ବତ୍ରିଶ ସିଂହାସନ

ଜଗନ୍ନାଥ ସିଂହ

 

ରାଜି ସଂସ୍କରଣ

 

 

ପ୍ରାପ୍ତିସ୍ଥାନ

ଓଡିଶା ଜଗନ୍ନାଥ କମ୍ପାନି

ଶ୍ରୀ ଜଗନ୍ନାଥ ସିଂହ

ବାଲୁବଜାର, ପୋ:ଚାନ୍ଦନୀଚୌକ

କଟକ

 

 

ବତ୍ରିଶ ସିଂହାସନ

 

ସୁଧର୍ମା ସଭାରେ ଇନ୍ଦ୍ରଙ୍କର ଗନ୍ଧର୍ବସେନ ପ୍ରତି ଶାପ

 

ଜୟ ଜୟ ସଦାଶିବ ଗଉରୀରମଣ ।ଜୟ ଜଟାଜୁଟଧର

ନ୍ତ୍ରିଲୋକ ଶରଣ । ଦୀନବନ୍ଧୁ କୃପାସିନ୍ଧୁ, ଏକାମ୍ର ବିହାରୀ

ଭକତବତ୍ସଳ ପ୍ରଭୁ ନ୍ତ୍ରିପୁରବଇରୀ । ତୁମ୍ଭ ଶ୍ରୀଚରଣେ କରେ ବିନତି

ବିଶେଷ । ପୁର୍ଣ୍ଣକର ମନୋବାଞ୍ଛା ପ୍ରଭୁ ନ୍ତ୍ରିଲୋକେଶ

 

ଭାଷା ପଦ୍ୟରଚନାରେ ଦ୍ୱାନ୍ତ୍ରିଂଶ ପୁତ୍ତଳି ବିଷୟ ବର୍ଣ୍ଣନା ଆଶେ ବସିଅଛି

ଭାଳି । ଆଜ୍ଞା ଦିଅ ହେଉ ଶେଷ ନିର୍ବିଘ୍ନରେ ତାହା ।

ତୁମ୍ଭ ବିନାଜଗତରେ ନାହିଁ କେହି ସାହା

-୦-

ଏଥୁଅନ୍ତେ ସାଧୁଜନେ ମନ ଦେଇ ଶୁଣ

ପବିତ୍ର ଅଟଇଏହି କଥା ପୁରାତନ ।

ବନ୍ତ୍ରିଶ ସିଂହାସନ ଯେ ନାମ ୟାର ଅଟେ ।ା

କଥା ଛଳେ ନୀତିଶାସ୍ତ୍ର ପୂରିଅଛି ପେଟେ

 

ସ୍ୱର୍ଗ ପୁରେ ଦିନକରେଇନ୍ଦ୍ରଙ୍କ ସଭାରେ ।

ନୃତ୍ୟକଲେ ଅପସରା ଗାନ୍ଧାର ବିଧିରେ ।

ଦେଖୁଦେଖୁ ନୃତ୍ୟେ ଭୋଳ ହେଲେ ମଘବାନ ।

ଉପହାସ କଲା ତାଙ୍କୁସେ ଗନ୍ଧର୍ବସେନ

 

ତାହା ଜାଣୀ ଶାପ ଦେଲେ କୋପେ ପୁରନ୍ଦର

ଏହିକ୍ଷଣିଦୁରାତ୍ମା ତୁ ଛାଡି ସ୍ୱର୍ଗପୁର

ଗର୍ଦ୍ଦଭ ରୁପରେ ହୁଅ ମର୍ତ୍ତ୍ୟକ୍ଷଣିରେ ଜାତ

ଉପହାସ ପ୍ରତିଫଳ ଭୁଞ୍ଜ ତୁ ବହୁତ ।

ଶାପଶୁଣୀ ମହାଭୟେ ସେ ଗନ୍ଧର୍ବସେନ

ସବିନୟେ ପାଦେ ତାଙ୍କ କଲାନିବେଦନ ।

 

ନ ଜାଣି ମୁଁ ଅପରାଧ କଲି ତୁମ୍ଭ ପାଶ ।କ୍ଷମାକର

ମୋର ପ୍ରଭୁ ଏକବାର ଦୋଷ । ପ୍ରଭୁ ଯେବେ ଭୃତ୍ୟ ଦୋଷ କ୍ଷମା

ନ କରଇ । ତାର ଆଉ ପରିତ୍ରାଣ ନ୍ତ୍ରିଲୋକରେ ନାହିଁ । ଗନ୍ଧର୍ବର

ଏ ବିନତି ଶୁଣି ବଜ୍ରପାଣି । କୋପ ଶାନ୍ତ କରି ତାକୁ କହିଲେ ଏ

ବାଣୀ ଆମ୍ଭର ଆଜ୍ଞାରେ ଗଧ ରୂପ ନିଶ୍ଚେ ହେବୁ

ମର୍ତ୍ତ୍ୟପୁରେଭଦ୍ରସେନ ରାଜ୍ୟେ ଜନମିବୁ

 

ଦିବସରେ ଗଧ ହୋଇ ବୁଲୁଥିବୁତହିଁ

ଗନ୍ଧର୍ବ ହୋଇବୁ ପୁଣି ରାତ୍ର ହେଲେ ଯାଇ । ବିହରିବୁ

ଦେବଯାନେ ମହା ସମାରହେ ଭ୍ରମିବୁ ରଜନୀ ଶେଷେ ସେହି

ଗଧ ଦେହେ । ଭଦ୍ରସେନ ଦୁହିତାକୁ ତହିଁ ବିଭା ହେବୁ ।ରସ

ରଙ୍ଗେ ରାତ୍ରି ସାରା ସୁଖେ କଟାଇବୁ

 

ଯେ କାଳେ ଦଗଧ ହେବ ସେଗଧ ଶରୀର ।

ସେହି ସମୟରେ ଶାପମୁକ୍ତ ହେବ ତୋର

ମର୍ତ୍ତ୍ୟପୁର ଛାଡି ପୁଣି ଆସି ସ୍ୱର୍ଗପୁରେ । ବିହରିବୁ ପୂର୍ବପରି ମହା

ଆନନ୍ଦରେ । ଏତେ ଭାଷି ନିଜ ପୁରେ ଗଲେ ମଘବାନ ।

ଜନମିଲା ଗଧ ହୋଇ ସେ ଗନ୍ଧର୍ବସେନ

 

ମର୍ତ୍ତ୍ୟେ ଭଦ୍ରସେନ ନରପତିଙ୍କରାଜ୍ୟରେ

ଦିନଯାକ ଭ୍ରମୁଥାଇ ପୁଷ୍କରଣୀ କୂଳେ ରାତ୍ର ହେଲେ

ନିଜ ରୁପେ କରଇ ଭ୍ରମଣ । ଏହିରୁପେ ଗଲା ବହି ତହିଁ କେତେ

ଦିନ । ଜଗନ୍ନାଥ ସିଁହ କହେ କଲା କର୍ମଫଳ ।

ଭୂଞିଲା ଗନ୍ଧର୍ବସେନନୋହିଲା ବିଫଲ

-୦-

 

ଏହା ପରେ ଯାହା ହେଲା ଶୁଣ ଦିବ୍ୟରସ ।ଗଧରୁପେ

ସେ ଗନ୍ଧର୍ବ ତହିଁ କରେ ବାସ । ଦିନେକ ସେ ବାଟେ ଏକ ଗରିବ

ବ୍ରାହ୍ମଣ ।ଭିକ୍ଷା ମାଗି ଯାଉଥିଲେ ହରି ତାଙ୍କ ନାମ । ଡାକି ସେ

ଗନ୍ଧର୍ବ ତାଙ୍କୁ କହିଲା ଏ ବାଣୀ କହିବି ମୁଁ କଥାଟିଏ ଶୁଣ

ଦ୍ୱିଜମଣି । ଭଦ୍ରସେନ ନରପତି ନିକଟକୁ ଯିବ ।

ବିନାଭୟେ ତାଙ୍କୁ ଏହି କଥାଟି କହିବ ।

ତାଙ୍କ କନ୍ୟାଟିକୁ ମୋତେ ବିଭା କରାଇବେ ।

ନ କଲେ ମୋ ଯୋଗୁଁ ସର୍ବନାଶ ହିଁ ଭୋଗିବେ ଏହା ଶୁଣି

ବିପ୍ରବର ଚଞ୍ଚଳେ ଚଳିଲା ଭଦ୍ରସେନ ନରପତି ପାଶେ ପହୁଞ୍ଚିଲା

 

ସଭାତଲେ ଉଭା ହୋଇ କହଇ ବଚନ । ଆଶ୍ଚର୍ଯ୍ୟ ଘଟଣା

ଏକ ଶୁଣ ନରରାଣ । ସରସୀ ତୀରରେ ଏକ ଗଧ ଚରୁଥିଲା

ଆସୁଥିଲି ଡାକି ମୋତେ ଏହା ବଖାଣିଲା ଆଜ୍ଞା ମୋର ଶୀଘ୍ର

ଯାଇ କହିବୁ ରାଜାକୁ କନ୍ୟା ତାର ଅଛି ବିଭା ହେଉସେ ଆମ୍ଭଙ୍କୁ

 

ନ କରିବ ଯେବେ ମୁହିଁ କହୁଛି ଅବଶ୍ୟ । ମୁହୂର୍ତ୍ତକେ ରାଜ୍ୟ ତାର

କରି ଦେବି ଧ୍ୱଂସ ଏହା ଶୁଣି ମହାରାଜା ପ୍ରଜ୍ୱଳିତ ହୋଇ

ବ୍ରାହ୍ମଣକୁ ତିରସ୍କାର ବହୁତ କରଇ । ଅପମାନ ପାଇ ବିପ୍ର ଗଲା

ବାହୁଡିଣ । ଗଧ ଆଗେ ସବୁ କଥା କରିଲା ବର୍ଣ୍ଣନ ।

 

ବ୍ରାହ୍ମଣଯାଆନ୍ତେ ସେହୁ ରାଜା ଭଦ୍ରସେନ

ପାତ୍ର ମନ୍ତ୍ରୀ ଯାଇ ତାଙ୍କୁ କହିଲାବଚନ ।

ଦେଖ ବେଗେ ଚାର ପେଷି କେବଣ ସେ ଗଧ

ରାଜଦୁଲାଲୀକୁ କିପାଁ କରିଅଛି ସଧ

 

କିବା ମାୟାରୁପୀ ଅଟେ ସେହି

ନିଶାଚର । ନ ବୁଝିବା ଆମ୍ଭ ପକ୍ଷେ ନୁହେଁ ସୁବିଚାର ।ଏହା ଶୁଣି

ଦୁତମାନେ ବେଗେଣ ଧାଇଁଲେ । ସରୋବର ତୀରେ ଯାଇଁ ଗଧକୁ

ଭେଟିଲେ । ରାଜଦୁତ ଦେଖି ଗଧ କୋପେ ଥରହର । ବୋଲେ

ନ ଚିହ୍ନିଲା ମୋତେ ତୁମ୍ଭ ନୃପବର ।

 

ମୋହ ଆଜ୍ଞା ଅବଜ୍ଞା ସେ କଲା

ନ୍ତ୍ରୁରମତି । ଜାଣିଥାଅ ନିଶ୍ଚେ ତାର ଘଟିବ ବିପତ୍ତି ।ଏହା ଶୁଣି

ଦୁତ ଭୟେ କଲେ ପଳାୟନ ।ଗଧ ପଣ ରାଜା ଅଗେ କରିଲେ

ବର୍ଣ୍ଣନ । ଶୁଣି ରାଜା ମନ ମଧ୍ୟେ ହୋଇ ଆଚମ୍ବିତ ।ପାନ୍ତ୍ର ମନ୍ତ୍ରୀ

ଘେନି ତହିଁ ଗମିଲେ ତ୍ୱରିତ ।

 

ପ୍ରଶ୍ନକଲେ କିଏତୁମ୍ଭେ ହେ ଗର୍ଦ୍ଦଭରାୟ ।

ପିତାମାତା କୁଲ ଆଦି ଦିଅ ପରିଚୟ । ରାଜାବାକ୍ୟ ଶୁଣି ଗଧ

ପୁର୍ବର କାହାଣୀ । ଯାହା ହୋଇଥିଲା ତାହା କହିଲା ବଖାଣୀ ।

ଶୁଣି ସବୁ ନରପତି ଆନନ୍ଦିତ ହେଲେ ।

ଗଧ ସନ୍ନିଧାନେ ଭାବି କଥାଏକହିଲେ ।

 

ହେ ଗନ୍ଧର୍ବରାଜ ଆଜି ରଜନୀ ଭିତରେ ।ମୋ ନବର

ଚାରିଦିଗେ ପାଚେରି ସୁନାରେ । କରିପାରେ ଯେବେ କନ୍ୟା କରିବି

ପ୍ରଦାନ । ସତ୍ୟ ସତ୍ୟ ବାଣୀ ମୋର ନହୋଇବ ଆନ । ଏହା

କହି ନିଜପୁରେ ଗଲେ ନରସାଇଁ ।

ଜଗନ୍ନାଥ ସିଂହ ଗୀତ ରସରେଭଣଇ ।

 

ରାଜଦୁହିତା ସଙ୍ଗେ ଗନ୍ଧର୍ବସେନଙ୍କ ପରିଣୟ

 

ଭଦ୍ରସେନ ରାଜା ମୁଖୁଁ ଏ ବଚନ ଶୁଣି ।ଗଧରୁପୀ ଯୋଗଧ୍ୟାନେ

ବସିଗଲା ପୁଣି । ମନେ ମନେ ଇନ୍ଦ୍ରଙ୍କୁ ସେ କଲା ବହୁ ସ୍ତୁତି

ସ୍ୱର୍ଗପୁରେ ସୁରପତି ଜାଣିଲେ ଝଟତି । ବିଶ୍ୱକର୍ମାଙ୍କୁ ସେ ଡାକି

ଦେଲେ ଉପଦେଶ । ଭଦ୍ରସେନ ନଗରକୁ ଯିବ ହେ ଅବଶ୍ୟ ।

 

ରାତ୍ର ମଧ୍ୟେ ତିଆରିବ ସୁବର୍ଣ୍ଣ ପ୍ରାଚୀର । ନ ଜାଣିବେ ନରପତି ଆଉ

ନାରୀ ନର । ଆଜ୍ଞା ପାଇ ବିଶ୍ୱକର୍ମା ବେଗେ ଗଲା ଚଳି । ଭଦ୍ରସେନ

କଟକରେ ଗଢିଲା ପାଚେରି ।ସୁବର୍ଣ୍ଣରେ ନିର୍ମିତ ସେ ଦିଶେ ଅଦଭୁତ ।

ହୀରା ନୀଳା ଆଦି ରତ୍ନେ ହୋଇଛି ଜଡିତ । କାର୍ଯ୍ୟ ଶେଷ କରି ସେହୁ

ଗଲା ଅଲକ୍ଷିତେ ।କିଛିକ୍ଷଣ ପରେ ରାତ୍ରି ପାହିଲା କିଞ୍ଚତେ ।

 

ପ୍ରଭାତରୁନିଦ୍ରା ତେଜି ଦେଖେ ନରବର ।

ବେଢିଅଛି ଗଡଯାକ ସୁବର୍ଣ୍ଣପ୍ରାଚିର ।

ଚରିଦ୍ଵାର ମନୋହର ଦିଶେ ଚତୁର୍ଦ୍ଦିଗେ

ହିରାନୀଲା ମଣିମାଳାତହିଁରେ ଝଟକେ

 

ଦେଖି ମନେ ବିଚାର ସେ କରେ ନରଗଣ

ଗଧ ନୁହେ ନିଶ୍ଚେଁ ଅଟେ ସେ ଗନ୍ଧର୍ବସେନ । ଅନ୍ତପୁରେ ତହୁଁ ରାଜା

ବେଗେଣ ମିଲିଲେ । ରାଣୀ ଆଗେ ଗଧ କଥା ବୁଝାଇ କହିଲେ

କନ୍ୟା ବିଭାଘର କଥା ତହିଁ କଲେ ସ୍ଥିର ।

ସରୋବର ତୀରେ ରାଜା ତୋଲିଲେ ନବର ।

 

ଶୁଭବେଳେଶୁଭଲଗ୍ନେ କନ୍ୟ।ଟିକୁ ନେଲେ ।

ଊତ୍ସବ କରାଇ ଗଧ କରେ ସମର୍ପିଲେ ॥ ଗାନ୍ଧର୍ବ ବିଧିରେ ତହିଁ

ବଢିଲା ବିବାହ । ସୈନ୍ୟ ଘେନି ନରପତିହୋଇଲେ ବିଦାୟ

ଗଧପାଶେ ରାଜକନ୍ୟା ରହିଲା ସେଠାରେ ।

ଅସ୍ତଗିରି ଶିରେ ଦିନନାଥଆରୋହିଲେ ॥

 

ଦିବା ଅନ୍ତେ ସେ ଗନ୍ଧର୍ବ ଧରିଲା ସ୍ଵଅଙ୍ଗ ।ଅଦଭୁତେ

ମୂର୍ତ୍ତିମନ୍ତ ହେଲା କି ଅନଙ୍ଗ ॥ ଅତି ଆନ୍ନନ୍ଦରେ ତାଙ୍କୁ ଦେଖି ର।ଜ

ସୂତା । କଲା ଆଲିଙ୍ଗନ ମନୁ ଛାଡି ଘୋର ଚିନ୍ତା ॥ ନାନା କଉତୁକେ

କେଳି ବଢିଲା ଅଶେଷ । ପୁଣି ଗଧ ହେଲା ଯହୁଁ ରାନ୍ତ୍ରହେଲା ଶେଷ

କେତେଦିନ ଏହିପରି ସୁଖେ ବହିଗଲା ।ଦିନୁ ଦିନ ବେନିଙ୍କର

ପୀରତି ବଢିଲା । ଗନ୍ଧର୍ବକୁ ରକ୍ଷାକର ସଙ୍କଟୁ ଶ୍ରୀହରି । ଜଗନ୍ନାଥ

ସିଂହ ଭଣେ ପଦ୍ୟବନ୍ଧ ଧରି ॥

---

ଶକାଦିତ୍ୟଙ୍କ ଜନ୍ମ

ଏ ଉତ୍ତାରେ ଶୁଣ ନରେ ହୋଇ ସ୍ଥିର ଚିତ୍ତ । କହୁଅଛି

ଶକାଦିତ୍ୟ ଜନମ ଚରିତ ॥ ରାଜଜେମା ସଙ୍ଗେ ସେହି ଗନ୍ଧର୍ବ

ରାଜନ । ରତିଭୋଲେ ନିଶି ବଞ୍ଚୁ ଥାଇ ନୀତି ଦିନ ॥ ଦାସୀ ଏକ

ଜେମାଙ୍କର ଥିଲା ସେହି ପୁରେ

ବିହରିଲା ସେ ଗନ୍ଧର୍ବ ସେ ଦାସୀସଙ୍ଗରେ ॥

 

ଜାଣେ ନାହିଁ ରାଜଜେମା ଗୁପ୍ତ ସମାଚାର କେତେଦିନ

ପରେ ଗର୍ଭ ସଞ୍ଚରିଲା ତାର । ଚାରିଆଡେ ଏ ଖବର ପ୍ରକାଶ ପାଇଲା

ପୁତ୍ରଟିଏ ଶୁଭାବେଳେ ସେହୁ ପ୍ରସବିଳା ॥ ର।ଜ ଚକ୍ରବର୍ତ୍ତୀ ଚିହ୍ନ ଦେହେ

ବିରାଜଇ ଦେଖି ତାକୁ ଆନନ୍ଦରେ ଗନ୍ଧର୍ବ ଭାଷଇ

 

ଏହା ନାମଶକାଦିତ୍ୟ ହେଉ ଏ ଧରାରେ

ଫେରାଇ ରଖିବ କୀର୍ତ୍ତି ଶକ ସେ

ନାମରେ ॥ ଦଶସିଂହ ବଳ ଦେହେ ବହିବା ସେ ଯାଣ । ଏହା କହି

ଯତ୍ନେ ସେହୁ ପାଲଇ ନନ୍ଦନ ॥

 

ରାଜସୁତା ସଙ୍ଗେ କଲା ସୁଖେ ବିହ-

ରଣ । ଏଥୁ ଅନ୍ତେ ଯାହା ହେଲା ଶୁଣ ସାଧୁଜନ । ରାଜକନ୍ୟା

ଶୁଭଯୋଗେ ହେଲା ଗର୍ଭବତୀ । ଦିନୁ ଦିନ ଦେହେ ତାର ପ୍ରକାଶିଳା

ଜ୍ୟୋତି ॥ ଏ ବାରତା ପାଇ ରାଜା ବୀର ଭଦ୍ରସେନ । ପାତ୍ର ମନ୍ତ୍ରୀ

ଅମ।ନାତ୍ୟ ସଙ୍ଗତେ ଘେନିଣ ॥

 

ଦୁହିତାକୁ ଦେଖିବାର ଇଚ୍ଛା ମନେକରି

ବହୁବିଧ ଉପହାର ଦ୍ରବ୍ୟମାନ ଧରି ॥ ସରୋବର ତିରବାସେ

ହୋଇଲେ ପ୍ରବେଶ । ପିଅରଙ୍କୁ ଦେଖି ଜେମା ହେଲା ହସ ହସ ॥

 

 

ଓଲଗି ହୋଇଣ କହେ ସୁମଧୁର ବାଣୀ । ଶୁଣ ତାତ ସ୍ଥିର ମନେ

ଅପୂର୍ବ କାହାଣୀ ॥ ଜାମାତା ତୁମ୍ଭର ଦିନେ ଗଧ ହୋଇଥାନ୍ତି।

ଅପୂର୍ବ ଗନ୍ଧର୍ବ ମୂର୍ତ୍ତୀ ରାତ୍ରରେ ଧରନ୍ତି ॥ ଏହି ଗୃହଦ୍ଵାରେ ପଡିଥାଇ

ଗଧ ଦେହ । ଆନନ୍ଦିତ ହେଲେ ଶୁଣି ନୃପ ମହାଶୟ ॥

 

ଡଗରକୁଡାକି ଏହା କହିଲେ ରାଜନ ।ଆଜରାତ୍ରେ କରିବୁ ତୁ ଏପରି

ବିଧାନ ॥ ଯେତେବେଳେ ଗଧ ଦେହ ଗନ୍ଧର୍ବ ଛାଡିବ ।

ସେ ଗଧ କୁ ଏହିଠାରୁ ବହି ଘେନିଯିବ ॥

ଅନଳ ଲଗାଇନଦୀକୂଳେ ପୋଡିଦେବ ।

ଏ କଥାଟି ଗୁପ୍ତ ହେବ କେହି ନ ଜାଣିବ ॥

 

ଆଜ୍ଞା ପାଇ ସେ ଡଗର ତହିଁ ଜଗିଥିଲା ।

ଗଧ ଦେହ ଭସ୍ମ କଲା କେହି ନ ଜାଣିଲ॥

ଗଧ ଦଗଧ ହେବା ଦେଖି ସେ ଗନ୍ଧର୍ବସେନ ।

ଡକାଇଲା ମହା ସମାଦରେ ନରଗଣ ॥

 

କହଇ ଗନ୍ଧର୍ବସେନ ଶୁଣ ନରସ।ଇଁ ।

ତୁମ୍ଭକନ୍ୟା ଗର୍ଭେ ଅଛି ସନ୍ତତି ଏକଇ ॥

ହୋଇବ ସେ ମହାଧନୁର୍ଦ୍ଧର ଧରଣୀରେ ।

ଶତସିଂହ ବଳ ଶେହୁ ବହିବ ଶରୀରେ ॥

 

ଏକଛତ୍ର ରାଜତ୍ଵ ସେ କରିବ ଜଗତେ ।

ବିକ୍ରମାଆଦିତ୍ୟ ନାମେ ଖ୍ୟାତ ହେବ ସତେ ॥

ପାଳ ତୁମ୍ଭ କନ୍ୟା ଯତ୍ନେ ଆହେ ନରପତି ।

ଯିବି ସ୍ଵର୍ଗପୁର ଶାପୁ ପାଇଲି ମୁକତି ॥

 

ଏତେ କହି ସେ ଗନ୍ଧର୍ବ ଶୂନ୍ୟମ।ର୍ଗେ ଗଲା ।

ରାଜନନ୍ଦିନୀର ମାନେ ଗୁରୁ ଚିନ୍ତା ହେଲା ॥

ଗନ୍ଧର୍ବର ଶାପଫଳ ହେଲା ସମାପତି ।

ଜଗନ୍ନାଥ ସିଂହ କହେ ସୁରି ଉମାପତି ॥

 

ବିକ୍ରମାଦିତ୍ୟଙ୍କର ଜନ୍ମ ଓ ରାଜକନ୍ୟ।ର ସ୍ଵର୍ଗାରୋହଣ

ଏଥୁଅନ୍ତେବିଚ।ରଇ ରାଜା ଭଦ୍ରସେନ ।

ଗନ୍ଧର୍ବର ବୀର୍ଯ୍ୟା ପୁତ୍ର ଲଭିଲେ ଜନମ॥

ସର୍ବନାଶ କରି ଦେବ ନିଶ୍ଚିୟ ସେ ମୋର ।

ରାଜ୍ୟ ନେଇଯିବ ଖଟାଇଣ ବ।ହୁ ବଳ ॥

 

ଏତେ ଭାବି ଦୁଆରୀକି ନିକଟେ ଡକାଇ

ଜଗିଥିବୁ ଏ କନ୍ୟାକୁ ଆକଟେ କହଇ ॥

କୁମର ଜନ୍ମିଲେ ମୋତେ କହିବୁ ତୁରିତେ ।

ଏତେ କହି ନରପତି ଗଲେ ଇଚ୍ଛାମତେ ॥

 

ପିତାର ବିଚାର ଜାଣି ଗନ୍ଧର୍ବ ଦୁହିତା ।

ମନ ମଧ୍ୟେ ବାରମ୍ବାର କଲା ଘୋର ଚିନ୍ତା ॥

ବିଚ।ରଇ ଥିଲା ପୂର୍ବେ ଦୁଷ୍ଟ କଂସ ଦୈତ୍ୟ ।

ବନ୍ଦୀ କରି ଭାଗିନୀକୁ ରଖିଲା ତୁରିତ ॥

 

ଅନିମିତ୍ତେ ଛଅ ପୁତ୍ର ତାର କଲା ନାଶ

ସ୍ଵାମୀ ଥିବା ଯୋଗୁଁ କେବେ ନ ଛ।ଡଇ ଆଶ॥

ଭାଗ୍ୟବଲେ ପୁଣି ତାର କୃଷ୍ଣ ଜନମିଲେ ।

ଗୋପେ ବଢି କଂଶାସୁର ଜୀବନ ନଶିଲେ ॥

 

ପତି ମୋର ଛାଡି ମୋତେ ଗଲେ ସ୍ଵର୍ଗପୁର ।

କିପରି ବଞ୍ଚିବି ପୁତ୍ର ହୋଇଲେ ଅନ୍ତର ॥

ଏହାଭ।ବି ସେହି କନ୍ୟା ମୁଷଳଟେ ଆଣି ।

ବେନି କରେ ଧରି ଗର୍ଭେ ପିଟିଲାକ ପୁଣି ॥

 

ମୁଷକ ବଚ୍ଚାନ୍ତେ ରାଜକନ୍ୟା ପ୍ରାଣ ଗଲ। ।

ପୁତ୍ର ଗୋଟି ନିର।ପଦେ ଜନମ ଲଭିଲା ॥

ତାହା ଦେଖି ଦ୍ଵାରପାଳ ରାଜା ପାଶେ ଧ।ଇଁ ।

ଦେଖିଲ। ସନ୍ଦେହ ସବୁ ଦେଲାକ ଜଣାଇ ॥

 

ତୁମ୍ଭ ସୂତା ଏକ ପୁତ୍ର କରି ଆଜି ଜାତ ।

ପଡିଅଛିଭୂମିପୃଷ୍ଟେ ହରାଇ ଜୀବିତ ॥

ଏହା ଶୁଣୀ ଭଦ୍ରସେନ ଶୀଘ୍ରେ ଗଲା ଚଳି ।

କନ୍ୟା ମୃତ୍ୟୁ ଦେଖି ରାଜା ଛାଡିଲା ବୋବାଳି ॥

 

ପୁତ୍ରଗୋଟି ରାଜା ତହୁଁ ନିରୋପି ଦେଖିଲା ।

ରାଜଚିହ୍ନ ବିରାଜିତ ତେଜ ଅନର୍ଗଳା ॥

ଘେନେଇ ସେ କୁମାରକୁ ନିଜେ ଯାଇ ପୁରେ ।

ସମର୍ପିଲା ରାଣୀ ପାଶେ ଆନନ୍ଦ ମନରେ ॥

ପୁତ୍ରଟି ଆମ୍ଭର ବୋଲି ରାଣୀ ଆଗେ କହି ।

ଦଗଧ କଲା କନ୍ୟା ଶବ ଅନଳେ ପକାଇ ॥

 

ରାଣୀ ସେହି କୁମରକୁ ସନ୍ତାନ ଭାବରେ ।

ପାଳୁଥାନ୍ତି ପ୍ରତି ନିତ୍ୟ ମହା ଆନନ୍ଦରେ ॥

ପୁରୋହିତ ଡକାଇଣ ରାଜା ଯଥାକୃତ୍ୟ ।

ବିଧିକରି ନାମ ଦେଲେ ବିକ୍ରମ ଆଦିତ୍ୟ ॥

 

ଯଥାକ।ଳେ ବିଦ୍ୟାଶିକ୍ଷା କୁମର କରଇ ।

ଜ୍ୟେଷ୍ଠ ଭାଇ ଶକ।ଦିତ୍ୟ ସଙ୍ଗେ ତାର ଥାଇ ॥

କହେ ଜଗନ୍ନାଥ ପ୍ରଭୁ ରଖିବେ ଯାହାକୁ ।

କେ ଅଛି ଜଗତ ମଧ୍ୟେ ମ।ରିବ ତାହାକୁ ॥

 

ବିକ୍ରମାଦିତ୍ୟଙ୍କୁ ରାଜ୍ୟରୁ ବାହାର କରାଇବା ଲାଗି

ତିଳେତ୍ତମା କଳ୍ପନା

ଏଥୁଅନ୍ତେ ଭାଇ ଦୁହେଁ ଏକମେଳ ହୋଇ ।

ଆନନ୍ଦରେ ଖେଳୁଥାନ୍ତି ସ୍ନେହଭାବ ବହି ॥

ବେଦ ବିଦ୍ୟା ଧନୁର୍ବେଦ ଅସ୍ତ୍ର ଶାସ୍ତ୍ରମାନ ।

ଶିକ୍ଷା କରି ବେନିଭାଇ ହୋଇଲେ ନିପୁଣ ॥

 

କାଳକ୍ରମେ ଶକ।ଦିତ୍ୟ ଯୌବନ ପାଇଲେ ।

ତାହା ଦେଖି ଭଦ୍ରସେନ ଆନନ୍ଦିତ ହେଲେ ॥

କନ୍ୟା ଖୋଜିବାର ଲାଗି ପଠାଇଲେ ଦୂତ ।

କୋଶଳ ଦେଶରେ ଥିବା ପାଇଲେ ତଦନ୍ତ ॥

 

ରୂପ ଗୁଣ ଲାବଣ୍ୟରେ ଅଟେ ଅନୁପମା ।

ଏଣୁ ତାର ନାମ ହୋଇଥିଲା ତିଳୋତ୍ତମା ॥

ସେ କନ୍ୟାକୁ ଶକ।ଦିତ୍ୟ ସଙ୍ଗେ ବିଭାକଲା ।

ଏହିପରି କେତେଦିନ ବିତି ଚାଲିଗଲା ॥

 

ଦିନେ ବିଚାରଇ ମନେ ରାଜା ଭଦ୍ରସେନ ।

ଶକ।ଦିତ୍ୟେ ସମର୍ପିବିରାଜ ସିଂହାସନ ॥

ଡକାଇଲା ସବୁ ପାତ୍ରମନ୍ତ୍ରୀ ଅମ।ନାତ୍ୟ ।

ଶକାଦିତ୍ୟ ଶିରେ ଟେକାଇଲା ରାଜଛତ୍ର ॥

 

ବାନପ୍ରସ୍ଥ ଆଶ୍ରମକୁ ଗଲେ ଭଦ୍ରସେନ ।

ଏଥୁଅନ୍ତେ ଯାହା ହେଲା କହୁଅଛି ଶୁଣ ॥

ତିଳୋତ୍ତମା ରୂପେ ଶକାଦିତ୍ୟ ମୁଗ୍ଧ ହୋଇ ।

ସବୁବେଳେ କ୍ରୀଡା କରେ ଅନ୍ତଃପୁରେ ଥାଇ ॥

 

ରାଜ୍ୟଘୋଷ ହାନି ଲାଭ କିଛି ନ ବୁଝିଲା ।

ଅରାଜକ ପୃଥିବି ପରି ଦେଶ ହୋଇଗଲା

ପାତ୍ର ମନ୍ତ୍ରୀ ପ୍ରଜାଗଣ ବିରସ ହୋଇଲେ ।

କେତେ ମଧ୍ୟ ଦେଶ ଛାଡି ଅନ୍ୟ ଦେଶେ ଗଲେ ॥

 

ପ୍ରଜାଙ୍କ ଦୁଃଖ ନ ସହି ବିକ୍ରମ ଆଦିତ୍ୟ ।

ଅନ୍ତଃପୁର ମଧ୍ୟେ ଯାଇ ହେଲେ ଉପସ୍ଥିତ ॥

ଭାଇ ଆଗେ ରାଜ୍ୟ ନାଶ ବିଷୟ ବର୍ଣ୍ଣିଲେ ।

ତାହା ଶୁଣି ଶକାଦିତ୍ୟ ଲଜ୍ଜିତ ହୋଇଲେ ॥

 

ଅନ୍ତଃପୁର ଛାଡି ଶେହୁ ତତକ୍ଷଣେ ଗଲେ

ରାଜନୀତି ଅନୁରୂପେ ପରଜା ପାଳିଲେ ॥

ତିଳୋତ୍ତମା ଏହ। ଦେଖି କୋପ ମାନସରେ ।

ଶଯ୍ୟା ଛାଡି ଭୂମି ପରେ ନୀରବେ ଶୋଇଲେ

 

ରାଜ୍ୟଭାର ବୁଝି ଶକାଦିତ୍ୟ ନରପତି ।

ଅନ୍ତଃପୁରେ ପହୁଞ୍ଚିଲେ ପ୍ରବେଶନ୍ତେ ରାତ୍ରି ॥

ପ୍ରିୟବତୀ ତିଳୋତ୍ତମା ଭୂମିରେ ଶୟନ ।

ଦେଖି ତାକୁ ପଚାରନ୍ତି ମଧୁର ବଚନ ॥

 

ଆଗୋ ପ୍ରିୟେ କରିଅଛ ମ।ନ କି କାରଣେ ।

କହ ମୋର ଆଗେ ତାହା ନ ରଖି ଗୋପନେ ॥

ଯାହା ତୋର ପ୍ରିୟ ହେବ ନିଶ୍ଚେ କରିବଇ ।

ସତ୍ୟକରି କହୁଅଛି ଧର୍ମକୁ ଅନାଇ॥

 

ଶକାଦିତ୍ୟ ସତ୍ୟବାଣୀ ତିଳୋତ୍ତମା ଶୁଣି ।

ତେଜିଲା ଧରଣୀ ଆନନ୍ଦରେ ସେହିକ୍ଷଣି ॥

କହିଲା ଭୋନ।ଥ ଶୁଣ ମୋହର ବଚନ ।

ବିକ୍ରମାଦିତ୍ୟକୁ ର।ଜ୍ୟୁ କର ନିର୍ବାସନ ॥

 

ସେହୁ ଥିଲେ ଜ।ଣ ମୋର ଆଶା ନ।ହିଁ ପ୍ରାଣେ ।

ହୀର।କଣୀ ଖାଇ ନିଶ୍ଚେ ବରିବି ମରଣେ

ଏହ ଶୁଣି ଶକାଦିତ୍ୟ କିଛି ନ ବୁଝିଲେ ।

ବିକ୍ରମାଦିତ୍ୟଙ୍କୁ ର।ଜ୍ୟୁ ବାହାର କରିଲେ ॥

 

ଜଗନ୍ନାଥ ସିଂହ କହେ ନାରୀବଶ ଯେହୁ ।

ତାର ଅବା ହିତାହିତ ଜ୍ଞାନ ହେବ କାହୁଁ ॥

 

ବିକ୍ରମାଦିତ୍ୟଙ୍କର ବନଗମନ ଓ ବ୍ରାହ୍ମଣର ଫଳଲ।ଭ

 

ବିକ୍ରମ ଆଦିତ୍ୟ ଆଜ୍ଞା ପାଇ ଭାଇଙ୍କର ।

ମନରେ ନବହି ଖେଦ ଗଲେ ଦେଶାନ୍ତର ॥

ଏକ ଧନୀ ସୌଦାଗର ଥିଲା ସେ ଦେଶରେ ।

ବିକ୍ରମ ସହିତ ଯାଇ ରହିଲେ ତ। ଘରେ ॥

 

ଏଥୁଅନ୍ତେ କଥା ରସଶୁଣ ଆହେ ନରେ ।

ରହିଲେ ସେଦିନୁ ଶକାଦିତ୍ୟ ଅନ୍ତଃପୁରେ ।

ପ୍ରିୟବତୀ ତିଳୋତ୍ତମା ସଙ୍ଗେ ରତି ରଚି ।

ରାଜ୍ୟ ରଷ୍ଟ୍ରକଥା ଆଉ ନ ବୁଝିଲେ କିଛି ॥

 

ସେ ଦେଶରେ ବିପ୍ର ଥିଲା ଯଜ୍ଞଦତ୍ତ ନାମେ ।

ଭବ।ନୀଙ୍କି ସେବାକାରୀ ମନ୍ତ୍ରସିଦ୍ଧି ଜାଣେ ॥

ଭଗବତୀ ଦେଲେ ତାକୁ ସନ୍ତୋଷରେ ବର ।

ଏହି ଫଳଗୋଟି ନିଅ ଆହେ ହିଜବର ॥

 

ଏ ଫଳ ଖାଇଲେ ନିଶ୍ଚେ ହୋଇବ ଅମର ।

କ୍ଷୁଧା ତୃଷ୍ଣା ରୋଗ ବ୍ୟାଧି ଭୟ ହେବ ଦୂର ॥

ଏହ।କହି ଭଗବତୀ ଅନ୍ତର୍ଦ୍ଧାନ ହେଲେ ।

ଫଳଘେନି ନିଜ ଗୃହେ ବ୍ରାହ୍ମଣ ମିଳିଲେ ॥

 

ପତ୍ନୀ ଆଗେ ସବୁ କଥା ବିସ୍ତାରୀ କହିଲେ ।

ଭଗବତୀଙ୍କର ଯାହା ଆଜ୍ଞା ପାଇଥିଲେ ॥

ଶୁଣିଣ ବ୍ରାହ୍ମଣୀ ତହୁଁ କହଇ ଏ ଗୀର ।

ଉଚିତ ନୁହଇ ତୁମ୍ଭେ ଫଳ ଖାଇବାର ॥

 

 

ନୃପତିଙ୍କୁ ଦିଅ ନେଇ ଖାଆନ୍ତୁସେ ଫଳ ।

ଅମର ସେ ହେଲେ ହେବ ଦେଶର ମଙ୍ଗଳ ॥

ଚିରକାଳ ବସି ସେହୁ ରାଜ୍ୟକୁ ପାଳିବେ ।

ସୁଖ ଶାନ୍ତି ସବୁବେଳେ ପ୍ରଜାଏ ଲଭିବେ ॥

 

ଏହ।ଶୁଣି ଫଳଟିକୁ ଘେନି ବିପ୍ରବର ।

ପ୍ରବେଶ ହୋଇଲେ ଯାଇ ରାଜାର ନଗର ॥

ଫଳ ଦେଇ ଶକାଦିତ୍ୟ ବିଶ୍ଵାସେ କହିଲେ ।

ଆଜ୍ଞା ଦେଇଥିଲେ ଭଗବତୀ ଯେ ପ୍ରକାରେ ॥

 

ମେଲାଣି ହୋଇଣ ବିପ୍ର ସ୍ଵ ଗୃହେ ଫେରିଲେ ।

ଶକାଦିତ୍ୟ ଫଳ ନେଇ ରାଣୀ କରେ ଦେଲେ ॥

ତହିଁର କାରଣ ସବୁ କହିଲେ ବୁଝାଇ ।

ଯେଉଁ ରୂପେ ଯଜ୍ଞଦତ୍ତ ଯାଇଥିଲେ କହି ॥

 

ମିର ଖୋର ନାମେ ଥିଲା ଏକ ଘୋଡାଘାସୀ ।

ରାନୀଙ୍କର ଅଟେ ସେହି ଅତୀବ ବିଶ୍ଵ।ସୀ ॥

ପ୍ରେମ ଭାବେ ଥିବା ଯୋଗୁଁ ରାଣୀ ସେହି ଫଳ ।

ଦେଇ ତାକୁ ବୁଝାଇଲେ କାରଣ ସକଳ ॥

 

ବେସ୍ୟାସଙ୍ଗେ କରିଥାଏ ମିର ଘୋର ପ୍ରୀତି ।

ଫଳଗୋଟି ନେଇ ତାକୁ ଦେଲ।କ ତଡିତ ॥

ସେ ଫଳର ଗୁଣ ତାକୁ ବିସ୍ତାରି କହିଲା

ତାହା ଶୁଣି ଲକ୍ଷହୀର। ମନରେ ଭ।ବିଲା ॥

 

ମୋର ଯୋଗ୍ୟଫଲ ଏହୁ ଯୁକତେ ନୁହଇ ।

ସମର୍ପିବୀ ରାଜ।ଙ୍କର ହସ୍ତେ ଏହ। ନେଇ ॥

ଏହା ଭାବି ଫଳ ନେଇ ନୃପ ପାଶେ ଗଲା ।

ଫଳଗୁଣ ର।ଜନରେ ସମର୍ପିଲା ॥

 

      ଶକାଦତ୍ୟବେଶ୍ୟାଠାରୁ ଫଳକୁ ଲଭିଲେ ।

      ଗୁଣ ଶୁଣି ତିଳୋତ୍ତମା ରୀତିକି ବୁଝିଲେ ॥

କହେ ଜଗନ୍ନାଥ ଏ ତ ଅପୂର୍ବ ଚରିତ ।

      ବ୍ରହ୍ମା ଜାଣି ନ ପାରନ୍ତି ନାରୀଙ୍କ ଚରିତ୍ର ॥

 

ବିନ୍ତ୍ରମାଦିତ୍ୟଙ୍କ ଦ୍ୱାରା ଶକାଦିତ୍ୟ ବଧ

ମନେ ବିଚାରନ୍ତି ଫଳ ଧରି ଶକାଦତ୍ୟ ।

ଆନେ ରାଣୀ ଭାଳେମୁହିଁ ଥାଉ ଅନୁରକ୍ତ ।      

ଘାସୀ ହୀନଜାତି ରାଣୀ ଭୋଗେ ନାହିଁ ତୃପ୍ତି ।

ବେଶ୍ୟା ସଙ୍ଗେ ତାର ପୁଣି ଅଛଇ ପୀରତି ।

 

ଏ କାରଣୁ ମୁହିଁ ଧିକ ଧିକ ସେହୁ ରାଣୀ ।

ଧିକ ଘୋଡାଘାସୀ ଧିକ ମଦନକୁ ଭଣି

ଯଜ୍ଞଦତ ବିପ୍ର ଫଳ ପାଇଥଲା କଷ୍ଟେ ।

ଧିକ ସେହୁସେ ଫଳକୁ ଦେଲାଯାହା ମୋତେ

 

ଫଳ ଗୋଟି ଲୁଗୁଇଣ ଧରି ନିଜ କରେ

ପ୍ରବେଶହୋଇଲେ ରାଜା ରାଣୀଙ୍କ ପାଖରେ ।

କହିଲେ ଗୋ ପ୍ରିୟେ ଯେଉଁଫଳ ମୁଁ ତୁମ୍ଭଙ୍କୁ ।

ଦେଇଥିଲି ଦିଅ ଏବେ ଖାଇବି ମୁଁ ତାକୁ ।

 

ଏହାଶୁଣି ରାଣୀ ହସି କହେ ମୃଦୁବାଣୀ ।

ଖାଇଅଛି ସେ ଫଳକୁ ଦେବିକାହୁଁ ଆଣି

ଶୁଣି ଶକାଦିତ୍ୟ ହେଲେ କ୍ରୋଧେ କମ୍ପମାନ

ଦେଖାଇଲେ ରାଣୀ ଆଗେ ଫଳକୁ କାଢିଣ ।

 

ଭର୍ତ୍ସନା କରିଣ ତାକୁନଗ୍ରୁ କାଢି ଦେଲେ ।

ବନସ୍ତେ ଛାଡିଲେଚୂନକଳା ଦେଇ ଗାଲେ

ତହିଁପରେ ଶକାଦିତ୍ୟ ବିଚାରିଲେ ମନେ ।

ୟା ଯୋଗୁଁ ଭାଇକିତଡିଦେଲି ଅକାରଣେ ।

 

ଏତେ ଭାବି ସେହିକ୍ଷଣି ଦୁତକୁ ପଠାଇ ।

ବିନ୍ତ୍ରମାଦିତ୍ୟଙ୍କୁ ବେଗେ ଆଣିଲେ ଖୋଜାଇ

ବେଣିଭାଇ ମିଳି ରାଜ୍ୟବୁଝାସୁଝା କଲେ ।

ପୁତ୍ର ଠାରୁ ବଳି ସ୍ନେହେ ପରଜା ପାଳିଲେ

 

କେତେକାଳ କଳାପରେ ସୁଖେ ସେ ରାଜତ୍ୱ

ଦିନେ ପଶାକାଠି ଧରିଗଲା ଶକାଦିତ୍ୟ ।

ଡାକିଲା ସେ ବିନ୍ତ୍ରମକୁ ଖେଳିବାର ପାଇଁ

କହିଲେ ବିକ୍ରମାଦିତ୍ୟ ଯୁକତ ନୁହଇ ।

 

ପଶାଖେଳି ନଳ ରାଜା ପୁଣିଯୁଧିଷ୍ଠିର ।

ରାଜ୍ୟଧନ ହାରି ହୋଇଥିଲେ ବନଚର

ଶୁଣିକରି ଶକାଦିତ୍ୟ ପୁଣି ହିଁ ଡାକିଲେ ।

ବିନ୍ତ୍ରମ ଆଦିତ୍ୟ ସଙ୍ଗେ ଖେଳ ଆରମ୍ଭିଲେ ।

 

ଖେଳୁ ଖେଳୁ ଉଚ୍ଚବାଚ ହେଲେ ଭାଇଦୁଇ

ବିନ୍ତ୍ରମ ଆଦିତ୍ୟତହୁଁ ପଶାକାଠି ନେଇ ।

ଅତି ଆଣ୍ଟେ ଶକାଦିତ୍ୟ ମୁଖେ ପ୍ରହାରନ୍ତେ ।

ଶକାଦିତ୍ୟ ପ୍ରାଣତ୍ୟାଗ କଲେ ସେହି ଘାତେ ।

 

ଭାଇକି ବିକ୍ରମ ମାରି ବିଚାରନ୍ତି ଶୋକେ ।      

ମହାପାପ ଅରଜିଲି ଯିବି କୁମ୍ଭୀପାକେ ।

ପାପକଲେ ପ୍ରାୟଶ୍ଚିତ ଶାସ୍ତ୍ର ଅଛି କହି ।

ପୁଣ୍ୟକ୍ଷେତ୍ରେ ଜପତପ ଯାଇ କରିବଇଁ ।

 

ଏହିପରିମନ ମଧ୍ୟେ ଭାବି ଅବିରତ ।

ପଳାଇଲେରାଜ୍ୟ ଛାଡି ବିକ୍ରିମ ଆଦିତ୍ୟ

ନାନା ଉତପାତ ହେଲା ଉଜ୍ଜ୍ୱଳନଗରେ ।

ଦାନ ଧର୍ମ ଦଣ୍ଡ ନୀତି ସବୁ ଗଲା ଦୂରେ ।

 

ଅପାଳକେ ପ୍ରଜାଗଣ ହେଲେ ଛାରଖାର

କେତେ ପୁଣି ପଳାଇଲେ ଦୂରଦେଶାନ୍ତର ।

ମନେ ମନେ ଜଗନ୍ନ।ଥ ସିଂହ ବିଚାରଇ

ଯୋଗଥିବା କଥାଗୋଟି ଅବଶ୍ୟ ଘଟଇ ।

            

ବିକ୍ରମାଦିତ୍ୟଙ୍କ ତୀର୍ଥଭ୍ରମଣ, ଅସୁରୀର ଉତ୍ପ।ତ

ଏଥୁଅନ୍ତେ ଯାହା ହେଲା ଶୁଣ ଆହେ ନରେ । ଉତପାତ

ଜନମିଲା ଉଜ୍ଜ୍ଵଳ ନଗରେ । ପରଜାଏ ରହିଥାନ୍ତି ମହ।ଭୟେ ଡରି ।

ଅରାଜକ ଦେଖି ଆସି ଏକଇ ଅସୁରୀ ॥ ରାଜ୍ୟମଧ୍ୟେ ପଶି କରେ ନାନା ଉପଦ୍ରବ । ସମସ୍ୟା ପୂରଣ ସଭା ମଧ୍ୟେ ପଚାରିବ

 

ନାନା ପରକ।ରେରୂପ ଧରିଦେଶେ ବୁଲେ । ହାତୀ ଘୋଡା ବାଘ ହୋଇ ପ୍ରଜ।ଙ୍କୁ ସଂହାରେ ।। ଏହା ଦେଖି ପ୍ରଜାଗଣ ହୋଇଣ       ବିକଳ ସଭାକଲେ ସବୁ ଲୋକ ଥାଏ ହୋଇଠୁଳ । ସ୍ଥିର କଲେ ନଥିବାରୁ ଦେଶରେ ର।ଜନ ।।

 

ଏ ରାକ୍ଷସୀ ପଶି କଲା ବହୁତ ବିପନ୍ନ । ଆଜିଠାରୁ ପାଳି

କରି ଆମ୍ଭେ ଜଣେ ଜଣେ ।। ରାଜା ହେବା ଶୁନିଥାଅ ସର୍ବେ ଦିନେ

ଦିନେ ॥ଭାଗ୍ୟବଳେ ସମସ୍ୟା ଯେ କରିବା ପୂରଣ। ଚିରକ।ଳ

ସ୍ଥାୟୀଭାବେ ରାଜା ହେବ ଜାଣ ।।

 

ଯାହା ଘରେ ଯେଉଁଦିନ ପାଳି ପଡୁଥାଏ ଜଣେ ଆସି ତାହା ଘରୁ

ନରପତି ହୋଏ । ରାତ୍ରକାଲେ ସେହିଦିନ ଆସଇ ରକ୍ଷସୀ।ନ ପାଇଲେ ସମସ୍ୟା ସେ ଖାଏ ହୋଇ ଖୁସି ॥ ଯେବଣ ଘଟଣା ହେଲା ଏଥୁଅନ୍ତେ ଶୁଣ । ତୀର୍ଥାଟନେ ଯାଇଥିଲେ ବିନ୍ତ୍ରମ ରାଜନ ॥

 

ବୁଲି ନାନା ପୂଣ୍ୟ ତୀର୍ଥ ମିଳିଲେକେଦାରେ । ଦେଖି ତାଙ୍କ ଭକ୍ତ ହର       ସନ୍ତୋଷ କହିଲେ ॥ ବର ମାଗ ନୃପତି ହେ ଯାହା ତୁମ୍ଭ ଇଚ୍ଛା । ଲଭିଲୁ ସନ୍ତୋଷ ପୁରାଇବୁ ମୋନୋବାଞ୍ଛା ॥ ଶୁଣି ନରପତି କହେ ଯୋଡି ବେନି କର । ନୋହିବେଟି ସମ ମୋର ଦେବାସୁର ନର । ଅଷ୍ଟାଦଶ ବିଦ୍ୟାରେ

ମୁଁ ହୋଇବି ନିପୁଣ ବିଚାରନ୍ତେ ସମସ୍ୟା ମୁଁ କହିବି ତକ୍ଷଣ

 

ଦୀର୍ଘଜୀବୀ ହୋଇ ମୁହିଁ କରିବି ରାଜତ୍ଵ । ମନ୍ତ୍ର ଅର୍ଥ ଗୁଢ ନ୍ୟାୟ

ଜାଣିବ ତ୍ଵରିତ ଏହି ବର ଦିଅ ମୋତେ ଆହେ ତ୍ରିଲୋଚନ

କରିଛି ଆଶ୍ରୟ ଏକା ତୁମ୍ଭର ଚରଣ ॥ ତଥାସ୍ତୁ କହିଣ ଶିବ ହେଲେ

ଅନ୍ତର୍ଦ୍ଧାନ ଏଥୁଅନ୍ତେ ଯାହା ହେଲା ମନ ଦେଇ ଶୁଣ

 

ବିନ୍ତ୍ରମ ସେଠାରୁ ଚାଲିଗଲେ ବର ପାଇ । ଭେଟିଲେ ଶ୍ରୀ ଜଗନ୍ନାଥେ       ନ୍ତ୍ରମେନ୍ତ୍ରମେ ଯାଇ ।। ବନ୍ଦାପନା ସାରି ତହୁଁ ବାହୁଡିବା ବେଳେ       ଭେଟିଲେସେ ବିଭୀଷଣେ ତହିଁ ଭାଗ୍ୟଫଳେ ॥ ରାକ୍ଷସ ବିଦ୍ୟାକୁ ତାଙ୍କଠାରୁ ଶିକ୍ଷା କାଲେ । ଫେରିକରି ସେଠାରୁ ରାଜ୍ୟକୁ ଆସିଲେ॥

 

ଯାଉ ଯାଉ ବାଟେ ଏକ ତଟିନୀ ତୀରରେ । ପହୁଞ୍ଚନ୍ତେ ର।ତ୍ରହେଲା ରହିଲେ ସେଠାରେ ସେହି ନଦୀସ୍ରୋତେ ଭାସୁଥିଲା ଏକ ଶବ ।ଦେଖିଣ ସୃଗ।ଳ ତାକୁ ଉଚ୍ଚେ ଦେଲା ରାବ କେ ଅଛ ହୋ ଏ ଶବକୁ

ସାହସେ ଧରିବ । ଦୁଇବୋଝ ରତ୍ନ ଅଛି ତାହାଠାରେ ନେବ ।।

 

ରତ୍ନ ନେଇ ସେ ଶବକୁ ଛଡ଼ିକରି ଗଲେ ତାକୁ ଖାଇ ମୋର ଆତ୍ମା

ତୋଷ ହେବ ଭଲେ ।। ବିକ୍ରମ ଆଦିତ୍ୟ ସଦ।ଶିବଙ୍କର ବରେ । ପଶୁ

ପକ୍ଷୀ କୀଟଙ୍କର ଭାଷା ବୁଝୁ ଥିଲେ ।। ନଦୀରେ ପହଁରି ସେହି ଶବକୁ

ଧଇଲେ ରତ୍ନ ନେଇ ସେଠାବରେ ଶବ ଫିଙ୍ଗିଦେଲେ

 

ହରଷ ହୋଇଣ ଯାଇ ଖାଇଲା ସୃଗ।ଳ । ସେ ଉତ୍ତରେ ଚାଲିଗଲେ       ବିନ୍ତ୍ରମ ନୃପାଳ ॥ ନିଜର ରାଜ୍ୟରେ ଯାଇ ପ୍ରବେଶ ହୋଇଲେ ।

ଜଗନ୍ନାଥ ସିଂହ ତାହା ଗୀତରେ ଗ।ଇଲେ ।।

 

ବୀନ୍ତ୍ରମାଦିତ୍ୟଙ୍କର ପୁନର୍ବାର ରାଜ୍ୟଭାର ଗ୍ରହଣ

 

ତୀର୍ଥ ଯାତ୍ରୀ ବେଶରେ ସେ ବିକ୍ରମ ନରେଶ ଉଜ୍ଜଳ ନଗରେ

ପୁଣି ହେଲେ ପରବେଶ ॥ ଦେଖିଲେ ସେ ଦେଶ ସାରା ହୋଇ

ଛାରଖାଇ ଭାଙ୍ଗି ଯାଉଅଛି ଯେତେ ଦେବତା ମନ୍ଦିର॥ ପ୍ରଜା ମାନେ      ବିକଳରେ ତହିଁ ବାସ କରି । ରହିଛନ୍ତି ମୃତପ୍ରାୟ ରାକ୍ଷସିକି ଡରି

 

      ଏହା ଦେଖି ପଚାରିଲେ ବିକ୍ରମ ନରେଶ କ୍ଷ କାହିଁ ପାଇଁ ପରଜାଏ ହେଉଛ ଅତାଶ ।। ତାହାଶୂଣୀ ଏକ ବିପ୍ର କହେ ତାଙ୍କୁ ବାଣୀ ।ରହିଛି ନବରେ ଆସି ଏକ ରକ୍ଷାସୁଣୀ ।ବିକ୍ରମ ଆଦିତ୍ୟ ରାଜା ପୂର୍ବେ       ତହିଁଥିଲେ ।ଭାତୃବଦ୍ଧ କରି ସେହି ତୀର୍ଥଯାତ୍ରୀ ହେଲେ ॥

 

ଅରାଜକ ରାଜ୍ୟ ଦେଖି ରାକ୍ଷସୀ ଅଇଲା ।ଘୋର ଉପଦ୍ରବ କରି

ପ୍ରଜାଙ୍କୁ ଖାଇଲା ॥ଭୟେ ତାର ପ୍ରଜାଗଣ କରିନ ବିଚାର ।ଜଣେ

ଜଣେ ପ୍ରତିଦିନ ହେଲେ ନରବର ॥ଯେ ତୋଷିବ ରାକ୍ଷସିକୁ ରାଜତ୍ଵ       ପାଇବ ।ନୋହିଲେ ସେଦିନ ତାକୁ ରକ୍ଷ୍ୟସୀ ଖାଇବ॥

 

ସେହିପରି ପାଳି କରି ଜଣେ ରାଜା ହୁଏ ।ସମସ୍ୟା ନ ପାଇ ତାକୁ

ରାକ୍ଷ।ସୁଣୀ ଖାଏ ॥ପାଳିକ୍ରମେ ଏହିପରି ଯେତେ ରାଜା ହେଲେ ତା

କବଳୁ ଜଣେ କେହି ବାହୁଡି ନଇଲେ ॥ ଦଇବରେ ଆଜି ପାଳି

ପଡିଛି ମୋହର । ନିଶ୍ଚୟ କରିବ ଆଜି ମୋତେ ସେ ଆହାର

 

ଏହା ଶୁଣି ମନମଧ୍ୟେ ବିଚାରିଲେ ରାୟେ । ମୋ ଯୋଗୁ ସିନା ଏ ଦୁଃଖ ପାଇଲେ ପ୍ରଜାଏ ॥ ନିଜ ନାମ ଗୁପ୍ତ ରଖି ବିପ୍ରକୁ କହିଲେ।       ତୁମ୍ଭପାଇଁ ଆଜି ମୁହିଁ ହେବି ଭଲେ ॥ ଶୁଣୀ ବିପ୍ର କହେ ଏହା ଉଚିତ ନୁହଁଇ । ମୋ ଛାର ଜୀବନପଇଁ ବିଦେଶୀ ମରଇ ॥ କିପରି ହୋଇଣ ଏହା କହୁଛ ଆପଣ ଏହାସେ ବିଦେଶୀ କହଇ ବଚନ ଆହେ ବିପ୍ର ମୋର ଭାର୍ୟ୍ୟା ପୁତ୍ର କଥା ନାହିଁ ଉପକାରେ ମଲେ ସ୍ଵର୍ଗ ଭୁଞ୍ଜି ବଇଁ ॥ ଈଶ୍ଵର ଙ୍କ ଦୟାହେଲେ ହୋଇବି ନୃପତି ।ନୋହିଲେ ତ ପରଲୋକେ ପାଇବି ସଦଗତି ॥ ଏଥିପାଇଁ ମନେ ମୋର ନାହିଁ କିଛି ଭୟ ରାଜା ହେଲେ ତୁମ୍ଭେମାନେ ମାନିବ କି କୁହ ॥ ଉତ୍ତର ନ ଦେଲେ ଏହାଶୁଣି ମନ୍ତ୍ରୀମାନେ। କି ଘଟିବ ଏଥୁ ବୋଲି ରହିଳେ ମଉନେ ॥ ମାନସରେ ଅତି ତୋଷ ହୋଇ ସେ ବ୍ରାହ୍ମଣ । ବିଷ୍ଣୁଚିନ୍ତି ବିଦେଶୀର ବାଞ୍ଚଇ କଲ୍ୟାଣ

 

ପ୍ରଜା ମାନେ ଦେଖି ତାକୁ ଆନନ୍ଦ ହୋଇଲେ । ଈଶ୍ଵର ରଖନ୍ତୁ ବୋଲି

ଆର୍ଶୀବାଦ କଲେ ଆରୋହିଲେ ମତ୍ତହସ୍ତୀ ବିକ୍ରମ ମିହର ।ବାଜିଲା

ଟମକ ଭେରୀ ଶଙ୍ଖ ବୀରତୁର ॥ ତହୁ ଯାଇ ସିଂହଦ୍ଵାରେ ପ୍ରବେଶ

ହୋଇଲେ । ପାତ୍ର ମନ୍ତ୍ରୀ ସେବାକାରୀ ସକଳେ ମିଳିଲେ

 

ହରଷା ଆସିଲା ଦେଖି ସରବ ମାନସେ । ତହୁ ଯାଇ ରାଜସିଂହ।ସନେ

ବସିଲେ ସେ ଛତ୍ର ଟେକଇଣ ଶିରେ ଅଭିଶକ୍ତ ହେଲେ ପ୍ରଜା ମନ୍ତ୍ରୀ ଦେଶବାସୀ ଚରଣେ ଭେଟିଲେ

 

ବ୍ର।ହ୍ମଣେ ହୋଇଣ ରୁଣ୍ଡ ଦିଅନ୍ତି ଆଶୀଷ

ଦୀର୍ଘଜୀବୀ ହୋଇ ଏହୁ ପ।ଳନ୍ତୁ ଏ ଦେଶ ॥ ଜଗନ୍ନଥା କହେ ପାପ ଦଶ। ହେଲେ ଶେଷ । ଅନାୟାଶେ ଶୁଭଫଳ ମିଲଇ ଅବଶ୍ୟ ॥

 

ର।କ୍ଷସୀନିକଟରେ ବିକ୍ରମାଦିତ୍ୟୟଙ୍କ ବିଜୟଲାଭ

 

ଏଥୁଅନ୍ତେ ରାଜା ହୋଇ ବିକ୍ରମ ନୃପତି । ଡକାଇ ପ୍ରଜାଙ୍କୁ ତହୁଁ

କହିଲେ ଝଟତି॥ ଦେଶବ।ଶୀ ପରଜାଏ ଶୁଣ ମୋ ବଚନ । ଏହି

ସବୁ ଖାଦ୍ୟ ଦ୍ରବ୍ୟ କରିବା ରନ୍ଧନ ॥ ମହଣ ମହଣ ତଣ୍ଡୁଳରେ ହେବ

ଅନ୍ନ । ହାଣ୍ଡିମାନଙ୍କର ତାହା ରୋହିଥିବ ପୂର୍ଣ ।।

ଦଧି ଘୃତ କ୍ଷୀରଛେନା ପଣା ଯୋଗାଡିବ । କ୍ଷୀରି ପିଠା ନାନାବିଧ

ବ୍ୟଞ୍ଜନ ରାନ୍ଧିବା ॥ ନାନାବିଧ ପଶୁ ପକ୍ଷୀ ମାଛ ମାଂସ ତୁଲେ । ପାକ

କରି ସୁବିଧାରେ ସାଇତିବ ଭଲେ ॥ ଆଜି ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ

ଆଣିବ । ଏହି ରାଜ ନବରରେ ସକଳ ରଖିବ ॥

 

ଲଙ୍ଘନକରିବ ଆମ୍ଭ ଆଜ୍ଞା ଯେଉଁ ଜନ । ରାଜ ଦଣ୍ଡ ପାଇବ ସେ ନ

ହୋଈବ ଆନ ॥ ଏହା ଶୁଣୀ ମନ୍ତ୍ରୀଗଣ ଆଜ୍ଞା ଶିରେ ନେଇ । ଦିଆଇଲେ

ଘୋଷଣା ସେ ଡଗରା ଡକାଇ ॥ ଆଜ୍ଞା ପାଇ ପୁରଜନେ ପାକ ସିଦ୍ଧ

କଲେ । ସନ୍ଧ୍ୟାହେବା ପୂର୍ବେ ତାହା ନଗରେ ଆଣିଲେ ॥

 

ନରପତି ଆଗେ ନେଇ ରଖିଲ ସମସ୍ତ । ବିକ୍ରମ ଶୟନ ଘରେ ଥୋଇଲେ

ତୁରନ୍ତ ॥ ସନ୍ଧ୍ୟା ହେଲା ଦିନକର ଅସ୍ତ ଯହୁଁ ହେଲେ ।

ବିକ୍ରମମିହିର ସମସ୍ତଙ୍କୁ ବିଦ।କଲେ

 

ସମସ୍ତେ ଚଳିଲେ ଆଜ୍ଞା ପାଇ ଯେଝାପୁରେ । ନରପତି ତହୁଁ ଯାଇ

ଆସନେ ବସିଲେ ॥ ଇଷ୍ଟ ଦେବ ସାରି ରାତ୍ରି ପ୍ରହରେ ହୋଇଲା । ରାକ୍ଷସୀ

ତକ୍ଷଣେ ଆସି ସେଠାରେ ମିଳିଲା ଦେଖିଲ ଆସନେ ବସିଛନ୍ତି ନରସାଇଁ

ଚାରିପାଖେ ବଳି ଭୋଜା ବହୁତ ଅଛଇ

 

ଖାଇବାକୁ ବଳି ସେହୁ ବଳାଇଲା ମନ । ତାହା ଦେଖି ପଚାରିଲେ ବିକ୍ରମ

ରାଜନ ॥ କହ ତୁମ୍ଭ ନାମ କିଏ କାହୁଁ ଆସିଅଛ ଗନ୍ଧର୍ବୀ କିନ୍ନରୀ ଅବା

ପିଶାଚୀ ରାକ୍ଷସୀ । ପ୍ରବେଶ ହୋଇଲ ଏଥି ଭୟଙ୍କର କାୟ । ଦେଖିଲକ୍ଷଣୀ ତ

ମନେ ଲଗାଇ ସଶୟ । ତାହାଶୁଣି କହିଲା ସେ ମୁହିଁ ନିଶାଚରୀ ।

 

ସ୍ଥିର ହୁଅ ନରପତେ ତିଳେହେଁ ନ ଡଋ । ଚାରିଗୋଟି ସମସ୍ୟା ଯେ ପଚାରିବି

ମୁହିଁ । ଚାରିଥିରେ ତାହା ପୂର୍ଣ କରିଦେବ କହି । ଚାରି ପ୍ରହରେ ସମସ୍ୟା

ନକଲେ ପୂରଣ । ତହିଁ ପରେ ତୁମ୍ଭଙ୍କୁ ମୁ କରିବି ଭୋଜନ ॥ ନରପତି ତାହା

ଶୁଣି କହିଲେ ଏ ଗିରି । ତୁମ୍ଭ ଇଚ୍ଛାମତେ ବେଗେ ସମସ୍ୟା ପଚାର । ତହୁଁ

ନିଶାଚରୀ ଅତି ଉଚ୍ଚ ସ୍ଵର କରି । ବୋଇଲା ସମସ୍ୟା ଶୁଣ ଆହେ ଦଣ୍ଡଧାରୀ

 

ର।କ୍ଷସ୍ୟୁବ।ଚ

ଶ୍ଳୋକଃ- ପୃଥ୍ବୀ ଗୁରୁତର କା ଚ କ ଉଚ୍ଚୋ ଗଗନ।ଦପି ।

ତୃଣାଲ୍ଲାଘୁତରା କା ଚ କଶ୍ଚଳଃ ପବନତତ୍ପରଃ

କେ ବା ଗୁରୁ ମହିଠାରୁ ଉଚ୍ଚ ଆକାଶରୁ । ପବନ ରୁ ଚଞ୍ଚଲ

କେ ନୀଚ ତୃଣଠାରୁ ॥

 

 

ର।ଜୋବ।ଚ

ଶ୍ଳୋକଃ - ପୃଥ୍ବୀ ଗୁରୁତର ମ।ତ। ପିତା ଚ ଗଗନ।ଦପି ।

ତୃଣାଲ୍ଲାଘୃତରୋ ଭିକ୍ଷୁର୍ବାତଗ୍ରେ ଚାଲତେ ମନଃ

 

କହିଲେ ର।ଜନ ମାତା ଧରଣୀ ରୁ ଗୃ ରୁ । ପିଅର ଅଟନ୍ତି

ଉଚ ଜାଣ ଗଗନରୁ । ପବନରୁ ଚଞ୍ଚଳଟି ମନ ବୋଲି ଜାଣ ।

ଭିକ୍ଷୁ ଠାରୁ ନୀଚ ହୋଇ ନହିଁ କିଛି ଆନ ॥ ଶୁଣି ନିଶାଚରୀ

ବଳି ଖାଇତୋଷ ମନେ । ବିଚାରିଲେ ହେବ ଏହୁ ସୁପଣ୍ଡିତ ଜଣେ । ତହୁଁ ଯାଇ ପୁଣି ରାତ୍ର ଦ୍ଵିତୀୟ ପ୍ରହରେ । ଆଉ ଏକ ସମସ୍ୟା ସେ ରାଜଙ୍କୁ ପଚାରେ ॥

 

ର।କ୍ଷସ୍ୟୁବ।ଚ

ଶ୍ଳୋକଃ– କଥମୁତ୍ପଦ୍ୟତେ ଧର୍ମ କଥଂ ଧର୍ମ ପ୍ରବର୍ତ୍ତତେ

କଥଂ ବା ସ୍ଥାପିତ ଧର୍ମ କଥଂ ଧର୍ମୋ ବିନଶ୍ୟତି

 

କି କଲେ ଜନମେ ଧର୍ମ କାହିଁ ପ୍ରବର୍ତ୍ତାଇ । କେଉଁ ଠାରେ

ଧର୍ମ ପୁଣି ରହେ ସ୍ତିର ହୋଇ ॥ କେବଣ ମାର୍ଗରେ ଧର୍ମ

ହୁଆଇ ବିନାଶ । ଉତ୍ତର ଏହାର ତହୁଁ ଦିଅନ୍ତି ନରେଶ ॥

 

ର।ଜୋବାଚ

ଶ୍ଳୋକ – ଦୟାୟୋତ୍ପଦ୍ୟତେ ଧର୍ମ ଧର୍ମ ସତ୍ୟ ପ୍ରବର୍ତ୍ତତେ ।

କ୍ଷମୟା ସ୍ଥାପିତୋ ଧର୍ମ ଲୋଭେ ଧର୍ମେ ବିନାଶ୍ୟତି

 

ଦୟଦ୍ଵାରା ଜନ୍ମେ ଧର୍ମ ପ୍ରବର୍ତ୍ତାଇ ସତ୍ୟେ । କ୍ଷମା ହେତୁ ସ୍ତିର

ହୁଏ ଲୋଭେ କ୍ଷୟ ନିତ୍ୟେ ॥ ଏହା ଶୁଣି ନିଶାଚରୀ ବଳିଭୋଜା ଖାଇ । ଚାଲିଗଲା ଫୁଲାଇଣ ମଜ୍ଜା ହର୍ଷ ହୋଇ । ତୃତୀୟ ପ୍ରହର

ରାତ୍ର ହୋଇବାରୁ ପୁଣି । ପ୍ରଶ୍ନ କାଲ ନୃପତିଙ୍କୁ ଆସି ରାକ୍ଷସୁଣୀ ।

 

ର।କ୍ଷସ୍ୟୁବ।ଚ

ଶ୍ଳୋକ –କୋଣସି ନାମ ମହାରାଜା କା ସା ବୈତରଣୀ ନଦୀ

କା କାମଦୁହାଧେନୁ କଃ ସନ୍ତୋଷଜନନଂ ମନଃ

 

ରାଜା ବୋଲି କାହାକୁ ହେ କହଇ ଜଗତ । କିଏ ହୁଏ ବୈତରଣୀ ନଦୀ

ନାମେ ଖ୍ୟାତ । କାହା ନାମ କାମଧେନୁ ବୋଲି ହୋଇଅଛି। ମନକୁ

କେ ସବୁକାଳେ ସନ୍ତୋଷ ଦେଉଛି ॥

 

ରାଜୋବାଚ

ଶ୍ଳୋକଃ ଧର୍ମତଃ ପଲ୍ୟତେ ରାଜା ଆଶା ବୈତରଣୀ ନଦୀ

ବିଦ୍ୟା କାମଦୁହାଧେନୁ ସ୍ତୁଷ୍ଟେ ଚାତ୍ମନି ତୁଷ୍ୟତି

 

ନରେଶ ବୋଇଲେ ଧର୍ମେ ଯେ ରାଜ୍ୟ ପାଲଇ। ରାଜା ସେହି

ପୁଣି ଆଶ ବୈତରଣୀ ନଦୀ ॥ ବିଦ୍ୟା କମଧେନୁ ବୋଲି ଜଗତେ

ବିଦିତ । ଆତ୍ମା ତୁଷ୍ଟ ହେଲେ ପ୍ରାଣୀ ହୁଅଇ ସନ୍ତୁଷ୍ଟ ॥ ଏହା ଶୁଣି

ବଳି ଭୋଜା ଖାଇ ନିଶାଚରୀ

 

ସନ୍ତୋଷ ମନରେ ତହୁଁ ଗଲା ସେ

ବାହାରି ॥ଚତୁର୍ଥ ପ୍ରହାର ନିଶି ଯହୁଁ ପ୍ରବେଶୀଳା ।ରାଜପାଶେ ପରବେଶ

ରାକ୍ଷସୀ ହୋଇଲା ॥କହିଲା ସେ ଉଚ୍ଚସ୍ବରେ ଶୁଣ ହେ ରାଜନ । ଏହି

ଶେଷ ସମସ୍ୟାଟି କର ବେଗେ ପୂର୍ଣ୍ଣ

।କ୍ଷସ୍ୟୁବ।ଚ

ଶ୍ଳୋକଃ ଦିବା ବିଭେତି କକେଭ୍ୟୋ ରତ୍ରୌ ସଂସରତେ ନାଦି

ତଥା ନନ୍ତ୍ର ଭୟ ନାସ୍ତି ତଦ୍ଧି ଜାଣନ୍ତି      ତଦବିଦଃ ॥

କାକରବ ଶୁଣିଲେ କେ ଦିବଶେ ଡରଇ । ରାତ୍ରେ ପୁଣି କିପରି ସେ ନଦୀ

ପାର ହୋଇ ॥ ସ୍ତିରିକି ପୁରୁଷ କେହୁ କହ ସେ ଅଟଇ ।

କୁମ୍ଭୀରକୁ କି ଲାଗି ସେ ଭୟ ନ କରଇ ॥

 

ରାଜୋବଚ

ଶ୍ଳୋକଃ ଦୁଷ୍ଟା ସ୍ତ୍ରୀ ନୃପତିଗେର୍ହେ କାକବେଣ ମୁର୍ଚ୍ଛିତା

ନାୟକର୍ଥେ ନଦୀପାରଂ ହରିଦ୍ରାମର୍ଦ୍ଦନ ତଥା

 

ଏହା ଶୁଣି ନରପାଳ ଏ ଉତ୍ତର ଭାସେ । ଯେଉଁ ରାଜାସ୍ତିରି ଯାଏ

ଜାରପୁଂସ ପାଶେ ॥ ଭୟପାଏ କାକ ରାବ ଶୁଣି ସେ ଦିବସେ ।

ରଜନୀ ରେ ନଦୀ ପାର ହୁଏ ପୁଂସ ପାଶେ ॥ ଦେହରେ ହଳଦୀ ସେହୁ

ବୋଲି ହୋଇଥାଏ । ସେଥିପାଇଁ କୁମ୍ଭୀର ର ଭୟ ତାର ନୋହେ ॥

 

ତହୁଁ ନୃପତିଙ୍କିହରିଗଲା ନିଶାଚରୀ । ଅବଶିଷ୍ଟ ବଳିଭୋଜା ସୁଖେଗଲା ଚରି

ସନ୍ତୋସେ ନରପାଳ ଙ୍କୁ ଯାଚିଲା ସେ ବର । କହିଲା ଯା ଇଚ୍ଛା ଅଛି ମାଗ ହେ

ସତ୍ଵର ॥ ବିକ୍ରମ ପୁଚ୍ଛୀଲେ କେତେ ଆୟୁଷ ମୋହର । ଦୟାକରି ହେ ରାକ୍ଷସୀ

କହ ମୋ ଆଗର ॥

 

କହେ ନିଶାଚରୀ ଶୁଣି ଚାରିଶ ପଞ୍ଚାଶ । ବରଷ ଯେ ତିନି

ମାସ ଦିନ ସପ୍ତଦଶ ॥ ଏଥୁ ଊଣା ଅଧିକ ଯେ ନୁହେ କେତେବେଳେ । ଏହି କଥା

ତଥ୍ୟ କରି କହିଲି ମୁ ହେଳେ ॥ ଏହା ଶୁଣି କହିଲେ ସେ ବିକ୍ରମ ମିହିର ।

ତହୁଁ କିଛି ଊଣା ଅବା ଅଧିକ ଯେ କର ॥

 

ରାକ୍ଷସୀ କହିଲା ତାହା ମୋ ହାତରେ ନାହି ॥ ଏ ବର କୁ କଦାଚିତେ ଦେଇନ ପାରଇ ॥ ଏହା ଶୁଣି ନରପତି ପୁଚ୍ଛୀଲେ ତାହାକୁ ॥ ତେବେ ଆଜି କି ପ୍ରକାରେ ଖାଆନ୍ତୁ ଆମ୍ଭଙ୍କୁ ॥ ଏହା ଶୁଣି ନିଶାଚରୀ ସନ୍ତୋଗ ମନରେ ।

 

 

ଯୋଗାସନ ମନ୍ତ୍ର ଦେଲା ନୃପତି କର୍ଣ୍ଣରେ॥ କହିଲା ଏ

ବିଦ୍ୟାବଲେ ବସି ଯୋଗାସନେ ଯହିଁ ଇଚ୍ଛା ତହିଁ ଯିବ

ମୋହର ପ୍ରସନ୍ନେ । ଯେତେବେଲେ ମନେ ମନେ ଭାବୁଥିବ

ମୋତେ । ହେବି ପରବେଶ ଜାଣ ତୁମ୍ଭର ଅଗ୍ରତେ

 

ପରମାଦକେଭେ ତୁମ୍ବରାଜ୍ୟେ ନ ପଡିବା ତୁମ୍ବର ହୋଇବ ସବୁଠାରେ

ଜୟଲାଭ । ବରଦେଇ ନିଶାଚରୀ ହେଲା ଅନ୍ତର୍ଦ୍ଧାନ ରାନ୍ତ୍ରେ ଉଜାଗର

ରହିଥିଲେ ନରଗଣ ସେ ସକାଶୁଁ ପ୍ରଭାତରୁ ପଲ୍ୟଙ୍କେ ନୃପତି

ଶୋଇଲେ ନିଶିନ୍ତ ମନେ ଛାଡି ଭୀତି

 

ଦେଖୁ ଦେଖୁଦିନ ଆସି ହେଲା ପାଞ୍ଚ ଘଡି । ବିଚାରିଲେ ମନ୍ତ୍ରୀମାନେ ରାଜା

ଗଲା ମରି । ଜୀଇଥିଲେ ପ୍ରଭାତରୁ ଅବଶ୍ୟ ଉଠନ୍ତା । ଏତେ ଭାବି

ମନେ ତାଙ୍କ ହେଲା ଗୁରୁଚିନ୍ତା । କହେ ଜଗନ୍ନାଥ ସିଂହ ନ ହୁଅ

ବିକଲ । ଦୁଃଖ ଗଲା ପ୍ରକାଶିବ ଏବେ ଶୁଭବେଲା ।

 

ବିନ୍ତ୍ରମାଦିତ୍ୟଙ୍କର ପରିଚୟ ପ୍ରଦାନ

ଏଥୁଅନ୍ତେ ସାଧୁଜନେ ମନ ଦେଇ ଶୁଣ ।ଏକନ୍ତ୍ରିତେ ବିଚାରନ୍ତି

ଯେତେ ମନ୍ତ୍ରି ଗଣ । ଗତ ରାନ୍ତ୍ରେ କି ଘଟିଲା ଜଣା ଗଲା ନାହିଁ।

ମଲା କି ବା ନରପତି ଅଛି ପ୍ରାଣେ ରହି । ଏତେ ଭାବି ତହିଁ ଦୁତ ଏକ

ପଠାଇଲେ ଦେଖି ଆସ ନରପତି ଜୀବିତକି ମଲେ ।।

 

କେହି ତରାକ୍ଷସୀ ମୁଖୁ ବଞ୍ଚି ଆସି ନ।ହିଁ ।ଏହାକୁ କି ନିଶାଚରୀ ରଖିଛି

ନ ଖାଇ ।। ମନ୍ତ୍ରୀ ଆଜ୍ଞା ଘେନି ଚାର ଚଳିଗଲା ବେଗେ। ଏମନ୍ତ କହିଲା ଦେଖି ଆସି ମନ୍ତ୍ରୀ ଆଗେ । ବସିଛି ପୁରୁଷ ଏକ ଦେଖିଲି

ଭିତରେ। ବିଚାରନ୍ତି ଶୁଣି ମନ୍ତ୍ରୀ ଭୁତ ହୋଇପାରି କିବା

ନିଶାଚରୀ ତାଙ୍କୁ ଖ।ଇନାହି ରାନ୍ତ୍ର।ଦେଖିବାକୁ ଜୀବା ଲଗି

ହୁଏ ଭୟଯାତ

 

ଏପରି ସମୟେ ତହିଁ ଏକଇ ବ୍ରାହ୍ମଣ

ପହଞ୍ଚିଲେ ହରିନାମ ମୁଖେ ଉଚ।ରୀଣ ।। ତାଙ୍କୁ ଦେଖୀ ମନ୍ତିଗଣ କଲେ ନମସ୍କ।ର ।

ପଠ।ଇଲେ ଦେଖୀ ଆସ ବୋଲି ରାଜପୁର ।। ବ୍ରାହ୍ମତେଜେ

ନିର୍ଭୟର ସେହୁ ବିପ୍ରବର । ପସିଯାଏ ଦେଖିଲି ଯେ ବିନ୍ତ୍ରମା

ମିହିର ॥ ବସିଛନ୍ତି ପଲ୍ୟଙ୍କରେ ଦୂର କରିଭୟ। କହେ ବିପ୍ର

ଦଣ୍ଡଧାରୀ ଜୟଯୁକ୍ତ ହୁଅ ।।

 

ଶୁଣି ରାଜା ଉଠିଗଲେ ତାକୁ ପ୍ରଣାମ କରିଲେ

ପାନ୍ତ୍ରମନ୍ତ୍ରୀ କାହିଁ ଗଲେ ବୋଲି ପଚାରିଲେ ବିପ୍ର ଭାଷେ ଭୁତ

ଭୟେ ନ ଆସନ୍ତି ଏଥି ଏକନ୍ତ୍ରିତ ହୋଇ ସର୍ବେଦୁଆରେ ଅଛନ୍ତି

ଏଠାବରେ ଆଜିଯାଏ ରାଜା ଯେତେ ହେଲେ ରାକ୍ଷସୀ ମୁଖରୁ କେହିବର୍ତ୍ତ ନ ପାରିଲେ କି ଉପାୟେ ତୁମ୍ଭେଆଜି ରହିଛ ଜୀବିତ କିଏତୁମ୍ଭେ ମହାତମା କହ ସତ୍ୟ

 

ଶୁଣିରାଜା ସବିନୟେ କହିଲେ ଏମନ୍ତ ।

ଆମ୍ଭେ ତୁମ୍ଭ ପୁର୍ବ ରାଜା ବିନ୍ତ୍ରମ ଆଦିତ୍ୟ ତହିଁ

ରାଜାବିପ୍ର ଆଗେ ସକଲ କହିଲେ ରାନ୍ତ୍ର ଯାହା ହୋଇଥିଲାର।କ୍ଷ୍ୟସୀର

ତୁଲେ ଶୁଣି ଦ୍ଵିଜ ବେଦମତେ ଆଶୀର୍ବାଦ କଲେ ବିନ୍ତ୍ରମ ନୂପତି

ତ।ଙ୍କୁ ଧନ ରତ୍ନ ଦେଲେ

 

ମେଲାଣି ହୋଇଣ ଦ୍ଵିଜ ତହୁଁ ଚଲି

ଗଲେ । ସବୁକାଥା ମନ୍ତ୍ରୀଙ୍କର ଆଗେ ଜଣାଇଲେ ତାଙ୍କଠାରୁ ଧନ

ପାଇ ଗଲେ ଦ୍ଵିଜବର । ବାହାରିଲେ ମନ୍ତ୍ରୀମାନେ ଘେନିଉପହର । ବହୁବିଧ ଭେଟି ଦ୍ରବ୍ୟ ସଙ୍ଗତେ ଘେନିଣ । ଆନନ୍ଦେ ରାଜାଙ୍କୁ ଯାଇ କଲେ ଦରଶନ । ତାଙ୍କୁ ଦେଖି ଆଜ୍ଞା ଦେଲେ ବିନ୍ତ୍ରମ

ମିହିର ।ଦିଆଅ ଘୋଷଣା ଦେଶୁଁ ଭୟ ହେଳା ଦୁର

 

ନିଶାଚରୀଭୟ ଆଉ ନୋହିବ ତୁମ୍ଭର । ମହାସୁଖେ ପୂର୍ବ ପରି ସର୍ବେ ବାସକର । ଆଜ୍ଞା ପାଇ ମନ୍ତ୍ରୀ ଗଣ ଚଳିଗଲେଖରେ । ଅଭୟ ଘୋଷଣା ଦେଶଜାକ ଦିଆଇଲେ । ଗୀତ ଚନ୍ଦେ କହେ ଏହା ସିଂହ ଜଗନ୍ନାଥ ସୁଖେ ବସ ପ୍ରଜା ପାଳ ଆହେ ନରନାଥ।

 

ବତ୍ରିଶ ସିଂହାସନର ଉପ୍ତତ୍ତି ବୃତ୍ତାନ୍ତ

ଏଥୁଅନ୍ତେ କାଥାସାର ଶୁଣ ସାଧୁ ଜନେ । ସ୍ଵର୍ଗେ ନୃତ୍ୟ

କରୁଥୀଲେ ଅପସରା ଗଣେ ॥ ହୁ ହୁ ଗନ୍ଧର୍ବର ଥିଲେ ବନ୍ତ୍ରିଶ କୁମର ।

ଅପସର।ଙ୍କର ଦେଖି ରୂପ ମନୋହର ॥ ଠାରିଦେଲେ କ।ମବଶେ

ନୟନ ପ୍ରାନ୍ତରେ । ନାଚୁଣୀର ତ।ଳ ଭଙ୍ଗ ହେଲ। ସେହିଠାରେ ॥

 

ଦେଖି ତାହାଠାରେ କୋପ କଲେ ପୁରନ୍ଦର । କହେ ଅପସରା

ତାଙ୍କୁ ଯୋଡି ବେନିକର ॥ ମୋହଠାରେ ଦୋଷ କିଛି ନାହି

ସୁରସାଇଁ । ଏମାନଙ୍କ ନେତ୍ରଠାରେ ଭ୍ର ମିଗଳି ମୁହିଁ । ତ।ଳ ମୋର

ଭୁଲାହେଲା ଏ ସତ୍ୟ ଅଟଇ ଏହା ସୁନି ଅତିନ୍ତ୍ରୋଧେ ତାଙ୍କୁ ଶଚୀସାଇଁ

 

କହିଲେ ଗନ୍ଧର୍ବ ପୁନ୍ତ୍ରେ ହୁଅ କାଠରୂପ। ଦୁରାଚର ବ୍ୟବହାରୁ

ଘେନି ଏହି ଶାପ ॥ ଶୁଣିଣ ସେମାନେ ପୂରନ୍ଦର ପାଦେ ପଡି।

ଜଣାଇଲେ ଅତିଦୁଃଖେ ଶିରେ କର ଯୋଡି ତୁମ୍ଭୁ ଅଭିଶାପେ

ଯେବେ ଆମ୍ଭେ ହେବୁ କ।ଷ୍ଟ । କହ କି ରୂପରେ ପୁଣି ହୋଇବୁମୂକତା

 

ସେମାନେ ଭକ୍ତି ଦେଖି ତୋଷେ ସୁରଗଣ । କହଲେ

ମୋହର ବାକ୍ୟଏବେ ଭଲେ ଶୁନ ॥ କ।ଷ୍ଟ ହୁଅ ତାହାକୁ ମୁ କରି

ସିଂହାସନ। ବିକ୍ରମାଦିତ ହସ୍ତୁ କରିବ ପ୍ରଦାନ ॥ ତାହିଂରୁ ସେ ବସି

ରାଜ୍ୟ ଶାସନ କରିଲେ । ସେ ସକାଶୁ ଅଧେପାପ ଖଣ୍ଡିବ ହେ ଭଲେ ..

 

ତାଙ୍କ ଅନ୍ତେ ତାଙ୍କ ପୁତ୍ର ହେବ ଯେବେ ରାଜା । ସେହି ସିଂହାସନେ

ବସି ପାଳିବ ପରଜା॥ ସେ ସମୟେ ପାଦେ ପାପ ହୋଇବା କ୍ଷାଳନ

ଶେହୁ ସ୍ଵର୍ଗେ ଯାନ୍ତି ପୋତି ହେବ ସିଂହାସନ ॥ ମ॥ଟିତଳେ ବହୁଦିନ

ତୁମ୍ଭେ ରହିଥିବା। ଭୂମିରେ ତୁମ୍ଭର ପୁଣି ପଦେ ପାପ ଜୀବ ଉଜ୍ଜଳ

 

ନଗରେ ଭୋଜେ ହେବ ନରଗଣ । କିଛିକାଲେ ସିଂହାସନ ପାଇବେ

ସେ ପୁଣି। ବସିବାକୁ ତ।ଉପରେ ଯିବେ ଯେତେବେଳେ ॥ ତୁମ୍ଭ

ମାନେ ନିରୋଧିବ ତାଙ୍କୁ ସେହିକ।ଲେ ।

 

ବିନ୍ତ୍ରଙ୍କ କୀର୍ତ୍ତ ତାଙ୍କୁ

ଜଣେ ଜଣେ କହି। ତହୁଁଆସ ସୁର୍ଗସ୍ଥାନେ ନିଜ ଦେହ ପାଇ ॥ଏହା

ଅଟେ ଜ।ଣ ତୁମ୍ଭ ଲଲାଟ ଲିଖନ ନିଶ୍ଚେ ଭୋଗ ହେବ କେବା ନ

ହୋଇବା ଆନ॥ ଗନ୍ଧବଙ୍କ ସୁତେ ତତକ୍ଷଣି କାଷ୍ଟ ହେଲା। ଡାକିଲା

ବିଶ୍ଵକର୍ମାଙ୍କୁ ଇନ୍ଦ୍ର ଆଜ୍ଞା ଦେଲେ ॥ ରତ୍ନମୟ ସିଂହାସନ ଯତନେ

ରଚିବା। ଏ ବନ୍ତ୍ରିସ ପିତ୍ତୁ ଲାଲୁ ତାହିଁରୁ ଖଞିବ ॥ ଶ୍ରୀଘ ଆଣି

ସମର୍ପିବ ଆମ୍ଭ ଶ୍ରୀଛାମୁରେ । ଏହା ଶୁଣି ବିଶ୍ଵକର୍ମା କଲା ସେ ପ୍ରକାରେ ॥

ଜଗନ୍ନାଥ ସିଂହ କହେ ଦେଖ ଭାଗ୍ୟ ଖେଳ । ପାଇବେ ସେ ସିଂହାସନ

ବିକ୍ରମ ନୃପାଳ

 

ବିକ୍ରମାଦିତ୍ୟଙ୍କ ସିଂହାସନ ଲାଭ

ସୁର୍ଗପୁରେ ସିଂହାସନ କେତେଦିନଯାଏ । ଇନ୍ଦ୍ରଙ୍କ ଆଗରେ

ସଭା ସମୀପରେ ଥାଏ ଦିନକରେ ସ୍ଵର୍ଗ ସଭା ମଧେ ପୁରୋହିତ

ରମ୍ଭା ଉର୍ବଶୀଙ୍କ ଡାକି କରାଇଲେ ନୃତ୍ୟ ସେ ଦୁହେ ତ ସାରିସମ

ବିବାଦେ ନର୍ତନ । କଲେ ତାହି ହର। ଜଣ।ନୋହିଲା ଦର୍ଶନ ॥

 

ନୂତ୍ୟଦେଖି ଗନ୍ଧର୍ବ ଙ୍କୁ ଇନ୍ଦ୍ର ପଚାରିଲେ । କିଏ ଉଣ। କେ

ଅଧିକ କହିବଟି ଉଲେ। ଏହା ଶୁଣି ଚିତ୍ର ସେନ ଉତ୍ତର ଦିଅଇ

ଉଜ୍ଜ୍ଵଳ ନଗରେ ରାଜା ବିମନ୍ତ୍ର ଅଛଇ ॥ ଗନ୍ଧର୍ବସେନର ଶେହୁ ଅଟଇ

ନନ୍ଦନ । ସେ ଆସିଲେ ହାର ଜିଣା । କହିବ ହେ ଜ।ଣ ॥

 

ଇନ୍ଦ୍ରଙ୍କ ଆଜ୍ଞାରେ ଗନ୍ଧର୍ବେକ ଚଲିଗଲା। ବକ୍ରମାଦିତ୍ୟଙ୍କୁ ରଥେ ବସାଇ

ଆଣିଲା। ପରବେଶ କଲା ନେଇ ଦେବସଭା ମଧ୍ୟେ

ନରେଶ ପୁଚ୍ଛୀଲେ ପୂଜା କରି ଇନ୍ଦ୍ର ପ।ଦେ ॥ କାହିଁପାଇଁ ଅଣାଇଲ ସତେ ସ୍ଵର୍ଗପୁର ।ଯାହା ଆଜ୍ଞା ହେବ କରିବି ମୁ ପୁରନ୍ଦର ॥ ପଚାରିଲେ ଦେବରାଜ ଏ

ଦୁହିଙ୍କୁ ନୃତ୍ୟ । ମଧ୍ୟେ ଭଲ କହ କ।ର ବିକ୍ରମଆଦିତ୍ୟ॥

 

ଶୁଣି ନୃପ କହେ ଦେବ ଯୋଡିଏ ଭ୍ରମର । ଅଣାଇଲେ କହିଲେ ମୁ ନୃତ୍ୟ

ଭଲ କ।ର। ଭ୍ରମର ଦିଓଟି ଆଣି ଦେଲେ ସେ ତକ୍ଷଣ । ହସ୍ତେ

ଧରି ନୁତ୍ୟ ଦେଖୁଥିଲେ ନରଗଣ ॥ ଯତନେ ସେ ତାହା ଛାଡିଦେଲେ

ଗୁପତରେ । ଦୁହେ ଯାଇ ଦୁହିଙ୍କର ଦଂଶିଲେ ସ୍ତନରେ। ନୃତ୍ୟ

ଭୋଳେ ରମ୍ଭା ଅତି ମତ୍ତ ହୋଇଥିଲା

ଭ୍ରମରର ଦଶନକୁ ମୋଟେ ନଜାଣିଲା

 

ମ।ନ୍ତ୍ରଉର୍ବସିର ହୋଇଗଲା ତ।ଳଭଙ୍ଗ । ଜଣାଇଲେ

ନରପତି ସୁରପତି ଆଗ॥ ଦୁହିଙ୍କୁର ନୃତ୍ୟ ମଧ୍ୟେ ରମ୍ଭାର ଅଧିକ

ଶୁଣିଲେ ସେ ବିବରଣ ଦେବଙ୍କ ନାୟକ ଦେବସଭା ମଧ୍ୟେ

ବିକ୍ରମଙ୍କୁ ପ୍ରଶାସିଲେ । ବନ୍ତ୍ରିଶ ସିଂହାସନଟି ପୁରପାର ଦେଲେ

 

ସଚୀପତିଠାରୁ ନୃପ ହୋଇଲେ ମେଲାଣି ଗନ୍ଧର୍ବେ ସେ ସିଂହାସନ

କାନ୍ଧେ ବହିଆଣି । ଦେଲେ ନେଇ ବିକ୍ରମଙ୍କୁ ଉଜ୍ଜଳ ନଗରେ

ଆନନ୍ଦରେ ସେ ଗନ୍ଧର୍ବେ ଗମେ ସ୍ଵର୍ଗପୁରେ॥ କହେ ଜଗନ୍ନାଥସସିଂହ

ଇଶ୍ଵର ଇଚ୍ଛାରେ ଅସମ୍ଭବ ଦ୍ରବ୍ୟ ମଧ୍ୟ ଅନାୟାସେ ମିଳେ

 

ବିକ୍ରମାଦିତ୍ୟଙ୍କ ମୃତ୍ୟୁ

ସେହି ସିଂହାସନ ପରେ ବିମନ୍ତ୍ର ନୃପତି । ନିତ୍ୟ ବସି ରାଜା

କାର୍ୟ୍ୟ ଶେଷ କରୁଥାନ୍ତି ॥ ଧନ୍ଵନ୍ତରୀ କ୍ଷପଣକ ବରାହ ମିହିର

କାଳିଦାଶ ଭବଭୂତ ସେ ଘଟକର୍ପର॥ ବେତ।ଳଭଟ୍ଟ ଅମରସିଂହ

ବାଣଭଟ୍ଟ । ଏମାନଙ୍କ ନାମ ନବରତ୍ନରେ ପ୍ରକଟ ॥ ନବରତ୍ନ ସଙ୍ଗେ ସଭା ମଣ୍ଡି ନରପତି । ବସୁଥାନ୍ତି ନୀତି ଛାଡି ମନ ଭୟ ଭ୍ରାନ୍ତି॥

 

ଭ।ନୁମତୀ ନାମେ କନ୍ୟା ନୃପ ବିଭାହେଲେ । କିଛିଦିନେ ଭ।ନୁମତୀ

ପୁତ୍ର ପ୍ରବସିଲେ । ବ୍ରାହ୍ମଣେ ଅଇଲେ ଶୁଣି ଜନମ ପୁତ୍ରର

ବିନ୍ତ୍ରମସେନ ବୋଲି ଯେ ନାମ ଦେଲେ ତାର । ଜୟ କଲେ ପୃଥୀବି

ଜ।କ ବିକ୍ରମ ମିହିର। ପାଳିଲେ ସେ ସିଂହ।ସନେ ପ୍ରଜା ବହୁକାଳ

 

ଏଥୁଅନ୍ତେ ଯାହା ହେଲା ସାଧୁଜନ ସୁଣ । ବିକ୍ରମ ଆଦିତ୍ୟ ଦିନେ

ହରଷିତ ମନ॥ ଅଣାଇଲେ ଡାକି ତାଳ ବେତାଳ ଦୁହିଙ୍କୁ।

ଗୁପତରେ ଏହି କଥା ପଚାରିଲେ ତାଙ୍କୁ ॥ସପ୍ତସ୍ଵର୍ଗ ଦେଖିବାକୁ

ଇଚ୍ଛା ହୁଏ ମୋର । ଦେଖିଇ ପାରିବ କି ହେ ମୋତେ ସେ ସକଳ ।

 

ଏହ।ଶୁଣି ସେ ବେତାଳେ ଭାସିଲେ ବଚନ । ଏହି କଥା ଆମ୍ଭ

ପକ୍ଷେ ଅତ୍ୟନ୍ତ ସାମାନ୍ୟ। ମାତ୍ର କଥାଟିଏ ଯେବେ ଯତନେ

ପାଳିବା ସପ୍ତସ୍ଵର୍ଗ ଅନାୟରେ ଦେଖି ହେ ଆସିବ ଗଲାବେଳେ

ତୁମ୍ଭେ ବୁଜିଥିବ ଚକ୍ଷୁ ଦୁଇ ।ସ୍ଵର୍ଗପୁର ହେଲାପରେ ଦେଖିବ ଫିଟାଈ ॥

 

ସ୍ଵର୍ଗ ନୋହୁ ବାଟ ମଧ୍ୟେ ଯେବେ ଚାହି ଦେବ । ତୁମ୍ଭର ଟି ନିଶ୍ଚେ ମୃତ୍ୟୁ ସେହିଠାରେ ହେବ॥ବେତାଳ ଙ୍କ ବାକ୍ୟ ନୃପ କଲେ ଅଙ୍ଗୀକାର ।

ଚକ୍ଷୁ ବୁଜି ପଲ୍ୟଙ୍କରେ ବସିଲେ ସତ୍ଵର ॥

ସେବେତାଳେବହିନେଲେ ତାଙ୍କୁ ଆଜ୍ଞା ପାଇ ।

କିଛି ବାଟ ଥିଲା ଆଉସ୍ଵର୍ଗେଯିବା ପାଇଁ ॥

 

ଜଗତେ କେ ନାହି କ।ଳଠାରୁ ବଳିୟାର

କାଳବଶେ ଚକ୍ଷୁ ଫେଡି ଚାହିଁଲେ ନୃବର ॥ ପଚାରିଲେ ବେତାଳଙ୍କୁ

ଆଉ କେତେ ବାଟ । ଏହା ଦେଖି ଫିଙ୍ଗିଦେଲେ ସେ ବେତାଳ

ଖଟ ॥ ଶେଷ ହୋଇଥିଲା ଆୟୁ ମଲେ ନୃପବର । ଜଗନ୍ନାଥ କହେ

ଜଗନ୍ନାଥେ ଯୋଡି କର ॥

 

ଭୋଜରାଜାଙ୍କର ସିଂହ।ସନାଆରୋହଣ ଓ

ଧନେଶ୍ଵର ସୌଦାଗର ବିବରଣ

 

ଏଥୁଅନ୍ତେ ହେଲା ଯାହା ସୁଣ ସାଧୁଜନ । ସୁର୍ଗପୁର ଦେଖିଗଲେ

ବିକ୍ରମ ରାଜନ ॥ ସେହିଠାରେ ରହି ଆଉ ଫେରି ନ ଆସିଲେ । ତାହା

ଦେଖି ତାଙ୍କୁ ପୁତ୍ର ରାଜପଣ କଲେ ॥ ପିତାଙ୍କର ଶୁଦ୍ଧିକ୍ରିୟା ଶାସ୍ତ୍ର

ନିମୟରେ । ସାରି ମନ୍ତ୍ରୀ ଶହ ରାଜ୍ୟ ପାଳିଲେ ଆଦରେ ।।

 

ପିତାଠାରୁଅଧିକରେ ପାଳି ବସୁମତି । ବୋଲାଇଲେ ଭୂମଣ୍ଡଲେ ଏକ -

ଚକ୍ରବର୍ତ୍ତୀ ॥ ସେହି ସିଂହାସନରେ ବସି ପ୍ରଜା ପାଳୁଥିଲେ । କି ବିଚାରି

ସେହିଠାରୁ ତାକୁ ନେଇଗଲେ ॥ ଗୁପ୍ତ କରି ଭୂମିତଳେ ପୋତ।ଇ

ତାହାକୁ । କିଛିଦିନେ ଆୟୁ ଶେଷେ ଗମିଲେ ସ୍ଵର୍ଗକୁ॥

 

ତହୁଚାଲିଗଲେ ଏହିମତେ କେତେଦିନ। ଉଜ୍ଜଳ ନଗରେ ହେଲେ ଭୋଜ

ନରଗଣ ।ପ୍ରଜାଗଣେ ପୁତ୍ର ସମ ପରି ସେ ପାଳିଲେ । ବ୍ରାହ୍ମଣକୁ ବରି ଧନ

ରତ୍ନ ଦାନ କଲେ ॥ ଉଜ୍ଜ୍ଵଳ ନଗରେ ଥିଲେ ବହୁ ସୌଦାଗର

ବେପାର ଚଳଇ ନାନା ଦେଶେ ତାହାଙ୍କର

 

ଧନେଶ୍ଵର ନାମେ ଏକ ବଡ ସୌଦାଗର । କରେ ସେ ବୋଇତ

ଚାଲି ବିଦେସେ ବେପାର ॥ ସଙ୍ଗେ ଘେନି ସୌଦାଗର ଆଉ

ଆଠଜଣ । ଅନୁକୂଳ କରି ଗଲେ ବିଦେଶଙ୍କୁ ଜ।ଣ॥ ଧନେଶ୍ଵର ପରି

ରୂପ ଧରି ଏକ ଭୁତ। କହୁ ଆସି ଘରେ ତାର ହେଲା ଉପସ୍ଥିତି

 

ଧନେଶୟର ଭାର୍ୟ୍ୟା ତାକୁ କୁ ଦେଖି ପଚାରଇ । ଏତେ ସିଘ୍ର କହ ନାଥ

ଫେରିଲେ କିପାଇ? କପଟ ଭୁତ ଯେ ତାକୁଉତ୍ତରିଲା ଧୀରେ।

ଆଗୋ ପ୍ରିୟେ ପୀଡିତ ମୁ ପଥେ ହେଲି ଜ୍ବରେ । ବିଚାରିଲି ପୁତ୍ରକନ୍ୟା

କିଛି ନହିଁ ମୋର । ଇତେ କଷ୍ଟ କରି ଜୀବ କି ଲାଗି ବେପାର

Unknown

 

ଯାହା ଅଛି ଧାନ ମୋର ସାହେ ବରସେ । ନ ସରିବ ଘରେ ବସି

ସୁଖେ ଖାଉଥିଲେ ॥ ଏହା ସୁନା ସୌଦାଗର ନାରୀ ହେଲ ତୋଷ। ଏହି

କଥାଗୋଟି ସତ୍ୟ ଅଟଇ ଅବଶ୍ୟ ॥ ବେପରରେ ନାହିକାର୍ୟ୍ୟ ସୁଖେ

ବସିଘରେ।ଏହା କହି ବେନି ପ୍ରାଣୀ ଆନନ୍ଦେ ରହିଲେ ॥ ସୌଦାଗର

 

ରମଣୀ ସେ ଭୂତର ଅଂଶରେ ଛଅ ଗର୍ଭ ପ୍ରସବିଲ। ଛଅ

ବରଷେ ॥ କପଟରେ ଭୁତ ହୋଇଅଛି ସୌଦାଗାର। ନ ଚିହ୍ନିଲେ

କେହି ମାୟା ରୁପଗୋଟି ତାର ॥ ଜଗନ୍ନାଥ କହେ କୁଟ ଜେହୁ

କରୁଥାଏ ଅଳ୍ପଦିନେ ଇଚ୍ଛା ସୁଖେ ଶେହୁ ନାଶ ଯାଏ॥

-----------

ଭୂତସଙ୍ଗେ ଧନେଶ୍ଵର ସୌଦାଗର ର କଳହ

ତାହାପରେ ହେଲା ଯାହା ସୁଣ ସାଧୁଜନେ । ବେପ।ରକୁ

ଯାଇଥିଲେ ସୌଦାଗର ମାନେ ॥ ପତ୍ର ଦେଇ ଦୁତ ହାତେ ଗୃହେ

ପଠାଇଲେ। ଯେଝା ଗୃହେ ଆସି ଦୂତମାନେ ପାହୁଞ୍ଚିଲେ

ଧନେଶ୍ଵର ଦୁତ ଗଲା ଧନେଶ୍ଵରଘରେ ।ସୌଦାଗର ବସିଛି ଦେଖିଲ।

 

ସେହିଠାରେ । ଏହା ଦେଖି ଦୂତମାନେ ଚକିତହୋଇଲ। । ଆଗେ ତୁମ୍ଭେ

କେଉଁ ବାଟେ ଆସିଲ ପୁଚ୍ଛିଲା । ସୌଦାଗରରୁପି ଭୁତ ଦିଅଇ

ଉତ୍ତର । ବିଦେଶରେ ଦେହମୋର ଜାତ ହେଲା ଜ୍ଵର ଆଇଲି

ମୁଁ ଛାଡି ତେଣୁ ମୋର ବ୍ୟବସାୟ ସେଠାରୁ ଫେରିଲା ଦୁତ

 

ଲଭିଣ ବିସ୍ମୟ ।। କିଛିଦିନ ପାହୁଞ୍ଚିଲା ବେପାର ସ୍ଥାନରେ ଦେଖିଲ

ବସିଛି ଧନେଶ୍ଵର ର୍ସେହିଠାରେ ॥ କହିଲା ସେ ଭୁତ ହୋଇ ଆଗେ ଯାଇ ତ।ର । ପତ୍ର ଘେନି ଯାଇଥିଲି ମୁହିଁ ତୁମ୍ଭ ଘର ଦେଖିଲି

ମୁଁ ଘର ମଧ୍ୟେ ବସିଥିଲ ତୁମ୍ଭେ ହାତୁ ମୋର ଘେନିଗଲ ଚିଠି

 

ଦେଲୁ ଆମ୍ଭେ ॥ କହିଲ ମୁଁ ଜ୍ଵର ରୋଗେ ପୀଡିତ ହେବାରୁ । ଛାଡି

ଚାଲି ଆସିଗଳି ଆଗେ ବେପରରୁ ଦେଖି କରି ଫେରି ତହୁଁ

ଏଠାକୁ ଅଇଲି । ସାକ୍ଷାତରେ ଏହିଠାରେ ତୁମ୍ଭଙ୍କୁ ଦେଖିଲି

ସୌଦାଗର ଦୁତ-ବାକ୍ୟେ ପଡିଲା ଚମକି । କପଟରେ କିଏ ମୋର

 

ଗୃହେ ରହିଲା କି ସାଥିସାଙ୍ଗ ସୌଦାଗରମାନେ ଏହା ଶୁଣି

ଭାବି ଭାବି କଥା କିଛି ନ ପାରିଲା ଜାଣି ।। ବିକ।କିଣ। ବେପରକୁ

ଶ୍ରୀଘ୍ର ତୁଟାଇଲେ । ନିଜ ଦେସେ ଅଳ୍ପଦିନେ ସକାଳେ ମିଳିଲେ ॥

ଧନେଶ୍ବର ବେଗେ ବେଗେ ଯାନ୍ତି ନିଜ ଘର ॥ ଦେଖିଲା ଦୁଆରେ

ଅଛି ଭୁତ ସୌଦାଗର॥

କୋପେ ଥର ରାଗରେ ସେ କହିଲା ଏହାକୁ

କିଏ ତୁରେ କିଆ ଆସୁ ମୋହର ଘରୁକୁ ॥ ଧନେଶ୍ଵର କହେ

ମୋହର ଏ ଘର ।କେଉ ଠାରୁ ଆସିଛୁ ତୁ କି ଜାତି ରେ ତାର

 

ଶୁଣି ପୁଣି ଭୁତ କହେ ଆରେ ଦୁରାଚର । ଏ ଘରେ ତ ପୁଅ ଝିଅ

ଅଛନ୍ତି ମୋହର॥କାହୁଁ ଆସି ମିଛଟାରେ କଳିଦ୍ଵନ୍ଦ କରୁ

ଭୋଜରାଜ ରାଜ୍ୟ ବୋଲି ତିଳେ ନ ବିଚାରୁ ॥ କହେ ଜଗନ୍ଣାଥ ସାଧୁ

ନ କର ତୁ ଭୟ । ଧର୍ମେ ଥିବା ଲୋକଟିର ହୁଏ ନିଶ୍ଚେ ଜୟ ॥

-------

ଗୋପାଳ ବ।ଳକଙ୍କର ମୋକଦମ। ବିଚାର

ଏହାପରେ ଯାହା ହେଲା ଶୁଣ ମନ ଦେଇ । ଭୀଷଣ କଳହ

କଲେ ଦୁଇଜଣ ତହିଁ ସାଧୁ ନାରୀ ଦେଖି ଏକା ରୂପ ଦୁହିଙ୍କର କିଛି

ଭାବି ନ ଭାବି ନ ପରି ସେ ହୋଇଲା ଅସ୍ଥିର ॥ କି ଘଟିବ ପାରିଣାମେ

ଯାଣି ନ ପାରିଲା ॥ ଲୋକଲଜ୍ଜ୍ୟା ହେଲ। ବୋଲି ଭିତର ଲୁଚିଲା

 

ଭୁତ ସାଧୁ ଦୁହେ ମରାମରି ହୋଇଗଲେ । ଭୋଜ ନରପତି ଆଗେ

ଗୁହାର କରିଲେ ॥ କହିଛନ୍ତି ଦୁହେ ଘର ଭରିଜ। ମୋହର

ଦେଖାଯାଏ ଏକାପରି ରୂପ ଦୁହିଙ୍କର ।ସାଧୁ ସଙ୍ଗେ ବେପରରୁ ଯେତେ ସୌଦାଗର ଆସିଥିଲେ ବିଦେଶରେ କରି କାରବାର

ରାଜା ଆଗେ କହିଲେ ସେ ଗତକଥାମ।ନ । ଭୁତ ତାହା ନ ମନିଲା

 

କହିଲେ ଏସନ ॥ ଏମାନଙ୍କର ବଚନରେ ମୋଟେ ସତ ନାହି

କହୁଛନ୍ତି ମୋ ବିପକ୍ଷେ ଏକମେଳେ ହୋଇ ॥ ଦେଖି ଶୁଣି ରାଜା ୟାର

ନପାଇଲେ ଅନ୍ତ ।ରାଜ ଦରବାରେ ଦୁହେଁ ଆସୁଥାନ୍ତି ନିତ୍ୟ॥

ଆସିବା ବାଟରେ ଥିଲା ସୁଦୀର୍ଘ ପଡିଆ । ଜଗୁଥିଲେ ତାହିଁ ଗୋରୁ

 

ଗଉଡଙ୍କ ଛୁଆ ॥ ପଡିଆ ସେଷରେ ଏକ ମହୁଲର ଗଛ । ତା ଛାଇରେ ହୁଙ୍କା ଟିଏ ଥାଏ ଅତି ଉଚ୍ଛ॥ ସେ ହୁଙ୍କା ଉପରିଭାଗ କରି

ସମତୁଲ॥ ଚାରିପଟେ ଖଞ୍ଜି ଥାନ୍ତି କେତେ ଜାତି ଫୁଲ ॥

ସେ ପିଲାରୁ ଜଣେ ତହିଁ ବସେ ରାଜା ହୋଇ ।

 

ମନ୍ତ୍ରୀରୂପେ ତା ପାଖରେ ଥୋକେଥାନ୍ତି ରହି

ମୁଦେଇ ମୁଦାଲା ସାକ୍ଷୀ ପିଆଦା ପ୍ରଭୁତ । ହୋଇ

ଆଉ କେତେଜଣ ତାହି ରହିଥାନ୍ତି ॥ ମୋକଦ୍ଦମ।ଖେଳକରି କରିନ୍ତି

ବିଚାର। ନୀତି ପ୍ରତି ଏହିପରି ତାହାଙ୍କର ॥ ନୀତି ଦିନ ସାଧୁ

ଭୁତ ତାଙ୍କର ଆଗରେ । ଯାଅ ଆସ କରୁଥାନ୍ତି ରାଜଦରବାରେ ॥

ଦିନେ ତାଙ୍କୁସେ ଗୋପାଳ ରାଜା ଡକାଇଲେ । କି ଲାଗି ପ୍ରତ୍ୟହ

ତୁମ୍ଭେ ଯାଉଚ ପୁଛିଲା ଶୁଣି ଭୁତ ସାଧୁ ଦୁହେଁ କହିଲେ

ତକ୍ଷଣ । ଯେ ଯାହାର ବିବରଣୀ କରିଣ ବର୍ଣ୍ଣନ । ଶେଷେ ନ କରନ୍ତି

 

ନ୍ୟାୟ ଭୋଜ ନରପତି। ସେଥିପାଇ ଯାଉଅଛୁ ତାଙ୍କୁ ପାଶେ ନୀତି

ଯେବେ ତୁମ୍ଭ ସେହି ନ୍ୟାୟ ପାରିବ ତୁଟାଇ । ଦୁହିଙ୍କର ଭଲ

ହେବ ଯିବୁ ତୁନି ହୋଇ ॥ ସେ ଗପାଳ ରାଜା ତାଙ୍କୁ କହେ

ଏହାଶୁଣି । କଲି ତୁଟିଯିବା ଦୁହିଙ୍କର ଏହିକ୍ଷଣି॥ ଏହା କହି      

 

ଡଗରକୁ ବେଗେ ଆଜ୍ଞା ଦେଲେ ।କଳସୀ ଗୋଟାଏ ସିଘ୍ର ଆଣ ରେ

ବୋଇଲା ॥ ତାହା ଶୁଣି ଡଗର ଯେ ବେଗେ ଧାଇଗଲା । ମାଠିଆଟେ

ଆଣି ନୃପଆଗେ ଥୋଇଦେଲା ॥ ବସାଈଣ ସେ ଦୁହିଙ୍କକହିଲ

ଗୋପାଳ । ପ୍ରକୃତରେ ରେ ହୋଇଥିବା ଘରଟି ଯାହାର॥ ସତ୍ୟବଲେ

 

ପଶିଯିବ ମାଠିଆ ଭିତରେ । ଘର ନାରୀଧନ ରତ୍ନ ଦେବି ମୁହିଁ କାରେ ॥ ପଶି ନ ପାରିବା ଲୋକ ମିଚୁଆ ପ୍ରମାଣ । ଘରୁ ପଳାଇବା ସେହୁ ପ୍ରହାର ପାଇଣ । ଦିଆଇ ଉତ୍ତର ଏହା । ଶୁଣି ଧନେଶ୍ଵର ପଶି ନ ପାରିବ ଲୋଡା ନାହିଁ ମୋର ଘର । କହେ ଭୁତ ଦେଖ

ଏବେ ମୁହି ପଶୁଚି ।ପ୍ରକୃତରେ ସେ ଘରଟି ମୋ ନାରେ ରହିଛି

ସେହିକ୍ଷୀଣୀ ଭୁତ ଯାଇ ସୁସରୂପ ଧରି । ମାଠିଆରେ ପଶିଗଲା କିଛି

 

ନ ବିଚାରୀ ॥ ଏହା ଦେଖି ଗୋପନୃପ ଠାରିଦେଲେ ହସ୍ତେ ଡଗର

ଲେସିଲ ମାଟି ଘାଟ ମୁଖେ ପ୍ରସ୍ତେ॥ ବାଟ ନ ପାଇଣ ଭୁତ ଜୀବନ

ବିକଳେ।ଗଡେ ମାଠିଆକୁ ଗେନୀ ପଡିଆ ଭିତରେ॥ ଚମକାର

ହୋଇ ସବେ ଦେଇ କରତାଲ । ହସୁ ହସୁ କୋସେ ଯାଏ ପଡିଲା

 

ଉଛୁଳି ॥ଗୋରୁଚରା ନୃପ ତହୁଁ ଡଗରାର ହାତେ ।

ମାଠିଆପଠାଈଲା ଭୋଜଙ୍କ ନିକଟେ । ଧନେଶ୍ୱର ସୌଦାଗର ତାର ସଙ୍ଗେଥିଲା ଭୋଜ ପଚାରନ୍ତେ ସବୁ ବୁଝାଇ କହିଲା ନରପତି ଏହା ଦେଖି ଆଚମ୍ବିତ ହୋଇ !

ଭୁତ ଥିବା ମାଠିଆଟି ପୋତାଇଲେନେଇ । ଧନେଶ୍ୱର ସୌଦାଗର ସ୍ୱଗୃହକୁ ଗଲା ଗୀତଛନ୍ଦେଜଗନ୍ନାଥ ସିଂହ ବଖାଣିଲା ।

 

ଲକ୍ଷପତି ସୌଦାଗର ବିଷୟ

ଏହାପରେ ସୁଜ୍ଞାନରେ ଶୁଣ ଅନ୍ୟ ରସ । ଲକ୍ଷପତି ସୌଦାଗର

ଥିଲା ସେହି ଦେଶ । ମଗଧ ଦେଶରେ ସେହୁ ଦୋକାନ କରଇ ।

ଦିନେକ ସେ ଦେଶରାଜା ତାହାକୁ ଡାକଇ ।କହିଲେ ହେଲକ୍ଷପତି

ସୌଦାଗର ଶୁଣ । ବେଦବିଦ୍ୟା ପଢ଼ିଥିବା ଶ୍ରୋନ୍ତ୍ରୀୟ ବ୍ରାହ୍ମଣ

ଜଣେ ଆଣି ଆମ୍ଭପାଶେ ଦେଇ ପାରିବୁକି । କହେ ଲକ୍ଷାଧିପ ଛାମୁ

ନ ଭାଳ ଏଥିକି । ତୁମ୍ଭ ରାଜ୍ୟେ ଆସି ମୁହିଁ କରୁଛି ବେପାର । ଆଜ୍ଞା

ମାନି ଆଣି ଦେବି ନିଶ୍ଚେ ଦ୍ଵିଜବର ।ଏହା କହି ସୌଦାଗର

ଶୀଘ୍ରେ ଚଳିଗଲା । ଉଜ୍ୱଳ ନଗରେ ଯାଇ ପ୍ରବେଶ ହୋଇଲା ।

 

ତହିଁ ହରିହର ନାମେ ବ୍ରା‌ହ୍ମଣେକ ଥାଇ । ଅଷ୍ଟାଦଶ ବିଦ୍ୟାରେ ସେ

ନିପୁଣ ଅଟଇ । ସବୁକଥା କହି ତାଙ୍କୁ ସଙ୍ଗେ ଘେନିଗଲା । ମଗଧ

ଦେଶରେ ଯଥାକାଥେ ପହୁଞ୍ଚିଲା ॥ ସଙ୍ଗେଧରି ବ୍ରାହ୍ମଣକୁ ଗଲା ରାଜା ପାଶ

ଦେଖି ତାଙ୍କୁ ମଗଧେଶ ଲଭିଲେ ସନ୍ତୋଷ । କିଛିଦିନ ରଖାଇଲେ

ବସାସଞ୍ଚା ଦେଇ । ଯାଗ କରାଇଲେ ତିନିଗୋଟି ତାଙ୍କ ଦେହି ।

 

ଶେଷକରି ଜାଗକର୍ମ ମଗଧ ଅଧିପ । ସାତୋଟି ମାଣିକ୍ୟ ଦେଲେ

ଦକ୍ଷିଣା ସ୍ୱରୂପ ସେ ମାଣିକ୍ୟ ଧରି ବିପ୍ର ଆନନ୍ଦ ମନରେ କହିଲା

ଏମନ୍ତ ଲକ୍ଷପତି ନିକଟରେ । ଶୁଣ ଆହେ ସୌବାଗର ମୋରବଚନକୁ

 

ଆଜି କାଲି ତୁମ୍ଭେ ପରା ଯାଉଛ ଘରକୁ । ଏ ସାତୋଟି

ମାଣିକ୍ୟ ଯେ ମୋର ନେଇଥିବ । ଗଲାକ୍ଷଣି ଯାଇ ମୋର ପିତା

ହସ୍ତେ ଦେବ । ବିକା ବନ୍ଧା କରି ଏହା ଚଲୁଥାନ୍ତୁ ସେହି । ପଛେ

ଯିବି ମୁହିଁ ।ଆଉ ଦିନାକେତେ ରହି । ଏହା ଶୁଣି ସୌଦାଗର ସେ

ମାଣିକ୍ୟ ନେଲା ଖରତରେ ଦେଶେଯିବା ପାଇଁ ବାହାରିଲା

 

ଯାଉଁଯାଉ ବାଟେ ଦେଖି ଅମୁଲ୍ୟ ରତନ । ଲକ୍ଷପତି ସୌଦାଗର ବିଚାରଇ

ପୁଣ । ଅମୁଲ୍ୟ ମାଣିକ୍ୟ ଏହାରଖିବି ଲୁଚାଇ । କି କରିବ ବିପ୍ର ତାକୁ

କହିବି ଭଣ୍ଡାଇ ଏହା ଭାବି ନାଉରି ଙ୍କୁ କହିଇ ସାଧବ । କହିବ ମୁଁ କଥା

ଟିଏ ମନେ ରଖିଥି ବ । ଗୋଲମାଲ କଲାବେଲେ ବିପ୍ର ହରିହର ।

ଏହି କଥା ସାକ୍ଷୀ ହୋଇ କହିବ ନିକର । ଦେଖୀ ଅଛୁ ଆମ୍ଭେ

ଲକ୍ଷପତି ସୌଦାଗର ସାତୋଟି ମାଣିକ୍ୟଦେଲା ପିତାଙ୍କୁ ତୁମ୍ଭର ।

 

ଏହା କହି ତାଙ୍କୁ କିଛି ଟଙ୍କା ଦେଲେ ଲାଞ୍ଚ ଘରେ ସେ ମାଣିକ୍ୟ ରକି ରହିଲା ପ୍ରପଞ୍ଚ ॥ ଏଥୁଅନ୍ତେ କେତେଦିନ ବିତି ଯିବ।ପରେ ହରିହର ବିପ୍ର ଆସି ପହଞ୍ଚିଲା ଘରେ । ଦେଖିଲାକଘରେ ତାର ଖାଇବାକୁ ନାହିଁ । ମରୁଛନ୍ତି କୁଟୁମ୍ବଟି ଛଟପଟ ହୋଇ ।ପଚାରିଲା ତା ବାପାକୁ ମନେଧରି ଦକ । ଦେଇଥିଲି ସୌଦାଗର

 

ହାତେ ମୁଁ ମାଣିକ୍ୟ । ବିକା ବନ୍ଧା ନ କରି ତା କିପା କଷ୍ଟ ପାଅ ।ବୁଢ଼ା ବିପ୍ର ଏହା ଶୁଣି ହସେ ଟହ ଟହ । ଦେଖା ନାହିଁ ଆଜଯାଏ ସୌଦାଗରମୁଖ କେଉଁ ଦିନ ଆଣି ମୋତେ ଦେଲା ସେ ମାଣିକ୍ୟ ॥ ତାହାଶୁଣି ହରିହର ବେଗେ ଚଲିଗଲ। ଲକ୍ଷପତି ସୌଦାଗର ନିକଟେମିଳିଲା ॥ କହିଲାହେ ସୌଦାଗର ଏହା କିପାଁ କଲ ଦେଇଥିଲି ମାଣିକ୍ୟ ମୋ ପିତାଙ୍କୁ ନ ଦେଲ ନ ପାଇ ସେ ମାଣିକ୍ୟ ମୋ ପିତା ବହୁ ଦୁଃଖ ପାଇଲେଣି କଲତାଙ୍କୁ କି ଲାଗି ବିମୁଖ

 

ଏବେ ମୋ ମାଣିକ୍ୟ ଦିଅ ବେଗେ ମୁହିଁ ଯିବୀ । ବିକା କିଣା କରି ମୋର କୁଟୁମ୍ବ ପାଳିବି ଏହା ଶୁଣି ସୌଦାଗର କ୍ରୋଧେ ଥରହର ହୋଇ କହେ

ଦେଉଥିବି ରତ୍ନ କେତେବାର

 

ସାକ୍ଷୀ ରଖିକରି ତାହା ଦେଲି ତୋ ବାପକୁ ଅବିଶ୍ବାସ କଲେ

ଏବେ କହ ତୁ ରାଜାକୁ ॥ ବିଚାର ରେ ସାକ୍ଷ୍ୟ ଯେବେ ଦେଇନ

ପାରିବି ସେତେବେଳେ ପୁଣି ଥରେ ରତ୍ନ ତୋତେ ଦେବି

 

ଏହା ଶୁଣି କି କରିବ ବ୍ରାହ୍ମଣ ବିଚରା ଭୋଜ ନୃପ ଆଗେ ଯାଇ

ଗୁହାରି କରିଲା ଆଦ୍ୟପ୍ରାନ୍ତ ସବୁକଥା ନରେଶ ଶୁଣିଲେ

ଲକ୍ଷପତି କୁ ପିଆଦ ହାତେ ଡକାଇଲେ ଆଜ୍ଞା ଶୁଣି ଲକ୍ଷପତି ସୌଦାଗର

ଗଲା ।ଭୋଜରାଜ ସିଂହାସନ ତଳେ ଠିଆହେଲା । ଦେଖି ତାକୁ ପ୍ରଶ୍ନ କଲେ ଭୋଜ

 

ନରସ।ଇଁ ।।ବ୍ରାହ୍ମଣ ମାଣିକ୍ୟ ତୁହୋ ନ ଦେଲୁ କିପାଇଁ । ଲକ୍ଷପତି କହେ ମୁହିଁ ଆସିବାର କ୍ଷଣି । ମାଣିକ୍ୟ ଯେ ଦେଲି ୟ।ର ପିତା ହସ୍ତେ ଗଣି ।। ସେତେବେଳେ ବିପ୍ରପିତା ସେଠାବରେ ଥିଲା । କେଉଁ ଦିନ ରତ୍ନ ମୋତେ ଦେଲ । ହେ ବୋଇଲା ।।

 

ଲକ୍ଷପତି ବୋଲେ ବୁଢ। ମିଛ କହୁ ତୁହି । ଦେଖିଛନ୍ତି ନାଉରିଏ ଦେଲା ବେଳେ ମୁହିଁ ।। ଏହା କହି ନଉରୀଙ୍କୁ ଆଣି ସାକ୍ଷୀ ଦେଲା । ଏ ସାକ୍ଷୀରେ ରାଜଙ୍କର ସନ୍ଦେହ ଜନ୍ମିଲା ।। ସନ୍ଦେହ ହେବାରୁ ରାଜା ଛିଣ୍ଡାଇଲେ ନ।ହିଁ । ଦଉଡିଲେ ପ୍ରତିଦିନ ମୁଦାଲା ମୁଦେଇ ।। ଦିନେ ଗୋରୁଚର। ରଜା ହୁଙ୍କାର ଉପରେ । ବସିଥିଲା ଗଲେ ଦୁହେଁ

 

ରାଜଦରବାରେ ।।ଯାଉଥିଲେ ସେହି ବାଟେ ତାହାଙ୍କୁ ଦେଖିଲା ପଠାଇଣ ଡଗରା ସେ ପାଶେ ଡାକିନେଲା ।।

ପଚାରିଲେ କି କାରଣେ ତୁମ୍ଭେ ପ୍ରତିଦିନ । ଦଉଡୁଛ ଏହିବାଟେ ସେ କଥା ବଖାଣ ।। ତାହାଠାରୁ ଏହାଶୁଣି ସେହି ଦୁଇଜଣ ଯେ ଯାହାର ଆପତ୍ତି ଜଣାଇଲେ ପୁଣ । ଶୁଣି

 

କହେ ହୁଙ୍କାରଜା ଏହି ଛାର ନ୍ୟାୟ । ରାଜା ଙ୍କର ଏଥିପାଇଁ ହୁଅଇ ସଂଶୟ ।। ତୁମେ ଦୁଇଜଣ ରାଜା ଆଗେ ଯାଇ କହ । ଯେବେ ସେ ବୋଳିବେ ଛିଣ୍ଡାଇବି ମୁହିଁ ନ୍ୟାୟ ।। ମୁଦାଲା ମୁଦେଇ ଏହାଶୁଣି ଦଉଡିଲେ ।

ହୁଙ୍କାରଜା କଥାଯକର।ଜ।ଙ୍କୁ କହିଲେ ।।

 

ଶୁଣି ରାଜା ଦେଲେ ଆଜ୍ଞା କରୁ ସେ ବିଚାର । ଦେଖିବା ସେ ନ୍ୟାୟ କରେ କେଉଁ ପରକାର ।। ଏହାଶୁଣି ହୁଙ୍କା ରାଜା ହୋଇଲା ସନ୍ତୋଷ । ମୁଦାଲା ମୁଦେଇ ସାକ୍ଷୀ ହେଲେ ପରବେଶ ।। ସାକ୍ଷୀମାନେ ତାହା ଆଗେ କହିଲେ ଏସନ । ଦେଖିଛୁ ମାଣିକ୍ୟ ଆମ୍ଭେ ଦେଲା ମହାଜନ ।। କହିଲା ସେ ହୁଙ୍କାରଜା ଦେଖିଅଛି ଯେବେ

 

ମୁହିଁ ଯାହା କରୁଅଛି କର ଯାଇ ସର୍ବେ ।। ଦେଖିଥିଲ ଯେଉଁ ପରି ମାଣିକ୍ୟ ଦେବାର । ଗଢିଆଣ ସେହିପରେ ମାଟିରେ ସତ୍ଵର ।। ଅଲଗା ଅଲଗା ହୋଇ ବସ ଜଣେ ଜଣେ । ଜଗିବେ ତୁମକୁ ଆମ୍ଭ ଜଗୁଆଳିମାନେ ।। ସାକ୍ଷୀମାନେ ଏହାଶୁଣି ଠାବେ ଠାବେ ଗଲେ । ତାଙ୍କ ସଙ୍ଗେ ସଙ୍ଗେ ଯାଇ ପ୍ରହରୀ ଜଗିଲେ ।। ମାଣିକ୍ୟକୁ

 

ନାଉରୀଆ ଦେଖିବେ ବା କାହୁଁ । ମନେ ମନେ ପାଞ୍ଚ ପାଞ୍ଚ ଗଢିଲେ ସେ ତହୁଁ ।। କେହୁ ଆମ୍ବ କେ ବା ତ।ଳ କେ ପଣସ ପରି । ଗଢିଲା କେ ବର କୋଳି ସୂକ୍ଷ୍ମ ବୃଦ୍ଧି ଧରି । ଗଢା ଗଢି କରି ସାରି ଯତନେ ଧଇଲେ । ହୁଙ୍କା ନରପତି ଆଗେ ନେଇ ଥୋଇଦେଲେ ।

 

ହୁଙ୍କାନୃପ ଦେଖି ସୌଦାଗରକୁ ବନ୍ଧାଇ । ଭୋଜ ନରପତି ପାଶେ ଦେଲା ପାଠିଆଇ । ବିଚାର ତାହାର ଭୋଜ ନରେଶ ଦେଖିଲେ । ସୌଦାଗର ଠାରୁ ବିପ୍ରେ ରତ୍ନ ଦିଆଇଲେ ।। ବିଚାରିଲେ ମନେ ମନେ ଗଉଡର ପୁଅ । ଛିଣ୍ଡାଇଲ। କି ପ୍ରକାରେ ଏଡେ ବଡ ନ୍ୟାୟ

 

ଏତେ ଭାବି ପାତ୍ର ମନ୍ତ୍ରୀ ଧଇଲେ ସାଙ୍ଗରେ । ଗୋରୁଚରା ବିଚାରକ ପାଶେ ପ୍ରବେଶିଲେ । ଭୋଜରାଜେ ଦୂରୁ ଦେଖି ଗୋପାଳ ବାଳକ । ହୁଙ୍କା ଛାଡି ତଳେ ଠିଆହେଲା ବହି ଦଳ । ପାଶେ ଦେଖି ଭୋଜରାଜ। ପଚାରିଲେ ତାକୁ । କିପରି କଲୁ ଏ ନ୍ୟାୟ କହ ତ ଆମ୍ଭଙ୍କୁ ।।

 

ଏହା ଶୁଣି ସେ ଗୋପାଳ କିଛି ନ କହିଲା । ଥନଥନ ଆଖି କରି ପଛଘୁଞ୍ଚା ଦେଲା ।। ଏହା ଦେଖି ନରପତି ମନେ ବିଚାରିଲେ । ଦ୍ରବ୍ୟକିଛି ଥାଇ ପାରେ ଏହୁଙ୍କା ମଧ୍ୟରେ ।। ସେ ହୁଙ୍କାକୁ ତଡାଇଲେ ଲଗାଇ ମୁଲିଆ । ତାହାତଲେ ସିଂହାସନ ହୋଇଥିଲା ଠିଆ ।। ବତ୍ରୀ ଶଟି ପିତୁଳ।ରେ ଦିଶାଇ ଶୋଭିତ । ତାକୁ ଦେଖି ନରପତି ହେଲେ ଆଚମ୍ବିତ ।। ଏହି ସିଂହ।ସନଗୁଣେ ଗୋରୁରଖା ପିଲେ । କରୁଥିଲା ସୁବିଚାର ବୋଲି ସେ ଭାବିଲେ ।।

 

ଏହି ସିଂହାସନ ନେବା ରାଜନବରକୁ ।ଏହା ପରେ ବସି ଆମ୍ଭେ ପାଳିବା ରାଜ୍ୟକୁ ।। ଏହା ଭାବି ସଫା କରି ତାକୁ ଘେନି ଗଲେ ।ବିଚାର ସ୍ଥାନରେ ନେଇ ଯତନ ରଖିଲେ ଶୁଭଲଗ୍ନ ଦେଖି ଭୋଜ କଲେ ସ୍ନାନ ଦାନ । ଡକାଇଣ ଦରିଦ୍ରଙ୍କୁ ଦେଲେ ବସ୍ତ୍ର ଅନ୍ନ ।। ଦେବ ପିତୃ ହିଜ ତୋଷୀ ହୃଷ୍ଟମନ ହୋଇ । ସିଂହାସନ ପାଶେ ଗଲେ ଭୋଜ ନରସାଇଁ ।। ଜଗନ୍ନାଥ କହେ ଯେବେ ପୂର୍ବ ଭାଗ୍ୟଥିବା । ତେବେ ଆହେ ନରପତି ଏଥିରେ ବସିବ ।।

 

ପ୍ରଥମ ପୁତ୍ତଳିର କଥା

ଏହାପରେ ଆନନ୍ଦରେ ଭୋଜ ନରେଶ୍ଵର । ସିଂହ।ସନେ ଉଠିବାକୁ ଯାଆନ୍ତେ

ସତ୍ଵର ।। ପ୍ରଥମ ପୁତ୍ତଲି କହେ ଆହେ ନରନାଥ ଏଥି ବସିବାକୁ ତୁମ୍ବେ ନୁହ

ସମରଥ ।। ବସନ୍ତି ଏ ସିଂହ।ସନେ ବିକ୍ରମ ମିହିର । ଯେବେ ତାଙ୍କ ସମାନରେ ପୁଣ୍ୟ କରିପାର ।। ତେବେ ଯାଇ ଏହି ସିଂହାସନରେ ବସିବ । ଏହା ଶୁଣି ପ୍ରଶ୍ନ

 

କଲେ ଭୋଜ ନରଦେବ ।। କହ ହେ ପୁତ୍ତଳି କେଉଁ ରୂପେ ସେ ବିକ୍ରମ । କରି-ଥିଲେ ଧର୍ମକୀର୍ତ୍ତି ବୁଝାଇ ଉତ୍ତମ ॥ କୁରୁପ ପୁତ୍ତଳି ଭୋଜ ନୃପ ବାଣୀ ଶୁଣି । ବୋଇଲେ ହେ ଶୁଣି ତେବେ ଭୋଜ ନୃପମଣୀ ।। ଚକ୍ରବର୍ତ୍ତୀ ଥିଲେ ରାଜା ବିକ୍ରମ ଅଦିତ୍ୟ । ଧର୍ମକୀର୍ତ୍ତି ସ୍ଥାପିବାରେ ଥାଏ ତାଙ୍କ ଚିତ୍ତ। ।

 

ଦିନକରେ ଗଲେ ସେହୁ ବସନ୍ତ କାଳରେ । ରାଣୀ ଦାସୀ ପରିବାରୀ ଘେନି ସଙ୍ଗତରେ ।। ବନମଧ୍ୟେ ଥିଲା ତାଙ୍କ ବିହାର କାନନ । ଦେଖୁଥିଲେ ବୁଲି ବୁଲି ବନ ଶୋଭାମ।ନ ।। ସ୍ଵଭାବେ ବସନ୍ତ ରତୁ ନାନା ଫୁଲ ଫୁଟି । ମନ୍ଦ ପବନରେ ବାସ ଆସଇ ଚହଟି ।। ଥିଲେ ସେ ବନରେ ଏକ ତପସ୍ଵୀ ବ୍ରାହ୍ମଣ । ଦେଖିଲେ ସେ ରାଜ

 

ସ୍ତ୍ରୀ ଅତି ଶୋଭାବନ ।। କ।ମଶରେ ପୀଡା ପାଇ ହୋଇ ଅଚେତନ । ବିକ୍ରମ।ଦିତ୍ୟଙ୍କୁ ଯାଇ ଜଣାଇଲେ ପୁଣ ।। ତୁମ୍ବ ନାରୀଗଣେ ବନ ମଧ୍ୟେ ଦେଖିକରି । କ।ମବାଣେ ମୋର ଦେହ ହେଉଅଛି ଘାରୀ ।।

 

ତହିଁ ମଧୁ ନାରୀ ଏକ ମତେ ତୁମ୍ବେ ଦେଲେ । ନିବାରଣ କରିବି ମୁଁ କାମବାଧା ଭଲେ ।। ସହି ନ ପାରିଲେ ରାଜା କାକୁସ୍ଥ ବଚନ । ଦାସୀ ମଧୁ ରୂବାବତୀ ବାଣ୍ଟିଲେକ ପୁଣ ।। ନାନା ଅଳଙ୍କାର ତାକୁ ଭୂଷଣ କରାଇ । ସେ ତପସ୍ଵୀ ଦ୍ଵିଜ ହାତେ ଅରପିଲେ

 

ନେଇ ।। ବିହରିବା ଲାଗି ଛାଡିଦେଲେ ଉପବନ । ରତୀ ଭୋଗେ ମହା ସୁଖେ ରହିଲେ ବ୍ରାହ୍ମଣ ।। ବିକ୍ରମ ରାଜନଙ୍କର ଏପରି କୀରତି । ମନେ ରଖିଥାଅ ଶୁଣ ଭୋଜ ନରପତି । ଏହା କହି ସେ ପୁତ୍ତଳି ସିଂହାସନୁ ଖସି। ଜଗନ୍ନାଥ ସିଂହ କହେ ହେଲା ସ୍ଵର୍ଗବାସୀ ।।

 

      

ଦ୍ଵିତୀୟ ପୁତ୍ତଳିର କଥା

ଦ୍ଵିତୀୟ ଦିବସ ଯହୁଁ ହୋଇଲା ପ୍ରବେଶ । ବ୍ର।ହ୍ମ ମୂହର୍ତ୍ତାରୂ ଉଠି ଭୋଜ

ନରଇଶ ।। ସ୍ନାନ ସନ୍ଧ୍ୟା ଆଦି ନିତ୍ୟକର୍ମ ଶେଷ କଲେ । ଡକାଇଣ ବିପ୍ରଗଣ ବହୁ ଦାନ ଦେଲେ ।। ରାଜବିଧି ଅନୁଯାୟୀ ସାରି ଦେବାର୍ଚ୍ଚନ । ସଙ୍ଗେ ଘେନି ପାତ୍ର ମିତ୍ର ପାରିଷଦ ଗଣ ।।

 

ସିଂହାସନ ତଳେ ଯାଇ ଉପସ୍ଥିତ ହେଲେ । ଇଷ୍ଟଦେବ ସରି ଧୀରେ ଉପରେ

ଉଠିଲେ ।। ଦ୍ଵିତୀୟ ପାହାଚେ ଯହୁଁ ପକାଇଲେ ପଦ । ଦ୍ଵିତୀୟ ପୁତ୍ତଳି ଉଠି କରାଇ ନିଷେଧ । ବିକ୍ରମ ରାଜା ଙ୍କ ଏହି ସିଂହାସନ । କି ରୂପେ ବସୁଛ ହେ ଭୋଜ ନରଗଣ ବିକ୍ରମାଦିତ୍ୟ ଙ୍କ ପରି ହୋଇଲେ ନିର୍ଲୋଭ । ଏହି ସିଂହାସନ ଗୋଟି କରିବ ହେ ଲାଭ ॥

ଭୋଜରାଜା ଏହାସ ଶୁଣି ପଚାରିଲେ ତାକୁ ନିର୍ଲୋଭ ସେ କି ପ୍ରକାରେ

କହ ତୁ ଆମ୍ଭଙ୍କୁ ॥ ଖୁରୁଜ ପିତ୍ତୁଳି ତାଙ୍କୁ କହିଲା ବଚନ । ଯାଗ କରିବାକୁ ଭାବି ବିକ୍ରମା ରାଜନ ॥ ପଣ୍ଡିତ ବ୍ରାହ୍ମଣ ଗଣେ ଆଣିଲେ ଡକାଇ । ତାଙ୍କୁ ପଠାଇଲେ

ହସ୍ତେ ନିମନ୍ତ୍ରଣ ଦେଇ । ସେ ମଧ୍ୟରୁ ଜଣେ ଦ୍ଵିଜ ସମୁଦ୍ର ତୀରରେ । ଠିଆ ହେଲେ

ଯାଇ ତାଙ୍କୁ ବରିବା ଆଶାରେ । ବିକ୍ରମା ଙ୍କ ନିମନ୍ତ୍ରଣ ସାଗର ଜାଣିଲେ ।

 

ନର ରୂପେ ଧରି ଆସି କୂଳେ ପ୍ରବେଶିଲେ । ନିମନ୍ତ୍ରଣ ପାଇ ତାଙ୍କୁ କହିଲେ ସାଗର । ଯିବାଲାଗି ଯୋଗସ୍ତ।ନ ନହିଁ ମତେ ତୋର ॥ ଦେଉଛି ଏ ଚାରିଗୋଟି ରତ୍ନ ତୁମ୍ଭେ ନେବ । ବିକ୍ରମ ଙ୍କୁ ଦେଇ ଏହା ବୁଝାଇ କହିବ ଏକ ରତ୍ନେ ମିଳେ ଅନ୍ନ ଏକେ ଅଳଙ୍କାର ଆର ଏକେ ମିଳେ ଅନ୍ୟ ଯୋଦ୍ଧା ବୀର

 

ଏହା କହି ତାଙ୍କୁ ଚାରିଗୋଟି ରତ୍ନ ଦେଲେ ।

ଜଳମଧ୍ୟେ ସେହିକ୍ଷଣିଅନ୍ତର୍ଦ୍ଧାନ ହେଲେ ।ରତ୍ନ ଘେନି ସେ ବ୍ରାହ୍ମଣ ବାହୁଡିଣ ଗଲା । ଯାଉଁ ଯାଉଁ ବାଟେ ତାର ବିଳମ୍ବ ହୋଇଲ ।।

ପହଞ୍ଚିଲା ଯାଇ ଯାଗ ଶେଷ ହେଲା ପରେ

 

ବୁଝାଇ କହିଲା ସବୁ ନୃପେ

ବିନୟରେ ।। ରତ୍ନ ଚାରିଗୋଟି ବିପ୍ର ଦେଲା ନୃପ ହସ୍ତେ । ମେଲାଣି ମାଗିଲା ଗୃହେ ଯିବାକୁ ତଦନ୍ତେ । ଏହା ଶୁଣି ନରପତି କହିଲେ ବିପରଙ୍କୁ । ନିଅ ଏଥୁ ରତ୍ନ ଏକ ବାଛିଣ ମନକୁ । ଏହା ଶୁଣି ସେ ବ୍ରାହ୍ମଣ ବୋଇଲେ ରାଜନ ।

ଘରେ ଯାଇ ବୁଝି ଆସେ କୁଟୁମ୍ବଙ୍କୁ ମନ ।।

 

ଏହା କହି ସେ ବ୍ରାହ୍ମଣ ନିଜଗୃହେ ଗଲା । ପୂନ୍ତ୍ର ଭାର୍ୟ୍ୟା ଆଗେ ସବୁ ବିଷୟ

କହିଲା ।। କହିଲା ତା ଭାର୍ୟ୍ୟା ଯହିଁ ମିଳେ ଅଳଙ୍କାର । ସେହି ରତ୍ନ ଗୋଟି ଆଣ ଯାଇ ବୋଲ ମୋର ।। ପ୍ରୂନ୍ତ୍ର ବୋଲେ ଧନ ଦେବା ରତ୍ନଗୋଟି ଆଣ । ଅନ୍ନ ମିଳିବ ରତ୍ନରେ ବ୍ରାହ୍ମଣର ମନ ।। କାହାରି ମନକୁ କାହା କଥା ନ ପାଇଲା ।ବୋଲା ବୋଲି ହୋଇ ତହିଁ କଳି ଉପୁଜିଲା । ସେ ବ୍ରାହ୍ମଣ ଆରଦିନ ପ୍ରଭାତରୁ ଯାଇ ।। ଛିଡାହେଲା ନୃପ ଆଗେ ବଦନ ଶୁଖାଇ । ଦେଖି ତାଙ୍କୁ ପଚାରିଲେ ବିନ୍ତ୍ରମ ମିହିର । ବିରସ ଦିଶଇ

 

କିଂପା ବଦନ ତୁମ୍ଭର । କହିଲା ସେ ଘର କଥା ବୁଝାଇ ତାହାଙ୍କୁ । ତିନିଗୋଟି ରତ୍ନ ନେଇ ନୃପ ଦେଲେତାକୁ ।। ଏହିପରି ସେ ବିନ୍ତ୍ରମ ଥିଲେ ଲୋଭଶୂନ୍ୟ । ଛାଡିଲା ପୃତ୍ତଳି ଏହା କହି ସିଂହାସନ ।। କହେ ଜଗନ୍ନାଥ ତହୁଁ ଗଲା ଶୂନ୍ୟ ମ।ର୍ଗେ । ଗନ୍ଧର୍ବ

ହୋଇଣ ସୁଖେ ବାସ କଲା ସ୍ଵର୍ଗେ ॥

 

ତୃତୀୟ ପୁତ୍ତଳିର କଥା

ଭୋଜ ନୃପ ଛାଡିକରି ଗଲେ ସିଂହାସନ । ପୁଣି ବସିବାକୁ ଖୋଜାଇଲେ ଶୁଭ ଦିନ ।। କରାଇ ବିବିଧ ଦାନ ପୁଣ୍ୟ ମହୋସବ । ମହେନ୍ଦ୍ର ଯୋଗରେ ଯାଇ ନୃପ ଭୋଜଦେବ । କରନ୍ତେ ସେ ସିଂହାସନେ ବସିବାକୁ

ମନ । ତୃତୀୟ ପୁତ୍ତଳି ତାଙ୍କୁ କହାଇ ବଚନ ।।

 

ବୃଥା ଆଶା କର ନରସାଇଁ ଆକାରଣେ । ନୁହ ତୁମ୍ଭେ ଯୋଗ୍ୟ ବସିବ ଏ

ସିଂହାସନେ ॥ ଏଥିରେ ଯେ ବସଥିଲେ ବିନ୍ତ୍ରମାଦିତ୍ୟ ।ତୁମ୍ଭେ ଯେବେ ତାଙ୍କ ପରି ହେବ ଦୃଢବିତ୍ତ ।। ଆସି ତେବେ ସିଂହାସନ ଉପରେ ବସିବ। ପଚାରିଲେ ଏହାଶୁଣି

 

ଭୋଜ ନରଦେବ ।। କହେ ହେ ପୃତ୍ତଳି ସେହି ବିନ୍ତ୍ରମ ଚରିତ । ହେଉଥିଲେ କେଉଁରୁପେ ସେହୁ ଦୃଢଚିତ୍ତ ।। ଖରୁପ ପୁତ୍ତଳି ଶୁଣି କହଇ ଏ ବାଣୀ । ବିନ୍ତ୍ରମ ଙ୍କ ରାଜ୍ୟେ ଥିଲା ଏକ ବିପ୍ରମଣି । ପୁତ୍ର ନ ରହିବାରୁ ସେବା କଲା ଭଗବତୀ । ଭଗବତୀ କରୁଣରୁ ପୂନ୍ତ୍ର ଉତପତି ।।

 

ନାମ ହେଲା ସେ ପୂନ୍ତ୍ରର ଭଗବତୀ ଦତ୍ତ । ବେଦବିଦ୍ୟା ପୁରଣେ ସେ ହୋଇଲା ପଣ୍ଡିତ ।। କେତେ ଦିନେ ମାତାପିତ। ମରିଗଲେ ତାର । ଭଗବତୀ ଦତ୍ତ କଳା ମନରେ ବିଚାର ।। ପିତାମାତା ମଲେ ଗୃହେ ଆଉ କାର୍ୟ୍ୟ ନହିଁ । ବନମଧ୍ୟେ ଯାଇ ତପସ୍ୟା ମୁଁ ସାଧିବଲି ।। ଏହା ଭାବି ଭଗବତୀ ଦତ୍ତ ତହୁଁ ଚାଲେ । ବନେ ଫଳମୂଳ ଖାଇ ତପ ଆଚରିଲେ ।।

 

ଦିନକରେ ବିନ୍ତ୍ରମ ଯେ ମୃଗାଯାଇଛାରେ । ଅଶ୍ଵର ପିଠିରେ ଗଲେ ସେବନମଧ୍ୟରେ ଜୀବ ଜନ୍ତୁ ଖୋଜୁ ଖୋଜୁ ରନ୍ତ୍ର ହେଲା ଆସି । ଏକା ହୋଇ ନରପତି ଗଛମୂଳେ

ବସି ।। ରାନ୍ତ୍ର ହେଲା ବୋଲି ମନେ ହୋଇଲ ଭବିତା । ଏ ସମୟେ ପ୍ରବେଶିଲା ଭଗବତୀ ଦତ୍ତ ।।

ତାଙ୍କୁ ଦେଖି ପଚାରିଲେ ବିନ୍ତ୍ରମ ମିହିର । କି ନାମ ତୁମ୍ଭର ଅଟେ କେଉଁ ଠାରେ

ଘର ।। ସେ କହିଲା ବିନ୍ତ୍ରମଙ୍କ ର।ଜ୍ୟେ ମୋର ଜନ୍ମ । ତପ କରେ ଭଗବତୀ ଦତ୍ତ ମୋର ନାମ ।। ତୁମ୍ଭେ କିଏ କାହିଁ ପାଇଁ ବସିଛ ଏଠାବେ । ଦିଅ ତୁମ୍ଭ ପରିଚୟ ଶୁଣିବି ମୁଁ ଏବେ । ବିନ୍ତ୍ରମାଦିତ୍ୟ ମୁଁ ଅଟେ କହିଲେ ନୃପତି । କି କାରଣେ ତୁମ୍ଭେ ଥିବ ବନେ

 

କଷ୍ଟେ ଅତି ।। ଏହା କହି ସଙ୍ଗେ ତାଙ୍କୁ ଘେନି କରି ଗଲେ । ଧନଦ୍ରବ୍ୟ ଗୃହ ଦେଇ ଯତ୍ନେ ରଖାଇଲେ ।।

ପଣ୍ଡିତ ସଭାରେ ତାଙ୍କୁ ଦେଇ ବଡପଣ । କୁଣ୍ଡଳ ମୁଦି କା ଦେଇ ତୋଷଲେ ତ

ମନ । ବିନ୍ତ୍ରମାଦିତ୍ୟଙ୍କ ଧୈର୍ୟ୍ୟ ବୁଝିବା ନିମନ୍ତେ । ସେ ପଣ୍ଡିତ ଏକଦିନେ ଅତ୍ୟନ୍ତ

 

ଗୁପତେ ।। ରାଜକୁମାରଙ୍କୁ ସଙ୍ଗେ ନେଲେ ଡାକି କରି । ଲୁଚାଇ ରଖିଲେ ତାଙ୍କୁ ନିଜ ଘରେ ଭରି ।। ହଯିବାରୁ ରାଜପୂନ୍ତ୍ର ପଡିଲା ଚହଳ । ଖୋଜାଇଲା ରାଜା ଆଜ୍ଞା ପାଇ ସରଦାର ।। ଖୋଜି ଖୋଜି ଡଗର ସେ ନିରସ୍ତ ହୋଇଲେ । କି କରିବା ବୋଲି ଠାଏ ବିଚାର ସେ କଲେ । ସେ ସମଯେ ଭଗବତୀ ଦତ୍ତଙ୍କ ଚାକର । ହାଡୁଦାସ ନାମ ତାର

 

ଜାତିରେ ଗୋପାଳ । ରାଜପୁତ୍ର ଗଳାହାର ନେଇ ବଜାରରେ । ବିକୁଥିଲା ଦେଖିଦେଲେ ସେ କାଳେ ଡଗରେ ।।ବଲେ ଧରି ହାତ-କଡା ପିନ୍ଧାଇ ତା ହାତେ ବିନ୍ତ୍ରମଙ୍କ ସମୀପକୁ ନେଲେ ସେ ତ୍ୱରିତେ ବିକ୍ରମାଦିତ୍ୟଙ୍କୁ ଜଣାଇଲେ ହାଡୁଦାସ ଦେଇଛନ୍ତିପଣ୍ଡିତେ ମୋ ନାହିଁ ଏଥି ଦୋଷ ରାଜନ ଶୁଣିଣ ପଣ୍ଡିତଙ୍କୁଡକାଇଲେ

 

ଭଗବତୀଦତ୍ତ ତହୁଁ ଆଜ୍ଞା ପାଇ ଗଲେ ପଣ୍ଡିତଙ୍କୁପଚାରିଲେ ବିକ୍ରମ ମିହିର

ସତ୍ୟ କହ ପାଇଅଛ କେଉଁଠାରୁହାର ଏହା ସୁଣି ଜଣାଇଲେ ଭଗବତୀ ଦତ୍ତ ଅର୍ଥହୀନଯୋଗୁଁ ମୋର ହେଲା ପାପଚିତ୍ତ ମୂର୍ଖପଣେ ରାଜକୁମାରଙ୍କୁ ବଧ

କଲି ହାଡୁ ଦାସ ହାତେ ପଠାଇଣ ବିକୁଥିଲି ଏହା ଶୁଣି ସଭାଲୋକେ ହେଲେ

 

ଆଚମ୍ବିତ ବିକ୍ରମ ଆଦିତ୍ୟ ପଚାରିଲେ ନିଜଚିତ ସ୍ୱଭାବରେ ପଣ୍ଡିତ ଏ ପୁଣି ଆମ୍ଭ ପାଶ ରହିଛନ୍ତି ଏକଥାରେ ନୁହଇ ବିଶ୍ୱାସ ଏହା ଭାବି ବିପ୍ର ହାତେ ରତ୍ନହାର

ଦେଇ ଆଉ କିଛି ଧନ ଦେଲେ ଭଣ୍ଡାରରୁ ନେ ରାଜାଙ୍କରଧୌର୍ଯ୍ୟପଣ ଦେଖି

ସେ ପଣ୍ଡିତ ସମର୍ପିଲେ କୁମାରଙ୍କୁ ହୋଇଆନନ୍ଦିତ ପୁତ୍ରକୁ ଦେଖିଣ ରାଜା

 

ହରଷ ହୋଇଲେ ସଭାଜନମୁଖ ଚାହିଁ ଏପରି କହିଲେ ଶତୃ ହେଉ ଯେବେ ପଛେ ପଣ୍ଡିତଅଟଇ ସେ ଲୋକକୁ ରଖିଥିବା ବିଶ୍ୱାସ କରଇ ମିତ୍ର ଅବା ପୁତ୍ର

ହେଉ ଯେବେ ମୂର୍ଖହେବ ଶସ୍ତ୍ରେ ଲେଖଅଛି ତାକୁ ବିଶ୍ୱାସ ନ ଯିବ ଶୁଣିଲେ ତ ଏବେ ଏହା ଆହେ ଭୋଜପତି ତାଙ୍କର ସମାନଯେବେ ହେବ ଦୃଢମତି

 

ତେବେ ଆସି ସିଂହାସନ ଉପରେବସିବ ଏହା କହି ସେ ପୁତ୍ତଳି ଛାଡିଲା ସେ

ଠାବ କହେ ଜଗନ୍ନାଥ ସିଂହ ଶୂନ୍ୟେ ଉଡିଗଲା ଦେବ ଦେହ ପାଇ ସୁଖେ ସ୍ୱର୍ଗରେ ରହିଲା

 

ଚତୁର୍ଥ ପୁତ୍ତଳିର କଥା

ଏଥୁଅନ୍ତେ ଭୋଜରାଜ ତିନି ଦିନ ପରେ ହୋମ ଦାନ

କରାଇଲେ ମହା ଆନନ୍ଦରେ ପାତ୍ରମନ୍ତ୍ରୀ ଘେନି ସିଂହାସନ ପାଶେ

ଗଲେ ବସିବାକୁ ସିଂହାସନ ଉପରେ ଉଠିଲେ ଚତୁର୍ଥ ପାବଚ୍ଛେ

ନେଇ ପକାନ୍ତେ ଚରଣ ଚତୁର୍ଥ ପୁତଳି ତାଙ୍କୁ କଲା ନିବାରଣ

 

ବୋଲେ ଏଥି ବସିବାକୁ ନୁହ ସମରଥ ଏହିଠାରୁ ଫେରି ଯାଅ

ଏବେ ନରନାଥ ଅମୂଲ୍ୟ ଅଟଇ ଏହୁ ଦେବ ସିଂହାସନ ଏହା

ପରେ ବସୁଥିଲେ ବିକ୍ରମ ରାଜନ ତୁମ୍ବେ ଯେବେ ତାଙ୍କ ପରି

ଗୁଣଗ୍ରାହୀ ହେବ ତେବେ ଆସି ସିଂହାସନ ଉପରେ ବସିବ ପୁଣି

 

ତାକୁ ପଚାରିଲେ ଭୋଜ ନରସାଇଁ ବିକ୍ରମ କିପରି ଥିଲେ କହ

ଗୁଣଗ୍ରାହି ଘୁରୂପ ପୁତ୍ତଳି ଶୁଣି କହଇ ଏ ଗିର ରାଜା ଥିଲେ

ଏହି ରାଜ୍ୟେ ବିକ୍ରମ ମିହିର ଦିନେ ଏକ ସୌଦାଗର ବେପାରେ

ଅଇଲା ବିକ୍ରମ ରାଜନଆଗେ ଯାଇ ଦେଖାକଲା ବୋଇଲା ଭୋରାଜା

 

ମୋର କାଞ୍ଚିଦେଶେ ଘର ନାନା ରାଜଧାନୀ ବୁଲି କରଇ ବେପାର

ମଣିରନ୍ନ ଗଜମୁକ୍ତା ଆଣି ବିକୁଅଛି ତୁମ୍ବ ପାଇଁ ଏକ ମହାରତ୍ନ

ଆଣିଅଛି ଏହା କହି ରତ୍ନ ଗୋଟି ନୃପ ହସ୍ତେ ଦେଲା ଦୁଇଲକ୍ଷ

ମୁଲ୍ୟ ଟଙ୍କା ତାର ଗଣିନେଲା ରତ୍ନ ଦେଖି ରାଜା ପଚାରିଲେ

 

ସୌଦାଗର କେତେ ରତ୍ନଅଛି ତୋ ପାଶର ନୃପବାକ୍ୟ

ଶୁଣି ତାଙ୍କୁ କହେ ସୌଦାଗର ରତ୍ନ ଆଉ ଆଠଗୋଟି ଘରେଅଛି

ମୋର ତାହା ଶୁଣି ନରପତି ଟଙ୍କା ଗଣିଦାଲା ବିଶ୍ୱାସୀ ଲୋକ

ଜଣେ ତା ସଙ୍ଗେ ପଠାଇଲେ ବୋଇଲେ ହୋ ଲୋକ ତୁହି ଏହା

 

ସଙ୍ଗେ ଯିବୁ ରତ୍ନ ଆଣି ସାତଦିନେ ଆମ୍ବ ପାଶେ ଦେବୁ ।। ଏହା ଶୁଣି ଦୁଇଜଣ ସାଙ୍ଗ ହୋଇଗଲେ । ଶୌଦାଗର ଘରେ ତିନିଦିନେ

ପହଞ୍ଚିଲେ ।। ସୌଦାଗର ନିଜ ଘରୁ ଆଠ ରତ୍ନ ଆଣି । ରାଜପୁରୁଷ ଙ୍କ ହାତେ ଦେଲା କେବେ ଗଣି ।। ଯତ୍ନ କରି ରତ୍ନ ଧରି ସେହୁ ବାହୁଡିଲା । ଆସୁ ଆସୁ ବାଟେ ଘୋର ନାଇବାଡିହେଲା ॥ ଅତିବଡ ବାଡି ସେହୁ ଡଙ୍ଗା ନ ଚଳାଇ । ରତ୍ନ ଧରି ସେ ପୁରୁଷ ମନେ ବିଚାରିଲା ॥ ଆଜି ଯାଇ ନ ପାରିଲେ କଣ୍ଟ ବଳିଯିବା । ରାଜାଙ୍କର ଆଜ୍ଞା ନିଶ୍ଚେ ଅବଜ୍ଞା ହୋଇବା ଏହା ଭାବି ତିନିରତ୍ନ ନାଉରିଲେ ଦେଲା । ନଦୀ ପରି ହୋଇ ନୃପ ସମୀପେ ମିଳିଲା ॥ ସକଳ ବୃତ୍ତାନ୍ତ ତାଙ୍କୁ କହିଲା ବୁଝାଇ । ବାକି ପାଞ୍ଚରତ୍ନ ଦେଲା ନୃପ ହସ୍ତେ ନେଇ ॥ ଭୁତ୍ୟ ଗୁଣ ବୁଝି ରାଜା ଆନନ୍ଦିତ ହେଲେ । ପାଞ୍ଚରତ୍ନ ପୁଣି ତାକୁ ପୁରସ୍କାର ଦେଲେ ॥ ଗୁଣଗ୍ରାହୀ ଏହିପରି ବିକ୍ରମାଦିତ୍ୟ । ଆହେ ଭୋଜ ଶୁଣିଲା ତ ତାହାଙ୍କ ଚରିତ ॥ ଏହା କହି ସେ ପୃତ୍ତଳି ତହିଁ ଚାଲିଗଲ । କହେ ଜଗନ୍ନାଥ ସିଂହ ସ୍ଵର୍ଗରେ ରହିଲା ॥

ପଞ୍ଚମ ପୃତ୍ତଳିର କଥା

ଏହା ପରେ ଭୋଜନୃପ ଅପର ଦିନରେ । ସିଂହସନେ ବସିବାକୁ ମନେ ବିଚାରିଲେ ॥ ଜଣକେ ଡକାଇ ଶୁଭ ଯୋଗ ବୁଝାଇଲେ । ଦେବପୁଜା ଦାନ ପୂଣ୍ୟ ବହୁତ ସେ କଲେ ॥ ଆନନ୍ଦରେ ତହିଁ ଯାଇ ଉଜ୍ଜଳ ନରେଶ । ପଞ୍ଚମ ପାବଛ ପରେ ହୁଅନ୍ତେ ପ୍ରବେଶ ॥ ପଞ୍ଚମ ପୃତ୍ତଳି ତାଙ୍କୁ ବୁଝାଇ କହିଲା । ନ ବଶହେ ନରଗଣ ସିଂହସନେଯାଇ ॥ ବସୁଥିଲେ ଏକା ଏଥି ବିକ୍ରମାଦିତ୍ୟ । ତାଙ୍କପରି ତୁମ୍ଭେ ଯେବେ ହେବ ତପୋବନ୍ତ ॥ ତେବେ ଏହି ସିଂହସନେ କର ଆରୋହଣ । କିପାଁ ଏବେ ଆକାରଣେ ପାଇବ

ପ‚ମପୁତଳିର କଥା

ଏହା ପରେ ଭୋଜନୃପ ଅପର ଦିନରେ ସିଂହାସନେ

ବସିବାକୁ ମନେ ବିରିଲେ ଗଣକେ ଡକାଇ ଶୁଭ ଯୋଗ

ବୁଝାଇଲେ ଦେବପୂଜା ଦାନ ପୁଣ୍ୟ ବହୁତ ସେ କଲେ

ଆନନ୍ଦରେ ତହୁଁ ଯାଇ ଉଜ୍ଜଳ ନରେଶ ମ ପାବଚ୍ଛ ପରେ

ହୁଅନ୍ତେ ପ୍ରବେଶ । ପ‚ମ ପୁତଳି ତାଙ୍କୁ ବୁଝାଇ କହଇ

ବସହେ ନରରାଣ ସିଂହାସନେଯାଇ ବସୁଥିଲେଏକା ଏଥି ବିକ୍ରମ

ଆଦିତ୍ୟ । ତାଙ୍କପରି ତୁମ୍ବ ଯେବେ ହେବ ତପୋବନ୍ତ । ତେବେ

 

ଏହି ସିଂହାସନେ କର ଆରୋହଣ । କିଂପା ଏବେ ଅକାରଣେ ପାଇବ

କଷଣ । ପୁଣି ତାକୁ ପଚାରିଲେ ଭୋଜ ନରେଶ୍ଵର । କହ ପୁତ୍ତଳି ଶୁଣିବ।

ଚରିତ ତାଙ୍କର ॥ କିପରି ଧାର୍ମିକ ଥିଲେ ବିକ୍ରମ ଆଦିତ୍ୟ ॥

ଏହା ଶୁଣି ସେ ପୁତ୍ତଳି କହଇ ତ୍ୱରିତ । ପୁଣ୍ୟବନ୍ତ କେ ବା ହେବ

 

ତାଙ୍କ ସମାନରେ । ରାଜା ଥିଲେ ପୂର୍ବେ ସେହୁ ଉଜ୍ଜଳ ନଗରେ

ଦିନକରେ ସେ ବିକ୍ରମ ପରଧି ତକ୍ଵ।ରେ । ବିଜେକଲେ ପାତ୍ରମତ୍ରି

ସୈନ୍ୟ ସଙ୍ଗତରେ ॥ ଅସ୍ଵର ଉପରେ ବସି ଚଳିଲେ ତ୍ଵରିତ । ଘୋର

ବନମଧ୍ୟ ପାଇ ହେଲେ ଉପସ୍ଥିତ ॥ ନିବିଡେ ଉଭୟ ଦିଗେ ଜାଲ

 

ବନ୍ଦାଇଲେ । ଅନ୍ୟ ଦିଗେ ନରପତି ଏକାକୀ ଜଗିଲେ ॥ ବାକି ଅନ୍ୟ

ଦିଗଆଡୁ ରାଜଲୋକଗଣ । ଘଉଡିଲେ ଜୀବଜନ୍ତୁ ବଜାଇ ନିଶାଣ ॥

ବାଦ୍ୟ ଶୁଣି ଭୟେ ଏକ ହରିଣ ଅଇଲା ନୃପତିଙ୍କ ପାଖେ ପାଖେ

ଶୀଘ୍ରେ ପଳାଇଲା ॥ ପଳାଇବା ଦେଖୀ ରଜା ପଛେ ଗୋଡଇଲେ ।

 

ଲୁଚିଲା କେଉଁଠି ରାଜା ଦେଖୀ ନ ପାରିଲେ ॥ ସେସମୟେ ସେହିଠାରେ

ଏକ ବୃଦ୍ଧା ନାରୀ । କାନ୍ଦୁଥିଲେ କାଠବୋଝ ତଳେ ଥୋଇକରି ॥ ତାହା

ଦେଖୀ ନରପତି ପୁଚ୍ଛିଲେ ବହନ । କାହିଁପାଇଁ ବନସ୍ତରେ କରୁଛୁ

ରୋଦନ ॥ ସେ କହିଲା କାଠ ବୋଝ ନ ପାରଇ ଟେକି । ଜୀବନ

 

ପୋଷିବି ଏହା ନେଇ ଗ୍ରାମେ ବିକି ॥ ଏହାଶୁଣି ସେ ବିକ୍ରମ ନୃପ

ଦୟାକଲେ । ଘୋଡାରୁ ଓହ୍ଳାଇ କାଠ ବୋଝୋ ଟେକି ଦେଲେ ॥

ମୁଣ୍ଡ ବୋଝ ଧରି ବୃଦ୍ଧା ଆନନ୍ଦ ହୋଇଲା । ମୌନାବତୀ କନ୍ୟା

ତୁମ୍ବେ ଲଭ ହେ ବୋଇଲା ॥ ବିକ୍ରମ ଆଦିତ୍ୟ ଶୁଣି ବିନୟେ

 

ଭାଷିଲେ । କେଉଁଦେଶରେ ସେ କନ୍ୟା ଅଛି କହ ଭଲେ ॥ ଶୁଣି

ବୃଦ୍ଧା କହେ କନ୍ୟା ଦକ୍ଷିଣ ଦେଶରେ । ମୌନାବତୀ ଅଛି ଜାଣ

କଞ୍ଚନ ଖଣ୍ଡରେ ॥ ଏହା କହି ବୃଦ୍ଧାନାରୀ ଚଲିଳା ତ୍ୱରିତ ।

ଘୋଟକ ପିଠିରେ ବସି ବିକ୍ରମ ଆଦିତ୍ୟ ॥ ଦକ୍ଷିଣଦେଶକୁ ଯିବାପାଇଁ

ବାହାରିଲେ । ତାଳ ବେତାଳକୁ ଯାଇ ବୁଝାଇ କହିଲେ ॥ ଯାଉଅଛି

ମୌନାବତୀ କନ୍ୟାପାଶେ ମୁହିଁ । ରହିଥିବ ମୋ ପାଶରେ ସାବଧାନ

ହୋଇ ॥ କ୍ଷଣମାତ୍ର ସଙ୍ଗ ମୋର କେବେ ନ ଛାଡିବ ଯାହ

ଯେତେବେଳେ କହୁଥିବି କରୁଥିବ ॥ କହିସାରି ନରପତି ସୁମରି

ପାର୍ବତୀ । କାଞ୍ଚନଖଣ୍ଡ ରାଜ୍ୟକୁ ଗମିଲେ ତଡନ୍ତି ॥ ପବନ ଗତିରେ

ତାଙ୍କ ଘୋଡା ଚଳିଯାଇ । କାଞ୍ଚନଖଣ୍ଡ ମଧ୍ୟରେ ଦେଲା ପହୁଞ୍ଚାଇ

 

ନୃପ ଦେଖି ପଚାରିଲେ ସେ ଦେଶ ପ୍ରଜାଙ୍କୁ କାହାର ଏ ରାଜ୍ୟ

ଅଟ କହ ହେ ଆମ୍ଭଙ୍କୁ ବର୍ତ୍ତମାନ ରାଜଙ୍କର ନାମ କହ କିସ

ଶୁଣି ପ୍ରଜାମାନେ ତାଙ୍କୁ କହିଲେ ସନ୍ଦେଶ ଏ ଦେଶରେ

ମୌନାବତୀ କନ୍ୟା ଅଟେ ରାଜା ଆମ୍ଭେ ସବୁ ପ୍ରଜା କରୁ ପଦେ

ତାଙ୍କ ପୂଜା ॥ ଶୁଣି ହରଷିତ ହୋଇ ବିକ୍ରମ ମିହିର ପ୍ରବେଶ

ହୋଇଲେ ଯାଇ ମୌନାବତୀ ଘର ॥ ଭିତରକୁ ଯିବା ଲାଗି ବିକ୍ରମ

ଆଦିତ୍ୟ । ପଚାରନ୍ତେ ଦ୍ଵାରୀମାନେ କହିଲେ ଏମନ୍ତ ॥ ଦେଖି ଆଗେ

ବସିଆଛି ଯେଉଁ ପକ୍ଷୀ ତାକୁ । ଧରିବ ଯେ ଯିବସେହି ଭିତରପୁରକୁ ॥

ଶୁଣିନ ବିକ୍ରମାଦିତ୍ୟ ପକ୍ଷୀ ଧରିବାକୁ । ଯାଆନ୍ତେ ସେ ଉଡିଗଲା ବୃକ୍ଷ

ଉପରକୁ ॥ ବୃକ୍ଷେ ଯାଇ ନରପତି ଉଠିବାର ବେଳେ ଉଡିଯାଇ

ପୁଣି ପକ୍ଷୀ ପହଁରିଲା ଜଳେ ତାଳ ବେତାଳଙ୍କୁ ଆଜ୍ଞା ଦେଲେ

ନରବର । ଯାଅ ହେବେତାଲେ ବେଗେ ଏ ପକ୍ଷୀକି ଧର ସେ

ବେତାଲେ ଅଦୃଶ୍ୟରେ ପକ୍ଷୀକି ଧଇଲେ କେହି ନ ଦେଖିଲା

ଆଣି ନୃପ ହସ୍ତେ ଦେଲେ ॥ ପକ୍ଷୀଟିକୁ ହସ୍ତେ ଧରି ବିକ୍ରମମିହିର

ଯିବାକ୍ଷଣି ଦ୍ଵାରପାଳ ଛାଡିଦେଲେ ଦ୍ଵାର ॥ ଭିତରେ ପଶିଲେ ଯାଇ

ବିକ୍ରମ ନରେଶ । ଦେଖିଲେ ସେ ହାର ଆଗେ ଗୋଟିଏ ପୁରୁଷ ॥

ଏକପାଦେ ଛିଡାହୋଇ ରହିଅଛି ସେହି । ପଚାରିଲେ ନରପତି ତା

ମୁଖକୁ ଚାହିଁ ॥ କହ ମହାତ୍ମା ଏପରି ରହିଛ କିପାଇଁ । ସେ କହିଲା

ରାଜପୁତ୍ର ଅଟଇ ଯେ ମୁହିଁ ଆସିଥୀଲି ମୌନାବତୀ କନ୍ୟା ନେବା

ଆସେ । ଯାଇଥୀଲି ବହୁକଷ୍ଟେ ସେ କନ୍ୟାର ପାଶେ

ହରିବାରୁତାକୁ ମୋତେ ଦଣ୍ଡ ଦେଇଅଛି । ଚାରିମାସ ହେଲା ଜାଣ ଏହିପରି

ଅଛି । ଛଅମାସ ରହିବାକୁ ଦେଇଛି ଆଦେଶ । ରକ୍ଷାକର ଏ ବିପଦୁ

ମୋତେ ହେ ବିରେଶ । ବହୁକଷ୍ଟ ପାଇଳଣି କନ୍ୟା ଲୋଡନାହିଁ

ବିକ୍ରମ ୟା ଶୁଣି ତାକୁ ଦେଲେ ମୁକୁଳାଇ ॥ ମୁକ୍ତ ହୋଇଗଲା ସେହୁ

ଆପଣା ଭୁବନ । ତା ବଦଲେ ଠିଆହେଲେ ପଦକେ ରାଜନେ

ସେହିଠାରେ ହୋଇଗଲା ଦୁଇମାସ ଶେଷ । ଚାଲିଗଲେ ସେ ଠାବରୁ ବିକ୍ରମ ନରେଶ ॥ ହୋଇଗଲେ ପ୍ରବେଶ ଯାଇ ମୌନାବତୀ ପୁରେ ।

ବସିଥିଲା ମୌନାବତୀ କନ୍ୟା ପଲଙ୍କରେ ॥ ଚାହିଁ ତାକୁ କହିଲେ ଯେ

 

ବିକ୍ରମ ନରେଶ ॥ ଶୁଣ ମୌନାବତୀ ତୋର ପୂର୍ବର ଆଦେଶ ॥ ଏକ

ପାଦେ ଛଅମାସ ଛିଡ ହେବାପଇଁ । ସେହିପରି ଛଅମାସ ଗଲା ପୂର୍ଣ୍ଣ

ହୋଇ ॥ ବହୁବିଘ୍ନେ ଆସିଅଛି ପାଶକୁ ତୋହର । ଦିଅଚନ୍ଦ୍ରମୁଖୀ ଆଣି

ମୋ ଗଳାରେ ହାର ॥ ତାହାଶୁଣି ମୌନାବତୀ ଉତ୍ତର ନ ଦେଲା

 

ସହଜେ ତ ମୌନାବତୀ ମଊନେରହିଲା ॥ ପ୍ରଦୀପ ଏମନ୍ତ ତାଙ୍କୁ କହଇ

ସନ୍ଦେଶ । ମୋହୋଠାରୁ ଶୁଣ ତୁମ୍ଭେ ବିଦେଶୀ ପୁରୁଷ ॥ ମୌନାବତୀ

ନାମ ତାର ମୌନ ରହିଥାଇ । ବିଦେଶୀ ପୁରୁଷକୁ ସେ କଥା ନ

କହଇ ॥ ନିଶା ଚାରିପହରେ ସେ କୁହାଇବା କଥା । ବରମଲ୍ୟ ଦେବ

ତାକୁ ନୋହିବ ଅନ୍ୟଥା ଏହାଶୁଣି ବିକ୍ରମ ଯେ ହେଲେ

ଆନନ୍ଦିତ । ତ।ଳ ବେତାଳଙ୍କୁ ଚାହିଁ କହିଲେ ଏମନ୍ତ ॥ ତୁମ୍ଭେ ମୋର

ବଚନକୁ ରହିଥିବ ଚାହିଁ । ପାଳିବ ଆଦେଶ ଶୀଘ୍ର ଯାହା କହିବଇଁ ॥

ଏହାକହି ଦୃଢାସନେ ବସିଲେ ରାଜନ ଜଗନ୍ନାଥ ସିଂହ କହେ

ହୁଅ ସାବଧାନ

-------

 

ପ୍ରଥମ ପ୍ରହର କଥା

ପ୍ରଥମ ପ୍ରହର ରାତ୍ରି ହୋନ୍ତେ ପରବେଶ । ପ୍ରଦୀପକୁ କହିଲେ

ଯେ ବିକ୍ରମ ନରେଶ ॥ ଶୁଣ ହେ ପ୍ରଦୀପ ଏକ ନୃପତି ରାଜ୍ୟରେ ।

ରାଜପୁତ୍ର ବୁଲି ଦେଶେ ଉପଦ୍ରବ କରେ ॥ ସୁନାରୀ, ବଢେଇ, ତନ୍ତି

ଏହି ତିନିଜଣ । ମିତ୍ର ତାର ତାଙ୍କୁ ଘେନି କରେ ଦୁଷ୍ଟପଣ ॥ ପତିବ୍ରାତା

ନାରିଙ୍କର ଧର୍ମ ନ ରଖଇ । ରୂପବତୀ ରମଣୀକୁ ବଳେ ସେ ହରଇ ॥

ଧନ ହରେ ବଳେ କାର କାହାକୁ ଯେ ମାରେ ଏପରି ଉପଦ୍ରବ

କଲା ଘରେ ଘରେ ଉପଦ୍ରବ ଦେଖି ତାର ଗଲେ ପ୍ରଜାଗଣ

ଅତିଦୁଃଖେ ରାଜା ଆଗେ କରିଲେ ଜଣାଣ । ଦୁଷ୍ଟପଣ ତାର ବୁଝି

ରାଜା କ୍ରଧ କଲେ ନ ବିଚାରି ପୁତ୍ର ବୋଲି ରଜ୍ୟୁ ତଡି ଦେଲେ

ମିତ୍ର ତିନିଗୋଟି ସଙ୍ଗେ ଘେନି ପଳାଇଳା ॥ ଅରଣ୍ୟର ବୃକ୍ଷ ମୂଳେ

ରାତ୍ରରେ ରହିଲା ॥ ଚାରିମିତ ବସି ତହିଁ କରନ୍ତି ବିଚାର ନିବିଡ

ଅରଣ୍ୟ ପୁଣି ଘୋର ଅନ୍ଧକାର ॥ ଯେବେ ଆମ୍ଭେ ଏକାବେଳେ

ଶୋଇବା ସମସ୍ତେ । ବାଘ ଭାଲୁ ଆସି କରି ଖାଇବେ ନିଶ୍ଚିନ୍ତେ

ଏତେ ଭାବି ଜଣେ ଜଣେ ପ୍ରହରେ ପ୍ରହରେ । ଜଗିଲେ ସେ ପାଳି

କରି ରହି ଉଜାଗର ପ୍ରଥମରେ ବଢେଇର କୁମାର ଜାଗିଲା

କାଠରେ ସେ କନ୍ୟାଟିଏ ଗଢି ଥୋଇ ଦେଲା ॥ ଦ୍ଵିତୀୟ ପ୍ରହରେ

ଜଗି ରହିଲା ସୁନାରୀ । ସୁନ। ରେ ସେ ଅଳଙ୍କାର ପିନ୍ଧାଇଲ କରି

ତୃତୀୟରେ ତନ୍ତି ତାକୁ ଲୁଗା ପିନ୍ଧାଇଲା ଚତୁର୍ଥରେ ଜୀବନ୍ୟାସ

ରାଜପୁତ୍ର କଲା ଜୀବ ପାଇ ତକ୍ଷଣେ ସେ ହେଲା ଦିବ୍ୟ ନାରୀ

ସମାନ ନୋହିବ ତାକୁ ସ୍ଵର୍ଗ ଅପସରୀ । ତା ରୂପକୁ ଦେଖି ସର୍ବେ

ଆରମ୍ଭିଲେ ଦ୍ଵନ୍ଦ । ସମସ୍ତେ ଏ କନ୍ୟା ନେବୁ ବୋଲି କଲେ ବାଦ ।

କହ ପ୍ରଦୀପ ସେ କନ୍ୟା ହୋଇବ କାହାର ତାହା ଶୁଣି ପ୍ରଦୀପଟି

ଦେଲାକ ଉତ୍ତର ॥ ବଢାଇର ସେ କନ୍ୟାଟି ହୋଇଲ ବିଧିରେ

ଏହା ଶୁଣି ମୌନାବତୀ କହଇ କ୍ରଧରେ ॥ ଅନ୍ୟାୟ କହିଲୁ କିପାଁ

ହୋଇ ମୋ ପ୍ରଦୀପ । ବଢାଇ ତ ହେଲ ତା ନିଜ ଧର୍ମବାପ

ଜୀବ ଦେଇ ରାଜପୁତ୍ର ପିତା ବୋଲାଇଲା । ଅଳଙ୍କାର ଦେଲା ଯେ

ସେ ଶ୍ଵଶୁର ହୋଇଲ ॥ ଯେ ଦେଲଟି ବସ୍ତ୍ର କନ୍ୟା ହୋଇଲ ତାହାର

ମୌନାବତୀ କଥା ଶୁଣି ବିକ୍ରମ ମିହିର ସାକ୍ଷୀ କରି ପ୍ରଦୀପକୁ

କହିଲେ ଏମନ୍ତ ଶୁଣିଲୁ ତ ଏବେ ଆମ୍ଭ କଥାରେ ତଦନ୍ତ

ସାକ୍ଷୀ ଥାଅ ପ୍ରଦୀପ ତୁ ଆମ୍ଭର ଅଗରେ । ମୌନାବତୀ କଥା କହେ

ପ୍ରଥମ ପ୍ରହରେ ॥ କହେ ଜଗନ୍ନାଥ ସର୍ବେ ମନ ଦେଇ ଶୁଣ । ପ୍ରଥମ

ପ୍ରହର କଥା ହେଲା ସମାପନ ॥

-------------

ଦ୍ଵିତୀୟ ପ୍ରହର କଥା

ରଜନୀ ଦ୍ଵିତୀୟ ଯାମ ହୋଇଲା ପ୍ରବେଶ ମୌନାବତୀ ପୂର୍ବ

ପରି ରହିଲା ଅବଶ୍ୟ ॥ ତାର ଏ ରୀତିକି ଦେଖି ବିକ୍ରମ ରଜନ

ଘଟକୁ ସମ୍ଭୋଧି ତାକୁ ପୁଚ୍ଛିଲେ କାରଣ ତଳ ବେତାଳ ଯାଇ

ସେ ଘଟ ମଧ୍ୟେ ଥିଲେ ପଚାରନ୍ତେ ରାଜା ତାଙ୍କୁ ଏପରି କହିଲେ

ଶୁଣ ହୋ ବିଦେଶୀ ମୋର ସଧୀରେ ବଚନ ମାନସରବରେ

ଥିଲି ମୃତ୍ତିକା ରୂପେଣ କୁମ୍ଭକାର ଯାଇ ମୋତେ ସେଠାରୁ

ଆଣିଲା । ଦଳାଦଳି କରି ଚକ୍ରେ କଳସ ଗଢିଲା ॥ ଖର।ରେ ଶୁଖାଇ

ତହୁଁ ପୋଡିଲା ଅଗ୍ନିରେ । ବିକିଲା ସେ ଆଣି ମୋତେ ମୌନବତୀ -

 

ଠାରେ ॥ ସେହି ଦିନୁ ମୌନାବତୀ ପାଶରେ ମୁଁ ଅଛି ଇତିହାସ

ଶୁଣିବାକୁ ମନ ମୋ ହେଉଛି ଅଟ ତୁମ୍ଭେ ସୁପଣ୍ଡିତ ବିଦେଶୀ

ପୁରୁଷ ଜାଣିଥିଲେ ଇତିହାସ କର ହେ ପ୍ରକାଶ ଶୁଣ ଘଟ

ଏକଦେଶେ ସୌଦାଗର ଘରେ ପାଞ୍ଚ ଗୋଟି ଭାଇ ଥାଆନ୍ତି ଯେ

ଏକତ୍ଵରେ ॥ ପାଞ୍ଚଭୟଙ୍କର ପାଞ୍ଚଥାଆନ୍ତି ଘରଣୀ । ସନଭାଇ ଭାର୍ୟ୍ୟା

ଅଟେ ଅତି ଦୋଚାରୂଣୀ । ପତିପୁତ୍ର ଶୋଇବାର ଦେଖି ରାତ୍ରକାଳେ ।

ଖିଡିକି ପିଟାଇ ଗୁପ୍ତେ ଏକ। ହୋଇ ଚଳେ ବିଟପୁରୁଷର ସଙ୍ଗେ

ଏକନ୍ତେ କ୍ରୀଡଇ । ଆସି ପୁଣି ପତିପାଶେ ଶେଯରେ ଶୁଆଇ ॥ ତାର

ଏ ରାତିକି କେହି ନ ଜାଣନ୍ତି ଘରେ ପ୍ରତିଦିନ ସେ ବିଟପୀ ଏହି

ବୃତ୍ତିକରେ ॥ ଦିନେ ସେ ଖିଡିକି ଫିଟାଦେଖି ଚଉଳିଆ । ସୌଦାଗର

ପୁତ୍ର ଆଗେ କହିଲ। ସେ ଏହା ॥ ପ୍ରତି ରାତ୍ର ତୁମ୍ଭ ଘରେ ଫିଟଇ

ଖିଡିକି । ଫିଟାଏ କେ ତାହା ମୁହିଁ ନ ପରଇ ଦେଖି ଯତ୍ନ କରି

ରାତ୍ରେ ତୁମ୍ଭେ ଦେଖ ଜଗି ରହି ଏହା ଶୁଣି ବିଚାର ଯେ କଲେ

ପ।ଞ୍ଚଭାଇ ॥ କାହା ଆଗରେ ସେ କଥା କିଛି ନ କହିଲେ କପଟେ

ସେ ନିଜ ନିଜ ଶେଜରେ ଶୋଇଲେ ସାନବୋହୁ ଏ ବିଚାର କିଛି

ନ ଜାଣଇ ପତି ଶୋଇବାର ଉଣ୍ଡୁ ଥାଏ ଯିବା ପାଇଁ ॥ ଅର୍ଦ୍ଧ ରାତ୍ର

ହୋଇଗଲା ଶୋଇଲେ ସମସ୍ତେ ସେ ସୁନ୍ଦରୀ ଉଣ୍ଡି ତାହା ଉଠିଲା

ତୁରିତେ ॥ କବାଟ ଫିଟାଇ ଜାରପୁଂସ ପାଶେ ଗଲା ତାକୁ ଦେଖି

ରାଗେ ଉପପତି ଗାଳିଦେଲା ବୋଇଲା ବିଳମ୍ବ ଏତେ କଲୁ

କାହିଁ ପାଇଁ । ଅର୍ଦ୍ଧ ରାତ୍ରି ହେଲା ଆସି ତତେ ଚାହିଁ ଚାହିଁ ॥ କାମଶର

ପୀଡା ପାଇ ହେଲି କଲବଲ ପ୍ରୀତି କଲେ ତୋ ସଙ୍ଗରେ ନାହିଁ

ଆଉ ଭଲ ॥ ଜାରପୁରୁଷର ଦେଖି ସେ ଏପରି ମନ । ତ। ପାଦରେ

ପଡି କହେ ଶୁଣ ପ୍ରାଣଧନ ଏକବାରେ ଦୋଷ ମୋର କ୍ଷମା ତୁମ୍ଭେ

କର । ନ କରିବି କାଲିଠାରୁ ଆଉ ହରବର ଜାରପୁରୁଷ ତ ଶୁଣି

ସନ୍ତଷ ହୋଇଲ ରତି ଭୋଗ ଦୁହିଁ ଙ୍କର ଇଚ୍ଛାପୂର୍ଣ୍ଣ ହେଲା

ହରଷରେ ଚଲିଗଲେ ତହୁଁ ସେହି ନାରୀ । ମିଳିଲା ଜଳାକବାଟି ପାଶେ

ଯାଇକରି ॥ ତାର ରୀତି ଦେଖି ସ୍ଵାମୀ ଖିଡିକି ଦୁଆରେ ଆଣ୍ଟେକିଳି

ଘରେ ବସିଥିଲା ଉଜାଗର ଖିଡିକି କିଳିବା ଜାଣି ଉଚ୍ଛ ଦେଲା

ଡକ। ଫିଟାଆ ହେ ପ୍ରାଣେଶ୍ଵର ହୋଇଛି ମୁଁ ଏକା ॥ ପେଟମୋଡା

ଝାଡା ରୋଗ ହୋଇଛି ମୋହର । ସେହି ଯୋଗୁଁ ରାତିମଧ୍ୟେ ଉଠେ

ପଞ୍ଚଥର ॥ ତୁମ୍ଭ ନିଦ ନ ଭାଙ୍ଗି ମୁଁ ଆସୁଥାଏ ଏକା ଚଞ୍ଚଲ ଫିଟାଆ

ମୋତେ ଲାଗୁଆଛି ଚିଙ୍କା ॥ ଶୁଣି ସାଧୁପୁତ୍ର କହେ ତୋର କାର୍ୟ୍ୟ

ନାହିଁ । ନ ଚାହିଁବି ମୁଖ ତୋର ଦୋଚାରୁନି ତୁହି ॥ ଜେଣେ ଇଚ୍ଛା

ତେଣେ ଯାଅ ନ ଆସ ମୋ ଘର । ଏହା ଶୁଣି ସେ ବିଟପୀ କ୍ରୋଧେ

ବୋଲେ ଗିର ॥ ଯାଉଛି ମଋବି ବୁଡି ଗଦିଆ ଭିତରେ । ତୁମ୍ଭର

ନିଷ୍ଠୁର ବାଣୀ ସହି ମୁଁ ନ ପରେ ଏତେ କହି ଗାଡିଆକୁ ପଥର

ଫିଙ୍ଗିଲା । ପାଖେ ଥିବା ଗଛମୂଳେ ଲୁଚିଣ ରହିଲା ॥ ପଥର ପଡନ୍ତେ

ଜଲେ ଶବ୍ଦଜାତ ହୋଇ । ଶୁଣି ସେହି ଶବ୍ଦ ମନେ ସାଧୁ ବିଚାରଇ

ଜଲେ ପଡି ବୁଡିମଲେ ର।ଜଦଣ୍ଡ ହେବ । ଏତେ ଭାବି ସୌଦାଗର

ଧାଇଁଗଲା ଯବ ॥ ପଣି ଦରାଣ୍ଡିଲା ଯାଇ ଗାଡିଆ ଭିତରେ । ଏସମୟେ

ସେ ଚତୁରୀ ପଶିଗଲା ଘରେ କବାଟକୁ ଆଣ୍ଟେକିଳି ଶେଜରେ

ଶୋଇଲା । ସାଧୁ ତାକୁ ନ ପାଇଣ ଦ୍ଵାରେ ବାହୁଡିଲା ଦେଖିଲା

ସେ କବାଟ ଯେ କିଳା ହୋଇଅଛି ଏହା ଦେଖି ସାଧୁର ଯେ

ନସ୍ଫୁରଇ କିଛି ॥ ଧୀରେ ଧୀରେ ଦେଲା ଡାକ ଶୁଣ ଗୋ ଚତୁରୀ

ଓଦା ଲୁଗା ପିନ୍ଧ ଦେହ କମ୍ପଇ ମୋହୋର ॥ କବାଟ ଫିଟାଅ ବେଗେ

ଯିବି ମୁଁ ଘରକୁ ଏହା ଶୁଣି ସେ ରମଣୀ କହଇ ତାହାକୁ

ଚାଲିଯାଅ ନୀତି ନୀତି କବାଟ ଫିଟାଇ । ପିଲାଙ୍କୁ ମୁଁ ଧରି ଶୋଇଥାଏ

ଏକା ହୋଇ ବୋଲାବୋଲି ହେଉଁ ଦୁହେଁ କଳି ହେଲା ଜାତ

ତାହା ଶୁଣି ଭାଇମାନେ ଆଇଲେ ତୁରିତ ॥ ଦେଖି ତାକୁ ସାନଭାଇ

ଲାଜରେ ରହିଲା । ବିଟପୀ ଅବଳ। ସାହସରେ ଜୟ କଲା କହ ତ

ଘଟ ଏ ଦୁଇ ଜଣଙ୍କ ମଧ୍ୟରେ । କେ ବଡ ଚତୁର ହେଲା ବିଚାରି

 

ମନରେ ॥ ଘଟ ଚତୁର ବୋଲେ ସେ ପୁରୁଷ ହୋଇଲ। । ଏହା ଶୁଣି

ମୌନାବତୀ କ୍ରୋଧରେ ଉଠିଲ। ॥ କହେ ମୋର ଘଟ ହୋଇ କହୁ

ନ ବିଚାରି ସେ ଦୁଇରୁ ବୁଦ୍ଧିମତୀ ଅଟଇ ସେ ନାରୀ ॥ ଶୁଣି

ମୌନାବତୀ ବାଣୀ ବିକ୍ରମ ଆଦିତ୍ୟ । ବୋଇଲେ ମୌନାବତୀ କଥା

କହିଲା ତ ॥ ଶୁଣିଥାଅ ସଖିମାନେ ସାକ୍ଷୀ ତୁମ୍ଭେ ହେବ । କହେ

ଜଗନ୍ନାଥ ସେହୁ ଅବଶ୍ୟ ମାନିବ ॥

----------

ତୃତୀୟ ପ୍ରହର କଥା

 

ପୂର୍ବପରି ମୌନାବତୀ ମଉନେ ରହିଲା ତୃତୀୟ ପ୍ରହର ନିଶି

ଆସି ପହୁଞ୍ଚିଲା ଏହା ଦେଖି କହନ୍ତି ଯେ ବିନ୍ରମ ରାଜନ । ଶୁଣି

ଖଟଖୁରା ତୁ ଯେ ମେ।ହେ।ର ବଚନ ପଥର ହୃଦୟ ତୁମ୍ଭ ମୌନାବତୀ

ଅଟେ ଦୟା କରି ପଦେ କଥା ନ କହେଟି ମୋତେ ମୂକପରି

ବସିଥିବି କେତେ ବେଳ ଚାହିଁ ଦୟା ବହି କଥା ପଦେ କହ

ହେଲେ ତୁହି ଖଟଖୁରା ମଧେ ଥାଇ ବୋଲଇ ବେତାଳ

 

ପୂର୍ବଚରିତ ମୋ ଶୁଣ ଆହେ ନରପାଲ ବନ ମଧେ ଅତିସୁଖେ

ରହିଥିଲି ମୁହିଁ ନେଲା ମୋତେ କାଟିକରି ସେଠାରୁ ବଢେଇ

ଖଟଖୁରା ଗଢି ବିନ୍ରୀ କଲ ଏଠି ମୋତେ ।ମୌନାବତୀ ମୋ ଉପରେ

ଶୁଅଇ ନିଶ୍ଚିନ୍ତେ ସେଦିନୁ ମୁଁ କାହା ମୁଖ ଚାହିଁ ନ ପାରିଲି

 

ବିଦ୍ୟାବନ୍ତ ରାଜା ତୁମ୍ଭେ ବୋଲି ମୁଁ ଜାଣିଲି । ତୁମ୍ଭଠାରୁ ଶୁଣିବଇଁ

ସୁନ୍ଦର କାହାଣୀ ବିନ୍ରମ ନରେଶ କହିଲେ ଯେ ତାହା ଶୁଣି

ଶୁଣ ତେବେ ଖଟଖୁରା ଏକଇ ରାଜ୍ୟରେ ରାଜା ଏକ ଥାଇ ପ୍ରଜା

ପାଲଇ ସୁଖରେ ସେ ରାଜା ନବରେ ଫୁଲ ଦିଅଇ ମାଲୁଣୀ

ଦିନେ ତାହା ସଙ୍ଗେ ଦେଖା ହେଲା ଗୋପାଳୁଣୀ । ଗୋପାଳୁଣୀ

ବୋଇଲୋ ମୁଁ ତୋହଠାରୁ ବଡ । ତା ଶୁଣି ମାଲୁଣୀ କଲା କଥାଟିକୁ

ଦୃଢ ରାଜାଘର ପରିଚାରୀ ଦୁହେଁ ବୁଦ୍ଧିମତୀ କଥା ପଡୁ ପଡୁ ଦୁହେଁ

ହୋଇଲେ ଅପ୍ରୀତ

ଗୋପାଳୁଣୀ କହେ ମୁହିଁ ପଞ୍ଚୀଲେ କ୍ଷଣକେ ବିପଦ ଘଟାଇ

ପାରେ ଧନୀମାନୀଲୋକେ । ତାହା ଶୁଣି ସେ ମାଳୁଣୀଦିଅଇ ଉତ୍ତର

କ୍ଷଣକେ ମୁଁ ତୁଟାଇବି ଘଟଣା ତୋହର ଶୁଣିକରିଗୋପାଳୁଣୀ ଗଲା

ସେହିକ୍ଷଣି ରାଜଜେମା ଆଗରେ ଯେ କହିଲାହପୁଣି

ଥିଲ କାଲି ତୁମ୍ଭେ ଜଳାକବାଟି ପାଖରେ ରଘୁପତି

ସୌଦାଗର ଦେଖିଲା ସେଠାରେ ଦେଖି କରି ଖାଉ ନାହିଁ ଅନ୍ନ

ଜଳ ସେହି ଲକ୍ଷେ ଟଙ୍କା ଦେବ ବୋଲି ଅଛି ମୋତେ କହି

ଏକ ନିଶି ତୁମ୍ଭେ ଯେବେ ତା ହା ପାଶେ ଯିବ ସେ ଲକ୍ଷକ ଟଙ୍କା

ନିଶ୍ଚେ ତୁମ୍ଭଙ୍କୁ ସେ ଦେବ । ତାହା ଶୁଣିରାଜଜେମା ସନମତ କଲା ।

ଗୋପାଳୁଣୀ ସୌଦାଗର ପାଖେ ପହୁଞ୍ଚିଲା । ଶୁଣ ଆହେ ରଘୁପତି

ଗବାକ୍ଷ ମାର୍ଗରେ ରାଜଜେମା ଦେଖି କରି ତୁମ୍ଭକୁ ଦାଣ୍ଡରେ

ତିନିଦିନ ହେଲା ସେହୁ ଖାଇ ନାହିଁ ଅନ୍ନ । ରହିଅଛି । ଏକା ତୁମ୍ଭ-

ଠାରେ ତାର ମନ ଲକ୍ଷେ ଟଙ୍କା ମୋଟେ ତାକୁ ଦେବାକୁ ପଡିବ

ତୁମ୍ଭେ ତାକୁ ଏକ ରାନ୍ରି ସମ୍ଭୋଗ କରିବ

ବୋଲେ ସୌଦାଗରଲକ୍ଷେ ଟଙ୍କା ଦେବି ମୁହିଁ । ଏକରାନ୍ରି ଯେବେ

ରାଜଜେମା ଭୋଗିବଇଁ ।ଗୋପାଳୁଣି ହୋ ଶୁଣି ତହୁଁ ଚଳିଗଲା

ରାଜାର କନ୍ୟାକୁଅର୍ଦ୍ଦ ରାନ୍ରରେ ଆଣିଲେ ଦେବୀ ମନ୍ଦିରରେ ନେଇ

ତାହାକୁ ରଖାଇ ସୌଦାଗରେ ଡାକି ନେଇ ଦେଲାକ ମିଳାଇ

 

ସୌଦାଗର ରାଜକନ୍ୟା ଦୁହେଁ ସେ ନିଶିରେ ରତିରସେ ମାତିଗଲେ

ଦେବୀଙ୍କ ମନ୍ଦିରେ ଗୋପାଳୁଣୀ ତାହା ଦେଖି ବାହାର କଳିଣୀ

ପକାଇଲାଆଣ୍ଟ କରି ଆସି ସେହିକ୍ଷଣି ।। ସେଠାଵରୁ ଯାଇ ଗଡ଼

ଚଉକିଆଆଗେ । ନଟକୁଟୀ ଗଉଡ଼ୁଣୀ କହିଦେଲା ବେଗେ । ।

ଦେଖ ଆହେଚୌକିଦାର ଦେବୀଙ୍କ ଦେଉଳେ

 

ରଘୁପତି ସୌଦାଗର ରହି କିସ କରେ କାହା ଯୁବତୀକି ସେହୁ

ଚୋରାଇ ନେଇଛି ।ତାହା ଦେଖି କବାଟ ମୁଁ କିଳି ଦେଇଅଛି ଚୌକିଦାର ଏହା ଶୁଣି ଧାଇଁଗଲା ଦେବୀଙ୍କ ମନ୍ଦିର ପାଶେ

ପାହାରି ଜଗିଲ ଖଞ୍ଜି ଦେଈ କୁଟଯନ୍ତ୍ର ଗୋପାଳୁଣୀ ଗଲା

ମାଳୁଣୀଆଗରେ ଯାଇ ଏମନ୍ତ କହିଲା ॥ ଲଗାଇ ଆସିଛି ନିଆଁ

ଲିଭା ଯାଇ କରି ଜଣାଯିବ କେତେ ବୁଦ୍ଧି ଅଛଇ ତୋହରି

ଏହା ଶୁଣି ସେ ମଳୁଣୀ ଗଲା ସେହିକ୍ଷଣି । ସନ୍ଧାନ କରିଣ ସବୁ

ପକାଇଲା ଜାଣି ॥ ରଘୁପତି ସୌଦାଗର ପିତା ପାଶେ ଗଲା

ଉଠାଇ ସକଳ ତାକୁ ବୁଝାଇ କହିଲା ॥ ସୌଦାଗର ବାପହେଲା

ଭୟେ ଥରହର ବୁଝାଇ ମାଲୁଣୀ କହେ କିପାଁ ଭୟକର

ମାଗିବି ମୁଁ ଯାହା ତୁମ୍ଭେ ଅହିକ୍ଷଣି ଦେବ । ଅନାୟାସେ ତେବେ

ତୁମ୍ଭ ପୁତ୍ର ମୁକିଳିବ ॥ ଯିବେ ତୁମ୍ଭ ଝିଅ ବୋହୁ ମୋହର ସଙ୍ଗରେ

ସଙ୍ଗେ ପୁଣି ଦେବ ଭଲ ବାଦ୍ୟ ତିନିସାରେ

ଟଙ୍କା କିଛି ଦେଇଥିବ ଧରି –ଥିବି ମୁହିଁ । ଟଙ୍କା ଥିଲେ ଶଙ୍କା

ନାହିଁତଥ୍ୟ ଏ ଅଟଇ ସହସ୍ରେ ଟଙ୍କାର ଥଳି ଦେଲା ସୌଦାଗର

ଝିଅ ବୋହୁ ମାନଙ୍କୁ ଯେ ଛାଡିଲା ସଙ୍ଗର ॥ ଚମକିଲା ବାଦ୍ୟନାଦେ

ସେ ନଗରଯାକ । ମାଲିନୀ ତ। ଘଋ ନେଲା ଗୋଟିଏ ବାଳକ ॥

ସର୍ବେ ମିଳିଗଲେ ତହୁଁ ଦେବୀଙ୍କ ମନ୍ଦିରେ । ଜଗି ବସିଥିଲା

ଚୌକିଦାର ଦେବୀହାରେ ମାଲୁଣୀ କହେ ତାକୁ ବଚନ ସଧୀରେ

କବାଟ ଫିଟାଅ ଯିବୁ ମନ୍ଦିର ଭିତରେ॥ଚୌକିଦାର ଶୁଣି କହେ

ଫିଟାଇବି ନାହିଁ ।କହିଅଛି ଗୋପାଳୁଣୀ ରଜାଆଗେ ଯାଇ ॥ରଘୁପତି

ସୌଦାଗର ଅଛି ୟାଭିତରେ ଯୁବତୀ ଏଆଣି କାର ରଖିଛି ସାଙ୍ଗରେ

ରାଜା ଆଜ୍ଞା ପାଇ ଆସି ଜଗି ଅଛି ମୁହିଁ ରାତି ନ ପାଇଲେ ଦ୍ଵାର ଫିଟାଇବି

ନାହିଁ॥ ମାଲୁଣୀ କହଇ ତାକୁ ଆରେ ବାବୁ ଶୁଣ। ହେବପ୍ରାତେ

ଏ ଶିଶୁର ଅନ୍ନପାରାଶନ ଏହିକ୍ଷଣି ଦେବୀଙ୍କର ପୂଜାବିଧି ସାରି

ଦ୍ଵାର ଫେଡ ଯିବୁ ବାବୁ ବିଳମ୍ବ ନ କରି । ଶିଶୁ ଶିଶୁମାଆ ଖୁଡି

ଭାଣ୍ଡାରୁଣୀ ମୁହିଁ ।ଚାରିଜଣ ଯିବୁ ଆଉ କେହି ଯିବେ ନାହିଁ ॥

ଗଣିଥିବୁ ଗଲାବେଳେ ଆସିଲେ ଗଣିବୁ । ଏହିତକ ଦୟାକରି

କରିଦିଅ ବାବୁ ॥ ଏହା କହି ଶହେ ଟଙ୍କା ହାତେ ଗୁଞ୍ଜି ଦେଲା ।

ଲୋଭେ ଚୌକିଦାର କିଛି କହି ନ ପାରିଲା ॥ ଏଣେ ତେଣେ ଚାହିଁ

ଚାବି ଫିଟାଇ ଦେଲା ।ମାଲୁଣୀତିନିଙ୍କୁ ଧରି ମନ୍ଦିରରେ ପଶିଲା ॥

ମାଲୁଣୀ ସେ ଶିଶୁଟିକି ଜେମା କୋଲେ ଦେଲା ସଙ୍ଗେ ଆଣି ତାକୁ

ସାଧୁଭାର୍ଜ୍ୟା ଛାଡି ଦେଲା ॥ ଚାରିଜନ ବାହାରିଲେ ଗଣି ଚୌକିଦାର

ଚାବିପକାଇଲେ ଦ୍ଵାରେ ଊତ୍ତମ ପ୍ରକାର

ରାଜ ନନ୍ଦିନୀକୁ ସଙ୍ଗେ ନେଇ ସେ ମାଲୁଣୀ । ଛାଡିଦେଲା ଉଆସରେ

କେହି ନାହିଁ ଜାଣି ॥ ବାକିନଅଶହ ଟଙ୍କା ଘେନି ଆନନ୍ଦରେ

ସେ ମାଲୁଣୀ ଚାଲିଗଲା ଆପଣାର ଘରେ ଏସମୟେ ହୋଇଗଲା

ଯହୁଁ ରାତ୍ରି ଶେଷ ଜଣାଇଲ ଚୌକିଦାରଯାଇ ରାଜା ପାଶ

ରଘୁପତି ସୌଦାଗର କାହାର ଯୁବତୀ । ଚୋରିକରିଦେବୀ ଗୃହେ

ରହିଅଛି ରାତି ଗୋପାଳୁଣୀ କହିବାରୁ ଜଗିଅଛି ମୁହିଁ ଶୁଣି

ଆଞା ଦେଲେ ରାଜା ଘେନି ଆସ ଯାଇ ଆଜ୍ଞା ପାଇ ଚୌକିଦାର

ସେ ଦୁଇ ଜଣକୁ ଘେନିଗଲା ବାନ୍ଧ କରି ରାଜାଙ୍କ ଛାମୁକୁ

ସେ ମାଲୁଣୀ ଗୋପାଳୁଣୀ ଦୁହେଁଯାକ ଯାଇ ରାଜଦ୍ଵାରେ ଜଗିଛନ୍ତି

ଦେଖୀବାର ପାଇଁ ରାଜା ଦେଖି କୋପେ କହେ ଆରେ ରଘୁପତି

ଦେବୀ ଗୃହେ ଘେନି ଥିଲୁ ଏ କାର ଯୁବତୀ ସୌଦାଗର ବୋଇଲା

ଏ ଭାରିଯା ମୋହରି ଆସିଥିଲୁ ଦୁହେଁ ମିଶି ଘରେ କଳିକାରି

କହିଲେ ଚିହ୍ନିବା ଲୋକେ ଏ ମିଥ୍ୟା ନୁହଇ ରଘୁପତି ସୌଦାଗର

ଭାରିଯା ତ ଏହି ॥ ନରପତି ଏହାଶୁଣି ତାଙ୍କୁ ଛାଡିଦେଲେ । କହିବୁଟି

ଖଟଖୁରା ବାରେ ଏବେ ଭଲେ ॥ ମାଲୁଣୀ ଯେ ଗୋପାଳୁଣୀ ଦୁହିଁଙ୍କ

ଭିତରେ । କିଏସାନ କିଏ ବଡ ବିଚାର ବେଭାରେ

କହେ ଖୁରାଗୋପାଳୁଣୀ ବଡ ବୃଦ୍ଧିମତୀ । ଶୁଣି ନୋଧେ ଚାପି ଓଷ୍ଠ କହେ

ମୌନାବତୀ ବିଚାରେ ମାଲୁଣୀହେଲା ବୃଦ୍ଧିର ସାଗର ॥ କହିଲୁ

ଅନ୍ୟାୟ ତୁହିଁଖୁରା ହୋଇ ମୋର ॥ ବିତ୍ରମାଦିତ୍ୟବୋଲେ ଖୁରା ଥାଅ

ଶୁଣି । କହିଲାଟି କଥା ତୁମ ମୌନାବତୀ ରାଣୀ ॥ ତିନିଥର କଥା ଏବେ

କହିଲା ତ ସେହି ବରମାଲ୍ୟ ମୋ ଗଳାରେ କିପାଁ ଦେଉ ନାହିଁ

ଜଗନ୍ନଥ କହେ ଶୁଣ ବିତ୍ନମ ମିହିର ଆରପ୍ରହାରକୁ ନିଶ୍ଚେ ହୋଇବ ତୁମ୍ଭର

 

ଚତୁର୍ଥ ପ୍ରହର କଥା

 

ଏହାପରେ ସୁଜ୍ଞାନରେ କର୍ଣ୍ଣଦେଇ ଶୁଣ । ପଚାରନ୍ତି ପୁତ୍ତଳିକି

ଭୋଜ ନରଗଣ କହ ପୁତ୍ତଳି ଚର୍ତୁଥ ପ୍ରହରୀ ଚରିତ ।ଏହାପରେ

କି କରିଲେ ବିର୍ତିମ ଆଦିତ୍ୟ ପୁତ୍ତଳି କହଇ ଶୁଣ ଭୋଜନରପତି

ଚର୍ତୁଥ ପ୍ରହର ଯହୁଁ ହେଲା ଆସି ରାତି ମୌନାବତୀ ମୌନ ଥାଏ

ବିତ୍ରିମ ରାଜନ । ତା ରତ୍ନହ।ରକୁ ଧୀରେ କଲେ ସମ୍ବୋଧନ

ଦେଖ ହାର ମୌନାବତୀ ଠାରେ ଦୟା ନାହିଁ । ପଦଟି ଏ କଥା

ଆଉ ମୁଖେ ନ କହଇ ହାରେ ଥାଇ ବେତାଳ ଯେ କହଇ ଭାରତୀ ଶ୍ଵଭାବରେ ସ୍ତ୍ରୀ ପୁଣି ଅଟେ ମୌନାବତୀ ॥ ପ୍ରତାପ ତୁମ୍ଭର କହୁଁ

ଜାଣିବାଟି ସେହି । ମୁଁ କହୁଛି ଶୁଣ ମୌନାବତୀ ପକ୍ଷ ହୋଇ

ଏକ ରାଜପୁତ୍ର ତିନି ସଙ୍ଗୀ ସହିତରେ । ଯାଉଥିଲେ ବିଦେଶକୁ

ଦେଖିଲେ ବାଟରେ ଅରଣ୍ୟମଧ୍ୟରେ ଅଛି ସୁବର୍ଣ୍ଣ ମନ୍ଦିର

ଖଞ୍ଜା ହୋଇ ନାନ।ରତ୍ନ ଦିଶେ ଚମତ୍କାର ॥ କଉତୁକେ ଚାରି ମିନ୍ତ୍ର

ସେ ଘରକୁ ଗଲେ ବସିଅଛି କନ୍ୟା ଟି ଏ ତହିଁରେ ଦେଖିଲେ

ସୁବର୍ଣ୍ଣ ପ୍ରତିମା ପରି ଦିଶୁଅଛି ସେହି ମର୍ତ୍ତ୍ୟପୁରେ ତା ରୂପକୁ ତୁଳନା

ବା କାହିଁ କଟୀତାର ସିଂହକଟୀ ପରିଶୋଭା ପାଇ ମୁଖରୁ

ସୌନ୍ଦର୍ୟ ଚନ୍ଦ୍ରବିମ୍ବକୁ ନିନ୍ଦାଇ

ଡାଳିମ୍ବର ବୀଜ ପ୍ରାୟ ଦିଶଇ ଦଶନ । ପକ୍ଵବିମ୍ବ ପରି ଜାଣ ଓଷ୍ଠ

ଶୋଭାବନ କହଇ ବଚନ ଯେହ୍ନେ କୋକିଳର ସ୍ଵର

ଗଜଗମନକୁନିନ୍ଦେ ଗମନ ତାହାର ॥ ରତ୍ନହାର ତା ଗଳାରେ ଲମ୍ବେ

କୁଚତଟେ ପର୍ବତ କନ୍ଦରେ ଯେହ୍ନେ ବିଜୁଳି ଚହଟେ

ଯୁବତିରରୂପଶୋଭା ଦେଖି ଚାରିଜଣ ॥ ଘାରିଲା ମଦନ ବାଣହେଲେ

ଅଚେତନ ॥ ଏ ସମୟେ ଆଉ ତିନି ଯୁବତୀ ସେଠାରେ ଏକା ବୟସର

ଆସି ପ୍ରବେଶ ହୋଇଲେ॥ କାମାଚାରୀରାକ୍ଷାସୀ ସେ ତିନିହେଁଅଟନ୍ତି

କପଟେମୋହିନୀ ରୂପ ଧରି ଆସିଛନ୍ତି ।ଦେଖି ଚାରି ପୁରୁଷଙ୍କୁ ଚେତା

କରାଇଲେ ଚାରିସଙ୍ଗୀ ଉଠି ଚାରି ଯୁବତୀ ଦେଖିଲେ

ତହୁଁ ତାଙ୍କୁ ରମଣୀ ଏ ମନ୍ଦେ ମନ୍ଦେ ହସି । ଇଙ୍ଗିତରେପଚାରିଲେ

ତାଙ୍କ ପାଶେ ବସି ॥ ତୁମ୍ଭମାନଙ୍କରଘର ଅଟେ କେଉଁ ଦେଶ ।

ଘୋରବନେ କିକାରଣେ ହୋଇଲେ ପ୍ରବେଶ ॥ ତାହା ଶୁଣି ସେ

ଚାରିହେଁ ସକଳ ବୃତ୍ତାନ୍ତ । ତାଙ୍କ ଆଗେ ବୁଝାଇଲେ ନକରି ଗୁପତ ॥

ଶୁଣିତାଙ୍କୁ ନାରୀ ମାନେ କହିଲେ ଏ ବାଣୀ । ହୋଇନାହୁଁ ବିଭା

ଆମେ ଚାରିହେ ମିତଣୀ ।। ଯେବେ ତୁମ୍ଭେମାନେ ବିଭାହୋଇବ

ଆମ୍ଭଙ୍କୁ । କହ ତେବେ ଦେବୁ ବରମାଳା ଯେ ତୁମ୍ଭଙ୍କୁ ।।ଏହା ଶୁଣି

ସେ ଚାରିହେ ହରଷ ହୋଇଲେ । ବରମାଳ ଦିଅ ଆମ୍ଭ ଗଳାରେ

କହିଲେ ॥ ତାହା ଶୁଣି ଚାରି କନ୍ୟା କିଛି ନବିଚାରି । ଦେଲେ

ତାଙ୍କୁ ବରମାଲ୍ୟ ପତିଭାବେ ବରି ॥ ରାଜକନ୍ୟାବରିନେଲା

ରାଜକୁମାର କୁ । ତିନି ଅସୁରୀ ବାରିଲେ ତିନି ସଙ୍ଗାତ ଙ୍କୁ ॥

ଚାରି ସଙ୍ଗୀ ଚାରି କନ୍ୟା ପାଇ ଆନନ୍ଦରେ । ରତୀ ସୁଖ ଭୋଗ କାଲେ

ରହିଣ ସେଠାରେ ॥ କେତେଦିନ ଏହିପରି ତହିଁ ଚାଲିଗଲା ।

ଦଇବେ ସେ ରାଜକନ୍ୟା ଗର୍ଭବତୀ ହେଲା ॥ ଗର୍ଭ ହେବା ଜାଣି

ମନେ ଗରୁ ଚିନ୍ତା ବହି । ଗୁପତେ ରାଜପୁତ୍ର କୁ ଜଣାଇଲା ସେହି ॥

ପ୍ରାଣନାଥ ଶୁଣ ଏବେ କହିବି ମୁ ଯାହା । ଜାଣିବାଟି ସତ୍ୟ ବୋଲି

ମିଥ୍ୟା ନୁହେଁ ତାହା ॥ ଜଣା ଏହି ତିନି ସଖୀ ନୁହନ୍ତିମାନୁଷି ॥

ମାୟା ରୂପ ଧରୁଛନ୍ତି ପ୍ରକୃତେ ରାକ୍ଷସୀ ॥ ମାୟା ବଳେ ଭୁଲାଇ

ସେକେତେ ପୁରୁଷ । ଏହିଠାରେ ଖାଇଛନ୍ତି ଦେଖିଛି ମୁ ତାଙ୍କୁ ॥

ପ୍ରାଣରକ୍ଷା ହେବ ଜାଣ ଏଥୁ ପଳାଇଲେ । ବିପଦ ପଡିବ ଜ।ଣ

ଏସ୍ଥାନେ ରହିଲେ ॥ ଶୁଣି କହେ ରାଜପୁତ୍ର କି କରିବା ସଖୀ

କଥା ଶୁଣି ଜୀବାତ୍ମା ମୋ ଯାଉଅଛି ସୁଖୀ । ପ୍ରାଣ ଧୀରି ରସକ୍ଷୀ ଙ୍କ

ମୁଖରୁପଳାଇ । ଯିବାଲାଗି ବିଚାରିଲେ ବାଟା ଦିସୁନାହି ॥ ପିଲାଦିନୁ

ରହିଛୁ ତୁ ତାଙ୍କରି ମେଲ ରେ । ତାଙ୍କ କଥା ଜାଣିଥିବୁ ବୁଦ୍ଧି କଉଶଳେ ॥

କି ଉପାଏ ଏବେ ଏଥୁ ପଳାଇବା କହ। ଏଥିଥିଲେ ତାଙ୍କ ହାତେ

ମରିବା ନିଶ୍ଚୟ ॥ କହେ ରାଜା ଜେମା ଶୁଣ ଆହେପ୍ରାଣପତି ।

ର।ସକ୍ଷୀ ମାନଙ୍କ ଅଛି ଯାହା ରୀତିଗତି ॥ ପୁରୁଷ ଙ୍କ ଦିନାଯକ

ଜଗି ରହି ଥାନ୍ତି ଅର୍ଦ୍ଧ ରଜନୀରେ ତାଙ୍କୁ ଶୁଆଇ ଦିଅନ୍ତି ॥

ମାୟାବଳେ ନିଦ୍ରାଗତେ ମୋହୀ ସେମାନଙ୍କୁ । ସେହି ସମୟେ ଯାନ୍ତି

ଦୂରେ ବୁଲିବାକୁ ॥ ସେହି ସମୟ କୁ ଆମେ ଜଗି ରହିଥିବା ।

ଯେତେବେଳେ ବୁଲିବାକୁ ସେ ଯିବେ ଜାଣିବା ॥ ପକ୍ଷିରାଜ ଘୋଡା

ଆଣି ବସିବା ସମସ୍ତେ । ଆକାଶ ରେ ପଳାଇବା ଉଡି ଶୂନ୍ୟପଥେ ॥

ଏ କଥା ନାଥ କିଛି ନ ଘେନ ସଂଶୟ। ଏବେ ଯା କହୁଛି ଶୁଣ

ମନ କରି ଥୟ ॥ ନିଅ ଏହି ଅଉଷଧି ଅଛି ମୋହଠାରେ । ଲଗାଇବା

ଘୋରିକରି ସମସ୍ତେ ଆଖିରେ ॥ ଏ ଅଞ୍ଜନ ଲଗାଇଲେ ଅସୁରୀଙ୍କ

ମାୟା । କଦାଚିତେ ନ ଲାଗିବ ଜାଣିଥାଅ ଏହା ॥ ଅଉଷଧି

ଘେନିକରି ରାଜପୁତ୍ର ଗଲା । ତିନି ସଙ୍ଗତ କୁ ଡାକି ଗୁପଟେକହିଲା ॥

ଦେଇ ତାହା ତାଙ୍କୁ ସବୁ କହିଲା ବିଝାଇ । ରହିଥିବାଚେତା ହୋଇ ପଳାଇବା

ପାଇଂ ॥ ଚେତ ହୋଇ ସେହିପରି ସର୍ବେ ରହିଥିଲେ । ଅସୁରୀଏ

ଅର୍ଦ୍ଧ ରାତ୍ରେ ବୁଲି ବାହାରିଲେ ॥ ସେହି ସମୟକୁ ଜାଣି ଉଠିଲେ ସମସ୍ତେ ।

ବସିଲେ ଘୋଡାରେ ରାଜକନ୍ୟର ସହିତେ॥ପକ୍ଷିରାଜ ଘୋଡା ଯହୁଁ

ଉଡିଲା ଶୂନ୍ୟରେ । ଅସୁରୀ ଙ୍କ ବୁକୁ ତେଣେ ଦାଉଦାଉ କରେ ॥

ଜାଣିଲେ ସେମାନେ ସବୁମାୟା ବିଦ୍ୟାବଳେ । ଚାହିଁ ଚାହିଁ ବାଟେ

ବାଟେ ଗୋଡାଇଣ ଗଲେ॥ଗୋଡାଇ ସେ ବହୁ ଦୂର ସେମାନଙ୍କୁ ଭେଟି । ଯାଉଥିଲେ ଆକାଶ ରେ ଚାହିଁଲେ ତରାଟି ॥ ବିଚାରିଲେ ଏତେ ଭେଦ ଜାଣିଲେକେମନ୍ତେ ।

ରାଜସୁତ ଏହା ସବୁ କରିଛି ଗୁପତେ ॥

ସେ ଲାଗି ସେ ଜେମାଟିର ମରଣ ପାଞ୍ଚିଲେ । ତଳେ ଥାଇ ଉଛ ସ୍ଵରେ ଏପରି

କହିଲେ ॥ ଶୁଣ ଆଗ ପ୍ରିୟସଖୀ କୁଟ ପାଞ୍ଚ କରି । ଚାରି ପୁରୁଷ ଙ୍କୁ

ଏକ। ନେଉଅଛୁ ଧରି ॥ ଏକ କରି ଖାଇବୁ ତୁ ଆମ୍ଭଙ୍କୁ ନଦେଇ ।ଏହା

କରିବା କି ତୋର ଉଚିତ ଅଟଇ ॥ ଚାରିହେ ତ ପାଳିଥିଲେ ଖାଇବାର

ପାଇଁ । ଗୋଟିଏ ହେଲେ ତୁ ଦିଅ ତଳକୁ ଖସାଇ॥ସେ ଗୋଟିକ

ଖାଇକରୀ ବୋଧୋ ହେବୁ ଆମ୍ଭେ । ବାକି ତିନିଗୋଟି ଖାଇ ରହ ତୁହି

ଦମ୍ଭେ ॥ ଏହାଶୁଣି ଚାରି ମିତ କାଲେ ମହାଭୟ ।ଭାବିଲେ ଏ କୁଟ କରି

ନେଉଛି ନିଶ୍ଚୟ ॥ ଶିଖାଇ ଆମ୍ଭଙ୍କୁ ଏହି ରକ୍ଷଯସୀ ନେଉଛି

ଏ କଥା ରେ ସଞ୍ଚଯ ହେ ନାହି ଆଉ କିଛି।

ଚାରିସଙ୍ଗୀ ଏହି ସବୁ ବିଚାର କରିଲେ । ଘୋଡାରୁ ସେହି କନ୍ୟା ଟିକୁ

ଫୋପଡାଇ ଦେଲେ ॥ ତଳେ ପଡି ରାକ୍ଷସୀ ଏ ଖାଇଲେ ତାହାକୁ ।

ମଲାବେଳେ ରାଜଜେମା କହେ ପୁରୁଷଙ୍କୁ ॥ ପୁରୁଷ ଜାତି ରୁ ବଳି

ନିର୍ଦ୍ଧୟ କେ ନାହି ॥ ସୁଖେ କରୁଥାନ୍ତି ଭୋଗ ରସାଇ ହସାଇ ॥

ଭୃତ୍ୟ ପରି ରହି ଥାନ୍ତି ଖଟି ପାଦତଳେ । ଭୋଗ ଶେଷେ ଦିଅନ୍ତି

ସେ ମରଣ କବଳେ ॥

ମଲେ ଗଲେ ନ ପକାନ୍ତି ମନରେ ସେ କେବେ । ମଜ୍ଜି ରହନ୍ତି ସେ

ଅନ୍ୟ ନାରୀ ପ୍ରେମଭାବେ ॥ କରୁଅଛି ନିୟମ ମୁଁ ନାରୀ ଜନ୍ମ ହେଲେ

ପୁରୁଷ ଙ୍କ ମୁଖରୁ କେବେ ନ ଚାହିଁବା ତିଳେ ।ଏହା କହି ସେହିଠାରେ

ଛାଡିଲା ଜୀବନ ।

ପକ୍ଷୀଦେହେ ବାକି ହୋଇ ପୁଣି ହେଲା ଜନ୍ମ ॥ସେହି ବକି ହୋଇ କରିଅଛି

ବସ ଏହିଠାରେ ଥିଲା ।ପୁରୁଷ ମାନଙ୍କୁ ନିନ୍ଦା ସବୁବେଳେ କରେ ॥ ଏ ସମୟେ

କ।କ ଏକ ସେଠାବରେ ଥିଲା ବିକ୍ରମାଦିତ୍ୟ ଙ୍କୁ ଚାହିଁ ଏମନ୍ତ କହିଲା

ରତ୍ନହାର ସ୍ତ୍ରୀ ଙ୍କ ର ଋତିନ ଜଣାଇ । ତେଣୁ ସ୍ତିର ପକ୍ଷଧର ବଚନ କହଇ ॥

ସ୍ତ୍ରୀ ଙ୍କର ରୀତି ଗତି ଭଲ ଜାଣେ ମୁହିଁ । ହେ ରାଜନ ପଚାରିଲେ ସବୁ

କହିବଇ। ତାହା ଶୁଣି ବୋଲନ୍ତି ଯେ ବିକ୍ରମ ମିହିର । କି କି କଥା ଅଛି କାକ

କହିବୁଟି ତାର

ଶୁଣି କାକ ରାଜା ପାଦେ ନମସ୍କାର କରି । କହଇ ଯେ ପୂର୍ବ ଜନ୍ମ କଥାଯକ ସୁରି ॥ କହେ କାକ କଥା ମୋର ଶୁଣ ନରବର । ଥିଲା ଏକ ଦେଶେ ବଡ ଧନୀ

ସୌଦାଗର ॥ ଭାର୍ୟ୍ୟାତାର ଥିଲା ଯେଣୁ ଅତି ରୂପବତୀ । ନ ଛଡାଇ ପାଖ

ସାଧୁ ତାର ଦିବ। ର।ତି ॥

କିଛି କାଳ ପରେ ନାରୀ ପଡିଲା ରୋଗରେ । ପ୍ରାଣପଣେ ସାଧୁ ତାର ଲାଗିଲା ସେବାରେ ॥ ଯେତେ କଲା ଚିକିତ୍ସା ସେ ଭଲ ହେଲନ।ହି । ଛାଡତାକୁ ସୌଦାଗର ବେପାରେ ନ ଯାଇ ॥ ଏହିପରି ବହୁକାଳ ଗତ ହୋଇଯାନ୍ତେ । ଦିନେ ସାଧୁ କହିଲା ତା ମାତାରଅଗ୍ରତେ

ସେ ନାରୀ କି ସମର୍ପଣ କରିଣ କହଇ। ଯାଉଛିଗୋ ମାତା

ଏବେ ବେପାର ରେ ମୁହିଁ ॥ ଯତ୍ନ କରି ଏହାକୁ ତୁ ଘରେ ପାଳିଥିବୁ ।

ମୃତ୍ୟୁ ହେଲେ କେବେ ତାକୁ ପୋଡାଇ ନ ଦେବୁ ॥ ଘୃତେ ଭାଜି ରଖିଥିବୁ

ସିନ୍ଧୁକ ଭିତରେ । ଫେରିଲେ ମୁଁ ବେପାରରୁ ଦେଖିବୀ ଆଖିରେ

ମାତା ଆଗେ ଏହା କହି ଗଲା ସୌଦାଗର ।ବୋଇତରେ ଦ୍ରବ୍ୟ ସାଜି

ଚାଲିଳା ବେପାର ॥ ସିନ୍ଧୁ ପାର ହୋଇ ପହୁଞ୍ଚିଲା ଦକ୍ଷିଣ ରେ ।

ଭେଟି ନେଇଦେଖାକଲା ସେ ରାଜା ପାଖରେ ॥ ରାଜା ଅନୁମତି ପାଇ

ତହୁଁ ସୌଦାଗର ବିକ କିନ କରି ଲାଭ ପାଇଲା ପ୍ରଚୁର ॥ ନେଇଥିବା

ମୂଳଧନ ହେଲା ସତ ଗୁଣ । ଗୃହ କୁ ଫେରିବା ଲାଗି ହେଲା ତାର ମନ ॥

ଅନୁକୂଳ କଲା ଯିବାପାଇଂ ନିଜ ଦେଶେ॥ଶୁଣିରାଜା ହୋଇଥିଲା ଯାହା

ତାର ବ।ସେ । ଭାର୍ୟ୍ୟା ତାର ପଡିଥିଲାରୋଗୋ ଆକ୍ରାନ୍ତରେ । ଭଲ ନ

ହେଲା ଯେତେକ ଉପାୟ କରିଲେ । ଦେଖି ଦେଖି ବୈଦ୍ୟ ମାନେ ହୋଇଲେ

ଚକିତ । କିଛିଦେନେ ସେ ରମଣୀ ଛାଡିଗଲା ଜୀବତ ॥

ବୋହୁ ମାରିବାର ଦେଖି ଶାଶୁ ଶୋକ କଲା ॥ ପୁଅ ବୋଲ ମାନି ତାକୁ

ଘିଅ ରେ ଭାଜିଲା ॥ ରଖିଦେଲାଯତ୍ନ କରି ସିନ୍ଧୁକ ଭିତରେ । ସୌଦାଗର

କିଛିଦିନେ ମିଳି ଆସି ଘରେ । ମ।ତ। କୁ ସେ ପଚାରିଲା ବଧୂ ଗଲା

କାହିଁ । ଶୁଣିବ।ମାତ୍ରକେ କେ ମାତା ବିକଳେ କନ୍ଦାଇ ॥ ସବୁକଥା କହି

ଆଣି ଦେଲା ସେ ବ।କସ ।ଫିଟାଇ ଦେଲା ସାଧୁ ସ୍ତ୍ରୀ ଭଜା ମାଂସ ॥

ଘର ଦ୍ଵାରା ଧନ ଦ୍ରବ୍ୟକଲା ସବୁ ଦୂର । ବ।କସକୁ ମୁଣ୍ଡାଇ ସେ ଚାଲିଲା

ସତ୍ଵର ॥ ବହୁ ଦୂର ଯାଇ ପଶିଗଲା ବନସ୍ତରେ ॥ ନୟନେ ତ ପୁରୀ ଥାଏ

ଅଶ୍ରୁ ସବୁ ବେଳେ ॥ ବୁଲି ବୁଲି ନୀରାହରେ ଶ୍ରୀର୍ଣ୍ଣ ହୋଇଗଲା

ଚାଲି ନ ପ।ରି ସେ ଗଛ ମୂଳ ରେ ବସିଲା ॥କନ୍ୟା ଟିକୁ ବାହୁନିସେ

କରୁଛି ରୋଦନ । ପାର୍ବତୀ ଙ୍କ ସଙ୍ଗେ ସେ ସମୟେ ତ୍ରିଲୋଚନ ॥ ବୃଷଭ

ରେ ବସି ଭ୍ରମଣ କରୁଥିଲେ ॥ ଆକସ୍ମିତେ ସେହିଠାରେ ଆସି ମିଳିଲେ

ଦୁଃଖ ଦେଖି ତାର ଦୟା କଲେ ଦେବୀ ଚିତ୍ତେ । ଜଣାଇଲେ ଘଟଣାଟି

ଶିବଙ୍କ ଅଗ୍ରତେ ॥ ଆହେ ପ୍ରଭୁ ଅଟ ତୁମ୍ଭେ ଜଗତ ର ପିତା । କିଲାଗି କରେ

ଶୋକ ବୁଝ ଏବାରତା॥ ଏହା ଶୁଣି ସଦାଶିବ ହୋଇଲେ ବ୍ରାହ୍ମଣ ।

ତକ୍ଷଣେ ବ୍ରାହ୍ମଣୀ ହେଲେ ଠାକୁରାଣୀ ଜାଣ ଦୁହେଁ ଏକସଙ୍ଗେ

ଗଲେ ତାହାରପାଶକୁ ବୁଝିଲେ ତା ଦୁଌଖ କଥା ପଚାରି ତାହାକୁ

ଦୟା ବହିସେ ନାରିକି ଜୀବନ୍ୟାସ ଦେଲେ ସୌଦାଗର ଆଗେ ପୁଣି

ଦେବୀବଖାଣିରେ ଶୁଣ ତୋର ଏହ ନାରି ଅମର ହୋଇବ

ଫିଙ୍ଗିଲେ ତୁ କୁଳୁକୁଞ୍ଚା ପାଣି ସେ ମରିବ । ଏହା କହି ଦେବ।ଦେବୀ

ହେଲେଅନ୍ତଦ୍ଦାନ ଭାର୍ଯ୍ୟା ପାଇବାରୁ ସାଧୁ ହେଲା ତୋଷମନ

 

ସଙ୍ଗେଧରି ସେ ନାରିକି ସୌଦାଗର ଗଲା ନଈକୂଲଗଛମୂଳେ ଛାଇରେ ରହିଲା ଶୋଇଲା ସେ ରମଣୀର ବେନିଜାନୁପରେ । ମୁଣ୍ଡଦେଇସୌଦାଗର ନିଶ୍ଚିନ୍ତ ଭାବରେ । ଦଇବ ଭିଆଣ କଥା ଶୁଣ ନରବର ଏ ସମୟେ ନଦୀମଧ୍ୟେ ଦିବ୍ୟ ସୌଦଗର ନାବ ଘେନିଯାଉଥିଲାସେହୁ ବେପାରରେ ସେ ନବୀନବାଳା ତାର ପଡିଲାଦୁଷ୍ଟିରେ

ଶୋଭା ତାରଦେଖି ରଖାଇଲା ସେ ନାବକୁ ଏସମୟେ

ସେ ରମଣୀ ଠାରିଲା ତାହାକୁ ଏହା ଦେଖି ସୌଦାଗର ନାବରୁ

ଅଇଲା ରମଣୀ ପାଶକୁ ଯାଇ ହସି ପଚାରିଲା ରମଣୀରତନ

କିପାଁ ଡାକିଲୁ ଗୋ ମୋତେ କହିଲା ସେ ଯିବି ମୁହିଁ ତୁମ୍ଭରି

ସଙ୍ଗତେ

ଆଣ ଟେଳା ଏକ ୟାର ମୁଣ୍ଡତଳେ ଦେବି ନ କରସଂଶୟ ତୁମ୍ଭ

ସଙ୍ଗତରେ ଯିବି ଏହା ଶୁଣି ସୌଦାଗର ଟେଳାଦେଳା ଖରେ

ମୁଣ୍ଡଟେକି ଥୋଇଲା ସେ ଟେଳାର ଉପରେ ଚଳିଗଳା ନାବେ ବସି

ସଙ୍ଗରେ ତାହାର

ଧନୀସଧୁ ସଙ୍ଗେ ଥିଲାଶିକାରୀ କୁକୁର କନ୍ୟା ନେବା ଦେଖି

ଗଲା ନଦୀ ତୀରେ ତୀରେସେ ସାଧୁର ଘର ଦେଖି ବାହୁଡିଲା ଖରେ

ଧନୀ ସୌଦାଗର ତହିଁଅଚେତ ନିଦ୍ରାରେ ଶୋଇଥିଲା ନ ଜାଣଇ କି

ହେଲା ସେଠାରେ ଭାଙ୍ଗିଦେଲା ନିଦ୍ରାତାର ଯହୁଁ ସେ କୁକୁର । ନିଦ୍ରା

ତେଜି ଉଠି ବସିଲାସେ ସୌଦାଗର ନାରିକି ନ ଦେଖି ପାଶେ ବିକଳ

ହୋଇଲା ସେ କୁକୁର ବାଟ ତାକୁ କଢାଇଣନେଲା । ପାଛେଯାଏ ସାଧୁ

ଆଗେ ଯାଇ,ସେ କୁକୁର । ଦେଖାଇଲା ନାରୀ ତ'ର ଥୀଲା ଯେଉଁ ଘର ।

ସୌଦାଗର ଦିନଯାକ ରହି ସେହିଠାରେ ଖଡଗ ଧରି ଅର୍ଦ୍ଧରାନ୍ତ୍ରେ

ପଶିଲା ସେ ଘରେ ଦେଖିଲା ସେ ନାରୀ ସେହୀ ପୁରୁଷ ସଙ୍ଗତେ

ଆଳାପଇ ବସି ରସରଙ୍ଗେ ତୋଷଚିତତ୍ତେ ଦେଖି ସାଧୁ ପଜ୍ୱଳିତ ହେଲା

କୋପନଳେ । ଖଡ୍‌ଗ ଟେକି ପ୍ରହାରିଲା ପୁରୁଷ ସ୍କନ୍ଧରେ । ତାହାଦେଖି

ଦୁଇକର ଯୋଡି ପ୍ରାଣଭୟେ ସେସ୍ତ୍ରୀ କହିଲା ତାକୁ ଅତ୍ୟନ୍ତ ବିନୟେ

ମୋ'ଠାରେ କୋପ ନ କରଆହେ ପ୍ରାଣପତି ତୁମ୍ଭର ହୋଇଲା ଏବେ

ଏ ସର୍ବ ସମ୍ପତି । ଏହାକହି ଧନଯାକ ପେଡିରେ ଭରିଲା ଗୁପତରେ କଟାମୁଣ୍ଡ ଲୁଚାଇ ଧଇଲା ସେ ପେଡିର ମଧ୍ୟେ ତାହା ରଖିଦେଲା ନେଇ ସୌଦାଗର

ସେ ବିଷୟ କିଛି ନ ଜାଣଇ ବିଟପୀ ନାରିରକଥା ନୁହଇ ତ କଳି

ପକାଏ ସେ ଚାହୁଁ ଚାହୁଁ ଦି' ଆଖିରେ ଧୁଳି କୃଟପାଞ୍ଚୀ କଟାମୁଣ୍ଡ

ରଖିଲା ପେଡିରେ ପେଡି ମୁଣ୍ଡାଇ ସେ ଆପେ ଚାଲିଲା ମଝିରେ

ସାଧୁ ଆଗେ ମଧ୍ୟେ ନାରୀ ପଛରେ କୁକୁର । ଏହିପରି ସେ ରାତିରେ

ଚାଲିଲେ ସତ୍ଵର ।। ସେ ଫେଡିରୁ ଟୋପା ଟୋପା ପଡିଲା ରକତ

ଦେଖି ତାକୁ ଚା ଟି ଦିଏ କୁକୁର ତ୍ଵରିତ ।। ଚିହ୍ନ ଯହୁ ନ ରହିଲା

ରକତ ବିନ୍ଦୁର । ବିଟପୀ ରମଣୀ କଳା ମନରେ ବିଚା ର ।।

କାଳ ହେଲା ଏ କୁକୁର ମୋ ପଛରେ ରହି । ମରାଇବି ୟାକୁ ଏବେ

ଉପାୟା ଭିଆଇ ।। ଏହା ପ।ଞ୍ଚୀ ଥରି ଥରି ବୃକ୍ଷମୂଳେ ଗଲା ମଲି

ମଲିକହି ଗଛ ମୂଲରେ ବସିଲା । । ସୌଦାଗାର ତା ’ର ମାୟା ନ

ପାରିଲା ଜାଣି । ପଚାରିଲା କ।ହିଁକି ଗୋ ବସିଲ ଧରଣୀ । ।

ସେ କହିଲା ଦେଖ ମୋତେ ହେଲା ବଡ ଜର । କି କରିବି ଚ।ଳିବାକୁ

ନାହିଁ ମୋର ବଳ ।। ପଚାରିଲ। ସାଧୁ ଏହା ଛାଡିବ କିପରି

ଏହା ଶୁଣି ଉତ୍ତରିଲା ବିଟପୀ ଚତୁରି ।। ପିଲାଦିନେ ବାପଘରେ ଏହି

ଜ୍ଵର ହେଲା । କୁକୁର ରକତେ ବୈଦ୍ୟ ସ୍ନାନ କରାଇଲ। ।।

ସେହିକ୍ଷନି ଦେହୁ ମୋର ଛାଡି ଗଲା ଜ୍ଵର ଆହେ ପ୍ରାଣପତି ଏବେ

ସେହିକଥା କର ।। ସୌଦାଗର ତା କଥାକୁ ସତ ବିଚାରିଲା । ଏଣେ

ତେଣେ ବୁଲି ବୁଲି କୁକୁର ଖୋଜିଲା ।। ଅପର କୁକୁର ଏକ ନ

ପାଇଲା ତହିଁ । ନିଜ କୁକୁର ତହିଁ ହାଣିଲା ସେ ଯାଇ ।।

ସେ ରକତ ନେଇ ତା ର ମୁଣ୍ଡେ ଅଜାଡନ୍ତେ।ଜ୍ଵର ଛାଡି ପଲଇଲ

ଦେହରୁ ତ୍ଵରିତେ ।। ଧଡପଡ ହୋଇ ତହୁ ଉଠିଲା ଯୁବତି ବୋଲେ

ପ୍ରାଣନାଥ ଦେଖ ଆଉ ନାହି ତାତି । । ପେଡିଟିକେ ସେହିକ୍ଷନୀ

ମୁଣ୍ଡାଇ ମୁଣ୍ଡରେ ପୂର୍ବ ପରି ଚାଲୀଳା ସେ ପୁରୁଷ ପଛରେ । ।

କଟାମୁଣ୍ଡରେ ରକତ ଟୋପା ଟୋପା ହୋଇ । ପେଡିତଳେ ଗଳିଆସି

ଭୂଇରେ ପଡିଇ । । ରାଜାର ସିପାହି ସେହି ବାଟେ ଯାଊ ଥୀଲେ । ରକତ

ପଡିବା ଦେଖି ପଥ ଓଗାଲୀଲେ ପଚାରିଲା କି ରଖିଛୁ ଏ ପେଡିରେ

ତୁହି । ତାହା ସୂନୀ ସେ ବିଟପୀ ଏମନ୍ତ କହଇ ।। ତୁମ୍ଭେ ନିଜେ ଦେଖ

ଏବେ ଫିଟାଇ ପଡିକି । ଏହା କହି ଦେଖାଇଲା ଚାଙ୍ଗୁଡି କୁ ଟେକି ।

ମୁଣ୍ଡ ଦେଖି ସେ ସିପାହୀ କୋପମାନ ହେଲା । କାହାର

ଏ ମୁଣ୍ଡ ବୋଲି ଗର୍ଜି ପଚାରିଲା ।। ଏହା ଶୁଣି କହେ ତାକୁ ସେ

ବିଟପୀ ନାରୀ । ମୋ ପତି କୁ ଖଡଗେ ଏ ଖଣ୍ଟ ହାଣିକରି । । ପୁଣି

ମୋତେ ହାଣିବାକୁ ହୁଅନ୍ତେ ଉଦ୍ୟତ । ଭୟେ ଗୋଡି ଧରି ମୁ

ଯେ ହୋଇଲି ମୂକତ ।।

କହିଲି ନ ମାର ମୋତେ ସଙ୍ଗେ ସଙ୍ଗେ ଯିବି । ଦାସୀ ପଣେ ତୋ

ପଦରେ ସେବା କରୁଥିବି ।।ଦାସୀ କରିବାକୁ ମତେ ନେଉଛି ସଙ୍ଗତେ

ଧର୍ମ ପରାୟଣ ତୁମ୍ଭେ ବିଚାର ହେ ଚିତ୍ତେ ।।

ଏହା ଶୁଣି ସେ ସିପାହୀ ପେଡି ସହିତରେ । ସେ ଦୁହିଙ୍କୁ ବାନ୍ଧି ନେଲ ରାଜା ସମୀପରେ । ଦେଖି ପଚାରିଲେ ରାଜା ତାହିଁର ...କାରଣ । କହଇ ରମଣୀ

ତାଙ୍କୁ ଶୁଣ ନର ଗଣ ଏହି ଖଣ୍ଟ ଗତ ରାତ୍ରେ ମୋ ଗୃହେ ପଶିଲା

ଖଣ୍ଡାଟାରେ ମୋ ସ୍ୱାମୀର ମୁଣ୍ଡ କାଟି ଦେଲା ।। ପୁଣି ମୋତେ ମାରିବାକୁ

ଆସିବାର ବେଳେ । ଧାଇଁ ଯାଇ ପଡିଗଲି ତାହା ପାଦତଳେ ।। କହିଲି

ନ ମାର ମୋତେ ମୁଁ ଅବଳା ନାରୀ । କି ଯଶ ପାଇବ ଆଗ ମୋତେ

ମାରି କରି ।। ସ୍ତ୍ରୀ ହତ୍ୟା ପାପ କିମ୍ପନ ବହିବଟି ଅଙ୍ଗେ । ତୁମ୍ଭର ମୁଁ ଦାସି

ହୋଇ ଯିବି ପଛେ ସଙ୍ଗେ ।। ତାହା ଶୁଣି ସଙ୍ଗେ ମୋତେ ଯାଉଅଛି ଘେନି

କର ନ୍ୟାୟ ତୁମ୍ଭେ ଧର୍ମ ଯାହା ନୃପମଣି ।। ଏହା ଶୁଣି ସୌଦଗାର

ବୋଇଲ ବଚନ ଏହିମୋରୋ ଭାଜ୍ୟ ମିଥ୍ୟା ନୁହଇ ର।ଜନ ।। ଯଦି ଯଦି ସତ୍ୟେଏହି ମୋର ଭାର୍ଯ୍ୟା ହୋଇଥିବ । ଦେଖ ମୋର କୁଳୁକୁଞ୍ଚା ପାଣିରେ ମରିବ ।। ପୁଣି ରାଜା ଆଗେ ପୂର୍ବକଥା ବୁଝାଇଲା । ତୁଣ୍ଡେ

ଧରି କୁଳୁକୁଞ୍ଚା ପ।ଣି ଫଣ୍ଡ ଦେଲା ।। ପଡନ୍ତେ ସେ ପଣି ଦେହୁ ପ୍ରାଣ

ଗଲା ଛାଡି । ପଡିଗଲା ଭୂତଳରେ ଶବ ମୁହିଁମାଡି ।।

ଏହା ଦେଖି ନରପତି ମନେ ଭୟ କଲେ ଶିଦ୍ଦପୁରୁଷ ଏ ଭାବି ମୁକୁଳାଇ

ଦେଲେ ।। ସେହି ସୌଦାଗାର ମୂହଁ କାକ ଦେହ ପାଇ । ଏହି

ବନେ ରହିଅଛି ଜାଣ ନରସାଇଁ ।। ସ୍ତ୍ରୀ ଜାତି ଅବିଶ୍ଵାସୀ ତାହାଙ୍କ

ବଦନ । ନ ଚାହିଁ ବି କଦାଚିତେ ସତ୍ୟ ମୋ ବଚନ ।। ବାକୀର ମୋହର

ସବୁ ଶୁଣିଲ ଚରିତ କେ ରହିବ ଏ ବନରେ କହ କରି ତଥ୍ୟ ।।

ମୌନାବତୀ ହାର ଥାଇ କହଇ ବେତାଳ । ବକି ବନେ ରହିବାର

ଊଚିତ ବିଚାର ।। ଏହା ଶୁଣି ମୌନାବତୀ ଉଠି ଶିର ଝୁଣି

ବୋଇଲା ମୋ ହାର ହୋଇ କହୁ ମିଥ୍ୟାବାଣୀ ।। ବାକି ଯାଊ ଦୂର

ହୋଇ ରହି ଥାଊ କାକ ସ୍ତ୍ରୀ ଜାତି ଅବିଶ୍ଵାସୀ ଶାସ୍ତ୍ରେ ଅଛି ବାକ୍ୟ

ବିକ୍ରମ ଆଦିତ୍ୟ ଶୁଣି ଆନନ୍ଦ ମନରେ କହିଲେ ସେ ମୌନାବତୀ ସଖୀଙ୍କି ସଧୀରେ ଶୁଣିଲ ତ ତୁମ୍ଭେମାନେ ବସି ଏହିଠାର । ମୌନାବତୀ କହିବାର

କଥା ଚାରଥର ।। ଚତୁର୍ଥ ପ୍ରହର ଏବେ ହେଲା ସମାପନ । ପୁଣି କିପାଁ ମୌନାବତୀ ହୋଇଲା ମଉନ।

ହୋଇଲା ତ ଏବେ ତା ର ପ୍ରତିଜ୍ଞା ପୂରଣ । ମାଲା ଧରି କରୁ ଏବେ

ମୋତେ ସେ ବରଣ ।। ଅଥବା ତ ମନେ ଆଉ କିଛି କଥା

ଥୀଲେ । ପଚାରି ସଖୀଏ କହ ତୁମ୍ଭେ ମୋତେ ଭଲେ ।। ତାହା

ଶୁଣି ମୌନାବତୀ ସଖୀଙ୍କି କହାଇ ତୁମ୍ଭେ ମାନେ ଯାଅ ତାକୁ

କହିବ ବୁଝା ଇ ।। ମୋ ଆଗରେ ଯେଉ ଛାଗୀ ବନ୍ଧା ହୋଇଅଛି ।

ସବୁ ସମୟରେ ତାକୁ ଭୁତ ଲାଗିଅଛି ।। ସେ ଛାଗୀକି ଦୁହିଁ କରି

ଆଣି କ୍ଷିର ଦେଲେ । ପ୍ରତିଜ୍ଞା ପୂରଣ ହେବ ବରିବି ମୁଁ ଭଲେ । ।

ବିକ୍ରମ ଆଦିତ୍ୟ ତାହା ଶୁଣି ତୋଷ ମନେ । ତାଳ ବେତାଳଙ୍କୁ

ପଠାଇଲେ ସେ ଗୋପନେ ।। ତାଳ ବେତାଳ ଛାଗୀର ମୁଖକୁ ଧଇଲେ

ବିକ୍ରମ ଆଦିତ୍ୟ ନିଯେ ବଶିଣ ଦୁହିଁଲେ ।। ମୌନାବତୀ ପାଶେ ନେଇ

ଦେଲେ ଯହୁଁ କ୍ଷୀର । କ୍ଷୀର ଦେଖି ମୌନାତୀ ହେଲା ଚମକ୍ତ୍ରାର ।।

ମନେ ବିଚାରିଲା ବରମାଲା ଦେବା ପାଇଁ ନିଜେ ସଖୀମାନଙ୍କୁ ସେ

କହିଲା ବୁଝାଇ ।। ପଚାର ଏ ରସିକଙ୍କୁ କେଉଁ ଦେଶେ ଘର

କାହାର କୁମାର ପୁଣି କି ନାମ ତାଙ୍କର ।। ନ ଜାଣିଲେ କୁଳ ଗୋତ୍ର ତାହାଙ୍କୁ

କିପରି । ଦେବୀ ବରମ।ଲ୍ୟ ରାଜକନ୍ୟା ହୋଇକରୀ ।। ବୋଇଲେ

ବିକ୍ରମାଦିତ୍ୟ ଶୁଣ ମୌନାବତୀ । ଉଜ୍ଜଲ ନଗରେ ଆମ୍ଭେ ଅଟୁ ନରପତି ।।

ବିନ୍ତ୍ରମ ଆଦିତ୍ୟ ନାମେ ଜଗତେ ବିଦିତ ଗନ୍ଧର୍ବସେନଙ୍କର ଆମ୍ଭେ ସୂତ ।।

ଏହା ଶୁଣି ମୌନାବତି ଉଠିଲା ହରଶେ । ଗଲେ ମାଳା ଦେଇ ହସ୍ତ ଧରିଲା

ସୁହ।ସେ । ବସାଇଲା ନେଇ ତାକୁ ନିଜ ଆସନରେ ।ଆପେ ବସିଲା

ତାଙ୍କର ବାମପ।ରୁଷରେ ॥ ତମ୍ଭୁଳ ବିଡିଆ ଦେଇ ଯୋଡି ବେନୀ କର

ବୋଲେ ଦୋଷ କ୍ଷମା କର ଆହେ ପ୍ରାଣେଶ୍ଵର ॥

ସ୍ଵାଭାବିରେ ସ୍ତ୍ରୀ ଜାତି ଅଳ୍ପ ବୁଦ୍ଦିମୋର ତୁମ୍ଭଙ୍କୁ ଚିହ୍ନିବା ପାଇଁ କାହଁ

ଶକ୍ତି ମୋର ପୂର୍ବ ଭାଗ୍ୟ ଥୀଲା ଆଜ ପାଇଲି ତୁମ୍ଭଙ୍କୁ । ଘଟାଇଲା

ବିହୀ ଜାଣି ମୋହର ଚିତ୍ତ କୁ ଏହା କହି ମନ୍ଦ-ହାସ କରିଣ ଉଠିଲା

ଅତର ପନିର ଆଣି ନୃପଙ୍କୁ ସିଞ୍ଚିଲା ତାଙ୍କୁ ଭାବଜନି ସଖୀମାନେ

ଉଠିଗଲେ । ରତିରସେ ବେନିଜନ ପ୍ରମୋଦଲଭିଲେ ଏହିପରି ନୃପ

ତହଁ ରହି କିଛି ଦିନ । ଯିବାପାଇଁନିଜ ରାଜ୍ୟେ ବଲାଇଲେ ମନ॥

ମୌନାବତୀ ମୌନ ଭାଙ୍ଗି ସଙ୍ଗତରେ ନେଲେ । ଉଜ୍ଜ୍ୱଲ ନଗରେ

ଯଥାକାଳେ ପହୁଞ୍ଚଲେ ॥ ଶୁଣିଲ ତ ଭୋଜରାଜ ତାଙ୍କର ଚରିତ ।

କେଡେ ଗୁଣବନ୍ତ ଥିଲେ ବିନ୍ତ୍ରମ ଆଦିତ୍ୟ ॥ ତାଙ୍କପରି ଗୁଣବାନ

ଯେବେ ତୁମ୍ଭେ ହବ । ତେବେଆସି ଏହି ସିଂହସନରେ ବସିବ

ଏହା କହି ସେ ପୁତ୍ତଳି ସ୍ଵର୍ଗେ ଚାଲି ଗଲେ । ଜଗନ୍ଣାଥ ସିଂହ ଏହ

ଗୀତରେ କହିଲା

---------------

ଷଷ୍ଠପୁତ୍ତଳିର କଥା

Unknown

ତହୁଁ କେତେ ଦିନ ପରେ ଭୋଜ ନରଗଣ ।ସିଂହାସନେ

ବସିବାକୁ ବଳାଇଲେ ମନ ॥ ଦେବ ଦ୍ଵିଜ ପୂଜା ସାରି କଲେ

ହୋମଦାନ । ସିଂହାସନ ନିକଟକୁ କାଲେ ସେ ଗମନ

ବସିବାକୁ ତାହାପରେ ଉଠନ୍ତେ ସେ ଯାଇ । ଷଷ୍ଠ ପୁତ୍ତଳି ତାହାଙ୍କୁ

କହିଲା ବୁଝାଇ ॥ ଶୁଣ ଆହେ ଭୋଜ ନୃପ ବଚନ ମୋହର

ବସନ୍ତୀଏ ସିଂହ।ସନେ ବିକ୍ରମ ମିହର॥ ତାଙ୍କ ସମ ତୁମ୍ଭେ ହୁଅ ଯାଇ

ଏବେ ଆଗ । ପଛେ ଆସି ସିଂହସନେ ବସି କର ଭୋଗ ॥

ଏହା ଶୁଣି ପଚାରିଲେ ଭୋଜ ନରେଶ୍ଵର । ଜାଣିଥିଲେ ତାଙ୍କ କୀର୍ତ୍ତୀ

କହ ମୋ ଆଗର ॥ ଶୁଣି ବୋଲେ ସେ ପୁତ୍ତଲି ଆହେ ନାରସାଇଁ।

କହିବି ବୁଝାଇ ଯାହା ଜାନିଅଛି ମୁହଁ ॥ ତାହାଙ୍କର ଭାର୍ୟ୍ୟା ନାମ

ଅଟେ ଭାନୁମତୀ । ସୁଲକ୍ଷନୀ ରୂପବତି ପୁଣି ମହାସତୀ ॥

ରୂପେ ତା ର ମୁଗଧ ହୋଇ ବିନ୍ତ୍ରମ ମିହର । ତା ପାଶରୁ ଦିବାନିଶି

ନୋହିଲେ ଅନ୍ତର । ସବୁବେଳେ ଅଣ୍ଠପୁର ଭିତରେ ରହିଲେ ।

ଏହା ଦେଖି ପାତ୍ରମନ୍ତ୍ରୀସବୁ ବିଚାରିଲେ ॥

ସର୍ବଦା ନୃପତି ଯେବେ ଥିଲେ ଅନଃପୁରେ । କିପରି କରିବା ଆମ୍ଭେ

ବିଚାରଦେଶରେ ।। ଏହା ଭାବି ନୃପତିଙ୍କ ଆଣିଲେ ଡକାଇ । କର

ଯୋଡି ମନ୍ତ୍ରୀମାନେ କହିଲେ ବୁଝାଇ ॥

ଆପଣ ତ ସବୁବେଳେ ଥିବେ ଅନ୍ତଃପୁରେ । ମନ୍ତ୍ରୀ କରିବେ ହେ ରାଜ୍ୟ

ରକ୍ଷା କି ପ୍ରକାରେ ॥ ଭାନୁମତୀ ପ୍ରୀତିମୁତ୍ତି ଗୋଟିଏ କରାଅ । ସିଂହ।ସନ

ପାଶେ ରଖୀ ତାକୁ ଦେଖୁ ଥାଅ ॥ ମନ୍ତ୍ରୀଙ୍କ ବଚନ ନୃପ ସତ

ବିଚାରିଲେ । ହେଉ ପ୍ରୀତିରୂପ ଏକ ଗଢାଅ ବୋଇଲେ ॥

 

ତାହା ଶୁଣି ମନ୍ତ୍ରୀମାନେ ଡକାଇ ବିନ୍ଧାଣି । ଭଣ୍ଡାରରୁ ସ୍ଵର୍ଣ୍ଣ ରତ୍ନ ଦେଲା

ତାକୁ ଗଣି ॥ ବୋଇଲେ ସେ ଭାନୁମତୀ ରୂପଟି ଗଢିବ । କେଉଁ ଠାରେ

କିଛି ଊନା ଅଧିକ ନୋହିବ ॥ ଏହା ଶୁଣି ସେ ବିନ୍ଧାଣି ସୁନାତକ ନେଲା

ଅତିଜତ୍ନେ ଭାନୁମତୀ ମୁରାତି ଗଢିଲା

ରାଜସଭା ମଧ୍ୟେ ନେଇଥୋଇଲା ତାହାକୁ ଦେଖି ମନ୍ତ୍ରୀମାନେ ଜଣା

କରିଲେ ରାଜାଙ୍କୁ ତାହା ଶୁଣି ନରପତି ସଭାକୁ ଆସିଲେ ମୁତ୍ତିଟିକୁ

ଦେଖି ସଭାଜଣେ ପଚାରିଲେ ଭାନୁମତୀ ରୂପ ସଙ୍ଗେ ହେଲା କିସମାନ

କାହ ତୁମ୍ଭମାନଙ୍କରପାଉଛି କି ମନ

କହିଲେ ସକାଳେ ଶୁଣି ସମାନ ହୋଇଲା ଧନ୍ୟ ଏ ବିନ୍ଧାନି ଅତି

ଯତନେ ଗଢିଲା ବୋଇଲେ ନୃପତି ଏହା ନିଶ୍ଚିତ ଅଟଇ । ସର୍ବଗୁନେ ଭା

ନୁମତୀ ସମ ଅଛି ହୋଇ ବରରୁଚି ନାମେ ଥିଲେ ପଣ୍ଡିତ ଶେଖର

ସରସ୍ଵତୀ ପୁନ୍ତ୍ର ସେହି ବିଦ୍ୟାର ସାଗର

ଯହୁ ଭଲ ହେଲା ବୋଲି କହିଲେ ସମସ୍ତେ । ହେଲା ନାହି କହି ମଥା

ହଲାଇଲେ ଆସ୍ତେ ॥ ରଙ୍ଗ କଳା ବନକକୁ ଧରି ଶିଳ୍ପକାର । ଛିଡା ହୋଇଥିଲା ମୌନଭାବ ସେ ଠାବର

ବରରୁଚି କହିବାର କର୍ଣ୍ଣରେ ସୁଣିଲ। ନ୍ତ୍ରୁଦ୍ଧ୍ ହଇ ସଭାମଧ୍ୟେ ଏପରି କହିଲା ଭାନୁମତୀ ତୁଲେ ଯେବେ ନୋହିବ ଏ ସମନ ଧରିବିବନକ ମୁଂଏ ମୋରୋ ନିୟମ ଏହା କହି ଧରିଥିବ ବନକ ପାନ୍ତ୍ରକୁ ଫୀଙ୍ଗିଦେଲା କୋପକରି

ପଣ୍ଡିତ ଆଗକୁ ତଳେ ପଡି ସେ ପାନ୍ତ୍ରଟି ଗୁଣ୍ଡ ହୋଇଗଲା ।କଳଛିଟା

ସେ ମୂତ୍ତିର ଜାଣୁରେ ପଡିଲା

କଳାଜାଇ ପରି ତହୁ ଦିଶିଲା ସୁନ୍ଦର । ବୋଲନ୍ତି ଯେ ବରରୁଛି ହୋଇଲ।

ଏଥର ତାହା ଶୁଣି ସଭାଲୋକେ ହୋଇଲେ ଚକିତ ॥ ଦେଖିଛନ୍ତି

ରାନୀଙ୍କର ଉରୁ ଏ ନିଶ୍ଚିନ୍ତ ॥ ନରପତି ଶୁଣି ପୁଣି ହେଲେ ଅତି ରୁଷ୍ଟ ।

ବିଚାରିଲେ ଏ ବ୍ରାହ୍ମନ ନିଶ୍ଚିତ ବଡଦୁଷ୍ଟ। ସୁପଣ୍ଡିତ ବୋଲି ରଖିଥିବାରୁ

ପାସରେ । ମହତ୍ତ୍ଵସାରିଲା ବସି ଆମ୍ଭର ସଭାରେ ॥

ମୁଖ ୟାର ମୋଟେ ଆଉ ଚାହୁ ନ ଯୋଗାଇ । ଏହାଭାବି ଆଜ୍ଞା ଦେଲେ

କଟୁଆଲ ରାଈ ॥ ଏ ଦୁଷ୍ଟ କୁ ଏଥୁ ବେଗେ ଧରି ଘେନିଯିବୁ । ଶ୍ମଶାନ ମଧ୍ୟକୁ

ନେଇ ମସ୍ତକ ଛେଦିବୁ ॥ ବିଳମ୍ବକରିବା ଆଉ ନାହଁ ପ୍ରୟୋଜନ ଆଜ୍ଞା ମାତ୍ରେ କଟୁଆଲ କରିଲା ଗମନ ॥ ବରରୁଛି ପଣ୍ଡିତଙ୍କୁ ବ।ନ୍ଧ ଦଉଡିରେ । ଟାଣି ନେଇ ପହଞ୍ଚିଲା ଶ୍ମସାନ ଭିତରେ ॥

ସେଠାବରେ ତାହାଙ୍କୁ ସେ ଦେଲା ଫିଟାଇଣ । ଚିତ୍ତେ ଦୟା ବହି ପୁଣି ଭାସିଲା

ବଚନ ॥ଶୁଣ ଆହେ ବିପ୍ର ତୁମ୍ଭେ ଆଟ ସୁପଣ୍ଡିତ । ତୁମ୍ଭ ପ୍ରାଣ ନାସିବାକୁ ଚାଲୁ

ନାହି ହାତ ॥ ଛାଡି ଦେଉଅଛି ତୁମ୍ଭେ ଏଠାରୁ ପଲଅ ଅନ୍ୟ ଦେସେ ଲୁଚି

ପ୍ରାଣ ଘେନି ରହିଥାଅ ॥ ଏହା କହି ଛାଡିଦେଲା ତାଙ୍କୁ ସେଠାବରେ । ବରରୁଛି ପଳାଇଲେ ଜୀବନ ଆତୁରେ ॥

ବ୍ରାହ୍ମଣ ଗୃହରେ ଲୁଚି ରହିଲେ ସେ ଯାଇ । କୁକୁରଟେ କଟୁଆଲ କାଟି ରକ୍ତ

ନେଲା ॥ ନୃପତି ଛାମୁରେ ଯାଇ ତାହା ଦେଖାଇଲ ॥ ଦେଖିତାହା ରାଜଙ୍କର ମନେ କଷ୍ଟ ହେଲା ।। ବିଚାରିଲେ ମୋ ସମାନେ ନାହିଁ ପାପୀ ଆଉ । କ୍ରୋଧବଶେ ଏହା କଲି ନିସ୍ତରିବି କାହୁଁ ।। ଏହାପରେ କଥାଶୁଣି ଭୋଜନରବର । ଦିନକରେ ବିକ୍ରମାର୍କ ରାଜାଙ୍କ କୁମାର ।।

ଶିକାର କହିବା ଲାଗି ବନ ମଧ୍ୟେ ଗଲେ ।। ଘୋଡା ହାତୀ ସେନ୍ୟସବୁ ସଙ୍ଗତରେ ନେଲେ ।। ଯଇଁ ଘୋର ବନମଧ୍ୟେ ହୋଇଗଲେ ପ୍ରବେଶ । ଗଡକରି ଜଗାଇଲେ ସୈନ୍ୟ ତିନିପାଶ ।। ଅନ୍ୟଦିଗେ ରାଜପୁତ୍ର ତୁରଙ୍ଗ ପିଠିରେ । ବସି ସ୍ଥିର ଦୃଷ୍ଟିଦେଲେ ଜନ୍ତୁଙ୍କ ଉପରେ ।। ଜଗି ରହିଲେ ନୃପସୂତ ଯେଉଁ ଘାଟେ । ପଳାଇଲା ମୃଗଶିଶୁଟିଏ

ସେହି ବାଟେ ।। ନୃପସୁତ ତାହା ପଛେପଛେ ଗୋଡାଇଲେ । ବୁଲି ବୁଲି ସୈନ୍ୟମାନେ ଭେଟ ନ ପାଇଲେ । ବିରସ ବଦନେ ସର୍ବେ ବାହୁଡିଲେ ଖରେ ।

ଏକା ହୋଇ ରାଜପୁତ୍ର ରହିଲେ ବନରେ ।।ଖୋଜି ଖୋଜି ମୃଗଶିଶୁ ନ ପାଇଲେ କାହିଁ । ଏ ସମଯେ ରବି ଅସ୍ତ ହୋଇଗଲେ ତହିଁ ନୃପସୁତ ରାତ୍ର ହେବା ଦେଖି ଭୟ କରି ।

ଚଢିଲେ ବୃକ୍ଷରେ ଯଇଁ ଘୋଡାରୁ ଉତୁରି ।। ଫିଟିବାକୁ ତହୁଁ ଖରେ ପଳାଇଲେ । ଆପଣା ଶାଳରେ ଯାଇ ପ୍ରବେଶ ହୋଇଗଲା ।। ଏଥୁଅନ୍ତେ ହେଲା ଯାହା ଶୂଣ କହିବଇଁ । ଭାଲୁ ଏକ ଦେଖି ପଳାଇ ଆସିଇ ।। ପ୍ରାଣ ଆତୁରରେ ଭାଲୁ ତରସ୍ତ ହୋଇଲା । ନୃପସୁତ ଥିବା ଗଛ ଉପରେ ଉଠିଲା ।। ଦେଖିଲ। ସେ ନର ଏକ ବସିଅଛି ତହିଁ । ଦେଖି ତାକୁ ଭାଲୁ କହେ ଭୟ କିଛି ନାହିଁ ।।

ମୋହଲାଗି ତୁମ୍ବେ ମାନେ ନୁହିଁ କେବେ ଭୀତ ।ତୁମ୍ଭେ ଆମ୍ଭେ ଆଜିଠାରୁ ହୋଇବା ମଇତ୍ର ॥ ରାତ୍ରଯାକ ଦୁଇ ମିତ୍ର ସୁଖେ ରହିଥିବା ପ୍ରଭାତ ହୋଇଲେ ନିଜେ ନିଜେ ସ୍ଥାନେ ଯିବା ।। ଅଙ୍ଗୀକର କଲା ତାହା ଶୁଣି ରାଜପୁତ୍ର । ଧର୍ମ ସାକ୍ଷୀ କରି ନୁହେଁ ହୋଇଲେ ମଇତ୍ର ।। ଏହା ଦେଖି ବାଘ ଗଛ ମୂଳରେ ବସିଲା । କେହି ଗୋଟେ ପଡିଗଲେ ଖାଇବା ଭାବିଲ। ।। କିଛିକ୍ଷଣ ଗଳାପରେ କହେ ରାଜପୁତ୍ର । ବଡ ନିଦ ଲାଗୁଆଛି ମୋ ଆଖିକ ମିତ୍ର ।।

ଏହା ଶୁଣିଭାଲୁ ବୋଲେ କିଛି ଭୟ ନ।ହିଁ । ଶୁଅ ତୁମ୍ବେ ମୋ ଜଙ୍ଘରେ ମୁହିଁ ଥିବି ଚାହିଁ ।। ସୁଖେ ଯହୁଁ ରାଜପୁତ୍ର ନିଦରେ ଶୋଇଲା । ଦେଖି ତାକୁ ତଳୁ ବାଘ ଭାଲୁକୁ କହିଲା ।। ଶୁଣି ଆରେ ଭାଲୁ ତୋତେ କିଛି ଜଣା ନାହିଁ । ମନୁଷ୍ୟ ସଙ୍ଗରେ ମିତ୍ର ହୋଇଛୁ କିପାଇଁ ।। ଦିଗୋଡିଆ ଜନ୍ତୁକୁ ତୁ କରିଛୁ ବିଶ୍ବାସ । ମୁଁ ଗଲେ ସକାଳେ ତୋତେ କରିବ ବିନାଶ ।।

ପାଇଅଛୁ ଭଲ ଯୋଗ ଶୋଇଛି ନିଦରେ । ପେଲିପକ। ଖାଇଦେବି ତାକୁ ମୁଁ ଏଠାରେ ।। ଆନନ୍ଦରେ ପଳାଇବି ଖାଇ ତାକୁ ମୁହିଁ । ରାତ୍ର ଶେଷେ ନିଶ୍ଚିନ୍ତରେ ଚାଲିଯିବୁ ତୁହି ॥ ତୁହି ତାହା ଶୁଣି ଭାଲୁ କହେ ଶୁଣ ଆହେ ବାଘ । ତୋ ବୋଲରେ ଧର୍ମକୁ ମୁଁ କରିବି ଲାଘବ ।। ଧର୍ମସାକ୍ଷୀକରି ମିତ୍ର ହୋଇଅଛି ସେହି । ଅବିଶ୍ଵାସ କଲେ ମିତ୍ରଦ୍ରୋହୀ ମୁଁ ହେବଇଁ ।।

ବିଶ୍ଵାସଘାତୀ ର ସୁଖ ନାହିଁ ଇହ-ଳୋକେ । ମଲେ ମଧ୍ୟ ପରଲୋକ ପଡଇ ନରକେ ।। ତାହା ଶୁଣି ବାଘ ତହିଁ ନୀରବେ ବସିଲା। କିଛି କ୍ଷଣେ ରାଜପୁତ୍ର ନିଦ ରୁ ଉଠିଲା ॥ ଭାଲୁ କହେ ଆହେ ମିତ୍ର ଶୋଉଅଛି ମୁହିଁ । ବସିଥାଅ ସାବଧାନେ ତୁମ୍ବେ ଚେତା ରହି ।। ଶୁଣି ରାଜପୁତ୍ର ବୋଲେ ହେଉ ସେହିପରି । ଶୋଇଲା ଭଲ୍ଲୁକ ବୃକ୍ଷେ ନଖ ଛନ୍ଦିକରି ।।

ପୂର୍ବରୁ ତ ବାଘକଥା ଜାଣିଥିଲା ସେହି । ସେଥିଲାଗି ତ ଆଖି କୁ ନିଦ ନ ଆସଇ ।। ଆଖି ବୁଜି ଘୁଡୁ ଘୁଡୁ ହୋଇଲା ମିଛରେ । ଦେଖି ଏହା ବାଘ ବୋଲେ ମନୁଷ୍ୟ କୁ ଖରେ ॥ଶୁଣ ରେ ମାନବ ଯାହା କହୁଅଛି ମୁହିଁ । ପୀରତି ତୁ ଭାଲୁ ସଙ୍ଗେ କରୁ କାହିଁପାଇଁ ।

ଭାଲୁ ଅଟେ ଜୀବଜନ୍ତୁ ନଖ ଥିବା ଜୀବ । କିପରି ମନୁଷ୍ୟ ଠାରେ ପୀରତି ରଖିବ ॥ ଡରି ମୋତେ ରହିଅଛି ତୋ ପାଶରେ ଯାଇ । ସେହି ହେତୁ ତୋତେ କିଛି କରି ପାରୁ

ମୋହ ବାଟେ ଯିବୀ ମୁହିଁ ସକାଳୁ ଉଠିବ । ନିଶ୍ଚିନ୍ତ ରେ ଖାଇ ତୋତେ ବଣରେ ପଶିବ ॥ମନ ମଧ୍ୟେ ବିଚାରି ତୁ ମୋହୋର କଥାକୁ । ପେଲିଦିଅ ତଳକୁ ମୁ ଖାଇଦେବି ତାକୁ ॥

ଖାଇତାକୁ ଆନନ୍ଦରେ ପଳାଇବି ମୁହିଁ । ନିର।ପଦେ ପ୍ରଭାତରୁ ଉଠିଜୀବୁ ତୁହି

ରାଜପୁନ୍ତ୍ର ବାଘ କଥା ସତ ବିଚାରିଲା ସେ ଭାଲୁକୁଧରି ଆଣ୍ଟେତହୁ

ପେଲିଦେଲା ॥ ବୃକ୍ଷେ ନଖମାରି ଭାଲୁ ରହିଥିଲା ଦୃଢେ ପେଲିବାରୁ ରାଜପୁନ୍ତ୍ର

ନ ଘୁଞ୍ଚିଲା ଦାଢେ ଉଠି ବୋଲେ ଆରେ ମୁଢ କେଡେ କର୍ମ କଲୁ । ମୋ

ବିନାଶ ପ।ଞ୍ଚୀ ବୃକ୍ଷରୁ ପେଳି ଦେଊ ଥିଲୁ ତୋତେ ପେଲିବାକୁ ବାଘ ଆଗୁ

ଥିଲା କହି । ପେଲିଥିଲେ ଜୀବନରେ ଥାଆନ୍ତୁ କି ତୁହି

ଅବିଶ୍ଵାସୀ ନର ତୋତେ ହେଉ ରେ ଧିକକାର ନାସ କାଲେ ତୋତେ ହେବ ମିନ୍ତ୍ରଦ୍ରୋହ ମୋର ଏହା କହି ଭାଲୁ ତାର ଜିଭ ଟାଣି ନେଲା । ଶସେମୀରା ଚାରିଗୋଟି ଅକ୍ଷର ଲେଖିଲ। । ବୋଇଲା ସେ ମିନ୍ତ୍ରଦ୍ରୋହ ଫଳ ଏବେ ପାଅ । ସବୁବେଳେ ଶସେମିର ବୋଲି ଜପୁଥାଅ ॥ର।ନ୍ତ୍ର ପ।ହି ଏ ସମୟେ ଦିଶିଲା ଉଜ୍ଳଳ ପଳାଇଲା ବ୍ୟାଘ୍ର ତହୁ ଛାଡି ବୃକ୍ଷ ମୂଳ । ।

ବୃକ୍ଷରୁ ଓହ୍ଳାଇ ଭାଲୁ ଗଲା ନିଜସ୍ଥାନେ ରାଜପୁନ୍ତ୍ର ସସେମିର ଜପି ବୁଲେ ବନେ ବୁଲି ବୁଲିନିଜ ଦେସେ ହେଲା ପରବେଶ ପଚାରିଲେଅନ୍ୟ କିଛି ନ କହଇ ଭାଷ ଶସେମିର କହି କହି ବାଇ ପରି ବୁଲେ । ପୁନ୍ତ୍ରର ଏପରି ଦଶା ନୃପତି ଦେଖିଲେ । ଚିକିତ୍ସାକମାନଙ୍କୁସେ ଡକାଇ ସତ୍ଵର । ଦେଲେଅଉଷଧି ନାନାବିଧ ଉପଚାର ।।

ତହିଁ ରେ ସେ ରୋଗ ମୋଟେ ନୋହେବାରୁ ଶାନ୍ତ ଜ୍ୟେତିଶ ଡକାଇ ରାଜା

କାଲେ ଗ୍ରହ ଶାନ୍ତ ॥ ତଥାପି ସେ ପାଗଳାମି ଭଲ ନ ହୋଇଲ । ଶସେମିର

ଭିନ୍ନ ଆଉ କିଛି ନ କହିଲା ॥ ତାହା ଦେଖି ମନଦୁଃଖେ କହିଲେ ନୃପତି

ଏ ବିପଦବେଳେବରରୁଚି ଥିଲେ ଏଥି ॥ ଏହାର କାରଣ ଜାଣି କରନ୍ତେ ଉପାୟ । ମନ୍ଦପଣେ ତାହାଙ୍କୁ ମୁ କରିଅଛିକ୍ଷୟ ।

କାଳିଦାସ ତାହାଶୁଣି କହିଲେ ସଧୀରେ । ଲୁଚିରହିଛନ୍ତି ବରରୁଚି ଗୁପତରେ ।

ସରସ୍ୱତି ପୁତ୍ର ସେହୁ ତାଙ୍କୁ କେମାରିବ । ମିଥ୍ୟା ନୁହଇ ଏକଥା ଜାଣ ନରଦେବ । ଘୋଷଣା ଦିଆଅ ତାଙ୍କ ତଥ୍ୟ ଯିବ ଜଣା । ଅବଶ୍ୟ କହିବେ ସେହୁ ଏଥିର ଘଟଣା । କାଳିଦାସ କଥା ରାଜା ସତ୍ୟ ବିଚାରିଲେ । ସେହିକ୍ଷଣି ନିଜରାଜ୍ୟ ନାଗରା ପିଟିଲେ ।

ପତ୍ରକୁ ଆମର ଯେହେୁ ଭଲ କରିଦେବ । ଯେତେ ଇଛା ତେତେ ଧନ ଆମଠାରୁ ନେବ । ଲୁଚିରହିଥିଲେ ବରରୁଚି ଯାହା ଘରେ । ଏହାଶୁଣି ସେ ବିପ୍ରକୁ କହିଲେ ଗୁପ୍ତରେ । ଆହେ ବିପ୍ର କହ ତୁମ୍ଭେ ରାଜା ଆଗେ ଯାଇ । ପୁତ୍ରବଧୂ ମୋର ୟାର ଊପାୟ ଜାଣଇ । ବସ୍ତ୍ରରେ ଗୋଟିଏ ଘର କରିଦେବ ଯେବେ । ସଙ୍ଗେଘେନି

ତାକୁମୁହିଁ ଆଣିବି ସେଠାବେ ।

ସେଭିତରେ ରହି ସବୁ ବୁଝିବ କାରଣ । ରାଜ କୁମାରଙ୍କ ରୋଗ ଦେବ ଛଡାଇଣ । ଯେବେ ସେହିପରି ରାଜା କରିଦେବେ ଘର । ଆରୋଗ୍ୟ କରିବି ନିଶ୍ଚେ ପୁତ୍ରକୁ ତାଙ୍କର । ଏହା ଶୁଣି ସେ ବ୍ରାହ୍ମଣ ଶୀଘ୍ର ଚଳିଗଳା । ନରପତି ଆଗେ ସେହି ମତି ଜଣାଇଲା । ଶୁଣି ବିପ୍ର କଥା ରାଜା କଲେ ବସ୍ତ୍ର ଘର ।ସ୍ତିରି ବେଶେ ବରରୁଚି ମିଳିଲେ ସେଠାର ।

 

ଅଣାଇଲେ ନିଜପାଶେ ରାଜକୁମାରକୁ । ବୋଇଲେ ଅର୍ଥ କର ମୁଁ ପଢ଼ିବା

ଶ୍ଲୋକକୁ ।।

 

ସଦ୍ଭାବ ପ୍ରତି ପ୍ରନ୍ନାନାଂ ବଞ୍ଚନେ କା ବିଦଗ୍ଧତା

ଅଙ୍କମାରୁହ୍ୟ ସୁପ୍ତାନାଂ ହନ୍ତଃ କିଂ ନାମ ପୌରୁଷଂ

ମିତ୍ରଭାବ କରି ତେୁମ୍ଭ ଭାଲୁ ସହିତରେ । ରହିଥିଲ ଦୁହେଁ

ବୃକ୍ଷେ ବାଘର ଭୟରେ । ବିଶ୍ଵା ସରେ ଭାଲୁ ତୁମ୍ଭ କୋଳେଥିଲାଶୋଇ ।

ବୋଲାଇଲ କି ଚତୁର ତାକୁ ପେଲି ଦେଇ । ମିତ୍ରଦ୍ରୋହୀହେଲ ନାଶ ଗଲ। ପାଉରୁଷ । ତାହା ଶୁଣି ସକାରକୁ ଛାଡି ରାଜଶିଷ୍ୟ ॥ ସେମିର। ବୋଲି ଉଚ୍ଚ।ରିଲ। ଯହୁଁ । ବରରୁଚି ଏହି ଶ୍ଳୋକ ଶୁଣ।ଇଲେ ତହୁଁ ।।

ସେତୁବାନ୍ଧେ ପ୍ରୟାଗେ ଚ ଗଙ୍ଗା ସାଗର ସଙ୍ଗମେ

ବ୍ରହ୍ମହ। ମୁଚ୍ୟତେ ପପେର୍ମିତ୍ରଦ୍ରୋହୀ ନ ମୁଚ୍ୟତେ ॥

ସେତୁବନ୍ଧ ପ୍ରୟାଗ ବ। ସମୁଦ୍ରସଙ୍ଗମ । ପୁଣ୍ୟତୀର୍ଥମାନଙ୍କ ଏ ଅଟନ୍ତ ଉତ୍ତମ ସେହିତୀର୍ଥେ ସ୍ନାନକଲେ ବ୍ରହ୍ମ ହତ୍ୟାକାରୀ । ଚାଲି ଯାଏ ବ୍ରହ୍ମହତ୍ୟା ତ। ଦେହୁବାହାରି । ମିତ୍ରଦ୍ରୋହୀ ସେତିର୍ଥରେ ସତେବାର ସ୍ନାନ । କଲେମଧ୍ୟ ପାପତର ନୁହଇ ମୋଚନ ॥ ଧର୍ମ ସାକ୍ଷ୍ୟିକରିଭାଲୁ ସଙ୍ଗେ ହେଲମିତ୍ର । ବାଘକଥା ଶୁଣି ନଷ୍ଟ କଲ ହେ ଚରିତ୍ର ॥

ମିତ୍ରଦ୍ରୋହଠ।ରୁ ବଳି ପାପ ଆଉନାହିଁ । ତାହାତୁମ୍ଭେ ଅରଜିଲ ରାଜପୁତ୍ର ହୋଇ ॥ ଶୁଣି ନ ସଲଜ୍ଜେ ଶେହୁପୋତିଲା ବଦନ । ଶସେଛାଡି ମିରା ମୀରା କଳା ଉଚାରଣ ॥ ତାହାଦେଖି ବରରୁଚି ବୋଲନ୍ତି କୁମର । ପଢୂଛି ଅପର ଶ୍ଳୋକ ଅର୍ଥ ହେତୁ କର ॥

ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵ।ଶଘ।ତକଃ।      

ତେ ନରା ନରକ୍ ଯାନ୍ତି ଯବଇନ୍ଦ୍ର ଦିବାନରୌ ॥

ମିତ୍ରଦ୍ରୋହୀ କୃତଘ୍ନ ଯେ ବିଶ୍ଵଶଘ।ତକ । ମହାପାପୀ ଅଟନ୍ତି ଏ ତିନିଜଣ ଯାକ ॥ ଏହିତିନି ମହାପ।ପୀ ଗମନ୍ତି ନର୍କକୁ । ଚନ୍ଦ୍ରସୂର୍ୟଥିବାଯ।କ କହିଲି ତୁମ୍ଭଙ୍କୁ ॥ ଏକାବେଳେ କଲ ତୁମ୍ଭେ ତିନି ପାପଯ।କ । କଷ୍ଟ ନ ପାଇବ କିପାଇ । ନ ଯିବ ନରକ ॥

 

ରାଜପୁତ୍ର ଏହା ଶୁଣି ମାନେ ଚିନ୍ତା କଲ। । ଶସେମି ଏ ତିନିଗୋଟି ଅକ୍ଷର ଛାଡିଲା । ରା ରା ବୋଲି ଅନୁକ୍ଷଣେ କହନ୍ତେ ମୁଖରେ ବରରୁଚି ଶୁଣାଇଲେ ଅନ୍ୟ ଶ୍ଳୋକ ଖରେ

ରାଜସି ରାଜପୁନ୍ତ୍ରୋସି ଯଦି କଲ୍ୟାଣମିତ୍ରସି ।

ଦେହି ଦାନଂ ଦ୍ଵିଜାତିଭ୍ୟୋ ଦେବତାରାଧନଂ କୁର॥

ଶୁଣ ଆହେ ରାଜାପୁତ୍ର ମେହୋର ବଚନ । ଜଦି ତୁମ୍ଭେ ଇଚ୍ଛାକର ନିଜର କଲ୍ୟାଣ ।। ଆରାଧନା କରଦେବେ ଦିଅ ବିପ୍ରେ ଦାନ ଆରୋଗ୍ୟ ଲଭିବ ମନବାଞ୍ଛା ହେବ ପୂଣ୍ଣ । ଶୁଣି ରାଜପୁତ୍ରସସେମିରା ଦେଲା ଛାଡି । ଏମନ୍ତ କହିଲା ବରରୁଚି ପାଦେପଡି ।ା

ତୁମ୍ଭ କରୁଣାରୁ ଆଜି ରୋଗ କ୍ଷୟ ହେଲା । ପୂର୍ବ ଭାବ ଆସିମୋରଦେହେ ପ୍ରକାଶିଲା । ତୁମ୍ଭ ପଦେ ଆଜି ଠାରୁ ହୋଇଲି ମୁ ଦାସ ।କ୍ଷମା କରୁଥିବା ମୁହିଁ କରୁଥିଲେ ଦୋଷ ॥ ବସ୍ତ୍ର ଘର ଉହାଡେ ସେ ଚରିତା କୁ ଶୁଣି । ବିକ୍ରମ ବୋଇଲେ ବଧୁ ଶୁଣ ମୋର ବାଣୀ ॥ଏହା କହି ସେହି ସଭାଜନ ଙ୍କ ଆଗରେ । ଶୁଣାଇଲେ ଏହି ଶ୍ଳୋକପଡି ଉଚ୍ଛଶ୍ଵର ॥

ଗୃହେ ବସସି କୌମାରି ଅଟବିନ ନୈବ ଗଛସୀ।

ରୂକ୍ଷବ୍ୟା ଘ୍ରାମନୁଶୟନନ କଥଂ ଜନାଶୀ ଭାସିତନ ॥

କୁଳବତୀ ନାରୀ ତୁମ୍ଭେ ଗୃହେ ସଦା ଥାଅ । କେତେବେଳେ ହେଲେ ତୁମ୍ଭେ ବନ କୁ ନ ଯାଅ ॥ ଭାଲୁ ବାଘ ମାନୁଷ ଙ୍କ ଏହି ସମାଚାର । କିପରି ଜାଣିଲ ତାହା କହ ମୋ ଅଗର ।ନୃପ ବାକ୍ୟ ବାରରୁଚି ଶୁଣିଲେ କର୍ଣ୍ଣରେ ଶୁଣ ବୋଲି କହି ଏହି ଶ୍ଳୋକ ଟି ବୋଇଲେ

ଗୁରୁଦେବ ପ୍ରସଦେନ ଜିହୟାଗ୍ରେ ମେଃ ସରସ୍ଵତୀ

ତେହନା ନୃପ ଜନାମୀ ଭାନୁ ମତ୍ୟାସ୍ତିଲଂ ଯଥା

ଗୁରୁଦେବ ଙ୍କ କୃପା ଥିବାରୁ ମୋଠାରେ । ବସିଛନ୍ତି ସରସ୍ଵତୀ ସଦା ମୋ

ଜିହ୍ଵା ରେ ॥ ସେଥିପାଇଁ ଜାଣିଲି ମୁଁସେ କଥା ସକଳ । ଜାଣିଥିଲି ଯେଉଁରୁପେ ଭାନୁମତୀ ତିଳ ॥ ବିକ୍ରମ ଆଦୈତ୍ୟ ତାହା ଶୁଣି ଧାତିକାରେ । ପସିଯାଇ ବସ୍ତ୍ର ଘରେ ତାହାଙ୍କ ପ।ଦରେ ॥ ପୂଜା କରି ଆନନ୍ଦରେ ତାଙ୍କୁ ଘେନି ଗଲେ । ଧନ ରତ୍ନ ଅଳଙ୍କାର ବହୁତର ଦେଲେ ॥

ରଖାଇଲେ ପୂର୍ବପରି ବହୁ ହରଷିତ । ଏହିପରି ଗୁଣବାନ ବିକ୍ରମାଦିତ୍ୟ ॥ ମୋହଠାରୁ ଶୁଣିଲତ ଭୋଜା ନର ଗଣ । ଯେଉଦିନ ହେବ ତମେ ତାଙ୍କରି ସମାନ ॥ ସେହିଦିନ ବସିବ ହେ ଆସି ସିଂହସନେ । ହୋଇନାହାଁ ଏବେ ତୁମ୍ଭେ ତାଙ୍କରି ସମାନ ॥ ଏହାକହି ସେ ପୁତ୍ତଳି ଶୂନ୍ୟ ମର୍ଗେ ଗଲା । କହେ ଜଗନ୍ନ।ଥ ସିଂହ ସ୍ଵର୍ଗ ରେ ରହିଲା

 

ସପ୍ତମ ପୁତ୍ତଳି ର କଥା

ତାହାପରେ ଶୁଭ ଲଗ୍ନେ ଭୋଜ ନର ଗଣ । ସନ୍ତୋସିଲେ ଦେବ

ଦ୍ଵିଜ ଅତିଥିଙ୍କ ମନ ॥ ତହୁଁ ସିଂହାସନ ପାଶେ ପ୍ରବେଶିଲେ ଯାଇ

ଦେଖି ତାଙ୍କୁ ସପ୍ତମ ପୁତ୍ତଳି କହଇ ॥

ଶୁଣ ତୁମ୍ଭ ବାକ୍ୟ ମୋର ଭଯ ନରପତି । ବସନ୍ତୀ ଏ ସିଙ୍ଘାସନେ ବିକ୍ରମ ନୁପତି ॥ ଯେତେ ବେଳେ ତୁମ୍ଭେ ତାଙ୍କ ସମାନ ହୋଇବ । ସେତେବେଳେ ଏହି ସିଙ୍ଘାନରେ ବସିବ ॥ ପୁତ୍ତଳି ର କଥା ଶୁଣି ଭୋଯ ନରଗଣ । ବୁଝିବାକୁ ପଚାରିଲେ ହୋଇ ହୁଷ୍ଟମନ ॥ ଜାଣି ଅଛ

ଯେତେ ଯେତେ ତାଙ୍କରି ଶୁଗୁଣ । କୁହ ପୁତ୍ତଳିକେ ତାହା ବିସ୍ତାରୀ କରିଣ ॥ ତାହା ଶୁଣି କହାଇ ସେ ସ୍ୱରୂପ ପୁତ୍ତଳି । ବିକ୍ରମ ଆଦିତ୍ୟ ଥିଲେ ସର୍ବ ଗୁଣଶାଳି । ଦିନକେ ସେ ବିକ୍ରମାର୍କ ଆପଣ। ରାଜ୍ୟରେ । ଦିଆଇଲେ ଘୋଷଣା ଯେ ବୁଲାଇ ରାଜ୍ୟରେ । ବିଦ୍ଵାନ ପଣ୍ଡିତ ଯେତେ ଅଛ ଏହି ଦେଶେ । ସେ ସକାଳେ ଯାଇ ରାଜ୍ୟସଭା ମଧ୍ୟେ ବସ

ତୁମ୍ଭଙ୍କୁ ପାଳିବେ ରାଜା ଅତି ଯତନ ରେ। ପରିପୂର୍ଣ୍ଣ ହେବ ଧନ ବସ୍ତ୍ର ତୁମ୍ଭ ଘରେ ॥ଏହା ଶୁଣି ଯେତେ ଗୁଣବାନ ଲୋକ ଥିଲେ । ସର୍ବେଯାଇ

ବିକ୍ରମାଙ୍କ ସଭାରେ ବସିଲେ ॥ ନାନା ଦେଶ କଥା ନାନା ପୂର।ଣ

ରଚିତ । ରାଯଙ୍କୁ ଶୁଣାଇଲେ ହୋଇ ହରଷିତ ॥ ସେହି

ସଭା ମଧ୍ୟେ ଏକ ବିପ୍ର ବସି ଥିଲା । ବିକ୍ରମାଦିତ୍ୟ ଙ୍କ ଆଗେ

ଏପରି କହିଲା ॥

ତୀର୍ଥ କରିବାକୁ ଜାଣ ମୁହିଁ ଯାଇଥିଲି । ବୁଲି ବୁଲି ଛିତ୍ରାକୁଟ ପାର୍ବତେ ମିଳିଲି ॥ ପୁଣ୍ୟବତୀ ନଦୀ ଏକ ଅଛିସେଠାବରେ । କେତେ ମୁନି ଜପ ତପ କରନ୍ତି ତ ତୀରେ ॥ଦିଗମ୍ବରୀ କାଳୀ ନାମେ ରହିଛନ୍ତି ତହିଁ । ପୂଜା କରୁଛନ୍ତି ତାଙ୍କୁ ବାଲିଭଜା ଦେଇ ॥

ବିପ୍ରାଠାରୁ ଏହିକଥା ଶୁଣି ସେ ରାଜନ । ସେ ବିପ୍ରଙ୍କୁ ସଙ୍ଗେ ଧରି ଗମିଲେ ସେ ସ୍ତାନ । ଚିତ୍ରକୁଟେମିଳି ସ୍ନାନ କଲେ ସେହି ଜଳେ । ଦେବୀଙ୍କମନ୍ଦିରେ ଯାଇ ପ୍ରବେଶ ହୋଇଲେ ॥ ସେଠାରେ ଦେଖିଲେ ବିପ୍ର ତପ କରୁଅଛି ।ଚାରିପାଶେ ଅଗ୍ନି ଜଳି ମଧ୍ୟରେ ବସିଛି । ଦେଖି ତାଙ୍କୁ ପଚାରିଲେ ବିକ୍ରମ ମିହିର । ଏତେ କଷ୍ଟ ସହି ତପ କି କାରଣେ କର ॥

 

ସତ କହି ସେ କରଣ ସକଳ ବୁଝାଅ । ତୁମ୍ଭ କଷ୍ଟ ଦେଖି ହୁଏ

ମୋ ମନ ଅଥୟ ॥ ଚକ୍ଷୁ ଦୁଇ ବୁଜି ବିପ୍ର କରୁଥିଲେ ଧ୍ୟାନ ।

ନୃପ ବାକ୍ୟ ଶୁଣି ତାଙ୍କୁ କହିଲେ ବଚନ ॥ କିଏ ତୁମ୍ଭେ ତୁମ୍ଭ ନାମ

କର ହେ ପ୍ରକାଶ । ଉତ୍ତରିଲେ ନୃପତି ମୁ ବିକ୍ରମ ନରେଶ ॥

ବିପ୍ର ବୋଲେ ଶୁଣ ଯାହା ପୁଚ୍ଛିଳ ନୃପତି । ସ୍ଵପନରେ ଦିନେ ଆସି

ମତେ ଭଗବତୀ ॥ କହିଲେ ହେ ବିପ୍ର ମତେ ନାନା ଉପହରେ ।

ପୂଜା କରି ନୃପବଳୀ ଦେଲେ ମୋ ଆଗରେ ॥ତୁମ୍ଭ ମନୋବାଞ୍ଛା

ସବୁ କରିବି ପୂରଣ । ମିଥ୍ୟା କେବେ ନୁହଇଟି ଏହି କଥା ଜଣ।

ଏହାକହି ଭଗବତୀ ହୋଇଲେ ଅନ୍ତର।ଯୋଗାଡିଲି ସେହି ଦିନୁ

ନାନା ଉପହାର ।ମାତ୍ର ନୃପ ବଳି କାହୁଁ ଦେବୀ ନ ମିଳଇ । ସେଥିପାଇଁ କରୁଅଛି ତପ କଷ୍ଟ ସହି । ତାହା ଶୁଣି କହିଲେ ସେ ବିକ୍ରମ ଆଦିତ୍ୟ।ମୁହିଁ ନୃପବଳୀ ହେଲି କହୁ ଅଛି ସତ୍ୟ ॥

ମୋତେ ବଳି ଦେଇ ତୁମ୍ଭେ କଷ୍ଟ ଦୂର କର । ତାହା ଶୁଣି ସେ ବ୍ରାହ୍ମଣ ଉଠିଲେ ତ୍ଵରିତ ॥ ସଙ୍ଗେ ନେଇ ସେ ରାଜା ଙ୍କୁ ଦେବୀ ପାଶେ ଗଲେ । ଧୂପ ଦୀପ ନୈବେଦ୍ୟ ଉପଚାର ଦେଲେ । ପ୍ରୋକ୍ଷଣ କରିନ ତାଙ୍କୁ ସେହି ଠାରେ ରଖୀ । ବଳି ଦେବ ପାଇଁ ଖଡ୍ଗ ରଖାନତେ ନ ଟେକି ॥

ଭଗବତୀ ତାହା ଜାଣି ନିଜ ରୂପେ ଆସି । ଛଡାଇ ଘେନିଲେ ବିପ୍ର ହସ୍ତରୁ ସେ ଅଶି । ନୃପ ମୁଖ ଚାହିଁ ଦେବୀ ବୋଲନ୍ତି ବଚନ ।

ତୁଷ୍ଟ ହେଲି ଆହେ ନୃପ ମାଗି ବର ଘେନ ॥ ଦେବୀ ବାକ୍ୟ ଶୁଣି ନୃପ ଜାଣନ୍ତି ସତ୍ଵର । ଏ ବିପ୍ର ର ମନବାଞ୍ଛା ପରିପୂର୍ଣ୍ଣ କର ॥ ତାହା ଶୁଣି ଭଗବତୀ କହିଲେ ବିପ୍ର ଙ୍କୁ ଯାହା ଇଚ୍ଛା କରିଅଛ ମାଗସେ ବର କୁ ॥

ବିପ୍ର ବୋଲେ ଯେବେ ହୋଇଲ ପ୍ରସନ୍ନ । ମାଗୁଅଛି ତୁମ୍ଭ ପଦେ କର ମତେ ଲୀନ ॥ ଅସ୍ତୁ ବୋଲି ସେ ବିପ୍ର ଙ୍କୁ କହି ଭଗବତୀ । ତଦନ୍ତେ କହିଲେ ତୁମ୍ଭେ ଶୁଣ ହୋ ନୃପତି ॥ ଜଗତେରେ ଏକ ତୁମ୍ଭେ ପର ଉପକାରୀ । ସେ ଯୋଗେ ଏ ବର ଦେଉଅଛି ପ୍ରୀତ କରି॥

ସବୁକଲେ ତୁମ୍ଭ ବାଞ୍ଛା ହେଉଥିବା ପୂର୍ଣ୍ଣ । ଏହା କହି ଦିଗମ୍ବରୀ ହେଲେ ଅନ୍ତର୍ଦ୍ଦାନ ବର ପାଇ ସେ ବିକ୍ରମ ନିଜ ଦେଶ ଗଲେ ଶୁଣିଲା ତ ତାଙ୍କ କିର୍ତ୍ତି ଭୋଜା ନୃପ ଭଲେ ॥ ତାଙ୍କ ପରି ହୋଇପ।ର କୀର୍ତ୍ତିଶାଳୀ ଯେବେ । ସିଂହସନେ ବସିବାକୁ ଆସିବ ଟି ତେବେ ॥ ଏହିପରି ଚରିତ କୁ କହି ସେ ପୁତ୍ତଳି । କହେ ଜଗନ୍ନାଥ ଗଲା ସ୍ଵର୍ଗପୁରେ ଚଳି॥

ଅଷ୍ଟମ ପୁତ୍ତଳି ର କଥା

ତାହାପରେ ଦିନେ ଭୋଜ ଦେବାର୍ଚନ କଲେ । ଶୁଭବେଳ ଦେଖି ସିଂହାସନ ପାଶେ ଗଲେ ॥ ବସିବାକୁ ଯାଇ ନୃପ ପାବଛେ ଉଠାନ୍ତେ । ଅଷ୍ଟମ ପୁତ୍ତଳି ତାଙ୍କୁ କହଇ ଏମନ୍ତେ ।ଆହେ ଭୋଜ ନୃପ ଏହା ନୁହଇ ଉଚିତ । ଏଥିପରେ ବସଥିଲେ ବିକ୍ରମ ଆଦିତ୍ୟ ॥

ତାଙ୍କ ସମ ହେଲେ ତୁମ୍ଭେ ଏଥେ ଆସି ବସ ।ପଚାରିଲେ ତାହା ଶୁଣି ବିକ୍ରମ ନରେଶ ॥ କହ ହେ ପୁତ୍ତଳି ତାଙ୍କ ଅପୂର୍ବ ଚରିତ ॥ ଶୁଣିବାକୁ ତାହା ଠାରୁ ବଳି ଅଛି ଚିତ୍ତ ।।ତାହା ଶୁଣି ସେ ପୁତ୍ତଳି ହରଷ ମନରେ । ଶୁଣ ତେବେ ନୃପ ବୋଲି କହି ଆରମ୍ଭିଲେ ।।

ସଭା ମୁଣ୍ଡାଇଲେ ଦିନେବିକ୍ରମାଦିତ୍ୟ । ସକଳ ପଣ୍ଡିତ ତହିଁ ଥିଲେ ଉପସ୍ଥିତ। କାଳିଦାସ ଆଦି ସର୍ବେ ସେ ସଭାରେ ଥିଲେ ଆସି ସେହିଠାରେ ଜଣେ ସନ୍ୟାସୀ ମିଳିଲେ ॥ ଦେଖି ନୃପ ସନ୍ୟାସୀଙ୍କୁ ଆନନ୍ଦା ହୋଇଲେ । ଆସନ ରୁ ଉଠି ପୂଜା ଯଥାବିଧି କାଲେ ॥

ବିନୟ ବଚନେ ତାଙ୍କୁ ପଚାରିଲେ ଏହା । କି କାରଣେ ଆଗମନ କଲ ପୂଣ୍ୟ ଦେହ ॥ ଯ। ମାଗିବା ତ।ହା ଦେବୀ ଅଟେ ମୋର ସତ୍ୟ । ତାହା ଶୁଣି ସେ ସନ୍ୟାସୀ ହୋଇଲେ ତୋଷ ଚିତ୍ତ ॥ ବୋଇଲେ ହେ ନୃପ ଶୁଣ ଏକାନ୍ତ ସ୍ଥାନରେ ।କହିବି ଯ। ଇଚ୍ଛା ଅଛି ମୋହର ମନରେ ॥

ରାଜା ଶୁଣି ସେହିକ୍ଷଣି ସେଠାରୁ ଉଠିଲେ । ସଙ୍ଗେ ଧରି ସନ୍ୟାସୀ ଙ୍କୁ ଅନ୍ତଃପୁର ଗଲେ ॥ ବସିଲେ ଏକାନ୍ତେ ଦୂର କରି ସମସ୍ତଙ୍କୁ । ତହୁଁଫିଟାଇଲେ ଯୋଗୀ କୋଥଳି ମୁଣା କୁ ॥ସେ ଭିତରୁ ମାଲା ଶୁଆ ଗୋଟିଏ କାଢିଲେ । ରାଜାଙ୍କ ମୁଖଚାହିଁ ଦୁଖରେ କହିଲେ । ଆହେ ନୃପ ବଡ ଶ୍ରଦ୍ଧ। ଏହାଠାରେ ମୋର । ୟାକୁ ବଞ୍ଚାଇଲେ ତୃପ୍ତି ଲଭିବି ଅପ।ର ॥

ତାହା ଶୁଣି ବୋଇଲେ ସେ ବିକ୍ରମ ରଜନ । ମୃତ ଶବ ଜିଇଁବାର ଅସମ୍ଭବ ଜ।ଣ ॥ ଦଣ୍ଡେ ମାତ୍ର ତାଙ୍କୁ ଅବା ପାରିବି ବଞ୍ଚାଇ ।ସବୁଦିନେ ଜିଆଇବା ବିଦ୍ୟା ମୋର ନହିଁ ।ସନ୍ୟାସୀ ବୋଇଲେ ନୃପ ସେହି ପରି କର । ଦଣ୍ଡେ ହେଲେ ଦେଖି ମନୁ ଦୁଖ ଯିବ ଦୂର ॥ ଶୁଣି ରାଜା ପରଦେହ ପ୍ରବେଶ ମନ୍ତ୍ରରେ । ନିଜ ଆତ୍ମା ପୂରାଇଲେ ଶୁଆ ର ପିଣ୍ଡ ରେ ॥

ସେହି କ୍ଷଣି ପ୍ରାଣ ପାଇ ଉଠିଲା ସେ ଶୂକ । ମୃତ ପରି ଥିଲେ ରାଜା ହରାଇ ବିବେକ ।। ଦୁଷ୍ଟ ବୁଦ୍ଧି ଆଚରଣ କଲା ସେ ସନ୍ୟାସୀ ।ନିଜ ଦେହା ଛାଡି ରାଜା ଦେହେ ଗଲା ପଶି ॥ ନରପତି ତାହା ଦେଖି ଅକୁଳ ହୋଇଲେ । ଶୂକ ଦେହେ ଥେଇ ଘର ମଧ୍ୟରେ ବୁଲିଲେ

ଯୋଗୀ ଥାଇ ରାଜା ଦେହେ ଯଷ୍ଟିଏ ବୁଲାଇ । ନିର୍ଘାତେ ପିଟିଲାଶୁଆ ଶରୀର କୁ ଚାହିଁ ॥ ଭୟେ ରାଜା ଦିଗମ୍ବରୀ ପାଦପଦ୍ମ ଚାହିଁ ଗବାକ୍ଷ ବାଟରେ ଉଡିଗଲେ ପ୍ରାଣ ଧରି ॥ ରାଜା ଦେହେ ଯୋଗୀ ପଶି ସଭା ମଧ୍ୟେ ଗଲା । ଖାତ ଖୋଲି ସନ୍ୟାସୀ ର ଦେହ ପୋତାଇଲ ॥

ସିଂହସନେ ବସି ଯୋଗୀ ଟେକଇଲା ଛତ୍ର । ଡକାଇଲ। ଥିଲେ ଯେତେ ସେ ଦେଶେ କିରାତ॥ସେମାନଙ୍କୁ ଆଜ୍ଞା ଦେଲା ପାସରେ ବସାଇ । ଧର ଯେତେ ଶୁଆ ଛନ୍ତି ଦେଶ ମଧ୍ୟେ ଯାଇ । ଯେତେ ଗୋଟି ଶୁଆ ଆଣି ଦେବ ଆମ୍ଭ ପାଶେ । ସେତେ ଗୋଟି ସ୍ଵର୍ଣ ମୁଦ୍ରା ଦେବୀ ମୁଁ ସନ୍ତୋଷେ ॥

 

ଏହା ଶୁଣି ସେ କିରାତ ମାନେ ଚାଲିଗଲେ ।ବ୍ୟାଧ ବୃତ୍ତି ଉପାୟରେ ଶୁଆ ଙ୍କୁ ଧରିଲେ । ରାଜା ପାଶେ ଦେଇ ତାର ମୂଲ୍ୟ ଘେନି ଯାନ୍ତି । ବଧ କରେ ସେ ଶୁଆ ଙ୍କୁ ସନ୍ୟାସୀ ନୃପତି ॥ ରାଜ୍ୟ ଲୋଭେ ଜ୍ଞାନ ଧର୍ମ ହରାଇ ସକଳ । ଶୁଆମର ବୃତ୍ତିଟିକି କରିଥାଏ ମୂଳ ॥

 

କହଇ ପୁତ୍ତଳି ଶୁଣି ଭୋଜ ନର ଗଣ । ବିରସେନ ନାମେ ଥିଲା ସବରେକ ଜଣ ॥ ବିକ୍ରମ ଆଦିତ୍ୟ ତାଙ୍କୁ ଶ୍ରଦ୍ଧା କରିଥାନ୍ତି । ପ୍ରତିଦିନ ସ୍ଵର୍ଣ ମୁଦ୍ରା ଗୋଟିଏ ଦିଅନ୍ତି ॥

ସେ ସନ୍ୟାସୀ ଯେଉଦିନୁ ନୃପତି ହୋଇଲ ସେ ଦିନୁ ତାହାକୁ ଆଉ ସ୍ଵର୍ଣ ନ ମିଳିଲା ॥ମନ ଦୁଖେ ସେ ଶବର ଘରେ ଥିଲା ତାର । ଶୁଆ ଧରିବାକୁ ଦିନେ ହୋଇଲ ବାହାର ॥ ଜଳ ପୋତି ବନ ମଧ୍ୟେ ଖୁଦବୁଣିଦେଲା । ଲୁଚିକରି ବୃକ୍ଷ ମୂଳ ଯାଇ ସେ ବସିଲା ॥

 

ଶୁଆ ପଲ ଖୁଦ କଣି କହିବା ଆଶାରେ ।ଉଡି ଆସି ପଡିଲେ ଶବର ଜାଲରେ ବିରସିଂହ ଶବର ତ ଦେଖି ଧାଇଁ ଗଲା । ଦୁଇ ହାତେ ଜାଲ ଡୋରୀ ଧରି ସେ ଟାଣିଲା ॥ ଶୁଆରୂପୀ ବିକ୍ରମ ସେ ବୃକ୍ଷେ ବସିଥିଲେ । ଆପେ ଆସି ବିରସିଂହ ଜାଲରେ ପଡିଲେ

 

ତାହା ଦେଖି ସେ ଶବର ହୋଇନ ଚକିତ । ଭିନ୍ନ ସ୍ଥାନେ ଯତ୍ନେ ତାକୁ ରଖିଲା ତୁରିତ ॥ ଭବାଇ ସେ ମନ ମଧ୍ୟେ ଏ କି ବିପରୀତ । ଏହୁ କିମ୍ପା ଆପେ ଆସି ହୋଇଲ ପତିତ ॥ ବଡ ଲୋକ ଜଣେ କେହି ଏହି ହୋଇଥିବ ।ଏହା ଭାବି ଶୁଆଯାକ ବାନ୍ଧିଲା ସେ ଯବ ॥ ଗୃହେ ଯିବାପାଇ ତହୁଁ ହୋଇଲ ବାହାର । ବାଟେ ତାକୁ କହିଲେ ସେ ବିକ୍ରମ ମିହିର ॥

 

ଶୁଣ ମୋର ବଚନ ବୀରସିଂହ ବ୍ୟାଧ । କି କାରଣେ ଏତେ ଜୀବ କରିବୁ ତୁ ବଧ ॥ ବୋଇଲା କିରାତ ରାଜ କାଣିକରିନେବ । ଯେତେ ଶୁଆ ଦେବୀ ତେତେ ସ୍ଵର୍ଣ ମୁଦ୍ରା ଦେବ । ପୋଷିବି ମୁ ତାହା ବିକି କୁଟୁମ୍ବ ମୋହର ॥ଶୁଣି କହେ ତାହା ଶୁଆ ରୂପୀ ବିକ୍ରମ ମିହିର ॥ ଏକା ମୋତେ ରଖି ସବୁ ଶୁଆ ଛାଡିଦେଲେ

 

ସହସ୍ରେ ସ୍ଵବର୍ଣ୍ଣ ମୁଦ୍ରା ମୁହିଁ ଦେବୀ ଭଲେ ତାହା ଶୁଣି ସେ ସବାର ଦେଲା ସବୁ ଛାଡି ରାଜା ଶୁଆଟିକୁ ଯତ୍ଣେ ରଖିଲା ସଜାଡି॥ ରାଜା ଶୁଆ ସେ କିରାତ ଘରେ ରହିକରି । ସବୁବେଳେ ପଢୁଥାଏ ରାମ କୃଷ୍ଣ ହରି॥ ଶୁଣ ଆହେ ଭୋଯ ନୃପ ସେ ପାପୀ ସନ୍ୟାସୀ ॥ ରଣିହଂସ ପୁରେ ପଶି ନ ପରେ ସେ ପାପୀ ॥

 

ରୂପବତୀ କନ୍ୟଟିଏ ମନ୍ତ୍ରୀ ଘରେ ଥିଲେ । ତାକୁ ବିଭା ହେବାଲାଗି କଥା ପକାଇଲା ॥ ଏହାଶୁଣି ମନ୍ତ୍ରୀ ବାର ହେଲା ଉତଫୁଲ୍ଲ । ଜାମାତାହୋଇବେ ରାଜା ହେବ ମୋର ଭଲ ॥ ଯୋଗାଡିଲା ଆନନ୍ଦରେ ବିଭର ବିଧାନ । ଅଧିବାସୀ ବିଧି କନ୍ୟା କଳା ପୂର୍ବ ଦିନ ॥ ବିଭାଦିନ ପ୍ରଭାତରୁ ଉଠି ମନ୍ତ୍ରୀସୂତା ସାକ୍ଷୀ ହସ୍ତେ ଧରାଇଲ ହଳଦୀ ଅଳତା ॥

 

ସ୍ନାନ କରିବାକୁ ଗଲା ସରସ୍ଵତୀ ଜଳେ । ସଖୀଗଣ ସହିତରେ ମିଶି କୁତୁହଳେ

ବୀରସିଂହ ଶବରର ସରସ୍ୱତୀ ତୀରେ । ଗୃହ ଅଟେ ମନ୍ତ୍ରୀସୁତା ଗଲାସେ ବାଟରେ । ଶୁଆ ପାଠ ପଢିବାର କର୍ଣ୍ଣରେ ଶୁଣିଲା । ଶୁଆ ପାଶେ ମନ୍ତ୍ରୀସୁତ ପରବେଶ ହେଲା । ପଚାରିଲା ଶବରକୁ ମନ୍ତ୍ରୀର କୁମାରୀ ।ଶୁଆଟିକି ଦେବୁ କି ମୁଁ ନେବି କିଣିକରି ।

 

କିରାତ ବୋଇଲା ଦେଲେସହସ୍ରେ ସୁବର୍ଣ୍ଣ । ଏ ଶୁଆକୁ ତେବେ ମୁହିଁ ଦେଇପାରେ ଜାଣ ।ସହସ୍ରେ ସୁବର୍ଣ୍ଣ ମନ୍ତ୍ରୀସୁତା ଅଣାଇଲା । ଶବରକୁ ତାହା ଦେଇ ଶୁଆଟିକୁ ନେଲା । ଯତନେ ଘୋଡ଼ାଇ ତାକୁ ପଣତ କାନିରେ । ସେ ନବୀନା ପହଞ୍ଚିଲା ଆପଣା ମନ୍ଦିରେ । ଶୁଆ ପାଠ ଶୁଣିବାକୁ କରନ୍ତେ ସେ ମନ । ଶୁଆ ତାକୁ ସେହିକାଳେ କହିଲା ଏସନ ।

 

କଥାଟିଏକହିବି ମୁଁ କରିବୁ ତୁ ଯେବେ । ବହୁତ ମଙ୍ଗଳ ତୋର ହୋଇବଟିତେବେ । ମଧୁଶଯ୍ୟା ଘରେ ମତେ ଗୋପନେ ରଖିବୁ । ମୋ କଥା ସେ ରାଜା ଆଗେ କିଛି ନ କହିବୁ । ମେଣ୍ଢାଟିଏ ବାନ୍ଧିଥିବୁ ପଲ୍ୟଙ୍କଖୁରାରେ । ବସିଥିଲା ମୁଣ୍ଡ ପୋତି ପଲଙ୍କ ଉପରେ

ବିଭାକାର୍ଜ୍ୟ ଦିନବେଳୁ ହୋଇଥିଲା ଶେଷ । ବେଳକାଳ ଜାଣି ରାଜା ହୋଇଲେପ୍ରବେଶ ॥ ମନ୍ତ୍ରୀସୁତ ପଶେଯାଇ ଆନନ୍ଦେ ବସିଲା । ହାସ୍ୟ ପରିହାସ କରି ବଚନ ଭାସିଲ ॥ ସବୁ ସୂନୀ ମନ୍ତ୍ରୀସୁତ ନ ଦେଲା ଉତ୍ତର । ପଚାରିଲା ରାଜାପୁଣି ହୋଇ କମାତୁର ॥ ଉତ୍ସବ କାଳରେ କିପାଁ କରୁ ମୌନବ୍ରତ । କହ ଗୋ ସୁନ୍ଦରୀ ତୋର କେବଣଚରିତ ॥ ତାହା ଶୁଣି ଧୀର କରି କାହଇ ସୁନ୍ଦରୀ ।

ଏହି ମେଣ୍ଢା ଭାଇ ମୋର ଜାଣ ଦଣ୍ଡଧାରୀ । ତା ଆଗରେ କଥାବାର୍ତ୍ତା ମୁହିଁ ତୁମ୍ଭ ସଙ୍ଗେ । କିପରି ହେବି କହନ୍ତେ ନୃପ ଉଠି ରଗେ ଯଷ୍ଟୀ ପ୍ରହାରୀ ସେ ଶୀଘ୍ର ମେଣ୍ଢ ପ୍ରାଣ ନେଲା । ମନ୍ତ୍ରୀସୁତ ତାହା ଦେଖି ବିକଳେ କାନ୍ଦିଲେ ॥ ବୋଇଲେ ହେ ପ୍ରାଣନାଥ ଭାଇ ମୋର ଏହି । ଏହାକୁ ବଞ୍ଚାଅ ମୋହଠାରେ ଦୟବହି । ସ୍ଥି ରିବଶେ ପଡି ଯୋଗୀ ହରାଇଲ ଜ୍ଞାନ । ପୁରାଇଲ ମେଣ୍ଢା ଦେହେ ଆପଣ ଜୀବନ । ତାହା ଦେଖି ମନ୍ତ୍ରୀସୁତ ବେଗେ ଧାଇଁଗଲେ ।ଶୁଆଟିକ ନେଇ ରାଜଉପରେ ଛାଡିଲା ॥ ବିକ୍ରମ ଆଦିତ୍ୟ ଶୁଆ ଦେହ ଛାଡିଦେଲା । ନିଜ ଦେହେ ପ୍ରବେଶିଲେ ଆନନ୍ଦ ହୋଇ ॥ ସେ କନ୍ୟାକୁ ପଠାଇଲେ ନିଜ ଅନ୍ତଃପୁରେ । ସଙ୍ଗେ ଧରି ମେଣ୍ଢାଟିକି ମିଳିଲେ ସଭାରେ ॥ ସନ୍ନ୍ୟାସିର ମୃତପିଣ୍ଡ ମାଟିରୁ ଖୋଲାଇ । ମିଶାଇଲେ ସେହିକ୍ଷଣି ମେଣ୍ଢା ସଙ୍ଗେ ନେଇ ॥ ସନ୍ୟାସିର ମୃତପିଣ୍ଡ ପାଇଲା ଜୀବନ । ଆକାରଣେ ମେଣ୍ଢାଟିର ନାଶଗଲା ପ୍ରାଣ ॥ ସନ୍ୟାସୀ ଲାଜରେ ମୁଖ ପୋତିଳ ତଳକୁ । ତା ଦେଖି ବିକ୍ରମାଦିତ୍ୟ ବୋଇଲେ ତାହାକୁ ॥ ଏପରି ବିଶ୍ବାସଘାତୀ କଥା କାହାଠାରେ । ନ କରିବ କେଭେ କଲେ ପଡିବ ନର୍କରେ ॥ ଏପରେ ବୁଝାଇ ତାକୁ ଧନରତ୍ନ ଦେଲେ । ଦୋଷ କ୍ଷମା କରି ପୁଣି ବିଦାୟ କରିଲେ ॥ ସୁଣିଲା ତ ଭୋଜରାଜ ବିକ୍ରମଚରିତ । ତୁମ୍ଭେ ଯେବେ ତାଙ୍କପରି ହେବ ଦୟାବନ୍ତ ॥ ତେବେ ଆସି

ସିଂହାସନେ ବସିବ ରାଜନ ।

 

ଏହା କହି ସେ ପୁତ୍ତଳି ଛାଡିଲା ଯେସ୍ଥାନ । ପକ୍ଷୀପରି ଉଡ଼ିଗଲା ଗଗନ ମାର୍ଗରେ । କହେ ଜଗନ୍ନାଥଯାଇ ବସିଲା ସ୍ୱର୍ଗରେ ।

       ---------

       ନବମ ପୁତ୍ତଳିର କଥା

କିଛିଦିନ ପରେ ଭୋଜ ହୁଷ୍ଟମନା ହୋଇ । ନିତ୍ୟକର୍ମ ସାରିବିପ୍ର ହାତେ ଦାନ

ଦେଇ । ଦେବତାମାନଙ୍କୁ ପୂଜି ହରଷ ମନରେ ।ଗଲେ ସିଂହାସନ ପାଶେ

ମହେନ୍ଦ୍ର ବେଳାରେ । ଦେଖି ତାଙ୍କୁକହଇ ସେ ନବମ ପୁତ୍ତଳି । ବସିବାକୁ ସିଂହାସନେ ନ’ହୁଅକାଉଳି । ତୁମ୍ଭପରି ରାଜା କାହୁଁ ଏଥିରେ ବସିବ । ବସନ୍ତି

ଏଥିରେ ରାଜା ବିକ୍ରମ ନୃଦେବ ।

 

ତାଙ୍କପରି ଗୁଣବାନ ଆଗେ ତୁମ୍ଭେ ହୁଅ ।ତତପରେ ବସିବାକୁ ମାନସ ବଳାଅ । ଏହା ଶୁଣି ପ୍ରଶ୍ନ କଲେ ଭୋଜ ନରନାଥ । କି କି କାର୍ଯ୍ୟ କରିଥିଲେ ବିକ୍ରମ ଆଦିତ୍ୟ । ଜଣାଥିଲେ ପୁତଳି ହେ କହ ମୋର ଆଗେ । ଶୁଣିକରି ସେ ପୁତଳି କହେ ଅନୁରାଗେ । ରାଜା ଥିଲେ ସେ ବିତ୍କ୍ରମ ଉଜ୍ଜଳ ନଗରେ । ପ୍ରଜାଗଣପାଳୁଥିଲେ ପୁତ୍ର ସମାନରେ ।

 

ବହୁସଂଖ୍ୟାରେ ସେ ଦେସେ ଥିଲେସୌଦାଗର । ପୁରିଥାଏ ଧନରତ୍ନେ ତାହାଙ୍କର ଘର॥ ଧନପାଳ ନାମେ ଏକ ସୌଦାଗର ଥିଲା ଦିନୁଦିନ ସମ୍ପତି ତା ବହୁତବଢ଼ିଲା । ସୁଖଭୋଗେ କେତେକାଳ ବିତିଗଲା ତା’ର । ଦିନକରେମନମଧ୍ୟେ କଲା ସେ ବିଚାର । ମିଛ ମାୟା ସଂସାର ଏ କେ ନୁହେଁକାହାର । ଧନରତ୍ନ ଦାରାସୁତ ମଲା ପରେ ପର ।

 

ସଙ୍ଗେ କେହିଯିବେ ନାହିଁ ଜୀବ ଯିବା ବେଳେ । ଏକମାତ୍ର ସାହା ହୁଏ ଧର୍ମ

ଶେଷକାଳେ । ଜୀବନରେ ଏ ପର୍ଯ୍ୟନ୍ତ ଧର୍ମ କଲି ନାହିଁ । ଦାନ ପୁଣ୍ୟ ତୀର୍ଥ ବ୍ରତ ଏବେ କରିବଇଁ । ଏହା ଭାବି ପାଶେ ଡାକି ପୁତ୍ରେ ବୁଝାଇଲା । ଘରଦ୍ୱାର ଧନଧାନ୍ୟ ତାଙ୍କ ହାତେ ଦେଲା ।

 

ଆପଣା ପତ୍ନୀକୁ ଘେନି ହୋଇଲା ବାହାର । ତୀର୍ଥ ଭ୍ରମିବାକୁ ଆଗେକଲା ଅନୁକୂଳ । ପ୍ରୟାଗ ମଥୁରା କାଶୀ ବୃନ୍ଦାବନ ଆଦି । ବହୁତୀର୍ଥ ବୁଲିଲା ସେ ପାଳି ଶାସ୍ତ୍ରବିଧି । ଶେଷେ ଏକ ଗିରି ଶିଖେ ଦୁହେଁପ୍ରବେଶିଲେ । ହରଗୌରି ଙ୍କ ମୂର୍ତି ସେଠାରେ ଦେଖିଲେ ।

 

ଅଷ୍ଟରତ୍ନେ ନିର୍ମିତ ସେ ଦେବଙ୍କ ମନ୍ଦିର । ରତ୍ନ ତେଜେ ନ ପଶଇତହିଁ ଅନ୍ଧକାର । ଶିବଙ୍କ ଆଗରେ ଏକ କୂପ ଅଛି ରହି । କୂପର ଚାନ୍ଦନୀ ମଧ୍ୟ ରତ୍ନେ ଝଟକଇ । କୂପପାଶେ ଦେଖିଲେ ସେ ଦୁଇଗୋଟିଶବ । ଠିଆ ହୋଇଛନ୍ତି ସତେ ଥିଲା ପରି ଜୀବ । ଦୁହିଁଙ୍କ ମୁଖକୁ ଦୁହେଁ ଚାହିଁ ରହିଛନ୍ତି । ଏକ ସ୍ତିରୀ ପୁଣି ଏକ ପୁରୁଷ ଅଟନ୍ତି ।

 

ଏଥିର ତଥ୍ୟକୁ ସୌଦାଗର ନ ଜାଣିଲା । ପତ୍ନୀକୁ ସଙ୍ଗତେ ଘେନି ବାହୁଡି ଅଇଲା । ତୀଥ ସାରି ସାଧୁ ଫେରି କିଛି ଦିନପରେ ।ଦେଖାକଲା ନିଜ ରାଜା ବିକ୍ରମ ଛାମୁରେ । ଦେଖି ତାକୁ ନରପାଳ ଅତି ଅନୁରାଗେ । ଆସନରେ ନେଇ ବସାଇଲେ ନିଜ ଆଗେ ।ବୋଇଲେ ତୁ ସୌଦାଗର ବଡ଼ ଭାଗ୍ୟବନ୍ତ । ନାନାତୀର୍ଥ ବ୍ରତକରିହୋଇଲୁ ମୃକତ ।

 

କେଉଁଠାରେ କି ଆଶ୍ଚର୍ଯ୍ୟ ଦେଖିଅଛୁ କହ ।ଶୁଣିବାକୁ ତୋ ମୁଖରୁ ବଳିଅଛି ସ୍ନେହ । ତାହା ଶୁଣି ସୌଦାଗର ସଧୀରେ କହଇ । ନାନା ତୀର୍ଥ ଭାର୍ଯ୍ୟା ସଙ୍ଗେ ବୁଲିଦେଖିଲଇଁ ।ଉତ୍ତର ସୀମାରେ ଅତି ଉଚ୍ଚ ପରବତ । ତା ଶିଖରେ ଆମେ ଦୁହେଁ

ହେଲୁ ଉପଗତ । ବିଜେ କରିଛନ୍ତି ସେ ସ୍ଥାନରେ ବିଶ୍ୱନାଥ । ତାଙ୍କ ପାଦେ ଭକ୍ତିଭରେ ଲଗାଇଲୁ ମଥା । ସେ ଶିବ ମନ୍ଦିର ଆଗେ ଅଛି ଏକ କୂପ । ତହିଁ ଦୁଇଗୋଟି ଶବ ଦେଖିଲୁ ସ୍ୱରୂପ ।

 

ଦେହେ ପ୍ରାଣ ନାହିଁ ଦୁହେଁ ଠିଆହୋଇଛନ୍ତି । ଆଶ୍ଚର୍ଯ୍ୟ ଲାଗିଲା ବଡ ପଡ଼ି ସେ

ନଯାନ୍ତି । ତାଙ୍କର କାରଣ କିଛି ନ ପାରିଲି ଜାଣି । ଦେଖିଥିବା କଥାଦେଲି ଛାମୁରେ ବଖାଣି । ଶୁଣିଲେ ଏମନ୍ତ ଯହୁଁ ବିକ୍ରମ ଆଦିତ୍ୟ ।ସଙ୍ଗତରେ ଧରି ତାକୁ ଚଳିଲେ ତ୍ୱରିତ । ମିଳିଲେ ସେ ପରବତ ଶିଖେ କିଛି ଦିନେ । ହର ପାଦେ ପୂଜା କଲେ ଉଚିତ ବିଧାନେ ॥

 

ଦୁଷ୍ଟି ପକାଇଲେ ତହୁଁ ନୃପ କୂପ ପ୍ରତି । ଶବ ଦୁଇଗୋଟି ସେଠି ଠିଆ ହୋଇଛନ୍ତି । ଶବଙ୍କର କଥା କିଛି ବୁଝିନ ପାରିଲେ । ଶିବଙ୍କଆଗରେ ସ୍ତୁତି କଲେ ଭକ୍ତିଭରେ । ଜୟ ଜୟ ବିଶ୍ୱନାଥ ପାର୍ବତୀ-ରମଣ । ଜାୟ ମୃତ୍ୟୁଞ୍ଜୟ ଜୟ ହର ତ୍ରିଲୋଚନ ।

 

କିଞ୍ଚିତରେ ଦୟା ବହି ଘେନ ମୋର ଭକ୍ତି । ଦିଅ ହେ ଜିଆଇ ଏହି ଶବ ଦୁଇଗୋଟି

ଏ ସମୟେ ଶୁଣାଗଲା ଆକାଶରୁ ବାଣୀ । ଶବପାଇଁ ଦୟାହେଲେ ଆହେ ନରମଣି । ମସ୍ତକ ତୁମ୍ଭର ଯେବେ ତୁମ୍ଭେ କାଟିଦେବ । ଜାଣନିଶ୍ଚେ ବେନି ଶବ ପାଇବଟି ଜୀବ ।

 

ବିକ୍ରମ ସେ ଶୂନ୍ୟବାଣୀ ଶୁଣିବା ମାତ୍ରକେ । କୋଷମୁକ୍ତ କରି ଆସି ଧଇଲେ କ୍ଷଣକେ । ନିଜଶିର ଛେଦିବାକୁ ଟେକନ୍ତେ ତାହାକୁ । ସ୍ୱରୂପରେ ବିଜେକଲେ ହର ସେହିଠାକୁ । ବିକ୍ରମ ଆଦିତ୍ୟ ହସ୍ତୁଁ ଖଦ୍ଗ ଘେନି ଗଲେ । ଆହେନୃପବର ମାଗ ବୋଲି ଆଜ୍ଞା କଲେ । ରାଜା ବୋଲେ ଯେବେ ତୁଷ୍ଟହେଲ ମୃତ୍ୟୁଞ୍ଜୟ ।

 

ଶବ ଦୁଇଟିକୁ ପ୍ରଭୁ ଜୀବଦାନ ଦିଅ । ଅସ୍ତୁବୋଲି ସଦାଶିବ କହନ୍ତେ ବଚନ । ବେନି ଶବ ସେହିକ୍ଷଣି ପାଇଲେ ଜୀବନ । ପ୍ରାଣ ପାଇ ଦୁଇପ୍ରାଣୀ ଶିବଙ୍କୁ ପୂଜିଲେ । ରାଜାଙ୍କୁ ଆଶିଷ ଦେଇ ନିଜ ଘରେ ଗଲେ । ବିଶ୍ୱରୂପୀ ତ୍ରିଲୋଚନ ହେଲେଅନ୍ତର୍ଦ୍ଧାନ ସାଧୁସଙ୍ଗେ ନିଜ ଦେଶେ ଚଳିଲେ ରାଜନ । ଆନନ୍ଦରେରହି ନିଜ ପ୍ରଜାଙ୍କୁ ପାଳିଲେ । ଶୁଣିଲ ତ ଭୋଜ ତାଙ୍କ ମହିମାକୁଭଲେ ।

 

ତାଙ୍କପରି ତୁମ୍ଭେ ଯେବେ ହେବ ନରସାଇଁ । ବସିବ ଏ ସିଂହାସନେ କହୁଅଛି ମୁହିଁ । ଏହା କହି ସେ ପିତୁଳା ଗଲା ସ୍ୱର୍ଗପୁରେ । ଜଗନ୍ନାଥ ସିଂହ ଏହା ଗାଇଲା ଗୀତରେ ।

       --------

       ଦଶମ ପୁତ୍ତଳିର କଥା

ଅନ୍ୟଦିନେ ଶୁଭଲଗ୍ନେ ଭୋଜ ନରପତି । ବସିବାକୁ ସିଂହାସନେ ବଳାଇଲେ ମତି । ସ୍ନାନବିଧି ଅନ୍ତେ ପିତୃ ତର୍ପଣ ସାରିଲେ ଦେବ-ତାଙ୍କୁ ପୁଜି ବିପ୍ରେ ରତ୍ନ ଦାନଦେଲେ । ତାହାପରେ ସିଂହାସନନିକଟକୁ ଯାଇ । ତା ଉପରେ ବସିବାକୁ ଉଠିଲେ ଆଗେଇ । ଦଶମପୁତଳି ଉଠି କହିଲା ବଚନ ।

 

ଯୋଗ୍ୟ କି ହେ ତୁମ୍ଭେ ନୃପ ବିକ୍ରମ ସମାନ । ତାଙ୍କପରି ସର୍ବଗୁଣେ ପୁର୍ଣ୍ଣ ହେଲେ ତୁମ୍ଭେ । ବସିପାରଏ ସ୍ୱର୍ଗୀୟ ସିଂହାସନେ ତେବେ । ଉତ୍ତରିଲେ ଭୋଜ ନୃପ କହି

ତାଙ୍କ ଗୁଣ । କିପରି । ଅଟନ୍ତି ସର୍ବ ଗୁଣେ ସେ ନିପୁଣ । ପୁତ୍ତଳି ବୋଇଲା ଯହିଁ ବିକ୍ରମ ରାଜନ । ସେ ଦେଶରେ ବାସକରେ ପୁଷ୍କରବ୍ରାହ୍ମଣ ।

 

ସେହୁ ବିପ୍ର ଅଟେ ସର୍ବ ଶାସ୍ତ୍ରରେ ପଣ୍ଡିତ । ପଦ୍ମନାଭନାମେ ତା’ର ଥିଲା ଏକ ପୁତ୍ର । ଯେତେ ପରକାରେ ପୁଅକୁ ସେ ପଢ଼ାଇଲା । ନ ପଢ଼ି ସେ ପଦ୍ମନାବ ମୁରୁଖ ହୋଇଲା । କିଛିଦିନପରେ ପିତା ଛାଡିଲା ଜୀବନ । ଶୁଦ୍ଧି କ୍ରିୟାସାରି ପୁତ୍ରହେଲା ହୀନମାନ ପୁଷ୍କର ଦ୍ଵିଜକୁ ଯେଉଁମାନେ ମାନୁଥିଲେ । ପଦ୍ମନାଭକୁ ସେ ଦେଖି

ହତମାନ୍ୟ କଲେ ।

 

ପଦ୍ମନାଭ ତାହାଦେଖି ବିଚାରିଲା ମନେ । ମୁର୍ଖ ହେବାରୁ ମୁଁ ମୋତେ ନ ମାନନ୍ତି ଜନେ । ଅପମାନ ସହି କିପାଁଏଠାରେ ରହିବି । ଦୁରଦେଶେ ଯାଇ ନିଶ୍ଚେ ବିଦ୍ୟା ମୁଁ ପଢ଼ିବି ।ଏହିପରି ମନମଧ୍ୟେ ରଖି ସେ ଉଦ୍ଦେଶ୍ୟ । କାଶ୍ମୀର ରାଜ୍ୟରେ ଯାଇ ହେଲା ପରବେଶ । ଚନ୍ଦ୍ର ଚୂଡ଼ ନାମେ ଏକ ସେ ଦେଶେ ପଣ୍ଡିତ ।ବହୁ ବିଦ୍ୟା ଲଭିଥିଲେ

 

ସାଧି ଦେବୀ ମନ୍ତ୍ର । ପଦ୍ମନାଭ ବିପ୍ର ତାଙ୍କ ପାଖରେ ରହିଲା । ବିଦ୍ୟା ଲାଭହେବା ମାନସରେ ସେବାକଲା । ଏହିପରି କେତେକାଳ ସେବାକଲା ଯେହୁଁ । ଚନ୍ଦ୍ର ଚୂଡ଼ବିପ୍ରଙ୍କର ଦୟାହେଲାତହୁଁ । ପଦ୍ମନାଭକୁ ସେ ଡାକି ବୋଇଲେ ବଚନ । ଦେଉଛି ମୁଁ ସିଦ୍ଧମନ୍ତ୍ର ବିଶ୍ୱାସରେ ଘେନ । ଏହାକହି ସିଦ୍ଧିମନ୍ତ୍ର ଦେଲେ ତା ଶ୍ରବଣେ ।

 

ମନ୍ତ୍ରପାଇ ପଦ୍ମନାଭ ଜପେ ଅନୁକ୍ଷଣେ । ମନ୍ତ୍ର ସଦା ଜପିବାରୁବିଦ୍ୟାବନ୍ତ ହେଲା । ଶେଷେ ଗୁରୁପାଦେ ନମି ଗୃହକୁ ଫେରିଲା ।ପଥମଧ୍ୟେ ଆସୁ ଆସୁ ମିଳିଲା କାଶୀରେ । ଦେଖିଲା ସେ ରମଣୀଏ ବସିଛି ଦୁଆରେ । ରୂପ ତା’ର ଦେଖି ବିପ୍ର ବିମୋହିତହେଲା । ବିଭାହେବା ଲାଗି ତାକୁ ମନରେ ଭାବିଲା । ଦେଖିଲାପୂରୁଷେକ ଯାଉଛି ବାଟରେ ! ପାଶେ ତାକୁ ଡାକି ବିପ୍ର ପଚାରିଲା

 

 

 

ଧୀରେ !! ଜାଣିଥିଲେ କହ ମୋତେ ଏ ନାରୀ ବୃତ୍ତାନ୍ତ ! ତାହା ଶୁଣି ଉତ୍ତରିଲା ପୁରୁଷ ତ୍ଵରିତ !! ସେ ସ୍ତିରୀ ଚରିତ ବଡ ଆଶ୍ଚର୍ୟ୍ୟଅଟଇ ! ତାକୁଆଶା କଲେ ପ୍ରାଣ ହରାଇବୁ ତୁହି !! ଭୂତଟାଏ ସେ ସ୍ତ୍ରୀକି ରଖୀଅଛିତହିଁ ! ଖାଇଦିଏ ପାଶକୁ ଗଲାମାତ୍ରେ କେହି !! ତାହା ଶୁଣି ପଦ୍ମନାଭ ନିରାଶେ ଫେରିଲା ! ବହୂବାଟ ଚାଲି

 

ନିଜ ଗୃହେ ପହୁଞ୍ଚିଲା !ହପ୍ତାଏ ବିଶ୍ରାମ ନେଇ ଘରେ ମନତୋଷେ ! ପ୍ରବେଶିଲା ଯାଇ ରାଜା ବିକ୍ରମଙ୍କ ପାଶେ !! ଯେଉଁ ଯେଉଁ ବିଦ୍ୟା ଗୁରୁଠାରୁ ଥିଲା ପାଇ !ବିକ୍ରମାଦିତ୍ୟଙ୍କ ଆଗେ କହିଲା ବୁଝାଇ !! ପାଠ ତା’ର ଶୁଣି ରାଜା ସନ୍ତୋଷ ହୋଇଲେ । କି ଆଶ୍ଚଯ କାହିଁ ଦେଖିଅଛ ପଚାରିଲେ ॥

 

ତା’ଶୁଣି ବୋଇଲା ବିପ୍ର ଶୁଣ ମହାରାଜ । କାଶୀ ଧାମେ ଶୁଣିଲି ମୁଁ ଏକଇ ଆଶ୍ଚର୍ୟ

ଅତି ରମଣୀୟ ଏକ ନବୀନା ସୁନ୍ଦରୀ । ଦ୍ଵାରେ ବସିଥିଲା ମୃଦୁ ମନ୍ଦହାସ କରି ॥

ତା’ରୂପକୁ ଚାହିଁ ମୁହିଁ ବିମୋହିତ ହେଲି । ବିଭା ହେବା ଲାଗି ତା’ର ଚରିତ ବୁଝିଲି ॥

ଶୁଣିଲି ମୁଁ ଭୁତଟାଏ ନାରୀକି ରଖିଛି । କନ୍ୟାଲୋଭେ ଗଲେ କେହି ସୁଖେ

 

ଖାଉଅଛି । ଶୁଣିବାରୁ ଏହା ମୁହିଁ ଆଶ୍ଚଯ ମଣିଲି ॥ ନଯାଇ ସେ କନ୍ୟାପାଶେ ନିରାଶେ ଫେରିଲି ॥ ପଦ୍ମନାଭ କଥା ଶୁଣି ବିକ୍ରମ ଆଦିତ୍ୟ । ସଙ୍ଗେଧରି ତାକୁ ତହିଁ ଚଳିଲେ ତ୍ଵରିତ ॥ କେତେଦିନେ କାଶୀକ୍ଷେତ୍ରେ ମିଳିଲେ ନରେଶ । ବିଶ୍ଵନାଥ ପୂଜି ପହୁଞ୍ଚିଲେ କନ୍ୟା ପାଶ ॥ ନିଜ ପରିଚୟ ଦେଇ କନ୍ୟାକୁ କହନ୍ତି । ବିକ୍ରମାଦିତ୍ୟ ମୋ ନାମ ଉଜ୍ଵଳ ନୃପତି ॥

 

ଆମ୍ଭ ନଗରକୁ ଆସ ଆମ୍ଭସଙ୍ଗେ ଜୀବ । ତାଶୁଣି ଯୁବତୀ କହେ ୟା ନୋହେ ସମ୍ଭବ ॥ ପାଲାଅ ରାଜନ ତୁମ୍ଭେ ଏଥୁ ବେଗ ହୋଇ । ରହିଥିଲେ ଏ ସ୍ଥାନରେ ପ୍ରାଣେ ଆଶା ନାହିଁ ॥ଆଣି ମୋତେ ଏହି ଘରେ ରଖିଅଛି ଭୂତ । ଅନ୍ୟ କେ ଆସିଲେ ମାରି ଖାଉଛି ନିଶ୍ଚିନ୍ତ ॥ ଶୁଣିଲ ତ ଏବେ ଏଠୁଁ ଯାଅ ହେ ସତ୍ଵର । ବେଳ ହୋଇଲାଣି ଭୂତ ଆସିବ ଏଥର ॥

 

ଏତିକି ବେଳକୁ ଆସିପହୁଞ୍ଚିଲା ଭୂତ । କଲା ସେ ଗର୍ଜନ କାଢି ବିକଟାଳ ଦନ୍ତ ॥ଆଗେ ଦେଖି ସେ ଭୂତର ଭୟଙ୍କର ରୂପ । ତାଳ ବେତାଳଙ୍କୁ ଶୀଘ୍ର ଆଜ୍ଞାଦେଲେ ନୃପ ॥ ମାରିଦିଅ ଏ ଭୂତକୁ ବିଳମ୍ବ ନକର । ଆଜ୍ଞା ପାଇ ବୀର ଦୁହେଁ ଉଠିଲେ ସତ୍ଵର ॥ ଭୂତସଙ୍ଗେ ସେହିକ୍ଷଣି ଲଗାଇଲେ ଋଣ । ମୁଥ ମରାମରି ଶବ୍ଦେ କମ୍ପଇ

 

 

 

ଭୁବନ । ବେତାଳଙ୍କ ମାଡ଼ ଭୂତ ସହି ନ ପାରିଲା । ରଡିଛାଡି ଜିଭକାଢି ପରାଣ ହାରିଲା ॥ ତା ଦେଖି ବିକ୍ରମାଦିତ୍ୟ ହୋଇ ହରଷିତ । ଯୁବତୀକୁ ସୁମଧୁରେ କହିଲେ ଏମନ୍ତ ॥ଭୂତର ବନ୍ଧନେ ସିନା ଥିଲ ଏ ସ୍ଥାନରେ । ମୂକତି ପାଇଲ ଏବେ ଆମ୍ଭ ବିଚାରରେ ॥ ଏ ବ୍ରାହ୍ମଣ ତୁମ୍ଭଠାରେ ରଖିଛନ୍ତି ଆଶ । ତାଙ୍କ ଇଚ୍ଛା ପୂରାଅ ଗୋ

 

ତୋଳି ରତି ରସ ॥ ବ୍ରହ୍ମାଣର ପତ୍ନୀ ହେଇ ରହ ତାଙ୍କ ଘରେ । ଧନଧାନ୍ୟ ଦେବୁ ଆମ୍ଭେ ରହିବ ସୁଖରେ ॥ ଏହା କହି ପଦ୍ମନାଭ ହସ୍ତେ ସେ କନ୍ୟାକୁ । ସମର୍ପିଲେ ମହାସୁଖେ ଭୋଗ କରିବାକୁ ॥ ସେ ଦୁହିଁଙ୍କୁ ସଙ୍ଗେଧରି ନିଜ ରାଜ୍ୟେ ଗଲେ । ସକଳ ସମ୍ପଦ ଦେଇ ସୁଖେ ରଖାଇଲେ ॥ ଆହେ ଭୋଜ ଏହିପରି ବିକ୍ରମ ରାଜନ । ପର

 

ଉପକାରେ ସଦା ଥିଲା ତାଙ୍କ ମନ ॥ ତାଙ୍କପରି ହେଲେ ତୁମ୍ଭେ ପର ଉପକାରୀ । ସୁଖେ ବସ ସିଂହାସନେ ଭୋଜ ଦଣ୍ଡଧାରୀ ॥ ଏହା କହି ସିଂହାସନ ତେଜି ସେ ପିତୁଳା ଜଗନ୍ନାଥ କହେ ସ୍ଵର୍ଗପୁରେ ଚଳିଗଲା ॥

            -----------------

      ଏକାଦଶ ପୁତ୍ତଳିର କଥା

ଦିନାକେତେ ପରେ ଭୋଜ ନିତ୍ୟକର୍ମସାରି । ସିଂହାସନ ପାଶେ ଗଲେ ଦାନପୂଣ୍ୟ କରି । ତାଙ୍କୁ ଦେଖି ଏକାଦଶ ପୁତ୍ତଳିକା କହେ । ଏଥି ତୁମ୍ଭେ ବସିବାଟା ସମୁଚିତ ନୁହେଁ ॥ ବିକ୍ରମଙ୍କ ସମ ଯେବେ ପୂଣ୍ୟବାନ ହେବ । ତେବେ ଏହି ଦେବ ସିଂହାସନରେ ବସିବ ॥

 

ଏହା ଶୁଣି ଭୋଜରାଜ କହିଲେ ସରାଗେ ।କହ ହେ ପୁତ୍ତଳି ତାଙ୍କ କୀର୍ତ୍ତି ମୋର ଆଗେ ॥ ଏକାଦଶ ପୁତ୍ତଳି ଯେ କହେ ଏହା ଶୁଣି । ବିକ୍ରମଙ୍କ କୀର୍ତ୍ତି ଯାହା ମୁହିଁ ଅଛି ଜାଣି ॥ ତାହା ଏବେ ତୁମ୍ଭ ଆଗେ କହୁଅଛି ଶୁଣ । ନିତି ସଭା କରୁଥାନ୍ତି ବିକ୍ରମ ରାଜନ ॥ ଦିନକରେ ସେ ସଭାକୁ ଆସି ଏକ ଦ୍ଵିଜ । ପ୍ରବେଶିଲା ବିରାଜେ ତା ଦେହେ ବ୍ରହ୍ମତେଜ ॥

 

ତାକୁ ଦେଖି ନରପତି ବହୁ ମାନ୍ୟ କଲେ । ଆସନ ଦିଆଇ ନିଜ ପାଶେ

ବସାଇଲେ ॥ ପଚାରିଲେ ତାହା ପରେ କୋମଳେ ରାଜନ ଆହେ ବିପ୍ରବର କିମ୍ପା କଲ ଆଗମନ ॥ କେବଣ ଦେଶରେ ଘରେ କି କାର୍ୟ୍ୟ ତୁମ୍ଭର । ଶୁଣିଲେ ସଂଶୟ ମନୁ ହୋଇଯିବ ଦୂର ॥ ତାହା ଶୁଣି ବିପ୍ର ବୋଲେ ଶୁଣ ନରପତି । କାଶ୍ମୀର

 

 

 

 

 

ରାଜ୍ୟରେ ମୋର ଅଟଇ ବସତି ॥ ଧନୀ ସୌଦାଗର ଏକ ଅଛି ସେହି ଦେଶେ । ଖୋଳାଇଲା ପୁଷ୍କରିଣୀ ଦେଶହିତ ଆଶେ ॥ ଚାରିପାଖେ ସୁବର୍ଣ୍ଣରେ ବାନ୍ଧ ଘଟମାନ । ତା ତୀରରେ ହରଗୌରୀ କରିଛି ସ୍ଥାପନ ॥ ତାଙ୍କ ପାଇଁ ତୋଳିଛି ସେ ସୁରମ୍ୟ ଦେଉଳ । କେବଳ ସେ ପୋଖରୀରେ ନ ପଡଇ ଜଳ ॥ ତାହା ଦେଖି ସୌଦାଗର

 

ମହା ଚିନ୍ତା କଲା ଅନଶନ ବ୍ରତେ ଶିବ ଚରଣେ ସେବିଲା ॥ ଏକାଳେ ଶୁଭିଲା ଦୈବ ଯୋଗେ ଶୂନ୍ୟ ବାଣୀ । ବତିଶ ଲକ୍ଷଣଯୁକ୍ତ ପୁରୁଷେ ତୁ ଆଣି ॥ ଯେବେ ସୌଦାଗର ଏଥି ଦେଇପାରୁ ବଳି । ତେବେ ଜଳପୂର୍ଣ୍ଣ ହେବ ନ ବସ ତୁ ଭାଳି ॥ ସୌଦାଗର ଶୁଣିବାରୁ ଏ ଶୂନ୍ୟ ବଚନ । ନିଜ ଓଜନରେ ତୁଳି ରଖିଲା ସୁବର୍ଣ୍ଣ ॥ ସେ ସୁନାରେ

 

ଯତ୍ନରୂପେ ପିତୁଳା ଗଡାଇ । ପୁଷ୍କରଣୀକୂଳେ ସେହି ମୂର୍ତ୍ତିଅଛି ଥୋଇ ।।

ଦିଆଇଛି ଘୋଷଣା ସେ ଦେଶେ ସୌଦାଗର । ବନ୍ତ୍ରିଶ ଲକ୍ଷଣ ଥିବ ଯେଉଁ

ପୁରୁଷର ॥ ସେପୁରୁଷ ଯେବେ ଏଥି ଶିରଦାନଦେବ । ପୁତ୍ରତାର ଏହି ସ୍ଵର୍ଣ୍ଣ ମୂରତି ଲଭିବ ॥ ବତିଶଲକ୍ଷଣଯୁକ୍ତ ପୁଂସ ମିଳୁ ନାହିଁ । ଥିଲେ ଅବା ଶିର ଦାନ ଦେବ କେ

 

ଇଛଇ ॥ ତାହା ଶୁଣି ନରପତି ସେ ବିପ୍ର ସଙ୍ଗତେ । କାଶ୍ମୀରକୁ ଅନୁକୂଳ କରିଲେ

ତ୍ଵରିତେ ॥ ଜଳଶୂନ୍ୟ ନୂଆ ପୁଷ୍କରିଣୀ ପାଶେ ଯାଇ । ଶିବଙ୍କୁ ଦର୍ଶନ କଲେ

ପ୍ରଲମ୍ବିତ ହୋଇ ॥ ତାହାପରେ ପୁଷ୍କରିଣୀ ମଧ୍ୟକୁ ସେ ଗଲେ । ନିଜ ଶିର କାଟିବାକୁ ଖଡ୍ଗ ଉଠାଇଲେ ॥ ବୋଲନ୍ତି ସେ ଭକ୍ତିକରେ ଭାବଗତି ଶୁଣ । ମୋ ଶରୀରେ

 

ରହିଅଛି ବନ୍ତ୍ରିଶ ଲକ୍ଷଣ ॥ ବଳିରୂପେ ଅର୍ପିଛି ମୁଁ ମୋ ଶିରକମଳ ।

ତାହା ଖାଇ ସନ୍ତୋଷରେ ଭର ସରେ ଜଳ ॥ ଏହା କହି ସେ ଖଡ୍ଗ ଲଗାନ୍ତେ ବେକରେ । ସେହିକ୍ଷଣି ଭଗବତୀ ତାଙ୍କୁ ଦୃଶ୍ୟ ହେଲେ ॥ ଖଡ୍ଗ ଧରି ବୋଇଲେ ସେ କାଟ ନାହିଁ ଶିର । ତୋ ସାହସେ ତୁଷ୍ଟ ହେଲି ଘେନ ଇଚ୍ଛାବର॥ ବିକ୍ରମ ବୋଇଲେ

 

ଅନ୍ୟବରେ କାର୍ୟ୍ୟ ନାହିଁ । ଶ୍ରୁଦ୍ଧଜଳେ ପୂର୍ଣ୍ଣହେଉ ସରୋବର ଏହି । ଅସ୍ତୁ ବୋଲି ଜଗନ୍ନାଥ କହିବା ମାତ୍ରକେ ଜଳେ ପୂର୍ଣ୍ଣ ହେଲା ସର ଚକ୍ଷୁର ପଲକେ ସେହିଠାରେ ଭଗବତୀହେଲେ ଅନ୍ତର୍ଦ୍ଧାନ ସୌଦାଗର ନୃପେ କହେ ବିନୟ ବଚନ ତୁମ୍ଭ ଯୋଗେ କୀର୍ତ୍ତି ମୋର ହୋଇଲା ଉଜ୍ଜ୍ୱଳ ସୁବର୍ଣ୍ଣ ପ୍ରତିମାତୁମ୍ଭେ ନିଅ

 

 

 

 

 

 

 

 

ନରପାଳ । ବିକ୍ରମ ବୋଲନ୍ତି ସାଧୁ ସେ କଥା ନକହ ।ଅତିଥିଙ୍କ ହସ୍ତେ ତାହା ଦାନ କରି ଦିଅ । ଏହା କହି ନିଜ ରାଜ୍ୟଶିଘ୍ର ଚଳିଗଲେ । ସଖେ ପ୍ରଜାଗଣ ପାଳି ଆନନ୍ଦେ ରହିଲେ ।ଦେଖ ଆହେ ଭୋଜ ନୃପ ହୃଦୟ ତାଙ୍କର ପରକାର୍ଯ୍ୟେଦେଉଥିଲେ ଆପଣାର ଶିର । ତୁମ୍ଭେ ଯେବେ ତାଙ୍କ ପରି ହେବନରପତି । ତେବେ ସିଂହାସନେ ବସି ଟେକାଇବ ଛତି । ଏହାକହି ସେ ପୁତ୍ତଳି ଗଲା ସ୍ୱର୍ଗପୁରେ । ଜଗନ୍ନାଥ ସିଂହ ଏହା ଭଣଇଗୀଗରେ ।      

      ---ଞ୍ଚଃ-ଞ୍ଜ--

ଦ୍ୱାଦଶ ପୁତ୍ତଳିର କଥା

ଆଉ ଦିନକରେ ଭୋଜ ସାରି ପ୍ରାତଃ କୃତ୍ୟ । ଦୀନ ଦୁଃଖୀ-ମାନଙ୍କୁ ସେ ଦେଇ ଅନ୍ନ ବସ୍ତ୍ର । ଦେବପୂଜା ଶେଷକରି ବିପ୍ରେ ଦାନଦେଲେ । ପାତ୍ର ମନ୍ତ୍ରୀ ସହିତରେ ଆନନ୍ଦେ ଗମିଲେ । ସିଂହାସନେବସିବାକୁ ଉଠାନ୍ତେ ଚରଣ । ଦ୍ୱାଦଶ ପୁତ୍ତଳି ତାଙ୍କୁ କରିଲା ବାରଣ ।

 

ବୋଇଲା ଏ ସିଂହାସନେ ବସ ନାହିଁ ନୃପ । ବସନ୍ତି ଏଥିରେ ଏକାସେ ବିକ୍ରମ ଭୂପ । ତାଙ୍କ ସମ ଗୁଣୀ ତୁମ୍ଭେ ହେଲେ ବସିପାରେ ।ନୋହିଲେ ଘଟିବ ଜାଣ ବିପଦ ନିକର । ତାହା ଶୁଣି ପ୍ରଶ୍ନକଲେ ଭୋଜନରରାଣ । କି କି ଗୁଣ ଅର୍ଜିଥିଲେ ବିକ୍ରମ ରାଜନ । ବୋଇଲା ପୁତ୍ତଳି ଏହି ଉଜ୍ଜ୍ୱଳ ନଗରେ । ବିକ୍ରମ ଆଦିତ୍ୟ ରାଜା ଥିଲେ ସେକାଳ

ରେ ।

 

ପାଳୁଥାନ୍ତି ପ୍ରଜାଙ୍କୁ ସେ ପୁତ୍ର ନିର୍ବିଶେଷେ । ଉପବନଏକ ଥିଲା ତାଙ୍କର ଏ ଦେଶ । ନାନାବିଧ ଫୁଲ ଫୁଟି ବାସଚହଟଇ । ସୁମଧୁର ପକ୍ୱଫଳ ସବୁବେଳେ ଥାଇ । ଦିନେ ଏକବ୍ରହ୍ମଚାରୀ ସେ ବନ ମଧ୍ୟରେ । ତେଜ ଦିଶେ ଅଗ୍ନି ପରି ପ୍ରବେଶହୋଇଲେ । ତପ ଆଚରିଲେ ବସି ରଜନୀ ଦିବସ । ବନପାଳେତେଜ ଦେଖି ଡରିଲେ ବିଶେଷ ।

 

ବନଙ୍କୁ ସେ ଛାଡ଼ିଦେଇ ପଳାଇଲେଡରେ । କରଯୋଡ଼ି ଜଣାଇଲେ ରାଜାଙ୍କ ଆରେ । ତାହା ଶୁଣିନରମଣି ଆନନ୍ଦିତ ହେଲେ । ବନପାଳଙ୍କର ସଙ୍ଗେ ବଗିଚାକୁ ଗଲେ ।ବ୍ରହ୍ମଚାରୀ ପାଣେ ଯାଇ ଏପସ୍ଥିତ ହୋଇ ପ୍ରଣମିଲେ ଭକ୍ତି ଗଦ-ଗଦେ ନରସାଇଁ । ସନ୍ତୋଷରେ ବ୍ରହ୍ମଚାରୀ କରି ସୁକଲ୍ୟାଣ ।ବୋଇଲେ ଦେଉଛୁଁ ଏହି ମନ୍ତ୍ର

 

ଗୋଟି ଘେନ । ବିୟମରେ ରହିହୋମ କଲେ ସାତଦିନ । ଅଗ୍ନି ନିଜେ କରିବେ ହେ ଫଲେକଅର୍ପଣ । ସେ ଫଳକୁ ଖାଇବ ଯେ ହେବ ଅମର । ବଛୁଇଁବଜରାଜୀର୍ଣ୍ଣ କେବେ ତା ଶରୀର । କ୍ଷୁଧା ତୃଷ୍ଣା ରୋଗ ବ୍ୟାଧି ଶଙ୍କାନ ରହିବ । ସବୁକାଳେ ଯୁବା ହୋଇ ସେହୁ ରହିଥିବା । ଏହାକହି ବିକ୍ରମଙ୍କୁ ଦେଲେ ସେହି ମନ୍ତ୍ର । ମନ୍ତ୍ର ପାଇ ସେ

 

 

 

 

 

ବିକ୍ରମ ହୋଇ ଆନନ୍ଦିତ॥ ଦ୍ୱିଜ ଡାକି ବିଧିମତେ ହୋମ ଆରମ୍ଭିଲେ ।ନିଜେ ରାଜା ଅଗ୍ନିକୁନ୍ଦେ ଆହୁତି ଅର୍ପିଲେ ॥ ସାତଦିନ ବସି ହୋମ କଲେ ନୃପତିବର । ହୋମକୁଣ୍ଡ ମଧ୍ୟେ ଦେଖାଦେଇ ବୈଶ୍ୱାନର ।ଦିବ୍ୟ ଚୂତଫଳ ଟିଏ ନୃପହସ୍ତେ ଦେଲେ । ଏ ଫଳ ଖାଇଲେ ବୃଦ୍ଧନୋହିବ ବୋଇଲେ । କ୍ଷୁଧା ତୃଷ୍ଣା ରୋଗ ବ୍ୟାଧି କେବେ ନବାଧିବ ।ଯୁବାଉ ହୋଇ ସବୁବେଳେ ଆନନ୍ଦରେ ଥିବ । ଏହା କହି ଅଗ୍ନି ଦେବ

 

ହେଲେ ଅନ୍ତର୍ଦ୍ଧାନ । ଫଳ ଲଭି ନରପାଳ ହୋଇ ହୃଷ୍ଟମନ ।ଯିବାବେଳେ ଦେଖିଲେ ସେ ବୃଦ୍ଧ ଦ୍ୱିଜବର । ଯଷ୍ଟିଭାର ଦେଇକଷ୍ଟେ ଚାଲଇ ପଥର । ଦୟା ବହି ନୃପ ତାଙ୍କୁ ସେ ଫଳଟି ଦେଲେ ।ଖାଇବାମାତ୍ରକେ ବୃଦ୍ଧ ଯୁବକ ହୋଇଲେ । ତାହା ଦେଖି ସର୍ବେ ତହିଁହେଲେ ଚମକିତ । ନୃପଙ୍କୁ କଲ୍ୟାଣ କଲେ ସକଳେ ବହୁତ ।ଯୁବା ହୋଇ ବୃଦ୍ଧ

 

ବିପ୍ର ଆଶିର୍ବାଦ କଲେ । ବିକ୍ରମ ଆଦିତ୍ୟ ସୁଖେରାଜ୍ୟରେ ରହିଲେ । ଶୁଣ ଭୋଜ ତାଙ୍କ ପରି ପର ଉପକାର । କଲେସିନା ସିଂହାସନେ ଯାଇ ବସିପାର । ଏହା କହି ସେ ପୁତ୍ତଳି ସ୍ୱର୍ଗ-ପୁରେ ଗଲା । ଜଗନ୍ନାଥ ସିଂହ ଏହା ଗୀତରେ ଗାଇଲେ ।

--------

 

 

            

ତ୍ରୋୟାଦଶ ପୁତ୍ତଳି ର କଥା

ଆଉଦିନେ ଭୋଜରାଜ ଦାନ ପୁଣ୍ୟ ସାରି । ସିଂହାସନେବସିବାକୁ ଉଠନ୍ତେ ବିଚାରି । ନ୍ତ୍ରୟୋଦଶ ପୁତ୍ତଳି ଯେ କରିଲାବାରଣ । କେଉଁ ଗୁଣେ ସିଂହାସନେ ଉଠ ନରଗଣ । ବିକ୍ରମଆଦିତ୍ୟ ରାଜା ଏଥି ବସୁଥିଲେ । ବସିବ ଏଥିରେ ତୁମ୍ଭେ ତାଙ୍କ ସମ ହେଲେ ଭୋଜ ପଚାରିଲେ ତେବେ ତାଙ୍କର ରଚିତ କହହେ ପୁତ୍ତଳି ଶୁଣିବାକୁ ବଳେ ଚିତ୍ତ ।।

 

ବୋଇଲା ପୁତ୍ତଳି ଶୁଣବିଚାରିଲେ ମନ ମଧ୍ୟେ ଦିନକରେ ସେହି । ମୋର ନିନ୍ଦା ସ୍ତୁତିଅବା କରୁଥିବେ କେହି । ନିଜ ରାଜ୍ୟ ପ୍ରଜା ବୋଲି ନ କହନ୍ତିଭୟେ । ଆମ୍ଭେ ଥରେ ଜାଣିବା ତା ଯେବଣ ଉପାୟେ ।ଏହା ଭାବି ରାଜା ଭିକ୍ଷୁ ରୂପକୁ ଧଇଲେ । ଚିହ୍ନି ନ ପାରିଲେକେହି ରାଜ୍ୟରେ ବୁଲିଲେ ।

 

କାହା ମୁଖୁଁ ନ ଶୁଣିଲେ କିଛିନିନ୍ଦାବାଣୀ । ପ୍ରଶଂସା କରନ୍ତି ସର୍ବେ ନରେଶ କରଣି ।

ତାହାଶୁଣ ଚଳିଗଲେ ଅତି ଆନନ୍ଦରେ । ପହୁଞ୍ଚିଲେ ଯାଇ ଏକ ଗିରିନିକଟରେ । ରଜନୀ ପ୍ରବେଶ ହେଲା ଜାଣଁ ସେହିକାଳେ । ବିଶ୍ରମିଲେନରପତି ବରଗଛ ମୁଳେ । ବସି ଭାବୁଭାବୁ ଦେଖି ସେ ପାରିଲେ ।ପକ୍ଷିଶାବକ ଚାରୋଟି ବୃକ୍ଷକୁ ଅଇଲେ ।

 

 

 

 

ଚଞ୍ଚୁ ମଧ୍ୟେ ଖାଦ୍ୟଦ୍ରବ୍ୟଆଣିଥିଲେ ଯାହା ।ବାପା ମାଆଙ୍କର ପାଶେ ନେଇ ଦେଲେ ତାହା ।ସବା ସାନ ଭାଇ କିଛି ନ ଥିଲା ତ ଆଣି । ମୁଖଟିକୁ ଶୁଖାଇଣ ହୋଇଲାମଉନୀ । ତାହା ଦେଖି ବାପା ବୋଲେ କିପାଇଁ ବିରସ । ଦିଶଇ ତୋ ମୁକ ଆଜି କର ତା’ ପ୍ରକାଶ । ପକ୍ଷିଶିଶୁ ଶୁଣିକରି ଏମନ୍ତକହଇ । ମରିଥିଲୁଁ ପୁର୍ବଜନ୍ମେ ଆମ୍ଭେ ଦୁଇଭାଇ ।

 

 

ବଡଭାଇ ବିପ୍ରହେଲା ଦ୍ୱୀପାନ୍ତରେ ଯାଇ । ହୋଇଛି ଏଠାରେ ପକ୍ଷୀ ମୋ କର୍ମରୁ

ମୁହିଁ । ଏହିଠରୁ ପ୍ରତିଦିନ ମୁହିଁ ଯାଉଅଛି । ସେ ଭାଇକି ଦେଖିକରି ଫେରି ଆସୁଥାଏ ।। ଦୈତ୍ୟ ଏକ ସେ ଦେଶରେ ରାଜା ହୋଇଅଛି । ପ୍ରତିଦିନ ନର ଏକ ଭୋଗ ଖାଉଅଛି॥ ବାସ କରିଛନ୍ତି ସେ ଦେଶରେ ଯେତେ ନରେ ଅଛନ୍ତି ସେ ପାଳି କରି ନିତି ଘରେଘରେ । ଯାହା ଘରେ ପାଳି ଆସି ଯେ ଦିନ ପଡଇ । ତାହା ଘରୁଜଣେ ଗଲେ ଦିଏ ତାକୁ ଖାଇ । ସେହି ଭାଇ ଘରେ ଆଜି ପଡିଅଛିପାଳି ।

 

ଅସୁରକୁ ଡ଼ରି ମନେ ବସିଥିଲେ ଭାଳି । ତା’ର ଭାର୍ଯ୍ୟାଦେଖି ମୋତେ ମୋ ଆଗେ କାନ୍ଦିଲା । ତୁମ୍ଭ ଭାଇ ଆଜି ନିଶ୍ଚେମତିବେ ବୋଇଲା । ତାଙ୍କ ଅନ୍ତେ କି କରିବି ଦିଅ ମୋତେ କହି ।ଏହା ଶୁଣି ମୋତେ ଆଉ କିଛି ନ ରୁଚଇ ॥ ତାହା ଶୁଣି ସବୁ ପକ୍ଷୀ କରିଲେ ରୋଦନ । ବୃକ୍ଷ ମୂଳେ ଥାଇ ସବୁ ଜାଣିଲେ ରାଜନ ॥ ଦୟା ବହି ତାଙ୍କୁ ନୃପ ଦିଅନ୍ତି ଉତ୍ତର । ନ କର ପକ୍ଷୀଏ ଶୋକ ମୋର ବୋଲ କର ॥ ମୋତେ ଘେନି ଚାଲ ସଙ୍ଗେ ମୁଁ ତା ‘ବଦଳରେ ।। ବଳି ହେବି କିଛି ଆଉ ନ ଭାଳ ମନରେ ॥ ତାହା ପୁଣି ପକ୍ଷୀମାନେ କହିଲେ ଏପରେ । ବହୁଦୂର ବାଟ ତୁମ୍ଭେ ଜୀବଟି କିପରି ॥

ଶୁଣି ନୃପ ବୋଲେ ଯିବା ବିଦ୍ୟାବଳେ । ଉଡ଼ିଲେ ପକ୍ଷୀଏ ତହୁଁ

ଆକାଶ ମଣ୍ଡଳେ । ତାଙ୍କ ପଛେ ପଛେ ରାଜା ବସି ଯୋଗାସନେ ।ଉଡ଼ିଗଲେ ଆକାଶରେ ହରଷିତ ମନେ ।

 

କିଛିକ୍ଷଣ ପରେ ଯାଇ ମିଳିଲେ ସେ ଦେଶେ । ପ୍ରବେଶିଲେ ବଳି ପାଳି ଥିବା

ବିପ୍ର ପାଶେ । ମନ୍ଦିର ନିକଟେ ବିପ୍ର ହୋଇଣ ଦୁଃଖିତ ।ବସିଥିଲା ରାଜା ତାକୁ କହିଲେ ଏମନ୍ତ । ମୁହିଁ ତୁମ୍ଭ ବଦଳରେହେଉଅଛି ବଳି । ଆନନ୍ଦରେ ଯାଅ ବିପ୍ର

ନିଜ ଗୃହେ ଚଳି ।

 

କଦାଚିତେ ମିଥ୍ୟା ନୁହେଁ କହୁଅଛି ସତ୍ୟ । ଖାଇଲେ ଖାଇବପଛେ ଆଜି ମୋତେ ଦୈତ୍ୟ । ମରଣରୁ ମୁକ୍ତି ପାଇ ଦ୍ୱିଜଆନନ୍ଦରେ । ସୁକଲ୍ୟାଣ ନୃପେ ଦେଇ ଗଲା ନିଜ ଘରେ ।ରହିଲେ ବିକ୍ରମାଦିତ୍ୟ ସେହିଠରେ ବସି । ତୃତୀୟ ପ୍ରହର ରାତ୍ର

ପ୍ରବେଶିଲା ଆସି । ଘୋଟିଗଲା ଚାହୁଁ ଚାହୁଁ ନିବିଡ଼ ଅନ୍ଧାର

 

ମିଳିଲା ଅସୁର ଆସି ନୃପତି ଆଗରେ ।। ଭୀଷଣ ବଦନ ପୁଣିବିକଟାଳ ଦନ୍ତ । ଗର୍ଜନ ଶୁଣିଲେ ତା’ର କମ୍ପଇ ଜଗତ ।ବୋଲଇ ରେ କେଉଁ ଦେଶେ ଅଟେ ତୋର ଘର । କିପାଁଆସି ବସିଛୁ ତୁ ମୋ ରାଜ୍ୟ ଭିତର । ମୋର ରାଜ୍ୟ ବୋଲିତୋତେ ନାହିଁ କି ରେ ଜଣା । କାହା ବୋଲେ ପଡି ତୁ ରେହେଲୁ ବୁଦ୍ଧି ବଣା । ଖଲଣା ରୁପରେ ଖାଏ ମୁହିଁ ନରବଳି ।ପଡିଥିଲା ବ୍ରାହ୍ମଣର ଆଜି ସେହି ପାଳି । ତା’ ସ୍ଥାନରେ କିକାରଣେ ବସିଅଛୁ ତୁହି । ଏହିକ୍ଷଣି ଜାଣ ତୋତେ ଖାଇଦେବିମୁହିଁ । ଏହା ଶୁଣି କହିଲେ ସେ ବିକ୍ରମ ରାଜନ । ଶୁଣ ଦୈତ୍ୟେଶୁରତୁମ୍ଭେ ମୋହର ବଚନ । ଜନ୍ମ ହେଲେ ମୃତ୍ୟୁ ହୁଏ ମୃତ୍ୟୁ ହେଲେ ଜନ୍ମ । ଏହିପରି ଲାଗିଅଛି ସଂସାର ନିୟମ । ଆଗେ ହେଉ ପଛେହେଉ

 

ଦିନେ ହେବି ନାଶ । ଅନିତ୍ୟ ଶରୀର ପାଇଁ କିପାଁ ଏତେଆଶ । ମୋତେ ଯଦି ଆଜି ଏଠାରେ ଖାଇବ । ତୁମ୍ଭ କ୍ଷୁଧାଯିବ ପୁଣ୍ୟ ମୋହର ହୋଇବ । ବ୍ରାହ୍ମଣ ବଞ୍ଚିବ ତା’ର ରକ୍ଷାହେବକୁଳ ।ତହିଁରେ ତ ନିଶ୍ଚେ ଥିବ ପର ଉପକାର । ପର ଉପକାର-ଠାରୁ ବଳି ପୁଣ୍ୟ ନାହିଁ । ଏପରି ସୁଯୋଗ ଆଜି ଛାଡ଼ିବି କିପାଇଁ ।

 

ହେ ଅସୁରରାଜ ମୋତେ ତୁମ୍ଭେ ଏହିଠାରେ । ଖାଅ ବସିଆନନ୍ଦରେ ବିପ୍ର ବଦଳରେ । ରାଜାଙ୍କ ମୁଖରୁ ଯହୁଁ ଏମନ୍ତ ଶୁଣିଲା ।ହୋଇଣ ସନ୍ତୋଷ ଦୈତ୍ୟ

ଏମନ୍ତ କହିଲା । ଆହେ ନୃପ ତୁମ୍ଭେ ଅଟ ଧାର୍ମିକ ପୁରୁଷ । କେହି ନାହିଁ ଏ

ସଂସାରେ ତୁମ୍ଭର ସଦୃଶ ।

 

ଦିଅ ପର ଉପକାରେ ଆପଣା ପରାଣ । ଦେଖି ଏହା ବଡ ତୁଷ୍ଟହେଲା ମୋର ମନ । ସନ୍ତୋଷେ ଦେଉଛି ଏବେ ମାଗି ବର ଘେନ ।ତାହାଶୁଣି ବୋଲନ୍ତି ସେ ବିକ୍ରମ ରାଜନ । ଶୁଣ ଦୈତ୍ୟରାଜ ତୁମ୍ଭେହେଲ ଯେବେ ତୋଷ । ବିନୟେ ମାଗୁଛି ଛାଡି ଯାଅ ଏହି ଦେଶ ।

 

ନରବଳି ଆଜିଠାରୁ ଦେବେ ନାହିଁ କେହି । ବାସକରି ଆନନ୍ଦରେସର୍ବେ ଥିବେ ରହି । ତୁମ୍ଭ ଅଧିକାର ଆଉ ଏଠାରେ ନଥିବ ।ଏହି ବର ମାଗୁଅଛି ସନ୍ତୋଷରେ ଦେବ । ତାହା ଶୁଣି ଅସ୍ତୁ ବୋଲିକହି ସେ ଅସୁର । ଚାଲିଗଲା ସେ ରାଜ୍ୟକୁ ଛାଡି ବହୁଦୂର । ବାସ କଲା ଇଚ୍ଛାମତେ ଯାଇ ଅନ୍ୟ ଦେଶେ । ଦିବସ ହୋଇଲା ଆସିରଜନୀର ଶେଷେ ।

 

ପ୍ରଭାତରୁ ଉଠିଯାଇ ଦେଖିଲେ ସକଳେ ।ଗତରାତ୍ରୀ ନରବଳି ବସିଛି କୁଶଳେ । ନଶ୍ଚେଁ ଏ ଦେବତା ବୋଲିମନେ ବିଚାରିଲେ । ତାଙ୍କ ପାଦେ ଯାଇ ସେର୍ବ ମିଳି ପୂଜା କଲେ ।ସକଳ କାରଣ ରାଜା କହିଲେ ବୁଝାଇ । ଦୈତ୍ୟ ଭୟ ଆଜିଠାରୁଆଉ ହେବ ନାହିଁ । ଯାହା ପାଇଁ ହୋଇଥିଲେ ବଳି ନରଈଶ ।ସେ ବିପକୁ ଡକାଇଲେ ବହି ମନେ ତୋଷ

 

ସେହି ଦେଶ ମଧ୍ୟେତାକୁ କରାଇଲେ ରାଜା । ପ୍ରଜାଗଣ ମିଳି କଲେ ତାଙ୍କ ପାଦେ

ପୂଜା ।। ମେଲାଣି ନେଇଣ ରାଜା ଗଲେ ନିଜ ଲେଶେ । ପାଳିଲେ ପ୍ରଜାଙ୍କୁ ହିଜ ଅତ୍ୟନ୍ତ ହରଷେ ।। ଏପରି ବିକ୍ରମାଦିତ୍ୟ ପରଉପକାର । କରୁଥିଲେ ଜାଣ ଆହେ ଭୋଜ ନୃପବର ।

 

ଯେବେତୁମ୍ଭେ ତାଙ୍କ ସଙ୍ଗେ ହୋଇବ ସମାନ । ଅଧିକାର କର ତେବେଏହି ସିଂହାସନେ ।। ଏହା କହି ସିଂହାସନ ଛାଡ଼ି ସେ ପୁତ୍ତଳି ।ଜଗନ୍ନାଥ ସିଂହ କେହ ସ୍ୱର୍ଗେ ଗଲା ଚଳି ।

-----------

      ଚତୁ୍‌ର୍ଦ୍ଦଶ ପୁତ୍ତଳିର କଥା

ତାହପରେ ଦିନେ ଭୋଜ କରି ଦାନ ପୁଣ୍ୟ ।ସିଂହାସନେବସିବାକୁ କଲେ ପୁଣି

ମନ ।। ଆନନ୍ଦରେ ବାହରିଲେ ଉତ୍ସବକରାଇ । ପ୍ରବେଶ ହୁଅନ୍ତେ ସିଂହାସନେ ତଳେ ଯାଇ । ତାଙ୍କୁ ଦେଖିଚତୁର୍ଦ୍ଦଶ ପୁତ୍ତଳି କହଇ । ନ ବୁଝି ନ ବସ ଏଥି ଆହେ ନରସାଇଁ ।

 

ଏଥିରେ ବସନ୍ତି ରାଜା ବିକ୍ରମ ଆଦିତ୍ୟ ।ତାଙ୍କ ପରି ତୁମ୍ଭେ ଯବେହେବ

ଗୁଣବନ୍ତ ତେବେ ଆସି ସିଂହାସନ ଉପରେ ବସିବ ।ଅକାରଣେ କିପାଁ ଏବେ ହଟହଟା ହେବ ।। ତାହା ଶୁଣି ପଚାରିଲେଭୋଜ ନରଗଣ । କହ ହେ ପୁତ୍ତଳି ଥିଲା ତାଙ୍କର କି ଗୁଣ ।। ଶୁଣିସେ ପୁତ୍ତଳି ତାଙ୍କୁ କହଇ ଏମନ୍ତ । ଉଜ୍ଜ୍ୱଳନଗର ରାଜା ବିକ୍ରମ ଆଦିତ୍ୟ ।।

 

କେତେ କେତେଗୁଣ ତାଙ୍କ ଦେହେ ଥିଲା ପୁରି ।ଅଟନ୍ତିସେ ବିଶେଷରେ ପର ଉପୋକାରୀ ।। ତାଙ୍କ ନିଜ ରାଜଧାନୀ ଉଜ୍ଜ୍ୱଳନଗରେ । ଧନୀ ସୌଦାଗର ଜଣେ ସୁଖେ ବାସ କରେ ।। ରାଜାଙ୍କ ବେପାର ସେହି ଠିକା ନେଇଥାଏ । ରାଜାପୁରରେ ଯାହା ଯାହା ଲୋଡା ହେଲେ ଦିଏ ॥ ରାଜଙ୍କର ତାହାଠାରେ ଥାଏ ଦୟା ଅତି । ମାଗଇସେ ଯାହା ତାକୁ ତକ୍ଷଣେ ଦିଅନ୍ତି ॥ ଏହିକ୍ରମେ

ଧନ ରଖି ସୌଦାଗର । ଆୟୁ ଶେଷ ହୋଇବାରୁ ଗଲା ସ୍ୱର୍ଗପୁର ।।

ପୁତ୍ର ତା’ର ଜାଣ ଅଟେ ପୁରନ୍ଦର ଦାସ । ନିରନ୍ତରେ କଲା ବେଶ୍ୟା ସଙ୍ଗ

ଅଭିଳାଷ ।। ବେଶ୍ୟା ସଙ୍ଗେ ସବୁବେଳେ ଯହୁଁ ସେ ମାତିଲା ।ସକଳ ସମ୍ପତି ସାରି ନିର୍ଦ୍ଧନ ସେ ହେଲା ।ସ୍ନେହ କରୁଥିଲା ବେଶ୍ୟାଥିବାଯାଏ ଧନ । ଧନ ଶେଷେ ଧତକ୍କାରି ସେ କଲା ହୀନିମାନ ।

 

ତହୁଁପୁରନ୍ଦର ଚେତାପାଇ ବିଚାରଇ ।ପିତୃଧନଯାକ ହାରି କିସ କରିବଇଁ ।ଖାଲିହାତରେ ବନ୍ଧୁଘରେ ଜୀବ ଅନୁଚିତ । ଏହା ଭାବି ଯୋଗୀହୋଇ ବୁଲିଲା ବନସ୍ତ ॥ ବୁଲିବୁଲି ସେ ମଳୟ ପର୍ବତ ପାଖରେ । ପଢା ଏକ ଥିଲା ତହିଁ ଚଳିଲା ଭିକ୍ଷାରେ !! ଦିନକରେ ପୁରନ୍ଦର ଘରେଶୋଇଥିବା ! ବ୍ରାହ୍ଣଣୀ କାନ୍ଦଇ ଉଚେ ନିଶୀଥେ ଶୁଣିଲା !! ପ୍ରଭାତେପୁଚ୍ଛିଲା ଯାଇ ସେହି ବ୍ରାହ୍ଣଣୀକି କି ଲାଗି କାନ୍ଦିଲ ରାତ୍ରେ ମୋତେ କହିବ କି॥ ଶୁଣି ସେ ବ୍ରାହ୍ମଣୀ କାନ୍ଦି କହିଲା ତାହାକୁ । କି କହିବି ଘଟୁଛି ଯା ମୋର କପାଳକୁ ।।

 

ଅର୍ଦ୍ଧରାତ୍ରେ ନିତି ଭୁତ ପଶଇ ମୋଘରେ । ନିର୍ଦ୍ଧୟ ଭାବରେ ମୋର ଶରୀରେ ପ୍ରହାରେ ।। ତା’ ମ।ଡରେବ୍ୟଥା ପାଇ କରେ ମୁଁ ରୋଦନ । କିଏ ବା ମୋ ଦୁଖ ନେବମୁଁ ତ ହୀନଜନ ।। ବ୍ରାହ୍ମଣୀର ଦୁଃଖ ଶୁଣି ପୁରନ୍ଦର ଦାସ ।ଅନେକ ବୁଝାଇ ତାକୁ ଦେଲା ସେ ଆଶ୍ଵାସ । ତାହାପରେ ପୁରନ୍ଦର ନିଜର।ଜ୍ୟେ ଗଲା । ବିକ୍ରମ ଆଦିତ୍ୟଙ୍କର ସଭାରେ ମିଳିଲା

 

ବ୍ରାହ୍ମଣୀର କଥାଯାକ କହିଲା ବୁଝାଇ । ତା’ ଶୁଣି ବିକ୍ରମ ପର ଦୁଃଖେ ଦୁଃଖୀ

ହୋଇ ।। ପୁରନ୍ଦର ଦାସକୁ ସେ ସଙ୍ଗତେ ଧରିଲେ । ସେହିକ୍ଷଣୀ ଯିବା-ଲାଗି ଅନୁକୂଳ କଲେ ।। ମଳୟ ଗିରିରେ ମିଳି ଡାକି ବ୍ରାହ୍ମଣୀକି ।ବୋଇଲା ସେ ପୁରନ୍ଦର ନ ଭ।ଲ ଏଣିକି ।। ଏହି ଯେ ନୃପତି ତୋରଛଡାଇବେ ଭୁତ । ଏହା ଶୁଣି ସେ ବ୍ରାହ୍ମଣୀ ହୋଇ ଆନନ୍ଦିତ ।।

 

ଆପଣା ଗୃହରେ ତାଙ୍କୁ ବସ। ସଞ୍ଚା ଦେଲା । ରନ୍ଧଣା ସାମଗ୍ରୀ ନିଜେ

ବସି ଯୋଗାଇଲେ ।। ରନ୍ଧନ ଭୋଜନ ସରି ଶୋଇଲେ ସକଳେନିଶିଥେ କନ୍ଦିଲା ଦ୍ଵିଜା ପୂର୍ବ ପରକାରେ । ନ ମାର ହେ ମାରିଗଲି ବୋଲି କାନ୍ଦେ ସେହି । ତଥାପି ସେ ଭୁତ ତାକୁ ନିର୍ଦ୍ଧୟେ ପିଟଇ ।।

 

ବ୍ରାହ୍ମଣୀ ବିକଳ ଶୁଣି ବିକ୍ରମ ରାଜନ । ତାଳ ବେତାଳକୁ ଆଜ୍ଞା ଦେଲେ ସେହିକ୍ଷଣି ।। ଆଜ୍ଞା ପାଇ ସେ ବେତାଳେ ଶୀଘ୍ର ଚଳିଗଲେ।ଭୂତ ସଙ୍ଗେ ଯୁଝି ତା’ ର ପ୍ରାଣ ବିନାଶିଲେ ।। ବ୍ରାହ୍ମଣୀ ତା’ ଦେଖୀ ବଡ ସନ୍ତୋଷ ଲଭିଲା । ବିକ୍ରମାଦିତ୍ୟଙ୍କୁ ବହୁ ଆଶୀର୍ବାଦ କଲା ।।

 

ତହୁଁ ନୃପ ପଚାରିଲେ ବ୍ର।ହ୍ମଣୀକି ଚାହିଁ । ତୁମ୍ଭଙ୍କୁ ଏ ଭୁତ ନିତିମାରେକାହିଁ ପାଇଁ ।।

ବୋଇଲା ବ୍ରାହ୍ମଣୀ ତୁମ୍ଭେ ଶୁଣ ହେ ରାଜନ । ଏ ଭୁତ ଅଟଇ ମୋର ପ୍ରାଣେଶ୍ଵର ଜାଣ ।। ଯଉବନ ବେଳେ ମୁହିଁ ଉନ୍ମୋତ। ହୋଇଲି । ଚୋରା ପ୍ରୀତି କରି ପରପୁରୁଷେ ମତିଲି ।। ତାହା ଯାଣିପତି ମୋର ମହାକ୍ରଧ ବହି । ମୋ ମୁଖ ନ ଚାହିଁ ମଲା ଆତ୍ମଘାତି ହୋଇ ।।

 

ସେଦିନୁ ସେ ଭୁତ ହୋଇ ଥାଏ ଏହି ଘରେ । ରାତ୍ରଅର୍ଦ୍ଧହେଲେ ଆସି ନିର୍ଦ୍ଧୟେ ପ୍ରହାରେ ।। ତୁମ୍ଭେ ଦୟା କରିବାରୁ ପାଇଲି ଉଦ୍ଧାର । ରତ୍ନ ସ।ତ ଗରା ଅଛି ନିଅ ଉପହାର ।। ବିକ୍ରମ ନୃପତି ତାହାଠାରୁ ରତ୍ନ ନେଇ ।। ପୁରନ୍ଦରେ ଡାକି ପାଶେ କହିଲେବୁଝାଇ । ତୁମ୍ଭେ ପିତା ପୂର୍ବେ ଥିଲେ ବଡ ଭାଗ୍ୟବାନ । ନିଜ କର୍ମ-

ଦୋଷେ ତୁମ୍ଭେ ହୋଇଲ ନିର୍ଦ୍ଧନ ।।

 

ଏହି ସ।ତଗରା ରତ୍ନ ଦେଉଅଛିନିଅ । ବେପାର ବାଣିଜ୍ୟ କରି ମହାସୁଖେ ରହ ।।

ଏହା କହି ପୁରନ୍ଦର ହାତେ ତାହା ଦେଲେ । ଆପଣ। ରାଜ୍ୟରେ ଯାଇ ପ୍ରବେଶ

ହୋଇଲେ । ଧନ ପାଇ ନିଜ ଗୃହେ ଗଲା ସାଧୁ ପୁତ୍ର । ଶୁଣିଲ ପରୋ-ପକାରୀ ବିକ୍ରମ ଚରିତ । ଆହେ ଭୋଜ ହେଲେ ତୁମ୍ଭେ ତାହାଙ୍କସମାନ । ସିଂହାସନେ

 

 

 

ବସିବାକୁ ବଳାଇବ ମନ ।। ଏହା କହି ଶୁନ୍ୟମାର୍ଗେ ଗଲା ସେ ପୁତ୍ତଳି ।

ସିଂହ ଜଗନ୍ନାଥ କହେ ପୂର୍ବ କୋଥା ଭଳି ।।

      -----      -------

      ପଞ୍ଚଦଶ ପୁତ୍ତଳିର କଥା

ତହିଁ ଆରଦିନ ଭୋଜ ଦାନ ପୂଣ୍ୟକରି । ବସିବାକୁ ସିଂହାସନେସକଳେ ହକ।ରି ।। ଦେବ ପିତୃ ପୂଜା ମାରି ଅମୃତ ବେଳରେ ।ସିଂହାସନ ପାଶେ ଯାଇ ପ୍ରବେଶ

ହୋଇଲ ।। ପଞ୍ଚଦଶ ପୁତ୍ତଳିକା ତାଙ୍କୁ ଦେଖୀ ହସି । ହେ ଭୋଜ ଏଥି ନ ପାରିବ ବସି।ବିକ୍ରମ ଆଦିତ୍ୟଙ୍କର ଏହି ସିଂହାସନ । ଏଥିରେ ବସି ସେ ରାଜ୍ୟ କରନ୍ତି

ଶାସନ ।।

 

ତାଙ୍କ ପରି ଗୁଣ ଯେବେ ଅର୍ଜନ କରିବ । ଏ ସ୍ଵର୍ଗୀୟ ସିଂହାସନ ଉପରେ ବସିବା ।। ପୁତ୍ତଳି ବଚନ ଶୁଣି ର।ଜନବୋଇଲେ । କହ ତାଙ୍କ ଗୁଣ ତେବେ ଶୁଣିବି ମୁଁ

ଭୋଲେ ।।ଦେଲା ତହୁଁ ପଞ୍ଚଦଶ ପୁତ୍ତଳି ଉତ୍ତର । ବିକ୍ରମଙ୍କ ବଡଗୁଣ ପରଉପକ।ର ।।

 

 

ସିନ୍ଧୁ ନୃପ ନାମେ ଥିଲେ ଏକ ନରପତି । ବହୁ ବିପ୍ର ତାଙ୍କ ଦେଶେ ବ।ସ କରିଥାନ୍ତି ।। ବିପ୍ର ଏକ ଥିଲେ ତାଙ୍କ ମଧ୍ୟେ ସୁପଣ୍ଡିତ ।ସରୋଜାଖ୍ୟ ନାମରେ ସେ ଅଟନ୍ତି ବିଦିତ ।। ଯାଦବାନନ୍ଦ ନାମକ କୁମାର ତାଙ୍କ ର । ଗାୟକ ବିଦ୍ୟାରେ ସେହୁ ଅତି ଧୁରନ୍ଧର ।। ସେଗୀତା ଗାଆନ୍ତେ ପଶୁ ହେଲେ ହେଁ ଶୁଣିବ । ଶୁଖିଥିବା ଗଛ ମଧ୍ୟ

କଅଳି ଉଠିବ ।।

 

ସେ ଗ୍ରାମର ନାରିଗଣ ଗୀତା ଶୁଣି ତ।'ର । ଘରବର ପିଲା ଛାଡି ହୁଅନ୍ତି ବାହାର ।। ଏପରି ଘଟଣ। ନୀତି ଘଟିବାର ଦେଖୀ । ଗ୍ରାମବାସୀ ମାନେ ହେଲେ ଅତିଶୟ ଦୁଃଖୀ ।। ଗୁହାରି କଲେସେ ରାଜାଆଗେ ସବୁ ଯାଇ । ଆମ୍ଭର ଆପତ୍ତି ଶୁଣି ଆହେ ନରସାଇଁଦାଣ୍ଡରେ ଜଦବାନନ୍ଦ ଗ।ଉଥିଲେ ଗୀତ ଲଜ୍ଜା ଛାଡି କୁଳବଧୂ ମିଳନ୍ତି ତୁରିତ ।।

 

ତହ ଯୋଗେ ସମସ୍ତଙ୍କ ମହତ୍ତୁଅ ସରଇ । ଏ ରାଜ୍ୟ ଭିତରୁ ତାକୁ ଦିଅ ଘଉଡାଇ ।। ନୋହିଲେ ସେ ରହୁ ଆମ୍ଭେ ଯିବୁ ଅନ୍ୟ ଦେଶ । ସୁବିଚାର କରି ଆଜ୍ଞା ଦିଅ ହେ ନରେଶ । ଏହାଶୁଣି

ରାଜା ତାକୁ ପାଶେ ଡକାଇଲେ । ଗୀତା ଗାଇବାକୁ ତାଙ୍କ ଆଗେ ଆଜ୍ଞା କାଲେ ।।

 

 

 

ରାଜାଙ୍କ ଆଦେଶ ପାଇ ଯାଦବ ବ୍ରାହ୍ମଣ । ବିନାସଙ୍ଗେ ତ।ଳ ଦେଇ କରନ୍ତେ

ଗାୟନ ।। ଶୁଣ ଶୁଣୁ ପ୍ରେମଭୋଲେ ରାଜା ମୋହ ଗଲେ

ଜଳ ସିଞ୍ଚି ମନ୍ତ୍ରୀଗଣ ଚେତ କରାଇଲେ ।।ଚେତ।ପାଇ ନରପତି କୋପମନ ହୋଇ । ସେକ୍ଷଣି ରାଜ୍ୟରୁ ତାକୁ ଦେଲେଘଉଡାଇ।। ଯାଦବ ପଳାଇ ଯାଇ ବହୁ ଦୁର

 

ଦେଶେ ରାଜା ଘରେ ପହଞ୍ଚିଲା ରଜନୀ ପ୍ରବେଶେ ସେ ରାଯଙ୍କ ଉଆସ ରେଦେଉଥିଲା ନୃତ୍ୟ । ତ ଶୁଣି ଜଦବାନନ୍ଦ ଗୟଳ ସଂଗୀତ ।। ତାହା ଶୁଣି ଦୁଆରପାଳ ନୃପତି ଛାମୁରେ । ଜଣାଇଲ। ଗୁଣୀ ଏକ ଗଉଛି ଦୁଆରେ ।। ଦୁଆରୀ ବାକ୍ୟ ଶୁଣି ରାଜା ଡକାଇ ତାହାକୁ ଆଦେଶିଲେ ବୀଣା ବାଇ ଗୀତା ଗାଇବାକୁ ।।

 

ତ ଶୁଣି ଯାଦବାନନ୍ଦ କରିଲା ଗାୟନ । ଗୀତ ଶୁଣି ପ୍ରେମ ଭୋଲେହେଲେ ନରର।ଣ ।। ହାନି ଲାଭ କଥା ନୃପ ଜାଣି ନ ପାରିଲେ ।ନିଜହାତୁ କାଢି ତାକୁ ରତ୍ନ ମୁଦି ଦେଲେ । ତାହାପରେ ଆସିନୃତ୍ୟ କାଲେ ବେଶ୍ୟାଗଣ । ଅଙ୍ଗଭଙ୍ଗୀ ଦେଖାଇଣ ଭୁଲାଇଲେମନ ।। କାମକାନ୍ତ। ନାମେ ଏକ ବେଶ୍ୟା ଥିଲା ତହିଁ । ରୂପ ଗୁଣେ

 

ସ୍ଵର୍ଗବେଶ୍ୟ। ସମ ହେବେ ନହିଁ ।। ନୃତ୍ୟ ତାର ଦେଖି ତୋଷେସେ ଯାଦବାନନ୍ଦ । ରାଜା ହେବ। ମୁଦି ତାକୁ ଦେଲା ବହି ମୋଦ ।।ତାହା ଦେଖି ନରପତି କୋପ ବହି ମନେ । ଯାଦବକୁ ତଡିଦେଲେସେଠାରୁ ତକ୍ଷଣେ ।। ଯାଦବ ନୃପତି ଭୟେ କିଛି ଦୂର ଗଲା । ସେହି କାମକାନ୍ତ। ଘରେ ଗୁପତେ ରହିଲା ।। ଗାନ୍ଧାରରେ ସେଦୁହେଁ ତ

 

ନିପୁଣ ଅଟନ୍ତି । ଦୁହେଁ ଚିହ୍ନ। ଚିହ୍ନି ହେଲେ ବଢିଗଲା ପ୍ରୀତି ।। ପ୍ରେମଭୋଲେ ଦୁହେଁ ଯାକ ଥିଲେ ଗୁପ୍ତେ ରହି ।ଯାଦବ ବୋଇଲା ଦିନେ ଶୁଣ ପ୍ରିୟସହି ।। ହୋଇଛନ୍ତି ମୋହଠାରେ

ରାଜା କୋପଚିତ୍ତ । ରହିବା ତୋପାଶେ ମୋର ନୁହୟ ଉଚିତ ।।ଏହା କହି ସେ ଯାଦବ ତହୁଁ ଚାଲିଗଲା । ଉଜ୍ଜଳ ନଗରେ ଯାଇପ୍ରବେଶ ହୋଇଲେ ।।

 

ବିକ୍ରମାଙ୍କ ସିଂହଦ୍ଵାରେ କଲା ବସି ଗ।ନ ।ଅନ୍ତଃପୁରେ ଥାଇ ଶୁଣି ନୃପ ପ୍ରୀତ ମନ ।।

ସିଂହଦ୍ଵାରେ ଆସି ପୁଣି ଗାୟନ ଶୁଣିଲେ । ପ୍ରଶଂସ। କରିଣ ତାକୁ ପାଶେ ରଖାଇଲେ ।।ଦିନେ ନରପତି ତାକୁ ବସାଇ ପାଶରେ । ପଚାରନ୍ତେ ଦୁଃଖ ସୁଖକଥା ପ୍ରସଙ୍ଗରେ ।। କହିଲେ ଯାଦବାନନ୍ଦ ତାର ଗତକଥ। । ଯାହାଯାହା ହୋଇଥିଲା

 

ପୂର୍ବର ବ୍ୟବସ୍ଥା ।। କାହୁଁ କାହୁଁ ବାମକାନ୍ତ।ମନରେ ପଡିଲା। ଦୁଃଖରେ ତ ନୟନରୁ ଲୋତକ ଝରିଲା ।।ପ୍ରବୋଧି ନୃପତି ତାକୁ କାରଣ ବୁଝିଲେ । ସତ୍ୟ କରି ନରପତି ବୁଝାଇ କହିଲେ ।। ହେ ଯାଦବାନନ୍ଦ ତୁମ୍ଭେ ଛ।ଡ ମନୁ ଚିନ୍ତା ।ଅଣ।ଇ ଦେବି ମୁଁ ନିଶ୍ଚେ ସେହି କାମକାନ୍ତ ।। ଏହା କହି ସେବିପ୍ରକୁ ରଖିଲେ ପାଶରେ । ଆଜ୍ଞାପତ୍ର

 

 

ଲେଖି ଦେଲେ ଡଗର।ହସ୍ତରେ ।।ଡଗର। ସେ ଲେଖା ନେଇ ବେଗେ ଚଲିଗଲା ।

ସେଦେଶର ନୃପତିଙ୍କ ହସ୍ତରେ ଅରପିଲ ।। ଫିଟାଇ ସେ ପାତ୍ର ପାଢୀଜାଣିଲେ ନରେଶ । ବିକ୍ରମ ଆଦିତ୍ୟ ତାଙ୍କୁ ଦେଇଛି ଆଦେଶ ।।ଲାଖିଛି ସେ କାମକାନ୍ତ। ଅଛି ତୁମ୍ଭ ଦେଶେ । ଅ।ଜ୍ଞ। ମ।ନିପଠାଇବ ତାକୁ ଆମ୍ଭ ପାଶେ । ନୋହିଲେ ଲାଗିବ

 

ନିଶ୍ଚେ ତୁମ୍ଭସଙ୍ଗେ ଯୁଦ୍ଧ । ପଡୁ ପଡୁ ନରପତି ବୋଲେ ହୋଇ କ୍ରୁଦ୍ଧା ।।

ଆରେ ଦୂତ କହ ଯାଇ ତୋହର ରାଜ।କୁ । ଯୁଦ୍ଧ ହେଲେ ହେଉ ଆମ୍ଭେ ନ ଡରୁ ତାହାକୁ ।। ଆମ୍ଭରାଜ୍ୟ ତାହାର ତ ନୁହଇ ଅଧୀନରେ ।ଆମ୍ଭେ କିପାଁ ତ ଆଜ୍ଞାକୁ କରିବୁ ପାଳନ ।। ବେଗେ ଯାଇ କହ ଦୂତବିକ୍ରମାଦିତ୍ୟକୁ । ଅଛି ତାର କେତେବଳ ଆସୁ ସମରକୁ ।।

 

କଟୁବାକ୍ୟ ଏହିପରି କହନ୍ତେ ସେ ନୃପ ।। ଶୁଣି ପେରିଗଲା ଦୂତ

ମନେ ବହି ତାପ ।। ବିକ୍ରମ ଆଦିତ୍ୟ ପାଶେ ପରଦେଶ ହେଲା ।କରଯୋଡ଼ି ସେ ସକଳ ବୃତ୍ତାନ୍ତ କହିଲା ।। ଶୁଣି ସେ ବିକ୍ରମାଦିତ୍ୟ ସଜାଇ ସଇନ । ଯାଦବ ସଙ୍ଗରେ ବିଜେ କରିଲେ ବହନ ।।       କାମକାନ୍ତା ବାରାଙ୍ଗନା ଥିଲା ସେ ରାଜ୍ୟରେ ।

 

ସୈନ୍ୟ ଘେନି ନରପତି ମିଳିଲେ ସେଠାରେ ।। ଶିବିର ପକାଇ ନୃପ ରଖିଲେ ସଇନ ।। ଅର୍ଦ୍ଧରାତ୍ରେ ଆରମ୍ଭିଲେ ଗୁପତଭ୍ରମଣ ।। ସୌଦାଗର ବେଶ ଧରି ନିଃଶଙ୍କ ମନରେ କାମକାନ୍ତା ଗୃହେ ନୃପ ନିଶ୍ଚିନ୍ତେ ପଶିଲେ ।। ଚିନ୍ତିତ ମନରେ କାମକାନ୍ତା ପଲ୍ୟଙ୍କରେ ବସିଥିଲା ଚାଟୁଭାଷା ନୃପ ଆରମ୍ଭିଲେ ।।

 

ଦେଉଅଛି ଲକ୍ଷେ ଟଙ୍କା ଦିଅ ତୋର ଦେହ । ବୋଇଲା ସେ ନାଗର ହେ ସେ କଥା ନ କହ ।। ଯାଦବାନନ୍ଦ ବିହୁନେ ଆନେ ନ ଭଜିବି । ଜଞ୍ଜାଳ ନକର ମୋତେ ଦେହ

ମୁଁ ନ ଦେବି ।। ଲକ୍ଷେ ଛାଡ଼ି କୋଟି କୋଟି ସ୍ୱର୍ଣ୍ଣମୁଦ୍ରା ଦେଲେ । ଯାଦବ ବ୍ୟତୀତ ଅନ୍ୟେ ନ ଟଳିବି ତିଲେ ।। ତାହା ଶୁଣି ବୋଲନ୍ତି ସେ ଉଜ୍ଜଳ ନୃପତି । ରାନ୍ତ୍ରକ ଶୁଆଅ ମୋତେ ସୁନ୍ଦରୀ ତୋ କତି ।।

 

ନିଶ୍ଚେ ଦେବି ଲକ୍ଷେ ଟଙ୍କା ମିଥ୍ୟା କହୁ ନାହିଁ । ତାହାଶୁଣି କାମକାନ୍ତା କହେଦୟାବହି ।। ଶୁଣ ହେ ରସିକ ଯେବେ ମୋ ଘରେ ରହିବ । କେବଳ ମୋ ପଲଙ୍କରେ ସୁଖେ ବସିଥିବ ।। ମାନ୍ତ୍ର ମୋ ଦେହରେ କେବେ ଦେବନାହିଁ ହସ୍ତ । ଶୁଣି ତା’କଥାରେ ନୃପ ହୋଇଲେ ସମ୍ମତ ।।

 

କାମକାନ୍ତା ସହିତରେ ବସିଲେ ପଲଙ୍କେ । ହାସ୍ୟ ପରିହାସ କଲେ ନାନା କଉତୁକେ ।। ପରିହାସ ରସ ବେଳେ ବିକ୍ରମ ମିହିର । କାମକାନ୍ତା କୃଚ ପରେ ପକାଇଲେ କର ।। ତା’ ଦେହରେ ରାଜାଙ୍କର ଲାଗିବାରୁ ହସ୍ତ । କାମକାନ୍ତା ସେହି କ୍ଷଣି ହୋଇଲା ମୂର୍ଚ୍ଛିତ ।। ତାହା ଦେଖି ରାଜା ଜଳ ସିଞ୍ଚି ତା’ ମୁଖରେ । ପୁଣି

 

ବିଞ୍ଚଣାରେ ବିଞ୍ଚି ଚେତା କରାଇଲେ ।। ପୁଚ୍ଛିଲେ ବିକ୍ରମ ନୃପ ତା ମୁଖକୁ ଚାହିଁ । ହାତମୋର

ଲାଗୁଁ ମୂର୍ଚ୍ଛା ଗଲୁ ଗୋ କିପାଇଁ । ତହିଁର କାରଣ କହ ବୁଝାଇ ତୁରିତ ବୋଲେ କାମକାନ୍ତା ଶୁଣ କହୁଅଛି ସତ୍ୟ ।। ଯାଦବାନନ୍ଦ ମୋ ଦେହେ ଅଧିକାରୀଅଟେ । ସବୁବେଲେ ମନ ମୋର ତା ପାଦରେ ଖଟେ ।। ତେଣୁ

 

ଅନ୍ୟଠାରେ ମୋର ନ ବଲଇ ମନ ସେଥିପାଇଁ ଏହା ହେଲା ସତ୍ୟ ଏବଚନ ।।

ଏ କଥାକୁ ଶୁଣି ବିଚାରିଲେ ନରପତି ଧନ୍ୟ ଏହି ଦୁଇ ପ୍ରାଣୀ ଧନ୍ୟ ତାଙ୍କ ପ୍ରୀତି ।। ଏହାଭାବି ନୃପବର ଉଠି ପ୍ରଭାତରେ । ଶିବିରକୁ ଗଲେ ତାହା କେହି ନ ଜାଣିଲେ ।।

ସାରି ପ୍ରାତଃକୃତ୍ୟ ବିଧି ସେ ରାଜାସମୀପ । ପଠାଇଲେ ପ୍ରୀତିପତ୍ର ଦୁତ ହାତେ ନୃପ

 

ଯେ ଆଜ୍ଞା ବୋଲିଣ କହି ଦୁତ ଚଳିଗଲା । ସେହି ଦେଶ ନରେଶଙ୍କ ପାରୁଶେ ମିଳିଲା ।। ଯଥାମାନ୍ୟ କରି ତାଙ୍କୁ କହଇ ସେ ଦୁତ। ଭୋ ରାଜନ ଶୁଣ ମୋର କହିବା ବୃତ୍ତାନ୍ତ ।। ଉଜ୍ଜ୍ୱଳନଗର ରାଜା ବିକ୍ରମ ମିହିର । ସମସ୍ତ ଭୂମିରେ ଖ୍ୟାତ କୀର୍ତ୍ତି

ଯାହାଙ୍କର ।। ପ୍ରୀତିପଣେ କହିଛନ୍ତି ବିନୟରେ ସେହି । ସେ କହିବା କଥା ଏବେ

 

କହୁଅଛି ମୁହିଁ ।। ବାରନାରୀଟାଏ ଲାଗି ଲଗାଇଲେ ବାଦ । ଯଶ ପାଇବାକି ଆମ୍ଭେକରି ଘୋର ଯୁଦ୍ଧ ।। ଯୁଦ୍ଧ ହେଲେ ଜୟ ପରାଜୟ ତ ନିଶ୍ଚିତ । ମାତ୍ର ଛୋଟ କଥା ଲାଗି ସୈନ୍ୟ ହେବେ ହତ ।। ନ ଦେଲେ ସେ ବାରନାରୀ ନିଶ୍ଚେ ଯୁଦ୍ଧ ହେବ ହାନି ଲଭ ଭଲ ମନ୍ଦ ପରେ ଜଣାଯିବ ।। ଏହି ସବୁ କଥା ଭାବି ଆପଣା ମନରେ

 

ଯାହା ତୁମ୍ଭ ଇଚ୍ଛା କହ ଏ ଦୁତ ମୁଖରେ ।। ଦୂତ ମୁଖୁଁ ଶୁଣି ଏହା ଗଲେ ସେ ନୃପତି ।। ମନ୍ତ୍ରୀଗଣ ସଙ୍ଗେ ବସି ବିଚାର କରନ୍ତି ।। ବିଚାରରେ ସ୍ଥିର ହେଲା ଏକ ବେଶ୍ୟାଲାଗି । ବଇରି ଅର୍ଜିବା କିପାଁ ବୃଥାଟାରେରାଗୀ ।। ଯେବେ ମାଗୁଛନ୍ତି ଏବେ ନିଅନ୍ତୁ ତାହାକୁ । ଏହାଭାବି ଡକାଇଲେ ସେ ବାରନାରୀକୁ ।। ବେଶ କରାଇଲେ ତାକୁ ନାନା

 

ଭୂଷଣରେ । ବିକ୍ରମ ଆଦିତ୍ୟ ପାଶେ

ପଠାଇଲେ ଖରେ ।। ବିକ୍ରମ ନୃପତି ତାକୁ ପାଇ ହେଲେ ତୁଷ୍ଟ ଆଦେଶିଲେ ସୈନ୍ୟଗଣେ ଦେଶକୁ ଲେଉଟ ।। ଡକାଇଣ ତାହାପରେ ଯାଦବାନନ୍ଦଙ୍କୁ । କାମକାନ୍ତା ବାରନାରୀ ଅରପିଲେ ତାକୁ । ପାଇଣ ଯାଦବ ତାକୁ ହେଲା ହୃଷ୍ଟମତି । ମିଳିଗଲା ସତେ ଅବା ଇନ୍ଦ୍ରର ସମ୍ପତି ।।

 

ଆନନ୍ଦରେ ପଥ ମଧ୍ୟେ ସର୍ବେ ଯାଉଥିଲେ । ଇଙ୍ଗିତରେ ଯାଦବକୁ ନୃପତି କହିଲେ ।। ଶୁଣ ହେ ଯାଦବ ତୁମ୍ଭ କାମକାନ୍ତା ନାରୀ । ଭାସିଗଲା ନଈ ସୁଏ ନ ଆସଇ ଫେରି ।। ପୁଣି ଆହା କହିବାରେ ଯାଦବ ବ୍ରାହ୍ମଣ । ସେହିଠାରେ ପଡିଗଲା ଛାଡି ଦେହୁଁ ପ୍ରାଣ ।। ତାହା ଦେଖି ବସିଗଲେ ସର୍ବେ ଚିନ୍ତାକରି । ଦେଖିଲା ତାହାକୁ ଆସି କାମକାନ୍ତା ନାରୀ ।।

 

 

ମୃତ୍ୟୁ ତାର ଜାଣି ଆହା ଜୀବଧନ କହି । ଢଳିପଡିଲା ସେ ତଲେ ଜୀବନ ହରାଇ ।। ଏପରି ଘଟଣା ଦେଖି ବିକ୍ରମ ଆଦିତ୍ୟ । ବିଚାରିଲେ ମୋ ଲାଗି ଏ ଦୁହେଁ ହେଲେ ମୃତ ।। ଏହା ଭାବି ମନମଧ୍ୟେ ଆକୁଳିତ ହେଲେ । ଦୁର୍ଗାଙ୍କର ପାଦପଦ୍ମେମନେ ନିବେଶିଲେ ।। ଯୋଗାସୋନେ ରହି ମନ୍ତ୍ର ଜପିଲେ ଅନେକ ହୋମକଲେ ଯଥାବିଧି ବସି ଦିନଯାକ ।।

 

ହୋମ ଶେଷ ପରେ ଦେବା ପାଈଁ ବଳିଭାଗ କାଟିବାକୁ ନିଜଶିର ଧଇଲେ ଖଡ଼ଗ ।। ରାଜାଙ୍କରଶୁଦ୍ଧମନ ଜାଣି ଜଗନ୍ମାତ । ତାଙ୍କପାଶେ ସେହିକ୍ଷଣି ହେଲେ ଉପସ୍ଥିତ ॥

ଧାତିକାରେ ନୃପହସ୍ତୁ ଖଡଗ ଘେନିଗଲେ । ତାଙ୍କରୁପ ଦେଖି ରାଜାବହୁ ସ୍ତୁତିକଲେ ॥ ଭଗବତୀ ତୁଷ୍ଟହୋଇ ଯାଚି ଦେଲେ ବର ।ସବିନୟେ ମାଗିଲେ ସେ ବିକ୍ରମମିହିର ॥

 

ମୋହଠାରେ ତୁଷ୍ଟ ଯେବେ ହେଲେ ମହାମାୟୀ । ଏହିଶବ ଦୁଇଗୋଟି ଦିଅହେ ଜୀଆଇ ॥ ଅସ୍ତୁକହିଭଗବତୀ ହେଲେ ଅନ୍ତର୍ଦ୍ଧାନ । ଉଠି ବସିଲେ ସେ ଦୁହେଁ ପାଇଣ

ଜୀବନ ॥ ବିକ୍ରମାଦିତ୍ୟ ତା ଦେଖି ଚିନ୍ତା ଦୂର କରି ପରଦେଶ ହେଲେଯାଇ ଆପଣା ନଗରି ॥ ଯାଦବାନନ୍ଦକୁ କାମକାନ୍ତ। ସହିତରେ ।

ରଖାଇଲେ ଯତ୍ନ କରି ଆପଣା ରାଜ୍ୟରେ ॥

 

ଶୁଣିଲ ତ ଭୋଜ ନୃପ କିପରି ଚରିତ କେଡ଼େ ପର ଉପକାରୀ ବିକ୍ରମ ଆଦିତ୍ୟ

ତୁମ୍ଭେ ଯଦି ହୋଇପାର ତାଙ୍କର ସମାନ । ତେବେ ଯାଇ ଦୃଢଚିତ୍ତେ ବସ ସିଂହାସନେ ॥ ଏହା କହି ସ୍ଵର୍ଗପୁରେ ଗଲା ସେ ପୁତ୍ତଳି ।ଜଗନ୍ନାଥ ସିଂହ ଏହା ଗୀତେ କହେ ଭାଳି ॥

      ଷୋଡଶ ପୁତ୍ତଳିର କଥା

 

ଆଉଦିନେ ଭୋଜରାଜ ସାରି ନିତ୍ୟକର୍ମ । ବସିବାକୁ ସିଂହାସନେ କରନ୍ତେ ଉଦ୍ୟମ ॥ ଷୋଡଶ ପୁତ୍ତଳି କହେ ହୋଇ ହସହସ ।ଆହେ ନରରାଣ ଏହା ଉପରେ ନ ବସ ॥ ବିକ୍ରମ ଆଦିତ୍ୟଙ୍କର ଏହି ସିଂହାସନ । ଏଥି ବସି କରନ୍ତି ସେ ପରଜା ପାଳନ ॥ ତାଙ୍କ ପରିହେଲେ ତୁମ୍ଭେ ସିଂହାସନେ ବସ।ତା’ନ ହେଲେ ବସିବାକୁ ନ କର ସାହସ ॥

 

ଶୁଣି ଭୋଜନୃପ ବୋଇଲେ ଏ ଗୀର ।ହେପୁତ୍ତଳି କହ ତେବେ ଚରିତ ତାଙ୍କର ॥ କହେ ପୁତ୍ତଳିକା ଶୁଣ ବିକ୍ରମ ଆଦିତ୍ୟ । ଉଜ୍ଜ୍ଵଳ ନଗରେ ଥିଲେ କରି ଆଧିପତ୍ୟ ॥ ଏକ-ଦିନେ ସୈନ୍ୟ ସଖା ନେଇ ସଙ୍ଗତରେ । ନୃପ ପହଞ୍ଚିଲେ ପଦ୍ମ କେଶରୀ ଦ୍ବୀପରେ ॥ ଯମକୟ ନାମେଥିଲା ତହିଁର ରାଜନ । ବହୁବିଧ ବିଦ୍ୟାରେ ସେ ଅଟେ

 

ସୁନିପଣ ॥ ଦେବାଳୟ ଏକ ତାଙ୍କସିଂହଦ୍ଵାରେଥାଏ । ଯୋଗୀ ଏକ ବାସକରି ସେମନ୍ଦିରେ ରହେ ॥ ସେ ଯୋଗୀଙ୍କ ପାଶେ ଯାଇ ବିକ୍ରମ ଆଦିତ୍ୟ । ବିଶ୍ଵାସରେ କଲେ ତାଙ୍କ ପାଦେ ପ୍ରଣିପାତ ॥ କଲ୍ୟାଣ ପାଞ୍ଚିଲେ ସେ ସନ୍ୟାସୀ ରାଜାଙ୍କର । ପଚାରିଲେ ସବୁ ତାଙ୍କ ଦେଶ ହାଲ ଚାଲ ॥ ସକଲ ଚରିତ ନୃପ କହିଲେ ବୁଝାଇ

 

ତାହାପରେ ପଚାରିଲେ ଶିରେ କର ଦେଇ ॥ ନ ଚିହ୍ନଇ ତୁମ୍ଭଙ୍କୁ

ମୁଁ ଆହେ ତପଶୀଳ । ମୋରାଜ୍ୟର କଥା ତୁମ୍ଭେ କିପରି ଜାଣିଲ । ରାଜାଙ୍କ ମୁଖରୁ ଏହା ଶୁଣି ସେ ସନ୍ୟାସୀ । ହସିଣ କହଇ ତାଙ୍କୁ ବହୁତ ପ୍ରଶ୍ଂସି ଯାଇଥିଲେ ଏକଦିନେ ରାଜ୍ୟକୁ ତୁମ୍ଭର । ପାଇଥିଲି ତୁମ୍ଭଠାରୁ ମାନ୍ୟ ବହୁତର ॥ ଅତି ଯତ୍ନକରି ମୋତେ ରଖାଇଲ

 

ତୁମ୍ଭେ । ଅନ୍ନ ବସ୍ତ୍ର ପାଇ ସୁଖେ ବିଦାହେଳୁ ଆମ୍ଭେ ॥ ସେହିସବୁ କଥା ମନେ ଅଛଇମୋହର । ପୂଣ୍ୟବଳେ ଯାଇଅଛି ପାଶୋର ତୁମ୍ଭର ॥ ପୁଣ୍ୟବନ୍ତ ଲୋକଙ୍କର ସେହିପରି ଚିତ୍ତ । ଏପରି ପ୍ରସଂଶା କଲେ ରାଜା ଙ୍କୁ ବହୁତ ॥ସ୍ନେହେ ପୁଣି ପଚାରିଲେ ତାଙ୍କୁ ସେ ସନ୍ନ୍ୟାସୀ । ଦେଶ ଛାଡି ତୁମ୍ଭେ କିପାଁ ହେଲ ପରଦେଶୀ ॥

 

ତେଣେ ଯଦିଶତ୍ରୁ କେହି ଆସିବ ତୁମ୍ଭର ।କରିଅଛ ସେଥିପାଇଁ କହ କି ବିଚାର ॥ ଶୁଣିଣ ବିକ୍ରମାଦିତ୍ୟ ଯୋଗୀ ପାଦେ ପଡି । ଜଣାଇଲେ ଆନନ୍ଦରେ କର ଦୁଇ ଯୋଡ଼ି ॥ଆହେ ଯୋଗୀବର ତୁମ୍ଭ ଆଶୀର୍ବାଦେ ମୁହିଁ କେ କିସ କରିବି ବୋଲି ବିଶ୍ଵାସ ନ ଯାଇ ॥ ଦଇବ ଘଟନା କେବେ ନୁହଇ ଅନ୍ୟଥା ।ସେଥି ପାଇଁ କହୁଛି ମୁଁ ଶୁଣ ଏକ

 

କଥା ॥ ଚନ୍ଦ୍ର ସେନ ନାମେ ଥିଲା ଏକ ନରପତି । କଳନା ନ ଯାଏ ତା’ର ଯେ ଧନ ସମ୍ପତି ॥ ଭାର୍ୟ୍ୟା ନାମ ଜାଣ ତା’ ର ଅଟଇ ସୁଶୀଲା । ମହାସତୀ ପତୀବ୍ରତା ଅଟଇ ସେ ବାଲା ॥ ପୁନ୍ତ୍ର କନ୍ୟା ନ ଥିବାରୁ ସେ ରାଜ ଦମ୍ପତି । ଦେଇଥାନ୍ତି ଇଷ୍ଟ ଦେବ ପୂଜନରେ ମତି ॥ ଆଣ୍ଠୁକୁଡା ବୋଲି ଜ୍ଞାତି କୁଟୁମ୍ବେ ମିଳିଲେ । ମୁଖ ନ ଚାହିଁ ବୁ କହି

 

ଦେଶୁ ତଡି ଦେଲେ ॥ ଦେଶଛାଡି ପଳାଇଲେ ରାଜା ରାଣୀ ଦୁଇ । ବନମଧ୍ୟେ ବୃକ୍ଷମୂଳେ ବସିଲେ ସେ ଯାଇ ॥ ଖାଇବାକୁ ନ ପାଇ ସେ ହରିଙ୍କି ଭୋଜିଲେ । ତିନିଦିନ ତିନିରାତି ଉପାସେ ରହିଲେ । ତାହାପରେ ଚନ୍ଦ୍ରସେନ ଭାରିଜ। ସହିତ । ଭିକ୍ଷା ମାଗିବାକୁ ଗଲା ଦୁଃଖରେ ଅତ୍ୟନ୍ତ ॥ ଦଇବବଳରୁବଳି ନ।ହିଁ ଆଉ ବଳ ମରିଗଲା ସେହିଦିନ ସେ ଦେଶ ଭୂପାଳ

 

ପୁନ୍ତ୍ର ଭାଇ ସହୋଦର ସେ ରାଜାର କେହି । ନ ଥିଲେ ଯେ ସିଂହ।ସନେ ବସିବାର ପାଇଁ ॥ ତାହା ଦେଖି ମନ୍ତ୍ରୀ ମାନେ ବସି ବିଚାରିଲେ ।ସୁବର୍ଣ୍ଣ କଳସ ଆଣି ହସ୍ତୀକରେ ଦେଲେ ॥ ବେଶ କରିସେ ହସ୍ତୀକି ଦେଶ ମଧ୍ୟେ ନେଇ । ବୁଲାଇଲେ ନରପତି ଖୋଜିବାର ପାଇଁ ॥

ତାହା ଦେଖି ପଞ୍ଚଭୂତେ କରନ୍ତି ବିଚାର । ଚନ୍ଦ୍ରସେନ ବୁଲୁଛନ୍ତି ପାଇକଷ୍ଟ ଘୋର ॥ ଛାଡ଼ିଦେଇ ନିଜରାଜ୍ୟ ସଙ୍ଗେ ଘେନି ରାଣୀ। ନୃପତାଙ୍କୁ କରାଇବା ଆମ୍ଭେଏଥେ ଆଣି ॥ ଏହା ଭାବି ଭୂତମାନେ ବେଗେଧାଇଁଗଲେ । ହସ୍ତିଦେହେ ପଶି ଚନ୍ଦ୍ରସେନକୁ ଖୋଜିଲେ ॥ ଚନ୍ଦ୍ରସେନ ନୃପ ଭିକ୍ଷା ମାଗୁଥିଲେ ଯହିଁ । ରାଜହସ୍ତୀ ସେହିଠାରେ ପହଞ୍ଚିଲା ଯାଇ ॥

 

ଚନ୍ଦ୍ରସେନ ମସ୍ତକରେ କଳସ ଢାଳିଲା । ରାଜ।ରାଣୀ ଦୁହିଙ୍କି ସେ ପୃଷ୍ଠେବସାଇଲା ॥ ଛାଡିଦେଲା ନେଇ ତାଙ୍କୁ ରାଜସିଂହାସନେ । ତହୁଁ ହସ୍ତୀଚଳିଗଲା ନିଜ ବାସସ୍ଥାନେ ॥ ସେହି ଦେଶେ ଚନ୍ଦ୍ରସେନ ନୃପତିହୋଇଲେ । ପାତ୍ର ମନ୍ତ୍ରୀ ଗଣେ ଆସି ପ।ଦରେ ଭେଟିଲେ ॥ ସେହିପାତ୍ର ମନ୍ତ୍ରୀ ହସ୍ତେ ରାଜ୍ୟଭ।ର ଦେଇ । ଚନ୍ଦ୍ରସେନ ଈଶ୍ବରଙ୍କ ସେବାକରୁଥାଇ ॥

 

କେତେଦିନ ଏହିପରି ଯିବାର ଅନ୍ତରେ । ଚାରି ପାଞ୍ଚଦେଶ ରାଜା ମିଳି ଏକତ୍ରରେ ॥ ଚନ୍ଦ୍ରସେନ ନୃପ ସଙ୍ଗେ କରିବାକୁ ଯୁଦ୍ଧ । ତାଙ୍କ ରାଜଦାଣ୍ଡ ଆସି କଲେ ଅବରୋଧ ॥ ପାତ୍ର ମନ୍ତ୍ରୀ ଜଣାଇଲେ ସେ ଚନ୍ଦ୍ରସେନଙ୍କୁ । ଆସିଛନ୍ତି ଶତ୍ରୁଗଣେଯୁଦ୍ଧ କରିବାକୁ ॥ ରାଜଦଣ୍ଡ ରୁନ୍ଧିଲେଣି ଗଡ଼େ ଯିବେ ପଶି ।ଆଜ୍ଞା ଦିଅତାଙ୍କୁ ଆମ୍ଭେ ପକାଇବୁ ନାଶି ॥

 

ଶୁଣି ବୋଲେ ଚନ୍ଦ୍ରସେନ ନ କରସମର । ଶ୍ରୀହରି ଅଛନ୍ତି ରକ୍ଷା କରିବେ ଆମ୍ଭର ॥ଭଜ ସେ ହରିଙ୍କି       ତୁମ୍ଭେ ଆକୁଳ ନହୁଅ ॥ କରିବେ ସେ ନିଶ୍ଚେରକ୍ଷା ଧୈର୍ଜ୍ୟ ଧରି ରହ ଏହାଶୁଣି ମନ୍ତ୍ରୀମାନେ ନୀରବ ହୋଇଲେ । ସେହିକ୍ଷଣି ପଞ୍ଚଭୂତେ ଆସି

ପହଞ୍ଚିଲେ ॥ ବୋଇଲେ ହେ ନରପତି ବିଚାର ନ କର । ଯାଉଅଛୁ

ଶତ୍ରୁବଳ ମାରିବୁ

 

ତୁମ୍ଭର ॥ ଏହା କହି ପଞ୍ଚଭୂତେ ଧାଇଁଗଲେ ବେଗେ । ଶତ୍ରୁ ସୈନ୍ୟ ମଧ୍ୟେ ପଶି ମାଇଲେ ସେ ରାଗେ ॥ନ ଦିଶଇ ଚିହ୍ନ ବର୍ଣ୍ଣ କେହି ମାରିବାର ।ଆକାଶରୁ ଝଣ୍ଡା ପଡି କ।ଟୁଥାଏ ଶିର । ଅଲୌକିକ ମାଡ଼ ସେହି ଭୂତଙ୍କ ମ।ରେଣି ।ଶତ୍ରୁ ସୈନ୍ୟ ପଲାଇଲେ ଭୟେ ପ୍ରାଣ ଘେନି । ଦେଖି ଚନ୍ଦ୍ରସେନ ନୃପ ଆନନ୍ଦ ହୋଇଲେ ।

 

ଡକାଇ ଭୂତଙ୍କୁ ରାଜା ପ୍ରଶ୍ନ ପଚାରିଲେ ॥କି କାରଣେ ମୋହପାଈଁ କଲ ତୁମ୍ଭେ ରଣ । ସତ୍ୟ କରି ତାହା ମୋର ଆଗରେ ବଖାଣ ॥ ଉତ୍ତରିଲେ ଭୂତମାନେ ଶୁଣ ନରନାଥ ।କହୁଅଛୁ ଏବେ ଆମ୍ଭ ପୂର୍ବର ଚରିତ ॥ ମାଛ ଦେହ ଧରି ଜଳେ ମହାକଷ୍ଟେ ଥିଲୁ । ତୁମ୍ଭର ଦୟାରୁ ଆମ୍ଭେ ମୂକତି ପାଇଲୁ ॥ ସେହିଦିନୁ କରିଥିଲୁ ପ୍ରତିଜ୍ଞା ସେଠାରେ

 

 

 

 

କରିବୁ ସାହାଯ୍ୟ ବୋଲି ତୁମ୍ଭ ବିପଦରେ ॥ ଏବେ ତୁମ୍ଭ ବିପଦକୁ ଦେଖି କରି ଆସି । ମୁହୂର୍ତ୍ତକେପକାଇଲୁ ଶତୃ ସୈନ୍ୟ ନାଶି ॥ ଆହେ ତପୀ ମୃତଜନେ ନ ପାରନ୍ତି ଜାଣି । ସମସ୍ତଙ୍କ ରକ୍ଷାକାରୀ ସେହି ଚକ୍ରପାଣି ॥ ଏହା ଶୁଣି ସେ ସନ୍ନ୍ୟାସୀ ସନ୍ତୋଷ ଲଭିଲେ । ଚିନ୍ତାମଣି ଗୋଟିଏ ସେ ବିକ୍ରମଙ୍କୂ ଦେଲେ ॥

 

ମଣି ପାଇ ନରପତି ହୋଇଲେ ଆନନ୍ଦ । ଗଲେ ତାଙ୍କ ନିଜ ଦେଶେ ଘେନି ସୈନ୍ୟବୃନ୍ଦ ॥ ଯାଊଁ ଯାଊଁ ବାଟେ ଏକ ଦରିଦ୍ର ବ୍ରାହ୍ମଣ । ତାଙ୍କୁ ଆସି କହିଲେ ସେ ହୋଇ ଅତି ହୀନ ॥ ଆହେ ନୃପ ମୁହିଁ ବହୁ କୁଟୁମ୍ବୀ ଅଟଇ । ଅନ୍ନହୀନେ ବୁଲୁ ଅଛି ମାଗି ଦେହି ଦେହି ॥

 

ବିକ୍ରମ ଆଦିତ୍ୟ ତାର କଷ୍ଟ ନ ସହିଲେ । ସେହି ଚିନ୍ତାମଣି ଘୋଟି ତାଙ୍କୁ ଦାନ

କଲେ ॥ ସେ ବ୍ରାହ୍ମଣ ଚିନ୍ତାମଣି ଘେନିକରି ଗଲା । ମଣି ପ୍ରସାଦରୁ ଚିନ୍ତା ତା’ର ଦୂର ହେଲା ॥ ଆହେ ଭୋଜତୁମ୍ଭେ ତାଙ୍କ ସମାନ ହୋଇଲେ । ବସିବ ଏ ସିଁହାସନେ କହୁଅଛି

 

ଭଲେ ॥ ଏହା କହି ସେ ପୁତ୍ତଳି ସିଂହ।ସନ ଛାଡ଼ି । ଗଲା ସ୍ଵର୍ଗପୁରକ

ସେ ଆକାଶରେ ଉଡ଼ି ॥ ଷୋଡଶ ପୁତ୍ତଳି କଥା ହେଲା ସମାପତ ।ସିଂହ ଜଗନ୍ନାଥ କହେ ଚିନ୍ତି ରମାକାନ୍ତ

ସପ୍ତଦଶ ପୁତ୍ତଳିର କଥା

ପରଦିନ ନିତ୍ୟକର୍ମ ସାରି ଭୋଜର।ଣ । ଅତିଥିଙ୍କ ଅନ୍ନ ଦେଇ ବିପ୍ରେ ଦେଲେ

ଦାନ ॥ ବସିବାକୁ ସିଂହାସନେ ଗଲେ ହୃଷ୍ଟହୋଇ ।ଦେଖି ତାଙ୍କୁ ସପ୍ତଦଶପୁତ୍ତଳି ବୋଲଇ ॥ ଶୁଣ ଆହେ ଭୋଜ ରାଜ ମୋ ବଚନ ବାରେ ।

 

ବସି ନ ପାରିବି ତୁମ୍ଭେ ଏ ସିଂହାସନରେ ॥ଦେବତାଙ୍କ ସିଂହ।ସନ ଜାଣ ଅଟେ ଏହି । ବିକ୍ରମ ଆଦିତ୍ୟ ଇନ୍ଦ୍ର ଏହା ଥିଲେ ଦେଇ । ସେ ଯେପରି ପୁଣ୍ୟବାନ ପରଉପକାରୀ ।

ତାଙ୍କ ସମ ହେଲେ ତୁମ୍ଭେ ବସ ଯାଇକରି ତାହାଶୁଣି ଭୋଜନୃପ ଆନନ୍ଦେ ପୁଚ୍ଛିଲେ କହ ତେବେ ତାଙ୍କ ଗୁଣ ଶୁଣିବି ମୁଁ ଭଲେ ପୁତ୍ତଳି ବୋଇଲା ଶୁଣ

 

ବିକ୍ରମ ଆଦିତ୍ୟ । ବାହାରିଲେ ଥରେ ଦିଗ ବିଜଯ ନିମିତ୍ତ ॥ ଚତୁରଙ୍ଗ ସୈନ୍ୟ ତାଙ୍କ ସଙ୍ଗତରେ ନେଲେ । ଯୁଦ୍ଧେ ଜିଣି କେତେ ଦେଶ କରଗତ କଲେ ॥ କେତେ ନୃପ ଆସି ମଧ୍ୟ ପଶିଲେ ଶରଣ । କଲେ ପୁଣି ସେମାନଙ୍କୁ ଅଭୟ ପ୍ରଦାନ ॥ ଦିଗବିଜୟ ସାରି ପୁଣି ରାଜ୍ୟକୁ ଅଇଲେ । ମନ୍ତ୍ରୀମାନେ ରାଜ୍ୟ ହାଲଚାଲ ଜଣାଇଲେ ॥ କହିଲେ

 

 

 

ମନ୍ତ୍ରୀଏ ପୁଣି ଆହେ ନରରାଣ । ପୂର୍ଣ୍ଣ ହୋଇଅଛି ଫୁଲପୁଷ୍ପେ ଉପବନ ॥ ବସନ୍ତର କାଳ ପୁଣି ପହଞ୍ଚିଛି ଏବେ ॥ ବିହାର କରନ୍ତୁ ତହିଁ ଇଚ୍ଛା ହୁଏ ଯେବେ ॥ ମନ୍ତ୍ରୀ ମୁଖୁଁ ଶୁଣି ରାଜା ରାଣୀ ସହିତରେ । ପ୍ରବେଶ ହୋଇଲେ ଯାଇ ସେ ଉପବନରେ ॥ ବନ ଶୋଭା ଦେଖି ମନେ ହୋଇଲେ ହରଷ । ଜଣାଇଲେ ମନ୍ତ୍ରୀ ଯାଇ ତାହାଙ୍କର ପାଶ

 

। ତୀର୍ଥ କରିଯିବି ମୁହିଁ ଆଜ୍ଞା ମୋତେ କର । ମନ୍ତ୍ରୀର ବଚନ ଶୁଣି ବିକ୍ରମ ମିହିର

ଯାଅ ତୀର୍ଥ କରି ବୋଲି ଦେଲେ ବହୁ ବିତ୍ତ । ଧନ ପାଇ ମନ୍ତ୍ରୀବର ଚଲିଲା ତୁରିତ ॥ ଭ୍ରମି ନାନା ତୀର୍ଥ ପୁଣି ଦେଖି ବହୁ ଦେଶ । କୁଞ୍ଜଗଳ ଦେଶେ ମନ୍ତ୍ରୀ ହୋଇଲ ପ୍ରବେଶ ॥ ଥିଲେ ତହିଁ ମହାଶମ୍ଭୁ ପୂଜା କରି ତାଙ୍କୁ । ପ୍ରବେଶ କରିଲା ମନ୍ତ୍ରୀ ସେ

 

ଗ୍ରାମ ମଧ୍ୟକୁ ॥ ସେ ଗ୍ରାମର କଟୁଆଲ ଆପଣ। ଦୁଆରେ । ଟକମତ ଫୁଟାଉଛି ଘୃତ କରେଇରେ ॥ ତାହା ଦେଖି ମନ୍ତ୍ରୀବର ପୁଚ୍ଛିଲେ କାରଣ । କଟୁଆଲ ଉତ୍ତରିଲା ଶୁଣ ମୋ ବଚନ ॥ ଆମ୍ଭ ଦେଶ ରାଜଜେମା ଅତ୍ୟନ୍ତ ସୁନ୍ଦରୀ । ଖୋଜନ୍ତେ ନ ମିଳେ ବର ତା‘ ର ସମସରି ॥ କରିଅଛି ରାଜକନ୍ୟା ଏହିପରି ପଣ । ପଡିବ ଯେ ଏହି

 

ଘୃତଭାଣ୍ଡରେ ଡେଇଁଣ ॥ ବରିବ ତାହାକୁ ନିଶ୍ଚେ ରାଜାର ଦୁହିତା । କଦାଚିତେ

ଏହିକଥା ନୋହିବ ହେ ମିଥ୍ୟା ॥ ତାହା ଶୁଣି ମନ୍ତ୍ରୀବର ଆପଣ ବୁଦ୍ଧିରେ । ସେ କନ୍ୟାକୁ ଦେଖିଲେ ଯେ ରହି ଗୋପନରେ ॥ ତା’ରୂପକୁ ଦେଖି ମନ୍ତ୍ରୀ ଜ୍ଞାନ ହରାଇଲା । ପୁଣି ଧୈର୍ଜ୍ୟଧରି ଦେହେ ଜ୍ଞାନ ଯେ ପାଇଲା ॥ ନ ରହି ସେଠାରେ

 

ଆଉ ଗଲା ସେ ବେଗରେ । ଯଥାକ।ଲେ ପହଞ୍ଚିଲା ଉଜ୍ଜ୍ଵଳ ନଗରେ ॥ ଆନନ୍ଦେ ବିକ୍ରମାଦିତ୍ୟ ସମୀପକୁ ଗଲା । କୁଞ୍ଜଗଳ ଦେଶ କନ୍ୟା ବିଷୟ କହିଲା ॥ ଶୁଣି ନୃପ ସେ ମନ୍ତ୍ରୀକି ଧଇଲେ ସଙ୍ଗରେ । କେତେଦିନ କୁଞ୍ଜଗଳ ଦେଶେ ପ୍ରବେଶିଲେ ॥ କଟୁଆଲ ପାଶେ ଯାଇ ପଚାରନ୍ତେ ତାକୁ । ପୂର୍ବପରି ବୃତ୍ତାନ୍ତ ସେ କହିଲା ନୃପଙ୍କୁ ॥

 

କଟୁଆଲ ମୁଖୁଁ ପଣ ଶୁଣି ନରପତି । ଡେଇଁ ପଡିଲେ ସେ ଘୃତ ଭାଣ୍ଡକୁ ତଡ଼ତି ॥ ତନୁ ତାଙ୍କ ଜାଲିଗଲା ତପତ ଘୃତ ରେ ରାଜକନ୍ୟା ତାହା ଶୁଣି ଅଇଲା ସତ୍ଵରେ ॥ ଅମୃତ ମିଶ୍ରିତ ଜଳ ହସ୍ତରେ ଧଇଲ। । ଶୀଘ୍ରେ ତାକୁ ନେଇ କରେଇରେ

ପକାଇଲା ॥ ଅମୃତ ପ୍ରସାଡେ ରାଜା ପାଇ ଜୀବଦାନ । ଆପଣ। ଶରୀର ଧରିଉଠିଲେବହନ ॥

 

କରେଇରୁ ଆସି ଠିଆ ହେଲେ ନରବର । ପୁର୍ବୁଶତେ

ଗୁଣ ତେଜ ଦିଶିଲା ତାଙ୍କର ॥ ରାଜକନ୍ୟା ତାହା ଦେଖି ବାରମାଳ। ଧରି ।

ଆସିଲା ସେ ନୃପତିଙ୍କୁ ପତି ଭାବେ ବରି ॥ ବୋଇଲେ ବିକ୍ରମ।ଦିତ୍ୟ ଶୁଣ ଆଗ ବ।ଲେ । ଏହି ବରମ।ଳା ଦିଅ ନ।ହିଁ ମୋର ଗଲେ ॥ ତପ୍ତଘୃତେ ପଡ଼ି ମୁହିଁ ହାରିଥିଲି ପ୍ରାଣ ।

ତୁମ୍ଭେ ଆସି ଦେଲମୋତେ ପୁଣି ଜୀବଦାନ ॥ ହୋଇଲ ଧର୍ମରେ ତୁମ୍ଭେ ଜନନୀ ମୋହର । ନୁହଇ ଉଚିତ ମୋତେ ତୁମ୍ଭେ ବରିବାର ॥ ଦେଖମୋର ସଙ୍ଗେ ଅଛି ଏହି ମନ୍ତ୍ରୀରାଣ । ଏହାର ଆମ୍ଭର ନ।ହିଁ କିଛି ଭିନ୍ଣାଭିନ୍ନ ॥ ମାନି ମୋର ବୋଲ ଏହାଙ୍କ ଗଲା ରେ ଦିଅ ଆଗୋ ନାରିବର ନିଶ୍ଚିନ୍ତ ମନରେ ॥ ରାଜକନ୍ୟା ତାହାଶୁଣି ମନ୍ତ୍ରୀଙ୍କି

 

ବରିଲା । ହସ୍ତଧରି ସେ ମନ୍ତ୍ରୀର ମଉନେ ରହିଲା ॥ ତାହା ଦେଖି ଆନନ୍ଦରେ ବିକ୍ରମ ନରେଶ । ସେ ଦୁହିଙ୍କି ସଙ୍ଗେ ଧରି ଚଲେ ନିଜଦେଶ ॥ କରାଇଲେ ବିଭା ତାଙ୍କୁ ଶୁଭ ଅନୁକୂଳେ । କନ୍ୟାଘେନି ମନ୍ତ୍ରୀବର ରହିଲେ କୁଶଳେ ॥ ବୁଝିଲ ତ ସେ ବିକ୍ରମ ପରଉପକାରୀ କିପରି ଅଟନ୍ତି ତୁମ୍ଭେ ହୁଅ ତାଙ୍କପରି ॥ ଏହା କହି ସେ ପୁତ୍ତଳି ଗଲା ସ୍ଵର୍ଗପୁରେ । ଜଗନ୍ନାଥ ସିଂହ କହେ ଭୋଜ ବାହୁଡିଲେ ॥

      

 

ଅଷ୍ଟାଦଶ ପୁତ୍ତଳିର କଥା

ତହିଁ ଆରଦିନ ଭୋଜକରି ଦାନ ପୂଣ୍ୟ । ସଙ୍ଗତରେ ଧରି ପାନ୍ତ୍ର ଅମନାତ୍ୟଗଣ ॥ ବସିବାକୁ ସିଂହ।ସନେ ଯ।ନ୍ତେ ବେଗହୋଇଅଷ୍ଟାଦଶ ପୁତ୍ତଳିକା ବ।ରଣ କରଇ ॥ ଇଙ୍ଗିତରେ କହେ ଭୋଜ

ବାତୁଳ କି ତୁମ୍ଭେ । ଆସିଛ କିପରି ଭଲା ବସିବାକୁ ଦମ୍ଭେ ।। ବିନ୍ତ୍ରମ ଆଦିତ୍ୟଙ୍କର ଏହି ସିଂହାସନ ।ବସିପାର ତାଙ୍କପରି ହେଲେ ଗୁଣବାନ ।।

 

ଏହା ଶୁଣି ଭୋଜନୃପ କହିଲେ ତାହାକୁ । ତାଙ୍କ ଗୁଣ ଜାଣିଥିଲେ କହ ହେ

ଆମ୍ଭଙ୍କୁ ।।ବିନ୍ତ୍ରମାଦିତ୍ୟଙ୍କ ଗୁଣ ଶୁଣିବାର ପାଇଁ । ସବୁକାଳେ ମନେ ମୋର ଶ୍ରଦ୍ଧା ବଲୁଥାଇ ।। ତାହା ଶୁଣି ସେ ପୁତ୍ତଳି କହଇ ସଧୀରେ । ରାଜା ଥିଲେ ସେ ବିନ୍ତ୍ରମ ଉଜ୍ଜ୍ୱଳ ନଗରେ ।।

 

ବସି ଏହି ସିଂହାସନେ ପାଳୁଥାନ୍ତି ପ୍ରଜା । ଶ୍ରୀ ଚନ୍ଦ୍ରଶେଖର ନାମେ ଅନ୍ୟ ଦେଶ ରାଜା । ବିନ୍ତ୍ରମାଦିତ୍ୟଙ୍କ ଶାଳୀ ଭାରିଯା ତାଙ୍କର । ବିଶାଶଏ ନ୍ତ୍ରୋଶ ରାଜ୍ୟ ଥାଏ ସେ ନୃପର ।। ଦିନେ ଏକ ଭାଟ ତାଙ୍କ ନିକଟକୁ ଗଲା । ବିନ୍ତ୍ରମାଦିତ୍ୟଙ୍କ ଯଶ ସେଠାରେ

ଗାଇଲେ ।। ଶ୍ରୀଚନ୍ଦ୍ର ଶେଖର ନୃପ ସେ କଥା ଶୁଣିଲେ ବିମାଦିତ୍ୟଙ୍କ ପରି ହେବି ବିଚାରିଲେ ।।

 

କରି ଅନଶନ ବ୍ରତ କଲେ ଘୋର ତପ । ତାଙ୍କ କ୍ଲେଶ ଦେଖି ଦେବୀ ଗଲେଟି ସମୀପ । ପ୍ରସନ୍ନ ହୋଇଣ ଦେବୀ ବୋଲନ୍ତି ବଚନ । ହୋଇଲି ସନ୍ତୁଷ୍ଟ ନୃପ ମାଗି

ବର ଘେନ ।। ତାହା ଶୁଣି ସେହି ରାଜା କହଇ ଉତ୍ସାକେ । ବହୁତର ଧନ ମୋତେ

ଦିଅ ଗୋ ଅମ୍ବିକେ ।। ସେ ଧନକୁ ଦାନକରି ଦେବି ବିପ୍ରବରେ । ବିନ୍ତ୍ରମାଦିତ୍ୟଙ୍କ

ସମ ହେବି ଜଗତରେ ।।

 

ତାହା ଶୁଣି ଭଗବତୀ କହିଲେ ଏପରି । ଆମ୍ଭରି ଆଜ୍ଞାକୁ ନୃପ ଘେନ ହେତୁକରି ।। ଭାଣ୍ଡେ ଘୃତ ପୂର୍ଣ୍ଣକରି ବସାଇ ଅଗ୍ନିରେ । ଫୁଟାଇବ ସେ ଘୃତକୁ ଅତି ପ୍ରଖରରେ ।। ପଡିବ ତହିଁରେ ଯାଇ ନିତ୍ୟକର୍ମ ସାରି । ଖାଇବେ ଯୋଗିନୀ ତୁମ୍ଭ ମାଂସ ଶେଷ

କରି ।। ସେ ସମୟେ ପୁଣି ଆମ୍ଭେ ସେହିଠାକୁ ଯିବୁ । ତୁମ୍ଭଙ୍କୁ ଜୀଆଇଁ ବହୁତର ଧନ ଦେବୁଁ ।।

ଏହିପରି ପ୍ରତିଦିନ କରିଥିବ ତୁମ୍ଭେ । ତୁମ୍ଭଙ୍କୁ ଜୀଆଇଁ ଜୀଆଁଇ ଧନ ଦେଉଥିବୁ

ଆମ୍ଭେ ।। ଇଚ୍ଛାମତେ ସେ ଧନକୁ ବିପ୍ରେ ଦାନ କରି

ସଂସାରରେ

ବୋଲାଇବ ପରଉପକାରୀ ।। ଏହା କହି ଭଗବତୀ ଅଦୃଶ୍ୟ ହୋଇଲେ

ଶ୍ରୀଚନ୍ଦ୍ର ଶେଖର ନୃପ ସେହିପରି କଲେ ।। ପ୍ରତିଦିନ ଭଗବତୀ ଦେଉଥାନ୍ତି

ଧନ ।

 

ନୃପ ନେଇ ସେ ଧନକୁ କରୁଥାନ୍ତି ଦାନ ।। ନିତି ମରି ରାଜା ଯହୁଁ ଜନ୍ମ ହେଲେ ନିତି ତାହା ଦେଖି ରାଣୀ ନିତି ଶୋକ କରୁଥାନ୍ତି।। ବିନ୍ତ୍ରମାଦିତ୍ୟଙ୍କ ରାଣୀ ଭଗିନୀରଶୋକ । ଶୁଣିକରି ମନ ମଧ୍ୟେ ଲଭିଣ ଆତଙ୍କ ।। ବସିଥିଲେ ଶୋକ କରି ଏହି ସମୟରେ । ବିନ୍ତ୍ରମ ଆଦିତ୍ୟ ରାଜା ମିଳିଲେ ସେଠାରେ ।।

ପଚାରିଲେ ପ୍ରାଣପ୍ରିୟେ ଶୋକ କାହିଁପାଇଁ । କରୁଅଛ ମୋତେ ବାରେ କହ ମହାଦେଈ । ତାହାଶୁଣି ବୋଇଲେ ସେ ରାଣୀ ପ୍ରାଣେଶ୍ୱର । ଶ୍ରୀଚନ୍ଦ୍ର ଶେଖର

ନୃପ ଭଗ୍ନୀପତି ମୋର ।। ନିତ୍ୟ ତପ୍ତଘୃତେ ସେହି ହାରଇ ଜୀବନ । ତା ଦେଖି

ଭଗ୍ନୀ ଶୋକ କରେ ପ୍ରତିଦିନ । ଭଗ୍ନୀ ଦୁଃଖ ଶୁଣି ମୋର ଦୁଃଖ ହେଲା ଜାତ । ସେଥିପାଇଁ ଶୋକ ଆସି ହେଲା ଉପଗତ ।।

 

 

 

ବିନ୍ତ୍ରମ ଆଦିତ୍ୟ ରାଜା ଶୁଣି ସେ କଥାକୁ । ଗଲେ ଶ୍ରୀଚନ୍ଦ୍ର ଶେଖର ରାଜାଙ୍କ

ରାଜ୍ୟକୁ ।। ପ୍ରବେଶିଲେ ଶ୍ରୀଘ୍ର ଯାଇ ଶିବଙ୍କ ମନ୍ଦିରେ ଫୁଟୁଥିଲା ଘୃତଭାଣ୍ଡ ଦେଖିଲେ ସେଠାରେ ।। ନିତ୍ୟକର୍ମ ସରିବାକୁ ରାଜା ଥିଲେ ଯାଇ । ଫେରି

ତେଣୁ ଘୃତଭାଣ୍ଡେ ପଡ଼ିଥାନ୍ତେ ଡେଇଁ ।।

 

ବିନ୍ତ୍ରମ ଆଦିତ୍ୟ ତାହା ଜାଣି ସେହିକାଳେ । ନିଜେ ସେହି ତପ୍ତ ଘୃତଭାଣ୍ଡକୁ ଡ଼େଇଁଲେ ।। ପଡ଼ିବା ମାନ୍ତ୍ରକେ ଦେହୁଁ ଛାଡିଗଲା ପ୍ରାଣ । ଖାଇଗଲେ ମାଂସଯାକ ଆସି

ଯୋଗୀଗଣ ।। ତାହାପରେ ଠାକୁରାଣୀ ସେଠାକୁ ଆସିଲେ ଦେଇ ତାଙ୍କୁ ଜୀବ ଦାନ ଏପରି କହିଲେ ।।

 

 

 

ତୁମ୍ଭର ଏ ସାହାସକୁ ଦେଖି ହେଲେ ତୁଷ୍ଟ । ବର ମାଗ ଅହେ ନୃପ ଯେ ବା ତୁମ୍ଭ

ଇଷ୍ଟ ।। ଦେବୀଙ୍କର ବାକ୍ୟ ଶୁଣି ବିନ୍ତ୍ରମ ନୃ ପତି । ଜଣାଇଲେ ତାଙ୍କ ଆଗେ

ଅରପି ଭକତି ।। ଯେବେ ମାତ ଦେବ ବର ଆଜିଠାରୁ ଆଉ

ଶ୍ରୀଚନ୍ଦ୍ରଶେଖର

ନୃପ ଏ କଷ୍ଟ ନ ପାଉ ।। ପ୍ରତିନିତ୍ୟ ତପ୍ତଘୃତେ ହେଉଅଛି ଦହି । ସେ କଷ୍ଟରୁ ମୁକ୍ତ ତାକୁ କର ମହାମାୟି ।।

 

ଅସ୍ତୁକହି ଭଗବତୀ ରତ୍ନମୁଦ୍ରି କାକୁ । ନିଜ ହସ୍ତୁ କାଢିଦେଲେ ବିନ୍ତ୍ରମାଦିତ୍ୟଙ୍କୁ ।

କହିଲେ ଏ ରତ୍ନମୁଦି କରେ ଯାର ଥିବ । ଯେତେ ମନାସିଲେ ସ୍ୱର୍ଣ୍ଣ ରତ୍ନ ପ୍ରାପ୍ତ

ହେବ ।। ବରଦେଇ ଅନ୍ତର୍ଦ୍ଧାନ ହେଲେ ଶକମ୍ବରୀ ।ବିନ୍ତ୍ରମ ଆଦିତ୍ୟ ସେହି

ମୁଦ୍ରିକାଟି ଧରି । ଶ୍ରୀଚନ୍ଦ୍ର ଶେଖର ନୃପ ସମୀପକୁ ଗଲେ ।

 

ବୁଝାଇ ସକଳ ତାଙ୍କୁ ମୁଦିଟିକୁ ଦେଲେ ।। ମୁଦ୍ରିକା ଲଭିଣ ସୁଖେ ରହି ସେ ରାଜନ । ପ୍ରତିଦିନ ଇଚ୍ଛାମତେ କଲେ ଦାନ ପୁଣ୍ୟ ।। ବିନ୍ତ୍ରମ ଆଦିତ୍ୟ ରାଜା ସନ୍ତୋଷରେ ଗଲେ ।ରାମ ରାଜ୍ୟ ପରି ସୁଖେ ପରଜା ପାଳିଲେ ।। ଭାବ ଏବେ ଭୋଜନୃପ ମନରେ ତୁମ୍ଭର । କେଡେ ପର ଉପକାରୀ ବିନ୍ତ୍ରମ ମିହିର ।।

 

ତାଙ୍କ ପରିହେଲେ ତୁମ୍ଭେ ବସ ସିଂହାସନେ । ଏହା କହି ସେ ପୁତ୍ତଳି ଉଡ଼ିଲା

ଗଗନେ ।। ଅମର ଭୁବନେ ଯାଇ ହେଲା ପରବେଶ ।ଜଗନ୍ନାଥ ସିଂହ କହେ ମନେ ବହି ତୋଷ ।

             ------

      ଉନବିଂଶ ପୁତ୍ତଲିର କଥା

 

ତହିଁଆର ଦିନ ଭୋଜ ସାରି ନିତ୍ୟକର୍ମ । ଦେବତାଙ୍କୁ ପୂଜିବିପ୍ରେ ଦେଲେ ବହୁ

ଦାନ ।। ଅନୁକୂଳ ବେଳ ଦେଖି ଆନନ୍ଦରେଗଲେ । ସିଂହାସନେ ଉଠିବାକୁ ଗୋଡ଼ ବଢ଼ାଇଲେ ।। ଏହା ଦେଖିଉନବିଂଶ ପୁତ୍ତଳିକା କହେ । କର କିପାଁ ବୃଥା ଆଶା ପଡି ୟାରମୋହେ ।।

 

ବସିବାକୁ ସିଂହାସନେ ନ କର ସାହାସ । ବସୁଥିଲେ ଏହା ପରେ ବିନ୍ତ୍ରମ ନରେଶ ।। ଅଛି ଯେବେ ତାଙ୍କ ସମ ଗୁଣ ହେ ତୁମ୍ଭର । ବସ ସୁଖେ ସିଂହାସନେ ଆନ ନ

ବିଚାର ।। ଏହା ଶୁଣି

ପଚାରିଲେ ଭୋଜ ନରବର । କହ କି ଭଲ ଗୁଣ ଥିଲା ଟି

ତାଙ୍କର ।। ଏହା ଶୁଣି ସେ ପୁତ୍ତଳି ଆରମ୍ଭିଲା ଖରେ । ବୋଇଲାବିନ୍ତ୍ରମ ରାଜ୍ୟ

ଉଜ୍ଜ୍ୱଳ ନଗରେ ।।

 

 

 

ପାଳୁଥାନ୍ତି ପ୍ରଜାଗଣ ପୁନ୍ତ୍ରରସମାନ । କରିଥାନ୍ତି ସବୁଲୋକେ ତାଙ୍କୁ ଧନ୍ୟ ଧନ୍ୟ ।। ବହୁସଂଖ୍ୟତୀର୍ଥଯାନ୍ତ୍ରୀ ବିପ୍ର ଏକ ଦିନେ । ପ୍ରବେଶିଲେ ସେ ବିନ୍ତ୍ରମରାଜା ସନ୍ନିଧାନେ

ସେମାନଙ୍କୁ ଦେଖି ନୃପ ଆନନ୍ଦ ମନରେ ।ଯଥାବିଧି ପୂଜା କରିବସାଇ ଆଦରେ ।। ନାନା ତୀର୍ଥମାନଙ୍କର କଥା ପଚାରିଲେ । ବିପ୍ରେଜାଣିଥିଲେ ଯାହା ବୁଝାଇ କହିଲେ ।।

 

ପରିଶେଷେ ବିପ୍ର ଏକ ହୋଇ ତୋଷମତି । ବୋଇଲେ ଆଶ୍ଚର୍ଯ୍ୟ କଥା ଶୁଣ ହେ ନୃପତି ।। ଏକ ଦେଶେ ପର୍ବତର ଶିଖର ଗୁମ୍ଫାରେ । ରହିଅଛି ପୁଷ୍କରଣୀ ପୂର୍ଣ୍ଣ ସଲିଳରେ ।। ଫଳ ପୁଷ୍ପ ଦ୍ରୁମେ ଶୋଭା ପାଏ ଚଉକତି । ଲଭଇ ଦେଖିବା ଲୋକ ଅପାର ତୃପତି ।। ତାହା ଦେଖୀ ସେ ସ୍ଥାନରେ ମନତୋଷେ ମୁହିଁ । ଶେଷକଲି ଏକାରାନ୍ତ୍ର ଆନନ୍ଦରେ ରହି ।।

ପ୍ରଭାତରୁ ଉଠି ସ୍ନାନ କରିବା କାଳରେ । ଅଦ୍ଭୁତ ଘଟଣା ଏକ ଦେଖିଲି

ସେଠାରେ ।। ପ୍ରାଚୀ ମୂଳେ ଉଦେ ଯହୁଁ ହୋଇଲେ ଆଦିତ୍ୟ । ଏକ ରତ୍ନସ୍ତମ୍ଭ ସେ ଜଳରୁ ହେଲା ଜାତ ।। ସ୍ତମ୍ଭଟିର ତେଜ ଦିଶେ ସୂର୍ଯ୍ୟର ସମାନ । ଦେଖୁ ଦେଖୁ ତା ଉପରେ ରତ୍ନସିଂହାସନ ।। କ୍ଷଣକ ମଧ୍ୟରେ ତହିଁ ହୋଇଗଲା ଜାତ । ମଧ୍ୟାହ୍ନ ବେଳକୁ ହେଲା ଆକାଶରେ ସ୍ଥିତ ।।

 

ସାୟଂକାଳେ ଜଳେ ପୁଣି ମିଶିଗଲା ସେହି । ତାହା ଦେଖି ଆଚମ୍ବିତ ହୋଇଗଲି

ମୁହିଁ ।। ଶୁଣି ଏହା ବିପ୍ରଠାରୁ ବିନ୍ତ୍ରମ ମିହିର ସଙ୍ଗେ ଘେନି ସେ ବିପ୍ରକୁ ଚଳିଲେ ସତ୍ୱର ।। ସେ ସ୍ଥାନରେ କେତେ ଦିନେ ପ୍ରବେଶ ହୋଇଲେ ।ବିପ୍ର

ସଙ୍ଗେ ଏକ ରାନ୍ତ୍ରତହିଁ ବାସ କଲେ ।। ପ୍ରଭାତରୁ ନିତ୍ୟକର୍ମ ବଢାଇଲେ ବେଗେ । ସେ ସମୟେ ରବି ଉଦେ ହେଲେ ପୂର୍ବେଦିଗେ ।।

 

ବାହା ର ହୋଇଲା ଜଳମଧ୍ୟ ରକ୍ତସ୍ତମ୍ଭ । ସିଂହାସନ ଦେଖା ଯିବା ହେଲେ ବି ଆରମ୍ଭ ।। ବିନ୍ତ୍ରମ ଆଦିତ୍ୟ ତାହା ଦେଖିବା ମାନ୍ତ୍ରକେ ଜଳେ ଡେଇଁ ସିଂହାସନେ ବସିଲେ ପଲକେ ।। ନ୍ତ୍ରମେ ନ୍ତ୍ରମେ ରତ୍ନସ୍ତମ୍ଭ ଉଠିଲା ଆକାଶେ ।। ବିନ୍ତ୍ରମ ଆଦିତ୍ୟ ବସିଥାନ୍ତି

ସୁସାହସେ ।। ଦେହୁ ତାଙ୍କ ସୂର୍ଯ୍ୟ ତେଜେ ପ୍ରାଣ ଛାଡିଗଲେ । କେବଳ ଶରୀର ଗୋଟେ ତହିଁ ରହିଥିଲା ।।

 

 

ସୂର୍ୟ୍ୟ ପାଶେ ଉପଗତ ହେଲା ସିଂହାସନ । ନୃପେ ଦେଖି ଦୟା କଲେ ଛାୟାଙ୍କ ରମଣ ।। ସିଞ୍ଚି ସେ ଅମୃତ ତାଙ୍କୁ ବଞ୍ଚାଇଣ ଦେଲେ । କୁଣ୍ଡଳ ଦିଓଟି ବୁଝାଇ

କହିଲେ ।। ଆହେ ନୃପ ଯାହା ପାଖେ ଥିବ ଏ କୁଣ୍ଡଳ । ଯାହା ସେ ଇଚ୍ଛିବ ତାହା

ଲଭିବ ବଚଞ୍ଚଳ ।। ଏହାପରି ଆଜ୍ଞା ଦେଲେ ଯହୁଁ ଛାୟାପତି ରତ୍ନସ୍ତମ୍ଭ ଆସି ଜଳେ ପଡିଲା ଝଟତି ।।

 

 

କୂଳେ ଆସି ନରପାଳ ବ୍ରାହ୍ମଣଙ୍କୁ ସଙ୍ଗେ । ଘେନି କରି ନିଜ ରାଜ୍ୟ ଚଳିଗଲେ

ବଗେ ।। ଯେଉଁ ବିପ୍ର ନୃ ପଙ୍କର ସଙ୍ଗେ ଥିଲେ ଯାଇ । ଭିକ୍ଷ ରେ ସେ ପୋଷିହୁଏ ଦରିଦ୍ର ଅଟଇ ।। ତାହା ଜାଣି ସେ ବିନ୍ତ୍ରମ କୁଣ୍ଡଳଟି ତାଙ୍କୁ । ଦେଇକରି ବୁଝାଇଲେ ତାହାର ତଥ୍ୟକୁ ।। କୁଣ୍ଡଳ ଲଭିଣବିପ୍ର କଲେ ସୁକଲ୍ୟାଣ ମନୋବାଞ୍ଛା ଫଳ ପାଇ ରହିଲେ ସୁଖେଣ ।।

 

କର ହେ ବିଚାର ମନ ମଧ୍ୟେ ଭୋଜନୃ ପ । କେତେ ବଡ଼ ଦାନୀ ପୁଣି କେଡ଼େ ତାଙ୍କ ଦର୍ପ ।। ତାଙ୍କ ସମ ହେଲେ ତୁମ୍ଭେବସ ସିଂହାସନେ ।। ଏହା କହି ସେ ପୁତ୍ତଳି ଗମିଲା ଗଗନେ ।। ଭୋଜରାଜ ଫେରିଗଲେ ବିରସ ବଦନେ । ଜଗନ୍ନାଥ ସିଂହ ଏହା ଗୀତରେ ବଖାଣେ ।।

ବିଂଶତି ପୁତ୍ତଳିର କଥା

ତତ୍ପରେ ଦିବସେ ଭୋଜ ପ୍ରଭାତେଁଉଠିଲା । ସ୍ନାନ ଦେବପୂଜା ପିତୃ ତରପଣ କଲେ ।। ଦରିଦ୍ରଙ୍କୁ ଅନ୍ନ ଦେଇ ବିପ୍ରେ କାଲେ ଦାନ ।ବସିବାକୁ ସିଂହାସନେ ବଳାଇଲେ

ମନ ।।ବିଂଶତି ପୁତ୍ତଳି ତାଙ୍କୁ ଦେଖି ବୋଲେ ବାଣୀ । ସିଂହସନେ ବସ କିପାଁ କିଛି ହିଁ ନ ଜାଣି ।।

 

ଦେଖି ବୋଲେ ବାଣୀ ।ସିଂହାସନ ।ଜଗତେ ଯା ଯଶକୀର୍ତ୍ତି ନିରତ ଅକ୍ଷୁର୍ଣ୍ଣ ।। ଗୁଣବାନ ତାଙ୍କ ଅଟ କି ହେ ତୁମ୍ଭେ ହେ ତୁମ୍ଭେ । ବାହାରିଛ       ସିଂହାସନେ ବସିବାକୁ ଦମ୍ଭେ ।।ତାହା ଶୁଣି ପଚାରିଲେ ଭୋଜ ନରରାଣ କାହା ହେ ପୁତ୍ତଳି ତାଙ୍କ ଥିଲା କି କି ଗୁଣ ।। ଶୁଣିବାକୁ ଶ୍ରଦ୍ଧା ଜାତ ହୁଏ ମୋର ଚିତ୍ତେ । ତହୁଁ ସେ ପୁତ୍ତଳି କହେ ଭୋଜଙ୍କ ଅଗ୍ରତେ ।।

 

ବସି ଏହା ସିଂହସନେ ବିନ୍ତ୍ରମ ଆଦିତ୍ୟ । ଉଜ୍ଵଳ ଦେଶକୁ ପାଳି ଥିଲେ ତୋଷଚିତ୍ତ ।।ଏକ ଦିନେ ସଭାକରି ବସି ଥିଲେ ସେହି । ପାଶେ ପରବେଶ ହେଲା ଦୂତ ଏକ

ଯାଇ ।। ଜଣାଇଲା କର ଯୋଡି ଶୁଣ ମହାରାଜା । ଦେଖିଲେ ମୁଁ ପୁରୁଷେକ ଉପବନେ ଆଜ ।। ଯୋଗାସନ କରିସେହୁ ବସିଛନ୍ତି ତହିଁ ।ଜଳନ୍ତାଅନଳ ପରି ଜ୍ୟୋତି ବିରାଜଇ ।।

 

ନିଶ୍ଚୟେ ଦେବତା ଶେହୁ ହୁଅଇ ବିଶ୍ଵାସ । ଦୂତ ମୁଖୁଁ ଏହା ଶୁଣି ଉଜ୍ଜଳ ନରେଶ ।। ସେ ହି କ୍ଷଣିଦୂତସଙ୍ଗେ ଉଦ୍ୟାନକୁ ଗଲେ ।ସେ ଦିବ୍ୟ ପୁରୁଷଙ୍କ ପାଶେ ପ୍ରବେଶିଲେ ।।ଦିଶୁଥିଲେ ସେ ପୁରୁଷ ଦେବତାଙ୍କ ପ୍ରାୟ ।ଦେଖି ତାଙ୍କୁ ପ୍ରଣିପାତ କାଲେ ନରରାୟ।।ହସ୍ତଊତ୍ତୋଳନ କରି କଲ୍ୟାଣ ସେ କଲେ ।

 

 

ମୌନବ୍ରତେ ନୃପଙ୍କୁ ସେ କିଛି ନ କହିଲେ ଚାଲିଗଲେ ସେହିକ୍ଷଣି ସେଠାରୁ ସେ ଉଠି । ତ ଦେଖି ବିନ୍ତ୍ରମାଦିତ୍ୟ ଗଲେ ତାଙ୍କ ସାଥୀ ।। ପଥ ତାଙ୍କ ଅନୁସରୀ ବହୁ ଗଲେ ।ଏକ ଗିରି ଗହ୍ଵରରେ ପ୍ରବେଶ ହୋଇଲେ । ସେ ଗୁହାରେ ଏକ ଗିରି ଗହ୍ଵରରେ ପ୍ରବେଶ ହୋଇଲେ ।ସେ ଗୁହାରେଘୋଟିଅଛି ଘୋର ଅନ୍ଧକାର ।

 

ପୁରୁଷକୁ ନ ଦେଖିଲେ ବିନ୍ତ୍ରମ ମିହିର ।। ଯୋଗାସନେ ବସି ରାଜା ଗଲେ ଅନ୍ଧକାରେ।ଭିତରେ ଦେଖିଲେ ଅଛି ହାର କେତେ ଦୂରେ ।।ଥିଲେ ତହିଁ ଦୁଇ ନ୍ଦ୍ଵାରୀ ଦେଖି ସେ ରାଜନ । ପୁଚ୍ଛନ୍ତେ ସେ ତାଙ୍କୁ କିଛି ନ କହି      ବଚନ ।। ହାତ ଠାରି ଜଣାଇଲେ ଯାଅ ଭିତରକୁ । ପଶିଗଲେ ନରପତି ଫିଟାଇ ଦ୍ଵାରକୁ ।।

 

ଦେଖିଲେ ସେଠାରେ ଶୁଭେ ଗହଳ ବିଶେଷ । ବିନ୍ତ୍ରମ ଆଦିତ୍ୟ ଶୁଣି ଲଭିଲେ ସନ୍ତୋଷ ।। ଦେଖିଲେ ସେ ପୁର ଅଷ୍ଟରତନେ ଜଡିତ । ହୀରା ନୀଳା ପାବଚ୍ଛରେ ଦିଶେ ସୁଶୋଭିତ ପୂରିଛି ସକଳ ଗୃହ ଗୀତ ନୃତ୍ୟ ନାଦେ । ଜନେ ବିହରନ୍ତି ତହିଁ ପରମ ପ୍ରୋମୋଦେ ।।

 

ସର୍ବସୁଲକ୍ଷଣୀ ନାରୀ ଦେଇ ହୁଳହୁଳି । ପୁଜୂଛନ୍ତି ଇଷ୍ଟଦେବ ଦଳେ ଦଳେ ମିଳି ।। ଜରାମୃତ୍ୟୁ ବାଧା ନ ପଶଇ ସେ ପୁରରେ । ସର୍ବେ ଦେଖା ଯାଉଛନ୍ତି ଯୁବା

ପରକାରେ ।। ତାହା ଦୀଖି ବିଚାରିଲେ ବିନ୍ତ୍ରମ ଭୂପତି । ପୁରନ୍ଦର ପୁର ଅବା ଦିବ୍ୟ ବାରସ୍ଵତୀ ।। ସେ କାଳେ ପୁରୁଷ ଏକ ଆଇଲା ସେଠାକୁ । ବିନ୍ତ୍ରମ ଆଦିତ୍ୟ ଦେଖି ପଚାରିଲେ ତାକୁ ।।

 

ହେ ଦିବ୍ୟ ପୁରୁଷ କହ କେଉଁ ପୁର ଏହି । ଶୁଣି ତାଙ୍କୁ ଅଳ୍ପ ହସି ପୁରୁଷ

କହଇ ।। କେଉଁଠାରେ ତୁମ୍ଭ ଘରେ ତୁମ୍ଭେ କି ନ ଜାଣ । ବୁଝ ଏବେ ଏହା

ଅଟେ ପାତଳ ଭୁବନ ।। ସେ ପୁରୁଷ ଏହା କହି ହୋଇଲା ଅନ୍ତର । ବିଚାରିଲେ

ମନ ମଧ୍ୟେ ବିନ୍ତ୍ରମ ମିହିର ।। ବଳିରାଜ ଭୁବନ ଏ ଅଟଇ ପାତଳ ।

 

ଭଲ ଯୋଗେ ଆସିଅଛି ଦେଖିବି ସକଳ ।। ବଳି ରାଜା ଦ୍ଵାରେ ଥିବେ ଶ୍ରୀମଧୁସୂଦନ । ସେ ପ୍ରଭୁଙ୍କ ପାଦପଦ୍ମ କରିବି ଦର୍ଶନ ।। ଏହା ଭାବି ଗଲେ ତହୁଁ ବିନ୍ତ୍ରମ ନରେଶ ବଳି ରାଜା ସିଂହଦ୍ଵାରେ ହେଲେପରବେଶ ।। ଶଙ୍ଖ ଚକ୍ର ଗଦା ପଦ୍ମ ଧରି

ଚାରିଭୁଜେ । ଦ୍ଵାରପାଳ ରୂପେ ହରି କରିଛନ୍ତି ବିଜେ ।।

ଦିଶେ ନବ ଜଳଧର ଶୋଭା ଚନ୍ତୁ କାନ୍ତି । ପାୟରେ ନୂପୁର କଣ୍ଠେ ଶୋଭେ ଗଜମୋତି । ମକର କୁଣ୍ଡୁଳ ପାଏ କର୍ଣ୍ଣେ ଅତି ଶୋଭା କିରୀଟ ନିନ୍ଦଇ କୋଟି ସୂର୍ୟ୍ୟଙ୍କର ପ୍ରଭା ।। ଶୋଭାବନ ଦିଶେ କଟି –

ତଟେ ପୀତବାସ । କରନ୍ତି ପ୍ରକାଶ ବିମ୍ବାଧରେ ମନ୍ଦହାସ ।। ପୁଣ୍ୟବନ୍ତ ଲୋକ ଏକା

ପାଏ ଦରଶନ । ଦେଖି ତାଙ୍କୁ ସ୍ତୁତି କଲେ ବିନ୍ତ୍ରମ ରାଜନ ।। ଯାଚିଦେଲେ ବର ପ୍ରଭୁ ହୋଇଣ ସନ୍ତୋଷ । ଇଚ୍ଛା ବର ମାଗେ ଆହେ ବିନ୍ତ୍ରମ ନରେଶ ।। ବୋଇଳେ ରାଜନ ପ୍ରଭୁ ଶ୍ରୀଚରେଣେ ମନ । ସବୁକାଳେ ରହୁ ଏହା ଏକମାନ୍ତ୍ରଧ୍ୟାନ ।। ଅସ୍ତୁ କହି ଛାଡିଦେଲେ ବାଟ ନାରାୟଣ ।। ଭିତରେ ପ୍ରବେଶ କାଲେ ବିନ୍ତ୍ରମ ରାଜନ ।।

 

ଦେଖିଲେ ସେ ପୁର ମଧ୍ୟେ ରତ୍ନ ସିଂହସନେ । ବସିଥିଲେ ବଳିରାଜା ଅତି

ହୃଷ୍ଟମନେ ।। ଦେଖି ସେ ବିନ୍ତ୍ରମ ତାଙ୍କୁ କଲେ ବହୁ ସ୍ତୁତି । ତାହା ଶୁଣି ବଳିରାଜା ଲଭିଲେ ନୃପତି ।। ଯୋଗବଳେ ଜାଣିଲେ ସେ ବିନ୍ତ୍ରମାଦିତ୍ୟଙ୍କୁ । ବସାଇଲେ ପାଶେ ଶୁଭାଶିଷ ଦେଇ ତାଙ୍କୁ ।। କୁଶଳ ବାରାତ ସବୁ ପଚାରି ବୁଝିଲେ । ଭକ୍ତି ଦେଖି ସନ୍ତୋଷରେ ବୁଝାଇ କହିଲେ ।।

 

ହେ ବିନ୍ତ୍ରମ ନୃପ ତୁମ୍ଭେ ଅଟ ପୁଣ୍ୟବନ୍ତ । ତୁମ୍ଭ ଯଶ ତିନିପୁରେ ହୋଇଛି ବିଖ୍ୟାତ । ପାତାଳରେ ଦେଖାକଲ ଆସି ଆମ୍ବ ପାଶ । କି ଦେଇ ତୋଷିବା କହ ତୁମ୍ଭର ମାନସ ।। ଏହା କହି ଚିନ୍ତାମଣି ପୁଣି ଏକ ଫଳ । ଦେଇ ତାଙ୍କୁ ବୁଝାଇଲେ ତତ୍ତ୍ଵ ସେ ଦୁଇର ।। ଆହେ ନୃପଏ ମଣିକି ଦେଲେ ଛୂଆଁଇଣ । ଲୌହ ଆଦି ଯେତେ ଧାତୁ ହୋଇବ ସୁବର୍ଣ୍ଣ ।

 

ଏ ଫଳ ଖାଆନ୍ତେ କ୍ଷୁଧା ତୃଷା ନ ରହିବ । ହୋଇଥିଲେ କରାଜୀର୍ଣ୍ଣ ଯୁବା

ପାଲଟିବ ।। ଏହା କହି ଦେଲେ ତାଙ୍କ କରେ ମଣି ଫଳ । ଆନନ୍ଦେ ଘେନିଲେ ତାହା ବିନ୍ତ୍ରମ ମିହିର ।। ପ୍ରଣମି ସେ ବଳି ପଦେ ମେଲାଣି ମାଗିଲେ । ବସି ଯୋଗାସନେ ନିଜ ଦେଶେ ବାହୁଡିଲେ ।। ଯିବାବେଳେ ପଥ ମଧ୍ୟେ ଦେଖିଲେ ରାଜନ । ନିଜ ହାରେ ବସିଅଛ ଏକ ବୃଦ୍ଧ ଜନ ।।

 

ବସିଥିବା ସ୍ଥାନରୁ ସେ ନ ପାରଇ ଉଠି । ଅତି କଷ୍ଟେ ଉଠିବାକୁ ରଖିଅଛି ଯଷ୍ଟି ।। ସେ ବୃଦ୍ଧ ପାଶକୁ ଯାଇ ବିନ୍ତ୍ରମ ମିହିର ।ପଚାରନ୍ତେ ବିକଳରେ କହିଳା ସେ ଗିର ।। କି କରିବି ଶକ୍ତି ମୋରଉଠିବାକୁ ନାହିଁ । ବହୁ ଲୋକ ଖାଇବାକୁ ଘରେ ଛନ୍ତି

ରହି ;ଅରଜିବା ଳାଗି ଆଉ ନାହିଁ କେହି ଘରେ ।ଏହି ଦୁଃଖ ଶୋକ ମୋତେ

 

ସବୁବେଳେ ଘାରେ ।। ତାହା ଶୁଣି ଦୟା କରି ବିନ୍ତ୍ରମ ଆଦିତ୍ୟ ।ଫଳଟିକୁ ଦେଲେ ତାକୁ ଖାଇବା ନିମିତ୍‌।। ସେ ଫଳଟି ଖାଇବାରୁ ବୃଦ୍ଧ ଦେହ ତାର । ଲିଯାଇ

ଦିଶିଳ ସେ କନ୍ଦର୍ପ ପ୍ରକାର ।। ନିଜକୁଅନାଇ ବୃଦ୍ଧ ବିସିତ ହୋଇଲ ।ବିନ୍ତ୍ରମାଦିତ୍ୟ

ଙ୍କ ପାଦେ ପଡିଜଣାଇଲା ।।

 

 

 

 

 

କେବଣ ଦେବତା ତୁମ୍ଭେ ଯେବେ ଦୟା କଲା କୁଟୁମ୍ବପୋଷିବା ଚିନ୍ତା କିପାଁ ନ ହରିଲା ।। ତା ଶୁଣି ବିନ୍ତ୍ରମାଦିତ୍ୟ ଅଳପହସିଲେ । ଚିନ୍ତ!ମଣିଟିକୁ ତାହା ହସ୍ତେ ସମର୍ପିଲେ ।। କହିଲେବୁଝାଇ ତାକୁ ଏଥେଁ ଲୁହା ଆଦି ଲଗାଇଲେ ସୁନା ହେବ ରଖହେସମ୍ଫାଦି ।। ଏହା କହି ଚଳିଗଲେ ଆପଣା ନଗର । ଧନ ପାଇ ସେ ଦରିଦ୍ର ହୋଇଲା କୁବେର ।।

 

ଶୁଣିଲ ତ ଭୋଜରାଜ ବିନ୍ତ୍ରମ ଚରିତ ।ତାଙ୍କ ପରି ଯେବେ ନୃପ ହେବ ଗୁଣବନ୍ତ ।। ତେବେ ଯାଇ ସିଂହାସନେ ଆରୋହଣ କର ।। ପୂତଳି ଏତେକ କହି ଗଳା ସ୍ୱର୍ଗପୁର ।। ଏହା ଶୁଣିଭୋଜରାଜ ବିରସ ବଦନେ । ଜଗନ୍ନାଥ ସିଂହ କହେ ଫେରିଲେ ଭବନୋ।

-------------

ଏକବିଂଶତି ପୃତ୍ତଳିର କଥା

 

ପୂର୍ବପରି ଭୋଜରାଜ ଆର ଦିନ ଗଲେ । ବସିବାକୁସିଂହାସନେ ଆଗ୍ରହୀ ହୋଇଲେ ।। ତାହା ଦେଖି ଏକବିଂଶ ପୁତଳିକହଇ । ଆହେ ଭୋଜ ତୁମ୍ଭେ ସିଂହାସନେବସ ନାହିଁ ।। ବସୁଥିଲେୟା ଉପରେ ବିନ୍ତ୍ରମ ମିହର । ସେପରି

ଯଶସ୍ୱୀ ହେଲେ ଯାଇ ବସିପାର ।। ପୁତ୍ତଳି ବଚନ ଶୁଣି ଭୋଜ ନରରାଣ ବୋଇଲେ କହ ହେତେବେ ତାଙ୍କ କୀର୍ତ୍ତି ଗୁଣ ।।

 

ପୁତ୍ତଳି କହିଳା ଶୁଣ ବିନ୍ତ୍ରମ ରାଜନ ।ପୁନ୍ତ୍ରସମ ପାଳୁଥିଲେ ସଦା ପ୍ରଜାଗଣ ।। ଦିନେ ଏକା ହୋଇବନ ମଧ୍ୟେ ସେହୁ ଗଲେ । ତପୀ ଜଣେ ସେ ବନରେ

ଥିବାରଦେଖିଲେ ।। ତାଙ୍କ ପଦେ ନମ୍ର ହୋଇ କଲେ ନମସ୍କାର । ସନ୍ତୋଷେ

ଅର୍ପିଲେ ତପୀ କଲ୍ୟାଣ ଅପାର ।। ବହୁ ପୂଣ୍ୟ ତୀର୍ଥ କଥା ବୁଝାଇକହିଲେ । ଅପୁର୍ବ କଥାଏ ତପୀ ଶେଷେ ଜଣାଇଲେ ।।

 

ବୋଇଲେଶୁଣ ହେ ନୃପ କାଞ୍ଚନ୍ନ ପର୍ବତେ । ତପୀ ଏକ ରହିଥିଲେ

ଦେଖିଅଛୁଁନେନ୍ତ୍ରେ ।। ନ କରନ୍ତି ଭୋଜନ ସେ ନିଦ୍ରା ତାଙ୍କୁ ନାହିଁ

ପଲକ ପଡ଼ିବା ତାଙ୍କ କେହି ନ ଦେଖଇ ।। ଏକାସନେ ସବୁକଳେ

ବସିଥାନ୍ତିଜାଣ । ନ ଦେଖଇ କେହି ତାଙ୍କ ଗମନାଗମନ ସବୁକାଳେ ।।

 

ଏହି ଶୁଣିବୋଇଲେ ସେ ବିନ୍ତ୍ରମ ନରେଶ । ସେ ତପସ୍ୱୀ ପାଶେ ମୁହିଁ

ଯିବଇଁଅବଶ୍ୟ ।। କେଉଁ ଦିଗେ ଶୀଘ୍ର ପହଞ୍ଚିବି ତହଁ ।। ଦୟା କରି କହିଦେଲେ

ସୁଖୀ ହେବି ମୁହିଁ ।। ତପସ୍ୱୀ କହିଲେଅଇଶାନ୍ୟ ଦିଗେ ବାଟ । ବିଶେଷ ଦୁର୍ଗମପଥ ପଡ଼ଇସଙ୍କଟ ।। ରହିଛନ୍ତି ଦୁଷ୍ଟ ଜୀବେ ବାଟଯାକ ପୂରି

 

ଏକାକୀ ରାଜନ ତୁମ୍ବେ ଯିବକେଉଁ ପରି ।। ଏହା ଶୁଣି ନୃ ପରାଣ ସେ ତପୀଙ୍କ ପାଦେ । ପ୍ରଣତିଜଣାଇ ତହୁ ଉଠିଲେ ଆନନ୍ଦେ ।। ଯୋଗ ଆସନରେ ବସିଶୂନ୍ୟ ମାର୍ଗେ ଗଲେ କାଞ୍ଚନ ଗିରିରେ ଯାଇ ତକ୍ଷଣେ ମିଳିଲେ ।। ତପୀ ଯାହା କହିଥିଲେ ଦେଖିଲେ ସେପରି । ବସିଥି ସେହି ଯୋଗୀ ଯୋଗଧ୍ୟାନ କରି ।। ପ୍ରଣମ ବିନ୍ତ୍ରମ ପଦେକରି ବହୁ ସ୍ତୁତି । ଜାଣି ତାହା ନେନ୍ତ୍ର ଫେଡ଼ି ଚାହିଲେ

ସେ ଯତି ।। ଭକ୍ତି ଦେଖି ରାଜାଙ୍କର କଲେ ସୁକଲ୍ୟାଣ । ବୁଝିଲେତାଙ୍କର ସବୁ

କଥା ପଚାରିଣ ।। ତା ଉତ୍ତାରୁ ସନ୍ତୋଷରେ ସେହି ମହାଯତି । ବୋଇଲେ ଏତିକି

ଦ୍ରବ୍ୟ ନିଅ ହେ ନୃପତି ।। ବେତବାଡ଼ି

ଖଟ ଆଉ ଏହି ଝଲିମୁଣି । କହୁଅଛି

ମନେରଖ ୟାଙ୍କ ଗୁଣ ପୂଣି ।।

 

ପିତୁଳା ମାଟିରେ ଗଢ଼ି ରଖି ପଲ୍ୟଙ୍କରେ । ତା ହାତକୁ ଦୁଇବାଡ଼ିପିଟିଲେ

ବେତରେ ।। ଜୀବନ ପାଇଣ ସେହୁ ସତରେ ଉଠିବ ।ସଂଗ୍ରାମରେ ଜାଣ

ସେହୁ ମହାବୀର ହେବ ।। ଏ କୋଥଳି ମୁଣିମଧ୍ୟେ ପୂରାଇଲେ ହସ୍ତ

ଖାଇବା ପଦାର୍ଥ ନୃପ ପାଇବ ତୁରିତ ।।

 

ଲକ୍ଷ ଲକ୍ଷ ଲୋକ ବସି ଖାଉଥିବେ ଯେବେ । ଏ କୋଥଳି ମୁଣା ମଧ୍ୟୁ ବାହାରିବ ସେତେ ।। ବୁଝାଇଏ ତିନି ଦ୍ରବ୍ୟ ଦେଲେ ତାଙ୍କୁ ଋଷି ।ଘେନି ତାହା ରାଜା ଗଲେ ଯୋଗାସନେ ବସି ।। ଯିବାବେଳେଦେଖିଲେ ସେ ବସି ଏକ ଜଣ । ବନେ ବସି କନ୍ଦୁଥିଲା ଦେଖିଳେରାଜନ ।।

 

ବିକଳ ନ ସହି ତାର ପାଶକୁ ସେ ଯାଇ । ପଚାରିଲେ ନୃପ କହ କାନ୍ଦ କାହିଁ

ପାଇଁ ।। ବୋଇଲେ ସେ କି କହିବ ଶୋକର କାରଣ । ସୈନ୍ୟମାନଙ୍କୁ ମୋ

ନାଶକରି ଶତୃ ଗଣ ।। ଛଡାଇନେଲେ ମୋ ରାଜ୍ୟ ଧନ ଦେଲେତଡି । ନିଃସହାୟେ ଲୁଚିଛି ମୁଁ ଶୋକଜଳେ ବୁଡି ॥ କହିଲେ ତା ଦୁଃଖ ବିତ୍ରମମିହିର । ଏବେ ଚାଲ ହୋଇବି ମୁଁ ସହାୟ ତୁମ୍ଭର ॥ ତା ଶୁଣି ସେ ନୃପ ବୋଲେ ତୁମ୍ଭେ ଏକା ହୋଇ । କି କରିବ ଶତ୍ରୁ ସୈନ୍ୟ ବହୁତ ଅଟଇ ॥ ବିତ୍ରମ ଆଦିତ୍ୟ ଶୁଣି ସେରାଜା ବଚନ

ପିତୁଳା ମ୍ବହାସ୍ରେ କଲେ ମାଟିରେ ଗଠନ ।। ଶୁଆଇ ପଲ୍ୟଙ୍କେ

 

ତାଙ୍କୁବେତକୁ ଧଇଲେ । ହାତେ ତାଙ୍କ ଦୁଇ ଦୁଇ ବଡି ପିଟି ଦେଲେ ।।

ଜୀବ ପାଇ ସେହିକ୍ଷଣି ଉଠିଲେ ସେମାନେ । ମହାପର ମୂର୍ତ୍ତି ହୋଇ ଗର୍ଜିଲେ ତକ୍ଷଲେ ।। ଖାଇବାକୁ ଦିଅ ବୋଲି ମାଗନ୍ତେ ବିତ୍ରମ ଖାଦ୍ୟଦ୍ରବ୍ୟ କୋଥଳିରୁ କାଢିଲେ ଅସୀମ ।। ବୀରଗଣେତାହା ଖାଇ ଲଭିଲେ ତୁପତି । ପଡିଲା ବିକ୍ରମ

 

ପଦେ ତା ଦେଖି ନୃପତି ।। ଆଶ୍ଵାସନା ଦେଇ ତାଙ୍କୁ ବିକ୍ରମ ରାଜନ । ସତ୍ଵର

ତାସଙ୍ଗେ ଗଲେ ଘେନି ବୀରଗଣ ।। ସେହିକ୍ଷଣି ଯାଇ ତାର ରାଜ୍ୟେ ପହୁଞ୍ଚିଲେ । ଘୋରତର ଯୁଦ୍ଧ କରି ଶନ୍ତ୍ରୁ ବିନାଶିଲେ ।। ସେ ବୀରଙ୍କ ଡରେ ଶନ୍ତ୍ରୁମାନେ ପଳାଇଲେ । ଲୁଚିଗଲେପ୍ରାଣ ଘେନି କନ୍ଦର ମଧ୍ୟରେ ।। ବିନ୍ତ୍ରମ ଆଦିତ୍ୟ ଦେଖି ହୋଇ ତୋଷମନ ।

ସେ ରାଜାକୁ ରାଜ୍ୟ ତାର କରି ସମର୍ପଣ ।। ଯିବାପାଇଁ ନିଜ ରଜ୍ୟେ ହୁଅନ୍ତେ ବାହାର । ସେ ନୃପତି ଜଣାଇଲେ ଛାମୁରେ ତାଙ୍କର ।। ନିଜ ରାଜ୍ୟେ ଆପଣ ତ ବିଜେ କଲ ଏବେ । ଶନ୍ତ୍ରୁ ମାନେ ଯେବେ ଆସି ପୁନଶ୍ଚ ଲଢିବେ ।। ତେତେବେଳେ କି କରିବି ବୁଦ୍ଧି ନ ଦିଶଇ । ୟା ଶୁଣି ବିନ୍ତ୍ରମ ନୃପ ମାନେ ଦୟା କହି ।।

 

 

ଝୁଲି ମୁଣି ବେତବାଡି ପଲ୍ୟଙ୍କ ସହିତେ । ଅକୁଣ୍ଠତେ ସମର୍ପିଲେ ସେ ନୃପର ହସ୍ତେ ।। ସେ ତିନିର ତଥ୍ୟ ସବୁ ବୁଝାଇଲେ ତାକୁ । ଆନନ୍ଦରେ ଚଳିଗଲେ ଆପଣା ଦେଶକୁ ।। ତାହା ପାଇଁ ସେ ନୃପତି ମନୁ ଭୟ ତେଜି ।। ଡରାଇଲା ଶତ୍ରୁ ଗଣେ ସ୍ଵତନ୍ତ୍ର ଗରଜି ।ଶୁଣ ଆହେଭୋଜନୃପ ବିନ୍ତ୍ରମ ମିହିର ।। ଏହିପରି କରୁଥିଲେ ପର ଉପକାର ।।

 

ଶୌର୍ୟ୍ୟ, ଧୌର୍ୟ୍ୟ, ଗୁଣ ତାଙ୍କ ଦେହେ ଥିଲା ପରି । ହୋଇପାରେ

ତୁମ୍ଭେ ଯେବେ ସେ ନୃପଙ୍କ ପରି ।। ତେବେ ଯାଇ ଆରୋହଣ କରି ସିଂହାସନେ ।।

ଏହା କହି ସେ ପୁତ୍ତଳି ଚାଲିଲା ଗଗନେ ।। ଭୋଜନୃପ ତାହା ଶୁଣି ବିରସମନରେ । ବାହୁଡି ମିଳିଲେ ଯାଇ ଆପଣମନ୍ଦିରେ ।ବିନ୍ତ୍ରମଙ୍କ ଗୁଣସୁରି ହେଲେ ଆଚମ୍ବିତ । ଜଗନ୍ନାଥ ସିଂହ ଦ୍ଵାରା ଏ ଗୀତ ଭଣୀତ ।।

      ----------------

ଦ୍ବାବିଂଶ ପୁତ୍ତଳିର କଥା

ତହିଁ ଆରଦିନ ପୁଣି ଭୋଜ ନୃ ପବର । ବସିବାକୁ ସିଂହ।ସନେ ହୋଇ

ତତପର ॥ ନିତ୍ୟକର୍ମ ଯଥାବିଧି ସାରି ତୋଷଚିତ୍ତେ । ସଙ୍ଗେ ଘେନି ପ।ନ୍ତ୍ର

ମନ୍ତ୍ରୀ ଚଳିଲେ ତୁରିତେ ॥ ସିଂହାସନ ନିକଟରେ ମିଳନ୍ତେ ସେ ଯାଇ

ଦ୍ଵାବିଂଶତି ପୁତ୍ତଳିକା ହସିଣ କହଇ ॥

 

ବୋଲେ ବୃଥା ଆଶା ନୃ ପ କର କି କାରଣେ । ବସି ତୁମ୍ଭେ ନ ପାରିବ

ଏହି ସିଂହ। ସନେ ॥ ବାସନ୍ତି ଏଥିରେ ରାଜା ବିନ୍ତ୍ରମ ଆଦିତ୍ୟ । ତାଙ୍କସମ

ହେଲେ ଏଥି ବସିବ ନିଶ୍ଚିତ ॥ ସେ ବିନ୍ତ୍ରମାଦିତ୍ୟ ଦେହେ ଥିଲା କେତେ ଗୁଣ ।

କହ ବୋଲି ପଚାରିଲେ ଭୋଜ ନୃପରାଣ॥ କହି ପୁତ୍ତଳି ତାଙ୍କୁ ଶୁଣ ଏହି ବାଣୀ

 

ବିନ୍ତ୍ରମ ମିହିର ଥିଲେ ଭବେ ମହାଦାନୀ ॥ପ୍ରଜାଗଣ ପାଳୁଥାନ୍ତି ଅତି ଯତନରେ ॥

ସୁପଣ୍ଡିତ ବିପ୍ର ଜଣେ ଥିଲେ ସେ ନଗରେ । ଜାଣନ୍ତି ସେ ବେଦ ବିଦ୍ୟା ମନ୍ତ୍ର ତତ୍ତ୍ବ

ସର୍ବ । ସମ ତାଙ୍କୁ କବି ପଣେ ନ ହନ୍ତି ଭାଗବ ରାଜସଭା ମଧ୍ୟେ ବସନ୍ତି ସେ ପ୍ରତିଦିନ ପୁରସ୍କାର ରୂପେ ପାନ୍ତି ବହୁ ରନ୍ନ ଧନ ॥ ଶଙ୍କର ବୁଦ୍ଧ ବୋଳିଣ ତାଙ୍କ ପୁତ୍ର ଥିଲା । ମନ ଦେଇ ନପଢି ସେ ଗଜମୂର୍ଖ ହେଲା ॥

 

ସେ ପଣ୍ଡିତ କାଳ ବଶେ ଛାଡିଲେ ଶରୀର । ଶଙ୍କର ବୁଦ୍ଧ କରିଲେ ଶୁଦ୍ଧଦି ସତ୍ଵର ॥ ପିତାମୃତ୍ୟୁ ପରେ ଦୁଃଖ ଯାପିଲେ ଜୀବନ। ଗ୍ରାମ୍ୟ ଲୋକେ କଲେ ତେଣୁ ତାକୁ

ହତମାନ୍ୟ॥ ଯେଉଁମାନେ ତ ପିତା କୁ ପୂଜା କରୁଥିଲେ । ସେହିମାନେ

ତାକୁ ପୁଣି ମୋଟେ ନ ଚାହିଁଲେ ॥ ରାଜଙ୍କର ସଭାରେ ସେ ବସିନ ପାରିଲେ ।

 

 

 

ଲାଜେ ରହି ଏକ ମାନେ ବିଚାର ସେ କଳା ॥ ପିଅର ମୋ ସୁପଣ୍ଡିତ ଥିବାରୁ

ସକଳେ । ରାଜା ପ୍ରଜା ସହିତ ରେ ମାନ୍ୟ କରୁଥିଲେ ॥ ହେଲି ମୁହିଁ

ମହାମୂର୍ଖ କେ ମତେ ଖୋଜୀବ । ପଣ୍ଡିତ ପୁତ୍ର ମୁ ପୁଣି ଧିକ ମୋର ଜୀବ ॥

ଏଘର କୁଟୁମ୍ବ ମୋର କିଛି ଲୋଡ ନହିଁ । ଆଉ ଏଥେ ନ ରହିବି

ଅପମାନ ସହି ॥

 

ଅପମାନ ଠାରୁ ଶ୍ରେୟ ଅଟଇ ମରଣ । ବିଦେଶ କୁ ବିଦ୍ୟାଅର୍ଥେ କରିବି ଗମନ ॥ ଉଠିଲା ସେ ଏହିପରି ନିଷ୍ଟା ଧରି ମାନେ । ଗୃହ ଛାଡି ଗଲା ମୂର୍ଖ

ଭିଷଣ କାନନେ ॥ ଯାଉ ଯାଉ ଦେଖିଲା ସେ ଅରଣ୍ୟ ମଣ୍ଡଳେ । ବସିଥିଲେ ତାପୀ ଜଣେ ବଟବୃକ୍ଷ ତଳେ ॥ ପ୍ରଜ୍ଵଳିତ ଅଗ୍ନି ପରି ତେଜ ବିରଜାଇ । ଅଛନ୍ତି ସେ ଏକା ହୋଇ କେହି ସଙ୍ଗେ ନହିଁ ॥

 

ଦେଖି ତାଙ୍କୁ ମୂର୍ଖ ଦ୍ଵିଜ ବିଚାରଇ ମନେ ଦେଖିଲି ମୁଁ ଭଗ୍ୟେ ବଳେ ଏହାଙ୍କୁ

ନୟନେ ॥ ଦାୟକଲେ ଏହି ତପୀ ପଣ୍ଡିତ ହୋଇବ । ଏହା ଭାବି କହିଲା ସେ

ତପୀ ପଦେ ସେବି ॥ ଫଳମୂଳ ଖାଇ ସେବା କରେ ନିରନ୍ତର । ଦେଖି ତାହା

ତୋଷ ହୋଇ ସେହି ତାପୀବର ॥ ପ।ଶେଡାକି ପଚାରିଲେ କହ ଆରେ

ବାବୁ ।କାରଣେ ଏତେ କଷ୍ଟେ ଆମ୍ଭଙ୍କୁ ତୁ ସେବୁ ॥

 

ତାହା ଶୁଣି ସେ ଶଙ୍କର ପଡି ତାଙ୍କ ପାଦେ । ଶୋକଭରେ ଜଣାଇଲା ଅଶ୍ରୁ ଗଦଗଦେ ॥ ଆଜନ୍ମ ରୁ ମୂର୍ଖ

ମୁହିଁ ପାଠ ପଢି ନାହୁଁ ॥ କେହି ମତେ ସେହି ହେତୁ ପଚାରନ୍ତି ନହିଁ ॥ ଯେଉଁ ରୂପେ

ଏ ଦେହ ରେ ଦିବ୍ୟ ହେବ ମୋର । କୃପାକରି ସେ କଥା କୁ କରନ୍ତୁ ବିଚାର ॥ ତାହା

ଶୁଣି ତପି ମାନେ ହୋଇ ଅତି ତୋଷ । ଦେଲେ ତ କର୍ଣ୍ଣରେ ସିଦ୍ଧମନ୍ତ୍ର ଉପଦେଶ ॥

 

ଶଙ୍କର ବୁଦ୍ଧ ସେ ତପି ପାରୁଷରେ ରହି । ଜପ କଲା ସେ ମନ୍ତ୍ର କୁ ସ୍ଥିର ଚିତ୍ତ

ହୋଇ ॥ସିଦ୍ଧ ମନ୍ତ୍ର ପ୍ରଭାବରେ ପଣ୍ଡିତ ହୋଇଲା । ତପି ଠାରୁ ବିଦା ହୋଇ

ତୁରିତେ ଚାଲିଲା ନିଜ ଦେଶେ ଯାଉଁ ଯାଉଁ ବାଟରେ ଦେଖିଲା। କାନନ

ଭିତରେ ଏକ ଶିବାଳୟ ଥିଲା ॥

 

ସେହି ସ୍ଥାନେ ରହିଲା ସେ ହୋଇଣ ଆନନ୍ଦ । ଶିବ ଙ୍କ ସମ୍ମୁଖେ ଅଛି ଅତି

ରମ୍ୟ ହ୍ରଦ ॥ ପଦ୍ମ ଆଦି ପୁଷ୍ପ ଫୁଟି ଦିଶେ ମୋନହର । ଦେଖି ତ ଶଙ୍କର ବୁଦ୍ଧ

କରାଇ ବିଚାର ॥ ରହି ଏଥେ ଆଜ ରାତ୍ର ଯିବୀ ପ୍ରଭାତରେ । ଏହା ଭାବି ରହିଲା

ସେ ଶିବଙ୍କ ମନ୍ଦୀରେ ॥ ରାତ୍ର ଆସି ପ୍ରହରେକ ହେଲା ସେ ଉତ୍ତାରୁ । ଆଠ କନ୍ୟା

 

 

Unknown

ବାହାରିଲେ ସେ ଜଳ ଭିତରୁ ॥ ମାଣ୍ଡୀ ହୋଇଛନ୍ତି ଦେହେ ନାନା ଅଳଙ୍କାର । ସୁନ୍ଦର

ପଶରେ ତାଙ୍କୁ

ସେହି ପଟାନ୍ତର ॥ତିନ୍ତି ନାହିଁ ଦେହ ବସ୍ତ୍ର ଜଳୁ ବାହାରନ୍ତି । ଗନ୍ଧ ପୁଷ୍ପ ବିଲ୍ଵ ଦଳ ହସ୍ତେ ଧରିଛନ୍ତି ॥ଶିବଙ୍କୁ ପୂଜିଲେ ପଶି ମନ୍ଦିର ଭିତରେ । ପୂଜା ଶେଷେ କାଲେ ନାନାବିଧି ଉପାୟରେ ॥ ସେ ଉତ୍ତାରୁ ଏକମୁଖେ ଦେଇ ହୁଳୁହୁଳି । ନୃତ୍ୟ କାଲେ ଆନନ୍ଦରେ ସର୍ବ ବାଳି ॥ ରାତ୍ର ଶେଷେ ଜଳେ ପଶି ନିଜ ସ୍ଥାନେ ଗଲେ ।

 

ତ ଦେଖି ଶଙ୍କର ତାଙ୍କ ପଛରେ ଚାଲିଲେ ॥ ଜଳେ ପଶୁ ବଧ ହେଲା ଅଗ୍ନି ପରି ତାଙ୍କୁ । ଭୟ ପାଇ ସେହିକ୍ଷଣି ଫେରିଲା କୁଳକୁ ॥ ସେହି ଠାରୁ ବାଟ ଚାଲି ପୁଣି କେତେ ଦିନେ । ପ୍ରବେଶ ହୋଇଲା ଯାଇ ଆପଣା ଭୁବନେ ॥ ହେବାରୁ ପଣ୍ଡିତ ଗଲା ରାଜଙ୍କର ପାଶେ ॥

 

ତାହା ପରେ ସେ ପଚାରିଲେ ସକଳ କଥା ॥ ଯହୁଁ ଶିବାଳୟ ଗଲା ଶୁଣିଲେ ନୃପତି । ସଙ୍ଗେ ଘେନି ସେ ଦ୍ଵିଜଙ୍କୁ ଚାଲିଲେ ଝଟଟି ॥ ପ୍ରବେଶ ହୋଇଲେ ଯାଇ ଶିବଙ୍କ ମନ୍ଦୀରେ । ଦିନଶେଷ ହେଲା ରାତ୍ର ପ୍ରହାର କୋଠାରେ ॥ ପୁର୍ବ ପରି ଅଷ୍ଠ କନ୍ୟା ଜଳୁ ବାହାରିଲେ । ରତରେ ଶିବ ପୂଜ୍ୟ ପ୍ରାତେହ ଜଳେ ସେ ପଶିଲେ ॥

 

ବିକ୍ରମ ଆଦିତ୍ୟ ତାହା ଦେଖୁଥିଲେ ବଶି । କନ୍ୟ।ଙ୍କ ପଛରେ ଗଲେ ଜଳ ମଧ୍ୟେ

ପଶି ॥ ଯାଉ ଯାଉ ପ୍ରବେଶିଲେ ପାତ।ଳ ଭୁବନେ । ପଚାରିଲେ ସେ ନାରୀଙ୍କି ତହୁଁ ତୋଷମନେ ॥ ହେ ସୁନ୍ଦରୀ ଗଣ କହ ଏ କେଉଁ ଭୁବନ । ତାହା ଶୁଣି ନାରିଗଣ ଭାଶିଲେ ବଚନ ॥ ଆହେ ନୃପ ଜ।ଣ ଏହି ଅଟଇ ପାତାଳ ।

 

ଏ ଭୁବନେ ଜରା ମୃତ୍ୟୁ ନାହି ପ୍ରାଣୀଙ୍କର ॥ ମର୍ତ୍ୟ କୁ ନଯାଇ ତୁମ୍ଭେ ରହ ଏହି

ଠାରେ । ବିକ୍ରମ ଆଦିତ୍ୟ ଶୁଣି କହନ୍ତି ସ ଧୀରେ ॥ ମୁଁ ରହିବି ଯେବେ ଏହି ପାତାଳ ଭୁବନେ । ଅନାଥ ହୋଇବେ ଜ।ଣ ମୋର ପ୍ରଜା ମାନେ ॥ ଫେରିଯିବେ ଅତିଥିଏ ଆସି ମୋହ ଠାରୁ । ଯିବୀ ମୁଁ ମେଲାଣି ଦିଅ ସନ୍ତୋଷେ ଏଠାରୁ

 

ତାହା ଶୁଣି ଅଷ୍ଟ ନାରୀ ହୋଇ ତୋଷ ମନ । ତାଙ୍କ ହସ୍ତେ ଆଣି ଦେଲେ ଅଠୋଟି ରତନ ॥ ରତ୍ନ ଘେନି ତହୁଁ ନୃପ ଯୋଗାସନେ ବସି । ପ୍ରବେଶ ହୋଇଲେ ଶିବ ମନ୍ଦିରରେ ଆସି ॥ ଶଙ୍କର ଙ୍କୁ ସଙ୍ଗେ ଘେନି ନିଜ ଦେଶେ ଗଲେ । ଯାଉ ଯାଉ ବାଟରେ ସେ ଏପରି ଦେଖିଲେ ॥ ଅରଣ୍ୟ ଭିତରେ ବସି ଏକ ବିପ୍ର ବର ।

 

କାନ୍ଦୁ ଥିଲା ନିନ୍ଦା କରି କରମ କୁ ତାର ॥ ବିକ୍ରମ ଆଦିତ୍ୟ ଶୁଣି ତାପାଶକୁ ଗଲେ । କନ୍ଦିବା କାରଣ ସେହି ବିପ୍ରଙ୍କୁ ପୁଚ୍ଛୀଲେ ॥ ଶୁଣି ଅତି ଦୁଖେ ତାଙ୍କୁ କହଇ ବ୍ରାହ୍ମଣ ବହୁକୁଟୁମ୍ବୀ ମୁଁ ପୁଣି ଗରିବ ନିର୍ଦ୍ଧନ ॥ ତିନି ଦିନେ ଦିନେ ଖାଇବାକୁ ନ ମିଳାଇ । ଭରିଜା ର କାଟୁ ବାକ୍ୟ ନ ପରିଲି ସହି ॥

 

ଅରଣ୍ୟ ରେ ସେହି ହେତୁ କରୁଛି ରୋଦନ । ତାହା ଶୁଣି ବିକ୍ରମ ହେଲେ ତାହା ଠାରେ ପ୍ରଶନ୍ନ ॥ ଆଣିଥିବା ଅଷ୍ଠ ରତ୍ନେ ସେ ବିପ୍ରକୂ ଦେଲେ ॥

ଆନନ୍ଦ ମନରେ ନିଜ ନଗରେ ଚାଲିଲେ ॥ ଗରିବ ବ୍ରାହ୍ମଣ ପାଇଁ ସେ

ଅଷ୍ଠ ରତ୍ନ । ବିକି ଭାଙ୍ଗି ମହା ସୁଖେ କଟାଇଲା ଦିନ ॥ ବୁଝା ଆହେ

 

ଭୋଜନରୂପ ମନରେ ବିଚାରୀ । ବିକ୍ରମ ଆଦିତ୍ୟ କେଡେ ପର ଉପକାରୀ ॥

ଯେବେ ତୁମ୍ଭେ ତାଙ୍କ ସମ ଅଟ ନରଗଣ । ତେବେ ସୁଖେ ସିଂହାସନ କର

ଆହୋରଣ। ଏହା କହି ସେ ପୁତ୍ତଳି ଗଲା ସ୍ଵର୍ଗପୁର । ଶୁଣି ବାହୁଡିଲେ

ଲାଜେ ଭୋଜ ନୃପବର ॥ ଦ୍ଵାବିଂଶତି ପୁତ୍ତଳିର କଥା ହେଲା ଶେଷ । ସିଂହ

ଜଗନ୍ନାଥ କହେ ସୂରୀ ରମାଇଶ॥

            -----------------

 

      ତ୍ରୟୋବିଂଶ ପୁତ୍ତଳି ର କଥା

ତହିଁ ଆରଦିନ ଭୋଜ ପୂର୍ବ ପରକାରେ। ଯଥାବିଧ ନିତ୍ୟକର୍ମ ବହନ

ସାରିଲେ ॥ ବସିବାକୁ ସିଂହସନେ କରି ସେ ବିଚାର । ପ୍ରବେଶ ହୁଅନ୍ତେ

ଯାଇ ନିକଟରେ ତାର ॥ ତାଙ୍କୁ ଦେଖି ତ୍ରୟୋ ବିଂଶ

ପୁତ୍ତଳିକା ହସି । ଏଥିରେ

ବୋଇଲା ହେ ନୃପ ଏଥି ନ ପାରିବ ବସି ଏଥିରେ ବାସନ୍ତୀ ରାଜା ବିକ୍ରମ ମିହିର । ତାଙ୍କପରି ଗୁଣୀ ଥିଲେ ବସ ନରବର ॥

 

ଏହା ଶୁଣି ଭୋଜ ତାଙ୍କୁ ପଚାରିଲେ ଶ୍ନେହେ । କିକି ଗୁଣ ଥିଲା କହ ସେ ବିକ୍ରମ ଦେହେ ॥ ତାହା ଶୁଣି ସେ ପୁତ୍ତଳି ବୋଇଲା ବଚନ । କହୁଅଛି ତାହା ଶୁଣ ହୋଇ ସ୍ତିର ମନ ॥ ଉଜ୍ଜଳ ନଗର ରାଜା ବିକ୍ରମ ଆଦିତ୍ୟ । ପ୍ରଜା ଙ୍କୁ ସେ ପୁତ୍ର ପରି ପାଳନ୍ତି ସନ୍ତାନ ॥ ଦିନେ ସେ ନୃପତି ଗଲେ ଦିଗ ବିଜେ କରି । ତ ମଧ୍ୟେ ହେଲା ଯାହା ଶୁଣ ଦଣ୍ଡ ଧାରୀ ॥

 

ସୌଦାଗର ଜଣେ ତାଙ୍କ ଦେଶ ମଧ୍ୟେ ଥାଏ । କେତେ ଧନ ଥିଲା ତାର

କହିବ ବ। କିଏ ॥ହାତୀ ଘୋଡା ଗୋରୁ ଗାଈ ଥିଲା ଅସୁମାର । ଭାଗ୍ୟବଳେ

ଥିଲେ ପୁଣି ଚାରି ପୁତ୍ର ତାର । ସୌଦାଗର ଦିନେ ସେହି ପୁତ୍ରଙ୍କୁ ଡକାଇ ।

ବୋଲେ ମୋହଠାରୁ ତୁମ୍ଭେ ଶୁଣ ଚାରିଭାଇ ଅଳ୍ପ ଦିନେ ମୃତ୍ୟୁ ମୋର ହୋଇବ

 

ନିଶ୍ଚୟ । ସନ୍ଦେହ ନ କରି ଏହା ମାନେ ରଖିଥାଅ ॥ ମିଳିମିଶି ଚାରିଭାଇ

ରହିବା ଏକାଠି ॥ ଜ୍ୟୋଷ୍ଠ ଭ୍ରାତା ଠାରେ ସଦା ରଖିଥିବ ଭକ୍ତି ॥ କନିଷ୍ଠ କୁ

ପୁଅ ପରି କରିବା ପାଳନ । କଦାଚିତେ ନ ଶୁଣିବ ଭଗାରି ବଚନ ॥ କର୍ମବଶେ ଭିନେ ଯେବେ ହେବ କେତେବେଳେ । ଅଛି ଯାହା ମୋର ଖଟ ଚାରି ଖୁରା ତଳେ ॥

 

 

 

ବଣ୍ଟନ କାଳରେ ତାହା ଯତନେ ଖୋଲିବ । ଯଥାବିଧ ନିୟମ ରେ

ସବୁ ବାଣ୍ଟିନେବ ॥ କଳି ନ କରିବା ତୁମ୍ଭେ ମାନି ମୋ ବଚନ । କଳହ ରେ

ଘରୁ ଶିର ତୁଟି ଯାଏ ଜ।ଣ ।। ଏହି ପରି ଉପଦେଶ ଦେଇ ସେ ପୁତ୍ରଙ୍କୁ ।ଅଳ୍ପ

ଦିନେ ସୌଦାଗର ତେଜିଲା ଦେହକୁ ॥ ପିତା ମୃତ୍ୟୁ ଦେଖି ପୁତ୍ରେ କାନ୍ଦିଲେ ଅପାର ।

 

ଶେଷେ କଲେ ବିଧିମତେ ପ୍ରେତକ୍ରିୟା ତାର ॥ ଏକତ୍ର ରେ ଚାରିଭାଇ ରହି ନ ପାରିଲେ । ଭିନ୍ନ ଭିନ୍ନ ହେବ ଲାଗି ବିଚାର କରିଲେ ॥ ପିତା କଥା ସୁରି ଗଲେ ମିଳି ଚାରିଭାଇ। ଖଟ ଖୁରା ତଳ ଖୋଲିଲେ ସେ ସର୍ବେ ରହି ॥ ଚାରିଖୁରା ତଳେ ଥିଲା ଚାରିଗୋଟି ଗରାଚକ୍ଷୁ ମାଟି ଅସ୍ତି ଅଙ୍ଗରରେ ଭରା ॥

 

ଚାରିଗର। ଚାରି ଦ୍ରବ୍ୟ ଭାଇଏ ଦେଖିଲେ ସେଥିରେ ମରମ କିଛି ଜାଣିନ

ପାରିଲେ ॥ ଗରା ଘେନି ପଚାରିଲେ ବୁଲି ନାନା ସ୍ଥାନେ । ସର୍ବେ ଅସମର୍ଥ ହେଲେ ସେ ତଥ୍ୟ ବର୍ଣ୍ଣନେ ॥ ତହୁଁ ସେ ବିକ୍ରମାଦିତ୍ୟ ରାଜା ପାଶେ ଗଲେ । ଯୋଗକୁ ବିକ୍ରମାଦିତ୍ୟ ସେକାଳେ ନ ଥିଲେ ॥ ଦିଗବିଜେ କରିବାକୁ ଯାଇଥିଲେ ସେହି ।

 

ତ। ମରମ ପାତ୍ର ମନ୍ତ୍ରୀ ନଜଣିଲେ କେହି ॥ ବିରଶରେ ତହୁଁ ଚାରି ସୌଦାଗର

ଗଲେ । ପଶ୍ଚିମ ଅଙ୍ଗିରା ଦେଶେ ରାଜଙ୍କୁ ଭେଟିଲେ । ସେ ନୃପତି ସଭା ମଧ୍ୟେ ଏହା ପଚାରନ୍ତି । ପାତ୍ର ମନ୍ତ୍ରୀ ସଭାସଦ ଥିଲେ ତହିଁ ଯେତେ ॥ ତାହାର କାରଣ କିଛି ନ ପାରିଲେ କହି । ବିରସ ରେ ଫେରି ତହୁଁ ଗଲେ ଚାରିଭାଇ ॥

 

ଯିବାବେଳେ ପଠେ ହେଲା ଘଟଣା ଯେମନ୍ତ । ବୁଝାଇ କହିବ ଶୁଣ ତାହାର ବୃତନ୍ତ ॥ ବିଧବା ବ୍ରମ୍ହାଣୀ ଜଣେ ଥିଲା ସେ ରାଜ୍ୟରେ । ଅତ୍ୟନ୍ତ ସୁନ୍ଦରୀ ଶେହୁ ପୃଥିବୀ ମଧ୍ୟରେ ॥ ନୂତନ ଯୌବନ ହୋଇ ଋତୁ ଚାରିଦିନ । ପ୍ରଭାତେ ନଦୀ କୁ ଗଲା କରିବାକୁ ସ୍ନାନ ॥

 

ବସୁକି ତ ରୂପ ଦେଖି ମଦନ ଅତୁରେ । ମାୟାରୂପ ଧରି ଯାଇତ ସଙ୍ଗେ ରମିଲେ ॥ ସେହିଦିନ ଗର୍ଭସ୍ଥିତ ହେଲା ସେ ବାଳାର । ଜାଣି ସେ କଥା କୁ ତାର ଗ୍ୟନ୍ତି

ସାହାଦର ॥ ପର ପ୍ରୀତି ଦୋଷେତାକୁ ନ ରଖିଲେ ଘରେ । ବ୍ରମ୍ହାଣୀ ରହିଲା ଯାଇ କୁମ୍ଭାର ଶାଳାରେ ॥

 

 

ଦଶମାସ ପୁରୀଯନ୍ତେ ଜନ୍ମିଲା କୁମର ॥ ତ। ତେଜ କୁ ସମନୁହେ ରବି

ବାଇସ୍ୟାନର ॥ ଦେହରେ ତ ବିରାଜି ଚକ୍ରବର୍ତୀ ଚିହ୍ନ । ବସୁକି ପଟାଲେ ଥାଇ ଜାଣିଲେ ତକ୍ଷଣ ॥ ଅନନ୍ଦେ ଆସିଲେ ସେହୁ କୁମ୍ଭାର ଶାଳକୁ । ଶ୍ରୀ ଶାଳି

ବହନ ନାମ ଦେଲେ କୁମରକୁ ॥

 

 

ବ୍ରାହ୍ମଣୀକୁ ଦେଇଗଲେ ଅସଂଖ୍ୟ ରତନ ।ପରମ ଆନନ୍ଦେ ସେହୁ ପାଳିଲା

ନନ୍ଦନ । ହେଲା ଯହୁଁ ପାଞ୍ଚବର୍ଷଶାଳିବାହନକୁ ।। ସଙ୍ଗେ ଘେନି ଖେଳିଲା

ସେ କୁମ୍ଭାର ପିଲାଙ୍କୁ ।ସୈନ୍ୟ ହାତୀ ଘୋଡାମାନେ ମାଟିରେ ଗଢଇା ସଙ୍ଗୀ

ପିଲାଙ୍କୁ ସେ ପାନ୍ତ୍ରମନ୍ତ୍ରୀ କରେ ନେଇ ।। ରାଜାହୋଇ ଆପେ ନିତି କରୁଥାଏ

ଖେଳ ।ଖେଳିବା ସମୟେ ସେହି ଚାରି ସୌଦାଗର ।

 

ବିରସ ମନରେ ସେହିବାଟେ ଯାଉଥିଲେ ।ଶାଳିବାହନ ତାହାଙ୍କୁ ପାଖକୁ

ଡାକିଲେ ।। ପଚାରନ୍ତେ ଚାରି ଗରା ତା ଆଗରେ ଥୋଇ । ବୁଝାଇ

କହିଲେ ସବୁ ତାକୁ ଚାରିଭାଇ ।। ଅତି ବୁଦ୍ଧିମାନ ଅଟେ ସେ ଶାଳିବାହନ

ଭାବି ଭାବି ସେମାନଙ୍କୁ କହିଲାଏସନ । ଦେଖ ନାମ ଲେଖା ଅଛି

 

ଗରାମାନଙ୍କରେ । ବାଣ୍ଟି ନେବ ତୁମ୍ଭେମାନେ ସେହି ପରକାରେ ।।

ଚକ୍ଷୁ ଥିବା ଗରା ମଧ୍ୟେ ନାମ ଯାର ଅଛି । ଧାନ ମୃଗ ରବି ଶସ୍ୟ ତା

ଭାଗେ ପଡିଛି ।ମୃତିକା ଗରାରେ ଲେଖା ଅଛି ନାମ ଯାର । ଜମି

ବାଡି ଭୂମି ସବୁ ହୋଇଲା ତାହାର । ଅଙ୍ଗାର ଗରାରେ ଯାର ନାମ

 

ଅଛି ରହି । ସୁନା ରୁପା ଧାତୁ ଦ୍ରବ୍ୟ ନେବ ସବୁ ସେହି ।। ଅସ୍ଥି

ଗରା ଗଟି ଲେଖା ଅଛି ଯା’ ନାମରେ । ଗୋରୁ ଗାଈ ହାତୀ ଘୋଡା

ହେଲା ତା’ ଭାଗରେ ।। ହେତୁ ବୁଝି ଦିଅନ୍ତେ ସେ ଛିଣ୍ଡାଇ ଏପରି

ଚଳିଗଲେ ଆନନ୍ଦରେ ସୌଦାଗର ଚାରି ।। ପାଖେଥିବା ଲୋକେ ଦେଖି

 

ହେଲେ ଆଚମ୍ବିତ । ବୋଲନ୍ତି ରେ ଧନ୍ୟ ଶିଶୁ କେଡେ ବୁଦ୍ଧି ମନ୍ତ ।।

ସେ ଦେଶର ରାଜା ଶୁଣି ଏପରି ବିଚାର । ଶାଳିବାହନକୁ ଘେନି

ଗଲେ ନିଜପୁର ।। ଗୃହେ ରଖି ପାଳିଲେ ସେ କରି ଧର୍ମସୁତ

ଚଉଦିଗେ ଏହି କଥା ହୋଇଲା ବିଦିତ ।। ଦିଗବିଜେ ସାରି ତେଣେ

 

ବିକ୍ରମ ଆଦିତ୍ୟ । ନିଜ ନଗରିରେ ଆସି ହେଲେ ଉପସ୍ଥିତ ।।

ରାଜପାରିଷଦେ ତାଙ୍କୁ ସୌଦାଗର କଥା । କହି ବୁଝାଇଲେ ହେଲା

ଯେପରି ବ୍ୟବସ୍ଥା ।। ଭେଦ ନ ପାରିଲେ ବଡବଡଲୋକେଯାହା

ଶିଶୁ ଶଳିବାହନ ଯେ କହିଦେଲା ତାହା ।। ବିକ୍ରମ ଆଦିତ୍ୟ ଶୁଣି

ବିସି ତ ହୋଇଲେ । ଶାଳିବାହନକୁ ଆଣିବାକୁ ବିଚାରିଲେ ।।

 

ଦୂତ ପଠାଇ ଅଙ୍ଗ ରାପଟ୍ଟ ନୃପଠାକୁ । କହିଲେ ସେ ମାଗି ଆଣଶାଳିବାହନକୁ ।।

ଅଙ୍ଗି ରାପଟ୍ଟ ପାଶକୁ ଗଲା ସେହି ଦୂତ । ବୋଇଲାପେଷିଲେ ମୋତେ ବିକ୍ରମ ଆଦିତ୍ୟା। ଶାଳିବାହନକୁ ଦିଅ କହିଛନ୍ତି ସେହୁ । ସେ ନୃପତି ଶୁଣି ବୋଲେ ନ୍ତ୍ରୁଦ୍ଧ ହୋଇ ତହୁଁ ।। ଆମ୍ଭେ ବିକ୍ରମାଦିତ୍ୟର ଅଧୀନ ତ ନୋହୁ । ପୁଅ ମାଗିବାକୁ ସେହୁ

ସାହସିଲା କାହୁଁ ।।

 

କହ ଯାଇ ଦେବି ନାହିଁ ଶାଳିବାହନକୁ । ଇଚ୍ଛାହେଲେ ଦେଖିଯାଉ ଏଠାରେ ପୁତ୍ରକୁ ।। ଶୁଣି ତାହା ଦୂତ ଆସି କହିଲାସକଳ । ବିକ୍ରମ ଆଦିତ୍ୟ ଶୁଣି ହେଲେ କ୍ରୋଧାନଳ ।। ଚତୁରଙ୍ଗସେନା ଘେନି ଅଙ୍ଗି ରାପଟ୍ଟନେ । ପ୍ରବେଶି ପେଷିଲେ ଦୂତ ରାଜା ସନ୍ନି-ଧାନେ ।।

 

ବୋଇଲେ ସେ ନୃପକୁ ହେ କହ ଏବେ ଯାଇ । ବେଗେ ଆଣିଦେଉ ଶାଳିବାହନକୁ ସେହି । ନୋହିଲେ ସେ କରୁ ଆସି ଆମ୍ଭ ସଙ୍ଗେ ରଣ । ତାହାଶୁଣି ସେ ନୃପତି ସାଜିଲା ବି ସୈନ୍ୟ ।। ବିକ୍ରମ-ଆଦିତ୍ୟ ସଙ୍ଗେ ଆରମ୍ଭିଲା ଯୁଦ୍ଧ । ଭୀଷଣ ସମରେ ତାର ସୈନ୍ୟ ହେଲେ ବଧ ।। ବିକ୍ରମାଦିତ୍ୟଙ୍କୁ ତହିଁ ହାରି ପଳାଇଲା

 

ଶାଳିବାହନକୁ ଶୋକେ ଯାଇ ସେ କହିଲା ।। ଅଟଇ ବିକ୍ରମାଦିତ୍ୟଚକ୍ରୋବର୍ତୀ ରାଜା । ବହୁ ବହୁ ରାଜା ତାର ଅଟନ୍ତି ପରଜା ।। ଯୁଦ୍ଧକରିତାଙ୍କ ସଙ୍ଗେ ହାରିଗଲି

ମୁହିଁ । ପଶିବା ଶରଣ ଚାଲ ରାହା ଆଉ ନାହିଁ ।। ଏହା ଶୁଣି କୋପ କଲା ସେ ଶାଳିବାହନ । ବୋଲେ ଆଜ୍ଞାଦିଅ ମୋତେ କରିବି ମୁଁ ରଣ । ଏହା କହି କୁମ୍ଭକାର

 

ଶାଳକୁ ସେଗଲା । ଚାରି ଜାତି ସେନା ତହିଁ ମାଟିରେ ଗଢଲା ।।

ପିତାବାସୁକିଙ୍କି ପୁଣି କଲା ମନେ ଧ୍ୟାନ । ସେକ୍ଷଣି ସେ ଆସି ତାଙ୍କୁ ଦେଲେ

ଜୀବଦାନ ।। ପିତୁଳାଏ ଜୀବ ପାଇ ହେଲେ ମହାବୀର । ଶାଳିବାହନ ଆଜ୍ଞାରେ

କଲେ ଯୁଦ୍ଧ ଘୋର ।। ଦୁଇ ସେନାଙ୍କର ହେଲା ସମର ବହୁତ । ସେ ଯୁଦ୍ଧରେ ହାରିଗଲେ ବିକ୍ରୋମ ଆଦିତ୍ୟ ।।

 

ବିକ୍ରୋମଙ୍କ ବହୁ ସୈନ୍ୟ ଗଲେ ତହିଁ ମରି । ଯେତେକ ବା ବଞ୍ଚିଥିଲେ ପଳାଇଲେ ଡରି ।। ସେମାନଙ୍କୁ ଘେନି ରାଜା ବିକ୍ରୋମ ମିହିର । ଗ୍ରାମପ୍ରାନ୍ତେ ବିଶ୍ରମିଲେ କରିଣ ଶିବିର ।। ଅଷ୍ଟକିଳା ନାଗମାନେ ଆସି ରଜନୀରେ । ସେ ସୈନ୍ୟଙ୍କୁ ନାଶ କଲେ ବାସୁକି ଆଜ୍ଞାରେ ।। ଗନ୍ଧର୍ବସେନ ଅଟନ୍ତି ବାସୁକିଙ୍କ ମିତ୍ର । ବିକ୍ରୋମ ଆଦିତ୍ୟ ରାଜା ସେ ଗନ୍ଧର୍ବପୁତ୍ର ।।

 

ତାଙ୍କ ଜୀବରକ୍ଷା କରି ମିତ୍ର ସୁତ ବୋଲି । ସୈନ୍ୟନାଶି ଅଷ୍ଟନାଗେ ଗଲେ ତହୁଁ ଫେରି ।। ସୈନ୍ୟ ମାନଙ୍କୁ ନାଗେ କରିବାରୁ ହତ । ମନେ ମନେ ଚିତୋଇଲେ ବିକ୍ରୋମ ଆଦିତ୍ୟ ।। ବାସୁକିଙ୍କ ପିତାଙ୍କର ମିତ୍ର ବୋଲି ଜାଣି । ଧ୍ୟାନ କଲେ ମନେମଧ୍ୟେତାଙ୍କୁ ନୃପମଣି ।। ବାସୁକି ଜାଣିଲେ ଥାଇ ପାତାଳଭୁବନେ

 

 

 

 

 

ଉଭାହେଲେ ଆସି ବିକ୍ରୋମଙ୍କ ସନ୍ନିଧାନେ । ବୋଇଲେ ପ୍ରସନ୍ନ ହେଲି ମାଗ ଇଚ୍ଛା ବର । ବିକ୍ରୋମ ଆଦିତ୍ୟ ଶୁଣି ଯୋଡି ଦୁଇ କର ।। କହିଲେ ଯୁଦେ୍ଧ ମୋ ମଲେ ଯେତେକ ସଇନ । ଦୟାକରିସେମାନଙ୍କୁ ଦିଅ ଜୀବଦାନ । ୟା ଶୁଣି ବାସୁକି ତାକୁ ଦୁଇଖଣ୍ଡସୁଧା । ସମର୍ପି ବୋଇଲେ ଏବେ କର ହେ ସୁବିଧା ।। ଏହି ଯେ ଅମୃତ ଏଥୁଁ

 

ନେଇ ଟୋପେ ଟୋପେ । ମୃତଶବ ମୁଖେ ଦେଲେ ଉଠିବ ସେ ଆପେ ।। ଆନନ୍ଦେ ନୃପତି ସେହି ସୁଧାଖଣ୍ଡନେଲେ । ମୃତ ସୈନ୍ୟମାନଙ୍କର ସମୀପକୁ ଗଲେ ।। ସେକାଳେବାସୁକୀ ବୃଦ୍ଧ ବ୍ରାହ୍ମଣ ରୁପରେ । ମିଳିଲେ ବିକ୍ରୋମାଦିତ୍ୟ ନୃପଙ୍କ

ଆଗରେ ।। ସତ୍ୟ କରାଇଣ ତାଙ୍କୁ ମାଗିଲେ ସେ ଦ୍ୱିଜ ।ଦୁଇ ସୁଧା ଖଣ୍ଡ ଦିଅ

 

ହେ ବିକ୍ରୋମ ରାଜା । ସେହିକ୍ଷଣି ସେ ବିକ୍ରୋମସତ୍ୟ ଭଙ୍ଗ ଭୟେ । କପଟ

ବିପ୍ରଙ୍କୁ ଚାହିଁ ନିର୍ମଳ ହୃଦୟେ ।। ସୁଧା ଦୁଇଭାଣ୍ଡ ଟେକି ଦିଅନ୍ତେ ତାହାଙ୍କୁ । ବିଚାରିଲେ ନାଗରାଜଆପଣା ମନକୁ ॥ ଜଗତ ଭିତରେ ନାହଁ ଏପରି ଧାର୍ମିକ ।ସେଲ।ଗି ବିଖ୍ୟାତ ଏହୁ ନ୍ତ୍ରି ଜଗତ ଯାକ ॥ ଏହ। ଭାବି ନିଜ ରୁପ ତାଙ୍କ ଦେଖାଇଲେ । ପୁନ୍ତ୍ର

 

ଶାଳିବାହନକୁ ଡକାଇଆଣିଲେ ॥ଯେତେ ସୈନ୍ୟ ଦୁହିଙ୍କର ମରିଥିଲେ ରଣେ । ଜୀଆଁଇଲେ ସମସ୍ତଙ୍କୁ ଅମୃତ ସେଚନେ ॥ବୋଇଲେ ବିନ୍ତ୍ରମ।ଦିତ୍ୟ ତୁମ୍ଭେ ମିନ୍ତ୍ର ସୁତ । ଏ ଶାଳି –ବ।ହନ ଅଟେ ମୋର ପ୍ରିୟ ପୁତ୍ର ॥ ଦୁଇଭାଇ ମନାନ୍ତର ହେବ। ଅସୁନ୍ଦର ॥ ସଙ୍ଗେ ସଙ୍ଗେ ମୋ ଆଗରେ ସମାଧାନ କର ॥ ଦୁଇ ପୁତ୍ରେ ଶୁଣି ପିତା ଚରଣେ ନମିଲେ ।

 

କୋଳ।କଳି ହୋଇ ଦୁହେଁ ସ୍ଵସ୍ଥ।ନେ ଗମିଲେ ॥ ଦେଖ ଭୋଜରାଜ ସେହି ବିକ୍ରମାଦିତ୍ୟ । କିପରି ସେ ସତ୍ୟବାଦୀ ପରହିତେ ରତ ॥ ଯେବେ ତୁମ୍ଭେ ହୋଇଥିବ ତାଙ୍କର ସମାନେ । ତେବେ ଯାଇ ନିର୍ଭୟରେ ବସ ସିଂହାସନେ ॥ ଫେରିଗଲେ ଏହ। ଶୁଣି ଭୋଜା ନାରସାଇଁ । ପୁତ୍ତଳିକା ଉଡିଗଲ। ସ୍ଵର୍ଗେ ଚାହିଁ ଚାହିଁ । ଏଠ।ରେ ହୋଇଲ। ଶେଷ ତ୍ରୟୋବିଂଶ କଥା ॥ ବିଭୁପ।ଦେ ରହୁ ସଦା ଜଗନ୍ନାଥ ମଥା ॥

 

ଚତୁର୍ବିଂଶ ପୁତ୍ତଳିର କଥା

ପୁଣି ପର ଦିନ ଶୁଭଲଗ୍ନେ ଭୋଜା ରାଜ । ବସିବାକୁ ସିଂହାସନେହେଲେ

ସଜବାଜ ॥ଚତୁବିଂଶ ପୁତ୍ତଳିକା ବୋଲେ ତାଙ୍କୁ ଦେଖି ।ଆହେ ଭୋଜ

ନରପତି ବାତୁଳ ହେଲ କି ॥ ବସିବାକୁ ସିଂହସନେ ନୀତି ନୀତି ଆସ ।

ଜାଣ ତ ବସନ୍ତି ଏଥି ବିକ୍ରମ ନରେଶ ॥ତାଙ୍କପରି ଗୁଣ ଯେବେ ଅରଜିଛ

ତୁମ୍ଭେ । ତେବେ ଆସି ସିଂହାସନେ ବସି ଯାଅ ତୁମ୍ଭେ ॥

 

ତାହା ଶୁଣି ପଚାରିଲେ ଭୋଜ ନରରାଣ । କହତେବେ ତାଙ୍କ ଠାରେ ଥିଲା କି

କି ଗୁଣ ॥ତାହା ଶୁଣି ଆରମ୍ଭିଲା କଥା ସେ ପୁତ୍ତଳି । ଶୁଣ ହେ କହୁଛି ତାଙ୍କ

ଏକ କଥା ଭଳି ॥ ବିକ୍ରମ ଆଦିତ୍ୟ ବସି ଏହି ସିଂହାସନେ। ପାତ୍ରମନ୍ତ୍ରୀ ଘେନି ସଭା କରୁଥିଲେ ଦିନେ ॥କାଲିଦାସ ଆଦି ତହିଁ ସକଳ ପଣ୍ଡିତ । ସୁଖେ ବସି ଅର୍ଥ କରୁଥିଲେ ନାନା ଶାସ୍ତ୍ର ॥

 

ସୁବିଖ୍ୟାତ ଜ୍ୟୋତିର୍ବିଦ ବରାହ ମିରିହ । ଜଣାଇଲେ ସେ ସମୟେ ଛାମୁରେ ତାଙ୍କର ॥ ରୋହିଣୀ ବୃଷ କୁ ବତ୍ର ମଙ୍ଗଳ ହୋଇବ । ପୃଥିବୀରେ ଅମଙ୍ଗଳ ସେ ହେତୁ ଘଟିବ ॥ ବୃଷ୍ଟି ନ ହେବାରୁ ଶସ୍ୟ ନ ଫଳିବ ନାହିଁ ।ନାଶ ଯିବେ ଜନ ପଶୁ ନିରହ।ରେ ରହି ॥ ତାହା ଶୁଣି କହିଲେ ସେ ବିକ୍ରମ ଆଦିତ୍ୟ । ଅନ୍ୟାୟ ଅନୀତି ଆମ ଏ ଦେଶେ ନାହିଂ ତ । ଜାଗ ଯଜ୍ଞ ହେଉଅଛି ବିଧି ମୁତାବକ ॥

 

କିପାଁ ହେବ ଅନାବୃଷ୍ଟି ତା ସଙ୍ଗେ ମାଡକ । ତାହା ଶୁଣି ତୁନି ହେଲେ ସର୍ବ ସଭାଜନ । ସୁଖ ଶାନ୍ତି ଭାବେ ତହୁଁ ଗଲା କେତେ ଦିନ ॥ରୋହିଣୀ ବୃଷ କୁ ବତ୍ର କୁ ବତ୍ର ହେବାରୁ ମଙ୍ଗଳ ।ଘଟିଲା ଟି ନାନା ସ୍ଥାନେ ଅମଙ୍ଗଳ ॥ବୃଷ୍ଟି ନ ହେବାରୁ ଶସ୍ୟ ଉପୁଜିଲେ ନ।ହିଁ । ପ୍ରଜାଗନେ ପଳାଇଲେ ପେଟ କୁ ନପାଇ ॥

 

ଅନୁକ୍ଷନେଆକାଶ ରୁ ନିର୍ଘାତ ପଡିଲା ।ଭୂମିକମ୍ପ ଆଦି ନାନା ଉତପ।ତ ହେଲ। ॥ ଏପରି ଦେଖିଲେ ଜେହୁ ବିକ୍ରମ ଆଦିତ୍ୟ । ଇନ୍ଦ୍ର ପୂଜା କରିବାକୁ ହୋଇଲେ ଉଦ୍ୟତ ॥ସେ ସମଯେ ଶୁଣା ଗଲା ଏକ ଶୂନ୍ୟ ବାଣୀ । ମହାପଶୁ ମାଂସ ବଳି ଦିଅ ॥ ଗ୍ରହ ଦୋଷ ନାସଜାଇ ମେଘ ବରଷିବା । ଉତପାତ ହୁଏ ଯେତେ ସକଳ ଲିଭିବ । ଶୁଣନ୍ତେବିକ୍ରମ ଏହିପରି ଶୂନ୍ୟ ବାଣୀ । ପ୍ରଜାହିତ ଚିନ୍ତି ମନେମନେ ହେଲେ ଗୁଣି ॥ ପ୍ରଜା ଙ୍କୁ ପାଳିବା ପାଇଁ କରାଇ ମୁ ଜାଗ । ଉଚିତ କି ତାଙ୍କୁ ନାଶ କରି ଦେବା ଭୋଗ ॥ ପ୍ରଜା ନାଶ କଲେ ହେବ ବହୁତ

ଅନ୍ୟାୟ।

ଲୋକ ନିନ୍ଦା ହେବପୁଣି ଧର୍ମ ହେବ କ୍ଷୟ ॥ ଏ କଳଙ୍କ ଯୁଗେ ଯୁଗେ ରହିଯିବ ସିନା । ବଳି ହେଲେ ନିଜେ ମୁହିଁ ହେବି ଉଚ୍ଛ ମନା ॥ ଏହା ଭାବି ସଚିବ ଙ୍କୁ ରାଜ୍ୟ ସମପରି । ଇଷ୍ଟ ଦେବତାଙ୍କ ନାମେ ମନେ ମନେଜପି ॥ ଶୁଦ୍ଧ ପୂତ ହୋଇ ଧରି ଶାଣିତ ଖଡଗ । ଜଗକୁଣ୍ଡ ସମୀପରେ ମିଳିଲେ

 

ସେ ବେଗେ ॥ନିଜ ଶିର କାଟିବାକୁ ଉଠାଇଲେ ଅଶି । ଦେବତାଏ ଡାକିଦେଲେ କୁସୁମ ବରସି ॥ ନ କାଟ କାଟ ଶିର ବିକ୍ରମ ଆଦିତ୍ୟ । ଜଗତରେ ତୁମ୍ଭସମ ନହିଁ

ପୁଣ୍ୟବ୍ରତ ॥ ପର ହିତେ ରତ ପୁଣି ସାହସୀ ଧାର୍ମିକ ।ତୁମ୍ଭର ଏ ଗୁଣ ଦେଖି ହୋଇଲୁ ଅବାକ ॥ ଦେଉଅଛୁ ବର ଏବେ ବରଷିବ ଜଳ । ଅଚିରେ ତୁଟିବ ଏବେ ପ୍ରଜା ଙ୍କ ବିକଳ ॥

ଏହା କହି ଦେବତାଏ ହେଲେ ଅନ୍ତର୍ଦ୍ଧାନ । ସେ କ୍ଷଣି ବରଷିଲା ମେଘ କରି ଗରଜନ॥ ନଦୀ ନାଳ ବିଲ ବାଡି ଗାଡିଆ ପୋଖରୀ ।ଘଡିକ ଭିତରେ ସବୁ ଜଳେ ଗଲା ପୁରି ॥ ବିକ୍ରମ ଆଦିତ୍ୟ ରାଜ ଲଭିଲେ ସନ୍ତୋଷ ।ଦ୍ଵିଜଙ୍କୁ ଦକ୍ଷିଣା ଦେଇ ଯଜ୍ଞ କଲେ ଶେଷ ॥ ତୁମ୍ଭେ ଯେବେ ଭୋଜ ନୃପ ବିକ୍ରମାଙ୍କ ପରି । ସାହସିକ ଆଉ ପୁଣି ପର ଉପକାରୀ ॥ ତେବେ ଯାଇ ସିଙ୍ଘାସନେ ବସ ହେ ନିଃଶଙ୍କେ । ଏହା କହି ସେ ପୁତ୍ତଳି ଗଲା ସ୍ଵର୍ଗ ଲୋକେ ॥ ତା ଦେଖି ଫେରିଲେ ଭୋଜ ବିରସ ମନରେ । ଜଗନ୍ନାଥ ସିଂହ ମନେ ଚିନ୍ତି ମହେଶ୍ବରେ ॥

 

      ପଞ୍ଚବିଂଶତି ପୁତ୍ତଳି ର କଥା

ଆଉ ଦିନେ ଭୋଜ ନୃପ ପୂର୍ବ ପରକାରେ । ସିଂହସନେ ବସିବାକୁ ମିଳନ୍ତିସେଠାରେ ॥ ପଞ୍ଚବିଂଶ ପୁତ୍ତଳିକା କରିଲେ ବାରଣ । ବୋଇଲେ ବିକ୍ରମଙ୍କ ଏହି ସିଂହାସନ॥ ସମ ଯେବେ ଅଟ

ରାଜା ନିର୍ଭୟରେ ବସ । ତା ନହେଲେ ବୃଥାହେବ ସକଳ ସାହସ ॥

 

ତାହା ଶୁଣି ଭୋଜ ରାଜ ତାଙ୍କୁ ପଚାରିଲେ । କହହେ ଆମ୍ଭଙ୍କୁ ଶେହୁ କେଉଁ ପରି

ଥିଲେ ॥ ପୁତ୍ତଳିକା ବୋଲେ ତାଙ୍କ ଥିଲା ବହୁ ଗୁଣ । ଗୋଟିଏ ଦେଖିଛି ମୁହିଁ

କହିବି ତା ଶୁଣ ॥ ସ୍ଵର୍ଗ ରେ ଇନ୍ଦ୍ର ଦିନେ ଦେବତା ଙ୍କ ଆଗେ । ବିକ୍ରମ ପ୍ରଶଂସା

ଗାଈ କହିଲେ ସରାଗେ ॥ ମଘବା ଙ୍କ ଠାରୁ ବିକ୍ରମଙ୍କ ଖ୍ୟାତି ଶୁଣି । ଅବିଶ୍ଵାସ

କରି ଦେବେ କହୁଲେ ଏ ବାଣୀ ॥

କର୍ଣ୍ଣ ମାନଧାତା ପରି ଆଦି କେତେ କେତେ ।ନର ପଟି ଥିଲେ ଶ୍ରେଷ୍ଟ ଜାଣନ୍ତି ସମସ୍ତେ ॥ ବିକ୍ରମାଦିତ୍ୟ କି ଶ୍ରେଷ୍ଟ ସେମାନଙ୍କ ଠାରୁ । ସଂଶୟ ଜନମେ ଇନ୍ଦ୍ର ତୁମ୍ଭ ବଚନରୁ ॥ ତା ଶୁଣି କହିଲେ ଇନ୍ଦ୍ର ସୁଯୋଗ୍ୟ ବଚନ । ତୁମ୍ଭ ଆମ୍ଭ ବିବାଦରେ ନହିଁ ପ୍ରୟୋଜନ ॥ ଚାଲ ମର୍ତ୍ତ୍ୟପୁରେ ତାଙ୍କୁ

 

ପରୀକ୍ଷା କରିବା । କିପରି ସେ ଧର୍ମଶୀଳ ସେ କଥା ବିଡିବା ॥ ଦେବତାଏ ସେ କଥା

ରେ କଲେ ଅଙ୍ଗୀକାର ।ଧର୍ମ ଇନ୍ଦ୍ର ଦୁହେଁ ତହୁଁ ହୋଇଲେ ବାହାର ॥ ଏକାକୀ

ବିକ୍ରମାଦିତ୍ୟ ସେହି ସମୟ ରେ । ବୁଲୁ ଥିଲେ ଛଦ୍ମବେସେ ଆପଣା ରାଜ୍ୟରେ ॥

ପ୍ରଜାଙ୍କର ହାନି ଲାଭ ବୁଝିବା ସକାଶେ । ରାଜା ହୋଇ ଧରିଥିଲେ ବ୍ରାହ୍ମଚାରୀ

 

ବେଶ ॥ଦେଶ ଯାକ ବୁଲିବୁଲି ବନସ୍ତ ମଧ୍ୟରେ । ବସିଥିବ। ବେଳେ ଇନ୍ଦ୍ର ଧର୍ମ

ପହଞ୍ଚିଲେ ॥ ଗାଭି ହେଲେ ଇନ୍ଦ୍ର ପୁଣି ଧର୍ମ ହେଲେ ବ୍ୟାଘ୍ର । ବିକ୍ରମ ଙ୍କୁ ବିଡିବାକୁ ବାହାରିଲେ ଶୀଘ୍ର ॥

ବସିଥିଲେ ବୃକ୍ଷମୂଳେ ବିକ୍ରମ ଆଦିତ୍ୟ । ଭୟେ ଧେନୁ ଆସି

ତହିଁ ହେଲା ଉପସ୍ଥିତ ॥ ବୋଇଲା ହେ ମୋତେ ରଖ ବିକ୍ରମଆଦିତ୍ୟ । ଗୋଡାଉଛି

 

 

 

ବ୍ୟାଘ୍ର କରିବ ନିହତ ॥ କହିଁ କହିଁ ବ୍ୟାଘ୍ର ଆସି ସେଠାରେ ମିଳିଲା

ବିକଟ ରୂପରେ ନାନା ଭୟ ଦେଖାଇଲା ॥ ତା ଦେଖି ବିକ୍ରମାଦିତ୍ୟ ତାକୁ

ପ୍ରାହାରିଲେ । ବ୍ୟାଘ୍ର ତହୁଁ ଗରଜିଲା ଅତି ବିକଟାଲେ ।।

ବୋଇଲା

ନୃପତି ଛାଡ ଧେନୁ କୁ ଖାଇବି । ତୁମ୍ଭେ କିପାଁ ରଖିଅଛ ମୋ ଖାଦ୍ୟ ମୁ ନେବି ॥

 

ପେଟ ପୋଡୁଅଛି ମୋର ହୁଏ ବଡ କ୍ଷୁଧା । ଭୋଜନ ରେ ମୋର ତୁମ୍ଭେ ନ

ଦିଅ ହେ ବାଧା ॥ ଅବିଚାର କଥା କିମ୍ପା କଥା ମହିପାଳ । ଜାଣି ତ ଥିବ ହେ ତୁମ୍ଭେ

ପେଟ ର ବିକଳ ॥ ବିକ୍ରମାଦିତ୍ୟ ଶୁଣି ବ୍ୟାଘ୍ର ର ବଚନ । ବୋଇଲେ ପଶିଛି ସେ ତ

ମୋ ପକ୍ଷେ ଶରଣ ॥ସେକ।ରଣୁ ତାକୁ ଛାଡି ନ ପାରିବି ମୁହିଁ । ଶୁଣି ତାହା ବ୍ୟାଘ୍ର

 

କହେ କୋପଭୋର ଚାହିଁ ॥ ଯେବେ ତୁମ୍ଭେ ଦୟାକରି ରଖିଲ ଧେନୁ କୁ ।ତୁମ୍ଭ

ମାଂସ ଦିଅ ମତେ କ୍ଷୁଧା ନାସିବାକୁ ॥ ଭୋକ ରେ ଅକୁଳ ଦେଖ ହୁଏ ମୋ ଶରୀର ।

ଲଭିବି ସନ୍ତୋଷ ମାଂସ ଖାଇଲେ ତୁମ୍ଭର ॥ ଏହିପରି ବ୍ୟାଘ୍ର ଯେହୁ ଉତ୍ତର କହିଲା।

ନରପତି ମନରେ ଯେ ଆନନ୍ଦ ଜନ୍ମିଲା ॥ ବୋଇଲେ ସେ ବ୍ୟାଘ୍ର ତୁମ୍ଭେ ଖାଇ ମୋର

 

ମାଂସ । ଛାଡିଦିଅ ଏ ଧେନୁ କୁ ଲଭିଣ ସନ୍ତୋଷ ॥ ଉଭୟ ଦିଗରେ ଧର୍ମ ହୋଇବ

ମୋହର । ଏହା କହି ବ୍ୟଘ୍ର ମୁଖେ ପୂରାଇଲେ ଶିର ॥ ଇନ୍ଦ୍ର ଧର୍ମ ଦୁହେଁ ଦେଖି

ତାଙ୍କ ଶୁଦ୍ଧ ମନ । ନିଜ ରୂପ ଧରି ଉଭା ହେଲେ ସେହି କ୍ଷଣ ॥ ଉଭୟ ବୋଇଲେ

ଧନ୍ୟ ଧନ୍ୟ ନୃପବର । ତୁମ୍ଭପରି ଧର୍ମବନ୍ତ ନହିଁ ଏ ଶଂସାର ॥

ସନ୍ତୁଷ୍ଟ ହୋଇଲୁ ଦେଖି ତୁମ୍ଭର ଏ କୀର୍ତି । ଇଚ୍ଛା ଅନୁରୂପେ ବର ମାଗ ନରପତି ॥

ତାହା ଶୁଣି କରଯୋଡି ଜଣାଇଲେ ନୃପ । କଦାଚିତେ ହୃଦେ ମୋର ନ ପଶିବ

ପାପ ॥ ରହିଥିବୀ ସବୁକାଲେ ପର ଉପକାରେ । ଏହା ବିନା କାର୍ୟ୍ୟ ମୋର ନାହି

ଅନ୍ୟ ବରେ ॥ ତଥାସ୍ତୁ କହିଣ ତାଙ୍କୁ ଧର୍ମ ପୁରନ୍ଦର । ଦେଇ ଏକ କାମଧେନୁ ଗଲେ

 

ସ୍ଵର୍ଗ ପୁର ॥ ଘେନି ସେ ଧେନୁ କୁ ରାଜା ଆନନ୍ଦରେ ଗଲେ । ବାଟେ ଯିବା ବେଳେ

ଭିକ୍ଷୁ ବିପ୍ରେକ ଦେଖିଲେ ॥ କାମଧେନୁ ଗୋଟିକୁ ସେ ବିପ୍ରେ ଦାନ କରି । ଗଲେ

ନିଜ ରଜ୍ୟେ ହୃଦେ ପ୍ରେମାନନ୍ଦ ଭରି ॥ ଆହେ ଭୋଜ ଯେବେ ତୁମ୍ଭେ ଅଟ ତାଙ୍କ ସମ

ବସ ସିଂହସନେ ନିଶ୍ଚେ ହେବ ପୂର୍ଣ୍ଣକାମ ॥ ଏହା ଶୁଣି ଭୋଜ ରାଜ ଫେରିଲେ

ବନରେ । ଜଗନ୍ନାଥ କହେ ଗଲା ପୁତ୍ତଳି ଶୂନ୍ୟରେ ॥

 

 

 

 

ଷଢବିଂଶ ପୁତ୍ତଳି ର କଥା

 

 

ତାପରେ ଦିବସେ ପୁଣି ଭୋଜ ନରଗଣ । ସିଂହସନେ ବସିବାକୁ କରିଲେ ଗମନ । ଦେଖି ତାଙ୍କୁ ଷଡବିଂଶ ପୁତ୍ତଳି କହଇ । ସିଂହାସନ ମାହାତ୍ମ୍ୟ କି ତୁମ୍ଭେ

ଜଣ ନାହି ॥ ଏଥି ପରେ ବସୁଥିଲେ ବିକ୍ରମ ରାଜନ । କେଉଁ ଗୁଣେ ତୁମ୍ଭେ ତହିଁ

ବୋଲାଉଛ ମନ ॥ ତାଙ୍କ ପରି ଗୁଣବାନ ଯହୁଁ ହୋଇଥିବ । ସେହି ଏକ ବସିବାକୁ

 

ସାହସ କରିବ ॥ ଏହା ଯହୁଁ ଶୁଣିଲେ ସେ ଭୋଜ ନରପତି । ବୋଇଲେ ପୁତ୍ତଳି

କହ ତେବେ ସେ କୀରତି ॥ ଆରମ୍ଭିଲା ପିତ୍ତଳିକ ହେଉ ତେବେ ଶୁଣ । ବୁଲି

ଯାଇଥିଲେ ଦିନେ ବିକ୍ରମ ରାଜନ ॥ ସାମାନ୍ୟ ବେଶରେ ଭ୍ରମୁଥିଲେ ଦେଶାନ୍ତରେ ।

ଏକ ସ୍ଥାନେ ଶିବ ଙ୍କ ମନ୍ଦିର ଦେଖିଲେ ॥ ପୂଜା କରେ ସେ ଶିବ ଙ୍କୁ ଗୋଟିଏ ବ୍ରାହ୍ମଣ

 

। ଶୋଭାପାଏ ତ ଦେହରେ ବୋହୁ ଆଭରଣ ॥ ପୂଜା ସାରି ସେ ବ୍ରାହ୍ମଣ ସ୍ବଗୃହେ

ଫେରିଲେ । ତହୁଁ ସେ ମାଣ୍ଡୀରେ ରାଜା ସନ୍ତୋଷେ ରହିଲେ ॥ ସେହି ଦ୍ଵିଜବର

ପରଦିନ ପ୍ରଭାତରେ । ବିନା ଅଳଙ୍କାରେ ଆସି ବସିଲା ମନ୍ଦୀରେ ॥ ସଂଶୟମନେ

ବିକ୍ରମ ନୃପ ଏହା ଦେଖି । ପଚାରିଲେବ୍ରାହ୍ମଣଙ୍କୁ ନିକଟ କୁ ଡାକି ॥ ବୋଇଲେ

 

ହେ ବିପ୍ର ତୁମ୍ଭ ଦେହେ ଅଳଙ୍କାର । କଲି ଥିଲା ଆଜି କିପାଁ କରିଲ ବାହାର ॥

ତାହା ଶୁଣି ବୋଲେବିପ୍ର କଲି ଜୁଆ ଖେଳି । ଟଙ୍କା ସୁନା ଅଳଙ୍କାର

ସବୁ ହରାଇଲି ॥ ଏହା ଶୁଣି କହିଲେ ସେ ବିକ୍ରମ ରାଜନ ।

ଅତି ଅମଙ୍ଗଳ ଅଟେ

ଜୁଆ ଖେଳ ଜ।ଣ ॥ ସାଧୁଜନେ କରିଥାନ୍ତି ନିନ୍ଦା ସେ ଖେଳକୁ । ଛାଡ ତୁମ୍ଭେ

 

ଆଜିଠାରୁ ଭୁଲିଯାଅ ତାକୁ ॥ ଦ୍ଵିଜ ବୋଲେ ଆହେ ନୃପ ସେ କଥା ନ କୁହ ।

ଜାଣିଥିଲେ ଜିଣି ବାକୁ ଉପାୟ ବତାଅ ॥ ଏ ବଚନ ନୃପ ଯହୁଁ କର୍ଣ୍ଣରେ ଶୁଣିଲେ ।

ସଙ୍ଗେ ଘେନି ସେ ବିପ୍ରକୁ ସତ୍ଵରେ ଚଲିଲେ ॥ ପ୍ରବେଶ ହୋଇଲେ ଯାଇ ବିନ୍ଧ୍ୟ ଗିରି ପାଶେ । ଦେବୀ ଏକ ଥିଲେ ତାଙ୍କୁ ପୂଜିଲେ ବିଶ୍ଵାସେ ॥ ଦୁହେଁ କିଛି ଦିନ

 

ତହିଁ ପୂଜା କରିବାରେ । ଶୁଣିପାରିଲେ ସେ କଥା ଲୋକ ଙ୍କ ମୁଖରେ ॥ ନରବଳି

ନ ପାଇଲେ କୌଣସି କାଲେ । ନୁହନ୍ତି ସନ୍ତୁଷ୍ଠ ଦେବୀ ଯେତେ ପୂଜା କଲେ॥

ଏହି କଥା ଶୁଣି ବିପ୍ର ହୋଇଲ ହତାଶ । ନରବଳିକାହୁଁ ଆଣି ଦେବା ଦେବୀ

ପାଶ ॥ ବିକ୍ରମ ଆଦିତ୍ୟ ଶୁଣି ବିଚାରି ମନରେ । ନିଜେ ବଳି ହେବ ପାଇଁ ଖଡଗ

 

 

 

ଧରିଲେ ॥ ଦେବୀଙ୍କ ସମ୍ମୁଖେ ଯାଇ ହେଲେ ଉପସ୍ଥିତ । ତାଙ୍କର ଏ ଭକ୍ତି ଦେଖି

ନିଜେ ଜଗନ୍ନାଥ ।। ଆଗେ ଉଭାହୋଇ ତାଙ୍କୁ କହିଲେ ବଚନ । ନ କାଟ ମସ୍ତକ

ଆଉ ବର ମାଗିଘେନ ॥ ବୋଇଲେ ନୃପତି ଯେବେ ହୋଇଲ ପ୍ରସନ୍ନ । ବରେ ମାତ ଏ ବିପ୍ରର ବାଞ୍ଛା କର ପୂର୍ଣ୍ଣ ॥ ଏହା ଶୁଣି ସେ ବିପ୍ର ଙ୍କୁ ଦେବୀ ପଚାରିଲେ ।

 

ମାଗରେ ଆମ୍ଭଙ୍କୁ ତୋର ଇଚ୍ଛା ଯେଉଁ ଭଲେ ॥ ବିପ୍ର ଶୁଣି କହେ ଦେବ ଦିଅ ଏହି ବର । ଜୁଆ ଖେଳ ସବୁଦିନେ ଜୟ ହେବ ମୋର ॥ ଅସ୍ତୁ କହି ଅନ୍ତର୍ଦ୍ଦାନ ହେଲେ ଭଗବତୀ ସାନ୍ତୋଷ ବ୍ରାହ୍ମଣ ଗଲା ଆପଣା ବସତି ॥ ବିକ୍ରମ ଆଦିତ୍ୟ ରାଜା ଗଲେ ନିଜ ପୁର ।ଭୋଜନୃପ ଶୁଣିଲତ କୀରତି ତାଙ୍କର ॥

 

ଯେବେ ପରଉପକାରୀ ଅଟ ତାଙ୍କପରି । ତେବେ ଏହି ସିଂହସନେ ବସ ଯାଇକରି ॥ ଏହା କହି ପୁତ୍ତଳିକା ଗଲା ସ୍ଵର୍ଗପୁରେ । ଭୋଜ ରାଜା ବାହୁଡିଲେ ପୂର୍ବ ପରକ।ରେ ॥ ଷଡବିଂଶ

 

ସପ୍ତ ବିଂଶତି ପୁତ୍ତଳିର କଥା

ପୁଣି ପରଦିନ ଗଲେ ଭୋଜ ନରପତି ପାତ୍ର ମନ୍ତ୍ରୀ ପାରିଷଦ ସଙ୍ଗରେ ଅଛନ୍ତି ।ା ବସିବାକୁ ସିଂହାସନେ ଉଦ୍ୟମ କରନ୍ତେ ।ସପ୍ତବିଂଶ ପୁତ୍ତଳିକା ରୋକିବା ନିମନ୍ତେ ।ା ବୋଇଲା ହେ ବସୁଅଛ କିଂପା ମହୀପାଳ ଏହାପରେ ବସିବାକୁ ନାହିଁ ତୁମ୍ଭ ବଳ ା ଏଥିରେ ବସନ୍ତି ରାଜା ବିକ୍ରମ ଆଦିତ୍ୟ ତାଙ୍କ ପରି ତୁମ୍ଭେ ଯଦି ଥିବ ଗୁଣବନ୍ତ ।ା

 

ତେବେ ବସ ସିଂହାସନେ ବୋଲ ମୋର ମାନି । ତା ନ ହଲେ ଫେରି ଯାଅ ନୃପ ହୋଇ ତୁନି ।ା ନୃପତି ବୋଇଲେ କହ ବିକ୍ରମଙ୍କ ଗୁଣ । ଜାଣିବା କିପରି ଥିଲେ ନ୍ୟାୟ ପରାୟଣ ।। ଥିଲେ କେଉଁ ପରି ପୁଣି କହ ଦାନଶୀ ପୁତ୍ତଳିକା କହେ ଶୁଣ ନୋହି ଅସମ୍ଭାଳ ।ା ଅଧିପତି ହୋଇଥିଲେ ଉଜ୍ଵଳର ସେହି ।ପାଳୁଥିଲେ ରାଜଧର୍ମେ ସମୁଦ୍ରାନ୍ତ ମହୀ

 

ପାତ୍ର ମନ୍ତ୍ରୀ ଘେନି ସେହୁ ଗଲେ ଏକ ଦିନେ ପାରିଧି କରିବା ପାଇଁ ମହାଘୋର ବନେ ାବରାହ ଭଲ୍ଲୁକ ବ୍ୟାଘ୍ର ସମ୍ବର ହରିଣ ମାଇଲେ ବହୁତ ଜୀବ ଖେଦି ବିନ୍ଧି ବାଣ ା ମୃଗୟା ବିନୋଦେ ରାଜା ସନ୍ତୋଷ ନୋହୋଲେ ମୃଗଟିଏ ଦେଖି ତାର ପଛେ ଗୋଡାଇଲେ ା ଚଂଚଳ ଗତିରେ ଯହୁଁ ଧାଇଁଲେ ସେ ବେଗେ ସୈନ୍ୟଗଣ

 

ନପାରିଲେ ଯାଇ ତାଙ୍କ ସଙ୍ଗେ ାଚାହୁଁ ଚାହୁଁ ଦିନ ଆସି ହେଲା ଅବସାନ ବାହୁଡିଲେ ସୈନ୍ୟଗଣେ ପୁରକୁ ବହନ ା ମୃଗକୁ ନପାଇ ତେଣେ ବିକ୍ରମା ଆଦିତ୍ୟ କିସ ଏବେ କରିବା ହେ ବିଚାରିଲେ ଚିତ୍ତ ।ା ଆସ୍ତେ ଆସ୍ତେ ବିଭାବରୀ ହେଲା ପରବେଶ ଗ୍ରାମ ଏକ ଥିଲା ପାଶେ ଗଲେ ସେ ନରେଶ ।ା

 

ବାସକରେ ସେ ଗ୍ରାମରେ ଏକ ଦ୍ୱିଜବର ନୃପତି ମିଳିଲେ ଯାଇ ସେ ବିପ୍ର ମନ୍ଦିର ା ବିପ୍ର ତାଙ୍କୁ ରଖାଇଣ ଅତିଥି ଭାବରେ ଥିଲାଯାହା ଖାଇବାକୁ ଦେଇ ସନ୍ତୋଷରେ ା ବିନୟରେ ଜଣାଇଲାକରିଣ କାକୁତି ଏହି ଦାଣ୍ଡଦ୍ୱାରେ ନିଦ୍ରାଯାଅ ହେ ନୃପତି ମୁଁ ଅଟେଦରିଦ୍ର ମୋର ଘର ଆଉ ନାହିଁ ଏ ଘରେ ରହିଛି ଭାର୍ଜ୍ୟା ପ୍ରସବିନୀ ହୋଇ

 

ତାହା ଶୁଣି ଅଙ୍ଗୀକାର କଲେ ନୃପମଣି ା ମଶିଣା ଖଣ୍ଡିଏ ବିପ୍ର ଦେଲେ ତାକୁ ଆଣି ା କେତେବେଳେ ବସି ରାଜା ମଶିଣାଉପରେ ଜାଣିଲେ ଶୋଇଲେ ସର୍ବେ ଗ୍ରାମ ନାରୀନରେ ା ସକଳେ ଶୋଇଲେ କାର ଦେହେ ଜ୍ଞାନ ନାହିଁ ନାନା ଭାବନାରେ ନୃପବସିଥିଲେ ଚାହିଁ ା ଥିଲା ଷଷ୍ଠୀଘର ପୂଜା ସେଦିନ ଶିଶୁର ଷଷ୍ଠୀ ଦେବୀ

 

ଆସିବାର ହୋଇଗଲାବେଳ ା ଆସି ପହୁଁଚି ସେ ଦେବୀ ନୃପତିଙ୍କୁ ଚାହିଁ ।ା

ବୋଇଲେ ନରେଶ ଏଥେ ବସିଛ କିମ୍ପାଇଁ ବାଟ ଛାଡିଦିଅ ମୋତେ ଭିତରକୁ ଯିବି ॥ ଶିଶୁଟିର କର୍ମଫଳ ଲେଖି ମୁଁ ଆସିବି ॥ ଷଷ୍ଠୀଦେବୀ ବୋଲି ତାଙ୍କୁ ନୃପତି ଚିହ୍ନିଲେ ॥

ଦ୍ଵାର ଛାଡି କର ଯୋଡ଼ି ଗୁହାରି ସେ କଲେ ା ବୋଇଲେ ହେ ମାତ ଶିଶୁ ଭାଗ୍ୟେ

 

ଯା ଲେଖିବ ଫେରିବା ସମୟେ ମୋତେ କହିଦେଇ ଯିବ ା ଆଚ୍ଛାହେଉ କହି ଦେବୀ ଗୃହେ ପ୍ରବେଶିଲେ ଶିଶୁ କପାଳେ ତା ଭାଗ୍ୟଲେଖି ବାହୁଡିଲେ ା ତାଙ୍କୁ ଚାହିଁ ବସିଥିଲେ ବିକ୍ରମ ଆଦିତ୍ୟ ଷଷ୍ଠୀ ଦେବୀ ଜଣାଇଲେ ତାହାଙ୍କୁ ଏମନ୍ତ ା କୁମର କପାଳେ ନୃପସବୁ ଭଲ ହେବ ବିଭା ରାତ୍ରେ ବ୍ୟାଘ୍ର କିନ୍ତୁ ଏହାକୁ ନାଶିବ ।ା

ଲବ୍ଧ ବା ଅର୍ଥ କଥା ମୂଳପାଦେ ଘେନ ଆଉ ତିନି ପାଦ ଯେବେ ହୋଇବ ସଂପୂର୍ଣ୍ଣ ା ତେବେ ଜାଣି ଏହି ଶିଶୁ ବଞ୍ଚିଯିବ ଭଲେ କହି ଏହା ଷଷ୍ଠୀ ଦେବୀ ଅଦୃଶ୍ୟ ହୋଇଲେ ପ୍ରଭାତେ ସେ ନରପତିଡାକି ବ୍ରାହ୍ମଣକୁ ଶୁଣିଥିଲେ ରାତ୍ରେ ଯାହା କହିଲେ ତାହାକୁ ।ାଜାତପୁତ୍ର ବିଭାରାତ୍ରେ ମୃତ ହେବ ଜାଣି ॥ କାନ୍ଦିଲେ ବିକଳେ

 

ଅତି ବ୍ରାହ୍ମଣ ବ୍ରାହ୍ମଣୀ ॥ ପ୍ରବୋଧ ଦେଇଣ ତାଙ୍କୁ ବୋଇଲେ ଭୂପତି ॥ ଦେବୀ ତାର ପ୍ରତିକାର କହି ଯାଇଛନ୍ତି ॥ ଏହି କଥା ଗୋଟି ତୁମ୍ଭେ ରଖିଥିବ ମନେ ଡକାଇବ ମୋତେ ପୁତ୍ର ବିଭାହେବା ଦିନେ ବିକ୍ରମ ଆଦିତ୍ୟ ମୁହିଁ ଉଜ୍ଜ୍ଵଳ ନୃପତି ॥ ରାଜା ବୋଲି ଡାକିବାକୁ ନ କରିବ ଭୀତି ॥

 

ଏହା କହି ଗଲେ ନୃପ ଆପଣା ରାଜ୍ୟକୁ॥ ବ୍ରାହ୍ମଣ ରହିଲେ ଚାହିଁ ବିଭା ଦିବସକୁ ॥ କ୍ରମେ କ୍ରମେ ବଢିଲା ସେ ବ୍ରାହ୍ମଣ କୁମର ॥ କର୍ଣ୍ଣବୋଧ ବିଦ୍ୟାରମ୍ଭ ବ୍ରତବିଧି ତାର ॥ ସାରି ଦ୍ଵିଜ କିଛି ଦିନେ କନ୍ୟା ଅନ୍ଵେଷିଲେ ॥ ବିଭା କଲେ ଶୁଣି ନୃପ ଆପେ ପହୁଞ୍ଚିଲେ ॥ ବହୁତ ପ୍ରଶଂସି ଦ୍ଵିଜ କଲା ସୁକଲ୍ୟାଣ ॥ ରହିଲେ ତା ଘରେ ରାଜା ହୋଇ

ତୋଷମନ ॥ ନିଶୀଥରେ ବର କନ୍ୟା ମଧୁଶଯ୍ୟା କଲେ ॥ ସୈନ୍ୟ ଘେନି ନୃପ ସେହି ଗୃହକୁ ଜଗିଲେ ॥ ଏହା ଦେଖି କନ୍ୟା ନିଜ ବରକୁ ପୁଛିଲା ॥ ସୈନ୍ୟ ଘେନି ନୃପ କିମ୍ପା ଜଗିଛନ୍ତି ଭଲା କ୍ଷକ୍ଷ ମୋ କର୍ମରେ ଲେଖା ଅଛି ଏହା ବୋଲେ ବର କ୍ଷ ବ୍ୟାଘ୍ର ଏ ରାତ୍ରରେ ଆସି ପ୍ରାଣ ନେବ ମୋର କ୍ଷକ୍ଷ ଜଗିଛନ୍ତି ସେଥିପାଇଁ ନୃପ ଘେନି ସୈନ୍ୟ କ୍ଷ ଏଠାକୁ ଆସିଲେ ବ୍ୟାଘ୍ର କରିବେ ନିଧନ କ୍ଷକ୍ଷ

ସ୍ଵାମୀ କଥା ଶୁଣି ବୋଲେ ବ୍ରାହ୍ମଣ କୁମାରୀ କ୍ଷ ଚିତ୍ରି ଦିଅ ବ୍ୟାଘ୍ର ମୁହିଁ ଦେଖିବି କିପରି କ୍ଷକ୍ଷ ସେ କଥାକୁ ଶୁଣି ବିପ୍ର ସୁତ ଅତି ଖରେ କ୍ଷ ବ୍ୟାଘ୍ର ରୂପ ଅବିକଳ ଆଙ୍କିଲା କାନ୍ଥରେ କ୍ଷକ୍ଷ ଚକ୍ଷୁ ଦେଇ ଜୀବନ୍ୟାସ କଲା ତାକୁ ଯହୁଁ କ୍ଷ ସେହି ବ୍ୟାଘ୍ର ଅତିଖରେ ଆକ୍ରମିଲ ତହୁଁ କ୍ଷକ୍ଷ

ମଧୁଶଯ୍ୟା ଘରେ ତାର ବିନାଶିଲା ପ୍ରାଣ କ୍ଷ ବିବାହିତା କନ୍ୟା କଲା ଉଚ୍ଚରେ କ୍ରନ୍ଦନ କ୍ଷକ୍ଷ ସେ କଥାକୁ ବୁଝିପାରି ବିକ୍ରମ ଆଦିତ୍ୟ କ୍ଷ ମଧୁଶଯ୍ୟା ଘରେ ପଶି ଦେଖିଲେ ତୁରିତ କ୍ଷକ୍ଷ ବିପ୍ରସୂତ ଶବ ହୋଇ ପଡିଛି ସଜ୍ୟାରେ କ୍ଷ ଲେଖାଅଛି ବ୍ୟାଘ୍ର ରୂପ ସେ ଘର କାନ୍ଥରେ କ୍ଷକ୍ଷ

 

ବ୍ରାହ୍ମଣ ବ୍ରାହ୍ମଣୀ ଦେଖି ପୁତ୍ରର ମରଣ । କପାଳରେ କର ମାରି କରନ୍ତି ରୋଦନ ।ା ବିକ୍ରମ ଆଦିତ୍ୟ ତାଙ୍କୁ କହିଲେ ବୁଝାଇ । ଏ ନିଶ୍ଚେ ବଂଚିବ ତୁମ୍ଭେ କାନ୍ଦ ନାହିିଁ କେହି ।ା ରଖ ନେଇ ଏ ଶବକୁ ତଇଳ ଭଣ୍ଡାରେ । ସାବଧାନେ ରଖିଥିବ ନ ଦେଖାଇ କାରେ ା ଏଥେ ମୁହିଁ ଆଉ ଥରେ ଆସିବାର ଯାଏ ଜାଣିଥାଅ ରଖିଥିବ ଲୁଚାଇ ସଭିଏଁ

 

ଏହାକହି ପକାଇଲେ ତୈଲକୁଣ୍ଡେ ତାକୁ । ନୃପ ଗଲେ ମନଦୁଃଖେ ଆପଣା

ଦେଶକୁ ।ା ସୈନ୍ୟ ଯାହା ସଙ୍ଗେ ଥିଲେ ରାଜ୍ୟରେ ରଖାଇ ବକ ମଧ୍ୟେ ବୁଲିଲେ ସେ ଏକା ହୋଇ ଜାଇ ।ା ‘ଲବ୍‌ଧ ଅର୍ଥ ‘ ’ ଲବ୍‌ଧ ଅର୍ଥ’ କହି ସବୁବେଳେ । ଅନ୍ୟ କିଛି କଥା ମନ ମଧ୍ୟେ ନ ଭାବିଲେ ା ଶୁଣି ସର୍ବେ ସେ କଥା କୁ ନ ଦେଇ ଉତ୍ତ

 

ଉପହାସେ କହନ୍ତି ଏ ଅଟଇ ବାତୁଳ ।ା ବିଧାତା ଲେଖନ ଅବା କେ କରିବ ଆନ ତାହା ପରେ ହେଲା ଯାହା ଶୁଣ ଭୋଜରାଣ ।ା ସେ ରାଜ୍ୟ ରାଜ ଦୁଲଣୀ ପାତ୍ରର ନନ୍ଦିନୀ ।ା ସୌଦାଗର କନ୍ୟା ମିଶି ବାଳିକା ଏ ତିନି ା ଏକମେଳେ ବାଲ୍ୟକାଳୁ ଗୁରୁ ପାଶେ ଯାଇଁ ପଢୁଥାନ୍ତି ବ୍ୟାକରଣ ଜ୍ଞାନ ହେବା ପଇଁ ।ା ସେ ତିନିଙ୍କ ସଙ୍ଗତରେ

 

ଗୁରୁଙ୍କର ସୁତ । ପଡୁଥାଏ ବ୍ୟାକରଣ ଦୃଢ କରି ଚିତ ।ା କାଳବଶେ ଯଉବନ ପାଇଲେ ସକଳେ । ଯୁବତୀଙ୍କୁ ଦେଖି ଗୁରୁପୁତ୍ର କାମ ଶରେ । ମହା ପୀଡା ପାଇ ହେଲା ଦିନୁ ଦିନ କ୍ଷୀଣ । ବୁଝିପାରି କନ୍ୟାମାନେ ତହିଁର କାରଣ । ଏକାନ୍ତେ କହିଲେ ଡାକି ଗୁରୁ କୁମରଙ୍କୁ କିମ୍ପାଇଁ ଭାବନା କର ନିରେଖି ଆମ୍ଭଙ୍କୁ । ତୁମ୍ଭେ ହେଲ ଯୁବା

 

ଆମ୍ଭେ ହୋଇଲୁ ଯୁବତୀ । ନିତିପ୍ରତି ଦେଖା ଦେଖି ଉଲୁସଇ ଛାତି ।ା ପାଖାପାଖ ହେଲାବେଳେ ପୁଲକଇ ଅଙ୍ଗ । ତୁମ୍ଭେ ଆମ୍ଭେ ସମସ୍ତଙ୍କୁ ଘାରଇ ଅନଙ୍ଗ ।ା ଦେହେ ଦେହ ଲାଗିଗଲେ ଆସେ ଉତ୍ତେଜନା । ସୁରତି କରିବା ମିଳି ନ ହୁଅ ବିମନା ।ା

ଆଜ ରାତ୍ରେ ଗ୍ରାମପ୍ରାନ୍ତ ଶିବାଳୟେ ଯିବ । ସେଠାରେ ତିନିଙ୍କ ସଙ୍ଗେ ନିର୍ଭୟେ

 

ରମିବ ।ା ଏହା କହି ଚଳିଗଲେ ଯେ ଯାହା ପୁରକୁ । ସତ୍ୟ କହି ଗୁରୁପୁତ୍ରେ ଦେହ ଅର୍ପିବାକୁ ।ା ପଣ୍ଡିତଙ୍କ ଭୃତ୍ୟ ତାଙ୍କ ବିଚାର ସକଳ । ଗୁପତରେ ଶୁଣୁଥିଲା ରହି ଅନ୍ତରାଳ ।ା ତୁନି ତୁନି ପଣ୍ଡିତଙ୍କୁ କହିଲା ସେ କଥା । ଶୁଣନ୍ତେ ପଣ୍ଡିତଙ୍କ ଘୂରିଗଲା ମଥା ା ଅନର୍ଥ ଘଟିବ ବୋଲି ଉପୁଜିଲା ଭୟ । ସନ୍ଧ୍ୟା ହେଲା ଡାକନ୍ତେ ସେ ଆସିଲା

 

ତନୟ ।ା ବୋଇଲେ ପୁସ୍ତକ ବାବୁ ଆଣିବୁଟି ମୋର । ଆଜ୍ଞା ମାନି ପୁତ୍ର ଗୃହେ ପଶିଲା ସତ୍ୱର ।ା ସେହିକ୍ଷଣି ସେ ପଣ୍ଡିତ ଟାଣି କବାଟକୁ । ଯତନେ ଶିକୁଳି ଦେଇ ବନ୍ଦୀ କଲେ ତାକୁ ।ା ଯେତେ ପରକାରେ ପୁତ୍ର ମିନତି କରିଲା । କୌଣସି ପ୍ରକାରେ ପିତା ହାର ନ ଖୋଲିଲା ।ା ପଣ୍ଡିତ ବୋଇଲେ ତୁହି କରିବାକୁ ଯାହା । ମନେ ଭାବିଅଛୁ କେବେ ନ

 

ହୋଇବ ତାହା ।ା ସେ କଥା ନୋହିଲା କିଛି କନ୍ୟାକୁ ଗୋଚର । ବୁଲିବୁଲି ସେହି ଦିନ ବିକ୍ରମ ମିହିର ।ା ସେ ସଙ୍କେତ ଶିବାଳୟେ ସେ ନିଶି ରହିଲା । ରାତ୍ର ପ୍ରହରକେ ରାଜ ନନ୍ଦିନୀ ଆସିଲା ।ା ନୃପଙ୍କୁ ସେ ନ ପାରିଲେ ଚିହ୍ନି ଅନ୍ଧକାରେ ।ା ଗୁରୁପୁତ୍ର ଭାବି ବରମାଲ୍ୟ ଗଳେ ଦେଲେ ।ା ମୁଖ ଚାହିଁ ସେ କନ୍ୟାର ବିକ୍ରମ ରାଜନ । ଲବ୍‌ଧ ଅର୍ଥ

 

ପାଦ ଗୋଟି କଲେ ତାକୁ ପ୍ରଶ୍ନ ।ା ପଣ୍ଡିତ ଅଟେ ସେ ପୁଣି ରାଜାର କୁମାରୀ । ଶୀଘ୍ର ସେ ଦୁଇଟି ପାଦ ଦେଲା ପୂର୍ଣ୍ଣ କରି ।ା ପୁଣି ବେନି କୋମଲାଙ୍ଗୀ ଅଇଲେ ସେଠାକୁ । ନ ଚିହ୍ନି ବରଣ ମାଳା ଦେଲେ ନୃପତିଙ୍କୁ ।ା ବିକ୍ରମ ଆଦିତ୍ୟ ତାଙ୍କୁ ପଚାରନ୍ତେ ପ୍ରଶ୍ନ । ଅନ୍ୟ ଦୁଇ ପାଦ ଦୁହେଁ କରିଦେଲେ ପୂର୍ଣ୍ଣ ।ା ମିଶିବାରୁ ଚାରିପାଦ ହେଲା ଏହି ଶ୍ଲୋକ । ବୁଝ ସବୁ ଅର୍ଥ କରି ହେ ପଣ୍ଡିତ ଲୋକ ।ା

ଶ୍ଲୋକଃ

୧ । ଲବ୍‌ଧବ୍ୟମର୍ଥଲଭତେ ମନୁଷ୍ୟୋ-

୨ । ଦେବୋଽପି ତତ୍‌ବାରୟତୁଂ ନ ଶକ୍ୟଃ ।

୩ । ଅତୋ ନ ଶୋଚାମି ନ ବିସ୍ମୟୋ ମେ-

୪ । ଲଲାଟ ଲେଖା ନ ପୁନଃ ପ୍ରୟାତି ।

ଅର୍ଥ

ଯୋଗ ଯାହା ଥାଏ ନିଶ୍ଚେ ଲଭଇ ମାନବ । ନିବାରି ନପାରେ ତାକୁ ନିଜେ ବି ଦଇବ ।ା ତେଜିଛି ମୁଁ ଶୋକ ବିସ୍ମୟକୁ । ନ ପାରେ କେ ପୋଛି ମୋର ଲଲାଟ ଲେଖାକୁ ।ା ଚାରି ପାଦ ଏହି ରୁପେ ହୁଅନ୍ତେ ପୂରଣ । ତୈଳଭାଣ୍ଡୁ ପ୍ରାଣ ପାଇ ଉଠିଲା ବ୍ରାହ୍ମଣ ।ା ବରମାଲ୍ୟ ଦେବା ପରେ ସେ ତିନି ଯୁବତୀ । ଦେଖିଲା ବେଳକୁ ଗୁରୁପୁତ୍ର ସେ

 

 

ନୁହଁନ୍ତି ।ା ଜିଭ କାମୁଡିଲେ ଭାବି ହେଲୁ ହଟହଟା । ପୁଣି ବୁଝିବାକୁ ଧୈର୍ଯ୍ୟ ଧରି ସେ କଥାଟା ।ା ପଚାରିଲେ ଜେମା ତୁମ୍ଭେ କିଏ ମହାଶୟ । ଉତ୍ତମ ଚିତ୍ତରେ ଦିଅ ସତ୍ୟ ପରିଚୟ ।ା ବୋଲନ୍ତି ସେ ନୃପ ଶୁଣି ତାଙ୍କର ବଚନ । ବିକ୍ରମ ଆଦିତ୍ୟ ରାଜା ଆମ୍ଭେ ଅଟୁ ଜାଣ ।ା ତୁମ୍ଭେମାନେ ରାଣୀ ହେବ ଉଜ୍ଜ୍ୱଳ ନଗରେ । ଏହା କହି ସେ ତିନିଙ୍କୁ

ଘେନି ସଙ୍ଗତରେ ।ା ଆପଣା ରାଜ୍ୟକୁ ଗଲେ ଗହଣ ଲଗାଇ । ବୁଝ ଆହେ ଭୋଜରାଜ ଯାହାଗଲି ଗାଇାା ବିକ୍ରମଙ୍କ ସମ କେବା ଅଛି ଅବିନରେ । ଯେପରି ସେ ଥିଲେ ସଦା ପର ଉପକାରେ ।ା ତୁମ୍ଭେ ଯେବେ ସେହିପରି ଅଟ ନରଗଣ । ଗ୍ରହଣ କର ହେ ସୁଖେ ଏହି ସିଂହାସନ ।ା ଏହା କହି ସେ ପୁତୁଳି ସ୍ୱର୍ଗେ ଗଲା ଚଳି । ଭୋଜନୃପ ବାହୁଡିଲେ ମନେ ମନେ ଭାଳି ।ା ସପ୍ତବିଂଶ ପୁତଳିର କଥା ଏ ଅପୂର୍ବ । ଜଗନ୍ନାଥ କହେ ଶୁଣି ସନ୍ତୋଷଲଭିବ ।ା

 

ଅଷ୍ଟାବିଂଶତି ପୁତଲିର କଥା

ପର ଦିନେ ଭୋଜ ରାଜା ସାରି ଦାନ ପୂଣ୍ୟ । ବସିବାକୁ ସିଂହାସନେ ବଳାଇଲେ ମନ ।ା ପାତ୍ର ମନ୍ତ୍ରୀ ସହିତରେ ଯାଇ ନରଇଶ । ସିହାଂସନ ନିକଟରେ ହେଲେ ପରବେଶ ।ା ଉଠି ତହୁଁ ଅଷ୍ଟାବିଂଶ ପୁତଳି କହଇ । ଆହେ ଭୋଜନୃପ ତୁମ୍ଭେ ହୋଇଲ କି ବାଇ ।ା କାହିଁ ପାଇଁ ବୃଥା ଆଶା ପ୍ରତିଦିନ କର । ଜାଣ ତ ବସନ୍ତି ଏଥି ବିକ୍ରମ ମିହିର ।ା ଆଗେ

ତାଙ୍କ ପରି ଆହେ ହୁଅ ଗୁଣବାନ । ତା ପରେ କରିବ ସିଂହାସନେ ଆରୋହଣ ।ା ଏହା ଶୁଣି ପଚାରିଲେ ଭୋଜ ନରପତି । କହ ତେବେ ଶୁଣିବା ହେ ତାଙ୍କ ଯଶ କୀର୍ତ୍ତି ।ା ବୋଇଲା ହେ ପୁତଲିକା ଶୁଣ ହେ ରାଜନ । ବିଦ୍ୟା ଶିକ୍ଷା କରେ ଏକ ବ୍ରାହ୍ମଣ ନନ୍ଦନ ।ା ନାନା ଦେଶ ବୁଲି ବହୁ ଶାସ୍ତ୍ର ସେ ପଢିଲା ।ା ସାମୁଦ୍ରିକ ଶାସ୍ତ୍ର କିନ୍ତୁ ଜାଣିନ ପାରିଲା ।ା

ଜାଣିବ କିପରି ବୋଲି ମନରେ ବିଚାରି । ହୋଇଲା ପ୍ରବେଶ ଯାଇ ଉଜ୍ଜ୍ୱଳ ନଗରୀ ।ା ଲୋକମୁଖୁ ଶୁଣିଲା ସେ ବିକ୍ରମ ନୃପତି । ପଢି ଅଷ୍ଟାଦଶ ବିଦ୍ୟା ପଣ୍ଡିତ ବୋଲାନ୍ତି ା ମନମଧ୍ୟେ ବିଚାରିଲା ବ୍ରାହ୍ମଣ ନନ୍ଦନ । ତାଙ୍କଠାରୁ ଅର୍ଜିବାକୁ ସାମୁଦ୍ରିକ ଜ୍ଞାନ ।ା ଏହା ଭାବି ବିପ୍ରସୁତ ଯିବା ସମୟରେ । ଆସୁଥିଲା ପରୁଷେକ ଦେଖିଲା ପଥରେ ।ା ଶୁଭ ଚିହ୍ନ

ମାନ ମସ୍ତକରେ ବିରାଜଇ । ମାତ୍ର ମୁଣ୍ଡେ କାଠ ବୋଝ ନେଉଛି ସେ ବହି ।ା ଅତିଶୟ ଗରିବ ସେ ଦେହେନାହିଁ ବାସ । କାଠ କାଟି ନ ବିକିଲେ ନ ମିଳଇ ଗ୍ରାସ ।ା ଦେଖି ତାର ଏହିପରି ଅବସ୍ଥାକୁ ଗଲା । ବିକ୍ରମ ଆଦିତ୍ୟ ନୃପ ସମୀପେ ମିଳିଲା ।ା ବୋଲଇ ସେ ବିନୟରେ ବ୍ରାହ୍ମଣ ନନ୍ଦନ ଏ ପୁରୁଷ ଦେହେ ନୃପ ଦେଖ ଶୁଭଚିହ୍ନ ।ା ବିରାଜଇ

ପୁଣି ଏହୁ ଦରିଦ୍ର ହୋଇଛି । କାରଣ ଏଥିର ମୁହିଁ ଜାଣି ନ ପାରୁଛି ।ା ବିକ୍ରମ ନୃପତି ଯହୁଁ ଏପରି ଶୁଣିଲେ । ସେହି ପୁରୁଷକୁ ନିଜ କତି ଡକାଇଲେ ।ା ଲକ୍ଷଣକୁ ତା ଦେହରେ କରି ନିରୀକ୍ଷଣ । ବୋଇଲେ ହେ ବିପ୍ର ଶୁଣ ଏହାର କାରଣ ।ା ସର୍ପଫଣା ଚିହ୍ନ ଦେଖ ୟା ଶରୀରେ ଦିଶେ । ଦରିଦ୍ର ହୋଇଛି ତେଣୁ ଜାଣ ସେହି ଦୋଷେ ।ା ଏହା ଶୁଣି ସେ

 

 

ବ୍ରାହ୍ମଣ ଅତି ବିନୟରେ । ଜଣାଇଲେ ବିକ୍ରମଙ୍କ ଆଗେ ଧୀରେ ଧୀରେ ।ା କହ ନୃପ ଶ୍ରୀଅଙ୍ଗରେ ଅଛି କି କି ଚିହ୍ନ । ଚକ୍ରବର୍ତ୍ତୀ କି ଲକ୍ଷଣେ ହୋଇଛ ଆପଣ ।ା ସେ ଲକ୍ଷଣ ସବୁ ମୋତେ ଚିହ୍ନାଅ ନରେଶ । ସଂଶୟ ଯିବ ମୋ ମନୁ ଲଭିବ ସନ୍ତୋଷ ।ା ବିପ୍ରର ବଚନ ଶୁଣି ବିକ୍ରମ ମିହିର । ଦେଖାଇଲେ ନିଜ ଅଙ୍ଗ ସୁଚିହ୍ନ ସକଳ ।ା କିଛି ଦିନ

ପାଶେ ରଖି ବ୍ରାହ୍ମଣ ପୁତ୍ରକୁ । ଭଲରୂପେ ସାମୁଦ୍ରିକ ପଢାଇଲେ ତାକୁ ।ା ଆଉ ମଧ୍ୟ ବହୁ ବିଦ୍ୟା ତାକୁ ଶିକ୍ଷା ଦେଲେ । ଅଳ୍ପ ଦିନେ ସେ ବ୍ରାହ୍ମଣ ସୁପଣ୍ଡିତ ହେଲେ ।ାଶେଷେ ନରପତି ତାଙ୍କୁ ଦେଇ ବହୁ ବିତ୍ତ ।ବିଦାକଲେ ସେହିଦ୍ୱିଜେ ସଦା ତାଙ୍କ ଚିତ୍ତ ।ାମହାନନ୍ଦେ ଗଲେ ସେହି ବ୍ରାହ୍ମଣ ନନ୍ଦନ । ଏହିପରି ଥିଲେ ଜାଣ ବିକ୍ରମ ରାଜନ ।ା

ଚିତ୍ତ ତାଙ୍କ ଥାଇ ସଦା ପର ଉପକାରେ । ତୁମ୍ଭେ କି ହୋଇବ ନୃପ ତାଙ୍କ ସାମନାରେ ।ା ଯେବେ ଅଟ ତେବେ ସିଂହାସନେ ବସ ଭୋଜ । ପ୍ରତିଦିନ ଶୁଣ ଯାହା ମନେ ମନେ ହେଜ ।ା ଏହା କହି ପୁତଳିକା ସ୍ୱର୍ଗେ ଗଲା ଚଲି । ବାହୁଡିଲେ ଭୋଜ ବିକ୍ରମଙ୍କ କୀର୍ତ୍ତି ଭାଳି ।ା ଅଷ୍ଟାବିଂଶ ପୁତ୍ତଳିର କଥା ହେଲା ଶେଷ । ଜଗନ୍ନାଥ ସିଂହ କହେ ସ୍ମରି ଗଣଇଶ ।ା

----------

ଉନତ୍ରିଂଶ ପୁତ୍ତଳିର କଥା

ତାହା ପରଦିନ ଭୋଜ ପୂର୍ବଦିନ ପରି । ନିତ୍ୟ କର୍ମ ଦାନ ପୂର୍ଣ୍ଣ ଯଥାବିଧି ସାରି ।ା ସିଂହାସନ ନିକଟରେ ମିଳିଲେ ବହନ । ମିଶିବାକୁ ମନ ମଧ୍ୟେ ହୋଇଲେ ଉଚ୍ଛନ୍ନ ।ା ଉନତ୍ରିଂଶ ପୁତ୍ତଳିକା କହେ ଏହା ଦେଖି । ଆହେ ଭୋଜ ରାଜ ତୁମ୍ଭେ ବାତୁଳହେଲ

କି ।ା

ଏହି ଦେବ ସିଂହାସନ ଅମୂଲ୍ୟ ଅଟଇ । ବିକ୍ରମ ଆଦିତ୍ୟ ରାଜା ପୁରସ୍କାର ପାଇ ॥ ପୂର୍ବେ ଏହା ପରେ ବସି ପାଳୁଥିଲେ ଦେଶ । ତାଙ୍କ ସମ ଅଟ ଯଦି ତୁମ୍ଭେ ନରଈଶ ॥ ତେବେ ଆସି ବସି ନିଜ ମନରେ ବିଚାରି । ପଚାରିଲେ ତାହା ଶୁଣି ଭୋଜ ଦଣ୍ଡଧାରୀ ॥ ବିକ୍ରମାଦିତ୍ୟଙ୍କ ଠାରେ ଥିଲା କି କି ଗୁଣ । ଶୁଣିବାକୁ ପ୍ରତିଦିନ ହୁଏ ମୋର ମନ ॥

 

ନୂଆକଥା ଜାଣିଥିଲେ କହ ମୋ ଆଗରେ । ଆରମ୍ଭିଲା ପୁତ୍ତଳିକା ତହୁଁ ହର୍ଷଭରେ ॥ ସର୍ବ ଗୁଣ ପରିପୂର୍ଣ ବିକ୍ରମ ଆଦିତ୍ୟ । ତିନିପୁରେ ତାଙ୍କ କୀର୍ତ୍ତି ଅଟଇ ବିଦିତ ॥ ବହୁବିଦ୍ୟା ଜାଣନ୍ତି ସେ ବିଦ୍ୟାର ସାଗର । ତାଙ୍କ ସମ ଜ୍ଞାନୀ ଦାନୀ ନ ଦେଖେ ସଂସାର ॥ ତାଳ ବେତାଳ ଏ ଦୁହେଁ ତାଙ୍କ ପାଶେ ଥାନ୍ତି ତାଙ୍କରି ବଳରେ ରାଜା ଜଗତ ଜିଣନ୍ତି ଯକ୍ଷ ॥

 

ଭାନୁମତୀ ନାମେ ଥିଲେ ଭୋଜର ନନ୍ଦିନୀ ଯକ୍ଷ ବିଭାହେଲେ ତାଙ୍କୁ ନୃପ ବାଜିବିଦ୍ୟା ଜିଣି ଯକ୍ଷ ତାହା ଶୁଣି ଭୋଜ ନରପତି ବିସ୍ମୟରେ ଯକ୍ଷ ବୁଝାଇ କହ ତା ବୋଲି ପ୍ରଶ୍ନ ପଚାରିଲେ ଯକ୍ଷ ବାଜିବିଦ୍ୟା ଜିଣିଲେ ସେ କେଉଁ ଉପାୟରେ ଯକ୍ଷ ତାହା ଶୁଣି ସେ ପୁତ୍ତଳିକା କହଇ ସଧୀରେ ଯକ୍ଷ ତୁମ୍ଭ ବଂଶେ ଗୁଣବାନ ଥିଲେ ନୃପ ଭୋଜବିଦ୍ୟା ଯାଙ୍କଠାରୁ ହୋଇଗଲା ଲୋପ ଯକ୍ଷ ତାଙ୍କ ଦୁଇ ପୁତ୍ର ନାମ ନର ନାରାୟଣ ଯକ୍ଷ ଭାନୁମତୀ ନାମେ ନାମେ କନ୍ୟାଟିଏ ଥିଲା ଯକ୍ଷ ତାଙ୍କ ଦାସ ଦାସୀ ଦୁହେଁ ଥିଲେ କୁଜା କୁଜୀ ଜାଣିଥାନ୍ତି ଏ ସମସ୍ତ ନାନା ଭୋଜବାଜି ଯକ୍ଷ ଭାନୁମତୀ ରୂପ ଅବା କେ ପାରିବ କହି ॥

 

ଅତ୍ୟନ୍ତ ସୁନ୍ଦରୀ ପୁଣି ପଦ୍ମିନୀ ଅଟଇ ଯକ୍ଷ ଦିନେ ବସି ଭୋଜନୃପ ସେ କନ୍ୟା ପ୍ରଦାନ କରିବାକୁ ପଣ ଏକ କଲେ ନିରୂପଣ ଯକ୍ଷଭୋଜ ବିଦ୍ୟାରେ ଯେ ମୋତେ ତ୍ରିବାର ଜିଣିବ ଯକ୍ଷ କନ୍ୟା ଭାନୁମତିକୁ ସେ ବିବାହ କରିବ ଯକ୍ଷ ଏହି ସତ୍ୟ କରି ରାଜା ପଠାଇ ଦୂତଙ୍କୁ ଯକ୍ଷ ତାଙ୍କ ମୁଖେ ଶୁଣାଇଲେ ବିଭିନ୍ନ ରାଜ୍ୟକୁ ଯକ୍ଷ ଦୂତଗଣେ ଆଜ୍ଞା ଘେନି ଶୀଘ୍ରେ

 

ଚାଲିଗଲେ ଯକ୍ଷ ନାନା ଦେଶ ବୁଲି ବୁଲି ଏହି ବାରତା କହିଲେ ଯକ୍ଷ ଭୋଜନରୁପଙ୍କର କନ୍ୟା ନାମ ଭାନୁମତୀ ଯକ୍ଷ ସୁଲକ୍ଷଣୀ ପଦ୍ମିନୀ ସେ ପୁଣି ଗୁଣବତୀ ଯକ୍ଷ ତିନିବାଜି ଜିଣିବ ଯେ ଭୋଜ ନୃପତିଙ୍କୁ ଯକ୍ଷ ଭାନୁମତୀ କନ୍ୟା ବରମଲ୍ୟ ଦେବ ତାଙ୍କୁ ଯକ୍ଷ ରାଜା ମାନେ ଏହା ଶୁଣି କନ୍ୟା ଲୋଭେ ଗଲେ ଯକ୍ଷ ଭୋଜ ବିଦ୍ୟାରେ ନ ଜିଣି ଲାଜରେ ଫେରିଲେ ଯକ୍ଷ

 

ବିକ୍ରମ ଆଦିତ୍ୟ ଚାରମୁଖୁ ପଣ ଶୁଣି ଯକ୍ଷ କନ୍ୟାଳକ୍ଷଭ କରିବାକୁ ମାନେ ମାନେ ଗୁଣୀ ଯକ୍ଷ ସଭା କରାଇଲେ ଡାକି ପଣ୍ଡିତ ମାନଙ୍କୁ ଯକ୍ଷ ସବିନୟେ ପଚାରିଲେ ନୃପ ସେମାନଙ୍କୁ ଯକ୍ଷ ଜାଣିଅଛ ନାନା ବିଦ୍ୟା ସକଳ ପଣ୍ଡିତେ ଯକ୍ଷ ଭୋଜବିଦ୍ୟା ଜିଣି କନ୍ୟା ଆଣିବା କେମନ୍ତେ ଯକ୍ଷ ନୃପତିଙ୍କ ଏପ୍ରକାର ବଚନକୁ ଶୁଣି ଯକ୍ଷ ପଣ୍ଡିତ ବରଗ ତାଙ୍କୁ କହିଲେ ଏ ବାଣୀ ଯକ୍ଷ

 

କିପରି ସେ ଭୋଜବିଦ୍ୟା ଆମ୍ଭେ ଶୁଣି ନାହୁଁ ଯକ୍ଷ ଛାମୁ ଯେ କରନ୍ତି ପ୍ରଶ୍ନ କହିବୁ ବା

କାହୁଁ ଯକ୍ଷ କାଳିଦାସ ତାହାପରେ ବୋଲନ୍ତି ଏପରି ଯକ୍ଷ ଅକ୍ଷରଟିଏ ପାଇଲେ ଶ୍ଳୋକ ଦେବୀ

କରି ଯକ୍ଷ ଭୋଜବିଦ୍ୟା ନ ଜାଣେ ମୁଁ କି ପ୍ରକାର ତାହା ଯକ୍ଷ ବରାହମିହିର ଉଠି କହିଲେ ମୁଁ ଯାହା ଯକ୍ଷ ଜ୍ୟୋତିଷ ବିଷୟେ ପ୍ରଶ୍ନ କରିବ ପୂରଣ ଯକ୍ଷ ଲଗ୍ନ ଦଶା କାଳ ବେଳେ ଆଦି

 

ନିରୂପଣ ଯକ୍ଷ ତାହା ଛଡା ଭୋଜବାଜି କିପରି ନ ଜାଣେ ତାଙ୍କ ପଛେ ପଛେ ଉଠି ଧନ୍ଵନ୍ତରୀ ଭଣେ ଯକ୍ଷ ଚିକିତ୍ସା ବିଷୟ ପୁଣି ରୋଗର ନିଦାନ କ୍ଷତିପୂରଣ କରିବି ଯେତେ ପଚାରିଲେ ପ୍ରଶ୍ନ ଯକ୍ଷ ଅପର ପଣ୍ଡିତ କବି ହୋଇଲେ ମଉନ ଯକ୍ଷ ବିକ୍ରମ ମିହିର ଶୁଣି ପଣ୍ଡିତଙ୍କ କଥା ଯକ୍ଷ ମନ୍ତ୍ର ଜପ ଗୃହେ ପଶି କଲେ ତା ବ୍ୟବସ୍ଥା ଯକ୍ଷ ଏକାନ୍ତରେ ସୁମରିଲେ

 

ତାଳ ଦେବତାଙ୍କୁ ଯକ୍ଷ ତାଳ ଦେବତା ଆସିଲେ ତାହାଙ୍କ ଆଗକୁ ଯକ୍ଷ ସେ ଦୁହିଁଙ୍କୁ ଦେଖିବାରୁ କହିଲେ ନୃପତି ଯକ୍ଷ ଭୋଜରାଜଙ୍କର କନ୍ୟା ନାମ ଭାନୁମତୀ ଯକ୍ଷ ଅଟଇ ପଦ୍ମିନୀ ସେହି ପରମ ସୁନ୍ଦରୀ । ଏହିପଣ କରିଛନ୍ତି ଭୋଜ ଦଣ୍ଡଧାରୀ ।। ଭୋଜବିଦ୍ୟା ତିନିବାକି ଜିଣିବ ଯେ କେହି । ସେ କନ୍ୟାକୁ ଦେବେ ତାକୁ ସତ୍ୟ ଏ

 

ଅଟଇ ।। କେତେ ନରପତି ଯାଇ ସେ ପ୍ରତିଜ୍ଞା ଶୁଣି । ହେଲେଣି ବଞ୍ଚିତ ଭୋଜବିଦ୍ୟାରେ ନ ଜିଣି ।। ଲଭିବା କିପରି କହ ଆମ୍ଭେ ସେ କନ୍ୟାକୁ । ତା ଶୁଣି

ବେତାଳ ତାଳ କହିଲେ ରାଜାଙ୍କୁ ॥ ଯାହା କହିଥିବୁ ଆମ୍ଭେ କରିବୁ ଅବଶ୍ୟ । କର ଆଗେ ସତ୍ୟ ଏହି କଥା ନିଶ୍ଚୟ ॥ ନିଶ୍ଚେ ଆମ୍ଭେ କରାଇବୁ ଜୟଲାଭ ଜାଣ ବିକ୍ରମ

 

ମିହିର ସତ୍ୟକଲେ ସେହିକ୍ଷଣ ॥ ବୋଇଲେ ବେତାଳେ ଏବେ ଚାଲ ନୃପବର । ନ କର ବିଳମ୍ବ ଜୟ ହୋଇବ ତୁମ୍ଭର ॥ ବେତାଳ ବଚନେ ନୃପ ଚତୁରଙ୍ଗ ବଳ । ଘେନି ସଙ୍ଗେ ବାହାରିଲେ ଦେଖି ଶୁଭ ବେଳ ॥ ପହଞ୍ଚିଲେ କେତେ ଦିନେ ଭୋଜ ରାଜ୍ୟେ ଯାଇ । ଦୁତ ହାତେ ପତ୍ର ଏକ ଦେଲେ ପଠିଆଇ ॥ ପାଠକାରୀ ସେ ପତ୍ର କୁ ଭୋଜ

 

ନରରାଣ । ଜ୍ୟେଷ୍ଠ ପୁତ୍ର କୁ ସେ ଡାକି କହିଲେ ବଚନ ॥ କନ୍ୟା ନେବା ପାଇଁ ଆସେ ବିକ୍ରମ ନୃପତି । ସମ୍ମାନ କରି ତାଙ୍କୁ ଅ।ଣ ହେ ଝଟତି ॥ ତୋ ବାଜି ବିଦ୍ୟା ରେ ତାଙ୍କୁ ପରୀକ୍ଷା କରିବୁ । ଏହା ଶୁଣି କୁମାର ଗଲା ବୁଝି ସବୁ ॥ ନଦୀ ଏକ ଭିଆଇଲା ବାଜି ବିଦ୍ୟା ବଳେ । ବହଇ ପ୍ରବଳ ସ୍ରୋତ ପୂର୍ଣ ହୋଇ ଜଳେ ॥

 

ପହରନ୍ତି ପୁଣି ତହିଁ ଜଳଚର ଜୀବ । ନାରୀଟିଏ ସେ ଜଳରେ ବହୁ ଅଛି ନାବ । ହୁଏ ଟଳ ଟଳ ନାବ ନ ହୁଏ ସମାନ । ଦେଖି ସେ ନାବ କୁ ଡଋ ନ ବସିବେ ଜନ॥ ଏ ରୂପରେ ମାୟା ନଦୀ ଭିଆଇ ତୁରିତ । ବିକ୍ରମଙ୍କ ପାଶେ ଯାଇ ମିଳି ରାଜସୁତ ॥ ଯଥାମ।ନ୍ୟ କରି କହେ ମୁ ରାଜା କୁମାର ।

 

ନେବାପାଇଁ ତୁମ୍ଭଙ୍କୁ ମତେ ପେଶିଲେ ପିଅର ॥ବିକ୍ରମ ନୃପତି ଶୁଣି ଯଥା ମାନ୍ୟ କଲେ। ତାହା ସଙ୍ଗତରେ ସୈନ୍ୟ ଗଣ ଘେନି ଗଲେ ॥ମାୟାନଦୀ ପାଶେ ଯାଇ ଦେଖିଲେ ସକଳେ । ନବେ ବସି ସେ ରମଣୀ ଡକେ କୌତୁହଳେ ॥ ବସି ଆସ ନବେ ମୁହିଁ ପ।ରି କରିଦେବି । ବିକ୍ରମଆଦିତ୍ୟ ଶୁଣି ମନେ ମନେ ଭାବି ॥

 

ପରି ହେବେ ଏହି ନବେ କିପରି ସକଳେ । ଜାଣିତାହା ନୃପ କର୍ଣ୍ଣେ କହିଲେ ସକଳେ ॥ ନଦୀ ନୁହେଁ ଭୋଜ ବାଜି ଅଟେ ଜାଣ ଏହି । ଚାଲିଯାଅ ସୈନ୍ୟ ଘେନି ଭୟ କିଛି ନ।ହିଁ ॥ ବେତାଳଙ୍କ କଥା ନୃପ ଶୁଣନ୍ତେ କର୍ଣ୍ଣରେ । ପୂର୍ବେ ସତ୍ୟ କଲା କଥା ପଡିଲା ମନରେ ॥ ପଦରେ ପଣ୍ଡୋଇ ଥାଇ ସୈନ୍ୟ ଙ୍କୁ ଘେନି । ପଶିଗଲେ ଜଳ ରେ ସେ

 

 

 

ମାୟା କୁ ନମାନି ॥ ନଦୀ ଆଦି ଯେତେ ସବୁ ମାୟା ହେଲା ଦୂର । ନିରସ ହୋଇଲ ଦେଖି ସେ ଭୋଜ କୁମାର ॥ ପ୍ରଥମ ବାଜି କି ଜାଣି ବିକ୍ରମ ଆଦିତ୍ୟ । ସଙ୍ଗେ ଘେନି ସୈନ୍ୟ ଗଣଚଳିଲେ ତୁରିତ ॥ ଭୋଜ ନୃପଙ୍କୁ ଯାଇ ଜଣାଇଲା ଚାର । ଜିଣିଲେ ପ୍ରଥମ ବାଜି ବିକ୍ରମ ମିହିର ॥ ଭୋଜ ନୃପ ତାହା ଶୁଣି ହୋଇଲେ ନିରସ । କନିଷ୍ଠ

 

ପୁତ୍ର କୁ ତହିଁ କହିଲେ ଏ ଭାଷ ॥ ଜାଣ ବାବୁ ଆସୁଅଛି ବିକ୍ରମ ଆଦିତ୍ୟ । ତୋ ବାଜି ବିଦ୍ୟାରେ ଜିଣି ଆସ ତୁ ତୁରିତ । ଏହା ଶୁଣି ପିତା ଠାରୁ କନିଷ୍ଠ ନନ୍ଦନ ॥ ବାଟେ ଦେଖିଲ ସେ ଯାଇ ଏକ ବେଣା ବନ । ପ୍ରକାଶିଲା ନିଜ ମାୟା ସେଠାରେ ତାହାର । ଦ୍ଵିତଳ ପ୍ରସାଦ ହେଲା ଅତି ମନହୋର ॥ ପୁଷ୍କରିଣୀ ଏକ ଶୁଣିଲେ ଜଳପୂର୍ଣ୍ଣ ।

 

ଫଳପୁଷ୍ପେ ପରିପୂର୍ଣ୍ଣ ପୁଣି ଉପବନ ॥ ରାଜପୁତ୍ର ମାୟା ବିଚାରିଲା ଏହିପରି । ବିକ୍ରମ ଙ୍କୁ ଜିଣିବାକୁ ମନେ ଚିନ୍ତାକରି ॥ ତାହା ଦେଖି ସୈନ୍ୟମାନେ ବିକ୍ରମ ମିହିର । ଅଟ୍ଟାଳିକା ଦେଖି ମନେ କରନ୍ତି ବିଚାର ॥ ନିତ୍ୟକର୍ମ ଏହିଠାରେ ରହି ବଢାଇବା । ଶୁଚିମନ୍ତ ରୂପେ ଭୋଜ ନୃପଙ୍କୁ ଭେଟିବା ॥

 

ବିକ୍ରମଙ୍କ ବିଚାରକୁ ଜାଣି ସେ ବେତାଳେ । ହସିହସି ଜଣାଇଲେ ତାଙ୍କୁ

ସେହିକାଳେ ।ାନୁହଇ ଏ ଅଟ୍ଟାଳିକା ମାୟାର ବିସ୍ତାର । ପଶି ସେ ଗୃହରେ ମଳ-ମୁତ୍ର ତ୍ୟାଗ କର ।ା ଦେଖିବ ସେ ମାୟା ସବୁ ହୋଇଯିବ ଲୀନ । ତାହା ଶୁଣି ଜଳପାତ୍ର ଘେନି ନରରାଣ ।ା ତ୍ୟାଗ କଲେ ମଳ-ମୁତ୍ର ସେ ଗୃହ ଭିତରେ । ଦେଖୁ ଦେଖୁ ମାୟା ସବୁ ପଳାଇଲା ଦୂରେ ।ାଅଟ୍ଟାଳିକା ନାହିଁ ବେଣାବନ ହିଁ ଦିଶିଲା ।

 

ତାହା ଦେଖି ରାଜାଙ୍କର ଗହଣ ଚାଲିଲା ।ା ଏହା ଦେଖି ଆଚମ୍ବିତେ ଭୋଜ ସାନ ସୁତ । ବିକ୍ରମ ନୃପତି ପାଦେ କରି ଦଣ୍ଡବତ ।ା ଯାଇ ପିତା ଆଗେ ସେ କଥାକୁ ଜଣାଇଲା । ଶୁଣି ବିତେ ଭୋଜ ନରସାଇଁ ବିଚାରିଲା ।ାଦୁଇବାକି ବୁଦ୍ଧିବଳେ ଜଣିଲା ବିକ୍ର। ଆଉ ଏକ ବାଜି ମାତ୍ର ମୋର ମନସ୍କାମ

 

ସେ ବାଜିକି ଯେବେ ଜିଣିପାରେ ଏ ନୃପତି ।ନିଶ୍ଚେ ଦେବି ତେବେ ୟାଙ୍କର ମୋର ଭାନୁ ମନ୍ତ୍ରୀ ।ା ଏହା ଭାବି ମନମଧ୍ୟେ ପଠାଇ ମନ୍ତ୍ରୀକି ବିକ୍ରମାଦିତ୍ୟଙ୍କୁ ନେଲେ ବାଟରୁ ସେଡାକି ।ା ବହୁମାନ୍ୟ କରି ତାଙ୍କୁ ଗୃହେ ରଖାଇଲେ ବହୁ ରତ୍ନଖଞ୍ଜି ଏକ ସଭା ମଣ୍ଡାଇଲେ ା ରତ୍ନସିଂହାସନେ ପୁଣି ବସାଇ

 

 

 

ତାହାଙ୍କୁ । ଦାସୀଙ୍କୁ କହିଲେ ଆଣ ସେ ଭାନୁମତୀକୁ ।ା ଦାସୀମାନେ

ଗଲେ ହୋଇଲେ ହରଷ ଭାନୁମତୀକି ଆଣିଲେ କରିଣ

ସୁବେଶ ।ା ସେ ସମୟେ ମାୟାବଳେ ଭୋଜ ନରପତି ।କଲା ଭାନୁମତୀ

ପ୍ରାୟ ଅସଂଖ୍ୟ ଯୁବତୀ ।ା ସବୁ ଯୁବତୀଙ୍କ ରୂପ ଦିଶଇ ସମାନ

 

ନ ଦିଶଇ ଭାନୁମତୀଠାରୁ କେହି ଭିନ୍ନ ।ା ଶୋଭାପାଏ ସମସ୍ତଙ୍କ କରେ

ପୁଷ୍ପହାର ଗୁନ୍ଥା ହୋଇ ନାନା ପୁଷ୍ପେ ଦିଶେ ମନୋହର

ବୋଲେ ଭୋଜରାଜ ଆହେ ବିକ୍ରମ ଭୂପତି । ଚିହ୍ନ କିଏ ଏମାନଙ୍କ

ମଧ୍ୟେ ଭାନୁ ମନ୍ତ୍ରୀ ା ଯେବେ ବିଭାହେବ ହସ୍ତ ଧରି ନିଅ ତାର

ବିକ୍ରମ ମିହିର ଶୁଣି ହେଲେ ନିରୁତ୍ତର ।ା

 

ଗୁପତରେ ରହି କର୍ଣ୍ଣେ କହିଲା ବେତାଳ ମୁଁ କହିବା କଥାକର କିଛି ନିଁ ନ ଭାଲ ାଭ୍ରମର ହୋଇଣ ଦୁରୁଁ ଉଡିଆସି ମୁହିଁ ଉଡିବି ଯା ମୃଗ ପାଶେ

ଭାନୁମତୀ ସେହି ା ଏହା କହି ଭାନୁମତୀ ପାଶେ ଗଲାବେଗେ

ମଧୁପରୂପକୁ ଧରି ଉଡିଲା ତା ଆଗେ ା ଦେଖି ତାହା ହୋଇ ହୃଷ୍ଟ

 

ବିକ୍ରମ ମିହିର ପାଶକୁ ଆଣିଲେ ଧରି ଭାନୁମତୀ କର ।ା ଭୋଜବାକି

ମାୟା ସବୁ ଗଲା ଦୁର ହୋଇ ଭୋଜ ରୂପ ତାହା ଦେଖି ଆନନ୍ଦିତ

ହୋଇ ା ରଖାଇଲେ ନିଜ ଗୃହେ ବିକ୍ରମାଦିତ୍ୟଙ୍କୁ । ଡକାଇ ଆଣିଲେ

ନିଜ ବନ୍ଧୁବାନ୍ଧବଙ୍କୁ କରାଇ ଉତ୍ସବ ନିଜ ନଗ୍ର ମଣ୍ଡାଇଲେ

 

କୁଲାଚାର ମତେ ସର୍ବ ଦ୍ରବ୍ୟ ସମ୍ପାଦିଲେ ା ବସାଇଣ ବିକ୍ରମକୁ

ରତନ ବେଦୀରେ ସାକ୍ଷୀ କରି ଅନଳକୁ କନ୍ୟା ସମର୍ପିଲେ ।ା

ବିଭା ହୋଇ ଜେମାଙ୍କୁ ସେ ବିକ୍ରମ ଭୂପତି । କୁଳାଚାର ମାନି ତହିଁ

ରହିଲେ ସେ ରାତି ା ପରଦିନ ପ୍ରଭାତରୁ ବିକ୍ରମ ଆଦିତ୍ୟ

 

ଶଯ୍ୟା ତେଜି ବଢାଇଲେ ନିଜ ପ୍ରାତଃକୃତ୍ୟ ା ତାହାପରେ ଶ୍ଵଶୁରଙ୍କୁ

ଆଣିଲେ ଡକାଇ ମେଲାଣି ମାଗିଲେ ନିଜ ଦେଶେ ଯିବାପାଇଁ ।ା

ତାହା ଶୁଣି ଭୋଜନୃପ ଦେଲେ ଯଉତୁକ ସଂଖ୍ୟା କରି ହେବ

ନାହିଁ ଏତେ ଯେ ଅଧିକ ା ବିକ୍ରମାଦିତ୍ୟଙ୍କ କର୍ଣ୍ଣେ କହେ ଭାନୁମତୀ

 

ଦାସ ଦାସୀ କୁଜା କୁଜ ନାମେ ଯେ ଅଛନ୍ତି ।ା ସେ ଦୁହିଁଙ୍କ ମାଗି

ନିଅ ପିତାଙ୍କୁ ମୋହର ବିକ୍ରମ ଆଦିତ୍ୟ ଶୁଣି ଭାନୁମତୀ ଗିର ।ା

ତହୁଁ ମଗାଇଲେ କୁଜା କୁଜା ଦୁହିଙ୍କ ସେ । ତାହାଶୁଣି ଭୋଜନୃପ

କହିଲେ ସନ୍ତୋଷ ା ସମ୍ପତି ସେ କୁଜା କୁଜା ଅଟନ୍ତି ମୋହର । ତୁମ୍ଭେ

 

 

 

 

ଯେବେ ମାଗୁଅଛ ନ ଦେବି କିପରି ା ଏହା କହ ି ସେ ଦୁହିଙ୍କି

ଯଉତୁକ ଦେଲେ ବିକ୍ରମ ଆଦିତ୍ୟ ସୁଖେ କନ୍ୟା ଘେନି ଗଲେ ।ା

ବେତାଳ ସହିତେ ଗଲେ ସକଳ ସଇନ ଯାଇ କେତେଦୂରେ ବସା

କଲେ ସେ ରାଜନ ା ସୈନ୍ୟଗଣ ସହିତ ସେ ରହିଲେ ସେଠାରେ

 

ନିତ୍ୟ କର୍ମ ସାରି ରାଜା ସଭାରେ ବସିଲେ ା କୁଜୀ ଯାଇଥିଲା ତାକ

ଦେଖିଲେ ନୃପତି । ବିରକ୍ତ ହୋଇଣ ତହୁଁ ଏପରି କହନ୍ତି ା ସ୍ତିଝୀ

କଥା ଶୁଣି ମୁହଁ ବୁଦ୍ଧି ହରାଇଲି ଅସୁନ୍ଦର କୁଜା କୁଜା ଯୋଡାଏ

ଆଣିଲି ା କୁଜୀ ତାହା ଶୁଣି ମନେ ବହି ଅତି କୋପ ।ବିଚାରିଲା

 

ଗୁଣ ମୋର ନ ଜାଣେ ଏ ନୃପ ା ଦେଖାଇବି ଗୁଣ କିଛି ତାହାଙ୍କୁ

ମୁଁ ଆଜି ା ଏହା ଭାବି ଖଣ୍ଡେ ଦୂର ଚାଲିଗଲା କୁଜୀ ।ା ମାୟା

ଆରମ୍ଭିଲା ସେହୁ କଣ୍ଠକ ବଣରେ । ମାୟା ଧୂଳି ଉଡାଇଲା ଗଗନ

ପଟରେ ।ା ଘର ବାଡି କୋଠା ହେଲା ଦ୍ଵିପୁରୀନ୍ତ୍ର ପୁରୀ ଯକ୍ଷ ଶୋଭାପାଏ

 

ଉପବନ ଫଳ ଫୁଲେ ପୂରି ଯକ୍ଷ ମୋନହର ଶିବାଳୟ କଲା ସେ ଭିତରେ ସ୍ପଟିକମଣିର ଲିଙ୍ଗ ସ୍ଥାପିଳକ୍ଷ ମାୟାରେ ଯକ୍ଷ ଜଳପୂର୍ଣ୍ଣ ପୁଷ୍କରିଣୀ ତା ନିକଟେ ହୋ ପଦ୍ମ ଆଦି କୁସୁମରେ ଶୋଭନ ଦିଶଇ ।। ଏହି ପରି ମାୟାଟିଏ କରି ସମ୍ପାଦନ । କୁଜୀ ଥାଏ ଗୁପ୍ତେ ଏହିକାଳେ ନରଗଣ ॥ ବ୍ବୁଲି ଯାଏଥିଲେ ସେହି ମାୟାକୁ

 

ଦେଖିଲେ ।ଦେଖି ଶିବାଳୟ ମନେ ସନ୍ତୋଷ ଲଭିଲେ ବିଚାରିଲେ ଯିବାକୁଶେ ଶିବ ମନ୍ଦିରକୁ । ଦର୍ଶନ କରିବି ଯାଇ ତହିଁରେ ଶିବଙ୍କୁ ॥ଏହା ଭାବି ଯିବାବେଳେ ବିକ୍ରମ ରାଜନ । ସେହିକାଳେ କୁଜି କଳା ମାୟାର ଭିଆଣ ॥ କାହୁଁ ଆମି ନୃପ ପାଦେ ଲାଗିଗଲା ମନ । ଶଉଚ ହେବାକୁ ତହୁଁ ଗଲେ ତତକାଳ ॥ମାୟାର ସେ ପୁଷ୍କରିଣୀ

 

ଜଳରେ ଝଟତି ।ବୁଡନ୍ତେ ଶରୀର ଲୁଗା ତାଙ୍କର ନ ତିନ୍ତି ॥ କଣ୍ଟା ଲାଗି ଦେହଯାକ ହେଲା ବିଦାରିତ ।ଶରୀରରୁ ରକ୍ତ ଧାର ବହିଲା ବହୁତ ॥ ବିଚାରିଲେ ତାହା ଦେଖି ବିକ୍ରମ ଆଦିତ୍ୟ । କଣ୍ଟା ଘଣ୍ଟା ଏ ଜଳରେ ପଡିଛି ବାହୁତ ॥ ଦେହଯାକ ସେ କଣ୍ଟାରେ ଚିରି ହୋଇଗଲା । ସେଥିପାଇଁ ଦେହରୁ ମୋ ରକତ ବହିଲା ॥

 

 

 

 

ନରପତି ଏହିପରି ବିଚାରିବା କଲେ । ମାୟା ସବୁ ହରି ନେଲା କୁଜି

ମନ୍ତ୍ରବଳେ ॥ ନୟନ ବୁଲାଇ ତହୁଁ ଆଦିତ୍ୟ । ଦେଖିଲେ ସେ ଘର ଦ୍ବାର

କିଛି ହିଁ ନାହିଁ ତ ॥ ନାହିଁ ଶିବାଳୟ ପୁଣି ନାହିଁ ଜଳାଶୟ । କୁଜି ଏକା ବସି

ଅଛି ସବୁ କଣ୍ଟାମୟ ॥ ତ ଦେଖି ଲଭିଲେ ରାଜା ବିସ୍ମୟ ହରଷ । କରିଲେ

 

ପ୍ରଶଂସା ତହିଁ କୁଜିକି ବିଶେଷ ॥କିଛି ନ କହିଲେ ତାକୁ ସେହି ଦିନଠାରୁ ।

ଆନନ୍ଦେ ରହିଲା କୁଜି ମାୟାପ୍ରକାଶରୁ ॥କୁଜାକୁ ଦେଖିଲେ କିଛି ପ୍ରଜା ହନ୍ତି

ଚଳି । କାହିଁକିଅଛି ଏ ବୋଲି ଦିଅନ୍ତେ ସେ ଗାଳି ॥ ଯାନିପାରେ ସେ କଥାକୁ ବିଚାରିଲା

 

କୁଜା ଯେତେ ଗୁଣ ଅଛି ମୋର ନ ଜାଣେ ଏ ରାଜା ॥ ମାୟା

କରି କନ୍ଦାଇଲେ ଚିହ୍ନିବ ସେ ମତେ । ଏପରି ବିଚାରୀ କୁଜା

ଚାଲିଲା ତୁରିତେ ॥ ଗୁପତେ ରହିଲା ଯାଇ ରାଗରେ ସେ ଜଳି ।

ରାଗରେ ଭେଳିକି ବୋଲି ଉଡାଇଲା ଧୂଳି ॥ ଘୋଟିଲା ଅପୂର୍ବ

 

ମାୟା ବହୁ ସୈନ୍ୟ ଆସି । ମାର ମାର ବୋଲି ସର୍ବେ ଗର୍ଜନ୍ତି ତରାଶି

ଡାକନ୍ତି ରେ ବିକ୍ରମ ତୁ ଆସି ଯୁଦ୍ଧ କର । ସହି ନ ପରିଷେ ଡାକ

ବିକ୍ରମ ମିହିର ॥ କ୍ରୋଧଭରେ ଆଜ୍ଞା ଦେଲେ ନିଜ ସୈନ୍ୟେ ଯାଇ ପଶି

ଗଲେ ରଣେ ॥ମାୟା ସୈନ୍ୟ ସଙ୍ଗତରେ ସମର କରନ୍ତେ ।ରକ୍ତେ ଜରଜର

 

ହୋଇଗଲେ ବାଣ ଘାତେ ॥ ସୈନ୍ୟ ଙ୍କର ପୀଡା ଦେଖି ବିକ୍ରମ

ଆଦିତ୍ୟ । ଧନୁଶର କରେ ଧରି ହୋଇ କୋପାନ୍ବିତ ॥ ଅବିଛନ୍ନେ

ବିନ୍ଧିଲେ ସେ ବାଣ କୋଟି କୋଟି । ଭୂମିରେ ପଡିଲେ ମାରି ବହୁ

ସୈନ୍ୟ ଲୋଟି ॥ ବଞ୍ଚିଥିଲେ ଯାହା ରଣ ଛାଡି ପଳାଇଲେ । ବିକ୍ରମ

 

ଆଦିତ୍ୟ ତାହା ଦେଖି ଆନନ୍ଦରେ ॥ କେତେ ମଲେ ଶତୃ ସୈନ୍ୟ

ଦେଖିବାର ପାଇଁ । ରଣ କ୍ଷେତ୍ରେ ପ୍ରବେଶିଲେ ସେହିକ୍ଷଣି ଯାଇ

ଦେଖିଲାବେଳକୁ କବି କାଳିଦାସ ତହିଁ । ଧନ୍ବନ୍ତରୀ ବରରୁଚି

ମରିଛନ୍ତି ଶୋଇ ॥ ପ୍ରାଣ ଛାଡି ପଡିଛନ୍ତି ବରାହମିହିର । ବେତାଳ

 

 

ଭଟ୍ଟ ସହିତେ ଘଟକର୍ପର ॥ ଯେତେ ଯେତେ ଏହିପରି ଥିଲେ

ସୁପଣ୍ଡିତ । ସେ ଯୁଦ୍ଧରେ ହୋଇ ସର୍ବେ ହୋତ ॥ ସେମାନଙ୍କ

ମୃତ୍ୟୁ ଦେଖି ବ୍ୟଥିତ ହୋଇଣ ହାହାକାର କରି ନୃପ ଚେତା

ହରାଇନ । ପୁଣି ଜ୍ଞାନ ପାଇ ରାଜା କରନ୍ତି କ୍ରନ୍ଦନ । ସୁମାରି ସେ

 

ଚିରସଙ୍ଗୀ ପଣ୍ଡିତଙ୍କ ଗୁଣ ॥ ଛାଡି ତୁମ୍ଭଙ୍କୁ ମୁଁ ଆଉ କିପରି ରହିବ ।

ତୁମ୍ଭରିମାନଙ୍କ ସଙ୍ଗେ ଜୀବନ ହରିବି ॥ କୁଜ ଦେଖି ରାଜଙ୍କର

ବିକଳ କ୍ରନ୍ଦନ ॥ ପୁଣି ମନ୍ତ୍ର ବଲେ ମାୟା କରିଲା ହରଣ ॥

ନୟନା ବୁଲାଇ ତହୁଁ ଦେଖିଲେ ରାଜନ । ରଣ ଚିହ୍ନ ନହିଁ ସବୁ

 

ହୋଇଛନ୍ତି ଶୂନ୍ୟ ॥ କୁଜ ଆଗେ ଠିଆ ହୋଇ ମୃଦୁ ହାସ୍ୟ

ହସେ । ଯା ଦେଖି ଜାଣିଲେ ରାଜା ମାୟା କୁଜାର ସେ ॥ ସେ ଶିନୁ

ସେ କୁଜାଠାରେ ହୋଇଲେ ପ୍ରସନ୍ନ । କୁଜ କୁଜି ନ ହୋଇଲେ

ଆଉ କୋପ ମନ ॥ ଦିନାକେତେ ଜୀବପରେ ବିକ୍ରମ ଆଦିତ୍ୟ ।

 

ସଭା କଲେ ଘେନି ସଙ୍ଗେ ସକଳ ପଣ୍ଡିତ ॥ ପାତ୍ର ମନ୍ତ୍ରୀ ଅମତ୍ୟଙ୍କ

ସକାଳେ ଅଛନ୍ତି ।ଦେବସଭା ବୋଲି ଲୋକେ ଦେଖି ପଚାରନ୍ତି ॥

ସେହିକାଳେ କୁଜା କୁଜି ବେଶ ଭୂଷା ହୋଇ । ସେ ସଭା ନିକଟେ

ଦୁହେଁ ପହଞ୍ଚିଲେ ଯାଇ ॥ କାଲିଦାସ ଆଦି ସବୁ ପଣ୍ଡିତେ

 

ଦେଖିଲେ । କାରିତାକୁ ଉପହାସ କବିତା ପଢିଲେ ॥ କୁଜା କୁଜି

ହାସ୍ୟ ତାଙ୍କ ଶୁଣି କରି ବେଗେ । ସେ ସ୍ଥାନରୁ ପଳାଇଲେ ଲଜ୍ଜା ପାଇ

ରଗେ । ଦୁହେଁ ବସି ଏକାନ୍ତରେ ଏ ବିଚାର କଲେ । ଯେଉଁ ମୁଖେ

କବିଗଣ ଆମ୍ଭଙ୍କୁ ହସିଲେ ॥ ସେହି ମୁଖେ ତାଙ୍କୁ ଆମ୍ଭେ କନ୍ଦାଇବା

 

ଯେବେ । ତେବେସିନା ଆମ୍ଭଗୁଣ ସେମାନେ ଜାଣିବେ ॥ ଏପରି ସେ

କୁଜା କୁଜି ବିଚାରିଣ ଚିତ୍ତେ । ରାତ୍ର ଦୁଇ ଘଡି ଥାଉଁ ଉଠିଲେ

ଗୁପତେ । ବୁଲି ନଗ୍ର ଚାରିପାଖେ ଉଡାଇ ଧୂଳିକି । ବୋଇଲେ

ସବୁରି ଦେହେ ଲାଗରେ ଭେଳିକି ॥ ଏହା ସେ ନଗ୍ର ର ଲୋକେ

 

 

 

ନ ଜାଣିଲେ କେହି । କୁଜକୁଜି ଚାଲିଗଲେ ଭେଳିକି ଲଗାଇ ॥

ବସିଲେ ବିକ୍ରମାଦିତ୍ୟ ସଭା ମଣ୍ଡୟନ। ଶୋଭାପାଉଥିଲେ ସୁଧୀ

ପାତ୍ର ମନ୍ତ୍ରୀ ଗଣ ॥ କୁଜ କୁଜି ତାହା ଦେଖି ଦୁହେଁ ମିଶିଗଲେ ।

ମନ୍ତ୍ର ଜନ୍ତ୍ର ତନ୍ତ୍ର ବଳେ ମାୟା ଭିଆଇଲେ ॥

 

ଘୋଡା ପରେ ବସି ଜଣେ କ୍ଷେତ୍ରୀୟ ପୁରୁଷ । ସଙ୍ଗେ ଅଛି ନାରୀ ଏକ

ଧରି ବୀର ବେଶ ॥ ପରମସୁନ୍ଦରୀ ଅଟେ ସେ ନାରୀ ରତନ । ଘେନି

ତାକୁ ସଙ୍ଗତ ରେ ଆସିଲା ବହନ । ନିଜ ହସ୍ତେ ରମଣୀ ର ହାତକୁ

ଧରାଇ । ଉତୁରି ଘୋଡାରୁ ବୀର ସଭାରେ ମିଳାଇ ॥ ବିକ୍ରମାଦିତ୍ୟ

 

ଙ୍କୁ ଚାହିଁ ବୋଲାଇ ସେ ଭାଷ ଆହେ ନୃପ ତୁମ୍ଭେ ଅଟ ଧାର୍ମିକ

ପୁରୁଷ ॥ ଜଗତରେ ବୋଲାଉଛ ପରଉପକାରୀ । କେ ତୁମ୍ଭଙ୍କୁ

ସତ୍ୟବାଦୀ ପାନେ ଅବା ସରି ॥ ତାହା ଜାଣି ଆସି ଅଛି ତୁମ୍ଭ ପାଶେ ମୁହିଁ ।

ଅନ୍ୟ କହ। ଠାରେ ମୋର ବିଶ୍ଵାସ ନଥାଇ ॥ ପଡିଅଛି ଅସମୟ ସହାୟ

 

ହୋଇବ । ଏ ମୋର ଭରଷା ଯାକୁ ଯତନେ ରଖିଥିବ । ଆଜି ମୋର

ଇନ୍ଦ୍ର ସଙ୍ଗେ ହୋଇବ ସମର । ଏହି କ୍ଷଣି ଯାଉଛି ମୁ ଦେଖ ସ୍ଵର୍ଗପୁର ॥

କରିବି ଇନ୍ଦ୍ରଙ୍କୁ ଆଜି ଦେଖ ମୋ ସାମରେ । ନ ଘେନ ସଂଶୟ କିଛି

ନୃପ ଏ କଥାରେ । ଅଟେ ଏ ରମଣୀ ମୋର ପ୍ରାଣରୁ ଅଧିକ । ରଖିଥିବ

 

ଯତନକରି ମୁ ଆସିବା ତକ ॥ ଛାଡିଗଲି ସ୍ତ୍ରୀ ରତ୍ନ ବିଶ୍ଵାସରେ ମୁହିଁ ।

ରଖିବ ମହତ ମୋର ଧର୍ମକୁ ଅନାଇ ॥ ବିକ୍ରମ ରାଜନ ଶୁଣି ଏ

ବଚନ ତାର । ବୋଇଲେ ପରନାରୀ ମୋ ମାତୃ ପରକାର ।

ଯାଅ ତୁମ୍ଭେ ରହୁ ଆମ୍ଭ ଉଆସ ରେ ଏହି । କୁଶଳେ ଆସିବ

 

ତୁମ୍ଭେ ଜୀବ ସଙ୍ଗେ ନେଇ ॥ ଏହା କହି ଦାସୀ ଗଣ ଡକାଇ

ସେ କ୍ଷଣି । ତାଙ୍କ ସଙ୍ଗେ ପଠାଇଲେ ଉଆସକୁ ପୁଣି ॥

ଆଜ୍ଞାଦେଲେ ସେ ବିକ୍ରମ ଶୁଣ ଦାସୀ ମାନେ ତାକୁ ଆନନ୍ଦରେ ।

ଭିତର ପୁରକୁ ସଙ୍ଗେ ଘେନି ଚାଲିଗଲେ ॥ ଏହାପରେ

 

 

 

 

ସେ ପୁରୁଷ ଘୋଡାରେ ବସିଲା । ମାର ମାର କହି ଶୂନ୍ୟ

ମାର୍ଗେ ଗଲା ॥ ଦେଖୁଥିଲେ ସଭା ଲୋକେ ହୋଇଲା ଅଦୃଶ୍ୟ ।

ଶୁଭୁଥାଏ ମାର ମାର ଘୋଷ ॥ ଟାଣ ହେଲା ବେଳୁଁ ବେଳ

ରଣଗୋଳ ଧ୍ୱନି । ସ୍ତବଧ ହେଲେ ସଭା ଲୋକେ କର୍ଣ୍ଣରେ ତ ଶୁଣି ।

 

କିଛି କାଳ ଏହିପରି ଶୁଭିଲା ଚହଳ । ତାହାପରେ ହେଲା ଯାହା ଶୁଣ

ହେ ଭୂପାଳ ॥ସେ ପୁରୁଷ ହାତ ଗୋଡ ଖଣ୍ଡ ଖଣ୍ଡ ଛିଡି ପଡିଲା

ତାହାର ॥ ସଭାଲୋକେ ତାହା ଦେଖି କଲେ ହାହାକାର ॥ ଭାର୍ଜ୍ୟା

ତାର ଅନ୍ତପୁରେ ଥାଇସେ କଥାକୁ । ସବୁ ଏକ ଠାବ କଲା ।

 

ବାହୁନି ବାହୁନି ତାକୁ ବିକଳେ କାନ୍ଦିଲ। ॥ ବିକ୍ରମ ଆଦିତ୍ୟଙ୍କ

ମୁଖରୁ ଅନାଇ । କାକୁତି ମିନତୀ କରି ରମଣୀ କହାଇ । ସ୍ଵାମୀ

ସଙ୍ଗେ ଜୀବି ମୁହିଁ କରିଦିଅ ଚିତା । ବିଧବା କିପରି ହେବି ମୁହିଁ

ପତିବ୍ରତା ॥ ବିକ୍ରମାଦିତ୍ୟ ତ ଶୁଣି ଚନ୍ଦନ କାଠ ରେ । ଘୃତ

 

ଢାଳି ଜଳାଇଲେ ଚିତା ଅଗ୍ନି ଖାରେ ॥ ସ୍ଵାମୀ ଦେହ ଧରି ସେହି

ରମଣୀ ଉଠିଲା । ଦେଇ ହରିବୋଲ ଚିତା ଅନାଳେ ପଶିଲା ॥

ତାହା ଦେଖି ସାଧୁ ସାଧୁ କହିଲେ ନର । ସେ ଅନଳେ ଭସ୍ମ ହେଲା

ଦୁହିଙ୍କ ଶରୀର ॥ ଦୁହେଁ ଏହିପରି ଭସ୍ମ ହୋଇଲା ଉତ୍ତାରେ ।

 

ମିଳିଲା ଆସି ସେ ବୀର ପୁରୁଷ ସଭାରେ ॥ ହସି ହସି ବୋଲେ

ସେହି ବିକ୍ରମାଦିତ୍ୟଙ୍କୁ ॥ ତୁମ୍ଭ କୃପାବଳେ ନୃପ ଜିଣିଲି

ଇନ୍ଦ୍ରଙ୍କୁ ॥ ଦିଅ ଏବେ ଭାର୍ଜ୍ୟା ମୋର ଯିବି ନିଜ ଦେଶ ॥

ବିସ୍ମଯ ହୋଇଲେ ରାଜା ବିକ୍ରମ ନରେଶ ॥ ଶୁଣ ହେ

 

ବୀର ତୁମ୍ଭ ହାତ ଗୋଡ ମୁଣ୍ଡ । ପଡିଲା ଦେଖିଲୁ ସର୍ବେ ହୋଇ ଖଣ୍ଡ ଖଣ୍ଡ ॥

କାନ୍ଦିଲା ତା ଦେଖି ତୁମ୍ଭ ରମଣୀ ବହୁତ । ତୁମ୍ଭ ଗୁଣ ବାହୁନାଇ ଶିରେମାରି ହାତ ॥

ତୁମ୍ଭ ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟାଇଲା ସେହି । ଘେନି ତାକୁ ଅନଳରେ ପଶିଲା ଝସ।ଇ ॥ ସର୍ବ ସଭାଜନେ ଏହା ଦେଖିଲେ ଏଠାରେ । ଭସ୍ମ ହୋଇଗଲା ସବୁ ଚିତା

 

ଅନଳରେ ॥ ତାହା ଶୁଣି ହସି ତାଙ୍କୁ ବୋଇଲା ସେ ବୀର । ଆହେ ନୃପ ନୁହେ ଏହା ଉଚିତ ବେଭାର ॥ ପରନାରୀ ରଖି ହେବ ବିଶ୍ଵାସଘାତକ । ଏହି ମହାପାପେ ଜ।ଣ ଭୁଞ୍ଜିବ ନରକ ॥ ମଲା ବୋଲି ଯେବେ ସେହୁ ସତ୍ୟ କହୁଅଛ । ଅଳଙ୍କାର ଦିଅ ତାର କାହିଁ ରଖିଅଛ । ସଂଶୟ ଛାଡିବ ମୋର ସେ ସବୁ ଦେଖିଲେ ।

 

ନୃପ ଶୁଣି ବିସ୍ମୟରେ ନିରୁତ୍ତର ହେଲେ ॥ ନୀରବ ହେବାରୁ ରାଜା କବି କାଳିଦାସ । ବୋଇଲେ ଅଗ୍ନିରେ ତୁମ୍ଭ ନାରୀ ଦେଲା ଝାସ ॥ କିମ୍ପା କେ ରଖିବ ଅବା ଅଳଙ୍କାର ତାର । ବୃଥା କିମ୍ପା ଛିଦ୍ର ଖୋଜ ତୁମ୍ଭେ ନୃପଙ୍କର ॥ ଏହା ଶୁଣି ବୀର ତାଙ୍କୁ ବୋଲଇ ହେ କବି । ଜାଣିଲ ମୁ ତୁମ୍ଭ କଥା ମନେ ମନେ ଭାବି ॥

 

ରାଜା ଆଉ ତୁମ୍ଭ ମିଳି କଲ ଏ ବିଚାର । ନାରୀ ସେ ରଖିଲେ ନେଲା ତୁମ୍ଭେ ଅଳଙ୍କାରନେଇ ବଢାଇବା ଚିତ୍ତ ॥ ତା ନ ହେଲେ ମୋ ବନୀତା କଟି ଅଳଙ୍କାର । ତୁମ୍ଭ କଟିଦେଶେ ଝୁଲେ କାହୁଁ କି ପ୍ରକାର ॥ ତାହା ଶୁଣି କାଳିଦାସ କଟିକୁ ଚାହିଁଲେ । କଟିଭୂଷା ଝୁଲୁଅଛି ଚକିତେ ଦେଖିଲେ ॥ କାଢି ତାହା ସେହିକ୍ଷଣି ପକାଇ ଭୂତଳେ ।

 

ଲଜ୍ଜାରେ ପୋତିଲେ ମୁଖ ନେତୃ ଅଶ୍ରୁ ଗଳେ ॥ ତୋଳି ନେଇ ଅଳଙ୍କାର ରଖିଲା ସେ ବୀର । ବିକ୍ରମାଦିତ୍ୟଙ୍କୁ ପୁଣି କହଇ ଏ ବୀର ॥ ତୁମ୍ଭେ ପର ସତ୍ୟବାଦୀ ନୃପ ଜଗତରେ । ସେଥିଲାଗି ଶରଣ ମୁଁ ଗାଳି ତୁମ୍ଭଠାରେ ॥ ରଖିଗଲି ବିଶ୍ବାସରେ ଆପଣା ଭାର୍ଜ୍ୟାକୁ । ଲୋଭ କରି କିମ୍ପା ତୁମ୍ଭେ ରଖିଲ ତାହାକୁ ॥ ପରଦ୍ରବ୍ୟ ପରନାରୀ ହରିଲ କେସନ ।

 

ପାପ ହୁଏ ଜାଣିଥିବ ଆହେ ନରନ୍ଧଚ୍ଚ ।ା ଯାହାହେଲା ଏବେ ଛାଡ ମନରୁ ଲୋଭକୁ । ଦିଅ ମୋ ରମଣୀ ମୋତେ ଯିବି ସ୍ୱଦେଶକୁ ।ା ପୁରୁଷର ଏହିପରି ବଚନକୁ ଶୁଣି । ମହାଳଜ୍ଜା ପାଇ ନୃପ କହିଲେ ସେପକ୍ଷି ।ା ଆହେ ବିର ଯେବେ ତୁମ୍ଭ ନାରୀ ଅଛି କହ । ଉଚ୍ଚେ ଡାକ ଆସୁ ସେହି ଫିଟିବ ସନ୍ଦେହ ।ା

 

ନୃପତି ମୁଖରୁ ଏହା ଶୁଣି ସେହି ବୀର । ମନ୍ଦହାସ କରି ତହୁଁ ଡାକିଲା ତ୍ରିବାର । ତିନିଥର ଆଦରରେ ଡାକିଲେ ଉତାରୁ । ସେ ରମଣି ବାହାରିଲା ରାଜ ଭବନରୁ ।ା

ସଭାମଧ୍ୟ ବସି ସର୍ବେ ରହିଥିଲେ ଚାହିଁ । ନିଜ ସ୍ୱାମୀ ସମୀପରେ ମିଲିଲା ସେ ଯାଇ ।ା

ହସି ବୋଲେ ସେ ପୁରୁଷ ହେ ବିକ୍ରମାଦିତ୍ୟ । ନାହିଁ ନାହିଁ ବୋଲି ପରା କହୁଥିଲ

ସତ୍ୟ ।ା

 

ନ ଥିଲା ତ ତୁମ୍ଭ ଘରୁ ଆସିଲା କିପରି । ସୁଣିଣ ନୃପଙ୍କୁ ଲଜ୍ଜା ପକାଇଲା ଘାରୀ ।ା ତଲକୁ ଚାହିଁ ସେ ଆଉ ନ ଦେଲେ ଉତ୍‌ର । କୁଜା କୁଜି ହରିନେଲେ ମାୟାକୁ ତାଙ୍କ ର ।ା ନରପତି ଆଦି ସର୍ବେ ଦେଖିଲେ ସେଠାରେ । ମାୟାର ଘଟଣା କିଛ ନାହିଁ ସେହି କାଲେ ।ା ନାହିଁ ସେ ପୁରୁଷ ସ୍ତିରା ନାହିଁ ସେହି ବାଜି । ହେଉଛନ୍ତି ହସାହସି ବସି କୁଜା ।ା

 

 

 

ଦେଖିକରି ସେ ଦୁହିଁଙ୍କ ବିକ୍ରମ ରାଜନ । ବହୁତ ପ୍ରଶଂସା କରି ଦେଲେ ବହୁ ଧନ ।ା

ଚିନ୍ତା ତେଜି କାଳିଦାସ ଆଦି କବିଗନେ । ଧନ୍ୟ ଧନ୍ୟ କଲେ କୁଜା କୁଜିଙ୍କ ୁ ବହନେ ।ା ଆହେ ଭୋଜରାଜ ଜାଣ ଏହିପରି ରିତି । ସର୍ବ ଗୁଣେ ଗୁଣି ଥିଲେ ବିକ୍ରମ ଭୂପତି ।ା ତୁମ୍ଭେ ତାଙ୍କ ସଙ୍ଗେ ସମାନ ହୋଇବା ତେବେ ଏହି ସିଂହାସନ ଉପରେ ବସିବ ।ା

 

ଏହା କହି ସେ ପୁତୁଲି ଗଲା ଶୂନ୍ୟ ପଥେ ।ବାହୁଡିଲେ ଭୋଜରାଜ ସେଠାରେ ତୁରିତେ ।ା ଶେଷ ହେଲା ଊନତ୍ରିଂଶ କଥା ସାଧୁଜନେ ଜଗନ୍ନାଥା

ସିଂହ ଭାବି କହେ ତୋଷମାନେ । ।

 

ତ୍ରିଂଶତ୍‌ପୁତଲିର କଥା

ତାହାପରେ ଏକ ଦିନେ ଭୋଜ ନାରାୟଣ । ସିଂହାସନେ ବସିବାକୁ ବିଚାରିଲେ ମନ ॥ ନିତ୍ୟକର୍ମ ସାରି ସଙ୍ଗେ ଘେନାଇ ସମ୍ଭାର । ସିଂହାସନ ନିକଟକୁ ଗମିଲେ ସତ୍ୱର ।ା ତ୍ରିଶନ୍ତି ପୁତୁଲି ତାଙ୍କୁ ବୋଇଲେ ବଚନ । ଜାଣୁ ଜାଣୁ କିପାଁ ଭୋଜ ପହୁଂଚିଲ ପୁଣ ବିକ୍ରମ ଆଦିତ୍ୟ ପରା ବସନ୍ତି ଏଥିରେ । ଅଟ କି ହେ ଗୁଣି ତୁମ୍ଭେ ତାଙ୍କ ସମାନରେ ।ା

 

ତାହା ଶୁଣି ବୋଇଲେ ସେ ଭୋଜ ମହାରଥି ।ହେ ପୁତଲି କହ ଆମ୍ଭ ଆଗେ ସତ୍ୟ କଥା ।ାଥିଲେ ।ସେ ବିକ୍ରମାଦିତ୍ୟ କେବଣ ପ୍ରକାର ।ପୁତୁଲିକା ବୋଲେ ତେବେ ଶୁଣ ନରବର ।ା ଏ ଉଜ୍ଜଲ ରାଜ୍ୟ ରାଜା ବିକ୍ରମ ରାଜନ । ରାଜ ଧର୍ମେ କରନ୍ତି ସେ ପରଜା ପାଳନ ।ା ମନର ଆନନ୍ଦେ ଦିନେ ବୁଲି ବାହାରିଲେ । ବନ ଶୋଭା ଦେଖି

 

ଦେଖି ଅରଣ୍ୟକୁ ଗଲେ ।ା ସନ୍ନ୍ୟାସୀ ଚାରୋଟି ସେହି ବନରେ ଅଛନ୍ତି । ପର୍ଣ୍ଣକୁଟୀ କରି ତାହା ମଧ୍ୟେ ବସିଛନ୍ତି ।ା ସେମାନଙ୍କ ପାଶେ ମିଳି ବିକ୍ରମ ମିହିର । ପଚାରିଲେ କଥା ଛଳେ ତୀର୍ଥ ସମାଚାର ସାଧୁମାନେ ତାହା ଶୁଣି ହୋଇ ତୋଷମନ । କହିଲେ ଯା ଦେଖିଥିଲେ ତୀର୍ଥର ବିଧାନ ।ା ସର୍ବ ଶେଷେ କହିଲେ ସେ ଦକ୍ଷିଣ ଦିଗରେ । ତୀର୍ଥକରି

 

ଯାଇଥିଲୁଁ ଦେଖିଲୁ ସେଠାରେ । ରôତପୁରି ନାମେ ରାଜଧାନୀ ଜାଣ । ଦେଖିଲୁ ସେଠାରେ ଅଛି ଏପରି ବିଧାନ ।ା ସଫଳା ନାମରେ ଦେବୀ ଅଛନ୍ତି ସେ ଦେଶେ । ନିତି ନରବଳି ରାଜା ଦିଏ ତାଙ୍କ ପାଶେ ।ା ବିଦେଶି ଦେଖିଲେ ତାଙ୍କୁ ନିଏ ବାନ୍ଧିକରି । ଆମ୍ଭଙ୍କୁ ବି ନେଇଥିଲା ନୃପ ବଳେ ଧରି ।ା ସୌଭାଗ୍ୟରୁ ଆମ୍ଭେମାନେ ପଳାଇ ଆସିଲୁ ।ଅନୁଭବ

 

କଥା ତୁମ୍ଭ ଆଗେ ପ୍ରକାଶିଲୁଁ ।ସାଧୁଙ୍କ ବଚନ ଶୁଣି ବିକ୍ରମ ଆଦିତ୍ୟ ।ଏକା ହୋ ଦସେ ଦେଶକୁ ଚଲିଲେ ତ୍ୱରିତ ।ାହୋଇଲେ ପ୍ରବେଶ ଯାଇ ସେହି ରôତପୁରେ । ବହୁଲୋକ ଯାଉଥିଲେ ଦେଖିଲେ ପଥର ।ା ସର୍ବେ ଆନନ୍ଦିତ ତହିଁ ମଧ୍ୟେ ଏକ ଜଣ । ବନ୍ଧା ଥାଇ ବିକଳରେ କରଇ କ୍ରନ୍ଦନ ।ା ବିକ୍ରମ ରାଜନ ଶୁଣି ହୃଦେ ଦୟା ବହି । ପଚାରିଲେ

 

ସେମାନଙ୍କୁ ବିସ୍ମୟେ ଅନିଇଁ ।ା ସକଳେ ହସୁଛ କିମ୍ପା କରେ ଏ ରୋଦନ । କି କାରଣେ କରିଅଛ ଏହାର ବନ୍ଧନ ।ା ତାହା ଶୁଣି ସେ ସକଳେ ଦିଅନ୍ତି । ଉତ୍ତର।

ବିଦେଶୀ ଏ ଏହି ଦେଶେ ନୁହେ ଏହା ଘର ।ା କାହୁଁ ଆସିଅଛି ଆଜି ଦେବୀଙ୍କ ଇଚ୍ଛାରେ ପଡିବା ଏ ବଳି ରୂପେ ତାହାଙ୍କ ଆଗରେ ।ାରାଜଦୂତେ ସେହି ହେତୁ ନେଉଛନ୍ତି ବାନ୍ଧି ।

 

ପ୍ରାଣ ବିକଲରେ ତେଣୁ ପକାଏ ସେ କାନ୍ଦି ।ା ବିକ୍ରମ ଆଦିତ୍ୟ ଶୁଣି ରାଗେ ଖଡ୍‌ଗ ଧରି । ରାଜଦୂତଙ୍କର ଶିର ଦେଲେ ଛିନ୍ନ କରି । ତାହା ଦେଖି ରାଜାଙ୍କର ସକଳ ସଇନ । ବିକ୍ରମ ଆଦିତ୍ୟ ସଙ୍ଗେ ଆରମ୍ଭିଲେ ରଣ ।ା ଉମ୍ରମତ୍‌ି ଧରି ତହୁଁ ବିକ୍ରମ ଆଦିତ୍ୟ । ଏକାକି ବହୁଳ ସୈନ୍ୟ ରନେ କଳଏ ହତ ।ା ବଂଚିଥିଲେ ଯେତେ ଯୋଦ୍ଧା ପଳାଇଲେ

 

ଡରେ । ଭୟେ ଥରି ଜଣାଇଲି ରାଜଙ୍କ ଛାମୁରେ ।ା ହେ ରାଜନ ନେଉଥିଲୁଁ ନରବଳି ଦାଣ୍ଡେ । । ଅକସ୍ମାତେ ବୀରଟାଏ କାହୁଁ ଆସି ଚାଣ୍ଡେ ଏକାକି ସେ ଆସି ଧରି ସକାଳେ ସଇନ୍ୟ । ରଣେ ମାରି ଫିଟାଇଲା ବଳିର ବନ୍ଧନ ।ାସାମାନ୍ୟ ସେ ନୁହେଁ ବିର ଜାଣ ଆହେ ନୃପ । ତିନିପୁର ଜିଣିପାରେ ବହିଲେ ସେ କୋପ ।ା ବୋଇଲେ ନୃପତି ଦେବୀ

 

ପୂଜା ଭାଙ୍ଗେ ସେହି । ବୁଝିବେ ସେ ଦେବୀ ଲୋଡା କଳହରେ ନାହିଁ ।ାଏହା କହି ସେ ରାଜନ ରହିଲା ନିବତଯି । ମନ ମଧ୍ୟେ ବିଚାରିଲେ ବିକ୍ରମ ନୃପତି ।ା ରାଜଦୂତେ ନେଉଥିଲେ ଦେବା ପାଇଁ ବଳି । ତାଙ୍କ ଠାରୁ ଛଡାଇଲି ମୁହିଁ କରି କଲି ।ା ଦେବୀର ମୁଁ ପୂଜାବିଧି ଭାଙ୍ଗିଲି ଯେଭଳି କରିବି ତା ପରିଶୋଧ ନିଜେ ହୋଈ ବଳି ।ା

 

ଏହା ଭାବି ଗଲେ ଦେବିି ମନ୍ଦିରକୁ । ସ୍ତୋତ୍ର ମନ୍ତ୍ର ଗାନକରି ପୂଜିଲେ ତାହାଙ୍କୁ ।ା ତାହାପରେ ହରଷରେ ଧଇଲେ ଖଡଗ । କାଟିବାକୁ ନିଜେ ଶିର ହୋଇଲେ ସେ ବେଗ ।ା ବିକ୍ରମ ପବିତ୍ରତା ଜାଣି କାତ୍ୟାୟାନି ସମ୍ମୁଖକୁ ଆସି ହସ୍ତୁ ଅସି ଗଲେ ଘେନି । ବୋଇଲେ ରାଜନ ତୁହି ପର ଉପକାରି । ନିଜ ପ୍ରାଣ ପରପାଇଁ ଦେଉଅଛୁ ବଳି ।ା

 

ଏ ସାହସ ତୋର ଦେଖି ହେଲି ମୁଁ ପ୍ରଶନ୍ନ । ମାଗିବୁ ତୁ ଯେଉଁ ବର ଦେବି ଏହିକ୍ଷଣ । ତାହା ଶୁଣି ପ୍ରଣମି ସେ ବିକ୍ରମ ମିହିର । ବୋଇଲେ ପ୍ରଶନ୍ନ ଯେବେ ଦିଅ ଏହି ବର ।ା ନରବଳି ଆଜିଠାରୁ ଆଉ ନ ପଡିବ । ମରିଛନ୍ତି ଯେତେ ସୈନ୍ୟ ତାଙ୍କୁ ଜିଆଇବ ।ା ଏହାସୁଣି ଠାକୁରାଣି ତାହା ହେଉ କହି । ଅମୃତ ମିଶ୍ରିତ ଜଳ ନୃପେ ଦେଲେ ନେଇ ।

ା ବୋଇଲେ ଏଥିରେ ଯୁଦ୍ଧେ ବଂଚିଥିବା ସୈନ୍ୟ । ଜୀବନ ପାଇବେ ଜାଣ ବିକ୍ରମ ରାଜନ । ଏହାକହି ଭଦ୍ରକାଳି ଅନ୍ତର୍ଦ୍ଧାନ ହେଲେ ଅମୃତ ଜଳକୁ ରାଜା ଶବରେ ସିଞ୍ଚିଲେ । ପଡିଥିଲେ ଯେତେ ସୈନ୍ୟ ରଣେ ହତ ହୋଇ । ଉଠିଲେ ସେ ପୂର୍ବପରି ଅଙ୍ଗେ ପୀଡା ନାହିଁ ପୂଜିଲେ ଆନନ୍ଦେ ସର୍ବେ ବିକ୍ରମଙ୍କ ପଦେ ।ବିକ୍ରମ କହିଲେ ଯାଅ ସ୍ୱଗୃହେ ଆନନ୍ଦେ ।ା

ଆଜିଠାରୁ ନର ବଳି ନ ଲୋଡିବେ କାଲି । ତୋଷିବ ତାହାଙ୍କୁ ଭୋଗ ଦେଇ ସ୍ତୁତି ବୋଲି ।ା କରନ୍ତି ସେ ଏହିପରି ପର ଉପକାର । ଆହେ ଭୋଜ ତୁମ୍ଭେ ଯେବେ ଅଟ ସେ ପ୍ରକାର । ଆନନ୍ଦରେ ବସ ଆସି ଏହି ସିଂହାସନେ ।ଏହା କହି ସେ ପୁତଲି ଉଡିଗଲା ଶୂନ୍ୟେ ।ା ବିରସ ବଦନେ ତହୁଁ ବାହୁଡିଲେ ଭୋଜ ଜଗନ୍ନାଥ ସିଂହ କହେ ଭଦ୍ରକାଲି ଭଜ ।ା

ଏକତ୍ରିଂଶ ପୁତଲିର କଥା

 

ଅପର ଦିବସ ପ୍ରାତେଃ ନତ୍ୟ କର୍ମ ସାରି । ଭୋଜରାଜ ପାତ୍ର ମନ୍ତ୍ରୀ ଗଣ ସଙ୍ଗେ ଧରି ।ା ସିଂହାସନ ନିକଟରେ ହୁଅନ୍ତେ ପ୍ରବେଶ ।ଏକତ୍ରିଂଶ ପୁତଳିକା ହୋଇ ହସ ହସ ।ା ବୋଇଲେ ବାତୁଲ କି ହେ ଭୋଜ ନୃପବର । ବାରଣ କଲେ ହେଁ ଯେତେ ବିଚାର ନ କରି ।ା ବିକ୍ରମ ଆଦିତ୍ୟଙ୍କର ଏହି ସିଂହାସନ । ଗୁଣବାନ ପୂଣ୍ୟବାନ ତାଙ୍କରି ସମାନ ।ା

 

ହେଲେ ଏହି ସିଂହାସନ ଲାଗି ଯୋଗ୍ୟ ହେବ । ପଚାରିଲେ ତାହା ଶୁଣି ସେ ଭୋଜ ନୃପଦେବ ।ା ବିକ୍ରମାଦିତ୍ୟଙ୍କ ଠାରେ ଥିଲା କି କି ଗୁଣ । ଜିଣ ଯେବେ ଆମ୍ଭ ଆଗେ କହ ବିସ୍ତାରିଣ ।ା ପୁତଲିକା ବୋଲେ ଶୁଣ ସ୍ଥିର କରି ମନ । ପୂର୍ଣ୍ଣ ଥିଲେ ସର୍ବଗୁଣେବିକ୍ରମ ରାଜନ ।ା ଘେନିଥାନ୍ତି ତାଙ୍କୁ ପଣ୍ଡିତ ରତନ ଏକ ଏକ ଗୁଣେ ଲଭିଥାନ୍ତି ଶ୍ରେଷ୍ଠ ଗୁଣ ।ା

 

ଜ୍ୟୋତିଷ ପଣ୍ଡିତ ତହିଁ ବରାହ ମିହିର । ଶୁଭଲଗେ ୍ନ ପୁତ୍ର ଜାତ ହେଲା ତାହାଙ୍କର ।ା ନିଜେ ତ ଜ୍ୟେତିଷ ବସି କୋଷ୍ଠିକି ଗଣିଲେ । ଶତ ବର୍ଷ ଆୟୁ ହେଲା ଅଙ୍କରେ ଲେଖିଲେ ।ାଉଡି ଉଡି ଏକ ମାଛି ସେ ସମୟେ ଗଲା ଲେଖା ଶହେ ସଂଖ୍ୟା ଶେଷ ଶୂନ୍ୟ ରେ ବସିଲା ।ା ପଣ୍ଡିତେ ତ ନ ଜାଣନ୍ତି ବସିବାର ମାଛି । ତଳକୁ ଚାହିଁଲେ କେତେ

ଆୟୁଷ ହୋଇଛି ।ା ଶେଷ ଶୂନ୍ୟେ ଘୋଡାଇଣ ମାଛି ବସିଥିଲା ସେ କଥାରେ ତାହାଙ୍କର ଲୟ ନ ହୋଇନ ।ାଏକ ଶୂନ୍ୟ ଦେଖି ମନେ କରିଲେ ବିଚାର । ଦଶବର୍ଷ ପରମାୟୁ ହେଲା ଏ ପୁତ୍ରର ।ା ଦଶବର୍ଷ ପାଲି ଯାହା ଦେଖିବା ମରଣ । ଭଲ ହେବ ଆଜିଠାରୁ କରିଲେ ବଜ୍ଜନ ।ା ଏହା ଭାବି ତାମ୍ରଭାଣ୍ଡେ ସେ ଶିଶୁକୁ ଭରି । ସମୁଦ୍ରେ ଭସାଇ ଦେଇ ଗୃହେ ଗଲେ ଫେରି ।ା ଭାସି ଭାସି ତାମ୍ରଭାଣ୍ଡେ ବହୁଦୂର ଗଲା ।

            

ସାଗରିା ନାମେ ଏକ ଦ୍ଵୀପରେ ଲାଗିଲା ।ାଏକମେଲେ ବସିଥିଲେ ରାକ୍ଷସୀ ବହୁତ ।ଜାଣନ୍ତି ସେ ଗଣାରେ ଭୁତ ଭବିଷ୍ୟତ ।ା ଗୋଚର ହୁଅଇ ତାଙ୍କୁ ତିନିପୁର କଥା ଜ୍ୟୋତିଷ ବିଦ୍ୟାରେ ସେହୁ ଜିଣନ୍ତି ସର୍ବଥା ।ା ଆହେ ଭୋଜ ସେ ଦ୍ଵୀପରେ ପୂର୍ବେ ଏକ ରାଜା । ବାସ କରି ପାଳୁଥଲା ଆନନ୍ଦରେ ପ୍ରଜା ।ା ମେଲ ହୋଇ ରାକ୍ଷସୀଏ ସେ

ଦ୍ଵୀପେ ପଶିଲେ । ରାଜା ପ୍ରଜା ଥିଲେ ଯାହା ସବୁ ଖାଇଗଲେ ।ା ରାଜାର କନ୍ୟାଏ ଥିଲା ତାକୁ ଯତନରେ ରଖି ପାଳିଥାନ୍ତି ସର୍ବେ ଅତ୍ୟନ୍ତ ସ୍ନେହରେ ।ାଦିନେ ସିନ୍ଧୁ କୂଳେ ଥିଲେ ସେ ରାକ୍ଷସୀ ଗଣ । ମାତ୍ର ଭାଣ୍ଡ ଭାସିବାର ଦେଖିଲେ ସେ ଜାଣ ।ା କୋଲାହଳ କରି ତହୁଁ ବୋଇଲେ ସକଳେ । କି ପଦାର୍ଥ ଭାସି ଆସେ ଦେଖ ସିନ୍ଧୁ କୂଳେ ।ା ତା

ମଧ୍ୟରୁ ବୃଦ୍ଧା ଏକ କହିଲା ଏସନ । ସବୁ କଥା ଜାଣିବ ତ କରିଲେ ଗଣନ ।ା ବୃଥାଟାରେ କରୁଅଛ କିଁପା କୋଳାହଳ ତା ଶୁଣି ରାକ୍ଷସୀ ଏକ ଗଣିଲା ଚଂଚଳ ।ା ଗଣି ଗଣି ବିଦ୍ୟାବଳେ ଜାଣିଲା ରାକ୍ଷସୀ । ତାମ୍ର ଭାଣ୍ଡେ ପୁତ୍ର ଏକ ଆସୁଅଛି ଭାସି ।ା ତାହା ଶୁଣି ରାକ୍ଷସୀଏ ଉଠିଲେ ସଲାଲେ । ଜଲୁ ଆଣି ତାମ୍ରଭାଣ୍ଡ ଶିଘ୍ର ଫଟାଇଲେ ।ା

ଦେଖିଲେ ସେ ଭଣ୍ଡେ ଅଛି ଅପୂର୍ବ ବାଳକ । ଜାଣିପାରେ ଗଣନାରେ ସବୁ କଥାଯାକ ଯତନରେ ନେଇ ତହୁଁ ପାଳିଲେ ଶିଶୁକୁ । ପଂଚମ ବରଷ ଯହୁଁ ପହୁଁଚିଂଲା ତାକୁ ।ା

ପଢାଇଲେ ଜ୍ୟୋତିର୍ବିଦ୍ୟା ସକଳ ରାକ୍ଷସୀ । ଜାଣିଲା ସେ ତିନିପୁର କଥାଯାକ ବସି ।ା

ଗଣନା ବିଦ୍ୟାରେ ସେହୁ ହେଲା ପାରଙ୍ଗମ । ପନ୍ଦର ବରଷ କ୍ରମେ କଲା ଅତିକ୍ରମ ।ା

 

ରାକ୍ଷସୀଏ ରଖିଥିଲେ ଯେ ରାଜକୁମାରି । ଆନନ୍ଦରେ ତାହା ସଙ୍ଗେ ଦେଲେ ବିଭାକରି ।ାବର ନାମ ମିହିର ସେ କନ୍ୟା ନାମ । ରାକ୍ଷସିଏ ଦେଖିଥିଲେ କରିଣ ଗଣନା ।ା ବିଭା ହୋଇ ବର କନ୍ୟା ରିହିଳେ ସୁଖରେକଥା ହେଲେ ଏକଦିନେ ବସି ଏକାନ୍ତରେ ।ା ମିହିର ବୋଇଲା ଧନ ଶୁଣ ମୋ ବଚନ । କିଏ ପିତା କିଏ ମାତା କାହିଁ ଜନ୍ମ ସ୍ଥାନ ।ା

 

ଜାଣିବି କିପରି ଏହା ନୁହଁଇ କଲନା । ତାହା ଶୁଣି ମିହିରକୁ କହିଲା ସେ ଖନା ।ା ଆହେ ପ୍ରାଣନାଥ କିପାଁ ଚିନ୍ତା ଏତେ କର । ଖଡି ଧରି ଗଣିଗଲେ ହୋଇ ଯିବ ସ୍ଥିର ।ା କିସ ଅବା ଅଗୋଚର ଜ୍ୟୋତିଷ ବିଦ୍ୟାରେ । ପଢା ଶୁଣା ଲୋକେ ହୋଇ ପଡୁଛ ଭ୍ରମରେ ।ା

ବୁଝାଇଣ ଏହିପରି କରିବାରୁ ଖନା । ମିହିର ଜାଣିଲା ସବୁ କରିଣ ଗଣନା ।ା ପିତା

ମାତା ଜନ୍ମଭୂମି ପଡିଗଲା ମନେ । ଖନା ଆଗେ ତହୁଁ ଯ୍ଧବ କହିଲା ଏସନେ ।ା ପିତା ମାତା ଜନ୍ମଭୂମି ଦେଖିବ କିପରି । ଖନା ବୋଲେ ଆହେ ନାଥ ରହ ଦମ୍ଭ ଧରି ।ା ମାହେନ୍ଦ୍ର ବେଲାରେ କାର୍ଯ୍ୟ ହୁଅଇ ସଫଳ । ଯିବା ଯବେ ଗଣିକରି ଦେଖ ସେହି ବେଳ ।ା ମିହିର ସେ କଥାଶୁଣି ହୋଇଲେ ଜାଗ୍ରତ । ଖୋଜିଲେ ମାହେନ୍ଦ୍ର ଯୋଗ ସ୍ଥିର କରି

 

 

 

 

ଚିତ୍ତ ।ା ପଡିଲା ସେ ବେଳ ଯହୁଁ ଦହେଁ ଯିବା ପାଇଁ । ବାହାରିଲେ ସେ କଥାକୁ ନ ଜାଣନ୍ତି କେହି ।ା ଜାଣିଲେ ସେ କଥା ସର୍ବ ରାକ୍ଷସିଏ ଚାହିଁ ।କହିଲେ ସକଲେ ମିଲି ମିହିରଙ୍କୁ ଯାଇ ।ା ସ୍ୱଦେଶକୁ ଯିବା ମନ ହୋଇଲା ତୁମ୍ଭର । ଭଲ ହେଲା ଆନନ୍ଦରେ ଶୁଭେ ଯାତ୍ରା କର ।ା

ରଖିଥଲୁ ଆମ୍ଭେ ପୁତ୍ର କନ୍ୟା ରୁପେ ପାଳି । କଲ୍ୟାଣ କରୁଛୁଁ ତୋଷେ ଦେଶେ ଯାଅ ଚଲି ।ା ମଙ୍ଗଲ ପଞ୍ଚୁଛିଁ ତୁମ୍ଭେ ପାଇବ ସୁଖ୍ୟାତି ଜଗତରେ ରଖାଇବ ଅମର କିରତି । ରାକ୍ଷସୀଙ୍କ ମଧ୍ୟେ ଥିଲା ବୃଦ୍ଧା ଅତି ଯେହେୁ । ଜ୍ୟୋତିଷ ବିଦ୍ୟାରେ ଅଟେ ଧୁରନ୍ଧର ସେହୁ ।ା ଅନ୍ୟ ସବୁ ରାକ୍ଷସିଙ୍କି କହେ ଅଜ୍ଞା ଦେଇ । ତୁମ୍ଭେ ମାନେ ଏ ଦୁହିଙ୍କି

ଶୁନ୍ୟେ ନେବ ବହି ।ା ଏ ଜ୍ୟୋତିଷ ପୋଥିଯାକ ସଙ୍ଗେ ନେଇଥିବ । ସାଗର ଅପର ତୀରେ ତାଙ୍କୁ ଛାଡିଦେବ ।ାପରଖିବ ସେହିଠାରେ ବିଦ୍ୟା ତାହାଙ୍କର ।ଜ୍ଞାନ ହୋଇଥିବ ଯେବେ ଉତମ ପ୍ରକାର ।ା ଏହି ସବୁ ପୋଥି ତେବେ ଆଣିବ ଫେରାଇ । ଜ୍ଞାନ ନୋହିଥିଲେ ତାହା ଆସିବଟି ଦେଇ ।ା ଏହା ଶୁଣି ରାକ୍ଷସିଏ ପୋଥିଯାକ ଧରି ।

ଶୂନ୍ୟମାର୍ଗେ ସେ ଦୁହିଙ୍କୁ ନେଲେ ବହି କରି ।ା ପ୍ରବେଶିଲେ ଅଲ୍ପକାଲେ ସିନ୍ଧୁ ଆରକୁଲେ ।ବରକନ୍ୟା ଦୁହିଙ୍କୁ ସେ ତଳେ ବସାଇଲେ ।ା ବିଦ୍ୟା ପରକ୍ଷିବା ପାଇଁ କରନ୍ତେ ବିଚାର । ଦେଖିଲେ ପ୍ରସବ କରେ ଗାଭୀଏ ଆଗର ।ା ମିହିରଙ୍କୁ ଅନାଇ ସେ ବୋଇଲେ ରେ ବାବୁ । ପଚାରୁଛୁ ଯାହା ଆମ୍ଭେ ସ୍ୱରୁପ କହିବୁ ।ା ପ୍ରସବିବ ଏହି ଧେନୁ

ଯବେଣ ବାଛୁରି ଅଟଇ କି ବର୍ଣ୍ଣ ତାର କହ ଗଣିକରି । କହିଲେ ମିହିର ତାଙ୍କୁ ଗଣି ତତକାଳ । ଯେ ବାଛୁରୀ ଜନମିବ ସେ ହେବ ଶୁକଲ ।ା ସେ କଥାକୁ ଜାଣିପାରେ ସରସ୍ୱତି ଦେବୀ । ଅଇଲେ ସେ ଅଲଷିତେ ଏହି କଥା ଭାବି ।। ମିହିର କହିବା କଥା ହେବ ଯେବେ ସତ୍ୟ । ରାକ୍ଷସୀଏ ନେଇ ଯିବେ ଏ ପୋଥି ସମସ୍ତ ।।

ଏପରି ପାଞ୍ଚି ସେ ଧେନୁ ଗର୍ଭରେ ପଶିଲେ । ବାଛୁରି ଶରିରେ କଲା ବୋଲିଦେଇ ଗଲେ ।। କଲାବର୍ଣ୍ଣ ହୋଇ ତହୁଁ ଜନ୍ମିଲା ବାଛୁରି । ବିଚାରିଲେ ରାକ୍ଷସୀଏ ତାହା ଦେଖି କରି ।। ମିହିରର ଜ୍ୟୋତିଷରେ ହୋଇ ନାହିଁ ଜ୍ଞାନ । ଏହା ଭାବି ପୋଥି ତାକୁ କଲେ ଅରପଣ ।। ଆପଣା ଦେଶରେ ଯାଇ ମିଳିଲେ ସକଳେ । ମନରେ ପାଞ୍ଚିଲେ ବସି

ମିହିର ସେକାଳେ ।। ଜ୍ୟୋତିଷ ବିଦ୍ୟାରେ ସବୁ ସତ ଘଟୁ ନାହିଁ । ଯଥାର୍ଥରେ କହିଥିଲେ ଗଣିକରି ମୁହିଁ ।। ଦିଶୁଥିଲା ଶୁକ୍ଲବର୍ଣ୍ଣ ହେଲା କଲାବର୍ଣ୍ଣ । ପୋଥିସବୁ ରଖିବାରେ କେଉଁ ପ୍ରୟୋଜନ ।। ଏହା ଭାବି ପୋଥିଯାକ ଚିରିଲେ ମହିର । ଚାଟିଲା ସେ କାଳେ ଗାଭୀ ବାଛିୁରିକୁ ତାର ।। କଲା ଛାଡି ଯାଇ ଦେହୁଁ ହେଲା ଶୁକ୍ଲବର୍ଣ୍ଣ । ତାହା ଦେଖି କହେ ଖନା ଶୁଣି ପ୍ରାଣଧନ ।।

      

ଗଣି ଯାହା କହିଥିଲ ସତ୍ୟ ତା ଅଟଇ । ଦେଖ ଏବେ ବାଛୁରିଟି ଶୁକଳ ଦିଶଇ ।। ତା ଶୁଣି ଆନନ୍ଦେ ଯାଇ ମିହିର ଦେଖିଲେ । ଯେତେ ଆଉ ପୋଥି ଥିଲା ତାକୁ ନ

ଚିରିଲେ ।। ଚିରିବାରେ ଏକ ଭାଗ ହୋଇଥିଲା ଶେଷ । ତିନି ଭାଗ ବାକି ଆଉ ରହିଲା ଜ୍ୟୋତିଷ ।। କହିଲେ ମିହିର ତହୁଁ ଚାହିଁ ସେ ଖନାକୁ । ପ୍ରାଣପ୍ରିୟେ ସ୍ଥିର କର ଯିବା

 

କେଉଁଠାକୁ ।। ତାହା ଶୁଣି ମିହିରଙ୍କୁ ବୋଲଇ ସେ ଖନା । ପିତାମାତା କାହିଁଥିବେ କର ତା ଗଣନା ।। ଗଣନା କରି ସେ ତହୁଁ କହିଲେ ଗୋ ପ୍ରିୟେ । କାନନେ ଅଛନ୍ତି ମୋର ପିତା ଏ ସମୟେ ।। ବରାହ ଆଚାର୍ୟ୍ୟ ନାମ ଅଟଇ ତାଙ୍କର । ସଭାପଣ୍ଡିତ ସେ ଜାଣ ବିକ୍ରମାଦିତ୍ୟର ।। ତାତ ଆଜି କହିଛନ୍ତି ନୃପଙ୍କ ଆଗରେ । ମୁଦି ଏକ ଆକାଶରୁ ପଡିବ

 

ବନରେ ।। ମଧ୍ୟାହ୍ନ ସମୟ ହେଲେ ପଡିବ ସେ ତହିଁ । ସତ୍ୟ ମିଥ୍ୟା ଏ କଥାକୁ ଜାଣିବାର ପାଇଁ ।। ମିଳିଛନ୍ତି ରାଜା ଆଦି ସେ ବନେ ସରବେ । ବୋଇଲା ସେ ଖନା ତେବେ ଚାଲ ହେ ସେଠାବେ । ଇଷ୍ଟ ଦେବତାଙ୍କୁ ସ୍ମରି ଦୁହେଁ ତହୁଁ ଗଲେ । କିଛିକାଳ ପରେ ସେହି ବନରେ ମିଳିଲେ । ବିକ୍ରମାଦିତ୍ୟଙ୍କୁ ଚିହ୍ନି ମିହିର ପଣ୍ଡିତ । ଆଶିର୍ବାଦ କଲେ ସ୍ୱସ୍ତି କହି ଟେକି ହସ୍ତ ।

 

ବୋଇଲେ ନୃପତି ତୁମ୍ଭେ ପରିଚୟ ଦିଅ । ମିହିର ବୋଇଲେ ଆମ୍ଭେ ବ୍ରାହ୍ମଣ ତନୟ । ଜ୍ୟୋତିଷ ବିଦ୍ୟାରୁ କିଛି କରିଛିଁ ପଠନ । କହିପାରୁ ଭୁତ ଭବିଷ୍ୟତ ବର୍ତ୍ତମାନ । ମୁଦ୍ରି କାଏ ଏ ବନରେ ପଡିବାର ପାଇଁ । ପଣ୍ଡିତଙ୍କ ସମାଜରୁ କହିଛନ୍ତି କେହି ।। ଆସିଅଛି ତାହା ଶୁଣି ଦେଖିବା ଇଚ୍ଛାରେ । ଅବଧାନ କର ମୁହିଁ କଥାଏଁ ପଚାରେ ।। କେଉଁ ଠାରେ

ଆକାଶରୁ ମୁଦ୍ରିକା ପଡିବ । ଗଡି ଗଡି କେଉଁ ସ୍ଥାନେ ସ୍ଥିର ସେ ହୋଇବ ।। କହନ୍ତୁ ସେ ମୋ ଆଗରେ ଗଣି ଖଡି ଧରି । କହିଲେ ବରାହ ତାହା ପାରେ ମୁଁ କରି । ସ୍ଥିର କରି କହ ତୁମ୍ଭେ ଜାଣିଅଛ ଯେବେ ।

ସେ କଥା ମିହିର ଶୁଣି ଖଡି ଧରି ଜେବେ ।ା କରିଣ ଗଣନା ତାଙ୍କୁ ଦେଖାଇଲେ ଯାଇ । ପଡିବ ଯେ ସ୍ଥାନେ ମୁଦି ସ୍ଥିର ହେବ ଯହିଁ ।। ଏ ବଚନ ଶୁଣି ସର୍ବେ ରାଜାଙ୍କ ସହିତେ । ବସିଲେ ସେଠାରେ ଜଗି ଦେଖିବା ନିମନ୍ତେ ।। ଆକାଶରୁ ଏ ସମୟେ ମୁଦିଟିଏ ପଡି । ମିହିର କହିବା ସ୍ଥାନେ ରହିଲା ସେ ଗଡି । ପଣ୍ଡିତ ସକଳ ଦେଖି ଧନ୍ୟବାଦ ଦେଲେ ।ସଙ୍ଗତେ ବିକ୍ରମାଦିତ୍ୟ ତାଙ୍କୁ ଘେନି ଗଲେ ।। ବସା ଦେଇ ରଖିବାକୁ ବରାଦ କରନ୍ତେ ।

ବରାହ ଆଚାର୍ଯ୍ୟ ଯାଇ କହିଲେ ଏକାନ୍ତେ ।। ଆହେ ନୃପ ଆଜ୍ଞା ଦେଲେ ଏହାଙ୍କୁ ମୁଁ ନେଇ । ନିଜ ଘରେ ସୁବିଧାରେ ଆସିବ ରଖାଇ ।। ନୃପ ଶୁଣି ଅନୁମତି ଦିଅନ୍ତେ ତାହାଙ୍କୁ । ସନ୍ତୋଷେ ବରାହ ଡାକି ନେଲେ ମିହିରଙ୍କୁ ।। ଖନା ସହ ସେ ମିହିର ତାଙ୍କ ସଙ୍ଗେ ଗଲେ । ବାଟରେ ବରାହ ଏହି କପଟ ଭାବିଲେ ।। ଏ ପଣ୍ଡିତ ଥିଲେ ଲୋପ ହେବ ଆମ୍ଭ ଯଶ । ଅଟଇ ଉଚିତ ୟାକୁ କରିବାର ନାଶ ।।

 

ଅତି ଶୁଭ ବେଳ ଦେଖି ବରାହ ପଣ୍ଡିତ । କରିଥିଲେ ପୂର୍ବେ ବାସଗୃହେକ ନିର୍ମିତ । ଅଦ୍ଧରାତ୍ରେ ଗୃହ ଡାକେ ପଡିବି ପଡିବି । ବରାହ ପଣ୍ଡିତ ତାହା ନ ପାରନ୍ତି ଭାବି ।। ବିଚାରନ୍ତି ଭାବି ତାହା ପଡିବ ଉପରେ । ସେହେତୁ ସେ ନ ପଶନ୍ତି ସେ ଘର ଭିତରେ ।। ରଖାଇଲେ ମିହିରଙ୍କୁ ସେ ଗୃହରେ ନେଇ । ବିଚାରିଲେ ଘର ଭାଜି ମରୁ ଆଜ ଏହି ।।

 

ମିହିର ସେ ଘରେ ରହି ଖନା ସହିତରେ । ରନ୍ଧନ ଭୋଜନ ସାରି ଶୋଇଲେ ନିଶାରେ ।। ଅର୍ଦ୍ଧରାତ୍ର ହୋଇବାରୁ ଉଚ୍ଚେ ବାରମ୍ବାର । ପଡିବି ପଡିବି ବୋଲି ଡାକ ଦେଲା ଘର ॥ ମିହିର ସେ ଡାକ ଶୁଣି ଗଣି ସ୍ଥିରକଲେ । କାରଣ ତହିଁର ବୁଝି ଉଚ୍ଚରେ କହିଲେ ।। ଆମ୍ଭେ ଦୁହେଁ ଶୋଇଥିବା କୋଣ ଗୋଟି ଛାଡ । ଅନ୍ୟ ତିନି କୋଣରେ ତୁ ଅଜାଡି ହୋ ପଡ ॥

 

ଏହିପରି ଅନୁମତି ଦିଅନ୍ତେ ମିହିର । ରତ୍ନ ପଡି ତିନି କୋଣେ ପୂର୍ଣ୍ଣ ହେଲା ଘର ॥ ପ୍ରଭାତରୁ ଉଠି ସେହି ଆଚାର୍ୟ୍ୟ ବରାହ । ରାତ୍ରରେ କି ହେଲା ବୋଲି କରିଣ ସନ୍ଦେହ ॥ ମିହିର ଙ୍କ ବସାଘର ପାଶେ ପ୍ରବେଶିଲେ । ଗଦା ଗଦା ରତ୍ନ ପଡିଥିବାର

ଦେଖିଲେ ॥ ନିଶ୍ଚିନ୍ତେ ମିହିର ଶୋଇଥିଲେ ନିଦ୍ରାବଶେ ॥ ବରାହ ତାହାଙ୍କୁ ଦେଖି

 

ଭାବିଲେ ମାନସେ ॥ ବୋଧହୁଏ ଏ ପୁରୁଷ ଦେବଅଂଶେ ଜାତ । ଏହା ଭାବି ରତ୍ନ

ଧରି ଗଲେ ସେ ତୁରିତ ॥ ସକାଳ ହୋଇଲା ଜାଣି ଉଠିଲେ ମିହିର । ସ୍ନାନ ଅନ୍ତେ

ପୂଜାବିଧି ସାରିଲେ ତାଙ୍କର ॥ ବିକ୍ରମ ରାଜନ ତେଣେ ନିତ୍ୟକର୍ମ ସାରି । ସଭା କାଲେ ଆନନ୍ଦରେ ପଣ୍ଡିତଙ୍କୁ ଧରି ।। ବରାହ ମିହିର ଦୁହେଁ ଏହି ସମୟରେ ।

 

ପ୍ରବେଶିଲେ ବିକ୍ରମାଙ୍କ ପଣ୍ଡିତ ସଭାରେ ॥ ଦୁଇ ସିଦ୍ଧ ଜ୍ୟୋତିର୍ବିଦ ପଣ୍ଡିତଙ୍କୁ ଦେଖି ।

ଯଥାବିଧୀ ମାନ୍ୟ ନୃପ କଲେ ହସ୍ତ ଟେକି ॥ ସନ୍ତୋଷ ମନରେ ତାଙ୍କୁ ବରାହ

ମିହିର । ଆଶୀର୍ବାଦ କଲେ ଦୁହେଁ ପ୍ରସାରିଣ କର ॥ ନୃପ ଇଙ୍ଗିତରେ ଦୁହେଁ ବସିଲେ ଆସନେ । ନାନା ଅର୍ଥ ଯୁକ୍ତି ତର୍କ କଲେ ସଭାଜନେ॥ ଏ ଉତ୍ତାରୁ ଯାହା ହେଲା ଶୁଣ

 

ନୃପବର । ଉଭା ହୋଇ କର ଯୋଡି ବିନୟେ ମିହିର ॥ ପଚାରିଲେ ବରାହଙ୍କୁ

ଆହେ ସୁପଣ୍ଡିତ । କେତୋଟି ତୁମ୍ଭର କନ୍ୟା କେତେଗୋଟି ପୁତ୍ର ॥ କେତୋଟି

ଜୀବିତଛନ୍ତି ବାହୁଡିଲେ କେତେ । ଶୁଣିବାକୁ ଶ୍ରଦ୍ଧା ମୋର କହନ୍ତୁ ହେ ମୋତେ ॥ ମିହିରଙ୍କ କଥା ଶୁଣି ପଣ୍ଡିତ ବରାହ । କହି ଆରମ୍ଭ

ଲେ ମାତ୍ର ଉଠୁଥାଏ କୋହ ।

 

ଜନ୍ମି ଥିଲା ଜାଣ ମୋର ଗୋଟିଏ ନନ୍ଦନ । ଲଗ୍ନ ତାର ଧରି କଲି ଦଶା ନିରୂପଣ ॥

ପରମାୟୁ ଦଶବର୍ଷ ହେବାରୁ ତାହାର । ମନଦୁଃଖେ କଲି ପୁଣ ମାନସେ ବିଚାର ॥

ଦଶବରଶରେ ରେ ଯେବେ ଏ ପୁତ୍ର ମରିବ । ସେତେବେଳେ ଶୋକ ନିଶ୍ଚେ ଗୁରୁତର

ହେବ ॥ ଶ୍ରେୟ ଅଟେ ଆଜିଠାରୁ କରିଦେବ। ତ୍ୟାଗ । ଏହା ଭାବି ସେ ପୁତ୍ରକୁ

ନେଇ ଗଲି ବେଗ ॥ ତାମ୍ର ଭାଣ୍ଡେ ଭରିଦେଲି ସାଗରେ ଭସାଇ । ଶୋକ ବଢେ ସେ କଥା କୁ ପଚାର ହେ ନାହି ॥ ମିହିର କହିଲେ ଶୁଣି ବିନୟେ ବଚନ । ଯେଉଁ ଲଗ୍ନ

ଧରିଥିଲ କର ତା ଗଣନ ॥ ଜାତ ଯେବେ ସେ ଲଗ୍ନ ରେ ହୋଇଛି କୁମାର ।ପରମାୟୁ

ଶତେ ବର୍ଷ ହୋଇବ ତାହାର ॥ ବରାହ ସେ କଥା ଶୁଣି ବିସ୍ମିତ ହୋଇଲେ ।

 

ପୁଣି ଲଗ୍ନ ଦେଖି ସତ୍ୟ ଅଟଇ ଜାଣିଲେ ॥ ମିହିର ବୋଇଲେ ଯେବେ ଗଣା ଅଟେ ସତ୍ୟ । ଜାଣ ତୁମ ପୁତ୍ର ନିଶ୍ଚେ ରହିଛି ଜୀବିତ ॥ କେଉଁ ଠାରେ ଅଛି ଏବେ ଗଣିକରି କହ । ତାହା ଶୁଣି ଗଣି ଗଣି ବୋଇଲେ ବରାହ ॥ ଅତି ନିକଟରେ ବୋଲି କହାଇ

ଗଣନା । ମିହିର କହିଲେ ପୁଣି କର ହେ ଠିକଣା ॥ କିଏ ତୁମ୍ଭ ପୁତ୍ର କାହିଁ ଅଛି

କହିଦିଅ । ତାହା ଶୁଣି ବରାହ ଯେ ଶୁଣି ନିଃସନ୍ଦେହ ॥ ଜାଣିପାରି ସବୁ କଥା ହୋଇ

ଆନନ୍ଦିତ । ତୁହି ମୋର ପୁତ୍ର କହି କଲେ କୋଳଗ୍ରତ ॥ ଆନନରେ ବେନି ନେତୃ

ଅଶ୍ରୁ ଜାତ ହେଲା । ପିତାଙ୍କ ଚରାନେ ତହୁଁ ମିହିର ନମିଳା ॥ ସଭା ମଧ୍ୟେ ପରିଚୟ

ପୂର୍ବ ଇତିହାସ । ମିହିର ସକାଳ କହି କରିଲେ ସନ୍ତୋଷ ॥ ବିକ୍ରମ ଆଦିତ୍ୟ ରାଜା

 

ପଣ୍ଡି ତଙ୍କ ତୁଲେ । ସକଳ ବୃତ୍ତାନ୍ତ ଶୁଣି ଆନନ୍ଦ ଲଭିଲେ ॥ ସଭା ଶେଷ ହେଲା

ସର୍ବେ ଗଲେ ଯେଝାପୁର । ରାଜା ଠାରୁ ପୁରସ୍କାର ପାଇଲେ ମିହିର ॥ ପୁତ୍ର

ପୁତ୍ରବୋଧୁ ଘେନି ବରାହ ସୁଖରେ । ରହଲେ ବିକ୍ରମ ଥିଲେ ଏହି ପରକାରେ ॥

ଗ୍ରାହକ ପଣରେ ରଖି ବହୁତ ପଣ୍ଡିତ । ପାଳିଥିଲେ ଧନରତ୍ନ ଦେଇ ଅପ୍ରମିତ ॥

ହୋଇବ ଗ୍ରାହକ ଯେବେ ତୁମ୍ଭେ ତାଙ୍କ ପରି । ତେବେ ବସ ସିଂହାସନେ ଭୋଜ

ଦଣ୍ଡ ଧାରୀ ॥ ଏହା କହି ପୁତ୍ତଳିକା ସ୍ଵର୍ଗେ ଚାଲିଗଲା । ଜଗନ୍ନାଥ କହେ ଆଉ

ଗୋଟିଏ ରହିଲା ॥

 

ଦ୍ୱାନ୍ତ୍ରିଂଶ ପତ୍ତଳିବ କଥା

ଏହିପରି ପ୍ରତିଦିନ ଭୋଜରାଜ ଯାନ୍ତି । ବସିବାକୁ ସିଂହାସନେ

ଯତ୍ନ କରୁଥାନ୍ତି ।। ଦିନକରେ ମିଲିଲେ ସେ ସିଂହାସନ ପାଶେ ।

ବତ୍ରିଶ ପୁତ୍ତଳି ଦେଖି ମୃଦୁହାସେ ଭାଷେ ।। ସବୁଦିନେ କଥା ଶୁଣି

ଆହେ ଭୋଜରାଜ । ଫେରି ଯାଉଅଛ ପୁଣି କି ବିଚାର ଆଜ ।।

 

ଏକାକୀ ମୁଁ ଅଛି ମୋହଠାରୁ କଥାଟିଏ । ଶୁଣି ସୁବିଚାର କର ମୁହିଁ

ସ୍ୱର୍ଗେ ଯାଏ ।। ଏହା କହି ବୋଇଲା ସେ ବିକ୍ରମ ନୃପତି । ଏହି

ସିଂହାସନେ ବସି ପ୍ରଜା ପାଳୁଥାନ୍ତି ।। ଦୁରଦେଶୀ ବେପାରୀଏ

ଶଗଡରେ ଲଦି । ଆଣନ୍ତି ଯା ବଳିଗଲେ ବିକ୍ରମ ଜଳଦି ।। ଟଙ୍କା

 

ଦେଇ କିଣି ନେଇ ତାହାର ସମ୍ପଦ । ବିଦାୟ ଦିଅନ୍ତି ଶୀଘ୍ର ଲଭେ

ସେ ଆନନ୍ଦ ।। ତାହା ଶୁଣି ଦୁରଦେଶୀ ଏକ ମହାଜନ ॥ ଘେନାଇଲା

ସଙ୍ଗତରେ ବହୁତ ରତନ ।। ନିଶ୍ଚୟ ବିକ୍ରୟ ହେବ ବିଚାର ମନରେ

ମିଳିଲା ଉଜ୍ଜ୍ୱଳ ଗଡ ନିକଟ ହାଟରେ ।। ଦଇବରେ କିଛି ତାର

ନୋହିଲା ବିକ୍ରୟ । ଦିନ ଶେଷେ ଶୁଣି ନୃପ କଲେ ତାହା କ୍ରୟ ।।

 

ଉଚିତ ମୂଲ୍ୟ ପାଇ ସେ ରତ୍ନ ବଣିକାର । ବିକ୍ରମଙ୍କ କୀର୍ତି କଲା ସର୍ବତ୍ର

ପ୍ରଚାର ।। ଦୀନ ବ୍ରାହ୍ମଣେକ ଥିଲା ଏକଇ ଦେଶରେ । ଯେତେ

ଅର୍ଜିଲେ ହେଁ ଅଣ୍ଟେ ନାହିଁ ତାର ଘରେ । ଦୁଃଖମନେ ସେ ବ୍ରାହ୍ମଣ

ବସି ଦେବୀ ପାଶ । ମନ୍ତ୍ର ଜପ ସ୍ତୋତ୍ରକଲା ଅହର୍ନିଶ ।। ସାତ

ଦିନ! ସାତ ରାତି ଉପବାସ କଲା । ତା ଦେଖି ସେ ଦେବୀଙ୍କର

 

ଦୟା ଜାତ ହେଲା । ନିଜ ରୂପେ ଦେଖାଦେଇ ଜଗତର ମାତ ।

ବୋଇଲେ କିଲାଗି ଦ୍ଵିଜ ଜପୁଅଛୁ ମନ୍ତ୍ର ।। ପ୍ରସନ୍ନ ହୋଇଲି କ

କିସ ଇଚ୍ଛା ତୋର । କରଯୋଡ଼ି ବିପ୍ରବର ଦିଅଇ ଉତ୍ତର ।।

ଦରିଦ୍ର ଦଶାକୁ ମୋର ଛଡାଅ ଗୋ ମାତ । ଭଗବତୀ ବୋଲେ

 

ବୃଥା ହେଉ ତୁ ଭାବିତ ।। ସ।ହ। ତୋର ଲଲାଟରେ

ଲେଖିଛି ଦଇବ ।। କେବେ କି ହୋ ସେହି ଲେଖା ଅନ୍ୟଥା

ହୋଇବ ।। କିନ୍ତୁ ଦୈନ୍ୟ ଦେଖି ଦେବୀ ହେଲେ କୃପାବଶ ।

ସରଜନ। କଲେ ଏକ ଦରିଦ୍ର ପୁରୁଷ ।। ହୋଇଅଛି ସେ ପୁରୁଷ

ଲୌହରେ ନିର୍ମିତ । କୁସ୍ରିତ ଶରୀର ତାର ବଦନ,ବିକୃତ ॥

 

ସେ ପ୍ରତିମାଟିକୁ ଦେବୀ ଦେଲେ ବ୍ର।ହ୍ମଣକୁ । କହିଲେ ରେ ବିପ୍ର ଯଦି

ବିକିପାରୁ ୟାକୁ ॥ ଲକ୍ଷ୍ ମୁଦ୍ରା ମୁଲ୍ୟ ଦେଇ କେହି ଯେବେ ନେବ ।

ଦରିଦ୍ର ଅବସ୍ଥା ତୋର ନିଶ୍କେ ଘୁଞ୍ଚିଯିବ ॥ ଏହା କହି ଭଗବତୀ

ଅନ୍ତର୍ଦ୍ଧାନ ହେଲେ । ଦରିଦ୍ର ପୁରୁଷ ଧରି ବିପ୍ରବର ଗଲେ ॥

 

ଘରେ ରଖି ମନ ମଧ୍ୟେ କରେ ସେ ବିଚାର । କିପରି ବିନ୍ତ୍ରୟ ହେବ

ପ୍ରତିମ।ଟି ମୋର ॥ ଯାହାକୁ ଦେଖାଏ ନେଇ ଦେଖିଲେ ସେ ତାକୁ ।

ଦୂର ହୁଅ କେହି ତଡ଼େ ନ ନିଏ ପାଶକୁ ॥ କେହି ବୋଲେ ପ୍ରତିମ।ର

ଚାହିଁଲେ ବଦନ । ଲକ୍ଷ୍ମୀ ଛାଡିଯିବେ ସେହୁ ହେବ ଦୀନ ହୀନ ।।

 

ବୁଲି ବୁଲି ଶୁଣିଲା ସେ ବଣିକ ମୁଖରୁ । ବିକ୍ରମ ଆଦିତ୍ୟ ହାଟେ

ବିକ୍ରୀ କରିପାରୁ । ସେ କଥା ଶୁଣିଣ ବିପ୍ର ହୋଇ ହୃଷ୍ଟମନ । ପ୍ରତିମ।ଟି

ଧରି ଗଲା ସେଠାକୁ ବହନ ॥ କେହି କେହି ମୂର୍ତ୍ତି ଦେଖି ପଚାରିଲେ

ତାକୁ । ପ୍ରତିମ।ର ଗୁଣ କିସ କହ ହେ ଆମ୍ଭଙ୍କୁ ॥ ବ୍ରାହ୍ମଣ ବୋଇଲା

ତୁମ୍ଭେ ଶୁଣ ମନଦେଇ । ଦରିଦ୍ର ପୁରୁଷ ନାମ ଏହାର ଅଟଇ । ଲକ୍ଷେ

 

ଟଙ୍କ। ମୂଲ୍ୟ ଅଟେ ନୁହେଁ କିଛି ଊଣା । ଘରେ ଥିଲେ ଲକ୍ଷ୍ମୀଙ୍କର

କମିବ କରୁଣା ॥ ଏହ। ଶୁଣି କିଣାଳିଏ ଛାଡି ପଳାଇଲେ । ଦିନ

ଶେଷେ ହାଟପାଳ ଦେଖିଲା ସେଠାରେ । ପଚାରି ସେ ସବୁ କଥା

ଶୁଣି ବୁଝି ଗଲା । ବିକ୍ରମାଦିତ୍ୟଙ୍କ ପାଶେ ଯାଇ ଜଣ।ଇଲ। ॥ ବିକ୍ରମ

 

ଆଦିତ୍ୟ ରାଜା ସେ କଥାକୁ ଶୁଣି । ବିପ୍ରକୁ ଡକ।ଇ ଲକ୍ଷେ ମୁଦ୍ରା

ଦେଲେ ଗଣି ॥ ଦରିଦ୍ର ମୂର୍ତ୍ତିକୁ ନେଇ ରଖିଲେ ଗୃହରେ । ଧୈର୍ଯ୍ୟ

ଧରି ଚିନ୍ତା କିଛି ନ କଲେ ମନରେ ॥ ର।ତ୍ରେ ଏକ। ହୋଇ ଦ୍ଵାର

ଫିଟାଇ ବସିଲେ । କାହାକୁ ସେ ନିଜ ପ।ଖେ ରଖାଇ ନ ଦେଲେ ॥

 

ପ୍ରଥମ ପ୍ରହରେ ଲକ୍ଷ୍ମୀ ହୋଇଲେ ବାହାର ॥ ବିକ୍ରମ ଆଦିତ୍ୟ ନାମ

ପଚାରିଲେ ତାର ॥ ଶୁଣି ଯେ ରମଣୀ ତାଙ୍କୁ କହିଲେ ବଚନ ।

ଆହେ ନୃପ ମୁହିଁ ତୁମ୍ଭ ରାଜଲକ୍ଷ୍ମୀ ଜ।ଣ ॥ ରଖିବାରୁ ଘରେ ଆଣି

ଦରିଦ୍ର ପୁରୁଷ । ଚାଲି ଯାଉଛି ମୁଁ ଏଥି ନ କରିବି ବ।ସ ॥ ମୋତେ

 

ଯେବେ ରଖିବାକୁ ଇଚ୍ଛା ଅଛି ତୋର । ଦରିଦ୍ର ପୁରୁଷ ମୂର୍ତ୍ତି ଶୀଘ୍ର

ଦୂର କର ॥ ବିକ୍ରମ ଆଦିତ୍ୟ ଶୁଣି ଲକ୍ଷ୍ମୀଙ୍କ ବଚନ । ବୋଇଲେ

ମା ଯାଆ ଅବା ରହ ତୁମ୍ଭ ମନ ॥ ଫିଙ୍ଗି ଦେଇ ନ ପ।ରେ ମୁଁ

କଦାପି ପିତୁଳା । ଶୁଣି ଏହ ରାଜଗୃହ ଛାଡିଲେ କମଳା ॥ ତାଙ୍କ

 

ପରେ ପରେ ଏକ ସୁଦିବ୍ୟ ପୁରୁଷ । ନୃପତି ସମ୍ମୁଖେ ଆସି ହୋଇଲେ

ପ୍ରବେଶ । ପଚାରିଲେ ରାଜା ତୁମ୍ଭେ କିଏ କହ ମୋତେ । ପୁରୁଷ

ବୋଲନ୍ତି ଆମ୍ଭେ ସତ୍ୟ ଅଟୁ ସତ୍ୟେ ॥ ଦରିଦ୍ର ପିତୁଳା ତୁମ୍ଭେ

ଆଣି ରଖିବାରୁ । ରାଜଲକ୍ଷ୍ମୀ ଛାଡିଗଲେ ତୁମ୍ଭର ନବରୁ ॥ ଲକ୍ଷ୍ମୀ ଛଡା

ସ୍ଥାନେ ଆମ୍ଭେ ନ ପାରିବୁ ରହି । ତାହା ଶୁଣି ଧୈର୍ଯ୍ୟ ଧରି ବିକ୍ରମ

କହଇ ॥ ଯାଅ ଅବା ରହ ତୁମ୍ଭେ ତୁମ୍ଭର ଇଚ୍ଛାରେ। କଦାପି ମୁଁ

ପିତୁଳ।କୁ ବରଜି ନ ପାରେ ॥ ତାହା ଶୁଣି ପଲାଇଲେ ସେ

ନବରୁ ସତ୍ୟ । ଦୟା ଆସି ନାରୀ ରୂପେ ହେଲେ ଉପସ୍ଥିତ

 

ପଚାରିଲେ ଦେଖି ତାଙ୍କୁ ବିକ୍ରମ ମିହିର । କିଏ ତୁମ୍ଭେ ଯାଉଅଛ

ଆଗରେ ମୋହର । ସେ ବୋଇଲେ ଜ।ଣ ନୃପ ଅଟଇ ମୁଁ ଦୟା ।

କହୁଅଛି ତୁମ୍ଭ ପାଶେ ନ କରିଣ ମାୟା ॥ କ୍ଷଣ ମୁହିଁ ସତ୍ୟ ବିନା

ନ ରହିବି ନୃପ । ସତ୍ୟ ଗଲେ ଯିବି ମୁହିଁ କହିଲି ସ୍ୱରୂପ

 

ନମସ୍କାର କରି ନୃପ କହିଲେ-ତାହାଙ୍କୁ । ଯାହା ଇଚ୍ଛା କର ମୁହିଁ

ନ ଛ।ଡେ ମୂର୍ତ୍ତିକୁ ॥ ନରପତି କଥା ଶୁଣି ଦୟା ପଲାଇଲେ ।

ଧବଳ ପୁରୁଷ ବେଶେ ଧର୍ମ ପହୁଞ୍ଚିଲେ ॥ ପରିଚୟ ଦେଇ ପୁଣି

କାରଣ ବତାଇ । ଧର୍ମ ଚାଲିଗଲେ ନୃପ କାତର ନ ହୋଇ ॥

 

ଧୈର୍ୟ୍ୟ ଧରି ନ ଛ।ଡିଲେ ଦରିଦ୍ର ପୁରୁଷ । ତା ପରେ ପୁରୁଷ ବେଶେ

ପହୁଞ୍ଚିଲେ ଯଶ ॥ ଯଶଙ୍କର ପରିଚୟ ବିକ୍ରମ ପାଇଲେ । ଚାଲିଯିବା

କାରଣ ହିଁ ପଚାରି ବୁଝିଲେ ॥ ତଥାପି ସ।ହସେ ନିଜ ବଚନ ରଖିଲେ ।

ଦରିଦ୍ର ପୁରୁଷ ମୂର୍ତ୍ତି ମୋହନ ନ ଛାଡିଲେ ॥ ତାହାପରେ

 

ପୁରୁଷେକ ହୋଇଲେ ପ୍ରବେଶ ॥ ତାଙ୍କୁ ମଧ୍ୟ ପୂର୍ବପରି ପୃଚ୍ଛିଲେ

ନରେଶ ॥ ବୋଇଲେ ସେ ସାହସ ମୁଁ ତୁମ୍ଭରି ଦେହରେ ..।

ରହିଥାଏ ହେ ବିକ୍ରମ ରାଜ ସବୁବେଳେ ॥ ଲକ୍ଷ୍ମୀ ସତ୍ୟ ଦୟା ଧର୍ମ

ଯଶ ଆଦି ଗଲେ । ଶେଷଯାଏ ଥିଲି ଏବେ ଯାଉଛି ମୁଁ ଭଲେ ॥

 

ବିକ୍ରମ ଆଦିତ୍ୟ ଶୁଣି କରି ନମସ୍କାର । ବୋଇଲେ ଉଚିତ ଏହ।

ଅଟେ କି ତୁମ୍ଭର ॥ ଦରିଦ୍ର ପୁରୁଷ ରଖି ଛାଡିଲେ ସକଳ । ଏଡେ

ବଡ କାର୍ୟ୍ୟ କଲି ଲଭି କାହା ବଳ ॥ ଛାଡି ନ।ହିଁ ତୁମ୍ଭଙ୍କୁ ମୁଁ

ଜାଣିଛ ତ ଏହ। । ଛାଡିବ କିପରି ମୋତେ କହ ଏବେ ତାହା ॥

 

ସାହସ ଏ କଥା ଶୁଣି ଲଜ୍ଜିତ ହୋଇଲେ । ନ ଯାଇ ସେ ନରପତି

ଶରୀରେ ରହିଲେ ॥ ନିଶ୍ଚିନ୍ତ ହୋଇଲେ ରାଜା ସାହସର ବଳେ ।

ଲକ୍ଷ୍ମୀ ଧର୍ମ ଦୟା ଆଦି ବାହୁଡିଲେ ଖରେ ॥ ସର୍ବଗୁଣେ ବିଭୂଷିତ

ହେଲେ ପୂର୍ବପରି । ସେ ବିକ୍ରମ ସାହସକୁ ଥିବାରୁଟି ଧରି ॥ ତୁମ୍ଭେ

 

ତାଙ୍କପରି ଯେବେ ସୁସାହାସୀ ହେବ । ଏ ବତ୍ରିଶ ସିଂହାସନ ଉପରେ

ବସିବ ॥ ଏହା କହି ପୁତ୍ତଳିକା ଗଲା ସ୍ଵର୍ଗପୁରେ । ଭୋଜରାଜା

ବାହୁଡିଲେ ମନ ବିରସରେ ॥ ବତ୍ରିଶ ପୁତ୍ତଳ କଥା ହୋଇଲା

ସଂପୂର୍ଣ୍ଣ ଜଗନ୍ନାଥ କହେ କରି ଦୁର୍ଗା ନାମ ଧ୍ୟାନ ॥

--ସମାପ୍ତ--