ଶ୍ରୀମଦ୍ ପରମହଂସ ପରିବ୍ରାଜକ—ଶ୍ରୀ ଶଙ୍କରାଚାର୍ଯ୍ୟ ବିରଚିତ

କାଲ୍ୟପରାଧ କ୍ଷମାପନ

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

 

ସ୍ତ୍ରୋତ୍ରର ଅନୁଭୂତି

(ମୂଳ ଓ ଶତନାମ ସହିତ)

‘’ଅପରାଧ କାଶୁନ୍ଥ ମୋର ମା’----

ତୁନକଲେ କ୍ଷମା କାହିଁ ଗତି ମୋହର ?

କାମାରୁପା କରାଳୀ ଘୋରା ଗୋ

ଶମଙ୍କରୀ ଚାହିଁ । ଥରେ ତୁହିଁ ଆଶରା---‘’

(ପ୍ରତି ପଦାନ୍ତେ ଗେୟ----)

ଭାଷା ପହିଁ ନୀବର

ତୁଣ୍ଡ ଯହିଁ ମୂକ

ସେହି

ମୋର ସ୍ଵର୍ଲୋକ ବାସିନୀ ଗର୍ଭ ଧାରିଣୀ

୰ ଶ୍ରୀ ବିଷ୍ଣୁପ୍ରିୟା ଦେବୀଙ୍କ

ସ୍କୃତିକଳ୍ପେ---

ଉତ୍‌ସ୍କଷ୍ଟ ।

 

କାଲ୍ୟପରାଧ କ୍ଷମାପନର ଅନୁଭୂତି

—ଚୋଖୀ—

।। ୧ ।।

ପ୍ରତି ପଦାନ୍ତେ ଯୋଗ କରିବାକୁ ହେବ—

[ଅପରାଧ ଜାଣୁଛି ମୋର ମା’,

ତୁ’ ନକଲେ କ୍ଷମା କାହିଁ ଗତି ମୋହର

କାମରୁପୀ କରାଳୀ ଘୋରା ଗୋ,

କ୍ଷମଙ୍କରୀ ଚାହଁ । ଥରେ ତୁହିଁ ଆଶରା ।]

ଏ ଦେହ ଲଭିନି ଯେବେ,ହେଲା ନାହିଁ ଚେତା ତେବେ,

ତୋ ପାଦେ ଶରଣ ନେବା ନୋହିଲା ମୋର,

ଜନନୀ ଜଠରେ ଘୋର,ପୁତିଗନ୍ଧ ଅନ୍ଧକାର

ରୁଦ୍ଧ ଦ୍ଵାରା କାରାଗାରେ ସ୍ଥିତି ସଞ୍ଚାର

ଅଶେଷ ଯତ୍ରଣା ବିକାର

ନିର୍ବାସନୁଁ କେତେଦିନେ ଲଭି ନିସ୍ତାର

ହେଲା ଯେବେ ଜନ୍ମାନ୍ତର,ପୁଣି ଆସିଲି ସଂସାର

ଆଶ୍ରୟ ସ୍ଥଳ କାହିଁଛି ନୋହେ ଗୋଚର

।।୨।।

ବାଲ୍ୟକାଳେ ବୁଦ୍ଧି ଜଡ଼,ମସ୍ତିଷ୍କ ଥିଲା ଅସାଡ଼

ତୋର ଯେ ମହିମା କେତେ କଳି ପାରିନି

ସାଙ୍ଗସାଥି କେତେ ମେଳେ,ମାତି ବାଲ୍ୟ ନ୍ତ୍ରୀଡ଼ା ଭୋଳେ

କାଳିକା କଳ୍ମଷ ହରା ତୋତେ ଧରିନି

ଭୋଗ ସଙ୍ଗେ ମୋକ୍ଷ ଦାୟିନୀ

ସଦାଚାରେ ପୂଜି ନାହିଁ ଗୁଣ ଗାଇନି

ଏକାନ୍ତେ ବସି ମଉନେ,ତୋ ରୂପ ଭାବିନି ଧ୍ୟାନେ

କ୍ଷମା କର କ୍ଷମଙ୍କରୀ ପାତକୀ ଜାଣି ।

।।୩।।

ଯୌବନେ ହୋଇଲି ବ୍ୟଗ୍ର,ବିଷଧର ଠାରୁ ଉଗ୍ର—

ଇନ୍ଦ୍ରିୟମାନେ କରିଲେ ମୋତେ ଦଂଶନ,

ଆଗ ପଛ ନ ଭାବିଲି,ପ୍ରଜ୍ଞାପଣ ହରାଇଲି

ପରନାରୀ ପରବିତ୍ତେ ଥୋଇଲି ମନ,

ବ୍ୟାକୁଳ ବାତୁଳ ଉନ୍ମାଦ

ଦଣ୍ଡେ ତ ଭଜିଲି ନାହିଁ ରାଜିବ ପଦ ।

(୩୧)

ଭାବୁଛି ଏକ୍ଷଣି ସିନା,କି ପାପେ ଏ ଦୁର୍ବାସନା

କ୍ଷମା କର କ୍ଷମଙ୍କରୀ ନାମ ବିଷଦ ।

।।୪।।

ପ୍ରୋଢ଼ତ୍ତେ ଭାବନା ମାଳ,ସୃଷ୍ଟିର ଯେତେ ଜଞ୍ଜାଳ

ପୁତ୍ର ପତ୍ନୀ ପରିବାର ହୋଇଲେ କାଳ

କାହଁ ଯିବ କି କରିବି କାହୁଁ କେମନ୍ତେ ପାଳିବି

ବୁଲାଇଲି କେତେ ଦ୍ଵାରେ ଭିକ୍ଷୁକ ଥାଳ

କାହିଁ ମୋତେ ମିଳିଲା ବେଳ

କି ଦବା ନିଶିଥ ମାତ୍ର ଚିନ୍ତା ବିହୁଳ

କି ଧ୍ୟାନେ ଆସ୍ଥା ଭଜନେ,      କବି ନାମ ସଂକୀର୍ତ୍ତନେ

ନଟଳିଲା କ୍ଷଣେ ମନ ନିତ୍ୟ ଚଞ୍ଚଳ ।

।।୫।।

ବୁଦ୍ଦିହୀନ ବାର୍ଦ୍ଧକ୍ୟରେ କ୍ଷୀଣ ତନୁ ଅତିସାରେ

ଶ୍ଵାସ କାସ କର୍ଣ୍ଣ ଘ୍ରାଣ ଚକ୍ଷୁ ବିକାରେ

ଦଶନ ମାନ ଟଳିଲେ,      ଲୋଳ ଚର୍ମ ଅସ୍ଥି ମାଳେ

କ୍ଷୁଧା ତୃଷା କରାଜୀର୍ଣ୍ଣ ପିଣ୍ଡେ ସଞ୍ଚରେ

ଅନୁତାପାନଳ ପ୍ରଜ୍ୱଳେ

କୁଳ ଅବହିତ କର୍ମ ମରମେ ଘାରେ

ସରଣର ବିରାସିକା,            ଅହୋରାତ୍ର ଜାଳେ ଶିଖା

ମରଣ ଆତଙ୍କ ପ୍ରେତ ନୃତ୍ୟ ପ୍ରକାରେ ।

।।୬।।

ଅବଶାଦ ପ୍ରାତଃକାଳେ,      ଦେଇନି ତ ଜଳ ଚଳେ

ଟେକି ନାହିଁ ଫୁଲଟିଏ ତୋ ପାଦ ମୁଳେ

ବସୁ ସାହିତ୍ୟର ପ୍ରତି ଅବଦାନ ଅନୁପମ ଅନବଦ୍ୟ ଶିକ୍ଷାପ୍ରଦ—ତେଣୁ ସିନା ଏତେ ଆଗ୍ରହ ।

ଏତେ ବ୍ୟଥା ପତି ନିନ୍ଦାରେ--!ଏତେ ବ୍ୟଥା ସତୀ ଶୋକରେ ! ଏତେ ଦର୍ଶ ପ୍ରଜାପତିଙ୍କ ଅତିଷ୍ଠା ଲିପ୍‌ସାରେ--! ପଢ଼ନ୍ତୁ

'ଦାକ୍ଷାୟଣୀ’ ରେ—

ଦମୟନ୍ତୀ ଓ ପ୍ରଭାସର ଛଟା ବର୍ଣ୍ଣନା ଅତୁଳନୀୟ—

(୩୨)

ଭାବ ନାହିଁ ଭକ୍ତି ନାହିଁ,      ନୈବେଦ୍ୟ ଉଦ୍ୟମ କାହିଁ

ନ୍ୟାସ ପୂଜା ଆରଧାନା କରିନି ତିଳେ

ସ୍ଵଚ୍ଛ କଥା କହୁଛି ତୋତେ

ତୁ ନ କଲେ କ୍ଷମା ମାତା ମଲି ଆରତେ

ତୋଠାରେ ଯେ ଏତେ ଗୁଣ,ଜାଣି ନ ଜାଣିଲା ପ୍ରାଣ

ହାହାକାରେ ମୋ ପ୍ରୟାଣ ମୃତ୍ୟୁ ଅଗ୍ରତେ ।

।।୭।।

ଭବ ଭୟ ବିନାଶିନୀ,      ସର୍ବ ସିଦ୍ଧି ପ୍ରଦାୟିନୀ

ନିତ୍ୟାନନ୍ଦ ବିଳାସିନୀ ନିଗମମୟୀ

ନିତ୍ୟଲୀଳା ଦୟାଶୀଳା,      ନଜାଣି କରିଛି ହେଳା

ଅକୁଳ ଅତଳ ସିନ୍ଧୁ ତରଣୀ ତୁହି

ମିଥ୍ୟା ଅଭିଳାଷେ ସ୍ଵପନ

ଅନଶ୍ଵର ମୁଲ୍ୟହୀନ ଦିନ ଯାପନ

ଅଗ୍ରେ ପଶ୍ଚାତେ କେବଳ,      କ୍ଲେଶ ଗ୍ଲାନି ମାଳ ମାଳ

କ୍ଷମା କର କ୍ଷମଙ୍କରୀ ମୁହିଁ ସନ୍ତାନ ।

।।୮।।

ନିବିଡ଼ ନୀରଦ ଦେହା,      ମୁକୁଳା କେଶ ସମୂହା

ଖଣ୍ଡାଧାରେ ଛିନ୍ନ ଶିରେ ତୁ ଅଭିରାମା

ଆଶା ଭଙ୍ଗେ ଖେଦ ଗ୍ଲାନି,      ଭୟେ ଅଭୟ ଦାୟିନୀ

ବିଶୁଦ୍ଧ ଇଷ୍ଟ ସମ୍ପଦ ଦାନେ ପରମା—

ଭୀମା ମଧ୍ୟେ ଉଲଙ୍ଗୀ ରାମା

ଭୁତ ଭବିଷ୍ୟକୁ ଦୃଷ୍ଟି ସୁଦୀର୍ଘ ସୀମା

କୁଟିଳ ଖଳ ଜନଙ୍କ ମୁଣ୍ଡମାଳା କି ଆତଙ୍କ

ସର୍ବଗ୍ରାସୀ ରୁଧିରାକ୍ତ ଲୋଳ ରସନା

ଭକ୍ତ କେ ?

ଦାତା ବଳୀରାଜ ନା ମୁର୍ଖ କୈବର୍ତ୍ତ ? ‘ମୁହିଁ ଜାତି ଧୀବର ବିଶ୍ଵେ କେ ନଜାଣେ ତୁ ଧୀବରରେ’ କେହି ଭୁଲି ପାରିଛି କି ?

--ତ୍ରି ବିକ୍ରମେ—

(୩୩)

।।୯।।

ବ୍ରହ୍ମା ବିଷ୍ଣୁ ମହେଶ୍ଵର,      ତୋ ପୟରେ ନତଶିର

ହତଭାଗ୍ୟ ଦାମ୍ଭିକ ନକଲି ଖାତର

କେବଳ ସ୍ଵାର୍ଥେ ଡାକଇ ନିରନ୍ତର ‘ ଦେହି ଦେହି—’

କଳୁଷ ପଙ୍କିଳ ମନେ ଅତୃପ୍ତି ସାର

ମରୀଚିକା ପ୍ରାୟେ ତୃଷାର—

ବିକାରେ ବିହ୍ୱଳ ମନ କେତେ ପ୍ରକାର

କ୍ଷଣେ ଭାବୁନି ନଶ୍ଵର,      ଅନ୍ତରାଳେ ହାହାକାର

ଭକ୍ତିହୀନ କାମନାରେ ନିତ୍ୟ ଜର୍ଜର ।

।।୧୦।।

ହୋଇ ଏକାନ୍ତ ଆସକ୍ତ, ପରଶ୍ରୀକାତର ଚିତ୍ତ

କାମଭୋଗ ଲାଳାୟିତ, ବିଷେ ବିଷାକ୍ତ—

ହିତାହିତ ଜ୍ଞାନହୀନ, ନିଃସଙ୍ଗ ଭଦ୍ର କୁଳୀନ

ଶିଷ୍ଟ ସୌଷ୍ଠବ ଆଚାର ଶିକ୍ଷା ବର୍ଜିତ

ଯପ ତପ ନ୍ୟାସ ଭଜନ

ଦରିଦ୍ର ଜନର କିବା ଧର୍ମ ସଂସ୍ଥାନ

ଦୟା କର ଶୁଭଙ୍କରୀ, କର କ୍ଷମା କ୍ଷମଙ୍କରୀ

ଶରଣାଗତ ପାତକୀ କର କାରଣ ।

।।୧୧।।

ଏତେ ମିଥ୍ୟା ମୋହ ରାଗ,      ନିବିଡ଼ ବିଳାସ ଭୋଗ

କ୍ଷୁଧା ତୃଷା ନିଦ୍ରାବେଗ ସ୍ମୃତି ବିହୀନ

ଧ୍ୟାନ ଧାରଣା ସଂଯମ,      ଅସ୍ଥିର ମନ କି କ୍ଷମ

ବିଭ୍ରମ ଚତ୍ର ସଲାନ ସ୍ଥାନ ଅସ୍ଥାନ

ସାଧୁ ସଙ୍ଗ ସୌଭାଗ୍ୟ କାହିଁ

ବାସନା ଶୃଙ୍ଖଳାମୟ ଜୀବନ ପାଇଁ

 

ବିଚ୍ଛେଦେ ଧୈର୍ଯ୍ୟ, ତପ୍ତାଗ୍ନିରେ ତପସ୍ଵିନୀ, ଚାତୁର୍ଯ୍ୟର ପରାକାଷ୍ଠା, ଖଳତାର ପରିଣାମ; କାନ୍ତ ଓ କାନ୍ତା---

‘ନାହିଁ କଣ ଦମୟନ୍ତୀ’ ରେ

(୩୪)

କ୍ଷମା କର କ୍ଷମଙ୍କରୀ ବିତ୍ତହୀନ ମୋହପରି

ପଡ଼ିକି ରହିବ ମାତ୍ର ବଞ୍ଚିତ ହୋଇ ।

।।୧୨।।

ଜନକ ଅଙ୍ଗରୁ କ୍ଷରି,            ଜନନୀ ଗର୍ଭେ ସଂଚରି

ଯେ ଦିନୁ ଏ ନର ପିଣ୍ଡ ହେଲା ସର୍ଜନ

ସେ ଦିନରୁ ଏ ଯାତବୟ,      ଆକୃତି ପ୍ରକୃତି ଗତ

ହୋଇଛି ହେଉଛି ଯେତେ ପରିବର୍ତ୍ତନ

ମନ ବୁଦ୍ଧି ଚିତ୍ତେ ଯେ ମାନ

ଶ୍ଵାସ ପ୍ରଶ୍ଵାସ ସଙ୍ଗତେ ହୃଦ ସ୍ପନ୍ଦନ

ସବୁରି ତୁ ମୁଳାଧାର,      ତୋ ବିନୁ ନାହିଁ ଅପର

ବୋଲନ୍ତି ବିବୁଧେ ତୁହି ମୁଳ କାରଣ ।

।।୧୩।।

ତୁହି ଭୁମି ତୁ ସାଗର,      ହୁତବହ ତୁ ସମୀର

ଆକାଶ ମହାପ୍ରକୃତି ତୁ ଅହଙ୍କାରୀ

ତୁହି ଆତ୍ମା ତୁହି ମନ,       ତୁହି ଦେହ ଏ ଜୀବନ

କେହି ନାହିଁ ସବୁ ମା’ ଗୋ ତୋ ରୁପାନ୍ତର

କାଳୀ ତାରା ତୁ ହି ମାତଙ୍ଗୀ

ତୁହି ଦୁର୍ଗା ଛିନ୍ନମସ୍ତା ତୁ ହି ବରାଙ୍ଗୀ

କମଳା ସର୍ବ ମଙ୍ଗଳା, ବଗଲାଂତୁ ହି ହିଙ୍ଗୁଳା

ଭୈରବୀ ତୁ ଗିରିସୁତା ତୁ ହି ଉଲଙ୍ଗା

ବୀରତ୍ଵ କେଉଁଠାରେ ? ବାହୁବଳେ ନା ହୃଦବଳେ । ସୁର୍ପନଖା ସୁନ୍ଦରୀ ଗୁଣବତୀ ଯୁବତୀ ବିଶ୍ଵଦୁର୍ଲ୍ଲଭା-- । ଇଚ୍ଛା କରିଥିଲେ ମିଳିଥାନ୍ତା ଶତ ଅଯୋଧ୍ୟାରୁ ଉଚ୍ଚ ଯୌତୁକ----

ତୁଳନା କରନ୍ତୁ ମେଘନାଦ ଓ ଲକ୍ଷଣଙ୍କୁ

‘ନିକୁମ୍ଭିଲା’ ରେ

ଅପରାଧୀ କେ, ରାମଚନ୍ଦ୍ର ନା ବାଳୀ ? ଦେଖନ୍ତୁ ଜଟାୟୁ, ଦେଖନ୍ତୁ ଶବରୀ, ଦେଖନ୍ତୁ କବନ୍ଧ, ସନ୍ନ୍ୟାସବେଶୀ ହନୁମାନ, ଗୃହସ୍ଥଧର୍ମୀ ରାମଚନ୍ଦ୍ରଙ୍କୁ, ଭାବନ୍ତୁ କିଏ କାହାକୁ ଜୁହାର ହେବେ ?

ସୁଗ୍ରୀବ ମିତ୍ରତା । କିସ୍କିନ୍ଧ୍ୟାରେ—

।।୧୪।।

ସ୍ତବ ଏ ଅଘନାଶନ, ଏଥି ଯାର ଲଗ୍ନ ମନ

କାଳିକା ପାଦେ ଶରଣ ଧ୍ୟାନ ପ୍ରଣତି

ଉଦ୍‌ବେଗ ଦୁଷ୍କୀର୍ତ୍ତି ନାଶ ଆଧି ବ୍ୟାଧି ଯେତେ ତ୍ରାସ

ଲୁପ୍ତ ହୋଇ ନିଷ୍କଳୁଷ ହୁଏ ଝଟତି

ପଥଭ୍ରଷ୍ଟ ହେଲେ କ୍ଵଚିତ

ସୁଧୁରାଇ ଦିଏ ମାତା ସଦ୍ୟ ତ୍ତ୍ଵରିତ

ଜେତା ବକ୍ତା ଧନପତି,      କବୀଶ ଉଦାର ମତି

ଜ୍ଞାନଶୀଳ ସତ୍ୟନିଷ୍ଠ ଲଭେ ସୁଗତି ।

---ସମାପ୍ତ----

 

----ପାତକୀ ମୋ ପରି ନାହିଁ ଏ ଜଗତେ

ପାପଘ୍ନୀ ତୋପରି ନାହିଁ

ଯାହା ଦିଶେ ଭଲ କର ଗୋ ଜନନୀ

ଏତିକି ଦେଲି ଚେତାଇ

‘କୁପୁତ୍ର’ ସିନା ମା’ ସହସ୍ର ସଂଜାତ

‘କୁମାତା’ ତ ଶୁଣା ନାହିଁ

ପ୍ରସାଦ ଭାବଇ ସମଧିକ ଶ୍ରଦ୍ଧା

ଲଭେ ସେ ଦୁର୍ଗୁଣ ଯହିଁ ।

ପାପାଚାରୀ ଦୁଷ୍ଟବୁଦ୍ଧି ଦୁର୍ବଳ ଦଳନକାରୀ ସମାଜ ଓ ଦେଶର କଣ୍ଟକ ‘କୁଣପ’ ବୋଲି ଯାହାକୁ ବିନାଶ କଲେ, ତାହାର ମୁଣ୍ଡଟିକୁ ମାଳା କଲେ କିପରି ?-----

 

ଏ ମାନବ ଜୀବନର ମୂଳ କଳଘର ଏ ମୁଣ୍ଡ ମଧ୍ୟରେ । ବୁଦ୍ଧି ବିବେକ ବିଚାର ପ୍ରେରଣା ସବୁତ ଜାତ ହେଉଛି ସେଠାରୁ--- । କିନ୍ତୁ ଏପରି ଗୋଟିଏ ଅତି ରଜାଘର ପୁଅ, ବିଶ୍ଵାସ କଣ ! ସବୁ ଅନର୍ଥର ମୂଳ ଭରତ । ଗୁହକଙ୍କର ପ୍ରାଜ୍ଞତା…ଅନୁତପ୍ତା କେକୟୀ କୁଟିଳା ମନ୍ଥରା । ପିତାଙ୍କୁ ଋଣଗ୍ରସ୍ତ ରଖିବେନି---ଦୃଢ଼ବ୍ରତ ରାମଚନ୍ଦ୍ର, ଭରଦ୍ଵାଜଙ୍କର କୈକେୟୀଙ୍କୁ ଆଶ୍ଵାସନା ।

 

‘ପାଦୁକା’ ରେ---

ଏକକୁ ଆରେକ, ସୁନ୍ଦର ଚରିତ୍ର ଚିତ୍ରଣ ।

 

ମୁଲ୍ୟବାନ୍‌ ଯତ୍ରକୁ ବିଗାଡ଼ି ବଦନାମିଆ କରାଉଛନ୍ତି ରସ ରକ୍ତ ଅସ୍ଥି ମାଂସ ଚର୍ମାଦି ଭୋଗଲିପ୍‌ ସାର ଦାରୁଣ ପ୍ରଲୋଭନରେ ସିନା----।

ତେଣୁ ବାଳିକା ଏହି ଦୁଷ୍ଟ ଓ ସୀମାତୀତ ଉଦ୍‌ଚାର୍ଯ୍ୟ ଉପାଦାନମାନଙ୍କୁ ଅକାତରେ ଗିଳୁଛନ୍ତି, ପୁଣି ନାନାଭାବେ ବିଶୋଧିତ କରି ସୃଷ୍ଟି ସାମ୍ରାଜ୍ୟକୁ ପଠାଉଛନ୍ତି----

 

କିନ୍ତୁ ମୁଣ୍ଡଗୁଡ଼ିକ—ପଛେ ହେଉ ତାହା ମହାପାତକୀର ବା କର୍ମ ଚଣ୍ଡାଳ ପିଶାଚର---ସେମାନ ନିତ୍ୟ ନିର୍ମଳ ଓ ମଙ୍ଗଳମୟ । ତେଣୁ ଅତି ପ୍ରିୟତମ ବିଚାରେ କରିଛନ୍ତି ପୁଷ୍ପହାର ପ୍ରାୟ, ଘେନିଛନ୍ତି ଶ୍ରୀଅଙ୍ଗେ ଆହ୍ଲାଦେ, ତେଣୁ ମାତା ‘ମୁଣ୍ଡମାଳି’—

ବ୍ରହ୍ମାଣ୍ଡର ଯାବତୀୟ ଅଳିହା ଅଳନ୍ଦୁ ଗୋଡ଼ି ମାଟି ଆବର୍ଜନା ରଗଡ଼ି ଓ ପେଶି କପଡ଼ାଛାଣ କରୁଛି ଯେ ସୃଷ୍ଟିର ହିତ କଳ୍ପେ--, ସେ ମସୀବର୍ଣ୍ଣା ହେବନି ତ ହେବ କିଏ ?

 

ଏଣୁ ସିନା ମା’ ମୋର ଶ୍ୟାମାଙ୍ଗୀ----

ଆସୁଛି ଜୀବଦେହୀ କର୍ମ କରିବାକୁ ; ନିଷ୍କ୍ରିୟ ତପସ୍ଵୀଙ୍କର ସ୍ଥାନ ନାହିଁ ଏଠାରେ ; ଜନ୍ମ ମୃତ୍ୟୁ ଜରା ବ୍ୟାଧି କ୍ଲାନ୍ତି ଦୈନ୍ୟ ଦୁର୍ଭାଗ୍ୟ ଉଦ୍‌ବେଗ ଅଶାନ୍ତି, ଭୟ କର ନାହିଁ କିଛିକୁ---; ଆଭିଃ ଆଭିଃ---, ଏହି ତ ଅଭୟାଙ୍କର ମହାବାହୁର ଇଙ୍ଗିତ, ଏହି ତ ତାଙ୍କର ମହାମନ୍ତ୍ର ; ନିତ୍ୟ ହିତକର ଶାଶ୍ଵତ ଶାନ୍ତି ଓ ଆନନ୍ଦର ବର ଦେବାଲାଗି ତ ସେ ତ୍ରାସତ୍ରାଣା, ସେ ସର୍ବୋଷ୍ଟଦାୟିନୀ---

 

ଅଛିକି ଚାମୁଣ୍ଡା ବୋଲି କେହି ? ସତ୍ୟ କି ସେ ଅଛି ? ଅବା କବିଙ୍କ କଳ୍ପନା ? ଉତ୍ୟକ୍ତ ମନକୁ ଭଣ୍ଡି ଦେବା ଲାଗି ମିଥ୍ୟା ଆଶ୍ଵାସନା ?---

ଏଟମ୍‌ ହାଇଡ଼୍ରୋଜେନ୍‌ ବମ୍‌ର ଯୁଗରେ ଆଉ ପଚାରିବାର ପ୍ରୟୋଜନ ନାହିଁ ।

 

ପ୍ରତ୍ୟକ୍ଷ ଦେଖିଲ ତ, ଆଖି ତ ଦୂରର କଥା, ଅଣୁବୀକ୍ଷଣରେ ମଧ୍ୟ ଧରା ପଡ଼େନି ଯାହାର ସ୍ୱରୂପ, କଳ୍ପନାତୀତ କ୍ଷୁଦ୍ରାତିକ୍ଷୁଦ୍ର ପରମାଣୁ ମଧ୍ୟେ ତ୍ରିଗୁଣମୟୀ ନିଉଟ୍ରନ, ପ୍ରୋଟନ୍‌ ନିଉକ୍ଲିଆ—ତହିଁରୁ ପୁଣି ସଂଜାତ କଳ୍ପନାତୀତ ଉତ୍ତାପ, ଆଲୋକ, କ୍ଷିପ୍ରତା, ଝଞ୍ଝା, ବିଦ୍ୟୁତ , ସଂହାରର ଶତ ଆୟୁଧ---, ଆଖି ପିଞ୍ଛିଡ଼ାକେ ଧୁଳି କରି ଉଡ଼ାଇଦେଲା ହିରୋସିମାକୁ । କାଲିଫୋର୍ଣ୍ଣିଆର ମରୁ ପ୍ରାନ୍ତରକୁ—ସେହି ତ ଚାମୁଣ୍ଡାରେ ! ସେହି ପୁଣି ସ୍ନେହମୟୀ କନ୍ୟା ହୋଇ ବାଡ଼ ବୁଜିଲେ ରାମପ୍ରସାଦଙ୍କର, ସେହି ପୁଣି ପାଷାଣ ପ୍ରତିମା ପଚପଚିଆ ମାଂସଳ ଦେହ ଧରି ସ୍ତମ୍ଭିତ କଲେ ଇଂରାଜୀ ନାସ୍ତିକ ଭାବାପନ୍ମ କେଶବସେନଙ୍କୁ, ଭକ୍ତ ସନ୍ତାନ ରାମକୃଷ୍ଣଙ୍କର ଆହ୍ଵାନରେ---- ସେହି ତ ଚାମୁଣ୍ଡା—ସେହି ପୁଣି ମା’----;

 

ଦେଖୁଛନ୍ତି ଶକ୍ତିମୟୀଙ୍କର ଶକ୍ତିକୁ ସୌଭାଗ୍ୟବନ୍ତ ବୈଜ୍ଞାନିକମାନେ--- । ବୁଝୁଛନ୍ତି ବାସ୍ତ୍ରଲ୍ୟପରାକାଷ୍ଠା ଭକ୍ତ ବା ନିର୍ବେଦୀମାନେ । କି ଲାଭ ?---

 

ଥରେ ଜଣେ ଗାଧୋଉଥିଲେ, ପାଦ ଖସିଗଲା । ଅତଏବ କିଛିକ୍ଷଣ ଆକୁପାକୁ ହୋଇ କୌଣସି ପ୍ରକାରେ ରକ୍ଷା ପାଇ ବଞ୍ଚିଲା ପରେ ଗୋଟିଏ ଭୀଷ୍ମ ପ୍ରତିଜ୍ଞା କଲେ-----

 

‘ଏଣିକି ପହଁରା ନଶିଖି କିଏ ପାଣିକି ପଶୁଛିକି’, ତା’ର ସନ୍ତରଣ ଶିଖିବାଟା ସେପରି ଘର କଣେ ହୁଏ ନାହିଁ, ତୁମର ଏ ପ୍ରଶ୍ନ ଠିକ୍ ସେହିପରି । ଟିକେ ଧୈର୍ଯ୍ୟ ଧରି ଉପାସନା ପଦ୍ଧତିମାନଙ୍କୁ ସ୍ଵୀକାର କର, ବଳେ ଶୀଘ୍ର ବୁଝିପାରିବ କି ସ୍ଵାଦୁ ତହିଁରେ, ଆଗେ ଚୋପାଟାକୁ ଛଡ଼ାଅ, ସଢ଼େଇଟାକୁ ଭାଙ୍ଗ, ବଳେ ବୁଝିବ ନଡ଼ିଆ ଓ ଜଳର ମିଠା ।

 

ରକ୍ତ ଗରମ ଥିଲା ବେଳେ ଏହିପରି ନାନା ଅବିଶ୍ଵାସ ଓ ଅଶ୍ରଦ୍ଧାର ଭାବ ଆସେ । ଦୁଖଃ ନାହିଁ ତହିଁକି । ଟିକିଏ ସଂଜତ ହୋଇ ସୁଦୁରିବାକୁ ମନ କଲେ ଦେଖିବ ଜିବୃନରେ କେତେ ସୁନ୍ଦର ସୁଗନ୍ଧ ପୁଷ୍ପ ଫୁଟି ଉଠିବ----

 

କାଲ୍ୟପରାଧ ଭଞ୍ଜନ ସ୍ତ୍ରୋତ୍ରଂ

ପ୍ରାକ୍‌ ଦେହସ୍ଥୋ ଯଦାସଂ ତବ ଚରଣଯୁଗଂ ନାଶ୍ରିତୋ ନାର୍ଚ୍ଚିତା ତ୍ଵମ୍‌

ତେନାହଂ ଦୁଃଖଦଗ୍‌ର୍ଧୈ ର୍ଜଠର ଜନନଜୈ ର୍ବାଧ୍ୟମାନୋ ବରିଷ୍ଠୈଃ

ନୀତ୍ଵା ଜନ୍ଣାନ୍ତରଂ ମେ ପୁନରିହ ଭବିତା କ୍ଵାଶ୍ରୟୋ ନେତି ଜାନେ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧।

 

ବାଲ୍ୟେ ବାଳାଭିଳାଷୈ ର୍ଜଡ଼ିତ ଜଡ଼ମତି ର୍ବାଳଲୀଳା ପ୍ରସକ୍ତୋ

ନତ୍ଵାଂ ଜାନାମି ମାତଃ କଳିକଳୁଷହରାଂ ଭୋଗମୋକ୍ଷୈକ ଦାତ୍ରୀମ୍‌

ନାଚାରୋ ନାପିପୁ ଜା ନଚ ଯଜନ-କଥା ନସ୍ମୃତି ର୍ନୈବ ସେବା

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନ୍ମେ କାମରୂପେ କରାଳେ ।୨।

 

ପ୍ରାପ୍ତୋଽହଂ ଯୌବନଞ୍ଚେଦ୍‌ ବିଷଧର ସଦୃଶୈ ରିନ୍ଦ୍ରିୟୈ ର୍ଦଷ୍ଠଂଗାତ୍ରୋ

ନଷ୍ଟପ୍ରଜ୍ଞଃ ପରସ୍ତ୍ରୀ ପରଧନ ହରଣେ ସର୍ବଦା ସାଭିଳାଷଃ

ତ୍ତ୍ଵତ୍‌ ପାଦାମ୍ଭୋଜଯୁଗ୍ମଂ କ୍ଷଣମପି ମନସା ନସ୍ମୃତଂ ମେ କଦାପି

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୁପେ କରାଳେ ।୩।

 

ପ୍ରୌଢେ ପ୍ରୌଢ଼ାଭିଳାଷୈଃ ସୁତଦୁହିତୃ କଳତ୍ରାର୍ଥ ମନ୍ମାଦି ଚେଷ୍ଠଃ

କ୍ଵ ପ୍ରାପ୍ନୋମି କ୍ଵଯାମୀତ୍ୟନିଶିମନୁଦିନଂ ଚିନ୍ତୟାଜୀର୍ଣ୍ଣ ଦେହଃ

ନୋତେ ଧ୍ୟାନଂ ନଚାସ୍ଥା ନଚ ଭଜନବିଧି ର୍ନାସ ସଂକିର୍ତ୍ତନଂ ବା

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୪।

 

ବୃଦ୍ଧତ୍ଵେ ବୁଦ୍ଧିହୀନଃ କୃଶ ବିବଶତନୁଃ ଶ୍ଵାସକାସାତିସାରୈଃ

କର୍ଣ୍ଣଘ୍ରାଣାକ୍ଷି ହୀନଃ ପ୍ରଗଳିତ ଦଶନଃ କ୍ଷୁତ୍‌ପିପାସାଭିଭୂତଃ

ପଶ୍ଚାତ୍ତାପେନ ଦଗ୍‌ଧୋ ମରଣମନୁଦିନଂ ଧ୍ୟେୟ ମାତ୍ରଂ ନ ଚାନ୍ୟତ୍‌

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୫।

 

କୃତ୍ତ୍ଵା ସ୍ନାନଂ ଦିନାଦୌ କ୍ଵଚିଦପି ସଲିଳଂ ନାହୃତଂ ନୈବ ପୁଷ୍ପଂ

ନୋ ନୈ ବେଦ୍ୟାଦି ଚେଷ୍ଟା କ୍ଵଚିଦପିଚ କୃତା ନୈବ ଭାବେ ନ ଭକ୍ତିଃ

ନ ନ୍ୟାସୋ ନୈବ ପୁଜା ନଚ ମନୁଯପନଂ ନାପିଚର୍ଚାକୃତାତେ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୬।

 

ଜାନାମି ତ୍ତ୍ଵାଂ ନ ଚାହଂ ଭବଭୟ ଶମନୀଂ ସର୍ବସିଦ୍ଧି ପ୍ରହାତ୍ରୀଂ

ନିତ୍ୟାନନ୍ଦୋଦୟେଶୀଂ ନିଗମଫଳମୟୀଂ ନିତ୍ୟଲୀଳୋଦୟାଢ଼୍ୟାଂ

ମିଥ୍ୟା କାର୍ଯ୍ୟାଭିଳାଷୈ ରନୁଦିନ ମଭିତଃ ପୀଡ଼ିତୋ ଦୁଃଖ ସଂଘୈଃ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୭।

 

କାଳାଭ୍ର ଶ୍ୟାମଳାଙ୍ଗୀ ବିଗଳିତଚିକୁରା ଖଡ଼୍‌ ଗମୁଣ୍ଡାଭିରାମା

ତ୍ରାସ ତ୍ରାଣେଷ୍ଟଦାତ୍ରୀ କୁଣପକୁଳଶିରୋମାଳିନୀ ଦୀର୍ଘନେତ୍ରା

ସଂସାରସ୍ୟୈକସାରା ମନସି ନଚ କଦା ଭାବିତା ଭାବନାଭିଃ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୮।

 

ବ୍ରହ୍ମା ବିଷ୍ଣସ୍ତଥେଶଃ ପରିଣଲତି ଚ ସଦା ତ୍ତ୍ଵତ୍‌ ପଦାମ୍ଭୋଜ ଯୁଗ୍ମଂ

ଭାଗ୍ୟାଭାବାନ୍ମଚାହଂ ଭବଜନନୀ ଭବତ୍‌ ପାଦପଦ୍ମଂ ଭଜାମି

ନିତ୍ୟଂ ଲୋଭ-ପ୍ରମୋହୈଃ କୃତବିବଶମତିଃ କାମୁକ ସ୍ତ୍ଵାଂ ପ୍ରଯାତେ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୯।

 

ରାଗଦ୍ଵେଷ ପ୍ରମତ୍ତଃ କଳୁଷଯୁତତନୁଃ କାମଭୋଗ ପ୍ରଲୁବ୍‌ଧଃ

କାର୍ଯ୍ୟାକାର୍ଯ୍ୟାବିଚାରୀ କୁଳମତି ରହିତଃ କୌଳସଙ୍ଗୈ ର୍ବିହୀନଃ

କ୍ଵ ଧ୍ୟାନଂ ତେ କ୍ଵଚାର୍ଚ୍ଚ । କ୍ଵଚ ମନୁଜପନଂ ନୈବ କିଞ୍ଚିତ କୃତଂ ମେ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୦।

 

ରୋଗୀ ଦୁଃଖୀ ଦରିଦ୍ରଃ ପରବଶ କୃପଣଃ ପାଂଶୁଳଃ ପାପଚେତା

ନିଦ୍ରାଳସ୍ୟ ପ୍ରସକ୍ତଃ ସ୍ଵଜଠର ଭରଣେ ସର୍ବଦା ବ୍ୟାକୁଳାତ୍ମା

କିଂ ତେ ପୁଜା ବିଧାନଂ କ୍ଵଚ ମନୁ ଜପନଂ କ୍ଵାନୁରାଗଃ କ୍ଵଚାସ୍ଥା

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୧।

 

ମିଥ୍ୟା ବ୍ୟାମୋହରାଗୈଃ ପରିବୃତ ମନସଃ କ୍ଲେଶସଂଘାବୃତସ୍ୟ

କ୍ଷୁତ୍‌ତୃଡ଼୍‌ ନିଦ୍ରାନ୍ଵି ତସ୍ୟ ସ୍ମରଣ ବିରହିଣଃ ପାପ କୃତ୍ୟ ପ୍ରବୃତ୍ତେଃ

ଦାରିଦ୍ରସ୍ୟ କ୍ଵ ଧର୍ମଃ କ୍ଵଚ ଭଜନବିଧିଃ କ୍ଵ ସ୍ଥିତିଃ ସାଧୁ ସଙ୍ଗେ

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୨।

 

ମାତସ୍ତାତସ୍ୟ ଦେହାଜ୍ଜନନୀ ଜଠରଗ ସ୍ତାବଦାଲବ୍‌ଧ ଦେହଃ

ଭ୍ଵଂ କର୍ତ୍ତୀ କାରୟିତ୍ରୀ କରଣ ଗୁଣମୟୀ କର୍ମହେତୁସ୍ଵରୁପା

ତ୍ଵଂ ବୁଦ୍ଧିଶ୍ଚିତ୍ତସଂସ୍ଥା ଜଗଦିଦମଖିଳଂ ତ୍ଵାମୃତେ ନାସ୍ତେ ମାତଃ !

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୩।

 

ଭ୍ଵଂ ଭୂମିସ୍ତ୍ଵଂ ଜଳୌଘ ସ୍ତ୍ଵମସି ହୁତବହୋ ଗନ୍ଧବାହ ସ୍ତ୍ଵମେବ

ଭ୍ଵଞ୍ଚାକାଶୋ ମନଶ୍ଚ ପ୍ରକୃତିରପି ମହତ୍‌ ପୁର୍ବିକାହଂ କୃତିଶ୍ଚ

ଆତ୍ମାପ୍ୟେବାସି ମାତଃ ପରମିହ ଭବତି ଭ୍ଵତ୍‌ ପରଂ ନୈବ କିଞ୍ଚତ୍‌

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୪।

 

ତ୍ଵଂ କାଳୀ ତ୍ତ୍ଵଞ୍ଚତାରା ତ୍ଵମସି ଗିରିସୁତା ସୁନ୍ଦରୀ ଭୈରବୀ ଭ୍ଵଂ

ଭ୍ଵଂ ଦୁର୍ଗା ଛିନ୍ନମସ୍ତା ଭ୍ଵମସିଚ ଭୃବନା ତ୍ୱଞ୍ଚ ଲକ୍ଷ୍ମୀ ଶିବା ତ୍ୱମ୍‌

ମାତଙ୍ଗୀ ତ୍ୱଞ୍ଚ ଧୁମା ତ୍ୱମସିଚ ବଗଳା ମଙ୍ଗଳା ହିଙ୍ଗୁଳାଖ୍ୟା

କ୍ଷନ୍ତବ୍ୟୋ ମେଽପରାଧଃ ପ୍ରକଟିତ ବଦନେ କାମରୂପେ କରାଳେ ।୧୫।

 

ସ୍ତ୍ରୋତ୍ରେଣାନେନ ଦେବୀଂ ପ୍ରଣମତିହଜନୋ ଯଃ ସଦା ଭକ୍ତିଯୁକ୍ତୋ

ଦୁଷ୍କୀର୍ତ୍ତଂ ଦୁର୍ଗସଂଘଂ ପରିତରତି ସମୁଦ୍‌ ବିଗ୍ନତା ନାଶ ମେତି

ନାଧି-ବ୍ୟାଧୀ କଦାଚିଦ୍‌ ଯଦି ଭବତି ପୁନଃ ସର୍ବଦା ସାପରାଧଃ

ସର୍ବିତତ୍‌ କାମରୁପା ତ୍ରି ଭୂବନ ଜନନୀ କ୍ଷାମୟେତ୍‌ ପୁତ୍ର ବୁଦ୍ଧ୍ୟା ।୧୬।

 

ଜେତା ବକ୍ତା କବୀଶୋ ଭବତି ଧନପତି ର୍ଜ୍ଞାନଶୀଳୋ ଦୟାତ୍ମା

ନିଷ୍ପାପୋ ନିଷ୍କଳଙ୍କଃ କୁଳମତି କୁଶଳଃ ସତ୍ୟବାକ୍‌ ଧାର୍ମିକଶ୍ଚ

ନିତ୍ୟାନନ୍ଦୋ ଗୁଣାଢ଼୍ୟଃ ପଶ୍ଠଗୁଣ ବିମୁଖଃ ସତ୍‌ପଥାଚାରଶିଳଃ

ସଂସାରାବ୍‌ଧ୍ଵଂ ସୁଖେନ ପ୍ରତରତି ଗିରିଜା ପାଦପଦ୍ମାବଲମ୍ଵାତ୍‌ ।

ଇତି ଶ୍ରୀମଦ୍‌ ଶ୍ରୀପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀଶଙ୍କରାଚାର୍ଯ୍ୟ

ବିରଚିତଂ କାଲ୍ୟପରାଧ କ୍ଷମାପନ ସ୍ତ୍ରୋତ୍ରଂ ସମାପ୍ତମ୍‌ ।

 

ଶତନାମ

କରାଳବଦନା କାଳୀ କାମିନୀ କମଳା କଳା

ତ୍ରିୟାବତୀ କୋଟରାକ୍ଷୀ କାମାଖ୍ୟା କାମ ସୁନ୍ଦରୀ

କପାଳାଚ କରାଳାଚ କାଳୀ କାତ୍ୟାୟନୀ କୁହୁଃ

କଙ୍କାଳା କାଳଦମନା କରୁଣା କମଳାର୍ଚ୍ଚିତା

କାଦମ୍ବରୀ କାଳହରା କୌତୁକୀ କାରଣ ପ୍ରିୟା

କୃଷ୍ଣା କୃଷ୍ଣପ୍ରିୟା କୃଷ୍ଣପୁଜିତା କୃଷ୍ଣବଲ୍ଲଭା

କୃଷ୍ଣାପରାଜିତା କୃଷ୍ଣପ୍ରିୟାଚ କୃଷ୍ଣରୂପିଣୀ

କାଳିକା କାଳରାତ୍ରିଶ୍ଚ କୁଳଜା କୁଳ ପଣ୍ଡିତା

କୁଳକର୍ମପ୍ରିୟା କାମା କାମ୍ୟ କର୍ମ ବିଭୂଷିତା

କୁଳପ୍ରିୟା କୁଳରତା କୁଳୀନ-ପରିପୂଜିତା

କୁଳଜ୍ଞା କମଳାପୁଜ୍ୟା କୈଳସା-ନଗ-ଭୂଷିତା

କୁଟଜା କେଶିନୀ କାମ୍ୟା କାମଦା କାମ ପଣ୍ଡିତା

କରାଳାସ୍ୟାଚ କନ୍ଦର୍ପ କାମିନୀ ରୁପ ଶୋଭିତା

କୋଳମ୍ବକା କୋଳରତା କେଶିନୀ କେଶଭୂଷିତା

କେଶବସ୍ୟ ପ୍ରିୟା କାଶା କାଶ୍ମୀରା କେଶବାର୍ଚ୍ଚିତା

କାମେଶ୍ଵରୀ କାମରୂପା କାମଦାନ ବିଭୂଷିତା

କାଳହତ୍ରୀ କୁର୍ମମାଂସପ୍ରିୟା କୁର୍ମାଦି ପୂଜିତା

କେଳିନୀ କରକା କାରା କରକର୍ମ ନିଷେବିଣୀ ।

କଟକେଶ୍ଵର ମଧ୍ୟସ୍ଥା କଟକୀ କଟକାର୍ଚ୍ଚିତା

କଟପ୍ରିୟା କଟରତା କଟ କର୍ମ ନିଷେବିଣୀ

କୁମାରୀ ପୂଜନରତା କୁମାରୀଗଣ ସେବିତା

କୁଳାଚାରପ୍ରିୟା କୋଳପ୍ରିୟା କୌଳ ନିଷେବିଣୀ

କୁଳୀନା କୁଳଧର୍ମଜ୍ଞା କୁଳରୀତି ବିମର୍ଦ୍ଦିନୀ

କାଳଧର୍ମପ୍ରିୟା କାମା ନିତ୍ୟା କାମ ସ୍ଵରୂପିଣୀ

କାମରୂପୀ କାମହରା କାମମନ୍ଦିର-ପୂଜିତା

କାମାଗାର ସ୍ଵରୂପାଚ କାଳାଖ୍ୟା କାଳଭୂଷିତା

ତ୍ରିୟାଭକ୍ତିରତା ବୈବ କାମ୍ୟାନାଂ କାମଦାୟିନୀ

କୋଳ ପୁଷ୍ପାମ୍ବରା କୋଳା ନିକୋଳା କଳହାନ୍ତରା

କୌଷିକୀ କେତକୀ କୁନ୍ତୀ କୁନ୍ତଳାଦି ବିଭୁଷିତା ।।

ଇତି ମୁଣ୍ଡମାଳା ତନ୍ମେଽଷ୍ଠମ ପଟଳେ କାଳୀ ଶତନାମ ସ୍ତ୍ରୋତ୍ରଂ ।

“—ସତ୍‌ ସମଃ ପାତକୀ ନାସ୍ତି ପାପଘ୍ନୀ ଭ୍ଵତ୍‌ ସମା ନହି

ଏବଂ ଜ୍ଞାତ୍ଵା ମହାଦେବ ଯଥା ଯୋଗ୍ୟଂ ତଥା କୁରୁ ।’’