୧. ରାସ ପାଇଁ ଆବଶ୍ୟକ ଦ୍ରବ୍ୟ ଓ ବିଧି
୨. ସଖିମାନଙ୍କର ପ୍ରମାଣ ଓ ସେବା
୩. ଗୁରୁ ବନ୍ଦନା
୪. ରାସ ସଙ୍ଗୀତ
୫. ମେଳକ ସଙ୍ଗୀତ
୬. ରାସ ପ୍ରାନ୍ତ କୀର୍ତ୍ତନ
୭. ଜୟଧ୍ଵନି
୧. ପଞ୍ଚସଖାଙ୍କର - କଳସ ୫ ଗୋଟି, ପଇଡ଼ ୫ ଗୋଟି, କାଛିଆ ୫ ଗୋଟି ।
୨. ମୂର୍ତ୍ତି ବା ଫଟୋ -ଶ୍ରୀରାଧାକୃଷ୍ଣଯୁଗଳ, ଅଷ୍ଟସଖୀ, ବ୍ରହ୍ମା, ଶିବ, ନାରଦ, ଇନ୍ଦ୍ର, କାଳୀ, ବୃନ୍ଦାବତୀ, ସିଂହବାହିନୀ ଦୁର୍ଗା ।
୩. ଏ ସମସ୍ତଙ୍କ ପାଇଁ ବସ୍ତ୍ର ।
୪. କର୍ପୂର, ଚନ୍ଦନ, ଅତର, ଚୂଆ, ଅବିର, ଝୁଣା, ଗୁଗୁଳ, ଆଠ ପ୍ରହର ଭୋଗ – ଫଳମୂଳ ଇତ୍ୟାଦି ଯାହା ମିଳିପାରେ ।
୫. ଦ୍ଵାଦଶ ବାଦ୍ୟ- ୧.ଘଣ୍ଟା, ୨.ଘଡ଼ି ୩.ଶଙ୍ଖ, ୪.ତୁରୀ, ୫.ବଂଶୀ, ୬.ଖୋଳ,୭.ମନ୍ଦିରା, ୮.ଖଜଣି୯.ଗୋପିଯନ୍ତ୍ର ବା ବେହେଲା, ୧୦. ହାରମୋନିୟମ, ୧୧. ଢ଼ୋଲକ, ନାଗରା, ତେଲିଙ୍ଗି ଇତ୍ୟାଦି ।
୬. ସରଲବଣୀ, ଦଧି, ଦୁଗ୍ଧ ଓ ଦଧିହାଣ୍ଡି ।
୭. ଅଷ୍ଟପ୍ରହରକୁ ଭୋଗ ଓ ଆରତି, ଚାମର ।
୮. ଫୁଲମାଳ, ଚୂନାଫୁଲ, ତୁଳସୀ, ହାତଘଣ୍ଟା, ଚାମର, ପାନ ଓ ମୁଖବାସ ନିମନ୍ତେ ମସଲା ଯାହା ମିଳିବ ।
୯. କୁଞ୍ଜ ସଜାଇବା ପାଇଁ ଯାହା ଯାହା ଲୋଡ଼ା ହେବ ସେ ସମସ୍ତ ଆପଣାର ଇଚ୍ଛା ଉପରେ ନିର୍ଭର କରେ । ରାସର ଦିନକ ପୂର୍ବରୁ ସମସ୍ତ ଠିକ୍ କରି ଅଧିବାସର ପୂଜା ଇତ୍ୟାଦି ଓ ଖୋଳକୀର୍ତ୍ତନମାନଙ୍କର ପୂଜା ହେବ । ତାର ପରଦିନ ପ୍ରତ୍ୟୁଷରୁ ରାହସ ପଠନ ଆରମ୍ଭ କରି ଅହୋରାତ୍ର ଶେଷ କରିବ । ରାସ ଶେଷଦିନ ଦଧିହାଣ୍ଡି ଭଞ୍ଜନ କରିବ । ସରଲବଣୀ ପୂଜା କରିବ । ରାସ ଶେଷରେ ବନ୍ଦାପନାବିଧି ଅଛି – ଘୃତ ଦୀପ ୭ଟି, ଦୁବ, ବରକୋଳିପତ୍ର, ଉଆତଣ୍ଡୁଳାଦିରେ ବନ୍ଦାପନା କରିବାକୁ ହେବ ।
୧୦. ଆମ୍ବଡ଼ାଳ, ଶିକା, ବାଉଙ୍ଗି, ଠେକି ଓ ପଗଡ଼ି ।ସମସ୍ତ ଭକ୍ତମାନେ ଏକତ୍ର ହୋଇ ଦ୍ଵାଦଶବାଦ୍ୟ ବଜାଇ ପୁଷ୍ପଚନ୍ଦନାଦି ଧରି ବନ୍ଦାପନା ଛନ୍ଦଟି ଗାଇ ଲେଖାଥିବାର ଅଭିନୟମାନ ଦର୍ଶାଇ ବନ୍ଦାପନା କରି ରାସ ଶେଷ କରିବ ଓ ସରଲବଣୀ ପୂଜା କରିବ । ତା ପରେ ନଗର ଭ୍ରମଣ ଓ ଦଧିହାଣ୍ଡି ଭଞ୍ଜନାଦି କରିବ । ଶେଷରେ ମହୋତ୍ସବ କରି ଶ୍ରୀକୃଷ୍ଣ ଶ୍ରୀମତୀ ଓ ଗୋପୀମାନଙ୍କର ଜୟ ଧ୍ଵନି କରି କାର୍ଯ୍ୟ ସମାପ୍ତ କରିବ ।ଅଧିବାସ ଦିନ ରାତ୍ରରେ ରାସମଣ୍ଡଳ କୀର୍ତ୍ତନ ଖଞ୍ଜଣି ମଣ୍ଡଳ ଇତ୍ୟାଦି ପୂଜା କରି ସାରି ଅଧିବାସ ଗାନ ମାନ ବସି ଗାନ କରିବ । ଶେଷରେ ନିମ୍ନ ଲିଖିତ ନାମ ଦୁଇଟିରୁ ଯେଉଁ ଗୋଟିକ ହେଉ ନାମ ଉଚ୍ଚାରଣ କରି ରାସଦେବୀ ଚତୁପାର୍ଶ୍ଵରେ ୫ ଭେରା ପରିକ୍ରମା କରି ଶେଷରେ ଶ୍ରୀମତୀ ରାଧାରାଣୀ ଓ ରାସେଶ୍ଵରଙ୍କର ଜୟଧ୍ଵନି ଦେଇ ଅଧିବାସ କାର୍ଯ୍ୟ ଶେଷ କରି ପ୍ରସାଦ ସେବନ କରିବାକୁ ହେବ ।
ସ୍ଵା/-
ବୈକୁଣ୍ଠନାଥ ବ୍ରହ୍ମଚାରୀ
ନାମ ୧ :
ଜୟ ପତିତପାବନ ଦାମୋଦରମ୍
ଚିନ୍ତ ରାଧାମୋହନ ଶ୍ରୀ ବେଣୁଧରମ୍
ନାମ ୨ :
କ୍ଳୀଁକୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟହରେ
ସଖି |
ବର୍ଣ୍ଣ |
ବସ୍ତ୍ର |
ସେବା |
କୁଞ୍ଜ |
ଭାବ |
ବୟସ |
|
ଗୋରଚନା |
ମୟୁରପୁଚ୍ଛ |
ତାମ୍ବୁଳ |
ବିଦ୍ରୁବନ |
ଖଣ୍ଡିତଭାବ |
ବ ୧୪।୨।୧୫ ଦିନ |
ବିଶାଖା |
ବିଦ୍ୟୁତ୍ବର୍ଣ୍ଣ |
ତାରାବଳୀ |
କର୍ପୂର |
ମେଘବନ |
ସ୍ୱାଧୀନ ଭର୍ତ୍ତୁକା |
ବ ୧୪।୨।୧୫ ଦିନ |
ଚିତ୍ରା |
କାଶ୍ମୀର |
କାଚପ୍ରଭା |
ବସ୍ତ୍ରାଳଙ୍କାର |
କିଞ୍ଜକ୍ଳବନ |
ଦିବାଭିସାରିକା |
ବ ୧୪।୨।୧୬ ଦିନ |
ଇନ୍ଦୁରେଖା |
ବିଦ୍ୟୁତ୍ବର୍ଣ୍ଣ |
ଦାଳିମ୍ବକୁସୁମା |
ନୃତ୍ୟ |
ସୁବର୍ଣ୍ଣବନ |
ପ୍ରୋଭିତ ଭର୍ତ୍ତୁକା |
ବ ୧୪।୨।୧୯ ଦିନ |
ଚମ୍ପକଲତା |
କାଶ୍ମୀର |
ଚାଷପକ୍ଷୀବର୍ଣ୍ଣ |
ଚାମର |
ତପ୍ତସ୍ୱର୍ଣ୍ଣ |
ବାସକ ଶଯ୍ୟା |
ବ ୧୪।୨।୧୯ ଦିନ |
ତୁଙ୍ଗବିଦ୍ୟା |
ହରିତାଳ |
ଯବାକୁସୁମ |
ଅଳତା |
ଶାମବନ |
ଉତ୍କଣ୍ଠିତା |
ବ ୧୪।୨।୨୦ ଦିନ |
ସୁଦେବୀ |
ଚମ୍ପକ |
ପାଣ୍ଡୁରବର୍ଣ୍ଣ |
ଗୀତବାଦ୍ୟ |
ଅରୁଣ |
ବିପ୍ରଲବ୍ଧା |
ବ ୧୪।୨।୧୩ ଦିନ |
ଶଶିରେଖା |
ପଦ୍ମକିଞ୍ଜଳ୍ମ |
ପ୍ରବାଳବର୍ଣ୍ଣ |
ଜଳଝରୀ |
ହରିତ |
କଳାହାନ୍ତରତା |
ବ ୧୪।୨।୨୮ ଦିନ |
ବିମଳା |
ଚନ୍ଦ୍ରକୁଙ୍କୁମ |
|
ଦର୍ପଣ |
|
|
|
ପାଲ୍ଲୀ |
ସୁବର୍ଣ୍ଣ |
|
ପଦସେବା |
|
|
|
ଅନଙ୍ଗମଞ୍ଜରୀ |
|
|
କୁସୁମଶଯ୍ୟା |
|
|
|
ଶ୍ୟାମଳା |
|
|
ବେଶ |
|
|
|
ମଧୁବତୀ |
|
|
ଚନ୍ଦନାଦି |
|
|
|
ଧନ୍ୟା |
|
|
ଗୀତ |
|
|
|
ମଙ୍ଗଳା |
|
|
ରତ୍ନାଳଙ୍କାର |
|
|
|
|
|
|
ମାଲ୍ୟ |
|
|
|
ଜୟ ମାଧବ ଜୟକେଶବ ମଧୁସୂଦନ ମୁରାରେ ।
ଓଁ ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍
ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ ।।
ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ଵରୀ,
ବୃଷଭାନୁ ସୁତେ ଦେବିଂ ତ୍ଵାଂ ନମାମି ହରିପ୍ରିୟେ ।।
ବସୁଦେବ ସୁତଂ ଦେବ କଂସ ଚାଣୁର ମର୍ଦନମ୍
ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁଃ ।।
ହେ କୃଷ୍ଣ କରୁଣାସିନ୍ଧୋ ଦୀନବନ୍ଧୋ ଜଗତ୍ପତେ
ଗୋପେଶ ଗୋପୀକାକାନ୍ତ ରାଧାକାନ୍ତ ନମସ୍ତୁତେ
ତ୍ରିଭଙ୍ଗ ଭଙ୍ଗିମାରୂପଂ ବେଣୁରନ୍ଧ୍ର କରାଞ୍ଜିତଂ
ଗୋପୀମଣ୍ଡଳ ମଧ୍ୟସ୍ଥଂ ସ୍ମରାମି ନନ୍ଦନନ୍ଦନମ୍ ।।
ଶ୍ରୀ ଗୁରୁ ଚରଣେ ବନ୍ଦରେ ମାମସ, ଶ୍ରୀ ଗୁରୁ ଚରଣେ ବନ୍ଦ
ଯାହା କୃପାବଳେ ଏମର୍ତ୍ତ୍ୟ ମଣ୍ଡଳେ
ଲଭିବୁ ପରମ ପଦରେ ମାନସ ।୦।
ତାଙ୍କ ଦତ୍ତ ବୀଜ ମନ୍ତ୍ରକୁ ହେଜିଣ
ହେଳେ ତେଜି ମାୟା ଦ୍ଵନ୍ଦ
ପ୍ରେମରସ ପାନ କରିହୁଅ ମଗ୍ନ
ସୁଧାରୁ ବଳିଯା ସ୍ଵାଦରେ ମାନସ ।୧।
ଏ ମନ ବାରଣ ଶାସନ କାରଣେ
ଯାନାମ ଶିକୁଳି ଛନ୍ଦ
ଛାଡ଼ିଲେ ସେ ଆଶା ହେବକେ ଭରସା
ଆଖି ଥାଉଁ ନୁହଁ ଅନ୍ଧରେ ମାନସ ।୨।
ଅଦିନରେ ବଢ଼ି ଆସିବରେ ମାଡ଼ି
ବେଳ ଥାଉଁ ପକା ବନ୍ଧ
ବହିବଟି ବାଆ ନ ପାଇବୁ ରାହା
ହେଉଥିବୁ କାନ୍ଦ କାନ୍ଦରେ ମାନସ ।୩।
ଗୁରୁପାଦ ଧୂଳି ଶିରେ ହୋଇ ବୋଳି
ନାଚ ହୋଇ ପ୍ରେମାନନ୍ଦ
ସେ ନାମ ସ୍ମରଣ କରିଯାଉ ପ୍ରାଣ
କହେ ବଇକୁଣ୍ଠ ମନ୍ଦରେ ମାନସ ।୪।
ଜଣାଉଛି ପଦେ – ଘେନ ଏ ଦୀନ ଗୁହାରୀ ଗୋ, ରାସେଶ୍ଵରି ! ( ପଦ )
ଶ୍ୟାମ ନିଷ୍କାମ ପ୍ରେମର ଅଟ ଗୁରୁ
ଶ୍ରେଷ୍ଠ ନାହିଁ ଆନ କେହି ତୁମ୍ଭ ଠାରୁ
ଦିଅ ମୋତେ ଦୀକ୍ଷା କରିବି ସେ ଶିକ୍ଷା
ହେବି ସେ ପ୍ରେମ ଭିକାରୀ, ଗୋ ରାସେଶ୍ଵରୀ ।୧।
ଶ୍ରୀ ରାସେଶ୍ଵରୀଙ୍କୁ କହିଣ ବୁଝାଇ
ପାଶେ ଦାସୀ କରି ରଖାଇଲେ ନେଇ
ସେ ପାଦ ଦର୍ଶନେ ତୃପ୍ତି ଲଭି ପ୍ରାଣେ
ଢାଳୁ ଥିବି ନେତ୍ରୁ ବାରି, ଗୋ ରାସେଶ୍ଵରୀ ।୨।
ଚିରକାଳ ରହିଥିବି ସଖିସଙ୍ଗେ
ଖଟୁଥିବି ନିତି ନିତ୍ୟରସ ରଙ୍ଗେ
ଲଳିତା ବିଶାଖା ପ୍ରାୟେ ମୋତେ ଏକା
ଦେଖ ଅନ୍ତର ନ କରି, ଗୋ ରାସେଶ୍ଵରୀ ।୩।
ଯେଉଁ ମନ୍ତ୍ରବଳେ ତୁମେ ଏ ବିଶ୍ଵରେ
ବିଶ୍ଵକରତାଙ୍କୁ ରଖିଲ ବଶରେ
ସେହି ମନ୍ତ୍ରଦାନ କର ମୋ କର୍ଣ୍ଣରେ
କିଞ୍ଚିତେ କରୁଣାକରି, ଗୋ ରାସେଶ୍ଵରୀ ।୪।
ମନେ ଅନ୍ୟ ଭାବି କରୁଛ କି ଦକା
କାଳେ ବୈକୁଣ୍ଠର କୃଷ୍ଣ ହେବେ ଏକା
ଏଡ଼େ ବଡ଼ କଥା ନାହିଁ ମୋର ଚିନ୍ତା
କହୁଛି ଶପଥ କରି, ଗୋ ରାସେଶ୍ଵରୀ ।୫।
କର ପ୍ରସାରି ମାଗୁଛି ଦିଅ କୃପାବିନ୍ଦୁ……. କୃପାସିନ୍ଧୁ ହେ (ପଦ)
ଶ୍ରୀମୁଖରେ କହିଛ ତ ସତ ତୁମ୍ଭ ତହୁଁ ଅଧିକ ଭକତ
କ୍ରୋଧିତରେ ବିପ୍ର କଲା ପଦାଘାତ
(ତାକୁ ) ପାସୋରିନାହଁ ତ ହୃଦୁ ଭକ୍ତବନ୍ଧୁ ।୦।
କୃଷ୍ଣ କୃଷ୍ଣ ହେଜି ଦ୍ଵିଜନାରୀ ପିଣ୍ଡୁପ୍ରାଣ ଯାଆନ୍ତେ ବାହାରି
କେଉଁ ସେବା କରିଥିଲା ଗିରିଧାରୀ
(ତାକୁ) ନିସ୍ତାରିଲ ଦେଇ ପାଦପଦ୍ମ ମଧୁ ।୧।
ଦିବାନିଶି ତୁମ୍ଭ ନାମମାଳା ଗଳେ ଲମ୍ବାଇଲି ନନ୍ଦବଳା
ସୁଦୃଷ୍ଟିରେ ହେଳା କଲେ ପଦ୍ମଡ଼ୋଳା
ସରିଯିବି ମୋ କର୍ମକୁ ନିନ୍ଦୁ ନିନ୍ଦୁ ।୨।
ପୂର୍ଣ୍ଣବ୍ରହ୍ମ ରସାନନ୍ଦ ହୋଇ ରାସେ ଗୋପୀ ମନ ନେଇ ମୋହି
ଦୀନଜନ ପାଇଁ ଗଲେ ସେ ଉଭାଇ
ସାର୍ଥକ ହେବ କି ନାମ ଦୀନବନ୍ଧୁ ।୩।
ଅନ୍ୟଦିଗେ ନ ଯାଉ ମୋ ମତି ଦାସୀପଣେ ଦିଅ ଅନୁମତି
ନର୍ଦ୍ଦୟ ହେଲେ ଶ୍ରୀମତୀ ହେ ଶ୍ରୀପତି
ଦିନ ଯିବ ବିତି ନିତି କାନ୍ଦୁ କାନ୍ଦୁ ।୪।
ପାପ ନେତ୍ର ଆଗେ ସଦା ମୋର ଦିଶୁ ତବ ନୀଳ କଳେବର
ହୀନ ବୈକୁଣ୍ଠର ହେଉ ଘଟାନ୍ତର
(ତବ) ସୁଷମା ଛନ୍ଦାଚରଣ ବନ୍ଦୁ ବନ୍ଦୁ ।୫।
ରଖିବେ କି ରାଧେ ଚାକର ଗୋ
ଜୀବନବନ୍ଧୁଙ୍କୁ ପଚାର ଗୋ
ଚିତ୍ତେ ଦୟାବହି ଚିତ୍ତଚୋରେ କହି
ଦିଅ ଚନ୍ଦ୍ରମୁଖୀ ଉତ୍ତର ଗୋ ।୦।
ଚାରି ଚରଣକୁ ଚିତ୍ର କରିବି
ଶୃଙ୍ଗାର ସଜରେ ସଡାଉଥିବି
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିବି
ସଜାଡ଼ିବି ଘନ ଚିକୁର ଗୋ ।୧।
ଗଳେ ବନମାଳ ଦେଇ ଯତନେ
ବିଡ଼ିଆ ଭିଞ୍ଜାଇ ଦେବି ବଦନେ
ଖିଆଲ ସଙ୍ଗିନୀ ସଙ୍ଗେ ମୋତେ ଜଣେ
ମଣି ଗଣ ତାଙ୍କ ଭିତର ଗୋ ।୨।
ସୁନାଗୋରୀ ଜଳଝରି ମୁଁ ଧରି
ବାରିଜାକ୍ଷୀ ଥିବି ପାଶେ ତୁମରି
ରାସପ୍ରାନ୍ତେ ବହନ୍ତେଣ ସ୍ଵେଦବାରି
ସଧୀରେ ଚାଳିବି ଚାମର ଗୋ ।୩।
ବେତନ ତ କେବେ ନ ନେବି ବେଶୀ
ବିଲୋକି ଶ୍ରୀମୁଖ ଶୁଣିବି ବଂଶୀ
କବଳ କରିବି ମୁଁ ବାସି ତୁଳସୀ
ନ ଲୋଡ଼ିବି ଖଣ୍ଡ ଶାକର ଗୋ ।୪।
ଦେବି ମନ ପ୍ରାଣ ତୁମରେ ବିକି
ନ ହେବି ଜୀବନେ ଆନ ସେବକୀ
ଶେଷେ ବଇକୁଣ୍ଠେ ନ ଦେବଟି ଠକି
ଦରମା ଦର୍ଶନ ମାତର ଗୋ ।୫।
ଚାଲ ବୃନ୍ଦାବନକୁ ଯିବା ସଜନୀ
ସୁଖେ ପୁହାଇବା ଏ ଶୁଭ ରଜନୀ
ସକଳ ଧନ୍ଦା ତେଜି କୃଷ୍ଣ ନାମକୁ ହେଜ
ବିଷୟକୁ ବରଜି ତାପ୍ରେମେ ଯିବା ମଜି
ଯେପରି ତା’ ମରଜି କରୁ ହୋଇବା ରାଜି
ସେହି ହରି ପରା ଏ ପିଣ୍ଡ କାରେଣୀ ।୧।
ଆସ ସରବେ ମିଳି ନିକୁଞ୍ଜେ ଯିବା ଚଳି
ଦୋଇଣ ପୁଷ୍ପାଞ୍ଜଳି ଭେଟିବା ବନମାଳୀ
ଗଳାରେ ଦେଇମାଳି ହୋଇବା ନିଉଛାଳି
ଛନ୍ଦାପଦେ ବନ୍ଦିବା କରି ଦଇନି ।୨।
ଦେଖି ଆମ୍ଭଙ୍କୁ ହସି ଆନନ୍ଦେ କଳାଶଶି
ବାଇ ମୋହନ ବଂଶୀ ନେବେ ମନ ଆକର୍ଷି
ତାଙ୍କ ସଙ୍ଗତେ ମିଶି ସାରିଦେବା ଏ ନିଶି
ରାସି ରାସେ ହେବା ରସିକାଅଗ୍ରଣୀ ।୩।
ରାଧାଙ୍କୁ କରି ବେଶ ବେଢ଼ିବା ଚଉପାଶ
ମଧ୍ୟରେ ପୀତବାସ ଦିଶୁଥିବେ ସରସ
ବଚନାମୃତ ଗ୍ରାସ କରି ହୋଇା ତୋଷ
ହରସରେ ନାଚିବା ସର୍ବ କାମିନୀ ।୪।
କୃଷ୍ଣ ଶ୍ରୀମୁଖ ଚାହିଁ କଳ୍ମଷ ଦେବା ଧୋଇ
ଲାଜ ବ୍ୟାଜକୁ ସହୀ ହୃଦୁଁ ଦେବା ଲିଭାଇ
ବଇକୁଣ୍ଠିଆ କହି ଚିତ୍ତୁଁ ତେଜିବା ନାହିଁ
ହୁଳହୁଳୀ ଦିଅ ଗୋ ଇନ୍ଦୁବଦନୀ ।୫।
ଚାଲ ଗୋ ସଜନୀ ବୃନ୍ଦାବନଧାମକୁ
ରାଈ ରାସେଶ୍ଵର ଲୀଳା ଦେଖିବା,
ସେ ତ୍ରିଭଙ୍ଗ ଠାଣି ମନ ନେବ କିଣି
ତା କୋମଳ ବାଣୀ ଶୁଣି ପ୍ରେମପଙ୍କେ ଲାଖିବା । ପଦ ।
ତୋଳି ସଜଫୁଲ ଗୁନ୍ଥ ଗୋ ସକଳ
କୃଷ୍ଣଗଳେ ମାଳ ଦେଇ ହେବା ଭୋଳ
ରାଧାଙ୍କୁ କରିଣ ବେଶ ବେଢ଼ିଥିବା ଚଉପାଶ
ଆଜି ଶୁଭ ଅଧିବାସେ କେଳିକୁଞ୍ଜ ସାଜିବା ।୧।
ସେବାଦ୍ରବ୍ୟ ଯେତେ ରଖ ଗୋ ଏକତ୍ରେ
କର୍ପୁର ଚନ୍ଦନ ଅତର ସହିତେ
ବାନ୍ଧିବା ଗୋ ରାସଦେବୀ ପୂର୍ବରୁ ଅଛି ଯେ ବିଧି
କରି ମନ୍ତ୍ରଯନ୍ତ୍ର ସିଦ୍ଧି ମନ ସୁଖେ ଲେଖିବା ।୨।
ଯେ ଦ୍ଵାଦଶ ବାଦ୍ୟ ଅଟେ ଶବ୍ଦଭେଦ
ଶ୍ରୁତିରେ ଭେଦିଲେ ହେବା ଗୋ ଆନନ୍ଦ
ମିଳି ସର୍ବ ଗୋପବାଳୀ ନାଚିବା ଗୋ ଢଳି ଢଳି
ନିଷ୍କାମ ପ୍ରେମ ଭକତି ମହାନିତ୍ୟେ ଶିଖିବା ।୩।
ଛନ୍ଦାପାଦେ ଧ୍ୟାନ ଲଗାଅ ବହନ
ଦେଖିବା ଗୋ କାଲି ଯୁଗଳ ମିଳନ
ବଇ ବ୍ରହ୍ମଚାରୀ ଗିରି ମାନି ହୋଇବା କିଙ୍କର
ରାସସ୍ଥଳା ଧୂଳି ଆଣି ସର୍ବାଙ୍ଗରେ ମାଖିବା ।୪।
ବନ୍ଦଇ ସଚ୍ଚିଦାନନ୍ଦ ସତ୍ୟ ବ୍ରହ୍ମରୂପୀ,
ଅଖଣ୍ଡ ମଣ୍ଡଳାକାର ବିଶ୍ଵ ମଧ୍ୟେ ବ୍ୟାପୀ ।୧।
ବନ୍ଦଇ ଶ୍ରୀଗୁରୁ ଶ୍ରୀଚରଣେ ଭକ୍ତିଭରେ,
ଯାହା କୃପାବେଳେ ଜୀବ ଦୁସ୍ତରୁ ନିସ୍ତରେ ।୨।
ଜୟ ହେ ଜଗତନାଥ ଜଗତ କାରଣ,
ବର୍ଣ୍ଣିବାକୁ ତୋ ମହିମା କରେ ନିବେଦନ ।୩।
ଯାହାର ମହିମା ଭାବି ଲେଖି ନ ସରଇ,
ମୁହିଁ ଛାର କି ବର୍ଣ୍ଣିବି ତୋ ଆଶ୍ରା ନ ପାଇ ।୪।
ଦୟାନିଧି ଦୟା ବେଲେ ଦୃଶ୍ୟ ହେବ ପଦ,
ଶରଦରାସ ଗାଇବି ଶୁଣିବେ କୋବିଦ ।୫।
ଶ୍ରୀ ବୃନ୍ଦାବନରେ ଗୋପୀ ଲଭିବାର ପ୍ରେମ,
ଶ୍ରୁତି ପଥେ ଶୁଣି ନରେ ହୋଇବେକ ଧନ୍ୟ ।୬।
ଗୋପୀଙ୍କି ନିମିତ୍ତ କରି ଭକତଙ୍କ ପାଇଁ,
ମହାଲୀଳା ଭିଆଇଣ ଶିକ୍ଷା ଅଛ ଦେଇ ।୭।
ଭକତ ଭାବରେ ପ୍ରଭୁ ହୋଇପାର ବନ୍ଧା,
ଭକତ ନିମନ୍ତେ ତୋର ଲାଗିଥାଏ ଫନ୍ଦା ।୮।
ଶୁଣ ସାଧୁଜନେ, ଦିନେ ଶ୍ରୀ ବୃନ୍ଦାବନରେ
ଶ୍ରୀ ନନ୍ଦନନ୍ଦନ ବସି ଭାବିଲେ ମନରେ ।୯।
ସୁନ୍ଦର ଶରଦ ଶଶି ଦିଶେ ମନୋହର,
ଗୋପୀ ସଙ୍ଗେ ବନେ ବୁଲି କରିବା ବିହାର ।୧୦।
ନିର୍ମଳ ଚନ୍ଦ୍ର କିରଣ ବନଭୂମି ପଥ,
ଅନ୍ଧକାର ନାଶି ଦିଶେ ଯେହ୍ନେ ଚନ୍ଦ୍ରାତପ ।୧୧।
ଏତେ ଭାଳି ବନମାଳୀ ଧରିଲେ ମୁରଲୀ,
ସୁସ୍ଵରେ ମଧୁରେ ଡାକଦେଲେ ରାଧା ବୋଲି ।୧୨।
ତାନମାନେ ବିଜମନ୍ତ୍ର କଲେ ଉଚ୍ଚାରଣ
ଯେ ସ୍ଵନ ଶୁଣିଲେ ଗୋପୀ ହୋଇବେ ଉଚ୍ଛନ୍ନ ।୧୩।
ବ୍ରଜପୁରେ ଯେତେ ଯେତେ ଯୋଗ୍ୟା ନାରୀ ଥିବେ,
ଶବଦ ପଥକୁ ବାରି କୃଷ୍ଣଙ୍କି ଭେଟିବେ ।୧୪।
ଏତେ ପାଞ୍ଚି ନନ୍ଦସୁତ ହୋଇଣ ହରଷ,
ବିରହ ମୂରଲୀ ଧରି ବାଇଲେ ସରସ ।୧୫।
କହେ ଦୀନ ବଇକୁଣ୍ଠ ଦୟାକର ହରି,
ନିତି ସେ ଶବଦ ଶୁଭୁ ଶ୍ରୁତିକୁ ମୋହରି ।୧୬।
---0---
ବାଜରେ ବଂଶୀ ପରାଣ ପରଶି, ଜୟ ଶ୍ରୀ ରାଧା ନାମରେ ( ପଦ )
ଶୁଣିଣ ତୋ ସ୍ଵନ ବାହାରର ଜ୍ଞାନ ହରାଇଣ ଗୋପୀ ହୁଅନ୍ତୁ ଉଚ୍ଛନ୍ନ
ପ୍ରେମରେ ସର୍ବେ ହୋଇ ମଗନ ଆସନ୍ତୁ ଏ ବୃନ୍ଦାଧାମରେ ।୧।
ନିର୍ମଳ ଗଗନ ଶରଦର ଜହ୍ନ ଚଉପାଶେ ତାର କେଡ଼େ ସୁଶୋଭନ ;
ମୋତେ ମଣ୍ଡାନ୍ତୁ ଗୋପୀକାଗଣ ରାଈଙ୍କୁ ରଖି ମୋ ବାମରେ ।୨।
ସ୍ଵାମୀ-ସୁତ-ବିତ୍ତମୋହରୁ ବଞ୍ଚିତ ହୋଇ ରାସରସେ ମାତନ୍ତୁ ସତତ
ବଇକୁଣ୍ଠ ଦେଖି ଦେଖି ସେ ନୃତ୍ୟ ପୁରାଇବ ମନସ୍କାମରେ ।୩।
(୧). କାଳିଆରେ, କାହୁଁ ପାଇଲୁ ଏ ବାଶୋଂରୀ : ପୃଷ୍ଠା : ୪୩
ଗୃହ କର୍ମେ ରତ ଥିଲେ ଗୋପୀକା
ବଂଶୀସ୍ଵନ ଶୁଣି ହେଲେ ତାଟକା ।୧।
ବିସ୍ମୟରେ ଚାହାନ୍ତି ଏଣେ ତେଣେ
କାହିଁ କେହି କ ଦିଶୁ ନାହିଁ କେଣେ ।୨।
ଏକୁ ଆରେକ ହୋନ୍ତି କୁହାକୁହି
ବଂଶୀ ସ୍ଵନ ଧୈର୍ଯ୍ୟ ଦିଏ ଟଳାଇ ।୩।
(୧), ଶ୍ୟାମ ବଂଶୀ ସ୍ଵନଟି ମନେ ଜାଗିଲାରେ : ପୃଷ୍ଠା : ୪୪
କୃଷ୍ଣବଂଶୀ କର୍ଣ୍ଣେ ଶୁଣି,
ତର ତର ହୋଇ ଗୋପ କାମିନୀ ଯେ
ଘରୁ ବାହାର ହୋଇଲେ ପୁଣି, ସୁଜନେ ହେ ।୧।
କେ କରେ ଧରି ଅଞ୍ଜନ,
ରଞ୍ଜନ କରିଛି ଏକ ନୟନ ସେ
ବନେ ଧାଇଁଲା ହୋଇ ଉଚ୍ଛନ୍ନ, ସୁଜନେ ହେ ।୨।
କେ ପୁଅକୁ କୋଳେ ଧରି,
କ୍ଷୀର ଦେଉଥିଲା ସେନେହ କରି ଯେ
ତଳେ ପକାଇ ଗଲା ବାହାରି, ସୁଜନେ ହେ ।୩।
ଥିଲା କେ ସ୍ଵାମୀ ସଙ୍ଗରେ,
ହାସ ପରିହାସ ରସ ରଙ୍ଗରେ ସେ
ଛାଡ଼ି ଦଉଡ଼ିଲା ବନଘୋରେ, ସୁଜନେ ହେ ।୪।
କେହୁ ଦଧି ମନ୍ଥୁଥିଲେ,
ଭୋଳ ହୋଇ ଭାଣ୍ଡ ଭାଙ୍ଗିଣ ଦେଲା ସେ
ଗୁରୁଜନ ବୋଲ ନ ମାନିଲା, ସୁଜନେ ହେ ।୫।
ଡିଆଁ ମାରି ପଛେ ଯାଇ,
ରହ ରହ ବୋଲି ଡାକ ଛାଡ଼ଇ ସେ
ମୋତେ ସଙ୍ଗତେ କି ନେବ ନାହିଁ, ସଙ୍ଗାତ ଗୋ ।୬।
ଲାଜ କୁଳଧର୍ମ ଛାଡ଼ି,
ଧାଇଁଲେ ଗୋପୀଏ ଧାଡ଼ିକି ଧାଡ଼ି ସେ
ତେଣେ ମୁରଲୀ ଛାଡ଼ିଛି ରଡ଼ି, ସୁଜନେ ହେ ।୭।
ସବୁଗୋପୀମାନେ ମିଳି,
ଭେଟିବାକୁ ଗଲେ ଶ୍ରୀ ବନମାଳୀ ସେ
ବୃନ୍ଦାବନେ ରଚିବାକୁ କେଳି, ସୁଜନେ ହେ ।୮।
ଗୋପୀ ଏକ ଯାଉଥିଲା
ସ୍ଵାମୀ ତାର ତାକୁ ଛାଡ଼ି ନ ଦେଲା, ସେ
କୃଷ୍ଣ ସୁମରି ଘଟ ତେଜିଲା, ସୁଜନେ ହେ ।୯।
ଧନ୍ୟ ତା ଜୀବନ ଧନ୍ୟ,
ସ୍ନେହେ କୃଷ୍ଣ ପାଦେ ହୋଇଲା ଲୀନ ଯେ
ବଇକୁଣ୍ଠର ନାହିଁ ସେ ପୁଣ୍ୟ ସୁଜନେ ହେ ।୧୦।
୧. ଦୂରବନେ ବାଜିଲା ମୂରଲୀ : ପୃଷ୍ଠା : ୪୫
୨. କାନନରେ ଶୂଭେ ଏ କି ସ୍ଵନଗୋ : ପୃଷ୍ଠା : ୪୬
ବନକୁ ଯାଇ, ଗୋପର ଗୋଈ
ମନେ ମନାସନ୍ତି କଳା କହ୍ନାଇ, ଗୋ ପ୍ରିୟସହୀ
ଚାଲ ଭେଟିବା ମାଧୋଇ, ଅମନେ ମନ ମନାଇ ।୧।
ସହଜେ ତ ରାତ୍ରୀକାଳ
ଶରଦର ଜହ୍ନ ଦିଶେ ନିର୍ମଳ, ଆସ ବଉଳ
ବଇଁଶୀ କଲା ପାଗଳ, କହିବାକୁ ନାହିଁ ବେଳେ ।୨।
ଲତାକୁଞ୍ଜେ ଗଳି ଗଳି
ଲୟ କରିଯିବା ପରାଣଆଳୀ, ନବଗୁଆଳୀ
ଲାବଣ୍ୟ ମୂରତି ଭାଳି, ସଜାଇବା ଭଳି ଭଳି ।୩।
ଧନ୍ୟ ତା ରୂପ ମାଧୁରୀ
ଧ୍ୟାନେ ଯୋଗୀ ଯାକୁ ନ ପାରେ ଧରି, ନବନାଗରୀ
ଧରିବା ପାଦ ତାଙ୍କରି, ଯଶ ରହିବ ତ୍ରିପୁରୀ ।୪।
ସରଳ ହୃଦୟ କର
ସରସେ ସେବିବା ଶ୍ୟାମସୁନ୍ଦର, ରସିକାବର
ଶାନ୍ତି ପାଇବା ନିକର, ମନରେ ଇୟାଦ କର ।୫।
ଦମ୍ଭ ଲଜ୍ଜା ବଡ଼ପଣ
ଛାଡ଼ି ଦେଇ ବେଦବିଧି ନିୟମ, ଗୋପୀକାଗଣ
କଲେ କୃଷ୍ଣ ଦରଶନ, (ସେ) ହୋଇଣ ନିର୍ମଳମନ ।୬।
ମନ୍ଦ ବଇକୁଣ୍ଠ କହେ
ମୋତେ ସଙ୍ଗତେ ନ ନେଲେଟି କିଏ, ବ୍ରଜ ବଧୂଏ
ସରିଗଲି ମାୟାମୋହେ, ହେଉଛି ତ ବଡ଼ ଭୟେ ।୭।
୧. ସଖୀ ଆଖି ପୁରାଇ ଏ ରୂପଥାଅ ଦେଖି : ପୃଷ୍ଠା : ୪୭
୨. ନୀପ ମୂଳେ ଚାହିଁ ଦେଖ ସଜନୀ : ପୃଷ୍ଠା : ୪୮
ଗୋପୀଙ୍କୁ ଦେଖିଣ କୃଷ୍ଣ ପଚାରନ୍ତି ହସି
ନିଶାକାଳେ କାହିଁ ପାଇଁ ଆସିଲ ସୁକେଶୀ
ବନଭୂଇଁ, ମନେ ତୁମ୍ଭ ଭୟ ହେଲା ନାହିଁ ।୧।
ଶ୍ଵଶୁର ସ୍ଵାମୀ ବା ସୁତ କେହି ନାହିଁ ସଙ୍ଗେ
କି କାରଣେ ମେଳ ହୋଇ ବୁଲ ଅନୁରାଗେ
ତୁମ୍ଭେ ନାରୀ, କୁଳଧର୍ମ ଏଡ଼ିଲ କିପରି ।୨।
ବାଟରେ ବଣା ହୋଇଛି ତ ଜଣା
କଣ୍ଟକ ବହିଛି ପଦେ ଆଗୋ ସୁଲୋଚନା
କୁହ କିନା, ମନରେ ଧରିଛ କି ଧାରଣା ।୩।
କିଅବା ଗୋପରେ କିଛି ପଡ଼ିଲା ବିପତ୍ତି
କେବା ହରିନେଲା ନନ୍ଦଯଶୋଦା ସମ୍ପତ୍ତି
ସତ କୁହ, ମନୁ ମୋର ସନ୍ଦେହ ତୁଟାଅ ।୪।
କିବା କୋପ କରି ଇନ୍ଦ୍ର ପୁଣି କଲା ବାଦ
କେଉଁ କଥା ଲାଗି ଘଟିଅଛି କିସ ଦ୍ଵନ୍ଦ
ଦୁଃଖ ପାଇ, ଆସିଅଛ ବଇକୁଣ୍ଠ କହି ।୫।
କୃଷ୍ଣ ବାଣୀ ଶୁଣି ସବି ଗୋପୀଏ
ମନ ମଧ୍ୟରେ ପାଇ ମହାଭୟେ ।୧।
ବଂଶୀ ବଜାଇ ଆମ୍ଭଙ୍କୁ ଡକାଇ
ଏ କି ବଚନ କହନ୍ତି ଛଳାଇ ।୨।
ମାୟାଧର ମାୟା କେବା ବୁଝିବ
ଯାହା କପାଳେ ଆମ୍ଭ ଲେଖାଥିବ ।୩।
ମଲେ ମରିବା ନ ଯିବା ଗୋ ଫେରି
ବିନୟରେ ପଦେ ଦେବା ପଚାରି ।୪।
ଯେବେ କରିବେ ଆମ୍ଭଙ୍କୁ ସୁଦୟା
ତେବେ ପାଇବା ଶ୍ରୀଚରଣେ ରାହା ।୫।
କାନ୍ଦ କାନ୍ଦ ହୋଇ କଲେ ଜଣାଣ
ରୋଷ ଦୂର କର ରଙ୍ଗାଚରଣ ।୬।
୧. ଛନ୍ଦା ଚରଣ ଯା ଇଚ୍ଛା କର : ପୃଷ୍ଠା : ୪୯
ଦୋଷ କ୍ଷମା କଲି ମୁଁ ଏଥର ଗୋ, ରାମାବର । ପଦ ।
କାନ୍ଦୁଧିବେ ଶିଶୁ ସୁତ ହୋଇ ଅତି ଅସ୍ତ ବ୍ୟସ୍ତ
କ୍ଷୀରଦାନ ଦେଇ ଶାନ୍ତି କର ଗୋ ।୧।
ଘରେ ଯେତେ ମାନ୍ୟ ଜନ ଯାଇ ତୋଷ ତାଙ୍କ ମନ
ବିନୟରେ କରି ନମସ୍କାର ଗୋ ।୨।
ଗୃହକର୍ମେ ହୋଇ ରତ ପାଳ ବେଦବିଧି ବ୍ରତ
ଚିତ୍ତେ ନାମ ସ୍ମରୁଥାଅ ମୋର ଗୋ ।୩।
ମାନ ବଇକୁଣ୍ଠ ବୋଲ ନୁହଁ ଏତେ କଲବଲ
ହେବ ଭଲ ନ ହୁଅ ଅଧୀର ଗୋ ।୪।
ନ ଭାଷ ନ ଭାଷ ନନ୍ଦର ଶିଷ୍ୟ ହେ କପଟ ରୀତିରେ ଏ ଗୀର
ଶୁଣିଣ ଶ୍ରବଣେ ତୁମ୍ଭରି ବଚନ, ଦଶଦିଗ ଦିଶେ ଅନ୍ଧାର
ସୁଖେ ଥିଲୁ ଆମ୍ଭେ ବରଜନାନୀ
କୁଳଧର୍ମ ବେଦନୀତି ଆଚରି
ବଇଁଶୀ ବଜାଇ ମନକୁ ରଞ୍ଜାଇ
କରାଇ ଦେଲ ତ ଅଧୀର ।୧।
ସ୍ଵାମୀ ସୁତ ମାୟା ଛାଡ଼ି ସକଳ
ତବ ଦରଶନେ ହେଲୁ ଚଞ୍ଚଳ
ସହଜେ ତ ରାତି ଆମ୍ଭେ ନାରୀ ଜାତି
ଏଥେ ହରବର ନ କର ।୨।
ଗୁରୁଜନ ବୋଲ ଆସିଲୁ ଏଡ଼ି
ତମ୍ଭରି ମୋହନ ମନ୍ତ୍ରରେ ବୁଡ଼ି
ଯାଉ ପଛେ ମାନ ମହତ ସମ୍ମାନ
ଘେନ ପ୍ରୀତି- ମାଲ୍ୟ ଆମ୍ଭର ।୩।
ଶରଣ ସୋଦର ହେ ପୀତବାସ
ଜନମେ ଜନମେ କର ତୋ ଦାସ
ଏ ପିଣ୍ଡ ପାରଣ ପାଦେ ସମର୍ପିଲୁ
ରଖ ବଇକୁଣ୍ଠେ ଏଥର ।୪।
୧. ଜାଣି ନ ଥିଲି ସଜନୀ ସେ କାଳିଆ : ପୃଷ୍ଠା : ୫୦
କୃଷ୍ଣ : ନାଗରୀମଣି ମୋ ବୋଲ ମାନି
ଘରକୁ ଯାଅ ଗୋ ଫେରି – ସୁନ୍ଦରୀ, ଚତୁରୀ ନାଗରୀ
ଗୋପୀ : ନାଗରବର ଧରୁଛୁ କର
ନକୁହ ଆଉ ଏପରି – ସୁନ୍ଦର, ଚତୁର ନାଗର ।୧।
କୃଷ୍ଣ : ଶ୍ଵଶୁର ସ୍ୱାମୀ ପାଦେ ପ୍ରଣମି
କରଗୋ ସେବା ତାଙ୍କରି – ସୁନ୍ଦରୀ ଚତୁରୀ ନାଗରୀ
ଗୋପୀ : ଏ ବିଶ୍ଵସାରା ବ୍ୟାପିଛ ପରା
ତିମ୍ଭେ କି ନୁହଁ ଆମ୍ଭରି – ସିନ୍ଦୁର, ଚତୁର ନାଗର ।୨।
କୃଷ୍ଣ : ବେଦ ନିୟମ ନୁହେଁ ଏ ଜାଣ
କୁଳ କି ନାଶିବ ଗୋରୀ – ସୁନ୍ଦରୀ ଚତୁରୀ ନାଗରୀ
ଗୋପୀ : କୁଳ ଗୋତର କି ହେବ ତାର
ତୁମ୍ଭଙ୍କୁ ଯେ ପାରେ ଧରି – ସୁନ୍ଦର, ଚତୁର ନାଗର ।୩।
କୃଷ୍ଣ : ନିଜ ଭର୍ତ୍ତାକୁ ତେଜି ଆନକୁ
ଚିନ୍ତିବା କୁଳଟା ଗିରି – ସୁନ୍ଦରୀ, ଚତୁର ନାଗରୀ
ଗୋପ : ଏ ପଞ୍ଚଭୂତ ତୁମ୍ଭ ସଞ୍ଚିତ
ପର ହୋଇଲ କିପରି – ସୁନ୍ଦର, ଚତୁର ନାଗର ।୪।
କୃଷ୍ଣ : ହେବ ଦୂଷଣ ଏ ଅଭୂଷଣ
ନିନ୍ଦା ଘୋଷିବ ତ୍ରିପୁରୀ – ସୁନ୍ଦରୀ, ଚତୁରୀ ନାଗରୀ
ଗୋପୀ : ନିନ୍ଦା ପ୍ରଶଂସା ନାହିଁ ଯା ଆଶା
ସେହି ତୋ କୃପା ଭିକାରୀ – ସୁନ୍ଦର, ଚତୁର ନାଗର ।୫।
କୃଷ୍ଣ : କହିଲି ଯେତେ ନ ଗଲ ପ୍ରତେ
ଅଟ ତ ବଡ଼ ଚତୁରୀ – ସୁନ୍ଦରୀ, ଚତୁରୀ ନାଗରୀ
ଗୋପୀ : ତୁମ୍ଭର ତହୁଁ ଅଧିକ ନୋହୁ
ସହଜେ ମୂଢ଼ା ଆଭିରୀ – ସୁନ୍ଦର, ଚତୁର ନାଗର ।୬।
କୃଷ୍ଣ : ଖଣ୍ଡବଚନ କହି ଯତନ
ମୋହୁଛ ମନ ମୋହରି – ସୁନ୍ଦରୀ, ଚତୁରୀ ନାଗରୀ
ଗୋପୀ : ବୁଦ୍ଧି ବିବେକ ତୁମ୍ଭରି ଦତ୍ତ
ଆୟତ୍ତ ନାହିଁ ଅମ୍ଭରି – ସୁନ୍ଦର, ଚତୁର ନାଗର ।୭।
କୃଷ୍ଣ : ପୂରୁବ ପୁଣ୍ୟ କରିବା ପୂର୍ଣ୍ଣ
ଭ୍ରମିବା ଏ ବନ ଗିରି – ସୁନ୍ଦରୀ, ଚତୁରୀ ନଗରୀ
ଗୋପୀ : ଯା’ ଇଚ୍ଛା କର ପାଇଛୁ ବର
ସେବିଣ ଶିବଶଙ୍କରୀ – ସୁନ୍ଦର, ଚତୁର ନାଗର ।୮।
କୃଷ୍ଣ : ହୋଇ ସୁବେଶ ନାଗରୀଈଶ
ନାଚିବା ମୁରଲୀ ଧରି – ସୁନ୍ଦରୀ ଚତୁରୀ ନାଗରୀ
ଗୋପୀ : ପାଇ ଶରଧା ଶ୍ରୀପାଦ ସୁଧା
ପ୍ରେମରେ ପଡୁ ହେ ଝରି- ସୁନ୍ଦର, ଚତୁର ନାଗର ।୯।
କୃଷ୍ଣ :ରଚିବା କେଳି ସରବେ ମିଳି
ହୃଦରେ ପ୍ରମୋଦର ଭରି ସୁନ୍ଦରୀ, ଚତୁରୀ ନାଗରୀ
ହେଲେ ସୁଦୟା ଦୀନ ବଇଆ
ହୋଇବ କିଣାକିଙ୍କରୀ, ଶ୍ରୀପଦେ ।୧୦।
୧. ବାଜୁ ପଛେ ନିନ୍ଦା ବାଜା ମୋ ନାମେ : ପୃଷ୍ଠା : ୫୧
ରାଜା ନନ୍ଦିନୀ ସହିତେ ଚାଲଗୋ ସଜନୀ
ରଙ୍ଗାରାଜୀବଙ୍କୁ ଆଜି ସାଜିବା,
ମାତିଣ ଉତ୍ସୁକେ ରସ କଉତୁକେ
କଳାକର ସଙ୍ଗେ ସଜ୍ଜିବା ସଜନୀ ।୧।
ବଉଳଫୁଲରୁ ମାଳେ ଗୋ,
ଲମ୍ବାଇଣ ଦିଅ ଗଳେ ଗୋ
ସେବତୀ ଫୁଲରେ କୁଣ୍ଡଳ କରିଣ
ମଲ୍ଲୀମାଳ ଚୂଳେ ଖଞ୍ଜିବା ।୨।
ଚନ୍ଦନ କସ୍ତୁରୀ ଗୋଳି ଗୋ,
ଶ୍ରୀ ଅଙ୍ଗେ ପକାଅ ବୋଳି ଗୋ,
ମାରି କରତାଳି ନାଚିବା ଗୋ ଢଳି,
ଜନମାନମନ ରଞ୍ଜିବା ।୩।
ବାଛି ରଙ୍ଗ ଫୁଲ ତୋଳ ଗୋ,
କରିବା ବରଣମାଳଗୋ
ନାଗରବରଙ୍କ ନଟବେଶ ଦେଖି,
ବରବରି ବନେ ପୂଜିବା ।୪।
ସୁରସେ ତା ସଙ୍ଗେ ମାତି ଗୋ,
ସରାଇ ଦେବା ଏ ରାତି ଗୋ,
ପତିବରତରେ କୀରତି ଉଡ଼ାଇ
ହରଅରି ଗର୍ବ ଗଞ୍ଜିବା ।୫।
ପଶିଣ ଯମୁନା ଜଳେ ଗୋ,
ଧୋଇବା ତ୍ରିତାପ ହେଳେ ଗୋ
ନୀପତରୁ ମୂଳେ ବସିଣ ନିଶ୍ଚଳେ
ନିଷ୍କାମ ଭକତି ବୁଝିବା ।୬।
ଏକାସନେ ରାଧାକୃଷ୍ଣ ଗୋ,
ଲଭି ହୋଇବା ସନ୍ତୁଷ୍ଟ ଗୋ,
କହେ ବଇକୁଣ୍ଠ କରି ତାଙ୍କୁ ଇଷ୍ଟ
(ନିଜ) ଅଙ୍ଗରୁ କଳଙ୍କ ମାଜିବା।୭।
୧ . ସହିଏ ମୂରଲୀ ବଜା ସାଜିଛି ରଜା : ପୃଷ୍ଠା : ୫୨
ଶ୍ରୀ ବୁନ୍ଦାବନରେ ମିଳି ଗୋପୀ ସଙ୍ଗେ ବନମାଳୀ
କରିଲେ ବିବିଧ କେଳି ମନ ହରଷେ ।
ଭିଆଇଣ ହରି ମାୟା ବିସ୍ତାରିଲେ ନିଜ କାୟା
ଗୋପୀକେ ଗୋଟିଏ କୃଷ୍ଣ ଘେନି ସନ୍ତେଷେ
ଅଧରେ ଲଗାଇ ଅଧର
ଚୁମ୍ବୁଛନ୍ତି ମକରନ୍ଦ ଅତି ମଧୁର ।୦।
ଭୁଜେ ଭୁଜ ଛନ୍ଦା ଛନ୍ଦି ଆତ୍ମାରେ ଆତ୍ମାକୁ ବନ୍ଦି
ନିର୍ବନ୍ଧେ ବାନ୍ଧି ବନ୍ଧୁଙ୍କୁ ରଖି ହୃଦରେ
ନେତ୍ରେ ନେତ୍ର ଅଟକାଇ ପ୍ରେମ ବିକାର ଦର୍ଶାଇ
ରୋମାଞ୍ଚ ଶୀତ୍କାର ତନୁ ପୁଲକ ଭରେ
ପ୍ରୀତିରୀତିମଦରେ ମାତି
ଭାବନ୍ତି ଆମ୍ଭ ପରି କେ ନ ଥିବେ କ୍ଷିତି ।୧।
ସୌନ୍ଦର୍ଯ୍ୟ-ଯୌବନ-ଧନେ ମୋହିଲୁ ମନମୋହନେ
କେବା ଭାଗ୍ୟବତୀ ଆମ୍ଭଠାରୁ ଅଧିକ
ଗୃହେଛନ୍ତି ଯେତେ ନାରୀ ନୋହିବେ ଏ ଗୁଣେ ସରି
ତାହାଙ୍କ ପିଣ୍ଡ ପରାଣ ଅଟଇ ଧିକ
ଯୁବତୀଏ ଷୋଳ ସହସ୍ର
ଯତନ ରସରେ ଶ୍ୟମ କରିଲୁ ବଶ ।୨।
ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଗୋପୀଙ୍କ ଗରବ ଜାଣି
ବୃନ୍ଦା ସହିତରେ ତହୁଁ ହଲେ ଅନ୍ତର
ଥିଲା ତା ପୂର୍ବର ଯୋଗ ଏକାକୀ କରିବ ଭୋଗ
ସେ ସୁଯୋଗ ଭାଗ୍ୟରେ ଘଟିଲା ତାହାର
କୃଷ୍ଣଙ୍କୁ ନ ଦେଖି ନାଗରୀ
ଖୋଜିଛନ୍ତି ଆତି ଉଚ୍ଚେ ରୋଦନ କରି ।୩।
କି ସୁଖେ ଏ ଦୁଃଖ ଭାବ ଦେଲୁରେ ପୋଡ଼ା ଦଇବ
ଏହା କି ତୋ ବିବେକରେ ହେଲା ଉଚିତ
ଜୀବ ପଛେ ଯାଇଥାନ୍ତା ଏହା ଭଲା ନୋହିଥାନ୍ତା
ଦେହ ଧରି କେ ହୋଇବ ଏ ହନ୍ତସନ୍ତ
କି କହିବା ସେ କାଳ ଗତି
ଶୁଣି ବଇକୁଣ୍ଠ ଛାତି ହୁଏ କରତି ।୪।
୧. ସହି କେତେ ଦୁଃଖ ସହିଲି ଗୋ : ପୃଷ୍ଠା : ୫୩
୨ . ଶ୍ୟାମ ପ୍ରେମ ବଡ଼ ସୁଖ : ପୃଷ୍ଠା : ୫୫
ପ୍ରାଣଧନ ! କେଣେ ହେଲ ଅନ୍ତର୍ଦ୍ଧାନ,
କାହିଁ ଲୁଟିଅଛ ବାରେ ଦିଅ ଦରଶନ । ପଦ ।
ଆମ୍ଭେ ଷୋଳସସ୍ର ଗୋପୀ କେହି ନ ପାରିଲୁ ଦେଖି
ଥାଉଁ ଥାଉଁ ବେନି ଆଖି, ଅନ୍ଧ ହେଲୁ ଜାଣ ।୧।
ନୀଳ ଗଗନରେ ଘନ ହୋଇଗଲାଣି ଆଚ୍ଛନ୍ନ
କରନ୍ତେ ଘୋର ଗର୍ଜ୍ଜନ, ଯିବ ପଞ୍ଚପ୍ରାଣ ।୨।
ଏ ଘୋର ଅନ୍ଧାର ରାତି ସହଜେ ଡରୁ ଯୁବତୀ
ଏ କି ଖଣ୍ଟରୀତି, ପୁଣି କଲ ଆଚରଣ ।୩।
ଥିଲୁ ଗୋପେ ନାରୀମେଳେ ନିଜ ଗୃହେ ସୁଖଭୋଳେ
ଡକାଇ ଆଣି ନିରୋଳେ, ଦେଉଛ କଷଣ ।୪।
କେ କର କଚାଡ଼ି ଶିରେ କାନ୍ଦି କହେ ଉଚ୍ଚ ସ୍ଵରେ
ଏହା କି ଥିଲା କର୍ମରେ, ବିଧାତା ଲିଖନ ।୫।
ଯେବେ ହେଲୁଟି ଅଯୋଗ୍ୟ କାହିଁକି କଲ ସୁଆଗ
ଏବେ ତ ବଢ଼ିଲା ରୋଗ, ନୁହେଁ ନିବାରଣ ।୬।
ବଇଁଶୀ ଆମ୍ଭ ଭଗାରୀ ତାହା ଯୋଗୁଁ ଏତେ ସରି
ଜାଣି ନ ଥିଲୁ ହୋଇବ, ଏଡ଼ିକି ଦାରୁଣ ।୭।
ଆଗୋ ଜାଇ, ଯୁଇ, କୁନ୍ଦ, ଦେଖି ଅଛକି ଗୋବିନ୍ଦ
ମନରେ ନ ରଖି ଛନ୍ଦ, କୁହନି ସନ୍ଧାନ ।୮।
ହେ ସ୍ଵାମୀ ପରମ ଗୁରୁ ମନ ବାଞ୍ଛା କଳ୍ପତରୁ
ତବ ନାମ ସ୍ମରୁ ସ୍ମରୁ, ହେବୁ ଅକାରଣ ।୯।
ଦେଉଛ ଯେତେ ଅବସ୍ଥା କାଳକି ରହିବ କଥା
କରି ଚିନ୍ତାମଣି ଚିନ୍ତା, ପୁଣି ଏ ଦୂଷଣ ।୧୦।
ଗୋପୀଙ୍କ ରୋଦନ ବାଣୀ ପୂରିଲା ସାରା ଅବନୀ
ନ ଥିଲେ ତ ଜାଣି ପ୍ରେମ, ଘଟାଏ ମରଣ ।୧୧।
କହେ ବଇ ବ୍ରହ୍ମଚାରୀ ଦିଶିଲେଣି ହତଶିରୀ
ଡାକୁଛନ୍ତି ଡକାପାରି ରଖ ନାରାୟଣ ।୧୨।
୧. କଳାମେଘ ଉଠିଲା ଅକାଶରେ : ପୃଷ୍ଠା : ୫୬
୨ . ଶ୍ୟାମ ତୁମ ପ୍ରେମେ ମାତି : ପୃଷ୍ଠା : ୫୭
ଶୁଶ ହେ କୋବିଦେ, କୃଷ୍ଣ ବିଚ୍ଛେଦେ ବରଜବଧୂ ବିହ୍ଵଳ
ଭାଷି ଅନୁଆନ, ହରାଇଣ ଜ୍ଞାନ
ପ୍ରଳାପ ବଚନେ ହେଲେ ପାଗଳ ।ପଦ।
କେହି ନଜ ଛାଇକୁ ଚାହିଁ କାଳୀୟ ମର୍ଦ୍ଦନ କରଇ
ଦେଖ ଦେଖ ସହି ନ ହୁଅ ତୁ ବାଇ
ସାକ୍ଷାତରେ ମହିଁ ନନ୍ଦଦୁଲାଳ ।୧।
କରେ ଖଣ୍ଡେ ପଥର ଧରି ମନେ ମନେ ଟେକେ କେ ଗିରି
କେହି ତୋଳି ଫୁଳ ହୁଅଇ ଚଞ୍ଚଳ
ପଠାଇବ ଭାର କଂସର ଆଳ ।୨।
ବଡ଼ିଟା କେ ଧରଣ କରେ ସଜାଇ ବଇଁଶୀ ଆକାରେ
ଲଗାଇ ଅଧରେ ଫୁଙ୍କି ସମ ସ୍ଵରେ
ରାଧା ରଧା ଶବ୍ଦେ କରଇ ଗୋଳ ।୩।
ବେନି ଗୋପୀ ହୋଇ ଏକତ୍ର ମଶାଇଣ ହାତକୁ ହାତ
ନକର ଗୋ ଲାଜ ଆମ୍ଭେ ଚତୁର୍ଭୁଜ
ଦେଖି ଚର୍ମ ଆଖି କର ସଫଳ ।୪।
କେବା ଅଙ୍ଗ ଭଙ୍ଗୀକୁ କରି ନାନା ଜାତି ନୃତ୍ୟ ଆଚରି
କହେ ବଇକୁଣ୍ଠ ଧରି କେ କା ଓଷ୍ଠ
କହଇ ସଜନୀ କର ଗୋ କୋଳ ।୫।
ଶୁଣ ସୁଜ୍ଞଜମେ କୃଷ୍ଣ ସଙ୍ଗତରେ ବୃନ୍ଦା
ବନେ ବିହାର କରନ୍ତି ମନେ ବହି ଶ୍ରଦ୍ଧା,
ହୋଇ ତୋଷ ଯେ
ବୁଲି ଦେଖିଛନ୍ତି ବନ ଦୃଶ୍ୟ ଯେ ।୧।
ଲତାକିଞ୍ଜମାନ ସବୁ ଦେଖାନ୍ତି ଶ୍ରୀହରି
ନାନା ଭାବେ ହାସପରିହାସକୁ ଆଚରି
ଚଳି ଯାନ୍ତେ ଯେ
ବିଶ୍ରାମିଲେ ଶ୍ରମ ପାଇଁ ପଥେ ଯେ ।୨।
ବୃନ୍ଦାବତୀ କହେ ଶୁଣ ଆହେ ବନମାଳୀ
ବ୍ୟଥା କଲାଣି ମୋ ପାଦ ନ ପାରିବି ଚଳି
କି କରିବି ହେ
ଉଚିତ କହନ୍ତୁ ମୋତେ ଭାବି ହେ ।୩।
ଯଉବନ ଭାରା ମୋତେ କରୁଛି ଅଥୟ
ବନଭୂମି ଗହନ ଏ ଅତି କଣ୍ଟାମୟ
ଲାଗେ ଦୁଃଖ ଯେ
ଏହା କହି ହୋଇଲା ବିମୁଖ ଯେ ।୪।
ଶ୍ରୀକୃଷ୍ଣ କହନ୍ତି ଆଗୋ ଶୁଣ ପ୍ରାଣ ସହି,
ବସ ଆସି କନ୍ଧେ ମୋର ବହି ନେବି ମୁହିଁ,
ତୋଳ ଫୁଲ ଗୋ
ଯାଈ ଯୁଇ ମାଧବୀ ବକୁଳ ଗୋ ।୫।
ହସି ହସି କନ୍ଧେ ତନୁ କଚାଡ଼ି ବସିଲା
ଜାନୁ ଯଉବନ କୃଷ୍ଣ ଦେହେ ଲଦି ଦେଲା,
ଗଳା ଧରି ସେ
ଚାଲ ଚାଲ ଛାଡ଼ିଲାକ ହୁରି ସେ ।୬।
ଗୋପୀଙ୍କୁ କନ୍ଧରେ ଧରି ଚାଲନ୍ତେ ଗୋବିନ୍ଦ
ଗରବ ମନେ ନାଗରୀ ହୋଇଣ ଆନନ୍ଦ,
ମନେ ଚିନ୍ତି ଯେ
ମୋ ଠାରୁ କେ ନାହିଁ ଭାଗ୍ୟବତୀ ଯେ ।୭।
ଜାଣି ତାହା ଜଗନ୍ନାଥ ଜଗତମଙ୍ଗଳ
ଫୋପାଡି ଦେଲେ ତାହାକୁ ଶୂନ୍ୟୁ ଆଦିମୂଳ,
ଗଲେ ଶୂନ୍ୟେ ଯେ
କାନ୍ଦିଲା ପଡ଼ି ସେ ଘୋରବନେ ଯେ ।୮।
ଅଧିକେ ଅଧରୁ ତାର ବହିଛି ରକତ
ଦେଖି ବଇକୁଣ୍ଠ ଯେତେ ହୋଇଲାକ ବ୍ୟସ୍ତ ।
ମୁହଁ ମାଡ଼ି ଯେ
କେଡ଼େତାନେ ପଡ଼ିଲା କଚାଡ଼ି ଯେ ।୯।
୧. ଖଟାନା ତହିଁରେ ତୋ ମତିକିରେ : ପୃଷ୍ଠା : ୫୮
୨. ନାରୀ ହୀରା – ଏ କି ଶୁଣଯାଏ ପରା : ପୃଷ୍ଠା : ୫୯
ଲେଖିଥିଲୁ ଭାଲେ ମୋର ଏହି କଷଣରେ, ବିହି ଦାରୁଣ । ଘୋଷା ।
ଥିଲି ମୁଁ ଗୋପୀଙ୍କ ସଙ୍ଗେ ଓଟାରି ଆଣି ସୁଆଗେ
ଛାଡ଼ିଗଲା ବନଭଗେ, ନନ୍ଦନନ୍ଦରେ ।୧।
ଏ ବିଶ୍ଵବ୍ରହ୍ମାଣ୍ଡ ଭରି ଅଛନ୍ତି ଯେତେ ନାଗରୀ
ମୋ ଠାର ତେ ସରି ଥିଲା, ସୁନ୍ଦରୀ ପଣ ରେ ।୨।
ସେ ଛାର ଗଉଡ଼ ଟୋକା ନୋହିବ ମୋ ସଙ୍ଗେ ଲେଖା
କାହିଁ ବା ଭୋଗିବ ଏକା, ମୋ ଯଉବନରେ ।୩।
ଉଚ୍ଚ ଉରଜ ମୋହରି ନାହିଁ ନ ଥିବ କାହାରି
ଲିଣ୍ଠିବା ଶକ୍ତି ସେ କରି, ନାହିଁ ଅର୍ଜ୍ଜନରେ ।୪।
ଗାଈରଖା କାମ ଯା’ର ସେ କି ଜାଣେ ପ୍ରେମ ସାର
ତାହାକୁ ତ ଅଗୋଚର, ସୁରତି ପଣରେ ।୫।
ତେଣୁ ସେ କରି ଏପରି ପଳାଇଲା ଚୋର ପରି
ଥିଲେ ଦେଇଥାନ୍ତି ସାରି, ତାର ଗୁମାନରେ ।୬।
ପୁଣି କ୍ଷଣେ ମୋହେ ପଡ଼ି କାନ୍ଦଇ ମୁଣ୍ଡକୁ କୋଡ଼ି
ବଇକୁଣ୍ଠ ବୋଲେ ଛାଡ଼ି, ଯିବ ଜୀବନରେ ।୭।
୧. ପ୍ରିୟ ସହି କୁଳ କଳଙ୍କା କହ୍ନାଇ ଗୋ : ପୃଷ୍ଠା : ୬୦
ତେଣେ ସବୁ ଗୋପୀଏ ହୋଇ ବିକଳ
ବାଳକାଳର ଲୀଳା ଭାବି ସକଳ ସେ, ବୁଲନ୍ତି ବନେ
କୃଷ୍ଣ ବିଚ୍ଛେଦଦଶା ସୁମରି ମନେ ଯେ ।୧।
ହେ କେଶବ ମାଧବ ମଧୁସୂଦନ,
ମଦନାନଳେ ନାଶ ହୋଇଲୁ ଜାଣ ଯେ, ଦେଖି ଏ ଦୁଃଖ
ଦୂରୁ ଦଉଡ଼ି ଅସି ଦେଖା ଶ୍ରୀମୁଖ ହେ ।୨।
ଆରତ ଜନ ବ୍ୟଥା ସହି ନ ପାର
ଏବେ କାହିଁକି ହେଲ ଏଡ଼େ ନିଷ୍ଠୁର, ହେ କରୁଣାସିନ୍ଧୁ
ଶୁଖିଗଲା କି ସବୁ ନ ରହି ବିନ୍ଦୁ ହେ ।୩
ସଖୀମେଳକୁ ଚାହିଁ କହେ କେ ନାରୀ
ବୃନ୍ଦା ତ ସଙ୍ଗତରେ ଅଛି ତାଙ୍କରି ଗୋ, ଲଭି ତା’ ଭାବ
ଭୁଲିଗଲେ ଆମ୍ଭଙ୍କୁ ଗୋପୀବଲ୍ଲଭ ଗୋ ।୪।
ପୁଣି କେଉଁ ନାୟିକା ପ୍ରକାଶେ ରୋଷ
ଦେଖନି ଦୁର୍ବୁଦ୍ଧିର କେଡ଼େ ମୁହାଁସ ଗୋ, ଦେଇ ବିପତ୍ତି,
ଦଖଲ କରି ନେଲା ଆମ୍ଭ ସମ୍ପତ୍ତି ଗୋ ।୫।
ଏ ରୂପେ ଗୋବିନ୍ଦଙ୍କ ଗୁଣକୁ ଭାଳି
ଭ୍ରମଣ କରୁ କରୁ ସରବ ଆଳି ସେ, ଶୁଣିଲେ ଦୂରେ
ରଡ଼ି ଛାଡୁଛି କିଏ ଲତା ଭିତରେ ସେ ।୬।
ଧରାଧରି ହୋଇଣ ଗୋପଯୁବତୀ
ଦେଖିଲେ ପାଶେ ଯାଇ ସେ ବୃନ୍ଦାବତୀ ଗୋ, ବୋଇଲେ ରାଧା
କିଏ ଦେଲା ତୁମ୍ଭଙ୍କୁ ଏପରି ବାଧା ଗୋ ।୭।
ଅଧରରୁ ରକତ ହୋଇଛି ଜାତ
ସତ କରିଣ କହ ପରାଣ ମିତ ଗୋ, ବୃନ୍ଦା କହନ୍ତି
କହ୍ନାଇ ପାଇଁ ସୋର ଏହି ଦୁର୍ଗତି ଗୋ ।୮।
ଆରେକ ସଖୀ କହେ ଏକାକୀ ତହିଁ
ଲୁଚାଇ ଘେନି ଆସିଥିଲୁ ପଳାଇ ଗୋ, ଆମ୍ଭର ଆଶା
ବୁଡ଼ାଇଣ ଲଭିଲୁ ଏହି ଦୁର୍ଦ୍ଦଶା ଗୋ ।୯।
ଆଣ୍ଠୁଗଣ୍ଠି ଅଧର ଛିଡ଼ିଲା ଜାଣ
ଏବେ ଜାଣିଲୁ ଟିକି ଗୋବିନ୍ଦ ଗୁଣ ଗୋ, କହନ୍ତି ରାଈ
ଦୁଃଖବେଳେ ଏ ଗିର ନ କହ ସହି ଗୋ ।୧୦।
କାନ୍ଦନା କାନ୍ଦନା ଗୋ ଇନ୍ଦୁ ବନ୍ଦନା
ବ୍ୟାକୁଳ ହୋଇ କରମକୁ ନିନ୍ଦନା ଗୋ, ଅର୍ଜିଛ ନିଜେ
କାହା ଆଗେ କହିବ ଏ କଥା ଲାଜେ ଗୋ ।୧୧।
ପ୍ରବୋଧ ଦେଇ ତାକୁ ଗୋପୀକାଗଣ
ସେଠାରୁ କେତେ ଦୂରେ ଗଲେ ଚଳିଣ ଯେ, ମନ ଖେଦରେ
ପ୍ରବେଶ ହେଲେ ଯାଇ ବାଲିକୁଦରେ ହେ ।୧୨।
ପରମାନନ୍ଦ ପାଦ ପଡ଼ିଛି ବୋଲି
ଦେଖିବା ପାଇଁ ହୋନ୍ତି ସେ ଠେଲାଠେଲି ଯେ ଚିହ୍ନିଲେ ଯାଇ
ତହିଁରେ ଅଷ୍ଟାଦଶ ଚିହ୍ନ ତ ନାହିଁ ଯେ ।୧୩।
ବାହିଡ଼ି ବଂଶୀବଟ ତଳରେ ମିଳି
ସଭାମଣ୍ଡାଇ ବସି ହୁଅନ୍ତି ଭାଳିଯେ, ଆଗୋ ସଙ୍ଗାତ
ସତେ କି ପରାପତ ହେବେ ଅନନ୍ତ ଗୋ ।୧୪
କଥାପ୍ରସଙ୍ଗେ କୁହାକୁହୁ ହୁଅନ୍ତି
କି ଭାବେ ପାଇବା ମୋହନ ମୂରତି ଗୋ, ହୋଇ ନିର୍ଦ୍ଦୟା
କାହିଁ ପାଇଁକି କଲେ ଏଡ଼ିକି ମାୟା ଗୋ ।୧୫।
ମନବଚନେ ଭାବି କୁହ ଗୋ ସତୀ
କି ଯୋଗରେ ମିଳିବେ ପରାଣପତି ଗୋ, ବୈକୁଣ୍ଠ ବୋଲେ
ନୋହିଲେ ଝାସ ଦେବା ଯମୁନା ଜଳେ ଗୋ ।୧୬।
୧. କହିବି ମିତଣୀ ଶୁଣ କଥାଏ : ପୃଷ୍ଠା : ୬୧:
କହନ୍ତି ବିଶାଖା ଚିତ୍ରା ଶୁଣ ଗୋ ମିତଣି,
ଏ କୃଷ୍ଣ ସର୍ବଭୂତରେ ରହିଥାନ୍ତି ପୁଣି, ଗୋ ପ୍ରିୟସଜନୀ ।୧।
ସମସ୍ତ ଦେଖନ୍ତି ସବୁ ଜାଣୁଥାନ୍ତି ସେହୁ
କହନ୍ତି ଜ୍ଞାନୀଏ ତାଙ୍କୁ ନ ଦେଖନ୍ତି କେହୁ ।୨।
ଏପରି ଚୋରକୁ କେହ୍ନେ ପାରିବା ଗୋ ଧରି
ତିଳେ ହେଁ ତ ପାଉ ନାହିଁ ସାହସ ଆମ୍ଭରି ।୩।
ରଙ୍ଗଦେବୀ ଇନ୍ଦୁ ରେଖା ହୋଇ ଠରାଠରି
ବୋଇଲେ ଶୁଣିଛୁ ପୂର୍ବେ ବଳି ଗଣ୍ଡଧାରୀ ।୪।
ଅନେକ ତା ଦାନ-ଯଜ୍ଞ-ତପସ୍ୟା ବଳରେ
ଭିକାରୀ ହୋଇଲେ ପ୍ରଭୁ ତା ପୁଣ୍ୟ ଫଳରେ ।୫।
ଯେବେ ଗୋ ଆମ୍ଭର ପୁଣ୍ୟତପବଳ ଥିବ
ଖୋଜିବା କାହିଁକି ? କୃଷ୍ଣ ଇଚ୍ଛାଏ ଆସିବ ।୬।
ତୁଙ୍ଗବିଦ୍ୟା, ଚମ୍ପକ ଯେ କଲେ ପ୍ରତିବାଦ
ଶୁଣି ନାହଁ କି ଗୋ ପିତା-ପୁତ୍ରଙ୍କ ପ୍ରବାତ ।୭।
ପ୍ରହଲ୍ଲାଦକୁ ହିରଣ୍ୟେ ଦେବାରୁ କଷଣ
ତା ଦୃଢ଼ତାରେ ସ୍ତମ୍ଭରୁ ବାହାରିଲେ ପୁଣ ।୮।
ଯେବେ ଗୋ ସବୁରି ମନ ହୋଇଥିବ ସତ
ତେବେ ତ ଗୋବିନ୍ଦ ଆପେ ଆସିବେ ନିୟତ ।୯।
ଲଲିତା, ସୁଦେବୀ, ଶଶିରେଖା, ମଧୁବତୀ
ଭକତି କରମ ଜ୍ଞାନ ମାର୍ଗକୁ ଦର୍ଶାନ୍ତି ।୧୦
ଅଷ୍ଟାଦଶ ସିଦ୍ଧି ମଧ୍ୟେ ଯାହା ଅଛି ସାର
ସବୁରି ବିଚାରେ କିଛି ନ ହୋଇଲା ସ୍ଥିର, ଶୁଣ ସୁଦନେ ହେ ।୧୧।
ବିମଳା, ଶ୍ୟାମଳା, ଧନ୍ୟା, ମଙ୍ଗଳା ସହିତେ
ଅନଙ୍ଗମଞ୍ଜରୀ ତୁଲେଛନ୍ତି ଯେତେ ଯେତେ, ଶୁଣ ସୁଜନେ ହେ ।୧୨।
ସରବେ ମିଳି ରାଧାଙ୍କୁ ହୋଇଣ ଜୁହାର
ବିନୟରେ ପଚାରନ୍ତି କହ ପ୍ରତିକାର, କୃଷ୍ଣମୋହିନୀ ଗୋ ।୧୩।
କହେ ବଇକୁଣ୍ଠ ମୋତେ ରଖିଗଲେ ଏଣେ
ଥିଲେ ଲୋଟି ପଡ଼ିଥାନ୍ତି ଶ୍ରୀମତୀ ଚରଣେ, ଶୁଣ ସୁଜନେ ହେ ।୧୪।
ସୁଚେତାକୁ ସଧୀରେ ଶ୍ରୀଠାକୁରାଣୀ
ମୃଦୁ ହାସେ ଭାଷନ୍ତି ମଧୁର ବାଣୀ ଯେ,
ସ୍ଥିର ମନେ ସରବେ ଶୁଣ ସୁମୁଖୀ
ଯେ ଭାବେ ଭଜି ହରି ହୋଇବା ସୁଖୀ ଗୋ ।୧।
କହିଲ ତୁମ୍ଭେମାନେ ଯେତେ ବିଚାର
ସବୁଥିରେ ପ୍ରାପତ ହେବେ ଶ୍ରୀଧର ଗୋ,
ପୁଣ୍ୟ ସରିଲେ ପୁଣି ଯିବେ ପଳାଇ
ଶେଷେ ଦହଯ୍ୟ ହେବା ସାର ଅଟଇ ଗୋ ।୨।
ପ୍ରେମବଳେ ଅବଶ୍ୟ କୃଷ୍ଣ ଦେଖିବା
ଯେବେସେ ପ୍ରେମେ ପ୍ରୟୋଜନ ରଖିବା ଗୋ,
ଚିରଦିନ ନୋହିବେ ଆମ୍ଭରି ବଶ
ଧରମବଳ ବେଳେ ହୋଇବ ନାଶ ।୩।
ଶ୍ରୁତି ପଥରେ ବାରି ବଂଶୀ ସ୍ଵନକୁ
ଆସି ତ ଥିଲ ନିଜ ପ୍ରୟୋଜନକୁ ଗୋ,
କାମନା ପୂର୍ଣ୍ଣ କରି ଗଲେ ବାହାରି
ତାଙ୍କ ବିହୁନେ ହେଲେ ଏ ହତଶିରୀ ଗୋ ।୪।
ନିଷ୍କାମ ଭକତଙ୍କ ଗୁଣ ଏପରି
ଦେହ ବିଷୟ କିଛି ଲୋଡ଼ା ନ କରି ଗୋ,
କେବଳ କୃଷ୍ଣ ଦେହେ ଦେଇଣ ମନ
ପ୍ରେମବିଭୋରେ ସଦା ଥାନ୍ତି ମଗନ ।୫।
ଇନ୍ଦିୟ ଭୋଗେ ବାଞ୍ଛା କରନ୍ତି ନାହିଁ
ଭାବ ତାଙ୍କର ମୂଳଧନ ଅଟଇ ଗୋ,
ଏ ଭାବ ଭାବଗ୍ରାହୀ ମମ ସ୍ଵଚ୍ଛରେ
ଗୋଡ଼ାଉଧଥାନ୍ତି ସଦା ଭକ୍ତ ପଛରେ ଗୋ ।୬।
ଯୋଗ ତପସ୍ୟା କିବା କରିବା ନାରୀ
ଭାବ-ଭକତି-ନାବେ ହୋଇବା ପାରି ଗୋ,
ଯାଚ ଦେଲେ ସେ ବର ଘେନିବା ନାହିଁ
କହିବା ଯାହା ଇଚ୍ଛା କର କହ୍ନାଇ ହେ ।୭।
ଏ ମତରେ ମନକୁ କଲେ ସରସ
ଅବହେଳେ ପାଇବା ଅନାଦିରସ ଗୋ,
ଦିନକ ପାଇଁ ଦୁଃଖ ନ ଥିବ ସହି
କ୍ଷଣେ ଖିଆଲୁ କେଣେ ହଜିବ ନାହିଁ ଗୋ ।୮।
ଧର ଗୋ ବାଦ୍ୟଯନ୍ତ୍ର ଯେ ଯାହା ସେବା
ଗାଇ ତା ଗୁଣ ଢଳି ଢଳି ନାଚିବା ଗୋ
ପରମ ରୂପେଛନ୍ତି ସବୁ ଠାବରେ
ନବରଙ୍ଗରେ ନାଚି ଆସିବେ ଖରେ ଗୋ ।୯।
ଶ୍ରୀମତୀ ଠାରୁ ଶୁଣି ଏସନ ରୀତି
ସନମତ ହୋଇଲେ ସବୁ ଯୁବତୀ ସେ,
ବାନ୍ଧିବେ ହରିଙ୍କୁ ନାଗରୀ ଏଥର
ନେବେ କି ବୈକୁଣ୍ଠକୁ କରି ଚାକର ।୧୦।
ବୃଷ ଭାନୁସୁତା କଥା ଗୋ, ବୃଷଭାନୁସୁତା କଥା
ମାନିଲେ ସକଳ ଗୋପବନିତା, ଛାଡ଼ିଣ ଚିନ୍ତା
ହେଲେ ପ୍ରେମେ ଉନମତା ।୧।
ଯେ ଯାହାର ଯନ୍ତ୍ର ନେଇ ଗୋ, ଯେ ଯାହାର ଯନ୍ତ୍ର ନେଇ
ନବଧାରେ ନାମେ ଲୟ ଲଗାଇ, ଆଭୀର ଗୋଈ
ନାଚିଲେ ତାଥେଇ ଥେଇ ।୨।
ତ୍ରିଭଙ୍ଗେ ପକାଇ ପାଦ ଗୋ, ତ୍ରିଭଙ୍ଗେ ପକାଇ ପାଦ
ସୁସ୍ଵରେ ବଜାଇ ଦ୍ଵାଦଶ ବାଦ୍ୟ, ରାମ ଗୋବିନ୍ଦ
ବୋଲି ହୁଅନ୍ତି ଆନନ୍ଦ।୩।
ହୋଇ ହାତ ଧରାଧରି ଗୋ, ହୋଇ ହାତଧରାଧରି
ଦେହ-ମନ-ଜ୍ଞାନ ଦେଇ ପାସୋରି, ନବନାଗରୀ
ଗମିଲେ ଅମନପୁରୀ ।୪।
କ୍ଷଣକେ ପାଇ ଚେତନ ଗୋ, କ୍ଷଣକେ ପାଇ ଚେତନ
ଗୋପୀନାଥ ଗାଇ ହେଲେ ଉଚ୍ଛନ୍ନ, ନନ୍ଦନନ୍ଦନ
ଦେଖୁଥନ୍ତି ମନେମନ ।୫।
ଭାବଭୋଳେ ଭାବଗ୍ରାହୀ ହେ, ଭାବଭୋଳେ ଭାବଗ୍ରାହୀ
ବଂଶୀ ଗୋଟିକ ଅଧରେ ଲଗାଇ,ହୋଇଣ ବାଇ
ଶୂନ୍ୟୁ ଆସିଲେ ଓହ୍ଲାଇ ।୬।
କଟୀତଟେ ପୀତଧଡ଼ା ଗୋ, କଟୀତଟେ ପୀତଧଡ଼ା
ଶିରରେ ସାଜୁଛି ମୟୂର ଚୂଡ଼ା, ସେବତୀ ବେଢ଼ା
ଯୁବତୀଙ୍କ ଘରବୁଢା ।୭।
ଗୋପୀଙ୍କ ସଙ୍ଗତେ ମିଳି ଗୋ, ଗୋପୀଙ୍କ ସଙ୍ଗତେ ମିଳି
ରାଈ ବାମେ ରଖି ନାଚନ୍ତି ଢଳି, ଭଳିକି ଭଳି
ମେଘେ ଯେସନେ ବିଜୁଳି ।୮।
ହୋଇ ମଣ୍ଡଳୀ ଆକାର ଯେ, ହୋଇ ମଣ୍ଡଳୀ ଆକାର
ମଧ୍ୟରେ ନାଚନ୍ତି ଶ୍ରୀ ବେଣୁଧର ରସିକ ବର
ନାଚନ୍ତି ଲୟ ସୂତ୍ରର ।୯।
ଦେବଗଣେ ଆକାଶରେ ହେ, ଦେବଗଣେ ଆକାଶରେ
ପୁଷ୍ପବୃଷ୍ଟି କଲେ କୃଷ୍ଣଙ୍କ ଶିରେ, ମନ ଖୁସିରେ
ଶୁଣି ମୋହନବଂଶୀରେ ।୧୦।
ଆତ୍ମାରେ ଆତ୍ମାକୁ ଦେଖି ସେ, ଆତ୍ମାରେ ଆତ୍ମାକୁ ଦେଖି
ମାନସିକ ସେବା ସାରିଲେ ସଖୀ, ସେ ଇନ୍ଦୁମୁଖୀ
ଜନ୍ମେ ଜନ୍ମେ ହେଲ ସୁଖୀ ।୧୧।
ତହୁଁ ଶ୍ରୀକୃଷ୍ଣ ଚରଣେ ଯେ, ତହୁଁ ଶ୍ରୀକୃଷ୍ଣ ଚରଣେ
ପ୍ରଣମିଲେ ଯାଇ ଜଣକୁ ଜଣେ, ପ୍ରେମିକାଗଣେ
ତରିଲେ ତ୍ରିତାପୁଁ କ୍ଷଣେ ।୧୨।
କହନ୍ତି ନାଗରବର ହେ, କହନ୍ତି ନାଗର ବର
ଏକେ ରଥା ଥିଲା ତୁମ୍ଭ ମନର, ହେ ଚିତ୍ତଚୋର
ଯିବ କୁଆଡ଼େ ଏଥର ।୧୩।
ହୋଇ କୃଷ୍ଣ ହସହସ ଯେ, ହୋଇ କୃଷ୍ଣ ହସହସ
କହୁଛନ୍ତି କ୍ଷମାକର ମୋ ଦୋଷ, ନାଗରୀଈଶ
ରଖ ଚିରଦିନ ପାଶ ।୧୪।
ଗୋପୀକୃଷ୍ଣ ହୋଇ ଯେ, ଗୋପୀ କୃଷ୍ଣ ହୋଇ ମେଳା
ପରମ ଆନନ୍ଦେ ହୋଇଲେ ଭୋଳା, ଘନକୁନ୍ତଳା
ରଚିଲେ ପରମ ଲୀଳା ।୧୫।
ବଇକୁଣ୍ଠିଆ ବ୍ରାହ୍ମଣ ହେ, ବଇକୁଣ୍ଠିଆ ବ୍ରାହ୍ମଣ
ସୁମରି ସେ ଗୁଣ ତେଜୁପରାଣ, ଗୋପୀକାଗଣ
କର ଗୋ ଏହି କଲ୍ୟାଣ ।୧୬।
୧. ଶୁଣ ସାଧୁଜନେ ରାଧା : ପୃଷ୍ଠା :୬୬
ଶୁଦ୍ଧେ ପିଅ ଏହି ସୁଧା ହେ, ଶୁଦ୍ଧେ ପିଅ ଏହି ସୁଧା
ଶ୍ରୀହରି ଚରିତ ଗୀତ ହୃଦେ କର ଫନ୍ଦା ହେ ।୦।
ତେଜି ବିଷୟ ହାସନା
ଜ୍ଞାନନେତ୍ର ଟେକି ଅନା
ପୂରିବ ସବୁ କାମନା
ତୁଟିଯିବ ଧନ୍ଦା ହେ ।୧।
ନ ଲାଗିବ ଅଙ୍ଗେ ପାପ
ଦହନ ହୋଇବ ତାପ
ନୋହିବ ଯମର ଧାପ
ହଟିବ ସେ ବାଧା ହେ ।୨।
ହୃଦେ ଧରି ମୂଢ଼ ନର
ଭବରୁ ହୁଅ ଉଦ୍ଧାର
ଅନ୍ତରରେ କର ସାର
ନାମେ ବଳା ଶ୍ରଦ୍ଧା ହେ ।୩।
ବଇକୁଣ୍ଠିଆର ମନ
ରହୁ ଶ୍ରୀରଙ୍ଗାଚରଣ
ରାତ୍ରଦିନ ରସନା ମୋ
ରଟୁ ରାଧା ରାଧା ହେ ।୪।
କାଳିଆରେ, କାହୁଁ ପାଇଲୁ ଏ ବାଂଶୋରୀ
କି ମନ୍ତ୍ରରେ ପୁଙ୍କି ସତୀ ଧୃତି ଦେଲୁ ଟାଳି
କାଳିଆରେ ।୦।
ଥରେ ଯା’ ଶ୍ରୁତିରେ ପଡ଼େ ସେ ସ୍ଵର- ଲହରୀ
ଏ ମାୟା ସଂସାର ତାକୁ ଲାଗେ ବିଷ ପରି
କାଳିଆରେ।୧।
ବରଜବଜାରେ ଥିଲେ ଯେତେ ଯୋଗ୍ୟା ନାରୀ
ସେ ସ୍ଵନ ଶୁଣନ୍ତେ ପ୍ରୀତି ପାଇଁ ହେଲେ ଝୁରି
କାଳିଆରେ।୨।
ପତି ପୁତ୍ର, ଜ୍ଞାତିଗୋତ୍ର ସକଳ ପାସୋରି
ସତତ ତୋ ସରଣୀକୁ ଥାନ୍ତି ଅନୁସରି
କାଳିଆରେ ।୩।
କାହୁଁ ଦୀକ୍ଷା ପାଇଲୁ କାହାକୁ ଗୁରୁ କରି
କହେ ବଇକୁଣ୍ଠ ଧନ୍ୟ ତୋର ବାହାଦୁରୀ
କାଳିଆରେ ।୪।
ଶ୍ୟାମ ବଂଶୀ ସ୍ଵନଟି ମନେ ଜାଗିଲାରେ
ବୁଦ୍ଧି ଜ୍ଞାନ ବିବେକ ସବୁ ହଜିଲାରେ ।୦।
ବାହାର ଯେତେ କର୍ମ କ୍ରମେ ହୋଇଲା ଭ୍ରମ
ହାଟବାଟେ ତ ନିନ୍ଦା ବାଜା ବାଜିଲାରେ ।୧।
ଜାଗ୍ରତ ସୁଷୁପ୍ତିରେ ଶୁଭିଯାଏ ଶ୍ରୁତିରେ
ଏ କି ଅପୂର୍ବ ରାଗେ ପ୍ରାଣ ମଜିଲାରେ ।୨।
ଜୀବନ ବୀଣାତାରେ ବାଜିଉଠେ ମର୍ମରେ
ମନଚେତନ ଏକାସନେ ସାଜିଲାରେ ।୩।
କାଲା ସେ କି ମନ୍ତର ଭୁଲି କୁଳ ଗୋତର
ବଇକୁଣ୍ଠିଆ ଘରଦ୍ଵାର ତେଜିଲାରେ ।୪।
ଦୂର ବନେ ବାଜିଲା ମୂରଲୀ, ଗୋ ନିଆଳି
ଦୂର ବନେ ବାଜିଲା ମୁରଲୀ ।୦।
ହିଆ ମୋର ଦମଦମ
କାହିଁରେ ନ ଲାଗେ ମନ,
କିଏ ମୋତେ କଲାକି ପାଗଳୀ ଗୋ ନିଆଳି
ଦୂରବନେ ……… ।୧।
କେଉଁ ଅଜଣା ବିଦେଶୀ
କି ଆବା ମନେ ମନାସୀ,
ଘୋଷିହୁଏ ରାଧା ରାଧା ବୋଲି ଗୋ ନିଆଳି
ଦୂରବନେ……. ।୨।
ଆଶାଙ୍କା ହେଉଛି ମୋର
ସାରିବ କି ମୋର ସଂସାର,
କୁଳେ ମୋର ବୋଳିବ କି କାଳି ଗୋ ନିଆଳି
ଦୂରବନେ..........।୩।
କିଏ ବୋଲି କିଏ ସେହି
ଦିଲେ ତାକୁ ଦେଖି ନାହିଁ,
ଡାକେ ଯେହ୍ନେ ଚିହ୍ନିଥିଲା ଭଳି ଗୋ ନିଆଳି,
ଦୂରବନେ ………. ।୪।
ବଇକୁଣ୍ଠ କହେ ଏ ତ, ସାରିଦେବ ମୋ ମହତ
ଭଗାରି ହାତେ ମରାଇ ତାଳି ଗୋ ନିଆଳି,
ଦୂରବନେ………. ।୫।
କାନନରେ ଶୁଭେ ଏ କି ସ୍ଵନ ଗୋ…..
ଶୁଣି ମନ ହିଏ ଛନ୍ନ ଛନ୍ନ ।୦।
ଛନ୍ତି କେତେ ଭୂଆଷୁଣୀ ନ ଡାକେ କାହାକୁ
ରାଧାନାମ କେବେ ଯାଇଁ କହିଲା ତାହାକୁ ଗୋ
ଲୁଟିବାକୁ ଧଇର୍ଯ୍ୟ ଗୁମାନ ଗୋ
ସାରିବତ ନବବଧୂପଣ ଗୋ ।୧।
ଶବଦ ପଥକୁ ବାରି ଯାଆନ୍ତି ବା ଧାଇଁ
ଶାଶୁ-ନଣନ୍ଦ ଗଞ୍ଜଣା ବାରି ନ ପାରିବି ସହି ଗୋ
ଘରକୋଣେ ହରାଇବି ପ୍ରାଣ
ନିଶ୍ଚୟ ମୁଁ କହୁଅଛି ଶୁଣ ଗୋ ।୨।
ଅମୃତରୁ ବଳି ସ୍ଵାଦ ଅଟେ ତାର ସ୍ଵର
ବଜାଉ ଅଛି ଯେ, ହୋଇଥବ କି ସୁନ୍ଦର ଗୋ
ଯେ ଦେଖିବ ଧନ୍ୟ ତା’ ଜୀବନ
ନିମିଷେ ଲଭିବ କୋଟି ପୁଣ୍ୟ ଗୋ ।୩।
ସର୍ବଗୁଣେ ପରିପୂର୍ଣ୍ଣ ରସର ଭଣ୍ଡାର
ସାର ହୋଇ ରହିଥିବ ସେ ରୂପ ମଧ୍ୟର ଗୋ
ମନେ ମୋର ହିଏ ଅନୁମାନ
କରୁଥିବେ ବହୁ ପ୍ରେମ ଦାନ ଗୋ ।୪।
ଜାତି ଗୋତ୍ର କାହାର ତ ରଖିଦେବ ନାହିଁ
କେତେ କେତେ କୁଳବତୀ ଝରିବେ ତା’ ପାଇଁ ଗୋ
ହଜାଇ ବିଜ୍ଞାନୀଙ୍କର ଜ୍ଞାନ
ଅସ୍ଥିର କରାଇ ଦେବ ଧ୍ୟାନ ଗୋ ।୫।
ସଜନୀ ମୋ ରାଣ ଦେଇ କହ ଯା ବୁଝାଇ
ପରଘରବିଡ଼ା ବୁଦ୍ଧି ଛାଡ଼ନ୍ତୁ କହ୍ନାଇ ଗୋ
ହଟିଯାଇ ଦାସୀର କଷଣ
ବଇକୁଣ୍ଠ ନୋହୁ ହୀନିମାନ ଗୋ ।୬।
ସଖି ଆଖି ପୂରାଇ ଏ ରୂପ ଥାଅ ଦେଖି ଗୋ
ଏ ପରା ତୋ ଜୀବନେ ମରଣେ ସାଥୀ ଗୋ ।୦।
କେଳି କଦମ୍ବ ମୂଳରେ ଉଭା କେଡ଼େ ସୁଢ଼ଳରେ
ତା ପଦ କମଳେ ମନ ଦିଅ ଯୋଖି ଗୋ ।୧।
ତ୍ରିଭଙ୍ଗି ଭଙ୍ଗିମା ଠାଣି ହୃଦୟ ନେଇଛି କିଣି
ସେ ବାଙ୍କ ଚାହାଣି ଚିତ୍ତେ ରଖ ଆଙ୍କି ଗୋ ।୨।
ବଙ୍କିମ ଅଧରେ ବଂଶୀ ମୁଖେ ମନ୍ଦେ ମନ୍ଦେ ହସି
କୋଟି ରବି ଶଶି ତେଜ ନୁହେଁ ଲକ୍ଷି ଗୋ ।୩।
କୁଞ୍ଚିତ କୁଟିଳ କେଶ କଟି ଦେଶେ ପୀତବାସ
ଶିରଦେଶେ ସାଜେ ଚାହାଁ ପୁଚ୍ଛ ଶିଖୀ ଗୋ ।୪।
ଯାର ଥିବପୂର୍ବ ପୁଣ୍ୟ ସେହି କରିବ ଦର୍ଶନ
ବଇକୁଣ୍ଠ ମନ ଧ୍ୟାନେ ରହୁ ଲାଖି ଗୋ ।୫।
ନୀପମୂଳେ ଚାହିଁ ଦେଖ ସଜନୀ
କିଏ ହୋଇଅଛି ଛିଡ଼ା ଲୋ
ଅଛି କି ନାଏ ରୂପ କା ମନ ଗଢ଼ା ଲୋ ।୦।
ଚରଣରେ ନୂପୁର ରୁଣୁଝୁଣୁ ଝଙ୍କାର
କଟିଦେଶରେ କସିଛି ପୀତଧଡ଼ା ଲୋ
କୁସୁମମାଳା ଗଳେ କର୍ଣ୍ଣେ କୁଣ୍ଡଳ ଦୋଳେ
କୁଞ୍ଚିତ କେଶେ ସାଜିଛି ମଲ୍ଲିବେଢ଼ା ଲୋ ।୧।
ବଙ୍କା ବଇଁଶୀ କରେ ବାଙ୍କେ ନୟମ ଠାରେ
ଢଳି ଢଳି ନାଚେ ସତୀଘରବୁଡ଼ା ଲୋ
ମୁଖେ ମୁରୁକି ହସ ମନକୁ କରେ ତୋଷ
କୁଳବତୀମାନଙ୍କ ଛଡ଼ାଏ ବ୍ରୀଡ଼ା ଲୋ ।୨।
ବିଧିବିଧାନେ ସହୀ ଏ ଚିତ୍ର ଲେଖା ନାହିଁ
ଯେ ଗଢ଼ିଲା କାହୁଁ ସେ କରିଲା ପଢ଼ା ଲୋ
କାହାର ଏ ନନ୍ଦନ ଧନ୍ୟ ତାହାର ପୁଣ୍ୟ
ପାଇଛି ଯେ ତାହାର କି ଆନ ଲୋଡ଼ା ଲୋ ।୩।
ଦେଖି ଦେଖି ତା ନାଟ ନଷ୍ଟ ହେଉ ଏ ଘଟ
ଲାଖିରହୁ ଆଖିରେ ତା ଶିଖୀଚୂଡ଼ା ଲୋ
ବଇକୁଣ୍ଠର ମନ ତା ରୂପେ ହେଉ ଲୀନ
ଜନ୍ମେ ଜନ୍ମେ ନୋହୁ ସେ ତା କରଛଡ଼ା ଲୋ ।୪।
ଛନ୍ଦାଚରଣ ଯା ଇଚ୍ଛା କର
ବନ୍ଧା ଦେଇଛି ଜୀବନ ମୋର ।୦।
ଯେତେ ଦୁଃଖ ଅଛି ଏହି ଭାବେ
ଦେଇ ଆନନ୍ଦ ଲଭିବ ଯେବେ,
ତେବେ ଲଦିଦିଅ ମୋର ଶିର ।୧।
ଯେତେ କାନ୍ଦାଇବା ପାଇଁ ମନ
ତେତେ କନ୍ଦାଅ ହେ ଭଗବାନ,
ନାମ ଫନ୍ଦା ମୋର ନିରନ୍ତର ।୨।
ମାରିଦେଲେ ପଛେ ମାରିଦିଅ
ସେ ନିମନ୍ତେ ତିଳେ ନାହିଁ ଭୟ,
ଲୟ ରହୁ ତୁମ ରୂପେ ସ୍ଥିର ।୩।
ସବୁ ତୁମରି କରୁଣା ଭାବି
କେବେ ହେଲେ ବିମୁଖ ନୋହିବି,
ରବିତେଜେ ରହେ କି ଅନ୍ଧାର ? ।୪।
ବଇକୁଣ୍ଠର ଧାରଣା ଏହା
ଏତ ତୁମରି ଭେଳିକି ମାୟା,
ରାହା ନାହିଁ ଆଉ କାହିଁ ତାର ।୫।
ଜାଣି ନ ଥିଲି ସଜନୀ ସେ କାଳିଆ ରୀତିକି
ପଥହୁଡ଼ି ଅରଜିଲି ତାର ଶଠପ୍ରୀତିକି
ବାଉଁଶ ବାଇଁଶୀ ସ୍ଵନେ ମନ ଦିଏ ଭୁଲାଇ
ହାତ ଠାରି ଆଦରରେ ଡାକେ କେତେ ଗେହ୍ଲାଇ
ପଡ଼ିଗଲେ ପାଲେ ତାର କେ ପାରେ ବରତି କି
ଦଣ୍ଡକେ ଭୁଲାଏ ଜାତି କୁଳ ଗୋତ୍ର ରୀତିକି ।୧।
ସୁଧାରୁ ବଳି ତା ପ୍ରେମ ପ୍ରଥମ ଆବେଶରେ
କାଳକୂଟରୁ ଉତ୍କଟ ହୁଏ ପୁଣି ଶେଷରେ
ତଥାପି ତେଜି ପାରୁନି ସମଝାଇ ମତିକି
ଚୂନା କରିଦିଏ କଳାକାହ୍ନୁ ଦମ୍ଭ ଧୃତିକି ।୨।
କି ଚାତୁରୀ ନନ୍ଦସୁତ ଜାଣେ ସହୀ ସତରେ
ବ୍ରଜେ ଯେତେ ଯୋଗ୍ୟା ନାରୀ ସବୁ ତାର ହାତରେ
ଦାଣ୍ଡେ ମୁଣ୍ଡାଇ ବୁଲନ୍ତି ନିନ୍ଦା ଅପଖ୍ୟାତିକି
ଆଲୋକପରି ମଣନ୍ତି ଘୋରତମ ରାତିକି ।୩।
କମନୀୟ ରୂପ ତାର ଦେଲା ମାତ୍ରେ ଚାହିଁ ଗୋ
ପାଦେ ବଳି ଯିବାକୁ କା’ ମନ ହେବ ନାହିଁ ଗୋ
ଆଗୁଁ ଜାଣିଥିଲେ ଯାଇ ନ ଥାନ୍ତି ତା’ କତିକି
ଦୂରୁ ଜୁହାର ସଜନୀ ସେ କାଳିଆ ହାତୀକି ।୪।
ଚରାଚର ଖିଳ ସୃଷ୍ଟି ତାହା ଠାରୁ ଜାତ ଗୋ
ସେ ନବରଙ୍ଗିଆ ଜାଣେ କୋଟି ସୃଷ୍ଟି ତତ୍ତ୍ଵ ଗୋ
ଯେ ଯେତେ ମଜିବ ସେତେ ପାଉଥିବ ଶାନ୍ତିକି
ଝୁରୁ ମରୁ ବଇକୁଣ୍ଠ ତା ପ୍ରେମ କୀରତିକି ।୫।
ବାଜୁ ପଛେ ନିନ୍ଦା ବାଜା ମୋ ନାମେ
ସେ ଶ୍ୟାମ ମୂରତି ଅନ୍ତରରେ ଚିନ୍ତି
ନିତି ମନ ମାତି ଥାଉ ତା ପ୍ରେମେ ।୦।
ଶ୍ରୁତିରେ ବାଜନ୍ତେ ବଇଁଶୀ ସଙ୍ଗୀତ
ପାସୋରି ପକାଏ ଆନ କଥା ମିତ
ବେଦବିଧି ବ୍ରତ ହୁଏ ଅନ୍ତର୍ହିତ
ତା ଭାବ କେବଳ ଜାଗେ ମନମେ ।୧।
ନିନ୍ଦା ପରଶଂସା ନାହିଁ ତ ମୋ ଆଶା
ତାର ଇଚ୍ଛା ପୂର୍ଣ୍ଣ ହେଉ ଗୋ ସହସା
ଛାଡ଼ି ସେ ଭରସା ଉଡ଼ିଯିବ ହଂସା
ସଂସାରେ ସନ୍ତୁଳି ହେବି ଭରମେ ।୨।
ସବୁରି ଅଟଇ ସେ ଆଶ୍ରୟସ୍ଥଳ
କରମ ସକଳ ତା ବିନୁ ବିଫଳ
ପବନ ଅନଳ ନଦୀ ଗିରିମାଳ
ସକଳେ ଚଳନ୍ତି ତାର ନିୟମେ
ମୁହୂର୍ତ୍ତେ ସେ ଛବି ନ ଦେଖି ନୟନେ
କୋଟି ଯୁଗ ବିତିଯିବା ପରି ମଣେ
ବଇକୁଣ୍ଠ ଭଣେ ନିନ୍ଦନ୍ତୁ ବା ପଣେ
ତା ଦେହେ ମିଶିବି ମୁହିଁ ଚରମେ ।୪।
ସହୀ ଏ ମୂରଲୀବଜା ସାଜିଛି ରାଜା
କରେ କି ମଜା ଚାହାଁ ଗୋ ଆଜ
ଦେଖି କେ ବରଜନାରୀ ମରମେ ଘାରି
ନ ହୋଇ ରହିବ ଧରି ଧଇର୍ଯ୍ୟ ।୦।
ଫୁଲ ବେଶ କେଡ଼େ ସୁନ୍ଦର
ଫୁଲରାଜ ମଣ୍ଡିଛି ତା ପଦ କଞ୍ଜ ।୧।
ଫିଲେ ରଚି କାପ କୁଣ୍ଡଳ
ମଣ୍ଡିଛି ଗେ କର୍ଣ୍ଣଯୁଗଳ
ଫୁଲମାଳ ଗଳେ ଫୁଲେ ଶୋଭା ଶିରେ
ଫୁଲର କଙ୍କଣ ଦିଶେ କି ତେଜ ।୨।
ଫୁଲେ ଶ୍ୟାମ ଅଙ୍ଗ ପରଶି
ସତେ ଯେହ୍ନେ ହୁଅନ୍ତି ଖୁସୀ
ଫୁଲରେ ତାଙ୍କର ଶରଧା ଅପାର
ମୁଖେ ମାଖିଛନ୍ତି ଫୁଲର ରଜ ।୩।
ଅଳିକୁଳ ହୋଇ ପରଜା
ଫୁଲେ ଫୁଳେ ବଜାନ୍ତି ବାଜା
ଫୁଲ କୁଞ୍ଜେ ବସି ସତୀଧୃତି ହଜା
ବାଜାନ୍ତି ବଇଁଶୀ ରସିକ ରାଜା ।୪।
ଖଞ୍ଜନନୟନୀ ସଙ୍ଗରେ
ରାଣୀ ସାଜିଛନ୍ତି ରଙ୍ଗରେ
ଗାଇ ତା ପ୍ରସଙ୍ଗ ବୈକୁଣ୍ଠ ଆତଙ୍ଗ
ଦୂରେ ପଳାଇଲା ପାଇଣ ଲାଜ ।୫।
ସହି କେତେ ଦୁଃଖ ସହିଲି ଗୋ
ଶ୍ୟାମ ସେହା ଯୋଗ୍ୟ ନୋହିଲି ଗୋ
ପାଇ ବନ୍ଧୁକଣ୍ଟ ମନେ ହେଇ ତୁଷ୍ଟ
ସରଣୀ କି ବସି ଚାହିଁଲି ଗୋ ।୦।
(ପଡ଼ି) ଗୁନ୍ଥି ନିଆଳି ମାଳି ଚୁଆ ଚନ୍ଦନ ବେଳି
ପ୍ରଣୟ ଦୀପ ଜାଳି ଉଜାଗରରେ ଥିଲେ
ତାଙ୍କ ରୂପମାଥୁରୀ ଅନ୍ତରେ ଭଳି ଭାଳୁ
ବୃଥା ଗତ ନିଶି ପୋହିଲେ ଗୋ,
ଶ୍ୟାମ ସେବା ଯୋଗ୍ୟ ନୋହିଲି ଗୋ ।୧।
ସେ ଶଠ ଲମ୍ପଟ ଶ୍ରୀଖଣ୍ଡମୁକୁଟ
ନଇଲେ ନିରାଶେ ରହିଲି ଗୋ
ମୋ ଭାଗ୍ୟାରେ ବିହି ଏହା ଥିଲା ଲିହି
ଜାଣିଶୁଣି ଅର୍ଜିଥୋଇଲି ଗୋ
(ପଡ଼ି) ମନେ ନ ଥିଲା ମୋର ହୋଇବି ହରବର
ସେ ଖଣ୍ଟ ନଟବର ସତେ କରିବେ ପର
ସ୍ମର ଗରଳ ଛାର ଭଗାରୀ ହେଲା ମୋର
ବିରହ ଅନଳେ ଜଳିଲି ଗୋ !
ଶ୍ୟାମେ ସେବା ଯୋଗ୍ୟ ନୋହିଲି ଗୋ, ।୨।
କିପାଁଇ ଅନ୍ତର କରିଲେ ନାଗର
କି ଦୋଷରେ ଦୋଷୀ ହୋଇଲି ଗୋ
ରସିକ ରମଣୀ ରଖିଲା କେ କିଣି
ପ୍ରେମେ ପରମାଦ ପାଇଲି ଗୋ ! ।୩।
(ପଡ଼ି ) ରଖିବି ନାହିଁ ପ୍ରାଣ ନ ଦୋଖି ସେ ଚରଣ
ତାଙ୍କ ବିନୁ ମୋ ଆନ କାହିଁରେ ନାହିଁ ଧ୍ୟାନ
ସଖୀ ତୋତେ ମୋ ରାଣ କରି ତାଙ୍କୁ ଜଣାଣ
ବିଜେ କର କୁଞ୍ଜେ କହିଲି ଗୋ ।
ଶ୍ୟାମ ସେବା ଯୋଗ୍ୟ ନୋହିଲି ଗୋ ।୪।
ଶ୍ୟାମ ପ୍ରେମ ବଡ଼ ସୁଖରେ ସଙ୍ଗାତ
ଶ୍ୟାମ ପ୍ରେମ ବଡ଼ ସୁଖ
ନ ଜାଣି ତା ରୀତି ବଳାଏ ଯେ ମତି
ତା ପକ୍ଷେ ବିଷମ ଦୁଃଖରେ ସଙ୍ଗାତ ।୦।
ନିର୍ଗୁଣ ନିଷ୍କାମ ମହା ପୁଣ୍ୟ ଧାମ
ସ୍ଵଚ୍ଛେ ଯେ ଲଗାଏ ଲକ୍ଷ୍ୟ
ତେଜି ଆନ ସଙ୍ଗ ତାହାରି ପ୍ରସଙ୍ଗ
ଗାଉଥାଏ କରି ଟେକରେ ସଙ୍ଗାତ ।୧।
ଦିହାନିଶି ପୁଣି ତାର ଗୁଣ ଗୁଣି
ଗମନ ହୁଏ ଦକ ଦକ
ନ ଦେଖିଲେ କ୍ଷଣେ କୋଟି ଯୁଗ ମଣେ
ଭାବେ ହୋଇଲି ନିରେଖରେ ସଙ୍ଗାତ ।୨।
ତାହା ବିନୁ କେହି ତାକୁ ନ ଚୁତଇ
ବିଶ୍ଵେଛନ୍ତି ଯେତେ ଲୋକ
ହିଷୟ ହାସନାଠାରୁ ଶ୍ରେଷ୍ଠ ସିନା
କାଳିଆସୁନା ଅଧିକରେ ସଙ୍ଗାତ ।୩।
ସେ ପ୍ରେମସନ୍ଧାନ ପାଇଛି ଯେ ଜନ
ଜନମ ତାର ସାର୍ଥକ
ବିନ୍ଦୁଏ ବିତରି ସେ ସୁଧାମାଧୁରୀ
ବଇକୁଣ୍ଠ ପ୍ରାଣ ରଖରେ ସଙ୍ଗାତ ।୪।
କଳାମେଘ ଉଠିଲା ଆକାଶରେ
କେଉଁ କୁଞ୍ଜେ ଲୁଚିଛୁ କାହ୍ନୁ ଆସରେ ।୦।
ଅନ୍ଧାର ରାତି ବନ ଆମେ ଯୁବତୀଜନ
ଘନଘନ ବିଜୁଳି ଦିଏ ତ୍ରାସରେ ।୧।
ଶୁଣିଣ ଘଡ଼ଘଡ଼ି ପରାଣ ଯାଏ ଉଡ଼ି
କରି ରଡ଼ି ତୋ ଲାଗି ଯିବୁ ନାଶରେ ।୨।
ଘୋର ବରଷାକାଳେ ମରିବୁଟି ସକଳେ
ଆଉ ଏ ବେଳେ ନ କର ନିରାଶରେ ।୩।
ବଜାଇ ବଂଶୀସ୍ଵର ଛଡ଼ାଇ ଘରଦ୍ଵାର
ହରବର କରି ନେବୁ କି ଯରାଶରେ ।୪।
ତୋ ଠାରେ ଦେଇ ଚିତ୍ତ ତେଜିଲୁ ସୁତ ବିତ୍ତ
ହେଲୁ ହତ ନିଶ୍ଚୟ ଗୋପୀବଂଶରେ ।୫।
କହଇ ବଇକୁଣ୍ଠ ନଟନାଗର ହାଟ
ଛାଡ଼ି ଇଷ୍ଟସ୍ଵରୂପେ ହୁଅ ଦୃଶ୍ୟରେ ।୬।
ଶ୍ୟାମ ତୁମ ପ୍ରେମେ ମାତି ଅତି ଦୁଃଖୀ ହୋଇଲି
କଳଙ୍କ ମୁକୁଟ ଚିରକାଳ ମୁଣ୍ଡେ ବହିଲି
ଏ ଗୋପେ ଜନସମାଜେ
ମୋ ନାମେ ମାଗରା ବାଜେ
କା ଆଗେ ନ କହି ଲାଜେ ଘରକୋଣେ ରହିଲି ।୧।
ଭାଇବନ୍ଧୁ ପରିଜନ
ମଣିଲି ମୁଁ ବିଷସମ
ନିତି ତବ ଆଗମନ କେବଳ ମନାସିଲି
ଲୋଡ଼ି ରୂପ ଦରଶନ
ନିଦ ନ ଆସେ ନୟନ
ସଦା ମନ ଛନ୍ନ ଛନ୍ନ ପଥ ବସି ଚାହିଁଲି
ବରଜି ଯଶ କୀରତି
ଅରଜିଲି ଅପଖ୍ୟାତି
ସୁମରି ପୀରତି ରୀତି ସବୁ ନିନ୍ଦା ସହିଲି ।୪।
ବଇକୁଣ୍ଠ ଗୀତେ ଭଣି
ଯାହା କର ବେଣୁପାଣି
ତୁମ୍ଭଙ୍କୁ ସର୍ବସ୍ଵ ମଣି ପଛେ ପଛେ ଧାଇଁଲି ।୫।
ଖଟାନା ତହିଁରେ ତୋ ମତିକିରେ
କ୍ଷିତିରେ ଅର୍ଜିବୁ ଅଖ୍ୟାତିକିରେ ।ପଦ।
ଖିନ୍ନ ହେଲାଣି ତନୁ ଖିଆଲ କଲା ଦିନୁ
ଖାରସମ ଅଟେ ସେ ପ୍ରୀତିକି ରେ ।୧।
ଖଟି ଅଷ୍ଟାଙ୍ଗେ ମୁନି ହୋଇଲେ ପଥଶ୍ରମୀ
କ୍ଷମ ନୋହିଲେ ଉର୍ଦ୍ଧ୍ଵ ଗତିକିରେ ।୨।
ଖେଳ ନ ମଣିଧନ ବୀରେ ମାତ୍ରକ ଘେନ
ଖରାପ ନ କର ତୋ ଧୃତିକିରେ ।୩।
ଖଳ ଜନଙ୍କ ନିନ୍ଦା ଦେବ ବିଶେଷ ବାଧା
କ୍ଷୁର ପ୍ରାୟ କାଟିବ ଛାତିକିରେ ।୪।
କ୍ଷୁଦ୍ର ବୈକୁଣ୍ଠ ଗିର ମାନି ନାଗରୀବର
ଖରସ୍ଵରେ ନ ଡ଼େର ଶ୍ରୁତିକିରେ।୫।
ନାରୀ ହୀରା ……. ଏକି ଶୁଣାଯାଏ ପରା ରେ ……..
ଶ୍ୟାମ ଅଟେ ତୋର ତୁ ପୁଣି ତାହାର
କହନ୍ତି ବରଜସାରାରେ।୦।
ବସି କେତେ ଗୋପୀ ହୋନ୍ତି ଟୁପିଟାପି
ରାଧାର ଏ କେଉଁ ଧାରା ରେ
କେ ବୋଲେ ଲଳିତା ଜାଣେ ସବୁକଥା
ଶଣି ହେଉ ଧୈର୍ଯ୍ୟହରାରେ ।୧।
କରୁଥିଲୁ ମନା ନ ମାନି ନବୀନା
ଏବେ ତ ପଡୁଛୁ ଧାରରେ
ବାଳକାଳୁ ଆମ୍ଭେ ନ ମାନି ନବୀନା
ଚିରକାଳ ଅପାସୋରା ରେ ।୨।
ନ ମଣି ଇତର ପଦିଏ ମାତର
ଉତ୍ତର ଦିଅନି ଖାରାରେ
ବଇକୁଣ୍ଠ କହି ଆଗୋ ପ୍ରେମମୟୀ
ତୁଅ ଆମ୍ଭ ପ୍ରେମପସରା ରେ ।୩।
ପ୍ରିୟ ସହି କୁଳକଳଙ୍କା କହ୍ନାଇ ଗୋ
ବୃଷଭାନୁ ଝିଅ ପାଇଣ କି ସ୍ନେହ
ରସିଲେ ବଙ୍କାଟା ପାଇଁ ଗୋ
ଦେଖାଇ ସୁଆଗ ଗଉଡ଼ିଆ ପାଗ
ବଙ୍କାକରି ବାନ୍ଧିଥାଇ ଗୋ
ମୟୂର ଚନ୍ଦ୍ରିକା କରି ବଙ୍କା ଟଙ୍କା
ଖୋସିଣ ଦେଖାଏ ଛଇ ଗୋ ।୧।
ବଙ୍କା ନେତ୍ର ଠାରି ବଙ୍କା ବଂଶୀ ଧରି
ବକ୍ର ଗତିରେ ଫୁଙ୍କଇ ଗୋ
ବଙ୍କା ବୋକ ଅଣ୍ଟା ବଙ୍କା ସବୁ କଥା
ତିନିବାଙ୍କରେ ଚାଲଇ ଗୋ ।୨।
ବଙ୍କା ଚାଟୁ କହି ବଣ୍ରେ ବୁଲାଇ
ବୃନ୍ଦାକୁ ଯା’ କଲା ସେହି ଗୋ
ବାର ବୁଦା ତଳେ ବୋବାଇ ବିକଳେ
ବୁଲିଥିଲେ ଗୋପଗୋଈ ଗୋ ।୩।
ବଇକୁଣ୍ଠ ଗିର ବାଙ୍କ ଚୂଳିଆର
ଫାନ୍ଦରେ ପଡ଼ିବୁ ନାହିଁ ଗୋ
ବଙ୍କା କପାଳକୁ ବଳ ନ ଥିବାକୁ
ବୁଡ଼ିଲି ତା ପ୍ରେମେ ମୁହିଁ ଗୋ ।୪।
କହିବି ମିତଣୀ ଶୁଣ କଥାୟେ,
କିପରି ମେଣ୍ଟିବ କଳର ଭୟେ,
କାହାକୁ କରିବା ଲୟେ ଗୋ ।୧।
ଖିଆଲ କରିଣ କହନ୍ତି ଦୂତୀ
ଖଞ୍ଜନାଖି ଶୁଣ ମୋର ଭାରତୀ
କ୍ଷଣେ ଡ଼େରି ତୋର ଶ୍ରୁତି ଗୋ ।୨।
ଗହନ ଏଜ୍ଞାନ ଅଟେ ଗୋ ସହି
ଗୁପତେ ରଖିବୁ ମନ ମନାଇଁ
ଗୋଲା ହାଟ ନ୍ୟାୟ ଏହି ଗୋ ।୩।
ଘନ ଘନ ବଂଶୀ ସ୍ଵନ ଶୁଭୁଛି
ଘଟଣେ ତୋ ନାମ ଶବ୍ଦେ ମିଶିଛି
ଘରେ ବାହାରେ ପୂରିଛି ଗୋ ।୪।
ଉଦୟ କାଳେତୁ ଦର୍ଶନ କର
ଉଆଁସ ନିଶିରେ ନାହିଁ ଅନ୍ଧାର
ଉଠି ଉଦେ ଅସ୍ତ ବାର ଗୋ ।୫।
ଚନ୍ଦ୍ର ଅଙ୍ଗେ ସୂର୍ଯ୍ୟ ଭରିବୁ ଯେବେ
ଚୈତନ୍ୟ ମନ ରଖି ଏକ ଠାବେ
ଚନ୍ତାମାତ୍ରେ ଆଗେ ହେବେ ଗୋ ।୬।
ଛଛନ୍ଦ୍ରେ କହୁଛି ଛାଡ଼ିବୁ ନାହିଁ
ଛଡ଼ ଚକ୍ରେ ଠୁଳ କରିବୁ ବାଇ
ଛାଡ଼ିଯିବ ଜନ୍ତୁ ସାଇଁ ଗୋ ।୭।
ଜାଗ୍ରତ ଥିବୁ ସହୀ ସଦା କାଳେ
ଜୀବ ପରମକୁ ନ ଦେଖି ଡ଼ୋଳେ,
ଜୁଟା ତାଙ୍କୁ ଏକା ଘରେ ଗୋ ।୮।
ଝୁରି ହୁଅ ରାତ୍ର ଦିବସ ନିତି
ଝଗଡ଼ା କରିଲେ ପାରିବୁ ଜିତି
ଝାଡ଼ବନେ ନୁହଁ ଭିତି ଗୋ ।୯।
ନିରଞ୍ଜନ ନିର୍ବିକାର ଯା ନାମ
ନିୟତଥିଲେ ଯିବୁ ସେହି ସ୍ଥାନ
ନିର୍ଗୁଣମୟ ଭୁବନ ଗୋ ।୧୦।
ଟାଣୁଆ ଭକତ କେତେ ଫେରିଲେ
ଟାଣ ପଣ କରି ହାରି ସେ ଗଲେ
ଟୋପରେ ଯାଇଁ ପଡ଼ିଲେ ।୧୧।
ଠାରି କହୁଛି ତୋତ ପ୍ରାଣ ସହୀ
ଠିକ କର ମନ ଅର୍ଦ୍ଧ ଚନ୍ଦ୍ରହିଁ
ଠାପୁଅ ବୈକୁଣ୍ଠ କହି ଗୋ ।୧୨।
ଡୋଳାରେ ଡୋଳା ମିଶା ଆଗୋ ତୋର
ଡାକୁଛି କି ନାମେ ଶବତ ବାର
ଡାହାଣ ଭଜନ ସାର ଗୋ ।୧୩।
ଢମପଣ ଛାଡ଼ି ନିର୍ମଳ ହୁଅ
ଢାଙ୍କୁଣୀ ଫିଟିବ ଦେଖିବୁ ଦିଅଁ
ଢୋକି ପାଦୁ ସୁଧା ପିଅଗୋ ।୧୪।
ଅନୁଭବ ଚିତ୍ତେ କରିବୁ ଯେବେ
ଅସୂତ୍ର ପଥରେ ଗମିବୁ ତେବେ
ଅସାଧନା କର୍ମଯୋଗେ ଗୋ ।୧୫।
ତରତର କେବେ ହୋଇବୁ ନାହିଁ
ତରକିଆଙ୍କ ପାଶକୁ ନ ଯାଇ
ତତ୍ତ୍ଵମନେ ସେବ ତୁହି ଗୋ ।୧୬।
ଥୟ କର ହୃତ ପଦ୍ମରେ ନେଇ
ଥିର ଅଣାକାର ବ୍ରହ୍ମ ମୂଳ ହିଁ
ଥିବା ନ ଥିବାର ହୋଇ ଗୋ ।୧୭।
ଦୟାଦିଧି ଦୟା କରିବେ ଯେବେ
ଦମ୍ଭ ମୋହ ଗର୍ବ ହରିବ ତେବେ
ଦୁଃଖ ନ ଥିବ କିଞ୍ଚିତେ ଗୋ ।୧୮।
ଧୈର୍ଯ୍ୟ ଧରି ଧ୍ୟାନ ଧାରଣା କର
ଧରମ ଅଟଇ ଦେହର ଘର
ଧ୍ରୁବ ଏ ବାକ୍ୟ ନିକର ଗୋ ।୧୯।
ନିତ୍ୟସ୍ଥଳେ ଗଳି ଯାଇଣ ପଶ
ନିତ୍ୟାନନ୍ଦ ଲଭି ହେବୁ ବରଷ
ଲୀଳା ଲାଗିଛି ଅଶେଷ ଗୋ ।୨୦।
ପାଶେ ଅଷ୍ଟ ସଖୀ କରନ୍ତି ସେବା
ପରତେ ହୁଅ ଅଷ୍ଟହରେ ଯିବା
ପ୍ରେମ ବିକାଶିବ ଅବା ଗୋ ।୨୧।
ଫୁଲ ହାରରେ ବିମଣ୍ଡିତ ହୋଇ
ଫୁରୁଣା ହୋଇଛି ନନ୍ଦ କହ୍ନାଇ
ଫୁଙ୍କା ବନ୍ଧ ପରେ ରହି ଗୋ ।୨୩।
ବଂଇଶୀ ଶବଦ ଯହିଁରେ ମୂଳ,
ବଇଠି ଚୂଡ଼ା ଚଉଦ ଅକ୍ଷର
ବଳଦେବଶିର ପର ଗୋ
ଭାବି ଶେଷ ଶିବ ବ୍ରହ୍ମା ନାରଦ
ଭୁଲି ନ ପାଇଲେ ଯାହାଙ୍କ ଭେଦ
ଭାବି ବୈକୁଣ୍ଠ ସ୍ତବଧ ଗୋ ।୨୪।
ମହାମାୟା ଯହିଁ ହୋଇଛି ଦ୍ଵାରୀ
ମାୟା ଘୋଟିଛି ଚାହିଁଲେ ସବୁରି
ମନାଇ ପାରିଲେ ତରି ଗୋ ।୨୫।
ଜ୍ୟୋତିରା ନନ୍ଦ ସେ ଦିବ୍ୟ ମୂରତି
ଯତନେ ସହସ୍ର ଦଳେ ଅଛନ୍ତି
ଜାଗ୍ରତରେ ବିହରନ୍ତି ଗୋ ।୨୬।
ରାଧାଙ୍କୁ ଘେନି ବାମପାଶେ ସେହୁ
ରାମ ନାମାକ୍ଷର କ୍ଷରିଲା ଯହୁଁ
ରସିଛନ୍ତି ମହାବାହୁ ଗୋ ।୨୭।
ଲକ୍ଷ୍ୟ ବଳାଅ ଗୋ ସେହି ସ୍ଥାନକୁ
ଲାବଣ୍ୟ ଦେଖ ଚୂଡ଼ା ଚନ୍ଦ୍ରିକାକୁ
ଲୟ କର ଅନାନକୁ ଗୋ ।୨୮।
ବଂଶୀଧର ଶ୍ରୀକରରେ ଶ୍ରୀହରି
ବାଉଛନ୍ତି ସ୍ଵରେ ଦେଇ ଲହରୀ
ବାଇହେବେ ବ୍ରଜନାରୀ ଗୋ ।୨୯।
ସବୁ ଗୋପାଙ୍ଗନା ହୋଇ ଏକତ୍ର
ସେବା ମଣ୍ଡପରେ କରନ୍ତି ନୃତ୍ୟ
ସେ ଯେ ତ୍ରିଭଙ୍ଗିରେ ଯୁକ୍ତ ଗୋ ।୩୦।
ସେଇ ଭାବ ଭାବି ହୋଇବା ଭୋଳ
ସଖି ସେବାରେ କଟାଇବା କାଳ
ସରିବ ସବୁ ଜଞ୍ଜାଳ ଗୋ ।୩୧।
ସଜ ହୋଇ ଚାଲ ଯିବା ଗୋ ସହି
ଶ୍ୟମ ନଟବର ମୂରତି ଧ୍ୟାୟି
ସବୁକାଳେ ଥିବା ରହି ଗୋ ।୩୨।
ହଜିଯାଉ ଦେହ ନିତ୍ୟ ସ୍ଥଳରେ
ହଂକ୍ଷଂ ମିଶି ଶୂନ୍ୟେ ମଣ୍ଡଳେ
ହକ୍ ଏହା କାଳେ କାଳେ ଗୋ ।୩୩।
କ୍ଷମାନିଧି ପାଦ ପଦ୍ମପେ ଧ୍ୟାନ
କ୍ଷୁଦ୍ର ଅଧମ ବୈକୁଣ୍ଠ ବ୍ରାହ୍ମଣ
କ୍ଷଣେ ନ ଛାଡ଼ୁ ସେ ସ୍ଥାନ ଗୋ ।୩୪।
ଶିଣ ସାଧୁଜନେ ରାଧା କୃଷ୍ଣ କେଳି ଚରିତ
ଜୀବ ପରମ ଏ ବେନି ହୋଇଗଲେ ଏକତ୍ର
ଭୁଜେ ଭୁଜ ବନ୍ଧାବନ୍ଧି ପାଦେ ପାଦ ଛନ୍ଦା ଛନ୍ଦି
ନୟନେ ନୟନ ବନ୍ଦୀ କରକଲେ କେଳିତ ।୧।
ମିଶିବଦନେ ବଦନ ବାରିନୋହେ ଆନୁଆନ
ଦୁଇଦିଶେ ଏକତନୁ ଭିନ୍ନ ନୋହେ କଳିତ।୨।
ସୁରତି ରସରେ ମାତି ପ୍ରେମେ ହୋଇ ଭୋଳମତି
ମିଳିଲେ କି ଭାବ ଭୋଳେ ଭକ୍ତ ସଙ୍ଗେ ହରତି ।୩।
ଦମ୍ଭ ଲଜ୍ଜା ପରିହରି ପ୍ରକୃତି ରହିଲେ ହାରି
ଗାତ୍ରରେ ପୁଲକ ପୂରି ହରିଗଲା ଦୁରିତ ।୪।
ନିଶିହେଲା ଅବସାନ ଦେଖିହେବେ ତୋଷମନ
ଅନୁଭବେ ଚିନ୍ତେ ରାସ ଜୟଦେବ କବିତ ।୫।
ହେବାକୁ ତାହାଙ୍କ ତାହାଙ୍କ ଦାସ ବଇକୁଣ୍ଠ କରେ ଆଶ
ସୁମରି ଶ୍ରୀପୀତବାସ, ହଟୁ ସବୁ ଅହିତ ।୬।
ମୃଦୁ ମଳୟାନିକ ବହିଲା ରେ
ମିଳନ କୁଞ୍ଜବନେ ହୋଇଲା ରେ ।ପଦ।
ମନୋହର କୁସୁମ ଫୁଟିଲେ ତ ଅସୀମ
ମଧୁପ ମତ୍ତଭୋଳେ ଧାଇଁଲା ରେ ।୧।
ମଧୁରେ ପିକକୁଳ କୁଜନ ଅବିରଳ
ମୃତତରୁ ପଲ୍ଲବି ଚାହିଁଲା ରେ ।୨।
ମହା ଆନନ୍ଦ-ନଦୀ ସ୍ରୋତ ହୋଇଣ ବୃଦ୍ଧି
ମନକୁ ପ୍ରେମରେ ମଜ୍ଜାଇଲା ରେ ।୩।
ମହାଭାବରୂପିଣୀ କୃଷ୍ଣଙ୍କୁ ସଙ୍ଗେ ଘନି
ମିଶି ଅଖିରେ ଅଖି ରହିଲା ରେ ।୪।
ମେଘ ସଙ୍ଗେ ବିଜୁଳି ବେନିଙ୍କ ରୂପ ମିଳି
ମର୍ତ୍ତ୍ୟ ଜନଙ୍କ ପାପ ଦହିଲା ରେ ।୫।
ମିଶି ପରମେ ଜୀବ ପାସୋରି ନିଜ ଭାବ
ମୋହମାୟାରୁ ତ୍ରାହି ପାଇଲା ରେ ।୬।
ମାତି ଅମରବୃନ୍ଦେ ସ୍ତୁତି ରଟିଲେ ପାଦେ
ମନ୍ଦ ବୈକୁଣ୍ଠ ଯୋଗ୍ୟ ନୋହିଲା ରେ ।୭।
ହରିଣାକ୍ଷି, ଏ ହରି ଆମ୍ଭ ସମ୍ପତ୍ତି ଗୋ ।
ହର ସେବା ଫଳେ ଜୁଟିଛି କପାଳେ
ଲିହିଛି ସାବିତ୍ରୀ ପତି ଗୋ ।ପଦ।
ହରଷରେ ୟାଙ୍କ ସଙ୍ଗେ ବିହରିଲେ
ହାରିବ ହର ଅରାତି ଗୋ,
ହେଲେ ହେଉ ଜାତି କୁଳରେ ଅପ୍ରୀତ
ମୁଣ୍ଡାଇବା ଅକୀରତି ଗୋ ।୧।
ହତଜ୍ଞାନ କେବା ନ ହୋଇବ ଗୋପେ
ଦେଖି ଏ ମୋହନ ମୂର୍ତ୍ତି ଗୋ,
ହାର କରି ତାଙ୍କୁ ଗଳେ ଲମ୍ବାଇବା
ଦେଖୁଥିବା ନିତି ନିତି ଗୋ ।୨ ।
ହେବ ତ ଅଧୀର ଶଣି ବଂଶୀସ୍ଵର
ହୋଇଥାଉ ଯେଡ଼େ ସତୀ ଗୋ,
ହୃଦୟର ଗଣ୍ଠି- -ଧନ କରି ମନ
ଆନନ୍ଦେ ସାରିବା ରାତି ଗୋ ।୩।
ହୃଷ୍ଟଚିତ୍ତେ ଆମ୍ବେ ହେଜିବା ଗୋ ଦମ୍ଭେ
ପ୍ରେମଭକ୍ତି ରସେ ମାତି ଗୋ,
ହସି ସେବୁଥିବା ହଜାଇ ନ ଦେବା
କହେ ବଇକୁଣ୍ଠ ଚେତି ଗୋ ।୪।
ନିତ୍ୟ ଲୀଳା ଦୋଖିବାକୁ ଗୋପୀଙ୍କର ମନ ।
ନବୀନ କିଶୋରୀ ରାଧା ଅଛନ୍ତି ସେଙ୍ଗଣ ।୧।
ହୁଳହୁଳି ଧ୍ଵନି ଦେଇ ହୋଇଲେ ବାହାର ।
ସବୁ ଗୋପୀଙ୍କର ହସ୍ତେ ପୂର୍ଣ୍ଣକୁମ୍ଭ ନୀର ।୨।
ଦଧି ଯେ ଅକ୍ଷତ ଆଦି ନାନା ବର୍ଣ୍ଣ ଫୁଲ ।
ଘେନି ସର୍ବେ ସଜ ହୋଇ ହୋଇଲେ ବାହାର ।୩।
ପିତାମ୍ୱରୀ ଶାଢ଼ୀ ପିନ୍ଧି ଉପରାଣ ଦେଇ ।
କାଞ୍ଚିଲା ଉପରେ ଚମ୍ପା ବଉଳ ଚଢ଼ାଇ ।୪।
କର୍ପୂର କସ୍ତୁରୀ ସେ ଯେ ହୋଇଛନ୍ତି ବୋଳି ।
ଚମ୍ପା କଢ଼ିମାନେ ତାଙ୍କ ହୃଦେ ଅଛି ପଡ଼ି ।୫।
କଟିରେ ବାଜେଣି ସେ ଯେ ନୂପୁର କିଙ୍କିଣି ।
ନାସାରେ ବସଣୀ ଶୋଭା ସିନ୍ଧୁ ଫଳ ଜିଣି ।୬।
ଗଳାରେ କନକ ହାର ବଉଳ ମାଳତୀ ।
ଅର୍ଘ୍ୟ ଥାଳୀମାନ ସବୁ ହସ୍ତେ ଘେନିଛନ୍ତି ।୭।
ଅଙ୍ଗୁଷ୍ଠିରେ ମୁଦ୍ରିଯେହ୍ନେ ଚନ୍ଦ୍ରର କିରଣ ।
ବାହାରେ ବାଜେଣି ସେ ଯେ ବାଜେ ରୁଣୁଝୁଣ ।୮।
ସର୍ବ ଗୋପୀ ଏକମୁଖ ହୋଇଣ ଉଠିଲେ ।
ସିନ୍ଧୁ ଘୋଷ ଜିଣି ସର୍ବେ ହୁଳହୁଳି ଦେଲେ ।୯।
ଉପମା ଦେବାକୁ ଆଉ ତିନିପୁରେ ନାହିଁ ।
ବାହାର ହୋଇଲେ ଦେବସ୍ତିରୀ ସଜ ହୋଇ ।୧୦।
ରାଧାଙ୍କୁ ବେଢ଼ି ଅଛନ୍ତି ସକଳ ତରୁଣୀ ।
କୁମୁଦ ବନରେ ସେ ଚନ୍ଦ୍ରମା ପ୍ରାଏ ଜାଣି ।୧୧।
ସର୍ବ ଗୋପୀ ମେଳହୋଇ ରାଧାଙ୍କୁ ବେଢ଼ିଲେ ।
ଶ୍ରୀକୃଷ୍ଣଙ୍କୁ ବନ୍ଦାଇବା ପାଇଁ ବିଜେ କଲେ ।୧୨।
ନବୀନ ସେ ଗୋପୀମାନେ ନବୀନ ବସନ ।
ନବୀନ କୁଞ୍ଜକୁ ବିଜେ କଲେକ ବହନ ।୧୩।
ନବୀନ ଶ୍ୟାମଳ ଧନୀ ନବ ଯଉବନ
ନବୀନ ବସନ୍ତ ଋତୁ ବହେ ଘନ ଘନ ।୧୪।
ନବୀନ ରାଧିକା ସେ ଯେ ନବୀନ ଦୁତିକା ।
ନବୀନ କୁଞ୍ଜରେ ବିଜେ ହୋଇଛି ରାଧିକା ।୧୫।
ଥନ ଥନ ନୟନରୁ ବହୁଅଛି ପାଣି
ଥୟ ନୁହନ୍ତି ସେ ଗୋପୀ ବଂଶୀଧ୍ଵନୁ ଶୁଣି ।୧୬।
ଠୁଳେ ଏକ ରୁଣ୍ଡ ହୋଇ ହୋଇଲେ ବାହାର ।
ଯମୁନା କୂଳରେ ଯାଇ ମିଳିଲେ ସତ୍ଵର ।୧୭।
ତ୍ରିଭଙ୍ଗିମା ଛନ୍ଦେ ଉଭା ହୋଇଛନ୍ତି ହରି ।
ଦେଖିକରି ଗୋପୀମାନେ ଦେଲେ ହୁଳହୁଳି ।୧୮।
ସୁଦାମ ସୁବଳ ସେ ଯେ ଦ୍ଵାଦଶ ଗୋପାଳ ।
ବତିଶ ନାୟିକା ଆଦି ଅଛନ୍ତି ସଙ୍ଗର ।୧୯।
ନିତ୍ୟକୁ କୁଞ୍ଜରେ ବିଜେ କରିଛନ୍ତି ହରି ।
ଆସ ଆସ ବୋଲି କରି ହସ୍ତ ଦେଲେ ଠାରି ।୨୦।
ସୁବର୍ଣ୍ଣ କଟରା ମାନ ହସ୍ତର ସେ ଧରି ।
ଚନ୍ଦନ କର୍ପୂର ଗନ୍ଧଆଦି ତହିଁ ଭରି ।୨୧।
ବନ୍ଦାଇଣ ଗୋପୀମାନେ ହୋଇଲେକ ଭୋଳ ।
ଚନ୍ଦନ କସ୍ତୁରୀ ଭାଲେ ଗଳେ ପୁଷ୍ପହାର ।୨୨।
ବଉଳ କେତକୀ ସେ ଯେ ନାନା ବର୍ଣ୍ଣେ ଫୁଲ ।
ହାର ଗୁନ୍ଥି ଶ୍ରୀକୃଷ୍ଣଙ୍କୁ ଦେଲେ ବନମାଳ ।୨୩।
କର୍ପୂର କସ୍ତୁରୀ ତାଙ୍କ ଅଙ୍ଗରେ ବୋଳିଲେ ।
ଭୋଳ ହୋଇ ଗୋପୀମାନେ ମୋହ ତହିଁ ହେଲେ ।୨୪।
ଉଛୁଳିଲା ପ୍ରେମସୁନ୍ଧୁ ସୁଧାରସ ଧାର ।
ସର୍ବ ଗୋପୀମାନେ ଯାଇ କଲେ ତାଙ୍କୁ କୋଳ ।୨୫।
ନିତ୍ୟ ରାହାସ ମହିମାଁ ଅମୃତ ଏ ରସ ।
ଏ ଭାବରେ ଭଣିଲେ ହୋ ଜଗନ୍ନାଥ ଦାସ ।୨୬।
ଗୋପୀମାନେ ବୋଢ଼ିଛନ୍ତି ରଉପାରୁଶରେ ।
ଜୟ ଜୟ ଶବଦରେ ମହୀ ଯେ ଉଛୁଳେ ।୧।
ଶୁଣି ତରୁ ଲତାମାନେ ପଲ୍ଲବିଲେ ପୁଣ ।
ପୁଷ୍ପ ବୃଷ୍ଟି କରୁଛନ୍ତି ସ୍ଵର୍ଗୁ ଦେବଗଣ ।୨।
କେ ବିଦ୍ୟ ବଜାଇ କେହୁ କରତାଳି ଦେଇ
କେ ବୀଣା କଂସାଳ ଘେନି ମୃଦଙ୍ଗ ବଜାଇ ।୩।
ମୃଦଙ୍ଗ ସଙ୍ଗରେ କେବା କଂସାଳ ଘେନିଣ ।
କେବା ନାମ ଧ୍ଵନି କରେ ମନ୍ତ୍ର ଉଚ୍ଚାରଣ ।୪।
ଚନ୍ଦ୍ର ସୂର୍ଯ୍ୟ ଉଦେ ହେଲା ଦେଖିଲେକ ଗୋଈ ।
ତ୍ରିଭବନ ତୁଚ୍ଛ ପ୍ରାୟେ ମଣିଲେକ ସେହି ।୫।
ବେନି ମୂର୍ତ୍ତି ଚାହିଁ ଜରା ମୂତ୍ୟୁକୁ ଜିଣିଲେ ।
ଦେହକୁ ପାସୋରି ଗୋପୀ ଅଦେହ ଭେଟିଲେ ।୬।
ମହାନିତ୍ୟେ ପଶି ନିତ୍ୟ ରାହାସ ରଚିଣ
ଦେହ ପ୍ରାଣ ଜୀବନକୁ କଲେ ସମର୍ପଣ ।୭।
ଯେତେ ଦୁଃଖ ଲଭିଥିଲେ ସର୍ବ ପାସୋରିଲେ ।
ଚିନ୍ତା ମାୟା ମୋହ ଶୋକ ସକଳ ତେଜିଲେ ।୮।
ମନ୍ତ୍ରମାନ ଉଚ୍ଚାରିଣ ମୁଖେ କଲେ ଧ୍ଵନି
ସର୍ବେ ଏକମୁଖ ହୋଇ କରନ୍ତି ମଣ୍ଡଣି ।୯।
କେ ବୋଲଇ ଗୋପୀଜନ ବଲ୍ଲଭାୟ ହରେ
କେବା ବୋଲେ ନନ୍ଦକନ୍ଦ ଶ୍ୟାନ ଦାନ ହରେ।୧୦।
କେବା ହ୍ଳୀଂ ଶ୍ଳୀଂ କ୍ଳୀଂ ତ୍ରିବୀଜ ଇଚ୍ଚାରେ
ସାଧୁ ମଧୁ ଦିନ ଧର୍ମ ବ୍ରହ୍ମ ନାମ ସ୍ମର ।୧୧।
ହରେ ରାମ କୃଷ୍ଣ ନାଦ ବିନ୍ଦୁ ଉଚ୍ଚାରନ୍ତି ।
ରାଧା ହରି ଗୁରୁସ୍ଵାମୀ କେ ଅବା ଡାକନ୍ତି ।୧୨।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
ହରେ ରାମ ହରେ ରାମ ରାମ ରାମ ହରେ ହରେ ।୧୩।
ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ ରାଧେ
ରାଧେ ଶ୍ୟାମ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ ରାଧେ ରାଧେ।୧୪।
ରାଧେ କୃଷ୍ଣ ରାଧେ ସ୍ଵାହା ମନ୍ତ୍ର ଉଚ୍ଚାରଣ
ମଣୋହି ପଦାର୍ଥ ନେଇ କଲେ ସମର୍ପଣ ।୧୫।
ନିଜ ଦେହ ପାଶୋରିଣ ସେ ବାଇ ହୋଇଲେ ।
ଭୋଗ ମଣ୍ଡପରେ ଭୋଗ ନଇବେଦ୍ୟ କଲେ ।୧୬।
ଗୋପୀ ଦଶାକ୍ଷର ମନ୍ତ୍ର ମାର୍ଜ୍ଜନା ହୋଇଣ ।
ଗୋପାଳ ଯେ ଅଷ୍ଟାଦଶ ଅକ୍ଷର ମନ୍ତ୍ରେଣ ।୧୭।
ତାମ୍ବୁଳ ଭୁଞ୍ଜାଇ କେହି ବିଡ଼ିଆ ଦିଅନ୍ତି ।
ଚୁଆ ଯେ ଚନ୍ଦନ ଅଙ୍ଗେ ଲେପନ କରନ୍ତି ।୧୮।
କେହି ଆଲଟ ଚାମର ଆନନ୍ଦ ଢାଳଇ ।
କେ ପାଦ ମଞ୍ଚାଳେ କେହୁ ବାସକୁ ପିନ୍ଧାଇ ।୧୯।
ହାସ୍ୟ ପରିହାସେ କେହୁ ଚାଟୁବାଣୀ କହି ।
କେହୁ ସୁଧାରସେ ଭାଷି କୋଳାଗ୍ରତ ହୋଉ ।୨୦।
ମେଳ ହୋଇ ଗୋପୀମାନେ ଆନନ୍ଦ ହୋଇଲେ ।
ସର୍ବେ ଏକମୁଖ ହୋଇ ରାହାସ ରଚିଲେ ।୨୧।
ଜୟ ରାଧା କୃଷ୍ଣ ବୋଲି ଜୟ ଜୟ ବାଣୀ ।
ହରି ଧ୍ଵନି ଉଚ୍ଚାରିଲେ, ବାଜେ ଶଙ୍ଖ ଧ୍ଵନି ।୨୨।
ନୃତ୍ୟ ଲୀଳା କଉତୁକ ପ୍ରେମେ ଭୋଳ ହୋଇ ।
ସର୍ବଦୁଃଖ ତେଜ୍ୟାକଲେ ବ୍ରହ୍ମ ଅଙ୍ଗ ପାଇ ।୨୩।
ରାଧାକୃଷ୍ଣ ଅଙ୍ଗ ଲାଗି ମୁକତ ହୋଇଲେ ।
ବ୍ରହ୍ମ ଅଙ୍ଗ ପାଇ ଗୋପୀ ବ୍ରହ୍ମଦର୍ଶୀ ହେଲେ ।୨୪।
ରାହାସ ପଢ଼ାଇ ଗୋପୀ ପ୍ରେମ ଆନନ୍ଦରେ ।
ଚଳିଗଲେ ସର୍ବ ଗୋପୀ ଯେ ଯାହା ମନ୍ଦିରେ ।୨୫।
କୃଷ୍ଣ ବିଜେ କଲେ ଯାଇଁ ନନ୍ଦର ମନ୍ଦିରେ ।
ରାଧା ବିଜେ କଲେ ଯାଇ ଚନ୍ଦ୍ରସେଣା ପୁରେ ।୨୬।
ଏଲୀଳା ହୋଇବ ରାମ ରତ୍ନବଟ ଠାଇଁ ।
ସେହି ଗୋପୀ ଗୋପାଳ ଯେ ନାନା ଜାତି ହୋଇ ।୨୭।
ଆମ୍ଭେ ବସିଥିବୁ ବାବୁ ଏ ବଟ ମୂଳରେ ।
ତୁହି ରହିଥିବୁ ବାବୁ ଆମ୍ଭର ସେବାରେ ।୨୮।
ଯେତେବେଳେ କଳିଯୁଗ ଯିବ ଶେଷ ହୋଇ ।
ଶେଷରେ ରାହାସ ହେବ ଉଦେବଟ ଠାଇଁ ।୨୯।
ଚବିଶ ପ୍ରହର ବାବୁ ଅନ୍ଧାର ଘୋଟିବ ।
ଚବିଶ ପ୍ରହର ତେଣୁ ରାହାସ ହୋଇବ ।୩୦।
ନାମ ଧ୍ଵନି ଶୁଣି କଳି ହେବ ଥରହର ।
ମନ୍ତ୍ରମାନ ଉଚ୍ଚାରିଣ କଳିମଳ ହର ।୩୧।
ସର୍ବ ପୋଏ ମିଳି ମୋର ରାହାସ କରିବେ ।
କଳିମଳ ପାପଭର ମିଶ୍ଚେ ଧୁଆଇବେ ।୩୨।
ଏହି କଥା ମନେ ରଖିଥିବୁ ହୋ କୁମର ।
ସମ୍ପୂର୍ଣ୍ଣ ରାହାସ ହେବ କଳା ଗିରିଠାର ।୩୩।
ଶୁଣିଲୁ ନିତ୍ୟ ରାହାସ କର ହୋ ଗୁପତ ।
ନିତ୍ୟ ରାସ ପୂର୍ଣ୍ଣ କଲି ପାଦେକ ଅମୃତ ।୩୪।
କାହିଁ ନ କହିଣ ଗୁପ୍ତେ ରଖିଥିବୁ ରାମ ।
ନିତ୍ୟ ରାସ ଭାବି ଭଣେ ଅଚ୍ୟୁତ ଅଧମ । ।୩୫।
କ୍ଷମାନିଧି ହେ, କ୍ଷମା ପ୍ରାର୍ଥନା ଶ୍ରୀପଦେ ମୋର ନିରବଧି ।ପଦ।
କ୍ଷିତି ମଣ୍ଡଳେ ଜନମ ହୋଇ
କ୍ଷଣେ ହେଲେ ନାମ ଭଜି ନାହିଁ
କ୍ଷଣେ ଦେଲେ ଚାହିଁ ଆହେ ଭାବଗ୍ରାହୀ
କ୍ଷୟ ଯା’ ନ୍ତା ମୋର ସର୍ବ ଆଧିବ୍ୟାଧି ।୧।
କ୍ଷୁଦ୍ର ଅଧମ ଜନଙ୍କ ଗତି
ଅଟେ ତୁମ୍ଭ ନାମ ପୂର୍ଣ୍ଣ ମୁକ୍ତି
ଖରେ ଡେରି ଶ୍ରୁତି କ୍ଷିତିସୁତା ପତି
ଦାନ କର ଦୀନେ କରୁଣା ବାରିଧି ।୨।
ଖଟି ନାହିଁସେବାରେ ମୁଁ ତିଳେ
ଖେଳେ ମାତିଯାଏ ସବୁ ବେଳେ ।
ଖଣ୍ଟ ଆଚରଣେ ଭ୍ରମି ଭବବଣେ
ଭକ୍ତିରେ ମନକୁ ନ ପାରିଲି ବାନ୍ଧି।୩।
ଖେଦ ସ୍ରୋତେ ପାପୀ ଗଲେ ଭାସି
ନିନ୍ଦା ନୋହିବ କି ବ୍ରହ୍ମରାଶି ।
ଖଳ ଜନେ ମିଶି କରିବେଟି ଦୋଷୀ
ଘୋଷିବେ ଭକତମରା ନିରବଧି ।୪।
ଖରାପ ମୁଁ ଯେବେ ଚକ୍ରଧର
କ୍ଷିପ୍ରେ ଚକ୍ରେ ଛେଦଦିଅ ଶିର
ଖଣ୍ଡିଯାଇ ମୋର ଦୂରୁତ ସକଳ
କହେ ବଇକୁଣ୍ଠ ମୁଢ଼ ମନ୍ଦବୁଦ୍ଧି ।୫।
|
ରାସ ଶେଷ କୀର୍ତ୍ତନ |
|
ଭଜ ରାଧେ ରାଧେ |
ବରଜ ମଣ୍ଡଳ |
ବନମାଳିଆକୁ |
ସେହି ନନ୍ଦନନ୍ଦନ |
ବଇଁଶୀବଦନ |
ଶିଖିପୁଛ ଚୂଳିଆକୁ |
କାଇଁଚ ମାଳିଆକୁ |
ବରଜ ଧୂଳିଆକୁ |
ଗୋପାଳିଆକୁ |
ଗୋବତ୍ସା ପାଳିଆକୁ |
ଶିଖଣ୍ଡୀ ଚୂଳିଆକୁ |
କଦମ୍ବ ମୂଳିଆକୁ |
ଯମୁନା କୂଳିଆକୁ |
ମୟୂର ଚୂଳିଆକୁ |
ପୀତ ଦୁକୁଳିଆକୁ |
ଯଶୋଦା କୋଳିଆକୁ |
ଶ୍ରାମତୀ ମେଳିଆକୁ |
ଭଜ ରାଧେ ରାଧେ… |
|
ସେହି ନନ୍ଦ ନନ୍ଦନ…….. |
|
|
ବୋଲ ହରିହେ,ବୋଲ ହରିହେ |
|
|
ହରି ନାମ ଧରି ଯିବା ତରି ହେ… |
|
ଶ୍ରୀମତୀ ଶ୍ରୀ ଶ୍ରୀ ରାଧାରାଣୀକି.. |
ଜୟ |
ଚାରି ସମ୍ପ୍ରଦାୟକି.... |
ଜୟ |
ଶ୍ରୀ ରସେଶ୍ଵରକି |
ଜୟ |
ନିଷ୍କାମ ପ୍ରେମକି.. |
ଜୟ |
ପୌର୍ଣ୍ଣମାସୀ କି .. |
ଜୟ |
ଗୋପ ଗୋପାଳକି.. |
ଜୟ |
ବୃନ୍ଦାବନ ଧାମକି |
ଜୟ |
ଚୌଷଠି ମଠକି .. |
ଜୟ |
ବୃନ୍ଦା ଦେବୀ କି |
ଜୟ |
ସକଳ ଭକ୍ତ ମଣ୍ଡଳିକି |
ଜୟ |
ରାସ ମଣ୍ଡଳକି.. |
ଜୟ |
ସକଳ ବାଦ୍ୟଯନ୍ତ୍ରକି |
ଜୟ |
କାଳନ୍ଦୀ ତଟକି….. |
ଜୟ |
ଆପନା ଆପନା ଗୁରୁସ୍ଵାମୀକି |
ଜୟ |
ବଂଶୀ ବଟକି.. |
ଜୟ |
ଆପନା ଆପନା ଗୁରୁଭଇକି |
ଜୟ |
କଳ୍ପବଟକି |
ଜୟ |
ଅନନ୍ତ ଗୁମ୍ପାକି…. |
ଜୟ |
ବାଞ୍ଚ୍ଥା ବଟକି |
ଜୟ |
ଅହି ବଟକି…. |
ଜୟ |
ଅଷ୍ଟସଖୀକି |
ଜୟ |
ଜଳୌକା ଧାମକି….. |
ଜୟ |
ବ୍ରଜ ଧାମକି |
ଜୟ |
କଳାଗରିକି….. |
ଜୟ |
ଚାରି ଧାମକି |
ଜୟ |
ସର୍ବଜନକି… |
ଜୟ |
ବାବା ଶ୍ରୀ ଶ୍ରୀ ୧୦୮ ଶ୍ରୀ ବୈକୁଣ୍ଠନାଥ କି….ଜୟ(୩ ଥର)
ବୁଶ୍ଵରେ ସତ୍ୟ ଶାନ୍ତି ପ୍ରତିଷ୍ଠା ହେଉ ଆନନ୍ଦେ
ହରି ହରି ବୋଲ (୩ଥର)
ରାଧେ ! ରାଧେ ! ରଧେ !
ସମାପ୍ତ