ଆହେ ପତିତପାବନ ସର୍ବବିଘ୍ନ ବିନାଶନ ବିପଦବୃଜିନ-ସଂହାରଣ
ବିଳାଶୀ ପୂର୍ଣ୍ଣବ୍ରହ୍ମ ସନାତନ ନିରୂପମ ନିରଞ୍ଜନ ନିଖିଳଜୀବନ
ହେ ଜନାର୍ଦ୍ଦନ,
ଅଟତ ଅଖଣ୍ଡ ଦିବ୍ୟଜ୍ଞାନ
କୃପା ପାରାବାର ପ୍ରେମଧନ
କ୍ରମୀ-ବୀର୍ଯ୍ୟ-ଗଞ୍ଜନ ବିକ୍ରମ ସଂହିତ ସ୍ଥାନ
ମନ୍ତ୍ର ଯନ୍ତ୍ର ତନ୍ତ୍ରର ସଦନ ହେ ଜନାର୍ଦ୍ଦନ
ନିର୍ବିକଲୁ ଯୋଗୀଜନ ଧନ ।୧।
ହେରସିକ ଶେଖର ରସିକାଙ୍କ କରେ କରଦେଇ ରାସ-ରସେ ନିରନ୍ତର,
ରହାସେ ନୃତ୍ୟକର ଧରାଧର ତ୍ରପାଡ଼ର ତେଜି ଦେଇକରି ବଭାବର
ହେ ଗିରିଧର,
ପୂର୍ଣ୍ଣ ସର୍ବ ବାହାର ଭିତର,
କହୁଅଛି ମୁହିଁ ଯୋଡ଼ିକର,
ତୁମ୍ଭର ବୀରବର ତିନି ଲୋକର ଈଶ୍ୱର
ଅତି ଦୀନହୀନ ମୁଁ ପାମର ହେ ଗିରିଧର,
ବାରେ ପ୍ରତୀକାର ମୋତେ କର ।୨।
ଜ୍ଞାନାନନ୍ଦ ସୁମହାନ ଶାନ୍ତି ମୁକ୍ତିର ସଦନ ନିଖିଳ ମଙ୍ଗଳ ନିକେତନ,
ନିବୃତି ବିବୃତି ହୀନ ହୀନାହୀନ ଜ୍ଞାନହୀନ ପ୍ରଭୁ ନିତ୍ୟ ସତ୍ୱ ଭଗବାନ
ହେ ନବଘନ,
ଅଚିନ୍ତ୍ୟ ଅଜ୍ଞେୟ ଜ୍ଞାନବାନ,
ଅଟଇତ ତବ ନିତ୍ୱଧନ
ରୁକ୍ଷ ମଣ୍ଡଳ ଗଗନ ସର୍ବରବି ଶଶୀଗଣ
ଚରାଚର ମରାମର ସ୍ଥାନ ହେ ନବଘନ,
ରସଗ୍ରାହୀ ପବିତ୍ର ଯେସନ ।୩।
କ୍ଷମ ମାରଣ ତାରଣ ନିଗ୍ରହାନୁଗ୍ରହେ ପୁଣ ମହାମନ୍ତ୍ର-ମନ୍ତ୍ରଣା ଭବନ,
ସୁଲକ୍ଷ ପୂର୍ଣ୍ଣ ଲକ୍ଷଣ ସୁପୀନ ଶିଖରୀଗଣ ସର୍ବବ୍ୟାପୀ ସର୍ବ ଶକ୍ତିମାନ
ହେ ଗୋପଧନ,
ସ୍ରୋତସ୍ୱିନୀ ଅର୍ଣ୍ଣବ ମିଳନ,
ଅତିଚିତ୍ର ଗୌରବ ସଦନ,
ବିବିଧ ଚାରୁ ବସନ କରିବିଧି ପରିଧାନ,
କୁସୁମିତ ପ୍ରକଟ କାନନ ହେ ଗୋପଧନ,
ପରମାଣୁରୂପୀ ସନାତନ ।୪।
ବିଚିତ୍ର-କର୍ମ-କଳାପୀଅ ପ୍ରମେୟଜଗଦ୍ବ୍ୟାପୀ ଅପାର ଗୌରବ ପ୍ରକାଶିତ,
ଯେ ଦୃଶ୍ୟାଦୃଶ୍ୟ ସମସ୍ତ ଅଧଊର୍ଦ୍ଧ୍ୱ ଭୂଗର୍ଭସ୍ଥ ସନ୍ଦୋହ ଶ୍ରୀହସ୍ତ ସଂଶୋଧିତ
ହେ ଭଗବତ,
ଇତ୍ୟାଦି ତବ ଶକ୍ତି ରଚିତ,
ଯେତେ ଗୁରୁ ଲଘୁ ପରିମିତ,
ଯଥା-ସ୍ଥାନେ ଖଞ୍ଜିଛତ ଭ୍ରାନ୍ତିଶୂନ୍ୟ ଶୁଦ୍ଧବତ
ଚତୁର୍ଖାନି ବନ୍ୟାଦି ଜଗତ ହେ ଭଗବତ,
ତବ ମହିମାଁତ ଅପ୍ରମିତ ।୫।
ତୃଣ ମୂଳ ମହୌଷଧି ତରୁଗୁଳ୍ମଲତାଆଦି ବୋଧାଗମ୍ୟ ନିତ୍ୟ ମନୋରମୁ
ବିବିଧ ରଙ୍ଗ ମାଧୁରୀ ବିଚିତ୍ର ସୃଷ୍ଟି ଚାତୁରୀ ଅତିଶୟ ନୟନାଭିସମ ।
ହେ ବିଶ୍ୱନାଥ,
କଳନା ବର୍ଜିତ ଅବର୍ଣ୍ଣିତ
ଅଦ୍ଭୁତ ବିନ୍ଧାଣୀ ବ୍ୟୂହନାଥ
ବିଶ୍ୱକର୍ମା ସର୍ବଭୂତ ଭାବୁକ ଭାବନାଯୁତ
ନିୟତ ଶ୍ରୀପଦେ ପରାଜିତ ହେ ଭଗବତ,
ଅଜ୍ଞାନ ନାଶନ ତବତତ୍ତ୍ୱ ।୬।
ଚାହିଁଦେଲେ ଜୀବକୁଳ ଲଭିବ ଭବ କୁଶଳ ଆଭାଷେ କି ଜ୍ୱଳିବାଗ୍ନିବତ,
ବିବର୍ଜିତ ପଟାନ୍ତର ଛବିସାର ଦ୍ରବ୍ୟାଗାର ଶ୍ରୀକରରୁ ଯାହାର ଜନିତ
ହେ ଜଗନ୍ନାଥ,
ଅଟତ ମନ୍ମଥ-ମନମଥ
ଉରୂକ୍ରୋଶାରି ବିହଙ୍ଗ ସମସ୍ତ,
ଶୁକ ସାରସ ମୟୂର ନିଶାଚରାଦି ଖେଳର
କଳ୍ପିତ ଭୂଚରାରଣ୍ୟଚର ହେ ଜଗନ୍ନାଥ,
ଅଦ୍ୱିତୀୟ ଈଶ୍ୱର ଅନନ୍ତ ।୭।
ଅଭେଦ୍ୟମନ୍ଥର ବୃତ୍ତଦେଇ ରଚନା ବିସ୍ତୃତି କରୁଅଛ ହେତ୍ରି ଲୋକସାଇଁ,
ବରାହ ସିଂହ ଶାର୍ଦ୍ଦୂଳ ଗୟଳ ସାରଙ୍ଗକୁଳ ସର୍ଜିଲ ବନରମଣ ପାଇଁ
ହେ ଗୋପଧନ,
ଯେତେ ବନ୍ୟଗ୍ରାମ୍ୟ ଜୀବମାନ,
ତବକାମ କରନ୍ତି ଇଟନ,
ଜଳଦରାଦି ସକଳ ସାଗରୋବରେ ବହୁଳ
ରଙ୍ଗେ ବିରଚନ୍ତି କୁକୁହଳ ହେ ଗୋପଧନ,
ଘୁଞ୍ଚାଅ ମୋ ସନ୍ଦେହ ବହନ । ୮।
ଜୀବଜନ୍ତୁ କୁଳମଣି ସୁରନର ପରିମାଣି ଦେଲା ନିଜବୀର୍ଯ୍ୟ ହୋଇଦାନୀ,
ନୃତ୍ୟନ୍ତି ଭାଙ୍ଗି କଲ୍ଲୋଳ ଦେଖାଇ ଆଶ୍ଚର୍ଯ୍ୟବଳ କରନ୍ତି ସେ କୁତୁହଳ
ଧ୍ୱନି ହେ ଜଗଦୀଶ,
ପ୍ରତିମୂର୍ତ୍ତି ତଜଇ ସଦୃଶ,
ସ୍ୱନାସାରୁ ନିଶ୍ୱାସ ପ୍ରଶ୍ୱାସ,
ପାଇକରେ ଜୟଜୟ ଦେଖରେ ଅପୂର୍ବମୟ
ନିର୍ମାଣତ କରି ସୃଷ୍ଟିଚୟ ହେ ଜଗଦୀଶ,
ଜଳୁଅଛି ନିରାଶା ହୁତାଶ ।୯।
ଖଞ୍ଜିତ ରଞ୍ଜିତ କଲ ଅବୟବାଦି ସକଳ କେମନ୍ତ ଆଶ୍ଚର୍ଯ୍ୟ ମନୋରମ,
ମୁଖ ନାସା ହସ୍ତ ପାଦ ନେତ୍ର ଶ୍ରୋତ୍ର ଦନ୍ତ ହୃଦ ନଖ କେଶ ରୋମା-
ବଳୀ ଚର୍ମ୍ମ ହେ ବନମାଳି,
ଜଠରାଗ୍ନି ସ୍ନାୟୁ ଭକ୍ଷସ୍ଥଳୀ,
ରକ୍ତାଧାର ଜଳାଧାର ମାଳୀ,
ଶିରା ପରେ ଶିରା ଭାଜେ ମଜ୍ଜା ଆଦି ବାଡ଼ିବ୍ରାଜେ
ଛନ୍ଦାଛନ୍ଦି ତିବିଡ଼େ ସହଳେ ହେ ବନମାଳି,
ତବ ମହିଁମା କେ ପାରେକଳି ।୧୦।
ଚଞ୍ଚଳ ଚଳ ପିଞ୍ଜର ଜୀବାତ୍ମାର ଅନ୍ତଃପୁର କରିଛକି କେଳିକ୍ରିୟାଜ୍ଞାନେ,
ଅତିଚିତ୍ର ଚମତ୍କାର କରିଛି କର ଯାହାଁର ଢାଳି ନିଜଜ୍ଞାନ ସରସ୍ୱାନେ
ହେ ପିତାମ୍ୱର,
ଆତ୍ମାରୂପା ରୂପତ ତୁମ୍ଭର,
ନିରୂପମ ମହାରୂପାକାର,
ସଚିଦା-ନନ୍ଦ ସ୍ୱରୂପ ସତ୍ୱ ଶକ୍ତି ଜ୍ୟୋତିଃରୂପ
କେ ବର୍ଣ୍ଣିବ ତବାଶ୍ଚର୍ଯ୍ୟରୂପ ହେ ପୀତାମ୍ୱର,
ଦୃଷ୍ଟନାଶି ଶିଷ୍ଟ ରକ୍ଷାକର ।୧।
ଯେତେକଚାକ୍ଷୁସମୂର୍ତ୍ତି ନୁହେତବପ୍ରତିମୂର୍ତ୍ତି ହେ ଅବାସମ କେଉଁ ମୂର୍ତ୍ତି,
ତ୍ରିଲୋକେ ଅସମମୂର୍ତ୍ତି ଅଟତ ଅବନୀପତି ଶ୍ରୀରୂପ ରଚନା ମହାମୂର୍ତ୍ତି
ହେ ଶିରୀପତି,
ଲୋମକୂପେ କୋଟି କୋଟି କ୍ଷିତି,
ବାସକରି ରହିଛନ୍ତି ନିତି;
କାଠ ମାଟି ଶିଳାଗ୍ରାମ ହୀରା ରତ୍ନ ରୌପ୍ୟ ହେମ
କିବା ମହାମେରୁ ଭାନୁ ସୋମ ହେ ଅଭିରାମ,
ନାହିଁ କେହି ହେବାକୁ ଉପମ ।୧୨।
ତୁମ୍ଭେତ ଅଚଳସ୍ୱାମୀ ତ୍ରିଭୁବନ ଅନ୍ତର୍ଯ୍ୟାମୀ ଜଗତବ୍ୟାପକ ପରାକ୍ରମୀ,
ମନ ବଚନରଗାମୀ ଅନନ୍ତ ମଙ୍ଗଳ ଭୂମି ଅଛ ସର୍ବ ନିୟତେ ସଂଯମୀ
ହେ ରମାପତି,
ପୁଣି ପଞ୍ଚବିଂଶତି ପ୍ରକୃତି,
ଷଡ଼ଅରି ଆଦି ପଞ୍ଚମତି,
ଏକାଦଶେନ୍ଦ୍ରିୟ ବେଢ଼ି ସୁଚାରୁ ସର୍ବାଙ୍ଗ ଗଢ଼ି
ସାତଶତ ବାଆସ୍ତରୀନାଁଡ଼ୀ ହେ ରମାପତି,
କି ବିଚିତ୍ର ପରାକ୍ରମ ଶକ୍ତି ।୧୩।
ଯେଲୋମଚର୍ମଶୋଣିତମାଂସମେଦ ଅସ୍ଥିଧାତ ମହାଆଦି ସପତ ଆବୃତ,
ଶ୍ରୀନାମ ମହିଁମାବାଣୀ କରଣ କାରଣ ବେନି ଶକ୍ତିତବ ଅନନ୍ତ ଅଦ୍ଭୁତ
ହେ ରଜକାରି,
ସୃଜିଲ ଅପୂର୍ବ ନରନାରୀ,
ନାଟକର ହୋଇ ସୁତ୍ରଧାରୀ,
ସ୍ୱଚ୍ଛନ୍ଦ ସଞ୍ଚାର କାରୀ ସଶ୍ରୁକି ପଟନି ଗୁରୀ
କଲେ ସମ୍ଭୋଗ ପବିତ୍ର ଶିରୀ ହେ ରଜକାରି,
କି ମାଧୁର୍ଯ୍ୟର ରଚନାକାରୀ ।୧୪।
ଆହାହାଦି କୀର୍ତ୍ତିଯଶ ସାକ୍ଷାତେ ଶ୍ରୀ ପରମେଶ ସୃଷ୍ଟିଲୀଳା ଚାତୁରୀ ମାଧୁରୀ
ନାଗରୂପୀ ପାପାସୁର ଖଳବିଶିଖ ପ୍ରହାର କରି ବିନାଶଲା ନରଶିରୀ
ହେ ମଧୁହାରି,
ମୃତ୍ୟୁଦୁଃଖ ଘୋର ପୀଡ଼ାଧରି
ସଞ୍ଚରିଲା କୋଟି ମୁଖକରି,
କ୍ରମେ ଶରୀର ପ୍ରସାରି ବ୍ୟାପିଲା ଏ ବସୁନ୍ଧରୀ
ନିୟତ ଅୟୁତ ଗୁଣକରି ହେ ମଧୁହାରି,
ସର୍ବଘଟେ ଅଛ ତୁମ୍ଭେ ପୂରି ।୫।
ତେଣୁ ମନୁଜଙ୍କ ପ୍ରାଣ ଅଶେଷ ଦୁଃଖମରଣ ଭ୍ରମୁଥାଏ ନିଦାରୁଣ ଅତି,
କି ବର୍ଣ୍ଣିବି ମୁହିଁଛାର ତବ ମହିଁମା ଅପାର ଅଟେ ମୋର କ୍ଷୁଦ୍ରତର ମତି
ହେ ଜଗଜ୍ୟୋତି,
ଯେତେ କୃତି ପାରାବାର ମତି,
ଚରଣେ ଅକ୍ଷମ ନରକ୍ଷିତ,
ନମେ ନମ୍ର ଶିରଚିତ୍ତେ ଡାକେ ପଦ ମହାଆତ୍ତେ
ଶ୍ରୁତିଗତି କର ସ୍ୱର୍ଗତେ ହେ ଜଗଜ୍ୟୋତି,
ଯା ଆଦେଶୁ ଜାତ ହତକ୍ଷିତ ।୧୬।
ଦତ୍ତପାଇଁ ଉପହାର କିଛିନାହିଁ ଦ୍ରବ୍ୟାକର ଶୂନ୍ୟପାତ୍ର ରଖେଁ ଶ୍ରୀଛାମୁରେ
ଶ୍ରୀ ଅସ୍ୟ ପ୍ରଫୁଲ୍ଲ କରି ଢାଳି ଅନୁରାଗ ବାରି ଭକ୍ତି ଦୀପ୍ତକର ହୃଦାମ୍ୱରେ
ହେ ରାସେଶ୍ୱର,
ସୁଜ୍ଞାନ-ନୟନ ମୁକ୍ତକର;
ଆହେ ପ୍ରଭୁ ବିଜ୍ଞାନ ଆକର,
ଯଦି ମୁଁ ପାପୀପାମର ଅଯୋଗ୍ୟ କୃପା-ଦୃଷ୍ଟିର
ନକର ଅନ୍ତର କ୍ଷମା କର ହେ ବେଣୁଧର,
ହେଲ ମର୍ତ୍ତ୍ୟେ ନର ଅବତାର ।୧୭।
ଯେବେ ତୁମ୍ଭେ ଦୟାନିଧି ନପାଳିବ କ୍ଷମାବିଧି କି କରିବି ମୁହିଁ ଦୀନହୀନ,
ଅଟଇତ ଅକିଞ୍ଚନ ନାହିଁ କିଛି ପୂଣ୍ୟାର୍ଜ୍ଜନ ନାହିଁ ତବଯୋଗ୍ୟ ଉପାଦାନ
ହେ ଗୋପଧନ,
ଯାହା ଦେଇଅଛ କିଛିଜ୍ଞାନ,
କରନ୍ତି ଯେ ଅଭିଷ୍ଟ ସାଧନ,
ତବ ଭଣ୍ଡାର ପ୍ରଚୁର ଅପ୍ରମେୟ ଚମତ୍କାର
କ୍ଷୟହୀନ ଅନନ୍ତ ଅପାର ହେ ଶ୍ୟାମଘନ,
ଜଗତର ଅଟତ ଜୀବନ ।୧୮।
ଯାର ଧନ ଦାନେ ଧନୀ ହୋଇଣ କେତେ ସମ୍ମାନୀ ବୋଲାଏ ସେ ପୃଥିବୀଈଶ୍ୱର
ଜନନେତ୍ରେ ଚମତ୍କାର ଦିଶେ ଅଦ୍ଭୁତ ଆକାର କରାନ୍ୱିତେ ନମ୍ର କରେ
ଶିର ହେ ଶ୍ରୀ କିଶୋର,
କହ କହ ଏହାକିପାଁ କର
ଦେଇ ନରେ ଉଚ୍ଚ ଅଧିକାର,
କରିଛ ଭୂତିଭୂଷଣ ମୃତିଙ୍କ ଗର୍ଭେ ନିର୍ମାଣ
ଯାହାଲଭି ମୁଗ୍ଧ ମର୍ତ୍ତ୍ୟ ପ୍ରାଣ ହେ ଗୋପୀବର,
କି ମହିଁମା ଦେବେ ଅଗୋଚର ।୧୯।
ହୀରା ନୀଳା ଅଷ୍ଟରତ୍ନ ଆ ଯେତେ ମହାରତ୍ନ ରଖିଛି ଅବନୀ ଯତ୍ନକରି
ସମସ୍ତ ଶ୍ରୀହସ୍ତକୃତ ତାହ ତବ ତ୍ୟକ୍ତଚିତ୍ତ ହୋଇଛି ରାଜମସ୍ତକ ଶିରୀ
ହେ ଦିନୁଜାଭି,
ନିର୍ଦ୍ଧନିମାନଙ୍କୁ ଧନପତି,
ଧନୀକି କର ହୀନ ସମ୍ପତି,
ବିଧନେ ତୋଷିବ ନର ଭେଟିବ ସେ ଉପହାର
ତୃପ୍ତ ତବ କାହିଁରେ ଅନ୍ତ ହେ ଚକ୍ରଧାରି,
ନାହିଁ ଆଉ ତବ କ୍ରିୟାପରି ।୨୦।
ପାପରେ ମୋର ଜନନ ପାପେ ପ୍ରେମପ୍ରତିଦିନପାପେପୂର୍ଣ୍ଣ ଆତ୍ମାବୃଦ୍ଧି ମନ
ଯାକୁକରେଁ ଧର୍ମଜ୍ଞାନ ତହିଁରେ ନଥାଏ ମନ ଅଧର୍ମ କାମନା ଅନୁକ୍ଷଣ
ହେ ଜନାର୍ଦ୍ଦନ,
ଅଟେଁ ଅତି ଅଧମ ପରାଣ,
କରିଛି ଲଙ୍ଘନ ଆଜ୍ଞା ପୁଣ,
ଅପଥରେ ବଡ଼ ସ୍ନେହ ସୁପଥେ ଅତି ଅସ୍ନେହ
ମହି-ମତ୍ତେ ହୋଇଗଲି ମୋହ ହେ ଦୁଃଖିଧନ,
ଛେଦନ କର ଏ କୁବନ୍ଧନ ।୨୧।
ଉନ୍ମତ୍ତ ମାତଙ୍ଗ ପରି ହେଉଅଛି ସ୍ୱେଚ୍ଛାଚାରୀ ଘୋରତର ଅଟେ ମନ୍ଦମତି
ପରମ ବିଜ୍ଞାନେ ପ୍ରୀତି ନାହିଁ ଲେଶେ ମୋର ମତି ଆହେ ଆର୍ତ୍ତତ୍ରାଣ
ପ୍ରାଣପତି ହେ ଜଗଜ୍ୟୋତି,
ଶମନ ଶାସନୁ କର ମୁକ୍ତି,
ତୁମ୍ଭ ବିନା ଅନ୍ୟ ନାହିଁ କ୍ଷିତି,
ଗମିବାକୁ ମୁଁ କାହା କତି ଭରସା କେ ନଦିଶନ୍ତି
ତୁମ୍ଭେ ଏକା କେବଳ ମୁକତି ହେ ବ୍ରଜପତି,
କହୁଛି ଅନେକ କରି ସ୍ତୁତି ।୨୨।
ତୁମ୍ଭ ବିନା ଆନେ ଚିତ୍ତ ହେଲେ ହେବି ପଥଭ୍ରାନ୍ତ ମରିବଇଁ ହୋଇଣ ଅଗତି,
ତୁମ୍ଭେମୁକ୍ତି ସିଦ୍ଧିଦାତା ଶକ୍ତିବନ୍ତ ପବିତ୍ରାତା ଅଟପୁଣ ମହା ସେନାପତି
ହେ ଜଗତ୍ପତି,
ଅଗତିର ଅଟ ମହାଗତି,
ପୁଣି ଅନାଥଉ ପ୍ରାଣପତି,
କରିଣ ସେବକେ ଦୟା ଧ୍ୱଂସ ଇହ ମହାମାୟା,
କର ସୁଧାପାନେ ଶୁଦ୍ଧକାୟା ହେ ଜଗତ୍ପତି,
ସର୍ବଭେଦି
କରୁଛି ବିନତି ।୨୩।
ଆର୍ତ୍ତଜନାର୍ତ୍ତ ବଚନ ସୁନିଭୃତ ଚିନ୍ତାସ୍ୱନ ଶୁଣହେ ପ୍ରାର୍ଥକ କଳ୍ପଦ୍ରୁମ,
ବିଶାଳ ବାହୁ ବିସ୍ତାରି ଦୁଃଖରାଶି ନାଶକରି ହଇ ପାଣରଣ ପରିଶ୍ରମ
ହେ ଘନଶ୍ୟାମ,
ଯେତେକ ସର୍ବାଙ୍ଗ ବ୍ୟାଧିତମ,
ବିକଳାଙ୍ଗ ହତଚିତ୍ତ ଧର୍ମ୍ମ-
ଔଷଧ ମାତ୍ର ତାବଳ ଦୁର୍ବଳର ମହାବଳ
ତୁମ୍ଭେ ଏକା ପତିତ ସମ୍ୱଳ ହେ ଜ୍ଞାନାନନ୍ଦ
ଜଗତ ରକ୍ଷଣ ଯା ଶ୍ରୀପଦ ।୨୪।
ତୃଷିତେ ଅମୃତବନ କ୍ଷୁଧିତେ ପୂର୍ଣ୍ଣଭୋଜନ ମାର୍ଗାନ୍ଧର ଅଟେ ସୁଲୋଚନ,
ଅଜ୍ଞାନର ଜ୍ଞାନ ଦାତା ପୁଷାଳନେ ଅଟପିତା ସର୍ବ ବିଷୟରେ ସଂପୁରଣ
ହେ କୈଟଭାରି,
ତବପାଦେ କୃତାଞ୍ଜଳି କରି
ସରଳ ବିମଳ ଭାବଧରି,
ଡାକେ ମହାପ୍ରଭୋ ବୋଲି ତାକୁସୁଧା ବାରି..
ଅନାମୟ କରିଦିଅ ହରି ହେ କୈଟଭାରି;
ପାପାବ୍ଧିରେ ଯାଉଅଛି ସରି ।୨୫।
ଯେମତ୍ସ୍ୟ କୂର୍ମଶୂକର ନୃସିଂହାଦି ଅବତାର ହୋଇକରି ଏହି ମର୍ତ୍ତ୍ୟପୁରେ;
ନାଶି ଦୃଷ୍ଟ ଦୈତ୍ୟକୁଳ ପାଳି ଭୁବନସକଳ ପୁଣିକଲ ବିହାର ସ୍ୱର୍ଗରେ
ହେ ଦେବବର,
ମୋ ପାପାତ୍ମା ପରିତ୍ରାଣ କର,
ବ୍ୟାସାତ୍ମଭୂ ଆଦି ମୁତବର,
ଯେ ବାଲ୍ମକୀ ପରାଶର ବଶିଷ୍ଠାଦି ଯୁଧିଷ୍ଠିର
ତପକରି ହେଲେ ସେ ଅମର ହେ ଯୋଗେଶ୍ୱର,
ପାପତାପ ଖରେ ଦୂରକର ।୨୬।
ଚୈନତ୍ୟରୂପେ ପ୍ରକଟି ତବନାମ ତୁମ୍ଭେରଟି ଭକ୍ତି ଗ୍ରନ୍ଥ କଲପ୍ରକାଶିତ,
ଚିରକାଳରୁ ଅର୍ପିତ ହୋଇନଥିଲା ଯେମତ ଭକ୍ତିଅର୍ଥେ କଲ ପ୍ରଚାରିତ
ହେ ଦଣ୍ଡଧର,
କରୁଣା ହୃଦୟେ ନିରନ୍ତର,
ବାତ୍ସଲ୍ୟ ଆଦି ଯେ ଦ୍ୱାଦଶର,
କଦମ୍ୱ ଫୁଲର ହାସ ରୋମାବଳୀ ତନୁବେଶ
ପୁନଃ ହେମକାନ୍ତି ରସ ଦୃଶ୍ୟ ହେ ଶତୀଶିଷ୍ୟ,
କଂସ-ବଂଶ-ଅଟବୀ-ହୁତାଶ ।୨୭।
ପାପିଙ୍କୁ ପାପୁ ଉତ୍ତୀର୍ଣ୍ଣ କରିଦେଇଣବହନ ରଖିଲ ଜଗତେ ଅଭିଧାନ,
ଭକ୍ତନାମ ଯେଉଁଜନ କରଇ ସଦାକୀର୍ତ୍ତନ ଲଭଇ ଅନ୍ତିମେ ପରିତ୍ରାଣ
ହେ ଜ୍ଞାନବାନ
କଳିଯୁଗେ ଏଧର୍ମ୍ମ ରଖିଣ,
ବଡ଼ ଦେବାଳୟକୁ ଗମିଣ,
କରିନାମ ସଂକୀର୍ତ୍ତନ ସମସ୍ତଙ୍କୁ ମୋହାଚ୍ଛନ୍ନ
କରି ଗମିଲ ସ୍ୱର୍ଗଭୁବନ ହେ କୀର୍ତ୍ତିମାନ,
କିବିଚିତ୍ର ତବ କର୍ମମାନ ।୨୮।
ଦଶରଥ ସୁତଭୀମ ହୋଇଣ ମହାବିକ୍ରମ ଋକ୍ଷକପି ସଙ୍ଗତେ ଘେନିଣ,
ଶତ୍ରୁକୁଳ ଧୂମକେତୁ ବାନ୍ଧ ସମୁଦ୍ରରେ ସେତୁ ରକ୍ଷକୁଳ କଲ ସଂହନନ
ହେ ଜଗଦୀଶ,
ପାଳିଲ ଜନକଙ୍କ ଆଦେଶ,
ଚତୁର୍ଦ୍ଦଶ ବର୍ଷ ବନବାସ,
ଶିବଧନୁ ଭଗ୍ନକରି କୁଜାନାରୀ କରଧରି
ଦଶାନନ ପ୍ରାଣନେଲ ହରିହେ ଧନୁର୍ଦ୍ଧାରି
ରାଜସ ଗୁଣକୁ ମନେସ୍ମରି ।୨୯।
ହରେରାମ କୃଷ୍ଣନାମ, ପବିତ୍ର ତମ ସୁଧାମ ଅଟେ ପୁଣ୍ୟଶ୍ଲୋକ ଉଚ୍ଚାରର୍ଣ
ଘୋଷିଗଲ ହରଷହୋଇ ବିପଞ୍ଚିଧରିଣ ବାଇଭୁଞ୍ଜିବୁ ରାଶିରାଶି କଲାଣ
ରେ ଜୀବବାଇ,
ଗମିବୁ ଆମର ପୁରେ ତୁହି ।
ବୁଡ଼ିବୁ ଆମୋଦ-ବନେଯାଇ,
ନିରାଶର ଆଶାଧାରୀ ଦୁଶ୍ଚିବିର୍ଷା ପ୍ରତିକାରୀ
ଦୟାଶାନ୍ତି ପ୍ରେମର ନଗରୀ ହେ ବଂଶିଧାରି,
କଲ୍ମଷ ନାଶନ ଈନପରି ।୩୦।
ପୁଣି ଯେତେ କର୍ମମାନେ କଲ ଏହି ତ୍ରିଭୁବନେ କହି ନୁହେଁ କାହାରି ବଦନେ,
ବାସବଧାତା ଭୂତେଶଯାମାୟାରେ ହୋଇ ବଶରତ ନିତ୍ୟ ସୃଜନ ପାଳନେ
ହେ ଯତ୍ନବାନ,
ବର୍ଣ୍ଣନେ ଶେଷଦେବ ବଦନ,
ବନ୍ଦହୋଇ ଲାଳ କଲାଚ୍ଛିନ୍ନ,
ବେଦ ବେଦାନ୍ତରେ ରେଖା ହୋଇ ହେଉଅଛି ଲେଖା
ପ୍ରତ୍ୟକ୍ଷରେ ଯାଉଅଛି ଦେଖା ହେ କୃପାସିନ୍ଧୁ,
ଦୀନ ଜନଙ୍କର ଅଟବନ୍ଧୁ ।୩୧।
କଲୁ ପାବଷ ଅଦ୍ଭୁତ ପୃଥିବ୍ୟାଦି ପଞ୍ଚଭୂତ ଯେତେଚ୍ଛନ୍ନ ବ୍ରହ୍ମାଣ୍ଡ ମଧ୍ୟରେ,
କେହି ନୁହେଁ ସମପରି ସେବିବି ମୁଁ କେଉଁ ପରି ଲଭିବି କିରୂପେ ଶ୍ରୀପୟରେ
ହେ ଶକ୍ତିମାନ,
ସୁରଙ୍ଗୀ ନରପୁଞ୍ଜ ମଣ୍ଡନ,
ଶ୍ରୀଚନ୍ଦ୍ର ଚୂଡ଼ାମଣି ରାଜନ,
ବୋଲେ ପଦ-ଅରବିନ୍ଦ- .
ହୋଇ ଚୁମ୍ୱୁଥିବି ଆଦିକନ୍ଦ ତ୍ୱହି କଲୁ.....
ଶାଖାତଳେ ରଖ ଅବିରାମ ।୩୨।