ଚିର ବନ୍ଦୀର ଶୀତଳ ରକ୍ତ ଯେପରି ମୁକ୍ତିର ଆଲୁଅ ବତାସରେ ଉଚ୍ଛୁଙ୍ଖଳ ହୋଇ ଉଠିଛି ! କବିତା ଗୁଡ଼ିକର ଛତ୍ରେ ଛତ୍ରେ ବିଦ୍ରୋହର ବହ୍ନି ,ବ୍ୟଥାର ତପ୍ତଶ୍ୱାସ ଓ ବେପରୁଆ-ଭାବର ତୀବ୍ରତା ସଜୀବ ଓ ଜାଗ୍ରତ । ଭାଷାର ପ୍ରବାହ ଏତେ ପ୍ରଖର ଯେ ତାହା ଛନ୍ଦ ବନ୍ଧ ଭାଙ୍ଗି ମତୁଆଲା ହୋଇ ଧାଇଛି ଅନନ୍ତ ମୁକ୍ତି ପଥରେ । ଆମ ସାହିତ୍ୟରେ କବି ଗୋଟାଏ ନୂତନ ପ୍ରେରଣା ଆଣି ପାରିଛନ୍ତି ବୋଲି ମୋ’ର ଧାରଣା ।’ ଭାରତ ସେବକ ସମିତିର ସଭ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ‘ସଂଘର୍ଷ ସଂପର୍କରେ ଏକ ଦୀର୍ଘ ମତାମତ ମଧ୍ୟ ପ୍ରଦାନ କରିଥିଲେ। 

 

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ସ୍ଵାଧୀନତା ଆନ୍ଦୋଳନରେ ଗିରଫ ହେବା ସମୟରେ ଡଗର’ ପ୍ରକାଶିତ ହେଉଥିବା ଗୋପୀନାଥ ପ୍ରେସ ଖାନତଲାସ କରାଗଲା । ଇଂରେଜ ସରକାରଙ୍କ ଗୋଇନ୍ଦା ବିଭାଗର କୋପଦୃଷ୍ଟିରେ ପଡ଼ିଲା ଏଇ ବହିଟି ! ରଜନୀକାନ୍ତଙ୍କ ପରି ଏ ବହି ‘ସଂଘର୍ଷ’ ବି ହେଲା ନିର୍ବାସିତ । ପ୍ରଥମତଃ ଏହା ରାଜଦ୍ରୋହମୂଳକ କବିତା, କବି ରଜନୀକାନ୍ତ ବିଦ୍ରୋହ କାରଣରୁ ନିର୍ବାସିତ, ଏଣୁ ସେ ସରକାରଙ୍କର ଶତ୍ରୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏ ପ୍ରକାର ବହିର ଲେଖକକୁ ଓ ବହିକୁ ଭାରତରକ୍ଷା ଆଇନ ବଳରେ ବେଆଇନ ଘୋଷଣା କରାଯାଉଥିଲା । ବହି ବାଜ୍ୟାପ୍ତି ହେବାର ଆଶଙ୍କା କରି, ପ୍ରକାଶକ ତଥା ମୁଦାକରଙ୍କର ଜେଲ ଜୋରିମାନା ଭୟରେ ଭଚନ୍ଦ୍ର କ ଓ ଟକର ଥିବା ସମସ୍ତ ବହିକୁ ନଷ୍ଟ କରିଦିଆଗଲା । ସେଥିରୁ ଯେତିକି ରକ୍ଷା ପାଇଯାଇଥିଲା, ଆଜିର ଏହି ସଂକଳନରେ ତାହା ସ୍ଥାନିତ । ସେତେବେଳେ କାନ୍ତକବି ଲକ୍ଷ୍ମୀକାନ୍ତ ତଥା ତାଙ୍କର ସଂଗ୍ରାମୀ ପୁତ୍ର ନିତ୍ୟାନନ୍ଦ ଗୌରଚନ୍ଦ୍ର ଗାନ୍ଧୀ ଆନ୍ଦୋଳନରେ ପ୍ରତ୍ୟକ୍ଷ ସଂଗ୍ରାମୀ । ଭଚନ୍ଦ୍ର କର ତାଳପଦାରୁ ପ୍ରକାଶ ପାଉଥାଏ ହାଏ; କୌତୁକ-ବ୍ୟଙ୍ଗ ପତ୍ରିକା ‘ଡଗର’ । ରଜନୀକାନ୍ତ ଡାକରା ପାଇ ଭଦ୍ରକ ଆସିଲେ ‘ଡଗର ପତ୍ରିକାରେ ସହକାରୀ ସଂପାଦକ ଭାବରେ କାର୍ଯ୍ୟକରିବା ପାଇଁ । କବି ଲକ୍ଷ୍ମୀକାନ୍ତ କିମ୍ବା ‘ଡଗର’ ସଂପାଦକ ନିତ୍ୟାନନ୍ଦ ପୂର୍ବରୁ ରଜନୀକାନ୍ତଙ୍କ ଚେହେରା ଦେଖି ନଥିଲେ । ରଜନୀକାନ୍ତ ପହଁଚିବା ପରେ ସଂପାଦକ ନିତ୍ୟାନନ୍ଦ ମହାପାତ୍ର “ଭାରତଛାଡ଼ ଆନ୍ଦୋଳନ’ର ସତ୍ୟାଗ୍ରହ ତାଲିକାର ରକ୍ତ ସେନାନୀ ଭାବରେ ଇଂରେଜମାନଙ୍କୁ ଭାରତଛାଡ଼ ଡାକରା ଦେଇ ଜେଲବରଣ କରିବା ସୁନିଶ୍ଚିତ ହୋଇଥିଲା । କାରଣ ସ୍ଵୟଂ ଗାନ୍ଧିଜୀ ଓଡ଼ିଶା କଂଗ୍ରେସ ଦଳର ସତ୍ୟାଗ୍ରହୀମାନଙ୍କ ତାଲିକା ଭିତରେ ‘ଡଗର’ ସଂପାଦକ ନିତ୍ୟାନନ୍ଦ ମହାପାତ୍ରଙ୍କୁ ମଧ୍ୟ ତାଲିକାଭୁକ୍ତ କରି ସାରିଥିଲେ । ସାହିତ୍ୟ-ଜଗତ ପ୍ରତି କବି ରଜନୀକାନ୍ତଙ୍କ ସମ୍ମୋହ ଏତେ ବେଶି ଥିଲା ଯେ ସେ ମଧ୍ୟ ଗଡ଼ଜାତ ରାଜ୍ୟରେ ମିଳିଥିବା ସ୍ଥାୟୀ କର୍ମ ନିଯୁକ୍ତି ପରିତ୍ୟାଗ କରିଦେବାର ନିଷ୍ପତ୍ତିକୁ ନିଜେ ନିଜ ଉପରେ ଛାଡ଼ିଦେଇ ‘ଡଗର’ ପତ୍ରିକାର ସହ ସଂପାଦକ ହେବାଲାଗି ଅକୁଣ୍ଠିତ ଭାବରେ ଚାଲିଆସିଥିଲେ । ମାତ୍ର ଏ ଅଂଚଳରେ ରଜନୀକାନ୍ତଙ୍କ ରହଣି ସ୍ୱାସ୍ଥ୍ୟଗତ କାରଣରୁ ସମ୍ଭବ ହୋଇ ପାରିଲା ନାହିଁ ।। 

 

ତତ୍କାଳୀନ ଓଡ଼ିଶାରେ ଜଣେ ଅର୍ବାଚୀନ କବି ଲେଖକ ଭାବରେ ରଜନୀକାନ୍ତ ଥିଲେ ପୁରାପୁରି ଅଚିହ୍ନା । ତାଙ୍କ ବହିର ପ୍ରକାଶକ, ବିତରକ କି ଆଲୋଚକ କେହି ସାକ୍ଷାତରେ ତାଙ୍କୁ ଦେଖି ନ ଥିଲେ । କଟକ ସହରର ବହି ଦୋକାନଗୁଡ଼ିକରେ ସେ ନିଜ ହାତରେ ବହି ଦେଇ ନ ଥିଲେ । ସେ କୌଣସି ଦୋକାନୀଙ୍କୁ ଚିହ୍ନି ନଥିଲେ ବା ଦୋକାନୀମାନେ ତାଙ୍କୁ ଚିହ୍ନି ନ ଥିଲେ । 

ସେହି କାରଣରୁ ଇଂରେଜ ଶାସନକାଳର ପୋଲିସ ଓ ଗୁଇନ୍ଦା ବାହିନୀ ଓଡ଼ିଶା ପ୍ରଦେଶର କୌଣସି ସ୍ଥାନରେ ତାଙ୍କୁ ଖୋଜିଲେIଡ଼ି ଚିହ୍ନଟ କରି ପାରିଲେନାହିଁ । କଟକ ଠାରୁ ପ୍ରାୟ ଏକ ହଜାର ମାଇଲ ଦୂରରେ ଅଗମ୍ୟ ତଥା ଅଜ୍ଞାତ ସ୍ଥାନରେ ସେ ଆତ୍ମଗୋପନ କରି ରହିଥିଲେ, ଏପରି ଅବସ୍ଥାରେ ତାଙ୍କ ଦ୍ବାରା ରଚିତ ରାଜଦ୍ରୋହଧର୍ମୀ କବିତା ସଂକଳନର ପ୍ରକୃତ ରଚୟିତାକୁ ଚିହ୍ନଟ କରି ନ ପାରିବାରୁ ବ୍ରିଟିଶ ସରକାରଙ୍କର ଓଡ଼ିଶାରେ ଥିବା ପଲଟଣ କିମ୍ବା ଗୁଇନ୍ଦା ବାହିନୀ ରଜନୀକାନ୍ତଙ୍କୁ ଠାବ କରିପାରି ନଥିଲେ । ତାଙ୍କ ପ୍ରତି କୌଣସି ଶାରୀରିକ ଦଣ୍ଡ ଦିଆଯାଇପାରିଲା ନାହିଁ । 

 

‘ସଂଘର୍ଷ’ର ରଚନା ଶେଷ ହେଲାବେଳକୁ ରଣପୁର ଗଡ଼ଜାତର କାହାଣୀ, ବେଜଲଗେଟ୍ ହତ୍ୟାକାଣ୍ଡ, ରଘୁନାଥ ମହାନ୍ତି ,ଦିବାକର ପରିଡ଼ାଙ୍କ ଫାଶି ରଜନୀକାନ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା । ‘ସଂଘର୍ଷ’ ପ୍ରକାଶର ସାତବର୍ଷ ପରେ ପ୍ରକାଶ ପାଇଲା ‘ରଘୁ ମହାନ୍ତି’ ନାମକ ଏକ କ୍ଷୁଦ୍ର କାବ୍ୟ । ଏହାକୁ ପ୍ରକାଶ କରିଥିଲେ ସେ ସମୟର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ସାରସ୍ୱତ ଭଣ୍ଡାର । ପୁସ୍ତକଟି ଭଲଭାବରେ ବିକ୍ରୟ ହୋଇଥିବାରୁ ପ୍ରକାଶକ ରୟାଲଟି ବାବଦ ଯେଉଁ ଅର୍ଥ ପଠାଇଥିଲେ ରଜନୀକାନ୍ତଙ୍କ ଜୀବନର ତାହାଥିଲା ପ୍ରଥମ ସାରସ୍ୱତ ସମ୍ମାନ । । 

କବି ରଜନୀକାନ୍ତ ଦାସଙ୍କ ଏ ଯାବତ ସଂକଳିତ ପୁସ୍ତକ ସଂଖ୍ୟା ଚଉଦଟି । ୧-ସଂଘର୍ଷ( କବିତା, ୧୯୪୦); ୨-ରଘୁମହାନ୍ତି (କବିତା, ୧୯୪୬); ୩ -ମାଓ-ସେ-ତୁଙ୍ଗ ( ଜୀବନୀ , ୧୯୫୨); ୪-ଦିଗ୍‌ବଳୟ( ଉପନ୍ୟାସ, ୧୯୫୬);୫-ଚରିତ୍ରହୀନା (ଅନୁବାଦ ଉପନ୍ୟାସ, ୧୯୬୦); ୬-ବିରଳ ମୃର୍ତ୍ତିକା(କବିତା, ୧୯୭୪);୭-ଦିପାଳୀ ସଂଘ( ଉପନ୍ୟାସ, ୧୯୭୪); ୮-ଜୀବନଧର୍ମୀ ସାହିତ୍ୟର ଭୂମିକା(ଆଲୋଚନା, ୧୯୭୫);୯-ବିଂଶ ଶତାବ୍ଦୀର ପ୍ରେତ(ଅନୁବାଦ ଉପନ୍ୟାସ, ୧୯୭୯);୧୦-ମାଟିର ମୁକୁଟ(ଗଳ୍ପ , ୧୯୮୧);୧୧-ଟିକି ଟିକି ପାହାଡ଼ର ଫୁଲ ଗଛ, ୧୯୯୩);୧୨-ନିଜ ସଂଧାନରେ ସୂର୍ଯ୍ୟ( ଗଳ୍ପ , ୧୯୯୬) । ଆଗରୁ ଏହି ୧୨ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଛି ଓ ଗ୍ରନ୍ଥାବଳୀର ଏହି ଭାଗରେ ନୂତନକରି ଦୁଇଟି ପୁସ୍ତକ ପ୍ରଥମଥର ପାଇଁ ଆତ୍ମପ୍ରକାଶ କରୁଛି । କବିଙ୍କର ଆଦ୍ୟ ଜୀବନର କବିତା ପୁସ୍ତକ ସଂଘର୍ଷ (୧୯୪୦)ଯେପରି ନାନା ସଂଗ୍ରାମରେ ଗତି କରିଥିଲା ,ଦ୍ବିତୀୟ ପୁସ୍ତକ ‘ରଘୁ ମହାନ୍ତି (୧୯୪୬) ବି ସମଧର୍ମୀ ରାଜନୈତିକ ଚେତନାରେ ଭରପୂର । 

 

ରଜନୀକାନ୍ତ ଦଳିତ ଜନତା ସହିତ ସାମିଲ ହୋଇ ପାରିଛନ୍ତ କିନ୍ତୁ ନିଜ ସମୟ ଓ ସମାଜ ସହିତ ସାଲିସ୍ କରିପାରି ନାହାନ୍ତି । ତାଙ୍କର ଶବ୍ଦ ତୀକ୍ଷ୍ଣ, ଭାଷା ଶାଣିତ ଓ ବକ୍ତବ ସିଧାସଳଖ । ଲେଖକ ଜୀବନ ସହିତ ସେ ବାଛି ନେଲେ ଆଉ ଏକ ଦୁର୍ଗମ ପଥ, ସାମ୍ବାଦିକତା,ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସୂତ୍ରଧର । ରଜନୀକାନ୍ତ ୧୭ ବର୍ଷର ସାମ୍ବାଦିକ ଜୀବନ ମଧ୍ୟରେ ଆନନ୍ଦ ବଜାର ପତ୍ରିକା ଲିମିଟେଡ଼ ଗ୍ରୁପର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼, ବିଜିନେସ୍ ଷ୍ଟାଣ୍ଡାର୍ଡ଼, ପ୍ରଜାତନ୍ତ୍ର ପ୍ରଚାର ସମିତିର ପ୍ରଜାତନ୍ତ୍ର,ଇଷ୍ଟର୍ଣ୍ଣ ଟାଇମ୍ସ, ମାନ୍ଦ୍ରାଜରୁ ପ୍ରକାଶିତ ହିନ୍ଦୁ ଏବଂ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆର ନିଜସ୍ଵ ସମ୍ବାଦଦାତା ଭାବରେ ସଫଳତାର ସହିତ କାର୍ଯ୍ୟ ସଂପାଦନ କରିବା ପରେ ନିଜ ସଂପାଦନାରେ ଦୀର୍ଘ ୧୬ ବର୍ଷ ହେବ ‘ରାଉରକେଲା ରିପୋର୍ଟର' ନାମରେ ଏକ ସପ୍ତାହିକ ସମ୍ବାଦପତ୍ର ଚଳାଇ ଆସୁଛନ୍ତି । ସାମ୍ବାଦିକତାରେ ସେ ଶାନ୍ତି ପାଇଛନ୍ତି କିନ୍ତୁ ଅସାଧୁ ଉପାୟରେ ସଂପଦ ଅର୍ଜନର ମସୁଧା କରି ନାହାନ୍ତି । ଅନେକଙ୍କର ରୋଷର ଶିକାର ହୋଇଛନ୍ତି କିନ୍ତୁ ଅଯଥା ତାକୁ ଅସ୍ତ୍ର କରି କାହାକୁ ରୁଷ୍ଟ କରି ନାହାନ୍ତି । ସାହିତ୍ୟ ଓ ସମ୍ବାଦିକତାରେ ସମୟ ଓ ସମାଜକୁ ଚିତ୍ରିତ କରିଯାଇ ଜନ ମାନସରେ ନୂତନ ଆସନ ପାତିଯାଇଛନ୍ତି । 

 

ଉତ୍ତର ଜୀବନରେ କର୍ମଭୂମି ଭାବରେ ସେ ବାଛିନେଲେ ଓଡ଼ିଶାର ଉପାନ୍ତ ଅଂଚଳ ରାଉରକେଲାକୁ । ସେ ସମୟରେ ଯେଉଁମାଟିରେ ଓଡ଼ିଆ ଅପାଙକ୍ତେୟ । ଓଡ଼ିଶା ମାଟିରେ ଥାଇ ଯେଉଁଠି ଓଡ଼ିଆମାନେ ମାତୃଭାଷାରେ କଥାବାର୍ତ୍ତା କଲାବେଳେ ବି ଶଂକି ଯାଆନ୍ତି । ସନ୍ତ୍ରସ୍ତ ଓଡ଼ିଆଏ, ଭୟରେ ହେଉ, ଭ୍ରାନ୍ତିରେ ହେଉ,କି ହୀନମନ୍ୟତା ଯୋଗୁ ହେଉ ମୁହଁଛପା ଦେଉଥିଲେ,ସେଇ ସହରର ଆଦ୍ୟ ଜୀବନରେ ନିଜର କର୍ମଜୀବନ ଆରମ୍ଭ କଲେ ରଜନୀକାନ୍ତ । ରାଉରକେଲାର ଟାଙ୍ଗର ମାଟିରେ,ଯେଉଁଠି ପିଇବା ପାଇଁ ପାଣି ଟୋପାଏ ବି ସେତେବେଳେ କିଣିବାକୁ ପଡୁଥିଲା । କେବଳ ସାମ୍ବାଦିକତା ନୁହେଁ ;ଆରମ୍ଭ ହେଲା ସଂଘ,ସଂଗଠନ ଓ ନାନା ସାଂଗଠନିକ କାର୍ଯ୍ୟ । ସେ ସମୟରେ ଯେଉଁ ସଚେତନ ଓଡ଼ିଆମାନେ ଭାଷାକୁ ଆଗେଇ ନେବାକୁ ,ଜାତି କୁ ବଞ୍ଚାଇବାକୁ, ସାହିତ୍ୟକୁ ପ୍ରସାରିତ କରିବାକୁ ଅଣ୍ଟା ଭିଡ଼ି ବାହାରି ଆସିଥିଲେ, ସେମାନଙ୍କ ମଧ୍ୟରେ ରଜନୀକାନ୍ତ ଥିଲେ ଅନ୍ୟତମ । ସାହିତ୍ୟକୁ ଜୀବନ୍ତ କରିବା ପାଇଁ ଜୀବନଧର୍ମୀ ସାହିତ୍ୟ ରଚନା କରିବାକୁ ହେବ । ସେହି ଉଦ୍ଦେଶ୍ୟରେ ଲକ୍ଷ୍ମୀଧର ନାୟକଙ୍କ ସଂପାଦନାରେ ଆରମ୍ଭ ହେଲା ନବପତ୍ର’ସାହିତ୍ୟ ପତ୍ରିକା । ରଜନୀକାନ୍ତ ଥିଲେ ଏହି ପତ୍ରିକାର ସହକାରୀ ସଂପାଦକ ଓ ପ୍ରକାଶକ । କିଛିଦିନ ପରେ ରଜନୀକାନ୍ତ “ନବପତ୍ର’ର ସଂପାଦନା ଭାର ଗ୍ରହଣ କରି ଏହି ପତ୍ରିକାକୁ ଆଗେଇ ନେଲେ, ନୂତନ ରୂପଦେଲେ,ପ୍ରତିଷ୍ଠିତ ପତ୍ରିକା ଭାବରେ ଦୁଇ ଦଶକରୁ ଅଧିକ କାଳ ସଂପାଦନା କରି ଏକ ନୂଆ ଧାରାର ପ୍ରତିଷ୍ଠା କଲେ । 

 

ରାଉରକେଲାକୁ ଆସିଲା ପରେ ରଜନୀକାନ୍ତ ଅନୁଭବ କରିଥିଲେ ଏଇ ନୂଆ ସହରରେ ସାଂସ୍କୃତିକ ଜୀବନର ଅଭାବ ଫଳରେ ଏକ ଭିନ୍ନ ଧରଣର ଅପ-ସଂସ୍କୃତି ଗଢ଼ି ଉଠିବା ସ୍ୱାଭାବିକ । ଏହି ଉପଲର ଫଳଶ୍ରୁତି ହେଲା କଲଚରାଲ ଏକାଡ଼େମୀ । ପ୍ରାଥମିକ ସ୍ତରରେ ଔପନ୍ୟାସିକ ଲକ୍ଷ୍ମୀଧର ନାୟକ ଏଥିସହ ଜଡ଼ିତ ଥିଲେ । କିନ୍ତୁ ବହୁକାଳ ପର୍ଯ୍ୟନ୍ତ କଲଚରାଲ ଏକାଡ଼େମୀ ଓ ରଜନୀକାନ୍ତ ଓତଃପ୍ରୋତ ଥିଲେ । ଏହି କଲ୍‌ଚରାଲ ଏକାଡ଼େମୀ ମାଧ୍ୟମରେ ରାଉରକେଲାରେ ଏକ ପ୍ରଗତିଶୀଳ ସାଂସ୍କୃତିକ ପରିବେଶ ତରୁଣ ବନ୍ଧୁମାନଙ୍କୁ ନେଇ ସେ ଗଢ଼ି ପାରିଥିଲେ । ଶିଳ୍ପ ଓ ପୁଞ୍ଜିବାଦୀ ଅର୍ଥନୀତିର ଅଭିଘାତରେ ଦେଖାଦେଇଥିବା ସାହିତ୍ୟିକ ଓ ସାଂସ୍କୃତିକ ସମସ୍ୟା ନେଇ ଏକ ସର୍ବଭାରତୀୟ ବିରାଟ ସଂପାନ ‘ଶିଳ୍ପାଞ୍ଚଳୀୟ ସାହିତ୍ୟ ସମ୍ମେଳନ” ଶୀର୍ଷକରେ ଅନୁଷ୍ଠିତ ହୋଇଥିଲା । ଏହା ଥିଲା ରଜନୀକାନ୍ତଙ୍କ ସାଂଗଠନିକ ପାରଦର୍ଶିତାର ଏକ ସଫଳ ଦୃଷ୍ଟାନ୍ତ । ଓଡ଼ିଶାରେ ମଞ୍ଚ ନାଟକର ଅବକ୍ଷୟ ହେତୁ ତାଙ୍କରି ନେତୃତ୍ୱରେ କଲଚରାଲ ଏକାଡ଼େମୀ ଆରମ୍ଭ କରିଥିଲା ‘ଲୋକନାଟକ ମହୋତ୍ସବ’ । ଓଡ଼ିଶାର ବିବିଧ ପ୍ରାନ୍ତରରୁ ଆସିଥିବା ନାଟ୍ୟାନୁଷ୍ଠାନ ଗୁଡ଼ିକର ଏଭଳି ଏକ ପ୍ରତିଯୋଗିତା ସେତେବେଳେ ଥିଲା ଅଭୂତପୂର୍ବ । ।

 

ରଜନୀକାନ୍ତଙ୍କ କବିତା ସହିତ ଗଳ୍ପ ,ଉପନ୍ୟାସ,ପ୍ରବଂଧ ଓ ସଂପାଦକୀୟରେ ସଂଗ୍ରାମୀ ମନୋଭାବ ସହିତ ସାମାଜିକ ଅବକ୍ଷୟ ଓ ଜୀବନର ମୂଲ୍ୟବୋଧର ଚିତ୍ର ପ୍ରତିଫଳିତ । ପ୍ରାକ୍ ସ୍ଵାଧୀନତା ଓ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ରାଜନୈତିକ ଓ ସାମାଜିକ ଜୀବନର ସୂକ୍ଷ୍ମଚିତ୍ର ରଜନୀକାନ୍ତଙ୍କ ରଚନାରେ ପ୍ରତିଫଳିତ । ରଜନୀକାନ୍ତଙ୍କ ଉତ୍ତର ଜୀବନର କବିତାରେ ହେତୁବାଦୀ ଦୃଷ୍ଟିଭଙ୍ଗୀ ସହିତ ମାନବ ଜୀବନର ମହତ୍ତର ଅନୁଭୁତିର ପ୍ରକାଶ କ୍ରମଶଃ ଐଶ୍ବରୀୟ -ଚେତନା ଆଡ଼କୁ ଧାବିତ ହେବାପରି ମନେହୁଏ । କବିଙ୍କର ସଂପ୍ରତି ସଂକଳିତ କବିତା ପୁସ୍ତକ ‘କୁମ୍ଭକାମୋଦୀ’ରେ ବୌଦ୍ଧିକ ସମ୍ବେଦନଶୀଳତା ସହିତ କବି ଜୀବନର ଚରମ ଅନୁଭୂତି ବର୍ଣିତ । 

 

ସଂଗ୍ରାମୀ ରଜନୀକାନ୍ତ,ସାମ୍ବାଦିକ ରଜନୀକାନ୍ତ, ସାହିତ୍ୟିକ ରଜନୀକାନ୍ତ, ସମାନ୍ତରାଳ ଭାବରେ ଲେଖିଚାଲିଥା'ନ୍ତି ତାଙ୍କର ସୃଜନଶୀଳ ସୃଷ୍ଟି ସଂପଦ ଗଳ୍ପ, କବିତା, ରମ୍ୟରଚନା ଓ ସଂପାଦକୀୟ ମାଧ୍ୟମରେ । ରାଜଧାନୀ ଠାରୁ ଅନେକ ଦୂରରେ ରହିଥିବା ରଜନୀକାନ୍ତ ସୃଷ୍ଟି ମାଧ୍ୟମରେ ସାରା ଓଡ଼ିଶାରେ ପରିଚିତ ଥିଲେବି ସାକ୍ଷାତରେ ଖୁବ୍ କମ୍ଲୋକ ରଜନୀକାନ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ଜାଣିଥିଲେ । ଶ୍ରୀଦାସ ଓଡ଼ିଆ ଲେଖକ ସହଯୋଗ ସମିତି ଲିମିଟେଡ଼ କଟକଙ୍କ ଦ୍ଵାରା ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ‘ଉଦୟ’ର ସଂପାଦକ ଓ ଓଡ଼ିଆ ଯୁବଲେଖକ ସମ୍ମେଳନର ୧୯୬୮ର ସଭାପତି ଭାବରେ ନିଜର ସାଂଗଠନିକ ଦାୟିତ୍ବ ବହନ କରି ସେ ସମୟରେ ଅନେକ କିଛି କରିପାରିଥିଲେ । ଉତ୍ତର ଜୀବନର ସର୍ବାଧିକ ସମୟ ସେ ବିତାଇ ଦିଅନ୍ତି ନିଜର କର୍ମଭୂମି ରାଉରକେଲାରେ । ସମୟ ପାଇଲେ ସହରର କୋଳାହଳରୁ ନିବୃଦ୍ଧି ପାଇବା ପାଇଁ ସେ ଧାଇଁ ଯା’ନ୍ତି ନିଜର ପ୍ରତିଷ୍ଠିତ ପଲ୍ଲୀନିବାସ ସୁଦୂର ଚାନ୍ଦିପୋଷକୁ । ମନରେ ଅସୀମ ସାହସ । ଏ ପର୍ଯ୍ୟନ୍ତ ବୟସ ତାଙ୍କୁ କାମରୁ ହଟାଇ ପାରିନି । ଲେଖନୀ ଦବିଯାଇନି । ଅନ୍ୟ ଉପରେ ନିର୍ଭର କରିବାକୁ ରଜନୀକାନ୍ତ କେବେ ପସନ୍ଦ କରନ୍ତି ନାହିଁ । ଯଦିତୋର ଡାକ୍ ସୁନି କେଉ ନା ଆସେ ତବେ ଏକଲା ଚଲୋରେ ଭାବ ହିଁ ତାଙ୍କ ଭିତରେ ଦୃଢ଼ୀଭୂତ ହୋଇଛି । ଉତ୍ତର ଜୀବନରେ ରଜନୀକାନ୍ତ କବି ବିନୋଦ ଚଂନ୍ଦ୍ର ନାୟକଙ୍କ ସହଯୋଗିତାରେ ଗଢ଼ିଛନ୍ତି ବେଦବ୍ୟାସ ଫାଉଣ୍ଡେସନ୍ । ବେସରକାରୀ ଉଦ୍ୟମରେ ଜନସାଧାରଣଙ୍କ ତରଫରୁ ସାହିତ୍ୟିକ ସମ୍ମାନ,ସମ୍ବର୍ଦ୍ଧନା ଓ ଆଦିବାସୀ ଜୀବନ-ସାହିତ୍ୟ ସଂପର୍କରେ ଗବେଷଣା ଚଳାଇବା ଏହି ଫାଉଣ୍ଡେସନର ଲକ୍ଷ୍ୟ । ସଂପ୍ରତି ଏହି ସଂସ୍ଥାକୁ ଏକ ଟ୍ରଷ୍ଟ ହାତରେ ଅର୍ପଣ କରିବାପାଇଁ ରଜନୀକାନ୍ତ ତତ୍ପର । ସୁପ୍ତିର ପୁରୋଭାଗରେ ଯୋଜନ ଯୋଜନ ପଥ ଚାଲିବାକୁ ରଜନୀକାନ୍ତ ଯେପରି ଶପଥ ନେଇଛନ୍ତି । ରାଉରକେଲାର ପାଣି ପବନ,ସାହିତ୍ୟିକ ସଂଗଠନ ର ଜନୀକାନ୍ତ ଦାସଙ୍କୁ ଅତି ଆପଣାର ବୋଲି ଭାବି ନେଇଛି, ମୁରବୀର ଶ୍ରଦ୍ଧା ଦେଇଛି,ସମ୍ମାନ ଜଣାଇଛି । ଆଜି କବି ରଜନୀକାନ୍ତ ଜଣେ ବ୍ୟକ୍ତି ନୁହନ୍ତି ଗୋଟିଏ ଅନୁଷ୍ଠାନ,ଗୋଟିଏ ସଂଗଠନ । 

 

ରାଉରକେଲାର ବିଶିଷ୍ଟ ସାମାଜିକ-ସାଂସ୍କୃତିକ ସଂଗଠନ ତଥା ପ୍ରକାଶନ ସଂସ୍ଥା “ପ୍ରଗତି ଉତ୍କଳ ସଂଘ’ ରଜନୀକାନ୍ତଙ୍କର ଏହି କାବ୍ୟ-ସଞ୍ଚୟନ ପ୍ରକାଶନ ମାଧ୍ୟମରେ ଶ୍ରଦ୍ଧା ନିବେଦନ କରିଛି । ଏହି ସଂସ୍ଥା ବହୁ ପୂର୍ବରୁ ତାଙ୍କୁ ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ କରିଛି । ପରିବାରର ସଦସ୍ୟ ଭାବରେ ବାରମ୍ବାର ନିମନ୍ତ୍ରଣ କରିଛି, ଆପଣାର କରିପାରିଛି ! “ପ୍ରଗତି ଉତ୍କଳ ସଂଘ’ ଓଡ଼ିଶାର ଉନ୍ନତି,ଓଡ଼ିଆଭାଷାର ପ୍ରଗତି ପାଇଁ ସଂକଳ୍ପବଦ୍ଧ । ସେ ବ୍ୟକ୍ତି ଯେଉଁ ଭାଷାର ହୁଅନ୍ତୁ,ଯେଉଁ ଜାତିର ହୁଅନ୍ତୁ, ଯେଉଁ ଧର୍ମର ହୁଅନ୍ତୁ ବା ଯେଉଁ ଅଂଚଳର ଅଧିବାସୀ ହୁଅନ୍ତୁ;ଯିଏ ଓଡ଼ିଶାର ଉନ୍ନତି ପାଇଁ ସଶ୍ରଦ୍ଧ ଉଦ୍ୟମ ଚଳାଇ ରଖିଲା,ସେ ‘ପ୍ରଗତି ଉତ୍କଳ ସଂଘ’ର ଶ୍ରଦ୍ଧା-ଭାଜନ ହୋଇପାରିଛି । ସେଇ ଉଦ୍ଦେଶ୍ୟରେ ସଂଘର ଅନ୍ୟାନ୍ୟ କାର୍ଯ୍ୟ ସହିତ ଗ୍ରନ୍ଥ ପ୍ରକାଶନୀ ଉଦ୍ୟମ ଚାଲୁ କରାଯାଇଛି । ଓଡ଼ିଆ ଜାତିର ସଂଭ୍ରାତ୍ୟର ପ୍ରତୀକ ଜାତୀୟ ଗୌରବ କୁଳବୃଦ୍ଧ ମଧୁସୂଦନଙ୍କୁ ଶ୍ରଦ୍ଧା ନିବେଦନ କରି “ପ୍ରଗତି ଉତ୍କଳ ସଂଘ’ ୧୯୬୮ ମସିହାରୁ ପାଳନ କରି ଆସୁଛି ଉତ୍କଳ ଦିବସ ଓ ମଧୁସୂଦନ ଜୟନ୍ତୀ । ପ୍ରକାଶ କରିଛି ମଧୁସୂଦନଙ୍କ ସଂପର୍କରେ ଧାରାବାହିକ ଭାବରେ ଗବେଷଣା ମୂଳକ ସ୍ମରଣିକା । ସ୍ଥାପନ କରିଛି ରାଉରକେଲାରେ ମଧୁସୂଦନଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି । ପ୍ରକାଶ କରିଛି ମଧୁସୂଦନଙ୍କ ରଚନାବଳୀରପ୍ରଥମ ଖଣ୍ଡ Madhusudan Das:The Legislator,ମଧୁସୂଦନଂକ ପ୍ରାମାଣିକ ଜୀବନୀ ଗ୍ରନ୍ଥ Madhusudan Das: The Man and His Missions, Madhusudan Das: His Life and Achievements , ସେହି କ୍ରମରେ ଓଡ଼ିଶା ଓ ଓଡ଼ିଆ ଭାଷାର ଉନ୍ନତି କଳ୍ପେ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତି ଓ ଲେଖକଙ୍କ ସଂପର୍କରେ ପୁସ୍ତକ ଯଥା:--ପ୍ରଥମ ଓଡ଼ିଆ ଉପନ୍ୟାସ ଓ ଔପନ୍ୟାସିକ, ଶତାବ୍ଦୀର ନାୟକ ଗୌରୀଶଙ୍କର,କୃଷ୍ଣଚୀନ୍ଦ୍ର ଗଜପତି, ବିଶ୍ଵନାଥ କର ଓ ଐତିହାସିକ ନବୀନ କୁମାର ସାହୁ, ପ୍ରକାଶ କରିଅଛି । କବି ଗଙ୍ଗାଧର ଓ ଶିକ୍ଷାବିତ୍ ମାୟାଧର ମାନସିଂହଙ୍କସଂପର୍କରେ--ଗଙ୍ଗାଧର:କବିତା ଓ କବିଆତ୍ମା , ଚିନ୍ତାନାୟକ ମାନସିଂହ ଗବେଷଣା ସଂଦର୍ଭ ‘ପ୍ରଗତି ଉତ୍କଳ ସଂଘ’ର ଅନ୍ୟ ଦୁଇଟି ବିଶିଷ୍ଟ ପ୍ରକାଶନ । 

 

ସଂପ୍ରତି ପ୍ରଗତି ଉତ୍କଳ ସଂଘ ପ୍ରକାଶନୀ ବିଭାଗ ତରଫରୁ ଓଡ଼ିଆ ଭାଷାର ଅନ୍ୟତମ ବିଶିଷ୍ଟ କବି, ଲେଖକ ରଜନୀକାନ୍ତ ଦାସଙ୍କ ସମଗ୍ର ରଚନାବଳୀର ପ୍ରକାଶନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଗଲା । ଏହି ସଂକଳନଟି ରଜନୀକାନ୍ତଙ୍କ ରଚନାର କବିତା ଅଂଶ । ଏହା ପରେ ପରେ ତାଙ୍କ ରଚନାର ଅନ୍ୟାନ୍ୟ ଖଣ୍ଡ ଗ୍ରନ୍ଥାବଳୀ ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କ ପାଖରେ ପହଁଚିପାରିଲେ ଅନୁଷ୍ଠାନର ଉଦ୍ୟମ ସଫଳ ହୋଇପାରିବ । 

ଡକ୍ଟର ଶ୍ରୀଚରଣ ମହାନ୍ତି । 

 

ଫଗୁଦଶମୀ-୧୯୯୯

ରାଉରକେଲା-୭୬୯୦୦୩. 

---------------------------------------------------------------------------------------------------------------

କବିତାନୁବୃତି

ମୋ ମତରେ କବିତା ରଚନା ଉଚ୍ଛନ କିଂବା ଅଣାୟତ୍ତ କର୍ମ ନୁହେଁ । ତାହା ସବୁବେଳେ କବିଗଣଙ୍କ ନିୟନ୍ତ୍ରଣାଧୀନ । ମୁଁ ନିଜ ରଚନାଶକ୍ତିରେ ନିୟନ୍ତ୍ରିତ ସହଜାତ ପ୍ରବୃତ୍ତିର ଅଧିକାରୀ । ନିଜ ଉପରେ ବିଶ୍ବାସ ରଖି କବିତା ଲେଖୁଛି । କବିତା ନାମରେ ଫୁଲ ଫାନୁସ ଖଞ୍ଜି ନାଇଁ କିମ୍ବା ଆକାଶରେ ଗୁଡି ଉଡାଇବାକୁ ଆଗ୍ରହୀ ନୁହେଁ ।

କବିତା ସୂକ୍ଷ୍ଣ, କବିତା ସ୍ଥୂଳ ଅଥବା ପୃଥୁଳ କାୟ ହୋଇପାରେ । କବି ଜଣେ କାରିଗର । ପ୍ରତ୍ୟେକ ପ୍ରତିମାକୁ ସେ ନିଜ ଜୀବନର ମୂଲ୍ୟଦେଇ ପଣତରେ ବାନ୍ଧି ରଖେ । ଯାହାର ମୂଲ୍ୟ ନିଜେ ଦେଇ ପାରିବ ନାଇଁ, ସେ ସବୁ ଗରାଖଙ୍କ ପାଖକୁ ଛାଡିଦିଏ ।

କବିର ଜୀବନ ଆନନ୍ଦ ଓ ନିରାନନ୍ଦ । ସବୁ ଯୁଗରେ ସନ୍ତାନ ବତ୍ସଳା ସରସ୍ବତୀ ଦରିଦ୍ରା ମାତା । ସବୁବେଳେ ଅସ୍ୱଚ୍ଛଳ ଜୀବନର ଧାରାବାହିକତା ମଧ୍ୟରେ କବିତା ସୃଷ୍ଟି ହୁଏ I 

ପୃଷ୍ଟିସାର ଅଭାବରୁ ସୃଷ୍ଟିସାର ଦୁର୍ବଳ ହୁଏ । ଆପାତତଃ ସେଇ କାରଣରୁ, ମୋ ପରି ରୁଗ୍ଧ କବିମାନଙ୍କର ମାନସାଙ୍କ ଜ୍ଞାନ ଦୁର୍ବଳତର । ଏକ ସହିତ ଏକ ମିଶାଇ ଯୋଗଫଳ ଦୁଇ ସଂଖ୍ୟାରେ ସୀମିତ ରଖିବାକୁ କବିଗଣ ଚାହାନ୍ତି ନାଇଁ । ସେମାନେ ଯୋଗଫଳରେ ନିଜକୁ ମିଶାଇ ଦେଇ ତିନି ସଂଖ୍ୟା ଉଚ୍ଚାରଣ କରନ୍ତି । ବେଳେବେଳେ ଏଗାର ମଧ୍ୟ କହନ୍ତି ।

 

କବିତା ବିଦ୍ୟା ଏବଂ ଅବିଦ୍ୟା । କବିର ସ୍ୱପ୍ନ ସବୁବେଳେ ସମତଳ କିଂବା ଉର୍ଦ୍ଧ୍ୱଭୂମିରେ ବିଚରଣ କରେ ନାଇଁ । ବେଳେ ବେଳେ ତଳକୁ ଓହ୍ଲାଇ ମଧ୍ୟଭାଗରେ ଝୁଲି ରହେ । ପୁଣି ବେଳେବେଳେ ନିମ୍ନଭାଗରେ ବାସ୍ତବ ଧରାତଳ ଉପରକୁ ଖସିପଡେ । କବିମାନଙ୍କର କଳ୍ପନା ଜଗତ ସିଧା ସଳଖ ଉର୍ଦ୍ଧ୍ୱଗାମୀ ନୁହେଁ । ବେଳେବେଳେ ତାହା ତିର୍ଯ୍ୟକ ଏବଂ ବର୍ତ୍ତୁଳାକାର ।

 

ମୋ ନିଜର ଚେତନାରେ କବିର ଚରିତ୍ର ଗୁଣ-ସାମ୍ୟ ଯୁକ୍ତ, ଶିବ, ଶୀଳ, ସଂଭ୍ରମ୍ୟ ଏବଂ ପ୍ରକୃତିବନ୍ତ ରହିଥାଏ । କବିତା ରଚନା କରିବା କର୍ମ, ଶକ୍ତି ଉପାସନା ଠାରୁ ଭିନ୍ନ ନୁହେଁ । 

 

ଦେବଗଣ ଶକ୍ତି ଦେବୀଙ୍କୁ ସ୍ତୁତି କରିବା ଲାଗି, କବି ମାର୍କଣ୍ଡେୟକୁ ପ୍ରାର୍ଥନା କରି ଛନ୍ଦ ଲେଖି ଦେବା ଲାଗି ବରାଦକଲେ । ମହାକବି ମାର୍କଣ୍ଡେୟ “ନମଃ ପ୍ରକୃତ୍ୟୈ ଇଦ୍ରାୟୈ ନିୟତାଃ ପ୍ରଣତାଃ ସ୍ମ ତାମ୍” ଲେଖୁଥିଲେ । କବିଗଣ ଚରିତ୍ରବାନ ଏବଂ ସଂଭ୍ରମଶୀଳ ରହିବା ଆବଶ୍ୟକ । ମୁଁ ନିଜେ ଆପାତତଃ ଏଥିରେ ବିଶ୍ବାସ ରଖିଚି । 

 

କବିଗଣ ପ୍ରଥମତଃ ନିଜର ଆତ୍ମସନ୍ତୋଷ ଲାଗି କବିତା ରଚନା କରନ୍ତି । ତେଣୁ କବିଙ୍କର ସବୁ ପାଠକ ତାଙ୍କୁ ଠାରୁ ଅଜାଣତରେ ବୃହତ୍ତର ହେଲେ ବି, ସଂଖ୍ୟାରେ ସ୍ଵଳ୍ପତର । କବି ସ୍ଵୟଂ, ନ୍ୟାସୀ ଓ ସନ୍ୟାସୀ । ସିଦ୍ଧ କବିର କବିତା ଓଜଃ, ରକ୍ତ ଏବଂ ପଞ୍ଚଭୂତ । 

 

ନିଜ କଥା କହିବାକୁ ଗଲେ, ଚନ୍ଦ୍ରମା ପାଖରେ ନିଜର ଆଲୋକ ନଥାଏ । ଯେଉଁ ଆଲୋକ ସୂର୍ଯ୍ୟଙ୍କ ଠାରୁ ମିଳେ ତାହାହିଁ ଚନ୍ଦ୍ରାଲୋକ । ଏହା ମୋର ସାରସ୍ଵତ ଜୀବନର ଅନୁଭୂତି । ଯେତେବେଳେ ଯେଉଁ ବହି ଖଣ୍ଡକ ଲେଖୁଚି, ତାହା ପୂର୍ବ କଳ୍ପିତ ବି ନୁହେଁ । କାଇଁକି ଲେଖୁଚି, ନିଜେ ନିଜକୁ ପଚାରେ I ଶ୍ରଦ୍ଧାବାନ୍ ପIଠକ ବେଳେବେଳେ ଉତ୍ତର ଦିଅନ୍ତି ।

 

ବହୁ ବନସ୍ତ ଭ୍ରମିଚି । ବହୁ ବନସ୍ତର ସବୁଜ ପତ୍ରକୁ ଚିହ୍ନିଚି । ମୋ ମୁଣ୍ଡରେ ବାସ୍ନା ଝରିଚି, ଫୁଲ ଖସି ନାଇଁ । ସବୁଫୁଲ ଧରଣୀ ଉପରେ ବିଛେଇ ହୋଇଗଲେ, ମତେ ଖୁସି ଲାଗେ । ଫୁଲ ଡେମ୍ଫରୁ ଗୋଟିଏ ବି ଫୁଲ ହାତରେ ତୋଳେ ନାଇଁ ।

 

ଯେତେବେଳେ ଯେଉଁ କବିତା ରଚନା କରିଚି, ଅଥବା ବହି ଛାପିଚି, ସବୁରି ପରିଚୟ ପୃଥକତର । କବିତା ରଚନା କରିବାର ମାନସିକତା ଏକାଭଳି ନୁହେଁ । ବ୍ୟବଧାନ ଗୁଡିକ ବାରି ହୋଇଯାଏ । ଏହାର କାରଣ କବି ଖଣ୍ଡିଏ ଶିଳାଲିପି ନୁହେଁ । ସବୁବେଳେ ସଜ ସବୁଜ ପାହାଡ ଖଣ୍ଡର ଭଗ୍ନାଂଶ ଭଳି କ୍ଷତବିକ୍ଷତ । ହାତୁଡି ଚୋଟରେ କବିତା ନିର୍ଗତ ହୁଏ ।

 

ଉଷ୍ଣାଣ ଉଦ୍ଦୀପନା ମଧ୍ୟରେ ଗୋଟିଏ ଶୃଙ୍ଗରୁ ଅନ୍ୟ ଶୃଙ୍ଗକୁ ଚାଲି ଆସିଲି । ଭୋକ ଉପାସ ପ୍ରତି ଉଦାସୀନତା ମଧ୍ୟରେ ନିର୍ଜଳା ସାହିତ୍ୟ ଉପବନରେ କେଜାଣି କିପରି ଜୀବନକାଳ ସାରସ୍ୱତ ସେବାରେ ବ୍ୟୟିତ ହୋଇଗଲା । ମୁଠାଏ ପାଉଁଶ ଭିତରେ ବି 

ମୋ କବିତା ଶେଷ ହୋଇଯିବ ।

 

ଗୋଟିଏ ପ୍ରକାର କ୍ଷୁଦ୍ରତର ଅପରିଚିତ ବସ୍ତି ଭିତରେ ଅନାବାଦୀ ଜମିକୁ ଆବାଦ କରିବାର ଅବଶୋଷ ବିହୀନ କର୍ମ ମଧ୍ୟରେ ସମୟ ଲାଗିଗଲା । ଗୋଟାଏ ପ୍ରକାର ଉଜୁଡା ଉଦ୍‌ବାସ୍ତୁ ବସ୍ତିର କାନ୍ଥ ନଥିବା କାଗଜ ଘରର ଧୂସର ଚିତ୍ରଲେଖା ଭଳି ମୁଁ ନିଜେ ନିଜକୁ ଦେଖାଯାଉଚି ।

 

ତନୁଶୂନ୍ୟ ଅତନୁର କଳ୍ପିତ ଫୁଲଧନୁ ଉପରେ ପାଟ ଓ ମଠାର ଡୋର ବାନ୍ଧି, ଯେଉଁ ବନ୍ଧୁ ଓ ଶୁଭେଛୁ ପାଠକଗଣ ମତେ ଯେପରି ଚିହ୍ନଟ କରିଚନ୍ତି, ମୁଁ ଆପାତତଃ ସେହିପରି ରହିଥିବି ଜୀବନ କାଳ । ବ୍ରିଟିଶ ଶାସନ କାଳରେ ଉଜୁଡା ବସ୍ତିରୁ ବାଦାମୀ କାଗଜର ଛିନ୍ନ ଓ ଅବଚ୍ଛିନ୍ନ ଅଂଶରେ, ସୁବର୍ଣ୍ଣ ସ୍ଵାଧୀନତା ଯୁଗର ନୂତନ ମଲାଟ ବାନ୍ଧିଦେଇ, ତୁଳିକାଧରା ସ୍ନେହଶୀଳ ହାତଗୁଡିକ ମୋ ନିମନ୍ତେ ଅଭିନନ୍ଦନ ପତ୍ର ରଚନା କରିଚନ୍ତି ! ସେଇଥି ଲାଗି ବଡ ବଡ ସ୍ଥାନରେ ରହିଥିବା ଅନ୍ୟ କାହାରି ପାଇଁ ମୁଁ ହୁଏତ ଈର୍ଷାର ପାତ୍ର । 

 

ମୋ ପାଇଁ ଲେଖା ହୋଇଥିବା ପ୍ରଶସ୍ତି ଏବଂ ଅଭିନନ୍ଦନ ପତ୍ର ଅଥବା ପରିଚୟ ଲେଖାଗୁଡିକ ମୃତ୍ୟୁ ପର୍ଯ୍ୟନ୍ତ, ମୁଁ ନିଜେ ପଢିବି ଏବଂ ସାଇତି ରଖୁଥିବି । ତାହା ପରେ ହୁଏତ ସେ ଗୁଡିକ ଶୁଷ୍କ ଘାସପତ୍ର ସାଥିରେ ଜଳାଇ ଦେଲାବେଳେ ଅଧାପୋଡା କାଠଖଣ୍ଡ ନଦୀ ପାଣିରେ ଭସାଇ ଦିଆଯିବ । ମୋ ଲାଗି ପ୍ରଶସ୍ତି ଲେଖିଥିବା ଶ୍ରଦ୍ଧାଳୁ ପାଠକ ଗଣ କିଛିନା କିଛି ଉଇଲନାମା ଲେଖୁ ନଥିଲେ, କବିତା କିଛି କାଳ ବଂଚି ରହି ପାରିବ ନାଇଁ ।

 

ମୁଁ ଲେଖିଲାବେଳେ, କବିଗଣ ପାଠକଙ୍କ ପାଖରେ କାଇଲିମାନି କଲମ ଧରୁଥିଲେ । ବୁନିଆଦି କବିତା ଯୁଗରେ ବହୁ କବି ଝୁଣ୍ଟି ପଡୁଥିଲେ । ଭାରତୀୟ ସାରସ୍ୱତ ଜଗତରେ ଆପାତତଃ ପାଞ୍ଚହଜାର ବର୍ଷତଳର ରତ୍ନ ଭଣ୍ଡାର ସାଇତା ହୋଇଛି । ଏ ପ୍ରକାର ପୁରୁଣା ସମ୍ପଦ କେଉଁ ଦେଶରେ ନାଇଁ । କବି ଗଣ ଶାସ୍ତ୍ରୀୟ ନିୟମ ମାନି ତାରାମାନଙ୍କୁ ଗଣି ଗଣି କବିତା ରଚନା କରୁଥିଲେ ।

 

ଏବେ ଆଉ ପାଠକଙ୍କ ପାଖରେ କବିଗଣ ଝୁଣ୍ଟି ପଡିବାର ଯୁଗ ନାଇଁ । ବୁନିଆଦି କବିତା ଯୁଗରେ ପାଠକଗଣ କବିଙ୍କୁ ଡ଼ରାଉଥିଲେ । ଏବେ କବିଗଣ ପାଠକଙ୍କୁ ଡରାଉଚନ୍ତି । ଏତେ କବିତା ଲେଖାଯାଉଚି ଯେ, ପାଠକ ଗଣ କବିତା ଭଣ୍ଡାରରେ ପଶି ନ ପାରିଲେ, କବିମାନଙ୍କ ପାଖରେ କାଇଲି ହୋଇ ରହିଯିବେ । ଅପର୍ଯ୍ୟାପ୍ତ କବିତା ରଚିତ ହେଲାଣି । ବୁନିଆଦ କବିତା ଗୁଡିକ ପାଠକ ମାନଙ୍କ ମନ ଭିତରେ ଅମାପ ସ୍ନେହ, ଶ୍ରଦ୍ଧା ଏବଂ ଭକ୍ତି ଜାତ କରୁଥିଲେ । ଏବେ ପାଠକଗଣଙ୍କ ପାଖରେ କବିତା ସଂପଦ ଆବାର କିମ୍ବା ନା-ଓ୍ୟାରିସ ହୋଇ ଯାଉଛି । ତେଣୁ କବି ପାଠକଙ୍କୁ ପରବାଏ କରୁନାଇଁ । କବି ପାଠକଙ୍କ ମଧ୍ୟରେ ପତିଆରା ବଢୁନାଇଁ । 

 

ଇଂରେଜୀ କବିତାର ଆଧିପତ୍ୟରେ ଭାରତୀୟ କାବ୍ୟ ସାହିତ୍ୟର ବୁନିଆଦ ବଦଳି ଯାଇଚି । ପ୍ରଥମେ ସେତେବେଳେ ଇଂରେଜୀ ଶାସିତ ଯୁଗରେ, ଶାସକମାନଙ୍କୁ ବୋଧଗମ୍ୟ ହେବା ଭଳି ଭାଷାରେ ତାଙ୍କ ଦେଶର କବିତା ରଚନା ଶୈଳୀକୁ ଅନୁକରଣ କରି କବିତା ଲେଖାଗଲା; କିନ୍ତୁ କ୍ରମେ ସେହି ପଦ୍ଧତିର ରଚନାଶୈଳୀକୁ ଭାରତୀୟ କବିଗଣ ନିଜ ନିଜ ଭାଷାରେ ପ୍ରୟୋଗ କଲେ । କବିତା ଜଗତରେ ମୌଳ ଆଚରଣ ପଦ୍ଧତିର ପୁରୁଣା ଛାଞ୍ଚ କ୍ରମେ କ୍ରମେ ବଦଳିଗଲା । ଏବେ ସେଇ କାରଣରୁ ସମ୍ଭବତଃ, ନିଜ ଭାଷାର କବିତା ମଧ୍ୟରେ, ଆବାରା ଯୁଗ ସୃଷ୍ଟି ହେଲାଣି । କାରଣ କବିତାକୁ କେହି ପଢିଲେ ନାଇଁ କି ଆଦର କଲେ ନାଇଁ ।

ଓଡ଼ିଆ ସାରସ୍ୱତ ଜଗତରେ, ମୁଁ ନିଜର ପରିଚୟକୁ ଠାବ କଲାବେଳେ, ଅବଲୀଳାକ୍ରମେ, ତୃତୀୟ ଦଶକ ଶେଷ ହେଉଥିଲା । ଆମରି ଦେଶ ଭିତରେ, କ୍ଷୟପ୍ରାପ୍ତ ହେଉଥିବା ପୁରୁଣା ସମାଜର, ପରିବର୍ତନଶୀଳ ଜୀବନ-ଜିଜ୍ଞାସା ଗୁଡିକର ପ୍ରତ୍ୟୁତ୍ତର ଦେବାଲାଗି, କବିଗଣଙ୍କର ଖୋଜା ପଡିଥାଏ । ତୃତୀୟ ଦଶକର ପରବର୍ତ୍ତୀ ଆହ୍ବାନ ଗୁଡିକୁ ମୁକାବିଲା କରିବା ପାଇଁ, ବାହାରି ପଡୁଥିବା ଯୁବକ ଶ୍ରେଣୀକୁ, ଯେତେବେଳେ ତାରିଫ କରାଯାଇ ପ୍ରଗତିଶୀଳ ଆଖ୍ୟାତ କରାଯାଉଥିଲା, ମୁଁ ନିଜେ ସେତିକିବେଳେ, ଅର୍ବାଚୀନ ଭାବେ କଲମ ଧରୁଧରୁ ସଫଳତା ଲାଭ କରିଥିଲି । ୧୯୪୦ ମସିହାରେ ପ୍ରକାଶିତ ସଂଘର୍ଷ’ ପୁସ୍ତକ ମୋ ପାଇଁ ଏକ ମାଇଲ ଖୁଣ୍ଟ କୁହାଯାଏ । ଏପରି ଏକ ଅର୍ବାଚୀନ କବିତା ବହି, ସେତେବେଳେ, ବହୁ ଆଦର ଲାଭ କରିଥିଲା; କିନ୍ତୁ ଅମାନିଆ ବ୍ରିଟିଶ ସରକାର, କ୍ଷୁଦ୍ର କବିତା ବହିକୁ, ସ୍ୱଦେହରେ ବଂଚି ରହିବାଲାଗି, ସୁଯୋଗ ଦେଲେ ନାଇଁ । ପାଠକଗଣଙ୍କ ସାମନାରୁ ସଦ୍ୟ ପ୍ରକାଶିତ ବହି ଖଣ୍ଡିକ ଅଦୃଶ୍ୟ ହୋଇଗଲା ।

 

ତରୁଣ ଜୀବନର ଉନ୍ମାଦନା ମଧରେ, ମୁଁ ଯେତେବେଳେ ସିଡିରେ ଚଢିଲି, ଚିହ୍ନଟ ପରେଡରେ ସଫଳ ହେବାରୁ, ମୋ ହାତରେ ଖଣ୍ଡେ ଟୋକେନ ଧରାଇ ଦିଆଗଲା । ସେହି ସମୟରେ କବିତା ସାହିତ୍ୟ ଜଗତରୁ, ଛନ୍ଦ ଓ ଯତିପାତର ମୋହ, କ୍ରମେ କ୍ରମେ ଅପସାରିତ ହୋଇ ଯାଉଥିଲା । ନୂଆ ପ୍ରଗତିଶୀଳ ଯୁଗର କବିତା ମଞ୍ଚରେ, ହେତୁବାଦୀ ବୈଜ୍ଞାନିକ ଚେତନା ଗୁଡିକ ବିଶ୍ଳେଷଣ ବେଳେ, ସମସାମୟିକ କବିଗଣ ବୁନିଆଦି ଶିଳ୍ପ କର୍ମକୁ ପରିତ୍ୟାଗ କରିଦେଲେ ।

 

କାଇଁକି କେଜାଣି, ବୁନିଆଦ ଶିଳ୍ପ କର୍ମ ପ୍ରତି, ମୋର ମନଭିତରେ ମୂଳରୁ ଯାହାକିଛି ମୋହିଥିଲା, ତାହାକୁ ପରିତ୍ୟାଗ କରି ମୁଁ କଦାଚିତ ଆବାରା ହୋଇ ନାଇଁ । ପ୍ରଗତିଶୀଳ ସାହିତ୍ୟ ଯୁଗର ଉତ୍ତରଣ ବେଳକୁ, ନିଜେ ନିଜର ସଠିକ ପରିଚୟ ଦେବା ନିମନ୍ତେ ଯାହା ଯେପରି ଖୋଜୁଥିଲି, ଉତ୍ତର ଜୀବନରେ ଛଅ ଦଶକ ମଧ୍ୟରେ ମୁଁ ତାହାର ନୈବେଦ୍ୟ ବାଢିଛି ।

 

ପ୍ରଗତି ଯୁଗର କାବ୍ୟ ଚେତନା ମଧ୍ୟରେ, ବିଜ୍ଞାନାଶ୍ରୟୀ ମାନସିକତା ଆରମ୍ଭ ହେଲା । କବିତା ଜଗତକୁ ସ୍କୁଳ ବିଜ୍ଞାନ ଏବଂ ପ୍ରୟୋଗବାଦୀ ବିଜ୍ଞାନ; ଉଭୟେ ଆକ୍ରାନ୍ତ କଲେ । ପ୍ରଚଳିତ ସମାଜ ବିଜ୍ଞାନର ସୂକ୍ଷ୍ଣତର ବିଶ୍ଳେଷଣ ଆରମ୍ଭ ହୋଇଥିଲା ।

 

ବହୁ ରାଜନୈତିକ ତତ୍ତ୍ବର ମନ୍ଥନ ଏବଂ ଆଲୋଡନ ପ୍ରଗତି କବିତା ଜଗତରେ, ମୁଖ୍ୟସ୍ଥାନ ଗ୍ରହଣ କରିଚି । ପୁରାତନ ଇତିହାସର, ହେତୁବାଦୀ ସଜ୍ଞାଗୁଡିକ ଉଦ୍‌ଘାଟିତ ହେଲେ । ଏତେଗୁଡିଏ ପ୍ରଭାବଶାଳୀ ଚେତନାକୁ ଏକାଠି କରି, ମୌଳିକ ଶିଳ୍ପକର୍ମର ନିୟମ ଶୃଙ୍ଖଳା ମଧ୍ୟରେ, ପ୍ରକାଶ କରିବା କଠିନତର ହେଲେ ମଧ୍ୟ; ମୁଁ କଦାଚିତ ଆବାରା ହୋଇ ନାଇଁ । ।

 

ବ୍ୟକ୍ତିଗତ ଜୀବନର ପରିଚୟ ମଧ୍ୟରେ, ମୁଁ ନିଶ୍ଚିତ ଭାବେ ଜଣେ କବିତା-ଶ୍ରୟୀ ଶୃଙ୍ଖଳିତ ବ୍ୟକ୍ତି । ରଚନା କରିଥିବା କବିତା ଗୁଡିକ ମୋର ନିଜ ଜୀବନର ପ୍ରତିଲିପି । ମୋ ପାଖରେ ଛନ୍ଦର ଆସକ୍ତି ଥା ପଦ୍ୟ ରଚନାର ମୌଳିକ ବୁନିଆଦି ଅପ୍ରତିହତ । ଛଅଦଶକ କାଳ ମଧ୍ୟରେ ନିଜର ସାରସ୍ଵତ ଜୀବନ, ଆମ ଭିତରେ ପ୍ରବେଶ କରି ମୂର୍ତ୍ତିମନ୍ତ ହୋଇଗଲା । 

ରଜନୀକାନ୍ତ ଦାସ

-------------------------------------------------------------------------------------------------------------- 

କୁମ୍ଭକାମୋଦ

---------------------------------------------------------------------------------------------------------------

ମୁଖବନ୍ଧ

କିଛିକିଛି ଶବ୍ଦ ପ୍ରୀତି, ଭାବ ପ୍ରୀତି ଏବଂ ଛନ୍ଦ ଅନୁରାଗକୁ ନିଜର କଳ୍ପନା ପ୍ରବଣତାରେ ଏକାଠିକରି ପୁସ୍ତକର ନାମ ‘‘କୁମ୍ଭ-କାମୋଦୀ’ ରଖିଚି । । 

ନିଜ ତୁଳିକାରେ ଚିତ୍ରଣ କରିଥିବା, ମନ ଭିତରର ସରାଗଭରI କଳ୍ପନାର; ପୂର୍ଣ କୁମ୍ଭକୁ ପ୍ରଦର୍ଶନୀର ମଣ୍ଡପ ଉପରେ ଥୋଇ ଦେଲି । କେହି ଅକସ୍ମାତ ପଥର ଫିଙ୍ଗିଲେ ଘଟ ପାଟିଯିବ । କାହାରି କିଛି ଲାଭ ହେବ ନାଇଁ । 

ଶୁଚିବନ୍ତ ନବବଧୂଙ୍କ ହାତରେ କୁମ୍ବାର ଘରୁ କିଣାହୋଇ ଆସିଥିବା କଳା କି ନାଲି ରଙ୍ଗର ନୂଆ ମାଠିଆ ଦିଆଯାଏ । ସେମାନେ ସେଥିରେ ଏକାଗ୍ର ମନରେ କୂଅ ଭିତରୁ ପାଣି କାଢନ୍ତି । କ୍ଵଚିତ କାହାରି ମାଠିଆ ଭାଙ୍ଗିଯାଏ । ପ୍ରଦର୍ଶନୀ ମଣ୍ଡପରେ ରଖାଯାଇଥିବା ଚିତ୍ରିତ ମାଠିଆର ଅବସ୍ଥା ସେଇପରି । । 

ଚିତ୍ରିତ ଜଳ-କୁମ୍ଭରୁ କେବେ ନାଁ କେବେ, ଚିହ୍ନି ବି ଅଚିହ୍ନା ନାଦ-ଶିଳ୍ପୀ ଛନ୍ଦ ତୋଳିବେ । ସେଥିଲାଗି ସମସ୍ତ ଗୌରବ କୁମ୍ଭକାରର । ଧ୍ବନିତତ୍ତ୍ବ ତ ମାଠିଆ ଭିତରେ ଜନ୍ମ ନେଇଚି । ମାଠିଆକୁ ଚିତ୍ର କରିବାର ଶିଳ୍ପୀ କଦାଚିତ୍ ସେ ଗୌରବରେ ଅଧିକାରୀ ।

ବୃତ୍ତିଗତ କର୍ମଗୁଡ଼ିକ ସାରା ଜୀବନ ଗଦ୍ୟମୟ ରହିଥିଲା । ଗଦ୍ୟରେ ମଧ୍ୟ ଛନ୍ଦ ରହିଛି । ବୁଝି ବସିଲେ ଜୀବନର କୌଣସି କର୍ମ ବିଛନ୍ଦ ନୁହେଁ । ଜଡ଼ ମାଠିଆରୁ ଧୂନି ନିର୍ଗତ କରିବା ଲାଗି ଗ୍ରାମ୍ୟ କୁମ୍ଭାର ସଂଗୀତ ଜାଣେ ନାଇଁ । ଛନ୍ଦ ବି ଜାଣି ନାଇଁ । ଓଦା ମାଟି ପିଣ୍ଡୁଳାକୁ ହସ୍ତକର୍ମର କୌଶଳରେ ଧରି, ଚକରେ ଘୂରାଇ ଦେଲେ ଛୋଟବଡ଼ ମାଠିଆ ପ୍ରସବ ହୁଅନ୍ତି । କୁମ୍ଭକାରର ହସ୍ତକର୍ମରେ କଳା ରହିଚି ଏବଂ ରହିଚି ଓସ୍ତାତୀ । ଚକ୍ରର ଘୁର୍ଣ୍ଣନରୁ ଛନ୍ଦ ଜାତ ହୁଏ । ମାଠିଆ ପୋଡ଼ିଦେଲେ ବି ଜଡ଼ ଘଟରୁ ନାଦ ବାହାରେ । ସଂଗୀତ ସୃଷ୍ଟି ହୁଏ । ତାହା ହେଉଚି ଓସ୍ତାତର ନିପୁଣତା । 

ସଂଗିନୀ କବିତା ମୋ ପାଖରେ ସବୁବେଳେ ଦ୍ବିତୀୟ କୋଠରୀରେ ବସିଥିଲେ । ଆମେ ଦୁହେଁ ଏକାଠି ହୋଇଚୁ । ସାରା ରାତ୍ର ଉଜାଗର ରହି କବିତା ଲେଖୁତ୍ର ଏବଂ ପଢ଼ିଚୁ। ଥରେ ହେଲେବି ସଂଗିନୀ ମତେ ରାଜଦରବାରକୁ ଯିବା ପାଇଁ ଛାଡି ନଥିଲେ । 

ଈର୍ଷା ପରାୟଣ କବିଗଣ ମହାକବି କାଳିଦାସଙ୍କ ପାଖକୁ ରାଜାଙ୍କ ଉଆସରୁ ଆସୁଥିବା ସିଧାସଂଚା ଓ ରସଦକୁ କୌଶଳ କ୍ରମେ ବନ୍ଦ କରାଇ ଦେଇଥିଲେ । କାଳିଦାସ ପ୍ରତ୍ୟେକ ଦିନ ରାଜ ସଭାରେ କବିତା ପଢ଼ି ଭୋକ ରାଜାଙ୍କ ହାତରୁ ରତ୍ନମାଳ ପିନ୍ଧନ୍ତି । ଅନ୍ୟ କବିଗଣ ନିରାଶରେ ଫେରି ଯାଉଥିଲେ । ଶେଷକୁ ସେମାନେ ଗୋଟିଏ ପ୍ରକାର ଖଳବୁଦ୍ଧି ପାଞ୍ଚି ରାଜନଅରରୁ କବିଙ୍କ ପାଇଁ ଆସୁଥିବା ରସଦକୁ ବନ୍ଦ କରାଇଦେଲେ ।

ଏହା ଗୋଟିଏ କିଂବଦନ୍ତୀ । କବି କାଳିଦାସ ରାଜ ସଭାକୁ ଆସିଲେ ନାଇଁ । ଭୋଜରାଜଙ୍କ ଦରବାରରେ କବିତାର ମାନ ଖସିପଡ଼ିଲା । ରାଜା ଶେଷରେ କବି କାଳିଦାସଙ୍କ ପାଖକୁ ଆସିଲେ । 

କବି କହିଲେ, ‘‘ଅନ୍ନଚିନ୍ତା ଚମତ୍କାରଃ/କାତରେ କବିତା କୁତଃ ?” ଭୋଜ ରାଜା ଲଜିତ ହୋଇଗଲେ ।

କବିମାନେ ଯଶପ୍ରାର୍ଥୀ ହେବେ ନାଇଁ । କିନ୍ତୁ ମନ୍ଦକବି ଯଶପ୍ରାର୍ଥୀ ହୁଅନ୍ତି । ମୋ ପାଖରେ ସଂଗିନୀ କବିତାଙ୍କ ନାସ୍ତିବାଣୀ ସେଇପରି । 

ରଜନୀକାନ୍ତ ଦାସ 

ଜୁଲାଇ-୨୦, ୧୯୯୭ 

--------------------------------------------------------------------------------------------------------------

 

 

ଉତ୍ସର୍ଗ

 

ପ୍ରଣପତ୍ୟ ମହାଶୟ ।

ପତ୍ର ପୁଷ୍ପ ଦାନେ,

ତୁମରି ସମ୍ମାନେ ।

ଯିଏ ଆଦିଗନ୍ତ ବିଶ୍ୱ

ପୁନଶ୍ଚ ଦିଗନ୍ତ ;

ଆଦିମନ୍ତ, ଶେଷ ମନ୍ତ୍ର

ବିଲୟ ପର୍ଯ୍ୟନ୍ତ !

ବୀଜ ଓ ବୀଜଗଣିତ

ଜ୍ଞାନଗମ୍ୟ ଅଥବା ଅଗମ୍ୟ

ବିଜ୍ଞାନ ଓ ଅବିଜ୍ଞାନ

ଫଳିତ ଲଳିତ II

ଉତ୍ସର୍ଗ ମହୋଦୟଙ୍କୁ :

ପ୍ରାଣର ସର୍ବସ୍ଵ

ଦୁରାଶା ଓ ଆଶାମୟ

ଅନନ୍ତ ବିଶ୍ୱାସ II

ଅଶେଷ ଚିନ୍ତା କଳ୍ପନା

ସବୁ କାୟାହୀନ

କାୟା ଭିତରୁ ବି ଜନ୍ମ

କାୟାକଳ୍ପ ତଥାପି ନିର୍ଜନ !

ବହୁ ମନୁଷ୍ୟ ସହିତ

କା’ ଉପରେ ଭରସା କରିବି,

ଚାରଣ ଭୂମି ମଧ୍ୟରେ

ସଂସାରକୁ ପ୍ରେମ କି କରିବି ?

ବାକଶକ୍ତି ବିହୀନ ପ୍ରାଣ,

ପୁନଃ ପଶୁ ପକ୍ଷୀ

ଉତ୍ସର୍ଗ ପତ୍ର କାହାକୁ 

ଯୋଡ଼ ହସ୍ତେ ଦେବାକୁ ଏକାକୀ ।

କଳ୍ପନା ସର୍ବସ୍ବ ସିଏ ।

ଚିରନ୍ତନ ବିକଳ୍ପ-କଳ୍ପନା ।

ସର୍ବମୟ ଜୀବପ୍ରାଣୀ

ପୁନର୍ବାର ମୃତ୍ୟୁ ଓ ସର୍ଜନା ।

ଅମୃତ ବୃକ୍ଷ ଓ ତୃଣ

ମୃତ୍ୟୁହୀନ ପଶୁପକ୍ଷୀଗଣ 

 

ତଥାପି ମନୁଷ୍ୟ ଆସେ,

ବାରମ୍ବାର ହେଲେ ବି ନିର୍ଜନ ।

ପଥପ୍ରଦର୍ଶନ ପାଇଁ

ନତଜାନୁ କରୁଣାନିଧାନ

ତନଜାନୁ କରିଣନିଧାନ

ଅନ୍ଧକାରେ ଆଲୋକର

ସଂଜୀବନୀ ଏକାନ୍ତ ନିଦାନ, 

ମୋ କବିତା ସଂଗୀତ’ ବା

ପାଠ୍ୟକି ଅପାଠ୍ୟ ଆପାତତଃ

ନୀଳ ସମୁଦ୍ର ବେଳାରେ

ପୁନର୍ବାର ପରୀକ୍ଷା ପର୍ଯ୍ୟନ୍ତ ।

ଦାନ ପ୍ରତିଦାନ ଭରା

ଅନୁରାଗୀ ମିଳିତ ଜୀବନ ।

ଯଦି କେବେ ହୋଇଗଲା

ଶ୍ରଦ୍ଧାଶୂନ୍ୟ, କୁଣ୍ଡିତ, ବିଷର୍ଣ ।

ଦୀପରେ ଦୀପ ଜଳାଇ

ପୁଣି ଥରେ କରି ଆଲୋକିତ,

ତୁମେ ଅନ୍ଧକାର ନାଶୀ

ଆଶା ତରୁ କର ପଲ୍ଲବିତ ।

ଅବରୋହ ଆରୋହଣ

ସବୁଦ୍ୱାର କରି ଉନ୍ମୋଚନ ।

ଅନର୍ଗଳ ଅଧଃ ଉର୍ଦ୍ଧ୍ୱ ।

ତିର୍ଯକ ଓ ବକ୍ର ପଥ ମାନ ।

କରି ଦିଅ ସାବଲୀଳ 

ମୋ ନିମନ୍ତେ ସାଧ ଅତିକ୍ରମ ।

ବାହୁରେ ବାହୁକୁ ଛନ୍ଦି ଦିଅ

ମୋତେ ନୂଆ ପରାକ୍ରମ ।

ତୁମ ବଂଶୀ ମୋ ବଂଶୀରେ ,

ଭରିଦିଏ ସ୍ଵର, ଲୟ, ତାନ ।

ମିଳିତ ଜୀବନ ଛନ୍ଦ,

ତୁମେ ସଖା, ମୁଁ ମଧୁମଙ୍ଗଳ ।

ପତ୍ର ହୀନ, ପୁଷ୍ପ ହୀନ 

ଦେହଶୂନ୍ୟ ଅଶରୀରୀ ଜ୍ଞାନ ।

ତୁମେ ଦେବ ମହାବାହୁ 

ମୁଁ ତୁମର ଉଦ୍ଧବ ସମାନ I 

 

ମାର୍କଣ୍ଡେୟ

 

ସାତଶହ ଶ୍ଳୋକାୟିତ

ଅଙ୍ଗୀକାରବଦ୍ଧ ଆରଣ୍ୟକ

ମାର୍କଣ୍ଡେୟ ମହାଋଷି ।

ମୁଁ ତୁମରି ଶିଷ୍ୟ ନାବାଳକ ।

 

ଷୋଡଶୀ ସୁନ୍ଦରୀ ନାରୀ

ଶୁଣୁଅଛି ତୁମ ଛନ୍ଦଧ୍ବନି,

କି ଉତ୍କୋଚ’ ଦେଇଥିବା

ଏକାନ୍ତରେ ତୁମକୁ କେଜାଣି ! 

 

ପ୍ରତିଶ୍ଳୋକ ପ୍ରତିଫକ୍ତି

ପ୍ରତ୍ୟାଦେଶ ବିହୀନ ନିଃସର୍ତ୍ତ ;

ଅଭ୍ୟୁଦୟ ସଂଗ୍ରାମର

ପ୍ରତ୍ୟୟର ସ୍ଵୀକୃତି ବିଧୃତ । 

ସ୍ନେହେ ସାଧ୍ୟତୀତ ଯଦି

ଦୁରାଗ୍ରହେ ମହା ଭୟଙ୍କର

ଚିତ୍ତରେ କୁରଣାମୟୀ

ସମରରେ ଅତ୍ୟନ୍ତ ନିଷ୍ଣୁର । 

ଘୋର ଅନ୍ଧକାର ପୂର୍ଣ

ଜନପଦ, ନାରୀ ରୂପ ତେଜ,

ମନେହେଲା ଲୁଚିଯାଇ ।

ଆକାଶର ଅସ୍ତମିତ ସୂର୍ଯ୍ୟ

ଏ ନାରୀର ପଣତରେ

ଚଳମାଣ କଟାକ୍ଷ ମଧ୍ୟରେ

ଦୃଷ୍ଟଜନ ଆଖିଡାକୁ

ଭାଙ୍ଗି ଦେବ ଆସିଛି ସାଧରେ । 

 

 

 

ଅୟୁତ ନିୟୁତ ନିଦ୍ରା

ସାନ୍ଦ୍ରବନ ଅସାଧ୍ୟ ସପନ ।

ଝରଣାର ନାଦ ଭରା

ଚତୁର୍ଦ୍ଦିଗ ମହୁମାଛି ପୂର୍ଣ

ଫୁଲର କାମନା-ବିଦ୍ଧ ।

ଝୁଣାଧୂପ କସ୍ତୁରିକା ଗନ୍ଧ

ଯିବାପାଇଁ ପଥ ନାଇଁ ।କେଉଁଠାରେ

ବସିବ ଦୁର୍ଭେଦ୍ୟ ! 

ଅସଂଖ୍ୟ ଫୁଲ ଶଗଡ

ଚାଙ୍ଗୁଡିରେ ଭରି ମହାଶୟ !

ପ୍ରତି ଶ୍ଳୋକ ପ୍ରତିଛନ୍ଦ

ଶ୍ରବଣରେ ଏକାନ୍ତ ତନ୍ମୟ ।

ଉଚ୍ଚାରଣ ଜ୍ଞାନଦୋଷ

ତୁମେ ତାର କ୍ଷମିବ ନିଶ୍ଚୟ

ସାତଶହ ଶ୍ଳୋକାବୃତ୍ତ

ଅଙ୍ଗୀକାରବଦ୍ଧ ସମୁଦାୟ । 

 

 

ସମୁଦ୍ର ଗର୍ଜନ ଭେଦି

କଂଠେ ତୁମ ଅନର୍ଗଳ ଛନ୍ଦ, 

ମଇଁଷି ବେକର ଟିପା ।

ବେଳେବେଳେ ଆଣୁଛି ବିଛନ୍ଦ ।

ମହାଭାଗ ! ... ଶ୍ରାନ୍ତ ଭୂମି

ସ୍ୱାମୀ ପୁତ୍ର ମାୟା ବିବର୍ଜିତ

ନୀଳ ଜହ୍ନ ଉପତ୍ୟକା

ଛିଡା ହୋଇ ନିଃସଙ୍ଗ ମୁହୂର୍ତ । 

 

 

ନଦୀ ପୁଷ୍କରିଣୀ ଶୁଷ୍କ

ତୃଷ୍ଠାମୟ ସକଳ ଧରିତ୍ରୀ

ରନ୍ଧ୍ରହୀନ ଦେବାଳୟ । 

ଶୁଭୁଅଛି ତୁମରି ଆବୃତ୍ତି ।

କର୍କଶ କୋମଳତର

ଭୌତିପୂର୍ଣ ରାତ୍ରିର କାଳିମା

କାରୁଣ୍ୟର ଅଟ୍ଟହାସ ।

ତାରୁଣ୍ୟର ଦିଗବିଜୟ ସୀମା।

ଗାନ୍ଧାର, ଭୈରବ, ରୌଚନ୍ଦ୍ର ,

ଧୃପଦ ମଲ୍ହାର ଓ ଧୈବତ

 

ତୁମ୍ଭ କଂଠେ ଭାସିଯାଏ

ଅଭ୍ୟୁଦୟ, ପ୍ରତ୍ୟୟର,

ସଂଗ୍ରାମୀର, ସୁକୃତିବନ୍ତର,

ଶୀଳତା ଓ ଲଜ୍ଜା, ପ୍ରୀତି, 

 

ଧୃବତାରା ଶେଷ ପରିଯନ୍ତ । 

ଶ୍ରଦ୍ଧା, ଧୈର୍ଯ, କ୍ଷମା, ବିନୟର । 

ହେ ନିଷାଦ ମାର୍କଣ୍ଡେୟ ! ଆରଣ୍ୟକ ଆର୍ଥି ଓ ଦ୍ରାବିଡ଼

ବିଶାଳ ଭାରତବର୍ଷ

ଶାଶ୍ବତର ଶେଷ ପିରାମିଡ଼ !! 

 

ସର୍ପ ଓ ସରୀସୃପ

 

କି କରିବି ମୋ ଆଶ୍ରମେ

ବଳକ୍ରାରେ ସନ୍ନ୍ୟାସୀଙ୍କ ମତି

ଜରାଜୀର୍ଣ ବିକଳରେ

ସନ୍ନ୍ୟାସିନୀ ଯେବେ ପୃଷ୍ପବତୀ ।

ଝିନ ବସନର ଲୋଭୀ ।

ପୁରୁଷେ ସେ’ବେଶେ ବୀତସ୍ପୃହ

ଏବେ ସବୁ ଖୋଜିଲେଣି

ଚତୁର୍ଦ୍ଦିଗେ ଉଲଗ୍ନ ବିଗ୍ରହ ।

 

ପ୍ରସ୍ତରର ମୂର୍ତ୍ତି ସବୁ ବିଗଳିତ

ହିମ-ଜଡ଼ ଦେହ ଜ୍ୱାଳାମୟ

ଜଳ,ସ୍ଥଳ,ବାୟୁ, ଅଗ୍ନି

ଚତୁର୍ଦ୍ଦିଗେ ମିଳିତ ପ୍ରଦାହ ।

ଗୋଟିଏ ନାରୀ ଦେହରେ

ସମ୍ମିଳିତ ଯେତେ ଉର୍ଜାଶକ୍ତି

ବୈଷ୍ଣବୀକୁ ନିନ୍ଦା କରି

ହେବ କିଏ ନିଜ ପାପ ମୁକ୍ତି ?

ତୁମକୁ ମୁଁ ଢାଙ୍କିଦେଲି

ମୋ ଦେହର କାର୍ପIସ ବସନେ,

ପ୍ରଥମ ମଧୁର ରାତ୍ରି

କାମନାର ଇନ୍ଦ୍ରଧନୁ

ମଉଳିଲା ଯାନ୍ତବ କ୍ଷୁଧାରେ |

ପୁନର୍ନିବା ଔରସରେ

ହେବା ଲାଗି ଆଉ ଥରେ ଜାତ

ପୁଣି ଥରେ ହାତ ଧରି ।

ଚାଲିବାକୁ ମୁହାଣ ପର୍ଯ୍ୟନ୍ତ ।

ତୁମ ଦେହ ମୋ ଦେହର

ଊର୍ଜାଶକ୍ତି ଗହନ ବନସ୍ତ

ଗୋଟିଏ ଜୀବନ ବ୍ୟାପୀ

ଅବୁଝା-ବୁଝାର ସୂର୍ଯ୍ୟ ଅସ୍ତ ।

ଦିନ ଶେଷ ସବୁବେଳେ

କି’ତାଲିକା ଲେଖା ନାଁ ଅଲେଖା,

ଘର ଖର୍ଚ୍ଚ ଖାତା ବହି

ବିଛଣାରେ ପଡ଼ିଥାଏ ଏକା ।

ପଇସା ନଥାଏ ହାତେ

ସକାଳ ପାହିଲେ ଆବଶ୍ୟକ,

ତେଲ ଲୁଣ ସଂସାରରେ

ନିଅଣ୍ଟିଆ ହୋଇଯିବା ଦୁଃଖ ।

ବକଳର ଦେହ ସବୁ

ଯେତେବେଳେ କାର୍ପାସ-ବସନ

ଢ଼ାକିଦେଇ ଶୋଇଥିଲ

ଏକାକିନୀ ନୈମିଷଅରଣ୍ୟ ।

ଅଜସ୍ର ଜ୍ୱାଳାରେ ଏକ

ନାଗସାପ ମାରିଥିଲା ଚୋଟ

ତୀବ୍ର ହଳାହଳ-ଦେହୀ

ଯନ୍ତ୍ରଣାରେ ସ୍ତବ୍ଧ ଛଟପଟ ।

ବଦ୍ରୀକା ଯିବା ପାଇଁକି

ଉଦ୍ଧବକୁ କରୁଥିଲେ ସଜ

ଶ୍ରୀକୃଷ୍ଣ ବାଳୁତ ଶିଶୁ

 

ଯେବେ ଆମେ ଥିଲୁ ଉଦ୍‌ଯାପନେ ।

ଖୋଲିଲ ବଳକଳ ଦେହ

ପ୍ରତ୍ୟୟର ଅଙ୍ଗୀକାର ଭରି :

ଆମେଦୁହେଁ ରହିଥିଲେ।

ଦୁଇ ନଦୀ ମୁହାଣ ସେପାରି ।

ମୋ କାର୍ପାସ ବସ୍ତ୍ର ମଧେ

ଭରିଥିଲା ଯେତେ ପତିଆରା

ଏ ଝିନ-ବସନ ଦେଖି ।

ଭୁଲିଗଲ ପ୍ରଥମ ଚେହେରା ।

ଗୋଖର ସାପ ଦେହରେ

ଝିଲିମିଲି ଖରା ତେଜ ବେଳେ

ବିରହ ବିମୁକ୍ତ ରାତ୍ରି

ଶେଷ ହେଲା ସରୀସୃପ ମେଳେ ।

 

ସାରା ଦିନ ଖଟି ଖଟି

ନାଗସାପ ବସା ବିଳ ଜଗି

ତୁମରି ମସୃଣ ଦେହ

କ୍ଲାନ୍ତ ହେଲା ଅବସାଦ ଭୋଗୀ ।

ଉପବାସେ ସରୀସୃପ

ବନ୍ଧ୍ୟା ହେଲେ, ପୀଡ଼ିତ ସନ୍ଧ୍ୟାରେ

ଯୁବା କାଳେ ରସିକ ନିର୍ଲଜ ।

ବେଳେବେଳେ କହିଦେବା

ତାଙ୍କ ପକ୍ଷେ ବୈରାଗ୍ୟ ସହଜ) !!

 

ସରୀସୃପୀ କାମନାର

ଅଜସ୍ର ଜ୍ଵାଳାରେ ସ୍ବେଦଯୁକ୍ତ

ସଂସାରରେ, ଯେଉଁମାନେ

ବସିଛନ୍ତି ପାପ-ତାପ ମୁକ୍ତ ।

ଯୋଗୀଜନ ସେଇମାନେ

ଦେହ ମନ ମିଳିତ ଶାଖାରେ

ଅବିଚଳ ରହିଛନ୍ତି।

ନାଗସାପ ଦଂଶନ କାଳରେ

ଐଶ୍ଵର୍ଯ୍ୟର ପାଗ ବାନ୍ଧି

କାଳିନ୍ଦୀରେ ସ୍ନାନ କରିବାକୁ

ପିତୃ ପୁରୁଷଙ୍କ ବଂଶେ ।

ପୁନର୍ବାର ସାକାର ହେବାକୁ ।

 

ପୁନଶ୍ଚ ପୃଥକ୍ ଦେହୀ

ଜ୍ବଳନ୍ତ ଈଶ୍ବର ସର୍ପମୟ

ସହସ୍ର ବର୍ଷ ପର୍ଯ୍ୟନ୍ତ

ପାର୍ବତୀଙ୍କ ତପମାନଦେହ

ଗୋଟିଏ ଶୁଖିଲା ପତ୍ରେ

କରିଥିଲେ, ଜୀବନ ରକ୍ଷଣ

ସର୍ପଦେହୀ ଈଶ୍ଵରଙ୍କ

ପ୍ରୀତିବାଞ୍ଚ। ନିଷ୍ଣୁର କଷଣ ।

ଈଶ୍ଵର ହିଁ ସବୁଦିନେ

ଦେହ ମନେ ଅନୁତପ୍ତ ଦୋଷୀ

ଅଦୃଶ୍ୟ ସଂଭୋଗଶୀଳ

ଦୃଶ୍ୟମୟ ବୈରାଗ୍ୟ ବିଳାସୀ ।

 

ଈଶ୍ଵର

 

ମୋ ପ୍ରୀତିର ତମସୁକ

ତୁମ ଓକିଲାତିନାମା ସଂଗେ

ଗୁନ୍ଥା ହୁଏ ବାରଂବାର

ଛାଡ଼ପତ୍ର ବିଧାନ ପ୍ରସଙ୍ଗେ । 

ମୋ ଦେହ ପ୍ରସ୍ତର କରି

ତୁମ ଦେହ କରି ଧIତୁପିଣ୍ଡ

ଆନୁଗତ୍ୟ କିଂବଦନ୍ତୀ

ସବୁ ଛାଡ଼ ପ୍ରାକ୍ତନ ବ୍ରହ୍ମାଣ୍ଡ ;

ତଥାପି ଥରକୁ ଥର 

ମୋ ପ୍ରସଙ୍ଗେ ଅଜି ବରଖାସ୍ତ

ସତେ ଅବା ମାନ୍ୟବର 

ଅଦାଲତ ନିଜେ ପକ୍ଷଭୁକ୍ତ । 

 

ଦେଖାକି ଅଦେଖା କହ,

ଅଳ୍ପ ଦେଖା ଅନୁଭବୀ ଦେହ ।

ସ୍ଥୂଳ ସୂକ୍ଷ୍ମ ଆକର୍ଷଣେ

ବ୍ୟକ୍ତ ଅବା ନିର୍ବକ୍ତ୍ୟ ସମ୍ମୋହ । 

ଜୈବିକ କି ଜଡ଼ମୟ

କାମଦଗ୍ଧ ଅଥବା ନିଷ୍କାମ ।

ବୁଝିତ ପାରିନି ଜମା 

ସ୍ନେହୀ କି ନିଷ୍ଣୁର ପ୍ରିୟତମ !! 

 

ତଥାପି ପ୍ରସ୍ତର ଅବା

ଧାତୁ ପିଣ୍ଡ ପୂର୍ବ ପରିଚିତି,

ଗୁଣହୀନ ରୂପହୀନ

ସ୍ପର୍ଶକୁଣ୍ଠ ବସ୍ତୁ ପରିଣତି ।

କ୍ଷର ଅକ୍ଷରର ତତ୍ତ୍ବ

ଶୁଣିଥିଲି ଯେତେ ବାରମ୍ବାର,

ରହିଥିଲା ମନେ କିଛି

ବାସ୍ତବତା କଲା ତିରସ୍କାର । 

ବିପନ୍ନ ବିଷର୍ଣ୍ଣ ମନ

ପରିତ୍ୟାଗୀ ସମାଧି ପୀଠରେ,

ବାରଂବାର ଅର୍ଜି ଦେଇ

ଅଦାଲତେ କ୍ଷମା ଭିକ୍ଷା କରେ ।

କୃଶବିଦ୍ଧ ମଣିଷର

ଶାସ୍ତି ପାଇଁ କର ମୋତେ କ୍ଷମା,

ଘୁମନ୍ତ ପର୍ବତ ତଳେ

ମୁଁ ଖୋଜୁଛି ସାନ୍ଧ୍ୟ ଅରୁଣିମା ।

ଆପାତ ଉଠିବେ ଚନ୍ଦ୍ର 

କେତେ ଘଡ଼ି କେତେବା ପ୍ରହରେ 

ମୋ ପ୍ରେୟସୀ ଖୋଜୁଥିବେ

ସୁର୍ଯ୍ୟ ତେଜ ନିଆଁ ଉମ୍ହେଇରେ । 

 

ବଗ

 

ମୃତ-ନଦୀ ସ୍ରୋତ ପୁଣି

ଆଉଥରେ ଫେରିବା ପର୍ଯ୍ୟନ୍ତ,

ଅପେକ୍ଷା କରି ବସିବେ 

ମୋ ଦୁଆରେ ପାତିହଂସ ଯୂଥ ।

ଆମ ଗାଆଁ ନଈ ଧାରେ 

ଖୋଜି ଖୋଜି କାଦୁଅ ଓ ପଙ୍କ, 

ନଳୀଗୋଡ ପାଇଜାମା

ଢିଲା ତୋଫା ଧଳା କୁର୍ତ୍ତା ପିନ୍ଧି,

ସସମ୍ମାନେ ଫେରିଯିବେ ।

ପୁଣି ତାଙ୍କ ପୃଥକ ଚୌହଦୀ । 

 

ବଗର ବଙ୍କୁଲି ବେକ

ଭାସିଯାଏ ନୀଳ ଆକାଶରେ,

ଠିକଣା ରଖିଚି କେତେ

ନଦୀହ୍ରଦ ଭିନ୍ନ ପ୍ରଗଣାରେ ।

ପ୍ରବାଦ ପୁରୁଷମାନେ

ସଂସାରରେ ପୂର୍ବ କିଂବଦନ୍ତୀ,

ଧର୍ମରାଜ ଯୁଧୁଷ୍ଠିର 

ଦେଇଥିଲେ ଅସୀମ ସ୍ଵୀକୃତି । 

 

ବହୁଘାଟ, ବହୁ ତୁଠ,

ନଖ ଥଣ୍ଟ ପ୍ରାକୃତ ବିଜେତା,

ବଗମାନେ ପିନ୍ଧିଛନ୍ତି,

ନିଜ ଦେହେ ଯାମଳ କୁରୁତା

ଭୂମିରେ ଧୂସର ବର୍ଣ

ଆକାଶରେ ସଫେଦ ଧବଳ,

ନଗରବାସୀଙ୍କ ପରି

ସଉଜନ୍ୟ-ବିପଦ-ସଂକୁଳ ।

ଧବଳ ଭୂଷଣ ମଧ୍ୟ

ବଗମାନେ ଦ୍ୱୈତ ଓ ଅଦ୍ୱୈତ,

ଦୁଇ ରୂପ ହୋଇଯାଏ।

ଯେତେବେଳେ ଶିକାର ପ୍ରମତ୍ତ । 

 

 

 

ଅଶରଣେ ଚଳୁଛନ୍ତି 

ଯେଉଁ ପରି ଛଟେଇ ଶ୍ରମିକ ।

ବଗମାନେ ପହଞ୍ଚିଲେ,

ଖୁସିମନେ ସିଧା ଓ ସଳଖ୍ । 

ସେମାନେତ ସିଆଣିଆ

ପିନ୍ଧିଛନ୍ତି ସଫାରୀ ପୋଷାକ । 

ଶୈବାଳ ସୈକତେ ମିଶେ

ଧୂସର ଓ ସବୁଜ ଚେହେରା,

ଜଳଚର ଜୀବଙ୍କର

ଭାଙ୍ଗିଯାଏ ପୂର୍ବ ପତିଆରା । 

 

ପୁନଶ୍ଚ ବିଜୟୀ ବଗ

ଡେଣାମେଲି ଉଡ଼େ ଆକାଶରେ;

ଧବଳ ବସନେ କେବେ

ଲାଗେ ନାଇଁ ପାପ ପୃଥିବୀରେ । 

ଗାଆଁ ଚାଷୀ ସାନପୁଅ

ରସୁଣ ପାଖୁଡ଼ା ଫାଳକରି,

ହାଟରେ ବସିଚି ବିକି

ଭାଗ ଭାଗ ଗାମୁଛା ପ୍ରସାରୀ ।

ନଦୀ ଜଳେ ମନ୍ଦ ମନ୍ଦା 

ସେଇପରି ମୀନ ମାଛ ଯାକ,

ଯେତେବେଳେ କାର୍ତ୍ତିକରେ

ପାଳୁଥିବେ ବଗ ଶ୍ରୀପଞ୍ଚକ । 

ବଗ କହେ ଧର୍ମତ୍ତ୍ୱ

ଧର୍ମରାଜ ପ୍ରଥମେ ତାଟକା, 

ଯୋଜନାର ବାର୍ତ୍ତା ଶୁଣି ।

ଗ୍ରାମବାସୀ ଯେପରି ଅବିକା ।

କିଂବଦନ୍ତୀ ଅପେକ୍ଷାରେ

ଆମ ଗାଆଁ ପାତିହଂସ ଯୂଥ, 

ସେଇପରି ବସିଛନ୍ତି

ମୃତ-ନଦୀଫେରିବାପର୍ଯ୍ୟନ୍ତ । 

ମୁକ୍ତି

 

ସବୁ ସୈନ୍ୟ ସେନାପତି,

ଯଦି ବିଶ୍ୱ ସୀମିତ ଆୟୁଷ;

ଅନ୍ଧୀୟୁଷ ଈଶ୍ବର ହିଁ,

ବଂଚିଥା’ନ୍ତି ଅନନ୍ତ ବୟସ ।

ସମସ୍ତେ ଭେଟନ୍ତି ତାଙ୍କୁ,

ନିତିଦିନ ବ୍ୟାଙ୍କ କାଉଣ୍ଟରେ,

ସମୟ ଲାଗୁଚି ସେଠି,

ଯାହା ପାଇଁ ଟଙ୍କା ଗଣତିରେ । 

 

ଈଶ୍ୱର ସବୁଠି ଚିହ୍ମା, 

ଦେ-ଦୋ ଚିହ୍ନ କ୍ୱଚିତ ଅଚିହ୍ନI

ବ୍ୟାଙ୍କ କାଉଣ୍ଟର ମାତ୍ରେ,

ଈଶ୍ବର ସବୁଠାରେ ଚିହ୍ନା

ଝାଳୁଆ ଦୁର୍ଗନ୍ଧ ଦେହ,

ସବୁଯାକ ମଫସଲ ବ୍ୟାଙ୍କ,

ଈଶ୍ବର ଜଗନ୍ତି ସେଠି, 

ଯେଉଁମାନେ ବରିଷ୍ଠ ଗ୍ରାହକ । 

 

ଚୁଆ ତେଲ ମାଲିସରେ,

ଫଗୁ ବୋଳା ପଥର କାଠରେ,

ଗ୍ରାମୁଁ ନଗର ପର୍ଯ୍ୟନ୍ତ

ଚତୁର୍ଦ୍ଦିଗେ ଈଶ୍ବର ସେଠାରେ । 

 

ସୈନ୍ୟ ସେନାପତି କରି,

ଭୁମିବାଡ଼ି ଦଖଲ ନେବାକୁ;

ଧନୀକୁ ସମ୍ରାନ୍ତ କରି,

ଉଦବୃତ୍ତ ଆୟୁଷ ଦେବାକୁ । 

 

ଘାସ ତରୁଲତା- ଗୁଳ୍ମ 

ମୋ ଉଦ୍ୟାନ, ଈଶ୍ଵରଙ୍କ ଘର;

ମାନକି ନମାନ କେହି

ରାଜି ଅବା ଅରାଜି ଈଶ୍ଵର ।

ଅସଂଖ୍ୟ ଫୁଲ ପାଖୁଡ଼ା,

କ୍ଲାନ୍ତିହୀନ ଆମ୍ବ-ପ୍ରତ୍ୟୟରେ,

ଈଶ୍ବର ଜଗି ବସନ୍ତି

ନିତି ନିତି ପ୍ରୀତି ପୁଲକରେ । 

 

ଜାଣେ ମୁଁ ଈଶ୍ଵର କିଣା,

ଅର୍ଥବଳେ, ପାରୁ ପରିଯନ୍ତ;

ଜାଣେ ମୁଁ ଈଶ୍ଵର ସାଥୀ 

ସବୁ ରାଜା, ଧନୀ ଓ ସମ୍ଭ୍ରାନ୍ତ ।

ଜାଣେ ମୁଁ ଈଶ୍ଵର ପ୍ରେମ : 

ମଣିଷର ଆମ-କେନ୍ଦ୍ରୀ ଗୁଣ, 

ତେଣୁ ନିଜେ ବସିଗଲି

ଖୋଲିଦେଇ ସମସ୍ତ ତୋରଣ । 

 

ରୂପକଳ୍ପ

 

ଦ୍ଵାଦଶ ଇନ୍ଦ୍ରିୟ ଅଗୋଚର

ନିର୍ବିବାଦ ଯଦି ମାତ୍ର ଚକ୍ଷୁ ଓ କର୍ଣର

ସ୍ପର୍ଶ ଘଣ ପ୍ରତିକ୍ରିୟା ଶୂନ୍ୟ,

ବାସ୍ତବ ଓ ଅବାସ୍ତବ ପ୍ରତିଦ୍ବନ୍ଦୀ 

ସକଳ ମଉନ

ସମସ୍ତ ହୃଦୟ କୁଣ୍ଠା 

ଆଗମନ ପ୍ରତ୍ୟାଗମ 

ବିହୀନ ପ୍ରାନ୍ତର,

ସମସ୍ତ ଜଡ଼ତା ମୟ ।

ଶୁନ୍ୟ ନିରାକାର

ତୁମେ ଏଠି ପରିଚିତ

ନିର୍ବିଘ୍ନରେ ଏକାନ୍ତ ଈଶ୍ୱର

ଶୃଙ୍ଖଳା ଓ ବିଶୃଙ୍ଖଳା

ଜିମାଦାର ନିଜ ସର୍ଜନାର

ଯଦ୍ୟପି ସେ ବାରଂବାର

କରୁଛନ୍ତି ତାକୁ ଅସ୍ବୀକାର,

ପ୍ରବୃତ୍ତି ଓ ନିବୃଦ୍ଧିର ।

କାମନା ଓ କଳ୍ପନା ସବୁର । 

ସମୟ ଓ ମହାକାଳ

ପ୍ରକୃତିର ସୀମାରେଖା ଭେଦି,

ତୁମେ ଶୂନ୍ୟ ମହାଶୂନ୍ୟ।

ନାଦହୀନ ସ୍ଵର ଅନ୍ତର୍ଭେଦୀ ।

ପଦାର୍ଥ ନୁହଁ ବିକଳ୍ପ ...

ରୂପ କଳ୍ପ ନୁହଁ: ନିର୍ବିକଳ୍ପ 

 

କାର୍ପଣ୍ୟ ଓ ଅବିବେକୀ ପଣ

ତୁମେ ତାର ସ୍ଵୟଂ ସମାଧାନ । 

ଗୋଟିଏ ପାତାଳସ୍ପର୍ଶୀ 

ଅନନ୍ତ ବିବର,

ଘନୀଭୂତ ମୃଭିକା-ପ୍ରସ୍ତର 

ନିର୍ବିଘ୍ନରେ ଏକାନ୍ତ ଈଶ୍ୱର । 

ଅନୁଭୂତି ନୁହଁତ ସଂକଳ୍ପ ...

କାୟା ବିହୀନ ହେଲେବି ...

ସ୍ବୟଂ କାୟାକଳ୍ପ । 

କାଳ ଓ ପ୍ରବୃତ୍ତି ମଧେ

ଅବିଭାଜ୍ୟ ସଂଶୟ ଦ୍ଵନ୍ଦ ର,

ସୃଷ୍ଟିଶୀଳ ମନୁଷ୍ୟର

କ୍ରିୟାଶକ୍ତି ସମତା ରକ୍ଷାର ।

ତୁମେତ ପରୀକ୍ଷାଗାର

ବାରମ୍ବାର ଡାକୁଚି ଅର୍ଜୁନ,

ତୁମେ ଚିର ନିର୍ବିକଳ୍ପ 

କଳ୍ପନାର ଦିବ୍ୟ ମୂର୍ତ୍ତିମାନ ।

ତୁମେ ଟିର ନାଦହୀନ ବାଣୀହୀନ

ପୁଣି ଅବାମୟ,

ତୁମ ପାଇଁ ସବୁ କଂଠେ ।

ସବୁବେଳେ ଛନ୍ଦର ସମ୍ମୋହ !! 

 

ମୋ’ ସହର

 

ପଙ୍ଗପାଳଙ୍କ ପ୍ରେମ ଚିଟାଉରେ 

ଭରି ଗଲା ଏବେ ମୋ ସହର 

ସିନ୍ଦୁକ ଭିତରେ ନାଚି ଖେଳିବୁଲେ 

ରଜାଘର ପୋଷା ଅଜଗର । 

 

ଟେଣ୍ଡର ପଡ଼ବି ହଜାର ହଜାର 

ବଢ଼ତି ମୂଲ୍ୟର ଅମାପ, 

ରଜାଙ୍କ ଆଗରେ ଖୋଲା ହେବାଯାଏ

ଲୁହା ସିନ୍ଦୁକର କୋଲପ

କିଏବା ଜାଣିଚି ସହର କିମତ 

 

ଅଧିକ ହେବ କି ଅଳପ ? 

 

 

ଛକାଛକି ଗଛି, ଗହଳ ବନସ୍ତ,

ପୁରୁଣା ଜୀବନ ଶୀତଳତା ।

ଶରତ ମଧ୍ୟାହ୍ନ ଘାସଫୁଲ ଗନ୍ଧ

ଭୁଲି ଗଲିଣି ସେ ମାଦକତା । 

ନୂଆ ମାଟି ପଡ଼ି ପୋତି ହୋଇଗଲା

ପୁରୁଣା ଜୀବନ ଆଦିମତା,

ବଛାବଛି ଲୋକ, କଚ୍ଛାକଛି ଜାତି, ।

ପୃଥକ କରିବା ଚଞ୍ଚକତା । ।

ନାଲିପାନବିବି ସରାଗ ବଢ଼ିଚି,

କଳାପାନବିବି ସହରକୁ 

ଠିକିରି ଚିଡ଼ିଆ ନିଲାମ ଡାକିବେ 

ଗୋଲାମ ବଇଁଶ ମହଲକୁ ।

ବଢୁଚି ସହର, ବଢ଼ି ଯାଏ ଦର

ତାଡ଼କା ରାକ୍ଷସୀ ପାଟରାଣୀ,

ହବାକୁ ଶରଧା, ରାମ ତଡ଼ି ଦେଲେ

ତଥାପି ଅଯୋଧ୍ୟ ନବ କିଣି । 

ସାରା ଭାରତର ଭୋକଶୋଷ ବାନ୍ଧି

ପତାକା ହଲାଏ ମୋ’ ସହର

ବଛା ଖାନଦାନୀ ନୂତନ ସହରୁ

ଅନାଡ଼ି ମଣିଷ ବହିଷ୍କାର ।

ଶଶୁରଙ୍କ ଘରୁ ତଡ଼ା ଖାଇଥିବା

ଜ୍ୱାଇଁଙ୍କ ପିଲାଏ ଥରେ ଥରେ 

ଚୋରମୁହାଁ ହୋଇ ପହଂଚି ଯାଆନ୍ତି

ଅକୁହା ଅପୁଛା ମାମୁ ଘରେ ।

ବସ୍ତି ଅଗଣାରେ ଅଚିହ୍ନା ଚଢ଼େଇ

ସେହିପରି କେବେ ଥରେ ଥରେ

ଲନ୍ ବଗିଚା ବୁଲି ଆସୁଛନ୍ତି

ସହରବାସୀଙ୍କ ଅଗୋଚରେ । 

କୁଆଁରୀ ମୃତ୍ତିକା ବିଦୀର୍ଣ୍ଣ କରି

ନିଜ ଶକ୍ତିତି ରେ ସାତଥର

ସମତଳ ଭୂମି ବାଣ୍ଟି ଦେଇଥିଲା

ଯନ୍ତ୍ର-ଦାନବ ବଳିଆର ।

ମଣିଷ ହୃଦୟ ପତିଆରା-ଶୂନ୍ୟ

ତାଲିକା କାଢ଼ିଲା କମ୍ପ୍ୟୁଟର । 

ରୂପବତୀ ନାରୀ ସ୍ନାନାଗାର ପାଶେ

ସହର ଆପାତ ଲଜ୍ଜାଶୀଳ 

ସେତିକି ସୁରୁଚି ଅନୁକୂଳ । 

 

ତାହାପରେ ଖାଲି ଚନ୍ଦ୍ର ବ୍ୟ ବିନିମୟ

ହୃଦୟ ନିବିଡ଼ ଅନ୍ଧକାର

ସ୍ପଷ୍ଟ ଅଙ୍ଗୀକାର ସବୁ ଅସ୍ବୀକାର

(ମାନସିକ-ସୃଷ୍ଟି କୋମଳ ଗାନ୍ଧାର)

ସବୁ ହୋଇଗଲା ହତାଦର ।

ମୁଣ୍ଡେ ପାଦ ରଖି ବସିବୁ ସକଳେ 

ଏକାଠି ଜଗିଚି ଜାନୁଆର । 

ଈଶ୍ବର ଆସନ୍ତି ହାତୀ ଓଟ କାନ୍ଧେ

ଆମରି ମୁଲକେ ଥରେ ଥରେ,

ତାମସିକ ବୃତ୍ତି, ମାଫିଆ ସଂସ୍କୃତି,

ନିମନ୍ତ୍ରଣକରି ଆଣି ପାରେ;

ନିର୍ଲିପ୍ତ ଅନ୍ଧାର ପଡ଼ିଆରେ ଠିଆ

କରି ଦିଏ କେହି ନିର୍ବିକାରେ । 

 

- ତସ୍କର ଆସିବେ, ଆଖି ଖୋଳିନେବେ, 

ବିନିମୟ-ସୀଧ ମୂଲ୍ୟରେ ବିକିବେ,

କିଏ ସେ ଶୁଣିବ ଅନାଡ଼ି ମଣିଷ

କାଇଁ ରହିଗଲା କେତେ ଦୂରେ, 

ହେଟାବାଘ ସଂଗେ ପଳାଇ ଗଲାକି

ଜଗଲ ଉଜୁଡ଼ି ଯିବା ପରେ । 

ନୂତନ ସହର ସୌଦାଗରୀ, 

କ୍ରେତା ଓ ବିକ୍ରେତା ଏକାଠି ଅଛନ୍ତି,

ଗୋଟିଏ ସୂତ୍ରରେ ଧରାଧରି ।

ଗୋଟିଏ ଚରିତ ଆସିଟି ଯାବତ

କିଏସେ ଶୋଷକ କିଏ ସେ ଶୋଷିତ

ଜାଣି ହେଉ ନାଇଁ ପରିଷ୍କାର,

ଦୁଇମୁଣ୍ଡ ସାପ ରକତ ଶୋସୁଚି

ନିଜ ଶରୀରରୁ ନିରନ୍ତର । 

 

 

ନିର୍ବାଚନ-୯୫

 

ରୋଗୀ ଦେହ ଭୋଗୀମନ, 

ଅଣସର ବିଳାସୀ ଶଯ୍ୟIରେ

ଗୋଲାମି ବଉଁଶ ଛୁଆ, 

ସାଆନ୍ତିଆ ଚିତ୍ତ ମିଞ୍ଜାସରେ । 

ଅୟସରେ ଆୟାସରେ, 

ପୋତି ହୋଇ ଯିବାର ସପନ, 

ଖୋଜାଯାଏ ଅଧାପୋତା 

ବନ୍ଦରରେ ସବୁ ଖରାଦିନ । 

ଚରିତର ଅନୁକୁଳ 

ପ୍ରତିକୂଳ ଦୋଛକି ପଥରେ, 

ଭେଜାଲ ଜାତୀୟ ଖାଦ୍ୟ - 

ପରଖିବା ଭାରତବର୍ଷରେ : 

ମୁକ୍ତ ଏକ ବନ୍ଦୀଶାଳା ଘରେ । 

ଚାଳିଶ ବରଷ କାଳ 

ସ୍ଵଦେଶୀ ରଜାଙ୍କ ଅମାନତ,

ମାତା ମହାଫିଜଙ୍କ ସୃହସ୍ତ । (୧) 

ଭରଣ ପୋଷଣ ପାଇଁ 

ବିଦେଶୀ ରାଜାଙ୍କ ସନ୍ଧିପତ୍ର : 

ଆମେ ସବୁ ନିଜ ଜମାନତ । 

ରୋଗୀ ଦେହ ଭୋଗୀ ଶଯ୍ୟା 

ଚତୁର୍ଦ୍ଦିଗ ବାନ୍ଧିଚି ତୋରଣ, 

କନ୍ୟାର ବିଭା ବୟସେ 

ଯମ ଦ୍ୱାରେ ଫିଟିବି ନିଦାନ । 

ଏବେ କି କରିବା କହି । 

ସମୟତା ଅତ୍ୟନ୍ତ ଦାରୁଣ । 

ବୟସ ପଚାଶ ବର୍ଷ 

ସ୍ଵାଧୀନତା ବଜାଉଚି ଘଣ୍ଟି,

ପୃଥିବୀର ଚତୁର୍ଦ୍ଦିଗେ, 

ଭାରତର ନାମରେ ଅରଷ୍ଟି । 

ବହୁ ଶୃଗାଳଙ୍କୁ ରଖି 

ଏକତ୍ର, ମଝିରେ ମହୁଫେଣା

ଆମେ କି’ କରିବା କହ, 

ସୁଝିବାକୁ ପିତୃତ୍ଵ ଦେଏଣା ।

 

ମାଇଲ ମାଇଲ ଲମ୍ବ , 

ତାଳଗଛ ମଣିଷଙ୍କ ଧାଡ଼ି,

ଠେକା ବାନ୍ଧି ଚାଲିଛନ୍ତି ।

ଶୀତରାତି ଅଜସ୍ର କୁହୁଡ଼ି

ପାଣି ଥୋପା ଥୋପା ଝରେ

ସତେ ଅବା ମହୁଫେଣା ଫାଟି :

ତେଜୀୟାନ ହେଲା ମନ,

ରାତ୍ର ସାରା ଶୃଗାଳ ଏକାଠି ।

ଆସନ୍ନ ପ୍ରସବା ନାରୀ

ଆମେ ସବୁ ଅଭିଜାତ ବଂଶ,

କି ସନ୍ତାନ ଜନ୍ମ କଲେ

ନିଜ ଦେହେ ଜାଗିବ ପୌରୁଷ :

ଚିତ୍ତ ମନୁ ଦୁର ହେବ,

ଉପଦଂଶ ସଂକ୍ରମଣ ଦୋଷ ।

ଧାଡ଼ିଧାଡ଼ି ଫେରୁଛନ୍ତି,

ସତେ ଅବା ଛଟେଇ ଶ୍ରମିକ,

ପୁଣି ଅଭିଜାତ ବଂଶ

ଆକାଶକୁ ଦେଇ ଦୋଷଯାକ ।

ଅନ୍ଧକାର କୋଠରିରୁ

ଯେଉଁଠାରେ ଆଖି ପଟି ବାନ୍ଧି;

ଦେଖାଇ ଯେ ଦେଇଥିଲେ

ଦୁଇସସ୍ର ଉତ୍ତର ଶତାବ୍ଦୀ

ଅଥବା ଭେଳିକି କରି

ନେଇଗଲା ଭୂତ ଡାକି ତାଙ୍କୁ,

ରାତି ଅଧେ ରଜାଘର

ଆଖୁ ଖେତେ ପାଣି ତେଣ୍ଡିବାକୁ ।

ସଉତୁଣୀ ମୁଣ୍ଡେ ଲଦି

ଅଠାଯାକ ସାନବୋହୁ ଗେହ୍ଲୀ,

ଭାବୁଚି ସ୍ବାମୀ କୋଳିରେ

ମନେ ମନେ ପ୍ରତିଶୋଧ ନେଲି !

ଅଥବା ଆଉ କେଉଁଠି,

ବୃଦ୍ଧା ରାଣୀ ସଲ୍ଲଜ ମନରେ

ପ୍ରତି ପାଞ୍ଚବର୍ଷ ଖୋଜେ

ପୁତ୍ର ଜନ୍ମ ନିଜ ଉଆସରେ ।

 

(୧) ଇନ୍ଦିରାଗାନ୍ଧୀଙ୍କ ଶାସନ କାଳ

ରାଉରକେଲା

 

ବୃତ୍ତ, ତ୍ରିଭୁଜ, ଆୟତ, 

ବର୍ଗକ୍ଷେତ୍ର ଆଦି,

ଯେତେ ଯେତେ ରେଖାଚିତ୍ର 

ତୁମ ଆଖି ଦେଖିଚି ଅବଧି 

ଅସଂଲଗ୍ନ, ଅସଜଡ଼ା, ଅସଳଖ 

ତୀର୍ଯକ ରେଖାର, 

ସବୁତ ବିନ୍ଦୁରୁ ଜାତ 

ହାତେ ଗଢ଼ା ନିଜ କମ୍ପ୍ୟୁଟର । 

ତୁମକୁ ମୁଁ ଚିହ୍ନିଥିଲି

ଊନବିଂଶ ଚଉବନ ସାଲେ

କଳାକଳା ବପୁ ତୁମ । 

ମାଉଁସିଆ ଥିଲା ସେତେବେଳେ

ମଉଳଣ ପଡ଼ୁଥିଲା । 

ଆଗ କିସ୍ତି ପ୍ରଥମ ଯୌବନ, 

ଦ୍ବିତୀୟ ଜୁଆର ଆସି 

ଭରି ଦେଲା ମୋର ମନପ୍ରାଣ

ଦୁହିଙ୍କର ପ୍ରେମ ହେଲା

ଆମେ ଦୁହେଁ ଏକାଠି ଚଳିଲେ

ଚାଳିଶ ବରଷ କାଳ

ଅସଂଲଗ୍ନ ରେଖାକୁ ଯୋଡ଼ିଲେ

ବୃତ୍ତ ଓ ତ୍ରିଭୁଜ କଲେ 

ଘର, ପାର୍କ, କୋଠାବାଡ଼ି ଭରା

ଅନେକ ସନ୍ତାନ ଆମେ 

ଜନ୍ମ କଲୁ ମିଳିତ ଚେହେରା

ଗୋଟିଏ ବିନ୍ଦୁ ରୁ ଜାତ 

ବଢିଗଲା ଏତେବଡ଼ ବଂଶ, 

ଭାବୁଥିଲି ଉପାଖ୍ୟାନେ 

ଏ ଯୁଗର ଯଯାତି ନହୁଷ । 

ମାତ୍ର ଚାଳିଶ ବର୍ଷରେ 

ସତେ ଅବା ପୁରୁରବା ଋଷି 

 

ନୂତନ ମଣିଷ ବଂଶ

କରିଦେଲେ ସଂପୂର୍ଣ୍ଣ ମୌରସୀ ।

ବୟସ, ବୃଦ୍ଧି ଓ ପ୍ରେମ ।

ପରଷ୍ପର ଆକର୍ଷଣ ଶକ୍ତି

ସଂସାର ମାଧ୍ୟାକର୍ଷଣେ ।

ଯଦି ତାର ନ ହେଲା ବିରତି :

ଏପରି ବିଶ୍ୱାସ ଥିଲା :

ଚାଳିଶ ବରଷେ ତୁମେ ବୃଦ୍ଧା, 

ବିଜୁଳି ଚମକ ହୀନ । 

ଅନ୍ଧକାର ସକଳ ବସୁଧା

ଉତ୍ପାଦନ ବେଗଶୂନ୍ୟ, ।

ଏବେ ପୁଣି ଖୋଜା ହେଲା

କୌଶଳର ନବ ସଂସ୍କରଣ

ବେଗ ଓ ଶକ୍ତିର ତେଜ ଭରିବାକୁ

ନବ ଇଲେକ୍ଟ୍ରୋନ ।

ମୋ ଦେହେ ଅନନ୍ତ କ୍ଷୁଧା 

ପୂର୍ବ-ଶଯ୍ୟା ପ୍ରତ୍ୟୟ ବିହୀନ , 

ଚାଳିଶ ବରଷେ ଦେଖେ, , 

ବିନ୍ଦୁ ସବୁ ବିସର୍ଗର ଚିହ୍ନ !

କଳ୍ପନା ପୁରୁଣା ନୁହେଁ,

ସେମାନେ ତ ସୁଯୋଗେ ପଛୁଆ,

ସମୟ ଖସିଯାଇଚି

ଅପହଂଚ ଆକାଶ କଇଁଆ ।

ସବୁଠାରେ ବଂଚିତଙ୍କ ସଂଖ୍ୟା 

ଏବେ ବଢ଼ିଚି ବହୁତ

ବାର୍ଦ୍ଧକ୍ୟ ଗୋଡ଼େଇ ଚାଲେ

ଦିନ ରାତି ସେମାନେ ବିବ୍ରତ ।

ଅସଜଡ଼ା, ଅସଂଲଗ୍ନ , ଅସଳଖ |

ତୀର୍ଯକ ରେଖାର

ମଣିଷ ଗୁଡ଼ାକ ଏବେ ।

ପରିତ୍ୟକ୍ତ ବୃତ୍ତ ତ୍ରିଭୁଜର ।

 

------------------------------------------------------------------------------------------------------------------------------------

*(ଓଡ଼ିଶାରେ ପ୍ରଥମ ଶିଛାୟନ ରାଉରକେଲାକୁ୪୦ ବର୍ଷର ବାଦ୍ଧକ୍ୟ ଘୋଟିଗଲା । ଆଧୁନିକୀକରଣ ଶେଷ ହେବା ପରେ ବି, ଉତପାଦନ ବେଗଶୂନ୍ୟ । ୪୦/୫୦ ବର୍ଷରେ ରାଉରକେଲାର ବୃହତ ଶିଳ୍ପ ଅଥର୍ବ ବିକଳାଙ୍ଗ ।)

-------------------------------------------------------------------------------------------------------------------------------------

 

 

ବୃହନ୍ନଳା

 

 

ତୁମ ଅପତ୍ୟ ସ୍ନେହ ବଳିଆର, 

ମୁଁ କେବେ ହେବିନାଇଁ ନାରଖାର । 

ଜନ୍ମ ଦେଇଚ ମତେ ନୈ-ରାଜ୍ୟେ 

କର୍କଶ ତୁହୀନ ବାଲି ଶେଯେ । 

ବର ଭୁଜରେ କରି ଆଲିଂଗନ

ନାମ ଦେଇଚ ମୋର ଜନାର୍ଦନ || 

 

ମୁଁ କିଂପା କାହାର କି’ ଶୁତ୍ର ହେବି

ନିଜ ଅପର ଜନ ଭେଦଭାବି । 

ସମସ୍ତେ ଭୟଙ୍କର ପ୍ରେମମୟ

ମତେ କରନ୍ତି ଯଦି ବରାଭୟ । 

ସାରା ଜୀବନ ପଡ଼ି ଆହ୍ମାନରେ 

ଚାଲିଚି ଛାୟାପଥ ଧାରେ ଧାରେ || 

 

ଜାଣେନାଁ କିଏ ସେଇ ପାର୍ଥବ, 

ମୋ ସଂଗେ କଲେ ମିତ୍ର ବନ୍ଧୁଭାବ । 

ହାତେ ନଥିଲା କିଛି ପ୍ରତିଦାନ 

କି ଦେଇ କରିବାକୁ ସନମାନ II

 

ଡାକିଲି ସେତେବେଳେ ହାତଠାରି 

ଜାଣିବି ଯଦି ତୁମେ ବାରନାରୀ । 

ପ୍ରେମ ଭକ୍ତିରେ ପଡ଼ି ଆମେ ଦୁହେଁ 

ମହତ ସରି ନାଇଁ ଆଜିଯାଏ

କାଇଁକି ଡ଼ାକଶୁଣି କଲଡେରି 

ସେମାନେ ଫେରିଲେ ମନମାରି || 

 

ଭୁମି ଓ ବାସଗୃହ ପୁରାତନ

ମୁଣ୍ଡ ଉପରେ ହସେ ନୀଳଜହ୍ନ

ବାସର ରାତି ସାରI ଜଗି ଜଗି

ଧୂସର ମେଘ ଯେବେ ଗଲା ଭାଙ୍ଗି ।

ତୁମେ କଲ କବାଟେ ମୃଦୁଘାତ

ବିତାଇ କାହିଁ ନିଜ ମହୁରାତ । 

 

ଭରସାହୀନ ଏଇ ପୃଥିବୀରେ

ଯେତେ ନିର୍ମଳ ମନ ଦୃଢତରେ ।

ମୂଢ଼ ଜନଙ୍କ ସଂଗେ କରି ପ୍ରୀତି

ସାରିଲି ଯଉବନ ସବୁ ତିଥ || ।

 

ମନେ ରହିଲା ଖାଲି ଅଭିମାନ 

କେବଳ ଋଣଭାର ବିଶୋଧନ ।

ତୁମକୁ ଡାକି ଡାକି ଗଲି ଥକି 

ହବାକୁ ଅଦାଲତେ ରାଜସାକ୍ଷୀ ।

କଚେରି ଅଦାଲତେ ଉପସ୍ଥାନ

ନଦେଇ ଚାଲିଗଲ ଉଦାସୀନ ||

 

ସବୁ ବିପତ୍ତି ଆଉ ସଂପତ୍ତିର

କେ ଦେଇଥିଲା ତୁମ ଅଧିକାର ।

କିପରି ଯେଉଁଦିନ ସୌଦାଗର

ଭରସା ଦେଇ ହାଟ କଲା ଜୁର ||

 

ପର୍ବତ ଉପତ୍ୟକା ଶୂନ୍ୟକରି

କେ ବୈତାଳିକ ଫୁଲ ନେଲା ତୋଳି

ଜଗି ବସିଚି କାଲି ସାରା ରାତ୍ର

ପିତୃ ଓ ମାତୃ କୁଳ ପରିଯନ୍ତ ।

ପଢ଼ି ସକଳ ଶାସ୍ତ୍ର ସ୍ତବସ୍ତୋତ୍ର 

ହେବାକୁ ଛାନ୍ଦସିକ ପ୍ରାଣବନ୍ତ || 

 

ବିଶ୍ବାସ ଅବିଶ୍ୱାସ କେନ୍ଦ୍ରବିନ୍ଦୁ

ଖୋଜି କରୁଣାତମ ସପ୍ତସିନ୍ଧୁ

ପ୍ରାଣ କୋମଳତମ ସହୃଦୟ

ଯଦି ଶଠତା ଦେଲା ପରାଜୟ ।

ବିରାଟ ଉପବନେ ବୃହନ୍ନଳା

ତଥାପି ନିଜଦର୍ପ ବଞ୍ଚିଥିଲା | 

 

 

କୁଣ୍ଠିତା ଚନ୍ଦ୍ରମା

 

କଳାପଡ଼ି ଆସୁଥିବା,

ଲଣ୍ଠନ କୁ ଅଚିରାତ୍ ତେଜି

ଭଦାସୀ ଚନ୍ଦ୍ରମା ମୁହଁ

ଦିଶିଗଲା ମୋ ପଲକେ ଆଜି ।

ଚୂଡ଼ାନ୍ତ ହୋଇନି ମୋର

ପରାଜୟ ତଫସିଲ ଚୁକ୍ତି

ଆସିବେ କି ନଆସିବେ ।

କରୁଥିଲେ ଭୀଷଣ ଦ୍ୱିରୁକ୍ତି :

ମୋ ପ୍ରେମିକା ବାରଂବାର,

ବୈଦୁର୍ଯର ମାଳା ଦେଇ

ଯେବେ କଲେ ଆମ ସ୍ଵୟଂବର । 

 

କୁଣ୍ଠିତା ଚନ୍ଦ୍ରମା ମୁହଁ

ଦିଶୁଥିଲା ବିଳଂବିତ ରାତି,

(ମୋ ପ୍ରିୟା କଂକଣ ନାଦ

ଶୁଭୁଥିଲା ଭୀରୁ ଅଚଳନ୍ତି) ।

କାହାରିବି ଅସ୍ୱୀକାରେ –

ଦୁଃଖ ମୋର ନଥିଲାତ କେବେ,

ଅବଜ୍ଞାରେ ପାଉଥଲି 

ମୋର ସଜ୍ଞା ନିଜ ଅନୁଭବେ । 

 

କୃତକର୍ମ ସବୁ ବ୍ୟର୍ଥ,

ଈଶ୍ଵରୀୟ ସ୍ମୃତି ବି ମୁଖସ୍ତ,

କବିତାର ଭୃଣ ନାଶ ।

ଦ୍ଵାରକାରୁ କାଶୀ ପରିଯନ୍ତ |

ଉଜ୍ଜୟିନୀ ନଗରକୁ 

କେବେକେବେ ଚIଲିଗଲେ ଥରେ

ଚନ୍ଦ୍ରମା ମୁହଁ ଲୁଚାଇ

ରହୁଥିଲା ନିଜ ଉଆସରେ । 

 

ମୋ ସଙ୍ଗୀତ ଉଦାସିଆ

ଦେହେ ତାର ବିଗତ ଯୌବନ,

ଚମଡ଼ାର ଖୋଳ ମଧ୍ୟେ ।

ରହିଗଲା ବିସ୍ତର ସପନ |

 

ମୋ ପତ୍ନୀର ନୀଳ ଶେଯେ

ଲିଭିଗଲା ଲଣ୍ଠନ ର ବତୀ ।

ହାତରୁ ଛାଡ଼ିଚ ଛାଲ 

ବୋଳୁଥିଲେ ପ୍ରେମେ ମଞ୍ଜୁଆତି । 

 

ମୋ’ ପଲଙ୍କେ ପାରିଦେଇ

ଧଳା ଶେଯ ଥରେ ଥରେ ସିଏ, 

କେଜାଣି କାଇଁ କି ପୁଣି

କାହାପାଇଁ ଭୁଲତା ନଚାଏ । 

 

କରବୀର ଉଦ୍ୟାନରେ

ଗଭା ତାର ଖୋଲିବା ଆଗରୁ 

କେଜାଣି କିପରି ଶୁଖେ

ମଲ୍ଲୀମାଳ ନିତି ସକାଳରୁ । 

 

ମୋ କବିତା ଅନାବନା

ପଡ଼ିଥିବ ତାକୁ କେବେ କେବେ, 

ମୋ କାହାଣୀ ଶୃଗାଳଙ୍କୁ

ଭେଟିଥୁବ ବନସ୍ତରେ ଯେବେ,

ସେମାନେ କହିବେ ନିଜେ

ଥିରି ଥିରି କେଇପଦ କଥା,

ସବୁଜ ଜହ୍ମକୁ ଚାହିଁ । 

ମୋ ମନର ଝାଉଁଳିବା ବାର୍ତ୍ତା । 

 

ଭଙ୍ଗା ଦର୍ପଣର ଛବି

ଦିଶେନାଇଁ ଚହଟ ଚିକ୍କଣ

ଶୃଙ୍ଗାର ବିହୀନା ନାରୀ 

ଯେଉଁ ପରି ଦିଶେ ପ୍ରିୟମାଣ ।

ଉତ୍କଣ୍ଠାର, ଅବଜ୍ଞାର,

ହତାଶାର ପ୍ରତିଟି କାହାଣୀ

ମୋ ସଙ୍ଗାତେ ସୁର ବନ୍ଧା ।

ଯଦି ତୁମେ ପାରିଥିବ ଶୁଣି । 

 

 

ପ୍ରେମ

 

ବନ୍ଧ୍ୟା ହେଲେ ବି ତ ପ୍ରେମ,

ଅନୁରକ୍ତା ପତ୍ନୀଙ୍କ ସହିଦୀ 

ପ୍ରେମ ଏକ ବେଦଖଲି

ମପାଚୁପା ନହେବା ଚୌହଦୀ ! 

 

କେଉଁ ନୀଳ ସମୁଦ୍ରର

ପଥେ ଏକ କିଂହ୍ମୀରିଆ ନଦୀ ।

ପ୍ରେମକୁ ବୁଝିବା ଲାଗି

ବେଳେବେଳେ ପ୍ରେମୀ ଗୃହବନ୍ଦୀ । 

ଅଥବା ପାଗଳଖାନା

ନବାଗତ ଅଚିହ୍ନା କଇଦୀ 

ପ୍ରେମ ସମର୍ପିତ ଆତ୍ମା

ଯଦ୍ୟପି ତା’ ଅନ୍ୟର ବରାଦୀ ।

 

ପ୍ରେମ ଦିନେ କାତହୀନ

ନଈ ପରି, କଳାପାଣି ସ୍ରୋତେ 

ଭସାଇ ନେଲା ମୋ ଡଙ୍ଗା

ପଡ଼ିଗଲି ଭଉଁରୀ ଆବର୍ତ୍ତେ, 

ତିମି ମାଛ ପେଟ ଚିରି

ବାହାର କରିଲେ ପ୍ରିୟାମତେ 

 

ତଥାପି ବାନ୍ଧିଲେ ନାଇଁ

ଚିରକାଳ ଆପଣା ପଣତେ । 

କହିବାକୁ ନିଜ ଲୋକ

ମାତା କି ଭଗିନୀ ଚିହ୍ନିବାକୁ 

ପତ୍ନୀ ତ ଦୂରର କଥା

ଦେହ ଘଷା ପଥର ହେବାକୁ । 

 

ତୃପ୍ତି ଓ ଅତୃପ୍ତି ମଧ୍ୟେ

ପ୍ରେମ କେଉଁ ମଧ୍ୟବର୍ତ୍ତୀ ସ୍ଥାନ ।

ସ୍ମୃତି ଓ ବିସ୍ମୃତି ମଧ୍ୟେ

ସବୁବେଳେ ଘଟଣା ପ୍ରଧାନ । 

ପ୍ରେମ କେଉଁ ଶଙ୍ଖ ଧ୍ୱନି

ହୃଦୟର ନିଭୃତ ଅନ୍ଧାରେ 

ଦେବତା ମନ୍ଦିରେ ଅବା

ଅପ-ଦେବତାର ସ୍ଵୟଂବରେ । 

 

ପ୍ରେମ ଏକାନ୍ତ ମନର

ଇତିହାସ ନୈରାଶ୍ୟ ଦୁଃଖର 

ଅଥବା କଠିନତମ

ଅସହଣି ନିଷ୍ଣୁର ଶ୍ରୀପଦ । 

 

ସଂପ୍ଳବ ଓ ଉତ୍‌ପ୍ଲବ

 

(ପ୍ରଥମ)

ଶିକାରୀ ଓ ବାଘ ରୁଗଣ

ଧରାଶାୟୀ ସକଳ ବନସ୍ତ

ପଶୁଗଣ ନିଦ୍ରାହୀନ

ବାରମାସୀ ମୈଥୁନେ ପ୍ରବୃତ୍ତ ।

ସହସା ଏପରି ହେଲା

ସମୟ କି ଅତି ଅବାଂଛିତ

ବାଂଛିତ ପୁରୁଷଗଣେ 

ଯଦି ହେଲେ କାଳ ବିତର୍କତ । 

ସବୁ ଅଘଟଣ ମଧେ

ବର ବେଶେ ଶୃଗାଳ କେବଳ

ସମସ୍ତ ବଂଶର କେହି

ରକ୍ଷାକର୍ତ୍ତା ନାଇଁ ଆଦିମୂଳ ।

ରାଜପୁତ୍ରଗଣେ ଯଦି

ବହିର୍ଭୁତ ରାଜ ସିଂହାସନେ

କାଳକୁ ଧରିବା ଲାଗି

ଧାଇଁଛନ୍ତି ଏରକା-ଅରଣ୍ୟେ | 

 

 

 

 

 

 

ଚେତନା ଓ ଜଡ଼ତାର

ପ୍ରତିକେନ୍ଦ୍ରେ ଜାଗେ ପ୍ରତିକ୍ରିୟା

ଧାତୁର ଓଜନ ହ୍ରାସ

ବିଶୃଙ୍ଖଳ ବେଗର ପ୍ରକ୍ରିୟା

 

ଦୃଶ୍ୟ ଓ ଅଦୃଶ୍ୟ ଯେତେ

ଗୁଣ, କର୍ମ ବସ୍ତୁ ଓ ଶକ୍ତିର

ଅବଚେତନ ମାନସେ

ଯଦି ତାକୁ କର ଅସ୍ବୀକାର । 

 

ଏପରି ଅନ୍ଧାରୟ

ସମୟରେ ବହୁ ଦୂର ବ୍ୟIପୀ,

ସମସ୍ତ ଜଙ୍ଗଲ ବୁଲି

ପାଦ ମୋର ଥକିନି ଅଦ୍ୟାପି ।

 (ଦ୍ଵିତୀୟ) ,

ଉତ୍ପବ ଅବାରିତ ରକତ ନଈ 

ଶତ୍ରୁ ଶିବିରେ ଗଲେ ମୁହାଣ ଡେଇଁ 

ମୋ ବଂଧୁ ଜ୍ଞାତିଜନ ଦୁରେ ରହିବ

ଅକ୍ଷତେ ଫେରିଆସେ ଯଦି ଦେଖି ବ ....

ବାହାବା ନବ ନାଇଁ ତୁମେ ସମସ୍ତେ

ଧରମ-ପଦ ଥାପି କରି ନମସ୍ତେ । 

ବିବର୍ତ୍ତନର କାଳ ଶକ୍ତି -ସଂପ୍ଳବ 

ବିବର୍ତ୍ତନର କାଳ ଳକ୍ତି-ସଂପ୍ଳବ

ମୋ ବେଗ ବୃଦ୍ଧିକରି ତାଙ୍କ ଗାଣ୍ଡିବା

ଖସିପଡ଼ି ମୋ ହାତେ ବିନ୍ଧିଲେ ଶର

ତୁମେ ବିକ୍ଷତ ଯଦି ମୁଁ ତ ନାଚାର । 

 

ଚଳିତ ଶତକର ଦ୍ୱିଧା-ମିତ୍ରତା 

କେଜାଣେ କି’ ଦେବ ତା’ ବିଜୟ ବାର୍ତ୍ତା ।

ଖୋଜେ ମୁଁ ଆଶାବାନ୍ଧି, ସଂଦେହାଛନ୍ନ

ବେନି ଶିବିରେ ଦେଖ ବିବେକ ରୁଗ୍ ଣ ।

ଶତ୍ରୁ ଶିବିର ଅବା ମିତ୍ର ଶିବିର

ଉଭୟେ ଆପେକ୍ଷିକ ଦ୍ୱନ୍ଦ୍ୱେ ଅଧୀର

ଯଦ୍ୟପି ଉଦ୍ ବେଳ ଶକ୍ତି ପ୍ରବଳ,

ଶତ୍ରୁ ଶିବିରେ କଲା ଶକ୍ତି ଉଦ୍‌ବେଳ ।

ଲୁହର ସ୍ରୋତେ ମିଶି ରକତ ଜଳ

ସବୁ ସବୁଜ-ପଠା କଲା ଉଚ୍ଛଳ

ସଂକଳ୍ପ ବଦ୍ଧମୂଳ ବିଜୟIକାଂକ୍ଷା,

ଉତ୍ ପ୍ଳବ ସ୍ରୋତ ଧାରେ ଯଦି ଅପେକ୍ଷା ! 

 

 

ମରାଳର ଅପମୃତ୍ୟୁ

 

ଫୁଲରେ ସଜେଇବାକୁ 

କେ ଜାଣିଚି ଋତୁର ବିଭ୍ରାଟ ? 

ଋତୁହୀନ ପୂଜକର । 

କେ ଜାଣିଟି ବିଶ୍ବାସ ସଂକଟ ? 

ଈଶ୍ବରଙ୍କ ସତ୍ତା ମଧ୍ୟେ

ମନୁଷ୍ୟର ପତିଆରା ଘେନି 

କେ ଜାଣିଚି ଋତୁ ଆସେ 

କୁଣ୍ଠିତରେ, ଅକୁଣ୍ଠିତ ପ୍ରାଣୀ 

ଦ୍ଵନ୍ଦ୍ୱ କି ନିର୍ଦ୍ୱନ୍ଦ୍ୱ ମନ

ସବୁବେଳେ ସମୟର ଚାପେ, 

ଉଜୁଡ଼ା ବନସ୍ତ ମଧ୍ୟ

ବୁଲୁଅଛି ଭୀଷଣ ସନ୍ତାପେ ।

 

ଚଳମାଣ ବିଚଳିତ 

ସ୍ଥିର ମନ ଅସ୍ଥିର ବିବେକ:

ଭୁଲି ଯାଇ ନିଜ ସ୍ଥିତି

ଯେଉଁପରି ଗୃହୀ-ନଫୁସକ

ପତ୍ନୀ ପିନ୍ଧା ଶାଢ଼ୀ ପିନ୍ଧି ।

ନଗରରେ ଫୁଲ ବିକିବାକୁ 

 

ରସିକତା କରୁଥାଏ

ଗ୍ରାହକଙ୍କ ମନ କିଣିବାକୁ । 

 

ଫୁଲରେ ସଜେଇବାକୁ

ଋତୁ ଯଦି ଯାଇଥିଲା ଫେରି

ତା’ପଣତ କାନି ଫିଙ୍ଗି

ଗହଳିଆ ବନସ୍ତ ସେପାରି ।

ପୂଜକ, ବିଟପୀ ନାରୀ 

ମେଳବାନ୍ଧି ମରାଳ ଦଳଙ୍କୁ

ଆତଙ୍କର ବାର୍ତ୍ତା ଦେଇ

କହୁଥିଲେ ହ୍ରଦ ତେଜିବାକୁ । 

 

ଗୋଟିଏ ସାରସ ଦେହେ

ତୀରଟିଏ ବାଜିବା ଆଗରୁ

ପଳାଇ ସେ ଯାଇଥିଲା

ଅନ୍ୟ ହ୍ରଦେ, ନିଜ ତାଲିକାରୁ, 

କେହି ତାକୁ ମାରିବାକୁ

ପଣକରୁ ଅଥବା ନକରୁ,

ପଳାଇ ସେ ଯାଇଥିଲା।

ମନଦୟେ ସୁରକ୍ଷା ଶିବିରୁ ।

ରାଜାଙ୍କ ଉଆସ ଡେଇଁ 

 

ଉଡ଼ି ଉଡ଼ି ଅନେକ ଦିଗନ୍ତ

ରାଣୀ ଚାହିଁ ବସିଥିଲେ ।

ନିଦ ଆଖି ଘାରିବା ପର୍ଯ୍ୟନ୍ତ । 

 

ହେ ମରାଳ ଫେରିଆସ ।

ଲକ୍ଷେ ରାଜା ଧରିଛନ୍ତି ତୀର

ଅପମୃତ୍ୟୁ ଭୟ ଯଦି ।

ଘାରିଲାଣି ଏତେ ତରବର

କାଇଁକି ପଳାଇଗଲ

କହ କିବା ଦେବ କଇଫତ ?

ଚାପଧାରୀ ବସିଛନ୍ତି

ରାଣୀ ମହାଅଭିମାନ ଗ୍ରସ୍ତ । 

 

ଈଶ୍ୱରଙ୍କୁ ଋତୁଶୂନ୍ୟ

ମନ୍ଦିରରେ ପଡ଼ିବ କିଳିଣି

ପୂଜକ ଯାଇଛି ଚାଲି

ମହୋତ୍ସବ ନିମନ୍ତ୍ରଣ ମାନି,

ଜାଣି ସେ ନ ଥିଲା ଜମା

ମହୋତ୍ସବ ଏକାଦଶ ତିଥି

ଈଶ୍ୱର ଯେଉଁଠି ମରି

ସମୁଦ୍ର ରେ ଫିଙ୍ଗା ହୋଇଛନ୍ତି । 

 

ତିଳୋତ୍ତମ ସହର

 

 

ମାତୃତ୍ନ ସରଳ ରେଖା 

ପିତୃତ୍ଵ ତିର୍ଥିକ, 

ବୃତ୍ତାକାର କରିବାକୁ 

ବହୁଦିନୁ ସବୁ ପ୍ରବଂଧିକ

ତିଳୋଉମା ସହରରେ 

ବାରଂବାର ଭୂକମ୍ପନ ଫଳ 

ଧୂଳିସାତ କରିଦିଏ । 

ସେମାନଙ୍କ ଅଜସ୍ର କୌଶଳ । 

 

ପିତୃ ଦାଦନ ଥିଲା

ସେତେବେଳେ ତୁମରି ସହରେ

ସମୟର ଭଗ୍ନ-ସେତୁ । 

ଖସି ପଡ଼ି ନିମଗ୍ନ ଲଜାରେ

ପିତୃତ୍ଵର ପରଂପରା

ବହି ଋଣ କରଜର ବୋଝ

ମଧ୍ୟବିର ଚେତନାକୁ

ବୋହିଚାଲେ ଅତ୍ୟନ୍ତ ଗରଜ । 

 

 

 

ବର୍ଜିବା; ବେଦନାମୟ

ବୋହିବା ବି କଷ୍ଟ,

ମଧ୍ୟବିତ୍ତ ଚେତନାର 

କୌତୁକିଆ ପାଷାଣ ମୁକୁଟ ।

ବେକାରୀ, ବେ-ରୋଜଗାରୀ

ଭଡାଘର, କ୍ଷୁଦ୍ର ପରିବାର,

କମିଲାନି ଯାହା କଲେ

ଓଜନ ସେ ନିଦI ମୁକୁଟର । 

 

ପିତୃତ୍ୱ ବିପତ୍ତି ପୂର୍ଣ୍ଣ

ଭଗ୍ନ ଜାନୁ ମଧ୍ୟବିତ୍ତ ଘରେ,

ବୁଝି ନପାରିଲ ଯଦି

ବୁଝିଯିବ ଶତାବ୍ଦୀ ଶେଷରେ ।

ପ୍ରତିଘରେ ପିତୃତ୍ଵର

ଦସ୍ତାବିଜ କରୁଚି ଆହ୍ବାନ, 

 

ପରବର୍ତ୍ତୀ ବଂଶଧର

ତୁମଠାରୁ ଉଚ୍ଚ ଆଶାବାନ । 

 

ପିତୃତ୍ୱ ସଂକଟମୟ

ତିଳୋତ୍ତମI ସହର ମଧ୍ୟରେ 

ପିତୃତ୍ବ ଉଜୁଡ଼ିଯାଏ

ପଚମାନ ନାଳ ନର୍ଦ୍ଦମାରେ ।

ପିତୃତ୍ୱ ବି ବିଳପିତ

ସାଧୁସଂଥ ଧର୍ମଗୁରୁ ମଠେ,

ଭୃଣ ହତ୍ୟା ପରିଯନ୍ତେ

ପିତୃପଣ ରହିଛି ସଂକଟେ ! 

 

ପିତୃ ଦାଦନ ନୁହେଁ

ତିଳୋତ୍ତମI ପିତୃତ୍ଵ କରଜ,

ମଧ୍ୟବିତ୍ତ ସଂସାରରେ

ଭଡ଼ାଘର ଯାହାର ଗରଜ । 

 

କୃପଣ

ବହୁନାମ ସମାହାର:

ଏକାର୍ଥ ବୋଧକ,

ଭଗ୍ନାଶ ବିୟୋଗ କଲେ

ହୋଇଯାଏ ଏକ ।

ବିଶେଷ୍ୟ ଓ ବିଶେଷଣ

ପାର୍ଥକ୍ୟ ନଥାଏ-,

ଏକେଶ୍ଵର, ନିରୀଶ୍ୱର

ପ୍ରାଣେଶ୍ଵର ଯାଏ .... )

 

ମୁଁ ନଚାହେଁ ପିତା-ପୁତ୍ର,

ସ୍ଵାମୀ ପତ୍ନୀ, ଭ୍ରାତା-ଭଗ୍ନ ହେବି,

କେହି ନାଇଁ ତୁମ ଘରେ

ମୋ ପାଖରେ ବନ୍ଧୁ ବା ବାନ୍ଧବୀ

ଏକାକୀ ବକ୍ର କିଳିଣି

କାରାରୁଦ୍ଧ ଅକିଞ୍ଚନ ଜନ,

ଛୋଟ ପକ୍ଷୀ ପର ଲାଗି

ବାରମ୍ବାର କରୁଚି କ୍ରନ୍ଦନ ।

 

ମୋ ବନସ୍ତ ଶୂନ୍ୟ ନୁହେଁ,

ଉଡୁଛନ୍ତି ବହୁତ ଚଢ଼େଇ,

ଆକାଶରେ ଉଦାସିଆ

ପବନରେ ଭାସି ଉଡ଼ିଯାଇ

ଯେଉଁଠାରେ ଶେଷ ବିନ୍ଦୁ

ସେଇଠାରେ ପୁନଶ୍ଚ ଆରମ୍ଭ

ସବୁରି ଆରମ୍ଭ ଶେଷ

ମୁଇଁ ଏକ ଅକିଞ୍ଚନ ଜୀବ ।

 

ଟିକି ଚଢ଼େଇର ଡେଣା

ତାହା ମଧ୍ୟେ ସୂର୍ଯ୍ୟଙ୍କ ନିବାସ

ଚାନ୍ଦିନୀ ସୌରଭ ଭରା

ଯଦି ତାହା ଋଦ୍ଧ କାରାବାସ ।

ତଥାପି ହେ ସର୍ବନା

ପୃଥିବୀର ସର୍ବରସ ପୂର୍ଣ୍ଣ

ତୁମରି ସଂଗୀତ ମଧେ,

ଯଦି ତୁମେ ଏକାନ୍ତ ମଗନ !

ପ୍ରାର୍ଥନା

 

ମୋର ଉଦ୍ୟାନେ 

ଏବେ ତୁମ ପାଇଁ

କି ଗଛ ରୋପିବି ମୁଁ 

ଜାଣେ ନାଇଁ ।

ତଥାପି ବହୁ ଫୁଲ 

ଆପେ ଆପେ

ଫୁଟନ୍ତି ଚତୁର୍ଦ୍ଦିଗେ 

ମୋ ସମୀପେ || 

 

ଫରମାସି

କେଉଁ ତିଥି ତାରିଖ 

ବାରମାସି ।

ଅଛିକି ଦିନୁଟିଏ 

ଫୁଲ ନାଇଁ 

ମାଳି, ପିଆଦା ଗଲେ 

ଲାଜ ପାଇଁ ? 

 

ପାଣିରେ ଫୁଟେ ଫୁଲ 

ଅଗ୍ନିରେ ବି

ଅଙ୍ଗାରେ ଫୁଲ ଅଛି 

ଜହରେ ବି.

ଦୁର୍ଭିକ୍ଷ ମହାମାରୀ 

ହାହାକାରେ

ଫୁଲ ଫୁଟଇ ସବୁ 

ଉଦ୍ୟାନରେ ||

ଦେବତା ଶୂନ୍ୟ ଅବା 

ଦେବ-ସ୍ଥାନ

ଫୁଲ ଫୁଟେ ସବୁଠି 

ପ୍ରତିଦିନ ।

ଅନ୍ଧାରେ ଫୁଲଫୁଟେ 

ଆଲୋକରେ

ଫୁଲ ଫୁଟୁଛି ନିଜ । 

ପୁଲକରେ । 

ବାୟାଣୀ ଫୁଲ ସୂଂଘେ । 

ବିଳାପରେ

ଯୁବତୀ ଫୁଲ ଫୁଘେ 

ବିଳାସରେ ।

ରସିକ ଫୁଲ ଖୋଜେ ଭରମରେ 

ଅରସିକ ଖୋଜୁଚି ସରମରେ ||

ବହୁ ବନସ୍ତେ ଫୁଲ ଅନ୍ୱେଷଣ 

ଦେବତା କାଇଁ ପାଇଁ ଅଭିମାନ ?

ପ୍ରାଣୀ ପଚାରେ ତାଙ୍କୁ ଅଚିରାତ ।

ଚକ୍ଷୁ ନଥାଇ ତୁମେ, ଦିନ-ନାଥ ?...

ଘ୍ରାଣ ଶକ୍ତି ନଥାଇ ଫୁଲ ବନ ।

ନିତିକରୁଛି କଂପା ବିଦଳନ ?

ଅବିବେକୀ ମଣିଷ ଚେତନାରେ ।

ରୁଗଣ ମଣିଷ ହୃଦ ଯାତନାରେ । 

ବିତ୍ତଶାଳୀ ମଣିଷ ଲାଛନାରେ । 

ତୁମେ ସୁଖ୍ୟାତ ଖାଲି ପ୍ରାର୍ଥନାରେ । 

 

 

ଇତିହାସ

 

(୧)

ମୁଗଧାନIରୀ କୁଚିପରି 

ମୋ ମନର ସ୍ନିଗ୍ଧ ଦେବାଳୟ

ଅଗମ୍ୟ ବନସ୍ତେ ଠିଆ ।

ନିକାଂଚନ ଅନ୍ଧକାର ଗର୍ଭI ।

ହଠାତ୍ ଦେଖିଲି ଦିନେ 

ଘେରିଗଲା ପ୍ରସ୍ତର ବଳୟ,

ଶାଳ, ପିଆଶାଳ, ଶିଶୁ,

ସାଗୁଆନ, ଅନେକ ଗଛର

ମୁନିଗଣ ଠିଆହୋଇ

ପଢୁଛନ୍ତି ତ୍ରିସଂଧ୍ୟାରେ ସ୍ମୃତି । 

(୨)

ସମଗ୍ର ପ୍ରକୃତି ମଧ୍ୟ 

ଯେତେ ଦ୍ଵନ୍ଦ୍ଵ ଯେତେ ପରାଭବ,

ସବୁ କିଛି ପ୍ରତିହତ

ବଂଶପରେ ବଂଶ ଅଗଣିତ ।

ଯାଯାବର ଆରଣ୍ୟକ

ପ୍ରବାହିତ ନଦୀ ଝରଣାର

ଚଳମାଣ ଇତିହାସ

ସ୍ମୃତି ଆଉ ଲୌକିକ ବିଶ୍ୱାସ ।

(୩) 

ଅନନ୍ତ ବର୍ତ୍ତୁଳ ପ୍ରେମ

ଏକମୁଖୀ ବିରହ ମିଳନ

ପୁରୁଷ ଓ ଭାର୍ଯ୍ୟା ଦୁଇ

ସଂସାରରେ ଅଙ୍ଗୀକାରବଦ୍ଧ । 

ଐହିକ ଓ ପାରତ୍ରିକ

ଆପାତତଃ ବହୁତ ପୁରୁଷ

ମୃତ ଦେହ ପୋତି ଦେଇ

ବଂଚିଛନ୍ତି ପିତୃବଂଶ ଗର୍ବେ । 

 

 

(୪) 

ଏମନ୍ତ ସଂକ୍ଷିପ୍ତ ବାର୍ତ୍ତା 

ଗୋତ୍ର ବଂଶ ବହୁ ପ୍ରସାରିତ

ବିଶ୍ୱାସ ଓ ଅବିଶ୍ୱାସ

ପରଂପରା ଅନେକ ନିବିଡ଼ ।

ଇତିହାସ ପୋଷା ହେଲା ।

ଧଳା ଆଉ ମଖମଲି ଶେଯେ । 

ପ୍ରଭାତ କାକଳି ମଧ୍ୟେ

ପ୍ରତିଦିନ ମୁହଁ ଦେଖା ଦେଖି

ସ୍ୱର୍ଗେ ଆଉ ପୃଥିବୀର

ବିଶ୍ୱାସ ଓ ଆମ ପ୍ରତ୍ୟୟରେ । 

(୫)

ବହୁ ଯୁଗ ବହୁ ସତ୍ୟ ।

ବହୁ କ୍ଷୁର୍ଣ୍ଣ ପ୍ରତାରିତ ପ୍ରାଣୀ

ଅନ୍ତତଃ କେବେବି ଥରେ 

ଖୋଜିବାକୁ ପ୍ରାଚୀନ ବିବର । 

ଗଛ ଓ ପୃଥିବୀ ମେଳେ

ଅଥବା ଏ ଋକ୍ଷ ପଥରରେ

ବର୍ଷା ଯଦି ପାଣି ଢ଼ାଳି ।

ପ୍ରେମକଲା ଘୁମନ୍ତ ଶ୍ରାବଣେ । 

(୬)

କିଛି ବି ସ୍ମରଣ ଥାଏ ।

ବିସ୍ତରିତ ଅନେକ ବର୍ଷର

ବହୁ କଥା ଆଖ୍ୟାୟିକା

ଛନ୍ଦଗୀତ ଲୌକିକ କାହାଣୀ ।

ଗୀତିମୟ ସୃତିମୟ

ସବୁ ପୁଣି ହୁଏ ଅବାଙ୍ ମେୟ

ବହୁ ପୀଡା ବେଦନା ଓ ।

କାମନାର ଇଙ୍ଗିତ ମାତ୍ରକ । 

 

ରାଜକୀୟ

 

ମୋ’ ଦ୍ଵାରେ କାଗଜ ଗଛ 

ବୁନିଆଦି ଗହନ ବନସ୍ତ, 

ମାଟି କାଂଥେ ଲିପାପୋଛା 

ଆଦିଗନ୍ତ ଯେତେ ମାନଚିତ୍ର । 

ବସ୍ତି, ପ୍ରଗଣା, ତାଲୁକ 

ତହସିଲ, ଯେତେ ଅଂକାବଂକା, 

ସପତ ପୁରୁଷ ନାମ 

ନବଦଳି ରହିଛି ଅବିକା । 

 

ପୁରାତନ ବଂଶଲତା 

ପୁରୋହିତେ କି’ ଘେନିବ ଦାନ ? 

ସପତ ପୁରୁଷ ପିଣ୍ଡ 

ଦେବାଲାଗି ଅମୋକ୍ଷ୍ୟ ସନ୍ତାନ 

ତେରେଛା ନଈକୁ ସିଧା - 

ସଳଖିବା ରାଜମିସ୍ତ୍ରୀଗଣ

ଏବେ ପୁଣି ରାଜା ଲାଗି

ବାଂଧୁଛନ୍ତି ନୂତନ ତୋରଣ ।

ବାପାଙ୍କର ନାମ ଜାଣି

ରାଜା ମତେ ପାରିବେକି ଚିହ୍ନି :

ସେ ବେଳ ଆଉ ନାଇଁ

ଏବେ ସବୁ ବଂଶ ଗଣାଗଣି ।

ସବୁଜାତି ପାଟକର 

ତଫସିଲ ଅଠର ବର୍ଷରେ,

ମିଶାଣ ହେଉଟି ଏବେ

ନୂଆ ଜାତି ଉହ୍ୟ ତାଲିକାରେ ।

 

‘ବହୁଜନ ହିତାୟ ଓ

ବହୁଜନ ସୁଖାୟ ରୀତିରେ 

ଜାତିବଂଶ ବଦଳୁଚି

ତାଲୁକରେ ପୁଣି ପ୍ରଗଣାରେ । 

ତେରେଛା ନଈର ବାଙ୍କ

ଯେତେଥର କରାଗଲା ସିଧା,

ପ୍ରତିଥର ବଦଳିଲା

ସାଂସଦ ଓ ବିଧାନ କାଇଦା ।

ବସ୍ତି, ପ୍ରଗଣା, ତାଲୁକ

ସପତ ପୁରୁଷ, ନାମ କାଟି

 

ନୁଆନାମ ଯୋଡ଼ି ତାକୁ

ପ୍ରତିର ବଢୁଚି ଅରଷ୍ଟି ।

ତେରେଛା ନଦୀରେ ଡ଼ଙ୍ଗା

ଚାଲିଥିଲା ସିଧା ଓ ସଳଖ,

ବେଳେବେଳେ ଲାଗେ ଯଦି

ସୂର୍ଯ୍ୟ ଆଉ ପୃଥିବୀ ତୀର୍ଯକ । 

 

ଗ୍ରାମ ଭୂମି ଅଂକା ବଂକା,

ଜାତି ଗୋତ୍ର ଅସମାନ୍ତରାଳ,

ତଥାପି ଶତାବ୍ଦୀ ଶେଷେ

ପହଂଚିଲା ନୂତନ ସକାଳ । 

 

ସମତାର, ନିର୍ଭୟର

ନିର୍ଭରଶୀଳତା ଅଂଙ୍ଗୀକାର,

ସ୍ଥାବର ଆଶା ପୁଲକ 

ରୋମାଂଚକ ପ୍ରେମ-ପଲ୍ଲବର । 

 

ଶେIଷଣ ବର୍ଜତ ତନ୍ତ୍ର

ରାଜା ତଂIକୁ ବହୁ ଉପଚାରେ

ଛନ୍ଦିଦେଇ ଟାଣି ନେଲେ

ବଳାତ୍କାରେ ନିଜ ପଲଙ୍କ ରେ।

ନିଷ୍ପାପ କୁଆଁରୀ ମନ,

ନିର୍ବଳ, ଚଟୁଳ, ନିର୍ବିକାର ।

ରାଜା ତାଙ୍କୁ ପିଆଇଲେ,

ଉତ୍କଣ୍ଠାର ତରଳ ଗରଳ ।

ବଳତ୍କାର ଭୋଗ ସଂଭୋଗରେ

ଜରାଗ୍ରସ୍ତ ଲୋମଶ ଦେହରେ

ଶିକ୍ଷା ଦେଲେ ରାଜନୀତି ସାର,

ବାନ୍ଧିଦେଇ ରାଜକୀୟ 

ଉତ୍ତରୀୟ, ଉଲଗ୍ନ ଶରୀର । 

 

ତେରେଛା ନଈକୁ ସିଧା

କରିଥିବା ରାଜମିସ୍ତ୍ରୀ ଦଳ,

ଏବେ ବୁଲି ପ୍ରତିବାଂକେ

କରୁଛନ୍ତି ନଦୀକୁ କାଇଲ ।

ବାଂନ୍ଧିବା ତୋରଣେ ଲେଖା, 

ତିନିଥର ସ୍ଵାଗତ, ସ୍ଵାଗତ !!

ତଲାକ୍‌, ତଲାକ୍ ଶୁଭେ

ଅଦାଲତ ଘର ପରିଯନ୍ତ । 

 

ଫୁଲବାଣୀ ଜହ୍ନ

 

ଫଟକା ଫୁଟାଅ ନାଇଁ,

ଚତୁର୍ଦ୍ଦିଗେ ବାଘ ତରକିବ,

ଘୁମନ୍ତ ପ୍ରେମ କାହାଣୀ

ଅକାରଣେ ବ୍ୟର୍ଥ ହୋଇଯିବ ।

ସାରା ରାତି ଶୃଗାଳର

ସ୍ମୃତି ପଢ଼ି ଭୋର ହେଲାବେଳେ,

ଅକସ୍ମାତ ବାଘ ଆସି 

ଶେଯ ପାଖେ ବସିଲା ପହିଲେ । 

ଅଗୁର ବନସ୍ତ ଗନ୍ଧ

ଭୁରୁ ଭୁରୁ କରି ଆମୋଦିତ,

ନିଷ୍ଣୁର କର୍କଶ ଦେହୀ 

ବାଘ ଆସି ଶୁଣୁଥିଲା ମନ୍ତ୍ର । 

ପୋଷା ମାନିବାକୁ ଯଦି

ବାରଂବାର କରିଦେଲା ନାସ୍ତି

ତଥାପି ସେ ଦେହ ଗନ୍ଧେ

ପ୍ରାଣ-ମନୁ ଘୁଚିଗଲା କ୍ଲାନ୍ତି ।

ମୁଁ ଦେଖିଲି ବାଘ ଦେହେ 

ହେମନ୍ତର ଔଦ୍ଧତ ଯୌବନ,

ପାଚିଲା ଧାନ ଖେତର ।

ମଖମଲି ରଂଗଭରା ସ୍ଵପ୍ନ ।

ଆମ ଅନ୍ତରଙ୍ଗ ପ୍ରୀତି,

କର୍କଶ ଓ ସବୁଜ ଧରିତ୍ରୀ ।

ବେଳେବେଳେ ଥରିଉଠେ

ବାଘ ଯଦି ହେଲା ଋତୁମତୀ ।

ମୁଖଶାଳା ଭାଙ୍ଗିପଡ଼େ

ଦୂରବର୍ତ୍ତୀ ଅବନ୍ତୀ ନଗରେ,

ନୈରାଜ୍ୟ ଉତ୍କଳ ହିଂସ୍ର

ବନଭୂମି ଦେବାଳୟ ଥରେ ।

 

ଫୁଲହୀନ ଫୁଲବାଣୀ

ଆରଣ୍ୟକ କର୍କଶ ଦୁର୍ଦ୍ଦାନ୍ତ,

ଚାରିମେଘ ଏକାକାର

ସଜ୍ଞାହୀନ ବିଦ୍ରୋହ ଘୁମନ୍ତ । 

 

ସମଗ୍ର ଭଗ୍ନାଶ ମଧେ

ଅର୍ଥହୀନ ଏକ ବିସ୍ଫୋରଣ,

ସୂରଭଙ୍ଗ ହେଲେବି’ ତ 

ତାହା ଏକ ବିଜ୍ଞପ୍ତି ଦାରୁଣ

ମାନବିକ ବେଦନାର ।

ଅବଜ୍ଞାର ହତାଶା କୁଣ୍ଠାର ।

ଭାଷାହୀନ ବକ୍ତବ୍ୟର ....

ପ୍ରସ୍ତର କୋଟର ଅନ୍ଧକାର । 

 

ବିପ୍ଳବର ବକ୍ରଗତି ....

ଆମେ ସବୁ ବୁଝିବା କଣ

ଭାଷାହୀନ ‘କୁଇ’ ଯଦି

ମାଗିଦେଲା ନିଜ ଅଭିଧାନ । 

କେଉଁ ପରି ବୁଝାଇବ ।

ବ୍ରାହ୍ମଣେୟ ପୈତୃକ ଶାସନ 

ବୈତାଳିକ ପୃଥୀ ଯଦି

ରାଜା ଅଜ୍ଞା କରୁଚି ଇଂଘନ I 

 

ଫୁଲ ବଉଳବେଣୀର

ଗ୍ରାମ ଦାଣ୍ଡ ପିଚ୍ଛିଳ ଶ୍ମଶାନ,

ପୁରୁଣା ପାଇକ ବୀର

ଖୋଜେ ଆଜି ଫୁଲବାଣୀ ଜହ୍ନ ।

ସହସ୍ର ସହସ୍ର ହୃଦ

ନିପୀଡିତ ଅଚିହ୍ନା ଅଜ୍ଞାନ ।

ଯାହାକଣ୍ଠ ଭାଷା ନାଇଁ 

କେ ବୁଝିବ ତା' ମନ ଗହନ ?

ଅନ୍ଧକାର-ବିପ୍ଳବର ।

ପୃଥିବୀରେ ଆଦ୍ୟ ଭେଟା ଭେଟି

ବାଘ ଯଦି ଖୋଜି ବସେ

ନିଜ ଭାଷା ନିଜର ସଂଗୋଷ୍ଠୀ । 

 

--------------------------------------------------------------------------------------------------------------

(ଘୁମନ୍ତ ବନପର୍ବତ ଘେରା ଫୁଲବାଣୀ ଜିଲ୍ଲାରେ ୧୯୯୪ ମସିହାରେ କୁଇ ଜାତି ବିଦ୍ରୋହ କରିଥିଲେ। ରଚିତ କବିତା ତାହାରି ସ୍ମରଣିକା ।) 

------------------------------------------------------------------------------------------------------------------------------------

 

ପୁରସ୍ତମ

 

ଲୁହ ଯାକ ପଣତରେ ତୋଳ,

ଏ’ ସହରେ, ଦୋଳା ଚଳେ ନାଇଁ :

ବହୁ ଦୂରୁ ଆସିଥିବ ଶକଟରେ,

ବଧୂ ହେବ, କଳ୍ପ -ବଟ ଚାହିଁ । 

ଶରଧାବାଲିର ଶେଯେ, ଅକୁଣ୍ଠିତ

ମଧୁଶଯ୍ୟା ରାତି-ଅପରାଧୀ :

ରହିଗଲ ବରପୂର୍ବା ତୁମେମାନେ

ବୃକ୍ଷ-କନ୍ୟା-ସୁତେ, ନିରବଧି । 

ଦେବଦାସୀ ଅଭୀପ୍ସାର ଋତୁକାଳ,

ଜଗନ୍ନାଥେ ଏକ-ପତ୍ନୀ-ବ୍ରତ : 

ଦେହାତୀତ ଭୋଗ ପାଇଁ,

ଯେଉଁମାନେ ସର୍ବଦା ଅର୍ପିତ । 

ଅସଂଖ୍ୟ ଉପଳଖଣ୍ଡ,

ସମୁଦ୍ର ର ଢେଉ ଅବାରିତ:

ଯୁଗେ ଯୁଗେ ସମାବେଶ,

ସାଧକ ଓ ଭକ୍ତ,

ଅୟୁତ ନିୟୁତ ।

ସବୁରି ପ୍ରାର୍ଥନା ମିଶେ

ସମୁଦ୍ର ଗର୍ଜନେ ଅବିରତ । 

ଏ’ ସହର ଏବେ ରୁଗଣ, ।

ପୁଣି ପାରତ୍ରିକ

ସ୍ପର୍ଶ-କୁଣ୍ଠ, କପଟୀ,ଲୁବ୍ଧକ ।

ଆତ୍ମ-ଜ୍ଞାନ ଶୂନ୍ୟ କେଉଁ

ଜଡଧର୍ମୀ, ବିଜ୍ଞାନର ମେଳା,

ନକଲି କୋଲପ କିଣି

ମୁଦି ଦେଲା ନିଜ ବନ୍ଦୀଶାଳା 

ଏ’ ସହରେ ନିଦ୍ରା ନାଇଁ

ଚତୁର୍ଦ୍ଦିଗ ଆବର୍ଜନା ପୂର୍ଣ୍ଣ :

 

ଅହଂକାର ଉଦାସୀନ,

ଆତ୍ମ-ସେବୀ କାହାଣ କାହାଣ ।

... ପୁରୁଷୋତ୍ତମ ଠିକଣା 

ଖୋଜି ଖୋଜି ଢ଼ଳିଚି ମଧ୍ୟାହ୍ନ । 

 

ଏ’ସହରେ ଦୋଳ ନାଇଁ,

ସୀମନ୍ତିନୀ ବାଗଦରା କେବଳ :

ସ୍ଵୟଂବରା ସ୍ୱତଃସ୍ଫୂର୍ତ,

ଗବାକ୍ଷରେ ଜଳୁଚି ଅନଳ ।

ଲାବଣ୍ୟ ନୁହନ୍ତି ବଧୁ, 

ସୌନ୍ଦର୍ଯ୍ୟ ସତେଜା ...

ଗୃହିଣୀ ନୁହନ୍ତି କେହି ...

କାମିନୀ ଓ ଭାର୍ଯ୍ୟ । 

ଆମେ ସବୁ ଫେରିବାକି ।

ପୁରସ୍ତମୁ ନିଜ ଲୁହ ଧରି

ହୁଏତ ପାରନ୍ତି ଚିହ୍ନି,

ପୁରାତନେ ତମସୁକ ଧାରୀ । 

 

ବିଚାରୁଚି, ପୁରୀ ଏବେ,

ପରିବେଶ ଜୁଆଡ଼ିଙ୍କ ଆଡ୍ଡା : 

କୈବଲ୍ୟ କୁଢ଼ର ମଧ୍ୟେ,

ଘନମାଛି - ନୀଳମେଘ ଚୂଡ଼ା ।

ସମୁଦ୍ର କୂଳେ ହୋଟେଲ,

ମାଳମାଳ ଭୋଗ ସଂଭୋଗର :

ନୀଳରକ୍ତ କଙ୍କଡ଼ାଙ୍କ,

ରାଜନୀତି-ବଂଶ ବଳିଆର । 

 

 

ମୁଖା

 

ନାକେ ଛିନ୍ଦ୍ର ନଥିବା ମୁଖାପିନ୍ଧି,

ବସିଛି ତୁମ ଘରେ ପଣବନ୍ଦୀ ।

କାଗଜ ଠୁଙ୍ଗା ନୁହେଁ ଫାଟିଯିବି

ପ୍ଲାଷ୍ଟିକ ଖୋଳେ କଳ ଦୀର୍ଘଜୀବୀ I 

 

ଅବିଚଳିତ ରହି ବିଚଳିତ

ପରୀକ୍ଷା ଫଳ ସବୁ ଅନିଶ୍ଚିତ ।

ବାରବୁଲା କୁକୁର ସ୍ୱଭାବତଃ,

ତରକା ଚେଙ୍ଗା ମୋଠୁଁ ଅବିରତ || 

 

ଅବଧି, କାଳାବଧି, କାଳାନ୍ତର,

ଅନ୍ତରାଳ ଓ ମଧ୍ୟ, ଅଭ୍ୟନ୍ତର ।

ଏ’ ସବୁ ଅନ୍ୱେଷଣ ଚ ହୃଦୟର,

ତୁମେ ରହିଚ ତା'ଠୁଁ ବହୁଦୂର । 

 

ଚନ୍ଦ୍ର ବ୍ୟର ବ୍ୟବହାର ସଂଖ୍ୟାବଢ଼ି,

ମଣିଷ ଜାତିକଲା ଛଡ଼ା-ଛଡ଼ି...

ଶବ୍ଦ, ଆଲୋକ, ଗତି, ଅଣୁତତ୍ୱ

ପଞ୍ଚଭୂତ ପ୍ରକୃତି ଆଧୁପତ୍ୟ : 

ତୁମେ ହୋଇଚ ତା’ର ମହାଜନ

ଆତ୍ମା ହୃଦୟ କରି ସ୍ଥୂଳଘନ ।। 

 

ସମୟ ଅବଧିକୁ ସଂକୁଚିତ,

ମାଧାକର୍ଷଣ କରି ପରାଜିତ,

ତୁମେ ନୁହଁ ନାରଦ, ହନୁମାନ :

ମତେ କହୁଚ ପୁଣି ଦିବ୍ୟ-- ଜ୍ଞାନ ?

ଗୋଟିଏ ପାଣିକୁଣ୍ଡ ଅବା କୂପ ।

କହିଲ ଏହା ତୁମେ ବିଶ୍ଵ ରୂପ ! 

 

ଆମ ବିବାହ ଥିଲା ସପ୍ତପର୍ଣୀ, 

ଦେଖିଲି ଦେହଭୋଗ ମାନହାନି...

ତଥାପି, ଛାଡ଼ପତ୍ର ଅକର୍ମଣ୍ୟ

ଯଦି ଛାଡ଼ିବ କରି ନିର୍ବସନ ! 

 

ଦାରିଦ୍ର୍ୟ ବୁଭୁକ୍ଷା ଓ ଅସମତା

ମୁଖା ପିନ୍ଧିଲେ ଶୁଣେ ସ୍ଥୂଲବାର୍ତ୍ତା ।

କାନରେ ପଶି କହେ ହେ ଉଦ୍ଧବ

ଏ’ ମୁଖା ଫିଙ୍ଗିଦେବା ଅସମ୍ଭବ । 

 

ସଂବିତ୍

 

ଅପତ୍ୟ ବୈରାଗ୍ୟ ମାତା ।

ସଂସାରରେ ରହିଥିଲେ କେହି 

ଦେହରେ ହରିଦ୍ରା ମାଖି

କିହ୍ମୀରୀଆ ନଦୀ ପାରିହୋଇ

ଯାଇଥିଲେ ଥରେ ଥରେ

ଅନ୍ୟ କେଉଁ ପୁରୁଷ ଆଶାରେ 

ଦୋଚାରୁଣୀ ସ୍ୱୈଚାରିଣୀ :

ପୁନଶ୍ଚ ଫେରିବେ ନିଜ ଘରେ ।

କ୍ଷମା କି ଅକ୍ଷମା କହ

ଆଦର କି ନିରାଦର ଦେହ 

କ୍ଷଣକର କ୍ଷମାନିଧି

ଅଯାଚିତ କଠୋର ହୃଦୟ

ଭାଙ୍ଗି ପଡ଼ିଥିବା ଧନୁ

ସତେ କିବା ସାଜି ପୁଣିଥରେ

ଉଜୁଡା ବନସ୍ତେ ରାଜା

ପଶିଗଲ ମୃଗୟା ବିଧିରେ । 

 

ସନ ଓ ତାରିଖ ସବୁ

ବଦଳାଇ କେବେ ଥରେ ଥରେ

କାଲେଣ୍ଡର ପୃଷ୍ଠା ଚିରି

ଖାତା ବାଂଧି ଛବି ମଲାଟରେ,

ଯେପରି ନିଜର ଭ୍ରମ

ବୁଝେ ନାଇଁ ଅବୋଧ ବାଳକ :

ଏବେ ମୋର ପଲଙ୍କରେ

ତୁମ ଲାଗି ପିଛିଲା ତାରିଖ 

ସେଇପରି ଭରିଦେଲା

ମୋ ମନରେ ନୂତନ ପୁଲକ । 

 

କିଏ ଜାଣେ ସଂସାରରେ

କବି ଜଣେ ତୁମରି ପାଖରେ 

ଦେହରେ ହରିଦ୍ରା ମାଖି

ଅବରଣୀ ବେଦୀର ଉପରେ

ଅନାହୃତ ବରଯାତ୍ରୀ

ବସିଥିଲା ନିଜ ସ୍ଵୟଂବରେ । 

 

ବିବାହ ମଣ୍ଡପ ପାଖେ

ସ୍ନାନସାରି ଯେତେ ସୁଲକ୍ଷଣୀ

ଫୁଲଶଙ୍ଖା ପିନ୍ଧିସାରି

ତୁମ ପାଖୁ ନେଲେଣି ମେଲାଣି

ସବୁରି ସତେଜ ମନ

ଛାଡ଼ିଦେଇ ଅପାଶୋରା ସ୍ମୃତି, 

ମୋ କବିତା ତାଙ୍କ ଲାଗି

ନିତିପ୍ରତି କରୁଚି ଭଣତି । 

 

ହେ ବିଚିତ୍ର ନଦନଦୀ

ମୋ ସଂବିତ୍ ରଣୀ ତମ ପାଇଁ

ସକଳ ତୀର୍ଥର ଜଳେ

ଥରେ ମତେ ଦେଇଚ ଭସାଇ

ହରିତ ବନସ୍ତ କରି ନୀଳାୟିତ

ଚତୁର୍ଦ୍ଦିଗେ ଚୌହଦୀ ପର୍ଯ୍ୟନ୍ତ,

ସନ, ମାସ ତାରିଖକୁ

ବାରବାର କରି ନବୀକୃତ । 

 

ସୁକଳ୍ପିତ ଵିକଳ୍ପିତ 

ମୋ କବିତା ମନ ଜଗତରେ

ନୀଳ ନମ୍ର ମେଘଧାରେ

ସଂବିତ୍ ର ବୀତ କଂଠରେ । 

ମୋ କବିତା ଅକସ୍ମାତେ

ଅନ୍ୟ ଜଣେ କିଏ ଦେଲା ଲେଖି

ପଦ୍ମାବତୀ ଜଗିଥିଲେ

ସ୍ୱାମୀଙ୍କର ଆହ୍ନିକ ପାଇଁକି ?? 

 

 

ଯାଜ୍ଞସେନୀ (୨)

 

କେଉଁ କୁମ୍ଭାରଶାଳରେ

ଆରଣ୍ୟକ ଦେହ ଉତପୀଡ଼ନ

ପାଉଁଶ ଗଦାରେ ତୁମେ

ନିଦ୍ରାଗଲ ପଲଙ୍କ ବିହୀନ ।

ପ୍ରଥମ ଉତ୍କଣ୍ଠା ରାତ୍ରି,

ସାଥୀହୀନ କୃଶ ମଧୁଶଯ୍ୟ; 

ହେ ଅନନ୍ୟ ସ୍ଥିତିବାନ ଭାର୍ଯ୍ୟ,

ଅର୍ଦ୍ଧ ବିଶ୍ୱ ପ୍ରଥମ ଐଶ୍ଵର୍ଯ୍ୟା (୧) 

ତୁମେ କେଉଁ ପ୍ରତୀକ’ ବା । 

କେଉଁ ଯୁଗ ବ୍ୟଙ୍ଗ ସମାଚାର

ମୋ’ ଚିତ୍ର ବହି ପୃଷ୍ଠାରେ

ଦିଶୁଥିଲା ଉଲଗ୍ନ ଶରୀର ।

ତୁମେ ତାକୁ ନିଜ ହାତେ

ଦଳିଫିଙ୍ଗି କରିଦେଲ ଜୁର ||

 

ସକାକୁ ପୋଡ଼ିବ ଦେହ

ଆଉଥରେ ସଂଜରେ ପୋଡ଼ିବା 

ଉତପାତିଆ ପୁରୁଷର 

ଯେଉଁଦିନ ପାଳିଟା ପଡ଼ିବ ।

 

ସେ ଚାହୁଁଚି ଦେହଭୋଗ 

ନିଜପାଳି ଖାତା ସଂଶୋଧନ 

ଜ୍ୟେଷ୍ଠ ଭ୍ରାତା ଦରବାରେ 

ସ୍ଥିର ହେଲା ସପ୍ତI ପାଞ୍ଚଦିନ || 

ସକାଳେ ପେଟ୍ରୋଲ, ଘୃତେ 

ଦେହକୁ ଜାଳିବ ରକ୍ତବର୍ଣ 

ପୂର୍ବରାତ୍ରି ସ୍ୱାମୀଠାରୁ 

ହେବା ଲାଗି ସଂପୂର୍ଣ୍ଣ ବିଚ୍ଛିନ୍ନ ।

ଅଗ୍ନିରେ ଦେହକୁ ପୋଡ଼ି 

ଶେଯେ ପୁଣି ବରେ ଅନ୍ୟସ୍ୱାମୀ । 

ଏପରି ଅବଳା ଜଣେ 

ଅନ୍ତଃପୁରେ ରହିଥିଲା ଜନ୍ମି । 

ନପୁଂସକ ସ୍ଵାମୀ ଜ୍ଞାତସାରେ 

ନିର୍ବିକାର ଅମ୍ବାନ ଶରୀରେ | 

 

ଶିଖୁଥିଲେ ଧନୁର୍ବିଦ୍ୟା 

ନିଜେ ସିଏ ବିଧିହନ୍ତା ଯଦି 

ଯେଉଁ ବାଣେ ସ୍ୱାମୀ ତାକୁ 

ଆଣିଥିଲେ ପ୍ରତିଦ୍ୱନ୍ଦ୍ୱୀ ବଧୀ । 

 ଓଲଟାଇ କରିଥାନ୍ତା

ସ୍ୱାମୀଙ୍କର ଶାପ ବିମୋଚନ 

ନିଜେ ହୋଇ ଅଂଗାରେ ଦହନ ||

 

ଖଇରାତି ଶରୀରକୁ

ଦୁଇଥର ତପ୍ତ ଘୃତେ ଜାଳି

ଦେଢ଼ଶୁର ଗମୁଥିଲା

ସିଏ ଯେଉଁ ବିବାହିତା ନାରୀ ।

ଦୋଚାରୁଣୀ ନୁହେଁ କେବେ ।

ସେତ ପୁଣି ସ୍ୱୌ-ଚାରିଣୀ ନୁହଁ । 

କେମିତି ଜାଣିବା ତାର

ସୁରତିରେ ଥିଲା କି ସମ୍ମୋହ ?

 

ପ୍ରଣୟ ଜର୍ଜର ମନ ।

ତା’ ପାଖରେ ଥିଲା ଅବା ନାଇଁ ?

କେମିତି ଜାଣିବ ସିଏ

ପତିବ୍ରତା ଅବିଚଳ ଦେହୀ ||

 

ସ୍ଥିତିବାନ ସ୍ୱାମୀ ପାଳି,

ଭାଙ୍ଗିଗଲା ମଧୁଶଯ୍ୟବାସି, 

ପୁନଶ୍ଚ ଦ୍ବାଦଶ ବର୍ଷ

ଅଭିଶପ୍ତ ବନଗିରି ବାସୀ

ଭ୍ରମେ ଉଲ୍ଲଘନ କରି

ଅନାୟତ୍ତେ ଅଙ୍ଗୀକାର ସୀମା, 

ପତ୍ନୀ ଝୁରେ ଦିନରାତି

ବୟସର ଅକ୍ଷାଂଶ ଦ୍ରାଘିମା ||

 

-------------------------------------------------------------------------------------------------------------------------------------

(୧) ଏଶ୍ଵର୍ଯ୍ୟା ରାୟ, ବିଶ୍ୱ ସୁନ୍ଦରୀ ୧୯୯୪ (୨) ସମାନ ଶିରୋନାମାରେ ଏହି ଲେଖକର ପ୍ରଥମ କବିତା ୧୯୪୦ରେ ପ୍ରକାଶିତ । 

-------------------------------------------------------------------------------------------------------------------------------------

ଗ୍ରାମ୍ୟ ବିବାହ

 

ସରୁ ନଈ ଧାର ବାଲି ଚଢ଼ିଯାଏ। 

ଯଉତୁକ ନାହା ଅପ୍ରମିତ । 

କିପରି କରିବୁ ଝିଅ ବାହାଘର 

ବାପ-ମାଆ ଦୁହେଁ ଅସ୍ତବ୍ୟସ୍ତ

ଘାଟଯାକ ଖାଲି ଡ଼ଙ୍ଗାମୟ

ପାଣି ଶୁଖିଗଲେ ଗଣ୍ଡଯାଏ ।

ପଣ୍ଡ ହୋଇଗଲା ଧୀବର କାମନା । 

ଘାଟ ଠିକା ଗଲା ବାଏଁ ବାଏଁ । 

ବିଲୁଆ ପାଟିରେ ନିଆଁ ହୁଳା ଜଳେ,

ପାଣି ଖୋଜି ଖୋଜି ଗଲା ପ୍ରାଣ ।

ଜାତି ଗୋତ୍ର ଭ୍ରମି ବନସ୍ତ ଭିତରୁ

ଝିଅ ପାଇଁ ପାତ୍ର ଅନ୍ୱେଷଣ ||

ସବୁଠି ଶୁଖୁଲ୍ଲା ନଈଧାର

ବାହା ହୋଇଗଲା ଅଜଗର ।

ବାପା-ମାଆ ଦୁହେଁ ଠେକିରେ ମୁତିଲେ 

ଚୌଦିଗେ ଘୋଟିଚି ଅନ୍ଧକାର ।)

 

ଷୋଳମାସ ନାଇଁ ବାହାଘର ଭାଇ,

ବଅସ ବଢୁଚି ଝିଅଙ୍କର ।

ପାଞ୍ଚ ପାଟତାଣି ନିଲାମ ହେଲାଣି

ଖୋଜୁଛନ୍ତି ହେଲେ ବୁଢ଼ାବର ।

ଯଉତୁକ ଲାଗି ଧନ ନାଇଁ

ନIହା ମୂଲଚାଲ କାଇଁପାଇଁ ?

ପାଣି ଗଣ୍ଡ ନାଇଁ ନାହାକୁ ପୋତିବା

ଖରାଦିନେ ଯିବ ଫାଟହୋଇ || 

 

ମେହନତୀ ଯୋଡ଼ି ହାତ ଧରାଧରି

ସେମାନେ ଏଠାରେ ବରାଭୟ ।

ନାହI ଡଙ୍ଗା କିଛି ଅମାନତ ନାଇଁ

ଜୀବନରେ ନାଇଁ ପରାଜୟ ।

ଅଛବ ଅନାଡ଼ି ଯାହାକହ

କାଇଁକି କହୁଚ ଅସହାୟ । 

ଈଶ୍ୱର ଏପାଖ, ନଦୀ ଆରପାଖ

କିଛି ନାଇଁ ତାଙ୍କ ପରବାୟ

ବାହୁବଳ ପରା ଜୟଜୟ । 

 

ହେ ଜରାଶବର, ଅଜର ଅମର

କେତେ ପୋଥିପତ୍ର ମୁଖସ୍ତ ତମର,

ମାସ ବର୍ଷ ବିତି ପଦ୍ମତୋଳା ବୋଲି,

ରାଜା ଝୁଅ ବର ଠାବକର ।

କ୍ଷୁଦ୍ର ସର୍ପ ଯଦି ଗର୍ଭୁ ବାହାରିଲା

ଆଉ କାହିଁ ପାଇଁ ହରବର ।

ପାଣି ଯଦି ନାଇଁ, ନଈଟା ଶୁଖୁଲା

ନାହା ଡ଼ଙ୍ଗା ସବୁ ତ୍ୟାଗକର । 

 

ହେ ବନସ୍ତ ରାଜା ଏଡ଼ିକି ବେଲଜ୍ଜା

ସାମାନ୍ୟ ଶୃଗାଳ ଏତେ ରଣ ସଜ୍ଜା

ସବୁ ବଉଁଶର ନାମ ଉପାଧିରୁ

ମାଳମାଳ ଟୋପି ଫାନୁସର । 

ଶୋଲଠିପି ସିନା ତେଲ ପିଇପିଇ

ଦିଶୁଥିଲା ନିତି କଳା ମୁହୀଁ, 

ବୋତଲ ବଦଳି ଠିପି ବଦଳିଲା

ପହଂଚି ଗଲାଣି କଣ୍ଟେନର

ଆଉ କାହିଁ ପାଇଁ ଡେରିକର ।

ଡ଼ଙ୍ଗା ନାହିଁ ଯଦି,

ନଦୀ ପୋତି ଦେଲା

ମୃଗୟା ବିହୀନ ବାହାଘର ! 

 

ସିଡ଼ି

 

ନାକ-କାନ୍ଦୁରୀ ବୋହୁର...

ପାଣିଚିଆ ହସ ପରି-ଆକସ୍ମିକ

ଭାଗ୍ୟେ ମୁଁ, ସହର ବାସୀ,

ବିଦ୍ୟୁତ-ଜଳ ପଡ଼ି, ସଂଗ୍ରାହକ । 

 

ଗ୍ରାମରୁ କଚିରି ଯାଏ :

ବିଶ୍ୱାସ କି ଅବିଶ୍ଵାସ 

-ସବୁ ପାଖ ଲୋକ,

ସଂସ୍କାର ଆସିଚି ଦେଶେ ଅଚାନକ : 

କମ୍ପ୍ୟୁଟର ତିଆରି କରୁଚି ଏବେ । 

ନୂତନ ଜାତକ ।

 

ଅନନ୍ତ ଅୟୁତ ବର୍ଷ

ପିତୃକୂଳ ମାତୃକୂଳ ସ୍ମୃତି,

ରୂପକଥା, ଲୋକକଥା,

ଗୀତ, ଛାନ୍ଦ, ମଙ୍ଗଳ ଆଳତି;

ପୁରାତନ, ଚିରନ୍ତନ, -

ଭାଗ୍ୟବାଦୀ ଭାରତ ସଂସ୍କୃତି । 

 

ଭାଗ୍ୟ ଆମ ଜ୍ଞାତି ନୁହେଁ,

ବାରମ୍ବାର ଆସିବ ଶଙ୍ଖୁଳି;

ଭାଗ୍ୟ ବି ଭଗାରୀ ନୁହେଁ ।

ଚିରଦିନ ହସୁଥିବ ଖାଲି ।

ସେମାନେ ତ ପରଦେଶୀ,

କେବେ କେବେ ପହଂଚିବେ ଥରେ

ପହଂଚିଲେ ରହିଯିବେ,

କିଛିଦିନ ଏ ଘରେ ସେ ଘରେ । 

 

ଭାଗ୍ୟ ଆମ ପ୍ରାକୃତିକ :

ମାଦଳା ପାଞ୍ଜିର ତମସୁକ,

ଭାଗ୍ୟକୁ କରିଚୁ ଆମେ,

ବହୁକାଳୁ ନିଜ ଅଭିଲେଖ । 

 

ଭାଗ୍ୟ ଆମ ନୀଳ ହସ୍ତାକ୍ଷର,

ମାନୁବା ନମାନୁ କେହି,

ଋଣଦାତା କରିଚି ସ୍ୱୀକାର । 

 

ଭାଗ୍ୟ ଆମ ହସପାତାଲେ

ପ୍ରସୂତିର ଅବାଗିଆ ମୁଖ,

ଭାଗ୍ୟକୁ କରିଚୁ ଆମେ ।

ନବଜାତ କପାଳ ଫଳକ ।

ଭାଗ୍ୟ ଆମ ବିଦ୍ୟାଳୟେ,

ଯଉବନ ପୁଷ୍ଟ ହସ୍ତରେଖା;

ପରିଚୟ କରିଦେଲା,

ଶକୁନ୍ତଳା ପିନ୍ଧିବା ମୁଦ୍ରିକା ।

 

ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା,

ଅର୍ଥଶାସ୍ତ୍ର, ବାଣିଜ୍ୟ ପ୍ରଜ୍ଞାନ

ସବୁ ବୈଦେଶିକ ମୁଦ୍ରା : 

ଖୋଜିଲେଣି ସଂକଟମୋଚନ ।

ଚଢ଼ିବାକୁ ଯେତେ ସିଡ଼ି

ଉଠିବାକୁ ଗୋଟିଏ ପାହାଚ

ସାଧାରଣେ ମୃଢ଼ ଅପହଂଚ || 

 

କମୋଡ୍

 

ବଡ଼ ଡାକ୍ତରଖାନାର 

ସର୍ବଭୋଗ୍ୟ-ଲାଭାଟୋରୀ ପରି, 

ସଫା କି ମଇଳା କିଛି, 

ଅଚିରାତ୍ ବିଚାର ନକରି । 

ଯେପରି ନିରତ ରୋଗୀ 

ଖୋଜୁଛନ୍ତି ଅଜସ୍ର ଶରଣ, 

ସମନ୍ନିତ ବ୍ୟୁରୋକ୍ରାସି 

ସେଇପରି ଅତ୍ୟନ୍ତ ଦାରୁଣ । 

ଗର୍ଭ-ଶୂଳ ରୋଗ ପାଇଁ 

ଲୋଡା ଯଦି ସ୍ଵତନ୍ତ୍ର କମୋଡ଼, 

ଅସଂଖ୍ୟ କୋଠରି ମଧେ ।

ତାହା ନିଶ୍ଚେ ପାଇବାକୁ ଭିଡ଼ ।

ସ୍ଵତନ୍ତ୍ର ଶ୍ରେଣୀର ପ୍ରାଣୀ

ବ୍ୟୁରୋକ୍ରାସି ଔରସେ ଗର୍ଭିତ,

ଅନାୟାସେ ଗଣତନ୍ତ୍ର

ଆମେ ତାକୁ ମାନିବୁ ବହୁତ ।

ଅସମାନ ଦନ୍ତପାଟି 

ଗୁଡାଖୁ ଓ ତମାଖୁ ପୂରିତ,

 

ପୁରାତନ ରୁଚିବୋଧ

ସଂକ୍ରମଣ ଯଦି ଅପସୃତ । 

ତଥାପି ରହିଚି ଶଂକୁ

ପୁରାତନ ଚିରେ, ଅପ୍ରମାଦେ,

ଗଲା ଓ ଥୁକଦାନୀ । 

ସିଡ଼ି-ଲିଫଟ୍ ଅମାପ ସୌହାର୍ଦ୍ଦ୍ୟେ । 

 

ସର୍ବେ କି କରିବା କହ

ସଂସ୍ଥା ଦୃଢ଼ ଆଦାନ-ପ୍ରଦାନ,

ଏବେ ବଦଳି ଗଲାଣି, 

ବେତାଳଙ୍କ ଶିକ୍ଷା ପୂର୍ବ-ମାନ ।

ସେମାନେ ତ ଏବେ ସବୁ

ଦପ୍ତରର ମୂର୍ଦ୍ଧା ଅଫିସର ।

ଅଳପେ ସଳପେ ଆଉ

ଚଳିବନି ନିଦI କାରବାର 

 

ପାନରେ ବହୁ ମସଲା,

ମହମହ ନିର୍ମୋହ ଗନ୍ଧରେ,

ନିର୍ମାୟା କିରାଣି ଗଣ,

ବସିଛନ୍ତି ଆପଣ ସାଧରେ ।

ସିଗାରେଟ ଧୂଆଁ ଢ଼ୋକି,

ଫାଇଲର କାନ ନାକ ମୋଡ଼ି;

ସଳଖ କରନ୍ତି ତାକୁ,

ଚଢ଼ାଇବେ କାଳାନ୍ତକ ସିଡ଼ି । 

ଯେପରି ଆସର ବେଳେ

ଏସରାଜ ଘସି ନାକ-କାନ, 

ଓସ୍ତାତ ବାହାର କରେ

ନିଜ ଇଚ୍ଛା,ଏକ ସମତାନ । 

 

ଉର୍ଦ୍ଧ୍ୱମୁଖେ ବସିଛନ୍ତି,

ଅଷ୍ଟବସୁ, ରୁଦ୍ର , ଯାତୁଧାନ

ଦଶଦିଗପାଳ ଗଣ

ମହାକାଳ ମର୍ଯ୍ୟାଦା ଶାସନ ।

ସଚିବ ଆଳୟ କୋଠା ।

ଭାଗ ଭାଗ ଅସଂଖ୍ୟ କେବିନ୍,

ବାତାନୁକୁଳିତ ଗୃହେ ।

ସବୁ ଦେବ ଆମ-ଅଭିମାନୀ ।

“ଅଳ୍ପ କଥା ବେଶୀ କାମ”

ଶାସନର ପୃଥୁଳ ମୂର୍ଦ୍ଧନୀ || 

 

ଗଣତନ୍ତ୍ର ଶାସନରେ

ଅଗଣିତ ଦୀନ ଅକିଞ୍ଚନ,

ବ୍ୟୁରୋକ୍ରାସି ଲେଖୁଅଛି, 

ଗର୍ଭ-ଶୂଳ ରୋଗର ନିଦାନ । 

ଯେପରି ଚିକିତ୍ସା ତାକୁ,

ଅନାୟାସେ କରିବେ ଡାକ୍ତର,

ସାଧାରଣ ଲାଭାଟୋରୀ

ନମିଳିଲେ ହେବ ବାମାଚାର । 

 

ଗଜପତି ଅଭିଯାନ

 

 

(୧)

ମହେନ୍ଦ୍ର ପର୍ବତ ଶୃଙ୍ଗେ

ଠାବକଲେ ଲବଣ ସମୁଦ୍ର

ସିଂହଳର ଗଡ଼ଖାଇ । 

ଯେଉଁଠାରେ ଦୋହରା ବିଷୋୟୀ

କଟାମୁଣ୍ଡ ଜଳୁଥିଲା

ଶତାବ୍ଦୀରେ ଦାଉ ଦାଉ ହୋଇ || 

(୨)

ଶେ’ଫିଲଡ୍ ତରବାରୀ ।

ଅସ୍ତ୍ରାଗାରେ କରି ସୁସଜ୍ଜିତ ।

ଘୂରୁଥିଲା ଓଦା ମାଟି

ଗ୍ରାମ ଦେଶ କ୍ୟାମ୍ପବେଲ ପ୍ରେତ ।

ଅପ୍ରେଲ ଉଜ୍ଜ୍ୱଳ ଖରା ....

ଅଶ୍ୱପୃଷ୍ଠେ ହେ ଉତ୍ତାନପାଦ,

 

ଚାଲ ଆମେ ପଚାରିବା

ତାଙ୍କ ଜାତି ସୀମା ସରହଦ ||

 

(୩)

ଛାମୁ ଛାଡ଼ : ଛାମୁ ଛାଡ଼

ଆସୁଛନ୍ତି ଓଡ଼ିଶାର ରାଜା ।

ଫିରିଙ୍ଗ ଦେଶରେ ଆଜି 

ପୋଲବାଡ଼ି ଧାଡ଼ି ଧାଡ଼ି ସଜା ।

ଜରI ଶବରର ବାଣେ

ଏଇ କ୍ଷଣି ବହୁ ରକ୍ତ ହ୍ରଦ

ଉଛୁଳି ଭାରତବର୍ଷ .....

ନୂଆକରି ଦେଖିବେ ଜହ୍ଲାଦ ।

ଜୀବନ୍ତ ଜାତିର ମୁଣ୍ଡ

କାଟିଆଣି ଫିରିଙ୍ଗିଙ୍କ ମୁଣ୍ଡେ

କଲମି କରନ୍ତି ଯେଉଁ

କାପାଳିକେ ପରମ ଆଲ୍ହାଦେ | 

(୪)

ସୀତାଦେବୀ ଠାବକରି

ରାମଚନ୍ଦ୍ର ମହେନ୍ଦ୍ର ଶିଖରେ,

ନାରାଚର ପିରାମିଡ଼

ବIନ୍ଧିବାନ୍ଧି ସିଂହଳ ମାଟିରେ,

ଡେଇଁ ପଡ଼ି, ଜାଳିଦେବେ

ଲଙ୍କାଗଡ, ଅଶୋକ ବନସ୍ତ

ସମୁଦ୍ର ରେ ତିମିମାଛି

ଆଖିକୋଣୁ ଝରିବ ରକତ । 

(୫)

ଦୟାନଦୀ ପାଣିକିବା

ଆଉଥରେ ହୋଇଯିବ ନାଲି ?

ଧଉଳି ଶିଖର କମ୍ପି

ଥରିଯିବ ନିଖୀଳ ଦେହଳି । 

 (୬)

ସାବଧାନ... ହୁସିଆର...

ଓଡ଼ିଶାର ଗଜପତି ରାଜା, 

ଖୋଜୁଛନ୍ତି ଇତିହାସ

ପୂର୍ବପୃଷ୍ଠା ସକଳ ଔରିଜା || 

ଦେହୋତ୍ତର ଜଗନ୍ନାଥ

ଖୋଜୁଛନ୍ତି ପୁରୁଣା ଫସିଲ

ଲୋକୋତର ଇତିହାସ ।

ଭୁଲିଗଲା ନିଜ ତଫସିଲ ।

ମାଦଳା ପାଞ୍ଜିର ପୃଷ୍ଠା ।

ପଢ଼ାହୁଏ ଓଲଟ ପାଲଟ

ବୈଦିକ ଦେବତା ଅବା

ଖୋଜୁଛନ୍ତି ମଣିଷର ଘଟ । 

(୭)

ମହେନ୍ଦ୍ର ପର୍ବତ ଶୃଙ୍ଗେ

ଇନ୍ଦ୍ରଦ୍ୟୁମ୍ନ ଶବର ସନ୍ତାନେ, 

ଡେଇଁପଡ଼ି ହସ୍ତୀ ଯୂଥେ

ଖୋଜୁଛନ୍ତି ସେନାପତି ରଣେ । 

(୮)

ସାବଧାନ ! ହୁସିଆର : 

ଲୋକ ନେତା ଅଭିଯାନ ପଥେ

ଓଡ଼ିଶାର ମାନଚିତ୍ର

ଫିଟିଯାଉ ପରସ୍ତେ ପରସ୍ତେ । 

 

 

-------------------------------------------------------------------------------------------------------------------------------------

(ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ର ପର୍ବତର ଶିଖର ଉପରୁ ରାମଚନ୍ଦ୍ର ସିଂହଳ ଦ୍ବୀପକୁ ଠାବ କରିଥିବା କିଂବଦନ୍ତୀ ପ୍ରଚଳିତ । ଇଂରେଜ ବିଦ୍ରୋହୀ ଦୋହରା ବିଷୋୟୀଙ୍କୁ ମହେନ୍ଦ୍ର ପର୍ବତ ପାଖରେ ଫାସି ଦିଆଯାଇଥିଲା । ଗୋଟିଏ କିଂବଦନ୍ତୀ ଏବଂ ଅନ୍ୟଟି ଐତିହାସିକ ବିବରଣୀକୁ ଆଶ୍ରକରି କବିତାଟି ରଚିତ ) 

-------------------------------------------------------------------------------------------------------------------------------------

 

 

କବି

 

(୧) ନିଃଶ୍ବାସ ହ୍ରସ୍ୱ କି ଦୀର୍ଘ

ବିଶ୍ଵାସ କି’ ଅମାନତ ଶୂନ୍ୟ ?

ଥର ଥର ଜଳିଗଲା ନୀଳ ସଂବେଦନ

Unknown

ବିଗଳିତ ଦୟାପ୍ରୀତି କୁଣ୍ଡିତ କୃପଣ ।

ତଥାପି ବଂଚିତ କବି; ।

ଏ ବନସ୍ତେ ଅଂଗୀକାର ବଦ୍ଧ

 

ଶୀତଋତୁ ପଦ୍ମବନେ ଜଗୁଆଳ 

ପରମ ଆହ୍ବାଦ ।

(୨)

କବିଗଣ ସଂସାରରେ

ନିଜପାଖେ ନିଜେ ଆସ୍ଥାବାନ

ଚୁକ୍ତିପୂର୍ଣ୍ଣ, ସର୍ତ୍ତହୀନ

ସୃଜନର ଲୋହିତ ସ୍ୱପନ ।

ପ୍ରତିଟି ଚରଣ ପାତେ

ଅଭିଳାଷ ଅଭିମାନବଦ୍ଧ,

ଛବିଳ ଉଚ୍ଛଳ ଛନ୍ଦେ

ନିଜେ ନିଜ ସାହାନାଇ ମୁଧ ।

(୩)

ବାଲିବନ୍ତ ପଡ଼ିଆରେ

କବି ବସି ଘୁମନ୍ତ ନିଶ୍ଚୁପ

ସାହାନାଇ ଶୁଣୁଥିବା

ନିଜେ ଅବା, ନିଜ ଚିତ୍ରକଳ୍ପ । 

ସେ କେଉଁ ବିସ୍ତୁ ତକାଳ

ଅରସିକେ, ....ଛନ୍ଦ ସୌଦାଗର

ତୈଳ-ଯାନେ (୧) ଭାସିଯାଇ ।

ହୁଡ଼ିଗଲେ ସମାଧି ତାଙ୍କର ! 

(୪)

କବିର ସମାଧ ପାଶେ ।

ଫୁଲ ଯେତେ ପଡୁଥିବ ଝରି

ସାଉଁଟି କେ’ ନେବନାଇଁ,

କହିଚି ମୁଁ ଅନୁନୟ କରି ।

ଅପେକ୍ଷା କରି ବସିବ

ଅସରାଏ ବର୍ଷା ହେବ ଯେବେ,

ହୁଏତ ବା’ ଭାସିଯାଇ,

ମିଶିଯିବ ନୀଳ ନଦୀ ଗର୍ଭେ ।

(୫)

କବି ନୁହେଁ ଖାଲି ଋତୁପତି

ଷଡ଼ରସ ବିପୁଳ ପ୍ରକୃତି ।

ପୁଣି ଚିର ଋତୁମତୀ

ସବୁଜିମା ରଜସୂଳା ପୃଥୀ ।

କବି ନୁହେଁ ନିଃସ୍;

କବି ମହାବିଶ୍ୱ ।

ସଂଭୋଗମୟ ସଂସାରେ,

କବିଗଣ ଯଦି ଉପହାସ୍ୟ

ତଥାପି ତ ନିଜ ପାଶେ

କବି ଏକ ଅଟଳ ବିଶ୍ଵାସ । 

(୬)

କବିମାନେ ସବୁବେଳେ

ବିପତ୍ନୀକ ଭୋଗ ସଂଭୋଗରେ,

କବିମାନେ ସପତ୍ନୀକ 

କେବେ ନୁହେଁ, ବୃରି ପ୍ରବୃତିରେ

ପରିଚୟ, ପରିଣୟ ଦେହ ବିଦେହରେ

ଆତ୍ମା ଓ ପ୍ରଜ୍ଞାରେ ।

(୭)

ତଥାପି ବି ବେଳେବେଳେ

ଅକସ୍ମାତ କବି ଲକ୍ଷ୍ୟହରା

ଲକ୍ଷ୍ୟହୀନ କବିଗଣ

ଦର୍ପଣରେ ଦେଖନ୍ତି ଚେହେରା ! 

 

(୧) କୋକେଇ 

 

 

ଶିକ୍ଷା-ବାଣିଜ୍ୟ

 

(୧)

ମନ, ଚେତନା, ଆଖି ତିନିଜଣ

ବିଦ୍ୟାଳୟ ଯାଆନ୍ତି ପ୍ରତିଦିନ ।

ସ୍ଥୂଳ ଶରୀରେ ପିନ୍ଧି ୟୁନିଫର୍ମ

ଶିକ୍ଷକ ଦେଖି ଛନ୍ତି ସର୍ବନାମ ।

ବିଶେଷ୍ୟ ବିଶେଷଣ ଯୋଡ଼ା ଅଛି।

ପିତୃଦତ୍ତ ନାମରେ କିଛି କିଛି ।

ମିଶିଛି ସଂସ୍କାର ଓ କୁସଂସ୍କାର

ଶିକ୍ଷକ କରିଦେବେ ନିର୍ବିକାର ।

(୨)

ମନ, ଚେତନା, ଆଖି ସମନ୍ୱୟ ।

ବିଦ୍ୟାଳୟ ହେବକି’ ବିସ୍ମୟ ।

 

ଶିକ୍ଷକ ଦେଖେ ଆଖି ତେଜୀୟାନ

ଜାଣେ ବଂଶ ଗାରିମା ବଳୀୟାନ ।

ଶିକ୍ଷକ ନିଜେ ସ୍ଥୂଳ, ବିଦ୍ୟା ସ୍ଥୂଳ,

ସଚିତ୍ର ଗଣପତି ପୃଥୁଳ ।

(୩)

ମନ, ଚେତନା, ଆଖି ତିନିଜଣ ।

ଏକ ଅପରଠାରୁ ବଳୀୟାନ }

ସୂକ୍ଷ୍ମ ତାରରେ ନାଇଁ ସଂଯୋଜନା

ଏମିତି ଏକ ଦେହ ଅଭିନ୍ନ । 

ଇନ୍ଦ୍ରିୟ ଗୁଣ କର୍ମ ଭିନ୍ନ ଭିନ୍ନ

ଶିକ୍ଷକ ଗଣତିରେ ଏକଜଣ । 

(୪)

ଆଖି ଓ ମନ ନୁହେଁ ଏକାକାର 

ଚେତନା କରୁଥାଏ ହୁସିଆର ।

ଶ୍ରବଣ ଦୃଶ୍ୟ ଦୁଇ ଇନ୍ଦ୍ରିୟର ।

ଶିକ୍ଷକ ସ୍ଥୂଳ -ଜ୍ଞାନ ପରିସର ।

ସୂକ୍ଷ୍ମ ଅବଚେତନ ସଜ୍ଞାନ

ଶିକ୍ଷକ ଜାଣେନି ତା ସଂଧାନ ।

ବିଦ୍ୟାଳୟ ଗୋଟିଏ ଅନ୍ଧକୃପ

ଶିକ୍ଷକ ଦରଜି ବା ମେକାପ । 

(୫)

ଆଖି, ଚେତନା, ମନ ଏକାକାର

ଗୋଟିଏ ଛନ୍ଦ-ଲୟ ଦରକାର ।

ବିଦ୍ୟାଦାୟିନୀ ହାତେ ଏସରାଜ

ସରସ୍ୱତୀ କରନ୍ତି ବାଣିଜ୍ୟ ।

ଶିଶୁ-ବାଣିଜ୍ୟ-କେନ୍ଦ୍ର ବିଦ୍ୟାଳୟ

ଜାତି ଗଠନ ଏକ ବିସ୍ମୟ । 

 

ନୂତନ ପ୍ରାର୍ଥନା

ହସ୍ତହୀନ ହେ’ ପାଣିନି,

ଶିରହୀନ ଆହେ ଶୀର୍ଷIସନ,

ପାଦହୀନ ପଦାତିକ,

ବର୍ଣହୀନ ତୁମେ ଅସବର୍ଣ ।

 

ନାଭିହୀନ ପଦ୍ମନାଭ

ଶ୍ରୁତିହୀନ ଶ୍ରବଣ-କୁମାର,

ସ୍ପର୍ଶହୀନ, ରୂପହୀନ

ଦୃଶ୍ୟହୀନ, ଆହେ ଦିଗମ୍ବର ।

 

ସ୍ମୃତିହୀନ ପଦଚିହ୍ନ,

ହଜିଥିଲା ଅନେକ ତୋରଣେ;

ଯେଉଁମାନେ ଚିହ୍ନିଥାନ୍ତେ,

ରଖିଦେଲ ଭୀଷଣ ଅରଣ୍ୟେ ।

ବହୁ ଛବି, ବହୁ ନକ୍କା,

ମାନଚିତ୍ର ଖୋଜାହେବା ବେଳେ,

ଅନେକ ବି ରୂପକଳ୍ପ

ହଜିଗଲା, -ଜନକୋଳାହଳେ ।

 

ହସିବାର କରଜରେ

କାନ୍ଦିବାର ଅଦ୍ଭୁତ ଗରଜେ,

ସମସ୍ତ ଉଧାରିପଟ୍ଟା ।

ତମସୁକ କଳନ୍ତର ସୁଝେ ।

ତୁମରି ଆଶ୍ରିତ ଜନେ

ଠକିବାର ସମ୍ମାନ ମଧ୍ୟରେ ।

ଯେଉଁମାନେ ରହିଛନ୍ତି,

ସେମାନଙ୍କୁ ବାଧ୍ୟ କରିବାରେ ।

 

ମୁଁ କିସ କରିବି କହ ।

ଦସ୍ତାବିଜ ତୁମହସ୍ତେ ଦେଖି

କିଛି ହେଲେ ସର୍ତ୍ତ ଯଦି,

- ଭାବିଥିଲ ନପାରିଲ ଲେଖ !!

(ରଚନା : ୨୫୫.୮୩) 

ଆମୁଖ

ଶୁଣିବାକୁ ମିଠା ଲାଗେ କବିତାଟି ମୋ’ର

ସନ୍ଧ୍ୟା ଛଅଟାରେ କିନ୍ତୁ ରାତ୍ରି ହେଲା ଭୋର ।

କର୍ଦ୍ଦମାକ୍ତ ଜନପଦେ ନଗରର ତରୁଣୀ ବନିତା ।

ଚାଲି ଚାଲି ଥକିଲେଣି ପାଦେ ଲେଖା ଲକ୍ଷ୍ମୀଓଷାଚିତା

ଗ୍ରାମରେ ତୋରଣ ସଜ୍ଜା, ପିଚୁଢ଼ଳା ରାସ୍ତାକଡ଼ ଫୁଲ

ସତେକିରେ ଦଳିଦଳି ପାଖୁଡ଼ାର ଅଜସ୍ର କମଳ

ଚାଲିଛନ୍ତି ନୂଆ ତୂଳୀ, ନୂଆ କିଛି ରୂପକଳ୍ପ, ଧରି

ବହୁ ଶିଳ୍ପୀ ବହୁବାର ଲେଖୁଲେଖୁ ଯାଉଛନ୍ତି ଫେରି ।

 

ଶୁଣିବାକୁ ମିଠା ଲାଗେ କବିତାଟି ମୋର ।

ସତେକିସେ ସନ୍ଧ୍ୟା ମେଘ ଫେନୀଳ ଅବିର ।

ମୋ ଘୁମନ୍ତ ଲନ୍ ପରେ କିଛି କିଛି ବାସ୍ନା ଦେଇ ଝାରି

କହିଛନ୍ତି ମାର୍ଚ୍ଚ ମାସେ ଆସିବାକୁ ପ୍ରଚାରକ ଧରି ।

ଭୀଷଣ ବର୍ଷା ଋତୁର, ହଂସ ଆଉ କେଦାରଙ୍କ ମେଳେ

ଆଣିବାକୁ ଚେନାଚୁର ବାରମଜା, ନାଗରା ସାଥିରେ ।

ଖୋଲାପାର୍କ ଚଉକିରେ କରିବାକୁ ଉଦ୍‌ଘାଟନୀ ସଭା ।

ଭରପୁର ଦର୍ଶକଙ୍କୁ ନିବେଦନ ଯଦିଚ କିଛିବା

କରିବାକୁ ନାଇଁ ତାର । ତଥାପିବି ଟେପ୍ ହେଲା ଖୋଲା

ଫିତା କଟା ସଂଗେ ସଙ୍ଗେ କତୁରିର ନିଲାମ ଚାଲିଲା ।

ରାମକକା କାଇଁଗଲା ଧର ତମ ବାଡ଼ି ନଲଟଣ

ନଦୀ ସେପାରୀରେ ଦେଖ, ଡାକୁଛନ୍ତି ଟୋକା କେତେ ଜଣ ।

ପବନରେ ସୁରତାଙ୍କ ଭାସି ଆସେ ତୁହାଇ ତୁହାଇ

ବୁଝି ହେଉ ନାଇଁ ଗୀତ, ଅବା କିଛି ନୂଆ ଲଲବାଇ ।

 

ପଖିଆଟା ଘୋଡ଼ିହୁଅ ବର୍ଷାପାଣି ପବନ ପିଟୁଚି

ଅରମାକୁ ଭୟ ନାଇଁ ଆମ ଗାଁ ସଫେଇ ଚାଲିଚି ।

ସାପ ନାଇଁ, ବେଙ୍ଗ ନାଇଁ, ତକ୍ଷକ କି ତମ୍ପସାପ ନାଇଁ

କାଲି ତାଙ୍କ ଖଞ୍ଜଣୀରେ କହିଗଲେ ପ୍ରଚାରକ ଭାଇ ।

ବାହାରେ ମଇଳା ସଫା, ମନରେ ଯେ କିଂଚିତ ମଇଳା

ସଫାକର ଗ୍ରାମବାସୀ ଏଦେଶର ମିଳିତ ବେହେରା ।

ଗ୍ରାମ ଆଉ ସହରକୁ ଏକାକାର କରିବାକୁ ହେବ

କରିବାକୁ ହେବ ବୋଲି ହରିବୋଲ ହୁଳହୁଳି ଦେବ ।

ପୋହଳା କଣ୍ଠିରେ ଆଜି ଭରିଗଲା ଫୁଲର ସୁରଭି ।

ସେ କବିତା ଭଲ ଲାଗେ ଶୁଣିବାକୁ ତୁମକୁ ମତେବି ।

ପିକଦାନୀ ପାନବଟା ଯେଉଁଦିନ ଫିଙ୍ଗା ହେଲା ଘରେ

ସାଆଁତଙ୍କ ମନସ୍ତାପ, ସାରାଦିନ ପୋଖରୀ ତୁଠରେ ।

ଯେତେବି କହିଲେ ଆଉ ନଦୀଘାଟ ପୋଖରୀ ହୁଡ଼ାର

ସଫେଇତି ହେଲାନାଇଁ ଭୟନାଇଁ କାହାକୁ କାହାର ।

କର୍ଦ୍ଦମାକ୍ତ ଜନପଦେ ନଗରର ତରୁଣୀ, ବନିତା ।

ଯେତେ ଯୁବା ଚାଲିଛନ୍ତି ଧରିହାତେ କୋଦାଳ ଗଇଁତା

ଛବିରେ ଅମେଳ ନାଇଁ ରୁପକଞ୍ଚି ନାଇଁବି ଅମେଳ

ଯଦି ତୁମ ବିଚାରଟା ରାମାକକା ହେଉଚି ଅଚଳ ।

 

ପୋଥି ମଧ୍ୟେ ଥିଲା ନାଇଁ, ଏବେ ପୁଣି କେଉଁଠୁ ଆସିଲା

ରାତି ନପାହୁଣୁ ପୁଣି ସନ୍ଧ୍ୟା ତାରା କେମିତି ଦିଶିଲା ।

ପ୍ରଚାର କାଇଁକି ହେଲା, କାଇଁକି ବା ତୋରଣ ବସିଲା

ରାମାକକା ଭାବ ନାଇଁ, ବେଦ କିଛି ଅଶୁଦ୍ଧି ଘଟିଲା ?

ପ୍ରଚାର ଯଦିଚ ବେଶୀ, କାମଥୋଡ଼ା, ତେବେ ବି କକେଇ

ରାମଚନ୍ଦ୍ର ବନସ୍ତକୁ ଗଲାବେଳେ କିଛି ନେଲେନାଇଁ ।

ତଥାପି ପ୍ରଚାର ହେଲା, ହେଲା ପୁଣି ପୁରାଣତ ଲେଖା

ରାମାକକା ଭୁଲିଗଲ ସବୁକଥା କେମିତି ଅବିକା ?

 

ଅନ୍ବେଷଣ

ସ୍ୱର୍ଗେ ଲାଗେ ଚେର ଭାଇ ମର୍ତ୍ୟ ଲାଗେ ଡାଳ

ମୁଁ ଖୋଜୁଚି ରେଳଡବା, ଟ୍ରାମବସ, ବିମାନ ବନ୍ଦର ।

କାହାକୁ ଖୋଜୁଚି ପୁଣି ବର୍ଷ ବର୍ଷ ଯୁଗ ଯୁଗ ଧରି

ପୁରୁଷ ପୁରୁଷ ଲଂଘି ଶତାବ୍ଦୀର କ୍ଷିପ୍ତ ବୁକୁ ଚିରି ।

ମୁଁ ଖୋଜୁଚି, ମୁଁ ଖୋଜୁଚି, ଖୋଜିବାର ଶେଷ କାଇଁ ହାୟ;

କାହାକୁ ଖୋଜୁଚି କିନ୍ତୁ ମନେ ମୋର ନଯାଏ ପ୍ରତ୍ୟୟ ।

 

ସ୍ୱର୍ଗେ ଲାଗେ ଡାଳ ଭାଇ ମର୍ତ୍ୟ ଅଛି ଚେର

ମୁଁ ଛାଣିଛି ସବୁ ଧୂଳି ଗୋଡ଼ିମାଟି ବାରୁଣାବଂତର ।

ଖୋଜିଲି ଅଜନ୍ତI ପୁଣି ଏଲୋରା ଓ କୋଣାର୍କ ମନ୍ଦିରେ

ଉଜ୍ଜୟିନୀ ମୁଖଶାଳା ନାଲନ୍ଦାର ବିଲୁପ୍ତ ସହରେ ।

 

ବିଦ୍ୟାଳୟ ପରିସରେ, ଖୋଜିଲି ମୁଁ ପୁଣି ପାଠାଗାରେ

ପଶିଲି ବହୁତ ଜ୍ଞାନୀ ତାର୍କିକଙ୍କ ମହାସମାହାରେ

ଖୋଜିଲି ମଦିରାଶାଳେ ପୁଣି କେବେ ଶ୍ମଶାନ ଘାଟରେ

ମୁଁ ମାଗିଲି ଖୋଜିବାର ପ୍ରତିଦାନ ବହୁ ଅବସରେ,

ଦୁଃଖେ ଶୋକେ ବରାଭୟେ ଅଭିମାନେ ପ୍ରୀତି ପୁଲକରେ ।

 

ମୁଁ ଖୋଜିଲି ନିଦଶେଷେ ପ୍ରେମିକାର ଅଳସ ଯୌବନେ

ମୁଁ ଖୋଜିଲି କଫିପାତ୍ର ପ୍ରତ୍ୟୁଷରୁ ସ୍ନେହ ସଂଭାଷଣେ

ମୁଁ ଖୋଜିଚି ବଟବୃକ୍ଷେ ଅଥବା ସେ ଶାଳ୍ମଳୀ କଂଟକେ

ମୁଁ ବଞ୍ଚଛି ବହୁବିଧ ତପସ୍ୟାର କୃଚ୍ଛ, ଅଭିଷେକେ ।

ମୁଁ ଖୋଜିଚି ଷ୍ଟାଡିୟମେ ବଛା ବଛା ଖେଳୁଆଡ଼ ମେଳେ

ମୁଁ ପଶିଚି ମନ୍ଦିର ଓ ମସଜିଦ ପୁଣି ଗୀର୍ଜାଘରେ ।

ଖୋଜିଚି ମୁଁ ପୃଥିବୀରେ ନୀପବନ ସୂର୍ଯ୍ୟ ରଶ୍ମୀ ଫାଙ୍କ

 

ଦେଖିଚି ମୁଁ ଚନ୍ଦ୍ର ନାଇଁ ଯଦି କେବେ ଚନ୍ଦ୍ରଶାଳା ମୁଖେ

ଶୁଣିଚି ଗୁଞ୍ଜନ ମଧୁ ସଂଚୟନେ ମଧୁମକ୍ଷୀକାର ।

ଅନ୍ଧକାରେ କରୁଚି ମୁଁ ଅଭିନୟ ଅନଂତ ଆଶାର ।

 

ଅସଂଖ୍ୟା ଜନମ ଶେଷେ ସମୟର ଘଷିତ ଦର୍ପଣେ

ମୁଁ ଖୋଜୁଚି ନିଜରୂପ ମନୁଷ୍ୟର ନିର୍ଭିକ ଅରଣ୍ୟ ।

ମୁଁ ଖୋଜୁଚି ପୂର୍ଣାକୃତି ଅବୟବ ସଂପୂର୍ଣ ଚେହେରା

ଭସା ଭସା ବାଦଲର ବିଖଣ୍ଡିତ ନୁହେଁ ହାତୀ ଘୋଡ଼ା ।

ମାଟି

ପ୍ରଭାତୀ-କୁଙ୍କୁମ ସୂର୍ଯ୍ୟ ନଇଁ ଆସେ ଲଜ୍ୟI-ବଧୂ ସାଜି

ବାଦାମୀ ଏ ମୂଭିକାର ସତେକିବI ପରିଣୟ ଆଜି !

ପୁଞ୍ଜିତ କାକଳି ହସେ ନିଦ୍ରା-ଶିଶୁ ଅପମାନ ହେରି

ଦୁର୍ଦ୍ଧର୍ଷ ଜୀବନପ୍ରାନ୍ତେ ଯଥାଜଣେ ସୂକ୍ଷ୍ମ ବ୍ୟଙ୍ଗକାରୀ ।

ହସି ଉଠେ ଗ୍ରାମବିଲ, ହସେ ନଦୀ, ହସେ ଉପତ୍ୟକା

ସବୁଜ ବନାନୀ ସାଜେ ସେ ହସର ଧନାଜ୍ୟ ନାୟିକା !

ଦୁର୍ବାତଳ୍ପ ରବେ ନିଜ ଶିଶିରାକ୍ତ ପ୍ରେମ ଉପନ୍ୟାସ,

କଅଁଳ ନରମ ଖରା ନିଜମୁଖେ ଗାଏ ତା’ ପୌରୁଷ । 

ମାଟିର ଏ ବିସ୍ତୀର୍ଣ ଭୂଧରେ, 

ଯେ କେଦାର ତୋଳେ ମଥା

ଗତରାତି ଅଭିସାର ଭରେ ।

ମଣିଷର ଲହୁଲୁହ ମଣିଷର ଅପମାନ ଛୁଇଁ

ଲହୁ, ଝାଳ, ଅସ୍ଥି, ମାଂସ, କ୍ଷୁଧା, ତୃଷ୍ଣା ସତ୍ୟ-ମିଥ୍ୟ ଚାହିଁ 

ଭୋକରେ ଯାଉଛି ତାର ତାଳୁ ଫାଟି

ଶୋଷ ନିଜ ତେଜିଛି ଗରଳ ।

ସତ୍ୟ ସ୍ଵପ୍ନ ଦୁହେଁ ମିଶି, ଏଠି କଲେ ସମ୍ମୁଖ ସମର ।

ମାଉଁସ: ଗଢ଼ିଚି ଏଇ ମାଟିଟାକୁ

ହାଡ଼ଗୁଣ୍ଡ ଯୋଗାଇଚି ସାର,

ଛାତିର କାଳିଆ ଲହୁ ।

ଆଦ୍ର ପୁଣି କରିଛି ଉର୍ବର !

ବ୍ୟଥା ଦେଇଛି ଉତ୍ତାପ

ଦୀର୍ଘଶ୍ୱାସ ବଂଚିଛି ବ୍ୟଜନ

ଆଶାର ଆଲୋକେ ଏଠି

ଜନ୍ମନେଲା ମାଟିର ନନ୍ଦନ ।

ଦାଆ ଓ ହାତୁଡ଼ି ଗାରେ ପୃଥିବୀର ମେରୁଦଣ୍ଡ ଚିରି 

ଯେ ଶିଶୁ ପଡ଼ିଛି ଥକି, ଏଇ ପରା ନିଶାଣ ତାହାରି ।

ଏଇ ତା’ ଶ୍ରେଣୀର ସଭା, ଏଇ ତାର ଛିନ୍ନ ଇତିହାସ,

ଏଇ ତା’ ସାହସ ଦୀପ୍ତି ଏଇ ତାର ପୈତୃକ ପୌରୁଷ ।

ଏଇତାର ନିଜ ବାର୍ତ୍ତା, ସତ୍ୟଠାରୁ ରୋମାଞ୍ଚ ଓ ଶ୍ରେୟ,

ତିମିର ସମାନ ଯହିଁ ଘନୀଭୂତ ଘଟଣା ପର୍ଯ୍ୟାୟ ।

ଫୁଲେ ଫୁଟେ ଏଠି କର୍ମୀ, ଧାନଗଛେ ଫଳେ ରାଜନୀତି,

ଜୀବନ ପ୍ରବାହେ କେତେ ଭାସିଯାନ୍ତି ଶାସ୍ତ୍ର ନୀତିପନ୍ଥୀ ।

ଜୀବନ୍ତ କବିତା କାଟେ ଲେଖନୀର କଳ୍ପନା ବିଳାସ,

ସତ୍ୟକୁ ଦିଏ ନା ବଳି, ଅତୀନ୍ଦ୍ରିୟ କଳ୍ପନା ରହସ୍ୟ । 

ତେଣୁ ଏହି ଶ୍ୟାମଳ ଭୂଧରେ -।

ଏ ମାଟି ପାଇଚି ସ୍ଥାନ ସମାଜ ଓ ଜାତି ଅଭ୍ୟନ୍ତରେ !

ଟିକିଟିକି ଗୋଟି ଗୋଟି ଜୀବନକୁ ରହିଅଛି ଘେରି,

ସୃଷ୍ଟି ସ୍ଥିତି ପ୍ରଳୟର ଚିରନ୍ତନ ସ୍ଥିର ଅଧିକାରୀ ।

ଏ ମାଟି ବିରାଟ ମାଟି, ୟାର ପାଦେ କୋଟି ନମସ୍କାର,

ଏ ମାଟି ଜୀବନ୍ତ ହସେ ଝରେ ଚିର କବିତା ନିର୍ଝର ! 

ରୋଷ ଯାର ମହାରୋଷ, ତହୁଁ ବଢ଼େ ଭୂକମ୍ପର ସୀମା,

ନେତ୍ରର ଇଙ୍ଗିତ ଭରେ ନାଚି ଉଠେ ଉଲ୍‌କାର ଗରିମା ।

ଗରଭରେ ଅଗ୍ନି ତାର, ଅଟ୍ଟହାସେ ଝଡ଼, ଝଞ୍ଜା , ବଜ୍ର,

ପ୍ରଳୟ ସମାନ ଏହା ଭୟଙ୍କର, ଶାନ୍ତି ସମ ସ୍ଥିୈର୍ଯ୍ୟ ।

ଧୂଳି ତାର ମାତୃସ୍ତନ୍ୟ, ଗୋଡ଼ି ମାଟି ଆହାର ତଣ୍ଡୁଳ,

ହସି ହସି ଭାସିଯାଏ ସ୍ରୋତ ମୁଖେ ଜୀବନ ମଂଜୁଳ ।

ଏ ମାଟି ମହାନ ମାଟି, ଶ୍ରେୟ ଶ୍ରେଷ୍ଠ ଅନନ୍ତ ସୁଚାରୁ

ଉଦାର ଐତିହାସିକ ଆଜିମୋର ନବଯୁଗ ଗୁରୁ । 

କୋଣାର୍କ

 

ଅନେକ ଫୁଲର ବାସ୍ନା

ଯଦି କେବେ ବ୍ୟର୍ଥ ହୋଇଗଲା,

ଅନେକ ହ୍ରଦର ମାଛ, 

ଖୋଜିହେଲେ ପୋଖରୀ, ଚହଲା

ଅନେକ ଜଳର ବିଂବେ,

ପ୍ରତିଧ୍ୱନି ଉଠିଲା ବହୁତ,

ସବୁଜ ଜୋଛନା ଫିକା,

ଲୁଚିଗଲା ଫୁଲ-ମହୁରାତ ।

ଅନେକ ନଦୀର ଜଳେ,

ଦିଗହଜା ଅସଂଖ୍ୟ ନାବିକ,

ଯାତ୍ରା ଯୋଗ ଭାଙ୍ଗିଗଲେ

ପଢୁଥିବେ ‘ଜେମାଦେଈ ଶୋକ’ । 

 

କାନରେ ଝୁଲୁଚି କେଶ,

ଚିହ୍ନା-ଚିହ୍ନI ପ୍ରାକ୍ତନ ଚେହେରା,

ଛିଙ୍କୁ ଥିଲା ଇତିହାସ,

ହସୁଥିଲେ ଶ୍ରୀଦଳବେହେରା । 

ସବୁରି ଧର୍ଷିତ ଛାଇ

ସମୟର ନଖ-ଦରପଣେ,

ଦିଶୁଥିଲା କଦାକାର,

ପୁରାତନ ମାର୍ବଲ ଚଟାଣେ । 

ଲେଖାଥିଲା ବହୁ ନାମ,

ପଡ଼ିଥିଲା ଅନେକ ପଲଙ୍କ,

ରୋଗୀ କେହି ନଥିଲେ ବି

ଶମଶାନେ ଘାରିଥିଲା ଶୋକ ! 

 

ମତ୍ସ୍ୟ ଦେଶ ପୋତବାହୀ,

ଇଚ୍ଛା-ନଦୀ ନିର୍ଜନ ପଠରେ

ସ୍କୃତିର ବଳୟଠାରୁ 

କେଜାଣି ବା କେତେ କୋଶ ଦୂରେ ।

ଅଟକିଛି ନାଉରିଆ, 

ଖୋଜୁଅଛି ସୁବର୍ଣ କୁଣ୍ଡଳ,

ପରିଚୟ ହୀନ ଏକ

ତାମ୍ରପାତ୍ର ଧରି କିଛି ଜଳ । 

ପରିଚୟ କହ ତା’ର,

କହ କିଏ କେଉ ଦ୍ୱୀପବାସୀ,

ସ୍ମୃତିର ପିଙ୍ଗଳ ହ୍ରଦେ ।

ତୁମେ ଯିଏ କଳ୍ପନା ବିଳାସୀ 

ଖୋଜୁଅଛି ଆଉ ଥରେ

ହଜିବାର ପୁରୁଣା ରତନ,

 

ଗାଡ଼ିରେ ପୁଟୁଳି ଛାଡ଼ି 

ଯେଉଁପରି ଯାତ୍ରୀ ଅକିଂଚନ...

ପଶିଯାଏ ଏ ଡବାରୁ 

ସେ ଡବାକୁ । ସବୁ ଏକାକାର,

ସବୁଠାରେ ଗୁଞ୍ଜରଣ ।

ଯାତ୍ରୀ ମେଳେ ହସ ତିରସ୍କାର । 

 

ଅଥବା ସମସ୍ତେ ଆମେ, 

ପୋତାଶ୍ରୟେ ବେସୁରା ଖଲାସୀ

ଦରିଆର ପାଣି ମାପି,

ମନେ ମନେ ହେଉଥିଲୁ ଖୁସି । 

 

ହୀରା, ନୀଳା, ମୋତିମାଳ, 

ପୋହଳା କି ପଦ୍ମରାଗ ପାଇଁ

ଅଳେଇଚ ବନ୍ଦରରେ ।

ମତିଭ୍ରମେ, ରହିଚୁ ପଛାଇ ।

ଆମେ କି’ର ଶେଷ ପିଢ଼ି,

ପିଣ୍ଡଦାନ କରୁଛି କେବଳ

ଚୌପଦିରେ ବାଢ଼ିଦେଇ

ତୀର୍ଥ କ୍ଷେତ୍ର କମଣ୍ଡଳୁ ଜଳ ।

 

ସମୟର ପେଟିକାରେ

ବିଗଳିତ ଯେତେ ହସ୍ତାକ୍ଷର, 

ପୁରାତନ ଦସ୍ତାବିଜ

ନଥିପତ୍ର ଅଜ୍ଞାତ କାକର,

ଶତାବ୍ଦୀର ଯାଦୁଘରେ

ସମର୍ପିତ ଯେତେକ ଫୋସିଲ · । 

ସେ ସବୁ ତମାଦି ପ୍ରାପ୍ତ

ସମୟର ପୂର୍ବ ତଫସିଲ ।

ଚାରିଟି ଶତାବ୍ଦୀ ପଛ,

ସମୟର ସୁବର୍ଣ୍ଣ ହରିଣ । 

ଖେଳୁଥିଲା, ଆମ ଆଗେ,

କିଏ ତାକୁ ବିନ୍ଧିଦେଇ ବାଣ

ସମୟର କଟାହାତ ।

କଟାମୁଣ୍ଡ ଯୋଡିବାକୁ ପୁଣି,

ଆମେ ଯିଏ ହତ୍ୟାକଲୁ

ପୃଥିବୀର ଅଭୁତ ବିନ୍ଧାଣୀ ! 

 

ଆମରକି ଇତିହାସ

ଅଭିଶପ୍ତ, ବିଚିତ୍ର, ଅମେଳ

ପୁରୁଣା ସ୍ମୃତିର ହ୍ରଦେ ।

ହଜିଗଲା ସୁବର୍ଣ କୁଣ୍ଡଳ ।

ତଥାପି ଆସିଚୁ ଆମେ

ନୂଆ ଏକ ପଦାତିକ ଦଳ,

ସମୟର ସେତୁବନ୍ଧ

ଶୀଘ୍ର ତମ ନୌବହର ତୋଳି ।

 

ଆମରି ଛାଉଣୀ ପାଶେ,

ଫୁଟୁ ଫୁଲ, ଫୁଟୁରେ ବହୁତ,

ସବୁଜ ଜୋଛନା ସାଥେ,

ହସୁଥାଉ ଫୁଲ ମହୁରାତ । 

ଅନେକ ଜଳର ବିମ୍ବ

ପ୍ରତିଛବି ହେଉ ବୃହତ୍ତର,

ଅନେକ ଧ୍ବନିରେ ଉଠୁ

ପ୍ରତିଧ୍ବନି ଆଶା-ବିଶ୍ଵାସର ।

 

ସମୟର ସବୁ ଦାବି

କେତେବେଳେ ବ୍ୟର୍ଥ ହେବ ନାଇଁ,

ଅନେକ ହ୍ରଦର ମାଛ

ଆସିଯିବେ ସମୁଦ୍ର କୁ ଡେଇଁ । 

ଇତିହାସ ଦାସୀ ନୁହେଁ,

ପିନ୍ଧୁଥିବ ନୂତନ ପୋଷାକ ।

ମାଲିକର ବାହାଘରେ,

ରଖିବାକୁ ତାଙ୍କ ବଂଶଟେକ । 

ଝଡ଼ରେ ଦୋହଲା ଗଛ,

ସବୁପତ୍ର ଝରିଯିବ ଯେବେ,

ତଥାପି ଥୁଣ୍ଟା ଗଛବି ।

କଅଁଳିବ ନିଜ ମତ୍ତଗର୍ବେ । 

 

ମଧ୍ୟବିତ୍ତ

ତୀର୍ଯକ ଓ ବକ୍ରାକାର

ସମରଥ ହେ ପୁରୁଷଗଣ ।

ତୁମେମାନେ ଅନୁରକ୍ତ

ଦେହଭୋଗେ ଏପରି କୃପଣ... |

ଆତ୍ମାରେ ବୈରିତା ଭାବ

ପ୍ରାଣ ପ୍ରତି ନିଷ୍ଣୁର ବିଦ୍ରୁପ ।

ସଜାଇଛି ରଂଗ ସଭା

ତୁମଲାଗି କଂସର ମେକାପ ।

ତାତ୍ସଲ୍ୟ କାହାକୁ କର

ମେଳିବାନ୍ଧି ନିଜ ତାତ୍ସଲ୍ୟରେ ।

ତୁମେମାନେ ବସିଅଛି

ଲଜ୍ୟI-ନଦୀ ମୁହାଣ ପାଖରେ ।

ଚିହ୍ନଟ ସମୁଦ୍ର ବେଳା,

ଏବେ ପୁଣି ବିବାକ ଅଚିହ୍ନା ।

ଶୁଷ୍କନଦୀ ଶୁଭ୍ର ଶଯ୍ୟା

ବାଲି ତୃଣ ସବୁ ଦୋଦୋ ଚିହ୍ନା |

ବଧୁ ହସ୍ତେ ଶୁନ୍ୟଗରା

ଲିଭୁଥିଲା ଲେଉଟାଣି ଖରା ।

ବାଲି-ହରିଣଟି ଦେଖ

ହୋଇଗଲା ଭୟେ ଦିଗହରା ।

ଅଶ୍ରୁ ଯେତେ ତା ଆଖିରୁ

ରାତି ସାରା ଦେଇଚି ବୁହାଇ

ତଥାପି ନହେଲା ଜଳ

ବଉଳା କୁମ୍ଭୀର ଚାହିଁ ଚାହିଁ ।।

 

କୋଇଲା ଚୁଲିର ନିଆଁ

ଜଳୁଥିଲା ପୋଖରୀ ତଟରେ ।

ତମେ ସବୁ ଲାଗିଥିଲ

ପରସ୍ପରେ ଟାହି ଟାପରାରେ ।

ଅନୁରକ୍ତ ଦେହ ଭୋଗେ

ପରଷ୍ପରେ ସବୁରି ବେଖାପ,

ବେଗ-ପୌଢ଼ି ଉପବନ

ପ୍ରଦର୍ଶନୀ ଚିହ୍ନିଲା ଗ୍ରାହକ ।

 

ଆତ୍ମତୃପ୍ତ ଅହଂମନ୍ୟ

ସଂସାରରେ ଅବିମୃଶ୍ୟ ଜ୍ଞାନ ।

ସମୁଦ୍ର ପାଣିରେ ଯେତେ

ମଣିମୁକ୍ତ କରିଚ ସଂଧାନ ।

ଦିନସାରା ଚୌର୍ଯ୍ୟ ବୃଦ୍ଧି

ରାତି ସାରା ସାଜିତ ପୁଲିସ ।

ଅକୁଣ୍ଠ ବୁଭୁକ୍ଷା ମଧ୍ୟେ

ମେଳବIନ୍ଧି ତୁମେ ଅହର୍ନିଶ |

ହସ ପରିହାସ ସୁଖ

ସବୁବେଳେ ସଂଗ୍ରାମ ବିମୁଖ ।

କିଂବଦନ୍ତୀ ତାଲିକାରେ

ତୁମେମାନେ ମହାଅଭିଲେଖ

ଆତ୍ମ-ତୃପ୍ତ ଆତ୍ମ-କେନ୍ଦ୍ରୀ ।

ମୂଲ୍ୟବୋଧ ବର୍ଜିତ ଉଦାସ ।

ସମସ୍ତ ତୃପତି ମଧ୍ୟେ ।

ସାରସ୍ୱତ ପ୍ରଜ୍ଞା ଅପଯଶ ।

ଅଭିଜାତ କ୍ଷୁଦ୍ରମନା

ମଧ୍ୟବିତ୍ତ କୃପଣ କୌଶଳୀ

କୁଳୀନ ଜନ ସଭାରେ

ତୁମେମାନେ ଅଫକ୍ତି ବୃଷଳୀ

ପ୍ରଧାନମନ୍ତ୍ରୀ

ବିପତ୍ତି ଓ ଅଟ୍ଟହାସ୍ୟ,

ମଧ୍ୟେ ଯେଉଁ ଅବିଚଳ ପ୍ରାଣୀ ।

ନିଜ ଅପମାନ ଭୁଲି

ଅନାଗତ ରାଜାଙ୍କ କାହାଣୀ...

ସଂଳାପ ଆବୃତ୍ତି କଲା

ଅପେରା ନାୟକ ପରି ଆପେ ।

ପୂର୍ବବର୍ତ୍ତୀ ବଂଶ ଥୋଇ

ପରବର୍ତ୍ତୀ ବଂଶର ସମୀପେ ।

ଇତିହାସ ଯୋଡ଼ି ଦେଲା ।

ଭୂତକାଳୁ ଭବିଷ୍ୟତ ଯାଏ ... 

 

ସେଇ ଏ ଦେଶର ରଜା

ତା’ ବୃତ୍ତାନ୍ତ ନାଟକୀୟ ହୁଏ | 

 

ନାଟକ ଚାଲିଚି ପ୍ରତିଦିନ ।

ସମସ୍ତେ ମୋହିତ ଅନୁମାନ ।

ଯିଏ ଥିଲା ଜଣେ ଉଦାସୀନ ।

ସବୁରି ପ୍ରଶଂସା ଶୁଣି

ସିଏ ଏବେ ନୃତ୍ୟରେ ମଗନ I 

 

ଅନ୍ୟଥର ଅପେରାରେ

କିଣିନେବ ପ୍ରଥମ ଆସନ 

ନର୍ଭକର ମୁଖ ଇଂଗୀ

ଅଭ୍ୟାସ କରିବ ପ୍ରତିଦିନ !

ବଢ଼ିଗଲା ଅଚିରାତ୍

ଦର୍ଶକଙ୍କୁ ଛାଡ଼ି ପ୍ରେକ୍ଷାଳୟେ

ସମସ୍ତେ ଅପେକ୍ଷା କଲେ

ସଂଚମାୟା ସେଦିନ ବିସ୍ମୟେ || 

ଚାରିଆଡ଼େ କୋଳାହଳ

ଚର୍ଚ୍ଚାପଡ଼ି ଆଣୁ-ନକର

ଅନେକ ପ୍ରଶଂସା ବାଣୀ 

ଭରିଗଲା ମନ୍ଦିର ସହର ।

ସମସ୍ତେ କରିଲେ ତା’ର

ପାରିବା ପଣକୁ ଧନ୍ୟଧନ୍ୟ

 ଏତେ ଦିନ ବସିଥିଲା

ମୁହଁମାଡ଼ି ଚୁପ ସଇତାନ !

ଉଦାସୀନ ଦିଶୁ ଥିଲା

ମନେ ମନେ ସବୁ ଜାଣୁଥିଲା 

ମୌକା ଦେଖ କୁଦିପଡ଼ି

ନର୍ତ୍ତକଙ୍କ ମଝିରେ ବସିଲା 

 

କିଏ କହିଲା ଓସ୍ତାତ 

କେ ଭାବିଲ। ଅପେରା ନାୟକ

ଦର୍ଶକ କହିଲେ ଏତ 

ଦେଶ ଭୂମି ମହା ବିନାୟକ ।

ସେ ହେଲା ପ୍ରଧାନମନ୍ତ୍ରୀ ...

ରାଜନୀତି ରଚିତ୍ର ନାୟକ !! 

---------------------------------------------------------------------------------------------------------------------------------

(ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହରାଓ ପ୍ରଧାନମନ୍ତ୍ରୀ ହେବା ସମୟରେ ରଚିତ) 

---------------------------------------------------------------------------------------------------------------------------------

 

ପଦ୍ମ ପଳାଶ

 

ଆତ୍ମ ସଂଳାପ

ବହୁ ସଂଳାପ ମଧ୍ୟରେ ଅଭିନେତାର ଆତ୍ମ-ସଂଳାପ ମଧ୍ୟ ରହିଛି । ମୋ ନିଜର ପରିଚୟ ଏବଂ ପରିସର ସାହିତ୍ୟରେ ସୀମାବଦ୍ଧ ରହିଲେ ବି, ରଂଗମଂଚର ମୁଖ୍ୟ ଅଭିନେତା ଯାତ୍ରାଦଳର ଓସ୍ତାତି କଲାଭଳି; ସବୁ କର୍ମର ବିବିଧତା ମଧ୍ୟରେ ମୋ ନିଜ ଭୂମିକା ମଧ୍ୟ ନାଟକୀୟ ହୋଇ ଯାଇଚି । 

ଅଭିନେତାର ଆତ୍ମ-ସଂଳାପ କେହି କେବେ ଶୁଣିପାରନ୍ତି ନାଇଁ । ରାମଚନ୍ଦ୍ରଙ୍କ ବେଶପୋଷାକ ପିନ୍ଧି ଅଭିନେତା ରାମଚନ୍ଦ୍ର ଗ୍ରୀନ-ରୁମ୍ ଭିତରେ ପଶି ବାଦ୍ୟକାର ମାନଙ୍କ ସହିତ ଗିନି ବଜାଇ ତାଳ ଦେଉଥିବା ଦେଖାଯାଏ । ବେଳେବେଳେ ଖନ୍ଦାଶାଳକୁ ପଶିଆସି ପାଚକମାନଙ୍କୁ ସାହାଯ୍ୟ କରନ୍ତି । ତେଲ ମସଲାର ଭାଗ ବିଚାର କରନ୍ତି । ତରକାରି ଚାଖି ମତାମତ ଦିଅନ୍ତି, ଅଥବା ଦ୍ବିମତ ହେଲେ କ୍ରୋଧ କରନ୍ତି । 

ରାଜା ରାମଚନ୍ଦ୍ର ଙ୍କ ସଂଳାପ ବାହାରେ ଏହା ହେଉଚି ଅଭିନେତାର ଆତ୍ମ-ସଂଳାପ । ଅଭିନେତା ରାମଚନ୍ଦ୍ର ସୀତାଦେବୀଙ୍କୁ ସାରା ରାତ୍ର ଖୋଜିଖୋଜି ଦର୍ଶକମାନଙ୍କୁ ଆତ୍ମହରୀ କରନ୍ତି । ସକାଳ ପାହିଲା ବେଳକୁ ତେଣ୍ଡା ଉପରେ ଚଢ଼ି ଯାଇ ନିଜ ଚାଷ ଜମି ଉପରେ ବି ପାଣି ମଡ଼ାଇବାକୁ ଲାଗି ପଡ଼ିଥାନ୍ତି ।

ଅଭିନେତା ରାମଚନ୍ଦ୍ରଙ୍କ ଭଳି, ମୋ ଭୂମିକା ସାହିତ୍ୟ ଜଗତରେ ନାଟକୀୟ ଏବଂ ମୁଁ ସେଥିରେ ମସଗୁଲ । ସବୁକର୍ମର ବିବିଧତା ନିଜ ଜୀବନକୁ, ମୋ ପାଖରେ ସାହିତ୍ୟର କୌଣସି ବିରଳ କର୍ମ କରିଦେଲା ନାଇଁ, ଯାହାଫଳରେ ମୁଁ ନିଜେ ଅଲଗାକରି ପାଠକମାନଙ୍କୁ ଚିହ୍ନାଇ ହେବି । 

ଭୂସଂସ୍କାର ହୋଇ ନଥିବା ଇଲାକାରେ ମୋ ନିଜର ଚାଷଜମି ରହିଛି । ମୋ ଖେତର ଚକବନ୍ଦୀ ହୋଇନାଇଁ । ତଥାପି ଚାଷୀ ନିଜର ଚିରନ୍ତନ ଅଭ୍ୟାସ ମଧ୍ୟରେ ନିଜ ଜମିରେ ଚାଷ କରେ । ମୁଁ ତାହା କରୁଥିବି । ଟ୍ରାକ୍ଟର ଚାଲୁ ବା ହଳ ଲଙ୍ଗଳ ଚାଲୁଥାଉ; ପାର୍ଥକ୍ୟ ନାଇଁ । । ନାଟକ ବାହାରେ, ଅଭିନେତାର ନିଜ ସଂଳାପ ପୃଥକ ହେଲେବି, ତାହା ନାଟକ ଭିତରେ କିଛି କିଛି ମିଶିଥାଏ, କିଛିକିଛି ବାହାରେ ମଧ୍ୟ ରହିଥାଏ, ଯାହାକୁ ଦର୍ଶକମାନେ ଲକ୍ଷ୍ୟ କରି ନଥାନ୍ତି । 

ରଜନୀକାନ୍ତ ଦାସ

୧୧/୧/୧୯୯୬ 

 

ରେଖା ଗଣିତ

ନିତି ଦିନ ତୁମ ସଂଗେ । 

ଯୁଦ୍ଧ ଓ ସଂଘର୍ଷ,

ହୁଏତ କାଳ-ବୈଶାଖୀ 

ଅବା ମଧୁମାସ ।

ହୁଏତ ବା ନୀଳ ବନ୍ୟା 

ଅବା ବାଲୁଚର,

ହୁଏତ ସମୁଦ୍ର ମଧ୍ୟେ, 

ଗୋଟିଏ ବନ୍ଦର ।

ହୁଏତ ଗୋଟିଏ ପୁଷ୍କ 

କଂଟକିତ ବୃକ୍ଷେ,

ଅଥବା ସହସ୍ର ଫୁଲ । 

ମଣ୍ଡପ ସମକ୍ଷେ || 

 

ତୁମ ମୋର ଚିହ୍ନା ନାଇଁ 

କିଏ କେଉଁଠାରେ,

କାନ୍ଥବାଡ଼ ଚତୁର୍ଦ୍ଦିଗେ 

ଅଜସ୍ର ପୋଷ୍ଟରେ ।

ପ୍ରତ୍ୟେକ ବସ୍ତିରେ, ପୁଣି - 

ପ୍ରତ୍ୟେକ ଗଳିରେ,

ଘାଟ, ଛକ, ପ୍ରାସାଦ ଓ 

କୁଟୀର ଦୁଆରେ ।

ତୁମକୁ ଭେଟିବି ବୋଲି । 

ଅପବାଦ ଘୋର,

ଯିଏ ସେ କରୁଚି କରୁ, 

ଆମେତ’ ନାଚାର !!

 ପ୍ରତିଦିନ ସଂଜେ 

ଅବା ସକାଳର ବେଳା,

ଯେତେ ଫୁଲ ଫୁଟେ 

କାଇଁ, ହୋଇ ଅବହେଳା,

ସେ ସବୁ ତୁମରି କଂo 

କରି ମାଳାୟିତ 

ସଂପାଦନା କରୁଅଛି 

ନିଜ ଚୁକ୍ତି ପତ୍ର ll 

 

ବହୁ ସାଥୀ, ବହୁଜନ 

ଶୁଣିବା କଥାରେ,

କେ ବିଶ୍ୱାସ ଯିବ କହ, 

ମୋଅରି ସାଥିରେ ।

ତୁମେ ସ୍କୁଲ ପବନର 

ଥରିବା ପତରେ,

ନଦୀ ଘାଟ, ନୀପବନ, 

ବୁଲାଣି ଘାଟରେ || 

 

ତୁମେଥଲ ମୂଢ଼ଜନ 

ଜନ୍ମ ପତ୍ରିକାରେ,

ତୁମେ ଅଛ ଅବିଶ୍ଵାସ 

ଅବା ବିଶ୍ୱାସରେ ।

ତୁମେ ଅଛ କୁସଂସ୍କାରେ |

ଅବା ସୁ-ସଂସ୍କାରେ

ତୁମେ ଅଛ କେଉଁ ଦିନ 

ଘାତକ ଶିବିରେ I 

 

ମନ୍ଦିର ଓ ବିଦ୍ୟାଶାଳା 

ପାଣିନି ସୂତ୍ରରେ,

ଗଣିତ ହିସାବ ଫର୍ଦ୍ଦେ

ଯୋଗ ଗୁଣରେ ।

ତୁମେ ଏକ ମହାବଳୀ 

ବାଳକ ହସ୍ତରେ

ଗଣନ ଯେ ଶିଖୁଥିଲା 

ସିଲଟ ପଟାରେ, -

ବିୟୋଗ ହରଣବେଳେ 

ଚକ୍ଷୁ ବିସ୍ଫୋରିତ, -

 

ତୁମେ ତା ପାଖରେ ଥିଲ 

ପ୍ରଶ୍ନବାଚୀ ମାତ୍ର ! 

ତୁମେ ଆଧୁନିକ ମୁଇଁ 

ଅଜ୍ଞ ପୁରାତନ,

ତୁମେ ଭ୍ରଷ୍ଟାଚାରୀ ମୁଇଁ 

ଅସାଧୁ ଦୁର୍ଜନ ।

ତୁମଠୁ ଶିଖୁଲି ମୁଇଁ 

ସକଳ ଅନାସ୍ଥା

ଯେତେକ କପଟାଚାର 

ଅବା ଦାମ୍ଭିକତା । 

ତୁମ ମୋର ଦେଖାହେବ। ।

ଯଦି, କେବେ କେବେ

ଭିକ୍ଷାପାତ୍ର ହାତେଧରି 

ବୁଲୁଥିବି ଯେବେ ;

ଅଥବା ଗ୍ରାମ ବସରେ । 

ହୋଇ କଣ୍ଡକ୍ଟର,

ମାଗିବି ଟିକଟ, - ତୁମେ 

ନ ଦେଇଣ ହୋଇଯିବ ଦୂର । 

(ରଚନା : ୩୧|୧୨|୮୨) 

 

ଡାକ୍ତର ଆରୋଗ୍ୟ !

ମୁଁ କରୁଚି ସତ୍ୟପାଠ 

ଜୀବଥାଉଁ ଈଶ୍ୱରଙ୍କ ଦ୍ୱାରେ 

ଶଙ୍ଖନାଭି ମଣ୍ଡଳରେ 

ଝରାପତ୍ର ଅଶ୍ଵତ୍ଥ ବୃକ୍ଷରେ 

ପଲ୍ଲବ ଆସିବ କାଲି 

ଶୂନ୍ୟ ଆଜି ଔଷଧ ଭଣ୍ଡାର 

ଚିକିତ୍ସକ ପ୍ରକୋଷ୍ଠରେ 

ପୁଣି ହେବ ଶ୍ୱାସରୁଦ୍ଧ ମୋର । 

 

ହେ ରୁକ୍ଷ ଚିକିତ୍ସାଳୟ

ରୋଗୀମାନେ ଅସୀମ ଉତ୍କଟ

ଖଟିଆରେ ଛାରପୋକ 

ବିଛଣାରୁ ଦୁର୍ଗନ୍ଧ ଉତ୍କଟ । 

ପୀଡ଼ା ତାଙ୍କ ଗୁରୁତର 

ତୁମ ପାଶେ ଶାଣଦି ଆ ଛୁରି, 

କ୍ଷୌର କର୍ମ ବ୍ଲେଡ ନାହିଁ

ନାଇଁ ଖଣ୍ଡ ରେ ଶମ କତୁରି ?

ନିଦାନ ପଞ୍ଜିକା ତୁମେ ।

ଛାଡ଼ିଦେଇ ଲାସକଟା ଘରେ,

ନିହଣ ମୁଗୁର ଛାଡ଼ି 

ଏକୁଟିଆ ଫେରିବ ରାତିରେ । ।

ଲଣ୍ଠନ ର କାବ କଳା

ତୁଳା ଆଉ ବ୍ୟାଣ୍ଡେଜ ନଥିଲା

ରୋଗୀମାନେ ଯନ୍ତ୍ରଣାକୁ

ଭୁଲିଗଲେ, ସକାଳ ପାହିଲା ।

 

ଚତୁର୍ଦ୍ଦିଗେ ଲକ୍ଷ୍ୟ ବୃଦ୍ଧି, । 

ଶକ୍ତିବୃଦ୍ଧି, ଅଜସ୍ର ଘୋଷଣା, ।

ଲାସ -କଟା ଘରେ ଖାଲି 

ବାଜୁଥିଲା ଈଶ୍ୱରଙ୍କ ବୀଣା ! 

କାନ୍ଥର ଅନେକ ଚିତ୍ର ।

ପୁରାତନ ବସ୍ତି ଓ ଗ୍ରାମର

ଝରକାର ଅନ୍ଧକାରେ ।

ଲୁଚିଥିଲା, ପ୍ରାଚୀନ ଶୃଗାଳ । 

ନେବାପାଇଁ ମୁର୍ଦାରକୁ, ।

ପେଟି ମଧେ କଂଟା ଠୁକିଦେଇ, 

ଡାକ୍ତର ଆସିଲେ ଫେରି 

ମୁଁ କାନ୍ଦୁଚି ଲୋତକ ଭସାଇ । 

 

ମୋ’ ଜ୍ଞାତି କୁଟୁମ୍ବ ଯିଏ 

ଚାହିଁ ଚାହିଁ ଡାକ୍ତର-ଆରୋଗ୍ୟ,

ପରମାୟୁ କ୍ଷୟକଲ ।

ଖଟିଆରେ ଶୋଇ ହତଭାଗ୍ୟ ! 

ସେମାନଙ୍କ କଥା ମୋର ।

ମନେ ପଡ଼େ ଲାସକଟା ଘରେ, ।

ସତେ ଯଦି ତୁମେମାନେ ।

କାଲି ପୁଣି ଖୋଜିବ ଅଧୀରେ 

ସେମାନଙ୍କୁ କହିଦେବ 

-ହେ’ ଈଶ୍ୱର ଉପ୍ରୋଧ ନକରି,

ମୋର ଅପମୃତ୍ୟୁ ଲାଗି |

ଦାୟୀ ନୁହେଁ ତ୍ରେତାଯୁଗ ନାରୀ ।

ରାଜଦାଣ୍ଡେ ଥୋଇଦେଇ 

ମୃତଶିଶୁ ରାଜାଙ୍କୁ ଡାକିଲା

ସମୟର ଦରବାରେ । 

କଇଫତ ଥରୁଟିଏ ନେଲା । 

(ରଚନା : ୧୭|୫|୮୩) 

ମଧ୍ୟବିତ୍ତର ଆନେପଦୀ

ହେ ସୁରଭି !

ଗଭାତୁମ ସାଜିବ ଏଥର, 

ଆସିଲାଣି ବଜାରକୁ 

ସକସବଜି ନୂଆ ଫଳମୂଳ । 

ଅଖାପାରି, ଚକାମେଲି 

ବତୀଖୁଣ୍ଟ ସୀମିତ ପୃଥିବୀ, 

ତୁମ ପରିଚିତ ମୁହଁ; 

କାଲେଣ୍ଡରେ ନିତିଦିନ ଛବି । 

 

ଚାହୁଁଥିବେ ଅରସିକେ

ଉଦାସିଆ, ଅସ୍ନେହୀ ଗ୍ରାହକେ, 

ପାଖକୁ ଆସିଲେ ପୁଣି

ଝୁଂଟିପଡ଼ି ଫେରୁଥିବେ ଥୋକେ । 

ଘୂରିବେ ବିପଣି ସାରା

ଲକ୍ଷ୍ୟହୀନ ବିତର୍କିତ ମନ, 

ଗୋଟିଏ ତାରିଖ ଲାଗି

ହରାଇବେ ଅନେକ ସୁଦିନ । 

 

ଗୋଧୂଳି ଲୋହିତ ଛକେ ।

ଅଭିସାର ନିତ୍ୟ ନିମନ୍ତ୍ରଣ

ବଜାରର ବତୀଖୁଣ୍ଟ

ଆମର ସେ’ ମିଳନ ସାୟାହ୍ନ

କେଜାଣି କେଉଁଠି ଆଦ୍ୟ

କେଉଁଠାରେ ହେଲା ପଣି ଶେଷ

କେଉଁଠାରେ ରେଖାଙ୍କିତ,

ତୁମ ପାଇଁ ମୋ ଭାରତବର୍ଷ ? 

 

ଜାଣେନା କିଏ ସେ ତୁମେ,

ମାନମୟୀ ଦୁର୍ଘଟଣା ଦେବୀ, 

କେଉଁଠାରେ ଲୁଚାଇଲ

ମୋ ମନର ଶ୍ୟାମଳ ପୃଥିବୀ । 

ତୁମରି ନୂତନ ପଠା,

ଫୁଲଫଳ ଉଦ୍ୟାନ ରଚନା 

ଅତର୍କିତେ କେ ଦେଲାଣି

ତୁମକୁ ମୋ ସହର ଠିକଣା । 

 

ଡାଲିରେ ଈଷତ୍ ଗୋଡ଼ି 

ତେଲଡ଼ବା ଈଷତ୍ ଘସରା

ଦୁର୍ଯୋଧନ ଗଦାଘାତେ

ହୁଏତ ବା’ ଶତଗ୍ରାମ୍ ଗଲା !

ଗୁଣ୍ଡ ଦୁଧ ଉଣା ହେଲା । 

କେ ଗୃହିଣୀ ଲଜ୍ଜାଶୀଳା ନାରୀ,

ପ୍ରେରକଙ୍କୁ ଦୋଷଦେଇ

ଅପରାଧ କରିବ ଗୁହାରି ?

ପ୍ରତ୍ୟୁଷ କାକଳି କଂଠେ

ମୂଲ୍ୟସୂଚୀ ନିତ୍ୟ ବିବର୍ଭନ, 

କାଇଁ କିଏ ଡାକିଦେଲା

ଅଜ୍ଞାତରେ ଏ’ ଶ୍ରୁତିଲିଖନ । 

ହାକିମ ବିବାହ ଭୋଜି,

ନୃତ୍ୟଶିଳା ଶୁଭ ଉନ୍ମୋଚନ, 

ଏ’ ସବୁରେ ବଢ଼ିଗଲା

ସହରର ନିତ୍ୟ ତାପମାନ ! 

 

ମନେ ମୋର ଖେଦ ନାଇଁ 

ହେ ସୁରଭି ! ସଜା ତୁମ ଗଭା,

ନାଇଲନ ଜାଲ ଛନ୍ଦି

ଚାଲ ଆମେ ମାଛ ମାରି ଯିବା,

ବଜାର ନର୍ଦମା ପାଣି

ମାଛ ଚାଷ ଯାଆଁଳ ପୋଖରୀ,

କୃଷ୍ଣଘନ ଶ୍ୟାମବେଶୀ,

ଉର୍ବଶୀର କୁଚ ସ୍ପର୍ଶ କରି

ତୁମ ଅସଂଲଗ୍ନ ବେଶ

ବତୀଖୁଣ୍ଟ ଅଳସ ଚକୋରୀ,

ମଧ୍ୟବିତ୍ତ ମଣିଷର

ବିଳଂବିତ ଆଶା ଆଶାବରୀ । 

 

ହେ ସୁରଭି, ଶସ୍ତା ହେଉ

ମୋହ ପାଇଁ ଗଭା ଫୁଲହାର, 

 

ଅସହାୟା ଜନନୀର

ମାତୃସ୍ନେହ କରୁଚି ଚିତ୍କାର । 

ଲହୁଣି ଗୋଦାମ ଘରେ

ଶୀତାତାପ ନିୟନ୍ତ୍ରିତ କକ୍ଷେ 

ପଶିବାକୁ ଭୟଲାଗେ

ସହରର ଟେରାବାଡ ଫାଙ୍କେ, 

ବତୀଖୁଣ୍ଟ ନର୍ଦ୍ଦମାର ।

ପରିଚିତ ଅନ୍ଧାର ଗଳିରେ 

ଫେରିଆସ, ଫେରିଆସ

ଅସହାୟ ମଣିଷ ଶିଶୁରେ । ।

ତୁମରି ଭାରତବର୍ଷ

ହରିତାଭ ଜଳଭରା ଦେଶ, ।

ସୂର୍ଯ୍ୟୋଦୟ କେବେ ହେବ ।

ଅପେକ୍ଷାତ କରିବ ଅବଶ୍ୟ । 

 

ତୁମ ପାଖ ରେସ୍ତୋରାଁର

ଫୁଟପାଥ ଧାରେ କେବେ କେବେ,

ରାଜାପୁଅ, ମନ୍ତ୍ରୀପୁଅ, 

ବୈଶ୍ୟପୁତ୍ର ସମେସ୍ତ ମିଶିବେ ।

ଦୁର୍ଗନ୍ଧ ବସ୍ତିକୁ ତେଜି

ଯିବାଲାଗି ନୂତନ ବନ୍ଦର

ସେମାନେ ଯେ ସଜବାଜ

ମଶକଙ୍କ ପୂର୍ବ ସହୋଦର ! 

 

ବୈଦୁର୍ଯର ହାର ତୁମ

ଶ୍ୟାମାଙ୍ଗିନୀ ଭୁଲିଯାଇପାର, 

ପୋହଳାର ମାଳପିନ୍ଧି

ଚାଲଯିବା ‘ସୁରଭି-ବଜାର’ । 

ଯେଉଁଠାରେ ପ୍ରେମ-ଶସ୍ୟ

ପୁଷ୍କହୀନ, ପଣ୍ୟ ପ୍ରେମହୀନ 

ଯେଉଁଠାରେ କାଚ ହୀରା,

ହୀରାମାଳ କାଚରୁ ମଳିନ । 

 

ଯେଉଁଠାରେ ଦୁଗ୍ଧ-ବାକ୍ସେ

ଅତର୍କିତ ସର୍ପର ଗରଳ,

ସେଇଠାରେ ମଣିଷଙ୍କ ।

ଚିରନ୍ତନ ବିଶ୍ଵାସର ମୂଳ 

ଖୋଳାହୁଏ, ପୋତାହୁଏ

ନୂଆତରୁ ନୂତନ ବନସ୍ତ

ଚାଲ ଆମେ ଝୁଣ୍ଟିପଡ଼ି

କିଣିନେବା ଫସଲ ସମସ୍ତ । 

(ରଚନା : ୧|୧୯|୮୭) 

ବିଦୀର୍ଣ ପଳାଶ

ବାହାନୁଗା ବଜାରରୁ 

ଆସିଛନ୍ତି ବର;

ବେପାରରେ ବଡ଼ ପକ୍କା 

ମିନି ସୌଦାଗର !

ବର ଓସ୍ତ ବେନି ବୃକ୍ଷେ 

ପତ୍ରପାଳ କରିବେ ସୁମାରି

ଯେତେ ଫଳ ଫୁଲ ଡାଳ 

ବନସ୍ତରେ ଉଠିବେ ଶିହରି

ଉଡୁଥିବ ଗେଣ୍ଡାଳିଆ 

ଗଣୁଥିବେ ସମସ୍ତଙ୍କ ପର,

ଗୋରୀ ଝୁଅ କାନ୍ଦିବନି 

ଏ ଯୁଗରେ ଦେଖ ବୁଢ଼ାବର । 

 

ବାହାନୁଗା ବଜାରରୁ 

ଆସିଛନ୍ତି ବର;

ବେପାରରେ ବଡ଼ ପକ୍କା, 

ତାଙ୍କ ବାପା ବଡ଼ ସୌଦାଗର ।

ଭାଉବଟ ଜଣା ଅଛି, 

ପିତଳର ଖାଣ୍ଟି ବଟକରI,

କଷଟି ପଥର ଖଣ୍ଡ 

ଆଣିଛନ୍ତି ଶ୍ରୀ ଦଳ ବେହେରା

ମଧ୍ୟବିତ୍ତ ମଣିଷକୁ । 

କରିବାକୁ ଅଭିଶାପୁଂ ମୁକ୍ତି, 

ଛାତିର ପଞ୍ଚରାହାଡ଼ 

ଗଣିଦେବେ ଆଜି ବରଯାତ୍ରୀ । 

 

ଆମ ଘର ଅହଲ୍ୟIକୁ ।

ପଦ୍ମବନୁ ଉଦ୍ଧରିବା ପାଇଁ, 

ସାତ ମାଢ଼ ସ୍ୱର୍ଣ୍ଣ ଲୋଡ଼ା, 

କଂସରାଜା ବନ୍ଦିଶାଳେ ଯାଇ

ହେ ନିରୀହ ବସୁଦେବ ।

ତୁମେ ପରା କରିବ ଗୁହାରି

ସାତ ଜନ୍ମ ଘଣାପେଲି 

ହେବାଲାଗି କନ୍ୟା-ଦାୟୁ ପାରି । । 

 

ବାହାନୁଗା ବଜାରରୁ 

ଆସିଛନ୍ତି ଦଳେ ସୌଦାଗର,

ବେପାରରେ ଧୁରନ୍ଧର ।

ଭାଉ ମୂଲେ ଅତି ସୁଚତୁର ।

ସବୁ ଗୋଟିଗୋଟି ଦ୍ରବ୍ୟ 

ତାଲିକାରୁ ଦେଖନ୍ତି ମିଳାଇ,

ଖାତକ ଉଧାରିପଟ୍ଟା ।

ଘାତକର ମସୁକ ବହି, 

ଖୋଲି ଦେଖି ମିଳାଉଚି 

ସତେ ଅବା ବ୍ୟାଙ୍କ ମେନେଜର

 

ନିଜସ୍ୱ ଖାତକ ହାତେ 

ପିନ୍ଧାଇବ ଲୁହାର ଜଂଜିର !

ନୂଆ ରାଜଦୂତ ଗାଡ଼ି ।

ଶଶୁରଙ୍କ ଅଙ୍ଗୀକାର ମାତ୍ର,

ହଂସଦୂତ ଜୋଇଁ ତାଙ୍କ 

ଖୋଜୁଛନ୍ତି ମହା ଐରାବତ !

ବିଦୀର୍ଣ ପଳାଶ ଫୁଲ 

ହେମଶସ୍ୟ ଗ୍ରାମର ସୀମାନ୍ତେ,

ଶାଶୁ ନଣନ୍ଦ ଗଂଜଣା ।

ସହିବାକୁ ପରଦିନ ପ୍ରାତେ ।

ଅହଲ୍ୟା ଭଉଣୀ ମୋର 

ଗାଁ ଦାଣ୍ଡ ହୋଇଗଲା ପାରି, 

 

ଝାଉଁଳିଲେ ବନସ୍ତର ଫୁଲ ସବୁ 

ପତ୍ରଗଲା ଝରି । 

 

ମୃଗୁଣୀର ସ୍ତୁତି ପଢ଼ି 

ପିତୃଦେବ କରୁଚି ତର୍ପଣ,

ଉନବିଂଶ ଶତାବ୍ଦୀର 

ସୁଝିବାକୁ ପୁରାତନ ରଣ ।

ଦୁର୍ମୁଲ୍ୟ ସୁବର୍ଣ୍ଣ ଆଜି 

ସତୀଦାହ ପୁନଃ ଆବଶ୍ୟକ,

ନାରୀଶିକ୍ଷା ସ୍ଵାଧୀନତା 

ଏ ଦେଶର ସାଦା ତମସୁକ । 

(ରଚନା : ୪|୨|୧୯୮୨) 

ଟଙ୍କାକିଆ ନୋଟ

ଆମେ ଶ୍ରାନ୍ତ, 

ଆମେ କ୍ଳାନ୍ତ, 

ବିଦାୟ ଦିଅ ମା । 

ଈଶ୍ଵର ଚଢ଼ନ୍ତୁ ସିଢ଼ି । 

ବଢ଼ୁ ତାଙ୍କ ସଂଚୟର ଜମା । 

ବସନ୍ତ ପବନ ବାଜୁ 

ଝରୁଥାଉ ବଉଳର ଫୁଲ,

ବଜାରଟି ଅତ୍ୟନ୍ତ ଦୁର୍ମୂଲ୍ୟ ! 

ଅସଂଖ୍ୟ ବଳିଷ୍ଠ ହାତ, 

ସମୟର ଘନ ଆକର୍ଷଣ 

ଲାଗିଥିଲା ପାନପିକ 

ଦିଶୁଥିଲା କୁଙ୍କୁମର ଚିହ୍ନ । 

ମଇଳା ମସୃଣ ଗାଲ, 

ରେଖାଙ୍କିତ ବିବର୍ଣ ଚିବୁକ 

ମୂଲ୍ୟହୀନ ହୋଇଗଲା,

ଭୟ ପାଇଁ ଯେତେ ଭଦ୍ରଲୋକ

ବାଟ ଭାଙ୍ଗି ଚାଲିଗଲେ ।

ରିକ୍ସାବାଲା ଛାତିଝାଳେ ଓଦା, ।

ଭାର-ସାମ୍ୟ ହରାଇଲା ।

ଗୃହିଣୀର କ୍ଷୁଦ୍ରତମ ମୁଦ୍ରା । ।

ମାଳାକାର ଫୁଲ ଫୁଥୁ । 

ସମୟର ସବୁଠାରୁ 

ଦ୍ରୁତଗାମୀ ପକ୍ଷୀମାନେ ଶୁଣ,

ବହୁ ହସ୍ତେ ରାଖୀ ବାନ୍ଧି

ତୁମେ ଆଜି ଶ୍ରାନ୍ତ ଅକର୍ମଣ୍ୟ ।

ଜତୁ ଗୃହ ଜଳିଗଲା । ।

ପଣ୍ଡୁପୁତ୍ରେ ପଶାପାଲି ହାରି 

ଦ୍ରୌପଦୀଙ୍କ ବସ୍ତ୍ର ସବୁ ।

ନେଇଗଲା ଦୁର୍ଯ୍ୟୋଧନ ହରି । ।

(ରଚନା : ୧୧.. ୧୯୮୩) 

 

ଆସାମ

ଗୋଟିଏ ଲିପିର କଣ୍ଠେ

ଦୁଇ ଧ୍ୱନି, ଦୁଇଟି ଝଂକାର

ଯଦ୍ୟପି ସମ୍ଭବ ନୁହେଁ

ଏକ ଭାଷା, ଚାରି ବେଦସ୍ୱର ।

ଯଦିବା ସମ୍ଭବ ନୁହେଁ,

ଏକ କୋଷେ ଦୁଇ ତଲବାର,

କାମରୂପ ବନସ୍ତରୁ 

ତୋଳି ଆଣି ରକତ ମନ୍ଦାର

ସମୁଦ୍ରେ ଭସାଇ ଦେଇ 

ତୁମେ ଯଦି ଅପେକ୍ଷା କରିବ,

ଦେଖି ବ ଭାରତବର୍ଷ 

ସବୁ ନଦୀ ଲାଲ ହୋଇଯିବ ! 

 

ଧଳାନାଲି ଫୁଲ ଦଳି ।

ତୁମେ ତାଙ୍କୁ ଦେଲ ଜୀବନ୍ୟାସ,

ଦିବସରେ କୃଷ୍ଣ-ମେଷ 

ଯାମିନୀରେ ମନର-ମଣିଷ ।

ମଶାରୀର ଟେରାବାଡ଼େ 

ଲୁଚିଥିଲେ ଯେତେ ଆଗନ୍ତୁକ,

ଦ୍ରାକ୍ଷାର ବନସ୍ତେ ଆଜି 

ଅଜଗର ସବୁ ଭୟାନକ ! 

ତୁମରି ଭୂଗୋଳ ଖୋଲି 

ଅବାରିତ ଅନନ୍ତ ତୋରଣ

ଇତିହାସ ଶ୍ଳଥପତ୍ରେ 

ବିଚ୍ଛେଦର ବହୁ ଅଶ୍ରୁ ଚିହ୍ନ ।

ପ୍ରେମ ଓ ସଂଘର୍ଷ ଭୂମି । 

ଶତାବ୍ଦୀର ତୁମେ କାମରୂପ,

ତୁମରି ପୀଡିତ କଂଠେ 

ବାଗଦେବୀର ଅଜସ୍ର ବିଳାପ । 

ଏକ ବୃନ୍ତେ ଦୁଇ ଫୁଲ 

ଏକମାତ୍ର ଭାଷା ପରିବାର,

ଗୋଟିଏ ଲିପିର କଂଠେ

ଦୁଇଗୋଟି ପ୍ରତିବାଦ ସ୍ୱର ।

ସାମ୍ରାଜ୍ୟର ଥାଟବଳ 

ବୃଷ୍ଟି-ଘନ-ସବୁଜ ପ୍ରାନ୍ତରେ

କାଚାରର ମାଟି କାଂଥ 

ବ୍ରହ୍ମପୁତ୍ର ଉପତ୍ୟକା ଧାରେ ।

ପୁରୁଣା ସନ୍ତାନ୍ତ-ବୋଧ 

ମାଂଚେଷ୍ଟର ଲୁଗାଧଡ଼ି କୁଂଚେ,

ଅନେକ ସଂଗୀତ ସ୍ଵର 

ଉଠିଥିଲା ଆକାଶର ମଂଚେ ।

ମେଖଳାର ନୂପୁରରେ 

ବଂଗଲିପି କୋମଳ ଗାଂଧାରେ

ଚେରାପୁଞ୍ଜି ବନସ୍ତରେ 

ବାହାଖେତ, କଫି ଉଦ୍ୟାନରେ ।

ସାହେବୀ ବୈଠକଖାନା 

ଧୂମାୟିତ ସ୍ନିଗ୍ଧ କୁହୁଡ଼ିରେ

ସବୁରେ ଅଦୃଶ୍ୟ ଆଜି 

ଅଟକିଛି ବେଦନା ଛାତିରେ !! 

**ଶେଫିଲ୍ମର ତରବାରି’ 

ଭାଷାଶିକ୍ଷା ଦେଇଥିଲା ଥରେ,

ଆମେ ତାକୁ ବରିନେଲୁ ।

ବଂଚିବାର ସନନ୍ଦ ସାଥିରେ ।

ପୁରାତନ ଥୁକଦାନୀ 

ସୁନାଫ୍ରେମ ତେରଛା ଚାହାଣୀ,

ଅଙ୍ଗ, ବଙ୍ଗ, କଳିଙ୍ଗର 

ଛିନ୍ନ ପୃଷ୍ଠା ସୂର୍ଯ୍ୟାସ୍ତ-ଆଇନ । 

ସେ ସନନ୍ଦ ଅବଲୁପ୍ତ, 

ତରବାରୀ ଆଜି ଜଳମଗ୍ନ; ।

ପଞ୍ଚଦଶ ଭାଷା କଂଠେ 

ସ୍ତ୍ରୀକୃତିର ନବ ସଂବିଧାନ ।

ଭାରତ-ଭାରତୀ କଂଠେ 

ପଞ୍ଚଦଶ-ମୁଖୀ ବେଦର

ପନ୍ଦରଟି ନାଗୁଣୀଙ୍କୁ 

ଖେଳାଉଚି ଏକ ନାଗେଶ୍ଵର । 

ଏକ ବୃନ୍ତ ଦୁଇ ଫୁଲ : ।

ଏକମାତ୍ର ଭାଷା ପରିବାର

ଏକାକୀ ଗାୟକ ନୁହେଁ 

ଲୋଡ଼ା ସାଥ - ମିଳିତ ଆସର !

( ବଂଗ ଆସାମ ରାଜନୈତି କ ଭଷା ବିବାଦର ସ୍ମୃତି ।) 

ରଚନା କାଳ : ୬.୩.୧୯୮୩ 

*ଇଂଲଣ୍ଡ ଦେଶର ଶେଫିଲ୍ମ ସହରରେ ନିର୍ମିତ ଉକୃଷ୍ଟ ଇସ୍ପାତ ତରବାରୀ 

ମାଲୁଣୀର ସଂକଟ

ଗୀତପଦେ ଶୁଣିବାକୁ 

ଆସିଚ ନାଗର,

କଂଟଦେଇ ଆସିଥିଲ 

ମନ ସୌଦାଗର !

ଉଛୁଳା ଜହ୍ନ ରାତିରେ 

ଆସରକୁ ଆସି

ବୁଝି ନପାରିଲ, କହିଁ, 

ରହିଲ ଉଦାସୀ ।

ମାଲୁଣୀର ଫୁଲ ଗଭା 

ଛୁଇଁଦେଇ ଥରେ,

ଫୁଲହାଟ ପସରାକୁ 

କଉଡ଼ି ହାତରେ

ଆସି ନାଅଁ ବୋଲି, 

କଲ ଛଳନା ଅପାର

ଗୀତ ପଦେ ଶୁଣି ମୋର, 

ଫେରିବ ନାଗର ! 

ଆଶା ଭଗ୍ନ ସେ ନାୟିକା 

ମନର ଆକୁଳେ

ସୁବର୍ଣ୍ଣ ମୁରୁଜ ବିଞ୍ଚି 

ବସିଥିଲା ତଳେ । 

ଆଖିରେ ଚେନାଏ ନଈ 

ବିଦୀର୍ଣ କଜ୍ଜଳ,

ସତେ ଅବା ପାଖୁଡ଼ାଏ । 

ଲୋହିତ କମଳ ! 

ସବୁଜ ସIହିରେ ଭିଜା 

ଶ୍ୟାମ ଦୁର୍ବାଦଳ,

ତୁମେ ଦେଲ ପାନପିକ 

ଫିଙ୍ଗିହେ ନାଗର ।

ସିଗାରେଟ ଧୂଆଁ ଛାଡ଼ି 

ପ୍ରଥମ ପ୍ରହର

ଉଠିଗଲ ଗାଲିଚାରୁ 

ଭାଙ୍ଗି ଲୟ ସ୍ଵର । 

ଆସରଟି ସରି ନାଇଁ, 

ବାସରଟି ବାକୀ,

ପୁରୋହିତ ଆସି ନାଇଁ 

ମାଗିନି ବିଦାକି

କଂଠସ୍ୱର ଖୋଲି ନାଇଁ 

କବି ଗାୟକର 

ମୟେ ଉଠିଯିବ 

ତୁମେ କି ନାଗର । 

ଗାଲାପୀ କାଗଜେ ଲେଖା, 

ନୀଳ ହସ୍ତାକ୍ଷର

ଅଙ୍ଗୁଳିରୁ କିଛି ରକ୍ତ 

ଝରିଥିଲା ତାର ।

ଫୁଟିଥିଲା ନୀଳପଦ୍ମ 

ମନର ମୃଣାଳେ;

ଗୁଂଥିଥିଲା ମାଳାଟିଏ 

ହ୍ରଦର ମରାଳେ,

ଡାକୁଥିଲା ହାତଠାରି 

ଦେବୀକୁ ପଠାଇ

ଦୂର ଦିଗନ୍ତର ମାଝି 

ଠିକଣା ନପାଇ ! 

ଛୁଇଁଦେଲ ସ୍ଵର୍ଣଜୁଡ଼ା । 

ମୂଲ ଦେଲ ନାଇଁ,

ଇସାରାରେ ଯାହା କିଛି । 

କହିଲା ଘେନାଇ ।

ସବୁଥିଲା ରୂପକଳ୍ପ 

ମଙ୍ଗଳଚରଣ,

ବଟୁନୃତ୍ୟ ନସରୁଣୁ 

ହେଇ ଅନ୍ତର୍ଦ୍ଧାନ । 

କିଛି କିଛି ହସ୍ତ ମୁଦ୍ରା 

ଅଙ୍ଗର ଚାଳନା,

ନ ବୁଝିଲେ କେ କରିବ 

ରସିକେ ଗୁଣନI

ସମୟ ବଦଳି ଚାଲେ 

ନବ-ଶିଳ୍ପାୟନେ,

ଅନେକ ପରୀକ୍ଷା ମଧ୍ୟ 

ଅନେକ ମଂଥନେ ।

ସାତଟି ସମୁଦ୍ର ଘଣ୍ଟା 

ନବ ନିରୀକ୍ଷଣ

ଅନେକ ବଂଦର ଘାଟ 

ଅନେକ ତୋରଣ । 

ଭାଷାର ମୁହାଣ ସ୍ରୋତେ 

ଆତ୍ମ ନିବେଦିତ

ସାଧକର ପୁଷ୍ପାଞ୍ଜଳି 

ଅନେକ ବି ବ୍ୟର୍ଥ !

ତଥାପି ସେ’ ଆଗୁସାର । 

ନୂଆ ଯାତ୍ରୀ ଦଳ

ତୀର୍ଥକରି ଫେରିଛନ୍ତି । 

ଗଣ୍ଡୁଷେକ ଜଳ;

ତୁମେ ତIଙ୍କ ପାତ୍ରେ ଦିଅ 

ସପ୍ତଗଙ୍ଗା ଧାରେ –

ସେ କରିବେ ପ୍ରତ୍ୟର୍ପଣ 

ଅସୀମ ଶ୍ରଦ୍ଧାରେ । 

କବିତା ଲୋଡ଼ଇ ସ୍ନେହ, 

ମୋହାବିଷ୍ଟ ମନ

ଶ୍ରଦ୍ଧIହୀନ ଜଗତରେ 

ଆତ୍ମ ନିବେଦନ

ବ୍ୟର୍ଥହୁଏ, କବିତାର 

ମହତ ଆସର

ତାହାଠାରୁ ଚେନାଚୁର 

ଦାନା ମଜାଦାର !

କବିତା ବନିତI ଲତା 

ତଥାପି ଏବେ ବି,

କବିତା ବନିତା ମୋର 

ଧର୍ଷିତା ପୃଥିବୀ !

ଲତା ପାଇଁ ହର୍ମ୍ୟଶାଳା । 

ଉତ୍ତୁଙ୍ଗ ପ୍ରାଚୀର 

 

ଦରିଚନ୍ଦ୍ର କୁଟୀରେ ରୁଗଣ

ସାହିତ୍ୟ କାଙ୍ଗାଳ !! 

କବିତା ମୋ ଛନ୍ଦତୋଳେ 

ମନର ବୀଣାରେ;

ନିର୍ଜନରେ, ଏକାନ୍ତରେ 

ବନ୍ଦିଶାଳା ଘରେ ।

ଦୁଃଖେ ଶୋକେ,ଅବସାଦେ 

ଗ୍ଳାନ ଓ ବ୍ରୀଡ଼ାରେ

କବିତା ପ୍ରଲେପ ଦିଏ 

ମାନସ ପୀଡ଼ାରେ । 

ଜୀବନ ଉଦାସମୟ । 

ବିଛିନ୍ନତା ବୋଧ

ଦୁର୍ବଳତା, ସଂକୀର୍ଣ୍ଣତା 

ପରାଜୟବାଦ

କବିତା ହରଣ କରେ 

-ଅବମୂଲ୍ୟାୟନେ,

ସକଳ କ୍ଷତର ଜ୍ଜ୍ୱାଳା 

ରସଶୂନ୍ୟ ପ୍ରାଣେ ।

ଦିଏ ପୁଣି ବଂଚିବାର 

ପରମ ଆହ୍ଲାଦ : 

କବିତା ହିଁ ଜଗତରେ 

ଜୀବନର ଛନ୍ଦ । 

ଗୀତପଦେ ଶୁଣି ମୋର 

ଫେରିବ ନାଗର,

ମୁଦି ବଂଧାଦେଇ ଆଜି 

ମାଲୁଣୀ ପାଶର ।

ସେ’ କିସ କବିତା ଲେଖା ।

ମନ ନ ପୂରିଲେ, 

ସେ କିସ କବିତା ହେବ। 

ଛନ୍ଦ ନ ତୋଳିଲେ ! 

ଅବୋଧ ରହିବେ କବି । 

ସୃଷ୍ଟି ଅଭିମାନୀ

ଯଦି ହେବେ- ଶ୍ରଦ୍ଧାହୀନ । 

ପାଠକଙ୍କ ଶ୍ରେଣୀ ।

ପ୍ରଣୟୀ ଲମ୍ପଟ ହେଲେ 

ବଢ଼ିଯିବ ଦ୍ଵନ୍ଦ୍ୱ

ମନ ଫାଟିଗଲେ ହେବେ 

ନାୟିକା ଦୁର୍ବୋଧ୍ୟ ! 

 

(ରନା : ୧୭୧୯୮୧) 

 

ଭିଏତନାମ୍

ଶୃଙ୍ଖଳିତ ଜୀବନର ସ୍ମରଣିକା 

ଗୋଟିଏ ଦେଶର, 

ବାଢ଼ିଛନ୍ତି ପଢ଼ିବାକୁ ସଂବାଦିକ 

ଖଗେନ୍ ସର୍କାର,

କ୍ଷୁଚନ୍ଦ୍ର ଏକ ଅଭିଲେଖ 

ତୁମେ ତାକୁ ପଢ଼ିଥାଇପାର,

କରିଚକି ତା’ ଭିତରୁ 

କିଛି କିଛି ନୂଆ ଆବିଷ୍କାର

 ତୁମ ମହାଜାତି ପାଇଁ

କେବେ କେତେ ଥର ?

ସ୍ଲୋଗାନରେ, ଭାଷଣରେ ।

ବିବୃତିରେ, ସଭା ସମିତିରେ,

ଅବା ପ୍ରତିରକ୍ଷା କୋଷେ ।

ସ୍ଵର୍ଣ ରୌପ୍ୟ ଦାନ ଦାଦନରେ 

ଯେଉଁ ଦେଶ ରକ୍ଷାକରେ ।

ସ୍ଵାଧୀନତା, ଆଣେ ସାମ୍ୟବାଦ

ସେ ଦେଶର ନରନାରୀ,

 

ଶୁଣବାରେ ହାନୋଇ ସଂବାଦ ।

ପ୍ରତ୍ୟୁଷର ପୁଙ୍ଗାଡାକେ

ନିଦ୍ରାତେଜେ ହାନୋଇ ନଗରୀ

ସକାଳ ଛଅଟା ବାଜେ ।

କର୍ମକେଂଦ୍ରେ ମଣିଷକୁ ଘେରି ।

ଖୋଲେ କଳକାରଖାନା

ମେଲିଯାଏ ଅଫିସ ଦପ୍ତର

ଯୁଦ୍ଧକ୍ଲାନ୍ତ ଜାତି ବୋଲି

ତୁମେ କିଛି ଜାଣିନାଇଁ ପାର !

ଚାରିଆଡ଼େ ଚଂଚଳତା

ମଣିଷ କର୍ମ କୋଳାହଳ ।

 

ରାସ୍ତାରେ ପୁଲିସ ନାଇଁ

କଟକଣା, ଜଗୁଆଳ ହୀନ

ସହରରେ ଚାଲିଅଛି

ଅବାରିତ ଯାନ ଓ ବାହନ !

ଆତ୍ମ-ସଚେତନ ଜାତି

ଶୃଙ୍ଖଳିତ ଜାଗ୍ରତ ମଣିଷ,

ଜୀବନର ପଦେପଦେ

ଖୋଜେ ନାଇଁ ଶାସନ ଅଂକୁଶ !

ପୁରାତନ ଜାତି ଅବା

ଗୃହପୋଷା ଜାନୁଆର ପରି ।

ଲୋଡ଼େନାଇଁ ରାସ୍ତାଧାରେ ।।

ଚାଳକର ଘଂଟି ହୁଇସିଲ ।

 

ହୋ-ଚି-ମିନ୍ ଦେଶେ କାଇଁ

ଦେଖାନାଇଁ ପ୍ରାଇଭେଟ ଗାଡ଼ି

ଅୟୁତ ମଣିଷ ଭରା

ରାଜଧାନୀ ବିଶାଳ ନଗରୀ

ଆଭିଜାତ୍ୟ ଶ୍ରେଣୀ ଶୂନ୍ୟ ! |

(ମାନ ଅବା ତୁମେ ନାଇଁ ମାନ)

ସରକାରୀ ଟ୍ରାମବସ ।

ଏକମାତ୍ର ଜନତା ବାହନ ।

 

ନଭଚୁମ୍ବି କୋଠାନାଇଁ

ସୀମାବଦ୍ଧ କେତେଟି ପ୍ରାସାଦେ

ଫରାସୀ ଉପନିବେଶ

ସ୍ପତି ଯାହା ମଣିଷକୁ ବାଧେ ।

କିନ୍ତୁ ଏ’ କି ପୃଥିବୀର ।

ନବତମ ବିସ୍ମୟ ସହର

ପ୍ରତିଟି ମଣିଷ ଲାଗି ।

ଅଛି ଖାଦ୍ୟ ଅଛି ବାସଘର !

 

ମନ୍ତ୍ରୀ ଆଉ ସାଧାରଣ ।

ଏଠି ତାର ନାଇଁ ବ୍ୟବଧାନ,

ଏ’ ବିଚିତ୍ର ଦେଶେ ନାଇଁ

ସରକାରୀ ବିଶାଳ ଭବନ ।

ମୂଲ୍ୟବାନ ଗାଡ଼ି ନାଇଁ,

ଚଳଣିରେ ନାଇଁ ଆଡ଼ମ୍ବର

ଅର୍ଦ୍ଦଳି, ପିଅନ ଅବା

ଗୃହଉକ୍ଷୀ, ସନ୍ତ୍ରୀ ଦଳଦଳ ।

ମଂତ୍ରୀଙ୍କ ବାସ ଭବନେ ।

ଲାଗେନାଇଁ ପୁଲିସ ପହରା,

ମନ୍ତ୍ରୀ ଆଉ ସାଧାରଣ

-ଏ ଦେଶରେ ଗୋଟିଏ ଚେହେରା ।

 

ଜନତାର ଦେଶ ଏଇ ।

ଚତୁର୍ଦ୍ଦିଗେ ଏକ ପରିଧାନ

ଶ୍ରମିକ ହାକିମ ସର୍ବେ ।

ଏକାକାର । କାର୍ପାସ ବସନ –

ରଂଗୀନ, ସରଳ, ସାଦା

ଆଗ ଥିଲା ନାଲି ଜୋତା

ଏ ବର୍ଷ ସେ କଲେଜକୁ ଗଲା,

କଳା ଜୋତା ଲୋଡ଼ା ହେବ

କାଲି ମତେ ଝିଗାସି କହିଲା

ନାତୁଣୀ ଘରକୁ ଯିବ,

ଅଷ୍ଟମୀର ନୂଆ ସୁଏଟର,

ଘରଭଡ଼ା ବାକୀ ହେଲା,

ବାରମ୍ବାର ଆସୁଚି ଖବର ।

ଦାଣ୍ଡଘର ବାତାୟନେ

ନେପଥ୍ୟରୁ ଗୃହିଣୀ ଈସରI,

ନୂଆ ବନ୍ଧୁ ବିଭାଘର ।

କାଳେ ତୁମେ ଭୁଲିଯିବ ପରା !

 

ଶେଯରୁ ଉଠିଲାକ୍ଷଣି

ଈଶ୍ୱରଙ୍କୁ ଡାକେ ବାରମ୍ବାର,

ଆଜି ହେଲେ ନବାହାରୁ

ଗୃହିଣୀଙ୍କ ନୂଆ ଇସ୍ତାହାର ।

ନିତି ଗୁଣୁଗୁଣୁ ହୋଇ ।

ସ୍ତୁତି ପଢ଼ି ସହସ୍ର ନାମର,

ଫୁଲ ଦେଇ, ଧୂପ ଜାଳି

ଡାକୁଥାଏ ପ୍ରଭୁ ରକ୍ଷାକର !

ହେ ଦେବତା ମଧ୍ୟବିତ୍ତ୍

ମଣିଷର ସ୍ୱତନ୍ତ୍ର ଡାକରା

କାନେ ତୁମ ବାଜୁ ନାଇଁ

ଖାଲି ଦେଶେ ବିଂଶସୂତ୍ରୀଧାରା

କରୁଛନ୍ତି ଚାଷୀ ପୁଣି,

ଉପଚାଷୀ ଅଭାବ ପୁରଣ

ବାରଂବାର ଘୋଷୁଛନ୍ତି

‘ଦୁର୍ବଳଙ୍କ ସଂକଟ ମୋଚନ’ ।

ଦିନବାର କଷାକଷି

ସପ୍ତାହର ଶେଷ ଭାଗଫଳ

ଘରେ ମାତ୍ର ରହିଥିଲା।

ମାଠିଆରେ କେଜିଏ ଚାଉଳ ।

ତାହା ପରେ ବସାବାନ୍ଧି

ସକାଳର କ୍ରୁଦ୍ଧ ଅଜଗର,

ଫଣା ତୋଳେ କି ହୋଇଚି

ଦିନକର ପଡ଼ି ସମାହାର ।

 

ସକIଳ ପାହିଲେ ତୋଳେ

ରାଜଦାଣ୍ଡେ ଜୀବନର ଛନ୍ଦ,

ତେଲ ଲୁଣ ସଂସାରର ।

ପ୍ରତିଧ୍ୱନି ଆଉ ପ୍ରତିବାଦ ।

ଏ ମୋର ଭାରତବର୍ଷ !

ଅଭାବର ଦୀର୍ଘ ଇସ୍ତାହାର,

କିଏ ନିମ୍ନ ମଧ୍ୟବିତ୍ତ ।

କିଏ ପୁଣି ଦରିଦ୍ର ଦୁର୍ବଳ ।

ଏ ଦେଶର କୋଣକନ୍ଦି

ଗ୍ରାମମୀଳ ଗହନକୁ ଯାଇ,

କେ ଶୁଣିବ ଜୀବନର

ଇସ୍ତାହାର ଜଗାଇ ମାଧାଇ

ତୁମରି ଭାରତବର୍ଷ

ସାତତାଳ ପଙ୍କର ଗଭୀର,

ଗୋଡ଼ ତୁମ ପଡ଼ିଚିକି

ଦାରିଦ୍ର୍ୟର ପାତାଳ ବିବର ।

 

ତୁମ ବହି ଖାତାପତ୍ର

ହେ ସର୍କାରୀ ପଙ୍ଗପାଳ ଦଳ,

ବନ୍ଦକର ! ଫିଙ୍ଗି ଦିଅ ।

ଗାଣିତିକ ପରିସଂଖ୍ୟାନର ।

ଅଜସ୍ର ହିସାବ ଫର୍ଦ୍ଦ

ଗ୍ରାମଦାଣ୍ଡ ଦୁର୍ବଳ ଭୂମିର

କର ଆସି ମୂଲ୍ୟାୟନ

ଆଉ ଥରେ ମୂକ ମନୁଷ୍ୟର ।

 

କିଏ ତୁମେ ଶୋଭାଯାତ୍ରୀ

ତୁମ କଣ୍ଠେ ଅୟୁତ ଘୋଷଣା,

ହୁଏତ ଭାରତବର୍ଷେ

ତୁମର ଏ ଶାସ୍ତ୍ରୀୟ କଳ୍ପନା

ଅନେକଙ୍କୁ ମୁଗଧ କରେ

ସହରର କଂକ୍ରିଟ ପଥରେ ।

ତୁମରି ସ୍ଲୋଗାନ ବାଜେ

ଜରାଜୀର୍ଣ ଦେଉଳ କାନ୍ଥରେ ।

(ଗ୍ରାମ ବରଯାତ୍ରୀ ଦଳ

ରୋଷଣୀ ଓ ପ୍ରତିଧ୍ୱନି ସ୍ଵରେ) ।

 

ଖଲିସ୍ତାନ

ଗୋଟିଏ ଗ୍ୟାଲନ୍ ରକ୍ତେ 

କି ହେବ ସର୍ଦ୍ଦର ।

ଦେଶଟା ତମାମ ମଳୁ 

ଖଳୁ ଧରଣୀର । 

 

ସମସ୍ତ ଖଟିଆ ପୂର୍ଣ 

ପକ୍ଷଭୁକ୍ତ ଚିକିତ୍ସକଗଣ,

ଚଳନ୍ତି ବା ଅଚଳନ୍ତି 

ରୋଗବ୍ୟାଧି ସକଳ ନିଦାନ ।

ସଂଶୟରେ ଦୋଳାୟିତ 

ତୃଣଭୋଜୀ ଶୃଗାଳ ସକଳ,

ପ୍ରତ୍ୟେକ ଖୀଡ଼ିକି ପାଶେ 

ଆଳସ୍ୟରେ କାଟୁଛନ୍ତି କାଳ ।

 

ଗୋଟିଏ ଗ୍ୟାଲନ୍ ରକ୍ତେ 

କି ହେବ ସର୍ଦ୍ଦର !

ଖଇରାତି ଗୁଳି ସବୁ । 

ଛୁଟୁଥିଲେ ପବନ ଭିତର ।

ନିଃଶ୍ୱାସ ବିଶ୍ୱାସ ଭୂମି 

ଭିନ୍ନ କେଉଁ ପ୍ରତ୍ୟୟର ଲାଗି

ହୋଇଥିଲେ ଚୁକ୍ତିବଦ୍ଧ। 

ନିଜ ହତ୍ୟI ନିଜେ ସମଭାଗୀ

ସଂସଦ ଓ ଛାଉଣୀର । 

ଚିରନ୍ତନ ମର୍ଯ୍ୟାଦାର ପାଇଁ,

ତେଲ ଓ ଡିଜେଲ ଦର 

ବଢୁଥିବ ତୁହାଇ ତୁହାଇ । 

 

ଶାଲ୍ମଳୀ ବନସ୍ତ

ଅନେକ ଶାଳ୍ମଳୀ ତରୁ 

ଅଯାଚିତେ, ନିଭୃତ କାନନ

ମୁଁ କରୁଚି ଦିନରାତି 

ବାରମ୍ବାର ତାର ପ୍ରଦକ୍ଷୀଣ ।

ଅଜସ୍ର ମଳିନ କନ୍ଥା 

ପୁଣି ପିନ୍ଧା ବାସିଧୋବ ଲୁଗା,

କିଏ ସେ ଆହତ ସୂର୍ଯ୍ୟ, 

କିଏଅବା ହତ ଚନ୍ଦ୍ରଭାଗା ।

ତୁମ ଗ୍ରାମ ସେ ପାରିକି, 

ତାଙ୍କ ଗ୍ରାମ ପୋଖରୀ ତୁଠରେ

ଅନେକ ନାଉରୀ ମେଳେ 

ଚାହିଁଥିଲେ ଉଦାସ ଆଖିରେ ।

ଅବୁଝ ଗ୍ରାମ୍ୟ ବାଳିକା, 

ଶୁଣିବାକୁ ବିସ୍ମୟ ପଞ୍ଜିକା,

ଅନେକ ଫାଇଲ ଯେବେ 

ରାଜଦାଣ୍ଡେ ପ୍ରୋଷିତ ଭର୍ତ୍ତୃକା ! 

 

ଅଜସ୍ର କିରାଣି ଗଲେ, 

ବଦଳିଲା ଅସୀମ ସ୍ୱାକ୍ଷର;

ଭାଙ୍ଗିଲା କଲମଦାନୀ । 

ପଶିଗଲା କ୍ଷୁଚନ୍ଦ୍ର କମ୍ପ୍ୟୁଟର ।

ବାଜୁଥିଲା ରୁଣୁଝୁଣୁ । 

ମେସିନର କି’ବୋର୍ଡ ଘଂଟି,

ଅକସ୍ମାତ ଥରି ଉଠେ 

ହାକିମଙ୍କ ମୁଦ୍ରିକା ଆଙ୍ଗୁଠି । 

 

ଅନେକ କ୍ଷତର ଚିହ୍ନ । 

ଝାଉଁବଣେ ନିସ୍ତବ୍ଧ ସକାଳ,

ଜେମାଙ୍କ ବିବାହ ତିଥ 

ପୂର୍ବରାତ୍ରେ ଶେଷ ହେବାବେଳ ।

ସୀମିତ ତାଲିକା ଦେଖି । 

ସରୁସରୁ ଅଙ୍ଗୁଳି ଫୁଟାଇ,

ଅଳସ ସେ ଭାଙ୍ଗୁଥିଲେ । 

ପୋର୍ଟିକୋରେ ନିଜେ ଠିଆହୋଇ । 

ଡ୍ରାଇଭର ଚାହିଁଥିଲା, 

ମାଳମାଳ ଖାଳେଇ ଶୁଖୁଲ,

ନାଉରୀଆ ଫେରୁଥିଲା 

ଗତରାତି ବ୍ୟର୍ଥ ହୋଇଗଲା ! 

 

ମନ୍ତ୍ରୀଙ୍କର ଭଉଣୀଙ୍କ 

ବିଭାଘର ତିଥିର ପହିଲେ,

ଗୋଦାମ ଚାଉଳ ଯାକ, 

ମୂଷାମାନେ ନିଲାମ ଡାକିଲେ ।

ଅଦୃଶ୍ୟରେ ପଙ୍ଗପାଳ 

ଦଗ୍ଧକ୍ଷେତେ ଗହମ ସବୁଜ,

କିଏ କାଇଁ କରିଦେଲା 

ମଣିଷର ହୃଦୟ ନିବୁଜ ।

କେ’ ଲେଖୁ ଫାଇଲରେ 

ଶେଷ ଲେଖା ରକ୍ତ ସୂତ୍ର ବାନ୍ଧି,

କେ’ ଦେଲା ଗୋଟିଏ ବୀଣା 

ସପ୍ତସୁରେ ଅନେକ ଧ୍ରୁପଦୀ । 

 

କୁସନର ଗଦିମାତ୍ର 

ପଲଙ୍କରୁ ଖସିଚି କିଂଚିତ;

ପୁରୁଣା ତମାଦି ସ୍ମୃତି, 

କି’ଲୋଡ଼ା ତା’କରି ଆଲୋଚିତ ।

ମଇଳା ଚାଦର ଖଣ୍ଡେ 

ରାତିପିନ୍ଧା ଝାଳୁଆ ପୋଷାକ

ରଜକକୁ ଗଣିଦେଲେ । 

ବଦଳିଲା ଗୋଟିଏ ତାରିଖ । 

 

ସୂତାବନ୍ଧା ଚଷମାରୁ । 

କିରାଣିର ଖସିଗଲା ଡୋର

ବାର୍ଦ୍ଧକ୍ୟର ଭତ୍ତାଏବେ 

ଗଣିଦିଅ ତାଙ୍କୁ ସରକାର ।

ପ୍ଲାଷ୍ଟିକ ଫାଇଲ ଏବେ 

ଖାକିଯୁଗ ତିମିର-ଚନ୍ଦ୍ରମା,

ଉହାଡ଼ରେ ବସିବସି 

ଚାଲିଲାଣି ନୂତନ ତର୍ଜମା । 

ନିରେଖୁ ଆପଣା ଛବି 

ବେଳେବେଳେ ଲାଗିବ କାଇଲ ।

ଆଶା ମାଇଲିଏ ମାତ୍ର, 

ଦୁରାଶାର ବୁଲାଣି ରାସ୍ତାରେ

ମୁଁ କରୁଚି ପ୍ରଦକ୍ଷିଣ 

ସବୁଦିନେ ସଂସାରକୁ ଥରେ ।

ଅନେକ ବେଦନା ସିଢ଼ି । 

ଯନ୍ତ୍ରଣାରେ ବିଦୀର୍ଣ ପାହାଡ଼,

ଗମ୍ବୁଜ ମୀନାର ଡେଇଁ । 

ଭରସାର ଶେଷ ପିରାମିଡ଼

ସଂଧ୍ୟାରେ ଫେରିଚି ଘରେ 

ମୋ ଦେହର କ୍ଷୁଚନ୍ଦ୍ର କ୍ଷତଚିହ୍ନ,

ବିସର୍ପିତ ବାଣ ବିଂନ୍ଧ

କିଏ କାଇଁ ହେଲା ଅନ୍ତର୍ଦ୍ଧାନ

 

ଯେତେବାଣ ମାରିପାର 

ମାରିବାର ପରମ କୌଶଳୀ,

ମତେ ଯେତେ କ୍ଷତକଲେ 

ମୁଁ ସେତିକି ହେବି ଧୈର୍ଯ୍ୟଶାଳୀ ।

ମତେକରି ସମୟର 

ସବୁଠାରୁ ରକ୍ତାକ୍ତ ଶୀକାର,

ମୁଁ ହୋଇବି ତୁମ ହାତେ । 

ଗଣିତର ନୂଆ କମ୍ପ୍ୟୁଟର । 

ତୁମରି ହାତରେ ଗଢ଼ା 

କଣ୍ଢେଇଟି ଭାଙ୍ଗିଦେଇପାର

ଅନ୍ୟ ଉପାଦାନ ଲାଗି 

ଲୋଡ଼ାଯଦି ମାଟି କାଦୁଅର ।

ମୋ ଚୁକ୍ତିର ସ୍ୱାକ୍ଷରିକ । 

ମୋ ମିଆଦ ଦୀର୍ଘ ଇସ୍ତାହାର,

ତୁମେ ଯଦି ଲିଭାଇବ 

କରିଥିବା ସଂକ୍ଷିପ୍ତ ସ୍ୱାକ୍ଷର । 

ଭୟ ନାଇଁ, ଦୁଃଖ ନାଇଁ, 

ଅବଶୋଷ ତିଳକ ମାତର,

ସମୟର ବାଲିବଂଧେ 

ମୁଁ ବଂଚିବି ଶ୍ୟାମ ଦୁର୍ବାଦଳ । 

 

ଅଂହକାର, ମୀନାରରେ 

ଆସ୍ପର୍ଦ୍ଧାର ଗଜବାଡ଼ି ଧରି

ଚାଲୁ ଚାଲୁ ଖସିଗଲା 

ମସ୍ତକରୁ ଜରିର ପଗଡ଼ି ।

ବିଦୀର୍ଣ ମୋ ଶିରସ୍ତ୍ରାଣ 

ପରାଜିତ ମୋ ମନ ବାସନା,

ଅବରୁଦ୍ଧ ବନ୍ଦୀଶାଳେ । 

ମୋ ହୃଦର ଆହତ ଚେତନା ।

ଲେଖୁଚି ଗୋଟିଏ ଗୀତ 

ପଢ଼ିବାକୁ କବି ଦରବାରେ,

ଜାଣେ ନାଇଁ ପଠାଇବା 

ନିମନ୍ତ୍ରଣ କେବେ କା’ ହାତରେ । 

(ରଚନା ୧୪|୫|୧୯୮୨) 

 

କ୍ରୁଶବିଦ୍ଧ

ରୋଗ, ଶୋକ ବୁଭୁକ୍ଷାର

ଆସ୍ଥାବାନ୍ ଅନ୍ତିମ ଈଶ୍ୱର;

ନିର୍ବଳ ହାତରୁ ଗଦା କୁନ୍ତଭାର !

ତୁମରି ବାଇଁଶୀ ଖଣ୍ଡେ

ସୁରଧରି ନିଜେ ମୁଁ ଫୁକିବି ;

ବେସୁରା ରାଗିଣୀ କିଛି

ତୁମ ସଙ୍ଗେ ଆଳାପ କରିବି ।

ପରିତ୍ୟକ୍ତ ଦୁନିଆରେ

ମାଡ଼ି ତୁମ ବିଶ୍ରୀ ଚଲାପଥ ;

ଏକାଠି ଗଡେଇ ନେବି

ତୁମ ସଂଗେ ଘୃଣାର ପ୍ବତ ।

ହେ ଖଳୁ କୌପୀନ-ବନ୍ତ

ସଂସାରର ଅଭିଶପ୍ତ ଜନ,

ଏକା ସଂଗେ ନିଦ୍ରା ତେଜ

ତୁମେ ଯେବେ ନେଇଛ ବିଶ୍ରାମ ।

ଏ ଘୁମନ୍ତ ଉପତ୍ୟକା

ରାତି ପାହାନ୍ତାରେ ଏଠି

କେହି ତୁମ ନ ଚାହିଁବେ ମୁଖ ।

ଏ ସହର ଉପତ୍ୟକା

ତୁମେ ସବୁ ଅଗ୍ରେ ଲଂଘିଯିବ

ଶୁଭ ସକାଳରେ ଯେବେ

ମନ୍ଦିରରେ ଶଂଖଧ୍ୱନି ହେବ ।

ରିବେଲ ‘‘ରାହତ-ପତ୍ର’ 

ଏବେ ଧରି ଫେରନ୍ତି ସହର୍ଷି

ପରଶୁରାମ ନିକ୍ଷେତ୍ରୀ 

କରିବାକୁ ପ୍ରତି ପାଞ୍ଚବର୍ଷେ । 

 

ଯଉବନ ଭାରେ ଦାସୀ 

ମଦମତ୍ତା ଅଜସ୍ର ପ୍ରେମିକ,

ଫାଟକରେ ତାଲା ଭାଙ୍ଗି 

ବେଳେବେଳେ ବହୁ ନଫୁସକ

ଗୋଲାମି-ଶିରପା ବାନ୍ଧି । 

ଆପେ ଆପେ ଆସନ୍ତି ପାଖକୁ

ଦାସୀର ଉରଜ ମଧ୍ୟେ । 

ମଧୁପାନ ଭ୍ରମେ କରିବାକୁ । 

 

ସ୍ୟାହିର ଶାଳ୍ମଳୀବନ 

କଲମର ହରିତ ଅରଣ୍ୟ

ଚରିଗଲେ ପଙ୍ଗପାଳ 

ଜଳିପୋଡ଼ି ଏକାନ୍ତ ବିବର୍ଣ ।

ବିଶ୍ୱାସ ଭରସା ଭ୍ରୁଣ... 

ଆକାଶରେ ଲୋହିତ ବାଦଲ,

ସିଗାରେଟ୍ ଧୂଆଁ ସଂଗେ । 

ମିଶିଯାଇ ଦିଶିଲା ଧବଳ । 

ଦାସୀଥିଲା ଶ୍ୱେତପଦ୍ମା । 

ଏବେ ସିଏ ହରିତ, ପିଙ୍ଗଳା

ନୀତଂବିନୀ ନାରୀ ଏବେ 

ମାତଂଗିନୀ ସ୍ଵଦେଶ-ବତ୍ସଳା ।

କେବେ ଥିଲା ସିଂହାସନୀ 

ଏବେ ସିଏ ଖଇରୀ-ବାଘୁଣୀ

ମଂତ୍ରୀଣୀ ପଣତ ତଳେ 

ଶୋଇଖେଳି ଦିବସ ଯାମିନୀ । 

ପତ୍ନୀ ମୋ ଆତଙ୍କବାଦୀ... 

ଦାସୀମୋର ଓସ୍ତIତି ଶିକାରୀ

ସେବାର ବନସ୍ତ ମଧ୍ୟେ, 

କାମଧେନୁ ଅତ୍ୟନ୍ତ ଦୋଚାରୀ...

ସମୟର ଆଶା-ତରୀ 

ହ୍ରଦମଧ୍ୟେ ଗିଳିଛି ମରାଳ

ତଟସ୍ଥ ହରିଣୀମାନେ 

ଚାହୁଁଛନ୍ତି ଖାଲି ଜଳଜଳ । 

ଡାଆଣୀ

ଚୁଲିରେ ଗୋଡ଼ ପଶିଲେ

ନିଆଁ ଜଳେ ଡାଆଣୀର ଘର,

ପିଲା ସେକେ ବାରଂବାର 

ବହୁ ମଂତ୍ର ପଢ଼େ

ରାତିସାରା ପ୍ରୀତି ମଂଜି ବୁଣିବୁଣି 

ସକାକୁ ପହଡ଼େ । 

 

ଝିଅକୁ କରେ ଧରିତ୍ରୀ ।

ପୁଅକୁ ଆକାଶ,

ଡାଆଣୀର ବଢ଼େ ନିଜ ବଂଶ । 

ଶକ୍ତି ନିରଙ୍କୁଶ

ସ୍ୱଜାତିର ପରମାୟୁ

ଯେତେ ଦୀର୍ଘ ସେତିକି ଆୟୁଷ,

ସ୍ଵଦେହେ ଯୌବନ ଚଢ଼େ 

ପ୍ରତି ପାଞ୍ଚ ବର୍ଷ । 

 

ଡାଆଣୀର ଋତୁକାଳେ

ଶୁଦ୍ଧ ରଦ୍ଧ ରତି କ୍ରିୟା ପାଇଁ

ସବୁ ଘରେ ଲିଭିଯାଏ । 

ଏକାବେଳେ ନିଆଁର ଉହ୍ମେଇ । 

ହୁକା ଖସିପଡ଼େ ହାତୁ

ଦସ୍ତାବିଜ ଜଳିହୁଏ ଧୂଆଁ

ଡାଆଣୀର ପ୍ରୀତି ପାଇଁ 

ଗ୍ରାମବାସୀ ଏକାନ୍ତ ଛାନିଆ ।

 

ଡାଆଣୀ ଆସୁଚି ମାଡ଼ି ।

ଗଣତନ୍ତ୍ର ହାତୀ ଶୁଣ୍ଢ ଚଢ଼ି, 

ପବନର ବେଗେ ନଈ ବଢ଼ି ।

ହାତୀ ରଂଗ କହରା ଓ ଶେତା,

ସଂଗରେ ଆଣିଚି ତାର

(ଅନେକ ଗୁମାସ୍ତା) ।

ସର୍ବେ ଛିନ୍ନମସ୍ତା 

ଟୋପି ପିନ୍ଧି ଢ଼ାଙ୍କିଛନ୍ତି, 

ମୁଣ୍ଡ ପ୍ରତି ସବୁରି ଅନାସ୍ଥା । 

 

ଡାଆଣି ଆସୁଚି ମାଡ଼ି,

ଏକ କିଂବଦନ୍ତୀ,

ଛାନିଆରେ ବୋହୁମାନେ । 

ଛୁଆଧରି ପର୍ବତେ ଲୁଚନ୍ତି ।

ଡାଆଣୀ ରକତ ଶୋଷେ

ଅପବାଦ ବହୁ ପୁରାତନ,

ଏବେ ସେ ଖୋଜୁଚି ମାତ୍ର 

ମାଆ ହାତ ଏକ ଟିପ ଚିହ୍ନ । 

 

ଅପ୍ରେଲ

ରାଣୀଙ୍କର ଆଗମନ,

ରାଜାଙ୍କର ଶୟନ କକ୍ଷରେ; 

ମେଲେରିଆ ଗବେଷଣା

କେନ୍ଦ୍ରପାଶେ ଅତି ସରାଗରେ ।

ଶୁଣ ଶୁଣ ଗୁଣିଜ୍ଞାନୀ,

ଧନୀମାନୀ ଭାରତବର୍ଷର,

ସୁନା ତାରକସି କାମ

ପ୍ରଦର୍ଶନୀ ଅପ୍ରେଲ ମାସର । 

 

ପହଂଚିଲା ଗ୍ରୀଷ୍ମ ଋତୁ,

ଅସମାପ୍ତ ରସିକତା କାଳ,

ବଂଧା ହେଲା ମହାଦେଈ

ପାଟହାତୀ ଗୈରିକ ସକାଳ । 

ଫୁଟିଚି ସୁନାରି ଫୁଲ,

ଅପର୍ଯ୍ୟାପ୍ତ - ବିବାହ ତିଥିରେ,

ସୁବର୍ଣ୍ଣର ଭାଉ ତେଣୁ ।

ବଢିଗଲା ରାତି ପାହାନ୍ତାରେ । 

 

କଦଂବ ଗଛର ମୂଳେ

ଗତସନ ଜୁଲାଇ ମାସରେ,

ସଂପାଦିଲେ ଦସ୍ତାବିଜ

ରାଜାରାଣୀ ମିଳିତ ସ୍ୱାକ୍ଷରେ ।

ରାଜାଙ୍କର ପ୍ରେମ ଚିଠି 

ଯେତେ ସବୁ ଯୌବନ କାଳର,

ରାଣୀଙ୍କ ପାଖରେ ଥିଲା,

କିଣିନେଲା ବିଦେଶୀ ଡଲାର । 

 

ଅସହାୟା ପାଟରାଣୀ,

ନିଜ ଚିଠି ମାନ୍ଦI ବଜାରରେ;

ଯେତେ ବି ଯଚେଇ କଲେ,

କେହି ତାକୁ ନକିଣେ ସାଦରେ ।

ରାଜା ଯେବେ ନପୁଂସକ

ରାଣୀଙ୍କର କାମନା ଦର୍ପଣେ,

ଭାରତର ଗୋଡିମାଟି,

ସ୍ପର୍ଶମାତ୍ରେ ଅଣୁ ପରିମାଣେ....

ସୁବର୍ଣ ପାଲଟି ଯିବ

ରାଜାହାତ ଲେଖା ଦସ୍ତାବିଜ,

ଡଲାର ବଜାରେ ତାକୁ

ବିକିଦେବେ ରାଣୀ ମହାପିଂଜ । 

 

ରାଜାଙ୍କ ପ୍ରଥମ ଭାର୍ଯ୍ୟI,

ହାତପାଣ୍ଡି – ସ୍ୱଦେଶୀ ମୁଦ୍ରାର, 

ମୂଲ୍ୟ ଥିଲା ଯାହା କିଛି

ହ୍ରାସ ହେଲା ଏକାଧିକ ଥର ।

ବିଦେଶୀ ବଣିକ ପାଶେ, 

ବିକି ଭାଙ୍ଗି ନିଜ ସାମରଥା

ରାଜପୁତ୍ରେ ଆଣିଛନ୍ତି

ଏ’ ଦେଶକୁ ବଜାର ଗଣିତ (୦) । 

ରାଜାରାଣୀଙ୍କ ବିବାହ 

ଭୋଜିଭାତ ବାଣ ରୋଷଣିରେ,

ମେଲେରିଆ କେନ୍ଦ୍ର ପାଶେ

ଯେଉଁ ଦିନ ଅତି କାର୍ପଣ୍ୟରେ,

କ୍ଷୁଧା ଓ ଦାରିଦ୍ର୍ୟ ବାର୍ତ୍ତା,

ଉଚ୍ଚାରିଲା ମର୍ତ୍ତ୍ୟପୁର ବାସୀ,

ଅସହାୟ ଅଜଗର, 

ସେଇଦିନୁ ଯନ୍ତାର ନିବାସୀ । 

 

ବଂଚାଅ ବଂଚାଅ ଆମ

ମଧ୍ୟବିତ୍ତ ନଉକରଶାହୀ,

ବଂଚାଅ ବଂଚାଅ ଆମ

ରାଜଗାଦି ପାଞ୍ଚ ବର୍ଷ ପାଇଁ । 

ହେ ଡଲାର, ହେ ରୁବେଲ

ତ୍ରାହିକର ଭାରତବର୍ଷକୁ

ପ୍ରତ୍ୟେକ ଅପ୍ରେଲ ମାସେ,

ଆମେମାନେ ଡାକିବୁ ତୁମକୁ । 

 

ବହୁରଂଗୀ ବଦରଂଗୀ

ଅର୍ଥନୀତି ପାଗଳ ଦେଶରେ, 

ମେରୁଦଣ୍ଡ ଭାଂଗିଗଲା,

ସବୁରାଣୀ ଅସତୀ ଏଠାରେ । 

 

ମୃଣ୍ମୟୀ ମୌସମୀ

ହେ’ ମୃଣ୍ମୟୀ-ମଉସୁମୀ 

ଘନକୃଷ୍ଣ ମୃଦୁ ମେଘବର୍ଣ

ଅବିନାଶୀ ଦୈତ୍ୟ କୁଳ । 

କଟାକ୍ଷରେ କରିବ ମର୍ଦ୍ଦନ ।

ତ୍ରି-ନୟନ ଭେଦକରି 

ପୃଥିବୀର ଅକ୍ଷାଂଶ ଦ୍ରାଘିମା

ସମସ୍ତ ଆୟୁଧ କରେ, 

ବାରମ୍ବାର କରି ପରିକ୍ରମା

ଆଶ୍ୱୀନ ସକାଳେ ଦିନେ 

ମୋ ଘରକୁ ଶାରଦ ଆସିବା

ଶାରଦ ଧାନର ଶିଂସା । 

ଯେତେବେଳେ ମଥା ଢ଼ାଳୁଥିବ

ରଜୋବତୀ ନାରୀପାଶେ 

ଖାରକଚା ପଗଡ଼ିକୁ ବାଂଧି

ବୃହନ୍ନଳା ଖେତପାଶେ 

କୃଷିକାରୀ ଥିବ ପଣ-ବଂଦୀ । 

 

ଘୁମଂତ ପାହାଡ଼ ଡେଇଁ 

ଆମ ଗ୍ରାମ କରମା ଯାତରା

ସାତ ଭାଇ ଭଉଣୀଙ୍କ 

ହୃଦୟର ସ୍ନେହ ପତିଆରା

ଉଛୁଳିଲା ହ୍ରଦେଜଳ 

ଗIଭୀସ୍ତନେ ଭରିଗଲା କ୍ଷୀର

ଚତୁର୍ମାସ୍ୟା ଫସଲର । 

ଆଣିଥିଲା ଆଦ୍ୟ ସମାଚାର ।

ପଦ୍ମଭୁକ୍ ନଗରୀରେ 

ପାଦଦେବ ତୁମେ ଆଦି-ମାତା

ବୋନସ କଳସୀ ଭାଂଗି 

ସବୁ ବଧୂ ନବ ପରିଣିତା

ବିପଣୀର ମେଖଳାରେ 

ଜୀବନର ଅମୁହାଁ ଗଳିରେ

ସମୟର ଭାରସାମ୍ୟ । 

ଯେଉଁମାନେ ସଦ୍ୟ ଭୁଲିଗଲେ । 

ଧାତୁର ତେଜିଲା ଭାଉ 

ଶ୍ରମଝାଳ ଅତ୍ୟନ୍ତ ନିଉନ

ବଣିକ ଖାତାରେ ମାତ୍ର 

ଚାଲିଅଛି ନିଜ ମୂଲ୍ୟାୟନ । 

 

ବୋନସ କେ’ ଦେବ ତାଙ୍କୁ 

ଖାରକଚା କାନି ପଣତରେ –

ଶାକମ୍ଭରୀ ଦେବୀମାନେ 

ଶାକାହାରୀ ହେବେକି ସତରେ ।

ଘୁଂଚିଯିବ ଅଂଧକାର 

ମଣିଷଙ୍କ କବଂଧ ଉପରୁ

ତଡିତ-ବରଣ ଯଦି 

ଭାଗିଦେବ ଅସୁରଂକ ଉରୁ । 

 

କର୍ଦ୍ଦମାକ୍ତ ଜନପଦ 

ଶୁଖୁଥିଲା ଆଶ୍ୱୀନ ଖରାରେ

ଆଶା ଓ ନିରାଶା ମଧ୍ୟେ 

ମୌସୁମୀର ଧୀର ପ୍ରତ୍ୟାହାରେ

ପହଂଚିଲ ଶ୍ୟାମବର୍ଣI 

ଫସଲର ମାନସାଂକ ବହି

ମାତୃକୋଳେ ଘୋଷୁ ଘୋଷୁ 

ଶିଶୁ ଏବେ ପଡ଼ିଚି ଢୁଳେଇ ।

ଖୋଲି ତୁମ ସ୍ଵର୍ଣସାଜ 

ସହରର ରେଶମୀ ପାବଚ୍ଛେ

ହେ’ ମୃଣ୍ମୟୀ ମଉସୁମୀ 

ଓହ୍ଲାଇବ ପ୍ରାକୃତିକ ସଂଚେ

ମୃଦୁଳ ପଲ୍ଲବ କୁଂଜ 

ଫଳହୀନ ତୁମେ ଋତୁପର୍ଣା ।

ପତ୍ରଝଡ଼ା କଳାହାଣ୍ଡି 

ବନସ୍ତରେ ତୁମେତ ‘ଅ-ପ-ଣୀ’* । 

 

ଆଦିମ ଚରଣ, କୃଷି 

ଭ୍ରାନ୍ତି-ବ୍ୟାଧି-ନିଦ୍ରା-ବୁଭୁକ୍ଷାର 

ତୁମେ ପରା ବିଧାୟିକା 

ଜଗଦ୍ଧାତ୍ରୀ ସର୍ବ ସୁରକ୍ଷାର ।

ସୁବର୍ଣ୍ଣ ବିହୀନ କିଂତୁ : 

ଅ-ସୁବର୍ଣI ତେଣୁ ଅ-ସ-ବ ର୍ଣ

ମୃଣ୍ମୟ ଗଠିତ ତନୁ । | 

ହେବ ନାଇଁ ବୀମାରେ ଗ୍ରହଣ !!

---------------------------------------------------------------------------------------------------------

* ମହାଦେବଙ୍କୁ ସ୍ୱାମୀରୂପେ ବରଣ କରିବା ଲାଗି ଗୌରୀ ତପସ୍ୟା ରତ ଥିଲାବେଳେ ଖାଦ୍ୟ ଜଳ ନିରୋଧ କରିଥିଲେ । ଗୋଟିଏ ମାତ୍ର ବୃକ୍ଷରୁ ଝରୁଥିବା ଶୁଷପତ୍ର ଆହାର କରି ରହୁଥିବାରୁ ଶାସ୍ତ୍ରରେ ତାଙ୍କ ନାମ “ଅପଣା’ ରଖାଯାଇଛି । -(ତୁଳସୀ ରାମାୟଣ) 

---------------------------------------------------------------------------------------------------------------------------------

 

ନୀଳ-ସେତୁବଂଧ

ସବୁ ରାତି ଶେଷ ଏବେ 

ନିରାମିଷ ପୂଜା ଓ ପାର୍ବଣ

ପଶୁ ଜଗତରେ ଯେତେ 

ଅପବାଦ ବ୍ୟର୍ଥ ଅକାରଣ

ହେ ପ୍ରଚଣ୍ଡ କଳ୍ପନାର 

ପ୍ରତିମୂର୍ତ୍ତି, -ଶୋକ ଅଂଧକାର

ସବୁଜ ଲୋହିତ ତୁମେ । 

ବରବପୁ ନିଷ୍ଣୁର ପୃଥ୍ଵୀର !

ସମ୍ମିଳିତ କରୁଣା ଓ କଟାକ୍ଷର 

ହିଂସା ଓ ପ୍ରଜ୍ଞାର

ଲଜା, ଶ୍ରଦ୍ଧା, ଭ୍ରାନ୍ତି, ତୃଷ୍ଠା, 

ଶୀଳ, ଶାନ୍ତି, କ୍ଷମା ଅବଜ୍ଞାର । 

 

ବିଗଳିତ ଯୌବନର 

ଶକ୍ତିମତୀ ହେ ଷୋଡଶୀ ନାରୀ,

ଏକାଧାରେ ଭାର୍ଯ୍ୟା, ଭଗ୍ନା 

ମାତା ପୁଣି ସେବିକା ସବୁରି ।

ପୌନପୁନିକତା ଯେତେ 

ପ୍ରମାଦ ଓ ବିଷମ ସ୍ଥିତିର

ତୁମେ ସବୁ ଉଚ୍ଚାରିତ 

ମନ୍ତ୍ରଧ୍ୱନି ପ୍ରବଳ ଶକ୍ତିର । 

କ୍ରୋଧ ଆଉ ବର୍ବରତା 

ଉତ୍ପୀଡ଼ନ କରାଳ କବଳେ,

ପୃଥ୍ୱୀ ବିଦାରଣ କଲ 

ବରାଭୟ ନିଜ କରବାଳେ ।

ଲୋହିତ ହାତରେ ଲେଖି 

ସକାଳର ସବୁଜ ସନନ୍ଦ,

ତୁମେ ତାକୁ ଦେଇଥିଲ । 

ବଂଚିବାର ଅବିଚ୍ଛିନ୍ନ ସ୍ୱାଦ ! 

 

ବିଜ୍ଞାନ ଓ ବ୍ୟାକରଣ 

ଜ୍ୟାମିତିକ ତୁମେ ରେଖାଚିତ୍ର,

ଧାରଣାହୀନ ବିଶ୍ଵର । 

ଅବିଚ୍ଛେଦ୍ୟ ଏକାନ୍ତ ମୁହୂର୍ତ୍ତ

ତୁମ ଉଚ୍ଚାରଣ ମଧ୍ୟେ 

ସ୍ୱରତୋଳେ ଆଦ୍ୟ ସଂବେଦନ

ଭାଷାର ଜନମ କାଳେ (*) 

ସଂପ୍ରେଷକ ତତ୍ତ୍ୱର ସଂଧାନ । 

 

ତୁମରି ମୂର୍ଚ୍ଚନା ଦିନେ 

ଯୋଗକଲା ବିକ୍ଷିପ୍ତ ସମୁଦ୍ର ,

ହୃଦୟ କୋମଳ ତନ୍ତ୍ରୀ 

ସୃଷ୍ଟିକରି ଅପରୂପ ଛନ୍ଦ ।

ବୀଣାର ତାନରେ ତୁମେ 

ସ୍ଵୟଂବରା ନିଜେ ସରସ୍ୱତୀ

ବୃତ୍ତି ଆଉ ଜୀବିକାର 

ସଂରକ୍ଷଣେ ଲକ୍ଷ୍ମୀ ଭଗବତୀ । 

 

ଆସମୁଦ୍ର ହିମାଚଳ 

ଅବିଭକ୍ତ ଭୂଗୋଳ ବୃତ୍ତର,

ଚରିତ୍ର ଓ ପ୍ରକୃତିର । 

ତିନିଗୁଣ ବିଭାଜକତାର

ଧାତୁ ପୁଣି ପାଷାଣର 

ବସ୍ତୁ ଆଉ ଆଧିଭୌତିକର ।

ଶକ୍ତି, ଊର୍ଜା, ରଶ୍ମି, ବାଷ୍ପ 

ଶୀତ, ବର୍ଷା, କର୍କଶ ରୌଦ୍ରର

ରୋଗ, ବ୍ୟାଧି ଯନ୍ତ୍ରଣାର 

ଦାରିଦ୍ର୍ୟ ଓ ଅପାରଗତାର

ତୁମେ ଗୋ ସ୍ମରଣାତୀତ 

ବିସ୍ମରିତ କାଳର ସ୍ୱାକ୍ଷର । 

ପ୍ରତ୍ୟୟ ବା ଅପ୍ରତ୍ୟୟ 

ତୁମ ସ୍ଥିତି ଆଦିମ ପ୍ରାକ୍ତନ

ଋକ, ସାମ, ୟଜୁର୍ବେଦେ 

ପ୍ରାମାଣିତ ବିପୁଳ ମହାନ ।

ପ୍ରାତ୍ୟହିକ ଜୀବନରେ 

ତୁମେ ନିଦ୍ରା ନିର୍ଭର ସଂପଦ

ଭୟ ଓ ନୈରାଶ୍ୟ ମଧ୍ୟେ 

ଏକାଧାରେ ନୀଳ-ସେତୁବଂଧ । 

(*) ଦେବୀ ବାଚମଜନୟନ୍ତ ଦେବାସ୍ତ୍ରୀ ବିଶ୍ବରୂପା ପଶବୋ ବଦନ୍ତି । ...ଶ୍ରୀଚଣ୍ଡୀ

 

କିଂବଦନ୍ତୀ

ଉପସ୍ଥାନ ମହାଶୟ ।” 

କିଂବଦଂତି ହେଲାଣି ହାଜର

ଆପାତ ପଚାଶ ବର୍ଷ 

ଧରଣୀର ନବ କଳେବର । 

 

ଆପାଦ ମସ୍ତକ ନିଜ 

ଶରୀରର ତାପମାନ କଳି

ଏକାଥରେ ପାଳିବାକୁ 

ଦୁଇଗୋଟି ରଜତ ଜୁବୁଲି

ଆଜି ସେ ଆସିଛି ଆମ 

ବିଦ୍ୟାଳୟୁ ବିତାଡ଼ିତ ଛାତ୍ର 

ପାଗବାନ୍ଧି ପହଂଚିଛି 

ଚଢ଼ିପୁଣି ନିଜେ ଦିବ୍ୟରଥ । 

 

ତା’ ରଥରେ ଘୋଡ଼ା ନାଇଁ 

ହାତୀମାନେ ପିଂପୁଡି ପରିକା

ଦଳ ଦଳ ପେଲୁଚନ୍ତି । 

ସେ ରଥକୁ ଅୟୁତ ଗଣିକା

ଇନ୍ଦ୍ରସଭା ପରିଯନ୍ତେ । 

ପରିବ୍ୟାପ୍ତ ତାଙ୍କର ନାହୁଡ଼

ସେମାନଙ୍କ ଅଭିସାରେ 

ଆମେମାନେ ଦେବା ରକ୍ତ ହାଡ଼ । 

 

ଗୁରୁଦେବ କ୍ଷମାକର, 

ଆସେ ଏକ ଅପୂର୍ବ ବିନ୍ଧାଣି

କିଏ ସେଇ ପଳାତକ 

ରାଜ୍ୟ ମଧ୍ୟେ ଥାପିଚି ଛାଉଣୀ

କରିଚି ସମର ସଜ୍ଜା 

ପୋତିଦେଇ ବାରଣର ଖୁଂଟି

ଚଢ଼ିବୁ ଯେତେ ପାହାଚ 

ଖସି ପୁଣି ଅଟକିବୁ ସେଠି ।

 

ଏହି ବିଦ୍ୟାଳୟ ପାଠେ 

ତାହାପାଇଁ ଯେତେକ ନିଷେଧ

ହାତେ ଧରି ଆସିଅଛି 

ସେ ସବୁର ଖଣ୍ଡେ ବର୍ଣ୍ଣବୋଧ

ଯେତେକ ଗର-ହାଜିର, 

ମାଡ଼ଗୋଳ, ନିନ୍ଦା ଅପମାନ

ଭରଣା କରିବା ପାଇଁ 

ସେ ଆସିଚି ଗୁରୁଦେବ ଧନ୍ୟ ! 

 

ସେ ଆସିଚି ଆମ ଗ୍ରାମେ 

ବରବେଶେ ଆଜି ଅଲାଜୁକ ।

ହାତେ ଧରି କୋକଶାସ୍ତ୍ର 

ଖୋଜିଲାଣି ରାଧାଙ୍କ ପଲଙ୍କ 

ଦୁଇଟି ସନ୍ତାନ ପୋତି 

ବୃକ୍ଷତଳ ପଥର ଚଟାଣେ

ସେ ଆଜି ଆସିବି 

ତାଙ୍କ ଶ୍ରାଦ୍ଧଦେବ ନୈମିଷା ଅରଣ୍ୟେ । 

 

ବାରୁଦର ସେତୁ ଡେଇଁ 

ତେଲଟାଙ୍କି ଛାଉଣୀ ପାଖରେ

ଆଜି ସେ ଖୋଜୁଚି 

ଅଣୁ-ପରମାଣୁ ନିଷିଦ୍ଧ ବଜାରେ

ପ୍ରସିଦ୍ଧ ସଡ଼କ ମାଡ଼ି । 

ଅବଶିଷ୍ଟ ଯେତେ କଚ୍ଚାଘର

ସେ ଖୋଜୁଚି ତାଙ୍କ ମଧ୍ୟେ 

ଆସ୍ଥାବାନ ମଣିଷ କବର !! 

 

ସମୁଦ୍ର ର ଖାଡ଼ି ମଧ୍ୟେ । 

ସେ ଖୋଜିଚି ପେଟ୍ରୋଲର ଶଂକୁ

ବ୍ୟାରେଲ ଓ ଫିପା ମଧ୍ୟେ 

ଲୁଚିଥିଲେ ଯେତେକ ତ୍ରିଶଂକୁ

ଆରବ ସାଗର ପାରି 

ହେବାପାଇଁ ଗଲିଭର ଭୋଳା

ଯାହାର ପିଠିରେ 

ଲଦି ହୋଇଥିଲା ନିଜେ ଭୁଲିଗଲା । 

 

ବହୁ ବର୍ଷ ବହୁଦିନ । 

ରହିଚନ୍ତି ଚିର ବଶବଂଦ

ଦୁଇଟି ସଭ୍ୟତା ମଧ୍ୟେ 

ଈଶ୍ଵରଙ୍କ କଂକାଳ ବିବାଦ

ସେମାନଙ୍କୁ କରିଥିଲା। 

ମଧ୍ୟେ ମଧ୍ୟେ ପରସ୍ପର ଦ୍ରୋହୀ

ତଥାପି କୌଣସି ଦିନ 

ବଂଧୁତାର ସୂତ୍ର ଛିଣ୍ଡି ନାଇଁ ।

ମକ୍କା ଓ ଜେରୁଜେଲମ 

ମଧ୍ୟେ ଯେତେ ମଣିଷର ଜାତି 

 

ଦୁଇଟି ବିଶ୍ୱ ଯୁଦ୍ଧରେ 

ଥରି ନାଇଁ କେବେ ତାଙ୍କ ଛାତି

ଯଦ୍ୟପି ଗୋଟିଏ ଖୋଳେ 

ପଶେ ନାଇଁ ଦୁଇ ତଲବାର

ତଥାପି ପେଟ୍ରୋଲ ସଂଗେ । 

ରକ୍ତ ଯଦି ମିଶିଗଲା ଭଲ । 

 

ଯୁଦ୍ଧର ମାଳଭୂମିରେ 

ଅଯାଚିତ ତୋରଣକୁ ବାନ୍ଧି

ମଧ୍ୟପ୍ରାଚ୍ୟୁ ଘଟିପାଖେ 

ଟସ୍ଥତା ସ୍ଥିତିବାନ ଯଦି

ପିଛିଲା ବିଶ୍ୱ ଯୁଦ୍ଧରେ 

ଯଦି ତାଙ୍କ ନଫିଟିବି ନାମ

ଚିରଦିନ ଗୁମନାମୀ । 

ସେଇମାନେ ପୃଥିବୀରେ ଧନ୍ୟ । 

 

ବିଶ୍ଵର ତୃତୀୟ ଯୁଦ୍ଧ 

ସର୍ବନିମ୍ନ ସମୟ ମିଆଦ

ସଦ୍ଦାମ ହୁସେନ ତୁମେ 

କରିନାହିଁ କିଛି ଅପରାଧ

ନାସେର ହେବା ବାଂଛାରେ 

ବାସ୍ତବତା ତୀବ୍ର ତିରସ୍କାର

କୁଏତ୍ ମାଟି ମୁଠାରେ 

ଦେଖବାକୁ ତୁମ ହସ୍ତାକ୍ଷର । 

 

ହିରୋସିମା ନାଗାସାକି 

ପୁରାତନ ପ୍ରସ୍ତର ଚଟାଣ

ତା ମଧ୍ୟରେ ପୋତିଥିଲେ 

ମାଧ୍ୟମିକ ଅବୈଧ ସନ୍ତାନ

ବିକଳାଙ୍ଗ ପୃଥିବୀର ମୁଖଶାଳା 

ଭାଂଗି ଦେଇ ହାତେ

ଯୁଦ୍ଧକୁ ଡାକିବା ପାଇଁ 

ବହୁଦିନୁ ଡରିଲେ ସମସ୍ତେ ।

 

ଅବାସ୍ତବ ପୃଥିବୀରେ 

ଯଦି କେବେ ପ୍ରାଣକୁ ଧକ୍‌କାରୀ

ଅଠର ହଜାର ଟନ । 

ବାରୁଦର ବିଦୀର୍ଣ ପାଚେରି

ଅକସ୍ମାତ ଠେଲିଦେଇ । 

ନବ ଶିଶୁ ପ୍ରସୂତି ଶାଳକୁ

ନିରାପଦ କରିବାକୁ । 

ଯେଉଁମାନେ ବିଶ୍ୱାସେ ତୁମକୁ । 

 

ବୋଧଦେଇ ଛାଡ଼ିଥିଲେ 

ନିରାପତ୍ତା, ଶାନ୍ତି ଆଦି ମନ୍ତ୍ର ।

ଆତ୍ମ ସମର୍ପଣ ଭଳି । 

ଦାରୁଭୂତ କାରୁଣ୍ୟ ବୃତ୍ତାନ୍ତ

କାନରେ ପଡ଼ିବା ଆଗୁ । 

କାଇଁ ଜଣେ ପଦାର୍ଥ ବିଜ୍ଞାନୀ

କହିବାକୁ କିଛି ଆଶା 

କରିଥିଲା ପୁଣି ହେଲା ତୁନି । 

 

ଷାଠିଏ ପଉଟି ଭୋଗ 

ଏବେ ସେହି ଦୈତ୍ୟପାଇଁ ଖଂଜା

ପୃଥିବୀର ଚତୁର୍ଦ୍ଦିଗେ 

ଯାହାଙ୍କର ଅସରନ୍ତି ଭାର୍ଯ୍ୟା

କମାଣ ବଂଧୁକ ତୋପ 

କ୍ଷେପଣାସ୍ତ୍ର ମୃତ୍ୟୁବାହୀ ବ୍ୟାଙ୍କ

ଗଣତି ଗଣିକାମାନେ 

ଦେହେ ତାଙ୍କ ମାପନ୍ତି ଉତ୍ତାପ ।

କୁଚକୁମ୍ଭ ବନସ୍ତରେ । 

ଅସୁରୁଣୀ ବୁଢ଼ୀର କରାଟ

ଆମ ପାଇଁ କିଂବଦନ୍ତୀ 

ତାଙ୍କ ପାଇଁ ପ୍ରଣୟ ଆକଣ୍ଠ । 

 

 

ରତ୍ନବେଦୀ

ନିଶ୍ଚିତରେ ତୁମପାଇଁ ଲୋଡ଼ା ଘର, ପଲଙ୍କ, ମଶାରୀ

ଦଳ ପୋଖରୀ ପାଖରେ ଗଲାଣିତ ଶତବର୍ଷ ପୁରି

ପଙ୍କ ତଳୁ ରତ୍ନବେଦୀ ଉଦ୍ଧରିବା ପାଇଁ ହେବ କାର୍ଯ୍ୟ ।

କୋଡ଼ିଏ ଶତାବ୍ଦୀ ଖୋଜେ ନିଜ ପାଇଁ ଅସୀମ ଧଇର୍ଯ ।

 

ରକ୍ତହୀନ ପରିବାରେ ଶୋଥ ରୋଗୀ ବିଛଣା ଉପରେ

ନାମହୀନ ଶିଳ୍ପୀଜଣେ କେଉଁରାଜା ମୃତ୍ୟୁଦଣ୍ଡ ଡରେ

ଚିକ୍କଣ ପଥରେ ଖୋଳି ତୁମଦେହ ପେଲବ ଯୌବନ

ଅଜ୍ଞାତରେ ଥୋଇଦେଇ କେଉଁ ଦିଗେ ହେଲା ଅନ୍ତର୍ଦ୍ଧାନ ।

 

ବୁଝିବାକୁ ଅବସର ଥିଲାନାଇଁ ପାଳକ ରାଜନ

ପଣ-ବଂଦୀ ଗଣେ ଡାକି ସମର୍ପିଲା ଲାଳନ ପାଳନ

ଧର୍ଷିତା ଧରଣୀ ତନୁ ହୋଇଗଲା କ୍ଲେଦ୍ୟ, ତାପହୀନ

ବୃକ୍ଷମାନେ ଯଉବନ ହରାଇଲେ ନାରୀପ୍ରେମ ଶୂନ୍ୟ ।

 

ସାତତାଳ ପଙ୍କ ମଧ୍ୟେ ପୋତାହେଲା ତୁମ ଅବୟବ

ସେମାନେ ଖୋଜନ୍ତି ଏବେ କାନ୍ଧେ ବହି ନିଜ ନିଜ ଶବ

ସେମାନେ ଆସନ୍ତି ହାତେ ଶୁନ୍ୟଖୋଳ ବୁଲେଟକୁ ଧରି

ଚିଲମ ଟାଣିବା ପାଇଁ ବୃକ୍ଷମୂଳେ ଶ୍ଵାସରୋଧ କରି

 

ମେଲେରିଆ ପ୍ଲିହାରୋଗୀ ମୁଣ୍ଡମାଳ ପଗଡ଼ିରେ ବାନ୍ଧି

ସେମାନେ ଆସନ୍ତି ଏବେ ଖୋଜିବାକୁ ନିଜସ୍ୱ ଶତାବ୍ଦୀ

ରାଜାଡାକି ତାଙ୍କ ହାତେ ଧରାଇଲେ ମୁଠିଏ ସୋରିଷ

 

ବାଟଖୋଜି ବୁଣିବାକୁ, ଫୁଲଫୁଟି ହେଲା ଅଳ୍ପIୟୁଷ ।

 

ରତ୍ନବେଦୀ ଖୋଜିବାକୁ କ୍ରୀତଦାସ ଦିନରାତି ବ୍ୟସ୍ତ

ବହୁ ସସ୍ର ଗୁମ୍ଫାଡେଇ ଶେଷହେଲା ଏରକା ବନସ୍ତ

ସମସ୍ତେ ଖୋଳିଲେ ମାଟି କିଷ୍କିନ୍ଧ୍ୟା ରୁ ହରପ୍ପା ପର୍ଯ୍ୟନ୍ତ

ଶିକାରୀ ପୋଷାକ ଦେଖି ରାଜାମାନେ ବହୁ ଉଲ୍ଲସିତ

 

ଶୋଥରୋଗୀ ବିଛଣାରୁ ଯେଉଁଦିନ ପ୍ରଥମ କଏଦ

ଅଜ୍ଞାତରେ ଖସିଗଲା ପଣ-ବଂଦୀ ଏକାନ୍ତ ବିକ୍ଷୁବ୍ଧ

ଦି’ ଥର ମରିବେ ବୋଲି ଭୟପାଇଁ ରାଜାଙ୍କ ହାତରେ

ଅକାରଣେ ନିଜହାତେ ମରିଗଲେ ସ୍ୱଇଚ୍ଛାରେ ଥରେ

 

ଏସିଆର ଅଭିଧାନେ ସେତେବେଳେ ସହିଦ ପ୍ରବାଦ

ଶୁଣାତ ନଥିଲା କାନେ ହେବାଯାଏ ଯିଶୁ କ୍ରୁସବିଦ୍ଧ

ସ୍ଥିତିକୁ ଅଣ୍ଡାଳି ହୋଇ ପାଞ୍ଚ ସସ୍ର ବର୍ଷର ଐତିହ୍ୟ

ଅଯୋଧ୍ୟା ଓ ହସ୍ତିନାରୁ ନାଳନ୍ଦା ଓ ପୃଷ୍ପଗିରି ସହ

 

ଖୋଜା ହେଲା ରତ୍ନବେଦୀ ପୁରାତନ ବାଜ୍ୟାପ୍ତି ଠିକଣା

ଦ୍ୱିସହସ୍ର ବର୍ଷ ପଛେ ଯେତେ ଗ୍ରାମ ଥାନା ପରିଗଣା

ହୁଲିଆ ହୋଇଛି ଜାରି କାଇଁଗଲା ସୃଜନର ଶିଳ୍ପୀ

ଶୋଥରୋଗୀ ବିଛଣାରେ ଥୋଇଦେଇ ଆପଣ ତୁଳିକି

ସାଲବେଗ

କାଇଁ ଆମ ବୃଦ୍ଧାଂଗୁଷ୍ଠି 

ଟିପଚିହ୍ନ ପ୍ରଭୁ ଗ୍ରାମେଶ୍ଵର

ମୋ ବଂଶର ଶେଷ ପିଣ୍ଡ । 

ଦେବାପାଇଁ ଆଜି ମୁଁ ତିଆର ।

କାଇଁ ମୋର ଚଲାପଥ 

କାଇଁ ଗଲା ସ୍ୱପ୍ନ, ଦିଗହଜା,

କାଇଁ ଗଲା ଅସମାପ୍ତ । 

ଜୀବନର ସକଳ ଓ୍ୟାରିଜା,

ଜ୍ୟୋତିଷଙ୍କ ତାଳପତ୍ର 

ଛଟାଛଟା କରଣି ଅକ୍ଷର,

‘ଶତ ବିଂଶୋତ୍ତର ଆୟୁ?” 

ଆଶୀର୍ବାଦ ଶୁଣି ବାରଂବାର,

ପିତାମହ, ପିତାମହୀ, । 

ପିତୃଦେବ, ହେଉଥିଲେ ମୁଗଧ,

ମୋ ଦେଶରେ ଚଳୁଥିଲା । 

ବିଶ୍ୱାସର ଗୋଟିଏ ଶକାବ୍ଦ !!

ଗୋଟାଳିରେ ଅଙ୍କ କଷା । 

ହେଉଥିଲା ଏକାଧିକବାର,

ପଡ଼ିଲେ ସଂକଟ ଗ୍ରାମେ । 

ଆସୁଥିଲେ ଗଣକ ପ୍ରବର ।

ଜ୍ୟୋତିଷ ଓ ପୁରୋହିତ । 

ବିଶ୍ବାସର ଆଦ୍ୟ ପ୍ରତିନିଧ, 

ଡାକୁଥିଲେ ମିଳୁଥିଲା 

ଦେବତାଂକ ଅଚଳ ତମାଦି

ପୁରୁଣା ବ୍ୟାଂକର ହୁଣ୍ଡି 

‘‘ଶୁକ୍ଲାମ୍ବରଂଧରଂ ବିଷ୍ଣୁ’ ସ୍ତୁତି

ପ୍ରସନ୍ନଂ ବଦନଂଧ୍ୟାୟେତ୍’ 

ଘୁଂଚୁଥିଲା ସକଳ ଦୁର୍ଗତି || 

 

ମୋ ଜାତିର ବିଶ୍ୱାସର 

ଵୃଦ୍ଧାଙ୍ଗୁଷ୍ଠି ଟିପଚିହ୍ନ ଯଦି ।

ତୁମକୁ ମୁଁ ଡାକି ଡାକି 

ଥକିଲିଣି ଶତାବ୍ଦୀ ଶତାବ୍ଦୀ ।

ଯିଶୁଖ୍ରୀଷ୍ଟ ଜନ୍ମ ମୃତ୍ୟୁ, 

ପୃଥିବୀର କ୍ଷୁଦ୍ର ବ୍ୟବଧାନେ,

ତାହାଆଗୁ ବଂଚିଥିଲା । 

ଜନଶ୍ରୁତି ଅନନ୍ତ ଶୟନେ ।

କାହାପାଇଁ ‘‘ଶ୍ୟାମ-ମେଘ” 

କାହାପାଇଁ “ବଳବାନ ହସ୍ତୀ’

ବହୁ ସାଲବେଗ ଭକ୍ତ

କାନ୍ଦି ଗଡ଼ି ଗାଇଲେ ପ୍ରଶସ୍ତି ।

ପୃଥିବୀର ବହୁ ଗ୍ରଂଥେ । 

ତୁମନାମ ଘୋଷା ପଦ ଶୁଣି,

ବହୁବାର ଭ୍ରମେ ପଡ଼ି । 

ମୁଁ କରିଚି ଅଜସ୍ର ମାଗୁଣି । 

 

ଅନନ୍ତ ବେଦନା ମୋର 

ଅବାରିତ ଅସୀମ ଉତ୍କଣ୍ଠା,

ବହୁ ଫୁଲମାଳ ଗୁଂଥି । 

ମୁଁ କରିଚି ନିଜ ବୃକ୍ଷ ଥୁଣ୍ଟା ।

ହାତ କାଟି, ଜିଭ କାଟି 

ବେକ କାଟି କରିଚି ଜଣାଣ

ମତେ ତୁମେ କୃପାକର 

ବିଶ୍ଵାସର ମଳିନ ସାୟାହ୍ନ !! 

 

ମନ ମୋର ମତ୍ତ ହସ୍ତୀ 

ଅମାନିଆ ଅକ୍ଷମ ଶାସନେ, 

ଆୟତ୍ତ ମୁଁ କରେ ତାକୁ, 

କିଛିକ୍ଷଣ ତୁମରି ସଂଧାନେ ।

ତୁମରି ଆକାଶ ମାର୍ଗ 

ଗୁଡ଼ି ମୋର ଉଡ଼ିଯାଏ ପ୍ରଭୁ,

ପବନରେ କାଟିଯାଏ 

ଛଂଦିହୋଇ ସୂତାଯାକ ସବୁ ।

କୋଠାରୁ ତଳକୁ ଖସି 

ମୁଁ କରିଚି କରୁଣ ଚିତ୍କାର,

ମୋ ଦେଶର ଭଗବାନ 

ବିଶ୍ଵାସର ହେ ଉପସଂହାର !

କାନ ମୋର ବେଳେବେଳେ 

• ଶୁଣିବାକୁ ଚାହେଁ ଯେଉଁ ସ୍ଵର,

ଜିଭ ମୋର ବେଳେବେଳେ 

ଯେଉଁ ସ୍ଵାଦେ ଆସକ୍ତ ପ୍ରବଳ । 

 

ଇଂଦ୍ରିୟର ଭୋଗ ପାଇଁ 

ବଳବାନ ଯେଉଁ ଉପସର୍ଗ,

ମୁଁ କରୁଚି ବେଳେବେଳେ 

ତୁମନାମେ ସେ ସବୁ ଉତ୍ସର୍ଗ ।

କର୍ଣକୁ ଆୟତ୍ତ କରି 

ସଙ୍ଗୀତର ସ୍ଵର ମୂର୍ଚ୍ଛନାରେ,

ମୁଁ ରଚୁଚି ବହୁ ଗୀତ 

ବହୁ ଶାସ୍ତ୍ର, ବହୁ ଯଂତ୍ର ତାଳେ ।

ମୁଁ ଗଢ଼ିଚି ଏକ କୃଷି 

ମନାଇଚି ଆଖି , କାନ ମୋର,

ମଣିଷ ପାଇଁକି ଏକ । 

ଚଲାବାଟ କରି ଆବିଷ୍କାର,

ମୁଁ କରିଚି ସତ୍ୟପାଠ 

ତୁମନାମେ ଅଦାଲତ ଘରେ,

ବହୁ ଯୁଗୁ ବହୁ ଦିନୁଁ 

ବାଂଧ ହୋଇ ରହିଚି ପଘାରେ ।

ଶୁଣିଚି ତୁମରି ବଂଶୀ 

ପୁଣି ତୁମ ଲୁହାର ମୁଷଳ,

ନିଜ ବଂଶ ଧ୍ୱଂସ କରି 

ବଦ୍ରିକାକୁ ଗଲ ଦନ୍ତାବଳ । 

ତୁମେ ପୁଣି ଦାରୁ ମୂର୍ତ୍ତି 

ପାଷାଣର ପୀଡ଼ିତ ପ୍ରତିମା,

କାଠୁରିଆ ହାତ ଗଢ଼ା । 

ମୋ ଚିନ୍ତାର ଅକ୍ଷାଂଶ ଦ୍ରାଘିମା !

 

କେ କହେ ତୁମର ସୃଷ୍ଟି । 

କେ କହୁଚି ତୁମର ଭୂଗୋଳ,

କେ ମାନିବ ରେଖାହୀନ । 

ମୋ ରେଖାକୁ କର ଉର୍ଜସ୍ୱଳ ?

ତୁମେ ଏକ ଶୂନ୍ୟ ବିଂଦୁ । 

ମୁଇଁ ଏକ ବ୍ୟାପ୍ତ ମାନଚିତ୍ର,

ତୁମେ ମୋ ମଲାଟ ବହି " 

ମୁଇଁ ମୂଳ ବୃହତ୍ତର ଗ୍ରଂଥ || 

 

ବନସ୍ତର ଫୁଲ ତୁମେ 

ମୁଇଁ ତା’ର ସୁବାସ ମହକ,

ତୁମେ ହେ ଅରଣ୍ୟ ସ୍ରଷ୍ଟା । 

ମୁଇଁ ତା’ର ମହା ସଂରକ୍ଷକ ।

ମୁଇଁ କୃଷ୍ଟି ମୁଇଁ ସୃଷ୍ଟି 

ତୁମ ନାମେ ଉତ୍ସର୍ଗ ଯଦ୍ୟପି,

ମୁଁ କରିଚି ନିଜ ଗ୍ରଂଥ 

ଚିରକାଳ ବିଶ୍ଵାସ ତଥାପି ।

ସଂଗୀତ ମୋ କାନେ କହ 

ଗଢ଼ିତୋଳ ମୋ ସୂକ୍ଷ୍ମ ଚେତନା,

ମଣିଷର ଜ୍ଞାନେନ୍ଦ୍ରିୟ 

ତୁମର ସେ ଅଜସ୍ର ରଚନା,

ମୁଇଁ ତା'ର କଂପ୍ୟୁଟର । 

ମୁଇଁ ତା’ର ଚିତ୍ରଶିଳ୍ପୀ ମାତ୍ର,

ମୋ ହାତରେ ତୁଳିଦେଇ । 

ମୋ ସତ୍ତାକୁ କରିଚ ମହତ !! 

 

ତୁମେ ହେ ଠିକଣI ହୀନ । 

ବାସହୀନ, ଦେହହୀନ ବ୍ୟକ୍ତି,

ସାକାର କରିଚ ତୁମେ 

ପୃଥିବୀର ଅନେକ ବିଭକ୍ତି ।

ଅନେକ ସଂଗୀତ ଛନ୍ଦ । 

ମୋ କଂଠରେ ତୋଳିବାର ପାଇଁ,

ତୁମେ ମତେ କ୍ରୀଡ଼ନକ 

କରିଅଛି ଅଭଙ୍ଗା କଣ୍ଢେଇ ।

ହୋଇପାରେ ଭକ୍ତ ମୁଇଁ, 

ହୋଇପାରେ, ଜଣେ ସାଲବେଗ,

କିନ୍ତୁ ଏ ଶତାବ୍ଦୀ ଉର୍ଦ୍ଧ୍ୱେ 

ମୋ ମନର ଅନନ୍ତ ଉଦ୍‌ବେଗ ।

ମୁଁ ଖୋଜୁଛି ନୂଆ ପଥ 

,ମୋହପାଇଁ ନୂଆ ବିଶ୍ଳେଷଣ,

ହେ ଈଶ୍ଵର, ଭୟ ନାହିଁ । 

ତୁମେ କିନ୍ତୁ ନହେବ ନିର୍ବାଣ || 

 

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହଗଣ 

ଯେ ପୃଥିବୀ ଚିର ଦୃଶ୍ୟମାନ, 

ତା’ ମଧ୍ୟେ ଅଦୃଶ୍ୟ ମାତ୍ର ।

କିଏ ତୁମେ ହେ ମାଧ୍ୟାକର୍ଷଣ ? 

ତୁମେ ଯେ ଇଂଗିତ ମାତ୍ର । 

ତୁମେ ମାତ୍ର ସ୍ୱର ପରିଚୟ,

କଥାକୁହା ଯଂତ୍ର ମୁଇଁ ? 

ମୋ ମନରେ ଅନନ୍ତ ସଂଶୟ ।

ଅସୀମ ବର୍ଷର ସ୍ମୃତି 

ପିତୃପିତା ପ୍ରପିତାଙ୍କ କାଳୁ,

ଏ ସଂସାରେ ଜନ୍ମହେଲେ 

ଯେତେ ଦମ୍ଭୀ, ଯେତେକ ଭୟାଳୁ,

ସମସ୍ତଂକ ଦୀପ- ସ୍ତମ୍ଭ 

ସମସ୍ତଂକ ଉଜ୍ଵଳ ତାରକୀ,

ତୁମରି ଦୂରବୀକ୍ଷଣେ । 

ନୁହେଁ କେବେ କ୍ଷୁଦ୍ର ପିପୀଲିକା !!

ମୁଁ ଏକ ଅନଂତ ଶକ୍ତି 

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହଗଣ ପାଇଁ,

ମତେ ତୁମେ କ୍ଷୁଦ୍ର କଲେ । 

ନିଜେ ଯିବ କ୍ଷୁଦ୍ରତର ହୋଇ ! •

ଅଜଣା ରହିବ ତୁମେ 

ପୃଥିବୀର ଅଶୁଣା କଥାରେ,

ତୁମକୁ ବ୍ୟାଧିବ ବ୍ୟଥା 

ମନୁଷ୍ୟର ପ୍ରଳୟ ଉତ୍ତାରେ । 

ବିରଳ ମୃତ୍ତିକା

 

----------------------------------------------------------------

 

ଅଭିମତ

“ସଂଘର୍ଷ”ର କବି ରଜନୀକାନ୍ତ ଦାସଙ୍କ ଦିତୀୟ କାବ୍ୟଗ୍ରନ୍ଥ ‘ବିରଳ ମୃର୍ତ୍ତିକI’ । ‘‘ସଂଘର୍ଷ’ରେ ବାମପନ୍ଥୀ ଦୃଷ୍ଟି କୋଣକୁ ଅବଲମ୍ବନକରି ଯେଉଁ ଆର୍ଥନୈତିକ ଏବଂ ଚାରିତ୍ରିକ ବିପ୍ଳବ ଦ୍ୱାରା ସମଗ୍ର ସମାଜ ସତ୍ତାର ନୂତନ ମୂଲ୍ୟାଙ୍କନ କରିବାର ପ୍ରଚେଷ୍ଟା ଥିଲା, ବିରଳ ମୃର୍ତ୍ତିକI’ରେ ତାହା କେତେକାଂଶରେ ବ୍ୟକ୍ତିଗତ ଆଦର୍ଶ ଏବଂ ପାରିପାର୍ଶିକ ଅବସ୍ଥାର ସଂଘର୍ଷରେ ପରିଣତ ହୋଇଯାଇଛି ।

 

ଏଇ ପ୍ରକାର ସଂଘର୍ଷର ପଶ୍ଚାତରେ ଯେଉଁ କାବ୍ୟ ଅନୁଶୀଳନୀ କବି ମନକୁ ପାରଂପରିକ ରୀତି ବର୍ଜନ ପାଇଁ ଅନୁପ୍ରେରଣା ଯୋଗାଇଛି, ତାହାର ପରିଚୟ ଦେବା ବୋଧହୁଏ ବିଧେୟ । ରୋମାଣ୍ଟିକ କବିଗଣଙ୍କୁ ସମର୍ଥନ କରୁଥିବା ଉଆର୍ଡସଉଆର୍ଥଙ୍କର ଗୋଟିଏ ବାକ୍ୟ: 

 

"Poetry takes its origin in emotion recollected in tranquility" ପ୍ରଶାନ୍ତ ଆବେଗରେ ଯେ ସ୍ମୃତି ଜାଗରିତ ହୁଏ ତହିରୁହଁ କାବ୍ୟର ଉଦ୍ଭବ ହୁଏ - ଏହା ପ୍ରାୟ ସର୍ବସମ୍ମତି କ୍ରମେ ଗୃହୀତ ହୋଇଯାଇଛି । ପ୍ରାକୃତିକ ସଂଦର୍ଶନରେ ଯେଉଁ ସଂବେଦନର (Sensation) ସଂଚାର ହୁଏ, ପ୍ରଥମେ ତାହା ହୁଏ ଦେହାଶ୍ରୟୀ - ସେଥିରେ ରକ୍ତ ଚଂଚଳିତ ହୁଏ (felt in the blood) ପରେ ତାହା ସ୍ଥାନାନ୍ତରିତ ହୁଏ ହୃଦୟରେ (felt along the heart) ଏବଂ ସେଠାରୁ ଶୁଦ୍ଧତର ମନରେ (Purer mind) । ମନର ଏକ ଶାନ୍ତ, ସମାହିତ ଅବସ୍ଥା କାବ୍ୟ ସୃଷ୍ଟିର ଉପଯୋଗୀ ହୁଏ ।

 

ଦି ସେକ୍ରେଡ୍ ଉତ୍’ରେ ଟି. ଏସ୍. ଏଲିୟଟ୍ ଉପରୋକ୍ତ ମତକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କବିତା ଆବେଗରୁ ଉଭୂତ ହୁଏ ନାହିଁ, ଆବେଗର ସ୍ମୁତିର ବି ନୁହେଁ । କାବ୍ୟ ଉତ୍ପତ୍ତି ସମ୍ବନ୍ଧରେ ସେ ମନ୍ତବ୍ୟ କରିଛନ୍ତି : 

"It is a great concentration, and a new thing-resulting from a great number of experiences which to the practical and active person could not seem to be experiences at all."

 

ଆଉ ଅଧିକ ଦୂର ରୋମାଣ୍ଟିସିଚ୍ଚମର ବିରୁଦ୍ଧରେ ଏଲିୟଙ୍କ ମତ ନେଇ ମୁଁ ଆଲୋଚନା କରିବି ନାହିଁ – କାରଣ କବି ରଜନୀକାନ୍ତଙ୍କ ସଂଘର୍ଷ’ର ସୃଷ୍ଟି ଏଇ Con centration, and a new thing - resulting from a very great number of experiences ଏବଂ ତାହାର ଅବରୋହ ପରିଣତି ହିଁ ବିରଳ ମୁକା” । ଏଇ କନ୍‌ସେନ୍‌ଷ୍ଟ୍ରେସନ ବା କେନ୍ଦ୍ରୀଭୂତ ଅନୁଭୂତିର ଏକରୂପ ହେଲା : - . 

ଲେକଲ୍ୟାଣ୍ଡ ଦୃଶ୍ୟପୁଣି /ହାଇଲ୍ୟାଣ୍ଡ ସଂଭୀର ବୀରତ୍/ ଗଙ୍ଗା ଅବବାହିକାର/ ଶ୍ୟାମଳ ରୋମାଞ୍ଚ/ତୁଚ୍ଛ କରି ଦେଲା ଏଇ ଅନ୍ଧକାର ଭୂତ || 

ଇଲିୟଡ୍ ଡିଭାଇନ୍ କମେଡ଼ିରେ/ ଚରିଯାଏ ଉଇ/ ଶ’ଙ୍କର ଉଆରେସ ପ୍ରଫେସନ/ ଖ୍ୟାତି ଆଉ ନାଇଁ | 

ଆଜିଖାଲି ଟିଣ ନଳୀ ତଳେ ଯେତେ /ବୋତଲର ଜାମ୍ 

ଇରାନୀ ମଦିରା ଶାଳେ/ ଯଥାଦଳେ ଉମର ଖାୟାମ 

(କିରାସିନୀ କଣ୍ଟ୍ରାଲ)

 

ରୋମାଣ୍ଟିସିଜିମ୍ ଏଠାରେ କିପରି ଭାବେ ବ୍ୟର୍ଥ, କବି ରଜନୀକାନ୍ତ ସାଦାସିଧା ଭାବରେ ପ୍ରକାଶ କରିଛନ୍ତି । ରୋମାଣ୍ଟିକ କବିଗଣ ଅତ୍ୟଧିକ ମାତ୍ରାରେ ଅନ୍ତର୍ମୁଖୀନ ହେତୁ ସେମାନଙ୍କର ରଚନା ସାର୍ଥକ ହୋଇ ପାରିନାହିଁ ବୋଲି ଟି.ଇ. ହିଉମ୍ ପ୍ରମୁଖ ଯେଉଁ ମନ୍ତବ୍ୟ ପ୍ରକାଶ କରିଛନ୍ତି, ଉପରୋକ୍ତ ପଙକ୍ତି ସମୂହ ଯେପରି ତାହା ଉପରେ ଆଧାରିତ । 

 

କବି ରଜନୀକାନ୍ତଙ୍କ ଆଧୁନିକତା ଆଉ ଗୋଟିଏ ଏଲିୟଟୀୟ ଯୁକ୍ତି ଉପରେ ଦଣ୍ଡାୟମାନ । ତାହା ହେଉଛି objective Correlative-ଆବେଗର ସହିତ ସଂପର୍କିତ ବସ୍ତୁ । କଥାଟିକୁ ବୁଝାଇଲେ ନିମ୍ନରୂପର ହେବ : 

"The only way of expressing emotion in art by finding an objective correlative in other words, a set of objects, a situation, a chain of events which shall be the formula of that perticular emotion and that when the external facts, which must terminate in sensory experience, are given, the emotion is immediately evoked" ।

 

ଏଲିୟଟଙ୍କ ମତରେ objective correlative (ଆବେଗର ସହିତ ସଂପର୍କିତବସ୍ତ) ହିଁ ଭାବପ୍ରକାଶର ମାଧମ, ଏବଂ ଏହାର ପଶ୍ଚାତ ରେ ଆତ୍ମଗୋପନକରି ପାଠକ ସଂଗରେ ଭାବ ଆଦାନ ପ୍ରଦାନ କରନ୍ତି ।

 

କବି ରଜନୀକାନ୍ତଙ୍କ ‘‘ଫାଇଲ’ କବିତାର’ objective correlative ସବୁ ନିମ୍ନପ୍ରକାରର : 

ସିଂହକଟୀ ମଣିଷଂକ (Lions' Club)

ଚକ୍ରଧାରୀ ନୈଶକ୍ଳବ (Rotary Club)

ପଦ୍ମ-ଭୋଜୀ (Lotus eater)

କର୍କୋଟକ ନାଗ (କ୍ରୁଶ-ବିଦ୍ଧ ମଣିଷ ) 

ଦ୍ରୌପଦୀଙ୍କ ଅଙ୍ଗଲଗା ବସ୍ତ୍ର ମାଇଲିଏ । 

କୃଷ୍ଣପାଦତୀରଟିଏ ।

 

ଏଇ ସମସ୍ତ ବସ୍ତୁ ମଧ୍ୟରେ କବିଙ୍କୁ (ବିଷୟବସ୍ତୁ ‘ଫାଇଲ୍) ଖୋଜି ବାହାର କରିବାକୁ (Finding) ଗଲେ ଯେଉଁ କାବ୍ୟ ପ୍ରୟାସ (ସ୍ୱଦେଶୀ ଓ ବିଦେଶୀ) ଆମେ ପାଉଁ, ତାହା ପ୍ରାୟ ଏଲିଏଟଙ୍କ କାବ୍ୟ ପ୍ରୟାସ ସଂଗେ ସମାନ – ଯାହାକି ଏକ ଯାନ୍ତ୍ରିକ ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଗୋଟାଏ କଥା ଏହିଠାରେ ଅନୁଭୂତ ହୁଏ ଯେ, କବି ରଜନୀକାନ୍ତଙ୍କ ଏହି ପ୍ରୟାସ ଅନୁକରଣ ନୁହେଁ - ଅନୁଭୂତି ପ୍ରବୃତ୍ତି ରୁ ପ୍ରସୂତି ମାତ୍ର 'He makes the pattern comply with what he has to say'. ଦ୍ଵିଧା ବିଭକ୍ତ ଆଜିକାର ସମାଜରେ ମଣିଷର ଯେଉଁ ସରା ଖଣ୍ଡିତ, ତାହାରି ଚୈତନ୍ୟ ନେଇ କବିଙ୍କ କାରବାର ।

 

ଗ୍ରୀକୁ ଅନୁକୃତିବାଦ ଠାରୁ ପ୍ରାଚୀନତ୍ବର ଦାବିକରେ ପ୍ରତୀକତା ଯଦିଓ ଏହାର ତାତ୍ତ୍ୱିକ ପରିଣତି ଆମେ ଦେଖୁଁ ଉଣେଇଶ ଶତକର ଶେଷ ଆଡ଼କୁ ବଦଲେୟାର, ମାଲାର୍ମେ, ଭ୍ୟାଲେରୀ ପ୍ରମୁଖ ଫରାସୀ କବି ମାନଙ୍କର ଶିଳ୍ପ ସମାଲୋଚନାରେ । ସଂଗୀତର ପ୍ରଧାନ ଲକ୍ଷଣ ବାହୁଲ୍ୟ ହୀନତା । ଭାବ, ତାନ, ଛନ୍ଦ ଓ ନିୟମ ସମୟରେ ଯେଉଁ ସୁରସଂଳାପ ସୃଷ୍ଟି ହୁଏ, ସେଥିରେ କଳାରୂପ ଓ ବିଷୟବସ୍ତୁର ଚରମ ଐକ୍ୟ ଲାଭ ହୁଏ, ଯାହାକି କାବ୍ୟରୀତି ଅନୁଯାୟୀ ଶବ୍ଦ ପ୍ରୟୋଗ ଦ୍ୱାରା କୌଣସି ପ୍ରକାରେ ସମ୍ଭବ ହୁଏ ନାହିଁ । ପକ୍ଷାନ୍ତରରେ ଶବ୍ଦ ଯାହାକି କବିତାର ଭିଭି ସ୍ଵରୂପ-ସବୁ ସମୟରେ ଅର୍ଥାଶ୍ରୟୀ । କବି ରଜନୀକାନ୍ତ ରୋମାଣ୍ଟିସିଜିମ୍ ର ଗୀତିମୟତାକୁ ପରିତ୍ୟାଗ କରିଛନ୍ତି ଯେଣୁ ସେ ପ୍ରତୀକର ପ୍ରୟୋଗ କରିବାକୁ ପ୍ରାୟ ସର୍ବତ୍ର ଚେଷ୍ଟିତ । ଅତି କଥା (myth) ଓ କିମ୍ବଦନ୍ତୀ ମୁଖ୍ୟତଃ ପ୍ରତୀକ ଧମୀ । ଏଗୁଡ଼ିକ ତାଙ୍କର ସମଗ୍ର ଅଭିଜ୍ଞତା ତଥା ସମଷ୍ଟିଗତ ଚୈତନ୍ୟର ସ୍ଵତଃସ୍ଫୁତ ଅଭିବ୍ୟକ୍ତି ।

ଯଥା : .

‘ଧୂର୍ଜଟିର ସାଥେ ଆଜି /ହସିବି ମୁଁ ଗଗନ କଂପାଇ/...../ ରାହୁ ଗ୍ରହ ଗ୍ରାସିବି ଆଲୋକ/ ଶନିଗ୍ରହ ଉଦିଚି ମୁଁ ଲୋକଭାଗ୍ୟ ବ୍ୟାପିବ ବିପାକ/..... /ରକ୍ତର ଖର୍ପର ମୋର ଶୂନ୍ୟ ଆଜି/...../ ସୟତାନ ଦୁଃସ୍ୱପ୍ନ ଦେଖଇ ।'' ।

 

କିନ୍ତୁ ଅତିଆଧୁନିକ କବିତାର ଏ ‘‘ଲୌକିକ ବାହାବା ଶିରେ ଘୃଣା ଭରେ ପାଦଟି’ ସେ ଥୋଇଥିଲା ପରି ମନେହୁଏ, କାରଣ କବି ଔଦ୍ଧତ୍ୟ ସହକାରେ ଆମ ଘୋଷଣା କରି କହୁଛନ୍ତି : 

‘‘ମୋ ସୃଷ୍ଟିର ମୁଁ ସମ୍ରାଟ 

ମୋର ଇଚ୍ଛା ଆପଣା ଆଦର୍ଶ

ଉଗ୍ର ମୋ ମାନବତ୍ୱରେ 

ପରାଜୟ ନ ଲିହିବି ଲେଶ ।

। (ଦେହର ଲୀଳା)

 

କବିତା କେବଳ ବୁଦ୍ଧି ଗ୍ରାହ୍ୟ ନୁହେଁ, ଅନୁଭବବେଦ୍ୟ ମଧ୍ୟ । ଏଇ ‘ଅନୁଭବ ବେଦ୍ୟ’ଟି ବାକ୍ୟ ମଧ୍ୟ ଦେଇ ପ୍ରକାଶ କରାଯାଏ ନାହିଁ - ଏହା ସାଧିତ ହୁଏ କବିଙ୍କ ହୃଦୟ ସଂଗେ ପାଠକର ହୃଦୟର ସଂଯୋଗ ସ୍ଥାପନ ସମୟରେ । କବିଙ୍କ କବିତାରେ ପ୍ରକାଶିତ ଆବେଗ ଯେତେବେଳେ ସହୃଦୟ ପାଠକଙ୍କର ଚିତ୍ତ ମଧରେ ସଂକ୍ରମିତ ହୁଏ, ସେତେବେଳେ ସେ କବିଙ୍କର ଅନ୍ତର୍ଜଗତରେ ପ୍ରବେଶ କରେ । ମୁଁ କବି ରଜନୀକାନ୍ତଙ୍କର ଏକ ବିଗ୍ଧ ପାଠକ, ତେଣୁ ତାଙ୍କ ଶିଳ୍ପରୀତି ଯାହା ହେଉନା କାହିଁକି, ସହୃଦୟତା ନେଇ ତାଙ୍କର କାବ୍ୟରୀତି ଯେ ଉଜ୍ଜ୍ୱଳ ତାହାର ତେଜସକ୍ରିୟତା ମୁଁ ରକ୍ତ କଣିକା ମଧ୍ୟରେ ବାରଂବାର ଅନୁଭବ କରିଛି । 

 

୨୫-୧o-୧୯୭୪ 

ବିନୋଦ ନାୟକ 

------------------------------------------------------------------------------------------------------------

 

 

 

କାକ-ଜ୍ୟୋସ୍ନା

କାକଜ୍ୟୋସ୍ନା, ନିଦଭଂIଗ ! ନିଶି ହେଲା ଭୋର,

ଜୀବନଟା ନୁହେଁ ସଖୀ! ଖାଲି ସ୍ୱୟଂବର...

ତୁମ ପାଇଁ ଅବା କାହା ପାଇଁ ।

(ହୋଇପାରେ ଅଭିଶାପ ଅବା ଅଭିସାର) !! 

 

ଜୀବନଟା ପ୍ରଣୟ ଗୋ, କେତେ ରାଗ-ରୁଷା ପାଖାପାଖି 

କେତେ ଗଢ଼ା, କେତେ ଭଂଗା, କେତେ ଛାଡ଼ପତର, ଧମକି

ଦୁଇଟି ବିଛଣା କେବେ, ଅବା ପୁଣି ଗୋଟିଏ ସୋଫାର

ଜୀବନଟା ସ୍ଵୟଂବର ନୁହେଁ ସଖୀ; ଯଦି ଅଭିସାର ! 

 

କେବେ ବା ଗୋଲାପୀ ଖାମ୍, କେବେ ପୁଣି ଘରଖର୍ଚ୍ଚ ଚିଠି,

ପାଖେ ଧୋତି, ପାଖେ ଶାଢ଼ୀ, ଗଛତଳ ନଳ-ଦମୟନ୍ତୀ, 

କେତେଦେଳେ କତୁରିରେ କାଟି ପୁଣି ପଳାଏ ଦୟିତ,

ଦୁଃଖ ନାଇଁ, ଶୋକ ନାଇଁ, ଜୀବନଟା ଜୀବନ ନୁହେଁ ତ ! 

 

ଜୀବନଟା କାକ-ଜ୍ୟୋସ୍ନା । ତୁମଲାଗି ହେବ ସ୍ୱୟଂବର,

ପାଣିକୁଣ୍ଡେ ଛାଇଦେଖି ମାଛି ଆଖି ଯଦି ବିଂଧିପାର ।

ଲାଖବିଂଧି ଆଣିଲେବି ଉପଭୋଗ ଏକାଂତ ନିଜର

ନୁହେଁ; ତେଣେ ଚାହିଁଛନ୍ତି ଜୀବନର ବହୁ ଅଂଶୀଦାର । 

 

ଜୀବନଟI ଅଭିସାର, ପରିଣୟ, ଯାହା କିଛି କୁହ,

ସ୍ଵୟଂବର ନୁହେଁ କେବେ କାକଜ୍ୟୋସ୍ନା, ସ୍ଵୟଂବର ନୁହଁ !

ଦିନ ନୁହେଁ ରାତି ନୁହେଁ, ନୁହେଁ ବର୍ଷ, ଶିଶିର, ହେମନ୍ତ,

ଜୀବନଟା ସବୁ ଋତୁ ମିଶାମିଶି - ଗରଳ - ଅମୃତ ! 

 

ସୂର୍ଯ୍ୟ ଉଠେ ଅସ୍ତଯାଏ, ଜୀବନର ବତୀଘର ପାଶେ,

ଗୋଧୂଳିର ଛାୟାଘେରା ନଦୀ ଯଥା ସମୁଦ୍ରରେ ମିଶେ ।

ସଂଗ୍ରାମୀ ମୁହାଣକି ଜୀବନଟା ଜୁଆର-ଭଟ୍ଟାର

କିଛି ବାଧେ ନାଇଁ ତାକୁ, ସୁଖ ଦୁଃଖ ସବୁ ଏକାକାର । 

 

Unknown

ଜୀବନଟା କାକଜ୍ୟୋସ୍ନା । ହୋଇଥାଂତା ‘‘କାକଜ୍ୟୋସ୍ନା’ ଯଦି

ତୁମ ତୁଲେ ନିଦକୋଳେ ଲଭନ୍ତି ମୁଁ ଦୂରନ୍ତ ସମାଧ ! 

(ନବପତ୍ର - ୧୯୬୭) 

 

 

କମଳା ଲେଂବୁ

ସୂର୍ଯ୍ୟ ଉଠେ, ସୂର୍ଯ୍ୟ ଡୁବେ, ଆକାଶଟା ଲାଲ୍ ।

ପୂରୁବ, ପଶ୍ଚିମ ଅବା ଉତ୍ତର ଦକ୍ଷିଣ

ଯହିଁ ଦେଖ ଚାରିଆଡ଼େ ଏକାଭଳି ଗୋଲ୍ 

ଏକାଭଳି ଲାଲ୍ ! 

 

ପୃଥିବୀ କମଳାଲେଂବୁ ଆକାର ପ୍ରକାର,

ସବୁଜ ନାରଂଗୀ ମିଶି ଫେଣ୍ଟାଫେଣ୍ଟି ରଂଗ

କାଇଁ ବେଶୀ ଗାଢ଼ ଅବା କେଉଁଠି ତରଳ,

ପୃଥିବୀ କମଳା ଲେଂବୁ ସୂର୍ଯ୍ୟ ଫୁଟବଲ୍ ! 

 

ଏ ବର୍ତ୍ତୁଳ ସୂର୍ଯ୍ୟ-ପେଣ୍ଡୁ ଖେଳ ପଡ଼ିଆରେ

ଗଡ଼ାଇ ମୁଁ ନେବି ଆଗ, ସବୁରି ସାମ୍ନାରେ

ମୁଣ୍ଡରେ ମୁଁ ହେଡ଼କରି ଲଂଗ୍ କିକ୍ ମାରି

ଖେଳାଳୀ ଦଳକୁ ଦଳି ପୁରାଇବି ଗୋଲ-କିଆରୀରେ ! 

 

ତାପରେ ଦେଖିବ ଯେବେ ଖେଳ ଶେଷେ, କମଳା ଲେଂବୁଟା

ଆସିବ ହାତକୁ ମୋର...

ଲାଗିବ ତା’ କେମିତିଆ ମିଠା ! 

(ସାଧନା, ଫେବୃଆରୀ, ୧୯୬୭) 

ସଂଧ୍ୟା ତାରା

ନିସ୍ତବ୍ଧ ଏ ସଂଧ୍ୟାତାରା ଦେଖ 

ଜାଗି ଉଠେ ଶତ ଅଭିସାର

ଗୋଟିଏ ଗର୍ଭିଣୀ ରାତି 

ତାର କୋଳେ ଲଭିବ ନିସ୍ତାର

ଗୋଟିଏ ସୁଦୀର୍ଘ ଦିନ । 

ହତ କ୍ଲାଂତ ବ୍ୟଥିତ ପରାଣେ

ଆଜି ଯା’ ଦବାର ଦବ 

କ୍ଷଣିକ ଏ ଗୋଧୂଳି ଲଗନେ ! 

ଅତୀତର ମ୍ଳାନ ଆଶା । 

ହତାଶାର ସ୍ଥାୟୀ ବ୍ୟଥାରାଶି

ଆଜି ତା’ ଆକାଶ ଭାଲେ 

ଉଇଁବରେ ଶତ ସ୍ୱର୍ଣ୍ଣ-ଶଶୀ । 

 

ସଂଧ୍ୟାସମ ଘୋଟିଯିବ 

ଏକ୍ଷଣି ଯେ ଦୂରନ୍ତ ଯାତନା

ସେଇ ତାର ଇତିହାସ । 

ଲିପି-ହୀନ ଅଦେଖା ଅଶୁଣା.... ।

ଦୁର୍ବୋଧ ଏ ନୁହେଁ ବଂଧୁ, 

ଏହାକୁ ଯେ ବୁଝିବାକୁ ହେବ

ଦରଫୁଟା କ୍ଷୀଣ ବୋଲି 

ସତେକି ଗୋ ଘଉଡ଼ାଇ ଦେବ ?

ଅଣହେଳା କରିବ ଏ । 

ଜୀବନର ରୁଦ୍ର ଅପମାନ

ଆଜି ଯା’ ତା’ ଶ୍ରାଂତି କୋଳେ 

ମାଗେ କାୟା ଭାଷାର ବଂଧନ । 

 

ଅଶ୍ରୁର ସାଗର ତରି । 

ଆଣିବି ଯେ କମଳ ପାଖୁଡି

ତୁମ ପାଦେ ଭେଟି ଦେବି 

ସତେ ତାର ସ୍ନେହ ଯିବ ଏଡ଼ି ?

ସଉରଭ ଶୋଭାହୀନ 

ଜାଣି ଯାହା ନିଅ ମୋ ଶ୍ରୀକରୁ,

ଛିଡ଼ାଇ ତା’ ଦେବନାଇଁ 

ଫେରି ମୋତେ ଦେବା ପୂରୁବରୁ ।

ଅବଜ୍ଞା ଗୋ ନକରିବ, 

ତାରେ ପଛେ କରିବ ନିଶ୍ଚିହ୍ନ,

ହେୟ ନୁହେଁ, ସେଇ ତାର 

ଅନୁପମ ଖ୍ୟାତି ମହୀୟାନ !! 

ନିଜେ ସେ ତା’ ଜୟମାଲ୍ୟ 

ବାଧାହୀନ ଅଂନତ ସମ୍ମାନ

କାଲି ଯା’କୁ ହେଳା କଲ 

ତୁମେ କହି କିଂଶୁକ ପ୍ରସୂନ !

ଗୋଟିଏ ଜୀବନ ବ୍ୟାପୀ 

ଅଶ୍ରୁ ଆଉ ବେଦନାର ମୂଲ

କ୍ଷଣିକ ଆନଂଦ ସଂଗେ 

ତାକୁ କିଆଁ କରି ବସ ତୁଲ ? 

 

ଏ ନୁହେଁ କ୍ଷଣିକ ବ୍ୟଥା । 

କ୍ଷଣିକ ୟା ନୁହେଁ ଉପହାର 

ସର୍ନିହିତ ଅନନ୍ତ ସଂଭାର ll 

ଅନାହତ ଅଦମ୍ୟ ପରାଣେ, 

ପରିପୂର୍ଣ ସମୟର

ମଣିଷର ଶେଷ ବୀର୍ଯ,

ଯେ ମୁହୂର୍ତ୍ତ ଜନ୍ମିଥିଲା,

ଅଧା ଦିଆଁ ରାକ୍ଷସ ପ୍ରମାଣେ ।

ଭୃଣ ବୋଲି ତଡ଼ିଦେଲ

ଯା’ରେ ଚିର ଅପବାଦେ ଡରି ।

ଅନାବନା ଫୁଲ ବୋଲି

ଫୁଟୁ ଫୁଟୁ ବୃଂତ ଦେଲ ମୋଡ଼ି

ସେ ବେଳର ଶିଶୁ ଯିଏ

ଲୁଚିଥିଲା ଲଭି ଅପମାନ

ସୁନା ତରବାରୀ ହସ୍ତେ

ଆଜି ସେହୁ ରଚେ ଅଭିଯାନ ।

କ୍ରାନ୍ତି ଏ ନୁହଁଇ ବଂଧୁ

ନୁହେଁ ଏତ କେବେ ଅଗ୍ନିକଣା

ଏଇ ତାର ଅନାହୂତ

ମୁକ୍ତି ବାଞ୍ଛା, ଅନେକ ପୁରୁଣା !

ଏଇ ତାର ଅଶ୍ରୁସିକ୍ତ

ଅନୁମତି ଶତ ଜନମର

ଝଡ଼ର ଯାମିନୀ କୋଳେ

ଢାଳେ ଅର୍ଘ୍ୟ ନିଜ ଅଭିସାର ।

ମଉଳI ଅତୀତ ଫାଙ୍କୁ

ଅସମାପ୍ତ ଅନଂତ ଇଂଗିତ

କାନେ ତାର କହିବସେ

କଳୀ କାନେ, ଯଥା ପରଭୃତ ।

 

ଉନ୍ମତ୍ତେ ଜାଗି ଉଠେ

ତା’ ଅଂତରେ ଲୋଲୁପ କାହାଣୀ

ମାସନ୍ତର ରକ୍ତ ପିଇ

ବୀର୍ଯ୍ୟସ୍ୱିନୀ ଆଜି ଏ ରଜନୀ !

ଜାଗି ଉଠେ ମହା ଦଂଭେ

ଶତ ପଣ୍ଡ ବାସନା ମଉନ

ଏଇ ତାର ଜୀବନର ଅନୁରକ୍ତି

ଶେଷ କ୍ଷମାହୀନ... !

ଏଇ ତାର ଶେଷ ଯାତ୍ରା ।

ବିଜୟର ଆଦ୍ୟ ଉପହାର

ପଥ ୟାର ରୋଧିବାକୁ

ଆଜି ହସ୍ତେ ଶକ୍ତି କହ କା’ର ?

 

ଦପଦପ ଜଳିଉଠେ

ସଂଧ୍ୟI-ତାରା ନଭସୀମା କୂଳେ ।

କ୍ଷୁଧାର ଆତୁରେ ଆଜି

ନିଶାଚରୀ କ୍ଷିପ୍ର ପଦେ ଚଳେ ।

ବାଣୀର ଦେଉଳେ ପୁଣି

ଜାଗିଅଛି ଅପବିତ୍ର କ୍ଷୁଧା

ମାସାଂତର ଶେଷ ଯାମେ

ସଂକ୍ରାନ୍ତିର ଏ ଦୃପ୍ତ ପୁରୋଧା !

କର୍ପୁର ଆରତୀ ଜାଳେ

ସୟତାନୀ ନିଶ୍ୱାସ ପ୍ରଖର

ସଂଧ୍ୟାର ସୀମାଂତ ତୀରେ

ଝଡ଼ର ଏ ଦୃପ୍ତ ସ୍ଵୟଂବର !

ହେ ବାଳିକା ଭୀରୁ ଯଦି ତୁହି

ବୁକୁର ଅଳତା ରଂଗେ । 

ପ୍ରେମ-ପତ୍ର ଲେଖୁଲୁ କିପାଁଇ ?

(ସହକାର ଦ୍ଵାବିଂଶ ଭାଗ, ୧ମ ସଂଖ୍ୟା, ୧୯୦୧) 

 

କିରାସିନି କଂଟ୍ରୋଲ

ଲେକ୍ ଲ୍ୟାଂଡ଼ ଦୃଶ୍ୟ ପୁଣି 

ହାଇ ଲ୍ୟାଂଡ଼ ଗମ୍ଭୀର ବୀରତ୍ଵ 

ଗଂଗା ଅବବାହିକାର 

ଶ୍ୟାମଳ ରୋମାଂଚ 

ତୁଚ୍ଛ କରିଦେଲା ଏଇ 

ଅଂଧକାର ଭୂତ । 

 

ଇଲିୟଡ ଡିଭାଇନ କମେଡିରେ । 

ଚରିଯାଏ ଉଈ

ଶ’ଙ୍କର ଉଆରେନସ ପ୍ରଫେସନ 

ଖ୍ୟାତି ଆଉ ନାଇଁ । 

ଆଜିଖାଲି ଟିଣ ନଳୀତଳେ ଯେତେ 

ବୋତଲର ଜାମ୍

ଇରାନୀ ମଦିରାଶାଳେ 

ଯଥା ଦଳେ ଓମାର ଖୈୟାମ୍ ।

ସଂଧ୍ୟା-କ୍ଲାନ୍ତ ଇଥରକୁ ଚିରି 

କାଠ ଅଡ଼ା ଚାରିଆଡ଼େ ଶବ୍ଦ ଉଠେ

‘ଦିଅ ତେଲ, ଦିଅ ହେ ବେପାରୀ’ । 

ସଂଧ୍ୟା ହେଲା, ଅଫିମ ଦୋକାନୀ ନିଜ 

ମୁଦିଲା ପହଡ଼

ରେକସାଟଣା ଖୋଲାମରା କଚୁଆନ୍ 

ଆଲୋଚନା ଭିଡ଼

ଚାହା ଦୋକାନରୁ ଧୀରେ

ଗଲାଣି ନରମି

ବନ୍ୟାପାଣି ନର୍ଦ୍ଦମାର ଗର୍ତ୍ତୁ ଉଠି 

ଫୁଟ୍ ପାଥ୍ ରେ ଜମି

ସ୍ତର ପରେ ସ୍ତର ବଢ଼ି 

ମହାବେଗେ ପଡ଼ିଚି ଉଛୁଳି

ଡେଙ୍ଗାକୋଠା, ଗୀର୍ଜା ଅଗ୍ର ଗିଳି

ଆକାଶକୁ ତୋଳିଲାଣି ଶିର

ତିମିରର କରାଳ ମୁଖରୁ ଆଜି, 

ବଂଚିବାର ନାଇଁ ପ୍ରତିକାର

ଖାନ୍ ନଗର ଟିକି ଚିତା ଛାଡ଼ି ।

କିରାସିନ୍ ବିପୁଳ ଅଭାବ ଯା’ର 

ପ୍ରତିରୋଧ ପାରେନାଇଁ କରି ! 

 

ବସ୍ତି ସାରା ତେଲର ଅଭାବ ବେଳେ 

ଗଣିକାର ବାତାୟନ ଡେଇଁ

ଲ୍ୟାଂପର ଉଚ୍ଛିଷ୍ଟ ଅଂଶ । 

ଯାଇନାଇଁ ଫୁଟ୍ ପାଥ୍ ଛୁଇଁ

ବରିବାକୁ ସୌଖୀନ ପ୍ରଣୟୀ... ।

ସମାଜର ଦାମିକା ବିଳାସ ଯାତି । 

ଉଚ୍ଚ ଶ୍ରେଣୀ ପାଇଁ ।

ନିମ୍ନବର୍ଗ ସର୍ବହରା ପାଇଁ କିଛି । 

ରଖିଲନି ସଖା,

ଶୋଷିତବର୍ଗର ସେଇ ଶେଷ ପ୍ରାଣୀ, 

ନାଇଁ ପତ୍ନୀ, ନାଇଁବି ଗଣିକା ।

ଏ’ ବିରାଟ ତେଲର ଅଭାବବେଳେ 

ଅମାବାସ୍ୟା ପକ୍ଷ

କର୍ଣେଲ ହାର୍କୋଟ ସଂଗେ 

ଯଥା ଦଳେ ଓଡ଼ିଆ ପାଇକ !

ଲାଲବାଗୁ ବାରବାଟୀ କିଲାଯାଏ, 

ହେବାଆଗୁ ‘ଲାଲ କ୍ଷେତ୍ର’ ଗଣା

ବସ୍ତିସାରା ଘୋଷଣା ପାଇବା ଆଗୁ 

ବିପଦ ସୂଚନା ।

ଶୋଷିତ ଏ ମଧ୍ୟବର୍ଗ ପ୍ରାଣୀ

କବି ଜଣେ, ରଚେ ଯେଉଁ ଜନତାର 

ଇସ୍ତାହାର ବାଣୀ

ଖାନଗର ଚିତା ତଳେ

ପରୀକ୍ଷା ସରିବା ଆଗୁ 

ତହିଁରେ କି ମ୍ଳାନ -ଲିପି ଜଳେ,

ଅସି-କୋଷେ ବଂଚିବାକୁ 

ଦିଅ ଆଜି ତାଙ୍କୁ ହେ ସମସ୍ତେ,

ଯଦି ଆଶ୍ରI ନାଇଁ ମିଳେ 

କାକ୍ ଷ୍ଟୋନ୍ କବରର ଖାତେ । 

(ରଚନା : ୧୯୪୪ - ପ୍ରକାଶନ : ନବପତ୍ର - ୧୯୬୬) 

ପ୍ରତିମା ମହାନ୍ତି

ପ୍ରତିମା ମହାନ୍ତି !

ଯାଇଥିଲି ତୁମ ଘରେ 

ରବିବାରେ 

ସଂଗେ ଥିଲେ ଅପ୍ରତିମ ତତୀ ।

 

ଛୋଟ ତୁମ ଘର ସାମ୍ନା, 

ବଗିଚାରେ ଡାହାଲିଆ ଫୁଲ,

ଲିପ୍ ଷ୍ଟିକ୍ ବୋଳା ଓଠେ 

ଚୁମାଖାଇ ଦିଶୁଥିଲା ଲାଲ୍ ।

ଦୁଆରରେ ଝୁଲୁଥିଲା, 

ଛୋଟ ଏକ ଗଡରେଜ୍ ତାଲା, 

ଭାଷାହୀନ ନେମ୍-ପ୍ଲେଟ, 

ଇସାରାରେ ଆମକୁ କହିଲା,

ଯାଇଥିବ ତୁମେ କାଇଁ, 

ପିକ୍‌ନିକ୍ କରି କାହା ସାଥେ,

ରବିବାର ଛୁଟି ଦିନେ, 

ଏଠି ଯାହା କରଂତି ସମସ୍ତେ । 

 

ପ୍ରତିମା ମହାନ୍ତି,

ଗାଆଁ ନାଇଁ ଘର ନାଇଁ, 

କେହି ବଂଧୁ ସୋଦର ନାହାନ୍ତି ।

କେଉଁ ଜାତି, କେଉଁ ଗୋତ୍ର, 

ଭଲଭାବେ ଜଣାନାଇଁ ବେଶି,

ଜଣାଥିଲା ସେବାଶ୍ରମେ, 

ଜଣେ କିଏ ଥିଲେ ତ ମାଉସୀ,

ଗଲେଣି ସେ ମରି ।

ଅନାଥାଶ୍ରମରୁ ତୁମେ, 

ପାଠ ପଢ଼ି ଆସିଚ ବାହାରି ।

ଟାଇପିଷ୍ଟ ବେଶେ, 

ଖୋଜି ଖୋଜି ଯେଉଁଦିନ, 

ମିଳିଗଲା ଚାକିରି ପ୍ରବାସେ । 

 

ପ୍ରତିମା ମହାନ୍ତି,

‘ଟାଇପ୍ ଏଫ୍’ର ଏକ ଜଣକିଆ, 

କ୍ୱାଟରେ ରହଂତି ।

ସାମ୍ନାରେ ବାରଂଡା ଅଛି, 

ଛୋଟ ଛୋଟ ପାରାପେଟ ସହ,

ଭିତରେ ଗୋଟାଏ ରୁମ୍, 

ସେତିକିତ, ଅଭିଆଡ଼ି ଝିଅ !

ଅଗଣା ଖଣ୍ଡକ ଛୋଟ 

ହଲୋବ୍ରିକ୍ ପାଚେରୀ ବଳୟ, 

ଭିତରକୁ ସାନିଟେରୀ ପାଇଖାନା, 

ବାଥରୁମ୍ ଦ୍ୱୟ ।

ଘରର ଭିତର ପାଖେ, 

ବାରଂଡାରେ କିଚିନ୍ ଓ ଷ୍ଟୋର, 

ଯୁଗ୍ମ ଅବତାର :

କେତେବେଳେ ହିଟରରେ କାମ ଚଳେ, 

କେବେ ବା କୁକର । 

 

ପ୍ରତିମା ମହାନ୍ତି 

ଛୋଟ ତୁମ ସଂସାରଟି, 

କେତେ ଖଣ୍ଡ ଶାଢ଼ୀର ସମଷ୍ଟି,

ବ୍ଲାଉଜ୍ ଓ ସାୟା କିଛି, 

ଲିପିଷ୍ଟିକ୍ ସ୍ନୋ ପାଉଡର,

ନାଇଲେନ କେଶଗୁଚ୍ଛ, 

କିଛି ବାସ୍ନା ତେଲ ଓ ଅତର,

ଟିକି ହାତେ ଛୋଟ ରିଷ୍ଟୱାଚ୍

ସତେ ଅବା ଗଢ଼େଇଚ, 

କଂପାନୀକୁ ଦେଇକରି କିଛି...

ଅହଂକାର ବିହୀନ ସେ ରୂପସଜା 

କ୍ରୋଟନର ଗଛ !! 

 

ପ୍ରତିମା ମହାନ୍ତି,

ଯଉବନ ନଈ ତୁମ, 

କେଉଁ କୂଳେ ଅତଡା ଖାଉଚି ?

ଦପ୍ତରର ସାଥି ମେଳେ 

ଫାଇଲର ଅଳସ ପତରେ,

ଅବା କେବେ ବି ଫେମିନା’ ମେଗାଜିନର 

ପ୍ରଶନ ଉତ୍ତରେ ।

ଖୋଜିଚ କି ନାଇଁ କହ, 

ସମାଧାନ କୌଣସି ଶଂକାର, 

ପିକ୍‌ନିକ୍ ଗଲାବେଳେ, 

ଝୁଟି ପଡ଼ିଚକି ନାଇଁ,

ଅନ୍ୟ ମନସ୍କର ? 

 

ଖୋଲା କଲମ କି କେବେ, 

ଖୋସିଦେଇ ବ୍ଲାଉଜ୍ ଭିତରେ, 

ଅଫିସିକି ଆସିଥାଅ ଚାଲି,

ଅବା ଟିଫିନ୍ ଡବାଟା ଛାଡିଦେଇ, 

ଘର ଟେବୁଲରେ, 

ବହୁବାର ଆସ ଖାଲି ଖାଲି ।

ଓଭର ଡିଉଟି ବେଳେ । 

ଯାଇଚକି ମୂର୍ଚ୍ଛା, 

ରେଡ଼ିଓ ସଂଗୀତେ,

ସେକ୍ରେଟେରୀ ଘଣ୍ଟି ଶୁଣି 

ଚମକି ପଡ଼କି

ଆଶା ଆଉ ଆଶଙ୍କା ସଂଘାତେ ? 

 

ପ୍ରତିମା ମହାନ୍ତି,

ଅନୁରୋଧ ଚୋପଦାର, 

ଅର୍ଘ୍ୟ ରାୟ, ଅପ୍ରତିମ ତଂତୀ,

ଅବଳାକର ସାନ୍ୟାଲ, 

ଅନୁନୟ ପୁହାଣ ଓଗେର,

ଚାହିଁଚନ୍ତି ତୁମ ପଥ, 

ଯିବାପାଇଁ ଆଜିକା ପିକ୍ ଚର,

କାହାସାଥେ ଯିବ ଅବା ନାଇଁଯିବ, 

ଆଗ ସ୍ଥିର କର ।

ହେଉଚି ଉଛୁର ।

....ଅବ ଦିଅ ଖବର ପଠାଇ,

ରବିବାରେ ଦେଖାହେବ ମ୍ୟାଟିନ୍ ରେ - 

ତା’ ପୂର୍ବରୁ ନାଇଁ ! 

(ନବପତ୍ର : ଜୁଲାଇ, ୧୯୬୬) 

 

 

ନିଶି-ପଦ୍ମା

ମୃଣାଳିନୀ ସେନଗୁପ୍ତା

ଦିବସେ ସ୍ୱପ୍ନିଳା ନାରୀ 

ରାତ୍ର ବିମର୍ଷିତା !

ସକାଳ ପାହିଲେ ପୁଣି 

ସଜଫୁଟା ଫୁଲତୋଡ଼ା ଧରି,

ଆସଂତି ଫାଟକ ପାଶେ, 

ଆମେ ଦୁହେଁ ହାତ ଧରାଧରି ।

ବୁଲୁ ପାର୍କ ବଗିଚାରେ ।

ରାସ୍ତା ମୋଡ଼ ଛୋଟ ରେସ୍ତୁଁରାରେ ।

ଭିଜାଟେବୁଲ୍ ଉପରେ, 

କଫି ପାତ୍ର ବାଷ୍ପ ମୌସୁମୀରେ,

ଆମେ କରୁ ପରସ୍ପରେ 

ସ୍ନେହ ପ୍ରତ୍ୟର୍ପଣ;

ପ୍ରତ୍ୟୁଷର ହସବୋଳା 

ଦିବସର ଆଦ୍ୟ ସଂଭାଷଣ । 

 

ମୃଣାଳିନୀ ସେନଗୁପ୍ତା,

ଦିବସେ ଚପଳ-ଛଂଦା, 

ରାତ୍ରେ ମଂଦାକ୍ରାଂତା |

ସାରା ଦିନ ବାଧାହୀନ, 

ଯୌବନର ହସ ହସଂତିକା,

ଦପ୍ତର ଓ ରେସ୍ତୁଁରାରେ, 

ସବୁବେଳେ ପ୍ରଗଳ୍ପଭା ନାୟିକା ।

ସଂଧ୍ୟାଗମେ କରଂତି ସେ 

ପ୍ରତ୍ୟାଖ୍ୟାନ ସବୁ ନିମଂତ୍ରଣ,

କ୍ଲବ୍ କିଂବା ନାଚ ଘରେ, 

ଯେତେ ପାର୍ଟି ଡିନର ବର୍ଜନ । 

 

ମୃଣାଳିନୀ ସେନଗୁପ୍ତା,

ଦିବସରେ ସୂର୍ଯ୍ୟସ୍ନାତା, 

ଶୁଭ୍ରା ସୁଚରିତା,

ରାତ୍ର ଘନ ଅଂଧକାରେ । 

ଶୈବାଳିନୀ ମଳିନା ବିବ୍ରତା । 

ସେ ହୁଅଂତି ସ୍ପର୍ଶହୀନା 

ସ୍ନେହହୀନା କୁଂଠିତା ବିବ୍ରତା,

ତୁମର ସେ ନିଶି-ପଦ୍ମା । 

ମୋହଲାଗି ଅଂଗୀକାର ହୀନା !! 

(ନଭେମ୍ବର, ୧୯୭୩) 

ଖଣ୍ଡେ ସିଗାରେଟ୍

ଲୁଣ୍ଠିତ ଲଣ୍ଠନଜୀବୀ; 

ବିଜୟୀ, ବିଜିତ

ଶୋଷକ, ଶୋଷିତ ଆମେ - 

ଶାସକ, ଶାସିତ 

କିନ୍ତୁ ଦୁଇ ମିତ୍ର ! 

 

ପୃଥିବୀ ପରିଧ ତଳେ 

ଯେତେ ଜାତି ଗୋତ୍ର,

ଧବଳ, ଫିଗଳ, ଶ୍ୱେତ, 

କୃଷ୍ଣକାୟ, ପୀତ

ଖର୍ବ ଓ ଉନ୍ନତ ତନୁ, 

ସଂଦର କୁତ୍ସିତ 

ଆମେ ସବୁ ମିତ୍ର ! 

 

ଟବାକୋର ଶୁଷ୍କ ପତ୍ରେ, 

ସବୁଜାତି ମୈତ୍ରୀ ନିବଂଧନ,

ସବୁ କର ପ୍ରସାରିତ, 

କରିବାକୁ ପ୍ରୀତି ଆଲିଙ୍ଗନ ।

ସବୁ ରଂଗ ଏକାକାର, 

ଶ୍ୱେତ, ପୀତ, ଲୋହିତ, କଜ୍ଜ୍ୱଳ !

ନୂତନ ରଂଗର ସୃଷ୍ଟି । 

ଜନ୍ମଲଭେ ଗର୍ବିତ ଉତ୍କଳ ! 

 

ସବୁ ସ୍ଵାଦ, ସବୁ ଗଂଧ 

ମିଶାମିଶି ପୀୟୁଷ ବିଷର,

ସବୁ ରସ ପିଇ ଯଥା, 

ନୀଳଙ୍କଠ ଚିର ନିର୍ବିକାର !!

ଯେତେ ସ୍ଵପ୍ନ, ଯେତେ ଚିଂତା, 

ଯେତେ କ୍ରିୟା, ଯେତେ କର୍ମସୂଚୀ

ଆମୋଦ ପ୍ରମୋଦ ଯାହା, 

ତୁମ ବିନା ବ୍ୟର୍ଥ ସବୁ କିଛି । 

 

ନୂଆ ପୃଥିବୀର । 

ଯେତେ ଚୁକ୍ତି ଯେତେ ମେଣ୍ଟ, 

ଯେତେ ସଖ୍ୟ, ବଂଧୁତା ଆବର

ଯେତେ ହତ୍ୟା, ଷଡ଼ଯନ୍ତ୍ର, 

ଯେତେ ରାଜ୍ୟ ଉତ୍ଥାନ ପତନ,

ଶୀତଳ ଗରମ ଯୁଦ୍ଧ 

ଯହିଁ ଚାଲେ ସବୁରି ଇଂଧନ,

ଟବାକୋ କାଗଜ ବଳା । 

ଶ୍ଳଥ ତନୁ ସରଳ ରେଖ'ର,

ଲାଇଟ୍‌ର ସଂଯୋଗରେ ଜନ୍ମ ଲଭେ, 

ଭାବିଚି କି ଥରେ ? 

 

ଗୁଣ୍ଡାର ଛାତି ପକେଟେ, 

ରାଜନୀତି ତଳ ପକେଟରେ,

ଏକାଭଳି ତୁମେ ଥାଅ, 

ଶୁଭ୍ରାଙ୍ଗିଣୀ ଘୁମନ୍ତ ବେଶରେ ।

ଠିକାଦାର ଇଂଜିନ୍ୟର, 

ଟିଣ ଡବା ତଳେ ତୁମେ ଥାଇ,

ଦେଶେ ଯେତେ ନଦୀ ବଂଧ, 

ରେଳ ରାସ୍ତା, କାରଖାନା ପାଇଁ,

ଚାଲେ ଅର୍ଥ ଅଟକଳ, 

ତା’ରେ ଦିଅ କଳ୍ପନାର ବଳ ! 

ବଜେଟ ଭାଷଣେ ତୁମେ, 

ଲୋଡ଼ାହୁଅ ମଂତ୍ରୀ ଟେବୁଲରେ 

ଯେଉଁ ବେଶ ଧରି,

ସେଇ ବେଶ ଧରି କେବେ ଆସିଚକି 

ମେହେତ୍ରାଣୀ ପାଶେ । 

 

ଆହା ସେ ବିଚାରୀ !

ମଳ ଭାଂଡ ଧରି 

ଛେପ ମିଶା ପିକା ଖଣ୍ଡେ ଓଠେ ଜାକି

ଯାଏ ଯେବେ ବସ୍ତିରୁ ବାହାରି ।

ଏକୁଟିଆ ନିଛାଟିଆ ପଥେ । 

ଭ୍ରମରବି ଉଡ଼ିଯିବେ । 

ସେଠି ଫୁଲ ଫୁଟିଥାଉ ଯେତେ) || 

 

କିଏ କହେ ନିକୋଟିନ୍, 

କିଏ କହେ କ୍ୟାନ୍‌ସର ବୀଜ,

କଂତୁ ଆହେ ଶକ୍ତିର ଅଗ୍ରଜ !

ପାନାମା, ଚାର୍ମିନାର, 

ଗାଲଡ଼ଫେକ୍, ଷ୍ଟେଟ୍ଏକସପ୍ରେସ,

ସିଜାର୍ସ ଓ କ୍ୟାପଷ୍ଟାନ୍ - 

ଯାହା କିଛି ବଜାରକୁ ଆସ ।

ମୋହ ପାଇଁ ଆସ ନାଇଁ । 

ଭିନ୍ନ ରୂପ ଭିନ୍ନ ନାମ ଧରି

ମଂତ୍ରୀ ଆଉ ମେହେଂତ୍ରାଣୀ ପରି !

ମାର୍କସ୍, ଏଞ୍ଜେଲସ୍ ଅବା 

ଷ୍ଟାଲିନ୍ ଓ କେନେଡ଼ି ଯୁଗIନ୍ତେ,

ଆଜି ବି ରହିଚ ବଂଚି 

' ଧୂମ୍ରମୟୀ ସବୁ ଓଷ୍ଠ ପ୍ରାଂତେ ।

ଗାନ୍ଧୀ ଓ ବିନୋବାବାଦ, 

ଯୁଗେ କରି ବିଜୟ ହାସଲ,

ଆଜି ବି ବଂଚିଚ ପୁଣି, 

ବଂଚିଥିବ ବଂଧୁ ଚିରକାଳ || 

ହାସ୍ୟମୟୀ ଲସ୍ୟମୟୀ, 

ଶତ ଶଯ୍ୟା ନାୟିକା ତୁମେ ହିଁ,

ଅମଳିନ ତନୁ ତୁମ, 

ଶତସସ୍ର ଆଲିଗନ ସହି ।

ସବୁକାଳେ ସୁ-କୁମାରୀ 

ବି- କୁମାରୀ ହେଲେ ବି କୁମାରୀ,

କରୁକରୁ ପ୍ରସାରଣେ 

ବିକଶିତ ପ୍ରଣୟ ତୁମରି | 

 

ନବ ବଧୁ ଓଷ୍ଠପରି ଉତ୍ତପ୍ତ କୋମଳ... 

କିଂତୁ ତୁମ ଚୁମ୍ବନ କେବଳ

ପ୍ରୀତିମୟୀ ପୁରାତନ ବାରଂଗନା ପରି 

ତୃପ୍ତିହୀନ ଉନ୍ମାଦନାକାରୀ !!

ହେ ପ୍ରେମିକା ମୋ’ରି !

ଖୋରାକ ପୋଷାକ ଲାଗି, 

ମୋହସଂଗେ ବିବାହଟା ସାର,

ବିଛେଦଟା ଅତି ଭୟଂକର ! 

(ନବପତ୍ର - ଅକ୍ଟୋବର, ୧୯୬୬) 

 

କ୍ୟୁ’

 

ମୁଁ ଦିନେ କ୍ୟୁ’ରେ,

ଠିଆ ହୋଇଥିଲି ।

ବାନ୍ଧବୀ ମୋ ଦେଖି ଥିଲେ ଦୂରେ ।

ସଂଗେ ମୋର ମାଆ ଥାଇ ।

କରୁଥିଲା ଖାଲି ହାଇ ହାଇ ।

ବାପାଙ୍କର ମୃତ୍ୟୁ ପରେ,

ଏତେ ଦୁଃଖ କେବେ ଦେଖି ନାଇଁ,

ଯେପରି ସେ ।

ମନେ ଭୟ ଆସେ ।

ବୁଢ଼ୀ, କାଳେ ପଡ଼ିଯିବ

ହାର୍ଟଫେଲ୍ କରି ।

ସାମନାରେ ଦେଖି ଏତେ,

ପୁଅ ବୋହୁ,

ନାତି ନାତୁଣୀଙ୍କ,

• ଘୋର ଦୁଃଖ ।

 

କ୍ୟୁ’ ଠାରୁ ଦୂରେ ଥାଇ,

ପ୍ରେମିକା ମୋ ମାରୁଥିଲେ ଆଖି;

ଚାଲିଆସ କବିବର,

ନିଜ ସ୍ଥାନେ ଇଟା ଖଣ୍ଡେ ରଖି,

ସଂକେତ ତୁମ ସ୍ଥିତିର,

ଖାଇଯାଅ ଚୁମାଟିଏ ମୋର !

ଅବା ଗ୍ଲାସେ ଦୁଧ,

ଠିଆ ହେବ କେତେ ନାଇଁ କେତେ କାଳ ,

ନାଇଁଟି ଉପ୍ରୋଧ ।

ସରକାରଂକର,

କବି ବୋଲି କିଛି ନାଇଁ କନସେସନ,

ସାହିତ୍ୟ ଏକାଡେମୀର ଜରିଆରେ,

ପର୍ମିଟ ବଂଟନ ।

ଅବା ସାଂସ୍କୃତିକ ବିଭାଗରୁ,

କବିଂକ ଘରକୁ କିଛି କଂଦମୂଳ,ସାରୁ

ପୁଷ୍ଟିକର ଦେଶୀ ଖାଦ୍ୟ,

ଅବା ଗୁଣ୍ଡ ଦୁଧ,

ଦେଶୀ ଅବା ବିଲାଇତି ମଦ !

 

ସେଦିନ କ୍ୟୁ’ରେ ଥାଇ

ଦେଖିଲି ମୁଁ ସାହିତ୍ୟ ସପନ,

ଏ ଦେଶରେ ବହୁ କବି,

ଜନ୍ମ ହେବା ଉଚିତ, କାରଣ :

କବିଭଳି ବେକାର ଓ ନିର୍ବିକାର ଜୀବ

ନଥିଲେ କ୍ୟୁ’ରେ କିଏ ।

ଘଣ୍ଟା ଘଣ୍ଟା ଅପେକ୍ଷା କରିବ ?

କ୍ୟୁ’ରେ ଚାଉଳ ପାଇଁ,

ମାଆକୁ ମୋ ଧରି,

ଆସିଲି ମୁଁ କ୍ୟୁଟରକୁ ଫେରି ।

ପ୍ରେମିକା ମୋ ଅସ୍ତବ୍ୟସ୍ତେ,

ଫ୍ଲାଟପରୁ ଚାଲିଆସି ପାଶେ :

କହିଲେ ବିଶ୍ୱIସେ

-ହୁଏତ ଅଳପ ଦିନେ କ୍ୟୁ’ ଯିବ ଭାଂଗି’

ପଚାରିଲି କାବା ହୋଇ :

ମୁଣ୍ଡ ତମ ଠିକ୍ କଣ ନାଇଁ ?

ସେ କହିଲେ,

ରେଡ଼ିଓ ଶୁଣିଲେ, ।

ମନ୍ତ୍ରିବର ଏଇ ଦିନ ଦଶଟାରେ

ଆମେରିକା ଗଲେ !””

 

ପରିହାସେ ମୁଁ କହିଲି,

ପ୍ରିୟତମା ଶୁଣ !

ପ୍ରଚଳିତ ଉତ୍ପାଦନ

ବଂଟନ ନୀତିର –

କ୍ୟୁ’ ଏକ ଅନିର୍ବାଯ୍ୟ ଗୁଣ !””

ସେ କହିଲେ, “ତା’ ବି ଏକ କଥା,

- ଅନ୍ୟ କଥା ଜନ୍ମ ନିୟଂତ୍ରଣ !

ପ୍ରତି ଘଣ୍ଟା ମିନିଟ୍‌ରେ,

ନୂଆ ନୂଆ ମୁଖ ଅସୁମାରି,

ଖୋଜୁଚନ୍ତି ଖାଦ୍ୟ ତାଙ୍କ,

ଜନନୀଙ୍କ ବୁକୁକୁ ବିଦାରି ।

କି ଦାରୁଣ ଦୃଶ୍ୟ ହାୟ,

କ୍ୟୁ’ ତା’ଠୁ ଶତଗୁଣେ ଶ୍ରେୟ !”

 

ମୁଁ କହିଲି, “ପ୍ରିୟତମା’

ବୃଦ୍ଧା ମାତା ଆଡ଼କୁ ଅନାଇ ।

‘ତୁମେ ଯେ ଏପରି ଦିନେ;

ବୁଢ଼ୀ ହେବ, ଭାବୁଚ ନା ନାଇଁ ?

ବ୍ୟକ୍ତିଗତ ସଂପତ୍ତିର ମାଲିକାନା

ଚଳୁଥିବା ଯାଏ

ରେସନ ଓ କ୍ୟୁ’ ଯଦି ରହେ

ମାଆ ପାଇଁ ପୁଅ ଲୋଡ଼ା ।

ପୁଅ ଲାଗି ମା’ ଲୋଡ଼ାହୁଏ !??

 

ବାନ୍ଧବୀ ହସିଲେ

ହସିବି କହିଲେ –

ପତ୍ନୀ କଥା ଭୁଲିଲ କଂପାଇ’ ?

ମୁଁ କହିଲି, -“ଧର, ପତ୍ନୀ ନାଇଁ....

ଥାଏ ଯଦି କେହି

ଆମେରିକା ଖାଦ୍ୟ ଦେଖି

ଆସିବନି ଛାତରୁ ଓହ୍ଲାଇ !

ରେସନ କ୍ୟୁ’ରେ –

ଲୁପ୍ ପ୍ରଥା ପ୍ରଚଳନ ପରେ

ଜାଣେ ନାଇଁ ।

ପତ୍ନୀ ସଂଜ୍ଞା କି ହେବ ଦେଶରେ ?

ଯଦି ବି ରହିବ

ପତ୍ନୀ ନୁହେଁ ପ୍ରେମିକା ସେ ହେବ !””

(ନବପତ୍ର - ଜାନୁୟାରୀ, ୧୯୬୭) 

ବାଘ

ଛପିଛପିକିଆ ଜହ୍ନ....... ମଳିଚିଆ ପାଗ,

ବଂଧୁବର କିଏ କେବେ ଭେଟିଚକି ମୋ ମନର ବାଘ ? 

 

ନଦୀଘାଟେ, ଚଲାବାଟେ, ଅବା କାଇଁ ଗହନ ବନସ୍ତେ,

ବସିଥାଏ ଚିତ୍ରଦେହୀ ମିତ୍ରସ୍ନେହୀ ପଥ ଜଗି ମତେ

ଲଂଫଦେଇ କରିବାକୁ ସମାଦର ପ୍ରେମ ଆଲିଂଗନ ।

ବହୁଥର ଖୋଜିଲିଣି (ଭଗବାନ!) ଆସୁନି ସେ ଦିନ ! 

 

ବାଘ କଥା ଭାବୁଅଛି ମନେ ମୋର, ‘ମିଛ ବାଘ’ ନୁହେଁ,

କେତେ ଥର କହିଲିଣି ମନ ଖୋଲି, ନକର ପ୍ରତ୍ୟୟ ।

ନୁହେଁ ଏହା ଭ୍ରମ ବଂଧୁ, ନୁହେଁ ମିଥ୍ୟ, ଅଥବା ଚଂଚକ

(ଭାବନାଇଁ ଏ ସଂସାରେ ତୁମପରି, ମୁଁ ବି ପ୍ରବଂଚକ ?)

ମୁଁ ନୁହଁଇ ଭୀରୁ-ପ୍ରେମୀ କେହି ମୋର ଦୁର୍ବଳ - ସେନେହୀ,

ଭାବ ଯଦି ଭାବୁଥାଅ, ମୁଁ ଦୁଷ୍ମନ୍ତ : ବାଘର ପ୍ରଣୟୀ । 

 

ପ୍ରୋଷିତ- ଭର୍ତ୍ତୃକା ମୋର ପ୍ରେମୀ-ବାଘ ବସିଚି ବନସ୍ତେ

ମନର ହରିଣୀ ଚାହେଁ ବାଂଧି ମତେ ରଖିବ ପଣତେ ।

ଜୀବନର ପଦ୍ମପତ୍ରେ ଯୌବନର ବାଢ଼ି ମଧୁପର୍କ,

ଅଂଧକାରେ ଭୁଂଜାଇବ ଭର୍ତ୍ତୃହରି ବୈରାଗ୍ୟ-ଶତକ ।

ଡକାଇବ ବ୍ରହ୍ମଚାରୀ ଆରଣ୍ୟକ ବ୍ୟାଘ୍ର ନଂଦାକାରୀ,

ଅଥବା ଶିକାରୀ ପେଷି ଅଣାଇବ ବ୍ୟାଘ୍ରଟିଏ ମାରି ।

ଅବା ଶିଶୁ ବ୍ୟାଘ୍ରଟିଏ ଧରିଆଣି ଯଂତାର ଭିତରେ,

ଭୁଲାଇବା ପାଇଁ ମନ ! ଭୁଲିକି ମୁଁ ବନ-ବ୍ୟାଘ୍ର ପାରେ ?

ବନ-ବ୍ୟାଘ୍ର, ମନ-ବ୍ୟାଘ୍ର, ବଂଧୁ କେତେ ରହିଚି ଫରକ

ବୁଝି ନପାରିଲ ଯଦି ହାୟ ତୁମେ ଏଡ଼େ ଅରସିକ ? |

କଂଟା ଯଦି ଫୁଟି ନାଇଁ ସରୀସୃପ ନାଇଁ ଯଦି ଭେଟି,

ଅଭିସାର କରିବାରେ ବଂଧୁବର ସାର୍ଥକ କେଉଁଠି ? । 

 

ଆସ ବଂଧୁ ହାତ ଧରି ଅଭିସାର ଯିବା ଆମେ ରଚି,

ମଖମଲି ବାଘ ଦେହେ ମୌସୁମୀର ପ୍ରଣୟ ଜାଗିଚି । 

ଦେହୁ ମଦ ଗନ୍ଧ ଝରେ, ସତେ ଅବା ପଦ୍ମିନୀ ନାୟିକା,

ବିପ୍ରଲବ୍ଧୀ କରୁଅଛି, ଆପଣାର ପ୍ରଣୟୀ ପ୍ରତୀକ୍ଷା ।

ବିଳମ୍ବ ହେଲାଣି କଂଟ, ରୋଷଭରେ ନାସା ଗଣ୍ଡ ସ୍ଫୀତ,

ଭୁଇଁରେ କାଟୁଚି ଗାର, ଫେରିବାକୁ ଅଥବା ଉଦ୍ୟତ । 

 

କବିର କଳ୍ପନା ବଂଧୁ; ବାଘ ନୁହେଁ ତମ ଲାଗି ନାରୀ, 

ସେ ପରା ପୁରୁଷ-ସିଂହ, ମଣିଷର ପ୍ରଣୟ ଭିକାରୀ ।

ଆଦିମ ଅନାଦି ସ୍ଥାଣୁ ସନାତନ ନ୍ୟାସୀ ଅବିନାଶୀ,

ଅନାର୍ଯ୍ୟ-ଦ୍ରାବିଡ଼-ଆର୍ଯ୍ୟ ଉପେକ୍ଷିତ ବନଗିରି ବାସୀ ।

ନଖ-ଦଂତ ସଭ୍ୟତାର ଅଧୀକାରୀ ଉଦ୍ଦତ ମହାନ୍, 

ମେଗାଟନ ବୋମାଠାରୁ ଅଣହିଂସ୍ର ସୁଧୀ ନ୍ୟାୟବାନ୍ । 

‘ବ୍ରାହ୍ମଣ କଂକଣ ଲୋଭୀ’ ଉପକଥା ପଢ଼ି ଯଦି ତୁମେ,

ଭାବୁଥାଅ ପ୍ରତାରକ ବ୍ୟାଘ୍ରକୁଳ ମନର ଭରମେ ।

ପ୍ରତାରକ ନୁହେଁ ବଂଧୁ, ଯଥା ତୁମ (କେନେଡି-କୁଶ୍ଚେଭ)

ସଭ୍ୟତାର ଗନ୍ତI ଘରେ ବାଘ ଏକ ବିଚିତ୍ର ବିଭବ,

ଚିରଂତନ ପ୍ରବୃତ୍ତିର । ହିଂସାବୋଲି ତୁମେ ନିନ୍ଦା କର

ନିବୃତି ର ଭାଣ୍ଡାମି ରୁ ମୋ’ ବିଚାରେ ସିଏ ଶ୍ରେୟସ୍କର । 

(ନବପତ୍ର - ଅପ୍ରେଲ, ୧୯୬୫) 

ରିକ୍ସାବାଲା

ପଶୁଟି ଟାଣୁଚି ଗାଡ଼ି,

ମଣିଷ ଦେହରେ ଜୀବନ ନାଇଁ, 

ଟାଣୁଚି ସିନା ଗାଡ଼ି !

ଗାଡ଼ିକୁ ଟାଣନ୍ତି ଘୋଡ଼ା ଓ ବଳଦ, 

ମଇଁଷି ବି ଟାଣେ ଗାଡ଼ି,

କୁଆଡେ କୁଆଡେ ଓଟପକ୍ଷୀ ପୁଣି । 

କୁକୁର ବି ଟାଣେ ଗାଡ଼ି ।

ମେରୁ ପ୍ରଦେଶରେ ଗାଡ଼ି ଟାଣୁଥାନ୍ତି, । 

ତୁଷାର ମିରିଗ ଦୁଇ,

କିଂତୁ ସେ ଗାଡ଼ିରୁ ମଣିଷର ଗାଡ଼ି, 

ଆହୁରି ଶଅସ୍ତା ଭାଇ !

ଯେହେତୁ ଏ’ ଗାଡ଼ି ମଣିଷ ଟାଣୁଚି, 

ସବୁଠାରୁ ବୁଦ୍ଧିମାନ,

ତେଣୁ ଏ ଗାଡ଼ିରେ କେତେ ଦର ମୂଲ, 

ଥରେ ତୁମ ମନେ ଘେନ ! 

 

ଘୋଡ଼ା ଗାଡ଼ିଠାରୁ ବଳଦ ଫେଡିଲେ 

ହେବ ଯେ ଫେଡ଼ାଣ ଫଳ,

ତାଆରି ସାଥିରେ ମିଶାଇ ଦିଅରେ । 

କୁକୁର ଗାଡ଼ିର (!) ବଳ ! 

ଏ ଦୁଇ ମିଶିଲେ ଯାହା ହେବ ତର୍ହି 

ମଣିଷ ଗାଡ଼ିକୁ ରଖ,

କାରଣଟା ସବୁ ଗୋଳେଇ ମିଶେଇ 

ରହିଚି ସେ ଗାଡ଼ି ଟେକ ! 

ମଣିଷ ଗାଡ଼ିଟା ସବୁଠାରୁ ଶସ୍ତା, 

ମହଂଗା ସହର ତଳେ,

ତେଣୁ ଏ ଜାତିଟା ଗାଡ଼ି ଟାଣିବାରେ 

ଘୋଡ଼ା ବଳଦରୁ ବଳେ !

ମଇଁଷିଠାରୁ ବି ବଳୁଆ ଅଟଇ, 

ଗାଡ଼ି ଟାଣିବାର ପାଇଁ,

କାରଣ’ଟା ତାକୁ ଶିଖାଇ ଦେଇଚି 

ସେଇପରି ହେବା ପାଇଁ ! 

 

ଘୋଡାଂଠାରୁ ତ ଅଭାବ ହେତୁରୁ । 

ପଇସା ପାଇଁକି ରଂକ,

ତେଣୁରେ ଭାଇ ସେ, ଗାଡ଼ି ଟାଣିଚାଲେ । 

ଘୋଡ଼ାଠାରୁ ଅଂତରିକ !

ଦନଂକଠାରୁ ପଡିଯାଇଚିରେ 

ଶସ୍ତା କିମତ ତାର,

ତେଣୁ ସେ ଚାଲଇ ପ୍ରତିଯୋଗିତାରେ, 

ବଳଦଙ୍କଠାରୁ ଖର !

ଘୋଡ଼ା ବଳଦଙ୍କୁ ଦବାଇ ନଦେଲେ, 

ଦେଖାଇ ତା’ ଶ୍ରମ ରୂପ,

ଦୁନିଆରେ କହ ରହିବ କାଇଁକି । 

ମଣିଷ ଗାଡ଼ିର ଟେକ ? 

 

କହରେ ମଣିଷ ସତରେ କି ତୁଇ, 

ଘୋଡ଼ା ବଳଦରୁ ଶସ୍ତା,

ଗାଡ଼ି ଟାଣିବାକୁ ଯାଚିଦେଲୁ ତନୁ, 

ଏତ ଅସଂଗତ କଥା !

କହରେ ମଣିଷ ଶ୍ରେଣୀକି ନଯିବ, 

ଘୋଡ଼ା ବଳଦଙ୍କୁ ଡେଇଁ, 

ଦୁନିଆରେ ଖାଲି ବଂଚି ରହିବାର 

ସାଧାରଣ ପ୍ରଶ୍ନ ନେଇ ।

କହରେ ମଣିଷ ଧାନ ତୁ ଫଳାଇ, 

କପାରୁ ଭିଣାଇ ସୂତା।

କାଇଁପାଇଁ ପୁଣି ଲଙ୍ଗଳା ଦେହରେ 

ଭୋକରେ ପୋତିବୁ ମଥା ?

ହାଇରେ ଅଭାଗା କେଉଁଠାରେ ପୁଣି, । 

ଗାଡ଼ିଟାଏ ଯାଉ ଠେଲି,

ବାବୁ ମଣିଷଟା ବସିଥାଏ ତୋର, 

ଚେହେରା ଉପରେ ଝୁଲି ।

ମଣିଷ ପାଇଁକି ଗାଡ଼ିଟାଏ ଲୋଡ଼ା, 

ମଣିଷ ବସିବ ବୋଲି

ସବୁଠାରୁ ମଜା ମଣିଷଟା ଯଦି, 

ଚାଲିଥାଏ ତାକୁ ଠେଲି !! 

(ଉଦୟ - ଅପ୍ରେଲ, ୧୯୪୮) 

ଗଣ

ଡାକ୍ତରୀ ଓଷଦ ଖାଲି କଂଚାପାଣି, ପଇସାର ସେଠି ଦାଉ

ଅଫିମଠାରୁ ବି ମହଂଗା ହେଲାଣି, କୁଇନାଇନ୍‌ର ଭାଉ ! 

କାଚ ଆଲମାରୀ ନାଲି ବୋତଲରେ, ଆମରି ରକତ ଭରା

ଧନୀକ ପିଅଇ ସୋରୁଆ ତାଆରି, ପୃଷ୍ଟିକ ଯେହ୍ନ ସୁରା ।

ଆମରି ରକତ, ଆମରି ମାଉଁସ ଦବାଇ ଯୋଗାଏ ଦେଶେ

ଆମ ପାଇଁ ତାହା ତୁଚ୍ଛା କଂଚାପାଣି - ଭଣ୍ଡାମୀ ପରକାଶେ । 

 

ଆମରି ଡାକ୍ତର ଆମରି ପଇସା - ଆମକୁ ଦିଏନା କିଛି

ଆମ ମୂଳ-ଧନ କହି ପାରୁ ନାଇଁ, ତହିଁରେ ବି ଭାଗ ଅଛି !

ଓକିଲ ମୁକ୍ତIର, କାଜି ଜମାଦାର – ବୁଲେଇ ମୋଣ୍ଡତି ମୁହଁ

ଆମରି ପଇସା ଖାନ୍ତି ଏମାନେ - ଆମେ ପୁଣି ତାଙ୍କ ନୁହଁ ? 

 

ଆମରି କଂକାଳ ଫଳାଇ ଉଠିଲା, ମଟାଳ ଖେତରେ ଧାନ,

ତାକୁ କାଟିବାକୁ ଦାଆଧରି ଗଲୁ, - କାନୁନ ଘେନିଲା ଜନ୍ମ !! 

ତେଣୁରେ ଉଠିଲେ, ଦେଶରେ ଗଜେଇ – ଓକିଲ, ମୁକ୍ତାର, କାଜି

ଆମରି ଆସ୍ଥାନ, ଲୁଟି ନେଇଗଲା - ରାଜନୀତି ଚାଲବାଜି ! 

 

ଆମରି ନାମରେ ଦୁଆ ଉଠାଇଲେ, ଶାନ୍ତି, ସଂଗ୍ରାମ ବେନି,

ଆମେ ନ ମଙ୍ଗିଲେ ଲଢ଼େଇ ଚାଲିଲା - ଶାନ୍ତି ହୋଇଲେ ତୁନି । 

ଧନୀକ ଖଟାଏ ନିଜ ମୂଳ-ଧନ ଯୁଦ୍ଧ - ବେଉସା କରି,

ଲଢ଼େଇ ଜିତିଲେ ବଜାର ମିଳିବ - ଆମେ ବି ମିଳିବୁ ଭାରି ।

ଆମକୁ ଜିତିଲେ ମଉଜ ଲୁଟିବେ - ଯେସନ ସ୍ଵାମୀ-ଭୃତ୍ୟ

ଆମରି ସାଂଗରେ ତୁଳା ହେବ ସିନI ଆମରି ଧାନଖେତ !!

ଆମ ଧାନ ବିକି ପଇସା ସଂଚିବେ ଯେସନ ଏ’ ଆମ ସାହୁ,

ଆମରି ଖେତରେ ମଜୁରିଆ ଆମେ - ଅନ୍ୟକି କଥା ଆଉ ! 

ଦେଶଯାକ ଦେଖ, ଭରି ଉଠିଲାଣି ଇସ୍କୁଲ କଲେଜ ରାଜି,

ଆମରି ପଇସI ଆମରି ଶ୍ରମ, ତହିଁରେ ଉଠଇ ଗର୍ଜି !

ଆମରି ବେପାରୀ ବାଣ୍ଟିଲା ଏ’ ଯେତେ - ଦାତବ୍ୟ ଅନୁଷ୍ଠାନ,

ଶତ ସାହସରେ ଗଢ଼ିଲୁ ଯେତେକ ଶିକ୍ଷା ଶିବିର ମାନ –

ହାୟରେ ସେଥିରେ ବଂଚିତ ହେଲୁ, ମୁର୍ଖ ଗାଉଁଲିପାଜି...”

ଫକୀର ସମାନ ବିଶ୍ଵ ବୁଲିଲୁ ନିଃସ୍ଵ ହୋଇଲୁ ଆଜି ! 

 

ପାଠ ପଢ଼ିବାକୁ ପଇସା ନ ମିଳେ, ପେଟକୁ ପୀଡ଼ୁଚି ଭୋକ,

ଘରର ଗୃହିଣୀ କଅଁଳା ବାଳୁତ, କେଉଁଥିରେ ନାଇଁ ସୁଖ !

ସାହୁ ମହାଜନ ଶୁଝି ରଖୀବାକୁ ବିଅସ ଗୋଟାକ ନାଇଁ,

ରାଜା ରାଜସ୍ୱ ଧର୍ମ ଦୃଷ୍ଟିରୁ ନିଶ୍ଚୟ ଯିବୁ ଦେଇ ! 

 

ଆମକୁ ପୀଡ଼ୁଚି ଧର୍ମ ସମାଜ ଆମକୁ ପୀଡ଼ନ୍ତି ରାଜା, 

ଆମରି ଉପରେ ବଂଚିବେ ଏମାନେ ଯେଣୁ ସବୁ ଆମେ ପ୍ରଜା !!

ଇସ୍କୁଲିଆ ପିଲା ଢେଲା ଫୋପାଡ଼ନ୍ତି ଡାକ୍ତର ପତାଏ ହାତ

ଆକଟ - କଠୋର ପୁଲିସ କ୍ଷମତା, ଧରିଚି ଯାଉଁଳି ବେତ । 

 

କବି ଲେଖୀଯାଏ ଆମରି କବିତା, କଳ୍ପନା ରଂଗ ଛାଇ,

ଆମରି ଜୀବନ ପ୍ରେତ ଥିଲେ ଥିବ, ଆମେତ ନାହୁଁରେ ତହିଁ ।

ବଡ଼ ସୁକୁମାର କବିତ୍ଵରେ ସେତ ଅଲିଅଳ ରାଜ ଶିଶୁ,

ଦୁଧସର ଯାକୁ ରୁଚେ ନାଇଁ ପୁଣି, ଲହୁଣୀ ଯେସନ ତସୁ ! 

 

ଦୁର୍ଭାଗ୍ୟ କାହୁଁ ବୁଝିବେ ଆମକୁ, ଲଙ୍ଗଳା ମୂର୍ଖ ଜାତି,

କଳ୍ପନାରେ କାହୁଁ ଉଠିବ ଯେତେକ କର୍କଶ ଭାବ ପଂତି ? 

ତେଣୁ ସେ ଆମକୁ ବାସଂଦ କରିଲେ, ‘ଯୋଗ୍ୟ ମଣିଷ ନୋହୁ’

ଦୟାରେ ଖାଲିରେ ମନେ ରହିଗଲେ, ଆମରି ଝିଅ ବୋହୁ !

ବଡ଼ ଉଦାରତା - ଆଙ୍କିଲେ ଯେଦିନ, ପଲ୍ଲୀ-କଳସୀ କାଖ...

ଆଦ୍ର ବସନେ ଫୁଟିଥିଲା ଯା’ର ସଲ୍ଲଜ ନଗ୍ନ ରୂପ !!

ଧନ୍ୟ ଆମେରେ କୁତାର୍ଥ ହେଲୁ, ଉଚ୍ଚ କରିଲୁ ଛାତି,

ଆମରି କବିତା ଗାଇଲେରେ ଭାଇ କବି ଶିଳ୍ପୀର ଜାତି !

ଆମେକି ଜାଣୁଚୁ କବିତା ହେ’ ବାବୁ, ଆମେକି ଜାଣିଚୁ ଚିତ୍ର,

ତୁମେ ସିନା ସବୁ ପଢ଼ିଲ ଜାଣିଲ, ତୁମରି ସେ ହେଲା ବୃତ୍ତ!

ଆମେତ ନଜାଣୁ ଶିକ୍ଷା ସଂସ୍କୃତି, ଉଚ୍ଚ-ମହତ ପୂଜା, । 

କେବଳ ଜାଣିଚୁ ଭଣ୍ଡି ନବାପାଇଁ ଏମାନେ ବି ଜଣେ ରଜା ! 

 

ଓକିଲ, ମୁକ୍ତାର, ଡାକ୍ତର, କିରାଣୀ, ମାଷ୍ଟର, କବି ଆଦି,

କିଏ ସେ ଲୋଡ଼ିବ ଆରାମ କୁରୁଚି, କିଏ ଖୋଜେ ତୁଳା ଗଦି !!

ମାତୃସମାନ ବଂଚାଇଲୁ ଆମେ, ପିତୃସମାନ ପାଳି,

ହାୟରେ ଏମାନେ ଏଡିକି ବେମାନୀ, ମାନନ୍ତିନି ଯାହାଖାଲି !

ଏଇତ ଆମକୁ ପେଷଂତି ଶୋଷ୍ୟତି ରୁଗଣ କରଂତି ତନୁ,

ଅଥଚ ମାନେନା ପୃଥ୍ୱୀ ସମାନ, ଆମେ ତା’ର କାମଧେନୁ । 

 

ଆମରି ପାଇଁକି କଲେଜ ଚାଲିଲା, ଶିକ୍ଷାସଂସ୍କୃତି ଗତି,

ଓକିଲ, ମୁକ୍ତାର, କବି ଶିଳ୍ପୀର ଆମେ ପରା ସାପକାତି !

ଆମରି ଗରଭେ ରହିଲା ଯେତକ ଜ୍ଞାନ ଅଜ୍ଞାନ ଘନେ

ଆମକୁ ଚିହ୍ନିକେ ପାରିଲେ ନାଇଁରେ, ‘‘ଅଣବାବୁଆ’ର ପଣେ ! 

 

କବି ଲେଖିଲାନି ତେଣୁରେ କବିତା, ଡାକ୍ତର ନ କହେ କଥା,

ପାଠୁଆ ଯୁବକ ଭେଟିଲେ ପଡ଼ିଲା ‘ପଶୁ ଶ୍ରେଣୀର ବାର୍ତ୍ତା ...

ସରକାର ହେଲା, ସମାଜ ହୋଇଲା, ଏ ସବୁରେ ନାଇଁ ଥାନ,

ଆମେଇ ଯେସନ, ଦେଶଟା ଯାକରେ, ଆମରି ଠାରୁ ବି ହୀନ । 

 

ତେଣୁ ନପୁଛନ୍ତି ଆମକୁରେ କେହି ଯଥାର୍ଥ ଦାବି ମାନି

ଆମ କଥା ଯିଏ ପୁଛିଲା ବୁଝିଲା କ୍ରାନ୍ତି ର ସତ୍ତା ଘେନି

ଦୁନିଆରେ ନବ ରଘୁ ମହାନ୍ତି ସେ, ବାଜିଆ ରାଉତ ରୂପ,

ତାଆରି ପାଇଁକି ଜାଲିଆନାବାଗ ଗୌରବ ଅଭିଷେକ । 

 

ଶାସ୍ତି ସମାନ କାନ୍ଧେଇ ଚାଲିଲୁ, ଶାସନ ଗାଡ଼ିର ଅଖ,

ଆମ ପାଇଁ ଯିଏ ଆହା ଉଚ୍ଚାରିଲା, ତାଆରି ନରହ ବେକ !

ସାମ୍ୟ ଦେଖାଇ ଯିଏ ସେ କହିଲେ, ମଣିଷ ଥାଇ ଏହୁ 

ଦେଖରେ କେମିତି ସାଜିଛି ବଳୁଆ - ରାଜନୀତିୟାଂକ ସାହୁ ।

ଜାଣରେ ତା ପାଂଜି ପୋଛିଦେଲା ତେଣେ ଯମରାଜା ବଡ଼ଦୃତ

ତାଙ୍କରି କବରେ ପୋତାହେବ ଯେତେ ବ୍ୟବସ୍ଥାସଭା ଖାତ ! 

 

ପାଂଚ ଜଣକର ସୁବିଧା ପାଇଁକି, ଦଶ ଜଣ କରି ରଦ୍ଦି

ଦେଶରେ କିମିତି ଚାଲିଚି ବଳୁଆ ଅଂଧାରୀ କାରସାଦି ।

ସରବେ ଖୋଲିବେ ଆଖିପତା ଯଦି, ଅହରହ ଦେବେ ଡାକ, 

କେଉଁଠି ରହିବ କହ ଏ ଟାଣୁଆ ଶୋଷଣବାଦର ଟେକ ?

ସାମଂତ, ମୁରବୀ, ଅଭିଜାତଗିରି, ଉଚ୍ଚରାଜନୀତି ପାହ୍ୟା 

କଉଁଠି ତିଷ୍ଠିବ ସରବେ ଲୋଡିଲେ, ନିଜ ପାଇଁ ନିଜ ରାହା ? 

 

ତେଣୁରେ ଆମକୁ ତୋଳନ୍ତି ଚତୁରେ ପଶୁଠାରୁ ହୀନକରି

ଆମରି ଫାଏଦା ଉଠାନ୍ତି ଯେତେକ ଉଚ୍ଚ ଖେତାବଧାରୀ ।

ଯୁଗ ଯୁଗ ହେଲା ଶୋଷି ଚାଲିଚଂତି ଆଜିବି ଶୋଷିବେ ଲହୁ

ହାୟରେ ଆମେ, ଅର୍କ୍ଷିତ ଜୀବ, କେତେ ବା ସହିବୁ ଦାଉ !

ପଶୁପରି ଆମ ଗଳାରେ ବସିଲେ ଶୋଷଣର ଛୁରୀ ନେଇ

ଆମେକି ଜାଣିବୁ ଯୁଗଯୁଗର ଏ’ ଅଭ୍ୟସ୍ତ ଭାରବାହୀ ! 

 

ମଣିଷକୁ ଯଥା ମଶାକାମୁଡ଼ନ୍ତି, ଗୋରୁଙ୍କ ଦେହରେ ଟୀଙ୍କ

ମଶା ଡାଆଂଶରୁ ବଳି ହେଲେ ବେଶୀ ନିଦ୍ରାର ଛାରପୋକ ।

ଆମେ ୟାଙ୍କ ଯଥା କଂଚାମାଲ ଭାଇ, ଶୋଷଣ ତାଙ୍କର ପେସା 

ତେଣୁରେ ବାନ୍ଧିଲା ଆମରି ଉପରେ ପୂରାକର୍ତ୍ତୃତ୍ତ୍ୱ ବସା !

ତଥାପି ଭାବୁଚୁ ଉଦାର ଆକାଶ, ବ୍ୟାପ୍ତ ଧରଣୀ ତଳେ

ଆମେକି ଆସିଚୁ ରହିଯିବୁ ବୋଲି ତରୁଲତା ବୃକ୍ଷମେଳେ ?

ପଶୁପକ୍ଷୀରୁ ଅବୋଧ୍ୟ ହେବକି ଆମରି କଂଠର ଶବ୍ଦ ।

ଆମେକି ନୁହଁଉ ମଣିଷ ହେ ବାବୁ - ଆମର କି ନାହିଁ ହୃଦ ? 

ତେଣୁ ଏ ଅଗ୍ରଲେଖ !

ହେ ମଣିଷ ତମେ ବିଚାର କରିବ ଆଗାମୀ ରୂପରେଖ !! 

(ଛାତ୍ରକଥା : ୧୯୪୮-୪୯) 

 

 

ଚଷା ସରକାର

ଖବରକାଗଜ ରଟିଗଲା ଦେଶେ 

ଚଷା ସରକାର ଆସିଲା,

ବଂଧ ବାଡ ଭାଙ୍ଗି ଆନଂଦ ସୁଅକି 

ଦରିଆରେ ଯାଇ ମିଶିଲା !

ଦୁର୍ଭିକ୍ଷ, ମରୁଡ଼ି, ଧୋଇ, ଉପବାସ 

ରାଜା ରାହୁସଂକ ଅଡୁଆ,

ତଂଟିକଟା ପଣ ସରିଯିବ ସବୁ । 

ସମୟ ଆସିଚି ବଢ଼ିଆ।

ଭୋଟ୍ ହେଲାଣି, ସୁନା ଫଳାଇବ 

ଭୋଟ୍ ରେ ଧାନ କିଆରି,

ଭୋଟରେ ଇଂଦ୍ର ପାଣି ବରଷିବ 

ପଡ଼ିଆ ନଯିବ କାହାରି...

ଭୋଟରେ ହେବ ଧାନ ଭାଉ ଠିକ୍ 

ଭୋଟରେ ଦବା ଖଜଣା,

ଖଜଣାତ ଦବା ଆମ ହାତକଥା । 

ଭୋଟେ ଚଷିବା ମାଗଣI 

 

ଭୋଟ୍ ସମୟ ଆସିଲା,

ନଳିତା ଖେତର ମଜୁରିଆ ଘରେ 

ସରକାର ଆଶା ପଶିଲା

ଦାଆ ହାତୁଡ଼ିର କରାମତି ଏଡ଼େ 

ଶେଷକୁ ରଖିଚି ମହୁକୁ

ମିଠା ମୁହଁ କରି ଛାଡ଼ିଦେବ ଦେଶେ । 

ଝାଳବୁହା ତନୁ ବହୁଙ୍କୁ !

ଗୋଟିଏ କଥାଟା ଭାଳେଣି ହେଲାଣି 

ଯିଏ ଦେବ ଭାଗ୍ୟ ଏତେରେ,

ସରକାର ହେଲେ ଛାଡିବାକୁ ହେବ 

ଚିରଦିନ ତା’ର ସାଥିରେ ।

ଏତେ ଆଦରର ଧାନଖେତ ଯା’କୁ 

ଝାଳ ଓ ମଗଜ ଗଢ଼ିଚି,

ସରକାର ହେଲେ ଚାଲିଯିବା ତାକୁ 

ଭୋଟ୍ ବିକଳେ ମୁରୁଛି । 

 

ଏଡ଼େ ନିରିଦୟ ଭୋଅଟ

ଅକ୍ରୁର ପରିକା ବାନ୍ଧିନେବ ରଥେ 

ଛଡ଼ାଇ ମମତା ଅତୁଟ ।

ସରକାର ହେଲେ ମିଳଇକି ଛୁଟି 

ବରଷା ଦିନଟା ସେଥିରୁ

ବେଉଷଣ ସାରି ମିଳିଯାନ୍ତୁ ଭଲା । 

ଭୋଦୁଅ ପୂନେଇ ଉତ୍ତାରୁ ।

ଡେରିରେ ବୁଣିଲେ ବୁଢ଼ାକାଳ ପିଲା 

ପରିକା ଅକର୍ମା ହୋଇବ,

ରାଜା ସାହୁକାର ଖଜଣା ନପୂରେ 

ପିଲାକି ଖାଇବେ ଦଇବ !

ଯାହା ହେବ ହେଉ ସେକଥାକୁ ପଛେ 

ଭୋଟରେ ଥିର କରିବା,

ସରକାର ପଣ ଦିବା-ସପନରେ 

ଆସିଚି କାଇଁକି ଛାଡ଼ିବା ?

ଆମରି ହାତରେ କେନାଲ ରହିବା 

ଜଳକର ଦାଉ ତାଆରି,

ପଥକର ଆଉ ବନକର ସାଥେ 

ଜନକରୁ ଯିବା ଉଧୁରି ।

ବେଠି ବେଗାରିରେ ମାରୁଚି ନିଇତି 

ସଂଗୀନ ମୁନର ଶାସନ,

ସରକାର ହେଲେ ଆମେରେ ଜିଣିବା 

ଯେତେକ ଅନ୍ୟାୟ ଶୋଷଣ ।

ସ୍ୱାୟତ୍ତଶାସନେ ହାତକୁ ଆସିବ। 

ଯେତେକ ଶୋଷଣ କିଳିଣୀ,

ଚଷାଜାତି ଯା’କୁ କର ଗଣିଗଣି 

ଆଜିଯାଏ କରେ ଭାଳେଣି ।

ଏତେ ଦିନପରେ ଆମ-ନିର୍ଭର 

ଚଷାଜାତି କଲା ବଡ଼ାଇ,

ରୁଷ, ଫରାସୀ ଚଷାପରି ହେଲା 

ବିପ୍ଳବବାଦ ବଢ଼େଇ । 

‘ତୃତୀୟ ରାଷ୍ଟ୍ର’ର ରିଷ୍ଟ କଟିବ । 

ଚଷା ରଇତର ନାଆଁକୁ

ସାତଦିନ ଖଟି ମୁନିବ ସେବିବା 

ଅଷ୍ଟମ ଦିନ ଵିଭୁଂକୁ ।

ଏଣିକି ତା’ ନାଇଁ – ପାଠ ସଂସ୍କୃତି । 

ମନଇଚ୍ଛା ଯେତେ ଗାଇବା,

ବୁର୍ଜୁଆବାଦୀ ସାମଂତ-ସାହିର 

ଦୁର୍ଗୁଣ ଯେତେ କହିବା । 

 

ଏଇପରି ଭାବି ମାଟିର ସଂତାନ । 

ଚଷାପୁଅ କହେ ବଢ଼େଇ,

ଖବର କାଗଜ କିଣିନେଲା ଖଣ୍ଡେ 

ଯେଉଁଠି ଅଛି ତା’ ବଡ଼େଇ ।

ଖବରକାଗଜ ଛାପିଲା ନିଇତି 

ମୋଟା ହରଫରେ ରଗଡ଼ି, .........

ଶୋଷଣବାଦର ବିଷଦାଂତ ତ ଏବେ - 

ଚଷାପୁଅ ଦେଲା ଉପାଡ଼ି ।

ତେଣୁରେ ଦେଶରେ ଭୋଟ୍ ଚାଲିଲା । 

ଘମାଘୋଟ ହେଲା ଲଢ଼େଇ,

ଜମିଦାର ପୁଏ ଭୋଟ୍ ପାଇଲେ 

ଚଷା ରଇତେ ଭୁରୁଡେଇ

ଶାସନ ରହିଲା ତାଙ୍କରି ହାତରେ 

ପରଂପରା ଯା’ର ସରଣୀ,

‘ଲୋକଂକ ପାଇଁକି ଲୋକ-ଶାସନ-ଏ’ 

ଅଳସୁଆଁକର କାହାଣୀ ।

ବ୍ୟବସ୍ଥା ସଭାରେ ଚଷାପୁଅ ପାଇଁ 

ଚାଲିଚି କୁମ୍ଭୀର କାନ୍ଦଣା,

ଚଷାପୁଅ ତୁହି ହଳଧରି ଚାଲ, 

ତୋହର ଏ’ସବୁ ଅଲଣା || 

(ଉଦୟ - ଫେବୃୟାରୀ, ୧୯୪୯) 

 

 

ଚାଳିଶ ବର୍ଷ

ଚାଳିଶ ବରଷ ପରେ ଆଉ ଥରେ ଆଉ ବାରେ ଆସ ।

ଏ ଜାତିର ଚିତ୍ତ-ମନେ ପୁଣ୍ୟ-ଶ୍ଳୋକ ଗୋପବଂଧୁ ଦାସ ।

 

ଅପୁର୍ଣ ଅନେକ କର୍ମ, ଅସଫଳ ଅନେକ ବାସନା,

ଅନେକ ପ୍ରାଣର ବ୍ୟଥା ଖୋଜି ବୁଲେ ତୁମରି ସାନ୍ତ୍ୱନା !

ବହୁଜନ, ବହୁଧନ ସମାକୀର୍ଣ୍ଣ ଏ ବିଶ୍ୱ ମୂଲକେ

ତୁମରିତ ଲୋଡ଼ା ବଂଧୁ ବିଦଳିତ ଦୁସ୍ଥ ଜନ ପାଖେ ।

ଦରିଦ୍ର ଅବଚେତନ ଅବଲୁପ୍ତ ପ୍ରାଣର ମର୍ମର

ଖୋଜେ ଗାନ୍ଧୀ ଗୋପବଂଧୁ, ଖୋଜି ବୁଲେ ମାର୍ଟିନ ଲୁଥର ||

 

ବରଷ ବରଷ ପରେ ଦିନୁଟିଏ ଥରୁଟିଏ ଆସ,

ଏ ଜାତିର ଚିତ୍ତମନେ ବିଶ୍ଵପ୍ରାଣ ଗୋପବଂଧୁ ଦାସ ।

ଖୋଜିବାକୁ ବୁଝିବାକୁ ଭାବିବାକୁ ଦେବାପାଇଁ ଜ୍ଞାନ,

ଦେଢ଼ କୋଟି ମଣିଷରେ ତୁମପରି ଆଉ କେ ସନ୍ତାନ ?

ଖୋଜିଥିଲା ଖୋଜି ବୁଲେ ତମିସ୍ରାର ପଥଶ୍ରାନ୍ତି କାଟି

ନିପୀଡ଼ିତ ମଣିଷର ବାର୍ତ୍ତା-ରୁଦ୍ଧ ଅପନ୍ତରା ମାଟି ।

ଗ୍ରହ ଗ୍ରହାଂତରଗାମୀ ମଣିଷର ପରି କେଉଁ ଜନ,

ଅବଜ୍ଞାତ ଜନପଦେ ଦେଇଥିଲା ପ୍ରଥମ ଦର୍ଶନ ।

ଚକିତ ମଣିଷ କାନେ କହିଥିଲା କୌତୁହଳୀ ବାର୍ତ୍ତା,

ଜଣକର ମୃତ୍ୟୁ ପାଇଁ ଦାୟୀ ଗଣ ବିଶ୍ଵର ଜନତା !!

 

ଆସ ଗାନ୍ଧୀ, ଗୋପବଂଧୁ ଆସ ରାଜା ମାର୍ଟିନ ଲୁଥର

ବରଷକେ ଥରେ ଆସ ଅବା ଆସ ଶତବର୍ଷ ପର ।

ଧନର ପ୍ରାଚୁର୍ଯ୍ୟ ଆଜି ଜ୍ଞାନର ଏ’ ମହା ସ୍ଵୟଂବରେ

ମନର କାରୁଣ୍ୟ କଥା କହିବାକୁ, କହିବାକୁ କାରେ;

ମଣିଷ ଖୋଜୁଚି ପରା ଆତ୍ମାଟିଏ ଏକାଂତ ବିଶ୍ୱସ୍ତ

ଛଳନା ଓ ଚକ୍ରାନ୍ତର ମରୁ କୁଞ୍ଜେ ରାଜନୀତି ପ୍ରେତ,

ଅଟ୍ଟହାସ କରେ ବଂଧୁ ! ଯେତେବେଳେ ସବୁ ଜାଣିବାର

ସବୁ ପାରିବାର ଅବା ସବୁ କିଛି ବଦଳି ଦେବାର !!

ସେତେବେଳେ ଲୁହ ତାର ପୋଛିବାକୁ ସାଂନ୍ତ୍ୱନା ଦେବାକୁ

ହେ ପୁରୁଷ କିଏ କାଇଁ ଦୂରେ ଅଛ ଆସି ତା ପାଖକୁ । ।

ବର୍ଷକେ, ଦଶକେ, ଅବା ଅର୍ଦ୍ଧଶତ, ଶତବର୍ଷେ ଦିନେ,

ଥରେ ତୁମ ନାମ ମାତ୍ର ଶୁଭିଯାଉ ହତାଶର କର୍ଣ ।

 

ନେତ୍ରୋତ୍ସବ ଯେଉଁଦିନ ନେତ୍ରହୀନ ମଣିଷ ଜାତିର

ମଞ୍ଜୁ ଛୁରିଅନା କୁଂଜେ ଝରାପତ୍ର କରୁଣ ମର୍ମର,

ନିର୍ବାତ ପବନେ ଲୋଟି ଚହଲାଇ କୋଟି ମନପ୍ରାଣ

ନିଖିଳ ବିଶ୍ୱର କାନେ ଦେଇଥିଲା ଯେ ବ୍ୟଥା ଦାରୁଣ ।

ସେ ବ୍ୟଥାର ଅବସାନ ହୋଇଚିକି ଚାଳିଶ ବର୍ଷରେ

ଗାନ୍ଧୀ ମୃତ୍ୟୁ ଅଂତେ ଅବା ନିଗ୍ରେI ଶିଶୁ ମାର୍ଟିନ ରକ୍ତରେ ?

ବିଶ୍ୱ ଆଜି ଅଗ୍ରଗାମୀ ଅଭାବ ଓ ଅନଟନ ଜ୍ୱାଳା

କରାୟତ୍ତ ମଣିଷର ? ବିଜ୍ଞାନର ସମସ୍ତ ମେଖଳା

ଅସିମୁକ୍ତ, କରିବାକୁ କ୍ଷୁଧା ଆଉ ଅଭାବର ଶେଷ

ଏତେବେଳେ ମନେ ପୁଣି ପଡକିଆଁ ଗୋପବନ୍ଧୁ ଦାସ ?

 

ଅବଲୁପ୍ତ ଚେତନାର ପ୍ରତିନିଧି ତୁମେ ସୁମହତ୍

ଜାତି ମହାଜାତି ତେଣୁ ତୁମ ପଦେ କରେ ପ୍ରଣିପାତ !

ଅମଳିନ ଅଖଣ୍ଡିତ ଅକପଟ ମାନବତା ପ୍ରେମୀ

ତୁମରି ସାନିଧ୍ୟେ ତେଣୁ ବ୍ୟକ୍ତି ପାଏ ସାମାଜିକ ଭୂମି !

ତାରତମ୍ୟ ଭେଦାଭେଦ ଗୋଷ୍ଠୀ ଦଳ ଜୀର୍ଣ କୁସଂସ୍କାର

ମଣିଷ ଜାତିର କାନେ ରାଜନୀତି ବିକୃତ ଚିତ୍କାର ।

ଶେଷକରି ତୁମେ ଡାକ - ‘ଆସ ବଂଧୁ ଆସରେ ମଣିଷ

ସେବାର ଅଂଗନେ ନାଇଁ ଜାତି, ଗୋଷ୍ଠୀ, ଦଳ ଅବକାଶ ।

ବନ୍ୟା ଆସେ ବନ୍ୟା ଯାଏ, ଅନାହାରେ ପୀଡ଼ିତ ଜନତା,

ତୁମ ଆଖି ଅଶ୍ରୁ ଦେଖେ ଶୁଣେ ନାଇଁ ରାଜନୀତି ବାର୍ତ୍ତା !

 

ତେଣୁ ବଂଧୁ ବିଖଂଡିତ ବିକଳାଙ୍ଗ ଜାତି ଦେଶ ପାଇଁ,

ଯେଉଁ ଡାକ ଛୁଟିଆସେ ପୃଥିବୀର ନାଭିକେନ୍ଦ୍ରୁ କାଇଁ ।

ମଣିଷର ମର୍ମସ୍ଥଳେ ଦେଶ ଜାତି ଅଂତର କଂଦରେ ।

ଯେଉଁ ନାମ ଭାସି ଉଠେ ଦୁର୍ଦ୍ଦିନରେ ଅବା ସୁଦିନରେ !

ଅଗ୍ରଗାମୀ ପଶ୍ଚାତୁଗାମୀ ଜାତି ଦେଶ ମାନସ ପଟଳେ

ଯେଉଁ ଅମଳିନ ମୂର୍ତ୍ତି ଭାସମାନ ଚିତ୍ରପଟ ତୋଳେ

ସେଇ ଗାନ୍ଧୀ, ଗୋପବଂଧୁ, ସେଇ ରାଜ୍ୟ ମାର୍ଟିନ ଲୁଥର,

କ୍ଷୁଧା ଓ ଦାରିଦ୍ର୍ୟ କଣେ ଯେଉଁ କଂଠୁ ପ୍ରତିବାଦ ଗୀର

କ୍ଷୀଣୁ କ୍ଷୀଣତର ହୋଇ ଲିଭିଥିଲା ସ୍ୱୟ୍ ତେଜି ଦିନେ,

ଯେଉଁ କଂଠେ ଦଳିତର ରୁଦ୍ଧଶ୍ଵାସ ବଯୌନେ ମୁନେ,

କରିଥିଲା ରକ୍ତ ବାନ୍ତି ପୃଥିବୀର ମର୍ମର ଚଟାଣେ,

ବାରେ ନୁହେଁ ବହୁବାର, ଇତିହାସ ରଖିଥିବ ମନେ !!

 

ଆଜିଠାରୁ ଶତବର୍ଷ ଆଜିଠାରୁ ସସ୍ରବର୍ଷ ପରେ

କବି କଂଠେ ତୁମ ନାମ ରଟୁଥିବ ଦେଶ ଦେଶାନ୍ତରେ ।

ପ୍ରକୃତି ହରିତ ପତ୍ରେ ଯେତେ ଦିନ କୋମଳତା ଥିବ,

ଯେତେ ଦିନ ବର୍ଷେ ଥରେ ନୀପବନେ ମଳୟ ବହିବ

ଯେତେ ଦିନ ରହିଥିବ ମଣିଷର ମନେ ନିଷ୍ଠୁରତା

ଦଳିତ ପୀଡ଼ିତ ପାଇଁ ଦେଶେ ଦେଶେ ପଡ଼ିଥିବ ଚିନ୍ତା

ଯେତେଦିନ ପୃଥିବୀରେ ଥିବେ ବଂଦୀ ଥିବ କାରାଗାର

ଥିବ ଶକ୍ତ ଲୁହାକଡ଼ି ଫାଶୀ ଝୁଟ ଅଙ୍କୁ୦ ସତ୍କାର

ନେଉଥିବ ନବଜନ୍ମ ବହୁବାର ବହୁ ଅବତାର ।

ଗାନ୍ଧୀ ଗୋପବଂଧୁ ଦାସ ନିଗ୍ରୋ ରାଜI ମାର୍ଟିନ ଲୁଥର !!

(ସମାଜ-ଗୋପବଂଧୁ ଶ୍ରାଦ୍ଧ ବାର୍ଷିକୀ, ୧୯୬୮) 

 

ନୌକାରୋହୀ

 

ବରଷା ଯାଇଚି ଛାଡ଼ି...

କାର୍ତ୍ତିକ ଆକାଶୁଁ ଉଭେଇ ଗଲାଣି, ଫେନିଳ ବଉଦ ବଢ଼ି । 

ଖେତର ନୀଳିମା, ଆକାଶ ନୀଳିମା, ଆବୋରି ବସିଚି ମହୀ

ଏସନ ସମୟେ ଚାଲିଚି କିଏରେ, ନିର୍ଭୀକ ନୌକାରୋହୀ

କିଏରେ ନIଉରୀ, ନାଆ ବାହି ଚାଲ, ଚଉଦିଗ ଶୂନଶାନ

ପୂର୍ବ ବଂଗଳା ପିଇଚିରେ ଭାଇ, ଧର୍ମର ଅହିଫେନ । 

 

ମଧ୍ୟ ଯୁଗର ଛଦ୍ମ-କବରୁ, ଡାକେ ମାରଫତଦାର

‘ଧର୍ମ ଉପରେ ଆଫତ’ ଉଠରେ ଗୋଲାମୀର ସହଚର ।

ଚାନ୍ଦିପୁର ଚାନ୍ଦ ଲିଭିଗଲା ତେଣୁ, ଇଦରଟା ଶୂନଶାନ

ନୂଆ ଖାଲି ରେ ଭୁଲିଗଲ ବଂଧୁ, କର୍ବଲା ସନମାନ ।

ହସନ ହୋସେନ କୁର୍ବାନୀର କି, ପରିହାସେ ଗଲା ମତି, 

ତେଣୁରେ ବାନ୍ଧବ ପରଖି ବସିଲା, ଆନର ଧରମ ପ୍ରୀତି ! 

 

ମାଟିଆ ବୁରୁଜ ଅନଳ ଲିଭିନି, ଯାଇନି କୋକୁଆ ଭୟ ।

ବଂଗଳା ନଦୀରେ ଚାଲିଚିତ ସେଇ, ରକତ ଲୁହର ସୁଅ । 

ଏସନ ସମୟେ ଆସିବ କିଏ ସେ, ନିର୍ଭୀକ ଅନାୟତ୍ତ,

ହିଂସା-ଦାବାଗ୍ନୀ ଦାଉଦାଉ ଜଳେ, ପ୍ରେମ-ଗଂଗା ଭଗୀରଥ ।

ଦଂଡି-ଯାତରାର ଦରଭୁଲା ସ୍ମୃତି, ମନରୁ ଦେଲକି ତେଜି

ମନେ ପଡ଼ିଲା କି ବୃଦ୍ଧ ବଣିଆର, ଅହିଂସା ନିକିତି ଆଜି ?

ହେଜ ପଡ଼ିଲାକି ଖିଲାଫତ ତେଜ, ତହିଁରେ ଭଲା କି କାର୍ଯ୍ୟ

ଅଲିଭାଇ ସ୍ମୃତି ହଜାଇ ଦେଇଚି ହଜରତ ଇଂଗରେଜ !! 

 

ନୀଳନଦୀ ତୀରେ ବ୍ୟାପ୍ତ ଅଟବୀ, ସମ୍ମୁଖେ ମହାବୋଧ

ଅଶ୍ଵ ଫେରାଅ ଛଂଦକ ! - ଡାକେ ତରୁଣ ତାପସ ବୁଦ୍ଧ ।

ଆଜିକି ପଡ଼ିଲା ବାପୁର ଶ୍ରବଣେ, ସେ ମହାନିର୍ବାଣ ଧ୍ୱନି,

ବଂଧୁ ପରିଜନ ଫେରିଗଲେ ପଛେ, ଅଗ୍ରେ ଧାଇଁଛି ଜ୍ଞାନୀ । 

 

ବଂଗଳା ମାଆର ସ୍ତନ୍ୟ-ପିଆସୀ, ଇସଲାମ ସହଚର

ସମ୍ମୁଖେ ତମ ଦଳିତ ବଂଗଳା, କ୍ଲାଇବର କ୍ରୀଡ଼ାଗାର ।

ପଶ୍ଚାତେ ଡାକେ ଫିରିଂଗୀ ବିଦ୍ୱେଷୀ, ପୂର୍ବ ପୁରୁଷର ମାଟି,

କବର ଖାତରେ ଟିପୁ ସିରାଜର ଅମଳିନ ଇତିବୃତ୍ତି ।

କହ-କହ ଭାଇ ‘ପ୍ରାସାଦ ଦେଶରେ’** କିଂପାଇ ବିଷାଦ ଅଶ୍ରୁ,

‘ସଲାମ ଆଲେକ ଉଠିଗଲା କିହେ ବଂଗଳା ଇତିହାସୁ ?'* 

 

ଜାଗିଲା କି ମନେ ବିଦଳିତ ସ୍ମୃତି , ଦିଗ୍‌ବିଜୟୀ କଲଂବସ

ଜାଗିଲା ତୁମର ହୃଦୟ ଆକାଶେ, ଆଲୋକର ପୂର୍ବାଭାଷ ।

ପଡ଼ିଗଲା ମନେ ଭାରତ ଆଶାର ଧ୍ରୁବ ହେବାଲାଗି ଜିତା, 

ତେଣୁରେ ତୋଳିଲ ତମସାର ପଥେ ଆଲୋକର ଜୟଯାତ୍ରା ।

ବାତ୍ୟା-ଉଦ୍‌ବେଳ ସାଗର ତୀରର ଶାନ୍ତି-ନଉକାରୋହୀ 

ଦେଶଟା ଯାକର ଧମନୀ ରକତ ତୁମ ପଛେ ଚାଲେ ବହି । 

(ରଚନାକାଳ - ୧୯୪୬, ।

 

ପ୍ରକାଶନ : ଆଭାସ’ ବିଜୟା ବିଶେଷାଙ୍କ, ୧୯୬୮)

------------------------------------------------------------------------------------------------------------

୧୯୪୬ ମସିହା ନଭେମ୍ବର ୨୦ ତାରିଖ ଦିବା ୧୧ ଘଟିକା ସମୟରେ ହିଂସା-ପ୍ରପୀଡ଼ିତ ପୂର୍ବ ବଂଗରେ ଏକାକୀ କାର୍ଯ୍ୟ କରିବା ନିମଂତେ ପ୍ରତିଜ୍ଞାବଦ୍ଧ ମହାତ୍ମା ଗାନ୍ଧୀ ପରିତ୍ୟକ୍ତ ସାଥି ପରିଜନଂକ ଲୋତକ ବର୍ଷଣକୁ ଉପେକ୍ଷାକରି ନୌକାଯୋଗେ କାଜିରଖିଲଠାରୁ ଶ୍ରୀରାମପୁର ଯାତ୍ରା କରିଥିଲେ । ସାଂପ୍ରଦାୟିକ ସଦ୍‌ଭାବ ସୃଷ୍ଟି କରିବା ଲାଗି ଗାନ୍ଧିଜୀଙ୍କର ଅନ୍ତିମ ଜୀବନର ଏଇ କଠୋର ତପାଶ୍ଚରଣ ସଂଗେ ଭାରତ ଇତିହାସରେ ଅନ୍ୟ କୌଣସି ଲୋମହର୍ଷଣକାରୀ ଘଟଣା ସମକକ୍ଷ ହୋଇପାରିବ ନାହିଁ ।।

*ନୂଆଖାଲିର ଦଙ୍ଗାହେତୁ ସେ ବର୍ଷ ଇଦ୍ ପର୍ବ ପାଳିତ ହୋଇ ପାରିନଥିଲା ।

**ଗାନ୍ଧିଜୀ ବଂଗଳା ଦେଶକୁ ‘ପ୍ରାସାଦର ଦେଶ’ ବା ବଡ଼ଲୋକଂକ ମୁଲକ ବୋଲି ବର୍ଣ୍ଣନା କରିଥିଲେ ।

***ଆବେଗ ଭରା କଂଠରେ ପ୍ରାର୍ଥନାତିକ ଭାଷଣରେ ଦଙ୍ଗା ବିଧ୍ୱସ୍ତ ବଂଗଳା ବାସୀଙ୍କୁ ସେ ଏଇ ପ୍ରଶ୍ନ କରିଥିଲେ । 

----------------------------------------------------------------------------------------------------------------------

 

 

ଚଉଦ ତାରିଖ

 

ଚଉଦ ତାରିଖ ବଉଦ ଆକାଶେ ଚଉଦ ମନୁର ଶେଷେ ।

ଆସିଚି ରେ ଆଜି ବଂଧ୍ୟା ଆକାଶେ ବନ୍ୟା ଉଚ୍ଛଳ ବେଶେ ।

ପ୍ରଳୟ ପୟୋଧି ଛୁଇଁଲାକି କାଇଁ ଦିଲ୍ଲୀ ଶିବିର ସୀମା।

ରଚିଲେରେ ଯହିଁ ରକ୍ତ-କମଳ । ଭାରତର-ଅରଯମା ।

ଏସନ ସମୟେ କିଏ ସେଇ ବୀର । କିଏ ସେ ମହତ୍ ଜ୍ଞାନୀ

ବାରିଧାରା ଢ଼ାଳି ଲିଭାଇ ପାରିଚି ବିପ୍ଳବର ଏ ବହ୍ନି ।

କାହାର କଂଠର ସ୍ୱସ୍ତି ଗୁଂଜନେ । ଥରିବ ବିପୁଳ ବିଶ୍ୱ,

ଅନଳ - ସଲୀଳ ଏକାକାର ହେବ ସୁରୁଜିବ ଆଦି ବଂଶ ।

ଦିଲ୍ଲୀ ଆକାଶ ପ୍ରଳୟ ଲହରୀ ଥମାଇ ଦେଲାଣି କିଏ

କିଏ ଆରେ ସେଇ ଗୈରିକ ଯୋଗୀ । ମୁକ୍ତି ସଂଗୀତ ଗାଏ ?

 

କିଏସେରେ ସେଇ ବିପ୍ଳବୀ ବୀର ଚରମ ତ୍ୟାଗୀର ବେଶେ

କିଏ ସେ ଗୈରିକ ଶ୍ୱେତ-ସବୁଜ ତ୍ରିଗୁଣ ପରକାଶେ !

ଚକ୍ର - ଚରଖା ସ୍ୟଂଦନେ କିଏ ସାରଥୀ ମହୀୟାନ

ଜୟ ଜୟ ତୁଇ ଯନ୍ତ-ଦାନବ ବିଧ୍ଵଂସୀ ଗରୀୟାନ ।

ଜୟ ଜୟ ତୁଇ ପ୍ରାଚ୍ୟ ସଂସ୍କୃତି ଶୋଧକ ଯୁଗ ଜନ୍ମା

ଜୟ ଜୟ ତୁଇ ଆର୍ଯ୍ୟ ପ୍ରଗତି ମନ୍ଦିର ବିଶ୍ଵକର୍ମା !

 

ଚଉଦ ତାରିଖ ବଉଦ ଆକାଶେ ଚଉଦ ମନୁର ଶେଷେ

କହ କି କହିଚି କରାଦି ବାନ୍ଧବ ନୂଆଖାଲି ଭାଇ ପାଶେ ?

କହ କି କହିଚି ବଂଗ ମଶାଣୀ ପଂଜାବ ଗୁରୁଦ୍ୱାରା

କି ବାଣୀ ଦେଇଚି ରମଜାନ ମାସ ଇସଲାମ ପରଂପରା ?

ସନ ଚୌରାଳିଶ ଗାନ୍ଧୀ - ଜିନ୍ନା ପ୍ରୀତି ସତେ କି ହୋଇଚି ଚିର

କହ କହ ଆହେ ଚର୍ଚ୍ଚିଲ ଆମେରୀ ଗତାୟୁ ସରକାର ?

ଇଦର ବାରତା ଗାନ୍ଧୀ ପଠାଏ ଜିନ୍ନା ଦୁଆରେ ଆଜି,

ଫେଡ଼ ଫେଡ଼ବାରେ ଚଉଦ ତାରିଖ ଇତିହାସ ପୃଷ୍ଠା ରାଜି ।

 

ଚଉଦ ତାରିଖ ଚଉଦ ବରଷ ଚଉଦ ମନୁର ଶେଷେ

ଭାଦର ଆକାଶେ ରୁଧିର ମେଘର ଶୋଭା ଆଜି ପରକାଶେ

ଆଜି ଉଠିଚି ଲଂଘି ଦି’କୂଳ ସିଂଧୁ-ଯମୁନା ଦେଶ

ମଣିଷ ରକତେ ଆଦ୍ର ଆଜିରେ ମଣିଷର ଇତିହାସ ।

କଉଡି ଜୁଆର ମୁକୁତା ଜୁଆର ମାଣିକ୍ୟ ବଂଦରେ କାଇଁ

ଭାତୃ ହତ୍ୟାର ଉଷ୍ଣ ପ୍ଲାବନେ ଉର୍ବର ହେଲା ଭୂଇଁ

କହ କହ ଆରେ ମହେଂଜୋଦାରୋ ହରପ୍ପା ଶୁଭ୍ର ଦେଶ

କହ କହ ଆହେ କୋରାନ ସରିଫ୍ ଗ୍ରଂଥ ସାହେବ ଶିଷ୍ୟ

କହ କହ ଆହେ ଜିନ୍ନା-ଜବାହାର ସ୍ୱାଧୀନ ଭାରତ କଥା

ଚଉଦ ତାରିଖ ଚଉଦ ତାରିଖ ପୋତି ଦିଅ ନାଇଁ ମଥା ! .

 

ଚଉଦ ତାରିଖ ବଉଦ ଆକାଶେ ଚଉଦ ମନୁର ଶେଷେ

ଆଜିକି ଆସିଚି ସତାବନସାଲ ପ୍ନ ସଫଳ ବେଶେ

ଆଜିକି ଆସିଚି ଜାଲିଆନାବାଗ ବିପୁଳ ଅଟ୍ଟହାସେ

ଆଜିକି ଆସିଚି ଆଜାଦ ସଇନୀ ଇଂଫାଲ ରଣାବେଶେ

ଆଜିକି ଆସିଚି ବୟାଳିଶ ସାଲ ଟେIଟେହାମର ଉକ୍ତି

କଇଫତ ତାର ଦେବାକୁରେ ଏହି ଚଉଦ ତାରିଖ ରାତି ।

 

ଚଉଦ ତାରିଖ ବଉଦ ଆକାଶେ ଚଉଦ ମନୁର ଶେଷ

ମନେ ପଡ଼େ ସେଇ କଂପାନୀ ବୋଇତ ମସଲା ବୋଝେଇ ବେଶେ

ମନେପଡ଼େ ଭାଇ ନିକିତି କିପରି ବାଇବେଲ ରୂପ ନେଲା

ମନେ ପଡ଼େ ପୁଣି ବାଇବେଲ ପରା ବଂଧୁକ ଚୋଟରେ ମଲା !

ଫିରିଂଗୀ ବୋଇତ ମସଲI ବୋଇତ ଡୁବିଲା କିପରି କହ

କପଡ଼ା ବୋଇତ ନିମକ ବଂଦରେ ରୋଧି ଦେଲାକି ତା’ ସୁଅ ?

ଫିରିଙ୍ଗୀ ଜାହାଜ ନିମକ ଜାହାଜ ଲେଉଟି ପଡିଚି ଆଜି

କଳା ତିମି ମାଛ ଧାରୁଆ ଆଖିରେ ଲୁହା ତୀର ଗଲା ଭାଜି !

ତେଣୁରେ ଆଜିକି ଚହଲି ଯାଇଚି ବଂଗୋପସାଗର ହୀରା

ବାହାଦୁରଶାହା କବର ଭୂଇଁଟା ଚମକି ପଡିଟି ପରା !

ଦୁଇଶ ବରଷ ତାଆସ-ନିଅର ସମୂଳେ ଯାଇଚି ଭାଜି

ଭୋକା ଲଙ୍ଗଳା ର ସ୍ଵରାଜ୍ୟ ଦିବସ ପନ୍ଦର ତାରିଖ ଆଜି !!

 

(ଉଦୟ : ପୂଜା ବିଶେଷାଙ୍କ, ୧୯୪୭) 

(୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରରେ ସ୍ବାଧୀନ ଭାରତବର୍ଷ ଜନ୍ମ ହୋଇଥିଲା)

 

 

ଚର୍ଚ୍ଚିଲ

ଗୋଦର ଗୋଡ଼ର ପୁଜଟା ଟିକିଏ ଯିବାରୁ ମରି

ଭାବିଥଲ ବଂଧ ଗୋଇଠା ମାରିବା ଯିବଣି ଭଲି !

ତୁଟି ଯାଇଥିବ ପୁରୁଣା ସପନ, ଦାରୁଣ ଭ୍ରାନ୍ତି ।

ଦୁଇଶ ବରଷ କୋଢ଼ ବେମାରଟା ହେବାରୁ ଇତି ! 

 

ଭାବିଥିଲୁ ଚଢା ଚଷମା ତମର ଦବଣି ଫିଗି,

ମଧ୍ୟ ପ୍ରାଚ୍ୟ ଓ ସୁଦୂର ପ୍ରାଚୀର ଘଟଣା ଲାଗି ।

ବର୍ଲିନ ଭିତର ଘନଘଟା ଟିକେ ଚେତାଉଥିବ

ସାଇବେରିଆର ଭାଲୁଜରେ ମୁଣ୍ଡ ବଥାଉଥିବ । 

 

ଧକ୍‌କା ଦଉଥିବ ଇଉରାଲ ତଳ ଅଣୁ ବମିକୀ

ମାର୍କିନ ବେଂକରେ ଉଧାରୀ ଖାତାର ଦାରୁଣ ଦଫା ! 

ଜାତି-ମହାସଭା ଗୋଡ଼ାଣିଆ ପଣ କାନରେ ପଡ଼ି

ଛାଡ଼ି ଯିବଣି ହେ ପଳାତକ ନେତା ଗାଲ ଭୁରୁଡି । 

 

କେଂପା କରିବଣି ହାତଟା ତମର ପାଣି ପବନ

ତଥାପି ଭରସI ରହିଚି ଯଦିଚ ନିର୍ବାଚନ ।

ଏବେ ବି ଭାବୁଚ ଫୋଟକା ଜିଭରେ ଗିଳିବ ନିଆଁ

ସାମରାଜଶାହୀ ଗୋଦର ଗୋଡ଼ଟା ଏବେ ବି ଚାହିଁ ? 

 

ସିଂଗାପୁର ବେଳ ବାହୁନା ଟିକିଏ ବାହୁନିବକି

ଆମେରୀ କଂପାନୀ ଦେଉଳିଆ ବ୍ୟାଙ୍କ ପୁରୁଣା ହୁଂଡି । 

ପଡିଗଲା ହାତେ ଉଠିଲ ମାତିକି ବେକାର ନେତା ।

ମନେ ପଡ଼ିଲାକି ସାଂପେନ ସୁନ୍ଦରୀ ବିରହ ବ୍ୟଥା ? 

 

ଇତିହାସ କଥା ପରତେ ନଯାଅ ରାଜନୀତିକ

ଭୂଗୋଳ ଖାତାର ବଦଳିବା ରଂଗ ନାଇଁକି ଦେଖ ।

ବିଜ୍ଞାନ ତେଣୁରେ ହରାଇଚି ଆଶା ତୁମରି ତହିଁ

ଦୁନିଆରେ ତୁମ ଦିବା ସପନର ଆଦର କାଇଁ ? 

 

ଏବେ ବି ଭାବୁଚ ସିକଂଦରାବାଦ ଜଳକବାଟି । 

ଜନାବ ଜିନ୍ନାର ପାରସ୍ୟ କାହାଣୀ କିମିଆ ଚଟି ।

ଉଡ଼ାଇ ଆଣିବ ଭାରତକୁ ସେଇ ଗୋଦର ଗୋଡ଼

ଏବେ ବି ଭାବୁଚ ଭାରତେ ବ୍ୟାପିବ ପୁରୁଣା କୋଢ଼ ? 

 

ଗିଲଗୀଟ୍ ଘାଟେ ଉଠିଲ ସେଦିନ ଭରମେ କାଇଁ

ସାଇବିରି ଭାଲୁ ଜାଗିଲା ସେଇଠି ମାରିଲା ହାଇ ।

ସେର-ଇ-କାଶ୍ମୀର ହାତରେ ପଡ଼ିଲା ସବୁରି ଚୁଟି

ତେଣୁ ହେ ଖୋଜିଲ ହାଇଦରାବାଦ ଜଳକବାଟି । 

 

ଗୋଦର ଗୋଡ଼ଟା ଲଦିବାର କହ ରାହା କେଉଁଠି

ସାମରାଜଶାହୀ ଦେଉଳିଆ ବ୍ୟାଂକ ପୁରୁଣା ହୁଂଡି ।

ଭଙ୍ଗାଇବା ଭ୍ରାନ୍ତି ଆସିଲା ସତେକି ତେଣୁ ଏ ସଜ

ଇତିହାସ କହେ ଅଂଗୁଳି ଦେଖାଇ - ‘‘ଆହେ ନିର୍ଲଜ’ ! 

 

(ଭଦୟ - ନଭେମ୍ବର, ୧୯୪୯)       

-----------------------------------------------------------------------------------------------------------*ହାଇଦ୍ରାବାଦ ସଂପର୍କରେ ଭାଷଣ ଦେଇ ସର୍ଦାର ପଟେଲ ଚର୍ଚ୍ଚିଲଙ୍କୁ

ପୃଥିବୀର ନିଜ ସାମ୍ରାଜ୍ୟବାଦୀ’’ ଅଭିହିତ କରିଥିଲେ ।

------------------------------------------------------------------------------------------------------------

 

ମେଥ୍ୟୁସ

ମେଥ୍ୟୁସ...

ବୋଇତ ତମରି ଚାଲେ 

ବହେ ନଦୀ ଫଚପୀଢ଼ ଅଶ୍ରୁ ।

ଫୁଲି ଉଠେ ଲାଲ ନଦୀ 

ଭିଜେ ତମ ଫାଇଲ ଦପ୍ତର

ଭାସି ଆସେ ପଲ୍ଲୀ, 

ଉଷା, ଗୋଲାଫକ କ୍ଷୁଧିତ ମୂର୍ଦ୍ଦାର,

ଅସ୍ୱୀକାର କର ?...

ହେ ଶାସକକୁଳ ?...

ହେ ଫିରିଂଗୀ ଦପ୍ତରର ପୁରାତନ ଖଂଡିତ ଦିଓ୍ୟାଲ । 

ଜରାଜୀର୍ଣ ଆମେରୀର 

ନିର୍ବାପିତ କ୍ଷୀଣ କଂଠଧ୍ୱନି

ଭଲ ଶୁଣାଇଲ ବଂଧୁ 

ଆମେ ସିନା ଯାଇଥିଲୁ ଭୁଲି । 

ଭୁଲାଇତ ଦେଇଥିଲା 

ଖାଲି ଆମ ଷ୍ଟର୍ଲିଂ ପାଉଣା

ସନ ତେୟାଳିଶ ସାଲ । 

କୋରାପୁଟ କ୍ଷୁଧିତ ବଂଗଳା । 

 

ପଢ଼ିଥିବ ଇସ୍ତାହାର 

ଦୁଇ ଲକ୍ଷ ପଂଚପୀଢ଼ ବାସୀ

ସରକାରୀ ଫାଇଲ୍ ରେ 

ତୁମ ଗାଆଁ ମୁର୍ଦାର ବଂଚିଛି ।

ଆମେ ସିନା ଜାଳି ପୋଡ଼ି 

କାଇଁ ଦେଲୁ ପାଉ ନାଉଁ ଠାବ ।

ଜୀବନ୍ୟାସ ଦେଇଛନ୍ତି । 

ପରା ତମ ମେଥ୍ୟୁସ ସାହେବ ! 

 

ରାମନାମ ସତ୍ୟ ହେଉ 

ସତ୍ୟ ହେଉ ମେଥ୍ୟୁସ ଦପ୍ତର

ସତ୍ୟ ହେଉ ବେନି ଲକ୍ଷେ 

ବେନିଜଣ ଆସେଂବ୍ଳି ମେଂବର ।

ମିଥ୍ୟ ହେଉ ଦୁର୍ଭିକ୍ଷ ଓ

ମହାମାରୀ, ମିଥ୍ୟା ହେଉ ମୃତ୍ୟୁ

ସତ୍ୟ ହେଉ ମନ୍ତ୍ରୀବର 

ଭତ୍ତା ଆଉ ଗସ୍ତ ଖର୍ଚ୍ଚ କିନ୍ତୁ । 

 

ଶୁଣ ଶୁଣ ଦୁଇଲକ୍ଷ 

ଇଂଜଭୂମି ପଂଚପୀଢ଼ ବାସୀ

ବଳକା ଓଡ଼ିଶା ଦେଶେ 

କିଏ କହେ ଦୁର୍ଭିକ୍ଷ ପଡ଼ିଚି ?

ଦୁର୍ଯ୍ୟୋଧନ ମେଥ୍ୟୁସ୍ । 

ରକ୍ତନଦୀ ସଂତରଣ କରି

ବାଢ଼ିଛନ୍ତି ଇସ୍ତାହାର 

ନାଇଁ ମୃତ୍ୟୁନାଇଁ ମହାମାରୀ । 

 

ଦେଶେ ଦେଶେ କୁଶାସନ । 

ସତ୍ୟ କାଇଁ ? ସତ୍ୟ ପ୍ରହସନ !!

ସତ୍ୟଲୋଡ଼େ ଦୁଃଶାସନ, ।

ସତ୍ୟ ଲୋଡ଼େ ମାନୀ ଦୁର୍ଯ୍ୟୋଧନ । 

କହ ମଲ୍ଲୀ, କହ ଉଷା, 

କହ ଖୋଜି ଆକାଶେ ବାପୁଜୀ

ସରକାରୀ ଦପ୍ତରରେ 

ତୁମ ମଲI ମୁର୍ଦାର ବଂଚିଛି !! 

----------------------------------------------------------------------------------------------------------------------

*ଦେଶରେ ଦୁର୍ଭିକ୍ଷ ଓ ଅନାହାର ମୃତ୍ୟୁ ଘଟିଲେ ସରକାର ତାହାକୁ ଅସ୍ବୀକାର କରନ୍ତି । ୧୯୯-୫୦ ମସିହାରେ ମୟୁରଭୀଜ ଫଟପୀଢ଼ ସବ୍‌ଡିଭିଜନରେ ଦୁର୍ଭିକ୍ଷ ପଡ଼ିଲା । ସ୍ୱାଧୀନତା ପରେ ତାହା ଓଡ଼ିଶା ରାଜ୍ୟରେ ହୁଏତ ପ୍ରଥମ ଦୁର୍ଭିକ୍ଷର ପଦଧ୍ୱନି । ସେଇ ଦୁର୍ଭିକ୍ଷରେ ଗୋଲାପ ମହାତ, ମଲ୍ଲୀ ଦେଈ, ଉଷା ଦେଈ ପ୍ରମୁଖ ବହୁ ଜୀବନର ଅବସାନ ଘଟିଲା । ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ମେଥ୍ୟସ ସାହେବ ଦୁର୍ଭିକ୍ଷ ଅନାହାରକୁ ଅସ୍ବୀକାର କରି ଯେଉଁ ଇସ୍ତାହାର ଦେଇଥିଲେ ସେଇ ସଂପର୍କରେ ଏ କବିତା ସେତେବେଳେ ‘କୃଷକ’ ପତ୍ରିକାରେ ପ୍ରକାଶିତ । 

----------------------------------------------------------------------------------------------------------------------

ଖଦଡ଼ ବ୍ୟାଙ୍କ

 

ଖଦଡ଼ ବ୍ୟାଙ୍କ ! ଖଦଡ଼ ବ୍ୟାଙ୍କ !! 

ଦେଉଳିଆ ତମେ ହେଲଣିକି ନାଇଁ କହ ହେ ସାଫ୍ ?

ହେଲେଣିତ ଏବେ ବହୁ ମାଢୁଆଳି ତମ ଗ୍ରାହକ ।

ଡାଲମିଆ, ଟାଟା, ବିରଳା, ପଟେଲ ମିଲ୍ ମାଲିକ ।

ଖଦୀ ପିନ୍ଧି ଭାଇ ଗାଆଁ ଟାଉଟର କଂଗ୍ରେସ ବାଲା ।

ଚିନି କିରାସିନି ବଂଟନ ଚାଲିଚି ଖାସI ସେ ପାଲା !

ଲଙ୍ଗଳ ଲୁହାରେ ଗାଁଆ ରାଜନୀତି ମଉଳେ ତେଜ

ଶଗଡ଼ ନାଲିତ ନମିଳିଲା ଭାଇ କିସ ସ୍ୱରାଜ ? 

 

ଚଉଦୁଆରର ଚିମିନୀ ଧୂଆଁର ହେ ସରକାର 

ଧନ୍ୟହେ ତମେ ଖଦଡ଼ ବେଭାର ହାତକୁ ନେଲ ।

ବୁଢ଼ା ବଣିଆର ବେରସିକ ସର୍ତ୍ତ ସୂତାର ହାର 

ରୋଧିଥିଲା ଭାଇ କେତେ ପ୍ରେମିକଂକୁ କଂଗ୍ରେସ ଦ୍ଵାର । 

କେତେ ନାଗରଂକୁ ଆଦରୁ ନଥୁଲI ଲାଲାଟ୍ ସଭା,

ଜିଲ୍ଲା ବୋରଡ଼ର ଚପରାସୀ ଖୋଜେ ଖଦଡ଼ ଲୁଗା ।

ଚଉଦୁଆରର ଚିମିନୀ ଧୁଆଁର ହେ ସରକାର ।

ଧନ୍ୟ ହେ ତୁମେ ଖଦଡ଼ ଲୁଗାର ପ୍ରସାର କଲ | 

 

କହ ମହତାବ, ପଂଥ, ପଟିଲ୍ ସୀତାରାମୋୟା

ପୁରୁଣା ପାଂଠିରେ ଅଛି କି ହେ ନାଇଁ କିଛି ବକେୟା ।

ମୁଖା ଆକାରକୁ ବଳିଗଲା କିହେ ପିଂଧାଳି ମୁଖ । 

ଦେଉଳିଆ ଭାଇ ମାରିଲାକି ତମ ଖଦଡ଼ ବ୍ୟାଙ୍କ୍ ?

ବୟାଳିଶ ତ୍ୟାଗ ଲୁଣ-ମରା ଯୋଗ ଦାଣ୍ଡୀ ଯାତରା,

ବୁଢ଼ା ବଣିଆର ପୁରୁଣା ପୁଟୁଳି ଚାଲିଚି ଝରା ।

ଦଳ ଗଢୁ ଗଢୁ ବଢ଼ିଗଲା କି’ ହେ ବିଲାତି-ଦଳ

ମାଛ ଓ ରୁଟି’ର ଲୋଭରେ ଜୁଟିଲେ ପଂଗପାଳ ।

କଂଗ୍ରେସ ଖାତI ବଢ଼ାଇଲା ଭାଇ କଂଟ୍ରୋଲ ଯୁଗ, 

ଚିନି କିରାସିନି ଲୋଭରେ ପଶିଲେ କର୍ମଠ ସଭ୍ୟ’ ।

କଳା ବଜାରୀଂକୁ ସାଜିଲାରେ ଭଲା ଧଳା ଖଦଡ଼

କଂଗ୍ରେସର ଭାଇ ନୂଆ ପିରାମିଡ଼ ଦିଶିଲା ବଡ଼ । 

 

ଖଦଡ଼ କିଣିବ ଖଦଡ଼ ପିଂଧିବ ଆସରେ ଭାଇ

ଖଦଡ଼ ପିତାର ଶ୍ରାଦ୍ଧ ବାସରେ ଡାକୁଚି ମୂଇଁ ।

କବି ଜଣେ, ମୁଇଁ ଖଦଡ଼ ପିନ୍ଧେ ରେ କଂଗ୍ରେସ ବାଲା

ନଥୁରାମ ଭାଇ ପୁରୁଣା କାମକୁ କରୁଚି ପୁରୀ ।

ଗାନ୍ଧୀ ମରିଚି ଖଦୀବି ମରିବ ସରିବ ଯୁଗ

ଗାନ୍ଧୀ ରୁଧି ର ଖଦଡ଼ରେ ଯାଦୁ ଘରକୁ ଯୋଗ !! 

 

(ଉଦୟ – ଅପ୍ରେଲ, ୧୯୫୦) 

 

 

ସଂପାଦକ

ସାହିତ୍ୟ ରହିଲା ଯାଇଁ ମଇଦାନ ସଭା ସମିତିରେ

ଫୁଲମାଳ ସଂବର୍ଦ୍ଧନା ମାନପତ୍ର ରୀତି ପ୍ରଗତିରେ ।

ଭାଷଣ ଗର୍ଜନ ପୁଣି ଡାକବାଜି ଯନ୍ତ୍ର ସମାରୋହେ

ସାହିତ୍ୟ ବସିଲା କାଇଁ ଗସ୍ତ ଖର୍ଚ୍ଚ ଭତ୍ତାର ଆଗ୍ରହେ || 

 

ସାହିତ୍ୟ ଭାସୁଚି ଆଜି ଦେଶେ ଦେଶେ ଜୟଂତୀ ପ୍ରବାହେ 

ପେସାଦାର ବକ୍ତାକଂଠେ ଚାନ୍ଦାଖାତା ରସିଦ ଆଗ୍ରହେ ।

ସାହିତ୍ୟ ଫୁଲୁଚି ପୁଣି ବର୍ଷିକିଆ ଉତ୍ସବ ବିଳାସେ । 

ଡେଉଁଚି ମଂଚର ତଳେ ମନତୋଷୀ ଉପାୟନ ହର୍ଷେ !! 

 

ସାହିତ୍ୟ ଶଢୁଚି, ଆଜି ଅଂଧାରିତ ସହର ତଳିରେ

ପ୍ରକାଶକ ଶୋ-କେସ ବେଞ୍ଚ ତଳେ ନର୍ଦମା ଗଳିରେ ।

ମାଢୁଆଳି ବଟ୍ଟାଖାତା ହିସାବର ବର୍ଜିତ ପୃଷ୍ଠାରେ ।

ସାହିତ୍ୟ କରୁଚି କାଇଁ ଆତ୍ମହତ୍ୟା ଅପବାଦ ଡରେ ! 

 

ସାହିତ୍ୟ ପଶିଚି ପୁଣି ପ୍ରକାଶକ ଦୋହରା ଖାତାରେ,

ଆୟକର ଫାଂକି ବୁଲେ ବହି ତା’ର ବଜାର ରାସ୍ତାରେ ।

ତଥାପି ପାଏ ନାଁ ନିଜ ପ୍ରାପ୍ୟଧନ କୃତଜ୍ଞତା ପାଶେ ।

ମଥା ତାର ଭାରାକ୍ରାନ୍ତ, ବହି ଯେଣୁ ବଜାରକୁ ଆସେ !! 

 

ସାହିତ୍ୟ ପିନ୍ଧିଚି କାଇଁ ଖଦୀ ଜାମା, ଅବା ଟେରେଲିନ୍ । 

କେଉଁଠି ସେ ନବ୍ୟ ଧର୍ମୀ, ଅବା କାଇଁ ପନ୍ଥୀ ସନାତନୀ ।

କେଉଁଠାରେ ଭାଂଗ-ସେବୀ କେଉଁଠାରେ ବୋତଲ-ଆଗ୍ରହୀ

କେଉଁଠିବା ନଳିଗୋଡ଼ ପାଇଜାମା ଧୋତି କୁର୍ତ୍ତା ସ୍ନେହୀ ll 

 

ସାହିତ୍ୟ ସାଜିଚି କାଇଁ ଧର୍ମବକ ଅବା ଧର୍ମପାଳ

ପ୍ରକାଶକ ପ୍ରତାରଣା ପରିଗ୍ରହେ ଭୋଗୀ କର୍ମଫଳ ।

ଅବା କାଇଁ ସାହିତ୍ୟିକ ଭ୍ରମେ ଖୋଜେ ରାସ୍ତା ଚଉଛକି

ନଗ୍ରଗ୍ରାମ ଜନପଦ ଭୁଲି ହେଲା ଆଶ୍ରମିକ-ପକ୍ଷୀ II 

 

କେଉଁଠି ନିର୍ବାଣ ପନ୍ଥୀ କେଉଁଠି ବା ସୃଜନ ପ୍ରେମିକ

କେଉଁଠି ସେ ଫୁଜିବାଦୀ ଗୁପ୍ତଚର, ବିଦ୍ରୋହୀ ଶ୍ରମିକ ।

କେଉଁଠି ମାର୍କିନ ପନ୍ଥୀ , ଋଷ ପୃଥୀ ଶିବିକା-ବାହକ

କେଉଁଠାରେ ମାଓ ପନ୍ଥୀ ବିପ୍ଳବର ସ୍ୱପ୍ନଚାରୀ ଯକ୍ଷ !! 

 

କେଉଁଠି ଆରାମ-କୁର୍ଚି ପଂଖାତଳେ ସାହିତ୍ୟ ନିଦ୍ରିତ

କେଉଁଠି ବା ଭଡ଼ାଦାତା ଦୁରାଗ୍ରହେ ହାଜତ ପୀଡ଼ିତ ।

କେଉଁଠାରେ କାରଖାନା ମଜଦୁର, ଅବା ମ୍ୟାନେଜର

ମଣିଷର ବହୁବିଧ ବେଶେ ଆଜି ସାହିତ୍ୟାବତାର || 

 

ସାହିତ୍ୟ କେଉଁଠି ଆଜି ସଂପାଦକ, ଅବା ପୋଷ୍ଟମ୍ୟାନ

କେଉଁଠାରେ ନିଜ ଗୁଣ ନିଜ ମୁଖେ କରୁଚି କୀର୍ତ୍ତନ ।

କେଉଁଠାରେ ଲେଖିବସେ ଅନ୍ୟ ବହି ପ୍ରଶଂସା ଟିପ୍ପଣୀ

ନିଜ ବହି ପୃଷ୍ଠ-ବଂଧ କଟି ବଂଧେ ଅନ୍ୟ ନାମ ଭଣି । 

 

ସାହିତ୍ୟ ପାଇଁକି ଆଜି ରାଜନୀତି ଲଘୁଚାପ ସୃଷ୍ଟି 

ତୈଳ-ହ୍ରଦ ଫେଣେ ଯଦି ଶିବଲିଂଗ କରେ କେହି ତୁଷ୍ଟି ।

ଏକାଦେମୀ ଭେକବିଳେ ସାରୁପତ୍ର ଛତ୍ରାକ ଉଢ଼ାଳେ

ତେବେ ଯାଇଁ ଅଭିଷେକ ହେବ ତାର ସଭା ମଂଚ ତଳେ | 

 

ସାହିତ୍ୟ ଦ୍ରୋପଦୀ କାଇଁ ବିବସନା ବ୍ରିଡ଼ାବତୀ ନାରୀ

ପ୍ରକାଶକ, ପ୍ରଶାସନ ଦୁହେଁ ମିଶି ନିଅଂତି ଘୋଷାରି । 

କେଶ ତାର ମୁକୁଳିତ ବକ୍ଷ ତାର ବସନ ବର୍ଜିତ ,

ଦଶନେ ତିରଣ ଧରି ଡାକିଛାଡ଼େ ଲେଖକ ଅର୍କ୍ଷିତ II 

 

ଅଥବା କେଉଁଠି ବସି ସାହିତ୍ୟିକ କରୁଛି ତୋଓ୍ୟାଜ

ପାଉଛନ୍ତି ପାଦପୂଜା ଯେଉଁଠାରେ ମନ୍ତ୍ରୀ ମହାଫିଜ ।

ଅବା ସର୍କାରୀ ହାକିମ, ଠିକାଦାର, ଚାନ୍ଦାଦାତା ସର୍ବେ

ଯେଉଁଠାରେ ଅଭ୍ୟର୍ଥନା ପାଉଛନ୍ତି ସାହିତ୍ୟ ଉତ୍ସବେ || 

 

ଏବଂବିଧ ବହୁ ରୂପ ବହୁ ବେଶେ ସାହିତ୍ୟ ସର୍ଜନା।

ଚାଲିଚି ଦେଶରେ ଆଜି, କିଏ ତାର କରିବ କଳନା ।

ସାହିତ୍ୟିକ କିଏ ନୁହେଁ, ମନ୍ତ୍ରୀ ରାଜା, ଦୂତ, କଟୁଆଳ

ଶୋଷକ ଶୋଷିତ ଆଜି ସବୁଶ୍ରେଣୀ ସାହିତ୍ୟ ପାଗଳ । 

 

ସାହିତ୍ୟିକ କିଏ ତେବେ, କେଉଁଠାରେ ରହିଲା ସାହିତ୍ୟ

କେଉଁ ପରିଚୟ ଘେନି ସାହିତ୍ୟର ହେବ ଗର୍ଭପାତ ।

କିଏ କହିବ ଏକଥା, କାହା ମୁଖେ ଚାହିଁବା ଆଜିରେ

ସାହିତ୍ୟତ ରହିଲାଣି ମହାନେତା ଉତ୍ସବ ମର୍ଜିରେ ! 

 

ଏତେବେଳେ ମନେ ପଡ଼େ ସଂପାଦକ ଜଣେ ତୁମପରି

ଆସଂତା ଏ ଦେଶେ କିଏ ମଣିଷର ସୌମ୍ୟବପୁ ଧରି ।

କରିବାକୁ ଆଲିଂଗନ ସୃଷ୍ଟି ଶିଳ୍ପ ଭେଦାଭେଦ ହୀନ,

ବାଢ଼ିବାକୁ ନୂଆ ଯୁଗ ଗୋଷ୍ଠୀଭେଦ ପରିଚୟ ଶୂନ୍ୟ ! 

 

କୁଂଭକାର ଚକ୍ରପରି ମୁର୍ତ୍ତିକାର ପେଣ୍ଡୁଳା ମଧ୍ୟରେ

ଗଢ଼ଂତାସେ ନାନା ରୂପ ଯୁଗରୁଚି ମାର୍ଜିତ ଵିଧିରେ ।

ହୁଅଂତା ସେ ସଂପାଦକ ସମ୍ମାନିତ ସମର୍ଥିତ ପ୍ରାଣ

(ସଂପାଦକ ହୁଅଂତା ସେ, ନହୁଅଂତା ଖାଲି ପୋଷ୍ଟମୀନ) ।) 

 

(ନବପତ୍ର – ଅକ୍ଟୋବର, ୧୯୬୮)

 

( ସ୍ଵର୍ଗତ ସଂପାଦକ ବାଳକୃଷ୍ଣ କରଙ୍କ ସ୍ମୃତି ଉପଲକ୍ଷେ)

 

ନିଲାମୀ

 

ନିଲାମ ଚାଲିଚି ଗୋଟିଏ ନାରୀର ଦେହ

ନିଲାମ ଚାଲିଚି ଯଉବନ ତାର 

ଧରିବ କିଏ ସେ କହ ? 

 

ତନୁରେ ତାହାର ବିଜୁଳି ବର୍ଣ

ରଜନୀ-ଗନ୍ଧାର ଅଧର ଚିକ୍କଣ

ଚଟୁଳ ଚପଳ ଚୁବନାସକ୍ତ

ଉଦ୍ଦIମ ରସମୟ ନିଲାମ ଚାଲିଚି। 

ଏସନ ନାରୀର ଦେହ । 

 

ଅନଂତ ଜନମେ ଅନାଦି

ଜନନୀ ଅଗଣିତ ମାତା ଧାତ୍ରୀ ସଂଗିନୀ 

ସେଇ ଶେଷ ପୁଣି 

ସେଇ ଆଦିମୂଳ

ଅନନ୍ତ ସଂଖ୍ୟାର 

ପୂର୍ଣ ଯୋଗଫଳ । 

ନିଲାମ ଚାଲିଚି 

ଗୋଟିଏ ପୁରୁଷ ଦେହ

ନିଲାମ କିଏ ସେ ବଢ଼ିବରେ ଭାଇ 

ନିଲାମ ବଢ଼ିର ସୁଅ ।

ସଳଖ ତନୁ ତା’ ସଜାଗ ପ୍ରହରୀ

ବୁକୁରେ ଛପିଚି ଆଗ୍ନେୟଗିରି ।

ବରାଭୟ-ଦାତା ମାଂସପେଶୀରେ

ରକତ ଜୁଆର ଛୁଟେ ଧମନୀରେ ।

ଚକ୍ଷୁର ହ୍ରଦରେ ବିରାକୁଚି ଭାଇ 

ନୀଳ କମଳର ଛାୟା

ନିଲାମ ଚାଲିଚି 

ଏସନ ପୁରୁଷ କାୟା ! 

 

ଦି-ଅଂର ଦ୍ରଷ୍ଟା ପୁରୁଷ,

ରାଷ୍ଟ୍ରତନ୍ତ୍ରର ସ୍ରଷ୍ଟା ପୌରୁଷ,

ସର୍ବାଧନାୟକ ପୁଣ । 

ଦେଶ ଓ ଜାତିର ମେରୁଦଣ୍ଡ 

ତାକୁ ନିଲାମରେ କିଏ କିଣ ? 

 

ଭଲ ପାଇଥିବା 

ନାରୀର ମାଦକ ଗନ୍ଧ ,

ଭଲ ପାଇଛି ଗୋ 

ପୁରୁଷ ଦେହର ସ୍ୱାଦ ।

ଅନାଦି ପୁରୁଷ 

ଆଦିମ ମିଳନ

ଭେଦ କାଇଁକିରେ । 

ଚାଣ୍ଡାଳ ବ୍ରାହ୍ମଣ । 

 

ସସାଗରଧରା ବିଷୁବ ରେଖାରେ 

ମେରୁ ପ୍ରାନ୍ତର ହିମେ

ପ୍ରେମର ମଂଦୀର ରୁଦ୍ଧ 

କିଆଁରେ ଛୁଆଁ ଅଛୁଆଁର ନାମେ ? 

ଚାଲିଚିରେ ଭାଇ, ଚାଲିବ ନିଇତି 

ନବ ସୃଷ୍ଟିର ଖେଳ 

ପୁରୁଷାର୍ଥର ମେଳ...]

ପୁରୁଷ ଔରସେ, ନାରୀର ଗର୍ଭେ... 

ନିଷ୍କୃତି ନାଇଁ ତାର ।

ନିଷେଧ କିଆଁରେ କର ? 

 

ଲମ୍ପଟ ଅବା ମହାଗଣିକା

ନିନ୍ଦିତ ଅବା ବଂଦିତ ଆତ୍ମା

ପୁଣ୍ୟଶ୍ଳୋକ ଏ’ ଦେହ ।

ନିଲାମ ବଢ଼ିରେ କର ନାଇଁ 

ତାର ଆତ୍ମା ର ଅବକ୍ଷୟ ।। 

 

କୋଟି ଯୁବମନ ପୌରୁଷ ଗରିମା

କୋଟି ରୂପସୀର ମୋହିନୀ ମହିମା

ଜଳିଗଲା ତୁମ ଜହର ଜ୍ୱାଳାରେ ହାୟ

ନିଲାମ ଚାଲିଚି ନାରୀ ପୁରୁଷର ଦେହ ! 

 

(ଉଦୟ : ଜୁଲାଇ, ୧୯୫୦) 

 

*WhitmanA Woman's Body at Auction କବିତାର ଅନୁସରଣରେ

ମାଧିଆ ଭାଇ

ମାଧିଆ ଭାଇରେ ମାଧିଆ ଭାଇ !

ସବୁ କଥାକୁତ ହୋଇରେ ହୋଇ

ଗଣ ତନ୍ତରକି ବଣ ତନ୍ତରରେ

ବୁଝ ନବୁଝୁ ତୋହରି ପାଇଁ । 

 

ତୋହରି ପାଇଁ ସେ ଭୋଅଟ ବାକସ

ନିଶ ଉଠା ପାଠ ତୋହରି ପାଇଁ ।

ନଟକୁଟ ବାଟ ଗ୍ରାମ ପଂଚାୟତ ।

ଜାଲ ମେଲିଚିରେ କପିଳା ଭାଇ ।

ଆରେ ରେ କାଶିଆ ଗୋରୁ ଜଗିଥାଆ 

ଭୋଟ୍ ଆସିଲେ ଭେଟ୍ ଯାଇଁ !! 

 

କ୍ଷତି ପୂରଣରେ କଥାଟି ଚିକଣ

ମଥାଟି ବାନ୍ଧିବା ଜାଣନ୍ତି ସେଇ ।

ନରେବା ଗୁଂଜରେ ଅଶ୍ଵଥମା ହତ

ଜମିଦାରୀ ଉଠା କଥାଟି ସେଇ । 

 

ମାଧିଆ ଭାଇ !

ସବୁତ ଚାଲିଟି ତୋହରି ସଂତକେ

ରବର ମୋହର ଦେଇଛୁ ତୁହି ? 

 

ମାଧିଆ ଭାଇରେ ମାଧିଆ ଭାଇ

ଦେଖା ଦରଶନ ତାଙ୍କ ର ନାଇଁ

ଆସିଥିଲେ ଥରେ ହଳଦି ଲଗାଇ

ଫିରିଂଗୀକୁ ଛାଡ଼ ପତର ଦେଇ । 

କେତେ ବାଟୁକଥା, କେତେ ପଟୁକଥା

କଟୁକଥା ତାଂକ ତୁଣ୍ଡ ରେ ନାଇଁ ।

ଗରିବ ହେଲାକି ଗରଭ (?) ହେଲାରେ

ଆଉ ନପଶନ୍ତି ପାଖରେ ସେଇ !! 

 

ଆଖି ମାରି ହାତ ଠାରି କହୁଥିଲେ

ସଭିଏଁ କହିଲୁ ହୋଇରେ ହୋଇ ।

ହଳଗଲା ବାଟ, ଖଳା ହେଲା ପାଟ

ଅଣସର ଘାଟ, ଅଛବସାଇ ।

ଓଳେଇ ପୋଳେଇ, କେତେ ନେଉଥିଲେ 

ସବୁତ ପଡ଼ିଲା ଅମୋକ୍ଷ ହୋଇ ।

ପିଠିରେ ଗାଣ୍ଡିରା ଚରଖା ଓ ତୁଳା

ଲୁଣିଆ ଝୁଲାଟି ହାତରେ ବହି ।

ଘୂରି ବୁଲୁଥିଲା, ପୁଲିସର ଡୋଳା

ଆଜିତ ପୁଲିସ ତାଙ୍କରି ସହୀ ! 

 

ଏଇବାଟେ ଦିନେ ଗଲେ ସେଇବାବୁ

ମଟରରେ ଚଢି ହର୍ଣ ଦେଇ

ଚିହ୍ନିଲା ମୋ ନାନୀ ‘‘ରାଜୁ ଭାଇ’ ବୋଲି

ଧରମ ଭଉଣୀ ଚିହ୍ନିଲେ ନାଇଁ । 

ମନ୍ତ୍ରୀ ହେଲେଣି ବଡ଼ଲୋକ ସିଏ

କୀଲା ବାରବାଟି କାଇଁରେ ତହିଁ 

ରେକସା ବାଲାବି ଠିକଣା ନଜାଣେ

ଭଉଣୀ ଦର୍ଶନ ପାଇବ କାଇଁ ?

ନିରାଶେ ମେଲାଣୀ ଭାଇ ଓ ଭଉଣୀ

ଭଣଜାଟି ପାଠ ପଢ଼ିଲେ ଯାଇଁ ।

ଇତିହାସ ପୋଥି ଖେଳାଇ ଖୋଜିବା

ମାମୁଁ ମହାରାଜ ଅଛଂତି କାଇଁ ? 

 

ମାଧିଆ ଭାଇରେ ମାଧିଆ ଭାଇ

ଶୁଣିଚୁ କି ନାଇଁ ହାଟରୁ ତୁହି ।

ବରଷା ନହେଲେ ହୀରାକୁଦ ବଂଧ

ପାଣି ଭସାଇବ ନଈକୁ ନଈ । ।

ନାଳକୁ ନାଳତ ପାଣି ଉତୁରିବ । 

ଖେତକୁ ଝରିବ ସୋଠରୁ ପାଣି,

କହିଚି ହାଟରେ ସର୍କାରୀ ରେଡ଼ିଓ

ରେଡ଼ିଓ ନୁହଁରେ ଆକାଶବାଣୀ !

ଭୁବନେଶ୍ୱରରେ ନୂଆ ରାଜଧାନୀ

ଟକେ ବସିବ ଇଷ୍ଟେଡିୟମ ।

ସଡ଼କେ ଭାସୁଚି ଆଣ୍ଠୁଏ କାଦୁଅ

ରହିଲେ ଦେଖିବା ହଣ୍ଡାକ ଚମ ।

ଅଂଧାରୀ ମୁଲକ ଆଲୁଏ ଭାସିବ ।

ଅପସରୀ ଯିବେ ପେଚକ ରଜI ।

ଶସ୍ତା ଭତ୍ତା ଗସ୍ତ ଖରଟେ

ଚାଲିଥିବ ଭାଇ କେସନ ମଜI !

ମାଧିଆ ଭାଇରେ ମାଧିଆ ଭାଇ

ସବୁତ ଚାଲିଚି ତୋହରି ସଂତକେ

ରବିର ମୋହର ଦେଲୁ ଚଢ଼ାଇ ! 

 

ମାଧିଆ ଭାଇରେ ମାଧିଆ ଭାଇ

ସବୁ କଥାକୁତ ହୋଇରେ ହୋଇ

ଗୋରା ଶାସନରୁ କଳା ଶାସନର

ଫେଡ଼ାଣ ଫଳକି ଜାଣିଲୁ ତୁହି ? 

 

ଜାଣିଲୁ କି କିସ ଲୁଗା କଂଟରୋଳ

ଜାଣିଲୁ କି ଟାଟା ବିରଳାଙ୍କ ଖେଳ ।

ଜାଣିଲୁ କି କେତେ ମୁନଫା ଲୁଚାଳୀ

ସରକାର ସଂଗେ ପୀରତି ମେଳ । 

 

ଖାସI ଶୁଭୁଥିଲା ଫାଶୀର ଡାକରା 

ବେତମାଡ଼ ଡର ଗାଳି ଓ ଟାପରା

ବତୀଖୁଂଟ ସିନା ,ଶୁଣିଥିବ ସବୁ

କି ଲୋଡ଼ା ଶୁଣିଲେ ଗାଉଁଲୀ ଭାଇ ।

ପାରିହେଲେ ଯିଏ ତପ୍ତ ବୈତରଣୀ

ଆଜି ସେ ମାରଂତି ସ୍ଵସ୍ତିରେ ହାଇ ।

ସରକାର ଲୋଡ଼େ ସହଯୋଗ ତାଙ୍କ

ଧରମ ଘଟିଂଙ୍କୁ ବୁଲେଟ ଦେଇ !

ମାଧିଆ ଭାଇରେ ମାଧିଆ ଭାଇ

ମାପିଚୁକି କେବେ ‘ସରଗ ଉପୁଜା *

ନଉକରସାହୀ’ ପକେଟ ତୁହି ? 

 

ମାଧିଆ ଭାଇରେ ମାଧିଆ ଭାଇ

ଶାମ ପିଉସାଙ୍କୁ** ଚିହ୍ନିଲୁ ନାଇଁ ?

ଚରଚିଲ୍ ଚଚ୍ଚା ଚିହ୍ନିଲୁ ନାଁ ମୂଢ

ସମରର ଇଷ୍ଟ ଦେବତା ସେଇ ।

ରାଜ୍ୟଗୋଷ୍ଠୀ କଥା ଜାତିସଂଘ ବାର୍ତ୍ତା

ବଡ଼ବଡ଼ କଥା ମୁଣ୍ଡ ରେ କାଇଁ ।।

ପଣ୍ଡିତ ନେହେରୁ ଭାସ୍କୋଡାଗାମା

ଚଷମା ପିନ୍ଧିଲେ ଦେଖି ନାଇଁ ? 

 

ସାଇବିରି ଭାଲୁ, ‘ଲୁହାପରଦା’ର

ଉଲୁଗୁଣା କିସ ବୁଝୁନାଁ କିଛି ।

ହାୟରେ ଦେଶରେ ‘ଶୀତଳ ସମର’

ଶୀତଳ ତୋରାଣି ପିଉଚୁ ବସି ? 

କୋରିଆ ଲଢ଼େଇ ଶୁଣିଯା’ରେ ଭାଇ

ବିରିବୁଣା ପାଗ ତେଣିକି ଥାଉ ।

ମରିଚ କପୁର ଭାଉ ତେଜିଲାଣି

କି’ ପିଣ୍ଡ ଦବୁରେ ବାପର ଆଉ ? 

 

ଦୋହଲିବା କିଳା ପୋତାହବ ପୁଣି

ଶୁଭ ଦେବେ ତାକୁ ଶାସକ ଦଳ ।

ଲଙ୍ଗଳ ଲୁହାର ଶଗଡ଼ ନାଲିର

ପର୍ମିଟ ମିଳିବ ଭୋଟ୍ ବେଳ । 

ଗ୍ରୋ -ମୋର ଫୁଡ ଚାଲିବ ବଢ଼ିଆ

ଜରୁରୀ ବେଳର ଟାଣ ଶାସନ ।

ଚଇତେ ମିଳିବ ଆଳୁ କୋବି ମଞ୍ଜି

କାର୍ତ୍ତିକ ମାସକୁ ଧାନ ବିହନ ।

ଜମି ପାଣି ମଡ଼ା ତଗାବି ଟଙ୍କାରେ

ଚମିକି ଉଠିବ ବାହା ବରତ ।।

ଅଫିସରଙ୍କର ନାଁ ଆଂଗୁଠିର

ଟିପ ଚିହ୍ନ ଶେଷ, ପିଡ଼ିଆ ଖତ !

ମାଧିଆ ଭାଇରେ ମାଧିଆ ଭାଇ 

ତୋହରି ରକତ, ତୋହରି ଖଜଣା

କି ହେଉଚୁ ତହିଁ ଦେଖଲୁ ନାଇଁ ? 

 

ମାଧିଆ ଭାଇରେ ମାଧିଆ ଭାଇ

କାଶ୍ମୀର ଦେଶ ଶୀତଳ ବନସ୍ତ

ଶିବଂକ ତ୍ରିଶୂଳ ମୁନରେ ଯାଇ । 

ସେ ଦେଶରେ ଯଦି ଫୁଟିବ ବାରୁଦ

ସମ୍ମୁଖେ ମାନସରୋବର ହ୍ରଦ )

କୁରୁକ୍ଷେତ୍ର ଠାରୁ ଅଳପ ଦୂରରେ

ଭୂଗୋଳ ପଢ଼ିଲେ ଜାଣନ୍ତୁ ତୁହି । 

 

ଗଜ-କଚ୍ଛପର ଚାଲିଚି ଲଢ଼େଇ

ଉର୍ଦ୍ଧ୍ୱେ ଗରୁଡ଼ ଜାତିସଂଘ ଥାଇ ।

ଶIଆମ - ପିଉସା, ଚରଚିଲ - ଚଚ୍ଚା

ରୁଷ-ପିତା ହେବେ ଧଇଁ ସଇଁ

ସଂକଟନ୍ ଆଉ ଡିକସନ୍‌ଙ୍କର

ମାଂକଡ଼ ବଂଟରା ସରିଲା ନାଇଁ । 

ପାକ୍‌-ଭାରତ ଚୁକ୍ତି ଦୋରସ୍ତ

ରଦ୍ଦି ଟୋକେଇରେ ଜାଗI ବା କାଇଁ ? 

ଆରେରେ ମାଧିଆ ଏକରାମ ଗାଁ

ହିଂଦୁ ପଠାଣ ସାଧାରଣ

ତୁମେ କି ଲୋଡ଼ିବ ସମରରେ ଭାଇ

ପ୍ରଶ୍ନ ଉପରେ ପ୍ରଶ୍ନ ହାଣ ।

କାଇଁ ଗଲା ତାଂକ ମୂଳ ପ୍ରତିଶ୍ରତି ।

ଶିକ୍ଷା, ଚିକିତ୍ସା, ଦାନାକନା ସ୍ଥିତି ।

ତୁମରି ପିଲାଙ୍କ ପଂଜରା ଉପରେ

ଚାଲୁଚିରେ ତୋପ କମାଣ ରାଜୁତି ।

କମିଶନ ପରେ କମିଶନ ନେଲେ 

ନେଲେରେ ଫଉଜ ପଲଟଣ ।

ଗସ୍ତ ଖରଚା ଭତ୍ତା କଟିଲା

ଆଉ କି ରହିଲା ଲେଂବୁଲୁଣ ? 

ଫୁଜିପତି ଦଳ ଚିପୁଡି ଶୋଷଂତି

ଯୁଦ୍ଧ କରଂତି ନିମଂତ୍ରଣ ।

ସରକାରୀ ଚେର ଟାଣ କରିବରେ

ଯୁଦ୍ଧ ଲଗାଣ ବରଷଣ !

କଳର ମାଲିକ ସରକାରୀ ମେଂଟେ

ଯୁଦ୍ଧ କଂପାନୀ ବଡ଼ ଟାଣ ।

ଆରେ ରେ ମାଧିଆ ଖାଲି ମାରୁଥାଆ

ବାଆଁ ଆଗୁଠିର ଟିପ ଚିହ୍ନ ! 

(ଉଦୟ : ଅଗଷ୍ଟ, ୧୯୫୦) 

*ଭାରତୀୟ ଆଇ.ସି.ଏସ୍. ଚାକିରକୁ Heavenly Bornn Service କରଂତି । **Uncle Shamର ଅନୁବାଦ । 

 

 

ଭୋଟ୍ ବାକ୍ସର କବିତା

ବିନୀତ ଏ’ ଦେଶବାସୀ

ଅବିନୀତ ଭୋଟ ଅଧିକାରୀ,

ଆହେ ସୁବିଦିତ ପ୍ରାର୍ଥୀ ! 

ହ୍ୟାଣ୍ଡ ବିଲ ପ୍ରାଚୀର ପତ୍ରର 

ସିଂବଲ ଓ ସଂକେତର

ନାଲି, ନେଳୀ, ପିଚୁକଳା

ହରରଂଗୀ ଶସ୍ତା ଚେହେରାର 

ବିକୃତ କାନ୍ଥ ବାଡ଼ର 

ଭଡ଼ାଟିଆ ମାଇକ୍‌ର

କ୍ଷଣସ୍ଥାୟୀ ପ୍ରତିନିଧି ସମୟର,

ଅବା କେଉଁ ରଖାଙ୍କିତ ମଣିଷ ଜାତିର ! 

 

ଅବିଦିତ ମଣିଷର, ସୁବିଦିତ 

ଭୋଟ ଅଧିକାରୀ, 

ଆହେ ସୁବିବେକୀ ପ୍ରାର୍ଥୀ !

ଜାଣିଚ ନା ନାଇଁ ? –

ଜିଣିବାର ଆଦ୍ୟ ଦିନ 

ହାରିବାର ଇତିହାସ ବହି;

ଲେଖାହୁଏ ତୁମ ନାମେ 

ଅବିଭକ୍ତ ମଣିଷ ହାତରେ ।

ସଂକୁଚିତ ସମୟର ପ୍ରତିନିଧି 

ଶୁଣିଥାଅ ବାରେ । 

 

ଆ-ଶିଶୁ ତରୁଣ ବୃଦ୍ଧ 

ଅସୁମାରୀ ଜନ ଅକଳନ,

ଦୁର୍ବଳ ନିର୍ବଳ ଅବା । 

ବାସହୀନ ପରିଚୟ ହୀନ,

ଦୀନ ଅକିଂଚନ ଅବା 

ଅଂଧ କୁବ୍‌ଜ ପଙ୍ଗୁ ନିପୀଡିତ,

ବୟସ ଓ ସମୟର ଦିଗ୍‌ବଳୟେ ଚିର ଅସ୍ତମିତ,

ଯାଙ୍କଲାଗି ସୂର୍ଯ୍ୟଦେବ ! 

ତାକୁ ତୁମେ କି ଆଲୋକ ଦେବ ?

ସୁବିଦିତ ପ୍ରତିନିଧି 

ନିବେଦିତ ମଣିଷ ଜାତିର !

ସାଧୁ ସଂଥ ପ୍ରତାରକ 

ଯାହା କିଛି ତୁମେ ହେଇପାର ।

ହୋଇପାର ଖଦୀଧାରୀ । 

ହୋଇପାର ଟେରେଲୀନ୍ କାମୀ,

ହୋଇପାର ସାଇବାବା ଭକ୍ତ 

ଅବା ଫଡିଚେରୀ ଗାମୀ । 

ନାରୀ ହୁଅ, ନର ହୁଅ । 

ଜାତି କିଂବା ଉପଜାତି ହୁଅ

ନାବାଳକ ନୁହଁ କେହି 

ସାବାଳକ ମନେ ରଖିଥାଅ ! 

 

ସାବାଳକ ନାବାଳକ 

ବୟସର ବିଭାଜକ ସୀମା

ଆଣିଚି ଯା’ ତୁମ ଲାଗି 

ସ୍ୱୀକୃତିର ନିଖିଳ ଗରିମା ।

ସମ୍ମାନିତ ସଂବିଧାନ । ।

ପୁସ୍ତକର ପୃଥୁଳ ଉଦରେ

ସଂରକ୍ଷିତ ଯେଉଁ ସୀମା

ତାର କି ହେ ପ୍ରତିବାଦ, 

ଶୁଭୁନାଇଁ, ଶୁଭୁନାଇଁ ଜମା ? 

 

ଶୁଭୁନାଇଁ ଶ୍ମଶ୍ରୁହୀନ

ପଦାତିକ ଦାବି ପଟୁଆର

ଶୁକ୍ଳକେଶୀ ବିଧାୟକ 

ସଂରକ୍ଷିତ ବୟସ ସୀମାର ।

ପୁରାତନ ଜେଲଯାତ୍ରୀ !

ସ୍ଵାଧୀନତା ଅଂଦୋଳନ 

ତ୍ୟାଗବାଣୀ ପୁରୁଣା ବିବୃତି,

ଆଉ ଚଳିବନି ବଂଧୁ ! 

କରିଦିଅ ତାକୁ ବାରେ ଶେଷ

ହେମନ୍ତ ବସୁର ରକ୍ତେ 

ପୁରାତନ ଆଶା ଅଭିଳାଷ । 

 

ଅଭିଳାଷୀ ଦେଶବାସୀ 

ଅଭିଳାଷ-ଶିଖରୀ-ଶେଖର 

ଆହେ ପ୍ରାର୍ଥୀବର ।

ଥାଇପାରେ ତୁମ ପଛେ 

ରାଜନୀତି ବିପୁଳ ସଂସ୍କାର । 

ହୋଇପାର ଗI°ଧୀବାଦୀ 

ଅବା ମାର୍କସ୍, ଲେନୀନ ଦାୟାଦ

ହୋଇପାର କେଉଁଦଳ ଉପଦଳ 

ସୌଭାଗ୍ୟ ସଂପଦ । 

 

ହୋଇପାର ନୀଳାକାଶ ତାରା !

ଅବା ଦାଆ ହାତୁଡ଼ିରେ 

ଆଣିପାର କିଛି ପତିଆରା,

ଚାଷୀ ମଜଦୁର ପ୍ରାଣେ ।

(ନିଜେ ତମେ ଖଟିଖିଆ ନ ହେଲେ ବି... 

କିଛି ନାଇଁ ମାନେ !...)

 

ରାଜଧାନୀ ତର୍କସଭା । 

ଶୀତତାପ ନିୟନ୍ତ୍ରିତ ଘରେ

ଚଳିଯାଏ ସବୁ କଥା ! 

ରାଜା ସେଠି ରଂକ ପ୍ରତିନିଧ

ଯଦି କିଛି ‘ତ୍ୟାଗ ବଳେ 

ପାରିଲା ସେ ସଂକେତ ସଂପାଦି ।

ସନାତନୀ ବଳଦ ବା 

ନବତନୀ ଗାଈ ବାଛୁରୀର

ଅବା ଯଦି ବଟମୂଳେ ବସିଯାଇ 

ହେଲା ସାମ୍ୟବାଦୀ !

ଅବିଜିତ ଦେଶବାସୀ 

ସୁବିଜେତା ପ୍ରାର୍ଥୀବାରେ ଶୁଣ

 

ତୁମରି ବିଜୟୀ ଅଶ୍ଵ

ଖୁରାଘାତେ ନଭୀଗୁ ତୋରଣ

ନିର୍ବାଚନ ମଂଡପର !

(ଯଥା ମୃଣ୍ମୟର ପାତ୍ର 

ଭାଙ୍ଗିଦେଇ ଚତୁର୍ଥୀର ବର

ଲୁଚେ ଗୃହ ଅଭ୍ୟନ୍ତରେ ବାସର କକ୍ଷରେ ) 

ସେଇପରି ଭୋଟ ବାକ୍ସ 

ନ ଯାଉଣୁ ଅନ୍ଧକାର ଘରେ ।

ଭୁଲିଯାଅ ନାଇଁ ତହିଁ । 

ଲକ୍ଷ ହସ୍ତ କଂପିତ ସ୍ପଂଦନ 

କି ମାଗିଚି ଅଂଗୀକାର 

ପ୍ରତିଶ୍ରୁତି ଅବା ପ୍ରତିଦାନ ! 

 

ନିଲାମର ଇସ୍ତାହାର 

ପରି ଏକ ଘୋଷଣାର ପତ୍ର,

ଧରିଚ ନିଲାମ ତୁମେ । 

ଲକ୍ଷ ଲକ୍ଷ ମଣିଷର ହାତ ।

(ନାବାଳକ ନୁହେଁ ବଂଧୁ 

ସାବାଳକ ପୋଖତ ପ୍ରବୀଣ

ମାରିଚି ବିଚାର-ସିଦ୍ଧ । 

ସମ୍ମତିର ମୁଦ୍ରା ଅକଳନ ।)

ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତର 

ନିରୂପିତ କାଳ ଖସଡ଼ାରେ

ଶେଷ କରି ଦିନିକିଆ କୁରୁକ୍ଷେତ୍ର 

ମାରି ଜୟଦ୍ରଥ

ହୋଇଚ ବିଜୟୀ ତୁମେ !

ମନେରଖ ମନେ ରଖ ବାରେ, 

ଲକ୍ଷ ଲକ୍ଷ ମଣିଷର 

ପଦାତିକ ବାହିନୀ ପଛରେ !

(ରକ୍ତ ମାଂସ ସ୍ୱେଦ ଗଢ଼ା 

ସ୍ମୃତି ଶକ୍ତି ଅନୁଭବ ଶକ୍ତି

ପରିପୂର୍ଣ୍ଣ ମଣିଷର ଜାତି ) 

ମାଗେ ପ୍ରତିଶ୍ରୁତି !

ଦିଅ ତାକୁ ଅଧିକାର । 

ବିଧାନ ସମ୍ମତ ତୁମକୁ ସେ ।

କରିଦେବ ପଦଚ୍ୟୁତ 

ଯଦି ଭାଙ୍ଗି ନିଜ ଚୁକ୍ତି ସର୍ତ୍ତ!

କିଣା ବିକା ହୁଅ କାଇଁ ।

ଗଧ ମୂଲେ ଅବା ଘୋଡ଼ା ମୂଲେ !! । 

(ନବପତ୍ର : ଅକ୍ଟୋବର, ୧୯୭୧)

 

-----------------------------------------------------------------------------------------------------------* ହେମନ୍ତ ବସୁ ପଶ୍ଚିମ ବଂଗଳାର ଜନୈକ ଖ୍ୟାତନାମା ବୃଦ୍ଧ ବିଧାନସଭା ସଦସ୍ୟ । ନିର୍ବାଚନ ପ୍ରାର୍ଥୀ ଅବସ୍ଥାରେ ତାକୁ ଅଜ୍ଞାତ ଯୁବକମାନେ ହତ୍ୟା କରିଥିଲେ । 

---------------------------------------------------------------------------------------------------------------

 

ଅନ୍ନଛତ୍ର

ଆଙ୍ଗୁଳିର ଶେଷ ସ୍ଥୂଳ ବିନ୍ଦୁ

ଚାଟି ଚାଟି ଆସୁଛନ୍ତି । 

ଶିଶୁ ଭାରତେନ୍ଦୁ

ସ୍ୱଦେଶୀଙ୍କ ଖଂଦାଶାଳୁ

ବିଦେଶୀଙ୍କ ମହାଳୟା 

ଦାନରେ ଦୟାଳୁ

ଭାରତ ସର୍କାର

ଗର୍ଭିଣୀ ମାତାର ତୁଲେ 

ବାଳୁତ ଶିଶୁର

ଯେ କରଂତି ସମ ଖାଦ୍ୟ । 

ସୁଷମ ବଂଟନ

ଖେଚୁଡ଼ି ମୁଠକ ଲାଗି 

ସାମ୍ୟବାଦ ଜୟ ଜୟ ଗାନ !

 

ଆଙ୍ଗୁଳିର ଶେଷ ସ୍ଥୂଳ ବିନ୍ଦୁ

ଚାଟି ଚାଟି ଆସୁଛନ୍ତି । 

ଶିଶୁ ଭାରତେନ୍ଦୁ !

କଲମ ସିଲଟ ଖଡ଼ି 

ରେଖାଙ୍କିତ ମସୃଣ ଆଙ୍ଗୁଳି

ଖେଚୁଡ଼ି ଚଉତି ଧରି 

ଚାଟି ଚାଟି କରୁଚି ପାକୁଳି ।

ପଛରେ ଜନନୀ କାଖେ 

ଅନ୍ୟ ଶିଶୁ ଅନାଗତୁକର,

ନାଭୀ, କେନ୍ଦ୍ରେ ମାରେ ପାଦ 

ରୋହି ମାଛ ମୁଣ୍ଡର ଓହଳ

ଝୁଲୁଚି ସେ ନାରୀ ବକ୍ଷେ,

ହୁଏତ ତା’ ମୂଲ୍ୟସୂଚୀ ଶେଷ ଯୌବନର ! 

 

ଛାତିରେ ସେମିଜ ନାଇଁ, 

ଦେହେ ନାଇଁ ପୂର୍ଣ ଆଭରଣ

ଶିଉଳି ଆବୃତ ଚର୍ମେ, 

ଲୁଚିଗଲା ନାରୀତ୍ୱ ଲାବଣ୍ୟ ! 

ପ୍ରାକ୍ତନ ମଂଦିର ଶିଳ୍ପେ, 

ଯଥା ଏକ ବିକଳାଙ୍ଗ ମୂର୍ତ୍ତି

ସେ ନIରୀକୁ ଛୁଇଁ ନାଇଁ 

ସମୟର ସକଳ ବିସ୍ତୃତି ।

ସଭ୍ୟତାର ଆଭରଣ, 

ଛୁଇଁ ନାଇଁ ଛୁଇଁ ନାଇଁ ଜମା;

ଖେଚୁଡ଼ି ଚଉତି ହାତେ 

ଜୀବନର ସକଳ ତର୍ଜମା

ହାୟ ଏଠି ଶେଷ ! 

ଏ’ ନାରୀ ଉଦରେ କିଂତୁ । 

ରହିଅଛି ଲୁହାର କୁଳିଶ !

ଜନମିଲେ ଶେଷ ଗର୍ଭେ 

ଯଦୁବଂଶ କରିଦେବ ଧ୍ୱଂସ ।

ଆଙ୍ଗୁଳିର ଶେଷ ସ୍ଥୁଳବିନ୍ଦୁ,

ଚାଟି ଚାଟି ଆସୁଛନ୍ତି । 

ଶିଶୁ ଭାରତେନ୍ଦୁ !

ଶୁଖିଲା ଅଶ୍ଵତ୍ଥପତ୍ରେ । 

ସମୟର ବିରସ ଜାତକ,

ୟାଂକ ଲାଗି ଲେଖିଦେଇ 

ଅଂତର୍ଦ୍ଧାନ ହୋଇଛି ଗଣକ ।

ଏଇମାନେ ମନ୍ତ୍ରୀ ହେବେ 

ଏଇମାନେ ହେବେ ବିଧାୟକ

ଇତିହାସ ପରିଶିଷ୍ଟ 

ପୃଷ୍ଠାଂକରେ ୟାଂକ ଅଭିଷେକ

ହେବ ଦିନେ ଷୋଳବର୍ଷ 

ଷୋଳ ମାସ ପରେ

ଶୁଣିଚି ବିଧବା-ରାଣୀ 

ବାରଂବାର ଉଚ୍ଚାରଣ କରେ । 

( ଉତ୍କଳ ଜ୍ୟୋତି : ୧୯୭୩) 

 

ସ୍ଫୁଟନିକ

ଲକ୍ଷ ଲକ୍ଷ ଯୋଜନରୁ 

ପିତୃଗଣ ଘେନ ନମସ୍କାର

ମୂଷିକ ମୁଁ ଆସିଅଛି 

ଗ୍ରହଂତାର ଅଭିଯାନେ

ମନେ ବହି ଆଶା ଅସୁମାର । 

 

କୋଟି କୋଟି ଯୁଗ ଧରି 

ନିମ୍ନଗାମୀ ଜୀବ 

ଉର୍ଦ୍ଧ୍ୱଗାମୀ ହୁଏ ଆଦ୍ୟବର

ଶିକା ଓ ମଞ୍ଚାକୁ ଛାଡ଼ି 

ସୀମାହୀନ ପଥେ ।

ଆଜି ମୁଇଁ କରୁଛି ବିହାର ! 

 

ପିତୃଦତ୍ତ ଇଚ୍ଛା ଆଉ ଅଭିଜ୍ଞାନ 

ଧନ ଓ ଧରଣା

ବଦଳିବି ମୋର

ବଦଳୁଚି କର୍ମ ପରିସର । 

 

ତେଣୁ ଆଜି ପରିତ୍ୟାଗି 

ଆସିଚି ମୁଁ

ପୁରାତନ ଧIନର ଅମାର । 

 

ଗହମ ଗୋଦାମ ତଳେ 

ହାଟ ବିପଣୀରେ

ଛାଡ଼ି ମୋର ପରିବାର 

ଅଭାଗା ଦଳଙ୍କୁ

ଯାଉଚି ମୁଁ ରେସନ ଓ କ୍ୟୁ-ଯୁଗ 

ଅତିକ୍ରମି ନୂଆ ପୃଥିବୀକୁ ।

ଖୋଜିବାର ପାଇଁ ।

ଚାଉଳ ଗହମ ଛଡ଼ା 

ଆଉ କିଛି, ଅଛି ଅବା ନାଇଁ । 

 

ଛାଡ଼ିଦେଇ ଛକାଛକି 

ପୃଥିବୀର କ୍ଷୁଦ୍ର ପରିସର

ଉଡ଼ିଯିବା ଆକାଶକୁ 

ଆଜି ଆହା କେଡ଼େ ଚମତ୍କାର ! 

 

ଦେଖିବା ପଛକୁ ଫେରି 

ଅନ୍ଧାରିଆ ଗର୍ତ୍ତ ଭିତରକୁ

ମନହୁଏ ନାଇଁ ଜମା 

ତୁମେ ଯଦି ଟାଣବି ପଛକୁ ! 

 

ସୂର୍ଯ୍ୟ ଚଂଦ୍ର ଦୁହିଂକର 

ଏକାବେଳେ ସମାନ ଆଲୁଅ 

ଭୋଗିବାର ପରେ ।

ଚଂଦ୍ରକୁ ଯେଉଁଠି ଦେଖେ –

ସୂର୍ଯ୍ୟଠାରୁ ବଡ଼, ମହା ପୃଥିବୀରେ ! 

 

ସେ ଦେଶ ମୁଁ ଛାଡ଼ି ଭାଇ 

ଯିବିନାଇଁ, ତୁମ ଗ୍ରାମେ ଫେରି 

କରିବାକୁ ଖାଦ୍ୟ ଚନ୍ଦ୍ର ବ୍ୟ ଲୁଟି ।

ପୁରାତନ ଖେତ ଦାଢ଼େ । 

ସୂର୍ଯ୍ୟ- ଚଂଦ୍ର ପୃଥକ୍ ଯେଉଁଠି !

ମରିବାକୁ ମୂଷାମରା ବିଷ ଖାଇ । 

ଟାଣି ଅବା ଯଂତା ବଂଧା ରୁଟି

ମହା ପୃଥିବୀର କୋଳେ 

ସ୍ପୁଟିନିକ୍ ଘୁରୁଥିବି ଚିର ଦିନ ଏଠି । 

(ଫେବୃୟାରୀ, ୧୯୬୬) 

ଫାଇଲ୍

ଅସଂଖ୍ୟ କେଞ୍ଚୁଆ ବଂଧା 

ଫାଇଲ୍ର ଗଳିତ ପୃଷ୍ଠାରେ

ମୋ ଶିଥିଳ ହସ୍ତାକ୍ଷର 

ଲିଭି ଲିଭି ବହୁ ଶତାବ୍ଦୀରେ,

କାହା ସିରସ୍ତାରେ ଅବା, 

ଅଚିହ୍ନା କା’ ଅଫିସ ଦପ୍ତରେ

ମଣିଷ କି ଅମଣିଷ 

ଦରବାର ସୁପ୍ତ ସିଂହ ଦ୍ଵାରେ । 

ଚିର ଅବହେଳା ଗ୍ରସ୍ତ 

ଉପେକ୍ଷିତ ଅନାଦୃତ ଜୀବ,

କାଇଁ ଗଲା ମୋର ନାମ 

ଫାଇଲରୁ କିଏ ସେ କହିବ ? 

 

ରକ୍ତ-ସୂତ୍ରେ ‘କ୍ରୁସ-ବିଦ୍ଧ’ 

ମଣିଷର ଯେତେ ଆର୍ତ୍ତନାଦ

ଶତାବ୍ଦୀ ଶତାବ୍ଦୀ ଲଂଘି 

ମ୍ରିୟମାଣ ଆଶା, ଅବସାଦ

କ୍ଷୟ ରୋଗୀ ପୀତ ରକ୍ତେ 

ମୁମୂର୍ଷୁର ଅକୁହା କାହାଣୀ

ତା’ ଭିତରେ ଲିପିବଦ୍ଧ 

କରିଥିଲା ଦୟାଚନ୍ଦ୍ର କିରାଣୀ ।

ଦପ୍ତରୀ ଶିରାଳ କଂଧେ 

ଅତିକ୍ରମି ଅସଂଖ୍ୟ ମାଇଲ୍

ପଦ୍ମଭୁକ୍ ଅଫିସର 

ସତେ କି ସେ ଗିଳିଲା ଫାଇଲ୍ ? 

 

ମୋ ଫାଇଲ୍ କାଇଁଗଲା 

ସୂର୍ଯ୍ୟସ୍ନାତ ମସୃଣ ଉଷIରେ

ଉଲଗ୍ନ ମୁଁ ମେରୁ-ବାସୀ |

ଆସିଅଛି ଆଲୋକ ଆଶାରେ ।

ଆଲୋକର ବଲ୍ ଗା କାଇଁ 

କାଇଁ ମୋର ଉତ୍ତାପ ବଳୟ

ସୃଷ୍ଟିର ମେଖଳା ତଳେ

ବିଗଳିତ ନବ-ସୂର୍ଯ୍ୟୋଦୟ !! 

 

ହେ ମଣିଷ ଅଗ୍ରଗାମୀ 

ଦିଅ ମତେ ତୁମ ପରି କ୍ଷୁଧା

ବଲଗା ହରିଣର ମାଂସେ । 

ବଂଚିବାର ସୀମିତ ବସୁଧା 

ଅତିକ୍ରମି ଆସିଚି ମୁଁ, 

ପୃଥିବୀର ସଭ୍ୟ ଜନମେଳେ

ମୋ ପିଂଜିକା ଖୋଜିଦିଆ 

ଆଲୋକର ବିସ୍ତୀର୍ଣ ସକାଳେ

 

ସିଂହ କଟି ମଣିଷଙ୍କ 

ସଂଗେ ମତେ କରି ସମ-ସ୍କନ୍ଧ

ନାଚିବାକୁ ଦିଅ ତାଂକ 

କ୍ଲବ ଘରେ, ବିପୁଳ ଆଂନଦ ।

ଚକ୍ରଧାରୀ** ନୈଶ କ୍ଲବେ 

ମୋ ଗୃହିଣୀ ବିକସିବା ଚାହେଁ

ଦିଅ ତାଙ୍କୁ ଦ୍ରୌପଦୀଙ୍କ 

ଅଂଗଲଗା ବସ୍ତ୍ର ମାଇଲିଏ ।

ଶିଆଳି ବନସ୍ତେ ବିଦ୍ଧ |

କୃଷ୍ଣପାଦ ତୀରଟିଏ ତୋଳି

ମୁଁ ଆସିଚି ଖୋଜିବାକୁ 

ମୃତପ୍ରାଣୀ ଜୀବଂତ ଫାଇଲ୍ !

ରକ୍ତ ସୂତ୍ରେ ‘କୁଶ-ବିଦ୍ଧ’

ମୋ ଫାଇଲ ଅଂତିମ ପୃଷ୍ଠାରେ

ତୁମେ କି ଲେଖୀଚ ବଂଧୁ 

ସଚକିତ ସଂତର୍ପଣେ ଥରେ ? 

ପଦ୍ମନାଡ଼ ବଂଧା ଯେତେ 

ଫାଇଲର ଆହେ ଭାଷ୍ୟକାର

ପଦ୍ମ-ଭୋଜୀ ହାକିମ ପ୍ରବର !

ଶୁଣି ମତେ ବ୍ୟଥା ଲାଗେ 

ତୁମେ କହ, ‘ବିପ୍ଳବ’ ବି କରି ?

ତୁମରି ଫାଇଲ୍ ଘାତେ 

ଏ ଦେଶରେ ବିପ୍ଳବର ରଂଗ

ସବୁଜ, ଧବଳ, ପୀତ 

ସୂର୍ଯ୍ୟ ତେଜ ବିବର୍ଣ୍ଣ ନାରଂଗ । 

ତୁମରି ଯୋଜନା ପ୍ରାନ୍ତେ ।

ଅକଳ୍ପିତ ଅର୍ଥ ମଂଜୁରୀରେ

ଏ ଦେଶେ ଜୀବନ ସୃଷ୍ଟି, 

ମୃତ୍ୟୁ ସୃଷ୍ଟି, ଜରା ବ୍ୟାଧି ଘାରେ !

ତୁମେ ‘କର୍କୋଟକ ନାଗ**** 

ଦଂଶନର ସୁତୀବ୍ର ଜ୍ୱାଳାରେ

ସୃଷ୍ଟି ହୁଏ ହାହାକାର

ଦାରିଦ୍ର୍ୟର ଉତ୍ତାଳ ଭେଳIରେ

ଆସେ ଗ୍ଲାନି, ଅବକ୍ଷୟ, 

ଅବସାଦ, ଅସୀମ ଯନ୍ତ୍ରଣା

ଅନନ୍ତ ଶୁଭେଚ୍ଛା ଘେନି 

ମୃତ୍ୟୁ କରେ ବିଫଳ ମନ୍ତ୍ରଣା !! 

(ଚଇତାଳି’ କବିତା ସଂକଳନ, ୧୯୭୪) 

 

---------------------------------------------------------------------------------------------------------------------* ଲାୟନ୍ସ କ୍ଳବ

** ରୋଟାରୀ କ୍ଲବ

***ଯେଉଁ ନାଗ ନଳରାଜାକୁ ଦଂଶନ କରିବାରୁ ସେ କଦାକାର ହୋଇ ଯାଇଥିଲେ । 

କାଠହଣା ଚଢ଼େଇ

ମେଘେ ଯଦି ବିପ୍ଳବର 

ଚିହ୍ନ ଲିଭିଯାଏ,

ବନ୍ୟା ଜଳେ ରକ୍ତ ଭାସି 

ମିଶିଯାଏ ସମୁଦ୍ରର ସୁଏ,

ସେତେବେଳେ ମୁଁ ଆସିବି, 

ହାତେ ଧରି ପତାକା ଚେନାଏ

ତୁମରି ଅରଣ୍ୟ ପାଶେ । 

ଜ୍ୱାଳାମୁଖୀ ଉଷ୍କ ପ୍ରସ୍ରବଣେ

ଦୁହେଁ ଯିବା ସାଥି ହୋଇ 

ବିଷଣ୍ଣ ଶ୍ରାବଣେ । 

 

ତୁମେ ମୁଇଁ ଦୁଇ ଜଣ 

ହାତ ଧରି ସବୁଜ ଅରଣ୍ୟେ

ଚାଲିଯିବ, ଯେଉଁଠାରେ

ତରୁଶାଖା କାଠହଣା ହାଣେ ।

ଏକାଂତ ନିଜସ୍ୱ ତାର 

ପିତୃଦତ୍ତ କ୍ଷୁଦ୍ର ଚଂଚୁମୁନେ

ଟାଳି ପାରିବକି ଏକ 

ମହୀରୂହ ସକଳ ଜୀବନେ

ତଥାପି ଚଂଚଳ ଚଞ୍ଚୁ 

ନିରଂତର କରୁଚି ପ୍ରହାର

ଥରିଯାଏ ପୁରାତନ ବନ, ସୃଷ୍ଟି 

ଶ୍ୟାମଳ ଭୂଧର । 

 

ଏକାଂତ ନିଜସ୍ବ କ୍ଷୀଣ

ଇତିହାସେ ପରିଚୟ ହୀନ

କ୍ଷୁଦ୍ର ଜୀବ କରେ ନାଇଁ 

ବ୍ୟର୍ଥମନେ ବିଶ୍ୱାସ ବର୍ଜନ ।

ବିଫଳତା ଭ୍ରୁକୁଟିରେ 

ସମୟର ପିଚ୍ଛିଳ ସିଢ଼ିରେ

ଯଦି କେବେ ଖସି ପଡ଼ି 

ଏକୁଟିଆ ମୃତ୍ୟୁଜୟୀ ମରେ ! 

 

ଅକିଞ୍ଚନ କ୍ରାନ୍ତିସତ୍ତା

ବନଚାରୀ କ୍ଷୁଦ୍ର ବିହଂଗମ

ପ୍ରମାଣିତ କରି ଦିଏ, 

ବିପ୍ଳବତା’ ଚରିତ୍ର ସଂଗମ !

ପେସା ଓ ପ୍ରଚାର ନୁହେଁ 

ତାମ୍ରପତ୍ର, ଭତ୍ତାର ରୋଦନ

କରେ ନାଇଁ ବନଭୂମି 

ପ୍ରକଂପିତ ସେ କର୍ମୀ ମହାନ୍ । 

(ଜୁନ୍, ୧୯୭୩) 

 

ଶ୍ରାବଣ

ମେଘର ଜୁଡ଼ାରୁ ଫିଟି 

ମଲ୍ଲୀ ମାଳଟିଏ

ହଠାତ୍ ଆକାଶ ସାରା

ବିଞ୍ଚି ହୋଇଗଲା ।

ଅସଂଖ୍ୟ ପାଖୁଡ଼ା ମେଲି 

ଛୋଟ ଛୋଟ ଡେଣାରେ ଉଡ଼ିଲା,

ସେ ଫୁଲରେ ବିରହର 

ଅଫୁରଂତ ଜ୍ଵାଳା ଖେଳିଗଲା । 

 

ଫୁଲରେ ଯୌବନ ଥିଲା 

ସମୁଦ୍ର ରେ ଥିଲା ଉତ୍ପୀଡ଼ନ

ନଦୀର ମୁହାଣେ ଥିଲା, 

ପ୍ରତୀକ୍ଷାର ବେପଥୁ ଗର୍ଜନ ।

ସୃଷ୍ଟି ଛନ୍ଦେ ନହବତ ବିପୁଳ ରାଗିଣୀ-

ଉଡ଼ିଲା ବେଲୁନ୍ କେତେ 

ମେଘେ ମେଘେ ଚାଲିଲା ରୋଷଣି !

ବିବାହ କଳସୀ ଭାଙ୍ଗି 

ବରକନ୍ୟା ହୋଇଗଲେ ବିଦI

ଆକାଶୁ ଝରିଲା ଜଳ 

ରସାପ୍ଳୁତ ସକଳ ବସୁଧା । 

(ଜୁନ୍, ୧୯୭୩) 

ମୁଦ୍ରା

ଦେଖ, ଯଦି କିଛି ଆବିଷ୍କାର କରେ

ପୁରୁଣା ପୃଥିବୀରେ ।

ଜରାଜୀର୍ଣ ମଣିଷର ହୃତ୍-ପଂଜରାରେ,

ବୃଦ୍ଧ କଚ୍ଛପର ମେରୁ ହାଡ଼ରେ,

ଯାଦୁ ଘରେ ସାଇତା, 

ଅଚଳ ମୁଦ୍ରାର କାନ ସନ୍ଧିରେ,

ଦେଖ ଯଦି କିଛି ଆବିଷ୍କାର କରେ । 

ଏ’ ଘସରI ମୁଦ୍ରାରେ

ଛବି କାହାର ?

ଛବି ମହାରାଣୀ ଭିକ୍ଟୋରିଆର

ନାଁ ମୋନାଲିସାର ?

ସୁଲତାନା ରେଜିୟାର

ନାଁ ଇଂଦିରା ଗାନ୍ଧୀ ର ? 

 

ଏ’ ଛବି କାହାରି ନୁହେଁ ।

ଛବି ସାହାଜାହାନର ବି ନୁହେଁ ।

ଛତ୍ରପତି ଶିବାଜୀର ନୁହେଁ ।

କ୍ଳIଇବର ନୁହେଁ କି ପଞ୍ଚମ ଜର୍ଜର ନୁହେଁ ।

ଏ ଛବି ସପ୍ତମ ଏଡ଼ୱାର୍ଡ଼ର ନୁହେଁ ।

ମହାତ୍ମା ଗାନ୍ଧୀର ବି ନୁହେଁ । 

 

ଏ’ ମୁଦ୍ରାକୁ ନିରୀକ୍ଷଣ କର । 

ସେ ଛିଦ୍ରରେ ମନ୍ତୁରା ସୂତାର ତୃଣ ।

କେତେ ଗୁଣୀ ଗାରୁଡ଼ା ଦେବ-ଦେବୀଙ୍କ ରାଣ ।

ପ୍ରାଣ ରକ୍ଷାର କବଚ ହୋଇ

ଝୁଲୁଥିଲା ଯାହା ଗଳାରେ । 

ସେ ଆଜି କାହା ପାଖରେ ନାଇଁ ? 

 

ଏ ଘସରା ମୁଦ୍ରାର ଛବି କାହାର ?

ସାହାଜାହାନ ନାଁ ଇଂଦିରା ଗାନ୍ଧୀର ??

ନାଁ - ସେଇ ଅସ୍ତମିତ ରୁଗଣ ଚଂଦ୍ରର

କାହାର ପ୍ରାଣରକ୍ଷା କବଚ ହୋଇ

ମୁଦ୍ରା ବେକରେ ଯାହାର ଝୁଲୁଥିଲା 

ସେ ଆଜି ନାଇଁ ! 

(ଜୁଲାଇ, ୧୯୭୩) 

 

ନିର୍ବସଂତ

ଏ ବନେ ବସଂତ ନାଇଁ 

ଏ ବସଂତେ ଫୁଲ ନାଇଁ ଜମା,

ମଣିଷର ଚଲା ପଥେ 

ବିଦଳିତ ଅକ୍ଷାଂଶ ଦ୍ରାଘିମା,

ଫୁଲର କଂକାଳେ ଭରା 

ସେ ଫୁଲରେ ବାସ୍ନା ନାଇଁ କିଛି,

ଭୁଗୋଳର ଫସିଲିରେ 

ଇତିହାସ ଶେଷ ଅନୁସୂଚୀ,

ସେ ଫୁଲକୁ କରୁଅଛି 

ଯାଦୁଘର ନିର୍ଜିବ ପଥର,

ଏ ବନସ୍ତେ ଫୁଲ ଯେତେ ଫୁଟିଥୁଲା 

ସେ ସବୁ ଅଂତର । 

ଏ ନଦୀରେ ଢଳ ନାଇଁ 

ଏ ଜଳରେ ନାଇଁ ମତ୍ସ୍ୟ କନ୍ୟା,

ଅସଂଖ୍ୟା ନଦୀର ବାଂକେ 

ମତ୍ସ୍ୟରଂକା ଏକାନ୍ତ ବିମନା,

ଯେତେକ ସାରିସ ପକ୍ଷୀ 

ଯେତେ ହଂସ ଯେତେ ଚକ୍ରବାକ,

ନଦୀ ଜଳେ ପଦ୍ମ ନାଇଁ 

ହ୍ରଦତୀରେ ସକଳେ ବିମୁଖ । 

ଏ’ ଆକାଶେ ଜହ୍ନ ନାଇଁ 

ତାରା ନାଇଁ, ନାଇଁ ଉଲକାପାତ,

ବଜ୍ର ଓ ବିଦ୍ୟୁତହୀନ ନୀଳ କରେ 

ଶିଶୁ ଐରାବତ,

ପବନେ ମିଳାଇ ଯାଏ

ଖସିପଡ଼ି ତୁଳାର ପାହାଚେ,

ଅଭିସାର ଶୂନ୍ୟ ଏଇ 

ଧରଣୀର ଦୃଶ୍ୟ ହୀନ କାଳେ, 

ମିଶେ ସେଇ ଧଳା ଛାଇ 

ରଂଗହୀନ ବିରସ ବିବର୍ଣ,

ଏ ବନସ୍ତେ ଫୁଲ ଯେତେ 

ଫୁଟୁଥିଲା ସବୁ ଗନ୍ଧହୀନ । 

ଏ’ ମାଟିରେ ସ୍ନେହ ନାଇଁ 

ପ୍ରେମ ନାଇଁ, ଅନୁକଂପା ନାଇଁ,

ଶ୍ରାନ୍ତ ମଣିଷର ଆଶା

ଶୁଷ୍କ ବୃକ୍ଷେ ବିଷଣ୍ଣ ଚଢ଼େଇ,

ଉଡ଼ି ଉଡ଼ି ଯାଏ କାଇଁ 

ଦେବାଳୟ ମଂଦିର ପ୍ରାସାଦେ,

କେବେ କେବେ ଅବଗାହୀ 

ମଣିଷର ନିଃସ୍ୱ ଅଶ୍ରୁ ହ୍ରଦେ । 

ଫୁଲବନ ଦଗଧ ମୋର 

କରନାଇଁ କରନାଇଁ କିଏ,

ବିଶ୍ୱରେ ଗୋଟିଏ ଶିଶୁ 

ନିଃସ୍ୱ ମୁଇଁ ସଂଗୀତରୁ ଖିଏ ,

ମୋ କଂଠରେ ଫୁଟେ ଯଦି... 

ପୃଥିବୀର ସକଳ ବିସ୍ତୃତି,

ସୁବର୍ଣ ମୁରୁଜ ବିଞ୍ଚି 

ଜନ୍ମ ନିଏ ନବ ବନସ୍ପତି ।

ସେ ସୃଷ୍ଟିରେ ଫୁଲ ମୋର |

ତୁମ ପାଇଁ ଫୁଟିବ ଅନେକ, 

ନିର୍ବସଂତେ, କେବେ ଯଦି 

ଥିବ ତହିଁ ଗଂଧ ଓ ମହକ,

ଥିବ କିଛି ପତିଆରା

ଅବିଜିତ ଅକ୍ଲାନ୍ତ ମନର,

ବିଷଣ୍ଣ ମଣିଷ ଲାଗି 

ଥିବ କିଛି ବାର୍ତ୍ତା ଜୀବନର ! 

(ନଭେମ୍ବର, ୧୯୭୩) 

 

ଆତ୍ମିକ ସଂଶୟ

ପୃଥିବୀଟା ଶୂନଶାନ ଯେବେ ହେବ, 

ଚଂଦ୍ର ଯେବେ ଆକାଶେ ଡୁବିବ

ସିନେମା ଭାଙ୍ଗିବ ପୁଣି 

ଶରାବୀର ଦୋକାନ ଉଠିବ ।

କ୍ଲବ ଘରେ ନାଚଗାନ ଶେଷ ହେବ। 

କାରଖାନା ଫାଟକ ପଡ଼ିବ

ରିକ୍ସା ଟାକ୍ସି ନିଦ ଘୁମେ

ରାସ୍ତା ମୋଡ଼େ ଅଚଳ ହୋଇବ ।

ସେତେବେଳେ ଯେ ଆସିବ 

ମୋର ଗୃହେ କରାଘାତ କରି

ସେ ମୋର ଆତ୍ମିକ - ସତ୍ତା 

ଦ୍ୱାର ଖୋଲ ନିଦ୍ରିତ ପ୍ରହରୀ । 

 

ପୃଥିବୀଟା ଶୂନଶାନ୍ ଯେବେ ହେବ, 

ଚନ୍ଦ୍ର ଯେବେ ଆକାଶେ ଢଳିବ

ଷ୍ଟେସନର ଶେଷ ଗାଡ଼ି 

ବିଦାବେଳ ହୁଇସିଲ୍ ଦେବ ।

ପେଟ୍ରୋଲ ପୁଲିସବାଲା 

ବିଡ଼ିଟାଣି ନିସ୍ତେଜ ଓଠରେ

ମାରୁଥିବ ହୁଇସିଲ 

ଚୋର ଭ୍ରମେ ଅକାରଣଟାରେ ।

ସେତେବେଳେ ଖୋଲ ଦ୍ଵାର

ଖୋଲ ମୋର ଫାଟକ କବାଟ,

ଅଂଧକାରେ ଯଦି କେହି

ଖୋଜୁଥିବ ନିଜ ନେମ୍- ପ୍ଲେଟ ! 

ପୃଥିବୀଟା ଶୂନଶାନ୍ ଯେବେ ହେବ,

ଜହ୍ନ ଯେବେ ଆକାଶେ ଡୁବିବ

ସାଂଦ୍ର ଅଂଧକାର ଯେବେ 

ଘନ ମେଘ କୁନ୍ତଳ ଚୁମିବ ।

ଅଂଗନ ରଜନୀଗଧା 

ସଜନୀର ଗାଭାବୃଂତୁ ଝରି,

ଶିଥିଳ କବରୀ ପାଶେ 

ଯଦି କେବେ ଆତ୍ମହତ୍ୟା କରି । 

ଖସିପଡ଼େ ପଲଙ୍କ ରୁ... 

ସେ କ୍ରଂଦନ ଶୁଣି ମାଳାକାର

ପଶିଗଲେ ମୋ ଉଦ୍ୟାନେ 

ହେ ପ୍ରହରୀ କ୍ଷମା ତାଂକୁ କର । 

 

ପୃଥିବୀଟା ଶୂନଶାନ୍ ଯେବେ ହେବ 

ଚନ୍ଦ୍ର ଯେବେ ଆକାଶେ ଡ଼ୁବିବ

ରାସ୍ତାକଡ଼ ବତୀ ତଳେ 

ଯେତେବେଳେ ପତଂଗର ଶବ ।

ପୋହଳା କଂଠିରେ ବଂଧା

ନିଦ୍ରା ଶିଶୁ ମୁଦ୍ରିତ କପୋଳେ,

ପଡୁଥିବ ଝରି ଝରି 

ମାତୃସ୍ତନ ଦେବାଳୟ ଧାରେ ।

ସେତେବେଳେ ଫେରୁ ଫେରୁ 

ଅନ୍ୟ ଏକ ମହୋତ୍ସବ ଶେଷେ,

ମୋ ତରଳ ଦୀର୍ଘଶ୍ୱାସ

ଯଦି କେବେ ପବନରେ ମିଶେ । 

ରୁଦ୍ଧ କର ନାଇଁ ତାରେ

ଦ୍ଵାରପାଳ କବାଟ ଝରକା 

ମଲ୍ଲୀ ଛୁରିଅନା ଗଂଧେ

ସେ ନିଶ୍ୱାସ ମିଶିଚି ଅବିକା । 

 

ପୃଥିବୀଟା ଶୂନଶାନ୍ ଯେବେ ହେବ

ଜହ୍ନ ଯେବେ ଆକାଶେ ଡୁବିବ

ଅଳସ ପ୍ରେମିକା କାନେ 

ସଂଗୋପନେ କବିତା ଫୁଟିବ ।

ନାଲି କରବୀର ଓଠେ 

ଚୁମ୍ବନର ଗଭୀର ଆଶ୍ଳେଷ,

ଆଣୁଥିବ କଂଟକିତ 

କେତକୀର ମନେ ଅବଶୋଷ । 

ସେତେବେଳେ ଶୁଭେ ଯଦି 

ଚପା ଚପା ଗାଡ଼ି ହର୍ଣ ମୋର,

ପିଂଗଳା ପ୍ରାସାଦ କୋଣେ... 

- ହେ ପ୍ରହରୀ ଦ୍ଵାର ରୁଦ୍ଧକର ।

କେଜାଣି ଦୁର୍ବଳ ଭୀରୁ

ମଣିଷଟା ଆତ୍ମୀକ-ସଂଶୟେ

ପଶି ଆସି ଲୁଚି ଯିବ ଅଂତପୁରେ 

ଆଭିଜାତ୍ୟ ମୋହେ । 

 

ପୃଥିବୀଟା ଶୂନଶାନ୍ ଯେବେ ହେବ 

ଚନ୍ଦ୍ର ଯେବେ ଆକାଶେ ଢ଼ଳିବ

ରଜନୀ ଗଭୀର ହବ

ସମୁଦ୍ରର ଗର୍ଜନ ଶୁଭିବ ।

ପର୍ବତର ସାନୁ ଦେଶେ 

ବଳୟିତ କୁଚ୍ଛଝଟି ସେନାର,

ଉତ୍ତରୀରୁ ଖସି ପଡ଼ି 

ମୋତି ବିନ୍ଦୁ ହେଉଥୁବ ଠୁଳ ।

ନିର୍ବIତ ପବନ ତଳେ 

ଚେତନାର ଅଜସ୍ର ମର୍ମର

Unknown

ଯେତେବେଳେ ତୋଳୁଥିବ 

ପତ୍ରେ ପୁଷ୍ପେ ଅଶ୍ରୁଳ ଝଙ୍କାର ।

ସେତେବେଳେ ତୁମେ ଯଦି 

ଦ୍ଵାରପାଳ ନିଜ ଦୁରାଭ୍ୟାସେ

ମତେ ନିଅ ବଂଦୀ କରି

ଅଚିରାତ୍ ପଚାରି - କିଏ ସେ...?

ମୋ ପାଖରେ ଥିବ 

ସ୍ନେହ, ଅନୁକଂପା, ଶ୍ରଦ୍ଧା-ଉପହାର

ପ୍ରଚୁର ଶୁଭେଚ୍ଛା ବାଣୀ 

ମଣିଷର ବିନମ୍ର ସ୍ୱାକ୍ଷର ।

ବେଲୁନ, ଔଷଧ ଶିଶି

ମାଛତେଲ, ଗୁଣ୍ଡ ଦୁଧ, ଛତା

ପକେଟରେ ଥିବ ଗୋଡ଼ି 

ହାତେଥିବ ‘ଧର୍ମାଦାର’ ଖାତା । 

(ନବୟତ୍ର : ୯ମ ବର୍ଷ ୧ମ ସଂଖ, ୧୯୭୩) 

କା’ କଫିନ ବାକ୍ସ ତଳେ 

ଅବା କେଉଁ ବବୁର୍ଚୀ ଖାନାରେ

ମଣିଷର ଆଶI-ବିନ୍ଦୁ

ପଚମାନ ଜଳ ନର୍ଦ୍ଦମାରେ ।

ଯଦି ଭାସେ ପୁନର୍ଭବ । 

ଶିଶୁର ମୁର୍ଦ୍ଦାରେ

ସେତେବେଳେ ମୁଁ ଧାଇଁବି 

ବଜ୍ର ଧରି ପୃଥିବୀକୁ ଥରେ ।

ଝଡ଼ ମହାବୃଷ୍ଟି ଆଣି 

ନଦୀ ସଂଗେ ନର୍ଦ୍ଧମାର ଜଳ

କରିଦେବି ଏକାକାର 

ମୁଁ ଜନ୍ମବି ଶେଷେ ମହାକାଳ ! 

ଯାନ୍ତ୍ରିକ ଭାରତ

ଲୁହାର ଫାଟକ ପାଶେ 

ଦିଗବିଜୟୀ ଅଶ୍ଵାରୋହୀ ଦଳ,

ଧାଡ଼ି ଧାଡ଼ି ସାଇକେଲ, 

ଧାଡ଼ି ଧାଡ଼ି ସ୍କୁଟର, ମୋଟର ।

କର୍କଶ ପିଙ୍ଗଳ ପଥେ 

ନବତମ ସୂର୍ଯର ଉଦୟ,

ସକାଳର ହିମ-ସ୍ନାତ 

ଫୁଲବନ ହସରେ ତନ୍ମୟ ।

ଆଜିର ଏ ପ୍ରତିଶ୍ରୁତି 

ନୂଆ ଲକ୍ଷ୍ୟ, ନୂତନ ଘୋଷଣା,

କେଜାଣି କେ କାରିଗର

କାଲି ଯଦି କଲ ମନଉଣା ।

ଯାଅହେ ବିଶ୍ରାମେ ବଂଧୁ ! 

ବିନିଦ୍ର ଓ କ୍ଳାନ୍ତ କାରିଗର,

ଆଜି ଆମେ ଗଢ଼ିଦେବୁ 

ନିଜ ହାତେ ଅପୂର୍ବ ମିନାର । 

ଆଳସ୍ୟ-ଅଫିମ-ନିଦେ 

ସମୟର ଘୁମନ୍ତ ପାହାଡ଼, 

ବହୁଦିନୁ କରିଥିଲା

ଜୀବନରୁ ସୂର୍ଯ୍ୟଙ୍କ ଉହାଡ଼ । 

ମଳିଚିଆ ଜହ୍ନ ରାତି 

ଅଙ୍କାବଙ୍କା ଟେରା ବାଡ଼ତଳେ, 

ତାଂକପାଇଁ ବଦଳିଲା 

କ୍ୟାଲେଣ୍ଡର ରାତି ବାରଟାରେ 

 

ବିପୁଳ ଭାରତବର୍ଷ 

ଗାଆଁ ଦାଣ୍ଡ ଶ୍ୟାମଳ ପ୍ରାନ୍ତର, 

ଧର୍ମ ପୂଜା ଆସ୍ତାନ ବା 

କୃଷିକ୍ଷେତ୍ର ଅବା ଶିକ୍ଷାଗାର । 

ଆମେ ସବୁ ଆସିଥିଲୁ

ଯେ ଯେଉଁଠି ନୂତନ ସହରେ, 

ଲୁହାର ଫାଟକ ଆଜି 

ଖୋଲ, ଖୋଲ ଅର୍ଗଳିକୁ ଥରେ, 

ଆମେ ସବୁ ମୁକ୍ତି ମାଗୁ 

ଶତାବ୍ଦୀର ଶେଷ ପ୍ରଭାତରେ । 

 

ସବୁ ଲକ୍ଷ୍ୟ ଡେଇଁଯିବେ 

ଆଜି ଉଗ୍ର ଅଶ୍ୱରୋହୀ ଦଳ, 

ଆମରି ଘର୍ଘର ଚକ

ଭାଂଗିଦେବ କରତ ଅର୍ଗଳ । 

ସହସ୍ର ଝଟିକା ସେନା, 

ପଦାତିକ, କମାଣ ବାହିନୀ, 

ଆମେ ଆଜି ଲଂଘି ଯିବା 

ଶତାବ୍ଦୀର କ୍ଳେଶମୟ ବାଣୀ । 

 

ବିଦୀର୍ଣ ମାଟିର ବୁକେ 

ଆମେ ପୁରା ସଗରର ପଲ, 

ଚାଷନଳା” କ୍ଷତ ଚିହ୍ନ 

ଶିରେ ବାନ୍ଧି ଅପୂର୍ବ ମସାଲ । 

ଏ ଦେଶ ଧମନୀ ତଳେ 

ଅବଲୁପ୍ତ ବିସ୍ମୃତି ହ୍ରଦରେ,

ତୁମଲାଗି ପଥରୁଦ୍ଧ 

କାଲି ଯାହା ଥିଲା ଅନ୍ଧକାରେ ।

ତୈଳ-ଜେମା ଉସ୍ମ-ଶ୍ଵାସ 

ଲୌହଗଡ଼ ସୁପ୍ତ ରାଜକନ୍ୟା,

ଅବଜ୍ଞାତ ସୌନ୍ଦର୍ଯ୍ୟରେ 

ଆଜି ଯିଏ ପୃଥିବୀ ଅନନ୍ୟା ।

ଆମେ ତାକୁ ଖୋଜି ଯିବୁ 

ଯେ ଯେଉଁଠି ପଙ୍କ ପାତାଳରେ,

ଅବରୁଦ୍ଧ ହୋଇଛନ୍ତି 

ଅସୁରୁଣୀ ଫରୁଆ ଭିତରେ ।

 

ଶୁଣିବାକୁ ହସଲାଗେ

ସଂଖ୍ୟା ବୃଦ୍ଧି ପଡ଼ିଚି ଭାଳେଣି,

ଏ’ ଦେଶେ ମଣିଷ ପାଇଁ

ଗଙ୍ଗା ନଦୀ ବହୁଚି ଉଜାଣି ।

କ୍ଷୁଧିତ ଗହମ ଖେତେ 

କ୍ଷୁଦ୍ର ଶିଖା ଥରୁଚି ପବନେ,

କିଏସେ ରେ କୃଷିଜୀବୀ 

କେଉଁଠାରେ ଆତ୍ମ ଅଭିମାନେ ?...

କିଏ ଅଛି କାରିଗର 

କାଇଁ ଅଛି ନିଦ୍ରିତ ଅଚଳ,

ନିୟୁତ ବର୍ଷର ସ୍ମୃତି 

ମନେ ତୁମ ନାଇଁରେ ପାଗଳ ? 

 

ନଦୀ ଶଯ୍ୟI ବହିଯାଏ 

ମଉସୁମୀ ଅଯାଚିତ ଦାନ, 

ନୂତନ ପ୍ରେମ-ଚିଠିରେ

କିଣିବାକୁ ଉପତ୍ୟକା ମନ । 

କିଏ ତୁମେ ସ୍ବପ୍ନଚାରୀ 

ଲଫାପାକୁ ପକେଟରେ ଥୋଇ, 

ବହୁଦିନ ଶୋଇଗଲ 

ଧୋବାଘରେ ପଡ଼ିଲା ଫତେଇ ।

ତୁମ ଆମ ପିତୃ ଗ୍ରାମେ 

ଯାହା ଥିଲା ପୁରାତନ ଗାଥା, 

ନଦୀ, ନାଳ ଗତିପଥ 

ଯାହା ଥିଲା ଯେଉଁଠି ସର୍ବଥା । 

ସମୁଦ୍ର ଯେଉଁଠି ଥିଲା 

ଘୁଚିନାଇଁ ପାହୁଡେ ବି ଜମା, 

ବାଲିବନ୍ତ ହରିଣ ବି 

ମନେ ମନେ କରୁଚି ତର୍ଜମା । 

 

ଚଉଛକି ରାସ୍ତା ପାଶେ 

ଜଳ ଜଳ ସବୁଜ ମସାଲ, 

ହେ ରାତ୍ରୀର ଶେଷ-ରକ୍ଷୀ 

ଆଗୁସାର କର୍ମକାର ଦଳ । 

କାରଖାନା ପୁଂଗା ବାଜେ 

ଫରନେସ୍ କରୁଚି ଗର୍ଜନ, 

ଚଉଦିଗେ ଅଶ୍ଵାରୋହୀ 

ପଦାତିକ ଚଟୁଳ ଚରଣ । 

ବଏଲର ଛାତି ରକ୍ତ 

ଟକମକ ଫୁଟୁଚି ଦେହରେ, 

ଲୋହିତ ସୁବର୍ଣ ଆଜି 

ଲଦାହେବ ଜାହାଜ ଭେଳାରେ । 

 

ଚରଣରେ ମୃତ୍ୟୁ ଦଳି 

ପୁରାତନ ଦୁର୍ବଳ ସନନ୍ଦ,

ପାହାଡ଼ର ଗଡ଼ ଭାଙ୍ଗି

ଆମେ ସବୁ କରିଦେବା ରଦ୍ଦ । 

ଯାହା କେବେ ରହିଥିଲା 

ତମ୍ବା ପଟା ଅମୁଦା ମୁଣିରେ, 

ଆଜି ତାର ପରୀକ୍ଷଣ 

ଶତାବ୍ଦୀର ଆଲୋକ ବର୍ଷରେ । 

ବିପୁଳ ଭାରତବର୍ଷ 

ବିସ୍ଫାରିତ ବିସ୍ତୃତ ବକ୍ଷରେ, 

ଭାଗିଦେଇ ଦିଗ୍-ବାରେଣୀ 

ଖୁଣ୍ଟ ବାଡ଼ ସଂକୀର୍ଣ ସିଡ଼ିରେ ।

ପୁରାତନ ପ୍ରସିଦ୍ଧିର

ସଂକୁଚିତ ପଥକୁ ବିସ୍ତାରି,

ଆମେ ସବୁ ଦିଗ୍‌ବିଜୟୀ 

ଆଜି ଯିବା ଚତୁର୍ଦ୍ଦିଗେ ଘେରି । 

ଆମେ ସବୁ ଖେଦି ଯିବା 

କର୍କଶ ଓ ବଂଧୁର ଇଲାକା,

ଅନୁର୍ବର ତୃଣହୀନ 

ଜଳହୀନ ପ୍ରୋଷିତ- ଭର୍ତ୍ତୃକା ।

ତୃଷାମୟ ଧରିତ୍ରୀରେ 

ଶୁଣିବାକୁ ବାର୍ଦ୍ଧକ୍ୟ କ୍ରଂଦନ,

ଆମେ ସେଠି ତୋଳିଦେବା । 

ବିଶ୍ୱାସର ନୂତନ ସ୍ପଂଦନ । 

ଆମେ ନୂଆ କାରିଗର 

ଆମେ ଯଂତ୍ରୀ, ଆମେରେ ମାନ୍ତ୍ରୀକ, 

ନବାଗତ ତାରୁଣ୍ୟର 

ପଦଧ୍ୱନି କରିବା ସାର୍ଥକ । 

କୁବଜକୁ ସୁଂଦର କରି 

ସଂକୀର୍ଣକୁ କରି ବୃହତ୍ତର, 

ଅନ୍ଧକାର ଗର୍ତ୍ତେ ଯିଏ 

ହାରିଦେଲା ଦାନ ଜୀବନର । 

ଖର୍ବ ହୋଇ ବଂଚୁଥିଲା । 

ତିଥି, ବାର, ଦିନ ସନିର୍ଵନ୍ଧେ, 

ଆମେ ତାଙ୍କୁ ତୋଳିନେଲୁ 

ସମୟର ଏକ ସେତୁବଂଧେ । 

ବହୁ ଜାତି, ଉପଜାତି 

ପ୍ରଗତିର ଇସ୍ତାହାରେ 

ବହୁ ଫାଙ୍କ, ପାର୍ଥକ୍ୟ ସଂକଟ, 

ଯେଉଁମାନେ ଥିଲେ ପରିଶିଷ୍ଟ ।

ଆରଣ୍ୟକ ବେଳାଭୂମି 

ସୂର୍ଯ୍ୟ-ବନ୍ଦୀ ପ୍ରାଚୀନ ତୋରଣ,

ଆମେ ଲଂଘି ଭୁଗୋଳକୁ 

ଇତିହାସେ ସଂକଟ ମୋଚନ ।

ଆମେ କଲୁ ଶତାବ୍ଦୀର 

ଦୁଇ ସୀମା ଦୁଇ ଉପକୂଳ,

ଆମେ ହେଲୁ ଲଙ୍କାଜୟୀ 

ସେତୁବଂଧ ବିଜୟୀ ପାହାଡ଼ ।

ପୃଥ୍ଵୀ ବିଦାରଣ କରି 

ଆମେ କଲୁ ସମୁଦ୍ର ମନ୍ଥନ,

ମେଘର ଡେଣାରେ ବାନ୍ଧି 

ରଥ ଚକ୍ର ଆମେ ବେଗବାନ ।

ଆମେ କଲୁ ମୌସୁମୀର 

ଗତିପଥ ଆବିଷ୍କାର ନିତି,

ଆମେ ଖୋଜୁ ଅଂତରୀକ୍ଷେ 

ମଣିଷର ଅସୀମ ବିସ୍ତୃତି ।

ମନ୍ତ୍ରହୀନ ତନ୍ତ୍ରେ ଆମେ 

ନବ ଯୁଗ ନୂତନ ମାଂତ୍ରୀକ,

ଆଣିବୁ ବିଜ୍ଞାନ ବାର୍ତା 

ସଂସାରରେ ନବ ବିଧାୟକ !

ଭାଙ୍ଗିଦେବୁ ପୁରାତନ 

ଜଉଗଡ଼ ସ୍ଫିତ ଉପଚାର,

ମଣିଷର ମୂଲ୍ୟବୋଧେ 

ଆଣିଦେବୁ ନୂତନ ସଂସ୍କାର ।

ଆମେ ଖୋଜୁ ଜୁଆରିଆ 

ନଦୀ ପଠା ସମୁଦ୍ର ମୁହାଣ,

ଆମେ ଏକ ଜାତି ନୁହଁ । 

ମହାଜାତି କରିବା ନିର୍ମାଣ ।

ଆମେ ଏକ ଶକ୍ତି ନୁହଁ । 

ମହାଶକ୍ତି ସମ୍ମିଳିତ ଧ୍ୱନି,

ଆମରି ଧୃପଦୀ ସୁରେ 

ଉନ୍ମାଦିତ ସକଳ ମେଦିନୀ |

------------------------------------------------------------------------------------------------------------

ରାଉରକେଲା ଇସ୍ପାତ କାରଖାନାର ଯାନ୍ତ୍ରିକ ପରିବେଗରେ ଉଦ୍‌ବେଳିତ ଜନଜୀବନର ପ୍ରାଥମିକ ଅନୁଭୂତି । 

 

 

ଅସତ୍ୟ ସହର

ଅସଂଖ୍ୟ ମଇଁଷିପଲ ପହଁରିଲା

ପରି ଅଣାୟତ୍ତ

କଳା ମଚମଚ ପାଣି ବହିଯାଏ । 

ଗୁରାଡିହ ସ୍ରୋତ* ।

ବହଳିଆ ତେଲ-ପାଣି ମିଶାମିଶି 

ଖର ରସାୟନ

ଜୀବାଣୁ ବିହୀନ ଏଇ ଜଳଧାର 

ପ୍ରଗତିର ଦାନ । 

 

ପୁରାତନ ଏ ମୂର୍ତ୍ତିକା ନିଜ ଗୁଣେ 

ରୁକ୍ଷ ଟାଆଁସିଆ,

ଅଧିକାରୀ ପହଁଚିଲେ ପ୍ରାଣମନ 

ତାଙ୍କ ସାଆନ୍ତିଆ ।

ବୁନିଆଦି ଜନପଦ ନିଜ ହାତେ 

କରିଲେ ଉଲଗ୍ନ

ଲୁହାମଇ ବୁଲିଗଲା ଗ୍ରାମସବୁ 

ବନସ୍ପତି ଶୂନ୍ୟ । 

 

ଆସିଲା କଳାପାହାଡ଼ ପିଇଦେଲା 

ବ୍ରାହ୍ମଣୀର ନୀର

ସୁବର୍ଣ ଥାଳିରେ ହୀରା ପରଶିଲେ 

ଓଡ଼ିଶା ସର୍କାର ।

ଉଧାରି ଖାତାରେ ଯେତେ ଯନ୍ତ୍ରପାତି 

ଆସିଲା ବିଦେଶୁ

ଜଳସ୍ରୋତ ବଂଧାହେଲା ତାହାପାଇଁ 

ଉନବିଂଶ କ୍ରୋଶୁ ।

ମହତ ଉଦରୁ ପୁଣି ଜଳ ଫେରେ 

ନଦୀକୁ ସଳଖ,

ଦୁର୍ଯ୍ୟୋଧନ ଭୂମିଜର ଭାଙ୍ଗି ଦେଲା। 

ସ୍ମୃତିର ଫଳକ ।

---------------------------------------------------------------------------------------------------------------

* ରାଉରକେଲା ଇସ୍ପାତ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ମଇଳା ପାଣିର ସ୍ରୋତ ବହିଯାଉଥିବା ପୁରାତନ ଗୁଡ଼ିହ ଗ୍ରାମ ପାଖର ନାଳ

* ଦୁର୍ଯ୍ୟୋଧନ୍ନ ଭୂମିକ ଥିଲେ ପୁରାତନ ଗୁରାଜିହ ଗ୍ରାମର ଗ୍ୟକୁ ବା ଜମିଦାର 

 

 

ଅଚିହ୍ନା ଏ ଗଡଖାଇ ଏବେ ଏକ

ବୈଜ୍ଞାନକି ନାଳ 

ତେଲ ଓ ଜହର ମିଶା ଏଇ ପାଣି 

ସ୍ବଦେଶ-ବତ୍ସଳ

 

ଏ’ ହ୍ରଦରେ ଡଙ୍ଗା ନାଇଁ କାତେ ଲାଗେ 

ସଦ୍ୟ ଅIଲକIତରା,

କୈବର୍ତ୍ତଙ୍କ ପ୍ରାଣମନ ହୋଇଗଲା 

ସଂପୂର୍ଣ୍ଣ ଦୋସରା ।

ମତ୍ସଗନ୍ଧ କ୍ଷୋଭ କିଆଁ ପାଣିପାଗ 

ଏବେ ଋତୁ ହୀନ,

କାରଖାନା ଧୂଆଁ ଧୂଳି ସୃଷ୍ଟିକରେ 

କୁହୁଡ଼ି ସଘନ । 

 

ବେନି ତୀର ବାସୀ ଶୂଦ୍ର , ଚାଣ୍ଡାଳଙ୍କ 

ଜୀବିକା-ଆହାର,

ମସ୍ୟକୂର୍ମ ଅବତାର ସବୁକରି 

ବିଜ୍ଞାନ ସଂହାର ।

ସତୁରୀ କୋଶ ପର୍ଯନ୍ତ ତୀରବାସୀ, 

ପ୍ରତାରଣI ହୀନ,

ମୃତ୍ୟୁଞ୍ଜୟୀ ଜଳପାନ କରିବାକୁ 

ହେଲେଣି ଭାଜନ

ଦେଖିଚକି କେଉଁଠାରେ ବିଜ୍ଞାନର 

ଅସତ୍ୟ ସହର,

ଫେନୀଳ ଗରଳ ହ୍ରଦେ ଆପେ ଆପେ 

ଭାସୁଚି ପଥର ।

ସୋଲବିଡ଼ା ବୁଡିଥିଲା ଜନ୍ମବେଳେ 

ଯେଉଁ ମାନଙ୍କର,

ସେମାନେ ଚଢ଼ନ୍ତି ଏବେ ମୁଣ୍ଡ ଟେକି 

ପ୍ରଗତି ମିନାର । 

 

ବିଜ୍ଞାନ ଓ ପ୍ରକୃତିର ଭେଟା ଭେଟି 

ଏ ମାଟିରେ ପୁରା,

ପୁରାତନ ନୂତନର ଅବିମିଶ୍ର 

ମିଳିତ ଚେହେରା । 

ଅଂଗ, ବଂଗ, ମାଳବ ଓ ବିଦର୍ଭାଦି 

ଜନ ସମାହାର,

ଏ’ ଜଳ ନେଉଚି ବହି ଅଭିଶାପ 

ଭାରତବର୍ଷର ।

ସମତା ଓ ମମତାର ସ୍ୱ-ବିରୋଧୀ 

ସ୍ଵଭାବ ଚରିତ୍ର,

ଆମଦାନି କଲା ଯେଉଁ ବୈଷୟିକ 

ବିଜ୍ଞାନର ତତ୍ତ୍ୱ ।

ସେ ତତ୍ତ୍ୱ କଲୋନୀବାଦୀ, ଶ୍ରେଣୀବାଦୀ, 

ସାମନ୍ତ-ସେବିତ

ଅଳ୍ପଜନେ ସିଦ୍ଧିଯାଚି ବହୁଜନେ 

କରୁଚି ବଂଚିତ । 

 

ବହୁବାର ଶୁଣିଥିବ ତୁମେ ସବୁ 

ପରିବେଶ୍ ତତ୍ତ୍ୱ

ଶୀତତାପ ନିୟନ୍ତ୍ରିତ କୋଠରୀରେ

ଚର୍ଚ୍ଚାବି ବହୁତ ।

ପରିବେଶ ଯେଉଁ ଦେଶେ ମଣିଷର 

ଦ୍ୱିତୀୟ ବିବେକ,

ସେ ଦେଶ ଏ’ ନୁହେଁ ଯଦି

ତଥାପି ହେ’ ଜଡ଼-ବୈଜ୍ଞାନିକ ।

ବହୁତ ବିଳମ୍ବେ ଏବେ ଭାଳିଲଣି 

ପରିବେଶ କଥା,

ଯିଏ ସେ ପ୍ରକୃତି ଠାରୁ ସୃଜିଥିଲେ 

ଭୀଷଣ ଦୂରତା !

ଭାରତେ ଦୁଇଟି ତତ୍ତ୍ୱ ଭୋଗପାଇଁ, 

ଘରୋଇ, ପବ୍ଲିକ୍,

ଭାରତର ଦୁଇଟି ତନ୍ତ୍ର ମୋକ୍ଷ ଲାଗି 

ଅଜ୍ଞ ଓ ଚଲାଖ ।

ଭାରତେ ଦୁଇ ଆଦର୍ଶ ଉଦ୍ୟୋଗର 

ଦୁଇ ସ୍ରୋତଧାର,

ଏକସ୍ରୋତେ ଫୁଲଭାସେ ଅନ୍ୟ ସ୍ରୋତେ 

ଭାସୁଚି ଅଂଗାର । 

ରଘୁ ମହାନ୍ତି

------------------------------------------------------------------------------------------------------------

 

ମୁଖବନ୍ଧ

ସର୍ବ ଶ୍ରୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କର ଇତିହାସ, ବିପ୍ଳବର ଏକ ସ୍ଥୁଳ ଇତିହାସ... 

 

ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଅଭ୍ୟୁଦୟ ଏବଂ ପ୍ରାଣପାତରେ, ଖାଲି ୧୯୩୮ ମସିହାର ଗଡ଼ଜାତ ପ୍ରଜା-ଆନ୍ଦୋଳନ ନୁହେଁ, ସିପାହୀ ବିଦ୍ରୋହ ଯାଏ ବିପ୍ଳବର ଶହେ ବର୍ଷ ବ୍ୟାପୀ ଦୀର୍ଘ ପରଂପରା ଲାଗି ରହିଚି ।

 

୧୯୩୮ ମସିହାର ଘଟଣାବଳୀରେ ସୀମିତ ରହି, ତାହା ଇତିହାସରେ ଏଡ଼େ ଗୁରୁତ୍ଵପୂର୍ଣ୍ଣ ହୋଇ ପାରି ନଥାନ୍ତା । 

 

ଫରାସୀ ବିପ୍ଳବ ଏବଂ ଋଷୀୟ ବଳସେବିକ୍-ଆନ୍ଦୋଳନ’ର ଐତିହ୍ୟ ତାକୁ କେବଳ ବିଶ୍ୱ ଇତିହାସରେ ସଂଲଗ୍ନ କରୁନାହିଁ, ଗୌରବାନ୍ୱିତ କରୁଚି ମଧ୍ୟ ।

 

ଜାଗ୍ରତ ପ୍ରଜାପୁଞ୍ଜର ଦାବି ପାଖରେ ମୁଣ୍ଡ ନୁଆଇଁ, ତ୍ରୟୋଦଶ ଶତାବ୍ଦୀର ଇଂଲିଶ୍ ରାଜା ଜନ୍, ରୟତଙ୍କ ପ୍ରାରମ୍ଭିକ ଦାବି ସର୍ତ୍ତ ସଂବଳିତ ‘ମାଗ୍ନIଚାର୍ଟା’ ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ । ଫରାସୀ ବିପ୍ଳବ ଏବଂ ଋଷୀୟ ବଳସେବିକ୍ ଆନ୍ଦୋଳନର ମୂଳରେ; ଜନ ଜାଗରଣର ସେଇ ବଳିଷ୍ଠ ଓ ଦୁର୍ଦ୍ଧର୍ଷ ଶକ୍ତି ସବୁ ପ୍ରକାଶ ପାଇଥିଲା । 

 

କିନ୍ତୁ ରଣପୁରର ରଘୁନାଥ ଓ ଦିବାକର ପରିଡ଼ାଙ୍କ ଅଭ୍ୟୁଦୟ ଓ ପ୍ରାଣପାତରେ ଯେ, ସେଇ ଇତିହାସର ପୁନରାବୃତି ହୋଇ ନାଇଁ, ଏହା କିଏ ଅସ୍ୱୀକାର କରିବ ? 

ରଘୁ ମହାନ୍ତି ର ଜୟ ହେଉ –

ବିପ୍ଳବ ଦୀର୍ଘଜୀବୀ ହେଉ!!

ଦ୍ବିତୀୟ ସଂସ୍କରଣ

ଏଇ କବିତା ବହି ୧୯୪୬ ମସିହାରେ ସାରସ୍ୱତ ଭଣ୍ଡାର, କଟକ, ଏକ ହଜାର ସଂଖ୍ୟା ପ୍ରକାଶନ କରିବାପରେ ମାତ୍ର ଏକ ବର୍ଷ ମଧ୍ୟରେ ବିକ୍ରୀ ଶେଷ ହୋଇଥିଲା । ପ୍ରକାଶକ ମତେ ସେତେବେଳେ ଟ୩୬- ରୟାଲଟି ଦେଇଥିଲେ । ପୁସ୍ତକର ମୂଲ୍ୟ ଥିଲା ଛଅ ଅଣା ମାତ୍ର । ପୁସ୍ତକଟି ଦ୍ୱିତୀୟ ଥର ପ୍ରକାଶନ ପାଇଁ ସାରସ୍ୱତ ଭଣ୍ଡାର ଆଉ ଜୀବନ୍ତ ନଥିଲା । ଦ୍ୱିତୀୟ ସଂସ୍କରଣ ପୂର୍ବରୁ, ମୁଁ ନିଜର ଅଭ୍ୟାସ ବଶତଃ, ପୂର୍ବ କବିତାକୁ ବଦଳାଇ ଦେଇ ଅଧିକ ପ୍ରସାରଣଶୀଳ କରି ଦେଇଛି । 

ରଜନୀ କାନ୍ତ ଦାସ

---------------------------------------------------------------------------------------------------------- 

 

ରଘୁ !

ତୁମେ ମଲ ଦେଶ ଲାଗି

କ୍ଷୁଦ୍ର ଏକ ଜନପଦ ବାର୍ତ୍ତା; 

ଯେଉଁଠାରେ ରାଜା, ବ୍ୟାଘ୍ର,

ବନ୍ଧୁକର ଗୁଳିସବୁ ଶସ୍ତା, 

ମଣିଷ ଶିକାର ପାଇଁ ।

ସେଇଠାରେ ଠେଙ୍ଗାର ପ୍ରହାର

ହୋଇଥିଲା ବଳଶାଳୀ 

ଥରିଥିଲା ବ୍ରିଟିଶ ସର୍କାର । 

 

ଜାତିର ଶତାବ୍ଦୀ ଅନ୍ତେ,

ଇତିହାସ ମ୍ଳାନ ପୃଷ୍ଠା ଧାରେ,

ରଘୁ ତୁମ ରକ୍ତ ଛିଟା, 

ଆଣୁଥିବ ଘାତୁକ ଶିବିରେ;

ଆତ୍ମ -ଗ୍ଳାନି, ଆତ୍ମ -ଲଜ୍ଜା

ଅନ୍ତର୍ଦାହ ଅନୁଶୋଚନାର

ଅବନତ କରି ଶିର 

ଅବିନୀତ ଇଂରେଜ ଜାତିର । 

 

ଇତିହାସେ କ୍ଷୁଦ୍ରବାର୍ତ୍ତା

ଚିରଦିନ ରହିଥିବ ମନେ

ଆଣୁଥିବ ପ୍ରତିଧ୍ୱନି 

ପୃଥିବୀର ନିର୍ଜନ ପ୍ରାଙ୍ଗଣେ । 

 

ରଘୁ !

ଶତ ଶତ ସାଥୀ ମେଳେ

ଶତଶତ ଯାତ୍ରୀଜନ ସାଥେ,

ରଚିଗଲ ପଟୁଆର । 

ଦୂରୁଗମ୍ୟ ଦୂରାରୋହ ପଥେ ।

ଆହା ତୁମ ପାଦେ ଗଲା କଣ୍ଟାଫୁଟି,

ବୁକୁ ହେଲା ମୁକୁତି ଆଶାୟୀ;

ଧୂଳିତଳ୍ପେ ଶୋଇଗଲ 

ତେଣୁ ତୁମେ ମନମରI ହୋଇ । 

ଶତାବ୍ଦୀର ଜୟମାଲ୍ୟ ।

ମୃତାୟତ୍ତ ରକ୍ତିମାର ଛବି

ଥାପି ନେଲ ସ୍ୱଶରୀରେ 

ବ୍ୟଥା-କ୍ଲାନ୍ତି -ଜ୍ଵଳା ଅନୁଭବୀ ।

ଆହା, ସେହି ବ୍ୟଥାଭାର । 

ତୋଳିବାକୁ ଆଉ କିଏ କାଇଁ,

ଆଉ ଜଣେ ସାଥୀ କିଏ ।

ତୁମ ସଂଗେ ସମର୍ପିତ ହୋଇ,

' ବନ୍ଧୁସମ ଦିବାକର ପରି;

ସଂଗ୍ରାମର ଫାଶୀ ଖୁଣ୍ଟି 

ଚିରକାଳ ହାତ ଧରାଧରି । 

 

ରଘୁ !

ସରି ନାଇଁ ଦେଶୁ ଯୁଦ୍ଧ

ଆଉ ଅଛି ବହୁବେଳ ବାକି

ଅସମୟେ ବଂଧୁବର 

ମୃତ୍ୟୁ ନେଲା ହାତଧରି ଡାକି । 

 

ଜୀବନର ନଇବେଦ୍ୟ

ଢାଳିଦେଲ ଜନସ୍ରୋତ ତୀରେ

ଅତ୍ୟାଚାର ଶୋଷଣର 

ରଥଚକ୍ର ଥାପି ବୁକୁପରେ । 

 

ପିଇଦେଲ ହଳାହଳ 

ଶୋକବାର୍ତ୍ତା ନିଜେ ହିଁ ନିଜର:

ଦେଶପାଇଁ ଛାଡ଼ିଗଲ

ଜୀବନର ଶ୍ରେଷ୍ଠ ଉପହାର ।

ଏ’ ଧରାରେ ଚିରକାଳ ପାଇଁ,

ସହିଦର ଶେଷ ରକ୍ତେ ଉଲ୍ଲସିତ 

ରଣପୁର ଭୂଇଁ । 

 

ରଘୁ !

ଏ’ ଦେଶରେ ଶୋଷଣର ରାଜପଥ,

ଯଜ୍ଞ-ବେଦି ତଳେ ରକ୍ତସ୍ରୋତ ।

ଅନIୟସେ ବହିଯାଏ,

ଯୁଗେ ଯୁଗେ ହୋଇ ଅଣାୟତ୍ତ । 

ଦେଖି ଦେଖି ସହିଯିବା

ଦେଶବାସୀ ନିୟତ ଅଭ୍ୟସ୍ତ । 

 

ତୁମକୁ ବାଧିଲା ଦୁଃଖ 

ସମୟର ଅଜସ୍ର ଯାତନା,

ଘାତୁକର ପ୍ରାଣ ତେଣୁ ନାଶକରି 

ଆପେଦେଲ ଚିହ୍ନ ଚିହ୍ମା ! 

ସତେକି ବାଧିଲା ଲିଜ୍ଜା ,

ଜୀବନର ଅପମାନ ଛୁଇଁ;

ମରଣକୁ କ୍ଷିପ୍ର ପଦେ 

ତେଣୁ ତୁମେ ବରିନେଲା' ଧାଇଁ ।

ମରିବାରେ ତୁମରି ପୌରୁଷ 

ଜୀଇଁବା ମରିବା ସରି’ 

ମରଣରେ ତୋଳିନେଲ ଯଶ । 

ରଘୁ !

ଅତ୍ୟାଚାରୀ ଶାସନର କ୍ରୀତଦାସ

ତୁମେ ଆହେ କ୍ଳୀବ,

ରଘୁ-ରକ୍ତ ଯାଚିବୁଲେ,

ଇତିହାସେ ତୁମରି ଖେତାବ ।

ମାରିବାକୁ ତୁମରି ନିଯୁକ୍ତି

ତେଣୁରେ ମାରିଲ ତାଙ୍କୁ 

ପୂର୍ଣକଲ ଦରବାରୀ ଚୁକ୍ତି । 

ହତ୍ୟା କରିବାକୁ ହେବ

ସତେ କିଆଁ ଡରିଗଲ ଏତେ;

ମୃତ୍ୟୁରେ ସାବ୍ୟସ୍ତକରି 

ସଂପିଦେଲ କାଠଶୂଳୀ ହାତେ । 

ମାରିଦେଲା ସେଇ,

ସିଏତ ନିର୍ଜୀବ କଳ:

ମଣିଷର ଦୟାପ୍ରୀତି ନାଇଁ । 

 

ମଣିଷର ଜଣାନାଇଁ

ଆଚରଣ, ଆଚାର, ବିଚାର,

ଅସଭ୍ୟତା ଅନ୍ଧକାରୁ 

ବଂଚିଛନ୍ତି ଦୃପ୍ତ ଜାନୁଆର । 

 

ରଘୁ !

ମରିଗଲେ ତା’ର ଯେତେ ଛୁଆ,

ଲୁଚିଗଲେ ଅଂଧାରୀ ଯୁଗର

ସବୁ କଂଚା ମାଂସଖିଆ ।

 

କିନ୍ତୁ ଏଇ ଶତଯୁଗ

ବ୍ୟବଧାନ ଲଂଘି

ବଂଚିଲା ବର୍ବର ଦୈତ୍ୟ 

ପୁଂଜିପତି କୋଠଘର ଜଗି । 

କାଟିନିଏ ଜିଭମୂଳ 

ଖୋଳିନିଏ ଆଖି ଡୋଳା ପୁଣ

ରାଜଦ୍ରୋହ ଅପରାଧେ 

ଯେଉଁ ବ୍ୟକ୍ତି ହୋଇଚି ଚାଲାଣ । 

 

ଏଠି ସବୁ ଦୋଷ ଦଣ୍ଡ

ଖୁଣ୍ଟିନାଟି ବିଚାର ବିହୀନ

ମାରିବାକୁ ହେବ ତେଣୁ 

ମାରିଦେଲା କଇଫତ ଶୂନ୍ୟ । 

 

ରଘୁ !

ଜୀଅନ୍ତା ମଣିଷ ଗଣ,

ଆମ ଦେଶ ତାଙ୍କରି ଶାସିତ

ମାରିଦେଇ ଗଲେ ତାଙ୍କୁ 

ରକତରେ ଧୋଇ ନେଲେ ହାତ । 

 

ମାରିଦେଲେ ସତ,କିନ୍ତୁ

ଜୀବନର ନଦେଲେ ପାଉଣା 

ଦ୍ୱୈତ ଅପରାଧୀ ରୂପେ 

ଜଗତରେ ସେଇମାନେ ଗଣା । 

 

ତାଙ୍କରି ଅନ୍ୟାୟ ବଳେ

ଘାତୁକର କରବାଳ ତୋଳି:

ଯେତେ ହାଣ, ପାରିଲେନି

କରିତାଙ୍କୁ ପବନରେ ଧୂଳି;

ଜୀଇଁ ପୁଣି ଉଠିଲେ ବିଦ୍ରୋହୀ

ବିଶ୍ୱର ସହସ୍ର ହୃଦେ 

ଅଭିଷେକ ଜାଣିଚ ନା ନାଇଁ ? 

ରଘୁ !

ନୀରବ ଭାବନା ମେଳେ

ଶତପ୍ରାଣ ଗୁପ୍ତ ମର୍ମସ୍ଥଳେ

କିଣି ନେଲେ ନିଜସ୍ଥାନ, 

ଆହାଭରି ଜୀବନର ମୂଲ୍ୟେ । 

 

ଗୋଟିଏକୁ ହତ୍ୟାକରି

କୋଟି ମନେ ଆଣି ଅବସାଦ

ବିଜିତିର ପ୍ରାଣଭରି 

ତୁମପାଇଁ ଆଣେ ବିସମ୍ବାଦ; 

 

ତାଙ୍କରି ପ୍ରେତାତ୍ମା !

ତୁମରି ଅନ୍ୟାୟ ବ୍ୟୁହେ 

ଛିଦ ଖୋଜେ ହେ ପାପୀ ଶଠାତ୍ମା । 

 

 

ରଘୁ !

ରକ୍ତପାତ ବୋହିନେଇ

ଚିରକାଳ ଆତତାୟୀ ପ୍ରାଣ

ନୀରବେ ପାଉନି ଶାନ୍ତି 

ତେଣୁ ଖୋଜେ ଆଉରି ଜଘନ୍ୟ;

ଶୂକରର ସମ ।

ନିଜର କୁତ୍ସିତ ବପୁ 

ଶାନ୍ତି ଲୋଡ଼େ ଘୃଣିତ କର୍ଦ୍ଦମ । 

 

ଚିତା ତାଙ୍କୁ ଦେଲ ନାଇଁ

କିଏ କହ ହେ ତୁମେ ବାଟୋଇ

ଅଜଣା କବର ଖାତେ 

କାଇଁଗଲେ ନୀରବରେ ଶୋଇ । 

ଧୂଳି ତଳ୍ପେ ଲୋଟିଗଲା

ମୄତ୍ୟାୟତ୍ତ ବିଗଳିତ ପ୍ରାଣ,

ଜୀବନ ଯାହାଙ୍କ ଲାଗି 

ମୁହ୍ୟମାଣ ଦଳିତ ଲଂଛାନ । 

 

ଦୀର୍ଘ ଏକ ଅଭିଶାପ ପରି ! 

ତେଣୁ ତାର ଅନ୍ତ ପାଇଁ 

ସ୍ୱପ୍ନIତଙ୍କ ମୃତ୍ୟୁ ନେଲ ବରି । 

 

ରଘୁ ଦିବାକର !

ରଘୁ ଦିବାକର ।

ବୁକୁ ଭରି ଶୋଷିନେଲ,

ଯନ୍ତ୍ରଣା ଆକଣ୍ଠ ମରଣର ।

ତିଳ ତିଳ ମରିବାର 

ଆଳସ୍ୟକୁ କରି ପରିହାର । 

 

ମୂର୍ତ୍ତିମାନ ଯକ୍ଷ ସମ

ତୁମେ ଦୁହେଁ ଗଲରେ ମିଳାଇ, 

ଦର୍ଶକର ଭାସମାନ 

ସ୍ମୃତିପଟେ ରଖ ଖାଲି ଛାଇ । 

 

ଅସମାପ୍ତ ଦିବା-ସ୍ୱପ୍ନ

ସମ ଖାଲି ବ୍ୟଥା ଟିକ ଦେଲ,

ଆଲୋକ ମିନାର ଆଡ଼େ

ହାତ ତୋଳି, ଧୀରେ ଉଭେଇଲ । 

 

ଦାରୁଣ ଏ ମୃତ୍ୟୁ ଥିଲା,

ନ୍ୟାୟାଳୟେ ପାଇକାରୀ ରାୟ

ଅସହାୟ ମଣିଷର 

ଦସ୍ତାବିଜ୍ ହୋଇଲା ବିଲୟ । 

ରଘୁ ଦିବାକର !

ମୃତ୍ୟୁର ଘୋଷଣା ହେଲା,

ମୃତ୍ୟୁ କିନ୍ତୁ ନ ଦେଖିଲା କେହି,

ମୃତ୍ୟୁ ଆଗୁ କାନ୍ଦୁଥିଲେ 

ଯେଉଁମାନେ ନ ଜାଣିଲେ ସେଇ । 

 

ଜୀଅନ୍ତା ମଣିଷ ପରେ

ଜାରି ହେଲା ମୃତ୍ୟୁର ଘୋଷଣା

ଜୀବନର ସ୍ନେହ ଯେତେ । 

ବାଣ୍ଟିବାକୁ ତୁରିତେ ଆପଣା । 

 

ବାଣ୍ଟି ମାତ୍ର ପାରିଚିକି ନାଇଁ,

ବାଣ୍ଟିବା ଆଗରୁ ତାଙ୍କୁ

ଧରିନେଲେ ନିର୍ଦ୍ଦୟ କଂସେଇ ।

ଫାଶୀ ଖୁଣ୍ଟେ ଝୁଲାଇଲେ ବେକ

ଇତିହାସେ ହାତ ତୋଳି । 

ଡାକ ଦେଲ - ‘‘ଦୋଷକର ମାଫ’ । 

 

ରଘୁ ଦିବାକର !

ଚିତା ତାଙ୍କୁ ଦେଲ ନାଇଁ 

ହେ ବାଟୋଇ କେଉଁମାନେ କହ

ତୁମ ଉଦାରତା ମୂଲ

ସୁଝି କି ପାରନ୍ତା ନାଇଁ 

ଏ ଜାତିର ପୁଅ ? 

 

ଗାଇ କି ପାରନ୍ତା ନାଇଁ

ତୁମ କୀର୍ତ୍ତି ଏ ଜାତି ଲେଖକ

ନିଆଁରେ ନ ଫିଙ୍ଗି ନିଆଁ 

କୁଢ଼ାଇଲ ମାଟି ଗୋଡ଼ି ଯାକ । 

 

ଅଜଳା ଏ ଅଗ୍ନିକଣା ଜାଳି

ପୋଡ଼ି କରିନାଇଁ ଭସ୍ମ,

ତମସା ରାତ୍ରିର ତୀରେ 

ନିରବଧି ଢ଼ାଳୁଚି ପ୍ରକାଶ । 

 

ଆସିଥିଲ ଅଗ୍ନି ଗର୍ଭ

କିନ୍ତୁ କିଛି ଯାଇ ନାଇଁ ଜାଳି

ଇତିହାସ ଛାଡ଼ିଗଲ, 

ଖାଲି ତୁମ ଗର୍ଭବତୀ ନାରୀ । 

ରଘୁ !

ରଘୁ ତୁମେ ମରିନାହିଁ

ଅମର ହୋଇଚ,

ତୁମ ଆଗୁ ଯିଏ ଯେତେ । 

ମରିଥିଲେ ସବୁ ଜୀଆଁଇଚ । 

 

ଇତିହାସ ତୁମ ଲାଗି

ଚିର ଦିନ ରଖିଲା ସାଇତି

ମାରିବାର ଫାଶୀଖୁଣ୍ଠ 

ଯଥା ତୁମ ଭଗ୍ନସ୍ତୁପ ମୂର୍ତ୍ତି । 

 

ଇତିହାସେ ହେ ନାଲି ଅକ୍ଷର !

ତୁମେ ଯଦି ମରିଥାଆ 

ବଂଚିବାରେ କାର ଅଧିକାର ? 

ରଘୁ !

ବଂଚିବାର କହ ଆଉ 

ଏ ଜଗତେ ଦାବିକାର ବେଶୀ

ତୁମେ ଯଦି ମରିଥାଅ 

କୋଟି ପ୍ରାଣୀ ଜୀବନ ପାଇଛି । 

 

ତୁମକୁ ମାରିବା ଲାଗି ଏତେ

ମେଣ୍ଟ ଏତେ ଷଡ଼ଯନ୍ତ୍ର,

ତୁମରି ମରଣ ତେଣୁ 

ବଂଚିବାରୁ ଅଧିକ ମହତ୍ତ୍ୱ । 

 

କେତେ ଲୋକ ଜୀଇଁ ଜୀଇଁ

ମରଣକୁ ନିତି ପ୍ରତି ଇଚ୍ଛି,

ଚିଟା ଲାଗିବାରୁ କେହି 

ଜୀବନକୁ ମୁରୁଛି ପାରିଚି ? 

 

କିନ୍ତୁ ତୁମେ ମରଣକୁ

ହାତଧରି ନେଲ କୋଳକରି,

ତମରି ନୈବେଦ୍ୟ ସଂଗେ 

କୋଟିଏ ପରାଣ ରଂକ 

ଜୀବନ କି କେଉଁ ରୂପେ ସରି ? 

 

ରଘୁ !

କ୍ଷିପ୍ର ଏ ମରଣ

ରିକ୍ତ କରି ଚାଲିଗଲ,

ଜୀବନର ବୃହତ୍ତର ସ୍ଥାନ ।

ଏଇ ଖ୍ୟାତି ପାଇବାକୁ

ତୁମପରି ଆଉ ଜଣେ କେହି

ଯିଏ ଥିଲା ସିଏ ଗଲI

ସହଚର, ହାତ ଧରି ନେଇ । 

 

ରଘୁ ସଂଗେ ଗଲା ସିଏ ମରି

ରଘୁ ତାଙ୍କୁ ମୁରୁଛି ପାରିଲା ନାଇଁ

ନିତ୍ୟ ସହଚରୀ । 

ହେ' କବିତ୍ୱ ଖ୍ୟାତିବାହୀ କବି

ରଘୁ ମହାନ୍ତିଙ୍କୁ, ତୁମେ 

ଭୁଲିବାର ଦୁର୍ବଳତା କିପରି ଭୁଲିବି ? 

 

ଖ୍ୟାତ ପୁଣି ତ୍ୟାଗଶୀଳ

ବିଳାସର ହେ’ ରସପୁଟିନ୍ (୨)

ତୁମେ ଯେଉଁ ରାଜଶକ୍ତି

ହାତରେ ପୋଷୁଛି ଜୀବ 

ଛଳନାର ଇନ୍ଦ୍ରଜାଲ ଘେନି । 

 

ସେଇ ରାଜଶକ୍ତିର ଯେ

ଓଲଟାଇ ଦେଲା ନ୍ୟାୟ ଭାର

ଯିଏ ତାକୁ ସବଳ କଣ୍ଠରେ ଦେଇ

ପ୍ରତିବାଦ ଗିର;

କହି ତାହା ପାଇଁ ତୁମ

କେଉଁଠାରେ ଚାତୁରୀ ସାହାଯ୍ୟ ?

ଠିକାଦାର ନ୍ୟାୟ ସଂଗେ 

କରିଯାଅ ତୁମେ ନିଜ କାର୍ଯ୍ୟ । 

 

ବଚସ୍କର ମାତ୍ର !

ପଇସା ଦିଆ ମୁନିବ

କିଣି ନେଲା ତୁମ ବେନି ହସ୍ତ ।

କିଣି ନେଲା ଆଖି ଡୋଳା

ପୁଣି ଯେତେ କାନର ପରଦା,

ଛାତିର ଭାବନା ଯନ୍ତ୍ରେ 

ଘେରାଇଲା ଲୁହାର ଗାରଦା । 

 

ଖୋଳିଦେଲା ଖାଇ ଏକ

ଧନପତି କୋଠଘର ଯାଏ

ତୁମରି କଲମୁ ଯେତେ 

ସ୍ୟାହି ଝରେ ସେଇ ପଥେ ଧାଏଁ । 

ନ୍ୟାୟପତି, ଦଣ୍ଡପତି

ଆଦେଶର ତର୍ଜନୀ ଇଂଗିତେ

ଭାସିଯାଅ ହେ କବିତ୍ଵ । 

ଶତାବ୍ଦୀର ଅନୁକୂଳ ସ୍ରୋତେ । 

 

କବି ରଘୁ ପାରିଲାନି ଭାସି

ତେଣୁ ନିଜେ ମହାଦମ୍ଭେ

ବଜାଇଲା ବିଦ୍ରୋହ ବଇଁଶୀ ।

ନିଜର ଲେଖନୀ ଗାରେ 

ଲେଖିଦେଲା ନିଜ ମୃତ୍ୟୁ ବାର୍ତ୍ତା

ଭାଙ୍ଗି ଚୂରି ଦେଇ ଯେତେ 

ରାଜତନ୍ତ୍ର ଗର୍ବୋନ୍ନତ ମଥା । 

(୨) ଋଷ ଦେଶର ଜାର ଶାସନ କାଳର ଧର୍ମଜୀ ଜନନେତା

 

ରଘୁ ଦିବାକର !

ବନ୍ଧୁ ହେ’ ଆମକୁ ତେଜି

ତୁମେ ଗଲ ମୃତ୍ୟୁଞ୍ଜୟୀ ଯାନେ

ବଂଚିବାର ଭୀରୁ ଯେତେ 

ଥକିଗଲୁ, କୋଟି ଅବଧାନେ । 

 

ମୁକ୍ତିର ତୋରଣ ବାସୀ

ଅଗ୍ରଗାମୀ ଆହେ ପିତୃଗଣ,

ନଗରର ଉପକଣ୍ଠେ,

ଦିନେ ତୁମ ମୃଦୁ ଜୟଗାନ ।

ଶତାବ୍ଦୀର ପ୍ରଖର ନିଃଶ୍ୱାସେ

ଭାସି ଆସି ଜନ୍ମ ନେବା 

ଏକ ଶିଶୁ ମଣିଷ ଔରସେ । 

 

ଦେବ ବାର୍ତ୍ତା

ଢ଼ଳିବ ଆଲୋକ...

ପୁଞ୍ଜିତ ଆଶ୍ୱସ୍ତି କଂଠେ

ତୋଳିଧରି ବିପ୍ଳବ ଝଲକ ।

ତୈଳଯାନେ(୩) ଭାସିଆସେ

ପିତୃଗଣ ତବ ଆସ୍ଫାଳନ

ରାଞ୍ଚି ଫାଶୀ ଖୁଣ୍ଟ ତାର 

ତୋଳିଅଛି ବିପୁଳ ନିଶାଣ । 

(୩) ଅଶୁଭ କର୍ମରେ ବ୍ୟବହୃତ ଯାନକୁ ତୈଳଯାନ କୁହାଯାଏ ।

 

ସଂଘର୍ଷ

------------------------------------------------------------------------------------------

ଅଭିମତ

ସଂଘର୍ଷ’ ପଢ଼ି ମନ ଯୁଗପୁତ୍ ଆନନ୍ଦ ଓ ବିସ୍ମୟରେ ଭରି ଉଠିଲା । ସମାଜର ଚଳନ୍ତି ଚିନ୍ତା ଧାରାରେ କବି ଗୋଟାଏ ବିପୁଳ ବିପ୍ଳବ ଆଣି ଦେଇଛନ୍ତି । ଚିର ବନ୍ଦୀର ଶୀତଳ ରକ୍ତ ଯେପରି ମୁକ୍ତିର ଆଲୁଅ ବତାସରେ ଉସୃଙ୍ଖଳ ହୋଇ ଉଠିଛି । |

କବିତା ଗୁଡ଼ିକର ଛତ୍ରେ ଛତ୍ରେ ବିଦ୍ରୋହର ବହ୍ନି, ବ୍ୟଥାର ତପ୍ତଶ୍ୱାସ ଓ ବେପରୁଆର ତୀବ୍ରତା ସଜୀବ ଓ ଜାଗ୍ରତ । ଭାଷାର ପ୍ରବାହ ଏତେ ପ୍ରଖର ଯେ, ତାହା ଛନ୍ଦ ବନ୍ଧ ଭାଙ୍ଗି ମତୁଆଲ ହୋଇ ଧାଇଁଛି ଅନନ୍ତ ମୁକ୍ତି ପଥରେ । ଆମ ସାହିତ୍ୟରେ କବି ଗୋଟାଏ ନୂତନ ପ୍ରେରଣା ଆଣି ପାରିଛନ୍ତି ବୋଲି ମୋର ଧାରଣା 

 

ଭଦ୍ରକ

୧|୭|୧୯୪o 

 

ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର

-- 

ଅଭି ମତ

‘‘ସଂଘର୍ଷ’ ପାଠ କଲି । ଲେଖକଙ୍କର କଳାକୁଶଳତା ଅଛି । 'ଯୌବନ' କବିତାଟି ବିଚିତ୍ର ଗୁମ୍ପିତ ଗୋଟିଏ କୋଣାର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ରିକ୍ତ ମନୋଭାବ ନୁହେଁ, ସିକ୍ତ ବେଦନାରେ ଏହି ସଂଘର୍ଷ ଲେଖବାକୁ ଚେଷ୍ଟା କରାହୋଇଛି । ଜୀବନର ଯେଉଁ ଦିଗରେ ବେଦନା, ଦୈନ୍ୟ, ଅବସାଦ, ସେହି ଦିଗରେ ସ୍ମୃତିକୁ ଜାଗ୍ରତ କରି ସହାନୁଭୂତିରେ ଭରି ଏହି କବିତାମାନ ଲେଖା ହୋଇଅଛି । କବିତା ହିସାବରେ ଏଥିରେ ଭାବ ଅଛି, ଭାଷା ଅଛି; କିନ୍ତୁ ସମସ୍ତଙ୍କର ମନଃପୂତ ହେବାଭଳି ଅଭିରୁଚି ଏଥିରେ ନାହିଁ । ଏହିଠାରେ ହିଁ ସଂଘର୍ଷ । ମୁଁ ଏହି ଜାତୀୟ କବିତାକୁ ମନର ସ୍ୱାଧୀନ ସୃଷ୍ଟିର ରଚନା ବୋଲି ସମାଦର କରି ପାରେ, କିନ୍ତୁ ଅର୍ବାଚୀନର ଏ ସାହସକୁ ପ୍ରାଚୀନ ମୋର ସାହସ ସମକଚ୍ଛ ହୋଇପାରୁ ନାହିଁ । ପୁସ୍ତକଟିରେ ନବଭାବ ଅଛି; ଏହା ହିଁ ଏହାର ସରସତା । ମୁଁ ଲେଖକଙ୍କର ଉନ୍ନତି କାମନା କରେଁ । ସମାଜ-ପ୍ରିୟ ସମାଜର ମଙ୍ଗଳ କଳ୍ପେ ସବୁ କରେ । ତାର କଳାସୃଷ୍ଟି ଏହାକୁ ଲକ୍ଷ୍ୟ କରେ । ଲେଖକ ଶୂନ୍ୟ ଆକାଶରେ ମୁକ୍ତ ବିହଙ୍ଗମପରି ବିଚରଣ କରିବାର ଆନନ୍ଦ ଚାହାନ୍ତି । ସେଥିରୁ ମୁଁ କାହିଁକି ବଞ୍ଚିତ କରିବି ? ମୁକ୍ତ ବିହଙ୍ଗର ଦୂର ଉତ୍ଥୟନ ସମୟ ସମୟରେ ମର୍ତ୍ତ୍ୟର ଯାତ୍ରୀକୁ ସେହି ଦୂର ଦେଶକୁ ଇଙ୍ଗିତ କରେ, ଆହ୍ବାନ କରେ, ଟାଣିବାକୁ ଚେଷ୍ଟା କରେ । କିନ୍ତୁ ମାନବ ପାରେ ନାହିଁ ଉଡ଼ିବାକୁ । ସମାଜ ବାଧାଦିଏ । ବାଧାରେ ବି ଅଛି । ଲେଖକ ଏହା ମାନିବାକୁ ଚାହାନ୍ତି ନାହିଁ । ଅବଶ୍ୟ କେତେକ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ମସୀ ଅସି ଚାଳନା କରିବା ଦରକାର - ତା ବୋଲିକି ବଙ୍ଗଳ ଯାହା, ଯାହା ସଂଯମ ସାପେକ୍ଷ, ତାକୁ ବୃଥା ବ୍ୟର୍ଥ ବିନିଷେଧ ଭାବି ଭାଙ୍ଗିବାର ପ୍ରୟାସ ସମୀଚୀନ ମନେ ହୁଏ ନାହିଁ । ତଥାପି ଏ ପୁସ୍ତକ ପ୍ରକାଶରେ ବାଧା ଦେବାକୁ ଚାହେଁ ନାହିଁ, କାରଣ ଏଥିରେ ଚାରୁକଳା ସୃଷ୍ଟିର ଅଭାବ ନାହିଁ । 

କ୍ୟାମ୍ପ ଭଦ୍ରକ 

ଶ୍ରୀ ଲକ୍ଷ୍ମୀନାରାୟଣ ସାହ୍ମ

୧୫|୮|୧୯୪୦ 

(ଭାରତ ସେବକ ସମିତିର ସଦସ୍ୟ) 

l. 

ସଜୀବ ଓ ସତେଜ କବିତା

ସଚ୍ଚିଦାନନ୍ଦ ରାଉତରାୟଙ୍କ ମନ୍ତବ୍ୟ

ଆରତି : ମାସିକ ପତ୍ରିକା / ପ୍ରଥମ ବର୍ଷ | ଦଶମ ସଂଖ୍ୟା ୧୩୪୮ ସାଲ (୧୯୪୧)ର ନବପୁସ୍ତିକା ବିଭାଗରେ 'ସଂଘର୍ଷ' ପାଇଁ ଅଭିମତ

ସଂଘର୍ଷ କେତୋଟି ଖଣ୍ଡ କବିତାର ସମଷ୍ଟି । ଲେଖକ ଉଦୀୟମାନ କବିତା-ଲେଖନକାର ଶ୍ରୀ ରଜନୀକାନ୍ତ ଦାସ । ଭଦ୍ରକ ଥାନା ଅନ୍ତର୍ଗତ ଜଗନ୍ନାଥ ସାହିତ୍ୟ ସମିତି ପୁସ୍ତକଟିର ପ୍ରକାଶକ । ପୁସ୍ତକଟିରେ ଲେଖକଙ୍କର ଉଗ୍ର ସଂସ୍କାରପନ୍ଥା ଆଭିମୁଖ୍ୟର ଯଥେଷ୍ଟ ସୂଚନା ମିଳୁଛି । ଲେଖକ ପରିବର୍ତ୍ତନବାଦୀ କିନ୍ତୁ ବିପ୍ଳବବାଦୀ ନୁହନ୍ତି । ପ୍ରଚଳିତ ସମାଜ ଜୀବନର ସେ କେତେକ ସଂସ୍କାର ବା ପରିବର୍ତ୍ତନ ଚାହାନ୍ତି । ପରିବର୍ତ୍ତନ ଯେଉଁଠି ଆମୂଳଚୁଳ ହବାପାଇଁ ଅଭିପ୍ରେତ ଏବଂ ଐତିହାସିକ ବିଶ୍ଳେଷଣ ଉପରେ ପ୍ରତିଷ୍ଠିତ; ସେଠାରେ ତାହା ବୈପ୍ଳବିକ କିମ୍ବା ଅନ୍ୟକଥାରେ ବୈଜ୍ଞାନିକ । ଲେଖକ ପ୍ରଚଳିତ ସମାଜ ଅନୁଷ୍ଠାନକୁ ତଳେଇକରି ବୈଜ୍ଞାନିକ କାରଣ ତଥା ପରିଣତି ଦିଗରୁ ଦେଖି ନ ଥିଲେ ମଧ୍ୟ, ଏହାର ଯେଉଁ କଦର୍ଯ୍ୟତା ଯେତେବେଳେ ତାଙ୍କ ଆଖି ଆଗରେ ଦେଖାଦେଇଚି, ତାହାକୁ ସେ ଆକ୍ରମଣ ନ କରି ଛାଡି ନାହାନ୍ତି । ଲେଖକ ନିଜର ପରିସ୍ଥିତି ସହିତ ତାଙ୍କର ଉଗ୍ର ଆଦର୍ଶର ଆପୋଷ କରିବାକୁ ଯାଇ, ଇଚ୍ଛାକରି ଠାଏ ଠାଏ ଗୁପ୍ତ ଓ କ୍ଲିଷ୍ଟ ହୋଇ ପଡ଼ିଛନ୍ତି, ବୋଲି ତୀକ୍ଷ୍ମଣ ସମାଲୋଚକ ଆଖିରେ ଧରା ପଡ଼ିଯିବ ! ଲେଖକଙ୍କର ଏଇ ସଚେତନ ସଙ୍କୋଚନ ତାଙ୍କ ଭାଷା ଓ ଭାବର ଅଚେତନ କ୍ଲିଷ୍ଟତା ଓ ମନ୍ଥରତା ପାଇଁ ମୁଖ୍ୟତଃ ଦାୟୀ । ଲେଖକ ବ୍ୟକ୍ତି ସ୍ୱାତନ୍ତ୍ର୍ୟ (individualism) ର ପୂର୍ଣ୍ଣ ଅଭିବ୍ୟକ୍ତି ଚାହାନ୍ତି । ଲେଖକଙ୍କ ଚିନ୍ତାରେ ଦୃଢ଼ତା ଓ ଶକ୍ତିର ବ୍ୟଞ୍ଜନା ଅଛି । ଓଡ଼ିଆ ସାହିତ୍ୟରେ ଯେ କଳ୍ପନା ସର୍ବସ୍ତ୍ର ରୋମାଣ୍ଟିକ ଯୁଗର କ୍ରମମୃତ୍ୟୁ ଘଟୁଚି, ଏ ବିଷୟରେ ସଂଘର୍ଷ ଆଉ ଏକ ନିଭୀକ ଉଦାହରଣ । ଆମର ବାସ୍ତବତାକୁ ଆମେ ଉପରଠାଉରିଆ ହେଲେ ମଧ୍ୟ ମୁହାଁମୁହିଁ ଦେଖିବାର ସାହସ ଓ ଯୋଗ୍ୟତା ଯେ କ୍ରମେ ଅର୍ଜନ କରିଛି, ତାହା ଏଇ ବହିଟିରୁ ପ୍ରମାଣିତ ହେବ । ଏଭଳି ବଳିଷ୍ଠ ଲେଖା ଏ ଯୁଗରେ ଯେତେ ପ୍ରକାଶିତ ହୁଏ, ସେତେ ଏ ଦେଶର ମାନସିକ ସ୍ୱାସ୍ଥ୍ୟ ପକ୍ଷରେ ମଙ୍ଗଳ । ଲେଖକଙ୍କର ଭାଷା ଅନେକ ଜାଗାରେ ତାଙ୍କର ଶକ୍ତିଶାଳୀ ଚିନ୍ତାର ଉପଯୁକ୍ତ ହୋଇ ପାରିଚି ! ଅଭ୍ୟାସ ରଖିଲେ ଭବିଷ୍ୟତରେ ଲେଖକଙ୍କର ଭାଷା ଯେ ଅଧିକ ମଜଭୁତ ଓ ସ୍ବାଭାବିକ ହୋଇ ପାରିବ, ଏହା ଆଶା କରିବାର ଯଥେଷ୍ଟ ଉପାଦାନ ଲେଖକଙ୍କର ଏଇ ପ୍ରଥମ ବହିରୁ ମିଳୁଛି । ଲେଖକଙ୍କର ଆକ୍ରମଣାତ୍ମକ ଆଶାଶୀଳତା (militant optimism) ପ୍ରଚଳିତ ସମାଜ ବ୍ୟବସ୍ଥାର ଅର୍ବଭଗ୍ନ ସଂସ୍ଥାର ସମ୍ୟକ୍ ଉଛେଦ ସାଧନକରି ତହିଁର ବୈପ୍ଳବିକ ସୁଜନ ପିପାସା ଏ ଦେଶର ନବ ସାହିତ୍ୟିକମାନଙ୍କୁ ପ୍ରଚୁର ପରିମାଣରେ ପ୍ରଭାବିତ କରୁ, ଏହାହିଁ ଏକମାତ୍ର କାମନା । ଲେଖକଙ୍କଠାରୁ ଦେଶ ଆଉରି ଅନେକ ଏଭଳି ସଜୀବ ଓ ସତେଜ ଲେଖା ଆଶା କରେ । 

-ସଚ୍ଚିଦାନନ୍ଦ ରାଜତରାୟ

------------------------------------------------------------------------------------------------------------

The Indian P.E.N., ମାର୍ଚ୍ଚ, ୧୯୯୧ ମସିହା ସଂଖ୍ୟାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘‘ସଂଘର୍ଷ’ ସଂପର୍କରେ ମନ୍ତବ୍ୟ : 

Sangharsa (The Struggle). Oriya poems by Shri Rajanikanta Das, (Jagannath Sahitya Samiti, Bhadrak. As. 8) 

The author belongs to the modern group of Oriya poets who are striving with the pen to revolutionise the existing order of human soci ety and who sing the song of liberty, fraternity and equality. The poems "Love and Sin", "Immorality", "In the Hour of Tempest", "Trumpet of Satan" and "Democracry" are particularly interesting for their powerful expressions and thought-provoking iduas. 

-K.C.P. 

 

 

------------------------------------------------------------------------------------------

ଆମୁଖ

What blurt is this about virtue and about vice ? 

Evil propels me and reform of evil propels me. I stand indifferent. 

My gait is no fault-finder's or rejector's gait. 

I moisten the roots of all that has grown. 

- Oscar Wild 

------------------------------------------------------------------------------------------------------------

ବ୍ୟଭିଚାରର ପୂଜା

ଦୁନିଆରେ ବାଜେ ତୋ ନାମର ସିନା କଳଙ୍କ-ବାଜା,

ମୋ’ ପ୍ରାଣ-ମନ୍ଦିରେ ତୋ’ ପାଇଁ ଫୁଲର ଆସନ ସଜା ।

 

ନୀତିବାଦୀ ସିନା ତୋ’ ମୁଖ ଦେଖି ଲେ ଗଣନ୍ତି ପାପ,

ତୋ’ ସ୍ବର ନ ଶୁଣି ମୁହୁର୍ତ୍ତେ ବଞ୍ଚିବା ମୋ’ ଅଭିଶାପ !!

 

ଭୟ ନାଇଁ ଯଦି ସମାଜ ଗାଉଚି ତୋ’ ଅପକୀର୍ତ୍ତି,

ମୋ’ ଚିତ୍ତ-ପୁସ୍ତକେ ତୋ’ ପଦବୀ ସହୀ, ସତୀ-ସାବିତ୍ରୀ’ ।

 

ଲକ୍ଷ ନିନ୍ଦା ଗାଉ ସମାଜ ପଛେ ତୋ’ ରୀତି ନୀତିର,

ସମାଜ କଥାରେ ନର୍ଦ୍ଦମା, ପରା ମୋ ଦେବ ମନ୍ଦିର ।

 

ମାନେ ନାଇଁ ମୁଁ ସେ’ ପୁରାଣ ପୋଥି ବନ୍ଧା-ନିୟମ,

ସ୍ଵାର୍ଥ-ସେବକର ରକ୍ଷିତ-ସ୍ଵାର୍ଥ ସେ’ ତହିଁ କି କାମ ?

 

ଫରମାସ ମାନି ନୀତି ପୁରାଣର କାଟିବା ଦିନ

ଆପଣା ମନର ଉଗ୍ର ଏ ଭାବକୁ କରି ଦମନ,

 

ଆପଣା ପ୍ରବୃତ୍ତି ଆପଣା ବୁଭୁକ୍ଷା କରି ବିଧ୍ୱସ୍ତ

ପର ମନା ମାନି ମଣିଷ’’ ହେବାକୁ ନୋହେ ମୋ ମତ !!

ବନ୍ଦନା

ଝଡ଼ର ରୋଳେ ଯେବେ ଗାଇଲୁ, 

ନାରୀ ଗୋ ! ବିପ୍ଳବର ବାରତା

ଆପଣା ‘କ୍ଷୁଧା’ ତଳେ ନଇଁଲା 

ଦୃପ୍ତ ସମାଜର କରତା !!

ନ ହୋଇ ପରକୁହା ‘ଦ୍ରୋପଦୀ’ 

ଆପଣ ମନେ ହେଲୁ “ଶ୍ରୀରାଧା’,

ନମାନି ସତ ଚିରାଚରିତ, 

ଅସତ ବଳେ ହେଲୁ ଆରାଧ୍ୟା ! 

ଆପଣା ପଥେ ଦମ୍ଭେ ଚାଲିଲୁ 

ଲକ୍ଷ ମନା ଦଳି ପଦରେ,

ଦୁନିଆ ଲାଳସାକୁ ନ ବିକି

ଆପଣା ନାରୀପଣ ସାଧରେ ।

ଜାଗିଲା ‘ସ୍ଵ ତ୍ୱ ତୋ’ ନାରୀ ଗୋ 

ଶ୍ରେଷ୍ଠ ଏହି ମାନବିକତା...

ତା’ ପଦେ ମଥା ମୋର ଭଜଇ 

ଭକତି ବିନୟରେ ଏକତା ।

ସହୀ, ସେ ଆଦରଶ ବଳେ ଗୋ 

କରିବି ପ୍ରଣୟର ବିହାର,

ବନ୍ଦୀ ସମ ମୁଇଁ ରଚିବି । 

ଅମଳ ସ୍ତୁତି ଆଜି ତାହାର !! 

ବିପଥୁଁ...

ସୁପଥରେ ଚାଲି ଚାଲି... ।

ଯାହାର ଚରଣ ଚିହ୍ନ ଦର୍ଶନ ନ ପାଏ ଦିନେ,

ଅପଥରେ ଯଦି ଆଜି ତ’ ସଙ୍ଗ ଲଭିଲି ।

ନୀତି ବାକ୍ୟ ଯଦି ସେହୁ ନ ଯାଚିଲା ପ୍ରଥମ ଯୌବନ,

ବ୍ୟଭିଚାର ଅନୁସରି ଆଜି ତା’ର ପାଇଲି ଚୁମ୍ବନ,

ପୁଣ୍ୟ-ପଥେ ନିରାଶ ଯେ କଲା-

ପାପର ପଙ୍କିଳ ପୁରେ ଯେବେ ତା’ର ସନ୍ନିଧାନ ହେଲ!

ଆଲୋକରେ ଯାକୁ ଲୋଡ଼ି, କାନ୍ଦୁଥିଲି କୁରରୀର ସମ,

ଅନ୍ଧକାରେ ଆପେ ଯଦି ଆସିଲା ସେ ମୋ’ ଭାଗ୍ୟ ପରମ ।

ଘୃଣା ପଥେ ଯଦି ସେହୁ ଯାଚି ଦେଲା ତା’ ପ୍ରଣୟ-ହାର, ।

କଳଙ୍କର ସାଥେ ଯଦି ବରି ନେଲା ସାଦରେ ବିହାର, 

ଲୋକ ନିନ୍ଦା ତୀବ୍ର କଷା ସହି ।

ମୋ’ହ ପାଇଁ ବେଶ୍ୟIତ୍ୱରେ ’ ଯେ ବରିଲା,

ଆଜି ତା’ର ବନ୍ଦନା ରଚଇଁ ।

ତାହାରି ନାରୀତ୍ୱ ପଦେ ରେଣୁ ସମ । 

ପୌରୁଷ ମୋ’ ଲୋଟିବାକୁ ଝୁରେ,

ଗରବିତ ମୁଇଁ ଆଜି ସେ ଯେଣୁ, ‘ଚରିତ୍ର ହୀନା 

ତା’ ପ୍ରେମିକ ପଣେ ମୋତେ ନିରାଶ ନ କରେ । 

 

 

ପ୍ରେମ ଓ ପାପ

ଭଲ ପାଉଥିଲି ତୋତେ, ଖାଲି ସଖୀ, । 

ତାହା ଯେଣୁ ନିୟମ ସୃଷ୍ଟିର,

ଭଲ ପାଇବାରେ ଯଦି ଥିଲା ‘ପାପ? 

ସହୀ, ସେ ମୋ’ ବାହାର ଦୃଷ୍ଟିର ।

ସ୍ନେହ ପାଶେ ନୀତିର ସମ୍ପର୍କ, 

ଅଜ୍ଞ ଯେଣୁ ଜାଣି ମୁଁ ନଥିଲି, ।

ସମାଜର ଅନୁମତି, ସମାନ ହୃଦୟ 

ନ ଚାହିଁଲା; ଦ୍ଵାର ଦେଲି କିଳି ।

ଦୁଇଟି ପ୍ରାଣର ଯେଉଁ ଆକର୍ଷଣ, 

ତାହା କି ଗୋ ଲଜ୍ଜାର ବାରତା,

ଦୁଇଟି ବକ୍ଷର ଯେଉଁ ଭାବେଚ୍ଛାସ, 

ସଙ୍ଗମ ତା’ ଘୃଣା-ବର୍ବରତା ? 

କିଏ ୟା କହିଲା-?

ଲୁହା ଚୁମ୍ବକର ଯେଉଁ ସମ୍ପର୍କ ଗୋ

କେବେ ତାହା ‘ବ୍ୟଭିଚାର’ ହେଲା ?

ସ୍ଵାଭାବିକ ନିମ୍ନଗତି ତଟିନୀ କି ବିପଥ-ଚାରିଣୀ ? 

ସହକାର ପାଶେ କିପାଁ ମାଧବିକା ଚିର ଭିକାରୁଣୀ ? 

ଅନୀତି

ମୋଅରି ନିର୍ଦ୍ଦେଶେ ଆଜି ଆଗଭରେ ବେଶ୍ୟାତ୍ୱର ପଦେ - 

ଶ୍ରଦ୍ଧାଞ୍ଜଳି ଦେଲା ଯେ ସାବିତ୍ରୀ’,

ବନ୍ଧା “ନାରୀତ୍ୱ’ରେ ତେଜି ଯେ ବରିଲା ମୁକ୍ତ ‘ବ୍ୟଭିଚାରେ’ 

ସେ’ ମୋ ପୂଜ୍ୟ-ସେହି ମହାସତୀ !!!

‘ପରର’ ବଇଁଶୀ ସ୍ୱନେ ଧାଇଁଲା ଯେ ଉନ୍ମIଦିନୀ ସମ 

ବକ୍ଷ- ତଳ୍ପ ମଣି ମୋର ପିତା,

ଆପଣାର ରୁଚି ବୋଲି ଯେ ଲୋଡ଼ିଲା ପର ବାହୁ-ବଲ୍ଲୀ 

ସେ ମୋ’ ନାରୀ-ପତିବ୍ରତା ସୀତା

ଗୁରୁଜନ ଆଜ୍ଞା ମାନି ଯେ ‘ଦ୍ରୋପଦୀ’ ଆପଣା ନାରୀତ୍ୱ 

ପଞ୍ଚ ମଧ୍ୟେ ନ କଲା ବଣ୍ଟରା,

ସମାଜର ରଙ୍ଗ ଡୋଳା, ଲୋକ ନିନ୍ଦI ତୀବ୍ର କଷାଘାତ, 

ନ ମାନିଛି ଯେ “ରାଧI’ ସେ ବୀର !! 

 

ବ୍ୟଥାର ଦୃଷ୍ଟି

 

ତୁମେ ଯହିଁ ଦେଖ ଫୁଟିଲା କୁସୁମେ

 

ରୁପର ସୁଷମI ଗନ୍ଧ ଭର୍I

ମୁଁ ଦେଖେ ତାହାରି ଗୋପନ ଗରଭେ ।

କୀଟର ଦଂଶନ ବିଷ ଜ୍ୱାଳା !!

ତୁମେ ଯହିଁ ପାଅ ମଳୟ ହିଲ୍ଲୋଳେ

ଲବଣୀ-କୋମଳ ମଧୁ ସ୍ପର୍ଶ ।

ମୋ’ ଅନୁଭବକୁ ତହିଁ ଆସେ ସହୀ,

ବୈଶାଖୀ ମଧ୍ୟାହ୍ନ ରୌଦ୍ର ତ୍ରାସ??

ତୁମେ ଯହିଁ ଦେଖ ଚଟୁଳ ରୁପସୀ

ବଦନେ ହାସ୍ୟର ମଧୁ ଧାର,

ମୁଁ ଦେଖେ ତା’ ହୃଦେ ତୀବ୍ର ବିଦହନ ।

ମରମେ ଧ୍ୱଂସ ର ହାହାକାର !!

ତୁମେ ସିନା ଦେଖ ବୀଣାର ନିସ୍ଵନେ,

ମଧୁର ମୂର୍ଚ୍ଛନା ପୁରବୀର,

ମୋ’ ବୁକୁରେ ଉଠେ ମନ୍ଦ୍ରେ ଆରାବି ।

ଦୈନ୍ୟ ଯାତନା ଜଗତର ।

ଶରତ ନିଶୀଥେ ଶୁଭ୍ର ସୁବିମଳ

ଚନ୍ଦ୍ରିକା ସେବନେ ଧୀର ସ୍ଥିର,

ତୁମେ କିସ ଭାବ, ମୁଁ ଭାବେ ଦୁନିଆ

ସୈତାନୀ ମାୟାର ଖେଳ ଘର । 

      

ପ୍ରାଣର କବିତା

କି ବ୍ୟଥା ଗାଇବି ଆଜି ସଖା ମୋର । ।

ଜିହ୍ୱା ମୋର ପାରିକି କହି ? 

ରକ୍ତ ମାଂସ ଦେହ ଧରି – ଦୟା ପ୍ରୀତି ହୃଦେ ଭରି 

ଶୁଣିବ କି ତୁମେ ?' 

-ପ୍ରାଣ ତୁମ ନୋହିବ କି ଦାହୀ ? 

 

ତରଙ୍ଗି ପଡ଼ିବ ନି’କି ଦରଦୀ ହୃଦୟ ତମ, 

ଏ ବିଷାନ ଦୀର୍ଘ ଶ୍ୱାସେ ମୋର,

ପାଷାଣବା ବକ୍ଷ ଧରି ନିଶ୍ଚଳ ରହିବ; 

ଧୈର୍ଯ୍ୟ କାଇଁ ମାନବ ଶିଶୁର ? 

 

ଏ’ ଆହତ ବୁକୁ ତଳେ ଦୀପ୍ତ ଶତ ଆଶା, ।

ଭୃଣ’ ବୋଲି ମୋଡ଼ୁଛି ମୁଁ ଗଳା ଯାହାଙ୍କର

ତାନ୍ତ୍ରୀରେ ତାନ୍ତ୍ରୀରେ ଉଠେ ଯେ’ ଗୀତ ମୂର୍ଚ୍ଛନା 

କର୍ଣ୍ଣେ ହସ୍ତ ଦିଏ ମୁଁ ବଧିର !!

ଜିହ୍ୱା ଚିପି ଢୋକି ଦିଏଁ ସକଳ ଆକାଂକ୍ଷୀ 

ପାପ କଥା ନ ଶୁଣୁ ତା’ ପର !!

ଅତୀତର ଶିଳା ତଳେ ରଖିଚି ଯେ କ୍ଷୁବ୍ଧ ପ୍ରାଣ ଚାପି 

ତା ବିକଳ ସ୍ୱର ଆଜି ବାୟୁ ଆଣେ ବହି,

‘ଗଲା’ ପଥେ ଯା’ ଛାଡ଼ିଚି, ଆସିବାର ପଥେ 

ତାହା ଲାଗି ଲୁହ କାଇଁ ପାଇଁ ?

ଶୈଶବର ଅଜ୍ଞତାରେ ଦିନେ... 

ପଥ ପ୍ରାନ୍ତୁ ଭେଟିଥିଲି ଯେ କୁସୁମ ମାଳ 

ସ୍ନେହେ ଯା’କୁ ପିନ୍ଧିଥିଲି ଗଳେ

ଛି, ଛି ବୋଲି ଫିଙ୍ଗି ଦେଲେ ମୋ’ ହସ୍ତୁ ଛଡ଼ାଇ, 

‘ପ୍ରିୟ ଗୁରୁଜନେ’ ମୋର ତଳେ 

 

ଆଜିତାର ମାୟାଆସି, ପଦେ କିଆଁ ଛନ୍ଦିହୁଏ ମୋର ? 

ଅନ୍ତରେ କରୁଣେ ଆଜି ଉଠଇ ଆରାବି 

କ୍ରନ୍ଦନ ସେ ଦଳିତ ପୁଷ୍କର !! 

 

କାନ ମୂଳେ କହେ କେ ତା’ ବାଣୀ ।

ଉତ୍ସୃଙ୍ଖଳ ହୋଇ ଉଠେ ହୃଦ ମୋର ସେ ଚିତ୍କାର ଶୁଣି !! 

ପ୍ରାଣେ ତେଣେ ଉଠେ ଅଭିଯୋଗ 

ଫେରି ପାଇବାକୁ ହେବ ସେ’ ଅତୀତ 

ମିଳନର ଭୋଗ । 

 

ନୀତିର ଲଙ୍ଘନ ତେଣୁ ମାନେନା ମୋ’ ଯଉବନ 

ଚିର ଉଚ୍ଛୃଙ୍ଖଳ;

ପରର ଆଦେଶେ ଆଉ ଧୂଳିସାତ ନକରିବି, 

ନିଜ ହସ୍ତେ ନିଜ ଖେଳଘର । 

 

ରକ୍ତରେ ରକ୍ତରେ ଆଜି ଉଠେ ମୋର ବିପ୍ଳବର ଢ଼େଉ 

ପ୍ରାଣେ ଉଠେ ରୁଚନ୍ଦ୍ର ଅଣଚାଶ, 

ରାତ୍ରିର ପୁଲିନେ ଆଜି ଶାନ୍ତି-ଶାୟୀ ମୁଇଁ 

ଦିବସର ତଳ୍ପ ନାଇଁ ଆଶ !! 

 

ଝଡ଼ର ଝଙ୍କାରେ ଆଜି

ପ୍ରାଣ ମୋର କରେ ସହଯୋଗ, 

ହୃଦୟର ଦଗଧ ଅଣଚାଶ 

ଧରେ କିବା ବାତ୍ୟଠାରୁ ବେଗ ।

ଜଗତର ଦୈନ୍ୟ ଅପମାନ,

ସାଥେ ମୋର ନିଜର କଷଣ, 

ମେଳି ବାନ୍ଧି ଅଭିଯାନ ରଚିବାକୁ ଚାହେଁ, 

ବାଧା ଦଳି ହୁଏ ଆଗୁଆନ୍ !! 

 

ତେଣୁ ଆଜି ମୁଁ ବିପଥଚାରୀ । ‘

ଅନୀତି’ରେ ପେଶଇ ମୋ’ ଅନ୍ତରର ବାର୍ତ୍ତା 

ପାପର ମୁଁ ପ୍ରଣୟ ଭିଖାରି !! 

 

ଶାସ୍ତ୍ର ର ଆଇନ୍ ମାନି ଆପଣାର ପୌରୁଷରେ ହତ୍ୟା 

କରିବାକୁ ମୁଇଁ ଆଜି ନାଇଁ ମାନେ ଯେଣୁ,

ତେଣୁ, ଏ ବାତ୍ୟାର ରାସେ, ଝଡ଼ର ସଂଧାନେ, 

ଉତ୍କରର୍ଣ ମୁଁ, ନିଦ୍ରାହୀନ ତେଣୁ । 

 

ଅତୀତ କବରୁ ମୋର, 

ଶୁଭେ ଯାର ବିକଳ ବିଳାପ,

ତାହାରି ସଂଧାନେ ଆଜି ଧାଉଁଚି ମୁଁ 

ଉଦ୍‌ବିଗ୍ନ ମାନସେ

ବକ୍ଷେ ମୋର ଉତ୍କଣ୍ଠା ଅମାପ !! 

 

ନିରଂଧ୍ର ଏ ନିଶା ବିଭୀଷିକା

ସୁଉ ସୁଉ ଗର୍ଜେ ମେଘମାଳା - 

ବହେ ତେଣେ ପ୍ରଳୟର ବାତ୍ୟା,

ଉଲ୍ଲୁକ ଡାକଇ ଆର୍ତ୍ତେ ଜଳ ଦେଖି ବ୍ୟସ୍ତ ତାର ନୀଡ଼େ,

ଶବାଳୟ ଶିବାପଲ ଉଠନ୍ତି ଗରଜି 

‘ସରିନାହିଁ ଶବୁଁ ଅସ୍ଥି,

ବୃଷ୍ଟିର ଏ ଦାଉ କିଆଁ ଏଡ଼େ । 

 

‘ପ୍ରିୟ’ ଜ୍ଞାତି ଜନେ ମୋର, ଡାକନ୍ତି ପଛରୁ - 

‘ଫେରି ଆ’ରେ ବାୟା ଶୀଘ୍ର ଘରେ ।

ନୀତିବାଦୀ କହେ ବଡ଼ ଜୋରେ 

ଏ ଅଶୁଭ ଲଗ୍ନେ ବାବୁ, 

ଯାତ୍ରା କାର୍ଯ୍ୟ ନିଷିଦ୍ଧ ବିଧିରେ !

 

ଫେରିକି ପାରିବି ?

ଦଳିତ, ଲାଂଛିତ ମୋର ସର୍ବହରା ବନ୍ଧୁ ଯେତେ

ଆସୁଛନ୍ତି ଅନୁସରି ମତେ, । 

ମୁଁ କିପରି ତାଙ୍କୁ ଛାଡ଼ି ଦେବି ?

ତେଣେ ସେହି ଆର୍ତ୍ତରୋଳ : 

ସକରୁଣ ହୁଏ ବେଳୁଁବେଳ,

ହୃଦ ମୋର ଦହି ହୁଏ 

ପ୍ରାଣେ ଫୁଟେ ଅବା ଶତ ଶେଳ,

ଆଗେ ମାଡ଼ି ଚାଲେ ବ୍ୟଗ୍ରପଦେ 

ଦୁନିଆର ଶତ ବାଧା ପଦେ ଦଳି 

ଯୌବନର ମଦେ I

ଝଡ଼ର ଲଗ୍ନେ

ଅର୍ଦ୍ଧ ଯାହା ଅନାଦୃତ ଆଜି ତା’ର ରଚେ ମୁଁ ବନ୍ଦନା,

ପରିତ୍ୟକ୍ତ ପାଇଁ ମୋର ପ୍ରାଣେ କିଆଁ ଉଠଇ ମୂର୍ଚ୍ଛନା ।

ଅବହେଳିତର ଦାବି କାଳେ କାଳେ ଘୋଷିଯାଏ କିଏ,

ଅସମାପିକାର ପାଶେ ଅନ୍ତର ମୋ’ ବାରତା ପଠାଏ !

କରଣୀୟ ନୁହେଁ ଯାହା, ବରି ଆଣେ ସାଦରେ ମୋ’ ପୁରେ,

ଅକଥା ବନିତା ମୋ’ର ତାରେ ପୁଜେଁ ଷୋଡ଼ଶ ବିଧିରେ ।

ଏ ସଂସାରେ ଯାହା କିଛି ଘୃଣା, କଦର୍ଥନା

ଯାହା କିଛି ପାପ ବ୍ୟଭିଚାର,

ଅମଙ୍ଗଳ ପଦେ ପୂଜେ ଧୂମକେତୁ ମୁଇଁ ଦୂରାଚାର । 

 

ଅନୀତିରେ ବରି ନିଏ ଶୂକର ମୁଁ କର୍ଦମାକ୍ତ ଦେହ,

କଟୁ କୂଟ ନୀତି, ଯେତେ ସୟତାନୀ 

ସକଳ ମୋ’ ଚିରକାଳ ପ୍ରିୟ । 

ଦୁନିଆର ସାବାସକୁ ପାମର ମୁଁ ଦୂରୁ ଜୁହାରଇ,

ସମାଜର ଯାହା ‘ପୁଣ୍ୟ’ - ପୁରୀଷ ତା’, ପଦେ ମୁଁ ଫିଙ୍ଗଇ !

ନୀତିବାଦୀ ଯାହା କହେ “ସତ୍ୟ’

ତହିଁ ଦେଖେ ଭଣ୍ଡାମି ମୁଁ 

ମାୟା ତାହା ଛଦ୍ମବେଶୀ ସ୍ଵାର୍ଥ । 

 

ପୁରାଣର ସଂଜ୍ଞାମାନି ‘ଶୂଚିବନ୍ତ’ ହେବା ମୁଁ ନ ଚାହେଁ

ସାମାଜିକ ନାସ୍ତି’ ମାନି ବଡ଼ାଇ ନେବାରେ , 

ମୋର ତାରୁଣ୍ୟ ନ କହେ ।

ଆପଣା ବ୍ୟକ୍ତିତ୍ୱ ଢ଼ାଳି ସମାଜର ଧରାବଂଧା ଛାଞ୍ଚେ, 

ପୌରୁଷର ପଦେ ବାନ୍ଧି ବେଡ଼ି, 

ପରର ପାହୁଣ୍ଡ ମାପି ଚାଲିବାରେ ଯେଉଁ ବାହାଦୁରୀ, 

ସ୍ଥବିରତା, ଯାଏ ତାକୁ ଏଡ଼ି । 

 

ତେଣୁ ଆଜି ମୁଇଁ ସ୍ୱେଚ୍ଛାଚାରୀ

ଆପଣାର ପଥେ ଦମ୍ଭେ ମାଡ଼ି ଚାଲେ । 

ବାଧା ବିଘ୍ନ ଦଳି ।

ଲୋକମତ ମାନେ ନାଇଁ, ଜାଣେ ନାଇଁ ପଥ ଓ ବିପଥ,

ଲକ୍ଷ୍ୟର ମଦରେ ଆଜି ମତୁଆଲ, ଯାତ୍ରିକ ମୁଁ 

ଗତି ମୋର ପୂର୍ଣ୍ଣ ଅନାୟତ୍ତ ।

ବାଧାର ତୁଙ୍ଗିମା ଆଜି ମାନେ ନଇଁ ମୋ’ ତାରୁଣ୍ୟ 

ଉନମତ୍ତେ ଦର୍ପ ଯାଏଁ ଦଳି

ବାର୍ଦ୍ଧକ୍ୟର ମନ୍ଥରତା ପଦେ ଲୋଟେ 

ସ୍ଥବିରତା ପଡ଼ଇ ମଉଳି । 

 

ଅଣନିଶ୍ଵାସୀ ମୁଁ ଧାଏଁ କ୍ଷିପ୍ତ ମଦେ 

ଧ୍ୱାନ୍ତ-ଧୂମ-କେତନ ଉଡ଼ାଇ, .

ବକ୍ଷେଧରି ବଜ୍ର ତେଜ 

ମହାକାଳ ଶିଙ୍ଗା ଭୀମେ ବାଇ ।

ଉତ୍‌କ୍ଷିପ୍ତ ଆଗ୍ନେୟଗିରି 

ସମ ଆଜି ଛୁଟେ ମୋର ତେଜ,

ନିଶ୍ଵାସରେ ଝଡ଼ ବହେ 

ବାକ୍ୟେ ମୋ’ର ଅଶନିର ବୀର୍ଯ୍ୟ ! 

 

ମହାତ୍ରାସ-ଉଲ୍‌କା ମୁଇଁ ବାତ୍ୟାମଦ୍ୟ ପିଇ ଉଦ୍ଗ୍ରୀବ...

ମହାକାଳ ସାଥେ ଆଜି ରଚିବି ମୁଁ ରଣର ତାଣ୍ଡବ !

ଧୂର୍ଜଟିର ସାଥେ ଆଜି ହସିବି ମୁଁ ଜଗତ କମ୍ପାଇ, 

ଭୈରବ ଚିତ୍କାରେ ଆଜି ହୁଙ୍କାରିବି ଗଗନ ଥରାଇ !

ଧ୍ୱଂସର ମୁଁ ଅଗ୍ରଦୂତ ଚକ୍ଷୁରେ ମୋ’ ପ୍ରଳୟର ଦୀପ୍ତି

ହାସ୍ୟରେ ମୋ’ ଅମଙ୍ଗଳ - 

କ୍ରନ୍ଦନରେ ବିନାଶର ଭୀତି !!

ଅନଳ ମୁଁ - ଦହି ଦେବି, ଆଜି ଦେଶ ସାରା 

ବନ୍ୟା ମୁଇଁ ପ୍ଲାବିବି ଧରଣୀ,

ମଡ଼କ ମୁଁ, ବିନାଶିବି ଏ ଶ୍ୟାମଳ ସୃଷ୍ଟି, 

ଭୂ-କମ୍ପ ମୁଁ ଜନ୍ମାଇବି ପୁଣି ।

ରାହୁ ମୁହିଁ ଗ୍ରାସିବି ଆଲୋକ ।

ଶନି-ଗ୍ରହ ଉଦିଚି ମୁଁ, ଲୋକ ଭାଗ୍ୟେ ଫଳିବ ବିପାକ । 

 

ଦୁନିଆରେ ଯାହା କିଛି କଦର୍ଯ୍ୟ’, କୁତ୍ସିତ’ 

‘ଅନୀତି' ଓ “ଅନାଚାର’ ‘ହେୟ',

ସେ ସବୁ ସାଧୁବି ମୁଇଁ ସମାଦରେ 

ସକଳ ମୋ’ ପ୍ରିୟ !

ହତ୍ୟା ଆଉ ଖୁଣି ପାଇଁ ନିଶାର ମୁଇଁ ଆଗୁଆନ୍

ରକ୍ତର ଖର୍ପର ଆଜି ଶୂନ୍ୟ ମୋର 

ହସ୍ତେ ଥରେ ବିଷାଣ କୃପାଣ । 

ସୁରୀ ଆଉ ବାରାଙ୍ଗନା ପାଇଁ

ଉଲଗ୍ନ ମୁଁ ଶଯ୍ୟାଶାୟୀ ସୟତାନ, ଦୁଃସ୍ୱପ୍ନ ଦେଖଇ । 

 

ବକ୍ଷରେ ଅନନ୍ତ କ୍ଷୁଧା, ଅତୃପ୍ତ ମୋ’ ସକଳ ଆକାଂକ୍ଷା,

ନିଷ୍ଫଳ ବିଫଳ ମୋର ଶତ ଆଶା 

ମାଗିଯାନ୍ତି ନିଜ ଦାବି’ ଭିକ୍ଷା ।

ମୂକ ମୌନ ଇନ୍ଦ୍ରିୟେ ମୋ’ ରଚିଯାନ୍ତି ତାଙ୍କ ପଟୁଆର

ଶରୀର ମନ୍ଦିରେ ଉଠେ 

ଜୟଜୟ ଆଦିମ ମନର !! ।

ଉଗ୍ର ମୋ’ ପୌରୁଷ ତେଣେ ଅସମ୍ଭାଳେ ଛାଡ଼େ ସିଂହ ରଡ଼ି

ଆହତ ଆବଦ୍ଧ ମୋ’ର ମନବତ୍ଵ 

ହସ୍ତ ପଦୁଁ ଛିଡ଼ାଏ ତା’ ବେଡ଼ି ! 

ମୁକ୍ତିର ନିଶାରେ ଆଜି ମତୁଆଲ 

ଅବୟବେ ସରବେ ମୋହର

ଝଡ଼ର ଯୋଗରେ ତାଙ୍କ ଅଭିଯାନ ରଚିବେ ସେ 

ବାତ୍ୟାରାସେ ଗତି ରଖି, ତାଳ ।

ଉଲ୍‌କାବେଗେ ନାଚିବେ ସେ’ ତୀବ୍ର । 

ସୌର ତେଜେ ଦହିବେ ଜଗତ,

ଅବହେଳିତର ଯୁଗ ଆସିଚିରେ ଆଜି, 

‘ଅନାଦୃତ’ ହୋଇଛି ଜୀବନ୍ତ !! 

 

 

ଆବାହନ

ଖୋଲ ଦ୍ଵାର, ଖୋଲ ଦ୍ୱାର, 

ବେଗେ ଦ୍ଵାର ଖୋଲ ଗୋ’ ସଜନୀ

ମୁକ୍ତ ଏ ମାନବତାରେ 

ବରି ନିଅ ଆଜି ଗୋ’ ରଜନୀ !

ଉଗ୍ର ଏ ପୌରୁଷ ପଦେ 

ଅତି ସ୍ନେହେ ଅର୍ଘ୍ୟ ତୁମ ଦିଅ,

ପାତକକୁ କୋଳକରି, 

‘ସତୀତ୍ଵ’କୁ ଭୀରୁ ତଳେ ଥୁଅ ! 

 

କଳଙ୍କକୁ ଆଦର ଗୋ, 

ଚରିତ୍ରରେ ବୋଳି ଦିଅ କାଳି,

ନୀତିବାଦୀ ସୀମା ବାଧା ଏଡ଼ି 

ମୁକ୍ତ ପୁରେ ଆସ ଚଳି ।

ଆଲୋକର କାରା ତେଜି, 

ମୁକ୍ତିର ଏ ଅନ୍ଧାର ପ୍ରାନ୍ତରେ,

ଗୃହିଣୀର ସୀମା ଡେଇଁ 

ଆଗୋ ବେଶ୍ୟା’ ଚଳ ସମାଦରେ । 

 

ତୁମେ ଆଗୋ ଝଡ଼ର ବନିତା

ତୁମକୁ ଡାକୁଚି ଏଇ ଯୁଗ ପରା 

ତୁମେ ତା’ କରତା !! 

ତୁମେ ପରା ‘ଅସତୀ’ ଗୋ 

ଦେବଆଳେ ନାଇଁ ତୁମ ଥାନ,

ତୁମ ପାଇଁ ସଜା ଏଇ ଆଖଡ଼ା ଗୋ, 

ତୀର ତୁଲେ କାଟିବାକୁ ଦିନ ।

ମନ୍ଦିରର ବନ୍ଧାଗତ, ଆଇନ୍ କାନୁନ୍ 

ନିୟନ୍ତ୍ରିତ ବିଧିବନ୍ଧା ଗତି,

କଥା କଥାକରେ ଯହିଁ ଜଗିଛନ୍ତି 

ଧର୍ମ ଆଉ ସମାଜ ଓ ନୀତି

ସେ’ ସବୁଗୋ’ ତୁମ ଲାଗି ନୁହେଁ

ଭିତରର ପଶୁ ସେଇ 

ବାହାରକୁ ଦେବତା ବୋଲାଏ !!! 

 

ତାହାରି ନୀତିରେ ଯଦି 

ତୁମେ ଆଜି ‘ଦୁଶ୍ଚରିତ୍ରା’ ହୁଅ,

ହେଲେ ହେଉ ତାହା ପଛେ, 

ସେ ପଦବୀ ସ୍ନେହେ ବରିନିଅ !

କଳଙ୍କର ଟିକା ପିନ୍ଧି ସାଦରେ ଗୋ ! 

ସେ ମନ୍ଦିରୁ ହୁଅ ଆଗଭର,

ତୁମପାଇଁ ଏଇ ଖଟି, ଏଇ ଆଡ୍ଡା 

ତାକୁ ଆଜି ଘୃଣାରେ ନ ଧର ! 

 

ସମାଜର ଶ୍ରୀରାଧା’ ଗୋ 

ନୁହଁ ପଛେ ‘ଜଟିଳା’, ‘କୁଟିଳା’

ମୁକ୍ତ ଏଇ ବ୍ୟଭିଚାରେ ବରିନିଅ 

ନିଷ୍ଠାରେ ଗୋ ବୀରା !

ଏ’ ଖଟିର ଆଡ୍ଡାରେ ଗୋ 

ଏ ସୈତାନୀ ଆନନ୍ଦ ଭିତରେ,

ମତ୍ତ ହେବାପାଇଁ ଆଉ ଲିଜ୍ଜା କିବା 

ଭାବ କି ମନରେ ?

ଏ’ ଖଟିର ହାସ୍ୟରେ ଗୋ 

ବନ୍ଧା କିଛି ନାଇଁ, ସବୁ ମୁକ୍ତ,

ପାପ ଯାହା ପୁଣ୍ୟ ତାହା 

ସତ୍ୟ ମିଥ୍ୟI ସମସ୍ଥାନ ଯୁକ୍ତ ! 

 

ଏ ଆନନ୍ଦେ ଭୀରୁତାର 

ତିଳେ ନାଇଁ ଆଶଙ୍କା ମନରେ,

ସାମାଜିକ ଦାଢ଼ିବାନ୍ 

ନାଲି ଆଖି କାଇଁ କେତେ ଦୂରେ ।

ଆଦିମ ମଣିଷ ମନ 

ଏଠି ପରା ଶୀର୍ଷ ସ୍ଥାନ ପାଏ,

‘ଧର୍ମ ନାଇଁ - ‘ନୀତି’ ନାଇଁ 

କୃତ୍ରିମତା ପଦେ ଦଳା ହୁଏ । 

 

ପାପର ଏ ପୂଜା ଭୂମି । 

ପୁଣ୍ୟ ପୁଣି ଆହୂତ ସାଦରେ,

ପବିତ୍ରତା କଳୁଷତା 

ସମାଦୃତ ସ୍ୱତନ୍ତ୍ର ବିଧିରେ ।

ଆଗୋ ରୁଦ୍ରା ! ଗୋ ମତ୍ତ ଝଟିକା ! 

କି ଭାବନା କି ସନ୍ଦେହେ 

ଦ୍ୱାର ଦେଶେ ହୋଇ ରହି ଥକ୍କା ? 

 

ତୁମକୁ ଡାକୁଛି ପରା ଏ ଆଖଡ଼ା, 

ବେଗେ ବେଗେ ଭିତରକୁ ଆସ,

ଗୁଣ୍ଡାମିର ଆଡ୍ଡା ଭୂମି 

ମନେ କିଛି ନ ଜନ୍ମାଅ ତ୍ରାସ !!

‘ବେଶ୍ୟାର ମନ୍ଦିର’ ବୋଲି । 

ଯଦି କିଛି ଭାବିଚ ମନରେ,

ବିନୟେ କହୁଚି ବନ୍ଧୁ ! | 

ଫେରିଯାଅ - ଯାଅ ଅତି ଦୂରେ ! 

 

ସୈତାନୀର ଲୀଳୀ ଏଠି 

ମନେ କିଛି ଆଶଙ୍କା ନ କର,

ପାରିଲେ ଭିତରେ ଆସ 

ଅବା ଘେନ ଶେଷ ନମସ୍କାର ! 

 

ମାତ୍ର ବନ୍ଧୁ ରଖି ଯାଅ ମନେ

ଆଗାମୀର ରୂପକାର ଏଇ ଆଡ୍ଡା 

ସମାଜର ଦିନେ । 

ଏଇ ‘ଅରଣ୍ୟ ରୋଦନ 

ଆଜି ଯାରେ ପରିହାସ କର,

ତାହାରି ଆଶ୍ରୟ ଦିନେ 

ଇତିହାସେ ହେବ ଯୁଗାନ୍ତର ! 

ଦୌପଦୀ

ଆଗେ ଯାଜ୍ଞସେନୀ !

ତୁମରି ପବିତ୍ର ନାମେ ଆଜି ଯେଉଁ କମ୍ପଇ ଅବନୀ,

ତୁମରି ନାରୀତ୍ୱ ନାମେ ହିନ୍ଦୁତ୍ୱର ନମ୍ରେ ଉଚ୍ଚ ଶିର,

ତୁମରି ବନ୍ଦନା ଗାନେ ଶାସ୍ତ୍ର ମୁଖ ଆଜି ତା’ ମୁଖର !! 

 

କୋଟିଏ ହିନ୍ଦୁ ମନ୍ଦିରରେ ଆଜି ରାଜେ ତୁମରି ବ୍ୟକ୍ତିତ୍ଵ,

କୋଟିକଣ୍ଠ ମନ୍ଦ୍ରିଉଠେ ଜୟ ଜୟ ଦୌପଦୀ-ସତୀତ୍ୱ

କୋଟିଏ ହିନ୍ଦୁଲଳନା ନତଜାନୁ ବାସ୍ପରଦ୍ଧ କଣ୍ଠୀ,

ତୁମରି ଆଦର୍ଶ ତଳେ କାନ୍ଦି ଗଡ଼ି ବାଢ଼ନ୍ତି ମିନତି ।

ତୁମ ପତିବ୍ରତା ଗାଥା ହିନ୍ଦୁବାଳା ଶିଖେ ବିଦ୍ୟାପୀଠୁଁ,

ତୁମ ଆଚରିତ ଧର୍ମ ଆର୍ଯ୍ୟ ବଧୂ ଅନୁସୃତ ବସ୍ତୁ ! ୧ 

 

ପୌରାଣିକା ଆଗୋ ମହାସତୀ,

ମୋହରି ବିଚାରେ ଏକା ତୁମେ ଅଟ ନିଖିଳେ ଅସତୀ

ଗୁରୁଜନ ଅନ୍ଧଆଜ୍ଞା ମାନି ଯେହୁ ଆପଣା ନାରୀତ୍ଵ,

ମାଂସସମ କରି ଦେଇ ପାଞ୍ଚ ଭାଗ ନିର୍ବିକାର ଚିତ୍ତ୍ । 

 

ସାମାଜିକ ତୃପ୍ତିକୁ ଯେ ଭୀରୁ ସମ ବରିଛି ସାଦରେ,

କର୍ଦ୍ଦମକୁ ତୀର୍ଥ ରେଣୁ କରିଲା ଯେ ସମାଜ ବିଧିରେ !! ।

ପୁରୀଷକୁ ପୃଷ୍ଠ ବୋଲି ମାନି ନେଲା ପରିତୃପ୍ତି ଲାଗି, 

ତାହାରି ବାହାବା ନାମେ ଘୃଣା ନିନ୍ଦା ଉଠେ ମୋର ଜାରି ! 

 

ସେହି ବନ୍ଧା ପୂଣ୍ୟ ଲାଗି, 

ସାମାଜିକ ସେ ସତୀତ୍ୱ ନାମେ,

ମୋହରି ଅନ୍ତରେ କିଆଁ 

ତିବ୍ରେ ଆଜି ଅବସାଦ ଜନ୍ମେ । 

 

ମୁରବି ଆଦେଶେ ଯହିଁ ସବୁ ଭ୍ରମ ସତ୍ୟ ଗଣାହୁଏ,

ସାମାଜିକ ନୀତି ଯହିଁ ପାପକୁ ବି ପୂଣ୍ୟ ବୋଲି କହେ, 

ହେଉ ପଛେ ପାପ ତାହା, ବାସ୍ତବରେ ହେଉ ବ୍ୟଭିଚାର,

ପିତୃତ୍ଵ ଆଦେଶ ବୋଲି ପବିତ୍ର ଯା’ ଘୃଣିତ ପଙ୍କିଳ !! 

 

ମିଥ୍ୟ ପଛେ ସତ୍ୟ ହେବ, ଦିବାହେବ ତାମସୀ ରଜନୀ,

ଧାର୍ମିକର “ବାକ୍ୟ” ବୋଲି ବିବେକକୁ କରାଗଲା ତୁନି । 

 

ମନୁଷ୍ୟର ଅଧୋଗତି ସହ୍ୟ ପଛେ ହେବ, 

ନ ଟଳିବ ନେତୃତ୍ୱ ବଚନ,

ସଂସାରର ସତ୍ୟ କଲା 

ପ୍ରଭୁତ୍ଵର ତରାଜୁ ଓଜନ ! 

 

ଆଜି ତେଣୁ କ୍ଷୋଭ ମୋ’ ଜାଗଇ,

ସାମାଜିକା ଦ୍ରୌପଦୀଙ୍କୁ, ସତୀ ତଳେ ତେଣୁ ନ ଗଣଇ ।

ତାଙ୍କରି ନାରୀତ୍ୱ ପାଇଁ

ସନ୍ଦେହେ ମୋ’ ଭାଷା ନୀରବିତ,

ବିବେକ ନିଶ୍ଚଳ ଯହିଁ 

ସ୍ଵେଚ୍ଛାଚାର ଲଭିଛି ରାଜତ୍ୱ !!! 

ଦେହର ଲୀଳା

ଏ’ ଦେହର ଲୀଳା ପାଇଁ ସୃଷ୍ଟି ମୋର 

ମୁଇଁ ତା’ର ଦାୟୀ,

ପ୍ରବୃତ୍ତି ପ୍ରଣୟ ଲାଗି ଲୋଡ଼ା ଯା’ର 

ମୁଇଁ ତା’ ପ୍ରଣୟୀ । 

ଦେହର ସ୍ତାବକ ମୁଇଁ 

ଗାଏ ଉଚ୍ଚେ ତାହାରି ବନ୍ଦନା,

ଏ ଦେହର କବି ସ୍ତୋତ୍ର

ଘୋଷିବାକୁ ସୃଷ୍ଟି ଏ ରସନା 

ଏ ଦେହର କବି ମୁଇଁ, 

ପୁଣି ଏଇ ଆତ୍ମାର ଚାରଣ,

ଇନ୍ଦ୍ରିୟ ପୂଜକ ମୁଇଁ 

ତାହାଲାଗି ମୋହରି ଜୀବନ । 

ଏ’ ଶରୀର ଅଧିକାରୀ

ମୁଇଁ ପୁଣି ତା’ର ଅନୁଗତ,

ଏ’ ଦେହର ସବୁ କ୍ଷୁଧା- ସବୁ ତୃଷା 

ମୋ’ ପାଶେ ଜୀବନ୍ତ । 

ଏ ଦେହର ସବୁ ଦାବି 

ମୋର ତୁଲେ ସମସ୍ଥାନ ପାଏ,

ଘୃଣିତ ପବିତ୍ର କିବା 

ସକଳ ମୁଁ ସମ ଭାବେ ନିଏ !

ବୃହତ୍ ସାମାନ୍ୟ ଯାହା 

ସମସ୍ତର ସମ ଅଧିକାରୀ ,

ମୋର ପାଶେ ମୂଲ୍ୟବାନ୍ । 

ଶରୀରର ସବୁ ଆଜ୍ଞା ଅଳି !! 

ଏ’ ଦେହ ପ୍ରେମିକ ମୁଇଁ 

ଏ ଇନ୍ଦ୍ରିୟ ପ୍ରଣୟିନୀ ଯେଣୁ,

ସକଳ କର୍ତ୍ତୃତ୍ୱ ତା’ର 

ନତ ଶିରେ ମାନି ନିଏ ତେଣୁ । 

ଏ ଦେହକୁ ଉଚ୍ଚେ ଟେକେ 

ଏ’ ଆତ୍ମାକୁ ଦିଏ ଶ୍ରେଷ୍ଠ ସ୍ଥାନ,

ଏ ଶରୀର ଲୀଳା ଲାଗି 

ମୁଇଁ ଆଜି ସର୍ବ-ଶକ୍ତିମାନ୍ !! 

ମୋଅରି ବ୍ୟକ୍ତିତ୍ୱ ସତ୍ୟ, 

ମୋ’ ବିଚାରେ ମିଥ୍ୟା ଏ ଧରଣୀ,

ତା’ର ଅଭିଯାନ ପାଇଁ 

ବାଧା ବନ୍ଧ ନ ପାରୁଛି ଗଣି । 

ଏ ଶରୀର ଯାତ୍ରା ପାଇଁ 

ମାନେ ନାଇଁ ଲୌକିକତା ବାଡ଼,

ସାମାଜିକ ନାସ୍ତି ଲଂଘି 

ଧାର୍ମିକର ଭାଙ୍ଗଇ ନିଗଡ଼ । 

‘ଚିରାଚାର’ ମାନେ ନାଇଁ, 

ଜାଣେ ନାଇଁ ଶାସନ ପରର,

ମୋଅରି ଜୀବନ ପଥେ

ସଂସାରର ନାଇଁ ଅଧିକାର !! 

ଲୌକିକ ‘‘ବାହାବା” ଶିରେ 

ଘୃଣା ଭରେ ପାଦଟି ମୋ ଥୁଏ,

ପୌନପୁନିକତା ସୀମା 

ଦୁନିଆରେ ଫିଙ୍ଗି ମୁଁ ଆଗାଏ !! 

ମୋ’ ବିଚାରେ ମୁଇଁ ଆଗ

ମୋହ ପଛେ ପଡ଼ୁ ସେ’ ଧରଣୀ,

ତେଣୁ ହିଁ ପଥର କିଛି ବାଧା ବିଘ୍ନ 

ନ ପାରୁଛି ଗଣି !! 

ମୋ’ ସୃଷ୍ଟିର ମୁଁ ସମ୍ରାଟ, 

ମୋର ଇଚ୍ଛା ଆପଣ ଆଦର୍ଶ,

ଉଗ୍ର ମୋର ମନବତ୍ଵ

ପରାଜୟ ନ ଲିହିବ ଲେଶ 

ଯୌବନ

ମିଛ ତ କହିଲି, 

ସେଦିନ ବନ୍ଧୁ ହେ ମିଥ୍ୟ ତୁମ କୁଞ୍ଜେ ଜାଳିବା ଦୀପାଳି ।

ବାସନ୍ତୀର ମଧୁ-ଲଗ୍ନେ, ଫୁଲ-ହାସେ ଆପଣେ ବିହ୍ୱଳି,

ହୃଦୟର ଅର୍ଘ୍ୟ ଭରି ତୁମ ପୁରେ ବାସର ରଚିଲି ।

ପୁଷ୍ପ-ତଳ୍ପେ-ଜ୍ୟୋସ୍ନା-ରାସେ-ମଳୟର ମୃଦୁଳ ହ୍ୱିଲ୍ଲୋଳେ,

କରିଲି ଯେ ‘‘ଅଙ୍ଗୀକାର’ ରଜନୀର ନିଘଞ୍ଚ ନିରୋଳେ 

ରଚିଲି ଯେ “ପ୍ରେମର କବିତା’

ସ୍ମୃତି ଆଜି ତିଳେ ନାଇଁ ମିଥ୍ୟ କିବା ତାହା ବାସ୍ତବତା ? 

 

ଜୀବନର ଶିକ୍ତ ବ୍ୟଥା ଆଜି ଖାଲି ହୁଏ ଛଟପଟ,

ପ୍ରାଣର ମନ୍ଦିରେ କ୍ଷୀଣେ ବାଜି ଉଠେ ତାହାରି ସଂଗୀତ ।

ତାହାରି ଗୋ ଅପମାନ, ତାହାରି ଯେ ନିଷ୍ଠୁର ଲାଞ୍ଚନା,

ଦୁନିଆର ନିର୍ଯ୍ୟାତନା ପ୍ରାଣେ ମୋର ଜଗାଏ ଯାତନା !! 

 

ତେଣୁ ଆଗୋ ମୂକ ମୁଁ ବଧୀର

ଜୀର୍ଣ ସେ’ କୁଟିରେ କେବେ ଗୁଞ୍ଜରେ କି ପୂରବୀର ସ୍ଵର ?

ନିଃସ୍ଵର ଦଳିତ ଶ୍ଵାସ ପୀଡ଼ିତର ଆର୍ତ୍ତ ହାହାକାର

ରକତ ଉଜ୍ୱଳେ ଯହିଁ ସ୍ମୃତିକୋଷେ ପ୍ରଳିତ ମୋର

ତହୁଁ ଆଗୋ ତୁମ ନାମ ରାଣୀ !

ନିଷ୍ପ୍ରଭତା ପରାଜୟେ, କାଇଁ କେବୁ ନେଲାଣି ମେଲାଣି ! 

 

କଣ୍ଟକିତ ବନ ପଥେ ତୁମର ଗୋ’ ଚାରୁ ପଦ-ଚିହ୍ନ,

ଫୁଲ ଆସ୍ତରଣ ନୁହେଁ, ତାହା ପରା ରକ୍ଷ ଶମଶାନ ||

ଦିନକର ସତ୍ୟ ଯାହା ଆଜି ତାହା ଚିର ଅବିଶ୍ଵାସ,

ଦିନକର ଗର୍ବ ପୁଣି ଆଜି ମହା ଅପମାନେ ହ୍ରାସ । 

 

ହୁଏତ ବା ହୋଇପାରେ ତୁମ କଥା ସତ୍ୟରେ ଗଣନ,

ଜୀବନର କେଉଁ ଯୋଗେ କାଟିଥିଲି ତୁମ ସାଥେ ଦିନ 

କେତକୀର ଅଗ୍ରମୁନ - ଗୋରଚନା ଲେପପାତ୍ରେ ଦଳି

ହୁଏତ ମୁଁ ଆଙ୍କିଥିଲି ତୁମ ନାମ “ସ୍ମୃତିର ସଂଖାଳୀ’

ମାତ୍ର ଆଜି, ଅସ୍ବୀକାର ମୋର 

ତେବେ ସେ ସ୍ମୃତିରେ କହ କିବା ଲୋଡ଼ା କିବା ଅଧିକାର ? 

 

ମୋତେ ତ ଡାକୁଛି ତେଣେ ରୁଗ୍ଣଶିଶୁ ଗଳିତ କଙ୍କାଳ,

ଦୈନ୍ୟର କାତର ବ୍ୟଥା ମୋର ପରା ଆକର୍ଷଇ କର,

ନିଃସ୍ୱ ତା’ ଦୁର୍ବଳ କଂଠେ ମୋର ଲାଗି କାନ୍ଦି କାନ୍ଦି ମରେ,

ପୀଡ଼ିତ ଆହତ ସ୍ୱରେ ମୋର ନାମ ଉଚ୍ଚାରଣ କରେ ।

ଶୋଷିତ ମୋ’ ମୁଖ ଚାହିଁ, ବାରମ୍ବାର ଗଡ଼ାଉଛି ଲୁହ,

ଏ ସବୁର ପ୍ରତିରୋଧ କେମନ୍ତେ ବା କରିପାରେ କହ ? 

 

ମୋତେ ତ ଡାକୁଚି ଆଗୋ ଶମଶାନ ପ୍ରଳୟ ଅନଳ,

ମରଣର ଲୌହ ହସ୍ତ ଦୃଢ଼େ ମୋର ଆକର୍ଷଇ କର ।

ମୋତେ ତ ଡାକୁଛି ମାଟି, ଶୂନ୍ୟନଭ ଛାଡ଼େ ମହାରଡ଼ି,

ମୋର ରୂପ ଖୋଜି ବୁଲେ ବାୟୁ, ବିଶ୍ଵ ରନ୍ଧ୍ରେ ରନ୍ଧ୍ରେ ଉଡ଼ି । 

 

ମୋତେ ଲୋଡ଼େ ବନଗିରି, ଲୋଡ଼େ ପୁଣି ନଦୀ ଉପତ୍ୟକା,

ପୃଷ୍ଟୀ ତଳେ, ଗିରି ଶୃଙ୍ଗେ ମୋର ପୁଣି ପଡ଼ିଅଛି ଡକା ।

ମୋତେ ଚାହେଁ ଝଡ଼ ବୃଷ୍ଟି, ଚାହେଁ ପୁଣି ରୁଦ୍ର ଘଡ଼ଘଡ଼ି,

ଜ୍ୟେଷ୍ଠର ତତଲା ଝାଞ୍ଜି ମୋ’ ଅଙ୍ଗନେ ମରେ କାନ୍ଦି ଗଡ଼ି !

ଶୀତର ଶୀକର ଚାହେଁ - ବସନ୍ତ ତ ଲୋଡ଼େ ନାଇଁ ମୋତେ,

ଏଇତ ମୋ ଜୟ ଟୀକା, ଏଇ ମୋର ପରିଚୟ ସତେ ! 

 

ମୋତେ ଚାହେଁ ଧ୍ୱଂସ ପୁଣି ଚାହେଁ ମୋତେ ସୃଜନର ଲୀଳା,

ମୁଇଁ ମହାକାଳ ପୁଣି, ମୋ ଜୀବନ ସୃଷ୍ଟି ଚିତ୍ର-ଶାଳା !

ମୁଇଁ ଅଟେ ବଂଶୀ ତାର, ମୋରସୁରେ ସୃଷ୍ଟିର ରାଗିଣୀ...

ମହାକାଳ ଶିଙ୍ଗା ମୁଇଁ, ମୋ’ ଫୁତ୍କୀରେ ମୃତ୍ୟୁ ମହାବାଣୀ !! 

 

ପ୍ରଳୟର ଅଗ୍ରଦୂତ ଅଟେ ପୁଣି ସୃଷ୍ଟି ନଟରାଜ

ଅଗ୍ନି,ପୁଣି ଶୀକର ମୁଁ, ମୋହ ତୁଲେ ପୃଥିବୀକି ହେଜ । 

ତେଣୁ ଆଗୋ ‘କମଳ-କୁମାରୀ’ –

ପୁଷ୍ପର କୋମଳ ସୂତ୍ରେ ମୋତେ ତୁମେ ନପାରିବ ଧରି । 

ଗୋଲାପଟି ତୁମେ ରଖ କଣ୍ଟା ତୋଳି ଦିଅ ମୋର କରେ,

ଚନ୍ଦନର ଚିତ୍ର ପୋଛି ରକ୍ତ ଟିକା ଦିଆ ପ୍ରେମ ଭରେ ।

ଆଉ ନୁହେଁ ମୁଁ ଗୋ ଚିତ୍ରକର 

କମଳ-ବିଳାସୀ କବି’ ବୋଲି, ବାରେ ନାମ ମୋ’ ନଧର । 

 

ରସଜ୍ଞ ତ ନୁହେଁ ଆଜି ଧ୍ୱଂସକାରୀ କଂସେଇ କେବଳ, 

ସଙ୍ଗୀତ ମୋ ହୃଦେ ନାଇଁ, ଅଛି ମାତ୍ର ବେଦନାର ରେଳ ।

ହସ୍ତ ଛାଡ଼ ତେଣୁ ଗୋ ସୁନ୍ଦରୀ !

ପ୍ରଳୟର କମ୍ପନରେ ନାଇଁ ପାରେ ଆଉ ଥୟ ଧରି । 

 

ବାହୁନି ଲୋଡ଼ଇ ମୋତେ, ରେଙ୍ଗାମର କୁଲିର ରମଣୀ,

ରୁଗ୍ଣ ଶିଶୁ କାନ୍ଦି ଉଠେ, କ୍ଷତେ ତାର କୃମି ଦଂଶିବେଣି; 

 

ନିରନ୍ନ ଶ୍ରମିକ ମେଳେ ମୋ’ ଅଭାବେ ପଡ଼େ ତୀବ୍ର ହୁରି,

କଳର ମାଲିକ କ୍ରୋଧେ ମୋ’ ଉପରେ ଦାନ୍ତ ହୁଏ ଝୁଣି !

ସର୍ବହରା ହାହାକାର ଧୂନି କିବା ଇଙ୍ଗିତ କରଇ,

ନିର୍ଯ୍ୟାତିତ ଖରଶ୍ଵାସ କାନେ ମୋର କିବା ଯାଏ କହି ।

ଚଟକଳ ଶିଶୁ କୁଲି ସକରୁଣ ଜଳ ଜଳ ଦୃଷ୍ଟି,

ଏ ସବୁର ବିଭୀଷିକା, ତିଳେ ମୁହଁ ପାରିବି କି ତିଷ୍ଠି ? 

 

ନିଘଞ୍ଚ କାନନ କୋଳେ ଅନାଥିନୀ ଆଉଁ ହାହାକାର,

ମନୁଷ୍ୟତା ଯହିଁ ଖାଲି ଶାସକର ବିଳାସ ସମ୍ଭାର ।

ଉଆସର ତୁଙ୍ଗ ଶିଖା ମୋତେ କିବା ନିର୍ଦ୍ଦେଶ କରଇ,

ଇଟାର ନିର୍ଜୀବ ବକ୍ଷେ, ମୁଇଁ କାର କ୍ରନ୍ଦନ ଶୁଣଇ ।

ଶୂନ୍ୟ ଏ କୁଟିର କହେ, ମୋ’ର କାନେ ଶତ ଅତ୍ୟାଚାର,

ନଦୀର ଗହ୍ୱର ବୋଲେ ଲାଞ୍ଛନାର ମୁଇଁ ଗୋ କବର !!! 

 

ମନୁଷ୍ୟର ବର୍ବରତା ମନୁଷ୍ୟର ବିଳାସୀ ବିବେକ

ଆଜି ଏ ନଗର ଚୂଡ଼େ ତୋଳିଛି ତା ନଭସ୍ପର୍ଶୀ ଶିଖ,

ନିଷ୍ପ୍ରଭ କୁଟିରରାଜି ଜୀର୍ଣ କେହି ଅବା ଭଗ୍ନ ପ୍ରାୟ,

ସବୁରି ସଂପଦ ଲୁଟି ମନୁଷ୍ୟର ଏ କି ଶେଷ ହାୟ ! 

 

ଏ ବାୟୁର ପରମାଣୁ, କହେ ମୋତେ କୁତ୍ସିତ କାହାଣୀ,

ହୃଦୟର ରନ୍ଧ୍ରେ ରନ୍ଧ୍ରେ ଜାଗେ ତେଣୁ ତାର ପ୍ରତିବାଣୀ !!

ଯାତ୍ରା ଏଣୁ ଫାଶୀ ଖୁଣ୍ଟ ଦିଗେ

ଯୌବନର ଶେଷ ସ୍ନେହ, ରାଣୀ ଆଜି ଘନ ମୋ’ ସରାଗେ ।

ଜୀବନର ଶେଷ ଯାମେ ନେତ୍ରେ ତୁମ ଜଳଧାର ଦେଖି,

ସଫଳତା ସେଇ ମୋର ଜୀବନର ଶ୍ରେଷ୍ଠ ଅର୍ଘ୍ୟ ସଖୀ ! 

ଅଭିଯାତ୍ରୀ

ତୁମେ ସିନା ଦେଖ, ଶୟନେ ସପନେ 

ସୁନ୍ଦରୀ ଷୋଡ଼ଶୀ ମଧୁ-ଶୋଭା,

ମୁଁ ଦେଖେ କଂକାଳ-ମାଳିନୀ ମାଆର 

ଲୋତକାର୍ଦ୍ର ମୁଖ ମ୍ଳାନ -ଆଭା । 

ତୁମକାନେ ସିନା ବାଜେ ଅହରହ 

ନୂପୁର- ନିକ୍ୱଣ ତରୁଣୀର,

ମୋହ କାନେ ବାଜେ ଯୁଗ-ବିପ୍ଳବୀର 

ଅଟ୍ଟହାସ୍ୟ-ଅସ୍ତ୍ର ଝଣତ୍କାର ! 

ତୁମ ପାଇଁ ତମ କାମିନୀ ସାଜିଛି 

ହୃଦୟେ ପ୍ରେମର ପୁଷ୍ପ -ଦୋଳି,

ମୋ’ ପାଇଁ ଶତ୍ରୁ ର ନିର୍ଜନ ଶ୍ମଶାନେ 

ଚଣ୍ଡିକା-ମନ୍ଦିର-ଅରଗଳି ! 

ତୁମକୁ ଡାକଇ ନନ୍ଦନକାନନୁଁ

ପାରିଜାତ ମଳୟର ବାତେ,

ମୋ' ପାଶେ ପେଷଇ ଅଭିଯାନ ବାଣୀ 

ମହାକାଳ-ଦୃତ ଝଞ୍ଜା ହାତେ । 

ତୁମ ପାଇଁ ସଜା ତୁଳାଗଦି ଶେଯ 

ଫୁଲ ଆସ୍ତରଣ ତଥିପର,

ରାଜପୁତନାର ତପତ ବକ୍ଷରେ 

ନାଚିବାକୁ ମୋର ଅଭିସାର । 

ତୁମ ଆଗେ ଘୋଷେ ନିଙ୍କୁଜ -ଶାରିକା 

ଦୂର ବିରହିଣୀ ପ୍ରିୟାନାମ,

ମୋତେ ଡାକି କହେ ପିଞ୍ଜରା-ବନ୍ଦିନୀ, 

ଜନନୀ, ବାଳୁ, ତୁ କି’ ଅଧମ | 

ଆଷାଢ଼ ନିଶୀଥେ ଝଞ୍ଜା -ବଜ୍ରପାତେ 

ହୃଦେ ତୁମ ଜାଗେ ପ୍ରିୟା- ସ୍ମୃତି,

ମୁଁ ଭାବେ ଆଜିକି ସ୍ଵୟଂ ଧ୍ଵଂସକର୍ତ୍ତା 

ହୁଁକାରୀ ମୋତେ ବା ଲୋଡୁଛନ୍ତି । 

ପଉଷ ରାତିରେ ତୁମେ ସୁଖେ ଶୁଅ, 

ପ୍ରଣୟୀ ତନ୍ୱୀକୁ କ୍ରୋଡ଼ କରି,

ମୁଁ ପହୁଡ଼େ ସଖା, ପ୍ରିୟକରବାଳ

ବୁକୁରେ ନିବିଡ଼େ ଜାକି ଧରି । 

ମଳୟ-ଉଦ୍ୟାନୁ ଲୋଧରେଣୁ ହରି, 

ତୁମେ ତୁମ ପ୍ରିୟା ଗଣ୍ଡେ ମାଖ,

ତପତ ରକତେ ରଂଗାଇ ପ୍ରିୟାକୁ 

ମୁଁ ବଢ଼ାଏଁ ମୋର ପ୍ରୀତି ସୁଖ ! 

ଉଲ୍‌କା ଖସିଲେ, ବାତ୍ୟା କମ୍ପିଲେ, 

ହସି ଲେ ଆଗ୍ନେୟଗର୍ଭ ଗିରି,

ତୁମ ପାଇଁ ଯାହା ଅଶାନ୍ତି-ନିଳୟ 

ମୋପାଇଁ ତାହା ଉତ୍ସବ-ପୁରୀ !! 

ବ୍ୟଗ୍ରତା

ଛାଡ଼ ହସ୍ତ ଛାଡ଼ ସଖା, ବଡ଼ ଅସମ୍ଭାଳ,

ଆଉ ରଖି ନ ପାରିବି ଅନୁରୋଧ ତବ !

ଗର୍ଜିଲାଣି ଝଞ୍ଜା , ଶୁଭେ ଦୟୋଳି-ନିନାଦ

(ଦିଗବିଜୟ କାଳେ ମୋର ଫୁଟେ ଅବା ତୋପ) ।

ପଦତଳେ କମ୍ପେ ପୃଥ୍ୱୀ, ସମ୍ମୁଖ ସାଗର 

ଫେନ-ପୁଞ୍ଜ ଚୂଡ଼େ ଧରି ମହା ଊର୍ମିମାଳା

ଆସନ୍ତି ଗରଜି ଦର୍ପେ । ତଥିପରେ ଆସେ

ସଧୀରେ ଦୋହଲି ରକ୍ତ ଧ୍ୱଜାରେ ଲାଂଛିତ 

ମୋ’ ଯାତ୍ରା ବୋଇତ । 

ଶୂନ୍ୟ ଅଂକେ ନେବ ମୋତେ ବରି !

 

ଯଅ ଫେରି ଗୃହେ ପ୍ରିୟ ମୋର

ଏ ରୂଦ୍ର ତୋଫାନ ତୁମେ କରେ ବିଚଳିତ ।

ତେଣେ ପଥ ଚାହିଁ ଚାହିଁ ବାତ୍ୟାୟନମୁଖୀ

ସୁନ୍ଦରୀ କାତରେ ପ୍ରାଣ ଯିବଣି ଶିହରି

ଏ ପ୍ରଳୟ ବୃଷ୍ଟିପାତେ ।

ତୁମ ବିନେ ସଖି !

 

ହେବଣି ଅଧୀରା ଫେରି ଘେନ କୋଳେ ତା’ରେ

ପାଉ ସେ ଆରାମ ! ଯାଅ ଭୁଲି ମୋହ ନାମ ।

ଏ ଚୈତ୍ର-ଯାତ୍ରିକ ଚଳୁ ଏବେ ନିଜପଥେ

ଯଦି ପଡ଼େ ଜୈତ୍ର ଯୋଗ.... ଏ ମରତେ ଦେଖା ! 

 

ସୈତାନର ଡାକ

ବଜ୍ର ଶିଙ୍ଗIରେ ଶୁଣାଇ ଦେଲେଣି 

ମହାକାଳ ଦୂତ- 'ଜାଗରେ ସେନା’ !

ସୃଷ୍ଟି ଥରାଇ ଭୂକମ୍ପନ ଛଳେ 

ସୁପ୍ତ ପରାଣେ ଦେଇ ଚେତନା ।

ମେଘ ଡମ୍ବରୁ ଗୁରୁ ଗୁରୁ ବାଇ 

ଉଲ୍‌କାପୁଚ୍ଛେ ଲେଖି ବିପ୍ଳବ ମନ୍ତ୍ର,

ବାତ୍ୟା ଆଜିରେ ସେନାପତି ପଣେ 

ଉତେଜିତ ପ୍ରାଣେ କରଇ ନୃତ୍ୟ । 

 

ରାତ୍ରିର ତୀରେ ଉଡ଼ିଲାଣି ତେଣେ 

ବିପ୍ଳବର ଦୀପ୍ତ ରକ୍ତ ବାନା

ଜାଗରେ ଜାଗରେ ନିଦ୍ରିତ ସୈନିକ 

ରକ୍ତରେ ତୋର ଆଣ ଚେତନା !

ମଣିଷର ଶିଶୁ, ମଣିଷ ଡାକରେ 

ମଣିଷ କାମକୁ ହୁଅ ତିଆର,

ସ୍ଵାଧୀନ ତୋର ଉଗ୍ର ପ୍ରକୃତି 

ଜଡ଼ତା ବନ୍ଧନୁ ମୂକତ କର । 

 

ମଣିଷ ପ୍ରାଣର ମଣିଷ ରକ୍ତର 

ମଣିଷ ପରିରେ ବଂଚିବା ଦାବି,

ପ୍ରସ୍ତୁତ ହୁଅ ଅମୃତ ଶିଶୁରେ 

ତେ!” ଆକାଶ ଭାଲେ ରକ୍ତ-ରବି ! 

 

ଉତ୍କର୍ଣ ହୋଇ ଶୁଣରେ ଦଳିତ, 

ତୋ’ ଡାକେ ଉଛୁଳେ ସାରା ଜଗତ,

ତୋ’ ପିଷ୍ଟ ସତ୍ତାର କରୁଣ କ୍ରନ୍ଦନେ 

ପ୍ରତିଧ୍ବନି ଦିଏ ନିଖିଳ ଚିତ୍ତ ! 

 

ଧରଣୀର ଯେତେ ଦୈନ୍ୟ ଯାତନା

କଳୁଷ ପେଷଣ କଷଣ ରାଜି

ଥିଲା ମଣିଷର ଶତ ମନ ପାଞ୍ଚ 

‘ନଥିଲା’ ପ୍ରାଣର ନୀରବ ରାଜି !! 

 

ଶତାବ୍ଦୀ ପାହିଛି ମ୍ଳାନ ଲଭିବା 

ସବଳର ଲୌହ ଆଇନ୍ ଗାର;

ଶୁଣରେ ଗତାୟୁ ମହାରୁଦ୍ର ବାଣୀ 

ଅନ୍ତର ପ୍ରେତକୁ ଜାଗ୍ରତ କର ! 

 

ଉଠରେ କ୍ଷୁଧିତ କ୍ରୁଦ୍ଧିତ ପ୍ରେତ 

ମଣିଷ ମଡ଼ାର ଅନ୍ଧାର ତଳୁ,

ଆସରେ ରଚିବା ଅଭିଯାନ ଆମ... 

ଶବ୍ଦେ ଥରାଇ ଅଚଳ ମେରୁ । 

 

ଆସରେ ଆସରେ ସୈତାନ ଭାଇଏ । 

ଦେବତା ଦେଶକୁ ଦେବାରେ ଧାଡ଼ି

ଚୂର୍ଣ୍ଣ କରିବା ଦେବତା କ୍ଷମତା 

ପଦବୀ ମସ୍ତକ ପାଦରେ ମାଡ଼ି । 

 

ଯେ ଦେଶେ ଧନିକ ଦେବତା ବୋଲାଏ

ଶ୍ରମିକ ତାହାର ପୂଜାର ବଳି,

କ୍ଷମତାବନ୍ତର ଖର୍ପର ଯେ ଦେଶେ 

ଅକିଞ୍ଚନ ରକ୍ତେ ପଡ଼େ ଚହଲି ।

ଫରମାସ ମାନି ନୀତି ପୁରାଣର 

ତସ୍କର ଯେ ଦେଶେ ବୋଲାଏ ରାଜା,

ସେ ଦେଶକୁ ଆଜି ଆମର ଚଢ଼ାଉ 

ସେ ଦେଶେ ବାଜିବ ରଣର ବାଜା ! 

 

ଦୁର୍ବଳ ବୁକୁର ରୁଗ୍ନ ଶୋଣିତେ 

ଦୈତ୍ୟ ରସନା ନୋହେ ତୃପତ,

ଶୋଷକ ବୁକୁର ଠୁଳ ଗନ୍ତାଘରେ। 

ଭୈରବୀ ଆଜି ନାଚିବେ ଶତ !! 

 

ମଣିଷ ବୁକୁର ମଦ୍ୟ ପିଇବେ 

ମଣିଷ ମୁଣ୍ଡର ଖର୍ପରେ ଢ଼ାଳି,

ଦୈତ୍ୟ ତୃପ୍ତିରେ ନୃତ୍ୟ ରଚିବେ 

ଦୈତ୍ୟ କୁସିତ ବାସନା ଧରି । 

 

ସୁରାନାରୀ ପାଇଁ କଳହ ଆଜିରେ 

ଦେବାଳୟ ହେବ ସୈତାନ-ଖାନା,

ଦୈତ୍ୟ ମନର ପ୍ରତିହିଂସା ସାଧି 

ହେବ ଏ ପ୍ରାଣର ତୃପତି ସିନI ! 

ଗଣ

ପୁଞ୍ଜିଭୂତ ରାଷ୍ଟ୍ରଶକ୍ତି-ପଶୁମତି, ପୁଞ୍ଜିପତି ଧନୀଗାର କୋଣେ

ଯାହାରେ ମାରିବା ପାଇଁ ଚେଷ୍ଟାକଲ, ତା’ର ଆଜି ଅଭିଷେକ ଏଣେ !

ବୁର୍ଜୋୟାର କ୍ଷୁରଧାରେ ଯାର ଥରେ କାଟିନେଲ ଜିହ୍ଵା,

ସାମନ୍ତ ସ୍ୟନ୍ଦନ ଚକ୍ରେ ଯାର ଅସ୍ଥି ଚୁରିଥିଲ ଆହା !

ଶାସ୍ତ୍ର ନେତା ପଦ-ବର୍ମେ ଯାର ଦେହୁ ଉତାରିଲ ଚର୍ମ,

ଅଭିଜାତ ଅସିରେ ଯା’ ମାଂସଛେଦି କଲ ରେଣୁସମ !

ଶାସକ ସଙ୍ଗିନ୍ ଭୁସି ବକ୍ଷୁ ଯାର ଅନ୍ତ୍ର ଓଟାରିଲ,

ମୁନିବର କୃପାଣରେ ଅଙ୍ଗକାଟି ବିକଳାଙ୍ଗ କଲ !

ଧର୍ମପତି ପଣେ ହୋଇ ଶ୍ୱାନ ଯା’ର ରୁଗ୍ଣଦେହୁ ଓଟାରିଲ ମାଂସ,

ଚକ୍ଷୁଖୋଳି ଭୁଞ୍ଜିବାକୁ ନୀତିଛଦ୍ମେ ସାଜିଲ ବାୟସ !!

ପୁରୋହିତ ଖର୍ପରରେ ଯାର ରକ୍ତ ନିଃଶେଷି ଶୋଷିଲ,

ପୁଣ୍ୟ ଆଉ ଶୌଚପଣେ କୀଟସମ ଯା ମାଂସ ଦଂଶିଲ !t 

 

ଯାହାର ହାସ୍ୟର ଲାଗି ଜଗାଇଲ ଦୁର୍ବାର ସଇନ,

ଯାହାର ଜୀବନ ସ୍ପୃହା ଶୋଷିନେଲା ବେୟନେଟ୍ ମୁନ !

ଯାହାର ମଣିଷ ବୁକେ ଥରାଇଲା ତୋପର ଉଦ୍ଗାର,

କମାଣ ଚମକେ ଯାର ବନ୍ଧୁ ପ୍ରାଣ କରିଲ ଅନ୍ତର । ।

ନଳୀର ଗର୍ଜନେ ଯେଉଁ ମଣିଷକୁ ଗଢିଥିଲ ମାଛି, 

ଅଜ୍ଞ-ତାର ପ୍ରାଣେ କରି କୌଶଳରେ ଭୁତଭୟ ସୃଷ୍ଟି !

ମଣିଷକୁ ପଶୁକରି ସୃଜି ତୁମ ଅନ୍ଧାରୀ କୌଶଳ, 

ଶୋଷଣବାଦର ଯେଉଁ କରାମତି ଆସିଲାଣି ସମାଧର କାଳ । 

 

ବୃଥା ଏ ସମାଜ ଆଉ ନୀତି ନାମେ ଫାନ୍ଦି କୂଟ ଜାଲ,

ଉର୍ଣନାଭ ସମ ତୁମେ, ମଣିଷକୁ ମାଛିରେ ଗଣିଲ ।

ଶତାବ୍ଦୀ ଶତାବ୍ଦୀ ହେଲା ତୁମେ ତାକୁ ପଶୁରେ ଗଣିଚ,

ଆପଣା ଖିଆଲ ଲାଗି ତା’ର ଶିରେ ଦିହୁଡ଼ି ଜାଳିଚ... 

ଆପଣା ମଉଜ୍ ଲାଗି-ଆପଣାର ସୌଖୀନ୍ ବିଳାସେ

ଯାହାକୁ ପିତୁଳା କରି ଖେଳିଥିଲ ଜାଣକି କିଏ ସେ ? 

 

ଯାହାକୁ ଜଡ଼ତା ମଣି ଭାବିଥିଲ ରକ୍ତପ୍ରାଣ ପ୍ରାଣହୀନ,

ତାହାରି ଭିତରେ ଆଜି ମନୁଷ୍ୟତା କରୁଚି ଗର୍ଜନ ।

ଯାହାକୁ ପାଷାଣ ବୁଝି ତାର ପରେ ଯାତ୍ରା ସମ୍ପାଦିଲ,

ତାହାରି ଅନ୍ତରୁ ଆଜି ଉଠେ ମନ୍ଦ୍ର ପ୍ରାଣ କୋଳାହଳ ।

ଉର୍ଦ୍ଧ୍ୱେଅଧେଃ, ଚତୁର୍ଦିଗେ, ଶୂନ୍ୟ, ନଭେ, ପ୍ରତିରେଣୁ ଗର୍ଭେ, 

ମନୁଷ୍ୟତା ଗର୍ଜିଉଠେ ପ୍ରଳୟର ଭୀଷଣ ଆହବେ ! 

 

ମନୁଷ୍ୟର ଉପଦ୍ରବେ ସଂସାରର ନିଷ୍ଣୁର ସଂଗ୍ରାମେ, 

ଯେ ସୈନିକ ମରିଥିଲା ଆଜି ସେହି ପ୍ରେତରୁପେ ଜନ୍ମେ !!

ଅନ୍ୟାୟର ଚକ୍ର ବ୍ୟୁହେ, ନିଃସହାୟ ନିରସ୍ତ୍ର -ଦୁର୍ବଳ, । 

ଯେଉଁ ଶିଶୁ ଦେଇଥିଲା ପ୍ରାଣ ବଳି ମରି ସେ ଅମର ।

ତାହାରି ସୈତାନ ଆଜି ତୋଳିଅଛି ବିଜୟ ନିଶାଣ,

ତାହାରି କବନ୍ଧ ଆଜି ମାଗିଅଛି ଦେହି ଦେହି ଋଣ !”” 

ସେହି ସେ, ଦଳିତ ଆଜି ପିଟୁ ଅଛି ରଣର ମର୍ଦ୍ଦଳ,

ଶତବାର ଛିନ୍ନକରି ଯାର ସଭା ବାୟୁରେ ମେଲିଲ ।

ଯାହାର ହରିଛ ସର୍ବ ଶ୍ମଶାନରେ ପିଞ୍ଜରାଟି ଛାଡ଼ି, 

ସେହି ସେ ସର୍ବସ୍ୱ ହରା ଆଜି ଦିଏ ପ୍ରଳୟର ରଡ଼ି ।

ରକ୍ତ ମାଂସ ନାଇଁ ତାର, - ନାଇଁ ପୁଣି ଜୀବନ୍ତ ପ୍ରତିମା,

ତଥାପି ଦୈତ୍ୟରର ବୀର୍ଯ୍ୟେ ବଂଚିଅଛି ତାହାରି ପ୍ରେତାତ୍ମା !!

ଯୁଦ୍ଧ ଆଜି ମାଗେ ଦର୍ପେ ସେଇ

ତାଆରି ଆହ୍ବାନ ଶୁଭେ, ପଥ ଦିଅ ଆଜ ହେ ବିଜୟୀ !! 

ଭଗବାନ

ଆଦ୍ୟ ହେ ଭଗବାନ !

ତୁମେଇ ଗଢ଼ିଛ ଦେଶରେ ଏ’ ସବୁ । 

କୋଟି କୋଟି ହେୟ, ମ୍ଳାନ । 

 

ଦୁଃସ୍ଥ, ଦୁର୍ବଳ, ରୁଗ୍ନ, ନିରୀହ 

କରୁଣ, କ୍ଷୁବ୍ଧ ଆତ୍ମା ,

ତୁମରି ନେତୃତ୍ୱ ତଳେ ତଳେ ଆଜି 

ଗଢିଛି ଆପଣ ସତ୍ତା । 

ଗଢ଼ିଚ ସଂସାର ବଢ଼ିଚି ତା ବଳ 

ପଙ୍ଗପାଳ ଦଳ ପରି,

ସାଥି ସାଥି ତାର ଗଜେଇ ଉଠିଚି 

ଲକ୍ଷ ଏ ଜୁଆରଚୋରି । 

 

ସକଳ କଷଣ, ସକଳ ପେଷଣ 

ସକଳ ପୀଡ଼ନ ଧାରା,

ତୁମରି ନାମରେ ବିଶ୍ୱ କରୁଚି 

ଏ ସବୁରେ ପତିଆରା । 

 

ଭଣ୍ଡାମି, ଗୁଣ୍ଡାମି ଚେଇଁ ଉଠନ୍ତି 

ଆପଣା ରାସ୍ତା ଫାନ୍ଦି,

ତୁମରି ନାମରେ ଜାନୁଆର୍ ଆସେ 

ମଣିଷ କୁର୍ତ୍ତା ପିନ୍ଧି । 

 

ପୁରାତନ ଯେତେ ସ୍ଵାର୍ଥ ସେବକ 

ରକ୍ଷଣଶୀଳ ଦଳ,

ପରମ୍ପରା ନାମେ ଆବୋରି ବସନ୍ତି 

ଆପଣା ଶାସନ କଳ । 

 

ସାହୁ, ଜମିଦାର, ରାଜା, ସମ୍ରାଟ 

-ଭଗବାନର, ଏ ସତ୍ତା,

ମୂର୍ଖ ସମାଜ ଆଦରି ରଖିଚି 

ଅନ୍ଧାରୀ ଯୁଗ ବାର୍ତ୍ତା । 

 

ରେଣୁ ପରିମାଣ ତଳକୁ ଖସିଲେ । 

-‘ନାସ୍ତିକ’, ‘ଦେଶଦ୍ରୋହୀ

ବ୍ୟବସ୍ଥା ପଣ୍ଡାଏ ଗର୍ଜି ଉଠିବେ 

‘ବାମପନ୍ଥୀଟା କାହିଁ ? 

 

ଡାହାଣ ପାଖଟା ଚୋରାଇ ରଖୁଲା 

ଛଦ୍ମ ଓ ପୁରାତନ,

ନୂତନ ପାଇଁ କି ଲୋଡ଼ା ହେବ ସେଇ 

କଳଙ୍କିତ ଅଭିଧାନ ।

 

ଭଗବାନ ପୁଣି ଦେଉଳ ଯେତେକ 

ରଖିଦେଲା ପୁଞ୍ଜିପତି,

ଆପଣା ପାଇଁ କି ଗଢ଼ିଲା ନୀତି 

ଶାସ୍ତ୍ର ବିଚାରପତି । 

 

ଧରମର ହେଲା ଠିକାଦାର ନିଜେ 

ନ୍ୟାୟପତିର ବେଶେ,

ଭଗବାନ ନାମ ଅଫିମ ପରିକା 

ବାଣ୍ଟିଲା ଦେଶେ ଦେଶେ । 

 

ସାମନ୍ତପନ୍ଥାକୁ ବଂଚାଇ ରଖିଲା

ଈଶ୍ଵର ରାଣ ଦେଇ ,

ସମାଜ ତାହାରି କିଙ୍କର ହେଲା 

ଯେସନ ଭରବାହୀ

 

ଲୁଣ୍ଠନ ପାଇଁ କି ଖୋଜିଲା ଯେତେକ 

ଯୁକ୍ତି, କୌଶଳ, ତର୍କ,

ସମଷ୍ଟି ରକତ ଚିପୁଡା ହୋଇଲା 

ଯେସନ ମଧୁଚକ୍ର । 

 

ସାହୁ, ମହାଜନ, ଖାତକ ବେକରେ 

ଚଳାଇ ଶୋଷଣ-ଛୁରି,

ଆପଣା ନୀତିରେ ଶାସ୍ତ୍ର, ବେଦାନ୍ତ 

ଖେତାବ୍ କରି ଜାରି । 

 

ଶାଗୁଣା ପରିକା କବର୍ ଖୋଜିଲେ 

ମୁର୍ଦ୍ଦାର ପୋଷାକ ପାଇଁ,

ହକ୍ ପାଉଣା’ କଡ଼ା ବରକଡ଼ା 

ଯଦି ସେ ନ ଗଲା ଦେଇ । 

 

ଟଙ୍କା, ସୁନା ପାଇଁ ଲୋଡ଼ା ହେବ ଭାଇ, 

ରୁଧିର, ମାଂସ, ହାଡ଼,

ଗର୍ଭଣୀ ନାରୀ, ପ୍ରସୂତି-ରୁଗ୍ ଣା 

କେହି ନ ପାଇବେ ଛାଡ଼ । 

 

ଶିଶୁର ମାଉଁସ କଅଁଳ ପଡ଼ିବ

ଶାଗୁଣା ଖାଇବେ ଚାଟି,

ଯୁବତୀ ରକତ ସେଇଠି ତ ମଜା 

ସ୍ଵାଦୁ ଚର୍ବିଳ ଅତି ।

 

ଯୁଆନ ଛୋକଡ଼ା ବୁଢ଼ା ହୋଇଯିବ 

ରେକେଟିବେ ତାର ହାଡ଼,

ମଣିଷ ସହିବ କେତେରେ ନିଷ୍ଠୁର 

ପୁଞ୍ଜିପତି ଦାନ୍ତ ଦାଢ଼, 

ଏ ସବୁର କିଏ ଦାୟୀ ?

ତୋ ଦ୍ୱହିରେ ଯଦି ଶରଣ ମାଗନ୍ତି * 

ସତ୍ୟ ଅସତ୍ୟ ଦୁଇ ।

 

ଶାସକ କହଇ ଶାସିତକୁ ଡାକି 

ମୁହିଁ ରେ ତୋହରି ଯମ,

ଶାସିତ ଜୀବନ ଚିର ପରିଣାମ 

ଦୀର୍ଘ ନିଶ୍ଵାସ ସମ ।

 

ମଣିଷ ଡରଇ ମଣିଷ ହବାକୁ 

ମଣିଷର ଥାନ ନାଇଁ,

ତୋ ପାଇଁ ସଂଗୀନ୍ ସବୁଠୁ ଧାରୁଆ

ହୁସିଆର ବିଦ୍ରୋହୀ । 

 

ଭାଗ୍ୟ ତୋହର ନିର୍ମମ କାରା 

ଆରେରେ କ୍ରାନ୍ତି-ଦୂତ,

ମୁକତି ମନ୍ତର ଘୋଷିଅଛୁ ଯେଣୁ 

ଚିର ତୁହି ଅନାହୂତ ।

 

ଚିର ନିର୍ବାସିତ ରେ’ ମୃତ୍ୟୁ -ବାହିନୀ 

ଧ୍ୱଂସ ର ଧୂମକେତୁ

ଦୁନିଆରେ ସିନା ରହିବେ ନିର୍ଦ୍ୱନ୍ଦ 

ଭୀରୁ ଅଜାତଶତ୍ରୁ ।

 

ଶସ୍ତା-କବିତ୍ଵ-ସ୍ୱପ୍ନ-ବିଳାସୀ

ସରଳ ତରଳ ମତି

ବିଶ୍ୱରେ ଖାଲି ବଞ୍ଚିବେରେ ସେଇ 

“ସନ୍ଧ୍ୟା-ତାରକା-ପନ୍ଥୀ”?

 

ବିଶ୍ଵ ଚାଲିଛି ଶ୍ରେଣୀ ଯୁଦ୍ଧର 

ସମାରୋହ ଅଭିଷେକ,

ତଳ ତଳନ୍ତିଆ ଲୁହା ବାରୁଦର 

କାରଖାନା ମୁକେ ଶୁଳ୍କ । 

 

କଙ୍କାଳ ହୁଏ ଇସ୍ପାତ ତାର 

ପ୍ରେଟୋଲ ହୁଏ ଲହୁ,

ଶାନ୍ତି ସଂଗ୍ରାମ କଷୋଟ କରିଚି 

ଗୁରୁ ଲଘୁ ତାର ଭାଉ ।

 

ମଣିଷ କି କହ ବଞ୍ଚି ନାଇଁ କେବେ 

ନ ବଞ୍ଚି ପାରିବ ଆଜି,

କଇଫତ୍ ୟା’ର ଦେବେ ନାଇଁ କେବେ 

ସୁଲତାନ୍ ପୁଣି କାଜି ?

 

ଧନ୍ୟରେ ଭଗବାନ ।

ସୃଷ୍ଟି ତୋଅର ଗଢ଼ିଅଛି ଯଥା 

ଦଗାବାଜ ସୟତାନ । 

 

ଜଟିଳ, କୁଟିଳ, କଟୁ, ଦୂର୍ବୋଧ୍ୟ 

ତିକ୍ତ ବିଷମ ଧାରା

ସରଳ ମଣିଷ ରାସ୍ତା ପାଇବା 

-ଏସନ ନାଇଁ ଚାରା । 

 

ହଜାରେ ଶିକ୍ଷା, ଲକ୍ଷେ ନୀତାବାଦ 

କୋଟିଏ ଶୁଦ୍ଧ ସତ୍ୟ

ଆଦର୍ଶକୁ ଯଥା ମଣିଷ କୁଣ୍ଠାଏ । 

-ଖଜୁରୀ ଗଛକୁ ଭୂତ । 

 

ପୁରୋହିତ କରେ ଧରମ ନାମରେ 

ଯଜମାନ ରକ୍ତ ଚଳୁ,

ମୁଲା ମୌଲାନା ବେପାର କରନ୍ତି 

ଶାସ୍ତ୍ରର ଗୋଲଆଳୁ । 

 

ତୀର୍ଥ, ପଣ୍ଡିତ, ମନୁ, ପରାଶର 

ଗଢେଇ ଉଠନ୍ତି ଦେଶେ,

ସବୁତ ଏମାନେ ଶୋଷଣପନ୍ଥୀ 

ଚିହ୍ନ ଭାଇ ଅବଶେଷେ । 

 

ଶିଖ, ଜଇନ, ହିନ୍ଦୁ, ପଠାଣ 

ଯେତେକ ଫାଙ୍କ ଦଳ,

ସମାଜ ଭିତରେ ଗୋଟିକିଗୋଟି ଏ । 

-ସୁପ୍ତ ସମରାନଳ ।

ବାଇବେଲ ଯଦି ଚାଲେଞ୍ଜ କରୁଚି 

କଳା ଚମଡ଼ାରୁ ଗର୍ଜି,

ହିନ୍ଦୁ ପୁରାଣ ବ୍ୟବସ୍ଥା ବାଢ଼ଇ । 

କୋରାନ୍ କାଫେର ପାଜି । 

 

ଖୋଦା କସମ୍ ରେ ଗଜେଇ ଉଠୁଛି 

ସାଂପ୍ରଦାୟିକ ରୋଷ,

ଗୃହ-ଯୁଦ୍ଧର ଏତିକିରେ ନୁହେଁ

ଜାଲିଆନାବାର୍ ଶେଷ

 

ଯେତେ ପନ୍ଥା, ଗୋଷ୍ଠୀ ଭେଦବାଡ଼ ହେଲେ 

ଅତୀତଗର୍ଭୁ ସ୍ରାବ,

ଭବିଷ୍ୟତ ପାଇଁ ପୋତା ଏକେ ଏକେ

ଭର୍ସେଲିସ୍ ସନ୍ଧି-ସ୍ତମ୍ଭ । 

 

ଭଗବାନ ନାମେ ଧର୍ମ ନାମରେ

ଯେତେକ ନୀତି ଭେଦ

ବିଶ୍ୱ ପଛରେ ଚିର ଦିନ ଲେଖା 

ବାରୁଦ ଭଣ୍ଡାର ଶବ୍ଦ ।

ସାମ୍ୟ ମଇତ୍ରୀ ଏକତା ମରିଲା 

ସଂହତିର ନାହିଁ ସାହା,

ମସଜିଦ୍ ପୁଣି ଗୀର୍ଜା ଦେଉଳ 

ପ୍ରମାଣ କରୁଛି ଏହା ।

ତେଣୁ ଏ ବିଷାକ୍ତ ବାଷ୍ପ

ମଣିଷକୁ ଆଜି କରି ରଖୁବିରେ 

ତାହାରି ଅଭିଶାପ । 

 

ଡକାୟତ ଗଲେ ସିନ୍ଧି ଗାତ ଖୋଳି 

ଭଗବାନ ନାମ ଧରେ,

ସାଧୁ, ସନ୍ୟାସୀ ବାନପ୍ରସ୍ଥ ଯାପୀ 

ଆଲ୍ଲାତାଲ୍ଲା ପାଇଁ ମରେ । 

 

ଖଟୁଳି ପେଟୁଆ ମହନ୍ତ ବି ହୁଏ 

ରାଧାକୃଷ୍ଣ ପ୍ରେମେ ଭୋଳ,

ଦେବ-ଦାସୀ କହେ ଲାସ୍ୟ ଠାଣୀରେ 

ଯମୁନା-ପୁଲୀନ ବେଳ..... । 

 

ଭଗବାନ ଡାକି ଜାପାନ୍ ସଂଗୀନ 

ଚାଏନାକୁ ଦିଏ ଛୋଟ, 

ବିଜିତ ବିଜୟୀ ଉଭୟେ ଡାକିଲେ, 

କାହାର ଫେଡ଼ିଲ କଷ୍ଟ ? 

 

ହିଟଲର୍ ଡାକେ, “ନାଜୀ ଆକ୍ରମଣ 

ଜୟ ହେଉ ଭଗବାନ-?”

ଫ୍ରାନ୍ସ କହିଲା, ବର୍ବର ନାଜୀ 

ଭଗବIନ ନ ଶୁଣ !””

 

ଗାନ୍ଧିବାଦ କହେ ଡାକି

ଭଗବାନ କେବେ ନ ଆସେ ଯାଚିଲେ 

ହିଂସାର ସୁରା ସାକୀ । 

 

ଭଗବାନ ସିନା ଭଲ ପାଏ ଖାଲି 

ଛେଳି ଦୁଧ ଆଉ ଖଇ,

ଶ୍ୱେତାଙ୍ଗ ତାକୁ ମନାଇ ନ ପାରେ

ବିଫ୍ ମଟନ୍ ଦେଇ । 

 

ନାଜୀ, ଫାସିଷ୍ଟ, ଗାନ୍ଧୀ, ଅଗIନ୍ଧୀ

ସାଧୁ , ଦଗାବାଜ ଦଳ,

ଭଗବନ କହି ଏକକୁ ଆରେକ 

ନିରୀହ ଦୁର୍ବାଦଳ । 

 

ଭଗବାନ ନାମେ ଏରୂପ ବିଶ୍ଵେ

ଲାଗିଛି ଖେମଟା ନାଟ,

ଭଗବାନ ଲାଞ୍ଜ ଧରିବା ପାଇଁ କି । 

ପଣ ପଣ ସିଡ଼ି ବାଟ । 

 

ବୁଦ୍ଧ ପାଇଲା ଭଗବାନ ପୁଣି 

ମହମ୍ମଦ ହେଲା ଖୋଦା,

ଗାନ୍ଧୀ ଜୀବନ ଗୋଟିପଣେ ହେଲା 

ଆଧ୍ୟା-ରସ ଗଦା । 

 

ଆଦର୍ଶ ପାଇଁକି ଖୋଜି ବସ ସେଇ 

ବନ୍ଧା ଶଗଡ଼ ଗୁଳା,

‘‘ମହାଜନ ପନ୍ଥା’ ଜଗି ଚାଲିଥିବା 

ତେବେ ତ “ମୋକ୍ଷ” ହେଲା ।

 

ମୋକ୍ଷଟା ଆର କଥା ।

କଞ୍ଚା ବାସ୍ତବ ପଛରେ ପକାଅ 

ଜଡ଼ବାଦୀ ସଭ୍ୟତା । 

 

ଆଧିଭୌତିକ, ଆଧିଦୈବିକ । 

ବଡ଼ ବଡ଼ କଥା ଫାନ୍ଦି,

ନଗ୍ନ ବାସ୍ତବ ଭୁଲିଯାଇ ଆରେ 

ହୁଅ ରହସ୍ୟବାଦୀ । 

 

ସତ୍ୟ ପାଇଁ କି ଲୋଡ଼ା ହେବ ଭାଇ 

ଅପରର ଅଭିଜ୍ଞତା” ?

ନିଜର ସତ୍ତା ଅଣୁପରମାଣୁ । 

ସମୂଳେ କରିବ ହତ୍ୟା ।

 

ମଣିଷ ବଞ୍ଚୁଛି ଧର୍ମବଳ ପିଇ । 

ଆତ୍ମବଳ ହୁଏ ମ୍ଳାନ,

ତେଣୁ ମୁଁ ରବୁଛି ଆପଣ ସତ୍ତାର 

ଅଜସ୍ର ଜୟଗାନ ।

ଜ୍ୱଳନ୍ତ ଅଗ୍ରଲେଖ

ଭଗବାନ କୁହେ, ପଶୁ ନ ହୋଇବ 

ଆଗାମୀ ମଣିଷ ରୂପ !!

 

(ତରୁଣ ବିଦ୍ରୋହୀ ଜୀବନର ପ୍ରାଥମିକ କବିତା । ପ୍ରକାଶନ ‘‘ସହକାର’ ୧/୧୨ ସଂଖ୍ୟା, ୧୩୪୯ ସାଲ) ଏହି କବିତା ପ୍ରଥମ ଥର ସଂଘର୍ଷ ବହିରେ ନଥିଲା 

 

 

 

ଆତ୍ମଘାତୀ

ସୁପ୍ତଝଡ଼ର ଅନ୍ଧାରକଣା ପରି 

ଜୀବନର ଯେତେ ପୁଞ୍ଜିତ ହାହାକାର,

ଖୋଜି ଚାଲେ ଯଦି ଆପଣ ରଦ୍ରରୂପ 

ବିଗତ ମୌନ ସକଳ ଅଭିସାର । 

ଲୋଡ଼ି ବୁଲେ ଯଦି ନିଜର ଛିନ୍ନ-ସତ୍ତା 

ଅବଲୁପ୍ତ ତାର ଚେତନାର ଅବଶେଷ,

ଯୁଗ ଯୁଗ ତଳୁ ଦୁର୍ଲଙ୍ଘ ଅପମାନ, 

ବୁକୁମୂଳେ ତାର ଜନ୍ମାଏ ଘୋର ତ୍ରାସ । 

ବ୍ୟଥିତ ଆକାଶେ ଦୃଷ୍ଟି ବାଜଇ ଖାଲି 

ଅଣଚାଶ ପଥେ ନିଶ୍ଵIସ ବହେ ଖର,

“କହ ଗୋ, କିଏ ସେ ତାହାର ହତ୍ୟାକାରୀ 

କିଏ ସେ ନିହିଲା ଅବମାନନା ଘୋର ? 

ଝରା ବକୁଳର କ୍ରନ୍ଦନ ପଥେ ପଥେ 

ଆଷାଢ଼ ସଂଧ୍ୟାର ସIଦ୍ର ଲୋତକ ଧାର,

ଗଣ୍ଡମୂଳ ତା’ର ଆଦ୍ର କରିଚି ଆଜି 

ବେଦନା-ସିକ୍ତ ଶୋଣିତର ପାରାବାର । 

ଲୁଣିଲହୁ ତାର କାନ୍ଦି ଉଠେ କଇଁ କଇଁ - 

କଇଫତ ମାଗେ ପୀଡ଼ିତ-ପ୍ରେତର ଶ୍ଵାସ,

ଭୁଜମୂଳେ ଯାଏ ଘୂର୍ଣ୍ଣି-ତୋଫାନ ନାଚି, 

ମଣିଷର ବୀର୍ଯ୍ୟ ଦୈତ୍ୟର ପରକାଶ । 

ପଶ୍ଚାତ୍ ଯୁଗର ପାରିଷଦ କହେ ଡାକି, 

ମୁଇଁ ଆଜି ତୋର ସବଳ ହତ୍ୟାକାରୀ, 

ପରାଜୟେ ତୋର ତୃପ୍ତ କଂସାଇଖାନା... 

ଚିହ୍ନରେ ଥରେ ଆପଣ ଆୟୁଭରି । 

 

ଶତାବ୍ଦୀ ତଳର ଅନ୍ଧାରି କାରସାଦି 

ହତ୍ୟା କରିଚି ତାକୁ ମୁଇଁ ତିଳତିକ,

ଦୈତ୍ୟ ନାମରେ ମଣିଷ ଖାଇଚି ଚୋଟ 

ସୃଷ୍ଟିର କଡ଼ା ଅନୁଶାସନର କାଳ । 

 

ପୁରାଣ ପଣ୍ଡାର ଘୋର ଜାଲିଆତି ପଣ, 

ମାରିନାଇଁ ଯଦି ରହିଚି ଏବେବି ବାକୀ,

ଛିଡ଼ାଇ ଦେଇଛି ସକଳ ତନ୍ତୀର ତାର 

ଖଞ୍ଜ କରିଚି ଜୀବନର ଅବସ୍ଥିତି । 

 

ଖୋଳାଇ ନେଇଚି ‘ଧରମ୍’ ତା’ ଆଖି କାନ -

ଶାସନ ନେଇଛି ଛିଡ଼ାଇ ଜିଭକୁ ତାର,

ଜୀବନ ରହିନି ମଣିଷ ପାଇଁକି ବାକୀ 

ଜୀବନଟା କେବେ ମଣିଷ ପାଇଁକି ସାର? 

 

ବନ୍ଧନ ଦେଇଚି ସକଳ ଅଙ୍ଗ ଘାରି 

ସକଳ ଚେତନା ମଉଳିଟି ଯଥା ରେଣୁ,

ଅପର ଶୋଷଣେ ଭରମେ ସାହାଯ୍ୟ କରି 

ମଣିଷ କରିଚି ଆପଣା ହତ୍ୟା ତେଣୁ । 

 

ଆତ୍ମଘାତୀ ସେ ମଣିଷରେ ଦେଖ, 

ଜନ୍ତା ଭିତରେ ବଂଚିଥିବା ଖାଲି ସାର,

ନିଜକୁ କରୁଚି ପରପାଇଁ ପ୍ରାଣାଧିକ 

ଅପରକୁ କରି ନିଜ ପ୍ରାଣାଧିକ ସାର । 

 

ନିଜବଳ ନାଇଁ ମଣିଷ ଜାତିର ଆଜି, 

ଫୁଲହାସେ କେବେ ଆପଣେ ଯାଉଚି ମଜ୍ଜି,

ବାୟୁ ହିଲ୍ଲୋଳେ ଦୋହଲି ଯାଉଚି ପୁଣି 

ଖଣ୍ଡିଆ ପତର ପବନେ ମାରୁଚି ଚକି । 

 

ପରକାନେ କେତେ ଫୁସୁଫୁସୁ କହେ କଥା 

ପର ଫୁସୁଫୁସୁ ଶୁଣିବାକୁ ହୁଏ ବାଇ,

ଟାଉଟର ଆଉ ଦଲାଲଙ୍କ ବେଶ ସାଜି

ପରର ବୋକଚା ନିଜ କାନ୍ଧ ନିଏ ବହି । 

 

ନିଜେତ ନିଜର ଦ୍ବିତୀୟ ହତ୍ୟାକାରୀ, 

ଚିହ୍ନିନାଇଁ ଯଦି ଚିହ୍ନାଇ ଦେଉଚି କିଏ,

ବ୍ୟଥିତ ଆକାଶ ଘୋଷଣା କରଇ ତାହା-

ମର୍ମର ଛଳେ ଝଞ୍ଜା ଉତ୍ତର ଦିଏ । 

 

ଆକାଶ ବକ୍ଷରୁ ଫାଟି ପଡ଼େ ପୁଜ ଲହୁ 

ବାଦାମୀ ମାଟିକୁ ପ୍ରସବ ଖୋରାକ ଦେଇ,

ମଣିଷର କ୍ଳୀବ ବିଦୀର୍ଣ ରୂପ ଯହିଁ, 

ବିଲୟ ଲଭିଚି ଶତାବ୍ଦୀ ସୀମା ଛୁଇଁ । 

 

ନହକି ଆସଇ ଆମାବାସ୍ୟା ଅନ୍ଧକାର 

ମଣିଷ ଅଙ୍ଗରେ ବିଭୂତି ମାଖଇ ତାର

ଝଡ଼ର ବଧୁ ରକ୍ତ ଦିଅଇ ଢାଳି... 

ମାତି ଉଠଇ ତାର ତୃଷିତ ପାରIବାର । 

 

ଝଡ଼ର ପାନୀୟ ନଦୀ ସମ ଯାଏ ବହି 

ସୁରାପରି ଆସେ ଲୋଲୁପ ଗନ୍ଧ ତାର, 

ଦୈତ୍ୟ ଆଘ୍ରାଣ ଉଠୁଚି ରାସନ ଚାଟି

...ସଂଯମ ହୀନ କାମୁକ ପରକାର ।

ଭୁଜମୂଳେ ଉଠେ ବାଣୀ-

ମଣିଷ ରଚଇ ଦୈତ୍ୟର ସ୍ତବ 

ଏହି ସୁଯୋଗ ଜାଣି ! 

ସଂଧ୍ୟା

ଲିପିକରି ଲଭି ମୋର ଯେଉଁରୂପ ଘେନିଚି ଜନମ

ଭିତରେ ରହିଛି କିନ୍ତୁ ତାହାଠାରୁ ଆହୁରି ଜଘନ୍ୟ ।

 

ଜନତାର ତୀବ୍ରକ୍ଳେଶ, ଦୁର୍ବଳର ଅପମାନ ଘୋର,

ମୋଅଠି ପାଇଲା ରୂପ ଭୀରୁତାର କରୁଣ ଧିକାର ।

 

ଗୋଟି ଗୋଟି ବେଦନାର ଯେତେ ଯୁଗ୍ମ ବିକ୍ଷିପ୍ତ ସଂପର୍କ,

ବୁକୁମୂଳେ ରଚନ୍ତି ସେ ମୋହ ପାଇ କରୁଣ ପ୍ରଳାପ ।

 

ଆପଣା ରୁଧିର କୋଷୁଁ ନିତି ତାଙ୍କୁ ଦିଏ ସ୍ତନ୍ୟ ଦାନ,

ତିଳେ ତିଳେ ଲଭେ କ୍ଷୟ ତାଙ୍କ ଲାଗି ସେ ମୋର ସନ୍ତାନ ।

 

କଙ୍କାଳ ଦିଶଇ ଫୁଟି, ଫୁଟି ଉଠେ ଅସ୍ଥିଳ ପଞ୍ଜର,

ମାଂସର କବର ତଳେ ଗତାୟୁର ଚିର ସ୍ଵୟଂବର ।

 

ଫୁଟି ଉଠେ ବିଦ୍ରୁପିତ, ବିଲୋଳିତ, ହେୟ, ମୁହ୍ୟମାଣ,

ଆପଣ ଶ୍ରେଣୀର ସତ୍ତା ଗାଇ ଉଠେ ଅଗ୍ରାହ୍ୟ ସେ ଦୀନ !!

 

କିଂଶୁକ ସମାନ ତାହା ରେଣୁ ଜାଳେ ମିଶିବା ଆଗରୁ,

ବସନ୍ତ ପୁଷ୍ପିତ ହସ ତାହା ପାଇଁ ଶୂନ୍ୟ ହୋଇପଡୁ !

 

ହେଉପଛେ ବ୍ୟର୍ଥ ପ୍ରଶ୍ନ ଶାରଦୀର ଶେଷ ଆଶାତୁର...

ନିଜରକ୍ତେ ରଂଜିଦେବି ଆଜି ଏହି ଶ୍ୟାମଳ କେଦାର । 

 

ଧାନଗଛେ ଫୁଟୁପଛେ କରବୀର ମନ୍ଦାର ପାଖୁଡ଼ା,

ତଥାପି ଶୋଷିତ ଦାବି ମଣିଷର ବ୍ୟର୍ଥ ନୋହୁ ପରା ।

ମାଟିର ମନ୍ଦିର ନୋହୁ ମରଣର ଦୁର୍ଲଂଘ୍ୟ ରୋଦନ,

ଜୀବନର ସବୁଦାବି ବ୍ୟର୍ଥ ଯଥା ଅବୈଧ ସନ୍ତାନ ।

 

ସଂସାରର ଷଡ଼ଯନ୍ତ୍ର ସତ୍ୟପ୍ରତି ଅପମାନ ଘୋର,

ଏକର ଲହୁରେ ଯଦି ଆନଲେଖେ ନିଜ ଇସ୍ତାହାର ।

 

ଲୋହିତ ଜୀବନ ରୂପ ଯହିଁ ହୁଏ କରୁଣ କାଳିମା,

ନିଜ ପାଖେ ନିଜର ବି ଘାରି ଯାଏ ପରାଜୟ ସୀମା।

 

ଆପଣାର ଧୈର୍ଯ୍ୟ ତେଣୁ ମାରି ଉଠେ କଇଫତ ତାର,

ସହନର ସୀମା ଦିଏ ଭ୍ରାନ୍ତ ବୋଲି ନିଜକୁ ଧିକାର ।

 

ତାହାରି ସ୍ପନ୍ଦନ ଚୁମେ ଦୁଃସ୍ଥ ଦୀର୍ଣ୍ଣ ଘର୍ମାକ୍ତ କପୋଳ,

ଶିଶୁ ଯଥା ମାତାଅଙ୍କେ ଦିବା ଶେଷେ ଅଳସ ସୁପ୍ତିଳ... 

 

ଲେଲିହାନ ଦୀପ ଶିଖା ଦିବସର ବିଦାଅର୍ଘ୍ୟ ପରି...

ତାହା ହିଁ ସୂଚାଇ ଦିଏ ଅମାସ୍ୟାର ଏ କ୍ଳାନ୍ତ, ଗୋଧୂଳି ।

 

ଦିବସର ଶେଷ ଆତ୍ମା ଅସହାୟ ବିଷର୍ଣ ମଳିନ,

ବିରାଟ ଏ ମାଟିକାନେ ଗାଇ ଚାଲେ ଆପଣା ଦୁର୍ଦ୍ଦିନ ।

 

ହତ୍ୟା ଯଥା ଦେଇ ଯାଏ ଯୁପକାଷ୍ପେ ନିଜ ଶେଷ ବାର୍ତ୍ତା,

ପ୍ରସୂତି କହଇ କିବା ଗର୍ଭିଣୀକୁ ନିଜ ଅଭିଜ୍ଞତା !! 

 

ତେଣୁ ଆଜି ଆଗୋ ସନ୍ଧ୍ୟା, ହେ ମହାନ ସନ୍ଧ୍ୟା ମୂର୍ତ୍ତିବତୀ 

ଆଗାମୀର କ୍ରାନ୍ତିବଧୂ କରେ ତୁମ ଚରଣେ ପ୍ରଣତି ।

ଅନାଗତ, ସ୍ୱାଗତିକା ବାଢେ 

ତୁମ ଚରଣେ ଆଳତି । 

 

(ସ୍ବର୍ଗତ ବାଳକୃଷ କରଙ୍କ ସଂପାଦିତ ‘ସହକାର’ରେ ପ୍ରକାଶିତ) 

 

 

ସୀମା

ଭାଷାର ମନ୍ଦିରେ ମୋର ଯାଗେ ନାଇଁ ଦ୍ୱିଧା ଅପମାନ,

ସିନ୍ଧାନ୍ତର କ୍ଷୀଣସୀମା ଛୁଇଁବାକୁ ଅକ୍ଷମ ସଂପୂର୍ଣ୍ଣ ।

ଯାତ୍ରାପଥେ ଜଗିରଖି ତାରତମ୍ୟ ପାର୍ଥକ୍ୟ ବିଶେଷ,

ବିଜୟୀ ହେବାରେ ମୋର ନାଇଁ ଶ୍ରଦ୍ଧା ନାଇଁ ପଉରୁଷ ।

ତେଣୁ ଯେତେ ଭଣ୍ଡ ଯୁକ୍ତି ହିତବାଣୀ, ଭ୍ରାନ୍ତ ପରଂପରା,

ସେ ସବୁରେ ଖୋଜେ ମୁଇଁ ନିଜଯୁକ୍ତି ନିଜ ପତିଆରା ।

ନିତି ନିତି ଲୋଡ଼େ ଖାଲି ନିଜ ପାଇଁ ନିଜ ଅଭିଜ୍ଞତା,

ତେଣୁ ମୁଁ ପ୍ରାଚୀନ ପୁଣି ଭବିଷ୍ୟତ ବିଶ୍ଳେଷଣ କର୍ତ୍ତା ।

ପ୍ରାଚୀନର ଶତ୍ରୁ ନୁହେଁ, ନବୀନର ନୁହେଁ ଚାଟୁକାର,

ଭବିଷ୍ୟତ ମୋହ ପାଶେ ଶୂନ୍ୟନଭ ସନ୍ଧ୍ୟା ପାରାବାର ।

ତେଣୁରେ ପ୍ରାଚୀନ ହେଉ, ବର୍ତ୍ତମାନ ଭବିଷ୍ୟତ ଯିଏ,

ମୋହପାଶେ ମୁଇଁ ବଡ଼ ସବୁଙ୍କୁ ଧରିଥିଲା ଯିଏ ।

ନିଜେ ନିଜ ସ୍ଥିତିଠାରୁ ବୃହତ୍ତର ପୁଣି ଗୁରତର,

ସନ୍ଧ୍ୟା ଯଥା ଗୋଧୂଳିରୁ ବୃହତ୍ତର ପୁଣି ସୁଗମ୍ଭୀର ।

ବାଷ୍ପ ଯଥା ଜଳୁଁ ବଡ଼ ଯେଉଁ ବାଷ୍ଣ ଜନ୍ମାଏ ଉଦକ,

ବିବାହଁ ପବିତ୍ର ଯଥା ଅତ୍ୟଧିକ ବିବାହ ମଣ୍ଡପ ।। 

ତେଣୁ ମୋର ସ୍ଥିତିଯାହା, ଗତ, ଭବ୍ୟ ଅବା ବର୍ତ୍ତମାନ,

ଏ ସବୁ ଗୋ’ ମୋରସୃଷ୍ଟି ମୋଅଠାରୁ ସରବେ ନିଉନ ।

ମୁଇଁ ବଡ଼ ଅତିବଡ଼ ଅତୀତ ବା ବର୍ତ୍ତମାନ କୋଳେ,

ବିଜୟ ନିଶାଣ ତଳେ ନିଜେ ନିଜ ଜୟଗୀତି ତୋଳେ ।

ବହୁ ଦୂର ଯିବି ମୁଇଁ, ଯାତ୍ରା ପଥ ମୋର ଦୁନିର୍ବାର,

କ୍ଷଣିକର ବାଧା ତହିଁ ଦିଏ ନାଇଁ ନିଷ୍ପଳ ଧିକ୍କାର । 

କ୍ଷଣିକ ଏ ଅପମାନ କଣ୍ଟାପରି ବାଜି ରହେ ଖାଲି,

ଜୀବନର ଦୀର୍ଣମୂର୍ତ୍ତି ତାଙ୍କ ପାଇଁ ଦ୍ଵାର ଦିଏ କିଳି ।

ତୁମକୁ କହୁଛି ବନ୍ଧୁ ! ମୁଇଁ ଯେଣୁ ବଡ଼ ତୁମଠାରୁ

ମୋଅ ପାଇଁ ବଡ଼ ନୁହେଁ, ତୁମର ଏ ପ୍ରଣୟ ସୁଚାରୁ ।

ମୋଅରି ସପନ ଲାଗି ଖୋଜା ନାଇଁ ତୁମ ଅନୁମତି,

ବୁଝିବାକୁ ଏହା ଯଦି ନପାରି ମୋ ପ୍ରଣୟ ସାଥୀ ।

ବୁକୁପରେ ମୋର ଯଦି ତୁମ ଗଭା କୁସୁମ ଝରିଚି,

ମାନେନାଇଁ ମୋଅଙ୍ଗନେ ତାହା କେବେ ସାଇତା ରହିଚି । 

ଯାହା ଗୋ’ ପଡ଼ିଚି ଝରି, ଝରିବାରୁ ତାହା କ୍ଷୁଦ୍ରତର,

ତୁମରି କଜଳ ଡ଼ୋଳା, ସୃଜି ନାଇଁ ତହିଁ ରୂପାନ୍ତର । 

 ତୁମରି ସର୍ପିଳ ବେଣୀ, ତୁମରି ସେ ଗର୍ବିତ ଭୂଷଣ,

ମାନେ ନାଇଁ ପ୍ରିୟା ମୋତେ ଦେଇଅଛି କିବା ଉଚ୍ଚାଟନ !

ତୁମରି ଏ’ ଉପହାର ଦେଇନାଇଁ, ଦେଇନାଇଁ କିଛି,

କ୍ଷଣିକ ଯା’ ଥିଲାଦେଇ – ସୀମାତାର ସେତିକି ରହିଚି ।

କାଳସ୍ରୋତେ ଭାସିଯାନ୍ତି, କେତେ ପ୍ରିୟା କେତେ ସୀମନ୍ତିନୀ,

କାହାରି ପାଇଁ କି କେବେ ନୟନରୁ ଲୋତକ ଝରିନି ।

ଏ କବିତା ନୁହେଁ, ମୋର ପ୍ରଣିୟିନୀ, ଦିବ୍ୟ ଆଭରଣ,

ତେଣୁ ଏ’ କବିତା କୋଳୁ, ହେ ପ୍ରେୟସୀ ଘେନ ତୁ ନିର୍ବାଣ ।

ହଜିଯାଅ ତୁମେ, ମୋର କବିତାର ଅସ୍ଥିମଜ୍ଜା ତଳୁ,

ଜୀବନ କର୍କଶ ଦ୍ୱନ୍ଦେ ତୁମ ପାଇଁ ଦୟା ପ୍ରତିଫଳୁ ।

ଧରିବାର ଗର୍ବମୋତେ ତିଳତିଳ ପାଇଁ ଯାଉ ହ୍ରାସ,

ମୁଇଁ ଗୋ ତୁମ ହୁଁ ବଡ, ଏହା ମୋର ଦିବ୍ୟ ପଉରୁଷ !! 

ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ପ୍ରକାଶିତ ସଂଘର୍ଷ’ କବିତା ସଂକଳନ ସାମ୍ରାଜ୍ୟବାଦୀ ବିବ୍ରିଶ ସରକାର ଘୋଷଣା କରିଥିବା ଦମନମୂଳକ ଭାରତ ରକ୍ଷୀ ଆଇନ ବଳରେ ୧୯୪୨ ମସିହା ବେଳକୁ ବାଜ୍ୟାପ୍ତ କରିଦିଆଯାଇ ସମସ୍ତ ପୁସ୍ତକ ବିପଣୀମାଳାରୁ ଛଡ଼ାଇ ନେଇ ନଷ୍ଟ କରି ଦିଆଗଲା । ତାହାପରେ ୧୯୪୦ ମସିହାରୁ ୧୯୫୪ ମସିହା ମଧ୍ୟରେ ପ୍ରକାଶିତ ଦ୍ବିତୀୟ ପର୍ଯ୍ୟାୟର ବିଦ୍ରୋହ ଧର୍ମୀ କବିତା ଗୁଡିକ ଯତ୍ରତତ୍ର କାଶିତ ହୋଇଛି । ପ୍ରକାଶିତ ହୋଇଥିବା ସମସ୍ତ ଲେଖା ଦୁଷ୍ପ୍ରାପ୍ୟ ହୋଇଗଲାଣି । ଯତ୍ କିଂତ ଉପଲବ୍ଧ ତାହା ପୂଳ ସଂକଳନର କବିତା ଗୁଡିକ ସହିତ ଯୋଗ କରାଗଲା । 

 

 

 

 

 

 

 

 

ପୃଷ୍ଠାଭରମ୍

 

 

ସାରସ୍ୱତ ପାରିବାରିକ

କବିତ୍ଵକୁ ନିଜର ନିଦା ପରିଚୟରେ ପରିଣତ କରିବା ଲାଗି ତୃତୀୟ ଦଶକରୁ କସରତ କରିଚି । ମୋର ସମସ୍ତ ରଚନା ମଧ୍ୟରୁ କେତେକ ଦୁସ୍ପ୍ରାପ୍ୟ ହୋଇ ଯାଇଛି । ସ୍ୱର୍ଗତ ବାଳକୃଷ୍ଣ କରଙ୍କ ସଂପାଦିତ ‘‘ସହକାର’ରେ ପ୍ରକାଶିତ ଅନେକ କବିତା ସଂରକ୍ଷିତ ହୋଇନାଇଁ । କାରଣ ମୁଁ ସେହି ସମୟରେ ମଧ୍ୟପ୍ରଦେଶରେ ନିର୍ବାସିତ ଅବସ୍ଥାରେ ଥିଲି । ସେହି କାରଣ ମଧ୍ୟରେ ଡଗର’ ଓ ପ୍ରଗତି’ ପତ୍ରିକାରେ ପ୍ରକାଶିତ କବିତା ଏହି ସଂଚୟନରେ ସ୍ଥାନିତ ହୋଇ ପାରିଲା ନାଇଁ । 

ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଡକ୍ଟରେଟ୍‌ ଲାଭ କରିଥିବା ଦୁଇ ଜଣ ବିଶିଷ୍ଟ ଅଧ୍ୟାପକ ପ୍ରଗତିଶୀଳ ଓଡ଼ିଆ ସାହିତ୍ୟ ଯୁଗର ମାର୍କସବାଦୀ ଚେତନା ସଂପର୍କରେ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କଲାବେଳେ, ମୋର କେତେକ କବିତା ସେମାନଙ୍କ ଦୃଷ୍ଟି ପଥାରୁଢ଼ ହୋଇଥିଲା । ସେ ଦୁହେଁ ନିଜ ପ୍ରକାଶିତ ସନ୍ଦର୍ଭ ପୁସ୍ତକରେ ତାହାର ଟିପ୍ପଣୀ ଦେଇଛନ୍ତି । ମୁଁ ସେମାନଙ୍କ ପାଖରେ କେବଳ ମାତ୍ର କୃତଜ୍ଞତା ପ୍ରକାଶ କରୁଛି । କିନ୍ତୁ ସେମାନେ ଉଦ୍ଧାର କରିଥିବା କେତେକ କବିତା ମୋ ସଂଚୟନରେ ସ୍ଥାନିତ ହୋଇପାରି ନାଇଁ । 

ପାରିବାରିକ ପରିବେଶ ସାରସ୍ଵତ ଜୀବନର ଅନୁକୂଳ ଥୁଲା । ଗୋଟିଏ ପ୍ରକାର ମାନବତାବାଦୀ ଚେତନାର ସାଂସ୍କୃତିକ ପରିବେଶ ମଧ୍ୟରେ ଜନ୍ମଲାଭ କରିଥିଲି ! ମତେ ମିଶାଇ ଚାରି ପୁରୁଷ ପର୍ଯ୍ୟନ୍ତ, ସମସ୍ତେ ପାରିବାରିକ ସାଂସ୍କୃତିକ ଜୀବନର ପରମ୍ପରା ରକ୍ଷା କରିଥିଲେ । 

ପୂର୍ବ ତିନି ପୁରୁଷର ଧାର୍ମିକ ପରମ୍ପରା ଗ୍ରାମ୍ୟ ଜୀବନ ଭିତ୍ତିକ ପରିଧି ମଧ୍ୟରେ ଗଢ଼ା ଯାଇଥିଲା । ସେମାନଙ୍କର ଉତ୍ତରାଧିକାରିତ୍ୱ ବଳରେ ଚତୁର୍ଥ ପୁରୁଷ ବେଳକୁ ଆମେ ସମସ୍ତେ ସଚେତନ ଜୀବନ ଯାପନ କରିବୁ । ପୂର୍ବ ବଂଶର ସାଂସ୍କୃତିକ ଚେତନା ଆମ ପିଢ଼ିର ସାରସ୍ୱତ ଚେତନାକୁ ପ୍ରଭାବିତ କଲାଭଳି ମନେ କରୁଚି । ସେହି କାରଣରୁ ନିଜ ଜୀବନରେ ଜଣେ କବି, ଲେଖକ ଏବଂ ସାରସ୍ୱତ ସଂଗଠକ ହେବାଛଡ଼ା ଅନ୍ୟ ଲକ୍ଷ୍ୟ ନଥିଲା । 

ପଣଅଜI ଡମ୍ବରୁଧର ଦାସଙ୍କୁ ମୁଁ ଦେଖି ନାଇଁ । ସେ ହେଉଛନ୍ତି ଆମ ବଂଶର କିମ୍ବଦନ୍ତୀ । ପ୍ରଥମ ବିତ୍ତଶାଳୀ ପୁରୁଷ ଭାବରେ ସେ ଆପାତତଃ ନିଜ ବଂଶଧରଙ୍କ ପାଖରେ ଲୌକିକ ପରିଚୟ ବଢ଼ାଇଥିଲେ । କଟକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବୃହତ୍ତର ଗ୍ରାମ ପଞ୍ଚପଲ୍ଲୀ’ ଠାରେ ଏକ ପ୍ରସିଦ୍ଧ ଶିବମନ୍ଦିରକୁ ପଣଅଜା ନିର୍ମାଣ କରିଥିଲେ । ଶିବ ମନ୍ଦିର ନାମ ଲୋକ ମୁଖରେ ଗ୍ରାମେଶ୍ୱର’ । ଏହା କଟକ ଜିଲ୍ଲାର ଏକ ପ୍ରସିଦ୍ଧ ଏବଂ ପୁରାତନ ଶୈବପୀଠ । ଅବଶ୍ୟ ପଣଅଜା ଏହାକୁ ପ୍ରଥମ ନିର୍ମାଣ କରିଥିଲେ କିମ୍ବା ପୁନରୁଦ୍ଧାର କରିଥିଲେ, ତାହା ମୋର ଅଗୋଚର । ପଣଅଜାଙ୍କ କୀର୍ତ୍ତି ସଂପର୍କରେ ମନ୍ଦିରର ମୁଖ୍ୟଦ୍ଵାର ଏବଂ ଚଉକାଠ ଉପରେ ତାଙ୍କର ନାମ ତିନି ପୁରୁଷ ପର୍ଯ୍ୟନ୍ତ ଖୋଦିତ ହୋଇ ରହିଥିଲା । ମୁଁ ନିଜେ କିଶୋର ବୟସରେ ତାହା ଦେଖି ପାରି ଅଭିଭୂତ ହୋଇଥିଲି । 

ସେତେବେଳେ ବଂଚିଥିବା ପୂର୍ବ ପୁରୁଷ ମାନଙ୍କ ପାଖରୁ ମୁଁ ତାଙ୍କର ଖ୍ୟାତି ଶୁଣିଥିଲି । ପଣଅଜା ଡମ୍ବରୁଧର ଦାସ ଉପକୂଳବର୍ତ୍ତୀ ବିଷ୍ଣୁପୁର (ଲୋକମୁଖରେ ବିଷୁନପୁର) ଜମିଦାରୀର ପରିଚାଳନା କରୁଥିଲେ । ଜମିଦାରୀ ସିରସ୍ତାର ଜଣେ କ୍ଷମତାପ୍ରାପ୍ତ କର୍ମକର୍ତ୍ତା ଭାବରେ ତାଙ୍କର ଅସୀମ ପ୍ରତିପତ୍ତି ଥିଲା । ତାହାରି ଦ୍ୱାରା ସେ ନିଜର କାର୍ଯ୍ୟକାଳ ସମୟରେ ମନ୍ଦିର ନିର୍ମାଣ କରାଇଥିଲେ । ପଣଅଜା ବ୍ୟବହାର କରୁଥିବା ପାଲିଙ୍କି, ସବାରି ଆଦି ପୁରାତନ କାଳର ଅତିକାୟ ଯାନବାହନ ଗୁଡ଼ିକ ଆମ ଗୃହରେ ସଂରକ୍ଷିତ ହୋଇଥିଲା । କିଶୋର ବୟସ ପର୍ଯ୍ୟନ୍ତ ମୁଁ ତାହା ଦେଖିଚି । ନିଜ ପରିବାରର କିମ୍ବଦନ୍ତୀ ପରବର୍ତ୍ତୀ ଦାରିଦ୍ର୍ୟ କାଳରେ ମୋ ମନକୁ ପ୍ରଭାବିତ କରିଥିଲା । 

ପିତାମହ ଜୟକୃଷ୍ଣ ଦାସ ଏବଂ ତାଙ୍କର ପତ୍ନୀ ଲକ୍ଷ୍ମୀଦେବୀ ଆମ ପରିବାରରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ଅଜI ଜୟକୃଷ୍ଣ ଦାସଙ୍କ କରଣି ଛଟା ଅକ୍ଷରର ଦସ୍ତଖତ ମୋର ଏବେ ମଧ୍ୟ ମନେ ପଡୁଚି । ସେ ନିଜ ଦସ୍ତଖତର ପ୍ରଥମ ଅକ୍ଷର ଅନ୍ତ୍ୟ ‘ଯ’ ଲିପିରେ ଆରମ୍ଭ କରୁଥିଲେ । ପଣଅଜା ଥିଲେ ପ୍ରସିଦ୍ଧ ମାମଲତକାର । ବ୍ରିଟିଶ ସରକାର ଅମଳରେ ଆମ ଗ୍ରାମରେ ପ୍ରଥମ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହେଲା । ସେ ତାହାର ସ୍ଥାପୟିତା ସେକ୍ରେଟେରୀ ହେଲେ । 

ପଣଅଜାଙ୍କ ପରିଚାଳିତ ବିଷ୍ଣୁପୁର ଜମିଦାରୀରେ ଅଜା ନିଜର ଯୌବନ କାଳରେ ସିରସ୍ତା ପରିଚାଳନା କରିଥିବା ଅନୁମାନ କରୁଚି । ବିଷ୍ଣୁପୁର ଜମିଦାରୀରେ ଆମ ବଂଶର ଭୂସଂପତ୍ତି ରହିଥିଲା । ଆମ ପୂର୍ବ ପୁରୁଷମାନଙ୍କ ପରିଚୟ ବିଷୁନପୁର ଜମିଦାରୀରେ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲା । 

ନିଜ ଜୀବନର ସମସ୍ତ ପ୍ରକାର ସାମୟିକ ଆଜୀବିକା ମଧ୍ୟରେ ମୁଁ ନିଜର ମାନସିକ ଚେତନାରେ କବି ହେବାଲାଗି ସତତ ଚେଷ୍ଟା କରିଛି । ଏହି ପ୍ରବୃତ୍ତି ମଧ୍ୟରେ ସଫଳତା ଲାଭ କରିଚି । କବିତ୍ୱ କାହା ଶରୀରର ବାହ୍ୟ ଖୋଳପା କିମ୍ବା ଆଭରଣ ନୁହେଁ । ଏହା ହେଉଚି ଜୀବନ ଦର୍ଶନର ପରିଚୟ । କବିତ୍ୱ ଜଗତରେ ମଣିଷର ବିଶାଳ ଆମ୍ବା ହିଁ ନିଜ ଶରୀରକୁ ଚିହ୍ନିତ କରାଏ । ଅନ୍ୟ ସବୁ ବୃଦ୍ଧି ଗୁଡ଼ିକରେ ଶରୀରର ଆଧିପତ୍ୟ ବଳରେ ଆମ୍ଭାର ପରିଚୟ ପ୍ରକଟିତ ହୁଏ। ଅନେକ ପ୍ରବୃରିରେ ଶରୀର ବୃହତ୍ତର ଏବଂ ଆପ୍ କ୍ଷୁଦ୍ରତର ହୋଇ ରହନ୍ତି । 

ଜନ୍ମ ହେଲି ୧୯୧୭ ମସିହା ରଜ ସଂକ୍ରାନ୍ତି ତିଥିବାରରେ । ମୌସୁମୀ ବୃଷ୍ଟିର ଆଦ୍ୟକାଳ । ଧରଣୀ ରଜସ୍ୱଳା । ନାମକରଣ ରଜନୀକାନ୍ତ, ଆକସ୍ମିକ ହେଲେ ବି କାବ୍ୟଧର୍ମୀ । ବ୍ୟକ୍ତି ଜୀବନର ପରିଚୟ ମଧ୍ୟରେ କାବ୍ୟିକ ନାମ କରଣର ଯତିପାତ ଘଟିଥିଲା । ପିତା ଦୀନବନ୍ଧୁ ଦାସ ମିଷ୍ଟଭାଷୀ, ବନ୍ଧୁ ବତ୍ସଳ, ସ୍ୱାଧୀନଚେତା, ସାହସୀ ଏବଂ ଶରୀରର ତେଜରେ ଶକ୍ତିଶାଳୀ । ନିଜକୁ ନିଜେ ଗଢ଼ିତୋଳିବାର ଅଜସ୍ର ସଂଗ୍ରାମ ମଧ୍ୟରେ ସେ ନିଜର କ୍ଷୁଦ୍ର ବ୍ୟବସାୟିକ ବୃତ୍ତିରେ ଅସୀମ କଷ୍ଟ ସହିଷ୍ଣୁ ଥିଲେ । 

ମାତା ସୁନ୍ଦରମଣି ଦେବୀ ପ୍ରଛନ୍ନ ଦେବୀ ମୂର୍ତ୍ତି । ଗୋଟିଏ କନ୍ୟା ସହିତ ପାଞ୍ଚ ପୁତ୍ରର ଗର୍ଭଧାରିଣୀ ମାତାଙ୍କ କୋଳରୁ ଗୋଟିଏ କନିଷ୍ଠ ଭାଇ ଆମ ମେଳରୁ ବିଦାୟ ନେଇଥିଲା । ଚାରିଭାଇ, ରଜନୀକାନ୍ତ, ସୂର୍ଯ୍ୟକାନ୍ତ, କାଳିଚରଣ ଏବଂ ରାଧାକାନ୍ତ ନିଜ ନିଜର ଆତ୍ମଶକ୍ତି ବଳରେ ସାଂସାରିକ ଜୀବନରେ ପ୍ରତିଷ୍ଠାଲାଭ କରିବୁ । 

ସଂକ୍ଷିପ୍ତ ପରିଚୟୀକା 

ମୁଖ୍ୟ ପରିଚୟ : ଆଜୀବନ ସାହିତ୍ୟ ସେବୀ, ସଂବାଦିକ, ସଂପାଦକ, 

ସ୍ଵାଧୀନତା ସଂଗ୍ରାମୀ, ସମାଜ ସେବକ ।

ପ୍ରକାଶିତ ପୁସ୍ତକ :

କବିତା – ସଂଘର୍ଷ (୧୯୪୦), ରଘୁ ମହାନ୍ତି (୧୯୪୬),

ବିରଳ ମୂରିକା (୧୯୭୪), ପଦ୍ମପଳାଶ (୧୯୯୯)

କୁମ୍ଭକାମୋଦୀ (୧୯୯୯)

ଉପନ୍ୟାସ - ଦିଗବଳୟ (୧୯୫୫), ଦୀପାଳି ସଂଘ (୧୯୭୯),

ନିବନ୍ଧ/ସାହିତ୍ୟଲୋଚନା : ଜୀବନଧର୍ମୀ ସାହିତ୍ୟର ଭୂମିକା (୧୯୭୫)

ଅନୁବାଦ ଉପନ୍ୟାସ - ବିଂଶ ଶତାବ୍ଦୀର ପ୍ରେତ (୧୯୭୯), ଚରିତ୍ର ହୀନା (୧୯୯୩)

କାହାଣୀ - ମାଟିର ମୁକୁଟ (୧୯୮୧)

ଟିକିଟିକି ପାହାଡ଼ର ଫୁଲ (୧୯୯୩) 

ନିଜ ସଂଧାନରେ ସୂର୍ଯ୍ୟ (୧୯୯୬)

ମନୋଗ୍ରାଫ - ମାଓ-ସେ-ତଙ୍ଗ (୧୯୫୨)

ସଂପାଦନା - ଉଦୟ (ମାସିକ ସାହିତ୍ୟ) (୧୯୫୦-୫୨) 

ନବପତ୍ର (ତ୍ରୈମାସିକ ସାହିତ୍ୟ) (୧୯୬୬ରୁ ୧୯୯୫)

ରାଉରକେଲା ରିପୋର୍ଟର (ସଂବାଦ ଆଲୋଚନା ସାପ୍ତାହିକ)

(୧୯୭୮ରୁ ପ୍ରକାଶନ ଆରମ୍ଭ)

 

ଉପାୟନ ଓ ସମ୍ବର୍ଦ୍ଧନା

ସ୍ଵାଧୀନତା ସଂଗ୍ରାମ

ଛାତ୍ର ଅବସ୍ଥାରେ କଳାହାଣ୍ଡି ଗଡ଼ଜାତରେ ରାଜଦ୍ରୋହୀ ଷଡ଼ଯନ୍ତ୍ରକାରୀ ଭାବେ ଭବାନୀପାଟଣୀ ହାଇସ୍କୁଲରୁ ବିତାଡ଼ିତ ଏବଂ କଳାହାଣ୍ଡି ଗଡ଼ଜାତରୁ ବହିଷ୍କୃତ । ୧୯୪୭ରେ କଳାହାଣ୍ଡି ଗଡ଼ଜାତରେ ପ୍ରଥମ କଂଗ୍ରେସ ସ୍ଥାପନା । କଳାହାଣ୍ଡି ଗଡ଼ଜାତ ମିଶ୍ରଣ ଆନ୍ଦୋଳନର ମୁଖ୍ୟ ସଂଗଠକ । 

ସାହିତ୍ୟ ସଂଗଠନ

ଓଡ଼ିଆ ଯୁବ ଲେଖକ ସମ୍ମେଳନର ସଭାପତି (୧୯୬୮)

କଲଚରାଲ ଏକାଡେମୀ, ରାଉରକେଲାରେ ଦୀର୍ଘତମ କାଳର ପ୍ରତିଷ୍ଠାତା ସଭାପତି ।

ସର୍ବଭାରତୀୟ ପ୍ରଥମ ଶିଳ୍ପାଞ୍ଚଳ ସାହିତ୍ୟ ସମ୍ମେଳନର ଉଦ୍ୟୋକ୍ତା (୧୯୬୮)

ପ୍ରତିଷ୍ଠାତା : ବେଦବ୍ୟାସ ଫାଉଣ୍ଡେସନ ଟ୍ରଷ୍ଟ, ରାଉରକେଲା (୧୯୯୪) 

ପରିଶିଷ୍ଟ ().

ଗ୍ରଛର ନାମ : ସବୁଜରୁ ସାଂପ୍ରତିକ

ଗ୍ରଛାକାର : ଡକ୍ଟର ନିତ୍ୟାନନ୍ଦ ଶତପଥୀ

୧ମ ସଂସ୍କରଣ : ୧୯୭୯

ପ୍ରକାଶକ : ଗ୍ରନ୍ଥ ମନ୍ଦିର, କଟକ ।

ଶ୍ରୀ ରଜନୀକାନ୍ତ ଦାସ (୧୯୧୭) :

 

ସମସାମୟିକ କବି ଶ୍ରୀ ରଜନୀକାନ୍ତ ଦାସ ଏକାଧିକ କବିତାରେ ଏହି ଭାବଧାରାର ସଚେତନ · ଅନୁସରଣ କରିଥିବା ଲକ୍ଷ୍ୟ କରାଯିବ । ୧୯୪୦ ମସିହାରେ ତାଙ୍କ ବାମପନ୍ଥୀ କାବ୍ୟଚେତନାର ପ୍ରଥମ ସ୍ବାକ୍ଷର ବହନ କରି ‘ସଂଘର୍ଷ ପୁସ୍ତକ ପ୍ରକାଶ ପାଏ; କିନ୍ତୁ ଗତ ଦୁଇ ଦଶକର ପାଠକ ଏ ବହି ସହିତ ପରିଚିତ ହୋଇ ପାରିନାହାନ୍ତି । କାରଣ ଏହି ପୁସ୍ତକଟି ବ୍ରିଟିଶ୍ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ ହେବାର ଆଶଙ୍କା ପ୍ରକାଶ ପାଇବାରୁ ସେତେବେଳେ ପ୍ରକାଶକ ଓ ଲେଖକ ଉଭୟଙ୍କୁ ଏହାର ପରିଣତି ସଂପର୍କରେ ସତର୍କ ରହିବାକୁ ପଡ଼ିଥିଲା । ପ୍ରଥମ ସଂସ୍କରଣର ପୁସ୍ତକ ଗୁଡ଼ିକ ବଜାରକୁ ଆସି ନ ପାରିବାରୁ ଏହା କ୍ରମେ ଦୁଃସପ୍ରାପ୍ୟ ହୋଇଗଲା । ତଥାପି ‘ସଂଘର୍ଷ’ ଯେ ଖୁବ୍ କମ୍ ସମୟ ପାଇଁ ଓଡ଼ିଆ ପ୍ରଗତି-ସାହିତ୍ୟରେ ଅବିସ୍ମରଣୀୟ ସ୍ୱୀକୃତିର ଅଧିକାରୀ ହୋଇଥିଲା, ଏହା କବି ଶ୍ରୀ ଦାସ ତାଙ୍କ ଶେଷତମ କବିତାଗ୍ରନ୍ଥ ବିରଳମୁଭିକା’ରେ ସ୍ମରଣ କରିଛନ୍ତି (ନିଜସ୍ବ ସଂଳାପ’ - ବିରଳମୃତ୍ତିକା) । ‘ସଂଘର୍ଷ’ରେ ପ୍ରକାଶିତ ‘ଝଡ଼ର ଶିଙ୍ଗା’ ଓ ‘ଦେହର ଲୀଳା’ କବିତା ଦୁଇଟିକୁ ଏ ସଂପର୍କରେ ଉଲ୍ଲେଖ କରାଯାଇପାରେ । ୧୯୪୧ରୁ ୧୯୪୬ ମଧ୍ୟରେ ତତ୍କାଳୀନ ପତ୍ରିକା ମାନଙ୍କରେ ପ୍ରକାଶିତ କେତେକ କବିତାରୁ ଶ୍ରୀ ଦାସଙ୍କୁ ଜଣେ ବିପ୍ଲବୀ ସାମ୍ୟବାଦୀ କବିଭାବେ ଚିହ୍ନିତ କରିବା ପାଇଁ ଯଥେଷ୍ଟ ଉପାଦାନ ମିଳିଥାଏ । ତାଙ୍କ ସୃଷ୍ଟି ‘ସଂଧ୍ୟତାରI’, “ମାଟି’, ଅଭିଯାନ’, ଆତ୍ମଘାତୀ’, ଆଦି କବିତାକୁ ଅନୁଧ୍ୟାନ କଲେ ଭାବ ଓ ଭାଷାରେ ରାଉତରାୟ କବିଙ୍କ ପ୍ରଭାବ ସ୍ପଷ୍ଟ ହେବ । ସେ ଯେତେବେଳେ ଲେଖୁଛନ୍ତି : 

 

ନିସ୍ତବ୍ଧ ଏ ସନ୍ଧ୍ୟା ତାରା ଦେଖି, ଫୁଟିଉଠେ ଶତ ଅଭିସାର

ଗୋଟିଏ ଗର୍ଭିଣୀ ରାତି ୟାର କୋଳେ ଲଭିବ ନିସ୍ତାର ।

ଗୋଟିଏ ସୁଦୀର୍ଘ ଦିବା ହତ, କ୍ଲାନ୍ତ, ବ୍ୟଥିତ ପରାଣେ

ଆଜି ଯା’ ଦବାର ଦେବ ବ୍ୟଥିତ ଏ ଗୋଧୂଳି ଲଗନେ ।(୧୪)

‘ସନ୍ଧ୍ୟାତାରା’ ଏହା ସଚ୍ଚି ରାଉତରାୟଙ୍କ କବିତାର ଭାବ ଓ ଭାଷାର କେତେ ନିକଟବର୍ତ୍ତୀ ଉପଲବ୍ଧ ହେବ । ପୁଣି କବି ରାଉତରାୟଙ୍କ ପରି ଅତିବାସ୍ତବବାଦୀ ଚେତନାର ସ୍ପନ୍ଦନ ତାଙ୍କ କବିତାରୁ ବାରିହୁଏ । ଏହା ଏକ ଆନ୍ତରିକ ବିପ୍ଳବର ସ୍ବର - ଯେଉଁ ସ୍ୱର ସମାଜର ତଥାକଥିତ ଧନୀ ଓ ସୁସ୍ଥବାଦୀ ମାନଙ୍କ ବିରୁଦ୍ଧରେ କାବ୍ୟ ଚିନ୍ତାର ପ୍ରତିକ୍ରିୟା ମାତ୍ର ! (୧୫) ଏସବୁ କବିତାରେ ଶ୍ରୀ ଦାସ ଯେଉଁ ‘ଯାତ୍ରା ” ଓ “ଅଭିଯାନ’ ବିଷୟରେ ସୂଚନା ଦେଇଛନ୍ତି, ତାହା ଯେ ଏକ ଦୁର୍ବାର ପ୍ରଗତିବାଦୀ ସାମାଜିକ କାବ୍ୟଚେତନା, ଏଥିରେ ଦ୍ବିରୁକ୍ତି ନାହିଁ । ତେଣୁ ସନ୍ଧ୍ୟାର ଶେଷ ଲଗ୍ନରେ ସେ ଶୁଣିଛନ୍ତି ଝଡ଼ର ନହବତ । ଏଠାରେ ଯେଉଁ ଭୀରୁ ବାଳିକାର ପ୍ରତୀକ ବ୍ୟବହୃତ, ସେ ଆଉ ପ୍ରେମର ଉପାସିକା ନୁହେଁ, ବା ଆଲିକ୍ତକ ରେଖାରେ ତାର ପାଦକୁ ରଂଜିତ କରେ ନାହିଁ; ବରଂ ଛାତିର ରକ୍ତରେ ସେ ଏକ ନୂଆ ସମ୍ଭାବନାର ରାଗିଣୀ ତୋଳେ I

 

-------------------------------------------------------------------------------------------------------------------୧୪ - ‘ସଂଧ୍ୟତାରା’ - ‘ସହକାର’ ୨୨ ଭାଗ ୧ମ ସଂଖ୍ୟା; ବୈଶାଖ ୧୩୪୮ (ଏପ୍ରିଲ୍ ୧୯୪୧) ୧୫ - ‘ଅଭିଯାନ’ - ‘ସହକାର’ ୨୨ ଭାଗ ୩-୪ ସଂଖ୍ୟା, ଆଷାଢ଼-ଶ୍ରାବଣ, ୧୩୪୮ (ଜୁନ୍ - ଜୁଲାଇ, ୧୯୪୧)

 

‘‘ପଥଧାରେ ଚାଲି ଚାଲି ସୁକୋମଳ ସ୍ୱଚ୍ଛ ଆଉ ସିଧା,

ପାଦ ତା’ ହେଲାଣି ପଙ୍ଗୁ ଅପଥରେ ତେଣୁଟି ଶରଧା ।

ତେଣୁ ଆଜି ଅରମାରେ ଚାଲିବାର ଦୁର୍ବାର ବାସନା,

ଅଯାଚିତେ ଜାଗିଉଠେ ମନମୂଳେ ଅହିତ କାମନା ।

ଜାଗିଉଠେ ହିଂସା ଦ୍ବେଷ, ଜାଗିଉଠେ କ୍ରୋଧ ଅମଙ୍ଗଳ

ହତ୍ୟା ଲାଗି ଖୋଜିଉଠେ ମୁମୂର୍ଷ ଏ ନିଜ କରବାଳ ।””

---------------------------------------------------------------------------------------------------------------------

 

କବି ଦାସ ସମସାମୟିକ ସ୍ଵର ସହିତ କଣ୍ଠ ମିଳେଇ କହନ୍ତି: ମଣିଷ ପାଇଁ ଆଉ ମଣିଷ ବଳିପଡ଼ିବ ନାହିଁ, କିମ୍ବା ଭିକ୍ଷାର ଥାଳ ଧରି ସେ ଅନ୍ୟର କୃପାଭିକ୍ଷୁ ହେବ ନାହିଁ । ଏହିପରି ଏକ ମୂଲ୍ୟବାନ ସମୟର ପରିକଳ୍ପନାରେ ତାଙ୍କର କାବ୍ୟସ୍ୱର ଉଚ୍ଛେସିତ । ସେ ତେଣୁ ଏଇ ମାଟିର ବନ୍ଦନା କରନ୍ତି, ଯେଉଁ ମାଟିରେ ଦରିଦ୍ର କୃଷକ ଓ ଶ୍ରମିକ ତାର ଆକୁଳ ଅଶ୍ରୁ ଓ ଅକ୍ଲାନ୍ତ ଶ୍ରମ ମିଶେଇଦିଏ । ତାର ଶ୍ରେଣୀସତ୍ତାକୁ ସମାଜ ଯେତେ ଅସ୍ୱୀକାର କଲେ ବି, ମାଟି କିନ୍ତୁ ଅସ୍ୱୀକାର କରେ ନାହିଁ । ମାଟି ଅତି ଆଦରରେ ତାକୁ ବକ୍ଷ ପାତି ସ୍ଥାନ ଦିଏ । ଏଇ ମାଟିର ଭିନ୍ନ ମଣିଷଟି ପୁଣି କେତେ କୁଟିଳ-ରାଜନୀତି ଓ ଶୋଷଣର ମସୁଧା କରେ; କିନ୍ତୁ ମାଟି ସେଥିରେ ଅତ୍ୟନ୍ତ ବିଷର୍ଣ ! ସେ କେବଳ ତାକୁଇ ଆପଣାର କରେ ଯେ ସମସ୍ତ ଲୁହ ଲହୁ ଓ ଅପମାନକୁ ବରଣକରି ତାର ଦେହର ଶ୍ରମରେ ଏ ମାଟିକୁ କରେ ଫଳପ୍ରସୁ (୧୬କ) । ବେଳେବେଳେ କାବ୍ୟ-ଭାବନାରେ ସେ କେତେ ଉଗ୍ରପନ୍ଥୀ ତାହା ତାଙ୍କର ‘ଦୀପାଳି ନାମକ କବିତାରୁ ପ୍ରତିପନ୍ନ ହୁଏ । ସମାଜ-ବ୍ୟବସ୍ଥାରେ ବିବ୍ରତ କବି ଏକ ସମୟରେ ଦୀପାଳି’, ଏନ୍ତୁଡ଼ି’ ଓ ‘ଜୁଇର ନିଆଁ’ ଜାଳିଦେବାକୁ ଅତି କ୍ଷୋଭରେ କହିଛନ୍ତି : 

‘‘ଜାଳିଦିଅ ଦୀପ, ଏନ୍ତୁଡ଼ି ଓ ଚିତା ଏକ ସ୍ଥାନେ

ଜୀବନର ସବୁ ରସ ‘ସବୁ ଜୀବନର ହେତୁ’ ପୂତାରେ ମିଶୁ ଦିନେ’ (୧୬ଖ) । 

ଶ୍ରୀ ଦାସଙ୍କ କବିତାର ଭାବଧାରା ଶାଣିତ ଓ ପ୍ରାଞ୍ଜଳ ନୁହେଁ, ଯଦିଓ ଶବ୍ଦ ଗଠନରେ ତଥା ପ୍ରତୀକ ନିର୍ମାଣରେ ତାଙ୍କର ଦକ୍ଷତା ଲକ୍ଷ୍ୟ କରିହୁଏ । ସମାଜର ଯେଉଁ ଦର୍ଶନକୁ ସେ କବିତାରେ ସ୍ଵରାୟିତ କରିଛନ୍ତି, ସେ ସ୍ୱର ରାଉତରାୟ କବିଙ୍କୁ ଅଧିକ ଭାବରେ ଅନୁସରଣ କରିଥିବାରୁ ନିଜର ମୌଳିକତାକୁ ପ୍ରତିଷ୍ଠିତ କରିପାରେ ନାହିଁ । 

କିନ୍ତୁ ୧୯୪୬ ମସିହାରେ ପ୍ରକାଶିତ ତାଙ୍କ କବିତା ‘ରଘୁ ମହାନ୍ତି’ ଏକ ଐତିହାସିକ ଘଟଣା ଉପରେ ପିଣ୍ଡିତ ହେଲେ ବି ତାଙ୍କ ବିପ୍ଳବୀ କାବ୍ୟ ଚେତନାର ଉଚ୍ଚାରଣ ବହନ କରେ । ରଣପୁର ଗଡ଼ଜାତର ଇତିହାସ-ପୁରୁଷ ରଘୁ ମହାନ୍ତି ଏବଂ ଦିବାକର ପରିଡ଼ା ବେଜେଳଗେଟ୍ ହତ୍ୟା ମାମଲାରେ ଫାଶି ଖୁଣ୍ଟରେ ଝୁଲନ୍ତି । ଇତିହାସର ସେଇ ବେଦନାର୍ତ୍ତ ମୁହୂର୍ତ୍ତର କରୁଣ ବିସମ୍ବାଦ ‘ରଘୁ ମହାନ୍ତି’ କବିତାରେ ନିବେଦିତ । ଲେଖକ ନିଜେ ସ୍ବୀକାର କରିଛନ୍ତି ଯେ ସାମୟିକ ଆବେଗମୂଳକ ସେଇ ବାର୍ତ୍ତା ସେତିକିବେଳେ ଆତ୍ମପ୍ରକାଶ ନକରିଥିଲେ ସୀମିତ ଅବଧି ଅନ୍ତେ ସେ କବିତା ପୁସ୍ତକର କୌଣସି ଗୁରୁତ୍ୱ ରହି ନ ଥା’ନ୍ତା । ତେଣୁ ଏହି କାବ୍ୟ ଅଧିକ ଭାବରେ ଭାବାବେଗ ଦ୍ଵାରା ଉଚ୍ଚାଟିତ ହୋଇଥିବାରୁ ଏଥିରେ କୌଣସି ଚିରନ୍ତନ ସାହିତ୍ୟିକ ବିଭୂତି ଖୋଜିଲେ ପାଠକମାନେ ନିରାଶ ହେବେ। ଦ୍ଵାରା ଉଚ୍ଚାଟିତ ହୋଇଥିବାରୁ ଏଥିରେ କୌଣସି ଚିରନ୍ତନ ସାହିତ୍ୟିକ ବିଭୂତି ଖୋଜିଲେ ପାଠକମାନେ ନିରାଶ ହେବେ। 

-----------------------------------------------------------------------------------------------------------

୧୬-(କ)*ମାଟି’-‘ସହକାର’ ୨୩ଶ ବର୍ଷ ୨ୟ ସଂଖ୍ୟା, ଜ୍ୟେଷ୍ଠ ୧୦୩୯, ମେ’ ୧୯୪୨ | ୧୬ - (ଖ) ‘ଦୀପାଳି’ - ‘ଡଗର’ ୮ମ ବର୍ଷ । ୧୦, ୧୧ ସଂଖ୍ୟା, ୧୯୪୪ || 

------------------------------------------------------------------------------------------------------------

ସ୍ୱାଧୀନତା ପରେ ପ୍ରକାଶିତ ବହୁ କବିତାରେ ସମାଜ ଓ ରାଜନୀତି ପ୍ରତି ତୀକ୍ଷଣ ବ୍ୟଙ୍ଗ ପ୍ରକାଶ ପାଇଛି । ‘ମାଧିଆ ଭାଇ”, “ଖଦଡ଼ବ୍ୟାଙ୍କ’ ଓ ‘ଚଷାସରକାର ଏହି ପର୍ଯ୍ୟାୟର ଗୋଟିଏ ଗୋଟିଏ ଚମତ୍କାର ବ୍ୟଙ୍ଗାତ୍ମକ କବିତାଭାବେ ବିବେଚିତ ହେବ । (୧୭) କବି ଏ ସମୟରେ ( ୧୯୪୯-୫୨) ‘ଉଦୟ’ ନାମକ ଏକ ପତ୍ରିକାର ସଂପାଦକ ଥିଲେ । ତେଣୁ ତାଙ୍କର ଅନେକ ଦୀର୍ଘ କବିତା ସମସାମୟିକ ପତ୍ରିକା ‘ସହକାର’ ଓ ନିଜ ସଂପାଦିତ ‘ଉଦୟ’ରେ ହିଁ ପ୍ରକାଶିତ ହୋଇଛି । କିନ୍ତୁ ବ୍ୟଙ୍ଗ-କବିତା ଗୁଡ଼ିକରେ ସେ ଶ୍ରୀ ରାଉତରାୟ କବିଙ୍କ ‘ହସନ୍ତ’ର କାବ୍ୟଧର୍ମ ଓ ଗଠନଧର୍ମିତା ପ୍ରତି ଅଧିକ ଆସକ୍ତି ପ୍ରକାଶ କରିଥିବାରୁ ନିଜ କାବ୍ୟ ଚେତନାର ସ୍ବତନ୍ତ୍ର ପ୍ରତିଷ୍ଠା ଏଠାରେ ମଧ୍ୟ ଲୋଡ଼ିପାରି ନାହାନ୍ତି । ୧୯୬୫ ମସିହାରୁ ଏଯାବତ କବି ରାଉରକେଲା କଲଚରାଲ ଏକାଡେମୀ ଦ୍ବାରା ପ୍ରକାଶିତ ତ୍ରୈମାସିକ ପତ୍ରିକା “ନବପତ୍ର’ର ସଂପାଦକ ଥାଇ କାବ୍ୟ କବିତା ପ୍ରତି ଅଧିକ ଉନ୍ମୁଖତା ପ୍ରକାଶ କରିଛନ୍ତି । ତାଙ୍କ ଲିଖୁତ ବହୁ କବିତା କଲଚରାଲ ଏକାଡେମୀରେ ପଠିତ ଓ ଆଲୋଚିତ ମଧ୍ୟ ହୋଇଅଛି । ତାଙ୍କ ନିଜ ବକ୍ତବ୍ୟ ଅନୁସାରେ ସାହିତ୍ୟ ତାଙ୍କ ପାଇଁ ଏକ ସୌଖୀନ ବିଳାସ ନୁହେଁ; ବରଂ ସାମୂହିକ ଚେତନାର ବାର୍ତ୍ତା ବହ । ତେଣୁ ତାଙ୍କ ଶେଷତମ ସଙ୍କଳନ ବିରଳମୃତ୍ତିକା’ (୧୯୭୪)ରେ ଆମେ ତାଙ୍କ ବ୍ୟକ୍ତିଗତ ଜୀବନର କ୍ଷୟକ୍ଷତି ବା ସୁଖଦୁଃଖ ଅପେକ୍ଷା ଅଧିକ ମାତ୍ରାରେ ବହୁ ଅବରୁଦ୍ଧ କଣ୍ଠର ବେଦନାଇଁ ସ୍ବର ଶୁଣିବାକୁ ପାଇବ! କିନ୍ତୁ ସୃଷ୍ଟିର ସୀମିତତା ଓ ମନ୍ଥରତା ହେତୁ କବି ଶ୍ରୀ ଦାସ ଓଡ଼ିଆ କବିତା କ୍ଷେତ୍ରରେ କୌଣସି ନୂତନ ଶଙ୍କୁ ସ୍ଥାପନରେ ଯଶସ୍ୱୀ ହୋଇପାରି ନାହାନ୍ତି । ତଥାପି ବାମପନ୍ଥୀ କାବ୍ୟଚେତନାର ଇତିହାସରେ ଶ୍ରୀ ରଜନୀକାନ୍ତ ଦାସ ଯେ ଏକ ଅବିସ୍ମରଣୀୟ ନାମ, ଏହା ସ୍ବୀକାର କରିବାରେ ମୋର କୁଣ୍ଠା ନାହିଁ । 

-----------------------------------------------------------------------------------------------------------

୧୭ - (କ) ‘ମାଧିଆ ଭାଇ’ - ‘ଉଦୟ’ – ଅଗଷ୍ଟ, ୧୯୫୦ - ମାଧିଆ ଭାଇରେ ମାଧିଆ ଭାଇ.... ସରକାର ସଂଗେ ପୀରତି ମେଳ |

(s) ‘ଖଦଡ଼ ବ୍ୟାଙ୍କ’ - ‘ଉଦୟ’ - ଅପ୍ରେଲ, ୧୯୫୦ - ‘ଗାନ୍ଧି ମରିଚି ଖଦି ବି ମରିବ ସରିବ ଯୁଗରାନ୍ଧି ରୁଧର ଖଦଡ଼ରେ ଯାଦୁଘରକୁ ଯୋଗ ।””

(ଗ) ଚଷା ସରକାର’ - ‘ଉଦୟ’ – ଫେବୃୟାରୀ, ୧୯୪୯ 

------------------------------------------------------------------------------------------------------------

ପରିଶିଷ୍ଟ (୨)

ସଚିତ୍ର ବିଜୟା : ନଭେମ୍ବର, ୧୯୯୭ 

ଜୀବନର ଉଷ୍ଣI,

ମଣିଷର ବାସ୍ନା ଯାହାର କବିତା

{ ସେ ଚିର ସଂଗ୍ରାମୀ, ବିପ୍ଳବର ବହ୍ନି, ସାହିତ୍ୟର ସ୍ୱାକ୍ଷର, ସବୁଜ ନବପତ୍ର’ । କୈଶୋର ଡ଼ାଙ୍କର ସ୍ତରିତ ହୁଁଏ କରୁ ରIଚ୍ଚତନ୍ତ୍ରର ପ୍ରତିବାଦ ରୂପେ, ମିଳେ ନିର୍ବାସନ । ନିଜ ହାତ ଗଢ଼ା ଆଦର୍ଶର ସଡ଼କରେ ଏକାକୀ ଯାତ୍ରୀ ସେ । ନିର୍ଭୀକ, ଅମାୟିକ, ସୁଇ, ସୁନ୍ଦର ସମାଜର ସ୍ୱପ୍ନରେ ବିଭୋର । ଭବିଷ୍ୟତ ପାଇଁ ଭୟ ନାହିଁ, ଅତୀତ ପ୍ରତି ନାହିଁ ମୋହ, ଅଥଚ ସୁଜନର ସୁନ୍ଦର ଜତରେ ଚିର ବିଦ୍ୟମାନ ତାଙ୍କର ମାନସ ! ସଫଳ ସଂପାଦକ, ନବପତ୍ର ରେ ନବଜାତକ । ନିଜ ନିଡ଼ରେ ନିଜେ ନିମଗ୍ନ, କବିତୀ ଓ ସ୍ଵମାଜ ସେବାର ମନ୍ତ୍ରରେ ଅଭିମନ୍ତ୍ରିତ ଏହି ନିରୋଳା କବି ରଜନୀକାନ୍ତ ଦାସଙ୍କୁ ତାଙ୍କ (ରାଉରକେଲାସ୍ଥ ବାସଭବନରେ ସାକ୍ଷ୍ୟତ କରଛି ଶବର ପ୍ରସାଦ ତ୍ରିପାଠୀ ) 

ସେତେବେଳକୁ ରଜନୀକାନ୍ତ ଦଶମ ଶ୍ରେଣୀର ଛାତ୍ର । ପ୍ରକାଶ ପାଉଥାଏ ଭଗବତୀଚରଣ ପାଣିଗ୍ରାହୀଙ୍କ ସଂପାଦିତ ସାପ୍ତାହିକୀ ପତ୍ରିକା : ‘କୃଷକ’ । ଭବାନୀପାଟଣା ରାଜା ବ୍ରଜମୋହନ ଦେଓଙ୍କ ଅତ୍ୟାଚାର ସଂପର୍କରେ ଏକ ପ୍ରତିକ୍ରିୟାଶୀଳ ଚିଠି ଲେଖିବ ପଠାଉଥାନ୍ତି ‘କୃଷକ’ ପତ୍ରିକାରେ ପ୍ରକାଶନ ପାଇଁ । ଅବଲୀଳାକ୍ରମେ ତାହା ପଡ଼େ ରାଜାଙ୍କ ହାତରେ । କ୍ରୋଧୀ ରାଜା ତାଙ୍କୁ ସ୍କୁଲରୁ ବାସନ୍ଦ କରନ୍ତି । ଏହିଠାରୁ ହିଁ ଆରଂଭ ହୁଏ କିଶୋର ରଜନୀକାନ୍ତଙ୍କ ସଂଗ୍ରାମୀ ଜୀବନ । ପରବର୍ତ୍ତୀ ସମୟରେ ସେ ସ୍କୁଲ ପରୀକ୍ଷା ଦିଅନ୍ତି, ଇଂରେଜ ସରକାରଙ୍କ ଅନୁମତି ନେଇ, ଗୋଟିଏ ସର୍ତ୍ତ ରେ ଯେ, ପରୀକ୍ଷା ପରେ ସେ ଆଉ ଭବାନୀପାଟଣାରେ ଦୃଶ୍ୟ ହେବେ ନାହିଁ । 

ସ୍କୁଲ ପରୀକ୍ଷା ପରେ ଛାତ୍ର ରଜନୀକାନ୍ତ ଭବାନୀପାଟଣୀ ଛାଡ଼ି ଯାଇ ପହଁଚନ୍ତି ମଧ୍ୟପ୍ରଦେଶର ‘ସୁର୍ଗୁଜା’ ରାଜଧାନୀ ସହରରେ । ସେଠି କଟିଯାଏ ଆଦ୍ୟ ଜୀବନର ବିଦ୍ରୋହୀ ଛଅ ବର୍ଷ । ନିଜର ଭରଣ-ପୋଷଣ ପାଇଁ ସରକାରୀ ଚାକିରିରେ ଯୋଗ ଦିଅନ୍ତି । ଏକାକୀ ଯାତ୍ରୀ ସେ – ଜୀବନର ଆରମ୍ଭରୁ ‘ସୁର୍ଗୁଜା’ରୁ ମୋରିଶ କଲେଜ୍‌ରେ ଦୁଇ ବର୍ଷର ପାଠପଢ଼ା, କୌଣସି କାରଣରୁ ଶେଷ ହୋଇ ପାରେନା । ବାପାଙ୍କ ଆଗ୍ରହ ହେତୁ ସେ ବାଧ୍ୟ ହୋଇ ଫେରି ଆସନ୍ତି ଭବାନୀପାଟଣା । ଲିଭି ନ ଥାଏ ସଂଗ୍ରାମର ଶିଖା । ରାଜା ବ୍ରଜମୋହନଙ୍କ ଅତ୍ୟାଚାରର କଥା ଭଗବତୀଚରଣଙ୍କ ପତ୍ରିକା - କୃଷକ’ରେ ପ୍ରକାଶ ପାଏ ନାହିଁ ସିନା ; କିନ୍ତୁ କିଶୋର ରଜନୀକାନ୍ତ ବିଚଳିତ ନ ହୋଇ ବ୍ୟକ୍ତିଗତ ଭାବେ ରାଜାଙ୍କର କ୍ରିୟା କଳାପକୁ ବିରୋଧ କରି ଚାଲନ୍ତି । ଭବାନୀପାଟଣାରେ ରାଜାଙ୍କର ଏକ ଅଦ୍ଭୁତ ଆଦେଶ ପାଳିତ ହେଉଥାଏ । ରାଜରାସ୍ତାରେ ଇଂରେଜ କିମ୍ବା ବ୍ରଜମୋହନଙ୍କ ଗାଡ଼ି ଚାଲିଗଲେ ଲୋକମାନେ ରାସ୍ତାରୁ ହଟିଯାଇ, ରାସ୍ତାକଡ଼ରେ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରୁଥିଲେ । ଯୁବକ ରଜନୀକାନ୍ତ ଏହାର ଘୋର ବିରୋଧୀ ଥିଲେ ଓ ନିଜେ କୌଣସି ପ୍ରକାର ସମ୍ମାନ ପ୍ରଦର୍ଶନ କରୁନଥିଲେ । 

ସେ ସମୟରେ ଭବାନୀପାଟଣାରେ କୌଣସି ସରକାରୀ ଜେଲ୍ ନ ଥିବାରୁ ଦୋଷୀ ମାନଙ୍କୁ ନୀଚ ଜାତିର ଲୋକଙ୍କ ଦ୍ୱାରା ଗାଳିଦେବା, ସ୍ଥଳ ବିଶେଷରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ଆଦିର ବିରୋଧ କରି ଅନେକ ଥର ଦଣ୍ଡ ପାଇଛନ୍ତି ସେ । 

ନିରୋଳା ସଂଗ୍ରାମୀ ଓ ସ୍ଵାଭିମାନୀ ଜୀବନରେ ରଜନୀକାନ୍ତ କେବେବି ନିଜର ଆତ୍ମା ଅଭିମାନକୁ ବଳିଦେଇ କାହାଠାରେ ହାତ ପତାଇ ନାହାନ୍ତି । ଜଗତ୍‌ସିଂହପୁର ଜିଲ୍ଲାର ସଂଗ୍ରାମପୁର ଗ୍ରାମରେ, ଚିର ବିପ୍ଳବୀ, ସଂଗ୍ରାମୀ କବି ରଜନୀକାନ୍ତ ଦାସଙ୍କ ଜନ୍ମ । ଚାରି ଭାଇ ଓ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଅଗ୍ରଜ । ଗାଁ ଚାଟଶାଳୀରେ ଆରମ୍ଭ ହୁଏ ଖଡ଼ିପାଠ। ସେ ସପ୍ତମ ଶ୍ରେଣୀରେ ପଢ଼ିଲାବେଳେ ତାଙ୍କ ଇତିହାସ ବହିରେ ସ୍ଥାନିତ ହୋଇଥାଏ ଅନ୍ଧକୂପ ହତ୍ୟା’ । ରାଗରେ ଚିରି ଦିଅନ୍ତି ଅତ୍ୟାଚାର ଦଲିଲ୍ । ସେଥିପାଇଁ ସଂପୃକ୍ତ ଶିକ୍ଷକଙ୍କ ଠାରୁ ସେ ଦଣ୍ଡିତ ହୁଅନ୍ତି । ତଥାପି ତାଙ୍କ ମନରେ ନଥାଏ ଗ୍ଲାନି । 

ପିତା ଦୀନବନ୍ଧୁ ଦାସ ବ୍ୟବସାୟ ଉଦ୍ଦେଶ୍ୟରେ ପହଞ୍ଚନ୍ତି ଭବାନୀପାଟଣା । କିଶୋର ରଜନୀକାନ୍ତଙ୍କର ଗାଁ ଚାଟଶାଳୀର ପାଠପଢ଼ା ଶେଷ ହୁଏ । ଆଜି ଆଉ ଗାଁ ମାଟିକୁ ଫେରିଯିବାର ଅବକାଶ କାଇଁ’ - କହି ନୀରବ ରହିଲେ କବି । ଆମେ ତାଙ୍କୁ ତାଙ୍କର ରାଉରକେଲା ବାସଭବନରେ ଭେଟିଲାବେଳେ ତାଙ୍କର ପରିଧାନ ଥିଲା ସଫେଦ୍ ଖଦଡ଼ । ମାନସିକ ମୂଲ୍ୟବୋଧରେ ସଦା ବିଶ୍ୱାସୀ କବି ଶ୍ରୀଦାସଙ୍କୁ ତାଙ୍କ କବି ଜୀବନର ଆଦ୍ୟ ସ୍ମରଣ ଓ ସ୍ମୃତି ଭିତରକୁ ଫେରାଇ ନେଲାବେଳେ, ମୁଖ ଉଜ୍ଜଳ ହୋଇ ଉଠୁଥିଲା । ମନ ଭିତରେ ପ୍ରଥମ କବିତାର କମ୍ପନ ଶୁଣିବା ବେଳକୁ ମୁଁ ଦଶମ ଶ୍ରେଣୀର ଛାତ୍ର । ଦ୍ଵିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ, ୧୯୩୬ ବେଳକୁ ମୋର ପ୍ରଥମ କବିତା “ବ୍ୟଭିଚାରର ପୂଜା’ ‘ପ୍ରଗତି’ ପତ୍ରିକାରେ ପ୍ରକାଶ ପାଏ । ସେ ସମୟରେ ପେଟ ପାଟଣାର ପୀଡ଼ନରେ ଓଡ଼ିଆ ଲୋକ ରେଙ୍ଗୁନ ଚାଲିଯିବା ମୋ ମନରେ ଗଭୀର ଭାବେ ରେଖାପାତ କରିଥିଲା । ମୁଁ ‘ଡଗର’ ପତ୍ରିକାରେ ସେହି ଘଟଣାକୁ ନେଇ ଏକ ଗଳ୍ପ ଲେଖୁଥିଲି, ଗଛର ଶୀର୍ଷକ ଥିଲା : ‘ଏ ଦେଶରେ ଆଉ ହେବନି’ । ତା'ପରେ ନିରବଚ୍ଛିନ୍ନ ଭାବେ ଲେଖା ଲେଖି କରିଛି ।”” 

ରଜନୀକାନ୍ତଙ୍କ ସାହିତ୍ୟିକ ଜୀବନ ତାଙ୍କ ସଂଗ୍ରାମୀ ଜୀବନ ପରି ପୁଲକପ୍ରଦ । ୧୯୪୦ରେ ପ୍ରକାଶ ପାଏ ତାଙ୍କର କବିତା ସଂକଳନ ‘ସଂଘର୍ଷ । ଏହାର ପ୍ରକାଶନଃ ପରେ ପରେ ପୋଲିସ୍ ଏହାକୁ ଜବତ କରି ବିକ୍ରୀ ନିଷିଦ୍ଧ କରିଦିଅନ୍ତି । କିନ୍ତୁ ଏହି କବିତା ସଂକଳନ ତାଙ୍କୁ ଖୁବ୍ କମ୍ ବୟସରେ ଆଣିଦିଏ ଖ୍ୟାତି ଓ ସୃଜନର ଅଫୁରନ୍ତ ପ୍ରେରଣା । ପରବର୍ତ୍ତୀ ସମୟରେ କଟକରେ ସେ ସୃଷ୍ଟି କରିଛନ୍ତି ଉଦୟ’ ଶୀର୍ଷକ ପତ୍ରିକା, ଓଡ଼ିଆ ଲେଖକ ସହଯୋଗ ସମିତି ସାହାଯ୍ୟ ନେଇ। ପ୍ରକାଶିତ ହୋଇଛି ‘ଡଗର', “ପ୍ରଗତି’, ସହକାର’ ପ୍ରଭୃତି ପତ୍ରିକାରେ ତାଙ୍କର ଅଗଣିତ କବିତା, ଗଳ୍ପ ଓ ଆଲୋଚନା । 

 

୧୯୫୩ ବେଳକୁ ସାହିତ୍ୟ ସହିତ କବି ରଜନୀକାନ୍ତ ଆରମ୍ଭ କରନ୍ତି ସାମ୍ବାଦିକର ଜୀବନ । ୧୯୫୪ ବେଳକୁ ଡଃ. ହରେକୃଷ୍ଣ ମହତାବଙ୍କ ପରାମର୍ଶ କ୍ରମେ ସେ ରାଉରକେଲାରେ ପହଞ୍ଚନ୍ତି ସାହିତ୍ୟ, ସଂସ୍କୃତି ଓ ଜନସେବା ସହିତ ସାମ୍ବାଦିକତା କାର୍ଯ୍ୟ ସମାପନ କରିବାର ଅଭୀପ୍ସା ନେଇ । ରାଉରକେଲାଠାରେ ସାହିତ୍ୟ ସଂସ୍କୃତିର ପରମ୍ପରାକୁ ସୁରକ୍ଷିତ ରଖୀବା ଉଦ୍ଦେଶ୍ୟରେ ଲକ୍ଷ୍ମୀଧର ନାୟକ ଓ ଧନଞ୍ଜୟ ମହାନ୍ତିଙ୍କ ସହଯୋଗରେ ଗଢ଼ା ହୁଏ ‘କଲ୍‌ଚରାଲ ଏକାଡେମୀ’ ! ଲକ୍ଷ୍ୟ ଥିଲା ରାଉରକେଲା ପରି ଏକ ଉପାନ୍ତ ଅଂଚଳରେ ଓଡ଼ିଆ ଭାଷାର ଭବିଷ୍ୟତ ଗଢ଼ିବା । ତାଙ୍କୁ ସ୍ବପ୍ନ କିଛି ପରିମାଣରେ ସାକାର ହୋଇଛି ଏହି ଅନୁଷ୍ଠାନ ମାଧ୍ୟମରେ । 

କବି ରଜନୀକାନ୍ତଙ୍କ ଅନ୍ୟ ଏକ ଅନବଦ୍ୟ କୃତି, ‘ନବପତ୍ର’ର ସଂପାଦନା । କଲଚରାଲ୍ ଏକାଡ଼େମୀ ତରଫରୁ ପ୍ରକାଶିତ ଏହି ପତ୍ରିକା ସେ ସଂପାଦନା କରିଛନ୍ତି ଦୀର୍ଘ ଏକୋଇଶ ବର୍ଷ ଓ ଏହି ପତ୍ରିକାର ପ୍ରାଣପିତI ସେ । 

ତାଙ୍କର ସଂଗ୍ରାମୀ ଜୀବନ ପରି ତାଙ୍କର ସାହିତ୍ୟିକ ଜୀବନ ମଧ୍ୟ ଘଟଣା ବହୁଳ, ବ୍ୟାପ୍ତ । କବିତା, ଗଳ୍ପ, ଅନୁବାଦ ସାହିତ୍ୟ, ପ୍ରବନ୍ଧ ପୁସ୍ତକ, ଉପନ୍ୟାସ, ଜୀବନୀ, ପତ୍ରିକା ସଂପାଦନା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ରହିଛି ଗଭୀର ମନୋନିବେଶ, ଆତ୍ମତୃପ୍ତି ଓ ସିଦ୍ଧି । ସାମାଜିକ ବିପ୍ଳବ, ରାଜନୈତିକ ସ୍ଥିତି ଓ ବ୍ୟକ୍ତି ଚରିତ୍ରର ବିଶ୍ଳେଷଣ ମଧ୍ୟରୁ ଆସିଛି ତାଙ୍କ ସୃଷ୍ଟିର ପ୍ରେରଣା ଓ ଉପାଦାନ । ସମାଜ ରେ ଥିବା ଭେଦଭବ, ଶୋଷଣ, ଅତ୍ୟାଚାର ଓ ରାଜଶାସନର ମନୋମୁଖୀ ମନୋଭାବ ତାଙ୍କୁ କରିଛି ବିପ୍ଳବୀ, ମାନବବାଦୀ । ତାଙ୍କ ସୃଜନର ଫଲ୍ଗୁ ପ୍ରବାହିତ ମାନବାତ୍ମାର ବିଳାପରୁ ଆହୁତ ବହ୍ନିଶିଖା । 

ପୁରସ୍କାର ପ୍ରତି ଉଦାସୀନ ଏହି କବି ବ୍ୟକ୍ତିତ୍ୱ ରଜନୀକାନ୍ତ ପୁରସ୍କାର ସଂପର୍କରେ ବିରକ୍ତି ପ୍ରକାଶ କରି କହିଲେ: ‘ସ୍ଥଳ ବିଶେଷରେ ବହୁ ଅଯୋଗ୍ୟ ଲୋକ ପୁରସ୍କାର ପାଉଛନ୍ତି ଓ ପୁରସ୍କାର ବିଚାରକ ମାନଙ୍କ ମଧ୍ୟରୁ ଅନେକଙ୍କର ସେ ବିଷୟରେ ଯଥେଷ୍ଟ ଧାରଣI, ଶିକ୍ଷା, ପଠନ ନଥାଇ ନିଚ୍ଛକ ସ୍ୱାର୍ଥ ନିହିତ ଥିବାରୁ ଏପରି ପୁରସ୍କାରର ପ୍ରହସନ ଲାଗି ରହିଛି ।” 

ତଥାପି ତାଙ୍କୁ ମିଳିଛି ଆନୁଷ୍ଠାନିକ ସ୍ୱୀକୃତି । ସଚ୍ଚି ରାଉତରାୟ, ଅସ୍କାର୍ ୱାଇଲ୍ ଡ୍, ହୁଇଟ୍ ମ୍ୟାନ୍ ଓ ମନୋଜ ଦାସ ତାଙ୍କର ପ୍ରିୟ ଲେଖକ । ସମୁଚିତ ସ୍ୱାଭିମାନରେ ଭରପୁର ଏହି କବି ଜଣେ ଭଲ ଛାତ୍ର ହେଲେ ହେଁ ବର୍ଜନ କରିଥିଲେ ଇଂରାଜୀ ଶିକ୍ଷା । 

କବି ରଜନୀକାନ୍ତଙ୍କ କର୍ମମୟ ଜୀବନର ଦୀର୍ଘ ପଇଁତିରିଶ ବର୍ଷ କଟି ସାରିଛି ଗାଁରେ । ଗାଁ ଲୋକଙ୍କର ଆପଣ ମଣିଷ ସେ । ସେମାନଙ୍କ ସହିତ କାମ କରିଛନ୍ତି ସେ, ସ୍କୁଲ, ପଞ୍ଚାୟତ, ପୋଲିସ୍ ଷ୍ଟେସନ୍‌ ପ୍ରତିଷ୍ଠା ପ୍ରଭୃତି ଗାଁ ପ୍ରତି ତାଙ୍କର ଅନବଦ୍ୟ ଅବଦାନ । ଅତି ଅବ୍ୟବସ୍ଥିତ ଜଙ୍ଗଲ ଜମିରେ ସେ ପନିପରିବା ଓ ଫଳ ଚାଷକରି ଲୋକ ମାନଙ୍କୁ ଚକିତ କରିଥିଲେ । ଗାଁ ଲୋକଙ୍କ ସାହାଯ୍ୟରେ ନଦୀରେ ବନ୍ଧ ନିର୍ମାଣ କରି, ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଭୀର ମୂଲ୍ୟବୋଧରେ ବିଶ୍ୱାସୀ ଶ୍ରୀ ଦାସ ଏବେ ବି ଏକ ଶୃଙ୍ଖଳିତ ସମାଜର ସ୍ୱପ୍ନରେ ସଦା ବିଭୋର । ଅତୀତର ଏକ ଅଭୁଲା ସ୍ମୃତି ଚାରଣ କରି ସେ କହିଲେ: ମନୋଜ ଦାସ ଯେଉଁ ଦିନ କଟକ ଛାଡ଼ିଲେ, ଠିକ୍ ତା’ ପୂର୍ବଦିନ ଜହ୍ନ ରାତିରେ ଆମେ ଏକାଠି ବସି ଭୋଜି କରି ଖାଇଛୁ । ସେ ମୋର ଦୁଇଟି ବହି ପସନ୍ଦ କରନ୍ତି - ‘ସଂଘର୍ଷ ଓ ‘ମାଓ-ତୁଙ୍ଗ--ସେ । ଅନ୍ୟ ସ୍ମୃତି ଟି ମୁଁ କଂଗ୍ରେସ ଛାଡ଼ିବା ପରେ ସୁରେନ୍ଦ୍ର ଦ୍ୱିବେଦୀଙ୍କ ପ୍ରଜା ସୋସାଲିଷ୍ଟ ଦଳ ପ୍ରତି ଆଗ୍ରହୀ ହେଲି ଓ ଦୁଇ ବର୍ଷ କାମ କଲି । କିନ୍ତୁ ପ୍ରତ୍ୟକ୍ଷ ରାଜନୀତି ମତେ କଦାଚିତ୍ ଶାନ୍ତି ଦେଇନି ।” 

ପଂଚସ୍ତରୀ ବର୍ଷରୁ ଉର୍ଦ୍ଧ୍ୱ ଏହି ଏକାନ୍ତ କବି ରବୀନ୍ଦ୍ରନାଥଙ୍କ ‘ଏକଲା ଚଲୋ’ ନିୟମରେ ବନ୍ଦୀ । ପରିଧାନ ଶୁଭ୍ର ଖଦଡ଼ ଲୁଗା। ଅମାୟିକ ବ୍ୟବହାରରେ ଭରା ମନ, ଦୁଃଖ କ’ଣ ପଚାରିଲେ କହନ୍ତି : ‘‘୧୯୪୪ରେ ଆମେ ବେଦବ୍ୟାସ ଫାଉଣ୍ଡେସନ୍ ଟ୍ରଷ୍ଟ ଗଢ଼ିଥିଲୁ, ଆମର ସଂସ୍କୃତି ସଂପର୍କରେ କିଛି ନୂଆ କାମ କରିବୁ, ହେଲା ନାହିଁ । ଦ୍ଵିତୀୟଟି ବଣେଇରେ ମୋର ଅନେକ ଚାଷ ଜମି ରହିଛି । ସେଠି ଲୋକ ମାନଙ୍କୁ ନେଇ ଆମ ନିର୍ଭରଶୀଳ ହେବା ଓ ଗଛର ଗୁରୁତ୍ବ ବୁଝାଇବା ନ୍ୟାୟରେ ଯେଉଁ ଗଛ ଓ ବଗିଚା ସୃଷ୍ଟି କରିଥିଲି, ତାହା ପରବର୍ତ୍ତୀ ସମୟରେ ଲୋକଙ୍କ ଅବହେଳା ହେତୁ ନଷ୍ଟ ହୋଇଗଲା । ମୋତେ ଖୁବ କଷ୍ଟ ହେଲା ଏହି କାରଣରୁ ।”” 

ଏସବୁ କହିଲାବେଳେ ତାଙ୍କ ମନରେ ପରିବେଶ ପ୍ରତି ଥିବା ଅଦ୍ଭୂତ ପ୍ରୀତି ଆମକୁ ପ୍ରେରଣ ଯୋଗାଉଥାଏ । ଆଜିର ପ୍ରଦୂଷିତ ପରିବେଶରେ କବିଟିଏର ଚିନ୍ତା ଗଛ ପାଇଁ, ଗାଁରେ ଛାଡ଼ି ଆସିଥିବା ବଗିଚା ପାଇଁ, ଆଶ୍ୱସ୍ତ ଲାଗୁଥାଏ ବେଶ୍। 

ତିନୋଟି ଝିଅ, ଗୋଟିଏ ପୁଅ ଓ ପତ୍ନୀଙ୍କୁ ନେଇ ତାଙ୍କର ପରିବIର । ସଦାକାଳ କବିତା, ସଦା ସଂଗ୍ରାମୀ ଜୀବନ, ବୃକ୍ଷଲତାରେ ମନ, ଆଦର୍ଶ ମଣିଷ ରଜନୀକାନ୍ତଙ୍କ କବିତା ଓ ଜୀବନ ଏକାକାର । ଜୀବନ ଠାରୁ ନେଇଛନ୍ତି ସେ ପ୍ରେରଣI, ମଣିଷ ଠାରୁ ଶିଖୀଛନ୍ତି ସ୍ୱାଭିମାନର ସହ ବଞ୍ଚିବା, ତେଣୁ ତ ସେ ସବୁ ଲୀଳସାର ଉର୍ଦ୍ଧ୍ୱରେ ମଗ୍ନ ମୌନ ସନ୍ୟାସୀ ପରି କେବଳ କବିଟିଏ । କବିତାର ପୃଥିବୀରୁ ମିଳେ ତାଙ୍କୁ ପ୍ରତିଶ୍ରୁତି, ଜୀବନ ପ୍ରତି ଆହୁରି ବିଶ୍ୱସ୍ତ ଓ ଆହୁରି ଉଦାର ହେବା ପାଇଁ । ମଣିଷ ମାନଙ୍କ ପାଖରୁ ସେ ଆହରଣ କରନ୍ତି ସଂଘର୍ଷର ନିଶା ଓ ଭଲ ପାଇବାର ଭାଷା । ଏକନିଷ୍ଠ ମଣିଷ ପଣିଆର ଦରଦୀ କବି ରଜନୀକାନ୍ତଙ୍କର ଆତ୍ମମଗ୍ନତା ପ୍ରତି ଆମର ପ୍ରତିନିୟତ ପ୍ରଣାମ । 

 

ପରିଶିଷ୍ଟ (୩) ।

ରାଜଦ୍ରୋହ ଅପରାଧରେ ବିଦ୍ୟାଳୟରୁ ବିତାଡ଼ନବେଳେ ଓଡ଼ିଶାର ତତ୍‌କାଳୀନ ପ୍ରଖ୍ୟାତ ବାମପନ୍ଥୀ ନେତା ଏବଂଲେଖକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଆଶ୍ଵାସନା ପତ୍ର

ପ୍ରିୟ ରଜନୀକାନ୍ତ, 

ତମର ରେଜେଷ୍ଟ୍ରି ଚିଠିଟି ଆଜି ସକାଳେ ପାଇଲି । କୃଷକ’ ପାଇଁ ଲେଖା Pressକୁ ଦେବା ନିତାନ୍ତ ଜରୁରି ଥିଲେ ମଧ୍ୟ ଆଗ ତମ ଚିଠିର ଉତ୍ତର ଲେବାକୁ ବାଧ୍ୟହେଲି । ତମ ଚିଠି ମନରେ ଯେ ଉତ୍ସାହ ଓ ପ୍ରେରଣା ଦେଲା, ସେଥିରେ ଚିଠି ନଲେଖୁ ଅନ୍ୟ କାମ କରିବା ସମ୍ଭବ ହେଲା ନାହିଁ । ତମର ଆଗକାର ଚିଠିଟି ମୁଁ ପାଇ ନାହିଁ । ତାହା କିପରି PA, ହାତକୁ ଗଲା ତାର ଅନୁସଂଧାନ ଆମେ ମଧ୍ୟ କରିବୁ ଏବଂ ତମ ବିଷୟନେଇ ବେଶ୍ ରକମର ଗୋଟାଏ ଆନ୍ଦୋଳନ କରିବା ଉଚିତ ବୋଲି ମନେ କରୁଅଛୁଁ । ଭୟ କରିବ ନାହିଁ । !ତୁମଠାରୁ ଚିଠି ପାଇବା ପରେ ଆମେ ଯାହା କରିବୁଁ । ତୁମ ଆଗ ଚିଠିର ମୋଟାମୋଟି Contents ଲେଖା ପଠାଇବ । 

ତମର

ଭଗବତୀ ଚରଣ ପାଣିଗ୍ରାହୀ 

ପରିଶିଷ୍ଟ (୪)

ସାଂଗଠନିକ କର୍ମତତ୍ପରତା

୧୯୬୦ ମସିହା ଜାନୁୟାରୀ ୨୮ ତାରିଖରେ କଲିକତାରୁ ପ୍ରକାଶିତ HINDUSTHAN STANDARDରେ ସ୍ତମ୍ଭକାର ଶ୍ରୀମତୀ ପଦ୍ମାଳୟା ଦାସ ନିଜ ପ୍ରକାଶିତ CUTTACK NOTE BOOK ସ୍ତମ୍ଭରେ କବି ରଜନୀକାନ୍ତଙ୍କୁ ସାଙ୍ଗଠନିକ କର୍ମତତ୍ପରତା ଲାଗି ଉଚ୍ଚପ୍ରଶଂସା କରିଥିଲେ ।

ତାଙ୍କର ମତାମତ ଉର୍ଦ୍ହୁତ ହେଲା :

YOUNG WRITERS

THE VERY FIRST LITERARY forum for young Oriya writers was founded in 1960, it's called the Cultural Academy of Rourkela. It attracted wide attention when it organised a three-day 'Silpanchal Sahitya Sammilani' in May, 1968. Perhaps it was the first conference of its kind held in India to discuss the problems of literature and culture during rapid industrialisation. 

The Cultural Acadely brings out a quarterly magazine entitled Nabapatra. Its autumn number before us makes fascinating reading. It contains articles on a wide variety of subjects by both famous and not so famous writers. Mr. Rajani Kanta Das's poem in memory of the famous editor of the Sahakara and Matrubhumi, the late Balakrushna Kar, has some needle-sharp things to say about the sorrry state of literature tody with its creators scurrying after publicity and popularity, pelf and prestige. He also says a few hard things about publishers with their double account books and purse-string-controlling administrators and contractors who are invited to preside over literary functions. bold facts stated frankly with no frills whatsoever. Here are some of the home-truths with no punches pulled: 

"Literature has left to live in maidan.

meetings and associations,

Amidst flower garlands and welcome addresses

And in the festival of speeches roared

over loudspeakers.

Literature waits eagerly for travelling

and daily allowances.

Literature floats over lands in the current

of jayantis,

In the voice of professional speakers,

the warmth of collection receipts.

And literature fattens on the luxury of

annual festivals.

Leaps from the dais, laughing with

pleasure at the pleasing gifts."

In this issue there is also a fine short story by Mr. Harihar Patel which tells the tragic tale of a young tribal girl. The characters are finely etched with a few deftstrokes and just the right amount of reality. He doesn't lay it on too thick or get swamped with sentiment. There is a sensitive touch here, that seems quite surprising in someone who is a successful politician. 

There are several other interesting features and writers worth mentioning, for instance, Mr. Chittaranjan Das's article, poetess Tulasi Das's moving poem on man as god, Dr. Suryakanta Das's intriguing statistics about the common match-box and the translations from other languages. Nabapatra is a good literary magazine with sound cultural values. It should find a place in every educated Oriya home. 

Its able editor, Mr. Rajani Kanta Das, is the President of the Cultural Academy and also the President of the Oriya Young Writer Association which is holding its fifth convention at Bolangir from January 20 to 22. And here's wishing more power to the pens of Orissa's young writers ! 

ପରିଶିଷ୍ଟ (୫)

TRANSLATED FROM MY POEM BY LATE KANTA KABI LAXMI KANTA MOHAPATRA

The first clouds of Ashar in harmony with the songs of frogs cry out, "O farmer, hold they plough." 

The period of curso quire by to the yakshya damsel is over, after a full year's separature the prolific earth desires they snre5 union. So set they flourry bow to sutiofy the frantic dalliance. 

The serpaut calls from the Sami tree **Awake and ariseo Arjuna and weild theyarms, the ler... of hideing is up. The creation wants the exhibitions of they exalted arts in this vast feild of actions. Do fullfil her desires O Though great poet by the sublimation of they poesy." 

O Sabyasachi, fix they arrow to the bord - look yonder how the majestic waves of the sea march along, bellowing as a proud proces.. 

sion. 

Her black mautle fluthers us the sky daucing in quick wars. In her bosom lick conceded eudless pails burned with the life giving ambrosia of the Earth, 0 Arjuna, but they sharp arrow kiss her breast plate to release streams of nectar on the barrev Earth. 

The playful peacock of posy gambols in joy expanding her lus. trous plaumage in the dream land at the sight of the irrdant creation on the adirat of youthful rains. 

Much has been written of the youth and beauty of the loxcly ya.... give and the pricess labarcyavati. So more of such trust dear friend.Stoh for ever the ecstasy of senauous lassion the takes of volupleous rev. elry of castles and the poetic effusious extdling the proved nobrility. Make an end of theskeletous ofthe dead age of aristrocracy the last masquerade of sham poetry I 

O dear showers hast thow not bridden they last fareward to there them and set out to great the fields of the poor peasant now? There and thire alone will they first drop give birth to the precious pearl in the womb of the oyster. 

-----------------------------------------------------------------------------------------------------------

ପ୍ରଗତି ଉତ୍କଳ ସଂଘ (ସ୍ଥା : ୧୯୫୮) ରାଉରକେଲାର

ଏକ ପ୍ରମୁଖ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ।

ରାଉରକେଲାରେ ପାଠାଗାର ପରିଚାଳନା, ଉତ୍କଳ

ଦିବସ ଓ ମଧୁସୂଦନ ଜୟନ୍ତୀ ପାଳନ ତଥା ଅନ୍ୟାନ୍ୟ

ସାଂସ୍କୃତିକ କାର୍ଯ୍ୟରେ ଏହି ଅନୁଷ୍ଠାନ ସର୍ବଦା ପୁରୋଭାଗରେ

ରହି ଆସିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଏକ ଆଭିମୁଖ୍ୟ

ସଂପନ୍ନ ପ୍ରକାଶକ ଭାବରେ ନିଳକୁ କରିଛି ପ୍ରତିଷ୍ଠିତ । ଓଡ଼ିଆ

ଜାତୀୟତାର ପ୍ରମୁଖ ନାୟକମାନଙ୍କ ସଂପର୍କରେ ନୂତନ ତଥ୍ୟର

ସଂକଳନ ଓ ପୁନର୍ମୂଲ୍ୟାୟନ ଏହାର ପ୍ରକାଶନଗୁଡ଼ିକର ଲକ୍ଷ୍ୟ ।

ଏହାର ଉଲ୍ଲେଖଯୋଗ୍ୟ ପ୍ରକାଶନ-ଗୁଡ଼ିକ ହେଉଛି :

Madhusudan Das : The Legislator.

ପ୍ରଥମ ଓଡ଼ିଆ ଉପନ୍ୟାସ ଓ ଔପନ୍ୟାସିକ : ଶତାବ୍ଦୀର ନାୟକ :

ଗୌରୀଶଙ୍କର; ରାଉରକେଲା ସାଂସ୍କୃତିକ ବିକାଶଧାରା, ଗଙ୍ଗାଧର :

କବିତା ଓ କବିଆତ୍ମା, ଚିନ୍ତାନାୟକ ମାନସିଂହ,

Madhusudan Das: The Man and His Missions! 

ପ୍ରଗତି ଉତ୍କଳ ସଂଘ ଓଡ଼ିଆ ଭାଷାଭାଷୀ

ଜନ-ସାଧାରଣଙ୍କ ପାଇଁ ଅଫୁରନ୍ତ ପ୍ରେରଣା-ଉତ୍ସ

ତଥା ଓଡ଼ିଆ ସଂସ୍କୃତିର ବାର୍ତ୍ତାବହ ।