ଭକ୍ତିକଥା

ପଦ୍ମଚରଣ ଦାସ

 

ପ୍ରଥମ ପରିଚ୍ଛେଦ ।

                         ଭକ୍ତିର ଶ୍ରେଷ୍ଠତ୍ଵ :-

                  

ଜୟ ଜୟ ଶିଖିପୁଚ୍ଛ ସଦା ଜୟ ତୋର

             କି ରଙ୍ଗେ ତୁ ଶୋଭାପାଉ ଶ୍ରୀ ଗୋବିନ୍ଦ ଶିର ।

             ଦୂରରୁ ତୋତେ ବିଲୋକ ରାଧା ବିନୋଦିନୀ

             ମାଧବେ ଅନୁସରନ୍ତି ସଖୀଗଣ ଘେନି ।

            

ସେ ପୁଣି ମାନିନୀ ହେଲେ ରସିକଶେଖର

            ଲୁଣ୍ଠନ୍ତି ତା ପଦେ ଯେବେ ହୋଇଣ କାତର,

            କରୁ ଆଗେ ତୁ ପରଶ ସେ ପଦ କମଳ ;

            ଧନ୍ୟରେ ଧନ୍ୟରେ ଧନ୍ୟ ତୋର ପ୍ରେମବଳ ।

      

ତେଣୁ ପ୍ରଥମରେ ନତ ଶିରେ ବନ୍ଦି ତୋତେ

            ଆରମ୍ଭିଲି ଭକ୍ତି-କଥା ଶକ୍ତି ଦିଅ ମୋତେ ।

ଶ୍ରୀ ଭଗବାନଙ୍କଠାରେ ପରା ଅନୁରକ୍ତିର ନାମ ଭକ୍ତି । ବିଷ୍ଣୁଭକ୍ତି ନିତ୍ୟବଦ୍ଧ ।ଏହା ସାଧନା ଦ୍ଵାରା ବ୍ୟକ୍ତ ହୁଏ। ପୁଷ୍କରିଣୀ ଜଳ ଅଛି, କିନ୍ତୁ ତାହା ଦଳରେ ଏମନ୍ତ ଆବୃତ୍ତ ହୋଇ ରହିଅଛି ଯେ ସେଠାରେ ଜଳାଶୟ ଥିବାରୁ ଅନୁମାନ ସୁଦ୍ଧା ହେଉନାହିଁ । କିନ୍ତୁ ଦଳକୁ ଟାଣ ପରିଷ୍କାର କରିଦେଲେ ଜଳାଶୟର ନିର୍ମ୍ମଳଜଳ ଲୋକମାନଙ୍କର ନୟନ ଗୋଚର ହୁଏ । ସେହିପରି ସାଧନା ଦ୍ଵାରା ମନର ଆବର୍ଜନା ଦୂରୀଭୂତ ହୋଇଗଲେ ମାନସ ନିହତ ବିଷ୍ଣୁଭକ୍ତି ପ୍ରକାଶ ପାଏ । ଜଳାଶୟ ଜଳର କ୍ଷୟ ବ୍ୟୟ ଅଛି । କିନ୍ତୁ ହୃଦୟ ନିହିତ ବିଷ୍ଣୁଭକ୍ତି ଅକ୍ଷୟ ଓ ଅବ୍ୟୟ । ଏହା ସୂର୍ଯ୍ୟ ତାପରେ ଶୁଷ୍କ ହୁଏ ନାହିଁ କିମ୍ବା ବହୁଳ ପରିମାଣରେ ବ୍ୟବହୃତ ହେଲେ ମଧ୍ୟ କମିଯାଏ ନାହିଁ । ଏ ବିଷୟରେ ମହାପ୍ରଭୁ ଶ୍ରୀ ଶ୍ରୀ କୃଷ୍ଣ ଚୈତନ୍ୟଙ୍କର ଶ୍ରୀମୁଖ ଉକ୍ତି ଏହି ।-

 

            ଆଦି ମଧ୍ୟ ଅନ୍ତ୍ୟ ଭାଗବତେ ଏଇ କୟ

            ବିଷ୍ଣୁଭକ୍ତି ନିତ୍ୟସିଦ୍ଧ ଅକ୍ଷୟ ଅବ୍ୟୟ ।

                              (ଚୈ: ଭା: ଅନ୍ତ୍ୟ ୩ୟ ଅ)

ଶ୍ରୀ ମନ୍‌ ଦେବାନନ୍ଦ ପଣ୍ଡିତ ଜଣେ ପ୍ରସିଦ୍ଧ ପଣ୍ଡିତ । ପ୍ରଥମେ ଭକ୍ତି-ପଥରେ ପଥିକ ନ ଥିବାରୁ ଶ୍ରୀବାସ ପଣ୍ଡିତଙ୍କଠାରେ ତାହାଙ୍କର ଅପରାଧ ଜାତହୁଏ, କିନ୍ତୁ କୃଷ୍ଣପ୍ରେମୋନ୍ମତ୍ତ ପଣ୍ଡିତ ବନ୍ତେଶ୍ଵରଙ୍କ କୃପାରୁ ତାଙ୍କର ସେ ବୈଷ୍ଣବାପରାଧ ଖଣ୍ଡନ ହେଲା । ପଣ୍ଡିତ ଦେବାନନ୍ଦ ଭକ୍ତି ପଥର ପଥିକ ହୋଇ ଶ୍ରୀମାନ୍‌ ମହାପ୍ରଭୁଙ୍କ ଆଶ୍ରୟ ନେଲେ ଏବଂ ପ୍ରଣତିପୂର୍ବକ ମହାପ୍ରଭୁଙ୍କୁ ପଚାରିଲେ, “ପ୍ରଭୋ ! ମୁଁ ଅଜ୍ଞ ହୋଇଵ ସର୍ବଜ୍ଞ ସ୍ଵରୂପ ଶ୍ରୀମଦ୍‌ ଭାଗବତଗ୍ରନ୍ଥ ଛାତ୍ରମାନଙ୍କୁ ପଢ଼ାଉଛି,କିନ୍ତୁ ଶ୍ରୀମଦ୍‌ ଭାଗବତର ଗୂଢ଼ଅର୍ଥ ମୋତେ କିଛିମାତ୍ର ଜଣାନାହିଁ । ମୁଁ କି ରୂପେ ତାହା ପଢ଼ାଇବି ଆପଣ କୃପାକରି ମୋତେ ତାହାର ଉପଦେଶ କରନ୍ତୁ ।“ ଶ୍ରୀ ବକ୍ରେଶ୍ଵରଙ୍କ କୃପାପାତ୍ର ଦେବାନନ୍ଦଙ୍କ ପ୍ରତି ମହାପ୍ରଭୁ ସନ୍ତୁଷ୍ଟ ହୋଇ ଉପରୋକ୍ତ ଉଦ୍ଧୃତ ବଚନ ପ୍ରୟୋଗ କରି କହିଥିଲେ, ଶ୍ରୀମଦ୍‌ ଭାଗବତ ଭକ୍ତିର ସ୍ଵରୂପ । ଅତଏବ ତାହାର ଆଦ୍ୟ, ମଧ୍ୟ ଓ ଅନ୍ତ୍ୟ ସର୍ବତ୍ର ତୁମ୍ଭେ ଭକ୍ତିର ବ୍ୟାଖ୍ୟା କରିବ ବିଷ୍ଣୁଭ ନିତ୍ୟସିଦ୍ଧ । ଏହା ମହାପ୍ରଳୟରେ ମଧ୍ୟ ବିନଷ୍ଟ ହୁଏ ନାହିଁ । ଏହି ଯେ ନିତ୍ୟ ସିଦ୍ଧ ଭକ୍ତି, ତାହା ଭଜନୋନ୍ମଖ ବ୍ୟକ୍ତିର ଶ୍ରେଷ୍ଠତମ ଆଶ୍ରୟ । ଭକ୍ତି ଦ୍ଵାରା ଶ୍ରୀଭଗବାନ ସହଜରେ ବଶୀଭୂତ ହୁଅନ୍ତି । କର୍ମ, ଯୋଗ ଓ ଜ୍ଞାନ ଇତ୍ୟାଦି ଉପାୟ ଦ୍ଵାରା ଭଗବାନ କଦାପି ବଶ ହୁଅନ୍ତି ନାହିଁ । ଶ୍ରୀ ଭଗବାନଙ୍କୁ ବଶ କରିବାର ଭକ୍ତି ହିଁ ଏକମାତ୍ର ଉପାୟ। ଏହା ଶ୍ରୀ ଚୈତନ୍ୟ ଚରିତାମୃତ, ଶ୍ରୀ ଚୈତନ୍ୟଭାଗବତ ଓ ଶ୍ରୀ ଚୈତନ୍ୟମଙ୍ଗଳ ପ୍ରଭୃତି ଗ୍ରନ୍ଥରେ ନାନାସ୍ଥାନରେ ବର୍ଣ୍ଣିତ ହୋଇଅଛି । ଶ୍ରୀ ଶ୍ରୀ କାଶୀ ଧାମରେ ଶ୍ରୀମନ୍‌ ମହାପ୍ରଭୁ ନିଜେ ଶ୍ରୀ ସନାତନ ଗୋସ୍ଵାମୀଙ୍କୁ ବୈଷ୍ଣବ ଶାସ୍ତ୍ର ପ୍ରଣୟନ ନିମନ୍ତେ ଆଦେଶ କରି କେତେକ ଶିକ୍ଷା ପ୍ରଧାନ କରିଥିଲେ । ତହିଁରେ ସେ ଶ୍ରୀ ସନାତନ ଗୋସ୍ଵାମୀଙ୍କୁ କହୁ ଅଛନ୍ତି ।-

            

ଐଛେ ଶାସ୍ତ୍ର କହେ କର୍ମଜ୍ଞାନ ଯୋଗତ୍ୟଜି

            ଭକ୍ତ୍ୟେ କୃଷ୍ଣ ବଶ ହୟ ଭକ୍ତ୍ୟେ ତାରେ ଭଜି ।

                                    (ଚୈ: ଚଃ: ମଧ୍ୟଃ ବିଂଶ ଅଧ୍ୟାୟ )

 

ଶ୍ରୀମନ୍‌ ମୁରାରି ଗୁପ୍ତ ଭଗବତଦାସାଗ୍ରଗଣ୍ୟ ଶ୍ରୀମନ୍‌ ହନୁମାନଙ୍କର ଅବତାର ଓ ମହାପ୍ରଭୁଙ୍କର ପ୍ରିୟ ଦାସ । ମହାପ୍ରଭୁ ଖେଳବିଳାସରେ ବାଳକ ରୂପେ ପ୍ରଚ୍ଛନ୍ନ ହୋଇ ରହିଅଛନ୍ତି । ମୁରାରି ଯେତେବେଳେ ଜାଣି ପାରି ନାହାନ୍ତି ଯେ ନଦୀୟାର ଉଦ୍ଧତ ଚୂଡ଼ାମଣିଟି ତାଙ୍କର ଜନ୍ମ ଜନ୍ମାନ୍ତର ପ୍ରଭୁ । ତେଣୁ ସେ ନିମାଇଙ୍କର ବାଳଚାପଲ୍ୟରେ ବିରକ୍ତି ହୋଇ ତାଙ୍କୁ ଭଦ୍ର ଭତ୍ସନା କଲେ । ଚଞ୍ଚଳ ଚୂଡ଼ାମଣି ସେ ଭର୍ତ୍ସନାରେ ଅନ୍ତରେ ପ୍ରୀତି ଲାଭକରି ବାହ୍ୟକରେ କୋପ ପ୍ରଦର୍ଶନ ପୂର୍ବକ ମୁଖଭଙ୍ଗି କରି କହିଲେ, “ଆଚ୍ଛା ହେଉ, ଆଜି ଭୋଜନ କାଳରେ ଚିହ୍ନା ଚିହ୍ନି ହେବା “। ଏହା ପରେ ମୁରାରୀ-ଗୁପ୍ତ ନିଜ କାମରେ ଚାଲିଗଲେ । ବାଳକ ନିମାଇର କଥା ପ୍ରତି ତାଙ୍କର ବିଶେଷ ଲକ୍ଷ୍ୟ ନଥିଲା, କିନ୍ତୁ ଉଦ୍ଧତ ଚୂଡ଼ାମଣି ନିମାଇତ ନିଜଦାସକୁ ଭୁଲିବାର ପାତ୍ର ନୁହନ୍ତି । ସେ ଠିକ୍‌ ମୁରାରିଙ୍କ ଭୋଜନ କାଳରେ ତାଙ୍କ ଘରେ ପ୍ରବେଶ କଲେ ଏବଂ ତାଙ୍କ ଭୋଜନ ସ୍ଥାଳୀରେ ପ୍ରସାବ କଲେ । ମୁରାରି ଦେଖି ଅବାକ୍‌ । ଚଞ୍ଚଳ ଚୂଡ଼ାମଣିଙ୍କ କାର୍ଯ୍ୟ ସେ କିଛି ବୁଝି ପାରିଲେ ନାହିଁ । ଯେତେବେଳେ ମହାପ୍ରଭୁ ନିଜ ଦାସକୁ କୃପାକରି କହିଲେ “ମୁରାରି !

 

ତୁମ୍ଭେ ଯୋଗ ମାର୍ଗ ଅବଲମ୍ବନ କରୁଅଛ । ଏ ବୁଦ୍ଧି ଛାଡ଼, ଜ୍ଞାନ କର୍ମ ଛାଡ଼ି ଭକ୍ତି ପଥ ଅବଲମ୍ବନ କର । ନିର୍ମ୍ମଳ ଭକ୍ତି ଦ୍ଵାରା ରସିକଶେଖର ଶ୍ରୀକୃଷ୍ଣଙ୍କୁ ଭଜନ କର । ବିଦଗ୍ମଚୂଡ଼ାମଣି ଶ୍ରୀକୃଷ୍ଣ ପରମ ଦୟାଳୁ ଓ ସର୍ବଶକ୍ତିମାନ । ସେ ତୁମ୍ଭଙ୍କୁକୃପା କରିବେ ।“ ଯଥା ।-

      

ଜ୍ଞାନ କର୍ମ୍ମ ଉପେକ୍ଷିୟା       କୃଷ୍ଣ ଉଚ୍ଚ ମନଦିୟ ।

            ରସିକ ବିଦଗ୍ଧ ଚିଦାନନ୍ଦ । (ଚୈ ନଃ )

      

ଏହିପରି କେତେକ ଉପଦେଶ ଦେଇ ଅନ୍ତର୍ହତ ହେଲେ । ମୁରାରି ଯେତେବେଳେ ବୁଝିପାରିଲେ , ଏ ବାଳକ ସାଧାରଣ ବାଳକ ନୁହେଁ । ଏ ତାଙ୍କର ନିଜପ୍ରଭୁ, ଗୁପ୍ତରେ ନଦିଆରେ ବାଳକରୂପେ ବିହାର କରୁଅଛନ୍ତି । ଯଥା ।-

ମନେ ମନେ ଅନୁମାନ      ଏଇ ପହୁଁ ନହେ ଆନ

      ସତ୍ୟକୃଷ୍ଣ ଶଚୀର ତନୟ । (ଚୈଃ ମଃ ଅଜ୍ଞ )

ପୁଣି ମହାପ୍ରଭୁଙ୍କ ଆତ୍ମ ପ୍ରକାଶ ପରେ ସେହି ପ୍ରିୟଦାସ ମୁରାରି ଗୁପ୍ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ତାଙ୍କୁ କହୁଅଛନ୍ତି ।-

            ଶୁନ ଶୁନ ଆହେ ବୈଦ୍ୟ ଆମାର ବଚନ

            ଏଇ ଗୀତା ଅଧ୍ୟାତ୍ମ ଚରଚା ତୋର ମନ ।

            ଜୀବାରେ ବାସନା ଯଦି ଥାକୟେ ତୋମାର

            କୃଷ୍ଣ ପ୍ରେମାନନ୍ଦେ ଯଦି ସାଧ ଥାକେ ଆର ।

ଅଧ୍ୟାତ୍ମ ଚରଚା ତବେ କର ପରିତ୍ୟାଗ

            ଗୁଣ ସଂକୀର୍ତ୍ତନ କର କୃଷ୍ଣେ ଅନୁରାଗ ।

            ନଟବରଶେଖର ସୁନ୍ଦର ଶ୍ୟାମତନୁ

            ଇନ୍ଦନୀଳମଣି କାନ୍ତ କରେ ବର ବେଣୁ ।

ପୀତାମ୍ବରଧରବନମାଳା ଯାର ଗଲେ

            ସେ ପ୍ରଭୁକେ ନାହି ଭଜ ଗୋପୀଗଣ ମେଲେ ।

                                    (ଚୈଃ ମଃ ମଧ୍ୟ )

 

ଏକଦିନରେ ଉଦାର ସ୍ଵଭାବ ଶ୍ରୀବାସ ପଣ୍ଡିତ କିଛି ଭଙ୍ଗିକରି ମହା-ପ୍ରଭୁଙ୍କୁ ପଚାରିଲେ ,”ପ୍ରଭୁ ! ଏହି ଶ୍ରୀ ଅଦ୍ଵୈତାଚାର୍ଯ୍ୟ କି ଆପଣଙ୍କର ଭକ୍ତି ?” ମହାପ୍ରଭୁ ପ୍ରଣୟ କୋପ ପ୍ରକାଶ ପୂର୍ବକ ଅଦ୍ଵୈତ ମହିମା ବର୍ଣ୍ଣନା କଲେ । ସେହି ସମୟରେ ସେ କହିଥିଲେ ।-

 

            ତବେ ସେଇ ଗୌରହରି ବଲେ ପୁନର୍ବାର

            ଅଧ୍ୟାତ୍ମ ଚରିଚା ତୋର ନା କରିବ ଆର ।

            ଯଦିବା ଅଧ୍ୟାତ୍ମବାଦୀ ଦେଖି ଶୁନି ତୋମା

            ତବେ ପୁନ ତୋ ସଭାରେ ନାହିଁ ଦିବା ପ୍ରେମା ।

ଜ୍ଞାନ କର୍ମ୍ମ ଉପେକ୍ଷିଲଲେ କୃଷ୍ଣ ପ୍ରେମାହୟ

            ଇହା ଜାନି ଜ୍ଞାନ କର୍ମ୍ମ ନାକର ଆଶ୍ରୟ ।

                              (ଚୈଃ ମଃ ମଧ୍ୟ )

ଶ୍ରୀଧାମ ପ୍ରୟାଗଠାରେ ମହାପ୍ରଭୁ ଶ୍ରୀରୂପ ଗୋସ୍ଵାମୀଙ୍କୁ ଶିକ୍ଷା ଦେବା- କାଳରେ ବିଶୁଦ୍ଧ ଭକ୍ତିର ସ୍ଵରୂପ ବର୍ଣ୍ଣନ ପୂର୍ବକ କହିଥିଲେ ।-

 

                  ଅନ୍ୟ ବାଞ୍ଛା ଅନ୍ୟ ପୂଜା ଛାଡି ଜ୍ଞାନ କର୍ମ୍ମ

                  ଆନୁକୁଲ୍ୟେ ସର୍ବେନ୍ଦ୍ରିୟ କୃଷ୍ଣାନୁଶୀଳନ ।

                  ଏଇ ଶୁଦ୍ଧ ଭକ୍ତି, ଇହାହୈତେ ପ୍ରେମ ହୟ

                  ପଞ୍ଚରାତ୍ରେ ଭାଗବତେ ଏଇ ଲକ୍ଷଣ କୟ ।

                                    (ଚୈଃ ଚଃ ମଧ୍ୟଃ ୧୯ପରି)

 

ଏହା ବୁଝାଇବାକୁ ଗଲେ ଖଣ୍ଡିଏ ସ୍ଵତନ୍ତ୍ର ପୁସ୍ତକ ହେବ । ଏ ଗୂଢ଼ ତତ୍ତ୍ଵ ବୁଝାଇବାର ଅବା ମୋର ଶକ୍ତି କାହିଁ ? ଆଉ ସମସ୍ତ ପରିତ୍ୟାଗ ପୂର୍ବକ ସବୁ ଇନ୍ଦ୍ରିୟକୁ ଐକାନ୍ତିକ ଭାବରେ ଶ୍ରୀକୃଷ୍ଣଙ୍କ ସେବା କାର୍ଯ୍ୟରେ ଲଗାଇବା ହିଁ ଶ୍ରଦ୍ଧା ଭକ୍ତି । ଭକ୍ତିପ୍ରବର୍ତ୍ତକ ମହାପ୍ରଭୁ ଧରାଧାମରେ ଅବତୀର୍ଣ୍ଣ ହୋଇ ଭକ୍ତିମହିମା ବର୍ଣ୍ଣନ କରି ଓ ଆଚରଣ କରି ଶିକ୍ଷା ଦେଇ ଅଛନ୍ତି । ଶ୍ରୀ ବୃନ୍ଦାବନ ଦାସ ଭକ୍ତି ମାହାତ୍ମ୍ୟ ବର୍ଣ୍ଣନ କରି କହି ଅଛନ୍ତି ।-

 

      କୋଟିଜନ୍ମ ଯଦି ଯାଗ ଯଜ୍ଞ ତପ କରେ

      ଭକ୍ତି ବିନା କୋନ କର୍ମ ଫଲ ନାହିଁ ଧରେ ।

                        (ଚେଃ ଭୋଃ ମଧ୍ୟଃ ୨୩ଶ ଅଧ୍ୟାୟ )

ମହାପ୍ରଭୁ ଶ୍ରୀ ନବଦ୍ଵୀପରେ ଆତ୍ମପରିଚୟ ଦେଇ ମହା ଐଶ୍ଵର୍ଯ୍ୟ ପ୍ରକଟନ କରିଅଛନ୍ତି । ଭାଗ୍ୟବାନ ଶ୍ରୀବାସଙ୍କ ଭବନ ମହାପ୍ରଭୁଙ୍କ ଦିବ୍ୟଜ୍ୟୋତିରେ ପୂର୍ଣ୍ଣ । ସାତ ପ୍ରହର କାଳ ମହାପ୍ରଭୁ ଏହି ଐଶ୍ଵର୍ଯ୍ୟଭାବ ପ୍ରକଟନ କରି ନିଜ ଅଭିଷେକାନନ୍ତର ପ୍ରିୟ ଭକ୍ତିଗଣଙ୍କୁ ଏକେ ଏକେ ନିକଟକୁ ଡାକି ତାଙ୍କୁ ପୂର୍ବ ପରିଚୟ ପ୍ରଦାନପୂର୍ବକ ମହାକୃପା ବିତରଣ କରୁଅଛନ୍ତି । କିନ୍ତୁ ପ୍ରିୟାତିପ୍ରିୟ ମୁକୁନ୍ଦ ଏହି ମହାଦୈଶ୍ଵର୍ଯ୍ୟ ଦର୍ଶନକରୁ ବଞ୍ଚିତ, ମହାପ୍ରଭୁଙ୍କ ଆଜ୍ଞା ନାହିଁ , ସେ ନିକଟକୁ ଯାଇ ପାରୁନାହାନ୍ତି ମୁକୁନ୍ଦର ଏହି ଅସହ୍ୟ ଯାତନା ଶ୍ରୀବାସ ପଣ୍ଡିତଙ୍କୁ ସହ୍ୟ ହେଲା ନାହିଁ, ସେ ସାହସ ପୂର୍ବକ ମହା ପ୍ରଭୁଙ୍କୁ ନିବେଦନ କଲେ “ପ୍ରଭୋ ! ମୁକୁନ୍ଦ ଆପଣଙ୍କର ଅତିପ୍ରିୟପାତ୍ର । ତାହାଙ୍କ ମଧୁକଣ୍ଠ ନିସୃତ ଗୀତରେ କିଏ ଦ୍ରବୀଭୂତ ନ ହୁଏ । ଆପଣତ ତାହାଙ୍କ ଗୀତ ଶୁଣି ବିହ୍ଵଳ ହୁଅନ୍ତି । ଆଜି ତାଙ୍କ ପ୍ରତି ଆପଣଙ୍କର ଏ ବିଗ୍ରହ କାହିଁକି ?” କରୁଣାସାଗର ମହାପ୍ରଭୁ କହିଲେ “ନା, ନା ତାକୁ ଏଠାକୁ ଡାକ ନାହିଁ; ସେ ଏକମୟରେ ଦନ୍ତରେ ତୃଣଧାରଣ ପୂର୍ବକ ଚରଣ ତଳେ ନିପତିତ ହୁଏ ଏବଂ ପରମୁହୂର୍ତ୍ତରେ ଜଷ୍ଠି ଧରି ମୋ ଅଙ୍ଗରେ ପ୍ରହାର କରେ “ । ମହାବକ୍ତା ପଣ୍ଡିତ ଶ୍ରୀବାସ ଯେତେବେଳେ ପଚାରିଲେ “ପ୍ରଭୋ ! ଆମ୍ଭେମାନେ ତ ଆପଣଙ୍କ କଥା କିଛି ବୁଝି ପାରିଲୁ ନାହିଁ । ଅନୁଗ୍ରହ ପୂର୍ବକ ତାହା ବୁଝାଇ ଦିଅନ୍ତୁ “ମହାପ୍ରଭୁ କହିଲେ, ଶ୍ରୀବାସ ! ମୁକୁନ୍ଦର ଭକ୍ତିରେ ନିଷ୍ଠାନାହିଁ; ସେ ଶ୍ରୀମନ୍‌ ଅଦ୍ୱୌତାଚାର୍ଯ୍ୟଙ୍କ ସଭାରେ ପ୍ରେମ ବିହ୍ଵଳ ହୋଇ ଭକ୍ତି ବ୍ୟାଖ୍ୟା କରେ , କିନ୍ତୁ ଅନ୍ୟ ସମ୍ପ୍ରଦାୟକୁ ଗଲେ ଭକ୍ତି ସ୍ଵୀକାର ନକରି ଜ୍ଞାନ ଅଥବା ଯୋଗର ମହିମା କୀର୍ତ୍ତନ କରେ । ଅତଏବ ଭକ୍ତି ଦେବୀକୁ ଅବହେଳା ଦ୍ଵାରା ମୋ ଅଙ୍ଗରେ ଜଷ୍ଠି ପ୍ରହାର କରିଅଛି ।”

 

ଯଥା – ଭକ୍ତି ହଇତେ ବଡ଼ ଆଛେ ଯେଇବା ବାଖାନେ

      ନିରନ୍ତର ଜାଠି ମୋରେ ମାରେ ସେଇ ଜନେ ।

                  (ଚୈଃ ଭାଃ ମଧ୍ୟଃ ୧୦ମ ଅଧ୍ୟାୟ)

 

ଏହିରୂପେ ମୁକୁନ୍ଦଙ୍କ ଦଣ୍ଡ ଛଳରେ ଜୀବ ଶିକ୍ଷା ଦେଇ ମହାପ୍ରଭୁ ନିଜ ପ୍ରିୟ ମୁକୁନ୍ଦଙ୍କୁ ନିଜ ପାଖକୁ ଡ଼କାଇ ଥିଲେ । ଅତଏବ କର୍ମ୍ମ , ଯୋଗ , ଜ୍ଞାନ, ସମସ୍ତଙ୍କଠାରୁ ଭକ୍ତି ଯେ ଉତ୍କୃଷ୍ଟମାର୍ଗ ଉପରୋକ୍ତ ଉଦ୍ଧୃତ ପଦଗୁଡ଼ି ତାହାର ଉତ୍ତମ ପ୍ରମାଣ । ମହାପ୍ରଭୁ ଯେ କେବଳ ଏହା ଉପଦେଶ ଦେଇ ଅଛନ୍ତି ଏମନ୍ତ ନୁହେଁ । ନିଜେ ଆଚରଣ କରି ମଧ୍ୟ ଶିକ୍ଷା ଦେଇ – ଅଛନ୍ତି ।

 

ଭକ୍ତିରୂପୀ ଭଗବାନ ଶ୍ରୀ ଗୌରଚନ୍ଦ୍ର ଦେବ ଦେବୀ ଗୁରୁ ବୈଷ୍ଣବ ସମସ୍ତଙ୍କ ପଦରେ ପ୍ରଣତ ହୋଇ ଭକ୍ତି ପ୍ରାର୍ଥନା କରିଅଛନ୍ତି । ଯଥା –

 

      ବିରଜାକେ ନମସ୍କାର କହିଲ ବଚନେ

      ଦେହ ପ୍ରେମଭକ୍ତ ମୋର କୃଷ୍ଣର ଚରଣେ ।

                        (ଚୈଃ ମଃ ମଧ୍ୟ )

 

ଶିକ୍ଷାର କି ବିଚିତ୍ର କୌଶଳ । ମହାପ୍ରଭୁ ସନ୍ୟାସଗ୍ରହଣ କରି ଶ୍ରୀପୁରୁ-ଷୋତ୍ତମ ଯାଉଅଛନ୍ତି । ପଥମଧ୍ୟରେ ବିରଜା ମଣ୍ଡଳ । ମହାଶକ୍ତି ବିରଜାଙ୍କ ଆରାଧନା ଦ୍ଵାରା ଓ ତାହାଙ୍କ କୃପାଦ୍ଵାରା ଲୋକେ ଶ୍ରୀକୃଷ୍ଣ ପାଇପାରିବେ । କେତେକ ବ୍ରଜ ଗୋପୀମାନେ ମହାମାୟା କାତ୍ୟାୟନୀଙ୍କର ଆରାଧନା କରି କୃଷ୍ଣଙ୍କୁ ପତିରୂପେ ପ୍ରାପ୍ତ ହୋଇଥିଲେ । ଲୋକେ ସେହି ପଥ ପ୍ରଶସ୍ଥ ଜାଣି ଅନୁସରଣ କରନ୍ତୁ ଏହି ଶିକ୍ଷା ଦେବାପାଇଁ କୋଟି ବ୍ରହ୍ମାଣ୍ଡର ଈଶ୍ଵର ଆଜି ସନ୍ୟାସୀବେଶରେ ବିରଜା ଦେବୀଙ୍କଠାରୁ କୃଷ୍ଣ ପ୍ରେମର- ଭିଖାରୀ; ଜୀବଶିକ୍ଷା ଉଦ୍ଦେଶ୍ୟ ନଥିଲେ ମହାପ୍ରଭୁ ମନେ ମନେ ଦେବୀଙ୍କୁ ସେ ପ୍ରାର୍ଥନା କରି ପାରିଥାଆନ୍ତେ । କିନ୍ତୁ ଜୀବଶିକ୍ଷା ହେତୁ ମହାପ୍ରଭୁ ବଚନରେ ପ୍ରକାଶ କରି ଏ ମହଦ୍‌ଭିକ୍ଷା କଲେ ।

 

ଏହି ଯେ ଉତ୍କୃଷ୍ଟ କୃଷ୍ଣଭକ୍ତି ଏହା ଆଚରଣ କଲେ ରାଜ୍ୟାଦି ସୁଖ- ଭୋଗ ଭକ୍ତିଠାରେ ଅତି ତୁଚ୍ଛବତ୍ ପ୍ରତୀୟମାନ ହୁଏ, ଏମନ୍ତ କି ମୋକ୍ଷ ବାସନା ପର୍ଯ୍ୟନ୍ତ ଭକ୍ତି ମନରୁ ଅନ୍ତର୍ହିତ ହୁଏ । ଶ୍ରୀଲରୂପ ଓ ଶ୍ରୀ ସନାତନ ଗୌଡ଼ ବାଦସାହଙ୍କର ମନ୍ତ୍ରୀ ଓ ମହାବୈଭବଶାଳୀ । ମହା- ପ୍ରଭୁଙ୍କୁ କୃପାରୁ ସେ ଦୁଇଭାଇ ସମସ୍ତ ଐଶ୍ଵର୍ଯ୍ୟ ତ୍ୟାଗକରି ଶ୍ରୀବୃନ୍ଦାବନରେ ବୃକ୍ଷତଳବାସୀ ଭିଖାରୀ ସାଜିଲେ । ସପ୍ତଗ୍ରାମର ଜମିଦାର ଶ୍ରୀ ଗୋବର୍ଦ୍ଧନଙ୍କର ପୁତ୍ର ଶ୍ରୀମାନ୍‌ ରଘୁନାଥ ଦାସ ତଦାନୀନ୍ତନ ବିଂଶଲକ୍ଷ ମୁଦ୍ରା ଆୟର ଜମିଦାର ଓ ସୁନ୍ଦରୀ ଭାର୍ଯ୍ୟାର କୋମଳ କୋଳ ପରିତ୍ୟାଗ ପୂର୍ବକ ଭିକ୍ଷାବୃତ୍ତି ଅବଲମ୍ବନ କଲେ । ଭୋଗ ବିଳାସ ଯେ ଭକ୍ତି ସମ୍ପତ୍ତି ଠାରେ ଅତି ତୁଚ୍ଛ ଏମାନେ ହେଁ ତାହା ଉତ୍ତମରୂପେ ଦେଖାଇ ଯାଇଛନ୍ତି । ସେଥିପାଇଁ ମହାନୁଭବ ଶ୍ରୀମାନ୍‌ ବୃନ୍ଦାବନ ଦାସ ଲେଖିଛନ୍ତି –

      

ତାବତୁ ରାଜ୍ୟାଦି ପଥ ସୁଖ କରିମାନେ

      ଭକ୍ତିସୁଖ ମହିମା ଯାବତୁ ନାହିଁ ଜାନେ ।

      ରାଜ୍ୟାଦି ସୁଖରେ କଥା ସେ ଥାକୁକଦୂରେ ,

      ମୋକ୍ଷସୁଖ ଅଳ୍ପମାନେ କୃଷ୍ଣ ଅନୁଚରେ ।

                        (ଚୈଃ ଭାଃ ଆଦି ୧୧ଶ ଅଧ୍ୟାୟ )

ଏତ ଗଲା ଧନୀମାନଙ୍କର କଥା । ଅତି ଦରିଦ୍ର ମଞ୍ଜାବିକା ଶ୍ରୀଧର ପୁଣି କଣ କହି ଅଛନ୍ତି ଦେଖାଯାଉ । ମହା ପ୍ରକାଶ ସମୟରେ ମହାପ୍ରଭୁ ଶ୍ରୀଧରକୁ ଡକାଇଲେ । ମହାପ୍ରଭୁ ଡକାଉଅଛନ୍ତି ଏହାଶୁଣି ଶ୍ରୀଧର ପ୍ରେମରେ ବିହ୍ଵଳ ; ଶ୍ରୀଧର ଯାଇ ମହାପ୍ରଭୁଙ୍କୁ ପାଦ ପଦ୍ମରେ ପ୍ରଣତ ହେଲେ ଓ ସ୍ତବ ପାଠ କଲେ । ମହାପ୍ରଭୁ ନିଜ ପ୍ରିୟ ଦାସ ଶ୍ରୀଧରଙ୍କ ଉପରେ ପରମ ସନ୍ତୁଷ୍ଟ ହୋଇ କହିଲେ”ଶ୍ରୀଧର , କି ବର ମାଗୁଅଛ ମାଗ । ମୁଁ ତୁମ୍ଭଙ୍କୁ ଅଷ୍ଟସିଦ୍ଧ ଦେବାକୁ ପ୍ରସ୍ତୁତ ଅଛି” । ଶ୍ରୀଧର କହିଲେ “ପ୍ରଭୋ ! ମୋତେ ଆଉ ଠକାଇ ପାରିବେ ନାହିଁ, ଅଷ୍ଟସିଦ୍ଧ ମୋର କି ହେବ” । ମହାପ୍ରଭୁ କହିଲେ “ଶ୍ରୀଧର ମୋର ଦର୍ଶନ ଲାଭ କି ବୃଥା ହେବ ? ମୁଁ ଯାଚୁଅଛି ତୁମ୍ଭଙ୍କୁ କିଛି ବର ନେବାକୁ ହେବ” । ଯେତେବେଳେ ଶ୍ରୀଧର କହିଲେ, “ପ୍ରଭୋ । ଯଦି ନିତାନ୍ତ ବର ଦେବେ ତେବେ ଯେଉଁ ବ୍ରାହ୍ମଣ ଯୁବକ ମୋ ସଙ୍ଗେ ପ୍ରେମ କଳହ ପୂର୍ବକ ମୋର ମଞ୍ଜା , କଦଳୀ ଓ କଦଳୀ ପତ୍ର ଛଡ଼ାଇ ନେଉଥିଲେ ସେ ମୋର ଜନ୍ମ ଜନ୍ମରେ ପ୍ରଭୁ ହେଉନ୍ତୁ ଓ ମୁଁ ଜନ୍ମ ଜନ୍ମରେ ତାଙ୍କର ଦାସ ହୁଏ । ଏହି ମାହାତ୍ମା ଶ୍ରୀଧରଙ୍କ ଗୁଣ ବର୍ଣ୍ଣନ କାଳରେ ଶ୍ରୀଲ ବୃନ୍ଦାବନ ଦାସ କହି ଅଛନ୍ତି :-

 

      ଖୋଲା ବେଚା ଶ୍ରୀଧର ତାହାର ଏଇ ସାକ୍ଷୀ

      ଭକ୍ତି ମାତ୍ର ନିଲ ଅଷ୍ଟ ସିଦ୍ଧି କେ ଉପେକ୍ଷି ।

      ଯତ ଦେଖ ବୈଷ୍ଣବେର ବ୍ୟବହାର ଦୁଃଖ

      ନିଶ୍ଚୟ ଜାନିହ ସେଇ ପରାନନ୍ଦ ସୁଖ ।

                        [ଚୌ; ଭା; ମଧ୍ୟ; ୯ମ ଅଧ୍ୟାୟ ]

 

ଅତଏବ କୃଷ୍ଣଭକ୍ତି ହିଁ ସାର । ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ତତ୍ତ୍ଵ ବିଚାର କାଳରେ ମହାପ୍ରଭୁ ଶ୍ରୀ ସନାତନ ଗୋସ୍ଵାମୀଙ୍କୁ କହିଅଛନ୍ତି ;”ସନା-ତନ ! ସର୍ବଶାସ୍ତ୍ରରେ ଏହି ସିଦ୍ଧାନ୍ତ ହୋଇଅଛି ଯେ ଭକ୍ତି ଦ୍ଵାରା ହିଁ କୃଷ୍ଣପ୍ରାପ୍ତି ହୁଏ । ଯଥାଃ-

 

କୃଷ୍ଣଭକ୍ତି ଅଭିଧେୟ ସର୍ବଶାସ୍ତ୍ରେ କୟ

ଅତଏବ ମୁନିଗଣ କରିଅଛେ ନିଶ୍ଚୟ ।

                  [ଚୈଃ ଚଃ ମଧ୍ୟଃ ୨୨ଶୁଅ ]

 

ଜୀବ ନିୟତ ସୁଖ ବାଞ୍ଛା କରେ । ସାମାନ୍ୟ କୀଟ ପତଙ୍ଗ ଠାରୁ ପଶୁ ପକ୍ଷୀ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ସୁଖ ପାଇଁ ଲାଳାୟିତ କିନ୍ତୁ ଅନ୍ୟଜୀବ ଜ୍ଞାନ ବିହୀନ ଅତଏବ ପ୍ରକୃତ ସୁଖ ଧାରଣ କରିବାରେ ଅଶକ୍ତ । ମନୁଷ୍ୟ ହିଁ କେବଳ ପ୍ରକୃତ ସୁଖ ଅବଧାରଣ କରିବାରେ ସକ୍ଷମ । ଏ ସଂସାରରେ ଯେତେ ପ୍ରକାର ସୁଖ ଅଛି ତାହା କ୍ଷଣିକ । ଅତଏବ ଆପାତତଃ ସୁଖ ସ୍ଵରୂପ ବୋଧହେଲେ - ହେଁ ପ୍ରକୃତ ସୁଖ ନୁହେଁ । ଯେଉଁ ସୁଖ ଚିରକାଳ ସ୍ଥାୟୀ ସେହି ସୁଖହିଁ ପ୍ରକୃତ ସୁଖ ପଦବାଚ୍ୟ । ଲୋକ ବୁଦ୍ଧିମାନ୍‌ ହେଲେ ସେ ନିତ୍ୟ ସୁଖର ଅନୁ-ଧାବନ କରେ, ଅତଏବ ସଂସାରରେ ସମସ୍ତ ଜୀବନରେ ସମସ୍ତ କାର୍ଯ୍ୟରେ ସେ ବୁଦ୍ଧିମାନବ୍ୟକ୍ତି ସେହି ଚିର ସୁଖ ଅନ୍ଵେଷଣରେ ବ୍ରତୀ ହୋଇ ଅଗ୍ରସର ହୁଏ । ମନୁଷ୍ୟ ଜନ୍ମ ହୋଇ ପାଞ୍ଚବର୍ଷ ବୟସରେ ପଦାର୍ପଣ କଲେ ପିତା ମାତା ସନ୍ତାନକୁ ବିଦ୍ୟାର୍ଜନରେ ନିଯୁକ୍ତ କରନ୍ତି । କିନ୍ତୁ କୃଷ୍ଣଭକ୍ତି ସେହି ବିଦ୍ୟାର୍ଜନର ମୂଳ ଉଦ୍ଦେଶ୍ୟ ରହିବା ବିଧେୟ । ବର୍ତ୍ତମାନ ସେ ପ୍ରଧାନତମ ଉଦ୍ଦେଶ୍ୟ କାର୍ଯ୍ୟତଃ ଅତି ଅଳ୍ପ ସ୍ଥାନରେ ସମ୍ମୁଖୀରେ ରଖା ଯିବାର ଦେଖା ଗଲେ ହେଁ କି ବିଧେୟ ମୁଁ ତାହା କହୁଅଛି, ଏହା ମୋର କପୋଳକଳ୍ପ ତ କଥା ନୁହେଁ । ଶ୍ରୀ ବୃନ୍ଦାବନ ଦାସ ଓ ଶ୍ରୀଳ କୃଷ୍ଣ ଦାସ ପ୍ରଭୃତି ମହାତ୍ସାଗଣ ଏ ବିଷୟରେ କଣ କହିଯାଇ ଅଛନ୍ତି ଆଲୋଚନା କରାଯାଉ ।

ଶ୍ରୀମାନ୍‌ ମହାପ୍ରଭୁ ଗୂଢ଼ଭାବରେ ବିଦ୍ୟାଗର୍ବରେ ମତ୍ତ ହେଲାପରି ନବ-ଦ୍ଵୀପରେ ବିଚରଣ କରୁଅଛନ୍ତି । ଭକ୍ତିପ୍ରାଣ ଶ୍ରୀବାସ ମହାପ୍ରଭୁଙ୍କ କମନୀୟ ବପୁ ଦର୍ଶନ କରି ଓ ଅସୀମ ବୁଦ୍ଧିର ପରିଚୟ ପାଇ ସତତ ଚିନ୍ତା କରୁଅଛନ୍ତି, ଏ ସର୍ବାଙ୍ଗ ସୁନ୍ଦର ଯୁବକଟିର କିପରି କୃଷ୍ଣଭକ୍ତି ଉଦୟ ହେଉ । ଦିନେ ମହା-ପ୍ରଭୁ ଛାତ୍ରମାନଙ୍କ ସଙ୍ଗେ ନବଦ୍ଵୀପ ରାଜପଥରେ ଆସୁଅଛନ୍ତି, ପଥରେ ଶ୍ରୀ ବାସ ପଣ୍ଡିତଙ୍କ ସହ ଦେଖା ହୁଏ । ମହାପ୍ରଭୁ ବୟୋବୃଦ୍ଧ ଶ୍ରୀବାସ ପଣ୍ଡିଙ୍କୁ ସତତ ମାନ୍ୟ କରୁଥିଲେ । ପଥରେ ଦେଖି ଇଷତ୍‌ ହାସ୍ୟ କରି ପ୍ରଣାମ କଲେ । ଶ୍ରୀବାସ ତାଙ୍କୁ କଲ୍ୟାଣ କରି ନିଜ ହୃଦୟରୁ ଭାବ ଗୋପନ କରି ନ ପାରି କହିଲେ “ ହେ ଉଦ୍ଧତଚୂଡ଼ାମଣି ! ତୁମ୍ଭେ ଦିବା ନିଶି ବିଦ୍ୟାଚର୍ଚାରେ ମଗ୍ନ ଅଛ, କିନ୍ତୁ ବଡ଼ ଦୁଃଖର ବିଷୟ ପ୍ରକୃତ ବିଦ୍ୟାର ଲେଶ ମାତ୍ର ଅନୁସରଣ କରୁନାହଁ । ଏ ବୃଥା ବିଦ୍ୟା ଚର୍ଚ୍ଚାରେ କି ଲାଭ ହେବ ? ଏରୂପ ପଢ଼ିବା ଓ ପଢ଼ାଇବା ଦ୍ଵାରା ତୁମ୍ଭର କାଳ ବୃଥାରେ ଅତି ବାହିତ ହେଉଅଛି । ପଢ଼ିବାର ପ୍ରକୃତ ଉଦ୍ଦେଶ୍ୟ କୃଷ୍ଣ ଭକ୍ତି ଜାଣେବା । ସେ ଯଦି ନ ହେଲା ଏପରି ପଢ଼ିବାର କି ଫଳ      

 

ଯଥା ।-       ହାସିୟା ଶ୍ରୀବାସ ବଲେ କହେ ଦେଖି ଶୁନି

      କତି ଚଲିଆଛି ଉଦ୍ଧତେର ଚୂଡ଼ାମଣି ।

      କୃଷ୍ଣ ନାଭିଜିୟା କାଳକ କାର୍ଯ୍ୟେ ଗୋଁଆଓ

      ରାତ୍ରି ଦିନ ନିରବିଧି କେନେବା ପଢ଼ାଓ ।

ପଢ଼େ ଲୋକ କେନେ କୃଷ୍ଣ ଭକ୍ତି ଜାନିବାରେ

ସେ ଯଦି ନହିଲ ତେବେ ବିଦ୍ୟାୟ କି କରେ ।

            (ଚୈଃ ଭାଃ ଆଦି ୧୦ମ )

 

ଶ୍ରୀମାନ୍‌ ମହାପ୍ରଭୁ ଦିଗ୍‌ବିଜୟୀ ପଣ୍ଡିତଙ୍କର ଗର୍ବ ଚୂର୍ଣ୍ଣ କରି ପୂର୍ଣ୍ଣକୃପା କରନ୍ତେ ସେ ଦିଗ୍‌ବିଜୟୀ ପ୍ରଣତ ହୋଇ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ ଓ ସଦୂପଦେଶ ଦେବାକୁ ପ୍ରାର୍ଥନା କଲେ । ମହାପ୍ରଭୁ ତାଙ୍କୁ ସଦୁପଦେଶ

ପ୍ରଦାନ କାଳରେ କହିଥିଲେ । “ମହାଶୟ, ଦିଗ୍‌ବିଜୟ କରିବା ପ୍ରକୃତ ବିଦ୍ୟାର କାର୍ଯ୍ୟ ନୁହେଁ । ବିଦ୍ୟା ହରିଭଜନ କରିବାରେ ଉପଦେଶ ପ୍ରଦାନ କରେ । ଏ ଦେହ ତ୍ୟାଗ କଲେ ଧନ ବୀ ପୌରୁଷ ସଙ୍ଗେ ଯାଏ କି ? ଯଥା ।-

 

ଦିଗ୍‌ ବିଜୟ କରିବ ବିଦ୍ୟାର କାର୍ଯ୍ୟ ନହେ

ଈଶ୍ଵର ଭଜିତେ ସେଇ ବିଦ୍ୟା ସତ୍ୟ କହେ ।

ମନଦିଆ ବୁଝ ଦେହ ଛାଡିୟା ଚଲିଲେ

ଧନ ବା ପୌଛୁଷ ସଙ୍ଗେ କିନ୍ତୁ ନାହିଁ ଚଲେ ।

                  (ଚୈଃ ଭାଃ ଆଦି ୨୨)

ଯଶ ବା ପୌରୁଷ ବିଦ୍ୟାର ଉତ୍କୃଷ୍ଟ ଫଳ ନୁହେଁ । ଯଦି ବିଦ୍ୟା ଦ୍ଵାରା ଶ୍ରୀକୃଷ୍ଣ ଚରଣାରବିନ୍ଦରେ ଜୀବର ଚିତ୍ତ ଆକୃଷ୍ଟ ହୁଏ ତେବେ ତାହାହିଁ ପ୍ରକୃତ ବିଦ୍ୟାର ଫଳ

ଯଥା ।- ସେଇ ସେ ବିଦ୍ୟାର ଫଲ ଜାନିହ ନିଶ୍ଚୟ

            କୃଷ୍ଣ ପାଦପଦ୍ମେ ଯଦି ଚିତ୍ତବିତ୍ତ ହୟ ।

                         [ଚୈଃ ଭାଃ ଆଦି ୨୨ଶ ]

ଯେ ଶାସ୍ତ୍ର କୃଷ୍ଣଭକ୍ତି ପ୍ରଦାନ କରେ ତାହାହିଁ ପ୍ରକୃତ ଶାସ୍ତ୍ର ପଦବାଚ୍ୟ, ଅନ୍ୟ ଶାସ୍ତ୍ର ସାଂସାରିକ ବ୍ୟବହାରୋପଯୋଗୀ ହେଲେହେଁ ପରକାଳରେ ଉନ୍ନତ୍ତି କଳ୍ପେ ବିବେଚିତ ହେଲେ ତାହା ଶାସ୍ତ୍ର ପଦବାଚ୍ୟ ନୁହେଁ । ମହାପ୍ରଭୁ ଗୟାଧାମରୁ ପ୍ରତ୍ୟାଗମନ ପରେ କୃଷ୍ଣପ୍ରେମରେ ବିହୁଳ ହେଲେ । କୌଣସି ସାଂସାରିକ କାର୍ଯ୍ୟ ତାଙ୍କୁ ଭଲ ଲାଗିଲା ନାହିଁ । ନବଦ୍ଵୀପ ସେ ସମୟରେ ବିଦ୍ୟା ଚର୍ଚ୍ଚାର ପ୍ରଧାନ ସ୍ଥାନ ଓ ସେଥି ମଧ୍ୟରେ ନିମାଇ ପଣ୍ଡିତ ବଡ଼ ଖ୍ୟାତ ନାମା ପଣ୍ଡିତ । ତାଙ୍କର ଛାତ୍ରମାନଙ୍କର ଅନ୍ୟ ପଣ୍ଡିତଠାରେ ମନ ତୃପ୍ତ ହେବ କେଉଁଠାରୁ ? ପ୍ରେମ ବିହ୍ଵଳ ନିମାଇଁ ପଣ୍ଡିତଙ୍କର ଆଉ ପାଠ ପଢ଼ାଇବାର ରୁଚି ନଥିଲେହେଁ ସହସ୍ର ସହସ୍ର ଛାତ୍ର ପାଠାଭ୍ୟାସ ନିମନ୍ତେ ତାଙ୍କଠାରେ ଆସି ଉପଗତ ହେଲେ । କିନ୍ତୁ ମହାପ୍ରଭୁ ସେମାନଙ୍କୁ ଶାସ୍ତ୍ରମର୍ମ୍ମ ବୁଝାଇବାରେ ଅଶକ୍ତ ହୋଇ କେବଳ କୃଷ୍ଣ ନାମରେ ମାହାତ୍ମ୍ୟ ବ୍ୟାଖ୍ୟା କରି-ବାକୁ ଲାଗିଲେ । ପ୍ରତି ଧାତୁରେ , ପ୍ରତି ଅକ୍ଷରରେ ଶ୍ରୀକୃଷ୍ଣଙ୍କ ଗୁଣ ବର୍ଣ୍ଣନ କରିବାକୁ ଲାଗିଲେ। ଯେତେବେଳେ ପୃଥିବୀ ଆକାଶ ସମସ୍ତ ତାଙ୍କୁ କୃଷ୍ଣମୟ । ସେ ଯେତେବେଳେ ଶିଷ୍ୟମାନଙ୍କୁ ବୁଝାଇ କହିଥିଲେ ଯେଉଁ ଶାସ୍ତ୍ର କୃଷ୍ଣଭକ୍ତି ଶିକ୍ଷା ପ୍ରଦାନ କରେ ତାହାହିଁ ଶାସ୍ତ୍ର ।

ଯଥା ।- ସେଇ ଶାସ୍ତ୍ର ସତ୍ୟ କୃଷ୍ଣଭକ୍ତି କହେ ଯାୟ

      ଅନ୍ୟଥା ହଇଲେ ଶାସ୍ତ୍ର ପାଷଣ୍ଡତ୍ଵ ପାୟ ।

                  (ଚୈଃ ଭାଃ ମଧ୍ୟ ୧ମ )

ଶ୍ରୀଳ ଲୋଚନ ଦାସ ମଧ୍ୟ ମହାପ୍ରଭୁଙ୍କର ତଦ୍ରୁପ ଉକ୍ତି ଶ୍ରୀ ଚୈତନ୍ୟ ମଙ୍ଗଳରେ ଉଲ୍ଲେଖ କରିଅଛନ୍ତି ଯଥା ।

      ପଢ଼ି ଏକ ସତ୍ୟ ବସ୍ତୁ କୃଷ୍ଣେର ଚରଣ

      ସେଇ ବିଦ୍ୟା ଯାତେ ହରି ଭକ୍ତିର ଲକ୍ଷଣ ।

      ତାହା ବିନୁ ଅବିଦ୍ୟା ସକଳ ଶାସ୍ତ୍ରେ କହେ

      ରାଧା କୃଷ୍ଣ ଭକ୍ତି ବିନା କେହି ସଙ୍ଗୀ ନହେ ।

                  (ଚୈଃ ମଃ ମଧ୍ୟ )

      କୃଷ୍ଣ ଭକ୍ତି ଯେପରି ପରାବିଦ୍ୟା, ସେହିପରି ପରୋଧର୍ମ୍ମ । କୃଷ୍ଣ ଭକ୍ତିଠାରୁ ଅନ୍ୟକିଛି ଧର୍ମ୍ମ ନାହିଁ । ବାଲ୍ୟକାଳରେ ନିମାଇଁ ବର୍ଜିତ ହାଣ୍ଡି ଉପରେ ବସିବାରୁ ତାଙ୍କ ଜନନୀ ଶୁଚିମତୀ ଶଚୀଦେବୀଙ୍କ ମନରେ ବଡ଼ କଷ୍ଟ ହେଲା । ସେ ନିମାଇଁଙ୍କୁ ସ୍ନେହ ଭର୍ତ୍ସନା କରି ସେପରି ଅନୀତ କାର୍ଯ୍ୟ କରିବାକୁ ବାରଣ କଲେ । ନିମାଇଁ ବାଳ ଚାପଲ୍ୟ ପ୍ରକାଶ କରି ଛଳରେ ମାତାଙ୍କଠାରେ ଗୂଢ଼ତତ୍ତ୍ଵ ପ୍ରକାଶ କରିଥିଲେ । ସେହି କାଳରେ ସେ କହିଥିଲେ “ଶ୍ରୀକୃଷ୍ଣଚରଣ ବିନା ଅନ୍ୟ କିଛି ଧର୍ମ ସଂସାରରେ ନାହିଁ । ଯଥାଃ –

      ଶ୍ରୀକୃଷ୍ଣ ଚରଣ ବହି ନାହିଁ ଅନ୍ୟ ଧର୍ମ୍ମ

      ତାବିନୁ ସକଳ ମିଛା କହିଲ ଏ ମର୍ମ୍ମ ।

                  (ଚୈଃ ମଃ ଆଦି )

      ଶାସ୍ତ୍ରରେ ଧର୍ମ୍ମା ଚରଣ ସମ୍ବନ୍ଧେ ନାନା ବିଧି ଓ ନିଷେଧ ଉଲ୍ଲିଖିତ ହୋଇଅଛି । କିନ୍ତୁ ସେ ସକଳ ବିଧି ଓ ନିଷେଧ ଭକ୍ତିର ଦାସ । ଭକ୍ତି ପ୍ରବଳ ହେଲେ ସେ ବିଧି ନିଷେଧ ମାନଙ୍କୁ ଅବାଧରେ ଅତିକ୍ରମ କରି ଆପେ ଅଗ୍ରସର ହୁଅନ୍ତି । ଶ୍ରୀମାନ୍‌ ମହାପ୍ରଭୁ ସ୍ନେହରେ ବଶ ହୋଇ ସୁକୃତିଶୁକ୍ଳାମ୍ବରଘରେ ଖୁଦକଣା ଚର୍ବଣ କରିବାକୁ ଲାଗିଲେ । ମହାପ୍ରଭୁଙ୍କର ଏହି ସ୍ନେହବଶତାକୁ ଲକ୍ଷ୍ଵ କରି ଶ୍ରୀମାନ୍‌ ବୁନ୍ଦାବନ ଦାସ କହିଅଛନ୍ତି ।

 

      ଯତ ବିଧି ନିଷେଧ ସକଲି ଭକ୍ତି ଦାସ

      ଇହାତେ ଯାହାର ଦୁଃଖ ସେଇ ଯାୟ ନାଶ ।

                  (ଚୈଃ ଭାଃ ମଧ୍ୟ ୧୬ଶ )

 

ଏହି ସମସ୍ତଙ୍କୁ ଉତ୍ତମରୂପେ ଦେଖାଯାଏ ଯେ କୃଷ୍ଣ ଭକ୍ତି ହିଁ ସର୍ବଶ୍ରେଷ୍ଠ । ମନୁଷ୍ୟର ଯଦି କୃଷ୍ଣଭକ୍ତି ପ୍ରକାଶ ପାଏ ତେବେ ତାହାର ସମସ୍ତ ମଙ୍ଗଳ । ଯଦି କୃଷ୍ଣଭକ୍ତି ପ୍ରକାଶ ନ ପାଏ ତେବେ ଧନ ଐଶ୍ଵର୍ଯ୍ୟ ଦ୍ଵାରା ପୁତ୍ର ସମସ୍ତଥାଇ ମଧ୍ୟ ତାହାର ସମସ୍ତ ଅମଙ୍ଗଳ । ମହାପ୍ରଭୁ ଏହା ଉତ୍ତମରୂପେ ଜୀବକୁ ବୁଝାଇ ଦେଇ ଯାଇ ଅଛନ୍ତି । ତାହାର ଗୋଟିଏ ଉଦାହରଣ ନିମ୍ନରେ ପ୍ରକାଶିତ ହେଲା ।

 

ମହାପ୍ରଭୁ ଦାମୋଦର ପଣ୍ଡିତଙ୍କୁ ମାତାଙ୍କ ନିକଟ ରହିବା ନିମନ୍ତେ ନବଦ୍ଵୀପକୁ ପଠାଇଥିଲେ । ଦାମୋଦର ପଣ୍ଡିତ ଶ୍ରୀ ପୁରୁଷୋତ୍ତମକୁ ଆସନ୍ତେ ମହାପ୍ରଭୁ ତାଙ୍କୁ ପଚାରିଲେ ।“ଦାମୋଦର, ମାତାଙ୍କର କୃଷ୍ଣଭକ୍ତି ଅଛିତ ? ପରମତପସ୍ଵୀ ନିରପେକ୍ଷ ଦାମୋଦର ସେଥିରେ ଉତ୍ତର କଲେ “ ପ୍ରଭୋ, ମୋତେ ଏହା ପୁଣି ପଚାରୁ ଅଛନ୍ତି ? ଆପଣଙ୍କର ଯେ କୃଷ୍ଣଭକ୍ତି ସେ କାହା ଯୋଗୁଁ ? ଏକ ମାତାଙ୍କ ପ୍ରସାଦରୁ ହିଁ ଆପଣଙ୍କର ଏ ଅଦ୍ଭୁତ କୃଷ୍ଣଭକ୍ତି । ମାତା ମୂର୍ତ୍ତିମତୀ ଭକ୍ତି, ତାଙ୍କ କଥା କଣ ମୋତେ ପଚାରୁଛନ୍ତି ?” ମହା-ପ୍ରଭୁ ଯେଉଁ ନିମିତ୍ତ ପ୍ରଶ୍ନ କରିଥିଲେ ତାହାର ଉଚିତ ଉତ୍ତର ପାଇଲେ । ଲୋକେ ନିଜ ଜନର କୁଶଳ ବାର୍ତ୍ତା ପ୍ରଶ୍ନ କରନ୍ତି । କିନ୍ତୁ ପ୍ରକୃତ କୁଶଳ ଶବ୍ଦର ଅର୍ଥ କୃଷ୍ଣଭକ୍ତି ଏହା ବୁଝାଇବା ପାଇଁ ମହାପ୍ରଭୁ “ସମସ୍ତ କୁଶଳତ” ଏହା ନ ପଚାରି “କୃଷ୍ଣ ଭକ୍ତି ଅଛି ନା “ ଏହା ପଚାରିଲେ ।

 

ଯଥା – କୁଶଳ ଶବ୍ଦେର ଅର୍ଥ ବ୍ୟକ୍ତି କରିବାରେ

      ଭକ୍ତି ଅଛେ କରିବାର୍ତ୍ତା ଲାୟେନ ସର୍ବରେ

      ଭକ୍ତିଯୋଗ ଥାକେ ତବେ ସକଲ କୁଶଲ

      ଭକ୍ତିବିନା ରାଜା ହଇଲୋଓ ଅମଙ୍ଗଲ ।

ଧନ ଯଶଭୋଗ ଯାର ଆଛୟେ ସକଲ

      ଭକ୍ତି ଯାର ନାଇ ତାର ସର୍ବ ଅମଙ୍ଗଲ ।

      ଅଦ୍ୟ ଖାଦ୍ୟ ନାହିଁ ଯାର ଦାରିଦ୍ର୍ୟେର ଅନ୍ତ

      ବିଷ୍ଣୁ ଭକ୍ତି ଥାକିଲେ ସେଇ ଧନବନ୍ତ ।

      ଅତଏବ ଏହା ନିଶ୍ଚିନ୍ତ ଯେ କୃଷ୍ଣ ଭକ୍ତି ହିଁ ସକଳର ସାର । କୃଷ୍ଣଭକ୍ତି ସାଧନାରେ କୃଷ୍ଣ ଲାଭ ହୁଏ । ଭକ୍ତି ସାଧନା ଦ୍ଵାରା ଜୀବ ଏ ନିଶ୍ଵର ଦେହ ତ୍ୟାଗ କରି ଚିଦାନନ୍ଦ ନିତ୍ୟ ଦେହରେ କୃଷ୍ଣପାର୍ଷଦ ହୋଇ ନିତ୍ୟ ଧାମରେ ବାସ କରେ ଓ ସେବା ସୁଖ ଅନୁଭବ କରେ । ଅତଏବ କୃଷ୍ଣ ତାହାର ନିଜର ହୁଅନ୍ତି ଓ ସେ କୃଷ୍ଣଙ୍କର ନିଜ ଜନ ହୁଏ । ଯଥା –

      

କୃଷ୍ଣବଲି କାନ୍ଦିଲେ ସେ କୃଷ୍ଣ ନାଥ ମିଲେ

      ଧନେ କୁଲେ କିଛୁଵ ନହେ କୃଷ୍ଣ ନା ଭଜିଲେ ।

                        ( ଚୈଃ ଭାଃ ମଧ୍ୟ ୨୪ଶ )

ଭଗବାନଙ୍କର ନାମ ଭଗବାନଙ୍କଠାରୁ ଭିନ୍ନନୁହେଁ । ତାଙ୍କଠାରେ ନାମ ନାମୀ ଅଭିନ୍ନ । ଅତଏବ କୃଷ୍ଣ ବୋଲି କାନ୍ଦିଲେ କୃଷ୍ଣ ଆସି ମିଳନ୍ତି ।

 

ଶ୍ରୀମନ୍‌ଧ୍ରୁବ ବିଲମଙ୍ଗଳ ଏମାନେ କୃଷ୍ଣ ବୋଲି କ୍ରନ୍ଦନ କରିବାରୁ କୃଷ୍ଣ ଆସି ଏମାନଙ୍କୁ ଦର୍ଶନ ଦେଇଥିଲେ । ଭକ୍ତିଛଡ଼ା । ଅନ୍ୟ ସାଧନାରେ କୃଷ୍ଣ କଦାପି ମିଳନ୍ତି ନାହିଁ । ଯଥା –

 

କୃଷ୍ଣଭକ୍ତି ହୟ ଅଭିଧେୟ ପ୍ରଧାନ;

ଭକ୍ତି ମୁଖ ନିରୀକ୍ଷକ କର୍ମ୍ମ ଯୋଗଜ୍ଞାନ ।

ଏଇ ସବ ସାଧନେର ଅତି ତୁଚ୍ଛ ଫଲ

କୃଷ୍ଣ ଭକ୍ତି ବିନା କୃଷ୍ଣ ଦିତେ ନାହିଁ ବଲ । (ଚୈଃ ଚଃ ମଧ୍ୟ୨୨ଶ )

      ଧନେ କୁଲେ ପାଣ୍ଡିତ୍ୟେ ଚୈତନ୍ୟ ନାହିଁ ପାଇ

କେବଲ ଭକ୍ତିର ବଶ ଚୈତନ୍ୟ ଗୋସାଇଁ (ଚୈଃ ଭାଃ ମଧ୍ୟ ୧୦ମ )

ଧନେ କୁଲେ ପ୍ରତିଷ୍ଠାୟ କୃଷ୍ଣ ନାହିଁ ପାଇ

କେବଲ ଭକ୍ତିର ବଶ ଚୈତନ୍ୟ ଗୋସାଇଁ (ଚୈଃ ଭାଃ ମଧ୍ୟ ୨୦ଶ )

      ଧନେ ଜନେ ପାଣ୍ଡିତ୍ୟେ ଚୈତନ୍ୟ ନାହିଁ ପାଇ

      ଭକ୍ତିର ସେ ବଶ କୃଷ୍ଣସର୍ବ ଶାସ୍ତ୍ରେ ଗାଇ (ଚୈଃ ଭାଃ ମଧ୍ୟ ୨୫ଶ )

      ଅଲିଭାଗ୍ୟେ ଶ୍ରୀଚୈତନ୍ୟ ଗୋଷ୍ଠୀ ନାହିଁ ପାଇ

      କେବଲ ଭକ୍ତିର ବଶ ଚୈତନ୍ୟ ଗୋସାଇଁ (ଚୈଃ ଭାଃ ଅନ୍ତ୍ୟ ୮ମ )

 

ଏହିରୂପେ ନାନା ସ୍ଥାନରେ ଶ୍ରୀଲ ବୃନ୍ଦାବନ ଦାସ ଦେଖାଇ ଅଛନ୍ତି ଯେ ଶ୍ରୀକୃଷ୍ଣ ବା ଶ୍ରୀକୃଷ୍ଣଚୈତନ୍ୟ କେବଳ ଭକ୍ତିର ବଶ । ଶ୍ରୀକୃଷ୍ଣଙ୍କୁ ପାଇବାର ଏକମାତ୍ର ଉପାୟ ଭକ୍ତି । ସେ ଭକ୍ତିରେ ବଶ ହୋଇ ଆପଣାକୁ ଭକ୍ତିଠାରେ ଅର୍ପଣ କରନ୍ତି । ପରମ ସ୍ଵତନ୍ତ୍ର ହେଲେ ମଧ୍ୟ ସେ ଭକ୍ତିଧୀନ । ଭକ୍ତ ଭକ୍ତି- ବଳରେ ତାଙ୍କୁ ନଚାଇ ପାରେ । ଜୀବର ଏହାଠାରୁ ଅଧିକ ଉଚ୍ଚ ପ୍ରାପ୍ତବ୍ୟ କି ଅଛି ? ଯାହାଙ୍କର ଅଂଶ ଦ୍ଵାରା କୋଟି ଜଗତ ସୃଷ୍ଟି ସ୍ଥିତ ପାଳନ କାର୍ଯ୍ୟ ସମ୍ପାଦିତ ହେଉଅଛି , ଯାହାଙ୍କର ଅଂଶ ମୁହୂର୍ତ୍ତରେ କୋଟୀ ବ୍ରହ୍ମାଣ୍ଡ ସୃଷ୍ଟି କରିଅଛନ୍ତି ଓ ବିନାଶ କରୁଅଛନ୍ତି, ସେହି ସ୍ଵଂୟ ଭଗବାନ ଶ୍ରୀକୃଷ୍ଣ ନିଜଭକ୍ତି ବାତ୍ସଲ୍ୟ ଗୁଣରେ ନିଜ ସ୍ଵାତନ୍ତ୍ର୍ୟ ପରିତ୍ୟାଗ ପୂର୍ବକ ଭକ୍ତିର ଅଧୀନ ହେଲେ ଓ ଭକ୍ତି ଇଚ୍ଛାନୁସାରେ କରି କାର୍ଯ୍ୟ କଲେ । ଆହା ! ଭକ୍ତିର କି ଅପାର ମହିଁମା । ଜୀବରେ ଏ ଶକ୍ତି ଅନ୍ତର୍ନିହତ ଥାଉଁ ଥାଉଁ, ଆମ୍ଭେମାନେ ତାହା ଅନ୍ଵେଷଣ ନ କରି , ସେ ଅସୀମ ଶକ୍ତିକୁ ଜାଗରିତ ନ କରି, ଚିର ନିଦ୍ରାରେ ଅଭିଭୁତ ହୋଇ ରହିଅଛି , ଏହାଠାରୁ ଅଧିକ ଶୋଚନୀୟ ବିଷୟ ଆଉ କି ହୋଇପାରେ ।

 

ଭକ୍ତ ।

ଦ୍ଵିତୀୟ ପରିଚ୍ଛେଦ

ଶ୍ରୀକୃଷ୍ଣ ଚରଣାର ବିନ୍ଦରେ କାହାରି ଭକ୍ତି ଉଦୟ ହେଲେ ବିଷୟ ବାସନା ତାଙ୍କ ମନରୁ ତିରୋହିତ ହୋଇଯାଏ । ଆଲୋକ ପ୍ରବେଶରେ ଅନ୍ଧକାର ଆଉ ରହି ପାରେ ନାହିଁ । ଏହି ଅଳ୍ପଦିନ ତଳେ ପ୍ରସିଦ୍ଧ ଲାଲାବାବୁଙ୍କ କଥା ବିଶେଷ ଉଲ୍ଲେଖର ଯୋଗ୍ୟ । ଶ୍ରୀ ବୃନ୍ଦାବନରେ ଶ୍ରୀକୃଷ୍ଣଚନ୍ଦ୍ର ବିଗ୍ରହଙ୍କ ରାଜ ସେବା ଯେଉଁ ମହାତ୍ମାଙ୍କର କାର୍ଯ୍ୟ ସେ ପଥର ଭିଖାରୀ ହୋଇ ବୃକ୍ଷ - ତଳରେ ବାସ କରି ଶ୍ରୀ ବୃନ୍ଦାବନରେ ମାଧୁକରୀ ବୃତ୍ତି ଅବଲମ୍ବନ କରି ଥିଲେ ମୋର ଏହି ପାପ ଚକ୍ଷୁରେ ଏକ ମହାପୁରୁଷଙ୍କ ଦର୍ଶନ ଲାଭ ଘଟିଛି । ସେ ପ୍ରସିଦ୍ଧ ନାମ ଭାରତରେ ବିଖ୍ୟାତ । ପ୍ରାୟ ଅନେକ ସେହି ରାନୀର୍ଷିରାୟ ବନମାଳୀ ରାୟ ବାହାଦୁରଙ୍କ ନାମ ଶୁଣିଥିବେ । ସେ ମହା ସମ୍ପତ୍ତିଶାଳୀ ହୋଇ ମଧ୍ୟ କି ରୂପ ନିରଭିମାନରେ ଜୀବନ ଯାତ୍ରା ନିର୍ବାହ କରୁଥିଲେ , ଯେଉଁ ମାନେ ତାଙ୍କ ଥରେ ମାତ୍ର ଦର୍ଶନ କରିଅଛନ୍ତି, ସେମାନେ ବୁଝିଅଛନ୍ତି । ଶ୍ରୀ ରାଧାବିନୋଦଙ୍କର ସେବାହିଁ ତାଙ୍କର ଜୀବନର ସମସ୍ତ ସୁଖ ; ତଦ୍‌ ବ୍ୟତିତ ସାଂସାରିକ ମୁଖାଭିଳାଷ ତାଙ୍କୁ ସ୍ପର୍ଶ କରି ନଥିଲା । ଉତ୍କଳରେ କେନ୍ଦ୍ରାପଡ଼ାର ଭକ୍ତ ପ୍ରବର ଶ୍ରୀରାଧାଶ୍ୟାମ ନରେନ୍ଦ୍ର ଓ ତାଙ୍କର ସୁଯୋଗ୍ୟ ପୁତ୍ର ଶ୍ରୀଜଗନ୍ନାଥ ନରେନ୍ଦ୍ର ଏମାନେ ତାଙ୍କର ସମଗ୍ର ଐଶ୍ଵର୍ଯ୍ୟ ଶ୍ରୀ ରାଧା ଗୋବିନ୍ଦ ସେବାରେ ଏବଂ ବଇଷ୍ଣବ ସେବାରେ ବ୍ୟୟ କରି ଅତି ଦୀନ ଭାବରେ ଦିନ ଯାପନ କରୁଥିଲେ । କୃଷ୍ଣଭକ୍ତ ଉଦୟ ହେଲେ , ମନୁଷ୍ୟର ସେହି ଅବସ୍ଥା ଘଟି -ଥାଏ । ପ୍ରସିଦ୍ଧ ଶ୍ରୀମାନ୍‌ ରଘୁନାଥ ଦାସଙ୍କ ବିଷୟ ବାସନା ପରିତ୍ୟାଗ ସମନ୍ଧରେ ଲେଖିବାକୁ ଯାଇ ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି ।

କୃଷ୍ଣ ପାଦ ପଦ୍ମଗନ୍ଧ ଯେଇ ଜନ ପ୍ରାୟ

ବ୍ରହ୍ମଲୋକ ଆଦି ସୁଖ ତାରେ ନାହିଁ ଭାୟ

            [ଚୈଃ ଚଃ ଅନ୍ତ୍ୟ ୬ଷ୍ଠ]

 

ପୂର୍ବ ପରିଚ୍ଛେଦରେ ଏହି ଗୋସ୍ଵାମୀଙ୍କର କିଛି ପରିଚୟ ଦେଇ-ଥିବାରୁ ପୁନର୍ବାର ଏଠାରେ ଆଉ ବିଶେଷ ଉଲ୍ଲେଖ କଲି ନାହିଁ । ଭକ୍ତ ସତତ କୃଷ୍ଣପ୍ରେମରେ ବିହ୍ଵଳ, ଭକ୍ତି ଚରିତ ବୁଝିବା ସହଜ ନୁହେଁ । ସାଧାରଣ ଚକ୍ଷୁରେ ଭକ୍ତ ଏକ ପ୍ରକାର ପାଗଳ ମଧ୍ୟରେ ଗଣ୍ୟ । ତାହାଙ୍କର କ୍ରିୟା , ଭାବ ଓ ମୁଦ୍ରା , ବିଜ୍ଞ ମଧ୍ୟ ବୁଝି ପାରନ୍ତି ନାହିଁ । ତେଣୁ ଶ୍ରୀଲ କୃଷ୍ଣ ଦାସ କବିରାଜ କହିଅଛନ୍ତି, ସ୍ଵୟଂ ଭଗବାନ ଭକ୍ତିଭାବ ସମ୍ୟକ୍‌ ଉପଡଲବ୍ଧି କରି ନ ପାରି ଭକ୍ତି ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଯଥା –

 

      ଭକ୍ତେର ପ୍ରେମବିକାର ଦେଖି କୃଷ୍ଣର ଚମତ୍କାର

      କୃଷ୍ଣ ଯାର ନା ପାୟ ଅନ୍ତ, କେବା ଛାର ଆର ।

      ଭକ୍ତ ପ୍ରେମର ଯତ ଦଶା ଯେ ଗତି ପ୍ରକାର

      ଯତ ଦୁଃଖ ଯତ ସୁଖ ଯତକେ ବିକାର ।

 

      କୃଷ୍ଣ ତାହା ସମ୍ୟକ୍‌ ନା ପାରି ଜାନିତେ

      ଭକ୍ତିଭାବ ଅଙ୍ଗୀକାର ତାହା ଆସ୍ପାଦିତେ ।

                        (ଚୈଃ ଚଃ ଅନ୍ତ୍ୟ ୧୮ଶ)

 

ଇଦୃଶ୍ୟ ସ୍ଵଭାବପନ୍ନ ଯେ ଭକ୍ତି, ସେମାନେ ଯେ କେବଳ ଉଚ୍ଚ – କୂଳରେ ଜନ୍ମ ଗ୍ରହଣ କରି ଥାଆନ୍ତି ଏମନ୍ତ ନୁହେଁ । କି ଉଚ୍ଚକୁଳ, କି ନୀଚକୁଳ, କି ଧନୀ କି ନିର୍ଦ୍ଧନୀ ପବିତ୍ର ଭକ୍ତିଦୃଷ୍ଟିଗୋଚର ହୁଅନ୍ତି । ଶ୍ରୀଲ ସନାତନ ଗୋସ୍ଵାମୀ ବ୍ରାହ୍ମଣ କୁଳରେ ଜାତ ହୋଇ ସୁଦ୍ଧା ଆପଣାକୁ ସତତ ଘୃଣ୍ୟ ଓ ଅସ୍ପୃଶ୍ୟ ମନେ କରୁଥିଲେ ଏବଂ ସେହି ଦୀନତାର ବଶବର୍ତ୍ତୀ ହୋଇ ଏକ ସମୟରେ ସେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆସି ଶ୍ରୀ ଜଗନ୍ନାଥଙ୍କ ରଥଚକ୍ର ତଳେ ପ୍ରାଣ ବିସର୍ଜନ କରିବାର ସଂକଳ୍ପ କରିଥିଲେ । ଅନ୍ତର୍ଯ୍ୟାମୀ ମହାପ୍ରଭୁ ତାଙ୍କର ସେ ଅଭିପ୍ରାୟ ବୁଝିପାରି ତାଙ୍କୁ ଉକ୍ତ କଦର୍ଯ୍ୟ ବାସନା ପରିତ୍ୟାଗ କରିବାକୁ ଉପଦେଶ ଦେଇ କହିଥିଲେ “ସନାତନ ,ନୀଚଜାତି କୃଷ୍ଣ ଉଚ୍ଚ- ନର ଅଯୋଗ୍ୟ ନୁହେ ଏବଂ ସତ୍‌କୁଳ ବିପ୍ର କେବଳ ସତ୍‌କୁଳରେ ଜନ୍ମ ହେତୁ ସେ ଭଜନାଧିକାରୀ ହୁଅନ୍ତି ଏରୂପ ମନେ କର ନାହିଁ । ଯେ କୃଷ୍ଣ ଭଜନକରେ ସେ ପ୍ରକୃତ ବଡ଼ ଓ ଯେ ଭଜନ ନ କରେ ସେ ଧନୀ ଓ ଜାତିଶ୍ରେଷ୍ଠ ହେଲେ ମଧ୍ୟ ହୀନ” । ଯଥାଃ-

 

      ନୀଚ ଜାତି ନୁହେ କୃଷ୍ଣ ଭଜନେ ଅଯୋଗ୍ୟ

      ସତ୍‌କୁଳ ବିପ୍ର ନହେ ଭଜନରେ ଯୋଗ୍ୟ ।

      ଯେଇ ଭଜେ ସେଇ ବଡ, ଅଭକ୍ତ ହୀନ ଛାର

      କୃଷ୍ଣ ଭଜନେ ନାହିଁ ଜାତି କୁଲାଦି ବିଚାର ।

 

            ଦୀନେରେ ଅଧିକ ଦୟା , କରେ ଭଗବାନ

      କୁଳିନ ପଣ୍ଡିତ ଧନୀର ବଡ଼ ଅଭିମାନ ।

                        (ଚୈଃ ଚଃ ଅନ୍ତ୍ୟ ୪ର୍ଥ )

 

ଏହି ଯେ ଭକ୍ତ ଏମାନେ ପ୍ରଧାନତଃ କନିଷ୍ଠ, ମଧ୍ୟମ ଓ ଉତ୍ତମ ତିନି ଶ୍ରେଣୀରେ ବିଭକ୍ତ । ଭକ୍ତି ପ୍ରବର୍ତ୍ତକ ମହାପ୍ରଭୁ ସ୍ଵୟଂ ଏହି ବିଭାଗ କଥା ଶ୍ରୀ ସନାତନଙ୍କୁ କାଶୀଧାମରେ ଭକ୍ତିର ସାଧନତତ୍ତ୍ଵ ଶିକ୍ଷା ଦେବା କାଳରେ କହି- ଥିଲେ । ଯଥାଃ-

 

      ଶ୍ରଦ୍ଧାବାନ୍‌ ଜନ ହୟ ଭକ୍ତି ଅଧିକାରୀ

      ଉତ୍ତମ, ମଧ୍ୟମ, କନିଷ୍ଠ ଶ୍ରଦ୍ଧା ଅନୁସାରି ।

                  (ଚୈଃ ଚଃ ମଧ୍ୟ ୨୨ଶ ଅ ।)

 

ସେଥିମଧ୍ୟରେ ଭକ୍ତି ବିଷୟରେ ଯାହାର କୋମଳ ଶ୍ରଦ୍ଧା ଜାତ ହୋଇଅଛି ସେ କନିଷ୍ଠ । ଯଥାଃ-

      ଯାହାର କୋମଳ ଶ୍ରଦ୍ଧା ସେ କନିଷ୍ଠ ଜନ ।

                        (ଚୈଃ ଚଃ ମଧ୍ୟ ୨୨ଶ ଅ )

 

ଭକ୍ତି ଉଦୟ ହେଲେ ଲୋକର କୃଷ୍ଣ କଥା ଶୁଣିବାର ରୁଚି ଜାତ ହୁଏ । ଯାହାର ଏମନ୍ତ ରୁଚି ଜନ୍ମେ ସେ ନିଶ୍ଚୟ ଭାଗ୍ୟବାନ୍‌ । ଅଳ୍ପ ଭାଗ୍ୟରେ କଥା ଶ୍ରବଣରେ ରୁଚି ଜନ୍ମେ ନାହିଁ । ଯଥାଃ-

      ଯାର କୃଷ୍ଣ କଥାୟ ରୁଚି ସେଇ ଭାଗ୍ୟବାନ୍‌ ।

                        ( ଚୈଃ ଚଃ ଅନ୍ତ୍ୟ ୫ମ ଅ )

 

ଏ ଉକ୍ତି ସ୍ଵୟଂ ମହାପ୍ରଭୁ ବ୍ୟବହାର କରି ଅଛନ୍ତି । ଏହି ପ୍ରକାର ରୁଚି ଜାତ ମାତ୍ର ମନୁଷ୍ୟ କନିଷ୍ଠ ଭକ୍ତି ମଧ୍ୟରେ ପରିଗଣିତ ହୁଏ । ଯେଉଁ ଭକ୍ତମାନେ ଶାସ୍ତ୍ର ଯୁକ୍ତିରେ ନିପୁଣ ନୁହଁନ୍ତି ଅଥଚ କୃଷ୍ଣ ଓ ବୈଷ୍ଣବରେ ଦୃଢ଼ ବିଶ୍ଵାସ କରନ୍ତି ସେମାନେ ମଧ୍ୟମ ଶ୍ରେଣୀର ଭକ୍ତ ବୋଲି ପରିଗଣିତ ।

 

ଯଥାଃ-            ଶାସ୍ତ୍ରଯୁକ୍ତ ନାହିଁ ଜାନେ ଦୃଢ଼ ଶ୍ରଦ୍ଧାବାନ୍‌

      ମଧ୍ୟମ ଅଧିକାରୀ ସେଓ ମହା ଭାଗ୍ୟବାନ୍‌ ।

                        (ଚୈଃ ଚଃ ମଧ୍ୟ ୨୨ଶ ଅ )

 

ମହାପ୍ରଭୁ ଏହି ମଧ୍ୟମ ଶ୍ରେଣୀ ଭକ୍ତିକୁ ମହାଭାଗ୍ୟବାନ କହୁଅଛନ୍ତି । ପ୍ରକୃତରେ ଏମାନେ ମହାବାଗ୍ୟବାନ୍‌ ଯେହେତୁ ଏମାନଙ୍କର ଦୃଢ଼ ଶ୍ରଦ୍ଧା ଜାତ ହୋଇଅଛି । ଏ ସୌଭାଗ୍ୟ ଅତି ଅଳ୍ପ ଲୋକଙ୍କର ଘଟିଥାଏ । ଯେଉଁ ଭକ୍ତଗଣ ଶାସ୍ତ୍ରାଜ୍ଞ, ଏବଂ କୃଷ୍ଣ ବୈଷ୍ଣବଙ୍କଠାରେ ଯେଉଁମାନଙ୍କର ସୁଦୃଢ଼ ପ୍ରଶ୍ଵାସ ସେମାନେ ଉତ୍ତମ ଭକ୍ତ ମଧ୍ୟରେ ପରିଗଣିତ । ଯଥାଃ

 

      ଶାସ୍ତ୍ରଯୁକ୍ତ ସୁନିପୁଣ ଦୃଢ଼ଶ୍ରଦ୍ଧା ଯାଇ

      ଉତ୍ତମ ଅଧିକାରୀ ତହିଁ ତାରୟେ ସଂସାର ।

                        (ଚୈଃ ଚଃ ମଧ୍ୟ ୨୨ଶ ଅ )

 

ଅଧିକନ୍ତୁ ଏମାନେତ କୃଷ୍ଣପ୍ରେମ ଲାଭକରି ନିତ୍ୟଧାମକୁ ଯାଆନ୍ତି । ଏମାନେ ପୁଣି ସଂସାର ଉଦ୍ଧାର କରନ୍ତି । କୁଳୀନ ଗ୍ରାମବାସୀ ଶ୍ରୀଲ ସତ୍ୟ- ରାଜଖାନ୍‌ ଶ୍ରୀ ପରୁଷୋତ୍ତମରେ ମହାପ୍ରଭୁଙ୍କୁ ପଚାରିଲେ, “ପ୍ରଭୋ ! ଆପଣତ ବୈଷ୍ଣବ ସେବାରେ ଉପଦେଶ ଦେଉ ଅଛନ୍ତି । ଆମ୍ଭେମାନେ ଅଧମ –ଜନ , ବୈଷ୍ଣବ ଚିହ୍ନିବୁଁ କିପରି । କୃପାକରି ବୈଷ୍ଣବର ସାମାନ୍ୟ ଲକ୍ଷଣ ଆମ୍ଭମାନଙ୍କୁ ଶ୍ରୀମୁଖରେ ଆଜ୍ଞା କରନ୍ତୁ “। ମହାପ୍ରଭୁ ଜାଣନ୍ତି ସତ୍ୟରାଜ ଓ ରାମାନନ୍ଦ ଏମାନେ ଉତ୍ତମ ଅଧିକାରୀ ଓ ବୈଷ୍ଣବର ଲକ୍ଷଣ ଏମାନଙ୍କୁ ଉତ୍ତମରୂପେ ଜଣା । ଜାଣି ସୁଦ୍ଧା ଯଦି ମୋ ମୁଖରୁ ଶୁଣିବା ପାଇଁ ଏମାନେ ପଚାରୁଅଛନ୍ତି ତେବେ ଏମାନଙ୍କୁ କହେ । ଏହା ଭାବେ ମହାପ୍ରଭୁ ଈଷତ୍‌ ହାସ୍ୟ ପୂର୍ବକ ସଂକ୍ଷପରେ କହିଲେ “ଯେଉଁଜନ ଥରେ ମାତ୍ର କୃଷ୍ଣନାମ କୀର୍ତ୍ତନ କରନ୍ତି ସେ ବୈଷ୍ଣବ । ତାହାଙ୍କର ପଦସେବା କରିବା ଉଚିତ ।

ଯଥାଃ-            ପ୍ରଭୁ କହେ ଯାରମୁଖେ ଶୁନି ଏକବାର

      କୃଷ୍ଣନାମ ସେଇ ପୂଜ୍ୟ ଶ୍ରେଷ୍ଠ ସବାକାର ।

      ଏକ କୃଷ୍ଣ ନାମେ କରେ ସର୍ବ ପାପକ୍ଷୟ

      ନବବିଧ ଭକ୍ତିପୂର୍ଣ୍ଣ ନାମ ହୈତେ ହୟ ।

 

      ଦୀକ୍ଷା ପୁରାଶ୍ଵର୍ଯ୍ୟା ବିଧି ଅପେକ୍ଷା ନା କରେ

      ଜିହ୍ଵାସ୍ପର୍ଶେ ଅଚାଣ୍ଡାଳେ ସବାରେ ଉଦ୍ଧାରେ ।

      ଆନୁସଙ୍ଗ ଫଳକରେ ସଂସାରରେ କ୍ଷୟ

      ଚିତ୍ତ ଆକର୍ଷିୟା କରେ କୃଷ୍ଣ ପ୍ରମୋଦୟ ।

 

      ଅତଏବ ଯାର ମୁଖେ ଏକ କୃଷ୍ଣ ନାମ

      ସେଇତ ବୈଷ୍ଣବ ତାର କୀରିହ ସମ୍ମାନ ।

                        (ଚୈଃ ଚଃ ମଧ୍ୟ ୧୪ଶ ଅ )

ଏ ମହାପ୍ରଭୁଙ୍କର ଶ୍ରୀମୁଖର ଉକ୍ତି । ଏଥିରେ ମର୍ମ୍ମ ଗ୍ରହଣରେ ଅସମର୍ଥ ହୋଇ ନାନାରୂପ ତର୍କ ଉଠାଇଲା ଆମ୍ଭମାନଙ୍କର ଅନୁଚିତ । ବିଶ୍ଵାସ ପୂର୍ବକ ଶ୍ରୀମାନ୍‌ ମହାପ୍ରଭୁଙ୍କର ଚରଣ ଚିନ୍ତା କଲେ, ଏଚହାର ପ୍ରକୃତି ମର୍ମ୍ମ ହୃଦୟରେ ଅବଶ୍ୟ ସ୍ଫୁର୍ତ୍ତି ପାଇବ ।

 

କୂଳୀନ ଗ୍ରାମବାସୀ ସତ୍ୟରାଜ ଖାନ ତତ୍‌ପରବର୍ଷ ମହାପ୍ରଭୁଙ୍କଠାରୁ ଶ୍ରୀ ପୁରୁଷୋତ୍ତମଙ୍କୁ ବିଦାୟକାଳରେ ପୁନର୍ବାର ମହାପ୍ରଭୁଙ୍କ ପଚାରିଥିଲେ, “ପ୍ରଭୋ ! ମୋର କି କର୍ତ୍ତବ୍ୟ, ଶ୍ରୀମୁଖରେ ଆଜ୍ଞା କରନ୍ତୁ ।“ ମହାପ୍ରଭୁ କହିଲେ, “ ତୁମ୍ଭେ ବୈଷ୍ଣବର ସେବା କର ଏବଂ ହରିନାମ ସଂକୀର୍ତ୍ତନ କର । ଶ୍ରୀକୃଷ୍ଣ ଚରଣାବିନ୍ଦ ଅଚିରେ ଲାଭ କରିବ “ । ସେଥିରେ ସେ ପଚାରିଲେ, ମୁଁ ବୈଷ୍ଣବ ଚିହ୍ନିବି କିପରି ?” ଯେତେବେଳେ ମହାପ୍ରଭୁ ଈଷତ୍‌ ହାସ୍ୟ ପୂର୍ବକ କହିଲେ, “ଯେଉଁ ବ୍ୟକ୍ତି ନିରନ୍ତର କୃଷ୍ଣ ନାମ ମୁଖରେ କୀର୍ତ୍ତନ କରେ ସେ ବୈଷ୍ଣବ । ତାହାଙ୍କର ଚରଣ ସେବା କର ।“ ଏ ଦ୍ଵିତୀୟ ବର୍ଷର ଉତ୍ତର ।

 

ଯଥା-       କୃଷ୍ଣ ନାମ ନିରନ୍ତର ଯାହାର ବଦନେ,

      ସେ ବୈଷ୍ଣବଶ୍ରେଷ୍ଠ ଭଚ୍ଚ ତାହାର ଚରଣେ ।

                  [ଚୈଃ ଚଃ ମଧ୍ୟ ୧୬ପରି ]

 

ଏଥିରୁ ବୋଧ ହୋଉଅଛି ପ୍ରଥମବର୍ଷ ମହାପ୍ରଭୁ କନିଷ୍ଟ ଅଧିକାରୀ ବୈଷ୍ଣବଙ୍କର ଲକ୍ଷଣ ବ୍ୟକ୍ତ କରିଥିଲେ । ଏଥର ମଧ୍ୟମ ଅଧିକାରୀଙ୍କୁ ଲକ୍ଷ୍ୟ କରି ବୁଝାଇଲେ । ତତ୍‌ପରବର୍ଷ ସତ୍ୟରାଜଖାନ୍‌ ପୁନର୍ବାର ସେହିରୂପ ପ୍ରଶ୍ନ କରନ୍ତେ, ମହାପ୍ରଭୁ ଉତ୍ତମଅଧିକାରୀ ବୈଷ୍ଣବଙ୍କୁ ଲକ୍ଷ୍ୟକରି କହିଲେ, “ଯାହାଙ୍କୁ ଦର୍ଶନ କଲେ ଅପରମୁଖରେ କୃଷ୍ଣନାମ ଆସେ ତାହାଙ୍କୁ ଉତ୍ତମ ଅଧିକାରୀ ଜାଣିବା” । ଯଥାଃ-

 

ଯହାଁର ଦର୍ଶନେ ମୁଖେ ଆଇସେ କୃଷ୍ଣନାମ

ତଁ ହାରେ ଜାନିତୁ ତୁମି ବୈଷ୍ଣବ ପ୍ରଧାନ ।

                  (ଚୈଃ ଚଃ ମଧ୍ୟ ୧୬ପରି )

ଏହାକହି ମହାପ୍ରଭୁ ତାଙ୍କୁ କନିଷ୍ଠ, ମଧ୍ୟମ ଓ ଉତ୍ତମ ବୈଷ୍ଣବ-ମାନଙ୍କର ଲକ୍ଷଣ ଉତ୍ତମରୂପେ ବୁଝାଇ ଦେଲେ।

ଉତ୍ତମଭକ୍ତଙ୍କର ଲକ୍ଷଣ ଶ୍ରୀଚୈତନ୍ୟ ଚରିତାମୃତାଦିରେ ଅନେକ- ସ୍ଥଘଳରେ ବର୍ଣ୍ଣିତ ହୋଇଅଛି । ସେଥିମଧ୍ୟରୁ କେତେକ ନିମ୍ନରେ ଉଦ୍ଧୃତ କଲି, ଉତ୍ତମ ଭକ୍ତଗଣ ଅଭିମାନ ଶୂନ୍ୟ ।ସେମାନେ ଭକ୍ତବଳରେ ଜଗତ ଶୋଧନ କରିବାକୁ ଶକ୍ତି ଧାରଣ କଲେ ହେଁ ଆପଣାକୁ ସର୍ବଦା ଅତି ତୁଚ୍ଛ ଜ୍ଞାନ କରନ୍ତି । ଶ୍ରୀକୃଷ୍ଣଙ୍କ ଅପାରଶକ୍ତି ଅନୁଭବକରି ନିଜଶକ୍ତି ସେମାନଙ୍କୁ ଯତ୍‌ ସାମାନ୍ୟ ବୋଧହୁଏ । ଯଥାଃ-

      ସର୍ବୋତ୍ତମ ଆପନାକେ ହୀନ କରି ମାନେ ।

                        [ଚୈଃ ଚଃ ମଧ୍ୟ ୨୩ଶ ଅ]

ଏବଂ କୃପାସାଗର କୃଷ୍ଣ ଯେ ନିଶ୍ଚୟ କୃପା କରିବେ ଏରୂପ ଦୃଢ଼ ପ୍ରତ୍ୟେୟ ତାଙ୍କ ମନରେ ଆମ ଉଦିତ ହୁଏ । ଯଥା-

             କୃଷ୍ଣ କୃପା କରିବେନ୍‌ ଦୃଢ଼ କରିମାନେ ।

                              [ଚୈଃ ଚଃ ମଧ୍ୟ ୨୩ଶ ଅ ]

 

ମହାପ୍ରଭୁ ଶ୍ରୀମାନ୍‌ ସ୍ଵରୂପ ଓ ଶ୍ରୀ ରାୟ ରାମାନନ୍ଦଙ୍କୁ ସମ୍ବୋଧନ ପୂର୍ବକ ପଳାପଛରେ ଉତ୍ତମ ଲକ୍ଷଣ କିପରି ସୁନ୍ଦର ଭାବରେ ବୁଝାଇ ଅଛନ୍ତି ତାହା ଶ୍ରୀ କବିରାଜଙ୍କ ସରଳ ହୃଦୟସ୍ପର୍ଶୀ କବିତାରେ ଦେଖାଯାଉ ।

      ଉତ୍ତମ ହୟାଁ ଆପନାନେ ମାନେ ତୃଣାଧମ

      ଦୁଇପ୍ରକାର ସହିଷ୍ଣୁତା କରେ ବୃକ୍ଷ ସମ ।

      ବୃକ୍ଷ ଯେନ କାଟିଲେ ଓ କିଛୁ ନା ବୋଲୟ

ଶୁକାଇୟା ମୈଲେ କାରେ ପାଣି ନା ମାଗୟ ।

 

ଯେଇ ଯେ ମାଗୟ ତାରେ ଦେୟ ଆପନ ଧନ

ଘର୍ମ୍ମ ବୃଷ୍ଟି ସହି ଅନେର କର ଯେ ରକ୍ଷଣ ।

ଉତ୍ତମ ହଞ୍ଚା ବୈଷ୍ଣବ ହବେ ନିରଭିମାନ

ଜୀବେ ସମ୍ମାନ ଦିବେ ଜାନି କୃଷ୍ଣ ଅଧିଷ୍ଟାନ ।

 

ଏଇମତ ହଞ୍ଜା ଯେଇ କୃଷ୍ଣ ନାମ ଲୟ

ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଉପଜୟ ।

      [ଚୈଃ ଚଃ ଅନ୍ତ୍ୟ ୨୦ଶ ]

 

କୃଷ୍ଣ ଭକ୍ତ ସେବାମୁଖରେ ସତତ ନିମଗ୍ନ । ସେହି ସେବାରୁ ସେ ପୂର୍ଣ୍ଣା-ନନ୍ଦ ହଲାଭ କରନ୍ତି । କେତେବେଳେ ବିଗ୍ରହ ସେବା କରୁଅଛନ୍ତି, କେତେ-ବେଳେ ମାନସିକରେ ଶ୍ରୀବୃନ୍ଦାବନରେ ଥାଇ ଶ୍ରୀ ରାଧାଗୋବିନ୍ଦଙ୍କ ସେବା କରିଅଛନ୍ତି । ସେବାସୁଖରେ ନିଜକୁ ଭୁଲି ଯାଇଅଛନ୍ତି । ଅତଏବ ସାଂସାରିକ ସୁଖ ଦୁଃଖ ତାଙ୍କର ଆଉ କେଉଁଆଡୁ ଆସିବ । ସୁଖ ଦୁଃଖେତ ମନର କଥା ।ସଂସାରରେ ଶତ ଶତ ଦୁଃଖ ଆସିଲେ ହିଁ ସେଥିରେ ତାଙ୍କର ଭୂକ୍ଷେପ ନାହିଁ । ଠାକୁର ଶ୍ରୀ ହରିଦାସଙ୍କୁ ଯବନଗଣ ବାଇସ ବଜାରରେ ବୁଲାଇ ନିର୍ଘାତ ପ୍ରହାର କରୁଅଛନ୍ତି । କିନ୍ତୁ ସେ ପ୍ରେମାନନ୍ଦରେ ବିହ୍ଵଳ ହୋଇ ହସୁଛନ୍ତି । ଦୁଃଖ ତାଙ୍କୁ ସ୍ପର୍ଶ କରିବ କାହିଁକି ?

 

ଭକ୍ତ କୃଷ୍ଣଙ୍କ ପାଦପଦ୍ମରେ ଆପଣାକୁ ବିକ୍ରୟ କରିଅଛନ୍ତି ଅତଏବ ସେବାଛଡା ତାଙ୍କର ଅନ୍ୟକିଛି ବାସନା ନାହିଁ । କିପ୍ରକାର ସେହି ଦାସ- ରୂପରେ ନିଜ ସେବା ସୁଚାରୁରୂପେ ସମ୍ପାଦନ କରିବେ ଏହି ଏକମାତ୍ର ବାଞ୍ଛା । ଏତଦ୍‌ବ୍ୟତିତ ଆଉ କିଛି ବାଞ୍ଛା ତାଙ୍କର ନାହିଁ । ଏଣୁ ମହାପ୍ରଭୁ ସନାତନଙ୍କୁ ଶିକ୍ଷା ଦେବା କାଳରେ ନିଜେ ଶ୍ରୀମୁଖରେ କହିଅଛନ୍ତି –

      କୃଷ୍ଣଭକ୍ତ ଦୁଃଖହୀନ ବାଞ୍ଛାନ୍ତର ହୀନ

      କୃଷ୍ଣପ୍ରେମ ସେବା ପୂର୍ଣ୍ଣାନନ୍ଦ ପ୍ରବୀଣ ।

                  [ଚୈଃ ଚଃ ମଧ୍ୟ ୨୪ଶ ଅ]

 

ଉଚ୍ଚ ଭକ୍ତ ନିଜ ସୁଖ ଭୋଗ ବାସନା ପାଇଁ ଶ୍ରୀକୃଷ୍ଣଙ୍କୁ ଭଜନ କରନ୍ତି ନାହିଁ । କେବଳ ଶ୍ରୀକୃଷ୍ଣ ସେବା ନିମିତ ଶ୍ରୀକୃଷ୍ଣଙ୍କୁ ଈଭଜନ କରନ୍ତି । ନିଜର ସୁଖ ଦୁଃଖକୁ କର୍ମଜନୀତ ମଣି ସେଥିରେ ଆନନ୍ଦିତ କିମ୍ବା ଉଦ୍ଗିଗ୍ନ ହୁଅନ୍ତି ନାହିଁ ।

 

ଶ୍ରୀ ବାଣୀନାଥ ପଟ୍ଟନାୟକଙ୍କୁ ବଡ଼ ଯେନା ବାନ୍ଧି ନେଇ ଯାଉଅଛନ୍ତି କିନ୍ତୁ ଏହି ବିଷମ ସଂକଟ କାଳରେ ସୁଦ୍ଧା ତାଙ୍କର ଚିତ୍ତ ଦଣ୍ଡକ ପାଇଁ ଉଦ୍‌-ବିଗ୍ନ ହୋଇ ନ ଥିଲା । ସେ ଗୋରଚନ୍ଦ୍ରଙ୍କ ଅଭୟ ପାଦପଦ୍ମ ସ୍ମରଣ ପୂର୍ବକ ହରି ନାମ ଗ୍ରହଣ କରି ସଂଖ୍ୟା ଲାଗି ନିଜ ଅଙ୍ଗରେ ଗାର କାଟୁଥିଲେ ଓ ବନ୍ଧା ହୋଇ ନୀତି ହେବା କାଳରେ ମଧ୍ୟ ଆନନ୍ଦରେ ହରି ନାମ ସ୍ମରଣ କରୁଥିଲେ । ଶ୍ରୀ କାଶୀମିଶ୍ର ମହାପ୍ରଭୁଙ୍କୁ ଏହି ବାଣୀନାଥ ଓ ତାଙ୍କ ଭ୍ରାତା ଗୋପୀନାଥ ପଟ୍ଟନାୟକଙ୍କ ବିଷୟ କହିବା କାଳରେ କହିଅଛନ୍ତି ।

 

ସେହି ଶୁଦ୍ଧଭକ୍ତ ତୋମାଭଜେ ତୋମାଲାଗି

ଆପନାର ସୁଖ ଦୁଃଖ ହୟ ଭୋଗ ଭୋଗୀ ।

            (ଚୈଃ ଚଃ ଅନ୍ତ୍ୟ ୯ମ ପଃ)

 

ଉତ୍ତମ ଭକ୍ତଗଣ ଏକ ମୁହୂର୍ତ୍ତ ସୁଧା ବୃଥାରେ କଟାନ୍ତି ନାହିଁ । ଦିବା-ନିଶି ଅଷ୍ଟପ୍ରହର ସେମାନଙ୍କର କୃଷ୍ଣ ଚିନ୍ତା ଓ କୃଷ୍ଣ ସେବା , ଅନ୍ୟ ବିଷୟକୁ ମନ ଦେବାକୁ ସେମାନଙ୍କର ତିଳମାତ୍ର ଅବସର ନ ଥାଏ । ଶ୍ରୀଲ ରଘୁନାଥ ଭଟ୍ଟଙ୍କ ସମ୍ବନ୍ଧରେ ଶ୍ରୀ କବିରାଜ ଗୋସ୍ଵାମୀ ଲେଖିଛନ୍ତି-

 

      ଗ୍ରାମ୍ୟବାର୍ତ୍ତା ନା ଶୁନେନ୍‌, ନା କହେନ ହିହ୍ଵାୟ

      କୃଷ୍ଣକଥା ପୂଜା ଦିତେ ଅଷ୍ଟ ପ୍ରହର ଯାଏ ।

                  (ଚୈଃ ଚଃ ଅନ୍ତ୍ୟ ୧୩ଶ ପଃ)

 

ଶ୍ରୀଲ ରଘୁନାଥ ଗୋସ୍ଵାମୀଙ୍କର ମଧ୍ୟ ଭଜନ ସମ୍ବନ୍ଧରେ ସେହି ରୀତି । ଶ୍ରୀଲ କବିରାଜଙ୍କ ସୁମଧୁର ଭାଷାରେ ପାଠନେ ଶ୍ରବଣ କରନ୍ତୁ ।

 

      ସହସ୍ର ଦଣ୍ଡବତ କରେ ଲୟେ ଲକ୍ଷ ନାମ

      ସହସ୍ର ବୈଷ୍ଣବେ ନିତ୍ୟ କରେନ ପ୍ରଣାମ ।

            ରାତ୍ରୀଦିନେ ରାଧାକୃଷ୍ଣେର ମାନସେ ସେବନ

            ପ୍ରହରେକ ମହାପ୍ରଭୁର ଚରିତ୍ର କଥନ ।

            

ତିନ୍‌ ସନ୍ଧ୍ୟା ରାଧାକୁଣ୍ଡେ ଆପତିତ ସ୍ନାନ

            ବ୍ରଜବାସୀ ବୈଷ୍ଣବେରେ ଆଲିଙ୍ଗନ ମାନ ।

            ସାର୍ଦ୍ଧ ସପ୍ତ ପ୍ରହର କରେ ଭକ୍ତିର ସାଧନେ

            ଚାରିଦଣ୍ଡ ନିଦ୍ରା; ସେହି ନହେ କେତେ ଦିନ ।

                  (ଚୈଃ ଚଃ ଆଦି ୧୦ମ ଅଃ )

      

ଏହାଠାରୁ ସାଧନର କି ଅଧିକତର ପ୍ରକ୍ରିୟା, ଏ ଭୂମଣ୍ଡଳରେ ପ୍ରଦର୍ଶିତ ହୋଇପାରେ । ଆହା ! ମହାପ୍ରଭୁଙ୍କର ପାର୍ଷଦମାନେ କି ସୁନ୍ଦର ଆଦର୍ଶ ଆୟମାନଙ୍କର ମଙ୍ଗଳାର୍ଥ ରଖି ଯାଇନାହାନ୍ତି ।

ଯଦି ଉଚ୍ଚଭକ୍ତ କେହି କୌତୁକବଶତଃ ପଶା ଖେଳାଦିରେ ଯୋଗ ଦିଅନ୍ତି ତେବେ ସୁଦ୍ଧା ସେ ଖେଳାରେ ସେମାନଙ୍କର ସମୟ ବୃଥା ଅତିବାହିତ ହୁଏ ନାହିଁ । ସମୟର ମୂଲ୍ୟ ସେମାନଙ୍କୁ ଉତ୍ତମରୂପେ ଜଣା । ଅତଏବ କୌତୁକ ବଶତଃ ପଶା ଖେଳିଲେ ମଧ୍ୟ ମନ ମଧ୍ୟରେ ଶ୍ରୀ ଗୋବିନ୍ଦଙ୍କର ଗୋପୀମାନଙ୍କ ସହ ପଶା ଖେଳଦି ସ୍ମରଣ କରି ଅଷ୍ଟାକାଳ ଲୀଳା ସ୍ମରଣର ପର୍ଥକୁ ଅକ୍ଷୁର୍ଣ୍ଣ ରଖନ୍ତି ।

 

ସେଥିପାଇଁ ବୈଷ୍ଣବ ସେବୀ ପରମ ଭାଗବତ କାଳିଦାସଙ୍କ ସମ୍ବନ୍ଧରେ ଶ୍ରୀଲ କବିରାଜ ଗୋସ୍ଵାମୀ ଲେଖି ଅଛନ୍ତି ।

      କୌତୁକେତେ ତିହୋଁ, ଯଦି ପାଶକ ଖେଳୟ

      ହରେକୃଷ୍ଣ ହରେକୃଷ୍ଣ କରି ପଶକ ଚାଲୟ ।

                        (ଚୈଃ ଚଃ ଅନ୍ତ୍ୟ ୧୬ଶ ପଃ )

 

ମହାଭାଗବତଗଣ ଜଗତକୁ କୃଷ୍ଣମେୟ ଦେଖନ୍ତି । ଜଳରେ, ସ୍ଥଳରେ, ଗଛରେ, ପତ୍ରରେ, ସର୍ବତ୍ର ତାଙ୍କୁ କୃଷ୍ଣ ପ୍ରତୀୟମାନ ହୁଅନ୍ତି । ମହାପ୍ରଭୁ ଶ୍ରୀଲ ରାମାନନ୍ଦ ତାୟଙ୍କୁ ଏ ବିଷୟରେ କହିଥିଲେ ।

 

      ମହାଭାଗବତ ଦେଖେ ସ୍ଥାବର ଜଙ୍ଗମ

      ତାହାଁ ତାହାଁ ହୟ ତାର ଶ୍ରୀକୃଷ୍ଣ ସ୍ଫୁରଣ ।

      ସ୍ଥାବର ଜଙ୍ଗମ ଦେଖେ ତାର ମୂର୍ତ୍ତି

      ସର୍ବତ୍ର ହୟ ନିଜ ଇଷ୍ଟଦେବ ସ୍ଫୁର୍ତ୍ତି ।

                  (ଚୈଃ ଚଃ ମଧ୍ୟ ୮ମ ପଃ )

 

ଏଠାରେ ମହାପ୍ରଭୁ ଆତ୍ମାଗୋପନ ପାଇଁ ରାମାନନ୍ଦଙ୍କ ଠାରେ ଏ ଛଳବାକ୍ୟ ପ୍ରୟୋଗ କରିଥିଲେ ହେଁ କଥାଟା ଅତି ସତ୍ୟ । ଭକ୍ତ ହେବା ପାଇଁ ବିଦ୍ୟା ବା ଜ୍ଞାନର ଆବଶ୍ୟକ ରଖେ ନାହିଁ । ମୁର୍ଖ ହେଉ ପଛେ , କୃଷ୍ଣଗତ ପ୍ରାଣ ହେଲେ ସେ ଭକ୍ତ ମଧ୍ୟରେ ପରିଗଣିତ । ମହାପ୍ରଭୁ ଏହାର ସୁନ୍ଦର ଆଦର୍ଶ ଜୀବ ସମ୍ମୁଖରେ ଚିହ୍ନାଇ ଦେଇ ଯାଇଛନ୍ତି । ସେ ତୀର୍ଥ ଭ୍ରମଣ ଛଳରେ ଜୀବ ଉଦ୍ଧାର ପାଇଁ ଯେତେବେଳେ ଦକ୍ଷିଣ ଦେଶକୁ ଯାଇଥିଲେ ସେହି ସମୟରେ ଶ୍ରୀଶ୍ରୀରଙ୍ଗକ୍ଷେତ୍ରରେ ମହାବୈଷ୍ଣବ ଶ୍ରୀ ବେଙ୍କଟ ଭଟ୍ଟଙ୍କ ଗୃହରେ ଚାତୁର୍ମାସ୍ୟା ଅତିବାହିତ କରିଥିଲେ ।

 

ସେହି ସମୟରେ ଶ୍ରୀଶ୍ରୀରଙ୍ଗକ୍ଷେତ୍ରରେ ଏକଗୀତାଧ୍ୟାୟୀ ବୈଷ୍ଣବ ବ୍ରାହ୍ମଣଙ୍କ ଭେଟ ପାଇଲେ । ଦେଖିଲେ, ବ୍ରାହ୍ମଣ ନିବିଷ୍ଟ ମନରେ ଗୀତା ପାଠ କରୁଅଛନ୍ତି । ପଢ଼ିବା କାଳରେ ବ୍ରାହ୍ମଣ ବାହ୍ୟଜ୍ଞାନ ଶୂନ୍ୟ । ପୁଲକ, ଆଶ୍ରୁ, ସ୍ଵେଦ, କମ୍ପ ପ୍ରଭୃତି ସାତ୍ଵିକ ଭାବ ତାଙ୍କ ଅଙ୍ଗରେ ପ୍ରକାଶ ପାଉଅଛି । ତାଙ୍କର ଅଶୁଦ୍ଧ ଗୀତା ପାଠରେ ଲୋକେ ତାଙ୍କୁ ଥଟା କରି ହସୁଅଛନ୍ତି । କେହି ନିନ୍ଦା କରୁଅଛନ୍ତି, ସେଥି ପ୍ରତି ତାଙ୍କର ଲକ୍ଷ୍ୟ ନାହିଁ । ମହାପ୍ରଭୁ ତାଙ୍କର ଏହି ଅପୂର୍ବ ସାତ୍ଵିକ ଭାବ ଦର୍ଶନ କରି ପଚାରିଲେ । “ମହାତ୍ମନ୍‌ ! ଗୀତାର କି ଅର୍ଥ ବୁଝି ଆପଣଙ୍କର ଏତେ ସୁଖ ଜାତ ହେଉଅଛି । “ସେ ବ୍ରାହ୍ମଣ ବିନୀତ ଭାବରେ ଉତ୍ତର କଲେ, “ଶ୍ରୀ ପାଦ ! ମୁଁ ମୂର୍ଖ, ଶ୍ରୀମଦ୍ଭଗବତ୍‌ ଗୀତାର ଶବ୍ଦାର୍ଥ ମୋତେ ଜଣା ନାହିଁ । ଶୁଦ୍ଧ ପଢ଼ିଛି କି ଅଶୁଦ୍ଧ ପଢ଼ୁଛି ସେ ଜ୍ଞାନମଧ୍ୟ ମୋର ନାହିଁ । କେବଳ ଶ୍ରୀଗୁରୁଆଜ୍ଞା ଶିରୋଧାର୍ଯ୍ୟ କରି ଗୀତା ପଠନ କରୁଅଛି । ମୁଁ ପାଠକାଳରେ ଦେଖିବାକୁ ପାଏ ନବଜଳଧର କାନ୍ତି ଶ୍ୟାମ-ସୁନ୍ଦର ବୀର ଚୂଡ଼ାମଣି ଅର୍ଜ୍ଜୁନଙ୍କ ରଥରେ ସାରଥି ହୋଇ ବସିଅଛନ୍ତି, ଏବଂ ତାଙ୍କୁ ହିତ ଉପଦେଶ ପ୍ରଦାନ କରୁଅଛନ୍ତି । ଏହା ଦେଖି ମୋର ଅପାର ଆନନ୍ଦ ଜାତ ହୁଏ, ଯେତେବେଳେ ଯାଏ ମୁଁ ଗୀତା ପାଠ କରେଁ, ତେତେବେଳ ଯାଏ ମୁଁ ଏହା ଦେଖିବାକୁ ପାଏ । “ମହାପ୍ରଭୁ ତାଙ୍କ ମୁଖରୁ ଏହାଶୁଣି ଅପାର ପ୍ରୀତି ଲାଭକରି ତାଙ୍କୁ ଆଲିଙ୍ଗନ ପ୍ରଦାନ କଲେ ଏବଂ କହିଲେ “ବିପ୍ରବର ! ଗୀତା ପାଠରେ ତୁମ୍ଭରହି ପ୍ରକୃତ ଅଧିକାରୀ । ତୁମ୍ଭେ ହିଁ ଗୀତାର ସାର ଅର୍ଥ ଜାଣ । ଯେଉଁମାନେ ପଣ୍ଡିତାଭିମାନରେ ଗୀତା ପାଠ କରନ୍ତି ସେମାନେ ଗୀତାର ପ୍ରକୃତ ମର୍ମ ଗ୍ରହଣ କରି ପାରନ୍ତି ନାହିଁ ।“ ଯଥାଃ-

 

      ବିପ୍ର କହେ ମୂର୍ଖ ଆମି ଶବ୍ଦାର୍ଥ ନା ଜାନି

      ଶୁଦ୍ଧାଶୁଦ୍ଧ ଗୀତା ପଢ଼ି ଗୁରୁ ଆଜ୍ଞା ମାନି ।

      ଅର୍ଜୁନେର ରଥେ କୃଷ୍ଣ ହୟ ରଜ୍ଜୁଧର

      ବସିଆଛେ ହାତେ ତୋତ୍ର ଶ୍ୟାମଲ ସୁନ୍ଦର ।

 

      ଅର୍ଜୁନେରେ କହିତେଛେନ ହିତ ଉପଦେଶ

      ତାରେ ଦେଖି ହୟ ମୋର ଆନନ୍ଦ ଆବେଶ ।

      ଯାବତ ପଢ଼େ । ତାବତ ପାଓଁ ତାର ଦରଶନ

      ଏଇ ଲାଗି ଗୀତା ପାଠେ ନା ଛାଡେ ମୋର ମନ

 

      ପ୍ରଭୁ କହେ, “ଗୀତା ପାଠେ ତୋମାରଇ ଅଧିକାର

      ତୁମି ସେ ଜାନହ ଏଇ ଗୀତାର ଅର୍ଥ ସାର” ।

                        (ଚୈଃ ଚଃ ମଧ୍ୟ ୯ମ ପଃ )

 

ଉତ୍ତମଭକ୍ତମାନଙ୍କର ନିଜ ଦୁଃଖ ପ୍ରତି ଭୂକ୍ଷେ୍ପ ତ ନ ଥାଏ କିନ୍ତୁ ସେମାନେ ସତତ ପରଦୁଃଖରେ କାତର । ପର ଦୁଃଖ ଦେଖୀଲେ ସେମାନଙ୍କ ଅନ୍ତରାତ୍ମା କାତର ହୋଇ ଉଠେ । ସେମାନେ ପର ପାଇଁ ସତତ ବ୍ୟଥିତ ହୋଇ ଭଗବାନଙ୍କ ଆରାଧନା କରନ୍ତି ଓ ଭଗବାନଙ୍କଠାରେ ସେମାନଙ୍କର ମଙ୍ଗଳ ପ୍ରାର୍ଥନା କରନ୍ତି । ମହାତ୍ମାମାନଙ୍କର ପର ଦୁଃଖ କତରତା ପ୍ରଧାନ ଚିହ୍ନ । ଏହି ନିମିତ୍ତ ଶ୍ରୀଅଦୈତ ଚନ୍ଦ୍ର, ଊନବିଂଶତ ବର୍ଷ ଜଳ ତୁଳସୀରେ ଶ୍ରୀକୃଷ୍ଣଙ୍କର ଆରଧନା କରିଥିଲେ ଓ ଠାକୁର ଶ୍ରୀ ହରିଦାସ ଆତୁର ହୋଇ ଭଗବାନଙ୍କୁ ଡାକୁଥିଲେ । ଜୀବ ଦୁଃଖରେ କାତର ହୋଇ ଶ୍ରୀଲ ବାସୁଦେବ ଦତ୍ତ ଯେ ଉଦାହରଣ ଜଗତରେ ରଖି ଯାଇଅଛନ୍ତି, ତାହା ପୃଥିବୀ ଇତି- ହାସରେ ବିରଳ । ନାହିଁ ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ । ସେ ମହାପ୍ରଭୁଙ୍କୁ କାତର ହୃଦୟରେ ଏହି ବର ପ୍ରାର୍ଥନା କରିଥିଲେ, “ପ୍ରଭୋ ! ଜଗତର ସମସ୍ତ ଜୀବମାନଙ୍କର ସମସ୍ତ ପାପ ମୋ ଶିରରେ ଦେଇ ସମସ୍ତ ଜୀବଙ୍କୁ ପାପ ମୁକ୍ତ କରନ୍ତୁ । ମୁଁ ପଛେ ସମସ୍ତଙ୍କ ପାପ ନେଇ ମହାନରକ ଭୋଗ କରେ । ଯଥା-

      

ଜଗତେ ଯେତକ ଜୀବ ତାର ପାପ ଲଞ୍ଜା

      ନରକ ଭୁଞ୍ଜିତେ ଚାୟ ଜୀବେ ଛୋଡାଇଞ୍ଜା ।

                  (ଚୈଃ ଚଃ ଆ ୧୦ମ ଅ )

ଆହାକି ଅଦ୍ଭୁତ ପ୍ରାର୍ଥନା, କି ଅଦ୍ଭୁତ ପରୋପକାର ବ୍ରତ । ପରର ପାପ ତ ନିଜ ମୁଣ୍ଡରେ ନେବା ଦୂରର କଥା। କୌଣସି ପ୍ରକାର ନିଜ ଦୋଷକୁ ପର ଉପରେ ଢ଼ାଳି ପାରିଲେ ଆମ୍ଭେମାନେ ଖଲାସ, ଆମ୍ଭମାନଙ୍କର ଏହାହିଁ ସାଧନା ଓ ବ୍ରତ ।

ତୃତୀୟ ପରିଚ୍ଛେଦ ।

ଭକ୍ତର କର୍ତ୍ତବ୍ୟ ।

ଭକ୍ତିର କି କି କର୍ତ୍ତବ୍ୟ ତାହା ବହୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି । କିନ୍ତୁ ଏହା କରିବା କର୍ତ୍ତବ୍ୟ ଓ ଏହାର ଅକର୍ତ୍ତବ୍ୟ ଏରୂପ ଉପଦେଶ ବାକ୍ୟରେ ସେ ସବୁ ବର୍ଣ୍ଣନ ନ କରି ଶ୍ରୀ ଚୈତନ୍ୟଚରିତାମୃତ ପ୍ରଭୃତିରେ ମହାନୁଭବମାନେ ନିଜ ନିଜ ଆଚରଣଦ୍ଵାରା ଭକ୍ତମାନଙ୍କର ଯେଉଁ କର୍ତ୍ତବ୍ୟ ଦର୍ଶାଇଛନ୍ତି ତାହା ସଂଗ୍ରହପୂର୍ବକ ନିମ୍ନରେ ସନ୍ନିବେଶିତ କଲି ।

ମହାପ୍ରଭୁ ସ୍ଵଂୟ ନିଜକୃତ “ନ ଧନଂନ ଜନଂ “ ଶ୍ଲୋକ ଉଦ୍ଧୃତ କରି ଶ୍ରୀରାମାନନ୍ଦ ରାୟ ଓ ଶ୍ରୀସ୍ଵରୂପ ଦାମୋଦରଙ୍କଠାରେ ଭକ୍ତପକ୍ଷରେ କି ପ୍ରଧାନ କର୍ତ୍ତବ୍ୟ ତାହା ସ୍ଥିର କରି ଯାଇଅଛନ୍ତି । ସେ କହୁଅଛନ୍ତି “ଧନ ଜନ, ସୁନ୍ଦରୀଭାର୍ଯ୍ୟା, ସୁଖ, ସମ୍ପତି ପ୍ରଭୃତି କୌଣସି ପଦାର୍ଥ ଶ୍ରୀକୃଷ୍ଣ- ଙ୍କଠାରେ କାମନା କରିବ ନାହିଁ । କେବଳ ଶ୍ରୀକୃଷ୍ଣ ଚରଣାବିନ୍ଦରେ ଅହୈତୁକ ଭକ୍ତ ପ୍ରାର୍ଥନୀୟ । ଯଥା –

 

      “ଧନ ଜନ ନାହିଁ ମାଗୋଁ କବିତା ସୁନ୍ଦରୀ

      ଶୁଦ୍ଧ ଭକ୍ତି ଦେହ ମୋର କୃଷ୍ଣ କୃପାକରି ।“

ଭକ୍ତ ସମୟରେ ପ୍ରୟୋଜନ ଉତ୍ତମରୂପେ ଅନୁଭବ କରି ମୁହୂର୍ତ୍ତମାତ୍ର ବୃଥା କଟାଇବାକୁ ଚାହାନ୍ତି ନାହିଁ । ତେଣୁ ଶ୍ରୀ ସନାତନ ଗୋସ୍ଵାମୀଙ୍କୁ ଶିକ୍ଷାଦେବା କାଳରେ ମହାପ୍ରଭୁ କହିଅଛନ୍ତିଃ-

      “କୃଷ୍ଣସମ୍ବନ୍ଧ ବିନା ବ୍ୟର୍ଥ କାଳ ନାହିଁ ଯାୟ ।“

                        (ଚୈଃ ଚଃ ମଧ୍ୟ ୨୩ଶଃ ପଃ )

 

ମହାପ୍ରଭୁ ଯେ ଏକା ଶ୍ରୀ ସନାତନଙ୍କୁ ଏହା ଶିକ୍ଷା ଦେଇଥିଲେ ଏମନ୍ତ ନୁହେଁ । ସର୍ବ ଜୀବମାନଙ୍କୁ ମହାପ୍ରଭୁ ସେହି ଶିକ୍ଷା ଦେଇଥିଲେ । ସେ ଯେଉଁଦିନ ସନ୍ୟାସଗ୍ରହଣ ପାଇଁ ନବଦ୍ଵୀପ ତ୍ୟାଗକରିବାର ସଂକଳ୍ପ କରିଥିଲେ ସେଦିନ ସେ କୃପାରଜ୍ଜୁଦ୍ଵାରା ନିଜ-ଜନମାନଙ୍କୁ ଆକର୍ଷଣପୂର୍ବକ ସେମାନଙ୍କୁ ଅହର୍ନିଶ କୃଷ୍ଣ ଭଜନ କରିବାରେ ଉପଦେଶ ଦେଇଥିଲେ । ଯଥା-

 

      “ଆପନା ଗଲାର ମାଲା ସବାକାରେ ଦିୟା

      ଆଜ୍ଞାକରେ ପ୍ରଭୁ ସବେ କୃଷ୍ଣ ଗାଓ ଗିୟା,

      ବଲ କୃଷ୍ଣ ଗାଓ କୃଷ୍ଣ ଭଜ କୃଷ୍ଣ ନାମ

      କୃଷ୍ଣ ବିନୁ କେହି କିଛୁ ନା ଭାବିହ ଆନ ।

 

      ଯଦି ଆମାପ୍ରତି ସ୍ନେହ ଥାକୟ ସବାର

      ତବେ କୃଷ୍ଣ ବ୍ୟତିରିକ୍ତ ନା ଗାଇବେ ଆର ।

      କି ଶୟନେ କି ଭୋଜନେ କିବା ଜାଗରଣେ

      ଅହିର୍ନିଶ ଚିନ୍ତ କୃଷ୍ଣ ବଲହ ବଦନେ “ ।

                        (ଚୈତନ୍ୟ ଭାଃ ମଧ୍ୟଃ ୨୭ ଶଃ ପଃ )

 

ଏହି ଯେ ମହାପ୍ରଭୁଙ୍କର ଶ୍ରୀମୁଖର ଉପଦେଶ, ଏଥିରେ ମୋତେ ହରି- ନାମ ନେବାର ସମୟ ନାହିଁ ଏ ଆପତ୍ତି ଆଉ ରହିଲା ନାହିଁ । ସବୁ କାର୍ଯ୍ୟ- କର ଅଥଚ କାର୍ଯ୍ୟ କରୁ କରୁ ମନେ ମନେ କୃଷ୍ଣଙ୍କୁ ସ୍ମରଣ କର ।

ତେବେ ଅନୁନ୍ଦୁକ ହୋଇ କୃଷ୍ଣ ଭଜନ କରିବା ବିଧେୟ । ଅପର କୌଣସି ଧର୍ମ ସମ୍ପ୍ରଦାୟକୁ ନିନ୍ଦା କରିବା କିମ୍ବା ଦେବଦେବୀଙ୍କୁ ନିନ୍ଦା କରିବା । କୃଷ୍ଣ ଭକ୍ତି ପକ୍ଷରେ ଅନୁଚିତ । ସେଥିରେ ହରିନାମର କୃପା ହୁଏ ନାହିଁ, ତେଣୁ କୃଷ୍ଣ ପ୍ରେମ ଲାଭ ହୋଇପାରେ ନାହିଁ । ସର୍ବାନ୍ତଃକରଣରେ କୃଷ୍ଣ ନାମ ଗ୍ରହଣ କରିବା ବିଧେୟ । ତେଣୁ ବୃନ୍ଦାବନ ଦାସ କହିଅଛନ୍ତି ।

      “ସର୍ବଭାବ ଭଜେ କୃଷ୍ଣ କାରେ ନାହିଁ ନିନ୍ଦେ,

      ସେଇସବ ଗଣ ପାୟ ବୈଷ୍ଣବରେ ବୃନ୍ଦେ “ ।

                        [ଚୈଃ ଭାଃ ମଧ୍ୟ ୨୩ ଶଃ ପଃ ]

କୃଷ୍ଣଭକ୍ତମାନଙ୍କର ସଦ୍‌ବୁଦ୍ଧି ଆପେ ଜାତ ହୁଏ; ସେମାନେ ଭଗବାନଙ୍କର ଦଣ୍ଡରେ ବିରକ୍ତ ନ ହୋଇ ତାକୁ ଭଗବତ୍କୃପା ବୋଲି ମନେ କରନ୍ତି ମହାପ୍ରଭୁ ଯେତେବେଳେ ପ୍ରଥମେ ନାମ ସଂକୀର୍ତ୍ତନ ପ୍ରଚାର ଆରମ୍ଭ କଲେ ତେତେବେଳେ କେବଳ କେତେକ ଅନ୍ତରଙ୍ଗ ଭକ୍ତ ଘେନି ଆରମ୍ଭ କରିଥିଲେ । ବିହରଙ୍ଗ ଲୋକ ସେଠାକୁ ପ୍ରବେଶ କରିପାରୁ ନ ଥିଲେ । ଏକ ବ୍ରହ୍ମଚାରୀ ଶ୍ରୀ ବାସଙ୍କ ବିଶେଷ ଅନୁରୋଧ କରିବାରୁ ଶ୍ରୀବାସ ମନେକଲେ ଏହି ବ୍ରହ୍ମଚାରୀ ଅନ୍ନ ଗ୍ରହଣ କରନ୍ତି ନାହିଁ , ପୟଃପାନ କରନ୍ତି ଅତଏବ ଏହାଙ୍କୁ କୀର୍ତ୍ତନ ଦେଖାଇବାକୁ ଅଭ୍ୟନ୍ତରକୁ ନେଲେ କିଛି ହାନି ନାହିଁ । ଏହା ମନେକରି ତାଙ୍କୁ ଗୃହାଭ୍ୟନ୍ତରକୁ ନେଇ ନିଦ୍ଭୃତରେ ରଖାଇଲେ । ଅନ୍ତର୍ଯ୍ୟାମୀ ମହାପ୍ରଭୁ ତାହା ଜାଣିପାରି କୀର୍ତ୍ତନ କରୁ କରୁ କହିଲେ, “ଆଜି ମନ କୀର୍ତ୍ତନରେ ଉଲ୍ଲସିତ ହେଉନାହିଁ କାହିଁକି । କେହି ବିହରଙ୍ଗ ଲୋକ ଏଠାକୁ ଆସିଅଛି କି ?”

 

ଶ୍ରୀବାସ ପଣ୍ଡିତ ମନେ ମନେ ଭୀତ ହୋଇ କହିଲେ “ପ୍ରଭୋ ! କେହି ପାଷାଣ୍ଡ ଏ ପୁର ମଧ୍ୟକୁ ଆସିନାହିଁ, କେବଳ ଜଣେ ବ୍ରହ୍ମଚାରୀ ଯେ କି ଅନ୍ନ ଗ୍ରହଣ କରନ୍ତି ନାହିଁ କେବଳ ଦୁଗ୍‌ଧ ମାତ୍ର ପାନ କରନ୍ତି ଏବଂ ନିଷ୍ପାପ ଅଟନ୍ତି ତାହାଙ୍କର ଭବଦୀୟ କୀର୍ତ୍ତନ ଶୁଣିବାର ବାସନା ହେବାରୁ ସେ ଆସି ଏ ଗୃହ ମଧ୍ୟରେ ରହିଅଛନ୍ତି । ମହାପ୍ରଭୁ କ୍ରୋଧ ପ୍ରକାଶ ପୂର୍ବକ କହିଲେ “ପଣ୍ଡିତ, ତାହାଙ୍କୁ ଶିଘ୍ର ଏ ଗୃହରୁ ବାହାର କର, କେବଳ ପୟଃପାନ କଲେ ଭକ୍ତି ହୁଏ ନାହିଁ “ । ମହାପ୍ରଭୁଙ୍କର କ୍ରୋଧ ବାକ୍ୟ ଶ୍ରବଣ କରି ବ୍ରହ୍ମଚାରୀ ପୁରୀରୁ ବାହାର ହୋଇଗଲେ । କିନ୍ତୁ ମହାପ୍ରଭୁଙ୍କ ପ୍ରତି ତାଙ୍କର ବିରକ୍ତି ବା କ୍ରୋଧ ଜାତ ହେଲା ନାହିଁ । ସେ ଭାବିଲେ ମୋର ଏ ବଡ଼ ସୌଭାଗ୍ୟ ଯେ ମୁଁ ମହାପ୍ରଭୁଙ୍କର କିଞ୍ଚିତ ପ୍ରେମର ନୃତ୍ୟ ଦର୍ଶନ କଲି । ମୁଁ ଯେତେବେଳେ ଅପରାଧୀ, ଅପରାଧନୁରୁପ ଦଣ୍ଡ ପାଇଲି । ଶ୍ରୀଳ ବୃନ୍ଦାବନ ଦାସ ତାଙ୍କର ଏହିଭାବ ସମ୍ବନ୍ଧରେ କହି ଅଛନ୍ତି ।

 

      “ସେବକ ହଇଲେ ଏଇମତ ବୁଦ୍ଧି ହୟ

      ସେବକ ସେ ପ୍ରଭୁର ସକଲ ଦଣ୍ଡ ସୟ”

                  (ଚୈଃ ଭାଃ ମଧ୍ୟଃ ୨୩ ଶଃ ପଃ )

 

ସର୍ବାନ୍ତର୍ଯ୍ୟାମୀ ମହାପ୍ରଭୁ ତାହାଙ୍କର ସେହି ମନୋଗତ ଭାବ ଜାଣି ଗୃହାଭ୍ୟନ୍ତରକୁ ଡ଼କାଇ ଆଣି କୃପାପୂର୍ବକ ନିଜ ଦୁର୍ଲ୍ଲଭ ପାଦପଦ୍ମ ତାହାଙ୍କ ଶିରରେ ଅର୍ପଣ କଲେ । ଭକ୍ତ ଭଗବତ ପ୍ରୀତି ନିମନ୍ତେ ଧନ ଜନ ଏମନ୍ତ କି ପ୍ରାଣ ପର୍ଯ୍ୟନ୍ତ ଅକ୍ଳେଶରେ ଦେବାକୁ କୁଣ୍ଠିତ ନୁହନ୍ତିଁ । ସେ ତ୍ୟାଗ ମଧ୍ୟ ପ୍ରକୃତ ତ୍ୟାଗ ନୁହେଁ । ଏକ ସନ୍ୟାସୀ ଆସି ଶ୍ରୀହାଡାଇ ପଣ୍ଡିତଙ୍କ ଘରେ ଅତିଥି ହେଲେ ଏବଂ ବିଦାୟ କାଳରେ ହାଡ଼ାଇ ପଣ୍ଡିତଙ୍କୁ କହିଲେ ‘” ପଣ୍ଡିତ ! ମୋ ସାଙ୍ଗରେ ଭଲ ବ୍ରାହ୍ମଣ ନ ଥିବାରୁ କଷ୍ଟ ହେଉଅଛି । ତୁମ୍ଭର ଏ ଜ୍ୟେଷ୍ଠ ସନ୍ତାନଙ୍କୁ ମୋତେ ଦିଅ ।“ହାଡ଼ାଇ ପଣ୍ଡିତ ବଡ଼ ସଙ୍କଟରେ ପଡିଲେ; ଭାବିଲେ, ପୂର୍ବେ ଲୋକ ସନ୍ନ୍ୟାସୀଙ୍କୁ ପ୍ରାଣ ପର୍ଯ୍ୟନ୍ତ ଭିକ୍ଷା ଦେଇଅଛନ୍ତି, ମୁଁ ମନା କରିବି କିପରି । ସେ ଯାଇ ନିଜ ପତ୍ନୀ ପଦ୍ମାବତୀଙ୍କ ଠାରେ ଏହା ପ୍ରକାଶ କଲେ । ପତି ଯେମନ୍ତ ପତ୍ନୀ ମଧ୍ୟ ତଦ୍ରୁପ । ସେପରି ନ ହେଲେ ପ୍ରଭୁ ଶ୍ରୀନିତ୍ୟାନନ୍ଦ ସେମାନଙ୍କର ପୁତ୍ରତ୍ଵ ସ୍ଵୀକାର କରନ୍ତେ କିପାଇଁ । ପଦ୍ମାବତୀ ମଧୟ ସେଥିରେ ସମ୍ମତ ପଦାନ କଲେ । ଉଭୟଙ୍କ ସମ୍ମତକ୍ରମେ ସନ୍ନ୍ୟାସୀ ଶ୍ରୀମନ୍‌ ନିତ୍ୟାନନ୍ଦଙ୍କୁ ସଙ୍ଗେ ଘେନି ତୀର୍ଥ ପର୍ଯ୍ୟଟନ କରିବାକୁ ବାହାରିଲେ । ଏହି ତ୍ୟାଗ ସମ୍ବନ୍ଧରେ ଶ୍ରୀଳ ବୃନ୍ଦାବନ ଦାସ କହିଅଛନ୍ତି ।-

      “ପରମାର୍ଥେ ଏଇ ତ୍ୟାଗ ତ୍ୟାଗ କଭୁ ନୟ

      ଏ ସକଲ କଥା ବୁଝ କୋନ ମହାଶୟ ।“

[ଚୈଃ ଭାଃ ମଧ୍ୟଃ ୩ୟ ପ ]

ଏଥିରେ ହାଡ଼ାଇ ପଣ୍ଡିତଙ୍କୁ ପୁତ୍ର ମମତା ତ୍ୟାଗ କରିବାକୁ ହୋଇଥିଲା, ଏହା ସାଂସାରିକ ମମତା, କିନ୍ତୁ ସେ ତ୍ୟାଗ ଦ୍ଵାରା ପରମାର୍ଥତଃ ତାହାଙ୍କର ଯେ ପ୍ରଭୃତ ଲାଭ ହୋଇଥିଲା, ଏଥିରେ ସନ୍ଦେହ ନାହିଁ । ଯେଉଁ କୁଳରେ କେହି-ଜଣେ ବୈଷ୍ଣବ ହୁଅନ୍ତି, ତାହାର ଚତୁର୍ଦ୍ଦଶ ପୁରୁଷ ଉଦ୍ଧାର ହୁଅନ୍ତି । ପିଣ୍ଡଦାନରେ ପୁନ୍ନାମ ନରକରୁ ନ୍ତ୍ରାଣ କରେ ବୋଲି ସିନା ପୁତ୍ରର ଆବଶ୍ୟକ , କିନ୍ତୁ ସନ୍ନ୍ୟାସୀ ହେବାଦ୍ଵାରା ଲୋକ ଯେ ଚତୁର୍ଦ୍ଦଶ ପୁରୁଷ ଉଦ୍ଧାର କରେ, ଅତଏବ ଏ ତ୍ୟାଗତ ତ୍ୟାଗ ନୁହେ, ଏହା ପରମ ଲାଭ ।

 

ପ୍ରେମିକ ଭକ୍ତ ଆତ୍ମସୁଖ ଚାହାନ୍ତି ନାହିଁ । ସେମାନେ ସତତ କୃଷ୍ଣ ସୁଖ ବାଞ୍ଛା କରନ୍ତି, ଏବଂ ସମସ୍ତ କାର୍ଯ୍ୟ ତାଙ୍କ ପ୍ରୀତି ନିମନ୍ତେ କରିଥାଆନ୍ତି । ନିଜର ଅସୀମ କଷ୍ଟ ହେଲେ ମଧ୍ୟ ସେଥିପ୍ରତି ତାହାଙ୍କର ଭ୍ରୂକ୍ଷେପ ନାହିଁ, ଏହା ମୋର ପ୍ରାଣନାଥ କୃଷ୍ଣଙ୍କୁ ପ୍ରୀତିକର ହେବ , ଏହା ଶ୍ରୀକୃଷ୍ଣଙ୍କୁ ସୁଖ ଲାଗିବ, ଏହା ଭାବନାରେ ସେମାନେ କାର୍ଯ୍ୟ କରନ୍ତି । ଏହାର ଉତ୍କୃଷ୍ଟତମ ଉଦାହରଣସ୍ଥଳ ଶ୍ରୀମାଧବେନ୍ଦ୍ର ପୁରୀ । ସେ ଶ୍ରୀଗୋପାଳଙ୍କ ସ୍ଵପ୍ନାଦେଶରେ ଶ୍ରୀବୃନ୍ଦାବନ ଧାମରୁ ଚନ୍ଦନ ନିମିତ୍ତ ଶ୍ରୀ ପୁରୁଷୋତ୍ତମ ଯାତ୍ରା କଲେ ଏବଂ ସେଠାରୁ ବହୁ ଯତ୍ନରେ ଚନ୍ଦନ ସଂଗ୍ରହ କରି ଶ୍ରୀ ଗୋପାଳଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲଗାଇ, ତାଙ୍କର ତାପ ଶାନ୍ତି କରିବେ ଏହି ଆନନ୍ଦରେ ବୃଦ୍ଧ ବୟସରେ ନିଜର କାୟକ୍ଳେଶ ପାଇଁ ଲେଶମାତ୍ର ଚିନ୍ତିତ ନ ହୋଇ ଉଲ୍ଲାସରେ ଗମନ କରିବାକୁ ଲାଗିଲେ । ତାଙ୍କର ସେହି ପ୍ରଗାଢ଼ କୃଷ୍ଣପ୍ରେମ ସମ୍ବନ୍ଧରେ ଶ୍ରୀଳ କବିରାଜ ଗୋସ୍ଵାମୀଙ୍କର ଅମୃତମୟୀ ଭାଷା ଶ୍ରବଣ କରନ୍ତୁ ।

 

      “ପୁରୀରପ୍ରେମ ପରାକାଷ୍ଠା କରହ ବିଚାର

      ନିଜଦୁଃଖ ବିଘ୍ନାଦିକ ନାକରେ ବିଚାର “ ।

                        (ଚୈଃ ଚଃ ମଧ୍ୟ ୪ର୍ଥ ପ)

 

ଶ୍ରୀ ମହାପ୍ରଭୁଙ୍କର ଜନନୀ ଶ୍ରୀମତୀ ଶଚୀଦେବୀ ନିରୂପ ଆତ୍ମସୁଖ ବିସର୍ଜନର ପରିଚୟ ଦେଇଅଛନ୍ତି ତାହା ଆଲୋଚନା କରାଯାଉ । ମହାପ୍ରଭୁ ଯୁବତୀଭାର୍ଯ୍ୟା ଓ ବୃଦ୍ଧା ଜନନୀଙ୍କୁ ନିଜର ପୂର୍ଣ୍ଣ ଯୌବନ କାଳରେ ଅର୍ଥାତ୍‌ ଚବିଶ ବର୍ଷ ବୟଃକ୍ରମ ସମୟରେ ପରତ୍ୟାଗ ପୂର୍ବକ ସନ୍ନ୍ୟାସ ଗ୍ରହଣ କଲେ । ଶଚୀମାତା ସମସ୍ତ ପୁତ୍ର କନ୍ୟା ହରାଇ ଏକମାତ୍ର ପୁତ୍ର ବିଶ୍ଵମ୍ବରଙ୍କୁ ଘେନି ସୁଖରେ କାଳାତିପାତ କରୁଥିଲେ । ବଧୂ ବିଷ୍ଣୁପ୍ରିୟା ଚତୁର୍ବ୍ଦଶବର୍ଷାୟା, ପୁତ୍ର ପୁଣି ଅପୂର୍ବ ରୂପବାନ ଓ ଗୁଣବାନ୍‌ ଓ ଅଳ୍ପ ବୟସରେ ଅଦ୍ଵିତୀୟ ପଣ୍ଡିତ । ଏପରି ଅବସ୍ଥାରେ ତାଙ୍କର ପ୍ରାଣ ସର୍ବସ୍ଵ ନିମାଇ ସନ୍ନ୍ୟାସ ଅବଲମ୍ବନ ପୂର୍ବକ ଘରୁ ବାହାରି ଆସିଅଛନ୍ତି । ସେ କାଟୋୟାରେ ସନ୍ନ୍ୟାସ ଗ୍ରହଣପର ଶ୍ରୀ ବୃନ୍ଦାବନ ଧାମକୁ ଯାଉଥିଲେ । ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ତାଙ୍କୁ ଭୁଲାଇ ଶାନ୍ତିପୁରକୁ ଘେନି ଆସିଲେ, ଏବଂ ଶଚୀମାତାଙ୍କୁ ନେଇ ସନ୍ନ୍ୟାସଶ୍ରମୀ ପୁତ୍ରଙ୍କ ସହ ଭେଟ କରାଇଲେ । ଜନନୀ ପୁତ୍ରକୁ ପାଇ କାନ୍ଦିବାକୁ ଲାଗିଲେ ଏବଂ କିଛି ଦିନ ଶାନ୍ତିପୁରରେ ରହି ନାନା ବିଧି ପକଦ୍ରବ୍ୟ ପ୍ରସ୍ତୁତ କରି ମନ ଆବେଗରେ ସନ୍ନ୍ୟାସବେଶଧାରୀ ନିମାଇକୁ ଭିକ୍ଷା କରାଇଲେ । ତତ୍ପର ମହାପ୍ରଭୁ ମାତାଙ୍କୁ ଏବଂ ପ୍ରିୟଭକ୍ତଗଣଙ୍କୁ ସମ୍ବୋଧନ ପୂର୍ବକ କହିଲେ “ମୁଁ ତୁମ୍ଭମାନଙ୍କ ଆଜ୍ଞା ବିନା ଶ୍ରୀବୃନ୍ଦାବନକୁ ଯାଉଥିବାରୁ ସେଥିରେ ବିଘ୍ନ ଘଟିଲା କିନ୍ତୁ ସନ୍ନ୍ୟାସୀ ପକ୍ଷରେ ନିଜ ଜନ୍ମ ସ୍ଥାନରେ ବାସ କରିବା ଶାସ୍ତ୍ର ବିରୁଦ୍ଧ । ମୁଁ ସନ୍ନ୍ୟାସ ଗ୍ରହଣ କରିଥିଲେହେଁ ତୁମ୍ଭମାନଙ୍କ ସ୍ନେହ ପାଶରେ ଚିର ଆବଦ୍ଧ । ଅତଏବ ଯେରୂପ ଲୋକନିନ୍ଦା ନ ହୁଏ ଓ ଧର୍ମରକ୍ଷା ହୁଏ ସେହି ଯୁକ୍ତି ପ୍ରଦାନ କର ।“ ମହାପ୍ରଭୁଙ୍କର ଏହି ଉକ୍ତି ଶୁଣି ଆଚାର୍ଯ୍ୟାଦି ଶଚୀମାତାଙ୍କୁ ତାହାଙ୍କର ମତ ପଚାରିଲେ । ଶଚୀଦେବୀ ସେ ସମସ୍ତ ଶ୍ରବଣ କରି ଦୀର୍ଘ ନିଃଶ୍ଵାସ ପକାଇ କହିଲେ “ ନିମାଇ ଯଦି ନିଦୟାରେ ରହେ ଆମ୍ଭେମାନେ ତାକୁ ସତତ ଦେଖି ପାରିବା, ଆମ୍ଭମାନଙ୍କର ଅତୀବ ଆନନ୍ଦ ହେବା ଏହା ସତ୍ୟ, କିନ୍ତୁ ସେ ନିଦୟାରେ ରହିଲେ ତାକୁ ଯେ ସମସ୍ତ ନିନ୍ଦାକରିବେ । ନିମାଇର ନିନ୍ଦା ମୁଁ ପ୍ରାଣରେ ସହିବି କିପରି ? ମୋର ସୁଖର ଆବଶ୍ୟକ ନାହିଁ । ଯାହା ସୁଖକର ତାହା ମଧ୍ୟ ମୋତେ ସୁଖକର , ଅତଏବ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ବାସ କରୁ । ଲୋକ ମୁଖରୁ ମୁଁ ତାର ଶୁଭ ବାର୍ତ୍ତା ସମୟ ସମୟରେ ଶୁଣିପାରିବି, ତୁମ୍ଭେମାନେ ସମୟ ସମୟରେ ଶ୍ରୀନୀଳାଚଳକୁ ଯିବ ଓ ତାହା ସଂବାଦ ଆଣିବ । ସେ ମଧ୍ୟ ଶ୍ରୀଗଙ୍ଗାଦର୍ଶନ ନିମିତ୍ତ ସମୟରେ ଆସିପାରେ “।

 

ଯଥା-“ ଆପନାର ଦୁଃଖ , ସୁଖ ତାହା ନାହିଁ ଗଣି

      ତାର ସେଇ ସୁଖ ସେଇ ନିଜ ସୁଖ ମାନି ।“

                  (ଚୈଃ ଚଃ ମଧ୍ୟ ୩ୟ ପ)

 

ଏହିରୂପେ ଆଦର୍ଶରେ ଭକ୍ତର ସତତ କୃଷ୍ଣ ସୁଖ ବାଞ୍ଛା କରିବା ବିଧ୍ୟେୟ । ସମସ୍ତ ସଂସାର ଆତ୍ମ ସୁଖରେ ପ୍ରଧାବିତ, ଦିବାନିଶି ନିଜର ସୁଖଚିନ୍ତା, ଜୀବ ନିଜ ସୁଖ ପାଇଁ ପରପୀଡା କିମ୍ବା ପର ଅନିଷ୍ଟରେ କୁଣ୍ଠିତ ନୁହେଁ । ପର ପଛେ ଯେତେ କଷ୍ଟ ଭୋଗକରୁ ମୁଁ ସୁଖରେ ଥାଏ , ସାଧାରଣ ଲୋକର ଏହି ମୂଳ ମନ୍ତ୍ର କିନ୍ତୁ ଭକ୍ତିର ସ୍ଵଭାବ ଏହାର ଠିକ ବିପରୀତ । ଭକ୍ତ କେବେ ନିଜ ସଂସାର ସୁଖରେ ଲାଳାୟିତ ନୁହେଁ । ନିଜର ପଛେ ଅନିଷ୍ଟହେଉ ପର କିପରି ସୁଖୀ ହେଉ , ଭକ୍ତ ସତତ ଏରୂପ ଚିନ୍ତା କରନ୍ତି ଏବଂ ଏହାହିଁ ଉଦାର ସ୍ଵଭାବ, ପରଦୁଃଖ କାତର ଭକ୍ତଙ୍କର ସ୍ଵଭାବସିଦ୍ଧ ଗୁଣ, ଏଥିପାଇଁ ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି ।

            

“ପର ଦୁଃଖ କାତର ସ୍ଵଭାବ ସାଧୁଜନ

            ପରେର ଆନନ୍ଦ ସେବା ଭାୟ ଅନୁକ୍ଷଣ “

                        (ଚୈଃ ଭାଃ ୨୫ଶ ଅ )

 

ଭକ୍ତର ସ୍ଵଭାବ ନିରହଙ୍କାର । ମହାପ୍ରଭୁ ‘’ତୃଣାତପି’’ ଶୋକଦ୍ଵାରା ଆପଣାକୁ କିପରି ନୀଚ ମନେ କରିବା ଉଚିତ ତାହା ଉତ୍ତମରୂପେ ଶିକ୍ଷା ଦେଇଅଛନ୍ତି । ଅତଏବ ଭକ୍ତଙ୍କର ସତତ ଏହିରୂପ ସତର୍କ ରହିବା ଉଚିତ ଯେ ଅହଙ୍କାର ଯେରୂପ ତାଙ୍କ ଚିତ୍ତକୁ ସ୍ପର୍ଶ ନକରେ । ଭକ୍ତି ପଥରେ ଅନେକ ଉଚ୍ଚ କି ପାନକୁ ଉଠି ମଧ୍ୟ ଗର୍ବ ଭାରରେ ପୁନର୍ବାର ପତନର ଆଶଙ୍କା ଅଛି ଗର୍ବ ଭାରରେ ପଦସ୍ଫଳିତ ହେଲେ ଉର୍ଦ୍ଧ୍ଵରୁ ପତନ ହେତୁ ଅଙ୍ଗ ଚୂର୍ଣ୍ଣ , ବିଚୂର୍ଣ୍ଣ ହୋଇଯାଏ । ସେଥି ନିମିତ୍ତ ଭକ୍ତଙ୍କର ପଦେ ପଦେ ସାବଧାନ ହେବା ବିଧେୟ । ନିଜଠାରୁ ଅଧିକତର ଗୁଣାବଳୀ ପୁରୁଷମାନଙ୍କ ଉପରେ ସତତ ଦୃଷ୍ଟ ରହିଲେ ଅଭିମାନ ଅଚନ୍ତରକୁ ସହଜେ ଆସିପାରେ ନାହିଁ । ମନେ ହୁଏ ଅମୂକ ଏମନ୍ତ ସାଧନ କରୁଅଛି ମୁଁ ତାଙ୍କ ଆଗରେ କି ଛାର । ମହାସାଗରକୁ ଦର୍ଶନ କଲେ କୂପର ନିଜ ଗର୍ବ ରହିପାରେ କି ? ବିଶାଳ ବଟବୃକ୍ଷକୁ ଦୃଷ୍ଟି କଲେ ଏରଣ୍ଡ ବୃକ୍ଷର ଗର୍ବ ଆଉ ରହେ କି ? ଅତଏବ ଭକ୍ତର ସତତ ନିଜଠାରୁ ଶତ ଶତ, ସହସ୍ର ସହସ୍ର ଗୁଣ ଉଚ୍ଚ ସାଧୁଙ୍କ ପ୍ରତି ଲକ୍ଷ୍ୟ ରଖି ବିଚରଣ କରିବା ବିଧେୟ । ଏହା କଲେ ଭକ୍ତ ନିଶ୍ଚୟ ଗର୍ବର ଭୀଷଣ କବଳରୁ ରକ୍ଷା ପାଇ ପାରିବେ । ଅହଙ୍କାର ଯେ କିରୂପ ଭୟାନକ ଏବଂ ତାହାର କବଳରୁ ରକ୍ଷା ପାଇବା ପାଇଁ କିପରି ସାବଧାନ ହେବା ଉଚିତ , ଭକ୍ତପ୍ରବର ଶ୍ରୀଳ ବାସୁଦେବ ଏହାର ଉତ୍ତମ ଶିକ୍ଷା ଦେଇ ଯାଇ ଅଛନ୍ତି । ତାଙ୍କ ଦେହ କୁଷ୍ଠ ରୋଗାକ୍ରାନ୍ତ, କିନ୍ତୁ ହୃଦୟ ଯେ କିରୂପ ନିର୍ମଳ ତାଙ୍କର କାର୍ଯ୍ୟ ତାହାର ଉତ୍ତମ ସାକ୍ଷ୍ୟ ପ୍ରଦାନ କରୁଅଛି । ନିଜ ଅଙ୍ଗର କୃମିମାନେ ଖସିପଡିଲେ ସେ ସେମାନଙ୍କ ପ୍ରତି ଅନୁକମ୍ପାପୂର୍ବକ ଉଠାଇ ନିଜ ଅଙ୍ଗରେ ସନ୍ନିବିଷ୍ଟ କରୁଅଛନ୍ତି ଯଥା –

      

“ଅଙ୍ଗହୈତେ ଯେଇ କୀଡା ଖସିୟା ପଡ଼ୟ

      ଉଠାଇୟା ସେଇ କୀଡ଼ା ରାଖେ ସେଇଠାଇଁ “

                        (ଚୈଃ ଚଃ ମଧ୍ୟ ୭ମ ପଃ)

      

ମହାପ୍ରଭୁ କୂର୍ମ୍ମ କ୍ଷେତ୍ରରେ ବିରାଜମାନ କରିଅଛନ୍ତି ଏହି ସଂବାଦ ଶୁଣି ଗଳତ୍‌ କୁଷ୍ଠ ବାସୁଦେବ ଆନନ୍ଦରେ ବିହ୍ଵଳ,- କୃଷ୍ଠାକ୍ରାନ୍ତ ହେତୁ ଚାଲିବାରେ ଯେତେଶକ୍ତି ନାହିଁ, ତେବେ ଆନନ୍ଦ ତଡ଼ିତର ସ୍ରୋତ ଅଙ୍ଗରେ ପ୍ରବାହିତ ହେତୁ ଗମନ କରିବାକୁ ଲାଗିଲେ । କୂର୍ମ୍ମ କ୍ଷେତ୍ରରେ ପ୍ରବେଶ କରି ଭକ୍ତବର ଶ୍ରୀକୂର୍ମ୍ମନାମକ ବ୍ରାହ୍ମଣଙ୍କଠାରୁ ଶୁଣିଲେ, ମହାପ୍ରଭୁ ସେ ସ୍ଥାନରେ ପ୍ରଭାତରୁ ସ୍ନାନ କରି ଚାଲିବାରେ ଅଛନ୍ତି । ବାସୁଦେବଙ୍କ ମସ୍ତକରେ ବଜ୍ରପତନ ରୂପ କଷ୍ଟ ଅନୁଭୂତ ହେଲା । ସେ ମହାପ୍ରଭୁଙ୍କ ପାଦପଦ୍ମ ଦର୍ଶନରୁ ବଞ୍ଚିତ । ଏ ତିବ୍ର କଷ୍ଟ ସହ୍ୟ କରି ନ ପାରି ମୂର୍ଚ୍ଛିତ ହୋଇ ପଡିଲେ । ତାଙ୍କର ଅଦ୍ଭୁତ ଆକର୍ଷଣରେ ମହାପ୍ରଭୁଙ୍କର ଗତିରୋଧ ହେଲା । ସେ ବାସୁଦେବଙ୍କର ଆର୍ତ୍ତିରଜ୍ଜୁରେ ଆବଦ୍ଧ ହୋଇ କୂର୍ମ୍ମକ୍ଷେତ୍ରକୁ ଫେରିଆସିଲେ ଏବଂ ବାସୁଦେବଙ୍କୁ କୃପାଦୃଷ୍ଟି କରି ଆଲିଙ୍ଗନ କଲେ । ମହାପ୍ରଭୁଙ୍କ ଆଲିଙ୍ଗନରେ ତାଙ୍କ ଦେହରୁ କୁଷ୍ଠରୋଗ ଅନ୍ତର୍ହିତ ହୋଇଗଲା ଓ ଦେହ ଅପୂର୍ବ ଶୋଭା ଧାରଣ କଲା , ସେ ନିଜର ଏହି ପରିବର୍ତ୍ତନ ଲକ୍ଷ୍ୟ କରି ବିସ୍ମିତ ହେଲେ ଓ କହିଲେ “ପ୍ରଭୋ ! ମୋ ପ୍ରତି ଏଡ଼େ ନିଗ୍ରହ କାହିଁକି ? ମୁଁ ତ କୁଷ୍ଠରୋଗରେ ଭଲଥିଲି, ବର୍ତ୍ତମାନ ଅଭିମାନ ଭୟାନକ ମୂର୍ତ୍ତିରେ ଆସି ଗ୍ରାସ କରିବ ଯଥା –

      ମୋରେ ଦେଖି ମୋର ଗନ୍ଧେ ପଳାୟ ପାମର

      ହେନ ମୋର ସ୍ପର୍ଶ ତୁମି ସ୍ଵତନ୍ତ୍ର ଈଶ୍ଵର

      କିନ୍ତୁ ଆଛଲାମ ବାଲ ଅଧମ ହଇୟା

      ଏବେ ଅହଙ୍କାର ମୋର ଜନ୍ମିବେ ଆସିୟା

                  (ଚୈଃ ଚଃ ମଧ୍ୟ ୭ମ ପ)

 

ମହପ୍ରଭୁ କହିଲେ “ବାସୁଦେବ। ସେଥିପାଇଁ ତୁମ୍ଭେ ଭୟକର ନା; ଅଭିମାନ ତୁମ୍ଭକୁ ସ୍ପର୍ଶ କରିପାରିବ ନାହିଁ।“ ନିଜ ପ୍ରତିଷ୍ଠା ସ୍ଥାପନ ବିଷୟରେ ଭକ୍ତର କେତେଦୂର ସତର୍କ ହେବା ଉଚିତ ଆଉ ଏକ ଉଦାହରଣ ଦେଖାଯାଉ ।

 

ଶ୍ରୀଳ ମାଧବେନ୍ଦ୍ର ପୁରୀ ଶ୍ରୀମାନ୍‌ ମହାପ୍ରଭୁଙ୍କର ପରମଗୁରୁ ଅର୍ଥାତ ମହାପ୍ରଭୁଙ୍କର ଗୁରୁଦେବ ଶ୍ରୀଈଶ୍ଵରପୁରୀଙ୍କ ଗୁରୁ । ଶ୍ରୀବୃନ୍ଦାବନରେ ଅଯାଚକ ବୃତ୍ତି ଆଚରଣ କରି ଭଜନରେ ରତ ଥିଲେ । ଶ୍ରୀଗୋପାଳ ତାଙ୍କୁ ଗୋପ ବାଳକ ରୂପରେ ଦର୍ଶନ ଦେଇ ଦୁଗ୍ ଯୋଗାଇଲେ ଏବଂ ରାତ୍ରରେ ସ୍ଵାପ୍ନାଦେଶ କଲେ “ମୁଁ ଏହି ବନମଧ୍ୟରେ ଲୁକ୍କାୟିତ ଭାବରେ ରହିଅଛି, ମୋତେ ବାହାର କରାଇ ପୂଜାକର ।“ ପୁରୀଗୋସ୍ଵାମୀ ସ୍ଵପ୍ନ ଦେଖି ଆନନ୍ଦ ବିହ୍ଵଳ ହୋଇ ଶ୍ରୀବୃନ୍ଦାବନବାସୀଙ୍କୁ ଘେନି ନିବିଡ଼ ଅରଣ୍ୟ ମଧ୍ୟରୁ ସୁନ୍ଦର ଗୋପାଳ ବିଗ୍ରହ ପ୍ରକାଶ କରାଇଲେ ଏବଂ ତାଙ୍କର ସେବାରେ ସୁନ୍ଦର ବ୍ୟବସ୍ଥା କରାଇଲେ । କିଛିଦିନ ପରେ ରଙ୍ଗିଆଗୋପାଳ ପୁଣି ପୁରୀଗୋସ୍ଵାମୀଙ୍କୁ ଆଦେଶ କଲେ, “ତୁମ୍ଭେ ଶ୍ରୀପୁରୁଷୋତ୍ତମକ୍ଷେତ୍ରକୁ ଯାଇ ମଳୟଜ ଚନ୍ଦନ ଆଣି ମୋହର ଦେହରେ ଲେପନ କର , ମୋର ଦେହରେ ତାପ ଶାନ୍ତି ହେବ ।“ ଆଜ୍ଞାପାଇ ଶ୍ରୀପୁରୀଗୋସ୍ଵାମୀ ପୁରୀ ଯାତ୍ରା କଲେ । ପଥରେ ଶ୍ରୀରେମୁଣାରେ ପହୁଞ୍ଚୁ ଶ୍ରୀଗୋପୀନାଥଙ୍କ ଦର୍ଶନପୂର୍ବକ ପ୍ରେମବିହ୍ଵଳ ହେଲେ । ଏବଂ ସେଠାରେ ଉତ୍ତମ କ୍ଷିରୀ ଭୋଗ ହେଉଥିବାରୁ ଶୁଣି ମନେକଲେ ଟିକିଏ କ୍ଷିରୀ ପ୍ରସାଦ ଅଯାଚିତ ଭାବରେ ପାଇଲେ ଆସ୍ଵାଦନ କରି ତଦ୍ରୁପ କ୍ଷିରୀ ମୋର ଗୋପାଳଙ୍କୁ ପ୍ରସ୍ତୁତ କରି ଖୁଆନ୍ତି । ଏ ଭାବତ ନିଜର ଜିହ୍ଵା ତର୍ପଣ ନିମିତ୍ତ ନୁହେଁ, ଶ୍ରୀଗୋପାଳଙ୍କୁ ଉତ୍ତମ କ୍ଷିରୀ ଖୁଆଇବାର ଅଭିଳାଷ । ତଥାପି ଏହି ବାସନା ମନରେ ଉଦୟ ହେବାରୁ ସେ ମନେ ମନେ ଲଜ୍ଜିତ ହେଲେ । ତତ୍ପର ଶ୍ରୀଗୋପୀନାଥଙ୍କ ଭୋଗ ପର ଆରତି ଦର୍ଶନ କରି ପ୍ରଣାମନ୍ତେ ବାହାରକୁ ଯାଇ ଏକ ନିର୍ଜ୍ଜନ ସ୍ଥାନରେ ବସି କୃଷ୍ଣସ୍ମରଣ କରିବାକୁ ଲାଗିଲେ ।

 

ଏଣେ ଶ୍ରୀଗୋପୀନାଥ ପୁରୀଙ୍କ ମାନସ ଜାଣି ବାରଗୋଟି କ୍ଷିରୀମଧ୍ୟରୁ ଗୋଟିଏ ନିଜ ବସ୍ତ୍ର ମଧ୍ୟରେ ଲୁଚାଇ ରଖିଲେ । ଗୋପୀନାଥଙ୍କ ଇଚ୍ଛାରୁ ପୂଜାହାରୀ ତାହା ଲକ୍ଷ୍ୟକରି ପାରିଲେ ନାହିଁ । ତତ୍ପର ଗୋପୀନାଥ ପୂଜାହାରୀଙ୍କୁ ସ୍ଵପ୍ନରେ ଆଦେଶକଲେ ମୁଁ ଗୋଟିଏ କ୍ଷିରୀ ଲୁଚାଇ ରଖିଅଛି, ତାହା ତୁମ୍ଭେ ନେଇ ମୋର ପ୍ରିୟ ଭକ୍ତ ମାଧବେନ୍ଦ୍ର ପୁରୀଙ୍କୁ ଦେଇଆସ । ପୂଜାହାରୀ ଜାଗ୍ରତ ହୋଇ ଯାଇ ଦେଖିଲେ ପ୍ରକୃତରେ କ୍ଷିରୀ ରଖା ହୋଇଅଛି ସେ ବିସ୍ମିତ ହୋଇ ସେହି ରାତ୍ରରେ ପୁରୀଗୋସ୍ଵାମୀଙ୍କୁ ଅନ୍ଵେଷଣ କରି ସେ କ୍ଷିରୀର ବୃତାନ୍ତ ନିବେଦନ ପୂର୍ବକ ଅର୍ପଣ କଲେ ଏବଂ ତାଙ୍କୁ ପ୍ରଣାମ କଲେ । ପୁରୀଗୋସ୍ଵାମୀ ଶ୍ରୀଗୋପୀନାଥଙ୍କର ଅପାର କୃପା ଦର୍ଶନକରି ପ୍ରେମବିହ୍ଵଳ ହୋଇ ସେ କ୍ଷିରୀ ଆସ୍ଵାଦନ କଲେ । ଏଠାରେ ଆଉ ରହିଲେ ଏ କ୍ଷିରୀ ବୃତାନ୍ତ ଚତୁର୍ଦ୍ଦିଗକୁ ବିସ୍ତୃତ ହୋଇ ମୋର ପ୍ରତିଷ୍ଠା ବର୍ଦ୍ଧିତ ହେବ ଏହି ଭୟରେ ପ୍ରତ୍ୟୁଷରେ ଶ୍ରୀଗୋପୀନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ-ପୂର୍ବକ ସେ ସ୍ଥାନ ତ୍ୟାଗକରି ପଳାଇ ଗଲେ । ଯଥା-

      ଠାକୁର ଆମାକେ କ୍ଷିରୀ ଦିଲ ଲୋକ ସବ୍‌ ଶୁନି

      ଦିନେ ଲୋକ ଭିଡ ହବେ ମୋର ପ୍ରତିଷ୍ଠା ଜାନି ।

ଏଇ ଭୟେ ରାତ୍ରିଶେଷେ ଚଲିଲା ଶ୍ରୀପୁରୀ

ସେଇ ଖାନେ ଗୋପୀନାଥେ ଦଣ୍ଡବତ କରି ।

            (ଚୈଃ ଚଃ ମଧ୍ୟ ୪ର୍ଥ ପଃ)

ଯେଉଁ ଗୋପୀନାଥ ତାଙ୍କପାଇଁ କ୍ଷିରୀ ଚୋରୀ କରିଥିଲେ ତାଙ୍କୁ ପୁନର୍ବାର ଦର୍ଶନ କରିବେ ଅପେକ୍ଷା ମଧ୍ୟ ସେ ରଖିଲେ ନାହିଁ । ଯେଉଁ ପୁରୀଗୋସ୍ଵାମୀଙ୍କ ପାଇଁ ଗୋପୀନାଥ ଚିରକାଳ ପାଇଁ କ୍ଷିରଚୋରା ନାମ ଧାରଣ କଲେ ସେ ପୁରୀଗୋସ୍ଵାମୀଙ୍କ ସ୍ଵଭାବ ଦେଖିଲେତ । “ପ୍ରତିଷ୍ଠା ଶୁକରୀ ବିଷ୍ଣା” ତାର ଗନ୍ଧ ବାଜିଲେ ଅଙ୍ଗ ଦୁର୍ଗନ୍ଧରେ ପୂର୍ଣ୍ଣ ହେବ । ଅତଏବ ଭକ୍ତଙ୍କ ପକ୍ଷରେ ପ୍ରତିଷ୍ଠାଶା ଏକାବେଳକେ ତ୍ୟାଗକରିବା ବିଧେୟ । ପ୍ରେମିକ ଭକ୍ତିଗଣ ଏଣୁ ନିରହଙ୍କାର ଓ ପ୍ରତିଷ୍ଟା ଶୂନ୍ୟ, ନିର୍ଭୀକ ଓ ସ୍ରଷ୍ଟାବାଦୀ । ସଂସାରର ଲାଭାଶା ସେମାନଙ୍କର ନାହିଁ, ତେବେ ସେମାନେ

ଭୟ କରିବେ କାହିଁକି ? ଠାକୁର ଶ୍ରୀହରିଦାସ ଯବନମାନଙ୍କ କର୍ତ୍ତୃକ ଧୃତ ହୋଇ ଗୌପବାଦସାହଙ୍କ ଠାକୁ ନୀତ ହୁଅନ୍ତେ, ବାଦସାହ ତାଙ୍କୁ କହିଲେ “ହରିଦାସ, ତୁମ୍ଭେ କଲମା ପାଠକର, ନୋହିଲେ , ଏ କାଜିମାନେ ତୁମ୍ଭର ଦଣ୍ଡ ବିଧାନ କରିବେ । ସେଥିରେ ସେ ଅକାତରେ ଉତ୍ତର କଲେ –

 

      “ଯେ କରାନ୍‌ ଈଶ୍ଵରେ

ତାହାବଇ ଆର କେହି କରତେ ନା ପାରେ ।

ଅପରାଧ ଅନୁରୂପ ଯାର ଯେଇ ଫଲ୍‌

ଈଶ୍ଵରେ ସେ କରେ ଇହା ଜାନହି କେବଲ ।

ଖଣ୍ଡ ଖଣ୍ଡ ଯଦି ହୟା ଯାୟ ଦେହ ପ୍ରାଣ

ତବୁ ଆମି ବଦନେ ନା ଛାଡି ହରି ନାମ ।

            (ଚୈଃ ଚଃ ଆଦି ୧୪ଶ ଅ)

 

ନିମ୍ନରେ ଶ୍ରୀଳ ସନାତନ ଗୋସ୍ଵାମୀଙ୍କର ଓ ପଣ୍ଡିତ ଶ୍ରୀଦାମୋଦରଙ୍କର ସୃଷ୍ଟିବାଦିତାର ପରିଚୟ ଉଦ୍ଧୃତ ହେଲା ।

ମହାପ୍ରଭୁ ଗୌଡ଼ଦେଶ ଦେଇ ଶ୍ରୀବୃନ୍ଦାବନ ଯାଉଅଛନ୍ତି । ସଙ୍ଗରେ ଅନେକ ପ୍ରିୟ ପାର୍ଷଦ ଅଛନ୍ତି । ପଥରୁ ପ୍ରିୟ ଭକ୍ତମାନଙ୍କର ସଂଖ୍ୟା କ୍ରମେ ବର୍ଦ୍ଧିତ ହେଉଅଛି । ମହାପ୍ରଭୁ ଏହିରୂପଭାବରେ ରାମକେଳୀ ଗ୍ରାମରେ ଉପସ୍ଥିତ ହେଲେ । ତାହା ଗୌଡ଼ ବାଦସାହଙ୍କର ମନ୍ତ୍ରୀ ଶ୍ରୀରୁପ ଓ ଶ୍ରୀସନା – ତନଙ୍କର ନିବାସ । ସେ ଦୁହେଁ ରାଜମନ୍ତ୍ରୀ ହେଲେହେଁ ମହାଭକ୍ତ । ସେ ଦୁହେଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସି ବହୁଦୈନ୍ୟ ପ୍ରକାଶପୂର୍ବକ ମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ପ୍ରଣତ ହେଲେ । ନିଜ ପ୍ରିୟ ଭକ୍ତ ଦୁହିଁଙ୍କର ନିଷ୍କପଟ ଦୈନ୍ୟରେ ମହାପ୍ରଭୁଙ୍କର ଅନ୍ତର ଦ୍ରବୀଭୂତ ହେଲା । ମହାପ୍ରଭୁ ସେମାନଙ୍କ ଦୈନ୍ୟ ଦର୍ଶନରେ ଅତ୍ୟନ୍ତ ପ୍ରୀତ ହୋଇ କୃପା ବର୍ଷଣ ପୂର୍ବକ ବିଦାୟ ଦେଲେ । ବିଦାୟ କାଳରେ ଶ୍ରୀସନାତନ ଗୋଟିଏ ପ୍ରହେକିକା କହି ମହାପ୍ରଭୁଙ୍କ ପାଦପଦ୍ମରୁ ବିଦାୟ ଘେନି ଚାଲିଗଲେ।

 

ପ୍ରହେଳିକାଟି ଏହି ।

      

ଯାର ସଙ୍ଗେ ହୟୁ ଏଇ ଲୋକ ଲକ୍ଷ କୋଟି

      ବୃନ୍ଦାବନ ଯାବର ଏଇ ନହେ ପରିପାଟି ।

                  (ଚୈଃ ଚଃ ମଧ୍ୟ ୧୬ଶଃ ପ )

 

ମହାପ୍ରଭୁ ଶ୍ରୀସନାତନଙ୍କର ପ୍ରହେଳିକାରୁ ଯେତେବେଳେ ଭଲ ଲକ୍ଷ୍ୟ କରି ନ ଥିଲେ , ପରେ ଚିନ୍ତା କରି ଭାବିଲେ ସନାତନ ଯଥାର୍ଥ କହିଅଛି । ଲକ୍ଷ ଲକ୍ଷ ଲୋକଙ୍କ ସଙ୍ଗେ ଘେନି ଶ୍ରୀବୃନ୍ଦାବନ ଗମନ ଉଚିତ ନୁହେଁ । ଏକା କିମ୍ବା ଦୁଇ ଏକ ଜଣ ମର୍ମୀ ଲୋକ ସଙ୍ଗେ ଯିବା ବିଧେୟ । ତେଣୁ ସେଥର ଶ୍ରୀବୃନ୍ଦାବନକୁ ନ ଯାଇ କହ୍ନେଇ ନାଟଶାଳାଠାରୁ ଫେରି ଆସିଲେ ଓ ପୁନର୍ବାର ଶ୍ରୀ ବଳଦେବ ଭଟ୍ଟାଚାର୍ଯ୍ୟଙ୍କୁ ସଙ୍ଗେ ନେଇ ନିର୍ଜ୍ଜନ ବନପଥ ଦେଇ ଶ୍ରୀବୃନ୍ଦାବନ ଯାତ୍ରା କଲେ ।

ପଣ୍ଡିତ ଶ୍ରୀଦାମୋଦରଙ୍କର ନିର୍ଭୀକତା ଏହାଠାରୁ ଆହୁରି ଏକଗୁଣ ଅଧିକତର । ମହାପ୍ରଭୁ ଶ୍ରୀପୁରୁଷୋତ୍ତମରେ ବାସ କରିବା କାଳରେ ଗୋଟିଏ ସୁନ୍ଦର ବାଳକ ତାଙ୍କଠାକୁ ଆସୁଥିଲେ ଏବଂ ମହାପ୍ରଭୁ ସ୍ନେହ ପରବଶ ହୋଇ ତାଙ୍କୁ ଆଦର କରୁଥିଲେ । ସେ ବାଳକ ଏକ ବିଧବାର ସନ୍ତାନ ସେ ବିଧବା ଯୁବତୀ ଓ ପରମାସୁନ୍ଦରୀ । ପଣ୍ଡିତ ଦାମୋଦର ଏହା ଜାଣିଥିଲେ ଅତଏବ ବାଳକର ପ୍ରତ୍ୟହ ଆଗମନ ଓ ମହାପ୍ରଭୁଙ୍କର ସେ ବାଳକ ପ୍ରତି ପ୍ରଗାଢ଼ ସ୍ନେହ ଦାମୋଦର ସହ୍ୟ କରିପାରିଲେ ନାହିଁ । ଦାମୋଦର ଜାଣନ୍ତି ମହାପ୍ରଭୁଙ୍କର ସେପରି ଭୟର କିଛି କାରଣ ନାହିଁ , ତଥାପି ସେ ସ୍ଵୟଂ ଆଚରଣ କରି ଧର୍ମ ଶିକ୍ଷା ଦେବାକୁ ଏ ଧରାକୁ ଆସି ଅଛନ୍ତି । ଅତଏବ ଏ କାର୍ଯ୍ୟ ତାଙ୍କର ସାଧାରଣ ଶିକ୍ଷାର ବାଧା ଜନକ ହେବ । ତେଣୁ ପଣ୍ଡିତ ଦାମୋଦର ନିଃସଙ୍କୋଚ ଭାବରେ ମହାପ୍ରଭୁଙ୍କୁ କହିଲେ “ପ୍ରଭୋ ! ଆପଣ ପରମ ସୁନ୍ଦର ଯୁବକ, ଏହି ଯେ ପରମା ସୁନ୍ଦରୀ ଯୁବତୀଟିର ସନ୍ତାନଟିକୁ ସ୍ନେହ କରୁଅଛନ୍ତି ଏଥିରେ ଆପଣଙ୍କର ଶ୍ରୀ ପୁରୁଷୋତ୍ତମରେ ବିଶେଷ ଅଖ୍ୟାତି ହେବ । ଯଥା-

 

      ଅନ୍ୟୋପଦେଶେ ପଣ୍ଡିତ କହୋଁ ଗୋସାଇଁ ଉଠାଇଁ

      ଗୋସାଇଁ ଗୋସାଇଁ ଏବେ ଜାନିବା ଗୋସାଇଁ ।

      ଏବେ ଗୋସାଇଁର ଗୁଣ ସବଲୋକ ଗାଇବେ

      ତବେ ଗୋସାଇଁର ପ୍ରତିଷ୍ଠା ପୁରୁଷୋତ୍ତମେ ହୈବେ

 

      ଶୁନି ପ୍ରଭୁ କହେ କାହା କହ ଦାମୋଦର ?

      ଦାମୋଦର କହେ ତୁମି ସ୍ଵତନ୍ତ୍ର ଈଶ୍ଵର ।

      ସ୍ଵଚ୍ଛନ୍ଦେ ଆଚାର କର କେ ପାରେ ବଲିତେ

      ମୁଖର ଜଗତେର ମୁଖ ଯାର ଆଚ୍ଛାଦିତେ ?

 

      ପଣ୍ଡିତ ହଞ୍ଜା ମନେ କେନ ବିଚାର ନା କର

      ରାଣ୍ଡୀ ବ୍ରାହ୍ମଣୀର ବାଳକେ ପ୍ରୀତି କେନ କର ।

      ଯଦ୍ୟପି ବ୍ରାହ୍ମଣୀ ସେଇ ତପସ୍ଵିନୀ ସତୀ

      ତଥାପି ତାହାର ଦୋଷ ସୁନ୍ଦରୀ ଯୁବତୀ ।

 

      ତୁମି ଓ ପରମ ଯୁବା ପରମ ସୁନ୍ଦର

      ଲୋକ କାନା କାନି ବାତେ ଦେହ ଅବସର ।

                  (ଚୈଃ ଚଃ ଅନ୍ତ୍ୟ ୩ ୟ ପ)

 

ମହାପ୍ରଭୁ ଦାମୋଦର ପଣ୍ଡିତଙ୍କୁ ନିରପେକ୍ଷ ଜାଣ ସନ୍ତୁଷ୍ଟ ହୋଇ ନିଜଗୃହର ଅଭିଭାବକ ସ୍ଵରୂପ ମାତାଠାକୁରାଣୀଙ୍କ ନିକଟରେ ରହିବା ପାଇଁ ତାଙ୍କୁ ଶ୍ରୀ ନବଦ୍ଵୀପକୁ ପଠାଇଥିଲେ । ଭକ୍ତଗଣ ଯେ ସ୍ପଷ୍ଟବାଦୀ, ତୋଷାମୋଦକାରୀ ନୁହନ୍ତି ଏହାର ଆହୁରି ଏକ ଉଦାହରଣ ଶ୍ରୀଜଗଦାନନ୍ଦଙ୍କ ବ୍ୟବହାରରୁ ଜଣାଯାଏ । ପଣ୍ଡିତ ଜଗଦାନନ୍ଦ ମହାପ୍ରଭୁଙ୍କର ଅତି ପ୍ରିୟ । ପଣ୍ଡିତ ଶ୍ରୀସନାତନ ବୟୋଧିକ ଓ ମହାପ୍ରଭୁଙ୍କର ସମ୍ମାନପାତ୍ର ଏବଂ ପଣ୍ଡିତ ଜଗଦାନନ୍ଦ କନିଷ୍ଠ ଓ ସ୍ନେହାସ୍ପଦ । ଜଗଦାନନ୍ଦ ଶ୍ରୀ ସନାତନ ଗୋସ୍ଵାମୀଙ୍କୁ ଗୁରୁତୁଲ୍ୟ ମାନ୍ୟ କରୁଥିଲେ । ଏକସମୟରେ ଜଗଦାନନ୍ଦ ଶ୍ରୀବୃନ୍ଦାବନକୁ ଯାଇ ଶ୍ରୀସନାତନଙ୍କ କୁଟୀରରେ ବାସକଲେ । ଜଗଦାନନ୍ଦଙ୍କୁ ପରୀକ୍ଷା କରିବା ନିମିତ୍ତ ସନାତନ ଗୋସ୍ଵାମୀ ଏକଦିନ ମୁକୁନ୍ଦ ସରସ୍ଵତୀଙ୍କଠାରୁ ଏକ ଚାତୁଲ ବସନ ନେଇ ମସ୍ତକରେ ବାନ୍ଧ ଜଗଦାନନ୍ଦ ପାକ କରୁଥିବା କାଳରେ ତାଙ୍କଠାରେ ଉପସ୍ଥିତ ହେଲେ । ଜଗଦାନନ୍ଦ ପଚାରିଲେ “ଶ୍ରୀପାଦ, ଏ ଚାତୁଲ ବସନ କେଉଁଠାରୁ ପାଇଲେ “ ସନାତନ ଗୋସ୍ଵାମୀ କହିଲେ”ମୁଁ ଏହା ମୁକୁନ୍ଦ ସରସ୍ଵତୀଙ୍କଠାରୁ ଆଣିଅଛି” ।

 

ଜଗଦାନନ୍ଦ ଭାବିଥିଲେ “ ଏ ଚାତୁଲ ବସନ ବୋଧହୁଏ ମହାପ୍ରଭୁଙ୍କର ପ୍ରସାଦୀ ବସନ,” ତେଣୁ ମନେ ମନେ ଖୁସୀ ହୋଇଥିଲେ । ପରେ ଯେତେବେଳେ ଶୁଣିଲେ ଏହା ମୁକୁନ୍ଦ ସରସ୍ଵତୀଙ୍କର, ସେତେବେଳେ ଜଗଦାନନ୍ଦ କ୍ରୋଧାନ୍ଧ ହୋଇ ଭାତହାଣ୍ଡି ଧରି ସନାତନଙ୍କୁ ମାରିବାକୁ ଦୌଡିଲେ । ସନାତନ ଗୋସ୍ଵାମୀ ପ୍ରାମାଣିକ ଆଦର୍ଶ ବୈଷ୍ଣବ ଓ ସମସ୍ତଙ୍କର ଗୁରୁ ସ୍ଥାନୀୟ ଓ ମହାପ୍ରଭୁଙ୍କର ପ୍ରଧାନ ପାର୍ଷଦ । ଅପର ସନ୍ନ୍ୟାସୀଙ୍କର ବ୍ୟବହୃତ ବସ୍ତ୍ର ବ୍ୟବହାର କରିଅଛନ୍ତି ଏହା ଜଗଦା-ନନ୍ଦରଙ୍କର ପ୍ରାଣରେ ସହ୍ୟ ହେଲା ନାହିଁ । ସନାତନ ଗୋସ୍ଵାମୀ ଯେ ତାଙ୍କର ଗୁରୁତୁଲ୍ୟ ମାନ୍ୟପାତ୍ର, ଜଗଦାନନ୍ଦ ସନାତନଙ୍କ ଅମର୍ଯ୍ୟାଦା କାର୍ଯ୍ୟରେ ତାହା ଭୁଲିଗଲେ । ଯାହା ଦେଖିବା ପାଇଁ ସନାତନ ସେ ନିଜ ଅନୁପଯୁକ୍ତ ବସ୍ତ୍ର ଶିରରେ ବାନ୍ଧିଥିଲେ ତାହା ଦର୍ଶନ କରି ଜଗଦାନନ୍ଦଙ୍କୁ ଭୂୟସୀ ପ୍ରଶଂସା କଲେ ଏବଂ କହିଲେ,

“ଯାହା ଦେଖିବାରେ ବସ୍ତ୍ର ମସ୍ତକେ ବାନ୍ଧିଲ

ସେଇ ଅପୂର୍ବ ପ୍ରେମ ଏଇ ପ୍ରତ୍ୟକ୍ଷ ଦେଖିଲ ।“

            (ଚୈଃ ଚଃ ଅନ୍ତ୍ୟଃ ୧୩ଶ ପଃ )

ମହାପ୍ରଭୁଙ୍କର ପାର୍ଷଦଗଣ ସତତ ଧର୍ମ ମର୍ଯ୍ୟାଦା ପାଳନ କରି ଚଳୁଥିଲେ । ମର୍ଯ୍ୟାଦା ରକ୍ଷା ନ କଲେ ଧର୍ମର ବିଶୃଙ୍ଖଳ ଘଟେ । ତେଣୁ ମହାପ୍ରଭୁ ମର୍ଯ୍ୟାଦା ପାଳନ ବିଷୟରେ ନିଜ ଜନଙ୍କୁ ଶିକ୍ଷା ଦେଉଥିଲେ ।

ମହାପ୍ରଭୁ ତୋଟା ଗୋପୀନାଥରେ ଭିକ୍ଷା କରୁଅଛନ୍ତି । ଜ୍ୟେଷ୍ଠମାସର ମଧ୍ୟାହ୍ନକାଳ, ପ୍ରଚଣ୍ଡ ରୌଦ୍ରତାପରେ ସମୁଦ୍ରର ବାଲୁକା ତାତି ଧପ ଧପ କରୁଅଛି । ଏମନ୍ତ ସମୟରେ ରଙ୍ଗିୟା ପ୍ରଭୁ ଶ୍ରୀସନାତନ ଗୋସ୍ଵାମୀଙ୍କୁ ଡକାଇ ପଠାଇଲେ । ବର୍ତ୍ତମାନ ଯେଉଁ ସ୍ଥାନରେ ବକୁଳ ମଠ, ସନାତନ ଗୋସ୍ଵାମୀ ସେହିଠାରେ ଠାକୁର ଶ୍ରୀହରିଦାସଙ୍କ ସଙ୍ଗେ ବାସ କରୁଥିଲେ । ମହାପ୍ରଭୁ ମୋତେ ଡକାଇ ଅଛନ୍ତି ଏହି ଆନନ୍ଦରେ ଶ୍ରୀସନାତନ ଗୋସ୍ଵାମୀ ଯିବାକୁ

ଲାଗିଲେ । ତୋଟା ଗୋପୀନାଥ ଯିବାକୁ ଶ୍ରୀଜଗନ୍ନାଥ ଦେଉଳ ପାର୍ଶ୍ଵରେ ସହର ମଧ୍ୟ ଦେଇ ଏକ ସହଜ ଓ ସୁବିଧା ଜନକ ପଥ ଅଛି କିନ୍ତୁ ସନାତନ ଘନତାର ଆଦର୍ଶ । ଯବନ ରାଜାଙ୍କ ଅଧୀନରେ ମନ୍ତ୍ରୀତ୍ଵ କାର୍ଯ୍ୟ କରିଥିବାରୁ ଓ ଯବନ ସଂସର୍ଗ କରିଥିବାରୁ ସେ ନିଜକୁ ପତିତ ବୋଲି ମନେ କରୁଥିଲେ । ସହର ପଥରେ ଶ୍ରୀଜଗନ୍ନାଥଦେବଙ୍କର ସେବକମାନେ ଗତାୟତ କରନ୍ତି ଅତଏବ ସେ ବାଟେ ଗଲେ କୌଣସି ସେବକଙ୍କର ଅଙ୍ଗସ୍ପର୍ଶ ଘଟିପାରେ । ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଯାତ୍ରୀମାନଙ୍କରେ ସତତ ପୂର୍ଣ୍ଣ ଅତଏବ ଏକାନ୍ତ ଭାବରେ ସହର ବାଟେ ଯିବା ସମ୍ଭବପର ନୁହେଁ । ଶ୍ରୀ ଜଗନ୍ନାଥଦେବଙ୍କ ସେବକଙ୍କୁ ସ୍ପର୍ଶକଲେ ତାଙ୍କର ଅପରାଧ ଜାତହେବ ଏହି ଭୟରେ ସହର ପଥରେ ନ ଯାଇ ବାଲୁକାମୟ ନିର୍ଜନ ପଥରେ ଯିବାକୁ ଲାଗିଲେ । ଅନ୍ତର ଆନନ୍ଦରେ ପୂର୍ଣ୍ଣ ଅତଏବ ତପ୍ତ ବାଲୁକାରେ ପାଦରେ ଫୁଟୁକା ଜାତ ହେଉଥିଲେ ମଧ୍ୟ ସେ କଷ୍ଟ ଅନୁଭୂତି ହେଉ ନଥାଏ । ତୋଟା ଗୋପୀନାଥରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରଣାମ କଲେ । ମହାପ୍ରଭୁ ତାହାଙ୍କୁ ପ୍ରସାଦ ସେବନ କରିବାକୁ ଆଦେଶ କଲେ । ପ୍ରସାଦ ସେବା ନାନାନ୍ତର ପଚାରିଲେ “ସନାତନ, ତୁମ୍ଭେ କେଉଁ ପଥରେ ଆସିଲ” ସନାତନ କହିଲେ “ମୁଁ ସମୁଦ୍ର ପଥରେ ଆସିଲି “ ।

 

ମହାପ୍ରଭୁ କହିଲେ “ଏଡ଼େ ଖରାରେ ତପ୍ତବାଲୁକାରେ ଆସିଲ, ଶ୍ରୀଦେଉଳ ପାଶଦେଇ ଶୀତଳ ବାଟରେ ଆସିଲ ନାହିଁ ? ” ସନାତନ କହିଲେ “ ପ୍ରଭେ ! ସିଂହ ଦ୍ଵାରପଥରେ ମୋର ଆସିବାର ଅଧିକାର ନାହିଁ । ବିଶେଷତଃ ଶ୍ରୀଜଗନ୍ନାଥ ଦେବଙ୍କ ସେବକମାନେ ସେ ବାଟେ ଗତାୟାନ କରନ୍ତି । ସେମାନଙ୍କୁ ଛୁଇଁଲେ ମୋର କେତେ ଅପରାଧ ନ ହୁଅନ୍ତା ।“ ମହାପ୍ରଭୁ ଦେଖିଲେ ସନାତନ ତାଙ୍କ ବିଷମ ପରୀକ୍ଷାରେ ଉତ୍ତମରୂପେ ଉତ୍ତୀର୍ଣ୍ଣ ହୋଇଅଛନ୍ତି । ତେଣୁ ପ୍ରୀତିପୂର୍ବକ ସମ୍ବୋଧନ କରି କହିଲେ “ ସନାତନ ! ତୁମ୍ଭଙ୍କୁ ସ୍ପର୍ଶକରି ସମସ୍ତ ଜଗତ ପବିତ୍ର ହୋଇପାରେ, ଦେବତା ଓ ମୁନିଗଣ ତୁମ୍ଭଙ୍କୁ ସ୍ପର୍ଶକରି ପବିତ୍ର ହୁଅନ୍ତି । ତଥାପି ତୁମ୍ଭ ପକ୍ଷରେ ଏ ମର୍ଯ୍ୟାଦାରକ୍ଷଣ ଭୂଷଣ ସ୍ଵରୂପ ହୋଇଅଛି । ଯଥା-

 

      ଯଦ୍ୟପିଓ ହଓ ତୁମି ଜଗତ ପାବନ

      ତୋମା ସ୍ପର୍ଶେ ପବିତ୍ର ହୟ ଦେବ ମୁନିଗଣ ।

      ତଥାପି ଭକ୍ତେର ସ୍ଵଭାବ ମର୍ଯ୍ୟାଦା ରକ୍ଷଣ

      ମର୍ଯ୍ୟାଦା ପାଳନ ହୟ ସାଧୁର ଭୂଷଣ ।

                  (ଚୈଃ ଚଃ ଅନ୍ତ୍ୟ ୪ର୍ଥ ପଃ)

 

କୃଷ୍ଣଭକ୍ତି ପକ୍ଷରେ ଯେରୂପେ କେତେକ କର୍ତ୍ତବ୍ୟ ପ୍ରଦର୍ଶିତ ହେଲା ସେହିରୂପ କେତେକ ଅକର୍ତ୍ତବ୍ୟ ମଧ୍ୟ ରହିଅଛି । ଭକ୍ତ ଭଗବାନଙ୍କୁ ଶ୍ରଦ୍ଧାସହ ଭଜନ କରନ୍ତି । ନିଜ ସୁଖ କାମନାରେ ବା ବିଷୟ ବାସନାରେ ଭଜିବା ପ୍ରେମିକ ଭକ୍ତିର କର୍ତ୍ତବ୍ୟ ନୁହେଁ । ପ୍ରାଣାନ୍ତ ହେଲେ ମଧ୍ୟ ପ୍ରେମିକ ଭକ୍ତ ଭଗବାନଙ୍କୁ ବିଷୟ ପ୍ରାର୍ଥନା କରନ୍ତି ନାହିଁ । ଶ୍ରୀଚୈତନ୍ୟ ଚରିତାମୃତରେ ଏହାର ଉତ୍ତମ ପ୍ରମାଣ ରହିଅଛି । ଗୋଟିଏ ଉଦାହରଣ ନିମ୍ନରେ ବିବୃତ ହେଲା ।

 

ଶ୍ରୀ ଗୋପୀନାଥ ପଟ୍ଟନାୟକ ବିଖ୍ୟାତ ଶ୍ରୀଳ ରାୟରାମାନନ୍ଦଙ୍କ କନିଷ୍ଠ ଭ୍ରାତା । ଉତ୍କଳେଶ୍ଵର ମହାରାଜ ଶ୍ରୀପ୍ରତାପରୁଦ୍ରଦେବଙ୍କ ଅଧୀନରେ କର୍ମ କରୁଥିଲେ ତାଙ୍କ ଉପରେ କେତେକ ଟଙ୍କା ରାଜସରକାରରୁ ବାକିଥିଲା । ସେହି ଟଙ୍କା ଆଦାୟ ଘେନି ରାଜପୁତ୍ର ଶ୍ରୀପୁରୁଷୋତ୍ତମ ଜେନାଙ୍କୁ ସେ କିଛି ତାଚ୍ଛଲ୍ୟ ଭାବି ପ୍ରକାଶ କରିବାରୁ ରାଜପୁତ୍ର ସେଥିରେ ରାଗାନ୍ଵିତ ହୋଇ ମହାରାଜାଙ୍କୁ ଜଣାଇ ଗୋପୀନାଥ ପଟ୍ଟନାୟକଙ୍କ ପ୍ରତି ପ୍ରାଣଦଣ୍ଡର ଆଜ୍ଞା କରାଇ ଚାଙ୍ଗ ଉପରେ ଚଢ଼ାଇଲେ କିନ୍ତୁ ସେହି ଅବସ୍ଥାରେ ମଧ୍ୟ ଧୀର ଭକ୍ତବୀର ଗୋପୀନାଥ ପଟ୍ଟନାୟକ ନିଜ ପ୍ରାଣ ନିମନ୍ତେ କାତର ନଥିଲେ । ସେ ତେତେବେଳେ ନିର୍ଭୟରେ ହରିନାମ ନେଉଥିଲେ । ମହାପ୍ରଭୁଙ୍କ କୃପା କୌଶଳରୁ ତାଙ୍କର ପ୍ରାଣ ରକ୍ଷା ହେଲା ଓ ରାଜସରକାରରୁ ଦୁଇଗୁଣ ବର୍ତ୍ତନ ବୃଦ୍ଧି ହେଲା ।

 

ସେହି ଗୋପୀନାଥଙ୍କ ବିଷୟ ଶ୍ରୀକାଶୀମିଶ୍ର ମହାପ୍ରଭୁଙ୍କ ପାଖରେ କହିବା ସମୟରେ କହିଥିଲେ “ପ୍ରଭୋ । ଯେ ବିଷୟ କାମନାରେ ତୋର ଶ୍ରୀଚରଣାବିନ୍ଦ ଭଜନ କରେ ସେ ଅନ୍ଧ ଯଥା-

 

      ବ୍ୟବହାର ଲାଗି ଯେ ତୋମା ଭଜେ ସେ ଜ୍ଞାନ ଅନ୍ଧ !

      ତୋମାର ଭଜନ ଫଲ ତୋମାତେ ପ୍ରେମଧନ

Unknown

      ବିଷୟ ଲାଗି ଯେ ତୋମା ଭଜେ ସେଇ ମୂଢ଼ଜନ ।

      ତୋମା ଲାଗି ରାମାନନ୍ଦ ରାଜ୍ୟତ୍ୟାଗ କୈଲ,

      ତୋମା ଲାଗି ସନାତନ ବିଷୟ ଛାଡ଼ିଲି ।

      

ତୋମାଲାଗି ରଘୁନାଥ ସବ ଛାଡି ଆଇଲ,

      ହେଥାୟ ତାହାର ପିତା ବିଷୟ ପାଠାଇଲ

      ତୋମାର ଚରଣ କୃପା ହୟାଛେ ତାହାରେ

      ଛନ୍ତ୍ରେମାଗି ଖାୟ ବିଷୟ ସ୍ପର୍ଶ ନାହିଁ କରେ ।

                  [ଚୈଃ ଚଃ ଅନ୍ତ୍ୟ ୯ମ ପଃ]

ଶ୍ରୀ ଗୋପୀନାଥ ପଟ୍ଟନାୟକ ନିଜେ ମଧ୍ୟ ମହାପ୍ରଭୁଙ୍କୁ ଯାହା କହିଥିଲେ ସେଥିରୁ ଭକ୍ତ ପକ୍ଷରେ ବିଷୟ ବାସନା କିପରି ପରିହାର୍ଯ୍ୟ ଉତ୍ତମରୂପେ ପ୍ରମାଣିତ ହେଉଅଛି । ଯଥା-

 

      ନେତାଧଟି ମାଥେ ଗୋପୀନାଥ ଚରଣେ ପଡିଲା,

      ରାଜାର କୃପା ବୃତ୍ତାନ୍ତ ସକଲଇ କହିଲା,

      ବାକି କୌଡିବାଦ, ଦ୍ଵିଗୁଣ ବର୍ତ୍ତନ କରିଲା

      ପୁନଃ ସେଇ ବିଷୟ ଦିୟା ନେତଧଟି ଦିଲା ।

 

      ନାହାଁ ଚାଙ୍ଗେର ଉପର ସେହି ମରଣ ପ୍ରମାଦ

      କାହାଁ ନେତଧଟି ପୁନଃ ଏ ସବ ପ୍ରସାଦ ।

      ଚାଙ୍ଗେର ଉପରେ ତୋମାର ଚରଣ ଧ୍ୟାନ କୈଲ

      ଚରଣ ସ୍ମରଣ ପ୍ରଭାବେ ଏହି ଫଲ ପାଇଲ ।

 

      ଲୋକ ଚମତ୍କାର ମୋର ଏସବ ଦେଖିୟା

ପଶଂସେ ତୋମାର କୃପା ମହିମା ଗାଇୟା ।

କିନ୍ତୁ ତୋମା ସ୍ମରଣେର ନାହେ ଏଇ ଫଲ

ଫଲାଭାସ ଏଇ ଯାତେ ବିଷୟ ଚଞ୍ଚଳ ।

 

ରାମରାୟ ବାଣୀନାଥେ କୈଲେ ନିର୍ଦିଷୟ

      ସେ କୃପା ଆମାତେ ନାଇ ଯାତେ ଐଚ୍ଛହୟ ।

      ଶୁଦ୍ଧ କୃପାକର ଗୋସାଇଁ ଘୁଚାଅ ବିଷୟ

      ନିର୍ବିର୍ଣ୍ଣ ହଇଲେ ମୋତେ ବିଷୟ ନାରୟ ।

                  (ଚୈଃ ଚଃ ଅନ୍ତ୍ୟ ୧୦ମ ପ )

ମହାପ୍ରଭୁଙ୍କ ପ୍ରଧାନ ଶିକ୍ଷା ଜୀବରେ ଦୟା ଓ ଶ୍ରୀହରି ନାମରେ ରୁଚି ।ଅତଏବ ଜୀବକୁ କୌଣସି ପ୍ରକାରେ ପୀଡାଦେବା ଭକ୍ତଙ୍କ ପକ୍ଷରେ ଅବିଧେୟ ତେଣୁ ଶ୍ରୀଳ ବୃନ୍ଦାବନଦାସ କହିଅଛନ୍ତି । ଯଥା-

      “ବୈଷ୍ଣବ ହିଂସାର କଥା ସେ ଆକୁଳ ଦୁରେ

      ସହଜେ ଜୀବରେ ଯେ ଅଧମା ପୀଡ଼ାରେ,

      ବିଷ୍ଣୁ ପୂଜିୟାଓ ଯେ ପ୍ରଜାର ପୀଡ଼ାକରେ

      ପୂଜାଓ ନିଷ୍ପଲେ ଯାୟ ଆର ଦୁଃଖେ ମରେ ।

 

      ସର୍ବଭୂତେ ଆଛେନ ଶ୍ରୀବିଷ୍ଣୁ ନା ଜାନିୟା ।

ବିଷ୍ଣୁ ପୂଜା କରେ ଅତି ପ୍ରକୃତ ହଇୟା

 

      ଏକହସ୍ତେ ଯେନ ବିପ୍ରଚରଣ ପାଖାଲେ

      ଆରହସ୍ତେ ଢ଼େଲାମାରେ ମାଥୟା କହଲେ ।“

      ଜୀବପତି ଦୟା ନ କଲେ ଭଗବାନ ସେପରି ଲୋକର ପୂଜା ଗ୍ରହଣ କରନ୍ତି ନାହିଁ ।

ସାଧାରଣ ଜୀବପକ୍ଷ ନିର୍ଦ୍ଧୟ ବ୍ୟବହାର ତ ଅନୁପଯୁକ୍ତ, ଭକ୍ତଙ୍କ ପ୍ରତି ଅସଦ୍‌ବ୍ୟବହାର ଯେ ଅଧିକତର ଦୁଷଣୀୟ ଏଥିରେ କି ସନ୍ଦେହ ଅଛି । ଯେ ଭକ୍ତ ପ୍ରତି ଅସଦ୍‌ବ୍ୟବହାର କରେ ଶ୍ରୀଭଗବାନ ତା ପ୍ରତି ଅସନ୍ତୁଷ୍ଡ ହୁଅନ୍ତି । ଯଦି କେହି ବ୍ୟକ୍ତି ମୋତେ ଅତ୍ୟନ୍ତ ଭକ୍ତି କରେ ଓ ମୋର ସ୍ତ୍ରୀ କିମ୍ବା ସନ୍ତାନ ପ୍ରତି ଘୃଣା କରେ, ମୁଁ କି ଏପରି ବ୍ୟକ୍ତିକୁ କଦାପି ଭଲ ପାଇପାରେଁ ? ସେଥିପାଇଁ ଶ୍ରୀଳ ବୃନ୍ଦାବନଦାସ ଭକ୍ତିପ୍ରତି ପରିହାସାଦି ବାରଣ କରିଯାଇଅଛନ୍ତି । ଯଥା-

      ଦେଖି ମୂର୍ଖ ଦରିଦ୍ର ଯେ ବୈଷ୍ଣବେରେ ହାସେ,

      ତାର ପୂଜା ବିତ୍ତକଭୁ କୃଷ୍ଣରେ ନା ବାସେ

                  [ଚୈଃ ଭାଃ ମଧ୍ୟ ୧୬ଶ ଅଃ]

 

ଅହଙ୍କାର କରିବା ସମସ୍ତଙ୍କ ପକ୍ଷରେ ଅବିଧେୟ, ବିଶେଷତଃ ଭକ୍ତମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ଦୁଗଣୀୟ। ତେଣୁ ମହାପ୍ରଭୁ ଭକ୍ତମାନଙ୍କୁ ତୃଣାଦପି ନୀଚ ହେବାକୁ ଶିକ୍ଷା ଦେଇ ଅଛନ୍ତି । ଏକ ଦିଗ୍‌ବିଜୟୀ ପଣ୍ଡିତ ବିଦ୍ୟା ଗର୍ବରେ ଅନ୍ଧ ହୋଇ ଜୟ ବାସନାରେ ଶ୍ରୀ ନବଦ୍ଵୀପରେ ପ୍ରବେଶ କଲେ । ପଣ୍ଡିତ ଶ୍ରୀସରସ୍ଵତୀଙ୍କର କୃପାପାତ୍ର। ପୂଜା କରି ସେ ଦେବୀଙ୍କ ଠାରୁ ବର ପାଇଁଥିଲେ, ତେଣୁ ତାଙ୍କ ହୃଦୟ ଗର୍ବରେ ପୂର୍ଣ୍ଣ ଥିଲା । ନବଦ୍ଵୀପରେ ପ୍ରଧାନ ପ୍ରଧାନ ପଣ୍ଡିତମାନେ ତାଙ୍କ ସହ ପ୍ରତିଦ୍ଵନ୍ଦୀ ହେବାକୁ କେହି ଭୟରେ ସାହାସୀ ହେଲେ ନାହିଁ । ମହାପ୍ରଭୁ ତେତେବେଳେ ନଦିୟାରେ ପ୍ରଧାନ ପଣ୍ଡିତ । ତାଙ୍କ ଶିଷ୍ୟବର୍ଗ ଏହି ଦିଗ୍‌ବିଜୟୀ ପଣ୍ଡିତଙ୍କ କଥା ଉତାପନ କରନ୍ତେ, ମହାପ୍ରଭୁ ସେ ପଣ୍ଡତଙ୍କ ଗର୍ବ ଚୂର୍ଣ୍ଣି କରିବେ ଏହା ମନରେ ଭାବି ଶିଷ୍ୟବର୍ଗଙ୍କ ପ୍ରବୋଧ ଦେଇ କହିଲେ,-

      ‘’ ଶୁନ ଭାଇ ସବ ଏଇ କହି ତତ୍ତ୍ଵ କଥା

      ଅହଂକାର ନା ସହେନ ଈଶ୍ଵର ସର୍ବଥା ।

      ଯେ ଯେ ଗୁଣେ ମତ୍ତ ହଇ କରେ ଅହଙ୍କାର

      ଅବଶ୍ୟ ଈଶ୍ଵର ତାହା କରେନ ସଂହାର ।

      ଫଳବନ୍ତ ବୃକ୍ଷ ଆର ଗୁଣବନ୍ତ ଜନ

      ନମ୍ରତା ସେ ତାହାର ସ୍ଵଭାବ ଅନୁକ୍ଷଣ ।

      ହୈହୟ, ନହୁଷ, ବାଣ. ନରକ, ରାବଣ

      ମହାଦିଗ୍‌ବିଜୟୀ ଶୁନିୟାଛ ଯେ ଯେ ଜନ ।

      ବୁଝି ଦେଖି କାର ଗର୍ବ ଚୂର୍ଣ୍ଣି ନାହିଁ ହୟ,

      ସର୍ବଦା ଈଶ୍ଵର ଅହଂକାର ନାହିଁ ସଁୟ ।‘’

ମହାପ୍ରଭୁ ଯେ ମନୁଷ୍ୟ ଗର୍ବକୁ ଭଲ ପାଅନ୍ତି ନାହିଁ ଏହାର ଆଉ ଏକ ଉଦାହରଣ ଶ୍ରୀଳ କୃଷ୍ଣଦାସ କବିରାଜ ଦର୍ଶାଇ ଅଛନ୍ତି । ଯଥା-

      ରାମଦାସ ବିଶ୍ଵାସ ଯଦି ପ୍ରଭୁରେ ମିଳିଲା

      ମହାପ୍ରଭୁ ଅଧିକ ତାରେ କୃପା ନା କରିଲା ।

      ଅନ୍ତରେ ମୁମୁକ୍ଷୁ ତିହୋଁ ବିଦ୍ୟା ଗର୍ବବାନ୍‌

      ସର୍ବଚିତ୍ତ ଜ୍ଞାତା ପ୍ରଭୁ ସର୍ବଜ୍ଞ ଭଗବାନ ।

                  (ଚୈ ଚଃ ଅନ୍ତ୍ୟ ୧୩ଶ ତଃ )

ଭକ୍ତ ଯଦି ଅନ୍ତରରେ ଗର୍ବ ବହନ କରେ ମୁଁ ଖୁବ ବଡ ସାଧନା, ମୁଁ ନିତି ଏତେ ହରିନାମ ଜପ କରୁଛି, ମୁଁ ଏତେ ସାଧୁ ସେବା କୁରୁଅଛି , ମୁଁ ନିତ୍ୟ ଶାସ୍ତ୍ର ଚର୍ଚ୍ଚା କରୁଅଛି ମୁଁ ଫଳ ମାତ୍ର ଆହାର କରି ଜୀବନ ଧାରଣ କରୁଅଛି , ଏହିରୂପେ ଅହଂକାର ବହନ କରନ୍ତି. ଅନ୍ତର୍ଯ୍ୟାମୀ ଭଗବାନ ଭକ୍ତଙ୍କର ଏ ସମସ୍ତ ଅହଂକାରରେ ଅସନ୍ତୁଷ୍ଟ ହୁଅନ୍ତି । ଶ୍ରୀବାସ ଅଙ୍ଗନରେ କୀର୍ତ୍ତନ କାଳରେ ଶ୍ରୀବାସ ଯେଉଁ ବ୍ରହ୍ମଚାରୀଙ୍କୁ ଗୋପନରେ ନିଜ ମନ୍ଦିରରେ ରଖାଇଥିଲେ, ପ୍ରେମ ସଙ୍କୁଚିତ ହେବାରୁ ମହାପ୍ରଭୁ କେହି ବହିରଙ୍ଗର ପ୍ରବେଶ ଜାଣିପାରି ସେ ବ୍ରହ୍ମଚାରୀଙ୍କୁ ପୁର ମଧ୍ୟରୁ ବାହାର କରାଇ ଦେଇଥିଲେ ; ସେହି ସମୟରେ ମହାପ୍ରଭୁ କଣ କହିଥିଲେ ଦେଖାଯାଉ,-

“ଦୁଇଭୁଜ ତୁଲି ପ୍ରଭୁ ଅଙ୍ଗୁଲି ଦେଖାୟ

ପୟଃପାନେ ପ୍ରଭୁ ମୋର କେହ ନାହିଁ ପାୟ ।

ଚାଣ୍ଡାଲୋଓ ନୋହର ଶରଣ ଯଦି ଲୟ

ସେହି ମୋର ମୁଞ୍ଚି ତାର ଜାନିହ ନିଶ୍ଚୟ ।

 

ସନ୍ନ୍ୟାସୀ ମୋର ଯଦି ନ ଲୟ ଶରଣ

ସେହି ମୋର ନହେ ସତ୍ୟ ବଲିଲ ବଚନ ।

ଗଜେନ୍ଦ୍ର ବାନର ଗୋପ କି ତପ କରିଲ

ବଲ ଦେଖି ତାରା ନୋରେ କି ତପେ ପାଇଲ ।

 

ଅସୁରେଓ ତପ କରେ କି ହୟ ତାହାର

ବିନେ ନୋଚ ଶରଣ ନହିଲେ ନାହିଁ ପାର ।।

                  (ଚୈଃ ଭାଃ ୨୩ ଶ)

ଅତଏବ କାମ, କ୍ରୋଧ, ଲୋଭ, ମୋହ ମଦ ମାତ୍ସର୍ଯ୍ୟାଦି ଭକ୍ତ- ପକ୍ଷରେ ଏକାନ୍ତ ବର୍ଜ୍ଜନୀୟ ।

 

ଭକ୍ତଙ୍କର ସତତ ଆପଣାକୁ ଭଗବତ୍‌ ଦାସ ଜାଣ ଓ ତାଙ୍କ ଦ୍ଵାରା ନିୟୋଜିତ ମନେ କରି ତାଙ୍କ ପ୍ରଦତ୍ତ ଶକ୍ତିରେ ସମସ୍ତ କାର୍ଯ୍ୟ କରୁଅଛି, ଏହିରୂପ ଭାବ କାର୍ଯ୍ୟ କରିବା ଉଚିତ ।

‘’ ମୁଁ କରୁଛି, ଏ ଅଭିମାନ ଯେପରି ତିଳେ ମାତ୍ର ତାଙ୍କ ମନକୁ ଆସେ, ମହାନୁଭବ ଶ୍ରୀଲ ରାୟ ରାମାନନ୍ଦ ଏହାର ଉତ୍ତର ଆଦର୍ଶ ଦେଖାଇ ଅଛନ୍ତି । ବିଦ୍ୟାନଗରଠାରେ ମହାପ୍ରଭୁ ଶ୍ରୋତାରୂପେ ତାଙ୍କଠାରୁ ଶ୍ରୀକୃଷ୍ଣ ତତ୍ତ୍ଵାଦି ଶ୍ରବଣ କଲା ପରି ତାଙ୍କର ପ୍ରଶଂସା କରନ୍ତେ ସେ ସେଥିରେ ଉତ୍ତର କଲେ “ପ୍ରଭୋ” ମୋର କୃଷ୍ଣତତ୍ତ୍ଵ କହିବାର ଲେଶ ମାତ୍ର ଶକ୍ତି ନାହିଁ, ତୁମ୍ଭେ ହୃଦୟ ମନ୍ଦିରରେ ରହି ଯାହା ବୋଲାଉ ଅଛ ମୁଁ ତାହା କହୁ ଅଛି । ମୁଁ ନଟ ତୁମ୍ଭେ ସୁତ୍ରଧର ଯଥା ;-

      ରାୟ କହେ ଆମି ନଟ ତୁମି ସୂତ୍ରଧର

      ଯେମତ ନାଚାଓ ସେମତ ଚାହି ନାଚିବାର ।

      ମୋର ଜିହ୍ଵା ବୀଣା ଯନ୍ତ୍ର ତୁମି ବୀଣାଧାରୀ

      ତୋମାର ମନେ ଯେ ଉଠେ ତାହାଇ ଉଚ୍ଚାରି

                              (ଚୈଃ ଚଃ ମଧ୍ୟ ୮ମ ପଃ )

 

ଶ୍ରୀପ୍ରଦ୍ୟୁମ୍ନ ମିଶ୍ର ମହାପ୍ରଭୁଙ୍କଠାରେ କୃଷ୍ଣ କଥା ଶୁଣିବାର ପ୍ରାର୍ଥୀହୋଇ ଥିଲେ । ମହାପ୍ରଭୂ କହିଲେ, ଆପଣଙ୍କର କୃଷ୍ଣ କଥା ଶୁଣିବାର ଇଚ୍ଛା ହୋଇଅଛି ଏ ଅତି ଉତ୍ତମ କଥା । ତେବେ କୃଷ୍ଣ କଥା ମୁଁ କି ଜାଣେ ଆପଣ ରାୟ ରମାନନ୍ଦଙ୍କଠାକୁ ଯାଉନ୍ତୁ ସେ ଅପଣଙ୍କୁ କୃଷ୍ଣକଥା ଶୁଣାଈ ମନ ତୃପ୍ତି କରାଇପାରିବେ । ମୁଁ ବିଦ୍ୟାନଗରଠାରେ ତାଙ୍କଠାରୁ କୃଷ୍ଣକଥା ଶ୍ରବଣ କରି ଆପଣଙ୍କୁ ଚିରତାର୍ଥ ମନେ କରିଅଛି । ସରଳ ପ୍ରଭୁତି ପ୍ରଦ୍ୟୁମ୍ନ ମିଶ୍ର ମହାପ୍ରଭୁଙ୍କର ଏହି ଆଦେଶ ପାଈ ଶ୍ରୀଲ ରାୟାରାମାନନ୍ଦଙ୍କଠାରେ ଉପସ୍ଥିତ ହେଲେ ଏବଂ ତାଙ୍କଠାରୁ କୃଷ୍ଣକଥା ଶ୍ରବଣ କରି ପ୍ରେମ ସାଗରରେ ମଗ୍ନ ହେଲେ । କିନ୍ତୁ ତେତେବେଳେ ବିନୟରେ ଖଣି ରାୟ ରାମାନନ୍ଦ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ କହିଲେ “ମହୋଦୟ : ମୁଁ ଏମାନ ଆପଣଙ୍କୁ ଶଣାଈଲି ଏହା ମନେ କରିବେ ନାହିଁ ଶ୍ରୀଗୌରଚନ୍ଦ୍ର ଏ ସମସ୍ତ ମୋ ମୁଖରେ ପ୍ରଚାର

      କୃଷ୍ଣ କଥା ଵକ୍ତା କରି ନା ଜାନିହ ମୋରେ,

      ମୋର ମୁଖେ କଥା କହେ ଆପନି ଗୌରଚନ୍ଦ୍ର

      ଯୈଛେ କହାୟ ତୈଛେ କହି ଯେନି ବୀଣାଯନ୍ତ୍ର ।

      ମୋର ମୁଖେ କହେ କଥା କରେ ପରଚାର

      ପୃଥିବୀତେ କେ ଜାନିବେ ଏ ଲୀଲା ତାହାର ।

 

                        (ଚୈଃ ଚଃ ଅନ୍ତ୍ୟ ୮ମ ପଃ)

 

ଶ୍ରୀଳ ରାୟ ରାମାନନ୍ଦଙ୍କ ପରି ମହାଅନୁଭବଙ୍କର ଅହଂ ଅଭିମାନ ସମ୍ଵନ୍ଧରେ ଏରୂପ ଉକ୍ତ ଥାଉ ଆମ୍ଭେମାନେ ଯଦି ଆତ୍ମାଭିମାନ କରୁଁ ଏହା କେବଳ ଆମ୍ଭମାନଙ୍କର ମୂର୍ଖତାର ପରିଚାୟକ ନୁହେ ତ ଆଉ କଣ ?

ଅହଂକାର ଯେ କେତେଦୂର ବର୍ଜ୍ଵନୀୟ ଶ୍ରୀବଲ୍ଲଭଭଟ୍ଟଙ୍କ ପ୍ରତି ମହାପ୍ରଭୁଙ୍କର କୃପାଶାସନ ତାହାର ଅତି ଉତ୍ତମ ପ୍ରମାଣ ଶ୍ରୀବଲ୍ଲଭଭଟ୍ଟଙ୍କ ମନରେ ଏହି ଏକ ଗର୍ବ ଥିଲା ଯେ ମୁଁ ଶ୍ରୀମଦ୍‌ଭାଗବତର ଉତ୍ତମ ବ୍ୟାଖ୍ୟା କରିପାରେ । ବୈଷ୍ଣବ ସିଦ୍ଧାନ୍ତ ମୋତେ ଉତ୍ତମରୂପେ ଜଣା । ଏହିରୂପ ଅଭିମାନର ବଶବର୍ତ୍ତୀ ହୋଇ ସେ ଏକ ଦିନରେ ଶ୍ରୀମଦ୍ ମହାପ୍ରଭୁଙ୍କ ନିକଟରେ ଆସି ନିବେଦନ କଲେ , “ ପ୍ରଭୋ ! ମୁଁ ଶ୍ରୀମଦ୍‌ଭାଗବତର ଟିକା କିଛି ଲେଖିଅଛି । ଆପଣ ଅନୁଗ୍ରହପୂର୍ବକ ଥରେ ଶ୍ରବଣ କରନ୍ତୁ ।” ଅନ୍ତର୍ଯ୍ୟାମୀ ମହାପ୍ରଭୁ ଭଟ୍ଟଙ୍କର ମନରେ ଗର୍ବ ଜାଣି କହିଲେ “ ଶ୍ରୀମଦ୍‌ଭାଗବତର ଅର୍ଥ ବୁଝିବାର ମୋର ଶକ୍ତି ନାହିଁ । ମୁଁ ଶ୍ରୀମଦ୍‌ଭାଗବତ ଶୁଣିବାକୁ ଉପଯୁକ୍ତ ପାତ୍ର ନୁହେଁ । ଶ୍ରୀକୃଷ୍ଣ ନାମ ଜପ କରେ । ଦିବ୍ୟରାତ୍ର ସଂଖ୍ୟା ନାମ ପୂର୍ଣ୍ଣ ହୋଇପାରେ ନାହିଁ ।” ଭଟ୍ଟ କହିଲେ, ‘’ପ୍ରଭୋ ! ତେବେ ମୁଁ ଯେ ଶ୍ରକୃଷ୍ଣନାମର ଅର୍ଥ ବିସ୍ତାରିତ ରୂପେ ବ୍ୟାଖ୍ୟା କରିଅଛି ତାହା ଶ୍ରବଣ କରନ୍ତୁ । ”

 

ମହାପ୍ରଭୁ କହିଲେ ମୁଁ କୃଷ୍ଣ ନାମର ଅର୍ଥ ଯଶୋଦାନନ୍ଦନ ଶ୍ୟାମସୁନ୍ଦର ବୋଲିହିଁ ଜାଣେ, ଏହାହଁ କୃଷ୍ଣ ନାମର ସର୍ବଶାସ୍ତ୍ରନୁମୋଦିତ ରୁଢି ମୁଖ୍ୟ ଅର୍ଥ । ଅନ୍ୟାନ୍ୟ ଅର୍ଥ ଜାଣିବାର କିଛି ଆବଶ୍ୟକ ମୁଁ ଦେଖୁନାହିଁ ଭଟ୍ଟ ମହାଶୟ ଏଥରେ ଲଜ୍ଜିତ ହୋଇ ନିଜ ଘରକୁ ପ୍ରସ୍ଥାନ କଲେ । କିନ୍ତୁ ତାଙ୍କ ଚିତ୍ତ ଗର୍ବ ପର୍ବତରେ ଆରୋହଣ କରିଥିଲା । ସେ କିପରି ମହାପଣ୍ଡିତ ବୋଲି ପରିଚିତ ହେବେ, କିପରି ତାଙ୍କର ଯୁକ୍ତି ଓ ସିଦ୍ଧାନ୍ତ ଅକାଟ୍ୟ ବୋଲି ପ୍ରମାଣିତ ହେବ, ଏହି ଚିନ୍ତାରେ ସେ ଅସ୍ଥିର । ଆଉ ଏକଦିନ ସେ ଶ୍ରୀଳ ଅଦ୍ଵେିତ ଆଚାର୍ଯ୍ୟଙ୍କୁ ପଚାରିଲେ ‘’ ମହୋଦୟ ! ଜୀବ ପ୍ରକୃତ ଏବଂ ଶ୍ରୀକୃଷ୍ଣ୍ହହିଁ ପୁରୁଷ ଓ ତେଣୁ ଜୀବର ପତି । ପତିବ୍ରତାମାନଙ୍କ ପକ୍ଷରେ ପତିର ନାମ ଉଚ୍ଚାରଣ ନିଷେଧ ,ତେବେ ଆପଣମାନେ ଶ୍ରୀକୃଷ୍ଣ ନାମ ଗ୍ରହଣ କରନ୍ତି କିପରି ? ଆଚାର୍ଯ୍ୟ ପ୍ରଭୁ ମହାପ୍ରଭୁଙ୍କ ନିର୍ଦ୍ଦେଶ ପୃର୍ବକ କହିଲେ ମୂର୍ତ୍ତିମାନ ଧର୍ମତ ଆପଣଙ୍କର ସମ୍ମୁଖରେ ବର୍ତ୍ତମାନ, ତାହାଙ୍କୁ ପଚାରୁ ନାହାନ୍ତି ? ସେତ ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବେ । ଏହା ଶୁଣି ମହାପ୍ରଭୁ କହିଲେ , ଦେଖ, ପତିର ଆଜ୍ଞା ପାଳନାହଁ ପତିବ୍ରତାମାନଙ୍କ ପ୍ରଧାନ ଧର୍ମ ଏବଂ ଏଠାରେ ଜୀବ ପ୍ରକୃତିର ପତି ଶ୍ରୀକୃଷ୍ଣ ସତତ ନିଜନାମ ନେବାକୁ ଜୀବମାନଙ୍କ ଆଦେଶ କରି ଅଛନ୍ତି । ତେଣୁ ଜୀବମାନେ ତାଙ୍କର ନାମ ଦିଅନ୍ତି ଓ ତାହାର ଫଳ ସ୍ଵରୂପ କୃଷ୍ଣ ପବରେ ପ୍ରେମ ପ୍ରାପ୍ତ ହୁଅନ୍ତି । ଯଥା-

 

      ପ୍ରଭୁ କହେନ ତୁମି ନା ଜାନ ଧର୍ମାଧର୍ମ

      ସ୍ଵାମୀଆଜ୍ଞା ପାଲେ ଏଇ ପତିବ୍ରତା ଧର୍ମ ।

      ପତିର ଆଜ୍ଞା ନିରନ୍ତର ତାର ନାମ ଲଇତେ

      ପତି ଆଜ୍ଞା ପତିବ୍ରତା ନା ପାରେ ଲଙ୍ଘିତେ ।

 

      ଅତଏବ ନାମ ଲୟ ନାମରେ ଫଲ ଦାୟ

      ନାମେର ଫଲେ କୃଷ୍ଣ ପଦେ ପ୍ରେମଉପଜୟ ।

                        (ଚୌଃ ଚଃ ଅନ୍ତ୍ୟ ୭ମ ପ)

 

ବଲ୍ଲଭଭଟ୍ଟ ଏଥିରେ ବଡ ଲଜ୍ଜିତ ହୋଇ ଭାବିଲେ ହାୟ ଏ ସଭାରେ ଦିନେ ସୁଦ୍ଧା ମୋକଥା ପଡ଼ିଲା ନାହିଁ, ସବୁବେଳେ ମୋତେ ମୁଖ ତଳକୁ କରି ବସିବାକୁ ହେଲା । ଆଉ ଏକଦିନ ମନ ମଧ୍ୟରେ ବିଶେଷ ଦମ୍ଭ ପୋଷଣ କରି ମହାପ୍ରଭୁଙ୍କର ସମ୍ମୁଖରେ ସଗର୍ବରେ କହିଲେ ଶ୍ରୀଧରାସ୍ଵାମୀଙ୍କର ଶ୍ରୀମଦ୍ ଭାଗବତ ଟୀକାରେ ଏକ ବାକ୍ୟତା ନାହିଁ, ଯେଉଁଠାରେ ଯାହା ତାଙ୍କୁ ଭଲ ଲାଗିଛି ସେ ସେହି ସିଦ୍ଧାନ୍ତ ସମର୍ଥନ କରି ଅର୍ଥ କରିଅଛନ୍ତି, ଏଣୁ ମୁଁ ସେ ଟୀକା ସ୍ଵୀକାର କରେ ନାହିଁ | ମହାପ୍ରଭୁ ତାଙ୍କର ଏହି ଗର୍ବ ବାକ୍ୟକୁ ଅତି ଅକିଞ୍ଚିତ୍‌କର ମଣି ରହସ୍ୟପୂର୍ବକ କହିଲେ ଯେ ସ୍ଵାମୀ ସ୍ଵୀକାର ନ କରେ ମୁଁ ତାଙ୍କୁ ବେଶ୍ୟା ମଯ୍ୟରେ ଗଣନା କରେ । ଯଥା: -

      ପ୍ରଭୁହାସି କହେ ସ୍ଵାମୀ ନା ମାନେ ଯେଇଜନ

      ବେଶ୍ୟାର ଭିତରେ ତାରେ କରିୟେ ଗଣନ ।

                  (ଚୌଃ ଚଃ ଅନ୍ତ୍ୟ ୭ମପ)

ଏ ବ୍ୟଙ୍ଗୋକ୍ତରେ ଭଟ୍ଟ ବଡ ମର୍ମ୍ମାହତ ହେଲେ କିନ୍ତୁ ଉପସ୍ଥିତ ଭକ୍ତ ମଣ୍ଡଳୀ ଏଥିରେ ବଡ ସନ୍ତୁଷ୍ଟ ହେଲେ । ସେମାନେ ଭାବିଲେ ଆଜି ଭଟ୍ଟ ନିଜ ଗବର ସମୁଚିତ ଉତ୍ତର ପାଇଅଛନ୍ତି । ଇନ୍ଦ୍ର ବ୍ରହ୍ମା ପ୍ରଭୃତିଙ୍କର ଗର୍ବଚୂର୍ଣ୍ଣକାରୀ ଶ୍ରୀମଦ୍‌ ମହାପ୍ରଭୁ ଆଜି ଏହାଙ୍କର ଗର୍ବ ପର୍ବତକୁ ଏକ ସାମାନ୍ୟ ବାକ୍‌ଶର ଦ୍ଵାରା ଚୂର୍ଣ୍ଣବିଚୂର୍ଣ୍ଣ କରି ଦେଇଛନ୍ତି ।

ସେ ଦିନ ବଲ୍ଲଭଭଟ୍ଟ ଗୃହକୁ ଫେରି ଯାଇ ଚିନ୍ତା କଲେ ମହାପ୍ରଭୁତ ପ୍ରୟାଗଠାରେ ମୋ ପ୍ରତି ଅଶେଷ କୃପା କରି ମୋର ନିୟନ୍ତ୍ରଣ ପର୍ଯ୍ୟନ୍ତ ସ୍ଵୀକାର କରିଥିଲେ, ତେବେ ଏଠାରେ କିପାଇଁ ଏତେ ବିରକ୍ତ ଭାବ ପ୍ରକାଶ କରୁଅଛନ୍ତି। ସେତ ପରମଶ୍ଵେର, ତାହାଙ୍କରତ କିଛି ପରାପର ଜ୍ଞାନ ନାହିଁ, ତେବେ ମୋର ନିଜ ମନରେ ଗର୍ବ ଜାତ ହୋଇ ଥିବାରୁ ସେ ଗର୍ବ ଖର୍ବ କରିବାପାଇଁ ମୋ ପ୍ରତି ଈଦୃଶ ବ୍ୟବହାର କରୁଅଛନ୍ତି । ମୋହର ପ୍ରକୃତି ହିତ କାମନାହିଁ ତାହାଙ୍କର ଉଦ୍ଦେଶ୍ୟ, ଏହିପରି ସଦ୍‌ବୃଦ୍ଧି ଉଦୟ ହେବାରୁ ସେ ଯାଇ ମହାପ୍ରଭୁଙ୍କର ଶରଣାପନ୍ନ ହେଲେ ଓ ଅନ୍ତର୍ଯ୍ୟାମୀ ମହାପ୍ରଭୁ ତାଙ୍କର ମନ ଜାଣି ତାଙ୍କୁ ହିତୋପଦେଶ ଦେଇ ଗର୍ବ ଖଣ୍ଡନ କରାଇଲେ ଓ ତାଙ୍କର ଭିକ୍ଷା ନିୟନ୍ତ୍ରଣ ଗ୍ରହଣ କଲେ ।

                   ଭକ୍ତ ଶ୍ରୀଭଗବାନଙ୍କର ଅତି ପ୍ରିୟ |

ଚତୁର୍ଥ ପରିଚ୍ଛେଦ |

ଭକ୍ତ ପଦାଠାରୁ ଉଚ୍ଚ ପଦ ତ୍ରିଭୁବନରେ ନାହିଁ, କାରଣ ଶ୍ରୀ ଭଗବାନ୍ ସମସ୍ତଙ୍କର କର୍ତ୍ତା । ତାଙ୍କଠାରୁ ବଡ ଓ ତାଙ୍କ ସମାନ ଆଉ କେହି ନାହିଁ । କିନ୍ତୁ ସେହି ଭଗବାନ ଭକ୍ତଙ୍କୁ ନିଜର ସର୍ଵସ୍ଵ ବୋଲି ମନେ କରନ୍ତି |ଭଗବାନ ଶ୍ରୀଗୌରଚନ୍ଦ୍ର ନବଦ୍ଵୀପରେ ମହାପ୍ରକାଶ ସମୟରେ ଏହା ଶ୍ରୀମୁଖରେ କହିଛନ୍ତି । ଯଥା-

      ଭକ୍ତ ବଇ ଆମାର ଦ୍ଵିତୀୟ ଆର ନାଇ

      ଭକ୍ତ ମୋର ପିତା ମାତା ବନ୍ଧୁ ପୁତ୍ର ଭାଇ ।

      ଯଦ୍ୟପି ସ୍ଵତନ୍ତ୍ର ଆମି ସ୍ଵତନ୍ତ୍ର ବିହାର

      ତଥାପିଓ ଭକ୍ତବଶ ସ୍ଵଭାବ ଆମର ।-

                  (ଚୌଃ ଭାଃ ଅନ୍ତ୍ୟ ୨ୟ ଅ)

 

ଭକ୍ତକୁ ଭଗବାନ ଯେ କେବଳ ପିତା ମାତା ବନ୍ଧୁ ବା ପୁତ୍ରପରି ଦେଖନ୍ତ ଏମନ୍ତ ନୁହେ । ସେ ନିଜ ଆତ୍ମାଠାରୁ ଭକ୍ତକୁ ଅଧିକତର ପ୍ରିୟବୋଲି ମଣନ୍ତି । ଏହା ସ୍ଵୟଂଭଗବାନ ଶ୍ରୀକୁଷ୍ଣ ଉଦ୍ଧବକୁ କହିଥିବାର ଶ୍ରୀମଭାଗବତରେ ପ୍ରମାଣ ଅଛି । ଶ୍ରୀଳ କୃଷ୍ଣଦାସ କବିରାଜ ତଦନୁସରଣରେ କହି ଅଛନ୍ତି । ଯଥା-

      କୃଷ୍ଣେର ସମତା ହଇତେ ଭକ୍ତପଦ ବଡ

      ଆତ୍ମା ହଇତେ କୃଷ୍ଣେର ଭକ୍ତ ପ୍ରେମାସ୍ପଦ ।

      ଆତ୍ମା ହଇତେ ଭକ୍ତ କୃଷ୍ଣ ବଡ କରି ମାନେ

      ତାହାତେ ବହୁତ ଶାସ୍ତ୍ର ବଚନ ପ୍ରମାଣେ ।

                        ( ଚେଃଚଃ ଆଦି୬ଷ୍ଠ ପ)

 

ଭକ୍ତ ଭଗବାନଙ୍କ ଠାରୁ ଭିନ୍ନ ନୁହନ୍ତି । ତାଙ୍କର ସ୍ଵରୂପ । ଭକ୍ତ ହୃଦୟରେ ଭଗବାନ ସତତ ବାସ କରନ୍ତି । ଯଥା-

      ଈଶ୍ଵର ସ୍ଵରୂପ ଭକ୍ତ ତାର ଅଥିଷ୍ଠାନ

      ଭକ୍ତେର ହୃଦୟେ କୃଷ୍ଣେର ସତତ ବିଶ୍ରାମ ।

                        (ଚୈଃ ଚଃ ଆଦି ୧ମପ)

ଭଗବାନ ଭକ୍ତ ହୃ୍ଦୟରେ ବାସ ନକରି ଅନ୍ୟତ୍ର ଯିବେ କେଉଁଆଡେ ।ଭକ୍ତ ଯେ ତାଙ୍କୁ ସ୍ନେହ ଓ ପ୍ରୀତିରୂପ ଡୋରରେ ହୃଦୟ ମଧ୍ୟରେ ବାନ୍ଧି ପକାଇ ଅଛନ୍ତି । ଯଥା-

      ଭକ୍ତ ଆମାୟ ବାନ୍ଧିୟାଛେ ହୃଦୟ ଭିତରେ

      ଯାହାଁ ନେତ୍ର ପଡେ ତାହାଁ ଦେଖୟେ ଆତ୍ମାରେ

                        (ଚୈଃ ଚଃ ମଧ୍ୟ ୨୫ଶ ପଃ)

 

ଏହି ଶ୍ରୀକୃଷ୍ଣ ଚୈତନ୍ୟଙ୍କର ନିଜ ଉକ୍ତିରୁ ଉତ୍ତମ ପ୍ରମାଣ ଯେ ସେ ଭକ୍ତ ହୃୟରେ ସତତ ବନ୍ଧା ହୋଇ ରହିଅଛନ୍ତି । ସେ ଦୃଢ଼ ବନ୍ଧନ ଛିନ୍ନ କରିବାର ତାଙ୍କର ଶକ୍ତି ନାହିଁ । ଭକ୍ତ ପ୍ରବର ଶ୍ରୀଳ ବିଲମଙ୍ଗଳ ସେଥିପାଇଁ କହିଥିଲେ, ’’ ହେ ଚଞ୍ଚଳ ଚୂଡାମଣି ଶ୍ରୀକୃଷ୍ଣ ! ତୁ ବଳଶାଳୀ ଯୁବକ, ମୁଁ ଚକ୍ଷୁହୀନ ବୃଦ୍ଧ, ତେଣୁ ମୋ ହାତକୁ ଖସି ପଳାଇଗଲୁ । ଯଦି ତୁ ମୋହୃଦୟ ମନ୍ଦିରରୁ ପଳାଇଯାଇ ପାରୁ ତେବେ ତୋର ପୌରୁଷ ଜଣାଯିବ ‘’ । ଶ୍ରୀଳ ବିଲମଙ୍ଗଳହିଁ ଏରୂପ କହି ପାରନ୍ତି । ଜନ ସାଧାରଣଙ୍କର ଏରୂପ କହିବାର ଶକ୍ତି ନାହିଁ ?

ଭକ୍ତ ଅବା ଭଗବାନଙ୍କୁ ହୃଦୟ କମଳରେ ନ ବାନ୍ଧିବେ କାହିଁକି ? ଭକ୍ତ ଓ ଭଗବାନଙ୍କରତ ଭେଦ ନାହିଁ । ସେଥିପାଇଁ ଦେବାନନ୍ଦ ପଣ୍ଡିତଙ୍କୁ ଲକ୍ଷ୍ୟ କରି ଶ୍ରୀଭାଗବତ ଶାସ୍ତ୍ରଙ୍କ ମହିମା ବ୍ୟାଖ୍ୟା ସମୟରେ ଭଗବାନ ଶ୍ରୀଗୌଚନ୍ଦ୍ର କହିଅଛନ୍ତି । ଯଥା-

 

      ମୁଁଞ୍ଜି ମୋର ଦାସ ଆର ଗ୍ରନ୍ଥ ଭାଗବତେ

      ଯାର ଭେଦ ଆଛେ ତାର ନାଶ ଭାଲମତେ ।

                        (ଚୈଃ ଭାଃ ମଧ୍ୟ ୨୧ଶ ଅଃ)

ଭକ୍ତ ଏବଂ ଭଗବାନଙ୍କ ଯେ ଭେଦ ନାହିଁ , ଠାକୁର ଶ୍ରୀହରିଦାସଙ୍କ ପ୍ରତି ମହାପ୍ରଭୁଙ୍କ ଉକ୍ତ ମଧ୍ୟ ତାହାର ଆଉ ଏକ ପ୍ରମାଣ । ଯଥା-

      ଏଇ ମୋର ଦେହ ହେତେ ତୁମି ମୋର ବଡ

ତୋମାର ଯେ ଜାତି ସେଇ ଜାତି ମୋର ଦଢ ।

                        (ଚୈଃ ଭାଃ ମଧ୍ୟ ୧୦ ଅ)

 

ଶ୍ରୀଳ ଶୁକ୍ଳାମ୍ଵର ବ୍ରହ୍ମଚାରୀଙ୍କ ପ୍ରତି ମଧ୍ୟ ମହାପ୍ରଭୁ ସେହିରୂପ ଉକ୍ତ ବ୍ୟବହାର କରିଥିଲେ । ଯଥା-

      ତୋମାର ଭୋଜନେ ହୟ ଆମାର ଭୋଜନ

      ତୁମି ଭିକ୍ଷାୟ ଚଲିଲେ ଆମାର ପର୍ଯ୍ୟଟନ ।

                        (ଚୈଃ ଭାଃ ମଧ୍ୟଃ ୧୬ଶ ଅଃ)

 

ଅପତ୍ୟ ସ୍ନେହ ହେତୁ ଶିଶୁର ଅର୍ଦ୍ଧ୍ୟସ୍ପୁଟ ଅସଂଲଗ୍ନ ବାକ୍ୟ ପିତା ମାତାଙ୍କୁ ବଡ ମଧୁର ଲାଗେ । ତଦ୍ରୂପ ଭବ ଯଦି ମୂର୍ଖ ଥାଇ ଭକ୍ତିପୁତ ହୃଦୟରେ ଶ୍ରୀଭଗବାନଙ୍କର ସ୍ତୁତି କରେ, ଅଶୁଦ୍ଧ ହେଲେହେଁ ଭାବଗ୍ରାହୀ ଚ୍ଚନାର୍ଦ୍ଦନ ତାହା ଅଭକ୍ତ ପଣ୍ଡିତଙ୍କ ବିଶୁଦ୍ଧ ପାଣ୍ଡିତ୍ୟ ପୂର୍ଣ୍ଣ ସ୍ତୁତି ଠାରୁ ଅଧିକତର ଆଦରସହକାରେ ଗ୍ରହଣ କରନ୍ତି । ସେଥିପାଇଁ ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି । ଯଥା-

      ମୂର୍ଖେ ବଲେ ବିଷ୍ଣାୟ ବଷ୍ଣବେ ବଲେ ଧୀର

      ଦୁଇ ବାକ୍ୟ ପରିଗ୍ରହ କରେ କୃଷ୍ଣ ବୀର ।

                        (ଚୈଃ ଭାଃ ଆଦିଃ ୯ମ ଅ)

ଭକ୍ତଙ୍କର ପ୍ରେମ ପୂର୍ଣ୍ଣ ଅଶୁଦ୍ଧ ସ୍ତୁତି ଭଗବାନଙ୍କୁ ପ୍ରୀତିକର ନ ହେବ କାହିଁକି ? ସ୍ନେହ ହେତୁ ଭକ୍ତଙ୍କର ସମ୍ପର୍କୀୟ ପ୍ରତ୍ୟେକ ଦ୍ରବ୍ୟ ଅଥବା ବିଷୟ ଭଗବାନଙ୍କୁ ପ୍ରୀତିପଦ । ଏ ସଂସାରରେ ଯେ ଯାହାକୁ ଭଲ ପାଏ, ସେ ନିଜ ପ୍ରିୟଜନର ଦୋଷ ଦେଖି ପାରେ ନାହିଁ । ନିଜ ପ୍ରିୟଜନର ଚାଲି ଚଲଣ, ଆଚାର ବ୍ୟବହାର ଓ ନିଜ ପ୍ରିୟଜନ ସମ୍ଵନ୍ଧୟ ସମସ୍ତ ଦ୍ରବ୍ୟ ତାଙ୍କୁ ସୁନ୍ଦର ଦିଶେ । ତେବେ ଗୁଣଗ୍ରାହୀ ଶ୍ରୀଭଗବାନଙ୍କୁ ଭକ୍ତର ସମ୍ପର୍କୀୟ ସମସ୍ତ ଯେ ପ୍ରୀତିକର ହେବ ଏଥିରେ ଆଉ ବିଚିତ୍ର କି ଅଛି ? ତେଣୁ ମହାପ୍ରଭୁ କୁଳୀନ ଗ୍ରାମସ୍ଥ ( ବର୍ଦ୍ଧମାନ ଜିଲା ମେମାରୀ ଷ୍ଟେସନ ନିକଟବର୍ତ୍ତୀ ଗ୍ରାମ) ଶ୍ରୀସତ୍ୟରାଜ ଖାନ୍ ରାମାନନ୍ଦଙ୍କୁ ଶ୍ରୀ ପୁରୁଷୋତ୍ତମରେ ସ୍ନେହ ସମ୍ଭାଷଣ କରି କହିଥିଲେ,କୁଳୀନ ଗ୍ରାମର କୁକୁର ପର୍ଯ୍ୟନ୍ତ ମୋର ପ୍ରିୟ । ଯଥା-

 

      ପ୍ରଭୁ କହେ କୁଲୀନ ଗ୍ରାମେର ଯେ ହୟ କୁକୁର

      ସେହ ମୋର ପ୍ରିୟ ଅନ୍ୟଜନ ଦୂର

                        ( ଚୈଃ ଚଃ ଆଦିଃ ୧୦ମ ପ)

 

ଯେଉଁ ଗ୍ରାମର କୁକୁର ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରିୟ ସେ ସ୍ଥାନ ମଧ୍ୟ ତଦ୍ରୂପ ଭକ୍ତି ସ୍ରୋତରେ ପୂର୍ଣ୍ଣ ଥିଲା । ତେଣୁ କବିରାଜ ଗୋସ୍ଵାମୀ କହିଅଛନ୍ତି ଯଥା-

      କୁଳୀନ ଗ୍ରାମର ଭାଗ୍ୟ କହନେ ନା ଯାୟ

      ଶୂକର ଚରାୟ ଡୋମ ସେ କୃଷ୍ଣ ଗାୟ ।

                        (ଚୈଃ ଚଃ ଆଦି ୧୦ମ ପଃ)

 

ପ୍ରିୟଜନର ସମସ୍ତ ଯେତେବେଳେ ପ୍ରୀତି ପଦ ସେତେବେଳେ ଭକ୍ତ ଦତ୍ତ ଯତ୍ନ ସାମାନ୍ୟ ପଦାର୍ଥକୁ ମଧ୍ୟ ଭଗବାନ , ଆଦର ସହ ଗ୍ରହଣ କରନ୍ତି,ଶ୍ରୀଭାଗବତରେ ଅଛି ଶ୍ରଦ୍ଧାବିହୀନ ହେତୁ ଭଗବାନ ଶ୍ରୀକୃଷ୍ଣ ଦୁର୍ଯୋଧନଙ୍କର ବହୁମୁଲ୍ୟ ଉପକରଣ ଗ୍ରହଣ ନ କରି ଭକ୍ତବର ବିଦୂରଙ୍କ ଘରେ ଶ୍ରଦ୍ଧା ଦତ୍ତାଶାକାନ୍ନ ଭୋଜନ କରିଥିଲେ । ସେହିପରି ମହାପ୍ରଭୁ ଭାଗ୍ୟବାନ ଶ୍ରୀଶୁକ୍ଳାମ୍ଵରଙ୍କ ଗୃହରୁ ଖୁଦକଣା ଅତି ସାଦରେ ଗ୍ରହଣ କରିଥିଲେ । ଯଥା-

      ପ୍ରଭୁ ବଲେ ତୋର ଖୁଦକଣା ମୁଞ୍ଜି ଖାଓ

      ଅଭକ୍ତେର ଅମୃତ ଉଲଟି ନାହିଁ ଚାଓ ।-

                        ( ଚୈଃ ଭାଃ ମଧ୍ୟଃ ୧୬ଶ ଅଃ)

ଏମନ୍ତ ପ୍ରିୟ ଯେ ଭକ୍ତ ତାହାର କିଛି ଦୋଷ ଥିଲେ ମଧ୍ୟ ଭକ୍ତ-ବତ୍ସଳ ଭଗବାନ ଭକ୍ତର ସେ ଦୋଷ ଦେଖନ୍ତି ନାହିଁ । ସ୍ନେହର ପ୍ରାବଲ୍ୟ ହେତୁ ସେ ଦୋଷ ଆଖିରେ ପଡେ ଯହିଁ । ଦୋଷତ ଗ୍ରହଣ କରନ୍ତି ନାହିଁ କିନ୍ତୁ ଭକ୍ତର ଅଳ୍ପ ଗୁଣକୁ ବହୁ ମନେ କରନ୍ତି । ମହାପ୍ରଭୁ ଶ୍ରୀରୂପଙ୍କ ଶ୍ରୀକୃଷ୍ଣ ଗୁଣ ବର୍ଣ୍ଣନାତ୍ମକ ମଧୁର କବିତା ଗ୍ରହଣ କରି ଅତୀବ ପ୍ରୀତ ହୋଇ ଶ୍ରୀଳ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଓ ଶ୍ରୀରାୟ ରାମାନନ୍ଦନଙ୍କ ଠାରେ ଶ୍ରୀରୁପଜ୍ଞ ଗୁଣ ବର୍ଣ୍ଣନା କରି ଥିଲେ | ସେହି କଥାକୁ ଲକ୍ଷ୍ୟକରି ଶ୍ରୀଳ କୃଷ୍ଣଦାସ କବିରାଜ ଲେଖିଅଛନ୍ତି । ଯଥା-

      ଈଶ୍ଵର ସ୍ଵଭାବ ଭକ୍ତେର ନାଲୟ ଅପରାଧ

      ଅଳ୍ପ ସେବା ବାହୁମାନେ ଆତ୍ମ ପର୍ଯ୍ୟନ୍ତ ପ୍ରସାଦ ।

                  (ଚୈଃ ଚଃ ଅନ୍ତ୍ୟଃ ୧ମ ପରି)

 

ଆହା ! ଭକ୍ତବତ୍ସଳ ଭଗବାନ ଭକ୍ତଠାରେ ସନ୍ତୁଷ୍ଟ ହୋଇ ଅନ୍ୟ କିଛି ବିଭୁତି ଦେବା ଉପଯୁକ୍ତ ବିବେଚନା ନ କରି ଆପେ ଭକ୍ତଠାରେ ବିଚିତ୍ର ହୁଅନ୍ତି । ଭକ୍ତର ଏହି ସୌଭାଗ୍ୟଠାରୁ ଅଧିକ ତର ମୂଲ୍ୟବାନ ଆଉ କଣ ଅଛି ?ତେବେ ଯେଉଁମାନେ ନିଜ ସୁଖ କାମନାରେ ଶ୍ରୀଭଗବାନଙ୍କୁ ଭଜନ୍ତି ଭଗବାନ ସେମାନଙ୍କର କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି । ସେତେବେଳେ ସେ ଯେ ଭକ୍ତ ଠାରେ ଏକାବେଳେ ବିଚିତ୍ର ହୁଅନ୍ତି ଏମନ୍ତ ନୁହେଁ । ଏ ଆତ୍ମାବିତ୍ରୟ ଐକାନ୍ତିକ ନିଷ୍ଟାମ ଭକ୍ତ ପକ୍ଷରେ ପ୍ରଯୋଜ୍ୟ । କୌଣସି ଲୋକ ଯଦି ଅପରକୁ ଭଲପାଏ ତେବେ ତାହାର ଇଚ୍ଛା ସାଧ୍ୟମତ ପୂରଣ କରେ । ତେବେ ସଂସାରୀ ଲୋକର ଶକ୍ତି ଅତି ସାମାନ୍ୟ । ସେ ସବୁବେଳେ ପ୍ରିୟଜନର ବାଞ୍ଚ୍ଛା ପୂର୍ଣ୍ଣ କରି ତାକୁ ସକ୍ଷମ, ହୁଏ ନାହିଁ । ଇଚ୍ଛା ଥିଲେ ମଧ୍ୟ ଶକ୍ତି ଅଭାବରୁ ନିରସ୍ତ ହୁଏ । କିନ୍ତୁ ଭଗବାନତ ସର୍ବଶକ୍ତି ସମ୍ପନ୍ନ । ସେ ଭକ୍ତର ବାଞ୍ଛା ପୂର୍ଣ୍ଣ ନ କରିବେ କାହିଁକି ? ଅତଏବ ଭଗବାନ ମନ ଜାଣି ଭକ୍ତର ଇଚ୍ଛା ପୂରଣ କରନ୍ତି। ଯେ ପ୍ରକୃତ ଭକ୍ତ ତାହାର କିଛି ଅସତ ବାସନା ରହିବାର ସମ୍ଭବ ନୁହେ । ଅତଏବ ବାଞ୍ଛାକଲତରୁ ଭଗନାନ ଆଗ୍ରହ ସହକାରେ ଭକ୍ତର ଇଚ୍ଛା ପୂର୍ଣ୍ଣ କରନ୍ତି । ଆମ୍ଭେମାନେ ଅନେକ ସମୟରେ ଭାବିଥାଉଁ ଅନେକ ପ୍ରାର୍ଥନା କଲୁ , କାତର ଭାବରେ ଅନେକ ଡାକିଲୁ ଭଗବାନ କାହିଁକି ଆମ୍ଭମାନଙ୍କର ବାଞ୍ଛା ପୂର୍ଣ୍ଣକଲେ ନାହିଁ ।

 

ସେତେବେଳେ ଆମ୍ଭେମାନେ ଦେଖି ପାରୁ କାହିଁ, ଆମ୍ଭେମାନେ ପ୍ରକୃତରେ ଭକ୍ତମଧ୍ୟରେ ଗଣ୍ୟ କି ନା ଓ ଆମ୍ଭ ପ୍ରାର୍ଥନା ଅଭ୍ୟନ୍ତରେ ନିଜ ସ୍ଵାର୍ଥ ଲୁକାୟିତ ଭାବରେ ନିହିତ ଅଛି କି ନା ? ପ୍ରକୃତ ଭକ୍ତ ହୋଇ ପ୍ରାର୍ଥନା କଲେ ଭଗବାନ ଅବଶ୍ୟ ବାଞ୍ଛା ପୂର୍ଣ୍ଣ କରନ୍ତି । ନ କଲେ ତାଙ୍କର ଭକ୍ତ ବାଞ୍ଛା କଳ୍ପତରୁ ନାମରେ ଯେ କଳଙ୍କ ହେବ । ଭକ୍ତରବାଞ୍ଛା ପୂର୍ଣ୍ଣ କରିବା ସେ ଭଗବାନଙ୍କର ଏକ କର୍ତ୍ତବ୍ୟ କାର୍ଯ୍ୟ | ସେଥିପାଇଁ ମହାନୁଭବ ବାସୁଦେବ ଦତ୍ତ ସମସ୍ତ ଜୀବର ପାପ ନିଜ ମୁଣ୍ଡକୁନେଇ ମହାପ୍ରଭୁଙ୍କ ଜୀବ ଉଦ୍ଧାର ପ୍ରାର୍ଥନା କରିଥିବା ସମୟରେ ମହାପ୍ରଭୁ ଶ୍ରୀମୁଖରେ କହିଥିଲା ଯଥା-

“ କୃଷ୍ଣସେଇ ସତ୍ୟ କରେ ଯେଇ ମାଗେ ଭୃତ୍ୟ,

      ଭୃତ୍ୟ ବାଞ୍ଛା ପୂର୍ଣ୍ଣବିନା ନାହିଁ ଅନ୍ୟ କୃତ୍ୟ ।

                  ( ଚୈଃ ଚଃ ମଧ୍ୟଃ ୧୫ଶ ପରିଃ)

 

ଶ୍ରୀମନ୍ ବାସୁଦେବଙ୍କ ପରି ଜୀବହିତ କାମନା ଆମ୍ଭମାନଙ୍କର କାହିଁ ? ସତତ ନୀଜ ଇନ୍ଦ୍ରିୟ ଲାଳସା ଚରିତାର୍ଥ କରିବାରେ ବ୍ୟସ୍ତ । ଅସ୍ମଦ୍‌ବିଧି ଲୋକ କି କେଭେ ଭକ୍ତ ମଧ୍ୟରେ ପରିଗଣିତ ହୋଇପାରେ । ନିଜର ଅନ୍ତର ତନ୍ନ ତନ୍ନ କରି ଦେଖିଲେ, ଆମ୍ଭେମାନେ ଦେଖି ପାରିବା ଆମ୍ଭମାନଙ୍କର ଅନ୍ତର କେବଳ ଆବର୍ଜ୍ଜନାରେ ପୂର୍ଣ୍ଣ । ଲୋକ ସମକ୍ଷରେ ଭକ୍ତ ବୋଲି ପରିଚୟ ଦେଲେହେଁ ଶ୍ରୀଭଗବାନଙ୍କ ଚକ୍ଷୁରେ ଆମ୍ଭେମାନେ ଭକ୍ତଠାରୁ ବହୁ ଦୂରରେ ଅବସ୍ଥିତ ।

 

ଅନ୍ତର୍ଯ୍ୟାମୀ ଭଗବାନତ ଭକ୍ତକୁ ଉତ୍ତମରୂପେ ଚିହ୍ନନ୍ତି । ସେତ ସର୍ବଜ୍ଞ, ତାଙ୍କ ଛଡାତ କିଛି ନାହିଁ । ସେବା ଭକ୍ତର ମନୋଗତଭାବ ନ ଜାଣିବେ କାହିଁକି ? କିନ୍ତୁ ପ୍ରିୟପାତ୍ର ହେତୁ ଭକ୍ତ ମଧ୍ୟ ଭଗବାନଙ୍କୁ ବୁଝିପାରନ୍ତି । ଯେ ଭଗବାନଙ୍କର ଯେତେ ଅନ୍ତରଙ୍ଗ, ସେ ଭଗବାନଙ୍କୁ ସେତିକି ବୁଝିପାରନ୍ତି । ଅନ୍ୟାନ୍ୟ ଭକ୍ତମାନଙ୍କ ମଧ୍ୟରେ ଗୋପୀମାନେ ଶ୍ରୀକୃଷ୍ଣଙ୍କର ଅଧିକତର ଅନ୍ତରଙ୍ଗ, ତେଣୁ ସମସ୍ତଙ୍କଠାରୁ ଗୋପୀମାନେ ଶ୍ରୀକୃଷ୍ଣଙ୍କର ଅନ୍ତର ଭଲରୂପେ ଜାଣନ୍ତି । ମହାପ୍ରଭୁଙ୍କ ପାର୍ଷଦମାନଙ୍କ ମଧ୍ୟରୁ କେହି, ଅନ୍ତରଙ୍ଗ ମଧ୍ୟ ତାଙ୍କ ହୃଦୟ କଥା ବୁଝିପାରୁଥିଲେ । ମହାପ୍ରଭୁ ଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କର ଶ୍ରୀବୃନ୍ଦାବନ ଗମନକୁ ଲକ୍ଷ୍ୟ କରି ‘’ଯ8 କୌମାର ହରଃ” ଶ୍ଳୋକ ପଠନ କରନ୍ତି । ସେ ଶ୍ଳୋକ ଯେ ସେ କିଭାବରେ ଗାନ କରୁଛନ୍ତି ଏହା ଏକା ସେ ଜାଣୁଥିଲେ କିମ୍ଵା ସ୍ଵରୂପାଦ କେହି କେହି ମହାପ୍ରଭୁଙ୍କର ଅନ୍ତରଙ୍ଗ ବ୍ୟକ୍ତି ଜାଣୁଥିଲେ । ସାଧାରଣ ଲୋକ ତାହାର ମର୍ମ୍ମ ଜାଣିନଥିଲେ । କିନ୍ତୁ ଶ୍ରରୂପ ଗୋସ୍ଵାମୀ ମହାପ୍ରଭୁଙ୍କ ମୁଖରୁ ସେ ଶ୍ଳୋକ ପାଠ ଶୁଣି, ତାହାର ଭାବ ସ୍ପଷ୍ଟ ବ୍ୟକ୍ତ କରି ‘’ ପ୍ରାୟଃ ସୋ{ୟଂ କୃଷ୍ଣ ସହଚରି କୁରୁକ୍ଷେତ୍ର ମିଳିତଃ’’ ଶ୍ଳୋକ ରଚନା କଲେ । ଆର୍ଥତ୍ ଶ୍ରୀବୃନ୍ଦାବନ ଭିନ୍ନ ଅନ୍ୟତ୍ର ରାଧାମାଧବଙ୍କର ମିଳନରେ ପ୍ରକୃଷ୍ଟରୂପେ ସୁଖଜାତ ହୁଏ ନାହିଁ , ଶ୍ଳୋକର ମର୍ମ୍ମ ଏହି । ଶ୍ରୀରୂପ ଗୋସ୍ଵାମୀ ସେ ଶ୍ଳୋକ ରଚନା କରି ତାଳପତ୍ରରେ ଲେଖି ନିଜ ବାସଗୃହର ଚାଳରେ ଖୋସିଦେଇ ସମୁଦ୍ରକୁ ସ୍ନାନ କରିବାକୁ ଯାଇଥିଲେ । ଏମନ୍ତ ସମୟରେ ମହାପ୍ରଭୁ ସେଠାକୁ ଆସି ଚାଳରେ ଖୋସା ହୋଇଥିବା ତାଳପତ୍ର ଦେଖି ଟାଣି ଆଣି ପଢ଼ି ଦେଖିଲେ, ତାଙ୍କ ନିଜ ମନୋଭାବ ସ୍ପଷ୍ଟ ପ୍ରକାଶିତ ହୋଇ ଏକ ଶ୍ଳୋକ ସେଥିରେ ଲେଖିାଅଛି । ମହାପ୍ରଭୁ ତାହା ପାଠ କରି ପ୍ରେମାବିଷ୍ଟ ହେଲେ ଏବଂ ଶ୍ରୀରୂପ ଗୋସ୍ଵାମୀ ସ୍ନାନ ସାରି ଫେରି ଆସନ୍ତେ ମହାପ୍ରଭୁ ତାଙ୍କୁ ଅତି ସ୍ବେହବ୍ୟଞ୍ଜକ ଏକ ଚାପୁଡା ମାରି କହିଲେ , ରୂପ, ମୋର ଶ୍ଳୋକର ଅଭିପ୍ରାୟତ ଅପର କେହି ଜାଣେ ନାହିଁ । ତୁ ମୋର କଥା ଜାଣିଲୁ, କିପରି । ଯଥା-

 

      ଉଠି ମହାପ୍ରଭୁ ତାଁରେ ଚାପଡ଼ ମାରିୟା

      କହିତେ ଲାଗିଲା କିଛି କୋଲେତେ କରିୟା ।

      ମୋର ଶ୍ଳୋକେର ଅଭିପ୍ରାୟ କେହି ନାହିଁ ଜାନେ

      ମୋର ମନେର କଥା ତୁଇ ଜାନିଲି କେମନେ ।

                  (ଚୈଃ ଚଃ ମଧ୍ୟ ୧ମ ପ)

 

ଆହା ଧନ୍ୟ ରୂପ ! ମହାପ୍ରଭୁଙ୍କର ସ୍ନେହ ଚାପଡ଼ ପାଇବାର ତୁମ୍ଭେହିଁ ଯୋଗ୍ୟ । ଏ ଚାପୁଡା କି ଅନ୍ୟ ଭାଗ୍ୟରେ ଘଟେ । ଆଜି ତୁମ୍ଭଦୁହିଁଙ୍କର ଏ ସ୍ନେହ ଛବିଟିର ଆଭାସ ମାତ୍ର ମୋ ମାନସକୁ ଆନନ୍ଦସାଗରରେ ନିମଜ୍ଜିତ

କରୁଅଛି । ଠାକୁର ଶ୍ରୀହରିଦାସ ମଧ୍ୟ ମହାପ୍ରଭୁଙ୍କର ଅନ୍ତର କଥା ଜାଣିବାର ମହାପ୍ରଭୁଙ୍କର ଶ୍ରୀମୁଖ ଉକ୍ତି ଶୀଚୈତନ୍ୟ ଚରିତାମୃତରେ ବର୍ଣ୍ଣିତ ଅଛି । ମହାପ୍ରଭୁଙ୍କ ପ୍ରଶ୍ନମତେ ଠାକୁର ଶ୍ରୀ ହରିଦାସ ଯେତେବେଳେ ହରିନାମର ଅପାର ମହିମା ବର୍ଣ୍ଣନ କଲେ, ମହାପ୍ରଭୁ ଆଶ୍ଚର୍ଯ୍ୟନ୍ନିତ ହୋଇ କହିଥିଲେ –

 

            ‘’ ମୋର ଗୂଢ ଲୀଳା ହରିହାସ କେମନେ ଢାନିଲ ’’

                        (ଚୈଃ ଚଃ ଅନ୍ତ୍ୟ ୩ୟ ପରି )

ଏଥିରୁ ଉତ୍ତମରୂପେ ପ୍ରମାଣ ଯେ ଭକ୍ତପ୍ରବରମାନେ ଭଗବାନଙ୍କର ଅନ୍ତର କଥା ତାଙ୍କ କୃପାରୁ ଜାଣିବାକୁ ସକ୍ଷମ ହୁଅନ୍ତି ।

ଭଗବାନ ଅବତାର ଗ୍ରହଣ କରି ଆତ୍ମଗୋପନ କଲେ ମଧ୍ୟ ପ୍ରିୟ ଭକ୍ତମାନେ ତାଙ୍କୁ ଚିହ୍ନିପାରନ୍ତି । ପ୍ରିୟଜନଙ୍କଠାରେ ଭଗବାନ ଆତ୍ମଗୋପନ କରି ଅଧିକ କାଳ ରହି ପାରନ୍ତି ନାହିଁ । ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରି ଦକ୍ଷିଣ ଦେଶ ଭ୍ରମଣ କରିବାକୁ ଯାଇଅଛନ୍ତି । ଗୋଦାବରୀ ତୀରରେ ଶ୍ରୀଳ ରାମାନନ୍ଦଙ୍କ ସହ ତାଙ୍କର ଦେଖା ହୁଏ । ମହାପ୍ରଭୁ ନାନାପ୍ରକାର ଛଳ ପ୍ରକାଶ କଲେହିଁ , ରାମାନନ୍ଦ ଚିହ୍ନି ପାରିଲେ ଏ ତାଙ୍କ ହୃଦୟବଲ୍ଲଭ ସ୍ଵୟଂଶ୍ରୀକୃଷ୍ଣ । ତେଣୁ କବିରାଜ ଗୋସ୍ଵାମୀ ଶ୍ରୀଚୈତନ୍ୟ ଚରିତାମୃତରେ ଏକ ସ୍ଥାନରେ ଲେଖିଅଛନ୍ତି ।ଯଥା-

      ଅସୁର ସ୍ଵଭାବ କୃଷ୍ଣେ କଭୁନାହଁ ଜାନେ

      ଲୁକାଇତେ ନାରେ କୃଷ୍ଣ ଭକ୍ତଜନ ସ୍ଥାନେ ।

                        ( ଚୈଃ ଚଃ ଆଦି ୩ୟ )

 

ଭକ୍ତ ଭଗବାନ ଏଡେ ପ୍ରିୟ ଯେ ଭଗବାନ ସର୍ବଶକ୍ତିମାନ୍ ହେଲେହେଁ ଏବଂ ଅଜିତ ନାମ ଧାରଣା କଲେହେଁ ଭକ୍ତଠାରେ ସ୍ଵଇଚ୍ଛାରେ ଆପଣାର ପରାଜୟ ସ୍ଵୀକାର କରନ୍ତି । ମହାବୀତ ଭୀଷ୍ମଙ୍କଠାରେ ପରାଜିତ ହୋଇ ନିଜ ପଣ ପରିତ୍ୟାଗ ପୂର୍ବକ ରଥଚକ୍ର ଧାରଣା କରି ଦଉଡିଥିଲେ । ଏହିରୂପେ ନାନାସ୍ଥାନରେ ଭଗବାନ ନିଜପ୍ରିୟ ଭକ୍ତଠାରେ ପରାଜୟ ସ୍ଵୀକାର କରିଅଛନ୍ତି । ମହାପ୍ରଭୁ ଶ୍ରୀଳ ଈଶ୍ଵର ପୁରୀଙ୍କଠାରୁ ଦୀକ୍ଷା ଗ୍ରହଣ ପୂର୍ବରୁ ଶ୍ରୀପୁରୀଗୋସ୍ଵାମୀ ଶ୍ରୀଧର ନବଦ୍ଵୀପକୁ ଆସିଥିଲେ ଓ ମହାପଭୁ ତାଙ୍କୁ ପ୍ରମାଣ କରନ୍ତେ ସେ କହିଲେ “ ବାପା ! ତୁମ୍ଭେ ପରମ ପଣ୍ଡିତ, ମତ୍‌କୃତ କୃଷ୍ଣ ଲୀଳାମତରେ ଯଦି କିଛି ଦୋଷ ଥାଏ ତେବେ ତାହା ମୋତେ ଜଣାଇବ ।’’ ମହାପ୍ରଭୁ କହିଲେ ତାହା ଶ୍ରୀକୃଷ୍ଣ ଙ୍କ ଚରିତ ଓ ଭକ୍ତ ମୁଖ ନିଃସୃତ । ସେଥିରେ ଦୋଷ ଦେଖିବାହିଁ ଦୋଷଣୀୟ । ’’ ଶ୍ରୀଳ ଈଶ୍ଵର ପୁରୀ କହିଲେ ’’ ଯଦି କିଛି ଦୋଷ ଦେଖ, ମୁଁ କହୁଅଛି ,ତୁମ୍ଭେ ତାହା ମୋତେ ଜଣାଇବ । ସେଥିରେ ତୁମ୍ଭର ଦୋଷ ହେବ ନାହିଁ । ” ଦିନକରେ ମହାପ୍ରଭୁ ସେ ପୁସ୍ତକରୁ ଏକସ୍ଥାନରେ ଦୋଷ ଦେଖାଇ କହିଲେ, ଏତ ଆତ୍ମନେପଦୀ ହେବ ନାହିଁ । ଏହା ପରସ୍ମୈପଦୀ ହେବ । ଶ୍ରୀଈଶ୍ୱର ପୁରୀ ଅନେକ ଭାବି ତତ୍ପର ଦିବସ ମହାପ୍ରଭୁଙ୍କୁ କହିଲେ , ତୁମ୍ଭେ ଯେ ଏ ଧାତୁ ପରସ୍ମୈପଦୀ କହିଗଲ ମୁଁ ଦେଖିଛି ଏତ ଆତ୍ମନେପଦୀ ହେବ । ଏହାକହି ବ୍ୟାଖ୍ୟା କରି ଦେଖାଇଲେ । ମହାପ୍ରଭୁ ସେଥିରେ ସନ୍ତୁଷ୍ଟ ହୋଇ ଶ୍ରୀପୁରୀ ଗୋସ୍ଵାମୀ ଜୟ ସ୍ଵୀକାର ମାନସରେ ସେଥିରେ ଆଉ ଦୋଷ ଜଣାଇଲେ ନାହିଁ । ତେଣୁ ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି ଯଥା-

 

      ସର୍ବକାଲ ପ୍ରଭୁବାଡାୟେନ ଭୃତ୍ୟ ଜୟ

      ଏତାନ ସ୍ଵହବ ସକଲ ବେଦେ କୟ ।

                  (ଚୈଃ ଭା ଆଦି ୯ମ ମଅ)

 

ଏଥିପାଇଁ ସେ ଭୃଗୁମୁନିଙ୍କ ପାଦ ପ୍ରହାର ସହ୍ୟ କରି ସେ ପଦଚିହ୍ଵ ଦୃ୍ଦୟରେ ଗୌରବ ସ୍ଵରୂପ ଧାରଣା କରିଅଛନ୍ତି । ଶ୍ରୀଳ ବ୍ରହ୍ମାନନ୍ଦ ଭାରତୀ ଯେତେବେଳେ ଶ୍ରୀ ପୁରୁଷୋତ୍ତମକୁ ଆସି ମହାପ୍ରଭୁଙ୍କଠାକୁ ଗଲେ, ମହାପ୍ରଭୁ ମୁକୁନ୍ଦଠାରୁ ତାଙ୍କ ଆଗମନ ବାର୍ତ୍ତା ଶୁଣି ତାଙ୍କୁ ଭିତରକୁ ଆଣିବାକୁ ତାଙ୍କଠାରେ ଉପସ୍ଥିତ ହେଲେ । ଏବଂ ସେ ମୁଗଚର୍ମ୍ମ ପରିଧାନ କରିଥିବାର ଦେଖି ମନେ ପରିଧାନ ଦୁଃଖିତ ହୋଇ ତାଙ୍କୁ ଶୋଧନ କରିବା ଇଚ୍ଛାରେ ଛନ୍ଦ କରି ମୁକୁନ୍ଦଙ୍କୁ ପଚାରିଲେ ” ଶ୍ରୀ ଭାରତୀ ଗୋସ୍ଵାମୀ କାହାନ୍ତି ? ’’ ମୁକୁନ୍ଦ କହିଲେ ’’ ସେ ଯେ ଆଗରେ ବିଦ୍ୟ ମାନ । ’’ମହାପ୍ରଭୁ କହିଲେ “ ମୁକୁନ୍ଦ ! ତୁମ୍ଭେ ବୋଧହୁଏ ଶ୍ରୀଭାରତୀ ଗୋସ୍ଵାମୀଙ୍କୁ ଚିହ୍ନିନାହ । ଏତ ଚର୍ମ୍ମ ପରିଧାନ କରିଅଛନ୍ତି। ଶ୍ରୀଳ ଭାରତୀ ଗୋସ୍ଵାମୀ କି ଚର୍ମ୍ମ ପରିଧାନ କରିଥାଆନ୍ତେ । ମହାପ୍ରଭୁଙ୍କର ଏହି ଉକ୍ତି ଶୁଣି ଶ୍ରୀଭାରତୀ ଗୋସ୍ୱାମୀ ମନେ ମନେ ବିଚାର କଲେ ମୋର ଚର୍ମ୍ମମ୍ଵର ପରିଧାନ ଏହାଙ୍କୁ ପ୍ରିତିକର ନୁହେ । ପ୍ରକୃତରେ ଚର୍ମ୍ମମ୍ଵର ଦମ୍ଭତାର ପରିଚାୟକ । ତଦ୍ଵାର କେହି ସଂସାର ସାଗର ଉତ୍ତୀର୍ଣ୍ଣ ହୋଇ ନ ପାରେ । ମୁଁ ଆଜିଠାରୁ ଆଉ ଚର୍ମ୍ମମ୍ଵର ବ୍ୟବହାର କରିବିନାହିଁ । ଅନ୍ତର୍ଯ୍ୟାମୀ ମହାପ୍ରଭୁ ତାଙ୍କ ମାନସ ଜାଣି ବହିର୍ବାସ ପରିଧାନ କରି ଚର୍ମ୍ମମ୍ଵର ପରିତ୍ୟାଗ କଲେ । ଏବଂ ମହାପ୍ରଭୁ ତତ୍‌ପରେ ତାଙ୍କ ଚରଣ ବନ୍ଦନ କଲେ । ଶ୍ରୀଭାରତୀ ଗୋସ୍ଵାମୀ କହିଲେ ତୁମ୍ଭେ ଲୋକ ଶିକ୍ଷା ନିମିତ୍ତ ମୋର ଚରଣ ବନ୍ଦନ କରୁଅଛ ସତ୍ୟ କିନ୍ତୁ ମୁଁ ସେଥିରେ ସଂକିତ ;ବର୍ତ୍ତମାନ ଶ୍ରୀପୁରୁଷୋତ୍ତମରେ ଦୁଇ ବ୍ରହ୍ମ, ଶ୍ରୀଜଗନ୍ନାଥ ଅଚଳ ବ୍ରହ୍ନ ଓ ତୁମ୍ଭେ ସଚଳ ବ୍ରହ୍ମ, ତୁମ୍ଭେ ଗୌର ବ୍ରହ୍ମ ଓ ସେ ଶ୍ୟାମ ବ୍ରହ୍ମ । ଦୁଇବ୍ରହ୍ମ ସମସ୍ତ ଜଗତ ତାରୁ ଅଛ । ମହାପ୍ରଭୁ ଉତ୍ତର କଲେ , ’’ ଭବଦୀୟ ବଚନ ସତ୍ୟ ଆପଣଙ୍କ ନାମ ବ୍ରହ୍ନାନନ୍ଦ । ଅତଏବ ଆପଣ ସଚଳ ଗୌରବ୍ରହ୍ମ ଏବଂ ଶ୍ରୀଜଗନ୍ନାଥ ଅଚଳ ଶ୍ୟାମବ୍ରହ୍ମ‘’’ ଶ୍ରୀଭାରତୀ ଗୋସ୍ଵାମୀ କହଲେ , ‘’ ସର୍ବଭୌମ ! ତୁମ୍ଭେ ମଧ୍ୟସ୍ଥ ହୋଇ ବିଚାର କଲ, ଜିବହଁ ବ୍ୟାପ୍ୟ ଓ ବ୍ରହ୍ମ ବ୍ୟାପକ | ଏ ମୋର ଚର୍ମ୍ମାମ୍ଵର ଘୁଞ୍ଚାଇ ମୋତେ ଶୋଧନ କଲେ। ଅତଏବ ମୁଁ ବ୍ୟପ୍ୟ ଏବଂ ବ୍ୟାପକ । ଶ୍ରୀମହାଭାରତରେ ବିଷ୍ଣୁ ସହସ୍ର ନାମ ମଧ୍ୟରେ ‘’ ସୁବର୍ଣ୍ଣ ବର୍ଣ୍ଣ ସନ୍ୟାସକୃତ “ ଯେ ଏକ ନାମ ଅଛି ,ଏ ସେହି ନାମର ଅଷ୍ପଦ । ଏ ସବୁ ବିଚାରି କରି ଉତ୍ତର ଦିଅ । ଶ୍ରୀସାର୍ବଭୌମ କହିଲେ,’’ଭାରତୀ ଗୀସ୍ଵାମୀ । ଆପଣଙ୍କର ଏଥିରେ ଜୟ ମୁଁ ଦେଖୁଅଛି । ’’ ମହାପ୍ରଭୁ କହିଲେ , ସେ ଗୁରୁ ଓ ମୁଁ ଶିଷ୍ୟ। ଗୁରୁଙ୍କଠାରେ ଶିଷ୍ୟର ସତତ ପରାଜୟ, ଶ୍ରୀଭାରତୀ ଗୋସ୍ଵାମୀ କହିଲେ, ନା ଏହା ତାହାର କାରଣ ନୁହେଁ । ତୁମ୍ଭେ ସତତ ଭକ୍ତଠାରେ ପରାଜୟ ସ୍ଵୀକାର କର, ତାହାହିଁ ଏ ପରାଜୟର ହେତୁଯଥା --

 

      ଭାରତୀ କହେ ଏ ନହେ ଅନ୍ୟ ହେତୁହୟ ।

      ଭକ୍ତଠାଇଁ ହାର ତୁମି ଏ ତୋମାର ସ୍ଵଭାବ ।

      ଆର ଏକ ଶୁନ ତୁମି ଆପନ ପ୍ରଭାବ

      ଆଜନ୍ନ କରିନ୍ନ ମୁଞ୍ଚି ନିରାକାରଧ୍ୟନ

      ତୋମା ଦେଖି କୃଷ୍ଣ ହଇଲା ମୋର ବିଦ୍ୟମାନ ।

କୃଷ୍ଣ ନାମ ପ୍ପୁରେ ମୁଖେ ମନେ ନେତ୍ରେ କୃଷ୍ଣ

ତୋମାକେ ତଦ୍ରୂପ ଦେଖି ହୃଦୟ ସତୃଷ୍ଣ ।-

            ( ଚୈଃ ଚଃ ମଧ୍ୟ ୧୦ମ ପରିଃ)

 

ଭଗବାନ ଭକ୍ତଲାଗି କି କରି ନ ପାରନ୍ତି । ଏମନ୍ତ କି ସେ ଭକ୍ତାନୁରୋଧରେ ଜ୍ଵଳନ୍ତ ଅନଳ ପର୍ଯ୍ୟନ୍ତ ଭକ୍ଷଣ କରିଅଛନ୍ତି । ଭକ୍ତର ଦାସତ୍ଵ ସ୍ଵୀକାର କରି ଶ୍ରୀ ଅଜୁନଙ୍କର ରଥରେ ସାରଥି ହୋଇଥିଲେ । ଭକ୍ତପ୍ରବର ବଳୀ ଦ୍ଵାରତେ ଦ୍ଵାରୀଦୀପ ସାଦରରେ ଗ୍ରହଣ କରିଥିଲେ । ଭକର ଦାସତ୍ଵ ସ୍ଵୀକାର କରିବାର ସତ ସତ ଉଦାହରଣ ପୁରାଣାଦିରୁ ମିଳିପାରିବ । ଶ୍ରୀହରିଦାସ ଠାକୁରଙ୍କୁ ଯବନ ଗଣ ବାଇଶ ବଜାରରେ ପ୍ରହର କାଳରେ ଠାକୁର ହରି ଦାସ ସେ ଯବନମାନଙ୍କର ହିତ କାମନା କରିବାରୁ ଭଗବାନ ସେମାନଙ୍କୁ ଦଣ୍ଡ ଦେଇ ନ ପାରି ସମସ୍ତ ପ୍ରହାର ନିଜ କୋମଳ ଅଙ୍ଗରେ ଗ୍ରହଣ କରିଥିଲେ , ଏହି ବିଷୟରେ ବର୍ଣ୍ଣନ କାଳରେ ଶ୍ରୀଳ ବୃନ୍ଦାବନ ଦାସ ଲେଖି ଅଛନ୍ତି । ଯଥା-

 

      ଜ୍ଵଳନ୍ତ ଅନଳ ପ୍ରଭୁ ଭକ୍ତ ଲାଗି ଖାୟ

      ଭକ୍ତେର କିଙ୍କର ହୟ ଆପନ ଇଛାୟ ।

      ଭକ୍ତ ବଇ କୃଷ୍ଣ ଆର କିଛୁଇ ନା ଜାନେ      

      ଭକ୍ତେର ସମାନ ନାହିଁ ଅନନ୍ତ ଭୁବନେ ।

                        ( ଚୈଃ ଭାଃ ମଧ୍ୟଃ ୧୦ମ ଅ)

 

ଠାକୁର ଶ୍ରୀହରିଦାସଙ୍କ ପ୍ରହାରତ ଅପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିଥିଲେ । କେହି ତାହା ଦେଖି ପାରିନଥିଲେ। ଭଗବାନ ନିଜେ ପ୍ରକାଶ କରିବାରୁ ଜଣାଇଲା । ସେ ପ୍ରତ୍ୟକ୍ଷରେ ଭକ୍ତ ପାଇଁ ସ୍କନ୍ଧରେ ଭାର

ପର୍ଯ୍ୟାନ୍ତ ବହନ କରନ୍ତି । ଅନ୍ଧ ଓ ଅଯାଚକ ଠାକୁର ଶୀବିଲମଙ୍ଗଳଙ୍କୁ ସେ ଗୋପାଳ ବାଳକ ରୂପରେ ଦୁଗ ଯୋଗାଉଥିଲେ । ପଣ୍ଡିତ ଅର୍ଜୁନ ମିଶ୍ର ଦରିଦ୍ର କିନ୍ତୁ ମହାଭକ୍ତ । ଶ୍ରୀମଭାଗବତ ଗୀତାରେ ଟିକା ଲେଖିବା କାଳରେ, “ ଯୋଗ କ୍ଷେମଂବହାମ୍ୟହଂ ’’ ଏହି ଧାଡିରେ ବହାମି ଶବ୍ଦ ଠିକ ଭାବରେ ବ୍ୟବବୃତ ହୋଇନାହିଁ । ଭଗବାନ ସର୍ବ ଐଶ୍ଵର୍ଯ୍ୟରେ ପୂର୍ଣ୍ଣ । ସେ କି ଭକ୍ତ ନିମନ୍ତେ ଅନ୍ୟଦ୍ଵାରା ପଠାଇ ପାରନ୍ତି ନାହିଁ । ନିଜେ ନିଜେ ବହନ କରିବେ କିମ୍ପାଇଁ ? ଏହିରୂପ ଚିନ୍ତା କରି ଲେଖନ ମୁନରେ, “ ବହାମି ’’ ଶବ୍ଦଟିକୁ କର୍ତ୍ତନ କତି ସ୍ନାନ କରିବାକୁ ଗଲେ । ଇତି ମଧ୍ୟରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଦୁଇଟି ସୁନ୍ଦର ବାଳକ ବେଶରେ ନାନା ସାମଗ୍ରୀ ସ୍କନ୍ଧରେ ଧରି ଭାର ବହନ ପୂର୍ବକ ମହା ସୌଭାଗ୍ୟବତୀ ଅର୍ଜୁନ ମିଶ୍ରଙ୍କ ପତ୍ନୀ ଠାରେ ପ୍ରବେଶ ହେଲେ ଓ ସ୍କନ୍ଧରୁ ଭାର ଓହ୍ଲାଇ ମିଶ୍ର ପତ୍ନୀଙ୍କୁ ଜିମା କଲେ ଓ କହିଲେ ମିଶ୍ର ମହାଶୟ ଏ ମାନଗ୍ରୀମାନ ପଠାଇ ଅଛନ୍ତି । ମିଶ୍ରାଣୀ ବାଳକ ହ୍ଵୟଙ୍କ ସ୍କନ୍ଧରେ ଆଞ୍ଛୁଡା ଚିହ୍ନ ଦେଖି ପଚାରିଲେ , ବତ୍ସ ! ତୁମ୍ଭମାନଙ୍କ ସ୍କନ୍ଧରେ ଏକି ? ଚିହ୍ନ ଏ କୋମଳ ଅଙ୍ଗରେ କିଏ ପ୍ରହାର କଲା ? ବାଳକ ଦ୍ଵୟ ଉତ୍ତର କଲେ ମିଶ୍ର ମହାଶୟ ଲୌହ ଶଳାକା ବିଦ୍ଧ କରି ମାରି ଅଛନ୍ତି । ମିଶ୍ରାଣୀ ମନେକଲେ ଏ କି ଅସମ୍ଭବ      ! ଯେଉଁ ମିଶ୍ର ସାମାନ୍ୟ ପିମ୍ପୁଡିକୁ ମାରନ୍ତି ନାହିଁ, ସେ ଏ ସୁକୁମାର ଅଙ୍ଗରେ ପ୍ରହାର କଲେ । ବାଳକ ଦୁହେଁତ ଦ୍ରବ୍ୟମାନ ଦେଇ ଅନ୍ତର ହୋଇଗଲେ । ମିଶ୍ରବର ଗୃହକୁ ଫେରନ୍ତେ ମିଶ୍ରାଣୀ ପଚାରିଲେ “ତୁମ୍ଭେ ଯେଉଁ ବାଳକ ଦ୍ଵୟଙ୍କ ସ୍କନ୍ଧରେ ଦ୍ରବ୍ୟମାନ ଭାର କରି ପଠାଇଥିଲ ତାଙ୍କ ଅଙ୍ଗରେ ଏ ରୂପ ନିର୍ଦ୍ଦୟ ରୂପେ ପ୍ରହାର କଲ କାହିଁକି ? ତୁମ୍ଭ ସରଳ ପ୍ରାଣରେ ଏହା ସହ୍ୟ ହେଲା କିପରି ? ଭକ୍ତ ପ୍ରବର ଏହା ଶୁଣି ଓ ଦ୍ରବ୍ୟମାନ ଦେଖି ଚମକିତ ହେଲେ ଓ ଏହା ଯେ ଶ୍ରୀକୃଷ୍ଣ ବଳରାମଙ୍କର କାର୍ଯ୍ୟ ଏହା ଯେ ବୁଝିପାରିଲେ ।

ଏହିରୂପେ ଭକ୍ତପାଇଁ ଭଗବାନ ନିଜ ସ୍କନ୍ଧରେ ଭାର ବହନ କରନ୍ତି । ମହାପ୍ରଭୁ ଦିନେ ଭଙ୍ଗୀ କରି ଶ୍ରୀବାସଙ୍କୁ ପଚାରିଲେ , “ଶ୍ରୀବାସ ! ତୁମ୍ଭର କୁଟୁମ୍ଵ ଅନେକ, ତୁମ୍ଭେ ଅର୍ଥାର୍ଜ୍ଜନ ନକରି ସତତ ହରି ନାମ ଗ୍ରହଣ ଓ ହରି ସେବାରେ ବ୍ୟସ୍ତ । ତୁମ୍ଭର ପରିବାର ବର୍ଗର ପୋଷଣ ହେବ କିରୂପେ? ଶ୍ରୀବାସ ନିଜ କରରେ ତିନିଗୋଟି ତାଳି ଦେଇ ମହାପ୍ରଭୁଙ୍କ ଏ ପ୍ରଶ୍ନର ଉତ୍ତର ଦେଲେ । ମହାପ୍ରଭୁ ନବୁଝିଲାପରି ପଚାରିଲେ, ଏ ତନି ତାଳିର ମର୍ମ୍ମ କଣ ? ଶ୍ରୀବାସ କହିଲେ ଦୁଇ ତିନି ଦିନ ପର୍ଯ୍ୟନ୍ତ ଉପବାସ କରି ବଞ୍ଚିବି । ତତ୍ପରେ ଯଦି ଆହାର ନ ମିଳେ ତେବେ ଗଳାରେ ଘଟ ବନ୍ଧନ ପୂର୍ବକ ଅଗାଧ ଜଳରେ ପ୍ରବେଶ କରି ପ୍ରାଣତ୍ୟାଗ କରିବି । ମହାପ୍ରଭୁ ଏ ଉକ୍ତିରେ ମର୍ମ୍ମହତ ହୋଇ କହିଲେ, “ କଣ ଶ୍ରୀବାସ ! ତୁ ଅନ୍ନାଭାବରୁ ଉପବାସ ରହିବୁ । ସ୍ଵଂୟ ଲକ୍ଷ୍ମୀ ଦେବୀ ଭିକ୍ଷା କରିବେ ଏହା ସମ୍ଭବ ହେଲେ ହୋଇପାରେ କିନ୍ତୁ ତୋରଘରେ କଦାପି ଅଭାବ ରହିବ ନାହିଁ । ମୁଁ ଶ୍ରୀଭାଗବତ ଗୀତାରେ ଯେ ଅର୍ଜୁନଙ୍କୁ କହି ଅଛି ସେ କଥା କି ତୋର ମନେ ନାହିଁ ଯେ ମୋତେ ଅନ୍ୟନ ଶରଣ ହୋଇ ଚିନ୍ତାକରେ ମୁଁ ମଥାରେ ବହି ତାହାର ଅଭାନ ପୂରଣ କରେ ।’’

      ଯେ ଜନ ଚିନ୍ତୟେ ମୋର ଅନନ୍ୟ ହଇୟା

      ତାରେ ଭିକ୍ଷା ଦେଓ ମୁଞ୍ଜି ମାଥାୟ ବହିୟା

                        (ଚୈଃ ଭାଃ ଅନ୍ତ ୫ମ ଅଃ )

 

ଭଗବାନ ନିଜ ପ୍ରିୟ ଭକ୍ତ ପାଇଁ ଯେ କେବଳ ସ୍କନ୍ଧରେ ଭାର ବହନ କରନ୍ତି । ଏମନ୍ତ ନୁହେଁ । ଭକ୍ତମାନଙ୍କ ଆର୍ଶୀବାର୍ଦ ମଧ୍ୟ ସାଦରେ ଗ୍ରହଣ କରନ୍ତି । ଶ୍ରୀନବଦ୍ଵୀପ ଧାମରେ ନିଜକୁ ଭଗବାନ ବୋଲି ପ୍ରିୟଜନଙ୍କଠାରେ ପ୍ରକାଶ କରାଇବା ପୂର୍ବରୁ ମହାପ୍ରଭୁ ପ୍ରଥମେ ବିଦ୍ୟା ଚର୍ଚାରେ ରତ ଥିଲେ । ତାଙ୍କର ପ୍ରତିଭା ଦେଖି ନଦିୟାର ମୃଷ୍ଟିମେୟ ଭଗବତଭକ୍ତଗଣ ପରସ୍ପର ମଧ୍ୟରେ କଥୋପ କଥନ ହେଲେ ଯଦି ଏ ଅଭୁତ ପ୍ରତିଭାଶାଳୀ ନିମାଇଁ ପଣ୍ଡିତର କୃଷ୍ଣଭକ୍ତ ହୁଏ ଏବଂ ଏ ଆମ୍ଭ ଦଳଭୁକ୍ତ ହୁଏ, ତେବେ ଭକ୍ତଗୋଷ୍ଟୀ ଶ୍ରୀଘ୍ର ବୃ୍ଦ୍ଧି ପାଇବ । ଗୟାଧାମାରୁ ପ୍ରତ୍ୟାଗମନ ପର ଶ୍ରୀଗୌରଚଦ୍ର କୃଷ୍ଣ ପ୍ରେମରେ ବିହ୍ନଳ ହେଲେ । ଏବଂ ନିଜ ଆଚରଣ ଦ୍ଵାରା ଲୋକ ଶିକ୍ଷା ଦେବାର ତାଙ୍କର ଅଭିପ୍ରାୟ ଥିବାରୁ ଆପଣଙ୍କୁ ତୃଣାଦପ ନୀଚ ମନେ କରି କୃଷ୍ଣଭକ୍ତମାନଙ୍କ ସେବାରେ ନିଯୁକ୍ତ ହେଲେ, କାହାରି

 

ଫୁଲଡାଲା କାହାର ପରିଧେୟ ବସ୍ତ୍ର ନିଜେ ବହନ କରି ବୈଷ୍ଣବ ସେବା କରିବାକୁ ଲାଗିଲେ, ନିମାଇଁ ପଣ୍ଡତଙ୍କର ଈଶ୍ଵର ବ୍ୟବହାରରେ ଭକ୍ତଗଣ ଲଜ୍ଜିତ ହେଲେ ଏବଂ “ତୁମ୍ଭର କୃଷ୍ଣ ଭକ୍ତି ହେଉ’’ ଅକୈତବରେ ଏହି ଆଶୀର୍ବାଦ କରିବାକୁ ଲାଗିଲେ । ଭଗବାନ ଗୌରଚଦ୍ର ନିଜ ପ୍ରିୟ ଭକ୍ତମାନଙ୍କର ଏହି ଆଶୀର୍ବାଦକୁ ଆନନ୍ଦରେ ଗ୍ରହଣ କଲେ ଏବଂ ତଦ୍ଵାରା ଜଗତକୁ ଏହି ଶିକ୍ଷା ଦେଲେ, ଭକ୍ତ ଆଶୀର୍ବାଦହିଁ କୃଷ୍ଣଭକ୍ତି ଜାତର ଏକମାତ୍ର କାରଣ । ଯଥା-

      ତୋମା ସେବା ସେବିଲେ ସେ କୃଷ୍ଣଭକ୍ତ ପାଇଁ

      ଏତ ବୋଲି କାରୁପୟେ ଧରେ ସେଇଠାଇଁ ।

      ନିଙ୍ଗଡ଼ୟେ ବସ୍ତ୍ର କାରୁ କରିୟା ଯତନେ

      ଧୁତି ବସ୍ତ୍ର ତୁଲି କାରୁ ଦେନତ ଆପନେ ।

      

କଶ ଗଙ୍ଗା ମୃର୍ତ୍ତକା କାହାର ଦେନ କରେ

      ଝାରି ବହି କୋନଦିନ ଚଲେ କାର ଘରେ ।

      ସକଲ ବୈଷ୍ଣବରଣ ହାୟ ହାୟ କରେ

      କିକର କିକର ତବୁ କରେ ବିଶ୍ଵମ୍ଭରେ ।

      

ଏଇମତ ପ୍ରତିଦିନ ପ୍ରଭୁ ବିଶ୍ଵମ୍ଭର

      ଆପନ ଦାସେର ହୟ ଆପନେ କିଙ୍କର ।

      କୋନ ଧର୍ମ୍ମ ସେବାକେର ପ୍ରଭୁ ନାହିଁ କରେ

      ସେବାକେର ଲାଗି ନିଜ ଧର୍ମ୍ମ ପରିହରେ ।

      

ଭକ୍ତ ଆଶୀର୍ବାଦ ପ୍ରଭୁ ଶିରେ କରି ଲୟ

      ଭକ୍ତ ଆଶୀର୍ବାଦେ ସେ କୃଷ୍ଣେତେ ଭକ୍ତି ହୟ ।

( ଚୈଃ ଭାଃ ମଧ୍ୟଃ ୨ୟଃ ଅଃ )

ହାୟ ଦାୟାଳୁ ଭଗବତ ଭକ୍ତଗଣ ଏ ଅଧମ ପ୍ରତି କେବେ ନିଜ ଗୁଣରେ ଗ୍ରହଣ କରି ଶ୍ରୀଚରଣରେଣୁ ଦାନ ପୂର୍ବକ ଆଶୀର୍ବାଦ କରିବେ ଯେ ତଦ୍ଵାରା ମୁଁ ଶ୍ରୀବୃନ୍ଦାବନରେ ଶ୍ରୀରାଧା ଗୋବିନ୍ଦଙ୍କର ଚରଣ କମଳର ସେବା ପ୍ରାପ୍ତ ହେବି

 

ଯେ ଭଜନ କରେ ସେ ଭଗବାନଙ୍କର ପ୍ରିୟ । ଭାବଗ୍ରାହୀ ଜନାର୍ଦ୍ଧନ ମାନସର ଭକ୍ତ ଦେଖି ଗ୍ରହଣ କରନ୍ତି । ଉଚ୍ଚଜାତ ଓ ଉଚ୍ଚକୂଳର ଅପେକ୍ଷା ରଖନ୍ତି ନାହିଁ , ନୀଜ ଜାତି ହେଉ ପଛକେ, ଯଦି କେହି ଶ୍ରୀକୃଷ୍ଣଙ୍କ ଚରଣାରଚିନ୍ଦରେ ଐକାନ୍ତିକ ଭାବରେ ମତିରଖେ, ଭଗବାନ ଅଭକ୍ତ ସତକୁଳ ବିପ୍ର ଅପେକ୍ଷା ତାକୁ ଆଦରରେ ଗ୍ରହଣ କରନ୍ତି । ଶ୍ରୀଚୈତନ୍ୟ ଭାଗବତରେ ଠାକୁର ହରିଦାସଙ୍କ ଭକ୍ତକୁ ଲକ୍ଷ୍ୟ କରି ତାଙ୍କ ମୁଖରେ ବିଷ୍ଣୁଭକ୍ତ ନାଗଙ୍କର ଉକ୍ତ ଏହାର ଉତ୍ତମ ପ୍ରମାଣ । ଯଥା-

      ଅଧମ କୁଲେତେ ଯଦି ବିଷ୍ଣୁଭକ୍ତ ହୟ

      ତଥାପି ସେଇ ସେ ପୂଜ୍ୟ ସର୍ବଶାସ୍ତ୍ରେ କୟ ।

      ଉତ୍ତମ କୁଲେତେ ଜନ୍ମ ଶ୍ରୀକୃଷ୍ଣ ନା ଭଜେ

      କୁଲେ ତାର କିକରିବେ ନରକେତେ ମଜେ ।

                        (ଚୈଃ ଭାଃ ଆଦିଃ ୧୧ ଅଃ)

 

ମନୁଷ୍ୟତ ଦୂରର କଥା ଯଦି କୀଟ ପତଙ୍ଗ ସୁଦ୍ଧା ଶ୍ରୀଭଗବାନଙ୍କର ଚରଣରେ ଆଶ୍ରୟ ନିଅନ୍ତ, ଭଗବାନ ତାଙ୍କୁ ପରିତ୍ୟାଗ କରନ୍ତି ନାହିଁ । ଭାରତ ଯୁଦ୍ଧରେ ଭାରତୀୟ ପକ୍ଷୀକୁ ଭଗବାନ ଘଣ୍ଟ ଘୋଡେଇ ରକ୍ଷା କରିଥିବାର ମହାଭାରତରେ ବର୍ଣ୍ଣିତ ଅଛି । ଗଜ ସ୍ତୁତି କରନ୍ତେ ଦୁର୍ଦ୍ଦାନ୍ତ କୁମ୍ଭୀର ହସ୍ତରୁ ଭଗବାନ ତାଙ୍କୁ ରକ୍ଷାକଲେ, ଶ୍ରୀଭଗବାନଙ୍କର ଏହି ଭକ୍ତ ପାଳକତୃ ଗୁଣକୁ ଲକ୍ଷ୍ୟକରି ଠାକୁର ଶ୍ରୀହରିଦାସ ମହାପ୍ରଭୁଙ୍କର ମହାପ୍ରକାଶ ଦର୍ଶନରେ ସ୍ତୁତିକ କରି କହିଅଛନ୍ତି । ଯଥା

      

      ଏକ ସତ୍ୟ କରିଅଛ ଆପନ ବଦନେ

      ଯେଜନ ତୋମାର କରେ ଚରଣ ସ୍ମରଣେ ।

      କାଟ ତୁଲ୍ୟ ହୟ ଯଦି ତାଁରେ ନାହିଁ ଛାଡ

      ଇହାତେ ଅନ୍ୟାଥା ହୈଲେ ନରେନ୍ଦ୍ରେରେ ପାଡ଼ ।

                  (ଚୈଃ ଭାଃ ମଧ୍ୟଃ ୧୦ମଃ ଅଃ )

 

ଭଗବାନହିଁ ସର୍ବକାରଣର କାରଣ । ସେ ସୃଷ୍ଟିକରି ଅଛନ୍ତି । ସେ ପଳନ କରୁଅଛନ୍ତି ଓ ସେ ସଂହାର କରୁଅଛନ୍ତି । ଅତଏବ ଯେ ସେହି ମୂଳ କାରଣ ଭଗବାନଙ୍କର ଶ୍ରୀଚରଣଶ୍ରୟ କରେ ତାହାର କିଛି ଅନିଷ୍ଟ ଘଟିବାର ସମ୍ଭବନା ନାହିଁ, କିମ୍ଵା ତାହାର ବିନାଶ ନାହିଁ । ଶ୍ରୀଭଗବାନଙ୍କର ମହାଅସ୍ତ୍ର ସୁଦର୍ଶନ ସତତ ଭକ୍ତରକ୍ଷାରେ ପ୍ରବୃତ୍ତ, ସାକ୍ଷତା ସୁଦର୍ଶନ ସତତ ଭକ୍ତ ରକ୍ଷାରେ ପ୍ରବୃତ୍ତ , ସାକ୍ଷାତ ସୁଦର୍ଶନ ଚକ୍ର ଭକ୍ତ ରକ୍ଷାରେ ନିଯୁକ୍ତ ଥାଉଁ ଥାଉଁ କାହାର ସାଧ୍ୟ ସେ ଭକ୍ତର ତିଳ ମାତ୍ର ଅନିଷ୍ଟ କରିପାରେ । ମୁନିବର ଦୁର୍ବାସା ଭକ୍ତପ୍ରବର ମହାରାଜା ଆମ୍ଵଚାଷୀଙ୍କର ଅନିଷ୍ଟ କରିପାରିଲେ ନାହିଁ । ଶେଷରେ ନିଜେ ମହାରାଜା ଆମ୍ଵଚାଷୀଙ୍କର ଶରଣାପନ୍ନ ହେବାରୁ ଶ୍ରୀସୁଦର୍ଶନଙ୍କ ଠାରୁ ରକ୍ଷା ପାଇଲେ ।

ମହାପ୍ରଭୁ ସନ୍ୟାସ ଗ୍ରହଣ କରି ଶ୍ରୀପୁରୁଷୋତ୍ତମ ଯାଉ ଅଛନ୍ତି । କତିପୟ ଭକ୍ତ ସଙ୍ଗେ ଚକ୍ର ଭୋଗରେ ଅବସ୍ଥିତ ହେଲେ ଓ ସେଠାରେ ଆମ୍ଵ ଲିଙ୍ଗ ଘାଟରେ ଗଙ୍ଗାସ୍ନାନ କରି ଶତମୁଖୀ ଗଙ୍ଗା ଦର୍ଶନରେ ପ୍ରେମରେ ବିହୁଳ ହେଲେ । ସେଠାରେ ରାମଚନ୍ଦ୍ର ଖାନଙ୍କୁ କୃପାକରି ତାଙ୍କ ପ୍ରସ୍ତୁତ ନୌକାରୋହଣ ପୂର୍ବକ ଶ୍ରୀପୁରୁଷୋତ୍ତମାଭିମୁଖରେ ଯାତ୍ରା କଲେ । ନଦୀ ମଧ୍ୟରେ ମହାପ୍ରଭୁ ପ୍ରେମରେ ବିହଳ ହୋଇ ପ୍ରିୟ ମୁକୁନ୍ଦାଦିଙ୍କର ସହ ହରି ସଂକୀର୍ତ୍ତନ ଆରମ୍ଭ କଲେ । ନାବିକରଣ ଏଥିରେ ମହାନ୍ତ୍ରସ୍ତ ହେଲେ । କାରଣ ଏକେ ସେ ସମୟରେ ଯୁଦ୍ଧାଦି ହେତୁ ରାଜ୍ୟର ଅଶାନ୍ତି ଜନିତ ଭୟ , ଦ୍ଵିତୀୟତଃ ଦସ୍ୟୁଭୟ । କୌଣସି ସ୍ଥାନରେ ନୌକା ଲଗାଇ ଦେବେ ସେ ସୁବିଧା ମଧ୍ୟ ନାହିଁ । କାରଣ କୂଳରେ ବ୍ୟାଘ୍ରଭୟ । ଜଳ ମଧ୍ୟରେ ଓହ୍ଲାଇ ଯିବାର ମଧ୍ୟ ଭରସା ନାହିଁ, କାରଣ ଜଳ ମଧ୍ୟରେ କୁମ୍ଭୀର ଭୟ, ଚାରିଆଢୁ ଭୟର କାରଣ ଦେଖି ନାବିକମାନେ ଭୟରେ ଅସ୍ଥିର ହେଲେ ଏବଂ ମହାପ୍ରଭୁ ସଙ୍ଗୀମାନଙ୍କୁ ଡକାୟତମାନଙ୍କ ଭୟରୁ ଓଡିଶା ଦେଶ ସୀନା ପ୍ରବେଶ ପର୍ଯ୍ୟନ୍ତ କୀର୍ତ୍ତନରୁ କ୍ଷାନ୍ତ ହେବାକୁ ଅନୁରୋଧ କଲେ । ନାବିକମାନେ କଥାରେ ଭକ୍ତଗଣ କୀର୍ତ୍ତନରୁ କ୍ଷାନ୍ତ ହୁଅନ୍ତେ, ମହାପ୍ରଭୁଙ୍କର ଭାଦାବେଶ ଭଙ୍ଗ ହେଲା । ସେ ସମସ୍ତଙ୍କୁ ନୀରବ ଦେଖି ଉତ୍ସାହ ପ୍ରଦାନ ପୂର୍ବକ କହିଲେ, ତୁମ୍ଭେମାନେ ବୃଥାଭୟ କରୁଅଛ କାହିଁକି ? ଓ କାହାକୁ ଭୟ କରୁଅଛ ? ଶ୍ରୀସୁଦର୍ଶନ ଚକ୍ର ଯେ ସତତ ଭକ୍ତ ରକ୍ଷାରେ ଭ୍ରମଣ କରୁଅଛନ୍ତି, ତୁମ୍ଭେ ମାନେ କି ଦେଖି ପାରୁନାହଁ । ଯଥା-

 

      ସବାରେ ବଲେନ କେନେ ଭୟକର କାର,

      ଏଇନା ସମ୍ମୁଖେ ସୁଦର୍ଶନ ଚକ୍ର ଫିରେ

      ବୈଷ୍ଣବ ଚ୍ଚନେର ନିରବିଥି ବିଘ୍ନ ହରେ ।

                        ( ଚୈଃ ଭାଃ ଅନ୍ତ୍ୟ ୨ୟ ଅଃ )

 

ଏହିରୂପେ ମହାପ୍ରଭୁ ସ୍ଥାନେ ସ୍ଥାନେ ଭକ୍ତମାନଙ୍କୁ ଦେଖାଇ ଅଛନ୍ତି ଯେ ଶ୍ରୀସୁଦର୍ଶନ ଚକ୍ର ସତତ ଭକ୍ତ ରକ୍ଷାରେ ନିଯୁକ୍ତ । ଭକ୍ତ ଜାନୁ ବା ନ ଜାଣୁ ଶ୍ରୀସୁଦର୍ଶନ କ୍ଷଣକ ପାଇଁ ଭକ୍ତ ରକ୍ଷାରୁ ବିରତ ନୁହନ୍ତି । ଅଲକ୍ଷରେ ରହି ସତତ ଭକ୍ତଙ୍କୁ ରକ୍ଷା କରୁଛନ୍ତି । ତେଣୁ ଶ୍ରୀବୃନ୍ଦାବନ ଦାସ କହି ଅଛନ୍ତି ।

ଯଥା-

      ବ୍ୟପଦେଶେ ମହାପ୍ରଭୁ ବଲେନ ସବାରେ

      ନିରବିଧି ସୁଦର୍ଶନ ଭକ୍ତ ରକ୍ଷାକରେ ।

                        ( ଚୈଃ ଭାଃ ଅନ୍ତ୍ୟ ୨ୟ ଅଃ )

 

ଶ୍ରୀବୃନ୍ଦାବନ ଦାଶଙ୍କ ଭକ୍ତିରେ ଲେଶମାତ୍ର ଭ୍ରମ ନାହିଁ , ଏହା ଯେ ପରମ ସତ୍ୟ , ଭକ୍ତଗଣ ନିଜ ନିଜ ଜୀବନକୁ ଅନୁଧାବନ କଲେ ବୁଝି ପାରିବେ, ଭାଗବତ ପ୍ରେରିତ ସଦର୍ଶନ କିରୂପ ସୁନ୍ଦର ଭାନରେ ସେମାନଙ୍କୁ ସତତ ବିପଦରୁ ରକ୍ଷା କରୁଅଛନ୍ତି ।

ଭକ୍ତ ଭଗବାନଙ୍କର ଅତି ପ୍ରିୟ, ତେବେ ଭକ୍ତ ଯେରୂପ ଭାବରେ ଭଗବାନଙ୍କୁ ଭଜନ କରେ ଭଗବାନ ସେହିରୂପ ତାଙ୍କୁ ଗ୍ରହଣ କରନ୍ତି ।ଭଗବାନ ଭକ୍ତକୁ ଭକ୍ତିର ଅନୁରୂପ ଫଳ ପ୍ରଦାନ କରନ୍ତି , ଗୋପୀଗଣ ପ୍ରାଣ ସର୍ବସ୍ଵ ଦାନ କରି କାମନା ଶୂନ୍ୟ ହୋଇ କୃଷ୍ଣଙ୍କୁ ଭଜନ କଲେ ଓ କୃଷ୍ଣମଧ୍ୟ ଗୋପୀମାନଙ୍କୁ ଆତ୍ମସମର୍ପଣ ପୂର୍ବକ ସେମାନଙ୍କ ପ୍ରେମରେ ବିଚିତ୍ର ହୋଇ ଚିର ରୁଣୀ ରହିଲେ । ସେଥି ପାଇଁ ଶ୍ରଳ ବୃନ୍ଦାବନ କହି ଅଛନ୍ତି । ଯଥାଃ-

      ଯେମତେ ସେବକେ ଭଜେ କୃଷ୍ଣେର ଚରଣେ

      କୃଷ୍ଣ ସେଇମତ ଦାସେ ଭଜେନ ଆପନେ !

                        ( ଚୈଃ ଭାଃ ଅନ୍ତ୍ୟ ୩ୟ ଅଃ )

 

ଉପରୋକ୍ତ ପ୍ରମାଣ ଗୁଡ଼ିରୁ ରୂପେ ଦେଖାଯାୟ ଯେ ଭକ୍ତ ଭଗନାନଙ୍କର ଅତିପ୍ରିୟ । ଏମନ୍ତ କି ଭଗବାନ ନିଜ ଆତ୍ମାଠାରୁ ଭକ୍ତକୁ ପ୍ରିୟତର ମନେ କରନ୍ତି , ଯେତେବେଳେ ଭକ୍ତ ଭଗବାନଙ୍କର ଏତେ ଦୂର ପ୍ରିୟ ଭକ୍ତର ପୂଜା ମଧ୍ୟ ତଦ୍ରୂପ । ସ୍ଵୟଂଭଗବାନଙ୍କ ପୂଜାଠାରୁ ଯେ ଭକ୍ତପୂଜା ବଡ଼ ଏହା ଶ୍ରଳ ବୃନ୍ଦାବନ ଦାସ ତାଙ୍କ ଶ୍ରୀଚୈତନ୍ୟ ଭାଗବତର ପ୍ରଥମ ପୃଷ୍ଠାରେ ଦେଖାଇଅଛନ୍ତି । ଯଥା-

      ଆମାର ଭକ୍ତେର ପୂଜା ଆମହେିତେ ବଡ଼

      ସେଇ ପ୍ରଭୁ ବେଦେ ଭାଗବତେ କୈଲ ଦଡ଼ ।

 

ଏବଂ ମହାପ୍ରଭୁ ନିଜେ ଶ୍ରୀଅଦ୍ଵୈତାଚାର୍ଯ୍ୟଙ୍କର ପୂଜା କରି ଭକ୍ତ ପୂଜା ଜଗତକୁ ଶିକ୍ଷା ଦେଇ ଯାଇ ଅଛନ୍ତି, ଶ୍ରୀମନ୍ ଅଦ୍ୟୈତାଚାର୍ଯ୍ୟ ଏକ ସମୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମାଳା ଚନ୍ଦନ ଓ ତୁଳସୀ ମଞ୍ଜରୀ ଦ୍ଵାରା ମହାପ୍ରଭୁଙ୍କର ପୂକା କଲେ, କିନ୍ତୁ ପୂଜା ଶେଷରେ ପାତ୍ରରେ ଯେଉଁ ଅବଶିଷ୍ଟ ପୁଷ୍ପ ଓ ତୁଳସୀ ଥିଲା ମହାପ୍ରଭୁ ତାହା ନେଇ ଶ୍ରୀଅଦ୍ଵୈତାଚାର୍ଯ୍ୟ ପୂଜା କଲେ । ଯଥାଃ –

      ପୂଜା ପାତ୍ରେ ପୁଷ୍ପ ତୁଳସୀ ଶେଷ ଯେ ଆଛିଲ

      ସେଇ ସକଲ ଲଞ୍ଜା ପ୍ରଭୁ ଆଚାର୍ଯ୍ୟ ପୂଜଲ ।

      “ ଯୋଽସି ସୋଽସି ନମସ୍ତୁତେ” ଏହି ମନ୍ତ୍ର ପଢ଼େ

      ମୁଖ ବାଦ୍ୟ କରି ପ୍ରଭୁ ହାସେ ଆଚାର୍ଯ୍ୟରେ ।

                        ( ଚୈ ନଃ ମଧ୍ୟଃ ୧୫ ପରି )

 

ଆହା ! କେବେ ଏ ଅଧମର ଏହୁ ଭାଗବତ୍ ପ୍ରିୟ ଭକ୍ତଙ୍କର ଶ୍ରୀଚରଣରେ ଦୃଢ ଭକ୍ତିଜାତ ହେବ । କେବେ ଏ ଅଧମ ଭକ୍ତ ପୂଜା ଶିକ୍ଷା କରିବ । ଉପରେ ଭକ୍ତିକରି ଅବନତ ମସ୍ତକ ହେଲେ ମଧ୍ୟ ଅନ୍ତରେ ଅନ୍ତରେ ଭକ୍ତ ମାନଙ୍କର ଦୋଷ ଯେ ଖେଳି ଯାଉଅଛି । କାହିଁ ଦୋଷ ଦଶନରୁତ ଚକ୍ଷ ବିରତ ହେଉ ନାହିଁ । ଏ ଯେ କପଟ ଭକ୍ତି, ଏଥିରେ କି ଭଗବାନ ସନ୍ତୁଷ୍ଟ ହେଦେ । ସେ ଯେ ଅନ୍ତର୍ଯ୍ୟାମୀ , ଅନ୍ତରର ନିଭୃତ ସନ୍ଧିରେ ସଂଲଗ୍ନ ସାମାନ୍ୟ ମଳ ଯେ ତାଙ୍କ ଦୃଷ୍ଟି ଗୋଚର ହେଉଅଛି । ଲୁଚାଇବୁ କାହିଁକି ? ସାଧାରଣ ମନୁଷ୍ୟ ଚକ୍ଷୁରେ ସିନା ଧୂଳି ଦେଉଅଛୁ, ଭଗବାନଙ୍କୁ କି ତାହା ଅଜଣା ଅଛି, ହେ ଅଦୋଷ ଦର୍ଶୀ ଉଦାର ଭକ୍ତଗଣ । ନିଜ ଗୁଣରେ ଏ ପମରର ଦୋଷ ମର୍ଜନା ପୂର୍ବକ ଶ୍ରୀଚରଣରେ ଆଶ୍ରୟ ଦିଅନ୍ତୁ । ଆପଣମାନଙ୍କ ଶ୍ରୀଚରଣ ଧୂଳିହିଁ ଏ ଅଧମର ଏକାନ୍ତ ଭରସା ।

      

ଭକ୍ତ ପଦରଜ ଆର ଭକ୍ତ ପଦ ଜଲ

      ଭକ୍ତ ଭକ୍ତ ଅବଶେଷ ତିନ ମହାବଲ ।

 

 

      ପଞ୍ଚମ ପରିଛେଦ ।

       ଭକ୍ତମାହାତ୍ମ୍ୟ ।

 

ଭକ୍ତ ଯେତେବେଳେ ଭଗବାନଙ୍କର ଅତିପ୍ରିୟ ସେତେବେଳେ ଭକ୍ତର ପଦ ଯେ ଅତି ଉଚ୍ଚରେ ଅବସ୍ଥିତ ଏଥିରେ ଦ୍ୱିରୁକ୍ତି ହୋଇ ନପାରେ । ତେଣୁ ଶ୍ରୀଳ କୃଷ୍ଣଦାସ କବିରାଜ ଭକ୍ତଙ୍କୁ ଅତି ଉଚ୍ଚସ୍ଥାନ ପ୍ରଦାନ କରି କହିଅଛନ୍ତି । ଯଥା-

      ଏକ ଭାଗବତ ବଡ଼ ଭାଗବର ଶାସ୍ତ୍ର

      ଆର ଭାଗବତ ଭକ୍ତ ଭକ୍ତିରସ ପାତ୍ର ।

                        ( ଚୈଃ ଚଃ ଆଦି ୨ମପରି )

 

ଭକ୍ତ କେଡ଼େ ଉଚ୍ଚସ୍ଥାନ ଅଧିକାର କରନ୍ତି ସେହି କବିରାଜ ଗୋସ୍ଵାମୀଙ୍କ ଅପର ସ୍ଥାନରେ ଏକ ଉକ୍ତିରୁ ତାହା ଦେଖାଯାଉ | ଶ୍ରୀ ସନାତନ ଗୋସ୍ୱାମୀଙ୍କୁ ଭକ୍ତର ମହିମା ବୁଝାଇବାକାଳରେ ମହାପ୍ରଭୁ ଶ୍ରୀମୁଖରେ କହିଅଛନ୍ତି । ଯଥା-

 

ଧର୍ମ୍ମଚାରୀ ମଧ୍ୟେ ବହୁତ କର୍ମ୍ମନିଷ୍ଠ

କୋଟିକର୍ମନିଷ୍ଠ ମଧ୍ୟେ ଏକ ଜ୍ଞାନୀଶ୍ରେଷ୍ଠ ।

କୋଟିଜ୍ଞାନୀ ମଧ୍ୟେ ହୟ ଏକଜନ ମୁକ୍ତ

କୋଟିମୁକ୍ତ ମଧ୍ୟେ ଦୁର୍ଲ୍ଲଭ କୃଷ୍ଣଭକ୍ତ ।

                        ( ଚୈଃ ଚଃ ମଧ୍ୟ ୧୯ ଶ ପରି )

 

ଅତଏବ କର୍ମ୍ମୀ, ଜ୍ଞାନୀ, ଯୋଗୀ ଓ ମୁକ୍ତ ସମସ୍ତଙ୍କ ଠାରୁ କୃଷ୍ଣ ଭକ୍ତ ଶ୍ରେଷ୍ଠ । ଭକ୍ତ ଏତେ ଉଚ୍ଚ କାହିଁକି ; ନା , ଶ୍ରୀକୃଷ୍ଣଙ୍କର ପ୍ରାୟ ସମସ୍ତ ସଦ୍‌ପୂଣ୍ୟବାନ ଭକ୍ତ ଦେହରେ ସଞ୍ଚାର କରେ । ଅଲୋକ ପ୍ରଦେଶରେ ଅନ୍ଧକାର

ପଳାଇଲା ପରି ଭକ୍ତ ଉଦୟ ସଙ୍ଗେ ସଙ୍ଗେ ମନୁଷ୍ୟର ଦୁର୍ଗଣମାନ ଭକ୍ତ ହୃଦୟରୁ ଅନ୍ତର୍ହିତ ହୋଇଯାଏ ଏବଂ ସୁଗୁଣମାନ ଏକେ ଏକେ ସେ ସ୍ଥାନ ଅଧିକାର କରେ । ସେଥିପାଇଁ ଶ୍ରୀମହାପ୍ରଭୁ ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ କହିଅଛନ୍ତି । ଯଥା : -

 

      ସର୍ବ ମହାଗୁଣ ଗଣ ବୈଷ୍ଣବ ଶରୀରେ

      କୃଷ୍ଣଭକ୍ତେ କୃଷ୍ଣେର ଗୁଣ ସକଲ ସଞ୍ଚାରେ ।

                        ( ଚୈଃ ଚଃ ମଧ୍ୟଃ ୨୨ଶ ପରି )      

 

ଶ୍ରୀକୃଷ୍ଣଙ୍କର ସଦ୍‌ଗୁଣ ସମସ୍ତ ସଞ୍ଚାର ଦେତୁ ଭକ୍ତଙ୍କ ଶରୀର ଅତି ପବିତ୍ର ହୋଇ ଉଠେ । ଭଗବାନ ତେଣୁ ଭକ୍ତ ଶରୀରକୁ ଅତି ଆଦର କରନ୍ତି ଏବଂ ଭକ୍ତଙ୍କୁ ବିଶେଷ ସମ୍ମାନ ପ୍ରଦାନ କରନ୍ତି । ଶ୍ରୀ ସନାତନ ଗୋସ୍ଵାମୀ ଗୌଡ ବାଦ୍‌ସାହଙ୍କତ ମନ୍ତ୍ରୀ, କିନ୍ତୁ ଶ୍ରୀମନ୍ ମହାପ୍ରଭୁଙ୍କର ଦର୍ଶନ ପ୍ରାପ୍ତି ପରେ ତାଙ୍କର ରାଜକାର୍ଯ୍ୟରେ ଆଉ ଇଛା ରହିଲା ନାହିଁ ବିଶେଷତଃ ହୋସେନ୍ ସାହାଙ୍କର ଉତ୍କଳ ଅକ୍ରମଣରେ ଶ୍ରୀ ଜଗନ୍ନାଥ ଦେବଙ୍କ ପ୍ରିୟ ଦେଶ ଓ ପ୍ରିୟଲୋକମାନେ ଉତ୍ପୀଡିତ ହେବେ ଏଥିରେ ସେ ସମ୍ମତ ହେବାରୁ ଗୌଡେଶ୍ଵର ତାଙ୍କୁ କାରାଗାରରେ ବନ୍ଦିକରି ଦକ୍ଷିଣ ଦେଶକୁ ଯୁଦ୍ଧର୍ଥ ଆଗମନ କଲେ । ସନାତନ କାରାଧ୍ୟକ୍ଷଙ୍କୁ ସାତସହସ୍ର ମୁଦ୍ରା ଉତ୍କୋଚ ଦେଇ କାରାଗାରରୁ ମୁକ୍ତ କଲେ ଓ ବଳପଥରେ ପଳାଇଗଲେ । ଶ୍ରୀ କାଶୀ ଧାମରେ ଉପସ୍ଥିତ ହୋଇ ଶୁଣିଲେ ମହାପ୍ରଭୁ ମଧ୍ୟ ଶ୍ରୀବୃନ୍ଦାବନରୁ ସେଠାକି ଆସି ଶ୍ରୀ ଚନ୍ଦ୍ରଶେଖରଙ୍କ ଗୃହରେ ବାସ କରୁଅଛନ୍ତି । ତେଣୁ ଯାଇ ତାଙ୍କ ଶ୍ରୀଚରଣ ଦର୍ଶନ କଲେ । ମହାପ୍ରଭୁ ପ୍ରିୟ ସନାତନଙ୍କୁ ଦେଖି ଦୂରରୁ ଦଉଡି ଆସି ପ୍ରେମାବିଷ୍ଠ ହୋଇ ଆଲିଙ୍ଗନ କରେ ଏବଂ ତାଙ୍କୁ ପିଣ୍ଡାଉପରେ ବସାଇ ଶ୍ରୀହସ୍ତରେ ତାଙ୍କ ଅଙ୍ଗ ସମ୍ମାର୍ଜନ କରିବାକୁ ଲାଗିଲେ । ସନାତନ ସେଥିରେ ସଙ୍କୁଚିତ ହୋଇ କହିଲେ “ ପ୍ରଭୋ ? ମୁଁ ଅପ୍ପୃଶ୍ୟ ଓ ଘୃଣ୍ୟ, ଆପଣ ଏକ ଏକି କରୁଅଛନ୍ତି । ମୁଁ ଯେ ଅପଣଙ୍କର ସ୍ପର୍ଶର ଅଯୋଗ୍ୟ” ସେଥିରେ ମହାପ୍ରଭୁ କହିଲେ “ସନାତନ ! ମୁଁ ନିଜେ ପବିତ୍ର ହେବାକୁ ତୁମ୍ଭଙ୍କୁ ସ୍ପର୍ଶ କରୁଅଛି । ତୁମ୍ଭେ ଭକ୍ତିବଳରେ ବ୍ରହ୍ନାଣ୍ଡ ଶୋଧନ କରିବାର । ’’ ଯଥାଃ-

 

ପ୍ରଭୁ କହେ ତୋମା ସ୍ପର୍ଶି ଆତ୍ମ ପବିତ୍ରିତେ

ଭକ୍ତିବଲେ ପାରି ତୁମି ବ୍ରହ୍ମାଣ୍ଡ ଶୋଧିତେ ।

ତୋମା ଦେଖି ତୋମା ସ୍ପର୍ଶି ଗାଇତୋମାର ଗୁଣ

ସର୍ବେନ୍ଦ୍ରିୟ ଫଲ ଏଇ ଶାସ୍ତ୍ର ନିରୂପଣ ।

                        ( ଚୈଃ ଚଃ ମଧ୍ୟ ୨୦ ଶ ପରି )

 

ମହାପ୍ରଭୁ ପୁଣି ଶ୍ରୀ ପୁତୁଷୋତ୍ତମ କ୍ଷେତ୍ରରେ ମଣ୍ୟ ଜେଷ୍ଠମାସ ପ୍ରଚଣ୍ଡ ରୌଦ୍ର ତାପରେ ଦିବା ଦୁଇପ୍ରହର ସମୟରେ ଯମେଶ୍ଵର ତୋଟାରେ ଥାଇ ଶ୍ରୀ ସନାତନଙ୍କୁ ପରୀକ୍ଷା ନିମନ୍ତେ ଡକାଇଲେ ଏବଂ ଶ୍ରୀ ଜଗନ୍ନାଥଙ୍କ ସେବକ ମାନଙ୍କ ଅଙ୍ଗସ୍ପର୍ଶରେ ତାଙ୍କର ଅପରାଧ ହେବ ଏହି ଭୟରେ ସେ ଦେଉଳ ପାଖ ଦେଇ ନ ଯାଇ ସମୁଦ୍ର ପଥରେ ତପ୍ତ ବାଲୁକା ପଥ ଦେଇ ଗମନ କରନ୍ତେ ମହାପ୍ରଭୁ ସନ୍ତୁଷ୍ଟ ହୋଇ ତାଙ୍କୁ କହିଥିଲେ । ଯଥାଃ-

      ଯଦ୍ୟପ ଓ ହଓ ତୁମି ଜଗତ ପବନ

      ତୋମାସ୍ପର୍ଶେ ପବିତ୍ର ହୟ ଦେବମୁନି ଗଣ ।

      ତଥାପି ଭକ୍ତେର ସ୍ଵଭାବ ମର୍ଯ୍ୟାଦା ରକ୍ଷଣା

      ମର୍ଯ୍ୟାଦା ପାଳନ ହୟ ସାଧର ଭୂଷଣ ।

                        ( ଚୈଃ ଚଃ ଅନ୍ତ୍ୟ ୨ର୍ଥ ପରି )

 

ଏତ ଗଲା ସନାତନଙ୍କ ସମ୍ଵନ୍ଧରେ । ମହାପ୍ରଭୁ ପୁଣି ଭୁବନ ପବନ ହରିନାମ ପ୍ରଚାର କରୀ ଠାକୁର ଶ୍ରୀହରିଦାସଙ୍କ ସମ୍ଵନ୍ଧରେ କଣ କହି ଅଛନ୍ତି ଦେଖାଯାଉ । ଯଥାଃ-

      ପ୍ରଭୁ କହେ ତୋମା ସ୍ପର୍ଶ ପବିତ୍ର ହଇତେ

      ତୋମାର ପବିତ୍ର ଧର୍ମ ନାହିଁ କି ଆମାତେ ।

      କ୍ଷଣେ କ୍ଷଣେ କର ତୁମି ସର୍ବତୀର୍ଥ ମ୍ନାନ

      କ୍ଷଣେ କ୍ଷଣେ କତ ତୁମି ଯଜ୍ଞ ତପ ଦାନ ।

      ନିରନ୍ତର କର ତୁମି ବେଦ ଅଧ୍ୟୟନ

      ଦ୍ଵିଜ ନ୍ୟାସୀ ହୈତେ ତୁମି ପରମ ପାବନ ।

                        (ଚୈଃ ଚଃ ମଧ୍ୟ ୧୧ ଚିଃ ପରି )

 

ଭକ୍ତର ପ୍ରଗାଢ଼ ଭକ୍ତିରେ ଭଗବାନ ଆପଣଙ୍କୁ ଋଣୀମନେ କରନ୍ତି ଓ ସେହି ଋଣ ପରିଶୋଧ କରିବାର ଚେଷ୍ଠାକରି ଭକ୍ତରତୁଷ୍ଟି ସାଧନ କରନ୍ତି ଶ୍ରୀମନ୍ ଅଦ୍ଵୈତାଚାର୍ଯ୍ୟ ଜଗତ ଭକ୍ତିହୀନ ଦେଖି ବିଚାର କଲେ ଶ୍ରୀକୃଷ୍ଣ ଙ୍କୁ ଜଗତକୁ ଅଣାଇ ହରିନାମ କୀର୍ତ୍ତନନ ପ୍ରଚାର ନ କଲେ ଏ କଳିହତ ଜୀବମାନଙ୍କର ଆଉ ଅନ୍ୟଗତି ନାହିଁ । କି ପ୍ରକାରେ ଶ୍ରୀକୃଷ୍ଣଙ୍କ ଧରାରେ ଅବତୀର୍ଣ୍ଣ କରାଇବେ ଏହି ଚିନ୍ତା କରନ୍ତେ ଗୌତମୟୀ ତନ୍ତ୍ର ଗୋଟିଏ ଶ୍ଲୋକ ତାଙ୍କ ମନରେ ଉଦୟହେଲା ଏବଂ ତାହାର ମର୍ମ୍ମ ବିଚାରକରି ସେ କହିଲେ ଯେ ଶ୍ରୀକୃଷ୍ଣଙ୍କୁ ଜଳତୁଳସୀ ଅର୍ପଣ କରନ୍ତି, କୃଷ୍ଣ ତା ଠାରେ ଋଣୀହୋଇ ରୁଣ ସୁଝିବାକୁ ଚିନ୍ତା କରନ୍ତିୁ । ଯଥାଃ-

      

କୃଷ୍ଣକେ ଜଳତୁଳସୀ ଦେୟ ଯେଇ ଜନ

      ତାର ଋଣ ଶୋଧିତେ କୃଷ୍ଣ କରେନ ଚିନ୍ତନ ।

      ଜଳତୁଳସୀର ସମ କିଛି ନାହିଁ ସମ କିଛି ନାହିଁ ଅନ୍ୟଧନ

      ତାରେ ଆତ୍ମା ବେଚିକରେ ଋଣେର ଶୋଧନ ।

                        (ଚୈଃ ଚଃ ଆଦି ୩ୟ ପରି )

 

ପ୍ରକୃତରେ ଜଳତୁଳସୀ ଦ୍ଵାରା ପୂଜାରେ ସନ୍ତୁଷ୍ଟ ହୋଇ ଶ୍ରୀକୃଷ୍ଣ ଭକ୍ତର ବଶ ହୁଅନ୍ତି । ଭକ୍ତର ଭକ୍ତିରେ ଭଗବାନ ସନ୍ତୁଷ୍ଟ ହେବାର ଅନେକ ପ୍ରମାଣ ପୁରାଣାଦିରେ ବର୍ଣ୍ଣିତ ହୋଇଅଛି କେତେକ ଗୋଟି ଉଦାହରଣ ନିମ୍ନରେ ଉଲ୍ଲିଖିତ ଦେଲା ବିଦ୍ୟାନଗରରୁ ଦୁଇଜଣ ବ୍ରାହ୍ମଣ ତୀର୍ଥ ପର୍ଯ୍ୟଟକ କରିବାକୁ ଯାଇଥିଲେ । ସେମାନେ ଯାଇ ଶ୍ରୀବୃନ୍ଦାବନରେ ପହୁଞ୍ଚିଲେ,ଶ୍ରୀଗୋପାଳଙ୍କ ଶୋଭାରେ ପ୍ରତି ହୋଇ ସେଠାରେ କିଛିଦିନ ବାସକଲେ । ସେହି ଦୁହିଁଙ୍କର ମଧ୍ୟରୁ ଜଣେ କିଛି ବୟୋବଦ୍ଧ, ଅପର ଜଣକ ଯୁବକ ଓ ବୃଦ୍ଧ ବ୍ରାହ୍ନଣଙ୍କର ବହୁରୂପ ସେବା କରୁଥିଲେ । ବୃଦ୍ଧାବ୍ରାହ୍ମଣ ସେବାରେ ପ୍ରୀତି ହୋଇ ଛୋଟ ବିପ୍ରଙ୍କୁ କହିଲେ , ’’ମୁଁ ତୁମ୍ଭଙ୍କୁ ମୋର କନ୍ୟାଟି ପ୍ରଦାନ କରିବା । ’’ଛୋଟ ବିପ୍ର ସେଥିରେ ପ୍ରତିବାଦ କରି କହିଲ, ମହାଶୟା, ଆପଣ ମହାକୂଳିକ , ଧନ୍ୟ ଓ ବିଦ୍ଵାନ, ମୁଁ ନୀଚକୁ ଳୋଭବ ବ୍ରାହ୍ମଣ, ଧନହୀନ ଓ ବିଦ୍ୟାହୀନ । ଆପଣା ଏପରି କଥା କାହିଁକି କହୁଅଛନ୍ତି । ବ୍ରାହ୍ମଣ ର ସେବା ମନୁଷ୍ୟର କର୍ତ୍ତବ୍ୟ ସେଥିରେ କୃଷ୍ଣ ସନ୍ତୁଷ୍ଟ ହୁଅନ୍ତି , ମୁଁ ତେଣୁ କୃଷ୍ଣ ପ୍ରାତ୍ୟର୍ଥେ ଆପଣଙ୍କର ସେବାକରୁଅଛି’’’ । ବଡ ବିପ୍ର ତହିଁରେ କହିଲେ, “ ମୋର କନ୍ୟା ଉପରେ ମୋର ଅଧିକାର, ମୋର ଇଛା, ମୁଁ ସେ କନ୍ୟା ତୁମ୍ଭଙ୍କୁ ବିବାହ ଦେବି । ସେଥିରେ ଅନ୍ୟ କାହାର କିଛି କହିବାର ନାହିଁ । ଛୋଟ ବିପ୍ର କହିଲେ, ମହାଶୟା ଆପଣଙ୍କର ସ୍ଵୀ ପୁତ୍ର ଓ ଜ୍ଞାତିମନେ ନାନା ଆପର୍ତ୍ତି କରିବେ ଆପଣ ସେତେବେଳେ ସେମାନଙ୍କ ଉପରୋଧରେ ତାହା କଦାପି କରିପାରିବେ ନାହିଁ । ବଡବିପ୍ର କହିଲେ, “ ମୋର କନ୍ୟା ମୋର , ସେଥିରେ ମୁଁ ଆଉ କାହା କଥା ଶୁଣିବି କାହିଁକି , ମୁଁ ଏଠାରେ ସତ୍ୟ କରୁଅଛି ନିଶ୍ଚୟ ମୋର କନ୍ୟାକୁ ତୁମ୍ଭଙ୍କୁ ଅର୍ପଣ କରିବି’’, ଛୋଟ ବିପ୍ର ସେତେବେଳେ କହିଲେ “ ହେଉ ଯଦି ନିତ୍ୟନ୍ତ ମୋତେ କନ୍ୟା ଦେବାକୁ ଇଚ୍ଛକ, ତେବେ ଏହି ଶ୍ରୀଗୋପାଳଙ୍କ ସମ୍ମୁଖରେ ସତ୍ୟ କରନ୍ତୁ ’’ । ତହୁଁ ବଡବିପ୍ର ଶ୍ରୀ ଗୋପାଳଙ୍କୁ ସାକ୍ଷୀ କରି କହିଲେ । “ ହେ ଗୋପାଳ ମୁଁ ଛୋଟ ବିପ୍ରକୁ କନ୍ୟା ଦେବାକୁ ଅଙ୍ଗୀକାର କରୁଅଛି । ଆପଣ ଏଥିରେ ସାକ୍ଷୀ ରହିଲେ । ଛିଟ ବିପ୍ର କହିଲେ “ ହେ ଗୋପାଳ ! ତୁମ୍ଭେ ଏବିଷୟରେ ମୋର ସାକ୍ଷୀ ; ବଡ ବିପ୍ର ମହାଶୟ ତାଙ୍କ କଥାକୁ ଅନ୍ୟଥା କଲେ ଆପଣଙ୍କୁ ଏଥିରେ ସାକ୍ଷୀ ପ୍ରଦାନ କରିବାକୁ ହେବ ’’ । ତତ୍ପରେ ଦୁହେଁ ଗୃହକୁ ଫେରିଆସିବା ପରେ ବଡ ବିପ୍ର ଛୋଟ ବିପ୍ରଙ୍କୁ କନ୍ୟା ଦେବାର ଇଛା ପ୍ରକାଶ କରନ୍ତେ ବଡ ବିପ୍ରର ପତ୍ନୀ ଓ ପୁତ୍ର ସେଥିରେ ବାଧ୍ୟା ଦେଲେ ଆଉ କହିଲେ “ ତୁମ୍ଭେ ଏ ରୂପ ସମାଜ ଗହିତ କାର୍ଯ୍ୟ କଲେ ଆମ୍ଭେମାନେ ଆତ୍ମ ହତ୍ୟାରେ ପ୍ରାଣ ହରାଇବୁ । ’’ ବଡ ବିପ୍ର ମହା ସଂଙ୍କଟତେ ପଡିଲେ । ଛୋଟ ବିପ୍ର କନ୍ୟା ଚାହାଁନ୍ତେ ବଡ ବିପ୍ର ପୁତ୍ରାଦିଙ୍କ ଉପରୋଧରେ ଅନିଚ୍ଛା ସତ୍ଵେ କହିଲେ । ମୁଁ କନ୍ୟା ଦେବାକୁ ବାକ୍ୟ ହେଇଥିବାରୁ ମୋର ସ୍ମରଣ ନାହିଁ । ଏହା କହନ୍ତେ ବଡ ବିପ୍ରଙ୍କର ପୁତ୍ର ଛୋଟ ବିପ୍ରଙ୍କୁ ନାନାରୂପେ ତିରସ୍କାର କଲେ । ଛୋଟ ବିପ୍ର ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ସମ୍ଵୋଧନ ପୂର୍ବକ କହିଲେ ‘ମହାଶୟଗଣ ! ଏ ବଡ଼ବିପ୍ରଙ୍କ ପତ୍ନୀ ଓ ପୁତ୍ରଙ୍କ ଅନୁରୋଧରେ ଏମନ୍ତ କହୁଅଛନ୍ତି ।

 

କିନ୍ତୁ ମୁଁ ସାକ୍ଷୀ ଆଣି ଏହାର ସତ୍ୟତା ପ୍ରମାଣ କରାଇବି । ଯାହାଙ୍କ ବାକ୍ୟକୁ ତ୍ରୀଭୁବନରେ ସମସ୍ତେ ସତ୍ୟ ବୋଲି ମନେ କରନ୍ତି ସେ ଗୋପାଳ ମୋର ସାକ୍ଷୀ । ବଡ ବିପ୍ରଙ୍କ ପୁତ୍ର ଭାବିଲେ ସାକ୍ଷୀ । ଏକେ ବିଗ୍ରହ ଓ ସେ ଯେ ଦୂର ଦେଶରେ ଅତଏବ ସାକ୍ଷୀ ଦେବା ଅସମ୍ଭବ । ଏହା ଭାଳି କହିଲେ “ ହେଉ ତୁମ୍ଭେ ପ୍ରମାଣ କରାଇଲେ ଆମ୍ଭ ଭଗ୍ନୀକୁ ବିବାହ କରିବ । ସର୍ବ ସମ୍ମତ କ୍ରମେ ଏହି ମର୍ମ୍ମରେ ଏକ ପତ୍ର ଲେଖା ହେଲା ଓ ତାହା ଭଦ୍ରଲୋକଙ୍କ ଠାରେ ରକ୍ଷିତ ହେଲା । ଏହାପରେ ଛୋଟ ବିପ୍ର ପୁନର୍ବାର ଶ୍ରୀବୃନ୍ଦାବନରେ ଗମନ କଲେ । ଶ୍ରୀବୃନ୍ଦାନବରେ ପ୍ରବେଶ କରି ଛୋଟବିପ୍ର ଗୋପାଳଙ୍କୁ ନିବେଦନ କଲେ “ପ୍ରଭୋ ତୁମ୍ଭେ ତ ମୋର ସାକ୍ଷୀ, ଚାଲ ସାକ୍ଷ୍ୟ ପ୍ରଦାନ କରିବ। ’’ ଭକ୍ତର ଅନୁରୋଧରେ ଗୋପାଳ କହିଲେ । “ ତୁମ୍ଭେ ଯାଇ ତୁମ୍ଭ ଦେଶରେ ଏକ ସଭା ଆହ୍ଵାନ କର । ମୋତେ ସ୍ମରଣ କଲେ ମୁଁ ଆର୍ବିଭାବ ହୋଇ ସାକ୍ଷ୍ୟ ଦେବି’’ ଛୋଟ ବିପ୍ର କହିଲେ “ ଆପଣ ଚତୁର୍ଭୁଜ ମୂର୍ତ୍ତିରେ ପ୍ରକାଶ ପାଇଲେ ମଧ୍ୟ କେହି ସାଥିରେ ପ୍ରତ୍ୟୟ ଯିବେ ନାହିଁ । ଏହି ଶ୍ରୀ ବିଗ୍ରହ ରୂପରେ ଯାଇ ଏହି ଶ୍ରୀମୁଖରେ ସାକ୍ଷ୍ୟ ଦେବାକୁ ହେବ।’’ ଶ୍ରୀଗୋପାଳ କହିଲେ “ପ୍ରତିମା ହୋଇ ଯିବା କିପରି ’’ ? ବିପ୍ର କହିଲେ “ ଆପଣ ପ୍ରତିମା ହୋଇ କଥା କହୁଛନ୍ତି କିପରି’’ ? ଗୋପାଳ ଆଉ ଭକ୍ତିଠାରେ ଉତ୍ତର ଦେଇ ପାରିଲା ନାହିଁ । ପ୍ରିୟ ଭକ୍ତର ପରମା ଭକ୍ତରେ ପରାଜିତ ହେଲେ ଏବଂ ପଛେ ପଛେ ଯିବାକୁ ସମ୍ମତ ହେଲେ । ଏହିରୂପେ ଶ୍ରୀଗୋପାଳ ବିଗ୍ରହ ବିଦ୍ୟାନଗରକୁ ଆସି ଛୋଟ ବିପ୍ରଙ୍କ ଅନୁରୋଧରେ ସାକ୍ଷ୍ୟ ପ୍ରଦାନ କଲେ । ତତ୍ପରେ ଗୋପାଳ ସେହି ଦୁଇ ବିପ୍ରଙ୍କ ଭକ୍ତିରେ ତୁଷ୍ଟ ହୋଇ ସେମାନଙ୍କୁ ବର ଯାଚିଲେ, ସେମାନେ ତହୁଁ ପ୍ରାର୍ଥନା କଲେ “ପ୍ରଭୋ !ଯଦି କୃପା କରି ବର ଦେବାକୁ ଇଛା କରନ୍ତି. ତେବେ ଆମ୍ଭ ଦୁହିଁଙ୍କର ଏହି ପ୍ରାର୍ଥନା ଯେ ଆପଣ ଏହିଠାରେ ଚିରକାଳ ବିରାଜମାନ କରନ୍ତୁ ; ଏବଂ ଭବଦୀୟ କୃପା ଚିରକାଳ ପାଇଁ ଲୋକରେ ଖ୍ୟାତ ହେଉ । ଶ୍ରୀ ଗୋପାଳ ତଥାସ୍ତୁ ବୋଲି ସେହିଠାରେ ରହିଲେ ଯଥା-

 

 

      ଯଦି ବର ଦିବେ ତେବେ ରହ ଏଇସ୍ଥାନେ

      କିଙ୍କରେର ଦୟା ତବେ ସର୍ବ ଲୋକ ଜାନେ

                        ( ଚୈଃ ଚଃ ମଧ୍ୟ ୫ମ ପରି )

 

ଭକ୍ତ ବତ୍ସଳ ଗୋପାଳ ଭକ୍ତମାନଙ୍କ ଅନୁରୋଧ ସେହି ସ୍ଥାନରେ ରହିଲେ । ସେହି ଆଶ୍ଚର୍ଯ୍ୟ ବ୍ୟାପର ଶ୍ରବଣ କରି ସହି ଦେଶର ଗୋପାଳଙ୍କ ଦର୍ଶନ କରିବାକୁ ଆସିଲେ ଏବଂ ଦର୍ଶନ କରି ତାଙ୍କ ରହିବା ନିମନ୍ତେ ମନ୍ଦିର ପ୍ରସ୍ତୁତ କରାଇଲେ ଏବଂ ସେବାରେ ସୁବନ୍ଦୋବସ୍ତ କରି ଦେଲେ । ସାକ୍ଷୀ ଗୋପାଳ ନାମରେ ଗୋପାଳଙ୍କର ଖ୍ୟାତି ବିସ୍ତାର ହେଲା ।

ଆହା ! ଭକ୍ତଙ୍କର କି ଅଭୁତ ମହିମା । ଅମ୍ଭେମାନେ ଏତେଦୂର ଭ୍ରାନ୍ତ ଯେ ଏହି ପ୍ରତ୍ୟକ୍ଷ ଘଟାଣକୁ ଗଳ୍ପ ମନେ କରି ଉଡାଇ ଦେଉଅଛୁଁ । ହେ ଭକ୍ତ ବତ୍ସଳ ଶ୍ରୀଗୋପାଳ ତୁମ୍ଭେ . ପୂର୍ଣ୍ଣ କୃପା ପ୍ରକାଶ ନକଲେ ଆମ୍ଭମାନଙ୍କ ତର୍କନିଷ୍ଠ ମନରେ ବିଶ୍ଵାସ ଜାତ ହେବ କିପରି । ଆମ୍ଭେମାନେ ତ ବଡ଼ ବିପ୍ର କିମ୍ଵା ଛୋଟ ବିପ୍ର ନୋହୁଁ ଯେ ଶ୍ରୀ ବିଗ୍ରହରୂପୀ ଆପଣଙ୍କ ଶ୍ରୀମୁଖର ବଚନ ଶୁଣିବାକୁ ସକ୍ଷମ ହେବୁ । ତେବେ କୃପାକରି ଆମ୍ଭମାନଙ୍କ ହୃଦୟ ମନ୍ଦିରରେ ଆବିର୍ଭୁତ ହୋଇ ଆପଣଙ୍କ ସ୍ଵରୂପ ତତ୍ତ୍ଵ ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ ।

ଏହି ଘଟଣାରେ କେତେ ବର୍ଷ ପରେ ଓଡ଼ିଶାର ମହାରାଜା ଶ୍ରୀ ପୁତୁଷୋତ୍ତମ ଦେବ ବିଦ୍ୟା ମଗର ଜୟ କରି ଶ୍ରୀ ବିଗ୍ରହଙ୍କୁ ତାଙ୍କ ରାଜଧାନୀ କଟକ ନଗରକୁ ଯିବାକୁ ପ୍ରାର୍ଥନା କଲେ । ମହାରାଜାଙ୍କୁ ଭକ୍ତ ଜାଣି ଶ୍ରୀ ଗୋପାଳ ତାହା ଅନୁମୋଦନ କରନ୍ତେ ମହାରାଜା ଶ୍ରୀ ପୁରୁଷୋତ୍ତମ ଦେବ ଶ୍ରୀ ଗୋପାଳଙ୍କୁ କଟକକୁ ଘେନିଆସିଲେ ।

ମହାରାଜା ଓ ମହାରାଣୀ ଦୁହେଁ ଭକ୍ତ । ସେମାନେ ଗୋପାଳ ବିଗ୍ରହ ଦର୍ଶନ କାଳରେ ମହାରାଣୀ ମନା କଲେ ଯଦି ଗୋପାଳ ନାସରେ ଛିଦ୍ର ଥାଆନ୍ତା ମୁଁ ମୋର ପରିହିତ ନାସାମୋତି ତାଙ୍କୁ ପିନ୍ଧାନ୍ତି । ଏହି ରୂପ ମନେ କରି ଶ୍ରୀ ଗୋପାଳ ଦର୍ଶନାନନ୍ତର ଗୃହରେ ଯାଇ ଶୟନ କଲେ । ଶୟନ କାଳରେ ମହାରାଣୀ ସ୍ଵପ୍ନ ଦେଖିଲେ, ଗୋପାଳ ଦର୍ଶନ ଦେଇ କହୁଅଛନ୍ତି, ବାଳକ କାଳରେ ମାତା ମୋର ନାକ ଫୋଡାଇ ମୁକ୍ତା ପିନ୍ଧାଇ ଥିଲେ ସେ ଛିଦ୍ର ଅଦ୍ୟାପି ରହିଅଛି । ତୁମ୍ଭେ ଯେଉ ମୁକ୍ତା ପିନ୍ଧିବାକୁ ଇଛା କରିଅଛ ତାହା ମୋ ନାକରେ ପିନ୍ଧାଅ ! ଯଥା-

      

ବାଳକ କାଲେ ମାତା ମୋର ନାସା ଛିଦ୍ର କରି

      ମୁକ୍ତା ପରାଇୟା ଛିଲ ଦହୁଯତ୍ନ କରି ।

      ସେଇ ଛିଦ୍ର ଆଦ୍ୟାପିହ ଆଛୟେ ନାସାତେ

      ସେଇ ମୁକ୍ତା ପରାହ ଯାହା ଚାହିୟାଛ ଦିତେ ।

                        (ଚୈଃ ଚଃ ମଧ୍ୟ ୫ମ ପରି )

 

ମହାରାଣୀ ଏହି ସ୍ଵପ୍ନ ବୃତାନ୍ତ ମହାରାଜାଙ୍କୁ ଯଣାଈଳେ , ଏବଂ ଦୁହେଁ ଯାଇ ମହାସମାରୋହ ପୂର୍ବକ ଉତ୍ସବ କରି ମୁକ୍ତା ଶ୍ରୀଗୋପାଳଙ୍କ ଛିଦ୍ର ଯୁକ୍ତ ନାସାରେ ପିନ୍ଧାଇଲେ । ଧନ ସବୁବେଳେ ଭକ୍ତିର ପ୍ରତିବନ୍ଧକ ନୁହେଁ, ମଧ୍ୟେ ମଧ୍ୟେ କେତେକ ଧନୀବ୍ୟକ୍ତିଙ୍କୁ ଏହିମହାରାଜା ଓ ମହାରାଣୀଙ୍କ ତୁଲ୍ୟ ଅତୀବ ଭକ୍ତିମାନ ଓ ଭକ୍ତିମତୀ ଦେଖାଯାଏ ।

ବର୍ତ୍ତମାନ ସେହି ଶ୍ରୀଗୋପାଳ ପୁରୀକୁ ଦଶମାଇଲ ଉତ୍ତର ସତ୍ୟବାଦୀ ନାମକ ଗ୍ରାମରେ ବିରାଜମାନ ।

ଏତ ବୟୋଧିକା ଲୋକମାନଙ୍କ କଥା, ଏବେ ଗୋଟିକ ବାଳକର ଅଦ୍ଭୁତ ଭକ୍ତିର ପରିଚୟ ଏଠାରେ ଉଲ୍ଲେଖ ଯୋଗ୍ୟ। କୃଷ୍ଣ ଭଜନରେ ବାଳକ, ଯୁବା, ବୃଦ୍ଧ ଏସବୁ କାଳ ସାପେକ୍ଷ ନାହିଁ । ବୈଦ୍ୟ କୁଳ ତିଳକ ଖଣ୍ଡବାସୀ ଶ୍ରୀଳ ନରହରି ସରକାର ବୈଷ୍ଣନ ଜଗତରେ ଅତି ବିଖ୍ୟାତ ସେ ସର୍ବଦା ଗୋର ପ୍ରେମରେ ବିହ୍ଵଳ । ତାଙ୍କ ଜେଷ୍ଟ ଭ୍ରାତା ମୁକୁନ୍ଦ ଗୃହର ଠାକୁରଙ୍କୁ ସତତ ପୂଜା କରନ୍ତି । ଏକ ସମୟରେ ସେ କୌଣସି କାର୍ଯ୍ୟ ବଶତ ବିଦେଶକୁ ଗଲେ ଓ ତାଙ୍କର ବାଳକ ପୁତ୍ର ରଘୁନନ୍ଦନକୁ କହିଗଲେ ମୁତ ଯାଉଛି ମୋର ନଥିବାସମୟରେ ତୁ ଶ୍ରୀବିଗ୍ରହଙ୍କର ସେବା କାର୍ଯ୍ୟ ସମାଧାନ କରିବୁ। ରଘୁନନ୍ଦନ ବାଳକ ହେଲେହେଁ ପରମ ଭକ୍ତ, ପିତାଙ୍କ ଆଦେଶରେ ବିଗ୍ରହ ସେବାର ଭାର ଗ୍ରହଣ କଲେ । ସେ ବିଗ୍ରହଙ୍କୁ ସ୍ନାନାଦି କରାଇ ଦେଇ ବସ୍ତ୍ର ପିନ୍ଧାଇଦେଲେ ଏବଂ ଭୋଗ ନିମିତ୍ତ ଲଡ଼ୁନେଇ ନିବେଦନ କଲେ । କିଛିକ୍ଷଣ ଘରୁ ବାହାରି ଆସି ଠାକୁରଙ୍କର ଭୋଜନର ପ୍ରତିକ୍ଷା କଲେ ତତ୍ପରେ ଯାଇ ଦେଖନ୍ତୁ ସମସ୍ତ ଲଡ଼ୁ ସେହିପରି ଅଛି । ସେ ମନେ କଲେ ପିତା ଭୋଗାର୍ପଣ କଲେ ଠାକୁର ଭୋଜନ କରନ୍ତି ବର୍ତ୍ତମାନ ଖାଉନାହାନ୍ତି କିମ୍ପାଇ ପିତା ଯେ ମୋପ୍ରତି ଠାକୁର ସେବାର ଭାରଅର୍ପଣ କରିଅଛନ୍ତି ସେ ଫେରି ଆସିଲେ ମୋତେ କଅଣ କହିବେ ଏହିରୂପ ମନେ କରି ପୁନଃ ପୁନଃ ଭୋଗାର୍ପଣ କରି ଘରୁ ବାହାରି ଆସିଲେ ଓ ବାରମ୍ଵାର ଠାକୁର ଭୋଜନ ନ କରିବାର ଦେଖି ଅଭିମାନରେ ଛୁରୀ ଆଣି ନିଜ ଗଳା ମାରିବାର ମନସ୍ଥ କଲେ । ଭକ୍ତ ବତ୍ସଳ ଭଗନାନ କି ଆଉ ସ୍ଥିର ରହିପାରନ୍ତି ଅର୍ପିତ ଲଡ଼ୁ ମଧ୍ୟରୁ କେତେକ ଶ୍ରୀ ହସ୍ତରେ ନେଇ ଭୋଜନ କଲେ ଯଥା-

      

ଶ୍ରୀ ମୂର୍ତ୍ତିକେ ଲାଡ଼ୁ ଝାଓୟାଇଲ ଯେଇଜନ

      ତାରେ ଅଳ୍ପ ବୃଦ୍ଧି କହେ କୋନ ମୂଢଜନ ।

                        ( ଚୈଃ ଚଃ ସୂତ୍ରଖଣ୍ଡ )

 

ଧନ୍ୟ ସାକ୍ଷାତ ପ୍ରଦ୍ୟୁମ୍ନଦ୍ଧର ଅବତାର ଶ୍ରୀ ରଘୁନନ୍ଦନ, ତୁମ୍ଭର ବାଳ କାଳର ଏ ଅକ୍ଷୟ କୀର୍ତ୍ତି କେତେ ଅବିଶ୍ଵାସୀଙ୍କ ମନରେ ବିଶ୍ଵାସବୀଜ ରୋପଣ କରୁନାହିଁ ।

ଶ୍ରୀଭଗବାନ ଯେ କେବଳ ଏହି କତିପୟ ଭକ୍ତକୁ ଅଙ୍ଗିକାର କରିଅଛନ୍ତି, ଆଉ କାହାକୁ ନ କରିବେ ଏମନ୍ତ ନୁହେଁ । ଭଗବାନ ସ୍ଵତନ୍ତ୍ର ହେଲେହେଁ, ଭକ୍ତାଧିନ ପରତନ୍ତ୍ର । ଯେ ପ୍ରୀତି ପୂର୍ବକ ମନ ପ୍ରାଣ ଅର୍ପଣ କରି ତାଙ୍କୁ ଭଜନ କରେ ସେ ତାହାରି ହୁଅନ୍ତି । ଶ୍ରୀମନ୍‌ମହାପ୍ରଭୁଙ୍କ ଉକ୍ତି ଏହାର ପ୍ରମାଣ । ମହାପ୍ରଭୁ ସନ୍ୟାସ ଗ୍ରହଣ ପୂର୍ବକ ଶ୍ରୀପୁରୁଷୋତ୍ତମକୁ ବାହାରି ଅଛନ୍ତି । ପ୍ରିୟ ପାର୍ଷଦଗଣ ସେଥିରେ ବାଧା ଦେଇ ଶ୍ରୀମତୀ ବିଷ୍ଣୁପ୍ରିୟା ଓ ଶ୍ରୀଶଚୀମାତାଙ୍କ ଆପର ଦୁଃଖ ଦେଖାନ୍ତେ, ମହାପ୍ରଭୁ ତହିଁ ରେ ଉତ୍ତର ଦେଲେ ।

      କେବା ବିଷ୍ଣୁ ପ୍ରିୟା କେବା ମୋର ମାତା ଶଚୀ

      ଯେ ଭଜୟେ କୃଷ୍ଣ ତାର କୋଲେ ଆମି ଅଛି

                        ( ଚୈଃ ନଃ ମଧ୍ୟଃ )

 

ଜନନୀ ଶଚୀଦେବୀଙ୍କ ପ୍ରତି ମଧ୍ୟ ମହାପ୍ରଭୁ ତଦ୍ରୂପ ଉତ୍ତର ଦେଇ ଥିଲେ ଯଥା-

 

      କିବା ଭକ୍ତା କିବା ବିଷ୍ଣୁ ପ୍ରିୟା କିବି ତୁମି

      ଯେ ଭୟରେ କୃଷ୍ଣ ତାର କୋଲେ ଅଛି ଆମି ।

 

ଅତଏବ କାହାରି ନିରାଶ ହେବାର କାରଣ ନାହିଁ । ଭଗବାନଙ୍କୁ ଡାକିବା ପରି ଡାକି ପାରିଲେ ଧନ ଜନ ସମସ୍ତଠାରେ ଆସକ୍ତି ତ୍ୟାଗ କରି କେବଳମାତ୍ର ତାଙ୍କ ପ୍ରତି ମମତା ପ୍ରଦର୍ଶନ କରିପାରିଲେ ସେ ଭକ୍ତି ଡ଼ୋରରେ ନିଜେ ନିକେ ଆସି ଆବଦ୍ଧ ହୁଅନ୍ତି । ଏଣେ ବିଷୟ ପ୍ରତି ଲୋଭ ଥିବ।,ତେଣେ ଶ୍ରୀକୃଷ୍ଣଙ୍କୁ ମଧ୍ୟ ନିଜ ବଶ କରିବ ଏ ଦୁଇ କଦାପି ସମ୍ଭବପର ନୁହେ

 

ଶ୍ରୀଭଗବାନ ଭକ୍ତିରେ ବଶ ହୋଇ ନିଜ ଦାସର ଦାସତ୍ଵ ପର୍ଯ୍ୟନ୍ତ ସ୍ଵୀକାର କରନ୍ତି । ଶ୍ରୀକୃଷ୍ଣ ନିଜ ପ୍ରିୟ ସଖା ମହାବୀର ଅର୍ଜୁନଙ୍କର ରଥରେ ସାରଥି ହୋଇଥିଲେ । ମହାମୁନି ନାରଦଙ୍କର ଶ୍ରୀଚରଣ ପ୍ରକ୍ଷାଳନ କରିଥିଲେ ଶ୍ରୀଭଗବାନଙ୍କ ଏହି ସେବକ ବତ୍ସଳ ଗୁଣକୁ ଲକ୍ଷ୍ୟ କରି ଶ୍ରୀବୃନ୍ଦାବନ ଦାସ ଲେଖିଅଛନ୍ତି ।

 

      ଯେ ତାହାର ଦାସ୍ୟପଦ ଭାବେ ନିରନ୍ତର

      ତାହାର ଅବଶ୍ୟ ଦାସ୍ୟ କରେନା ଈଶ୍ଵର ।

                        (ଚୈଃ ଭାଃ ଆଦ୍ୟ ୧୫ ଶ ଅଃ )

 

ଭଗବାନତ ଭକ୍ତର ଦାସତ୍ଵ ସ୍ଵୀକାର କରନ୍ତି ତାହାଛଡା, ଭକ୍ତ ଭକ୍ତିବଳରେ ଶ୍ରୀଭଗବାନଙ୍କୁ ବିକ୍ରୟକରିବା ପର୍ଯ୍ୟନ୍ତ ଅଧିକାର ମଧ୍ୟ ପ୍ରାପ୍ତ ହୁଅନ୍ତି । ଶ୍ରୀଧାମ ଦ୍ଵାରକାରେ ଶ୍ରୀମତୀସତ୍ୟଭାମା ତାହାର ଉଦାହରଣ। ଯଥା---

କୃଷ୍ଣେରେ ବେଚିତେ ପରେ ଭକ୍ତ ଭକ୍ତିରସେ

ତାର ସାକ୍ଷୀ ସତ୍ୟଭାମା ଦ୍ଵରକା ନିଦାସେ

            (ଚୈଃ ଭାଃ ମଧ୍ୟ ୨ୟ ଅ)

ଶ୍ରୀଭଗବାନ ସତ୍ୟ ପ୍ରତିଜ୍ଞ । ସେ ଯେତେବେଳେ ସର୍ବ ଶକ୍ତିମାନ, ତେତେବେଳେ ନିଜ ପ୍ରତିଜ୍ଞା ପାଳନରେ ପରାମୁଖ ହେବେ କାହିଁକି । କିନ୍ତୁ ସମୟ ସମୟରେ ଭକ୍ତବାତ୍ସଲ୍ୟ ଗୁଣରେ ନିଜ ପ୍ରତିଜ୍ଞା ପାଳନରେ ମଧ୍ୟ ଅକ୍ଷମ ହୁଅନ୍ତି । ନିଜ ପ୍ରିୟା ଭକ୍ତର ମହିମା ବଢାଇବା ସେଥିର ଉଦ୍ୟେଶ ଶ୍ରୀକୁଷ୍ଣମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ ପ୍ରତିଜ୍ଞା କରିଥିଲେ କିନ୍ତୁ ଭକ୍ତପ୍ରବାର ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ ମୁଁ ଶ୍ରୀକୃଷ୍ଣ ଙ୍କୁ ଅସ୍ତ୍ରଧାରଣ କରାଇବି । ଭଗବାନ ଶ୍ରୀକୃଷ୍ଣ ନିଜ ଭକ୍ତର ପ୍ରତିଜ୍ଞା ସତ୍ୟ କରାଇବା ନିମନ୍ତେ ଠାରେ ରଥ ଚକ୍ରଧାରଣ ପୂର୍ବକ ଭୀଷ୍ମ ଙ୍କ ପ୍ରତି ଧାବିତ ହୋଇଥିଲେ । ଏହିରୂପେ ସେ ନିଜ ଇଛାରେ ନିଜ ପ୍ରତିଜ୍ଞା ଚୂର୍ଣ୍ଣ କରାଇଥିଲେ । ଶ୍ରୀଳବୃନ୍ଦାବନ ଦୀପ ଏକ ସ୍ଥାନରେ ଲେଖିଅଛନ୍ତି ।

ସକଳ ପ୍ରତିଜ୍ଞା ଚୂର୍ଣ୍ଣ ଭକ୍ତେର ଡୁଆରେ ।

 

ଭକ୍ତ ଭଗବାନଙ୍କର ଏତେ ପ୍ରିୟ ଯେ ସେ ଅଜିତ ହେଲେ ମଧ୍ୟ ଭକ୍ତଠାରେ ପରାଜୟ ସ୍ଵୀକାର କରନ୍ତି । ଯଥା

      ଅତଏବ ଭକ୍ତ ହୟ ଇଶ୍ଵର ସମାନ

      ଭକ୍ତସ୍ଥାନେ ପରାଭବ ନାନେ ଭଗବାନ।

                              ଚୈଃ ଭୈଃ ମଧ୍ୟ ୨୨ ଶଥ      

ଅତଏବ ଭକ୍ତପାଇଁ ସେ କି କରି ନପାରନ୍ତି । ଏମନ୍ତ କି ନିଜ ପୁଟରକୁ ମଧ୍ୟ ଭକ୍ତ ନିମନ୍ତେ ବିନାଶ କରନ୍ତି ।

ମହାରାଜ ନରକ ଉତ୍ତମରୂପେ ପ୍ରଜା ପାଳନ କରୁଥିଲେ । ସଙ୍ଗଦୋଷରୁ ତାଙ୍କର ପଟାଁ ଘଟେ ଏବଂ ସେ କୃଷ୍ଣ ଭକ୍ତମାନଙ୍କ ଦ୍ରୋହୀ ହୋଇ ଉଠିଲେ । ଭଗବାନ ଶ୍ରୀକୃଷ୍ଣ ଭକ୍ତପ୍ରତି ଦ୍ରୋହ ସହ୍ୟ କରି ନ ପାରି ନିଜପୁତ୍ର ହେଲେ ମଧ୍ୟ ନରକକୁ ବଧ କାଲେ ।

ଶ୍ରିଗୌରଚନ୍ଦ୍ର ତେଣୁ ଶ୍ରୀମୁଖରେ ମୁରାରୀ ଗୁପତଙ୍କୁ କହିଥିଲେ

ସେବକେର ଦ୍ରୋହ ମୁଞ୍ଜ୍ଜି ସହିତେ ନା ୟାରୋ ।

ପୁତ୍ର ଯଦି ହୟ ମୋର ତଥାପି ସଂହାରୋ

ପୁତ୍ର କାଟି ଆସନାର ସେବକ ଲାଗିୟା

ମଥ୍ୟା ନାହିଂ କାହା ଗୁପ୍ତା ସୁନମାନ ଦିଆ

ଶ୍ରୀଭଗବାନ ଭକ୍ତ ପାଇଂ ଅକରଣୀୟକାର୍ଜ୍ୟ କରନ୍ତି ଏବଂ ଏଣେ ଭକ୍ତଙ୍କଠାରୁ ଆଶ୍ରିବାଦ ଗ୍ରହଣ କରନ୍ତି । ଏହାଦ୍ବାରା ସେ ଦେଖାନ୍ତି ଯେ ମୋର ଭକ୍ତ ମୋଠାରୁ ବଡ । ଯଥା ---

ଭକ୍ତ ଆଶ୍ରିବାଦ ପ୍ରଭୁ ଶିରେ କବି ଲୟ

                        ଚୈଃ ଭୈଃ ଅଦି ୧୦ ଅ

ଭକ୍ତ ଭକ୍ତିବଳରେ ଶ୍ରୀଭଗବାନଙ୍କର ବିଧାନକୁ ମଧ୍ୟ ଖଣ୍ଡନ କରି ପାରନ୍ତି। ଭକ୍ତଠାରେ ଏହା ବିଚିତ୍ର ନୁହେ । ଭଗବାନ ଶ୍ରୀ ଗୌରଚନ୍ଦ୍ରଙ୍କର ମହାପ୍ରକାଶ କାଳରେ ସେ ଜଣେ ଜଣେ ଭକ୍ତଙ୍କୁ ଡାକି ତାଙ୍କ ପୂର୍ବ କଥା ସ୍ମରଣ କରାଇ ବର ଦେଇଅଛନ୍ତି । ପ୍ରିୟ ମୁକୁନ୍ଦଙ୍କୁ ଡକା ହୋଇନାହି । ସେ ଆସି ମହାପ୍ରକାଶ ଦର୍ଶନ କରିପାରୁନାହାନ୍ତି । ଶ୍ରୀବା ସାଦି ଭକ୍ତଗଣ ମୁକୁନ୍ଦଙ୍କ ଦୁଃଖରେ ଦୁଃଖିତ । ମୁକୁନ୍ଦଙ୍କର ଦୁଃଖ ଶ୍ରୀବାସ ସହ୍ୟ କରି ନ ପାରି ମହାପ୍ରଭୁଙ୍କୁ ପଚାରିଲେ “ପ୍ରଭୋ” ମୁକୁନ୍ଦ ଆପଣଙ୍କର ଅତିପ୍ରିୟ ଓ ସେ ଆମ୍ଭମାନଙ୍କର ପ୍ରାଣସୁରୁଦ । ତାର ସୁମଧୁର ଗୀତରେ ପଥର ତରଳି ଯାଏ। ତାଙ୍କୁ ଏ ସମୟରେ ଏଡେ ନିଗ୍ରହ କାହିଁକି? ମହାପ୍ରଭୁ କହିଲେ “ତାର ଅନ୍ତରେ ନିଷ୍ଠା ନାହିଂ । ସେ ଶ୍ରୀଅଦୈତଙ୍କଠାରେ ଭକ୍ତିର ଶ୍ରେଷ୍ଠତା ବ୍ୟାଖ୍ୟା କରେ , ଓ ଅନ୍ୟତ୍ର ଜ୍ଞାନର ଶ୍ରେଷ୍ଠତା ପ୍ରତିପାଦନ କରେ । ଅତଏବ ଭକ୍ତି ଦେବୀଙ୍କଠାରେ ତାହାର ଅପରାଧ ହୋଇଅଛି । ମୁକୁନ୍ଦ ଏହି କଥା ଶୁଣିପାରି ଆପଣାକୁ ମାନେ ଧିକାର କାଲେ ଏବଂ ପ୍ରାଣ ବିସର୍ଜନ ସଂକଳ୍ପ କରି ମହାପ୍ରଭୁଙ୍କୁ ପଛରି ପଠାଇଲେ କେବେ ସେ ମହାପ୍ରଭୁଙ୍କୁ ଦର୍ଶନ ଲାଭରେ ସକ୍ଷମ ହେବେ କି ନା । ଶ୍ରିବାସ ଆସି ମହାପ୍ରଭୁଙ୍କୁ ସେହି କଥା ପଚାରନ୍ତେ ମହାପ୍ରଭୁ କହିଲେ ‘”ହଁ ଆଉ କୋଟି ଜନ୍ମ ପରେ ସେ ମୋର ଦର୍ଶନ ଲାଭ କରିପାରିବ । କୋଟି ଜନ୍ମ ପରେ ତ ଯାଇ ବି ଏହି ଆଶ୍ରିବାଦ ଆଜ୍ଞା ଶ୍ରବଣରେ ମୁକୁନ୍ଦ ପ୍ରେମରେ ବିହ୍ଵଳ ହୋଇ ନାଚିବାକୁ ଲାଗିଲେ । ମହାପ୍ରଭୁ ଶ୍ରୀବସ ଅଙ୍ଗନ ଅଭ୍ୟନ୍ତରରୁ ମୁକୁନ୍ଦକୁ ତତକ୍ଷଣାତ ଡକାଇନେଇ ମହାପ୍ରକାଶ , ଦର୍ଶନ କରାଇଲେ , ଏବଂ ପ୍ରେମବିହ୍ଵଳ ମୁକୁନ୍ଦକୁ ସମ୍ବୋଧନ ପୂର୍ବକ କହିଲେ “ମୁକୁନ୍ଦ ! ମୁଁ ତୋଠାରେ ପରାଜିତ ହେଲି । ଟିଲାର୍ଦ୍ଧିକ ସମୟ ମଧ୍ୟରେ ତୁ ସମସ୍ତ ଅପରାଧରୁ ଆପଣାକୁ ମୁକ୍ତ କଲୁ । ସଙ୍ଗଦୋଷ-ଜନିତ ପାପ ତୋର ମୁହୁରତକ ମଧ୍ୟରେ ବିନିଷ୍ଟ ହୋଇଗଲା । ମୋର ବାକ୍ୟ ଅବ୍ୟର୍ଥ ଏହା ଦୃଢ ପ୍ରତିୟ ପୂର୍ବକ ତୋର ମନରେ ଯେ ଭାବ ଉଦୟ ହେଲା, ସେଥିରେ ତୋର ପୂର୍ବସଞ୍ଚିତ ପାପମାନ ଏକାବେଳେ ନଷ୍ଟ ହୋଇଗଲା । “କୋଟିଜନ୍ମପରେ ଦେଖିପାରିବୁ “ ମୁଁ ଯେ ଏ ଆଦେଶ ଦେଇଥିଲି ତାହା ଆଉ ତୋର ଭକ୍ତିର ପ୍ରବଳ ବେଗରେ ରହିପାରିଲା ନାହି ।ଯଥା

କୋଟିଜନ୍ମେ ପାବେ ହେନ ବଲିଲାମ ଆମି

      ତିଲାର୍ଦ୍ଧକେ ସବ ତାହା ଘୁଚାଇଲେ ତୁମି ।

      ଅବ୍ୟଥ ଆମାର ବାକ୍ୟ ତୁମି ସେ ଜାନିଲା ।

      ତୁମି ଆମା ସର୍ବକାଲ ହୃଦୟେ ବାନ୍ଧିଲା ।

                        (ଚୈଃ ଭାଃ ମଧ୍ୟ ୧୦ମ )

 

ଆହା ! ଅନୁରାଗର କି ବଳ । କୋଟି ଯୁଗ ଜପତପରେ ଯେ ଭଗବତ ଚରଣ ଦୁଷ୍ପ୍ରାପ୍ୟ, ଅନୁରାଗ ବୃଦ୍ଧି ହେଲେ ଏକ ମୁହୂର୍ତ୍ତ ମଧ୍ୟରେ ମନୁଷ୍ୟ ତାହା ପାଇପାରେ । ହାୟ ଦୁଦୈବ ! ଏପରି ସୁମହତ୍ଵ ପନ୍ଥା ଥାଉଁ ଥାଉଁ ଅମ୍ଭେମାନେ ଦଣ୍ଡକ ପାଇଁ ଐକାନ୍ତିକ ଭାବରେ ଭଗବତ୍ଵ ଚରଣାରବିନ୍ଦରେ ମତି ଲଗାଇ ପାରି ନାହିଁ । କାଳର ପ୍ରବଳ ସ୍ରୋତ ଆମ୍ଭମାନଙ୍କୁ ସେ ଅଭୟପାଦପଦ୍ମରୁ ସତତ ଦୂରକୁ ଟାଣି ନେଇ ଯାଉଅଛି । ହାୟ ଶ୍ରୀଗୁରୁଦେବ, ଅଶେଷ କୃପାପୂର୍ବକ ଶକ୍ତି ଦିଅନ୍ତୁ ଯେପରି ସର୍ବାନ୍ତକରଣରେ ଶ୍ରୀକୃଷ୍ଣ ପଦାରବିନ୍ଦରେ ମତି ଦେଇ ପାରେ ।

ଭକ୍ତ ଜାଣନ୍ତି ଭଗବାନ ମଙ୍ଗଳମୟ । ତାଙ୍କ ରାଜ୍ୟରେ ଅମଙ୍ଗଳ କିଛି ନାହିଁ । ଅତଏବ ସାଧାରଣ ଲୋକମାନେ ଯାହାକୁ ବିପଦ ଭାବି କାରତ ହୁଅନ୍ତି , ଭକ୍ତ ତାହାକୁ ଭଗବତ୍ କୃପା ମନେ କରି ସ୍ଵଛନ୍ଦରେ ବିଚରଣ କରେ । ଯଦି କୌଣଦି ଦୋଷ ହେତୁ ଭକ୍ତ ଦଣ୍ଡିତ ହୁଅନ୍ତି ସେ ତାକୁ ଭଗବତ୍‌ କୃପାମୁତ ବର୍ଷଣ ବୋଲି ମନେ କରନ୍ତି। ଶ୍ରୀମନ୍‌ ଅଦ୍ଵେିତାଚାର୍ଯ୍ୟଙ୍କୁ ମହାପ୍ରଭୁ ଗୁରୁଜ୍ଞାନରେ ସତତ ସମ୍ମାନ କରୁଥିଲେ । ଅଦ୍ଵେିତଙ୍କୁ ତାହା ପ୍ରୀତିକର ହେଉନଥିଲା । ମହାପ୍ରଭୁଙ୍କଠାରେ ସେ କିରୂପ ଦଣ୍ଡ ପାଇବେ ଏହି ମାନେ କରି ଭକ୍ତିର ହେୟତା ପ୍ରତିବାଦନ ପୂର୍ବକ ମୁକ୍ତିର ବ୍ୟାଖ୍ୟା କରିବାକୁ ଲାଗିଲେ । ଅନ୍ତର୍ଯ୍ୟାମୀ ମହାପ୍ରଭୁ ଶ୍ରୀଅଦ୍ଵେିତାଚାର୍ଯ୍ୟଙ୍କ ମାନସ ଜାଣି ଶାନ୍ତିପୁରକୁ ଯାଇ ଅଦ୍ଵେିତଚାର୍ଯ୍ୟ ପ୍ରଚୁର ପ୍ରହାର କଲେ । ଶ୍ରୀମନ୍‌ ଅଦ୍ଵେିତାଚାର୍ଯ୍ୟ ନିଜ ଅଭୀଷ୍ଟ ସିଦ୍ଧ ହେବାର ଦେଖି ଆନନ୍ଦରେ ନାଚିବାକୁ ଲାଗିଲେ । ଯଥା-

      ଦଣ୍ଡ ପଞ୍ଜା ହେିଲ ମୋର ପରମ ଆନନ୍ଦ

      ଯେ ଦଣ୍ଡ ପାଇଲ ଭାଗ୍ୟବାନ ସେ ମୁକୁନ୍ଦ ।

      ଯେ ଦଣ୍ଡ ପାଇଲେକ ଶ୍ରୀଶଚୀ ଭାଗ୍ୟବତୀ

      ସେ ଦଣ୍ଡ ପ୍ରସାଦ ଆର ଲୋକେ ପାବେ କତି ।

                        ( ଚୈଃ ଚଃ ଆଦି ୧୨ଶ ପଃ )

ଶ୍ରୀମନ୍‌ ମହାପ୍ରଭୁ ଶ୍ରୀପୁରୁଷୋତ୍ତମରେ ଶ୍ରୀଜଗନ୍ନାଥଙ୍କ ରଥ ଆଗରେ କୀର୍ତ୍ତନମଣ୍ଡଳ ମଧ୍ୟରେ ନୃତ୍ୟ କରୁଅଚ୍ଛନ୍ତି । ଶ୍ରୀମନ୍‌ ନିତ୍ୟାନନ୍ଦ, କାଶୀଶ୍ଵର, ମୁକୁନ୍ଦ ଆଦି ଲୋକଭିଡଭୟରେ, କ୍ରମେ କ୍ରମେ ମଣ୍ଡଳ ହୋଇ ମହାପ୍ରଭୁ ବେଷ୍ଟନ କରି ରହିଅଛନ୍ତି । ବାହାରେ ମହାରାଜ ପ୍ରତାପରୁଦ୍ର ହରିଚନ୍ଦନ ପ୍ରଭୁତି ପାତ୍ରଗଣକୁ ନେଇ ତୃତୀୟ ମଣ୍ଡଳୀ ବନ୍ଧନ ପୂର୍ବକ ନିବାରଣ କରୁଅଛନ୍ତି । ମହାରାଜା ହରିଚନ୍ଦନଙ୍କୁ ସ୍କନ୍ଧରେ ଭରା ହୋଇ ଆବିଷ୍ଟ ଚିତ୍ତରେ ମହାପ୍ରଭୁ ଅପୂର୍ବ ନୃତ୍ୟ ଦର୍ଶନ କରୁଅଛନ୍ତି । ଏହି ସମୟରେ କୀର୍ତ୍ତ ନାବିଷ୍ଟ ଚିତ୍ତ ଶ୍ରୀବାସ ମହାରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବାକୁ ହରିଚନ୍ଦନ ତାଙ୍କୁ ହାତରେ ଏକ ଆଡ ହୋଇଯିବାକୁ ପେଲି ଦେଲେ । କୀର୍ତ୍ତନବେଶରେ ଶ୍ରୀବାସ ଏକପାଖିଆ ନ ହେବାରୁ ହରିଚନ୍ଦନ ତାଙ୍କୁ ବାରମ୍ଵାର ପେଲିବାକୁ ଲାଗିଲେ । ଶ୍ରୀବାସ ଏଥିରେ କ୍ରୁଦ୍ଧ ହୋଇ ହରିଚନ୍ଦନଙ୍କୁ ଏକ ଚାପୁଡ଼ା ମାଇଲେ । ହରିଚନ୍ଦନ ରାଜପୁତ୍ର । ତହିଁରେ ପୁଣି ମହାରାଜାଙ୍କ ସୁବିଧା ନିମନ୍ତେ ସେ ଶ୍ରୀବାସଙ୍କୁ ଆଡ଼େଇ ଦେଉଥିଲେ । ଚପେଟାଘାତରେ ତାଙ୍କୁ ଅଭିମାନପୂର୍ଣ୍ଣ ହୃଦୟ କ୍ରୋଧରେ ଥରି ଉଠିଲା । ସେ ଶ୍ରୀବାସଙ୍କୁ ଭର୍ତ୍ସନା କରିବାକୁ ଉଦ୍ୟତ ହୁଅନ୍ତେ ମହାରାଜା ତାଙ୍କୁ ନିବାରଣ କରି କହିଲେ “ ହରିଚନ୍ଦନ ! ତୁମ୍ଭେ ବଡ଼ ଭାଗ୍ୟବାନ, ସେଥିପାଇଁ ଶ୍ରୀବାସଙ୍କ ହସ୍ତ ସ୍ପର୍ଶ ପାଇଲା । ମୋର ସେ ସୌଭାଗ୍ୟ ନାହିଁ । ଯଥା -

 

      ଭାଗ୍ୟବାନ୍ ତୁମି ଇହାର ହସ୍ତ ସ୍ପର୍ଶ ପାଇଲା

      ଆମର ଭାଗ୍ୟ ନାହିଁ ତୁମି କୃତାର୍ଥ ହଇଲା ।

                        ( ଚୈଃ ଚଃ ମଧ୍ୟ ୧୩ଶ ପ )

 

ଶ୍ରୀହରି ପାଦପଦ୍ମର ଗନ୍ଧମାତ୍ରବାଜିଲେ ଏହିପରି ସୁମତ ହୋଇଥାଏ । ଆହା ସମଗ୍ର ଉତ୍କଳର ଅଧିପତ ମହାରାଜା ଶ୍ରୀପ୍ରତାପରୁଦ୍ରଙ୍କର ହୃଦୟ ଗୌର କୃପାବଳରେ କିରୂପ ଦ୍ରବୀଭୂତ ହୋଇ ନଥିଲା । କାହାରି ସାମାନ୍ୟ କଥାରେ ଆମ୍ଭେମାନେ ଅଜଗର ପରି ଫଁ ଫଁ ହୋଇ ଗରଜି ଉଠୁଅଛୁଁ ।

 

ଶ୍ରୀମନ୍ ନିଦ୍ୟାନନ୍ଦ ପ୍ରଭୁ ଓ ଅନ୍ୟାନ୍ୟ ଅନେକ ଭକ୍ତ ଗୌଡ଼ ଦେଶର ଶ୍ରୀ ପୁରୁଷୋତ୍ତମକୁ ଯାଉଅଛନ୍ତି । ଶ୍ରୀମନ୍ ଶିବାନନ୍ଦ ସେନ୍ ଧନୀ ଓ ମହାପ୍ରଭୁଙ୍କ ପରମ ଭକ୍ତ । ସେ ପଥରେ ସମସ୍ତ ଭକ୍ତଙ୍କର ଗମନାଗମନରବ୍ୟୟ ଭାର ବହନ କରନ୍ତି ଏବଂ ପଥର ସମସ୍ତ କାର୍ଯ୍ୟ ସମାଧାନ କରନ୍ତି । ଦିନକରେ ପଥରେ ଆସୁ ଆସୁ କୌଣସି କାରଣ ବଶତଃ ଶିବାନନ୍ଦଙ୍କ ଆସିବାର ଡେରି ହେଲା , ଶିବାନନ୍ଦ ବସା ଠିକା ନକଲେ କେହି ରହିପାରୁ ନାହାନ୍ତି । ଅତଏବ ସମସ୍ତଙ୍କୁ ବୃକ୍ଷମୂଳରେ ଅପେକ୍ଷା କରିବାକୁ ପଡ଼ିଲା । ଶ୍ରୀମନ୍ ନିତ୍ୟାନନ୍ଦ ପ୍ରଭୁ କ୍ଷୁଧାରେ କାତର ହୋଇ ଶିବାନନ୍ଦଙ୍କୁ ଗାଳି ଦେବାକୁ ଲାଗିଲେ ଏବଂ କହିଲେ ଶିବାନନ୍ଦ ଏତେ ଡେରି କଲା, ତାର ତିନି ପୁତ୍ର ମରନ୍ତୁ । ଶିବାନନ୍ଦଙ୍କର ଗୃହିଣୀ ସେଥର ସାଙ୍ଗରେ ଆସିଥିଲେ । ପ୍ରଭୁଙ୍କର ଏଗାଳି ଶୁଣି ସେ ବଡ଼ କଷ୍ଟ ଅନୁଭବ କଲେ ଓ କାନ୍ଦିବାକୁ ଲାଗିଲେ । ଏହି ସମୟରେ ଶିବାନନ୍ଦ ଆସି ପ୍ରବେଶ ହୁଅନ୍ତେ ତାଙ୍କର ଗୃହିଣୀ ନିତ୍ୟାନନ୍ଦ ପ୍ରଭୁଙ୍କ ଗାଳିକଥା କହି କାନ୍ଦିବାକୁ ଲାଗିଲେ । ଶିବାନନ୍ଦ କହିଲେ “ ପୁତ୍ରମାନେ ପ୍ରଭୁଙ୍କର ଅଲେଇ ବଲେଇ ସମସ୍ତ ନେଇ ମରନ୍ତୁ ନା ତୁମ୍ଭେ କାନ୍ଦୁଛ କିପାଇଁ । ’’ ଏହିରୂପ ପ୍ରବୋଧ ଦେଇ ସେ ଶ୍ରୀମନିଦ୍ୟାନନ୍ଦ ପ୍ରଭୁଙ୍କଠାରେ ଉପସ୍ଥିତ ହେଲେ । ପ୍ରଭୁ ଶ୍ରୀ ନିତ୍ୟାନନ୍ଦ କ୍ରୁଦ୍ଧ ହୋଇ ଶିବାନନ୍ଦଙ୍କୁ ପଦ ପ୍ରହାର କଲେ । ଶବାନନ୍ଦ ସେ ପ୍ରହାରରେ ଆନନ୍ଦିତ ହୋଇ ଗଉଡ଼ ଘରେ ବସା ଠିକ କଲେ, ଏବଂ ବିନତି ପୂର୍ବକ ପ୍ରଭୁଙ୍କୁ ନେଇ ସେଠାରେ ରଖାଇଲେ ଏବଂ କହିଲେ “ ପ୍ରଭୋ ଆଜି ଜାଣିଲି ଆପଣ ମୋତେ ପ୍ରକୃତ ଭୃତ୍ୟ ବୋଲି ଗ୍ରହଣ କରିଅଛନ୍ତି । ଆପଣଙ୍କର ଏ ଶାସ୍ତି ନୁହେ କୁପାମୃତ ବର୍ଷଣ । ’’ ଯଥା

 

      ଆଜି ମୋର ଭୃତ୍ୟ କରି ଅଙ୍ଗୀକାର କଲା

      ଯେମନ ଅପରାଧ ଭୃତ୍ୟେର ଯୋଗ୍ୟ ଫଳଦିଲା ।

      ଶାସ୍ତିଛଲେ କୃପାକର ଏ ତୋମାର କରୁଣା

      ତ୍ରିଜଗତେ ତୋମାର ଚରିତ୍ର ବୁଝେ କୋନ ଜନା ।

 

      ବ୍ରହ୍ମାର ଦୁର୍ଲ୍ଲଭ ତୋମାର ଶ୍ରୀଚରଣ ରେଣୁ

      ହେନ ଚରଣ ସ୍ପର୍ଶ ପାଇଲ ମୋର ଅଧମ ତନ ।

      ଆଜି ସଫଳ ହେିଲ ମୋର ଜନ୍ମ କୁଲ କର୍ମ

      ଆଜି ପାଇନୁ କୃଷ୍ଣ ଭକ୍ତି ଅର୍ଥକାମ ଧର୍ମ ।

                        ( ଚୈଃ ଚଃ ଅନ୍ତ୍ୟ ୧୨ ଶ ପରି )

ଶ୍ରୀମନ୍ ନିତ୍ୟାନନ୍ଦ ପ୍ରଭୁ ଏଥିରେ ସନ୍ତୁଷ୍ଟ ହୋଇ ତାଙ୍କୁ ପ୍ରେମାଲିଙ୍ଗନ ଦାନ କଲେ ।

 

ଭଗବତ୍ ପ୍ରେରିତ ଦଣ୍ଡକ ଭକ୍ତମାନଙ୍କର ଏହି ପରି ଭାବରେ ଗ୍ରହଣ କରିବା ବଧେୟ, ତେବେ ଭଗବାନଙ୍କର ପୂର୍ଣ୍ଣ କରୁଣା ହେବ ।

 

ଭକ୍ତଗଣ ଭଗବତ୍ ପ୍ରେରିତ ଦଣ୍ଡରେତ କାତର ନୁହନ୍ତି ବରଂ ଯେଉଁ ଲୋକ ସେମାନଙ୍କର ଅନିଷ୍ଟ କରନ୍ତି ଭକ୍ତ ସେମାନଙ୍କର ଅନିଷ୍ଟ ଚିନ୍ତା ନକରି ମଙ୍ଗଳ କାମନା କରନ୍ତି ।

 

ଠାକୁର ଶ୍ରୀହରି ଦାସଙ୍କୁ କାଜୀ ସାହେବଙ୍କ ଆଦେଶନୁସାରେ ପଠାଣ ପାୟକ ଗଣ ବାଇସ ବଜାରରେ ବୁଲାଇ ନିର୍ଘାତ ପ୍ରହାର କରୁ ଅଛନ୍ତି , ଆହା ଏକେ ଏ ଯବନ ଗଣ ପାପୀ, ମୋତେ ପୁଣି ନିରାପଧରେ ମରିବା ଦ୍ଵାରା ଆହୁରୀ ଅଧିକପାପ ସଞ୍ଚୟ କରୁଅଛନ୍ତି । ଏଥି ଯୋଗୁ ଏମାନଙ୍କୁ କି ମହାଯାତନା ଭୋଗକରିବାକୁ ନ ହେବ । ହେ କରୁଣାସାଗର ଭଗବାନ ! ଏ ଅଜ୍ଞ ଯବନ ମାନଙ୍କୁ କୃପା କରନ୍ତୁ ମୋତେ ପ୍ରହାର କରୁଥିବା ପାଇଁ ଏମାନଙ୍କର ଅପରାଧ ନଘଟୁ । ଯଥା-

ଏ ସବ ଜୀବେରେ ପ୍ରଭୁ କରହ ପ୍ରସାଦ

ମୋର ଦ୍ରୋହେ ନହୁଏ ସବାର ଅପରାଧ । ( ଚୈଃ ଭାଃ ଆଦି ୧୪ ଅ )

 

ଶ୍ରୀ ବାସୁଦେବ ଦତ୍ତଙ୍କର ଭଗବାନ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ଚରଣରେ ଯେ ଉଦାର ପ୍ରାର୍ଥନା ସେ ଏହାଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟ ଜନକ । ପୃଥିବୀ ଇତିହାସରେ ଏମନ୍ତ ଆଶ୍ଚର୍ଯ୍ୟପ୍ରଦ ପ୍ରାର୍ଥନା ଦ୍ଵିତୀୟ ନାହିଁ ବୋଲିଲେ ଅତ୍ୟୁକ୍ତ ହେବ ନାହିଁ । ଗୌଡାଗତ ପ୍ରିୟ ଭକ୍ତଗଣ ଶ୍ରୀ ପୁରୁଷୋତ୍ତମରୁ ଗୃହକୁ ପ୍ରତ୍ୟାଗମନ ପୂର୍ବରୁ ଶ୍ରୀମନ୍ ମହାପ୍ରଭୁଙ୍କ ଶ୍ରୀଚରଣ କମଳରୁ ବିଦାୟ ନେଉଅଛନ୍ତି । ମହାପ୍ରଭୁ ଭକ୍ତ ବିଚ୍ଛେଦରେ କାତର ହୋଇ ଏକେ ଏକେ ପ୍ରିୟ ଭକ୍ତମାନଙ୍କ ଗୁଣ କୀର୍ତ୍ତିନପୂର୍ବକ ବିଦାୟ ଦେଉଅଛନ୍ତି , ଶ୍ରୀ ବାସୁଦେବ ଦତ୍ତଙ୍କ ବିଦାୟ ଦେବା କାଳରେ ଦତ୍ତ ମହାଶୟା କାତର କଣ୍ଠରେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ “ ହେ କରୁଣାସାଗର ? ଜଗତ ତାରିବା ପାଇଁ ଆପଣଙ୍କର ଅବତାର ଏବଂ ଆପଣ ସର୍ବଶକ୍ତିମାନ । ମୋର ଏହି ନିବେଦନଟି ଗ୍ରହଣ କରି ଆଶା ପୂର୍ଣ୍ଣ କରନ୍ତୁ ମ। ଜଗଜ୍ଜୀବମାନଙ୍କ ଦୁର୍ଦ୍ଦଶା ଦେଖି ମୋର ଅନ୍ତର ବିଦୀର୍ଣ୍ଣ ହେଉଅଛି । ସେମାନେ ସିନା ନିଜ ଭାଗ୍ୟ ଦୁର୍ଦ୍ଦଶା ଦେଖି ପାରୁନାହାନ୍ତି , କିନ୍ତୁ ପରିଣାମରେ କି ଦୁର୍ବିସହ ଯତନା ସେମାନେ ଭୋଗ ନ କରିବେ ;ଅତଏବ ହେ କରୁଣାସାଗର ? ସମସ୍ତ ଜୀବମାନଙ୍କର ପାପ ଆପଣ ମୋର ଶିର ଉପରେ ନ୍ୟସ୍ତ ମୁଁ ସେମାନଙ୍କର ପାପ ନେଇ ନରକ ଯନ୍ତ୍ରଣା ଭୋଗ କରେ ଏବଂ ସଂସାରୀଜୀବମାନଙ୍କର ସମସ୍ତ ଭବଯାତନା ନିବାରିତ ହେଉ । ଯଥା-

 

ଜୀବେର ଦୁଃଖ ଦେଖି ମୋର ହୃଦୟ ବିଦରେ

ସର୍ବ ଜୀବେର ପାପ ତୁମି ଦେହ ମୋର ଶିରେ ।

ଜୀବେର ପାପ ଲଞ୍ଜା ମୁଇଁ କରି ନରକ ଭୋଗ

ସକମ ଜୀବେର ପ୍ରଭୁ ଘୁଚାଓ ଭବରୋଗ ।

ଏତେ ଶୁନି ମହାପ୍ରଭୁର ଚିତ୍ତ ଦ୍ରଚିଲା

ଅଶ୍ରୁ କମ୍ପ ସ୍ଵର ଭଙ୍ଗେ କହିତେ ଲାଗିଲା ।

ତୋମାର ବିଚିତ୍ର ନୁହେଁ ତୁମି ଯେ ପ୍ରଲ୍ଲାଦ

ତୋମାର ଉପରେ କୃଷ୍ଣର ସମ୍ପୂର୍ଣ୍ଣ ପ୍ରସାଦ ।

 

କୃଷ୍ଣ ସେଇ ସତ୍ୟ କରେ ଯେ ଯେଇ ମାଗେ ଭୃତ୍ୟ ।

ଭୃତ୍ୟ ବାଞ୍ଛା ପୂର୍ଣ୍ଣ ବିନା ନାହିଁ ଅନ୍ୟ କୃତ୍ୟ ।

ବ୍ରହ୍ମାଣ୍ଡ ଜୀବେର ତୁହି ବାଞ୍ଛିଲ ନିସ୍ତାର

ବିନା ପାପ ଭୋଗେ ହବେ ସବାର ଉଦ୍ଧାର ।

 

ଅସମର୍ଥ ନହେ କୃଷ୍ଣ ଧରେ ସର୍ବ ବଳ

ତୋମାରେ ବା କେନ ଭୁଞ୍ଜାଇବେ ପାପଫଲ

ତୁମିଯାର ହିତ ବାଞ୍ଛ , ସେ ହୈଲ ବୈଷ୍ଣବ

ବୈଷ୍ଣବେର ପାପ କୃଷ୍ଣ ଦୂର କରେ ସର୍ ।

                        ( ଚୈଃ ଚଃ ମଧ୍ୟ ୧୮ ଶ ପରି )

ଆହାକି ଚମତ୍କାର ପରହିତ କାମନା । ସଂସାରର ସମସ୍ତ ଜୀବର ପାପ ମୁଣ୍ଡରେ ନେବାକୁ ପ୍ରସ୍ତୁତ । ଶ୍ରୀଲ ବାସୁଦେବ ରଥ ବାହ୍ୟିକ ଗୋଟାଏ କଥା କହୁଥିଲେ ଯେ ଏମନ୍ତ ନୁହେଁ । ତାଙ୍କର ଅନ୍ତରାତ୍ମା ପର ଦୁଃଖରେ କାନ୍ଦୁଥଲା । ତେଣୁ ସେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁଙ୍କୁ ସେମାନଙ୍କ ମଙ୍ଗଳ ପ୍ରାର୍ଥନା କରୁଥିଲେ । ତାଙ୍କର ମର୍ମ ବୁଝି ଭଗବାନ ଶ୍ରୀକୃଷ୍ଣ ଚୈତନ୍ୟ ଦେବଙ୍କର ହୃଦୟ ଦ୍ରବୀଭୂତ ହୋଇଥିଲା ଓ ସେ ଗଦ୍ ଗଦ୍ କଣ୍ଠରେ ତାହାର ଏରୂପ ଉତ୍ତର ଦେଇଥିଲେ ।

Unknown

ଭକ୍ତଙ୍କ ଚରିତ୍ର ବିଚିତ୍ରତାରେ ପୂର୍ଣ୍ଣ । ସେମାନଙ୍କ କାର୍ଯ୍ୟ ଦେଖି ଅବାକ୍ ହୋଇ ରହିବାକୁ ହୁଏ । ଏକ ସନ୍ୟାସୀ ଆସି ଏକ ଚକ୍ର ଗ୍ରାମରେ ହାଡ଼ାଇ ପଣ୍ଡିତଙ୍କ ଗୃହରେ ଅତିଥି ହେଲେ । ହାଡାଇ ପଣ୍ଡିତ ଓ ତାହାଙ୍କର ଗୃହୀଣୀ ଦୁହେଁ ପରମ ଆନନ୍ଦରେ ଅତିଥିଙ୍କର ସେବା କଲେ । ବିଦାୟ କାଳରେ ସନ୍ୟାସୀ ହାଡାଇ ପଣ୍ଡିତକୁ ସମ୍ବୋଧନ ପୂର୍ବକ କହିଲେ “ ପଣ୍ଡିତ ! ମୋର ଆପଣଙ୍କ ଠାରେ ଗୋଟିଏ ଭିକ୍ଷା ଅଛି ।’’ ହାଡାଇ ପଣ୍ଡିତ ବିନୀତ ଭାବରେ କରଯୋଡି କହିଲେ “ ମହାତ୍ମନ ! ଦାସକୁ କି ଆଜ୍ଞା କରୁଅଛନ୍ତି କହିବା ହୁଅନ୍ତୁ । ଏ ଦାସ ପ୍ରଣ ପଣରେ ତାହା ସମ୍ପାଦନ କରିବ ।’’ ସନ୍ୟାସୀ କହିଲେ“ ପଣ୍ଡିତ ମୁଁ ତୀର୍ଥ ପର୍ଯ୍ୟଟନ କରିବାକୁ ଯାଉଅଛି । ମୋ ସାଙ୍ଗରେ ଭଲ ବ୍ରାହ୍ମଣ ନାହିଁ । ତୁମର ଏହି ଜ୍ୟେଷ୍ଟ ସନ୍ତାନଟିକୁ ଦିଅ ,ମୁଁ ସଙ୍ଗରେ ନେଇଯାଏ । ମୋ ସଙ୍ଗରେ ସମସ୍ତ ତୀର୍ଥ ପର୍ଯ୍ୟଟନ କରିବ ।’’ ପଣ୍ଡିତ ଭାବିଲେ ସନ୍ୟାସୀ ପ୍ରାଣ ଭିକ୍ଷା କରୁଛନ୍ତି ମୁଁ କି କରେଁ । ପୁରାଣରେ ଶୁଣା ଅଛି ମହାରାଜା ଦଶରଥ ପ୍ରାଣାଧିକ ଶ୍ରୀରାମ ଲକ୍ଷ୍ମଣ ଙ୍କୁ ବିଶ୍ଵାମିତ୍ରଙ୍କ ହାତରେ ସମର୍ପଣ କରିଥିଲେ । ସନ୍ୟାସୀଙ୍କ ପ୍ରାର୍ଥନା ଆଗ୍ରହ୍ୟ କଲେ ମୋର ଇହକାଳ ପରକାଳ ଦୁଇ ନଷ୍ଟ ହେବ । ଏହା ଭାବି ନିଜ ଗୃହିଣୀଙ୍କ ଠାରେ ସନ୍ୟାସୀଙ୍କ ପ୍ରାର୍ଥନା ବିଷୟ କହିଲେ । ଗୃହିଣୀ ମଧ୍ୟ ତାଙ୍କର ଅନୂରୂପ ,ସେ କହିଲେ ଆପଣ ଯାହା ଭଲ ବିବେଚନା କରିବେ ସେଥିରେ ମୋର ଅସମ୍ମତି ନାହିଁ । ଏହି ରୂପ ପତ୍ନୀ ପତି ଦୁହେଁ ପରାର୍ମଶ କରି ପ୍ରାଣୋପମ ପୁତ୍ର ଶ୍ରୀମାନ ନିତ୍ୟନନ୍ଦଙ୍କୁ ସନ୍ୟାସୀଙ୍କ କରେ ଅର୍ପଣ କଲେ ,ଏହିଠାରେ ଶ୍ରୀ ବୃନ୍ଦାବନ ଦାସ କହିଛନ୍ତି ।

 

ଦୈବେ ସେଇ ବସ୍ତୁ କେବେ ନୋହିବ ଯେ ମତି

ଅନ୍ୟଥା ଲକ୍ଷ୍ନଣ ଯାର ଗୃହେତେ ଉତ୍ପତି ।

                        ( ଚୈଃ ମଃ ମଧ୍ୟ ୩ ୟ ଅ)      

ଏହି ରୂପୀ ଭକ୍ତମାନଙ୍କର ଚରିତ ବିଚିତ୍ରତାରେ ପୂର୍ଣ୍ଣ । ସାଧାରଣ ଲୋକତ ଦୂରର କ୍‌ଥା । ମହା ମହା ପଣ୍ଡିତ ମାନଙ୍କ ପକ୍ଷରେ ମଧ୍ୟ ଭକ୍ତି ଚରିତ ଅନୁଭବ କରିବା କଠିନ ; ଗୋଟିଏ କଥା ଅଛି ଆତ୍ମବତ୍ ମନ୍ୟତେ ଜଗତ ପ୍ରାୟ ସକଳ ଲୋକ ଆତ୍ମା ଜ୍ଞାନକୁ ମାପ ମନ୍ତ୍ର କରି ତା ଦ୍ଵାରା ଅପର ଜ୍ଞାନର ; ପରିମାଣ ସ୍ଥିର କରିଥାଆନ୍ତି । କୃଷ୍ଣ କୃଷ୍ଣ ବଳରେ ପ୍ରେମିକ ଭକ୍ତ ମାନେ ଯେଉଁ ଅସାଧାରଣ କାର୍ଯ୍ୟ କରନ୍ତି ବା ଯେ ଅମାନୁଷିକ ଭାବେ ହୃଦୟର ବହନ କରି ବିତରଣ କରନ୍ତି , ସାଧରଣ ଲୋକ ତାହା ବୁଝିବେ କିପରି ,ତେଣୁ ଶ୍ରୀଲ ସନାତନ ଗୋସ୍ଵାମୀଙ୍କୁ ଶିକ୍ଷା ଦେବା କାଳରେ ମହା ପ୍ରଭୁ କହିଛନ୍ତି ।

 

      ଯାର ଚିତ୍ତେ କୃଷ୍ଣ ପ୍ରେମ କରୟେ ଉଦୟ

ତାର ବାକ୍ୟ କ୍ରିୟା ମୁଦ୍ରାବିଜ୍ଞେ ନା ବୁଝେୟ ।

                        ( ଚୈଃ ଚଃ ମଧ୍ୟ ୨୩ ପରି )

ଅର୍ଥାତ୍ ପ୍ରେମିକ ଭକ୍ତର କାର୍ଯ୍ୟମାନତ ଅଜ୍ଞ ଲୋକର ଅଗୋଚର କିନ୍ତୁ ବିଜ୍ଞ ଲୋକ ମଧ୍ୟ ତାହା ହୃଦୟଙ୍ଗମ କରିବାକୁ ସକ୍ଷମ ହୁଅନ୍ତା ।

 

ଭକ୍ତ ଏମିତି ଅଦ୍ଭୁତ ଶକ୍ତି ସଂପନ୍ନ ହେଲେ ମଧ୍ୟ ପ୍ରତିଷ୍ଠାର ଆଶି ସେମାନେ ରଖନ୍ତି ନାହିଁ । ସେମାନେ ସତତ ନିଜକୁ ତୃଣ ଠାରୁ ନୀଚ ବୋଲି ମନେ କରନ୍ତି ।କିନ୍ତୁ ସେମାନେ ଇଚ୍ଛ ନ କଲେ ହେଁ ପ୍ରତିଷ୍ଟା ଆପେ ଆପେ ସେମାନଙ୍କର ପ୍ରଧାବିତ ହୁଏ । ଶ୍ରୀ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କ ବିଷୟ ପୂର୍ବ ଏକ ପରିଚ୍ଛେଦରେ ବିସ୍ତୃତ ହୋଇଅଛି । ସେ ପ୍ରତିଷ୍ଠା ଭୟରେ ରେମୁଣାରୁ ପ୍ରତ୍ୟୁଷରୁ ପଳାଇଗଲେ । କିନ୍ତୁ ଗୋପୀନାଥ ଆଜି ପର୍ଯ୍ୟନ୍ତ କ୍ଷୀରୋଚୋରା ଗୋପୀନାଥ ନାମ ଦାରଣ ପୂର୍ବକ ନିଜ ପ୍ରିୟ ଭକ୍ତଙ୍କ ଶ୍ରିଲ ମାଧବେନ୍ଦ୍ର ପୁରୀଙ୍କର ପ୍ରତିଷ୍ଠା ସର୍ବତ୍ର ପ୍ରଚାର କରୁଅଛନ୍ତି । ନିଜକୁ ଚୋର ବୋଲି କଗତରେ ଜଣାଇ ପ୍ରିୟ ଭକ୍ତର ଖ୍ୟାତିକୁ ବିସ୍ତୃତ କରୁଛନ୍ତି । ସେଥିପାଇଁ ଶ୍ରୀଲ କବିରାଜ ଗୋସ୍ଵାମୀ କହି ଅଛନ୍ତି । ଯଥା

 

ପ୍ରତିଷ୍ଠାର ଭୟେ ପୁରୀ ଯାଏ ପଳାଇୟା

କୃଷ୍ଣ ଭକ୍ତ ସଙ୍ଗେ ପ୍ରତିଷ୍ଠା ଚାଲେ ଲାଚଲଞ୍ଜା ।

                        ( ଚୈଃ ଚଃ ମଧ୍ୟ ୪ ର୍ଥ ପରି )

ଯେଉଁ ପ୍ରିୟ ଭକ୍ତ ମାନଙ୍କର ପ୍ରତିଷ୍ଠା ଶ୍ରୀ ଭଗବାନ ନିଜେ ପ୍ରଚାର କରି ସେମାନଙ୍କର କାହାକୁହି କୌଣସି କଥାରେ ଭୟ ନଥାଏ । ଭୟ ରହିବ କାହାକୁ ? ଯମ ପର୍ଯ୍ୟନ୍ତ ଯାହାର ଭୟ ନାହି ,ସେ ଆଉ ଡରିବ

 

କାହାକୁ । କୃଷ୍ଣର ଭକ୍ତଗଣ ସତତ ନିର୍ଭୟ ଚିତ୍ତରେ କୃଷ୍ଣ ନାମ ଗୁଣ ଗାୟନ ପୂର୍ବକ ପରମାନନ୍ଦରେ ବିଚରଣ କରନ୍ତି । ବିଘ୍ନ ସେମାନଙ୍କ ସୀମା ମାଡ଼ି ପାରନ୍ତି ନାହିଁ । ନିଜ ଅନୁଭବରୁ ଶ୍ରୀ ଜଗନ୍ନାଥ ମିଶ୍ର ପୁରନ୍ଦର ଏଥିପାଇଁ କହିଛନ୍ତିୁ ଯେ ହେ କୃଷ୍ଣ ଯେ ତୋର ଚରଣ କମଳ ସ୍ମରଣ କରେ ବିଘ୍ନ ତା ମନ୍ଦିର ସ୍ପର୍ଶ କରିପାରେ ନାହିଁ । ଯଥା-

ଯେ ତୋମାର ଚରଣ କମଲ ସ୍ତୁତି କରେ

କଭୁ ବିଘ୍ନ ନ ଆସେ ତାହାର ମନ୍ଦିରେ ।

ତୋମୋର ସ୍ମରଣ ହୀନ ଯେ ଯେ ପାପସ୍ଥାନ

ତଥାୟ ଡାକିନୀ ଭୂତ ପ୍ରେତ ଅଧିଷ୍ଠାନ ।

                  ( ଚୈଃ ଭଃ ଆଦି ୭ମଃ ଅ )

ଶ୍ରୀଲ ଗଦାଧର ଦାସ ଗୋପୀ ଭାବରେ ସତତ ବିହ୍ଵଳ । ତାଙ୍କର ବାହ୍ୟ ଜ୍ଞାନ ନ ଥାଏ । ତାଙ୍କ ଗ୍ରାମର କାଜି ସାହେବ ବଡ଼ କୀର୍ତ୍ତନ ଦ୍ଵେଷୀ । କିନ୍ତୁ ଗଦାଧର ଦାସ ରଜନୀରେ ତାହାଙ୍କ ମନ୍ଦିରକୁ ଯାଇ ନିର୍ଭୟ ଚିତ୍ତରେ ତାହାଙ୍କୁ ଡାକି କ୍ରୋଧ ଭରେ କହିଲେ’’ କାଜି? ତୁ ହରିନାମ ଉଚ୍ଚାରଣ କର ନୋହିଲେ ତୋର ମସ୍ତକ ଛେଦନ କରାହେବ । ଜଣେ ସାଧାରଣ ଲୋକଙ୍କୁ କେହି ଏରୁପ ଭାବେ କହିବାକୁ ସାହସ କରିବ ନାହିଁ ଏତେ ଜଣେ ପ୍ରତିଭା ଶାଳୀ କାଜି ; ଏହି ଘଟଣା ବର୍ଣ୍ଣନା କାଳରେ ଶ୍ରିଲ ବୃନ୍ଦାବନ ଦାସଲେଖିଅଛନ୍ତି ।

 

ସତ୍ୟ କୃଷ୍ଣ ଭାବ ହୟ ଯାହାର ଶରୀର

ଅଗ୍ନି ସର୍ପ ବ୍ୟାଘ୍ର ତାର ଲଙ୍ଘିତେ ନା ପାରେ

                  (ଚୈଃ ଭଃ ଆଦି ୫ମ ଅ )

ଭଗବାନ ଶ୍ରୀ ଗୌରଚନ୍ଦ୍ର ମାତାଙ୍କୁ କପିଳ ଭାବରେ ଜ୍ଞାନ ଉପଦେଶ ପ୍ରଦାନ କରି କହିଲେ ମାତଃକୃଷ୍ଣ ସେବକର କୌଣସି କାଳରେ ନାଶ ନାହିଁ କି କାଳ ଚକ୍ର ମଧ୍ୟ କୃଷ୍ଣ କୁ ଦେଖି ଭୀତ କରନ୍ତି ।ଯଥାଃ-

      

      କୃଷ୍ଣ ସେବକର ମାତା କଭୁ ନାହିଁ ନାଶ

କାଳଚକ୍ର ଡରାଏ ଦେଖିଣ କୃଷ୍ଣ ଦାସ

                  ( ଚୈଃ ଭଃ ଆଦି ୫ମ ଅ )

କାଳଚକ୍ର ଡରିବା ବିଚିତ୍ର ନୁହେ । ସ୍ଵୟଂ ବିଷ୍ଣୁ ଚକ୍ର ମଧ୍ୟ ଭକ୍ତ ଇଚ୍ଛା ଅତିକ୍ରମ କରି କାର୍ଯ୍ୟ କରିବାକୁ ଅକ୍ଷମ । ଯବାନ ଗଣ ପ୍ରିୟଭକ୍ତ ଠାକୁର ଶ୍ରୀ ହରି ଦାସଙ୍କୁ ନିର୍ଘାତ ପ୍ରହାର କଜରୁଥିବାର ଦେଖି ଭଗବାନ ଶ୍ରୀ ସୁଦର୍ଶନ ଚକ୍ରକୁ ପ୍ରହାରକାରୀ ଯବାନ ମାନଙ୍କ ଧ୍ଵସଂ ନିମିତ୍ତ ପଠାଇଲେ । ଶ୍ରୀ ସୁଦର୍ଶନ ଯାଇ ଦେଖିଲେ ,ଠାକୁର ଶ୍ରୀ ହରିଦାସ ମନେମନେ ପ୍ରହାରକାରୀ ମାନଙ୍କର ମଙ୍ଗଳ ପ୍ରାର୍ତଣା କରୁଅଛନ୍ତି । ଅତଏବ ଶ୍ରୀ ସୁଦର୍ଶନ ସେ ଯବାନ ମାନଙ୍କ ଦଣ୍ଡ ଦେବାକୁ ସକ୍ଷମ ହେଲେ ନାହିଁ ।

 

ତୁମି ଭଲ ଚିନ୍ତିଲେ ନ କରୋଁ ମୁଞ୍ଜିବଲ

ମୋର ଚକ୍ର ତୁମା ଲାଗି ହୋଇଲା ବିଫଳ ।

                  ( ଚୈଃ ଭଃ ମଫ୍ହ୍ୟ ୧୦ମ ଅଃ)

ଠାକୁର ଶ୍ରୀ ହରି ଦାସ ଯେପରି ଭକ୍ତ ତାଙ୍କ ଇଚ୍ଛା ଙ୍କୁ ବ୍ୟତିକ୍ରମ କରି ଶ୍ରୀ ସୁଦର୍ଶନ ମଧ୍ୟ କୁଣ୍ଠିତ ହେଲେ । ଏହା ହେବାର ହିଁ କଥା । ଠାକୁର ଶ୍ରୀ ହରିଦାସଙ୍କ ସମାନ ଭାଗ୍ୟବାନ ଆଉ କିଏ ଅଛି । ଯାହାଙ୍କ ନିର୍ଯ୍ୟାଣ କାହାଣୀ ମହାବୀର ଭୀଷ୍ଣଙ୍କ ମହାତ୍ମକୁ ଜିଣିଅଛି । ନିର୍ଯାଣ ପରେ ଯାହାଙ୍କ ଶରୀର ମହାପ୍ରଭୁ ନିଜ କୋଳରେ ଧରି କୀର୍ତ୍ତନ କରିଥିଲେ ଏବଂ ଯାହାଙ୍କ ଶରୀର ସମାଧିସ୍ଥ କରିବାକୁ ନେଇ ମହା ପ୍ରଭୁ ସ୍ଵୟ ସମୁଦ୍ରରେ ସ୍ନାନ କରାଇ ଆଜିଠାରୁ ଏହି ସମୁଦ୍ର ମହାତୀର୍ଥରେ ପରିଣତ ହେଲା ବୋଲି ବର ଦେଇଥିଲେ ।ଯଥା –

 

ହରିଦାସେ ସମୁଦ୍ର ଜଲେ ସ୍ନାନ କରାଇଲ

ପ୍ରଭୁ କହେ ସମୁଦ୍ର ଏଇ ମହାତୀର୍ଥ ହୈଲ ।

                        ( ଚୈଃ ଚଃ ଅନ୍ତ୍ୟ ୧୧ ପରି )

ଶ୍ରୀ ନିଳାଚଳ ଚନ୍ଦ୍ରଙ୍କ ବିହାର ସ୍ଥଳ ହେତୁ ଶ୍ରୀ ପୁରୁଷୋତମ କ୍ଷେତ୍ରସ୍ଥ ସମୁଦ୍ରର ତୀର୍ଥ ହିଁ , କିନ୍ତୁ ଠାକୁର ଶ୍ରୀ ହରିଦାସଙ୍କ ଦେହକୁ ସେଥିରେ ସ୍ନାନ କରାଇ ମହାପ୍ରଭୁ ସମୁଦ୍ରକୁ ଏହି ବର ଦେଲେ ଯେ “ ହେ ସମୁଦ୍ର ଆଜିଠାରୁ ମହାତୀର୍ଥରେ ପରିଣତ ହେଲା ।ଏହା ଦ୍ଵାରା ମହାପ୍ରଭୁ ଦେଖାଇଲେ ଯେ ଭକ୍ତ ଦେହେ ଚିନ୍ମୟ ଏବଂ ମହାଭକ୍ତ ହରିଦାସଙ୍କ ମହାତ୍ମା ଯେ କେଡେ ଉଚ୍ଚତମ ଏହି ଉଦା ହରଣ ତାହାର ଅତି ଉକ୍ତୃଷ୍ଟ ପ୍ରମାଣ ।

 

ଶ୍ରୀ ଭଗବନଙ୍କର ତତ୍ତ୍ଵ କେହି ଜାଣିପାରନ୍ତି ନାହିଁ । ସେ ଜ୍ଞାନର ଅଗୋଚର । କିନ୍ତୁ ଭକ୍ତ ତାଙ୍କର ଏତେ ଦୂର ପ୍ରିୟପାତ୍ର ଯେ ଶ୍ରୀ ଭଗବାନ ଭକ୍ତଙ୍କ ଠାରେ ଆତ୍ମ ଗୋପନ କରିପାରନ୍ତି ନାହିଁ । ଭକ୍ତି ବଲରେ ଭକ୍ତ ମାନେ ବା କାମନାର ଅଗୋଚର ଶ୍ରୀ ଭଗବାନଙ୍କୁ ଶ୍ଵରୂପତଃ ଜାଣିପାରନ୍ତି ,ସେଥିପାଇଁ ପଣ୍ଡିତ ପ୍ରବର ଶ୍ରୀମାନ ସାର୍ବ ଭୌମ ଭଟାଚାର୍ଯ୍ୟ ଶ୍ରୀ ମହାପ୍ରଭୁଙ୍କୁ କହିଥିଲେ ଯେ । ଯଥା-

 

ଆପନେ ସେ ଆପନାରେ ଜାନ ତୁମି ମାତ୍ର

ଆର ଜାନେ ଯେ ଜନ ତୁମାର କୃପାପାତ୍ର ।

            ( ଚୈଃ ଭଃ ଅନ୍ତ୍ୟ ୩ୟ ଅଃ )

ଶ୍ରୀ ଭଗବାନଙ୍କର ପ୍ରକୃତ ତତ୍ତ୍ଵ ଏକା ଭକ୍ତ ମାନଙ୍କୁ ହିଁ ଗୋଚର । ଭକ୍ତ ମାନେ ହିଁ ଭଗବାନଙ୍କର ପ୍ରକୃତ ସ୍ଵରୂପ ଦେଖନ୍ତି । ଅନ୍ୟ କାହାରି ତାହା ଦେଖିବାର ଅଧିକାର ନାହିଁ ।ଶ୍ରୀଧର କନ୍ଦର୍ପ ଶୂନ୍ୟ ଗରିବ ବ୍ରାହ୍ମଣ କଦଳି ମଞ୍ଜା ବିକି ଅତି କଷ୍ଟରେ ଜୀବିକା ନିର୍ବାହ କରୁଥିଲେ । ଅତିଶୟ ଗରିବ ହେଲେ କି ଭକ୍ତ ଧନୀରେ ଶ୍ରୀ ଧର ମହାଧନୀ । ସେଥିପାଇଁ ତାଙ୍କୁ ମହାପ୍ରଭୁ ଛଳ କ୍ରମେ କହିଥିଲେ ଲକ୍ଷେଶ୍ଵର ବୋଲି ପରିହାସ କରୁଥିଲେ । ମହାପ୍ରଭୁ ମହାପ୍ରକାଶ ଦିବସ ଶ୍ରୀଧରଙ୍କୁ ଡକାଇ ନିଜ ସ୍ଵରୂପ ଦେଖାଇଲେ ? ଶ୍ରୀଧର ମହାପ୍ରଭୁଙ୍କ ନିଜ ସ୍ଵରୁପ ଦର୍ଶନ କରି ବିମୋହିତ ହୋଇ ତାଙ୍କର ବହୁ ସ୍ତବ କରିଥିଲେ । ସେହି ଶ୍ରୀଧର ଙ୍କ ସମ୍ବଦ୍ଧେ ଶ୍ରୀଲ ବୃନ୍ଦାବଵନ ଦାସ କହିଛନ୍ତି ।

 

କଲା ମୂଲ ଚେଚିୟା ଶ୍ରୀଧର ପାଇଲ ଯାହା

କୋଟି କଳ୍ପେ କୋଟି ଶ୍ଵର ନ ଦେଖିବ ତାହା ।

      

ଭଗବତ ପ୍ରୀୟ ଭକ୍ତଙ୍କ ସେବା ହିଁ ସ୍ୱୟଂଶ୍ରୀ ଭଗବାନଙ୍କ ସେବାଠାରୁ ଅଧିକ । ଯେଉଁମାନେ ଲଳାୟିତ ସେମାନଙ୍କ ପକ୍ଷରେ ବୈଷ୍ଣବ ସେବା ଏକାନ୍ତ କର୍ତ୍ତବ୍ୟ । ସେଥିପାଈଁ ସେ ବୃନ୍ଦାବନ ଦାସ କହିଛନ୍ତି ଯେ –

 

କୃଷ୍ଣ ଭଜିବାରେ ଯାର ଅଛି ଅଭିଳାଷ

ସେଜୁକ କୃଷ୍ଣ୍ଣେର ମଙ୍ଗଳ ପ୍ରିୟ ଦାସ ।

      (ଚୈଃ ଭଃ ମଧ୍ୟ ୨ୟ ଅଃ )

ଶ୍ରୀମାନ ମହାପ୍ରଭୁ ଶ୍ରୀ ସନାତନକୁ ଶିକ୍ଷାରେ କହୁଅଛନ୍ତି-

ମହତ୍ କୃପା ବିନା କୋନ କାର୍ଯ୍ୟ ସିଦ୍ଧି ନୟ

ଭକ୍ତି ରହୁ ଦୂରେ ସଂସାର ନା ଯାଏ କ୍ଷୟ ।

 

ମହାପ୍ରଭୁ ନିଜେ ବୈଷ୍ଣବଙ୍କ ସେବା କରି ଏହି ମହତ୍ ଶିକ୍ଷା ନିଜ ଆଚରଣ ଦ୍ଵାରା ଜୀବକୁ ଦେଖାଇଥିଲେ । ଯଥା -

ସବାରେ ଶିଖାୟା ଗୌରଚନ୍ଦ୍ର ଭଗବାନେ

ବୈଷ୍ଣବେର ସେବା ପ୍ରଭୁ କରି୍ୟା ଆପନେ ।

                  (ଚୈଃ ଭଃ ମଧ୍ୟ ୨ୟ ଅ )

ଦେବାନନ୍ଦ ପଣ୍ଡିତ ଶ୍ରୀ ଭାଗବତର ଅଧ୍ୟାପକ ଓ ମହାପଣ୍ଡିତ ।କିନ୍ତୁ ଭକ୍ତି ଅଭାବରୁ ତାଙ୍କର ବୈଷ୍ଣବ ଅପରାଧ ଜାତ ହୋଇଥିଲା । ମହା ପ୍ରଭୁ ତେଣୁ ପଣ୍ଡିତ ଦେବାନନ୍ଦକୁ ଉପେକ୍ଷା କରୁଥିଲେ । କିନ୍ତୁ ମହାପ୍ରଭୁ ସନ୍ୟାସ ହେବା ପରେ ଏକଦା ଭକ୍ତ ପ୍ରବର ଶ୍ରୀ ସର୍ବେଶ୍ଵର ପଣ୍ଡିତ ଶ୍ରୀ ଦେବାନନ୍ଦଙ୍କ ଗୃହରେ ଉପସ୍ଥିତ ହେଲେ । ଦେବାନନ୍ଦଙ୍କର ସେତେବେଳେ ସୁମତି ଜାତ ହେବାରୁ ସେ ପଣ୍ଡିତ ଶ୍ରୀବକ୍ରେଶ୍ଵରଙ୍କର ବହୁତ ସେବା କଲେ । ପ୍ରେମ ମୟ କଲେବର ପଣ୍ଡିତ ଶ୍ରୀବକ୍ରେଶ୍ଵରଙ୍କ ଅପୁର୍ବ ନୃତ୍ୟ କାଳରେ ପଣ୍ଡିତ ଦେବାନନ୍ଦ ହସ୍ତରେ ଧାରଣ ପୂର୍ବକ ଲୋକ ଭିତରୁ ତାଙ୍କୁ ରକ୍ଷା କରିବାକୁ ଲାଗିଲେ । ପଣ୍ଡିତ ଶ୍ରୀବକ୍ରେଶ୍ଵର ପ୍ରେମରେ ମୁର୍ଚ୍ଛିତ ହେଲେ , ଦେବାନ୍ଦନ ହସ୍ତରେ ନିଜ କୋଳରେ ଧାରଣ ପୂର୍ବକ ରକ୍ଷା କଲେ ଏବଂ ତାହା ଶ୍ରୀଚରଣ ରେଣୁ ଗ୍ରହଣ ପୂର୍ବକ ନିଜ ଅଙ୍ଗରେ ବୋଳି ହେଲେ ଏହି ରୁପରେ ଭଗବତୋତ୍ତମ ପଣ୍ଡିତ ଶ୍ରୀବକ୍ରେଶ୍ଵରଙ୍କ ସେବା କରନ୍ତେ ତାଙ୍କ କୃପାରୁ ପଣ୍ଟିତ ଦେବାନନ୍ଦଙ୍କର ବୈଷ୍ଣବାପରାଧ ଖଣ୍ଡିତ ହେଲା । ମହା ପ୍ରଭୁଙ୍କ ପ୍ରତି ତାଙ୍କ ମନରେ ପୂର୍ଣ୍ଣ ବିଶ୍ଵାସ ଉଦୟ ହେଲା । ପୂର୍ବରୁ ଶ୍ରୀକୃଷ୍ଣ ସେବା କରି ମଧ୍ୟ ଦେବାନନ୍ଦ କୃଷ୍ଣ ପ୍ରେମରୁ ବଞ୍ଚିତ ଥିଲେ । ମହା ଭାଗବତ ଶ୍ରୀ ବକ୍ରେଶ୍ଵରଙ୍କୁ ସେବା କରି ତାଙ୍କ କୃପା ପ୍ରଭାବରେ ସେ କୃଷ୍ଣ ପ୍ରେମ ଲାଭ କଲେ । ଏଣୁ ଶ୍ରୀ ବୃନ୍ଦାବନ ଦାସ କହିଛନ୍ତି ।-

 

ବୈଷ୍ଣବ ସେବାର ଫଳ କହେ ଯେ ପୁରାଣେ,

ତାର ସାକ୍ଷୀ ଏଇ ସବେ ଦେଖ ବିଦ୍ୟମାନେ।

ଆଜନ୍ମ ଧାର୍ମ୍ମିକ ଉଦାସୀନ ଜ୍ଞାନବାନ ।

ଭାଗବତ ଅଧ୍ୟାପନା ବିନା ନାହିଁ ଆନ ।

 

ଶାନ୍ତ ଦାନ୍ତ ଜିତେନ୍ଦ୍ରିୟ ନିର୍ଲୋଭ ବିଷୟ

ପ୍ରାୟ ଆର କତେକ ବା ଗୁଣ ତାନେହୟ ।

ତଥାପି ଓ ଗୌରଚନ୍ଦ୍ରେ ନହିଲ ବିଶ୍ଵାସ

ବକ୍ରେଶ୍ଵର ପ୍ରସାଦେ ସେ କୁବୁଦ୍ଧି ବିନାଶ ।

 

କୃଷ୍ଣ ସେବା ହେତେ ବୈଷ୍ଣବେର ସେବାବଡ଼

ଭାଗବତ ଆଦି ସର୍ବ ଶାସ୍ତ୍ରେ କୈଲ ଦଢ଼ ।

ଏତେକ ବୈଷ୍ଣବ ସେବା ପରମ ଉପାୟ

ଭକ୍ତ ସେବା ହୈତେ ସେ ସବାଇ କୃଷ୍ଣପାୟ ।

            ( ଚୈଃ ଭଃ ମଧ୍ୟ ୧୦ମ ଅ ! )

ଭକ୍ତର ପଦ ଏତେ ଉଚ୍ଚ ଏବଂ ଭକ୍ତିର ମହାତ୍ମା ଏତେ ଅଧିକ ଯେ ଭକ୍ତାଗ୍ରଣ୍ୟେ ଠାକୁର ଶ୍ରୀ ହରିଦାସ ଭକ୍ତ ଗୃହରେ କୁକୁର ହୋଇ ବାସ କରୁବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ଯଥା –

 

ଶରୀର ନନ୍ଦନ ବାପ କୃପା କର ନୋରେ

      କୁକୁର କରିଆ ମୋରେ ରାଖ ଭକ୍ତ ଘରେ ।

                  ( ଚୈଃ ଭଃ ମଧ୍ୟ ୧୦ମ ଅ ! )

ଠାକୁର ଶ୍ରୀ ହରିଦାସଙ୍କ ଏହି ପ୍ରାର୍ଥନା ମୂଳରେ ଭକ୍ତ ମହିମାର କି ଉଚ୍ଚତ୍ତନମ ସୋପାନ ନିହାତି ନ ରହିଅଛି ।କୁକର ଏକ ଘୃଣ୍ୟ ଜୀବ , ବିଷ୍ଠା ଭୋଜନ କରେ । ହିନ୍ଦୁ ଶାସ୍ତ୍ର ମତେ କୁକର ଅସ୍ପର୍ଶ୍ୟ । କୁକୁରର ଦୃଷ୍ଟି ପଡିଲେ କୌଣସି ଖାଦ୍ୟ ଦ୍ରବ୍ୟ ଦେବ ଭୋଗ୍ୟ ହୋଇପାରେ ନାହିଁ । ଏମନ୍ତ ଘୃଣ୍ୟ ଜୀବ ଯେ କୁକୁର ଭକ୍ତ ଘରେ ତାର ସେ ଘୃଣ୍ୟତ୍ଵ ଦୂରୀଭୂତ ହୋଇଯାଏ । ଭକ୍ତ ସଙ୍ଗ ଗୁଣରେ କୁକୁର ଉଚ୍ଚ ସୋପାନ ଆରହଣ କରେ । ଶ୍ରୀ ଶିବାନନ୍ଦ ସେନଙ୍କ କୁକୁର ସମ୍ବଦ୍ଧୀୟ ଘଠଣା ମଧ୍ୟ ଏହାର ପ୍ରତ୍ୟକ୍ଷ ପ୍ରମାଣ ଯେଉଁ କୁକୁର ମୁଖରେ ମହାପ୍ରଭୁ ଶ୍ରୀହରିନାମ ଉଚ୍ଚାରଣ କରାଇ ତାକୁ ବୈକୁଣ୍ଠ ଧାମକୁ ପ୍ରେରଣ କରିଥିଲେ । ଅତଏବ ଉକ୍ତ ମହାତ୍ମ ବଢାଇବା ପାଇଁ ଶ୍ରୀ ଗୌରଚନ୍ଦ୍ର ଠାକୁର ଶ୍ରୀ ହରଦାସଙ୍କ ମୁଖରୁ ଏମିତି ଉକ୍ତି ବାହାର କରାଇ ଅଛନ୍ତି । ଭକ୍ତି ମାହାତ୍ମ ମାଧ୍ୟମରେ ଶ୍ରୀ କବିରାଜ ଗୋସ୍ଵାମୀ ଶ୍ରୀଲ ବୃନ୍ଦାବନ ଦାସ ଓ ଶ୍ରୀଲ ଲୋଚନ ଦାସଙ୍କ ଏହି ସମସ୍ତ ଉକ୍ତି ଉତ୍ତମ ସାକ୍ଷ୍ୟ ଦେଉଅଛି । ମୁଁ ଧମ ଭକ୍ତି ଶୂନ୍ୟ ,କପଟାଚାରୀ । ଇଦୃଶ୍ୟ ଭକ୍ତଙ୍କ ମହାତ୍ମ୍ୟ ବିଷୟରେ କଅଣ ଲେଖିବି; ସେପରି ଆଶା କରିବା ମୋ ପକ୍ଷରେ ବିଡମ୍ବନା ମାତ୍ର ।

ଏମନ୍ତ କୃଷ୍ଣ ପ୍ରିୟ ମାନଙ୍କୁ ସେ ସମ୍ମାନ ପ୍ରଦର୍ଶନ ନ କରେ ସେମାନଙ୍କର ଅପ୍ରିୟାଚରଣ କରେ ସେମାନଙ୍କ ପ୍ରତି ଅକାରଣରେ ଦ୍ରୋହ କରେ ଅଥବା ସେମାନଙ୍କୁ ପୀଡ଼ା ଦିଏ ତାହାର ବୈଷ୍ଣବ ଅପରାଧ ଜାତ ହେଲେ ଜୀବର କୌଣସି କାଳରେ ସତଗତି ହୁଏ ନାହିଁ । କ୍ଷମାସାଗର ହେଲେ ହେଁ ଭଗବାନ ବୈଷ୍ଣବ ଅପରାଧୀର ଦୋଷ ମାର୍ଜନା କରନ୍ତି ନାହିଁ ।ଶ୍ରୀ ମହାପ୍ରଭୁ ଏହା ଶ୍ରୀ ମୁଖରେ କହିଅଛନ୍ତି । ଶ୍ରୀ ନବଦ୍ଵିପରେ ଭ୍ରମଣ କରୁଥିବା ସମୟରେ ଏଇ କୁଷ୍ଠରୋଗୀ ମହାପ୍ରଭୁଙ୍କ ଶ୍ରୀଚରଣ ତଳେ ପଡି ପ୍ରାର୍ଥନା ପୂର୍ବକ କହିଲା ପ୍ରଭୁ ! ସମସ୍ତେ କହୁଅଛନ୍ତି ଆପଣ ଶ୍ରୀ ପୁରୁଷୋତ୍ତମ ଜନାର୍ଦ୍ଦନ ! ଅତଏବ ହେ କରୁଣା ସିନ୍ଧୁ ହେ ତ୍ରିଜଗତର ବନ୍ଧୁ ମୁଁ ମହାପାତକୀ ,କୁଷ୍ଟ ବ୍ୟାଧୀରେ ପ୍ରପୀଡ଼ିତ ହୋଇ ଆପଣଙ୍କର ଶରଣାପନ୍ନ ହେଲି ଆପଣ ଉଦ୍ଧାର କରନ୍ତୁ। ମହାପ୍ରଭୁ ତାହାଙ୍କ ଉନ୍ତିରେ କ୍ଷୁଧ୍ର ହୋଇ କହିଲେ ସଂସାରରେ ମୋର କେହି ଶତ୍ରୁ ନାହାନ୍ତି ଏହା ସତ୍ୟ । କିନ୍ତୁ ତୁ ଯେତେବେଳେ ମୋର ପ୍ରିୟ ଦାସ ଶ୍ରୀରାମ ପଣ୍ଡିତଙ୍କଠାରେ ଅପରାଧ କରିଅଛୁ । ତୁ ମୋର ପ୍ରକୃତ ଶତ୍ରୁ । ଭକ୍ତ ଦ୍ଵେଷକୁ ମୁଁ ଉଦ୍ଧାର କରି ନ ପାରେ , ମୋ ଠାରେ ଦ୍ଵେଷ କରି ମଧ୍ୟ ମୋର ଭକ୍ତ ସେବା କରେ ମୁଁ ତାର ଉଦ୍ଧାର ସାଧନ କରେ କିନ୍ତୁ ମୋର ଭକ୍ତ ପ୍ରତି ଦ୍ଵେଷ କଲେ ମୁଁ ତା ପ୍ରତି କୌଣସି କାଳରେ ପ୍ରସନ୍ନ ହୋଇ ନ ପାରେ । ବୈଷ୍ଣବ ଅପରାଧୀର ଆଉ ଅନ୍ୟ ଗତି ନାହିଁ । ଯଥା –

 

ବୈଷ୍ଣବେର ଅପରାଧ କରେ ଯେଇ ଜନ

ନରକେ ପଡୟେ ତାର ନାହିଁ କ ଶରଣ ।

ବୈଷ୍ଣବେର ସେବା କରେ ମୋର କରେ ଦ୍ଵେଷ

ତାର ପରିତ୍ରାଣ କରି ଘୁଚାଇୟେ କ୍ଲେଶ ।

 

ବାହିରେ ପରାଣ ଦେଖ ଏଇ ମୋର ଦେହ

ବୈଷ୍ଣବ ଅନ୍ତରେ ପ୍ରାଣ ନାହିଁ କି ସନ୍ଦେହ ।

                                    (ଚୈଃ ମଃ ମଧ୍ୟ)

୬ଷ୍ଠ ପରିଚ୍ଛେଦ

ଭକ୍ତର ଦୃଢ଼ତା

 

ଭକ୍ତି ଭଜନ କରୁ କରୁ ଶ୍ରୀ ଭଗବାନଙ୍କ ଗୁଣ କର୍ମ ମାଧ୍ୟମରେ ତାହାଙ୍କର ବିଶ୍ଵାସ କ୍ରମେ ଦୃଢ଼ୀଭୂତ ହୁଏ ଓ ସେ ଯେତେବେଳେ ବୁଝିପାରନ୍ତି ଭଗବାନ ସର୍ବ ଶକ୍ତି ମାନ ଏବଂ ପରମ କରୁଣ । ଏହା ହୃଦୟଙ୍ଗମ କଲେ ଭକ୍ତଙ୍କ ମନରେ ଧାରଣା ଉପସ୍ଥିତ ହୁଏ ଯେ ଏକ ଜନ୍ମରେ ହେଉ ବା ବହୁ ଜନ୍ମ ପରେ ହେଉ ଶ୍ରୀ ଭଗବାନ ତାକୁ ନିଶ୍ଚୟ ଏ ଭବ କୃପାରୁ ରକ୍ଷା କରିବେ କାରଣ ସେ ସେତେବେଳେ ପରମ କରୁଣା ମାଦୃଶ୍ୟ ହୀନ ପ୍ରତି କୃପା ନକରି ରହିପାରିବେ ନାହିଁ ; ଏବଂ ସର୍ବ ଶକ୍ତିମାନ ହେତୁ ମନୋତେ ଉଦ୍ଧାର କରିବାକୁ ଆଶକ୍ତି ନୁହନ୍ତି । ଏହିପରି ଦୃଢ଼ ବିଶ୍ଵାସ ତାହାଙ୍କ ମନରେ ଆସି ଉପସ୍ଥିତ ହୁଏ । ଯଥା -

 

କୃଷ୍ଣ କୃପା କରିବେନ ଦୃଢ କରିମାନେ ।

            (ଚୈଃ ଚଃ ମଧ୍ୟ ୨୩ ପଃ )

ଏମନ୍ତ ଦୃଢ଼ ବିଶ୍ଵାସ ସାମାନ୍ୟ ଭାଗ୍ୟରେ ଘଟେ ନାହିଁ , ସୌଭାଗ୍ୟ କ୍ରମେ ଏରୂପ ଭାଗ୍ୟ ଜାତ ହେଲେ ଭଗବାନ କି ଆଉ ସ୍ଥିର ହୋଇ ରହିପାରନ୍ତି । ସେ ଅବିଳମ୍ବେ ଏପରି ଦୃଢ ନିଶ୍ଚୟକାରୀ ଭକ୍ତର ବଶୀଭୂତ ହୁଅନ୍ତି ଓ ତାହର ବାସନା ସଫଳ କରନ୍ତି ।

 

ମହାରାଜ ପ୍ରତାପରୁଦ୍ରଦେବ ଏହିପରି ଦୃଢ଼ ବିଶ୍ଵାସ ବିଷୟରେ ଏକ ଜ୍ଵଳନ୍ତ ଉଦାହରଣ । ମହାପ୍ରଭୁ ସନ୍ୟାସୀ ହୋଇ ଶ୍ରୀ ପୁରଷୋତ୍ତମରେ ବାସ କରୁଥିଲେ । ମହାରାଜା ପ୍ରତାପରୁଦ୍ର ଦେବଙ୍କ କଟକ ରାଜଧାନୀ ହେଲେ ହେଁ ସେ ଜଗନ୍ନାଥ ଦର୍ଶନ ନିମିତ୍ତ ଶ୍ରୀ ପୁରୁଷୋତ୍ତମକୁ ଅନେକ ସମୟରେ ଯାଉଥିଲେ । ସାର୍ଭଭୌମ ପ୍ରଭୃତିଙ୍କଠାରୁ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ ବିଷୟ ଶୁଣି ସେ ସ୍ଵୟଂ ଭଗବାନ ନର ରୂପରେ ଭକ୍ତି ପ୍ରଚାର ନିମିତ୍ତ ଧରାକୁ ଆସିଛନ୍ତି , ଏ ବିଶ୍ଵାସ ତାଙ୍କ ମନରେ ବନ୍ଧ ମୂଳ ହେଲା । ସେ ଶ୍ରୀ ମହାପ୍ରଭୁଙ୍କର ଚରଣ ଦର୍ଶନର ପ୍ରୟାସୀ ହେଲେ । ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିଥିବାରୁ ରାଜଦର୍ଶନରେ ସ୍ଵୀକୃତ ହେଲେ ନାହିଁ । ମହାପ୍ରଭୁଙ୍କର ପ୍ରିୟ ଭକ୍ତ ପଣ୍ଡିତ ଶ୍ରୀ ସାର୍ଭଭୌମ ଭଟାଚାର୍ଯ୍ୟ ଓ ଶ୍ରୀଲ ରାୟ ରାମାନନ୍ଦ ପ୍ରଭୁତି ବହୁ ଯତ୍ନ କଲେ ହେଁ ମହାପ୍ରଭୁ ମହାରାଜାଙ୍କୁ ଦର୍ଶନ ଦାନ ଦେବାକୁ କୌଣସି ମତେ ସମ୍ମତି ଦେଲେ ନାହିଁ । ମହାରାଜଙ୍କ ମନରେ ଉତ୍କଣ୍ଠା ଅତି ପ୍ରବଳ ହେବାକୁ ଲାଗିଲା । ସେ ଭାବିଲେ ହୟ, ନୀଚ୍ଚ ପାମର ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇ ଉଦ୍ଧାର ହେଇ ଯାଉଛନ୍ତି । ମହାପାପୀ ଜଗାଇ ମାଧାଇ ଉଦ୍ଧାର ଏହାର ସାକ୍ଷୀ । ମହାପ୍ରଭୁ ପତିତ ଉଦ୍ଧାରିବାପାଇଁ ଅବତାର ଗ୍ରହଣ କରିଅଛନ୍ତି । କିନ୍ତୁ ହାୟ! ମୋର ଏହି ରାଜମୁକୁଟ ସର୍ବ ଅନର୍ଥ ର କାଳ ହେଲା । ତାଙ୍କ ଶ୍ରୀ ଚରଣାରବିନ୍ଦ ଦର୍ଶନ ବିନା ମୋର ଏ ରାଜ୍ୟରେ ଦେହରେ କି ପ୍ରୟୋଜନ । ଆଚ୍ଛା ଯଦି ମହାପ୍ରଭୁଙ୍କର ପ୍ରତିଜ୍ଞା ଯେ ସେ ମୋତେ ଦର୍ଶନ ଦେବେ ନାହିଁ, ମୁଁ ମଧ୍ୟ ପ୍ରତିଜ୍ଞା କରୁଅଛି , ତାଙ୍କ ଦର୍ଶନ ନ ପାଇଲେ ଏ ଜୀବନ ବିସର୍ଜନ କରିବି । ଯଥା –

 

ତାର ପ୍ରତିଜ୍ଞା ମୋରେ ନ କରିବେନ ଦର୍ଶନ

ମୋର ପ୍ରତିରା ତାହାଁ ବିନା ନ ଛାଡ଼ିବ ଜୀବନ ।

ଯଦି ସେଇ ମହାପ୍ରଭୁର ନାପାଇ କୃପାଧନ

କିବା ରାଜ୍ୟ କିବା ଦେହ ସବ ଅକାରଣ ।

                  (ଚୈଃ ଚଃ ମଧ୍ୟ ୧୧ଶ ପଃ )

ମହାରାଜା ପ୍ରତାପରୁଦ୍ରଦେବଙ୍କର ଦୃଢ଼ତା ଫଳବତୀ ହୋଇଥିଲା । ମହାପ୍ରଭୁ ନିଜ ପଣ ପରିତ୍ୟାଗ କରି ମହାରାଜାଙ୍କୁ ଦର୍ଶନ ଦାନ ଦେଇଥିଲେ ଏବଂ ଆଲିଙ୍ଗନ ପୂର୍ବକ ଦାନ ପୂର୍ବକ ଚରିତାର୍ଥ କରିଥିଲେ । ଉତ୍ତମ ଭକ୍ତ

ମାନଙ୍କର ବିଶ୍ଵାସ ଅଟଳ । ପର୍ବକ ଯେ ରୂପ କୌଣସି ଘାତ ପ୍ରତିଘାତରେ ବିଚଳିତ ହୁଏ ନାହିଁ ଉତ୍ତମ ଭକ୍ତ ମାନଙ୍କ ମତି ସେହିରୂପୀ ଭଗବାନଙ୍କ ପାଦପଦ୍ମରୁ ବିଚଳିତ ହୁଏ ନାହିଁ । ସେମାନେ ଶ୍ରୀ ଭଗବାନଙ୍କର ଯେଉଁ ରୂପ ଧାରଣ କରି ଭଜନ କରନ୍ତି ସେଥିରେ ସେମାନଙ୍କର ବିଶ୍ଵାସ ଅଟଳ ।

 

ଶ୍ରୀଳ ସନାତନ, ଶ୍ରୀରୂପ ଓ ଶ୍ରୀଅନୁପମ ତିନିଭାଇ । ଶ୍ରୀ ସନାତନ ଓ ଶ୍ରୀ ରୂପ ଶ୍ରୀକୃଷ୍ଣ ଭଜନ କରାନ୍ତି କିନ୍ତୁ ଶ୍ରୀ ଅନୁପମ ରାମ ଉପାସକ । ଶ୍ରୀ ସନାତନ ଓ ଶ୍ରୀ ରୁପ ନିଜ କନିଷ୍ଠଭ୍ରାତା ଅନୁପମକୁ ପରୀକ୍ଷା କରିବା ନିମିତ୍ତ କହଲେ ଅନୁପମ ଶ୍ରୀକୃଷ୍ଣ ପରମ ମଧୁର , ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଠାରୁ ଅଧିକ । ଶ୍ରୀକୃଷ୍ଣଙ୍କର ବିଳାଶ ମହତ୍ତ୍ଵ ଶ୍ରୀ ରାମଙ୍କଠାରେ ନାହିଁ । ଅତଏବ ତୁମେ ଶ୍ରୀରାମ ଭଜନ ପରିତ୍ୟାଗ ପୂର୍ବକ ଶ୍ରୀକୃଷ୍ଣ ଭଜନ କର , ତିନି ଭାଇ କୃଷ୍ଣ କଥା ଆଳାପ କରି ସୁଖରେ କାଳ କଟାଇବା । ବାରମ୍ବାରେ ଏ ସବୁ କହିବାରେ ଅନୁପମଙ୍କର ମନ କିଛି ଫେରିଗଲା । ସେ କୃଷ୍ଣ ଭଜନ କରିବାକୁ ମୁଖରେ ଅଙ୍ଗୀକାର କଲେ । କିନ୍ତୁ ରାତ୍ରରେ ସେହି ବିଷୟ ଚିନ୍ତା କରିବାକୁ ଲାଗିଲା । ଶ୍ରୀରଘୁନାଥଙ୍କ ଚରଣ କମଳ ପରିତ୍ୟାଗ କରିବାକୁ ତାଙ୍କର ମନ ବ୍ୟାକୁଳ ହେଲା । ସେ ସମସ୍ତେ ରାତି ଉଜାଗରରେ କ୍ରନ୍ଦନ କରି କଟାଇଲେ ଓ ପରଦିବସ ପ୍ରାତଃକାଳରେ ଭାଇମାନଙ୍କୁ କହିଲେ , “ ମୁଁ ଶ୍ରୀ ରଘିନାଥଙ୍କ ଚରଣ କମଳରେ ମୋର ମସ୍ତକ ବିକ୍ରୟ କରିଅଛି । ବର୍ତ୍ତମାନ ସେଠାରୁ ମୁକ୍ତ କରି ଆଣି ନ ପାରେ । ମୋତେ ଆପଣ ମାନେ କୃପା ଅନୁମତି କରନ୍ତୁ ମୁଁ ଜନ୍ମେ ରଘୁନାଥଙ୍କ ସେବା କରେ ” । ଅନୁପମଙ୍କର ଏହି ଦୃଢ଼ତା ଦେଖି ଶ୍ରୀରୂପ ଓ ଶ୍ରୀ ସନାତନ ତାଙ୍କୁ ଭୁୟସୀ ପ୍ରଶଂସା କଲେ । ଏ ବିଷୟ ସନାତନ ଗୋସ୍ଵାମୀ ଶ୍ରୀ ପୁରୁଷୋତ୍ତମରେ ମହାପ୍ରଭୁଙ୍କୁ ତଥା କଥା ପ୍ରସଙ୍ଗରେ କହନ୍ତେ , ମହାପ୍ରଭୁ ଅନୁପମଙ୍କୁ ପ୍ରଶଂସା କଲେ ଓ କହିଲେ ନିଜେ ଉପାସ୍ୟ ପ୍ରଭୁଙ୍କ ପାଖରେ ଭକ୍ତିର ଇଦୃଶ୍ୟ ଦୃଢତା ବାଞ୍ଛନୀୟ । ମୁରାରି ଗୁପ୍ତଙ୍କୁ ମୁଁ ଥରେ ଏହି ବିଷୟରେ ପରୀକ୍ଷା କରିଥିଲି ଏବଂ ତାଙ୍କ ଠାରୁ ଇଦୃଶ୍ୟ ଉତ୍ତର ମଧ୍ୟ ପାଇଥିଲି । ଅତଏବ ଯେ ଭକ୍ତ ପ୍ରଭୁର ଚରଣ ଶତଶତ ବାଧା ବିଘ୍ନରେ ସୁଦ୍ଧା ତ୍ୟାଗ ନ କରେ ସେ ଧନ୍ୟ । ଯଥା –

 

 

ସେଇ ଭକ୍ତ ଧନ୍ୟ ଯେ ନା ଛାଡେ ପ୍ରଭୁର ଚରଣ

ସେଇ ପ୍ରଭୁ ଧନ୍ୟ ଯେ ନଛାଡେ ନିଜ ଜନ ।

                  (ଚୈଃ ଚଃ ଅନ୍ତ୍ୟଃ ୪ର୍ଥ ଗଃ )

ଏ ବିଷୟରେ ଠାକୁର ଶ୍ରୀହରି ଦାସ ଅତି ଉତ୍କୃଷ୍ଟ ଉଦାହରଣ ଦେଖାଇ ଅଛନ୍ତି । କାଜୀସାହେବ ହରିଦାସଙ୍କୁ ହରିନାନ ଗ୍ରହଣ ଓ ହରିନାମ ପ୍ରଚାର ବିଷୟରେ ଅତିଶୟ କ୍ଷୁବଧ ହୋଇ ଗୌଡେଶ୍ଵରଙ୍କୁ ଜଣାଇଲେ ମହାରାଜା ହରିଦାସ ଜବନ କୂଳର କଳଙ୍କ । ସେ ମୁସଲମାନ ହୋଇ ହିନ୍ଦୁଙ୍କ ଇଶ୍ଵର ଶ୍ରୀହରିଙ୍କୁ ଭଜନ କରୁଛନ୍ତି । ଏପରି ହେଲେ ଆମ ମୁସଲମାନ ଧର୍ମ ଆଉ ରହିବ ନାହିଁ । ତାହାର ଅନୁକଜରଣ କରି ସମସ୍ତ ମୁସଲମାନ ହିନ୍ଦୁ ହୋଇଯିବେ । କାଜୀ ସାହେବଙ୍କ କଥା ଶୁଣୀ ଗୌଡେଶ୍ଵର ହରିଦାସଙ୍କୁ ଧରାଇ ନେଇଗଲେ , ଏବଂ କହିଲେ ତୁମେ ହିନ୍ଦୁ ଧର୍ମ ପରିତ୍ୟାଗ ପୂର୍ବକ କଲିମା ଉଚାରଣ କର ନ ହେଲେ ତୁମର ପ୍ରାଣ ଦଣ୍ଡ ଅନିବାର୍ଯ୍ୟ । ଏହି ଭୟ ପ୍ରଦର୍ଶନରେ ହରିଗତ ଜିବନ ଶ୍ରୀ ହରିଦାସ ଲେଶ ମାତ୍ର ଭୀତ ହେଲେ ନାହିଁ । ସେ ଉତ୍ତମ ରୂପେ ଜାଣିଥଲେ ଏକମାତ୍ର କର୍ତ୍ତା ଶ୍ରୀହରି। ତାଙ୍କ ଛଡ଼ା ଅନ୍ୟ କାହାରି କିଛି ମାତ୍ର ଶକ୍ତି ନାହିଁ । ଯଦି ଶ୍ରୀହରିଙ୍କର ମୋତେ ଦଣ୍ଡଦେବାକୁ ଇଚ୍ଛା ଥିବ ମୁଁ ଅବଶ୍ୟ ଦଣ୍ଡ ଭୋଗ କରିବି । ନତୁବା ଯଦି ତାଙ୍କର ଇଚ୍ଛା ନଥିବ , ଲକ୍ଷ୍ୟ ଚେଷ୍ଟା କଲେ ମଧ୍ୟ ଏ ବାଦଶାହା ମୋତେ ଦଣ୍ଡ ଦେଇ ନ ପାରନ୍ତି । ଏହା ଭାବି ସେ କହିଲେ , ମୋର ଦେହ ପ୍ରାଣ ଖଣ୍ଡ ବିଖଣ୍ଡ ହେଲେ ମଧ୍ୟ ମୋ ତୁଣ୍ଡରୁ ମଧୁର ଶ୍ରୀ ହରି ନାମ ଛାଡ଼ି ନ ପାରେ । ଯଥା -

 

ଖଣ୍ଡ ଖଣ୍ଡ ଯଦି ହଇଯାୟ ଦେହ ପ୍ରାଣ ।

ତବୁ ଆମି ବଦନେ ନ ଛାଡ଼ି ହରିନାମ ।

                  ( ଚୈଃ ଭାଃ ଆଦି ୧୦ପରି)

ଶ୍ରୀହରିଙ୍କର ଚରଣ କଳ ପାଇବା ପାଈଁ ଏହି ରୂପୀ ଦୃଢତା ଆବଶ୍ୟକ । ଭକ୍ତ ପ୍ରବର ପ୍ରହଲ୍ଲାଦ ବାଲ୍ୟାବସ୍ଥାରେ ଯେଉଁ ଦୃଢତ ଦେଖାଇଥିଲେ ତାହା ପୃଥିବୀର ଇତିହାସରେ ବିରଳ । ତାଙ୍କର ପିତା ପ୍ରବଳ ପ୍ରତାପୀ ହିରଣ୍ୟ କଶିପୁ ବାଳକ ପ୍ରହଲ୍ଲାଦକୁ ଶତ ଶତ ଭୟ ପ୍ରଦର୍ଶନ କରି ଶେଷରେ ବିଷପାନ କରାଇଲେ ଏବଂ ଜ୍ଵଲନ୍ତ ଅଗ୍ନି କୁଣ୍ଡରେ ନିକ୍ଷେପ କଲେ ତଥାପି ସେ ଶ୍ରୀହରିଙ୍କର ମଧୁର ନାମ ତିଳକ ପାଇଁ ସୁଦ୍ଧା ଛାଡ଼ି ନ ଥିଲେ ।

 

                   ୭ମ ପରିଚ୍ଛଦ

                   ସାଧକ ଭକ୍ତି

 

ଯାହା ଶ୍ରବଣାଦି ଇନ୍ଦ୍ରିୟମାନଙ୍କୁ ପ୍ରେରଣ ଦ୍ଵାରା ସାଧ୍ୟ ଓ ପ୍ରେମ ଯାହାର ଫଳ ଯାହାର ଫଳ ଯାହାର ସାଧନ ଭକ୍ତି ବୋଲିଯାଏ ,ଅର୍ଥାତ୍ ଶ୍ରବଣ ,କୀର୍ତ୍ତନ ,ଆଦି ସାଧନ ଭକ୍ତିର ସ୍ଵରୁପ ଲକ୍ଷଣ ଏବଂ ଏଥିରୁ ଯେ ପ୍ରେମ ଜାତ ହୁଏ ତାହା ତାହାର ତଟସ୍ଥ ଲକ୍ଷଣ । ଯଥାଃ-

      

ଶ୍ରବଣାଦି କ୍ରିୟା ତାର ସ୍ଵରୂପ ଲକ୍ଷଣ

      ତଟସ୍ଥ ଲକ୍ଷଣେ ଉପଜାୟ ପ୍ରେମଧନ ।

                        (ଚୈଃ ଚଃ ମଧ୍ୟ ୨୨ପରି )      

କିନ୍ତୁ ‘ସାଧ୍ୟ’ ଏହି ଶବ୍ଦ ବ୍ୟବହାର ଦ୍ଵାରା ଏହା ବୋଧ ହୁଏ ଯେ ତାହା ଜନ୍ୟ ଅର୍ଥାତ୍ ନିତ୍ୟ ବସ୍ତୁ ନୁହେ । କିନ୍ତୁ ଏହି ଆଶଙ୍କା ପରିହାର ନିମନ୍ତେ ଶ୍ରୀଳ କବିରାଜ ଗୋସ୍ଵାମୀ ସାଧ୍ୟର ଅର୍ଥ ସ୍ପଷ୍ଟ ରୁପେ ବୁଝାଇ ଦେଇ ଅଛନ୍ତି । ଅର୍ଥାତ୍ କୃଷ୍ଣ ପ୍ରେମ ନିତ୍ୟ ସିଦ୍ଧ , କେବଳ ଅପ୍ରକାଶିତ । ନିତ୍ୟସିଦ୍ଧ କୃଷ୍ଣ ପ୍ରେମ ଯେଉଁ ପ୍ରକ୍ରିୟା ଦ୍ଵାରା ହୃଦୟ ମଧ୍ୟରୁ ପ୍ରକାଶିତ ହୁଏ ତାହାକୁ ସାଧନ ବୋଲି କୁହାଯାଇ ଅଛି । ଯଥା –

 

ନିତ୍ୟ ସିଦ୍ଧ କୃଷ୍ଣପ୍ରେମ ସାଧ୍ୟ ଳଭୁନୟ

ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟେ ଉଦୟ ।

            (ଚୈଃ ଚଃ ମଧ୍ୟ ୨୨ଶ ପରି)

ଏହି ସାଧନ ଭକ୍ତି ଦୁଇ ପ୍ରକାର ,ବୈଧି ଭକ୍ତି ଆଉ ରାଗାନୁଗା ଭକ୍ତି । ଶ୍ରୀମନ କୃଷ୍ଣ ଦାସ କବିରାଜ ମହାଶୟ ସନାତନ ଶିକ୍ଷାରେ ଏ ବୈଧି ଭକ୍ତି ଓ

 

ରାମାନୁଜ ଭକ୍ତି ବିଷଦ୍ ଭାବରେ ବୁଝାଇ ଅଛନ୍ତି ଯେଉଁମାନେ ଏହା ଉତ୍ତମ ରୂପେ ବୁଝିବାକୁ ଚାହାନ୍ତି ସେମାନେ ଶ୍ରୀ ଚୈତନ୍ୟ ଚରିତାମୃତ ଓ ଶ୍ରୀ ଭକ୍ତି ରସାମୃତ ସିନ୍ଧୁ ଆଦି ଗ୍ରନ୍ଥ ମାନ ବିଶେଷ ରୁପେ ଆଲୋଚନା କରି ସାରନ୍ତି । ମୁଁ ଖାଲି ସାମାନ୍ୟ ଭାବରେ ଏମାନ ଉଲ୍ଲେଖ କରୁଅଛି ।

 

ଶ୍ରୀ ଭଗବାନଙ୍କଠାରେ ଲାଭ ଉତ୍ପନ୍ନ ହୋଇ ନାହିଁ , ଅଥଚ ଶାସ୍ତ୍ର ଶାସନ ଭୟରୁ ଭଗବତ୍ ସେବାର ଯେଉଁ ପ୍ରବୃତ୍ତି ଜାତ ହୁଏ ତାହାକୁ ବେଶୀ ଭକ୍ତି ବୋଲାଯାଏ ।

 

ରାଗହୀନ ଜନ ଭଜେ ଶାସ୍ତ୍ରେତ ଆଜ୍ଞାୟ

ବୈଧି ଭକ୍ତି ବଲି ତାର ସର୍ବ ଶାସ୍ତ୍ରେ ଗାୟ ।

                        (ଚୈଃ ଚଃ ମଧ୍ୟ ୨୨ଶ ପରି )       

ଏହି ବୈଧିଭକ୍ତିର ଅଙ୍ଗ ବହୁ ପ୍ରକାର । ଅର୍ଥାତ୍ ଅନେକ ରୁପେ ଏହା ସାଧନା କରାଯାଏ । ଶ୍ରୀ ଭକ୍ତି ରସାମୃତ ସିନ୍ଧୁ ଆଦି ଗ୍ରନ୍ଥରେ ୬୪ ପ୍ରକାର ଉଲ୍ଲେଖ କରାଯାଇଛି । ଯଥା -୧- ଗୁରୁପାଦାଶ୍ରୟ , ୨- ଗୁରୁଦେବଙ୍କ ଠାରୁ ଶିକ୍ଷା ଗ୍ରହଣ ପୂର୍ବକ ତତ୍ ବିଷୟ ଶିକ୍ଷା , ୩- ବିଶ୍ଵାସ ସହକାରେ ଗୁରୁ ସେବା ,୪- ସାଧୁମାନଙ୍କର ଆଚାରିତ ପଥର ଅନୁଗମନ ,୫-ସଦ୍ଧର୍ମ ଜିଜ୍ଞାସା ,୬- ଶ୍ରୀକୃଷ୍ଣଙ୍କର ସଫଳତା ଲାଭ ନିମିତ୍ତ ଭୋଗାଦି ତ୍ୟାଗ ,୭- ଦ୍ଵାରିକାଦି ଧାମରେ କିମ୍ବା ଗୟାଦି ତୀର୍ଥରେ ବାସ ,୮- ଯାବତ୍ ନିର୍ବାହ ପରିଗ୍ରହ ଅର୍ଥାତ୍ ବ୍ୟବହାର ଆଦିରେ ଯେତିକି ମାତ୍ର ଆବଶ୍ୟକ ତାହାହିଁ ଗ୍ରହଣ ,୯- ଏକାଦଶୀ ଜନ୍ମାଷ୍ଟମୀ ପ୍ରଭୁତି ହରିବାସର ମାନଙରେ ଯତା ଶକ୍ତି ସମ୍ମାନ ,୧୦ –ଆମଳିକି ,ଅଶ୍ଵଥି , ଗୋରୁ ବିପ୍ର ଓ ବୈଷ୍ଣବ ମାନଙ୍କ ପୂଜା ,୧୧-ଅବୈଷ୍ଣବ ସଂଗ ତ୍ୟାଗ , ୧୨ ଅନଧିକାରୀ ବ୍ୟକ୍ତିଙ୍କୁ ଶିଷ୍ୟ ରୂପେ ଅଧିକାର ନ କରିବା .୧୩ – ମହତ୍ ଆରମ୍ଭରେ ନିରୁଦ୍ୟମତା ( ମଠାଦି ନିର୍ମାଣ ଇତ୍ୟାଦି ),୧୪ – ବହୁ ଗ୍ରନ୍ଥ ଅଧ୍ୟୟନ କିମ୍ବା ବହୁକଳା ଅଭ୍ୟାସ ବା ବାଖ୍ୟା ଅଥବା ବାଦ ବର୍ଜନ ,୧୫-ବ୍ୟବହାରରେ କୃପଣତା ଶୂନ୍ୟ ଅର୍ଥାତ୍ ଅନ୍ନ ବସ୍ତ୍ରାଦି ଅଲଭ୍ୟ କିମ୍ବା ବିନଷ୍ଟ ହେଲେ ସେଥିପାଇଁ ବ୍ୟାକୁଳ ନ ହେବା ,୧୬- ଶୋକ ମୋହ ଆଦିରେ ଅବଶୀଭୁତତା ,୧୭ –ଅନ୍ୟ ଦେବତାଙ୍କୁ ଅବଜ୍ଞା ନ କରିବା କିମ୍ବା ଅନ୍ୟ ଧର୍ମ ଶାସ୍ତ୍ରକୁ ନିନ୍ଦା ନ କରିବା ,,୧୮ – ପ୍ରାଣି ମାନଙ୍କୁ ଉଦ୍ୟେଗ ନ ଦେବା ,୧୯- ସେବା ଓ ଅପରାଧ ଓ ନାମାପରାଧ ଯେପରି ଉତ୍ପନ୍ନ ନ ହୁଏ ସାବଧାନ ରହିବା,୨୦- ଶ୍ରୀକୃଷ୍ଣ କିମ୍ବା ତାହାଙ୍କର ଭକ୍ତ ବିଷୟକୁ ନିନ୍ଦା ଶ୍ରବଣରେ ଅସହିଷ୍ଣୁତା ପ୍ରକାଶ ,୨୧ – ବୈଷ୍ଣବ ଚିହ୍ନ ଧାରଣ କରିବା ,୨୨ – ଶରୀରରେ ହରି ନାମାକ୍ଷର ଲିଖନ ,୨୩ ନିର୍ମାଲ୍ୟ ଧାରଣ ,୨୪ – ଶ୍ରୀ ଭଗବାନଙ୍କ ଅଗ୍ରରେ ନୃତ୍ୟ ,୨୫ –ଦଣ୍ଡବତ ଓ ନମସ୍କାର ,୨୬- ଶ୍ରୀକୃଷ୍ଣଙ୍କର ବିଗ୍ରହ ଦର୍ଶନ କରି ଗାତ୍ରୋତତାନ ,୨୭ –ଅନୁବଜ୍ୟ ଅର୍ଥାତ୍ ପ୍ରତିମୃର୍ତ୍ତି ପଶ୍ଚାତ୍ ପଶ୍ଚାତ୍ ଗମନ ,୨୮- ଶ୍ରୀ ଭଗବାନଙ୍କ ଅଧୀଷ୍ଠାନ ସ୍ଥାନକୁ ଗମନ,୨୯ –ପରିକ୍ରମା

,୩୦- ଅର୍ଜନ ଓ ପୂଜା ,୩୧- ପରିଚର୍ଯ୍ୟା (ଉପକରଣ ପରିଷ୍କାର ବା ଚାମଚାଦି ବଂଜନ ) , ୩୨- ଗୀତ , ୩୩- ସଂକୀର୍ତ୍ତନ ,୩୪ ଜପ , ୩୫ ବିଜ୍ଞପ୍ତି (ନିବେଦନ ), ୩୬ – ସ୍ତବ ପାଠ ,୩୭-ନୈବେଦ ସ୍ପାଦନ ,,୩୮ ଶ୍ରୀ ଚରଣା ମୃତ ଆସ୍ପାଦନ ,୩୯- ଧୂପ ମ୍ୟାଲ୍ୟାଦିର ସାୌରଭ ଗ୍ରହଣ , ୪୦ – ଶ୍ରୀ ମୃତି ଦର୍ଶନ ,୪୧ – ଶ୍ରୀ ମୃତ୍ତି ଦର୍ଶନ ,୪୨ – ଆରତି ଓ ଉତ୍ସବାଦି ଦର୍ଶନ ,୪୩ ନାମ , ଗୂଣ ଲୀଳାଦି ଶ୍ରବଣ ,୪୪-ଶ୍ରୀ କୃଷ୍ଣଙ୍କ କୃପା ଗତି ଶ୍ରବଣ କରି ରହିବା ,୪୫ –ସ୍ମରଣ ,୪୬- ଧ୍ୟାନ ,୪୭- ଦାସ୍ୟ ,୪୮-ସଖ୍ୟ , ୪୯- ଆସ ନିବେ ଦନ ,୫୦ – ଶ୍ରୀକୃଷ୍ଣ ଙ୍କର ନିଜ ପ୍ରିୟ ବସ୍ତୁ ପ୍ରଦାନ ,୫୧ – ଶ୍ରୀକୃଷ୍ଣ ଙ୍କ ନିମିତ୍ତ ସମସ୍ତ ଚେଷ୍ଟା , ୫୨- ସକଳ ଅବସ୍ଥାରେ ଶରଣ ପତି , ୫୩ ଶ୍ରୀକୃଷ୍ଣ ସମ୍ବଦ୍ଧୀୟ ସମସ୍ତ ନସ୍ତୁ ମାତ୍ରର ସେବନ ଅର୍ଥାତ୍ ତୁଳସୀ ସେବନ ,୫୪- ଶ୍ରୀ ଭାଗବତ ଶାସ୍ତ୍ରର ସେବନ ,୫୫ – ମଥୁରା ମଣ୍ଡଳର ସେବନ ,୫୬ ବୈଷ୍ଣବାଦିଙ୍କ ସେବନ ,୫୭ –ନିଜ ବିତ୍ତାନ ରୂପ ମହୋତ୍ସବ କରଣ ,୫୮ – କାର୍ତ୍ତିକ ମାସର ବିଶେଷ ସମାଦର ,୫୯- ଶ୍ରୀକୃଷ୍ଣଙ୍କ ଜନ୍ମ ଯାତ୍ରା ,୬୦- ଶ୍ରଦ୍ଧା ପୂର୍ବକ ଶ୍ରୀମୃତ୍ତିର ପରିଚର୍ଯ୍ୟା ,,୬୧ – ଭକ୍ତ ମାନଙ୍କ ସହ ଶ୍ରୀ ଭାଗବତ ଅର୍ଥ ଆସ୍ଵାଦନ ,୬୨- ସ୍ଵଜାତୀୟ ସ୍ନିଗ୍ଧ ଆପଣଙ୍କ ଠାରୁ ଶ୍ରେଷ୍ଠ ସାଧୁମାନଙ୍କର ସାଙ୍ଗ ,୬୩ – ନାମ ସଂକୀର୍ତ୍ତନ ,୬୪- ମଥୁରା ମଣ୍ଡଳରେ ବାସ ।

 

ଏହି ୬୪ ଅଙ୍ଗ ସାଧନ ଭକ୍ତି ମଧ୍ୟରେ ସାଧୁସଙ୍ଗ , ନାମକୀର୍ତ୍ତନ ,ଭାଗବତ ଶ୍ରବଣ , ମଥୁରା ବାସ ଏବଂ ଶ୍ରଦ୍ଧାରେ ଶ୍ରୀମୃତ୍ତି ସେବନ ଏହି ପଞ୍ଚଅଙ୍ଗ ପ୍ରଧାନ ଯଥା –

 

       ସାଧୁସଙ୍ଗ ନାମ କୀର୍ତ୍ତନ , ଭାଗବତ ଶ୍ରବଣ ,

ମଥୁରା ବାସ ଶ୍ରୀମୂର୍ତ୍ତିର ଶ୍ରଦ୍ଧାୟ ସେବନ ।

ସକଳ ସାଧନ ଶ୍ରେଷ୍ଣ ଏଇ ପଞ୍ଚ ଅଙ୍ଗ ।

କୃଷ୍ଣ ପ୍ରେମ ଜନ୍ମାୟ ଏହି ପଞ୍ଚେର ଅଳ୍ପ ସଙ୍ଗ

                  (ଚୈଃ ଚଃ ମଧ୍ୟଃ ୨୨ଶ ପରି )

      ରାଗାନୁଗ ଭକ୍ତିର ସଧନ ମଧ୍ୟ ଏହି ୬୪ ଅଙ୍ଗ କିମ୍ବା ତହିଁ ମଧ୍ୟରୁ କେତେକ ଅଙ୍ଗ ସାଧନାରେ ଅନୁଷ୍ଟିତ ହୁଏ । ରାମାନୁଗ ସାଧକ ମାନେ ଯେ ଏହି ୬୪ ଅଙ୍ଗ ସାଧନ ପରିତ୍ୟାଗ କରନ୍ତିୁ ସେମିତି ନୁହେଁ । ସେମାନଙକୁ ମଧ୍ୟ ଏ ସାଧନ ମାନ ଅବଲମ୍ବନ କରିବାକୁ ହୁଏ । ତେବେ ପ୍ରଥମେ ରାମାନୁଗ ଭକ୍ତି କାହାକୁ କହନ୍ତି ତାହା ବୁଝାଯାଉ । , ବ୍ରଜରେ ଶ୍ରୀ କୃଷ୍ଣଙ୍କର ପିତା ମାତା ସଖା ଓ ପ୍ରୈୟସୀ ପ୍ରଧାନ ଗୋପୀ ମାନଙ୍କର ଶ୍ରୀକୃଷ୍ଣଙ୍କ ଠାରେ ଯେଉଁ ସ୍ଵାଭାବିକ ଭକ୍ତି ଓ ସ୍ନେହ ତାହାକୁ ରାଗାତ୍ମିକ ଭକ୍ତ ବୋଲାଯାଏ ଏବଂ ଏହି ରାଗାତ୍ମିକ ଭକ୍ତିର କାର୍ଯ୍ୟମାନ ଶ୍ରବଣ କରି ସାଧକ ମାନେ ଯେତେବେଳେ ତଦ୍ରୁପ ଭଜନ କରିବାରେ ଅଭିଳାସ କରି କେବଳ ଅନୁରାଗ ସହ ଲୋଭ ବଶଃତ ଭୋଜନ କରାନ୍ତି । ସେମାନଙ୍କ ଭକ୍ତିକୁ ରାଗାନୁଗ ଭକ୍ତି ବୋଲାଯାଏ । ଯଥା –

 

ରାଗାତ୍ମିକ ଭକ୍ତିର ଲକ୍ଷଣଶୂନ୍ ସନାତନ

ରାଗାନୁଗ ଭକ୍ତି ମୁଖ୍ୟା ବ୍ରଜବାସୀ ଜନେ ,

ତାର ଅନୁଗତ ଭକ୍ତିର ରାଗାନୁଗା ନାମ

ରାଗମୟୀ ଭକ୍ତିର ହୟ ରାଗାତ୍ମିକା ନାମ ।

ତାହ ଶୁଣି ଲୁବଧ୍ ହୁଏ କୋନ ଭାଗ୍ୟବାନ

            (ଚୈଃ ଚଃ ମଧ୍ୟଃ ୨୬)

ବ୍ରଜରେ ଦାସ ,ସଖା , ପିତା , ମାତା ଓ ଗୋପୀମାନଙ୍କର ଭବାନୁରୂପ ଧାରଣ କରି ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧା ପୁର୍ବକ ଯେଉଁମାନେ ଭଜନ କରାନ୍ତି ସେମାନେ ରାଗାନୁକ ଭକ୍ତି ମଧ୍ୟରେ ପରିଗଣିତ । ଏ ଭକ୍ତମାନେ ବାହ୍ୟକରେ ଶ୍ରବଣ କୀର୍ତ୍ତନ ସାଧନା କଲେ ହିଁ ସ୍ନେହରେ ଉତ୍କର୍ଷର ନିଜ ସିଦ୍ଧ ଦେହ ମନେ ମନେ କଳ୍ପନା କରି ଦିବା ରାତ୍ର ସେମାନେ ଶ୍ରୀକୃଷ୍ଣ ସେବାରେ ରତ ଥାଆନ୍ତି । ଯଥା –

 

ବାହ୍ୟ ଅନ୍ତର ଇହାର ଦୁଇତ ସାଧନ

ବାହ୍ୟେ ସାଧନ ଦେହେ କରେ ଶ୍ରବଣ କୀର୍ତ୍ତନ

ମନେ ନିଜ ସିଦ୍ଧ ଦେହ କରିୟା ଭାବନ

ରାତ୍ରି ଦିନେ କରେ ବ୍ରଜେ କୃଷ୍ଣେର ସେବନ ।

                        (ଚୈଃ ଚଃ ମଧ୍ୟଃ ୨୨ପରି)      

ବୈଧି ଭକ୍ତି ଓ ରାଗାନୁଗ ଭକ୍ତିର ବାହାରେ ସାଧନ ପ୍ରକ୍ରିୟା ଏକ ପ୍ରକାର ହେଲେ ହେଁ ରାମାନୁଗ ଭକ୍ତିର ବୈଶିଷ୍ଠ ଏହି ଯେ , ଏହି ମାର୍ଗର ସାଧକ ନିଜେ ଗୁରୁଦତ୍ତ ସିଦ୍ଧ ଦେହ ସାଧନା କରି ତତ୍ ଦେହ ଦ୍ଵାରା ଦିବା ରାତ୍ର ବ୍ରଜରେ ଶ୍ରୀ ରାଧା ଗୋବିନ୍ଦଙ୍କର ମାନସିକ ସେବା କରନ୍ତି । ଏବଂଶ୍ରୀକୃଷ୍ଣଙ୍କ ପ୍ରତି ସ୍ନେହ ମମତା ବୃଦ୍ଧି ହେବାରୁ ବୈଧୀ ଭକ୍ତି ପ୍ରତି ତେତେ ଲକ୍ଷ୍ୟ ରହେ ନାହିଁ । ଅନୁରାଗ ବଶରେ କୌଣସି ସ୍ଥଳରେ ବିଧିର ଲଂଘନ ମଧ୍ୟ ଘଟେ ।

 

ଭକ୍ତି ସାଧନର କ୍ରମ ଦର୍ଶନରେ ଦେଖାଯାଏ , ପ୍ରଥମରେ ଶ୍ରଦ୍ଧା ତତ୍ ପରେସାଧୁ ସଙ୍ଗ , ତତ୍ପରେ ଭଜନ କ୍ରୀୟା ଅର୍ଥାତ୍ ଶ୍ରୀକୃଷ୍ଣ କଥା ଶ୍ରବଣରେ ଅର୍ଥାତ୍ କୃଷ୍ଣ ଗୁଣ କୀର୍ତ୍ତନରେ ଇଚ୍ଛା ଜନ୍ମେ ଓ ତାହା ଅଭ୍ୟାସ କରୁ କରୁ ସମସ୍ତ ଅନର୍ଥ ନିବୃତ୍ତ ହୋଇଯାଏ ଏବଂ ଭକ୍ତିରେ ନିଷ୍ଟା ଆସି ପ୍ରବେଶ ହୁଏ । ଭକ୍ତିର ଚିତ୍ତ ଯେତେବେଳେ କୃଷ୍ଣ ନିଷ୍ଠ ହୋଇଯାଏ ସେତେବେଳେ କୃଷ୍ଣ କଥା ଶ୍ରବଣାଦିରେ ରୁଚି ଜନ୍ମେ । ରୁଚିରୁ ଆଶକ୍ତି ଏବଂ ଆଶକ୍ତି ଜନ୍ମ ହେଲେ ଭକ୍ତକୁ କୃଷ୍ଣ ବିଷୟ ଛଡା ଅନ୍ୟ ବିଷୟ ଭଲ ଲାଗେ ନାହିଁ । ଆଶକ୍ତି ପ୍ରବଳ ହେଲେ ଭକ୍ତର ଯେଉଁ ମାନସିକ ଅବସ୍ଥା ଆସି ଉପସ୍ଥିତ ହୁଏ ତହାଙ୍କୁ ରତ୍ୟଙ୍କୁର ବୋଲି କୁହାଯାଏ । ସେହି ପ୍ରଥମେ ତରଳ ଥାଏ କ୍ରମେ କ୍ରମେ ଗାଢତାକ ପ୍ରାପ୍ତ ହୋଇ ପ୍ରେମ ନାମ ଧାରଣ କରେ । ଯଥା -

 

      କୋନ ଭାଗ୍ୟେ କୋନ ଜୀବେର ଶ୍ରଦ୍ଧା ଯଦି ହୟ

      ତେବେ ସେଇ ଜୀବ ସାଧୁ ସଙ୍ଗ କରୟ।

ସାଧୁସଙ୍ଗ ହେତେ ହୟ ଶ୍ରବଣ କୀର୍ତ୍ତନ

ସାଧନ ଭକ୍ତ୍ୟେ ହୟ ସର୍ବାନର୍ଥ ନିବିର୍ତ୍ତନ।

 

ଅନର୍ଥ ନିବୃତ୍ତି ହୈଲେ ଭକ୍ତ ନିଷ୍ଠା ହୟ ।

ନିଷ୍ଟା ହୈତେ ହୟେ ତବ ଆଶକ୍ତି ପ୍ରଚୁର

ଆସକ୍ତି ହୈତେ ଚିତ୍ତ ଜନ୍ମେ ରତିର ଅଙ୍କୁର।

ସେଇ ରତି ଗାଢ ହୈଲ ଧରେ ପ୍ରେମ ନାମ

ସେଇ ପ୍ରେମା ପ୍ରୟୋଜନ ସର୍ବାନନ୍ଦ ଧାମ ।

            (ଚୈଃ ଚଃ ମଧ୍ୟ ୨୩ ପରି )

ଏହି ଯେ ସାଧନ ଭକ୍ତି ବୈଧି ଓ ରାଗାନୁଗ ଭେଦରେ ଦ୍ଵିବିଧ ସାଧନ ରୂପରେ ପ୍ରଦର୍ଶିତ ହୋଇଅଛି ; ଏଥୀରେ ପ୍ରାପ୍ତବ୍ୟ ଫଳ ମଧ୍ୟ ବିଭିନ୍ନ । ଭାବ ଜାତ ନ ହେବା ପର୍ଯ୍ୟନ୍ତ ଭକ୍ତ ବୈଧୀ ଭକ୍ତିରେ ପରିଗଣିତ ହୋଇପାରନ୍ତି। ରାଗାନୁଗ ଭକ୍ତିରେ ହିଁ ଶ୍ରୀକୃଷ୍ଣ ଭକ୍ତଙ୍କର ବଶ ହୁଅନ୍ତି । ସେହି ରାଗାନୁଗ ଭକ୍ତି ଦ୍ଵିବିଧ । ସମ୍ବଦ୍ଧାନୁଗା ଓ କାମାନୁଗା । ଶ୍ରୀକୃାହ୍ଣଙ୍କ ସହିତ ପିତା ମାତା ବା ସଖାଦି ସମ୍ବଦ୍ଧ ସ୍ଥାପନ ପୂର୍ବକ ଶ୍ରୀ ନନ୍ଦ ଯୋଶଦା ଓ ଶ୍ରୀ ଦାମ ତ୍ସବଳାଦି ସଖାଙ୍କ ଅନୁଗତ ହୋ ଯେଊଁ ଭଜନ ତାହା ସମ୍ବଦ୍ଧାନିଗା ଓ ଗୋପୀମାନଙ୍କ ଆନୁଗତ୍ୟରେ ଯେଉଈ ଭଜନ ତାହା କାମାନୁଗ ଭକ୍ତି ନାମରେ ଅଭହୃତ । କାମାନୁଗା ହେଉ ବା ସମ୍ବଦ୍ଧାନୁଗା ହେଉ କୌଣସି ପଥରେ ରାଗାନୁଗା ଭକ୍ତି ପଛରେ ଅଗ୍ରସର ହେଲେ ସାଧକର ବେଦଧର୍ମ ପ୍ରତି ପ୍ରାୟ ଅପେକ୍ଷା କରେ ନାହିଁ ।ସେ ଯେ ଇଚ୍ଛା ସହିତ ତାହା ପରିତ୍ୟାଗ କରନ୍ତି ଏମନ୍ତ ନୁହେଁ । ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାନୈଷ୍ଟିକ ପଣ୍ଡିତ । ବିଧିନାଗରୁ ଏତେ ତିଳେ ମାତ୍ର ବ୍ୟତିକ୍ରମ କରି ସେ ଚଳୁନଥିଲେ । ମହାପ୍ରଭୁ ତାଙ୍କୁ ଅନୁଗ୍ରହ ପୂର୍ବକ ଭଗବତ୍ ତତ୍ତ୍ଵ ଉପଦେଶ କରି ତାଙ୍କର ଦିବ୍ୟ ଚକ୍ଷୁ ଉନ୍ମୋଚନ କଲେ । ତତ୍ପରେ ଏକ ଦିବସ ପରୀକ୍ଷା ସ୍ଵରୁପ ପ୍ରାତଃକାଳକୁ ସାର୍ବ ଭୌମ ଶର୍ଯ୍ୟାରୁ ନ ଉଠୁଣୁ ମହାପ୍ରଭୁ ସ୍ଵହସ୍ତରେ ମହାପ୍ରସାଦ ଘେନି ତାଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ଶର୍ଯ୍ୟାରୁ ଉଠଇ ମହାପ୍ରସାଦ ଅର୍ପଣ କଲେ ; ସାର୍ବଭୌମ ନିତ୍ୟକୃତ୍ୟ ସମାପନ କକରି ସେହି ମହାପ୍ରସାଦ ନିର୍ବିକାର ଚିତ୍ତରେ ସେବନ କଲେ । ମହାପ୍ରଭୁଙ୍କର ନିଜ ଗଣ ଶ୍ରୀ ଧାମ ନବ ଦ୍ଵିପରେ ଆସି ପୁରୁଷୋତ୍ତମରେ ପହଞ୍ଚନ୍ତେ ମହାପ୍ରଭୁଙ୍କ ଇଙ୍ଗିତରେ କାଶୀନାଥ ପଟ୍ଟନାୟକ ସେମାନଙ୍କର ସେବାର୍ଥ ମହାପ୍ରସାଦ ବୁହାଇ ନେଇଗଲେ । ମହାରାଜ ପ୍ରତାପରୁଦ୍ରଦେବ ନିଜ ପ୍ରସାଦ ଉପରୁ ଏହି ମହାପ୍ରସାଦ ନୀତ ହେବାର କାରଣ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ପଚାରିଲେ । ସେ କହିଲେ ମହାରାଜ ! ଭକ୍ତ ମାନଙ୍କୁ ସେବାନର୍ଥ ମହାପ୍ରଭୁଙ୍କ ଆଦେଶ କ୍ରମେ ବାଣୀନାଥ ଏହି ମହାପ୍ରସାଦ ନେଉ ଅଛନ୍ତି । ମହାରାହ ତହୁଁ ପଚାରିଲେ ତୀର୍ଥରେ ପ୍ରବେଶ କରି ପ୍ରଥମକ୍ଷୌର ଏବଂ ଉପବାସ ବିନା ବିଧି । ଏ ପିଣି କି ରୂପ ନୂତନ ବିଧି । ସାର୍ବଭୌମ ଉତ୍ତର କଲେ ମହାରାଜା ! ଆପାନ ଯାହା କହୁଅଛନ୍ତି ସେ ବିଧି ଧର୍ମ କିନ୍ତୁ ରାଜମାର୍ଗର ପ୍ରର୍ଣାଳୀ ତାହାଠାରୁ ବଡ଼ ସୂକ୍ଷ୍ମ । କ୍ଷୌର ଉପବାସାଦି ଇଶ୍ଵରଙ୍କ ଆଜ୍ଞା । କିନ୍ତୁ ସେବନ ନିମିତ୍ତ ମହପ୍ରଭୁ ସାକ୍ଷାତ୍ ଆଜ୍ଞା କରୁ ଅଛନ୍ତି । ମହାପ୍ରଭୁଙ୍କ ଆଜ୍ଞା ଲଘଂନରେ ଅପରାଧ ହେବ । ବିଶେଷତ୍ଵ ମହାପ୍ରଭୁ ଶ୍ରୀ ହସ୍ତରେ ସ୍ଵୟଂ ପରିବେଷଣ କରିବେ । ଏହା କି ଛାଡିବାର କଥା । ମଜୋତେ ମହାପ୍ରଭୁ ଦିନେ ପରୀକ୍ଷା କରିବା ପାଇଂ ମୁଁ ଶର୍ଯ୍ୟାରୁ ନ ଉଠୁଣୀ ନିଜ ସ୍ଵହସ୍ତରେ ମହାପ୍ରସାଦ ଧରିମୋ ନିକଃରେ ଉପସ୍ଥିତ। ମୁଁ ଶର୍ଯ୍ୟାରୁ ଉ ଠନ୍ତେ ମହାପ୍ରଭୁ ମୋତେ ପ୍ରସାଦ ଦେଲେ ଓ ମୁଁ ଦାନ୍ତ ଧାପନାଦି କରି ତାତା ସେବନ କଲି । ମହାପ୍ରଭୂ କୃପାକରି ହୃଦୟରେ ପ୍ରେମ ଭକ୍ତି କରାଇଲେ ଆଉ ବିଧି ପ୍ରତି ଭକ୍ତର ଲକ୍ଷ୍ୟ ରହେ କି । ଯଥାଃ-

 

ଯାରେ କୃପା କରି କରେ ହୃଦୟେ ପ୍ରେରଣ

କୃଷ୍ଣଶ୍ରୟେ ସେଇ ଛାଡେ ବେଦ ଲୋକ ଧର୍ମ୍ମ

                  (ଚୈଃ ଚଃ ମଧ୍ୟ )

ଶ୍ରୀକୃଷ୍ଣ ଚରଣାବିନ୍ଦରେ ଯାହାର ଅନୁରାଗ ଉପସ୍ଥିତ ହୁଏ ଯେ ଅନୁରାଗ ବେଳରେ ଶ୍ରୀକୃଷ୍ଣ ପ୍ରେମ ପାଇବା ପାଇଁ ଧାବ ମାନ ହୁଏ । ନଦୀ ବଢିଲେ ସମ୍ମୁଖର ସମସ୍ତ ବାଧାବିଘ୍ନ ଅତିକ୍ରମ କରି ସାଗର ସହିତ ମିଳିତ ହୁଏ । ସେତେବେଳେ ବାଟ ଅବାଟ ମାନେ ନାହିଁ । କୃଷ୍ଣାନୁରାଗ ମଧ୍ୟ ତଦ୍ରୁପ । ଭକ୍ତର ଅନୁରାଗ ଜାତ ହେଲେ ସେ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ପାଏ ଓ ତାଙ୍କୁ ପାଇବାକୁ ଦଉଡେ । ଭକ୍ତ ବତ୍ସଳ ଭଗବାନ ତାର ସମ୍ମୁଖରୁ ସମସ୍ତ ବାଧା ବିଘ୍ନ ଅପସାରିତ ବା ଚୂର୍ଣ୍ଣୀଭୁତ କରି ଦିଅନ୍ତି । ଅତଏବ କୃଷ୍ଣ ଓ କୃଷ୍ଣ ପ୍ରେମ ପ୍ରାପ୍ତି ବିଷୟରେ ଅନୁରାଗୀ ଭକ୍ତର କିଛି ମାତ୍ର କଷ୍ଟାନାଭୁତି ହୁଏ ନାହିଁ ।

ଶ୍ରୀ କୃଷ୍ଣଙ୍କ ଠାରେ ଏହି ରୁପ ଅନୁରାଗ ଜାତ ହେଲେ ଭକ୍ତର ଅନ୍ୟ ବସ୍ତୁ ପ୍ରତି ଆଉ ରାଗ ରହେ ନାହିଁ । ଯଥା –

କୃଷ୍ଣେର ଚରଣେ ଯଦି ହୟ ଅନୁରାଗ

କୃଷ୍ଣ ବିନୁ ଅନ୍ୟତ୍ର ତାର ନାହିଁ ରହେ ରାଗ ।

                  (ଚୈଃ ଚଃ ଆଦି )

ଶ୍ରୀକୃଷ୍ଣ ଓ ଶ୍ରୀକୃଷ୍ଣ ସମ୍ବଦ୍ଧୀୟ ବସ୍ତୁ ଛଡା ଅନ୍ୟ ସମସ୍ତ ତାକୁ ପିତା ଲାଗେ ।

 

ଏହି ଯେ ରାଗ ମାର୍ଘର ଭଜନ ଏହା ଅବଲମ୍ବନ କରିବାକୁ ହେଲେ ଶ୍ରୀ ବ୍ରଜବାସୀଙ୍କର ଆନୁଗ୍ତୟ ଗ୍ରହଣ କରିବାକୁ ହେବ । ସେମାନଙ୍କ ଆନୁଗତ୍ୟ ବ୍ୟତିରକେ ଏ ରାଜମାର୍ଗର ଭଜନ ହୋଇ ନପାରେ । ଅନ୍ୟ ରତି ଦୂରର କଥା ? ଶ୍ରୀମାନ ନାରାୟଣଙ୍କ ଅନୁଗତା ପ୍ରେୟାସୀ ଲକ୍ଷ୍ମି ଠାକୁରାଣୀ ଶ୍ରୀକୃଷ୍ଣ ଓ ଶ୍ରୀ ନାରାୟଣ ଏକ ଜାଣି ଏବଂ ଶ୍ରୀ କୃଷ୍ଣ ଙ୍କର ଅଧିକତର ବୈଦଗ୍ଧି ଶ୍ରବଣ କରି ଶ୍ରୀକୃଷ୍ଣକୁ ପ୍ରାପ୍ତୋ କାମନା କରି କଠୋର ତପସ୍ୟା କଲେ । କିନ୍ତୁ ଅଭିମାନୀନି ଲକ୍ଷ୍ମୀ ବ୍ରଜଲଳନା ମାନଙ୍କୁ କିପରି ଅନୁସରଣ କରିବେ ଏ ଅଭିମାନ ପରିତ୍ୟଗ କରିପାରିଲେ ନାହିଁ । ତେଣୁ ବ୍ରତାବତରଣ କରି ମଧ୍ୟ ସେ ବ୍ରଜରେ ବିଦଗ୍ଧ ଶିରୋମଣି ଶ୍ରୀକୃଷ୍ଣଙ୍କର ସଂଗ ପାଇପାରିଲେ ନାହିଁ । ସେଥି ପାଇଁ ଶ୍ରିମାନ ବେଙ୍କଟ ଭଟ୍ଟଙ୍କୁ ମହାପ୍ରଭୁ ଏଇ ରାଗାନୁଗ ପଥର ଭଜନ ଶିକ୍ଷା ଦେଇ କହିଅଛନ୍ତି -

 

ବ୍ରଜଲୋକେର ଭାବେ ପାଇୟେ ତାହାର ଚରଣ

ତାରେ ଇଶ୍ଵର କରି ନାହିଁ ଜାନେ ବ୍ରଜଧନ ।

କେହି ତାଁରେ ପୁତ୍ର ଜ୍ଞାନେ ଉଦୁଖଲେ ବାନ୍ଧେ

କେହ ସଖା ଜ୍ଞାନେ ଜିନି ଚଢେ ତାର କାନ୍ଧେ ।

 

ବ୍ରଜେନ୍ଦ୍ର ନନ୍ଦନ ତାଁର ଜାନେ ବ୍ରଜଜନ

ଐଶର୍ଯ୍ୟ ଜ୍ଞାନେ ନାହିଁ ସମ୍ବଦ୍ଧ ମନନ ।

ବ୍ରଜ ଲୋକେର ଭାବେ ଯେଇ କରୟେ ଭଜନ

ସେଇ ବ୍ରଜେ ପ୍ରାୟ ଶୁଦ୍ଧ ବ୍ରଜେନ୍ଦ୍ର ନନ୍ଦନ ।

 

ଶ୍ରୃତି ଗଣେ ଗୋପୀଗଣେର ଅନୁଗତ ହୟାଁ

ବ୍ରଜେଶ୍ଵରୀ ସ୍ତୁତି ଭଜେ ଗୋଗୀଭାବ ଲୟଁ ।

ବାହ୍ୟାନ୍ତରେ ଗୋପୀଦେହ ବ୍ରଜେ ଯବେ ପାଇଲ

ସେଇ ଦେହେ କୃଷ୍ଣ ସଙ୍ଗ ରାସ କ୍ରୀଡ଼ା କୈଲ

 

ଗୋପ ଜାତି କୃଷ୍ଣ ଗୋପୀ ପ୍ରେୟସୀ ତାହାର

ଦୈବୀ ବା ଅନ୍ୟ ସ୍ତ୍ରୀ କୃଷ୍ଣ୍ଣ ନାକରେ ଅଙ୍ଗିକାର ।

ଲକ୍ଷ୍ମୀ ଚାହେଁ ସେଇ ଦେହେ କୃଷ୍ଣର ସଙ୍ଗମ

ଗୋପୀ ରାଗନୁଗା ହଞ୍ଜା ନା କୈଲ ଭଜନ ।

 

ଅନ୍ୟ ଦେହେ ନ ପାଇୟେ ରାସ ବିଳାସ

ଅତଏବ ନାହେଁ ଶ୍ଲୋକେ କହେ ବେଦବ୍ୟାସ ।

 

ଶ୍ରୀକୃଷ୍ଣ ବ୍ରଜେନ୍ଦ୍ର ନନ୍ଦନ । ପୂର୍ଣ୍ଣ ମାଧୁର୍ଯ୍ୟର ଆକାର । କେବଳ ଗୋପୀ ଭାବ ରୂପ ଦର୍ପଣ ସମ୍ମୁଖରେ ସେହି ଶ୍ରୀ କୃଷ୍ଣ ମାଧୁର୍ଯ୍ୟ ପ୍ରତିକ୍ଷଣରେ ନବନବାୟ ମାନ ହୋଇ ପ୍ରତୀୟମାନ ହୁଏ । କୃଷ୍ଣମାଧୁର୍ଯ୍ୟ ଓ ଗୋପୀଭାବ ଦୁହେଁ ପରସ୍ପରର ସନ୍ଦର୍ଶନରେ କ୍ରମେ କ୍ରମେ ଏପରି ବଢ଼ିବାକୁ ଆରମ୍ଭ କରନ୍ତେ ଯେ ସେ ଦୁହିଁଙ୍କ ମଧ୍ୟରୁ କେହି ପରାସ୍ତ ହୁଏ ନାହିଁ । କିନ୍ତୁ ସେହି ଯେ ଅପୂର୍ବ କୃଷ୍ଣ ମାଧୁର୍ଯ୍ୟ ତାହା ଆସ୍ଵାଦନ କରିବାର ଏକମାତ୍ର ପଥ ଦ୍ଵାରା ରାଗ ମାର୍ଗର ଭଜନ । କର୍ମ୍ମ, ତପ, ଯୋଗ ଜ୍ଞାନ କିମ୍ବା ବିଧିଭକ୍ତି ଆଚରଣ ଦ୍ଵାରା ମଧ୍ୟ ସେ ମାଧୁର୍ଯ୍ୟ ଆସ୍ଵାଦନ କଦାପି କାହାର ଭାଗ୍ୟରେ ମିଳି ନପାରେ । ଏ ସମ୍ବଦ୍ଧରେ ମହାପ୍ରଭୂଙ୍କର ଶ୍ରୀମୁଖୋକ୍ତି ଏହି –

 

ଗୋପୀ ଭାବ ଦର୍ପଣ                   ନବ ନବ କ୍ଷଣେ କ୍ଷଣ

ତାର ଆଗେ କୃଷ୍ଣେର ମାଧୁର୍ଯ୍ୟ

ଦୁହେଁ କରି ହୁଡ଼ାହୁଡ଼ି                   ବାଢ଼େ ମୁଖ ନାହିଁ ମୁଢ଼

ନବ ନବ ଦୋହାଁର ପ୍ରାଚୁର୍ଯ୍ୟ ।

 

କର୍ମ୍ମ ତପ ଯୋଗ ଜ୍ଞାନ                   ବିଧି ଭକ୍ତି ଯୋଗ ଧ୍ୟାନ

ଇହା ହୈତ ମାଧୂର୍ଯ୍ୟ ଦୁର୍ଲ୍ଲଭ

କେବଳ ଯେ ରାଜମାର୍ଗେ             ଭଜେ କୃଷ୍ଣ ଅନୁରାଗ

ତାରେ କୃଷ୍ଣେ ମାଧୁର୍ଯ୍ୟ ସୁଲଭ ।

 

ଏହି ଯେ ରାଗମାର୍ଗର ଭଜନ ତାହା ଅବଲମ୍ବନ କଲେ ଭଜନକାରୀଙ୍କୁ ଦେବଋଣ ,ପିତୃଋଣ ଓ ଋଷିଋଣ ପ୍ରଭୁତିରେ ଋଣୀ ହେବାକୁ ପଡେ ନାହିଁ । ରାଜମାର୍ଗରେ କୃଷ୍ଣ ଭଜନ କଲା ମାତ୍ରେ ଏ ସମସ୍ତ ଋଣଦାଉରୁ ମାନବ ମୁକ୍ତି ଲାଭ କରଇ । ବିଧି ଧର୍ମ ତ୍ୟାଗ ପୂର୍ବକ ଏକାନ୍ତ ଭାବରେ ଶ୍ରୀକୃଷ୍ଣ ଚରଣାର ବିନ୍ଦ ଆଶ୍ରୟକାରୀ ଜନର ନିଷିଦ୍ଧ ପାପାଚାର ବିଷୟରେ ପ୍ରବୃତ୍ତି ରହେ ନାହିଁ । ଯଦି ଏମନ୍ତ ରାଗାମାର୍ଗାବଲମ୍ବୀ ଭକ୍ତିର ଅଜ୍ଞାନ ବଶତଃ କେତେବେଳେ ପାପ ଉପସ୍ଥିତ ହୁଏ ତେବେ ତେବେ କୃଷ୍ଣ କୃପା ପୂର୍ବକ ତାକୁ ସେଥିରୁ ରକ୍ଷା କରନ୍ତି । ସେଥିପାଇଁ ସେ ଭକ୍ତକୁ ପ୍ରାୟଶ୍ଚିତ କରିବାକୁ ପଡ଼େ ନାହିଁ । ମହାପ୍ରଭୁଙ୍କର ଶ୍ରୀ ସନାତନ ଗୋସ୍ଵାମିଙ୍କୁ ଉପଦେଶ –

 

ବିଧି ଧର୍ମ ଛାଡ଼ି ଭଜେ କୃଷ୍ଣେର ଚରଣ

ନିଷିଦ୍ଧ ପାପାଚାରେ ତାର କଭୁ ନହେ ମନ

ଆଜ୍ଞାନେଓ ହୟ ଯଦି ପାପ ଉପସ୍ଥିତ

କୃଷ୍ଣ ତାରେ ଶୁଣି କରେନ ନାକରେ ପ୍ରାୟଶ୍ଚିତ ।

                  (ଚୈଃ ଚଃ ମଧ୍ୟ )

ଶ୍ରୀ ଭଗବାନ ବିଧିର ଅପେକ୍ଷା ରଖନ୍ତି ନାହିଁ ,ଭକ୍ତର ଅନୁରାଗ ଜାଣି ତାକୁ ଗ୍ରହଣ କରାନ୍ତି , ତାହାର ଶିରୋମଣି ଶ୍ରୀ ଗୌରଚନ୍ଦ୍ର ମଧ୍ୟ ଭକ୍ତ ଗଣଙ୍କ ସଙ୍ଗେ ନଗରକୀର୍ତ୍ତନ କରୁ କରୁ ଶ୍ରୀଧରଙ୍କ ଗୃହରେ ଆସି ଉପସ୍ଥିତ ହେଲେ ଏବଂ ତାଙ୍କ ଗୃହର ଗୃହର ବାହାରେ ଭଙ୍ଗା ଲୌହ କଳସୀରେ ଯେଉଁ ଜଳ ଥୀଲା ତାହା ନେଇ ଭକ୍ତି ପୂର୍ବକ ପାନ କଲେ । ମହାପ୍ରଭୁଙ୍କର ଏ ଅପୂର୍ବ କରୁଣା ଦେଖି ଶ୍ରୀଧର ମୁଚ୍ଛିତ ହେଲେ ଓ ଅପର ସଙ୍ଗୀମାନର ଚମକୃତ ହେଲେ ଏବଂ ଶ୍ରୀ ଧର ଗୃହର ବାହାରର ଜଳ ପାନକୁ ଲକ୍ଷ୍ୟ କଜରି ଶ୍ରୀଲ ବୃନ୍ଦାବନ ଦାସ କହିଛନ୍ତି –

 

ଯେ ସେ ଦ୍ରବ୍ୟ ସେବକେର ସର୍ବ ଭାବେ ଖାୟ

ନୈବେଦାଦି ବିଧିର ଅପେକ୍ଷା ନାହିଁ ଚାୟ ।

 

ଅତଏବ ମହାପ୍ରଭୁଙ୍କର ଶିକ୍ଷା ଓ ଆଚରଣରୁ ଦେଖାଗଲା ରାଜ ମାର୍ଗର ଭଜନ ହିଁ ସର୍ବୋକୃଷ୍ଟ ପଥ ।

 

ଅଷ୍ଟମ ପରିଚ୍ଛେଦ ।

ରସ ତତ୍ତ୍ଵ ।

 

କୌଣସି ଭାଗ୍ୟରୁ ମଣିଷର ଶ୍ରଦ୍ଧା ଜାତ ହେଲେ ସେ ସାଧୁ ସଙ୍ଗ କରନ୍ତି ଏବଂ ସାଧୁସଙ୍ଗରୁ ଶ୍ରବଣ କୀର୍ତ୍ତନାଦି ଭକ୍ତି ଅଙ୍ଗମାନ କୀର୍ତ୍ତନ କରୁ କରୁ ଭକ୍ତମାନଙ୍କର କ୍ରମେ ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତି ଜାତ ହୁଏ । ଏବଵଂ ତାହା କ୍ରମେ ଗାଢତା ପ୍ରାପ୍ତ ହେଲେ ପ୍ରେମ ନାମ ଧାରଣ କରେ । ସେହି ରତି ଅଧିକାରୀ ଭେଦରେ ପାଞ୍ଚ ପ୍ରକାର । ଶାନ୍ତ, ଦାସ୍ୟ,ସଖ୍ୟ , ବାତ୍ସଲ୍ୟ ,ଓ ମଧୁର । ଯଥା

 

ଅଧୀକାରୀ ଭେଦେ ରତି ପାଞ୍ଚ ପରକାର

ଶାନ୍ତି , ଦାସ୍ୟ .ସଖ୍ୟ ,ବାତ୍ସଲ୍ୟ ,ମଧୁର ଆର ।

            (ଚୈଃ ଚଃ ମଧ୍ୟ ୨୩)

ଏହି ପାଞ୍ଚଗୋଟି ସ୍ଥାୟୀ ଭାବରେ ପାଞ୍ଚ ରସ ମଧ୍ୟରେ ପରିଗଣିତ । ଏହି ପାଞ୍ଚ ରତି ଯେତେବେଳେ ରସରେ ପରିଣତ ହୁଏ ସେତେବେଳେ ତାହାର ବିଷୟ ଆଲମ୍ବନ ଶ୍ରୀକୃଷ୍ଣ ସେହି ରସ ମାନଙ୍କ ଦ୍ଵାରା ବଶ ହୁଅନ୍ତି । ଆଶ୍ର୍ୟ ଅବଲମ୍ବ ପଞ୍ଚବିଧ ଭକ୍ତ ମାନେ ମଧ୍ୟ ଖୁସି ହୁଅନ୍ତି ।

 

ଦଧି ସାଙ୍ଗରେ ଚିନି , କର୍ପୁର ଓ ମରିଚ ମିଶାଇଲେ ଯେପରି ଏକ ସୁନ୍ଦର ରସାଳ ପ୍ରସ୍ତୁତ ହୁଏ ଓ ଜିହ୍ନାର ଅତୀବ ସୁଖଦାୟକ ହୁଏ ସେହିପରି ସ୍ଥାୟୀ ଭବର ଏହି ପାଞ୍ଚ ରତିର ସଙ୍ଗରେ ବିଭାବ ,ଅନୁଭବ ସ୍ଵାତିକ ଓ ବ୍ୟଭିଚାରୀ ଭାବମାନେ ଯୁକ୍ତ ହୋଇ ରସରୂପେ ପରିଣତ ହୋଇ ସ୍ଵାଦମାନ୍ୟ ହୁଏ । ବିଭାବ୍ୟ ,ଅନୁଭବ ,ସାତ୍ତ୍ଵିକ ଓ ବ୍ୟଭିଚାରୀ ଏମାନେ ଶ୍ରୀ ଭକ୍ତି ରସାମୃତସିନ୍ଧୁ ଗ୍ରନ୍ଥରେ ଉତ୍ତମ ରୂପେ ପ୍ରଦର୍ଶିତ ହୋଇ ଅଛନ୍ତି । । ତେବେ ଏନାମଙ୍କର ସାମାନ୍ୟ ଲକ୍ଷଣ ଏଠାରେ ବିବୃତ୍ତ ହେଲା ।

 

ବିଭାବ – ରତିର ଆସ୍ପାଦନର କାରଣ ମାନଙ୍କୁ ବିଭବ ବୋଲାଯାଏ । ବିଭବ ଦୁଇ ପ୍ରକାର – ଆଲମ୍ବନ ଓ ଉଦ୍ଦୀପନ । ଶ୍ରୀକୃଷ୍ଣ ଓ ଭକ୍ତ ଏମାନେ ଆଲମ୍ବନ ଏବଂ ଶ୍ରୀକୃଷ୍ଣଙ୍କର ଗୁଣ , ଚେଷ୍ଟା , ହାସ୍ୟ , ଅଙ୍ଗଗନ୍ଧ ,ବଂଶୀ ,ଶୃଙ୍ଗ , ନୁପୁର , ପଦଚିହ୍ନ ତୁଳସୀ ଓ ଏକାଦଶୀ ପ୍ରଭୁତି ଉଦ୍ଦିପନା ।

ଅନୁଭବ- ଯେମାନେ ଚିତ୍ତର ଭାବ ମାନଙ୍କୁ ପ୍ରକାଶ କରନ୍ତି ଏବଂ ବାହାରେ ବିକଳ ସଦୃଶ୍ୟ ପ୍ରତୀୟମାନ ହୁଅନ୍ତି ସେମାନଙ୍କୁ ଅନୁଭାବ କୁହାଯାଏ । ନୃତ୍ୟ, ଭୁମି ପାତନ , ଗାନ , ଗାତ୍ରମୋଟନହୁଙ୍କାର , ହାଇ ଦୀର୍ଧଶ୍ଵସ , ଲାଳ,ଅଟ୍ଟହସ୍ୟ ଓ ଲୋକପେକ୍ଷା ତ୍ୟଗ ଏହି ସବୁ ଅନୁଭାବର ଚିହ୍ନ ।

 

ସାତ୍ତ୍ଵିକ-ସାକ୍ଷାତ୍ ଶ୍ରୀକୃଷ୍ନ ସମ୍ବଦ୍ଧୀୟ ହେଉ ଅଥବା କିଞ୍ଚିତ ବ୍ୟବଧାନ ଦ୍ଵାରା ହେଉ ଭବଦ୍ଵାରା ଚିତ୍ତ ଆକ୍ରାନ୍ତ ହେଲେ ତାହାକୁ ସତ୍ଵ ବୋଲାଯାଏ ଏବଂ ସେହି ସତ୍ତ୍ଵରୁ ଉତ୍ପପନ୍ନ ଭାବମାନଙ୍କୁ ସାତ୍ତ୍ଵିକ କୁହାଯାଏ । ଏହି ସ୍ଵାତ୍ତ୍ଵି ଭା ଅଠ ପ୍ରକାର । ଯଥା-ସ୍ତମ୍ବ .ସ୍ଵେଦ , ରୋମାଞ୍ଚ , ସ୍ଵରବଙ୍ଗ , କମ୍ପ , ବୈବର୍ଣ୍ଣ , ଅଶ୍ରୁ ଓ ପ୍ରଳୟ ।

 

ବ୍ୟଭିଚାରୀ – ହୃଦୟର ଯେଉଁ ଭାବମାନେ କ୍ଷଣେ କ୍ଷଣେ ସ୍ଥାୟୀ ଭାବକୁ ଉଦୟ ହୋଇ ଆସ୍ପାଦିତ ହେବା ପରେ ପୁନଶ୍ଚ ସ୍ଥାୟୀ ଭାବରେ ଲୟ ହୋଇଯାଏ ତାହାକୁ ବ୍ୟଭିଚାରି ଭାବ କୁହାଯାଏ ,ନିର୍ବଦ, ବିଷାଦ ଚିନ୍ତା,ଦୈନ୍ୟ,ପ୍ରଭୂତି ତହା ତେତେଶ ପ୍ରକାର । ଅଧିକାରୀ ଭେଦରେ ଏକ ବା ତତୋଧିକ ବ୍ୟଭିଚାରି ଭାବ ଯୁଗପତ୍ ବା କ୍ରମଶଃ ଭକ୍ତ ଚିତ୍ତରେ ଉଦୟ ହୋଇ ଭାବ-ସନ୍ଦ ,ଭାବ ସାବଲ୍ୟ ପ୍ରଭୁତି ଅପୂର୍ବ ରସମାନ ବିସ୍ତାର କରି ଭକ୍ତକୁ ନୁୟତି ଅମୃତ ସାଗରରେ ବୁଡ଼ାଏ କିମ୍ବା ଭସାଏ ।

 

ଉପରେ ଲିଖିତ ହୋଇଥିବା ପଞ୍ଚ ରସ ମଧ୍ୟରୁ ପ୍ରତ୍ୟକଙ୍କର କି କି ଲୋକ୍ଷଣ ତାହା କିଞ୍ଚିତ ଦେଖାଯାଉ । ଶ୍ରମନ୍ କବି ରାଜ ଗୋସ୍ଵାମୀଶ୍ରୀ ରୁପାନୁଗ୍ରହଣରେ ଏମାନେ ଦର୍ଶାଇ ଅଛନ୍ତି ଯେ। ଯଥା –

 

ଭକ୍ତ ଭେଦେ ରତି ଭେଦ ପଞ୍ଚ ପରକାର

ଶାନ୍ତି ରତି ଦାସ ରତି ସଖ୍ୟ ରତି ଆର

ବାତ୍ସଲ୍ୟ ରତି ମଧୁର ରତି ଏ ପଞ୍ଚ ବିଭେଦ

ରତି ଭେଦେ କୃଷ୍ଣ ଭକ୍ତି ରସ ପଞ୍ଚ ଭେଦ ।

ଶାନ୍ତି ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁର ରସ ନାମ

କୃଷ୍ଣ ଭକ୍ତିରସ ମଧ୍ୟେ ଏ ପଞ୍ଚ ପ୍ରଧାନ ।

            (ଚୈଃ ଚଃ ମଧ୍ୟ ୧୯ପରି)

ଶାନ୍ତ ଭକ୍ତ ମାନଙ୍କର ଇଶ୍ଵର ବିଶ୍ଵାସ ଜାତ ହୁଏ । ଏଣୁ ଅନ୍ୟ କାମନା ସମସ୍ତ ତ୍ୟାଗ କରି ଇଶ୍ଵରଙ୍କ ଠାରେ ନିଷ୍ଠା ରଖନ୍ତି । ଶାନ୍ତି ଭକ୍ତ ଗଣ ଭକ୍ତ ଶ୍ରୈଣୀ ଭୁକ୍ତ । ଅତଏବ ସେମାନଙ୍କର ସ୍ଵର୍ଗଲାଭ କାମନା କିମ୍ବା ମୋକ୍ଷ କାମନା ନ ଥାଏ । । ଯଥା-

 

କୃଷ୍ଣ ବିନା ତୃଷ୍ଣା ତ୍ୟାଗ ତାର କାର୍ଯ୍ୟ ମାନି

ଅତଏବ ଶାନ୍ତି , କୃଷ୍ଣ ଭକ୍ତ ଏହି ଜାନି

ସ୍ଵର୍ଗ ଭକ୍ତ କୃଷ୍ଣ ଭକ୍ତ ନରକ କରିମାନେ

କୃଷ୍ଣ ନିଷ୍ଠା ତୃଷ୍ଣା ତ୍ୟାଗ ଶାନ୍ତେର ଦୁଇଗୁଣେ

ଶାନ୍ତେର ସ୍ଵଭାବ କୃଷ୍ଣେ ମମତା ଗନ୍ଧହୀନ

ପରଂ ବ୍ରହ୍ମ ପରମାତ୍ମା ଜ୍ଞାନ ପ୍ରବୀଣ ।

କେବଳ ସ୍ଵରୁପ ଜ୍ଞାନ ହୋୟେ ଶାନ୍ତି ରସେ

                  (ଚୈଃ ଚଃ ମଧ୍ୟ ୧୯ପରି)

ଶ୍ରୀକୃଷ୍ଣଙ୍କ ଶାନ୍ତ ଭକ୍ତ ଗଣ ପରମାତ୍ମା ଅଥବା ପରମବ୍ରହ୍ମ ବୋଲି ଜାଣନ୍ତି । ଶ୍ରୀକୃଷ୍ଣଙ୍କ ଠାରେ ଦାସାଦି ଭକ୍ତଙ୍କ ପରି ଶାନ୍ତ ଭକ୍ତଙ୍କରମମତା ଜାତ ହୁଏ ନାହିଁ ।

 

ଦାସ୍ୟରେ ଶ୍ରୀ ଭଗବାନଙ୍କର ପୂର୍ଣ୍ଣ ଐଶର୍ଯ୍ୟ ଜ୍ଞାନ ଜାତ ହୁଏ । ତେଣୁ ଦାସ ଭକ୍ତ ଆପଣଙ୍କୁ ଶ୍ରୀ ଭଗବାନଙ୍କର ଦାସ ମଣି ପ୍ରଭୁ ସେବାରେ ରତ ହୁଅନ୍ତି । ସେବା ହିଁ ସେମାନଙ୍କର ଜୀବନ । ସେବା ଦ୍ଵାରା ଦାସ ମାନେ ଶ୍ରୀକୃଷ୍ଣକୁ ସୁଖ ପ୍ରଦାନ କରନ୍ତି ଏବଂ ଆପେ ଆପେ ସୁଖି ହୁଅନ୍ତି ।

 

ଇଶ୍ଵର ଜ୍ଞାନ ସମ୍ଭ୍ରମ ଗୌରବ ପ୍ରଚୁର ।

ସେବା କରି କୃଷ୍ଣେ ସୁଖ ଦେନ ନିରନ୍ତର ।

            (ଚୈଃ ଚଃ ମଧ୍ୟ ୧୯ପରି)

ଆପଣଙ୍କୁ ଶ୍ରୀକୃଷ୍ଣଙ୍କର ଦାସ ମଣି ତାଙ୍କର ସେବାରେ ନିଯୁକ୍ତ ହେବା ଦ୍ଵାରା ସେ ସୁଖ ଲାଭ ହୁଏ । କୋଟି ବ୍ରହ୍ମ ସୁଖ ତାହାର ସମାନ ନୁହେଁ ।ଏଥିପାଇଁ ଶ୍ରୀମନ ଅଦୈତଚାର୍ଯ୍ୟଙ୍କ ଜୀବମାନଙ୍କୁ ଶ୍ରୀକୃଷ୍ଣଙ୍କର ଦାସ ହେବାକୁ ଉପଦେଶ ଦେଇ କହିଅଛନ୍ତି –

 

କୃଷ୍ଣ ଦାସ ଅଭିମାନେ ଯେ ଆନନ୍ଦ ସିନ୍ଧୁ

କୋଟି ବ୍ରହ୍ମ ସୁଖ ନହେ ତାର ଏକ ବିନ୍ଦୁ ।

ମୁଞ୍ଜ ଦାସ ଚୈତନ୍ୟେର ଆର ନିତ୍ୟାନନ୍ଦ

ଦାସ ଭାବେ ସମନହେ ଅନ୍ୟତ୍ର ଆନନ୍ଦ ।

 

ପରମ ପ୍ରେୟସୀ ଲକ୍ଷ୍ମି ହୃଦୟେ ବସତି

ତହୋ ଦାସ୍ୟ ସୁଖ ମାଗେ କରି୍ୟା ବିନତି ।

ଦାସ୍ୟ ଭାବେ ଆନନ୍ଦିତ ପାରିଷଦ ଗଣ

ବିଧି ଭବ ନାରଦ ଆର ଶୁକ ସନାତନ ।

      (ଚୈଃ ଚଃ ଆଦି ୬ଷ୍ଠ)

 

ବାତ୍ସଲ୍ୟ ରସର ମୃର୍ତ୍ତିମାନ ବିଗ୍ରହ ଶ୍ରୀମନ ନନ୍ଦ ମହାରାଜା ମଧ୍ୟ ପ୍ରେମରେ କୃଷ୍ଣ ଦାସ୍ୟ ପ୍ରାର୍ଥନା କରିଥିଲେ । ଶୁଦ୍ଧ ସଖ୍ୟ ମୟ ଶ୍ରୀକୃଷ୍ଣ ସଖା ବ୍ରଜବାଳକ ଗଣ ମଧ୍ୟ ଦାସ ଭାବରେ ଶ୍ରୀକୃଷ୍ଣଙ୍କ ଚରଣ ସେବା କରନ୍ତି । ପରମ ପ୍ରିୟବତୌ ଟୋପା ରାମା ସକଳ , ମହାତ୍ମା ଉଦ୍ଧବ ଯେଉଁମାନଙ୍କ ପଦରେଣୁ ପ୍ରାର୍ଥୀ ସେମାନେ ସେମାନେ ଆପଣଙ୍କୁ କୃଷ୍ଣ ଦାସୀ ମଣୀ ତାଙ୍କର ସେବା କରନ୍ତି ।ଏବଂ ସର୍ବୋପରି ନିଜ ପ୍ରାଣଠାରୁ ଅଧିକା ପ୍ରେୟାସୀ ଶ୍ରେଷ୍ଠ ଶୀ ରାଧିକା ମଧ୍ୟ ଶ୍ରୀକୃଷ୍ଣଙ୍କର ଚରଣ ସେବା କରନ୍ତି । ଯଥା –

 

ଅନ୍ୟେର କା କଥା ସେଇ ମନ୍ଦ ମହାଶୟ

ତାର ସମ ଗୁରୁ କୃଷ୍ଣେର ଆଉ କେହୋ ନୟ ।

ଶୁଦ୍ଧ ବାତ୍ସଲ୍ୟ ଇଶ୍ଵର ଜ୍ଞାନ ନାହିଁ ଯାର

ତାହା କେଂ ପ୍ରେମେ କରୟ ଦାସ୍ୟ ଅନୁକାର ।

 

ତେହେଁ ରତି ମତି ମାଗେ କୃଷ୍ଣେର ଚରଣେ

      ତାହାର ଶ୍ରୀମୁଖ ବାଣୀ ତାହାତେ ପ୍ରମାଣେ

      ଶୁନ ଉଦ୍ଧବ ! ସତ୍ୟ କୃଷ୍ଣ ଅମାର ତନୟ

ତେଁ ଇଶ୍ଵର ହେନ ଯଦି ତୋମାର ମନଲୟେ ।

 

ତଥାପି ତାହାତେ ମୋର ରହୁ ମନୋବୃତ୍ତି

ତୋମାର ଇଶ୍ଵର କୃଷ୍ଣ ହେଉ ମୋର ଗତି ।

ଶ୍ରୀକୃଷ୍ଣ ଯାହାଈଙ୍କର ସତତ ମାନ୍ୟ କରନ୍ତି ଏବଂ ଗୋଷ୍ଠରେ ଶୁଆଇ ନିଜେ ଯାହାଙ୍କର ପଦ ସେବା କରନ୍ତିସେହି ମାନ୍ୟ ଗ୍ରଗଣ୍ୟ ଶ୍ରୀ ବଳଦେବ ମଧ୍ୟ ଶ୍ରୀକୃଷ୍ଣଙ୍କର ଦାସ ଭାବ ସ୍ଵୀକାର କରିଅଛନ୍ତି । ଅପରର କୃପା ଆଉ କଣ । ଯଥା –

      ଆନେର କି କଥା ବଳଦେବ ମହାଶୟ

ଯାର ଭାବଶୁଦ୍ଧ ସଖ୍ୟ ବାତ୍ସଲାଦିମୟ ।

ତହିଁ ଆପଣାକେ କରେ ଦାସ ଭାବନା ।

କୃଷ୍ଣ ଦାସ ଭାବ ବିନା ଆଛେ କୋନେ ଜନା ।

 

ଶ୍ରୀଲ ବୃନ୍ଦାବନ ଦାସ ମଧ୍ୟ ଶ୍ରୀକୃଷ୍ଣ ଦାସର ମହିମା କୀର୍ତ୍ତନ କରି କହିଅଛନ୍ତି ।-

ଅନନ୍ତ ବ୍ରହ୍ମାଣ୍ଡ ଧରେ ପ୍ରଭୁ ବଳରାମ

ସେହୁ ପ୍ରଭୁ ଦାସ କରେ କେବା ହୟ ଆନ ।

 

ଆହା ! କୃଷ୍ଣ ଦାସ ହେବା କେଡେ ସୌଭାଗ୍ୟର କାଥା । ପରମ ସୌଭାଗ୍ୟ ନ ଥୀଲେ କେହି ଭକ୍ତ ପଦ ପାଇ ନପାରେ । କୃଷ୍ଣ ଦାସ ପଦ ପାଇବାକୁ ପରମ ସାଧନା ଆବଶ୍ୟକ ଅଥବା ତାହା ଶ୍ରୀ ଭଗବତ୍ କୃପାରେ ମିଳିପାରେ । ସେଥିପାଇଁ ଶ୍ରିଲ ବୃନ୍ଦାବନ ଦାସ କହିଛନ୍ତି ।

 

ଅଳ୍ପ କରି ନାମ ବିହ ଦାସ ହେବ ନାମ

ଅଳ୍ପ ଦାସେ ଭାଗ୍ୟେ ନାହିଁ କରେ ଭଗବାନ ।

ପୁଣି ଅନ୍ୟ ଏକ ସ୍ଥଳରେ କହିଅଛନ୍ତି ।

ଅଳ୍ପ ହେନ ନାନା ନିହ କୃଷ୍ଣ ଦାସ ନାମ

ଅଳ୍ପ ଭାଗ୍ୟେ ଦାସ ନାହିଁ କରେ ଭଗବାନ ।

ସେବକ ହିଁ ଶ୍ରୀକୃଷ୍ଣଙ୍କର ପିତା ମାତା ,ପତ୍ନୀ, ଭାଇ ,ବନ୍ଧୁ । ସେବକ ଛଡା ତାଙ୍କର ଦ୍ଵିତିୟ ଆଉ କେହି ନାହିଁ । ସେବକ ଯେ ରୂପ ଇଚ୍ଛା କରନ୍ତି କୃଷ୍ଣ ତତ୍ଅନୁଯାୟୀ ରୁପ ଧାରଣ କରନ୍ତି । ସେବକ ଯଦି ତାଙ୍କଜୁ ନିଜ ସନ୍ତାନ ଭାବନ୍ତି ସେ ତାଙ୍କଠାରେ ପ୍ରିୟ ସନ୍ତାନ । ସେବକ ଯଦି ସଖା ମନେ କରନ୍ତି ଶ୍ରୀ ଭଗବାନ ତାଙ୍କର ସଖା ରୁପେ ବର୍ତ୍ତମାନ । ସେବକ ଯଦି ଭଗବାନଙ୍କୁ ନିଜ ପତିରୁପେ ସେବନ୍ତି ଭଗବାନ ତାଙ୍କ ଠାରେ ପତିରୁପେ ଉପଗତ ହୁଅନ୍ତି । ଦାସ ଇଚ୍ଛା କଲେ ଶ୍ରୀକୃଷ୍ଣଙ୍କୁ ବିକ୍ରୟ କରି ପାରନ୍ତି । ଯଥା –

 

ସେବକ କୃଷ୍ଣର ପିତା ମାତା ପତ୍ନୀ ଭାଇ

ଦାସବଇ କୃଷ୍ଣର ଦ୍ଵିତିୟ ଆର ନାହିଁ ।

ଯେ ରୁପେ ଚିନ୍ତଇ ଦାସ ସେହି ରୁପେ ହୟ ।

ଦାସେ କୃଷ୍ଣେ କରିବାରେ ପାରୟ ବିକ୍ରୟ ।

 

ଯେ ଭଗବତ୍ ଦାସତ୍ଵ ଥରେ ଲାଭ କରିଅଛି । ତାକୁ ରାଜ ପଦାଦି କିଛି ଭଳ ଲାଗେ ନାହିଁ । ତାହାର ପ୍ରଧାନ ସାକ୍ଷୀ ଶ୍ରୀ ରାମଚନ୍ଦ୍ରଙ୍କର ଚରଣାଶ୍ରିତ ବୀରବର ଶ୍ରୀ ହନୁମାନ । ସେହି ବୀର ହନୁମାନ କଳୀ ଯୁଗରେ ଶ୍ରୀ ଗୌର ଚନ୍ଦ୍ରଙ୍କର ପ୍ରାସାଦ ମୁରାରି ଗୁପ୍ତ । ମହାପ୍ରକାଶ ସମୟରେ ମହାପ୍ରଭୁ ମୁରାରିଙ୍କୁ ଡାକି କହିଲେ , “ ମୁରାରି ମୋର ରୂପ ଦର୍ଶନ କର ,’’ ମୁରାରୀ ଦେଖଲେ ନବଦୁର୍ବାଦଳକାନ୍ତି ରଘିବୀର ଧନୁ ଧାରଣ କରି ବୀରାସନରେ ଉପବିସନ କରିଅଛନ୍ତି । ବାମରେ କନକ ପ୍ରତିମା ସୀତା ଓ ଦକ୍ଷୀଣରେ ବୀର ଚୁଡାମଣି ରାମାନୁଜ ଲକ୍ଷ୍ମଣ । ବାନରେନ୍ଦ୍ରଗଣ ଚଉ ଦିଗରେ ଘେରି ସ୍ତୁତି କରୁଅଛନ୍ତି । ମୁରାରି ନିଜ ପ୍ରଭୂଙ୍କର ଏହ ଐଶର୍ଯ୍ୟ ଦର୍ଶନ କରି ମୂର୍ଚ୍ଛିତ ହେଲେ । ମହା ପ୍ରଭୁ ତାଙ୍କୁ ଡାକି କହିଲେ“ରେ ହନୁମାନ !ରାବଣ ଯେ ସୀତା ପୁଚ୍ଛରେ ଅଗ୍ନି ପ୍ରଦାନ କରିଥିଲା ଓ ତୁ ଯେ ତଦ୍ଦ୍ଵାରା ତାର ସୁବର୍ଣ୍ଣମୟ ପୁରୀକୁ ପୋଡ଼ି ଛାରଖାର କରିଦେଲୁ ଏ ସନସ୍ତ କି ପାଶୋରିଗଲୁ । ’’ ମୁରାରି ଚୈତନ୍ୟ ଲାଭ କରି କାନ୍ଦି ବାକୁ ଲାଗିଲେ ; ମହାପ୍ରଭୁ କହିଲେ ମୁରାରି ! ବର ପ୍ରାର୍ଥନା କର । ମୁଁ ତୋତେ ବର ଦେବାକୁ ପ୍ରସ୍ତୁତ । ମୁରାରି କହିଲର ପ୍ରଭୋ ! କି ବର ମାଗିବି ମୁହିଁ , ମୋର ରାଜାଦି ଐଶର୍ଯ୍ୟରେ ଆବଶ୍ୟକ ନାହିଁ । ଜନ୍ମ ଜନ୍ମ ରେ ମୁଁ ତୋର ଶ୍ରୀ ଚରଣରେ ଦାସ ହୋଇ ସେବା କରୁଥାଏ । ଯେଉଁଠାରେ ତୁ ପ୍ରଭୁ ଓ ଶ୍ରୀଚରଣରେ ଦାସ ହୋଇ ସେବା କରୁଥାଏ। ଯେଉଁଠାରେ ତୁ ପ୍ରଭୁ ଓ ମୁଁ ଦାସ ଏ ସମ୍ପର୍କ ନାହିଁ ମୋତେ ସେ ସ୍ଥଳକୁ ଯେପରି କଦାପି ନ ନେ । ଯଥା –

 

ତୁମି ପ୍ରଭୁ ନୁହେଁ ଦାସ ଇହାଁ ନାହିଁ ଯଥା

ହେନ ସତ୍ୟ କର ପ୍ରଭୂ ନାଫେଲିଅ ଜଥା ।

ସର୍ପାର୍ଷଦେ ତୁମି ଯଥା କର ଅବତାର ।

ତଥାଇ ତଥାଇ ଦାସ ହୋବ ତୋମାର ।

 

ମୁରାରି ଭଗବତଦାସ ବର୍ଯ୍ୟ ହନୁମାନ , ସେ କି ପାଇଁ ଅନ୍ୟ ବର ଚାହିଁବେ ଏ ଉକ୍ତି ତାଙ୍କର ଉପଯୋଗୀ ହୋଇଅଛି । ଶ୍ରୀରାମଙ୍କ ଠାରେ ଐକାନ୍ତିକ ହେତୁ ସେ ସେହି ନବ ଦୁର୍ବାଦଳ ଶ୍ୟାମ ମୂର୍ତ୍ତି ଦେଖିବାକୁ ପାଇଲେ ।

 

ନିଜ ଦାସଠାରେ ଭଗବାନ ଆତ୍ମ ଗୋପନ କରି ରହିପାନ୍ତି ନାହିଁ । ଗୋପନରେ ବିଚରଣ କରୁଥିଲେ ହେଁ ଦାସଠାରେ ଆତ୍ମ ପ୍ରକାଶ କରନ୍ତି । ମହାପ୍ରଭୁ ନବଦ୍ଵୀପରେ ଅବତୀର୍ଣ୍ଣ ହୋଇ ବାଳକ ରୁପରେ ଶଚୀଗୃହ ଆଲୋକିତ କରି ବିଚରଣ କରୁଅଛନ୍ତି ।ସମସ୍ତେ ବିଷ୍ଣୁ ମାୟରେ ବିମୋହିତ , ଏ ଚଞ୍ଚଳ ବାଳକଟି ଯେ ସ୍ଵୟଂ ଭଗବାନ , କେହି ଏହା ଜାଣନ୍ତି ନାହିଁ । ଏକ ଦିନରେ ଜଣେ ତୈର୍ଥିକ ବ୍ରାହ୍ମଣ ଶ୍ରୀ ଜଗନ୍ନାଥଙ୍କ ଘରେ ଅତିଥି ହେଲେ । ବିପ୍ରବର ଶ୍ରୀ ବାଳଗୋପାଲଙ୍କ ଉପାସକ । ଗୋପାଳଙ୍କୁ ସମର୍ପଣ ନ କରି କିଛି ଖାଆନ୍ତି ନାହିଁ । ଶ୍ରୀ ଜଗନ୍ନାଥ ମିଶ୍ର ମହାସମାରୋହରେ ତାଙ୍କୁ ଗୃହରେ ରଖି ପାକ ସାମଗ୍ରୀ ସବୁ ଯଗାଡ଼ କଲେ । ସୁକୃତ୍ତି ବିପ୍ର ପାକ ସମାପନ କରି ଶ୍ରୀକୃଷ୍ଣଙ୍କୁ ନିବେଦନ କରିବାକୁ ବସି ଧ୍ୟାନ କରନ୍ତେ ଦିଗମ୍ବର ମୂର୍ତ୍ତି ଶ୍ରୀ ଶଚୀନନ୍ଦନ ଅଲକ୍ଷୀତରେ ଯାଇ ସେ ଅନ୍ନରୁ ଏକ ମୁଷ୍ଟି ଗ୍ରହଣ ପୂର୍ବକ ମୁଖରେ ଦେଲେ । ବିପ୍ରବରଙ୍କର ଧ୍ୟାନ ଭଗ୍ନ ହେଲା ଓ ସେ ହାୟ ହାୟ କରିବାକୁ ଲାଗିଲେ। ଏହା ଦେଖି ଶ୍ରୀ ଜଗନ୍ନାଥ ମିଶ୍ର ଚଞ୍ଚଳ ଶିଶୁଟିକୁ ପ୍ରହାର କରିବାକୁ ବସନ୍ତେ ଅତିଥି ତାହାଙ୍କୁ କର ନିବାରଣ କଲେ । ମିଶ୍ରଙ୍କ ଅନୁରୋଧରେ ଅତିଥୀ ଦ୍ଵିତୟ ଥର ପାକ କଲେ ଏବଂ ଶ୍ରୀ ଶଚୀଦେବୀ ନିଜର ଚଞ୍ଚଳ ଶିଶୁଟିକୁ ଦୁରସ୍ଥ ଏକ ଗୃହକୁ ନେଇଗଲେ ।

 

 

ବିପ୍ରବର ଦ୍ଵିତୀୟ ଥର ପାକ ସମାପନ କରି ପୁନର୍ବାର ବାଳଗୋପାଳଙ୍କୁ ଧ୍ୟାନ କରନ୍ତେ ଶ୍ରୀ ଶଚୀଦେବୀ ମାତାଦି ସମସ୍ତ ନାରୀମାନଙ୍କୁ ଭୁଲାଇଦେଇ ଅଲକ୍ଷିତରେ ଅତିଥିଙ୍କଠାରେ ଉପସ୍ଥିତ ହେଲେ ଓ ଏକମୁଷ୍ଟି ଅନ୍ନ ନେଇ ପଳାଇଲେ । ବିପ୍ରବର ହାୟ ହାୟ କରନ୍ତେ ମିଶ୍ରରେ ବିପ୍ର ଯଷ୍ଟି ଧରି ନିମାଁଇକୁ ପ୍ରହାର କରିବାକୁ ଦୌଡ଼ିଲେ । ଉପସ୍ଥିତ ବ୍ୟକ୍ତିଗଣ ଆସି ମିଶ୍ରଙ୍କ କରରୁ ଯଷ୍ଟି ଟି ଛଡ଼ାଇ ନେଲେ । ମିଶ୍ର ମଥାରେ ହାତ ଦେଇ ବସିଲେ । ଏମନ୍ତ ସମୟରେ ମହାପ୍ରଭୁଙ୍କ ଅଗ୍ରଜ ବିଶ୍ଵରୂପ ଆସି ଅତିଥିଙ୍କୁ ବହୁ ଅନୁନୟ ପୂର୍ବକ ପୁନର୍ବାର ପାକ କରାଇଲେ । ଏଥର ସମସ୍ତଙ୍କ ଯୁକ୍ତି କ୍ରମେ ଜଗନ୍ନାଥ ମିଶ୍ର ଚଞ୍ଚଳ ଚୁଡାମଣି ନିମାଁଇକୁ ଗୃହ ମଧ୍ୟରେ ରଖୀ ବାହାରୁ କବାଟ କିଳି ଆଣିଲେ । ଏଥି ମଧ୍ୟରେ ଯୋଗମୟା ପ୍ରଭାବରେ ସମସ୍ତଙ୍କୁ ନିଦ୍ରା ଆସିଲା । ଅତିଥି ପାକ ସମାପନ କରି ବାଳ ଗୋପାଳକୁ ଧ୍ୟାନ କରନ୍ତେ ଗୌର କାନ୍ତି ବାଳ ଗୋପାଳ ଆସି ପ୍ରବେଶ କଲେ । ତାଙ୍କୁ ପୁନର୍ବାର ଆସିବାର ଦେଖି ଅତିଥି ବ୍ରାହ୍ମଣ ଉଚ୍ଚରେ ଡାକିବାକୁ ଲାଗିଲେ । ସମସ୍ତେତ ନିଦ୍ରିତ ତାଙ୍କ କଥା ଶୁଣୁଛି କିଏ । ମହାପ୍ରଭୁ ସେତେବେଳେ ମନ୍ଦ ମନ୍ଦ ହସି କହିଲେ “ ବିପ୍ରବର ! ତୁମ୍ଭେତ ମୋତେ ବାରମ୍ବାର ଡାକୁଅଛ ମୁଁ ନ ଆସି ରହନ୍ତି କିପରି ? ତୁମ୍ଭେ ଯେ ମୋର ଜନ୍ମ ମନ୍ତ୍ର ଜପ କରି ମୋତେ ଡାକୁଅଛ । ମୋତେ ଦେଖିବା ପାଇଁ ସର୍ବଦା ମନରେ ଚିନ୍ତା କରୁଅଛ । ତେଣୂ ମୁଁ ତୁମକୁ ଦର୍ଶନ ଦେବା ପାଇଁ ତୁମ ନିକଟରେ ଉପସ୍ଥିତ” । ଏହାକହି ପ୍ରଥମେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତିର୍ଭୂଜ ମୃର୍ତ୍ତି ଦେଖାଇଲେ । ତତ୍ପରେ ବିପ୍ର ଦେଖିଲେ । ସେ ଦୁଇ କରରେ ମୂରଲୀ ଧାରଣ କରିଅଛନ୍ତି ଓ ତୃତୀୟ କରରେ ନବନୀତ ଧରି ଚତୁର୍ଥ କରରେ ଭକ୍ଷଖ କରୁଅଛନ୍ତି । ଏହି ରୂପ ପରମ ସୁନ୍ଦର ବାଳଗୋପାଳ ମୃର୍ତ୍ତିରେ ଦର୍ଶନ ଦେଲେ। ଅତିଥି ଶିଖ ପୁଚ୍ଛ ବିଭୂଷିତ ନକରକୁଣ୍ଡଳ ଦୋଳାୟମାନ ନବଗୁଚ୍ଛ ପରିବେଷ୍ଟିତ ମଧୁର ଅଙ୍ଗ ଶୋଭା ଦର୍ଶନ କରି ଆନନ୍ଦରେ ମୁର୍ଚ୍ଛିତ ହେଲେ । ଶ୍ରୀ ଗୋପାଳ ନିଜ କରକମଳ ସ୍ପର୍ଶରେ ତାଙ୍କୁ ଚେତନ କରାଇ କହିଲେ । “ ବିପ୍ରବର ତୁମ୍ଭେ ଜନ୍ମେ ଜନ୍ମେ ମୋର ଦାସ । ଦ୍ଵାପର ଯୁଗରେ ଶ୍ରୀନନ୍ଦ ଗୃହରେ ତୁମେ ଏହିରୂପୀ ଅତିଥି ହୋଇ ମୋର ଇଦୃଶୀ ଲିଳା ଦେଖିଥିଲ । ବର୍ତ୍ତମାନ ମଧ୍ୟ ଏ ନବଦ୍ୱୀପରେ ତାହା ଦେଖିବାକୁ ପାଇଲ । ତୁମେ ମୋର ଚିରଦାସ । ସେଥିଯୋଗୁଁ ତୁମ୍ଭକୁ ମୋର ଏ ପ୍ରକାଶ ଦେଖାଇଲ” । ଯଥା –

 

ଏତେକ ଆମାର ତୁମି ଜନ୍ମେ ଜନ୍ମେ ଦାସ

ଦାସ ବିନୁ ଅନ୍ୟ ମୋର ନା ଦେଖେ ପ୍ରକାଶ ।

( ଚୈଃ ଭଃ ଆଦି ୪ )

ଆହା ! ଏ ଯେ ବାଳଗୋପାଳରୁପୀ ଶ୍ରୀ ମହାପ୍ରଭୁଙ୍କର ଶ୍ରୀମୁଖର ଉକ୍ତି । ଆହା ! ଦାସ , ଭଗବାନଙ୍କର ସମସ୍ତ ଗୂଢତତ୍ତ୍ଵ ଜାଣିବାକୁ ସକ୍ଷମ । ଦାସବତ୍ସଳ ଭଗବାନ ନିଜପ୍ରିୟ ଦାସ ଠାରେ ସମସ୍ତ ପ୍ରକାଶ କରନ୍ତି । କିଛି ଗୋପନ କରି ରଖି ପାରନ୍ତି ନାହିଁ । । ଅତଏବ ଏ ସମସ୍ତରୁ ଏହା ଉତ୍ତନରୂପେ ପ୍ରତିପନ୍ନ ହେଉଅଛି ଯେ କୃଷ୍ଣଦାସର ପଦ ଅତି ଉଚ୍ଚ । ହାୟ ! ସତକି ଏ ଦିନ କୋଟୀ ଜନ୍ମ ପରେ ଅନ୍ତନିର୍ହିତ କପଟ ସମସ୍ତ ପରିତ୍ୟାଗ ପୂର୍ବକ ସରଳ ଭାବରେ କୃଷ୍ଣ ଦାସ ହେବାକୁ ସକ୍ଷମ ହେବ । ହେ ଦୟାଳୁ ବୈଷ୍ଣବ ଗଣ ,ଆପଣ ମାନେ ଶ୍ରୀଚରଣରେଣୁ ଦାନ କରି ମୋତେ ଶ୍ରୀ ରାଧାକୃଷ୍ଣ ଙ୍କ ଶ୍ରୀଚରଣ ସେବା ପ୍ରଦାନ କରନ୍ତୁ ।

 

ସଖ୍ୟ ରସରେ ପ୍ରିୟ ସଙ୍ଗୀଗଣ ଭଗବାନଙ୍କୁ ଜଣେ ଆପଣାର ସଙ୍ଗୀ ବୋଲି ମଣନ୍ତି । ସେଠାରେ ଦାସୋଚିତ ଗୌରବ ଅଥବା ସଂଭମ ନାହିଁ । କେବଳ ବିଶ୍ଵାସ । ସଖା କେତେବେଳେ ସ୍ନେହାଧୀକାରେ ଶ୍ରୀକୃଷ୍ଣଙ୍କର ସେବା କରୁଅଛନ୍ତି । କେତେବେଳେ ବା ଶ୍ରୀକୃଷ୍ଣଙ୍କଠାରୁ ସେବା ଗ୍ରହଣ କରୁଅଛନ୍ତି । କେତେବେଳେ ତାଙ୍କୁ ନିଜ ସ୍କନ୍ଦରେ ଆରୋହଣ କରାଉଛନ୍ତି ।

 

କେତେବେଳେ ଅବା ତାଙ୍କ ସ୍କନ୍ଦ ଉପରେ ଚଢ଼ୁଅଛନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତି ସଖାମାନଙ୍କର ମମତାର ସୀମା ନାହିଁ । କୌଣସି ସ୍ୱାଦୁପଦାର୍ଥ ପାଇଲେ ଶ୍ରୀକୃଷ୍ଣଙ୍କୁ ନ ଖୁଆଇବା ଯାଏ ମନ ସ୍ଥିର ନାହିଁ । କୌଣସି ସ୍କନ୍ଦର ଦର୍ଶନୀୟ ପଦାର୍ଥ ଦେଖିଲେ ଶ୍ରୀକୃଷ୍ଣଙ୍କୁ ନ ଦେଖାଇବା ଯାଏ ମନର ତୃପ୍ତି ନାହିଁ । ସେମାନେ ଶ୍ରୀକୃଷ୍ଣଙ୍କୁ ନିଜ ପ୍ରାଣର ପ୍ରାଣ ବୋଲି ମନେ କରନ୍ତି । ସେଇ ଗୁଣରେ ଶ୍ରୀକୃଷ୍ଣ ସେମାନଙ୍କର ବଶ ହୁଅନ୍ତି । ଯଥା –

      କାନ୍ଧେ ଚଢ଼େ କାନ୍ଧ ଚଢ଼ାୟ କରେ କ୍ରୀଡ଼ାଋଣ

      କୃଷ୍ଣ ସେବେ କୃଷ୍ଣ କରାୟ ଆପନ ସେବନ ।

      ବିଶୟ ପ୍ରଧାନ ସଖା ଗୌରବ ସମ୍ଭ୍ରଭ ହୀନ

ଅତଏବ ସଖ୍ୟରସେର ତିନି ଗୁଣ ଚୀନ ।

ମମତା ଅଧିକ କୃଷ୍ଣ ଆତ୍ମ ସମ ଜ୍ଞାନ

ଅତଏବ ସଖ୍ୟରସେ ବଶେ ଭଗବାନ ।

 

ଆହୁରି ଏକ ସ୍ଥାନରେ ଶ୍ରୀ କୃଷ୍ଣ ଦାସ କହିଅଛନ୍ତ -

 

 

ସଖା ଶୁଦ୍ଧ ସଖ୍ୟେ କରେ ସ୍କନ୍ଦ ଆହୋରଣ

ତୁମ କୋନ ବଡ଼ଲୋକ ତୁମି ଅମି ସମ ।

 

ଏହି ରୂପେ ଯେ କୃଷ୍ଣକୁ ଅତି ସ୍ନେହରେ ନିଜର ସମାନ ଅଥବା ନିଜ ପ୍ରାଣ ଠାରୁ ଅଧିକ ପ୍ରିୟ ବୋଲି ସଖା ମାନେ ଭାବନ୍ତି ସେଥିରେ ଶ୍ରୀକୃଷ୍ଣ ସେମାନଙ୍କର ବଶ ହୋଇ ପଡନ୍ତି । ଶ୍ରୀ କୃଷ୍ଣଙ୍କର ନିଜ ଉକ୍ତି ଏହାର ପ୍ରମାଣ । ଯଥା-

ଆପନାକେ ବଡ଼ମନେ ଆମାରେ ସମ ହୀନ

ସେଇ ଭାବେ ହୋଇ ଆମେ ତାହାର ଅଧିନ ।

 

ବାତ୍ସଲ୍ୟ ରସର ଭକ୍ତ ଗଣ ଶ୍ରୀ ଭଗବାନଙ୍କୁ ନିଜ ସନ୍ତାନ ବୋଲି ମନେ କରନ୍ତି । ଆପଣାକୁ ପାଳକ ଜ୍ଞାନ ଏବଂ ଶ୍ରୀକୃଷ୍ଣଙ୍କୁ ପଲ୍ୟଜ୍ଞାନ ଏବଂ ତାଙ୍କ ତାଡନ ଭର୍ତ୍ସନ ମଧ୍ୟ କରାନ୍ତି । ଯଥା-

 

ମମତା ଅଧିକ ତାଡନ ଭର୍ତ୍ସନ ବ୍ୟବହାର । ଯଥା-

 

ମମତା ଆଧିକ୍ୟ ଡାଡନ ଭତ୍ସନ ବ୍ୟବହାର । (ତୈ ତଃ ମଧ୍ୟ ୮ମ୍)

 

 

ଶ୍ରୀ ଭଗବାନଙ୍କ ପ୍ରତି ଯାହାର ଶୁଦ୍ଧ ବାତ୍ସଲ୍ୟ ଭବ ସେ ଅବା ତାଙ୍କୁ ତାଡନ ଭର୍ତ୍ସନା ନ କରିବ କାହିଁକି ।

 

କୋଟି ଐଶର୍ଯ୍ୟ ଦେଖିଲେ ମଧ୍ୟ ବାତ୍ସଲ୍ୟର ମହାତରଙ୍ଗରେ ସେ ଐଶର୍ଯ୍ୟ ଗିରି ବୁଡିଯାଏ ।

 

ଏକ ସମୟରେ ଶିଶୁ ନିମାଁଇ ଜନନୀଙ୍କୁ ସ୍ନେହରେ ପ୍ରହାର କରନ୍ତେ ସ୍ନେହମୟୀ ଶଚୀ ମୁର୍ଚ୍ଛାର ଛଳନା କଲେ; ନିମାଇଁ ମାତାଙ୍କୁ ମୁର୍ଛିତା ଦେଖି କାନ୍ଦିବାକୁ ଲାଗିଲେ । ଉପସ୍ଥିତ ନାରୀ ମାନେ କହିଲେ ନିମାଇଁ ତୁ ତ ମାରିବାରୁ ତୋର ଜନନୀ ମୁର୍ଚ୍ଛା ଗଲେ । ତୁ ଯଦି ଦୁଇ ଗୋଟି ନାରୀକେଳ ଆଣି ଦେବୁ ତେବେ ତୋର ମାତା ଜୀଇଁବେ । ଏହା ଶୁଣି ଶିଶୁ ନିମାଇଁ ସେହି କ୍ଷଣି ଦୁଇଗୋଟି ଉତ୍ତମ ନାରିକେଳ ଆଣି ଉପସ୍ଥିତ କରାଇଲେ । ଏହା ଦେଖୀ ସମସ୍ତ ନାରୀଗଣ ଆଶର୍ଯ୍ୟ ହେଲେ ଓ ଭାବିଲେ ଏ ଶିଶୁ ଏ ନାରୀକେଳ କେଉଁଠାରୁ ଆଣିଲା ;ଜନନୀ ଶଚୀ ଦେବୀ ମଧ୍ୟ ବିସ୍ମିତା ହେଲେ । ନିମାଇଁ ତାଙ୍କ ଗର୍ଭରେ ଥିବା କାଳରୁ ସେ ଦିବସ ପର୍ଯ୍ୟନ୍ତ ଯେଉଁ ଯେଉଁ ଅଲୌକିକ ଘଟଣା ସବୁ ଦେଖୀଥିଲେ ସମସ୍ତ ଏକେ ଏକେ ଆସି ତାଙ୍କ ଚିତ୍ତ ପଟରେ ଆସି ଉଦିତ ହେଲା ; ସେଭାବିଲେ ଏତ ମୋର ତନୟ ଏ ଯେ ଜ୍ୟୋତିମୟ ସନାତନ ପୁରୁଷ ନାରାୟଣ । କିନ୍ତୁ ଏମନ୍ତ ସମୟରେ ଶିଶୁ ନିମାଇଁ ତାଙ୍କ କୋଳ ମଧ୍ୟରେପ୍ରବେଶ କରନ୍ତେ ଶଚୀ ଦେବୀ ଐଶର୍ଯ୍ୟ ଭବସବୁ ଏ ଏକାବେଳେ ଭୁଲିଗଲେ ଓ ଭାବିଲେ କୌଣସି ଦେବ ମୋର ପୁତ୍ର ଅଙ୍ଗରେ ଆବିର୍ଭାବ ହୋଇଅଛନ୍ତି । ଅତଏବ ଦେବା ବିଷ୍ଟ ହେତୁ ମୋର ପୁତ୍ରର ଏମନ୍ତ କଥା ମାନ ଘଟୁଅଛି । ଶଚି ଏହି ଚିନ୍ତାରେ ଚିନ୍ତିତ ହୋଇ ନିଜ ସନ୍ତାନର ମଙ୍ଗଳ ପାଇଁ ଜନାର୍ଦ୍ଦନ ହୃଷିକେଶ ଗୋବିନ୍ଦ ନାମ ଉଚ୍ଚାରାଣ ପୂର୍ବକ ନିମାଇଁ ଅଙ୍ଗରେ ରକ୍ଷା ବନ୍ଧନ କଲେ ଏବଂ ମନ୍ତ୍ର ପାଠ ପୂର୍ବକ ନିମାଇଁର ସମସ୍ତ ଅଙ୍ଗରେ ଥୁ ଥୁ ପ୍ରଦାନ କଲେ । ଯଥା –

 

ଏତ ଚିନ୍ତା ରକ୍ଷା ବାନ୍ଧେ ଅଙ୍ଗେ ହାତ ଦିୟା

ଜନାର୍ଦ୍ଦନ ହୃଷିକେଶ ଗୋବିନ୍ଦ ବଲିୟା ।

ସବ ଅଙ୍ଗେ ଥୁଥୁ କୃତି ଦୟା ଶଚୀମାତା

ପ୍ରଭୁ ଭାବର ଅତିଶୟ ହେଲେ ଉନମତା।

ଏ ତ ଗଲା ଶିଶୁ କାଳର କଥା । ଆହୁରି ବାଳକାଳରେ ଏକ ଦିନର ଘଟଣା ଅବଲମ୍ବନ କରି ଶ୍ରୀଲ ବୃନ୍ଦାବନ ଦାସ କି ଲେଖି ଅଛନ୍ତି ଦେଖାଯାଉ । ନିମାଇଁ ପାଠ ପଢ଼ିବାକୁ ଯାଇଅଛନ୍ତି । ସେ ସବୁଦିନେ ଚଞ୍ଚଳ । ତାଙ୍କ ଚଞ୍ଚଳତାରେ ପ୍ରତିବେସୀମାନେ ସମସ୍ତେ ଅସ୍ଥିର , କିନ୍ତୁ ଅପର ଦୁଷ୍ଟ ଲୋକର କାର୍ଯ୍ୟରେ ଲୋକ ଯେପରି ବିରକ୍ତ ହୁଅନ୍ତି , ନିମାଇଁଙ୍କ ଚାଞ୍ଚଲ୍ୟରେ ଲୋକେ ତଦ୍ରୁପ ବିରକ୍ତ ହେଉ ନ ଥିଲେ । ଚାଞ୍ଚଲ୍ୟ ଦ୍ଵାରା ମଧ୍ୟ ନିମାଇଁ ସମସ୍ତଙ୍କ ଅନ୍ତରକୁ ଆକର୍ଷଣ କରୁ ଥିଲେ । ନିଜ ଶିଶୁର ଚାଞ୍ଚଲ୍ୟରେ ତାଙ୍କ ଜନନୀ ଯେ ପ୍ରୀତିରୂପୀ ଅନୁଭବ କରନ୍ତି । ନିମାଇର ଚାଞ୍ଚଲ୍ୟରେ ନଦୀଯୟାର ନରନାରୀ ମାନେ ତତୋଧିକ ପ୍ରୀତି ଲାଭ କରୁଥିଲେ । ଏକ ଦିନରେ ନିମାଇଁ ଅଧ୍ୟୟନ ଶେଷ ପରେ ସହଧ୍ୟାୟୀ ମାନଙ୍କ ସଙ୍ଗେ ଗଙ୍ଗାକୁ ଯାଇ ଜଳ ମଧ୍ୟରେ ବୁଡ଼ି କୁମ୍ଭୀର ପ୍ରାୟଆସି କୌଣସି ନୈଷ୍ଠିକ ବ୍ରାହ୍ମଣର ଧ୍ୟାନ ଭଙ୍ଗ କଲେ । କାହା ଉପରେ କଲ୍ଲୋଳ ପ୍ରଦାନ କଲେ । କାହାରି ପୂଜା ଶିବ ଲିଙ୍ଗ ଚୋରି କରି ଘେନି ପଳାଇଲେ । କାହାରି ସୁରକ୍ଷିତ ବିଷ୍ଣୁ ପୂଜାର ଫୂଲ ଚନ୍ଦନ ଆଦି ନିଜେ ବ୍ୟବହାର କରି ନୈବେଦ୍ୟ ଖାଇ ପଳାଇଲେ ଏବଂ କହିଲେ ଚିନ୍ତା କରନା ଯାହା ପାଇଁ ନୈବେଦ୍ୟଦି ଆଣିଥିଲ ସେତ ନିଜେ ଖାଇଲେ । ଜଳ ମଧ୍ୟରେ ହଠାତ୍ ଆସି କାହାର ପୁଷ୍ପାରୋହଣ ପୂର୍ବକ କହିଲେ ମୁଁ ମହେଶ । କେହି କେହି ବାଳିକା ମାନଙ୍କର ବସ୍ତ୍ରାରୋହଣ କଲେ ଏବଂ ଠାକୁର ପୂଜା ନିମିତ୍ତ ଆଣିଥିବା ଫୁଲମାଳ ବିଛୁଡ଼ି ଦେଲେ । ଏହିରୂପ ବ୍ୟବହାରରେ ନଦୀୟାର ନରନାରୀ ପ୍ରପୀଡ଼ିତ ହୋଇ ତାଙ୍କ ଜନକ ଜନନୀକୁ ପୁତ୍ରର ଅତ୍ୟାଚାର ମାନ ଜଣାଇଲେ । ଏଥିରେ ଉଦାର ଜଗନ୍ନାଥ ମିଶ୍ର କ୍ରୋଦ୍ଧହୋଇ ପୁଅକୁ ଶାସନ କରିବାକୁ ଗଙ୍ଗା ତୀରକୁ ଅଗ୍ରସର ହେଲେ । ପିତାଙ୍କ ଆଗମନ ବାର୍ତ୍ତା ସଙ୍ଗୀ ମାନଙ୍କ ଠାରୁ ଶୁଣି ନିମାଈଁ ଲୁଚି ପଳାଇଲେ । ଶ୍ରୀ ଜଗନ୍ନାଥ ଆସି ଦେଖିଲେ ଯେ ନିମାଇଁ ଗଙ୍ଗାରେ ନାହିଁ । ମିଶ୍ରବର ପଚାରନ୍ତେ ନିମାଇଁଙ୍କ ପୂର୍ବ ଶିକ୍ଷାରୁ ତାଙ୍କ ସଙ୍ଗୀ ବାଳକ ମାନେ କହିଲେ , “ ନିମାଇତ ଆମ ସାଙ୍ଗରେ ଆଜି ଗଙ୍ଗା ସ୍ନାନ କରି ବାକୁ ଆସି ନାହିଁ । ସେ ତ ପାଠସାରି ପୋଥି ଘେନି ଘରକୁ ଫେରିଗଲା । ଯେଉଁ ମାନେ କୌତୁକରେ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଠାରେ ନିମାଇଁ ଆଭିଯୋଗ କରିଥିଲେ ସେମାନେ କହିଲେ“ ମହାତ୍ମନ ! ଆପଣଙ୍କ ପୁତ୍ର ଭୟରେ ଘରକୁ ପଳାଇଲାଣି , ତାକୁ ମାରିବେ ନାହିଁ । ଆଉ ଦିନେ ସେରୂପ ଦୁଷ୍ଟାଚାରଣ କଲେ ଆମେ ମନେ ତାକୁ ଧରିକି ଆପଣଙ୍କ ଠାକୁ ନେଇଯିବୁ । ” ମିଶ୍ରବର ସେମାନଙ୍କ ପ୍ରିୟ ବଚନ ଶୁଣି ଓ ସେମାନଙ୍କୁ ଆଶ୍ଵାସନ ଦେଇ ଗୃହକୁ ଫେରାଇ ଦେଲେ । ଏଣେ ନିମାଇଁ ଅପର ପକ୍ଷରେ ଯାଇ ଘରେ ଉପସ୍ଥିତ ହୁଅନ୍ତେ ପିତ ମାତା ଦେଖିଲେ ଲିକନ କାଳୀ ଶ୍ରୀ ଅଙ୍ଗରେ ଶୋଭା ପାଉଛି । ପରହିତ ବସନ ଶୁଷ୍କ ଶ୍ରୀ ଅଙ୍ଗରେ ଧୂଳି ଲାଗିଅଛି । ସ୍ଵାନର ଲେଶ ମାତ୍ର ଚିହ୍ନ ନାହିଁ ।ମିଶ୍ରବର ପଚାରିଲେ ନିମାଇଁ ତୋର ଏ କି ରୂପ ବୁଦ୍ଧି । ଗଙ୍ଗା ଘାଟରେ ଲୋକମାନଙ୍କ ପ୍ରତି ଏ ରୂପ ମନ୍ଦ ବ୍ୟବହାର କରିବାତ ଭଲ ନୁହେଁ । ଏହା ଶୁଣି ନିମାଇଁ କହିଲେ ପିତା ମୁଁ ତ ଆଜି ଆଦୌ ଗଙ୍ଗା ଘାଟକୁ ଯାଇ ନାହିଁ । ମୋ ନାମରେ ଲୋକମାନେ କିପରି ଏତେ ମିଥ୍ୟା ଅଭିଯୋଗ କଲେ । ମୁଁ କିଛି ନକରି ଯଦି ସେମାନେ ମୋ ନାମରେ ମିଥ୍ୟରେ ଏମନ୍ତ କହିଲେ ତେବେ ମୁଁ ସେମାନଙ୍କ ପ୍ରତି ଭଲକରି ଦୁଷ୍ଟାଚାରଣ କରିବି । ବାତ୍ସଲ୍ୟ ସ୍ନେହରେ ବିହ୍ଵଳ ଶ୍ରୀଜଗନ୍ନାଥ ମିଶ୍ର ଏଥିରେ କିଛି ପ୍ରତିତ୍ୟୁର ଦେଇପାରିଲେ ନାହିଁ । ନିମାଇଁ ପୂନର୍ବାର ସ୍ନାନ କରିବାକୁ ଗମନ କଲେ । ଏଣେ ଶଚୀ ଜଗନ୍ନାଥ ମିଶ୍ର ମନେ ମମନେ ଭାବିଲେ , ଏ କି ଚମତ୍କାର ସେ ବ୍ରିହ୍ମଣ ଗଣ ମିଥ୍ୟା କହିବାର ପାତ୍ର ନୁହନ୍ତି , ବାଳକ ନାମରେ ସେ ଅବା ମିଥ୍ୟା କହିବେ କାହିଁକି । ତେବେ କି ଆମ ନିମାଇଁ ମନୁଷ୍ୟ ନୁହେଁ? ଶ୍ରୀକୃଷ୍ଣ କି ନିଜେ ଆସି ଆମ ଘରେ ଜନ୍ମ ଗ୍ରହଣ କରି ଅଛନ୍ତି । କିମ୍ବା ଏ ଅପର କେହି ମହାପୁରୁଷ । ଜନକ ଜନନୀ ଏହିପରି ଚିନ୍ତା କରୁଅଛନ୍ତି ନିମାଇଁ ସ୍ନାନ ସାରି ଆସି ଘରେ ପହଞ୍ଚିଲେ । ନିମାଇଁକୁ ଦେଖିବା ମାତ୍ରେ ବାତ୍ସଲ୍ୟ ସ୍ନେହରେ ପ୍ରାବଲ୍ୟରେ ସେ ଐଶର୍ଯ୍ୟ ମୟ ଭାବନା ସକଳ ସେମାନଙ୍କୁ ମନରୁ ଅନ୍ତନିର୍ହିତ ହୋଇଗଲା । ଯଥା-

 

ପୁତ୍ର ଦରଶନାନନ୍ଦେ ଘୁଚିଲା ବିଚାର

ସ୍ନେହେ ପୂର୍ଣ୍ଣ ହେଲା ଦୋହେଁ କିଛୁ ନାହିଁ ଆର ।

 

ଶଚୀ ମାତ ବାତ୍ସଲ୍ୟ ରସରେ ବିଗ୍ରହ ।ପ୍ରତି କାର୍ଯ୍ୟରେ ପ୍ରତି କଥାରେ ପ୍ରତି କାର୍ଯ୍ୟରେ ସେ ନିମାଇଁଙ୍କ ପ୍ରତି ଅପୂର୍ବ ବାତ୍ସଲ୍ୟ ସ୍ନେହ ଦେଖାଇ ଅଛନ୍ତି । ତାଙ୍କର ଶ୍ରୀକୃଷ୍ଣଙ୍କ ଠାରୁ ଏକ ଅଭିନବ ପ୍ରାର୍ଥନାରୁ ଦେଖାଯିବ ଯେ ତାଙ୍କ ହୃଦୟ କିପରି ବାତ୍ସଲ୍ୟ ରସରେ ପୂର୍ଣ୍ଣ ଥାଇ ତାଙ୍କୁ ବିହ୍ଵଳ କରୁଥିଲା । ଶ୍ରୀ ବିଶମ୍ବର ଗୟାରୁ ପ୍ରତ୍ୟାଗମନ କଲା ଦିନରୁ କୃଷ୍ଣ ପ୍ରେମରେ ବିହ୍ଵଳ ହେଲେ । ହରି ସଂକୀର୍ତ୍ତନ ହେବା ମାତ୍ରେ ସେ ଛିନ୍ନ ମୂଳ ପାଦପବତ ଭୂମିରେ ପଡ଼ି ମୂର୍ଚ୍ଛିତା ହେଉଥିଲେ । ଶଚୀ ଦେବୀ ପୁତ୍ରର ଏ ଦଶା ଦେଖି ଆଉ ସବୁ ପାଶୋରି ଯାଉଥିଲେ । ତାଙ୍କ ମନରେ ବିଶେଷ କଷ୍ଟ ଏହି ଯେ ଏ ଗୁରୁ ପତନରେ ନିମାଇଁ କୋମଳ ଅଙ୍ଗରେ କି କଷ୍ଟ ହେଉ ନ ଥୀବ । ତେଣୁ ସେଶ୍ରୀକୃଷ୍ଣ ଠାରେ ଏହି ପ୍ରାର୍ଥନା କରୁଥିଲେ ଯେ । ହେ ଶ୍ରୀକୃଷ୍ଣ ! ମୋତେ ଏହି ବର ଦିଅନ୍ତୁ ତୋର କୀର୍ତ୍ତନ କରି ନିମାଇଁ ଯେତେବେଳେ ଭୂମିରେ ପଡ଼େ ମୁଁ ତାହା ଯେପରି ନ ଜାଣି ପାରେ । ଯଥା –

 

 

କୃପା କରି କୃଷ୍ଣ ମୋର ଦେହ ଏଇ ବର

ଯେ ସମୟ ଆଛାଡ ଖୟେବ ବିଶମ୍ବର

ମୁଇଁ ଯେନ ତାହା ନାହିଁ ଜାନେ ସେ ସମୟେ

ହେନ କୃପା କର ମୋର କୃଷ୍ଣ ମହାଶୟ ।

 

କୀର୍ତ୍ତନା ବେଶରେ ପରମାନନ୍ଦରେ ପତନ, ସେଥିରେ ପ୍ରକୃତ ଦୃଶ୍ୟ ଲେଶ ନଥିଲେ ହେଁ ପୁତ୍ରବତ୍ସଳା ଜନନୀଙ୍କ ପ୍ରାଣରେ ତାହା ଅସହ୍ୟ ।

 

ଏହି ବାତ୍ସଲ୍ୟ ରସରେ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ସର୍ବଦା ବାଲ୍ୟ ମନେ କରନ୍ତି । ସେଥିପାଇଁ ତାଡନ ଭତ୍ସନା କରନ୍ତି । ଏମନ୍ତ କି ଶ୍ରୀଭଗବାନଙ୍କୁ ବନ୍ଧନ ପର୍ଯ୍ୟନ୍ତ କରିଥାଆନ୍ତି । ଯଶୋଦା କର୍ତ୍ତୁକ ଶ୍ରୀକୃଷ୍ଣଙ୍କର ବନ୍ଧନକୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣଙ୍କ ମୁଖରେ ଶ୍ରୀଲ କବିରାଜ ଗୋସ୍ଵାମୀ କହିଅଛନ୍ତି ।-

 

ମାତା ମୋରେ ପୁତ୍ର ଭାବେ କରେନ ବନ୍ଧନ

ଅତିହୀନ ଜ୍ଞାନେ କରେ ଲାଳନ ପାଳନ ।

ଆହା ବାତ୍ସଲ୍ୟ ରସରେ କି ଅଦ୍ଭୁତ ଶକ୍ତି । ଯାହାର ନାମ ଗ୍ରହଣ ମାତ୍ରେ କୋଟି କୋଟି ଭାବବନ୍ଧନ ଛିନ୍ନ ହୁଏ ସେହି ଶ୍ରୀଭଗବାନଙ୍କୁ ବାତ୍ସଲ୍ୟ ସ୍ନେହରେ ବଶବର୍ତ୍ତୀଗଣ ସାମାନ୍ୟ ରଜ୍ଜୁଦ୍ଵାରା ବନ୍ଧନ କରୁଅଛନ୍ତି । ଏ ରଜ୍ଜୁ ଝୋଟ ବା ସୂତାରେ ନିର୍ମିତ ହେଲେ ହେଁ ସ୍ନେହରସରେ ପୂର୍ଣ୍ଣ । ତାହା ନ ହେଲେ କି ଶ୍ରୀକୃଷ୍ଣ ସେଥୀରେ ଆବଦ୍ଧ ହୋଇ ରହନ୍ତେ।

ମଧୁର ରସ ଏଇ ପାଞ୍ଚ ରସ ମଧ୍ୟରେ ସର୍ବୋକୃଷ୍ଟ । ଏହି ରସର କି ପରିମାଣ କରାଯାଏ । ପ୍ରତ୍ୟକ ରସର ପାତ୍ର ଆପଣଙ୍କୁ ଶ୍ରେଷ୍ଟ ମନେ କରେ ଏବଂ ତାହା କରିବାର କଥା । କିନ୍ତୁ ନିରପେକ୍ଷ ହୋଇ ବିଚାର କରିବାକୁ ଗଲେ ମଧୁର ରସ ହିଁ ସର୍ବସାର । ତେଣୁ ଶ୍ରୀକୃଷ୍ଣ ଦାସ କହିଅଛନ୍ତି ।-

 

ତଟସ୍ଥ ହୋଇୟା ହୃଦେ ବିଚାର ଯଦି କର

      ସତ ରସେ ହୈତେ ଶୃଙ୍ଗାରେ ଅଧୀକ ମାଧୁରୀ ।

ଯେ ଯେପରି ଭାବରେ ଶ୍ରୀକୃଷ୍ଣ ଙ୍କୁ ଭଜନ କରନ୍ତି କୃଷ୍ଣ ସେହିରୁପ ଅନୁଗ୍ରହ କରାନ୍ତି ; ଅତଏବ କାହାରି ଠାରେ ଋଣୀ ରହନ୍ତି ନାହିଁ । କିନ୍ତୁ ଗୋପୀମାନଙ୍କ ଠାରେ ଶ୍ରୀକୃଷ୍ଣ ସେ ପ୍ରତିଜ୍ଞା ଭଙ୍ଗ ହେଲା । ଗୋପୀ ମାନେ ଦୁର୍ଜ୍ଜୟ ସଂସାର ବନ୍ଧନ ଛେଦନ ପୂର୍ବକ ଏମନ୍ତ ଭାବରେ ଶ୍ରୀ କୃଷ୍ଣଙ୍କୁ ମନ ପ୍ରାଣ ଅର୍ପଣ କରି ସେବା କଲେ ଯେ ଶ୍ରୀକୃଷ୍ଣ ଗୋପୀମାନଙ୍କ ଋଣ ପରିଶୋଧ କରିବାକୁ ଅକ୍ଷମ ହୋଇ ଚିରକାଳ ପାଇଁ ଋଣୀ ହୋଇ ରହିଲେ । ଯଥା –

 

କୃଷ୍ଣର ପ୍ରତିଜ୍ଞା ଦୃଢ଼ ସର୍ବକାଳେ ଆଛେ

ଯେ ଯୈଛେ ଭଜେ କୃଷ୍ଣ ତାର ଭଜେ ତୈଛେ ।

                  ଏଇ ପ୍ରେମର ଅନୁରୂପ ନ ପାରେ ଭଜିତେ

ଅତଏବ ଋଣୀହନ ନହେ ଭବତେ ।

 

ମଧୁର ରସରେ ପାତ୍ରୀଗଣ କେଡେ ଉତ୍କୃଷ୍ଟ ଏହି ନିମୋକ୍ତ ଉଦାହରଣଟି ତାହାର ଯଥେଷ୍ଟ ପ୍ରମାଣ ।

 

କେହି ଗାଳି ଖାଇବାକୁ ଭଲପାଏ ନାହିଁ କିନ୍ତୁ ସ୍ତୁତିରେ ସମସ୍ତେ ସନ୍ତୁଷ୍ଟ । ବେଦ ହିଁ ମୂଳଶାସ୍ତ୍ର ଓ ଶ୍ରୀଭଗବାନଙ୍କର ସ୍ତୁତିରେ ପୂର୍ଣ୍ଣ । ସ୍ଵୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ବେଦବାକ୍ୟ ଦ୍ଵାରା ଶ୍ରୀଭଗବାନଙ୍କର ସ୍ତୁତି କରିଅଛନ୍ତି .କିନ୍ତୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ନିଜେ କହୁ ଅଛନ୍ତି । ମୋର ପ୍ରେୟସୀ ଗୋପୀଗଣ ମାନକରି ମୋତେ ସେ ଦୁଇ ଚାରିପଦ ଗାଳି ଦିଅନ୍ତି ତାହା ମୋତେ ବେଦର ସ୍ତୁତିବାକ୍ୟ ଠାରୁ ଅଧିକ ପ୍ରୀତିପଦ ମନେ ହୁଏ । ଯଥା-

 

ପ୍ରିୟା ଯଦି ମାନକରି କରଇ ଭର୍ତ୍ସନ

ବେଦସ୍ତୁତି ହୈତ ହରେ ସେହି ମୋର ମନ ।

 

ଆହା କି ସୁନ୍ଦର ! କି ସୁନ୍ଦର ! ଗୋପିଭାବ ଏମନ୍ତ ଉତ୍କୃଷ୍ଟ ହୋଇ ନଥିଲେ ଶ୍ରୀକୃଷ୍ଣ ତତ୍ ଭାବରେ ଭାବିତ ହୋଇ ଗୌର ରୂପରେ ଜନ୍ମ ଗ୍ରହଣ କରି ନଥାନ୍ତେ ।

 

ନବମ ପରିଚ୍ଛେଦ ।

ବୈଷ୍ଣବଙ୍କ ଶ୍ରେଣୀ ବିଭାଗ ।

 

ବୈଷ୍ଣବଗଣ ଆଶ୍ରମାନୁସାରେ ଦୁଇ ଶ୍ରେଣୀରେ ବିଭକ୍ତି । ଗୃହସ୍ଥ ଓ ବୈରାଗୀ ।

ଯେଉଁମାନେ ଗୃହସ୍ଥ ହୋଇ ସ୍ତ୍ରୀ ପୁତ୍ରାଦି ପରିବାର ସହ ବସ କରି ବୈଷ୍ଣବ ଧର୍ମ ଯାଜନ କରନ୍ତି ସେମାନଙ୍କୁ ଗୃହସ୍ଥ ବୈଷ୍ଣବ ବୋଲାଯାଏ ଯେଉଁ ମାନେ ଗୃହ ପରିତ୍ୟାଗ ପୂର୍ବକ ବେଶ୍ରାଶୟ (ଭେକ ଧାରଣ ) କରନ୍ତି ସେମାନଙ୍କୁ ବୈରାଗୀ ବୋଲାଯାଏ ।

ଏହି ପ୍ରଥମ ଶ୍ରେଣୀ ଗୃହସ୍ଥମାନଙ୍କର କର୍ତ୍ତବ୍ୟ ସମ୍ବଦ୍ଧରେ ମହାପ୍ରଭୁଙ୍କ ଆଚରଣ ଓ ଶିକ୍ଷା ଅତି ସୁନ୍ଦର ଭାବରେ ଶ୍ରୀ ଚୈତନ୍ୟ ଭାଗବତରେ ଓ ଶ୍ରୀ ଚୈତନ୍ୟ ଚରିତାମୃତରେ ଆଲୋଚିତ ହୋଇଅଛି , ତିନି ଚାରିଗୋଟି ସ୍ଥାନ ଉଦ୍ଧୃତ କଲେ ଗୃହସ୍ଥ ବୈଷ୍ଣବଙ୍କର କର୍ତ୍ତବ୍ୟ ସୁନ୍ଦର ରୂପେ ପ୍ରତିପନ୍ନ ହେବ।

 

ମହାପ୍ରଭୁ ଗୃହସ୍ଥ ଧର୍ମ ଆଚରଣ କାଳରେ ଅତିଥି ସେବାର ଆଦର୍ଶ ଦର୍ଶାଇଛନ୍ତି । କୌଣସି ଅତିଥି ତାଙ୍କ ଗୃହରେ ଆସି ପ୍ରବେଶ କଲେ ସେ ତାଙ୍କୁ ଅତି ସମାଦର କରୁ ଥିଲେ । ବାକ୍ୟରେ ଓ କାର୍ଯ୍ୟରେ ଉଭୟ ପ୍ରକାରର ସେ ଅତିଥିଙ୍କୁ ଆପ୍ୟାୟିତ କରୁଥିଲେ । ତାଙ୍କର ସେହି ଅତିଥି ସେବା ସମ୍ବଦ୍ଧରେ ଶ୍ରୀଲ ବୃନ୍ଦାବନ ଦାସ କହିଛନ୍ତି ।

 

ଗୃହସ୍ଥରେ ମହାପ୍ରଭୁ ଶିକ୍ଷାୟେନ ଧର୍ମ

ଅତିଥିର ସେବା ଗୃହେସ୍ଥର ମଳକର୍ମ୍ମ ।।

ଗୃହସ୍ଥ ହୋଇୟା ଯଦି ଅତିଥି ନା କରେ

ପଶୁ ପକ୍ଷୀ ହଇତେ ଅଧମ କରି ତାରେ ।।

 

ଯଦି ଦାରିଦ୍ର ବଶତଃ କେହି ଧନ କିମ୍ବା ଖାଦ୍ୟାଦି ଦ୍ଵାରା ଅତିଥି ସତ୍କାର କରି ନ ପାରନ୍ତି ତେବେ ବସିବାର ଆସନ ଓ ମଧୁର ବାକ୍ୟ ଦ୍ଵାରା ଅତିଥିକୁ ସନ୍ତୁଷ୍ଟ କରାଇବା ଉଚିତ୍ । ଯଥା –

 

ଯାର ବା ନଥାକେ କିଛୁ ପୂର୍ବାଦୃଷ୍ଟ ଦୋଷେ ।

ସେଇ ତୃଣ ଜଳ ଭୁମି ବିବେକ ସନ୍ତୋଷେ ।।

ସତ୍ୟ ବାକ୍ୟ କହିବେକ କର ପରିହାର ।

ତଥାପି ଆତିଥ୍ୟ ଶୂନ୍ୟ ନୁହଇ ତାହାର ।।

ଅକୈତବେ ଚିତ୍ତ ସୁଖ ଯାର ଘେନି ଶକ୍ତି ।

ତାହା ବରିଲେଇ ବନ୍ଦି ଅତିଥିର ଭକ୍ତି ।।

 

ତେବେ ଗୃହସ୍ଥ ବୈଷ୍ଣବର ପକ୍ଷରେ ଧନ ଉପାର୍ଜନ ଆବଶ୍ୟକ ; ଧନ ବିନା କୁଟୁମ୍ବ ମାନଙ୍କର ଭରଣପୋଷଣ ସମାଧାନ ହୋଇ ନ ପାରେ କିନ୍ତୁ କି ଭାବରେ ବୈଷ୍ଣବ ଧନ ଉପାର୍ଜନ କରିବେ ମହାପ୍ରଭୁ ଏହାର ଉତ୍ତମ ଶିକ୍ଷା ଶ୍ରୀ ଗୋପୀନାଥ ପଟ୍ଟନାୟକଙ୍କୁ ଦେଇ ଅଛନ୍ତି ।

 

ଶ୍ରୀ ଗୋପୀନାଥ ପଟ୍ଟନାୟକ ପ୍ରସିଦ୍ଧ ଶ୍ରୀ ରାମାନନ୍ଦ ରାୟଙ୍କ କନିଷ୍ଠ ଭ୍ରାତା ଅଟନ୍ତି । ସେ ମହାରାଜା ପ୍ରତାପରୁଦ୍ରଙ୍କର କର୍ମଚାରୀ ଥାଇ କିଛି ରାଜଧନ ଅପବ୍ୟୟ କରିଥିଲେ । ସେଥିଯୋଗୁଁ ତାଙ୍କୁ କିଛି ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । କିନ୍ତୁ ସେ ପରମଭକ୍ତ ଥିବାରୁ ମହାପ୍ରଭୁଙ୍କ କୃପାରୁ ସେ ଦଣ୍ଡରୁ ମୁକ୍ତ ହେଲେ ଏବଂ ତାଙ୍କର ବେତନ ଦୁଇ ଗୁଣାରେ ବର୍ଦ୍ଧିତ ହେଲା । ଏହି ସାଂସାରିକ ଶ୍ରୀବୁଦ୍ଧ ମହାପ୍ରଭୁଙ୍କ କୃପାର ଫଳ ନୁହେଁ । କୃପାଭାସର ଫଳ , ସେଈଥିରେ ଗୋପୀନାଥ ମର୍ମାହତ ହୋଇ ମହାପ୍ରଭୁଙ୍କୁ ଜଣାଇଲେ’” ପ୍ରଭୁ ! ଆମେ ପାଞ୍ଚ ଭାଇ , ସେଥି ମଧ୍ୟରୁ ଆପଣ ଜ୍ୟେଷ୍ଠ ଭ୍ରାତା ଶ୍ରୀରାମାନନ୍ଦଙ୍କୁ ଓ କନିଷ୍ଟ ଭ୍ରାତା ବାଣୀନାଥଙ୍କୁ ବିଷୟରୁ ମୁକ୍ତି କଲେ ; ମୋ ପ୍ରତି ନିଗ୍ରହ କି ପାଇଁ । ମହାପ୍ରଭୁ ତହିଁରେ ଉତ୍ତର ଦେଲେ ଗୋପୀନାଥ ! ଯଦି ତୁମ୍ଭେମାନେ ସମସ୍ତେ ନିର୍ବିଷୟୀ ହେବେ ତେବେ ତୁମ୍ଭମାନଙ୍କର ଏ ବୃହତ୍ ପରିବାର ପ୍ରତିପାଳନ କରିବ କିଏ । ତୁମକୁ ମୋର ଏଇ ଉପଦେଶ ଯେ ତୁମେ ଧର୍ମ୍ମରେ ଧନ ଉପାର୍ଜନ କର ତଦ୍ଦ୍ଵାରା କୁଟୁମ୍ବ ପ୍ରତିପୋଷଣ କର ଏବଂ ଅବଶିଷ୍ଟ ଧନ ଧର୍ମ୍ମ କର୍ମରେ ବ୍ୟୟ କର । ଅସତ୍ ଭାବରେ ଆୟ କର ନାହିଁ କିମ୍ବା ଅସତ୍ ଭାବରେ ବ୍ୟୟ କର ନାହିଁ । ଏଥିରେ ଇହ ଲୋକ ଓ ପରଲୋକ ଦୁଇ ନଷ୍ଟ ହୁଏ । ଆହା ! ଅତି ଅଳ୍ପରେ ଗୃହସ୍ଥ ବୈଷ୍ଣବ ମାନଙ୍କ ପ୍ରତି କି ସୁନ୍ଦର ଉପଦେଶ ମହାପ୍ରଭୂ ରଖି ନ ଗଲେ । ସତ୍ ଆୟ କର ଏବଂ ସତ୍ ବ୍ୟୟ କର । ଅସତ୍ ଆୟ କରି ବହୁ ଆଡ଼ମ୍ବର ପୂର୍ବକ ବ୍ୟୟ କରିବା ଦ୍ଵାରା ଲୋକରେ ଖ୍ୟାତି ହୋଇପାରେ, କିନ୍ତୁ ପରମାର୍ଥ ଲାଭ ହେବ ନାହିଁ । ମହାପ୍ରଭୁଙ୍କର ଉକ୍ତି ଯଥା –

 

ପ୍ରଭୁ କହେ ସନ୍ୟାସୀ ଯେବେ ହବ ପଞ୍ଚାଜନ

କୁଟୁମ୍ବ ବାହୁଲ୍ୟ ତୋମାରେ ନ କରେ ଭରଣ।

କିନ୍ତୁ ମୋର କରିଓ ଏକ ଆଜ୍ଞାର ପାଳନ

ବ୍ୟୟ ନ କରିଓ ପ୍ରଭୁ ରାଜ୍ୟର ମୂଳଧନ ।

 

ରାଜ୍ୟର ମୂଳଧନ ଦିଯା ଯେ କିଛୁ ଲଭ୍ୟହୟ

ସେଇଧନ କରିଓ ନାନା ଧର୍ମ୍ମେ କର୍ମ୍ମେ ବ୍ୟୟ ।

ଅସତ୍ ବ୍ୟୟ ନ କରିଓ ଯାତେ ଦୁଇଲୋକଯାୟ

ଅସତ୍ ଆୟ ଓ ଅସତ୍ ବ୍ୟୟ ମହାପ୍ରଭୁ ଏ ଦୁଇକୁ ବାରଣକଲେ । ଶ୍ରୀରଘୁନାଥ ଦାସ ଅତୁଳ ଐଶର୍ଯ୍ୟରେ ରହି ମଧ୍ୟ ସମସ୍ତ ବିଷୟ ସୁଖ ପରିତ୍ୟାଗ ପୂର୍ବକ ବୈରାଗୀ ହେବାକୁ ସମକୁଣ୍ଠିତ । ତାଙ୍କର ପିତା ଜ୍ୟେଷ୍ଠ ତାତ ପ୍ରହରୀ ନିଯୁକ୍ତି କରି ତାଙ୍କୁ ଏକ ପ୍ରକାର ଆବଦ୍ଧ କରି ରଖି ଅଛନ୍ତି । ଏମନ୍ତ ସମରେ ମହାପ୍ରଭୁ ସନ୍ୟାସ ଗ୍ରହଣ ପର ଶ୍ରୀବୃନ୍ଦାବନ ଗମନ ଅଭିଳାଷରେ ଶ୍ରୀ ପୁରୁଷୋତ୍ତମ ବାହାରି ଶାନ୍ତି ପୁରରେ ପ୍ରବେଶ କଲେ । ରଘୁନାଥ ଦାସ ପିତାଙ୍କ ଅନୁମତି କ୍ରମେ ମହାପ୍ରଭୁଙ୍କ ଶ୍ରୀଚରଣ ଦର୍ଶନ ନିମିତ୍ତ ଶାନ୍ତି ପୁରକୁ ଗମନ କଲେ । ଏବଂ ସେଠାରେ ନିଜର ଆନ୍ତରିକ ଦୁଃଖ ମହାପ୍ରଭୁଙ୍କ ଠାରେ ଆବେଦନ କରନ୍ତେ ମହାପ୍ରଭୁ ତାଙ୍କୁ ଉପଦେଶ ପୂର୍ବକ କହିଲେ ରଘୁନାଥ ? ତୁମ୍ଭେ ଏତେ ଅସ୍ଥିର ହୁଅ ନାହିଁ । ଏକା ବେଳେ କେହି ଶେଷ ସୀମାକୁ ଯାଇପାରେ ନାହିଁ । କ୍ରମେ କ୍ରମେ ଭବ ସିନ୍ଧୁ ପାରି ହେବାକୁ ହୁଏ । ମର୍କଟ ବୈରାଗ ତ ଭଲ ନୁହେଁ ଅର୍ଥାତ୍ ମନରେ ସଂପୂର୍ଣ୍ଣ ବୈରାଗ୍ୟ ଆସିନାହି ଅଥଚ ଦେଖେଇବା ପାଇଁ ଯେ କପଟ ବୈରାଗ୍ୟ ତାକୁ ମର୍କଟ ବୈରାଗ୍ୟ ବୋଲାଯାଏ । ଅନାସକ୍ତ ହୋଇ ବିଷୟ ଭୋଗ କର ; ଅନ୍ତରେ ଶ୍ରୀକୃଷ୍ଣଙ୍କଠାରେ ନିଷ୍ଠା କର ; ଏପରି କଲେ ଦୟାଳୁ ଶ୍ରୀକୃଷ୍ଣ ତୁମକୁ ଶୀଘ୍ର ମହା ବିଷୟ ବିଷ ମଧ୍ୟରୁ ଉଦ୍ଧାର କରିବେ । ଯଥା –

 

ସ୍ଥିର ହୟାଁ ଘରେ ଯାଓ ନାହିଓ ବାଉଲ

କ୍ରମେ କ୍ରମେ ପାଓ ଲୋକ ଭବସିନ୍ଧୁ କୂଳ ,

ମର୍କଟ ବୈରାଗ୍ୟ ନ କର ଲୋକ ଦେଖାଇୟା

ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୟା

ଅନ୍ତରେ ନିଷ୍ଠା କର , ବାହ୍ୟେ ଲୋକ ବ୍ୟବହାର

ଅଚିରାତ୍ କୃଷ୍ଣ ତୋମାୟା କରିବେନି ଉଦ୍ଧାର ।

 

ପ୍ରକୃତରେ ବୈରାଗ୍ୟର ଆଦର୍ଶ ଶ୍ରୀରଘୁନାଥଙ୍କର ମର୍କଟ ବୈରାଗ୍ୟ ନ ଥିଲା । କେବଳ ଲୋକ ଶିକ୍ଷା ହେତୁ ମହାପ୍ରଭୁ ଜଗତକୁ ଏଇ ପରମ ଶିକ୍ଷା ଦେଇ ଯାଇଅଛନ୍ତି । ଅନ୍ତର ନିଷ୍ଠା ହିଁ ମୂଳ ପ୍ରୟୋଜନ ।

 

ବୈରାଗୀ ନ ହୋଇ ଘରେ ରହିଲେ କି କୃଷ୍ଣ ମିଳିବେ ନାହିଁ ,ଶ୍ରୀଳ ରାମାନନ୍ଦ ରାୟ ,ଶ୍ରୀଳଅଦ୍ୱୈତାଚାର୍ଯ୍ୟ,ପଣ୍ଡିତ ଶ୍ରୀନିବାସ , ପୁଣ୍ଡରିକ ବିଦ୍ୟାନିଧି ଏମାନେ ସମସ୍ତେ ଗୃହସ୍ଥ ବୈଷ୍ଣବ । ଏହା ଠାରୁ ଆଉ କି ଅଧିକତମ ଉଦାହରଣ ଚାହେଁ । ଅନାସକ୍ତ ହୋଇ ବିଷୟ ଭୋଗ କରିବା ଗୃହସ୍ଥ ବୈଷ୍ଣବ କ୍ଷେତ୍ରରେ ଏକାନ୍ତ କର୍ତ୍ତବ୍ୟ । ବହୁ ଦାନ କଲେ କିମ୍ବା କୂପ ପୁଷ୍କରିଣୀ ଆଦି ଖନନ କଲେ କିମ୍ବା ଅର୍ଥର ସଦ୍ ବ୍ୟବହାର କଲେ ମଧ୍ୟ

ଯଦି ଧନରେ କାହାର ଆସକ୍ତି ଥାଏ ତେବେ ତାହାକୁ ଶୁଦ୍ଧ ଗୃହସ୍ଥ ବୈଷ୍ଣବ ବୋଲାଯାଇ ନ ପାରେ । ଧନ ଆୟ ହେଉଛିତ ହେଉ କିନ୍ତୁ କିପରି ମୋର ଧନ ବୃଦ୍ଧି ହେଉ ଏ ଗାଢ଼ଲତା ଯେପରି ନ ଥାଏ । ମହାପ୍ରଭୁ ଶ୍ରୀରଘୁନାଥ ଦାସ ଗୋସ୍ଵାମୀଙ୍କ ପିତା ଓ ଜ୍ୟେଷ୍ଠ ତାତଙ୍କ ସମ୍ବନ୍ଧରେ ଯେଉଁ ଉକ୍ତି ବ୍ୟବହାର କରିଅଛନ୍ତି ସମସ୍ତ ଧନଲଗୁ ବ୍ୟକ୍ତି ମାନଙ୍କ ପ୍ରତି ତାହା ପ୍ରଯୋଜ୍ୟ ।

 

ଶ୍ରୀରଘୁନାଥ ଦାସ ଯେତେବେଳେ ଗୃହରୁ ପଳାଇ ଆସି ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମେ ପହଞ୍ଚିଲେ ମହାପ୍ରଭୁ ତାଙ୍କୁ ସ୍ନେହାଲିଙ୍ଗନ ପ୍ରଦାନ କରି ବହୁ କୃପା କଲେ ଏବଂ କହିଲେ ବତ୍ସ ! ଶ୍ରୀକୃଷ୍ଣ କୃପାକରି ତୋତେ ବିଷୟରୂପ ଚିଷ୍ଠାଚର୍ତ୍ତରୁ ଉଦ୍ଧାର କଲେ । ତୋର ପିତା ଓ ଜ୍ୟେଷ୍ଠ ତାତ ଦୁହେଁ ବିଷୟ ବିଷ୍ଠାରେ କୃସି; ସେମାନେ ମହାକଷ୍ଟର ମୂଳ ଯେ ବିଷୟ ସମ୍ପତି ତାକୁ ପରମସୁଖକର ବୋଲି ମନେକରନ୍ତି । ଯଦିଓ ସେମାନେ ଗୋବ୍ରାହ୍ମଣର ପୂଜା କରନ୍ତି , ଅସତ ବ୍ୟୟ କରନ୍ତି ନାହିଁ , ବ୍ରାହ୍ମଣମାନଙ୍କୁ ଧନଦାନ କରନ୍ତି ତଥାପି ସେମାନେ ଶୁଦ୍ଧ ବୈଷ୍ଣବ ନୁହନ୍ତି , ବିଷୟର ମୋହିନୀ ଶକ୍ତିରେ ସତତ ବିମୋହିତ । ବିଷୟ ଲୋଭହିଁ ଭବବନ୍ଧନର ମୂଳୀଭୂତ କାରଣ । ଯଥା;--

 

      ଇହାର ବାପ ଜ୍ୟେଷ୍ଠା ବିଷୟ ବିଷ୍ଠା ଗର୍ତ୍ତେର କୀଡ଼ା

      ସୁଖ କରି ମାନେ ବିଷୟ ବିଷୟ ମହାପୀଡ଼ା ।

      ଯଦ୍ୟପି ବ୍ରାହ୍ମଣୀ କରେ ବ୍ରାହ୍ମଣେର ସହାୟ

      ଶୁଦ୍ଧ ବୈଷ୍ଣବ ନହେ ବୈଷ୍ଣବେର ପ୍ରାୟ ।

      ତଥାପି ବିଷୟ ସ୍ଵଭାବ କରେ ମହାଅନ୍ଧ

      ସେଇ କର୍ମ୍ମ କରାୟ ଯାତେ ହୟ ଭବ ବନ୍ଧ ।

                                          [ ଚେଃ ଚଃ ଅନ୍ତ୍ୟ ୬ଷ୍ଠ ]

ଏହି ସମସ୍ତ ମହାପ୍ରଭୁଙ୍କର ଆଚରଣ ଓ ଶିକ୍ଷାରୁ ଗୃହସ୍ଥ ବୈଷ୍ଣବଗଣ ସେମାନଙ୍କର କର୍ତ୍ତବ୍ୟ ଉତ୍ତମରୂପେ ଅବଧାରଣ କରିପାରିବେ । ବିଶେଷତଃ ସେମାନେ ଯେପରି ସର୍ବଦା ନିଜ ନିଜ ଇଷ୍ଟଦେବଙ୍କୁ ସ୍ମରଣରଖି ସଂସାର କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି ।

 

ବୈରାଗୀଙ୍କ ଲକ୍ଷଣ ;--

ବୈରାଗୀଙ୍କର ଲକ୍ଷଣମାନ ମହାପ୍ରଭୁ ଅତି ସଂକ୍ଷେପରେ ସୁନ୍ଦର ରୂପେ ପ୍ରକାଶ କରି ଅଛନ୍ତି । ଶ୍ରୀରଘୁନାଥ ଦାସ ଅତୁଳ ଐଶ୍ଵର୍ଯ୍ୟ ଓ ସୁନ୍ଦରୀ ଭାର୍ଯ୍ୟା ପରିତ୍ୟାଗ କରି ବୈରାଗୀ ଧର୍ମ୍ମ ଅବଲମ୍ବନ କରିଅଛନ୍ତି ;ଏବଂ ଶ୍ରୀମହାପ୍ରଭୁଙ୍କ ନିକଟରେ ବାସ କରୁଅଛନ୍ତି । ସେ ଅତି ସୁଶୀଳ ଓ ନମ୍ର । ମହାପ୍ରଭୁଙ୍କ ସମ୍ମୁଖରେ କଥା ପର୍ଯ୍ୟନ୍ତ କହିବାକୁ ଲଜ୍ଜିତ । ସ୍ଵରୂପଙ୍କ ଦ୍ଵାରା ମହାପ୍ରଭୁଙ୍କ ନିଜର କି କର୍ତ୍ତବ୍ୟ ପଚାରନ୍ତେ ମହାପ୍ରଭୁ କହିଲେ “ରଘୁନାଥ ! ମୁଁ ତ ସ୍ଵରୂପଙ୍କୁ ତୋର ଉପଦେଷ୍ଟା ନିରୂପିତ କରି ଦେଇଅଛି । ସାଧ୍ୟ ସାଧନ ବିଷୟରେ ସେ ଯାହା ଜାଣନ୍ତି ମୋତେ ସେତେ ଜଣାନାହିଁ । ତେବେ ମୋ ମୁଖରୁ କିଛି ଶୁଣିବାକୁ ଯଦି ତୋର ନିତାନ୍ତ ଅଭିଳାଷ, କହୁଛି ଶୁଣ । ଗ୍ରାମ୍ୟ କଥା ନ ଶୁଣିବା , ଗ୍ରାମ୍ୟ ବାର୍ତ୍ତା ଚର୍ଚ୍ଚା ନ କରିବା ,ଉତ୍ତମ ଖାଦ୍ୟ ଭୋଜନରେ ଓ ଉତ୍ତମ ବସ୍ତ୍ର ପରିଧାନରେ ଲୋଭ ନ ରଖିବା,ନିଜେ ଅମାନୀ ହୋଇ ପରକୁ ମାନ ପ୍ରଦାନ କରି ସତତ ଶ୍ରୀରାଧାକୃଷ୍ଣ ନାମ ଗ୍ରହଣ କରିବା ଓ ମାନସିକରେ ସତତ ଶ୍ରୀରାଧାକୃଷ୍ଣଙ୍କର ସେବା କରିବା ଏହା ହିଁ ବୈରାଗୀଙ୍କର କର୍ତ୍ତବ୍ୟ । ଯଥା—

      ଗ୍ରାମ୍ୟ କଥା ନା ଶୁଣିବେ ଗ୍ରାମ୍ୟ ବାର୍ତ୍ତା ନା କହିବେ

      ଭଲ ନଃ ଖାଇବେ ଆର ଭଲ ନା ପରିବେ

      ଅମାନୀମାନଦ କୃଷ୍ଣ ନାମ ସଦା ଲବେ ।

      ବ୍ରଗେ ରାଧାକୃଷ୍ଣ ସେବାମାନସେ କରିବେ ।

                              [ଚୈଃ ଚଃ ଅନ୍ତ୍ୟ ୬ଷ୍ଠ ]

             ଆହା !ସଇକ୍ଷେପରେ କି ମହଦ୍ ଉପଦେଶ ।

ଶ୍ରୀରଘୁନାଥ ଦାସ ମହାପ୍ରଭୁଙ୍କ ନିକଟକୁ ଆସି ମହାପ୍ରଭୁଙ୍କ ସେବକ ଶ୍ରୀଗୋବିନ୍ଦଙ୍କ ଦତ୍ତ ପ୍ରସାଦନ ସେବନ କଲେ । ତତ୍ପରେ ଶ୍ରୀଜଗନ୍ନାଥଙ୍କ ଦେଉଳର ସିଂହଦ୍ଵାରରେ ପତ୍ୟହ କିଛିକ୍ଷଣ ଠିଆ ହୋଇ ଭକ୍ତିଚିତ୍ତ ମହାପ୍ରସାଦରେ

ଉଦର ପୋଷଣ କରିବାକୁ ଲାଗିଲେ । ମହାପ୍ରଭୁ ଏହାଶୁଣି ପ୍ରୀତ ହୋଇ କହିଥିଲେ , ରଘୁନାଥ ଉଚିତ ପଥ ଅବଲମ୍ବନ କରିଅଛି । ସତତ ଶ୍ରୀହରିନାମ ସଂକୀର୍ତ୍ତନ କରି କିଛି ମାଗି ଖାଇ ଉଦର ପୋଷଣ କରିବା ବୈରାଗୀ ମାନଙ୍କ ପକ୍ଷରେ ଉଚିତ । ବୈରାଗୀ ହୋଇ ପରୀପେକ୍ଷା କରିବା ଉଚିତ୍ ନୁହେଁ ଓ ଜିହ୍ୱା ଲାଳସାରେ ନାନା ଉପାଦେୟ ଖାଦ୍ୟରେ ଲୋଭ କରିବା ଉଚିତ ନୁହେ । ଶିଶ୍ନୋଦର ପରାୟଣ ବୈରାଗୀ କଦାପି ଶ୍ରୀକୃଷ୍ଣଙ୍କୁ ପାଇ ନ ପାରେ, ଯଥା—

      ବୈରାଗୀର ଧର୍ମ୍ମ ସଦା ନାମ ସଂକୀର୍ତ୍ତନ

      ମାଗିୟା ଖାଇୟା କରେ ଜୀବନ ରକ୍ଷଣ ।

      ବୈରାଗୀ ହଇୟା ଯେବା କରେ ପରୀପେକ୍ଷା

      କାର୍ଯ୍ୟ ସିଦ୍ଧି ନହେ କୃଷ୍ଣ କରେନ ଉପେକ୍ଷା ।

 

      ବୈରାଗୀ ହଇୟା କରେ ଜିହ୍ଵାର ଲାଳସ

      ପରମାର୍ଥ ଯାଏ ଆର ହୟ ରସେ ବଶ ।

      ବୈରାଗ୍ୟର କୃତ୍ୟ ସବା ନାମ ସଂକୀର୍ତ୍ତନ

      ଶାକପତ୍ର ଫଳ ମୂଳେ ଉଦର ଭରଶ ।

      

ଜିହ୍ଵାର ଲାଳସେ ଯେଇ ଇତି ଉତିଧାୟ

      ଶିଶ୍ନୋଦର ପରାୟଣ କୃଷ୍ଣ କାହି ପାୟ ।

ଅର୍ଥଲୋଭତ ବୈରାଗୀ ମାନଙ୍କ ପକ୍ଷରେ ଏକାନ୍ତ ନିଷିଦ୍ଧ । ତଦୁପରି ଆହୁରି ଅଧିକ ଶାସନ ଏହି ଯେ ସେମାନେ ଗୃହସ୍ଥ ଭକ୍ତି ମାନଙ୍କଠାରୁ ଭିକ୍ଷା କରିବେ, ବିଷୟାସକ୍ତ ବ୍ୟକ୍ତିଠାରୁ ଯେପରି ଭିକ୍ଷା ପର୍ଯ୍ୟନ୍ତ ନ ନିଅନ୍ତି । ଶ୍ରୀ ରଘୁନାଥ ଦାସ ବୈରାଗ୍ୟ ଅବଲମ୍ବନ ପରେ ତାଙ୍କର ପିତା ଚାରିଶତ ମୁଦ୍ରା ଲୋକହସ୍ତରେ ତାଙ୍କଠାକୁ ପଠାଇଥିଲେ । ରଘୁନାଥ ଦାସ ସେ ଅର୍ଥ ଗ୍ରହଣ କଲେ ନାହିଁ । ବହୁ ଅନୁରୋଧ ପରେ ଆଠପଣ ମାତ୍ର କୌଡ଼ି ଗ୍ରହଣ କଲେ ଏବଂ ତଦ୍ଵାରା ମହାପ୍ରଭୁଙ୍କୁ ମାସିକ ଦୁଇଦିନ ଭିକ୍ଷା ପ୍ରଦାନ କରିବାକୁ ଲାଗିଲେ । କିଛିଦିନ ପରେ ମନେ ବିଚାର କଲେ ,

ଏ ବିଷୟୀର ସମ୍ପତିରେ ମୁଁ ଯେ ମହାପ୍ରଭୁଙ୍କୁ ଭିକ୍ଷାର ନିମନ୍ତ୍ରଣ କରେଁ , ମହାପ୍ରଭୁ ମୋର ଅନୁରୋଧରେ ଏହା ଗ୍ରହଣ କରନ୍ତି ସତ୍ୟ କିନ୍ତୁ ଏଥିରେ ତାଙ୍କର ମନ ପ୍ରସନ୍ନ ହୁଏ ନାହିଁ । ଏ ଦ୍ରବ୍ୟ ଗ୍ରହଣରେ ମୋର ଚିତ୍ତ ମଧ୍ୟ ନିର୍ମ୍ମଳ ହୁଏ ନାହିଁ, ଗ୍ଲାନି ଜାତ ହୁଏ ; ଏ ନିମନ୍ତ୍ରଣରେ କେବଳ ପ୍ରତିଷ୍ଠା ସାର ,ଏଥିରେ ପରମାର୍ଥଃ କିଛି ଲାଭ ନାହିଁ ,ଏହା ଭାଳି ସେ ନିମନ୍ତ୍ରଣ ପରିତ୍ୟାଗ କଲେ । ମହାପ୍ରଭୁ ଏଥିରେ ସନ୍ତୁଷ୍ଟ ହୋଇ କହିଥିଲେ –

      ବିଷୟୀର ଅନ୍ନ ଖାଇଲେ ମଲିନ ହୟ ମନ

      ମଲିନ ମନହେଲେ ନହେ କୃଷ୍ଣେର ସ୍ମରଣ ।

      ବିଷୟୀର ଅନ୍ନ ହୟ ରାଜସ ନିମନ୍ତ୍ରଣ

      ଦାତା ଭୋକ୍ତା ଦୋହାଁର ମଲିନ ହୟ ମନ ।

Unknown

ଦିବାନାଶି ଶ୍ରୀହରିନାମଗ୍ରହଣ ଓ ଶ୍ରୀରାଧାକୃଷ୍ଣଙ୍କ ଲୀଳା ସ୍ମରଣ ହିଁ ବୈରାଗୀମାନଙ୍କର କର୍ତ୍ତବ୍ୟ । ଶ୍ରୀରଘୁନାଥ ଦାସହିଁ ବୈରାଗ୍ୟର ଚୂଡ଼ାନ୍ତ ଉଦାହରଣ ଦେଖାଇ ଯାଇ ଅଛନ୍ତି । ତାଙ୍କ ସମ୍ବନ୍ଧରେ ଶ୍ରୀକୃଷ୍ଣଦାସ କବିରାଜ ଲେଖିଅଛନ୍ତି ----

      ଅନନ୍ତ ଗୁଣ ରଘୁନାଥେର କେ କରିବେ ଲେଖା

      ରଘୁନାଥେର ନିୟମ ଯେନ ପାଷାଣେର ରେଖା ।

      ସାଢ଼େ ସାତପ୍ରହାର ଯାୟ ଯାହାର ସ୍ମରଣେ

      ଆହାର ନିଦ୍ରା ଚାରିଦଣ୍ଡ ସେ ଓ ନହେ କୋନଦିନେ ।

      ବୈରାଗ୍ୟେର କଥା ତାଁର ଅଦ୍ଭୁତ କଥନ

      ଆଜନ୍ମ ନାଦିଲ ଜିହ୍ଵାୟ ରସେର ସ୍ପର୍ଶନ ।

      ଛିଡ଼ା କାନି କାଁଥା ବିନା ନାପରେ ବସନ ।

 

ଏତ ଗଲା ଶ୍ରୀରଘୁନାଥ ଦାସଙ୍କ ଦ୍ଵାରା ମହାପ୍ରଭୁଙ୍କର ଲୋକଙ୍କ ବୈରାଗ୍ୟ ଶିକ୍ଷା । ଏବେ ସେ ନିଜେ ନିଜ ଉଦାହରଣଦ୍ଵାରା କି ଶିକ୍ଷା ଦେଇଯାଇଅଛନ୍ତି ଦେଖାଯାଉ ।

ମହାରାଜା ପ୍ରତାପରୁଦ୍ର ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ ସଙ୍ଗେ ମିଳିବା ପାଇଁ ଉତ୍କଣ୍ଠିତ । ସେ ଉତ୍ତରରେ ତ୍ରିବେଣୀ ଠାରୁ ଦକ୍ଷିଣରେ ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ସମଗ୍ର ଦେଶର ମହାରାଜା । ସମସ୍ତ ଭାରତ ବର୍ଷ ସେତେବେଳେ ତାଙ୍କ ପ୍ରତାପରେ ବିକମ୍ପିତା; ତାଙ୍କ ରାଜ୍ୟମଧ୍ୟରେ ଜଣେ ସନ୍ନ୍ୟାସୀ ବାସ କରୁଅଛନ୍ତି । ତାଙ୍କୁ ଦର୍ଶନ କରିବା ପାଇଁ ମହାରାଜା ଏତେ ବ୍ୟାକୁଳ କାହିଁକି ? ନା, ମହାରାଜା ସେତେବେଳେ ଉତ୍ତମରୂପେ ବୁଝିଥିଲେ ଶ୍ରୀକୃଷ୍ଣ ଚୈତନ୍ୟ ଜଣେ ସାମାନ୍ୟ ସନ୍ନ୍ୟାସୀ ନୁହଁନ୍ତି । ସେ କୋଟୀ ବ୍ରହ୍ମାଣ୍ଡର କର୍ତ୍ତା ସ୍ଵୟଂ ଭଗବାନ । ତାଙ୍କୁ ବଳପ୍ରକାଶ ପୂର୍ବକ ଧରି ଆଣି ତାଙ୍କର ଦର୍ଶନ ଲାଭ କରିବା ତାଙ୍କ (ମହାରାଜାଙ୍କ ) ପକ୍ଷରେ ଅସମ୍ଭବ । ତାଙ୍କ ଦେବଦୁର୍ଲ୍ଲଭ ଦର୍ଶନ ଲାଭ କେବଳ ତାଙ୍କ କୃପାସାପେକ୍ଷ । ଏଣୁ ସେ (ମହାରାଜା) ନିଜ ସଭାମଣ୍ଡିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ମହାପ୍ରଭୁଙ୍କ ଦର୍ଶନ ଲାଭ କରାଇଦେବାକୁ ଅନୁରୋଧ କରାଇଥିଲେ | ସାର୍ବଭୋ ମ ଭାଟ୍ଟଚାର୍ଯା ମହାରାଜାଙ୍କର ଏହି ପ୍ରାର୍ଥନା ମହାପ୍ରଭୁଙ୍କଠାରେ ନିବେଦନ କରନ୍ତେ ମହାପ୍ରଭୁ କହିଥିଲେ “ସାର୍ବବୌମ !ତୁମ୍ଭପରି ମହାପଣ୍ଡିତ ପକ୍ଷରେ ଏପରି କଥା କହିବା ଭଲ ଦିଶୁଛି କି ? ମୁଁ ସନ୍ନ୍ୟାସୀ ,ସ୍ତ୍ରୀ ଦର୍ଶନ କିମ୍ବା ରାଜଦର୍ଶନ କି ମୋ ପକ୍ଷରେ କୌଣସି ରୂପେ ବିଧେୟ ? ଯଥା—

 

      ସାର୍ବଭୌମ କହ କେନ ଅଯୋଗ୍ୟ ବଚନ

      ସନ୍ନ୍ୟାସୀ ବିରକ୍ତି ଅନାଉ ରାଜଦରଶନ ।

      ସ୍ତ୍ରୀ ଦରଶନ ସମ ବିଷେର ଭକ୍ଷଣ ।

ସାର୍ବଭୌମ ସେଥିରେ କହିଲେ “ପ୍ରଭୋ” ! ଆପଣ ଯାହା କହିଲେ ତାହା ସତ୍ୟ କିନ୍ତୁ ମହାରାଜା ପ୍ରତାପରୁଦ୍ର କେବଳ ରାଜା ନୁହଁନ୍ତି ? ସେ ଯେ ଶ୍ରୀଜଗନ୍ନାଥ ଦେବଙ୍କର ଏକ ପ୍ରଧାନ ସେବକମଧ୍ୟରେ ଗଣ୍ୟ । ସେ ଭାବରେ ଦେଖିବାକୁ ଗଲେ ସେ ତ ବର୍ଜ୍ଜନୀୟ ନୁହନ୍ତି । ଏଥିର ଉତ୍ତରରେ ମହାପ୍ରଭୁ କହିଲେ ତାହାହେଲେ ମଧ୍ୟ ରାଜା କାଳସର୍ପ ସଦୃଶ । ଚିତ୍ରିତ କାଷ୍ଠନାରୀକୁ ସ୍ପର୍ଶ କଲେ ଯେରୂପ ଚିତ୍ତରୁ ବିକାର ଜାତହୁଏ ତଦୃପ ରାଜଦର୍ଶନରେ ବିଷୟୀ ସଂଗତ ଜନିତ କୁଫଳ ଜାତହୁଏ ।

 

      ପ୍ରଭୁ କହେ ତମାମ ରାଜା କାଳ ସର୍ପାକାର

      କାଷ୍ଠନାରୀ ସ୍ପର୍ଶେ ଯୈଛେ ଉପଜେ ବିକାର ।

 

ମହାରାଜାଙ୍କ ହୃଦୟରେ ପ୍ରଗାଢ଼ ଭକ୍ତି ଜନ୍ମିଅଛି ଏହା ଜାଣି ମଧ୍ୟ ଲୋକଶିକ୍ଷା ନିମିତ୍ତ ମହାପ୍ରଭୁ ଏହିରୂପ କାଠିନ୍ୟ ଦର୍ଶାଇଥିଲେ ,ଏବଂ ଏତିକିରେ ଯେ ପରୀକ୍ଷା ଶେଷ ହୋଇଥିଲା ଏମନ୍ତ ନୁହେ । ମହାରାଜାଙ୍କ ମିଳନାର୍ଥ ମହାପ୍ରଭୁଙ୍କ ପ୍ରିୟ ପାର୍ଷଦମାନଙ୍କୁ ବହୁବାର କଷ୍ଟ ସ୍ଵୀକାର କରିବାକୁ ହୋଇଥିଲା । ଶ୍ରୀଳସାର୍ବଭୌମ,ଶ୍ରୀରାମାନନ୍ଦ ,ଶ୍ରୀ ପରମାନନ୍ଦ ,ପୁରୀ ଶ୍ରୀମନ୍ ନିତ୍ୟାନନ୍ଦ ସମସ୍ତଙ୍କୁ ଏଥିପାଇଁ ବ୍ୟସ୍ତ ହେବାକୁ ପଡ଼ିଥିଲା ।

ଶ୍ରୀଳ ରାମାନନ୍ଦ ମହାରାଜାଙ୍କ ମିଳନ ବିଷୟରେ ନିବେଦନ କରି କହିଥିଲେ “ପ୍ରଭୋ ! ମହାରାଜା ପ୍ରତାପରୁଦ୍ରଙ୍କ କୃପା କରି ବାରେ ମାତ୍ର ଶ୍ରୀଚରଣକୋମଳ ପ୍ରଦାନ କରନ୍ତୁ ।” ମହାପ୍ରଭୁ କହିଲେ “ରାମାନନ୍ଦ ! କଥାଟା ଚାରିଆଡ଼ୁ ବିଚାର କରି କୁହ ଦେଖି ? ସନ୍ନ୍ୟାସୀ ପକ୍ଷରେ ରାଜସଂସର୍ଗ ଉଚିତ କି? ସେଥିରେ ଭିକ୍ଷୁକର ଯେ ଇହଲୋକ ପରଲୋକ ଉଭୟ ନଷ୍ଟ ହେବ । ଲୋକମାନେ ମୋତେ ପରିହାସ କରିବେ ।” ତହିଁରେ ରାମାନନ୍ଦ କହିଲେ “ପ୍ରଭୋ ! ଆପଣ ସ୍ଵତନ୍ତ୍ର, ଆପଣଙ୍କର ପୁଣି ଭୟ କାହାକୁ ?” ମହାପ୍ରଭୁ କହିଲେ “ରାମାନନ୍ଦ ! ତୁମ୍ଭେ କଣ କହୁଅଛ ମୁଁ ଏକେ ମନୁଷ୍ୟ ,ତହିଁରେ ପୁଣି ଆଶ୍ରମରେ ସନ୍ନ୍ୟାସୀ ସନ୍ୟାସୀ, କାୟମନୋବାକ୍ୟରେ ଲୌକିକ ବ୍ୟବହାରକୁ ଭୟ କରେଁ ,କାରଣ ଧୋବଳ ଲୁଗାରେ କଳା ଦାଗ ପରି ସନ୍ନ୍ୟାସୀଙ୍କର ଅଲଛିଦ୍ର ଲୋକଚକ୍ଷୁରେ ଉଚ୍ଚ ବୋଲି ଏତୀୟ ମାନ ହୁଏ । ଯଥା---

 

“ଶୁକ୍ଳ ବସ୍ତ୍ରେ ମସିବିନ୍ଦୁ ଯୈଛେ ନା ଲୁକାୟ

ସନ୍ନ୍ୟାସୀର ଅଲଛିଦ୍ର ସର୍ବଲୋକ ଗାୟ । ”

                        (ଚୈଃ ତଃ ମଧ୍ୟ ୧୨ ପରି)

ଏହା ଶୁଣି ରାମାନନ୍ଦ କହିଲେ “ପ୍ରଭୋ ! ଆପଣ ପତିତପାବନ,ଅନେକ ପାପୀଙ୍କୁ ଉଦ୍ଧାର କରିଅଛନ୍ତି ଓ କରୁଅଛନ୍ତି । ମହାରାଜା ପ୍ରତାପରୁଦ୍ରଙ୍କ ପ୍ରତି ଏ କଠୋରତା କାହିଁକି ? ମହାରାଜା ଶ୍ରୀଜଗନ୍ନାଥଙ୍କର ସେବକ ଏବଂ ଭବଦୀୟ ଶ୍ରୀଚରଣ କମଳରେ ଏକାନ୍ତ ଅନୁଗତ ।“

ମହାପ୍ରଭୁ ଏହାଶୁଣି କହିଲେ “ବିଶୁଦ୍ଧ ଦୁଗ୍ଧପୂର୍ଣ୍ଣ କଳସରେ ବିନ୍ଦୁଏ ମାତ୍ର ସ୍ପରା ପକାଇଲେ ଯେମନ୍ତ ତାହା ଅପବିତ୍ର ହୁଏ ଓ ଆଉ ଦେବ ଯୋଗ୍ୟ ହୁଏ ନାହିଁ । ତଦ୍ରୁପ ଏକା ରାଜୋପାଧି ପ୍ରତାପ ରୁଦ୍ରଙ୍କୁ ମଦ୍ଦର୍ଶନର ଅଯୋଗ୍ୟ କରିଅଛି । ଯଥା –

      ପ୍ରଭୁକହେ ପୂର୍ଣ୍ଣ ଯୈଛେ ଦୁଗ୍ଧେର କଲସ

      ପୁରାବିନ୍ଦୁ ଦାତେ କେହ ନା କରେ ପରଶ ।

      ଯଦ୍ୟପି ପ୍ରତାପରୁଦ୍ର –ସର୍ବଗୁଣବାନ

      ତାହାରେ ମଳିନେ କୈଲ ଏକ ରାଜନାମ ।

                              (ଚୈଃ ତଃ ମଧ୍ୟ ୧୨)

ପୁଣି ଏକସମୟରେ ମହାପ୍ରଭୁ ଆବିଷ୍ଟ ଭାବରେ ରଥ ଆଗରେ ନୃତ୍ୟ କରୁ କରୁ ମହାରାଜା ପ୍ରତାପରୁଦ୍ରଙ୍କ ସମ୍ମୁଖରେ ମୂର୍ଚ୍ଛିତ ହୋଇ ପଡିଗଲେ । ମହାରାଜା ମହାପ୍ରଭୁଙ୍କର ପତନ ଦେଖି ସସମ୍ଭ୍ରମରେ ତାହାଙ୍କୁ ଧରିପକାଇଲେ ମହାପ୍ରଭୁଙ୍କର ବାହ୍ୟଜ୍ଞାନ ଉଦୟ ହୁଅନ୍ତେ ସେ ଲୋକ ଶିକ୍ଷା ନିମିତ୍ତ ବାହ୍ୟକରେ ଆତ୍ମଧିକ୍କାର ପୂର୍ବକ କହିଲେ ଛି ଛି ମୋର ବିଷୟୀ ଲୋକସହ ସ୍ପର୍ଶ ହେଲା । ଶ୍ରୀପାଦ ନିତ୍ୟନନ୍ଦ ମଧ୍ୟ ଆବିଷ୍ଟଥିବାହେତୁ ଟିକିଏ ସାବଧାନ ହୋଇ ପାରିଲେ ନାହିଁ । ଯଥା—

 

      ଏଇମତ ନୃତ୍ୟ ପ୍ରଭୁ କରିତେ ଭମିତେ

      ପ୍ରତାପରୁଦ୍ରେର ଆଗେ ଲାଗିଲା ପଡ଼ିତେ ।

      ସମ୍ଭ୍ରମେ ପ୍ରତାପରୁଦ୍ର ପ୍ରଭୁକେ ଧରିଲ ।

      ତାହାକେ ଦେଖିତ ପ୍ରଭୁର ବାହ୍ୟ ହଇଲ ।

 

      ରାଜାଦେଖି ମହାପ୍ରଭୁ କରେନ ଧିକ୍କାର ।

      ଛି ଛି ବିଷୟୀର ସ୍ପର୍ଶ ହଇଲ ଅମାର ।

      ଆବେଶେତେ ନିତ୍ୟାନନ୍ଦ ହୈଲା ଅସାବଧାନ

      କାଶୀଶ୍ଵର ଗୋବିନ୍ଦ ଦିଛିଲ ଅନ୍ୟସ୍ଥାନ ।

 

      ଯଦ୍ୟପି ରାଜାର ଦେଖି ହାଡ଼ିର ସେବକେ,

      ପ୍ରସନ୍ନ ହଞ୍ଜାଛେ ତାର ମିଳିବାର ମନ

      ତଥାପି ଅପନଗଣ କରିତେ ସାବଧାନ

            ବାହ୍ୟେ କିନ୍ତୁ ରୋଷାଭାସ କୈଲା ଭଗବାନ ।

 

ଆହା ! ବୈରାଗୀମାନଙ୍କ ପ୍ରତି ବିଷୟୀ ସଂସର୍ଗ ବିଷୟରେ କି ମହତ୍ ଅନୁଶାସନ ମହାପ୍ରଭୁ ନିଜ ଆଚରଣ ଦ୍ଵାରା ଦେଖାଇ ଯାଇ ନାହାନ୍ତି । ବୈରାଗୀମାନଙ୍କର ବିଷୟ ଭୋଚତ ଦୂରର କଥା । ବିଷୟୀ ଲୋକର ସଂସର୍ଗକୁ ଆସିବା ଏକାବେଳକେ ନିଷିଦ୍ଧ , ତେବେ ନିଜ ଶକ୍ତିରେ ବିଷୟୀକୁ ଭକ୍ତରେ ପରିଣତ କରି ତାହାର ସଂସର୍ଗ କରିବାକୁ ମନାନାହିଁ ।

ଶ୍ରୀଜଗଦାନନ୍ଦ ମହାପ୍ରଭୁଙ୍କୁ ସାମାନ୍ୟ ସୁଖ ଭୋଗପାଇଁ କେତେ କେତେ ଯତ୍ନ କରି ନଥିଲେ , ଓ ସେଥିଯୋଗୁଁ ମହାପ୍ରଭୁଙ୍କ ସଙ୍ଗେ ତାଙ୍କର କେତେ ପ୍ରେମକଳହ ହୋଇନଥିଲା , ତଥାପି ମହାପ୍ରଭୁ ଜଗଦାନନ୍ଦଙ୍କ ପ୍ରସ୍ତୁତ କରିଥିବା ରେଜେଇ ଓ ତକିଆ ବ୍ୟବହାର କରିବାକୁ ସ୍ଵୀକାର କରିନଥିଲେ ସେ ପ୍ରେମ କଳହର ଛବି ଅଙ୍କନ କରିବାକୁ ମୋର ଶକ୍ତି ନାହିଁ । ସେ ପ୍ରେମ ବିବର୍ତ୍ତ ଗୋଲକରେ ମଧ୍ୟ ବିରଳ , ତାହାର ସେହି ଏକମାତ୍ର ତୁଳନା ଦ୍ଵିତୀୟ ନାହିଁ ।

      ଭୋଗ ବିଳାସତ ବୈରାଗୀମାନଙ୍କ ପକ୍ଷରେ ନିନ୍ଦନୀୟ । ସେଥି ମଧ୍ୟରେ ପୁଣି ସ୍ତ୍ରୀ ସଂସର୍ଗ ଏକବାରେ ବର୍ଜ୍ଜନୀୟ । ମହାପ୍ରଭୁ ଏଥିର ଚରମ ଆଦର୍ଶ ରଖି ଯାଇ ଅଛନ୍ତି । ଶ୍ରୀଭଗବାନ ଆଚାର୍ଯ୍ୟ ଦିନେ ମହାପ୍ରଭୁଙ୍କୁ ଭିକ୍ଷା ନିମନ୍ତେ ନିମନ୍ତ୍ରଣ କରିଥିଲେ । ମହାପ୍ରଭୁ ଭିକ୍ଷା କରିବାକୁ ଯାଇ ଦେଖିଲେ ଦିବ୍ୟ ସୁବାସିତ ସରୁଅନ୍ନ ଶ୍ରୀକୃଷ୍ଣଙ୍କୁ ଅର୍ପିତ ହୋଇଅଛି । ଅନ୍ନ ଦେଖି ମହାପ୍ରଭୁ ସୁଖୀ ହୋଇ ପଚାରିଲେ , ଆଚାର୍ଯ୍ୟ ! ଏମନ୍ତ ସୁନ୍ଦର ସୁବାସିତ ସରୁଅନ୍ନ କେଉଁଠାରୁ ପାଇଲ ? ଭଗବାନ ଆଚାର୍ଯ୍ୟ କହିଲେ ଏ ସରୁଚାଉଳ ମାଧବୀ ଦାସୀଙ୍କ ଠାରୁ ଅଣାଇ ଅଛି ।” ମହାପ୍ରଭୁ ପଚାରଲେ କିଏ ଯାଇ ସେ ଚାଉଳ ତାଙ୍କଠାରୁ ମାଗି ଆଣିଲା । ଆଚାର୍ଯ୍ୟ କହିଲେ ମୁଁ ଛୋଟ ହରିଦାସଙ୍କୁ ଚାଉଳ ମାଗିବାକୁ ପଠାଇଥିଲି । ସେ ମାଗି ଆଣି ଅଛି । ମହାପ୍ରଭୁ ପ୍ରସାଦ ସେବନାନ୍ତର ନିଜ କୁଟୀରକୁ ଫେରି ଆସି ଗୋବିନ୍ଦଙ୍କୁ କହିଲେ । ଗୋବିନ୍ଦ ଆଜିଠାରୁ କୀର୍ତ୍ତନୀୟା ଛୋଟ ହରି ଦାସକୁ ଏଠାକୁ ଆସିବାକୁ ବାରଣ କରିବ । କି କାରଣରୁ ମହାପ୍ରଭୁ ଯେ ହରିଦାସ ପ୍ରତି ଏପରି କଠୋର ଆଜ୍ଞା ପ୍ରଦାନ କଲେ ତାହା କେହି ବୁଝିପାରିଲେ ନାହିଁ । ଏ ଆଜ୍ଞା ଶ୍ରବଣ କରି ହରିଦାସଙ୍କ ମସ୍ତକରେ ବଜ୍ର ପତନ ହେଲା । ସେ ମହାପ୍ରଭୁଙ୍କୁ କୀର୍ତ୍ତନୀୟା ,ସତତ ମଧୁର କୀର୍ତ୍ତନ କରନ୍ତି ଓ ମହାପ୍ରଭୁ ତାହା ଶୁଣି ପ୍ରୀତ ଲାଭ କରନ୍ତି । ହଠାତ୍ ମହାପ୍ରଭୁଙ୍କର ଏରୂପ ଆଜ୍ଞା କାହିଁକି ହେଲା ସେ ତାହା ବୁଝି ନପାରି ତିନିଦିନ ଉପବାସରେ ଅତିବାହିତ କଲେ । କେହି ଏଥିର କାରଣ ମହାପ୍ରଭୁଙ୍କୁ ପଚାରିବାକୁ ସାହସ କଲେ ନାହିଁ । ସମସ୍ତଙ୍କ ଅନୁରୋଧରେ ମହାପ୍ରଭୁଙ୍କର ଅନ୍ତରଙ୍ଗ ଶ୍ରୀସ୍ଵରୂପଗୋସ୍ଵାମୀ ସାହସରେ ନିର୍ଭରକରି ପଚାରିଲେ “ପ୍ରଭୋ ! ଛୋଟ ହରିଦାସ ଭବଦୀୟ ଶ୍ରୀଚରଣରେ କି ଅପରାଧ କରିଅଛି ଯେ ଆପଣ ତା ପ୍ରତି ଏ କଠୋର ଆଦେଶ ପ୍ରଦାନ କରିଅଛନ୍ତି । ସେ ଯେ ଆଜକୁ ତିନିଦିନ ହେବ ଜଳଗ୍ରହଣ କରିନାହିଁ ।”

 

ମହାପ୍ରଭୁ କହିଲେ “ସ୍ଵରୂପ ! ବୈରାଗୀ ପକ୍ଷରେ ସ୍ତ୍ରୀ ସମ୍ଭାଷଣ ଏକବାରେ ନିଷିଦ୍ଧ । ଯେଉଁ ବୈରାଗୀ ସ୍ତ୍ରୀ ସମ୍ଭାଷଣ କରେ ମୁଁ ତାହାର ମୁଖ ପର୍ଯ୍ୟନ୍ତ ଦେଖିବାକୁ ଚାହେଁ ନାହିଁ । ମର୍କଟ ବୈରାଗ୍ୟ କଦାପି ଭଲ ନୁହେଁ । ଯଥା –

 

      ପ୍ରଭୁ କହେ ବୈରାଗୀକରେ ପ୍ରକୃତ ସମ୍ଭାଷଣ

      ଦେଖିତେ ନା ପାରି ଆମି ତାହାର ବଦନ ।

      ଦୁର୍ବାର ଇନ୍ଦ୍ରି ୟକରେ ବିଷୟ ଗ୍ରହନ

      ଦାରବୀ ପ୍ରକୃତି ହରେ ମୁନିଜନେର ମନ ।

 

      କ୍ଷୁଦ୍ର ଜୀବ ସବ ମର୍କଟ ବୈରାଗ୍ୟ କରିୟା

      ଇନ୍ଦ୍ରିୟ ଚରାୟାଁ ବୁଲେ ପ୍ରକୃତି ସମ୍ଭାଷିୟା ।

                        (ଚୈଃ ଚଃ ଅନ୍ତ୍ୟ ୨)

ମହାପ୍ରଭୁଙ୍କର ବିରକ୍ତି ବ୍ୟଞ୍ଜକ ବାକ୍ୟାବଳି ଶ୍ରବଣ କରି ଓ ତାଙ୍କର ଭାବଭଙ୍ଗୀ ଦେଖି ସମସ୍ତେ ନୀରବ ହେଲେ । ସମସ୍ତେ ବୁଝିଲେ ଛୋଟ ହରି ଦାସ ଯେ ମାଧବୀ ଦାସୀଙ୍କ ଗୃହରୁ ସରୁ ସୁବାସିତ ଚାଉଳ ମାଗି ଆଣିଥିଲେ ତାହାକୁ ଲକ୍ଷ୍ୟ କରି ମହାପ୍ରଭୁ ଏହା କହି ଅଛନ୍ତି । ତେବେ ମହାପ୍ରଭୁଙ୍କର ପ୍ରକୃତି ବିରକ୍ତିର କାରଣ ଶ୍ରୀଳକବିରାଜ ମହାଶୟ କିଛି ସ୍ପଷ୍ଟ କରି ବୁଝାଇ ଦେଇ ନାହାନ୍ତି । ମୋର କ୍ଷୁଦ୍ର ବୁଦ୍ଧିରେ କିଛି ଅନୁମାନ କରି ଲେଖିବା ଧ୍ରୁଷ୍ଟତା ମାତ୍ର । ତେବେ ମାଧବୀ ଦାସୀ ଯେତେବେଳେ ବୃଦ୍ଧା ଓ ପରମ ବୈଷ୍ଣବୀ ବୈଷ୍ଣବାଗ୍ରଗଣ୍ୟ ଶିଖି ନାହାନ୍ତିଙ୍କର ଭଗିନୀ ଓ ମହାପ୍ରଭୁ ଯେ ସାଢ଼େ ତିନିଜଣ ପ୍ରଧାନ ଭକ୍ତ ବୋଲି ଗଣନା କରନ୍ତି ସେଥି ମଧ୍ୟରେ ସେ ଜଣେ ।( ସ୍ଵରୂପ,ରାମାନନ୍ଦ ଶିଖିନାହାନ୍ତି ଓ ମାଧବୀ ଦାସୀ ଏହି ସାଢ଼େ ତିନିଜଣ ଓ ମାଧବୀ ସ୍ତ୍ରୀ ବୋଲି ଅର୍ଦ୍ଧ ମଧ୍ୟରେ ଗଣ୍ୟ ) ଏରୂପ ସ୍ଥଳେ କେବଳ ତାଙ୍କଠାରୁ ଚାଉଳ ଆଣିବା ଯୋଗୁଁ ସେ ମହାପ୍ରଭୁ ହରିଦାସଙ୍କୁ ବର୍ଜ୍ଜନ କରିଥିଲେ ଏହା ଅନୁମାନ କରାଯାଏ ନାହିଁ । ଜୀବଶିକ୍ଷା ପାଇଁ ଅବତୀର୍ଣ୍ଣ ଶ୍ରିମନ୍ ମହାପ୍ରଭୁଙ୍କର ଏଥିରେ ବିଶେଷ କିଛି ଉଦ୍ଦେଶ୍ୟ ଥିଲା ,ସେଥିରେ ଫଳ ମଧ୍ୟ ଶ୍ରୀଚରିତାମୃତରେ କବିରାଜ ଗୋସ୍ଵାମୀ ଉଲ୍ଲେଖ କରି ଅଛନ୍ତି । ଶ୍ରୀ ପରମାନନ୍ଦ ପୁରୀ ଗୋସ୍ଵାମୀ ପର୍ଯ୍ୟନ୍ତ ଅନୁରୋଧ କଲେ ମଧ୍ୟ ମହାପ୍ରଭୁଙ୍କର ମନ ଯେତେବେଳେ ଛୋଟ ହରିଦାସଙ୍କ ସପକ୍ଷରେ ତରଳ ହେଲା ନାହିଁ ତେତେବେଳେ ସମସ୍ତ ଭକ୍ତଗଣଙ୍କ ମନରେ ଅବୈଧ ସ୍ତ୍ରୀ ସଂସର୍ଗ ପ୍ରତି ଭୟ ଜନ୍ମିଲା । ଯଥା –

 

      ଦେଖି ତ୍ରାସ ଉପଜିଲ ସବ ଭକ୍ତଗଣେ

      ସ୍ଵପ୍ନେଓ ଛାଡ଼ିଲ ସବ ସ୍ତ୍ରୀ ସମ୍ଭାଷଣେ ।

ବୈଷ୍ଣବ ପକ୍ଷରେ ସ୍ତ୍ରୀ ସମ୍ଭାଷଣ ଯେ କେତେଦୂର ଗହିଁତ ତାହା ମହାପ୍ରଭୁଙ୍କର ଏହି ତିବ୍ର ଶାସନହିଁ ଯଥେଷ୍ଟ ପ୍ରମାଣ । ଏପରି ଉଦାହରଣ ଥାଉଁ ଥାଉଁ ତାହାର ଅନ୍ୟଥା କରିବା ଏକାବେଳକେ ମହାପ୍ରଭୁଙ୍କର ଶିକ୍ଷାର ବିପରୀତ ଓ ତାହା ମହାପ୍ରଭୁଙ୍କର କଦାପି ଅନୁମୋଦିତ ନୁହେ । ବଡ଼ ଦୁଃଖର ବିଷୟ ଆଜି କାଲି କେତେକ କାମୀ ବ୍ୟକ୍ତି ନିଜ ବୁଦ୍ଧିବତ୍ତାଦ୍ଵାରା ଭ୍ରାନ୍ତିମତ ପ୍ରଚାର କରି ସରଳପ୍ରାଣ ବ୍ୟକ୍ତିମାନଙ୍କୁ ଅବୈଧ ସ୍ତ୍ରୀ ସଂସର୍ଗରେ ପ୍ରବର୍ତ୍ତଉ ଅଛନ୍ତି ଓ ତାହା ମହାଜନସମ୍ମତ ବୋଲି ଶାସ୍ତ୍ରର କୁଟଅର୍ଥ ଦ୍ଵାରା ବୁଝାଇ ଦେଉଅଛନ୍ତି । ସାଧାରଣ ଲୋକ ସେ ବାକଜାଲ ଭେଦ କରି ନ ପାରି କୃଷ୍ଣ ପ୍ରେମ ପ୍ରାପ୍ତି ଅତି ସହଜ ମଣି କୁପଥକୁ ସାଦରେ ଗ୍ରହଣ କରୁଅଛନ୍ତି । ଧନ୍ୟ ମାୟା । ଏହିରୂପେ ସେ ତାଙ୍କ କାର୍ଯ୍ୟ ସିଦ୍ଧ କରୁଅଛନ୍ତି ।

 

ଉପରେତ ଗଲା ଅପର ପ୍ରୀତି ଅନୁଶାସନ ।ନିଜ ସମ୍ବନ୍ଧରେ ମହାପ୍ରଭୁ କି କହିଅଛନ୍ତି ଦେଖାଯାଉ ।

ଦିନକରେ ମହାପ୍ରଭୁ ଯମେଶ୍ଵର ତୋଟାକୁ ( ତୋଟା ଗୋପୀନାଥ ) ଯାଉଅଛନ୍ତି । ପଥରେ ଶୁଣିଲେ ଜଣେ ଅତି ସୁମଧୁର ସ୍ଵରରେ ଗୁର୍ଜ୍ଜରୀ ରାଗରେ ଗୀତ ଗୋବିନ୍ଦ ପଦ ଗାୟନ କରୁଅଛି । ମହାପ୍ରଭୁ ସେ ମଧୁର ଗୀତ ସ୍ରବଣ କରି ଭାବ ବିହ୍ଵଳ ହୋଇ ଦଉଡ଼ିଲେ । ଇଚ୍ଛା ,ସେ ଗାୟକକୁ ପ୍ରେମାଲିଙ୍ଗନ ପ୍ରଦାନ କରିବେ । ବାହ୍ୟଜ୍ଞାନଶୂନ୍ୟ ,ଅତଏବ ପଥରେ ସିଝୁ କଣ୍ଟାର ବାଡ଼ଥିଲେ ମଧ୍ୟ ତାହା ଅତିକ୍ରମ କରି ଅଗ୍ରସର ହେବାକୁ ଲାଗିଲେ । ସେବକ ଶ୍ରୀଗୋବିନ୍ଦ ଦାସ ସଙ୍ଗରେ ଥିଲେ । ସେ ଦେଖିଲେ ବଡ଼ ବିଷମ ,ମହାପ୍ରଭୁଙ୍କର ତ ବାହ୍ୟଜ୍ଞାନ ନାହିଁ । କିନ୍ତୁ ଏ ଯେ ଦେବଦାସୀର ଗୀତ । ମହାପ୍ରଭୁ ଏହାକୁ ଆଲିଙ୍ଗନ କଲେ ,ପରେ ବାହ୍ୟଜ୍ଞାନ ଲାଭାନ୍ତର ହୁଏତ ଏକ ବିଭ୍ରାଟ ଉପସ୍ଥିତ ହେବ । ଏହା ଭାବି ଗୋବିନ୍ଦ ଧାଇଁଯାଇ ମହାପ୍ରଭୁଙ୍କୁ କୁଣ୍ଢାଇ ପକାଇ କହିଲେ “ପ୍ରଭୋ ! ଏ ଯେ ସ୍ତ୍ରି ଲୋକର କଣ୍ଠ ସ୍ଵର । ଆପଣ କଣ କରିବାକୁ ଯାଉଅଛନ୍ତି ।” ସ୍ତ୍ରୀ ଏହି ଶବ୍ଦ ଶୁଣିବା ମାତ୍ର ମହାପ୍ରଭୁଙ୍କର ବାହ୍ୟ ଜ୍ଞାନ ଉଦୟ ହେଲା ଏବଂ ସେ ସେଠାରୁ ପ୍ରତ୍ୟାବୃତ ହେଲେ ଓ କହିଲେ ଗୋବିନ୍ଦ ! ଆଜି ତୁ ମୋର ଜୀବନ ରକ୍ଷା କଲୁ । ସ୍ତ୍ରୀ ସ୍ପର୍ଶ ହୋଇଥିଲେ ମୁଁ ଆଉ ଜୀବନ ରଖିପାରି ନ ଥାନ୍ତି । ତୋର ଏ ଋଣ ମୁଁ ସୁଝି ପାରିବି ନାହିଁ । ଯଥା—

      ପ୍ରଭୁ କହେ ଗୋବିନ୍ଦ ଆଜି ରାଖିଲେ ଜୀବନ

      ସ୍ତ୍ରୀ ପରଶ ହୈଲେ ହତ ଆମାର ମରଣ ।

      ଏ ଋଣ ଶୋଧିତେ ଅମି ନାରିବ ତୋମାର ।

                        ( ଚୈଃ ଚଃ ଅନ୍ତ୍ୟ ୧୩ ପରି )

      ଏ ରୂପ ଉଚ୍ଚ ଶିକ୍ଷା ଥାଉଁ,ଆମ୍ଭେମାନେ ଯଦି ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଆଜ୍ଞାକୁ ଅବହେଳା କରି ନିଜ ଇନ୍ଦ୍ରିୟ ପରିତାର୍ଥରେ ପ୍ରବୃତ ହେଉଁ ତାହାର ଫଳ ଆମ୍ଭମାନଙ୍କୁ ଭୋଗ କରିବାକୁ ହେବ ।

 

      ବୈରାଗୀଙ୍କ ସମ୍ବନ୍ଧରେ ଏରୂପ କଠୋର ନିୟମ ଥିଲେ ହେଁ ବୈରାଗୀ ହେବାର ଉଚ୍ଚଫଳକୁ ଦୃଷ୍ଟି କରି ବୈରାଗ୍ୟବଲମ୍ବନକରିବା କାହାରି ପକ୍ଷରେ ଉଚିତ ଏ ବିଧି ଶାସ୍ତ୍ରକର୍ତ୍ତା ଗଣ ରଖି ଯାଇଅଛନ୍ତି । ସେଥିରେ ନିଜର ଓ କୁଳର ମଙ୍ଗଳ ସାଧିତ ହୁଏ । ମହାପ୍ରଭୁଙ୍କ ଅଗ୍ରଜ ଶ୍ରୀବିଶୃରୂପଙ୍କ ସନ୍ୟାସାବଲମ୍ବନ ସମ୍ବନ୍ଧରେ ଶ୍ରୀଳବୃନ୍ଦାବନ ଦାସ ଲେଖିଅଛନ୍ତି ।

 

      ଗୋଷ୍ଠୀତେ ପୁରୁଶ ଯାର କରୟେ ସନ୍ନ୍ୟାସୀ

      ତ୍ରିକୋଟୀ କୁଳେ ହୟ ଶ୍ରୀ ବୈକୁଣ୍ଠେ ବସ ।

                        (ଚୈଃ ଚଃ ଆଦି ୬ଅ)

ଅଧିକାରୀ ଭେଦରେ ମନୁଷ୍ୟ ଗୃହସ୍ଥ ବୈଷ୍ଣବ କିମ୍ବା ବୈରାଗୀ ହୋଇ ପାରନ୍ତି । ମହାପ୍ରଭୁ ମଧ୍ୟ ସେଥିର ବାଟ ଶିକ୍ଷା ଦେଇଯାଇ ଅଛନ୍ତି । କାହାକୁ କହିଅଛନ୍ତି ତୁମ୍ଭେ ଗୃହରେ ରହି କୃଷ୍ଣଭଞ୍ଜନ କର । କାହାକୁ କହିଅଛନ୍ତି ତୁମ୍ଭେ ବୈରାଗ୍ୟବଲମ୍ବନ କର । ଦୁଇ ପଥ ହିଁ ଉତ୍କୃଷ୍ଟ । ଯାହାକୁ ଯାହା ଉପଯୋଗୀ ।

ତେବେ ଗୃହସ୍ଥ ହୋଇ ବୈଷ୍ଣବଧର୍ମ୍ମ ଆଚରଣ କରିବା ସାଧାରଣ ପକ୍ଷରେ ଉପଯୋଗୀ । ଭୋଗଦ୍ଵାରା ଦୁର୍ବାର ଇନ୍ଦ୍ରିୟଗଣଙ୍କ ପ୍ରାବଲ୍ୟ କ୍ରମେ କ୍ରମେ ହ୍ରାସ ହୋଇଯାଏ । ପଦେ ପଦେ ପଦସ୍ଖଳନ ହେବାର ଭୟ ସେତେ ନଥାଏ । ମହାତ୍ମାଶୀଳ ରାମକୃଷ୍ଣ ପରମହଂସ ଦେବ ଗୃହସ୍ଥ ହୋଇ ଧର୍ମ୍ମାଚରଣ କରି ସେଠାରେ ରହି ଯୁଦ୍ଧ କରିବା ସଙ୍ଗେ ତୁଳନା କରିଅଛନ୍ତି । ମର୍ମ ନ ବୁଝି ହଠାତ୍ ବୈରାଗ୍ୟାବଲମ୍ବନ କଲେ, କିମ୍ବା ସାମୟିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ବୈରାଗ୍ୟାବଲମ୍ବନ କଲେ ଶେଷରେ କଠିନ ବୈରାଗ୍ୟ ପାଳନ କରିବା ଦୁଃସାଧ୍ୟ ହୋଇପଡ଼େ । ଏଣୁ ଅନେକ ସ୍ଥଳରେ ପତନ ଘଟିଥାଏ । ତେବେ କୃପସିଦ୍ଧ ବୈରାଗୀ ମହାପୁରୁଷମାନଙ୍କର କଥା ସ୍ଵତନ୍ତ୍ର ।

 

                  ଦଶମ ପରିଚ୍ଛେଦ ।

                   ସାଧୁସଙ୍ଗ

ସାଧୁସଙ୍ଗରୁହିଁ କୃଷ୍ଣଭକ୍ତି ଜନ୍ମେ । ଶ୍ରୀକୃଷ୍ଣ କୃପାକରି ଅନ୍ତର୍ଯ୍ୟାମୀ ସ୍ଵରୂପରେ କାହାରି କାହାରି ହୃଦୟରେ ଭକ୍ତି ଉଦୟ କରାନ୍ତି ଏହା ସତ୍ୟ କିନ୍ତୁ ଏରୂପ କୃଷ୍ଣ କୃପାରୁ ହଠାତ୍ ଭକ୍ତି ଲାଭ ହେବା ବ୍ୟକ୍ତିଙ୍କ ସଂଖ୍ୟା ଅତି ଅଳ୍ପ । କୃଷ୍ଣଭକ୍ତି ଜାତ ହେବାର ପ୍ରଧାନ ଉପାୟ ସାଧୁସଙ୍ଗ । ଶ୍ରୀସନାତନ ଗୋସ୍ଵାମୀଙ୍କୁ ଶିକ୍ଷା ଦେବା କାଳରେ ମହାପ୍ରଭୁ ପୁନଃ ପୁନଃ ଏହି ସାଧୁସଙ୍ଗର ମହିମା କୀର୍ତ୍ତନ କରିଅଛନ୍ତି ଯଥା ---

 

      କୋନ ଭାଗ୍ୟେ କାରୋ ସଂସାର କ୍ଷୟୋନ୍ତୁଖ୍ୟହୟ

      ସାଧୁସଙ୍ଗେ ତବେ କୃଷ୍ଣେ ରତି ଉପୁଜୟ ।

                        (ଚୈଃ ଚ ମଧ୍ୟ ୨୨ଶ ପରି )

ମହାପ୍ରଭୁ ପୁନର୍ବାର ଦୃଢ଼ତାସହ ଶ୍ରୀସନାତନଙ୍କୁ ବୁଝାଇ ଅଛନ୍ତି “ସନାତନ୍ ! ସାଧୁସଙ୍ଗହିଁ କୃଷ୍ଣ ଭକ୍ତିଜନନର ମୂଳହେତୁ” । ଯଥା---

            କୃଷ୍ଣଭକ୍ତି ଜନ୍ମ ମୂଳ ସାଧୁସଙ୍ଗ ।

ମହତ୍ କୃପା ବ୍ୟତିରେକେ କୌଣସି କର୍ମଦ୍ଵାରା ଭକ୍ତିଜାତ ହୁଏ ନାହିଁ । କୃଷ୍ଣଭକ୍ତି ଜାତ ହେବାତ ଦୂରର କଥା। ମହତ କୃପାବ୍ୟତିତ କେବଳ ଦାନ,ବ୍ରତ,ତପ, ହୋମାଦିଦ୍ଵାରା କେହି ସଂସାରବନ୍ଧନରୁ ମୁକ୍ତ ହୋଇ ନପାରେ ।

      ମହତ୍ କୃପା ବିନେ କୋନକର୍ମେ ଭକ୍ତି ନୟ

      କୃଷ୍ଣଭକ୍ତି ଦୂରେ ରଦୁ ସଂସାର ନା ଯାୟ କ୍ଷୟ ।

                              (ଚୈଃ ଚଃ ମଧ୍ୟ ୨୨ଶ ପରି )

ଏଥିପାଇଁ ଶିକ୍ଷାଦାତା ଶ୍ରୀକୃଷ୍ଣଚୈତନ୍ୟ ସାଧୁସଙ୍ଗ ଉପରେ ବିଶେଷ ଜୋର ଦେଇ ବାରମ୍ବାର ସେଇ କଥା ଶ୍ରୀସନାତନଙ୍କୁ ଶିକ୍ଷା ଦେଇଅଛନ୍ତି ।

 

ଏହା ସ୍ଵୟଂ ଭଗବାନଙ୍କର ଉକ୍ତି, ଏହାକୁ ମିଥ୍ୟା କିମ୍ବା ଅତ୍ୟୁକ୍ତି ବୋଲାଯାଇ ନ ପାରେ । ସାଧୁସଙ୍ଗ କରିବାମାତ୍ର ସକଳ ସିଦ୍ଧ ହୁଏ । କୃଷ୍ଣଭକ୍ତି ଓ କୃଷ୍ଣପ୍ରେମତ ସର୍ବୋପରି । ଯଦି ସାଧୁସଙ୍ଗରୁ ଏ ମାନ ଲାଭହେଲା ଆଉ ନ ହେଲା କଅଣ ,ମହାପ୍ରଭୁଙ୍କର ଶ୍ରୀମୁଖର ଉକ୍ତି ଶ୍ରବଣ କରନ୍ତୁ ।-

      ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ରେ କୟ

      ଲବମାତ୍ର ସାଧୁସଙ୍ଗ ସର୍ବସିଦ୍ଧ ହୟ ।

                        (ଚୈଃ ଚଃ ମଧ୍ୟ ୨୨ ପରି )

ଲବମାତ୍ର ସାଧୁସଙ୍ଗରେ ଅସୀମ ଫଳ । ଅଧିକ ସାଧୁ ସଙ୍ଗରେ ଯେ କି ଫଳ ତାହା ଅକଥନୀୟ । ମହାମୁନି ନାରଦ ଏଥିରୁ ଉତ୍ତମ ପ୍ରମାଣ ଓ ତାହା ସେ ନିଜେ ଶ୍ରୀମଦଭାଗବତରେ ଉତ୍ତମରୁପେ ବର୍ଣ୍ଣନା କରିଅଛନ୍ତି । ଭକ୍ତ କିରୂପ କ୍ରମରେ କୃଷ୍ଣପ୍ରେମ ଲାଭ କରେ ତାହା ମହାପ୍ରଭୁ ଶିକ୍ଷାଦେଇ ଯାଇ ଅଛନ୍ତି । ସେ କ୍ରମ ବୁଝାଇବାରତ ମୋର ଶକ୍ତି ନାହିଁ । ତେଣୁ ମୁଁ ମହାପ୍ରଭୁଙ୍କର ଶ୍ରୀମୁଖର ଉକ୍ତିମାନ ଅବିକଳ ଉଦ୍ଧୃତ କଲି । ଏଥିରୁ ସାଧୁ ସଙ୍ଗରେ ମହିମା ଉତ୍ତମରୂପେ ବୁଝା ଯାଇ ପାରିବ । ଯଥା –

      କୋନ ଭାଗ୍ୟେ କୋନ ଜୀବେର ଶ୍ରଦ୍ଧା ଯଦି ହୟ

      ତବେସେଇ ଜୀବ ସାଧୁ ସଙ୍ଗ କରୟ ।

      ସାଧୁସଙ୍ଗ ହୈତେ ହୟ ଶ୍ରବଣ କୀର୍ତ୍ତନ

      ସାଧନ ଭକ୍ତ୍ୟେ ହୟ ସର୍ବାନର୍ଥ ନିବର୍ତ୍ତନ ।

      

ଅନର୍ଥ ନିବୃତ୍ତି ହୈଲେ ଭକ୍ତି ନିଷ୍ଠା ହୟ

      ନିଷ୍ଠା ହୈତେ ଶ୍ରବଣାଦ୍ୟେ ରୁଚି ଉପଜୟ ।

      

 

ରୁଚିହୈତେ ହୟ ତବେ ଆସକ୍ତି ପ୍ରଚୁର

      ଆସକ୍ତି ହୈତେ ଜନ୍ମେ କୃଷ୍ଣେ ରତ୍ୟଙ୍କର ।

      

ସେଇ ରତି ଗାଢ଼ହୈଲେ ଧରେ ପ୍ରେମ ନାମ

      ସେଇ ପ୍ରେମା ପ୍ରୟୋଜନ ସର୍ବାନନ୍ଦ ଦାମ |

( ଚୈଃ ଚଃ ମଧ୍ୟ ୨୩ ଶ ପରି )

ଏ ସମସ୍ତ ଶ୍ରୀକବିରାଜ ଗୋସ୍ଵାମୀଙ୍କ ଗ୍ରନ୍ଥରୁ ମିଳୁଅଛି । ଶ୍ରୀଳବୃନ୍ଦାବନ ଦାସ ସାଧୁଙ୍କର ମହାତ୍ମ୍ୟ ସମ୍ବନ୍ଧରେ କଅଣ କହିଅଛନ୍ତି ତାହାର ଯତ୍ନ ସାମାନ୍ୟ ଆଲୋଚନା କରାଯାଉ ।

ଶ୍ରୀମୁରାରିଗୁପ୍ତ ମହାପ୍ରଭୁଙ୍କର ଅତିଶୟ । ଏକଦିନ ସେ ମହାପ୍ରଭୁଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଥମେ ପ୍ରଣାମ କଲେ । ତତ୍ପରେ ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କୁ ପ୍ରଣାମ କଲେ । ମହାପ୍ରଭୁ କହିଲେ “ମୁରାରି ? ତୁମ୍ଭେ ସିନା ଲୋକଙ୍କୁ ଧର୍ମ ଶିକ୍ଷା ଦେବ ,ତୁମ୍ଭର ଏ ବ୍ୟତିକ୍ରମ କାହିଁକି ”? ମୁରାରି କହିଲେ “ପ୍ରଭୋ ? ମୋର ସ୍ଵାତନ୍ତ୍ର୍ୟତ କିଛି ନାହିଁ,ଆପଣ ଅନ୍ତର୍ଗତରେ ରହି ଯାହା କରାଉଅଛନ୍ତି ମୁଁ ତାହା କରିଅଛି ।” ମହାପ୍ରଭୁ ଭକ୍ତଠାରେ ନିରୁତ୍ତର ହେଲେ ଏବଂ କହିଲେ ଆଛା ହେଉ ଆଜି ଘରକୁ ଯାଅ ; କାଲି ଯଥାର୍ଥ ତତ୍ତ୍ଵ ବୁଝିପରିବ ।

ମୁରାରି ଗୃହକୁ ଫେରିଯାଇ ଶୋଇ ସ୍ଵପ୍ନରେ ଦେଖିଲେ ପ୍ରଭୁ ନିତ୍ୟାନନ୍ଦ ମଲ୍ଲବେଶରେ ଗମନ କରୁଅଛନ୍ତି, ମସ୍ତକରେ ନାଗଫଣା ଶୋଭା ପାଉଅଛି ,ଶ୍ରୀକରରେ ହଳ ମୂଷଳ ଧରଣ କରିଅଛନ୍ତି ଏବଂ ତାଙ୍କ ପଶ୍ଚାଦ୍ଵାରରେ ଶ୍ରୀବିରମ୍ଭର ଛତ୍ରଧାରଣ କରି ଯାଉଅଛନ୍ତି ଏବଂ ମୁରାରିଙ୍କୁ ଦେଖି ହସି ହସି କହୁଅଛନ୍ତି “ଏବେ ବୁଝିଲ କିଏ ଜ୍ୟେଷ୍ଠ ଓ କିଏ କନିଷ୍ଠ ‘’? ସ୍ଵପ୍ନ ଭଙ୍ଗ ପରେ ମୁରାରି ସମସ୍ତ ବୁଝିପାରିଲେ ଏବଂ ମହାପ୍ରଭୁଙ୍କ ନିକଟକୁ ଯାଇ ପ୍ରଥମେ ଶ୍ରୀମନ୍ ନିତ୍ୟାନନ୍ଦଙ୍କୁ ପ୍ରଣାମ କଲେ ଏବଂ ପରେ ମହାପ୍ରଭୁଙ୍କୁ ପ୍ରଣାମ କଲେ । ମହାପ୍ରଭୁ ପଚାରିଲେ “ଆଜି ଏ କଅଣ” ? ମୁରାରି ଉତ୍ତର କଲେ “ପ୍ରଭୋ ! ଆପଣ ଯାହା ମୋ ମନରେ ଉଦୟ କରାଇ ଅଛନ୍ତି ମୁଁ ସେହିପରି କରିଅଛି । ତୃଣ ଖଣ୍ଡର ନିଜେ ଗମନ କରିବାର ଶକ୍ତି ନାହିଁ । ପବନ ତାକୁ ଯେପରି ଭାବରେ ଚଳାଏ ସେ ତଦ୍ରୁପ ଚାଳିତ ହୁଏ” । ମହାପ୍ରଭୁ ଏଥିରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ “ମୁରାରି । ତୁ ଶ୍ରୀନିତ୍ୟାନନ୍ଦ ତତ୍ତ୍ଵ ଉତ୍ତମ ରୂପେ ବୁଝିଅଛୁ । ତୋର ଏହି ଗୁଣଦ୍ଵାରା ମୁଁ ତୋଠାରେ ଚିରକାଳ ପାଇଁ ବିତ୍ରୀତ ହେଲି ” । ମହାପ୍ରଭୁଙ୍କର ଏହି କରୁଣା ବାକ୍ୟରେ ମୁରାରି ପ୍ରେମରେ ବିହ୍ଵଳ ହେଲେ ଏବଂ ଗୃହକୁ ଫେରିଯାଇ ଭୋଜନ କରିବାକୁ ବସିଲେ । ପ୍ରେମ ବିହ୍ଵଳ ମୁରାରି ଅନ୍ତ ଶ୍ରୀମହାପ୍ରଭୁଙ୍କୁ ନିବେଦନ କରିବାକୁ ଯାଅ ଖାଅ ଖାଅ ବୋଲି କହି ଗୁଣ୍ଡାକୁ ଗୁଣ୍ଡା ଭୂମି ଉପରେ ନିକ୍ଷେପ କଲେ । ତତ୍ପରଦିବସ ପ୍ରାତଃକାଳରେ ମହାପ୍ରଭୁ ଶ୍ରୀମୁରାରି ଗୁପ୍ତଙ୍କ ଗୃହରେ ଆସି ଉପସ୍ଥିତ । ମୁରାରି ହଠାତ୍ ମହାପ୍ରଭୁଙ୍କୁ ଦେଖି ପଚାରିଲେ “ପ୍ରଭୋ ? ଆଜି ସକାଳୁ ଯେ ଶୁଭଗମନ କରି ଅଛନ୍ତି ।” ମହାପ୍ରଭୁ ଗମ୍ଭୀର ଭାବରେ କହିଲେ “ମୁରାରି ! ମୋହର ପେଟର କିଛି ଅସୁସ୍ଥ ହୋଇଥିବାରୁ ଚିକିତ୍ସା ନିମିତ୍ତ ସକାଳୁ ତୁମ୍ଭ ନିକଟକୁ ଆସି ଅଛି ।” ମୁରାରି ମହାପ୍ରଭୁଙ୍କର ବକ୍ରୋକ୍ତିର ମର୍ମ ବୁଝି ନପାରି ସରଳ ଭାବରେ ପଚାରିଲେ “ପ୍ରଭୋ ! କାଲି କି ଅସଥ୍ୟ ଭୋଜନ କରିଥିଲେ କି ?” ମହାପ୍ରଭୁ ସେତେବେଳେ ବିରକ୍ତି ବ୍ୟଞ୍ଜନ ସ୍ଵରରେ କହିଲେ “ମୁରାରି ! ମୋର ଅଜୀର୍ଣ୍ଣର କାରଣ ତୁ କିଛି ଜାଣୁ ନାହିଁ ? କାଲି ରାତ୍ରରେ ଖାଅ ଖାଅ ବୋଲି ଯେ ମୋତେ ବିସ୍ତର ଖାଇବାକୁ ଦେଲୁ ସେ କଥା କି ତୋ ମନେ ନାହିଁ ? ତୋହର ଯଦି ମନେ ନାହିଁ ତୋହର ପତ୍ନୀକୁ ପଚାର, ସେ ପତିବତା ସବୁ ଜାଣିଅଛି ; ଏ ଅଜୀର୍ଣ୍ଣର ଅନ୍ୟ ଔଷଧ ଆବଶ୍ୟକ ନାହିଁ । ତୋର ଅନ୍ନରେ ଅଜୀର୍ଣ୍ଣ ଏବଂ ତୋର ଜଳପାନ କଲେ ଏହାର ଉପଶମ ହେବ । ଏହା କହି ନିକଟସ୍ଥ ଜଳ ପାତ୍ରରୁ ଜଳପାନ କରିବାକୁ ଲାଗିଲେ । ଏ ଅପାର କୃପା ଦର୍ଶନ କରି ମୁରାରି ପ୍ରେମରେ ମୂର୍ଚ୍ଛିତ ହେଲେ ଏବଂ ତାଙ୍କର ଗୋଷ୍ଠୀସକଳ ପ୍ରେମରେ କ୍ରନ୍ଦନ କରିବାକୁ ଲାଗିଲେ ।ଶ୍ରୀଳବୃନ୍ଦବନ ଦାସ ଏହି କଥା ବର୍ଣ୍ଣନ କାଳରେ କହି ଅଛନ୍ତି ,ମୁରାରି ଗୁପ୍ତଙ୍କର ଦାସଗଣ ଯେଉଁ ପ୍ରସାଦ ଲାଭକଲେ ତାହା ଭଟ୍ଟାଚାର୍ଯ୍ୟ ପଣ୍ଡିତ ମାନଙ୍କ ଭାଗ୍ୟରେ ଦୁର୍ଲ୍ଲଭ । ବୈଷ୍ଣବଙ୍କର କୃପାର ଫଳ ଅସୀମ । ଯଥା –

      ମୁରାରି ଗୁପ୍ତେର ଦାସେ ଯେ ପ୍ରସାଦ ପାଇଲ

      ସେଇଁ ନଦୀୟାୟ ଭଟ୍ଟାଚାର୍ଯ୍ୟ ନା ଦେଖିଲ ।

      ବିଦ୍ୟାଧନ ପ୍ରତିଷ୍ଠାୟ କିଛୁଇ ନାକରେ

      ବୈଷ୍ଣବେର ପ୍ରସାଦେ ସେ ଭକ୍ତି –ଫଳ ଧରେ ।

( ଚୈଃ ଭଃ ମଧ୍ୟ ୨୦ ଅ )

 

ସାଧୁ କୃପାରୁ ଯେ କି ମହତ ଫଳ ଉତ୍ପନ୍ନ ହୁଏ ଶ୍ରୀଳ ଈଶ୍ଵର ପୁରୀ ଗୋସାଇଁ ତାହାର ଏକ ଉତ୍ତମ ଉଦାହରଣ । ଶ୍ରୀଈଶ୍ଵର ପୁରୀଙ୍କର ଅଧିକ ପରିଚୟର ଆବଶ୍ୟକ ନାହିଁ ,ତାଙ୍କ ସମ୍ବନ୍ଧରେ ଏତିକି ମାତ୍ର କହିଲେ ଯଥେଷ୍ଟ ଯେ ସେ ବ୍ୟବହାରରେ ପତିତପାବନାବତାର ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ଗୁରୁ ଏବଂ ମହାପ୍ରେମିକ ଶ୍ରୀମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ।

ଏହି ମହାନୁଭବ ଶ୍ରୀଳ ମାଧବେନ୍ଦ୍ର ପୁରୀ ଇହଧାମ ପରିତ୍ୟାଗ ପୂର୍ବକ ଶ୍ରୀବ୍ରଜଧାମ ପ୍ରାପ୍ତ କାଳରେ ହା କୃଷ୍ଣ ହା ଗୋବିନ୍ଦ ବୋଲି କ୍ରନ୍ଦନ କରନ୍ତେ ତାଙ୍କର ଏକ ଶିଷ୍ୟ ଶ୍ରୀରାମଚନ୍ଦ୍ର ପୁରୀ ତାଙ୍କୁ କହିଲେ “ଆପଣ ପୂର୍ଣ୍ଣ ବ୍ରହ୍ମାନନ୍ଦ ଏହା ମନେ କରନ୍ତୁ । ନିଜେ ଚିତ୍ରବ୍ରହ୍ମ ହୋଇ କ୍ରନ୍ଦନ କରୁଛନ୍ତି କାହିଁକି ?”ଗୁରୁଦେବ ଶିଷ୍ୟର ଏରୂପ ମର୍ଯ୍ୟାଦା-ହୀନ ବାକ୍ୟରେ ବିରକ୍ତ ହୋଇ କହିଲେ “ମୁଁ କୃଷ୍ଣ ବିରହରେ ବ୍ୟାକୁଳ । ଏ ମୂର୍ଖ ମୋତେ ବ୍ରହ୍ମ ଉପଦେଶ ଦେବାକୁ ଆସିଅଛି । ତୁ ମୋ ଆଗରୁ ଦୂର ହୋଇଯା, ତୋତେ ଦେଖି ପ୍ରାଣ ବିସର୍ଜନ କଲେ ମୋର ଅସଦ୍ ଗତି ହେବ” । କିନ୍ତୁ ଶ୍ରୀଳ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀଙ୍କର ଏହି ନିର୍ଯ୍ୟାଣ କାଳରେ ଶ୍ରୀଳ ଈଶ୍ଵର ପୁରୀ ତାଙ୍କର ବିଶେଷ ରୂପେ ସେବା କରୁଥିଲେ ,ଏମନ୍ତ କି ସ୍ଵହସ୍ତରେ ମଳ ମୂତ୍ରାଦି ମାର୍ଜ୍ଜନ କରୁଥିଲେ, ଏବଂ ସତତ ଶ୍ରୀଗୁରୁଦେବଙ୍କ ନିକଟରେ ରହି ତାଙ୍କୁ ଶ୍ରୀକୃଷ୍ଣ ନାମ ଶୁଣାଉଥିଲେ ,ଏବଂ ସେହି ଯୋଗୁଁ ସେ ଗୁରୁଦେବଙ୍କର ବିଶେଷ ଅନୁଗ୍ରହ –ଭାଜନ ହୋଇଥିଲେ । ଶ୍ରୀଳ କବିତାଜ ଗୋସ୍ଵାମୀ ସେମାନଙ୍କ ସମ୍ବନ୍ଧରେ କହି ଅଛନ୍ତି ।--

      

ସେଇ ହୈତେ ଈଶ୍ଵର ପୁରୀ ପ୍ରେମେର ସାଗର

      ରାମଚନ୍ଦ୍ର ପୁରୀ ହୈଲ ସର୍ବ ନିନ୍ଦାକାର ।

      ମହଦାନୁଗ୍ରହ ନିଗ୍ରହେର ସାକ୍ଷୀ ଦୁଇ ଜନ

      ଏଇ ଦୁଇଦ୍ଵାରା ଶିକ୍ଷାଇଲ ଜଜ୍ଜେନ ।

( ଚୈଃ ଚଃ ଅନ୍ତ୍ୟ ୮ ପରି )

ଶ୍ରୀଳ କବିରାଜ ମହାଶୟ ଆଉ ଏକ ମହାପୁରୁଷଙ୍କ ଜୀବନରେ ସାଧୁ ସେବାର ଉତ୍କୃଷ୍ଟ ଫଳ ଉତ୍ତମରୂପେ ଅଳ୍ପାକ୍ଷରରେ ଦେଖାଇ ଅଛନ୍ତି । ସାଧୁ ସେବା କିପରି କରିବାକୁ ହୁଏ ତାହାର ଆଦର୍ଶ ସେହି ମହାନୁଭବ କାଳିଦାସ । ସେ ପ୍ରସିଦ୍ଧ ରଘୁନାଥ ଦାସଙ୍କର ଖୁଡ଼ୁଡ଼ା,ଜାତିରେ କାୟସ୍ଥ । ବୈଷ୍ଣବ ଉଚ୍ଛିଷ୍ଟ ସେବା କରିବା ତାଙ୍କର ବ୍ରତ ଯଥା ।--

 

 

      ବୈଷ୍ଣବର ଉଚ୍ଛିଷ୍ଟ ଖାଇତେ ତିହଁ ହୈଲ ବୁଡ଼ା

      ଗୋଡ଼ ଦେଶେ ହୟ ଯତ ବୈଷ୍ଣବେର ଗଣ

      ସବର ଉଚ୍ଛିଷ୍ଟ ତିହଁ କରିଲ ଭୋଜନ ।

( ଚୈ ଚଃ ଅନ୍ତ୍ୟ ୧୬ ପରି )

ସେ ଉତ୍ତମ ଖାଦ୍ୟଦ୍ରବ୍ୟମାନ ନେଇ ବୈଷ୍ଣବଙ୍କଠାରେ ଉପସ୍ଥିତ ହେଉଥିଲେ ଏବଂ ସେମାନଙ୍କୁ ତାହା ଭୋଜନ କରାଇ ଭୁକ୍ତାବଶିଷ୍ଟ (ଅଧରା ମୃତ) ନିଜେ ସେବନ କରୁଥିଲେ ; କୌଣସି ବୈଷ୍ଣବ ଉଚ୍ଛିଷ୍ଟ ଦେବାକୁ ଅସ୍ଵୀକୃତ ହେଲେ ସେ ଲୁଚି ରହୁଥିଲେ ଏବଂ ଭୋଜନାନ୍ତେ ବୈଷ୍ଣବ ପତ୍ର ବାହାରେ ପକାଇଦେଲେ ସେ ପତ୍ର ଲେହନ ପୂର୍ବକ ଉଚ୍ଛିଷ୍ଟ ଭୋଜନ କରୁଥିଲେ । ବୈଷ୍ଣବଙ୍କ ପ୍ରତି ସେ ଜାତି ବୁଦ୍ଧି ରଖୁ ନଥିଲେ । ଗୃହସ୍ଥ ବୈଷ୍ଣବ ନୀଚ ଜାତି ହେଲେ ମଧ୍ୟ ସେ ତାଙ୍କ ଉଚ୍ଛିଷ୍ଟ ପରମାଦରରେ ସେବନ କରୁଥିଲେ । ସେଥିପ୍ରତି ତାଙ୍କର ଲେଶ ମାତ୍ର ଘୃଣା ନଥିଲା। ଝାଡ଼ୁଠାକୁର ଜାତିରେ ଭୂମିମାଳି (ବାଉରି) । ଦିନେ କାଳିଦାସ ଉତ୍କୃଷ୍ଟ ପକ୍ଵ ଆମ୍ର ଭେଟି ନେଇ ତାଙ୍କୁ ଦର୍ଶନ କରିବାକୁ ଗଲେ । କେତେକ କ୍ଷଣ କୃଷ୍ଣ କଥାର ଆଳାପ ପରେ କାଳିଦାସ ଝାଡ଼ୁଠାକୁରଙ୍କର ପାଦଧୂଳି ପ୍ରାର୍ଥନା କଲେ । ବିନୟର ଖଣ ଝାଡ଼ୁ ଠାକୁର ସେଥିରେ ଲଜ୍ଜିତ ହୋଇ କହିଲେ ମୁଁ ନିଚଜାତି , ଆପଣଙ୍କୁ ପାଦଧୂଳି ଦେବାକୁ ମୁଁ କି ଭାଜନ ।ଏହି ପ୍ରକାର ବିନୟ ବଚନରେ କାଳିଦାସଙ୍କୁ ନିବୃତ୍ତ କରାଇଲେ । କାଳିଦାସ କିଛିକାଳ ଇଷ୍ଟାଳାପ କରି ଫେରି ଆସିଲେ ଓ ଆସୁଁ ଆସୁଁ ଅଳ୍ପ ଦୂରରେ ଏକସ୍ଥାନରେ ଲୁଚି ରହିଲେ । କାଳିଦାସ ଆସିବା ପର ଝଡ଼ୁ ଠାକୁର ସେ ଆମ୍ର ଧୌତ କରି ଶ୍ରୀକୃଷ୍ଣଙ୍କୁ ଅର୍ପଣ କଲେ ଓ ତତ୍ପରେ ପ୍ରସାଦ ସେବନ କଲେ । ତାଙ୍କ ପରେ ତାଙ୍କର ପତ୍ନୀ ସେ ପ୍ରସାଦ ସେବନ କଲେ । ପତି ପତ୍ନୀ ଉଭୟ ପ୍ରସାଦ ସେବନାନନ୍ତର ତାଙ୍କ ପତ୍ନୀ ଟାକୁଆ ଓ ଚୋପା ନେଇ ଏକ ଉଚ୍ଛିଷ୍ଟ ବର୍ତ୍ତରେ ନିକ୍ଷେପ କଲେ । କାଳିଦାସ ଗୋପନରେ ସେହି ଟାକୁଆ ଓ ଚୋପା ଚୁଷିବାକୁ ଲାଗିଲେ । ଚୁଷିବା ବେଳେ ବୈଷ୍ଣଧରାମୃତର ଅସୀମ ଫଳ ପ୍ରଭାବରେ ତାଙ୍କ ଦେହରେ ଅଷ୍ଟ ସାତ୍ତ୍ଵିକ ଭବର ବିକାର ମାନ ପରି ଲକ୍ଷିତ ହେଲା ଯଥା ।-

      ସେଇ ଖୋଲା ଅଂଟି ଚୋଳାଚଷେ କାଳିଦାସ

      ଚୁଷିତେ ଚୁଷିତେ ହୟ ପ୍ରେମେ ତେ ଉଲ୍ଲାସ ।

( ଚୈଃ ଚଃ ଅନ୍ୟ ୧୭ )

ଆହା ବୈଷ୍ଣବଙ୍କ ପ୍ରତି କି ସୁଦୃଢ଼ ବିଶ୍ଵାସ ! ଏମନ୍ତ ବୈଷ୍ଣବ ଶ୍ଵୋସ ପୃଥିବୀର ଇତିହାସରେ ଅତି ବିରଳ । ତାଙ୍କର ଏହି ସଦୃଣରେ ମହାସପ୍ରଭୁ ତାଙ୍କ ପ୍ରତି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କୃପର ପରାକଷ୍ଠା ପ୍ରଦର୍ଶନ କରାଇଥିଲେ ।

ମହାପ୍ରଭୁ ଯେତେବେଳେ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଯାଆନ୍ତି ,ଗୋବିନ୍ଦ ଜଳ କରଙ୍କ ନେଇ ତାଙ୍କ ସଙ୍ଗେ ଯାଆନ୍ତି । ସିଂହଦ୍ଵାରର ଉତ୍ତର ଦିଗରେ ବାଇଶପାହାଚ ତଳେ ଗୋଟିଏ ଛୋଟ ଗାତ ଥିଲା । ସେଠାରେ ମହାପ୍ରଭୁ ପାଦଧୌତକରି ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ ,ଏବଂ ଗୋବିନ୍ଦଙ୍କୁ ଏହି ଆଜ୍ଞା କରିଥିଲେ ଯେପରି କୌଣସି ଲୋକ ତାଙ୍କର ପାଦଧୌତ ଜଳ ନେଇ ନ ପାରେ । ପ୍ରାଣୀମାତ୍ର ସେ ପାଦ ଧୌତ ଜଳ ଗ୍ରହଣ କରିପାରୁ ନ ଥିଲେ । କେବଳ କେହି କେହି ଅନ୍ତରଙ୍ଗ ଭକ୍ତ କୌଶଳ କ୍ରମେ ମହାପ୍ରଭୁଙ୍କ ଅଜ୍ଞାତରେ କିଛି ନେଇ ପାରୁଥିଲେ । କାଳିଦାସ ପୁରୁଷୋତ୍ତମଙ୍କୁ ଯାଇଥିବା କାଳରେ ଏକଦିନ ଆସି ମହାପ୍ରଭୁ ସେଠାରେ ପାଦଧୌତ କରିବା କାଳରେ ହସ୍ତପ୍ରସରଣ ପୂର୍ବକ ପାଦୋଦକର ପ୍ରାର୍ଥୀ ହେଲେ । ଗୁଣଗ୍ରହୀ ଭଗବାନ କାଳିଦାସଙ୍କର ବୈଷ୍ଣବସେବା ରୂପ ଗୁଣ ଗ୍ରହଣ କରି ତ୍ରାଞ୍ଜଳି ପାଦଧୌତ ଜଳ ସେବନ କରିବାକୁ ଅନୁମତି ଦେଲେ । ମହାପ୍ରଭୁ ତତ୍ପରେ ତାଙ୍କ ବାରଣ କରି କହିଲେ ।-

ଅତଃପର ଆର ନା କରିହ ପୁନର୍ବାର

ଏତାବତା ବାଞ୍ଛା ପୂର୍ଣ୍ଣ କରିଲ ତୋମାର ।

`                   ( ଚୈଃ ଚଃ ଅନ୍ତ୍ୟ ୧୭ )

 

ଏତିକିରେ ମହାପ୍ରଭୁଙ୍କର କାଳିଦାସଙ୍କ ପ୍ରତି କୃପା ଶେଷ ହୋଇ ନଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନାନର ନିଜ କୁଟୀରକୁ ଆସି ପ୍ରସାଦ ସେବନ କଲେ । କାଳିଦାସ ସମୟ ଜାଣି ବହିର୍ଦ୍ଵାରରେ ପ୍ରତ୍ୟାଶା କରିଥିଲେ । ତାହାଙ୍କୁ ଅଧରାମୃତ ଦେବାକୁ ଭଗବାନ ଶ୍ରୀଗୌରଚନ୍ଦ୍ର ଗୋବିନ୍ଦଙ୍କୁ ଇଙ୍ଗିତ କଲେ । ଏହିରୂପେ ବୈଷ୍ଣବ ସେବା ଯୋଗୁଁ କାଳିଦାସ ଅନ୍ୟର ଦୁର୍ଲ୍ଲଭ ମହାପ୍ରଭୁଙ୍କର ମହାକୃପ ପ୍ରାପ୍ତ ହେଲେ । ଏହାକୁ ଲକ୍ଷ୍ୟ କରି ଶ୍ରୀଳ କବିରାଜ ଗୋସ୍ଵାମୀ କହିଅଛନ୍ତି ---

      ବୈଷ୍ଣବେର ଶେଷ ଭକ୍ଷଣେର ଏତେକ ମହିମା

      କାଳିଦାସେ ପାଓୟାଇଲ ପ୍ରଭୁର କୃପ ସୀମା ।

( ଚୈଃ ଚଃ ଅନ୍ତ୍ୟ ୧୭ )

ଶ୍ରୀ କବିରାଜ ଗୋସ୍ଵାମୀ ଏଠାରେ ଭକ୍ତି ମହିମା ଓ ସାଧୁସଙ୍ଗର ମହିମା କୀର୍ତ୍ତନ କରି ଉଲ୍ଲାସଭରେ କହିଅଛନ୍ତି –

      ଭକ୍ତ ପଦଧୂଳି ଆର ଭକ୍ତ ପଦ ଜଳ

      ଉକ୍ତ ଭୁକ୍ତ ଶେଷ ଏକ ତିନି ମହାବଳ ।

      ଏଇ ତିନି ସେବା ହୈତେ କୃଷ୍ଣପ୍ରେମ ହୟ

      ପୁନଃ ପୁନଃ ସର୍ବ ଶାସ୍ତ୍ରେ ଫୁକାନିୟା ଜୟ ।

( ଚୈଃ ଚଃ ଅନ୍ତ୍ୟ ୧୭ ପରି )

ହାୟ! କେବେ ବୈଷ୍ଣବଙ୍କ ପ୍ରତି ମୋର ଦୃଢ଼ ବିଶ୍ଵାସ ଜାତ ହେବ ? କେବେ ମୁଁ ସାଧୁ ସେବାରେ ବ୍ରତୀ ହୋଇ ସାଧୁମାନଙ୍କର ଚରଣ ଧୂଳି, ଚରଣୋଦକ ଓ ଅଧରାମୃତ ପୂର୍ଣ୍ଣ ବିଶ୍ଵାସ ସହ ସେବନ କରିବି ? ସାଧୁ ସଙ୍ଗରୁ ଯେତିକି ଉତ୍କୃଷ୍ଟଂଫଳ ଜାତ ହୁଏ ଅସାଧୁ ସଙ୍ଗରୁ ତତୋଧିକ ମନ୍ଦଫଳ ଫଳେ । ଅସାଧୁ ସଙ୍ଗହିଁ ସର୍ବ ଅନିଷ୍ଟର ମୂଳ । ସଙ୍ଗ ଦୋଷରେ କେତେ ଲୋକଙ୍କର ଯେ ପତନ ହେଉଅଛି ତାହାର ସୀମା ନାହିଁ । ଜଳରେ ତୈଳବିନ୍ଦୁ ନିକ୍ଷେପ କଲେ ତାହା ଯେପରି ଚାରିଦିଗକୁ ପ୍ରସାରିତ ହୁଏ ,ଅସାଧୁମାନଙ୍କ ସହ ଆଳାପ କରିବା ,ତାଙ୍କ ସହ ଭୋଜନ କରିବା ଏବଂ ସେମାନଙ୍କ ଗାତ୍ର ସ୍ପର୍ଶ କରିବା ଦ୍ଵାରା ପାପରାଶି ସେହିରୂପେ ସମସ୍ତ ଅଙ୍ଗରେ ଖେଳି ଚିତ୍ତକୁ ମଳିନ କରିଦିଏ । ମହାପ୍ରଭୁ ଏଥିପାଇଁ ଅସାଧୁ ସଙ୍ଗକୁ ସ୍ଥାନେ ସ୍ଥାନେ ବାରଣ କରି ଯାଇଅଛନ୍ତି । ଶ୍ରୀ ଅଦ୍ଵୈତାଚାର୍ଯ୍ୟଙ୍କ ସେବକ କମଳାକାନ୍ତ ଏକ ସମୟରେ ଶ୍ରୀମହାରାଜା ପ୍ରତାପରୁଦ୍ରଙ୍କୁ ଆଚାର୍ଯ୍ୟଙ୍କ ମହିମା ବର୍ଣ୍ଣନ ପୂର୍ବକ ଏକ ପତ୍ର ଲେଖିଥିଲେ ଓ ସେଥିରେ ଆଚାର୍ଯ୍ୟ ମହାପ୍ରଭୁଙ୍କର ଆର୍ଥିକରୂଣ ବିଷୟ ଉଲ୍ଲେଖ କରି କିଛି ଅର୍ଥଭିକ୍ଷା କରିଥିଲେ । ଲୋକ ଶିକ୍ଷାର ଗୁରୁ ଶ୍ରୀଗୌରଚନ୍ଦ୍ର ଲୋକ ଶିକ୍ଷା ନିମିତ୍ତ ଶ୍ରୀକମଳାକାନ୍ତଙ୍କ ଭତ୍ସନା ପୂର୍ବକ କହିଥିଲେ ।

 

      ବଷୟୀର ଅନ୍ନ ଖାଇଲେ ଦୁଷ୍ଟ ହୟ ମନ

      ମନ ଦୃଷ୍ଟ ହୈଲେ ନହେ କୃଷ୍ଣେର ମୁରଣ ।

( ଚୈଃ ଚଃ ଆଦି )

ହରିନଦୀ ଗ୍ରାମର ଏକ ଅଭକ୍ତ ବ୍ରାହ୍ମଣ ଠାକୁର ଶ୍ରୀହରିଦାସଙ୍କୁ ଉଚ୍ଚ ହରି ସଂକୀର୍ତ୍ତନ ନିମିତ୍ତ ଅବମାନିତ କରିଥିଲେ । ତାହାକୁ ଲକ୍ଷ୍ୟ କରି ଶ୍ରୀବୃନ୍ଦାବନ ଦାସ କହୁଅଛନ୍ତି ଯେ ବ୍ରାହ୍ମଣ ହେଉ ସୁଦ୍ଧା ,ଯଦି ସେ ଅଭକ୍ତି ତେବେ ତାହାର ସଙ୍ଗ ସର୍ବତୋଭାବେ ବର୍ଜ୍ଜନୀୟ । ଯଥା-

      ବ୍ରାହ୍ଣଣ ହଇୟା ଯଦି ଅବୈଷ୍ଣବ ହୟ

ତବେ ତାର ଅଳାପେଓ ପୁଣ୍ୟ ୟାୟ କ୍ଷୟ |

       ( ଚୈଃ ଭଃ ୧୪ ଅ )

ସଂସାରିକ କାର୍ଯ୍ୟ ନିର୍ବାହ ପାଇଁ ଯେତେ ଦୂର ଆବଶ୍ୟକ ଅଭକ୍ତମାନଙ୍କ ସଙ୍ଗେ ସେତିକି ସମ୍ପର୍କ ରଖିବ । ତାହା ଛଡ଼ା ଅଭକ୍ତ ସଙ୍ଗେ ପ୍ରଣୟ କରିବା କଦାପି ଉଚିତ ନୁହେଁ । ଅସାଧୁ ବ୍ୟକ୍ତିର ସଂସର୍ଗ କଲେ ପତନ ଅବଶ୍ୟମ୍ଭବୀ। ଅନେକ ସ୍ଥଳରେ ଆମ୍ଭମାନେ ଅସତ୍ ସଙ୍ଗର କୁଫଳକୁ ଦୃଷ୍ଟି ନ କରି ଅସାଧୁମାନଙ୍କ ସଙ୍ଗ କରିଥାଉଁ ,ଏବଂ ମନେ କରୁ ଏଥିରେ ଆମ୍ଭର କିଛି କ୍ଷତି ହେଉନାହିଁ । ଆମ୍ଭେ ବେଶ୍ ସତର୍କ ଭାବରେ ଅଛୁଁ । କିନ୍ତୁ ପ୍ରକୃତରେ ଶେଷରେ ତାହା ଆମ୍ଭମାନଙ୍କୁ ଏତେ ତଳକୁ ନେଇଯାଏ ଯେ ସେଠାରୁ ପୁନରୁଦ୍ଧାର ଏକାବେଳକେ ଅସମ୍ଭବ ହୋଇ ଉଠେ । ଏହାର ଶତଶତ ସହସ୍ର ସହସ୍ର ଉଦାହରଣ ନିତ୍ୟ ଆମ୍ଭମାନଙ୍କ ଆଖି ଆଗରେ ଘଟୁଥିଲେ ହେଁ ଆମ୍ଭେମାନେ ଅନ୍ଧବତ୍ ଆଚରଣ କରୁଅଛୁଁ ।

 

                  ଏକାଦଶ ପରିଚ୍ଛେଦ ।

                    ଶ୍ରୀଗୁରୁତତ୍ତ୍ଵ ।

 

      ଶ୍ରୀଗୁରୁ ହିଁ କର୍ଣ୍ଣଧାର । କର୍ଣ୍ଣଦାର ବିନା ତରଣୀ ଯେପରି ନଦୀ ବା ସାଗରର ଅପର ପାରକୁ ନିଜେ ଯାଇ ପାରେନାହିଁ, ସେହିରୂପ ଗୁରୁ ପାଦ ପଦ୍ମ ଆଶ୍ରୟ ବ୍ୟତିରେକେ କେହି କେବେ ସଂସାର-ସାଗର-ପରପା ରକୁ ଯାଇପାରେ ନାହିଁ । ଶ୍ରୀଭଗବାନ କୋଟି ଜଗତର ଗୁରୁ ,ତାଙ୍କର ଗୁରୁ କେହି ନାହାନ୍ତି । ତଥାପି ଅବତାର ହେବା କାଳରେ ସେ ଲୌକିକ-ଶିକ୍ଷା ପାଇଁ ଗୁରୁଉପଦେଶ ଗ୍ରହଣ କରନ୍ତି । ଶ୍ରୀବିଶ୍ଵମ୍ବର ଶ୍ରୀମନ୍ ଗୟା କ୍ଷେତ୍ରକୁ ଯାଇ ଶ୍ରୀପାଦ ଈଶ୍ୱର ପୁରୀଙ୍କୁ ଗୁରୁରୂପେ ଗ୍ରହଣ କରି ତାଙ୍କଠାରୁ ମନ୍ତ୍ର ଗ୍ରହଣ କରିଥିଲେ । ଆପେ ଆଚରଣ କରି ଧର୍ମଶିକ୍ଷା ଦେବାକୁ ତାଙ୍କର ଧରାକୁ ଆଗମନ । ସେ ଯଦି ଗୁରୁଙ୍କଠାରୁ ମନ୍ତ୍ର ଗ୍ରହଣ ନ କରି ଆଦର୍ଶ ନ ଦେଖାନ୍ତେ ଉଚ୍ଛୃଙ୍ଖଳତା ସମାଜରେ ପ୍ରବେଶ କରନ୍ତା । ଶ୍ରୀଳଲୋଚନ ଦାସ ମହାପ୍ରଭୁଙ୍କ ଗୁର୍ବାଶୟ ବିଷୟରେ କହିଅଛନ୍ତି ।

      ଦେବ ପୂଜା ପିତୃ ପୂଜା କରିଲ ତଥାୟ

      ବିଷ୍ଣୁ ପଦ ଦେଖିବାରେ ଚଳିଲ ତ୍ୱରାୟ ।

ଯାଇତେ ଦେଖିଲ ପଥେ ଏକ ନ୍ୟାସୀବର

ମହାଭାଗବତ ନାମ ପୁରୀ ଯେ ଈଶ୍ଵର ।

 

ପ୍ରଣାମ କରିୟା ତାରେ ବୈଲା ବିସ୍ଵମ୍ବର

ବଡ଼ଭାଗ୍ୟ ଦେଖିଲ ଯେ ଚରଣ ଯୁଗଲ ।

 

ଚରଣେ ପଡ଼ିୟା କାନ୍ଦେ ବଚନ କାତର

କରୁଣ ଅରୁଣ ଆଖି କରେ ଛଲ ଛଲ ।

 

କେମନେ ତରିବ ଏଇ ସଂସାର ସାଗରେ

କୃଟିପ ଦାମ୍ବୁଜେ ଭକ୍ତି ଦେହ ନା ଅନାରେ ।

      କୃଷ୍ଣଦୀକ୍ଷା ବିନୁ ଦେହ ଆଚାରଣ ଦେଖି

      ପୁରାଣେ ଏ ସବୁ ବାକ୍ୟ ସାଧୁମୁଖେ ସାକ୍ଷୀ ।

 

      ଐଚ୍ଛନ ଶୃନିୟା ବାଣୀ ପୁରୀ ଯେ ଈଶ୍ଵର ।

      ନିବୃତେ କହିଲ ତାରେ ମହାମନ୍ତ୍ରବର

( ଚୈଃ ନଃ ଆଦିଖଣ୍ଡ )

ଗୁରୁ ଆଶ୍ରୟ ଯେ ନିତାନ୍ତ ଆବଶ୍ୟକ ,ଏଥି ସମ୍ବନ୍ଧେ ଏହାଠାରୁ ଆଉ ଅଧିକତର ପ୍ରମାଣ କି ହୋଇପାରେ ? ଗୁରୁ ପ୍ରଧାନତଃ ଦୁଇପ୍ରକାର । ଦୀକ୍ଷାଗୁରୁ ଓ ଶିକ୍ଷାଗୁରୁ । ଦୀକ୍ଷାଗୁରୁ ଏକରୁ ଅଧିକ ହୋଇପାରନ୍ତି ନାହିଁ । ଶିକ୍ଷାଗୁରୁ ଏକ କିମ୍ବା ଅଧିକ ହୋଇ ପାରନ୍ତି । କୌଣସି କୌଣସି ସ୍ଥଳରେ ଦୀକ୍ଷାଗୁରୁ ଓ ଶିକ୍ଷାଗୁରୁ ଏକ ହେବାର ସୁବିଧା ମଧ୍ୟ ଘଟିଥାଏ , କିନ୍ତୁ ତାହା ଅତି ବିରଳ । ଅଧିକାଂଶ ସ୍ଥଳରେ ଶିକ୍ଷାଗୁରୁ ଦୀକ୍ଷାଗୁରୁଙ୍କ ଠାରୁ ବିଭିନ୍ନ । ଶ୍ରୀଗୁରୁ ଶ୍ରୀକୃଷ୍ଣଚୈତନ୍ୟଙ୍କର ଦାସ ହେଲେହେଁ ତାଙ୍କୁ ଶ୍ରୀଚୈତନ୍ୟଙ୍କର ପ୍ରକାଶ ସ୍ଵରୂପ ଜାଣିବାକୁ ହେବ । ଯଥା-

      ଯଦ୍ୟପି ଆମର ଗୁରୁ ଚୈତନ୍ୟେର ଦାସ

      ତଥାପି ଜାନିୟେ ଅମି ତାଁହାର ପ୍ରକାଶ ।

      ଗୁରୁ କୃଷ୍ଣରୂପ ହନ ଶାସ୍ତ୍ରେର ପ୍ରମାଣେ

      ଗୁରୁ ରୂପେ କୃଷ୍ଣ କୃପା କରେନ ଭକ୍ତଗଣେ ।

( ଚୈଃ ଚଃ ଆଦି ୧ମ ପରି )

ଏହାର ପ୍ରମାଣ ସ୍ଵରୂପ ଶ୍ରୀଳ କବିରାଜ ଗୋସ୍ଵାମୀ “ଆଚାର୍ଯ୍ୟ ମାଂ ବିଜାନ୍ୟୟାତ୍” ଏହି ଶ୍ରୀମଦଭାଗବତର ଶ୍ଲୋକ ଉଦ୍ଧୃତ କରିଅଛନ୍ତି । ତତପରେ ସେ କହୁଅଛନ୍ତି –

      ଶିକ୍ଷାଗୁରୁ କେତ ଜାନି କୃଷ୍ଣେର ସ୍ଵରୂପ,

      ଅନ୍ତର୍ଯ୍ୟାମୀ ଭକ୍ତ ଶ୍ରେଷ୍ଠ ଏଇ ଦୁଇ ରୂପ ।

( ଚୈଃ ଚଃ ଆଦି ୧ମ ପରି )

ଅତଏବ ଗୁରୁଙ୍କ ଶ୍ରୀକୃଷ୍ଣଙ୍କର ପ୍ରକାଶ ସ୍ଵରୂପ ଜାଣି ପୂଜାକରିବା ଉଚିତ । ମର୍ତ୍ତ୍ୟଜନ ବୋଲି ଚିନ୍ତା କରି ଅବମାନନା କରିବା କଦାପି ଉଚିତ ନୁହେଁ ।

 

ଏ ଦୁଇ ପ୍ରକାର ଗୁରୁ ଛଡ଼ା ଆଉ ଏକପ୍ରକାର ଗୁରୁ ଶାସ୍ତ୍ର ନିମୋଦିତ । ଅର୍ଥାତ୍ ଯାହାଠାରୁ ଶ୍ରୀଭଗବତଚରଣାରବିନ୍ଦ ପ୍ରାପ୍ତି ସମ୍ବନ୍ଧରେ କିଛି ମାତ୍ର ଶିକ୍ଷା କରାଯାଏ ସେ ମଧ୍ୟ ଗୁରୁ । ତାହାଙ୍କୁ ମାନ୍ୟ କରିବା ଉଚିତ। ଶ୍ରୀମଦଭାଗବତରେ ଏହାର ଉତ୍ତମ ପ୍ରମାଣ ରହିଅଛି । ମହାପ୍ରଭୁ ମଧ୍ୟ ଏହି ମର୍ମରେ ଶିକ୍ଷା ଦେଇଥିବାର ଶ୍ରୀଚୈତନ୍ୟ ଚରିତାମୃତରେ ପ୍ରମାଣ ରହିଅଛି । ଶ୍ରୀ ନରଦ୍ଵୀପରୁ ଭକ୍ତଗଣ ଶ୍ରୀ ଜଗନ୍ନାଥ ଦର୍ଶନ ଓ ମହାପ୍ରଭୁଙ୍କ ସହ ମିଳନ ପାଇଁ ପ୍ରାୟ ପ୍ରତିବର୍ଷ ଶ୍ରୀପୁରୁଷୋତ୍ତମକୁ ଆସୁଥିଲେ । ଏକବର୍ଷ ସେ ଗୌଡ଼ାୟ ଭକ୍ତମାନଙ୍କ ସଙ୍ଗେ ଇଷ୍ଟାଳାପ କରୁଁ କରୁଁ ମହାପ୍ରଭୁ ଶ୍ରୀଳ ମୁକୁନ୍ଦଦାସଙ୍କୁ ପଚାରିଲେ “ମୁକୁନ୍ଦ ? ପ୍ରକୃତ କହିତ ତୁମ୍ଭେ ପିତା ଏବଂ ରଘୁନନ୍ଦନ ତୁମ୍ଭର ପୁତ୍ର କି ସେ ପିତା ତୁମ୍ଭେ ତାର ପୁତ୍ର ।” ନିଜ ପୁତ୍ରର ଏପରି ପ୍ରଶଂସା ମହାପ୍ରଭୁଙ୍କ ଶ୍ରୀମୁଖରୁ ଶୁଣି ହର୍ଷୋଫୁଲ ହୋଇ ମୁକୁନ୍ଦ ଉତ୍ତର କଲେ “ପ୍ରଭୋ ! ମୁଁ ମନେ କରେଁ ରଘୁ ନନ୍ଦନହିଁ ମୋର ପିତା ଏବଂ ମୁଁ ତାର ପୁତ୍ର ,କାରଣ ଯାହାଠାରୁ କୃଷ୍ଣ ଭକ୍ତିର ଉଦୟ ହୁଏ ସେ ପିତୃସ୍ଥାନୀୟ । ରଘୁନନ୍ଦନ ଯୋଗୁଁ ଆମ୍ଭ ବଂଶର ସମସ୍ତଙ୍କର କୃଷ୍ଣଭକ୍ତି ଅତଏବ ସେ ପିତା ଏବଂ ମୁଁ ତାର ପୁତ୍ର ।” ମହାପ୍ରଭୁ ଯାହା ଶୁଣିବେ ବୋଲି ପ୍ରଶ୍ନ କରିଥିଲେ, ଠିକ୍ ସେହିରୂପ ଉତ୍ତର ପାଇ ଅତୀବ ହୃଷ୍ଟହେଲେ ଏବଂ କହିଲେ ଏହା ପ୍ରକୃତ କଥା ,ଯାହାଠାରୁ କୃଷ୍ଣଭକ୍ତି ଜାତହୁଏ ସେ ଗୁରୁ” ଯଥା –

 

      ଶୁନି ହର୍ଷେ କହେ ପ୍ରଭୁ କହିଲେ ନିଶ୍ଚୟ

      ଯାହା ହୈତେ କୃଷ୍ଣ ଭକ୍ତି ସେହି ଗୁରୁ ହୟ ।

[ ଚୈଃ ଚଃ ମଧ୍ୟ )

ଯେଉଁ ରଘୁନନ୍ଦନର ବାଳକାଳ ସେବାରେ ବିଗ୍ରହ ରୂପୀ ଶ୍ରୀକୃଷ୍ଣ ପ୍ରୀତ ହୋଇ ସାକ୍ଷାତ୍ ଭାବରେ ଶ୍ରୀକର କମଳରେ ଲଡ଼ୁ ଗ୍ରହଣ କରି ଭକ୍ଷଣ କରିଥିଲେ ତାହାଙ୍କ ସମ୍ବନ୍ଧରେ ମହାପ୍ରଭୁ ପ୍ରେମ ଗଦଗଦ୍ ହୋଇ ଏହି କଥାର ଉତ୍ଥାପନ କରିଥିଲେ । ଉତ୍ତର ଶୁଣି ପ୍ରେମାନନ୍ଦରେ ପୂର୍ଣ୍ଣ ହେଲେ । ଧନ୍ୟ ପିତା,ଧନ୍ୟ ପୁତ୍ର ଓ ଧନ୍ୟ ତୁମ୍ଭମାନଙ୍କର ବଂଶ | ଦେମର ପସରା ଶ୍ରୀଳ ନରହର ସନ୍ତକାର ପ୍ରମୁଖ ଏହି ବଂଶଠୁ ମହାତ୍ମାଗଣ ଶ୍ରୀଖଣ୍ଡକୁ ଅଦ୍ଵ୍ୟପି ଧନ୍ୟ କରି ରଖିଅଛନ୍ତି । କେବଳ ବ୍ରାହ୍ମଣ କିମ୍ବା ସନ୍ନ୍ୟାସୀ ସେ ଗୁରୁ ହୋଇ ପାରିବେ ଅନ୍ୟ କେହି ହୋଇ ପାରିବେ ନାହିଁ । ଏମନ୍ତ ନୁହେଁ ଯେ ଭଗବତ୍ ତତ୍ତ୍ଵ ଉତ୍ତମ ରୂପେ ଜାଣନ୍ତି ସେ ବ୍ରାହ୍ମଣ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ,ସନ୍ନ୍ୟାସୀ ହୁଅନ୍ତୁ ବା ଗୃହୀ ହୁଅନ୍ତୁ ଗୁରୁ ହେବାର ଉପଯୁକ୍ତ ମାତ୍ର । ଏଥି ସମ୍ବନ୍ଧରେ ଶ୍ରୀ ମହାପ୍ରଭୁଙ୍କର ଶ୍ରୀମୁଖ ବାଣୀ ହିଁ ପ୍ରମାଣ | ସେ ବିଦ୍ୟାନଗରରେ ଶ୍ରୀଳ ରାମାନନ୍ଦଙ୍କ ସହ ସାକ୍ଷାତ୍ କରି ତାଙ୍କଠାରୁ କୃଷ୍ଣତତ୍ତ୍ଵ ଶ୍ରବଣ କରିବାର ଇଛା ପ୍ରକାଶ କଲେ । ବିନୟର ଆଦର୍ଶ ରାୟ ରାମାନନ୍ଦ ସେଥିରେ ବଡ ଲଜ୍ଜିତ ହୋଇ ଉତ୍ତର ଦାନରେ ସକ୍ଷମ ହେଲେ ନାହିଁ । ମହାପ୍ରଭୁ ତାଙ୍କର ଆଶୟ ବୁଝି କହିଲେ “ରାମାନନ୍ଦ ! ତୁମ୍ଭେ ମନେ କରୁଅଛ ମୁଁ ଗୃହସ୍ଥ ଓ ଶୂଦ୍ର ଏ ସନ୍ନ୍ୟାସୀଙ୍କୁ କୃଷ୍ଣ ତତ୍ତ୍ଵ ଶୁଣାଇବାର ମୁଁ କି ଉପଯୁକ୍ତ ?” କିନ୍ତୁ ରାମାନନ୍ଦ ! ତୁମ୍ଭେ ସେ ଭାବନା ମନରୁ ତ୍ୟାଗକର । ପଣ୍ଡିତ ଶ୍ରୀସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଠାରୁ ତୁମ୍ଭର ଅଶେଷ ଗୁଣ ଶ୍ରବଣ କରି ତୁମ୍ଭଠାରୁ ଶ୍ରୀରାଧାକୃଷ୍ଣ ତତ୍ତ୍ଵ ଶ୍ରବଣ କରିବା ନିମିତ୍ତ ଏତେ ପଥ ଆସିଅଛି । ତୁମ୍ଭେ କି ମୋର ସେ ଉତକଣ୍ଠା ନିବାରଣ କରିବ ନାହିଁ । ତୁମ୍ଭେ ଶୂଦ୍ର କିମ୍ବା ଗୃହସ୍ଥ ବୋଲି କୁଣ୍ଠିତ ହୁଅ ନାହିଁ । ଯେ କୃଷ୍ଣ ତତ୍ତ୍ଵ ବେତ୍ତା ସେ ଶୂଦ୍ର ହେଉ ବା ଗୃହସ୍ଥ ହେଉ ସେ ଗୁରୁ ହେବାର ଉପଯୁକ୍ତ ।” ଯଥା;---

      କିବା ବିପ୍ର କିବା ନ୍ୟାସୀ ଶୂଦ୍ର କେନ ନୟ

      ଯେଇ କୃଷ୍ଣ ତତ୍ତ୍ଵବେତ୍ତା ସେଇ ଗୁରୁ ହୟ ।

( ଚୈ, ଚ ମଧ୍ୟ ୮ ପରି )

ଶୂଦ୍ର ଓ ଗୃହସ୍ଥମାନେ ଗୁରୁ ହେବାର ଅନେକ ପ୍ରମାଣ ରହିଅଛି । ଭକ୍ତି ରତ୍ନାକର ଗ୍ରନ୍ଥରେ ଏହାର ବିସ୍ତାର ପ୍ରମାଣ ମିଳେ ; ଠାକର ଶ୍ରୀ ନରହରି ସରକାର ବୈଦ୍ୟ, ଠାକୁର ଶ୍ରୀନରୋତ୍ତମ କାୟସ୍ଥ ,ପ୍ରଭୁ ଶ୍ରୀଶ୍ୟାମାନନ୍ଦ ସଦଗୋପ, ପ୍ରଭୁ ଶ୍ରୀରସିକାନନ୍ଦ କରଣ, ଏମାନେ ସମସ୍ତେ ଗୃହସ୍ଥାଶ୍ରମୀ ; କିନ୍ତୁ ଏମାନଙ୍କର ଶତ ଶତ ବ୍ରାହ୍ମଣ ଶିଷ୍ୟ ଥିବାର ଉତ୍ତମ ପ୍ରମାଣ ରହିଅଛି । ଅଦ୍ୟାବଧି ସେମାନଙ୍କ ବଂଶଧର ମାନେ ବ୍ରାହ୍ମଣମାନଙ୍କୁ ମନ୍ତ୍ର ପ୍ରଦାନ କରୁ ଅଛନ୍ତି । ଗୁରୁସହିତ ଶିଷ୍ୟର ସମ୍ବନ୍ଧ ନିତ୍ୟ । ଗୁରୁ କର୍ଣ୍ଣଧାର ରୂପେ ଶିଷ୍ୟକୁ ଭବସାଗରରୁ ପାର କରାନ୍ତି । ଅତଏବ ଗୁରୁଙ୍କୁ ସର୍ବତୋଭାବେ ସମ୍ମାନ କରିବା ଶିଷ୍ୟର ବିଧେୟ । ଗୁରୁଦ୍ରୋହୀର କୌଣସି କ୍ରମେ ରକ୍ଷା ନାହିଁ ଶ୍ରୀକୃଷ୍ଣଙ୍କଠାରେ ଅପରାଧ ହେଲେ ତାଙ୍କ ନାମ ଦ୍ଵାରା ସେ ଅପରାଧ ଖଣ୍ଡନ ହୁଏ । ବୈଷ୍ଣବ ଅପରାଧ ହେଲେ ଶ୍ରୀ ଗୁରୁଦେବ କୃପାକରି ତାହା ଖଣ୍ଡନ କରାଇ ପାରନ୍ତି । କିନ୍ତୁ ଗୁରୁଙ୍କଠାରେ ଅପରାଧ ହେଲେ ଅପର କେହି ତାହା ଖଣ୍ଡନ କରାଇ ପାରନ୍ତି ନାହିଁ ,ଅତଏବ ଗୁରୁଙ୍କ ଠାରେ ଅଣୁମାତ୍ର କପଟ ବୁଦ୍ଧି ରଖିବା ଉଚିତ୍ ନୁହେଁ; ଦେହ,ମନ ,ପ୍ରାଣ ସମସ୍ତ ତାଙ୍କ ପାଦ ପଦ୍ମରେ ଅର୍ପଣ କରିବା ବିଧେୟ । ଗୁରୁ ଆଜ୍ଞାରେ ଅକରଣୀୟ କାର୍ଯ୍ୟମାନ ମଧ୍ୟ କରଣୀୟ । ଶିକ୍ଷା ଦାତା ମହାପ୍ରଭୁ ନିଜ ଆଚରଣରେ ତାହା ଶିକ୍ଷା ଦେଇ ଅଛନ୍ତି ।

ଶ୍ରୀ ଗୋବିନ୍ଦ ଦାସ ଶ୍ରୀ ଈଶ୍ଵର ପୁରୀଙ୍କର ଶିଷ୍ୟ । ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ ପୂର୍ବକ ଶ୍ରୀ ପୁରୁଷୋତ୍ତମରେ ବାସ କରୁଅଛନ୍ତି , ଗୋବିନ୍ଦ ଆସି ତାଙ୍କଠାରେ ଉପସ୍ଥିତ ହେଲେ ଏବଂ ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣାମ ପୂର୍ବକ କହିଲେ “ପ୍ରଭୋ ! ମୁଁ ଶ୍ରୀଳ ଈଶ୍ଵର ପୁରୀଙ୍କ ସେବକ, ମୋର ନାମ ଗୋବିନ୍ଦ । ପୁରୀ ଗୋସ୍ଵାମୀ ସିଦ୍ଧି ପ୍ରାପ୍ତ କାଳରେ ମୋତେ ଆଦେଶ କରି ଅଛନ୍ତି ,ତୁମ୍ଭେ ଯାଇ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସେବା କରିବ ।” ମହାପ୍ରଭୁ କହିଲେ ଗୋବିନ୍ଦ । ପୁରୀ ଗୋସ୍ଵାମୀ ମୋତେ ବଡ ସ୍ନେହ କରନ୍ତି ,ତେଣୁ ତୁମ୍ଭଙ୍କୁ ଏଠାକୁ ପଠାଇ ଅଛନ୍ତି ।” ଏହାକହି ଗୋବିନ୍ଦଙ୍କୁ ପ୍ରେମାଲିଙ୍ଗନ ଦାନ କଲେ । ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଠାରେ ଉପସ୍ଥିତ ଥିଲେ । ମହାପ୍ରଭୁ ତାଙ୍କୁ ପଚାରିଲେ “ଭଟ୍ଟାଚାର୍ଯ୍ୟେ ! ଏ ମୋର ଶ୍ରୀଗୁରୁ ଦେବଙ୍କର କିଙ୍କର ତେଣୁ ମାନ୍ୟ ପାତ୍ର । ତାହାଙ୍କୁ ମୁଁ ଆପଣା ସେବାରେ କିପରି ନିଯୁକ୍ତ କରିବି । ଏଣେ ଶ୍ରୀଗୁରୁଙ୍କର ଆଜ୍ଞା ଅବା ଲଂଘନ କରିବି କିପରି ? ଅତଏବ ଉଭୟ ସଂକଟ ସ୍ଥଳରେ କି ସୁମୀମାଂସା ତାହା ଆପଣ ନିର୍ଦ୍ଧାରଣ ପୂର୍ବକ କହିବା ହୁଅନ୍ତୁ ।” ପଣ୍ଡିତ ପ୍ରବର ସାର୍ବଭୌମ ତତକ୍ଷଣାତ୍ ସୁଯୁକ୍ତି ପ୍ରଦର୍ଶନ ପୂର୍ବକ କହିଲେ “ପ୍ରଭୋ ! ମହାବୀର ପର୍ଶୁରାମ ପିତାଙ୍କ ଆଦେଶରେ ଜନନୀର ଶିରଚ୍ଛେଦ କରିଥିଲେ ।

ଦଶରଥ ମହିଷୀ କୈଶଲ୍ୟା ଶ୍ରୀରାମଚନ୍ଦ୍ରଙ୍କ ବନଗମନରେ ଦୁଃଖ ବିହ୍ଵଳା ହୋଇ ତାଙ୍କୁ ବନଗମନରୁ ବିରତ ହେବାକୁ କହନ୍ତେ ସେ କହିଲେ ମାତଃ ! ପିତାଙ୍କ ଆଜ୍ଞା ପ୍ରତିପାଦନରେ ମୋର ଏବଂ ତୁମ୍ଭର ଉଭୟଙ୍କର ମଙ୍ଗଳ ହେବ।” ଏହିରୂପେ ପ୍ରବୋଧ ଦେଇ ପିତାଜ୍ଞା ପାଳନ କରିଥିଲେ । ଅତଏବ ଶ୍ରୀଗୁରୁଙ୍କର ଆଦେଶହିଁ ପ୍ରତି ଫଳନୀୟ । ଏଥିରେ ଦ୍ଵିଧା କରିବାର କିଛି ମାତ୍ର କାରଣ ନାହିଁ । ଏହା ଶୁଣି ମହାପ୍ରଭୁ ତଦନ୍ତ ବର୍ତ୍ତୀ ହୋଇ ଶ୍ରୀ ଗୋବିନ୍ଦଙ୍କୁ ନିଜ ସେବାରେ ନିଯୁକ୍ତ କଲେ । ଯଥା-

 

      ‘’ ଭଟ୍ଟ କହେ ଗୁରୁର ଆଜ୍ଞା ହୟ ବଳବାନ

      ଗୁରୁ ଆଜ୍ଞା ନା ଲଘିଂବେ ଶାସ୍ତ୍ରେ ପ୍ରମାଣ ।

            ତନେ ମହାପ୍ରଭୁ ତାରେ କୈଲ ଅଙ୍ଗୀକାର

      ଆପନା ଶ୍ରୀଅଙ୍ଗ ସେବାୟ ଦିଲ ଅଧିକାର ।

( ଚୈଃ ଚଃ ମଧ୍ୟ ୧୦ ପରିଚ୍ଛେଦ )

ମହାପ୍ରଭୁଙ୍କର ଏହି ସମସ୍ତ ବାକ୍ୟ ଓ ଆଚରଣରୁ ଗୁରୁ ଯେ କେତେ ଦୂର ମାନ୍ୟ ବ୍ୟକ୍ତି ଏବଂ ତାଙ୍କ ପ୍ରତି କିରୂପ ବ୍ୟବହାର କରିବା ଉଚିତ୍ ତାହା ଉତ୍ତମ ବୁଝା ଯାଉଅଛି ,ଏବଂ ଗୁରୁପଦାଶ୍ରୟ ଯେ ଏକାନ୍ତ କର୍ତ୍ତବ୍ୟ ତାହାମଧ୍ୟ ଏଥିରେ ସ୍ଥିରୀକୃତ ହୋଇଅଛି ।

 

                        

ଦ୍ଵାଦଶ ପରିଚ୍ଛେଦ ।

                  ଶ୍ରୀହରିନାମର ମାହାତ୍ମ୍ୟ ।

ଏ କଳିଯଗରେ ହରିନାମହିଁ ସାର । ଯୁଗଧର୍ମର ପ୍ରବର୍ତ୍ତକ , ପ୍ରେମ ବୃଷ୍ଟିକାରୀ ଶ୍ରୀମନ୍ ମହାପ୍ରଭୁ , ଏହା ଉତ୍ତମରୂପେ ସ୍ଥାପନ କରିଯାଇ ଅଛନ୍ତି । ଶ୍ରୀଧମ କାଶୀରେ ପ୍ରକାଶାନନ୍ଦ ସରସ୍ଵତୀ ବୋଲି ଏକ ବୈଦାନ୍ତିକ ମହାପଣ୍ଡିତ ବାସ କରୁଥିଲେ । ତାଙ୍କର ଦଶହଜାର ଶିଷ୍ୟ ଥିଲେ । ସେମାନେ ଗୁରୁଶିଷ୍ୟ ସମସ୍ତେ ମହାପ୍ରଭୁ ହରିନାମ ସଂକୀର୍ତ୍ତନ କରୁଥିବାର ଶ୍ରବଣ କରି ତାଙ୍କୁ ବିଶେଷ ନିନ୍ଦା କରିବାକୁ ଲାଗିଲେ । କହିଲେ ଏ ଜଣେ ମୂର୍ଖ ସନ୍ନ୍ୟାସୀ ,ବେଦାନ୍ତ ପଠନକରି ନିଜ ଧର୍ମର ମର୍ମ୍ମ କିଛି ନ ବୁଝି ଭାବକ ହୋଇ ଭାବକମାନଙ୍କ ସଙ୍ଗେ ନାଚି ଗାଇ ବୁଲୁଅଛି । ସେ ସମୟରେ ମହାପ୍ରଭୁଙ୍କର ପ୍ରିୟଭକ୍ତ ଶ୍ରୀ ତପନ ମିଶ୍ର ଓ ଶ୍ରୀ ଚନ୍ଦ୍ରଶେଖର ସେହି କାଶୀ ଧାମରେ ବାସ କରୁଥିଲେ । ସନ୍ନ୍ୟାସୀ ପ୍ରକାଶନନ୍ଦ ଓ ତାଙ୍କ ଶିଷ୍ୟମାନଙ୍କର ଏହି ମର୍ମ୍ମଭେଦୀ ବାଣୀ ତାଙ୍କ ମାନଙ୍କର ଅସହ୍ୟ ହେଲା । ସେମାନେ ଭାବିଲେ ଏ ପଣ୍ଡିତ ଓ ଏହାଙ୍କର ଶିଷ୍ୟ ଏମାନେ ଯଦି ମହାପ୍ରଭୁଙ୍କ ତତ୍ତ୍ଵ ଅବଗତ ନ ହୁଅନ୍ତି ଓ ମହାପ୍ରଭୁଙ୍କର ପ୍ରବର୍ତ୍ତିତ ବୈଷ୍ଣବ ଧର୍ମର ସାର ବତ୍ତା ଉପଲବ୍ଧ ନ କରନ୍ତି ,ତେବେ ଆମ୍ଭେମାନେ ଆଉ ଏ କାଶୀଧାମରେ ବାସ କରି ରହିପାରିବା ନାହିଁ । ଏମାନଙ୍କ ମୁଖରୁ ସତତ ମହାପ୍ରଭୁଙ୍କର ନିନ୍ଦା ଶୁଣି, ଆମ୍ଭମାନଙ୍କ ହୃଦୟ ବିଦୀର୍ଣ୍ଣ ହେଉଅଛି । ବିଶେଷତଃ ପରୋପକାର କରିବା ବୈଷ୍ଣବମାନଙ୍କର ବ୍ରତ । ତପନ ମିଶ୍ର ଓ ଚନ୍ଦ୍ରଶେଖରତ ବୈଷ୍ଣବାଗ୍ରଣୀ ;ସେମାନଙ୍କ ମନରେ ଏମାନଙ୍କ ଉଦ୍ଧାର ଚିନ୍ତା ଉଦିତ ହେବା ସ୍ଵାଭାବିକ । ତେଣୁ ସେମାନେ ମହାପ୍ରଭୁଙ୍କୁ ନିଜ ମନୋବେଦନା ନିବେଦନ କଲେ । ସର୍ବଜୀବର ହିତକାରୀ ମହାପ୍ରଭୁଙ୍କର ଏ ନିଜନମାନଙ୍କ ମର୍ମବେଦନା ଖଣ୍ଡନ କରିବାର ବାସନା ହେଲା, ଏବଂ ତାଙ୍କ ପ୍ରେରଣାରେ ଏକ ବିପ୍ରବର ଆସି ମହାପ୍ରଭୁଙ୍କୁ ନିବରଦନ କଲେ “ମୁଁ କାଶୀବାସୀ ସମସ୍ତ ସନ୍ନ୍ୟାସୀ - ମାନଙ୍କୁ ନିମନ୍ତ୍ରଣ କରିଅଛି । ଯଦି ଆପଣ ଅନୁଗ୍ରହପୂର୍ବକ ଯାଆନ୍ତି ତାହେଲେ ମୋର ସମସ୍ତ-ବାସନା ପୂର୍ଣ୍ଣ ହେବ” ।ସନ୍ନ୍ୟାସି ମାନଙ୍କୁ କରୁଣା କରିବା ମାନସରେ ମହାପ୍ରଭୁ ସେ ନିମନ୍ତ୍ରଣ ଅଙ୍ଗୀକାର କଲେ ଏବଂ ପର ଦିବସ ନିରୂପିତ ସମୟରେ ନିମନ୍ତ୍ରଣ ସଭାରେ ଉପସ୍ଥିତ ହେଲେ । ମହାପ୍ରଭୁ ସତତ ଆପଣାକୁ ତୃଣଧାମ ମନେ କରୁଥିଲେ, ତେଣୁ ସମସ୍ତଙ୍କର ବସିବାର ସ୍ଥାନରେ ନ ବସି ଏକ ନିମ୍ନ ସ୍ଥାନରେ ଉପବେଶନ କଲେ । ମହାପ୍ରଭୁ ସନ୍ନ୍ୟାସୀ ମାନଙ୍କର ଉଦ୍ଧାର ନିମିତ୍ତ ସେଠାକୁ ଯାଇଥିଲେ ଓ ପଣ୍ଡିତାଭିମାନୀ ସନ୍ନ୍ୟାସୀ ମାନଙ୍କର ଗର୍ବହରଣ କରିବାପାଇଁ ସ୍ଵୀୟ ଐଶ୍ଵର୍ଯ୍ୟ ପ୍ରକଟନ କରିଥିଲେ । କୋଟି ସୂର୍ଯ୍ୟୋପମ ତାଙ୍କର ଶ୍ରୀଅଙ୍ଗତେଜ ଦର୍ଶନରେ ପ୍ରକାଶନନ୍ଦ ପ୍ରମୁଖ ସମସ୍ତ ସନ୍ନ୍ୟାସୀ ବିମୁଷ୍ଟ ହୋଇଥିଲେ ଏବଂ ପ୍ରକାଶନନ୍ଦ ଉଠି ଆସି ତାଙ୍କୁ ମହାସମ୍ମାନପୂର୍ବକ ନୀଚ ସ୍ଥାନରୁ ସଭାମଧ୍ୟକୁ ନେଇଗଲେ । ପ୍ରକାଶନନ୍ଦ ବିନୀତଭାବରେ କହିଲେ “ଶ୍ରୀପାଦ ! ଆପଣ ବହୁଦିନରୁ ଏହି ଗ୍ରାମରେ ରହି ଅଛନ୍ତି ,ଆମ୍ଭମାନଙ୍କୁ ଦିନେ ସୁଦ୍ଧା ଦର୍ଶନ ଦିଅନ୍ତି ନାହିଁ କାହିଁକି ? ଏବଂ ଆପଣ ସନ୍ନ୍ୟାସୀ ହୋଇ ଭାବୁକମାନଙ୍କ ସଙ୍ଗେ ବି ଗାଇ ବୁଲୁଅଛନ୍ତି,ଏ ଅବା କିରୂପ କଥା । ବେଦାନ୍ତ ପଠନ ଓ ଧ୍ୟାନ ସିନା ସନ୍ନ୍ୟାସୀର କର୍ମ ତାହା ନ କରି ହରିନାମ ଉଚାରଣ ପୂର୍ବକ ନାଚିବା ଓ ଗାଇବା ଏହା କି ଉଚିତ ? ରଙ୍ଗିଆ ମହାପ୍ରଭୁ ରଙ୍ଗକରି କହିଲେ , “ଶ୍ରୀପାଦ! ମୋର ଗୁରୁଦେବ ମୋତେ ମୂର୍ଖ ଦେଖି କହିଲେ ତୋର ବେଦାନ୍ତରେ ଅଧିକାର ନାହିଁ । ତୁ ସତତ କୃଷ୍ଣନାମ ଜପକର,କୃଷ୍ଣନାମ ସକଳ ମନ୍ତ୍ରର ସାର ,ସେଥିରୁ ତୋର ସଂସାର ମୋଚନ ହେବ ଓ ଶ୍ରୀକୃଷ୍ଣଚରଣାରବିନ୍ଦ ଲାଭହେବ । ନାମବିନା କଳିକାଳରେ ଆଉ ଉତ୍କୃଷ୍ଟ ଧର୍ମ ନାହିଁ, ଏହା କହି ସେ ମୋତେ ହରିନାମର ମାହାତ୍ମ୍ୟସୂଚକ ଗୋଟିଏ ଶ୍ଲୋକ ଶିକ୍ଷା ଦେଲେ । ଯଥା –

 

 

      ମୂର୍ଖ ତୁମି ନାହିଁ ତବ ବେଦାନ୍ତାଧିକାର

      କୃଷ୍ଣମନ୍ତ୍ର ଜପ ସଦା ଏଇ ମନ୍ତ୍ରସାର ।

      କୃଷ୍ଣନାମହୈତେ ହବେ ସଂସାର ମୋଚନ,

      କୃଷ୍ଣନାମ ହୈତେ ପାବେ କୃଷ୍ଣେର ଚରଣ ।

      ନାମବିନୁ କଲିକାଲେ ନାହିଁ ଆରଧର୍ମ ,

      ସର୍ବନନ୍ତ୍ର ସାର ନାମ ଏଇ ଶାସ୍ତ୍ରମର୍ମ ।

( ଚିଃ ଚଃ ଆଦି ୭ମ ପରିଚ୍ଛେଦ )

ଏହୁରୂପ କଥା ଉତ୍ଥାପନ ପୂର୍ବକ ମହାପ୍ରଭୁ ହରିନାମର –ସାରବତ୍ତା ସନ୍ନ୍ୟାସୀଗଣଙ୍କୁ ଉପଲବ୍ଧି କରାଇଥିଲେ। ମହା ବୈଦାନ୍ତିକ ପଣ୍ଡିତ ପ୍ରକାଶନନ୍ଦ ଦଶସହସ୍ର ଶିଷ୍ୟ ସହ ମହାପ୍ରଭୁଙ୍କ ପାଦ ତଳରେ ପ୍ରଣତହୋଇ ତାଙ୍କ ମତାବଲମ୍ବୀ ହୋଇଥିଲେ । ତାଙ୍କ ରଚିତ ଶ୍ରୀଚୈତନ୍ୟ ଚନ୍ଦ୍ରାମୃତ ତାହାର ଉତ୍ତମ ସାକ୍ଷୀ ପ୍ରଦାନ କରୁଅଛି । ଶ୍ରୀଳ କୃଷ୍ଣଦାସ କବିରାଜତ ଏହି ସିଦ୍ଧାନ୍ତ କଲେ ଠାକୁର ଶ୍ରୀଳ ବୃନ୍ଦାବନ ଦାସ ହରିନାମ ମାହାତ୍ମ୍ୟ ସମ୍ବନ୍ଧରେ କି ସିଦ୍ଧାନ୍ତ କରିଅଛନ୍ତି ଦେଖାଯାଉ ।

      ମହାପ୍ରଭୁ ସନ୍ନ୍ୟାସୀ ଗ୍ରହଣପୂର୍ବରୁ ଏକସମୟରେ ପୂର୍ବବଙ୍ଗର ଉଦ୍ଧାର ନିମିତ୍ତ ମହାପଣ୍ଡିତ ସାଜି ସେଠାକୁ ପାଠପଢ଼ାଇବାକୁ ଯାଇଥିଲେ । ସେହି ସମୟରେ, ପୁର୍ବବର୍ଣ୍ଣିତ ,କାଶୀର ତପନ ମିଶ୍ର ସେଠାରେ ବାସକରୁଥିଲେ । ତାଙ୍କର ଗୃହ ପୂର୍ବେ ପୂର୍ବରଙ୍ଗରେ ଥିଲା । ସେ ପରମଭକ୍ତ ,ସାଧ୍ୟ ସାଧନ ତତ୍ତ୍ଵ ନିରୂପଣ କରିନପାରି ବଡ ଚିନ୍ତିତ ହୋଇଥିଲେ । ଏମନ୍ତ କେହି ଧର୍ମ ଶାସ୍ତ୍ରବେତ୍ତା ସେ ଦେଖିପାରୁନଥିଲେ ଯାହାଠାରେ ଯାଇ ଉକ୍ତ ତତ୍ତ୍ଵ ସ୍ଥିର କରିବେ । ବଡ ଚିନ୍ତାନ୍ଵିତ ହୋଇ ଶ୍ରୀଭଗବାନଙ୍କୁ ଏକାନ୍ତ ମନରେ ସାଧ୍ୟସାଧନ ତତ୍ତ୍ଵ ନିଶ୍ଚୟୀକରଣ ନିମନ୍ତେ ନିବେଦନ କରୁଥିଲେ । ଦିନକରେ ସେ ଶୋଇଅଛନ୍ତି ,ସ୍ଵପ୍ନରେ ଦେଖିଲେ ଏକ ଦେବମୂର୍ତ୍ତୀ ସମ୍ମୁଖରେ ବିରାଜମାନ ହୋଇ କହୁଅଛନ୍ତି “ଦ୍ଵିଜବର ! ତୁମ୍ଭେ ଆଉ ଚିନ୍ତା କର ନାହିଁ ,ନିମାଇଁ ପଣ୍ଡିତଙ୍କ ନିକଟକୁ ଯାଅ ସେ ସାଧ୍ୟସାଦନର ତତ୍ତ୍ଵ ନିରୂପୋଣ କରି ବୁଝାଇ ଦେବେ । ସେ ମନୁଷ୍ୟ ନୁହନ୍ତି,ନରରୂପୀ ନାରାୟଣ ।” ସ୍ଵପ୍ନ ଭଙ୍ଗ ପରେ ତପନ ମିଶ୍ର ପ୍ରେମ ବିହ୍ଵଳ ହୋଇ ତତକ୍ଷଣାତ୍ ନିମାଇ ପଣ୍ଡିତଙ୍କ ନିକଟକୁ ଗମନ କଲେ, ଏବଂ ଶିଷ୍ୟଗଣ ପରିବେଷ୍ଟିତ ପରମମନୋହର ବେଶଧାରୀ ପଣ୍ଡିତଙ୍କ ଶ୍ରୀଚରଣରେ ପ୍ରଣତ ହେଲେ । ନିମାଇଁ ପଣ୍ଡିତ ତପନ ମିଶ୍ରଙ୍କୁ ନିକଟରେ ବସାଇ ସୁମଧୁର ବାକ୍ୟରେ କୁଶଳ ପ୍ରଶ୍ନ କଲେ । ତପନ ମିଶ୍ର କହିଲେ “ପ୍ରଭୋ ! ମୁଁ ସାଧ୍ୟସାଧନର ତତ୍ତ୍ଵ ବୁଝିବା ପାଇଁ ଆପଣଙ୍କ ନିକଟକୁ ଆସିଅଛି । ଶ୍ରୀମୁଖରୁ ସେ ତତ୍ତ୍ଵମାନ ଆଜ୍ଞାହେଉ ।” ନିମାଇଁ ପଣ୍ଡିତ କହିଲେ ବିପ୍ରବର ! ତୁମ୍ଭେ ଯେ ଶ୍ରୀକୃଷ୍ଣ ଭଜନ କରିବାକୁ ବସିଅଛ ଓ ସାଧ୍ୟସାଧନ ତତ୍ତ୍ଵ ପଚାରିବାକୁ ଆସିଅଛି ଏ ଅତି ଉତ୍ତମ କଥା । ଶାସ୍ତ୍ର କର୍ତ୍ତାଗଣ ଚାରିଯୁଗରେ ଭିନ୍ନ ଭିନ୍ନ ଯୁଗ ଧର୍ମ ସ୍ଥାପନ କରିଅଛନ୍ତି । ସେଥି ମଧ୍ୟରେ କଳି ଯୁଗରେ ହରିନାମ ସଂକୀର୍ତ୍ତନ ହିଁ ଯୁଗଧର୍ମ । କଳି ଯୁଗରେ ତପ ଯଜ୍ଞ ଏ ସକଳରେ ଜୀବର ଅଧିକାର ନାହିଁ । କୁଟି ନାଟି ପରିହାର ପୂର୍ବକ ଏକାନ୍ତ ମନରେ ହରିନାମ ସଂକୀର୍ତ୍ତନ କରିବା କଳିର ଯୁଗଧର୍ମ ଓ ଏହି ନାମରୁ ସମସ୍ତ ମିଳିପାରିବ । ଯଥା—

 

ଅତଏବ କଳି୍ୁଗେ ନାମ ଯଜ୍ଞ ସାର,

      ଆର କୋନ ଧର୍ମକୈଲେ ନାହିଁ ପାୟ ପାର ।

      ରାତ୍ରିଦିନ ନାମଲୟ ଖାଇତେ ଶୁଇତେ,

      ତାହାର ମହିମା ବେଦେ ନାହିଁ ପାରେ ଦିତେ ।

      ଶୁନ ମିଶ୍ର କଳିଯୁଗେ ନାହିଁ ତପ ଯଜ୍ଞ ,

      ଯେଇ ଜନ ଭଜେ କୃଷ୍ଣ ତାର ମହାଭାଗ୍ୟ ।

      ଅତଏବ ଗୃହେ ତୁମି କୃଷ୍ଣ ଭଜ ଗିୟା ,

      କୁଟି ନାଟି ପରିହରି ଏକାନ୍ତ ହଇୟା,

      ସାଧ୍ୟ ସାଧନ ତତ୍ତ୍ଵ ଯେ କିଛୁ ସକଲ ,

      ହରିନାମ ସଂକୀର୍ତ୍ତନେ ମିଳିବେ ସକଲ ।

                  ( ଚୈଃ ଭଃ ଆଦି ୧୨ ପରି )

ଏହି ପରି ଶିକ୍ଷା ଦେଇ ମହାପ୍ରଭୁ ତପନ ମିଶ୍ରଙ୍କୁ କହିଲେ “ତୁମ୍ଭେ ଯାଇ ଶ୍ରୀ କାଶୀଧାମରେ ବାସକର, ଏକ ସମୟରେ ତୁମ୍ଭ ସହିତ ମୋର ସାକ୍ଷାତ୍ ହେବ । ସେତେବେଳେ ମୁଁ ତୁମ୍ଭଙ୍କୁ ଏ ସବୁ ତତ୍ତ୍ଵ ଆହୁରି ଭଲ ରୂପେ ବୁଝାଇବି ।

      “ପ୍ରଭୁ ତୁଷ୍ଟ ହୈୟା ସାଧ୍ୟ ସାଧନ କହିଲ

      ନାମ ସଂକୀର୍ତ୍ତନ କର ଉପଦେଶ କୈଲ ।

                        ( ଚୈଃ ଚଃ ଆଦି ୧୬ ପରିଛେଦ )

ଶ୍ରୀଳ ଲୋଚନ ଦାସ ମଧ୍ୟ ସେହି ସିଦ୍ଧାନ୍ତ ସ୍ଥିର କରି ରଖିଯାଇଅଛନ୍ତି । ଦ୍ଵାପର ଯୁଗରେ ଶ୍ରୀମାନ୍ ଉଦ୍ଧବ ଯାଇ ମହାମୁନି ନାରଦଙ୍କ ନିକଟରେ ଉପସ୍ଥିତ ହେଲେ ; କଳିଯୁଗର ଲୋକମାନଙ୍କର ଉଦ୍ଧାର ହେବାର କି ଉପାୟ ତାହା ପଚାରିଲେ । ଶ୍ରୀମନ୍ ନାରଦ ଉତ୍ତର କଲେ “ହେ ଭକ୍ତଚର ଉଦ୍ଧବ ! ତୁମ୍ଭେ ଅତି ଉତ୍ତମ ପ୍ରଶ୍ନ ଉତ୍ଥାନ କରିଅଛ । ମୋ ମନରେ ମଧ୍ୟ ପୂର୍ବେ ଏହିପରି ସନ୍ଦେହ ଜାତ ହୋଇଥିଲା କିନ୍ତୁ ମୁଁ ନିଜେ ଶ୍ରୀକୃଷ୍ଣଙ୍କଠାରୁ ଦ୍ଵାରିକାରେ ଯାଇ ବୁଝି ଅଛି, କଳିଯୁଗରେ ହରି ନାମ ହିଁ ସାର । ସତ୍ୟାଦି ତିନିଯୁଗରେ ଯୁଗଧର୍ମ ଧ୍ୟାନାଦି ଓ ତାହା ଅତି କଠିନ । କିନ୍ତୁ କଳିରେ ଜୀବ ଅତି ଦୁର୍ବଳ , ତେଣୁ ଅତି ସରଳ ପଥ ସେମାନଙ୍କ ପାଇଁ ସ୍ଥିର ହୋଇଅଛି । କଳିରେ ହରିନାମ କୀର୍ତ୍ତନ ଦ୍ଵାରା ସର୍ବ ସାଧ୍ୟ ହେବ । ଯଥା—

      ଏଖନେ ଜାନିଲ ମୁଁ କଲିଯୁଗ ଧନ୍ୟ

      କଲିଲୋକ ବଇ ଧନ୍ୟ ନାହିଁ ଆର ଅନ୍ୟ ।

      ସତ୍ୟ ଆଦି ଯୁଗ ଧର୍ମ୍ମ ଆଚାର କଠିନ

       କଲିଯୁଗ ଧର୍ମ୍ମ ହରିନାମ ପରବାଣ ।

ନାମ ଗୁଣ ସଂକୀର୍ତ୍ତନେ ମୂକ୍ତବନ୍ଧ ହୟାଁ

ନୃତ୍ୟ ଗୀତେ ବୁଲେ ଯମ ଭୟ ଏଡାଇୟାଁ ।

                              ( ଚୈଃ ମଃ ସୁତ୍ରଖଣ୍ତ )

ଶ୍ରୀମନ୍ ମହାପ୍ରଭୁ ନିଜେ କହି ଅଛନ୍ତି, ମୋର ସଂକୀର୍ତ୍ତନ ଧର୍ମ ସର୍ବଧର୍ମର ସାର ଏବଂ ବିଶେଷତଃ କଳିଯୁଗରେ ଏହି ହରି ସଂକୀର୍ତ୍ତନ ହିଁ ଉତ୍କୃଷ୍ଟ ଯଜ୍ଞ । ଯଥା ---

 

      “ସର୍ବ ଧର୍ମ୍ମ ସାର ମୋର ସଂକୀର୍ତ୍ତନ ଧର୍ମ୍ମ

      ବିଶେଷ ଜାନିବେ କଲିଯୁଗେର ଏଇ କର୍ମ୍ମ ।“

      ପଞ୍ଚମ ଯେ ବେଦ ହୈତେ ପ୍ରକାଶ ଇହାର

      ଶିବ ଡେଁଇ ପଞ୍ଚମୁଖେ ଗାୟ ଅନିବାର ।

      ନାରଦ ବୀଣାୟ ଗାଇ ବୁଲୟେ ନାଚିୟା

      ଶୁକସନକାଦି ଭକ୍ତ ବୁଲୟେ ଗାଇୟା ।

                  ( ଚୈଃ ମଃ ମଧ୍ୟଖଣ୍ତ )

ଏହି ହରିନାମ ସଂକୀର୍ତ୍ତନ ଯେ ଉତ୍କୃଷ୍ଟତମ ତାହାର କାରଣ ଏହିକି କଳିଯୁଗରେ ନାମ ରୂପରେ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇ ଅଛନ୍ତି । ସେଥିପାଇଁ “ହରେର୍ନାମ ହରେର୍ନାମ” ଶ୍ଲୋକ ଉଦ୍ଧୃତ ପୂର୍ବକ ତାହାର ଅର୍ଥ ବୁଝାଇବାକୁ ଯାଇ ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି ।---

      କଳିକାଲେ ନାମରୂ ପେ କୃଷ୍ଣ ଅବତାର,

      ନାମ ହୈତେ ହୟ ସର୍ବ ଜଗତ ନିସ୍ତାର ।

       ଦାର୍ଢ଼୍ୟ ଲାଗି ହରେର୍ନାମ ଉକ୍ତି ତିନି ବାର ,

      ଜଗତଲୋକ ବୁଝାଇତେ ପୁନରେବକାର ।

            

କେବଲ ଶବ୍ଦ ପୁନରପି ନିଶ୍ଚୟ କାରଣ,

      ଜ୍ଞାନ, ଯୋଗ, ତପ କର୍ମ ଆଦି ନିବାରଣ ।

      ଅନ୍ୟଥା ଯେ ମାନେ ତାର ନାହିଁକ ନିସ୍ତାର ,

      ନାହିଁ ନାହିଁ ନାହିଁ ତିନି ଉକ୍ତି ଏବକାର ।

                        ( ଚୈଃ ଚଃ ଆଦି ୧୭ ପରିଛେଦ )

ଏହାଠାରୁ ହରିନାମ ମାହାତ୍ମ୍ୟର ଅଧିକତର ପ୍ରମାଣ ଆଉ କି ହୋଇ ପାରେ । କବିରାଜ ଗୋସ୍ଵାମୀ ଯେ ଅତି ସରଳ ଭାଷାରେ ଉପରୋକ୍ତ ହରିନାମ ମାହାତ୍ମ୍ୟ ବୁଝାଇ ରଖି ଯାଇ ଅଛନ୍ତି । ଏହାକୁ ଯେ ଅନ୍ୟଥା କରିବ ତାହାର ନିସ୍ତାର ନାହିଁ , ନିସ୍ତାର ନାହିଁ, ନିସ୍ତାର ନାହିଁ , ନିସ୍ତାର ନାହିଁ । ଶ୍ରୀଳ କବିରାଜ ଗୋସ୍ଵାମୀଙ୍କ ପରି ନିରଭମାନା ବ୍ୟକ୍ତି କି ଏପରି ଦୃଢ଼ବାଣୀ ସହଜରେ ପ୍ରୟୋଗ କରିଥାନ୍ତେ । ହରିନାମ ମାହାତ୍ମ୍ୟର ସତ୍ୟତା ତାଙ୍କ ମନରେ ଦୃଢ଼ୀଭୂତ ହୋଇ ଥିବାରୁ ସେ ତାହା ବ୍ୟାଖ୍ୟା କରିବାକୁ ଯାଇ ହୃଦୟର ପୂର୍ଣ୍ଣ ଆବେଗରେ ଏହା ଲେଖିଅଛନ୍ତି । ବୃହତ୍ ନାରଦୀୟ ପୁରାଣାନ୍ତଗତ ସେହି “ହରେର୍ନାମ ହରେର୍ନାମ” ଶ୍ଲୋକ ଉଦ୍ଧୃତ କରି ଶ୍ରୀବାସ ମନ୍ଦିରରେ ମହାପ୍ରଭୁ ଭକ୍ତଗଣଙ୍କୁ କି ଉପଦେଶ ଦେଇଥିଲେ ତାହା ଶ୍ରୀ ଲୋଚନ ଦାସଙ୍କ ଚୈତନ୍ୟ ମଙ୍ଗଳରୁ ଶୁଣାଯାଉ ।

 

      ନାମରୂପୀ ନାମେ ଏକ ଅନାଦି ପୁରୁଷ,

      କଳି ମୂର୍ତ୍ତିମନ୍ତ ଆଛେ ନା ଜାନେ ମୂରୁଖ ।

      ନାମରୂପୀ ଭଗବାନ ଜାନିବେ କେବଳ ,

      ସନ୍ଦେହ ଘୂଞ୍ଚାଇତେ ବ୍ୟାସ ବଲେ ତିନି ବୋଲ ।

 

      ତିନିବାର ବଇ ଆରି ଆଛେ ଏକବାଲ,

      ଦୂରାଶୟ ପାପୀ ଜୀବ ଜନ ବୁଝାବାର ।

      ହରିନାମ ମନ୍ତ୍ରେ ହୟ କୈବଲ୍ୟ ତାହାର ,

      କେବଲ କୈବଲ୍ୟ ଅର୍ଥ ଜାନିବେ ବିଚାର ।

 

      ନାମ ମାତ୍ର ନାମଭାସ ସ୍ପଷ୍ଟାର୍ଥ ଇହାର,

      କୈବଲ୍ୟ ସେ ମୁଖ୍ୟ ହୟ ଶାସ୍ତ୍ର ପରଚାର ।

      ନାମାଭାସେ ମୋକ୍ଷ ହୟ ସତ୍ୟ ଶାସ୍ତ୍ର ବାଣୀ,

      ନାମୋଦୟେ ପ୍ରେମାନନ୍ଦ ପୁରାନେ ଦାଖାନି ।

 

      ଇହା ବଇ ଆନ ଦେବମାନେ ଯେଇ ଜନ,

      ତାର ଗତି ନାହିଁ ତିନି ବାର ଏ ବଚନ ।

      ଗୋ ଗୋପୀ ଗୋପାଲ ସଙ୍ଗେ ଧ୍ୟାନ ହରିନାମ,

      ଜାନିବେ ଏ ସବ ଅର୍ଥ ବେଦେର ପ୍ରଧାନ ।

                        ( ଚୈଃ ମଃ ମଧ୍ୟ )

ଏହି ହରି ନାମର ଆଭାସରୁ ମୁକ୍ତି ଏବଂ ପ୍ରକୃତ ନାନୋଦୟ ହେଲେ ପ୍ରେମାନନ୍ଦ ଲାଭ ହୁଏ । ଏହା ନିଜେ ମହାପ୍ରଭୁ ନିଜ ପ୍ରିୟ ପାରିଷଦଜନମାନଙ୍କୁ ବୁଝାଇ ଭବିଷ୍ୟତ ଜୀବର ପନ୍ଥା ନିଷ୍କଣ୍ଟକ କରିଯାଇଅଛନ୍ତି ।

ନାମ ପ୍ରେମ ପ୍ରଚାର କରିବା ମହାପ୍ରଭୁଙ୍କ ଅବତାରର ଏକ ହେତୁ । ତେଣୁ ସେ ସ୍ଥାନେ ସ୍ଥାନେ ଏହି ହରି ନାମର ମାହାତ୍ମ୍ୟ ବୁଝାଇ ଯାଇଅଛନ୍ତି ପ୍ରିୟ ପାରିଷଦଗଣ ମଧ୍ୟ ବାରମ୍ବାର ସେହି ପ୍ରଶ୍ନ ଉତ୍ଥାପନ କରି ମହାପ୍ରଭୁଙ୍କ ଶ୍ରୀମୁଖରେ ତାହାର ଚୂଡାନ୍ତ ମୀମାଂସା କରାଇ ରଖି ଅଛନ୍ତି । ଏକ ଦିନରେ ଚତୁର ଶ୍ରୀବାସ ପଣ୍ଡିତ ପଚାରିଲେ “ପ୍ରଭୋ! କଳିଯୁଗରେ ହରିନାମ ସଂକୀର୍ତ୍ତନର ପୂର୍ଣ୍ଣ ଫଳ ଉଦୟ ହୁଏ । ଅନ୍ୟାନ୍ୟ ଯୁଗରେ ତାହା ହୁଏ ନାହିଁ । ଏହାର କାରଣ କଅଣ , ଆପଣ ବୁଝାଇ ଦିଅନ୍ତୁ ”। ମହାପ୍ରଭୁ କହିଲେ “ଶ୍ରୀବାସ !ଅତି ଉତ୍ତମ କଥା ପଚାରିଅଛ । କହୁଛି ଶୁଣ । ସତ୍ୟଯୁଗର ଯୁଗଧର୍ମ୍ମ ଧ୍ୟାନ, ତ୍ରେତାର ଧର୍ମ୍ମ ଯଜ୍ଞ, ଦ୍ଵାପରର ଧର୍ମ୍ମ କୃଷ୍ଣାରାଧନା, କିନ୍ତୁ କଳି ଯୁଗର ମନୁଷ୍ୟ ଅତି ଦୁର୍ବଳ । ଏମାନଙ୍କ ପକ୍ଷରେ ଉପରୋକ୍ତ ଏ ତିନି ମଧ୍ୟରୁ କେହି ଉପଯୋଗୀ ନୁହେଁ । ତେଣୁ ଭଗବାନ କଳିଯୁଗର ଦୁର୍ବଳ ଚେତା ଲୋକମାନଙ୍କ ପ୍ରତି ଅଶେଷ କରୁଣା ପ୍ରଦର୍ଶନ ପୂର୍ବକ ନାମ ରୂପରେ ଅବତୀର୍ଣ୍ଣ । “ ଯଥା-

କଲି ଯୁଗେ ଶକ୍ତି କେହୋ ନହେ ଏଇ କର୍ମ୍ମ ।

      ଆପନେ ଠାକୁର ନାମରୂପୀ ଭଗବାନ,

      କଲିଯୁଗେ ସର୍ବଶକ୍ତିମୟ ହରିନାମ ।

 

      ସତ୍ୟ ଆଦି ତିନି ଯୁଗେ ଯତ ସବ ଜନ ,

      ଧ୍ୟାନ ଯଜ୍ଞର୍ଚ୍ଚନାବିଧି ସେବେ ନାରାୟଣ ।

 

      ପାପ କଳିଯୁଗେ ଲୋକ ଦୂରନ୍ତ ଚରିତ,

      ଏଇତ କାରଣେ ଦୟା ଭେଲ ବିପରିତ ।

                        ( ଚୈଃ ମଃ ମଧ୍ୟ )

ଶ୍ରୀ ଭଗବାନ ଗୌରଚନ୍ଦ୍ର ଧରାରେ ଅବତୀର୍ଣ୍ଣ ହେବା ପୂର୍ବରୁ ମଧ୍ୟ ଏକଥା ସ୍ଵର୍ଗାଦିରେ ପ୍ରଚାର ହୋଇଥିଲା। ଶ୍ରୀମନ୍ ନାରଦ ଭାବୀକଳିଯୁଗର ଦୁରାବସ୍ଥାଭାବି ବିଷ୍ଣ୍ଣୂଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ବିଷ୍ଣୁ ତାଙ୍କୁ କହିଲେ “ନାରଦ ! କଳି ଜୀବ ପାଇଁ କାତର ହୁଅନାହିଁ , ମୁଁ ତାର ଅତି ସୁଗମ ପନ୍ଥା ଠିକ୍ କରି ରଖି ଅଛି । କଳିରେ ଗୌରାଙ୍ଗ ରୂପରେ ଅବତୀର୍ଣ୍ଣ ହୋଇ ହରି ନାମ ରୂପ ଯୁଗଧର୍ମ ପ୍ରଚାର କରିବି । ତଦ୍ଵାରା କଳିର ଅତି ଦୁର୍ବଳ ଜୀବ ଅତି ସହଜରେ ଦୁସ୍ତର ସଂସାର ସାଗରରୁ ଉତ୍ତୀର୍ଣ୍ଣ ହୋଇ ଦୁର୍ଲ୍ଲଭ କୃଷ୍ଣ ପ୍ରେମ ଲାଭ କରିବେ । ସ୍ଵୟଂ ବିଷ୍ଣୁଙ୍କ ମୁଖରୁ ଏହି ସୁସମ୍ବାଦ ପାଇ ମହାମୁନି ନାରଦ ପରମ ଉଲ୍ଲାସରେ ତାହା ମହା ଯୋଗେଶ୍ଵର ଶିବ ଓ ପରମ ବୈଷ୍ଣବୀ ଦୁର୍ଗାଙ୍କ ଠାରେ ପ୍ରକାଶ କଲେ ଏବଂ ସେଠାରୁ ଆସି ବେଦକର୍ତ୍ତା ବ୍ରହ୍ମାଙ୍କୁ ମଧ୍ୟ ଜଣାଇଲେ ଓ ସେମାନଙ୍କୁ ସମସ୍ତଙ୍କୁ କଳିରେ ଅବତୀର୍ଣ୍ଣ ହେବାକୁ ଅନୁରୋଧ କଲେ । ବ୍ରହ୍ମାଙ୍କ ଠାରେ ମହାମୁନି ଯାହା ବ୍ୟକ୍ତ କରିଥିଲେ , ଲୋଚନ ଦାସଙ୍କ ଭାଷାରେ ତହିଁରୁ କେତେକ ପଦ ନିମ୍ନରେ ଉଦ୍ଧୃତ କଲି । ଯଥା—

                  

(ଶ୍ରୀ ବିଷ୍ଣୁଙ୍କର ଓକ୍ତି )

 

କଳି ଲୋକ ନିସ୍ତାରିବ                  ନିଜ ଭକ୍ତିପଚାରିବ

      ଅବତାର କରିବ ମୋତଥା

ଦାନ, ବ୍ରତ,ତପ,ଧର୍ମ୍ମ                  ଆର ଯତ ଯତ କର୍ମ୍ମ

      ସବ ଆରୋପିବ ହରିନାମେ ,

କଲି ମହାଦୋଷ ଲେଖ                   ଏକ ମହାଗୁଣ ଦେଖ

      ମୁକ୍ତ ବନ୍ଧ ହବେ ସଂକୀର୍ତ୍ତନେ ।

ଘୋଷଣାବଲହତୁମି                  ଶିବ ବ୍ରହ୍ମା ଆଦି ଭୂମି

      ସଭେ ଜନମହ କଲି ପାଞ୍ଜା

କରୁଣା ବିଗ୍ରହ ଅମି                  ଜନମ ଲଭିବଭୁମି

      ଯୁଗ ଅନୁସାରେ ଗୌରହଞ୍ଜ।

                  ( ଚୈଃ ମଃ ସୁତ୍ର )

ହରି ନାମରେ ମହିମା ଅପାର ଓ ଅବର୍ଣ୍ଣନୀୟ । ପୂର୍ଣ୍ଣଭାବରେ ନାମୋଦୟତ ଦୂରର କଥା; ନାମାଭାସରେ ସର୍ବପାପ ବିନଷ୍ଟ ହୁଏ ଓ ସଂସାରର କ୍ଷୟ ହୁଏ ଏବଂ ମୁକ୍ତି ପର୍ଯ୍ୟନ୍ତ ଲାଭ ହୁଏ । ଶ୍ରୀହରି ଓ ତାଙ୍କ ନାମ ଅଭିନ୍ନ ହରିନାମ ପୂର୍ଣ୍ଣ ଶକ୍ତିମୟ । ତାହା ଉଚ୍ଚାରଣ କଲେ କୃଷ୍ଣ ପ୍ରେମ ଲାଭହୁଏ । ଏହି ସମସ୍ତ ଜାଣି ଐକାନ୍ତିକ ଭାବେ ଶ୍ରୀକୃଷ୍ଣଙ୍କ ରୂପଗୁଣ ଚିନ୍ତାକରି ନାମ ଗ୍ରହଣ କରିବାକୁ ପୂର୍ଣ୍ଣ ଭାବରେ ନାମ ଗ୍ରହଣ ବୋଲାଯାଏ । ତାହା ନଜାଣି କୌଣସି ପ୍ରକାର ହରିନାମ ମୁଖରେ ଉଚ୍ଚାରିତ ହେବାକୁ ନାମାଭାସ ବୋଲାଯାଏ । ଯେମନ୍ତ ଅଜାମୀଳ ମହାପାପୀ ଥିଲେ କିନ୍ତୁ ତାଙ୍କର ରକ୍ଷିତା ସ୍ତ୍ରୀ ଗର୍ଭରୁ ଯେଉଁ ପୁତ୍ରମାନେ ଜାତ ହୋଇଥିଲେ , ସେଥି ମଧ୍ୟରୁ ଜଣଙ୍କର ନାମ ନାରାୟଣ ଥିଲା । ସେ ମୃତ୍ୟୁ ସମୟରେ ଯମଦୂତମାନଙ୍କ ଆଗମନ ଅନୁଭବ କରି ଭୟବିହ୍ଵଳ ହୋଇ “ ନାରାୟଣ ନାରାୟଣ ” ବୋଲି ନିଜ ପୁତ୍ରକୁ ପୂନଃ ପୁନଃ ଡାକିବାକୁ ଲାଗିଲେ । ପ୍ରକୃତରେ ସେ ଭଗବାନ ନାରାୟଣଙ୍କୁ ଡାକୁ ନଥିଲେ । ତଥାପି ତାଙ୍କ ନାମ ଉଚାରଣ କରିବାରୁ ବିଷ୍ଣୁଦୂତମାନେ ଆସି ଉପସ୍ଥିତ ହେଲେ । ଏହାଦେଖି ଅଜାମିଳଙ୍କର ଜ୍ଞାନ ଉଦୟ ହେଲା ଏବଂ ସେ ଭଗବତ୍ ଭଜନରେ ରତ ହେଲେ ଓ ଯମଦୂତଙ୍କ ହସ୍ତରୁ ରକ୍ଷା ପାଇଲେ । ଅତଏବ ଏହି ରୂପେ ନାମାଭାସର ଫଳ ତାଙ୍କଠାରେ ପ୍ରତି ଫଳିତ ହେଲା ।

 

ମହାପ୍ରଭୁ ଶ୍ରୀହରି ଦାସଙ୍କୁ ଭଙ୍ଗି କରି ପଚାରିଲେ,” ହରି ଦାସ ! କଳି କାଳରେ ଯବନ ଅପାର ଓ ସେମାନେ ଗୋ ବ୍ରାହ୍ମଣ ହିଂସା କରନ୍ତି ଏମାନଙ୍କର ନିସ୍ତାରର ଉପାୟ କଣ ? ” ଚତୁର ହରିଦାସ ମହାପ୍ରଭୁଙ୍କର ପ୍ରଶ୍ନଭଙ୍ଗୀ ବୁଝିପାରି ଉତ୍ତର କଲେ “ ପ୍ରଭୋ ! ଯବନମାନଙ୍କ ପାଇଁ ଆପଣଙ୍କର ଚିନ୍ତାକରିବା ଆବଶ୍ୟକ ନାହିଁ । ସେମାନଙ୍କର ମୁକ୍ତିର ପଥ ଠିକ୍ ହୋଇଅଛି । ସେମାନେ ଯେ ହାରାମ ,ଶବ୍ଦ ବ୍ୟବହାର କରନ୍ତି ସେଥିରେ ନାମାଭାସର ଫଳ ଲାଭ ହୁଏ । କାରଣ ହା ଶବ୍ଦ ପ୍ରେମ ବାଚକ ଏବଂ ରାମ ଶବ୍ଦ ଭଗବତ୍ ନାମ ବାଚକ ଅତଏବ ହାରାମ ଉଚ୍ଚାରଣ ହେତୁ ସେମାନେ ମୁକ୍ତ ହେବେ । ଅଜାମିଳ ନାମାଭାସରୁ ମୁକ୍ତ ହେବାର ସାକ୍ଷୀ । ଯଥା—

      

ନାମାଭାସ ହୈତେ ହୟ ସର୍ବ ପାପକ୍ଷୟ

      ନାମାଭାଷ ହୈତେ ହୟ ସଂସାରେର କ୍ଷୟ

      ନାମାଭାସେ ମୁକ୍ତି ହୟ ସର୍ବ ଶସ୍ତ୍ରେ ଦେଖି

      ଶ୍ରୀଭାଗବତେ ତାହା ଅଜାମିଲ ସାଶ୍ରୀ ।

                        ( ଚୈଃ ଚଃ ଅନ୍ତ୍ୟ ୩ୟ ପଦ )

ଏହା କହି ଶାସ୍ତ୍ରଜ୍ଞ ଶ୍ରୀହରି ଦାସ ଶ୍ରିମତ୍ ଭାଗବତର ଶ୍ଲୋକାବଳୀ ପାଠ କରିବାକୁ ଲାଗିଲେ । ମହାପ୍ରଭୁ ନିଜ ଅଭି ପ୍ରେତ ଉତ୍ତର ପାଇ ପରମ ସନ୍ତୁଷ୍ଟ ହେଲେ । ଶ୍ରୀହରିଙ୍କର ନାମ ଶ୍ରୀହରିଙ୍କ ଠାରୁ ଭିନ୍ନନୁହେଁ । ସେହି ହେତୁ ନାମ, ନାମୀ ଅଭେଦ । ମହାପ୍ରଭୁ ଶ୍ରୀକାଶୀ ଧାମରେ ବାସ କରୁଥିବା ସମୟରେ ଏକ ମହାରାଷ୍ଟ୍ରୀୟ ବ୍ରାହ୍ମଣ ଆସି ମହାପ୍ରଭୁଙ୍କୁ କହିଲେ “ପ୍ରଭୋ ! ମୁଁ ଏଠାକାର ମହାପଣ୍ଡିତ ଶ୍ରୀକାଶାନନ୍ଦ ସରସ୍ଵତୀଙ୍କ ନିକଟକୁ ଯାଇଥିଲି । ତାଙ୍କଠାରେ କଥା ପ୍ରସଙ୍ଗରେ ଆପଣଙ୍କ ନାମ ପ୍ରକାଶ କରନ୍ତେ ସେ ଆପଣଙ୍କର ବହୁତ ନିନ୍ଦା କଲେ । ତାଙ୍କ କଥାରୁ ବୋଧ ହେଲା ସେ ଆପଣଙ୍କର ନାମ ଶୁଣି ଅଛନ୍ତି କିନ୍ତୁ କି ଆଶ୍ଚର୍ଯ୍ୟ ସେ ଆପଣଙ୍କ ନାମ ବାରମ୍ବାର କହିବାକୁ ଯାଇ ସମସ୍ତ ନାମ ଉଚ୍ଚାରଣ କରି ପାରିଲେ ନାହିଁ । କେବଳ ଚୈତନ୍ୟ ଚୈତନ୍ୟ କହିଲେ, କୃଷ୍ଣ ଚୈତନ୍ୟ ତାଙ୍କ ମୁଖରୁ ଆସିଲା ନାହିଁ । ଏହାର କାରଣ ମୁଁ କିଛି ବୁଝିପାରୁ ନାହିଁ । ଆପଣଙ୍କୁ ଦେଖିବା ମାତ୍ରେ ମୋ ମୁଖରୁ ସ୍ଵତଃ କୃଷ୍ଣ ଓ ହରି ଆସୁଅଛି । ସେ ଚେଷ୍ଟାକରି ସୁଦ୍ଧା କୃଷ୍ଣନାମ ଉଚ୍ଚାରଣ କରିପାରିଲେ ନାହିଁ କାହିଁକି ? ମହାପ୍ରଭୁ କହିଲେ ସେ ମାୟାବାଦୀ , ଅତଏବ କୃଷ୍ଣାପରାଧୀ; ସତତ ବ୍ତହ୍ମ, ଆତ୍ମା, ଚୈତନ୍ୟ ଏହି ଶବ୍ଦମାନ ବ୍ୟବହାର କରନ୍ତି । ତାଙ୍କ ମୁଖରୁ କୃଷ୍ଣନାମ ଆସିବ କାହୁଁ ? କୃଷ୍ଣନାମ ଓ କୃଷ୍ଣସ୍ଵରୂପ ଏଥିରେତ ଭିନ୍ନ ନାହିଁ । କୃଷ୍ଣନାମ ଯେ ଚିଦାନନ୍ଦମୟ । ସେଥିରେ ଅପର ପ୍ରାକୃତ ଜୀବ ତୁଲ୍ୟ ନାମ,ନାମୀ ଭେଦ ନାହିଁ ।

ଯଥା—

      

ନାମ ବିଗ୍ରହ ସ୍ଵରୂପ ତିନି ଏକରୂପ ।

ତିନେ ଭେଦ ନାହିଁ ତିନି ଚିଦାନନ୍ଦରୂପ ।

ଦେହ ଦେହୀ ନାମ ନାମୀ କୃଷ୍ଣେ ନାହିଁ ଭେଦ,

ଜୀବେରଧର୍ମ୍ମ ନାମ ଦେହ ସ୍ଵରୂପ ବିଭେଦ ।

ଅତଏବ କୃଷ୍ଣେର ନାମ ଦେହ ବିଳାସ,

ପାକୃତେନ୍ଦ୍ରିୟ ଗ୍ରାହ୍ୟ ନହେ,ହୟ ସ୍ଵପ୍ରକାସ ।

       କୃଷ୍ଣନାମ କୃଷ୍ଣଗୁଣ କୃଷ୍ଣଲୀଳା ବୃନ୍ଦ ,

କୃଷ୍ଣେର ସ୍ଵରୂପ ସବ ହୟ ଚିଦାନନ୍ଦ ।

                              ( ଚୈଃ ଚଃ ମଧ ୧୭ ପରି )

ନାମର ଯେ କି ଅସୀମ ଶକ୍ତି ତାହା ମହାପ୍ରଭୁ କୂଳୀନ ଗ୍ରାମ ନିବାସୀ ମହାଭାଗ୍ୟବାନ ସତ୍ୟରାଜ ଖାନ ଓ ରାମାନନ୍ଦଙ୍କୁ ମଧ୍ୟ ବୁଝାଇ ଥିଲେ । ଯଥା—

      

ପ୍ରଭୁକହେ ଯାର ମୁଖେ ଶୁନି ଏକବାର ,

      କୃଷ୍ଣନାମ , ସେଇପୂଜ୍ୟ ଶ୍ରେଷ୍ଠ ସବାକାର ।

      ଏକ କୃଷ୍ଣ ନାମେ କରେ ସର୍ବପାପ କ୍ଷୟ,

      ନବବିଧ ଭକ୍ତି ପୂର୍ଣ୍ଣ-ନାମ ହୈତେ ହୟ ।

                              ( ଚୈଃ ଚଃ ମଧ ୧୫ ପରି )            

ହରିନାମ ଗ୍ରହଣରେ ଯେଉଁଫଳ ଲାଭହୁଏ ଯଜ୍ଞାଦିର ଫଳ ତାହାଠାରେ ଅତି ତୁଚ୍ଛ । କୋଟି ଅଶ୍ଵନେଧ ଏକ କୃଷ୍ଣ ନାମର ତୁଲ୍ୟନୁହେ । ଯେଉଁମାନେ ଏରୁପ ସମତା ଜ୍ଞାନ କରିବେ ସେମାନେ ପାପର ଭାଗୀ ହେବେ । ଶ୍ରୀଳ କୃଷ୍ଣଦାସ କବିରାଜଙ୍କର ଉକ୍ତି ଏଥିରୁ ପ୍ରମାଣ । ଯଥା-

      ସଂକୀର୍ତ୍ତନ ପ୍ରବର୍ତ୍ତକ ଶ୍ରୀକୃଷ୍ଣ ଚୈତନ୍ୟ

      ସଂକୀର୍ତ୍ତନ ଯଜ୍ଞେ ତାରେ ଭଜେ ସେହି ଧନ୍ୟ ।

      ସେଇତ ସୁମେଧା ଆର କୁବୁଦ୍ଧି ସଂସାର,

      ସର୍ବ ଯଜ୍ଞ ହୈତେ କୃଷ୍ଣ ନାମଯଜ୍ଞସାର,

      କୋଟୀ ଅଶ୍ଵମେଧ ଏକ କୃଷ୍ଣନାମ ସମ

      ଯେଇ କହେ ସେ ପାଷଣ୍ଡୀ ଦଣ୍ଡେତାରେ ଯମ ।

                              ( ଚୈଃ ଚଃ ମଧ ୫ପରି )      

ଶ୍ରୀକୃଷ୍ଣ ନାମ ଗ୍ରହଣରୁ ଯେ ଆନନ୍ଦ ଜାତ ହୁଏ , ବ୍ରହ୍ମାନନ୍ଦ ତାହାଠାରେ ତୁଚ୍ଛ । ମହାପ୍ରଭୁ ପ୍ରକାଶାନନ୍ଦପ୍ରମୁଖ କାଶୀର ସନ୍ନ୍ୟାସୀମାନଙ୍କୁ ଅନୁଗ୍ରହ କରିବାକୁ ଯାଇ ହରିନାମର ଏହି ମାହାତ୍ମ୍ୟ ବୁଝାଇଥିଲେ । ଯଥା---

 

      କୃଷ୍ଣନାମେ ଯେ ଆନନ୍ଦ ସିନ୍ଧୁ ଆସ୍ଵାଦନ,

      ବ୍ରହ୍ମାନନ୍ଦ ତାର ଆଗେ ଖାଦୋତକ ସମ ।

                              ( ଚୈଃ ଚଃ ମଧ ୭ପରି )

ହରିନାମ ସଂକୀର୍ତ୍ତନ କରି ଯେଉଁମାନେ ଶ୍ରୀହରିର ଆରାଧନା କରନ୍ତି ସେମାନେ ହିଁ ଧନ୍ୟ । କଳିରେ ହରିଚରଣାରବିନ୍ଦ ଲାଭ କରିବାର ଅନ୍ୟ ଉପାୟ ନାହିଁ । ମହାପ୍ରଭୁଙ୍କ ଦର୍ଶନାଭିଳାଷୀ ହୋଇ ଯେତେବେଳେ ଗୌଡୀୟ ଭକ୍ତଗଣ ମହାନନ୍ଦରେ ସଂକୀର୍ତ୍ତନ କରି କରି ପୁରୀ ବଡ଼ଦାଣ୍ଡରେ ଯାଉଥିଲେ ମହାରାଜା ପ୍ରତାପରୁଦ୍ର ନିଜ ଅଟ୍ଟାଳିକା ଉପରୁ ସେ ଅଦୃଷ୍ଟପୂର୍ବ ମହା ସଂକୀର୍ତ୍ତନ ଦେଖି ଚମତ୍କୃତ ହେଲେ,ଏବଂ ପଣ୍ଡିତ ସାର୍ବଭୌମଙ୍କୁ ସମ୍ବୋଧନ ପୂର୍ବକ କହିଲେ “ଭଟ୍ଟାଚାର୍ଯ୍ୟେ !ଏମନ୍ତ ଅଲୌକିକ ନୃତ୍ୟ ସୁଧାମଧୁର ହରିଧ୍ଵନୀ ଏବଂ ଅଦ୍ଭୁତ ପ୍ରେମତ କେବେ ଦେଖା ନ ଥିଲା । ଏ ଯେ ଅତୀବ ଚମତ୍କାର” । ସାର୍ବଭୌମ ଉତ୍ତର କଲେ “ମହାରାଜ ! ଏ ପ୍ରେମ ସଂକୀର୍ତ୍ତନ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ପ୍ରଥମ ସୃଷ୍ଟି । ନାମ ସଂକୀର୍ତ୍ତନ ଦ୍ଵାରା ଶ୍ରୀହରିଙ୍କର ଆରାଧନା ସର୍ବୋତ୍କୃଷ୍ଟ ଏବଂ ଯେଉଁମାନେ ଏରୂପ ଆଚରଣ କରନ୍ତି ସେମାନେ ହିଁ ଧନ୍ୟ । ଯଥା-

      ସଂକୀର୍ତ୍ତନ ସଙ୍ଗେ ତାର କତର ଆରାଧନ,

      ସେଇତ ସୁମେଧା, ଆର କଳିହିତ ଜନ ।

                              ( ଚୈଃ ଚଃ ମଧ ୧୧ପରି )

କଳିଯୁଗରେ ହରିନାମହିଁ ସାର ଓ ନାମ ସଂକୀର୍ତ୍ତନଠାରୁ କୃଷ୍ଣ ପ୍ରେମ ପାଇବାର ଅନ୍ୟ ସୁଂଗମ ପଥ ନାହିଁ ; ତେଣୁ ଯୁଗଧର୍ମ୍ମ ପ୍ରବର୍ତ୍ତକ ମହାପ୍ରଭୁ ସ୍ଥାନେ, ହରିନାମ କୀର୍ତ୍ତନ କରିବାକୁ ଲୋକମାନଙ୍କୁ ଉପଦେଶ ଦେଇ ଯାଇ ଅଛନ୍ତି, ସତ୍ୟରାଜ ଖାନ୍ ଶ୍ରୀପୁରୁହୋତ୍ତମରେ ମହାପ୍ରଭୁଙ୍କୁ ପଚାରିଲେ “ପ୍ରଭୋ ! ଆମ୍ଭମାନଙ୍କର କି କର୍ତ୍ତବ୍ୟ ଶ୍ରୀମୁଖରେ ଆଜ୍ଞା କରନ୍ତୁ ।” ମହାପ୍ରଭୁ କହିଲେ “ତୁମ୍ଭେମାନେ କୃଷ୍ଣଙ୍କ ସେବା କର, ବୈଷ୍ଣବଙ୍କର ସେବା କର ଏବଂ ନିରନ୍ତର କୃଷ୍ଣନାମ ସଂକୀର୍ତ୍ତନ କର” । ଯଥା—

 

      ପ୍ରଭୁ କହେନ କୃଷ୍ଣସେବା ବୈଷ୍ଣବ ସେବନ ,

      ନିରନ୍ତର କର କୃଷ୍ଣନାମ ସଂକୀର୍ତ୍ତନ ।

                        ( ଚୈଃ ଚଃ ମଧ ୧୫ ପରି )

ମହାପ୍ରଭୁ ସନ୍ନ୍ୟାସୀବଲମ୍ବନ ପୂର୍ବକ ଶ୍ରୀବୃନ୍ଦାବନକୁ ଯାଉଥିଲେ, ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ତାଙ୍କୁ ଭୁଲାଇ ଶାନ୍ତିପୁରକୁ ନେଇଗଲେ । ମହାପ୍ରଭୁ ସେଠାରେ କେତେକ ଦିନ ରହି ଶ୍ରୀପୁରୁଷୋତ୍ତମକୁ ଯାତ୍ରା କଲେ । ଗମନ କାଳରେ ସେ ତାଙ୍କ ବିରହରେ କାତର ପ୍ରାଣ ଭକ୍ତମାନଙ୍କୁ ନାନାରୂପେ ପ୍ରବୋଧ ଦେଇ କହିଲେ “ତୁମ୍ଭେମାନେ ନିରନ୍ତର ଶ୍ରୀହରିନାମ ସଂକୀର୍ତ୍ତନ କର ନାମ କୀର୍ତ୍ତନ ଓ ଭକ୍ତ ସେବା ଏହି ଦୁଇ ଆଚରଣ କଲେ ଜୀବଗଣ ଅକ୍ଲେଶରେ ଭବ-ସାଗରରୁ ଉର୍ତ୍ତୀର୍ଣ୍ଣ ହେବେ । ଯଥା –

      ହରିନାମ ଭକ୍ତସେବା କରିହ ସ୍ଥାପନ,

      ଏଇଧର୍ମ କରିଯେନ ତରେ ସର୍ବଜନ,

                              ( ଚୈଃ ଚଃ ମଧ ଖଣ୍ଡ )      

ହରିନାମ ମାହାତ୍ମ୍ୟ ସମ୍ବନ୍ଧରେ ଏହାଠାରୁ ଅଧିକତର ଉତ୍କୃଷ୍ଟ ପ୍ରମାଣ କି ହୋଇ ପାରେ । ତେବେ ଏ ପ୍ରଶ୍ନ ଉଠିପାରେ ଯେ ଅନେକେତ ହରିନାମ ଗ୍ରହଣ କରୁଛନ୍ତି , କାହିଁ ସାତ୍ତ୍ଵିକଭାବ ତରଙ୍ଗତ ସେମାନଙ୍କ ଅଙ୍ଗରେ ପ୍ରକାଶ ପାଉନାହିଁ । ସେମାନେ ଯେ ହରିନାମ ଗ୍ରହଣ ଦ୍ଵାରା କୃଷ୍ଣପ୍ରେମ ଲାଭ କରିଅଛନ୍ତି ଏହାର ପ୍ରମାଣ କଣ । ଭକ୍ତଚିତ୍ତ ବୁଝିବା ସହଜ ନୁହେଁ । ବାହ୍ୟାକୃତିରୁ ସତତ ଅନ୍ତରର ଭାବ ଜଣାଯାଏ ନାହିଁ । ହରିନାମ ଗ୍ରହଣ ମାତ୍ର କାମର ଫଳ ଅବଶ୍ୟ ମିଳେ, ତେବେ କୃଷ୍ଣପ୍ରେମ ଲାଭ ନିମିତ୍ତ ନିରପରାଧରେ ହରି ନାମ ନେବାର ଆବଶ୍ୟକ ,ନିରପରାଦରେ ନାମ ନେବା କିଛି ସହଜ କଥା ନୁହେଁ , ହରିନାମ ଗ୍ରହଣରେ ଦଶବିଧ ନାମାପରାଧ ବର୍ଜ୍ଜନ କରି ନାମ ଗ୍ରହଣ କରିବା ବିଧେୟ । ସେରୂପ କଲେ ଅତିଶୀଘ୍ର ନାମର କୃପା ହୁଏ ଏବଂ ନାମକୃପାରୁ କୃଷ୍ଣପ୍ରେମ ଜାତ ହୁଏ । ଶ୍ରୀଳ ସନାତନ ଗୋସ୍ଵାମୀଙ୍କ ଏ ବିଷୟରେ ମହାପ୍ରଭୁ ଶିକ୍ଷା ଦେଇ ଯାଇଅଛନ୍ତି । ଯଥା-

 

      ଭଜନେର ମଧ୍ୟେ ସର୍ବଶ୍ରେଷ୍ଠ ନବଧଭକ୍ତି,

      କୃଷ୍ଣପ୍ରେମ କୃଷ୍ଣଦିତେ ଧରେ ମହାଶକ୍ତି,

      ତାରମଧ୍ୟେ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ,

      ନିରପରାଧେ ନାମ ଲୈଲେ ପାୟପ୍ରେମଧନ ।

                        ( ଚୈଃ ଚଃ ମଧ ୪ ପରି )      

ଅତଏବ ଆମ୍ଭମାନଙ୍କର ଅପରାଧ ଶୂନ୍ୟ ହୋଇ ହରିନାମଗ୍ରହଣ କରିବା ଲାଗି ଯତ୍ନଶୀଳ ହେବା ବିଧେୟ ।

 

ତ୍ରୟୋଦଶ ପରିଚ୍ଛେଦ ।

ହରିନାମ ଗ୍ରହଣର ଫଳ ।

 

ହରିନାମ ଗ୍ରହଣର ଫଳ ଅସୀମ । ହରିନାମ ଗ୍ରହଣ କଲେ ଜୀବ ସଂସାର ବନ୍ଧନରୁ ମୁକ୍ତ ହୋଇ ମୁନିଜନଦୁର୍ଲ୍ଲଭ କୃଷ୍ଣପ୍ରେମ ଲାଭ କରେ । ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ କାଶୀଧାମରେ ମହାପ୍ରଭୁ ସ୍ଵୟଂ ଏହି ଶିକ୍ଷା ଦେଇ ଯାଇଅଛନ୍ତି । ଯଥା—

      

ନିରନ୍ତର କର କୃଷ୍ଣନାମ ସଂକୀର୍ତ୍ତନ ।

      ହେଲାଏ ମୁକ୍ତି ପାବେ, ପାବେ କୃଷ୍ଣପ୍ରେମଧନ ।

                              ( ଚୈଃ ଚଃ ମଧ ଖଣ୍ଡ )      

ମହାପ୍ରଭୁ କଣ କହୁ ଅଛନ୍ତି ମନୋଯୋଗପୂର୍ବକ ଶୁଣାଯାଉ । ନିରନ୍ତିର କୃଷ୍ଣ ନାମ ସଂକୀର୍ତ୍ତନ କର; ହେଳାରେ ମୁକ୍ତି ଲାଭ କରିବ । ମୁନିମାନେ ଯେଉଁ ମୁକ୍ତି ଲାଭ ପାଇଁ କଷ୍ଠସାଧ୍ୟ ତପ ଆଚରଣ କରନ୍ତି ହରିନାମ ସଂକୀର୍ତ୍ତନ କଲେ ସେ ମୁକ୍ତି କରଗତ ହେବ ଏବଂ ତତୋଧିକ ଫଳ କୃଷ୍ଣଲାଭ କରିବ । ଏହା ଶ୍ରୀଭଗବାନଙ୍କର ଶ୍ରୀମୁଖର ଉକ୍ତି । ଏହାଠାରୁ ଶ୍ରୀହରିନାମର ଅପାର ଫଲ ସମ୍ବନ୍ଧରେ ଆଉ କି ଅଧିକ ପ୍ରମାଣ ଆବଶ୍ୟକ ।

ସବୁଦ୍ଧିରାୟ ଗୌଡ଼ର ଅଧିକାରୀ ଥିଲେ ଏବଂ ସୈୟଦ ହୁସେନ୍ ତାଙ୍କ ଅଧୀନରେ କର୍ମ୍ମ କରୁଥିଲେ। ହୁସେନଙ୍କ ଉପରେ ଏକ ଦୀର୍ଘିକା ଖୋଳାଇବାର ଭାବଥିଲା କିନ୍ତୁ ସେ କର୍ତ୍ତବ୍ୟରେ କିଛି ତ୍ରୁଟି କରିଥିବାରୁ ସବୁଦ୍ଧିରାୟ ଏକଦିନ ତାଙ୍କୁ ଚାବୁକ ପ୍ରହାର କରିଥିଲେ ।

 

ଭାଗ୍ୟଚିତ ନିତ୍ୟ ପରିବର୍ତ୍ତନଶୀଳ । କାଳକ୍ରମେ ସେହି ସୈୟଦ ହୁସେନ ଗୌଡ ସିଂହାସନରେ ଆରୋହଣ କଲେ । ସୁବୁଦ୍ଧ ରାୟଙ୍କ ଅଧୀନରେ ପୂର୍ବେ କର୍ମ୍ମ କରୁଥିବାରୁ ପ୍ରଭୁଭକ୍ତ ଗୁଣଜ୍ଞ ହୁସେନ୍ ସୁବୁଦ୍ଧି ରାୟଙ୍କୁ ବହୁ ସମାଦର ପ୍ରଦର୍ଶନ ପୂର୍ବକ ଉଚ୍ଚପଦ ପ୍ରଦାନ କଲେ । ଦିନକରେ ବେଗମ୍ ନିଜ ସ୍ଵାମ୍ୟଙ୍କ ପିଠିରେ ଏକ ଦାଗ ଦେଖି ପଚାରିଲେ “ଏ କି ଚିହ୍ନ ?” ସୈୟଦ୍ ହୁସେନ୍ କହିଲେ “ମୁଁ ପୂର୍ବେ ସୁବୁଦ୍ଧି ରାୟଙ୍କ ଅଧୀନରେ କର୍ମ୍ମ କରୁଥିଲି । ମୋର ପ୍ରକୃତ କିଛି ଦୋଷ ଦେଖି ସୁବୁଦ୍ଧିରାୟ ମୋ ପୃଷ୍ଠ ଦେଶରେ ଚାବୁକ ଦ୍ଵାରା ଆଘାତ କରିଥିଲି । ଏ ତାହାର ଚିହ୍ନ । ଏହାଶୁଣି ବେଗମଙ୍କ ଦେହରେ ତାହା ଅସହ୍ୟ ହେଲା । ସେ ହିଂସାର ବଶବର୍ତ୍ତିନୀ ହୋଇ କହିଲେ ,ଏମନ୍ତ କଥା , ଯେ ଭବଦୀୟ ଅଙ୍ଗରେ ଏମନ୍ତ ନିର୍ଘାତ ପ୍ରହାର କରିଅଛି ତାହାର ଉଚିତ ଶାସ୍ତି ପ୍ରାଣଦଣ୍ଡ । ତାକୁ ପୁନର୍ବାର କର୍ମ୍ମ ଦେଇଅଛ ? ଏହିଦଣ୍ଡେ ସେ ନରପାମରର ପ୍ରାଣ ସଂହାର କର । ଗୌଡେଶ୍ଵର ବେଗମଙ୍କୁ ଅନେକ ପ୍ରକାର ବୁଝାଇ କହିଲେ “ଦେଖ, ସେ ମୋର ପେଷ୍ଟା , ଅତଏବ ପିତା ସ୍ଵରୂପ । ତାଙ୍କ ପ୍ରତି କୁବ୍ୟବହାର କରିବା ମୋର କଦାପି ଉଚିତ ନୁହେଁ । ” ସେ କଥା ରୋଷାନ୍ଵିତା ବେଗମଙ୍କର କାନକୁ ଯିବ କାହିଁକି । ସେ ଅବଶେଷରେ ନାରୀମାନଙ୍କର ପ୍ରଧାନ ଶସ୍ତ୍ର ପ୍ରୟୋଗ କଲେ । ତାଙ୍କୁ ମାନିନୀ ଦେଖି ସୈୟଦ ହୁସେନ ତାଙ୍କ ମାନଭଙ୍ଗର ଯତ୍ନ କରନ୍ତେ ବେଗମ୍ କହିଲେ “ଯଦି ନିତାନ୍ତ ସେ ପାମରର ପ୍ରାଣ ନ ନେବ ତେବେ କରୋୟା ପାଣି ତା ମୁଖରେ ଦେଇ ତାହାର ଜାତି ଧ୍ଵଂଶ କର । ” ସୈୟଦ ହୁସେନ୍ ସେଥିରେ କହିଲେ ,ସୁବୁଦ୍ଧିରାୟ ଉତ୍ତମ ହିନ୍ଦୁ , କରୋୟା ପାଣି ତା ମୁଖରେ ଦେଲେ ସେ କି ଆଉ ପ୍ରାଣ ରଖିବ ? କିନ୍ତୁ ପତିଙ୍କର ସମସ୍ତ ଯୁକ୍ତି ବ୍ୟର୍ଥ ହେଲା । ପତ୍ନୀଙ୍କ ଅନୁରୋଧରେ ସୁବୁଦ୍ଧିରାୟଙ୍କ ମୁଖରେ କରୋୟା ପାଣି ପକାଇବାକୁ ଭୃତ୍ୟଗଣଙ୍କୁ ଆଦେଶ ଦେଲେ । ଉକ୍ତ ଆଜ୍ଞା କାର୍ଯ୍ୟରେ ପରିଣତ ହୁଅନ୍ତେ ସୁବୁଦ୍ଧିରାୟ କାତର ହୋଇ ପ୍ରାୟଶ୍ଚିତର ବିଧାନ ନିମନ୍ତେ କାଶୀଧାମକୁ ଗମନ କଲେ ଓ ସେଠାରେ ଶାସ୍ତ୍ରଜ୍ଞ ବଡ଼ , ପଣ୍ଡିତମାନଙ୍କୁ ନିଜ ପାପର ପ୍ରାୟଶ୍ଚିତ ବିଧି ପଚାରିଲେ । ସେମାନେ କହିଲେ “ ଏତ ଗୁରୁତ୍ଵର ପାପ, ଏଥରେତ ଅନ୍ୟ ପ୍ରାୟଶ୍ଚିତ ଦେଖାଯାଉନାହିଁ । ତପ୍ତ ଘୃତ ପାନକରି ପ୍ରାଣ ବିସର୍ଜନ କରିବା ହିଁ ଏହି ପାପର ଉଚିତ ପ୍ରାୟଶ୍ଚିତ । ” କେହି କେହି କହିଲେ “ ଏତ ଏଡ଼େ ଗୁରୁତ୍ଵର ପାପନୁହେଁ ,ଏହା ନିମିତ୍ତ ଏତେବଡ଼ ତୀବ୍ର ପ୍ରାୟଶ୍ଚିତ କାହିଁକି ? ପ୍ରାଣକୁ ବିସର୍ଜନ କରିବାର ସହଜ କଥା ନୁହେଁ । ” ସୁବୁଦ୍ଧିରାୟ ପ୍ରକୃତ ପ୍ରାୟଶ୍ଚିତ କି ହୋଇପାରେ ଏହା ବୁଝିବାପାଇଁ ଟିକିଏ ଇତସ୍ତତଃ କରୁଥାଆନ୍ତି ଏମନ୍ତ ସମୟରେ ତାଙ୍କ ସୌଭାଗ୍ୟକ୍ରମେ ମହାପ୍ରଭୁ ଆସି ସେଠାରେ ଉପସ୍ଥିତ ହେଲେ । ସୁବୁଦ୍ଧିରାୟ ତାଙ୍କ ଆଗମନ ବାର୍ତ୍ତା ଶ୍ରବଣ କରି ତାଙ୍କ ନିକଟକୁ ଯାଇ ଶ୍ରୀଚରଣ କମଳରେ ପ୍ରଣତ ହେଲେ ଏବଂ ଆପଣାର ସମସ୍ତ ବୃତ୍ତାନ୍ତ ନିବେଦନ କଲେ । ତାହାଶୁଣି ମହାପ୍ରଭୁ କହିଲେ “ସୁବୁଦ୍ଧିରାୟ ! ତୁମ୍ଭେ ଯେ ତପ୍ତଘୃତ ପାନରେ ପ୍ରାଣ ବିନାଶ କରନାହିଁ ଏହା ସୁବୁଦ୍ଧିର କାର୍ଯ୍ୟ ; ତୁମ୍ଭେ ବୃଥା ଚିନ୍ତା କରନାହିଁ । ଏଠାରୁ ଶ୍ରୀବୃନ୍ଦାବନକୁ ଗମନକର ଏବଂ ସେଠାରେ ରହି ସତତ କୃଷ୍ଣନାମ ସଂକୀର୍ତ୍ତନ କର । ଏକ ନାମଭାସରେ ତୁମ୍ଭର ସମସ୍ତ ପାପ ବିଦୂରିତ ହେବ ଏବଂ ଆଉ ନାମ ଗ୍ରହଣ କଲେ ତୁମ୍ଭେ ଶ୍ରୀକୃଷ୍ଣ ଚରଣାବିନ୍ଦ ପ୍ରାପ୍ତ ହେବ । ଯଥା—

            ଏକ ନାମାଭାସେ ତୋମାର ପାପ ଦୋଷ ଯାବେ,

      ଆର ନାମ ଲଇତେ କୃଷ୍ଣ ଚରଣ ପାଇବେ ।

                                    ( ଚୈଃ ଚଃ ମଧ )

ମହାପ୍ରଭୁ ସୁବୁଦ୍ଧିରାୟଙ୍କ ସହ ପରିହାସ କରୁନଥିଲେ , କିମ୍ବା ଛଳନା କରି ପ୍ରବୋଧ ବାକ୍ୟ କହିନଥିଲେ । ଏ ସ୍ଵୟଂ ଭଗବାନଙ୍କର ଶ୍ରୀମୁଖର ଉପଦେଶ,ମର୍ମ୍ମ ବୁଝିନପାରି ଏ ମହାବାକ୍ୟର ଅବହେଳା କରିବା ଆମ୍ଭମାନଙ୍କର ଉଚିତ ନୁହେଁ ।

 

ହରିନାମର ମାହାତ୍ମ୍ୟ ଠାକୁର ଶ୍ରୀହରିଦାସଙ୍କ ଦ୍ଵାରା ମହାପ୍ରଭୁ ଜଗତରେ ପ୍ରକାଶ କରାଇ ଅଛନ୍ତି । ସେ ନିତ୍ୟ ତିନିଲକ୍ଷ ହରିନାମ ଗ୍ରହଣ କରୁଥିଲେ । ହରିନାମ ମାହାତ୍ମ୍ୟ ଉତ୍ତମରୂପେ ଜାଣେ ଏରୂପ ବ୍ୟକ୍ତି ତାଙ୍କଠାରୁ ଏ ଜଗତରେ କେହି ନାହିଁ । ସେହି ଠାକୁର ଶ୍ରୀହରିଦାସ ନାମ ମାହାର୍ମ୍ୟ ସମ୍ବନ୍ଧରେ କଣ କହିଅଛନ୍ତି ଆଲୋଚନା କରାଯାଉ ।

 

ହିରଣ୍ୟ ଓ ଗୋବର୍ଦ୍ଧନ ସପ୍ତଗ୍ରାମର ଜମିଦାର । ଶ୍ରୀ ବଳରାମ ଆଚାର୍ଯ୍ୟ ସେମାନଙ୍କର ପୁରୋହିତ । ଏକଦା ବଳରାମ ଅନୁରୋଧପୂର୍ବକ ଠାକୁର ଶ୍ରୀହରିଦାସଙ୍କୁ ଉକ୍ତ ଜମିଦାରଙ୍କ ସଭାକୁ ଘେନିଗଲେ । ସେଠାରେ ହରିନାମର ମହିମା ସମ୍ବନ୍ଧରେ କଥା ଉଠିଲା । କେହି କହିଲେ ହରିନାମରେ ପାପକ୍ଷୟ ହୁଏ,କେହି କେହି କହିଲେ ନାମଦ୍ଵାରା ଲୋକଙ୍କର ମୁକ୍ତି ହୁଏ । ଏହି ସମସ୍ତ ଉକ୍ତି ଦ୍ଵାରା ନାମ ମାହାତ୍ମ୍ୟର ଗର୍ବ ହେବାରୁ ହରିଦାସଙ୍କୁ ତାହା କଷ୍ଟଜନକ ବୋଧହେଲା । ସେ ତହୁଁ କହିଲେ ପାପ ବିନଷ୍ଟ ହେବା କିମ୍ବା ମୁକ୍ତି ଲାଭ କରିବା ହରିନାମର ପ୍ରକୃତ ଫଳ ନୁହେଁ । ସେ ସମସ୍ତ ନାମାଭାସର ଫଳ । ନାମର ଫଳ ଶ୍ରୀକୃଷ୍ଣଚରଣାରବିନ୍ଦରେ ପ୍ରେମ ଲାଭ । ଯଥା-

      ହରିଦାସ କହେ ନାମେର ଏ ଦୁଇ ଫଲ ନୟ,

                  ନାମେର ଫଲେ କୃଷ୍ଣପଦେ ପ୍ରେମ ଉପଜୟ । ( ଚୈଃ ଚଃ ଅନ୍ତ୍ୟ ୩ପରି )

      ମହାପ୍ରଭୁ ନିଜେ ହରିନାମର ମାହାତ୍ମ୍ୟ ଅନେକସ୍ଥଳରେ ବ୍ୟକ୍ତ କରି ଯାଇ ଅଛନ୍ତି । ସେ ସ୍ଵରୂପ ଓ ରାୟ ରାମାନନ୍ଦଙ୍କ ସଙ୍ଗେ କଥୋପକଥନ କାଳରେ ହରିନାମର ମହାତ୍ମ୍ୟ ଓ ହରିନାମର ଫଳ ସମ୍ବନ୍ଧରେ ଯାହା କହିଅଛନ୍ତି ତାହା ଅତି ଉଜ୍ଜଳ ଦୃଷ୍ଟାନ୍ତ ହୋଇ ରହିଅଛି । ଶ୍ରୀ କବିରାଜଙ୍କ ସରସ ଭାଷାରେ ତାହା କିରୂପେ ଅଙ୍କିତ ହୋଇଅଛି ଦେଖନ୍ତୁ ।

      ହର୍ଷେ ପ୍ରଭୁ କହେ ଶୁନ ସ୍ଵରୂପ ରାମରାୟ

      ନାମସଂକୀର୍ତ୍ତନ କଲି ପରମ ଉପାୟ ।

      ସଂକୀର୍ତ୍ତନ ଯଜ୍ଞେ କଲୌ କୃଷ୍ଣ ଆରାଧନ,

      ସେଇତ ସୁମେଧା ପାୟ କୃଷ୍ଣେର ଚରନ ।

      ନାମ ସଂକୀର୍ତ୍ତନେ ହୟ ସର୍ବାନାର୍ଥ ନାଶ,

      ସର୍ବ ଶୁଭୋଦୟ କୃଷ୍ଣେ ପ୍ରେମେର ଉଲ୍ଲାସ ।

      ସଂକୀର୍ତ୍ତନ ହୈତେ ପାପସଂସାର ନାଶନ,

      ଚିତ୍ତଶୁଦ୍ଧି ସର୍ବଭକ୍ତି ସାଧନ ଉଦଗମ ।

 

      କୃଷ୍ଣ ପ୍ରେମୋଦ୍‌ଗମ ପ୍ରେମାମୃତ ଆସ୍ଵାଦନ

      କୃଷ୍ଣ ପ୍ରାପ୍ତି ସେବାମୃତ ସମୁଦ୍ରେ ନଜ୍ଜନ ।

 

 

କଳିର ପତିତପାବନାବତାର ଶ୍ରୀମନ୍‌ ମହାପ୍ରଭୁ ନିଜେତ ଶ୍ରୀମୁଖରେ ଏହା ବାରମ୍ବାର ବୁଝାଇ ଦେଇଗଲେ । ଏହାଠାରୁ ଆଉ ଅଧିକତର ପ୍ରମାଣ କି ହୋଇପାରେ ? ଶ୍ରୀ ଗୌରଚନ୍ଦ୍ର ନିଜେ ମଧ୍ୟ ନିଜ ନାମ ଉଚ୍ଚାରଣ କାରୀଙ୍କଠାରେ କେତେ ଥର ବନ୍ଧା ପଡ଼ି ଅଛନ୍ତି । ସେ ପରମ ସ୍ଵତନ୍ତ୍ର ହେଲେ ମଧ୍ୟ ଭକ୍ତାଧୀନ , ଅତଏବ ଭକ୍ତମାନେ ତାଙ୍କ ଉପଦେଶ କ୍ରମେ ଯେତେବେଳେ ତାଙ୍କ ନାମଧରି ଆତୁରରେ ଡାକି ଅଛନ୍ତି ନାମ ନାମୀ ଅଭିନ୍ନ ଭଗବାନ ସେହି ନାମ ଦ୍ଵାରା ଆବଦ୍ଧ ହୋଇ ସ୍ଵାତନ୍ତ୍ର୍ୟ ହରାଇ ଅଛନ୍ତି । ଶ୍ରୀଳ ଲୋଚନ ଦାସ ଏହାର ଏକ ଉଜ୍ଜ୍ଵଳ ଉଦାହରଣ ତାଙ୍କ କୃତ ଚୈତନ୍ୟ ମଙ୍ଗଳରେ ଉଲ୍ଲେଖ କରି ଅଛନ୍ତି । ମହାପ୍ରଭୁ ସ୍ଵଜନବର୍ଗଙ୍କୁ ଛାଡ଼ି କାଟୋୟାକୁ ଯାଇ ସେଠାରେ ସନ୍ନ୍ୟାସ ଗ୍ରହଣାନନ୍ତର ସେ ବୃନ୍ଦାବନକୁ ଯାଉଅଛନ୍ତି ଏଣେ ତାଙ୍କ ବିରହାଗ୍ନିରେ ଦଗ୍ଧୀଭୂତ ତାଙ୍କ ସ୍ଵଜନବର୍ଗ ଆତୁର ହୋଇ ଭାବିଲେ ବର୍ତ୍ତମାନ ଆମ୍ଭମାନଙ୍କର ତ ଅନ୍ୟ କିଛି ଉପାୟ ନାହିଁ; ସେ ନିଜେ ବହୁବାର ଉପଦେଶ କରି ଅଛନ୍ତି ମୋ ଠାରୁ ମୋ ନାମ ବଡ଼ , ଅତଏବ ତାଙ୍କ ନାମ ହିଁ ଆମ୍ଭମାନଙ୍କର ବର୍ତ୍ତମାନ ଏକମାତ୍ର ଆଶ୍ରୟ ସ୍ଥଳ । ଏହା ଭାବି ଆତୁର ପ୍ରାଣରେ ସେମାନେ ତାଙ୍କ ନାମ ନେବାକୁ ଲାଗିଲେ । ସେ ଆକର୍ଷଣରେ ମହାପ୍ରଭୁଙ୍କର ବୃନ୍ଦାବନ ଯିବାର ଗତି ସ୍ଥକିତ ହେଲା । ସେ ଶାନ୍ତିପୁରକୁ ଫେରି ଆସି ନିଜ ଜନମାନଙ୍କୁ ଦର୍ଶନ ଦାନ କଲେ । ଯଥା -

ତାରେ ଅଧିକ ଦୟାଲୁ ତାର ବଡ଼ ନାମ,

      ନାମ ହୈତେ ତାରେ ପାଇ ଏଇ ମୋକ୍ଷ କାମ ।

      ତାର ବାକ୍ୟ ଆଛେ ପୂର୍ବେ ମୋ ସଭାର୍‌ ତରେ

      ନାମ ଯେଇ ଲୟ ସେଇ ପାଇବ ଆମାରେ ।

      

ଏତ ଚିନ୍ତି ନାମ ଲଇତେ ବସିଲ ସଭାଇ

      ଶଚୀ ବିଷ୍ଣୁପ୍ରିୟା ଆର ଯତ ଯତ ଯେଇ ।

      କି ବାଳକ ବୃଦ୍ଧ କିବା ଯୁବକ ଯୁବତୀ

ନାମ ଲୈତେ ବସିଲ ଗୌରାଙ୍ଗ କରି ଗତି |

ନାମ ପାଶେ ବାନ୍ଧିଲ ଗୌରାଙ୍ଗ ମତ୍ତସିଂହ

      ଦାଣ୍ଡାଇଲ ମହାପ୍ରଭୁ ଗତି ହୈଲ ଭଙ୍ଗ ।

                   (ଚୈଃ ମଃ ମଧ୍ୟ )

ମନୁଷ୍ୟ ତ ଦୂରର କଥା, ପକ୍ଷୀ ଯଦି ଶ୍ରୀ ଗୌର ନାମ ଗ୍ରହଣ କରନ୍ତି ସେମାନେ ମଧ୍ୟ ନାମ କୃପାରୁ ଶ୍ରୀ ଗୌରାଙ୍ଗଙ୍କର ଧାମ ପ୍ରାପ୍ତ ହେବେ । ଶ୍ରୀ ବୃନ୍ଦାବନ ଦାସଙ୍କର ଉକ୍ତି ଏହାର ପ୍ରମାଣ । ଯଥା-

ସନ୍ନ୍ୟାସ ଓ ଯଦି ନାହିଁ ମାନେ ଗୌରଚନ୍ଦ୍ର

      ଜାନିହ ସେ ଖଲ ଜନ ଜନ୍ମ ଜନ୍ମ ଅନ୍ଧ ।

      ପକ୍ଷୀମାତ୍ର ଯଦି ବଲେ ଚୈତନ୍ୟେର ନାମ

      ସେଇ ସତ୍ୟ ଯାଇବେକ ଚୈତନ୍ୟେର ଧାମ ।

                        (ଚୈଃ ଭାଃ ମଧ୍ୟ ୧୦ ଶ ଅ)

ଏଠାରେ କାହାରି ମନରେ ଏପରି ପ୍ରଶ୍ନ ଉଠିପାରେ ଯେ ପକ୍ଷୀର ସ୍ଵଭାବିକ ଜ୍ଞାନ ସେରୂପ ନାମ ଗ୍ରହଣର ଜ୍ଞାନ କେଉଁଠାରୁ ଆସିବ । ଅଥବା ନାମୋଚ୍ଚାରଣ ଶକ୍ତି ତାହାର କେଉଁଠାରୁ ଆସିବ । କିନ୍ତୁ ବନ ପଥରେ ମହାପ୍ରଭୁ ବୃନ୍ଦାବନକୁ ଯିବା କାଳରେ ପଶୁପକ୍ଷୀମାନଙ୍କର ଯେଉଁ ଦଶା ଘଟିଥିଲା ତାହା ଯେ ପାଠ କରିବ ତାହାର ମନରେ ଏ ସନ୍ଦେହ ରହିବ ନାହିଁ । ସେତେବେଳେ ସେ ବନ ପଶୁପକ୍ଷୀମାନଙ୍କ ମୁଖରେ ହରି ବୋଲାଇ ଥିଲେ ଏବଂ ତାଙ୍କ କୃପାରୁ ବନର ହିଂସ୍ର ପଶୁଗଣ ନିଜ ହିଂସା ଭାବ ପରିତ୍ୟାଗ କରି ହରି ହରି ବୋଲି ନୟନରୁ ଅଶ୍ରୁ ବୁହାଇ ମହାପ୍ରଭୁଙ୍କ ଆଗେ ଆଗେ ନୃତ୍ୟ କରି ଦଉଡି ଥିଲେ । ହାୟ ! କରୁଣାସାଗର ଶ୍ରୀ ଗୌରଚନ୍ଦ୍ର ! ତୁମ୍ଭେ ପଶୁପକ୍ଷୀଙ୍କର ମନରେ ଏଡେ ସୁମତି ଅଣାଇଲ, କିନ୍ତୁ ମୋ ପରି ଅଧମର ମତି ଫେରାଇବାକୁ କି ତୁମ୍ଭର ଶକ୍ତି ହେଲା ନାହିଁ ? ମୋର ମତି ଯେ ପଶୁର ମତିଠାରୁ ହୀନ ଏହା ମୁଁ ଉତ୍ତମରୂପେ ଅନୁଭବ କରୁଅଛି । କିନ୍ତୁ ଦେଖ, ଏଥିରେ ଯେପରି ତୁମ୍ଭର କଳଙ୍କ ନ ହୁଏ । ଶ୍ରୀ ଭଗବାନଙ୍କ ନାମ ହିଁ ସାର । ତେବେ ତାଙ୍କର ଭିନ୍ନ ଭିନ୍ନ ନାମରେ ଫଳରେ ମଧ୍ୟ ବିଭିନ୍ନତା ଥିବାର ଶାସ୍ତ୍ରରୁ ପ୍ରମାଣ ମିଳେ । ଏ ଗୁରୁତର ବିଷୟର ମୀମାଂସା କରିବାର ମୋର ଅଧିକାର ନାହିଁ । ମହାନୁଭବ ଶ୍ରୀଳ କୃଷ୍ଣଦାସ କବିରାଜ କି କହି ଯାଇ ଅଛନ୍ତି ମୁଁ ତାହା ପୁନରାବୃତ୍ତି କରୁଅଛି ମାତ୍ର ।

ଏକଦା ଠାକୁର ଶ୍ରୀହରିଦାସଙ୍କ ଐକାନ୍ତିକ ଭାବରେ ତିନି ଲକ୍ଷ ହରିନାମ ଗ୍ରହଣ ଦେଖି ମାୟାଦେବୀ ଚମତ୍କୃତା ହେଲେ ଏବଂ ଦିବ୍ୟ ନାରୀବେଶ ଧାରଣ କରି ତାଙ୍କୁ ପରୀକ୍ଷା କରିବା ନିମିତ୍ତ ତାଙ୍କ ଗୁମ୍ଫା ନିକଟରେ ପ୍ରବିଷ୍ଟ ହେଲେ । ମୋହିନୀବେଶ ଧାରିଣୀ ମାୟାଙ୍କ ଅଙ୍ଗ ଜ୍ୟୋତିର ଗୁମ୍ଫା ନିକଟ ସ୍ଥାନସକଳ ପୀତ ବର୍ଣ୍ଣ ଧାରଣ କଲା ଏବଂ ତାଙ୍କ ଅଙ୍ଗ ଗନ୍ଧରେ ବନ ଅମୋଦିତ ହେଲା , ସେହି ଅପରୂପ ରୂପଲାବଣ୍ୟବତୀ ନାରୀ ଗୁମ୍ଫା ନିକଟରେ ପ୍ରବେଶ କରି ତୁଳସୀଙ୍କୁ ପରିକ୍ରମା କଲେ ଏବଂ ଗୁମ୍ଫାଦ୍ଵାରକୁ ଯାଇ କୃତାଞ୍ଜଳିପୁଟରେ ଠାକୁର ହରିଦାସଙ୍କୁ ନିବେଦନ କଲେ “ମହାତ୍ମନ୍‌ ! ମୁଁ ଭବବୀୟ ରୂପଯୌବନ ଦର୍ଶନରେ ଓ ଗୁଣ ଶ୍ରବଣରେ ବିମୁଗ୍ଧ ହୋଇ ଆପଣଙ୍କ ଆଶ୍ରୟ ନେବାକୁ ଆସିଅଛି , ଆପଣ ପରମ ଦୟାଳୁ , ଏ ଯୁବତୀର ଅଭିପ୍ରାୟ ଅବଶ୍ୟ ସଫଳ କରିବେ । “ ଏହାକହି ନାରୀଜନୋଚିତ ନାନା ହାବଭାବ ପ୍ରକାଶ କରିବାକୁ ଲାଗିଲେ ; ହରିଦାସ ନିର୍ବିକାର ପୁରୁଷ ଏବଂ ମହାଗମ୍ଭୀର , ସେ ନାରୀର ମନୋଗତି ଭାବ ବୁଝି ସୁଦ୍ଧା ମଧୁର ବାକ୍ୟ ରେ ତାକୁ କହିଲେ “ମୁଁ ନାମ ଯଜ୍ଞ ଆରମ୍ଭ କରିଅଛି, ସଂଖ୍ୟା ପୂର୍ଣ୍ଣ ହେଲେ ତୁମ୍ଭଙ୍କୁ ଅଙ୍ଗୀକାର କରିବି । ସଂଖ୍ୟାନାମ ପୂର୍ଣ୍ଣହେବା ପର୍ଯ୍ୟନ୍ତ ତୁମ୍ଭ ନିକଟରେ ବସି ନାମ ଶ୍ରବଣ କର । ଏହିରୂପେ ତିନିରାତ୍ର ସେ ମାୟା-ଦେବୀ ନାମ ଶ୍ରବଣ କରିବାକୁ ଲାଗିଲେ ଓ ତିନି ଦିନ ଅତିବାହିତ ହେଲା , ତିନିଦିନ ପରେ ମାୟାଦେବୀ କହିଲେ “ମହାଶୟ ! ଏତ ତିନିଦିନ ଅତୀତ ହୋଇଗଲା, ମୋହର ଆଶା ସଫଳ ହେବାର କିଛି ମୁଁ ତ ଦେଖୁନାହିଁ । ଠାକୁର ହରିଦାସ କହିଲେ, ମୁଁ କି କରିବି ? ମୁଁ ଯେ ନିୟମ କରିଅଛି ତାହା ତ ଛାଡ଼ି ନ ପାରେ ତେତେବେଳେ ମାୟା ତାଙ୍କ ଚରଣତଳେ ପ୍ରଣାମ ପୂର୍ବକ କହିଲେ “ ମୁଁ ମାୟା । ଆପଣଙ୍କୁ ପରୀକ୍ଷା କରିବା ନିମିତ୍ତ ଆସିଥିଲି । ବ୍ରହ୍ମାଆଦି ସମସ୍ତ ଜୀବକୁ ମୋର ମୋହିନୀ ଶକ୍ତିରେ ମୁଁ ମୁଗ୍ଧକରିବାକୁ ସକ୍ଷମ ହେଲି କିନ୍ତୁ ଆପଣଙ୍କଠାରେ ମୋର ସେ ଶକ୍ତି ପରାସ୍ତ ହେଲା , ଆପଣ ମହାନୁଭବ, ଆପଣଙ୍କ ଦୁର୍ଲ୍ଲଭ ଦର୍ଶନ ଲାଭକରି ଓ ଆପଣଙ୍କ ଶ୍ରୀମୁଖରୁ ସୁଧା ମଧୁର ଶ୍ରୀକୃଷ୍ଣ ନାମ ଶ୍ରବଣ କରି ମୋର ଚିତ୍ତ ବିଶୁଦ୍ଧ ହୋଇଅଛି, ମୋତେ ବର୍ତ୍ତମାନ କୃଷ୍ଣ ନାମ ପ୍ରଦାନ କରି ଚରିତାର୍ଥ କରନ୍ତୁ । ପୂର୍ବେ ମୁଁ ଶିବଙ୍କ ଠାରୁ ଶ୍ରୀରାମ ନାମ ଗ୍ରହଣ କରିଅଛି, କିନ୍ତୁ ଭବଦୀୟ ସଙ୍ଗପ୍ରଭାବରୁ ମୋର କୃଷ୍ଣନାମ ନେବାର ଅଭିଳାଷ ଜନ୍ମି ଅଛି । ଶ୍ରୀରାମ ନାମରୁ ମୁକ୍ତି ଲାଭ ହୁଏ କିନ୍ତୁ କୃଷ୍ଣ ନାମ ପ୍ରେମ ଦାନ କରେ, ଯଥା :-

 

      ମୁକ୍ତି ହେତୁ ତାରକ ବ୍ରହ୍ମ ହୟ ରାମନାମ,

      କୃଷ୍ଣ ନାମ ପାବକ କରେ ପ୍ରେମଦାନ ।

                  (ଚୈଃ ଚଃ ଅନ୍ତ୍ୟ ୩ ପରି )

 

ଏହିରୂପେ ପତିତପାବନ ଶ୍ରୀଗୌରନିତ୍ୟାନନ୍ଦ ନାମ ଯେ ଅଧିକତର ଫଳଦାୟୀ ଏହା ଶ୍ରୀ ଚୈତନ୍ୟଚରିତାମୃତରେ ଉଲ୍ଲଖିତ ହୋଇଅଛି, ଅଦ୍ଭୂତ ଦୟାଳୁ ଶ୍ରୀଗୌରନିତ୍ୟାନନ୍ଦ ଅପରାଧୀର ଅପରାଧ ବିଚାର ନ କରି ତାଙ୍କନାମ ଗ୍ରହଣକାରୀ ମହାପାପୀମାନଙ୍କୁ ଉଦ୍ଧାର କରନ୍ତି । ଭଗବାନଙ୍କ ସ୍ଵରୂପତ ସହଜରେ ଉପଲବ୍ଧି ହୁଏ ନା, ବିଗ୍ରହଙ୍କର ସୁଦ୍ଧା ସର୍ବଦା ଦର୍ଶନ ମିଳି ନପାରେ କିନ୍ତୁ ତାଙ୍କନାମ ସତତ ବର୍ତ୍ତମାନ, ଆମ୍ଭେମାନେ ଐକାନ୍ତିକ ଭାବରେ ନାମାଶ୍ରୟ କଲେ ନାମରୁ ଅଭିନ୍ନ ଭଗବାନ ଆମ୍ଭମାନଙ୍କର ଅବଶ୍ୟ ବଶୀଭୂତ ହେବେ, ଏଥିରେ ଅଣୁମାତ୍ର ସନ୍ଦେହନାହିଁ ।

 

୬୪ ଅଙ୍ଗ ଭକ୍ତସାଧନ ମଧ୍ୟରେ ନାମ ସଂକୀର୍ତ୍ତନ ହିଁ ସର୍ବଶ୍ରେଷ୍ଠ ଶ୍ରୀଳ ସନାତନ ଗୋସ୍ଵାମୀ ବୃହତ୍‌ ଭାଗବତାମୃତରେ ଏହା ଉତ୍ତମ ରୂପେ ଦର୍ଶାଇ ଅଛନ୍ତି ।

 

 

 

 

ଚତୁର୍ଦ୍ଦଶ ପରିଚ୍ଛେଦ ।

ବିଗ୍ରହ ତତ୍ତ୍ଵ ।

 

ଶ୍ରୀଭଗବାନଙ୍କର ନାମ, ବିଗ୍ରହ ଓ ସ୍ଵରୂପ ତିନିହେଁ ଏକା ଏଥିରେ ଭିନ୍ନାଭିନ୍ନ ନାହିଁ । ପୂର୍ବ ଅଧ୍ୟାୟରେ ହରିନାମ ମାହାତ୍ମ୍ୟ ବର୍ଣ୍ଣନ କାଳରେ କୁହାଯାଇଅଛି ନାମ ବିଗ୍ରହ ସ୍ଵରୂପ, ଏହା ଏକା ଯଥା-

      ନାମ ବିଗ୍ରହ ସ୍ଵରୂପ ତିନି ଏକରୂପ

      ତିନେ ଭେଦନାହିଁ ତିନି ଚିଦାନନ୍ଦରୂପ,

                  (ଚୈଃ ଚଃ ମଧ୍ୟ )

ଏ ଉକ୍ତି ଅନ୍ୟ କାହାର ନୁହେ, ସ୍ଵୟଂ ମହାପ୍ରଭୁଙ୍କର । ସେ ପୁଣି ଜଗନ୍ନାଥ ବିଗ୍ରହ ସମ୍ବନ୍ଧରେ କ’ଣ କହିଯାଇଅଛନ୍ତି ତାହା ଆଲୋଚନା କରାଯାଉ ।      

ବଙ୍ଗଦେଶୀୟ ଭକ୍ତଗଣ ଶ୍ରୀପୁରୁଷୋତ୍ତମରେ ମହାପ୍ରଭୁଙ୍କଠାରୁ ବିଦାୟ ନେବା କାଳରେ ସେ ଭକ୍ତମାନଙ୍କୁ ଏକେ ଏକେ କେତେକ ସଦୁପଦେଶ ପ୍ରଦାନ କରିଥିଲେ, ସେହିସମୟରେ ଭକ୍ତପ୍ରବର ଶ୍ରୀସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଭ୍ରାତା ଶ୍ରୀବିଦ୍ୟାବାଚଷ୍ପତି ମହାଶୟଙ୍କୁ କହିଥିଲେ “କୃଷ୍ଣ ବର୍ତ୍ତମାନ ଦାରୁ ଓ ଜଳ ରୂପରେ ପ୍ରକଟ ହୋଇ ଅଛନ୍ତି, ଦାରୁବ୍ରହ୍ମରୂପରେ ଏହି ଶ୍ରୀପୁରୁଷୋତ୍ତମରେ ବିଦ୍ୟମାନଥାଇ ଲୋକଙ୍କୁ ଦର୍ଶନ ଦାନ କରୁଅଛନ୍ତି ଓ ମହା ପ୍ରସାଦ ବିତରଣ କରୁଅଛନ୍ତି । ଜଳ ବ୍ରହ୍ମରୂପରେ ପତିତପାବିନୀ ଗଙ୍ଗା ବଙ୍ଗଦେଶରେ ବର୍ତ୍ତମାନ, ସେଥିରେ ଅବଗାହନ ଓ ତାଙ୍କ ଜଳପାନ କରି ଅନେକାନେକ ପାପୀଜନ ଉଦ୍ଧାର ହେଉ ଅଛନ୍ତି । ଯଥା-

“ଦାରୁଜଳରୂପେ କୃଷ୍ଣ ପ୍ରକଟ ସଂପ୍ରତି,

      ଦରଶନେ ସ୍ନାନେ କରେ ଜୀବର ମୁକତି,

      ଦାରୁବ୍ରହ୍ମରୂପେ ସାକ୍ଷାତ୍‌ ଶ୍ରୀପୁରୁଷୋତ୍ତମ,

      ଭାଗୀରଥୀ ସାକ୍ଷାତ ହନ ଜଳବ୍ରହ୍ମ ସମ,

      ସାର୍ବଭୌମ କର ଦାରୁବ୍ରହ୍ମ ଆରାଧନ,

      ବାଚଷ୍ପତି କର ଜଳ ବ୍ରହ୍ମେର ସେବନ ।

                  (ଚୈଃ ଚଃ ମଧ୍ୟ ୧୫ ପରି)

ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଓ ସ୍ଵରୂପରେ ଯେ କିଛି ଭିନ୍ନ ନାହିଁ ଏହା ମଧ୍ୟ ମହାପ୍ରଭୁଙ୍କର ଆଉ ଏକ କଥାରୁ ପ୍ରମାଣ ମିଳୁଅଛି ।

ଏକଦିନ ମହାପ୍ରଭୁ ପ୍ରେମ ବିହ୍ଵଳ ହୋଇ ଶ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଇଅଛନ୍ତି, ସିଂହଦ୍ଵାରସ୍ଥ ଦଳେଇକୁ (ଦ୍ଵାରୀକୁ) ଦେଖି କହିଲେ “ମୋର ପ୍ରାଣନାଥ ଶ୍ରୀକକୃଷ୍ଣ କେଉଁଠାରେ ଅଛନ୍ତି ମୋତେ ଟିକିଏ ଦେଖାଇ ଦେଇପାରିବ ?” ଏହାକହି ଭାଗ୍ୟବାନ ଦଳେଇର କରଧାରଣ କଲେ । ଦଳେଇ କହିଲେ “ଆସନ୍ତୁ, ମୁଁ ଆପଣଙ୍କୁ ଶ୍ରୀ ବଜେନ୍ଦ୍ରନନ୍ଦଙ୍କୁ ଦର୍ଶନ କରାଇ ଦେବି । “ଏହା କହି ମହାପ୍ରଭୁଙ୍କ ଜଗମୋହନ ମଧ୍ୟକୁ ହସ୍ତ ଧାରଣପୂର୍ବକ ନେଇଗଲେ ଏବଂ ଜଗନ୍ନାଥ ଦେବଙ୍କୁ ଦେଖାଇ ଦେଇ କହିଲେ “ଏହି ଆପଣଙ୍କର ପ୍ରାଣନାଥ ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରନ୍ତୁ ।“ ମହାପ୍ରଭୁ ଶ୍ରୀଗରୁଡଙ୍କ ପଛରେ ଦଣ୍ଡାୟମାନ ହୋଇ ଦର୍ଶନ କରିବାକୁ ଲାଗିଲେ , ଦେଖିଲେ ଶ୍ରୀ ଜଗନ୍ନାଥ ତ୍ରିଭଙ୍ଗ ରୂପରେ କରରେ ମୂରଲୀ ଧରି ଦଣ୍ଡାୟମାନ ହୋଇଅଛନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ଭୋଗଲାଗିଲା ଓ ଭୋଗ ଆରତି ହେଲା । ଆରତି ସମାପନାନ୍ତେ ଶ୍ରୀ ଜଗନ୍ନାଥଙ୍କ ସେବକଗଣ ମହାପ୍ରଭୁଙ୍କ ପ୍ରସାଦମାଳା ଅର୍ପଣ କରି କିଛି ମହାପ୍ରସାଦ ମହାପ୍ରଭୁଙ୍କ ହସ୍ତରେ ଦେଲେ । ସେ ମହାପ୍ରସାଦର ଗନ୍ଧରେ ଚତୁର୍ଦ୍ଦିଗ ଆମୋଦିତ । ମହାପ୍ରଭୁ ସେ ମହାପ୍ରସାଦରୁ ରଞ୍ଜିଏ ମାତ୍ର ଜିହ୍ଵାରେ ଦେଇ ଅବଶିଷ୍ଟ ମହାପ୍ରସାଦକୁ ନିଜ ସେବକ ଗୋବିନ୍ଦଙ୍କୁ ବସ୍ତ୍ରରେ ବାନ୍ଧିବାକୁ ଦେଲେ । ମହାପ୍ରସାଦ ପାଇ ମହାପ୍ରଭୁଙ୍କ ଅଙ୍ଗରେ ଅଷ୍ଟ ସତ୍ଵିକ ଭାବ ଉଦୟ ହେଲା ।

ସର୍ବାଙ୍ଗ ପୁଲକିତ ହୋଇ ନେତ୍ରରୁ ଅଶ୍ରୁଧାର ବହିବାକୁ ଲାଗିଲା । ସେ ପ୍ରଳାପ କରି କହିବାକୁ ଲାଗିଲେ , ଆହା ! କି ସୁସ୍ଵାଦୁ , ଏ ପଦାର୍ଥରୁ ଏଡେ ସ୍ଵାଦୁ କେଉଁଠାରୁ ଆସିଲା ? ଏଥିରେ ଯେ କୃଷ୍ଣଙ୍କର ଅଧରସୁଧା ସଞ୍ଚାରିତ ହୋଇ ଅଛି । ତେଣୁ ଏ ଏଡ଼େ ସୁସ୍ଵାଦୁ ଓ ସୁଗନ୍ଧୀ ହୋଇଅଛି । ଏହା କହି ସୁକୃତିଲଭ୍ୟ ଫେଲାମୃତ ଏହି କଥା ଉଚ୍ଚାରଣ କରି କରି ଅଗ୍ରସର ହେଲେ । ଶ୍ରୀ ଜଗନ୍ନାଥଙ୍କ ସେବକ ପଚାରିଲେ ,”ଆପଣ ଯାହା କହୁଅଛନ୍ତି ତାହାର ଅର୍ଥ କଣ ?” ମହାପ୍ରଭୁ କହିଲେ ଏହା ଯେ କୃଷ୍ଣ ଅଧରାମୃତ ଆପଣ ମୋତେ ଦେଲେ ଏହା ବ୍ରହ୍ମାଦିଙ୍କର ଦୁର୍ଲ୍ଲଭ । ଏହିଠାରେ ଅମୃତ ଅତି ତୁଚ୍ଛ । ଶ୍ରୀ କୃଷ୍ଣଙ୍କର ଭକ୍ତାବଶେଷର ନାମ ଫେଲା ଏବଂ ଯେ ତାହାର ଲବମାତ୍ର ପାଏ ସେ ମହାଭାଗ୍ୟବାନ । ଅତଏବ ମହା ସୁକୃତବାନ୍‌ ପୁରୁଷ ହିଁ ଏହି ଫେଲାମୃତ ,ପାଇବାରେ ଯୋଗ୍ୟ । ଅପର ତାହା ପାଇ ନପାରେ । ସୁକୃତି ମାନେ କୃଷ୍ଣକୃପା ହେତୁ ପୁଣ୍ୟ ଏବଂ ଯାହାର ଏମନ୍ତ ପୁଣ୍ୟର ଉଦୟ ହୁଏ ସେ ଫେଲା ପାଇବାର ଯୋଗ୍ୟ । ଯଥା -

 

      ପ୍ରଭୁକହେ ଏଇ ଯେ ଦିଲେ କୃଷ୍ଣାଧରାମୃତ,

      ବ୍ରହ୍ମାଦି ଦୁର୍ଲ୍ଲଭ ଏଇ ନିନ୍ଦୟ ଅମୃତ ।

      କୃଷ୍ଣେର ଯେ ଭୁକ୍ତଶେଷ ତାର ଫେଲା ନାମ

      ତାର ଏକ ଲବ ପାୟ ସେଇ ଭାଗ୍ୟବାନ୍‌ ।

      ସାମାନ୍ୟ ଭାଗ୍ୟ ହୈତେ ତାର ପ୍ରାପ୍ତି ନାହିଁ ହୟ

      କୃଷ୍ଣେର ଯାଁ ତେ ପୂର୍ଣ୍ଣ କୃପା ସେଇ ତାହା ପାୟ ।

                  (ଚୈଃ ଚଃ ଅନ୍ତ୍ୟ ୧୬ପରି )

ଅତଏବ ମହାପ୍ରଭୁଙ୍କର ଏହି ସମସ୍ତ ବାକ୍ୟ ଓ ବ୍ୟବହାରରୁ ସଂପୂର୍ଣ୍ଣ ପ୍ରମାଣ ଯେ ଭଗବାନଙ୍କ ବିଗ୍ରହ ଓ ସ୍ଵରୂପରେ ଭିନ୍ନନାହିଁ । ମହାପ୍ରଭୁ ଯେଉଁ ଫେଲାମୃତ ଗୋବିନ୍ଦ ଦ୍ଵାରା ବନ୍ଧାଇ ନେଇଗଲେ ତାହା ରାୟ ରାମାନନ୍ଦ , ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଓ ସ୍ଵରୂପ ଆଦି ପ୍ରିୟ ପାରିଷଦବର୍ଗଙ୍କୁ ବିତରଣ କରିଦେଲେ । ମହାପ୍ରସାଦର ସୌରଭ ଓ ମଧୁରତା ଆସ୍ଵାଦନ କରି ସମସ୍ତେ ବିସ୍ମିତ ହେଲେ । ମହାପ୍ରଭୁ କହିଲେ ଏତ ଗୁଡ଼, କର୍ପୁର, ମରୀଚ, ଅଳାଇଚ, ଲବଙ୍ଗ ପ୍ରଭୃତି ପ୍ରାକୃତ ଦ୍ରବ୍ୟରେ ନିର୍ମ୍ମିତ; ଏଥିରେ ଏ ଅପୂର୍ବ ସ୍ଵାଦୁ ଓ ଅପୂର୍ବ ସୁଗନ୍ଧ କେଉଁଠାରୁ ଆସିଲା ? ଆସ୍ଵାଦନ ଦୂରେ ଥାଉ, ଏହାର ଗନ୍ଧ ପ୍ରାଣ ଆକୁଳ କରୁଅଛି, ଅନ୍ୟ ସମସ୍ତ ବିଷୟରୁ ଏହା ଚିତ୍ତକୁ ଆକର୍ଷଣ କରି ନିଜଠାରେ ନିଯୁକ୍ତି କରାଉଅଛି । ରାମାନନ୍ଦ ! ଏହାର କାରଣ ଏହି କି ଏଥିରେ ଲୋକର ଇତର ରାଗ ବିସ୍ମରଣକାରୀ କୃଷ୍ଣାଧର ସ୍ପର୍ଶ ହୋଇଅଛି । ଏହା ସହି ଅଧରସୁଧାର ହିଁ ଗୁଣ । ବହୁ ସୁକୃତି ଫଳରୁ ଏହା ଲାଭ ହୋଇଅଛି । ତୁମ୍ଭେମାନେ ମହାଭକ୍ତି ସହ ଏହା ଆସ୍ଵାଦନ କର । ମହାପ୍ରଭୁଙ୍କର ଏହି ବଚନସୁଧା ପାନକରି ସମସ୍ତେ ପରମାନନ୍ଦରେ ସେହି ଫେଳାମୃତ ସେବନ କଲେ ଏବଂ ସେବନମାତ୍ରକେ ସମସ୍ତେ ପ୍ରେମରେ ମତ୍ତହେଲେ । ଯଥା | –

ପ୍ରଭୁକହେ ଏଇ ସବ୍‌ ହୟ ପ୍ରାକୃତ ଦ୍ରବ୍ୟ,

ଐକ୍ଷବ କର୍ପୁର ମରୀଚ ଏଲାଇଚ ଲଙ୍ଗଗବ୍ୟ ।

ରସବାସ ଗୁଡୁତ୍ଵକ ଆଦି ଯତ ସବ

ପ୍ରାକୃତ ବସ୍ତୁର ସ୍ଵାଦ ସବାର ଅନୁଭବ ।

ଏଇ ଦ୍ରବ୍ୟେର ଏତେ ସ୍ଵାଦ ଗନ୍ଧ ଲୋକାତୀତ,

ଆସ୍ଵାଦ କରିୟା ଦେଖ ସବାର ପ୍ରତୀତ ।

ଆସ୍ଵାଦ ଦୂରେ ରହୁକ୍‌ ଗନ୍ଧେ ମାତେ ମନ,

ଆପନା ବିନା ଅନ୍ୟ ମାଧୁର୍ଯ୍ୟ କରାୟ ବିସ୍ମରଣ ।

ତାତେ ଏଇ ଦ୍ରବ୍ୟେ କୃଷ୍ଣାଧର ସ୍ପର୍ଶ ହୈଲ,

ଅଧରରେ ଗୁଣସବ୍‌ ଏହାତେ ସଞ୍ଚରିଲ ।

ଆଲୌକିକ ଗନ୍ଧ ସ୍ଵାଦ ଅନ୍ୟ ବିସ୍ମରଣ,

ମହା ମାଦକ ହୟ ଏଇ କୃଷ୍ଣାଧରରେ ଗୁଣ ।

ଅନେକ ସୁକୃତେ ଏହାର ହୟାଛେ ସଂପ୍ରାପ୍ତି,

ସବେଇ ଆସ୍ଵାଦକର କରି ମହା ଭକ୍ତି ।

ହରିଧ୍ଵନି କରି ସର୍ବେ କୈଲ ଆସ୍ଵାଦନ,

ଆସ୍ଵାଦିତେ ପ୍ରେମେ ମତ୍ତ ହୈଲ ସବାର ମନ ।

                  (ଚୈଃ ଚଃ ଅନ୍ତ୍ୟ ୧୬ ପରି )

 

ଶ୍ରୀ ମାଧବେନ୍ଦ୍ର ପୁରୀ ଗୋସ୍ଵାମୀ ଶ୍ରୀ ବୃନ୍ଦାବନର ଭ୍ରମଣ କାଳରେ ଶ୍ରୀ ଗୋବର୍ଦ୍ଧନ ପର୍ବତ ନିକଟରେ ପହୁଞ୍ଚିଲେ ଏବଂ ଗିରିରାଜଙ୍କୁ ପରିକ୍ରମା ପୂର୍ବକ ଗୋବିନ୍ଦ କୁଣ୍ଡ ନିକଟରେ ବିଶ୍ରାମ କଲେ । ତାଙ୍କର କ୍ଷୁଧା ଜାଣି ପାରି ଭଗବାନ ଶ୍ରୀକୃଷ୍ଣ ଗୋପବାଳକ ବେଶରେ ଏକ ଦୁଧରଭାଣ୍ଡ ଘେନି ଉପସ୍ଥିତ ହେଲେ ଏବଂ କହିଲେ “ ଗୋସାଇଁ ! କାହାକୁ ମନେ ମନେ ଧ୍ୟାନ କରି ବସିଅଛ । ମାଗି ଖାଉ ନାହିଁ ? ଏହି ଦୁଧ ନିଅ ପାନ କର ।“ ବାଳକର ଏରୂପ ହୃଦୟହାରୀ ବଚନରେ ଗୋସ୍ଵାମୀଙ୍କର ଧ୍ୟାନ ଭଙ୍ଗ ହେଲା । ସେ ଦେଖିଲେ ଗୋଟିଏ ଅତି ସୁନ୍ଦର ବାଳକ ଦୁଧ ଘେନି ତାଙ୍କଠାରେ ଉପସ୍ଥିତ । ବାଳକର ସୁଧା ମଧୁରବଚନ ଶ୍ରବଣ କରି ସେ କ୍ଷୁଧା ତୃଷ୍ଣା ଭୁଲି ଗଲେ । ପୁରୀ ଗୋସ୍ଵାମୀ ପଚାରିଲେ “ ତୁମ୍ଭେ କିଏ ? ତୁମ୍ଭର ଘର କେଉଁଠାରେ ? ମୁଁ ଉପବାସରେ ରହିଅଛି ଏହା ତୁମ୍ଭେ କିପରି ଜାଣିଲ ?” ବାଳକ ଉତ୍ତର କଲେ “ ମୁଁ ଜାତିରେ ଗୋପାଳ, ମୋର ନିବାସ ଏହି ଗ୍ରାମରେ । ଆମ୍ଭେ ଏ ଗ୍ରାମରେ କେହି ଉପବାସ ରହନ୍ତି ନାହିଁ । କେହି କେହି ମାଗି ଖାଇବା ଦ୍ଵାରା ଉଦର ପୋଷଣ କରନ୍ତି ଓ ଯେ ନ ମାଗେ ମୁଁ ତାକୁ ଆହାର ଯୋଗାଏ । ଆମ୍ଭ ଗ୍ରାମର ସ୍ତ୍ରୀଗଣ ଜଳ ନେବାକୁ ଆସିଥିଲେ । ସେମାନେ ଆପଣଙ୍କୁ ଦେଖିଗଲେ ଏବଂ ଦେଖିଯାଇ ମୋ ହାତରେ ଏ ଦୁଧ ଦେଇ ଆପଣଙ୍କ ନିକଟକୁ ପଠାଇଛନ୍ତି । ଗୋ-ଦୋହନ ଉଛୁର ହୋଇ ଯାଉଅଛି , ମୁଁ ଯାଉଅଛି, ପରେ ଆସି ଏ ଭାଣ୍ଡ ନେଇଯିବି । ପୁରୀ ଗୋସ୍ଵାମୀ ଦୁଧପାନକରି ତାହାର ସ୍ୱାଦୁରେ ଚମତ୍କୃତ ହେଲେ । ସେ ବାଳକ ଭାଣ୍ଡ ନେବାକୁ ଆସିବ ଏହା ମନେ କରି ତାହର ଅପେକ୍ଷା କରିଥାନ୍ତି ଓ ହରିନାମ ଜପ କରୁଥାନ୍ତି । ନାମାନନ୍ଦରେ ତାଙ୍କୁ ନିଦ୍ରା ହେଉନଥାଏ ଶେଷରାତ୍ରରେ ଟିକିଏ ତନ୍ଦ୍ରାର ଉପସ୍ଥିତ ହେଲା, ଏବଂ ସେହି ତନ୍ଦ୍ରାକାଳରେ ସେ ସ୍ଵପ୍ନ ଦେଖିଲେ, ସେହି ବାଳକ ଉପସ୍ଥିତ ହୋଇ ତାଙ୍କ ହସ୍ତଧାରଣ ପୂର୍ବକ ଏକ କୁଞ୍ଜ ସମୀପକୁ ନେଇଗଲେ ଏବଂ ଅଙ୍ଗୁଳି ନିର୍ଦ୍ଦେଶପୂର୍ବକ କୁଞ୍ଜକୁ ଦେଖାଇ ଦେଇ କହିଲେ “ମୁଁ ଏହି କୁଞ୍ଜରେ ବାସ କରେ , ଶୀତ, ବୃଷ୍ଟି ଓ ଅଗ୍ନିରେ ମୋର ମହାଦୁଃଖ ହେଉଅଛି । ଗ୍ରାମସ୍ଥ ଲୋକମାନଙ୍କୁ ଆଣି ମୋତେ ଏ କୁଞ୍ଜକରୁ ବାହାର କରି ନେଇ ପର୍ବତ ଉପରେ ଭଲସ୍ଥାନରେ ରଖ ଏବଂ ଶୀତଳଜଳରେ ମୋତେ ସ୍ନାନ କରାଇ ଦିଅ । ମୁଁ ବହୁଦିନରୁ ତୁମ୍ଭ ଆଗମନ ପଥକୁ ଚାହିଁ ରହିଅଛି, ମୋହର ନାମ ଗୋପାଳ, ମୁଁ ଗୋବର୍ଦ୍ଧନ ଧାରୀ ଏବଂ ମହାନୁଭବ ବଜ୍ରନାଭଙ୍କ ଦ୍ଵାରା ସ୍ଥାପିତ । ମ୍ଳେଚ୍ଛଭୟରେ ମୋର ସେବକମାନେ ମୋତେ ଏହି ଅରଣ୍ୟରେ ଲୁଚାଇ ପଳାଇଗଲେ । ସେହିଦିନଠାରୁ ମୁଁ ଏହି ଅରଣ୍ୟ ମଧ୍ୟରେ ପଡ଼ି ରହିଅଛି । “ ଏହିକଥା କହିବା ପରେ ପୁରୀ ଗୋସ୍ଵାମୀଙ୍କର ତନ୍ଦ୍ରାଭଙ୍ଗହେଲା, ସେ ଭାବିଲେ ହାୟ ! ଗୋପବାଳକବେଶରେ ସ୍ଵୟଂ ଶ୍ରୀକୃଷ୍ଣ ମୋତେ ଦୁଧ ଦେଇଗଲେ, ମୁଁ ତାଙ୍କୁ ଚିହ୍ନିପାରିଲିନାହିଁ । ଏହିପରି କହୁଁ କହୁଁ ପ୍ରେମରେ ମୂର୍ଚ୍ଛିତ ହେଲେ । ପର ଦିବସ ଗ୍ରାମକୁ ଯାଇ ଗ୍ରାମସ୍ଥ ସମସ୍ତ ଲୋକଙ୍କୁ କହିଲେ “ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ ଏହି ଗ୍ରାମରେ ଈଶ୍ଵର । ସେ ବନ ମଧ୍ୟରେ ଲୁକ୍କାୟିତ, ଆପଣମାନେ କୁଠାର ଓ କୁଦ୍ଦାଳ ପ୍ରଭୃତି ଅସ୍ତ୍ର ଘେନି ମୋ ସଙ୍ଗେ ଆସନ୍ତୁ ତାଙ୍କୁ ବାହାର କରିବା ମହାନୁଭବ ପୁରୀ ଗୋସ୍ଵାମୀଙ୍କ କଥାରେ କାହାରି ଅବିଶ୍ଵାସ ହେଲା ନାହିଁ , ସମସ୍ତେ ଯାଇ ଜଙ୍ଗଲ କାଟି ଦେଖିଲେ ପ୍ରକାଣ୍ଡ ବିଗ୍ରହ ଏକିନ ସୁନ୍ଦର ଗୋପାଳ ମୂର୍ତ୍ତି ମାଟି ଓ ପତ୍ରରେ ଆବୃତ୍ତ ହୋଇ ରହି ଅଛନ୍ତି । ବହୁ ବଳିଷ୍ଠ ଲୋକ ସମବେତ ହୋଇ ସେ ବିଗ୍ରହଙ୍କୁ ଉଠାଇ ନେଇ ପର୍ବତ ଉପରେ ସ୍ଥାପନ କଲେ । ଗ୍ରାମସ୍ଥ ବ୍ରାହ୍ମଣଗଣ ନବ ନବ ଘଟରେ ଜଳ ଆନୟନ କଲେ । ଗୋପାଳ ବିଗ୍ରହ ପ୍ରକାଶିତ ହେବାର ଶୁଣି ଲୋକମାନେ ସ୍ଵତଃ ପ୍ରବୃତ୍ତ ହୋଇ ଦୁଧ, ଦହି, ଘିଅ ପ୍ରଭୃତି ନାନା ସାମଗ୍ରୀ ଆଣିବାକୁ ଲାଗିଲେ । ମହାସମାରୋହରେ ପୁରୀ ଗୋସ୍ଵାମୀ ସେ ବିଗ୍ରହଙ୍କର ଅଭିଷେକ କଲେ । ତତ୍ପରେ ସେ ଦେଶବାସୀମାନଙ୍କ ଉଦ୍‌ଯୋଗରେ ଏକ ଅନ୍ନକୂଟ ପ୍ରସ୍ତୁତ ହେଲା । ଅନ୍ନ, ବ୍ୟଞ୍ଜନ, ପିଠା , ରୁଟି ଆଦି ରାଶିରାଶି ପରିମାଣରେ ପ୍ରସ୍ତୁତ କରି ଏକ ସ୍ଥାନରେ ଜମାକଲେ , ଏହିରୂପେ ଅନ୍ନକୂଟ ପ୍ରସ୍ତୁତ ହୁଅନ୍ତେ ପୁରୀ ଗୋସ୍ଵାମୀ ତାହା ଗୋପୀଳଙ୍କୁ ନିବେଦନ କଲେ, ଗୋପାଳ ବହୁଦିନରୁ କିଛି ଖାଇ ନଥିଲେ, ସେ ଭକ୍ତଦତ୍ତଦ୍ରବ୍ୟ ସମସ୍ତ ପରମାନନ୍ଦରେ ଭୋଜନ କଲେ । ସେ ପ୍ରକୃତ ତାହା ଭୋଜନ କଲେହେଁ ତାଙ୍କ ହସ୍ତ ସ୍ପର୍ଶରେ ସେ ସମସ୍ତ ପୂର୍ବପରି ଥିବାର ସାଧାରଣ ଲୋକଙ୍କୁ ପ୍ରତୀୟମାନ ହେଲା । କିନ୍ତୁ ଗୋପାଳ ଯେ ସ୍ଵୟଂ ଏହା ଭୋଜନ କଲେ ଏହା ପୁରୀ ଗୋସ୍ଵାମୀ କେବଳ ଦେଖି ପାରିଲେ ।

      

ଯଦ୍ୟପି ଗୋପାଳ ସବ୍‌ ଅନ୍ନବ୍ୟଞ୍ଜନ ଖାଇଲ,

      ତାର ହସ୍ତ ସ୍ପର୍ଶେ ପୁନଃ ତେମନି ହଇଲ ।

      ଏହା ଅନୁଭବ କୈଲ ମାଧବ ଗୋସାଇଁ,

      ତାଁର ଠାଇଁ ଗୋପାଳେର ଲୁକା କିଛି ନାଇ ।

ବିଗ୍ରହ ପୁଣି ବିଭିନ୍ନ ପ୍ରକାର । ଧାତୁ ବିଗ୍ରହ, ମଣ ବିଗ୍ରହ (ପ୍ରସ୍ତର), କାଷ୍ଠ ବିଗ୍ରହ, ମୃଣ୍ମୟ ବିଗ୍ରହ ଇତ୍ୟାଦି । ଚିତ୍ର ଆଲେଖ୍ୟ ଶାଳଗ୍ରାମ ଓ ଗୋବର୍ଦ୍ଧନ ଶିଳା ପ୍ରଭୃତି ଭଗବତ୍‌ ବିଗ୍ରହ ରୂପେ ପୂଜିତ ହେବାର ବିଧି ଅଛି । ବିଗ୍ରହମାନଙ୍କୁ ଷୋଡ଼ଶୋପଚାର ଅଥବା ପଞ୍ଚୋପଚାରରେ ପୂଜା କରାଯାଏ । କିନ୍ତୁ ଯେତେରୂପେ ପୂଜା କର ଯେତେ ଆଡମ୍ବର କର ସାତ୍ତ୍ଵିକ ଭାବରେ ପୂଜାହିଁ ଭଗବାନ ସାଦରେ ଗ୍ରହଣ କରନ୍ତୁ, ବିବିଧ ଉପଚାରସହ ନାନା ଆଡ଼ମ୍ବରରେ ପୂଜାକଲେ ମଧ୍ୟ ପୂଜକଙ୍କର ହୃଦୟ ଯଦି ସାତ୍ତ୍ଵିକ ଭାବରେ ବିଭାବିତ ନୁହେଁ, ଅନ୍ତର୍ଯ୍ୟାମୀ ଭଗବାନ ତାହା ଗ୍ରହଣ କରନ୍ତି ନାହିଁ । ବିଗ୍ରହସେବା କିରୂପ ସାତ୍ତ୍ଵିକ ଭାବରେ କରିବା ଉଚିତ ଶ୍ରୀଳ କବିରାଜ ଗୋସ୍ଵାମୀ ଏହାର ଦିଗ୍‌ ଦର୍ଶନ କରିଯାଇ ଅଛନ୍ତି । ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମରେ ବାସ କରୁଥିବା କାଳରେ ଶ୍ରୀ ଶଙ୍କରାନନ୍ଦ ସରସ୍ଵତୀ ଶ୍ରୀ ବୃନ୍ଦାବନରୁ ଆସିଲେ ଏବଂ ଶ୍ରୀ ବୃନ୍ଦାବନରୁ ଆଣିଥିବା ଗୋବର୍ଦ୍ଧନ ଶୀଳା ଏବଂ ଗୁଞ୍ଜାମାଳା ମହାପ୍ରଭୁଙ୍କୁ ପ୍ରଦାନ କଲେ । ଏ ଦୁଇ ଅପୂର୍ବ ବସ୍ତୁ ପାଇ ମହାପ୍ରଭୁ ପରମ ସନ୍ତୁଷ୍ଟ ହେଲେ । ମହାପ୍ରଭୁ ଶ୍ରୀକୃଷ୍ଣ ସ୍ମରଣ କାଳରେ ସେହି ଗୁଞ୍ଜମାଳା ଗଳାରେ ପରିଧାନ କରନ୍ତି ଏବଂ ସେହି ଗୋବର୍ଦ୍ଧନ ଶିଳାକୁ ହୃଦୟରେ ଓ ନେତ୍ରରେ ଧାରଣ କରନ୍ତି, କେତେବେଳେ ନାସିକା ପାଖକୁ ନେଇ ଶ୍ରୀ ଅଙ୍ଗର ଗନ୍ଧ ଅଘ୍ରାଣ କରନ୍ତି, କେତେବେଳେ ଅବା ଶିର ଉପରେ ନେଇ ରଖନ୍ତି । ମହାପ୍ରଭୁଙ୍କ ନିଜ ନେତ୍ରନିସୃତ ବାରିଧାରାରେ ଶ୍ରୀ ଗୋବର୍ଦ୍ଧନ ଶିଳାଙ୍କ କଳେବର ସିକ୍ତ ହୋଇ ଯାଏ, ଏହିପରି ଭାବରେ ସେ ଶିଳା ଓ ଗୁଞ୍ଜମାଳାକୁ ମହାପ୍ରଭୁ ତିନିବର୍ଷ ପୂଜା କଲେ । ତତ୍‌ପରେ ନିଜପ୍ରିୟ ଶ୍ରୀ ରଘୁନାଥ ଦାସଙ୍କୁ ସେମାନେ ଅର୍ପଣ କଲେ ଏବଂ କହିଲେ “ରଘୁନାଥ ! ଏ ଶିଳା ଶ୍ରୀକୃଷ୍ଣଙ୍କର ବିଗ୍ରହ, ତୁମ୍ଭେ ଆଗ୍ରହ ସହକାରେ ଏହାଙ୍କର ସାତ୍ତ୍ଵିକ ପୂଜା କର । ଅଚିରାତ୍‌ ଶ୍ରୀକୃଷ୍ଣ ପ୍ରେମ ଲାଭ ହେବ । ଏକ ଘଟି ଜଳ ଏବଂ କେତେକ ତୁଳସୀ ମଞ୍ଜରୀ ଦ୍ଵାରା ଏହାଙ୍କର ସାତ୍ତ୍ଵିକ ପୂଜା ହୋଇପାରେ । ଦୁଇ ଦିଗରେ ଦୁଇପତ୍ର ଓ ମଧ୍ୟରେ କୋମଳ ମଞ୍ଜରୀ ଏହିରୂପେ ଆଠଗୋଟିତୁଳସୀ ମଞ୍ଜରୀ ଦେଇ ଶ୍ରଦ୍ଧାସହ ପୂଜା କରିବ । “ମହାପ୍ରଭୁଙ୍କ ଶ୍ରୀହସ୍ତରୁ ଶ୍ରୀ ଗୋବର୍ଦ୍ଧନ ଶିଳା ଓ ଗୁଞ୍ଜମାଳା ପାଇ ଶ୍ରୀ ରଘୁନାଥ ଦାସ ପରମାନନ୍ଦ ଲାଭକଲେ ଏବଂ ମହାପ୍ରଭୁଙ୍କ ଆଦେଶ ମତ ପୂଜା କରିବାକୁ ଲାଗିଲେ ପୂଜା କାଳରେ ଶ୍ରୀ ରଘୁନାଥ ଦାସ ପ୍ରେମରେ ବିହ୍ଵଳ ହୁଅନ୍ତି । ଏହି ଦାସ ଗୋସ୍ଵାମୀଙ୍କର ସତ୍ଵିକ ଶ୍ରୀ ଗୋବର୍ଦ୍ଧନ ଶିଳାର ପୂଜାକୁ ଲକ୍ଷ୍ଵକରି ଶ୍ରୀଳ କବିରାଜ ଗୋସ୍ଵାମୀ କହିଅଛନ୍ତି ।

      ଜଳତୁଳସୀର ସେବାୟ ତାର ଯତ ସୁଖୋଦୟ,

      ଷୋଡ଼ଶୋପଚାର ପୂଜାୟ ତତ ସୁଖନୟ ।

Unknown

                        (ଚୈଃ ଚଃ ଅନ୍ତ୍ୟ ୬ ପରି)

ଶ୍ରୀ ବିଗ୍ରହତତ୍ତ୍ଵ ସମ୍ବନ୍ଧରେ ସତ୍ୟବାଦୀରେ ସାକ୍ଷୀଗୋପାଳ ଏବଂ ରେମୁଣାରେ କ୍ଷୀରିଚୋରା ଗୋପୀନାଥ ଜ୍ଵଳନ୍ତ ଉଦାହରଣ । ଶତଶତ କ୍ରୋଶ ପଥରୁ ସ୍ଵୟଂ ସାକ୍ଷୀ ଗୋପାଳ ଭକ୍ତାନୁରୋଧରେ ଚାଲିଆସି ସାକ୍ଷ୍ୟଦେଇ ଥିଲେ ଏବଂ କ୍ଷୀରିଚୋରା ଗୋପୀନାଥ ପୁରୀ ଗୋସ୍ଵାମୀଙ୍କ ପାଇଁ କ୍ଷୀର ଚୋରି କରି ରଖିଥିଲେ । ଏହି ସମସ୍ତ ବିଷୟ ପୂର୍ବ, ଅଧ୍ୟାୟମାନଙ୍କରେ ଆଲୋଚିତ ହୋଇଥିବାରୁ ସବିଶେଷରେ ଆଉ ଏଠାରେ ଉଲ୍ଲେଖ କଲି ନାହିଁ । କିନ୍ତୁ ଏହି ବିଗ୍ରହ ମାନଙ୍କ ବିଷୟରେ ବର୍ଣ୍ଣିତ ଘଟନାମାନ ବିଗ୍ରହ ସେ ସ୍ଵରୂପଙ୍କଠାରୁ ଭିନ୍ନ ନୁହନ୍ତି ତାହା ଉତ୍ତମରୂପେ ପ୍ରମାଣ କରାଉ ଅଛନ୍ତି । ହାୟ ! ଏମନ୍ତ ଉଦାହରଣ ଥାଉଁ ଥାଉଁ ବିଗ୍ରହ ମାନଙ୍କରେ ଆମ୍ଭମାନଙ୍କର ପୂର୍ଣ୍ଣ ବିଶ୍ଵାସ ହେଉନାହିଁ । ଆମ୍ଭେମାନେ ବିଗ୍ରହ ମାନଙ୍କୁ କାଠ ପଥର ବତ୍‌ ମଣି ହତାଦାର କରୁଅଛୁଁ ।

 

 

 

 

ଶ୍ରୀକୃଷ୍ଣତତ୍ଵ ।

ପଞ୍ଚଦଶ ପରିଚ୍ଛେଦ ।

 

ଶ୍ରୀକୃଷ୍ଣତତ୍ତ୍ଵ ନିରୂପଣ କରିବା ଅତି କଠିନ ବିଷୟ । ଏହାଘେନି ଶତ ଶତ ସହସ୍ର ସହସ୍ର ଶାସ୍ତ୍ର ପ୍ରଣୀତ ହୋଇ ଅଛି । ତେବେ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଶାସ୍ତ୍ରଜ୍ଞ ଗୋସ୍ଵାମୀଗଣ ଶାସ୍ତ୍ରସିନ୍ଧୁ ମନ୍ଥନ କରି ଯେଉଁ ସିଦ୍ଧାନ୍ତରତ୍ନ ଉଦ୍ଧାର କରି ରଖିଯାଇ ଅଛନ୍ତି ସେଥିର ଦିଗଦର୍ଶନ ସ୍ଵରୂପ ଧାଡିଏ ଦୁଇଧାଡି ମୁଁ ଏଥିରେ ଉଲ୍ଲେଖ କରିଅଛି ମାତ୍ର । ଶ୍ରୀକୃଷ୍ଣତତ୍ତ୍ଵ ବିଚାର ପୂର୍ବକ ଲେଖିବା ମୋର ଶକ୍ତିର ବହିର୍ଭୁତ । ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖି ଅଛନ୍ତି । “ ସର୍ବ ଅବତାରୀ କୃଷ୍ଣ ସ୍ଵୟଂ ଭଗବାନ ” ।

       (ଚୈଃ ଚଃ ଆଦି)

ଏହି ଏକଧାଡ଼ିହିଁ ଶ୍ରୀକୃଷ୍ଣତତ୍ତ୍ଵର ସମସ୍ତ ସୂଚନା କରୁଅଛି ଅର୍ଥାତ୍ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ଏବଂ ଅବତରୀ ଓ ଅନ୍ୟସମସ୍ତେ ନୃସିହଂ, ବାମନ, ରାମ୍, ବସୁଦେବାଦି ତାଙ୍କର ଅବତାର

ବ୍ରହ୍ମା ବଚ୍ଛାବାଳକ ଚୋରୀ କଲାପର ଶ୍ରୀକୃଷ୍ଣ , ନିଜ ଶ୍ରୀ ଅଙ୍ଗରୁ ବଛାବାଳକାଦି ନିର୍ମ୍ମାଣ କରି ବର୍ଷେକାଳ ଅତିବାହିତ କଲେ । ତତ୍ପରେ ବ୍ରହ୍ମା ଆପଣାର ଭ୍ରମ ବୁଝିପାରି ଶ୍ରୀକୃଷ୍ଣଙ୍କୁ ମୂଳ ନାରାୟଣ ବୋଲି ସ୍ଥିର କରି ସ୍ତୁତି କରିଥିଲେ । ସେ ସେତେବେଳେ ଦେଖାଇ ଥିଲେ କାରଣାବଧିଶାୟୀ,ଗର୍ଭୋଗଦକଶାୟୀ ଓ କ୍ଷୀରୋଦକଶାୟୀ,ପୁରୁଷମାନେ ନାରାୟଣଙ୍କ ଅଂଶ ଏବଂ ସେହି ନାରାୟଣ ଶ୍ରୀକୃଷ୍ଣଙ୍କର ବିଳାସମୂର୍ତ୍ତି । ଯଥା-

 

      ସେଇ ତିନେର ହଓ ତୁମି ପରମାଶ୍ରୟ

      ତୁମି ମଲ ନାରା୍ୟଣ କଥେ କି ସଂଶୟ ।

      ସେଇ ତିନେର ଅଂଶୀ ପରବ୍ୟୋମ ନାରାୟଣ ।

      ତେହିଁ ତୋମାର ବିଲାସ ତୁମି ମୁଲ ନାରାୟଣ ।

(ଚୈଃ ଆଦି ୨ୟ ପରି )

ଆହୁରି ମଧ୍ୟ ଶ୍ରୀକୃଷ୍ଣଦାସ କବିରାଜ କହିଅଛନ୍ତି ।

      ଅବତାର ସବ-ପୁରୁଷେର କଲା ଅଂଶ ,

      କୃଷ୍ଣ-ସ୍ଵୟଂ ଭଗବାନ ସର୍ବ-ଅବତଂଶ ।

(ଚୈଃ ଚଃ ଆଦି ୨ୟ ପରି )

“ ଏକେଲା ଈଶ୍ଵର କୃଷ୍ଣ ଆରସବ ଭୃତ୍ୟ

      ଯାରେ ଯୈଚ୍ଛେ ନାଚାୟ ସେ ତୈଚ୍ଛେ କରେ ନୃତ୍ୟ ।”

(ଚୈଃ ଚଃ ଆଦି )

 

ମହାପ୍ରଭୁ ସ୍ଵୟଂ ଏହା ଶ୍ରୀ ସନାତନ ଗୋସ୍ଵାମୀଙ୍କୁ କାଶୀଧାନରେ ବୁଝାଇ ଅଛନ୍ତି । ଯଥାଃ-

      “କୃଷ୍ଣେର ସ୍ଵରୂପ ବିଚାର ଶୁନ ସନାତନ

      ଅଦ୍ଵୟ ଜ୍ଞାନତତ୍ତ୍ଵ ବ୍ରଜେ ବ୍ରଜେନ୍ଦ୍ର ନନ୍ଦନ ।

      ସର୍ବଆଦି ସର୍ବଅଂଶୀ କିଶୋର ଶେଖର

      ଚିଦାନନ୍ଦ ଦେହ ସର୍ବାଶ୍ରୟ ସର୍ବେଶ୍ଵର ।”

      ଏହି କେତେକ ପଂକ୍ତି ବୁଝାଇବାକୁ ଗଲେ ଖଣ୍ଡିଏ ବୃହତ ପୁସ୍ତକ ହୋଇ ପଡିବ , ମୁଁ ତ ତାହାର ଲେଶମାତ୍ର ନିଜେ ବୁଝି ପାରିନାହିଁ ଅପରକୁ ବୁଝାଇବ କ'ଣ । କେବଳ କେତେକ ଅଂଶ ଉଦ୍ଧୃତ କରିଦେଇ ମୋର କାମ ଶେଷକରି ଦିଏଁ । ବ୍ରଜରେ ବ୍ରଜେନ୍ଦ୍ର ନନ୍ଦନଶ୍ରୀକୃଷ୍ଣ ଅନାଦି ମୂଳକାରଣ । ଅନ୍ୟ ସମସ୍ତଙ୍କର ସେ ଆଦି ,ସେ ପରମେଶ୍ଵର, ସମସ୍ତଙ୍କର ଆଶ୍ରୟୀଭୂତ ଚିଦାନନ୍ଦ ବିଗ୍ରହ , ନିତ୍ୟକିଶୋର ରସକଶେଖର କୃଷ୍ଣ ସ୍ଵୟଂଭଗବାନ ପରମେଶ୍ଵର । ତାଙ୍କଠାରୁ ବଡ଼ ଆଉ କେହି ନାହିଁ କିମ୍ବା ତାଙ୍କର ସମାନ ଆଉ କେହି ନାହିଁ । ଏହାମଧ୍ୟ ଶ୍ରୀମହାପ୍ରଭୁ ସେହି ସନାତନ ଗୋସ୍ଵାମୀଙ୍କୁ ଶୀକ୍ଷାଦେବା କାଳରେ ଶ୍ରୀମୁଖରେ କହି ଅଛନ୍ତି । ଯଥା-

      

“ପରମ ଈଶ୍ଵର କୃଷ୍ଣ ସ୍ଵଂୟ ଭଗବାନ

      ତା ରେ ବଡ଼ ତାରେ ସମକେହି ନାହିଁ ଆନ”

ଶ୍ରୀକୃଷ୍ଣ ଯେ ଅବତାରୀ ଓ ସର୍ବ ଅବରାରର ମୂଳ ଏଥି ସମ୍ବନ୍ଧରେ ଶ୍ରୀଳ ଲୋଚନଦାସଙ୍କର ପଦମଧ୍ୟ ଉଦ୍ଧୃତ କରି ଦେଖାଯାଉ । ଯଥା-

      ବୃନ୍ଦାବନ ଚନ୍ଦ୍ର ଯୁଗ ଅବତାର ନହେ

      ପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ କୃଷ୍ଣ ଭାଗବତେ କହେ ।

 

ଶ୍ରୀପ୍ରୟାଗ ଧାମରେ ମହାପ୍ରଭୁ ଭକ୍ତ ପଣ୍ଡିତ ଶ୍ରୀଳ ରଘୁପତି ଉପାଦ୍ୟାୟଙ୍କ ମୁଖରୁ ଯେଉଁ ଶ୍ରୀକୃଷ୍ଣତତ୍ତ୍ଵ ବାହାର କରାଇ ସ୍ଵୟଂ ଶ୍ରୋତା ହୋଇ ଶୁଣିଥିଲେ ତାହା ଅଲକ୍ଷରରେ ଶ୍ରୀକୃଷ୍ଣତତ୍ତ୍ଵ ସୁନ୍ଦରରୂପେ ପ୍ରକାଶକରାଉଅଛି ,ଯଥା-

      “ପ୍ରଭୁ କହେ ଉପାଧ୍ୟାୟ ଶ୍ରେଷ୍ଠମାନ କାୟ

      ଶ୍ୟାମମେବଂ ପରଂ ରୂପଂ କହେ ଉପାଧ୍ୟାୟ ।

      ଶ୍ୟାମରୂପେର ବାସସ୍ଥାନ ଶ୍ରେଷ୍ଠ ମାନ କାୟ

      ପୁରୀ ମାଧୁପୁରୀ ବରା କହେ ଉପଧ୍ୟାୟ ।

      

ବାଲ୍ୟ ପୌଚଣ୍ଡ କୈଶୋର ଶ୍ରେଷ୍ଠମାନ କାୟ

      ବୟଃ କୈଶୋରକଂଧ୍ୟେୟଂ କହେ ଉପାଧ୍ୟାୟ ।

      ରସଗଣ ମଧ୍ୟେ ତୁମି ଶ୍ରେଷ୍ଠ ମାନକାୟ

      ଆଦ୍ୟ ଏବ ପରୋରସଃ କହେ ଉପାଧ୍ୟାୟ ।”

( ଚୈଃ ଚଃ ମଧ୍ୟ ୧୯ ପରି )

       ରସିକଶେଖର ଶ୍ରୀକୃଷ୍ଣଙ୍କର ଶ୍ୟାମସୁନ୍ଦର ନବକିଶୋର ନଟବରରୂପ ଯେ ସର୍ବୋକୃଷ୍ଟ ଏହି ଉପରୋକ୍ତ ପଂକ୍ତି ନିଚୟ ତାହାର ପ୍ରମାଣ ଦେଉଅଛି । ମହାପ୍ରଭୁ ନିଜେ ଶ୍ରୀକୃଷ୍ଣ ବନରେ ସ୍ଵାମୀଙ୍କୁ ଶିକ୍ଷାଦେବା କାଳରେ ଶ୍ରୀକୃଷ୍ଣ ମାଧୁର୍ଯ୍ୟ ସ୍ଫୁର୍ତ୍ତିହେତୁ ପ୍ରେମଗଦଗଦ ହୋଇ ଆଉ ଶିକ୍ଷାଦେଇ ନପାରି ସୁମଧୁର ଭାବରେ ଯେଉଁ ଗୀତ ଗାଇବାକୁ ଆମ୍ଭେ କରିଥିଲେ ତହିଁରେ ଶ୍ରୀକୃଷ୍ଣଙ୍କର ପ୍ରକୃତ ସ୍ଵରୂପ ଅତି ସୁମଧୁର ଭାଷାରେ ବ୍ୟକ୍ତ କରାଯାଇଅଛି । ନହେବ ବା କାହିଁକି ? ରାଧାଭାବ ବିଭାବିତ ସ୍ଵୟଂ ଶ୍ରୀକୃଷ୍ଣ ଭାବରେ ବିହ୍ଵଳ ହୋଇ ନିଜରୂପ ଆସ୍ଵାସନ କରୁଅଛନ୍ତି । ଏହାଠାରୁ ଅଧିକତର ମଧୁର କଣ ହୋଇପାରେ । ସେ ଗୀତ ଯଥା—

      କୃଷ୍ଣେର ଯତେକ ଖେଲା ସର୍ବୋତ୍ତମ ନରଲୀଲା

                  ନରବୟ ତାହାର ସ୍ଵରୂପ,

      ଗୋପବେଶ ବେଣୁ-କର                    ନବକିଶୋର ନଟବର

                  ନରଲୀଲାର ହୟ ଅନୁରୂପ ।

 

      ଯେ ରୂପେର ଏକକଣ                   ଡୁବାୟ ସବ୍ ତ୍ରିଭୁବନ

                  ସବପ୍ରାଣୀ କରେ ଆକର୍ଷଣ ।

 

      ଯୋଗମାୟା ଚିଚ୍ଛକ୍ତି                    ବିଶୁଦ୍ଧ ସତ୍ଵ ପରିଣତି

                  ତାରଶକ୍ତି ଲୋକେ ଦେଖାଇତେ,

      ଏଇ ରୂପ ରତନ                         ଭକ୍ତ ଗନେର ଗୂଢ଼ଧନ

                  ପ୍ରକଟ କୈଲ ନିତ୍ୟ ଲୀଲା ହୈତେ

 

      ରୁପ ଦେଖି ଆପନାର                   କୃଷ୍ଣେର ହୟ ଚମତ୍କାର

                  ଆସ୍ଵାଦିତେ ମନେ ଉଠେ କାମ,

      ସୁ ସୌଭାଗ୍ୟ ଯାର ନାମ                   ସୌନ୍ଦର୍ଯ୍ୟାଦି ଗୁଣ ଗ୍ରାମ

                  ଏହିରୂପ ତାର ନିତ୍ୟାଧାମ ।

 

      ଭୂଷଣେର ଭୂଷଣ ଅଙ୍ଗ                   ତାହା ଲଲିତ ତ୍ରିଭଙ୍ଗ

                  ତାର ଉପର ଭୂନୁ ବର୍ତ୍ତନ ।

      ତେରଛେ ନେତ୍ରାନ୍ତ ବାଣ                   ତାର ଦୃଢ଼ ସନ୍ଧାନ

                  ବିନ୍ଧେ ରାଧା ଗୋପୀଗଣ ମନ ।

 

      ବ୍ରହ୍ମାଣ୍ଡୋପରି ପରବ୍ୟୋମ            କାହାଁଯେ ସ୍ଵରୁପଗଣ

                        ତାସବାର ବଲେ ହରେ ମନ ।

      ପତିବ୍ରତା ଶିରୋମଣି                   ଯାରେ କହେ ବେଦବାଣୀ

                  ଆକର୍ଷୟେ ସେଇ ଲକ୍ଷ୍ମୀଗଣ ।

 

      ଚଢ଼ି ଗୋପୀ ମନୋରଥେ            ମନ୍ନଥେର ମନମଥେ

             ନାମଧରେ ମଦନ ମୋହନ ।

      ତିନି ପଞ୍ଚଶର ଦର୍ପ                  ସ୍ଵୟଂ ନବ କନ୍ଦର୍ପ

                  ରାସକରେ ଲଞ୍ଜଁ । ଗୋପୀଗଣ ।

 

      ନିଜସମ ସଖାସଙ୍ଗେ                  ଗୋଗଣ ଚାରଣ ରଙ୍ଗେ ।

                  ବୃନ୍ଦାବନେ ସ୍ଵଚ୍ଛନ୍ଦେ ବିହାର ।

      ଯାର ବେଣୁ ଧ୍ଵନି ଶୁନି                  ସ୍ଥାବର ଜଙ୍ଗମ ପ୍ରାଣୀ

                  ପୁଲ୍ଲକ କମ୍ପ ଅଶ୍ରୁ ବହେ ଧାର ।

 

      ମୁକ୍ତାହାର ବକପାଁତ                  ଇନ୍ଦ୍ରଧନୁ ପିଞ୍ଚତଥି

                  ପୀତାମ୍ବର ବିଜୁଳି ସଞ୍ଚାର ।

      କୃଷ୍ଣ ନବ ଜଳଧର                  ଜଗତ ଶସ୍ୟ ଉପର

             ବରଷିୟ ଲୀଳାମୃତ ଧାର ।

 

      ମାଧୁର୍ଯ୍ୟ ଭଗବତ୍ତା ସାର                   ବ୍ରଜେ କୈଲ ପରଚାର

             ତାହା ଶୁକ ବ୍ୟାସେର ନନ୍ଦନ ।

      ସ୍ଥାନେ ସ୍ଥାନେ ଭାଗବତେ                  ବର୍ଣ୍ଣିୟାଛେ ନାନାମତେ

             ତାହାଶୁଣି ନାଚେ ଭକ୍ତଗଣ ।

[ ଚୈଃ ଚଃ ମଧ୍ୟ ୨୧ ପରି ]

 

ଅତଏବ ଶ୍ରୀକୃଷ୍ଣହିଁ ଭଗବତ୍ତାରେ ସାର । ଅନ୍ୟସବୁ ଭଗବାନମାନେ ଏହାଙ୍କର ଅଂଶ ବା କଳା । ଶ୍ରୀଳ ଲୋଚନଦାସ ମଧ୍ୟ ସ୍ଥାନେ ସ୍ଥାନେ ଶ୍ରୀକୃଷ୍ଣଙ୍କର ତତ୍ତ୍ଵ ଉତ୍ତମରୂପେ ଅଳ୍ପାକ୍ଷରରେ ପ୍ରକାଶ କରି ଅଛନ୍ତି । ମହାପ୍ରଭୁ ତାଙ୍କର ପ୍ରିୟ ଭୃତ୍ୟ ମୁରାରିଗୁପ୍ତଙ୍କୁ କହିଅଛନ୍ତି “ମୁରାରି ! ପରମବ୍ରହ୍ମଙ୍କର ତନୁ ନରାକୃତି, ବର୍ଣ୍ଣ ଇନ୍ଦ୍ର ନୀଳମଣିର ବର୍ଣ୍ଣ ତୁଲ୍ୟ । ସେ ତ୍ରିଭଙ୍ଗିମ ଠାଣିରେ ଛିଡ଼ାହୋଇ ବଂଶୀ କରରେ ଧରି ସମଚିତ୍ତ ଆକର୍ଷଣ କରନ୍ତି ଏହି ରୂପକୁ ସତତ ମାନସରେ ଧ୍ୟାନକରି ଶ୍ରୀକୃଷ୍ଣଙ୍କୁ ଭଜନ କରିବ ।

ଯଥା-

       “ ଭଜିବେ ପରମବ୍ରହ୍ମ ନରାକୃତି ତନୁ

       ଇନ୍ଦ୍ରନୀଳ ବଋଣ ତ୍ରିଭଙ୍ଗ କରେ ବେଣୁ ।”

 

ଆହୁରି ଏକସ୍ଥାନରେ ମହାପ୍ରଭୁ ସେହି ମୁରାର ଗୁପ୍ତଙ୍କୁ କହୁଅଛନ୍ତି “ମୁରାରି ! ତୁମ୍ଭେ ନଟବର ଶେଖର ଶ୍ୟାମସୁନ୍ଦରଙ୍କୁ ଛାଡ଼ି ଅଧ୍ୟାତ୍ମମାର୍ଗରେ ରତଅଛ । ଇନ୍ଦ୍ର ନୀଳମଣି କାନ୍ତବିଶିଷ୍ଟ ପୀତାମ୍ବର ଶ୍ରୀକୃଷ୍ଣ ବନମାଳାରେ ଗଳ ଦେଶକୁ ଅଳକୃତ କରି ସତତ ବେଣବାଦନ ପୂର୍ବକ ଗୋପୀମାନଙ୍କୁ ଆକର୍ଷଣ କରି ନାନା ରସକେଳିରେ ମତ୍ତ ଅଛନ୍ତି । ଗୋପୀମଣ୍ଡଳୀ ମଣ୍ଡିତ ଶ୍ରୀକୃଷ୍ଣହିଁ ପରମ ଭଜନୀୟ । ତାଙ୍କୁ ଛାଡ଼ି ଅଧ୍ୟାତ୍ମ ଚର୍ଚ୍ଚାରେ ମାତି କି ସୁଖ ଲାଭ କରିବ ? ଯଥା---

       “ ନଟବର ଶେଖର ସୁନ୍ଦର ଶ୍ୟାମତନୁ

       ଇନ୍ଦ୍ରନୀଳମଣି କାନ୍ତି କରେ ବର ବେଣୁ ।

       ପୀତାମ୍ବର ଧର ବନମାଳା ଯାର ଗଲେ,

       ସେ ପ୍ରଭୁକେ ନାହିଁ ଭଜ ଗୋପୀଗନ ମେଲେ ।

[ ଚୈଃ ମଃ ]

ଏହି ଗୋପୀଗଣ ବେଷ୍ଟିତ ବ୍ରଜମଣ୍ଡଳର ଅଧୀଶ୍ଵର ଶ୍ରୀକୃଷ୍ଣ ସମସ୍ତଙ୍କର ଆଦି । ତେଣୁ ଏହାଙ୍କର ନାମ ଅବତାରାବଳୀବୀଜ । ବୈକୁଣ୍ଠପତି ଶ୍ରୀ ନାରାୟଣ ଏହାଙ୍କର ଅଂଶ, ଏହି ଶ୍ରୀକୃଷ୍ଣ ନବକିଶୋର ନଟବର ରୂପରେ ସତତ ଶ୍ରୀରାଧାଙ୍କ ସହ ଶ୍ରୀବୃନ୍ଦାବନରେ କ୍ରୀଡ଼ା କରୁଅଛନ୍ତି । ଏହି ମଧୁର ରସର କ୍ରୀଡ଼ାକୁ ଲକ୍ଷ୍ୟକରି ମହାପ୍ରଭୁ ଶ୍ରୀ ସନାତନଙ୍କୁ କହି ଅଛନ୍ତି ।

      ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ ନାୟକ ଶିରୋମଣି ।

      ନାୟିକାର ଶିରୋମଣି ରାଧାଠାକୁରାଣୀ ।

(ଚୈଃ ଚଃ ମଧ୍ୟ )

ଶ୍ରୀକୃଷ୍ଣ ନାୟକର ଶିରୋମଣି । ଏହି ନିମିତ୍ତ ସର୍ବପ୍ରକାର ମହତ ଗୁଣ ଏହାଙ୍କଠାରେ ବର୍ତ୍ତମାନ । ଅର୍ଥାତ୍ ଗୃ ୬୪ଣ ସମସ୍ତ ପୂର୍ଣ୍ଣମାତ୍ରାରେ ଏହାଙ୍କଠାରେ ବର୍ତ୍ତମାନ , (ଗୃଣ ସକଳ ନିମ୍ନରେ ଉଦ୍ଧୃତ )

 

ସମସ୍ତଙ୍କର ନେତା, ଶୋଭନାଙ୍ଗ, ସର୍ବସୁଲକ୍ଷଣଯୁକ୍ତ, ରୁଚିର, ତେଜୋଯୁକ୍ତ, ବଳୀୟାନ୍, ଚିରନବୀନ, ବିବିଧ ଭାଷାବତ୍,ସତ୍ୟବାଦୀ, ପ୍ରିୟମ୍ବଦ, ପ୍ଲବକ୍ତା, ସୁପଣ୍ଡିତ, ବୁଦ୍ଧିମାନ୍, ପ୍ରତିଭାଶାଳୀ, ସୁରସିକ, ଚତୁର, ଦକ୍ଷ, କୃତଜ୍ଞ, ଦୃଢ଼ବ୍ରତ, ଦେଶକାଳପାତ୍ରାଜ୍ଞ, ଶାସ୍ତ୍ରଚକ୍ଷୁ, ପବିତ୍ର, ଜିତେନ୍ଦ୍ରିୟ, ସ୍ଥିର, ଦାନ୍ତ, କ୍ଷମାଶୀଳ, ଗମ୍ଭୀର, ଧୃତିମାନ, ସାମ୍ୟପରାୟଣ, ବଦାନ୍ୟ, ଧାର୍ମିକ, ଶୂକ, କରୁଣ, ମାନଦ, ସୁଶୀଳ, ଲଜ୍ଜ୍ୟାଶୀଳ, ଶରଣଗତପାଳକ, ସୁଖୀ, ଭକ୍ତସୁହୃତ୍, ପ୍ରେମବଶୀଭୂତ, ସମସ୍ତଙ୍କର କଲ୍ୟାଣକାରୀ, ମହାପ୍ରତାପୀ, କୀର୍ତ୍ତିମାନ, ଲୋକାନୁବକ୍ତ, ସାଧୁମାନଙ୍କରଆଶ୍ରୟ, ନାରୀମନୋହାରୀ, ସର୍ବାରାଧ୍ୟ, ମହାସମୃଦ୍ଧିଶାଳୀ , ସର୍ବଶ୍ରେଷ୍ଠ, ଓ ଈଶ୍ଵର , ସ୍ଵରୂପାବସ୍ଥାରେ ସ୍ଥିତି, ସର୍ବଜ୍ଞ (ଅନ୍ତର୍ଯ୍ୟାମୀ), ନିତ୍ୟନୂତନ , ସଚ୍ଚିଦାନନ୍ଦ ବିଗ୍ରହ ଓ ସର୍ବସିଦ୍ଧି, ତାଙ୍କର ଆୟତ ।

ଅଚିନ୍ତନୀୟ ମହାଶକ୍ତିଶାଳୀ, କୋଟୀ ବ୍ରହ୍ମାଣ୍ଡ ବିଗ୍ରହ, ଅବତାରବଳୀରାଜ, ନିହତଅରିଗତିଦାତା, ଆତ୍ମାରାମ ଯୋଗୀଙ୍କ ଚିତ୍ତାକର୍ଷଣକାରୀ, ଚମତ୍କାରଲୀଳା ତରଙ୍ଗବାରିଧି, ପ୍ରିୟମଣ୍ଡଳକୁ ନିରୂପମ ମଧୁର ପ୍ରେମରେ ମଣ୍ଡିତକରି ରହିଅଛନ୍ତି । ମୁରଲୀରେ ତ୍ରିଜଗତ ଆକର୍ଷଣ କରି ଅସମାନୋର୍ଦ୍ଧ ରୂପକାନ୍ତିରେ ବିଶ୍ଵଚରାଚରକୁ ବିମୋହିତ କରୁଅଛନ୍ତି।

 

ପ୍ରଥମୋକ୍ତ ପଚାଶଗୁଣ ସାଧାରଣ ମନୁଷ୍ୟାଦିରେ ମଧ୍ୟ କିଛି , ଥାଇପାରେ ତତ୍ ପରେ ଆଉ ଅଧିକ ପାଞ୍ଚଗୁଣ ଗିରୀଶାଦିରେ ବର୍ତ୍ତମାନ , ତାହାଠାରୁ ପାଞ୍ଚଗୋଟି ଗଣଶ୍ରୀ ନାରାୟଣଙ୍କଠାରେ ବର୍ତ୍ତମାନ , କିନ୍ତୁ ଶେଷ ଯେ ଗୋଟି ଗୁଣ ଏହାକେବଳ ଶ୍ରୀକୃଷ୍ଣଙ୍କଠାରେ ବର୍ତ୍ତମାନ, ଏହା ଶ୍ରୀନାରାୟଣଙ୍କଠାରେ ମଧ୍ୟ ନାହିଁ ।

ଏହି ୬୪ଗୁଣ ବିଶିଷ୍ଟ ଶ୍ରୀକୃଷ୍ଣ ସତତ ବ୍ରଜମଣ୍ଡଳରେ ବାସକରନ୍ତି । ଏ ବ୍ରଜ ଛାଡ଼ି ଅନ୍ୟତ୍ର ଗମନ କରନ୍ତି ନାହିଁ । ମଥୁରା ଓ ଦ୍ଵାରିକାକୁ ଯେ ଗମନ କରିଥିଲେ ସେ ବାସୁଦେବ , ସ୍ଵୟଂ ବ୍ରଜେନ୍ଦ୍ରେନନ୍ଦନ ନୁହନ୍ତି , ତାହାଙ୍କର ଏକ ପ୍ରକାଶ ମୂର୍ତ୍ତି । ଯେତେବେଳେ ସେ ପ୍ରକାଶ ମୂର୍ତ୍ତି ମଥୁରାଗମନ କରନ୍ତି ତେତେବେଳେ ସ୍ଵୟଂ ବ୍ରଜେନ୍ଦ୍ରନନ୍ଦନ ଶ୍ରୀକୃଷ୍ଣ ଯୋଗମାୟାଙ୍କ ଶକ୍ତିରେ ଅଲକ୍ଷିତ ଭାବରେ ବ୍ରଜରେ ରହିଥାଆନ୍ତି । ଶ୍ରୀରୂପଗୋସ୍ଵାମୀ ସମସ୍ତ ଶ୍ରୀକୃଷ୍ଣ ଲୀଳାଘେନି ଖଣ୍ଡିଏ ନାଟକ ରଚନା କରୁ କରୁ ଶ୍ରୀବୃନ୍ଦାବନରୁ ଶ୍ରୀପୁରୁଷୋତ୍ତମକୁ ଯାତ୍ରାକଲେ । ପଥରେ ଓଡ଼ିଶାର ସତ୍ୟଭାମାପୁର ନାମକ ଗ୍ରାମରେ ପ୍ରବେଶ ହୋଇଅଛନ୍ତି , ଶ୍ରୀମତି ସତ୍ୟଭାମା ତାଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ “ରୂପ ! ତୁମ୍ଭେ ମୋ ସମ୍ବନ୍ଧରେ ଭିନ୍ନ ନାଟକ ରଚନା କର,ମୋର କୃପାରୁ ବିଲକ୍ଷଣ ନାଟକ ରଚିତ ହେବ ।” ସ୍ଵପ୍ନଭଙ୍ଗରେ ରୂପଗୋସ୍ଵାମୀ ମନେକଲେ ବ୍ରଜଲୀଳା ଓ ପୁରଲୀଳା ଏକତ୍ର କରି ନାଟକ କରୁଥିଲି କିନ୍ତୁ ବର୍ତ୍ତମାନ ଦେବୀ ସତ୍ୟଭାମା ମୋତେ ପୃଥକ୍ ନାଟକ ରଚନା କରିବାର ଆଦେଶ କଲେ । ଅତଏବ ମୁଁ ତାହାକୁ ଦୁଇ ଭାଗରେ ବିଭକ୍ତ କରି ଭିନ୍ନ, ନାଟକ ରଚନା କରିବି । ଏହିକଥା ମନେକରି ସେ ପୁରୁଷତ୍ତମରେ ପହଞ୍ଚିଲେ । ମହାପ୍ରଭୁ ରୂପଙ୍କ ପାଇ ପରମାନନ୍ଦ ଲାଭକଲେ ଏବଂ ବିଶେଷ କୃପା ପ୍ରଦର୍ଶନ ପୂର୍ବକ ଶ୍ରୀ ଅଦ୍ଵୈତାଚାର୍ଯ୍ୟ ଓ ଶ୍ରୀମାନ ନିତ୍ୟାନନ୍ଦ ଦୁହିଙ୍କୁ ରୂପପ୍ରତି କୃପା କରିବାର ଅନୁରୋଧ କଲେ ।

ମହାପ୍ରଭୁତ ପ୍ରାୟ ପ୍ରତ୍ୟୟ ଠାକୁର ଶ୍ରୀ ହରି ଦାସଙ୍କୁ ଦର୍ଶନ ଦିଅନ୍ତି , ରୂପମଧ୍ୟ ସେହିଠାରେ ବାସ କରୁଥିଲେ । ଏକଦିନ ମହାପ୍ରଭୁ ଯାଇ ରୂପ ଗୋସ୍ଵାମୀଙ୍କୁ ଡାକି କହିଲେ “ରୂପ ! ତୁମ୍ଭେ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କୁ ବ୍ରଜରୁ ବାହାର କରନାହିଁ । ସେ ବ୍ରଜଛାଡ଼ି ପଦମାତ୍ର ଅନ୍ୟତ୍ର ଗମନ କରନ୍ତି ନାହିଁ । ଯଦୁବଂଶୀୟ ବସୁଦେବ ନନ୍ଦନ କୃଷ୍ଣ ଓ ବ୍ରଜ ମଣ୍ଡଳସ୍ଥ ନନ୍ଦନନ୍ଦନ ଶ୍ରୀକୃଷ୍ଣ ଏଥିରେ ପାର୍ଥକ୍ୟ ଅଛି । ଯଥା—

      

“କୃଷ୍ଣକେ ବାହିର ନାହିଁ କରିହ ବ୍ରଜହୈତେ ।

      ବ୍ରଜଛାଡ଼ି କୃଷ୍ଣ କଭୁ ନା ଯାନ କାହା ତେ,

(ଚୈ ଅନ୍ତ୍ୟ ୧ମନ୍ଦିର)

ଶ୍ରୀରୂପ ଗୋସ୍ଵାମୀ ତେତେବେଳେ ଭାବିଲେ,ପୂର୍ବେ ଦେବୀ ଶ୍ରୀ ସତ୍ୟଭାମା ମୋତେ ସ୍ଵପ୍ନରେ ଦୁଇ ନାଟକ ପୃଥକ୍ କରିବାକୁ ଆଦେଶ କରିଥିଲେ । ବର୍ତ୍ତମାନ ସ୍ଵୟଂ ମହାପ୍ରଭୁ ମଧ୍ୟ ସାକ୍ଷାତରେ ସେହି ଆଦେଶ କଲେଣି, ଅତଏବ ମୁଁ ବ୍ରଜଲୀଳା ଓ ପୁରଲୀଳାକୁ ପୃଥକ କରି ଦୁଇ ଭିନ୍ନ ନାଟକ ରଚନା କରିବି । ଶ୍ରୀମାନ ନାରାୟଣ ଅଂଶ , ଶ୍ରୀକୃଷ୍ଣ ମୂଳ,ପୁଣି ନନ୍ଦନନ୍ଦନ ଶ୍ରୀକୃଷ୍ଣ ଓ ବସୁଦେବ ନନ୍ଦନ ଶ୍ରୀକୃଷ୍ଣ ଏକ ନୁହନ୍ତି ବିଭିନ୍ନ ଅର୍ଥାତ୍ ମୂଳ ଏବଂ ତାଙ୍କର ପ୍ରକାଶ ଏହିରୂପ ବିଭିନ୍ନ । ଶ୍ରୀକୃଷ୍ଣ ବ୍ରଜ,ମଥୁରା ଓ ଦ୍ଵାରିକାଦିରେ ପୂର୍ଣ୍ଣତମ, ପୂର୍ଣ୍ଣତର ଓ ପୂର୍ଣ୍ଣ ଏହି ପ୍ରକାର ନାନାଉକ୍ତି ଶ୍ରୀଚୈତନ୍ୟଚରିତାମୃତ ମଧ୍ୟ ଲୀଳା ୨୦ ପରିଚ୍ଛେଦ ସନାତନ ଶିକ୍ଷାରେ ରହିଅଛି । ଏସବୁ ପ୍ରଥମେ ସାଧାରଣ କର୍ଣ୍ଣକୁ ଅଡୁଆ ଲାଗିପାରେ । ସହଜରେ ଏହା କେହି ପ୍ରତ୍ୟୟ କରିବେ ନାହିଁ । କିନ୍ତୁ ଏମାନ ମୋର କପୋଳକଲ୍ଲିତ ନୁହେ । ଗୋସ୍ଵାମୀଗଣ ବହୁଳ ପ୍ରମାଣ ସହ ଏହି ସିଦ୍ଧାନ୍ତ କରି ଆମ୍ଭମାନଙ୍କ ପାଇଁ ରଖିଯାଇ ଅଛନ୍ତି ,ବୁଦ୍ଧି କିମ୍ବା ପାଣ୍ଡିତ୍ୟ ଦ୍ଵାରା ଈଶ୍ଵରତତ୍ତ୍ଵ କେହି ସ୍ଥିର କରି ପାରିବେ ନାହିଁ । ଭଗବତ୍ ତତ୍ତ୍ଵ ଜାଣିବାର ଏକମାତ୍ର କାରଣ ଭଗବତ୍ କୃପା । ଭଗବାନଙ୍କର କୃପା ହେଲେ ମୂର୍ଖମଧ୍ୟ ଭଗବତ୍ ତତ୍ତ୍ୱ ଜାଣିପାରେ ,ମହାପ୍ରଭୁ ସନ୍ନ୍ୟାସ ହୋଇ ଶ୍ରୀପୁରୁଷୋତ୍ତମରେ ଆସି ପହଞ୍ଚିଲେ ଏବଂ ଶ୍ରୀ ଜଗନ୍ନାଥ ଦେବଙ୍କୁ ଦର୍ଶନ କରିବାକୁ ଯାଇ ତାଙ୍କ ସମ୍ମୁଖରେ ମୂର୍ଚ୍ଛିତ ହୋଇ ପଡ଼ିଲେ, ତେତେବେଳେ ପଣ୍ଡିତ ପ୍ରବର ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଠାରେ ଉପସ୍ଥିତ ଥିଲେ । ବହୁକ୍ଷଣ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଚୈତନ୍ୟ ନଆସନ୍ତେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ନିଜ ଗୃହକୁ ନେଇଗଲେ , ଏହି ମୂର୍ଚ୍ଛାକାଳରେ ମହାପ୍ରଭୁଙ୍କର ଅଷ୍ଟସାତ୍ତ୍ଵିକ ଭାବ ପୂର୍ଣ୍ଣମାତ୍ରାରେ ଅବଲୋକବ କରି ମଧ୍ୟ ସାର୍ବଭୌମଙ୍କର ତାଙ୍କ ପ୍ରତି ଈଶ୍ଵର ଜ୍ଞାନ ହୋଇ ନ ଥିଲା । କାରଣ “ଦେଖିଲେ ନା ଦେଖେ ତାରେ ବହିର୍ମୁଖ ଜନ” (ଚୈଃ ଚଃ ଅନ୍ତ୍ୟ) । ସେ ମହାପ୍ରଭୁଙ୍କୁ ସାଧାରଣ ମନୁଷ୍ୟ ଓ ନବୀନ ସନ୍ନ୍ୟାସୀ ମନେ କରି ସ୍ନେହପରବଶ ହୋଇ ସ୍ଵୀୟ ଭଗ୍ନୀପତି ଶ୍ରୀ ଗୋପୀନାଥାଚାର୍ଯ୍ୟଙ୍କୁ ମହାପ୍ରଭୁଙ୍କର ସମସ୍ତ ପରିଚୟ ପଚାରିଲେ ଏବଂ ମହାପ୍ରଭୁଙ୍କର ଭାରତୀ ସମ୍ପ୍ରଦାୟରୁ ସନ୍ନ୍ୟାସ ଗ୍ରହଣଶୁଣି କହିଲେ , ଆହା ଏହାଙ୍କର ପୂର୍ଣ୍ଣ ଯୌବନାବସ୍ଥା,ଏହାଙ୍କର ସନ୍ନ୍ୟାସଧର୍ମ ରକ୍ଷା କିପରି ହେବ ? ଏହାଙ୍କୁ ମୁଁ ବେଦାନ୍ତ ଶ୍ରବଣ କରାଇବି ଏବଂ ବୈରାଗ୍ୟ ଅଦ୍ଵୈତ ମାର୍ଗରେ ପ୍ରବେଶ କରାଇବି | ଏବଂ ଯଦି ସ୍ଵୀକୃତ ହୁଅନ୍ତି ତେବେ ଯୋଗପଟ୍ଟଦେଇ ଉତ୍ତମ ସମ୍ପ୍ରଦାୟରେ ପୁନଃ ସଂସ୍କାର କରାଇବି । ଏ ସମସ୍ତ ଗୋପୀନାଥ ଆଚାର୍ଯ୍ୟଙ୍କୁ ସହ୍ୟ ହେଲା ନାହିଁ କାରଣ ସେ ମହାପ୍ରଭୁ ଯେ ସ୍ଵୟଂ ଭଗବାନ ତାହା ଉତ୍ତମ ରୂପେ ଜାଣିଥିଲେ । ତହୁଁ ଗୋପୀନାଥ ଆଚାର୍ଯ୍ୟ କହିଲେ ଭଟ୍ଟାଚାର୍ଯ୍ୟେ । ତୁମ୍ଭେ ଏହାଙ୍କ ମହିମା ଜାଣ ନାହିଁ ,ଏ ଯେ ସ୍ଵୟଂ ଭଗବାନ ଶ୍ରୀଭଗବତଲକ୍ଷଣମାନ ଏହାଙ୍କଠାରେ ପୂର୍ଣ୍ଣରୂପେ ବିଦ୍ୟମାନ । ଗୋପୀନାଥାଚାର୍ଯ୍ୟଙ୍କ ମୁଖରୁ ଏହିକଥା ଉଚ୍ଚାରିତ ହେବାମାତ୍ରକେ ସାର୍ବଭୌମଙ୍କ ଶିଷ୍ୟବୃନ୍ଦ ତାହାଙ୍କୁ ହାସ୍ୟରେ ଉଡ଼ାଇଦେଲେ,ଏବଂ ତାଙ୍କ ସହ ନାନାତର୍କଯୁକ୍ତି ଆରମ୍ଭ କଲେ । ଅନୁମାନ ଦ୍ଵାରାହିଁ ଈଶ୍ଵର ଜ୍ଞାନ ସିଦ୍ଧ ହୁଏ । ନାନା ବାକଜାଲ ବିସ୍ତାର ପୂର୍ବକ ଏହି ଶାସ୍ତ୍ରୀୟ ପ୍ରମାଣ ଆବୃତ୍ତି କରିବାକୁ ଲାଗିଲେ । ଗୋପୀନାଥ ସେତେବେଳେ ଦେଖିଲେ ଏ ଜ୍ଞାନ ମୂର୍ଖମାନଙ୍କୁ ପରାସ୍ତ କରିବାତ ସହଜ ନୁହେ । ସେ ତହୁଁ କହିଲେ ,ଦେଖ ତୁମ୍ଭମାନଙ୍କ ହୃଦୟ ତର୍କ କାଳରେ ଆଚ୍ଛନ୍ନ । ତୁମ୍ଭେମାନେ ଈଶ୍ଵରତ୍ତ୍ଵ କିରୂପେ ଜାଣି ପରିବ । ଈଶ୍ଵରତତ୍ତ୍ଵ କେବଳ ଈଶ୍ଵରଙ୍କର କୃପାଦ୍ଵାରା ଜଣାଯାଏ । ଯଥା –

      

“ଈଶ୍ଵରେର କୃପାଲେଶ ହୟତ ଯାଁହାରେ;

      ସେଇତ ଈଶ୍ଵର ତତ୍ତ୍ଵ ଜାଣିବାରେ ପାରେ ।

                        (ଚୈଃ ଚଃ ମଧ୍ୟ)

ଏହିଉକ୍ତି ମଧ୍ୟ ସେହି ସାର୍ବ ଭୌମ ଭଟ୍ଟାଚାର୍ଯ୍ୟଙ୍କ ଠାରେ ପ୍ରମାଣୀକୃତ ହୋଇଥିଲା । ମହାପ୍ରଭୁଙ୍କୁ ଶାସ୍ତ୍ରଶିକ୍ଷା ଦେବାକୁ ଯାଇ ପଣ୍ଡିତପ୍ରବର ନିଜେ ତାଙ୍କ କୃପା ଲାଭ କରି ତାଙ୍କ ତତ୍ତ୍ଵ ବୁଝିପାରିଥିଲେ । ତାହା ତାଙ୍କ ନିଜକୃତ ଶ୍ଲୋକରେ ଉତ୍ତମରୂପେ ପ୍ରକାଶିତ ହୋଇଅଛି ।

ଏହି ପଣ୍ଡିତ ପ୍ରବର ସାର୍ବଭୌମଙ୍କୁ ବୁଝାଇବାକୁ ଯାଇ ମହାପ୍ରଭୁ ଚିରାକାର ବାଦ ଖଣ୍ଡନ ପୂର୍ବକ ସାକାର ବାଦ ସ୍ଥାପନ କରିଥିଲେ । କେତେକ ମତରେ ଈଶ୍ଵର ନିରାକାର ବୋଲି ସ୍ଥାପିତ ହୋଇଅଛି । ସାର୍ବଭୌମ ମହାପ୍ରଭୁଙ୍କୁ ବେଦାନ୍ତ ଶ୍ରବଣ କରାଇବାକୁ ଲାଗିଲେ । ସାତଦିନ କାଳ ମହାପ୍ରଭୁ ତାଙ୍କଠାରୁ ବେଦାନ୍ତ ଶ୍ରବଣ କରି ହଁ କି ନା କିଛିମାତ୍ର ଉତ୍ତର ଦେଲେନାହିଁ । ସାର୍ବଭୌମ ଏଥିରେ ବିସ୍ମିତ ହୋଇ ପଚାରିଲେ “ଆପଣ ସପ୍ତଦିବସାବଧି ମୋଠାରୁ ବେଦାନ୍ତ ଶ୍ରବଣ କରୁଅଛନ୍ତି ,କିନ୍ତୁ ବୁଝି ପାରୁ ଅଛନ୍ତି କି ନାହିଁ ମୁଁ କିଛି ଜାଣିପାରିଲି ନାହିଁ ।” ମହାପ୍ରଭୁ କହିଲେ ,ମୁଁ ମୂର୍ଖ, ପଢ଼ାଶୁଣତ ମୋର ନାହିଁ । ଆପଣ ଶୁଣିବାକୁ କହିଲେ ମୁଁ ଶୁଣୁଅଛି ,କିନ୍ତୁ ଆପଣଙ୍କର ଅର୍ଥାତ୍ ମୁଁ ବୁଝି ପାରୁନାହିଁ । ସାର୍ବଭୌମ କହିଲେ ଏତ ବେଶ୍ କଥା ,ଯଦି ଆପଣ ବୁଝିପାରୁନାହାଁନ୍ତି ତେବେ ବୁଝିବା ପାଇଁ ପଚାରୁ ନାହାନ୍ତି କାହିଁକି। ଆପଣ ତ ମନାବଲମ୍ବନ କରି ଶୁଣି ଅଛନ୍ତି ,ଆପଣ ବୁଝିନପାରିଲେ ବୋଲି ମୁଁ ଜାଣିବି କିପରି । ମହାପ୍ରଭୁ କହିଲେ “ପଣ୍ଡିତ ମହାଶୟ ! ସୂତ୍ରର ଅର୍ଥାତ୍ ନିର୍ମ୍ମଳ ,କିନ୍ତୁ ଆପଣ ସେ ଭାଷ୍ୟ ମେଘରେ ତାହା ଆଚ୍ଛାଦନ କରୁ ଅଛନ୍ତି ସେଥିରୁ କିଛିମାତ୍ର ସୂତ୍ରର ପ୍ରକୃତ ଅର୍ଥ ଜଣା ପଡ଼ୁନାହିଁ ,ଆପଣତ ମୁଖ୍ୟାର୍ଥ ପରିତ୍ୟାଗ ପୂର୍ବକ ଗୌଣାର୍ଥ ବ୍ୟକ୍ତ କରୁଅଛନ୍ତି ,ମୁଁ ବୁଝିବି କଣ ? ଭଗବାନ ସର୍ବୈଶ୍ଵର୍ଯ୍ୟପୂର୍ଣ୍ଣ ସଚ୍ଚିଦାନନ୍ଦ ବିଗ୍ରହ । ତାଙ୍କୁ ଆପଣ ନିରାକାର ବୋଲି ସ୍ଥାପନ କରୁଅଛନ୍ତି । ଯଥାଃ----

 

      “ସର୍ବୈଶ୍ଵର୍ଯ୍ୟ ପରିପୂର୍ଣ୍ଣ ସ୍ଵୟଂ ଭଗବାନ୍,

      ତାରେ ନିରାକାର କରି କରାହ ବ୍ୟାଖ୍ୟାନ ।

(ଚୈ ଚ ମଧ୍ୟ)

ଭଗବାନ ଷଡୈଶ୍ଵର୍ଯ୍ୟ ପୂର୍ଣ୍ଣ ଆନନ୍ଦମୟ ବିଗ୍ରହଧାରୀ ଅଟନ୍ତି । ଆପଣ ସ୍ଵତର ମୁଖ୍ୟାର୍ଥ ଛାଡି ଲକ୍ଷଣା ଦ୍ଵାରା ତାଙ୍କୁ ନିରାକାର ବୋଲି ପ୍ରତିପାଦନ କରୁଅଛନ୍ତି ଯଥାଃ----

      “ଷଡୈଶ୍ଵର୍ଯ୍ୟ ପୂର୍ଣ୍ଣାନନ୍ଦ ବିଗ୍ରହ ଯାହାର,

ହେନ ବଗବାନେ ତୁମି କହ ନିରାକାର ।

 

ଈଶ୍ଵର ମାୟାଧୀଶ, ଜୀବ ମାୟାବଶ,ସେହି ମାୟାବଶ ଜୀବକୁ ଈଶ୍ଵରଙ୍କ ସହ ଅଭେଦ ବୋଲି ପ୍ରକାଶ କରୁ ଅଛନ୍ତି । ଯଥାଃ—

      “ମାୟାଧୀଶ ମାୟାବଶ ଈଶ୍ଵରେ ଜୀବେ ଭେଦ,

      ହେନ ଜୀବ ଈଶ୍ଵର ସହ କରତ ଅଭେଦ ।

(ଚୈ ଚ ମଧ୍ୟ)

 

ଈଶ୍ଵରଙ୍କ ବିଗ୍ରହ ସଚ୍ଚିଦାନନ୍ଦମୟ । ଆପଣ ସେହି ସଚ୍ଚିଦାନନ୍ଦ ବିଗ୍ରହଙ୍କୁ ସତ୍ଵଗୁଣର ବିକାର ବୋଲି ସ୍ଥାପନ କରୁଅଛନ୍ତି । ସେ ଭଗବାନଙ୍କ ଶ୍ରୀବିଗ୍ରହ ସ୍ଵୀକାର ନକରେ ସେ ପାଷଣ୍ଡ ମଧ୍ୟରେ ପରି ଗଣିତ । ଯଥାଃ—

      ଶ୍ରୀ ବିଗ୍ରହ ଯେ ନାମାନେ ସେଇତ ପାଷଣ୍ଡୀ,

      ଅସ୍ପୃଶ୍ୟ ଅଦୃଶ୍ୟ ସେଇ ହୟ ଯମ ଦଣ୍ଡୀ ।

(ଚୈଃ ଚଃ ମଧ୍ୟ)

ଏହିରୂପ ଭଗବତ୍ ତତ୍ତ୍ୱ ସ୍ଥାପନ କରନ୍ତେ ପଣ୍ଡିତ ପ୍ରବର ସାର୍ବଭୌମ୍ୟ ଭଟ୍ଟାଚାର୍ଯ୍ୟ ଅବାକ୍ ହୋଇ ଚାହିଁ ରହିଲେ । ତାଙ୍କ ମୁଖରୁ ବାକ୍ୟ ନିସୃତ ହେଲାନାହିଁ ,ସେ ଆତ୍ମାରାମ ଶୋକ ବ୍ୟାଖ୍ୟା କରିବାକୁ ମହାପ୍ରଭୁଙ୍କୁ ଅନୁରୋଧ କଲେ । ମହାପ୍ରଭୁ କହିଲେ ଆଗେ ଆପଣ ସେ ଶ୍ଲୋକର ଅର୍ଥ କରନ୍ତୁ ପରେ ମୁଁ ତାହାର ଅର୍ଥ କରିବି । ଭଟ୍ଟାଚାର୍ଯ୍ୟ ଉକ୍ତ ଶ୍ଲୋକର ୯ ପ୍ରକାର ଅର୍ଥ କଲେ ,ମହାପ୍ରଭୁ ତେତେବେଳେ ତାଙ୍କୁ ପ୍ରଶଂସା ପୂର୍ବକ କହିଲେ ଆପଣ ସାକ୍ଷାତ୍ ବୃହସ୍ପତି ,ନୋଚେତ୍ ଏହି ଶ୍ଲୋକର ଏରୂପ ନବବିଧ ଅର୍ଥ କେହି କରି ପାରନ୍ତେ ନାହିଁ । ତତ୍ ପରେ ସେ ନବ ଅର୍ଥରୁ ଏକମାତ୍ର ସ୍ପର୍ଶ ନକରି ଅଷ୍ଠାଦଶ ପ୍ରକାର ଅର୍ଥ ନିଜେ ପ୍ରକାଶ କଲେ । ତାହାଶୁଣି ଓ ମହାପ୍ରଭୁଙ୍କ କୃପା ଲାଭକରି ସାର୍ବଭୌମ ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ବୋଲି ଜାଣିପାରିଲେ ,ଏବଂ ମହାପ୍ରଭୁ ମଧ୍ୟ ପ୍ରଥମେ ତାଙ୍କୁ ଚତୁର୍ଭୁଜ ମୂର୍ତ୍ତି ଦର୍ଶନ କରାଇଲେ ଓ ପରେ ବଂଶୀବଦନ ଶ୍ୟାମସୁନ୍ଦରରୂପ ଦେଖାଇ ତାଙ୍କୁ ଆତ୍ମସାତ୍ କଲେ ।

ଏହିରୂପ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଶ୍ରୀକୃଷ୍ଣ ଯେ ଷଡୈଶ୍ଵର୍ଯ୍ୟ ପୂର୍ଣ୍ଣ ଭଗବାନ୍ ଏବଂ ସେ ଯେ ବର୍ତ୍ତମାନ ଶ୍ରୀକୃଷ୍ଣ ଚୈତନ୍ୟ ରୂପରେ ଧରାରେ ଅବତୀର୍ଣ୍ଣ ଏହିସବୁ ତତ୍ତ୍ଵ ବୁଝି ପରିଲେ ।

ଶ୍ରୀକୃଷ୍ଣ ବିଗ୍ରହ ଯେ ସତ୍ୟ ଏହା ମହାପ୍ରଭୁ କାଶୀଧାମରେ ପଣ୍ଡିତ ପ୍ରବର ଶ୍ରୀ ପ୍ରକାଶାନନ୍ଦ ସରସ୍ଵତୀଙ୍କ ଠାରେ ପ୍ରତିପନ୍ନ କରାଇ ଦଶମହସ୍ର ଶିଷ୍ୟସହ ପ୍ରକାଶାନନ୍ଦଙ୍କ ଅସସାତ୍ କରିଥିଲେ | ଏବଂ ସେ ମାୟାବାଦୀ ସନ୍ନ୍ୟାସୀଗଣ ମହାପ୍ରଭୁଙ୍କ କୃପାରେ ମାୟାବାଦ ପରିତ୍ୟାଗ ପୂର୍ବକ ଶ୍ରୀକୃଷ୍ଣ ଷଡୈଶ୍ଵର୍ଯ୍ୟ ପୂର୍ଣ୍ଣ ଭଗବାନ ଏହି ମତ ଗ୍ରହଣ କରିଥିଲେ । ପ୍ରକାଶାନନ୍ଦଙ୍କ କୃତ ଶ୍ରୀ ଚୈତନ୍ୟଚନ୍ଦ୍ରାମୃତ ଏହାର ଉତ୍ତମ ସାକ୍ଷ୍ୟ ପ୍ରଦାନ କରୁଅଛି, ମହାପ୍ରଭୁ ସନ୍ନ୍ୟାସ ଗ୍ରହଣପରେ ଶ୍ରୀବୃନ୍ଦାବନକୁ ଯାଇ ପ୍ରତ୍ୟାଗମନ ସମୟରେ ଶ୍ରୀକାଶୀଧାମରେ ଦୁଇମାସ ଧରି ସନାତନ ଗୋସ୍ଵାମୀଙ୍କୁ ଶ୍ରୀକୃଷ୍ଣ ତତ୍ତ୍ଵାଦି ଶିକ୍ଷାଦେଲେ, ଏବଂ ଏହି ସମୟରେ ପ୍ରକାଶାନନ୍ଦଙ୍କୁ କୃପାପୂର୍ବକ ଉଦ୍ଧାର କଲେ । କିନ୍ତୁ ଏହାର ବହୁଦିନ ପୂର୍ବରୁ ମହାପ୍ରଭୁ ଯେତେବେଳେ ନିଦୟାରେ ବିହାର କରୁଥିଲେ ତେତେବେଳୁଁ କାଶୀଧାମର ପ୍ରକାଶାନନ୍ଦ ତାଙ୍କର (ମହାପ୍ରଭୁଙ୍କର ) ଲକ୍ଷ୍ୟ ହୋଇଥିଲେ । ଏକଦିନ ମହାପ୍ରଭୁ ମୁରାରିଗୁପ୍ତଙ୍କ ଘରକୁ ଯାଇ ବରାହାବତାର ଆବେଶରେ ମୁରାରିଙ୍କୁ କେତେକ ତତ୍ତ୍ଵକଥା କହିଥିଲେ ,ସେହି ସମୟରେ ସେ କହିଥିଲେ କାଶୀରେ ପ୍ରକାଶାନନ୍ଦ ନାମକ ଏକ ମୂର୍ଖ ପଣ୍ଡିତ ବାସ କରୁଅଛି , ସେ ମୋର ବିଗ୍ରହ ସ୍ଵୀକାର ନକରି ମୋର ଅଙ୍ଗକୁ ଖଣ୍ଡ କରୁଅଛି ,ସେହି ଅପରାଧରେ ତାହାର ଅଙ୍ଗରେ କୁଷ୍ଠ ଜାତ ହେଲେ ମଧ୍ୟ ସେ ତାହା ବୁଝିପାରୁ ନାହିଁ । ଯଥା;----

 

      କାଶୀତେ ପଢ଼ାୟ ବେଟା ପ୍ରକାଶ ଆନନ୍ଦ

      ସେଇବେଟା କରେ ମୋର ଅଙ୍ଗ ଖଣ୍ଡ ଖଣ୍ଡ ।

      ବାଖାନୟ ବେଦ ମୋର ବିଗ୍ରହ ନା ମାନେ ,

      ସର୍ବ ଅଙ୍ଗେହୈଲ କୁଷ୍ଠ ତବୁ ନାହିଁ ଜାନେ ।

 

      ସର୍ବ ଯଜ୍ଞ ମୟ ମୋର ଯେ ଅଙ୍ଗ ପବିତ୍ର

      ଅଜ ଭବ ଆଦି ଗାୟ ଯାହାର ଚରିତ୍ର ।

      ପୂଣ୍ଣ୍ୟ ପବିତ୍ର ପାୟ ଯେ ଅଙ୍ଗ ପରଶେ,

      ତାହା ମିଥ୍ୟା ବଲେ ବେଟା କେମନ ସାହସେଁ ।

(ଚୈଃ ଭଃ ମଧ୍ୟ ୩)

ସେହି ମୁରାରିଗୁପ୍ତଙ୍କୁ ଅନ୍ୟ ଏକ ସମୟରେ ମଧ୍ୟ ସେହିରୂପ କଥା କହିଥିଲେ ଯଥା—

            

ସନ୍ନ୍ୟାସୀ ପ୍ରକାଶାନନ୍ଦ ବସୟେ କାଶୀତେ

      ମୋର ଖଣ୍ଡ ଖଣ୍ଡ କରେ ବେଟା ଭାଲମତେ ।

            ପଡ଼ାୟ ବେଦାନ୍ତ ମୋର ବିଗ୍ରହ ନାମାନେ

      କୁଷ୍ଠ କରାଇଲ ଅଙ୍ଗେ ତବୁ ନାହିଁ ଜାନେ ।

      

ଅନନ୍ତ ବ୍ରହ୍ମାଣ୍ଡ ମୋର ଯେ ଅଙ୍ଗତେ ବସେ

      ତାହାମିଥ୍ୟାବଲେ ବେଟା କେମନେ ସାହସେ,

      ସତ୍ୟ କହି ମୁରାରି ଅମାର ତୁମି ଦାସ

      ଯେ ନାମାନେ ମୋର ଅଙ୍ଗ ସେ ଯାଏ ବିନାଶ ।

(ଚୈଃ ଭାଃ ମଧ୍ୟ ୨0)

ଯେଉଁ ପ୍ରକାଶାନନ୍ଦଙ୍କୁ ଲକ୍ଷ୍ୟକରି ନଦିୟାରେ ମହାପ୍ରଭୁ ଏରୂପ କଟାକ୍ଷ କରିଥିଲେ, କେତେକବର୍ଷ ପରେ ସନ୍ନ୍ୟାସୀ ହୋଇ ଶ୍ରୀପୁରୁଷୋତ୍ତମରେ ବାସ କରି ଶ୍ରୀବୃନ୍ଦାବନକୁ ଯାଇ ସେଠାରୁ ଫେରିବା କାଳରେ ସେ ସେହି ମାୟାବାଦୀ ପଣ୍ଡିତ ପ୍ରବର ପ୍ରକାଶାନନ୍ଦଙ୍କୁ ଅଶେଷ କୃପାପୁର୍ବକ ଶ୍ରୀକୃଷ୍ଣଙ୍କର ବିଗ୍ରହ ଯେ ସତ୍ୟ ଓ ନିତ୍ୟ ଏହା ବେଦରୁ ବୁଝେଇ ଥିଲେ । ଯଥା –

 

      ବୃହତ୍ ବସ୍ତୁ ବ୍ରହ୍ମକହି ଶ୍ରୀ ଭଗବାନ୍

      ଷଡ଼ବିଧ ଐଶ୍ଵର୍ଯ୍ୟ ପୂର୍ଣ୍ଣ ପରତତ୍ତ୍ଵ ଧାମ,

(ଚୈଃ ଚଃ ଆଦି ୭ ପରି)

ଏହିରୂପେ ମହାପ୍ରଭୁ ମହାପଣ୍ଡିତ ପ୍ରକାଶାନନ୍ଦଙ୍କୁ ବୁଝାଇ ଦେଇଥିଲେଯେ ଆପନମାନେ ଈଶ୍ଵର ନିରାକାର ବୋଲି ସେ ସ୍ଥାପନ କରୁଅଛନ୍ତି ,ତାହାବେଦର ମୁଖ୍ୟାର୍ଥ ନୁହେ,ଆପଣମାନେ ଶ୍ରୀମଚ୍ଛଙ୍କରାଚାର୍ଯ୍ୟଙ୍କ କଳ୍ପିତ ଭାଷ୍ୟାନୁସାରେ ଲକ୍ଷଣାଦ୍ଵାରା ଏରୂପ ଅର୍ଥ କରୁଅଛନ୍ତି , କିନ୍ତୁ ବେଦର ମୁଖ୍ୟାର୍ଥ ଶ୍ରୀଭଗବାନଙ୍କୁ ଷଡୈଶ୍ଵର୍ଯ୍ୟପୂର୍ଣ୍ଣବିଗ୍ରହ ବୋଲି ପ୍ରମାନ କରାଉଅଛି ,ଏହି କଥା ଶ୍ରୀପ୍ରକାଶାନନ୍ଦ ସରସ୍ଵତୀଙ୍କ ଏକ ଯୋଗ୍ୟଶିଷ୍ୟ ଓ ମହାପଣ୍ଡିତଙ୍କ ବାକ୍ୟରୁ ମଧ୍ୟ ପ୍ରମାଣୀକୃତ ହୋଇଅଛି ,ସେ ମହାପ୍ରଭୁଙ୍କ ବେଦ ଓ ଉପନିଷଦ ବ୍ୟାଖ୍ୟାର ପ୍ରଶଂସା ପୂର୍ବକ କହିଥିଲେ, “ଶ୍ରୀକୃଷ୍ଣ ଚୈତନ୍ୟ ଯେ ବ୍ରହ୍ମଶବ୍ଦ ଷଡୈଶ୍ଵର୍ଯ୍ୟପୂର୍ଣ୍ଣ ଭଗବାନ ବୋଲି ବ୍ୟାଖ୍ୟା କଲେ ତାହା ଅତି ସତ୍ୟ; ତାଙ୍କୁ ନିର୍ବିଶେଷ ବୋଲି ସ୍ଥାପନ କଲେ ପୂର୍ଣ୍ଣତାର ହାନି ହୁଏ । ପ୍ରକୃତରେ ଚିଦାନନ୍ଦ ଶ୍ରୀକୃଷ୍ଣବିଗ୍ରହକୁ ମାୟିକ ମନେ କରିବା ପାପ ଜନକ । ଯଥା—

 

      “ଚିଦାନନ୍ଦ କୃଷ୍ଣ ବିଗ୍ରହ ମାୟିକ କରି ମାନି

      ଏଇ ବଡ଼ ପାପ ସତ୍ୟ ଚୈତନ୍ୟେର ବାଣୀ ।”

                         (ଚୈଃ ଚଃ ମଧ୍ୟ)

ଅତଏବ ଏହି ସମସ୍ତ ପ୍ରମାଣରୁ ଏହା ଉତ୍ତମରୂପେ ପ୍ରତିପନ୍ନ ହୋଇଅଛି ଯେ ଶ୍ରୀକୃଷ୍ଣ ହିଁ ଆଦିପୁରୁଷ ଏବଂ ସର୍ବକାରଣର କାରଣ । ସେ ଅବତାରୀ ଓ ମତ୍ସକୁର୍ମାଦି ତାଙ୍କର ଅବତାର ,ସେ ବ୍ରହ୍ମାବିଷ୍ଣୁ ଶିବଙ୍କୁ ସୃଜନ ପାଳନ ଓ ସଂହାର କାର୍ଯ୍ୟରେ ନିଯୁକ୍ତ କରିଅଛନ୍ତି ,ଅନ୍ୟ ସକଳ ତାଙ୍କର ଅଜ୍ଞାନୁସରଣକରି ଚଳୁ ଅଛନ୍ତି ,ଶ୍ରୀକୃଷ୍ଣଙ୍କର ଇଚ୍ଛାବ୍ୟତୀତ କିଛି ସିଦ୍ଧ ହୋଇ ନ ପାରେ । ଜୀବନ ମରଣ ,ରକ୍ଷଣାବେକ୍ଷଣ ସବୁ ଶ୍ରୀକୃଷ୍ଣଙ୍କର କାଯ୍ୟ ତାଙ୍କ ଛଡାକିଛି ନାହିଁ । ଶ୍ରିବୃନ୍ଦାବନଦାସଙ୍କର ଉକ୍ତି ଏଥିରୁ ପ୍ରମାଣ । ଯଥା—

ଜୀବନ ମରନ କୃଷ୍ଣ ଇଚ୍ଛାୟ ସେ ହୟ,

ବିଷ ବା ଅମୃତ ଭକ୍ଷିଲେ ଓ କିଛୁନୟ,

ଯେମତେ ଯାହାରେ କୃଷ୍ଣଚନ୍ଦ୍ର ରଖେ ମାରେ

ତାହା ବହି ଆରକେହି କରିତେ ନ ପାରେ,

(ଚୈ ଭା ଅନ୍ତର ୨)

            ଷୋଡଶ ପରିଚ୍ଛେଦ ।

ଶ୍ରୀକୃଷ୍ଣ କୃପା ।

 

ଶ୍ରୀକୃଷ୍ଣତତ୍ତ୍ଵ ବୁଝିବା କିମ୍ବା କୃଷ୍ଣ ପ୍ରେମଲାଭ କରିବା ସାଧନ ସାତପାଞ୍ଚ ସତ୍ୟ କିନ୍ତୁ ଶ୍ରୀକୃଷ୍ଣଙ୍କର କୃପାବ୍ୟତିରେକ କୋଟି ସାଧନରେ ସେ ତତ୍ତ୍ଵ ହୃଦୟଙ୍ଗମ କରିହେବନାହିଁ । ଶ୍ରୀକୃଷ୍ଣଙ୍କର କୃପାହିଁ କୃଷ୍ଣପ୍ରେମ ଲାଭର ପ୍ରଧାନ କାରଣ,କିନ୍ତୁ ସେ କୃପା ଲାଭ ହେଲେ ଅଜ୍ଞଜନ ମଧ୍ୟ ଭକ୍ତିବସ ସିନ୍ଧୁ ପାରହୋଇ ପାରନ୍ତି । ମହାପ୍ରଭୁ ସ୍ଵୟଂ ଏହା ଶ୍ରୀରୂପଗୋସ୍ଵାମୀଙ୍କୁ ଶିକ୍ଷାକାଳରେ ଶ୍ରୀଧାମ ପ୍ରୟୋଗଠାରେ କହିଥିଲେ ଯଥା—

      ଭାବିତେ ଭାବିତେ କୃଷ୍ଣ ସ୍ଫୁରୟେ ଅନ୍ତରେ

      କୃଷ୍ଣଙ୍କୁ ପାୟ ଅଜ୍ଞପାୟ ରସସିନ୍ଧୁ ପାରେ ।

                              (ଚୈଃ ଚଃ ମଧ୍ୟ ୨୦)

      ଅର୍ଥାତ୍ ହେରୂପ ମୁଁ ଶାନ୍ତ ,ଦାସ୍ୟ,ସଖ୍ୟ,ବାତ୍ସଲ୍ୟ ଓ ମଧୁର ରସର ପ୍ରଧାନ ପ୍ରଣାଳୀମାନ ଏବଂ ସେହି ସାଧନ ଦ୍ଵାରା କି କି ଲାଭ କରାଯାଏ ତାହା ତୁମ୍ଭଙ୍କୁ କହିଲି,ଏହା ତୁମ୍ଭେ ମନେ ସତତ ଚିନ୍ତାକର । ମୁଁ କେବଳ ଦିଗଦର୍ଶନ ସ୍ଵରୂପ ଦେଖାଇ ଦେଲି ।

 

ତୁମ୍ଭେ ସତତ ଉକ୍ତ ବିଷୟମାନ ଚିନ୍ତାକଲେ ତୁମ୍ଭ ହୃଦୟରେ ଶ୍ରୀକୃଷ୍ଣ ସ୍ଫୁର୍ତ୍ତି ହେବେ ଓ ତୁମ୍ଭେ ସର୍ବ ଶେଷରେ କୃଷ୍ଣଭକ୍ତି ଓ କୃଷ୍ଣପ୍ରେମ ବିଷୟମାନ ଜାଣି ପାରିବ ।ଶ୍ରୀକୃଷ୍ଣଙ୍କୁ ଏକାନ୍ତ ଭାବରେ ଚିନ୍ତାକରି ଅଜ୍ଞ ଲୋକ ମଧ୍ୟ ଭକ୍ତିସିନ୍ଧୁରେ ସନ୍ତରଣ କରି ଅପର ପାର ପର୍ଯ୍ୟନ୍ତ ଯାଇ ପାରେ । ତୁମ୍ଭେ ତ ଶ୍ରୀକୃଷ୍ଣଙ୍କର ପ୍ରିୟ ଭକ୍ତ ଓ ବିଜ୍ଞ ।”

 

ଶ୍ରୀକୃଷ୍ଣଙ୍କର କୃପା ହେଲେ ଭକ୍ତ ତାଙ୍କୁ ଚିହ୍ନି ପାରେ । ନତୁବା ସ୍ଵୟଂ ଶ୍ରୀକୃଷ୍ଣ ଆସି ଉପସ୍ଥିତ ହେଲେ ମଧ୍ୟ ତାଙ୍କ କୃପାବ୍ୟତୀତ ଲୋକ ତାଙ୍କୁ ଜାଣି ପାରେ ନାହିଁ । ସେ ବିଷୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ସିଦ୍ଧାନ୍ତ ଏହି ଯଥା;---

      ଭଟାଚାର୍ଯ୍ୟ କହେ ତୋମାର ସତ୍ୟ ବଚନ,

      ଆଗେ ଯଦି କୃଷ୍ଣ ଦେନ,ସାକ୍ଷାତ,ଦର୍ଶନ ।

      ପ୍ରେମ ବିନା କଭୁ ନହେ ତାର ସାକ୍ଷାତ୍ କାର ,

      ଇହାଁର କୃପାତେ ହୟ ଦର୍ଶନ ଇହାଁର ।

                              (ଚୈଃ ଚଃ ମଧ୍ୟ)

ଏକଥାଟି ସାର୍ବବୌମ ଭଟାଚାର୍ଯ୍ୟ ବ୍ରହ୍ମାନନ୍ଦ ଭାରତୀଙ୍କ ପକ୍ଷ ସମର୍ଥନ କରି ମହାପ୍ରଭୁଙ୍କ ସମ୍ବନ୍ଧରେ ବ୍ୟବହାର କରିଥିଲେ ଏବଂ ଏହା ଅକ୍ଷରେ ଅକ୍ଷରେ ସତ୍ୟ । ଶ୍ରୀ ପୁରୁଷୋତ୍ତମରେ ଶ୍ରୀ ଗୁଣ୍ଡିଚାଯାତ୍ରା ସମୟରେ ୭ମଣ୍ଡଳ ସଂକୀର୍ତ୍ତନ ହେଉଥିଲା ,ମହାପ୍ରଭୁ ଭ୍ରମଣ କରି ସମସ୍ତ ମଣ୍ଡଳର ସଂକୀର୍ତ୍ତନ ଦେଖୁଥିଲେ । ଏମନ୍ତ ସମୟରେ ମହାରାଜା ପ୍ରତାପରୁଦ୍ର ଦେଖି ପାରିଲେ ମହାପ୍ରଭୁ ଏକକାଳରେ ସାତ ମୂର୍ତ୍ତିଧରି ସେହି ସପ୍ତ ମଣ୍ଡଳସ୍ଥ ପ୍ରତ୍ୟେକ ମଣ୍ଡଳରେ ଉପସ୍ଥିତ ଅଛନ୍ତି । ମହାପ୍ରଭୁଙ୍କର ଏହି ମହଦୈଶ୍ଵର୍ଯ୍ୟ ଦର୍ଶନ କରି ମହାରାଜା ପରମାନନ୍ଦ ଲାଭ କରି ଶ୍ରୀଳ କାଶୀମିଶ୍ର ଓ ସାର୍ବଭୌମଙ୍କୁ ଉକ୍ତ ବିଷୟ ଜ୍ଞାପନ କଲେ । କାଶୀମିଶ୍ର କହିଲେ ,ମହାରାଜା “ଆପଣଙ୍କର ପରମ ସୌଭାଗ୍ୟ ଯେ ଆପଣ ମହାପ୍ରଭୁଙ୍କର ଏହି ମହଦୈଶ୍ଵର୍ଯ୍ୟ ଦେଖି ପାରିଲେ । ମହାପ୍ରଭୁ ଏ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତ୍ୟକ୍ଷରେ କରୁଣା ପ୍ରକାଶ କରି ନଥିଲେହେଁ ପରୋକ୍ଷରେ ମହାକୃପା ପ୍ରକାଶ କରି ଅଛନ୍ତି । ଏହି ବିଷୟକୁ ଲକ୍ଷ୍ୟକରି ଶ୍ରୀଳ କୃଷ୍ଣଦାସ କବିରାଜ ଲେଖି ଅଛନ୍ତି ଯଥା;---

      “ଯା’ ରେ କୃପା ତାଁର ସେ ତାଁରେ ଚିହ୍ନିତେ ପାରେ,

      କୃପାବିନା ବ୍ରହ୍ମାଦିକ ଜାନିବାରେ ନାରେ ।

ଶ୍ରୀକୃଷ୍ଣ କୃପାରୁ ବିଷୟ ବାସନା କିପରି ଦୂରୀଭୂତ ହୋଇ ଯାଏ ଶ୍ରୀଳ ରଘୁନାଥ ଦାସ ତାହାର ଅତି ଉତ୍କୃଷ୍ଟ ଉଦାହରଣ । ସେ ତଦାନୀନ୍ତକ ବିଂଶଲକ୍ଷ ମୁଦ୍ରା ଆୟର ଜମିଦାରୀ,ଇନ୍ଦ୍ରସମ ଐଶ୍ଵର୍ଯ୍ୟ ଓ ସୁନ୍ଦରୀ ଭାର୍ଯ୍ୟା ଏ ସମସ୍ତର ମମତା ପରିତ୍ୟାଗ ପୂର୍ବକ ବୈରାଗୀ ହୋଇ ମହାପ୍ରଭୁଙ୍କର ଚରଣାଶ୍ରୟ କରିଥିଲେ । ସେ ଯେତେବେଳେ ଥରକୁ ଥର ପଳାଇ ଯାଉଥିଲେ ଓ ତାଙ୍କପିତା ଓ ଜ୍ୟେଷ୍ଠ ତାତ ମନୁଷ୍ୟ ପଠାଇ ଧତି ଆଣୁଥିଲେ ତେତେବେଳେ ତାଙ୍କ ଜନନୀ ନିଜ ସ୍ଵାମୀଙ୍କୁ କହିଥିଲେ “ତୁମ୍ଭେ ପୁତ୍ରକୁ ବନ୍ଧନ କରି ରଖୁନାହଁ କାହିଁକି ?” ଜ୍ଞାନବାନପିତା ଗୋବର୍ଦ୍ଧନ କହିଥିଲେ “ଇନ୍ଦ୍ରସମ ଐଶ୍ଵର୍ଯ୍ୟ ଓ ଅସ୍ପରାସମ ସ୍ତ୍ରୀ ଏମାନ ଯେତେବେଳେ ରଘୁନାଥର ମନକୁ ବାନ୍ଧିବାକୁ ସକ୍ଷମ ହେଲେନାହିଁ ,ମୁଁ କି ସାମାନ୍ୟ ଦଉଡ଼ି ଦ୍ଵାରା ତାକୁ ବାନ୍ଧିପାରେ ? ତାକୁ ଯେ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ କୃପା ହୋଇଛି । ସେ ତାର ସମସ୍ତ ସଂସାର ବନ୍ଧନ ଛିନ୍ନ କରିଦେଲେଣି । ତାକୁ ଆଉ ବାନ୍ଧିରଖିବ କିଏ?ଯଥା—

      

ଚୈତନ୍ୟ ଚନ୍ଦ୍ରେର କୃପା ହଇୟାଛେ ଇହାଁରେ,

      ଚୈତନ୍ୟ ପ୍ରଭୁର ବାଉଳ କେ ରଖିତେ ପାରେ ।

                        (ଚୈଃ ଚଃ ଅନ୍ତ୍ୟ ୬)

ଶ୍ରୀକୃଷ୍ଣଙ୍କର କୃପାହେଲେ ଅଚ୍ଛେଦ୍ୟ ବିଷୟବନ୍ଧନ ଏହିରୂପେ ଛିନ୍ନ ହୋଇଯାଏ ।

      ଶ୍ରୀକୃଷ୍ଣ ଯାହାକୁ କୃପା କରନ୍ତି ଗୁରୁ ରୂପରେ ଉପସ୍ଥିତ ହୋଇ ତାହାକୁ ଶିକ୍ଷା ଦିଅନ୍ତି ନତୁବା ଅନ୍ତର୍ଯ୍ୟାମୀ ରୂପରେ ହୃଦରେ ରହି ଶିକ୍ଷା ଦିଅନ୍ତି । ଅନେକ ସମୟରେ ଭକ୍ତ ଚିତ୍ତ ମଧ୍ୟରେ ଭଗବତ୍ ତତ୍ତ୍ଵ ଜାଣିବାର ଇଚ୍ଛାକଲେ ,ଶ୍ରୀକୃଷ୍ଣ ତାକୁ କୃପାକରି ସଦଗୁରୁ ମିଳାଇ ଦିଅନ୍ତି ଏବଂ ଅନ୍ତରରେ ନିଜ ତତ୍ତ୍ଵମାନ ଉଦୟ କରାନ୍ତି । ସେଥିପାଇଁ ମହାପ୍ରଭୁ ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ ଶିକ୍ଷା ଦେଇ କହିଅଛନ୍ତି ।ଯଥା—

      

“କୃଷ୍ଣଯଦି କୃପାକରେ କୋନ ଭାଗ୍ୟବାନେ

      ଗୁରୁ ଅନ୍ତର୍ଯ୍ୟାମୀ ରୂପେ ଶିଖୟ ଆପନେ ।

                              (ଚୈଃ ଚଃ ମଧ୍ୟ)

 

ଶ୍ରୀକୃଷ୍ଣ କୁପାର ପାରାବାର,ସେ ଯଦି କାହାକୁ କୃପା କରନ୍ତି ତାହାର ବିଷୟ ବାସନା ସମୂଳେ ଉତ୍ପାଟନ କରନ୍ତି । ମହାପ୍ରଭୁଙ୍କର ଶ୍ରୀମୁଖ ଉକ୍ତି ଏହାର ପ୍ରମାଣ । ଶ୍ରୀଳ ସନାତନ ଗୋସ୍ଵାମୀ ଗୌଡ଼ ବାଦସାହାଙ୍କର ମନ୍ତ୍ରୀ ଥିଲେ । ଗୌଡ଼େଶ୍ଵର ଯେତେବେଳେ ଓଡ଼ିଶା ମହାରାଜାଙ୍କ ସହ ଯୁଦ୍ଧାର୍ଥ ପ୍ରସ୍ତୁତ ହୋଇ ସନାତନଙ୍କୁ ସଙ୍ଗରେ ଆସିବାକୁ ଆଜ୍ଞାକଲେ ,ସ୍ଵାଧିନଚେତ୍ତା ସନାତନ ସେଥିରେ ସମ୍ମତ ହେଲେନାହିଁ । ସନାତନ କହିଲେ “ମହାରାଜ ! ଆପଣ ଶ୍ରୀ ଜଗନ୍ନାଥଙ୍କ ଦେଶସ୍ଥ ରାଜାଙ୍କୁ ଉତ୍ପୀଡ଼ନ କରିବାକୁ ଯାଉଅଛନ୍ତି ମୁଁ ସେଥିରେ ଯୋଗ ଦେଇ ନପାରେଁ । ଏଥିରେ ଗୌଡ଼େଶ୍ଵର କ୍ରୁଦ୍ଧହୋଇ ସନାତନଙ୍କୁ ବନ୍ଦୀଶାଳାରେ ବନ୍ଦୀ କରାଇ ରଖିଲେ ଏବଂ ନିଜେ ସୈନ୍ୟ ସାମନ୍ତ ଘେନି ଦକ୍ଷିଣଦିଗକୁ ଯୁଦ୍ଧଯାତ୍ରା କଲେ । ସନାତନ କାରାରୁଦ୍ଧ ହୋଇ କାରାଧ୍ୟକ୍ଷଙ୍କୁ କହିଲେ ମୁଁ ତୁମକୁ ପାଞ୍ଚହଜାର ମୁଦ୍ରା ଦେଉଅଛି ,ତୁମ୍ଭେ ମୋତେ ଏ କାରାଗାରରୁ ମୁକ୍ତ କରିଦିଅ । ରାଜଭୟରେ କାରାଧ୍ୟକ୍ଷ ପ୍ରଥମେ ଅସ୍ଵୀକୃତ ହେଲେ ,ତତ୍ପପରେ ସନାତନ ସାତହଜାର ମୁଦ୍ରା ଲୋଭ ଦେଖାଇ କହିଲେ “ଦେଖ ! ତୁମ୍ଭର କିଛି ଭୟ ନାହିଁ। ମୁଁ ଏ ଦେଶରେ ଆଉ ରହିବି ନାହିଁ । ଦର ବେଶ ହୋଇ ମରି ଯିବି,ବାଦସାହ ଆସି ଖୋଜିଲେ ତୁମ୍ଭେ କହିବ, ସନାତନ ଜଳରେ ବୁଡ଼ି କେଉଁଆଡ଼େ ଭାସିଗଲା,ଖୋଜି ତାକୁ ପାଇଲୁଁ ନାହିଁ । ଅର୍ଥ ଲୋଭରେ କାରାଧ୍ୟକ୍ଷ ରାଜି ହୁଅନ୍ତେ ସନାତନ କାରାମୁକ୍ତ ହୋଇ ବନପଥରେ ପଳାଇଗଲେ । ପଥରେ ଯେତେବେଳେ ତାଙ୍କର ଉପିନୀପତି ଶ୍ରୀକ୍ତାନ୍ତଙ୍କ ସହ ଭେଟ ହୁଏ ସେତେବେଳେ ସେ ରାଜମନ୍ତ୍ରୀ ସନାତନଙ୍କ ତତକାଳିନ ଅବସ୍ଥାରେ ବଡ଼ ଦୁଃଖିତ ହେଲେ ଏବଂ ଶୀତରୁ ରକ୍ଷା ପାଇବା ନିମିତ୍ତ ଏକ ଭେଟ କମ୍ବଳ ପ୍ରଦାନ କରେ । ସନାତନ ତତପରେ ଯାଇ ଶ୍ରୀ କାଶୀଧାମରେ ମହାପ୍ରଭୁଙ୍କୁ ସାକ୍ଷତ କଲେ । ମହାପ୍ରଭୁ ସନାତନଙ୍କୁ ପାଇ ପରମାନନ୍ଦ ଲାଭ କଲେ ,ଏବଂ ତାଙ୍କର ଦରବେଶ ବେଶଦୂର କରାଇ ନୂତନ ବସ୍ତ୍ର ପିନ୍ଧିବାକୁ ଦେଲେ । ଏହିରୂପେ ସନାତନ କିଛିଦିନ ସେଠାରେ ମହାପ୍ରଭୁଙ୍କ ନିକଟରେ ବାସ କଲେ । ଦୀନତାର ଆଦର୍ଶ ସନାତନଙ୍କ ଅଙ୍ଗରେ ଭୋଟ କମ୍ବଳ ମହାପ୍ରଭୁଙ୍କୁ ଭଲ ଲାଗିଲା ନାହିଁ । ସନାତନ ତାହା ବୁଝିପାରି ଏକ ଗୌଡ଼ୀୟ ବୈଷ୍ଣବଙ୍କୁ ଭୋଟ କମ୍ବଳ ଦେଇ ତାଙ୍କ କନ୍ଥାନେବାକୁ ପ୍ରାର୍ଥନା କଲେ । ବୈଷ୍ଣବ ପ୍ରଥମେ ପ୍ରାର୍ଥନାକୁ ପରିହାସ ଜନକ ମନେ କରିଥିଲେ, ପରିହାସଜନକ ମଣିବାର କଥା ,କିଏ ନିଜ ଅଧିକ ମୂଲ୍ୟ ବସ୍ତୁ ଅନ୍ୟର ସାମନ୍ୟ ପଦାର୍ଥ ସଙ୍ଗେ ବିନିମୟ କରେ ,କିନ୍ତୁ ସନାତନ ତାଙ୍କୁ ଭଲକରି ବୁଝାଇଦେବାରୁ ସେ ଭୋଟ କମ୍ବଳ ନେଇ ନିଜ କନ୍ଥା ଖଣ୍ଡିକ ସନାତନଙ୍କୁ ପ୍ରଦାନ କଲେ । ସେ କନ୍ଥାକୁ ସନାତନଙ୍କ ଅଙ୍ଗରେ ଦେଖି ମହାପ୍ରଭୁ ପଚାରିଲେ “ସନାତନ! ତୁମ୍ଭର ଭୋଟ କମ୍ବଳ କାହିଁ ? ଏ ପୁରାତନ କନ୍ଥା କେଉଁଠାରୁ ପାଇଲ ।” ସନାତନ କହିଲେ ,ମୁଁ ଏହା ଏକ ମୂର୍ତ୍ତି ବୈଷ୍ଣବଙ୍କଠାରୁ ବଦଳାଇ ଆଣିଛି । ମହାପ୍ରଭୁ ସେଥିରେ ପରମାପ୍ରୀତି ଲାଭକଲେ ଏବଂ କହିଲେ “ସନାତନ ! ଶ୍ରୀକୃଷ୍ଣ କୃପାକରି ତୁମ୍ଭର ରୋଗାବଶେଷ ଖଣ୍ଡନ କରି ଅଛନ୍ତି । ସେତ କୃପାସାଗର ,ସେ କାହିଁକି ତୁମ୍ଭର ବ୍ୟାଧିର ଅବଶିଷ୍ଟାଂଶ ରଖନ୍ତେ । ମଦବୈଦ୍ୟ କି ବ୍ୟାଧି ଏକବାରେ ନିର୍ମୂଳ ନକରି ଅବଶେଷ ରଖି ଛାଡ଼ିଯାଏ । ଯଥା—

            

“ସେ (କୃଷ୍ଣ) କେନ ରାଖିବେ ତୋମାର ଶେଷ ବିଷୟ ଭୋଗ

      ରୋଗ ଖଣ୍ଡି ସଦବୈଦ୍ୟ ନା ରାଖେ ଶେଷ ରୋଗ ।”

                              (ଚୈଃ ଚଃ ମଧ୍ୟ ୨୦)

      

ହେ ଚିକିତ୍ସକ ଚୂଡ଼ାମଣି ! ଆମ୍ଭେମାନେ ଯେ ସତତ ବିଷୟବାସନରୂପ ରୋଗରେ ଜର୍ଜ୍ଜରିତ ,ତୁମ୍ଭେ ଆମ୍ଭମାନଙ୍କୁ କି ଏ ଭବରୋଗରୁ ଉଦ୍ଧାର କରିବ ନାହିଁ,ନକଲେ ତୁମ୍ଭନାମର ଯେ କଳଙ୍କ ହେବ,ତୁମ୍ଭେ ଭକ୍ତପାଇଁ ଅକରଣୀୟ କାର୍ଯ୍ୟ ମଧ୍ୟ କରିଥାଅ,କିନ୍ତୁ ମୁଁ ଭକ୍ତ ନୁହେଁ । ସେ ଦାରୀ ମୋର ନାହିଁ । ତୁମ୍ଭେ ଯେ ଭକ୍ତପାଇଁ କଅଣ ନ କର ଏହି ନିମ୍ନୋକ୍ତ ଦୁଇଟି ଉଦାହରଣ ତାହାର ସାକ୍ଷୀ ।

ଶ୍ରୀମାନ୍ ନବଦ୍ଵୀପ ଧାମରେ ମହାପ୍ରଭୁଙ୍କର ମହାପ୍ରକାଶ ସମୟରେ ସେ ନିଜ ପ୍ରିୟଜନମାନଙ୍କୁ ଏକେ ଏକେ ଡ଼ାକି ତାଙ୍କର ପୂର୍ବ ଅନୁଭୂତି ସ୍ମରଣ କରାଇ କୃପାମୃତ ସେବନ କରୁଥିଲେ ,ସେ ଏହି ସମୟରେ ପଣ୍ଡିତ ଶ୍ରୀଗଙ୍ଗାଦାସଙ୍କୁ ଡ଼ାକି କହିଲେ “ପଣ୍ଡିତ ! ତୁମ୍ଭର ମନେଅଛି ତୁମ୍ଭେ ଯେବେ ଉପଦ୍ରବ ଭୟରେ ସକୁଟୁମ୍ବ ନଶିଯୋଗେ ପଳାଇଯାଇଥିଲ,ନୌକା ପାରିହେବା ଘଟରେ ଆସି ଉପସ୍ଥିତ ହୋଇ ଦେଖିଲ ଘାଟରେ ନୌକା ନାହିଁ ,ରାତ୍ର ଶେଷ ହେଲା ତଥାପି ନୌକା ମିଳିଲା ନାହିଁ ,ତୁମ୍ଭେ ମନଦୁଃଖରେ କାନ୍ଦିବାକୁ ଲାଗିଲ,ଭାବିଲ ହାୟ ! ମୋର ଏ ଜୀବନ ଥାଉଁ ,ଯବନ ଆସି ମୋର ପରିବାରର ଅଙ୍ଗ ସ୍ପର୍ଶ କରିବ । ଧିକ ମୋର ଏ ଜୀବନ ରଖିବା ବ୍ୟର୍ଥ, ଏହା ଭାବି ଗଙ୍ଗାରେ ପ୍ରାଣ ହରାଇବାର ବାସନା କଲ । ତେତେବେଳେ ମୁଁ ତୁମ୍ଭର ମନୋବେଦନା ଆଉ ସହ୍ୟ କରି ନ ପାରି ନାବିକରୂପରେ ଖଣ୍ଡେ ନୌକାଘେନି ଆସି ତୁମ୍ଭ ନିକଟରେ ଉପସ୍ଥିତ ହେଲି, ତୁମ୍ଭେ ମୋତେ ସାଧାରଣ ନାବିକ ଜ୍ଞାନରେ ପାରିତୋଷିକ ଯାଚିଲ ଓ ମୁଁ ତୁମ୍ଭଙ୍କୁ ନୌକାରେ ନଦୀ ପାର କରିଦେଲି,ଯଥା-

      

ତବେ ଆସି ନୌକା ନିୟା ଖେୟାରିର ରୂପେ

       ଗଙ୍ଗାୟ ବାହିୟା ଯାଇ ତୋମର ସମୀପେ ।

                        (ଚୈଃ ଭା ୯ ମ ଅଧ୍ୟାୟ)

ବିଦ୍ୟାନଗରର ବଡ଼ବିପ୍ର ଓ ଛୋଟବିପ୍ରଙ୍କ ବିଷୟ ପୂର୍ବ ଏକ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ,ଶ୍ରୀଗୋପାଳ ଜିଉ ଛୋଟବିପ୍ରଙ୍କ ଅନୁରୋଧରେ ଶ୍ରୀବୃନ୍ଦାବନ ଧାମ ପରିତ୍ୟାଗ ପୂର୍ବକ ବିଗ୍ରହରୂପେ ଭକ୍ତଙ୍କ ସଙ୍ଗେ ସଙ୍ଗେ ପଦବ୍ରଜରେ ଆସି ବିଦ୍ୟନଗରରେ ସାକ୍ଷ୍ୟ ପ୍ରଦାନ କଲେ ,ସାକ୍ଷ୍ୟ ପ୍ରଦାନାନ୍ତର ଗୋପାଳ କହିଲେ “ହେ ବିପ୍ରଦ୍ଵୟ ! ତୁମ୍ଭେ ଦୁହେଁ ଜନ୍ମଜନ୍ମରେ ମୋର କିଙ୍କର ; ମୁଁ ତୁମ୍ଭମାନଙ୍କ ସତ୍ୟରକ୍ଷା ନିମିତ୍ତ ଏହି ବିଗ୍ରହ ରୂପେ ଏତେବାଟ ଆସି ସାକ୍ଷ୍ୟଦେଲି ,ଏବଂ ମୁଁ ବର ଦେବାକୁ ପ୍ରସ୍ତୁତ ,ତୁମ୍ଭେ ଦୁହେଁ କି ବର ମାଗୁଛ ମାଗ ; ମୁଁ ବରଦେଇ ବୃନ୍ଦାବନକୁ ଫେରିଯିବି ।” ସେମାନେ ଗୋପାଳଙ୍କର ଅନୁଗ୍ରହ ପାତ୍ର ଓ ସୁଚତୁର,ଗୋପାଳଙ୍କ ଦର୍ଶନ ମୁଖରୁ ନିଜକୁ ବଞ୍ଚିତ କରିବା ସେମାନେ ମହାକଷ୍ଟକର ମନେକଲେ ଏବଂ କହିଲେ “ପ୍ରଭୋ ! ଯଦି ଆପଣ ବର ଦେବାକୁ ପ୍ରସ୍ତୁତ ତେବେ ଆମ୍ଭମାନଙ୍କର ଏହି ପାର୍ଥନା ଯେ ଆପଣ କୃପାକରି ଏଠାରେ ଚିରକାଳ ବିରାଜମାନ କରନ୍ତୁ । ତେବେ ଆପଣଙ୍କର ଏ କିଙ୍କର ଦ୍ଵୟଙ୍କ ପ୍ରତି ଯେ କୃପା ତାହା ଚିରକାଳ ରହିବ ,ଯଥା;--

 

      ଯଦିବର ଦିବେ ତବେ ରହ ଏହିସ୍ଥାନେ ,

      କିଙ୍କରେର ଦୟା ତବେ ସର୍ବଲୋକ ଜାନେ”

                        (ଚୈଃ ଚଃ ମଧ୍ୟ ୫)

 

      ଭକ୍ତାନୁରୋଧରେ ଗୋପାଳ ସେହିସ୍ଥାନରେ ରହିଲେ,ସେଠାରୁ କାଳକ୍ରମେ ମହାରାଜା ପୁରୁଷୋତ୍ତମ ଦେବଙ୍କ ସମୟରେ ସେ ବିଗ୍ରହ କଟକଳ ଆନୀତ ହୁଅନ୍ତି । ବର୍ତ୍ତମାନ ଶ୍ରୀଗୋପାଳ ସତ୍ୟବାଦୀରେ ରହି ନିଜ ଭକ୍ତ ଦ୍ଵୟଙ୍କୁ ଯଶ ଘୋଷଣା କରୁଅଛନ୍ତି ।ଆହାକି ଭକ୍ତବାତ୍ସଲ୍ୟର ପରାକାଷ୍ଠା ,ଧନ୍ୟ ପ୍ରଭୁ ଓ ଧନ୍ୟ ତୋର ଭକ୍ତ

ଶ୍ରୀକୃଷ୍ଣ କୃପାସାଗର ଓ ସର୍ବଶକ୍ତିସମ୍ପନ୍ନ । ଯଦି କେହି ତାଙ୍କର ଶରଣାପନ୍ନ ହୋଇ କହେ ଯେ ହେ ଶରଣାଗତପାଳକ ଶ୍ରୀକୃଷ୍ଣ ! ମୁଁ ଭବଦୀୟ ଅଭୟପାଦପଦଜରେ ଶରଣ ନେଲି, ତେବେ ଶ୍ରୀକୃଷ୍ଣ ତାକୁ ମାୟାବନ୍ଧନରୁ ବିମୁକ୍ତ କରନ୍ତି ,ଯଥାଃ---

      “କୃଷ୍ଣ ତୋମାର ହଓ ଯଦି ବଲେ ଏକବାର

      ମାୟାବନ୍ଧ ହୈତେ କୃଷ୍ଣ ତାରେ କରେ ପାର ।”

                              (ଚୈଃ ଚଃ ମଧ୍ୟ )

କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଶରଣାପନ୍ନ ହେବା ଆବଶ୍ୟକ । ଖାଲି ମୁହଁରେ କହିଲେ ଚଳିବ ନାହିଁ । ଅନ୍ତର୍ଯ୍ୟାମୀ ଭଗବାନ୍ ଅନ୍ତରର ସମସ୍ତ ନିଭୁତପ୍ରବେଶ ଭେଦ କରି ଦେଖଁ କୃପା କରିବେ । ପ୍ରତାରଣା ସେଠାରେ ଚଳିବ ନାହିଁ ।

କେବଳ ଯେ ମାୟାରୁ ପାରକରନ୍ତି ଏମନ୍ତ ନୁହେଁ ତାକୁ ନିଜ ତୁଲ୍ୟ ମନେ କରନ୍ତି । ଯଥା---

 

      ଶରଣ ଲୟାଁ କରେ କୃଷ୍ଣେ ଆତ୍ମ ସମର୍ପଣ ,

      କୃଷ୍ଣ ତାଁରେ କରେ ତତକାଳେ ଆତ୍ମସମ ।

                        (ଚୈଃ ଚଃ ମଧ୍ୟ)

 

 

ଯଦି କେହି ନିଜର କୌଣସି କାନା ବଶତଃ ଶ୍ରୀକୃଷ୍ଣଙ୍କ ଭଜନ କରେ କୃପାସିନ୍ଧୁ ଶ୍ରୀକୃଷ୍ଣ ତାର ବିଷୟ ବାସନା ଖଣ୍ଡନ କରାଇ ସ୍ଵଚରଣାମୃତ ଦାନ କରନ୍ତି, ଏହି ସମ୍ବନ୍ଧରେ ମହାପ୍ରଭୁଙ୍କର ଶ୍ରୀମୁଖର ଉକ୍ତିହିଁ ପ୍ରମାଣ,ସେ ଶ୍ରୀଳ ସନାତନଙ୍କୁ କହିଅଛନ୍ତି ।

      ଅନ୍ୟକାମୀ ଯଦିଳରେ କୃଷ୍ଣେର ଭଜନ ,

      ନା ମାଗିଲେଓ କୃଷ୍ଣ ତାରେ ଦେନ ସ୍ଵଚରଣ ।

      କୃଷ୍ଣକହେ ଅମାଭଜେ ମାଗେ ବିଷୟ ସୁଖ,

      ଅମୃତ ଛାଡ଼ି ବିଷମାଗେ ଏତ ବଡ଼ ମୂର୍ଖ ।

      ଅମି ବିଜ୍ଞ ଏଇମୂର୍ଖେ ବିଷୟ କେନ ଦିବ ,

      ସ୍ଵଚରଣାମୃତ ଦିୟା ବିଷୟ ଭୁଲାଇବ ।

                         ଚୈଃ ଚଃ ମଧ୍ୟ ୨୨ ପରି )

      

ଶ୍ରୀକୃଷ୍ଣଙ୍କ କୃପା ଯେ ଲାଭକରେ ତାର ମନରେ ଆଉ ବିଷୟ ବାସନା ରହିପାରେ ନାହିଁ; ସେ କୃଷ୍ଣ ବଂଶୀସ୍ଵର ଶ୍ରବଣ କରି ପ୍ରେମରେ ବିହ୍ଵଳ ହୋଇପଡ଼େ । ଶ୍ରୀକୃଷ୍ଣହିଁ ତାହାର ଧ୍ୟାନ,ଶ୍ରୀକୃଷ୍ଣ ହିଁ ଜ୍ଞାନ ଓ ଶୀକୃଷ୍ଣ ହିଁ ତାହାର ସର୍ବସ୍ଵ ହୋଇ ପଡ଼ନ୍ତି । ଶ୍ରୀକୃଷ୍ଣଙ୍କର ସୁମଧୁର ବଂଶୀ ଧ୍ଵନି ଶ୍ରବଣରେ ଗୋପୀମାନଙ୍କର ଯେଉଁ ଦଶା ହୁଏ ,କୃଷ୍ଣଗତ ପ୍ରାଣ ଭକ୍ତର ଶ୍ରୀକୃଷ୍ଣ କୃପାଲାଭରେ ମଧ୍ୟ ସେହି ଦଶା ଆସି ଉପସ୍ଥିତ ହୁଏ । ଗୋପୀମାନଙ୍କର ବଂଶରବ ଶ୍ରବଣରେ ଯାହା ଘଟିଥାଏ ତାକୁ ଶ୍ରୀଳ କବିରାଜ ଗୋସ୍ଵାମୀ ଏହି ରୂପେ ବର୍ଣ୍ଣନା କରି ଅଛନ୍ତି । ଯଥା---

 

      ପୁରୁଷେ କରେ ଆକର୍ଷଣ             ଆପନା ଦୀୟାଇତେ ମନ

                  ଅନ୍ୟ ରସ ସବ ପାସୋରାୟ ।

      ସଚେତନ ରହୁ ଦୂରେ                  ଅଚେତନ ସଚେତନ କରେ

                  ତୋମାର ଅଧର ବଡ଼ ବାଜୀକର ।।

 

ଅତଏବ ଏହି ଯାଦୁବିଦ୍ୟାନିପୁଣ ଶ୍ରୀକୃଷ୍ଣଙ୍କର ପାଦରେ ପଡ଼ିଲେ ଲୋକର ବିଷୟ ରସରେ ବସନା ଆଉ ରହି ପାରେ ନାହିଁ ।

 

ଶ୍ରୀକୃଷ୍ଣ କୃପା ଲାଭ ଦେଲେ ବିଷୟ ବାସନା ଯେ ଅନ୍ତହିତ ହୋଇଯାଏ ଦିଗବିଜୟୀ ପଣ୍ଡିତ କେଶବ କାଶ୍ମିରୀ ଏହାର ଏକ ଉତ୍କୃଷ୍ଟ ଉଦାହରଣ ସ୍ଥଳ । ସେ ସରସ୍ଵତୀଙ୍କ ବରପାଈ ବହୁଦେଶ ଭ୍ରମଣ ପୂର୍ବକ ବହୁ ମହାପଣ୍ଡିତଙ୍କୁ ପରାଜୟ କରି ଶ୍ରୀ ନବଦ୍ଵୀପ ଧାମରେ ଆସି ଉପସ୍ଥିତ ହେଲେ । ତେତେବେଳେ ନବଦ୍ଵୀପରେ ପଣ୍ଡିତଗଣ ଭୟରେ ତାଙ୍କ ସହ ତର୍କ କରି ବାକୁ କେହି ସାହସୀହେଲେ ନାହିଁ । କିନ୍ତୁ ସେ ମହାପ୍ରଭୁଙ୍କର ( ନିନାଇ ପଣ୍ଡିତଙ୍କର ) ସୁଖ୍ୟାତ ଶ୍ରବଣ କରି ତାଙ୍କୁ ପରାଜୟ କରିବା ବାସନାରେ ଶ୍ରୀଗଙ୍ଗା ଘାଟରେ ତାଙ୍କ ସହ ସାକ୍ଷାତ କଲେ । ମହାପ୍ରଭୁ ଅତ୍ୟନ୍ତ ବିନୟ ସହକାରେ ତାଙ୍କୁ ମହା ସମାଦର କରି ବସାଇଲେ ଏବଂ ଶ୍ରୀଗଙ୍ଗା ମାହାତ୍ମ୍ୟ ବର୍ଣ୍ଣନା କରି ଶୁଣାଇ ବାକୁ ତାଙ୍କୁ ପ୍ରାର୍ଥନା କଲେ । ବିଦ୍ୟା ଗର୍ବରେ ପ୍ରମତ୍ତ ଦିଗ୍ ବିଜୟୀ ପ୍ରବଳ ପ୍ରଭଞ୍ଜନ ଗତି କଲାପରି ଏକଶତ ଶ୍ଲୋକ ଆବୁତ୍ତି କଲେ। ମହାପ୍ରଭୁ ସେଥିମଧ୍ୟରୁ ଗୋଟିଏ ଶ୍ଲୋକ ବ୍ୟାଖ୍ୟା କରିବାକୁ ତାଙ୍କୁ ଅନୁରୋଧ କଲେ । ଦିଗ୍ ବିଜୟୀ ମନେ କଲେ ଏହାଙ୍କର ( ମହାପ୍ରଭୁଙ୍କର ) ବ୍ୟାକରଣରେ ଖ୍ୟାତି ଶୁଣାଅଛି ,ଅଳଙ୍କାର ଶାସ୍ତ୍ର ଏ କି ଜାଣନ୍ତି ; ଏହା ଭାବି ତାଚ୍ଛଲ୍ୟ ଭାବରେ ସେହି ଶ୍ଲୋକଟି ଅଳଙ୍କାରାଦି ସହ ବ୍ୟାଖ୍ୟା କରିବାକୁ ଲାଗିଲେ । ମହାପ୍ରଭୁ ତାଙ୍କର ସେହି ଶ୍ଲୋକରେ ଅଳଙ୍କାରାଦି ସମ୍ବନ୍ଧରେ ଅନେକ ଦୋଷ ଦର୍ଶାଇଲେ । ତେତେବେଳେ ଦିଗ୍ ବିଜୟୀଙ୍କ ମୁଖରୁ ଆଉ ବାକ୍ୟ ସ୍ଫୁରିଲା ନାହିଁ । ଶିଷ୍ୟଗଣଙ୍କ ସପକ୍ଷରେ ମହାପ୍ରଭୁ ତାଙ୍କୁ ବିଶେଷ କଷ୍ଟନଦେଇ କହିଲେ “ପଣ୍ଡିତ ମହାଶୟ ! ଅଦ୍ୟ ବସାକୁ ଫେରିଯାଆନ୍ତୁ ,କାଲି ସେ ସବୁ ଉତ୍ତମ ରୂପେ ଆଲୋଚନା କରାଯିବ ।” ଦିଗ୍ ବିଜୟୀ ବିଷାଦରେ ଗୃହକୁ ଫେରିଗଲେ । ସେ ମନେ ୨ ଚିନ୍ତାକଲେ ଶ୍ରୀ ସରସ୍ଵତୀଙ୍କ ବରହେତୁ ନ୍ୟାୟ,ସାଂଖ୍ୟ.ପତଞ୍ଜଳି,ମୀମାଂସା ବେଦାନ୍ତାଦି ଦର୍ଶନ ନିପୁଣ ପଣ୍ଡିତ କେହି ମୋ ସମ୍ମୁଖରେ ଉତ୍ତେ ଦେବାକୁ ସକ୍ଷ୍ୟମ ହୁଅନ୍ତି ନାହିଁ । ନିମାଇ ପଣ୍ଡିତ ଏକେ ଏହାର ବିଦ୍ୟା ବ୍ୟାକରଣ ପର୍ଯ୍ୟନ୍ତ । ସେ ମୋତେ ଆଜି ପରାସ୍ତ କଲା,ଦେବୀ ସରସ୍ଵତୀଙ୍କ ଠାରେ ମୋର କିଛି ଅପରାଧ

ଘଟି ଅଛି । ଏହି ପରି ଚିନ୍ତାକରି ନିବିଷ୍ଟ ଚିତ୍ତରେ ଦେବୀଙ୍କ ମନ୍ତ୍ର ଜପ କରି ଶୟନ କଲେ । ସ୍ଵପ୍ନରେ ଦେବୀ ତାଙ୍କୁ ଦର୍ଶନ ଦେଇ କହିଲେ “ବିପ୍ରବର ! ତୁମ୍ଭେ ଯେଉଁ ଯୁବକ ବ୍ରାହ୍ମଣଙ୍କ ଠାରେ ପରାଜିତ ହେଲ, ସେ କି ସାମାନ୍ୟ ବ୍ରାହ୍ମଣ ,ସେ ଯେ ଅନନ୍ତ ବ୍ରହ୍ମାଣ୍ଡର ନାଥ । ମୁଁ ଯେ ତାଙ୍କ ଶ୍ରୀପଦର ଦାସୀ । ତାଙ୍କ ସମ୍ମୁଖରେ ମୋର ଛିଡ଼ା ହେବାର ଶକ୍ତି ନାହିଁ । ତୁମ୍ଭେ ଯେ ମୋର ଆରାଧନା କରିଥିଲ ତାହାର ଉତ୍କୃଷ୍ଟ ଫଳ ସ୍ଵରୂପ ଆଜି ତାଙ୍କ ଶ୍ରୀଚରଣ ଦର୍ଶନ ଲାଭକଲ, ଏବେ ଯାଇ ତାଙ୍କର ଶରଣାପନ୍ନ ହୁଅ ।”

 

      ତହୁଁ ଦିଗ୍ ବିଜୟୀ ପରଦିନ ଯାଇ ମହାପ୍ରଭୁଙ୍କର ଶରଣାପନ୍ନ ହେଲେ, ଏବଂ ତାଙ୍କ କୃପା ଲାଭକରି ସମସ୍ତ ହସ୍ତୀଘୋଟକାଦି ଧନ ସମ୍ପତ୍ତି ବିତରଣ ପୂର୍ବକ ଶ୍ରୀହରିଙ୍କର ଦାସ ହୋଇ ଏକାକୀ ବିଚରଣ କରିବାକୁ ଲାଗିଲେ। ତେଣୁ ଶ୍ରୀଳ ବୃନ୍ଦାବନ ଦାସ କହିଅଛନ୍ତି ଯଥା ।--

 

      ତାହାନ କୃପାର ସ୍ଵଭାବ ଏଇ ଧର୍ମ୍ମ

      ରାଜ୍ୟ ପଦ ଛାଡ଼ିକରେ ଭିକ୍ଷୁକେରକର୍ମ୍ମ

      କଳିଯୁଗେ ତାର ସାକ୍ଷୀ ଶ୍ରୀ ଦବୀର ଖାସ

      ରାଜ୍ୟ ସୁଖ ଛାଡ଼ି ଯାର ଅରଣ୍ୟେ ବିଳାସ ।

                        (ଚୈ ଭା ଆଦି)

 

ନିରନ୍ତର ଭକ୍ତିର ଅନୁଶୀଳନ ଏବଂ ସେଥି ସଙ୍ଗେ ୨ କୃଷ୍ଣଙ୍କୁ ପାଭିକ୍ଷା ପୂର୍ବକ ତାହା ପ୍ରାପ୍ତି ନିମିତ୍ତ ଅପେକ୍ଷା କରିବା ଆବଶ୍ୟକ ।

ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କର ପ୍ରେମମୂର୍ଚ୍ଛା ସଂଦର୍ଶନ କରି ଏବଂ ତାଙ୍କ ଅଙ୍ଗରେ ଅଷ୍ଟସାତ୍ତ୍ଵିକ ଭାବ ପୁର୍ନୋମାତ୍ରାରେ ବିକଶିତ ଦେଖି ମଧ୍ୟ ଯେତେବେଳେ ତାଙ୍କ ଭଗବତ୍ତାରେ ଅବିଶ୍ଵାସ କରି ତର୍କ ଉଠାଇଥିଲେ ତେତେବେଳେ ତାଙ୍କର ଭଗ୍ନୀତତି ଭଗ୍ନୀନାଥ ଆଚାର୍ଯ୍ୟ ଯଥାର୍ଥ କହିଥିଲେ ଯେ ତୁମ୍ଭଙ୍କୁ ଏ ସମସ୍ତ ତତ୍ତ୍ଵ ବର୍ତ୍ତମାନ ବୁଝାଇବା ଅନର୍ଥକ । ଏହା ଉଷର ଭୂମିରେ ରାଜାବପନ ମାତ୍ର । ଯେତେବେଳେ ତୁମ୍ଭେ ତାଙ୍କ କୃପା ଲାଭ କରିବ ତୁମ୍ଭେ ନିଜେ ୨, ଏହି ସମସ୍ତ ସିଦ୍ଧାନ୍ତ ସ୍ଥାପନ କରିବ ଯଥା ।--

 

      “ତୋମାର ଆଗେ ଏତ କଥାର ନାହିଁ ପ୍ରୟେଜନ,

      ଉଷର ଭୂମିତେ ଯେନ ବୀଜେର ରୋପଣ ।

 

      ତୋମାର ଉପରେ ତାଁର କୃପା ଯବେ ହୈବେ,

      ଏସବ ସିଦ୍ଧାନ୍ତ ତବେ ତୁମିହ କରିବେ ।

                        (ଚୈଃ ଚଃ ମଧ୍ୟ ୬ ପରି)

 

ପ୍ରକୃତରେ ତାହାହିଁ ଘଟିଥିଲା । ସାର୍ବବୌମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ କୃପା ପାଇ ତାଙ୍କୁ ସ୍ଵୟଂ ଭଗବାନ ବୋଲି ଜାଣି ତାଙ୍କର ଜଣେ ପ୍ରଧାନ ପାଷାଦ ମଧ୍ୟରେ ଗଣ୍ୟ ହୋଇ ଥିଲେ । ଯଥା ;--

 

      “ସାର୍ବଭୌମ ହୈଲ ପ୍ରଭୁର ଭକ୍ତ ଏକତାନ,

      ମହାପ୍ରଭୁ ବିନେ ସେବ୍ୟ ନାହିଁ ଜାନେ ଅନ ।

      ଶ୍ରୀକୃଷ୍ଣ ଚୈତନ୍ୟ ଶଚୀସୁତ ଗୁଣଧାମ,

      ଏଇଧ୍ୟାନ ଏଇ ଜପ ଲୟ ଏଇ ନାମ ।”

                        (ଚୈଃ ଚଃ ମଦ୍ୟ ୬ ପରି)

 

ଶ୍ରୀକୃଷ୍ଣପ୍ରେମ ।

                  ସପ୍ତଦଶ ପରିଚ୍ଛେଦ ।

 

କୃଷ୍ଣପ୍ରେମଠାରେ ଧର୍ମ୍ମ , ଅର୍ଥ , କାମ , ମୋକ୍ଷ ଏହିଚାରି ପୁରୁଷାର୍ଥ ତୃଣତୁଲ୍ୟ ।କୃଷ୍ଣପ୍ରେମ ପଞ୍ଚମ ପୁରୁଷାର୍ଥ ଏବଂ ତାହା ଜୀବର ଚରମ ଲକ୍ଷ୍ୟ ।ମହାପ୍ରଭୁ ସ୍ଵୟଂ ଶ୍ରୀମୁଖରେ ପ୍ରେମ ସମ୍ବନ୍ଧରେ କହି ଅଛନ୍ତି । ଯଥା ;--

      

କୃଷ୍ଣ ବିଷୟକ ପ୍ରେମା ପରମ ପୁରୁଷାର୍ଥ,

      ଯାର ଆଗେ ତୃଣ ତୁଲ୍ୟ ଚାରି ପୁରୁଷାର୍ଥ ।

      ପଞ୍ଚମ ପୁରୁଷାର୍ଥ ପ୍ରେମାନନ୍ଦମୃତସିନ୍ଧୁ,

      ମୋକ୍ଷାଦି ଆନନ୍ଦ ଯାର ନହେ ଏକ ବିନ୍ଦୁ ।

                        (ଚୈଃ ଚଃ ଆଦି)

ମହାପ୍ରଭୁ ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ ମଧ୍ୟ ପ୍ରେମ ଯେ ମୂଳ ପ୍ରୟୋଜନ ଏହା ଶିକ୍ଷାଦେଇ ଅଛନ୍ତି । ଯଥା;-

 

      ଆମି ସମ୍ବନ୍ଧରେ ଆମାର ଜ୍ଞାନ ବିଜ୍ଞାନ,

      ଆମା ପାଇତେ ସାଧନ ଭକ୍ତି ଅଭିଧେୟ ନାମ ।

      ସାଧନେର ଫଳ ପ୍ରେମ ମୂଳ ପ୍ରୟୋଜନ,

      ସେଇପ୍ରେମେ ପୟ ଜୀବ ଆମାର ସେବନ ।

                        (ଚୈଃ ଚଃ ମଧ୍ୟ)

 

କୃଷ୍ଣପ୍ରେମ ଜାତ ହେଲେ ଭକ୍ତ ଉନ୍ନତ୍ତ ପ୍ରାୟ ହସେ,କାନ୍ଦେ,ନାଚେ,ଗାୟ ଏବଂ ଏଣେତେଣେ ଧାବମାନ ହୁଏ । ତାହାର ବାହ୍ୟଜ୍ଞାନ ନଥାଏ ।

 

କୃଷ୍ଣପ୍ରେମ ଯେ କି ଜିନିଷ ,ଏହା ବୁଝାଇବା ମୋର ଶକ୍ତିର ବହିର୍ଭୁତ,ଶ୍ରୀଳ କବିରାଜ ଗୋସ୍ଵାମୀଙ୍କ ଗ୍ରନ୍ଥରାଜ ଶ୍ରୀ ଚୈତନ୍ୟଚରିତାମୃତରୁ ମହାପ୍ରଭୁଙ୍କ ଉକ୍ତି ଉଦ୍ଧୃତ କଲି । ଯଥାଃ—

      କୋନ ଭାଗ୍ୟେ କୋନ ଜୀବେର ଶ୍ରଦ୍ଧା ଯଦି ହୟ,

      ତବେ ସେଇ ଜୀବ ସାଧୁସଙ୍ଗ କରୟ ।

      ସାଧୁସଙ୍ଗ ହୈତେ ହୟ ଶ୍ରବଣ କୀର୍ତ୍ତନ,

      ସାଧନ ଉକ୍ତ୍ୟେ ହୟ ସର୍ବାନାର୍ଥ ନିବର୍ତ୍ତନ ।

 

ଅନର୍ଥ ନିବୃତ୍ତ ହୈଲେ ଭକ୍ତି ନିଷ୍ଠା ହୟ,

      ନିଷ୍ଠା ହୈତେ ଶ୍ରବଣାଦ୍ୟେ ରୁଚି ଉପାଜୟ ।

      ରୁଚି ହୈତେ ହୟ ତବେ ଆସକ୍ତି ପ୍ରଚୁର,

      ଆସକ୍ତି ହୈତେ ଚିତ୍ତେ ଜନ୍ମେ କୃଷ୍ଣେ ରତ୍ୟଙ୍କୁର ।

 

      ସେଇରତି ଚାଢ଼ ହୈଲେ ଧରେ ପ୍ରେମ ନାମ,

      ସେଇ ପ୍ରେମା ପ୍ରୟୋଜନ ସର୍ବାନନ୍ଦ ଧାମ ।

 

ଏଥିରୁ ବେଶ୍ ବୁଝାଯାଏ ,କୃଷ୍ଣପ୍ରେମ କେତେ ଉପରେ । ପ୍ରଥମ ଶ୍ରଦ୍ଧାଠାରୁ ଆରମ୍ଭ କରି କେତେ ପାବଚ୍ଛ ଉଠିଲେ କୃଷ୍ଣପ୍ରେମ ଲାଭ ହେବ । ସେ କିଛି ମୁହଁର କଥା ନୁହେ,ଅନର୍ଥ ନିବୃତ୍ତି ପର୍ଯ୍ୟନ୍ତ ଯିବାତ ଜୀବ ପକ୍ଷରେ ମହା କଠିନ । କୃଷ୍ଣପ୍ରେମ ଲାଭତ ବହୁ ଦୂରର କଥା । କୃଷ୍ଣରେ ରତିଗାଢ଼ ହେଲେ ତାକୁ ପ୍ରେମ ବୋଲି ବୋଲାଯାଏ । ସେହିଗାଢ଼ ରତି ବା ପ୍ରେମର ନାମ ସ୍ଥାୟୀ ଭାବ । ଯଥାଃ-

      କୃଷ୍ଣେର ରତି ଗାଢ଼ ହୈଲେ ପ୍ରେମ ଅଭିଧାନ,

      କୃଷ୍ଣ ଭକ୍ତି ରସେର ସେଇ ସ୍ଥାୟୀଭାବ ନାମ ।

ସ୍ଥାୟୀ ଓ ବ୍ୟଭଚାରୀ ପ୍ରଭୃତି ଶ୍ରୀରୂପ ଗୋସ୍ଵାମୀ ପାଦ ତାଙ୍କ କୃତ ଭକ୍ତିରସାମୃତସିନ୍ଧୁ ଗ୍ରନ୍ଥରେ ଉତ୍ତମ ରୂପେ ବୁଝାଇ ଅଛନ୍ତି । ସେ ମାନ ମୋର ସୀମାର ବହିର୍ଭୁତ । ଅତଏବ ତାହା ବୁଝାଇବାକୁ ପ୍ରୟାସ କର ବୃଥା । ଏହି ଯେ ମାନବର ପ୍ରଧାନତମ ଲକ୍ଷ୍ୟ କୃଷ୍ଣପ୍ରେମ ,ତାହା ନିତ୍ୟସିଦ୍ଧ ।ସାଧନଦ୍ଵାରା ଏହା କେହି ନୂତନ ସୃଷ୍ଟି କରାଇ ନପାରେ । କେବଳ ସାଧନ ଦ୍ଵାରା ମନରମଳ ଅପସାରିତ କରି ଦେଲେ ନିତ୍ୟସିଦ୍ଧ କୃଷ୍ଣପ୍ରେମ ନିଜେ ଉଜ୍ଵଳ ହୋଇ ପ୍ରତିଭାତ ହୁଏ। ତେଣୁ ମହାପ୍ରଭୁ ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ କହିଅଛନ୍ତି । ଯଥା;--

      “ନିତ୍ୟସିଦ୍ଧ କୃଷ୍ଣପ୍ରେମ ସାଧ୍ୟ କଭୁ ନୟ,

      ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟେ ଉଦୟ ।”

ମହାପ୍ରଭୁ ରାଧାପ୍ରେମରେ ଋଣୀ ହୋଇ ଯେ ଋଣ ପରିଶୋଧ କରିବା ନିମିତ୍ତ ରାଧାଭାବ ବିଭାବିତ ଦେହ ଧାରଣ କରି ଶ୍ରୀ ଗୌରାଙ୍ଗ ରୂପରେ ଅବତୀର୍ଣ୍ଣ ହୋଇ ଥିଲେ । ତେଣୁ ସେ ଦିବା ନିଶି,ବିଶେଷତଃ ତାଙ୍କ ପକଟ ଲୀଳାର ଶେଷ ୧୮ ବର୍ଷ ସେ କେବଳ ପ୍ରେମାସ୍ଵାଦନ କରୁଥିଲେ । ତେତେବେଳେ ତାଙ୍କର ଦୁଇଗୋଟି ପ୍ରଧାନ ବନ୍ଧୁଥିଲେ । ସ୍ଵରୂପ ଓ ରାୟ ରାମାନନ୍ଦ ।

 

ରାଧାଭାବରେ ଉନ୍ମାଦିନୀ ପ୍ରାୟ ମହାପ୍ରଭୁ କେତେବେଳେ କରଦ୍ଵାରା ସେମାନଙ୍କ ଗଳା ବେଷ୍ଟନ କରି କାନ୍ଦୁ ଅଛନ୍ତି । କେତେବେଳେ କହୁଅଛନ୍ତି ,ତୁମ୍ଭେମାନେ ପରା ମୋର ମରମୀ ସଖୀ ,ମୋର ଏ କଷ୍ଟ କି ତୁମ୍ଭେମାନେ ମୋଚନ କରିବ ନାହିଁ । ହାୟ ! ମୁଁ ସ୍ଵପ୍ନରେ ବର୍ତ୍ତମାନ କି ଦେଖୁଥିଲି ,ମୋର ପ୍ରାଣନାଥ ବଂଶୀ ଧାରଣ ପୂର୍ବକ ଯେ ମୋ ଆଗରେ ଆସି ଛିଡ଼ା ହୋଇଥିଲେ । ହାୟ ! ସେ ଚପଳ କାହିଁ ପଳାଇଗଲେ । ପୁଣି କ୍ଷଣେ ଚୈତନ୍ୟ ଲାଭକରି କହୁଅଛନ୍ତି ,ଏକି ମୁଁ କି ପ୍ରଳାପ କରୁଥିଲି ମୁଁ କି ସେହି କୃଷ୍ଣଚୈତନ୍ୟ ନା ଅପର କେହି । ହେ ସ୍ଵରୂପ !ହେ ରାମନନ୍ଦ । ସତ କହିଲ ମୁଁ କି ପ୍ରଳାପ କରୁଥିଲି ?ହାୟ ! କୃଷ୍ଣପ୍ରେମର ଗନ୍ଧନ ମୋଠାରେ ନାହିଁ । ଏହିରୂପ ପ୍ରଳାପ କରୁଁ କରୁଁ କୃଷ୍ଣପ୍ରେମର ଲକ୍ଷଣମାନ ବ୍ୟକ୍ତିକରି କହୁ ଅଛନ୍ତି ।

 

      ଅକୈତବ କୃଷ୍ଣପ୍ରେମ,            ଯେନ ଜାମ୍ବୁନଦ ହେମ

                  ସେଇ ପ୍ରେମା ନୃଲୋକେ ନାହୟ,

       ଯଦି ହୟ ତର ଯୋଗ,            ନାହୟ ତବେ ବିୟୋଗ

                        ବିଯୋରେତ କେହ ନା ଜୀୟୟେ ।

                                          (ଚୈଃ ଚଃ ମଧ୍ୟ)

 

ଅର୍ଥାତ୍ କୃଷ୍ଣପ୍ରେମ ବିଶୁଦ୍ଧ , ନିର୍ମଳ । ଏଥିରେ କୈତବର ଗନ୍ଧମାତ୍ର ନାହିଁ । ସେ ପ୍ରେମ ଭୂଲୋକରେ ସହଜେ ଜାତ ହୁଏ ନାହିଁ । ଯଦୀ ସୌଭାଗ୍ୟ କ୍ରମେ କେବେ ଉଦୟ ହୁଏ ତେବେ ତାହା ଆଉ ବିଲୁପ୍ତ ହୁଏ ନାହିଁ , କାରଣ ଯେ ଥରେ ସେ ପ୍ରେମ ଅନୁଭବ କରିବ , ସେ ଯଦି ପୁନର୍ବାର ସେ ପ୍ରେମରୁ ବଞ୍ଚିତ ହୁଏ ତେବେ ସେ ଆଉ ପ୍ରାଣଧାରଣ କରି ରହିପାରେ ନାହିଁ । ଏହି ପ୍ରେମର ସ୍ଵରୂପ କିଛି ମହାପ୍ରଭୁଙ୍କ ନିଜ ଶ୍ରୀଭାଷାରେ ଆସ୍ଵାଦନ କରାଯାଉ । ମହାପ୍ରଭୁ ମହାଭାଗ୍ୟବାନ୍ ଶ୍ରୀଳ ସ୍ଵରୂପ ଓ ଶ୍ରୀରାୟ ରାମାନନ୍ଦଙ୍କୁ ସମ୍ବୋଧନ ପୂର୍ବକ ପ୍ରଳାପମୟ ବାକ୍ୟରେ କହୁ ଅଛନ୍ତି ।

      କୃଷ୍ଣପ୍ରେମ ସୁନିର୍ମଳ,            ଯେନ ଶୁଦ୍ଧ ଗଙ୍ଗାଜଳ

                  ସେଇ ପ୍ରେମ ଅମୃତେର ସିନ୍ଧୁ ।

      ନିର୍ମ୍ମଳ ସେ ଅନୁରାଗେ,            ନା ଲୁକାୟ ଅନ୍ୟଦାଗେ

                  ଶୁକ୍ଳ ବସ୍ତ୍ରେ ଯୈଚ୍ଛେ ମସୀବିନ୍ଦୁ ।

      ଶୁଦ୍ଧପ୍ରେମ ସୁଖସିନ୍ଧୁ ,            ପାଇତାର ଏକବିନ୍ଦୁ

                  ସେଇବିନ୍ଦୁ ଜଗତ ଡ଼ବାୟ

      କହିବାର ଯୋଗ୍ୟ ନୟ             ତଥାପି ବାଉଲେ କୟ

                  କହିଲେ ବା କେବା ପତିଯାୟ

                              (ଚୈଃ ଚଃ ମଧ୍ୟ )

      ଆହା ! ଯେ ପ୍ରେମର ଏକ ବିନ୍ଦୁ ଜଗତକୁ ବୁଡାଇ ପାରେ ,ସେ ଯେ କି ବସ୍ତୁ ତାହା କିଏ ବୁଝାଇ ପାରିବ । ଯାହା ଆସ୍ଵାଦନରେ କୋଟୀ ବ୍ରହ୍ମାଣ୍ଡର ଅଧୀଶ୍ଵର ସ୍ଵୟଂ ମହାପ୍ରଭୁ ଉନ୍ନତ୍ତ ପ୍ରାୟ ହୋଇଅଛନ୍ତି । ଅପରର କଥା ଅବା କଣ ।

      ସେହି ପ୍ରେମ ଲକ୍ଷଣ ବର୍ଣ୍ଣକ କରି ମହାପ୍ରଭୁ କହୁ ଅଛନ୍ତି

      ଏଇ ପ୍ରେମାର ଆସ୍ଵାଦନ            ତପ୍ତ ଇକ୍ଷୁ ଚଦ୍ଦଣ ,

 

            ମୁଖ ଜ୍ଵଲେ ନା ଯାୟ ତ୍ୟଜନ,

      ସେଇ ପ୍ରେମା ଯାର ମନେ       ତାର ବିକ୍ରମ ସେଇ ଜାନେ

            ବିଷାମୃତେ ଏକତ୍ର ମିଲନ ।

                              (ଚୈଃ ଚଃ ମଧ୍ୟ ପରି)

 

ଅନୁଭବାବିନା ଏ ପ୍ରେମର ମାଧୁରୀ କେହି ବୁଝି ପାରିବେ ନାହିଁ । ଏ ପ୍ରେମଜନିତ ବିରହ କାଳରେ ଯେଉଁ ଅସହ୍ୟ ପୀଡା ଜାତ ହୁଏ ତାହା ଶତ ଶତ ତିବ୍ର କାଳକୁଟର ବିଷଜ୍ଵାଳାଠାରୁ ଅଧିକତର ପୀଡା ଦାୟୀ ହୁଏ,ଏବଂ ପ୍ରେମ ଜନିତ ମିଳନରେ ଯେଉଁ ଆନନ୍ଦ ଜାତ ହୁଏ ତାହା କୋଟୀ ଅମୃତାସ୍ଵାଦନର ଆନନ୍ଦକୁ ତୁଚ୍ଛ କରିଦିଏ ।

ଏହି ଯେ ଅପୂର୍ବ ପ୍ରେମ ଏଥିରେ ଶ୍ରୀକୃଷ୍ଣ ଚିରକାଳପାଇଁ ଭକ୍ତର ବଶ ହୋଇ ରହନ୍ତି ।କର୍ମ୍ମ,ଯୋଗ କିମ୍ବା ଜ୍ଞାନ ଏଥିରେ କୃଷ୍ଣ କଦାପି ଭକ୍ତର ବଶ ହୁଅନ୍ତି ନାହିଁ । କେବଳ ପ୍ରେମ ରସରେ ସେ ବଶ । ଯଥା—

ଜ୍ଞାନ କର୍ମ ଯୋଗ ଧର୍ମେ ନହେ କୃଷ୍ଣ ବଶ,

କୃଷ୍ଣ ବଶହେତୁ ଏକ କୃଷ୍ଣ ପ୍ରେମରସ |”

(ଚୈ ଚଃ ଆଦି)

କୃଷ୍ଣପ୍ରେମରେ ଯେଉଲୋକ ପ୍ରେମିକ ତାହାର ନିଜ ସୁଖ ଦୁଃଖ ପ୍ରତି ଲକ୍ଷ୍ୟ ନଥାଏ । ସେ କେବଳ କୃଷ୍ଣ ସୁଖାଭିଳାଷା । କୃଷ୍ଣଙ୍କର କିପରି ସୁଖ ଜାତ ହେଉ ଏହି ଭାବନାରେ ତାହାର ହୃଦୟ ସତତ ପୂର୍ଣ୍ଣ । ସେ ଲେଶମାତ୍ର ନିଜସୁଖ ବାଞ୍ଛାନକରି ଏବଂ ନିଜର ବହୁକଷ୍ଟ ପ୍ରତି ଭୁକ୍ଷେପ ନ କରି କୃଷ୍ଣମୁଖାଭିଳାଷରେ ସମସ୍ତ କାର୍ଯ୍ୟ କରନ୍ତି । ଶ୍ରୀଳ ମାଧବେନ୍ଦ୍ର ପୁରୀ ଶ୍ରୀଗୋପାଳଙ୍କ ସ୍ଵପ୍ନାଦେଶକ୍ରମେ ଯେତେବେଳେ ଶ୍ରୀବୃନ୍ଦାବନରୁ ଶ୍ରୀପୁରୁଷୋତ୍ତମକୁ ପଦ ବ୍ରଜରେ ଆସି ଚନ୍ଦନ ନେଇ ଶ୍ରୀବୃନ୍ଦାବନକୁ ଫେରିଯାଉଥିଲେ, ଦୂରପଥ ,ମ୍ଲେଚ୍ଛଦେଶ,ବଟମାତ୍ର ହାତରେ କଉଡ଼ି ନାହିଁ,ବିଶେଷ ନଦୀ ନାଳ ପାର ହେବାକୁ ହେବ ଏ ସମସ୍ତ ବାଧାପ୍ରାପ୍ତି ତାଙ୍କର ଲେଶମାତ୍ର ଭ୍ରୁକ୍ଷେପ ନଥିଲା । ଗୋପାଳ ମୋର ଚନ୍ଦନ ପିନ୍ଧିବେ ,ତାଙ୍କ ତାପିତ ଅଙ୍ଗ ଶୀତଳ ହେବ ଏହି ଆନନ୍ଦରେ ବିହ୍ଵଳ ।

 

ତାଙ୍କର ସେହି ଅବସ୍ଥାକୁ ଲକ୍ଷ୍ୟକରି ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି । ଯଥା –

      “ପ୍ରଗାଢ଼ ପ୍ରେମେର ଏଇ ସ୍ଵଭାବ ଆଚାର

       ନିଜ ଦୁଃଖ ବିଘ୍ନଦିକ ନା କରେ ବିଚାର ।”

                        (ଚୈଃ ଚଃ ମଧ୍ୟ ୪)

ପ୍ରେମରେ ଭକ୍ତ ଯଦି କିଛି ଅକରଣୀୟ କାର୍ଯ୍ୟ କରେ ଅଥବା ଭଗବାନଙ୍କ ଶ୍ରୀମୁଖର ଆଜ୍ଞାଫଳନ ନକରି ବିପରୀତ ଆଚରଣ କରେ ,ପ୍ରେମବଶ ଭଗବାନ ସେଥିରେ ବିରକ୍ତ ନ ହୋଇ ବରଂ ନିଜ ଆଜ୍ଞା ପ୍ରତିପାଳନ ଠାରୁ ଆଜ୍ଞାଭଙ୍ଗ କାର୍ଯ୍ୟରେ ଅଧିକତର ସୁଖଲାଭ କରନ୍ତି । କିନ୍ତୁ ସେହିପରି ପ୍ରଣୟପାତ୍ର ହେବା ଆବଶ୍ୟକ । ଅତିଶୟ ଘନିଷ୍ଠ ପ୍ରଣୟ ନଥିଲେ ଭକ୍ତ ସେରୂପ ଆଜ୍ଞାଲଙ୍ଗନ କାର୍ଯ୍ୟ କରିନପାରେ । ଶ୍ରୀମନ୍ ନିତ୍ୟାନନ୍ଦ ପ୍ରଭୁଙ୍କୁ ମହାପ୍ରଭୁ ଗୌଡ଼ ଦେଶରେ ରହି ପ୍ରେମ ପ୍ରଚାର କରିବାକୁ ଆଦେଶ କରିଥିଲେ ଏବଂ କହିଥିଲେ “ଶ୍ରୀପାଦ ! ଆଉ ଆପଣଙ୍କର ମଦ୍ଦର୍ଶନ ନିମିତ୍ତ ଶ୍ରିପୁରୁଷୋତ୍ତମକୁ ଆସିବାର ଆବଶ୍ୟକ ନାହିଁ ।” କିନ୍ତୁ ପ୍ରଭୁ ଶ୍ରୀନିତ୍ୟାନନ୍ଦ ପ୍ରେମାଧ୍ଵକ୍ୟରେ ମହାପ୍ରଭୁଙ୍କ ଆଜ୍ଞା ଲଘଂନ କରି ମଧ୍ୟେ ଶ୍ରୀପୁରୁଷୋତ୍ତମକୁ ଆସୁଥିଲେ । ସେଥିରେ ମହାପ୍ରଭୁ ନିତ୍ୟାନନ୍ଦଙ୍କ ପ୍ରତି ଅସନ୍ତୁଷ୍ଟ ନହୋଇ ବରଂ ପ୍ରୀତି ଲାଭ କରୁଥିଲେ,ସେଥିପାଇଁ ଶ୍ରୀଳ କବିରାଜ ଗୋସ୍ଵାମୀ କହି ଅଛନ୍ତି । ଯଥା—

      

“ଅନୁରାଗେର ଲକ୍ଷଣ ଏହି ବିଧି ନାହିଁ ମାନେ,

      ତାଁର ଆଜ୍ଞା ଭାଙ୍ଗି ତାଁର ସଙ୍ଗେର କାରଣେ ।

      ରାସେ ପୈଛେ ଘରେ ଯାଇତେ କୃଷ୍ଣ ଆଜ୍ଞାଦିଲ

      ତାଁର ଆଜ୍ଞା ଭାଙ୍ଗି ତାଁର ସଙ୍ଗେ ସେ ରହିଲ

      ଆଜ୍ଞାର ପାଲନେ କୃଷ୍ଣେର ଯତ ପରିତୋଷ,

      ପ୍ରେମେ ଆଜ୍ଞା ଭାଙ୍ଗିଲେ ହୟ କୋଟି ସୁଖ ପୋଷ ।।”

                              (ଚୈଃ ଚଃ ଅନ୍ତ୍ୟ)

 

ଶ୍ରୀ ଗଦାଧର ପଣ୍ଡିତ ମହାପ୍ରଭୁଙ୍କ ଆଜ୍ଞାଲଘଂନ ପୂର୍ବକ ତାଙ୍କ ସଙ୍ଗେ ଶ୍ରୀବୃନ୍ଦାବନକୁ ଯିବାକୁ ଲାଗିଲେ,ଏବଂ କଟକଠାରୁ ମହାପ୍ରଭୁ ତାଙ୍କୁ କି ମଧୁର ଉପଦେଶ ଦେଇ ଫେରାଇ ଦେଲେ ଏହା ସେଠାରେ ଉଦାହରଣ ସ୍ଵରୂପ ଉଲ୍ଲେଖ ଯୋଗ୍ୟ ।

 

ପଣ୍ଡିତ ଶ୍ରୀ ଗଦାଧର ମହାପ୍ରଭୁଙ୍କର ଅତୀବ ପ୍ରଣୟ ପାତ୍ର । ମହାପ୍ରଭୁ ଯେତେବେଳେ ଶ୍ରୀ ପୁରୁଷୋତ୍ତମରୁ ଶ୍ରୀବୃନ୍ଦାବନକୁ ଯାତ୍ରା କରିବାକୁ ବାହାରିଲେ ଗଦାଧର କହିଲେ “ପ୍ରଭୋ ! ମୁଁ ଆପଣଙ୍କୁ ଛାଡ଼ି ଦଣେମାତ୍ର ରହି ନପାରେଁ,ମୋତେ ଆପଣଙ୍କ ସଙ୍ଗରେ ଯିବାକୁ ଆଜ୍ଞା ପ୍ରଦାନ କରନ୍ତୁ ।” ମହାପ୍ରଭୁ କହିଲେ “ଗଦାଧର ! ତୁମ୍ଭେ ଯେଉଁ ନିୟମରେ ସନ୍ନ୍ୟାସ ଗ୍ରହଣ କରିଅଛ ସେଥିର ବିଧି ତୁମ୍ବଙ୍କୁ ସର୍ବଦା ଶ୍ରୀପୁରୁଷୋତ୍ତମରେ ରହିବାକୁ ହେବ,ମୋ ସଙ୍ଗସୁଖ ନିମିତ୍ତ ସେ ବିଧି ଖଣ୍ଡନ କରିବାକି ତୁମ୍ଭ ପକ୍ଷରେ ଉଚିତ ? ଗଦାଧର ପଣ୍ଡିତ କହିଲେ “ପ୍ରଭୋ ! ଆପଣ ଯେଉଁଠାରେ ବିଦ୍ୟମାନ ରହିବେ ସେ କି ନୀଳାଚଳ ନୁହେ ,ହେଉ କ୍ଷେତ୍ର ସନ୍ନ୍ୟାସ ବ୍ରତ ପଛେ ମୋର ଭଙ୍ଗ ହେଉ ମୁଁ ଆପନଙ୍କୁ ଛାଡ଼ି ରହି ପାରିବିନାହିଁ ।”

ମହାପ୍ରଭୁ କହିଲେ “ଗଦାଧର ତୁମ୍ଭେ ଶ୍ରୀଗୋପୀନାଥଙ୍କର ସେବକ । ସେ ବିଗ୍ରହ ସେବା ଛାଡ଼ି ଯିବା ତୁମ୍ଭ ପକ୍ଷରେ ଉଚିତ କି ? ଏହିଠାରେ ରହି ଶ୍ରୀଗୋପୀନାଥଙ୍କର ଚରଣ ସେବାକର, ପରମ ସୁଖ ଲାଭ ହେବ ।” ଗଦାଧର କହିଲେ “ପ୍ରଭୋ ! ଭବଦୀୟ ପଦ ଦର୍ଶନରେ କୋଟି ସେବାର ଫଳ ମିଳିବ ।” ମହାପ୍ରଭୁ କହିଲେ “ହେଉ ତୁମ୍ଭେ ତ ମୋ ପାଇଁ ଶ୍ରୀଗୋପୀନାଥ ଜିଉଙ୍କ ସେବା ପରିତ୍ୟାଗ କରିବ ,କିନ୍ତୁ ସେଥିରେ ଯେ ମୋର ଦୋଷ ହେବ ।” ଗଦାଧର କହିଲେ “ଆପଣଙ୍କ ସଙ୍ଗରେ ଗଲେ ଯଦି କେହି ଆପଣଙ୍କର ଦୋଷ ଦେବେ ତେବେ ମୁଁ ଆପଣଙ୍କ ସଙ୍ଗେ ଯିବି ନାହିଁ । ଏକାକୀ ନବଦ୍ଵୀପରେ ଜନନୀ ଶ୍ରୀଶଚୀଦେବଙ୍କ ଦର୍ଶନକୁ ଯିବି ଏବଂ ମୁଁ ଯେ ଶ୍ରୀଗୋପୀନାଥଙ୍କ ସେବା ଛାଡ଼ିବି ନାହିଁ ପ୍ରତିଜ୍ଞା କରିଥିଲି ଏହା ପରିତ୍ୟାଗ କରୁଅଛି ,ଏ ଦୋଷତ ମୋର, ଏହାତ ଆପଣଙ୍କର ଦୋଷ ନୁହେଁ ।” ଏହିରୂପ ନାନା ଯୁକ୍ତି ପ୍ରଭୁଙ୍କ ସଙ୍ଗରେ ନ ଯାଇ ନିଜେ ସ୍ଵତନ୍ତ୍ର ଭାବରେ ଯିବାକୁ ଲାଗିଲେ । କଟକଠାରେ ମହାପ୍ରଭୁ ଗଦାଧରଙ୍କ ନିକଟକୁ ଚାଲିଗଲେ ଏବଂ ତାଙ୍କର ହସ୍ତ ଧାରଣ ପୂର୍ବକ କହିଲେ,”ଗଦାଧର ? ଶ୍ରୀଗୋପୀନାଥ ଜିଉଙ୍କ ସେବା ଛାଡ଼ି ଯେ ଏତେଦୂର ଆସିଲ , ଏବେତ ତୁମ୍ଭର ପ୍ରତିଜ୍ଞା ଓ ସେବା ଛାଡିବାର ଅଭିପ୍ରାୟ ସିଦ୍ଧ ହେଲା , କିନ୍ତୁ ମୋ ସଙ୍ଗରେ ଆସିବା ଦ୍ଵାରା ତୁମ୍ଭେ ନିଜ ସୁଖ ଚାହୁଁଅଛ ,ଏଥିରେ ତୁମ୍ଭର ଧର୍ମ୍ମ ହାନି ହେଉଅଛି ଓ ମୋର ମନରେ କଷ୍ଟ ହେଉଅଛି, ଅତଏବ ତୁମ୍ଭେ ଏଠାରୁ ଶ୍ରୀପୁରୁଷୋତ୍ତମକୁ ଫେରିଯାଅ , ମୋରରାଣ ,ଏଥିରେ ଯେପରି ଅନ୍ୟଥା ନ ହୁଏ “ଏହାପରେ ଗଦାଧର ଆଉ କଣ କହିବେ , ସେ ମହାପ୍ରବୁଙ୍କର ଏ ଗଣନାୟାକ୍ତିରେ ମୂର୍ଚ୍ଛିତ ହୋଇପଡ଼ିଲେ , ଏଣେ ମହାପ୍ରଭୁ ନୌକାରୋହଣ ପୂର୍ବକ ଚିତ୍ରୋତ୍ପଳା ନଦୀ ପାର ହେବାକୁ ଲାଗିଲେ ଏବଂ ଗଦାଧରଙ୍କୁ ସାନ୍ତ୍ଵନା କରାଇ ଶ୍ରୀପୁରୁଷୋତ୍ତମକୁ ଫେରାଇ ନେବାକୁ ଶ୍ରୀଳସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଆଦେଶ କଲେ , ଗଦାଧର ପଣ୍ଡିତଙ୍କର ଏହି ଶ୍ରୀ ଗୋପୀନାଥ ଜିଉଙ୍କ ସେବା ଓ ପ୍ରତିଜ୍ଞା ଛାଡ଼ିବାକୁ ଲକ୍ଷ୍ୟକରି ଶ୍ରୀଳକବିରାଜ ଗୋସ୍ଵାମୀ କହି ଅଛନ୍ତି ।--

      

ପଣ୍ଡତେର ଚୈତନ୍ୟ ପ୍ରେମ

                  ବୁଝନ ନା ଯାୟ,

      ପ୍ରତିଜ୍ଞା-ଶ୍ରୀକୃଷ୍ଣସେବା ଛାଡ଼ିଲ ତୃଣ ପ୍ରାୟ”

                        (ଚୈଃ ଚଃ ମଧ୍ୟ)

      

ଶ୍ରୀକୃଷ୍ଣପ୍ରେମ ଉଦୟ ହେବା ବଡ଼ ସହଜ କଥା ନୁହେଁ ,ତେବେ ବହୁ ସୌଭାଗ୍ୟ ବଶରୁ ଯାହାର କୃଷ୍ଣପ୍ରେମ ଜାତ ହୁଏ ତାହାର କାର୍ଯ୍ୟ ସାଧାରଣ ଲୋକର ଦୁର୍ବୋଧ୍ୟ,ସାଧାରଣ ଲୋକେତ ବୁଝିବା ଦୂରର କଥା,ବିଜ୍ଞମାଳେ ସୁଦ୍ଧା ତାହାର ନିଜସ୍ଵ ଶରଣାଗତ ବୁଝିପାନ୍ତି ନାହିଁ , ହୁଏତ ଅନେକ ସ୍ଥଳରେ ପ୍ରେମିକା ଭକ୍ତ ସାଧାରଣ ଚକ୍ଷୁରେ ପାଗଳ ବୋଲି ଅନୁମିତ ହୁଅନ୍ତି । ଗୋଟିଏ ନିଜ ଅନୁଭବର ଊଦାହରଣ ମୋର ମନେପଡ଼ିବାରୁ ଏଠାରେ ବ୍ୟକ୍ତ କଲି , କିଲ୍ଲା ଢେଙ୍କାନାଳକୁ ଜଣେ ଉଚ୍ଚ ଦରର ଭକ୍ତ ପଦାର୍ପଣ କରିଥିଲେ , ସେ ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କ ନାମରେ ପାଗଳ , ତେଣୁ ତାଙ୍କୁ ଲୋକେ ସାଧାରଣତଃ “ଜୟ ନିତାଇ” ବୋଲି ଡ଼ାକିଥାଆନ୍ତି,ସେ ପ୍ରେମରେ ପାଗଳ ପ୍ରାୟ ହେଲେହେଁ ଉଚ୍ଚଶିକ୍ଷା ଲାଭ କରି ଅଛନ୍ତି ଓ ବିଃଏଃ ଉପାଧିଧାରୀ , ଅପର ସମୟରେ ଠିକ୍ ଗୋଟିଏ ପାଗଳ ଏରୂପ ଅନୁମିତ ହେଲେହେଁ ଢେଙ୍କାନାଳରେ ଭକ୍ତି ସମ୍ବନ୍ଧରେ ସେ ଯେ ସରଳ ଓ ପ୍ରାଣସ୍ପର୍ଶୀ ଭାଷାରେ ବକୃତା କରିଥିଲେ ସେଥିରେ ଲୋକେ ମୁଗ୍ଧ ହୋଇଥିଲେ ,ଏହି ମହାତ୍ମା ପ୍ରଥମେ ଯେତେବେଳେ ଗଡରେ ପହଞ୍ଚି ରାଜଭବନକୁ ଯାଆନ୍ତି ,ଏ ଅଧମ ତାଙ୍କ ସାଙ୍ଗରେ ଥିଲା । ସେ ମୋତେ ସମସ୍ତ ସ୍ଥାନ ମାନ ପଚାରି ଯାଉଥାଆନ୍ତି । ରାଜଭବନକୁ ଗମନ କରିବାକୁ ହେଲେ ପ୍ରଥମେ ଘୋଡା ଅସ୍ତବଳ ପଡ଼େ , ସେ ମହାତ୍ମା ମୋତେ ପଚାରିଲେ ଏ ପକାଘର କଣ ? ମୁଁ କହିଲି ଏ ଅଶ୍ଵଶାଳା । ସେ ତ ତତକ୍ଷଣାତ୍ ମସ୍ତକ ନତକରି ତାକୁ ଗୋଟିଏ ପ୍ରଣାମ କଲେ , ଏଥିରେ ତାଙ୍କୁ ସାଧାରଣ ଲୋକ ପାଗଳ ନଭାବି କଣ ଭାବିବେ । କିନ୍ତୁ ସର୍ବଭୁତରେ ସେ ମଧ୍ୟ ଭଗବାନଙ୍କୁ ଦର୍ଶନ କରୁଅଛନ୍ତି , ତାଙ୍କ ହୃଦୟରେ ଅଶ୍ଵଶାଳା ମଧ୍ୟ ଭଗବତ୍ତ୍ଵ ଭାବ ଉଦ୍ଦୀପନ କରାଇବାରୁ ସେ ତାକୁ ପ୍ରଣାମ କଲେ ଏ ଉଚ୍ଚଭାବ କେତେଜଣ ବୁଝିପାରିବେ ? ତେଣୁ ମହାପ୍ରଭୁ ସନାତନ ଗୋସ୍ଵାମୀଙ୍କୁ ଶିକ୍ଷା ଦେବାକାଳରେ କହି ଅଛନ୍ତି,

 

      “ଯାର ଚିତ୍ତେ କୃଷ୍ଣପ୍ରେମା କରୟ ଉଦୟ

      ତାରା ବାକ୍ୟ,କ୍ରିୟା,ମୁଦ୍ରା,ବିଜ୍ଞେ ନା ବୁଝୟ ।”

                        (ଚୈଃ ଚଃ ମଧ୍ୟ)

ଶ୍ରୀଳ କବିରାଜ ଗୋସ୍ଵାମୀ ଅନ୍ୟ ଏକସ୍ଥାନରେ ମଧ୍ୟ ତଦ୍ରୁପ ଉକ୍ତି ବ୍ୟବହାର କରି ଅଛନ୍ତି । ଯଥା—

      “ଏଇପ୍ରେମା ସଦାଜାଗେ ଯାହାର ଅନ୍ତରେ,

      ପଣ୍ଡିତେଓ ତାଁର ଚେଷ୍ଟା ବୁଝିତେ ନା ପାରେ ।”

                        (ଚୈଃ ଚଃ ଅନ୍ତ୍ୟ )

      ପଣ୍ଡିତମାନଙ୍କର ସୁଦ୍ଧା ଏ କୃଷ୍ଣପ୍ରେମର ଲକ୍ଷଣମାନ ଦୁର୍ବୋଧ୍ୟ । ତେଣୁ ମହାପ୍ରଭୁ ଶ୍ରୀଗୟାଧାମରୁ ଆସିବା ପରେ କୃଷ୍ଣପ୍ରେମର ଚିହ୍ନ ସମସ୍ତ ତାଙ୍କ ଶ୍ରୀଅଙ୍ଗରେ ପରିଲକ୍ଷିତ ହୁଅନ୍ତେ ନବଦ୍ଵୀପର ମହାମହା ପଣ୍ଡିତମାନେ ମଧ୍ୟ ତାଙ୍କର ଉନ୍ମାଦ ରୋଗ ଉପସ୍ଥିତ ହୋଇଅଜି ବୋଲି ମନେକରିଥିଲେ ଓ କେହି ୨ ତାଙ୍କ ଜନନୀଙ୍କୁ ନାରାୟଣତୈଳାଦି ମସ୍ତକରେ ଘସି ରୋଗଶାନ୍ତି କରାଇବାକୁ ଉପଦେଶ ଦେଇଥିଲେ ।

କୃଷ୍ଣପ୍ରେମ ଯେ କିରୂପ ଦୁର୍ବୋଧ୍ୟ ଶ୍ରୀଳ କବିରାଜ ଗୋସ୍ଵାମୀ ତାହା ଏକ ସ୍ଥାନରେ ଅଳ୍ପାକ୍ଷରରେ ସୁନ୍ଦର ରୂପେ ଦେଖାଇ ଅଛନ୍ତି । ଅତଏବ ମୁଁ କୃଷ୍ଣପ୍ରେମ କି ବସ୍ତୁ ତାହା ବୁଝାଇବାକୁ ନିତାନ୍ତ ଅଶକ୍ତ ଥିବାରୁ ଶ୍ରୀଳ କବିରାଜଙ୍କର ସେ କତିପୟ ପଙକ୍ତି ଉଦ୍ଧୃତ କଲି |.

ଯଥା ।---

      “ଭକ୍ତେର ପ୍ରେମ ବିକାର ଦେଖି କୃଷ୍ଣେର ଚମତ୍କାର,

      କୃଷ୍ଣ ଯାର ନା ପୟଅନ୍ତ କେ ଛାର ଆର ।

      ଭକ୍ତ ପ୍ରେମେର ଯତ ଦଶା ଯେଗତି ପ୍ରକାର,

      ଯତ ଦୁଃଖ କ୍ଷତ ସୁଖ ଯତେକ ବିକାର ।

      କୃଷ୍ଣ ତାହା ସମ୍ୟକ୍ ନାପାରି ଜାନିତେ,

      ଭକ୍ତଭାବ ଅଙ୍ଗୀକରେ ତାହା ଆସ୍ଵାଦିତେ ।

      କୃଷ୍ଣେରେ ନାଚାୟ ପ୍ରେମା ଭକ୍ତେରେ ନାଚାଇ,

      ଆପନି ନାଚୟେ ,ତିନେ ନାଚେ ଏକଠାଇଁ ।

      ପ୍ରେମେର ବିକାର ବର୍ଣ୍ଣିତେ ଚାହେ ଯେଇଜନ,

      ଚନ୍ଦ୍ର ଧରିତେ ଚାହେ ଯେନ ହଇୟା ବାମନ ।

      ବାୟୁଯୈଛେ ସିନ୍ଧୁ ଜଳେର ହରୟେ ଏକକଣ,

      କୃଷ୍ଣ ପ୍ରେମାକଣାର ତୈଛେ ଜୀବେର ସ୍ପର୍ଶନ ।

      କ୍ଷଣେ ,ଉଠେ ପ୍ରେମାର ତରଙ୍ଗ ଅନନ୍ତ,

      ଜୀବ ଛାର କାହାଁତାର ପାଇବେକ ଅନ୍ତ ।

                        (ଚୈଃ ଚଃ ଅନ୍ତ୍ୟ)

ଦେଖିଲେତ, ଶ୍ରୀ କବିରାଜ ଗୋସ୍ଵାମୀ କଣ କହୁଅଛନ୍ତି । ସ୍ଵୟଂ ଶ୍ରୀକୃଷ୍ଣ ଯାହାର ଅନ୍ତ ପାଆନ୍ତି ନାହିଁ ,ଜୀବଛାର ତାର ଅନ୍ତ କଣ ପାଇବ ?

 

ପ୍ରେମର ସ୍ଵଭାବ ଏହି ଯେ-ପ୍ରେମିକ ମନେ କରେ ମୋର ସଙ୍ଗେ କୃଷ୍ଣଙ୍କର ଲେଶମାତ୍ର ସମ୍ବନ୍ଧ ନାହିଁ । ପ୍ରେମିକ ଯେ ମିଥ୍ୟାରେ ଏ ରୂପ କରନ୍ତି ଏମନ୍ତ ନୁହେ ।

 

କେହିଲୋକ ଆକାଶର ଯେତେ ଉପରକୁ ଉଠିବ ତାକୁ ଆକାଶର ଅନନ୍ତତ୍ଵ ସେତେ ଅଧିକ ପ୍ରତୀୟମାନ ହେବ । ସେହୁରୂପ ଶ୍ରୀକୃଷ୍ଣଙ୍କର ଅପାର ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟର ପରିଚୟ ପାଇ ପ୍ରେମିକମାନେ ଅନୁଭବ କରନ୍ତି ମୋର କୃଷ୍ଣଙ୍କଠାରେ ଭକ୍ତିର ଗନ୍ଧମାତ୍ର ନାହିଁ । ତେଣୁ ଶ୍ରୀକବିରାଜ ଗୋସ୍ଵାମୀ ଲେଖି ଅଛନ୍ତି ।

 

      “ପ୍ରେମେର ସ୍ଵଭାବ ଯାଁହା ପ୍ରେମର ସମ୍ବନ୍ଧ,

      ସେଇମାନେ କୃଷ୍ଣେ ମୋର ନାହିଁ ଭକ୍ତି ଗନ୍ଧ ।”

                              (ଚୈଃ ଚଃ ଅନ୍ତ୍ୟ)

ଶ୍ରୀଳ କବିରାଜ ଗୋସ୍ଵାମୀ ଏହା ନିଜ ଅନୁଭବରୁ ଲେଖିଯାଇଅଛନ୍ତି ।ଆମ୍ଭମାନଙ୍କର ତାହା ସହଳରେ ବୋଧଗମ୍ୟ ହୋଇ ପାରିବ ନାହିଁ । ଯେଉଁମାନେ ଅନୁଭବୀ ସେମାନେହିଁ ଏ ଭକ୍ତିର ପ୍ରକୃତ ତାତ୍ପର୍ଯ୍ୟ ବୁଝିପାରିବେ ।

 

ପ୍ରେମିକର କିପରି ଦଶା ଘଟିଥାଏ ସେଥିର ଗୋଟିଏ ଉଦାହରଣ ଶ୍ରୀ ଚୈତନ୍ୟମଙ୍ଗଳରୁ ଉଦ୍ଧୃତ କଲି ।

 

ଶ୍ରୀଳ ଲୋଚନ ଦାସ ମୁକୁନ୍ଦଙ୍କ ସମ୍ବନ୍ଧରେ ଲେଖିଅଛନ୍ତି ଯେ ଏ ରାଜବୈଦ୍ୟଥିବାରୁ ରାଜାଙ୍କଠାକୁ ସତତ ଯାତାୟତ କରୁଥିଲେ । ଏକଦିନ ରାଜାଙ୍କ ସନ୍ନିକଟରେ ଏକଜଣ ଭୃତ୍ୟ ଏକ ମୟୂରପୁଚ୍ଛବିଶିଷ୍ଟ ପଙ୍ଖାଧରି ବ୍ୟଜନ କରୁଥିଲେ । ମୟୂରପୁଚ୍ଛ ଦେଖି ମୁକୁନ୍ଦଙ୍କର ଶ୍ରୀକୃଷ୍ଣସ୍ଫୁର୍ତ୍ତି ହେବାରୁ ସେ ପ୍ରେମରେ ମୂର୍ଚ୍ଛିତ ହୋଇ ପଡ଼ିଗଲେ ଯଥା ।--

 

      “ମୟୂରେର ପାଙ୍ଖା ଦେଖି ରାଜ ସନ୍ନିଧାନେ,

      ପଡ଼ିଲେନକୃଷ୍ଣରୂପ ଆକର୍ଷିୟ ମନେ ।”

 

ଏହି ଯେ ଦୁର୍ଲ୍ଲଭ କୃଷ୍ଣପ୍ରେମ ଏହାଦ୍ଵାରା କୃଷ୍ଣ ପ୍ରାପ୍ତି ସୁଲଭ । କୃଷ୍ଣପ୍ରେମ ଜାତ ହେଲେ କୃଷ୍ଣ ଭକ୍ତର ବଶ ହୁଅନ୍ତି । ଶ୍ରୀକୃଷ୍ଣଙ୍କୁ ବଶ କରିବା ପାଇଁ ମସ୍ତକ ମୁଣ୍ଡନାଦି ବାହ୍ୟ ବୈରାଗ୍ୟର ବେଶ କିଛି ଆବଶ୍ୟକ ନାହିଁ । ଅନ୍ତର ପ୍ରେମରେ ଦ୍ରବୀଭୂତ ହେବା ଆବଶ୍ୟକ ।

 

ଶ୍ରୀବାସ ପଣ୍ଡିତଙ୍କର ଦୁଃଖୀ ନାମରେ ଜଣେ ମହାଭାଗ୍ୟବତୀ ଦାସୀଥିଲେ । ସେ ଶ୍ରୀବାସଙ୍କ ଘରେ ଜଳ ଯୋଗାଉ ଥିଲେ । ମହାପ୍ରଭୁ ଭକ୍ତଗଣଙ୍କ ସଙ୍ଗେ ଶ୍ରୀବାସଙ୍କ ଅଙ୍ଗନରେ ନୃତ୍ୟକୀର୍ତ୍ତନାଦି ଶେଷ କରି କେବେ କେବେ ଗଙ୍ଗାରୁ ଜଳ ଅଣାଇ ସେହି ଅଙ୍ଗନରେ ଭକ୍ତଗଣଙ୍କ ସଙ୍ଗେ ସ୍ନାନାଦି କାର୍ଯ୍ୟ ସମାପନ କରୁଥିଲେ । ତଦୁପଲକ୍ଷେ ସେହି ଭାଗ୍ୟବତୀ ଦାସୀ ଦୁଃଖୀ ଗଙ୍ଗାରୁ ଜଳ ବହନ କରି ଯୋଗାଉ ଥିଲେ । ଜଳ ବହନ କରୁଛନ୍ତି , ଏଣେ ପ୍ରେମରେ ତାଙ୍କ ନୟନରୁ ଜଳ ବହି ଯାଉଅଛି । ଅଶେଷ ଜଳ ବହିବାରେ ଲେଶମାତ୍ର କଷ୍ଟ ଅନୁଭବ କରୁ ନାହାନ୍ତି । ଭାବଗ୍ରାହୀ ମହାପ୍ରଭୁ ଦୁଃଖୀଙ୍କର ସେହି ପ୍ରେମବିହ୍ଵଳ – ଭାବଜାଣି ଶ୍ରୀବାସଙ୍କୁ ପଚାରିଲେ “ଏତେ ଜଳ ଗଙ୍ଗାରୁ କିଏ ବହି ଆଣେ।” ଶ୍ରୀବାସ କହିଲେ “ପ୍ରଭୋ ! ଏହି ଦୁଃଖୀ ଏ ସମସ୍ତ ଜଳ ବହିଆଣେ ।” ମହାପ୍ରଭୁ କହିଲେ “ଶ୍ରୀବାସ ! ଏହାଙ୍କର ଦୁଃଖୀନାମ ଉପଯୁକ୍ତ ହୋଇନାହିଁ । ଏହାଙ୍କୁ ଆଜିଠାରୁ ସମସ୍ତେ ସୁଖୀ ବୋଲି ଡାକିବ । କାରଣ ମୁଁ ଅନୁମାନ କରେଁ ଏ ସତତ ଭକ୍ତି ସୁଖରେ ସୁଖୀ ।” ସେହି ଦିନଠାରୁ ସମସ୍ତେ ସେ ସୌଭାଗ୍ୟବତୀ ଦୁଃଖୀକୁ ମହାପ୍ରଭୁଙ୍କ ନାମାକରଣାନୁସାରେ ସୁଖୀ ବୋଲି ଡ଼ାକିବାକୁ ଲାଗିଲେ । ତାଙ୍କର ସୌଭାଗ୍ୟ ବର୍ଣ୍ଣନ କରି ଶ୍ରୀଳବୃନ୍ଦାବନ ଦାସ ଲେଖିଅଛନ୍ତି ।

      “ପ୍ରେମ ଯୋଗେ ସେବାକରିଲେଇ କୃଷ୍ଣପାଇ

      ମାଥା ମୁଡ଼ାଇଲେ ଯମ ଦଣ୍ଡ ନାଏ ତାଇ ।”

 

ଅଷ୍ଟାଦଶ ପରିଚ୍ଛେଦ ।

            ଶ୍ରୀରାଧାତତ୍ତ୍ଵ ଓ ଗୋପୀପ୍ରେମ ।

 

ଶ୍ରୀରାଥାକୃଷ୍ଣ ଏକଲୀଳାରସ ଆସ୍ଵାଦନପାଇଁ ଦୁଇ ଦେହ ଧାରଣ କରି ଅଛନ୍ତି । ମୃଗମଦ ଓ ତାହାର ଗନ୍ଧ ଯେରୂପ ଏକ ବସ୍ତୁ,ଅଗ୍ନି ଓ ତାହାର ଜ୍ଵାଳା ଯେରୂପ ଏକବସ୍ତୁ,ଶ୍ରୀରାଧା ଓ ଶ୍ରୀକୃଷ୍ଣ ସେହି ରୂପ ଏକ । ରାଧାତତ୍ତ୍ଵ ହୃଦୟଙ୍ଗମ କରିବା ବଡ କଠିନ । ଏହା ମୋର କ୍ଷୁଦ୍ର ଶକ୍ତିର ବହିର୍ଭୁତ । ଅତଏବ ମୁଁ ସେ ସମ୍ବନ୍ଧରେ ବିସ୍ତାରିତରୂପେ ବର୍ଣ୍ଣନ ନ କରି ଶ୍ରୀଳ କବିରାଜ ଗୋସ୍ଵାମୀଙ୍କ ଶ୍ରୀଚୈତନ୍ୟ ଚରିତାମୃତରୁ କେତେକ ଙକ୍ତି ଉଦ୍ଧୃତ କଲି ।

 

      “କୃଷ୍ଣକେ ଆହ୍ଲାଦେ ତାତେ ନାମ ଆହ୍ଲାଦିନୀ,

      ସେହି ଶକ୍ତି ଦ୍ଵାରେ ସୁଖ ଆସ୍ଵାଦେ ଆପନି

      ସୁଖରୂପ କୃଷ୍ଣକରେ ସୁଖ ଆସ୍ଵାଦନ,

      ଭକ୍ତଗଣେ ସୁଖଦିତେ ହ୍ଲଦିନୀ କାରଣ ।

 

      ହ୍ଲାଦିନୀର ସାର ଅଂଶ ତାର ପ୍ରେମ ନାମ ,

      ଆନନ୍ଦ ଚିନ୍ମୟରସ ପ୍ରେମେର ଅଖ୍ୟାନ ।

      ପ୍ରେମେର ପରମ ସାର ମହାଭାବ ଜାନ,

      ସେଇ ମହାଭାବରୂପା ରାଧା ଠାକୁରାଣୀ।

 

      ପ୍ରେମେର ସ୍ଵରୂପ ଦେହ ପ୍ରେମ ବିଭାବିତ ,

      କୃଷ୍ଣେର ପ୍ରେୟସୀ ଶ୍ରେଷ୍ଠ ଜଗତେ ବିଦିତ ।

      ସେଇ ମହାଭାବ ହୟ ଚିନ୍ତମଣି ସାର,

      କୃଷ୍ଣବାଞ୍ଛା ପୂର୍ଣ୍ଣକରେ ଏଇ କାର୍ଯ୍ୟ ତାର ।

 

      ମହାଭାବ ଚିନ୍ତାମଣି ରାଧାର ସ୍ଵରୁପ ,

      ଲଳିତାଦି ସଖୀତାଁର କାୟ ଚ୍ୟୂତରୂପ ।”

 

ଅନାତ୍ର ଶ୍ରୀମନ୍ ମହାପ୍ରଭୁ ସନାତନଙ୍କୁ ଶିକ୍ଷା ଦେବା କାଳରେ କହିଅଛନ୍ତି ।

 

            “ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ ନାୟକ ଶିରୋମଣି,

      ନାୟିକାର ଶିରୋମଣି ରାଧାଠାକୁରାଣୀ ।”

                        (ଚୈଃ ଚଃ ମଧ୍ୟ)

କୃଷ୍ଣ ଯେରୂପ ଅବତାରାବଳୀ ବୀଳ,ସେହିରୂପ ରାଧା ମୂଳଶକ୍ତି । ଅନ୍ୟ ସମସ୍ତ ଶକ୍ତି ରାଧାଙ୍କର ଅଂଶ । ଶ୍ରୀରାଧା ଶକ୍ତିଗଣ ମଧ୍ୟରେ ଅଂଶିନୀ । ସେଥିପାଇଁ ଶ୍ରୀଳରାୟରାମାନନ୍ଦ ମହାପ୍ରଭୁଙ୍କ ସଙ୍ଗେ ଗୋଦାବରୀତୀରରେ କୃଷ୍ଣ କଥା ଆଳାପ କାଳରେ ଶ୍ରୀରାଧାଙ୍କର ଗୁଣବର୍ଣ୍ଣନ କରି କହିଅଛନ୍ତି ଯେ ଦ୍ଵାରକାପୁରର ଶ୍ରୀକୃଷ୍ଣ ପଟ୍ଟ ମହିଷୀ ଶ୍ରୀମତୀ ସତ୍ୟଭାମା ଏହାଙ୍କର ସୌଭାଗ୍ୟ ବାଞ୍ଛା କରନ୍ତି । ଅଶେଷ ଗୁଣଶଳନୀ ଲଳିତାଦି ବ୍ରଜ ରାମାଗଣ ଏହାଙ୍କଠାରୁ କଳାବିଳାସ ଶିକ୍ଷା କରନ୍ତି । ଶ୍ରୀ ନାରାୟଣଙ୍କ ଅଙ୍କ ଶୋଭିନୀ ଲକ୍ଷ୍ମୀଠାକୁରାଣୀ ଓ ଶିବ ପତ୍ନୀ ପାର୍ବତୀ ଏହାଙ୍କର ସୌନ୍ଦର୍ଯ୍ୟାଦି ଗୁଣର ଅଭିଳାଶ କରନ୍ତି ଏବଂ ପତିବ୍ରତାଶିରୋମଣି ଅରୁନ୍ଧତୀ ଏହାଙ୍କର ପତିବ୍ର୍ୟ ଧର୍ମ୍ମ ଇଚ୍ଛା କରନ୍ତି । ଆଉ ଅଧିକ କଥା କଣ ସ୍ଵୟଂ ବ୍ରଜେନ୍ଦ୍ରନନ୍ଦନ ଶ୍ରୀକୃଷ୍ଣ ଏହାଙ୍କର ଗୁଣ ଗଣନା କରି ପାରନ୍ତି ନାହିଁ । ଯଥା—

 

      “ଯାଁର ସୌଭାଗ୍ୟ ଗୁଣ ବାଞ୍ଛେ ସତ୍ୟଭାମା,

      ଯାଁରଠାଇଁ କଳାବିନାସ ଶିଖେ ବ୍ରଜରାମା ।

      ଯାଁର ସୌନ୍ଦର୍ଯ୍ୟାଦି ଗୁଣ ବାଞ୍ଛେ ଲକ୍ଷ୍ମୀ ପାର୍ବତୀ;

      ଯାଁର ପତିବ୍ରତା ଧର୍ମ୍ମ ବାଞ୍ଛେ ଅରୁନ୍ଧତୀ ।

ଯାଁର ସଦଗୁଣ ଗଣନେର କୃଷ୍ଣ ନା ପାନ ପାର ।

      ତାଁର ଗୁଣ ଗଣିବେ କେମନେ ଜୀବ ଛାର ।”

                        (ଚୈଃ ଚଃ ମଧ୍ୟ)

 

ଏହି ମହାଭାବ ଚିନ୍ତାମଣି ସ୍ଵରୂପିଣୀ ଶ୍ରୀରାଧାଙ୍କୁ ତାଙ୍କ କାୟବ୍ୟୁହା ରୂପ ସଖୀଗଣ ସତତ ଶ୍ରୀକୃଷ୍ଣଙ୍କ ସହ ବିଳାସ କରାଇ ନାନାରୂପ ମୁଖ ଆସ୍ଵାଦନ କରନ୍ତି । ବ୍ରଜର ମଧୁରରସାଶ୍ରିତା ସଖୀ ଓ ମଞ୍ଜରୀଙ୍କ ବ୍ୟତୀତ ଅନ୍ୟ କାହାରି ସେ ଉଜ୍ଜ୍ଵଳ ମଧୁରରସ ଆସ୍ଵାଦନର ଶକ୍ତି ନାହିଁ । ସଖୀମାନେ ଶ୍ରୀ ରାଧାଗୋବିନ୍ଦଙ୍କର ଅଶେଷ ପ୍ରକାର ଲୀଳାର ବିସ୍ତାର କରନ୍ତି ଏବଂ ନାନା ହାସପରିହାସାଦି ବଚନଦ୍ଵାରା ଲୀଳାର ପୁଷ୍ଟି ସାଧନ କରନ୍ତି ଏକସମୟରେ ରାଧାଙ୍କର ମାନ ଜନ୍ମାଇ ଦେଲେ ଓ ପରେ କୌଶଳରେ ତାହା ସମାଧାନ ପୂର୍ବକ ମିଳାଇ ଦେଲେ, ଜଟିଳା ରାଧା ପ୍ରତି ଅଶେଷ ପ୍ରକାର ବାଧା ଜନ୍ମାଇଲେ ସଖୀମାନେ କୌଶଳକ୍ରମେ ସେ ବାଧାମାନ ଖଣ୍ଡନ କରାଇଲେ । ଏହିରୂପେ ସଖୀଗଣ ନିତ୍ୟ ନବନବ ଲୀଳା ରଚନା କରି ଲୀଳା ମାଧୁରୀ ଆସ୍ଵାଦନ କରୁ ଅଛନ୍ତି । ତାହା ସମୁଦ୍ର ଲହରୀବତ୍ ଗଣନା କରାଯାଇ ନ ପାରେ । ସଖୀମାନଙ୍କ ଏହି ଲୀଳାସ୍ଵାଦନ ବିଷୟରେ ଶ୍ରୀଳ ରାୟରାମାନନ୍ଦ କହି ଅଛନ୍ତି ।

      

ରାଧାକୃଷ୍ଣେର ଲୀଳା ଏଇ ଅତି ଗୂଢ଼ତର

      ଦାସ୍ୟ ବାତ୍ସଲ୍ୟାଦି ଭାବେ ନା ହୟ ଗୋଚର ।

      ସବେ ଏକ ସଖୀ ଗଣେର ଇଁହା ଅଧିକାର

      ସଖୀ ହୈତେ ହୟ ଏୟ ଲୀଳାର ବିସ୍ତାର ।

      

ସଖୀ ବିନା ଏଇ ଲୀଳା ପୁଷ୍ଟ ନାହିଁ ହୟ

      ସଖୀ ଲୀଳା ବିସ୍ତାରିୟା ସଖୀ ଆସ୍ଵାଦୟ ।

      ସଖୀ ବିନା ଏଇ ଲୀଳାର ଅନ୍ୟେର ନାହିଁଗତ ।

Unknown

                        (ଚୈଃ ଚଃ ମଧ୍ୟ ୮ ପରି)

ଏହି ଯେ ଅପୂର୍ବ ଶ୍ରୀରାଧାଗୋବିନ୍ଦଙ୍କର ବ୍ରଜଲୀଳା ଏଥିରେ ଶ୍ରୀଲକ୍ଷ୍ମୀଠାକୁରାଣୀଙ୍କର ମଧ୍ୟ ଅଧିକାର ନାହିଁ । ରଙ୍ଗିଆ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମରେ ଗୁଣ୍ଡିଚା ଯାତ୍ରା ସମୟରେ ଦିନେ ଐଶ୍ଵର୍ଯ୍ୟଭାବାପନ୍ନ ନାରଦ ସ୍ଵଭାବ ଶ୍ରୀବାସଙ୍କ ସମକ୍ଷରେ ଶୁଦ୍ଧ ମାଧୁର୍ଯ୍ୟଭାବାପନ୍ନ ଶ୍ରୀଳ ସ୍ଵରୂପ ଗୋସ୍ଵାମୀଙ୍କୁ ଈଷତ୍ ହାସ୍ୟପୂର୍ବକ ପଚାରିଲେ,ଶ୍ରୀଜଗନ୍ନାଥ ଦେବ ଶ୍ରୀପୁରୁଷୋତ୍ତମରେ ଦ୍ଵାରକା ବିହାର ଲୀଳା କରୁଅଛନ୍ତି ଏବଂ ଏକ ବର୍ଷ ମଧ୍ୟରେ ଥରେ ବୃନ୍ଦାବନ ଦର୍ଶନ ଉତ୍କଣ୍ଠାରେ ନୀଳାଚଳ ଛାଡ଼ି ଶ୍ରୀରଥ ଯାତ୍ରା ଛଳକରି ସୁନ୍ଦରାଚଳକୁ ବିଜେ କରନ୍ତି ,ଏବଂ ପୁଷ୍ପୋଦ୍ୟାନରେ ନାନା କୌତୁକରେ ବିହାର କରନ୍ତି । ତେତେବେଳେ ସେ ସଙ୍ଗରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ନିଅନ୍ତି ନାହିଁ କାହିଁକି ? ସ୍ଵରୂପ ଗୋସ୍ଵାମୀ ଏହି ପ୍ରଶ୍ନର ଉତ୍ତର ଦାନକରି କହିଥିଲେ , “ପ୍ରଭୋ ! ଶ୍ରୀବୃନ୍ଦାବନ କ୍ରୀଡ଼ାରେ ଲକ୍ଷ୍ମୀ ଦେବୀଙ୍କର ଅଧିକାର ନାହିଁ । ବୃନ୍ଦାବନ ଲୀଳାରେ କେବଳ ଗୋପୀମାନେ ହିଁ ଶ୍ରୀକୃଷ୍ଣଙ୍କର ସହାୟ । ଗୋପୀଛଡ଼ା ଅନ୍ୟ କୌଣସି ନାରୀ ଶ୍ରୀବ୍ରଜେନ୍ଦ୍ରନନ୍ଦନ ଶ୍ରୀକୃଷ୍ଣଙ୍କର ମନୋହରଣ କରି ପାରନ୍ତି ନାହିଁ । ଯଥା;-

      

ସ୍ଵରୂପ କହେ ଶୁନ ପ୍ରଭୁ କାରଣ ଇହାର            

      ବୃନ୍ଦାବନ କ୍ରୀଡ଼ାତେ ଲକ୍ଷ୍ମୀର ନାହିଁ ଅଧିକାର

      ବୃନ୍ଦାବନ ଲୀଳାୟ କୃଷ୍ଣେର ସହାୟ ଗୋପିଗଣ

      ଗୋପୀଗଣ ବିନା କୃଷ୍ଣେର ହରିତେ ନାରେ ମନ ।

                              (ଚୈଃ ଚଃ ମଧ୍ୟ)

ଗୋପୀମାନଙ୍କର ଏହି ବିଶୁଦ୍ଧ ମଧୁରଭାବ । ଏଥିରେ ଐଶ୍ଵର୍ଯ୍ୟର ଗନ୍ଧ ଲେଶ ନାହିଁ । ଲକ୍ଷ୍ମୀ ଠାକୁରାଣୀ ଐଶ୍ଵର୍ଯ୍ୟ ଭାବରେ ଭଜନ କରିବାରୁ ଏବଂ ନାରୀର ମୁକୁଟମଣି ଶ୍ରୀରାଧାଙ୍କର ଆନୁଗତ୍ୟ ସ୍ଵୀକାର କରି ନ ଥିବାରୁ ବ୍ରଜରେ ବ୍ରଜେନ୍ଦ୍ରନନ୍ଦନଙ୍କୁ ତପଶ୍ଚରଣ କରି ମଧ୍ୟ ପାଇ ପାରିଲେ ନାହିଁ । ଏହି ଗୋପୀମାନଙ୍କର ବିଶୁଦ୍ଧ ପ୍ରୀତି କେବଳା ନାମରେ ଅଭିହିତ । ଏହା କେବଳା ଭାବର ଭଜନକୁ ଶ୍ରୀକୃଷ୍ଣସଖା ଉଦ୍ଧବ ପ୍ରଶଂସା କରି ଯାଇ ଅଛନ୍ତି । ଶ୍ରୀକୃଷ୍ଣ ଦ୍ଵାରକାପୁରରୁ ଉଦ୍ଧବଙ୍କୁ ବ୍ରଜକୁ ପଠାଇଥିଲେ । ସେ ପ୍ରେମବତୀ ଗୋପରମଣୀମାନଙ୍କର ନିର୍ମ୍ମଳ ଭଜନ ରୀତି ଦର୍ଶନ କରି ଚମତ୍କୃତ ହୋଇଥିଲେ ଏବଂ ଗୋପୀମାନଙ୍କର ପଦଧୂଳିର ପ୍ରାର୍ଥ ହୋଇଥିଲେ । ଯଥା—

 

      ଐଶ୍ଵର୍ଯ୍ୟ ଜ୍ଞାନ ହୈତେ କେବଳା ପରମ ପ୍ରଧାନ

      ପୃଥିବୀରେ ଭକ୍ତ ନାଇ ଉଦ୍ଧବ ସମାନ ।

      ତିଁହି ଯାର ପଦଧୂଳି କରେନ୍ ପ୍ରାର୍ଥନ

      (ଯାଁର ଅର୍ଥାତ୍ ଯେଉଁ ଗୋପୀମାନଙ୍କର)

                        (ଚୈଃ ଚଃ ମଧ୍ୟ)

 

ଏକା ଗୋପୀକାମାନେହିଁ ଶ୍ରୀକୃଷ୍ଣଙ୍କୁ ଉତ୍କୃଷ୍ଟତମ ପ୍ରୀତି ପ୍ରଦାନ କରନ୍ତି , ଅନ୍ୟ କୌଣସି ନାରୀ ରସିକ ଶେଖରଙ୍କ ଚିତ୍ତକୁ ପ୍ରକୃଷ୍ଟ ପରିମାଣରେ ରସାସ୍ଵାଦନ କରାଇ ପାରନ୍ତି ନାହିଁ , ଗୋପୀମାନଙ୍କର ପ୍ରେମରେ ରସାଭାଷ ଦୋଷ ନାହିଁ ,ସେଥି ଯୋଗୁଁ ଶ୍ରୀକୃଷ୍ଣ ଗୋପୀପ୍ରେମରେ ସାତିଶୟ ପ୍ରୀତି ଲାଭକରନ୍ତି । ଶ୍ରୀଳ ସ୍ଵରୂପ ଗୋସ୍ଵାମୀ ମହାପ୍ରଭୁଙ୍କଠାରେ ଗୋପୀମାନଙ୍କର ଏହି ବିଶୁଦ୍ଧ ପ୍ରେମ ବର୍ଣ୍ଣନ କରି କହିଅଛନ୍ତି –

 

 

      ଦାମୋଦର କହେ କୃଷ୍ଣ ରସିକ ଶେଖର

      ରସ ଆସ୍ଵାଦକ ,ରସମୟ ,କଳେବର ।

      ପ୍ରେମମୟ ବପୁ କୃଷ୍ଣ ଭକ୍ତ ପ୍ରେମାଧୀନ,

      ଶୁଦ୍ଧ ପ୍ରେମରସ ଗୁଣେ ଗୋପୀକା ପ୍ରବୀଣ ,

 

      ଗୋପୀକାର ପ୍ରେମେ ନାହିଁ ରସାଭାଷ ଦୋଷ,

      ଅତଏବ କରେ କୃଷ୍ଣର ପରମ ସନ୍ତୋଷ,

                        (ଚୈଃ ଚଃ ମଧ୍ୟ)

 

ଶ୍ରୀଳ ଲୋଚନ ଦାସ ମଧ୍ୟ ଏହି ଗୋପୀପ୍ରେମର ଉତ୍କୃଷ୍ଟତା ବର୍ଣ୍ଣନ କରି ଲେଖିଅଛନ୍ତି –

 

      ତାର ପର ପ୍ରେମ ଭକ୍ତି ଗୋପୀକାର ଭାବ

      କେ ଆଛୟେ ଅଧିକାରୀ ସେ ସବ ଆଳାପଁ ।

      ଯାର ରସେ ବଶ ପ୍ରଭୁ ତ୍ରିଜଗତ ନାଥ ,

      ପ୍ରାକୃତ ଜନେର ଯେନ କୁଲଟାର ସାଥ ।

 

      ତାର ପ୍ରେମ ଭକ୍ତି କଥା କେ କହିତେ ଜାନେ

      ଗୁଳ୍ମ ଲତା ଜନ୍ମ ଉଦ୍ଧବ ମାଗେ ଯାର ଗୁଣେ ।

                        (ଚୈଃ ମଃ)

 

ଅର୍ଥାତ୍ ଯେ ଗୋପୀମାନଙ୍କର ଗୁଣ ଦର୍ଶନ କରି ଶ୍ରୀକୃଷ୍ଣସଖା ଊଦ୍ଧବ ବିମୋହିତ ହୋଇଥିଲେ ଏବଂ ନିଜେ ଶ୍ରୀବୃନ୍ଦାବନରେ ଗୁଳ୍ମ କିମ୍ବା ଲତା ଜନ୍ମ ପ୍ରାର୍ଥନା କରିଥିଲେ, ଅର୍ଥାତ୍ ସେ ଚିନ୍ତା କରିଥିଲେ ,ମୁଁ ପଛେ ସ୍ଥାବର ଦେହ ଧାରଣ କରେଁ ତଥାପି ଏ ବ୍ରଜରେ ବାସ କରିବାର ଅଧିକର ପାଏଁ । ତାହାହେଲେ ଏ ପ୍ରେମବତୀ ବ୍ରଜଲଳନାମାନଙ୍କର ଅଦ୍ଭୁତ କୃଷ୍ଣପ୍ରେମ ଦର୍ଶନ କରି ଜୀବନ ସାର୍ଥକ କରିବି । ଏହାଠାରୁ ଗୋପୀପ୍ରେମର ଚମତ୍କାରିତା ସମ୍ବନ୍ଧରେ ଆଉକି ଅଧିକ ପ୍ରମାଣ ଦିଆଯାଇପାରେ ? ହାୟ ! ଦୟାବତୀ ବ୍ରଜରାମାଗଣ କି ସତେ ଏ ଅଭାଗ୍ୟକୁ ଚରଣାଶ୍ରୟ ପ୍ରଦାନ କରିବେ, ସତେ ଦିନେ ଏ ଅଧମ ସେମାନଙ୍କର ଆଜ୍ଞାକାରିଣୀ ପରିଚାରିକା ହୋଇ ଶ୍ରୀରାଧାମାଧବଙ୍କର ସେବା କରିବ । ଏ ଯେ ଶ୍ରୀରାଧାକୃଷ୍ଣ ଲୀଳା ଅପାର ଓ ଅନନ୍ତ ,ସ୍ଵୟଂ ଶ୍ରୀଅନନ୍ତ ଦେବ ଏ ଲୀଳାର ଅନ୍ତ ପାଇପାରି ନାହାଁନ୍ତି । ଶ୍ରୀ ଗଣେଷ କୋଟିଯୁଗ ପର୍ଯ୍ୟନ୍ତ ଲେଖିଲେ ଏ ବ୍ରଜଲୀଳାର ଦିନକର ବିଷୟ ଲେଖି ଶେଷ କରିପାରିବେ ନାହିଁ । ସେ ଲୀଳା ସମୁଦ୍ରର ଅନ୍ତ ପାଇବ କିଏ ? ଯେଉଁ ଗୋପୀମାନେ ସତତ ଏ ଲୀଳାରେ ସନ୍ତରଣ କରୁଛନ୍ତି ସେମାନେ ହିଁ ଧନ୍ୟ । ସେ ଲୀଳାର ଅନନ୍ତତ୍ଵ ସମ୍ବନ୍ଧରେ ଶ୍ରୀଳ କୃଷ୍ଣଦାସ କବିରାଜ ଲେଖିଅଛନ୍ତି –

 

      ସହସ୍ର ବଦନେ ଯବେ କହୟେ ଅନନ୍ତ

      ଏବ ଦିନେର ଲୀଳାର ତବୁ ନାହିଁ ପୟଅନ୍ତ ।

      କୋଟି ଯୁଗ ପର୍ଯ୍ୟନ୍ତ ଯଦି ଲିଖେନ ଗଣେଶ

      ଏକ ଦିନେର ଲୀଳାର ତବୁ ନାହିଁ ପାୟ ଶେଷ ।

                        (ଚୈଃ ଚଃ ଅନ୍ତ୍ୟ)

 

                  ଊନବିଂଶ ପରିଚ୍ଛେଦ ।

                   କାମ ପ୍ରେମର ବିଚାର ।

ଗୋପୀ ଅନୁଗତ କାମାନୁଗା ଭଜନ ଭଗବଦ ଭଜନର ଶ୍ରେଷ୍ଠତମ ପ୍ରଣାଳୀ । ଶ୍ରୀମନ୍ ମହାପ୍ରଭୁ ଏହା ଶ୍ରୀରାୟ ରାମାନନ୍ଦଙ୍କ ମୁଖରେ ବ୍ୟକ୍ତ କରାଇ ଅଛନ୍ତି ଓ ନିଜେ ପୁଣି ଶ୍ରୀଳ ରୂପଗୋସ୍ଵୀମୀ ଓ ଶ୍ରୀସନାତନ ଗୋସ୍ଵାମୀଙ୍କୁ ଶିକ୍ଷାଦେବା କାଳରେ ଉତ୍ତମରୂପେ ବୁଝାଇ ଦେଇ ଅଛନ୍ତି । ରାଗାନୁଗା ଭକ୍ତଗଣ ଗୋପୀମାନଙ୍କ ରାଗାତ୍ମିକା ଭଜନ ପଥକୁ ଅନୁସରଣ କରି ଶ୍ରୀବ୍ରଜଧାମରେ ରାଧାମାନଙ୍କର ନିତ୍ୟନୈମିର୍ତ୍ତକ ଲିଳାଦି ସ୍ମରଣ ପୂର୍ବକ ସାଧନର ଶ୍ରେଷ୍ଠତମ ସୋପାନକୁ ଆରୋହଣ କରନ୍ତି ଓ ଶେଷରେ କୃଷ୍ଣପ୍ରେମ ଲାଭକରି ଚିଦାନନ୍ଦ ଦେହରେ ବ୍ରଜରେ ବାସକରି ସଖୀ ମଞ୍ଜରୀମାନଙ୍କ ଅଧୀନ ଶ୍ରୀରାଧାମାଧବଙ୍କର ସେବା କରି ଚିରସୁଖ ଅନୁଭବ କରନ୍ତି ।

କିନ୍ତୁ ଏହି ଭଜନ ପଥ ଅନୁସରଣ କରିବାକୁ ଯାଇ ସମୟ ସମୟରେ ସାଧକମାନେ ପ୍ରକୃତ ତତ୍ତ୍ଵ ବୁଝିନପାରି ଭ୍ରମରେ ପଡ଼ି ଥାଆନ୍ତି । ତାହା ସେ ଭଜନର ଦୋଷ ନୁହେଁ,ଭଜନ ତତ୍ତ୍ଵ ବୁଝିବାର ଭ୍ରମ ।ସେ ଭ୍ରମ ଯେ କେବଳ ଆମ୍ଭମାନଙ୍କର ନୁତନ ତାହା ନୁହେ| ମହାମୁନି ଶ୍ରୀଶୁକଦେବ ଗୋସ୍ଵାମୀ ଲୋକଙ୍କର ଏ ଭ୍ରମଜାତ ହୋର ସମ୍ଭାବନା କରି ଶ୍ରୀମଦଭାଗବତରେ ସେ ଭ୍ରମଜନିତ ପ୍ରଶ୍ନ ମହାରାଜା ପରୀକ୍ଷିତଙ୍କ ମୁଖରେ ଉତ୍ଥାପନ କରାଇ ନିଜେ ତାହାର ମୀମାଂସା କରି ଯାଇ ଅଛନ୍ତି ।

 

ତଥାପି ଅଜ୍ଞାନାବଦ୍ଧ ଜୀବର ସତତ ସେ ଭ୍ରମ ଜାତ ହୋଇଥାଏ ,ସେ କଠିନ ବିଷୟର ସୁମୀମାଂସା ମୁଁ କରିପାରିବି ଏ ଶକ୍ତି ମୋର ନାହିଁ । ତେବେ ଶ୍ରୀଳ କବିରାଜ ଗୋସ୍ଵାମୀ ସେ ପ୍ରଶ୍ନମାନ ଉତ୍ଥାପନ କରି ତାହା ଯେରୂପେ ବୁଝାଇ ଦେଇ ଅଛନ୍ତି ତାହା ପୁନରାବୃତ୍ତି କରୁ ଅଛି ମାତ୍ର ।

 

ଶ୍ରୀକବିରାଜ ଗୋସ୍ଵାମୀ ଲେଖିଅଛନ୍ତି ,”କାମ ଏହି ଶବ୍ଦ ବ୍ୟବହାର ହୋଇଥିଲେ ହେଁ ,ଗୋପୀମାନଙ୍କ ସହ ଶ୍ରୀକୃଷ୍ଣଙ୍କ ପ୍ରୀତିରେ କାମର ଗନ୍ଧମାତ୍ର ନାହିଁ । ଏ ପ୍ରୀତି କାମ ନୁହେଁ ,ପ୍ରେମ । ଲୁହା ଓ ସୁନାର ଯେରୂପ ପାର୍ଥକ୍ୟ ରହି ଅଛି କାମ ଓ ପ୍ରେମ ମଧ୍ୟରେ ପାର୍ଥକ୍ୟ ତଦ୍ରୁପ ଆତ୍ମେନ୍ଦ୍ରିୟ ପ୍ରୀତିର ନାମ କାମ । କୃଷ୍ଣେନ୍ଦ୍ରିୟପ୍ରୀତିର ନାମ ପ୍ରେମ । ଯଥା—

 

      “କାମ ପ୍ରେମ ଦୋଁହାକାର ବିଭିନ୍ନ ଲକ୍ଷଣ,

      ଲୌହ ଆର ହେମ ଯୈଛେ ସ୍ଵରୂପ ବିଲକ୍ଷଣ ।

      ଆତ୍ମେନ୍ଦ୍ରିୟ ପ୍ରୀତି ଇଚ୍ଛା ତାରେ ବଲି କାମ,

କୃଷ୍ଣେନ୍ଦ୍ରିୟ ପ୍ରୀତି ଇଚ୍ଛା ଧରେ ପ୍ରେମନାମ ।”

            (ଚୈଃ ଚଃ ଆଦି ୮ ପରି)

 

କାମର ତାତ୍ପର୍ଯ୍ୟ ନିଜର ସମ୍ଭୋଗେଚ୍ଛା । ନିଜ ସୁଖାଭିଳାଷ ସେଥିରେ ଅନ୍ତର୍ନିହିତ । କିନ୍ତୁ ପ୍ରେମରେ ନିଜ ସୁଖେଚ୍ଛା ଲେଶମାତ୍ର ନାହିଁ । ଶ୍ରୀକୃଷ୍ଣ କିରୂପ ସୁଖୀ ହେଊନ୍ତୁ ଏହାହିଁ ପ୍ରେମର ତାତ୍ପର୍ଯ୍ୟ । କାମଜର୍ଜ୍ଜରିତ ହୃଦୟରେ ସେ ନିର୍ମ୍ମଳ କୃଷ୍ଣପ୍ରେମକୁ ହୃଦୟଙ୍ଗମ କରିବା କିମ୍ବା ଧାରଣ କରିବା ବଡ଼ କଠିନ । ଯେ ସର୍ବଦା ମିଥ୍ୟାକଥା କହେ ,ମିଥ୍ୟା କହିବାକୁ ଯାହାର ଲେଶ ଭୟ ନାହିଁ ,ସେ ଲୋକ ସତ୍ୟର ମର୍ଯ୍ୟାଦା କଦାପି ବୁଝିପାରିବ ନାହିଁ । ସେହିରୂପ ସଂସାରୀ ଜୀବ ଆମ୍ଭମାନଙ୍କର କୃଷ୍ଣପ୍ରେମ କି ପଦାର୍ଥ ତାହା ଧାରଣ କରିବା କଠିନ ଏମନ୍ତ କି ଅସମ୍ଭବ କହିଲେ ଚଳେ ।

ଶ୍ରୀଳ ରାମାନନ୍ଦ ରାୟ ବିଦ୍ୟାନଗରଠାରେ ମହାପ୍ରଭୁଙ୍କ ସଙ୍ଗେ କଥୋପକଥନ ସମୟରେ ତାହା ଏହିରୂପ ବୁଝାଇ ଅଛନ୍ତି ଯଥା।--

 

“ସହଜେ ଗୋପୀର ପ୍ରେମ ନହେ ପ୍ରାକୃତ କାମ,

କାମ କ୍ରୀଡ଼ାସାମ୍ୟେ ତାର କହି କାମ ନାମ,

ନିଜେନ୍ଦ୍ରିୟ ସୁଖ ହେତୁ କାମେର ତାତ୍ପର୍ଯ୍ୟ ,

କୃଷ୍ଣ ସୁଖେ ତାତ୍ପର୍ଯ୍ୟ ଗୋପୀଭାବ କାର୍ଯ୍ୟ ।,

(ଚୈ ଚଃ ମଧ୍ୟ)

କୌଣସି ବସ୍ତୁ ବୁଝାଇବାକୁ ଗଲେ ଉପସ୍ଥିତ ବସ୍ତୁ ମଧ୍ୟରୁ କୌଣସି ତତ୍ ସମ୍ୟ ବସ୍ତୁକୁ ଉଦାହରଣ ଦେଇ ବୁଝାଇବାକୁ ହୁଏ । ଶ୍ରୀକୃଷ୍ଣଙ୍କର ଅଙ୍ଗ ଶିରୀଷ କୁସୁମ ବତ୍ କୋମଳ ; ଶ୍ରୀ ରାଧାଙ୍କର ମୁଖ ଚନ୍ଦ୍ରମାବତ୍ ଶୋଭନୀୟ କିନ୍ତୁ ଏଠାରେ ଶିରୀଷ କୁସୁମ କିମ୍ବା ଚନ୍ଦ୍ରମା ଶ୍ରୀ ରାଧା କୃଷ୍ଣଙ୍କର ସୌନ୍ଦର୍ଯ୍ୟ କୋମଳତା ସଂପୂର୍ଣ୍ଣ ବ୍ୟକ୍ତ କରୁ ଅଛନ୍ତି କି ?

 

ତାହା କାଦାପି ନୁହେଁ । କୋଟି କୋଟି ଗୁଣରେ ଶିରୀଷପୃଷ୍ପର କୋମଳତା ଯଦି ବୃଦ୍ଧି ପାଏ ,କୋଟି କୋଟି ଗୁଣରେ ଚନ୍ଦ୍ରମାର ଶୋଭା ଯଦି ବର୍ଦ୍ଧିତ ହୁଏ ତେବେ ସୁଦ୍ଧା ଏମାନେ ଶ୍ରୀ ରାଧାକୃଷ୍ଣଙ୍କର ମାଧୁର୍ଯ୍ୟ କିମ୍ବା କୋମଳତାର ସାମ୍ୟ ହୋଇ ପାରିବେ ନାହିଁ । ତେବେ ଏ ଭୂମଣ୍ଡଳରେ ସେ ଚିଦାନନ୍ଦ ରାଜ୍ୟର ପଦାର୍ଥସଙ୍ଗେ ତୁଳନା ହେବାକୁ ତ କିଛି ନାହିଁ , କବିଗଣ ବାଧ୍ୟ ହୋଇ ତାହାର କିଛି ସାମ୍ୟଥିବା ବସ୍ତୁର ସଙ୍ଗେ ତୁଳନା ଦେଇ ଥାଆନ୍ତି । ସେହିରୁପ ପ୍ରେମକୁ ବୁଝାଇବାର ପଦାର୍ଥ ଏ ଭୂମଣ୍ଡଳରେ ନାହିଁ । କିଞ୍ଚିତ୍ ସାମ୍ୟ ହେତୁ , କାମ ସଙ୍ଗେ ତାହାର ତୁଳନା କରାଯାଇଅଛି ଏବଂ କାମ ଆଖ୍ୟାରେ ତାହା ବ୍ୟକ୍ତ କରାଯାଇଅଛି । ତେବେ ପ୍ରକୃତରେରେ ସେ ଦୁହିଙ୍କର

(କାମର ପ୍ରେମର) ପାର୍ଥକ୍ୟ ଅନେକ ଥର, ଗୋଟିଏ ବୃକ୍ଷ ଓ ତାହାର ଛାୟା; ଛାୟା ବୃକ୍ଷର ଆକାର ଧାରଣ କରେ କିନ୍ତୁ ଛାୟା ବୃକ୍ଷର ସମାନ ନୁହେଁ । ସେହି ପରି କାମ, ପ୍ରେମର ସମାନ ନୁହେଁ । ସେଥୀପାଇଁ ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି ।

 

“ଅତଏବ କାଧ ପ୍ରେମ ବହୁତ ଅନ୍ତର,

କାମ ଅନ୍ଧତମଃ ପ୍ରେମ ନିର୍ମଳ ଭାସ୍କର ।"

(ଚୈଃ ଚଃ ଆଦି ୮)

କୃଷ୍ଣ ସୁଖହିଁ ଗୋପରମଣୀମାନଙ୍କର ଏକମାତ୍ର ଉଦ୍ଦେଶ୍ୟ । ନିଜର ସୁଖପ୍ରତି ଇଚ୍ଛା ନାହିଁ କିମ୍ବା ନିଜ ଅସୀମ କଷ୍ଟ ପ୍ରତି ଭୃକ୍ଷେପ ନାହିଁ । ସେ ପ୍ରେମରେ ଲେଶମାତ୍ର ଦାଗ ନାହିଁ । ତାହା ଏକବାରେ ସୁନିର୍ମଳ । କୌଣସି ସମ୍ବାଦ ପତ୍ରରେ ଏକ ସମୟରେ ଗୋଟିଏ କଥା ପଢ଼ି ଥିଲି ; ତାହା ଗୋପୀ ପ୍ରେମର ଉତ୍ତମ ଉଦାହରଣ । ନିମ୍ନରେ ତାହା ପ୍ରକାଶ କଲି ।

ଏକଦା ଶ୍ରୀନାରଦ ଗୋପୀପ୍ରେମ ବୁଝିବାକୁ ପ୍ରୟାସୀହୋଇ ଶ୍ରୀଦ୍ଵାରିକାକୁ ଆସି ଶ୍ରୀକୃଷ୍ଣଙ୍କୁ ତାହା ପଚାରିଲେ । ଶ୍ରୀ କୃଷ୍ଣ ବାକ୍ୟ ଦ୍ଵାରା ତାହା ବୁଝାଇ ନଦେଇ କାର୍ଯ୍ୟରେ ବୁଝାଇ ଦେବାକୁ ଇଚ୍ଛାକଲେ ଏବଂ ସେହି ଉଦ୍ଦେଶ୍ୟରେ ନିଜଅଙ୍ଗରେ ଜ୍ଵର ଜାତ କରାଇଲେ । ଅନେକ ଯତ୍ନରେ ସେ ଜ୍ଵର କିଛି ମାତ୍ର ଉପଶମ ହେଲା ନାହିଁ। ଦ୍ଵାରିକାବାସୀ ସମସ୍ତେ ଶ୍ରୀକୃଷ୍ଣଙ୍କ ପୀଡାରେ ମର୍ମାହତ ହେଲେ । ଶ୍ରୀମତୀ ,ସତ୍ୟଭାମା , ରୁକ୍ମିଣୀ ପ୍ରଭୁତି କୃଷ୍ଣ ମହିଷୀମାନଙ୍କର ଚିନ୍ତାର ସୀମା ରହିଲା ନାହିଁ । ଶ୍ରୀକୃଷ୍ଣ କହିଲେ ମୁଁ ଦେଖୁଛି ଏ ଜ୍ଵର ଅନ୍ୟ ଉପାୟରେ ଉପଶମ ହେବ ନାହିଁ। ଯଦି ମୋର ଏ ପତ୍ନିଗଣଙ୍କ ମଧ୍ୟରୁ କେହି ନିଜ ପଦଧୁଳି ମୋରଶିର ଉପରେ ଦିଅନ୍ତି ତେବେ ଏ ଜ୍ଵର ଉପଶମ ହୋଇପାରେ । ମହାମୁନି ନାରଦ ସେଠାରେ ଉପସ୍ଥିତ ଥିଲେ । ସେସମସ୍ତ ମହିଷୀମାନଙ୍କୁ ଏକେ ଏକେ ପଚାରିଲେ କିନ୍ତୁ କେହି ଶ୍ରୀକୃଷ୍ଣଙ୍କ ଶିରରେ ନିଜ ପଦଧୁଳି ଦେବାକୁ ସମ୍ମତ ହେଲେ ନାହିଁ । ସେମାନେ କହିଲେ କି କଥା ? ଆମ୍ଭେମାନେ ଶ୍ରୀକୃଷ୍ଣଙ୍କର ପଦର ଦାସୀ । ଆମ୍ଭମାନଙ୍କର ଚରଣ ଧୂଳି ତାଙ୍କ ଶିର ଉପରେ ଦେବୁଁ । ତହୁଁ ଶ୍ରୀକୃଷ୍ଣ ନାରଦଙ୍କୁ କହିଲେ “ମୁନିବର ଆପଣ ଟିକିଏ ଅନୁଗ୍ରହ ପୂର୍ବକ ବ୍ରଜପୁରକୁ ଯାଆନ୍ତୁ । ସେଠାରୁ ମୋର ପ୍ରେୟସୀ ରାଧା କିମ୍ବା ଅନ୍ୟ କେହି ଗୋପୀଙ୍କର ପଦଧୂଳି ଯଦି ପାଇ ପାରନ୍ତି ତାହା ଆଣି ମୋ ମସ୍ତକରେ ଦେବେ । ତେବେ ମୋର ଜ୍ଵର ଉପଶମ ହୋଇପାରେ । ’’ ତାହାଶୁଣି ମହାମୁନି ନାରଦ ତତ୍ କ୍ଷଣାତ୍ ବ୍ରଜପୁରକୁ ଗମନ କଲେ । ସେଠାରେ ଯାଇ ଗୋପୀମଣ୍ଡଳି ପରିବେଷ୍ଟିତ ବିରହିଣୀ ରାଧାଙ୍କୁ ଉପର୍ଯ୍ୟୁ ବଷୟ ଜ୍ଞାପନ କରାଇଲେ । ଏହା ଶୁଣିବା ମାତ୍ରେ ସମସ୍ତ ଗୋପୀଗଣ ଓ ଶ୍ରୀରାଧା ସମସ୍ତେ ଶ୍ରୀକୃଷ୍ଣ ଜ୍ଵର ହେତୁ କାତର ହୋଇ କହିଲେ "ମୁନିବର ! ଆପଣ କ୍ଷଣ ମାତ୍ର କାଳ ବିଳମ୍ବ ନ କରି ଆମ୍ଭମାନଙ୍କର ପଦଧୂଳି ନେଇ ଦ୍ଵାରକାକୁ ଯାଆନ୍ତୁ । ଶ୍ରୀକୃଷ୍ଣଙ୍କର ଲେଶମାତ୍ର ପୀଡା ଆମ୍ଭମାନଙ୍କର ଅସହ୍ୟ । "

      

ଏହି ବିଷୟଟି ଶାସ୍ତ୍ରୀୟ ସତ୍ୟକି ଗୋଟିଏ ଗଳ୍ପ ମୁଁ ଜାଣେନା । ତେବେ ଏହା ଗୋପୀ ପ୍ରେମ ଯେ କିରୂପ କାମ ଗନ୍ଧହୀନ ତାହାର ଉତ୍ତମ ଉଦାହରଣ । ନିଜ ପଦର ଧୂଳି ଶ୍ରୀକୃଷ୍ଣଙ୍କ ଶିର ଉପରେ ଦେଲେ ନିଜର ଯେ କିଛି ଅନିଷ୍ଟ ହେବ ସେ ଦୃଷ୍ଟି ଗୋପୀ ମାନଙ୍କର ନଥିଲା । କେବଳ କୃଷ୍ଣ ସୁଖ ହିଁ ସେମାନଙ୍କର ସମସ୍ତ ଜୀବନର ତାତ୍ପର୍ଯ୍ୟ । ଅତଏବ ସେମାନେ ଅପରାଧ ଭୟ ନକରି ଓ ଧର୍ମା ଧର୍ମ ବିଚାର ନ କରି ନିଜ ପଦଧୂଳି ଅତିତ୍ଵରା ପଠାଇଦେଲେ । ସେଥିପାଇଁ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି

            ଅତଏବ ଗୋପୀଗଣେ ର ନାହିଁ କାମ ଗନ୍ଧ ,

            କୃଷ୍ଣ ସୁଖ ଲାଗି ମାତ୍ର କୃଷ୍ଣ ସେ ସମ୍ବନ୍ଧ ।

            ଆତ୍ମ ସୁଖ ଦୁଃଖ ଗୋପୀ ନା କରେ ବିଚାର

            କୃଷ୍ଣ ସୁଖ ହେତୁ କରେ ସବ ବ୍ୟବହାର ।

            କୃଷ୍ଣ ବିନା ଆରସବ କରି ପରିତ୍ୟାଗ

            କୃଷ୍ଣ ସୁଖ ହେତୁ କରେ ଶୁଦ୍ଧ ଅନୁରାଗ ।

(ଚୈଃ ଚଃ ଆଦି ୮ ପରି)

ବ୍ରଜବଧୁ ମାନଙ୍କ ସହଜେ ରାସବିଳାସ ସେ ମହାପ୍ରେମସମ୍ପତ୍ତି । ଏଥିରେ କାମର ଗନ୍ଧମାତ୍ର ନାହିଁ । ଏଥିରେ କାମର ଗନ୍ଧ ମାତ୍ର ଥିଲେ , ମହାରାଜା ପରୀକ୍ଷିତଙ୍କର ଆସନ୍ନ ମୃତ୍ୟୁ କାଳରେ ମୁନିଗଣ ବେଷ୍ଟିତ ସଭା ମଧ୍ୟରେ ମହାମୁନି ଶୁକଦେବ ଗୋସ୍ଵାମୀ ସେହି ଗୋପୀମାନଙ୍କ ସହ ଶ୍ରୀକୃଷ୍ଣଙ୍କର ଅପୂର୍ବ ରାସ ବିହାରକୁ ଏଡେ ସୁମଧୁର କରି ପ୍ରେମ ଗଦ୍ଗଦ ହୋଇ ବର୍ଣ୍ଣନା କରି ନ ଥାନ୍ତେ ଏବଂ ସେ ଲୀଳା ବର୍ଣ୍ଣନାରେ ବକ୍ତା ଓ ଶ୍ରୋତା ଉଭୟଙ୍କୁ ପବିତ୍ର କରେ , ସେମାନଙ୍କ ହୃଦୟର କାମ ବିନାଶ କରେ ଏହା ଶ୍ରୀ ଶୁକଦେବ ଗୋସ୍ଵାମୀ କହି ନଥାନ୍ତେ ।

 

ମହାପ୍ରଭୁ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ଶ୍ରୀଳରାୟ ରାମାନନ୍ଦଙ୍କ ନିକଟକୁ କୃଷ୍ଣକଥା ଶୁଣିବାକୁ ପଠାଇ ଥିଲେ ,ସେ ରାୟଙ୍କ ଗୃହକୁ ଯାଇ ଶୁଣିଲେ , ରାୟ ମହାଶୟ ଦୁଇଜଣ ପରମା ସୁନ୍ଦରୀ ଯୁବତୀଙ୍କୁ ଉଦ୍ୟାନର ନିଭୃତ ମନ୍ଦିରରେ ନେଇ ନିଜକୃତ ନାଟକର ଗୀତ ଶିକ୍ଷା ଦେଉଅଛନ୍ତି । ଏହା ଶୁଣି ପ୍ରଦ୍ୟୁମ ମିଶ୍ରଙ୍କ ମନରେ ଶ୍ରୀ ରାୟ ରାମାନନ୍ଦଙ୍କ ସମ୍ୱନ୍ଧରେ କିଛି ସଂଶୟ ଜାତ ହେଲା। ତେଣୁ ସେ କୃଷ୍ଣ କଥା ଶୁଣିବାର ବିଷୟ ରାୟ ମହାଶୟଙ୍କ ଠାରେ ପ୍ରକାଶ ନ କରି ଖାଲି ଦେଖା କରି ଚାଲି ଆସିଲେ । ମହାପ୍ରଭୁ ତାଙ୍କୁ ପଚାରନ୍ତେ ମିଶ୍ର ମହାଶୟ ନିଜ ମନୋଗତ ଭାବ ସମସ୍ତ ପ୍ରକାଶ କଲେ । ମହାପ୍ରଭୁ ସେତେବେଳେ ରାମାନନ୍ଦଙ୍କ ଗୁଣ ବର୍ଣ୍ଣନା କରି କହିଥିଲେ ଦେଖ, ରାମାନନ୍ଦଙ୍କ କଥା ଅତୀବ ଆଶ୍ଚର୍ଯ୍ୟ । ସେ ପରମା ସୁନ୍ଦରୀ ଯୁବତୀ ଦ୍ଵୟଙ୍କର ଗୁହ୍ୟ ଅଙ୍ଗାଦି ମାର୍ଜ୍ୱନ କରି ସେବା କରନ୍ତି ଓ ସେମାନଙ୍କୁ ବେଶ ଭୂଷାରେ ବିଭୂଷିତ କରି ନିଜ କୃତ୍ୟ ନାଟକର ଗୀତ ମାନ ଓ ଅଙ୍ଗଭଙ୍ଗୀ ମାନ ଶିକ୍ଷା କରାଇ ଶ୍ରୀ ଜଗନ୍ନାଥ ଦେବଙ୍କୁ ସେମାନଙ୍କ ଗୀତ ଶ୍ରବଣ କରାନ୍ତି ଓ ନୃତ୍ୟ ଦର୍ଶନ କରାନ୍ତି । ଏକା ରାୟରାମାନନ୍ଦଙ୍କର ଏହି ଅଧିକାର । ତେବେ ଏହା କରାଇବାର କାରଣ ଏହି ଯେ ବ୍ରଜବଧୂମାନଙ୍କ ସହ ରାସାଦିବିଳାସ ବିଶ୍ଵାସ ସହ ଶ୍ରବଣ କଲେ କାମ ବିକାର ବିନଷ୍ଟ ହୁଏ। ଶ୍ରୀମଦଭାଗବତରେ ମଧ୍ୟ ଏହା ବର୍ଣ୍ଣିତ ହୋଇଅଛି । ଯଥାଃ-

 

            "ବ୍ରଜବଧୂ ସଙ୍ଗେ କୃଷ୍ଣର ରାସାଦି ବିଳାସ,

ଯେଇ ଜନ କହେ ଶୁନେ କରିୟା ବିଶ୍ଵାସ ।

            ହୃଦ ରୋଗ କାମ ତାର ତତ୍କାଳେ ହୟକ୍ଷୟ

            ତିନିଗୁଣେ କ୍ଷୋଭ ନୁହେଁ ମହାଧିର ହୟ ।

(ଚୈଃ ଚଃ ଅନ୍ତ୍ୟ)

କିନ୍ତୁ ଶ୍ରୀରାଧାଗୋବିନ୍ଦରେ ବିଶ୍ଵାସ ଚାହିଁ , ଅପାର୍ଥିବ ଶ୍ରୀକୃଷ୍ଣ ଲୀଳାରେ ବିଶ୍ଵାସ ଚାହିଁ , ଆମ୍ଭେମାନେ ସେ ଲୀଳା ଶ୍ରବଣର ପାତ୍ର ନୋହୁଁ । ଆଗେ କର୍ଣ୍ଣକୁ ଶୁଣିବାର ଉପଯୋଗୀ କରିବା ଵିଧେୟ । ତତ୍ପରେ ସେହି ଅମାନୁଷୀ ପ୍ରେମଲୀଳା ଶୁଣିବା ଉଚିତ୍ ।

 

ଆମ୍ଭ ବିଶୁଦ୍ଧ ବୈଷ୍ଣବଧର୍ମ୍ମରେ ଏହାର ତାତ୍ପର୍ଯ୍ୟାନଭିଜ୍ଞ କେତେକ ଲୋକଙ୍କ ଦ୍ଵାରା ନାନା କଳଙ୍କ ପ୍ରବେଶ କରୁଅଛି । ସେମାନେ ଧର୍ମ୍ମର ପ୍ରକୃତ ତାତ୍ପର୍ଯ୍ୟ ବୁଝି ନପାରି ମହାପ୍ରଭୂଙ୍କ ଉତ୍କୃଷ୍ଟତମ ଶିକ୍ଷାକୁ ଲକ୍ଷ୍ୟ ନ ରଖି ଇନ୍ଦ୍ରିୟ ଚରିତାର୍ଥ ଲାଳସାରେ ନିଜେ ନାନା ଭ୍ରଷ୍ଟାଚାରରେ ପ୍ରବୃତ୍ତ ହୋଇ ,ସରଳମତି କୋମଳ ସ୍ଵଭାବ , ନବାନୁରାଗୀ ସ୍ତ୍ରୀ ପୁରୁଷମାନଙ୍କୁ ଭକ୍ତ ଭ୍ରଷ୍ଠାଚାରରେ ପ୍ରବୃତ୍ତ କରାଇ ସମାଜର ମହା ଅନିଷ୍ଟ ସାଧନ କରୁଅଛନ୍ତି ଏବଂ ଉଚ୍ଚତମ ବୈଷ୍ଣବ ଧର୍ମ ପ୍ରତି ଜନସାଧାରଣଙ୍କର ଘୃଣା ଜାତ କରାଉଅଛନ୍ତି । ସେମାନେ ଏତିକି ମାତ୍ର ଦେଖି ପାରୁନାହାନ୍ତି ଯେ ଏ ଦେହ ପ୍ରାକୃତ । ଏ ଦେହରେ ଅପାକୃତ ରାଜ୍ୟର କାର୍ଯ୍ୟ ସମ୍ପାଦିତ ହୋଇ ନ ପାରେ । ଶ୍ରୀରାଧାମାଧବଙ୍କର ଲୀଳା ଏ ଦେହରେ କେବଳ ମାନସରେ ଭାବିବାକୁ ହେବ ଓ ସାଧନା ସିଦ୍ଧି ହେଲେ , କେବେ ଚିଦାନନ୍ଦ ଦେହ ପାଇଲେ , ସେ ଦେହରେ ଶ୍ରୀରାଧାମାଧବଙ୍କର ସେବା କରିବାକୁ ହେବ । ଏ ସାଧନରେ ଭ୍ରଷ୍ଟାଚାର ସଙ୍ଗେ କିଛି ମାତ୍ର ସଂପର୍କ ନାହିଁ । ଏ ବିଶୁଦ୍ଧ ବୈଷ୍ଣବ ଧର୍ମ୍ମରେ ପ୍ରବେଶ କରିବାକୁ ଇଚ୍ଛୁକ ନବାନୁରାଗୀମାନଙ୍କର ଏ ପାପପିଶାଚୀ ହସ୍ତରୁ ରକ୍ଷା ପାଇବାକୁ ସାବଧାନ ହେବା କର୍ତ୍ତବ୍ୟ ।

 

ଉକ୍ତ ଭ୍ରଷ୍ଟାଚାରୀ ମାନଙ୍କ ଦ୍ଵାରା ଇନ୍ଦ୍ରଜାଲବତ୍ ନାନା ଭ୍ରଷ୍ଟମତର ପୋଷକ ପୁସ୍ତକ ମଧ୍ୟ ରଚିତ ହୋଇଅଛି । ସେ ସମସ୍ତ ଦେଖିଲେ ହୃଦୟ ଯୁଗପତ୍ ଘୃଣା ଓ ଲଜ୍ଜାରେ ପରିପୁର୍ଣ୍ଣ ହୁଏ ।

 

ସେ ସବୁ ଘୃଣୀତ ବିଷୟରେ ଅଧିକ ଚର୍ଚ୍ଚା କରିବା ମୋର ଇଚ୍ଛା ନୁହେଁ । କେବଳ ମୁଁ ଏତିକି ମାତ୍ର କହୁଅଛି ଯେ କୃଷ୍ଣ ଭକ୍ତିର ସାଧନ ପଥ ମାନସିକ, ଦେହର ଇନ୍ଦ୍ରିୟ ଚରିତାର୍ଥ ଜଘନ୍ୟ ବ୍ୟାପାର ସଙ୍ଗେ ସେ ପ୍ରେମ ଧର୍ମର କିଛି ମାତ୍ର ସଂପର୍କ ନାହିଁ । କେବଳ ପାଷାଣ୍ଡଗଣ ଶାସ୍ତ୍ରର ଶବ୍ଦ ମାନଙ୍କର ନାନା ଅର୍ଥ ଆରୋପ କରି ନିଜର ଅଭିସନ୍ଧି ସାଧନା ନିମିତ୍ତ ଜଘନ୍ୟ ପଥ ଆବିଷ୍କାର କରି ଅଛନ୍ତି ଓ ଅନେକ ସରଳ ଲୋକ ସେ ଭୂମିରେ ପଡି ଉନ୍ମାର୍ଗଗ୍ରସ୍ଥ ହେଉଅଛନ୍ତି ।

 

ମହାପ୍ରଭୁ , ଭବିଷ୍ୟତରେ ବୈଷ୍ଣବ ଧର୍ମରେ କଳଙ୍କ ପ୍ରବେଶ କରିବ ଏହା ଜାଣି ଛୋଟ ହରିଦାସକୁ ଦଣ୍ଡ ଛଳରେ ଏହାର ଚୁଡ଼ାନ୍ତ ଶିକ୍ଷା ଆମ୍ଭ ମାନଙ୍କ ପାଇଁ ରଖି ଯାଇ ଅଛନ୍ତି । ଛୋଟ ହରିଦାସ ବୈରାଗୀ , ବୈରାଗୀ ହୋଇ ଶ୍ରୀଭଗବାନ ଆଚାର୍ଯ୍ୟଙ୍କ ଆଦେଶରେ ଶ୍ରୀମତୀ ମାଧବୀ ଦାସୀଙ୍କଠାରୁ ସରୁ ଚାଉଳ ମାଗି ଆଣିଥିଲେ, ତାଙ୍କର ଏହି ମାତ୍ର ଦୋଷରେ ମହାପ୍ରଭୁ ତାଙ୍କ ନିଜ ନିକଟକୁ ଆସିବାକୁ ବାରଣ କରିଥିଲେ , ଛୋଟ ହରିଦାସ ମହାପ୍ରଭୁଙ୍କର ଏହି କଠିନ ଆଜ୍ଞା ଶ୍ରବଣ କରି ବିଷାଦ ସାଗରରେ ମଗ୍ନ ହେଲେ ଓ ତିନିଦିନ ପର୍ଯ୍ୟନ୍ତ ଜଳମାତ୍ର ଗ୍ରହଣ କଲେ ନାହିଁ , ତାଙ୍କର ଏ ଦୁଃଖ ଦେଖି ଶ୍ରୀଳ ସ୍ଵରୁପ ଗୋସ୍ଵାମୀ ମହାପ୍ରଭୁଙ୍କୁ ପଚାରିଲେ “ ପ୍ରଭୋ ! ହରିଦାସ କି ଦୋଷ କରିଅଛି ଯେ ତାକୁ ଆପଣ ଦ୍ଵାର ପର୍ଯ୍ୟନ୍ତ ମନା କରି ଅଛନ୍ତି , ସେ ଯେ ଉପବାସରେ ରହିଅଛି ” ମହାପ୍ରଭୁ କହିଲେ –

 

            "ବୈରାଗୀ ହଇୟା କରେ ପ୍ରକୃତ ସମ୍ଭାଷଣ ,

            ଦେଖିତେ ନା ପାରି ଆମି ତାହାର ବଦନ ।

            ଦୁର୍ବାର ଇନ୍ଦ୍ରିୟ କରେ ବିଷୟ ଗ୍ରହଣ ,

            ଦାରବୀ ପ୍ରକୃତି ହରେ ମୁନି ଜନେର ମନ ।"

            କ୍ଷୁଦ୍ରଜୀବ ସବ ମର୍କଟ ବୈରାଗ୍ୟ କରିୟା,

ଇନ୍ଦ୍ରିୟ ଚରାଞ୍ଜା ବୁଲେ ପ୍ରକୃତି ସମ୍ଭାଷିୟା

(ଚୈଃ ଚଃ ଅନ୍ତ୍ୟ ୨ ପରି)

 

ସ୍ଵରୂପ ଗୋସ୍ଵାମୀ ମହାପ୍ରଭୂଙ୍କ ମୁଖରୁ ଏ କଥା ଶୁଣି ନିରୁତ୍ତର ହେଲେ , କେତେଦିନ ପରେ ମହାପ୍ରଭୁଙ୍କର ପ୍ରିୟଭକ୍ତ ଗଣ ମିଳି ମହାପ୍ରଭୁଙ୍କୁ ଅନୁନୟ ପୂର୍ବକ କହିଲେ, “ପ୍ରଭୋ !ହରିଦାସର ଅପରାଧାନୁରୂପ ଶାସ୍ତି ସେ ଭୋଗ କଲାଣି , ଏବେ ତା ପ୍ରତି ଦୟାପ୍ରକାଶ କରନ୍ତୁ ,ଏବେ ସେ ଆଉ ଅନ୍ୟାୟାଚରଣ କରିବ ନାହିଁ , ମହାପ୍ରଭୁ ସେ ସମସ୍ତଙ୍କର ଅନୁରୋଧ ନ ଶୁଣି କହିଲେ ,-

 

“ପ୍ରଭୁ କହେ ମୋର ବଶ ନହେ ମୋର ମନ ,

ପ୍ରକୃତି ସମ୍ଭାଷୀ ବୈରାଗୀ ନା କରେ ସ୍ପର୍ଶନ ,

            ନିଜ କାର୍ଯେ ଯାଓ ସବେ ଛାଡ ବୃଥା କଥା

ପୁନଃ କହ ଯଦି ଆମା ନା ଦେଖିବେ ହେଥା । ’’

(ଚୈଃ ଚଃ ଅନ୍ତ୍ୟ ୨ ପରି)

 

ଏଥିରେ ଆଉ କିଏ ଉତ୍ତର ଦେବ , ସମସ୍ତେ କର୍ଣ୍ଣରେ ହସ୍ତ ଦେଇ ତଟସ୍ଥ ହେଲେ , ଏହାପରେ ଆଉ କିଛି କହିବାକୁ ସାହସୀ ହେଲେ ନାହିଁ , କିନ୍ତୁ ସମସ୍ତେ ଉପାୟନ୍ତର ନ ଦେଖି ଶ୍ରୀପରମାନନ୍ଦ ପୁରୀଙ୍କ ଶରଣ ନେଲେ । ସେମାନେ ଭାବିଲେ ଶ୍ରୀପରମାନନ୍ଦ ପୁରୀ ମହାପ୍ରଭୁଙ୍କ ଗୁରୁ ସ୍ଥାନୀୟ ଓ ମହା ସମ୍ମାନର ପାତ୍ର, ମହାପ୍ରଭୁ ଆମ୍ଭମମାନଙ୍କ କଥା ନଶୁଣିଲେ ହେଁ ପୁରୀ ଗୋସ୍ଵାମୀଙ୍କ କଥା ଅବଶ୍ୟ ରଖିବେ , ସମସ୍ତଙ୍କ ଅନୁରୋଧରେ ପୁରୀ ଗୋସ୍ଵାମୀ ଏକାକୀ ମହାପ୍ରଭୁଙ୍କ ନିକଟକୁ ଯାଇ ହରିଦାସଙ୍କ ପ୍ରତି କୃପା ଭିକ୍ଷା କଲେ , ସ୍ଵତନ୍ତ୍ର ଭଗବାନ ଶ୍ରୀଗୌରଚନ୍ଦ୍ରଙ୍କର ସେଥିରେ ସୁଦ୍ଧା ମନ ତରଳ ହେଲା ନାହିଁ , ସେ ତହୁଁ କହିଲେ "ଶ୍ରୀପାଦ !ଆପଣ ସମସ୍ତ ବୈଷ୍ଣବ ମାନଙ୍କ ସହ ଏ ପୁରୁଷୋତ୍ତମରେ ବାସ କରନ୍ତୁ , ମୋତେ ଆଜ୍ଞା କରନ୍ତୁ ମୁଁ କେବଳ ଗୋବିନ୍ଦକୁ ସଙ୍ଗେ ନେଇ ଅଲାର ନାଥରେ ବାସ କରିବି |" ଏହା କହି ଶ୍ରୀ ପୁରୀ ଗୋସ୍ଵାମୀଙ୍କୁ ନମସ୍କାର କରି ଗୋବିନ୍ଦଙ୍କୁ ଡାକି ଅଲାର ନାଥ ଯିବାକୁ ଲାଗିଲେ । ଶ୍ରୀପୁରୀ ଗୋସ୍ଵାମୀ ଏହା ଦେଖି ବଡ ବ୍ୟସ୍ତ ହେଲେ ଏବଂ ଦଉଡି ଯାଇ ଅନୁନୟ ପୂର୍ବକ ମହାପ୍ରଭୁଙ୍କୁ ଅଟକାଇଲେ ଏବଂ କହିଲେ –

      

            “ ତୋମାର ଯେ ଇଚ୍ଛାକର ସ୍ଵତନ୍ତ୍ର ଈଶ୍ଵର ,

            କେବା କି ବଲିତେ ପାରେ ତୋମାର ଉପର ,

ଲୋକହିତ ଲାଗି ତୋମାର ସବ ବ୍ୟବହାର ,

ଆମି ସବା ନା ଜାନି ଗମ୍ଭୀର ହୃ୍ଦୟ ତୋମାର ।’’

      (ଚୈଃ ଚଃ ଅନ୍ତ୍ୟ ୨ ପରି)

 

ଏହି ଯେ ଛୋଟ ହରିଦାସଙ୍କୁ ମହାପ୍ରଭୁଙ୍କର ଦଣ୍ଡ ଏହାର ଗଭୀର ଉଦ୍ଦେଶ୍ୟ ଭେଦ କରା ବଡ ସ୍ଵକଠିନ, ତେବେ ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖି ଅଛନ୍ତି –

            “ମହାପ୍ରଭୁ କୃପାସିନ୍ଧୁ କେପାରେ ବୁଝିତେ,

ନିଜ ଭକ୍ତେ ଦଣ୍ଡକରେ ଧର୍ମ୍ମ ଶିଖାଇତେ,

ଦେଖି ନ୍ତ୍ରାପ ଉପୁଜିଲ ସବ୍ ଭକ୍ତଗଣେ ,

ସ୍ଵପ୍ନେ ଓ ଛାଡିଲ ସବେ ସ୍ତ୍ରୀ ସମ୍ଭାଷଣେ ,

(ଚୈଃ ଚଃ ଅନ୍ତ୍ୟ ୨ୟ ପରି)

ଏହିପରି ଶିକ୍ଷାର ଉଚ୍ଚ ଆଦର୍ଶ ଥାଉଁ ଥାଉଁ ଯଦି ଆମ୍ଭେମାନେ ପତଙ୍ଗ ବତ୍ ଦୁର୍ବୁଦ୍ଧି କରି ଅନଳକୁ ନିଜେ ନିଜେ ଡେଇଁ ପଡୁଁ ସେଥିପାଇଁ ଦୋଷ କାହାର ।

 

ପ୍ରେମକୁ ଯେପରି କାମ ବୋଲି ଲେଶମାତ୍ର କଳ୍ପିତ ନ ହୁଏ ଏହା ହିଁ ମହାପ୍ରଭୁଙ୍କର ଶିକ୍ଷାର ସାରମର୍ମ୍ମ

 

                   ବିଂଶ ପରିଚ୍ଛେଦ ।

                   ଜୀବ ତତ୍ତ୍ଵ ।

ଜୀବର ସ୍ଵରୂପ କଣ ଏ ବିଷୟ ଘେନି ବହୁ ଶାସ୍ତ୍ର ପ୍ରଣୀତ ହୋଇଅଛି । ଏ ଜଟିଳ ବିଷୟ ମୀମାଂସା ହେବା ବଡ କଠିନ । ଏହା ଘେନି କେତେ କେତେ ବାଦ ବିବାଦ , ତର୍କ ଓ ଯୁକ୍ତି ଯେ ହୋଇଯାଇଅଛି ଓ ହେଉଅଛି ତାହାର ସୀମା ନାହିଁ । ଦର୍ଶନଶାସ୍ତ୍ରନଭିଜ୍ଞ ସାଦୃଶ ବ୍ୟକ୍ତିର ଏ ଗୁରୁତର ବିଷୟରେ ଚର୍ଚ୍ଚା କରିବା ବିଡମ୍ବନା । ତେବେ ଶ୍ରୀଚୈତନ୍ୟ ଚରିତାମୃତ ଓ ଶ୍ରୀ ଚେତନ୍ୟ ଭାଗବତରେସମ୍ବନ୍ଧରେ ଯାହା ଉଲ୍ଲେଖ ହୋଇଅଛି ତାହା ମୁଁ ଉଦ୍ଧୃତ କରି ବସାଇ ଦେଉଅଛି ମାତ୍ର ।

 

ଶ୍ରୀଳ ସନାତନ ଗୋସ୍ଵାମୀ ମହାପ୍ରଭୁଙ୍କୁ ପଚାରିଥିଲେ ,ମୁଁ କିଏ ଏବଂ ମୋତେ ତାପତ୍ରୟ ସତତ ବ୍ୟଥିତ କରୁଅଛି କାହିଁକି ଅର୍ଥାତ୍ ଜୀବର ସ୍ଵରୂପ କଣ ଓ ଜୀବ କିପାଇଁ ଆଧ୍ୟାତ୍ମିକ ,ଆଧି ଦୈବିକ ଓ ଆଧି ଭୌତିକ ଏହି ତ୍ରିତାପରେ ସତତ ଜର୍ଜ୍ଜରିତ ହୋଇ ଅଶେଷ କଷ୍ଟ ଭୋଗ କରୁଅଛି । ତାଙ୍କୁ ପ୍ରଶ୍ନ ଯଥା-

 

“ କେ ଆମି କେନ ଆମାୟ ଜାରେ ତାପତ୍ରୟ ,

ଇହା ନାହିଁ ଜାନି କେମନେ ହିତ ହୟ ।’’

(ଚୈଃ ଚଃ ମଧ୍ୟ ୨୦ ପରି)

ଶ୍ରୀଳ ସନାତନ ଆହୁରି ମଧ୍ୟ ପଚାରିଥିଲେ , ମୋର କି ପ୍ରକାରରେ ହିତ ହେବ ,ମୁଁ ତାହା ଜାଣେନାହିଁ, ଅର୍ଥାତ୍ ଜୀବ ମାୟାରେ ସତତ ବିମୋହିତ , ତେଣୁ ନିଜର ହିତାହିତ ବୁଝିବାର ତାହାର ଶକ୍ତି ନାହିଁ ।

 

ମହାପ୍ରଭୁ ସନାତନଙ୍କର ଏ ପ୍ରଶ୍ନର ଉତ୍ତର ଦେଇଥିଲେ "ସନାତନ! ତୁମେ ଶ୍ରୀକୃଷ୍ଣଙ୍କର ଅତୀବ କୃପାପାତ୍ର । ଏ ସମସ୍ତ ତତ୍ତ୍ଵ ତୁମ୍ଭଙ୍କୁ ଉତ୍ତମ ରୂପେ ଜଣା । ତାପତ୍ରୟ ତୁମ୍ଭଙ୍କୁ ସ୍ପର୍ଶ ସୁଦ୍ଧା କରିପାରୁ ନାହିଁ ।ତଥାପି ଜାଣିସୁଦ୍ଧା ଦାର୍ଢ୍ୟ ଲାଗି ଯେତେବେଳେ ପଚାରୁଅଛ ମୁଁ କହୁଅଛି ଶୁଣ । ଜୀବର ପ୍ରକୃତ ସ୍ଵରୂପ ଶ୍ରୀକୃଷ୍ଣଙ୍କର ନିତ୍ୟ ଦାସ । ଜୀବ ଶ୍ରୀକୃଷ୍ଣଙ୍କର ତଟସ୍ଥା ଶକ୍ତି ବିଶେଷ। ସେ ଶ୍ରୀକୃଷ୍ଣଙ୍କର ଠାରୁ ଅଭେଦ ଓ ସେ ଶ୍ରୀକୃଷ୍ଣଙ୍କ ଠାରୁ ଭେଦ । ସୂର୍ଯ୍ୟ ତାହାଙ୍କ କିରଣ ,ଅଗ୍ନି ଓ ତାହାର ଜ୍ଵାଳା ,ସମୁଦ୍ର ଓ ଜଳକଣା ଏମାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଶ୍ରୀକୃଷ୍ଣ ଓ ଜୀବ ମଧ୍ୟରେ ସେହି ସଂପର୍କ ରହିଅଛି । କିରଣ ସୂର୍ଯ୍ୟଙ୍କର ଅଂଶବିଶେଷ ,ଜଳକଣା ସମୁଦ୍ରର ଅଂଶ ବିଶେଷ ଅତଏବ ଏ ସଂପର୍କରେ ତାହା ଅଭେଦ। କିନ୍ତୁ କଣାଏ କିରଣ କିମ୍ବା ବୁନ୍ଦାଏ ଜଳରେ ସୂର୍ଯଦେବଙ୍କର କିମ୍ବା ସମୁଦ୍ରର ସମସ୍ତ ଶକ୍ତି ନିହିତ ଅଛି କି ? ତାହା ନୁହେଁ ଏହି ଭାବରେ ସେମାନେ ସୂର୍ଯ୍ୟ କିମ୍ବା ସମୁଦ୍ରର ଠାରୁ ଭିନ୍ନ । ସେହିପ୍ରକାର ଜୀବ ଶୀକୃଷ୍ଣଙ୍କ ଠାରୁ ଅଭେଦ ଏବଂ ଏକ ପ୍ରକାର ଭେଦ । ତେଣୁ ମହାପ୍ରଭୁ କହି ଅଛନ୍ତି –

      “ ଜୀବେର ସ୍ଵରୁପ ହୟ କୃଷ୍ଣର ନିତ୍ୟ ଦାସ

କୃଷ୍ଣର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ ।

ସୂର୍ଯ୍ୟାଂଶ କିରଣ ଯେନ ଅଗ୍ନି ଜ୍ଵାଳା ଚୟ ,

ସ୍ଵାଭାବିକ କୃଷ୍ଣେର ତିନିଶକ୍ତି ହୟ । ’’

(ଚୈଃ ଚଃ ମଧ୍ୟ ୨୦ ପରି)

 

ଏହି ଉକ୍ତି ଦ୍ଵାରା ମହାପ୍ରଭୂ“ସେ ଽହ’’ ବାଦକୁ ଖଣ୍ଡନ କରିଅଛନ୍ତି । ଜୀବ ବ୍ରହ୍ମ ସମାନ ଏହା ମହାପ୍ରଭୁଙ୍କର ସିଦ୍ଧାନ୍ତ ନୁହେଁ । ତେଣୁ ସେ ଅନ୍ୟ ସ୍ଥାନରେ କହି ଅଛନ୍ତି ।

            ଯେଇ ମୁର୍ଖ କହେ ଜୀବ ଇଶ୍ଵରେର ସମ

ସେଇ ତ ପାଷଣ୍ଡୀ ହୟ ଦଣ୍ଡେ ତାରେ ଯମ ।’’

(ଚୈଃ ଚଃ ମଧ୍ୟ)

ଅର୍ଥାତ୍ ଯେ ଜୀବ ଓ ବ୍ରହ୍ମ ଏ ଦୁହିଁକୁ ସମାନ ଜ୍ଞାନ କରେ ସେ ମହାପାପୀ ଏବଂ ତାକୁ ଯମ ଦଣ୍ଡ ଭୋଗ କରିବାକୁ ହୁଏ । ଶ୍ରୀକୃଷ୍ଣ ରାଜ୍ୟକୁ ଜିବାକୁ ତାହାର ଅଧିକାର ନାହିଁ ।

 

ଜୀବ କୃଷ୍ଣୋନ୍ମୁଖି ନ ହୋଇ ସଂସାର ସୁଖରେ ସମତ୍ତ ,ତେଣୁ ମାୟା କର୍ତ୍ତୁକ ପ୍ରପୀଡିତ । କେତେବେଳେ ଜୀବ ଭଲ କାର୍ଯ୍ୟ କରି ସ୍ଵର୍ଗକୁ ଯାଉଅଛି କିମ୍ବା ମନ୍ଦ କାର୍ଯ୍ୟ କରି ନରକରେ ପଡୁଅଛି କିନ୍ତୁ ଶ୍ରୀକୃଷ୍ଣ ଚରଣାରବିନ୍ଦରେ ଏକାନ୍ତ ଶରଣାପନ୍ନ ନ ହେବା ଯାଏ ମାୟା ହାତରୁ ତାହାର ନିସ୍ତାର ନାହିଁ । କର୍ମଫଳ ଶେଷ ହେଲେ ତଥାପି ପୁନର୍ବାର ସଂସାରରେ ନିପତିତ ହୋଇ ମାୟା କର୍ତ୍ତୁକ ଯନ୍ତ୍ରିତ ହୁଏ । ଯଥା -

 

            କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ

ଅତଏବ ମାୟାତାରେ ଦେୟ ସଂସାର ଦୁଃଖ

କଭୁ ସ୍ଵର୍ଗେ ଉଠାୟ କଭୁ ନର୍କ ତ ଡୁବାୟ ,

ଦଣ୍ଡଜନେ ରାଜା ଘେନ ନଦୀତେ ଚୁବାୟ ।

      (ଚୈଃ ଚଃ ମଧ୍ୟ ୨୦ ପରି)

 

କୃଷ୍ଣ ବହିମୁର୍ଖ ଜୀବ କୋଟୀ କୋଟୀ ଜନ୍ମ ଏହିପରି ସଂସାର ଯାତନା ଭୋଗ କରେ । କିନ୍ତୁ ଯଦି ସାଧୁ କୃପା ବଳରୁ କିମ୍ବା ଶାସ୍ତ୍ର କୃପା ବଳରୁ ସେ କେବେ କୃଷ୍ଣେ ସୁଖି ହୁଏ ସେତେବେଳେ ମାୟା ହାତରୁ ସେ ନିସ୍ତାର ପାଏ ଏବଂ କୃଷ୍ଣ ଭଜନ କରି ଶେଷରେ ଶ୍ରୀ କୃଷ୍ଣ ଚରଣାବିନ୍ଦରେ ତାଙ୍କର ନିତ୍ୟ ସେବକ ହୋଇ ବାସ କରେ । ଯଥା –

            “ସାଧୁ ଶାସ୍ତ୍ର କୃପାୟ ଯଦି କୃଷ୍ଣୋନ୍ମୁଖ ହୟ ,

            ସେଇ ଜୀବ ନିସ୍ତାରେ , ମାୟା ତହାରେ ଛାଡୟ । ’’

(ଚୈଃ ଚଃ ମଧ୍ୟ ୨୦ ପରି)

 

ଶ୍ରୀକୃଷ୍ଣ ଶାସ୍ତ୍ର ,ଗୁରୁ ଓ ଆତ୍ମା ରୂପରେ ଜୀବକୁ ନିଜ ତତ୍ତ୍ଵ ଶିକ୍ଷା ଦିଅନ୍ତି । ନିଜ ସହିତ ଜୀବର ଯେ ପ୍ରଭୁ ଓ ଦାସର ନିତ୍ୟ ସମ୍ବଦ୍ଧ ତାହା ଜୀବକୁ ଜଣାଇଦିଅନ୍ତି ।

 

ଜୀବ ଶ୍ରୀକୃଷ୍ଣ ଙ୍କର ବିଭିନ୍ନାଶଂ କିନ୍ତୁ ତାଙ୍କ ଶକ୍ତିର ଅନ୍ତର୍ଭୁକ୍ତ । ସେ ଜୀବ ପୁଣି ପ୍ରଧାନ ଦୁଇ ଶ୍ରେଣୀରେ ବିଭକ୍ତ । ଏକ ନିତ୍ୟ ମୁକ୍ତ , ଅପର ନିତ୍ୟ ସଂସାରୀ । ଯେଉଁ ଜୀବ କୃଷ୍ଣୋନ୍ମୁଖ ସେ ନିତ୍ୟ ମୁକ୍ତ । ସେ ଶ୍ରୀକୃଷ୍ଣଙ୍କ ପ୍ରକଟ ଅବତାର କାଳରେ ଏହି ସଂସାରରେ ଆସି ଶ୍ରୀ କୃଷ୍ଣଙ୍କର ସେବା ସୁଖ ଅନୁଭବ କରନ୍ତି ସେ କୃଷ୍ଣ ପାରିଷଦ ମଧ୍ୟରେ ଗଣ୍ୟ । ସେବା ସୁଖରେ ସତତ ଆନନ୍ଦ ଉପଲବ୍ଧ କରନ୍ତି । କିନ୍ତୁ କୃଷ୍ଣ ବହିର୍ମୁଖ ବ୍ୟକ୍ତି ବଦ୍ଧ ଜୀବ ନାମରେ ଖ୍ୟାତ । ସେ ସତତ ମାୟା କର୍ତ୍ତୁକ ପ୍ରପୀଡିତ । ସତତ ଆଧ୍ୟାତ୍ମିକାଦି ତାପତ୍ରୟରେ ଜର୍ଜ୍ଜରିତ ।କାମ,କ୍ରୋଧ,ଲୋଭ, ମଦ,ମାତ୍ସାର୍ଯ୍ୟଦି ରିପୁ ଗଣ ତାକୁ ସତତ ପ୍ରହାର କରନ୍ତି । ଏମାନଙ୍କ ଅସହ୍ୟ ପ୍ରହାରରେ ବଦ୍ଧଜୀବ ପ୍ରାଣାନ୍ତ କଷ୍ଟ ଭୋଗ କରେ । ତେବେ ଯଦି ଏହି ମାୟା ବଦ୍ଧ ଜୀବ ସୌଭାଗ୍ୟ କ୍ରମେ ସାଧୁ ବୈଦର ଭେଟ ପାଏ ଏବଂ ତାଙ୍କ ଆଶ୍ରୟ ଗ୍ରହଣ କରେ ସେତେବେଳେ ମାୟା ପିଶାଚୀ ତାଠାରୁ ଭୟରେ ପଳାୟନ କରେ ଏବଂ ସେ ଜୀବ କୃଷ୍ଣ ଭକ୍ତି ଲାଭକରି କ୍ରମେ ସାଧନା ବଳରେ ସିଦ୍ଧ ଦେହ ପାଇ ଶୀକୃଷ୍ଣ ଚରଣାରବିନ୍ଦ ଲାଭ କରେ ।ଏହି ସମ୍ବନ୍ଧରେ ମହାପ୍ରଭୁଙ୍କର ନିଜ ଶ୍ରୀମୁଖର ଉକ୍ତି ଏହି ରୂପ । ଯଥା –

 

            ସେହି ବିଭିର୍ନାଂଶ ଜୀବ ଦୁଇତ ପ୍ରକାର

            ଏକ ନିତ୍ୟ ମୁକ୍ତ ଏକେର ନିତ୍ୟ ସଂସାର ।

            ନିତ୍ୟ ମୁକ୍ତ ନିତ୍ୟ କୃଷ୍ଣ ଚରଣେ ଉନ୍ମୁଖ,

କୃଷ୍ଣ ପାରିଷଦ ନାମ ,ଭୁଞ୍ଜେ ସେବା ସୁଖ

 

ନିତ୍ୟବଦ୍ଧ କୃଷ୍ଣ ହଇତେ ନିତ୍ୟ ବମୁଖ

ନିତ୍ୟ ସଂସାର ଭୂଞ୍ଜେ ନରକାଦି ଦୁଃଖ

ସେଇ ଦୋଷେ ମାୟା ପିଶାଚୀ ଦଣ୍ଡ କରେ ତାରେ

ଆଧ୍ୟାତ୍ମିକ ତାପତ୍ରୟ ତାରେ ଜାରି ମାରେ |

 

କାମ କ୍ରୋଧେର ଦାସ ହଞ୍ଜା ତାର ଲାଥି ଖାୟ ।

ଭ୍ରମିତେ ଭ୍ରମିତେ ଯଦି ସାଧୁ ବୈଦ ପାୟ ।

ତାର ଉପଦେଶ ମନ୍ତ୍ରେ ପିଶାଚୀ ପଳାୟ ,

କୃଷ୍ଣ ଭକ୍ତି ପାୟ ତବେ ,କୃଷ୍ଣ ନିକଟ ଯାୟ ।

(ଚୈ ଚ ମଧ୍ୟ ୨୨ପରି)

ଜୀବର ସ୍ଵରୂପ ହିଁ ଶ୍ରୀକୃଷ୍ଣଙ୍କର ନିତ୍ୟ ଦାସ । ଜୀବ ସେହି ତତ୍ତ୍ଵଟିକୁ ଭୁଲି ମାୟା ଜାଲରେ ପଡି ସଂସାର ସାଗରରେ ମଗ୍ନ ହୁଏ ଓ ଅଗାଧ ଜଳ ମଗ୍ନ ସନ୍ତରଣାନଭିଜ୍ଞ ଲୋକ ପରି ମହା କଷ୍ଟ ଭୋଗ କରେ । କିନ୍ତୁ ଜୀବ ଗୁରୁପଦ ଆଶ୍ରୟ ପୂର୍ବକ ଶ୍ରୀକୃଷ୍ଣ ଭଜନ କଲେ ସେ ମାୟା ଜାଲରୁ ବିମୁକ୍ତ ହୋଇଯାଏ ।

ସେ ସଂସାର ସାଗରରୁ ଉତ୍ତୀର୍ଣ୍ଣ ହୋଇ ଚିଦାନନ୍ଦ ବ୍ରଜ ଭୂମିରେ ଶ୍ରୀକୃଷ୍ଣ ଚରଣାରବିନ୍ଦ ଲାଭକରି ନିତ୍ୟ ସେବା ସୁଖ ଅନୁଭକ କରେ ଓ ନିତ୍ୟ ସୁଖରେ ବିଚରଣ କରେ । ଯଥା –

 

“କୃଷ୍ଣେର ନିତ୍ୟ ଦାସ ଜୀବ ତାହା ଭୁଲି ଗେଲ,

ସେଇ ଦୋଷେ ମାୟା ତାର ଗଳାୟ ବାନ୍ଧିଲ ।

ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ

ମାୟା ଜାଲ ଛୁଟେ ପାୟେ କୃଷ୍ଣେର ଚରଣ ।’’

(ଚୈ ଚ ମଧ୍ୟ ୨୨ପରି)

 

ଭଗବାନ ଶ୍ରୀକୃଷ୍ଣ କୋଟି କୋଟି ବ୍ରହ୍ମାଣ୍ଡରେ କର୍ତ୍ତା । ସେ ଯେପରି ଚଳାଉଅଚନ୍ତି ସମସ୍ତେ ତଦାଜ୍ଞାନୁବର୍ତ୍ତୀ ହୋଇ ଚଳୁ ଅଛନ୍ତି । ଅତଏବ ଜୀବର ନିଜ ସ୍ଵାତନ୍ତ୍ୟ କିଛି ନାହିଁ । ସେ କୃଷ୍ଣ ହାତରେ ପିତୁଳା ପରି ନାଚୁଅଛି । ପିତୁଳା ମଧ୍ୟରେ କଳ ସଂଯୋଗ କଲେ ସେ ଗାଇପାରେ ,ଆଜିକାଲି ଗ୍ରାମ୍ ଫୋନ୍ ଯନ୍ତ୍ର ସୁନ୍ଦର ଭାବରେ ଗୀତ ଗାଉଅଛି । ଅବିକଳ ମନୁଷ୍ୟର ଗାଇବାପରି ।

ସେହିରୂପ ମନୁଷ୍ୟ ଭଗବାନଙ୍କ ହାତରେ ଏକ ଯନ୍ତ୍ର ବିଶେଷ । ସେ ମନୁଷ୍ୟକୁ ଯେପରି ନଚାଉଅଛନ୍ତି ଏବଂ ଯେଉଁ ସ୍ଵରରେ ଯାହା ଗାଇବାକୁ ଆଜ୍ଞା କରୁଅଛନ୍ତି ମନୁଷ୍ୟ ସେପରି ନାଚୁଅଛି ଓ ଗାଉଅଛି ।

 

ଶ୍ରୀ ସନାତନ ଗୋସ୍ଵାମୀ ଶ୍ରୀ ପୁରୁଷୋତ୍ତମକୁ ଆସି ରଥର ଚକ୍ର ତଳେ ପ୍ରାଣ ହରାଇବାକୁ ମାନସ କରିଥିଲେ। ଅନ୍ତର୍ଯ୍ୟାମୀ ମହାପ୍ରଭୁ ତାଙ୍କ ମନୋଗତ ଭାବ ଜାଣି ତାଙ୍କୁ ଏରୂପ ଗର୍ହିତ କାର୍ଯ୍ୟ କରିବାକୁ ବାରଣ କଲେ ଏବଂ କହିଲେ "ସନାତନ ! ତୁମ୍ଭେ ତ ମୋତେ ଆତ୍ମ ସମର୍ପଣ କରିଅଛ , ସେ ଦେହରେ ତୁମ୍ଭର କି ଅଧିକାର ଅଛି । ବିଶେଷତଃ ଯେଉଁ ଦେହ ସାହାଯ୍ୟ ରେ ମୁଁ ମଥୁରାରେ ଲୁପ୍ତ ତୀର୍ଥ ଉଦ୍ଧାର କରିବି ଓ ଶାସ୍ତ୍ର ରାଶି ମନ୍ଥନ କରାଇ ସାରୋଦ୍ଧାର ପୂର୍ବକ ଭକ୍ତି ତତ୍ତ୍ଵ କୃଷ୍ଣ ତତ୍ତ୍ଵ ପ୍ରେମ ତତ୍ତ୍ଵ ବୈଷ୍ଣବାଚାର ପ୍ରଭୁତି ବିଷୟକୁ ଶାସ୍ତ୍ରମାନ ପ୍ରଣୟନ କରାଇବି ସେ ଦେହକୁ ତୁମ୍ଭେ ନଷ୍ଟ କରିବାକୁ ବସିଅଛ , ଏହା କି ତୁମ୍ଭର ଉଚିତ ? “ ସନାତନ କହିଲେ "ପ୍ରଭୋ! ଆପଣଙ୍କର ଗଭୀର ଆଶ୍ରୟ ବୁଝିବ ଏପରି ଶକ୍ତି କାହାର ଅଛି । କାଠ ପିତୁଳାକୁ ଯେପରି ନଚାଯାଏ ତାହା ତଦ୍ରୂପ ନାଚେ । କିନ୍ତୁ ପିତୁଳା କି ଜାଣେ , ମୁଁ ଏହିପରି ନାଚୁଅଛି । ଆପଣଙ୍କ ହାତରେ ସେହିପରି ମନୁଷ୍ୟ ଗଣ ପିତୁଳା ପରି ନାଚୁ ଅଛନ୍ତି ।ଯଥା –

      

            କାଷ୍ଠେର ପୁତ୍ତଳୀ ଯେନ କୁହେକ ନାଚାୟ

            ଆପନେ ନାଜାନେ ପୁତ୍ତଳୀ କିବା ନାଚେ ଗାୟ ।

            ତୈଛେ ଯାର ଯୈଛେ ନଚାଓ ସେ କରେ ନର୍ତ୍ତନେ

କୈଛେ ନାଚେ କେବା ନାଚାୟ ସେହି ନାହିଁ ଜାନେ ।’’

(ଚୈ ଚ ଅନ୍ତ୍ୟ ୪ ର୍ଥ ପରି )

ଜୀବ ଯେ ଶ୍ରୀକୃଷ୍ଣଙ୍କ ଇଚ୍ଛାଧିନ ଓ ତାହାର ଲେଶ ମାତ୍ର ସ୍ଵାତନ୍ତ୍ର ନାହିଁ ଶ୍ରୀ ଶଚୀ ମାତାଙ୍କର ଭକ୍ତି ମଧ୍ୟ ତାହାର ଏକ ପ୍ରମାଣ ।

 

ମହାପ୍ରଭୁ ସନ୍ୟାସ ଗ୍ରହଣ ପର ଶ୍ରୀମନ ନିତ୍ୟାନନ୍ଦଙ୍କ ଦ୍ଵାରା ଶାନ୍ତି ପୁରକୁ ନୀତ ହୁଅନ୍ତେ । ଜନନୀ ଶ୍ରୀମତୀ ଶଚୀଦେବୀ ମଧ୍ୟ ସେଠାକୁ ଆସିଥିଲେ । ମହାପ୍ରଭୁ ଜନନୀକୁ ପ୍ରଣାମ ପୂର୍ବକ ସ୍ତବ କରନ୍ତେ ଶଚୀ ଦେବୀ କହିଥିଲେ , ବାପ ନିମାଇଁରେ ତୋର ବଚନ ବୁଝିବାର ଶକ୍ତି କାହାର ଅଛି ? ଜୀବ ସକଳ ଯେ ଅଚେତନ କାଷ୍ଠ ଖଣ୍ଡ ପରି ସଂସାର ସାଗରରେ ଭାସ ମାନ ହେଉଅଛନ୍ତି କାହାରିକି କଛି ନିଜ କର୍ତ୍ତୁତ୍ତ୍ଵ ଅଛି । ସବୁ ତୋହରି ଇଛା। ଯଥା-

 

“ପ୍ରାଣ ହୀନ ଜନ ଯେନ ସିନ୍ଧୁ ମାଝେ ଭାସେ,

ସ୍ରୋତ ଯଥା ଲୟ ତଥା ଚଳୟେ ଅବଶେ

ଏଇ ମତ ସର୍ବ ଜୀବ ସଂସାର ସାଗରେ ,

ତୋମାର ନାମାୟ ଯେ କରାୟ ତାହାଙ୍କରେ । ’’

(ଚୈଃ ଭାଃ ଅନ୍ତ୍ୟ ୪ ଅଧ୍ୟାୟ)

ସ୍କନ୍ଧ ପୁରାଣରେ ମହାଯୋଗୀ ଶଙ୍କରଙ୍କର ଯେଉଁ ଉକ୍ତି ଅଛି ତାହା ଶ୍ରିଳ ବୃନ୍ଦାବନ ଦାସ ନିଜ ଗ୍ରନ୍ଥରେ ବ୍ୟବହାର କରି ଦେଖାଇ ଅଛନ୍ତି , ସମସ୍ତ ଭୁବନ ବାୟୁ କର୍ତ୍ତୁକ ତୃଣ ଚାଳିତ ହେବା ତୁଲ୍ୟ ଭଗବାନଙ୍କ କର୍ତ୍ତୁତ୍ତ୍ଵରେ ଚଳୁଅଛି । ସେ ପ୍ରସଙ୍ଗଟିର ସାମାନ୍ୟ ସୂଚନା ଏଠାରେ ଉପଯୁକ୍ତ । ତେଣୁ କିଛି ଲେଖିଲି

 

ଶ୍ରୀ ଧାମ କାଶୀରେ କାଶୀ ନାମଧେୟ ଏକ ରାଜା ରାଜତ୍ଵ କରୁଥିଲେ ।ସେ ଶିବଙ୍କର ଭକ୍ତ ଓ ଉତ୍ତମ ରୂପେ ଶିବଙ୍କର ଆରଧନା କରୁଥିଲେ । ଏକ ସମୟରେ ତାଙ୍କର କୁମତି ଉପସ୍ଥିତ ହେଲା ଏବଂ ସେ ଶ୍ରୀକୃଷ୍ଣଙ୍କୁ ଜିଣିବାର କାମନା କରି ଶିବଙ୍କୁ ପୂଜା କରିବାକୁ ଲାଗିଲେ । ପ୍ରଗାଢ ତପଃ ପ୍ରଭାବରେ ଆଶୁତୋଷ ସନ୍ତୁଷ୍ଟ ହୋଇ ତାଙ୍କୁ ଦେଖା ଦେଲେ ଏବଂ ତାଙ୍କୁ ବର ଯାଚିଲେ ।ରାଜା ତହୁଁ ଶ୍ରୀକୃଷ୍ଣଙ୍କୁ ଜୟ କରିବାର ବର ପ୍ରାର୍ଥନା କଲେ । ଦେବ ଦେବ ମହାଦେବ କହିଲେ ହେଉ ତୁମ୍ଭେ ଯୁଦ୍ଧକୁ ଅଗ୍ରସର ହୁଅ । ମୁଁ ଗଣ ସହ ତମ ପଛେ ପଛେ ପାଶୁପତ ଅସ୍ତ୍ର ଘେନି ଯାଇଅଛି। ସର୍ବାନ୍ତର୍ଯ୍ୟାମୀ ବାସୁଦେବ ରାଜାର ମନକଥା ଜାଣି ମହାବଳୀ ଶ୍ରୀ ସୁଦର୍ଶନ ଚକ୍ରକୁ ପଠାଇଲେ । ଶ୍ରୀ ସୁଦର୍ଶନ ଯାଇ ପ୍ରଥମେ କାଶୀ ରାଜାଙ୍କ ମସ୍ତକ ଛେଦନ କଲେ ଏବଂ ତତ୍ପରେ ବାରଣାସୀ ନଗର ଧ୍ଵସଂ କଲେ । ଶଙ୍କରଙ୍କର ପାଶୁପତ ଅସ୍ତ୍ର ଶ୍ରୀ ସୁଦର୍ଶନଙ୍କ ତେଜରେ ଭୀତ ହୋଇ ପଳାଇ ଗଲେ । ଶଙ୍କର ଅନନ୍ୟୋପାୟ ହୋଇ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲେ ।ଶ୍ରୀକୃଷ୍ଣ ତହୁଁ ସୁଦର୍ଶନକୁ ସମ୍ବରଣ କଲେ । ସେତେବେଳେ ଶଙ୍କର ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ନିଜ ଅଂହକାର ଖଣ୍ଡନ ନିମିତ୍ତ ଶ୍ରିକୃଷ୍ଣଙ୍କୁ ସ୍ତୁତି କରି କହିଥିଲେ ଯେ ପ୍ରଭୋ ତର ପାଦପଦ୍ମ ସତତ ଚିନ୍ତା କରୁଥିଲେ ହେଁ ତୋର ମାୟାରେ ବିମୁଗ୍ଧ ହୋଇ ସମୟ ସମୟରେ ମନରେ ଅହଙ୍କାର ଜାତ ହେଉ ଅଛି । ଅତଏବ ଅନୁଗ୍ରହ ପୁର୍ବକ ମୋତେ ନିଜ ଚରଣ ନିକଟରେ ସ୍ଥାନ ଦେଉନ୍ତୁ । ଶ୍ରୀକୃଷ୍ଣ କହିଲେ ହେଉ ତୁମ୍ଭେ ମୋର ପ୍ରିୟ ଧାମ ଶ୍ରୀ ପୁରୁଷୋତ୍ତମର ଦଶ କୋଶୀ ମଧ୍ୟରେ ଏକାମ୍ର କାନନରେ ଯାଇ ବାସ କର । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ମହାତ୍ମା ଅପାର । ସେ ସ୍ଥାନରେ ନିଦ୍ରାରେ ସମାଧିର ଫଳ ହୁଏ । ଭ୍ରମଣରେ ପ୍ରଦକ୍ଷିଣର ଫଳ ଲାଭ ହୁଏ , କଥା ମାତ୍ର ଉଚ୍ଚାରଣରେ ମୋର ସ୍ତବ କରାହୁଏ , ସେଠାରେ ଯମର ଅଧିକାର ନାହିଁ । ସେହି ପୁରୁଷୋତ୍ତମ ଏକାମ୍ର କାନନରେ ବାସ କର ଓ ସେଠାରେ ଭୁବନେଶ୍ଵର ବୋଲି ତୁମ୍ଭ ନାମ ବିଖ୍ୟାତ ହେବ । ତଦନୁସାରେ ଶିବ ଆସି ସେହି ଏକାମ୍ର କାନନରେ ବାସ କଲେ ଏବଂ ସମସ୍ତ ତୀର୍ଥରୁ ବିନ୍ଦୁ ବିନ୍ଦୁ ଜଳ ଅଣାଇ ବିନ୍ଦୁ ସରୋବର ପ୍ରକାଶ କଲେ । ଦେବ ଦେବ ଶଙ୍କର ଶ୍ରୀକୃଷ୍ଣଙ୍କକୁ ଉପରୋକ୍ତ ସ୍ତୁତି କାଳରେ କହିଥିଲେ ।

 

            ପବନେ ଚାଳାୟ ଯେନ ସୂକ୍ଷ୍ମ ତୃଣ ଗଣ

            ଏଇ ମତ ଅଶ୍ଵତନ୍ତ୍ର ସକଳ ଭୁବନ ।

ଯେ କରାଓ ପ୍ରଭୂ ତୁମି ସେଇ ଜୀବକରେ

କେହି କେବା ଆଛେ ଯେ ତୋମାର ମାୟା ତରେ ।

(ଚୈଃ ଭାଃ ଅନ୍ତ୍ୟ ୨ ୟ ଥ)

ଶ୍ରୀ ମୁରାରୀ ଗୁପ୍ତ ମଧ୍ୟ ଠିକ ଏହିରୂପ ଉକ୍ତି ବ୍ୟବହାର କରିଅଛନ୍ତି । ଯଥା -

 

            ପବନ କାରଣ ଯେନ ଶୁଷ୍କ ତୃଣ ଚଳେ ,

            ଜୀବେର ସକଳ ଧର୍ମ ତୋର ଶକ୍ତି ବଳେ ।

(ଚୈଃ ଭାଃ ମଧ୍ୟ ୨୦ଥ)

ସମସ୍ତ ହିଁ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ଚାଳିତ ।ଜୀବ ଇଚ୍ଛାରେ କିଛି ମାତ୍ର ହୋଇ ନ ପାରେ । ଘରେ କୋଟୀ ଭକ୍ଷ୍ୟ ରହିଅଛି କିନ୍ତୁ ମାନବ ତାହା ଭୋଗ କରିବାକୁ ଅକ୍ଷମ । ହୁଏତ ଜର କିମ୍ବା ଅନ୍ୟ କିଛି କାର୍ଯ୍ୟ ହଠାତ୍ ପଡିଗଲା ଲୋକକୁ ବଢା ଅନ୍ନ ଛାଡିଯିବାକୁ ହେଲା ।

 

ବ୍ରାହ୍ମଣ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଘରେ ପାକ କରିବା କାଳରେ ମହାପ୍ରଭୁ ବାଳ ଚାପଲ୍ୟରେ ତାଙ୍କର ଅନ୍ନ ଉଚ୍ଚିଷ୍ଟ କରିବାରୁ ସେ ଶ୍ରୀକୃଷ୍ଣଙ୍କୁ ନିବେଦନ କରି ନ ପାରି ଆଉ ରନ୍ଧନରୁ ବିରତ ହେଲେ । ମହାପ୍ରଭୁଙ୍କର ଅଗ୍ରଜ ଶ୍ରୀ ବିଶ୍ଵରୂପ ତାଙ୍କୁ ପୁନର୍ବାର ପାକ କରିବାକୁ ଅନୁରୋଧ କରନ୍ତେ ସେ ବିପ୍ରବର କହିଥିଲେ –

 

            “କୋଟୀ ଭକ୍ଷ୍ୟ ଦ୍ରବ୍ୟ ଯଦି ଥାକେ ନିଜଘରେ ,

କୃଷ୍ଣ ଆଜ୍ଞା ହଇଲେ ସେ ଖାଇବାରେ ପାରେ

ଯେ ଦିନେ କୃଷ୍ଣେର ଯାରେ ଲିଖନ ନା ହୟ,

କୋଟୀ ଯତ୍ନ କରୁକି ତଥାପି ସିଦ୍ଧ ନୟ । ’’

(ଚୈଃ ଭାଃ ଆଦି ୪ର୍ଥ)

 

ମହାପ୍ରଭୁ ନିଜେ ମଧ୍ୟ ବହୁ ସ୍ଥାନରେ ଜୀବକୁ ଏହି ଶିକ୍ଷା ଦେଇଅଛନ୍ତି । ମହାପ୍ରଭୁ ସନ୍ୟାସୀ ହୋଇ ନୀଳାଚଳକୁ ଆସିବା କାଳରେ ପଥରେ ନିତ୍ୟାନନ୍ଦ ଗଦାଧର ପ୍ରଭୃତି ସଙ୍ଗୀମାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ପଚାରିଲେ , “ ତୁମ୍ଭ ମାନଙ୍କ ମଧ୍ୟରେ ପଥ ପାଇଁ କିଏ କି ସମ୍ବଳ ଆଣିଅଛି ।’’ ସଙ୍ଗୀମାନେ ଉତ୍ତର କଲେ “ପ୍ରଭୋ ! ଭବଦୀୟ ଆଜ୍ଞା ବ୍ୟତିରେକେ ଆମ୍ଭମାନଙ୍କର କିଛି ଦ୍ରବ୍ୟ ସଙ୍ଗରେ ନେବାର ଶକ୍ତି ନାହିଁ ।’’ ମହାପ୍ରଭୁ ଏ ଉତ୍ତରରେ ସନ୍ତୁଷ୍ଟ ହୋଇ କହିଲେ ବଡ ଉତ୍ତମ କଥା । ଭଗବାନଙ୍କର ଇଚ୍ଛା ଥିଲେ ମହାଅରଣ୍ୟରୁ ଖାଦ୍ୟ ମିଳିବ । ତାଙ୍କ ଇଚ୍ଛା ବ୍ୟତିରେକେ ଘରେ ପ୍ରଚୁର ପରିମାଣରେ ଉତ୍ତମ ଖାଦ୍ୟ ଥିଲେ ମଧ୍ୟ ଲୋକ ଖାଇ ନ ପାରେ । ଯଥା -

 

            ଭୋକ୍ତବ୍ୟ ଅଦୃଷ୍ଟେ ଥାକେ ଯେ ଦିନ ଲିଖନ,

ଅରଣ୍ୟେତେ ଆସି ମିଳେ ଅବଶ୍ୟ ତଖନ ।

ପ୍ରଭୁ ଯାରେ ଯେ ଦିବସ ନାଲିଖେ ଆହାର ,

ରାଜ ପୁତ୍ର ହେଉ ତବୁ ଉପବାସ ତାର ।

 

ଥାକିଲେ ଓ ଖାଇତେ ନାସାରେ ଆଜ୍ଞା ବିନେ ,

ଅକସ୍ମାତ୍ କନ୍ଦଳ କରୟେ କାରସନେ ।

କ୍ରୋଧ କରି ବଲେ ମୁଇଁ ନା ଖାଇବ ଭାତ ,

ଦିବ୍ୟ କରିଲେକ ନିଜ ଶିରେ ଦିୟେ ହତ

 

ଅଥବା ସକଳ ଦ୍ରବ୍ୟ ହୈଲେ ବିଦ୍ୟ ମାନ,

ଆଚମ୍ବିତ ଜ୍ଵର ଦେହେ ହୈଲ ଅଧିଷ୍ଠାନ

ଜ୍ଵର ବେଦନାୟ କଥା ଥାକିଲ ଭକ୍ଷଣ,

ଅତଏବ ଇଶ୍ଵରେର ଇଛା ଯେ କାରଣ ।

(ଚୈଃ ଭାଃ ଅନ୍ତ୍ୟ ୨ୟ)

 

ଏହା ସ୍ଵୟଂ ମହାପ୍ରଭୁଙ୍କର ଉକ୍ତି । ଏହା ଅକ୍ଷରେ ଅକ୍ଷରେ ସତ୍ୟ । ଧର୍ମର ପ୍ରକୃତ ଅର୍ଥ ବୁଝିପାରିଲେ ଏହାର ସତ୍ୟତା ହୃଦୟଙ୍ଗମ ହେବ । ଏହି ରୂପେ ମହାପ୍ରଭୁ ଜୀବ ମାନଙ୍କ ଶିକ୍ଷା ପାଇଁ ଉକ୍ତି ବ୍ୟବହାର କରିଅଛନ୍ତି । ଶ୍ରୀଳ ଭଗବାନ ଦାସ କିନ୍ତୁ କହିଅଛନ୍ତି ।

      ଯେତେ ମତେ କେନେ କୋଟୀ ଯତ୍ନ ନାହିଁ କରେ ,

      ଇଶ୍ଵରେର ଇଚ୍ଛା ହୈଲେ ସେଇ ଫଳ ଧରେ ।।

(ଚୈଃ ଭାଃ ଅନ୍ତ୍ୟ ୨ୟ)

 

ସଂସାରର ସମସ୍ତ ଜୀବ ଇଶ୍ଵରାଧୀନ । ରାଜା ମହାରାଜା ହୁଉନ୍ତୁ ଅଥବା ଶୌର୍ଯ୍ୟ ବୀର୍ଯ୍ୟରେ କେହି ସଂସାରକୁ ବିମୁଗ୍ଧ କରନ୍ତୁ ସମସ୍ତେ ଭଗବତ୍ ଶକ୍ତିର ଅଧୀନମହାପ୍ରତାପ ଶାଳୀ ନେପୋଲିୟନ ବୋନାପାଟଙ୍କୁ ତାଙ୍କ ଶେଷ ଜୀବନରେ କାରାଗାରରେ ରହି କାଳ କଟାଇବାକୁ ହୋଇଥିଲା । ପୁରାଣ ବର୍ଣ୍ଣିତ ମହାପ୍ରତାପୀ ଲଂକେଶ୍ଵର ରାବଣ ଓ ଇନ୍ଦ୍ରପ୍ରସ୍ଥେଶ୍ଵର ଦୁର୍ଜଧନଙ୍କ ଶେଷ ଦୁରାବସ୍ଥା ଭାରତ ବର୍ଷରେ କିଏ ନ ଜାଣେ । ସମସ୍ତେ ଭଗବତ୍ ଇଚ୍ଛାର ଅଧିନ । ଯେ ଯେଡ଼େ ଆତ୍ମାଭିମାନୀ ହେଉ କାର୍ଯ୍ୟତଃ ସକଳ ଜୀବ ଭଗବତ୍ ଶକ୍ତିର ଅଧିନ । ସୁବିସ୍ତୀର୍ଣ୍ଣ ଋଷିୟା ଓ ଜର୍ମାନୀର ମହାପ୍ରତାପଶାଳୀ ସମ୍ରାଟ ମାନଙ୍କର ଦୁର୍ଦ୍ଦଶା ଦେଖିଲ ତ ! ଏତ ସେ ଦିନର କଥା । ମହାପ୍ରଭୁ ଏ ସମ୍ବଦ୍ଧରେ ଏକ ସ୍ଥାନରେ ଯେଉଁ ଉକ୍ତିଟି ବ୍ୟବହାର କରିଅଛନ୍ତି ତାହା ଏହାର ଜ୍ଵଳନ୍ତ ଉଦାହରଣ ।

 

ମହାପ୍ରଭୁ ଯେତେବେଳେ ଶ୍ରୀବୃନ୍ଦାବନ ଗମନ ଉଦ୍ଦେଶ୍ୟରେ ଶ୍ରୀ ପୁରୁଷୋତ୍ତମରୁ ବଙ୍ଗ ଦେଶକୁ ଆସିଥିଲେ ସେତେବେଳେ ସେ ରୂପସନାତନକୁ ବାସଭୁମି ରାମକେଳି ଗ୍ରାମକୁ ଯାଇଥିଲେ । ପ୍ରବଳ ପ୍ରତାପୀ ହୋସେନ ସାହା ସେତେବେଳେ ଗୌଡ଼ର ବାଦଶାହା । ମହାପ୍ରଭୁଙ୍କ ସଙ୍ଗେ ସଙ୍ଗେ ଲକ୍ଷ ଲକ୍ଷ ଲୋକ ଦର୍ଶନାଭିଳାଷୀ ହୋଇ ଗମନ କରୁଥିଲେ । ସେ ଯେଉଁ ସ୍ଥାନରେ ଯାଇ ଅବସ୍ଥାନ କରୁଥିଲେ ଲକ୍ଷ ଲକ୍ଷ ଲୋକ ଆସି ରୁଣ୍ଡ ହେଉଥିଲେ । ଏବଂ ମହାପ୍ରଭୁଙ୍କ ଅଦ୍ଭୁତ ନୃତ୍ୟ କୀର୍ତ୍ତନ ଦର୍ଶନ କରି କୃତ-କୃତ୍ୟ ହେଉଥିଲେ । ରାମକେଳି ଗ୍ରାମରେ ତାଙ୍କର ଅବସ୍ଥାନ କାଳରେ କଟୁଆଳ ଯାଇ ଗୌଡେଶ୍ଵର ହୁସେନ ସାହାଙ୍କୁ ମହାପ୍ରଭୁଙ୍କର ଆଗମନ ବାର୍ତ୍ତା ଓ ତାଙ୍କ ସହ ଯେ ଲକ ସଂଘଟ ତାହା ସମସ୍ତ ନିବେଦନ କଲେ । ଗୌଡ଼େଶ୍ଵର ତହୁଁ ନିଜର ଜଣେ ପ୍ରଧାନ କର୍ମଚାରୀ କେଶବ ଖାନଙ୍କୁ ମହାପ୍ରଭୁଙ୍କ ସମ୍ବଦ୍ଧରେ ପ୍ରକୃତ ତତ୍ତ୍ଵ ପ୍ରଶ୍ନ କଲେ , କେଶବ ଖାନ୍ ମନେ କଲେ ବାଦଶାହା ମୁସଲମାନ , ଏ ଓଡିଶା ଆକ୍ରମଣ କରି ନାନା ଦେବାଦେବୀ ମୂର୍ତ୍ତି ନଷ୍ଟ କରି ଅଛନ୍ତି , ଏ ବ୍ରାହ୍ମଣ ବୈଷ୍ଣବଙ୍କୁ ଉତ୍ପୀଡନ କରି ଅଛନ୍ତି , ବର୍ତ୍ତମାନ ଅବା ମହାପ୍ରଭୁଙ୍କ ଗଣ ପ୍ରତି କିଛି ଅନିଷ୍ଟ ଘଟାଇ ପାରନ୍ତି । ଏହା ଭାବି କହିଲେ ଶ୍ରୀକୃଷ୍ଣ ଚୈତନ୍ୟ ଜଣେ ଭିକ୍ଷୁକ ସନ୍ୟାସୀ ମାତ୍ର ଏବଂ ପାଞ୍ଚ ଦଶ ଜଣ ଲୋକ ତାଙ୍କ ସଙ୍ଗରେ ଅଛନ୍ତି , ସେ ବୃକ୍ଷ ତଳେ ବାସ କରନ୍ତି ।

ଗୌଡ଼େଶ୍ଵର ମହାପ୍ରଭୁଙ୍କ ବିଷୟ କିଛି ଭଲ କରି ଶୁଣିଥିଲେ ଓ କେଶବ ଖାନ୍ ଯେଉଁ ଅଭିପ୍ରାୟରେ ଏ ରୂପ ତୁଚ୍ଛ କରି କହୁଅଛନ୍ତି ତାହା ମଧ୍ୟ ବୁଝି ପାରିଲେ ଏବଂ କହିଲେ ନା ଗରିବ ବୋଲି ତାଙ୍କୁ କହନା । ହିନ୍ଦୁ ମାନେ ଯାହାଙ୍କୁ କୃଷ୍ଣ ବୋଲି କହନ୍ତି ଏବଂ ମୁସଲମାନ ମାନେ ଖୋଦା ବୋଲି କହନ୍ତି ସେ ସ୍ଵୟଂ ସେହି , ଆତ୍ମ ଦେଶମଧ୍ୟରେ ସେ ସ୍ଵଚ୍ଛନ୍ଦରେ ବିହାର କରନ୍ତୁ , ଯେପରି କେହି ତାଙ୍କ ପ୍ରତି କିଛି ଅତ୍ୟାଚାର ନକରେ । କି କଟୁଆଳ କି କାଜୀ କିବା ଅନ୍ୟ କେହି ଯେ ତାଙ୍କ ପ୍ରତି କିଛି ମୁଁ ତାହାର ପ୍ରାଣ ଦଣ୍ଡର ଆଜ୍ଞା କରିବି | ଗୌଡେଶ୍ଵର ଏମନ୍ତ ଆଜ୍ଞା ପ୍ରଚାର କଲେ ହେଁ ସେ ସ୍ଥାନର ସଜ୍ଜନ ଗଣ ଏକତ୍ରିତ ହୋଇ ଏହି ପରାର୍ମଶ କଲେ , ଏ ମହାରାଜା ମୁସଲମାନ ଓଡିଶାରେ କୋଟୀ କୋଟୀ ପ୍ରତିମା ଭଗ୍ନ କରି ଅଛନ୍ତି । ରାଜା , କାଳସର୍ପ, ଅତଏବ ଏହାଙ୍କୁ ବିଶ୍ଵାସ ନାହିଁ । ଏ ବର୍ତ୍ତମାନ ଏ ରୂପ ଆଜ୍ଞା ପ୍ରଚାର କଲେ ହେଁ , ହୁଏତ କାଲି କେହି ଖଚୁଆ ମୁଖରୁ କିଛି କୁମନ୍ତ୍ରଣା ଶୂଣି ତାଙ୍କର ଏ ମତ ପରିବର୍ତ୍ତିତ ହୋଇଯିବ। ଅତଏବ ମହାପ୍ରଭୁଙ୍କର ଏ ସ୍ଥାନ ଶୀଘ୍ର ପରିତ୍ୟାଗ କରିବା ବିଧେୟ । ଏହି ପରାମର୍ଶ କରି ଜଣେ ସୁବ୍ରାହ୍ମଣଙ୍କୁ ଏ ବିଷୟ କହିବା ନିମିତ୍ତ ମହାପ୍ରଭୁଙ୍କ ନିକଟକୁ ପଠାଇଲେ । ସେ ବ୍ରାହ୍ମଣ ଯାଇ ଦେଖିଲେ ଲକ୍ଷ ଲକ୍ଷ ଲୋକ ପ୍ରେମୋନ୍ମତ୍ତ ହୋଇ କୀର୍ତ୍ତନ କରୁ ଅଛନ୍ତି ଓ ମହାପ୍ରଭୁ ଆବିଷ୍ଟ ଭାବରେ ମଧ୍ୟରେ ନୃତ୍ୟ କରୁଅଛନ୍ତି । ଏହା ଦେଖି ବ୍ରାହ୍ମଣ ବିସ୍ମିତ ହେଲେ ଏବଂ ମହାପ୍ରଭୁଙ୍କୁ ଏ ବିଷୟ ଗୋଚର କରିବେ ତାହାର ଅବସର ପାଇଲେ ନାହିଁ । ମହାପ୍ରଭୁଙ୍କ କୌଣସି ପାରିଷଦକୁ କହି ଚାଲି ଆସିଲେ । ଏ କଥା କ୍ରମେ ପାରିଷଦ ବୃନ୍ଦ ଓ ଅପରାପର ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସାରିତ ହେଲା । ଏହା ଶୁଣି ସମସ୍ତେ ଚିନ୍ତିତ ହେଲେ । ଅନ୍ତର୍ଯ୍ୟାମୀ ପ୍ରଭୁ ଭକ୍ତ ଗଣଙ୍କର ଏହି ଚିନ୍ତା କରି ଜାଣି ପାରି କହିଲେ “ ତୁମ୍ଭେ ମାନେ ଅକାରଣରେ ଭୀତ ହେଉଅଛ କାହିଁକି ?ମୋତେ ମହାରାଜା ଡକାଇବେ କାହିଁକି ? ଯେବେ ଡକାନ୍ତି ତେବେ ମୁଁ ତାଙ୍କ ପାଖକୁ ଯିବି , ସେଥିରେ କ୍ଷତି କଣ ’’ ତେବେ ତୁମ୍ଭେ ମାନେ ଏତିକି ବୁଝି ପାରୁ ନାହଁ ମୋତେ ଡକାଇବାର ରାଜାର କି ଶକ୍ତି ଅଛି ? ମୁଁ ଯଦି ତା ହୃଦୟରେ ରହି ସେ ରୂପ ପ୍ରବୃତ୍ତି ଦିଏ ତେବେ ସିନା ସେ ମୋତେ ଡକାଇବ ।ମୁଁ ତାକୁ ସେ ପ୍ରବୃତ୍ତି ନ ଦେଲେ ତ ସେ ମୋତେ ଡକାଇ ନପାରେ । ମୋର ଇଚ୍ଛା ବିନା କି କେହି କିଛି କରି ପାରେ ,” ଯଥା –

 

            ରାଜା ବା ଅମାରେ କେନ ବଲିବ ଚାହିତେ

                  କି ଶକ୍ତି ରାଜାର ଏହା ବୋଲ ଉଚ୍ଚାରିତେ

ଆମି ଯଦି ବୋଲାଇ ସେ ରାଜାର ମୁଖେତେ

ତେବେ ସେ ବଲିବ ରାଜା ଆମାରେ ଚାହିତେ ।

(ଚୈଃ ଭାଃ ଅନ୍ତ୍ୟ ୪ ର୍ଥ)

ଅତଏବ ମହାପ୍ରଭୁ ଏହି ବାକ୍ୟ ଦ୍ଵାରା ଜଗତକୁ ଶିକ୍ଷା ଦେଇ ଅଛନ୍ତି ଯେ ଭଗବତ୍ ଶକ୍ତି ବ୍ୟତୀତ କାହାରି କିଛି କରିବାର ଶକ୍ତି ନାହିଁ । ଜୀବର ସମସ୍ତ କାର୍ଯ୍ୟ ହିଁ ଭଗବତ୍ ଇଚ୍ଛାଧୀନ

 

ସମସ୍ତ ଯେ ଶ୍ରୀ ଭଗବାନଙ୍କ ଶକ୍ତିରେ ଚାଳିତ , ମନୁଷ୍ୟର ନିଜର କିଛି ମାତ୍ର ଶକ୍ତି ନାହିଁ । ଶ୍ରୀମନ ନିତ୍ୟାନନ୍ଦଙ୍କର ଉକ୍ତି ଏହାର ଏକ ଉତ୍ତମ ପ୍ରମାଣ । ଶ୍ରୀମନ ନିତ୍ୟାନନ୍ଦ ମହାପ୍ରଭୁଙ୍କର ଦ୍ଵିତୀୟ ସ୍ଵରୁପ ଓ ବଳରାମଙ୍କ ଅବତାର । ଏକା ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଚୈତନ୍ୟଙ୍କ ଛଡା ନିତ୍ୟାନନ୍ଦଙ୍କୁ ବଳି ଅଧିକ କେହି ନାହିଁ । ମାଧାଇକୁ କୃପା କରିବା ନିମିତ୍ତ ମହାପ୍ରଭୁ ତାଙ୍କୁ ଅନୁରୋଧ କରନ୍ତେ ସେ (ଶ୍ରୀମନ ନିତ୍ୟାନନ୍ଦ ) କହିଲେ "ପ୍ରଭୋ ! ଆପଣ ବୃକ୍ଷ ଦ୍ଵାରା ମଧ୍ୟ ଅପରକୁ କୃପା କରି ପାରନ୍ତି । ମହା ପାତକୀ ମାଧାଇ ପ୍ରତି ଆପଣଙ୍କର ଯେତେବେଳେ କୃପା ହୋଇଅଛି , ସେ ଅବଶ୍ୟ ଉଦ୍ଧାର ହେବ । ମୋତେ କେବଳ ସେଥିରେ ନିମିତ୍ତ ମାତ୍ର କରାଇଅଛନ୍ତି । ଯଥା –

            "ନିତ୍ୟାନନ୍ଦ ବଲେ ପ୍ରଭୁ କି ବୋଲିବ ମୁଞ୍ଜି

            ବୃକ୍ଷଦ୍ଵାରେ କୃପା କର ସେହି ଶକ୍ତି ତୁଞ୍ଜି ।

(ଚୈଃ ଭାଃ ମଧ୍ୟ ୧୩ ଥ)

ସ୍ଵୟଂ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର ଏ ରୂପ ଉକ୍ତି ବର୍ତ୍ତମାନ ଥାଉ , ଆମ୍ଭେମାନେ ଅଭିମାନରେ ଅନ୍ଧ ହୋଇ “ ମୁଁ କଲି ମୁଁ ଦେଲି ’’ ପ୍ରଭୁତି ଭାବରେ ପ୍ରମତ୍ତ ହେଉଅଛୁ । ପ୍ରକୃତ କର୍ତ୍ତା କିଏ ତାହାପ୍ରତି ଆଦୌ ଦୃଷ୍ଟି ରଖୁ ନାହୁଁ । ଜୀବ ଯେ ଶ୍ରୀକୃଷ୍ଣଙ୍କର ନିତ୍ୟ ଦାସ ଓ ତାହାର କିଛି ମାତ୍ର ସ୍ଵାତନ୍ତ୍ର ନାହିଁ , ଏ ଭାବ ଟିକିଏ ମାତ୍ର ମନକୁ ଆସୁ ନାହିଁ । ବରଂ କିଛି ଖରାପ ହେଲେ ମନେ କରୁଛୁ ଏହା ଭଗବାନ କରାଇଲେ ଓ କିଛି ଭଲ ହେଲେ ମନେ କରୁଅଛୁ ଏହା ଆମ୍ଭେ କରିଅଛୁ ।

ଶ୍ରୀ ଭଗବାନ ସକଳର କର୍ତ୍ତା ସେ ଜୀବକୁ ପୋଷଣ କରନ୍ତି । ବୁଦ୍ଧି , ବିଦ୍ୟା , ପରିଶ୍ରମ ଏ ସମସ୍ତ ପୋଷଣର କାରଣ ନୁହଁନ୍ତି, ଶ୍ରୀକୃଷ୍ଣ ହିଁ ପୋଷଣ ର କାରଣ। ମହାପ୍ରଭୁ ବାଲ୍ୟ କାଳରେ ଉତ୍ତମ ରୂପେ ବିଦ୍ୟା ଅଧ୍ୟୟନ କରି ବାକୁ ଲାଗିଲେ । ତାଙ୍କର ଅଳ୍ପ ଦିନ ମଧ୍ୟରେ ପାରଦର୍ଶିତା ଅବଲୋକନ କରି ତାଙ୍କର ପିତା ଶ୍ରୀ ଜଗନ୍ନାଥ ମିଶ୍ର ଭାବିଲେ , ଶାସ୍ତ୍ର ଅଧ୍ୟୟନ କରି ଓ ଉତ୍ତମ ଆଚରଣ ରୂପେ ଶାସ୍ତ୍ରର ମର୍ମ ଜାଣି ବିଶ୍ଵରୂପ ସନ୍ୟାସ ହୋଇଗଲା । ଏ କି ଆଉ ଘରେ ରହିବ ? ଏହା ଭାବି ନିଜ ପୁତ୍ର ନିମାଇଁଙ୍କର(ମହାପ୍ରଭୁ) ପାଠ ବନ୍ଦ କରିଦେଲେ ।

ତାହା ଦେଖି ତାଙ୍କର ପତ୍ନୀ ଶ୍ରୀମତୀ ଶଚୀ ଦେବି କହିଲେ “ ଏ ପୁତ୍ରକୁ ମୁର୍ଖ କରୁଅଛନ୍ତି ଏ କି ଭଲ ? ସେ ମୁର୍ଖ ହେଲେ ପେଟ ପୋଷିବ କିପରି ? ’’ତହିଁରେ ଶ୍ରୀ ଜଗନ୍ନାଥ ମିଶ୍ର କହିଲେ “ ବିଦ୍ୟାକି କାହାକୁ ପୋଷିପାରେ ? ଏକା ଶ୍ରୀ କୃଷ୍ଣ ହିଁ ପୋଷଣ କର୍ତ୍ତା । କେତେ ଲୋକ ବହୁ ଶାସ୍ତ୍ର ଅଧ୍ୟୟନ କରି ମଧ୍ୟ ଭିକ୍ଷା ଦ୍ଵାରା ଜୀବିକା ନିର୍ବାହ କରି ପାରୁ ନାହାନ୍ତି |କିନ୍ତୁ ଅନେକ ନିରକ୍ଷର ହୋଇ ମଧ୍ୟ ମହାଧନୀ ହୋଇ ଅଛନ୍ତି । ’’ ଯଥା –

            

“ସାକ୍ଷାତେଇ ଏଇ କେନ ନ ଦେଖ ଅମାତ ,

ପଢ଼ିଆ ଓ ଅମାର କେନ ଘରେ ନାହିଁ ଭାତ ।

ଭାଲ ମତେ ବର୍ଣ୍ଣ ଉଚ୍ଚାରିବେ ଯେ ଓ ଯେନାରେ

ସହସ୍ର ପଣ୍ଡିତ ଗିୟା ଦେଖେ ତାର ଦ୍ଵାରେ

ଅତଏବ ବିଦ୍ୟା ଆଦି ନାକରେ ପୋଷଣ

କୃଷ୍ଣ ଯେ ସବାର କଜରେ ପୋଷଣ ପାଳନ ।।’’

(ଚୈଃ ଭାଃ ଆଦି ୬ ଷ୍ଠ ଥ)

ଅତଏବ ଏ ସମସ୍ତରୁ ଉତ୍ତମ ରୂପେ ପ୍ରମାଣିତ ହେଉଅଛି ଯେ ଜୀବର ନିଜ ଶକ୍ତି କିଛି ମାତ୍ର ନାହିଁ । ସମସ୍ତ ହିଁ ଭଗବତ୍ ଶକ୍ତିରେ ହିଁ ଚାଳିତ । ଏଥିରେ କାହାରି ମନରେ ଏହି ତର୍କ ଉଠି ପାରେ ଯେ , ଏ ନୀତି ପ୍ରଚାରିତ ହେଲେ ଅଳସୁଆ ପାଲଟି ଯିବେ । କାର୍ଯ୍ୟ କରିବାର ପ୍ରବୃତ୍ତି କାହାରି ରହିବ ନାହିଁ । କିନ୍ତୁ ଏ ଅନୁମାନ ବୃଥା । ଶ୍ରୀକୃଷ୍ଣଙ୍କୁ ସମସ୍ତ କାର୍ଯ୍ୟର କର୍ତ୍ତା ମନେ କରି ଆପଣାକୁ ତାଙ୍କର ଦାସ ମନେ କଲେ । ଓ ଆତ୍ମାଭିମାନ ତ୍ୟାଗ କରି ଜୀବେର ଆଳସ୍ୟ ସ୍ଵରୂପ ଦୁର୍ବୁଦ୍ଧି ରହି ପାରିବ କି ? ଯେ ସେ ନିଜକୁ ଶ୍ରୀକୃଷ୍ଣଙ୍କ ଦାସ ଭାବି ତାଙ୍କ ନିଯୁକ୍ତି କାର୍ଯ୍ୟ କରିବାକୁ , ସେବା ସମ୍ପାଦନ କରିବାକୁ ସତତ ଉନ୍ମୁକ୍ତ ହେବ ।

 

ଆଳସ୍ୟ ସେ ଗୋଟିଏ ଦୁର୍ଗୁଣ କୃଷ୍ଣ ଦାସର ଏ ଦୁର୍ଗୁଣ ଆସନ କେଉଁଆଡ଼ୁ ? ଅତଏବ ଏ ତର୍କ ଭିତ୍ତି ଶୂନ୍ୟ । ବରଂ ନିଜ ଅଭିମାନ ତ୍ୟାଗ କରି ଆପଣଙ୍କୁ ସତତ କୃଷ୍ଣ ଦାସ ବୋଲି ମନେ କରି କାର୍ଯ୍ୟ କଲେ , ଜୀବ ନିର୍ବିଘ୍ନରେ ସଂସାର ଯାତ୍ରା ନିର୍ବାହ କରି ପାରିବ । ସଂସାରର ଏଡେ ବିଷମ ଯାତନା ତାକୁ ସ୍ପର୍ଶ କରି ପାରିବ ନାହିଁ । ତାହାର ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବ ।

 

                  ଏକବିଂଶ ପରିଚ୍ଛେଦ ।

                   ଶ୍ରୀ ବୃନ୍ଦାବନ ତତ୍ତ୍ଵ ।

ଶ୍ରୀ ବୃନ୍ଦାବନର ତତ୍ତ୍ଵ ଦେବତାମାଙ୍କୁ ଅଗୋଚର ସୃଷ୍ଟିକର୍ତ୍ତା ବ୍ରହ୍ମା ତାହାର ମହିମା ନ ଜାଣି ମୁଗ୍ଧ ହୋଇଥିଲେ ଏବଂ ଦେବରାଜ ଇନ୍ଦ୍ରଙ୍କର ମଧ୍ୟ ସେହି ଦୁର୍ଦ୍ଦଶା । ଏମନ୍ତ ଅଚିନ୍ତ୍ୟ ପ୍ରଭା ବ ଯେ ବୃନ୍ଦାବନ ଓ ତାହାର ତତ୍ତ୍ଵ ମୁଁ କି ବର୍ଣ୍ଣିବି। ତେବେ ଶ୍ରୀଳ କୃଷ୍ଣଦାସ କବିରାଜ ଓ ଶ୍ରୀଳ ଲୋଚନ ଦାସ ଯେ ସୂଚନା ଦିଗ ଦର୍ଶନ ରୂପେ କରିଅଛନ୍ତି ତାହା ଉଦ୍ଧୃତ କରି ପ୍ରାଣ ସଫଳ କରେ ।

ଶ୍ରୀ ଗୁଣ୍ଡିଚା ଯାତ୍ରା ପରେ ହେରାପଞ୍ଚମୀ ମହୋତ୍ସବ । ଏଠାର ଲକ୍ଷ୍ମୀ ଠାକୁରାଣୀ ନିଜ ଦଳବଳ ସାଜି ପ୍ରଣୟ କୋପ ପ୍ରଦର୍ଶନ – ପୂର୍ବକ ଗୁଣ୍ଡିଚା ମନ୍ଦିରରେ ଉପସ୍ଥିତ ହୁଅନ୍ତି ଏବଂ ବିଚିତ୍ର ବେଶଭୂଷାରେ ଅଳଙ୍କୃତା ଲକ୍ଷ୍ମୀ ଠାକୁରାଣିଙ୍କର ଦାସୀ ଗଣ ମହା ଔଦ୍ଧତ୍ୟ ପ୍ରକାଶ ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ସେବକ ମାନଙ୍କୁ ବାନ୍ଧି ଆଣି ଠାକୁରାଣୀଙ୍କ ସମ୍ମୁଖରେ ଉପସ୍ଥିତ କରାନ୍ତି , ଏବଂ ଚୋର ମାନଙ୍କୁ ଯେରୂପ ଦଣ୍ଡ ବିଧାନ କରାଯାଏ ସେହିରୂପ ସେମାନଙ୍କୁ ଅନେକ ଶାସ୍ତି ପ୍ରଦାନ କରନ୍ତି । କେତେ ଯେ ଗାଳି ବର୍ଷଣ କରନ୍ତି ତାହାର ସୀମା ରହେ ନାହିଁ ? ଏହି ରୂପ ଲୀଳା ଦର୍ଶନ କରି ସ୍ଵରୂପ ଗୋସ୍ଵମୀ କହିଲେ ଏତ ଆଚ୍ଛାମାନ , ଏ ରୂପ ମାନର ଅଭିନୟ ତ ତ୍ରିଜଗତରେ ଦେଖା ନାହିଁ କିମ୍ବା ଶୁଣା ନାହିଁ । ମାନିନୀଗଣ ବେଷ ଭୂଷଣ ପରିତ୍ୟାଗ କରି ମଳିନ ଅଙ୍ଗରେ ଓ ବିମର୍ଷ ଚିତ୍ତରେ ବସି ରହନ୍ତି କିମ୍ବା ଭାବ ନିମଗ୍ନ ହୋଇ ନଖରେ ଭୂମି ଉପରେ ଗାର ଟାଣନ୍ତି । କିନ୍ତୁ ଐଶର୍ଯ୍ୟ ପ୍ରକଟନ ପୂର୍ବକ ନିଜ ସୈନ୍ୟ

ସାଜି ପ୍ରିୟ ଜନ ପ୍ରତି କେହି ଧାବିତ ହୁଅନ୍ତି ନାହିଁ । ଶ୍ରୀ ରାଧା ଙ୍କର ମାନଳୀଳା ଅତୀବ ମନୋହର । ତାହା ଶ୍ରୀକୃଷ୍ଣଙ୍କର ପ୍ରୀତି ବର୍ଦ୍ଧନ କରେ ଓ ସେଥିୁରେ ପ୍ରେମର ପୁଷ୍ଟି ହୁଏ । ଶ୍ରୀ ବାସ ପଣ୍ଡିତ ସେଠାରେ ଉପସ୍ଥିତ ଥିଲେ । ସେ ସ୍ଵୟଂ ମହାମୁନି ନାରଦ । ତେଣୁ ଐଶର୍ଯ୍ୟ ଭାବାପନ୍ନ । ସେ ବିଶୁଦ୍ଧ ବ୍ରଜ ଭାବାପନ୍ନ ସ୍ଵରୂପ ଗୋସ୍ଵାମୀଙ୍କର ଏହି ଉପଯୁକ୍ତ ବଚନ ଶୁଣି ପରିହାସ ଛଳରେ କହିଲେ “ ଦାମୋଦର ! ତୁମ୍ଭେ ଆମ ଠାକୁରାଣୀଙ୍କର ସମ୍ପତ୍ତି ଓ ଐଶର୍ଯ୍ୟ ଦେଖ । ମଣି , ମାଣିକ୍ୟ , ହୀରା ,ନୀଳାରେ ପୂର୍ଣ୍ଣ । ତୁମ୍ଭ ବୃନ୍ଦାବନରେ ଏ ବହୁମୂଲ୍ୟ ସମ୍ପତ୍ତି କେଉଁଠାରୁ ଆସିବ । ଫୁଲ ପତ୍ର , ଗିରିଧାତୁ , ଶିଖିପୁଚ୍ଛ , ଗୁଞ୍ଜା ଏହିତ ତୁମ୍ଭ ବୃନ୍ଦାବନ ସମ୍ପତ୍ତି । ଯେତେବେଳେ ଏହି ଐଶର୍ଯ୍ୟ ସକଳ ତ୍ୟାଗ କରି ଶ୍ରୀ ଜଗନ୍ନାଥ ଏହି ସାମାନ୍ୟ ଫୁଲ ଫଳ ଦେଖିବା ପାଇଁ ଶ୍ରୀବୃନ୍ଦାବନକୁ ଗଲେ , ଆମ୍ଭ ଠାକୁରାଣୀଙ୍କ ମନରେ ସେଥିରେ ଅସୁଖ ଜାତ ହେଲା । ଏବଂ ତାହା ହେବାର କଥା । ତେଣୁ ଶ୍ରୀ ଜଗନ୍ନାଥ ପରିହାସ କରିବା ନିମିତ୍ତ ବୈଭବ ଦେଖାଇ ସସୈନ୍ୟରେ ବିରାଜମାନ କଲେ । ଏବଂ ତାଙ୍କର ଦାସୀଗଣ ଜଗନ୍ନାଥଙ୍କ ସେବକ ମାନଙ୍କୁ ଭତ୍ସନା ପୂର୍ବକ ବାନ୍ଧି ଆଣି ଆମ୍ଭ ଠାକୁରାଣୀଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ । ଏବଂ ସେମାନଙ୍କଠାରୁ ଅର୍ଥ ଦଣ୍ଡ ଗ୍ରହଣ ପୂର୍ବକ ନାନା ଦଣ୍ଡରେ ଦଣ୍ଡିତ କରିବାକୁ ଲାଗିଲେ । ତତ୍ପରେ ଶ୍ରୀ ଜଗନ୍ନାଥଙ୍କ ସେବକ ମାନେ କହିଲେ ଦେବୀ ! ଆମ୍ଭେମାନେ କାଲି ଶ୍ରୀ ଜଗନ୍ନାଥଙ୍କୁ ତୁମ ସମ୍ମୁଖରେ ଉପସ୍ଥିତ କରାଇବୁ । ଏହା କହି ଠାକୁରାଣୀଙ୍କୁ ସାନ୍ତ୍ଵନା କରନ୍ତେ ଠାକୁରାଣୀ ଗୃହକୁ ଫେରିଗଲେ । ଦାମୋଦର ! ତୁମର ଗୋପୀ ଗଣ ଦୁଧ ଆଉଟନ୍ତି ଓ ଦଧିମନ୍ଥନ କରନ୍ତି , ସେମାନେ ଏ ମହାଐଶର୍ଯ୍ୟ ପାଇବେ କାହୁଁ । ଆମ ଠାକୁରାଣୀ ସତତ ରତ୍ନ ସିଂହାସନରେ ଆସୀନା । କୋଟି କୋଟି ଦାସଦାସୀ ତାଙ୍କର ସେବା କରୁଅଛନ୍ତି ।" ଶ୍ରୀ ବାସଙ୍କର ଗର୍ବ ବାଣୀ ଶ୍ରବଣ କରି ସ୍ଵରୂପ ଗୋସାମୀ ଆଉ ଚୁପ୍ ରହିଲେ ନାହିଁ । ସେ କହିଲେ ଶ୍ରୀ ବାସ ? ତୁମ୍ଭେ ବୃନ୍ଦାବନ କଥା ଭଲ କରି ଭାବି ଏହା କହୁଛ ନା ଖାଲି ତୁମ ଲକ୍ଷ୍ମୀଙ୍କ ଗୌରବ ରକ୍ଷା ପାଇଁ ଏ ରୂପ କହୁଛ । ବୃନ୍ଦାବନର ସମ୍ପତ୍ତି ଆଗରେ ତୁମର ବୈକୁଣ୍ଠ ସମ୍ପତ୍ତି କି ଛାର। ଶ୍ରି ବୃନ୍ଦାବନର ସମ୍ପତ୍ତି ସଙ୍ଗେ ତୁଳନା କରିବାକୁ ଗଲେ ତୁମ୍ଭ ଦ୍ଵାରିକା କିମ୍ବା ବୈକୁଣ୍ଠର ସମ୍ପତ୍ତି ଅତି ସାମାନ୍ୟ , ଏମନ୍ତ କି ସାଗର ସଙ୍ଗେ ଜଳ ବିନ୍ଦୁର ଯେଉଁତୁଳନା , ଶ୍ରୀବୃନ୍ଦାବନ ସମ୍ପତ୍ତି ସଙ୍ଗେ ଦ୍ଵାରିକା କିମ୍ବା ବୈକୁଣ୍ଠର ସମ୍ପତ୍ତି ତଦ୍ରୁପ । ଶ୍ରୀ ବୃନ୍ଦାବନରେ ପରମପୁରୁଷ ସର୍ବାବତାରୀ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ସତତ ବିରାଜମାନ । ଭୂମି ଚିନ୍ତା ମଣି ମୟ ଓ ଗୃହ ରତ୍ନ ନିର୍ମିତ । ସେଠାରେ ଦାସୀ ମାନେ ଚିନ୍ତାମଣି ସମୂହ ପଦର ଅଳଙ୍କାର ରୂପେ ପିନ୍ଧିଛନ୍ତି । ଯହିଁରେ ବୃକ୍ଷଲତା ଗଣ କଳ୍ପ ବୃକ୍ଷ ଓ କଳ୍ପ ଲତା ସେମାନଙ୍କୁ ଯାହା ପ୍ରାର୍ଥନା କରିବି ସେମାନେ ତାହା ଦାନ କରିବେ ।

ଅତଏବ ଫଳ ଫୁଲ ଛଡ଼ା ଅନ୍ୟ ଧନ ସେଠାରେ କେହି ଚାହେଁ ନାହିଁ । ସେଠାରେ ଧେନୂ ସକଳ କାମଧେନୂ। ଏକମାତ୍ର କାମଧେନୂ ଥିଲେ ହେଁ ସର୍ବ ଅଭୀଷ୍ଟ ପଦାର୍ଥ ମିଳି ପାରେ । କିନ୍ତୁ ସେଠାରେ କୋଟି କୋଟି ଧେନୁ ସମସ୍ତେ କାମଧେନୂ । ଦୁଗ୍ଧ ଛଡ଼ା ଅନ୍ୟ ଦ୍ରବ୍ୟ କେହି ତାଙ୍କୁ ମାଗେ ନାହିଁ । ସେଠାରେ ସହଜରେ କଥା ବାର୍ତ୍ତା ସଙ୍ଗୀତକୁ ବଳେ। ଏବଂ ସାଧାରଣ ଗତି ହିଁ ନୃତ୍ୟ ଠାରୁ ଅଧିକ ମନୋହର । ସେଠାରେ ସମସ୍ତ ଜଳ ଅମୃତ । ଚିଦାନନ୍ଦ ଜ୍ୟୋତି ସମସ୍ତ ବନରେ ଘୋଟି ରହିଅଛି । ଶ୍ରୀ ମତିଙ୍କର ଦାସି ଗଣ ସେଠାରେ ଲକ୍ଷ୍ମୀଙ୍କ ଠାରୁ ବଳି ରୂପବତୀ ଓ ଗୁଣବତୀ । ସେଠାରେ ଶ୍ରୀକୃଷ୍ଣଙ୍କର ବଂଶୀ ସଖୀର କାର୍ଯ୍ୟ କରୁଅଛି । ଏହାଠାରୁ ଅଧିକ ଆଉ ତୁମେ କଣ ଚାହଁ ।’’ ଯଥା –

            

                  ସ୍ଵରୂପ କହେ ଶ୍ରୀ ବାସ ! ଶୂନ୍ ସାବଧାନେ ,

                  ବୃନ୍ଦାବନ ସମ୍ପଦ ତୋମାର ନାହିଁ ପଡ଼େ ମନ ।

                  ବୃନ୍ଦାବନେ ସାହଜିକ ଯେ ସମ୍ପଦ ସିନ୍ଧୁ ,

                  ଦ୍ଵାରିକା ବେକୁଣ୍ଠେ ତାର ନହେ ଏକ ବିନ୍ଦୁ ।

 

                  ପରମ ପୁରୁଷୋତ୍ତମ ସ୍ଵୟଂ ଭଗବାନ ,

                  କୃଷ୍ଣ ଯାହା ଧନୀ ତାହା ବୃନ୍ଦାବନ ଧାମ

                  ଚିନ୍ତାମଣି ମନୟ ଭୂମି ରତ୍ନେର ଭବନ ,

                  ଚିନ୍ତାମଣି ଗଣ ଦାସୀ ଚରଣ ଭୂଷଣ ,

 

                  କଳ୍ପ ବୃକ୍ଷଲତା ଯାହା ସାହାଜିକ ବଜ ,

                  ପୁଷ୍ପ ଫଳ ବିନା କେହି ନ ମାଗେ ଅନ୍ୟଧାନ ।

                  ଅନନ୍ତ କାମଧେନୂ ଯାହା ଫିରେ ବନେ ବନେ ,

                  ଦୁଗ୍ଧ ମାତ୍ର ଦେନ ଦେହ କେହି ନ ମାଗେ ଅନ୍ୟ ଧନେ ,

 

                  ସହଜେ ଲୋକେର କଥା ଯାହା ଦିବ୍ୟ ଗୀତ ,

                  ନୃତ୍ୟ ଗମନ କରେ ନୃତ୍ୟ ପ୍ରତୀତ ,

ସର୍ବତ୍ର ଜଳ ଯାହା ଅମୃତ ସମାନ ,

ଚିଦାନନ୍ଦ ଜ୍ୟୋତି ସ୍ନାନ ଯାହା ମୂର୍ତ୍ତିମାନ ,

 

ଲକ୍ଷ୍ମୀ ଜିନି ଗୁଣ ଯାହା ଲକ୍ଷ୍ମୀର ସମାଜ ,

କୃଷ୍ଣ ବଂଶୀ କରେ ଯାହା ପ୍ରୀୟ ସଖି କାର୍ଯ୍ୟ ,

(ଚୈଃ ଚଃ ମଧ୍ୟ ୧୪ ପରି)

ଏହି କେତେକ ପଙ୍‌କ୍ତିରେ ସ୍ଵରୂପ ଶ୍ରୀ ବୃନ୍ଦାବନରେ ମହାତ୍ମା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଅଛନ୍ତି ସେ ତାହାର ପୋଷୋକରେ କେତେକ ଶାସ୍ତ୍ରୀୟ ଶ୍ଲୋକ ମଧ୍ୟ ଆବୃତ୍ତି କରିଥିଲେ ।

 

ଶ୍ରୀଳ କବିରାଜ ଗୋସ୍ଵାମୀ ଆଉ ଏକ ସ୍ଥାନରେ ଲେଖି ଅଛନ୍ତି

 

      “ ବୃନ୍ଦାବନେ ତରୁଲତା                    ଅଦ୍ଭୁଦ ତାହାର କଥା

x x x x x x x x x x x x x x             x x x x x x x

ବାରମାସରେ ଫୁଲ ଫଳ ।

କୋନ ଦେଶେ କାର ଖ୍ୟାତି             ବୃନ୍ଦାବନେ ସବାର ସ୍ଥିତି

ସହସ୍ର ଜାତି ଲେଖାଯାଏ କତି ,’’

୧(ଚୈଃ ଚଃ ଅନ୍ତ୍ୟ ୮ ପରି)

 

ଅର୍ଥାତ୍ ଅନ୍ୟ ଅନ୍ୟତ୍ର ତରୁଲତା ସକଳ ଏକ ୨ ନିର୍ଦ୍ଦିଷ୍ଟ ସମୟରେ ଫଳ ଫୁଲ ଧାର କରନ୍ତି । କିନ୍ତୁ ଚିନ୍ମୟ ଶ୍ରୀ ବୃନ୍ଦାବନରେ ତରୁଲତାଗଣ ବାର ମାସରେ ଫୁଲ ଫଳ ପ୍ରସବ କରନ୍ତି , କୌଣସି ଋତୁର ଅପେକ୍ଷା କରେ ନାହିଁ । କୌଣସି ତରୁ ଏକ ଦେଶରେ ଜାତ ହୁଏ ; ଅନ୍ୟ ଏକ ଦେଶରେ ତାହା ଦେଖା ଯାଏ କି ନାହିଁ । ଯେମନ୍ତ କି ସମୁଦ୍ର ନିକଟବର୍ତ୍ତୀ ସ୍ଥାନରେ ପ୍ରଚୁର ନାରୀ କେଳ ଜନ୍ମେ କିନ୍ତୁ ହିମାଳୟ ପ୍ରଦେଶରେ କେହି ନାରୀକେଳ ଦେଖିବାକୁ ପାଇବେ ନାହିଁ । କିନ୍ତୁ ଶ୍ରୀ ବୃନ୍ଦାଵନରେ ସର୍ବ ଦେଶୀୟ ତରୁମାନ ବର୍ତ୍ତମାନ ।

 

ଶ୍ରୀଳ ଲୋଚନ ଦାସ ମଧ୍ୟ ଦୁଇ ଚାରି ଧାଡିରେ ଶ୍ରୀ ବୃନ୍ଦାବନ ମହାତ୍ମ୍ୟା ସୁନନ୍ଦର ରୂପେ ବ୍ୟକ୍ତ କରିଅଛନ୍ତି, ଯଥା –

                  “ ଚିନ୍ତାମଣି ଭୂମି ରତ୍ନ ମନ୍ଦିର ସୁନ୍ଦର ,

କଳ୍ପ ବୃକ୍ଷ ରତ୍ନବେଦୀ ତାହର ଉପର ,

କାମଧେନୁ ଗଣ ତଥା ଅଚିନ୍ତ୍ୟ ପ୍ରଭାବ

ଅଭୀଷ୍ଟ କରିୟା ଦେହ କରି ସେ ଭାବ । ’’

(ଚୈଃ ମଃ)

ଅର୍ଥାତ ଶ୍ରୀ ବୃନ୍ଦାବନରେ ଭୁମି ଚିନ୍ତାମଣି ମୟ ।ସେଠାରେ ବୃକ୍ଷ ସମସ୍ତ କଳ୍ପ ବୃକ୍ଷ ଓ ଧେନୂଗଣ କାମଧେନୂ। ଅତଏବ ସ୍ଵଚ୍ଛନ୍ଦରେ ଅଭୀଷ୍ଟ ପୂର୍ଣ୍ଣ ହୁଏ । କିଛି ଅଭାବ ରହେ ନାହିଁ ।

 

ଏହି ବୃନ୍ଦାବନରେ ରସିକେଶ୍ଵର ଶ୍ରୀକୃଷ୍ଣ ନାଗରୀମୁକୁଟ ମଣି ବ୍ରଜ ବାଳାମାନଙ୍କ ସଙ୍ଗରେ ସତତ ବିହାର କରନ୍ତି । ଲୀଳା ପୁରୁଷୋତ୍ତମ ଶ୍ରୀବ୍ରଜେନ୍ଦ୍ରନନ୍ଦନ ଏଠାରେ ସତତ ବର୍ତ୍ତମାନ , ସେ ସତତ ଆନନ୍ଦ ଚିନ୍ମୟ – ରସ ପ୍ରତିଭାବିତା ଗୋପଲଳନା ମାନଙ୍କ ସଙ୍ଗେ ଲୀଳା ପରବଶ ହୋଇ ନାନା ପ୍ରକାର ଲୀଳା କରୁଅଛନ୍ତି । ବ୍ରହ୍ମାଣ୍ଡର ସ୍ଥିତି ପ୍ରଳୟ ଆଦି ତାଙ୍କ ଅଂଶ ବତାର ମାନଙ୍କ ଦ୍ଵାରା ସାଧିତ ହୋଇଅଛି । ଏମନ୍ତ କି ମଥୁରା ଓ ଦ୍ଵାରିକାକୁ ଶ୍ରୀବ୍ରଜନନ୍ଦନ ଆସି ନ ଥିଲେ । କେବଳ ବିରହଲୀଳାର ଅଭିନୟ ନିମିତ୍ତ ଶ୍ରୀବୃନ୍ଦାବନରେ ପ୍ରଚ୍ଛନ୍ନ ଭାବରେ ରହିଥିଲେ । ଏବଂ ତାଙ୍କର ପ୍ରକାଶମୂର୍ତ୍ତି ଶ୍ରୀମାନ ବାସୁଦେବ ମଥୁରାକୁ ଆସିଥିଲେ । ଶ୍ରୀଳ ଗୋସ୍ଵାମୀ ପାଦ ଗଣ ଏ ସିଦ୍ଧାନ୍ତର ଉତ୍ତମ ମୀମାସାଂ କରି ଯାଇଅଛନ୍ତି । ଶ୍ରୀଳ ରୂପ ଗୋସ୍ଵାମୀ ଶ୍ରୀବୃନ୍ଦାବନରୁ ମହାପ୍ରଭୁଙ୍କଚରଣ ଦର୍ଶନ ନିମିତ୍ତ ଶ୍ରୀପୁରୁଷୋତ୍ତମ ଯାତ୍ରା କଲେ , ଯାତ୍ରା ସମୟରେ ସେ ବୃନ୍ଦାବନ ଲୀଳା ଶ୍ରୀ ମଥୁରା ଲୀଳା , ଓ ଶ୍ରୀ ଦ୍ଵାରିକା ଲୀଳା ସମସ୍ତ ସମନ୍ଵୟ କରି ଖଣ୍ଡିଏ ପୁସ୍ତକ ରଚନା କରୁଥିଲେ । ଶ୍ରୀରୂପଗୋସ୍ଵାମୀ ଶ୍ରୀପୁରୁଷୋତ୍ତମର ଉତ୍ତର ସତ୍ୟଭାମା ପୁର ନାମକ ଏକ ଗ୍ରାମରେ ଉପସ୍ଥିତ ଥିଲେ । ସେଠାରେ ସେ ଶୋଇଅଛନ୍ତି । କୃଷ୍ଣ ମହିଷୀ ଶ୍ରୀମତୀ ସତ୍ୟଭାମା ତାଙ୍କୁ ଦର୍ଶନ ଦେଇ ସ୍ଵପ୍ନରେ ଆଦେଶ କଲେ " ରୂପ !ତୁମ୍ଭେ ଶ୍ରୀ ବୃନ୍ଦାବନ ଲୀଳା ଓ ଦ୍ଵାରିକା ଲୀଳା ଏକତ୍ର କରି ଖଣ୍ଡିଏ ନାଟକ ରଚନା କରୁଅଛ । କିନ୍ତୁ ତାହା ଭଲ ପରିସ୍ପୁଟ ହେଉନାହିଁ , ତୁମ୍ଭେ ଶ୍ରୀ ଦ୍ଵାରିକା ସମ୍ବଦ୍ଧୀୟ ଲୀଳାକୁ ବୃନ୍ଦାବନ ଲୀଳାରୁ ପୃଥକ କରି ଦୁଇଖଣ୍ଡି ନାଟକ ରଚନା କର । ମୋର ଅନୁଗ୍ରହରୁ ବିଲକ୍ଷଣ ନାଟକ ରଚିତ ହେବ । ଯଥା –

            

"ଆମାର ନାଟକ ପୃଥକ କର ହରଚନ ,

            ଆମାରେ କୃପାତେ ନାଟକ ହବ ବିଲକ୍ଷଣ ।"

ଏ ସ୍ଵପ୍ନ ଦେଖି ମନେ କଲେ ମୁଁ ଏବେ ବ୍ରଜଲୀଳା ଓ ପୁରଲୀଳା ପୃଥକ କରି ଦୁଇଖଣ୍ଡ ନାଟକ ରଚନା କରିବି କାରଣ ଏକସଙ୍ଗେ ନାଟକ ରଚିତ ହେବ ଏହା ଦେବୀ ସତ୍ୟଭାମାଙ୍କର ଅଭିପ୍ରେତ ନୁହେଁ । ଏହିରୂପ କଳ୍ପନା କରି ଶ୍ରୀପୁରୁଷୋତ୍ତମ ରେ ଆସି ପହଞ୍ଚିଲେ ଓ ଠାକୁର ଶ୍ରୀ ହରିଦାସଙ୍କ କୁଟୀରରେ ବାସ କଲେ ।

ମହାପ୍ରଭୁ ଶ୍ରୀରୂପକୁ ଦେଖି ପରମ ପ୍ରୀତ ହେଲେ । , ଦିନକରେ ମହାପ୍ରଭୁ ହଠାତ୍ ଶ୍ରୀରୂପକୁ ସମ୍ବୋଧନ କରି କହିଲେ ରୂପ! ତୁମେ ବ୍ରଜନନ୍ଦନ ଶ୍ରୀକୃଷ୍ଣଙ୍କୁ ବ୍ରଜରୁ ବାହାର କର ନାହିଁ । ସେ ବ୍ରଜ ଛାଡି ନିମିଷ ମାତ୍ର ଅନ୍ୟତ୍ର ଯାଆନ୍ତି ନାହିଁ । ଯଥା –

            କୃଷ୍ଣକେ ବାହିର ନାହିଁ କରିହ ବ୍ରଜ ହୈତେ ,

ବ୍ରଜ ଛାଡି କୃଷ୍ଣ ପ୍ରଭୁ କଭୁ ନ ଯାନେ କାହାତେ ।

(ଚୈଃ ଚଃ ଅନ୍ତ୍ୟ ୧ ମ ପରି)

ଶ୍ରୀ ରୂପ ଭାବିଲେ ପୂର୍ବରୁ ଦେବୀ ସତ୍ୟଭାମା ତାଙ୍କର ପୃଥକ ନାଟକ କରିବାକୁ ଆଜ୍ଞା ଦେଇ ଥିଲେ । ବର୍ତ୍ତମାନ ମହାପ୍ରଭୁ କୃଷ୍ଣ ସେହି ଆଦେଶ କଲେ । ଅତଏବ ଏବେ ତାହାକୁ ଅଲଗା କରି ବୃନ୍ଦାବନ ଲୀଳାର ଓ ପୁରୀ ଲୀଳାର ଦୁଇ ପୃଥକ ନାଟକ ରଚନା କରିବ । ପ୍ରସିଦ୍ଧ ବିଦଗ୍ଧ ମାଧବ ଓ ଲଳିତ ମାଧବ ଏହି ଦୁଇ ନାଟକ ଏହି ଆଦେଶର ଫଳ ।

 

ଅତଏବ ଏଥିରୁ ପ୍ରମାଣ ଯେ ଦ୍ଵାରିକା ବିହାରୀ ବାସୁଦେବ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କଠାରୁ ବିଭିନ୍ନ । ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ନ ଅବତାରୀ ଓ ପୂର୍ଣ୍ଣତମ । ଶ୍ରୀ ବାସୁଦେବ ପୂର୍ଣ୍ଣତର । ଏ ବିଷୟରେ ଗୋସ୍ଵମୀଗଣ ବହୁ ବହୁ ପ୍ରମାଣ ମାନ ରଖି ଯାଇଅଛନ୍ତି ।

 

ଅତଏବ ଦ୍ଵାରିକାର କୃଷ୍ଣ ମହିଷୀଗଣ ବ୍ରଜ ଗୋପୀମାନଙ୍କ ଠାରୁ ପୃଥକ| ମହିଷୀମାନଙ୍କର ଐଶର୍ଯ୍ୟ ଭାବ । ଅତଏବ ବିଶୁଦ୍ଧ ମାଧୁର୍ଯ୍ୟ ମୟ ଶ୍ରୀ ବୃନ୍ଦାବନ ଲୀଳାରେ ସେମାନଙ୍କର ଅଧିକାର ନାହିଁ ।

 

ଶ୍ରୀ ଲକ୍ଷ୍ମୀ ଠାକୁରାଣୀ ଙ୍କର ମଧ୍ୟ ଶ୍ରୀ ବୃନ୍ଦାବନ ଲୀଳାରେ ଅଧିକାର ନାହିଁ । ସେ ଗୋପୀ ଆନୁଗତ୍ୟ ସ୍ଵୀକାର କରି ନ ଥିବାରୁ ବିଶେଷ ତପ କରି ମଧ୍ୟ ବ୍ରଜରେ ବ୍ରଜନନ୍ଦନଙ୍କ ସଙ୍ଗ ପାଇନଥିଲେ । ଶ୍ରୀମ ଭାଗବତରେ ନାଗ ପତ୍ନୀମାନଙ୍କ ସ୍ତବରେ ଏହା ପ୍ରକାଶ ପାଇଅଛି । ବୃନ୍ଦାବନ ଲୀଳାରେ କେବଳ ଗୋପୀମାନଙ୍କର ହିଁ ଅଧିକାର । ଗୋପୀ ବିନା ଅନ୍ୟ କୌଣସି ନାରୀ ବ୍ରଜ ନନ୍ଦନଙ୍କ ମନୋହରଣ କରିବାକୁ କ୍ଷମ ନୁହନ୍ତି । ଶ୍ରୀଳ ସ୍ଵରୂପ ବଚନ ଏହାର ଉତ୍ତମ ପ୍ରମାଣ । ଯଥା –

 

            ସ୍ଵରୁପ କହେ ଶୁନ ପ୍ରଭୁ କାରନ ଇହାର ,

            ବୃନ୍ଦାବନ କ୍ରୀଡାତେ ଲକ୍ଷ୍ମୀର ନାହିଁ ଅଧିକାର

ବୃନ୍ଦାବନ ଲୀଳାୟ କୃଷ୍ଣେର ସହାୟେ ଗୋପୀଗଣ ,

ଗୋପୀ ଗଣ ବିନା କୃଷ୍ଣେର ହରିତେ ନାରେ ମନ ।

ଶ୍ରୀ ଗୁଣ୍ଡିଚା ଯାତ୍ରା କାଳିନ ଜଗନ୍ନାଥଙ୍କର ରଥଯାତ୍ରା ଘେନି ମହାପ୍ରଭୁଙ୍କ ସଙ୍ଗେ ଶ୍ରୀ ବାସାଦିଙ୍କର ଯେ କଥୋପକଥନ ହୋଇଥିଲା , ସ୍ଵରୁପ ଗୋସ୍ଵାମୀ ସେହି ସମୟରେ ଉପଯୁକ୍ତ କଥାଟି ପ୍ରକାଶ କରିଥିଲେ ।

 

ଅତଏବ ଶ୍ରୀ ବୃନ୍ଦାବନ ଲୀଳା ଯେ ଅତି ମଧୁର ଓ ଶ୍ରୀ ବୃନ୍ଦାବନ ଯେ ଶ୍ରୀକୃଷ୍ଣଙ୍କର ଉଚ୍ଚତମ ଅଧିଷ୍ଠାନ ଏ ସମସ୍ତ ତାହାର ଉଜ୍ଜ୍ଵଳ ପ୍ରମାଣ । ଏଥିରୁ

 

ଶ୍ରୀ ବୃନ୍ଦାବନ ମାହାତ୍ମା ଉତ୍ତମ ରୂପେ ପ୍ରତିପନ୍ନ ହେଉଅଛି ।

 

ଯେଉଁମାନେ ଏ ସମ୍ବଦ୍ଧରେ ଉତ୍ତମ ପ୍ରମାଣ ଜାଣିବାକୁ ଇଚ୍ଛା କରନ୍ତି ସେମାନେ ଶ୍ରୀରୂପ ଗୋସ୍ଵାମୀଙ୍କ କୃତ ଲଘୁ ଭାଗବତାମୃତ ଓ ଶ୍ରୀ ସନାତନ ଗୋସ୍ଵାମୀଙ୍କ କୃତ ବୃହତ୍ତ ଭାଗବତାମୃତ ପାଠ କରି ପାରନ୍ତି ।

 

ଶ୍ରୀଳ କବିରାଜ ଗୋସ୍ଵାମୀ ମଧ୍ୟ ଦିଗ ଦର୍ଶନ ସ୍ଵରୂପ ଲେଖି ଅଛନ୍ତି ।

 

                  ତାହାର ଉପରିଭାଗେ କୃଷ୍ଣ ଲୋକ ଖ୍ୟାତି

            ଦ୍ଵାରିକା ମଥୁରା ଗୋକୁଳ ତ୍ରି ବିଧିତ୍ଵେ ସ୍ଥିତି ।

            ସର୍ବୋପରି ଶ୍ରୀ ଗୋକୁଳ ବ୍ରଜ ଲୋକେ ଧାମ

            ଶ୍ରୀ ଗୋଲକ ଶ୍ଵେତ ଦ୍ଵୀପ ବୃନ୍ଦାବନ ନାମ ।

 

            ସର୍ବଗ ଅନନ୍ତ ବିଭୁ କୃଷ୍ଣ ତନୁ ସମ

      ଉପଧାର୍ଯ୍ୟେ ବ୍ୟାପି ଆଛେ ନାହିଁ କି ନିୟମ ।

       ବ୍ରହ୍ମାଣ୍ଡ ପ୍ରକାଶ ତାର କୃଷ୍ଣେର ଇଚ୍ଛାୟ

            ଏକଇ ସ୍ଵରୂପ ତାର ନାହିଁ ଦୁଇ କାୟ ।

            

ଚିନ୍ତାମଣି ଭୂମି କଳ୍ପ ବୃକ୍ଷ ମୟ ବନ

      ଚର୍ମ୍ମ ଚକ୍ଷେ ଦେଖେ ତାର ପ୍ରପେଞ୍ଚର ସମ

            ପ୍ରେମେ ନେତ୍ରେ ଦେଖେ ତାର ସ୍ଵରୂପ ପ୍ରକାଶ

            ଗୋପ ଗୋପୀ ସଙ୍ଗେ ଯାହା କୃଷ୍ଣେର ବିଳାସ ।

(ଚୈଃ ଚଃ ଆଦି ୫ ପରି )

                  ଦ୍ଵାବିଂଶ ପରିଚ୍ଛେଦ ।

                   ବୈଷ୍ଣବ ଅପରାଧ ।

ଶ୍ରୀକୃଷ୍ଣ ନାମର ଅଶେଷ ଫଳ ପୂର୍ବ ଏକଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି । ହରିନାମ ଗ୍ରହଣରେ ଏତେ ଦୂର ଫଳ ଲାଭ ହେବା କଥା , ତେବେ ଅନେକ ସ୍ଥଳରେ ହରିନାମର ଫଳ ଦୃଷ୍ଟି ଗୋଚର ହୁଏ ନାହିଁ । କାହିଁକି ସତତ ଆମ୍ଭ ମାନଙ୍କ ମନରେ ଏହି ତର୍କ ଉପସ୍ଥିତ ହୋଇଥାଏ । ଭକ୍ତି ଯାଜନରେ କୃଷ୍ଣ ପ୍ରେମ ଅବଶ୍ୟ ମିଳିବାର କଥା । ହରି ନାମ ଗ୍ରହଣରେ ଯେ ଅଶେଷ ଫଳ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି , କିନ୍ତୁ ଭକ୍ତି ଯାଜନ ଦ୍ଵାରା ଯେ କୃଷ୍ଣ ପ୍ରେମ ଲାଭ ହୁଏ , ଏଥିରେ ଅଶ୍ରୁ ମାତ୍ର ସନ୍ଦେହ ନାହିଁ । ତେବେ କି ପାଇଁ ତାହା ଶୀଘ୍ର ଫଳବତୀ ହୁଏ ନାହିଁ । ତାହାର କାରଣ ମଧ୍ୟ ସ୍ଵୟଂ ମହାପ୍ରଭୁ ଶ୍ରୀମୁଖରେ ବ୍ୟକ୍ତ କରି ରଖିଅଛନ୍ତି । ଯଥା-

                  ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ|

                  ଗୁରୁ କୃଷ୍ଣ ପ୍ରସାଦେ ପାନ ଭକ୍ତି ଲତା ବୀଜ ।

                  ମାଲୀ ହୟା କରେ ସେଇ ବୀଜ ଆରୋପଣ

                  ଶ୍ରବଣ କୀର୍ତ୍ତନ କଲେ କରୟେ ସେଚନ

                  ଉପଜିୟା ବାଢ଼େ ଲତା ବ୍ରହ୍ମାଣ୍ଡ ଭେଦି ପାୟ ।

                  

ବିରଜା ବ୍ରହ୍ମଲୋକ ଭେଦି ପରବ୍ୟୋମ ପାୟ ।

                  ତବେ ଯାୟ ତଦୁପରି ଗୋଲକ ବୃନ୍ଦାବନ

                  କୃଷ୍ଣ ଚରଣ କଳ୍ପବୃକ୍ଷେ କରେ ଆରୋହାଣ

                  ତାହା ବିସ୍ତାରିତ ହୟା ଫଳେ ପ୍ରେମଫଳ

 

                  ଇହାଁ ନଲି ନିତ୍ୟ ସେଚେ ଶ୍ରବଣାଦି ଜଲ

                  ଯଦି ବୈଷ୍ଣବ ଅପରାଧେ ଉଠେ ହାତି ମାତା

                  ଉପାତେ କି ଛିଡେ ତାର ଶିଖିଯାଏ ପାତା ।

(ଚୈଃ ଚଃ ମଧ୍ୟ ୧୯ ପରି )

ଆହା ! ଦେଖିଲେତ ବୈଷ୍ଣବ ଅପରାଧ ଭକ୍ତି ପଥରେ କେତେ ଦୂର କଣ୍ଟକ । ଅତି ଉଚ୍ଚ ଭକ୍ତର ଯଦି ବୈଷ୍ଣବାପରାଧ ହୁଏ , ତେବେ ସୁଦ୍ଧା , ସେ ପଞ୍ଚବିତ ଭକ୍ତି ଲତା ଅପରାଧ ମତ୍ତ ହାତୀ କର୍ତ୍ତୁକ ଏକେବାରେ ଧ୍ଵଂସ ପ୍ରାପ୍ତ ହୁଏ ।ମତ୍ତ ହାତୀ କେତେବେଳେ ଲତାକୁ ଛିଡାଇ ଅସ୍ତ ବ୍ୟସ୍ତ କରିଦିଏ , କେତେବେଳେ ଏକା ବେଳକେ ଉପାଡି ପକାଏ । ସେଥିରେ ମହାଫଭୁ ବୈଷ୍ଣବାପରାଧ ରୂପ ପ୍ରବଳ ଶତ୍ରୁ ଯେରୂପ ସୀମାକୁ ପ୍ରବେଶ କରି ନ ପାରେ ସେଥି ପ୍ରତି ବିଶେଷ ସାବଧାନ ହେବାକୁ ଉପଦେଶ ଯାଇ ଅଛନ୍ତି । ଯଥା –

 

ତାତେ ମାଲୀ ଯତ୍ନ କରି ଆବରଣ
ଅପରାଧ ହାତୀ ଯୈଛେ ନାହାୟ ଉଦଗମ୍ ।

(ଚୈଃ ଚଃ ମଧ୍ୟ ୧୯ ପରି )

 

ଭକ୍ତି ଦ୍ରୋହା ଚରଣ କଲେ ଯେ କେତେ ଦୂର ମନ୍ଦ ଫଳ ଘଟେ ତାହାର ସୀମା ନାହିଁ । ଦ୍ରୋହ କାରୀର ଅନିଷ୍ପିତ ଅନିବାର୍ଯ୍ୟ । ଏମନ୍ତ କି ଯେଉଁ ଗ୍ରାମରେ , ଦେଶରେ ବୈଷ୍ଣବ ପ୍ରତି ଅତ୍ୟାଚାର କରାଯାଏ ସେ ଗ୍ରାମରେ ସେ ଦେଶରେ ସୁ୍ଦ୍ଧାଅମଙ୍ଗଳ ଘଟେ । ରାମଚନ୍ଦ୍ର ଖାଁ ଠାକୁର ଶ୍ରୀ ହରିଦାସଙ୍କ ପ୍ରତି ଅକାରଣରେ ଦ୍ରୋହାଚାରଣ ପୂର୍ବକ ତାଙ୍କୁ ଭ୍ରଷ୍ଟ କରିବା ପାଇଁ ବେଶ୍ୟା ନିଯୁକ୍ତ କରିଥିଲେ । ଠାକୁର ହରିଦାସ ରାମଚନ୍ଦ୍ର ଖାଁ ଅଜ୍ଞ ବୋଲି ତାଙ୍କୁ କ୍ଷମା କରିଥିଲେ ହେଁ ଶ୍ରୀ ଭଗବାନ ଖାଁଙ୍କର ଅତି ଗର୍ହିତ କାର୍ଯ୍ୟକୁ ସହ୍ୟ ନ କରି ପାରି ତାଙ୍କର ଦଣ୍ଡ ବିଧାନ କରିଥିଲେ ।

ଶ୍ରୀମାନ ନିତ୍ୟାନନ୍ଦ ପ୍ରଭୁ ନିଜ ସଙ୍ଗ ଗଣସଙ୍ଗେ ରାମଚନ୍ଦ୍ର ଖାଁଙ୍କ ସଙ୍ଗେ ଆସି ଉପସ୍ଥିତ ହେଲେ ଏବଂତାଙ୍କ ଦୁର୍ଗା ମଣ୍ଡପରେ ଆସି ଉପବେଶନ କଲେ । ଭକ୍ତାପରାଧୀ ରାମଚନ୍ଦ୍ର ଖାଁଙ୍କ ପ୍ରଭୁ ଶ୍ରୀ ନିତ୍ୟାନନ୍ଦଙ୍କୁ ସେ ସ୍ଥାନ ପରିତ୍ୟାଗ କରି ସେହି ଗ୍ରାମର ଏକ ଗୋପାଳର ଗୋଶାଳାକୁ ଯିବା ନିମନ୍ତେ କହି ପଠାଇଲେ । ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ଏଥିରେ କ୍ର୍ରଦ୍ଧ ହୋଇ କହିଲେ ସତ, ଏ ସ୍ଥାନତ ମୋର ଜଣଙ୍କର ରହିବାର ଉପଯୁକ୍ତ ନୁହେଁ । ଏହା ମେଚ୍ଛମାନଙ୍କର ରହିବାର ଉପଯୁକ୍ତ ସେମାନେ ଏଠାରେ ଗୋବଦ୍ଧ ପୂର୍ବକ ମାଂସ ରନ୍ଧନ କରି ଆହାର କରିବେ । ଆସ , ଆମ୍ଭେମାନେ ଏ ସ୍ଥାନ ପରିତ୍ୟାଗ କରିବା । ଏହା କହି ଶ୍ରୀ ନିତ୍ୟାନନ୍ଦ ନିଜ ଗଣ ସହ ସେ ଗ୍ରାମରେ ନ ରହି ଅନ୍ୟ ଗ୍ରାମକୁ ଗମନ କଲେ । ରାମଚନ୍ଦ୍ର ଖାଁ ର ମହଦପରାଧ ପରିପାକ ହେବାରୁ ମେଚ୍ଛ ଉଜିର ଆସି ତାଙ୍କ ସେହି ଦୁର୍ଗା ମଣ୍ଡପରେ ବାସ କଲେ । ଓ ଅବଧ୍ୟବଧ କରି ସେଠାରେ ମାଂସ ରନ୍ଧନ କରାଇଲେ । ଏବଂ ରାମଚନ୍ଦ୍ର ଖାନକୁ ସବଂଶରେ ବିଦା କରି ତାହାର ଘର ଦ୍ଵାର ଲୁଟ କରିନେଲେ । ଯଥା-

 

ଦସ୍ୟୁ ବୃତ୍ତି ରାମଚନ୍ଦ୍ରେର ରାଜାୟ ନାଦେୟ କର

କ୍ଷୁଧ ହୋୟା ମେଚ୍ଛ ଉଜୀର ଆଇଲ ତାର ଘର ।

ଆସି ସେଇ ଦୁର୍ଗା ମଣ୍ଡପେ ବାସ କୈଲ

ଅବଧ୍ୟ ବଧ କରି ଘରେ ମାଂସ ରାନ୍ଧିଲ ।

 

ସ୍ତ୍ରୀ ପୁତ୍ର ସହ ରାମଚନ୍ଦ୍ରେର ରାନ୍ଧିୟା

ତାଙ୍କ ଘର ଗ୍ରାମେ ଲୁଟେ ତିନି ଦିନ ରହିୟା ।

ସେଇ ଘରେ ତିନିଦିନ ଅବଧ୍ୟ ରନ୍ଧନ

ଆରଦିନ ସବାଲୟା କରିଲ ଗମନ ।

 

ଜାତି ଧନ ଜନ ଖାନେର ସକଳ ଲଇଲା

ବହୁ ଦିନ ପର୍ଯ୍ୟନ୍ତ ଗ୍ରାମ୍ୟ ଉଜାଡ କରିଲା ।

ମହାନ୍ତେର ଅପମାନ ଯେ ଦେଶ ଗ୍ରାମେ ହୟେ

ଏଇ ଜନାର ଦୋଷ ସବ ଦେଶ ଉଜାଡ଼ୟ ।

(ଚୈଃ ଚଃ ଅନ୍ତ୍ୟ ୩ ପରି )

ସେହି ଠାକୁର ଶ୍ରୀ ହରିଦାସକୁ ଅବମାନନ କରିବାରୁ ଗୋପାଳ ଚକ୍ରବର୍ତ୍ତାର କି ଦୁର୍ଦ୍ଦଶା ଘଟିଥିଲା ତାହା ମଧ୍ୟ ଉଲ୍ଲେଖଯୋଗ୍ୟ ।

 

ଶ୍ରୀ ଗୋବର୍ଦ୍ଧନ ଦାସଙ୍କ ସଭାରେଠାକୁର ହରି ଦାସ ହରି ନାମର ମହିମା କୀର୍ତ୍ତନ କରନ୍ତେ ପଣ୍ଡିତାଭିମାନୀ ଗୋପାଳ ଚକ୍ରବର୍ତ୍ତୀର କର୍ଣ୍ଣରେ ତାହା ସହ୍ୟ ହେଲାନାହିଁ । ସେ ଠାକୁର ହରିଦାସଙ୍କୁ ଭତ୍ସନା ପୂର୍ବକ ହରିନାମ ମହାତ୍ମାକୁ ନିନ୍ଦା କଲେ । ଠାକୁର ହରି ଦାସଙ୍କୁ ଅବମାନନା ହେତୁ ତିନି ଦିନ ଧରି ଗୋପାଳ ଚକ୍ରବର୍ତ୍ତୀ କୁଷ୍ଠ ରୋଗରେ ଆକ୍ରାନ୍ତ ପଡିଲା । ତାଙ୍କର ସୁନ୍ଦର ଦେହ ବିବର୍ଣ୍ଣ ହୋଇଗଲା , ନାସିକା ଛିଣ୍ଡି ପଡ଼ିଲା । ଠାକୁର ହରିଦାସ ତାଙ୍କର ଦୋଷ ଧରି ନଥିଲେ ହେଁ ଦୋଷୀର ଦଣ୍ଡଦାତା ଶ୍ରୀହରି ତାଙ୍କୁ ଛାଡ଼ିଲେ ନାହିଁ , ମହତ୍ ଅପରାଧ ଫଳ ଆଶୁ ଭୋଗ କରାଇଲେ । ଯଥା –

ତିନି ଦିନ ବହି ସେହି ବିପ୍ରେର କୁଷ୍ଠ ହୈଲ

ଅତି ଉଚ୍ଚ ନାସା ତାର ଗଲିୟା ପଡ଼ିଲ ।

ଚମ୍ପକ କଲିକା ସମ ହସ୍ତ ପଦାଙ୍ଗୁଲି

କୋ କଡ଼ ହଇଲ ସଦ କୁଷ୍ଠେ ଗେଲ ଗଲି ।

 

ଦେଖିୟା ସକଲ ଲୋକ ହଇଲ ଚମତ୍କାର

ହରି ଦାସେ ସବ ଲୋକ କରେ ନମସ୍କାର ।

ଯଦ୍ୟପି ହରି ଦାସ ବିପ୍ରେର ଦୋଷ ନା ଲୈଲ

            ତଥାପି ଇଶ୍ଵର ତାର ଫଲ ଭୁଞ୍ଜାଇଲ ।

 

ଭକ୍ତେର ସ୍ଵଭାବ ଅଜ୍ଞେର ଦୋଷ କ୍ଷମାକର

କୃଷ୍ଣ ସ୍ଵଭାବ ଭକ୍ତ ନିନ୍ଦା ସହିତେ ନା ପାରେ ।

(ଚୈଃ ଚଃ ଅନ୍ତ୍ୟ ୬ ପରି)

ଏ ସମ୍ବଦ୍ଧରେ ଶ୍ରୀ ମହାପ୍ରଭୁଙ୍କର ନିଜଭକ୍ତି ମଧ୍ୟ ପ୍ରମାଣ । ଏକ ଦିନ ମହାପ୍ରଭୁ ନିଜ ଜନକ ସଙ୍ଗରେ କୃଷ୍ଣ କଥା କହି କହି ନବଦ୍ଵୀପରେ ଭ୍ରମଣ କରୁ ଅଛନ୍ତି ଏମନ୍ତ ସମୟରେ ଏକ କୁଷ୍ଠ ରୋଗୀ ତାଙ୍କ ଶ୍ରୀ ଚରଣରେ ପଡି କାତରରେ ନିବେଦନ କଲା “ପ୍ରଭୋ ! ଆପଣଙ୍କୁ ଲୋକେ ସ୍ଵୟଂ ଜନାର୍ଦ୍ଦନ ବୋଲି କହୁଅଛନ୍ତି , ଆପଣ ପୁରୁଷୋତ୍ତମ ସନାତନ । ଆପଣ ତ୍ରିଜଗତର ବନ୍ଧୁ ପତିତପାବନ । ହେ ଗୌର ଗୋପାଳ ! ଏ ଅଧମ ବଡ଼

ଦୂରାଚାର ,ଏହାଠାରୁ ପାପୀ ତ୍ରିଭୁବନରେ ନାହିଁ । ବିଷମ କୁଷ୍ଠ ବ୍ୟାଧିରେ ଅସହ୍ୟ ବେଦନା ସହ୍ୟ କରୁଅଛି । କୃପା ଦୃଷ୍ଟି କରି ଏ ଅଧମକୁ ଉକ୍ତ ଉତ୍କଟ ବ୍ୟାଧିରୁ ମୁକ୍ତ କରନ୍ତୁ । ମହାପ୍ରଭୁ ତାର ଏ ବାକ୍ୟ ଶୁଣି କ୍ରଦ୍ଧ ହୋଇ କହିଲେ “ ଦୂରାଚାର ! ତୁ ବୈଷ୍ଣବ ଦ୍ରୋହୀ , ସଂସାରରେ ସମସ୍ତେ ମୋର ମିତ୍ର ହେଲେ ହେଁ ବୈଷ୍ଣବ ଦ୍ରୋହୀ ଗଣ ମୋର ଶତ୍ରୁ। ତୁମ୍ଭେ ମୋର ପ୍ରିୟାତିପ୍ରିୟ ଶ୍ରୀ ବାସ ପଣ୍ଡିତଙ୍କୁ ଅଶେଷ ନିନ୍ଦା କରି ଅଛ । ଅତଏବ ଶ୍ରୀ ବାସଙ୍କଠାରେ ତୁମର ଅପରାଧ ହୋଇଅଛି ସେଥିପାଇଁ ଶତ ଜନ୍ମ ତୁମକୁ ନରକ ଯନ୍ତ୍ରଣା ଭୋଗ କରିବାକୁ ହେବ । ମୋ ଠାରେ ଶତ ଅପରାଧ କରି ମଧ୍ୟ ଯେଉଁ ଜନ ମୋର ପ୍ରିୟ ଭକ୍ତ ମାନଙ୍କୁ ସେବା କରେ ମୁଁ ସେମାନଙ୍କୁ ପରିତ୍ରାଣ କରେ । କିନ୍ତୁ ଭକ୍ତ ଦ୍ଵେଷୀର ଉଦ୍ଧାର ନାହିଁ|

ଯଥା-

ବୈଷ୍ଣବେର ଅପରାଧ କରେ ଯେଇଜନ

ନରକେ ପଡ଼ିଲେ ତାର ନାହିଁ କି କାରଣ ,

ବୈଷ୍ଣବେର ସେବା କରେ ମୋର କରେ ଦ୍ଵେଷ

ତାର ପରିତ୍ରାଣ କରି ଘୁଞ୍ଚାଇଁୟା କ୍ଳେଶ

 

ଚାହିଁରେ ପରାଣ ଦେଖ ଏହି ମୋର ଦେହ

ବୈଷ୍ଣବ ଅନ୍ତରେ ପ୍ରାଣ ନାହିଁ କି ସନ୍ଦେହ । ’’

(ଚୈଃ ମଃ)

      ପରେ ଶ୍ରୀ ବାସଙ୍କ କୃପାରୁ କୁଷ୍ଠରୋଗୀ ଉଦ୍ଧାର ପାଇଲା ।

ମହାପ୍ରଭୁ ସନ୍ୟାସାବଲମ୍ବନ ପରେ ଶ୍ରୀମନ୍ ନିତ୍ୟାନନ୍ଦ ତାହାଙ୍କୁ ବୃନ୍ଦାବନ ଗମନ ପଥରୁ କୌଶଳ କ୍ରମେ ଭୁଲାଇ ଶାନ୍ତି ପୁରର ଶ୍ରୀମନ ଅଦ୍ୱୈତାଚାର୍ଯ୍ୟଙ୍କ ଭବନକୁ ଘେନି ଆସିଥିଲେ । ମହାପ୍ରଭୁ ଯେତେବେଳେ ସେହି ଅଦ୍ୱୈତାଚାର୍ଯ୍ୟଙ୍କ ଘରେ ବାସ କରୁଥିଲେ ସେତେବେଳେ ମଧ୍ୟ ଅପର ଏହି କୁଷ୍ଠ ରୋଗୀ ମହାପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ । କିନ୍ତୁ ତାଙ୍କର ମଧ୍ୟ ଉକ୍ତି ଶ୍ରୀବାସ ପଣ୍ଡିତଙ୍କଠାରେ ଅପରାଧ ଥିବାର ମହାପ୍ରଭୁ କହିଥିଲେ ।

 

“ ଯେ ବୈଷ୍ଣବ ନାମେ ହୟ ସଂସାର ପବିତ୍ର

ବ୍ରହ୍ମାଦି ଗାୟେନ ଯେଇ ବୈଷ୍ଣବ ଚରିତ୍ର ।
ଯେ ବୈଷ୍ଣବ ଭଜିଲେ ଅଚିନ୍ତ୍ୟ କୃଷ୍ଣ ପାଇ

ସେ ବୈଷ୍ଣବ ପୂଜାହୈତେ ବଡ ଆର ନାଇ ।

 

ଶେଷ ରମା ଅଜ ଭବ ନିଜ ଦେହ ହୈତେ

ବୈଷ୍ଣବ କୃଷ୍ଣେର ପ୍ରିୟ କହେ ଭାଗବତେ ।

ହେନ ବୈଷ୍ଣବେର ନିନ୍ଦାକରେ ଯେଇ ଜନ

ସେଇ ପ୍ରାୟ ଦୁଃଖ ଜନ୍ମ ଜୀବନ ମରଣ ।

ବିଦ୍ୟା କୁଳ ତପ ସବ ବିଫଲ ତାହାର

ବୈଷ୍ଣବେରେ ନିନ୍ଦେ ଯେ ସେ ପାପୀ ଦୁରାଚାର ।

ପୂଜାତ ତାହାର କୃଷ୍ଣ ନା କରେ ଗ୍ରହଣ

ବୈଷ୍ଣବେର ନିନ୍ଦା କରେ ଯେ ପାପିଷ୍ଠ ଜନ ।

ଯେ ବୈଷ୍ଣବ ନାଚିତେ ପୃଥିବୀ ଧନ୍ୟ ହୟ

ଯାର ଦୃଷ୍ଟି ମାତ୍ର ଦଶ ଦିଗ ପାପକ୍ଷୟ ।

ଯେ ବୈଷ୍ନବ ଜନେ ବାହୁ ଭୁଲିୟା ନାଚିବେ

ସ୍ୱର୍ଗେର ସକଳ ବିଘ୍ନ ଘୁଞ୍ଚେ ଭଲ ମତେ

 

ହେନ ମହାଭାଗବତ ଶ୍ରୀବାସ ପଣ୍ଡିତ

ତୁଇ ପାପୀ ନିନ୍ଦା କୈଲି ତାହାର ଚରିତ ।

ଏତେକେ ତୋମାର କୃଷ୍ଣ ଜ୍ଵାଲା କୋନ କାଜ ।

ମୂଲ ଶାସ୍ତା ପଶ୍ଚାତ୍ ଆଛେନ ଧର୍ମ୍ମ ରାଜ,

 

ଏତେକ ଆମାର ଦୃଶ୍ୟଯୋଗ୍ୟ ନହ ତୁମି

ତୋମାର ନିଷ୍କୃତ କରିବାରେ ନାରି ଆମି ।

(ଚୈଃ ଭଃ ଅନ୍ତ୍ୟ ୪ର୍ଥ)

ଶ୍ରୀ ଚୈତନ୍ୟ ଭାଗବତରେ ବର୍ଣ୍ଣିତ କୁଷ୍ଠ ରୋଗୀ ଓ ଚୈତନ୍ୟ ମଙ୍ଗଲ ବର୍ଣ୍ଣିତ କୁଷ୍ଠ ରୋଗୀ ଏକ ହୋଇ ପାରନ୍ତି ,କିମ୍ବା ଭିନ୍ନ , ତାହା ବୋଲାଯାଇ ନ ପାରେ , କିନ୍ତୁ ବିଭିନ୍ନ ସମୟରେ କହି ଥିବାରୁ ଭିନ୍ନ ବୋଲି ଅନୁମିତ ହୁଏ , କୃଷ୍ଣପ୍ରିୟ ବୈଷ୍ଣବଙ୍କୁ ଅନାଦର କରି ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଶ୍ରୀକୃଷ୍ଣ ତାହା ଗ୍ରହଣ କରନ୍ତି ନାହିଁ । ଶ୍ରୀଅଦ୍ୱୈତଙ୍କ ମନ୍ଦିରରେ ମହାପ୍ରଭୁ ଏକଦା କହିଥିଲେ :–

“ମୋର ଏହି ସତ୍ୟ ଶୁନ ସବେ ମନ ଦିୟା

ଯେ ଆମାରେ ପୂଜେ ସେବକ ଲଘିଂୟା ।

ସେ ଅଧମ ଜନ ମୋରେ ଖଣ୍ଡ ଣଣ୍ଡ କରେ

ତାର ପୂଜା ମୋର ଗାୟ ଅଗ୍ନି ହେନ ପଡ଼େ ।

ଆମାର ଦାସେର ଯେ ସକୃତ ନିନ୍ଦାକରେ ।

ମୋର ନାମ କଳ୍ପ ତରୁ ସଂହାରେ ତାହାରେ ।

(ଚୈଃ ଭାଃ ମଧ୍ୟ ୧୯ ପରି )

ମହାପ୍ରଭୁ ଭକ୍ତ ମାନଙ୍କୁ ବୈଷ୍ଣବ ନିନ୍ଦା ରୂପ ଅପରାଧରୁ ବାରମ୍ବାର ସତର୍କ କରାଇଅଛନ୍ତି ,ଯଥା :–

 

ବାହୁତୁଲି ଜଗତରେ ବୋଲେ ଗୌର ଧାମ

ଆନନ୍ଦୁକ ହଇ ସବେ ବଲ କୃଷ୍ଣ ନାମ ।

ଅନିନ୍ଦୁକ ହଇୟେ ସକୃତ କୃଷ୍ଣ ବଲେ

ସତ୍ୟ ସତ୍ୟ ମୁଁଇ ତାରେ ଉଦ୍ଧାରବି ହେଲେ ।

(ଚୈଃ ଭାଃ ମଧ୍ୟ ୧୯ ପରି)

 

ମହାପ୍ରଭୁଙ୍କର ନବଦ୍ଵୀପ ଲୀଳାରେ ଜଗାଇ ମାଧାଇ ଉଦ୍ଧାର ଏକ ପ୍ରଧାନ ଘଟନା , ଜଗାଇ ମାଧାଇ ଦୁହେଁ ଦସ୍ୟୁ ଦଳପତି ଓ ମହାପାପୀ, ଗୋହତ୍ୟା ବ୍ରହ୍ମ ହତ୍ୟାଦି ବହୁ ପାପ ଏମାନଙ୍କର ଥିଲେହେଁ ଶ୍ରୀମନ ନିତ୍ୟାନ୍ଦନଙ୍କ କୃପାରୁ ଏମାନେ ଉଦ୍ଧାର ପାଇଲେ । ଶ୍ରୀଳବୃନ୍ଦାବନ ଦାସ ଏମାନଙ୍କୁ ଉଦ୍ଧାର ଲୀଳା ବର୍ଣ୍ଣନକାଳରେ ଲେଖିଅଛନ୍ତି

            ସର୍ବ ପାପ ସେଇ ଦୁଇ ଶରୀରେ ଜନ୍ମିଲ

            ବୈଷ୍ଣବେର ନିନ୍ଦା ପାପ ସବେ ନା ହଇଲ ।

ଆହ ର୍ନିଶ ମାଦ୍ୟପେର ସଙ୍ଗେ ରଙ୍ଗେ ଥାକେ

କହିଲ ବୈଷ୍ଣବ ନିନ୍ଦା ଏହି ସବ ପାକେ ।

(ଚୈଃ ଭାଃ ମଧ୍ୟ ୧୩ ଅ)

ଶ୍ରୀଳ ବୃନ୍ଦାବନଦାସ ଅନର୍ଥକ ପରଚର୍ଚ୍ଛାକୁ ବାରଣ ପୂର୍ବକ ସେହି ସ୍ଥାନରେ କହି ଅଛନ୍ତି ।

ମଦ୍ୟପେର ନିଷ୍କୃତି ଆଚ୍ଛୟେ କୋନ କାଲେ

ପରଚର୍ଚ୍ଚା କେର ଗତି କଭୁ ନାହିଁ ଭାଲେ ।

(ଚୈଃ ଭାଃ ମଧ୍ୟ ୧୩ ଅ)

ବୈଷ୍ଣବ ନିନ୍ଦା ବିଷୟରେ ଲୋକକୁ ବାରମ୍ବାର ସାବଧାନ କରାଇ ଆହୁରି କହି ଅଛନ୍ତି :-

            ମଦ୍ୟପେରେ ଉଦ୍ଧାରିଲା ଚୈତନ୍ୟ ଗୋସାଇଁ

Unknown

            ବୈଷ୍ଣବ ନିନ୍ଦୁକେ କୁମ୍ଭୀ ପାକେ ଦେଲା ଠାଇଁ ।

(ଚୈଃ ଭାଃ ମଧ୍ୟ ୧୩ ଅ)

ଉକ୍ତ ଭକ୍ତଙ୍କର ମଧ୍ୟ ବୈଷ୍ଣବନିନ୍ଦାରେ ଅଧଃପତନ ଘଟେ । ଶ୍ରୀଳ ବୃନ୍ଦାବନ ଦାସ କହିଅଛନ୍ତି ଯେ –

ଶୂଲ ପାଣି ସମ ଯଦି ଭକ୍ତି ନିନ୍ଦା କରେ

ଭାଗବତ ପ୍ରମାଣ ତଥାପି ଶୀଘ୍ର ମରେ ।

(ଚୈଃ ଭାଃ ମଧ୍ୟ ୧୩ ଅ)

ଲୋକ କୃଷ୍ଣ କୃପା ଲାଭ କରିଥାଉ ପଛକେ , ଯଦି ବୈଷ୍ଣବଙ୍କଠାରେ ଅପରାଧ ଜାତ ହୁଏ , ତେବେ ସେ ବ୍ୟକ୍ତି କୃଷ୍ଣ ପ୍ରେମରୁବଞ୍ଚିତ ହୁଏ । ଯଥା –

 

ବୈଷ୍ଣବେର ଠାଇଁ ଯାର ହୟ ଅପରାଧ

କୃଷ୍ଣକୃପା ହଇଲେଓ ତାର ପ୍ରେମ ବାଧ ।

(ଚୈଃ ଭାଃ ମଧ୍ୟ ୧୩ ଅ)

ଏହି ଉପଯ୍ୟୁକ୍ତ ପଂକ୍ତି ଦ୍ଵୟ ଲେଖିବାକୁ ଯାଇ ତାହାର ସମର୍ଥନ ନିମିତ୍ତ ଶ୍ରୀଳ ଠାକୁର ବୃନ୍ଦାବନ ଦାସ କହିଅଛନ୍ତି । “ମୋର ଏହା କପାଳେ କଲିତ ନୁହେଁ । ଏ ବେଦବାକ୍ୟ ଓ ମହାପ୍ରଭୁ ନିଜେ ଏହା ବ୍ୟକ୍ତ କରି ଅଛନ୍ତି ।“ ଏବଂ ସେ ଆହୁରି ନିମ୍ନେକ୍ତ ଉଦାହରଣଟି ଦୃଷ୍ଟାନ୍ତ ସ୍ଵରୂପ ଉଲ୍ଲେଖ କରି ଅଛନ୍ତି ।

ଶାନ୍ତି ପୂରନାଥ ଶ୍ରୀ ଅଦ୍ୱୈତାଚାର୍ଯ୍ୟଙ୍କର ନବଦ୍ଵୀପରେ ଏକ ବାସଗୃହ ଥିଲା । ଅନେକ ସମୟରେ ସେ ସେଠାରେ ବାସ କରି ଶାସ୍ତ୍ର ଚର୍ଚ୍ଚା କରୁଥିଲେ । ମହାପ୍ରଭୁଙ୍କର ଜ୍ୟେଷ୍ଟ ଭ୍ରାତା ବିଶ୍ଵରୂପ ବାଳକକାଳରୁ ମହାପଣ୍ଡିତ ଓ ଭକ୍ତ ସେ ଅନ୍ୟତ୍ର ଶ୍ରୀକୃଷ୍ଣ ଭକ୍ତିର ଚର୍ଚ୍ଚା ନ ଦେଖି ମନେ ମନେ କଷ୍ଟ ଅନୁଭବ କରୁଥିଲେ ଏବଂ ଶ୍ରୀଅଦ୍ୱୈତାଚାର୍ଯ୍ୟଙ୍କ ସଭାରେ ସତତ କୃଷ୍ଣ ଭକ୍ତିର ଚର୍ଚ୍ଚା ହେଉଥିବାରୁ ସେ ସେଠାକୁ ସର୍ବଦା ଯାଉଥିଲେ । କିଛିଦିନ ପରେ ବିଶ୍ଵ ରୂପ ସନ୍ୟାସ ଗ୍ରହଣ ପୂର୍ବକ ଗୃହ ତ୍ୟାଗ କରି ଦେଶ ଭ୍ରମଣ କରିବାକୁ ଚାଲିଗଲେ । ଏଥିରେ ଶଚୀମାତାଙ୍କ ମନରେ ଶ୍ରୀ ଅଦ୍ୱୈତାଚାର୍ଯ୍ୟଙ୍କ ପ୍ରତି ଅଶ୍ରଦ୍ଧା ଜନ୍ମିଥିଲା । କିନ୍ତୁ ସେ ବୈଷ୍ଣବାପରାଧ ଭୟରେ କିଛି କହି ନଥିଲେ । ପରେ ମହାପ୍ରଭୁ ଗୟା ଧାମରୁ ପ୍ରତ୍ୟାଗମନ କରି ଭାବ ବିହ୍ଵଳ ହୋଇ ସତତ ଶ୍ରୀଅଦ୍ୱୈତ ପ୍ରଭୁତିଙ୍କ ସାଙ୍ଗରେ କୃଷ୍ଣ କଥା ଆଲୋଚନା କରିବାକୁ ଲାଗିଲେ । ସାଂସାରିକ କାର୍ଯ୍ୟରେ ଆଉ ମନ ନିବେଶ କଲେ ନାହିଁ । ଶଚୀଦେବୀ ଏଥିରେ ମର୍ମ୍ମନ୍ତୁକ ଦୁଃଖ ଅନୁଭବ କରି କହିଥିଲେ :-

                  କେ ବଲେ ଅଦ୍ଵୈତ ଦ୍ଵୈତ ଏ ବଡ ଗୋସାଇଁ

                        ଚନ୍ଦ୍ରସମ ଏକ ପୁତ୍ର କରିୟା ବାହିର

ଏହ ପୁତ୍ର ନା ଦିଲେନ କରିବାର ସ୍ଥିର ।

(ଚୈଃ ଭାଃ ମଧ୍ୟ ୨୨ ଅ)

ଶଚୀଦେବୀଙ୍କର ଏହି ଉକ୍ତି ମହାପ୍ରଭୁଙ୍କୁ ଅବିଦିତ ନଥିଲା । ସେ ଏକ ଭଗବତ୍ ଭାବରେ ଐଶର୍ଯ୍ୟ ପ୍ରକାଶ ପୂର୍ବକ ବିଷ୍ଣୁ ଖଟା ଉପରେ ଯାଇ ଉପବେଶନ କଲେ ଏବଂ ଭକ୍ତମାନଙ୍କୁ ଆହ୍ଵାନ ପୂର୍ବକ କହିଲେ ମୁଁ ଶ୍ରୀମାନ୍ ନାରାୟଣ , ମୁଁ ଶ୍ରୀରାମ ରୂପେ ସେତୁବନ୍ଧନ କରିଥିଲି । ମୁଁ କ୍ଷୀର ସାଗର ମଧ୍ୟରେ ଅନନ୍ତ ଶଯ୍ୟାରେ ଶୟନ କରିଥିଲି ।ନାଡା,( ଅଦ୍ୱୈତାଚାର୍ଯ୍ୟ) ହୁଁ କାର କରିବାକୁ ମୋର ନିଦ୍ରାଭଙ୍ଗ ହେଲା । ମୁଁ ପ୍ରେମଭକ୍ତି ବିତରଣ ପାଇଁ ଅବତୀର୍ଣ୍ଣ ହୋଇଅଛି । ହେ ନାଡ଼ା ହେ ଶ୍ରୀବାସ ତୁମ୍ଭେମାନେ କି ବର ମାଗୁଛ ମାଗ । ମୁଁ ବର ଦେବାକୁ ପ୍ରସ୍ତୁତ ଅଛି । ମହାପ୍ରଭୁଙ୍କ ଏହି ଭାଗବତ୍ ଭାବ ପ୍ରକଟନ ଦେଖି ଶ୍ରୀମନ୍ ନିତ୍ୟାନନ୍ଦ ତାଙ୍କ ମସ୍ତକୋପରି ଛତ୍ର ଧାରଣ କଲେ । ଶ୍ରୀ ଗଦାଧର ବାମ ଦିଗରେ ରହି ତାମ୍ବୁଳ ଯୋଗାଇବାକୁ ଲାଗିଲେ । କେତେକ ଭକ୍ତ ଚାମର ଢାଳିବାକୁ ଲାଗିଲେ । ଏବଂ ମହାପ୍ରଭୁଙ୍କ ଆଜ୍ଞା ମତ ଭକ୍ତ ଗଣ ନିଜ ନିଜ ଅଭିମତ ବର ପ୍ରାର୍ଥନା କରିବାକୁ ଲାଗିଲେ । କେହି ପ୍ରାର୍ଥନା କଲେ ମୋର ପିତାଙ୍କର ଭକ୍ତି ଉଦୟ ହେଉ , କେହି କହିଲେ ମୋର ପୁତ୍ରର ଶ୍ରୀକୃଷ୍ଣଚରଣାବିନ୍ଦରେ ମତ ହେଉ, କେହି ନିଜ ପତ୍ନୀର କୃଷ୍ଣ ଭକ୍ତି ପ୍ରାର୍ଥନା କଲେ । ମହାପ୍ରଭୁ ଭକ୍ତମାନଙ୍କର ପ୍ରାର୍ଥନା ଅନୁରୂପ ବର ଦେବାକୁ ଲାଗିଲେ ।ଶ୍ରୀବାସ ପଣ୍ଡିତ ତେତେବେଳେ ପ୍ରାର୍ଥନା କରି କହିଲେ ,ଆଇଙ୍କ [ ଶଚୀଦେବୀଙ୍କୁ ] ଏ ପ୍ରେମର ବିକାଶ ଦର୍ଶନ କରାଉନ୍ତୁ । ମହାପ୍ରଭୁ ତହିଁରେ ଉତ୍ତର କଲେ “ ତାଙ୍କର ବୈଷ୍ଣବାପରାଧ ଜନ୍ମିଅଛି , ସେ ଏ ପ୍ରେମ ଭକ୍ତିପାଇ ପାରିବେ ନାହିଁ ।“ ଉଚିତ୍ ବକ୍ତା ନିର୍ଭୀକ ଶ୍ରୀବାସ ଏହା ଶୁଣି କହିଲେ , “ ପ୍ରଭୋ ! ଆପଣ ଏ କି କଥା କହୁଅଛନ୍ତି । ଆପଣ ଯାହା ଗର୍ଭରୁ ଅତତୀର୍ଣ୍ଣ ହୋଇ ଅଛନ୍ତି ତାହାଙ୍କର କୃଷ୍ଣ ପ୍ରେମରେ ଅଧିକାର ନାହିଁ । ସେ ଯେ ଜଗଜ୍ଜନନନୀ । । ଆପଣ ତାଙ୍କର ପୁତ୍ର, ପୁତ୍ରଠାରେ ମାତାର କି ଅପରାଧ ଥାଇ ପାରେ । ଯଦି ଦୈବାତ୍ କୌଣସି କ୍ରମେ ବୈଷ୍ଣବାପରାଧ ଜାତ ହୋଇଥିବ ତାବେ ତାହା ଖଣ୍ଡନକରାଇ କୃଷ୍ଣ ପ୍ରେମ ପ୍ରଦାନ କରାନ୍ତୁ । ’’ ମହାପ୍ରଭୁ କହିଲେ , “ ମୋର ସେ ଅପରାଧ ଖଣ୍ଡନ କରିବାର ଶକ୍ତି ନାହିଁ । ଯାହାଙ୍କଠାରେ ଅପରାଧ ହୋଇଅଛି , ସେହି କୃପା କଲେ ଏ ଅପରାଧ ଖଣ୍ଡନ ହୋଇ ପାରିବ । ନତୁବା ଅପରାଧ ଖଣ୍ଡନର ଅନ୍ୟୋପାୟ ନାହିଁ ।

 

            ଯେ ବୈଷ୍ଣବ ସ୍ଥାନେ ଅପରାଧ ହୟ ଯାର

            ପୁନଃ ସେହି କ୍ଷମିଲେ ସେ ଘୁଚେଁ , ନହେ ଆର ।

(ଚୈଃ ଭାଃ ୨୨ ଅ)

ମହାମୁନି ଦୁର୍ବାସାଙ୍କର ମହାରାଜା ଅମ୍ବ ରୀଷଙ୍କଠାରେ ଅପରାଧ ହୋଇଥିଲା । ସେହି ଅମ୍ବ ରୀଷ ବିନା ଅନ୍ୟ କେହି ଅପରାଧ ମାର୍ଜ୍ଜନ କରି ପାରି ନଥିଲେ । ଏହାଙ୍କର ଶ୍ରୀମନ୍ ଅଦ୍ୱୈତାଚାର୍ଯ୍ୟ ଙ୍କ ସ୍ଥାନରେ ଅପରାଧ ହୋଇଅଛି , ତାଙ୍କ ଶ୍ରୀଚରଣରେଣୁ ଗ୍ରହଣ କଲେ ତାଙ୍କ ପ୍ରସାଦରୁ ଉକ୍ତ ଅପରାଧ ମୋଚନ ହେବ।“ ମହାପ୍ରଭୁଙ୍କ ମୁଖରୁ ଏହିବାକ୍ୟ ଶ୍ରବଣ କରି ସମସ୍ତେ ଶ୍ରୀ ଅଦ୍ୱୈତାଚାର୍ଯ୍ୟଙ୍କ ପାଖକୁ ଦଉଡିଲେ ଓ ତାଙ୍କଠାରେ ସମସ୍ତ ବିବରଣୀ ପ୍ରକାଶ କଲେ । ଶ୍ରୀ ଅଦ୍ୱୈତାଚାର୍ଯ୍ୟ ଏହା ଶ୍ରବଣ କରି ବିଷ୍ଣୁ ସ୍ମରଣ କଲେ ଏବଂ କହିଲେ “ ତୁମ୍ଭେମାନେ କି ମୋର ପ୍ରାଣ ନେବାକୁ ବସିଅଛ । ସ୍ଵୟଂ ଭଗବାନ ଗୌରଚନ୍ଦ୍ର ଯାହାଙ୍କ ଗର୍ଭରୁ ଜନ୍ମ ହୋଇଅଛନ୍ତି ସେ ମୋର ଜନନୀ ଓ ମୁଁ ତାଙ୍କ ପୁତ୍ର । ମୁଁ ତାଙ୍କର ଚରଣ ଧୂଳିର ପାତ୍ର । ସେ ଯେ ସାକ୍ଷାତ ଦୈବକୀ ଓ ଯଶୋଦା । ଗଙ୍ଗାସଙ୍ଗେ ତାଙ୍କର ଯେ କିଛି ଭେଦ ନାହିଁ । ସେ ଯେ ମୂର୍ତ୍ତିମତୀ ଭକ୍ତି । ଏହିରୂପେ ଶଚୀଦେବୀଙ୍କର ପ୍ରଭାବ ବର୍ଣ୍ଣନ କରୁ କରୁ ଶ୍ରୀମନ୍ ଅଦ୍ୱୈତାଚାର୍ଯ୍ୟ ମୁର୍ଚ୍ଛିତ ହେଲେ , ଶଚୀଦେବୀ ଏହି ଅବସର ଜାଣି ତାଙ୍କ ଚରଣ ରେଣୁ ଗ୍ରହଣ କଲେ ଏବଂ ନେବା ମାତ୍ରେ ପ୍ରମରେ ମୂର୍ଚ୍ଛିତ ହେଲେ । ସେତେବେଳେ ମହାପ୍ରଭୁ ଖଟ ଉପରେ ଥାଇ କହିଲେ“ ଜନନୀଙ୍କର ଏବେ ଆଉ ଅପରାଧ ନାହିଁ । ଏହିରୂପେ ଶିକ୍ଷାଦାତା ମହାପ୍ରଭୁ ଜଗତକୁ ବୈଷ୍ଣବାପରାଧ ପ୍ରତି ବିଶେଷ ସାବଧାନ ହେବାକୁ ଶିକ୍ଷା ଦେଇଗଲେ । ଶ୍ରୀଳ ବୃନ୍ଦାବନଦାସ ଏହିଠାରେ କହି ଅଛନ୍ତି :

ଜନନୀର ଲେକ୍ଷ୍ୟ ଶିକ୍ଷାଗୁରୁ ଭଗବାନ       

କରାୟେନ ବୈଷ୍ଣବାପରାଧାୟ ସାବଧାନ |

ଶୂଳପାଣି ସମ ଯଦି ବୈଷ୍ଣବେରେ ନିନ୍ଦେ

ତଥାପିଓ ନାଶୟାୟ କହେ ଶାସ୍ତ୍ରବୁନ୍ଦେ |

(ଚୈଃ ଭାଃ ୨୨ )

ମହାପାପୀ ହେଲେହେଁ ମହାପ୍ରଭୁଙ୍କର କୃପାଲାଭ କରିପାରନ୍ତି କିନ୍ତୁ ବୈଷ୍ଣବାପରାଧୀ ବା ବୈଷ୍ଣବନିନ୍ଦୁକମାନଙ୍କର କୌଣସି କାଳରେ ଉଦ୍ଧାର ନାହିଁ | ତେଣୁ ଶ୍ରୀଳବୃନ୍ଦାବନଦାସ କହିଅଛନ୍ତି |-

 

ସବାର କରିବ ଗୌର ସୁନ୍ଦର ଉଦ୍ଧାର

ବ୍ୟତିରିକ୍ତ ବୈଷ୍ଣବ ନିନ୍ଦୁକ ଦୂରାଚାର ।

(ଚୈଃ ଭାଃ ମଧ୍ୟ ୧୯ ଅ)

 

ନାନା ରୂପେ ବୈଷ୍ଣବଙ୍କଠାରେ ଅପରାଧ ଜନ୍ମିପାରେ । ବୈଷ୍ଣବଙ୍କୁ ଅନାଦର କରିବା କିମ୍ବା ମନେ ମନେ ବୈଷ୍ଣବଙ୍କ ପ୍ରତି ଅଶ୍ରଦ୍ଧା କରିବା ପ୍ରଭୁତି ବୈଷ୍ଣବାପରାଧର ନାନା କାରଣ ଅଛି । ଶ୍ରୀ ଚେତନ୍ୟ ଭାଗବତରୁ ଗୋଟିଏ ଦୁଇଟି ଉଦାହରଣ ଉଦ୍ଧୃତ କଲି । ଠାକୁର ଶ୍ରୀ ହରିଦାସ ଜାତିରେ ଯବନ ଥିଲେ । କିନ୍ତୁ ସେ କେତେବଢ ଉଚ୍ଚଭକ୍ତ ତାହା ପୂର୍ବ ପରିଚ୍ଛେଦ ମାନଙ୍କରେ ସ୍ଥାନେ ସ୍ଥାନେ ଉଲ୍ଲେଖିତ ହୋଇଅଛି । ତାଙ୍କ ସମ୍ବଦ୍ଧେ କହିବାକୁ ଯାଇ ଠାକୁର ଶ୍ରୀଳ ବୃନ୍ଦାବନ ଦାସ କହି ଅଛନ୍ତି ;-

 

            ଯେ ପାପୀଷ୍ଠ ବୈଷ୍ଣବେର ଜାତି ବୁଦ୍ଧିକରେ

            ଜନ୍ମ ଜନ୍ମ ଅଧମ ଯୋନିତେ ଡୁବିମରେ |

ବୈଷ୍ଣବକୁ ଉପହାସ କରିବା ଦୂଷଣୀୟ । ଯଥା ;-

            ଦେଖି ମୁର୍ଖଦରିଦ୍ର ଯେ ବୈଷ୍ଣବେରେ ହାସେ

            ତାର ପୂଜା ବିତ୍ତ କଭୁଁ କୃଷ୍ଣେର ନାବାସେ ।

(ଚୈଃ ଭାଃ ମଧ୍ୟ ୨୦୯ ଅ)

 

            ସାଧୁ ନିନ୍ଦା ଶୁଣିଲେ ସୁକୃତ ହୟ କ୍ଷୟ

            ଜନ୍ମ ଜନ୍ମ ଅଧଃପାତ ବେଦେ ଏଇ ଜୟ ।

(ଚୈଃ ଭାଃ ମଧ୍ୟ ୨୦ ଅ)

ଭକ୍ତି ଦେବୀଙ୍କଠାରେ କୌଣସି କାରଣରୁ ଅପରାଧ ଜନ୍ମିଲେ , ଭକ୍ତି ଦେବୀ ସେ ସ୍ଥାନ ପରିତ୍ୟାଗ କରନ୍ତି ।

ଭକ୍ତିଦେବୀ ପତିତ୍ୟାଗ କଲେ ଜୀବର ଚକ୍ଷୁ ଥାଇ ମଧ୍ୟ ଅନ୍ଧ । ତାର ଚକ୍ଷୁ ମାୟା ବିଜଡିତ ହୁଏ ଓ ସେ ପ୍ରକୃତ ବସ୍ତୁ ଦେଖି ପାରେ ନାହିଁ ଅର୍ଥାତ୍ ଭକ୍ତିର କୃପାରୁ ଯେ ଚିତ୍ ରାଜ୍ୟରେ ବସ୍ତୁମାନ ଦୃଷ୍ଟି ଗୋଚର ହୁଏ । ଭକ୍ତି ଅନ୍ତର ହେଲେ ଆଉ ତାହା ସେ ଦେଖି ପାରେ ନାହିଁ ଯଥା:-

 

ଭକ୍ତି ସ୍ଥାନେ ଅପରାଧ କଲେ ଘୁଞ୍ଚେ ଭକ୍ତି

ଭକ୍ତିର ଅଭାବେ ଘୁଞ୍ଚେ ଦରଶନ ଶକ୍ତି

(ଚୈଃ ଭାଃ ମଧ୍ୟ ୧୦ ଅ)

 

ସାଧୁନିନ୍ଦାରୂପ ଅପରାଧର ପ୍ରାୟଶ୍ଚିତ୍ତ ସାଧୁଙ୍କ ଚରଣଶରଣାପନ୍ନ ହୋଇ ସାଧୁମାନଙ୍କ ସ୍ତୁତି ଗାୟନ କରିବା |ମହାପ୍ରଭୁ ସନ୍ୟାସ ଗ୍ରହଣ ପର ଶ୍ରୀ ପୁରୁଷୋତ୍ତମରେ କିଛି ଦିନ ବାସ କରି ଶ୍ରୀ ବୃନ୍ଦାବନ ଦେଖିବାଛଳରେ ଗୌଡ ଦେଶକୁ ଆସିଥିଲେ । ଏହି ଥର ସେ ଯେତେବେଳେ କୁଳିୟା ଗ୍ରାମକୁ ଆସିଥିଲେ , ଜଣେ ବ୍ରାହ୍ମଣ ମହାପ୍ରଭୁଙ୍କ ଶ୍ରୀଚରଣ ଧାରଣ ପୁର୍ବକ ନିବେଦନ କଲେ “ ପ୍ରଭୋ , ମୁଁ ଭକ୍ତିର ପ୍ରଭାବ ବୁଝି ନପାରି ଏ ମୁଖରେ ବହୁ ବୈଷ୍ଣବ ନିନ୍ଦା କରିଅଛି । ମୁଁ ସେମାନଙ୍କୁ ପରିହାସ ପୂର୍ବକ କହିଅଛି , କଳି ଯୁଗରେ ପୁଣି କି ବୈଷ୍ଣବ ଓ କି କୀର୍ତ୍ତନ , ପ୍ରଭୋ, ମୁଁ ଏହି ରୂପ ମହା ବୈଷ୍ଣବ ଅପରାଧରେ ଲିପ୍ତ । ଆପଣ ପତିତପାବନ ,ପତିତ ଜୀବର ଉଦ୍ଧାର ପାଇଁ ଏ ଅବତାର ଗ୍ରହଣ କରିଅଛନ୍ତି । ମୋର କିରୂପେ ସଦ୍ଗତିହେବ ତାହାର ଉପାୟ ବିଧାନ କରନ୍ତୁ । ମହାପ୍ରଭୁ କହିଲେ “ଏଥିକି ଚିନ୍ତା ନାହିଁ। ତୁମେ ଯେଉଁ ମୁଖରେ ଭକ୍ତିଙ୍କର ନିନ୍ଦା କରିଅଛ ସେହି ମୁଖରେ ସେମାନଙ୍କର ସ୍ତୁତି ପାଠକର । ଭକ୍ତ ମହିମା ଓ ଭକ୍ତି ମହିମା ବର୍ଣ୍ଣନ କରି ପଦ ରଚନାକର । ଏ ଅପରାଧରୁ ମୁକ୍ତି ପାଇବ । ଯଥା: –

 

                  ଶୁନ ଦ୍ଵିଜ ବିଷ କରି ଯେ ମୁଖେ ଭକ୍ଷଣ

ସେଇ ମୁଖେ କରି ଯେବେ ଅମୃତ ଗ୍ରହଣ ,

ବିଷ ହୟ ଜୀର୍ଣ୍ଣ, ଦେହ ହୟତ ଅମର

ଅମୃତ ପ୍ରଭାବ ଏବେ ଶୂନ ସେ ଉତ୍ତର

 

ନା ଜାନିୟାତୁମି ଯତ କରିଲା ନିନ୍ଦନ

ସେ କେବଲ ବିଷ ତୁମି କରିଲା ଭୋଜନ

 

ପରମ ପବିତ୍ର ଏବେ କୃଷ୍ଣ ଗୁଣ ନାମ

ନିରବଧି ସେଇ ମୁଖେ କର ତୁମି ପାନ ,

 

ଯେ ମୁଖେ କରିଲା ତୁମି ବୈଷ୍ଣବ ନନ୍ଦନ

ସେ ମୁଖେ କର ତୁମି ବୈଷ୍ଣବ ନନ୍ଦନ ।

ସବା ହୈତେ ଭକ୍ତେର ମହିମା ବଢ଼ାଇୟା ।

ସଂଗୀତ କବିତା ଭକ୍ତି ମତ କର ଗିୟା ।

 

କୃଷ୍ଣ ଯଶ ପରାନନ୍ଦ ଅମୃତେ ତୋମାର

ନିନ୍ଦାବିଷ ଯତ ସବ କରିବ ସଂହାର ।

ଏଇ ସତ୍ୟ କହି ତୋମା ସବାରେ କେବଲ

ନା ଜାନିୟା ନିନ୍ଦା ସେବା କରିଲ ସକଲ ।

 

ଆର ଯଦି ନିନ୍ଦା କର୍ମ୍ମ କଭୁ ନା ଅଚିରେ

ନିରନ୍ତର ବିଷ୍ଣୁ ବୈଷ୍ଣବେର ସ୍ତୁତି କରେ ।

ଏ ସକଲ ପାପ ଘନେ ଏଇ ଯେ ଉପାୟ

କୋଟି ପ୍ରାୟଶ୍ଚିତ୍ତେ ଓ ଅନ୍ୟଥା ନାହିଁ ଯାୟ ।

 

ଚଲ ଦ୍ଵିଜ କର ଗିୟା ଭକ୍ତେର ବର୍ଣ୍ଣନ

                        ତବେ ସେ ତୋମାର ସବ ପାପ ବିମୋରନ ।

( ଚୈଃ ଭାଃ ଅନ୍ତ୍ୟ ୩ୟ ଅଧ୍ୟାୟ )

ବୈଷ୍ଣବା ଅପରାଧ ଯେ କେତେବେଳେ କେଉଁ ପ୍ରକାରେ ଜାତ ହୋଇ ପଡେ ତାହା ବୋଲାଯାଇ ନ ପାରେ। ଏମନ୍ତ କି ଅତି ଉଚ୍ଚରେ ଭକ୍ତଙ୍କର ମଧ୍ୟ ଅସାବଧାନତା ବଶତଃ ସମୟ୨ରେ ବୈଷ୍ଣବାପରାଧ ଜାତ ହୋଇ ପଡେ । ଶ୍ରୀ ଗଦାଧର ପଣ୍ଡିତ ମହାପ୍ରଭୁଙ୍କର ଶକ୍ତିବିଶେଷ । କିନ୍ତୁ ତାଙ୍କର ମଧ୍ୟ ସମୟରେ ଅପରାଧ ଜାତ ହେବାର ଘଟନା ଉପସ୍ଥିତ ହୋଇଥିଲା । ଶ୍ରୀଳ ପୁଣ୍ଡରିକ ବିଦ୍ୟାନିଧି ନବଦ୍ଵୀପକୁ ଆସିଥିଲେ । ମୁକୁନ୍ଦ, ଗଦାଧରଙ୍କ ପରମପ୍ରିୟ ବନ୍ଧୁ ।ସେ ଗଦାଧରଙ୍କୁ ସମ୍ବୋଧନପୂର୍ବକ କହିଲେ ଗଦାଧର ! ତୁମ୍ଭେ ସତତ ବୈଷ୍ଣବ ଦର୍ଶନ ଅଭିଳାଷ କର । ଆଜି ଏକ ଅଦ୍ଭୁତ ବୈଷ୍ଣବ କରିବତ ମୋ ସଙ୍ଗେ ଆସ । ’’ ଗଦାଧର ଆନନ୍ଦରେ ମୁକୁନ୍ଦଙ୍କ ସଙ୍ଗେ ଗମନ କଲେ । ମୁକୁନ୍ଦତାହାଙ୍କୁ ନେଇ ପୁଣ୍ଡରୀକ ବିଦ୍ୟାନିଧିଙ୍କ ରହିବା ସ୍ଥାନକୁ ଗଲେ ଏବଂ ଉଭୟ ଯାଇ ବିଦ୍ୟା ନିଧିଙ୍କୁ ପ୍ରଣାମ କଲେ । ବିଦ୍ୟାନିଧି ମୁକୁନ୍ଦଙ୍କୁ ପଚାରିଲେ ତୁମ୍ଭ ସଙ୍ଗରେ ଏ ଯୁବକଟି କିଏ ? ଏହାଙ୍କ ଦେହରୁ ବିଷ୍ଣୁ ଭକ୍ତର ତେଜ ନିଷ୍କୃତ ହେଉଛି । ଆକୃତି ଓ ପ୍ରକୃତ୍ତି ଉଭୟରୁ ଅତି ଉତ୍ତମ ବୋଧ ହେଉଅଛି ।“ ମୁକନ୍ଦ ଉତ୍ତର କଲେ ଏହାଙ୍କ ନାମ ଗଦାଧର ,ସୁକୃତବାନ୍ ମାଧବ ମିଶ୍ରଙ୍କ ସନ୍ତାନ ଓ ଶିଶୁ କାଳରୁ ଏହାଙ୍କର ସଂସାରରେ ବିରକ୍ତି ଜାତ ହୋଇଅଛି । ସମସ୍ତ ବୈଷ୍ଣବ ଗଣ ଏହାଙ୍କୁ ଭଲ ପାଆନ୍ତି । ଆପଣଙ୍କ ନାମ ଶୁଣି ଶ୍ରୀଚରଣ ଦର୍ଶନ ନିମିତ୍ତ ଆସି ଅଛନ୍ତି । ବିଦ୍ୟାନିଧି ଗଦାଧରଙ୍କ ପରିଚୟ ପାଇ ପରମ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ସାଦର ସମ୍ଭାଷଣ କଲେ । କିନ୍ତୁ ଗଦାଧର ଦେଖିଲେ ,ବିଦ୍ୟାନିଧି ଏକ ମହାନ୍ ଭୋଗାଭୀଳାଷୀ ବ୍ୟକ୍ତି । ରାଜପୁତ୍ର ପରି ତାଙ୍କର ବ୍ୟବହାର । ଦିବ୍ୟ ପଲଙ୍କ ଓ ଦିବ୍ୟ ବିଛଣା ଶୋଭା ପାଉଅଛି । ମହାମୂଲ୍ୟ ବାଲିଶମନ ପଲ୍ୟଙ୍କ ଉପରେ ପଡିଅଛି । ବଡ ଓ ସାନ ଝାରିମାନ ପାଶରେ ବିଦ୍ୟମାନ । ବିଦ୍ୟ ପାନବଟା ଓ ପକ୍ଵ ତାମ୍ବୁଳମାନ ସେଥୀରେ ସୁସଜ୍ଜିତ ହୋଇ ରହିଅଛି । ବିଦ୍ୟାନିଧି ନିଜେ ତାମ୍ବୁଳ ଚର୍ବଣ କରୁଅଛନ୍ତି ଓ ପାଶରେ ଥୀବା ପିକଦାନୀରେ ପିକ ପକାଉଛନ୍ତି । ଦୁଇ ଦିଗରେ ଦୁଇ ଜଣ ସେବକ ଦିବ୍ୟ ସୁନ୍ଦର ମୟୁର ପୁଚ୍ଛ ସୁଶୋଭିର ପଙ୍ଖା ଧରି ବ୍ୟଜନ କରୁଅଛନ୍ତି । ଦେହରେ ନାନା ସୁଗନ୍ଧ ଦ୍ରବ୍ୟ ଲିପ୍ତ ଥିବାରୁ ଚାରିଦିଗ ସୁବାସରେ ପରିପୁର୍ଣ୍ଣ । ଗଦାଧର ଆଜନ୍ମରୁ ବିରକ୍ତ । ଭକ୍ତ ପ୍ରବରଙ୍କର ଏହି ସୁଖାଭିଳାଷ ବ୍ୟଞ୍ଜଙ୍କ ଆଡମ୍ବର ତାଙ୍କ ଚକ୍ଷୁରେ ପ୍ରୀତିକର ହେଲା ନାହିଁ । ସେ ବିଦ୍ୟାନିଧିଙ୍କ ଉକ୍ତିରେ ସନ୍ଦିହୀନ ହେଲେ । ଯଥା :–

 

ଆଜନ୍ମ ବିରକ୍ତ ଗଦାଧର ମହାଶୟ

ବିଦ୍ୟାନିଧି ପ୍ରତି କିଛୁ ଜନ୍ମିଲ ସଂଶୟ ।

ଭାଲତ ବୈଷ୍ଣବ ସବ ବିଷୟୀର ବେଶ

ଦିବ୍ୟ ଭୋଗ , ଦିବ୍ୟ ବାସ ଦିବ୍ୟ ଗନ୍ଧ କେଶ ।

      ଶୂନିୟା ତ ତାନଭକ୍ତି ଆଛିଲ ଇହାନେ

      ଆଛିଲ ଯେ ଭକ୍ତ ସେବା ଗେଲ ଦରଶନେ ।

                  ( ଚୈଃ ଭା ମଧ୍ୟ ୭ମ )

 

ସେ ମନେ କଲେ, ମୁକୁନ୍ଦତ ମୋତେ ଆଛା ବୈଷ୍ଣବ ଆଣି ଦେଖାଇଲେ । ଏହାଙ୍କୁ ବିଷୟ ଶ୍ରବଣ କରି ମୋର ମନରେ ଏହାଙ୍କ ପ୍ରତି ଯେ ଭକ୍ତ ଜାତ ହୋଇଥିଲା ଏହାଙ୍କୁ ଦର୍ଶନ କରି ତାହା ତିରୋହିତ ହେଲା ।

ମୁକୁନ୍ଦ ଗଦାଧରଙ୍କ ଭାବଭଙ୍ଗୀରୁ ତାଙ୍କ ମନୋଗତ ଭାବ ବୁଝି ପାରିଲେ ଏବଂ ବିଦ୍ୟାନିଧିଙ୍କ ପ୍ରକୃତ ସ୍ଵରୂପ ପ୍ରକାଶ କରାଇବା ପାଇଁ ଶ୍ରୀମତ୍‌ଭାଗବତରୁ ଭକ୍ତିମହିମାସୂଚକ ଶ୍ଲୋକ ଆବୃତ୍ତି କଲେ । ସେହି ଭକ୍ତି ଯୋଗାତ୍ମକ ଶ୍ଲୋକ ଶ୍ରବଣ କରି ବିଦ୍ୟାନିଧିଙ୍କର ହୃଦୟନିହିତ ଭକ୍ତି ସମୁଦ୍ର ଉଛୁଳି ପଡିଲା | ସେ ପ୍ରେମରେ ଅଶ୍ରୁ ବିସର୍ଜ୍ଜନ କରିବାକୁ ଲାଗିଲେ । କମ୍ପ ସ୍ଵେଦାଦି ଅଙ୍ଗରେ ଦେଖାଦେଲା । ଶେଷରେ ପ୍ରେମରେ ମୂଚ୍ଛିତ ହେଲେ । ତାଙ୍କ ପତନରେ ପାନବଟା ପିକାଦାନୀ କେଉଁଅଡେ ପଡିଲା କିଛି ଠିକରହିଲାନାହିଁ । ପ୍ରେମବିହ୍ଵଳ ହୋଇ ଦିବ୍ୟ ପରିହିତ ବସ୍ତ୍ରକୁ ସେ ଚିରିବାକୁ ଲାଗିଲେ । ସେ ହା କୃଷ୍ଣ , ମୋର ପ୍ରାଣ ! ତୁ କେଉଁଠାରେ, ମୋତେ ତୁ କାଷ୍ଠପାଷଣାତୁଲ୍ୟ କଠିନ କରୁଅଛି । ଏହିରୂପ ନାନା ପ୍ରକାରରେ କ୍ରନ୍ଦନ କରିବାକୁ ଲାଗିଲେ । ମନେ ହେଲା ତାଙ୍କ ହାଡ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । ଏହିରୂପେ ସଂଜ୍ଞାଶୂନ୍ୟ ହୋଇ ସେ କିଛିକ୍ଷଣ ପଡି ରହିଲେ| ତାହାଙ୍କର ଏ ଅଦ୍ଭୁତ ପ୍ରେମବିକାର ଓ ପ୍ରେମମୁର୍ଚ୍ଛା ଦେଖି ଗଦାଧର ବିସ୍ମିତ ହେଲେ । ଏବଂ ମହାଅପରାଧଜନନରଭୟ ତାଙ୍କ ଚିତ୍ତକୁ ଆକ୍ରାନ୍ତ କଲା । ସେ ବଡ ଚିନ୍ତିତ ହୋଇ ପରମବନ୍ଧୁ ମୁକୁନ୍ଦଙ୍କଠାରେ ମନୋଗତ ଭାବ ପ୍ରକାଶ କଲେ ଏବଂ କହିଲେ ,’’ ମୋର ଏହାଙ୍କଠାରେ ଯେଉଁ ଅପରାଧ ଜାତ ହୋଇଅଛି ତାହା ଖଣ୍ଡନ ନିମିତ୍ତ ମୁଁ ଏହାଙ୍କଠାରୁମନ୍ତ୍ର ଉପଦେଶ ଗ୍ରହଣ କରିବି । ମୁଁ ଏହାଙ୍କର ଶିଷ୍ୟହେଲେ ଏ କୃପାକରି ମୋର ଅପରାଧନାନ ମାର୍ଜ୍ଜନା କରିବେ । ମୁକୁନ୍ଦ ତାହା ଅନୁମୋଦନ କରି ବିଦ୍ୟା-

 

ନିଧିଙ୍କ ପ୍ରେମମୂର୍ଚ୍ଚା । ଭଙ୍ଗ ହୁଅନ୍ତେ ତାଙ୍କଠାରେ ଗଦାଧରଙ୍କର ପ୍ରାର୍ଥନା ଜଣାଇଲେ । ବିଦ୍ୟାନିଧି ମଧ୍ୟ ଗଦାଧରକୁ ଉପଯୁକ୍ତ ପାତ୍ର ଜାଣି ତାଙ୍କ ମନୋବାସନା ପୂର୍ଣ୍ଣ କଲେ । ଏଥିରୁ ଦେଖାଗଲା ମହାପ୍ରଭୁଙ୍କ ନିଜଶକ୍ତି ଶ୍ରୀଗଦାଧର ପଣ୍ଡିତଙ୍କର ବୈଷ୍ଣବାପରାଧ ଜାତ ହେବାର ଉପକ୍ରମ ହୋଇଥିଲା । ଅମ୍ଭେମାନେ ଅବା କି ଛାର । ଅତଏବ ଆମ୍ଭମାନଙ୍କର ବୈଷ୍ଣବାପରାଧ ପ୍ରତି ସତତ ବିଶେଷ ସାବଧାନ ହେବା କର୍ତ୍ତ୍ୟବ ।

ଅନିନ୍ଦୁକ ହୋଇ ଥରେ ମାତ୍ର କୃଷ୍ଣ ଉଚ୍ଚାରଣ କଲେ ଶ୍ରୀକୃଷ୍ଣ ତାଙ୍କୁ ଉଦ୍ଧାର କରନ୍ତି ।

ଯଥାଃ-

      ଅନିନ୍ଦୁକ ହଇ ଯେ ସକୃତ୍ ବଲେ

      ସତ୍ୟ ସତ୍ୟ କୃଷ୍ଣ ତାରେ ଉଦ୍ଧାରରିବ ହେଲେ ।

                        ( ଚୈଃ ଭାଃ ମଧ୍ୟ ୯ମ ଅ )

ଏହି ଯେ ବୈଷ୍ଣବାପରାଧ ତାହା ଭକ୍ତର ମନୋଗତ ଭାବ ଉପରେ ବିଶେଷ ନିର୍ଭର କରେ, କାର୍ଯ୍ୟ ଉପରେ ନୁହେଁ, ଏମନ୍ତ ଅନେକ କାର୍ଯ୍ୟ ଅଛି, ତାହା ସାଧାରଣ ଦୃଷ୍ଟିରେ ଅପରାଧ ବୋଲି ପ୍ରତୀୟମାନ ହେଲେ ମଧ୍ୟ ଭଗବାନଙ୍କଠାରେ ପ୍ରକୃତ ଅପରାଧ ବୋଲି ଗଣ୍ୟ ନୁହେ । କାରଣ ଭାବଗ୍ରାହୀ ଜନାର୍ଦ୍ଦନ ଭାବ ଗ୍ରହଣ କରନ୍ତି, ଶ୍ରୀଗୋବିନ୍ଦ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସେବାକାରୀ ଭୃତ୍ୟ, ସତତ ମହାପ୍ରଭୁଙ୍କ ସେବା ତାଙ୍କର ବ୍ରତ, ମହାପ୍ରଭୁ ଭୋଜନାନ୍ତେ ଶୟନ କଲେ, ଗୋବିନ୍ଦ ତାଙ୍କର ପାଦସମ୍ଵାହନ କରନ୍ତି, ଦିନେ ମହାପ୍ରଭୁ ଗୋବିନ୍ଦଙ୍କୁ ବିଡିବା ପାଇଁ ଆହାରନ୍ତେ ଗୃହରଦ୍ଵାର ଦେଶରେ ଶୋଇରହିଲେ । ଗୋବିନ୍ଦ ଯାଇ ଦେଖିଲେ, ଭିତରକୁ ଯିବାର ବାଟ ନାହିଁ, ସେ ମହାପ୍ରଭୁଙ୍କୁ ବାରମ୍ଵାର ନିବେଦନ କଲେ , ପ୍ରୋଭ, ମୋତେ ପଥ ଛାଡି ଦିଅନ୍ତୁ, ମୁଁ ଭିତରକୁ ଯାଏଁ, ମହାପ୍ରଭୁ କହିଲେ ମୋର ପାର୍ଶ୍ଵ ପରିବର୍ତ୍ତନ କରିବାର ଆଜିଶକ୍ତି ନାହିଁ । ଗୋବିନ୍ଦ କହିଲେ “ପ୍ରୋଭ! ମୁଁ ଶ୍ରୀଚରଣ ସେବା କରିବି କିପରି? “ମହାପ୍ରଭୁ ଉତ୍ତର ଦେଲେ କର ବା ନ କର ତୁମ୍ଭର ଇଚ୍ଛା ସେତେବେଳେ ଗୋବିନ୍ଦ ନିଜ ବହିର୍ବାସକୁ ମହାପ୍ରଭୁଙ୍କ

ଉପରେ ପକାଇ ମହାପ୍ରଭୁଙ୍କ ଲଙ୍ଘନ ପୂର୍ବକ ଗୃହାଭ୍ୟନ୍ତରରେ ପ୍ରବେଶ କଲେ ଏବଂ ପ୍ରବେଶ କରି ମହାପ୍ରଭୁଙ୍କର ଶ୍ରଚରଣ ଚାପିବାକୁ ଲାଗିଲେ । ମହାପ୍ରଭୁଙ୍କର ନିଦ୍ରାଆସିଗଲା । ଗୋବିନ୍ଦ ସେହିପରି ଶ୍ରୀଅଙ୍ଗ ସେବା କରୁଥାନ୍ତି । ରାତ୍ର ଦୁଇଦଣ୍ଡ ଅବଶେଷ ଅଛି । ମହାପ୍ରଭୁଙ୍କର ନିଦ୍ରା ଭଙ୍ଗହେଲା । ସେ ଦେଖିଲେ, ଗୋବିନ୍ଦ ତଦବଧି ଚରଣ ସେବାକରୁଅଛି । ମହାପ୍ରଭୁ ତାହା ଦେଖି ଗୋବିନ୍ଦଙ୍କ ପ୍ରତି ବିରକ୍ତ ହୋଇ କହିଲେ “ଗୋବିନ୍ଦ ! ଆଜି ତୁମ୍ଭେ ଏତେବେଳ ଯାଏ ସେବା କରୁଅଛ କାହିଁକି ? ପ୍ରସାଦ ସେବନ କରିବାକୁଗଲ ନାହିଁ ! ଗୋବିନ୍ଦ ଉତ୍ତର କଲେ “ ପ୍ରୋଭ ! ଆପଣତ ଦ୍ଵାର ଦେଶରେ ଶୋଇଅଛନ୍ତି । ପଥ କାହିଁ ଯେ ମୁଁ ବାହାରି ଯିବି !’’ମହାପ୍ରଭୁ ସେଥିରେ ଆହୁରି ବିରକ୍ତହୋଇ କହିଲେ ପଥ ନାହିଁ ତ ତୁମ୍ଭେ ଭିତରକୁ ଆସିଲ କିପରି । ଯେପରି ଆସିଲ ସେପରି ବାହାରିଗଲ ନାହିଁ ! ଗୋବିନ୍ଦ ଏଥିରେ କିଛି ଉତ୍ତର ଦେଲେ ନାହିଁ । ଚୁପ କରି ରହିଲେ । କିନ୍ତୁ ସେ ମନେ ଭାବିଲେ, ମୁଁ ସିନା ମହାପ୍ରଭୁଙ୍କ ସେବା ନିମିତ୍ତ ତାଙ୍କୁ ଲଙ୍ଘନ କରି ଆସିଲି । କିନ୍ତୁ ମୋର ନିଜ ଉଦର ପୂର୍ତ୍ତିନିମିତ୍ତ କି ମହାପ୍ରଭୁଙ୍କୁ ଲଙ୍ଘନ କରି ଯାଅନ୍ତି। ସେ ଯେ ମହାଅପରାଧରକଥା । ଯଥା :-

 

      ଗୋବିନ୍ଦ ମନେ କହେ ମୋର ସେବା ସେ ନିୟମ

      ଅପରାଧ ହଉକ କି ବା ନରକେ ଗମନ ।

      ସେବା ଲାଗି କୋଟି ଅପରାଧ ନାହିଁଗଣି

      ସ୍ଵନିମିତ୍ତ ଅପରାଧ ଆଭାସେ ଭୟ ମାନି ।

                  (ଚୈଃ ଚଃ ଅନ୍ତ୍ୟ ୧୦ ପରି )

ଏହି ହେଉଛି ଭକ୍ତିର ସୂକ୍ଷ୍ମ ବିଚାର । ଭକ୍ତମାନଙ୍କୁ ସତତ ଏହି ରୂପ ବିଚାର କରି ଚଳିବା ଉଚିତ । ମହାପ୍ରଭୁଙ୍କ କୃପାରୁ ଭକ୍ତଗଣଙ୍କର ଏରୂପ ସୁମତି ଜାତହୋଇଥାଏ ଓ ଏରୂପ ସୂକ୍ଷ୍ମ ବିଚାରରେ ସେମାନେ ପହଞ୍ଚିପାରନ୍ତି । ଯଥା :-

      ଏଇ ସବଦୟ ଭକ୍ତି ଶାସ୍ପେର ସୂକ୍ଷ୍ମ ଧର୍ମ୍ମ

      ଚୈତନ୍ୟେର କୃପାୟ ଜାଜେ ସେଇ ଧର୍ମ୍ମ ଧର୍ମ୍ମ ।

(ଚୈଃ ଚଃ ଅନ୍ତ୍ୟ ୧୦ ପରି )

ବୈଷ୍ଣବାପରାଧ ଛାଡ଼ି ଅନ୍ୟାନ୍ୟ ଅନେକ ପ୍ରକାର । ଭକ୍ତିବାଧକ କାର୍ଯ୍ୟ ମଧ୍ୟ ଅଛି । ଭକ୍ତ ପକ୍ଷରେ ସେ ସମସ୍ତ ବର୍ଜ୍ଜନୀୟ । ସେ ସମସ୍ତ ଭକ୍ତବାଧକ କାର୍ଯ୍ୟ ନାନା ପ୍ରକାର । ମହାପ୍ରଭୁ ଶ୍ରୀ ଧାମ ପ୍ରୟାଗଠାରେ ଶ୍ରୀ ରୂପ ଗୋସ୍ଵାମୀଙ୍କୁ ଶିକ୍ଷାଦେବା କାଳରେ ତାହାର ମୋଟା ମୋଟି ନାମ ଉଲ୍ଲେଖ କରିଥିଲେ ମାତ୍ର ।

ଯଥା : -

      କିନ୍ତୁ ଯଦି ଲତାର ଅଙ୍ଗେ ଉଠେ ଉପଶାଖା ।

      ଭକ୍ତିମୁକ୍ତି ବାଞ୍ଛା ଯତ ଅସଂଖ୍ୟତାର ଲେଖା ।

      ନିର୍ଷଦ୍ଧାଚାର କୁଟି ନାଟି ଜୀବ ହିଂସନ

      ଲାଭପୂଜା ପ୍ରତିଷ୍ଠାଦି ଯତ ଉପଶାଖାଗଣ ।

      

ସେକଜଲ ପ୍ରାୟାଁ ଉପଶାଖା ବାଢ଼ିଯାୟ

      ସ୍ରବ୍ଧହୟା ମୂଲଶାଖା ବାଢ଼ିଡେନାପାୟ ।

      ପ୍ରଥମେଇ ଉପଶାଖା କରୟେ ନ୍ତେଦନ

      ତବେ ମୂଲଶାଖା ବାଢିଯାୟ ବୃନ୍ଦାବନ ।

ଭୋଗବିଳାସ ଭକ୍ତ ପକ୍ଷରେ ବାଞ୍ଛାନୀୟ ନୁହେ । ଭକ୍ତ ଶ୍ରୀକୃଷ୍ଣଙ୍କର ଦାସ ଓ ସେବା ତାର କାର୍ଯ୍ୟ । ଭୋଗ ବାସନା ଭକ୍ତିପଥର କଣ୍ଟକ । ମୁକ୍ତି ବାସନା ମଧ୍ୟ ବାରଣ କରାହୋଇଅଛି । ଭକ୍ତଙ୍କର ସରଳ ହେବା ଉଚିତ, ବ୍ୟବହାରରେ କୁଟିଳତା ଭକ୍ତଙ୍କର ପକ୍ଷରେ ନିନ୍ଦନୀୟ । ଜୀବରେ ଦୟା ଓ ନାମରେ ରୁଚି ଭକ୍ତର ମୂଳମନ୍ତ୍ର । ଅତଏବ ଜୀବହିଂସା ଯେ ଏକବାରେ ବର୍ଜ୍ଜନୀୟ ଏଥିରେ ଆଉ ସନ୍ଦେହ ନାହିଁ ! ପ୍ରତିଷ୍ଠାଶା ଅତିଉଚ୍ଚ ଭକ୍ତର ପତନ ଘଟାଏ ତେଣୁ ଭକ୍ତ ତାହାକୁ କଦାପି ମନରେ ସ୍ଥାନ ଦେବେ ନାହିଁ । ଏହିରୂପ ଭକ୍ତି ବାଧକ ସମସ୍ତ କାର୍ଯ୍ୟରୁ ଭକ୍ତଙ୍କର ବିରତ ହେବା ବିଧେୟ ।

 

କିନ୍ତୁ ଜୀବନ ନାନାରୂପ ପାପମତି ଜାତ ହୁଏ ଓ ନାନାରୂପ ପାପଚରଣ ଘଟିଥାଏ । ଜୀବ ନିତ୍ୟ ଯେ କେତେ ପାପ କରୁଅଛି ତାହାର ସୀମାନାହିଁ । ତେବେ ପାପୀ ଲୋକ ଭଗବତ୍ ଶରଣାପନ୍ନ ହୋଇ ଆଉ ପାପ ନକଲେ ଭଗବାନ ପୂର୍ବପାପମାନ କ୍ଷମାକରନ୍ତି । ଜଗାଇ ମାଧାଇ ମହାପାପୀ । ଗୋବ୍ରାହ୍ମଣବଧ ପ୍ରଭୃତି ମହାଗୁରୁ ପାପରେ ସେମାନେ ଅଭିଭୂତ ଥିଲେହେଁ ମହାପ୍ରଭୁ ସେମାନଙ୍କୁ କୃପାପୂର୍ବକ କହିଥିଲେ , -

 

      କୋଟି କୋଟି ଜନ୍ମେ ଯ ତ ଆଛେ ପାପତୋର

      ଆର ଯଦି ନା କରିସ ସବଦାୟ ମୋର ।

      ତୋ ଦୁହାଁର ମୁଖେ ମୁଇଁ କରିବ ଆହାର

      ତୋର ଦେହେ ଦଇବେକ ମୋର ଅବତାର

                        (ଚୈଃ ଭାଃ ମଧ୍ୟ ୧୩ )

 

ତୋର ଦେହେ ହଇବେକ ମୋର ଅବତାର । ଯଦି ପାପୀଲୋକ ନିଜର ପାପ ବୁଝିପାରି ପରିତାପ କରେ ଓ ଭବିଷ୍ୟତରେ ଆଉ ପାପ ନକରିବାକୁ ଦୃଢ଼ପ୍ରତିଜ୍ଞା ହୁଏ ଏବଂ ଭଗବାନଙ୍କର ଶରଣାପନ୍ନ ହୁଏ ମହାପାପରୁ ଭଗବାନ ତାକୁ ଉଦ୍ଧାର କରନ୍ତି । ଏକ ଦ୍ୱିଜରଚରିତ୍ର ଏଥିର ଉଦାହରଣ ।

 

ମହାପ୍ରଭୁଙ୍କ ଆଦେଶରେ ଶ୍ରୀମାନ୍ ନିତ୍ୟାନନ୍ଦ ଦାରପରିଗ୍ରହପୂର୍ବକ ସଂସାର ଧର୍ମ୍ମ ଆଚରଣ କରିଥିଲେ । ସେହି ସମୟରେ ସେ ମଣିମୁକ୍ତାଖଚିତ ନାନାସ୍ଵର୍ଣ୍ଣାଳଙ୍କାର ଅଙ୍ଗରେ ପିନ୍ଧୁଥିଲେ । ଦସ୍ୟୁଦଳପତି ଏକ ବ୍ରାହ୍ମଣଧମ ନିତ୍ୟାନନ୍ଦ ପ୍ରଭୁଙ୍କର ଶ୍ରୀ ଅଙ୍ଗରେ ଅଳଙ୍କାରମାନ ଦେଖି ଲୋଭ ପରବଣ ହୋଇ ତାହା ଅପହରଣ କରିବାକୁ ଅଭିଳାଷ କଲା । ଏବଂ ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ନବଦ୍ଵୀପରେ ହିରଣ୍ୟ ପଣ୍ଡିତଙ୍କ ଗୃହରେ ବାସ କରୁଥିବା କାଳରେ ଦସ୍ୟୁଦଳପତି ତାଙ୍କ ସହଚରମାନଙ୍କ ସଙ୍ଗେ ପରାମର୍ଶ କଲେ, ଏହି ଏକ ପରମ ସୁଯୋଗ ମା ଚଣ୍ଡୀ ଘଟାଇ ଅଛନ୍ତି । ଏକା ଏହି ନିତ୍ୟାନନ୍ଦଙ୍କୁ ତାଙ୍କ ଦେହର ଏ ସମସ୍ତ ମୂଲ୍ୟ ଅଳଙ୍କାରମାନ ଅପହରଣ କରିପାରିଲେ ଚିରଜୀବନ ଆମ୍ଭେମାନେ ସୁଖରେ କଟାଇବା, ଆଉ ଚୋରି ବା ଡକାଏତ କରିବାକୁ ଆବଶ୍ୟକ ହେବ ନାହିଁ । ଏହି ପରାମର୍ଶ କରି ଶ୍ରୀମନ୍ ନିତ୍ୟାନନ୍ଦଙ୍କ ଶ୍ରୀଅଙ୍ଗରୁ ଅଳଙ୍କାରାପହରଣ ଚେଷ୍ଟାରେ ରହିଲେ ଜଣକୁ ପଠାଇଲେ ସେ ଯାଇ ଦେଖି ଆସିଲେ ଗଣସହ ନିତ୍ୟାନନ୍ଦ ଭୋଜନ ଲୀଳାରେ ମଗ୍ନ ଅଛନ୍ତି । ଦସ୍ୟୁଗଣ ଭାବିଲେ , ଏ ଉତ୍ତର ଅବସର, ଏମାନେ ଭୋଜନାନ୍ତେ ଶୟନ କଲେ ଆମ୍ଭେମାନେ ଯାଇ ଦ୍ରବ୍ୟାପହରଣ କରିବା । ଏହି ରୂପେ ଆନନ୍ଦରେ ବିହ୍ଵଳ ହୋଇ ଦସ୍ୟୁଗଣଙ୍କ ମଧ୍ୟରେ କିଏ କହିଲା ! ମୁଁ କର୍ଣ୍ଣର କୁଣ୍ଡଳ ନେବି, କିଏ କହିଲା ମୁଁ ହାର ନେବି, କିଏ କହିଲା ମୁଁ ନୂପୁର ନେବି ଇତ୍ୟାଦି। ଏହି ପରି କଳ୍ପନା କରୁକରୁ ନିତ୍ୟାନନ୍ଦଙ୍କ ମାୟାରୁ ସମସ୍ତେ ନିଦ୍ରାଶକ୍ତି ହୋଇ ଶୋଇ ପଡିଲେ, ଉଠି ଦେଖନ୍ତି ; ନିଶି ପ୍ରଭାତ ହୋଇଅଛି । ଦିବା ଆଗମନ ଦେଖି ଅସ୍ତ୍ର ଶସ୍ତ୍ର ଲୁଚାଇଦେଇ ଦସ୍ୟୁଗଣ ପଳାଇଗଲେ ଏବଂ ପଳାଇବା ସମୟରେ ପରସ୍ପର ପରସ୍ପରକୁ ଦୋଷ ଦେବାକୁ ଲାଗିଲେ । ଜଣେ ଅପରକୁ କହିଲା, ତୁ ତଆଗେ ଶୋଇଗଲୁ ସେ ଉତ୍ତର କଲା, ତୁ ତ ଭାରି ଜାଗ୍ରତ ଥିଲୁ। ଦସ୍ୟୁଦଳପତି ସେମାନଙ୍କୁ ପ୍ରବୋଧ ଦେଇ କହିଲେ, ତୁମ୍ଭେମାନେ ବିବାଦ କର ନାହିଁ, ଦିନେ ଉଦ୍ୟମ ବିଫଳ ହେଲା ବୋଲି କି ସବୁଦିନ ବିଫଳ ହେବ । ମା ଚଣ୍ଡୀ ଅବଶ୍ୟ କୃପା କରିବେ । ଆମ୍ଭେମାନେ ତାଙ୍କୁ ପୂଜା ନ କରି ଯାଇଥିଲେ କୃତକାର୍ଯ୍ୟ ହୁଅନ୍ତୁ କିପରି ? ଚାଲ ଆଜି ଭଲରୂପେ ମଦ ଓ ମାଂସ ଦେଇ ଚଣ୍ଡିୀର ଆରଧନା କରିବା । ଏହିରୂପ ପରାମର୍ଶ କରି ସେ ଦିନ ମଦ ମାଂସ ଉତ୍ତମ ରୂପେ ଚଣ୍ଡୀଙ୍କର ଆରଧାନା ପୂର୍ବକ ରାତ୍ରରେ ଅସ୍ତ୍ର ଶସ୍ତ୍ର ଘେନି ଡକାଏତ କରିବାକୁ ବାହାରିଲେ । ସେ ଦିନ ଯାଇ ଦେଖନ୍ତି , ନିତ୍ୟାନନ୍ଦଙ୍କ ବାସଗୃହ ପାୟକରଣ କର୍ତ୍ତୁକ ବେଷ୍ଟିତ । ସେମାନେ ଅସ୍ତ୍ରଧାରଣା ପୂର୍ବକ ସୁସର୍ଜ୍ଜିତ ହୋଇ ଗୃହରକ୍ଷା କରୁଅଛନ୍ତି ଏବଂ ହରିନାମ ଉଚ୍ଚାରଣ କରୁଅଛନ୍ତି । ସେ ପାୟକଗଣଙ୍କର ତେଜ ଦେଖି ଦସ୍ୟୁଗଣ ଚମକୃତ ହେଲେ । ଏବଂ ନାନା ରୂପ ବିତର୍କ କରିବାକୁ ଲାଗିଲେ । ଦସ୍ୟୁଦଳପତି କହିଲେ, ଏ ନିତ୍ୟାନନ୍ଦ ବଡ଼ ପ୍ରଭାବଶାଳୀ । ଅନେକ ବଡ଼ ବଡ଼ ଲୋକମାନେ ଏହାଙ୍କ ଦର୍ଶନକୁ ଆସନ୍ତି । ଆଜି ବୋଧହୁଏ କେହି ରାଜାର ଉଚ୍ଚକର୍ମଚାରୀ ଏ ପାୟକଗଣ ସଙ୍ଗେ ଏହାଙ୍କ ଦର୍ଶନକୁ ଆସି ଅଛନ୍ତି ଓ ପାୟକମାନେ ପହରା ଦେଉଅଛନ୍ତ ଅତଏବ ଆଜି ଚାଲ ଆମ୍ଭେମାନେ ଫେରିଯିବା । ଦି ୧୦-୧୫ ନ ଛାଡ଼ିଦେଇ ପୁଣି ଆସିବା | ଏହି ଯୁକ୍ତି ସ୍ଥିର କରି ଦସ୍ୟୁଗଣ ସେଦିନ ଫେରିଗଲେ ଓ କିଛିଦିନ ପରେ ପୁନର୍ବାର ଡକାଏତ କରିବାକୁ ଆସିଲେ । ସେମାନେ ଆସି ନିତ୍ୟାନନ୍ଦ ପ୍ରଭୁଙ୍କ ରହିଥିବା ପୁରରେ ପ୍ରବେଶ କଲାପରେ ହଠାତ୍ ଘୋର ବୃଷ୍ଟି ଓ ଝଡ଼ ଆରମ୍ଭ ହେଲା । ଦସ୍ୟୁଗଣ ସମସ୍ତେ ଅନ୍ଧ ହୋଇଗଲେ କାହାରିକୁ କିଛି ଦିଶିଲା ନାହିଁ । ଝଡ଼ ଓ ବୃଷ୍ଟିରେ ପଥ ଭ୍ରମ ହୋଇ କିଏ କଣ୍ଟାରେ ପଡ଼ିଲା, କିଏ ଗାର୍ତ୍ତ ମଧ୍ୟରେ ପଡ଼ିଲା । କାହାର ହାତ ଗୋଡ଼ ଭାଙ୍ଗିଗଲା ।(କୀଟ) ଦଂଶନରେ ଦସ୍ୟୁଗଣ ମହାଯାତନା ଭୋଗ କରିବାକୁ ଲାଗିଲା । ଏହିରୂପ ହଠାତ୍ ବ୍ୟୁତ୍ପାତ ଯୋଗ ଉପସ୍ଥିତ ହୁଅନ୍ତେ ଦସ୍ୟୁଦଳପତି ଭାବିଲେ, ଏ କି ପ୍ରକାର, ପ୍ରଥନ ଦିନ ଆମ୍ଭେମାନେ ସମସ୍ତେ ଶୋଇପଡ଼ିଲୁ ଦ୍ଵିତୀୟ ଦିନ ତେଜସ୍ଵୀ ପଦାତିକଗଣଙ୍କୁ ଗୃହରକ୍ଷା କରିବାର ଦେଖିଲୁ । ଆଜି ଆମ୍ଭମାନଙ୍କର ଏ ଦୁର୍ଦ୍ଦଶା । ଅତଏବ ଏ ନିତ୍ୟାନନ୍ଦ ମନୁଷ୍ୟ ନୁହନ୍ତି । ଆମ୍ଭେମାନେ ତାଙ୍କୁ ଚିହ୍ନି ନ ପାରି ତାଙ୍କ ଦ୍ରବ୍ୟ ଅପହରଣ କରିବାକୁ ଆସିଅଛୁ । ଅତଏବ ଆମ୍ଭମାନଙ୍କର ଏ ମହାଦୁର୍ଗତି ଘଟି ଅଛି । ଏହି ରୂପ ଭାବି ଭାବି ମନେ ମନେ ଶ୍ରୀନିତ୍ୟାନନ୍ଦଙ୍କ ଶରଣାପନ୍ନ ହୋଇ ତାଙ୍କୁ ସ୍ତୁତି କରିବାକୁ ଲାଗିଲେ । ସମସ୍ତ ଦସ୍ୟୁଙ୍କର ଏକ କାଳରେ ସେହିପରି ସୁମତି ଆସି ପହଞ୍ଚିଲା ଓ ସମସ୍ତେ ପରିତାପ କରିବାକୁ ଲାଗିଲେ । ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କୁ ଚିହ୍ନିବା ମାତ୍ର ସେମାନଙ୍କର ଚକ୍ଷୁରେ ଦୃଷ୍ଟିଶକ୍ତି ପ୍ରବେଶ କଲେ । ଝଡ଼ ଓ ବୃଷ୍ଟି ବନ୍ଦ ହୋଇଗଲା । ସେମାନେ ଗୃହକୁ ଫେରି ଯାଇ ଗଙ୍ଗାରେ ସ୍ନାନ କଲେ ଓ ପର ଦିବସ ପ୍ରାତଃକାଳରେ ଆସି ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କର ଶ୍ରୀଚରଣରେ ଶରଣ ପଶିଲେ । ଦୟାସାଗର ପ୍ରଭୁ ଶ୍ରୀନିତ୍ୟାନନ୍ଦ ସେମାନଙ୍କୁ କରୁଣା କରି କହିଲେ । -

ଶୁନ ଦ୍ଵିଜ ଯେତେକ ପାତକ କୈଲା ତୁଇ

ଆର ଯଦି ନା କରିସ ସବ ନିଲୁ ମୁଇଁ !

      ପରହିଂସା ଡାକା ଚୁରି ସବ ଅନାଚାର

ଛାଢ ଗିୟା ଇହା ତୁମି ନା କରିହ ଆର ।

 

ଧର୍ମପଥେ ଗିୟା ତୁମି ଲଓ ହରିନାମ

ତବେ ତୁମି ଅନ୍ୟେର କରିବା ପରିତ୍ରାଣ ।

ଯତ ସବ ଦସ୍ୟୁ ଚୋର ଡାକିୟା ଅନିୟା

ଧର୍ମପଥେ ସେବାରେ ଲଓୟାଓ ତୁମି ଗିୟା ।

ଏତବୋଲି ଆପନ ଗଲାର ମାଲା ଆନି

ତୁଷ୍ଟ ହଇ ବ୍ରାହ୍ମଣେରେ ଦିଲେନ ଆପନି ।

(ଚୈଃ ଭାଃ ଅନ୍ତ୍ୟ ୫ମପରି )

ଆହା ! କି ଅଦ୍ଭୁତ କରୁଣା । ଦସ୍ୟୁ ଦଳପତି ଆଜି ବ୍ରହ୍ନାର ଦୁର୍ଲ୍ଲଭ ଉପହାର ଶ୍ରୀହସ୍ତରୁ ପ୍ରାପ୍ତ ହେଲେ, ପ୍ରଭୁ ଶ୍ରୀନିତ୍ୟାନନ୍ଦ ଦସ୍ୟୁ ଦଳପତିଙ୍କୁ ଉଦ୍ଧାର କରି ତାହାଦ୍ଵାରା ସମସ୍ତ ଦସ୍ୟୁ ଉଦ୍ଧାରର ପନ୍ଥାସ୍ଥିର କଲେ । ଦସ୍ୟୁ ମାନଙ୍କର ଦୁର୍ଦ୍ଦଶା ଦେଖି ପ୍ରଭୁଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା । ସେ ସମସ୍ତଦସ୍ୟୁଙ୍କର ଉଦ୍ଧାରର ବାଟ ଫିଟାଇ ଦେଲେ । ହାୟ ! ଆଦୋଷ ଦର୍ଶୀ ନିତ୍ୟାନନ୍ଦ, ଏ ଅଧମ କି ଭବଦୀୟ ସେ ଅଦ୍ଭୁତ କରୁଣାରୁ କଣାଏ ମାତ୍ର ପାଇବ ନାହିଁ ।

ତ୍ରୟୋବିଂଶ ପରିଚ୍ଛେଦ |

ଶ୍ରୀମଦ ଭଗବତ |

ଶ୍ରୀମଦ୍‌ଭାଗବତର ମହିମା ଅବର୍ଣ୍ଣନୀୟ । ଶ୍ରୀମନ୍ ବ୍ୟାସଦେବ ମହାଭାତର ଓ ନାନା ପୁରାଣାଦି ରଚନା କରି ତାଙ୍କର ମନ ପ୍ରସନ୍ନ ହେଲା ନାହିଁ ,ସେ ସେଥିରେ ବିସ୍ମୟ ହୋଇ ମହାମୁନି ନାରଦଙ୍କୁ ତାହାର କାରଣ ପଚାରନ୍ତେ, ନାରଦ କହିଲେ ତୁମ୍ଭେ ନାନା ଶାସ୍ତ୍ର ପ୍ରଣୟନ କରିଥିଲେହେଁ । ଶ୍ରୀକୃଷ୍ଣଙ୍କ ଯଶୋରାଶି ସୁବିସ୍ତୀର୍ଣ୍ଣ ଭାବରେ କାହିଁରେ ବର୍ଣ୍ଣନା କରି ନାହଁ,ତେଣୁ ତୁମ୍ଭ ମନରେ ପ୍ରସନ୍ନତା ଆସୁନାହିଁ, ଏହା କହି ଶ୍ରୀମତ୍‌ଭାଗବତ ରଚନା କରିବାକୁ ତାଙ୍କୁ ଉପଦେଶ ଦେଲେ । ଶ୍ରୀଳ କବିରାଜ ଗୋସ୍ଵାମୀ ଭାଗବତ ଶାସ୍ତ୍ରର ମହିମା ସ୍ଥାନେ୨ବର୍ଣ୍ଣନା କରିଅଛନ୍ତି| ତାଙ୍କର କେତେକ ଉକ୍ତି ଆଲୋଚନା କରାଯାଉ,ସେ ଏକ ସ୍ଥାନରେ କହି ଅଛନ୍ତି

 

ଏକ ଭାଗବତ ବଡ ଭାଗବତ ଶାସ୍ତ୍ର

ଆର ଭାଗବତ ଭକ୍ତ, ଭକ୍ତିରସପାତ୍ର,

                  (ଚୈଃ ଚଃ ଆଦି )

 

ଶ୍ରୀମଦ୍‌ ଭାଗବତ ଓ ଶ୍ରୀକୃଷ୍ଣ ଏଥିରେ ଭିନ୍ନ ନାହିଁ । ଶ୍ରୀଳସନାତନ ଗୋସ୍ଵାମୀଙ୍କୁ ମହାପ୍ରଭୁ ନିଜେ ଭାଗବତ ଶାସ୍ତ୍ରର ମର୍ମ୍ମସକଳ ‘ଶ୍ରୀକାଶ’ ଧାମାରେ ଶିକ୍ଷା ଦେଇଥିଲେ, ତତ୍ ସମ୍ଵନ୍ଧେ ଶ୍ରୀଳକବିରାଜ ଗୋସ୍ଵାମୀ କହିଅଛନ୍ତି । -

 

ଶ୍ରୀଭାଗବତର ତତ୍ତ୍ଵରସ କରିଲ ପ୍ରଚାର

କୃଷ୍ଣ ତୁଲ୍ୟ ଭାଗବତ ଜାନାଇଲ ସଂସାର,

                  ( ଚୈଃ ଚଃ ମଧ୍ୟ ୨୫ ପରି )

 

ଅଥାତ୍ – ମହାପ୍ରଭୁ ଶିକ୍ଷାଦେଇ ସଂସାରକୁ ଏହା ଜଣାଇଲେ ଯେ ଶ୍ରୀକୃଷ୍ଣ ଓ ଶ୍ରୀମଦ୍‌ଭାଗବତ ଏକ, ସେଥିରେ ଭିନ୍ନ ନାହିଁ । ଶ୍ରୀଳବୃନ୍ଦାବନ ଦାସ ମଧ୍ୟ ଶ୍ରୀମଦ୍‌ଭାଗବତ ବିଷୟରେ ମମ୍ଵନ୍ଧରେ ସେହିକଥା କହିଅଛନ୍ତି –ଯଥା-

ମୁଞ୍ଜି ମୋର ଦାସ ଆର ଗ୍ରନ୍ଥ ଭାଗବତେ,

ଯାର ଭେଦ ଆଛେ ତାର ନାଶ ଭାଲ ମତେ ।

                  ( ଚୈଃ ଭାଃ ମଧ୍ୟ ୨୧ ଅ )

ସେ ଆହୁରି ଏକ ସ୍ଥାନରେ କହି ଅଛନ୍ତି

ପ୍ରେମମୟ ଭାଗବତ ଶ୍ରୀକୃଷ୍ଣେର ଅଙ୍ଗ

ତାହାତେ କହେନ ଯତ ଗୋପ୍ୟ କୃଷ୍ଣରଙ୍ଗ,

( ଚୈଃ ଭାଃ ଅନ୍ତ୍ୟ ୩ୟ )

 

ଭାଗବତ ଯେ ବେଦର ସାର, ଦିନେ ମହାପ୍ରଭୁ ନଗର ଭ୍ରମଣ କରୁ କରୁ ଦେଖିଲେ ଏକସ୍ଥାନରେ ଦେବାନନ୍ଦ ପଣ୍ଡିତ ଶ୍ରୀମଦ୍‌ଭାଗବତର ବ୍ୟାଖ୍ୟା କରି ଗ୍ରନ୍ଥମାନଙ୍କୁ ପଢାଉ ଅଛନ୍ତି । ଭକ୍ତି ଭାବରୁ ସେତେବେଳେ ଦେବାନନ୍ଦ ନିଜେ ଭାଗବତର ପ୍ରକୃତ ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ପାରି ନ ଥିଲେ ! ମହାପ୍ରଭୁ ତାଙ୍କର ବ୍ୟାଖ୍ୟା ଶୁଣି କୋପ ପ୍ରକାଶ ପୂର୍ବକ କହିଥିଲେ ଏହାଙ୍କର ଭାଗବତ ବ୍ୟାଖ୍ୟା କରିବାର କି ଅଧିକାର ଅଛି ! ଏ ମହା ବିଦ୍ଵାନ ହେଲେହେଁ କୃଷ୍ଣଭକ୍ତ ଭାଗବତ ମର୍ମ୍ମରେ ସମ୍ପୁର୍ଣ୍ଣ ଅନଭିଜ୍ଞ । ଭାଗବତ ଯେ ଶ୍ରୀକୃଷ୍ଣଙ୍କ ସ୍ଵରୂପ, ଭାଗବତର ସମସ୍ତ ଅର୍ଥଭକ୍ତି । ଭକ୍ତି ଛଡା ଭାଗବତ କିଛି ନୁହେଁ ! ଚାରିବେଦ ଦଧି ଓ ଶୁକଦେବ ଗୋସ୍ଵାମୀ ସେ ଦଧି ମନ୍ଥନ ପୂର୍ବକ ଭାଗବତରୂପ ଲବଣୀ ସେଥିରୁ ବାହାର କରିଅଛନ୍ତି ଓ ମହାରାଜା ପରୀକ୍ଷିତ ତାହାର ଆସ୍ଵାଦକ । ଯଥା-

      ଏ ବେଟାର ଭାଗବତ କୋନ ଅଧିକାର

      ଗ୍ରନ୍ଥରୂପେ ଭାଗବତ କୃଷ୍ଣ ଅବତାର

      ସବ ପୁରୁଷାର୍ଥ ଭକ୍ତି ଭାଗବତେ ହୟ,

      ପ୍ରେମରୂପ ଭାଗବତ ଚାରି ବେଦେ କୟ,

 

      ଚାରି ବେଦ ଦଧି, ଭାଗବତ ନବନୀତ

      ମଥିଲେନ ସୁକେ, ଖାଇଳେନ ପରୀକ୍ଷିତ,

                        ( ଚୈଃ ଭାଃ ମଧ୍ୟ ୨୧ ପରି )

 

ବାଲ୍ୟ କାଳରେ ନିଜ ନାମ କରଣ ସମୟରେ ମହାପ୍ରଭୁ ଜଗତକୁ ଶ୍ରୀମଦ୍‌ଭାଗବତର ମାହାତ୍ୟୁ ଛଳରେ ଉପଦେଶ ଦେଇଥିଲେ । ଦେଶୀୟପ୍ରଥା ଅନୁସାରେ ମହାପ୍ରଭୁଙ୍କ ନାମ କରଣ ସମୟରେ ଧାନ୍ୟ, ପୋଥି, ଖଇ, କଉଡ଼ି, ସ୍ଵର୍ଣ୍ଣ, ରୌପ୍ୟ ପ୍ରଭୃତି ନାନା ଦ୍ରବ୍ୟ ତାହାଙ୍କ ସମ୍ମୁଖରେ ରକ୍ଷିତହେଲା । ମହାପ୍ରଭୁଙ୍କ ଜନକ ଶ୍ରୀଜଗନ୍ନାଥ ମିଶ୍ର ଶିଶୁ ନିମାଇଙ୍କୁ ସମ୍ଵୋଧନ ପୂର୍ବକ କହିଲେ ,” ଏ ଦ୍ରବ୍ୟ ସମ୍ଭାର ମଧ୍ୟରୁ ତୋର କେଉଁଦ୍ରବ୍ୟରେ ଅଭିଚିତ ତାହା ହସ୍ତରେ ଧାରଣ କର । ’’ନିମାଇ ସେ ସକଳ ଦ୍ରବ୍ୟ ମଧ୍ୟରୁ ସ୍ଵର୍ଣ୍ଣ ରୌପ୍ୟାଦି ଚାକଚକ୍ୟ ବସ୍ତୁମାନ ନ ଧରି ଶ୍ରୀମଦ୍‌ ଭାଗବତ ଗ୍ରନ୍ଥଙ୍କୁ ଆଲିଙ୍ଗନ କଲେ , ଯଥା ।

 

      ସକଳ ଛାଡ଼ିୟା ପ୍ରଭୁ ଶ୍ରୀ ଶଚୀନନ୍ଦନ

      ଭାଗବତ ଧରିୟା ଦିଲେନ ଆଲିଙ୍ଗନ,

                        ( ଚୈଃ ଭାଃ ଆଦି ୪ର୍ଥ )

ଶ୍ରୀଳବୃନ୍ଦାବନଦାସ ଭାଗବତଶାସ୍ତ୍ରର ମହିମା ବର୍ଣ୍ଣନ କରି କହି ଅଛନ୍ତି ଯେ, ଯାହାର ଘରେ ଶ୍ରୀମଦ୍‌‌ଭାଗବତ ବିରାଜମାନ ସେଠାକୁ ଅମଙ୍ଗଳ ଯାଇ ନପାରେ, ଶ୍ରୀମଦ୍‌ଭାଗବତଙ୍କ ପୂଜାକଲେ ଶ୍ରୀକୃଷ୍ଣଙ୍କ ପୂଜା କରା ହୁଏ । ଯଥା-

      ଭାଗବତ ପୁସ୍ତକ ଥାକୟେ ଯାର ଘରେ

      କୋନ୍‌ ଅମଙ୍ଗଳ ନାହିଁ ଯାୟ ତଥା କାରେ ;

      ଭାଗବତ ପୂଜିଲେ କୃଷ୍ଣେର ପୂଜା ହୟ

      ଭାଗବତ ପଠନ ଶ୍ରବଣ ଭକ୍ତିମୟ,

                        (ଚୈଃ ଭାଃ ଅନ୍ତ୍ୟ ୩ ଅ )

 

ଶ୍ରୀମଦ୍‌ଭାଗବତ ଭକ୍ତିଗ୍ରନ୍ଥୀ ତାହାଙ୍କର ପ୍ରତି ଅକ୍ଷର ପ୍ରେମରସ ପୂର୍ଣ୍ଣ । ରସିକ ଭକ୍ତହିଁ ସେ ରସ ଆସ୍ଵାଦନର ସମର୍ଥ । ଜ୍ଞାନ ଦ୍ଵାରା ଭାଗବତର ତାତ୍ପର୍ଯ୍ୟ ଜଣାଯାଏ ନାହିଁ । କଥିତ ଅଛି, ଶ୍ରୀକୃଷ୍ଣ ସ୍ଵୟଂ କହି ଅଛନ୍ତି ଯେ “ ଶ୍ରୀମଦ୍‌ଭାଗବତର ପ୍ରକୃତ ଅର୍ଥ ମୁଁ ଜାଣେ, ଶୁକ ଦେବ ଗୋସ୍ଵାମୀ ଜାଣନ୍ତି, ବ୍ୟାସଦେବ ଭାଗବତ ପ୍ରଣେତା ହୋଇ ମଧ୍ୟ ଜାଣନ୍ତି ବା ଜାଣନ୍ତି, କେବଳ ଶ୍ରୀନୃସିଂହଙ୍କ ପ୍ରସାଦରୁ ଟିକାକାର ଶ୍ରୀଧର ତାହା ଉତ୍ତମରୂପେ ବୁଝି ଅଛନ୍ତି ’’ ଅତଏବ ଭାଗବତର ପ୍ରକୃତ ତାତ୍ପର୍ଯ୍ୟ ଗ୍ରରଣକରିବା ଯେ କେତେ ଦୂ୍‌ର ସକଠିନ ଏଥିରୁ ବୁଝା ଯାଉଅଛି । ଶ୍ରୀମନ୍ ମହାପ୍ରଭୁ ଏହି ସମ୍ଵନ୍ଧରେ ସ୍ଥାନେ ୨ କଣ କହି ଅଛନ୍ତି ଆଲୋଚନା କରାଯାଉ , ମହାପ୍ରଭୁ ଶ୍ରୀପୁରୁଷୋତ୍ତମରେ ବାସ କରୁଥିବା କାଳରେ ସତତ ପ୍ରେମୋନ୍ନତ୍ତ । କୌଣସି ଶାସ୍ତ୍ର ଶ୍ରବଣ କରିବେ ଏପରି ସମୟ ତାଙ୍କର ନ ଥାଏ । ସେଥିପାଇଁ ସେ ଏହି ନିୟମ କରିଥାଆନ୍ତି ଯେ , ଯଦି କୌଣସି ଶାସ୍ତ୍ର କେହି ମହାପ୍ରଭୁଙ୍କୁ ଶୁଣେଇବାକୁ ଇଚ୍ଛା କରେ , ତାହା ସେ ଆଗେ ସ୍ଵରୂପ ଗୋସାଇଁଙ୍କୁ ଶୁଣାଇବ। ଯଦି ସ୍ଵରୂପ ଦେଖନ୍ତି ସେ ଗ୍ରନ୍ଥ ରସଭାଷା ଦୋଷରେ ଦୋଷିତ ନୁହେଁ , ମହାପ୍ରଭୁଙ୍କର ଶୁଣିବାର ଉପଯୁକ୍ତ ତେବେ ତାଙ୍କ ଅନୁମୋଦନ କ୍ରମେ ସେ ଗ୍ରନ୍ଥ ମହାପ୍ରଭୁଙ୍କଠାରେ ପଠିତ ହେବ । ଅଥାତ୍ ଯେ ସେ ଶାସ୍ତ୍ର ବୃଥା ସମୟ ନଷ୍ଟ କରିବା ମହାପ୍ରଭୁଙ୍କର ଅଭିପ୍ରାୟ ନ ଥିଲା । ରସାତ୍ମକ କାବ୍ୟ ହେଲେ ମହାପ୍ରଭୁ ତା ଆଗ୍ରହ ସହ ଶ୍ରବଣ କରୁଥିଲେ । ଯେମନ୍ତ କି ଶ୍ରୀରୂପଙ୍କର ବିଦଗ୍ଧ ମାଧବ ଓ ଲାଳିତ ମାଧବ ନାଟକ ।

ଏକ ସମୟରେ ଏକ ବଙ୍ଗଦେଶୀୟ କବି ମହାପ୍ରଭୁଙ୍କ ରଚିତ ସମ୍ବଳିତ ଖଣ୍ଡିଏ ନାଟକରଚନା କରି ଶ୍ରୀପୁରୁଷୋତ୍ତମକୁ ଆସିଲେ । ଭକ୍ତବର ଶ୍ରୀଭଗବାନ ଆଚାର୍ଯ୍ୟଙ୍କ ସହ ତାଙ୍କର ପରିଚୟ ଥିଲା | ସେ କବି ପ୍ରଥମେ ଶ୍ରୀଭଗବାନ ଆଚାର୍ଯ୍ୟଙ୍କ ଘରେ ରହି ତାଙ୍କୁ ନିଜ କୃତ ନାଟକ ଶୁଣାଇଲେ । ଶ୍ରୀଭଗବାନ ଆଚାର୍ଯ୍ୟ ଓ ଅନ୍ୟ କେତେକ ବୈଷ୍ଣବ ସେ ନାଟକ ଶ୍ରବଣ କରି ତାହାର ଭୁୟାସୀ ପ୍ରଶଂସା କଲେ, ଏବଂ ମହାପ୍ରଭୁଙ୍କୁ ତାହା ଶୁଣାଇବାକୁ ସମସ୍ତଙ୍କର ଇଚ୍ଛା ହେଲା । ଶ୍ରୀଭଗବାନ ଆଚାର୍ଯ୍ୟ ତହୁଁ ସ୍ଵରୂପ ଗୋସାଇଁଙ୍କୁ ନାଟକ ଶୁଣିବାକୁ ଅନୁରୋଧ କଲେ । ସ୍ଵରୂପ ଗୋସାଇଁ ମହାପଣ୍ଡିତ ଓ ରସ ଶାସ୍ତ୍ର ବେତ୍ତା । ଶାସ୍ତ୍ରପରିକ୍ଷାରେ ଅତି ନିପୁଣ । ସେ କବିଙ୍କର ନାମ ଓ ବ୍ୟବହାରରୁ ବୁଝିପାରିଲେ, ସେ ଭକ୍ତିଗ୍ରନ୍ଥ ରଚନାର ଉପଯୁକ୍ତ ପାତ୍ର ନୁହନ୍ତି । ତେଣୁ ସେ ଉଦାର ସ୍ଵଭାବ ଭଗବାନ ଆଚାର୍ଯ୍ୟଙ୍କୁ ସରଳ ଭାବରେ କହିଲେ “ ଆଚାର୍ଯ୍ୟ’’ ତୁମ୍ଭେ ଗୋପଜାତି ଓ ପରମ ଉଦାର ; ଯେ ସେ ଶାସ୍ତ୍ର ଶୁଣିବାରେ ତୁମ୍ଭର ଇଚ୍ଛା ହୁଏ , କିନ୍ତୁ ରସାଭାସ କିମ୍ଵା ସିଦ୍ଧାନ୍ତ ବିରୁଦ୍ଧ ଗ୍ରନ୍ଥ ଶ୍ରବଣ ଯୋଗ୍ୟ ନୁହେ । ତାହା ଶୁଣିବାକୁ ମନରେ କଷ୍ଟ ହୁଏ । ଯେଉଁ ଲୋକର ରସ ଓ ରସାଭାସ ଜ୍ଞାନ ନାହିଁ, ସେ ଭକ୍ତି ସିଦ୍ଧାନ୍ତ ସିନ୍ଧୁର ଗଭୀରତା କି ବୁଝିବ । ରସାତ୍ମକ କାବ୍ୟ ଦେଖିବାକୁ ହେଲେ ଉତ୍ତମରୂପେ ବ୍ୟାକରଣ ଓ ଅଳଙ୍କର ଶାସ୍ତ୍ରରେ ଜ୍ଞାନ ଥିବା ଆବଶ୍ୟକ । ବିନା ଅଳଙ୍କର ଜ୍ଞାନରେ କି କେହି ମଧୁର ଶ୍ରୀକୃଷ୍ଣଲୀଳା ବର୍ଣ୍ଣନା କରିପାରେ । ଶ୍ରୀକୃଷ୍ଣ ଚୈତନ୍ୟ ଲୀଳାତ ଅଧିକତର ଦୁର୍ଗମ । ଯେ ଶ୍ରୀଗୌର ପାଦପଦ୍ମରେ ଏକାନ୍ତ ଆଶ୍ରିତ ସେହି କେବଳ ଶ୍ରୀକୃଷ୍ଣଲୀଳା ଓ ଶ୍ରୀଗୌର ଲୀଲା ବର୍ଣ୍ଣନ କରିବାରେ ସକ୍ଷମ । ଗ୍ରାମ୍ୟ କବିର କବିତ୍ଵ ଶୁଣିବାକୁ କଷ୍ଟ ବୋଧ ହୁଏ ।

ଯଥା :-

      ସ୍ଵରୂପ କହେ ତୁମି ଗୋପ ପରମ ଉଦାର,

      ଯେ ସେ ଶାସ୍ତ୍ର ଶୁନିତେ ଇଚ୍ଛା ଉପେଜ ତୋମାର ।

      ଯଦ୍ଵା କଦ୍ଵା କବିର ବାକ୍ୟେ ହୟ ରସାଭାସ ,

      ସିଦ୍ଧାନ୍ତ ବିରୁଦ୍ଧ ଶୁନିତେ ନା ହୟ ଉଲ୍ଲାସ ।

 

      ରସ ରସାଭାସ ଯାର ନାହିଁକ ବିଚାର,

      ଭକ୍ତି ସିଦ୍ଧାନ୍ତ ସିନ୍ଧୁ ନାହି ପାୟ ପାଚ ।

      ବ୍ୟାକରଣ ନା ଜାନେ, ନା ଜାନେ ଅଳଙ୍କାର,

      ନାଟକାଳଙ୍କାରେ ଜ୍ଞାନ ନାହିକ ଯାହାର ।

 

      କୃଷ୍ଣଲୀଳାବର୍ଣ୍ଣିତେ ନା ଜାନେ ସେଇ ଛାବ,

      ବିଶେଷ ଦୁର୍ଗମ ଏଇ ଚୈତନ୍ୟ ବିହାର ।

      କୃଷ୍ଣଲୀଳା ଗୌରଲୀଳା ସେ କରେ ବର୍ଣ୍ଣନ.,

      ଗୌର ପାଦପଦ୍ମ ଯାର ପ୍ରାଣଧନ ।

 

      ଗ୍ରାମ୍ୟ କବିର କବିତ୍ଵ ଶୁନିତେ ହୟ ଦୁଃଖ,

      ବିଦଗ୍ନ ଆତ୍ମୀୟ କାବ୍ୟ ଶୁନି ତେଇ ସୁଖ ।

      ରୂପଯୈଛେ ଦୁଇ କାବ୍ୟ କରି ଆଛେ ଆରମ୍ଭ,

      ଶୁନିତେ ଆନନ୍ଦବାଢେ ଯାର ମୁଖବନ୍ଧ ।

                        ( ଚୈଃ ଚଃ ଅନ୍ତ୍ୟ ୫ମ ପରି )

 

ଏହାଶୁଣି ମଧ୍ୟ ଶ୍ରୀଳ ଭଗବାନ ଆଚାର୍ଯ୍ୟ ବଙ୍ଗଦେଶୀୟ କବିଙ୍କ ନାଟକ ଥରେ ଶୁଣିବାକୁ ସ୍ଵରୂପଙ୍କୁ ଅନୁରୋଧ କଲେ । ସ୍ଵରୂପ ତାଙ୍କ ଅନୁରୋଧରେ ଶୁଣିବାକୁ ସମ୍ମତ ହେଲେ । ଅନେକ ବୈଷ୍ଣବ ଉପସ୍ଥିତ । ସମସ୍ତଙ୍କ ସମକ୍ଷରେ କବି ନାନ୍ଦୀ ଶ୍ଳୋକ ପାଠ କଲେ । ସେ ଶ୍ଳୋକ ଓ କବିଙ୍କ ମୁଖରୁ ତାହାର ବ୍ୟାଖାଶୁଣି ସମସ୍ତେ ଶ୍ଳୋକର ପ୍ରଶଂସାକରି ଆନନ୍ଦିତ ହେଲେ । କିନ୍ତୁ ପରୀକ୍ଷକ ଚୁଡାମଣି ସ୍ଵରୂପ ସେ ଶ୍ଳୋକ ଶୁଣି ମନରେ କଷ୍ଠାନୁଭବ କଲେ,ଏବଂ ସକ୍ରୋଧ ବଚନରେ କବିଙ୍କୁ ଉର୍ତ୍ସନା ପୂର୍ବକ ଶ୍ଳୋକର ଦୋଷମାନ ଦେଖାଇ ଦେଲେ । ସ୍ଵରୂପ ଗୋସ୍ଵାମୀ ଶ୍ଳୋକରେ ଦୋଷମାନ ଦେଖାଇ ଦେବାରୁ ଉପସ୍ଥିତ ଭକ୍ତବୃନ୍ଦ ତାହା ବୁଝିପାରିଲେ । ଏବଂ ନିଜ ଭ୍ରମ ବୁଝିପାରି ଓ ଶ୍ଳୋକରେ ଯେ ଏତେ ଦୋଷ ଥିଲା ତାହାଦେଖି ଚମକୃତ ହେଲେ । ତତ୍ପରେ ପରମକରୁଣ ସ୍ଵରୂପ ସେ କବିଙ୍କୁ ସଦୁପଦେଶ ପ୍ରଦାନ ପୂର୍ବକ କହିଲେ ,ତୁମ୍ଭେ ଶ୍ରୀମନ୍ ମହାପ୍ରଭୁ ଶ୍ରୀଚରଣ ଏକାନ୍ତ ଭାବରେ ଆଶ୍ରୟ କର ଏବଂ ବୈଷ୍ଣବଙ୍କଠାରୁ ଶ୍ରୀମଦ୍‌ଭାଗବତ ପାଠ କର । ମହାପ୍ରଭୁଙ୍କ ଭକ୍ତଗଣଙ୍କ ସଙ୍ଗ କର, ତେବେ ଯାଇ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ ଅନୁଭବ କରିପାରିବ। ଯଥା-

 

      ଯାହା ଭାଗବତ ପଢ ବୈଷ୍ଣେବେର ସ୍ଥାନେ,

      ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ ।

      ଚୈତନ୍ୟେର ଭକ୍ତଗଣେର ନିତ୍ୟ କର ସଙ୍ଗ,

      ତେବେ ଜାନିବେ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ ।

 

      ତେବେତ ପାଣ୍ଡିତ୍ୟ ତୋମାର ହଇବେ ସଫଳ,

      କୃଷ୍ଣେର ସ୍ଵରୂପ ଲୀଳା ବର୍ଣ୍ଣିବେ ନିର୍ମ୍ମଳ ।

                        ( ଚୈଃ ଚଃ ଅନ୍ତ୍ୟ ୫ମ ପରି )

ଶ୍ରୀଳ ରଘୁନାଥ ଭଟ୍ଟଙ୍କୁ ମଧ୍ୟ ବୈଷ୍ଣବ ପଣ୍ଡିତଙ୍କ ନିକଟରୁ ଶ୍ରୀମଦ୍ ଭଗବତ ଅଧ୍ୟୟନ କରିବା ପାଇଁ ମହାପ୍ରଭୁ ଆଦେଶ କରିଥିଲେ ଯଥା

ବୁଦ୍ଧମତାପିତାର ଯାଇ କରହ ସେବନ

ବୈଷ୍ଣବ ଦାଶ ଭାଗବତ କର ଅଧ୍ୟୟନ |

( ଚୈଃ ଚଃ ଅନ୍ତ୍ୟ ୧୩ )

ଭକ୍ତବିନା ଅନ୍ୟର ଭାଗବତରେ ପ୍ରବେଶାଧିକାର ନାହିଁ । ଭକ୍ତ ନିରଭିମାନ ହୋଇ ଶ୍ରୀଭାଗବାନ୍ ଓ ଶ୍ରୀମଦ୍‌ଭାଗବତଙ୍କର ଶରଣାପନ୍ନ ହୁଅନ୍ତି । ତେଣୁ ତାଙ୍କ ହୃହୟରେ ଶ୍ରୀମଦ୍‌ଭାଗବତର ଅର୍ଥ ସ୍ପୁରିତ ହୁଏ । ଜ୍ଞାନଗର୍ବରେ ମତ୍ତ ମହାପଣ୍ଡିତ ଗଣ ମଧ୍ୟ ଶ୍ରୀମଦ୍‌ଭାଗବତର ଅର୍ଥ ଜାଣିବାକୁ ସକ୍ଷମ ହୁଅନ୍ତି ନାହିଁ । ବଲ୍ଲଭଭଟ ସେଥିରେ ଏକ ଉତ୍ତମ ଉଦାହରଣ | ବଲ୍ଲଭଭଟଙ୍କ ମନରେ ଏହି ଗର୍ବ ଥିଲା ଯେ ମୁଁ ଶ୍ରୀମଦ୍‌ଭାଗବତ ଉତ୍ତମବ୍ୟାଖ୍ୟା କରିପାରେ । ଭାଗବତ ସମ୍ଵନ୍ଧୀୟ ଭକ୍ତିସିଦ୍ଧାନ୍ତରେ ମୁଁ ଅତିପଟୁ । ଦିନେ ବଲ୍ଲଭଭଟ ମହାପ୍ରଭୁଙ୍କୁ କହିଲେ “ପ୍ରୋଭ ! ମୁଁ ଶ୍ରୀମଦ୍‌ ଭାଗବତର ଏକଟୀକା ଲେଖିଅଛି, ଆପଣ ଅନୁଗ୍ରହ ପୂର୍ବକ ଥରେ ତାହା ଶ୍ରବଣ କରନ୍ତୁ ’’ । ଅନ୍ତର୍ଯ୍ୟାମୀ ମହାପ୍ରଭୁଙ୍କୁ କିଛି ଅଜଣା ନଥିଲା । ସେ ଭଟ୍ଟଙ୍କର ବ୍ୟାଖ୍ୟା ଭ୍ରମାତ୍ମକ ଜାଣି ଛଳନାକରି କହିଲେ, ଶ୍ରୀମଦ୍‌ଭାଗବତର ଅର୍ଥ ବୁଝିବାର ମୋର ଅଧିକାର ନାହିଁ । ଅତଏବ ଆପଣଙ୍କର ବ୍ୟାଖ୍ୟା ଶୁଣିଲେ କି ଲାଭ ହେବ। ମୁଁ ହରିନାମ ସଂଖ୍ୟା କରି ଜପକରେ ଓ ସଂଖ୍ୟା ମଧ୍ୟ ପୂର୍ଣ୍ଣହୋଇ ପାରୁନାହିଁ । ମୁଁ ଶ୍ରୀମଦ୍‌ଭାଗବତର ବ୍ୟାଖ୍ୟା ଅବା ଶୁଣିବି କେତେବେଳେ ’’ । ଭଟ୍ଟ କହିଲେ “ପ୍ରଭୋ ! ଯଦି ସମସ୍ତ ଭାଗବତର ବ୍ୟାଖ୍ୟା ଶୁଣିବାକୁ ଆପଣକୁ ସମୟ ନାହିଁ ତେବେ ଶ୍ରୀକୃଷ୍ଣନାମର ଅର୍ଥ ମୁଁ ବିସ୍ତାରରୂପେ ବ୍ୟାଖ୍ୟା କରିଅଛି ।

 

ତେତିକି ମାତ୍ର ଶୁଣିବା ହେଉନ୍ତୁ ।’’ ମହାପ୍ରଭୁ କହିଲେ “ ଯଶୋଦାନନ୍ଦନ ଶ୍ୟାମସୁନ୍ଦର’’ କୃଷ୍ଣନାମରତ ଏହି ମାତ୍ର ଅର୍ଥ ମୋତେ ଜଣା । ଏତଦ୍‌ ବ୍ୟତୀତ ଅନ୍ୟ ଅର୍ଥତ ମୋତେ ଜଣା ନାହିଁ । ଅତଏବ କୃଷ୍ଣନାମରେ ବିସ୍ତାରିତ ଅର୍ଥକୁ ମୁଁ କି ବୁଝିବି ? ମହାପ୍ରଭୁଙ୍କର ଏହି ଉପେକ୍ଷା ବଚନ ଶ୍ରବଣ କରି ବଲ୍ଲଭ ଭଟଙ୍କ ମନରେ କଷ୍ଟ ହେଲା । ଏବଂ ମହାପ୍ରଭୁଙ୍କଠାରେ ତାଙ୍କର ପୂର୍ବ ଭକ୍ତିର ହ୍ରାସ ହୋଇଗଲା । ଭଟ୍ଟ ତହୁଁ ଭାଗବତାର୍ଥଙ୍କ ଶ୍ରୀଳ ଗଦାଧର ପଣ୍ଡିତଙ୍କ ଆଶ୍ରୟ ନେଲେ ଓ ନିଜ କୃତ ତାଙ୍କୁ ଶୁଣିବାକୁ ବାରମ୍ଵାର ଅନୁରୋଧ କଲେ । କିନ୍ତୁ ମହାପ୍ରଭୁ ଗଣମାନେ ସେଥିରେ ତାଙ୍କୁ ଦୋଷ ଦେବେ ଏହି ଭୟରେ ଗଦାଧର ପଣ୍ଡିତ ସେଥିରେ ସମ୍ମତ ହେଲେ ନାହିଁ । ମହାପ୍ରଭୁ ଓ ତାଙ୍କଗଣଙ୍କର ଭଟ୍ଟଙ୍କ ପ୍ରତି ତାଚ୍ଛଲ୍ୟ ବ୍ୟବହାରରେ ଭଟ୍ଟଙ୍କର ବିଶେଷ ମନୋବେଦନା ଉପସ୍ଥିତ ହେଲା । ସେ ରାଜହଂସମାନଙ୍କ ମଧ୍ୟରେ ବକପ୍ରାୟ ହୋଇ ରହିଲେ । ତଥାପି ସେ ମାନସିକ ଅହଂକାର ଛାଡ଼ି ପାରି ନ ଥିଲେ । ଦିନକରେ ସେ ଶ୍ରୀମନ ଅଦ୍ଵୈତାଚାର୍ଯ୍ୟଙ୍କୁ ପଚାରିଲେ “ଜୀବ ତ ପ୍ରକୃତ, ଏବଂ କୃଷ୍ଣ ପୁରୁଷ ଓ ପତି, ପତିବ୍ରତା ସ୍ତ୍ରୀ ପକ୍ଷରେ ପତିନାମ ଗ୍ରହଣ ନିଷିଦ୍ଧ । ଆପଣମାନେ ପତିରନାମ ସତତ ଜପକରୁ ଅଛନ୍ତି , ଏ କେଉଁ ଶାସ୍ତ୍ରର ବିଧି । ‘’

ଆଚାର୍ଯ୍ୟ ମହାପ୍ରଭୁଙ୍କୁ ଦେଖାଇ ଦେଇ କହିଲେ ,” ମହାଶୟା ଆପଣଙ୍କ ସମ୍ମୁଖରେତ ସାକ୍ଷାତ ଧର୍ମ୍ମ ବିରାଜମାନ, ତାହାଙ୍କୁ ଏହାର ଅର୍ଥ ପଚାରନ୍ତୁ ନା” ? ଭଟ୍ଟ ତହୁଁ ମହାପ୍ରଭୁଙ୍କୁ ଉକ୍ତ ପ୍ରଶ୍ନ ପଚାରନ୍ତେ ମହାପ୍ରଭୁ କହିଲେ, “ ପତିର ଆଜ୍ଞା ପତ୍ନୀର ସେର୍ବତୋଭାବ ପାଳନୀୟ । ପତି ଯେତେବେଳେ ନିଜ ନାମ ନେବାକୁ ଆଦେଶ କରୁଅଛନ୍ତି ପତ୍ନୀର ସେ ନାମ ନେବାରେ ଆଉ ଦୋଷକଣ” । ଭଟ୍ଟ ଏ ଉତ୍ତର ଶ୍ରବଣ କରି ମୌନାବଲମ୍ଵନ କଲେ । କିନ୍ତୁ ସର୍ବଦା ପରାଜିତ ହେବାରୁ ଅଭିମାନୀ ଭଟ୍ଟଙ୍କ ହୃଦୟରେ ମର୍ମ୍ମାନ୍ତିକ ପିଡା ହେବାକୁ ଲାଗିଲା ।ସେ ଗର୍ବଭାବରେ ଅନ୍ଧ ହୋଇ ନିଜ ଦୋଷ ଦେଖିବାକୁ ସକ୍ଷମ ହେଲେ ନାହିଁ । ପୁଣି ଏକଦିନ ମହାପ୍ରଭୁ ସଙ୍ଗୀଗଣରେ ବେଷ୍ଟିତ ହୋଇ ବସି ଅଛନ୍ତି । ଭଟ୍ଟଆସି ସେ ସଭାରେ ଉପସ୍ଥିତ ହେଲେ ଏବଂ ମହାପ୍ରଭୁ ନମସ୍କାର ପୂର୍ବକ ଉପବେଶନ କଲେ । ସେ ଦିନ ସେ କହିଲେ । ଶ୍ରୀଧର ଗୋସ୍ଵାମୀଙ୍କର ଶ୍ରୀମଦ୍‌ଭାଗବତ ବ୍ୟାଖ୍ୟାରେ ଏକ ବାକ୍ୟତା ନାହିଁ । ଯେତେବଳେ ଯାହା ସୁବିଧା ଜନକ ସେ ମନେକରି ଅଛନ୍ତି । ତାହା ସେ ଲେଖି ଅଛନ୍ତି । ଏକ ଭାବର ବିଭିନ୍ନ ସ୍ଥାନରେ ସେ ବିଭିନ୍ନ ଅର୍ଥ କରିଅଛନ୍ତି। ମୁଁ ତାଙ୍କ ବ୍ୟାଖ୍ୟା ଗ୍ରହଣ କରି ନ ପାରି ତାହା ଖଣ୍ଡନ କରି ସମୀଚୀନ ନୂତନ ବ୍ୟାଖ୍ୟା କରିଅଛି । ରସିକ ଚୂଡ଼ାମଣି ମହାପ୍ରଭୁ ଏଥିରେ ହାସ୍ୟ କରି କହିଲେ ଯେଉଁ ଲୋକ ସ୍ଵାମୀଙ୍କୁ ସ୍ଵୀକାର ନକରେ ସେ ବେଶ୍ୟା ମଧ୍ୟରେ ପରିଗଣିତ । ଯଥା :

 

ପ୍ରଭୁହାସି କହେ ସ୍ଵାମୀନାମାନେ ଯେଇଜନ

ବେଶ୍ୟାର ଭିତରେ ତାରେ କରିୟେ ଗଣନ ।

                  ( ଚୈଃ ଚଃ ଅନ୍ତ୍ୟ ୭ମ ପରି )

 

ଅନ୍ୟଦିନମାନଙ୍କରେତ ଭଟ୍ଟ ନିଜକଥା ସମର୍ଥତ ନ ହେବାକୁ ଲଜ୍ଜିତ ହେଉଥିଲେ । କିନ୍ତୁ ଏଦିନ ମହାପ୍ରଭୁଙ୍କ ଏହି ଭଙ୍ଗ୍ୟୁକ୍ତିରେ ନିରତିଶୟ ମର୍ମ୍ମାହତ ହେଲେ ଏବଂ ବିମନରେ ଘରକୁ ଫେରି ଆସିଲେ । ପୂର୍ବେ ମହାପ୍ରଭୁତ ମୋତେ ପ୍ରୟାଗଠାରେ ମହାକୃପା ପ୍ରକାଶ କରିଥିଲେ , ବର୍ତ୍ତମାନ ଏରୂପ ଅପମାନ ଦେଉଅଛନ୍ତି କାହିଁକି ? ଏହିରୂପ ଭାବୁ ଭାବୁ ତାଙ୍କ ମନରେ ବିଶୁଦ୍ଧ ଜ୍ଞାନ ଉଦୟ ହେଲା । ନିଜଗର୍ବ ଯେ ପରାଭବର କାରଣ ସେ ଏହା ବୁଝି ପାରିଲେ । ଏବଂ ତତ୍ପର ଦିବସ ପ୍ରାତଃ କାଳରେ ଆସି ମହାପ୍ରଭୁଙ୍କ ଚରଣରେ ପ୍ରଣାମ ପୂର୍ବକ ନିଜ ଦୋଷର କ୍ଷମା ଭିକ୍ଷା କଲେ । କ୍ଷମାସାଗର ମହାପ୍ରଭୁ ସଦୟ ହୋଇ କହିଲେ । “ ଦେଖ ତୁମ୍ଭେ ପଣ୍ଡିତ ଓ ଭକ୍ତ । ଏ ଦୁଇଗୁଣ ଯାହାଠାରେ ବର୍ତ୍ତମାନ ତାହାଙ୍କର ମନରେ ଗର୍ବ ଉଦୟ ହେବା ଏକାନ୍ତ ଅନୁଚିତ । ଶ୍ରୀଧରସ୍ଵାମୀଙ୍କ ଭାଗବତର ପ୍ରକୃତ ମର୍ମ୍ମଜ୍ଞ । ତାଙ୍କୁ ଅବହେଳା କରିବା ମହା ଅପରାଧ ଜନକ । ଶ୍ରୀଧରସ୍ଵାମୀଙ୍କ ଅନୁଗତରେ ଶ୍ରୀମଦ୍‌ଭାଗବତ ପଠନ କର ଓ ଅର୍ଥ ବୁଝିବାର ଚେଷ୍ଟାକର । ତେବେ ଯାଇ ଶ୍ରୀମଦ୍‌ଭାଗବତର ଅର୍ଥ ତୁମ୍ଭେ ହୃଦୟଙ୍ଗମ କରିପାରିବ ।’’ ଯଥା –

 

      ପ୍ରଭୁକହେ “ ତୁମି ପଣ୍ଡିତ ମହାଭାଗବତ ।

      ଦୁଇଗୁଣ ଯାହାଁ ତାଁହା ନାହି ଗର୍ବ ପର୍ବତ ।

      ଶ୍ରୀଧର ସ୍ଵାମୀ ନିନ୍ଦି ନିଜ ଟୀକା କର

      ଶ୍ରୀଧର ସ୍ଵାମୀ ନାହିଁ ମାନ ଏତ ଗର୍ବଧର ?

      ଶ୍ରୀଧର ସ୍ଵାମୀ ପ୍ରସାଦେ ଭାଗବତ ଜାନି

      ଜଗଦ୍‌ଗୁରୁ ଶ୍ରଧର ସ୍ଵାମୀ, ଗୁରୁକରି ମାନି ।

      ଶ୍ରୀଧର ଉପରେ ଗର୍ବେ ଯେ କିଛୁ ଲିଖିବେ,

      ଅର୍ଥ ବ୍ୟସ୍ତ ଲିଖନ ସେଇ ଲୋକ ନା ମାନିବେ ।

      ଶ୍ରୀଧରରେ ଅନୁଗତ ଯେ କରେ ଲିଖନ,

      ସବଲୋକ ମାନ୍ୟ କରି କରିବେ ଗ୍ରହଣ ।

      ଶ୍ରୀଧରାନୁଗତେ କର ଭାଗବତ ବ୍ୟାଖ୍ୟାନ

      ଅଭିମାନ ଛାଡି ଭଜ କୃଷ୍ଣଭଗବାନ ।

      ଅପରାଧ ଛାଡ଼ିକର କୃଷ୍ଣ ସଂକୀର୍ତ୍ତନ

      ଅଚିରତ୍ ପାବେତବେ କୃଷ୍ଣେର ଚରଣ ।

                  ( ଚୈଃ ଚଃ ଅନ୍ତ୍ୟ ୭ମ ପରି )

 

ଅତଏବ କିରୁପଭାବେ ଶ୍ରୀମଦ୍‌ ଭାଗବତ ଅଧ୍ୟୟନ କଲେ ଭାଗବତର ପ୍ରକୃତ ତାତ୍ପର୍ଯ୍ୟ ଲୋକ ବୁଝି ପାରିବ, ମହାପ୍ରଭୁଙ୍କର ଏହି ସମସ୍ତ ଉପଦେଶରୁ ତାହାର ଉତ୍ତମ ଶିକ୍ଷା ମିଳୁଅଛି । ତେବେ ସତତ ଭକ୍ତମାନଙ୍କର ଶ୍ରୀମଦ୍‌ଭାଗବତ ଆଲୋଚନା ଏକାନ୍ତ କର୍ତ୍ତବ୍ୟ । ସେଥିପାଇଁ ମହାପ୍ରଭୁ ନିଜପ୍ରିୟ ରଘୁନାଥଭଟ୍ଟଙ୍କୁ କହିଥିଲେ ।

      

ଆମାର ଆଜ୍ଞାୟ ରଘୁନାଥ ଯାଓ ବୃନ୍ଦାବନେ

      ତାଁହାଯାଇ ରହ ରୂପସନାତନ ସ୍ଥାନେ

      ଭାଗବତ ପଢ ସଦା ଲିଓ କୃଷ୍ଣନାମ

      ଅଚିରେ କରିବେନ କୃପା କୃଷ୍ଣ ଭଗବାନ ।

                  ( ଚୈଃ ଚଃ ଅନ୍ତ୍ୟ ୧୩ ପରି )

 

ମହାପ୍ରଭୁ ନିଜପ୍ରିୟ ରଘୁନାଙ୍କୁ ଦାର ପରିଗ୍ରହ କରିବାକୁ ବାରଣ କରି ପ୍ରଧାନ ତୀର୍ଥ ଶ୍ରୀଧାମ ବୃନ୍ଦାବନକୁ ପଠାଇ ଦେଲେ ଓ ସେଠାରେ ଭକ୍ତ ଚୁଡାମଣି ରୂପସନାତନଙ୍କ ଠାରୁ ଭାଗବତ ଶାସ୍ତ୍ର ଶିକ୍ଷା କରିବାର ଉପଦେଶ ଦେଲେ । ଏହାହିଁ ସକଳ ଭକ୍ତମାନଙ୍କ ପ୍ରତି ଉଚିତ ଶିକ୍ଷା ।

 

ଚତୁର୍ବିଂଶ ପରିଚ୍ଛେଦ|

ଶ୍ରୀ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ତତ୍ତ୍ଵ ।

 

ଶ୍ରୀ କୃଷ୍ଣ ଚୈତନ୍ୟ ପୂର୍ଣ୍ଣତମ ଭଗବାନ । ସେ ଅଂଶାବତାର କିମ୍ଵା ଯୁଗାବତାର ନୁହନ୍ତି । ସେ ପୂର୍ଣ୍ଣତମ, ଲୀଳା ନିମନ୍ତେ ତାଙ୍କର ଏ ଧାରାକୁ ଆଗମନ । ରାଧା ପ୍ରେମ ଆସ୍ଵାଦନ ତାଙ୍କର ନିଜ କାର୍ଯ୍ୟ । କିନ୍ତୁ ସେ ଯେତେବେଳେ ରାଧା ପ୍ରେମ ଆସ୍ଵାଦନ ପାଇଁ ଶ୍ରୀ ରାଧାର ଭାରାକାନ୍ତ ଗ୍ରହଣ ପୂର୍ବକ ଧରାରେ ଅବତୀର୍ଣ୍ଣ ହେଲେ, ଯୁଗାବତାରର କର୍ମ୍ମ ନାମ ପ୍ରେମ ପ୍ରଚାର ସେହି ସମୟରେ ଉପସ୍ଥିତ ହେଲା । ଏବଂ ସେ ଏଣେ ରାଧାପ୍ରେମ ଆସ୍ଵାଦନ ସଙ୍ଗେ ସଙ୍ଗେ ହରିନାମ ଜଗତରେ ପ୍ରଚାର କରିଗଲେ । ଯଥା-

      ଏଇ ମତ ଚୈତନ୍ୟକୃଷ୍ଣ ପୂର୍ଣ୍ଣଭଗବାନ୍

      ଯୁଗଧର୍ମ୍ମ ପ୍ରବର୍ତ୍ତନ ନହେ ତାର କାମ ।

      କୋନ କାରଣେ ହୈଲ ଯବେ ଅବତାରେ ମନ

      ଯୁଗଧର୍ମ୍ମ କାଲ ହୈଲ ସେକାଲେ ମିଳନ ।

                  (ଚୈଃ ଚଃ ଆଦି ୪ର୍ଥ ପରି )

 

ବ୍ରଜରେ ଭଗବାନ ରାଧାକୃଷ୍ଣ ଏକ ଆତ୍ମା, ଦୁଇ ଦେହ ଧରି ରସ ଅଷ୍ଟଦନ କରନ୍ତି । ନବଦ୍ଵୀପରେ ଏ ଦୁହେଁ ଏକ ହୋଇ ଶ୍ରୀକୃଷ୍ଣ ଚୈତନ୍ୟ ନାମ ଧାରଣା ପୂର୍ବକ ରାଧାଭାବ ଆସ୍ଵାଦନରେ ରତ । ଯଥା-

      ରାଧାକୃଷ୍ଣ ଏକ ଆତ୍ମ ଦୁଇ ଦେହଧରି

      ଅନ୍ୟୋନ୍ୟେ ବିଳାସରସ ଆସ୍ଵାଦନ କରି ।

      ସେଇ ଦୁଇ ଏକ ଏବେ ଚୈତନ୍ୟ ଗୋସାଇଁ

      ଭାବ ଆସ୍ଵାଦିତେ ଦୋହେଁ ହୈଲା ଏକ ଠାଇଁ ।

 

ଶ୍ରୀଳ କବିରାଜ ଗୋସ୍ଵାମୀ ଆହୁରି ବିଷଦ କରି ଏହା ବୁଝାଇ ଦେଇ ଅଛନ୍ତି । ଯଥା-

 

 

      ରାଧା ପୂର୍ଣ୍ଣଶକ୍ତି କୃଷ୍ଣ ପୂର୍ଣ୍ଣଶକ୍ତିମାନ

      ଦୁଇ ବସ୍ତୁ ଭେଦ ନାହିଁ ଶାସ୍ତ୍ର ପରିମାଣ ।

      ମୃଗମଦ ତାର ଗନ୍ଧ ଯୈଛେ ଅବଚ୍ଛେଦ,

      ଅଗ୍ନି ଜ୍ଵଳତେ ଯୈଛେ କଭୁ ନାହିଁ ଭେଦ ।

 

      ରାଧାକୃଷ୍ଣ ଐଛେ ସଦା ଏକଇ ସ୍ଵରୂପ

      ଲୀଳାରସ ଆସ୍ଵାଦିତେ ଧରେ ଦୁଇରୂପ ।

      ପ୍ରେମ ଭକ୍ତି ଶିଖାଇତେ ଆପନି ଅବତରି

      ରାଧାଭାବ କାନ୍ତି ଦୁଇ ଅଙ୍ଗୀକାର କରି ।

 

      ଶ୍ରୀକୃଷ୍ଣ ଚୈତନ୍ୟ ରୂପେ କୈଲ ଅବତାର

      ଏଇତ ପଞ୍ଚମ ଶ୍ଲୋକେର ଅର୍ଥ ପରଚାର ।

                        (ଚୈଃ ଚଃ ଆଦି ୪ର୍ଥ ପରି )

କିନ୍ତୁ ଏହି ଯେ ପ୍ରେମଭକ୍ତ ଶିକ୍ଷା ଉଲ୍ଲେଖ ହେଲା ଏହା ବାହାରର କଥା । ମୂଳ ଆନ୍ତରିକ ଭାବ ତିନି ଗୋଟି । ପ୍ରଥମ କୃଷ୍ଣ ମନେ କଲେ ମୁଁ ରସର ନିଧାନ ,ପୂର୍ଣ୍ଣ ନନ୍ଦମୟ ଚିନ୍ମୟ ପୂର୍ଣ୍ଣତତ୍ଵ । କିନ୍ତୁ ଏ ବଡ଼ ଆଶ୍ଚର୍ଯ୍ୟ ଯେ ଶ୍ରୀ ରାଧିକାର ପ୍ରେମ ମୋତେ ଉନ୍ମତ୍ତ କରାୟ ।

 

      କୃଷ୍ଣ କହେ ଆମିହଇ ରସେର ନିଧାନ

      ପୂର୍ଣ୍ଣା ନନ୍ଦମୟ ଆମି ଚିନ୍ମୟ ପୂର୍ଣ୍ଣ ତତ୍ତ୍ଵ

      ରାଧିକାର ପ୍ରେମେ ଆମା କରାୟ ଉନ୍ମତ୍ତ ।

                        ( ଚୈଃ ଚଃ ଅନ୍ତ୍ୟ ୪ର୍ଥ ପରି )

 

ସେଇ ଅଦ୍ଭୁତ ପ୍ରେମର ଶ୍ରୀରାଧିକାହିଁ ଆଶ୍ରୟ ଓ ମୁଁ ବିଷୟ । ମୁଁ ବିଷୟ ଜାତୀୟ ସୁଖ ଲାଭ କରେଁ, କିନ୍ତୁ ଆଶ୍ରୟ ଜାତୀୟ ସୁଖରୁ ବଞ୍ଚିତ । ଚିନି ଯେ ଖାଏ ସେ ଚିନିର ସ୍ଵାଦ ଜାଣେ, କିନ୍ତୁ ନିଜ ଆସ୍ଵାଦ କିପରି ତାହା ଚିନି ଜାଣେ ନାହିଁ । ଯଥା—

 

      ସେଇ ପ୍ରେମାର ରାଧିକା ପରମ ଆଶ୍ରୟ

      ସେଇ ପ୍ରେମାର ଆମି ହଇ କେବଳ ବିଷୟ

      ବିଷୟ ଜାତୀୟ ମୁଖ ଆମାର ଆସ୍ଵାଦ

      ଆମା ହୈତେ କୋଟି ଗୁଣ ଆଶ୍ରୟେ ଆହ୍ଲାଦ

 

      ଆଶ୍ରୟ ଜାତୀୟ ସୁଖ ପାଇତେ ମନ ଧାୟ

      ଯତ୍ନେ ନାରି ଆସ୍ଵାଦିତେ ,କି କରି ଉପାୟ ।

      କଭୁ ଯଦି ଏଇ ପ୍ରେମାର ହଇୟେ ଆଶ୍ରୟ

      ତତେ ଏଇ ପ୍ରେମାନନ୍ଦେର ଅନୁଭବ ହୟ ।

                  ( ଚୈଃ ଚଃ ଆଦି ୪ର୍ଥ ପରି )

ଅତଏବ ସେହି ରାଧିକାର ପ୍ରଣୟ ମହିମା କିଦୃଶୀ ତାହା ଜାଣିବାର ଇଚ୍ଛା ପ୍ରଥମ କାରଣ । ଶ୍ରୀକୃଷ୍ଣ ବିଚାର କଲେ ।--

ଶ୍ରୀରାଧା ମୋର ଯେଉଁ ମଧୁରମା ଆସ୍ଵାଦନ କରି ସତତ ବିହ୍ଵଳ ମୋର ସେହି ମଧୁରିମା ବା କିଦୃଶ । ମୁଁ ରାଧାସ୍ଵରୂପ ଧାରଣ ନ କଲେ ଏ ମଧୁରିମା ଆସ୍ଵାଦନର ଅନ୍ୟ ଉପାୟ ନାହିଁ ଯଥା—

      କୃଷ୍ଣ ମାଧୁର୍ଯେର ଏକ ସ୍ଵାଭାବିକ ବଲ

      କୃଷ୍ଣ ଆଦି ନରନାରୀ କରୟେ ଚଞ୍ଚଲ ।

      ଶ୍ରବଣେ ଦର୍ଶନେ ଆକର୍ଷୟେ ସର୍ବମନ

      ଆପନା ଆସ୍ଵାଦିତେ କୃଷ୍ଣ କରେନ ଯତନ ।

X      x      x      x      x      x      X      X      X      X      

      କୃଷ୍ଣେର ମାଧୁରୀ କୃଷ୍ଣେ ଉପୁଜାୟ ଲୋଭ

      ସମ୍ୟକ୍ ଆସ୍ଵାଦିତେ ନାରେ ମନେ ରହେ କ୍ଷୋଭ ।

                        ( ଚୈଃ ଚଃ ଆଦି ୪ର୍ଥ ପରି )

 

ଏ ଦ୍ଵିତୀୟ କାରଣ-

ଏବଂ ଶ୍ରୀକୃଷ୍ଣ ମନେ କଲେ ମୋର ମାଧୁରୀ ଆସ୍ଵାଦନ କରି ଶ୍ରୀରାଧା କି ଜାତୀୟ ସୁଖ ଅନୁଭବ କରେ ମୁଁ ତାହା କିରୂପ ଜାଣିବି । ସେଥିପାଇଁ ରାଧାଭାବ ଗ୍ରହଣ ପୂର୍ବକ ତାଙ୍କର ଅବତାର । ସେଥିପାଇଁ ଶ୍ରୀଳକବିରାଜ ଗୋସ୍ଵାମୀଲେଖି ଅଛନ୍ତିଃ--

ଶ୍ରୀକୃଷ୍ଣ ଚୈତନ୍ୟ,ଗୋସାଇଁ ବ୍ରଜେନ୍ଦ୍ର କୁମାର

      ରସମୟ ମୂର୍ତ୍ତି, କୃଷ୍ଣ,ସାକ୍ଷାତ୍ ଶୃଙ୍ଗାର ।

      ସେଇ ରସ ଆସ୍ଵାଦିତେ କୈଲ ଅବତାର

      ଅନୁସଙ୍ଗେ କୈଲ ସବ ରସେର ପ୍ରଚାର ।

                        ( ଚୈଃ ଚଃ ଆଦି ୪ର୍ଥ ପରି )

 

ଅତଏବ ଶ୍ରୀରାଧାଭାବ ଓ କାନ୍ତି ଧାରପୁର୍ବକ ଶ୍ରୀକୃଷ୍ଣରୂପପୂର୍ଣ୍ଣ ଇନ୍ଦୁ ନବଦ୍ଵୀପରେ ଶଚୀଗର୍ଭରୂପ କ୍ଷୀର ସିନ୍ଧୁରେ ଉଦୟ ହେଲେ । ଯଥା –

 

      ରାଧିକାର ଭାବବର୍ଣ୍ଣ ଅଙ୍ଗୀକାର କରି

      ନବଦ୍ଵୀପେ ଶଚୀଗର୍ଭ ଶୁଦ୍ଧ ଦୁଗ୍ଧ ସିନ୍ଧୁ

      ତାହାତେ ପ୍ରକଟ ହୈଲ କୃଷ୍ଣ ପୂର୍ଣ୍ଣଇନ୍ଦୁ ।

                        ( ଚୈଃ ଚଃ ଆଦି ୪ର୍ଥ ପରି )

ଏହି ଯେ ନଦୀୟାର ଅବତାର ଶ୍ରୀକୃଷ୍ଣ ଚୈତନ୍ୟ ଏ ସକଳ ଅବତାରର ସାର । ଶ୍ରୀଳ ଲୋଚନ ଦାସ ତାହାଙ୍କୁ ଅବତାର ଶିରୋମଣି ବୋଲି ଆଖ୍ୟା ପ୍ରଦାନ କରିଅଛନ୍ତି । ଯଥା –

      ସର୍ବ ଅବତାର ସାର ଚୈତନ୍ୟ ଚୋସାଞ୍ଜି,

      ଏ ହେନ କରୁଣା ନିଧି ଆର ହୈତେ ନାଞ୍ଜ

x      x      x      x      x      x      x      x      x      x      x

      ଚୈତନ୍ୟ ଗୋସାଞ୍ଜି ଏଇ ତ ବଡ,

      ତେଞ୍ଜି ଅବତାର ଶିବ ବଲି ଦଡ୍,

                        ( ଚୈଃ ଚଃ ମଙ୍ଗଳ )

 

ମହାପ୍ରଭୁଙ୍କର ପ୍ରକଟାବସ୍ଥାରେ ବିଜାତୀୟ ମୁସଲମାନଗଣ ମଧ୍ୟ ସେ ଯେ ସ୍ଵୟଂ ଭଗବାନ ଧରାରେ ଅବତୀର୍ଣ୍ଣ ହୋଇଥିଲେ ଏହା ବିଶ୍ଵାସ କରିଥିଲେ,ଗୌଡ଼ର ତଦାନୀନ୍ତନ ବାଦସାହା ହୋସେନ ସାହା ତାଙ୍କ କର୍ମଚାରୀମାନଙ୍କୁ କହିଥିଲେ ,

      ହିନ୍ଦୁଯାରେ ବଲେ କୃଷ୍ଣ ଖୋଦାୟ ଯବନେ

      ସେଇ ତିଁ ହ ନିଶ୍ଚୟ ଜାନିହ ସର୍ବଜନେ,

      ଆପନାର ରାଜ୍ୟେ ସେ ଆମାର ଆଜ୍ଞାବହେ

      ତାଁର ଆଜ୍ଞା ଶିରେ କରି ସର୍ବଦେଶେ ବହେ ,

                        ( ଚୈଃ ଭଃ ଅନ୍ତ୍ୟ ୪ )

 

ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ ସମୟରେ ତାଙ୍କର ସନ୍ନ୍ୟାସ ଗୁରୁ ଶ୍ରୀମନ୍ କେଶବଭାରତୀ ତାଙ୍କର ଯେ ଶ୍ରୀକୃଷ୍ଣ ଚୈତନ୍ୟ ବୋଲି ନାମ ରଖିଥିଲେ ,ସେତେବେଳେ ଭାରତୀଙ୍କ ମନରେ ଯେଉଁ ଭାବ ଉଦୟ ହୋଇଥିଲା ତାହା ମହାପ୍ରଭୁଙ୍କର ଅବତାରର ପ୍ରକୃତ କାରଣ ପ୍ରକାଶ କରୁଅଛି । ସେ ନାମହିଈ ତଦୁପଯୁକ୍ତ ହୋଇଅଛି । ଯଥା—

 

      ଯତ ଜଗତେରେ ତୁମି କୃଷ୍ଣ ବୋଲାଇଲା,

      କରାଇଲା ଚୈତନ୍ୟ କୀର୍ତ୍ତନ ପ୍ରକାଶିଲା,

      ଏତେକେ ତୋମାର ନାମ ଶ୍ରୀକୃଷ୍ଣ ଚୈତନ୍ୟ

      ସର୍ବଲୋକ ତୋମା ହଇତେ ହଇଲେନ ଧନ୍ୟ ,

                        ( ଚୈଃ ଚଃ ମଧ୍ୟ ୨୭ )

 

ମହାପ୍ରଭୁ ହିଁ ସର୍ବଆଦି,ସର୍ବକାରଣର କାରଣ ପୂର୍ଣ୍ଣତମ ପୁରୁଷ,ଅନ୍ୟ ସମସ୍ତେ ତାଙ୍କର ଅଂଶ ଅବା କଳା । ଏମନ୍ତକି ଶ୍ରୀମାନ୍ ନିତ୍ୟାନନ୍ଦ ,ସ୍ଵୟଂ ଧରଣୀଧର ଅନନ୍ତଦେବ ଯାହାଙ୍କର ଅଂଶ ,ସେ ମଧ୍ୟ ମହାପ୍ରଭୁଙ୍କର ଆଜ୍ଞାକାରୀ । ପ୍ରେମ ପ୍ରଚାର ପାଇଁ ନିତ୍ୟାନନ୍ଦ ଆଗେ ଧରାକୁ ଆସି ମଧ୍ୟ ନିଜେ ପ୍ରଚାର କାର୍ଯ୍ୟ ଆରମ୍ଭ ନକରି ମହାପ୍ରଭୁଙ୍କ ଆଜ୍ଞାକୁ ଅପେକ୍ଷା କରି ରହିଥିଲେ । ଯଥା—

 

 

      ଯଦ୍ୟପିଓ ନିତ୍ୟାନନ୍ଦ ଧରେ ସର୍ବ ଶକ୍ତି.,

      ତଥାପିଓ କାରେ ଦିତେ ନା ପାରେନ ଭକ୍ତି ।

      ଯବେ ଗୌରଚନ୍ଦ୍ର ପ୍ରଭୁ କରିବ ପ୍ରକାଶ,

ତାହାଁର ଆଜ୍ଞାୟ ଭକ୍ତିଦାନେର ବିଳାସ ।

            ( ଚୈଃ ଚଃ ଆଦି ୮ ମ )

ଅତଏବ ଏହି ସମସ୍ତ ପ୍ରମାଣରୁ ମହାପ୍ରଭୁ ଯେ ସ୍ଵୟଂ ଭଗବାନ୍ ଏହା ଉତ୍ତମପ୍ରମାଣିତ ହେଉଅଛି । ସେ ଅଂଶ ବା କଳା ନୁହନ୍ତି ସେ ପୂର୍ଣ୍ଣତମ ,ପ୍ରେମାସ୍ଵାଦନ ପାଇଁ ଧରାକୁ ଆସିଥିଲେ ।

 

ପଞ୍ଚବିଂଶ ପରିଚ୍ଛେଦ ।

ମହାପ୍ରଭୁଙ୍କ ଗୁଣ

ମହାପ୍ରଭୁ ସ୍ଵୟଂ ଭଗବାନ । ସମସ୍ତ ଗୁଣର ଆକାର, ସମସ୍ତ ଗୁଣ ତାଙ୍କ - ଠାରୁ ଉତ୍ପତ୍ତି ଓ ସମସ୍ତ ତାଙ୍କଠାରେ ଶେଷ । ତାଙ୍କର ଗୁଣ ବର୍ଣ୍ଣନ କରିବା ମନୁଷ୍ୟର କି ସାଧ୍ୟ ଅଛି । ମହାପଣ୍ଡିତ ହେଲେ ମଧ୍ୟ ମହାପ୍ରଭୁଙ୍କ ଗୁଣ ସାଗରରୁ କଣାମାତ୍ର ସ୍ପର୍ଶ କରି ପାରିବ ନାହିଁ । ମୁଁ ଉକ୍ତିବିହନ ମୂର୍ଖ ତାଙ୍କର ଗୁଣ କଣ ବର୍ଣ୍ଣନ କରିବି । ଶ୍ରୀଳ କବିରାଜ ଗୋସ୍ଵାମୀ ଓ ଶ୍ରୀଳବୃନ୍ଦାବନ ଦାସଙ୍କ ଲେଖାରୁ କିଞ୍ଚିତ ଉଦ୍ଧୃତ କରିବାକୁ ବସିଅଛି ମାତ୍ର ।

ପଣ୍ଡିତ ପ୍ରବର ଶ୍ରୀଳ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବଡ ତାର୍କିକ ଥିଲେ । ମହାପ୍ରଭୁଙ୍କ କୃପାରୁ ସେ ପରମ ଭକ୍ତରେ ପରିଣତ ହେଲେ । ଶେଷରେ ଶ୍ରୀକୃଷ୍ଣ ଚୈତନ୍ୟହିଁ ତାଙ୍କର ଧ୍ୟାନ ଜପ ସମସ୍ତ ହୋଇଥିଲେ । ଯଥା-

ଶ୍ରୀକୃଷ୍ଣ ଚୈତନ୍ୟ ଶଚୀସୁତ ଗୁଣଧାମ

ଏଇଧ୍ୟାନ ଏଇଜପ ଲୟ ଏଇ ନାମ ।

            (ଚୈଃ ଚଃ ମଧ୍ୟ ୭ ମ ପରି)

ସେ ଦିନେ ମହାପ୍ରଭୁଙ୍କୁ ଶ୍ରୀମଦ୍‌ଭାଗବତର ବ୍ରହ୍ମସ୍ତୁତି ମଧ୍ୟରୁ ଗୋଟିଏ ଶ୍ଳୋକ ପାଠ କରି ମହାପ୍ରଭୁଙ୍କୁ ପ୍ରଣାମ କଲେ, କିନ୍ତୁ ସେ ଶ୍ଳୋକ ମଧ୍ୟରେ ମୁକ୍ତିପଦ ବୋଲି ଗୋଟିଏ ଭଗବାନଙ୍କର ବିଶେଷ ଶବ୍ଦ ଥିଲା । ଶ୍ଳୋକ ପାଠ କାଳରେ ସାର୍ବଭୌମ ତାକୁ ମୁକ୍ତିପଦ ନ ପଢ଼ି ଭକ୍ତି ପଦ ବୋଲି ପାଠ କଲେ । ମହାପ୍ରଭୁ ତେତେବେଳେ ଭଟ୍ଟାଚାର୍ଯ୍ୟଙ୍କର ପୂର୍ଣ୍ଣ ବୈଷ୍ଣବତାର ଭାବ ଦେଖି ଆନନ୍ଦିତ ହୋଇ କୌତୁକରେ କହିଲେ, “ ଭଟ୍ଟାଚାର୍ଯ୍ୟ ! ତୁମ୍ଭେ ଶ୍ଳୋକର ମୁକ୍ତିପଦ ସ୍ଥାନରେ ଭକ୍ତିପଦ ଏରୂପ ପାଠ କଲ କିପାଇଁ ?” ଭଟ୍ଟାଚାର୍ଯ୍ୟ କହିଲେ, “ପ୍ରଭୋ ! ଭକ୍ତିର ଫଳ ମୁକ୍ତି ନୁହେ, ଭଗବତ୍‌ ଭକ୍ତି ବିମୁଖ ଜନର ଦଣ୍ଡ ହିଁ ମୁକ୍ତି, ଯେ ଶ୍ରୀ କୃଷ୍ଣଙ୍କର ବିଗ୍ରହ ସତ୍ୟ ଏହା ସ୍ଵୀକାର ନ କରେ ଏବଂ ସେ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧାଦିରେ ପ୍ରବୃତ୍ତ ହୁଏ ସେମାନେ ବ୍ରହ୍ମପାଯୁଜ୍ୟମୁକ୍ତି ଲାଭ କରନ୍ତି । ଭକ୍ତିର ଫଳ ଏହାଠାରୁ ଅନେକ ଉଚ୍ଚରେ ଅବସ୍ଥିତ ।

ମହାପ୍ରଭୁ କହିଲେ, “ ଭଟ୍ଟାଚାର୍ଯ୍ୟ ! ତୁମ୍ଭେ ମୁକ୍ତିପଦର ଯେଉଁ ଅର୍ଥ ଗ୍ରହଣ କରିଅଛ, ତାହା ଛଡା ମୁକ୍ତି ପଦର ଯେ ଅନ୍ୟ ଅର୍ଥ ଅଛି, ଅର୍ଥାତ୍‌ ଯାହାର ଯାହାର ପଦ ହିଁମୁକ୍ତି, ଏହା ଯେ ଶ୍ରୀକୃଷ୍ଣଙ୍କୁ ବୁଝାଉ ଅଛି । ତେବେ ଶ୍ଳୋକର ମୁକ୍ତି ପଦ ଶବ୍ଦ ପରିବର୍ତ୍ତନ କରିବାର କି ଆବଶ୍ୟକ ।“ସାର୍ବଭୌମ କହିଲେ, “ପ୍ରଭୋ ! ଆପଣ ଯାହା କହିଲେ ତାହା ସତ୍ୟ ତଥାପି ମୁକ୍ତିପଦ କହିବା । ମାତ୍ର ପ୍ରଥମେ ମୁକ୍ତି ବିଷୟ ସାଧାରଣ ମନରେ ଉଦୟ ହୁଏ, ଏବଂ ଭକ୍ତିଶବ୍ଦ ଉଚ୍ଚାରଣରେ ମନରେ ଯେପରି ଉଲ୍ଲାସ ହୁଏ, ମୁକ୍ତି ଶବ୍ଦରେ ତାହା ହୁଏ ନାହିଁ, ବରଂ ଘୃଣା ଓ ତ୍ରାସ ଆସି ଉପସ୍ଥିତ ହୁଏ। ତେଣୁ ମୁକ୍ତି ପଦ ଉଚ୍ଚାରଣ ନ କରି ଭକ୍ତିପଦ ଉଚ୍ଚାରଣ କଲି । ମହାପ୍ରଭୁ ଏଥିରେ ପରମ ସନ୍ତୁଷ୍ଟ ହୋଇ ଭଟ୍ଟାଚାର୍ଯ୍ୟଙ୍କୁ ଆଲିଙ୍ଗନ କଲେ । ମହାପ୍ରଭୁଙ୍କର ଏହି ସାର୍ବଭୌମ ଉଦ୍ଧାର ରୂପ କୀର୍ତ୍ତି ବର୍ଣ୍ଣନ କରି କବିରାଜ ଗୋସ୍ଵାମୀ ଲେଖିଅଛନ୍ତି ।

 

ଯେଇ ଭଟ୍ଟାଚାର୍ଯ୍ୟ ପଢ଼େ ପଢ଼ାୟ ମାୟାବାଦ

ତାର ଐଛେ ବାକ୍ୟ ସ୍ଫୁରେ ଚୈତନ୍ୟ ପ୍ରସାଦ ।

ଲୋହାକେ ଯାବତ୍‌ ସ୍ପର୍ଶ ହେମ ନାହିଁ କରେ

ତାବତ୍‌ ସ୍ପର୍ଶମଣି କେହ ଚିନିତେ ନା ପାରେ ।

 

ଭଟ୍ଟାଚାର୍ଯ୍ୟେର ବୈଷ୍ଣବତା ଦେଖି ସର୍ବଜନ

ପ୍ରଭୁକେ ଜାନିଲ ସାକ୍ଷାତ୍‌ ବ୍ରଜନ୍ଦ୍ର ନନ୍ଦନ ।

            [ଚୈଃ ଚଃ ମଧ୍ୟ ୭ମ]

 

ଅତଏବ କବିରାଜ ଗୋସ୍ଵାମୀଙ୍କ ଏହି ଭକ୍ତିରୁ ମହାପ୍ରଭୁ ଯେ କିରୂପ ସ୍ପର୍ଶମଣି ତାହା ଉତ୍ତମ ଜଣାଯାଉଅଛ ।

ମହାପ୍ରଭୁ ପରମ ସ୍ଵତନ୍ତ୍ର । ତଥାପି ପ୍ରେମାଧୀନ । ସେ ଭକ୍ତ ପ୍ରେମରେ ବଶ ହୋଇ ଭକ୍ତଠାରେ ବନ୍ଧା ପଡନ୍ତି। ନିମ୍ନୋକ୍ତି ଘଟଣାଟି ତାଙ୍କର ପ୍ରେମବଶତାର ପରିଚାୟକ ।

ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ ପୂର୍ବକ ଶ୍ରୀପୁରୁଷୋତ୍ତମରେ ବାସ କରିବା ପରେ ଗୌଡ ଦେଶରୁ ତାଙ୍କ ପ୍ରିୟ ଭକ୍ତଗଣ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପୁରୀକୁ ଯାଇ ତାଙ୍କ ସହ ମିଳୁଥିଲେ । ଏକବର୍ଷ ଶ୍ରୀଶିବାନନ୍ଦ ସେନଙ୍କର ଭଣଜା ଶ୍ରୀକାନ୍ତ ଏକାକୀ ଆପେ ପୁରୁଷୋତ୍ତମ ଯାତ୍ରାକାଲେ । ସେ ଯାଇ ମହାପ୍ରଭୁଙ୍କ ଶ୍ରୀଚରଣ ଦର୍ଶନ କଲେ । ମହାପ୍ରଭୁ ତାଙ୍କୁ ବହୁ କୃପା ପ୍ରଦର୍ଶନ କରି ଦୁଇମାସ ନିଜ ନିକଟରେ ରଖାଇଲେ ଓ ତତ୍ପର ବିଦାୟ ଦେଇ ତାଙ୍କୁ କହିଲେ, “ଶ୍ରୀକାନ୍ତ ! ତୁମ୍ଭେ ଏଥର ମୋର ପ୍ରିୟ ଭକ୍ତମାନଙ୍କୁ ଏତେ ଦୂର କଷ୍ଟ ସ୍ଵୀକାର ପୂର୍ବକ ଏଠାକୁ ଆସିବାକୁ ବାରଣ କରିବ । ମୁଁ ନିଜେ ଗୌଡକୁ ଯାଇ ସେମାନଙ୍କ ସହ ମିଳନ କରିବି । ତୁମ୍ଭର ମାମୁଙ୍କୁ କହିବ, ମୁଁ ଆସନ୍ତା ପୌଷ ମାସରେ ସେଠାକୁ ଅବଶ୍ୟ ଯିବି ।“ଶ୍ରୀକାନ୍ତ ଗୌଡଦେଶକୁ ଫେରିଯାଇ ମହାପ୍ରଭୁଙ୍କ ଆଜ୍ଞା ସମସ୍ତଙ୍କୁ ଜଣାଇଲେ । ଏଥର ମହାପ୍ରଭୁ ଆମ୍ଭ ଦେଶକୁ ଆସିବେ । ଏହି ସମ୍ବାଦରେ ଗୌଡବାସୀ ଭକ୍ତବୃନ୍ଦ ପରମାନନ୍ଦ ଲାଭକଲେ । ପୌଷମାସ ଉପସ୍ଥିତ ହୁଅନ୍ତେ ଶିବାନନ୍ଦ ପ୍ରଭୃତି ମହାପ୍ରଭୁଙ୍କ ନିମିତ୍ତ ନାନା ସାମାଗ୍ରୀ ପ୍ରସ୍ତୁତ କରି ରଖିଲେ । କିନ୍ତୁ ପୌଷମାସ ଆସି ଅତିବାହିତ ହେବାକୁ ବସିଲା , ମହାପ୍ରଭୁଙ୍କର ଆସିବାର କିଛିମାତ୍ର ସମ୍ବାଦ ସେମାନେ ପାଇଲେ ନାହିଁ । ଶ୍ରୀମାନ୍‌ ନୃସିଂହାନନ୍ଦ ଏହି ସମୟରେ ଶ୍ରୀଶିବାନନ୍ଦ ସେନଙ୍କ ଘରେ ଉପସ୍ଥିତ ହେଲେ । ଶ୍ରୀନୃସିଂହାନନ୍ଦଙ୍କ ଅସୀମ ପ୍ରଭାବ ସମସ୍ତଙ୍କୁ ଜଣା । ଶିବାନନ୍ଦ ଓ ଜଗଦାନନ୍ଦ ତାଙ୍କୁ ନିଜ ମନୋବେଦନା ଜ୍ଞାପନ କଲେ । ଶ୍ରୀନୃସିଂହାନନ୍ଦ ସେମାନଙ୍କୁ ଆଶ୍ଵାସନାପୂର୍ବକ କହିଲେ, “ତୁମ୍ଭେମାନେ ଚିନ୍ତା କର ନାହିଁ । ତିନିଦିନ ମଧ୍ୟରେ ମୁଁ ମହାପ୍ରଭୁଙ୍କୁ ଏଠାକୁ ଅଣାଉ ଅଛି । ମହାପ୍ରଭାବଶାଳୀ ନୃସିଂହାନନ୍ଦଙ୍କ କଥାରେ କାହାରି ଅବଶ୍ଵାସ ହେଲା ନାହିଁ । ନୃସିଂହାନନ୍ଦ ଧ୍ୟାନରେ ନିମଗ୍ନ ହେଲେ ଏବଂ ଦ୍ଵିତୀୟ ଦିବସ ସେ ଶ୍ରୀଶିବାନନ୍ଦଙ୍କୁ କହିଲେ “ଶଚୀନନ୍ଦ ! ମହାପ୍ରଭୁ ଆଜି ପାଣ ହାଟି ଗ୍ରାମପର୍ଯ୍ୟନ୍ତ ଆସିଅଛନ୍ତି, କାଲି ଏଠାକୁ ଆସିବେ । ତୁମ୍ଭେ ପାକସାମଗ୍ରୀମାନ ମୋ ଠାକୁ ଆଣ, ମୁଁ ପାକର ଆୟୋଜନ କରେଁ।“ ଶ୍ରୀଶିବାନନ୍ଦ ପୂର୍ବସଞ୍ଚିତ ପାକ ସାମଗ୍ରୀମାନ ଆଣି ନୃସିଂହାନନ୍ଦଙ୍କ ନିକଟରେ ଦେଲେ ଏବଂ ଶ୍ରୀନୃସିଂହାନନ୍ଦ ନାନା ପରିପାଟିସହ ପାକ କରିବାକୁ ଲାଗିଲେ । ପାକ ସମାପନ କରି ଅନ୍ନ, ବ୍ୟଞ୍ଜନ, ପିଠା, କ୍ଷିରି ସମସ୍ତ ତିନିସ୍ଥାନରେ ପୃଥକ, ବାଢ଼ି, ଏକ ପତ୍ରସ୍ଥ ଭୋଜ୍ୟ ଶ୍ରୀ ଜଗନ୍ନାଥଙ୍କୁ, ୨ୟ ଶ୍ରୀମନ୍‌ ମହାପ୍ରଭୁଙ୍କୁ ଓ ତୃତୀୟ ତାଙ୍କର ଇଷ୍ଟଦେବ ଶ୍ରୀନୃସିଂହଙ୍କ ସମର୍ପଣ ପୂର୍ବକ ବାହାରେ ଧ୍ୟାନ କରିବାକୁ ଲାଗିଲେ । ସେ ଦେଖିଲେ ମହାପ୍ରଭୁ ଆସି ଉପସ୍ଥିତ ହେଲେ ଏବଂ ଆସନରେ ବସି ତିନି ପାତ୍ରସ୍ଥ ଭୋଗ ସମସ୍ତ ଭୋଜନ କରିବାକୁ ଲାଗିଲା । ଏହା ଦେଖି ଶ୍ରୀନୃସିଂହାନନ୍ଦଙ୍କର ଆନନ୍ଦର ପରିସୀମା ରହିଲା ନାହିଁ । ସେ କେବଳ ପ୍ରେମର ଆକ୍ଷେପ କରି କହିବାକୁ ଲାଗିଲେ, “ପ୍ରଭୋ ! ଶ୍ରୀ ଜଗନ୍ନାଥ ଓ ଆପଣ ଏକ, ଦୁହିଁଙ୍କ ଭୋଗ ଆପଣ ଏକା ଖାଇଲେ ମନା ନାହିଁ । କିନ୍ତୁ ଶ୍ରୀ ନୃସିଂହଦେବଙ୍କର ଭୋଗ ଯେ ଆପଣ ଖାଇଲେ ମନା ନାହିଁ । କିନ୍ତୁ ଶ୍ରୀ ନୃସିହଦେବଙ୍କର ଭୋଗ ଯେ ଆପଣ ଖାଇଲେ ସେଥିରେ ମୋର ପ୍ରଭୁ ଶ୍ରୀନୃସିଂହଦେବ ଯେ ଉପବାସୀ ରହିଲେ ।“ ଶ୍ରୀନୃସିଂହନନ୍ଦଙ୍କର ପ୍ରେମବିହ୍ଵଳ ଅବସ୍ଥାରେ ଏହି ଚିତ୍କାର ଶୁଣି ଶିବାନନ୍ଦ ପଚାରିଲେ ଏରୂପ ଉଚ୍ଚରେ କି ଚିତ୍କାର କରୁଅଛନ୍ତି । ଶ୍ରୀନୃସିଂହାନନ୍ଦ ସେହିରୂପେ ପ୍ରେମ ବିହ୍ଵଳ ଭାବରେ କହିଲେ, “ଶିବାନନ୍ଦ ? ତୁମ୍ଭେ ପ୍ରଭୁଙ୍କର ବ୍ୟବହାର ଦେଖୁଛ । ସେ ତିନିଜଣଙ୍କର ଭୋଗ ଏକାକୀ ଭୋଜନ କରୁଅଛନ୍ତି ।“ ମହାପ୍ରଭୁ ପ୍ରକୃତ ଆସ ଭୋଜନ କରୁଅଛନ୍ତି କିମ୍ବା ଏ (ନୃସିଂହାନନ୍ଦ) ପ୍ରେମବିହ୍ଵଳ ହୋଇ ଏରୂପ ପ୍ରଳାପ କରୁଅଛନ୍ତି । ଶିବାନନ୍ଦ ଏହିରୂପ ଭଳି ସନ୍ଦିଗ୍ଧ ହେଲେ । ତତ୍ପର ନୃସିଂହାନନ୍ଦ ଶିବାନନ୍ଦଙ୍କୁ ପୁନର୍ବାର ପାକ ସାମଗ୍ରୀ ଆଣିବାକୁ କହିଲେ । ଶ୍ରୀଶିବାନନ୍ଦ ତାହା ପୁନଃ ଯୋଗାଇ ଦିଅନ୍ତେ ଶ୍ରୀନୃସିଂହାନନ୍ଦ ପୁନର୍ବାର ତାହା ପାକ କରି ନିଜ ଇଷ୍ଟ ଶ୍ରୀନୃସିଂହଦେବଙ୍କୁ ସମର୍ପଣ କଲେ ।

 

ଏହି ଘଟଣା ଏକବର୍ଷ ପରେ ଶ୍ରୀ ଶିବାନନ୍ଦ ସେନ ଶ୍ରୀପୁରୁଷୋତ୍ତମକୁ ଯାତ୍ରା କଲେ, ଏବଂ ମହାପ୍ରଭୁଙ୍କ ଶ୍ରୀଚରଣଦର୍ଶନ କଲେ । ଦିନକରେ ମହାପ୍ରଭୁ ସମସ୍ତଙ୍କ ସମ୍ମୁଖରେ ଶ୍ରୀନୃସିଂହାନନ୍ଦଙ୍କର ଗୁଣ ବର୍ଣ୍ଣନ ପୂର୍ବକ କହିଲେ, ଗତବର୍ଷ ପୌଷମାସରେ ସେ ମୋତେ ଭୋଜନ କରାଇଥିଲେ । ଖାଦ୍ୟ ସାମଗ୍ରୀମାନ ଏତେ ସୁନ୍ଦର ହୋଇଥିଲା ଯେ ଏମନ୍ତ ମିଷ୍ଟାନ୍ନ ମୁଁ ଆଉ କେଭେଁ ଖାଇନାହିଁ । ମହାପ୍ରଭୁଙ୍କ ଶ୍ରୀମୁଖରୁ ଏହି ଭଙ୍ଗୀବାଣୀ ଶ୍ରବଣକରି ଶ୍ରୀଶିବାନନ୍ଦ ସେନ ବୁଝି ପାରିଲେ ଯେ ମହାପ୍ରଭୁ ପ୍ରକୃତରେ ଗତବର୍ଷ ପୌଷମାସରେ ତାଙ୍କ ଗୃହକୁ ଯାଇ ଶ୍ରୀନୃସିଂହାନନ୍ଦ କର୍ତ୍ତୃକ ପ୍ରସ୍ତୁତ ଅନ୍ନାଦି ଭୋଜନ କରି ଅଛନ୍ତି । ଯଥା-

 

      ଏକଦିନ ସଭାତେ ପ୍ରଭୁ ବାତ ଚାଲାଇଲା,

      ନୃସିଂହାନନ୍ଦେର ଗୁଣ କହିତେ ଲାଗିଲା ।

      ଗତ ପୌଷେ ମୋରେ କରାଇଲ ଭୋଜନ,

      କଭୁ ନାହିଁ ଖାଇ ଐଛେ ମିଷ୍ଟାନ୍ନ ବ୍ୟଞ୍ଜନ ।

 

 

      ଶୁନି ଭକ୍ତଗଣ ମନେ ଆଶ୍ଚର୍ଯ୍ୟ ମାନିଲ,

      ଶିବାନନ୍ଦେର ମନେ ତବେ ପ୍ରତ୍ୟୟ ଜନ୍ମିଲ ।

      ଏଇମତ ଶଚୀ ଗୃହେ ସତତ ଭୋଜନ,

      ଶ୍ରୀବାସେର ଗୃହେ କରେନ କୀର୍ତ୍ତନ ଦର୍ଶନ ।

 

      ନିତ୍ୟାନନ୍ଦେର ନୃତ୍ୟଦେଖେ ଆସିବାରେ ବାରେ,

      ନିରନ୍ତର ଆବିର୍ଭାବ ରାଘଚେର ଘରେ ।

      ପ୍ରେମବଶ ଗୌରପ୍ରଭୁ ଯାହାଁ ପ୍ରେମୋତ୍ତମ,

      ପ୍ରେମବଶ ହଇତାହାଁ ଦେନଦରଶନ ।

                  (ଚୈଃ ଚଃ ଅନ୍ତ୍ୟ ୨ୟ ପରି)

 

ମହାପ୍ରଭୁ ଏରୂପ ଏକଲୀଳା କଲେ କିପାଇଁ । ସେତ ଇଚ୍ଛା କଲେ ଶ୍ରୀଶିବାନନ୍ଦ ସେନ ଓ ଶ୍ରୀଜଗଦାନନ୍ଦଙ୍କ ପରି ପ୍ରିୟ ପାର୍ଷଦମାନଙ୍କୁ ସାକ୍ଷାତ୍‌ ଦର୍ଶନ ଦେଇ ସେଠାରେ ଭୋଜନ କରିପାରି ଥାଆନ୍ତେ। ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ଉଦ୍ଦେଶ୍ୟପୂର୍ଣ୍ଣ । ସେ ଜୀବମାନଙ୍କୁ ଭକ୍ତି ଶିକ୍ଷାଦେବେ । ଏହା ତାଙ୍କର ଅବତାରର ଏକ ହେତୁ । ଅତଏବ ଏହି ଏକଲୀଳା ଦ୍ଵାରା ସେ ଯୁଗ ଯୁଗାନ୍ତର ପାଇଁ ଏକ ପ୍ରଧାନ ଶିକ୍ଷା ଜୀବହିତ ପାଇଁ ରଖିଗଲେ । ଏହି ଘଟନାଦ୍ଵାରା ସମସ୍ତ ଭକ୍ତଙ୍କର ଏହି ବିଶ୍ଵାସ ଦୃଢ଼ୀଭୂତ ହେବ ଯେ ପ୍ରେମିକ ଭକ୍ତ ତାଙ୍କୁ ପ୍ରାଣସହ ଡାକିଲେ ସେ ନିଶ୍ଚୟ ସେଠାରେ ଆସି ଉପସ୍ଥିତ ହୁଅନ୍ତି ।

 

ଅପାର କୃପା ପ୍ରଦର୍ଶନ ପୂର୍ବକ ମହାପ୍ରଭୁ ଯେ ଭକ୍ତମାନଙ୍କୁ ଆନ୍ତରିକ ଡ଼ାକଶୁଣି ସେମାନଙ୍କ ନିକଟରେ ଶୀଘ୍ର ଆସି ଉପସ୍ଥିତ ହୁଅନ୍ତି ଶ୍ରୀରଘୁନାଥ ଦାସଙ୍କ ଜୀବନୀରୁ ଏହାର ଏକ ଉଦାହରଣ ନିମ୍ନରେ ଉଲ୍ଲେଖ କଲି ।

 

ଶ୍ରୀରଘୁନାଥ ଦାସ ବିଷୟବାସନା ଏକାବେଳକେ ତ୍ୟାଗକରି ମହାପ୍ରଭୁଙ୍କ ଶ୍ରୀଚରଣ ଲାଭରେ ଏକାନ୍ତ ଉତ୍କଣ୍ଠିତ । ସେ ଶୁଣିଲେ ଯେ ଶ୍ରୀମାନ୍‌ ପ୍ରଭୁ ନିତ୍ୟାନନ୍ଦ ପାଣିହାଟକୁ ଆସି ଅଛନ୍ତି । ତାଙ୍କର କୃପା ଭିକ୍ଷା କରିବା ମାନସରେ ଶ୍ରୀରଘୁନାଥ ଦାସ ସେଠାକୁ ଦଉଡିଲେ । ଯାଇ ଦେଖିଲେ ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ଗଣ ସହ ଗଙ୍ଗାତୀରରେ ତରୁ ମୂଳରେ ପିଣ୍ଡି ଉପରେ ଉପବେଶନ କରି ଅଛନ୍ତି । ସୂର୍ଯ୍ୟସମ ତେଜ ତାଙ୍କ ଶ୍ରୀଅଙ୍ଗରୁ ନିଃସୃତ ହେଉଅଛି । ଶ୍ରୀରଘୁନାଥ ପ୍ରଭୁଙ୍କ ଦର୍ଶନ ପାଇ ଆନନ୍ଦବିହ୍ଵଳ ହୋଇ ଦୂରରୁ ପ୍ରଣାମ କଲେ । ସେବକ ଗଣ ପ୍ରଭୁଙ୍କୁ କହିଲେ “ପ୍ରଭୋ” ରଘୁନାଥ ଆପଣଙ୍କୁ ପ୍ରଣାମ କରୁଅଛି । ରଘୁନାଥଙ୍କୁ ଦେଖି ଆନନ୍ଦ ଅନ୍ତଃକରଣରେ ନିତ୍ୟାନନ୍ଦ ତାଙ୍କୁ ସମ୍ବୋଧନ ପୂର୍ବକ କହିଲେ “ଚୋର ଏବେ ଦେଖା ଦେଲୁ ପରା । ଆୟ ଆୟ ତୋରଦଣ୍ଡ ବିଧାନ କରେଁ ।“ ରଘୁନାଥ ଦାସ ଲଜ୍ଜିତ ହୋଇ ନିକଟକୁ ଯାଇ ନଥାନ୍ତି । ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ବଳେ ବଳେ ତାଙ୍କୁ ଆକର୍ଷଣ କରି ତାଙ୍କ ମସ୍ତକରେ ଚରଣ ଅର୍ପଣ କଲେ ଏବଂ କହିଲେ “ରଘୁନାଥ” ତୁ ଚୋରପରି ଲୁଚି ଲୁଚି ବୁଲୁଅଛୁ । ଆଜି ମୋର ଗଣଙ୍କୁ ଦହି ଚୁଡ଼ା ଭୋଜନ କରା ଏହି ତୋର ଦଣ୍ଡ । ପ୍ରଭୁ ଶ୍ରୀ ନିତ୍ୟାନନ୍ଦଙ୍କର ଏହି ସ୍ନେହ ସୂଚକ ବାକ୍ୟ ଶୁଣି ରଘୁନାଥ ଦାସଙ୍କର ଆନନ୍ଦର ପରିସୀମା ରହିଲା ନାହିଁ । ସେ ପ୍ରଭୁଙ୍କର ଏକ ସେବାପାଇଲେ ବୋଲି ନିଜକୁ ସୌଭାଗ୍ୟଶାଳୀ ମନେ କଲେ ଏବଂ ସଙ୍ଗର ପରିଜନମାନଙ୍କୁ ନିକଟସ୍ଥ ଗ୍ରାମମାନଙ୍କରୁ ଦୁଧ, ଦହି, ଚୁଡା. ଚିନି, ପାଚଲାକଦଳୀ, ସନ୍ଦେଶମାନ ଅଣାଇବାକୁ ଆଦେଶ କଲେ । ସେମାନେ ଯାଇ ଗ୍ରାମମାନଙ୍କରୁ ବହୁ ପରିମାଣରେ ଉକ୍ତଦ୍ରବ୍ୟମାନ ଅଣାଇଲେ । ରଘୁନାଥ ଦାସ ଚୂଡା ମହୋତ୍ସବ କରାଉ ଅଛନ୍ତି ଏହି ବାର୍ତ୍ତା ପଚାରିତ ହୁଅନ୍ତେ ଅନେକ ବ୍ରାହ୍ମଣ, ବୈଷ୍ଣବ ଓ ଅପରାପର ଲୋକ ଆସି ଉପସ୍ଥିତ ହେଲେ । ଚୂଡ଼ାକୁ ଧୌତ କରାଇ ବଡ଼ ବଡ଼ ମୃତପାତ୍ରରେ କେତେକ ଦଧିସଙ୍ଗେ ଓ କେତେକ ଦୁଗ୍ଧସଙ୍ଗେ ମିଶାଇଲେ । ଚିନି ଓ ପାଚଲାକଦଳୀ ତହିଁରେ ମିଶ୍ରୀତ କରି ଉତ୍କୃଷ୍ଟ ଖାଦ୍ୟ ପ୍ରସ୍ତୁତ କଲେ ।

 

ତତ୍ପରେ ସାତଗୋଟି ପାତ୍ରରେ ଶ୍ରୀନିତ୍ୟାନନ୍ଦ ପ୍ରଭୁଙ୍କ ପାଇଁ ପିଣ୍ଡି ଉପରେ ସଜାଡି ରଖିଲେ । ଚଉତରା ଉପରେ ପ୍ରଭୁଙ୍କର ନିଜଗଣ ମଣ୍ଡଳୀ ବନ୍ଧନକରି ବସନ୍ତେ, ପ୍ରତ୍ୟେକ ଲୋକଙ୍କ ପାଖରେ ଦୁଇଗୋଟି ଲେଖାଏଁ ମୃତ୍‌ପାତ୍ର ରଖି ଏକପାତ୍ରରେ ଦୁଧ ଚୂଡ଼ା ଏକ ପାତ୍ରରେ ଦହିଚୂଡ଼ା ଦିଆଇଲେ । ଅପର ସମସ୍ତ ଲୋକଙ୍କୁ ଧାଡ଼ି ଧାଡ଼ି କରି ବସାଇ ପ୍ରତ୍ୟେକ ଲୋକଙ୍କୁ ଉକ୍ତ ପ୍ରକାରର ଦୁଇପାତ୍ର ଅର୍ପିତ ହେଲା । ଏତେ ଅଧିକ ଲୋକ ସମାଗତ ହୋଇ ଥିଲେ ଯେ ସ୍ଥାନାଭାବରୁ କାହାରି କାହାରିକୁ ଗଙ୍ଗା ମଧ୍ୟରେ ଠିଆହୋଇ ଚୂଡ଼ା ଦହି ଭୋଜନ କରିବାକୁ ହୋଇଥିଲା । କୋଡ଼ିଏ ଜଣ ଲୋକ ପରିବେଷଣ କରିବାକୁ ଲାଗିଲେ । ରାଘବ ପଣ୍ଡିତ କେତେକ ନିସଙ୍ଖୁଡ଼ି ପ୍ରସାଦ ସଙ୍ଗେ ଆଣି ସେଠାରେ ଉପସ୍ଥିତ ହେଲେ । ପ୍ରଭୁ ଶ୍ରୀ ନିତ୍ୟାନନ୍ଦଙ୍କୁ କିଛିଦେଇ ଅବଶିଷ୍ଟ ସମସ୍ତ ଭୋଗ ଅପର ସମସ୍ତଙ୍କୁ ବଣ୍ଟାଇ ଦେଲେ । ସମସ୍ତଙ୍କୁ ଚୂଡ଼ା ପରିବେଷଣ ସମାପ୍ତ ହୁଅନ୍ତେ ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ଧ୍ୟାନରେ ମହାପ୍ରଭୁଙ୍କୁ ସେଠାକୁ ଆହ୍ଵାନ କଲେ । ନିତ୍ୟାନନ୍ଦଙ୍କ ଆକର୍ଷଣରେ ଶ୍ରୀରଘୁନାଥ ଦାସଙ୍କୁ କୃପାକରି ସମସ୍ତ ଲୋକଙ୍କ ଅଲକ୍ଷିତରେ ମହାପ୍ରଭୁ ସେଠାରେ ଆସି ଉପସ୍ଥିତ ହେଲେ । ମହାପ୍ରଭୁଙ୍କୁ ଉପଗତ ଦେଖି ଶ୍ରୀମନ୍‌ ନିତ୍ୟାନନ୍ଦପ୍ରଭୁ ଆସନରୁ ଉଠି ମହାପ୍ରଭୁଙ୍କୁ ସଙ୍ଗେ ନେଇ ସମସ୍ତଙ୍କ ପରିବେଷତ ଚୂଡ଼ା ପରିଦର୍ଶନ କରିବାକୁ ଲାଗିଲେ । ପ୍ରତ୍ୟେକ ପାତ୍ରରୁ ଏକ ଏକ ଗ୍ରାସ ମହାପ୍ରଭୁଙ୍କ ମୁଖରେ ଦେବାକୁ ଲାଗିଲେ । ମହାପ୍ରଭୁ ରଘୁନାଥଙ୍କ ପ୍ରତି ଅଶେଷ କୃପା ପ୍ରକାଶ ପୂର୍ବକ ହସି ହସି ତାହା ଭୋଜନ କରିବାକୁ ଲାଗିଲେ । କିନ୍ତୁ ଶ୍ରୀମନ୍‌ ନିତ୍ୟାନନ୍ଦ ପ୍ରଭୁ ଯେ କି ଭାବରେ ପ୍ରତ୍ୟେକ ଲୋକ ଆଗରେ ଭ୍ରମଣ କରୁଅଛନ୍ତି, ଏହା କେହି ବୁଝିପାରିଲେ ନାହିଁ । କେବଳ କେହି କେହି ମହା ସୌଭାଗ୍ୟଶାଳୀ ବ୍ୟକ୍ତି ମହାପ୍ରଭୁଙ୍କର ଆଗମନ ଓ ଚୂଡ଼ା ଭୋଜନ ଅନୁଭବ କରିପାରିଲେ । ଶ୍ରୀମନ୍‌ ନିତ୍ୟାନନ୍ଦ ଏହିରୂପେ ଭ୍ରମଣ ଶେଷ କରି ଆସନରେ ଉପବେଶନ କଲେ ଏବଂ ମହାପ୍ରଭୁଙ୍କ ନିଜ ଦକ୍ଷିଣ ଦିଗରେ ବସାଇ ଦୁଇକୁଣ୍ଡ ଦୁଧଚୂଡ଼ା ଓ ଦଧିଚୂଡ଼ା ତାଙ୍କ ସମ୍ମୁଖରେ ରଖିଲେ ଏବଂ ଦୁଇ ଭାଇ ପରମାନନ୍ଦରେ ଭୋଜନ କରିବାକୁ ଲାଗିଲେ । ଭୋଜନ କାଳରେ ଜୟ ହରି ଧ୍ଵନିରେ ଭୁବନ ଗଗନ ନିନାଦିତ ହେଲା । ଏହି ଭୋଜନରେ ପ୍ରଭୁ ନିତ୍ୟାନନ୍ଦ ଓ ତାଙ୍କର ଗଣ ସକଳ ଶ୍ରୀ ବୃନ୍ଦବନର ପୁଳିନ ଭୋଜନ ମୁଖ ଅନୁଭବ କରିବାକୁ ଲାଗିଲେ । ଭୋଜନାନ୍ତେ ଶ୍ରୈୀ ନିତ୍ୟାନନ୍ଦ, ନିଜର ଓ ମହାପ୍ରଭୁଙ୍କର ଭକ୍ତାବଶେଷ ରଘୁନାଥଙ୍କୁ ଅର୍ପଣ କଲେ । ଭୋଜନାନ୍ତେ ଫୁଲମାଳ ଓ ଚନ୍ଦନ ପ୍ରଭୁ ନିଜେ ଆଗେ ଗ୍ରହଣ କରି ସମସ୍ତଙ୍କୁ ବିତରଣ କରାଇ ଦେଲେ। ଏ ମହୋତ୍ସବାନ୍ତେ ଶ୍ରୀରାଘବ ପଣ୍ଡିତଙ୍କ ଗୃହରେ କୀର୍ତ୍ତନ ଆରମ୍ଭ ହେଲା । ଭକ୍ତମାନଙ୍କୁ ନଚାଇ ପ୍ରଭୁ ନିତ୍ୟାନନ୍ଦ ଅତି ମଧୁର ନୃତ୍ୟ କରିବାକୁ ଲାଗିଲେ । ସେ ନୃତ୍ୟର କି ଉପମା ଦିଆଯାଇପାରେ । ମହାପ୍ରଭୁ ଉପସ୍ଥିତ ଥାଇ ଶ୍ରୀନିତ୍ୟାନନ୍ଦଙ୍କ ଅପୂର୍ବ ନୃତ୍ୟ ଦର୍ଶନ କରିବାକୁ ଲାଗିଲେ । କବିରାଜ ଗୋସ୍ଵାମୀ ସେ ନୃତ୍ୟକୁ ବର୍ଣ୍ଣନ କରି ନପାରି କହିଅଛନ୍ତି ।

ନିତ୍ୟାନନ୍ଦେର ନୃତ୍ୟ ଯେନ ତାହାରି ନର୍ତ୍ତନ,

ଉପମାଦିବାରେ ନାହିଁ ଏତିକି ଭୁବନ ।

ନତ୍ୟେର ମାଧୁରୀ କେବା ପାରେ ବର୍ଣ୍ଣିବାରେ

ମହାପ୍ରଭୁ ଆଇସେ ଯାର ନୃତ୍ୟ ଦେଖିବାରେ ।

            (ଚୈଃ ଚଃ ଅନ୍ତ୍ୟ ୬ଷ୍ଠ ପରି)

ନୃତ୍ୟାନ୍ତେ ପ୍ରଭୁନିତ୍ୟାନନ୍ଦ ରାଘବ ପଣ୍ଡିତଙ୍କ ଗୃହରେ ଭୋଜନ କଲେ ଓ ସେଠାରେ ମଧ୍ୟ ମହାପ୍ରଭୁଙ୍କ ନିମିତ୍ତ ଦକ୍ଷିଣରେ ଏକ ଆସନ ପକାଇଲେ ।

 

ମହାପ୍ରଭୁ ଅଲକ୍ଷିତରେ ସେଠାରେ ଉପବେଶନ କଲେ । ଅପର ଲୋକ ତାହା ଦେଖି ପାରି ନ ଥିଲେ କିନ୍ତୁ ଶ୍ରୀ ରାଘବ ପଣ୍ଡିତ ତାହା ଲକ୍ଷ୍ୟ କରି ପରମାନନ୍ଦ ଲାଭ କଲେ ସେ ପ୍ରସାଦର ସ୍ଵାଦୁ କଣ ବର୍ଣ୍ଣନ କରିବି । କବିରାଜ ଗୋସ୍ଵାମୀ କହିଅଛନ୍ତି-

            ରାଘଭଠାକୁରେର ପ୍ରସାଦ ଅମୃତରେ ସାର

            ମହାପ୍ରଭୁ ଯାହା ପାଇତେ ଆଇସେ କାରବାର ।

(ଚୈଃ ଚଃ ଅନ୍ତ୍ୟ ୬ଷ୍ଠ ପରି)

 

ପ୍ରଭୁଙ୍କର ଭୋଜନାନ୍ତେ ଶ୍ରୀ ରାଘବ ପଣ୍ଡିତ ସେ ଦୁଇଭାଇଙ୍କ ଅଧରାମୃତ ପାତ୍ର ରଘୁନାଥ ଦାସଙ୍କୁ ଅର୍ପଣ କଲେ ଏବଂ କହିଲେ ବତ୍ସ ! ମହାପ୍ରଭୁ ସ୍ଵୟଂ ଆସି ଏହା ଭୋଜନ କରିଅଛନ୍ତି । ତାଙ୍କ ଭକ୍ତାବଶେଷ ତୁମ୍ଭେ ଆସି ଭୋଜନ କଲ । ଅତଏବ ତୁମର ସମସ୍ତ ବିଷୟ ବନ୍ଧନ ଆଜି ଠାରୁ ତୁଟି ଗଲା । ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳାକୁ ଲକ୍ଷ୍ୟ କରି ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖି ଅଛନ୍ତି ।

 

ଭକ୍ତ ଚିତ୍ତେ ,ଭକ୍ତ ଗୃହେ ପ୍ରଭୁର ସଦା ଅବସ୍ଥାନ

କଭୁ ଗୁପ୍ତ କଭୁ ବ୍ୟକ୍ତ ସ୍ଵତନ୍ତ୍ର ଭଗବାନ ।

ସବତ୍ରବ୍ୟାପକ ପ୍ରଭୁ ସଦା ସର୍ବତ୍ର ବାସ

ଇହାତେ ସଂଶୟ ଯାର ସେଇଯାଏ ନାଶ ।

(ଚୈଃ ଚଃ ଅନ୍ତ୍ୟ ୬ଷ୍ଠ ପରି)

 

ମହାପ୍ରଭୁ ଗୁଣଗ୍ରାହୀ । ସେ ଲୋକର ଦୋଷ ଗ୍ରହଣ କରନ୍ତି ନାହିଁ । କିନ୍ତୁ ସାମାନ୍ୟ ଗୁଣକୁ ଅତି ଆଦରରେ ଗ୍ରହଣ କରନ୍ତି । ମହାପ୍ରଭୁ ଭକ୍ତ ମାନଙ୍କର ଦୁଃଖମାନ ଆଶୁ ବିମୋଚନ କରନ୍ତି । ମହାପ୍ରଭୁଙ୍କର ଏହି ଗୁଣକୁ ଲକ୍ଷ୍ୟ କରି ଶ୍ରୀଳ ବୃନ୍ଦାବନ ଦାସ କହିଅଛନ୍ତି
      

      ପ୍ରଭୁ ସେ ଜାନେନ ଭକ୍ତ ଦୁଃଖ ଖଣ୍ଡାଇତେ

ହେନ ପ୍ରଭୁ ଦୁଃଖୀ ଜୀବ ନାରକେ କେମତେ

କରୁଣା ସାଗର ଗୌରଚନ୍ଦ୍ର ମହାଶୟ

ଦୋଷ ନାହିଁ ଦେଖ ପ୍ରଭୁ ଗୁଣ ମାତ୍ର ଲୟ ।

(ଚୈଃ ଭାଃ)

ଜୀବ ଯେ ଏମନ୍ତ ଗୁଣଗ୍ରାହୀ ମହାପ୍ରଭୁଙ୍କୁ କିପରି ଭୁଲି ରହିଛନ୍ତି ଶ୍ରୀଳ ବୃନ୍ଦାବନ ଦାସ ଏଥିରେ ଆଶ୍ଚର୍ଯ୍ୟ ଭାବ ପ୍ରକାଶକରିଅଛନ୍ତି । ଗୌରଗତ ଜୀବନ ଶ୍ରୀ ବୃନ୍ଦାବନ ଦାସଙ୍କର ଏଥୀରେ ଆଶ୍ଚର୍ଯ୍ୟ ହେବାର କଥା । କିନ୍ତୁ ଆମ୍ଭେମାନେ ସତତ ଧନ ,ଜନ, ଦାରା .ସୁତରେ ମାତି ମହାପ୍ରଭୁଙ୍କୁ ଭୁଲି ରହିଅଛୁଁ

 

ଆମ୍ଭମାନଙ୍କର ଶ୍ରୀ ଭଗବାନଙ୍କୁ ସେରୁପ ଭୁଲି ରହିବା ବିଚିତ୍ର ନୁହେଁ । ତାଙ୍କୁ ସ୍ମରଣ କରିବାହିଁ ଆମ୍ଭ ମାନଙ୍କ ପକ୍ଷରେ ବିଚିତ୍ର । ମହାପ୍ରଭୁଙ୍କର ଗୁଣ ଗ୍ରାହୀ ତାର ଗୋଟିଏ ପ୍ରମାଣ ନିମ୍ନରେ ପ୍ରଦର୍ଶିତ ହେଲା । ଶ୍ରୀରୂପ ଗୋସ୍ଵାମୀ ପୁରୁଷୋତ୍ତମଙ୍କୁ ଆସି ଠାକୁର ଶ୍ରୀ ହରିଦାସଙ୍କ ସଙ୍ଗେ ତାଙ୍କ କୁଟୀରରେ ବାସ କରୁଥିଲେ । ସେ ସେହି ସମୟରେ ଲଳିତ ମାଧବ ଓ ବିଦଗ୍ଧ ମାଧବ ନାଟକ ଲେଖୁଥିଲେ । ଏଇ ଦିନକରେ ନାଟକ ଲେଖୁ ଅଛନ୍ତି ଓ ଠାକୁର ଶ୍ରୀହରିଦାସ ତାଙ୍କ ପାଖରେ ବସି ହରି ନାମ ଜପ କରୁଅଛନ୍ତି । ଏମନ୍ତ ସମୟରେ ମହାପ୍ରଭୁ ଆସି ସେଠାରେ ଉପସ୍ଥିତ ହେଲେ । ଗଦାଧର ପଣ୍ଡିତ କହିଲେ ପ୍ରଭୋ ! ଆପଣ ଯେଉଁ ଠାରେ ବିଦ୍ୟମାନ ରହିବେ ସେ କି ନୀଳାଚଳ ନୁହେଁ । ହେଉ , କ୍ଷେତ୍ର ସନ୍ୟାସରୂପ ବ୍ରତ ପଛେ ମୋର ଭଙ୍ଗ ହେଉ , ମୁଁ ଆପଣଙ୍କୁ ଛାଡି ରହି ପାରିବି ନାହିଁ ।

 

ମହାପ୍ରଭୁଙ୍କୁ ଉପଗତ ଦେଖି ସେ ଦୁହେଁ ଉଠି ପ୍ରଣାମ କଲେ । ମହାପ୍ରଭୂ ସେ ଦୁହିଁଙ୍କୁ ପ୍ରେମାଲିଙ୍ଗନ ଦାନ କରି ଆସନରେ ଉପବେଶନ କଲେ ଏବଂ ରୂପ ଗୋସ୍ଵାମୀଙ୍କର ଲେଖୁଥିବା ପୋଥୀର ଏକ ପତ୍ର ଟାଣୀ ନେଇ ସେଥୀଲେ ଲିଖିତ ଅକ୍ଷରକୁ ସ୍ତୁତି କରିବାକୁ ଲାଗିଲେ । ଯଥା-

 

କାହାଁ ପୁଥି ଲିଖ ବଲି ଏକ ପତ୍ର ନିଲ

ଅକ୍ଷର ଦେଖିୟା ପ୍ରଭୁ ମନେ ସୁଖୀ ହୈଲ ।

ଶ୍ରୀ ରୂପେର ଅକ୍ଷର ଯେନ ମୁକୁତାର ପାନ୍ତି

ପ୍ରୀତ ହୟାଁ କରେ ପ୍ରଭୁ ଅକ୍ଷରେର ସ୍ତୁତି ।

(ଚୈଃ ଚଃ ଅନ୍ତ୍ୟ ୧ମ ପରି)

ଗୁଣଗ୍ରାହୀ ଭଗବାନ ଶ୍ରୀଗୌରଚନ୍ଦ୍ର ଭକ୍ତମାନଙ୍କର ଯେ ଗୁଣ ଗ୍ରହଣ କରିବେ ସେଥିରେ ଆଉ ବିଚିତ୍ରତା କି ଅଛି । ସେ ଯେ ନିଜେ ସେହି ଭକ୍ତମାନଙ୍କର ସେବା କରି ସେମାନଙ୍କ ଆଶିର୍ବାଦପର୍ଯ୍ୟନ୍ତ ସାଦରେ ଗ୍ରହଣ କରିଥିଲେ।

 

      ସାଜିବହେ ଧୂତି ବହେ ଲଜ୍ଜା ନାହିଁ କରେ

      ସମ୍ଭ୍ରମେ ବୈଷ୍ଣବଗଣ ହାତେ ଆସି ଧରେ ।

      ଦେଖି ବିଶ୍ଵମ୍ଭରେର ବିନୟ ଭକ୍ତଗଣ

      ଅକୈତବେ ଆଶୀର୍ବାଦ କରେ ସର୍ବକ୍ଷଣ ।

      ଭକ୍ତ ଆଶୀର୍ବାଦ ପ୍ରଭୁ ଶିରେ କରି କୟ

      ଭକ୍ତ ଆଶୀର୍ବାଦେ ସେ କୃଷ୍ଣେତେ ଭକ୍ତି ହୟ ।

                        (ଚୈଃ ଭାଃ ମଧ୍ୟ ୨ ୟ ଅ)

 

ଯେ କେହି ଲୋକ ଯେ କୌଣସି ପ୍ରକାରେ ମହାପ୍ରଭୁଙ୍କ ସଂସର୍ଗକୁ ଆସୁଥିଲେ ସେମାନେହିଁ ମହାଭାଗ୍ୟବାନ । ଏମନ୍ତ ବି ଦୁଷ୍ଟବୃର୍ତ୍ତିପୂର୍ଣ୍ଣ ଚୋରମାନେ ମଧ୍ୟ ମହାପ୍ରଭୁଙ୍କ ବାଲ୍ୟକାଳରେ ତାଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ଦେଖି ଚୋରି କରିବା ଅଭିପ୍ରାୟରେ ତାଙ୍କୁ ସ୍କନ୍ଧରେ ବହନ କରି ନେଇ ବୈଷ୍ଣବୀ ମାୟାରେ ପଥଭ୍ରଷ୍ଟ ହୋଇ ପ୍ରଭୁଙ୍କ ନିଜ ଗୃହ ସମ୍ମୁଖକୁ ଆଣି କାନ୍ଧରୁ ଅବତରଣ କରାଇଲେ ଏବଂ ଅଲଙ୍କାର ଖୋଜିବାକୁ ଯାଇ ଦେଖିଲେ ଏ ସେମାନଙ୍କ ନିଜ ଘର ନୁହେଁ ,ମହାପ୍ରଭୁଙ୍କର ଘର । ଅତଏବ ସେମାନେ ଭୟରେ ଗ୍ରସ୍ତ ହୋଇ ପଳାଇଗଲେ ,କିନ୍ତୁ ସେମାନେ ଯେ ମହାପ୍ରଭୁଙ୍କୁ ସ୍କନ୍ଧରେ ବହନ କରିଥିଲେ ଏହି ସଂସର୍ଗ ପ୍ରସାଦରୁ ସେମାନଙ୍କର ଭକ୍ତି ଉଦୟ ହେଲା ସେମାନଙ୍କ ସମ୍ବନ୍ଧରେ ଶ୍ରୀଳବୃନ୍ଦାବନ କହୁଅଛନ୍ତି ।

 

      ପରମାର୍ଥେ ଦୁଇ ଚୋର ମହାଭାଗ୍ୟବାନ୍

      ନାରାୟଣ ଯାର ସ୍କନ୍ଧେ କରିଲା ଉତ୍ଥାନ ।

                  (ଚୈଃ ଭାଃ ୪ର୍ଥ ଅ)

ଯେଉଁ ବିଶ୍ଵମ୍ଭରଙ୍କର ଭାବଶୂନ୍ୟ ଚୋରମାନଙ୍କ ପ୍ରତି ଏଡ଼େ ଦୟା ସେ ଯେ ଅଲକ୍ଷିତରେ ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରିବେ ତହିଁରେ ଆଉ ବିଚିତ୍ରତା କି ଅଛି ।

 

ମହାପ୍ରଭୁଙ୍କ ଅଗ୍ରଜ ଶ୍ରୀମନ୍ ବିଶ୍ଵରୂପ ଭକ୍ତିଚର୍ଚ୍ଚା କରିବାପାଇଁ ସତତ ଶ୍ରୀଅଦ୍ଵୈତାଚାର୍ଯ୍ୟଙ୍କ ସଭାକୁ ଯାଉଥିଲେ। ସେଠାରେ ସକଳେ କୃଷ୍ଣ କଥାରେ ସତତ ବିହ୍ଵଳ । ତେଣୁ ବିଶ୍ଵରୂପଙ୍କର ଗୃହକୁ ଆସିବା ଡ଼େରି ହେଉଥିଲା । ଶ୍ରୀମତୀ ଶଚୀ ତାଙ୍କୁ ଭୋଜନାର୍ଥ ଡାକି ଆଣିବା ପାଇଁ ତାଙ୍କ କନିଷ୍ଠ ନିମାଇଁକୁ ପଠାଉଥିଲେ । ଦିଗମ୍ବର ଶିଶୁ ନିମାଇଁ ସେ ସଭାରେ ଉପସ୍ଥିତ ହୁଅନ୍ତେ ସେଠାରେ ଉପସ୍ଥିତ ଭକ୍ତବୃନ୍ଦ ଚକିତ ନୟନରେ ସେହି ବାଳକ ଆଡ଼କୁ ଏକ ଦୃଷ୍ଟିରେ ଚାହୁଁଥିଲେ । ନିମାଇଁଙ୍କ ରୂପ ଲାବଣ୍ୟ ଓ ବାଲ୍ୟ ଭଙ୍ଗିରେ ସେମାନେ ଶ୍ରୀକୃଷ୍ଣଙ୍କୁ ଭୁଲି ଯାଉଥିଲେ । ଶ୍ରୀଳବୃନ୍ଦାବନ ଦାସ ତେଣୁ ଲେଖି ଅଛନ୍ତି ।

 

      ପ୍ରଭୁ ଦେଖି ଭକ୍ତ ମୋହ ସ୍ଵଭାବେଇ ହୟ

      ବିନି ଅନୁଭବେ ଓ ଦାସେର ଚିତ୍ତଲୟ ।

                  (ଚୈଃ ଭାଃ ଆଦି ୬ଷ୍ଠ ଅ)

 

ଭକ୍ତଗଣ ସେତେବେଳେ କିଛି ଜାଣି ନଥିଲେ ଏ ଧୂଳି ଧୂସରିତ ଦିଗମ୍ବର ଶିଶୁଟି ଶ୍ରୀନନ୍ଦନନ୍ଦନ ଶ୍ରୀକୃଷ୍ଣ । କିନ୍ତୁ ଭଗବାନ ନିଜ ଗୁଣରେ ଭକ୍ତମାନଙ୍କ ଚିତ୍ତକୁ ଆକର୍ଷଣ କରୁଥିଲେ । ବାଳ ଗୋପାଳ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପ ଗୋପୀମାନଙ୍କର ଏହି ରୂପ ସ୍ଵାଭାବିକ ଆକର୍ଷଣ ବିଷୟ ଶୁକଦେବ ଗୋସ୍ଵାମୀ ଶ୍ରୀମଦଭାଗବତରେ ବର୍ଣ୍ଣନା କରିଅଛନ୍ତି ।

ଏତ ଗଲା ବୁଦ୍ଧି ଜୀବୀ ସଦଜ୍ଞାନ ବିଶିଷ୍ଟ ମନୁଷ୍ୟମାନଙ୍କ କଥା । ଶ୍ରୀଳ ବୃନ୍ଦାବନଦାସ ଆହୁରି କହି ଅଛନ୍ତି ଯେ ପଶୁପକ୍ଷୀ ହୋଇ ଯେ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ନାମ ନେବ ସେ ମଧ୍ୟ ତାଙ୍କର ନିଜ ଧାମ ପ୍ରାପ୍ତ ହେବ । ଯଥା—

      ପକ୍ଷୀ ମାତ୍ର ଯଦି ଲୟ ଚୈତନ୍ୟେର ନାମ

      ସେଇ ସତ୍ୟ ଯାଇବେକ ଚୈତନ୍ୟେର ଧାମ ।

 

ମହାପ୍ରଭୁ ଝାରିଖଣ୍ଡପଥରେ ଶ୍ରୀବୃନ୍ଦାବନକୁ ଯିବା ସମୟରେ ହିଂସ୍ରଜନ୍ତୁମାନଙ୍କର ଯେ ପ୍ରେମ ପ୍ରକାଶ,ପଶୁ ପକ୍ଷୀ ମାନଙ୍କର ଯେ ହରିନାମ ଗ୍ରହଣ ପୂର୍ବକ ନୁତ୍ୟ ତାହା ଏହି ଉକ୍ତି ସମର୍ଥନର ଉତ୍ତମ ପ୍ରମାଣ ।

 

ହାୟ ! ମୁଁ ସେହି ଝାରଖଣ୍ଡ ପ୍ରଦେଶରେ ବର୍ତ୍ତମାନ ରହି ଏହା ଲେଖୁଅଛି କିନ୍ତୁ ଦୂରଦୃଷ୍ଟ ବଶତଃ ମୋର କଠିନ ହୃଦୟତ କାହିଁ ଲେଶମାତ୍ର ଦ୍ରଭୀଭୂତ ହେଉନାହିଁ । ହେ କରୁଣାମୟ ମହାପ୍ରଭୁ ! ତୁ ଏହି ଝାରଖଣ୍ଡର ପଶୁପକ୍ଷୀମାନଙ୍କୁ ଯେ ଅଦ୍ଭୁତ ପ୍ରେମ ବିତରଣ କରି ହରିନାମରେ ବିହ୍ଵଳ କରାଇଥିଲୁ ସେ ପ୍ରେମରୁ କଣାମାତ୍ର କି ମୋତେ ଦେବୁନାହିଁ । ମୁ କି ମନୁଷ୍ୟ ହୋଇ ସତେ ପଶୁଠାରୁ ହୀନ ପ୍ରବୃତ୍ତି ବହନ କରିରହିଥିବି । ମୋର ଏ ଆର୍ତ୍ତିକି ତୋର କର୍ଣ୍ଣ ପଥରେ ଥରେ ମାତ୍ର ପ୍ରବେଶ କରୁ ନାହିଁ । ନା ଶାସ୍ତ୍ରରେ ଶୁଣିଛି ତୁ ପୁଷ୍ପଠାରୁ ଅଧିକ କୋମଳ ହେଲେ ମଧ୍ୟ ସମୟ ସମୟରେ ବଜ୍ରଠାରୁ ଅଧିକ କଠୋରଭାବ ଧାରଣ କରୁ ।

 

ଏହି କାଠିନ୍ୟ ହେତୁ ତୁ ସ୍ନେହମୟୀ ଜନନୀ ଶଚୀଦେବୀ ଓ ପ୍ରାଣସମ ଭାର୍ଯ୍ୟା ବିଷ୍ଣୁପ୍ରିୟାଙ୍କୁ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲୁ । ଏହି କାଠିନ୍ୟ ହେତୁ ତୁ ସାର୍ବଭୌମରୂପ ପ୍ରିୟବନ୍ଧୁକୁ ପରିତ୍ୟାଗକରି ନୀଳାଚଳ ଛାଡ଼ି ଦକ୍ଷିଣ ଦେଶକୁ ଗମନ କରିଥିଲୁ, ଏବଂ ତୋର ସେକାଳର କଠିନ ସ୍ଵଭାବକୁ ଲକ୍ଷ୍ୟ କରି ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଥିଲେ ।

      ମହାନୁଭାବେର ଚିତ୍ତେର ସ୍ଵଭାବ ଏଇ ହୟ

      ପୁଷ୍ପସମ କୋମଳ ,କଠିନ ବଜ୍ରମୟ ।

ସେ ସବୁ କାଠିନ୍ୟର ଅଭ୍ୟନ୍ତରରେ ଉଚ୍ଚ ଉଦ୍ଦେସ୍ୟ ନିହିତ ଥିଲା । କିନ୍ତୁ ମୋ ପ୍ରତି ଯେ କାଠିନ୍ୟ ଏଥିରେତ ସେରୂପ ଗଭୀର ଉଦ୍ଦେଶ୍ୟ କିଛି ଦେଖୁ ନାହିଁ । ଏଥିରେ ଯେ ତୋର ଦୟାସାଗର, କ୍ଷମାସାଗର, ପତିତପାବନ ପ୍ରଭୃତି ନାମରେ କଳଙ୍କ ହେବ । ହେଉ ଇଚ୍ଛାମୟ ଭଗବାନ ଗୌରଚନ୍ଦ୍ର ତୋର ଉଦ୍ଦେଶ୍ୟ ତୋତେହିଁ ଜଣା । ମୁଁ କାମ,କ୍ରୋଧ,ଲୋଭ,ମୋହ,ମଦ,ମାତ୍ସର୍ଯ୍ୟ ପ୍ରଭୃତି ରିପୁଗଣଙ୍କ ଆକ୍ରମଣରେ ବଣା ହୋଇଅଛି । ତୋର ଉଦ୍ଦେଶ୍ୟ କି ବୁଝିବି ।

 

ମହାପ୍ରଭୁଙ୍କର ମାତୃଭକ୍ତି ସମ୍ବନ୍ଧରେ ଗୋଟିଏ କଥା ଉଲ୍ଲେଖ କରି ଏ ପରିଚ୍ଛେଦ ସମାପ୍ତ କରିବି । ମହାପ୍ରୁଭୁ ପ୍ରଥମେ କେତେକ ଭକ୍ତଙ୍କ ଯାତ୍ରା କରୁଥିଲେ । ବହୁଲୋକ ସଂଘଟ ହେବାରୁ ସନାତନ ଗୋସ୍ଵାମୀ ଏକ ପ୍ରହେଳିକା କହି ବିଦାୟ ନେଲେ । ମହାପ୍ରଭୁ ପରେ ମନେ ମନେ ଉକ୍ତ ପ୍ରହେଳିକାର ମର୍ମ୍ମ ବିଚାରପୂର୍ବକ କହ୍ନେଇ ନାଟଶାଳାଠାରୁ ଶ୍ରୀବୃନ୍ଦାବନ ଗମନରୁ ପ୍ରତିନିବୃତ୍ତ ହେଲେ ଏବଂ ନିଳାଚଳକୁ ଫେରିବା ସମୟରେ ସେ ଶାନ୍ତିପୁରସ୍ଥ ଶ୍ରୀମନ୍ ଅଦ୍ଵୈତାଚାର୍ଯ୍ୟଙ୍କ ଗୃହରେ କେତେକ ଦିବସ ବାସକରିଥିଲେ । ମହାପ୍ରଭୁଙ୍କ ଜନନୀ ଶଚୀଦେବୀ ପୁତ୍ରଦର୍ଶନ ବାସନାରେ ସେଠାକୁ ଆସିଥିଲେ । ଜନନୀଙ୍କ ଆସିବାଶୂଣି ମାତୃଭକ୍ତ ଶିରୋମଣି ଶ୍ରୀକୃଷ୍ଣ ଚୈତନ୍ୟ ଯାଇ ତାଙ୍କ ପାଦମୂଳରେ ପ୍ରଣତ ହେଲେ ଓ ଜନନୀଙ୍କୁ ସ୍ତୁତି ପୂର୍ବକ ପ୍ରଦକ୍ଷିଣ କଲେ । ସେହି ସମୟରେ ମହାପ୍ରଭୁ ଜନନୀଙ୍କୁ କହିଥିଲେ “ମା ! ମୋର ଯେ କୃଷ୍ଣଭକ୍ତି ସେ କେବଳ ତୋର ପ୍ରସାଦରୁ,ତୁ ମୋତେ ଯେରୂପ ସ୍ନେହ ପୂର୍ବକ ପ୍ରତିପାଳନ କରିଅଛୁ ତାହା ମୁଁ ପରିଶୋଧ କରି ପାରିବି ନାହିଁ , ଯଥା ।-

 

      “ପ୍ରଭୁ ବଲେ କୃଷ୍ଣଭକ୍ତି ଯେ କିଛୁ ଆମାର

      କେବଲ ଏକାନ୍ତ ସବ ପ୍ରସାଦେ ତୋମାର,

      କୋଟି ଦାସ ଦାସେର ଯେ ସମ୍ବନ୍ଧ ତୋମାର

      ସେଇ ଜନ ପ୍ରାଣ ହୈତେ ବଲ୍ଲଭ ଆମାର,

 

      ବାରେକ ଯେ ଜନ ତୋମା କରିବେ ସ୍ମରଣ

      ତାର କଭୁ ନହିବେକ ସଂସାର ବନ୍ଧନ ,

      ସକଳ ପବିତ୍ର କରେ ଯେ ଗଙ୍ଗା ତୁଳସୀ

      ତାରା ଓ ହୟେନ ଧନ୍ୟ ତୋମାରେ ପରଶି,

Unknown

 

 

      ତୁମି ଯତ କରିୟାଛ ଆମାର ପାଲନ

      ଆମାର ଶକ୍ତିତେ ତାହା ନହିବ ଶୋଧନ,

      ଦଣ୍ଡେ ଦଣ୍ଡେ ଯତ ସ୍ନେହ କରିଲେ ଆମାରେ

      ତୋମାର ସଦଗୁଣ ସେ ତାହାର ପ୍ରତିକାରେ,

                        (ଚୈଃ ଭାଃ ଅନ୍ତ୍ୟ ୪ର୍ଥ (ଅ)

 

                  ଷଡ଼ବିଂଶ ପରିଚ୍ଛେଦ ।

             ମହାପ୍ରଭୁଙ୍କ ସ୍ନେହ ।

ମହାପ୍ରଭୁ ସ୍ନେହର ମୂଳ ଆଧାର , ସମସ୍ତ ସ୍ନେହ ତାଙ୍କଠାରୁ ସବୁଅଛି , ତାଙ୍କର ସ୍ନେହ ବିଷୟ କି ବର୍ଣ୍ଣନା କରାଯାଇ ପାରେ ? କେବଳ କେତେକ ବିଶେଷ ଘଟଣା ସ୍ଥଳରେ ସେ ନିଜ ପ୍ରିୟଜନମାନଙ୍କ ପ୍ରତି ଯେ ଅପର ସ୍ନେହ ପ୍ରଦର୍ଶନ କରୁଅଛନ୍ତି ତାହାର କେତେକ ଗୋଟି ଉଦାହରଣ ମାତ୍ର ଏ ପରିଚ୍ଛେଦରେ ପ୍ରଦର୍ଶିତ ହେଲା ।

ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ “ଯଃ କୌମାରହରଃ ଇତ୍ୟାଦି” ଗୋଟିଏ ଶ୍ଲୋକ ପାଠକରି ଶ୍ରୀଜଗନ୍ନାଥଙ୍କୁ କି ନିବେଦନ କରନ୍ତି ତାହା କେବଳ ସେ ଜାଣନ୍ତି , ଭାବନିଧି ଶ୍ରୀ ଗୌରାଙ୍ଗଙ୍କର ଏ ଶ୍ଲୋକର ମର୍ମ୍ମ ଅନ୍ୟ କେହି ଜାଣିନଥିଲେ , ଅତୀବ ଅନ୍ତରଙ୍ଗ ହେତୁ ଏକା ଶ୍ରୀସ୍ଵରୂପ ଗୋସ୍ଵାମୀ ତାହାର ମର୍ମ୍ମ ଜାଣିଥିଲେ । କିନ୍ତୁ ଯେଉଁବର୍ଷ ଶ୍ରୀରୂପ ଗୋସ୍ଵାମୀ ଶ୍ରୀପୁରୁଷୋତ୍ତମକୁ ଆସିଥିଲେ ସେ ଶୁଣିଲେ ମହାପ୍ରଭୁ ରଥ ଆଗରେ ଛିଡ଼ା ହୋଇ ଶ୍ରୀ ଜଗନ୍ନାଥ ଦେବଙ୍କୁ ନିବେଦନ ପୂର୍ବକ ସେହି ଶ୍ଲୋକଟି ପାଠ କରୁ ଅଛନ୍ତି । ଶ୍ରୀରୂପ ଭାବିଲେ ମହାପ୍ରଭୁଙ୍କ ଶ୍ଲୋକତ ଅସଂଲଗ୍ନ କିମ୍ବା ଅପ୍ରାସଙ୍ଗିକ ହେବାର ନୁହେଁ ; ଏହାର କିଛି ବିଶେଷ ମର୍ମ୍ମ ଅଛି , ଏହା ଭାବନ୍ତେ ସେ ମହାପ୍ରଭୁଙ୍କ ଅନ୍ତରଙ୍ଗ ଥିବାରୁ ଶ୍ଲୋକର ପ୍ରକୃତ ଅର୍ଥ ତାଙ୍କ ହୃଦୟରେ ସ୍ଫୂର୍ତ୍ତି ହେଲା , ସେ ତହୁଁ ଶ୍ଲୋକର ପ୍ରକୃତ ମର୍ମ୍ମ ସ୍ପଷ୍ଟ ପ୍ରକାଶ କରି ଗୋଟିଏ ନୂତନ ଶ୍ଲୋକ ରଚନା କଲେ ଓ ତାଳ ପତ୍ରରେ ଲିଖିତ ସେ ଶ୍ଲୋକଟିକୁ ଚାଳରେ ଖୋସିଦେଇ ସ୍ନାନାର୍ଥ ସମୁଦ୍ରକୁ ଗମନ କଲେ । ମହାପ୍ରଭୁ ଶ୍ରୀହରିଦାସ ଓ ଶ୍ରୀରୂପକୁ ମଜିବାପାଇଁ ନିତ୍ୟ ଶ୍ରୀହରିଦାସଙ୍କ କୁଟୀରକୁ ଆସନ୍ତି, ସେଦିନ ଆସି ଦେଖିଲେ ଯେ ଚାଳରେ ଏକ ତାଳପତ୍ର ଗୁଞ୍ଜା ( ଖୋସା ) ହୋଇଅଛି । ସେ ତାହା ବାହାର କରି ଆଣି ଦେଖିଲେ , ସେଥିରେ ଗୋଟିଏ ଶ୍ଲୋକ ଲେଖା ଅଛି ଏବଂ ସେ ଶ୍ଲୋକଟିରେ ନିଜ ମନୋଗତ ଭାବ ପ୍ରକାଶ ପାଇଅଛି। ଶ୍ରୀରୂପଙ୍କର କବିତା ମାଧୁରୀ ଓ ଭାବ ଚାତୁରୀରେ ମହାପ୍ରଭୁ ମୁଗ୍ଧହେଲେ । ସେ ସେହି ଶ୍ଲୋକ ପାଠକରି ପ୍ରେମାବିଷ୍ଟ ହୋଇ ରହି ଅଛନ୍ତି ,ଏହି ସମୟରେ ଶ୍ରୀରୂପ ଗୋସ୍ଵାମୀ ସ୍ନାନ ସାରି ସେଠାରେ ଆସି ପହଞ୍ଚିଲେ ମହାପ୍ରଭୁ ତାଙ୍କ ଉପରେ ପରମ ସନ୍ତୁଷ୍ଟ ହୋଇ ପ୍ରେମରେ ତାଙ୍କୁ ଏକ ଚାପୁଡା ମାରିଲେ ଏବଂ କହିଲେ, “ରୂପ ! ମୋହର ଶ୍ଲୋକର ଅର୍ଥତ ଆଉ କେହି ଜାଣେନାହିଁ , ତୁ ମୋ ମନୋଗତ ଭାବ ଜାଣିଲୁ କିପରି । ଯଥାଃ-

      “ଉଠି ମହାପ୍ରଭୁ ତାଁରେ ଚାପଡ୍ ମାରିୟା,

      କହିତେ ଲାଗିଲ କିଛୁ କୋଳେତେ କରିୟା ।

      ମୋର ଶ୍ଲୋକେର ଅଭିପ୍ରାୟ କେହ ନାହିଁ ଜାନେ,

      ମୋର ମନେର କଥା ତୁଇ ଜାଣିଲ କେମନେ ।

                        (ଚୈଃ ଚଃ ମଧ୍ୟ ୧ମ ପରିଚ୍ଛେଦ)

ଆହା ସ୍ଵୟଂ ମହାପ୍ରଭୁଙ୍କ ହାତରୁ ଏରୂପ ପ୍ରେମ ଚାପୁଡ଼ କେତେଜଣଙ୍କ ଭାଗ୍ୟରେ ଘଟିଥାଏ ? ଧନ୍ୟରୂପ, ତୁମ୍ଭେ ହିଁ ତୁମ୍ଭର ତୁଳନା , ଶ୍ରୀରୂପ ଏଥିରେ କି ଉତ୍ତର ଦେବେ ; ଅବନତ ମୁଖ ହୋଇ ରହିଲେ । ମହାପ୍ରଭୁ ତାଙ୍କୁ ଦୃଢ଼ାଲିଙ୍ଗନ ପ୍ରଦାନ କଲେ । କିନ୍ତୁ ଏତିକିରେ ମହାପ୍ରଭୁ କ୍ଷାନ୍ତ ହୋଇ ରହି ନ ଥିଲେ       । ସେ ପୁଣି ସେହି ଶ୍ଲୋକଟିକୁ ନେଇ ନିଜ ପ୍ରିୟବନ୍ଧୁ ଶ୍ରୀ ସ୍ଵରୂପ ଗୋସାଇଁଙ୍କୁ ଦେଖାଇ ପଚାରିଲେ “ସ୍ଵରୂପ ! ମୋର ଅନ୍ତର କଥା ରୂପ ଜାଣିଲା କିପରି ? ଏହାର ଏହି ଶ୍ଲୋକରେ ଯେ ମୋର ମନୋଗତଭାବ ସୁନ୍ଦର ରୂପେ ପ୍ରକାଶିତ ହୋଇଅଛି । ଶ୍ରୀଳ ସ୍ଵରୂପ ଗୋସ୍ଵାମୀ କହିଲେ “ପ୍ରଭୋ ! ଭବଦୀୟ କୃପା ବ୍ୟତିରେକ ଭବଦୀୟ ଅନ୍ତରଭାବ ଜାଣିବାର କି କାହାରି ଶକ୍ତି ଅଛି ? ଅତଏବ ଏଥିରୁ ଅନୁମତି ହେଉଅଛି ଯେ ଆପଣ ରୂପକୁ ବିଶେଷ କୃପା କରିଅଛନ୍ତି ।” ମହାପ୍ରଭୁ କହିଲେ “ସ୍ଵରୂପ ! ତୁମ୍ଭେ ଠିକ୍ ଅନୁମାନ କରିଅଛ, ପ୍ରୟୋଗଠାରେ ରୂପ ମୋଠାକୁ ଆସନ୍ତେ ମୁଁ ତାହାକୁ ଯୋଗ୍ୟପାତ୍ର ଦେଖି ଶକ୍ତି ସଞ୍ଚାର ପୂର୍ବକ ଶାସ୍ତ୍ରୋପଦେଶ ଦେଇଥିଲି ,ରସଶାସ୍ତ୍ର ବିଷୟ ତୁମ୍ଭେ ମଧ୍ୟ ତାକୁ ଉପଦେଶ ଦେବ ! ସ୍ଵରୂପ କହିଲେ “ପ୍ରଭୋ ! ଏହି ଶ୍ଲୋକଟି ଦେଖିବା ମାତ୍ର ବୁଝି ପାରିଅଛ ଯେ ଆପଣ ରୂପକୁ ଅଶେଷ କୃପା କରିଅଛନ୍ତି , ନତୁବା ଏମନ୍ତ ମଧୁର ଭାବରେ ଭବଦୀୟ ମନୋଗତ ଭାବ ଆଉ କିଏ ପ୍ରକାଶ କରି ପାରନ୍ତା ।”

 

ଶ୍ରୀରୂପ ଗୋସ୍ଵାମୀଙ୍କ ପ୍ରତି ମହାପ୍ରଭୁଙ୍କର ଯେ କେତେ ଅପାର ସ୍ନେହ ତାହା ବୋଲା ଯାଇ ନ ପାରେ । ମହାପ୍ରଭୁ ରୂପକୃତ ନାଟକମାନ ପ୍ରଭୁ ଶ୍ରୀ ନିତ୍ୟାନନ୍ଦ , ଶ୍ରୀ ଅଦ୍ଵୈତ ଆଚାର୍ଯ୍ୟ , ଶ୍ରୀରାୟ ରାମାନନ୍ଦ ଓ ଶ୍ରୀରୂପ ପ୍ରବୃତିଙ୍କୁ ଘେନି ଆସ୍ଵାଦନ କରୁଥିଲେ । ସେ ନାଟକ ଦ୍ଵୟ ଶ୍ରବଣାନ୍ତର ରସିକ ଭକ୍ତଚୂଡାମଣି କବିକୂଳତିଳକ ଶ୍ରୀରାୟରାମାନନ୍ଦ ସେ କବିତାକୁ ପ୍ରଶଂସା କରି କହିଥିଲେ “ପ୍ରଭୋ ! ଏ କି କବିତା , ନା , ଏହା ଅମୃତର ଧାର ବହିଯାଉଅଛି । ଏଥିରେ ନାଟକର ଲକ୍ଷଣମାନ ପୂର୍ଣ୍ଣମାତ୍ରାରେ ରହିଅଛି ଓ କୃଷ୍ଣତତ୍ତ୍ଵର ସାର ସିଦ୍ଧାନ୍ତମାନ ସନ୍ନିବେଶିତ ହୋଇଅଛି । ଆପଣ ଶକ୍ତିସଞ୍ଚାର କରି ନ ଥିଲେ ଜୀବର ଏପରି ରଚନା ସମ୍ଭବପର ନୁହେଁ ।” ମହାପ୍ରଭୁ କହିଲେ “ହଁ,ମୁଁ ଏହାଙ୍କ ଗୁଣରେ ସନ୍ତୁଷ୍ଟ ହୋଇ ଏହାଙ୍କୁ ଶକ୍ତି ପ୍ରଦାନ କରିଅଛି; ଏପରି ମଧୁର କବିତା ନହେଲେ ରସ ପରିସ୍ଫୁଟ ହୋଇ ପାରନ୍ତା ନାହିଁ । ତୁମ୍ଭେମାନେ ସମସ୍ତେ ଏହାକୁ କୃପା କରି ଏହି ବର ଦିଅ ଯେପରି ସତତ ବ୍ରଜଲୀଳା ପ୍ରେମରସ ନିରନ୍ତର ବର୍ଣ୍ଣନ କରୁ । ଯଥାଃ-

      

“ପ୍ରଭୁ କହେ ଅମାସନେ ଇଁହାର ହଇଲ ମିଳନ,

      ଇଁହାର ଗୁଣେ ଇଁହାୟ ଆମାର ତୁଷ୍ଟ ହୈଲ ମନ ।

      ମଧୁର ପ୍ରସଙ୍ଗ ଇଁହାର କାବ୍ୟ ସାଳଙ୍କାର,

      ଐଛେ କବିତ୍ଵ ବିନା ନହେ ରସେର ପ୍ରଚାର ।

 

      ସବେ କୃପା କରି ଇଁହାରେ ଦେହ ଏଇ ବର,

      ବ୍ରଜଲୀଳା ପ୍ରେମରସ ବର୍ଣ୍ଣେ ନିରନ୍ତର ।”

                  (ଚୈଃ ଚଃ ମଧ୍ୟ ୧ମ ପରି)

 

ମହାପ୍ରଭୁ ନିଜେ ଅଶେଷ କୃପା କରି ମଧ୍ୟ ସେଥିରେ ସନ୍ତୁଷ୍ଟ ନ ହୋଇ ଶ୍ରୀନିତ୍ୟାନନ୍ଦ ପ୍ରଭୃତି ସମସ୍ତଙ୍କର କୃପା ଭିକ୍ଷା କରୁଅଛନ୍ତି । ଏହାଠାରୁ ଅଧିକ ସୌଭାଗ୍ୟର କଥା କି ଅଛି । ଧନ୍ୟ ଧନ୍ୟ ରୂପ,ତୁମ୍ଭର ହିଁ ଜୀବନ ଧାରଣ କରିବା ସାର୍ଥକ ,ଆଜି ତୁମ୍ଭ ବିଷୟରେ ଏ କତିପୟ ଧାଡ଼ି ଲେଖିବାକୁ ଯାଇ ମୁଁ ମୋର ଜୀବନକୁ ସଫଳ ମନେ କରୁଅଛି ।

ଶ୍ରୀରୂପ ଗୋସ୍ଵାମୀଙ୍କ ପ୍ରତି ତ ମହାପ୍ରଭୁ ଏହିରୂପ ସ୍ନେହ ପ୍ରକାଶ କରିଥିଲେ,ଏବଂ ଶ୍ରୀଳ ସାର୍ବଭୌମ୍ୟ ଭଟ୍ଟାଚାର୍ଯ୍ୟଙ୍କ ପ୍ରତି ତାଙ୍କର ସ୍ନେହ କିରୂପ ଦେଖାଯାଉ ।

 

ଶ୍ରୀଳ ବାସୁଦେବ ସାର୍ବର୍ଭୌମ ଭଟ୍ଟାଚାର୍ଯ୍ୟ ମହାପଣ୍ଡିତ ,ଏମନ୍ତକି ପୃଥିବୀ ମଧ୍ୟରେ ସେତେବେଳେ ଅଦ୍ଵିତୀୟ କିନ୍ତୁ ସେ ମାୟାବାଦୀ । ଭଗବତଭକ୍ତିରେ ତାଙ୍କର ବିଶ୍ଵାସ ନଥିଲା । ମହାପ୍ରଭୁ ତାଙ୍କୁ କୃପା କରିବା ପାଇଁ ତାଙ୍କଠାରୁ ୭ ଦିନ ଶ୍ରୀମଭାଗବତ ଶ୍ରବଣ କଲେ । ତତ୍ପରେ ତାଙ୍କଠାରୁ ଆତ୍ମାରାମ ଶ୍ଲୋକର ୯ ପ୍ରକାର ବ୍ୟାଖ୍ୟା ଶ୍ରବଣ କରି ସେଥିରେ ସନ୍ତୁଷ୍ଟ ନ ହୋଇ ନିଜେ ଆଉ ୧୮ ପ୍ରକାର ଅର୍ଥ କରି ପଣ୍ଡିତ ପ୍ରବରଙ୍କୁ ଶୁଣାଇଲେ । ସାର୍ବଭୌମ ଭାବିଲେ, ମୁଁ ମହାପଣ୍ଡିତ , ମୁଁ ଯେଉଁ ଅର୍ଥ କଲି ଏହା ଛଡ଼ା ଏ ଶ୍ଲୋକର ଅନ୍ୟ ଅର୍ଥ ହୋଇ ନ ପାରେ । କିନ୍ତୁ ଏହାଙ୍କ ମୁଖରୁ ମୋର ଅର୍ଥବ୍ୟତୀତ ଆଉ ୧୮ ପ୍ରକାର ନୂତନ ଅର୍ଥ ଶ୍ରବଣ କଲି ଏକି ଚମତ୍କାର,ପଣ୍ଡିତପ୍ରବରଙ୍କର ଗର୍ବ ଏକାବେଳେ ଚୂର୍ଣ୍ଣ ହୋଇଗଲା । ପଣ୍ଡିତପ୍ରବରଙ୍କୁ ପାଣ୍ଡିତ୍ୟ ଦ୍ଵାରା ପରାସ୍ତ କରି ମହାପ୍ରଭୁ ତାଙ୍କ ପ୍ରତି କୃପା ପ୍ରଦର୍ଶନ ପୂର୍ବକ ନିଜ ଐଶ୍ଵର୍ଯ୍ୟ ପ୍ରଦର୍ଶନ କରାଇଲେ । ଏହିରୂପେ ସାର୍ବଭୌମ ନିଜମତ ପରିତ୍ୟାଗକରି ଭକ୍ତିପଥରେ ପଥିକ ହେଲେ ଓ ମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ଶରଣ ନେଲେ । ଏହି ମହାପରିବର୍ତ୍ତନର କିଛିଦିନ ପରେ ମହପ୍ରଭୁ ତାଙ୍କୁ ପରୀକ୍ଷା କରିବା ନିମନ୍ତେ ପ୍ରତ୍ୟୁଷରେ ଶ୍ରୀଜଗନ୍ନାଥ ଦର୍ଶନ କରି ସେବକମାନଙ୍କ ପ୍ରଦତ୍ତ କିଛି ମହାପ୍ରସାଦ ଅଞ୍ଚଳରେ ବାନ୍ଧି ସାର୍ବଭୌମଙ୍କ ମନ୍ଦିରରେ ଉପସ୍ଥିତ ହେଲେ । ମହାପ୍ରଭୁଙ୍କ ଆଗମନ ଜାଣି ସାର୍ବଭୌମ ଶର୍ଯ୍ୟାରୁ ଉଠି ଅସ୍ତବ୍ୟସ୍ତ ହୋଇ ଆସି ମହାପ୍ରଭୁଙ୍କୁ ପ୍ରଣାମ କଲେ , ଏବଂ ମହାପ୍ରଭୁଙ୍କୁ ବସିବା ପାଇଁ ଆସନ ପ୍ରଦାନ କଲେ । ମହାପ୍ରଭୁ ନିଜ ଅଞ୍ଚଳ ଖୋଲି ମହାପ୍ରସାଦ ସାର୍ବଭୌମଙ୍କୁ ପ୍ରଦାନ କଲେ । ସାର୍ବଭୌମ ଦନ୍ତଧାପନ ଓ ସ୍ନାନାର୍ହ୍ନିକ ସାରି ନ ଥିଲେ ହେଁ ସେ ମହାପ୍ରସାଦ ପ୍ରଫୁଲ୍ଲଚିତ୍ତରେ ସେବନ କଲେ । ମହାପ୍ରଭୁ ଯେ ନିମିତ୍ତ ପ୍ରତ୍ୟୁଷ କାଳରେ ଆସି ସାର୍ବଭୌମଙ୍କ ମନ୍ଦିରରେ ଉପସ୍ଥିତ ହୋଇଥିଲେ ତାହା ସିଦ୍ଧ ହେଲା । ମହାପ୍ରଭୁ ପ୍ରେମବିହ୍ଵଳ ହୋଇ ସାର୍ବଭୌମଙ୍କୁ ଆଲିଙ୍ଗନ ପୂର୍ବକ ନାଚିବାକୁ ଲାଗିଲେ । ଦୁହିଁଙ୍କର ଅଙ୍ଗରେ ଅଷ୍ଟସାତ୍ଵିକ ଭାବରେ ତରଙ୍ଗ ଖେଳା କଲା । ମହାପ୍ରଭୁ ପ୍ରେମାବିଷ୍ଟ ହୋଇ କହିଲେ, ମୁଁ ଆଜି ଅନାୟାସରେ ତ୍ରିଭୁବନ ଜୟ କଲି , ଆଜି ମୁଁ ବୈକୁଣ୍ଠାରୋହଣା କଲି , ଆଜି ମୋର ସର୍ବ ଅଭିଳାଷ ପୂର୍ଣ୍ଣ ହେଲା ।“ ଯଥା –

 

            “ଆଜି ମୁଞ୍ଜି ଅନାୟାସେ ଜିନିନୁ ତ୍ରିଭୁବନ,

            ଆଜି ମୁଞ୍ଜି କରିନୁ ବୈକୁଣ୍ଠ ଆରୋହଣ ।

            ଆଜି ମୋର ପୂର୍ଣ୍ଣ ହୈଲ ସର୍ବ ଅଭିଳାଷ,

            ସାର୍ବଭୌମେର ହୈଲ ମହାପ୍ରସାଦେ ବିଶ୍ଵାସ ।

 

            ଆଜି ତୁମି ନିଷ୍କପଟେ ହୈଲେ କୃଷ୍ଣଶ୍ରୟ,

            କୃଷ୍ଣ ନିଷ୍କପଟେ ତୋମା ହଲଇ ସଦୟ

            ଆଜି ସେ ଖଣ୍ଡିଲ ତୋମାର ଦେହାଦିବନ୍ଧନ,

            ଆଜି ତୁମି ଚ୍ଛିନ୍ନକୈଲେ ମାୟାର ବନ୍ଧନ ।

 

            ଆଜି କୃଷ୍ଣ ପ୍ରାପ୍ତି ଯୋଗ୍ୟ ହୈଲ ତୋମାର ମନ,

            ବେଦ ଧର୍ମ ଲଂଦି କୈଲେ ପ୍ରାସାଦ ଭକ୍ଷଣ ।

                        (ଚୈଃ ଚଃ ମଧ୍ୟ ୬ଷ୍ଠ ପରି)

 

ଆହା କି ଅପୂର୍ବ ସ୍ନେହ । ମହାପ୍ରଭୁ ସମସ୍ତ ବିଷୟରେ ନିର୍ଲିପ୍ତ ହେଲେହେଁ ଆଜି ଭକ୍ତବାତ୍ସଲ୍ୟ ଗୁଣରେ ବିମୁଗ୍ଧ ହୋଇ ସାର୍ବଭୌମଙ୍କ କୃଷ୍ଣ ଭକ୍ତି ପୂର୍ଣ୍ଣ ମାତ୍ରାରେ ଉଦୟ ଦେଖି କହୁଅଛନ୍ତି, ଆଜି ମୁଁ ତ୍ରିଭୁବନ ଜୟ କଲି, ଆଜି ମୁଁ ବୈକୁଣ୍ଠରୋହଣ କଲି । ଏହା ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର କୃଷ୍ଣ ଭକ୍ତି ଜାତ କରାଇବା ଦ୍ଵାରା ମହାପ୍ରଭୁଙ୍କର ଧର୍ମ୍ମପ୍ରଚାର ରୂପ ଅବତାର କାର୍ଯ୍ୟର ପ୍ରାୟ ପନ୍ଦରପଣ ସମ୍ପାଦିତ ହେଲାବୋଲି ବୋଲିବାକୁ ହେବ । କାରଣ ସାର୍ବଭୌମ ଯେତେବେଳେ ପୃଥିବୀରେ ଅଦ୍ଵିତୀୟ ପଣ୍ଡିତ । ସହସ୍ର ମେଧାବୀ ଶିଷ୍ୟ ତାଙ୍କର ଅନୁଗତ । ପ୍ରବଳପ୍ରତାପୀ ଉତ୍କଳର ମହାରାଜା ପ୍ରତାପରୁଦ୍ରଙ୍କର ତାଙ୍କ ପ୍ରତି ଅଟଳ ବିଶ୍ଵାସ । ମହାରାଜାଙ୍କର ତାଙ୍କ ପ୍ରତି ଏରୂପ ଭକ୍ତି ଦେଖି ସମସ୍ତ ଉତ୍କଳବାସୀଙ୍କର ମଧ୍ୟ ତାଙ୍କପ୍ରତି ଭକ୍ତି ହୋଇଅଛି । ଅତଏବ ସେ ଯେଉଁପଥ ଅବଲମ୍ବନ କରିବେ, ମହାରାଜା ସହ ଅପର ସମସ୍ତ ପ୍ରଜାବର୍ଗ ମଧ୍ୟ ତାହା ଅନୁସରଣ କରିବେ । ଦେଶ ଦେଶାନ୍ତରରୁ ଆସୁଥିବା ଶ୍ରୀଜଗନ୍ନାଥଙ୍କ ଦର୍ଶକବୃନ୍ଦ ମଧ୍ୟ ତାହା ଅନୁକରଣ କରିବେ । ଏହିରୂପେ ସର୍ବତ୍ର ବୈଷ୍ଣବ ଧର୍ମ ପ୍ରଚାରିତ ହେବ । ସାର୍ବଭୌମଙ୍କର ପ୍ରଗଢ଼ କୃଷ୍ଣଭକ୍ତି ଜାତ ହେବାର ଦେଖି ମହାପ୍ରଭୁ ଯେ ଏଡେ ଆନନ୍ଦ ଲାଭ କରିଥିଲେ ତାହାର ମଧ୍ୟ ଏହା ଏକ କାରଣ ଥିବାର ଅନୁମିତ ହୁଏ ।

 

ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ପ୍ରତି ମହାପ୍ରଭୁଙ୍କର ଯେ କି ପ୍ରଗାଢ଼ ସ୍ନେହ ତାଙ୍କ ଜାମାତା ଅମୋଘର ଉଦ୍ଧାର ମଧ୍ୟ ସେଥିର ଅନ୍ୟ ଏକ ଉଦାହରଣ । ମହାପ୍ରଭୁ ସନ୍ନ୍ୟାସଧର୍ମ୍ମ ଅବଲମ୍ବନ କରିଥିବାରୁ ଲୋକଶିକ୍ଷା ନିମିତ୍ତ ସତତ ମିତାହାର କରୁଥିଲେ । ବିଶେଷତଃ ନିନ୍ଦୁକ ସ୍ଵଭାବ ଶ୍ରୀରାମଚନ୍ଦ୍ର ପୁରୀଙ୍କ ଭୟରେ ସେହି ଭିକ୍ଷାର ପରିମାଣ ମଧ୍ୟ ତାଙ୍କୁ ସଂକୋଚ କରିବାକୁ ହୋଇଥିଲା । କିନ୍ତୁ ଶ୍ରୀ ଗଦାଧର ପଣ୍ଡିତ, ଶ୍ରୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପ୍ରଭୃତି କତିପୟ ଅନ୍ତରଙ୍ଗଙ୍କ ନିମନ୍ତ୍ରଣରେ ସେମାନଙ୍କ ମାନସ ପୂର୍ଣ୍ଣ କରିବା ନିମିତ୍ତ ଉକ୍ତ ନିୟମ ରକ୍ଷା କରିପାରୁ ନଥିଲେ ।

 

ମହାପ୍ରଭୁଙ୍କୁ ମନୋମତ ଖୁଆଇବା ପାଇଁ ଶ୍ରୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କ ପାକଶାଳାର ସଂଲଗ୍ନରେ ଗୋଟିଏ ଗୃହ ନିର୍ମାଣ କରାଇଥିଲେ, ସେଠାରେ ନିଦ୍ଭୃତରେ ଭୋଜନ କରାନ୍ତି । ଏକଦିନ ପଣ୍ଡିତ ନିଜେ ଓ ତାଙ୍କ ପତ୍ନୀ ଦୁହେଁ ନାନାପ୍ରକାର ବ୍ୟଞ୍ଜନ ଓ ପିଠାପଣା ପ୍ରସ୍ତୁତ କରାଇ ମହାପ୍ରଭୁଙ୍କୁ ଏକା ନିମନ୍ତ୍ରଣ କଲେ । ମହାପ୍ରଭୁ ଆସି ଦେଖିଲେ ପ୍ରଚୁର ପରିମାଣରେ ଅନ୍ନ ବ୍ୟଞ୍ଜନାଦି ବଢ଼ା ହୋଇ ରହିଅଛି । ମହାପ୍ରଭୁ ଏହା ଦେଖି କହିଲେ”ଭଟ୍ଟାଚାର୍ଯ୍ୟ! ମୋତେ ଅଳ୍ପ ପରିମାଣରେ ପ୍ରସାଦ ଦିଅ, ଏତେ କିଏ ଭୋଜନ କରିବ ।“ ସାର୍ବଭୋମ କହିଲେ “ ପ୍ରଭୋ ! ଆପଣ ଶ୍ରୀଜଗନ୍ନାଥ ରୂପରେ ପ୍ରତି-ଥର ଯେଉଁ ଭୋଗ ସାମଗ୍ରୀମାନ ଭୋଜନ କରୁଅଛନ୍ତି , ତାହା ସହିତ ତୁଳନା କଲେ ଏ ଏକଗ୍ରାସ ମଧ୍ୟ ନୁହେଁ । ଦ୍ଵାରକାରେ ଓ ବ୍ରଜରେ ଆପଣ କି ପରି-ମାଣରେ ଭୋଜନ ନ କରନ୍ତି । ଗୋବର୍ଦ୍ଧନ ଯଜ୍ଞ କାଳରେ ଯେଉଁ ରାଶି ୨, ଅନ୍ନଭୋଜନ କରିଥିଲେ ସେ କଥାକି ଆଜି ଭୁଲିଗଲେ ? ଏ ଭିକ୍ଷୁକ ବ୍ରାହ୍ମଣ ଘରେ ଏକଗ୍ରାସ ମାଧୁକରୀ ଗ୍ରହଣ ପୂର୍ବକ ମୋତେ କୃତାର୍ଥ କରନ୍ତୁ ।“ ଭଟ୍ଟାଚାର୍ଯ୍ୟଙ୍କୁତ ଫାଙ୍କି ଦେବାର ଶକ୍ତି ନାହିଁ , ଅତଏବ ବାଧ୍ୟ ହୋଇ ଭୋଜନ କରିବାକୁ ଲାଗିଲେ । କିନ୍ତୁ ତାଙ୍କ ଭୋଜନ ସମୟରେ କାଳେ ନିଜ ଜାମାତା ନିନ୍ଦୁକ ସ୍ଵଭାବ ଅମୋଘ ଆସି ପ୍ରବେଶ କରେ ଓ ମହାପ୍ରଭୁଙ୍କ ନିନ୍ଦା କରେ ଏହି ଭୟରେ ଭଟ୍ଟାଚାର୍ଯ୍ୟ ଏକ ବାଡି ଧରି ଦ୍ଵାର-ପାଶରେ ବସିଥିଲେ । ସେ ମହାପ୍ରଭୁଙ୍କ ପତ୍ରରେ ଆଉ କିଛି ପ୍ରସାଦ ଦେବାକୁ ଯାଆନ୍ତେ, ଇତ୍ୟବସରେ ଅମୋଘ ସେଠାରେ ପ୍ରବେଶ କରି କହିଲେ “ମଲା ? ଏତେ ଅନ୍ନ ଯାହାକି ୧୦/୧୨ ଜଣ ଖାଇ ସନ୍ତୁଷ୍ଟ ହେବେ ଏକଲା ଏ ସନ୍ନ୍ୟାସୀ ତାହା ସମସ୍ତ ଭୋଜନ କରୁଅଛି ?”

ଅମୋଘର ଏହି ସ୍ଵର ଶୁଣି ଭଟ୍ଟାଚାର୍ଯ୍ୟ ବାଡି ହସ୍ତରେ ମାରିବାକୁ ଦଉଡି ଯାଆନ୍ତେ ଅମୋଘ ଭୟରେ ପଳାୟନ କଲେ । ଅମୋଘତ ପଳାଇ ଗଲେ କିନ୍ତୁ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ଗୃହିଣୀ ଦୁହିଁଙ୍କର ଦୁଃଖର ପରିସୀମା ରହିଲା ନାହିଁ । ପୁତ୍ର ହେଉ ବା ପିତା ହେଉ ଯେ କୃଷ୍ଣ ଭକ୍ତିର ବାଧକ ସେ ଶତ୍ରୁ । ଅତଏବ ସେ ପତି ପତ୍ନୀ ଉଭୟ ଅମୋଘକୁ ଅଭିଶାପ ଦେବାକୁ ଲାଗିଲେ । ଏମନ୍ତ କି ନିଜ କନ୍ୟା ପଛେ ବିଧବା ହେଉ ମହାପ୍ରଭୁଙ୍କ ଭିକ୍ଷାରେ ବାଧା ନ ହେଉ ଏରୂପ ଅଭିଶାପ ମଧ୍ୟ ସେମାନଙ୍କ ମୁଖକରୁ ବାହାରିଲା । ମହାପ୍ରଭୁ ସେମାନଙ୍କୁ ବହୁ ସାନ୍ତ୍ଵନା କଲେ ଏବଂ ଭୋଜନାନ୍ତେ ନିଜ ସ୍ଥାନକୁ ପ୍ରସ୍ଥାନ କଲେ । ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କୁ ତାଙ୍କ ନିଜ ମନ୍ଦିରରେ ଛାଡିଆସି, ପତ୍ନୀକୁ ଡାକି କହିଲେ “ଦେଖ ଯେଉଁଜନ ମହାପ୍ରଭୁଙ୍କର ନିନ୍ଦା କରେ ସେ ବଧାର୍ହ କିମ୍ବା ମହାପ୍ରଭୁଙ୍କ ନିନ୍ଦା ଶ୍ରବଣରେ ନିଜ ପ୍ରାଣ ତ୍ୟାଗ କରିବା ବିଧେୟ । କିନ୍ତୁ ଏ ସ୍ଥଳରେ ଆମ୍ଭେ ଦୁହେଁତ ବ୍ରାହ୍ମଣ ଅତଏବ କେହି ବଧଯୋଗ୍ୟ ନୁହେଁ । ଅତଏବ ଏରୂପ ମହାପାପୀ ଜମାତାର ଆଉ ମୁଖ ଦର୍ଶନ କରିବା ନାହିଁ । ଆତ୍ମ କନ୍ୟା ଷାଠୀକୁ କହ ସେ ତାହାର ସ୍ଵାମୀକୁ ତ୍ୟାଗ କରୁ, କାରଣ ସେ ପତିତ ହୋଇଅଛି, ପତିତ ସ୍ଵାମୀ ତ୍ୟାଜ୍ୟ ।“ ଏହି କଥାବାର୍ତ୍ତା ହୋଇ ମନ ଶୋକରେ ସେମାନେ ଭୋଜନ କଲେ ନାହିଁ । ଏଣେ ଗୁରୁଜନଙ୍କଠାରେ ଅପରାଧିହେତୁ ଅମୋଘ ସେହି ରାତ୍ରରେ ବିସୂଚିକା ରୋଗରେ ଆକ୍ରାନ୍ତ ହେଲା । ଭଟ୍ଟାଚାର୍ଯ୍ୟ ତାହାଶୁଣି କହିଲେ “ ବେଶ ହୋଇଅଛି, ସ୍ଵୟଂ ଈଶ୍ଵରଙ୍କ ଠାରେ ଯାହାର ଅପରାଧ ତାହାର ଫଳ କି ଆଶୁ ଫଳନ୍ତା ନାହିଁ ।“

ମହାପ୍ରଭୁ ଶୁଣି ପାରିଲେ , ଦୁଇଦିନ ହେବ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ଗୃହିଣୀ ଜଳାହାର କରି ନାହାନ୍ତି ଓ ତାଙ୍କ ଜାମାତା ଅମୋଘ ବିସୂଚିକା ରୋଗରେ ଶେଷ ଦଶାରେ ପଡିଅଛି । ମହାପ୍ରଭୁ ଏହା ଶୁଣିବା ମାତ୍ରେ ଭଟ୍ଟାଚାର୍ଯ୍ୟଙ୍କ ଗୃହକୁ ଆସି ଅମୋଘ ପଡିଥିବା ସ୍ଥାନକୁ ଯାଇ ତାହାର ହୃଦୟରେ ହସ୍ତାର୍ପଣ ପୂର୍ବକ କହିଲେ, ଏ ବ୍ରାହ୍ମଣ ହୃଦୟ, ତେଣୁ ଶ୍ରୀକୃଷ୍ଣଙ୍କର ବସିବାର ଉପଯୁକ୍ତ । ଏଥିରେ ମାତ୍ସର୍ଯ୍ୟ ଚାଣ୍ଡାଳକୁ କିପାଇଁ ବସାଇ ଅଛ ? ତୁମ୍ଭେ ଭଟ୍ଟାଚାର୍ଯ୍ୟଙ୍କ ଜାମାତା ଯେ ଏରୂପ ପରମ ବୈଷ୍ଣବଙ୍କ ସଙ୍ଗରେ ଥାଏ, ତାହାର କି ଆଉ ପାପ ରହେ । ଏବେ ଉଠ ଏବଂ କୃଷ୍ଣନାମ ଗ୍ରହଣ କର । କୃପାସାଗର ଶ୍ରୀକୃଷ୍ଣ ତୁମ୍ଭକୁ ଅବଶ୍ୟ କୃପା କରିବେ ।“ସ୍ଵୟଂ ଶ୍ରୀକୃଷ୍ଣ ଆସି ଯାହାକୁ କୃଷ୍ଣ କହିବାକୁ ଉପଦେଶ କରୁଅଛନ୍ତି ତାର କି ଆଉ ପାପ ରହିପାରେ । ମହାପ୍ରଭୁଙ୍କ କୃପାରେ ତତ୍‌କ୍ଷଣାତ୍‌ ଅମୋଘ ରୋଗରୁ ମୁକ୍ତି ହେଲା, ତାହାଙ୍କ ଅଙ୍ଗରେ ଅଷ୍ଟସାତ୍ତ୍ଵିକ ଭାବ ପ୍ରକାଶ ପାଇଲା । କମ୍ପ, ଅଶ୍ରୁ, ପୁଲକ, ସ୍ତମ୍ଭ, ସ୍ପେଦ, ସ୍ପରଭଙ୍ଗ ଏହିସବୁ ଭାବବିକାର ତାହାଙ୍କ ଅଙ୍ଗରେ ପ୍ରକାଶିତ ଦେଖି ମହାପ୍ରଭୁ ହସିବାକୁ ଲାଗିଲେ । ସେ ମହାପ୍ରଭୁଙ୍କ ଶ୍ରୀଚରଣ କମଳ ଧାରଣ ପୂର୍ବକ ଆତ୍ମନିର୍ବେଦକରି କହିଲେ “ ପ୍ରଭୋ ! ମୁଁ ମହାପରାଧି, ଏହି ଛାର ମୁଖରେ ଆପଣଙ୍କର ନିନ୍ଦା କଲି ।“ ଏହା କହି ସେ ନିଜ ଗାଲରେ ଚାପୁଡ଼ା ମାରିବାକୁ ଲାଗିଲେ । ମହାପ୍ରଭୁ ତାଙ୍କୁ ସାନ୍ତ୍ଵନାପୂର୍ବକ କହିଲେ “ଅମୋଘ ! ପରିତାପ ପରିତ୍ୟାଗ କର । ସାର୍ବଭୋମଙ୍କ ଘରର କୁକୁର ପର୍ଯ୍ୟନ୍ତ ,ମୋର ପ୍ରିୟ । ତୁମ୍ଭେ ତ ତାଙ୍କର ଜାମାତା । “ ଯଥାଃ-

      ପ୍ରଭୁ ଆଶ୍ଵାସନ କରେ ସ୍ପର୍ଶ ତାର ପାତ୍ର,

      ସାର୍ବଭୌମ ସମ୍ବନ୍ଧେ ତୁମି ମୋର ସ୍ନେହ ପାତ୍ର ।

      ସାର୍ବଭୌମ ଗୃହେ ଦାସବାସୀ ଯେ କୁକ୍କୁର,

      ସେହି ମୋର ପ୍ରିୟ ଅନ୍ୟଜନ ବହୁ ଦୂର ।

                  (ଚୈଃ ଚଃ ମଧ୍ୟ ୧୫ପରି)

ଏହିରୂପ ଅମୋଘକୁ କୃପାକରି ମହାପ୍ରଭୁ ଆସି ସାର୍ବଭୌମଙ୍କୁ ସାନ୍ତ୍ଵନା କଲେ । ଏବଂ କହିଲେ “ଅମୋଘ ଶିଶୁ, ତାହାର ଦୋଷ କି ଧର୍ତ୍ତବ୍ୟ, ଏବେ ଉଠି ସ୍ନାନ କର ଓ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କର । ତୁମ୍ଭେ ଶ୍ରୀ ଜଗନ୍ନାଥ ଦର୍ଶନାନନ୍ତର ପ୍ରସାଦ ସେବନ କରିବା ଯାଏ ମୁଁ ଏଠାରେ ରହିଲି ।“ ସାର୍ବଭୋମ କହିଲେ “ ପ୍ରଭୋ ! ମୁଁ କି ଆପଣଙ୍କ ବାକ୍ୟ ଲଂଘନ କରିପାରେ । ଆପଣ ଶ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଆନ୍ତୁ । ମୁଁ ସ୍ନାନ କରି ସେଠକୁ ଯାଉଅଛି ।“ମହାପ୍ରଭୁ ଏଥିରେ ସନ୍ତୁଷ୍ଟ ନ ହୋଇ ଗୋପୀନାଥ ଆଚାର୍ଯ୍ୟଙ୍କୁ ଡାକି କହିଲେ “ଗୋପୀନାଥ ! ତୁମ୍ଭେ ଏହିଠାରେ ଥାଅ, ଭଟ୍ଟାଚାର୍ଯ୍ୟ ପ୍ରସାଦ ପାଇ ସାରିଲେ ମୋତେ ସେ ଖବର ଦେବ ।“ଆହା କି ଅପୂର୍ବ ସ୍ନେହ ।

କୁଳୀନଗ୍ରାମବାସୀ ଶ୍ରୀ ଗୁଣରାଜ ଖାନଙ୍କ ପ୍ରତି ମହାପ୍ରଭୁଙ୍କର କିରୂପ ସ୍ନେହ ତାହା ଏହି ନିମ୍ନୋକ୍ତ କତିପୟ ଧାଡ଼ିରୁ ଉତ୍ତମ ପରିଚୟ ମିଳୁଅଛି ।

      “କୁଳୀନ ଗ୍ରାମୀରେ କହେ ସମ୍ମାନ କରିୟା,

      ପ୍ରତ୍ୟହ ଆସିବେ ଯାତ୍ରାୟ ପଟ୍ଟତୁରୀ ଲଞ୍ଜା ।

      ଗୁଣରାଜ ଖାନ କୈଲ ଶ୍ରୀକୃଷ୍ଣ ବିଜୟ,

      ତାହା ଏକବାକ୍ୟ ତାଁର ଆଚ୍ଛେ ପ୍ରେମମୟ ।

 

      ନନ୍ଦନକାନନ କୃଷ୍ଣ ମୋର ପ୍ରାଣନାଥ,

      ଏଇ ରୂପେ ବିକାଇନୁ ନାଁରେ ବଶେର ହାତ ।

      ତୋମାଉ କି କଥା ତୋମାର ଗ୍ରାମେର କୁକ୍କୁର,

ସେହ ମୋର ପ୍ରିୟ, ଅନ୍ୟଜନ ବହୁ ଦୂର |”

                  (ଚୈଃ ଚଃ ମଧ୍ୟ ୧୫ପରି)

 

ଯେ ମହାପ୍ରଭୁଙ୍କର ପ୍ରିୟ, ତାହାର ସମ୍ପର୍କୀୟ ସମସ୍ତ ହିଁ ପ୍ରିୟ, ଏମନ୍ତ କି ଘୃଣ୍ୟ ଅସ୍ପୃଶ୍ୟ ଯେ କୁକୁର ସେ ମଧ୍ୟ ପ୍ରିୟ । ଏଥିଲାଗି ହିଁ ହରିଦାସ ବର୍ଯ୍ୟ ଠାକୁର ଶ୍ରୀହରିଦାସ ଭକ୍ତ ଗୃହରେ କୁକୁର ହୋଇ ଜନ୍ମ ହେବାରେ ପ୍ରାର୍ଥନା କରିଥିଲେ । ସେହି ଠାକୁର ଶ୍ରୀ ହରିଦାସଙ୍କ ପ୍ରତି ମହାପ୍ରଭୁଙ୍କର ଯେ କି ଅପୂର୍ବ ସ୍ନେହଥିଲା ତାହାର ଗୋଟିଏ ଉଦାହରଣ ନିମ୍ନରେ ବିବୃତ କଲି ।

 

ଠାକୁର ଶ୍ରୀ ହରିଦାସ ମହାପ୍ରଭୁଙ୍କୁ ନିବେଦନ କଲେ “ପ୍ରଭୋ ! ଭବଦୀୟ ସମ୍ମୁଖରେ ଯେପରି ମୋର ଦେହ ପିଞ୍ଜରରୁ ପ୍ରାଣପକ୍ଷୀ ଉଡ଼ିଯାଏ । “ ମହାପ୍ରଭୁ ହରିଦାସ ବିରହ ଭାବି କାତର ହେଲେ ମଧ୍ୟ ଭକ୍ତ ବାତ୍ସଲ୍ୟ ଗୁଣରେ ହରିଦାସଙ୍କ ପ୍ରାର୍ଥନା ଏଡ଼ାଇ ପାରିଲେ ନାହିଁ । ମହାପ୍ରଭୁଙ୍କ ଆକର୍ଷଣରେ ବହୁଭକ୍ତ ଆସି ହରିଦାସଙ୍କ କୁଟୀର ନିକଟରେ ଉପସ୍ଥିତ ହେଲେ । ମହାପ୍ରଭୁଙ୍କ ଆଦେଶରେ ମହା ସଂକୀର୍ତ୍ତନ ଆରମ୍ଭ ହେଲା । ସ୍ଵରୂପ ଗୋସାଇଁ ସୁମଧୁର କଣ୍ଠରେ ଗାଇବାକୁ ଲାଗିଲେ, ନର୍ତନପଟୁ ପ୍ରେମ ମୟ କଳେବର ବକ୍ରେଶ୍ଵର ଅପୂର୍ବ ଭଙ୍ଗୀରେ ନାଚିବାକୁ ଲାଗିଲେ । ମହାପ୍ରଭୁ ଶ୍ରୀ ରାୟ ରାମାନନ୍ଦ ଓ ଶ୍ରୀ ସାର୍ବଭୌମଙ୍କ ଆଗରେ ଠାକୁର ହରିଦାସଙ୍କ ଗୁଣ ପ୍ରଶଂସା କରିବାକୁ ଲାଗିଲେ । ଠାକୁର ହରିଦାସ ମହାପ୍ରଭୁଙ୍କୁ ନିଜ ସମ୍ମୁଖରେ ବସାଇ ଅନିମେଷଲୋଚନରେ ତାଙ୍କ ମୁଖ କମଳ ନିରୀକ୍ଷଣ କଲେ ଓ ମହାପ୍ରଭୁଙ୍କ ଚରଣ ଆଣି ନିଜ ହୃଦୟରେ ଧାରଣ କଲେ ଏବଂ ଭକ୍ତମାନଙ୍କ ପଦରେଣୁ ମସ୍ତକରେ ନେଇ “ ଶ୍ରୀ କୃଷ୍ଣ ଚୈତନ୍ୟ “ ପଦ ଉଚ୍ଚାରଣ କରୁଁ କରୁଁ ଏବଂ ମହାପ୍ରଭୁଙ୍କର ମୁଖମାଧୁରୀ ଦର୍ଶନ କରୁଁ କରୁଁ ତାଙ୍କର ପ୍ରାଣ ନାମ ସଙ୍ଗେ ସଙ୍ଗେ ବାହାରି ଗଲେ । ମହାପ୍ରଭୁ ହରିଦାସଙ୍କ ଦେହକୁ କୋଳରେ ଘେନି ପ୍ରେମାବିଷ୍ଟ ହୋଇ ନାଚିବାକୁ ଲାଗିଲେ । ତିଥିରେ ହରିଦାସଙ୍କ ଶରୀରକୁ ବିମାନରେ ଚଢ଼ାଇ କୀର୍ତ୍ତନସହ ସମୁଦ୍ର ତୀରକୁ ଘେନି ଗଲେ । ଏବଂ ସମୁଦ୍ରରେ ତାଙ୍କୁ ସ୍ନାନ କରାଇ ମହାପ୍ରଭୁ ସମୁଦ୍ରକୁ ବର ପ୍ରଦାନ କଲେ । ଯଥାଃ-

 

      “ହରିଦାସ ସମୁଦ୍ର ଜଳେ ସ୍ନାନ କରାଇଲ,

      ପ୍ରଭୁ କହେ ସମୁଦ୍ର ଏଇ ମହାତୀର୍ଥ ହୈଲ ।

                        (ଚୈଃ ଚଃ ଅନ୍ତ୍ୟ ୧୧ପରି)

 

ତତ୍ପର ହରିଦାସଙ୍କ ଅଙ୍ଗକୁ ପ୍ରସାଦ ଚନ୍ଦନରେ ଲିପ୍ତକରି ବାଲୁକା ମଧ୍ୟରେ ଗର୍ତ୍ତଖନନ କରାଇ ସେ ଶରୀରକୁ ଶୋଆଇଲେ ଏବଂ ମହାପ୍ରଭୁ ସ୍ଵହସ୍ତରେ ତାହା ଉପରେ ବାଲୁକା ପ୍ରଦାନ କଲେ ଓ ପିଣ୍ଡି ବନ୍ଧାଇଲେ । ମହାପ୍ରଭୁ ତତ୍ପରେ ଶ୍ରୀଜଗନ୍ନାଥଙ୍କ ଦେଉଳର ସିଂହଦ୍ଵାରକୁ ଆସି ନିଜ କାନି ପତାଇ ପସାରୀମାନଙ୍କଠାରୁ ମହାପ୍ରସାଦ ଭିକ୍ଷା କଲେ । ସ୍ଵରୂପ ଗୋସାଇଁ ମହାପ୍ରଭୁଙ୍କୁ ସେଥିରୁ ବାରଣ କରାଇ ନିଜେ କତିପୟ ଭକ୍ତଙ୍କ ସଙ୍ଗେ ମହାପ୍ରସାଦ ସଂଗ୍ରହ କଲେ ।

ଏହିରୂପେ ଶ୍ରୀ ହରିଦାସଠାକୁରଙ୍କ ମହୋତ୍ସବ ଶେଷ କରାଇ ମହାପ୍ରଭୁ ନିଜହସ୍ତରେ ଭକ୍ତମାନଙ୍କୁ ଫୁଲହାର ଅର୍ପଣ ପୂର୍ବକ ଚନ୍ଦନ ଲେପନ କଲେ ଏବଂ ଶେଷରେ ମହାପ୍ରଭୁ ସେ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଭକ୍ତମାନଙ୍କୁ କୃଷ୍ଣପ୍ରେମଲାଭର ବର ପ୍ରଦାନ କଲେ । ଏହି ସମସ୍ତ ଘଟଣା ବର୍ଣ୍ଣନ ପୂର୍ବକ ଶ୍ରୀଳ କବିରାଜ ଗୋସ୍ଵାମୀ ଶେଷରେ ଲେଖିଅଛନ୍ତି;-

 

      “ଚୈତନ୍ୟେର ଭକ୍ତବାତ୍ସଲ୍ୟ ଇହାତେଇ ଜାନି,

      ଭକ୍ତବାଞ୍ଛା ପୂର୍ଣ୍ଣକୈଲ ନ୍ୟାସୀଶିରୋମଣ ।

      ଶେଷକାଲେ ଦିଲେ ତାଁରେ ଦର୍ଶନ ସ୍ପର୍ଶନ,

      ତାଁରେ କୋଲେ କରି କୈଲି ଆପନି ନର୍ତ୍ତନ ।

 

      ଆପନି ଶ୍ରୀହସ୍ତେ କୃପାୟ ବାଲୁ ତାଁରେ ଦିଲ,

      ଆପନି ପ୍ରସାଦମାଗି ମହୋତ୍ସବ କୈଲ ।“

                  (ଚୈଃ ଚଃ ଅନ୍ତ୍ୟ ୧୧ପରି)

 

ଶ୍ରୀ ଶିବାନନ୍ଦ ସେନ ସମସ୍ତ ଗୌଡ ଭକ୍ତମାନଙ୍କର ସମସ୍ତ ଖର୍ଚ୍ଚ ବହନ ପୂର୍ବକ ବହୁଯତ୍ନ ସହ ସେମାନଙ୍କୁ ପ୍ରତିବର୍ଷ ଶ୍ରୀ ପୁରୁଷୋତ୍ତମକୁ ଘେନି ଆସୁଥିଲେ । ତାଙ୍କର ଏହି ମହତ୍‌ ବୈଷ୍ଣବସେବାରେ ମହାପ୍ରଭୁ ତାଙ୍କୁ ଅତିଶୟ ସ୍ନେହ କରୁଥିଲେ । ଶ୍ରୀ ଶିବାନନ୍ଦ ୪ ବର୍ଷରେ ପୁତ୍ର କବିକର୍ଣ୍ଣ ପୁରଙ୍କୁ ସେ ନିଜପଦାଙ୍ଗୁଳି ଲେହନ କରାଇ ଶକ୍ତିସଞ୍ଚାର କରିଥିଲେ । ସେହି କୃପାଶକ୍ତି ବଳରେ କବିକର୍ଣ୍ଣପୁର ଚୈତନ୍ୟ ଚନ୍ଦ୍ରୋଦୟ ନାଟକ ଓ ଚୈତନ୍ୟ ଚରିତାମୃତ କାବ୍ୟ ଆଦି ରଚନା କରିଥିଲେ ।ମହାପ୍ରଭୁ ନିଜ ଅଧରାମୃତ କିମ୍ବା ଚରଣମୃତ କାହାରିକୁ ଦେଉ ନଥିଲେ । କେବଳ ଯେଉଁମାନେ ତାଙ୍କର ଅତି ସ୍ନେହରେ ପାତ୍ର, ସେମାନଙ୍କୁ ନିଜ ଅଧରାମୃତ କିମ୍ବା ଚରଣ ମୃତ କାହାରିକୁ ଦେଉ ନଥିଲେ । କେବଳ ଯେଉଁମାନେ ତାଙ୍କର ଅତି ସ୍ନେହର ପାତ୍ର, ସେମାନଙ୍କୁ ନିଜ ଅଧରାମୃତ ପ୍ରଦାନ କରୁଥିଲେ । କାଶୀଧାମରେ ଶ୍ରୀଳ ସନାତନ ଗୋସ୍ଵାମୀଙ୍କୁ ନିଜ ଅଧରାମୃତ ଦେବାକୁ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ଆଦେଶ କରିଥିଲେ । ଶ୍ରୀ ପୁରୁଷୋତ୍ତମରେ ସେ ଶିବାନନ୍ଦର ସମସ୍ତ ପରିବାରଙ୍କ ପାଇଁ ଅଧରାମୃତ ପ୍ରଦାନ କରିବାକୁ ଗୋବିନ୍ଦକୁ ଆଦେଶ କରିଥିଲେ । ଯଥା;-

      

ଶିବାନନ୍ଦେର ପ୍ରକୃତି ପୁତ୍ର ଯାବତ୍‌ ଏଥାୟ,

      ଆମାର ଅବଶେଷ ପାତ୍ର ତାରା ଯେନ ପାୟ ।

ଏକା ଶିବାନନ୍ଦଙ୍କୁ ଯେ ଅଧରାମୃତ ଦେବାକୁ ଆଜ୍ଞାଦେଲେ ଏମନ୍ତ ନୁହେଁ, ତାଙ୍କ ସମସ୍ତ ପରିବାରକୁ ଦେବାକୁ ଆଦେଶ କଲେ । ଏବଂ କେବଳ ଯେ ଥରେ ମାତ୍ର ତାହାବି ନୁହେଁ , ଯେତେଦିନ ସେମାନେ ଶ୍ରୀପୁରୁଷୋତ୍ତମରେ ରହିବେ, ପ୍ରତ୍ୟହ ଯେପରି ସେମାନେ ଅଧରାମୃତ ପାଆନ୍ତି । ଏପରି ସୌଭାଗ୍ୟ କେତେ ଜଣକର ଘଟିଥିଲା । ଧନ୍ୟ ଶିବାନନ୍ଦ । ତୁମ୍ଭେ ହିଁ ମହାପ୍ରଭୁଙ୍କର ସ୍ନେହ ପୂର୍ଣ୍ଣମାତ୍ରାରେ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲ ।

      

ଶ୍ରୀବାସ ପଣ୍ଡିତ ଭକ୍ତପ୍ରବର ନାରଦଙ୍କ ଅବତାର । ଏହି ଭାଗ୍ୟବାନ ଶ୍ରୀବାସଙ୍କ ମନ୍ଦିରରେହିଁ ମହାପ୍ରଭୁଙ୍କର ସମସ୍ତ ଲୀଳା ଖେଳା । ଅତଏବ ଶ୍ରୀବାସଙ୍କର ସୌଭାଗ୍ୟର କି ସୀମା ଅଛି । ତେବେ ତାଙ୍କ ସମ୍ବନ୍ଧରେ ଗୋଟିଏ ଘଟଣା ଏଠାରେ ବ୍ୟକ୍ତ କରି ନିଜ ଲେଖନୀ ଚରିତାର୍ଥ କରେ ।

ମହାପ୍ରଭୁ ଏକଦିନରେ ରଙ୍ଗ କରି କହିଲେ, “ ଶ୍ରୀବାସ ! ତୁମ୍ଭେ ତ ଅତି ଉଦାର । ସଂସାରର ରୀତି ନୀତି ଭଲ ବୁଝନା । ତୁମ୍ଭେ ଯେ ଏ ନିତ୍ୟାନନ୍ଦକୁ ସତତ ଘରେ ରଖି ଖାଇବାକୁ ଦେଉଅଛ, ଏମନ୍ତ କି ତୁମ୍ଭର ସ୍ତ୍ରୀ ତାହାଙ୍କୁ ଭାତ ପର୍ଯ୍ୟନ୍ତ ଖୁଆଇ ଦେଉଅଛନ୍ତି, ଏଥିରେ ବ୍ରାହ୍ମଣମାନେ ତୁମ୍ଭଙ୍କୁ ଯେ ଜାତିଚ୍ୟୁତ କରିବେ । ଏ ଅବଧୂତ ନିତ୍ୟାନନ୍ଦଙ୍କର ଯେ ଜାତିକୁଳ କିଛି ଠିକ୍‌ ନାହିଁ । ଭବିଷ୍ୟତରେ ତୁମେ ବିପଦରେ ପଡ଼ିବ । ମୁଁ ତୁମ୍ଭ ହିତ କଥା କହୁଅଛି, ଏହାଙ୍କୁ ତୁମ୍ଭେ ଶୀଘ୍ର ଗୃହରୁ ବାହାର କରିଦିଅ । “ଶ୍ରୀବାସପଣ୍ଡିତ ମହାପ୍ରଭୁଙ୍କର ଏହି ପରିହାସ ବାକ୍ୟ ଶୁଣି ହସିକରି କହିଲେ, “ପ୍ରଭୋ ! ମୋତେ ଏ ରୂପ ପରୀକ୍ଷା କରିବା ଆପଣଙ୍କର ଉଚିତ ନୁହେଁ । ଯେଉଁ ଲୋକ ଦିନେମାତ୍ର ଭବଦୀୟ ଶ୍ରୀଚରଣ ଭଜନରେ ସେ ମୋର ପ୍ରାଣ ସ୍ଵରୂପ । କିନ୍ତୁ ନିତ୍ୟାନନ୍ଦ ଯେ ତୋର ଦେହ ଏହାର ମୁଁ ଉତ୍ତମ ପ୍ରମାଣ ପାଇଅଛି । ନିତ୍ୟାନନ୍ଦ ପଛେ ମଦିରା ପାନ କରନ୍ତୁ କିମ୍ବା ମୋର ଜାତି କୂଳଧର୍ମ୍ମ ସମସ୍ତ ଧ୍ଵଂସ କରନ୍ତୁ ତଥାପି ମୁଁ ତିନିବାର ସତ୍ୟକରି କହୁଅଛି , ସେ ନିତ୍ୟାନନ୍ଦଙ୍କ ଚରଣକମଳରୁ ମୋର ମତି ବିଚଳିତ ହେବନାହିଁ ।

“ଶ୍ରୀବାସଙ୍କ ମୁଖରୁ ଏହିବାକ୍ୟ ଶ୍ରବଣ କରି ମହାପ୍ରଭୁ ପ୍ରେମରେ ଗର୍ଜ୍ଜନ କରି ଉଠିଲେ ଏବଂ ଶ୍ରୀବାସଙ୍କୁ କୁଣ୍ଢାଇ ଉଚ୍ଚରେ କହିଲେ “କଣ କହିଲୁ ପଣ୍ଡିତ । ନିତ୍ୟାନନ୍ଦ ପ୍ରତି ତୋର ଏରୂପ ଦୃଢ଼ ବିଶ୍ଵାସ । ଅତିଗୁଢ଼ ଶ୍ରୀମନ୍‌ ନିତ୍ୟାନନ୍ଦଙ୍କୁ ତୁ ଏତେ ଦୂର ବୁଝିଅଛୁ? ଅତଏବ ମୁଁ ତୋତେ ଆଜି ଏହି ବର ଦେଉଛି , ଗ୍ରହଣ କର , ଯଦି ସମ୍ପତ୍ତିର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଲକ୍ଷ୍ମୀ ଠାକୁରାଣୀ ନଗରେ ଭିକ୍ଷା କରନ୍ତି ତଥାପି ତୋ ଘରେ ଦାରିଦ୍ର୍ୟ ପ୍ରବେଶ କରିପାରିବ ନାହିଁ। ତୋ ଘରେ ଥିବା ବିରାଡି କୁକ୍କୁର ପର୍ଯ୍ୟନ୍ତ ଅଜ୍ଞ ପଶୁଙ୍କର ମୋ ପ୍ରତି ସ୍ଥିରଭକ୍ତି ଜାତ ହେବ । ଯଥା -

      

“ଯଦି ଲକ୍ଷ୍ମୀଭିକ୍ଷାକରେ ନଗରେ ନଗରେ,

      ତଥାପିଓ ଦାରିଦ୍ର୍ୟ ତୋର ନହିବେକ ଘରେ ।

      ବିଡାଲ କୁକ୍କୁର ଆଦି ତୋମାର ବାଡିର,

      ସବାର ଆମାତେ ଭକ୍ତି ହଇବେକ ସ୍ଥିର ।“

                  (ଚୈଃ ଚଃ ମଧ୍ୟ ୮ମ)

ଧନ୍ୟ ଶ୍ରୀବାସ, ତୁମ୍ଭେ ସତତ ପ୍ରେମଡ଼ୋରରେ ମହାପ୍ରଭୁଙ୍କୁ ବାନ୍ଧି ରଖିଅଛ । ମହାପ୍ରଭୁ ଓ ପ୍ରଭୁ ଶ୍ରୀନିତ୍ୟାନନ୍ଦ ସତତ ତୁମ୍ଭ ଘରେ ଦୁଇସନ୍ତାନବତ୍‌ ରହି କ୍ରୀତା କରୁଅଛନ୍ତି । ସେ କଥାଟି ମଧ୍ୟ ବିଶେଷ ଉଲ୍ଲେଖର ଯୋଗ୍ୟ ।

ଏକଦିନରେ ଶ୍ରୀବାସଙ୍କ ଗୃହରେ ମହାପ୍ରଭୁ ନିଜ ଗଣ ସହ ସଂକୀର୍ତ୍ତନ କରୁଅଛନ୍ତି ଏହି ସମୟରେ ଶ୍ରୀବାସଙ୍କର ପୁତ୍ର ପ୍ରାଣତ୍ୟାଗ କରନ୍ତି । ଗୃହାଭ୍ୟନ୍ତରରୁ ସ୍ଵାମୀଙ୍କର କ୍ରନ୍ଦନ ଶବ୍ଦ ଶୁଣି ପାରି ଶ୍ରୀବାସ ଶୀଘ୍ର ଅଭ୍ୟନ୍ତରରେ ପ୍ରବେଶ କଲେ ଏବଂ ସ୍ତ୍ରୀ ମାନଙ୍କୁ ପ୍ରବୋଧ ଦେଇ କହିଲେ, “ଦେଖ ଯାହାଙ୍କ ନାମ ବାରେମାତ୍ର ଲୋକ ଅନ୍ତିମ କାଳରେ ଶୁଣିଲେ ମହାପାତକୀ ମଧ୍ୟ ଶ୍ରୀକୃଷ୍ଣ ଧାମ ପ୍ରାପ୍ତ ହୁଏ , ସେହି ଭଗବାନ୍‌ ସ୍ଵୟଂ ଆମ୍ଭ ଅଗଣାରେ ନୃତ୍ୟ କରୁଅଛନ୍ତି ଏବଂ ପୁତ୍ର ଯେ ତାଙ୍କ ଶ୍ରୀମୁଖ ନିସୃତ ହରି ନାମ ଶ୍ରବଣ କରି ପ୍ରାଣତ୍ୟାଗ କରିଅଛି , ଏହା ମଧ୍ୟ ତାହାର ପରମ ସୌଭାଗ୍ୟ । ଅତଏବ ତୁମ୍ଭେମାନେ ଆଉ ବୃଥାରେ କ୍ରନ୍ଦନ କରନାହିଁ । ଯଦି ନିତାନ୍ତ ସଂସାର ଧର୍ମ୍ମରେ ଶୋକସଂବରଣ କରିପାରୁନାହିଁ ଓ କ୍ରନ୍ଦନ ପ୍ରବଳ ହୋଇ ବାହାରି ପଡୁଅଛି , ତେବେ ମୋର ଏତିକି ଅନୁରୋଧ , ତୁମ୍ଭେମାନେ ବର୍ତ୍ତମାନ ପାଇଁ ଶୋକାବେଗ ହୃଦୟରେ ରୁଦ୍ଧକର , ମହାପ୍ରଭୁଙ୍କର କୀର୍ତ୍ତନରେ ଯେପରି ବାଧା ନ ଘଟୁ । ଅନ୍ୟ କାହାରିକୁ ଏ ଶୋକ ଘଟଣା ବର୍ତ୍ତମାନ ଜଣାଅ ନାହିଁ । ଯଦି ନିତାନ୍ତ ମୋକଥା ନ ମାନି ତୁମ୍ଭେମାନେ କ୍ରନ୍ଦନ କର ଓ ତଦ୍ଵାରା ମହାପ୍ରଭୁଙ୍କ ନୃତ୍ୟସୁଖ ଭଙ୍ଗ ହୁଏ ତେବେ ନିଶ୍ଚୟ ଜାଣିଥାଅ , ମୁଁ ଗଙ୍ଗାରେ ପ୍ରବେଶ କରି ପ୍ରାଣ ହରାଇବି ।“ ଶ୍ରୀବାସଙ୍କ ଏହି ବାକ୍ୟରେ ପରିବାର ବର୍ଗ ସମସ୍ତେ ଶୋକାବେଗ ହୃଦୟରେ ଧାରଣ କରି ଚୁପ୍‌ କରି ରହିଲେ ।

 

ଶ୍ରୀବାସ କୀର୍ତ୍ତନରେ ଯୋଗ ଦେଇ ଅଧିକତର ଉଲ୍ଲାସରେ ନୃତ୍ୟ କରିବାକୁ ଲାଗିଲେ । କିନ୍ତୁ ଭକ୍ତଗଣଙ୍କ ମଧ୍ୟରେ କେହି କେହି କ୍ରମେ ଉକ୍ତ ଶୋକାବହ ଘଟଣା ଶୁଣି ପାରିଲେ । ଅନ୍ତର୍ଯ୍ୟାମୀ ମହାପ୍ରଭୁ ଏ ସମସ୍ତ ଜାଣି ପାରି ଭକ୍ତଗଣଙ୍କୁ ପଚାରିଲେ “ଆଜି ଶ୍ରୀବାସଙ୍କ ଘରେ କି ଦୁର୍ଘଟଣା ହୋଇ ଅଛି କି ? ମୋର ମନ କୀର୍ତ୍ତନରେ ଉଲ୍ଲାସ ହେଉନାହିଁ କାହିଁକି ?” ଶ୍ରୀବାସ କହିଲେ “ପ୍ରଭୋ ? ଯାହା ଘରେ ଆପଣ ସୁପ୍ରସନ୍ନ ହୋଇ ବିରାଜମାନ , ତାହାଙ୍କ ଘରେ ଆଉ ଦୁଃଖ କଣ । “ କିନ୍ତୁ ଅପର ଭକ୍ତମାନେ ପ୍ରକୃତ ଘଟଣା ମହାପ୍ରଭୁଙ୍କଠାରେ ବିବୃତ କଲେ । ମହାପ୍ରଭୁ ପଚାରି ବୁଝିଲେ ୨ ୧/୨ ପ୍ରହର ପୂର୍ବରୁ ଉକ୍ତ ଶୋକାବହ ଘଟଣା ଘଟିଅଛି ।

 

      ଏହା ଶୁଣି ମହାପ୍ରଭୁ ବିସ୍ମିତ ହେଲେ । ତତ୍ପରେ ସତ୍କାର ନିମିତ୍ତ ମୃତଶିଶୁର ଦେହ ବାହାରକୁ ଆନୀତ୍‌ ହୁଅନ୍ତେ , ମହାପ୍ରଭୁ ତାକୁ ପଚାରିଲେ ତୁମ୍ଭେ ଶ୍ରୀବାସଭବନ ପରିତ୍ୟାଗ କରି ଯାଉଅଛ କାହିଁକି ? ମୃତ ଶିଶୁ ଉତ୍ତର କଲା “ପ୍ରଭୋ ! ଏ ସମସ୍ତ ଆପଣଙ୍କର ନିର୍ବନ୍ଧ । ତାହା ଲଂଘନ କରିବାର ଶକ୍ତି କାହାର ଅଛି । ଯେତେଦିନ ଶ୍ରୀବାସଙ୍କଘରେ ରହିବାର ମୋର ଭାଗ୍ୟରେ ଥିଲା ତେତେଦିନ ମୁଁ ତାଙ୍କ ର ପୁତ୍ରରୂପେ ତାଙ୍କ ଗୃହରେ ଥିଲି । ବର୍ତ୍ତମାନ ଅନ୍ୟ ପୁରକୁ ଯାଉଅଛି ।“ଏହା କହି ମୃତ ପୁତ୍ର ନିରବ ହେଲା । ମୃତ ପୁତ୍ର ମୁଖରୁ ଏହି ବାକ୍ୟ ଶ୍ରବଣ କରି ସମସ୍ତେ ଚମତ୍କୃତ ହେଲେ । ପ୍ରେମାନନ୍ଦର ଲହରୀ ଆଜି ଶ୍ରୀବାସଭବନରେ ଖେଳା କରିବାକୁ ଲାଗିଲା । ସମସ୍ତ ଗୋଷ୍ଠୀ ସହ ଶ୍ରୀବାସ ମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ପତିତ ହୋଇ କହିଲେ “ଜନ୍ମ ତୁମ୍ଭେ ଆମ୍ଭର ପିତା, ମାତା, ପୁତ୍ର ଓ ପ୍ରଭୁ ; ତୁମ୍ଭେ ହିଁ ସମସ୍ତ ! ତୁମ୍ଭର ଶ୍ରୀଚରଣ କମଳ ଯେରୂପ ଆମ୍ଭେମାନେ ଭୁଲି ନ ଯାଉଁ ।

ଯେଉଁଠାରେ ଆମ୍ଭେମାନେ ଜନ୍ମ ଗ୍ରହଣ କରୁଁ ନା ଭବଦୀୟ ଶ୍ରୀଚରଣରେ ଯେ ରୂପ ଆମ୍ଭମାନଙ୍କର ମତି ରହେ । “ମହାପ୍ରଭୁ ଶ୍ରୀବାସଙ୍କୁ ସାନ୍ତ୍ଵନା ପୂର୍ବକ କହିଲେ” ମୁଁ ନିତ୍ୟାନନ୍ଦ ତୁମ୍ଭର ଦୁଇପୁତ୍ର ବର୍ତ୍ତମାନ, ତୁମ୍ଭେ ଚିତ୍ତରୁ ବ୍ୟଥା ପରିତ୍ୟାଗ କର । “ଯଥାଃ-

 

      “ଆମି ନିତ୍ୟାନନ୍ଦ ଦୁଇ ନନ୍ଦନ ତୋମାର,

      ଚିତ୍ତେ ତୁମି ବ୍ୟଥା କିଛୁ ନା ଭାବିହ ଆର,“

                   (ଚୈଃ ଭାଃ ମଧ୍ୟ ୨୫)

 

ପ୍ରକୃତରେ ମହାପ୍ରଭୁ ଓ ପ୍ରଭୁ ଶ୍ରୀନିତ୍ୟାନନ୍ଦ ଶ୍ରୀଳ ଶ୍ରୀବାସଙ୍କର ଘରେ ତାଙ୍କର ପୁତ୍ରତୁଲ୍ୟ ବ୍ୟବହାର କରୁଥିଲେ ! ଏଥିପାଇଁ ଶ୍ରୀଳ ବୃନ୍ଦାବନ ଦାସ କହି ଅଛନ୍ତି ।-

 

      “ଶ୍ରୀବାସେର ଚରଣେ ରହୁକ ନମସ୍କାର,

      ଗୌରଚନ୍ଦ୍ର ନିତ୍ୟାନନ୍ଦ ନନ୍ଦନ ଯାହାର,”

                        (ଚୈଃ ଭାଃ ମଧ୍ୟ ୨୫)

 

ଶ୍ରୀମାନ୍‌ ଶ୍ରୀଧରଙ୍କର ସୌଭାଗ୍ୟ ମଧ୍ୟ କମ ନୁହେଁ ! ତାଙ୍କ ସହ ମହାପ୍ରଭୁ ଯୌବନୌଦ୍ଧତ୍ୟରେ ଯେଉଁ ପ୍ରେମକଳହ କରୁଥିଲେ ତାହାଅତି ସୁମଧୁର !

 

ଶ୍ରୀମାନ୍‌ ଶ୍ରୀଧର ଗରିବ ବ୍ରାହ୍ମଣ, ବଜାରରେ ବସି କଦଳୀ, ମଞ୍ଜା, ଭଣ୍ଡା ଓ କଦଳୀପତ୍ର ବିକ୍ରୟ କରନ୍ତି । ମହାପ୍ରଭୁ ଯେତେବେଳେ ବିଦ୍ୟା ବିଳାସରେ ମତ୍ତଥିଲେ ଓ ନିଜକୁ ଭଗବାନ ବୋଲି ପରିଚୟ ଦେଇ ନ ଥିଲେ, ସେ ପ୍ରତ୍ୟହ ଶ୍ରୀଧରଙ୍କ ସଙ୍ଗେ ଯାଇ ପ୍ରେମକଳହ କରୁଥିଲେ । ସେ ତାଙ୍କ ପସରାରୁ ମଞ୍ଜା, କଦଳୀମାନ ନିଜେ ଉଠାଇ ପ୍ରକୃତ ମୂଲ୍ୟ ନ ଦେଇ ଅର୍ଦ୍ଧମୂଲ୍ୟ ପ୍ରଦାନ କରୁଥିଲେ । ସେଥିରେ ଶ୍ରୀଧର ତାଙ୍କ ହାତରୁ ଦ୍ରବ୍ୟମାନ ଛଡ଼ାଇ ରଖୁଥିଲେ । ମହାପ୍ରଭୁ କଳହକରି କହୁଥିଲେ “ଶ୍ରୀଧର ? ତୁମ୍ଭେ ପରମତପସ୍ଵୀ , ତୁମ୍ଭେ କି ଏତେଦିନ ମୋତେ ଚିହ୍ନି ନାହଁ ଯେ ମୋ ହାତରୁ ମଞ୍ଜା , କଦଳୀ ଛଡାଇ ନେଉଅଛ ?” ଶ୍ରୀଧର ମହାପ୍ରଭୁଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କହୁଥିଲେ “ପଣ୍ଡିତ ! ହାଟରେ ଏତେ ପସରା ଅଛି , ଅନ୍ୟତ୍ର ଯାଇ କିଣ ନା । “ମହାପ୍ରଭୁ କହୁଥିଲେ” ଶ୍ରୀଧର ! ମୁଁ ତ ତୁମ୍ଭ ଠାରୁ ପ୍ରଥ୍ୟହ ନେଉଅଛି , ନିତ୍ୟ ଯେ ଯୋଗାଉଅଛି ତାକୁ ଛାଡ଼ି ଅନ୍ୟତ୍ର ଯିବି କାହିଁକି ? “ଶ୍ରୀଧର କହୁଥିଲେ “ହେ ବ୍ରାହ୍ମଣଠାକୁର! ମୁଁ ତୁମ୍ଭକୁ କୁକ୍କୁର ବିଶେଷ , ମୋତେ କ୍ଷମା କର । “ମହାପ୍ରଭୁ କହୁଥିଲେ “ଶ୍ରୀଧର ! ତୁମ୍ଭେ ବଡ଼ ଚତୁର, କଦଳୀ, କଦଳୀ ପତ୍ର ବିକ୍ରୟ କରି ଢେର ସମ୍ପତ୍ତି କଲଣ, ସେମାନ ପୋତି ରଖିଅଛ । ମୁଁ ଦିନେ ସେ ପୋତାଧନ ସମସ୍ତ ବାହାର କରିବି । ଯଦି ନିଜର ଭଲ ଚାହଁ ତେବେ ମୋତେ କିଛିଦିଅ । ତୁମ୍ଭେ ନିତ୍ୟ ଗଙ୍ଗାମାତାଙ୍କର ପୂଜାକରି ତାଙ୍କୁ କିଛି’ ଦିଅ, ମୋତେ ବା ଅର୍ଦ୍ଧମୂଲ୍ୟରେ କିଛି ଦ୍ରବ୍ୟ ଦେଲ । ଯେଉଁ ଗଙ୍ଗାଙ୍କୁ ତୁମ୍ଭେ ନିତ୍ୟ ପୂଜାକର, ମୁଁ ଯେ ତାହାଙ୍କର ପିତା । “ଶ୍ରୀଧର ଏଥିରେ କାନରେ ହସ୍ତପ୍ରଦାନ ପୂର୍ବକ ବିଷ୍ଣୁ ସ୍ମରଣ କରନ୍ତି ଏବଂ କହନ୍ତି “ବିପ୍ରବର ! ତୁମ୍ଭଠାରେ ମୋର ହାରି , ଆଛା ମୁଁ ପ୍ରତ୍ୟହ ତୁମ୍ଭକୁ ଖଣ୍ଡେ ମଞ୍ଜା ଓ ଗୋଟିଏ ଭଣ୍ଡା ଓ ଖଣ୍ଡେ ପତ୍ର ଦେବି । ତୁମ୍ଭେ ମୋ ସଙ୍ଗରେ ଆଉ ଏତେ କଳହ କରିବ ନାହିଁ । “ମହା ପ୍ରଭୁ କହନ୍ତି , ଆଉ କଳହ କାହିଁକି । ମୋର ପ୍ରାପ୍ୟ ମୁଁ ପାଇଲେ ତ ହେଲା ମହାପ୍ରଭୁଙ୍କର ଶ୍ରୀଧରଙ୍କ ପ୍ରତି ଈଦୃଶ ବ୍ୟବହାରକୁ ଲକ୍ଷ୍ୟକରି ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି ।

      “ଭକ୍ତେର ପଦାର୍ଥ ପ୍ରଭୁ ହେନ ମତେ ଖାୟ,

      କୋଟି ହୈଲେ ଅଭକ୍ତେର ଉଲଟି ନା ରାୟ”

                        (ଚୈଃ ଭାଃ ମଧ୍ୟ ୯)

ଏହି ଶ୍ରୀଧରଙ୍କୁ ମହାପ୍ରଭୁ ମହାପ୍ରକାଶ ସମୟରେ ନିଜେ ଡ଼କାଇ ପୂର୍ବ କଥା ସ୍ମରଣ କରାଇ ତାଙ୍କ ଦିବ୍ୟ ଦ୍ଵିଭୁଜ ମୁରାଲୀଧର ଶ୍ୟାମସୁନ୍ଦର ରୂପ ଦେଖାଇ ଥିଲେ । ମହାପ୍ରଭୁ ଯେତେବେଳେ ଭକ୍ତିମନ୍ଦାକିନୀରେ ଜଗତକୁ ପ୍ଲାବିତ କରି କାଜୀ ଉଦ୍ଧାର କରିବାକୁ ମହା ସଂକୀର୍ତ୍ତନ ଆରମ୍ଭ କରି ବାହାରିଥିଲେ, ସେ ଦିନ କାଜୀ ଉଦ୍ଧାର ପର ମହାପ୍ରଭୁ ସଂକୀର୍ତ୍ତନ ସଙ୍ଗେ ନଗରସ୍ଥ ଶଙ୍ଖବଣିକ, ତନ୍ତୁବାୟ ପ୍ରଭୃତି କତିପୟ ଲୋକଙ୍କ ଗୃହ ପବିତ୍ର କରି ଶେଷରେ ଶ୍ରୀଧର ଆବାସରେ ଉପସ୍ଥିତ ହେଲେ । ଗୋଟିଏ ଭଙ୍ଗାଘର ଓ ଦୁଆରେ ଗୋଟିଏ ତାଳି ପକା ଲୌହପାତ୍ର । ମହାପ୍ରଭୁ ଶ୍ରୀଧର ଅଙ୍ଗନରେ ଯାଇ ନୃତ୍ୟ କଲେ ଏବଂ ଦେଖିଲେ ସେ ଲୌହ ପାତ୍ରରେ ଜଳପୂର୍ଣ୍ଣ ହୋଇ ରହିଅଛି, ମହାପ୍ରଭୁ ସେ ପାତ୍ର ଉଠାଇ ସେଥିରୁ ଜଳପାନ କରିବାକୁ ଲାଗିଲେ । ମହାପ୍ରଭୁ ଭକ୍ତବାତ୍ସଲ୍ୟ ଗୁଣରେ ଶ୍ରୀଧରଙ୍କ ବାହାରସ୍ଥିତ ତାଳିପକା ଲୌହ କଳସୀରୁ ଜଳପାନ କରୁଅଛନ୍ତି ସେଥିରୁ ତାଙ୍କୁ କିଏ ନିବୃତ୍ତ କରି ପାରୁଅଛି । ଶ୍ରୀଧର ଦୁଃଖରେ ହାୟ , କରି ମୂର୍ଚ୍ଛିତ ହେଲେ, କିନ୍ତୁ ମହାପ୍ରଭୁ ପ୍ରେମବିହ୍ଵଳ ହେଲେ । ତାଙ୍କ ନୟନରୁ ଦର ଦର ଧାରରେ ପ୍ରେମାଶ୍ରୁ ବିଗଳିତ ହେଲା । ସେ କହିବାକୁ ଲାଗିଲେ “ଶ୍ରୀଧରଙ୍କ ଏହି ଜଳ ପାନକରି ଆଜି ମୋର ଦେହ ପବିତ୍ର ହେଲା, ଆଜି ଶ୍ରୀକୃଷ୍ଣଚରଣାବିନ୍ଦରେ ମୁଁ ଭକ୍ତି ଲାଭ କଲି, ଯଥା ;-

 

      “ଆଜି ମୋର ଭକ୍ତି ହୈଲ କୃଷ୍ଣର ଚରଣେ,

      ଶ୍ରୀଧରେର ଜଳପାନ କରିଲ ଯଖନେ “

                        (ଚୈଃ ଭାଃ ମଧ୍ୟ ୨ୟ)

 

ଆହା ସ୍ଵୟଂ ଭଗବାନ ଶ୍ରୀଗୋରଚନ୍ଦ୍ର ଆଜି ଶ୍ରୀଧରଙ୍କ ପ୍ରତି ନିଜ ଭକ୍ତ ବାତ୍ସଲ୍ୟଗୁଣ ଦେଖାଇ ତାଙ୍କ ବାହାର କଳସୀରୁ ଜଳପାନ କଲେ । ଏରୂପ ଗୁଣଗ୍ରାହୀ ପ୍ରଭୁର ଚରଣକମଳ ଛାଡି ଆମ୍ଭେମାନେ ବିଷୟ-ବିଷକୁ ଏତେ ଆଦର କରି ଭଜୁଅଛୁଁ | ଅତଏବ ଆମ୍ଭମାନଙ୍କର ଏ ଜୀବନକୁ ଶତ- ବାର, ସହସ୍ରବାର ଧିକ୍‌ ।

ଶ୍ରୀଳ ପରମାନନ୍ଦପୁରୀ ମହାପ୍ରଭୁଙ୍କ ସଙ୍ଗସୁଖ ଇଚ୍ଛାରେ ଶ୍ରୀପୁରୁଷୋତ୍ତମରେ ବାସ କରୁଥିଲେ । ମହାପ୍ରଭୁ ସତତ ତାଙ୍କୁ ଗୁରୁ ଜ୍ଞାନରେ ଭକ୍ତି କରୁଥିଲେ । ଦିନକରେ ମହାପ୍ରଭୁ ଶ୍ରୀ ପୁରୀଗୋସ୍ଵାମୀଙ୍କୁ ପଚାରିଲେ “ଶ୍ରୀପାଦ ! ଆପଣଙ୍କ କୂପର ଜଳ କିପରି ହେଲା ?” ପୁରୀଗୋସ୍ଵାମୀ ଉତ୍ତରକଲେ “ସେ କୂପଟି ବଡ଼ ଅଭାଗିୟା ତାହାର ଜଳ କର୍ଦ୍ଦମମୟ ଚାଳିଆ ହୋଇଅଛି ।“ ମହାପ୍ରଭୁ ଏହା ଶୁଣି ଦୁଃଖିତ ହେଲେ ଏବଂ ଛିଡ଼ା ହୋଇ ଶ୍ରୀଜଗନ୍ନାଥ ଦେବଙ୍କୁ ପ୍ରାର୍ଥନା ପୂର୍ବକ କହିଲେ “ପ୍ରଭୋ ! ମୋତେ ଏହି ବର ପ୍ରଦାନ କରନ୍ତୁ ଏ କୂପରେ ସ୍ଵୟଂ ଗଙ୍ଗାଦେବୀ ଆସି ପ୍ରବେଶ କରନ୍ତୁ । ହେ ପ୍ରଭୋ ପାତାଳସ୍ଥ ଭୋଗବତୀଦ୍ଧୁ ଏ କୂପରେ ପ୍ରବେଶ କରିବାକୁ ଆପଣ ଆଜ୍ଞା କରନ୍ତୁ “ । ମହାପ୍ରଭୁଙ୍କର ଏ ପ୍ରାର୍ଥନା ଶୁଣି ସମସ୍ତେ ଜୟହରି ଧ୍ଵନି କରିବାକୁ ଲାଗିଲେ , ତତ୍ପର ଦିବସ ଦେଖାଗଲା , ସେ କୂପର ଜଳ ଅତି ନିର୍ମଳ ହୋଇଅଛି । ଶ୍ରୀପୁରୀଗୋସ୍ଵାମୀ ଏହା ଦେଖି ପ୍ରେମରେ ଅଚେତନ ହେଲେ । ସକଳ ବୈଷ୍ଣବଗଣ ଜାଣିପାରିଲେ ମହାପ୍ରଭୁଙ୍କ ଆଜ୍ଞାରେ ଏ କୂପରେ ଶ୍ରୀଗଙ୍ଗାଦେବୀ ବିରାଜମାନ କରିଅଛନ୍ତି ଏବଂ ସେମାନେ କୂପକୁ ପ୍ରଦକ୍ଷିଣ କରିବାକୁ ଲାଗିଲେ । ଏ ସଂବାଦ ପାଇଁ ମହାପ୍ରଭୁ ସେଠାରେ ଆସି ଉପସ୍ଥିତ ହେଲେ ଏବଂ ଜଳ ଦେଖି କହିଲେ, ସତ୍ୟ ସତ୍ୟ ଏଥିରେ ଶ୍ରୀଗଙ୍ଗାଦେବୀଙ୍କର ଆବିର୍ଭାବ ହୋଇଅଛି, ଯେ ଏ ଜଳରେ ସ୍ନାନ କରିବ କିମ୍ବା ଏହା ପାନ କରିବ ତାହାର ପରମ ନିର୍ମ୍ମଳ କୃଷ୍ଣଭକ୍ତି ଉଦୟ ହେବ । ଏହାଶୁଣି ସମସ୍ତେ ଜୟ ହରିଧ୍ଵନି କରିବାକୁ ଲାଗିଲେ । ଯଥାଃ-

            

“ପ୍ରଭୁ ବଳେ ଶୁନହ ସକଲ ଭକ୍ତଗଣ

            କୂପେର ଜଲେ ଯେ କରିବ ସ୍ନାନନ ପ ।

            ସତ୍ୟ ସତ୍ୟ ହୈବ ତାର ଗଙ୍ଗାସ୍ନାନ ଫଳ

            କୃଷ୍ଣଭକ୍ତି ହୈବ ତାର ପରମ ନିର୍ମଳ ।“

                        (ଚୈଃ ଭାଃ ଅନ୍ତ୍ୟ ୩ଅ)

ଏହି କୂପଟି ବଡ଼ଦେଉଳ ପଶ୍ଚିମ ପାଖ ଶ୍ରୀଲୋକନାଥ ଦର୍ଶନ ଯିବା ପଥରେ ଅବସ୍ଥିତ । ଏହା ନିକଟରେ ବର୍ତ୍ତମାନ ଗୋଟିଏ ପୋଲିସ ଆଉଟ୍‌ପୋଷ୍ଟ ହୋଇଅଛି । କିନ୍ତୁ ଦୁଃଖର ବିଷୟ ଯହିଁରେ ମହାପ୍ରଭୁଙ୍କ ଶ୍ରୀମୁଖ ଆଜ୍ଞାରେ ସ୍ଵୟଂ ଗଙ୍ଗାଦେବୀଙ୍କ ଅଧୀଷ୍ଠାନ ହୋଇଥିଲା, ତାହାର ପ୍ରକୃତ ସମାଦର ହେଉନାହିଁ । ତେବେ କେହି ଭକ୍ତ ସମ୍ମାନାର୍ଥ ଏହି ଘଟଣା-ସ୍ମାରକ ଲିପି ସେ କୂପର ପ୍ରସ୍ତରରେ ଖୋଳାଇ ଦେଇଅଛନ୍ତି । ସେ ଭକ୍ତଙ୍କ ଉପରେ ପୁଷ୍ପବର୍ଷଣ ହେଉ । ଆଜିକାଲି ଦୋଳପୂର୍ଣ୍ଣିମା ସମୟରେ ଏହି କୂପରୁ ଜଳ ନିଆ ହୋଇ ମହାପ୍ରଭୁଙ୍କ ଗମ୍ଭୀରାରେ (କାଶୀମିଶ୍ରାଳୟରେ) ୨୪ ପ୍ରହରୀ କୀର୍ତ୍ତନର ଅଧିବାସ କରାହୁଏ ।

ଶ୍ରୀଗଦାଧର ପଣ୍ଡିତ ମହାପ୍ରଭୁଙ୍କ ନିଜଶକ୍ତି । ସେଥିପାଇଁ ଗଦାଇ ଗୌରାଙ୍ଗ ବୋଲି ଭକ୍ତଗଣ ଗାଇଥାଆନ୍ତି । ଶ୍ରୀଗଦାଧରଙ୍କ ପ୍ରତି ମହାପ୍ରଭୁଙ୍କର ଯେ ସ୍ନେହ ସେ କି ଆଉ କହିବାର କଥା । ତେବେ ଗଦାଧରପ୍ରାଣନାଥଙ୍କର ପ୍ରୀତି ନିମିତ୍ତ ଗଦାଧରଙ୍କ ପ୍ରତି ମହାପ୍ରଭୁଙ୍କର ଅପାର ସ୍ନେହର ଗୋଟିଏ ଉଦାହରଣ ଏଠାରେ ଲିପିବଦ୍ଧ କଲି ।

 

ଶ୍ରୀମନ୍‌ ପ୍ରଭୁ ନିତ୍ୟାନନ୍ଦଙ୍କର ଗଦାଧରଙ୍କ ସହ ଅସୀମ ପ୍ରୀତି । ତେଣୁ ବଙ୍ଗଦେଶରୁ ଗଦାଧରଙ୍କ ପୂଜ୍ୟ ଶ୍ରୀଗୋପୀନାଥଙ୍କ ଲାଗି ଏକମହଣ ଦିବ୍ୟ ସରୁଚାଉଳ ଓ ଖଣ୍ଡିଏ ଦିବ୍ୟ ରକ୍ତବସ୍ତ୍ର ଉପହାର ଆଣିଥିଲେ । ସେ ଏମାନ ଆଣି ଗଦାଧରଙ୍କୁ ଅର୍ପଣ କରନ୍ତେ ଶ୍ରୀଗଦାଧର ପ୍ରଭୁନିତ୍ୟାନନ୍ଦଙ୍କୁ ସେଦିନ ସେଠାରେ ପ୍ରସାଦନ୍ନ ଭିକ୍ଷାର ଆମନ୍ତ୍ରଣ କଲେ । ଶ୍ରୀଗଦାଧର ସେ ବସ୍ତ୍ର ନେଇ ଶ୍ରୀଗୋପୀନାଥଙ୍କୁ ଦେଲେ ଏବଂ ସୁବାସିତ ଚାଉଳରୁ କିଛି ନେଇ ପାକ ଆରମ୍ଭ କଲେ । ତୋଟାରୁ କିଛି ଶାଗ ତୋଳିଆଣି ବ୍ୟଞ୍ଜନ ପ୍ରସ୍ତୁତ କଲେ ଏବଂ ତେନ୍ତୁଳି ବୃକ୍ଷର ନୂତନ ପତ୍ର ଆଣି ତହିଁରେ ଲବଣ ଜଳ ଦେଇ ଏକପ୍ରକାର ଅମ୍ଳ ପ୍ରସ୍ତୁତ କଲେ। ରନ୍ଧନ ଶେଷରେ ପଣ୍ଡିତ ଗଦାଧର ତାହା ଶ୍ରୀଗୋପୀନାଥଙ୍କୁ ଅର୍ପଣ କଲେ । ଏହି ସମୟରେ ହଠାତ୍‌ ଶ୍ରୀଗୌରଚନ୍ଦ୍ର ସେଠାରେ ଆସି ଉପସ୍ଥିତ ହେଲେ ଏବଂ ଗଦାଧରଙ୍କୁ ଡାକି ମୃଦୁ ହସି କହିଲେ “ଗଦାଧର ମୁଁ କି ଏ ନିମନ୍ତ୍ରଣରେ ନାହିଁ ? ମୁଁ କି ତୁମ୍ଭ ଦୁହିଁଙ୍କଠାରୁ ଭିନ୍ନ ? ଶ୍ରୀନିତ୍ୟାନନ୍ଦଙ୍କ ଆନୀତ ଦ୍ରବ୍ୟ, ତୁମ୍ଭେ ପାକକର୍ତ୍ତା ଓ ଶ୍ରୀ ଗୋପୀନାଥଙ୍କ ପ୍ରସାଦ । ଅତଏବ ଏଥିରେ ତୁମ୍ଭେ ନଡାକିଲେ ମଧ୍ୟ ମୋର ଏଥିରେ ଭାଗ ନ୍ୟାୟତଃ ପ୍ରବର୍ତ୍ତୁଅଛି । ଯଥାଃ-

 

            “ହାସିୟା ବଲେନ ପ୍ରଭୁ ଶୁନ ଗଦାଧର,

            ଆମି କି ନାହଇ ନିମନ୍ତ୍ରଣେର ଭିତର ।

            ଆମିତ ତୋମାର ଦୁଇ ହୈତେ ଭିନ୍ନ ନଇ,

            ନାଦିଲେଓ ତୋମରା ବଲେତେ ଆମି ଲଇ ।

ନିତ୍ୟାନନ୍ଦ ଦ୍ରବ୍ୟ ଗୋପୀନାଥେର ପ୍ରସାଦ,

            ତୋମାର ରନ୍ଧନ ମୋର ଇଥେ ଆଚ୍ଛେ ଭାଗ ।”

(ଚୈ ଚ)

ଆହା ! ଏହାଠାରୁ ବଳି ସ୍ନେହ ବାକ୍ୟ କି ଆଉଅଛି । ଏ ଯେ ମହାପ୍ରଭୁଙ୍କର ସ୍ନେହାମୃତ ବର୍ଷଣ । ଏଥିରେ ନିତ୍ୟାନନ୍ଦ ଓ ଗଦାଧର ସ୍ନାନ କରିଥିଲେ । ଶ୍ରୀବୃନ୍ଦାବନ ଦାସ କୃପାକରି ଏ ସ୍ନେହାମୃତ ସଞ୍ଚୟ କରି ରଖିଥିବାରୁ କେତେ କେତେ ଲୋକ ଯେ ଏଥିରେ ସ୍ନାନ କରି ପବିତ୍ର ହେଉଅଛନ୍ତି ତାହାର ସୀମା ନାହିଁ । ମୋର ମଧ୍ୟ ପରମ ସୌଭାଗ୍ୟ ଯେ ମୁଁ ଆଜି ଏ ଅମୃତରେ ସ୍ନାନ କଲି ।

 

ଜଗଦାନନ୍ଦଙ୍କ ପ୍ରତି ମହାପ୍ରଭୁଙ୍କର ଯେ ଅପୂର୍ବ ସ୍ନେହ ତାହାର ତୁଳନା ସେହିମାତ୍ର, ତାହାର ତୁଳନା ଅନ୍ୟତ୍ର ନାହିଁ । ସେ ପ୍ରଣୟର ଗତି ସର୍ପଗତି ତୁଲ୍ୟ ସତତ ବକ୍ର କିନ୍ତୁ ସେହି ବକ୍ରତା ହିଁ ତାହାର ମାଧୁରୀ । ତାହା ସରଳ ହୋଇଥିଲେ ଏତେ ବିଚିତ୍ର ଶୋଭନୀୟ ହୋଇ ନଥାନ୍ତା ।

ଜଗଦାନନ୍ଦ ମହାପ୍ରଭୁଙ୍କ ଆଜ୍ଞା ଘେନି ଶ୍ରୀନବଦ୍ଵୀପକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ମହାପ୍ରଭୁଙ୍କ ବ୍ୟବହାର ପାଇଁ ଏକ କଳସୀ ସୁଗନ୍ଧ ଚନ୍ଦନାଦି ତୈଳ ପ୍ରସ୍ତୁତ କରାଇ ଆଣିଥିଲେ ଏବଂ ତାହା ମହାପ୍ରଭୁଙ୍କର ସେବକ ଭାଗ୍ୟବାନ ଶ୍ରୀଗୋବିନ୍ଦଙ୍କୁ ଦେଇ କହିଲେ, “ଦେଖ, ମହାପ୍ରଭୁ ଏହା ଯେପରି ଶ୍ରୀଅଙ୍ଗରେ ବ୍ୟବହାର କରନ୍ତି ତାହାର ଯତ୍ନ କରିବ ।“ ଗୋବିନ୍ଦ ସେ ତୈଳ ରଖି ଦିନେ ଅବସର କ୍ରମେ ମହାପ୍ରଭୁଙ୍କୁ ନିବେଦନ କଲେ, “ପ୍ରଭୋ ! ଜଗଦାନନ୍ଦ କଳସେ ଚନ୍ଦନାଦି ତୈଳ ଆପଣଙ୍କ ପାଇଁ ଆଣି ଅଛନ୍ତି । ତାଙ୍କର ଇଚ୍ଛା, ଆପଣ ଏହା ମସ୍ତକରେ ଓ ଶ୍ରୀଅଙ୍ଗରେ ବ୍ୟବହାର କରିବେ ଏବଂ ତହିଁରେ ଆପଣଙ୍କର ପିତ୍ତ, ବାୟୁ ପ୍ରଭୃତିର ପ୍ରକୋପ ନିବାରିତ ହେବ ।“ ଗୋବିନ୍ଦଙ୍କର ଏହି ବାକ୍ୟ ଶ୍ରବଣ କରି ମହାପ୍ରଭୁ କହିଲେ “ଗୋବିନ୍ଦ ! ମୁଁ ସନ୍ନ୍ୟାସୀ, ମୋ ପକ୍ଷରେ ତୈଳ ବ୍ୟବହାର ଏକବାରେ ନିଷିଦ୍ଧ । ଏ ପୁଣି ସୁଗନ୍ଧ ତୈଳ ଅତଏବ ସନ୍ନ୍ୟାସୀ ପକ୍ଷରେ ନିତାନ୍ତ ଅଯୋଗ୍ୟ । ସେ ତୈଳକୁ ଶ୍ରୀଜଗନ୍ନାଥ ଦେବଙ୍କ ଭଣ୍ଡାରରେ ଦିଅ , ତାହା ତାଙ୍କଠାରେ ପ୍ରଦୀପରେ ଜଳିଲେ ତାହାର ପ୍ରକୃତ ସଦ୍‌ବ୍ୟବହାର କରା ହେବ ଏବଂ ଜଗଦାନନ୍ଦଙ୍କର ପରିଶ୍ରମ ସଫଳ ହେବ ।“ ଗୋବିନ୍ଦ ଜଗଦାନନ୍ଦଙ୍କୁ ଏହି କଥା କହନ୍ତେ, ସେ ମନଦୁଃଖରେ ମୌନାବଲମ୍ବନ କଲେ । ଜଗଦାନନ୍ଦଙ୍କୁ ଅନ୍ତର ବେଦନା ଅନୁଭବ କରି ଗୋବିନ୍ଦ କିଛି ଦିନ ପରେ ପୁଣି ମହାପ୍ରଭୁଙ୍କୁ ନିବେଦନ କଲେ, “ପ୍ରଭୋ ! ଜଗଦାନନ୍ଦଙ୍କ ଏକାନ୍ତ ଇଚ୍ଛା , ଆପଣ ସେ ତୈଳ ଅଙ୍ଗୀକାର କରନ୍ତୁ ।" ମହାପ୍ରଭୁ ଏଥିରେ କ୍ରୋଧ ପ୍ରକାଶ ପୂର୍ବକ କହିଲେ, “ତୈଳ ଖାଲି ଲଗାଇବି କିପରି , ତେବେ ଜଣେ ମର୍ବ୍ଦନିଆ ନିଯୁକ୍ତ କର, ସେ ମୋ ଅଙ୍ଗରେ ନିତ୍ୟ ତୈଳମର୍ଦ୍ଦନ କରିବ । ତୁମ୍ଭେମାନେ ମୋହର ଏହି ସବୁ ସୁଖ ବାଞ୍ଛା କରୁଅଛ , ମୋର ସର୍ବନାଶ ହେଲେ ତୁମ୍ଭମାନଙ୍କର ବଡ଼ ଆନନ୍ଦ ହେବ । ମୁଁ ଏ ସୁଗନ୍ଧ ତୈଳ ଅଙ୍ଗରେ ଲଗାଇ ଯେତେବେଳେ ପଥ ମଧ୍ୟରେ ଯାଉଥିବି, ମୋ ଅଙ୍ଗରୁ ତୈଳଗନ୍ଧ ପାଇ ଲୋକେ ଯେତେବେଳେ ମୋତେ ଦାରୀ ସନ୍ନ୍ୟାସୀ ବୋଲି କହିବେ ସେତେବେଳେ ତାହା ବଡ଼ ପ୍ରଶଂସାର କଥା ହେବ । “ଏହା ଶୁଣି ଗୋବିନ୍ଦ ମୌନାମବଲମ୍ବନ କଲେ । ପର ଦିବସ ପ୍ରାତଃକାଳରେ ଜଗଦାନନ୍ଦ ମହାପ୍ରଭୁଙ୍କୁ ନିକଟକୁ ଆସନ୍ତେ, ମହାପ୍ରଭୁ କହିଲେ, “ଜଗଦାନନ୍ଦ ! ମୁଁ ସନ୍ନ୍ୟାସୀ , ତୈଳ ବ୍ୟବହାରରେ ମୋର ଅଧିକାର ନାହିଁ । ତୁମ୍ଭେ ଗୌଡ଼ ଦେଶରୁ ଯେ ତୈଳ ଆଣିଅଛ , ତାହା ଶ୍ରୀ ଜଗନ୍ନାଥଙ୍କୁ ଦିଅ | ତାଙ୍କଠାରେ ସେ ତୈଳ ଦ୍ଵୀପରେ ଜଳିଲେ , ତୁମ୍ଭର ଏତେ ଦୂର ଆଣିବାର ଶ୍ରମ ସଫଳ ହେବ । “ଏହାଶୁଣି ପ୍ରଣୟ ରୋଷଭରେ ଜଗଦାନନ୍ଦ ଉତ୍ତର କଲେ, “ପ୍ରଭୋ ! କିଏ ଆପଣଙ୍କୁ ମିଥ୍ୟା କଥା କହିଲା ? ମୁଁ ତ ଗୌଡ଼ ଦେଶରୁ କୌଣସି ତୈଳ ଆଣି ନାହିଁ । “ଯଥା –

 

ପଣ୍ଡିତ କହେକେ ତୋମାକେ କହେ ମିଥ୍ୟାବାଣୀ,

ଆମି ଗୌଡ଼ ହୈତେ ତୈଲ କଭୁ ନାହିଁ ଆନି ।

            (ଚୈଃ ଚଃ ଅନ୍ତ୍ୟ ୧୨ ପରି )

 

ଏହା କହି ସେ ତୈଳକଳସୀ ଗୃହମଧ୍ୟରୁ ଆଣି ପ୍ରଭୁଙ୍କ ସମ୍ମୁଖରେ ପ୍ରାଙ୍ଗାଣ ଉପରେ କଚାଡି ଦେଲେ ଓ ନିଜ କୁଟୀରକୁ ଯାଇ ଭିତରୁ କବାଟ ବନ୍ଦକରି ମନ ଦୁଃଖରେ ଶୋଇ ରହିଲେ ।

 

      ମହାପ୍ରଭୁଙ୍କର ପ୍ରଣୟପାତ୍ର କୋଟୀ କୋଟୀ । କାହାର ପ୍ରୀତି କେତେ ଦୂର ଗାଢ଼ ଓ କାହାର ପ୍ରୀତି କେଉଁ ଜାତୀୟ, ମହାପ୍ରଭୁ ତାହା ଉତ୍ତମରୂପେ ଜାଣୁଥିଲେ ଏବଂ ପ୍ରୀତିର ଅନୁରୂପ ବ୍ୟବହାର କରୁଥିଲେ । ଏ ଉପସ୍ଥିତ ଘଟଣାରେ ମହାପ୍ରଭୁ ହୁଏତ ମନେ କଲେ , ଏ ଗୁରୁମାନ ସହଜରେ ଭାଙ୍ଗିବ ନାହିଁ । ଏ ମାନ ପରିପାକ ହେବାକୁ କିଛି ସମୟ ଆବଶ୍ୟକ କରେ । ତେଣୁ ଦୁଇ ଦିନ ଗଡେଇ ଦେଇ ତୃତୀୟ ଦିବସ ମହାପ୍ରଭୁ ଜଗଦାନନ୍ଦଙ୍କ କୁଟୀର ଦ୍ଵାରରେ ଉପସ୍ଥିତ ହେଲେ ଏବଂ ପ୍ରୀତିପୂର୍ଣ୍ଣ ସୁଧା-ମଧୁର ବାକ୍ୟରେ ଡାକିଲେ, “ପଣ୍ଡିତେ , ପଣ୍ଡିତେ ! ଏବେ ଉଠ ମୁଁ ବର୍ତ୍ତମାନ ଶ୍ରୀଜଗନ୍ନାଥ ଦେବଙ୍କ ଦର୍ଶନକୁ ଯାଉଅଛି , ଦର୍ଶନରୁ ଫେରି ମଧ୍ୟାହ୍ନରେ ତୁମ୍ଭ ଏଠାରେ ଭିକ୍ଷା କରିବି । ତୁମ୍ଭେ ଶୀଘ୍ର ଉଠି ପାକ ପ୍ରସ୍ତୁତ କର ।“ ମହାପ୍ରଭୁଙ୍କର ଏହିରୂପ ପ୍ରଣୟ ବାକ୍ୟରେ ଜଗଦାନନ୍ଦଙ୍କ ପ୍ରଗାଢ଼ ମାନ ସକଳ ଚୂନା ହୋଇ ଗଲା । ସେ ତତ୍‌କ୍ଷଣାତ୍‌ ଶଯ୍ୟାରୁ ଉଠି ଶୀଘ୍ର ଶୀଘ୍ର ସ୍ନାନାଦି ସମାପନ କରି ନାନା ପ୍ରକାର ବ୍ୟଞ୍ଜନ ଓ ଅନ୍ନ ପ୍ରୁସ୍ତୁତ କଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନାନନ୍ତର ମଧ୍ୟାହ୍ନକାଳରେ ଜଗଦାନନ୍ଦଙ୍କ ବାସ ଗୃହରେ ଉପସ୍ଥିତ ହେଲେ ଏବଂ ପାଦ ପ୍ରକ୍ଷାଳନ କରି ଆସନରେ ଉପବେଶନ କଲେ । ଜଗଦାନନ୍ଦ କଦଳୀପତ୍ରରେ ଅନ୍ନ ବାଢ଼ି ତାହାର ଚାରିଦିଗରେ ଦୋନାମାନଙ୍କରେ ବ୍ୟଞ୍ଜନମାନ ସଜାଡ଼ି ଦେଲେ । ପିଠା ପଣାଦି ଶ୍ରୀଜଗନ୍ନାଥ ଦେବଙ୍କ ନାନା ପ୍ରକାର ମହାପ୍ରସାଦ ମଧ୍ୟ ଚାରିପାଖରେ ଥୋଇଲେ । ତାହା ଦେଖି ମହାପ୍ରଭୁ କହିଲେ, “ଜଗଦାନନ୍ଦ ! ଆଉ ଖଣ୍ଡିଏ ପତ୍ରରେ ଅନ୍ନ ବ୍ୟଞ୍ଜନ ବାଢ଼ । ଆଜି ଦୁହେଁ ଏକତ୍ରରେ ବସି ଭୋଜନ କରିବା ।“ ଏହା କହି ମହାପ୍ରଭୁ ଜଗଦାନନ୍ଦଙ୍କ ପାଇଁ ଅପେକ୍ଷା କରି ରହିଲେ । ତାହା ଦେଖି ଜଗଦାନନ୍ଦ ପ୍ରେମ ଗଦ୍‌ ଗଦ୍‌ ହୋଇ କହିଲେ, “ପ୍ରଭୋ ! ଆପଣ ସେବନ କରନ୍ତୁ ମୁଁ ଅଧରାମୃତ ସେବନ କରିବି । ଆପଣଙ୍କ ଏ ଭଳି ଆଗ୍ରହ କି ମୁଁ ଖଣ୍ଡନ କରିପାରେ ?” ତତ୍ପରେ ମହାପ୍ରଭୁ ଭୋଜନ କରିବାକୁ ଲାଗିଲେ । ସେ ଦିନ ବ୍ୟଞ୍ଜନ ମାନଙ୍କର ଅପୂର୍ବ ସ୍ଵାଦୁ ଅନୁଭବ କରି କହିଲେ, “ପଣ୍ଡିତ, କ୍ରୋଧାବେଶରେ ରନ୍ଧନ କଲେ ଏଡେ ସୁସ୍ଵାଦୁ ହୁଏ । ଶ୍ରୀକୃଷ୍ଣ ନିଜେ ଭୋଜନ କରିବା ପାଇଁ ତୁମ୍ଭ ହସ୍ତରେ ଏଡ଼େ ସୁନ୍ଦର ରୂପେ ପାକ ସମ୍ପନ୍ନ କରାଇ ଅଛନ୍ତି । “ଜଗଦାନନ୍ଦ କହିଲେ, “ ଯେ ଭୋଜନ କରୁଅଛନ୍ତି ସେ , ନିଜେ ହିଁ ପାକକର୍ତ୍ତା । ଆମ୍ଭେମାନେ ପାକସାମଗ୍ରୀ ଆରହଣ କରିଅଛୁ ମାତ୍ର” । ଦୋନାରୁ ବ୍ୟଞ୍ଜନମାନ ଶେଷ ନ ହେଉଣୁ ଜଗଦାନନ୍ଦ ପୁନଃ ସେମାନ ପୂରଣ କରିବାକୁ ଲାଗିଲେ । ଯଦି ବାରଣ କରେଁ ଜଗଦାନନ୍ଦ କାଳେ ପୁନର୍ବାର ମାନ କରିବ, ଏହି ଭୟରେ ମହାପ୍ରଭୁ ତାଙ୍କୁ ସେଥିରୁ ବାରଣ କରିବାକୁ ସାହସୀ ହେଲେ ନାହିଁ । ଆନନ୍ଦରେ ସମସ୍ତ ଭୋଜନ କରିବାକୁ ଲାଗିଲେ । ଜଗଦାନନ୍ଦଙ୍କ ଆଗ୍ରହରେ ମହାପ୍ରଭୁ ସେ ଦିନ ଦଶଗୁଣଠାରୁ ଅଧିକ ଆହାରାୟ ଅନ୍ନ ବ୍ୟଞ୍ଜନାଦି ଭୋଜନ କଲେ । ଆହାରାନ୍ତେ ମହାପ୍ରଭୁ ଜଗଦାନନ୍ଦକୁ କହିଲେ, “ ଜଗଦାନନ୍ଦ ! ଆଜି ତୁମ୍ଭେ ମୋ ଆଗରେ ଭୋଜନ କର । ମୁଁ ଏହିଠାରେ ବସୁଅଛି । “ ଜଗଦାନନ୍ଦ କହିଲେ, “ପ୍ରଭୋ ! ମୁଁ କି ଆପଣଙ୍କ ଇଦୃଶ ଆଗ୍ରହ ଅବହେଳା କରିପାରେଁ ! ମୋ ନିମିତ୍ତ ଅପେକ୍ଷା କଲେ ଆପଣଙ୍କର କଷ୍ଟ ହେବ ।ଆପଣ ଯାଇ ସୁଖରେ ବିଶ୍ରାମ କରନ୍ତୁ । ମୁଁ ଏଠାରେ କାର୍ଯ୍ୟ ସମାଧାନ କରି ଭକ୍ତମାନଙ୍କୁ ପ୍ରସାଦ ଦେଇ ଅଧରାମୃତ ସେବନ କରୁଅଛି ।

“ମହାପ୍ରଭୁ ସେଥିରେ ସୁଦ୍ଧା ସନ୍ତୁଷ୍ଟ ନ ହୋଇ ଗୋବିନ୍ଦକୁ କହିଲେ, “ଗୋବିନ୍ଦ ! ତୁମ୍ଭେ ଏହିଠାରେ ରହିଯାଅ, ଜଗଦାନନ୍ଦ ପ୍ରସାଦ ସେବନ କଲାପର ଯାଇ ସେ ସମ୍ବାଦ ମୋତେ ଜଣାଇବ । “ଏହା କହି ମହାପ୍ରଭୁ ପ୍ରସ୍ଥାନ କରନ୍ତେ ଗୋବିନ୍ଦକୁ ଜଗଦାନନ୍ଦ କହିଲେ, “ଗୋବିନ୍ଦ ! ତୁମ୍ଭେ ମହାପ୍ରଭୁଙ୍କ ପାଦ ସମାହନ କରିବାକୁ ଶୀଘ୍ର ଯାଅ ଏବଂ କହିବ ଜଗଦାନନ୍ଦ ଭୋଜନ କରିବାକୁ ବସିଅଛି । ମୁଁ ତୁମ୍ଭ ପାଇଁ ମହାପ୍ରଭୁଙ୍କ ଅଧରାମୃତ ରଖୁଅଛି । ତୁମ୍ଭେ ସେବା ସମାପନାନ୍ତେ ଆସ ଭୋଜନ କରିବ । “ଗୋବିନ୍ଦକୁ ଏହିରୂପେ ବିଦାୟ କରି ଜଗଦାନନ୍ଦ ଅଧରାମୃତ ପାନ କଲେ । କିନ୍ତୁ ତେଣେ ମହାପ୍ରଭୁଙ୍କର ମନ ସ୍ଥିର ହେଲା ନାହିଁ । ଜଗଦାନନ୍ଦଙ୍କ ପ୍ରତି ଅସୀମ ସ୍ନେହ ହେତୁ ତାଙ୍କୁ ନିଦ୍ରା ଆସିଲା ନାହିଁ । ସେ ଗୋବିନ୍ଦକୁ ପାଦ ସମ୍ବାହନରୁ ନିବୃତ୍ତ କରାଇ ଜଗଦାନନ୍ଦ ପ୍ରସାଦ ସେବନ କଲେ କି ନା ଦେଖିବାକୁ ପଠାଇଲେ । ମହାପ୍ରଭୁଙ୍କ ଉଦ୍‌ବେଗରେ ଗୋବିନ୍ଦ ବାଧ୍ୟ ହୋଇ ଜଗଦାନନ୍ଦଙ୍କ ଠାକୁ ଆସିଲେ ଓ ଫେରିଯାଇ ତାଙ୍କ ପ୍ରସାଦ ସେବକ କରିବାର ସମ୍ବାଦ ମହାପ୍ରଭୁଙ୍କୁ ଜଣାଇଲେ । ତେବେ ଯାଇ ମହାପ୍ରଭୁ ସ୍ଵଚ୍ଛନ୍ଦରେ ଶୟନ କଲେ। ଯଥାଃ-

 

      ଦେଖ ଜଗଦାନନ୍ଦ ପ୍ରସାଦ ପାୟ କି ନା ପାୟ

      ଶୀଘ୍ର ଆସି ସମାଚାର କହିବେ ଆମାୟାଁ ।

      ଗୋବିନ୍ଦ ଆସି ଦେଖି କହିଲ ପଣ୍ଡିତେର ଭୋଜନ

      ତେବେ ମହାପ୍ରଭୁ ସ୍ଵାସ୍ଥ୍ୟୈ କରିଲେନ ଶୟନ ।

                  (ଚୈଃ ଚଃ ଅନ୍ତ୍ୟ ୧୨ ପରି )

 

ଆହା କି ମଧୁର ସ୍ନେହ । ଏ ଅପୂର୍ବ ପ୍ରଣୟକୁ ବାକ୍ୟରେ ପ୍ରକାଶ କରିବ, ଏମନ୍ତ ସାଧ୍ୟ କାହାର ।ଶ୍ରୀଳ କବିରାଜ ଗୋସ୍ଵାମୀ ସେଥିପାଇଁ କହିଅଛନ୍ତି ।

 

      ଜଗଦାନନ୍ଦେର ସୌଭାଗ୍ୟେର କେ କହିବେ ସୀମା

      ଜଗଦାନନ୍ଦେର ସୌଭାଗ୍ୟେର ତିଁ ହଇ ଉପମା ।

      ଜଗଦାନନ୍ଦେର ପ୍ରେମ ବିବର୍ତ୍ତ ଶୁନେ ଯେଇ ଜନ

      ପ୍ରେମେର ସ୍ଵରୂପ ଜାନେ ପାୟ ପ୍ରେମଧନ ।

                  (ଚୈଃ ଚଃ ଅନ୍ତ୍ୟ ୧୨ ପରି )

 

ହେ ଗୌରପ୍ରିୟାତିପ୍ରିୟ ଜଗଦାନନ୍ଦ ! ତୁମ୍ଭର ଏ ପ୍ରେମ ବିବର୍ତ୍ତ କିଞ୍ଚିତ୍‌ ଆସ୍ଵାଦନ କରିବାର ଶକ୍ତି ଏ ଅଧମକୁ କୃପାକରି ପ୍ରଦାନ କର । ସେ ପ୍ରେମାମୃତ ସାଗରରୁ କଣାମାତ୍ର ଆସ୍ଵାଦନ କରି ଏ ପାମର ନିଳ ଜୀବନକୁ ସାର୍ଥକ କରୁ । ତୁମ୍ଭର ସେ ତୈଳ କଳସୀ ଭଞ୍ଜନର ଚିତ୍ରଟି ଯେ କି ବିଚିତ୍ର ମାଧୁରୀପୂର୍ଣ୍ଣ ତାହା ମହାପ୍ରଭୁ ହିଁ ପୂର୍ଣ୍ଣମାତ୍ରାରେ ଅନୁଭବ କରିଥିବେ । ମୁଁ ନିଶ୍ଚୟ କରି କହୁଅଛି, ସେ ଅପୂର୍ବ ଚିତ୍ରଟି ଚିରଦାନ ତାଙ୍କ ଚିତ୍ତପଟରେ ଅଙ୍କା ହୋଇ ରହିଥିବ ଓ ଯେତେବେଳେ ସେ ସେଥିକି ଆଖି ପକାଉଥିବେ ସେତେବେଳେ ସେ ସେଥିରୁ ନବ ନବ ରସ ଆସ୍ଵାଦନ କରୁଥିବେ ।

୨୭ଶ ପରିଚ୍ଛେଦ ।      

(ମହାପ୍ରଭୁଙ୍କର ବଦାନ୍ୟତା )

 

ପ୍ରେମାସ୍ଵାଦନ ଓ ପ୍ରେମାବିତରଣ ମହାପ୍ରଭୁଙ୍କର ଏ ଅବତାରର ଦୁଇ ପ୍ରଧାନ କାର୍ଯ୍ୟ । ସ୍ଵୟଂ ମହାପ୍ରଭୁ ନିଜ ଆଚରଣ ଦ୍ଵାରା ଜୀବକୁ ଶିକ୍ଷା ଦେଇଥିଲେ, ଦୟାହିଁ ପରମଧର୍ମ୍ମ । ଜୀବର ଦୟା ନଥିଲେ ଧର୍ମ୍ମ ପ୍ରତିପାଳିତ ହୋଇ ନ ପାରେ ଓ ମନୁଷ୍ୟ ଭାରବାହୀ ପଶୁ ତୁଲ୍ୟ ଜୀବରାଜ୍ୟରେ ଭ୍ରମଣ କରେ । ଶିକ୍ଷାଦାତା ମହାପ୍ରଭୁ ନିଜ ଆଚରଣରେ ସତତ ସେହି ଦୟା ରୂପ ଧର୍ମ୍ମର ଶିକ୍ଷା ଦେଇଥିଲେ ।ଜୀବର ଦୁଇ ପ୍ରକାର ମଙ୍ଗଳ ସାଧନ କରାଯାଇ ପାରେ । ୧ ଐହିକ-୨-ପାରନ୍ତ୍ରିକ । ପାରନ୍ତ୍ରିକ ମଙ୍ଗଳ ହିଁ ପ୍ରକୃତ ମଙ୍ଗଳ । ତେବେ ଜୀବର ଐହିକ ମଙ୍ଗଳ ସାଧନ ମଧ୍ୟ ଧାର୍ମ୍ମିକ ଲୋକମାନଙ୍କର କର୍ତ୍ତବ୍ୟ । ଯେ ଦୁଃଖରେ କାତର ନୁହେଁ ତାହାର ହୃଦୟ ପାଷାଣଠାରୁ ଅଧିକ କଠିନ । ସେହି ହୃଦୟରେ ଭଗବତ୍‌ପ୍ରେମ ରହିବ କିପରି । ମହାପ୍ରଭୁ ଏଥି ନିମିତ୍ତ ଜୀବର ଐହିକ ଦୁଃଖରେ ମଧ୍ୟ ତାହାକୁ କୃପାପୂର୍ବକ ଧନାଦି ବିତରଣ କରି ସୁଖୀ କରୁଥିଲେ । ଯଥା –

      ଦୁଃଖିତ ଦେଖିଲେ ପ୍ରଭୁ ବଡ଼ ଦୟା କରି,

      ଅନ୍ନ, ବସ୍ତ୍ର, କଡି, ପାତି ଦେନ ଗୌରହରି ।

      ନିରବଧି ଅତିଥି ଆଇସେ ପ୍ରଭୁ ଘରେ ,

      ଯାର ଯେନ ଯୋଗ୍ୟ ପ୍ରଭୁ ଦେନ ସେବାକାରେ|

ଗୃହସ୍ଥେରେ ମହାପ୍ରଭୁ ଶିକ୍ଷାୟେନ ଧର୍ମ୍ମ,

      ଅତିଥିର ସେବା ଗୃହସ୍ଥେର ମୁଳ କର୍ମ୍ମ ।

      ଗୃହସ୍ଥ ହଇୟାଁ ଯଦି ଅତିଥି ନା କରେ,

      ପଶୁପକ୍ଷୀ ହଇତେ ଅଧମ ବୋଲି ତାରେ ।

                  (ଚୈଃ ଭାଃ ଆଦି ୧୨ଶ ଅ )

 

ଏତଗଲା ସାମାନ୍ୟ ଧନରତ୍ନ ଦାନ, କିନ୍ତୁ ପ୍ରେମ ବିତରଣ କରାହିଁ ମହାପ୍ରଭୁଙ୍କର ପ୍ରକୃତ ବଦାନ୍ୟତାର ପ୍ରକାଶ । କେହି ମାଗୁ ବା ନ ମାଗୁ ମହାପ୍ରଭୁ ନିଜେ ଯାଚି ଯାଚି ପ୍ରେମ ବିତରଣ କରୁଥିଲେ । ଆପେ ଦେଉଥିଲେ ଏବଂ ଅପରକୁ ବିତରଣ କରିବାରେ ନିଯୁକ୍ତ କରୁଥିଲେ । ମହାପ୍ରଭୁଙ୍କର ଅଦ୍ଭୁତ ବଦାନ୍ୟତା ଅନ୍ୟ କୌଣସି ଅବତାରଙ୍କ ସମ୍ବନ୍ଧରେ ଶୁଣାଯାଏ ନାହିଁ । କୃଷ୍ଣପ୍ରେମ ଅମୂଲ୍ୟ ରତ୍ନ, ମହାପ୍ରଭୁ ସେହି ଅମୂଲ୍ୟ ରତ୍ନକୁ ଅକାତରରେ ପାତ୍ରା ପାତ୍ର ବିବେଚନା ନ କରି ଦାନ କରୁଥିଲେ । ଯଥା-

 

      ମାଗେ ବା ନା ମାଗେ କେହି ପାତ୍ର ବା ଅପାତ୍ର,

      ଇହାର ବିଚାର ନାହିଁ ଜାନେ ଦିବ ମାତ୍ର ।

      ଏବଂ ଅପର ପ୍ରତି ଆଜ୍ଞା । ଯଥା -

      ଅତଏବ ସବେ ଫଳ ଦେହ ଯାରେ ତାରେ,

      ଖାଇୟା ହଉକ ଲୋକ ଅଜର ଅମରେ ।

                  (ଚୈଃ ଚଃ ଆଦି)

 

ମହାପ୍ରଭୁ ଦାତା-ଶିରୋମଣି,ପୂର୍ବେ ଶ୍ରୀକୃଷ୍ଣ ଅବତାରରେ ସେ ପ୍ରେମଦାନ ବିଷୟରେ ଏରୂପ ମୁକ୍ତହସ୍ତ ନଥିଲେ । କେବଳ ଏହି ଗୌରାଙ୍ଗ ଅବତାରରେ ସ୍ଥାନାସ୍ଥାନ ପାତ୍ରାପାତ୍ର ବିଚାର ନ କରି ବ୍ରହ୍ମାର ଦୁର୍ଲ୍ଲଭ କୃଷ୍ଣପ୍ରେମ ଯାହାକୁ ତାହାକୁ ବିତରଣ କରିଥିଲେ ଯଥା;-

 

ନାହିଁ ଜାନେ ସ୍ଥାନାସ୍ଥାନ            ଯାରେ ତାରେ କୈଲଦାନ

      ମହାପ୍ରଭୁ ଦାତା ଶିରୋମଣି ।

 

ଏଇ ଗୁପ୍ତ ଭାବ-ସିନ୍ଧୁ            ବ୍ରହ୍ମା ନା ପାୟ ଏକବିନ୍ଦୁ

      ହେନ ଧନ ବିଲାଇଲ ସଂସାରେ ।

ଐଛେ ଦୟାଳୁ ଅବତାର             ଐଛେ ଦାତା ନାହିଁ ଆର

      ଗୁଣ କେହି ପରେ ବର୍ଣ୍ଣିବାରେ ।

                  (ଚୈଃ ଚଃ ମଧ୍ୟ ୨ ପରି )

 

ମହାପ୍ରଭୁ ନିଜେ ତ ଯେତେ ବିତରଣ କଲେ, ସେ ପୁଣି ପ୍ରଭୁ ଶ୍ରୀ ନିତ୍ୟାନନ୍ଦ ଓ ପ୍ରଭୁ ଶ୍ରୀ ଅଦ୍ଵୈତଙ୍କୁ କି ଆଦେଶ କରିଥିଲେ ଦେଖାଯାଉ । ରଥଯାତ୍ରା ସମୟରେ ପ୍ରତିବର୍ଷ ମହାପ୍ରଭୁଙ୍କ ଗୌଡ଼ୀୟ ପ୍ରିୟଜନମାନେ ଶ୍ରୀପୁରୁଷୋତ୍ତମକୁ ଆସୁଥିଲେ । ମହାପ୍ରଭୁ ସେମାନଙ୍କୁ ବିଦାୟ ଦେବା କାଳରେ ଶ୍ରୀ ନିତ୍ୟାନନ୍ଦ ଓ ଶ୍ରୀଅଦ୍ଵୈତଙ୍କୁ ଡ଼ାକି କହୁଥିଲେ, ତୁମ୍ଭେମାନେ ଆଚାଣ୍ଡାଳଙ୍କୁ ଶ୍ରୀକୃଷ୍ଣଙ୍କ ପ୍ରେମ ବିତରଣ କର । ଯଥା –

 

ଆଚାର୍ଯ୍ୟେରେ ଆଜ୍ଞାଦିଲ କରିୟା ସମ୍ମାନ,

ଆଚାଣ୍ଡାଳ ଆଦି ଦିଓ କୃଷ୍ଣଭକ୍ତ ଦାନ ।

ନିତ୍ୟାନନ୍ଦେ ଆଜ୍ଞାଦିଲ ଯାହା ଗୌଡ଼ ଦେଶେ,

ଅନର୍ଗଲ ପ୍ରେମଭକ୍ତି କରିଓ ପ୍ରକାଶେ ।

                  (ଚୈଃ ଚଃ ମଧ୍ୟ ୧୫ପରି )

 

ମହାପ୍ରଭୁ ଶ୍ରୀପୁରୁଷୋତ୍ତମରୁ ଯେତେବେଳେ ଦକ୍ଷିଣ ଦେଶକୁ ତୀର୍ଥ ଭ୍ରମଣ କରିବାକୁ ଯାଇଥିଲେ , ତୀର୍ଥ ପର୍ଯ୍ୟଟନ ଏକ ଛଳନା ମାତ୍ର, କିନ୍ତୁ ତାଙ୍କର ପ୍ରକୃତ କାର୍ଯ୍ୟ ପ୍ରେମ ବିତରଣ । ଯେ ତାଙ୍କୁ ଦେଖୁଥିଲା ସେ କୃଷ୍ଣ ପ୍ରେମରେ ଭାସୁଥିଲା । ତାହାର ସଂସର୍ଗରେ ଅପର ଲୋକେ କୃଷ୍ଣ ପ୍ରେମ ଲାଭ କରୁଥିଲେ । ବନପଥରେ ଶ୍ରୀବୃନ୍ଦାବନକୁ ଗଲାବେଳେ ମଧ୍ୟ ସେହିପରି ଅନର୍ଗଳ ପ୍ରେମଦାନ । ଝାରି ଖଣ୍ଡର ପଶୁ ପକ୍ଷୀ କୃଷ୍ଣପ୍ରେମ ଲାଭ କରି କୃଷ୍ଣ କୃଷ୍ଣ କହି ନାଚିଥିଲେ । ଶ୍ରୀବୃନ୍ଦାବନରୁ ଫେରିବା ସମୟରେ ମଧ୍ୟ ସେହିରୂପ ଅକାତରରେ ପ୍ରେମ ବିତରଣ । ପ୍ରେମ ବିତରଣରେ ଦେଶ ପ୍ଲାବତ ହୋଇଥିଲା । ଯଥା-

 

      ଗଙ୍ଗା, ଯମୁନା, ପ୍ରୟାଗ ନାରିଲ ଡୁବାୟିତେ,

      ପ୍ରଭୁ ଡୁବାଇଲ କୃଷ୍ଣ ପ୍ରେମରେ ବନ୍ୟାତେ ।

 

ମହାପ୍ରଭୁ ଯେଉଁ ପ୍ରେମତରୁ ଲଗାଇ ଗଲେ ତାହାର ଫଳ ଯେ ସମସ୍ତ ପୃଥିବୀ ବ୍ୟାପ୍ତ, ସେଥିରେ ଭବିଷ୍ୟତ୍‌ ବାଣୀ ସେ ନିଜେ ପ୍ରଚାର କରିଯାଇଅଛନ୍ତି । ବର୍ତ୍ତମାନ ମହାତ୍ମା ଶିଶିରକୁମାର ଘୋଷଙ୍କ ଲଡ଼୍‌ଗୌରାଙ୍ଗ ପାଠକରି ଇୟୁରୋପ ଓ ଆମେରିକାରେ ବୈଷ୍ଣବ ଧର୍ମ୍ମର ସୂତ୍ରପାତ ହୋଇଅଛି ଏବଂ ଏହା ସେହି ଭବିଷ୍ୟତ୍‌ବାଣୀ ପ୍ରତିଫଳିତ ହେବାର ପ୍ରଥମ ସୂଚନା । ମହାପ୍ରଭୁଙ୍କ ଉକ୍ତିଏହିରୂପ ।

 

      ପୃଥିବୀ ପର୍ଯ୍ୟନ୍ତ ଯତ ଆଛେ ଦେଶ ଗ୍ରାମ,

      ସର୍ବତ୍ର ସଞ୍ଚାର ହଇବେକ ମୋର ନାମ ।

                  (ଚୈଃ ଭାଃ ଅନ୍ତ୍ୟ ୪ଅ)

 

ଅତଏବ ଅବତାର ଶିରୋମଣି ଶ୍ରୀକୃଷ୍ଣଚୈତନ୍ୟଙ୍କର ଏହାଠାରୁ ବଦାନ୍ୟତାର ଅଧିକ ପରିଚୟ ଆଉକି ହୋଇପାରେ ।

 

୨୮ଶ ପରିଚ୍ଛେଦ ।

( ମହାପ୍ରଭୁଙ୍କ କୃପା )

 

ମହାପ୍ରଭୁ କରୁଣାସାଗର, ସାଗରରେ ଜଳ କେହି ପରିମାଣ କରିବାକୁ ସକ୍ଷମ ହେଲେ ମଧ୍ୟ ମହାପ୍ରଭୁଙ୍କ କୃପାରୁ କେହି ସୀମା ନିର୍ଦ୍ଦେଶ କରିପାରିବେ ନାହିଁ । ଶ୍ରୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାପଣ୍ଡିତ ଓ ଜ୍ଞାନୀ ହେଲେ ହେଁ ପ୍ରଥମ ଭକ୍ତି ତତ୍ତ୍ଵରେ ସେ ଅନ୍ଧଥିଲେ । ତାହାଙ୍କ ଭଗ୍ନପତି ଶ୍ରୀ ଗୋପୀନାଥ ଆଚାର୍ଯ୍ୟ ନିଜ ଜନର ହିତକାମନାରେ ମହାପ୍ରଭୁଙ୍କଠାରେ ସାର୍ବଭୌମଙ୍କ ମତି ଗତି ପରିବର୍ତ୍ତନର ଭିକ୍ଷା କଲେ । ମହାପ୍ରଭୁ ସାଧୁ ଚରିତ୍ର ଗୋପୀନାଥଙ୍କର ସେ ପ୍ରାର୍ଥନା ଗ୍ରହଣପୂର୍ବକ ସାର୍ବଭୌମଙ୍କ ପ୍ରତି ଅଶେଷ କରୁଣା ପ୍ରକାଶ କଲେ । ଏବଂ ସେହି କରୁଣାବଳରେ ସାର୍ବଭୌମ ମହାପ୍ରଭୁଙ୍କୁ ଚିହ୍ନି ତାଙ୍କ ଶ୍ରୀପାଦ-ପଦ୍ମରେ ଶରଣ ନେଲେ । ସାର୍ବଭୌମ ରାମାନନ୍ଦ ପ୍ରଭୃତିଙ୍କ ସହ ମହାପ୍ରଭୁ ମହାପ୍ରସାଦ ଭିକ୍ଷା କରୁଅଛନ୍ତି , ଗୋପୀନାଥ ଆଚାର୍ଯ୍ୟ ନିଜ ଶାଳକ ସାର୍ବଭୌମଙ୍କୁ ଲକ୍ଷ୍ୟ କରି ପରିହାସ ପୂର୍ବକ ସମସ୍ତଙ୍କ ସମ୍ମୁଖରେ କହିଲେ ଆପଣମାନେ ସାର୍ବଭୌମଙ୍କର ପୂର୍ବ ବ୍ୟବହାର ସଙ୍ଗେ ଆଜିକାର ମହାପ୍ରସାଦ ସେବନାନନ୍ଦ ତୁଳନା କରି ଦେଖନ୍ତୁ , କିଏ ସୁଖକର । ସାର୍ବଭୌମ ପ୍ରକୃତ ଆନନ୍ଦ ଯେ କଣ , ଆନନ୍ଦମୟଙ୍କ ସଂସର୍ଗରୁ ତାହା ବର୍ତ୍ତମାନ ବୁଝିପାରି ଅଛନ୍ତି । ସେ , ତେତେବେଳେ ଦୀନାତିଦୀନ, ଜ୍ଞାନଗର୍ବ ତାଙ୍କ ହୃଦୟରୁ ଅନ୍ତର୍ହିତ ହୋଇଅଛି । ସେ ତହିଁରେ କହିଲେ “ ଆଚାର୍ଯ୍ୟ ? ପ୍ରକୃତରେ ମୁଁ ତୁମ୍ଭଠାରେ ଚିରକାଳ ପାଇଁ ଋଣୀ । ମୁଁ କୁବୁଦ୍ଧିରେ ପଡ଼ି ମହାତାର୍କିକ ଥିଲି, ତର୍କ କାଳରେ ମୋର ସମସ୍ତ ସଦ୍‌ଜ୍ଞାନ ଢଙ୍କା ପଡ଼ିଥିଲା । ତୁମ୍ଭ ପ୍ରସାଦରୁ ସେ ଜାଲ ଅପସାରିତ ହୋଇଅଛି । ତୁମ୍ଭ ପ୍ରସାଦରୁ ମୁଁ ବର୍ତ୍ତମାନ ମହାପ୍ରଭୁଙ୍କ ସଙ୍ଗସୁଖ ପାଇ ପରମାନନ୍ଦ ଲାଭ କରୁଅଛି । ତୁମ୍ଭେ ମୋର ଏ ସୌଭାଗ୍ୟର ମୂଳକାରଣ ଅଟ । ଦୟାସାଗର ମହାପ୍ରଭୁ ହିଁ କାକକୁ ଗରୁଡ କରିବାର ସକ୍ଷମ , ନତୁବା ମୋର ଏପରି ପରିବର୍ତ୍ତନ କିଏ ଅଣାଇ ପାରନ୍ତା । ମୁଁ ତାର୍କିକ ଶୃଗାଳ ପରି ଭେଉ ଭେଉ କରୁଥିଲି , ବହିର୍ମୁଖ ଶିଷ୍ୟବର୍ଗଙ୍କ ସଙ୍ଗେ ବୃଥା ତର୍କାଲୋଚନାରେ ଦିନ ଅତିବାହିତ କରୁଥିଲି । ବର୍ତ୍ତମାନ ମହାପ୍ରଭୁଙ୍କ ଅପାର କରୁଣା ପ୍ରଭାବରୁ ସାଧୁସଙ୍ଗରୂପ ସମୁଦ୍ର ତରଙ୍ଗରେ ସନ୍ତରଣ କରୁଅଛି । ଯଥା -

 

ସାର୍ବଭୌମ କହେ ଆମ ତାର୍କିକ କୁବୁଦ୍ଧି,

ତୋମାର ପ୍ରମାଦେ ମୋର ଏ ସମ୍ପଦସିଦ୍ଧି ।

ମହାପ୍ରଭୁ ବିନା କେହ ନାହିଁ ଦୟାମୟ,

କାକେର ଗରୁଡ଼ କରେ ଐଛେ କୋନ ହୟ ।

 

ତାର୍କିକ ଶୃଗାଲ ସଙ୍ଗେ ଭେଉ ଭେଉ କରି,

ସେଇ ମୁଖେ ଏବେ ସଦା କହି କୃଷ୍ଣହରି ।

କାଁହା ବହିର୍ମୁଖ ତାର୍କିକ ଶିଷ୍ୟଗଣ ସଙ୍ଗେ ,

କାହାଁ ଏଇ ସାଧୁସଙ୍ଗ ସମୁଦ୍ର ତରଙ୍ଗେ ।

            (ଚୈଃ ଚଃ ମଧ୍ୟ ୧୨ପରି)

 

ପ୍ରକୃତରେ ମହାପ୍ରଭୁ ତାଙ୍କୁ ସ୍ଵୟଂ କୃପା କରି ନ ଥିଲେ, ତର୍କକୁଶଳ ଅଦ୍ଵିତୀୟ ପଣ୍ଡିତ ସାର୍ବଭୌମଙ୍କ ମତ ଅନ୍ୟ କେହି ଫେରାଇ ପାରି ନଥାନ୍ତେ । ରଙ୍ଗିଆ ମହାପ୍ରଭୁଙ୍କର ରଙ୍ଗରତ ସୀମାନାହିଁ । ଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ନିଜଗଣ ସହ ଶ୍ରୀଜଗନ୍ନାଥଙ୍କ ଆଗରେ କୀର୍ତ୍ତନ କରନ୍ତି, ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ଅପୂର୍ବ ଜଳକେଳି ଆରମ୍ଭ କରନ୍ତି । ପୂର୍ବ ଯମୁନା ବିହାର ଲୀଳା ଶ୍ରୀପୁରୁଷୋତ୍ତମସ୍ଥ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ଅଭିନୀତ ହୁଏ । ଶତ ଶତ ଭକ୍ତ ଜଳରେ ସନ୍ତରଣ କରୁଅଛନ୍ତି । ଶତ ଶତ ଭକ୍ତ ଜଳରେ କୁମ୍ଭୀରବତ୍‌ ବୁଡ଼ୁ ଅଛନ୍ତି । କିଏ କାହା ଉପରକୁ ଜଳ ଫିଙ୍ଗୁଅଛି ; ମହାପ୍ରଭୁ ନିଜେ ଭକ୍ତମାନଙ୍କ ଏପରେ ଜଳସେଚନ କରୁଅଛନ୍ତି । ଭକ୍ତଗଣ ପ୍ରମୋଦରେ ମହାପ୍ରଭୁଙ୍କ ଉପରକୁ ଜଳ ଫିଙ୍ଗୁ ଅଛନ୍ତି । କେହି ବା କାହା ସାଙ୍ଗରେ ଜଳଯୁଦ୍ଧରେ ମତ୍ତ ହୋଇଅଛି । ପ୍ରଭୁ ଶ୍ରୀଅଦ୍ଵୈତ ଆଚାର୍ଯ୍ୟଙ୍କ ସଙ୍ଗେ ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କର ଯେ ଜଳ ଯୁଦ୍ଧ ତାହା ଅତି କୌତୁକାବହ । ଅଚାର୍ଯ୍ୟ ଚଞ୍ଚଳ ସ୍ଵଭାବ ନିତ୍ୟାନନ୍ଦଙ୍କ ସଙ୍ଗେ ଜଳଯୁଦ୍ଧରେ ହାରି ତାଙ୍କ ଉପରେ ଜଳବର୍ଷଣ ପରିବର୍ତ୍ତରେ ଗଳି ବର୍ଷଣ କରୁଅଛନ୍ତି । ମହାପ୍ରଭୁ ସେ ପ୍ରେମକଳହ ଦର୍ଶନ କରି ମୃଦୁ ମୃଦୁ ହସୁଅଛନ୍ତି । ପୁଣ୍ଡରିକ ବିଦ୍ୟାନିଧିଙ୍କ ପରା ପ୍ରବୀଣ ବ୍ୟକ୍ତି ଗାମ୍ଭୀର୍ଯ୍ୟ ହରାଇ ସ୍ଵରୂପଙ୍କ ସଙ୍ଗରେ ଜଳଯୁଦ୍ଧରେ ମାତି ଅଛନ୍ତି । ଗଦାଧର ପଣ୍ଡିତ ବୃଦ୍ଧ ଶ୍ରୀବାସ ପଣ୍ଡିତଙ୍କ ସଙ୍ଗେ ଜଳ ମରାମରି ହେଉ ଅଛନ୍ତି । ବକ୍ରେଶ୍ଵର ପଣ୍ଡିତ ରାଘବ ପଣ୍ଡିତଙ୍କ ଉପରେ ଜଳ ବର୍ଷଣ କରୁଅଛନ୍ତି । ସାର୍ବଭୌମ ଓ ରାମାନନ୍ଦ ଏମାନେ ମାଧ୍ୟ ସେ ଆମୋଦରେ ଯୋଗ ନ ଦେଇ ସ୍ଥିର ହୋଇ ରହି ପାରି ନଥିଲେ । ପ୍ରାମାଣିକ ପଣ୍ଡିତ ଚୂଡ଼ାମଣି ସାର୍ବଭୌମ, ଗମ୍ଭୀର ସ୍ଵଭାବ ରାୟ ରାମାନନ୍ଦଙ୍କ ସଙ୍ଗେ ଜଳଯୁଦ୍ଧରେ ପ୍ରବୃତ୍ତ ହୋଇ ଅଛନ୍ତି । ଦୁହେଁ ନିଜ ନିଜର ଗାମ୍ଭୀର୍ଯ୍ୟ ଭୁଲିଯାଇ ଅଛନ୍ତି ଓ ଦୁହେଁ ଶିଶୁବତ୍‌ ଜଳ ଫିଙ୍ଗାଫିଙ୍ଗି ହେଉଅଛନ୍ତି । ଏହା ଦେଖି ମହାପ୍ରଭୁ ଶ୍ରୀଗୋପୀନାଥ ଆଚାର୍ଯ୍ୟଙ୍କୁ ସମ୍ବୋଧନ କରି କହିଲେ “ଆଚାର୍ଯ୍ୟ ! ଏ ଦୁହେଁତ ପଣ୍ଡିତାଗ୍ରଗଣ୍ୟ , ଏମାନେ ପ୍ରମାଣିକ ହୋଇ ନିଜ ଗାମ୍ଭୀର୍ଯ୍ୟ ପରିବର୍ତ୍ତନ ପୂର୍ବକ ଏରୂପ ଚାଞ୍ଚଲ୍ୟ ପ୍ରକାଶ କରୁଅଛନ୍ତି । ଏମାନଙ୍କୁ ବାରଣ କରୁନାହଁ" । ମହାପ୍ରଭୁଙ୍କର ସେହି ପରିହାସୋକ୍ତି ଶ୍ରବଣକରି ଗୋପୀନାଥ ଆଚାର୍ଯ୍ୟ କହିଲେ “ପ୍ରଭୋ ! ଆପଣଙ୍କ କୃପା ମହାସମୁଦ୍ର । ସେଥିରେ ଏକ ବିନ୍ଦୁ ଉଚ୍ଛୁଳିତ ହେଲେ କେତେ କେତେ ଉଚ୍ଚ ପର୍ବତ ବୁଡ଼ି ଯାଏ । ଏ ଦୁଇ ଖଣ୍ଡ ଖଣ୍ଡଶୈଳ ଯେ ସେଥିରେ ବୁଡ଼ିବେ ଏଥିରେ ବିଚିତ୍ର କଣ” । ଯଥା;-

ଗୋପୀନାଥ କହେ ତୋମାର କୃପା ମହାସିନ୍ଧୁ ,

ଉଚ୍ଛଳିତ ହୟ ଯବେ ତାର ଏକବିନ୍ଦୁ ।

ମେରୁ ମନ୍ଦର ପର୍ବତ ତୁକାୟ ଯଥା ତଥା,

ଏହି ଦୁଇ ଖଣ୍ଡ ଶୈଳ ଇହାର କି କଥା ।।

ଶୁଷ୍କତର୍କ ଖଲି ଖାଇତେ ଜନ୍ମ ଗେଲ ଯାର,

ତାରେ ଲୀଳାମୃତ ପିୟାଓ ଏକୃପା ତୋମାର ।।

                  (ଚୈଃ ଚଃ ମଧ୍ୟ ୧୪ ପରି)

 

ଗଦାଧର ପଣ୍ଡିତ କ୍ଷେତ୍ରସନ୍ୟାସ ଗ୍ରହଣ କରିଥିଲେ । ସେଥିରେ ଏହି ବିଧି ଯେ ଶ୍ରୀକ୍ଷେତ୍ର ଛାଡ଼ି ସେ ଅନ୍ୟତ୍ର ଯାଇ ପାରିବେ ନାହିଁ । ମହାପ୍ରଭୁ ଯେତେବେଳେ ଶ୍ରୀପୁରୁଷୋତ୍ତମରୁ ଶ୍ରୀବୃନ୍ଦାବନ ଯିବା ଉଦ୍ଦେଶ୍ୟରେ ପ୍ରଥମେ ଯାତ୍ରା କଲେ , ଗଦାଧର ପଣ୍ଡିତ ମହାପ୍ରଭୁଙ୍କ ବିରହଜନିତ କଷ୍ଟ ସହି ନ ପାରି ତାଙ୍କ ସଙ୍ଗେ ସଙ୍ଗେ ଯିବାକୁ ଇଚ୍ଛାପ୍ରକାଶ କଲେ । ମହାପ୍ରଭୁ ତାଙ୍କୁ ବାରଣ କରି କହିଲେ “ଗଦାଧର ! ତୁମ୍ଭେ କ୍ଷେତ୍ର ସନ୍ନ୍ୟାସ ଗ୍ରହଣ କରିଅଛ, କ୍ଷେତ୍ର ପରିତ୍ୟାଗ କରି ମୋ ସଙ୍ଗେ ଯିବା ତୁମ୍ଭର କି ଉଚିତ “? ଗଦାଧର କହିଲେ “ପ୍ରଭୋ ! ଆପଣ ଯେଉଁଠାରେ ବର୍ତ୍ତମାନ ସେହି ସ୍ଥାନହିଁ ନୀଳାଚଳ । ମୋର କ୍ଷେତ୍ର ସନ୍ନ୍ୟାସ ପଛେ ରସାତଳକୁ ଯାଉ, ମୁଁ ଭବଦୀୟ ସଙ୍ଗ ଛାଡି ରହି ପାରିବି ନାହିଁ ।“ ମହାପ୍ରଭୁ କହିଲେ “ ଗଦାଧର , ତୁମ୍ଭେ ଯେ ଶ୍ରୀଗୋପୀନାଥଙ୍କ ସେବା ସ୍ଵୀକାର କରିଅଛ, ତାହା ଛାଡ଼ିବା କି ତୁମ୍ଭର ଉଚିତ । “ଗଦାଧର ଉତ୍ତର କଲେ” ପ୍ରଭୋ ! ଭବଦୀୟ ପଦଦର୍ଶନରେ କୋଟି ସେବାର ଫଳ ମିଳିବ”।

ମହାପ୍ରଭୁ କହିଲେ ତୁମ୍ଭେ ମୋ ଲାଗି ଗୋପୀନାଥଙ୍କ ସେବା ପରିତ୍ୟାଗ କଲେ ମୁଁ ଯେ ସେଥିର ଦୋଷଭାଗୀ ହେବି । ମୋଠାରେ ଦୋଷ ଘଟାଇବା କି ଭଲ ମନେ କରୁଅଛ । ଗଦାଧର କହିଲେ ମୁଁ ଆପଣଙ୍କ ସଙ୍ଗେ ଗଲେ ସିନା ଆପଣଙ୍କର ଦୋଷ ହେବ । ମୁଁ ତେବେ ଆପଣଙ୍କ ସଙ୍ଗେ ଯିବିନାହିଁ । ଏକା ଏକା ଯିବି ଓ ଶ୍ରୀଶଚୀମାତାଙ୍କର ଶ୍ରୀଚରଣ ଦର୍ଶନ କରି ଆସିବି । ପ୍ରତିଜ୍ଞାସେବା ଛାଡ଼ିବାର ଦୋଷ ମୋର , ଆପଣଙ୍କୁ ସେ ଦୋଷରେ ଭାଗୀ ହେବାକୁ ପଡ଼ିବ ନାହିଁ । ଏହାକହି ମହାପ୍ରଭୁଙ୍କୁ ସଙ୍ଗରେ ନ ଯାଇ ସେ ଏକା ଏକା , ଗମନ କରିବାକୁ ଲାଗିଲେ । କଟକଠାରେ ମହାପ୍ରଭୁ ତାଙ୍କୁ ନିକଟକୁ ଡକାଇଲେ ଏବଂ ତାଙ୍କର ହସ୍ତଧାରଣ ପୂର୍ବକ ସ୍ନେହରେ କହିଲେ, “ଗଦାଧର ! ଏବେତ ପ୍ରତିଜ୍ଞା ସେବା ଛାଡ଼ିବା ସିଦ୍ଧହେଲା । ନିଜ ମୁଖ ବାଞ୍ଛାରେ ମୋ ସଙ୍ଗରେ ଯିବାର ଯେ ମାନସ କରିଅଛ ସେଥିରେ ତୁମ୍ଭ ଧର୍ମ୍ମହାନି ହେଉଅଛି , ମୋତେ ଏହା ସହ୍ୟ ହେଉନାହିଁ , ଯଦି ମୋର ସୁଖ ତୁମ୍ଭର ତାତ୍ପର୍ଯ୍ୟ ହୁଏ, ତେବେ ମୋ କଥା ମାନି ନୀଳାଚଳକୁ ଫେରିଯାଅ । ମୋର ନିୟମ ଅଛି , ଯେପରି ତୁମ୍ଭେ ଏହା ଉପରେ ଆଉ କିଛି ନ କୁହ “। ଏହିପ୍ରକାର ଗଦାଧରଙ୍କୁ ଗମନରୁ ବିରତ କରି ନୌକାରୋହଣ କଲେ । ପଣ୍ଡିତ ଗଦାଧର ଏହା ଉପରେ ଆଉ କିଛି କହି ନପାରି ମୂର୍ଚ୍ଛିତ ହେଲେ । ମହାପ୍ରଭୁ ପ୍ରସ୍ଥାନ କରନ୍ତେ ସାର୍ବଭୌମ ଗଦାଧରଙ୍କୁ ଉଠାଇ ପ୍ରବୋଧ ଦେଇ କହିଲେ , “ଗଦାଧର ତୁମ୍ଭେତ ଜାଣ ଶ୍ରୀକୃଷ୍ଣ, ନିଜପ୍ରତିଜ୍ଞା ଲଂଙ୍ଘନ ପୂର୍ବକ ଭକ୍ତ ପ୍ରବର ଭୀଷ୍ମଙ୍କର ପ୍ରତିଜ୍ଞା ରକ୍ଷା କରିଥିଲେ , ସେହିରୂପେ ତୁମ୍ଭେ ବିରହଜନିତ କଷ୍ଟ ସ୍ଵୀକାର କରି ମହାପ୍ରଭୁ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛନ୍ତି “। ଏହିରୂପେ ପ୍ରବୋଧ ଦେଇ ତାଙ୍କୁ ଶ୍ରୀପୁରୁଷୋତ୍ତମକୁ ଫେରାଇନେଲେ । ଏହି ସ୍ଥାନରେ ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖିଅଛନ୍ତି,

ପ୍ରଭୁ ଲାଗି ଧର୍ମ୍ମ, କର୍ମ୍ମ ଛାଡ଼େ ଭକ୍ତଗଣ,

ଭକ୍ତ ଧର୍ମ୍ମହାନି ପ୍ରଭୁର ନାହୟ ସହନ,,

            (ଚୈଃ ଚଃ ମଧ୍ୟ ୧୬ପରି )

କୃପାସାଗର ଗୌରହରିଙ୍କର କୃପା ସତତ ଉଛୁଳି ପଡ଼ି ପାତ୍ରାପାତ୍ର ସମସ୍ତଙ୍କୁ ପ୍ଲାବିତ କରୁଅଛି । ଯେ ମହାପ୍ରଭୁ ଆପାତ୍ର ପ୍ରତି ଏତେ କୃପା କରୁ ଅଛନ୍ତି, ଯୋଗ୍ୟପାତ୍ର ପ୍ରତି ତାଙ୍କର କୃପାର ଆଉ ସୀମା କଣ । ଶ୍ରୀରୂପ ଗୋସ୍ଵାମୀ ସର୍ବଗୁଣ ସମ୍ପନ୍ନ, ସାଧୁ ପୁରୁଷ, ତେଣୁ ତାଙ୍କ ପ୍ରତି ମହାପ୍ରଭୁ ଯେ ସ୍ନେହ ଓ କୃପା ଦେଖାଇ ଅଛନ୍ତି ଅତି ଅଳ୍ପ ଲୋକଙ୍କର ସେ ସୌଭାଗ୍ୟ ଘଟିଥାଏ । ମହାପ୍ରଭୁ ଶ୍ରୀରୂପଙ୍କୁ ପ୍ରୟାଗଠାରେ ପାଇ ନିଜେ ତାଙ୍କୁ ଅଶେଷ କୃପା ପୂର୍ବକ ଶକ୍ତସଞ୍ଚାର କରିଥିଲେ କିନ୍ତୁ ସର୍ବଶକ୍ତିମାନ୍‌ ଭଗବାନ୍‌ ଗୌରଚନ୍ଦ୍ର ଏତେ କୃପା କରିମଧ୍ୟ ସେଥିରେ ତୃପ୍ତ ନ ହୋଇ ସେ ଶ୍ରୀମାନ୍‌ ନିତ୍ୟାନନ୍ଦ ଓ ଶ୍ରୀମାନ୍‌ ଅଦ୍ଵୈତ ଆଚାର୍ଯ୍ୟ ସହ ରୂପଙ୍କୁ ମିଳାଇ ତାଙ୍କୁ କୃପା କରିବା ପାଇଁ ସେ ଦୁହିଁଙ୍କୁ ପ୍ରାର୍ଥନା କରୁଅଛନ୍ତି, ଯଥା-

 

ଅଦ୍ଵୈତ ନିତ୍ୟାନନ୍ଦ ତୋମରା ଦୁଇଜନେ,

ପ୍ରଭୁକହେ, ରୂପେ କୃପାକର କାୟମନେ,

ତୋମା ଦୂହାଁର କୃପାୟ ଇହାର ତୈଛେ ହଉକ ଶକ୍ତି,

ଯାତେ ବିରଚିତେ ପାରେନ କୃଷ୍ଣ ରସଭକ୍ତି |,

                  (ଚୈଃ ଚଃ ୧ମ ପରି)

 

ଆହା କି ଅପାର କୃପା , ରୂପ କୃତ ନାଟକମାନ ରାୟ ରାମାନନ୍ଦ ପ୍ରଭୃତିଙ୍କୁ ଶୁଣାଇ ମହାପ୍ରଭୁ ପୁନର୍ବାର ସେହି ପ୍ରାର୍ଥନା କରି କହୁଅଛନ୍ତି ।

ସବେ କୃପାକରି ଇହାରେ ଦେହ ଏଇବର

ବ୍ରଜଲୀଳା ପ୍ରେମରସ ବର୍ଣ୍ଣେ ନିରନ୍ତର,

            (ଚୈଃ ଚଃ ଅନ୍ତ୍ୟ, ୧ ପରି)

ମହାରାଜ ପ୍ରତାପରୁଦ୍ର ମଧ୍ୟ ପ୍ରଭୁଙ୍କର ଅଶେଷ କୃପା ଲାଭ କରିଥିଲେ । ତାଙ୍କର ନିଜ ଉକ୍ତି ହିଁ ତାହାର ଉତ୍ତମ ପ୍ରମାଣ, ସେ ତାଙ୍କ ଗୁରୁଜନ ଶ୍ରୀକାଶୀମିଶ୍ରଙ୍କଠାରେ ଏକସମୟରେ କହିଥିଲେ , ଯଥା-

ଏକକ୍ଷଣ ପ୍ରଭୁର ଯଦି ପାଇୟେ ଦର୍ଶନ

କୋଟୀ ଚିନ୍ତାମଣି ଲାଭ ନହେ ତାର ସମ,,

            (ଚୈଃ ଚଃ ଅନ୍ତ୍ୟ ୯ ପରି )

ମହାପ୍ରଭୁଙ୍କ ଅପାର କୃପା ଅନୁଭବ କରି ନ ଥିଲେ, ମହା ଐଶ୍ଵର୍ଯ୍ୟଶାଳୀ ମହାରାଜାଙ୍କ ମୁଖରୁ ଏରୂପ ଦୈନ୍ୟୋକ୍ତି ବାହାରି ପାରନ୍ତା କି ? ମହାପ୍ରଭୁ ସମୟ ସମୟରେ ପ୍ରକାଶ୍ୟରେ କୃପା ନ କଲେ ହେଁ ପରୋକ୍ଷରେ ଅଶେଷ କୃପା କରିଥାଆନ୍ତି । ଶ୍ରୀଳ ରାୟ ରାମାନନ୍ଦଙ୍କ ଭ୍ରାତା ଶ୍ରୀଗୋପୀନାଥ ପଟ୍ଟନାୟକ ଓ ଶ୍ରୀବାଣୀନାଥ ପଟ୍ଟନାୟକ ତାହାର ଉଦାହରଣ । ଶ୍ରୀଗୋପୀନାଥ ପଟ୍ଟନାୟକ ରାଜ କର୍ମ୍ମରେ ଥାଇ କିଛି ରାଜଧନ ଅପବ୍ୟୟ କରିଥିବାରୁ ଏବଂ ସେହି ସମ୍ବନ୍ଧରେ ରାଜପୁତ୍ର ପୁରୁଷୋତ୍ତମ ଯେନାକୁ କିଛି ଅପମାନ ସୂଚକ ବାକ୍ୟ ପ୍ରୟୋଗ କରିଥିବା ପୁରୁଷୋତ୍ତମଯେନା କୌଶଳ ପୂର୍ବକ ଗୋପୀନାଥ ପଟ୍ଟନାୟକଙ୍କୁ ବନ୍ଧାଇନେଇ ପ୍ରାଣ ନେବାର ଭୟ ଦେଖାଇ ଚାଙ୍ଗ ଉପରେ ଚଢ଼ାଇଲେ ଏବଂ ତାଙ୍କ ଭ୍ରାତା ବାଣୀନାଥ ପ୍ରଭୃତିଙ୍କୁ ମଧ୍ୟ ବନ୍ଧାଇ ନେଲେ । ସେମାନଙ୍କ ଲୋକମାନେ ଏହି ବିଷୟ ମହାପ୍ରଭୁଙ୍କୁ ଜଣାଇଲେ ଏବଂ ପରେ ସ୍ଵରୁପାଦି ପ୍ରିୟ ପାର୍ଷଦଗଣ ଏମାନେ ରାୟ ରାମାନନ୍ଦଙ୍କ ଭ୍ରାତା ରାୟ ଭବାନଙ୍କପୁତ୍ର ଏହି ଉପରୋଧରେ ମହାପ୍ରଭୁଙ୍କୁ ଏମାନଙ୍କ ମୁକ୍ତି ନିମନ୍ତେ ଅନୁରୋଧ କଲେ ।

ସେଥିରେ ମହାପ୍ରଭୁ ଅତ୍ୟନ୍ତ ବିରକ୍ତ ହୋଇ କହିଲେ ମୁଁ ତ ଜଣେ ଭିକ୍ଷୁକ ସନ୍ନ୍ୟାସୀ, ମୋତେ ତୁମ୍ଭେମାନେ ଏସବୁ ବିଷୟ କହି ବ୍ୟସ୍ତ କରାଉଅଛ କିପାଇଁ ? ଯେ ରାଜଧନ ଅପହରଣ କରି ଦାରୀ ଓ ନାଟୁଆମାନଙ୍କୁ ପ୍ରତିପୋଷଣ କରେ ତାହାର ଶାସ୍ତିତ ହେବାରକଥା । ମହାପ୍ରଭୁଙ୍କ ଏହି କ୍ରୋଧାକ୍ତି ଶ୍ରବଣ କରି ସମସ୍ତେ ଚୁପ୍‌ ହେଲେ, କିନ୍ତୁ ହରିଚନ୍ଦନ ମହାପ୍ରଭୁଙ୍କର ଏହି ବିରକ୍ତି-ପୂର୍ଣ୍ଣ ବାକ୍ୟ ବ୍ୟବହାର ବିଷୟ ଶୁଣି ଏବଂ ରାୟ ରାମାନନ୍ଦଙ୍କ ବଂଶର ସମସ୍ତେ ମହାପ୍ରଭୁଙ୍କ ପ୍ରିୟ ପାତ୍ର ଏହା ଜାଣି ମହାରାଜାଙ୍କୁ ସମସ୍ତ ବିଷୟ ଗୋଚର କଲେ । ତାହା ଶୁଣି ମହାରାଜା ଗୋପୀନାଥ ପଟ୍ଟନାୟକ ଓ ବାଣୀନାଥ ପଟ୍ଟନାୟକଙ୍କୁ ମୋଚନ କରି ଦେବାର ଆଦେଶ ଦେଲେ । ଏମାନଙ୍କ ବନ୍ଧନ ବ୍ୟାପାର ଶୁଣି ମହାପ୍ରଭୁ ପଚାରିଥିଲେ ବାଣୀନାଥଙ୍କୁ ଯେତେବେଳେ ରାଜଦୂତମାନେ ବାନ୍ଧିନେଉଥିଲେ ବାଣୀନାଥ ତେତେବେଳେ କଣ କରୁଥିଲେ ଏବଂ ଶୁଣିଲେ ଯେ ବାଣୀନାଥ ପଟ୍ଟନାୟକ ତେତେବେଳେ ନିରୁଦ୍ବେଗ ଚିତ୍ତରେ ଅଙ୍ଗଳିରେ ସଂଖ୍ୟାକରି ଶ୍ରୀକୃଷ୍ଣନାମ ଜପ କରୁଥିଲେ, ଏବଂ ସହସ୍ର ପୂର୍ଣ୍ଣହେଲେ ନାମ ସଂଖ୍ୟା ନିମିତ୍ତ ନିଜ ଅଙ୍ଗରେ ଗାର କାଟୁଥିଲେ । ଏହାଶୁଣି ମହାପ୍ରଭୁ ଆନନ୍ଦ ପ୍ରକାଶ କରିଥିଲେ । ଏହିରୂପେ ପ୍ରକାଶ୍ୟରେ କୋପପ୍ରକାଶ କଲେ ମଧ୍ୟ ଅନ୍ତରରେ ସେମାନଙ୍କ ପ୍ରତି କୃପାଥିବାରୁ ଗୋପୀନାଥ ପଟ୍ଟନାୟକ ଓ ବାଣୀନାଥ ପଟ୍ଟନାୟକ ଦଣ୍ଡରୁ ମୁକ୍ତ ହେଲେ , ଶେଷରେ ଗୋପୀନାଥଙ୍କ ପୂର୍ବ ବେତନ ଦ୍ଵିଗୁଣିତ ହେଲା । ମହାପ୍ରଭୁଙ୍କର ଏହି ଅପୂର୍ବ କୃପାକୁ ଲକ୍ଷ୍ୟକରି ଶ୍ରୀଳ କବିରାଜ ଗୋସ୍ଵାମୀ ଲେଖି ଅଛନ୍ତି,

 

ଶୁନି ମହାପ୍ରଭୁର ହୈଲ ପରମ ଆନନ୍ଦ,

କେ ବୁଝିତେ ପାରେ ଗୌରେର କୃପା ଛନ୍ଦ ବନ୍ଧ,,

            (ଚୈଃ ଚଃ ଅନ୍ତ୍ୟ ୯ ପରି)

 

ମହାପ୍ରଭୁ ଯାହାକୁ ଦଣ୍ଡ ଦିଅନ୍ତି ସେ ମଧ୍ୟ ଅତି ସୌଭାଗ୍ୟଶାଳୀ । ତାଙ୍କର ଦଣ୍ଡ, ଦଣ୍ଡ ନୁହେଁ, ସେ କୃପାମୃତବର୍ଷଣ । ପଣ୍ଡିତ ଶ୍ରୀ ଦେବାନନ୍ଦ ଏହାର ଉଦାହରଣ । ପଣ୍ଡିତ ଦେବାନନ୍ଦ ମହାପଣ୍ଡିତ । ସେ ଧୀର ପ୍ରକୃତିର ଲୋକ ଥିଲେ । ଆକୁମାର ସଂନ୍ୟାସବ୍ରତ ଆଚରଣ କରୁଥିଲେ । ସହସ୍ର ସହସ୍ର ଛାତ୍ର ତାଙ୍କଠାରେ ଶ୍ରୀମଦ୍ଭାଗବତ ଶିକ୍ଷା କରୁଥିଲେ, କିନ୍ତୁ ମହାପଣ୍ଡିତ ହେଲେ ହେଁ ଦେବାନନ୍ଦ ତେତେବେଳେ ଭକ୍ତି ମହିମା ଅବଗତ ନଥିଲେ । ସେ ଛାତ୍ରମାନଙ୍କୁ ଭାଗବତ ପଢ଼ାଉ ଅଛନ୍ତି, ଏମନ୍ତ ସମୟରେ ପରମଭାଗବତ ପଣ୍ଡିତ ଶ୍ରୀବାସ ଭାଗବତ ଶ୍ରବଣେଚ୍ଛାରେ ସେଠାରେ ଉପସ୍ଥିତ ହେଲେ । ଶ୍ରୀମଦ୍ଭାଗବତ ଅକ୍ଷରେ ଅକ୍ଷରେ ପ୍ରେମର ଆଧାର । ତାହା ଶ୍ରବଣ କରି ଭାଗବତୋତ୍ତମ ଶ୍ରୀବାସଙ୍କ ହୃଦୟ ପ୍ରେମରେ ଦ୍ରବୀଭୂତ ହେଲା, ସେ ଭାବ ସମ୍ବରଣ କରି ନ ପାରି ଉଚ୍ଚରେ କାନ୍ଦିବାକୁ ଲାଗିଲେ । ଅଷ୍ଟସାତ୍ଵିକ ଭାବ ଯେ କଣ, ତେତେବେଳେ ପଣ୍ଡିତ ଦେବାନନ୍ଦ କିମ୍ବା ତାଙ୍କ ଶିଷ୍ୟମାନେ ଜାଣି ନ ଥିଲେ । ସେମାନେ ଶ୍ରୀବାସଙ୍କର ଭାବ ବୁଝି ନ ପାରି ଶାସ୍ତ୍ର ପାଠରେ ଏହା ଏକ ବ୍ୟାଘାତ ବୋଲି ମନେ କଲେ ଏବଂ ଛାତ୍ରଗଣ ପ୍ରେମ ମୋହିତ ଶ୍ରୀବାସଙ୍କୁ ଘୋଷାରି ନେଇ ବାହାରେ ପକାଇଲେ । ପଣ୍ଡିତ ଦେବାନନ୍ଦ ମଧ୍ୟ ଏରୂପ ଗର୍ହିତ କାର୍ଯ୍ୟରୁ ଶିଷ୍ୟମାନଙ୍କୁ ବାରଣ କଲେ ନାହିଁ ; ବରଂ ଅନୁମୋଦନ କଲେ । ତାଙ୍କ ହୃଦୟତ ତେତେବେଳେ ଭକ୍ତଶୂନ୍ୟ, ସେ ଭକ୍ତି ମହିମା ବୁଝିବେ କାହୁଁ ଯେ ଶ୍ରୀବାସଙ୍କ ଅଦ୍ଭୁତ ପ୍ରେମବିକାର ହୃଦୟଙ୍ଗମ କରି ପାରିବେ । ମହାପ୍ରଭୁ ଅନ୍ତର୍ଯ୍ୟାମୀ, ସେତ ଏ ବିଷୟ ଜାଣି ପାରିଥିଲେ । ସେ ପ୍ରେମ ପ୍ରଚାର କରିବା ସମୟରେ ଦିନେ ଦେବାନନ୍ଦଙ୍କୁ ପଥରେ ଦେଖି କ୍ରୋଧଭରେ କହିଲେ , ପଣ୍ଡିତ, ତୁମ୍ଭେ ଶ୍ରୀମଦ୍ଭାଗବତ-ଶାସ୍ତ୍ରଜ୍ଞ ବୋଲି ମନେ ମନେ ଗର୍ବବହୁଳ କର ଓ ଶ୍ରୀମଦଭାଗବତ ଶିଷ୍ୟମାନଙ୍କୁ ଶିକ୍ଷା ଦିଅ, କିନ୍ତୁ କୌଣସି ଜନ୍ମରେ ତୁମ୍ଭର ଭାଗବତ ଶାସ୍ତ୍ରରେ ପ୍ରବେଶାଧିକାର ହୋଇ ନାହିଁ । ତୁମ୍ଭେ ଯଦି ଶ୍ରୀମଦଭାଗବତର ଲେଶମାତ୍ର ମର୍ମ୍ମ ଗ୍ରହଣ କରିପାରି ଥାଆନ୍ତ ତେବେ ଭାଗବତ ଶୁଣି ପ୍ରେମରେ ଯେ ବ୍ୟକ୍ତି କ୍ରନ୍ଦନ କରୁଅଛନ୍ତି ତାଙ୍କୁ କି ମୋହିତାବସ୍ଥାରେ ଟାଣି ବାହାରେ ପକାଇ ଦେଇ ଥାଆନ୍ତି । ଯେଉଁ ମହାତ୍ମା ଶ୍ରୀବାସଙ୍କ ଦର୍ଶନ ଓ ସ୍ପର୍ଶନ ନିଜେ ଗଙ୍ଗା ଦେବୀ ଇଚ୍ଛା କରନ୍ତି ଯେ ଭାଗବତ ଶ୍ରବଣରେ ପ୍ରେମରେ ବିହ୍ଵଳ ହୋଇ ଥିଲେ ତାଙ୍କର ଏ ଲାଞ୍ଛନା। ପଣ୍ଡିତ ଦେବାନନ୍ଦଙ୍କର ତେତେବେଳେ ସଦ୍‌ଜ୍ଞାନ ଉଦୟ ହୋଇଥିଲା । ସେ ମହାପ୍ରଭୁଙ୍କର ଭର୍ତ୍ସନାକୁ ସାଦରେ ଗ୍ରହଣ ପୂର୍ବକ ଲଜ୍ଜାରେ ମୁଖ ଅବନତ କରି ରହିଲେ , କିଛି ଉତ୍ତର ଦାନରେ ସକ୍ଷମ ହେଲେ ନାହିଁ । ଦେବାନନ୍ଦଙ୍କ ପ୍ରତି ଏହି କୃପାଦଣ୍ଡକୁ ଲକ୍ଷକରି ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି

      

ଚୈତନ୍ୟେର ଦଣ୍ଡ ମହା ସୁକୃତୀ ସେ ପାୟ

      ଯାର ଦଣ୍ଡେ ତରିଲେ ବୈକୁଣ୍ଠେ ଲୋକ ଯାୟ ।

                  (ଚୈଃ ଭାଃ ମଧ୍ୟ ୨୧ )

 

ମହାପ୍ରଭୁଙ୍କର ଅଦ୍ଭୁତ କରୁନା ଶ୍ରୀଳ ଲୋଚନଦାସ ଅତି ଅଳ୍ପାକ୍ଷରରେ ସୁନ୍ଦର ରୂପେ ଦର୍ଶାଇ ଅଛନ୍ତି । ଯଥାଃ-

      ଚାଣ୍ଡାଳ ପଣ୍ଡିତ କିବା ପରମ ଦୁର୍ଜ୍ଜନ

      ସଭାରେ ଯାଚିୟା ଦିଲ ହରିନାମ ରତ୍ନ

      ଶୁଚି ବା ଅଶୁଚି କିବା ଆଚାର ବିଚାର

      ନା ମାନିଲ ସଭାରେ କରିଲ ଭବପାର ।

ନିଜ ନାମ ସଂକୀର୍ତ୍ତନ ନୌକା ସ୍ଵାକାଇୟା

ଭବନଦୀ ପାର କୈଲ ଦୁଃଖିତ ଦେଖିୟା ।

            (ଚୈଃ ମଃ)

 

ଆହା କି ଅପୂର୍ବ କୃପା । ଚାଣ୍ଡାଳ, ପତିତ ସମସ୍ତଙ୍କୁ ଯାଚି ଯାଚି ଅମୂଲ୍ୟ ପ୍ରେମରତନ ଦାନ ! ଏମନ୍ତ ଦାତା ଆଉ କିଏ ଅଛି, ମହାପ୍ରଭୁ ଆମ୍ଭର ଦାତା ଶିରୋମଣି । ଆପେ ନାମର ନୌକା ସଜାଇ ଆପେ ମାଝି ହୋଇ ବିନା କଉଡିରେ ଦୁଃଖୀ କାଙ୍ଗାଳୀ ସମସ୍ତଙ୍କୁ ପାର କଲେ । ତେବେ ବି ଆମ୍ଭମାନଙ୍କର ତାଙ୍କ ମନାମ ନେବାରେ ଏତେ ଶୈଥିଲ୍ୟ । ଶ୍ରୀଳ ଲୋଚନ ଦାସ ଆହୁରି କଅଁଣ କହୁଛନ୍ତି ଦେଖାଯାଉ ।

 

ଯେ ଜନ ପଳାୟ ତାରେ ଧରି କୋଳ କରି

କାଣ୍ଡାରୀର ରୂପେ ପାର କରେ ଗୌରହରି

 

ଏବେ ଯେ ମୋର କିଛି ଭରସା ହେଲା । ମୁଁ ସିନା ପଳାଇ ପଳାଇ ବୁଲୁଅଛି, କିନ୍ତୁ ସେ ଯେ ଗୋଡାଇ ଗୋଡାଇ ବଳେ ଧରି ପାର କରିବେ ।

 

ଶ୍ରୀଳ ଲୋଚନ ଦାସ ମିଥ୍ୟାବାଦୀ ନୁହନ୍ତି, ତାଙ୍କ ଉକ୍ତି ଯେ ଅକ୍ଷରେ ଅକ୍ଷରେ ସତ୍ୟ ଶ୍ରୀଳ ବୃନ୍ଦାବନ ଦାସ ଏଥିରେ ସାକ୍ଷୀ ପ୍ରଦାନ କରିଅଛନ୍ତି । ଅତଏବ କଥାଟି ସାକ୍ଷ୍ୟାଦି ଦ୍ଵାରା ଅକାଟ୍ୟ ରୂପେ ପ୍ରମାଣିତ ହୋଇଅଛି ।

 

ଶ୍ରୀଳ ବୃନ୍ଦାବନ ଦାସ ଲେଖିଅଛନ୍ତି, ଯେ ମହାପ୍ରଭୁ ଦିନେ ପ୍ରଭୁ ଶ୍ରୀନିତ୍ୟାନନ୍ଦ ଓ ଠାକୁର ଶ୍ରୀହରିଦାସଙ୍କୁ ଡାକି ଆଜ୍ଞା ଦେଲେ , ତୁମ୍ଭେମାନେ ପ୍ରତି ଘରେ ଘରେ ଭ୍ରମଣ ପୂର୍ବକ ଲୋକଙ୍କଠାରୁ ହରିନାମ ଭିକ୍ଷା ଗ୍ରହଣ କର, ଅର୍ଥାତ୍‌ ସମସ୍ତଙ୍କୁ ମଧୁର ହରି ନାମ କୀର୍ତ୍ତନର ଶିକ୍ଷା ପ୍ରଦାନ କର । ପ୍ରତ୍ୟହ ସମସ୍ତ ଦିନ ଏହିରୂପେ ଭିକ୍ଷା କରି କରି ସନ୍ଧ୍ୟା ସମୟରେ ମୋତେ ଆସି ଜଣାଅ । ଯଥାଃ-

 

ପ୍ରତି ଘରେ ଘରେ ଗିୟା କର ଏହି ଭିକ୍ଷା

ଭଜ କୃଷ୍ଣ ବଲ କୃଷ୍ଣ କର କୃଷ୍ଣ ଶିକ୍ଷା ।

ଇହା ବହିଅର ନା ବଲାବେ ନା ବଲିବା

ଦିନ ଅବସାନେ ଆସି ଆମୋରେ କହିବା ।

            (ଚୈଃ ଭାଃ ମଧ୍ୟ ୧୩ )

 

ଅତଏବ ବଳେ ଧରି ନାମ ପ୍ରେମ ଦେବାର ଉଦାହରଣ ଦେଖିଲେତ । ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ ପରେ ଶ୍ରୀପୁରୁଷୋତ୍ତମରୁ ପ୍ରଭୁ ନିତ୍ୟାନନ୍ଦଙ୍କୁ ଗୌଡ଼କୁ ପଠାଇ କଣ ଆଦେଶ କରୁଅଛନ୍ତି, ତାହା ମଧ୍ୟ ଦେଖାଯାଉ ।

 

ପ୍ରଭୁ ବଲେ ଶୁନ ନିତ୍ୟାନନ୍ଦ ମହାମତି

ସୃତ୍ଵରେ ତଲହି ତୁମି ନବଦ୍ଵୀପ ପ୍ରତି ।

ପ୍ରତିଜ୍ଞା କରିଲ ଆମି ଆପଣାର ମୁଖେ,

ମୂର୍ଖ ନୀଚ ଦରିଦ୍ରେ ଭସାବ ପ୍ରେମ ସୁଖେ ।

 

ତୁମିତ ଥାକିଲେ ଯଦି ମୁନି ଧର୍ମ୍ମ କରି,

ଆପନ ଉଦ୍ଦାମ ଭାବ ସବ ପର ହରି ।

ତବେ ମୂର୍ଖନୀଚ ଯତ ପତିତ ସଂସାର,

ବଲ ଦେଖି ଆର କେବା କରିବେ ଉଦ୍ଧାର ।

 

ଭକ୍ତି-ରସ ଦାତା ତୁମି ତୁମି ସମ୍ବରିଲେ,

ତରେ ଅବତାର କିବା ନିମିତ୍ତ କରିଲେ ।

ଏତେକ ଆମାର ବାକ୍ୟ ଯଦି ସତ୍ୟ ଚାଓ,

ତବେ ଅବିଳମ୍ବେ ତୁମି ଗୌଡ଼ ଦେଶେ ଯାଓ ।

 

ମୂର୍ଖ ନୀଚ ପତିତ ଦୁଃଖିତ ଯତ ଜନ,

ଭକ୍ତି ଦିୟା କର ଗିୟା ସବାରେ ମୋଚନ ।

      (ଚୈଃ ଭାଃ ଅନ୍ତ୍ୟ ୫ )

ଆହା! ଏହାଠାରୁ ଅଧିକ କରୁଣାର ଚିହ୍ନ ଆଉ କି ହୋଇପାରେ ? ପ୍ରଭୁ ହେ , ସେହି କାଳର ଜୀବ କି ତୋର ନିଜଜନ ! ଆମ୍ଭେମାନେ କି ତୋର ନାହୁଁ ? ଆମ୍ଭମାନଙ୍କ ପ୍ରତି ଏଡ଼େ ଉଦାସୀନ ଭାବ କାହିଁକି ? ଆମ୍ଭମାନଙ୍କର ଏ ଦୁର୍ଦ୍ଦଶା ଦେଖି ଆଉ ଥରେ କି ତୋର ମନ ଦ୍ରବୀଭୂତ ହେଉନାହିଁ । ଆମ୍ଭେମାନେ ଯେ ଧନ , ଜନ,ଜାତି, କୁଳ ଘେନି ଆତ୍ମ- ସୁଖରେ ସତତ ମତ୍ତ ହୋଇ ରହିଅଛୁଁ । ତୋର ନାମ ଯେ ଥରେ ସୁଦ୍ଧା ଆମ୍ଭ ଜିହ୍ଵା କିମ୍ବା କାନକୁ ଆସୁ ନାହିଁ । କିନ୍ତୁ ଦେଖ ପ୍ରଭୁ, ଆମ୍ଭେମାନେ ପଛେ ଅଶେଷ ନରକ ଯାତନା ଭୋଗକରୁ ମରୁଁ, କିନ୍ତୁ ତୋ ପରମ-ଦୟାଳୁ ନାମରେ ଯେପରି ଲେଶ ମାତ୍ର କଳଙ୍କ ନ ଲାଗେ । ଜଗନ୍ନାଥ ମାଧବଙ୍କ ଉଦ୍ଧାର ମହାପ୍ରଭୁଙ୍କ ଏ ଅବତାର ଲୀଳାରେ ଏକ ପ୍ରଧାନ ଘଟଣା ତାହା ମହାପ୍ରଭୁଙ୍କ ଅଦ୍ଭୁତ କୃପାର ଡ଼ିଣ୍ଡିମ ଚିରକାଳ ପାଇଁ ବଜାଉ ଅଛି ଓ ବଜାଇବ | ଜଗାଇ ମାଧାଇ ମହାପାପୀ ଥାଇ ମହାପ୍ରଭୁଙ୍କ ପ୍ରେମପ୍ରଚାର ଲୀଳାର ପରମ ସହାୟ ହୋଇ ଅଛନ୍ତି । ଭବିଷ୍ୟତ୍‌ ପାଇଁ ସେମାନେ ଆମ୍ଭମାନଙ୍କ ପରି ମହାପାପୀଙ୍କର ଭରସାର ସ୍ଥଳ ହୋଇ ଚିର ବିରାଜମାନ । ତାଙ୍କ ଯୋଗୁଁ ଆଜି ଆମ୍ଭେମାନେ ମହା ନୈରାଶ୍ୟ-ସିନ୍ଧୁରେ ପଡ଼ି ମଧ୍ୟ ଆଶାର ତରଣୀ ବାନ୍ଧୁଅଛୁଁ । ମହାପ୍ରଭୁଙ୍କର ସେମାନଙ୍କ ପ୍ରତି କୃପା ଜଗତର ଇତିହାସରେ ଉଜ୍ଜ୍ଵଳତମ ଛବି। ସେମାନେ ଗୋହତ୍ୟା ଓ ନରହତ୍ୟାଦି ସମସ୍ତ ମହାପାପରେ ଲିପ୍ତ । ପୃଥିବୀରେ ଏମନ୍ତ ପାପ ନାହିଁ , ଯାହା କି ସେମାନେ କରି ନ ଥିଲେ । ତାଙ୍କର ଏହି ନିରତିଶୟ ଦୁର୍ଦ୍ଦଶା ଦର୍ଶନ କରି ଦୟାଳୁ ପ୍ରଭୁ ଶ୍ରୀନିତ୍ୟାନନ୍ଦଙ୍କର ଅନ୍ତର ଦ୍ରବିଗଲା, ସେ ସେମାନଙ୍କ ଉଦ୍ଧାର ପାଇଁ ଦିନେ ନିଶାକାଳରେ ଏକାକୀ ଯାଇ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ । ନିତ୍ୟାନନ୍ଦଙ୍କୁ ନିଜ ନିକଟରେ ଉପସ୍ଥିତ ଦେଖି ମଦିରାମତ୍ତ ଜଗାଇ ମାଧାଇ ରେ ରେ କାର ପୂର୍ବକ ତାଙ୍କୁ ଧରି ପଚାରିଲେ । ତୁ କିଏରେ ? ଏତେ ରାତ୍ରରେ ଏଠାକୁ ଆସିଅଛୁ ? ପ୍ରେମ ମଦିରାରେ ପ୍ରମତ୍ତ ନିତ୍ୟାନନ୍ଦ ଉତ୍ତର କଲେ ମୁଁ ଅବଧୂତ । ମାଧାଇ କୁପିତ ହୋଇ କହିଲେ , ହଁ , ଅବଧୂତ , ଏହାକହି ଖଣ୍ଡେ ଭଙ୍ଗା କଳସୀର ଖପରା ଉଠାଇ ତାଙ୍କ ଶିରରେ ସଜୋରେ ଆଘାତ କଲେ । ନିତ୍ୟାନନ୍ଦଙ୍କ ଶିରରେ ଦର ଦର ଧାରରେ ରକ୍ତ ବହିବାକୁ ଲାଗିଲା । ସେ ରକ୍ତ ଦେଖି ଜଗାଇ ମନରେ କିଞ୍ଚିତ କରୁନା ସଞ୍ଚାର ହେଲା , ଏବଂ ମାଧାଇ ପୁନର୍ବାର ଆଘାତ କରିବାକୁ ବସନ୍ତେ ଜଗାଇ ତାକୁ ଧରି ବାରଣ କଲା । ନିଜ ଶିରରୁ ରକ୍ତ ଦର ଦର ଧାରରେ ବହି ଆସୁ ଥିଲେହେଁ ପ୍ରେମ ବିହ୍ଵଳ ନିତ୍ୟାନନ୍ଦଙ୍କର ସେଥିପ୍ରତି ଲକ୍ଷ୍ୟନାହିଁ । ସେ ପ୍ରେମରେ ହସୁ ଅଛନ୍ତି । ଏମନ୍ତ ସମୟରେ ଲୋକ ମୁଖରୁ ସେ ସମାଚାର ଶ୍ରବଣ କରି ମହାପ୍ରଭୁ ସେଠାରେ ଆସି ଉପସ୍ଥିତ ହେଲେ । ଏବଂ ସେ ନିତ୍ୟାନନ୍ଦଙ୍କ ଶରୀରରେ ରକ୍ତ ଦର୍ଶନ କରି ଚନ୍ତ୍ରବର ଶ୍ରୀ ସୁଦର୍ଶନଙ୍କୁ ଆହ୍ଵାନ କଲେ । କିନ୍ତୁ ପ୍ରଭୁ ନିତ୍ୟାନନ୍ଦ ମହାପ୍ରଭୁଙ୍କୁ ସେଥିରୁ ନିବାରଣ ପୂର୍ବକ ସେ ଦୁହିଁଙ୍କ ପ୍ରାଣଭିକ୍ଷା କଲେ । ମହାପ୍ରଭୁ ଏହି ରୂପେ ନିତ୍ୟାନନ୍ଦଙ୍କ ମହିମା ଜଗତରେ ପ୍ରଚାର କରାଇ ସେ ଦୁଇ ମହାପାପୀଙ୍କ ପ୍ରତି କରୁଣା ପ୍ରକାଶ କଲେ । ଏହିରୂପେ ସେ ଦୁହିଁଙ୍କର ଚୈତନ୍ୟ ଉଦୟ ହୁଅନ୍ତେ ସେମାନେ ମହାପ୍ରଭୁ ଓ ନିତ୍ୟାନନ୍ଦ ପ୍ରଭୁଙ୍କୁ ସ୍ତୁତି କରିବାକୁ ଲାଗିଲେ । ମାଧାଇ ସ୍ତୁତି କାଳରେ କହିଥିଲେ , ପ୍ରଭୋ , ଅଜାମିଳ ଉଦ୍ଧାର ଆଦି ଭବଦୀୟ ପୂର୍ବ କୀର୍ତ୍ତିମାନ ବର୍ତ୍ତମାନ ଲଘୁତାକୁ ପ୍ରାପ୍ତ ହେଲା । ଅଜାମିଳ ମହାପାପୀ ହେଲେହେଁ ତୋର ନାରାୟଣ ନାମ ଉଚ୍ଚାରଣ କରିଥିଲା । କଂସ ଆଦି ତୋର ଶତ୍ରୁ ହେଲେହେଁ ଶତ୍ରୁ ଭାବରେ ସତତ ତୋ ଚିନ୍ତା କରୁଥିଲେ , ଏବଂ ସେମାନେ ମରଣାନ୍ତେ ମୁକ୍ତି ଲାଭକଲେ , ଏ ଦେହରେ ନୁହେଁ । କିନ୍ତୁ ତୁମ୍ଭ ଶ୍ରୀଅଙ୍ଗରୁ ରକ୍ତପାତ କରି ମୁଁ ସାଙ୍ଗୋପାଙ୍ଗ ତୋର ଦୁର୍ଲ୍ଲଭ ଦର୍ଶନ ଲାଭ କଲି । ଯଥା -

 

ଆମି ଦେଖିଲାମ ତୋମା ରକ୍ତ ପାଡି ଅଙ୍ଗେ,

ସାଙ୍ଗେୋପାଙ୍ଗ ଅସ୍ତ୍ର ପାରିଷଦ ସବ ସଙ୍ଗେ ।

            (ଚୈଃ ଭାଃ ମଧ୍ୟ ୧୩ )

ମହାପ୍ରଭୁ ମଧ୍ୟ ସେ ଦୁହିଁଙ୍କୁ ଅଶେଷ କୃପାପୂର୍ବକ ନିଜ ଦାସ ରୂପେ ଗ୍ରହଣ କଲେ । ଏବଂ ସେମାନଙ୍କର ସମସ୍ତ ମହାପାପମାନ ନିଜେ ଗ୍ରହଣ କଲେ । ସେମାନଙ୍କ ପ୍ରତ୍ୟୟ ପାଇଁ ମହାପାପ ଗ୍ରହଣର ପ୍ରମାଣ ସ୍ଵରୂପ ମହାପ୍ରଭୁଙ୍କ ଗୌର ଅଙ୍ଗ କିଛିକ୍ଷଣ ପାଇଁ କାଳିଆ ହୋଇଗଲା ।ଯଥା-

ଦୁଇଜନ ଶରୀରେ ପାତକ ନାହିଁ ଆର,

ଇହା ବୁଝାଇତେ ହୈଲ କାଳିଆ ଆକାର ।

            (ଚୈଃ ଭାଃ ମଧ୍ୟ ୧୩ )

ଆହା ! ଆଉ କିଏ ଜୀବର ପାପ ନିଜ ମୁଣ୍ଡରେ ବହନ କରିବ ଏ ଶକ୍ତି ଅବା ଆଉ କାହାର ଅଛି ।

 

                  ଊନନ୍ତ୍ରିଂଶ ପରିଚ୍ଛେଦ ।

                  (ମହାପ୍ରଭୁଙ୍କ ଅଚିନ୍ତ୍ୟ ଶକ୍ତିର କାର୍ଯ୍ୟ)

ଶ୍ରୀଭଗବାନ ସର୍ବଶକ୍ତି ସମ୍ପନ୍ନ । ଅତଏବ ତାଙ୍କ କାର୍ଯ୍ୟ ସକଳହିଁ ବିଚିତ୍ରତାରେ ପୂର୍ଣ୍ଣ । ସେଥିରେ ଆଉ କେଉଁ ବିଶେଷ କାର୍ଯ୍ୟର ସଂଖ୍ୟା କରାଯିବ, ତେବେ ମହାପ୍ରଭୁ ପ୍ରକଟ ହୋଇ ନରବତ୍‌ ଲୀଳା କରୁଥିବା କାଳରେ ତାଙ୍କୁ ସଙ୍ଗୀଗଣ ତାଙ୍କ କାର୍ଯ୍ୟ ମଧ୍ୟରୁ ଯେ କେତେକ ଅଦ୍ଭୁତ କାର୍ଯ୍ୟମାନ ଲିପିବଦ୍ଧ କରିଯାଇଛନ୍ତି ସେଥିରୁ କେତେକ ଗୋଟି କାର୍ଯ୍ୟ ଉଲ୍ଲେଖ କରୁଅଛି ମାତ୍ର ।

ମହାପ୍ରଭୁ ଶ୍ରୀପୁରୁଷୋତ୍ତମରୁ ବଳଭଦ୍ର ଭଟ୍ଟାଚାର୍ଯ୍ୟଙ୍କୁ ସଙ୍ଗେଘେନି ବନ ପଥରେ ଶ୍ରୀବୃନ୍ଦାବନକୁ ଯାଇଥିଲେ। ସେ ସେହି ବନପଥରେ ଯିବା ସମୟରେ ହିଂସ୍ର ପଶୁଗଣଙ୍କୁ ହରିନାମରେ ଉନ୍ମତ୍ତ କରାଇଥିଲେ । ବନର ବ୍ୟାଘ୍ର , ଗଜମାନେ ତାଙ୍କ କୃପାରୁ ହରିନାମ ଉଚ୍ଚାରଣକରି ନାଚିଥିଲେ । ବ୍ୟାଘ୍ର ଓ ମୃଗ ଏକତ୍ରୀତ ହୋଇ ତାଙ୍କ ସଙ୍ଗେ ସଙ୍ଗେ ଦୌଡିଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ । ପକ୍ଷୀଗଣ ହରିନାମ ଗାଇ ନୃତ୍ୟ କରିଥିଲେ । ମହାପ୍ରଭୁଙ୍କ ଏହି ବିଚିତ୍ର ଲୀଳା ମୋହର କଳିବାର ଶକ୍ତିନାହିଁ । ତେଣୁ ଶ୍ରୀଳ କବିରାଜ ଗୋସ୍ଵାମୀଙ୍କର ପଦାବଳୀ ଉଦ୍ଧୃତ କଲି । ଯଥା -

ପ୍ରସିଦ୍ଧ ପଥଛାଡ଼ି ପ୍ରଭୁ ଉପପଥେ ଚଳିଲା,

କଟକ ଡାହିନେ କରି ବନେ ପ୍ରବେଶିଲା ।

ନିର୍ଜ୍ଜନ ବନେ ଚଲେ ପ୍ରଭୁ କୃଷ୍ଣନାମ ଲିୟା,

ହସ୍ତୀ ବ୍ୟାଘ୍ରପଥ ଛାଡେ ପ୍ରଭୁକେ ଦେଖିୟା ।

 

ପାଲେ ପାଲେ ବ୍ୟାଘ୍ର ହସ୍ତୀ ଗଣ୍ଡାର ଶୂକର ଗଣ,

ତାର ମଧ୍ୟେ ଆବେଶେ ପ୍ରଭୁ କରେନ ଗମନ ।

ତାହାଦେଖି ଭଟ୍ଟାଚାର୍ଯ୍ୟେର ମହାଭୟ ହୟ,

ପ୍ରଭୁର ପ୍ରତାପେ ତାରା ଏକପାଶ ହୟ ।

 

ଏକଦିନ ପଥେ ବ୍ୟାଘ୍ର କରିଆଛେ ଶୟନ,

ଆବେଶ ତାର ଗାୟେ ପ୍ରଭୁର ଲାଗିଲ ଚରଣ ।

ପ୍ରଭୁ କହେ କହ କୃଷ୍ଣ, ବ୍ୟାଘ୍ର ଉଠିଲ,

କୃଷ୍ଣ କୃଷ୍ଣ କହି ବ୍ୟାଘ୍ର ନାଚିତେ ଲାଗିଲ ।

 

ଆରଦିନେ ମହାପ୍ରଭୁ କରେ ନଦୀସ୍ନାନ,

ମତ୍ତହସ୍ତୀ ଯୂଥ ଆଇଲ କରିତେ ଜଲପାନ ।

ପ୍ରଭୁ ଜଲେ କୃତ୍ୟ କରେନ ଆଗେ ହସ୍ତୀ ଆଇଲା,

କୃଷ୍ଣକହ ବଲି ପ୍ରଭୁ ଜଲ ଫେଲି ମାରିଲା ।

 

ସେଇ ଜଲବିନ୍ଦୁ କଣା ଲାଗେ ଯାର ଗାୟ,

ସେଇ କୃଷ୍ଣ କୃଷ୍ଣ କହେ ପ୍ରେମେ ନାଚେ ଗାୟ ।

କେହ ଭୂମେ ପଡେ କେହ କରୟେ ଚିତ୍କାର,

ଦେଖି ଭଟ୍ଟାଚାର୍ଯ୍ୟେର ମନେ ହୟ ଚମତ୍କାର ।

 

ପଥ ଯାଇତେ କରେ ପ୍ରଭୁ ଉଚ୍ଚ ସଂକୀର୍ତ୍ତନ,

ମଧୁର କଣ୍ଠଧ୍ଵନି ଶୁନି ଆଇସେ ମୃଗୀଗଣ ।

ଡାହିନେ ବାମେ ଧ୍ଵନିଶୁନି ଯାୟ ପ୍ରଭୁ ସଙ୍ଗେ,

ପ୍ରଭୁ ତାର ଅଙ୍ଗ ମୁଛେ ଶ୍ଳୋକ ପଡେ ରଙ୍ଗେ ।

 

ହେନ କାଳେ ବ୍ୟାଘ୍ର ତଥା ଆଇଲ ପାଁଚ ସାତ,

ବ୍ୟାଘ୍ର ମୃଗୀ ମିଲିଚଲେ ମହାପ୍ରଭୁର ସାତ ।

ଦେଖି ମହାପ୍ରଭୁର ବୃନ୍ଦାବନସ୍ମୃତି ହୈଲ,

ବୃନ୍ଦାବନ ଗୁଣବର୍ଣ୍ଣନ ଶ୍ଳୋକ ପଢ଼ିଲ,

 

କୃଷ୍ଣ କୃଷ୍ଣ କହଙ୍କରି ପ୍ରଭୁ ଯବେ ବୈଲ,

କୃଷ୍ଣ କହି ବ୍ୟାଘ୍ର ମୃଗ ନାଚିତେ ଲାଗିଲ ।

ନାଚେ କାନ୍ଦେ ବ୍ୟାଘ୍ରଗଣ ମୃଗୀଗଣ ସଙ୍ଗେ,

ବଲଭଦ୍ର ଭଟ୍ଟାଚାର୍ଯ୍ୟ ଦେଖେ ଅପୂର୍ବ ରଙ୍ଗେ ।

 

ବ୍ୟାଘ୍ର ମୃଗ ଅନ୍ୟେନ୍ୟେ କରେ ଆଲିଙ୍ଗନ,

ମୁଖେ ମୃଗ ଦିୟା କରେ ଅନ୍ୟୋନ୍ୟେ ଚୁମ୍ବନ ।

କୌତୁକ ଦେଖିୟା ପ୍ରଭୁ ହାସିତେ ଲାଗିଲା,

ତା ସବାକେ ତାହା ଛାଡି ଆପେ ଚଲିଗେଲା ।

 

ମୟୁରାଦି ପକ୍ଷୀଗଣ ପ୍ରଭୁକେ ଦେଖିୟା,

ସଙ୍ଗେ ଚଲେ କୃଷ୍ଣବଲେ ନାଚେ ମତ୍ତହୈୟା ।

ହରିବୋଲ ବଲି ପ୍ରଭୁ କରେ ଉଚ୍ଚଧ୍ଵନି,

ବୃକ୍ଷଲତା ପ୍ରଫୁଲ୍ଲିତ ସେଇ ଧ୍ଵନି ଶୁନି ।

 

ଝାରିଖଣ୍ଡେ ସ୍ଥାବର ଜଙ୍ଗମ ଆଛେ ଯତ,

କୃଷ୍ଣନାମ ଦିୟା ପ୍ରେମେ କୈଲ ଉନ୍ମତ୍ତ ।

ଯେଇ ଗ୍ରାମଦିୟା ଯାନ ଯାହା କରେ ସ୍ଥିତି,

      ସେ ସବ ଗ୍ରାମେର ଲୋକେର ହୟ ପ୍ରେମଭକ୍ତି ।

 

କେହି ଯଦି ତାର ମୁଖେ ଶୁନେ କୃଷ୍ଣନାମ,

ତାର ମୁଖେ ଆନଶୁନେ ତାରମୁଖେ ଆନ ।

ସବେ କୃଷ୍ଣ ହରି ବଲି ନାଚେ କାନ୍ଦେ ହାସେ,

ପରମ୍ପରାୟ ବୈଷ୍ଣବ ହୈଲ ସର୍ବଦେଶେ ।

            (ଚୈଃ ଚଃ ମଧ୍ୟ ୧୭ପରି )

 

ଆହା ସେକାଳର ପଶୁ, ପକ୍ଷୀ ଗଛ ପତ୍ରର ସୌଭାଗ୍ୟ ସୁଦ୍ଧା ଆମ୍ଭମାନଙ୍କର ନାହିଁ । ହେ ଗୌରଚନ୍ଦ୍ର ତୁମ୍ଭେ ଯେଉଁ ଝାଡ଼ଖଣ୍ଡକୁ ବୈକୁଣ୍ଠରେ ପରିଣତ କରି ଆନନ୍ଦରେ ଗମନ କରିଥିଲ , ମୁଁ ଯେ ତୁମ୍ଭର ସେହିପ୍ରିୟ ଝାଡ଼ ଖଣ୍ଡରେ ବସି ଏହା ଲେଖୁଅଛି । ଥରେ ଭଲା ପୁନର୍ବାର ଆସି ପଶୁପକ୍ଷୀମାନଙ୍କୁ ହରିନାମରେ ନଚାଅ , ମୁଁ ଦେଖି ନୟନ ପବିତ୍ର କରେଁ । ଏ ବନ ଦେଶର ଗିରି ନଦୀ ପୁଷ୍କରିଣୀ ଓ ତରୁଲତାମାନଙ୍କର ମନୋହର ଶୋଭା ତୁମ୍ଭର ମନରେ ବୃନ୍ଦାବନର ଛବି ଉଦ୍ରେକ କରାଇବ , ଅତଏବ ଏଠାକୁ ଆସିଲେ ତୁମ୍ଭେ ମଧ୍ୟ ଅପାର ଆନନ୍ଦ ଲାଭ କରିବ ।

ପଶୁପକ୍ଷୀ ଯେ ମହାପ୍ରଭୁଙ୍କ କୃପାରେ କୃଷ୍ଣ କୃଷ୍ଣ କହି ନାଚୁଥିୁଲେ , ଶ୍ରୀମନ୍‌ ଶିବାନନ୍ଦସେନଙ୍କୁ କୁକୁର ତାହାର ଏକ ଉଦାହରଣ । ଶିବାନନ୍ଦ ସେନ୍‌ ଗୌଡୀୟ ଭକ୍ତମାନଙ୍କୁ ସଙ୍ଗେ ଘେନି ଶ୍ରୀ ପୁରୁଷୋତ୍ତମକୁ ଆସିବା ବେଳେ ତାଙ୍କ ସଙ୍ଗେ ଗୋଟିଏ କୁକୁର ଆସୁଥିଲା । ଏକଦିନ ଶିବାନନ୍ଦ ନଦୀଘାଟରେ କାର୍ଯ୍ୟ ବଶତଃ ରହିଗଲେ ଓ ତାଙ୍କ ସେବକ ସେଦିନ କୁକୁରକୁ ଭାତଦେବାକୁ ଭୁଲିଗଲେ । ଶିବାନନ୍ଦ ଆସି କୁକୁରକୁ ନଦେଖି ୧୦ ଜଣ ମନୁଷ୍ୟ ପଠାଇ ଚାରିଆଡେ ଅନ୍ଵେଷଣ କରାଇଲେ , କିନ୍ତୁ କୁକୁରର କିଛି ସନ୍ଧାନ ପାଇଲେ ନାହିଁ । ମନୋଦୁଃଖରେ ଶିବାନନ୍ଦ ସେ ରାତ୍ରୀ ଉପବାସରେ କଟାଇଲେ । ତତ୍ପର ଦିବସ ମଧ୍ୟ କୁକୁରକୁ ନ ପାଇ ସେମାନେ ଶ୍ରୀପୁରୁଷୋତ୍ତମଙ୍କୁ ଆସିଲେ ଏବଂ ମହାପ୍ରଭୁଙ୍କ ଶ୍ରୀଚରଣ ଦର୍ଶନ କଲେ । ପରଦିବସ ପ୍ରାତଃ କାଳରେ ଶିବାନନ୍ଦ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇ ଦେଖିଲେ ତାଙ୍କ ହଜି ଥିବା କୁକୁରଟି ମହାପ୍ରଭୁଙ୍କ ନିକଟ କିୟଦ୍ଦୂରରେ ବସିଅଛି । ମହାପ୍ରଭୁ କୌତୁକରେ ତାହାକୁ ପ୍ରସାଦ ନାରିକେଳ ଖଣ୍ଡେ ଖଣ୍ଡେ ଫିଙ୍ଗି ଦେଉ ଅଛନ୍ତି ଏବଂ କୃଷ୍ଣ, ରାମ, ହରି କହ ବୋଲି ତାକୁ କହୁ ଅଛନ୍ତି । ସେ କୁକୁର ମଧ୍ୟ ତାଙ୍କ ଆଜ୍ଞାରେ ରାମ, କୃଷ୍ଣ, ହରି ଉଚ୍ଚାରଣ କରୁଅଛି ଓ ପ୍ରସାଦ ନାରିକେଳ ଖାଉଅଛି । ଶିବାନନ୍ଦ କୁକୁରକୁ ଚିହ୍ନି ଏବଂ ତାହାର ଦିବ୍ୟ ଗତି ଦର୍ଶନ କରି ତାକୁ ଦଣ୍ଡବତ ହୋଇ ନିଜ ଅପରାଧ କ୍ଷମା ପ୍ରାର୍ଥନା କଲେ । ପରଦିବସ ଠାରୁ ସେ କୁକୁର ଅଦୃଶ୍ୟ ହେଲା ଏବଂ ମହାପ୍ରଭୁଙ୍କ କୃପାରେ ସିଦ୍ଧ ଦେହ ପାଇ ବୈକୁଣ୍ଠକୁ ଚାଲିଗଲା । ସେଥିପାଇଁ ଶ୍ରୀଳ କବିରାଜ ଗୋସ୍ଵାମୀ କହି ଅଛନ୍ତି ।

ଐଛେ ଦିବ୍ୟଲୀଳା କରେ ଶରୀର ନନ୍ଦନ,

କୁକୁରକେ କୃଷ୍ଣ କୁହାଇ କରିଲ ମୋଚନ ।

            (ଚୈଃ ଚଃ ଅନ୍ତ୍ୟ ୪)

 

ମହାପ୍ରଭୁ ନିଜ ବାଲ୍ୟବସ୍ଥାରେ ମଧ୍ୟ କୁକୁର ଘେନି ନାନା ଖେଳା କରୁଥିଲେ । ତାଙ୍କର ଜନନୀ ଶଚୀଦେବୀ ଶିଶୁ ନିମାଇର ଏହି କୁକୁର ସଙ୍ଗେ ଖେଳାକୁ ଭଲ ପାଉ ନଥିଲେ , କାରଣ ହିନ୍ଦୁ ମତରେ କୁକୁର ଏକ ଅସ୍ପୃଶ୍ୟ ଜୀବ ଏବଂ ତାକୁ ଛୁଇଁଲେ ସ୍ନାନ କରିବା ବିଧେୟ । ତେଣୁ ସେ ନିମାଇଁକୁ ଡାକି କହିଲେ “ବାପ ନିମାଇଁ । ଛି ଏ କୁକୁର “ଛୁଆକୁ ଛୁଅଁନା, ତାକୁ ଛାଡ଼ିଦେ, ବାପା ଯା ଗଙ୍ଗାରେ ସ୍ନାନ କରି ଆସିବୁ । ନିମାଇଁ ତାହା ନ ଶୁଣିବାରୁ ଶଚୀଦେବୀ କହିଲେ, ବାପା ଯଦି କୁକୁର ଛୁଆ ପ୍ରତି ତୋର ଏତେ ସ୍ନେହ ଯଦି ତାକୁ ନ ଛାଡ଼ିବୁ ତେବେ ତାକୁ ବାନ୍ଧିରଖ , ପରେ ଖେଳିବୁ ବର୍ତ୍ତମାନ ଯା ସ୍ନାନ କରି ଆସିବୁ । ନିମାଇଁ ଏଥିରେ ସନ୍ତୁଷ୍ଟ ହୋଇ କହିଲେ ମା, ମୁଁ କୁକୁର ଛୁଆ ବାନ୍ଧି ରଖି ସ୍ନାନ କରିବାକୁ ଯାଉଅଛି କିନ୍ତୁ ଯଦି ମୋର କୁକୁର ଛୁଆ ପଳାଇଯାଏ ତେବେ ତୋତେ ସେ କୁକୁର ଛୁଆ ଆଣିଦେବାକୁ ହେବ, ଏହାକହି ନିମାଇଁ ସ୍ନାନ କରିବାକୁ ଗଲେ । ଶଚୀଦେବୀ ଏଣେ କୁକୁର ଛୁଆକୁ ଫିଟାଇଦେଲେ । କେହି ବାଳକ ଯାଇ ନିମାଇଁକୁ କହିଲେ ନିମାଇଁ । ତୋର ମାତା କୁକୁର ଛୁଆକୁ ଫିଟାଇଦେଲେଣି ନିମାଇଁ ତତ୍‌କ୍ଷଣାତ୍‌ ଦୌଡ଼ି ଆସି ଦେଖିଲେ କୁକୁରଛୁଆ ତାର ସ୍ଥାନରେ ନାହିଁ ।

ତେଣୁ ସେ ବାଳୋଚିତ କ୍ରୋଧକରି ମାତାଙ୍କୁ ଗାଳିଦେବାକୁ ଲାଗିଲେ ଏବଂ କହିଲେ ମା ! ତୁ ମୋର ଏଡ଼େ ସୁନ୍ଦର କୁକୁର ଛୁଆକୁ କାହାକୁ ଦେଲୁ । ଶଚୀଦେବୀ ନାନାପ୍ରକାର ପ୍ରବୋଧ ଦେଇ ନିମାଇଁକୁ ସାନ୍ତ୍ଵନା କଲେ ଏବଂ ଗଙ୍ଗା ଜଳରେ ସ୍ନାନ କରାଇ ସନ୍ଦେଶ ପ୍ରଭୃତି ଖୁଆଇଲେ କିନ୍ତୁ ଏଣେ ସେହି ଭାଗ୍ୟବାନ କୁକୁର ଶାବକ ଗୌରଅଙ୍ଗ ସ୍ପର୍ଶ ପାଇଥିବାରୁ ରାଧାକୃଷ୍ଣ ଗୋବିନ୍ଦ ଉଚ୍ଚାରଣ କରି ନାଚିବାକୁ ଲାଗିଲା । ନଦୀୟାର ଲୋକମାନେ କୁକୁରର ଏ ଭାବ ଦେଖି ବିସ୍ମିତ ହେଲେ ଏବଂ ସେ କୁକୁର ଶାବକ ନିଜ ଦେହ ପରିତ୍ୟାଗ ପୂର୍ବକ ଦିବ୍ୟ ଦେହରେ ଗୋଲକଧାମକୁ ଚାଲିଗଲା । ଶ୍ରୀ ଲୋଚନ ଦାସ ଏହା ଅନୁଭବ କରି ଲେଖି ଅଛନ୍ତି ।

ଗୌରାଙ୍ଗ ପରଶେ କୁକୁର ଭାଗ୍ୟବାନ,

ସ୍ଵଭାବ ଛାଡ଼ିୟା ତାର ହୟ ଦିବ୍ୟଜ୍ଞାନ ।

ରାଧାକୃଷ୍ଣ ଗୋବିନ୍ଦ ବଲିୟା ଡ଼ାକେ ନାଚେ,

ନଦିୟାର ଲୋକ ଦେଖି ସବ ଧାୟ ପାଛେ ।

 

କୁକୁରେର ଆବେଶ ଏମନ ସଭେ ଦେଖି

ପୁଲକିତ ସବ ଅଙ୍ଗ ଅଶ୍ରୁମୟ ଆଖି ।

ଆଚମ୍ବିତେ ଶ୍ଵାନ ଦେଇ ଛାଡି ଭାଗ୍ୟବାନ

କୃଷ୍ଣଲୋକ ହଞ୍ଜା କରେ ଗୋଲକ ପୟାନ ।

 

ଆଚମ୍ବିତେ ଦିବ୍ୟ ଏକ ରଥ ଯେ ଆସିୟା

ଆକାଶେର ପଥେ ଯାୟ ତାହାରେ ଲଇୟା ।

                  (ଚୈ ମଃ)

 

ବାଲ୍ୟକାଳରେ ମଧ୍ୟ ମହାପ୍ରଭୁ ଏରୂପ ଅପୂର୍ବ ଲୀଳା କରିଥିଲେ, କିନ୍ତୁ ଅତି ମହା ସୁକୃତିମାନ୍‌ ପୁରୁଷ ତାଙ୍କର ସେ ଅଲୌକିକ ଲୀଳା ତେତେବେଳେ ଅନୁଭବ କରିଥିବେ । ସାଧାରଣଙ୍କର ତାହା ବୁଝିବାର ଶକ୍ତି ନ ଥିଲା । ଶ୍ରୀମନ୍‌ ମହାପ୍ରଭୁ କୃଷ୍ଣପ୍ରେମ ଦେବାପାଇଁ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ଅତଏବ ସେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ରୂପରେ ଯେଉଁ କୃପା ବିସ୍ତାର କରିଥିଲେ , ବର୍ତ୍ତମାନ କଳି କାଳରେ ଗୌରରୂପରେ ଅବତୀର୍ଣ୍ଣ ହୋଇ ତାହାଠାରୁ ବଳି କୃପା ବିସ୍ତାର କଲେ । ପଣ୍ଡିତ ପ୍ରବର ପ୍ରକାଶାନନ୍ଦ ସରସ୍ଵତୀ ତାଙ୍କ କୃତ ଚୈତନ୍ୟଚନ୍ଦ୍ରୋଦୟ ଗ୍ରନ୍ଥରେ ତାହା ସୁନ୍ଦର ରୂପେ ଦର୍ଶାଇ ଅଛନ୍ତି । ମହାପ୍ରଭୁଙ୍କର ଶକ୍ତି ଜାଣିବାର ସେ ଏକ ଅପୂର୍ବ ଗ୍ରନ୍ଥ । ଶ୍ରୀଳ କବିରାଜ ଗୋସ୍ଵାମୀ ମଧ୍ୟ ମହାପ୍ରଭୁଙ୍କ ଅଦ୍ଭୁତ କୃପା ବିଷୟରେ କଣ କହି ଯାଇ ଅଛନ୍ତି ଦେଖାଯାଉ ।-

 

ଏକ କୃଷ୍ଣନାମେ କରେ ସର୍ବ ପାପନାଶ

ପ୍ରେମେର କାରଣ ଭକ୍ତି କରାଏ ପ୍ରକାଶ ।

ପ୍ରେମେର ଉଦୟେ ହୟ ପ୍ରେମେର ବିକାର

ସ୍ଵେଦ କମ୍ପ ପୁଲକାଦି ଗଦ୍ଗଦ ଅଶ୍ରୁଧାର, ।

 

ଅନାୟାସେ ଭବକ୍ଷୟ କୃଷ୍ଣେର ସେବନ

ଏକ କୃଷ୍ଣନାମ ଫଳେ ପାଇ ଏତ ଧନ ।

ହେନ କୃଷ୍ଣ ନାମ ଯଦି ଲୟ ବହୁବାର

ତବୁ ଯଦି ପ୍ରେମ ନହେ ନହେ ଅଶ୍ରୁଧାର,

 

ତବେ ଜାନି ଅପରାଧ ତାହାତେ ପ୍ରଚୁର,

କୃଷ୍ଣନାମ ବୀଜ ତାହାଁ, ନା କରେ ଅଙ୍କୁର ।

ଚୈତନ୍ୟ ନିତ୍ୟାନନ୍ଦେ ନାହି ଏ ସର୍ବ ବିଚାର

ନାମ ଲୈତ ପ୍ରେମ ଦେନ ବହେ ଅଶ୍ରୁଧାର ।

                  (ଚୈଃ ଚଃ ଆଦି ୮ପରି -)

 

ଏଥିରେ ମର୍ମ୍ମ ଉଦ୍ଘାଟନ କରି ବୁଝାଇବା ମୋର ଶକ୍ତିର ବହିର୍ଭୂତ । ମହାନୁଭବ ଭକ୍ତଗଣ ଶ୍ରୀଳ କବିରାଜ ଗୋସ୍ଵାମୀଙ୍କର ଏ ଲେଖାର ତାତ୍ପର୍ଯ୍ୟ ନିଜେ ନିଜେ ହୃଦୟଙ୍ଗମ କରିବେ ।

 

ଶ୍ରୀମାନ୍‌ ମହାପ୍ରଭୁଙ୍କର କାର୍ଯ୍ୟମାନ ବୁଝିବା ମନୁଷ୍ୟର କି ସାଧ୍ୟଅଛି । ତାଙ୍କର ନିଜ ଅନ୍ତରଙ୍ଗ ପ୍ରିୟ ପାର୍ଷଦଗଣ ସବୁବେଳେ ତାଙ୍କର ସବୁକାର୍ଯ୍ୟର ତାତ୍ପର୍ଯ୍ୟ ବୁଝିପାରି ନଥିଲେ । ମହାପ୍ରଭୁ ଯେତେବେଳେ ଛୋଟ ହରିଦାସଙ୍କୁ ବର୍ଜ୍ଜନ କରିଥିଲେ ଭକ୍ତଗଣ ହରିଦାସଙ୍କୁ କ୍ଷମାଦେବା ନିମିତ୍ତ ମହାପ୍ରଭୁଙ୍କୁ ଅନେକ ଅନୁରୋଧ କରିଥିଲେ । କିନ୍ତୁ ମହାପ୍ରଭୁ ଅଟଳ, ସେ କାହାରି କଥା ଶୁଣି ନଥିଲେ । ଶେଷରେ ପୁରୀ ଗୋସ୍ଵାମୀ ଯାଇ ଛୋଟ ହରିଦାସଙ୍କ ନିମିତ୍ତ ଅନୁରୋଧ କରନ୍ତେ ମହାପ୍ରଭୁ କହିଲେ, ମୁଁ ଏଠାରେ ରହିପାରିବି ନାହିଁ, ଶ୍ରୀପୁରୁଷୋତ୍ତମ ଛାଡି ଆଲାଲନାଥକୁ ଯାଉଅଛି । ଏହା କହି ଗାନ୍ତ୍ରୋଥିନ କରନ୍ତେ ପୁରୀ ଗୋସ୍ଵାମୀ ଅସ୍ତବ୍ୟସ୍ତ ହୋଇ ଉଠି ମହାପ୍ରଭୁଙ୍କୁ ଅଟକାଇଲେ । ସେତେବେଳେ ପୁରୀ ଗୋସ୍ଵାମୀ ମହାପ୍ରଭୁଙ୍କୁ କହିଥିଲେ –

 

ତୋମାର ଯେ ଇଚ୍ଛାକର ସ୍ଵତନ୍ତ୍ର ଈଶ୍ଵର

ଦୈବ କି ବଲିତେ ପାରେ ତୋମାର ଉପର ।

ଲୋକହିତ ଲାଗି ତୋମାର ସବ ବ୍ୟବହାର

ଆମି ସବ ନା ଜାନି ଗମ୍ଭୀର ହୃଦୟ ତୋମାର ।

                  (ଚୈଃ ଚଃ ଅନ୍ତ୍ୟ ୨୨ପରି)

 

ମହାପ୍ରଭୁଙ୍କର ଶକ୍ତି ଯେପରି ଅସୀମ, କାର୍ଯ୍ୟ ମଧ୍ୟ ତଦ୍ରୂପ ଲୋକ- ଚିନ୍ତାରେ ଅଗୋଚର । ତାଣୁ ତାଙ୍କର ଅତି ପ୍ରିୟ ସୁହୃତ୍‌ ରାୟ ରାମାନନ୍ଦ କହି ଅଛନ୍ତି ।-

 

ତ୍ରିଭୁବନ ମଧ୍ୟେ ଐଛେ କୋନ ଧୀର

ଯେ ତୋମାର ମାୟାନାଟେ ହଇବେକ ସ୍ଥିର

                  (ଚୈଃ ଚଃ ମଧ୍ୟ ୮)

 

କୋଟି କୋଟି ଭୁବନ ଯାହାର ଲୀଳାକ୍ଷେତ୍ର, ବ୍ରହ୍ମାଦି ସୃଷ୍ଟିକର୍ତ୍ତା-ଗଣ ଯାହାଙ୍କର ଅଂଶର ଅଂଶ ଓ ଆଜ୍ଞାକାରୀ ଭୃତ୍ୟ,ତାର ଶକ୍ତି ଓ କାର୍ଯ୍ୟ କିଏ ବୁଝିବାକୁ ସକ୍ଷମ ହେବ । ମହାପାପୀ ଜଗାଇମାଧାଇଙ୍କ ପ୍ରତି ମହାପ୍ରଭୁଙ୍କର ବିଚିତ୍ର କରୁଣା ଦର୍ଶନ କରି ଭକ୍ତିବୃନ୍ଦ କହିଥିଲେ ।-

 

ତୋମାର ଅଚିନ୍ତ୍ୟ ଶକ୍ତି କେ ବୁଝିତେ ପାରେ

ଯଖନ ଯେ ରୂପେ କୃପା କରହ ଯାହାରେ

            (ଚୈଃ ଭାଃ ମଧ୍ୟ ୧୩ )

 

ଠାକୁର ଶ୍ରୀହରିଦାସ ମହାପ୍ରଭୁଙ୍କର ଅତିପ୍ରିୟ, ମହାପ୍ରଭୁଙ୍କ ଶକ୍ତି ସେ ଅନେକ ପରିମାଣରେ ଅନୁଭବ କରୁଥିଲେ । ଉଚ୍ଚରେ ଯେ ହରିନାମ ସଂକୀର୍ତ୍ତନ ପ୍ରବର୍ତ୍ତିତ ହୋଇଅଛି ଏହା ଶୁଣି ସ୍ଥାବର ଜଙ୍ଗମ ପର୍ଯ୍ୟନ୍ତ ମୁକ୍ତି ଲାଭ କରିବେ , ଏହି ବିଷୟ କଥୋପକଥନ ହେବା ସମୟରେ ଠାକୁର ହରିଦାସ ମହାପ୍ରଭୁଙ୍କୁ କହିଥିଲେ –“ପ୍ରଭୋ ! ତୋର ଲୀଳା ଅମୃତର ସିନ୍ଧୁ , ମୁଁ ସେଥିରୁ ବିନ୍ଦୁମାତ୍ର ସ୍ପର୍ଶ କରିନାହିଁ । ଯଥା-

 

ତୋମାର ଯେ ଲୀଳା ମହା ଅମୃତେର ସିନ୍ଧୁ

ମୋର ମନୋଗୋଚର ନହେ ତାର ଏକବିନ୍ଦୁ ।

                  (ଚୈଃ ଚଃ ଅନ୍ତ୍ୟ ୩)

 

ଠାକୁର ଶ୍ରୀ ହରିଦାସ ଯେ ମହଦୈଶ୍ଵର୍ଯ୍ୟର ବିନ୍ଦୁ ମାତ୍ର ସ୍ପର୍ଶ କରିଅଛନ୍ତି ବୋଲି କହୁଅଛନ୍ତି, ମହାପ୍ରଭୁଙ୍କ ସେ ଐଶ୍ଵର୍ଯ୍ୟର ସୀମା ନିରୂପଣ ଆଉ କିଏ କରିପାରିବେ । ପ୍ରକୃତରେ ମହାପ୍ରଭୁଙ୍କର ଐଶ୍ଵର୍ଯ୍ୟ ଅସୀମ ଓ ଅନନ୍ତ ।

ମହାପ୍ରଭୁ ସାତପ୍ରହର କାଳ ଶ୍ରୀବାସ ମନ୍ଦିରରେ ନିଜ ଐଶ୍ଵର୍ଯ୍ୟ ପ୍ରକାଶ ପୂର୍ବକ ଯେ ଏକ ଅପୂର୍ବ ଲୀଳା ପ୍ରକାଶ କରିଥିଲେ ଏବଂ ପ୍ରିୟ ଭକ୍ତମାନଙ୍କୁ ନିଜ ନିଜ ପୂର୍ବ ଅନୁଭବ ବିଷୟ ସ୍ମରଣ କରାଇ ଦେଇ ଯେ ବର ପ୍ରଦାନ କରିଥିଲେ ତାହା ଅତୀବ ଚମତ୍କାର । କିନ୍ତୁ ଏରୂପ ବିସ୍ମୟାବହଲୀଳା ମହାପ୍ରଭୁ ପ୍ରକାଶ୍ୟ ଭାବରେ କରିଥିଲେ ହେଁ ନବଦ୍ଵୀପର ସମସ୍ତ ଲୋକେ ତାହା ବୁଝି ପାରି ନଥିଲେ । କାରଣ ମହାପ୍ରଭୁଙ୍କ ଅନୁଗ୍ରହ ବିନା ତାଙ୍କୁ ଜାଣିବ କିଏ ? କିନ୍ତୁ ମହାପ୍ରଭୁ ଯେ ଏହି ମହଦୈଶ୍ଵର୍ଯ୍ୟ କେବଳ ସେହି ପ୍ରକଟ ଲୀଳାରେ ପ୍ରଦର୍ଶନ କରିଥିଲେ ଏମନ୍ତ ନୁହେଁ , ତାଙ୍କ ଅପ୍ରକଟ ସମୟରେ ମଧ୍ୟ ସେ ଅଲକ୍ଷିତରେ ରହି ନାନା ଐଶ୍ଵର୍ଯ୍ୟ ପ୍ରକାଶ କରୁଅଛନ୍ତି । ତେବେ ତାହା ସମସ୍ତେ ଦେଖି ପାରୁ ନାହାଁନ୍ତି । କେବଳ ତାଙ୍କର ଅତି ପ୍ରିୟପାତ୍ର କେହି ସେ ଅପୂର୍ବ ଲୀଳା ଅନୁଭବ କରନ୍ତି । ଶ୍ରୀ ବୃନ୍ଦାବନ ଦାସ ସେଥିପାଇଁ କହିଅଛନ୍ତି ।

ଅଦ୍ୟପିହ ଚୈତନ୍ୟ ଏ ସବଲୀଳାକରେ

ଯଝନେ ଯାହାରେ କରେ ଦୁଷ୍ଟି ଅଧିକାରେ ।।

ଶ୍ରୀଳନରୋତ୍ତମଠାକୁର କ୍ଷେତରିରେ ଯେତେବେଳେ ଷଡ଼୍ଚିଗ୍ରହ ପ୍ରତିଷ୍ଠାକରି ମହାମହୋତ୍ସବ କରାଇଥିଲେ, ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ, ଅଦ୍ଵୈତ ପ୍ରଭୁ ଏମାନେ ଅପ୍ରକଟ ହୋଇଥିଲେ ହେଁ ସେ ମହାସଂକୀର୍ତ୍ତନରେ ଆସି ମଧୁରନୃତ୍ୟ କରିଥିଲେ ଏବଂ ଅନେକ ଉପସ୍ଥିତ ଭକ୍ତ, ଏହା ଅନୁଭବ କରିଥିଲେ । ଅତଏବ ଏହି ଘଟଣା ଶ୍ରୀଳ ବୃନ୍ଦାବନଦାସଙ୍କ ଉପରୋକ୍ତ ଉକ୍ତିର ପ୍ରମାଣ ।

 

ଶ୍ରୀମନ୍‌ ମହାପ୍ରଭୁ ଯେତେବେଳେ ସଂକୀର୍ତ୍ତନର ବନ୍ୟାରେ ନବ-ଦ୍ଵୀପ ପ୍ଲାବିତ କର କାଜି ଉଦ୍ଧାର କରିବାକୁ ଯାଇଥିଲେ, ସେ ଘଟନା ମହାପ୍ରଭୁଙ୍କ ପ୍ରକଟ ଲୀଳାର କାର୍ଯ୍ୟ ମଧ୍ୟରେ ଏକ ପ୍ରଧାନ କାର୍ଯ୍ୟ । ସେହି ଘଟନା ବର୍ଣ୍ଣନା କରି ଶ୍ରୀଳ ବୃନ୍ଦାବନ ଦାସ ଶେଷରେ କହି ଅଛନ୍ତି ।

 

ଅଦ୍ୟାପିଓ ଚୈତନ୍ୟ ଏ ସବ ଲୀଳା କରେ ।

ଯାର ଭାଗ୍ୟ ଥାକେ ସେ ଦେଖୟେ ନିରନ୍ତରେ ।

                  (ଚୈଃ ଭାଃ ମଧ୍ୟ ୨୩ଶ )

 

 

ଅତଏବ ମହାପ୍ରଭୁଙ୍କ ଅଚିନ୍ତ୍ୟ ଶକ୍ତିର ଅଦ୍ଭୁତ କାର୍ଯ୍ୟମାନ ଅଦ୍ୟାପି ମଧ୍ୟ ସ୍ଥାନେ ସ୍ଥାନେ ସଂଘଟିତ ହେଉଅଛି। ମହାପ୍ରଭୁ ପ୍ରକାଶ୍ୟଭାବରେ ଦେଖା ନଦେଲେ ମଧ୍ୟ ଅଲକ୍ଷିତ ଭାବରେ ଉପସ୍ଥିତ ରହି ସେ ସମସ୍ତ ମହତ୍‌ କାର୍ଯ୍ୟମାନ ସମାଧାନ କରାଉଅଛନ୍ତି ।