ନୀଳମାଧବଙ୍କ ସମଲ୍‌ପୁରୀ ଗୀତ୍‌ମାଲା

ନୀଳମାଧବ ପାଣିଗ୍ରାହୀ

 

ସୂଚୀପତ୍ର

୧. କବିକେ ଉପହାର

୨. ମାଲ୍‌ତୀ ନୁହେ ସୁରୁସାରି ଜୋର୍

୩. ହୁସିଆର୍

୪. କଟ୍ୱଷ୍‌ଟପଦୀ ଗୀତା

୫. ନାହି ଆରୁ ମୁହୁଁ

୬. ରବୀଂଦ୍ରନାଥ୍

୭. ରାଗିଣୀ ନୀଲାଂବରୀ

୮. ନାରସିସସସ୍, ଫୁଲ୍ ଆର୍ ନଦୀ

୯. ମାଆଁ ପାର୍ବତୀ ଗିରି

୧୦. ବମ୍

୧୧. ମାହାପ୍ରୁ ମକେ ଶକ୍‌ତି ଦିଅ

୧୨. ଉକିୟା, ପବନ୍ ପାୟନ୍

୧୩. ସଜ୍ ହେଇ ମାମୁ ଇଥର୍ ରହ

୧୪. ମୁଇଁ ହଉଛେଁ ବୟ୍‌ଶାଖ୍

୧୫. ବେଁଗ୍ଲଲି ବେଁଗ୍ଲଲି ପାୟନ୍ ଦେ

୧୬. ଆ’ ରେ ବାଦଲ୍ ଆ

୧୭. ମୌସୁମି ତୁମେ

୧୮. ସ୍ୱାଗତ୍ ଲଖ୍‌ମୀ ପୁଷ୍ ହେ

୧୯. ଚଁପା ଫୁଲ୍

୨୦. ଝରନ୍

୨୧. ମତେ କେତେ ସୁଖ୍ ପାୟ୍‌ସ

୨୨. ସମଲ୍‌ପୁରର୍ କଥା

୨୩. ଡାୟଭର୍ ଜନାନ୍

୨୪. ମମି ଆରୁ ଡେଡି

୨୫. ବିଦାୟ ଦଉଛେଁ ରାଜୀବ ଭାୟ୍

୨୬. କୋସଲ୍ ଗୀତିକା

୨୭. ହରି ହୋ, ହରି

୨୮. କଁସ୍‌ଲା ମାଆଁର୍ ନସ୍‌ଲା ରୂପ୍

୨୯. ମାଆଁର୍ ମାଟି ପାନି ହାମର୍ ଗୟା ଗଁଗା କାଶୀ

୩୦. କର୍ନ କୁଂତୀ ବଚ୍‌ନିକା

୩୧. ମେହେର୍ କବିର୍ କୁଶନ୍ କମାନି

୩୨. ସାବନ୍ ପୁନି

୩୩. ଋଷି ଜନାର୍ଦନ୍

୩୪. ଶ୍ରଦ୍ଧାକର୍ ସୂପକାର୍

୩୫. ମାନ୍‌ବର୍ ଚାହି, ବୟ୍‌ରିର୍ ଭଲ୍‌ଗୁନ୍

୩୬. ଏ ହଲିଆ ବୋ

୩୭. ଅଗସ୍‌ଟ ପଁଦ୍‌ର, ନବେର୍ ଆବାଜ୍

୩୮. ଜାନା ଆନାର୍ ହିସାବ୍ ବେକାର୍

୩୯. ହାମର୍ ରାମ୍‌ରାୟଜ୍

୪୦. ରବିର୍ ଛାୟ୍ ଆର୍ ଖରା

୪୧. ନିଜର୍ କାଜେ ସୂକ୍ତି

୪୨. ଭୋଟ୍ ସୁଲ୍‌ହେଇ

୪୩. ଝାରେଁ ଝାରେଁ ଫୁଟୁ ଝାର୍‌ମଲୀ ଭାର୍ ଭାର୍

୪୪. ଭବାନ୍ୟଷ୍ଟକସ୍ତୋତ୍ରମ୍

୪୫. ବିନ୍‌ତି-୧

୪୬. ବିନ୍‌ତି -୨

୪୭. ବିନ୍‌ତି -୩ ସାକୀକେ

୪୮. ପ୍ରାର୍ଥନା

୪୯. ସୌମିତ୍ରର୍ ଆତ୍ମତ୍ୟାଗ୍

୫୦. ହଲ୍‌ଧର

୫୧. ଅଭିସାର୍

୫୨. ମୁକ୍‌ତି

୫୩. ବିଧାତାକେ ମୁମୂର୍ଷୁ ୟୋଦ୍ଧାର୍ ପ୍ରାର୍ଥନା

୫୪. ଅନୁଭବ୍ ଶୀଲା ଭଟ୍ଟାରିକାର୍

୫୫. କର୍ନର୍ କବଚ୍ କୁଁଡ଼ଲ୍ ଦାନ୍

୫୬. ପାଂଡବ୍ ମାହାପ୍ରସ୍‌ଥାନ୍

୫୭. ଘେଁସ୍ ମାହାମିଲନ୍ ସମ୍‌ମାନ୍

୫୮. ଶେଷ୍ ପତର୍

୫୯. ପ୍ରୌଢ଼ଶିକ୍ଷା

୬୦. ପ୍ରୀତି ଉପହାର

୬୧. ଭର୍ତୃହରି ନୀତି ଶତକମ୍

କବିକେ ଉପହାର

ଉଡ଼୍‌ଶା ମାଆଁର୍ ବାଗ୍-ବଗିଚାର୍ କୁଲେଁ ଅସୁମାର୍ ତୁମ୍‌ହର୍‌ କାବ୍ୟ-କୃତି

ଫୁଲ୍ – ବରାବର୍ ଦଉଛେ କହର୍, ଆନୁଛେ ମନର୍ ନଂଦନ୍ ଅନୁଭୂତି,

ଆଝିର୍ ତମ୍‌ହର୍‌ ଜନମ-ବାସର୍‌ ଲଗ୍‌ନେଁ ଲାଗିଛେ ଖୁସିର୍ ଆସର୍

ଭେଟ୍ ଦଉଛନ୍ କେତେ କବିଜନ୍ କବିତାର୍ ହାର୍ ମଣିକାଂଚନ୍ ଗୁଥି

ତୁମ୍‌ହର୍‌ ଲାୟେକ୍ କାୟ୍ଁ ଉପ୍‌ହାର୍ ବଂଧୁ ହେ ! ଦେମି ଆୟ୍‌ଜ୍‌ ମୁଇଁ ଆର୍?

ମୁଇଁ ତ ହେଇଛେଁ ସମଲ୍‌ପୁରିଆ କାବ୍ୟ-କୁରିଆ- ତିଆର୍ କାରିଆ ଗୁତି,

ମୋର୍ ଘରେଁ କାୟଁ ମିଲ୍‌ବାରେ ଭାୟ ! ମନ୍ ଜାହା ଚାହ୍‌ୟ ସେନ୍‌ତା ରତନ୍ ମୁର୍‌ତି?

ମୁଇଁ କବିତାର୍ ନୁହେଁ କଲାକାର୍ ଶବ୍ଦର୍ କାହୁଁ ହେମି ମାଲାକାର୍

ମୋର୍ ସଂଭାର୍ ତୁମ୍‌ହର୍‌ ଅପାର୍ ହାର୍ଦକି୍ତାର୍ ପଚାଶ୍ ସାଲର୍ ସ୍ମୃତି

ସେତ୍କି କେବଲ୍ ମୋର୍ ସଂବଲ୍ ଧରି ସଂବଲ୍ପୁର୍ନୁ ଆଇଛେଁ ଛୁଟି,

ସ୍ନେହର୍ ସିଂଧୁ ହେ ମୋର୍ ବଂଧୁ ! ନିଅ ହୋ ବୁଂଦ୍ଟେ ମୋର୍ ହୁର୍ଦର୍ ନୁତି ।

 

ମାଲ୍‌ତୀ ନୁହେ ସୁରୁସାରି ଜୋର୍

ମାଲ୍‌ତୀ ମାଆଁ ମୋର୍

(ଏକ)

ମାଲ୍‌ତୀ ମାଁଗୋ ! ମାଲ୍‌ତୀ ମାଆଁ ! ତୋର୍ କୁଲେଁ ତ ଜନମ୍ ହେଲା ମୋର୍

କେନ୍‌ତା କରି ମାନ୍‌ମି ତୁଇଁ ମାମ୍‌ଲି ଗୁଟେ ସୁରୁସାରି ଜୋର୍ ? ।୧।

ହାମର୍ ଦେଶର୍ ନକ୍‌ସା-ଦିହେ ନାଇଁ ଥିଲେଁ ଭି ମାଆଁ ! ତୋର୍ ନାଁ ପତା

ବାୟବି ଲୁକେ ନାଇଁ ଭି ଜାନୁନ୍ ମୋର୍ ଲାଗି ଆୟ୍ କେନ୍ ବଡ଼େଟେ କଥା?।୨।

ଭେଟ୍‌ସୁ ତୁଇଁ ମାହାନୟଦ୍‌କେ ତାହାକେ ଦେସୁ ତୁଇ ବୁହିଲା ପାନି,

ଜାନ୍‌ସି ନେଇ ଫୁଲ୍‌ସି ବଢ଼େଁ ପାସ୍‌ରି ଦେସି କାର୍ ପାନିଁ ତାର୍ ଠାନି ।୩।

ବଡ଼୍ ଠାକୁରର୍ ଉଡ଼୍‌ସା ଦେସେଁ ପଡ଼୍‌ସି ଜେତେ ବଡ଼୍‌ଖା ଲୁକର୍ ନାଆଁ,

ପାସ୍‌ରି ଦେସନ୍ ବଡ଼୍ ଭି କେଭେଁ ତୋହ୍‌ରି ବାଗିର୍ ସାନ୍ ଥିଲେ ଗୋ ମାଆଁ ।୪।

ପୁର୍‌ଥି ଜାକିର୍ ବଡ଼୍ – ମୁଡ଼ିଏ ଭଲ୍ ଶିଖିଛନ୍ ଛଲ୍‌ନା କପଟ୍-କୂଟ୍

ସିଆନ୍ ବଲି ଭେଟ୍‌ବ ହେଲେଁ ପୁଟ୍‌ଲାବେ ଆର୍ କର୍‌ବେ ସବୁ ଲୁଟ୍ ।୫।

ମାହାନୟଦ୍‌କେ ଭେଟ୍‌ସୁ ତୁଇଁ, ତାର୍ ସାଁଗେଁ ତୋର୍ ହେସି ଶୁଭ୍‌ସଂଗମ୍

ମୋର୍ ବିଚାରେଁ ତୋର୍ ମହିମା ନୁହେ ମାଆଁ ଗୋ ମାହାନୟଦ୍‌ନୁ କମ୍ ।୬।

ଯମ୍‌ନା ଯାଇ ଗଂଗା ସାଂଗେଁ ମିଲ୍‌ସି ବଲି ଗଂଗା ନଦୀର୍ ଜଲ୍

ପାୟ୍‌ସି ହେତେ ମର୍ୟାଦା, ତାର୍ ଗୁଁଦାଲ୍, କାଦୋ- ପାୟନ୍ ହେସି ନିର୍ମଲ୍ ।୭।

 

(ଦୁଇ)

ମାଆଁ ଗୋ ତୋର୍ ପୁଟ୍ ବାଲି ଥିଁ ବାଲକ୍ ମୁଇଁ ଖେଲ୍‌ଲିଁ କେତେ ଖେଲ୍

ତୋର୍ ପାନି ଥିଁ ମୁଇଁ ହଁସ୍‌ରେଲ୍‌ ପହଁରି ବୁଡ଼ି ପାସ୍‌ରି ଦିଏଁ ବେଲ୍ ।୮।

କେନ୍‌କେ ଯାଇ ସୁଖର୍ ସେ ଦିନ୍ ହଜ୍‌ଲା? ସେ ମନ୍ କେନ୍‌ତା ଗଲା ମରି?

ଯେତେ ନୁର୍‌ଲେଁ ନାଇଁ ମିଲ୍‌ବାର; ମିଲ୍‌ଲେଁ ହୁରୁଦ୍- ବାକ୍‌ସେଁ ଦେମି ଭରି ! ।୯।

 

(ତିନି)

ପେଟ୍ ଲାଗି ମୋର୍ ଜୁଆନ୍ ବେଲେଁ ଛାଡ଼୍‌ଲିଁ ତକେ, ଜନମ୍-ଗାଆଁ ଘର୍

ଧୂର୍ ବିଦେଶେଁ କାଟ୍‌ଲିଁ ଜୀବନ୍, ନିଜର୍ ଟାକେ ପାସ୍‌ରି କଲିଁ ପର୍ ।୧୦।

ପର୍‌ଟାକେ ମୋର୍ ବୟ୍‌ଲିଁ ନିଜର୍, ନୁଆଁ ନୁଆଁ ଲାଗ୍‌ଲା ବଡ଼ା ଭଲ୍

ଧୂରର୍ ଡଁଗର୍ ଦେଖନ୍ ସୁଁଦର୍, ଭତିରେଁ ବଡ଼ା ଘନଘାଇ ଜଂଗଲ୍ ।୧୧।

ଗୁର୍‌ଦୁ ଥିସନ୍ ମୁନୁଷ୍ ମାରୁ ପିତା ଜଁତୁ, ଡର୍ ଡରାନୋ ଭାରି,

ପଛ୍ କୁତିନୁ ଖୁଖ୍‌ରି ଦେସନ୍, ରକତ୍ ପିଇ ଜୀବ୍‌ନେ ଦେସନ୍ ମାରି ।୧୨।

ଧୂରର୍ ବଂଧୁ ସୁଂଦର୍ ବଲି ଯାହା ଯାହାକେ ପାୟ୍‌ଲିଁ ମୁଇଁ ଭଲ୍

ବଡ଼୍‌ଭାଗି ସବ୍ ଉପର୍-ସୁଁଦର୍ ଭିତର୍ କୁହା, ପୁଖ୍‌ରା ଡୁମେର୍ ଫଲ୍ ।୧୩।

 

(ଚାରି)

କିଁଦ୍‌ରି ବୁଲି ଅନେକ୍ ଆଡ଼େଁ ମନର୍ ଭରମ୍ ଭାଁଗ୍‌ଲା ଶେଷେଁ ମୋର୍

ଶେଷ୍‌କେ ମାଁଗୋ ଫିର୍‌ଲିଁ ସେନୁ ତୋର୍ ଚେହେରା, ଗୁନ୍ ପଡ଼୍‌ଲା ସୋର୍ ।୧୪।

ବାଁଚ୍‌ଲିଁ ବଲି ଭାବ୍‌ଲିଁ ସିନେ, ତନେ ମନେ ଲାଗିଛେ ଯେନ୍ ଦାଗ୍

ତୋର୍ ପାନିଥିଁ ଗାଧ୍‌ଲେଁ ସାୟେତ୍ ମେଟ୍‌ବା ଦାଗର୍ ହୁ’ ହୁ ଜଲନ୍-ରାଗ୍ ।୧୫।

 

(ପାଞ୍ଚ)

ତୋର୍ ଖଁଡ଼ିନେ ଜନମ୍-ମରନ୍ ପାୟଲେ ଯେତେ ପୁର୍‌ଖା-ପାତିର୍ ଲୋକ୍

ସବ୍‌କେ ତୁଇ ନିଜର୍ ଭାବି ତାକର୍ ଲାଗି କର୍‌ସୁ ଗହେର୍ ଶୋକ୍ ।୧୬।

ହୁର୍‌ଗୁନି ହୁର୍- ଗୁନି ହେଇ, ମାସ୍ ଦୁଏ ତୋର୍ ଶୁଖି ଯାୟସି ଧାର୍

ବର୍‌ଷା ମାସେଁ ଭକୁାର୍ ଛାଡ଼ି ହୁରୁଦ୍ ତଲୁଁ କର୍‌ସୁ ହା ହା କାର୍ ।୧୭।

କାଁଦବୁ ନାଇଁ ରଡ଼୍‌ବୁ ନାଇଁ ମୋର୍ ଶରୀରୁଁ ଛାଡ଼୍‌ବା ଯେଭେଁ ପ୍ରାନ୍

ମାଟି ପାନିର୍ ମୋର୍ ଇ ଶରୀର୍ ତୋର୍ କୁଲେଁ ମାଁ ଶୁୟ୍‌ବା, ଦେବୁ ଠାନ୍ ।୧୮।

ଭାବ୍‌ସିଁ ମୁଇଁ ଜନମ୍ ହେମି ତୋର୍ କୁଲେଁ ଫୁନ୍, ତୋର୍ ଖଡି ମୋର୍ ଗାଆଁ

ହାଲ୍ ଜନ୍‌ମେଁ ମାଁ ଥିଲୁ ମୋର୍ ଆର ଜନ୍‌ମେଁ ଫୁନ୍ ହେବୁ ମୋର୍ ମାଆଁ ।୧୯।

ଗଂଗା ନଦୀର୍ କୂଲେଁ ଶରୀର୍ ଛାଡ଼୍‌ଲେଁ ୟଦି ମିଲ୍‌ସି ସରଗ୍-ବାସ୍,

ମିଲୁ ଥାଉ; ସତ୍ କହୁଛେଁ, ହେଁ କଥେଁ ମୋର୍ ନାଇଁନ ବିଶ୍ୱାସ୍ ।୨୦।

ସରଗ୍-ସୁଖର୍ ଲାଗି ଲାଲଚ୍ ମୋର୍ ହୁରଦେଁ ଠୋ’ ନାଇନଁ ଲେଶ୍

ସରଗ୍‌ନୁଁ ବଡ୍ ପୁର୍‌ଥି-ଭଇୂଁ, ମୋର୍ ଗାଆଁଟା ମୋର୍ ଈ’ ସମଲ୍‌ପୁର

ମୋର୍ ଇ ଜୁନହାଁ-ପୁର୍‌ନା କୋସଲ୍ ଦେଶ୍ ।୨୧।

ଯାର୍ ମହିମା ୟୁଗ୍ ୟୁଗ୍ ତକ୍ ଗାୟ୍‌ଲେଁଭି ବେଦ୍- ବ୍ୟାସ୍ ନାଇଁ ହୟ ଶେଷ୍

ମାଲ୍‌ତୀ ମାଆଁ ! ମାଲ୍‌ତୀ ମାଆଁ ! ତୋର୍ କୁଲେଁ

ଫୁନ୍ ଜନ୍‌ମି ମୁଇଁ ଦେଖ୍‌ମି ଗୋ ତୋର୍ ଭେସ୍ ।୨୨

 

ହୁସିଆର୍

ବାର୍ ବାର୍ ବାଡ଼ି ନାଇଁ ହଜା ଆରେ

ଅଂଧା ଶାସନ୍‌କାର୍‌

ଏଛ୍‌ନି ହାତର୍ ବାଡ଼ି ଟେକି କରି

ଶତ୍ରୁର୍ ମୁଣ୍ଡେ ମାର୍ ।

ଧରମ୍ ନାଆଁଥି ଅଧରମ୍ ଘୋର୍

କରି ଯେ ଛେଦ୍‌ଲା ଜନନୀକେ ତୋର୍

କାର୍‌ଗିଲ୍, ଦ୍ରାସ୍ କର୍‌ବାକେ ଗ୍ରାସ୍

ହାନୁଥିଲା ହଥିଆର୍

ଧୋକାଦାର୍ ଯେନ୍ ଦୁସ୍‌ମନ୍‌ ତାକେ

ଦୟା ନାଇଁ କର୍ ଆର୍

ସେ ତୋର୍ ବଂଧୁ ନାଇଁ ହୟ୍ କେଭେଁ

ଆୟ୍ ବଢ଼େ ଦଗାଦାର୍ ।

ମୟ୍‌ତର୍ ଭେସ୍ ଧର୍‌ସି, ମାର୍‌ସି

ପଛ୍‌କୁତି ହଥିଆର୍ ।

ବଂଗ୍‌ଲା ମୁଲ୍‌କେଁ       ଜଂଗ୍ କରି ଜହୁଁ       ମର୍‌ତେ ଖାୟ୍‌ଲା ମାର୍

ଜଂଘ୍ ତଲେଁ ଗଲି,       ଶରନ୍ ମାଗ୍‌ଲା,       ସରମ୍ ନାଇଁନ ତାର୍

ସମ୍‌ଝୋତା କରି       ଆୟ୍‌ଲା ସିମ୍‌ଲା,       ସମିୟା ପାୟ୍‌ବା ବଲି

ସମିୟା ପାୟ୍‌ଲା,       ଚାହ୍‌ୟଲା ଫେର୍ ସେ ଭାରତ୍‌କେ ଦେବା ଦଲି,

ଦମ୍ କରି ବମ୍       ବନାଲା, ବନାଲା       ଘୋର୍ ମିସାଇଲ୍ ଘୋରି

ନିଜର୍ ଅକଲ୍       ନାଇଁନ, ସେଥିର୍       ସୂତର୍ କରିଛେ ଚୋରି,

ଚୋରି ଡକାୟତି       କତଲ୍ କରି ସେ       ଖେଲୁଛେ ରକତ୍-ହୋରି,

ବାର୍ ବାର୍ ଇନେ       ହମ୍‌ଲା କରୁଛେ       ନୂଆଁ ମହମଦ୍ ଘୋରି ।।

ଚୋରି ଡକାୟତି       କରି ଭିନ୍ ଦେଶୀ,       ଚିନ୍-ଦେଶୀ ବିଗ୍ୟାଁନ୍

ବନାଲା ଏଟମ୍       ବମ୍ ଲେଖେଁ ମାହା       ମାରୁ ଅସ୍‌ତର୍‌ମାନ୍,

ଚୋର୍ ଲେଖେଁ ମୋର୍ ମାଆଁର୍ ଉପ୍‌ରେଁ ହମ୍‌ଲା କର୍‌ବା ଜାରି

ତ୍ରାହି ତ୍ରାହି ଡାକ୍       ଛାଡ଼୍‌ବେ ଦେଶର୍      ବୁଢ଼ା, ଛୁଆ, ମାଆଁ ନାରୀ,

କେତେ ସହୁଥିବେ       ଶିଆଁତ୍, ସୁତର୍,       ସରଲ୍ ଜନ୍‌ତା ଆର୍?

ଶିଆଁତିର୍ ଲାଗି       ହିଂସା-ୟୁଦ୍ଧ,       ହାନ୍‌କାଟ୍ ଦର୍‌କାର,

ହଥିଆର୍ ଧର୍,       ହଥିଆର୍ ଟେକ୍,       ହଥିଆର୍ ମାର୍ ମାର୍,

ନାୟଁତ ଛାଡ଼ିଦେ ମିଲିଟେରି ହାଥେଁ ଦେଶର୍ ଶାସନ୍-ଭାର୍,

ଅଂଧା ଶାସନ୍‌କାର୍‌

ଭାରତ୍‌-ଜନ୍‌ତା       ମାଫ୍ ନାଇଁ କରେ       ତୋର୍ ଭୁଲ୍ ବାର୍ ବାର୍ ।।

 

କଟ୍ୱଷ୍ଟପଦୀ ଗୀତା

ବିଶ୍ୱକେ ଦେଖ୍ ବିଷ୍‌ମୟ ଆୟଜ୍

ବିସ୍‌ମୟ୍ ନୁହେ ଇଟାରେ ଜୀବନ୍! କଟୁ ସତ୍ କଥା ଇଟା;

ମଧୁମୟ କଥା ଶୁନି ଶୁନି କାନେଁ ଲାଗ୍‌ଲାନ ଚିଟାଲିଟା ।୧।

ରେ ଜୀବନ୍ ! .. .. (ଧ୍ରୁବପଦ୍)

ମଧୁମୟ ନୁହେ ଆଝିର୍ ବିଶ୍ୱ ମହ୍‌ରା ମିତାଲ୍ ପିତା

ଇ ବଚନ୍ ତୁଇ ବେଦ୍-ବାଣୀ ବଲି ହମିସା ସୋର୍ ରଖିଥା ।୨।

ରେ ଜୀବନ୍ ! .. ..

ମଧୁମୟ ନୁହେ ଆଝିର୍ ବିଶ୍ୱ ସୀଧୁମୟ ପୂରାପୁରି

ବିଧୁହୀନ୍, ମାହା ରାହୁ କେତୁ ମୟ କଂସ-ମଥରୁାପରୁୀ,

ଧ୍ୱଂସର୍ ଯେନ୍ ଆୱାଜ୍ ଆଉଛେ ନୁହେ ବିଲ୍‌କୁଲ୍ ମିଠା ।୩।

ରେ ଜୀବନ୍ ! .. ..

କାବ୍ୟ-ଆସବ୍ - ପ୍ରଭାବେଁ ଦିବ୍ୟ କବି ଜାହ୍ନବୀଧର୍ *

ଶୁନାଲେ, ବିଶ୍ୱେଁ ବୁହୁଛେ କେବଲ୍ ସୁଧା ମଧୁମୟ ଝର୍,

ହେଁ କଥା ଶୁନ୍‌ଲେଁ ବିଦ୍‌ବିତା ହେତେ ରାମ୍ ଲୟ୍‌ଖନ୍‌ ସୀତା ।୪।

ରେ ଜୀବନ୍ !.. ..

ମଂଥରା ଆୟଜ୍ ଏକ୍‌ଲା ନୁହେ ସେ, ନୁହେ ଘଲେ କୟ୍‌କୟୀ,

ଶକୁନିର୍ ସାଁଗେଁ ଦୁଶାସନ୍, ସଭେ ଶାସନ୍‌କାର୍ ଇ ମହୀ,

ଦୁର୍‌ମତି ରଜା ଦର୍‌ୟୋଧନ୍‌କେ ଶକୁନି କାଟୁଛେ ଚିତା ।୫।

ରେ ଜୀବନ୍ !.. ..

ସତ୍‌କେ ଚୁତଲ୍ ତଲେଁ ଜାକିଁ ମାଡ଼ି

କୁଲିହା ଘିଚୁଛେ ସିଂହର୍ ଡାଢ଼ି

ହିଁସା ଅହଁକାର୍ କୁଟିଲ୍ କପଟ୍ ଆୟଜ୍ ସାରା ଜଗ୍‌ଜିତା ।୬।

ରେ ଜୀବନ୍ !.. ..

ନାଇଁନ ଆଝିର୍ ଧର୍‌ମାବତାର୍ କହକା ବିଦୁର୍ ବୀର୍,

ମାର୍‌ତେ ବାଛ୍‌ଲା ବାଛ୍‌ଲା ନିଶ୍‌ଲା ନୀତି ଧର୍‌ମର୍ ତୀର୍

କୁଚ୍କୁଚ୍ ପିତା ବଚନ୍ ବର୍ଷି ହେତେ ଇ ଜଗତ୍-ହିତା ।୭।

ରେ ଜୀବନ୍ !.. ..

ଆସୁନ୍ ପାର୍‌ଥ- ସାରଥି କୃଷ୍‌ଣ ସବ୍ୟସାଚୀର୍ ରଥେଁ

ମହାଭାରତ୍ ସମର୍ ଭୂଇଁକେ ଜଲ୍‌ତା ଅଗ୍‌ନି ପଥେଁ

ଶୁନାବେ କଠୋର୍ କଥେଁ ଉତ୍‌କଟ୍ କଟୁ ଭଗ୍‌ବଦ୍ ଗୀତା ।୮।

ରେ ଜୀବନ୍ !.. ..

*ଜାହ୍ନବୀଧର ପ୍ରଖ୍ୟାତ୍ ଉଡ଼ିଆ କବି ଗଂଗାଧର୍ ମେହେର୍ ।

 

ନାହି ଆରୁ ମୁହୁଁ

ଭିକ୍ଷା ଅରୋଁ ପେଚ୍ଛଇ ଣାହିମଂଡଲଂ ସାବି ତସ୍‌ସ ମୁହଅଂଦ୍ୟଂ ।

ତଂ ଚଟୁଅଂ ଅକରଂକଂ ଦୋହ୍ନ ବି କାଆ ବିଲୁଂପଂତି ।।

(ଭିକ୍ଷାଚରଃ ପ୍ରେକ୍ଷତେ ନାଭିମଂଡଲଂ ସାପି ତସ୍ୟ ମୁଖଚଂଦ୍ରମ୍ ।

ତଚ୍ଚଟୁକଂ ଚ କରଂକ ଦ୍ୱୟୋରପି କାକା ବିଲୁଂପଂତିା)

-ଗାଥାସପ୍ତଶତୀ – (ହିଂଦୀ - ନର୍ମଦେଶ୍ୱର ଚତୁର୍ବେଦୀ)

ଘର୍ ଘର୍ ବୁଲି ଝୁଲାମୁନା ଆରୁ ବର୍ତନ୍ ଧରି ହାତେଁ

ଜୁଆନ୍ ବାମ୍‌ହନ୍‌ ମଁଗ୍‌ନିଆ ଆସି ଠାଡ୍ ହେଲା ଘର୍-ବାଟେଁ

ବୟ୍‌ଲା, “ଭୋଜନ୍ ଝଟ୍‌ପଟ୍‌ ମିଲୁ, ଯିମି ଆର୍ ଗୁଟେ ଘର୍

ମଁଗ୍‌ନିଆ ମୁଇଁ ବାମ୍‌ହନ୍‌, ମାଗ୍‌ସିଁ ନୀତି ମାନି ଧର୍‌ମର୍” ।

ଏନ୍‌ତା ବଲି ସେ ଆଗ୍‌କେ ବଢ଼ାଲା ହାତେଁ ଧରା-ବର୍‌ତନ୍,

ଦେଖ୍‌ଲା, ଆଉଛେ ଘରୁଁ ଗୁଟେ ନନୀ, ଧଜ୍ ଗୁରା ତାର୍ ତନ୍;

ଭରାୟୌବନୀ ସେ ନନୀ ଆଉଛେ ଚାଲି ରାଜ୍‌ହଁସ୍ ଲେଖେଁ

ଝକୁଛେ ଅନେକ୍ ରତ୍‌ନେଁ ଗୁଁଥ୍‌ଲା ମାଲି ଗୁଟେ ତାର୍ ବେକେଁ,

ଉର୍‌ଜର୍ ଭାରେଁ ସାମ୍‌ନାକେ ଟିକେ ଲୁହିଁ ପଡ଼ିଛେ ସେ ନନୀ

ଭାରି ନିତଂବ, କୁଆଁ-ଗହୀରିଆ- ନାହିୱାଲୀ ୟୌବନୀ,

ମଁଗ୍ନିଆ ନାହି ଦେଖି ବୁଡ଼ିଗଲା ସେତାର୍ ନୟନ୍ ମନ୍

ଆଗ୍‌କେ ବଢ଼େଇ ଦେଇଛେ, ସେନ୍‌ତା ରହିଛେ ନ ବର୍ତନ୍,

ନନୀ ଆନିଥିଲା ଭୋଜନ୍ ଯେନ୍‌ଥିଁ ରହିଛେ ସେନ୍‌ତି ତାହିଁ

ଜୁଆନର୍ ଚାଁଦ୍- ମୁହୁଁ, ଦେଖି ଦେଖି ରହିଗଲା, ହୋସ୍ ନାଇଁ,

ଝନେ ଦେଖୁଥିଲା ଝନ୍‌କର୍ ମୁହୁଁ, ଆର୍‌କ ଦେଖୁଛେ ନାହି,

କେତେ ବେଲ୍ ଗଲା ଆଉର୍ ଯାଉଛେ, କାହାରି ଖିଆଲ୍ ନାହିଁ,

କୁଆମାନେ ଦେଖୁ- ଥିଲେ, ହାଁୟ ଦୁହେଁ ନାଇଁ ଜାନ୍‌ବାର୍ କିଛି,

ଆସି ବର୍‌ତନୁଁ ଭାତ୍ ତୁନ୍ ଖାଇ ଦଉଥାଁନ୍ ବୁନି ବିଛିଁ ।

(ସଂପ୍ରସାରିତ୍ ଭାବାନୁବାଦ)

 

ରବୀନ୍ଦ୍ରନାଥ

ହେ ରବୀଂଦ୍ର ! ହେ କାବ୍ୟ-ହିମାଦ୍ରି !

ବିଶ୍ୱକବି ! ହେ କାଂତ-ଗଂଭୀର୍ !

ହେ ବ୍ରହ୍ମର୍ଷି ! ହେ ମନୀଷୀ ! ଗୃହସ୍ଥ୍ ସଂଥ୍ କବୀର୍ !

ହେ ସରାଗୀ ନିର୍ବିରାଗୀ ପ୍ରେମିକ୍ ଇ ପୃଥ୍ୱୀର୍ !

ବ୍ରହ୍ମାନଂଦ ସହୋଦରା ନିର୍ବୃତିର୍ ହେ ଅବ୍ୟର୍ଥ ସଂଧାନୀ !

ଦିବ୍ୟଜ୍ଞାନୀମନ୍‌କର୍ ଭିତ୍‌ରେଁ ଶ୍ରେଷ୍ଠ-ଦିବ୍ୟଜ୍ଞାନୀ !

ବାଣୀବୀଣାର୍ ବଜ୍‌ନିଆଁ ! ମୋର୍ ଅଂତରାତ୍ମାର୍ ପ୍ରିୟତମ କବି !

ଯେତେ ବି ଦେଖୁଛେଁ ମୁଇଁ ତୁମ୍‌ହର୍‌ ଦିବ୍ୟ କାବ୍ୟର୍ ରମ୍ୟ ଛବି

ସେତେ ସେତେ ଲାଗୁଥିସି ନୁଆଁ ନୁଆଁ, ଦିବ୍ୟ ସେତାର୍ ସୁର୍ !

ଛବିର୍ ମିସେ ଅଛେ କଂଠ? ଅଛେ ସ୍ୱର୍ ମଧରୁ୍?

ଅଛେ ଛବିର୍ ମିସେ ସଂଗୀତ୍? ଅଛେ ଫଟିକ୍ ଭାଷା?

ତୁମର୍ କାବ୍ୟ ଦେଖି ପଢ଼ି ଉଠୁଛେ ମୋର୍ ହୁର୍‌ଦେଁ ଇ ଜିଜ୍ଞାସା ।

ତୁମ୍‌ହେ କାଣା ଏକାଧାରେଁ ଛଂଦଃ-ବ୍ରହ୍ମର୍, ପବିତ୍ର ଋଗ୍ ବେଦର୍

ମଧୁଚ୍ଛଂଦା ବୈଶ୍ୱାମିତ୍ର ଋଷି,

ଦ୍ରଷ୍ଟା ଅଗ୍ନିମୀଳେ-ପୁରୋହିତମ୍ ପ୍ରଭୃତି ସବ୍ ପଦର୍?

ହେ ଉଦ୍‌ଗାତା ! ତୁମ୍‌ହେ କାଣା

ସ୍ୱୟଂବାଣୀ ମାହାୟଜ୍ଞର୍ ଜାଜ୍‌ରମାନ୍ ହୁତାଶନ୍

ମେଧାତିଥି କାଣ୍ୱ, ଶାକ୍ତ୍ୟ ପରାଶର୍ ଆର୍

ଦୀର୍ଘତମା ଋଷିର୍ ପୂତ ଆସନ୍

ଏକଲା ହେଇ ହେ ବ୍ରହ୍ମର୍ଷି ! କରିଛ ଅଧିକାର୍,

ଅନେକ୍ ଅନେକ୍ ବୈଦିକ୍ ମଂତ୍ର ଦ୍ରଷ୍ଟାର୍?

ଅନୁଭବ୍

 

ରାଗିଣୀ ନୀଲାଂବରୀ

ତମ୍‌ହେଁ ଗାଉଥିଲ ‘ମନସିଜ ମନମୋହନ ହେ ଘନଶ୍ୟାମ୍’,

ଗୀତ୍ ସୁରେଁ ସୁରେଁ ବଜଉଥିଲ ଭି ସୁରୁତ୍ ହାର୍‌ମୋନିୟାମ୍ ।୧।

‘ମଧ୍ୟ’ ଆଉର୍ ‘ତାର’ ସ୍ଥାନେ ଜହ ଖେଲି ବୁଲୁଥାୟ୍‌ ଗାନା

ଲାଗଥୁାୟ୍ ସଥେଁ ଜେନ୍‌ତା ଗାୟିକା ପର୍‌ବିନ୍ ସୁଲ୍‌ତାନା ।୨।

ଗାଉଥିଲ ବଡ଼ା ତନ୍‌ମୟ ଭାବେଁ ଦିଲ୍ ପୂରା ଖୁଲିକରି !

ମୁଇଁ ପଚାରିଲିଁ, “ହେଁ ଗୀତର୍ ରାଗ୍ ନାଆଁ କାଣା” ବଲିକରି ।୩।

ଶୁନିକରି ତମ୍‌ହେ ଆଗୋ ଲାଜ୍‌କୁରୀ ! ହଁସିଦେଲ ମୁଲ୍ ମୁଲ୍

ଦେଖ୍‌ଲିଁ ତମ୍‌ହର୍‌ ଧାଜ୍‌ଗୁରା ଗାଲେ ଫୁଟ୍‌ଲା ଦୁଇଟା ଫୁଲ୍ ।୪।

ମୁଇଁ ବେଡ଼ା କାହୁଁ ଜାନ୍‌ତିଁ ରାଗ୍‌ନୀ ନାଆଁ ସାଁଗେଁ ନାଆଁ ମୋର୍

ଟିକେ ଏକା ବଲି ହେଁ ନାଆଁ ନେବାକେ ଲାଜ୍ କରୁଥିଲ ଜୋର୍ ।୫।

ମୁଇଁ ଜାନିଥିଲିଁ ତମ୍‌ହେଁ ପଢ଼ିଥିଲ ଥୁରେ ଇଂଲିଶ୍ ପାଠ୍

ଇସକୁଲେଁ ଗୀତ୍ ‘ରେସିଟେସନ୍’ ଥି ଘଲେ ନଉଥିଲ ପାର୍ଟ୍‌ ।୬।

ଶିଖିଥିଲ ବଡ଼ା ବଢ଼ିଆ ସିଲେଇ, ‘ଲେସ୍’-ଉନ୍-ବୁନା ‘ଆର୍ଟ’

କରୁଥିଲ ଟିକେ ୟୁଗ୍ ଜାନିକରି ଇ ନୁଆଁୟୁଗିଆ ଠାଟ୍ ।୭।

ପିଁଧୁଥିଲ ସାୟା, ସେମିଜ୍, ବ୍ଲାଉଜ୍, ମାଖୁଥିଲ ପାଓଡର୍

ଧାଜ୍ ଗୁରା ମୁହେଁ ରୋଜ୍ ମାଖୁଥିଲ ‘ହିମା ସ୍ନୋ’ ତିନ୍ ଥର୍ ।୮।

ନାଇଁ କରୁଥାଇ ଗଉଁଲି-ସର୍‌ଗି-ନର୍‌ଜାକେ ଦାଁତ୍ କାଠି

ଟୁଥ୍ ବ୍ରସ୍ ଆରୁ ‘ଫୋରେନ୍‌ସ ପେସ୍‌ଟ୍’ ଦାତଁର୍ ନିତ୍ୟ ସାଥୀ ।୯।

ତମ୍‌ହର୍‌ ସିଁଦ୍‌ରି ଓଠ୍‌ତଲେଁ ଆରୁ ଉପ୍‌ରେଁ– ଶୁଭ୍ର ମୋତି

ବିଧି ଖଁଜିଥିଲା ଲେଖେଁ ଫୁଟୁଥାୟ୍ ସୁଷମ୍ ଦଶନ୍-ଜ୍ୟୋତି ।୧୦।

ତମ୍‌ହର୍‌ ଶ୍ରୀମୁଖ୍ ଲୁକେଇ ଚୁରେଇ ଘାୟ୍‌ ଘାୟ୍‌ ଦିନ୍-ବେଲେଁ

ମୋର୍ ମୁହୁଁ ପାଖ୍ ପାଖ୍‌କେ ହେବାର୍ କିଏ କେଭେଁ ଦେଖି ନେଲୋଁ୧୧।

କାବା ହଉ ଥାନ୍ ମୋର୍ ମୁହୁଁ କାହୁଁ ଦିସୁଥାୟ୍ ହେଡ଼େ ଗୁରା !

ମକେ ପଛେଁ ଦେଖି ବିର୍‌ଝାଉଥାଁନ୍, କାୟ୍‌ବୋ ଲଲିହା ଚୁର୍‌ହା !।୧୨।

ଗୀତ୍ ଗାୟ୍‌ବାର୍ ଗାଂଧରବ୍ କଲା ସିଖିଥିଲ ବନେ କରି

ତମ୍‌ହର୍‌ ସିଖିତ୍ ବାପ୍ ଚାହୁଥିଲେ, ତମ୍‌ହେ ହେଇ ଅପ୍‌ସରୀ ।୧୩।

ନିଜେଁ ନାଇଁ ନାଚି ବର୍କେ ନଚାବ ପ୍ରେମ୍-ଗୀତ୍ ଗାଇ ଗାଇ

ସଫଲ୍ କର୍ଲ ଇଚ୍ଛାଟା, ମୁଇଁ ହେଲିଁ ଜହୁଁ ପାଣିଗ୍ରାହୀ ! ।୧୪।

ବିହା ହେଇକରି ମୋର୍ ହୁରୁଦ୍‌କେ କାବୁ କଲ ଏକ୍‌ଦମ୍

ଗୀତ୍ ଗାଇ ଗାଇ ବଜେଇ ବଜେଇ ବନେ ହାର୍‌ମୋନିୟମ୍ ।୧୫।

‘ହାର୍‌ମୋନି’ ରଖି ଥିଲ ତମ୍‌ହେଁ ମୋର୍ ହୁରୁଦର୍ ସାଁଗେଁ ଠିକ୍

ଭାବୁଥିଲିଁ, ଜହ ଲାଜ୍ ଛାଡ଼ି ହେବ ଆଧୁନିକ୍, ନିର୍‌ଭୀକ୍ ।୧୬।

ତମ୍‌ହେଁ ଗାଉଥିଲ, “ମନସିଜ ମନ ମୋହନ ହେ ଘନଶ୍ୟାମ୍”

ରିସା ହେଇ ଘଲେ ଶୁନି ଦେଲାଖିନି ମୁଇଁ ତତ୍‌କାଲ୍ ‘କାମ୍’ ।୧୭।

ହେଇ ହଁସି ହଁସି ତମ୍‌କେ ସୁନାୟଁ ମହୁ-ମଖା ନାନା କଥା,

ମନେ ମନେ ନାଚି ଉଠୁଥିଲ ସୁଖେଁ ତମ୍‌ହେ ଲାଜ୍‌କୁରୀ ଲତା ।୧୮।

ଅୟ୍‌ସୋ ସଶୁୀଲ୍ ଚାଲ୍ ଚଲନ୍‌ଥି ଘିନି ନେଇ ଥିଲ ମକେ

ଗୁଟେ ରାୟ୍‌ତ ଲେଖେଁ କଟି ଯାଉଥାୟ୍ ମୋର୍ ଜୀବନର୍ ପଖେ ।୧୯।

ତମ୍‌ହର୍‌ ଚଲନ୍ ଚାଲ୍ ଦେଖି, ଶୁନି ‘ମୋହନ ହେ ଘନ୍ ଶ୍ୟାମ୍’

ଭାବିଥିଲିଁ, ମୁଇଁ ପଚାରୁଁନ୍ ସାୟର୍ କହିଦେବ ରାଗ୍-ନାମ୍ ।୨୦।

ହେଲେଁ, ରାଗ୍-ନାମ୍ କହ୍‌ୟବାର୍ ଛାଡ଼ି ତମ୍‌ହେଁ ଗୀତ୍-ଖାତା ଖୁଲି

ରାଗର୍ ନାମ୍‌କେ ଦେଖାଲ ଚଲେଇ ଚଁପାକଲୀ-ଅଂଗୁଲୀ ।୨୧।

ଦେଖ୍‌ଲିଁ, ରାଗ୍‌ନୀ- ନାମ୍ ଲେଖା ଥିଲା ନବୀନ୍ ନୀଲାଂବରୀ

‘ନୀଲ୍’ ଅକ୍ଷର୍ ମୋର୍ ନାଆଁ ସାଁଗେଁ ଏକ୍ ଥିଲା ବଲି କରି ।୨୨।

ତମ୍‌ହେଁ ରାଗ୍‌ନୀର୍ ନାଆଁ ନାଇଁ କହୁଥାଇ ଅପ୍‌ସରି, ଡରି

‘ଅପ୍‌ସରୀ’ ଲେଖେଁ ହେଲେଁ ଘଲେଁ ତମ୍‌ହେଁ ଲାଜ୍‌କେ ମୁଠେଇ କରିା୨୩।

ଶ୍ରୀମତୀ ହ୍ରୀମତୀ ଦୁହି ଉପାଧିର୍ ଥିଲ ଅଧିକାରୀ ପ୍ରିୟେ !

ସବ୍ କଥା ଖୁଦି ହେଇଛେ ହୁର୍‌ଦେଁ କିଛୁ ଭିଲ୍ ମେଟେ ନିହେ ।୨୪।

ୟୁଗ୍ ଜାନି, ହେଇ ମିସେ ଆଧୁନିକ୍, ହେଲ ମାନ୍‌ଧାତିୟେନ୍

ସହରେଁ ଜନ୍‌ମି ଗଉଁଲିଆ ମକେ

ବିହା ହେଇ ଆସି ଗଅଁଲି ଘର୍‌କେ

ହେଇ ଯାଇଥିଲ ଏଖେଇ ଥର୍‌କେଁ ପୂରା ମର୍‌ହଟିୟେନ୍ ।୨୫।

 

ନାର୍‌ସିସସ, ଫୁଲ୍‌ ଆର୍ ନଦୀ

ପୁରାତନ୍ କାଲେଁ ଦେଶ୍‌ଟାକେ ନୁଆଁ ଜୁଆନ ନାର୍‌ସିସସ୍

ପାନିଁ ଆପ୍‌ନାର ଛାୟ୍ ଦେଖି ହେଲା ସ୍ୱରୂପର୍ ପ୍ରେମ୍‌ବଶ୍‌ ।

ସେଦିନୁ ସେ ଗୁଟେ ନଦୀର୍ ଫଟିକ୍ ପାୟନ୍ ନିକେ ଯାଇ ଯାଇ

ଦିନ୍‌ସାରା ସେନେ ରହି ଦେଖୁଥାୟ୍ ଆପ୍‌ନା ମୁହଁର୍ ଛାଇ

ଅକଥନ୍ ଖୁସୀ ହେଇ ଭାବୁଥ।ୟ୍ ତାର୍ ଲେଖେଁ ରୂପ୍‌ବାନ୍

ଦୁସର୍ ପୁରୁଷ୍ କାହିଁ ଭି ସୃଷ୍‌ଟି ନାଇଁ କରି ଭଗ୍‌ବାନ୍ ।

ମନେ ମନେ ବଡ଼ା ଗରବ୍ କରି ସେ ଦୁସର୍ ଲୁକର୍ ଠାନେଁ

ଆପ୍‌ନା ରୂପର୍ ପର୍‌ଶଁସା କରି ଫୁଲିଜାୟ୍‌ ଅଭିମାନେଁ

ଦେବ୍‌ତାମାନ୍‌କେ ମିସେ ଆଉର୍ ସେ ସଂମାନ୍ ନାଇଁ ଦେଲା,

ଦିନ୍ କାଲ୍ ନେଲା କର୍‌ତବ୍ କାମେ କରି ଘୋର୍ ଅବ୍‌ହେଲା ।

ଦିନେ ଜନେ ବଡ୍ ଦେବ୍‌ତା ତାହାକେ ରିସେଁ ଦେଲେ ଅଭିଶାପ୍

ଫୁଲ୍ ଗୁଟେ ହେଇ ଜନମ୍ ହ ଆର୍ ବାର ମାସ୍ କାଲ୍ ଜପ୍,

ବାର ମାସ୍ ଗଲେଁ ଶେଷ୍ ହେଇଯିବା ସୁରୁ ଅଭିଶାପ୍ ମୋର୍,

ହେଁଥିର୍ ଉତ୍‌ରୁଁ ରୂପର୍ ଗରବ୍ ତୋର୍ ନାଇଁ ପଡ଼େ ସୋର୍ ।

ଫୁଲ୍ ରୂପେଁ ବାର ମାସ୍ ସେ ନାର୍‌ସି କାଲ୍ କାଟୁଥାୟ୍ ବେଲେଁ

ତାର୍ ସାଁଗେଁ ତାର୍ ପାଖର୍ ଫୁଲ୍‌ଟା ଲାଗିଥାୟ୍ ପ୍ରେମ୍ ଖେଲେଁ,

ନାରସିସସ୍ ସେ ଫୁଲର୍ ପ୍ରେମ୍‌କେ ନାଇଁ ଦିଏ ସଂମାନ୍,

ତବି ଭାବୁଥାୟ୍ ସେ ଫୁଲ୍ ଘିନିଛେ ନାରସିର୍ ମନ୍ ପ୍ରାନ୍।

ନାର୍‌ସିର୍‌ ଅଭି- ଶାପର୍ ମିଆଦ୍ ଯେନ୍ ଦିନ ହେଲା ଶେଷ୍

ଉଭିଗଲା ସେହି ଦିନ ସେ ସହସା, ଗଲା ଆପ୍‌ନାର ଦେଶ୍ ।

ତାର୍ ପ୍ରେମ୍‌ଶୀଲା ଫୁଲ୍ ମନେ କଲା ଅଠିପର୍ ସୋର୍ କରି ।

ଆଁଖଲ୍ ଝରେଇ ଶୋକ୍ କର୍‌ବାକେ ଫୁଲ୍ ନାର୍‌ସିର୍ ଲାଗି

ନାର୍‌ସିର୍ ଅତି ପ୍ରିୟ ନୟ୍‌ଦ୍‌ ନିକେ ଗଲା ପାୟ୍‌ନ୍‌ ଥୁରେ ମାଗି,

ବୟ୍‌ଲା “ନାର୍‌ସି- ବିଚ୍‌ଚ୍ଛେଦେଁ ମୋର୍ ହୁର୍‌ଦର୍ ଦୁଖାନଲ୍

ଜଲି ଜଲି କରି ସୁଖେଇ ଦେଇଛେ ମୋର୍ ଆଖିର୍ ସାରା ଜଲ୍,

ନାର୍‌ସିର୍ ଲାଗି ଆଁଖଲ୍ ଝରେଇ ପାର୍‌ତିଁ ମୁଇଁ ଗୋ ନଦୀ !

ମୋର୍ ଅନୁରୋଧ୍ ରଖିକରି ତୁମ୍‌ହେଁ ପାୟ୍‌ନ୍‌ ଥୁରେ ଦେବ ୟଦି” ।

ତଟିନୀ ବୟ୍‌ଲା, “ନାର୍‌ସିର୍ ଲାଗି ଲୁହୁ କରି ମୋର୍ ପାନି

ଝରାବାକେ ମକେ ନିଅଁଟ୍ ପଡ଼୍‌ବା; ତୁମ୍‌ହେଁ ସିନେ ନାଇଁ ଜାନି

ନାର୍‌ସିକେ ମୁଇଁ ଭଲ୍ ପାଉଥିଲିଁ ନିଜର୍ ଜୀବ୍‌ନୁଁ ଜହ ;

ମୋର୍ ପାୟନ୍‌ ରଁଚେ ଥିପେ ବି ତୁମ୍‌କେ କେନ୍‌ତେଇ ଦେମି କହ” ।

ଫୁଲ୍ ଶୁନିକରି ଜବାବ୍ ଶୁନାଲା, “ନାର୍‌ସିକେ ତୁମ୍‌ହେଁ ୟଦି

ଭଲ୍ ପାଉଥିଲ, ଯେନ୍ ବଡ଼େ କାମ୍ କରି ପକାଲ ଗୋ ନଦୀ?

ନାର୍‌ସିର୍ ରୂପ୍- ସାଗରେଁ ପଡ଼୍‌ବେ ବଲି ପ୍ରେମ୍-ରସେଁ ମାତି

ବଡ଼େ ବଡ଼େ ନଦୀ ଉନ୍‌ମଦ୍ ହେଇ ଧାଉଁଥାନ୍ ଦିନ୍ ରାତି,

ତାର୍ ଅନୁପମ୍ ରମ୍ୟ ରୂପର୍ ଲୁଭେଁ କେନ୍ ନାରୀ ତାକେ

ଆପ୍‌ନାର ପ୍ରେମ୍ ନାଇଁ ଜାଚି ଦେଇ ନାଇଁ ଚାହି ପାୟ୍‌ବାକେ?”

ନଦୀ ପଚାର୍ଲା, “ସଥେଁ କାଣା ଥିଲା ସେ ହେଡ଼େ ସୁଦର୍‌ଶନ୍?”

କୁସୁମ୍ ବୟ୍‌ଲା, “ହେଁ କଥା ପଚ୍‌ର, କହ୍‌ୟ୍‌ବା ତୁମ୍‌ହର୍‌ ମନ୍,

ଆପ୍‌ନା ରୂପର୍ ପାଗଲ୍ ପ୍ରେମିକ୍ ନାର୍‌ସି ଆପ୍‌ନା ଛାୟ୍

ତୁମ୍‌ହର୍‌ ଫଟିକ୍ ପାୟ୍‌ନ୍‌-ଦର୍‌ପନେଁ ସାରା ଦିନ୍ ଦେଖୁଥାୟ୍,

ତାକେ ଦେଖି ଦେଖି ନାଇଁ ପଡୁଥାୟ୍ ତୁମ୍‌ହର୍‌ ଆଖିର୍ ପତା,

ଅଜବ୍ ଲାଗୁଛେ, ମକେ ପଚ୍‌ରାଲ ତାର୍ ସୁରୂପର୍ କଥା !”

ମୁହୁଁ ମୁରି ନଦୀ ବଁକେଇ ବଁକେଇ ବୁହିଗଲା ଥୁରେ ବାଟ୍ ;

ଫୁଲ୍ ନାଇଁ ବୁଝି ପାର୍‌ଲା ନଦୀର୍ ଏ ନ୍‌ତା ରକମ୍ ନାଟ୍ ।

ନୟଦ୍ ଅଟ୍‌କିଲା, ଫୁଲର୍ କାନେଁ ସେ କହ୍‌ୟଲା, “କୁସୁମ୍-ରାନୀ !

କିରିୟା କରୁଛେଁ, ନାର୍‌ସିର୍ ରୂପ୍ ମୁଇଁ ନାଇଁ ଦେଖିଁ, ଜାନି,

ନାର୍‌ସି ଆପ୍‌ନା ରୂପ୍ ଦେଖୁଥାୟ୍ ମୋର୍ କୁଲେଁ ଶୁଇକରି

ତାର୍ ସଫା ଆଖିଁ ମୋର୍ ଛାୟ୍ ମୁଇଁ ଦେଖୁଥାଁୟ୍ ମନ୍ ଭରି,

ତାର୍ ଆଖିଁ ଜହୁଁ ପଡ଼ିଥାୟ୍ ମୋର୍ ନିଜର୍ ରୂପର୍ ଛାୟ୍,

ମୁଇଁ ଦେଖୁଥାଁୟ୍ ମୋର୍ ରୂପ୍ ଆରୁ ତାର୍ଟା ସେ ଦେଖୁଥାୟ୍,

ଆପ୍ନା ଆପ୍ନା ରୂପ୍ ଦେଖି ହାମେ ଦୁହେ ହେଇଥାଉଁ ବାୟ୍,

କିହେ କାର ରୂପ୍ ଆଡ଼୍‌କେ ନଜର୍ ନାଇଁ ଦେଇ କେଭେଁ ଘାୟ୍ ;

ବୁଝ୍‌ଲ କି ନାଇଁ ସୁଁଦ୍‌ରୀ କୁସୁମ୍, ରାନୀ !

ନାର୍‌ସିକେ ମୁଇଁ ଭଲ୍ ପାୟ୍‌ବାର୍ ଅସଲ୍ ମରମ୍ ବାଣୀ?

ଗୁନ୍ ଗୁନ୍ କଲେଁ ଭଅଁର୍ ତୁମ୍‌ହର୍‌ କାନ୍ ପାଖେଁ ବୁଲି ବୁଲି

ଭାବ୍‌ସ କରୁଛେ ପ୍ରେମ୍ ନିବେଦନ୍, ଘାୟ୍‌କେଁ ଯାୟ୍‌ସ ଭୁଲି ।

ତୁମହେଁ ନାଇଁ ଜାନ, ଅଲୀ ପିଇଥିସି ମନ୍‌ରଂଜିନୀ ସୁରା,

ନିଜେଁ ସେ ବଜେଇ ନିଜେଁ ଶୁନୁଥିସି ମନ୍‌ମୟ୍ ତାନ୍‌ପୁରା ।

ବୁଝଲ୍ କି ନାଇଁ ସୁଁଦ୍‌ରୀ କୁସୁମ୍ ରାନୀ !

ଭଅଁର୍ ହେନ୍ତା ଗୁନ୍‌ଗୁନୁାବାର୍ ଅସଲ୍ ମରମ୍ ବାଣୀ?

ନିଜର୍ ପାଖ୍ଡ଼ା ଖୁଲି ହଁସୁଥିସ ତୁମ୍‌ହେଁ ପ୍ରସନ୍‌ନ ମୁଖେଁ

ଆପ୍‌ନା କହରେଁ ଆତ୍‌ମାନଂଦେଁ ବୁଡ଼ି ଆପ୍‌ନାର ସୁଖେଁ,

ବୁଲି ବୁଲି ଆସି ତୁମ୍‌ହର୍‌ ପାଖ୍‌କେ ଭାବ୍‌ସି ଭକୁଆ ଅଲୀ,

ତୁମ୍‌ହେଁ ହାତ୍ ଖୁଲି ଦେଇଛ ପ୍ରେମ୍‌ସେ ତାକେ ପୁଟ୍‌ଲାବ ବଲି ।

ଭୁଲ୍ ସବୁ କଥା, ଫୁଲରାନୀ ! ଶୁନ କହୁଛେଁ ମୋର୍ ବିଚାର୍

ଆମର୍ ହେନ୍‌ତା ବେଭାର୍ କେବଲ୍ ଆତ୍‌ମ-ପୀର୍‌ତି-ସାର୍” ।

 

ନୀଳମାଧବଙ୍କ ସମଲ୍‌ପୁରୀ ଗୀତ୍‌ମାଲା

ମାଆଁ ପାର୍‌ବତୀ ଗିରି

ତମ୍‌ହେଁ ନାଇଁ ଥାଇ ପାର୍‌ବତୀ ଗିରି ରଜାର୍ ଲାର୍‌ରୀ ନନୀ

ତମ୍‌ହେଁ ନାଇଁ ଥାଇ ଗଣେଶ୍-ଜନନୀ, ରୂପେଁ ଆର୍ ଜ୍ଞାନେ ଧନୀ,

କାହାରି ଜନନୀ ନାଇଁ ଥାଇ ତମ୍‌ହେ, ଥିଲ ମାଆଁ ସବ୍‌କିରି

ଡଁଗର୍ ବାଗିର୍ ଡେଁଗ୍ ଥିଲ ଦମ୍‌ହେଁ, ତମ୍‌ହେଁ ପାର୍‌ବତୀ ଗିରି ।

ପାର୍‌ବତୀ ଲେଖେଁ ତପ୍ ଖଟିଥିଲ ନୁହେ ଆପ୍‌ନାର ଲାଗି,

ତମ୍‌ହେଁ ଚାହିଥିଲ ହତ୍‌ଭାଗୀମାନେ ଇଠାନେଁ ଉଠୁନ୍ ଜାଗି,

ତାହାକୁଁ ଉଠାବ ବଲି ତମ୍‌ହେଁ ଆଘ ଉଠ୍‌ଲ ଆପ୍‌ନା ବଲେଁ

ହାଥ୍ ଧରି ତମ୍‌ହେଁ ଉଠାଲ ସବ୍‌କେ ଯେ ଯେ ପଡ଼ିଥିଲେ ତଲେଁ,

ଦୁଖୀର୍ ରଁକୀର୍ ସେବା କାଜେ ତମ୍‌ହେଁ ନିଜେଁ ଦୁଖ୍ ନେଲ ବରି

ଦିହର୍ ସୁଖ୍‌ନୁ ଆତ୍‌ମାର୍ ସୁଖ୍ ବଡ୍ ବଲି ମନେ ଧରି ।

ନାଇଁ ମାଗି ତମ୍‌ହେଁ ମାନ୍ ସଂମାନ୍ ବାୟ୍‌ବି ନେତାର୍ ବାଗି,

ଝାର୍ ପର୍‌ବତେଁ ନାଇଁ ରହି ତମ୍‌ହେଁ, ନାଇଁ ହେଇ ବୟ୍‌ରାଗୀ

ପୀଡ଼ିତ୍ ଦୁଖୀର୍ ସମାଜ୍ ମୟ୍‌ଧେଁ ହେଇଗଲ ତମ୍‌ହେଁ ଝନେ

ମାଆଁର୍ ମମ୍‌ତା ମାୟା ହଉଥିଲା ଉଛୁଲ୍ ମୁଛୁଲ୍ ମନେ

ଆପ୍‌ନାର ପୀଡ଼ା ହୁର୍‌ଦେଁ ଲୁକେଇ ପରର୍ ଦରଜ୍ ଦୁଖ୍

ଉନା କର୍‌ବାର୍ ବରତ୍ ଧର୍‌ଲ, ଦୁଖ୍ ନେଲ ଦେଇ ସୁଖ୍

ପରମ୍ ଧରମ୍ ମୁନ୍‌ସର୍ ସେବା କର୍‌ଲ ଜୀବନ୍ ସାରା

ଇ ମରୁ ମର୍‌ତେଁ ସୁରୁ ହଉ ପଛେ ବୁହାଲ ସୁଧାର୍ ଧାରା,

ସେବା ଆଶ୍‌ର୍‌ମ ଖୁଲି ଦେଲ ତମ୍‌ହେଁ, ଖୁଲିଦେଲ ଇସ୍‌କୁଲ୍

ତୁମ୍‌ହର୍‌ ସେବାର୍ ଝରନ୍ ବୁହୁଛେ, ଫୁଟୁଛେ ବିଦ୍ୟା-ଫୁଲ୍,

ଫୁଲ୍ ଝରନ୍‌ନେ ଖୁଲ୍‌ଖୁଲ୍ ବୁହି ଯାଉଛେ ହେଁ ଯେନ୍ ଧାର୍

ବିଦ୍ୟା ଫୁଲର୍ କହର୍ ଛଟୁଛେ କାହିଁ କେନ୍ କେନ୍ ପାର୍ ।

ଦିନେ ଭିଲ୍ କେଭେଁ ତୁମ୍‌ହର୍‌ ଚିନ୍‌ହାର୍ ନାଇଁ ହେଇଥାଇ ମୁଇଁ

ନାଇଁ ପାରି ଥାଇ ଦିନେ ଭି ତୁମ୍‌ହର୍‌ ପାବନ୍ ଚରନ୍ ଛୁଇଁ,

ମାଆଁର୍ ଭାଷାର୍ କାଜେ ଅନ୍‌ଶନ୍ କର୍‌ଲିଁ ସମଲ୍‌ପୁରେଁ

ତମ୍‌ହେଁ ଲାଗିଥିଲ ସେବାର୍ କବାରେଁ ସହରୁଁ ବନିହାଁ ଧୂରେଁ

ଅଚିନ୍‌ହାର୍ ତୁମହେଁ ଆସ୍‌ଲ ପାଶ୍‌କେ ଖବର୍ ପାୟ୍‌ଲାଖିନି

କଅଁଲ୍ ମଧୁର୍ କଥା କହି ମୋର୍ ଦୁଖ୍ ନେଇଗଲ ଘିନି

ଦେଇଗଲ ମକେ ସହନ୍ ଶକ୍‌ତି, ଟାନ୍ କଲ ମୋର୍ ମନ୍

ମାଆଁ ପାର୍ବତୀ ! ମାଆଁର୍ ଭାଷାର୍ କର୍ଲ ସମର୍‌ଥନ୍ ।

ଦର୍‌ଶନ୍ କରି ଯିବାର୍‌କେ ଆର୍ ୟୋଗ୍ ନାଇଁ ଥାଇ ମୋର୍

ତମ୍‌ହେଁ ଆରେ ପାର୍ ଗଲ ପାର୍‌ବତୀ ! ମାଆଁଗୋ ରହିଛ ସୋର୍,

ନାଇଁ ମେଟେ ମୋର୍ ମର୍‌ମେ ରହିଛେ ତମ୍‌ହର୍‌ ମାତ୍ଋ-ରୂପ୍

ଆଝିର୍ ଦଉଛେ ସେ ରୂପର୍ ପାଦେଁ ମୋର୍ ଅର୍‌ଚନା-ଧୂପ୍,

ନାଇଁ ଗାଇ ପାରେଁ ତମ୍‌ହର୍‌ ମୁନୁଷ୍- ପନର୍ ମହିମା-ଗାନ୍

ତମ୍‌ହେଁ ଯେ ମାହାନ୍ ପାର୍ବତୀ ମାଆଁ ! ମୁଇଁ ଯେ ଅଧମ୍, ସାନ୍

ଡାକୁଛେଁ ଆଝିର୍ ଇ ମରତ୍‌ପୁରୁଁ ମାଆଁ ପାର୍‌ବତୀ ଗିରି !

ପାର୍‌ବ ବୟ୍‌ଲେଁ ଆର୍ ଘାୟ୍ ଆସ ହାମର୍ ଇନ୍‌କେ ଫିରି ।

 

ବମ୍

ବସି ବସି କରି ଖାଲି ଖାଇ, ଖାଇ ଖାଇ, ଖାଇ

ଚିଟାଲିଟା ହେଇ କେତେ ମାରୁଥିତିଁ ହାଇ?

ମନେ ମନେ ନିଜର୍ ଉପ୍‌ରେଁ ବିର୍‌ଝିଲିଁ ବଡ଼ାତାର୍

କାଣା କର୍‌ତିଁ ଆର?

ମାହ୍‌ପ୍ରୁକୁଠିର୍ ଭିତ୍‌ରେଁ ଢୁକ୍‌ଲିଁ, କଲିଁ ଖୋବ୍ ପ୍ରାର୍‌ଥନା

ବୟଲିଁ, ମାହପ୍ରୁ ! ମକେ ଆଉର୍ ନାଇଁ କର ବନା ।

ଏନ୍‌ତା ବଲି ତିଆର୍ କରି ବସ୍‌ଲିଁ ଗୁଟେ ‘ବମ୍’

ଭାବ୍‌ଲିଁ ହେଁଟା ସଂତ୍ରାସ୍‌ବାଦୀମନ୍‌କର୍ ହେବା ଯମ୍

ଓସାମା ବିନ୍ ଲାଦେନ୍‌କେ ଝଟ୍ କର୍‌ବା ମୂଲୁଁ ଖତମ୍,

ସାରା ଜଗ୍‌ତର୍ ଡର୍ ଭୟ୍ ହେବା କମ୍ ।

ଘୋର୍ ବ୍ରହ୍ମାସ୍‌ତ୍ରର୍‌ ମଂତ୍ର ଫୁକି ବୟ୍‌ଲିଁ ତାକେ ମୁଇଁ

ଆକାଶ୍ ପାତାଲ୍ ରାସାନ୍‌ତାଲେଁ ଭୁଇଁ

ଯାହିଁ ଲୁକିଥିବା ବର୍‌ହମ୍-ରାକ୍ଷସ୍ ହେଁ ଲାଦେନ୍ ବିନ୍

ଖୁଜି ନୁରି ରାୟ୍‌ତ୍‌ ଦିନ୍

ଲଦି ହେବୁ ଯାଇ ଦିହେଁ ତାର୍,

ସେ ତାର୍ ରକ୍‌ତେଁ ଧୁଇ ହେବା, ନାଇଁ ରହେ ଆର୍

ସଂତ୍ରାସ୍‌ବାଦର୍ ଟିଖେ ରଁଚେ ଚିନ୍‌ହ,

ଖତମ୍ ହେଲେଁ ହେଁ ପୁତା ଲାଦେନ୍ ବିନ୍;

ହେବା ଶାଂତିର୍ ପ୍ରୀତିର୍ ଅଖଂଡ୍ ରାଜ୍,

ଦେବ୍‌ତା-ସମାଜ୍ ସମାନ୍ ବନ୍‌ବା ହାମର୍ ମୁନୁଷ୍-ସମାଜ୍ ।”

ଅଥାବିଥା ହେଲିଁ, ଝୁମରା ଲାଗିଗଲା ବନେ,

ଅଦ୍‌ବେଲାକେ ଉଠ୍‌ଲିଁ ମାହପ୍ରୁର୍ ସ୍ମରନ୍ କଲିଁ ଛନେ,

ସଂବାଦ୍ ଆସି ପହଁଚିଗଲା, ହେଲିଁ ବଡ଼ା ହର୍‌ବର୍

ପଢ଼୍‌ଲିଁ ସେଥିଁ ଖବର୍

ନ୍ୟୂୟୂୟରକ୍ ମାହାନଗ୍‌ରୀର୍ ଗୁଟେ ମାହାନ୍ ମହଲେଁ ଲୋକ୍

ଜମିକରି ମାନୁଥିଲେ ଶୋକ୍

ଆର୍ ହୁଦେ ଲୋକ୍ ହଉଥିଲେ ଫୁସଫାସ୍ କହାକହି

ଉଶାସ୍ ହେବା କିଛି ହଉ ଡଲାର୍ ଭାରୁଁ ମହୀ ;

ଓସାମା ବିନ୍ ଅଛେ ଇନେ ବଦ୍‌ଲେଇ କରି ଭେସ୍,

ଇ’ଟା ହି ତାର୍ ପ୍ରିୟ ଜନମ୍-ଦେଶ୍ ।

ଉଡ଼ିଆ କବିତାର୍ ଅନୁବାଦ୍

ମୂଲ୍ ଲେଖକ – ଉଡ଼୍‌ଶାର୍ ପ୍ରଖ୍ୟାତ୍ କବି ସ୍ୱର୍ଗତ ରାଧାମୋହନ ଗଡ଼ନାୟକ

 

ମାହ୍‌ପ୍ରୁ ମକେ ଶକ୍‌ତି ଦିଅ

(୧)

କର୍ମି ବନେ କରମ୍ ହେମି

ବନେ ମୁନୁଷ୍ ଝନେ

ମାହପ୍ରୁ ! ମକେ ହେନ୍‌ତା ଦିଅ

ଶକ୍‌ତି ଦିହେଁ ମନେଁ

ରୋଜ୍ ସଖାଲୁଁ ଉଠି ଧିରଜ୍ ଧରି

ସୂର୍‌ୟ୍‌ ଲେଖେଁ କାର୍‌ୟ ଯିମି କରି

ଜନ୍ ମିତାର୍ ହେମି ସୁଧାର୍

ଜଗ୍‌ତେଁ କନେଁ କନେଁ

ମାହପ୍ରୁ ! ମକେ ହେନ୍ତା ଦିଅ

ଶକ୍‌ତି ଦିହେଁ ମନେଁ ।

 

(୨)

ମେଘ୍ ମିତାଲ୍ ନିଜ୍‌କେ ଢାଲି

ଭର୍‌ମି ମାଟି ଭୂଇଁ

 

ଅଁଧାର୍ ତଲେଁ ବିଜ୍‌ଲି ଲେଖେଁ

ଉକିୟା ଦେମି ମୁଇଁ,

ନୟ୍‌ଦ୍‌ ବାଗିର୍ ମେଟାମି ମୁଇଁ ଶୋଷ୍

ସବ୍ ପ୍ରାଣୀକେ ବାଁଟ୍‌ମି ସଂତୋଷ୍

ପବନ୍ ଲେଖେଁ ସୁଆଁଲି ଯିମି

ଜଗ୍‌ତେ କନେଁ କନେଁ,

ମାହାପ୍ରୁ ! ମକେ ହେନ୍‌ତା ଦିଅ

ଶକ୍‌ତି ଦିହେଁ ମନେଁ ।

 

(୩)

ଗଛର୍ ଲେଖେଁ ପରର୍ ସେବା

କର୍‌ମି କଲେକଲେଁ

ଫୁଲର୍ ନୁକୋ କହର୍ ଆରୁ

ଫଲର୍ ସ୍ୱାଦ୍ ବେଲେଁ,

ମହୁମାଛିର୍ ସମାନ୍ ସବ୍‌କିରି

ସ୍ୱାଦ୍ୟ ମହୁ ବନାମି ଅବିସିରି

ତୁମର୍ ସେନୋ ପାଇ ହେମି ହୋ

ବନେ ମୁନୁଷ୍ ଝନେ,

ମାହାପ୍ରୁ ! ମକେ ହେନ୍‌ତା ଦିଅ

ଶକ୍‌ତି ଦିହେଁ ମନେଁ ।

ଉକିୟା, ପବନ୍‌ ପାୟନ୍

 

(୧)

ସୂର୍‌ୟ୍‌ର୍‌ ମୁହେଁ ରୋଜ୍ ହଁସୁ ଥିସିଁ

ମୁଇଁ ଉଦେ ହେଲେଁ ବେଲ୍

ଝକୁଥିସିଁ ମିସେ ପୁନି ଜନ୍‌ହର୍ ସଁଗେଁ

ମେଘ୍ ବର୍‌ଷାର୍ ବହଲ୍ ଅଁଧାର୍

ଆସିଗଲେଁ ଘୁଟ୍‌ତେଲ୍

ଝଲ୍‌ମଲ୍ କରି ଜଲ୍‌ସିଁ ବିଜ୍‌ଲି-ଅଁଗେଁ ।

ଅଁଧ୍‌ରିଆ ଘରେଁ ମୁଇଁ ନାଇଁ ଡରେଁ

ବୟ୍‌ଠା ଜାଲଲେଁ ଠିଆ

ହେସିଁ ଚକ୍ କରି ଅଂଧାର୍ ଦେସିଁ ମାରି

ଭାୟ୍‌ମାନେ ମୁଇଁ ଉକିୟା ଆୟଁରେ

ଉକିୟା ଚକ୍‌ଚକିଆ,

ଆୟଁ ଦୁନିଆଁର୍ ସବ୍‌କିରି ଉପ୍‌କାରୀ ।

 

(୨)

ଗଲେଁ ଭି ପାଖ୍‌କେ କାହାରି ଆଁୟ୍‌ଖ୍‌କେ

ନାଇଁ ସିନେ ପାରେଁ ଦିଶି

ସବୁନେଁ ଥାୟ୍‌ସିଁୟ୍‌ସିଁ ଯାୟ୍‌ସିଁ

ପାୟ୍‌ସନ୍ ସଭେ ଜାନି

ଗଛ୍ ପତର୍‌କେଗ୍‌କେ ପଛ୍‌କେ

ଝୁଲଉ ଖେଲଉ ଥିସିଁ

ଆନ୍‌ସିଁ ତରଲ୍ ରୋମାଂଚ୍ ଲହର୍

ମୁଇଁ ତଟିନୀର୍ ପାନିଁ ।

ସାରା ଦୁନିଆଁର୍ ଜୀବନ୍-ଆଧାର୍

ମୁଇଁ ଶ୍ୱାସ୍-ପ୍ରଶ୍ୱାସ୍

ଅଟ୍‌କିଲେଁ ମୁଇଁ ପଟ୍‌କରି ଜୀବ୍

ଜୀବନ୍‌ଟା ଦେସି ହାରି

ପବନ୍ ଆଁୟ୍‌ରେ ଭାୟ୍‌ମାନେ ମୁଇଁ

ଆଁୟ୍‌ରେ ପବନ୍ ଖାସ୍

ସାରା ଦୁନିଆଁର୍ ମୁଇଁରେ ଅପାର୍

ଅନୁପମ୍ ଉପ୍‌କାରୀ ।

 

(୩)

ଦରିଆନେଁ ଥିସିଁ ଗରିଆନେଁ ଥିସିଁ
 

ଥାୟ୍‌ସିଁରେ ମୁଇଁ ନଦୀଁ

ବଁଧ୍‌କଟା କୁଲେଁ ପର୍‌ବତ୍ ଚୁଲେଁ

ଝର୍‌ନେଁ ଘର୍‌ନେଁ କୂପେଁ

ଜଲ୍‌ତା ଖରାଥିଁ ମରା ହେଇକରି

ଶୂନ୍ୟେ ଉଠ୍‌ସିଁ ୟଦି

ଫେର୍ ହେସିଁ ଠିଆ ଅଷାଢ଼ମସିଆ

କଲିଆ ବାଦଲ୍ ରୂପେଁ

ତୁମ୍‌କେ ହେତାଲେଁ ହେସିଁ ହର୍‌ବର୍

ଆଁୟ୍‌ଖ୍ ହେସି ମୋର୍-ଲୁହୁ-ସର୍‌ସର୍

ଉତ୍‌ରି ଆୟ୍‌ସିଁ ମୁଇଁ ଝର୍ ଝର୍

ସର୍‌ସା ବର୍‌ଷା ବାରି ଭାୟ୍‌ମାନେ

ମୁଇଁ ପାୟନ୍‌ ପୁର୍‌ଥିର୍

ହେଲେଁ ଭି ଆଁୟ୍‌ରେ ମାଟି ମାଁର୍ ଖୀର୍

ପାୟନ୍‌ ମୁଇଁ ଆଁୟ୍, ପାୟ୍‌ନ୍‌ ମୁଇଁ ଆଁୟ୍ ସବ୍‌କିରି ଉପ୍‌କାରୀ ।

(‘ଆଲୁଅ ପବନ ପାଣି’ ଶୀର୍ଷକ୍ କବିତାର୍ ସଂପ୍ରସାରତି ଅନୁବାଦ୍)

 

ସଜ୍‌ ହେଇ ମାମୁ ଇଥର୍‌ ରହ

ଆରେ ଜନ୍ ମାମୁ ସରଗ୍ ଶଶୀ

ମୋର୍ ଧନ୍-କୁଲେଁ ହଁସବୁ ବସି

ବହୁତ୍ ଖୁସୀ

ହେଇ ଡାକୁଥିଲେ ଆଦର୍ କରି

ତୁମକେ ହଜାର୍ ବଛର୍ ଧରି ।

ପୁରଥି ମାଆଁର୍ ଚାରହି ପାରଶ୍ୱେଁ

କିଁଦରି ବୁଲୁଛ ଭାରି ହରଷେଁ

ତେନେ ଭି ଦିନେ

ପାହା ନାଇଁ ଦେଇ ଆମର୍ ଇନେ ।

ଇନୁ କେତେ ଧୂରେଁ ଥାଇ କେ ଜାନି

ତୁମେ ତ ଖେଲୁଛ ଲୁକ୍‌ଲୁକାନି

ତମ୍‌ହର୍‌ ବାଟେଁ ହୋ ତମ୍‌ହର୍‌ ଗ୍ରାମେ

ଅଛୁଁ ହେଇ କେଡ଼େ ଆତୁର୍ ହାମେ,

ତେନେ ଭି ଥରେ

ପାହା ନାଇଁ ଦେଲ ଆମର୍ ଘରେଁ ।

ହାମେ ହେଲେଁ ଯାଇ ରହ୍‌ୟ୍‌ମୁ ବଲି ହୋ

ଘରେଁ ତୁଂହ୍‌ରି

କାହୁଁ କାଣା କଲୁଁ ଯତନ୍ ହଜାର୍

ବଛର୍ ଧରି,

ଶେଷ୍‌କେ ହାମର୍ ଶର୍‌ଧା-ସାହା

ଏଭେଁ କହି ଦେଲା ହାମ୍‌କେ ରାହା

ଚିଠି ଥୁଇ କରି ଆକାଶ୍-ରଥେଁ

ଖବର୍ ଦଉଛୁଁ ଆ ଦେ ସଥେଁ

ଅଲପ୍ ଦିନେଁ ତ ଭେଟ୍‌ମୁ ଯାଇ

ତମ୍‌ହର୍‌ ପାଖେଁ

ହାମ୍‌କେ ହୋ ନାଇଁ କର୍‌ବ ପାଇ, ସେନୋର୍ ଡାକେଁ?

ସଜ୍ ହେଇ ମାମୁ ଇଥର ରହ

ରଖିଛ ହାମର୍ ଲାଗି କାଣା କାଣା,

ଅଗ୍‌ତୁରା ଟିକେ ହାମ୍‌କେ କହ ।

(ମୂଲ୍ କବିତା – ‘ସଜ ହୋଇ ମାମୁ ଏଥର ଥାଅ’)

 

ମୁଇଁ ହଉଛେଁ ବୟ୍‌ଶାଖ୍

(୧)

ମୁଇଁ ହଉଛେଁ ବୟ୍‌ଶାଖ୍ ରେ ବାରମାସର୍ ପହିଲା ମାସ୍

ଆକାଶ୍ ତଲେଁ ପୁର୍‌ଥି-ପିଠିଁ ଜାଲ୍‌ସିଁ ମୋର୍ ଜୁଏର୍ ଝାସ୍

ଝାଉ ଗର୍‌ଡ଼ି ଆକାଶେଁ ଆନି

ଉଡ଼େଇ ନେସିଁ ଝରନ୍ ପାନି

ସୁଖେଇ ନେସିଁ ମାହାନଦୀର୍ ଧାର୍

ଡରୁଛୁ କାୟ୍ଁ? ଡରୁଛୁ କାୟ୍ଁ?

ମୁଇଁ ନୁହେଁ ରେ, ନୁହେଁରେ କାଲ୍ ତୁମ୍‌କେ ମାର୍‌ବାର୍.

(୨)

ଚଇତ୍ ଲେଖେଁ ଶୋଭାର୍ ସଭା, ଫୁଲ୍ କି ଗୀତ୍ ନାଇଁ ଫୁଟାୟଁ

ଚଂପା ଆରୁ ଶତଦଲର୍ କହଁର୍ ମୁଇଁ ନାଇଁ ଛୁଟାୟଁ

ପନସ୍ ଦେସିଁ ଆମ୍ ଭି ଦେସିଁ

କିଏରେ ଆରୁ ହେତ୍‌କି ବେସି

ଦେବା ତମ୍‌କେ ସରସ୍ ଫଲ୍ କାୟଁ?

ମାନୁଛେଁ ମୁଇଁ ଶୋଭାର୍‌ ସଭା ଗୀତର୍ ସୁର୍ ଫୁଲର୍ ଗଭା

ଚଇତ୍ ଲେଖେଁ ଗୁର୍‌ଦୁ ନି ଫୁଟାୟଁ ।

(୩)

ତପନ୍ ମୋର୍ ସୁନ୍‌ସି କଥା ତପନ୍ ମୋର୍ ମରମ୍ ସାଥୀ

ତାର୍ ପ୍ରତାପ୍ ଦେଖେଇ ଦେସି ଢାଲ୍‌ସି ତାର୍ ଖରାର୍ ତାତି

ଗଛ୍ ପତର୍ ଖଡ୍ ଖଡ଼ା

ମରି ଯାୟ୍‌ସି ଘାଁସ୍ ନଡ଼ା

ଚଟ୍ କର୍‌ସି ଜୁଏ ମିତାଲ୍ ଖରାର୍ ତାପେଁ ମାଟି

ତପନ୍ ମୋର୍ ଶୁନ୍‌ସି କଥା ତପନ୍ ମୋର୍ ସାଥୀ ।

(୪)

ଶୁଇନ୍ ପଥେଁ ଦିଗ୍‌ବିଦିଗେଁ ମେଘ୍ ତିଆର୍ କର୍‌ସିଁ ମୁଇଁ

ସବ୍‌ଜା ପ୍ରାନେଁ ଆମର୍ ଆଶା ପୁର୍‌ଥିର୍ ଇ ତତ୍‌ଲା ଭୂଇଁ

ଖୁଲ୍‌ସିଁ ବାଟ୍ ମଉସୁମୀର୍

ସାଜ୍ ସଜାସିଁ ଚାଷ୍ ଭୂଇଁର୍

ଦେଇ ପାର୍ବ କାଁୟ୍‌ରେ ମକେ ଦୁଇ ମାସର୍ ଡେରା ନିବାସ୍

ମୁଇଁ ହଉଛେଁ ବୟ୍‌ଶାଖ୍ ରେ ବାରମାସର୍ ପହିଲା ମାସ୍ ।

(ମୂଲ୍‌ କବିତା – “ବୈଶାଖ ମୁଁ”)

ବେଁଗ୍‌ଲି ବେଁଗ୍‌ଲି ପାୟନ୍‌ ଦେ

ଗୁପାଲ୍ ବେନୁ ଗଁଗା ଗାଁଗୀ ବାବ୍‌ଲୁ ମଧୁ ଶ୍ୟାମ୍

ଲହୁ ଯତି ହୁନୁ ବନୁ ମନୁ ଆଉର୍ ଦାମ୍

ନାଚୁ ଥିଲେ ଗାଁ ଖୁଲିନେଁ ପାଗ୍ ପୁଟ୍‌କା ମୁଡ଼େଁ

କେନ୍‌ନେ ଥିଲା ଅଦିନର୍ ମେଘ୍ ନର୍‌ଦି ଆୟ୍‌ଲା ତୁଡ଼େଁ।

ଗୁପାଲ୍ ବେନୁର୍ ଧୟଲା ହାତ୍, ଗାୟ୍‌ଲା ବଡ଼ା ଜୋର୍ ସେ

‘କୟାଁ ପତର୍ ଗୁଇଲି ଘର୍’ ମେଘ୍ ଝୋ ଝୋ ବର୍‌ଷେ

ଶାମ୍ ଦାମ୍ ଛାଡ଼୍‌ଲେ ରଡ଼ି, ଚିକ୍‌ଟା ମାଟି ଆନ୍

ଆ’ରେ ମେଘ୍ ଠେସି କୁଟି ଦେ’ ବର୍ଷା ଟାନ୍

ବାବ୍‌ଲୁ ହାତ୍ ଫୁଲେଇ

ବୟ୍‌ଲା ହାତ୍ ହଲେଇ

“ଆନ୍‌ରେ ଭାୟ୍ କୁଲେଇ

ମେଘ୍ ନେଇଯା ବେୁଲଇ”।

ଗୁପାଲ୍ ଧାୟ୍ଁଲା ଆଘ୍‌ଲୁଁ,

ଅକାଁଡିଆଟେ ବାବ୍‌ଲୁ,

ମେଘ୍ ତ ହାମର୍ ମଂଗଲ୍

ବାବ୍‌ଲୁ ବଲୁଛେ କାୟଁଭଲ୍‌?”

ରିସା-ଜର୍ ଜର୍ ବାବ୍‌ଲୁ ବୟ୍‌ଲା, ‘ଇ’ ମେଘ୍ କାଁୟ୍‌ ଦର୍‌କାର

ଖେଲଟା ହାମର୍ ଆଘଲୁଁ ଖାୟ୍‌ଲା, ବେଲ୍ କାଲ୍ ନାଇଁ ଜନା ତାର୍”,

ବୟ୍‌ଲା ମଧୁ “ବାବ୍‌ଲୁ ଭାଇ !

ଅସଲ୍ କଥା ଜାନୁ ନାଇଁ, ଶୁନ୍ କହୁଛେଁ ମୁଇଁ

ନୁଆଁ ମେଘର୍ ପାୟ୍‌ନ୍‌ ପାୟ୍‌ଲେଁ ଥନ୍‌ଡ଼ା ହେବା ଭୂଇଁ” ।

ବେଁଗେ ଦେଲେଁ ହୁଲ୍ ହୁଲି

ଭାଁଗବା ଇ ଯେନ୍ ଗୁଲ୍ ଗୁଲି, କରା ଭୁଟ୍ ଭାଟ୍ ବର୍‌ଷିବା

ଉେଁଡ଼ଇ ବସ୍‌ମା ବଡ୍ ବଡ଼୍‌ଟା ହାମର୍ ଆର୍ ଉସ୍‌ତାର୍ ଥିବା”?

ବୟଲା ବନୁ, “ଫୁଟ୍‌ବା ଛତି

ନାଇଁ ଜାନୁ କାଁୟ୍, ହବୋ ଯତି?”

ନାଚ୍ ନାଚ୍‌ତେ ବୟ୍‌ଲା ଲହୁ

“ଲାଲ୍‌ ଜର୍ ଜର୍ ସାଧବ୍ ବହୁ;”

ନାଚ୍ ନାଚ୍‌ତେ ବୟ୍‌ଲା ହନୁ

“ଆୟ୍‌ବା ରେ ଫୁନ୍ ଇଦଁର୍ ଧନୁ”

ଶୁନ୍‌ଲା ଆରୁ ବୟ୍‌ଲା ଗାଁଗୀ, “ଖେଲ୍‌ବ ତମ୍‌ହେଁ ପାୟନ୍ ପତାଁଗି”

ହଁସି ହଁସି ବୟ୍‌ଲା ଗଁଗା, “ଖେଲବ ତମ୍‌ହେଁ କାଗଜ୍ ଡଁଗା”

ମନୁ, ବନୁ ଛାଡ଼୍‌ଲେ ରଡ଼ି ଗୁପାଲ ଗଲା ତଲେଁ ପଡ଼ି

ଗଡ଼୍‌ଗଡି ଗଲେ ମନୁ ବନୁ ବୟ୍‌ଲେ ତିନ୍‌ହେ ଉଠ୍‌ତେଲ୍

“ଆ ରେ ମେଘ୍ କୁଟ୍‌ତେଲ୍”

ବେଁଗଲି ବେଁଗଲି ପାୟ୍‌ନ୍‌ ଦେ

ଜୋର୍ ନୟ୍‌ଦ୍‌ ବଢ଼ି ଆୟ୍‌ନ୍‌ ଦେ । (ମୂଲ୍ କବିତା – ବେଂଗୁଲି ବେଂଗୁଲି ପାଣି ଦେ)

 

ଆ’ ରେ ବାଦଲ୍ ଆ

ହେଲାନ ପରେ ତୋହରି ଋତୁ ଆରେ ବାଦଲ୍‌ ଆ’

ସାରା ଆକାଶ୍ ଖେଲେଇ ପକା ପାୟ୍‌ନ୍‌ ଆରୁ ହାୱା ।

ନୟ୍‌ଦ୍‌ ଭରି ଦେ ସୁହୁତି ଛୁଟୁ

ବଁଧ୍ କୁଆଁ ଭି ଉଛ୍ଲି ଉଠୁ

ସବ୍‌ଜା ଧାନେଁ ସଜେଇ ପକା ହଁସେଇ ପକା ଗାଁ ।

ପରୁର୍ ତୁଇଁ ନାଇଁ ଆୟ୍‌ଲୁ ଛଂଦି ଦେଲୁ ପାନି

ଢାଲ୍‌ଲୁ ନାଇଁ କରୁଣା ତୋର୍, ମାଟିର୍ ମତି ଜାନି

କଲାହାଁଡ଼ି ଆର୍ ବଲାଁଗିରର୍ ସାଁଗେଁ ସମଲ୍‌ପୁର୍

ଢେଁକାନାଲ୍ ଆର୍ କୋରାପୁଟ୍ ଭି ଅନ୍‌ଗୁଲ୍ ଆଉର୍,

ତୋର୍ ଅଭାବେଁ ପଡ଼୍‌ଲା ସୁଖା ଫସଲ୍ ଗଲା ଜଲି

ଅରନ୍ ନାଇଁ ହେଲେଁ ଇଥର୍ ମୁନୁଷ୍ ଯିବା ହଲି

ଗାୟ୍ ବଲଦ୍ ଖାୟ୍‌ବାକେ ଘାଁସ୍ କୁଟା ନି ପାୟ୍‌ବାକେ

ମର୍ - ନି – ମର୍ କେତେ ଯେ ପ୍ରାନ୍ ଦେଖୁଛେ ତୋର୍ ରାହା

ଆ’ ରେ ବାଦଲ୍‌ ଆ ।

ଅପାଲକ୍ ଇ ମୁଲକ୍ ଦେଖ ବିଜ୍ଲି ଆଖିଆ ।

ଢାଲି ଦେ ତୋର୍ କର୍‌ନା ଧାରା

ଭରି ଦେ ମୋର୍ ରାଇଜ୍ ସାରା

ଧାନ୍ ଲହଡ଼ା ଖେଲେଇ ଦେ ରେ

ଖେତ୍ ଖଲାନେ ଲକ୍ଷ୍ମୀ ଭରି ଦେ

ବୁରଛ୍ ଲହ ପଡ଼ିଆ ଭୂଇଁ

ସବ୍‌କେ ସବ୍ ସାଗୁଆ କରି ଦେ

ବର୍‌ଷା ଦାତା ଅରନ୍ ଦାତା ଏକ୍‌ଲା ତୁଇ ସାହ୍

ଆ’ ରେ ବାଦଲ୍‌ ଆ । (ମୂଲ୍‌ କବିତା - ଆ’ ରେ ମେଘ୍ ଆ)

 

ମୌସୁମି ତୁମେ

ଆହୋ ମୌସୁମି ! ମୌସୁମି ! ତମ୍‌ହେଁ

ଆୟଜ୍ ତକ୍ କେନେ ରହିଛ ଥାକି?

ବାଟ୍ ଦେଖି ଦେଖି ବସିଛୁଁ ହାମେ ଯେ

ମାଟିର୍ ମୁନ୍‌ସେ ତୃଷିତ୍ ଆଖି ।

ମୌସୁମି ! ତୁମେ ଏକ୍‌ଲା ଜାନ୍‌ସ

ମାଟିର୍ ଦରଦ୍ ମାଟିର୍ ପ୍ରାନ୍

ଧରି ଆସ ତୁମେ ମେଘ୍ ଯାକ, ଆନ

ନୟ୍‌ଦ୍‌ ନାଲ୍ ଭରା ବର୍‌ଷା ଟାନ୍ ।

ହାମେ ଧାନ୍ ଯେତେ ବୁନିଥିଲୁଁ ଖେତେଁ

ଗଜାମାନ୍ ତାର୍ ଜାଉଛେ ମରି

ନାଇଁ ଜାନ୍‌ବାକେ ସୁନ୍‌ବାକେ ତୁମେ

ଦୁନିଆଁ ଆମର୍ ଜାଉଛେ ସରି ।

ଫୁଲର୍ ସପନ୍ ନାଇଁ ଦେଖ୍‌ବାର୍

ହାମେ ଚାଷ୍ ଲାଗି ମାଗୁଛୁଁ ପାନି

ଆସ ମୌସୁମି ! ଖେତ୍ ଭରିଦିଅ

ସାବନର୍ ଧାରେଁ ବର୍‌ଷା ଆନି ।

ଯାର୍ ଜୀବନ୍‌ଟା ହଁସର୍ ଖେଲର୍

ସେ ହି ଗଢୁଥାଉ ସପନ୍ ପୁରୀ

ଭାତ୍ ମୁଠାକର୍ ଲାଗି ଅଠିପର୍

ଛଟ୍‌ପଟ୍ ହାମେ ଭଠାର୍ ଝୁରି ।

କେହି ଦେଖୁ ଭିଲ୍ ରଁଗିନ୍ ଟି.ଭି.ର୍

ସିନେମା କି ଶୁନୁ ତୋମ୍ ତାନାନା

ହାମେ ତ ଚାହୁଛୁଁ ଢୁଡ଼ା ବେଁଗ୍ ରଡ଼ି

ଘିଡ଼ି ଘିଡ଼ି ଚଡ୍ ମେଘର୍ ଗାନା

କେନ୍ ଦରିଆନେ କାଁୟ୍‌ଜେ କେଜାନେ

ମୌସୁମି ! ଚାପ୍ ରଖିଛ ବାଁଧି

ନିହେ ବାଜେ କାଁୟ୍ ଛାତିଁ କେଭେଁ ଘାୟ୍

ହାମର୍ ଇ ପୁଢ଼ା ମାଟିର୍ ଦାଁଦି?

ନୁରୁଛ ସାଗ୍‌ରେଁ ମୁକ୍‌ତା ମାନିକ୍?

ହାମର୍ ଆଶାର୍ ବାହାର୍ ଜାହା,

ଲଖ୍‌ମୀ ମାଆଁର୍ ସ୍ନେହ-ଜଲ୍ ଧରି

ମୌସୁମି ! ଆସ ତୁର୍‌ତି ଉତ୍‌ରି

ତୃଷିତ୍ ନୟନେଁ ମାଟିର୍ ମୁନ୍‌ଷେ

ହାମେ ଦିନ୍‌ରାୟ୍‌ତ ଦେଖୁଛୁଁ ରାହା ।

(ମୂଲ କବିତା – ମୌସୁମି ତୁମେ)

 

ସ୍ୱାଗତ୍‌ ଲଖ୍‌ମୀ ପୁଷ୍ ହେ

ତୁମେ ନାଇଁ ଆନି ଉନ୍‌ମାଦକରା ଚାଁଦ୍‌ନୀ

ଫୁଲର୍ ତିହାରେଁ ମତେଇ ନି ଦେଇ ମେଦ୍‌ନୀ

ନାଇଁ ଭର୍‌ବାର ଶେଫାଲି-କହଁର୍ ରାୟତ୍‌ଭର୍,

ଜାଡ୍ କୁହୁଡ଼ିର୍ ପ୍ଁରରା ବସନ୍-ଭେସ୍‌ନେ

ତୁମେ ତ ଆଇଛ ପୁରଥିର୍ ଭୂଇଁ ଆସନେ

ସ୍ୱାଗତ୍ ଲଖ୍‌ମୀ ପୁଷ୍ ହେ

ତୁମେ ଘରେଁ ଘରେଁ ଆନିଛ ଅନ୍ନାୟୁଷ୍ ହେ ।

ଘରେଁ ଘରେଁ ତୁମେ ସୁଖର୍ ପରଶ୍ ଦେଇଛ

ଭାରତ୍-ଭୁବନେଁ ସୁଖର୍ ହେ ପୁଷ୍ ! ଆଇଛ !

ପାହା ଛୁଇଁ ହେଲା ଶୀତ୍ କୁହୁଡ଼ିର୍ ଜୁଆରେଁ

ପଦମ୍ ଫୁଟିଛେ ଗାଆଁ-ଘର୍ ମୁହେଁ ଦୁଆରେଁ ।

ମାଟିର୍ ମୁନୁଷ୍ ଖଟି ଖଟି କରି ବାର ମାସ୍

ଇଛନ୍ ପାଇଛେ ଯାହା କରିଥିଲା ଅଭିଲାଷ୍ ।

ହରେକ୍ ଖଲାନେ ଖରିର୍ ସୁଷ୍‌ମା ଭର୍‌ତି

ଅୟେନ୍ ସୁଁଦର୍ ସବ୍‌କର୍ ସୁନଜର୍‌ଥି ।

ପଲ୍‌ଲୀ-ଘର୍ନୀ ଲଖ୍‌ମୀର୍ ପୂଜା କର୍‌ସି

ଧାନ୍ ଖଲା ଠାନେ ଲିପି ଘସି କରି ଖର୍‌ସି ।

ଉସ୍‌ନାଖ୍ ମନେ ମେର୍‌ଖମ୍ ପାଖେଁ ସୁଂଦର୍

ଅଲ୍‌ପିନା ଦେସି ପିଠଉ ପାୟ୍‌ନ୍‌ଥି ମନ୍‌ଭର୍ ।

ମିଠା ପିଠା ପନା, ବନେ ଖାୟ୍‌ବାର୍ ଦର୍‌ବେଁ

ବେଭାର୍ ଚଲ୍‌ସି ଗାଆଁର୍ ଲଖ୍‌ମୀ-ପର୍‌ବେଁ ।

ଧାନ୍ ମାଡ଼େନର୍ ଚାଷୀ ପୋ’ର୍ ଗୀତଲହରେଁ

ପୁଷର୍ ରାୟତ୍‌ଟା ଗହମହ ପ୍ରତି ପହରେଁ ।

ଧାନ୍ ମୁଗ୍ ଆଦି ଶ୍ରମର୍ ରତନ୍‌ଧନ୍‌ମାନ୍ ଚାଷୀ

ଯତ୍‌ନାସି ଘରେଁ ରଖିକରି ଠାନ୍ ଠାନ୍ ।

ସ୍ୱାଗତ୍ ଲଖ୍‌ମୀ ପୁଷ୍ ହେ

ତୁମେ ଘରେଁ ଘରେଁ ଆନିଛ ଅନ୍ନାୟୁଷ୍ ହେ ।

କୁସେର୍ ପେରା ତ ଗାଆଁ ତରାତରା ଲାଗିଛେ

ବାଲକ୍-ମହଲେଁ ନୁଆଁଟି ଜୀବନ୍ ଜାଗିଛେ ।

ଗୁଡ୍ ରଂଧାର୍ ୟୋଜନ୍‌ଗଂଧା କହରେଁ

ପୁଲ୍କୁଛେ ଗାଆଁ ଘରେଁ ଘରେଁ ଆର୍ ବାହାରେଁ ।

ନନୀ ବୁଇମାନେ ରୟବାର୍ ଉଷା ପାଲୁଛନ୍

ଘର୍ ଘର୍ ବୁଲି ମନ୍‌ଖୁଲା ଗୀତ୍ ଢାଲୁଛନ୍ ।

ହଁସିର୍ ଲହର୍ ଖେଲୁଛେ ଗାଆଁନୁ ଗାଆଁକେ

ଦେଶ୍ ଆୟଜ୍ ପୂଜା କରୁଛେ ଲଖ୍‌ମୀ ମାଆଁକେ ।

ସ୍ୱାଗତ୍ ଲଖ୍‌ମୀ ପୁଷ୍ ହେ

ତୁମେ ଘରେଁ ଘରେଁ ଆନିଛ ଅନ୍ନାୟୁଷ୍ ହେ ।

(ମୂଲ୍‌ କବିତା – ଲକ୍ଷ୍ମୀ ପଉଷ)

 

ଚଁପା ଫୁଲ୍‌

(୧)

ତାର୍ ସୁନା-ଗୁରା ତନ୍ ଝଲ୍‌ମଲ୍

ଭୋର୍-କାକର୍-ଗୁଧୁଆ ଛଲ୍‌ଛଲ୍,

ହିଆ ତଲେଁ ଅଛେ କେନ୍ ଅଭିଲାଷ୍

ଠିଆ ଗୁ ଡ଼ି ମୁହେଁ ମୁହେଁ ବାର ମାସ୍ ।

(୨)

ଖର୍ ବୟ୍‌ଶାଖ୍-ତାତିଁ ସିଝି ସିଝି

ଝର୍ ଝର୍ ବର୍ଷା ଥିଁ ଭିଜି ଭିଜି,

ଭର୍ଦର୍ ମାଘି ଜାଡ଼େଁ ଥର୍ ଥର୍

ସେ ତ ଠିଆ ଅବିକଲ୍ ଅଠିପର୍ ।

(୩)

ତାର୍ ଛାତିର୍ ଆତୁର୍ ବେଦ୍‌ନାଥିଁ

ତାର୍ ଅଂତର୍ ଭରା ସାଧିନାଥିଁ

ମୁଇଁ ମୋହିତ୍ ବିଭୋର୍ ଦୀନ୍ କବି

ରୁଝି ଦେଖୁଥିସିଁ ତାର୍ ଦୀନ୍ ଛବି ।

(୪)

ଆୟଜ୍‌ ଦଉଲର୍ ବାଟ୍ ଛିନା ଛିନା

ମୁଇଁ ଏକ୍‌ଲା ଉନିଆଁ ଲୋକ୍ ବିନା

ସୁନା ଉଷାର୍ କିରନ୍ ରୂପ୍‌ରାଗେଁ

କାଣା ଇସାରା ଦେଲା ସେ ମୋର୍ ଆଘେଁ?

(୫)

ସେନୁ ଅଧୀର୍ ପବ୍‌ନେଁ ଶୁନିଗଲିଁ

ତାର୍ ଭିତ୍‌ରି କାମ୍‌ନା ଅର୍‌ଦଲି

ଆୟଜ୍ ଏତେ ଦିନେଁ ମୁଇଁ ବୁଝିଗଲିଁ ।

(୬)

ତାର୍ ଜୀବ୍‌ନେ ନାଇଁନ ସୌରଭ୍

ତାର୍ ଜଗ୍‌ତେଁ ନାଇଁନ ଗୌରବ୍,

ତହୁଁ ବଛର୍ ବଛର୍ କାଲ୍‌ଭର୍‌

ସେ ତ ଠିଆ ଅବିକଲ୍ ଅଠିପର୍ ।

(ମୂଲ୍‌ କବିତା – “କନିଅର ଫୁଲ”)

(୧)

ଝରନ୍ ଧୂରର୍ ଡଁଗର୍ ପର୍‌ବତ୍ ଆର୍

ପଖନ୍ ଫଟେଇ ଝରନ୍ ତୁଇ

କାର୍ ଲାଗି ପ୍ରାନ୍ ରୁକେଇ ଦଉଛୁ

ତର୍‌ଲି ତର୍‌ଲି ଯାଉଛୁ ବୁହି?

କେଡ଼େ ଜୋର୍ ଜୋର ଉତ୍‌ବୁକି ତୋର୍

ଉପ୍‌ଚି ଉଠୁଛେ ତଲେଁ ଛାତିର୍

ରପ୍‌ଟୁଛୁ, ତୋର୍ ଅସଁଭାଲ୍ ପାହା

ଘାୟ୍ ଧୀର୍ ନୁହେ, ସଦା ଅଧୀର୍ ।

ସେହି ଉକ୍‌ବୁକି ଛଲ୍‌କି ଛଲ୍‌କି

ପିଟି ହେଇ ହେଇ ଟାଂଗ୍ରା ବାଟେଁ

ଫେଁଫ୍‌ଲିଆ ପାୟ୍‌ନ୍‌ ପାଲ୍‌ଟି ଯାଇଛେ,

ନର୍‌ଦି ଆଉଛେ ଆପ୍ନା ନାଟେଁ ।

(୨)

ଇଁଦର୍ ଧନୁର ତରନ୍ ସଜେଇ

ଟାକିଛନ୍ ତକେ ବୁର୍‌ଛ ଲତା

ତାକୁଁ ପଛ୍ କରି ଡେଗି ଆଉଛୁରେ

ଟିଖେ ନାଇଁ ତୋର୍ ମାୟା ମମ୍‌ତା ।

ଡଉଲ୍ ଡାଉଲ୍ ଲହ ମୁଲ୍ ମୁଲ୍

ହଁସି ତକେ ଫୁଲ୍ ଦଉଛେ ଫିକି

କଦର୍ ହେଁଥିର୍ ନାଇଁ କରୁ ଘାୟ୍

ନଜର୍ ନାଇଁନ ତୋର୍ ହେଁ ନିକି ।

(୩)

କୁଇଲି ଡାକୁଛେ କୁଂଜ୍ ବନୁ ତକେ,

ହାକୁଛେ କୁଁଭାଟି ତୁଆକେ ତୁଆ

ହେଁଥିଁ ନାଇଁ ଭୁଲୁ ନାଇଁ ଫିରି ଦେଖୁ

ଦେଖିଛୁ ତୁଇଁ ତ ଜୀବନ୍ ନୁଆଁ ।

ଅଷାଢ଼୍ ମାସର୍ ଚଡ଼କ୍ ମାଡ଼୍‌କେ

ନାଇଁ ଡରୁ, ଛାତି ସର୍ ନି କରେ

ଜୀବନ୍-ପଥର୍ ବୀର୍ ପଥିକ୍ ରେ !

ଡର୍ ଭୟ୍ ତୋର୍ ନାଇଁନ ପରେ ।

(୪)

ଝର୍ ଝର୍ ଝର୍ ସଂଗୀତେଁ ତୁଇଁ

ଆପନାର୍ ଗୀତ୍ ଦଉଛୁ ଗାଇ

ଝନ୍‌ଝନୌଛେ ଝାର୍ ଜଂଗଲ୍,

ଦୁନିଆଁ କଥାକେ ଖାତିର୍ ନାଇଁ,

ତୋର୍ ଲେଖେଁ ମୋର୍ ମାର୍‌ଗେଁ ଛୁଟ୍‌ମି

ନାଇଁ ଶୁନି କରି ଇତର୍ କଥା,

କାହରି ମନ୍‌କେ ଆସୁ ନାଇଁ ଆସୁ

ଗାଉଥିମି ପ୍ରାନ୍-ଭିତର୍ କଥା ।

(ମୂଲ୍ କବିତା - “ନିର୍ଝର”)

 

ମତେ କେତେ ସୁଖ୍‌ ପାୟ୍‌ସ

(୧)

ମୋର୍ ଲାଗି ତୁମେ ଉପ୍‌ରେଁ ଦେଇଛ

ଆକାଶ୍-ଚାଁଦୁଆ ଟାନି

ସାଗୁଆ ଘାଁସର୍ କଅଁଲ୍ ଗାଲ୍‌ଟା

ଦସେଇ ଦେଇଛ ଆନି,

ସଁଜ୍ ସକାଲ୍‌କେ କଷେଇ ଦେଇଛ

ତୁମେ ରଂଗ୍-କାଠି ଧରି

ମତେ କେତେ ସୁଖ୍ ପାୟ୍‌ସ ଯେ ସାଂଗ୍ !

ହେଜା ନାଇଁ ପାରେଁ କରି ।

(୨)

ରୁଝି ତ ଦଉଛ ସୂର୍‌ୟ-ଉକିଆ,

ଚାଁଦ୍‌ନୀ ଜନକ୍ ରାତିର୍

ଦିଗେଁ ଦିଗେଁ ତୁମେ ବାସ୍ନା ଫୁଲ୍ ବି

ଫୁଟଉଛ କେତେ ଜାତିର୍

ଝାର୍ ପର୍ବତେଁ ସବୁ କୁତି ଗୀତ୍

ଶୁନଉଛ ମନ୍‌ହରୀ

ମତେ କେତେସୁଖ୍ ପାଏସ ଯେ ସାଂଗ୍ !

ହେଜା ନାଇଁ ପାରେଁ କରି ।

(୩)

ଖରାର୍ ପଛ୍‌କେର୍‌ଷା ଆନୁଛ

ଫସଲ୍ ଦଉଛ ଖଁଜି

ଶୀତ୍ ପଛେଁ ପଛେଁ ଫୁଲର୍ ତିହାର୍

ଲଗୌଛ ମନ୍‌ରଁଜି

କାନର୍ ଲାଗ୍‌ତେ ସୁଁଦ୍‌ରୀ ଫୁଲର୍

ତାନ୍‌ପୁରା ସ୍ୱର୍ ଛାଡ଼ୁଛେ ଭଅର୍ଁ

କୁଇଲି ଗାଉଛେ କୁ’ଉ କୁ’ଉ ତାନ୍

କେଡ଼େ ଅମ୍‌ରୁତ୍ – ସ୍ୱରୀ

ମତେ କେତେ ସୁଖ୍ ପାୟ୍‌ସ ଯେ ସାଂଗ୍

ହେଜା ନାଇଁ ପାରେଁ କରି ।

(୪)

ମରୁ ମୁଲ୍‌କର୍ ତତ୍‌ଲା ଛାତିନେଁ

ତୁମେ ଇ ଥୁଇଛ ପାନି

ବାଟ୍ ଦେଖୌଛ କଜ୍‌ଲୀ ଅଁଧାରେଁ

ସୁନେଲି ବିଜ୍‌ଲୀ ହାନି

ସାମ୍‌କୋଲ୍ କୁଲେଁ କେତେ ଯେ ଯତ୍ନେଁ

ମୁକ୍‌ତା ଦେଇଛ ଭରି

ମତେ କେତେ ସୁଖ୍ ପାୟ୍‌ସ ଯେ ସାଂଗ୍

ହେଜା ନାଇଁ ପାରେଁ କରି ।

(ମୂଲ୍ କବିତା – ‘କେତେ ଭଲ ପାଅ’)

 

ସଲାମ୍‌ ହୋ ବଲୀରାମ୍

ଉଡ଼ିଆ ଜନ୍‌ତା ଶକ୍‌ତି ପୂଜାର୍ କଲା ଘୋର୍ ଅବ୍‌ହେଲା,

ଭକ୍‌ତି-ସାଗରେଁ ବୁଡ଼େଇ ବସ୍‌ଲା ଜାତିର୍ ସ୍ୱାଧୀନ ଭେଲା,

ଭୁଜ୍‌ନି ମୁଠାର୍ ତରୁଆଲ୍ ଛାଡ଼ି ଜପ୍‌ଲା ତୁଲ୍‌ସୀ ମାଲି,

କୀର୍ତନ୍ କରି ମର୍‌ତେ ପିଟ୍‌ଲ ମୁର୍‌ଦୁଂ କସ୍‌ତାଲି,

ବୁଲ୍‌ଲା ବାହାରେଁ ବୁହି ବୁହି କରି ବଂଗ୍‌ଲା ଦେଶର୍ ଖୋଲ୍

ଗାଆଁ ଗାଆଁ ଖାଲି ରାଁୟ୍ ରାଁୟ୍ କଲା ନିତେଇ ଗଉର୍ ବୋଲ୍

ପଠାନ୍ ମୁଗଲ୍ ଦେଶ୍ କରିଦେଲେ ଗୋଲ୍

ଭକ୍‌ତିର୍ ଭଂଗ୍ ପିଇ ପିଇ ସବେ ଥିଲେ ଯେତେବେଲେଁ ଭୋଲ୍ ।୧।

ଠିକ୍ ସେତେବେଲେଁ ଶକ୍‌ତି ଦେବୀର୍ ଅର୍‌ଚନା ଲାଗି ଜୋର୍

ବାଜ୍‌ଲା ମୁହ୍‌ରି ନିସାନ୍ ଢୋଲ୍ ଇ ସମଲ୍‌ପୁରନେଁ ମୋର୍ ।

ଶହ ଶହ ସାଲ୍ ଉଡ଼୍‌ଲା ତେତ୍‌କେଁ ସ୍ୱାଧୀନ୍ ପତକା ଇନେ,

ଛେକି ଦେଇଥିଲା ଶତ୍‌ରୁ ଭିଲ୍‌କେ ଢୁକିନାଇଁ ଦେଇ ଦିନେ,

ଦେଶ୍ ଜୁଗିଥିଲା ଶକ୍‌ତି ଦେବ୍‌ତା ଟେକି ତାର୍ ହଥିଆର୍

ଶକ୍‌ତିର୍ ବଲେଁ ଇନିର୍ ଜନ୍‌ତା ହେଇଥିଲା ବଲିଆର୍

ବୀର୍ ବଲୀରାମ୍ ! ତୁମେ ଥିଲ ତାର୍ ମୂଲ୍

ଶକ୍‌ତି-ପୂଜାର୍ ଥାଲେଁ ଥୁଇକରି ଆପନା ଜୀବନ୍-ଫୁଲ୍ ।୨।

ଶକ୍‌ତି-ଦେବୀର୍ ଅର୍‌ଚନା ଲାଗି ଗଢ଼ା ହେଲା ବେଲେଁ ଗୁ ଡ଼ି

ଶକ୍‌ତିର୍ ବିନା ଖମ୍ ଜୁ’ଡ଼େ ତାର୍ ନାଇଁ ହଉଥାୟ୍ ଜୁଡ଼ି,

ମୋର୍ ଇ ଦେଶର୍ ଶକ୍‌ତି-ସାଧକ୍ ଆହୋ ବୀର୍ ବଲୀରାମ୍ !

ସସତ୍ରୀକ୍ ହେଲ ଖମ୍ ସେ ଗୁଡ଼ିର୍, ପୂର୍ଲା ଗୁଡ଼ିର୍ କାମ୍ ।

ଶକ୍‌ତି-ପୀଠର୍ ଭିତ୍‌ତି ଥାପ୍‌ଲ ଆପ୍‌ନା ଜୀବନ୍ ଦେଇ

ତୁମର୍ ଜୋର୍‌ଥି ବସ୍‌ଲେ ହାମର୍ ବୀର୍‌ମାଆଁ ସମ୍‌ଲେଇ ।

ବୀର୍ ବଲୀରାମ୍ ! ତୁମର୍ ମାହାନ୍ ନାମ୍

ନେଇ ନେଇ ଆୟଜ୍, ‘ଖୁସ୍‌ରୋ’ ଦଉଛେ ତୁମକେ ଲାଖ୍ ସଲାମ୍ ।୩।

 

ସମଲ୍‌ପୁରର୍‌ କଥା

ଏକ୍

(କ)

ହୀରାର୍ ମୁଲକ୍ ସମଲ୍‌ପୁରର୍ ଦଖିନ୍ ଦିଗେଁ ଜିଲା ବଲାଂଗିର୍

ପାଟ୍‌ନାଗଡ଼ର୍ ଥିତି ସେନେ ଥାଇ ଘଲେ ନାଇଁନ ବାଗିର୍ ।୧।

ସବୁ ଆଡ଼ର୍ ପାଶର୍ ଧୁରର୍ ଆବୋ ଠାବୋ ଡଁଗର୍ ପାହାଡ୍ ତଲେଁ

ଜୁନ୍‌ହାଁ-କଂବଲ୍-ଉଢ଼ା ଗୁଟେ ବୁଢ଼ା ମିତାଲ୍ ଅଛେ କଲେକଲେଁ ।୨।

ବଲାଂଗିରର୍ ସହର୍ ଗୁଟେ ବଲି ଏଭେଁ ପାଟ୍‌ନାଗଡ଼ର୍ ନାଆଁ

ଲେଖାଥିବାର୍ ଦେଖା ଯାଇ ପାରେ ଶିଶୁଭୁଗୋଲ୍ ପାଠେଁ ଯାହା ।୩ ।

କିଂତୁ ୟଦି ନୁରା ହୁଏ ଗଲା ଶହେ ସାଲର୍ ଇତିହାସ୍

ପାଟ୍‌ନାଗଡ଼ର୍ ନାଆଁ ମିସେଲ୍ ନାଇଁ ଦିଶେ କେନ୍‌ସି ଠାନେ ଖାସ୍ ।୪।

ମୁନୁଷ୍-ଜୀବନ୍ ଲେଖେଁ ଜାଗାର୍ ଜୀବନ୍‌ଥିଁ ଭି ଉଠାପଡ଼ାର୍ ବେଲ୍

ରହିଥିସି, ଲାଗିଥିସି ଖିଆ ବଢ଼ାର୍ ଭଗାଁ ଗଢ଼ାର୍ ଖେଲ୍ ।୫।

ଗୁଟେ ୟୁଗେଁ ଚାର୍‌ହି ଆଡ଼େଁ ପାଟନାଗ-ଡ଼ର୍ ନାଆଁ ପଡ଼ୁଥିଲା

ବଦ୍‌ଲି ଗଲା ସେ ସମିୟା, ଅଟ୍‌କି ଗଲା ଆଘର୍ ଯେତେ ଲୀଲା ।୬।

ପାଟ୍‌ନାଗଡ଼ର୍ ଭଲେଁ ମଁଦେଁ ହାମର୍ ଜହ ଜାୟ୍ କି ଆସେ ନାଇଁ

ସମଲ୍‌ପୁରରୁଁ ପାଟ୍‌ନାଗଡ଼ର୍ ଥିତି ଜହୁଁ ଆଶେଁ ପାଶେଁ ନାଇଁ ।୭।

ହେଲେଁ ମିସେଲ୍, ପାଟ୍‌ନା-ରଜାର୍ ଭାୟା ଝନେ ଆସିକରି ଦିନେ

ସମଲ୍‌ପୁରର୍ ଥାପନା କରିଥିଲେ ବଲି ହାମେ ଇଛନ୍ ଇନେ ।୮।

ପାଟନାଗଡ଼ର୍ ଅତୀତ୍ କେତେ ଘଟ୍‌ନା ଆଡ଼େଁ ନଜର୍ ଦେଇ ଟିକେ

ଯିମା ହାମର୍ ସମଲ୍‌ପୁରର୍ ଅସଲ୍ କଥା ନିକେ ।୯।

 

(ଖ)

ସାତସ ବାଗିର୍ ବଛର୍ ଆଘେଁ ‘ରମେଇ’ ନାଁର୍ ଗୁଟେ ଚୁହାନ୍ ପିଲା

ପାଟ୍‌ନାଗଡ଼େ କେଭେଁ ଦିନେଁ ଭଲ୍ ଘଡ଼ିନେଁ ଜନମ୍ ହେଇଥିଲା ।୧୦।

ଚୁହାନ୍ ପିଲା ଜୁଆନ୍ ହେଲା, ହେଲା ମିସେଲ୍ ମାହାନ୍ ବଲୀୟାର୍

ପାଟ୍‌ନାଗଡ଼ର୍ ରୁଘା ଶାସନ୍ ବର୍‌କସି ସେ କଲା ଅକତିଆର୍ ।୧୧।

ଗଢ଼ା ହେଲା ପାଟ୍‌ନାଗଡେଁ ଚୁହାନ୍ କୁଲର୍ କଡ଼ା ଶାସନ୍-ଧଜା

ରମେଇ ଦେବ୍ ହେଲେ ସେନର୍ ରାଜ୍‌ଗାଦି ଥିଁ ପହିଲ୍ ଚୁହାନ୍ ରଜା ।୧୨।

ନିଜର୍ ଜବର୍ ବାହାବୁଧିର୍ ବଲେଁ ରାଇଜ୍ ଶକତ୍ କରି ସାରି

ରମେଇ ଦେବ୍ ରାଜାଦିନେ ପୁର୍‌ଥି ଛାଡ଼ି ହେଲେ ସରଗ୍‌ଚାରୀ ।୧୩।

ତାକର୍ ପଛେଁ ପାଟ୍‌ନାଗଡ଼ର୍ ପର୍‌ଜା-ବଛଲ୍ ଚୁହାନ୍ ରଜାମାନେ

ରାଇଜ୍ ଶାସନ୍ କର୍‌ତେ ଗଲେ ପର୍‌ଜା-ପୁଓ ଏକା ସମାନ୍ ଜ୍ଞାନେଁ ।୧୪।

ଦୟା ଧରମ୍ କର୍‌ମ ଆରୁ କୀର୍‌ତିୟଶର୍ ମୁକ୍‌ତି-ସାଧକ୍ ଧନେଁ

କୁଲର୍ ଭଁ ଡ଼ାର୍ ଭରତେ ଗଲେ, ଝନେ ଗଲେଁ ତାକର୍ ପଛେଁ ଝନେ ।୧୫।

ସେହି କୁଲର୍ ବୈଜଲ୍ ଆରୁ ତାଁକର୍ ଲାୟକ୍ ପୁଓ ହୀରାଧର୍

ସୋର୍ ପଡ଼ୁଛନ୍ ଆଝିର୍ ମିସେଲ୍ ମାହାନ୍ କୀର୍‌ତି ଲାଗି ସେମନ୍‌କର୍ ।୧୬।

ହାମର୍ ଇନେଁ ସେହି ଦୁହି ଝନ୍‌କେ ଟିକେ ଠାନ୍

ଦେଇ କରି ଯେତ୍‌କି ପାରୁଁ ରଖୁଁ ଦୁହି ମାହାନ୍ ରଜାର୍ ମାନ୍ ।୧୭।

 

(ଗ)

ଜ୍ଞାନୀ ବୈଜଲ୍ ଜାନିଥିଲେ ଜନମ୍ ହେଲେଁ ମରନ୍ ଅନିବାର୍

ସେ ଲୋକ୍ ଏକା ନାଇଁ ମରେ କୀର୍‌ତି ରହି ଥିସି ଇନେ ଜା’ର୍ ।୧୮।

ଘିଚ୍‌ଲେ କାଲର୍ କଲା ପିଠିଁ ତହୁଁ ବୈଜଲ୍ କୀର୍‌ତିର୍ ଉଜଲ୍ ଗାର୍

ସ’ ସ’ ବଛର୍ ଗଲା ପଛେ ନର୍‌ସିଂନାଥେଁ ଚିନ୍‌ହାଁ ଅଛେ ତାର୍ ।୧୯।

ରାଇଜ୍ ଗଲା, ରଜା ଗଲେ ନାଇଁ ଯାଇ ଅଛେ ସେଟା ବାକି

‘ବୈଜଲ୍ ଦେବର୍ କୀର୍‌ତି ଦେଖ’ ବଲୁଥୁସି ସବ୍‌କେ ଡାକି ଡାକି ।୨୦।

ହେଲେଁ ମିସେଲ୍ ଜ୍ଞାନୀ ବୈଜଲ୍ କରିଥିବେ ନିଶ୍‌ଚେ ଅନୁମାନ୍

ହେନ୍‌ତା କୀର୍‌ତି ନାଇଁ ବଁଚେ, ହଉ ପଛେ ଲୁହା ଲେଖେଁ ଟାନ୍ ।୨୧।

ଧୁକା ପାନି ଖରାର୍ ମାଡ଼େଁ ରଁଚେ ରଁଚେ ରୁଝି ହେବା କ୍ଷୟ

ପୂରା ଲୁକି ଯିବା ଦିନେ କାଲର୍ ଦିହେଁ, ଇ କଥା ନିଶ୍‌ଚୟ ।୨୨।

ନିମିଷ୍‌ଟାକେଁ ଘଲେ ହେଁଟା ହେଇ ପାରେ ପୁରା ଭୂମିସାତ୍

ଏଖୈ ଥରେ ଜବର୍ କରି ଥର୍‌ବା ୟଦି ପୁର୍‌ଥି ଅକସ୍‌ମାତ୍ ।୨୩।

ଆକାର୍ ସାଁଗେଁ ବିକାର୍ ଥିସି, ଥିସି ଭି ବିଲୟ

ବାସ୍‌ତୁ କୀର୍‌ତି ଥାୟୀ ନୁହେ, ଅକ୍ଷର୍-ଜୁଡ଼ା କୀର୍‌ତିଟା ଅକ୍ଷୟ ।୨୪।

 

(ଘ)

ବୈଜଲ୍ ତହୁଁ ନିଦାନ୍ କଲେ, ଅକ୍ଷର୍-କୀର୍‌ତି ରଖିଯିବେ ଇନେଁ

ସର୍‌ବା ନାଇଁ, ମର୍‌ବା ନାଇଁ ଥାୟୀ ରୂପେଁ ଥିବା ସବୁଦିନେଁ ।୨୫।

ଆସୁ ମାହା ଭାରି ଭୂକଁପ୍, ଆସୁ ଗରେଲ୍, ଆସୁ ସାଗର୍ ବଢ଼ି

ବୁଡ଼ୁ ରାଇଜ୍, ଧସ୍‌କି କରି ପକ୍‌କା ମହଲ୍ ଯାଉ ପଛେଁ ପଡ଼ି ।୨୬।

ଜ୍ଞାନର୍ ଅକ୍ଷର୍ କୀର୍‌ତି କେଭେଁ ଭାଁଗେ ନାଇଁ ଉଡ଼େ ବୁଡ଼େ ନାଇଁ

କେଭେଁ ଜଲେ ନାଇଁ, କେଭେଁ ହଲେ ନାଇଁ, ହେସି ଚିରସ୍‌ଥାୟୀ ।୨୭।

ବୈଜଲ୍ ତହୁଁ ବସ୍‌ତୁର୍ ରାୟ୍‌ଜୁଁ ଆସ୍‌ତେ ଆସ୍‌ତେ ଘିଚି ନେଲେ ମନ୍

ଜୁଡ଼ିଦେଲେ ଶାସ୍‌ତର୍-ଚର୍ଚା, ଲେଖା ପଢ଼ା କାମେଁ ଅନୁଖନ୍ ।୨୮।

ବୈଜଲ୍ ଦେଖି ପାର୍ଲେ କାଁୟ୍‌ସେ ଆମର୍ ଭାରତ୍ ବହୁଭାଷୀ ଦେଶ୍

ଭୁଗ୍‌ବା ଦିନେ ଯେଭେଁ ହଉ ନାନା ଭାଷା ସମାବେଶର୍ କ୍ଳେଶ୍ ।୨୯।

ଦେଖ୍‌ଲେ କାଁୟ୍‌ସେଁ, ନାନା ଫୁଲର୍ ମାଲା ଗୁଁଥା ସୁତା ଗୁଟେ ଲେଖେଁ

ସଁସ୍‌କୃତ୍ ହାମର୍ ଭିତ୍‌ରେଁ ଭିତ୍‌ରେଁ ଭାଷାର୍ ଗୁତା ରଖିଛେ ଅନେକେଁ ।୩୦।

ସଁସ୍‌କୃତ ହାମର୍ ନାନା ଦେଶୀଭାଷା ଭିଲର୍ ମାଈ, ଆଈ, ଧାଈ,

ଆନୁଥିସି ଏକ୍‌ତା-ଚେତ୍‌ନା, ନାନା ଭାଷାର୍ ମୟ୍‌ଧେଁ ଥାଇ ଥାଇ ।୩୧।

ଆଦର୍ ସେବାର୍ ଫଲେଁ ୟଦି ସଁସ୍‌କୃତ୍ ଭାଷା ପାର୍‌ତା ବସି ଉଠି

ଭାଷାମାନ୍‌କେ ଆନ୍ତା ପାଶ୍‌କେ, ଶକତ୍ କର୍‌ତା ଭାରତ୍ମାତାର୍ ମୁଠି ।୩୨।

ପାଶ୍‌କେ ପାଶ୍‌କେ ଆୟ୍‌ଲେଁ ଭାଷା ଯେତେ

ନାନା ଭାଷାଭାଷୀ ସଭେ ଭାରତ୍ ବାସୀ ଭାଇ ଭାଇ ହେତେ ।୩୩।

 

(ଙ)

ବୈଜଲ୍ ଜାନ୍‌ଲେ, ସଁସ୍‌କୃତ୍ ହାମର୍ ପୁର୍‌ଥିର୍ ଯେତେ ଭାଷାର୍ ମୟ୍‌ଧେଁ ଜୁନ୍‌ହାଁ

ଜୁନ୍‌ହାଁ ହେଲେଁ ମିସେଲ୍ ସୁଂଦର୍‌ଗୁନେ ନୁଆଁ, ଯେନ୍‌ତା ଖାଁଟି ସୁନା ।୩୪।

ତଭି ଦେଶେଁ ଶେଷ୍ ହେଲାନେ ଏଭର୍ ୟୁଗେଁ ସଁସ୍‌କୃତର୍ ବେଭାର୍

(ପୁରୁତ୍‌ମନ୍‌କର୍ ଟୁଣେ ଯାହା ମାରକ୍ ଦଶା ଦେଖା ଜାୟ୍‌ସି ତାର୍ ।୩୫।

କିଂତୁ କରମ୍-କର୍‌ମାନିଥିଁ ହାମର୍ ପେଟୁ ପୁରୁତ୍ ବାମ୍‌ହନ୍‌ ମାନେଁ

ଯେନ୍‌ତା ସଁସ୍‌କୃତ୍ ବାଁତି କର୍‌ସନ୍ ସେଥିଁ ଚୁଁଟା ଦେବ ନାକେଁ କାନେଁ ।୩୬।

ବିସର୍ଗ୍ ଆରୁ ଅନୁସ୍ୱାର୍ କେ ଝାଡ଼ୁ ଥିସନ୍ ଯେନ୍-ପାରି-ସେନ୍ ଠାନେଁ

କାରକ୍ ବିଧି ମୟଧେଁ ତାକର୍ ନଜର୍ ଥିସି କେବଲ୍ ସଂପ୍ରଦାନେଁ ।୩୭।

ଭୁଜ୍‌ନି ଦଦ୍ୟାତ୍, ଡେବ୍‌ରି ଦଦ୍ୟାତ୍ ‘ଦା’ ଧାତୁ ଟା ପକ୍‌କା ଥିସି ଧ୍ୟାନେଁ

କେନ୍‌ଟା ସଁସ୍‌କୃତ୍ କେନ୍‌ଟା ବିକୃତ୍ ୟଜ୍‌ମାନ୍ ଘଲେ ନିଜେଁ ନାଇଁ ଜାନେ ।) ।୩୮।

ଅମୃତ୍ ଲେଖେଁନ୍ ସଁସ୍‌କୃତ୍ ଆଡ଼୍‌କେ ଜନ୍‌ତା ଯେନ୍‌ତା ହେଲାନେ ବିମୁଖ୍,

ଭାବ୍‌ଲେଁ ଭାରତ୍ ପ୍ରେମୀ ଭାବୁକ୍ ଭିତ୍‌ରେଁ ଭିତ୍‌ରେଁ ଭୁଗ୍‌ବା ଖୋବ୍ ଅସୁଖ୍ ।୩୯।

ଘୁଚୁଛନ୍ ହେଁ ପାଠୁଁ ଏଭର୍ ଇସକଲୁ୍-ପିଲେ ଡର୍‌ହେଁ ଦିନୁ ଦିନ୍

ତାକର୍ ଫେରାଦ୍, ସଁସ୍କୃତ୍ ଭାଷା ସବୁ ଠାନୁ ବିକଟ୍ ଆର୍ କଠିନ୍ ।୪୦।

ହେଁଥିର୍ ଅସଲ୍ କାରଣ୍, ସଁସ୍‌କୃତ୍ ବ୍ୟାକ୍‌ରଣର୍ ବାସ୍‌ତବ୍ ବିଭୀଷିକା

ଦେଖି ଦେଖି କୋମଲ୍ ମତି କେିଶାରକୁଲ୍‌ ଲହୁ ହେସି ଫିକା ।୪୧।

ସୁଖି ଯାୟ୍‌ସି କଅଁଲ୍ ଟଁଟି ରଟି ରଟି ଶବ୍ଦ-ଧାତୁ-ରୂପ୍‌

ସୁତର୍‌ମନ୍‌କର୍ ଭିତର୍‌କେ ତ ପସ୍‌ଲେଁ ବଲ୍‌ସନ୍ ‘ଜୁନହାଁ ଅଧଁକୂପ୍’ ।୪୨।

 

(ଚ)

ବୈଜଲ୍ ହେଁଟା ଜାନିକରି ବାହାର୍ କଲେ ହେଁଥିର୍ ପ୍ରତିକାର୍

ପାଣିନି କେ ଛାନିକରି ସୂତର୍‌ମନକେ ଦେଲେ ଶ୍ଳୋକାକାର୍ ।୪୩।

ଲଟ୍‌କା ଚିଟ୍‌କା ଢିଁଡ଼ା ମୁଡ଼ା ଗୁପା ଗୁଲା ବଡ଼୍‌ହେଁ ଜାହା ଥିଲା

ଛଡ଼ାଲେ ସବ୍, ହିଟାଲେ ସବ୍, ରାଁପି କରି କରିଦେଲେ ଢିଲା ।୪୪।

ସୁଖା ଖଡ଼୍‌ଖଡ୍ ଆଁଠି ମିତାଲ୍ ସୂତର୍ ମନ୍‌କେ କଲେ ସେ ରସାଲ୍

ବ୍ୟାକରଣର୍ ଗୁଁଫା ଭିତରେଁ ବିଦ୍ୟାର୍ଥିକେ ଦେଖାଲେ ମସାଲ୍ ।୪୫।

ଟେଢ଼ା ମେଢ଼ା କଡ଼ା କଡ଼ା କାନୁନ୍‌ମାନ୍ ସେ ବଡ଼ା ସରଲ୍ ଢଁଗେଁ

ବୁଝାଲେ ଆର୍ ଲେଖିଦେଲେ, ଦେଖି ଦେଲେଁ ବୁଝ୍‌ବ ସଁଗେଁ ସଁଗେଁ ।୪୬।

ମୋତି ମିତାଲ୍ ଗୁଁଥି କରି ଶୁଲକ୍‌ମାନ୍ ସେ ମାଲି ଗୁଟେ ଲେଖେଁ

ଅୟେନ୍ ଭାବେଁ ଖଁଜିଦେଲେ ବିଦ୍ୟାଦେବୀ ସରସ୍ୱତୀର୍ ବେକେଁ ।୪୭।

ସ’ ସ’ ବଛର୍ ଗଲା ପଛେ ଝକୁଛେ ସେ ମାଲି ଜିହେଁ ନିହେ,

ନିହେ ଗୁଁଥନ୍ ହେନ୍‌ତା ସୁଂଦର୍ ମାଲି ହାମର୍ ଦେଶର୍ ଦୁସର୍ କିହେ ।୪୮।

ବ୍ୟାକରଣେଁ ବୈଜଲ୍ ରଜାର୍ ‘ପ୍ରବୋଧ ଚଂଦ୍ରିକା’

କୁମୁଦ୍ ମିତାଲ୍ କିଶୋର୍ ମନର୍ ଚିରଂତନୀ ଆନଂଦର୍ ସାଧିକା ।୪୯।

 

(ଛ)

ଅକ୍ଷର୍-ବଁଧା କୀର୍‌ତି ଯାକିର୍ ସଥେଁ ଅକ୍ଷର୍ ଅଜର୍ ଆରୁ ସ୍ଥାୟୀ

ମର୍ତ୍ୟର୍ ସୃଷ୍‌ଟି ହେଲେଁ ମିସେଲ୍ ଦୁସର୍ କୀର୍‌ତି ମିତାଲ୍ ମରେ ନାଇଁ ।୫୦।

ନାଇଁ ମରି ନିଗମ୍, ଆଗମ୍, ମହାଭାରତ୍ ଆଉର୍ ରାମାୟଣ୍

ଦୁସର୍ ଯାହା ଲେଖିଗଲେ ହାମର୍ ଅମର୍ ମହାକବିଗଣ୍ ।୫୧।

ନିହେ ମରନ୍, ନାଇଁ ମରନ୍, ‘ଶକୁଂତଲା’ ଅଥ୍‌ବା ‘କିଂଗ୍ ଲୀୟର୍’

ବଁଚି କରି ଅଛନ୍ କବି କାଲିଦାସ୍ ଆର୍ ସୁକବି ସେକ୍‌ସପୀୟର୍ ।୫୨।

ହେନ୍‌ତା କେତେ ଅକ୍ଷର୍ କୀର୍‌ତି ରହି ଥିବା ଅନଂତ୍‌କାଲ୍ ଅକ୍ଷର୍,

ପୁର୍‌ଥି ରହିଥିବା ଯାକର୍ ହେଇଥିବା ଅଠିପର୍ ଶୁଭଂକର୍ ।୫୩।

ବୈଜଲ୍ ଦେବର୍ ଅକ୍ଷର୍ କୀରତି ହାମର୍ ନଜରେଁ ହଉ ପଛେ ସାନ୍

ମରେ ନିହେ, ରହି ଥିବା ସହି ସହି ନାନା ଅପମାନ୍ ।୫୪।

ପୁର୍‌ଥିର୍ ପିଠିଁ ଗାଡ଼ି ଦେଇକରି ଅକ୍ଷର୍ ଆରୁ ଉଜଲ୍ କୀରତି-ଧଜା

ବସୁଧାର୍ ପ୍ରୀତି ଛାଡ଼ି ଦେଇକରି ଅମର୍ ଧାମ୍‌କେ ଗଲେ ବୈଜଲ୍ ରଜା ।୫୫।

 

ଦୁଇ

(କ)

ବୈଜଲ୍ ଦେବର୍ ଲାୟକ୍ ସୁପୁତ୍ ଥିଲେ ହୀରାଧର୍

ଶାସ୍ତର୍ ଶସ୍‌ତର୍ ଦୁହିଥିଁ ସେ ମାହା ଧୁରଂଧର୍ ।୧।

ଶାସ୍‌ତର୍ ଜ୍ଞାନେଁ ଜାନୁଥିଲେ ଇ ସଁସାର୍‌ଟା ଯାହା,

ଶସ୍ତର୍ ଧାରେଁ ହାନୁଥିଲେ ଶତ୍‌ରୁ ମନ୍‌କର୍ କାୟା ।୨।

ତାଁକର୍ ଅମ୍‌ଲେଁ ଉଡ଼ଶାର୍ ଶତ୍‌ରୁ ଗୌଡ଼ର୍ ହୁସେନ୍ ସାହା

ଉଡ଼୍‌ସା ଗିଲି ନେବା ବଲି ଲମାଲା ତାର୍ ବାହା ।୩।

ସାହାର୍ ‘ଉଜ ସାଜି କରି ଇସ୍‌ମାଇଲି ଗାଜି

ମାଡ଼ି ଆୟ୍‌ବା ବଲି କରି ଖବର୍ ଗଲା ବାଜି ।୪।

ଉଡ଼୍‌ସା ଦେଶର୍ ଗଜ୍‌ପତି ହେଁ ଖବର୍ ପାଇକରି

ଡାକ୍‌ଲେ ହୀରାଧର୍‌କେ ମାହାନ୍ କାତର୍ ହେଇ କରି ।୫।

“ଆସ ହେ ପାଟଣାପତି ବୀର ହୀରାଧର

ଏ ଘୋର ବିପତି ବେଳେ ମୋତେ ରକ୍ଷା କର” ।୬।

ତାଁକର୍ ରକ୍ଷା କର୍‌ବାର୍ କାଯେ ଧାୟ୍ଁଲେ ହୀରାଧର୍

ସାଁଗେ ନେଇ କରି ଜଂଗୀ ଫଉଜ୍‌କେ ନିଜର୍ ।୭।

ହେଲେ ସେନାନାୟକ୍ ତାଁକର୍ ପୁଓ ବଲରାମ୍

ଲଡ଼୍‌ଲେ ମାହା ସାହାସ୍ କରି ଲାଗ୍‌ଲା କି ସଂଗ୍ରାମ୍ ।୮।

ହୀରାଧର୍ ତ ନାଆଁର୍ ମାଫିକ୍ ଥିଲେ ବଜ୍ରଧର୍

ଠୁକ୍ଲେ ବଂଧୁକ୍, ଭୁକୁଲେ ବୟ୍‌ରୀ ‘ଆଲ୍‌ଲା ରକ୍ଷାକର୍ ।୯।

ତାର୍ ତାର୍ ଉପ୍‌ରେଁ ନିର୍‌ଧୁମ୍ ବଂଧୁକ୍ ମାଡ଼େଁ ବଲରାମ୍

ଗାଜିର୍ ପାଜି ଭିଲ୍‌କେ ଗାଜିଦେଲେ ଜହନ୍‌ନାମ୍ ।୧୦।

ନଲୀର୍ ଚୁଟେଁ ଜଲିଗଲା ଇସ୍ମାଇଲର୍ ଡାଢ଼ି

‘ମର୍‌ଗୟା ମେ’ ରଡ଼୍‌ତେଲ୍ ତର୍‌ସର୍ ଧାୟ୍ଁଲା ମୟ୍‌ଦାନ୍ ଛାଡ଼ି ।୧୧।

ଦୌଡ଼ି ଦୌଡ଼ି ଗୌଡ଼ୀ ଗୁହଡ଼ି ଫିର୍‌ଲେ ବଂଗ୍‌ଲା ଆଡ଼େଁ

ପାଟନାଗଡ଼ର୍ ଜଂଗୀ ସେନାର୍ ଟାଂଗରଭଂଗା ମାଡ଼େଁ ।୧୨।

ପାଟନାର୍ ସେନା ରୁଥ୍‌ଲେ ଜୋର୍‌ସେ ବର୍‌ହା ବାଗିର୍ ବଲେଁ

ହର୍‌ହା ଭିଲ୍‌କେ ହପ୍‌କାଲେ ସେ ତାକର୍ ପିଛାଲ୍ ତଲେଁ ।୧୩।

ବୀର୍ ବ୍‌ଲରାମର୍ ବିକ୍ରମ୍ ବୁଦ୍‌ଧି ବଲର୍ ପରିଚୟ

ପାୟ୍‌ଲେ ସଭେ, ଗାୟ୍ଲେ ତାଁକର୍ ଆଉର୍ ବାପର୍ ଜୟ ।୧୪।

ଇତିହାସେଁ ନିଜର୍ ଅଜର୍ ସନ୍‌ତକ୍ ଲେଖିକରି

ଘର୍‌କେ ଫିର୍‌ଲେ ଦୁହେ ୟଶର୍ ଝନ୍‌ଡ଼ା ଟେକି କରି ।୧୫।

ଲେଖିକରି ରାୟ୍‌ଜର୍ ଗୌରବ୍-ଗାଥା ହୀରାଧର୍,

ସର୍‌ଗୁଁ ନ୍ୟୁଁତା ପାୟ୍‌ଲେ ଆରୁ ଛାଡ଼୍‌ଲେ ମର୍ତ୍ୟର୍ ଘର୍ ।୧୬।

ଦେଶର୍ ଲାଗି ଲଡ଼ିଥିଲେ ବୀର୍

ତାକର୍ ସୁନାମ୍ ହାମେ ହେତୁ କରୁଛୁଁ ଆଝିର୍ ।୧୭।

 

(ଖ)

ତାକର୍ ଦୁହି ଲାୟ୍‌କ୍‌ ସୁପୁତ୍ ନର୍‌ସିଂ ବଲରାମ୍

ଆଗ୍‌କେ ଆଗ୍‌କେ ନେତେଲ୍ ଗଲେ ବାପର୍ ଉତମ୍ କାମ୍ ।୧୮।

ବଡ଼୍‌କୀ ରାନୀର୍ ପୁଓ ନର୍‌ସିଂ ଗାଦି ପାୟ୍‌ଲେ ସିନା

ଛୁଟ୍‌କୀର୍ ବେଟା ବଲ୍‌ରାମ ଥିଲେ ସବୁଥିଁ ବାପ୍‌ଜିନା ।୧୯।

କୌଶଲ୍ ଆରୁ ରାଜ୍‌ନିତିଥିଁ ମାହାନ୍ ପାରଂଗମ୍

ନର୍‌ସିଂ ଥିଲେ ହେଁ ସବୁଥିଁ ତାଁକର୍ ଠାନୁ କମ୍ ।୨୦।

ମାତଋ ମାଟି ପାଟ୍‌ନାର୍ କାଜେ ଜୀବନ୍-ମୂରଛା କାମ୍

କର୍‌ତେ ଗଲେ ଅଦ୍‌ଭୁତକର୍ମା ନିର୍‌ଭୀକ୍ ବଲରାମ୍ ।୨୧

ବଢ଼ତେ ଗଲା ରାୟ୍‌ଜର୍ ଶକ୍‌ତି, ସଂପଦ୍ ଆର୍ ମହିମା

‘ୟ୍‌ଲି ଗଲା ପାଟ୍‌ନା ଦେଶର୍ ପୂର୍ବର୍ ସାଁକୁର ସୀମା ।୨୨।

ଆଘ୍‌ଲି ଉଡ଼୍‌ଶା ଦେଶର୍ କରଦ୍, ପ୍ରଭୁ ସତ୍‌ତାହୀନ୍

ପାଟନା ପିଟ୍‌ଲା ଆପ୍‌ନା ନିସାନ୍, ‘ଆୟଜ୍ ମୁଇଁ ସ୍ୱାଧୀନ୍’ ।୨୩।

ରଟ୍‌ନା ହେଲା ଘଟ୍‌ନା, ଲେକିନ୍ ଉଡ଼୍‌ସା ରହ୍ୟଲା ଚୁପ୍

ନର୍‌ସିଂ ହେଲେ ପାଟ୍‌ନାର୍ ପହ୍‌ୟଲା ସ୍ୱାଧୀନ୍ ଚୌହାନ୍ ଭୁପ୍ ।୨୪।

ଇ ସବ୍ ଥିଲା ବଲରାମ୍ ବୀରର୍ ପୋଖତ୍ ବୁଦ୍‌ଧିର୍ ‘ଲ୍

ବୁଦ୍‌ଧିର୍ ସାଁଗେଁ ମିଶିଥିଲା ରାୟ୍‌ଜର୍ ଫୌଜି ବଲ୍ ।୨୫।

ଜନ୍‌ମେଁ ହେଲେଁ ମିସେଲ୍ ଜୁ’ଡ଼େ ଜନନୀର୍ ସଂତାନ୍

କର୍‌ମେଁ ନର୍‌ସିଂ ବଲ୍‌ରାମର୍ ଗୁଟେ ବଲି ପ୍ରାନ୍ ।୨୬।

ଠାନ୍ ନାଇଁ ପାୟ୍ ଭେଦର୍ ଭାବନା କାହ୍‌ରି ହୁର୍‌ଦେଁ ଘାୟ,

ପ୍ରାନ୍ ୟଦି ଏକ୍, ଏକ୍ ସମାନ୍ ଆୟ୍ ସୋଦର୍ ସାବତ୍ ଭାୟ ।୨୭।

ଛୋଟ୍‌ଟେ ବୟକୁଂଠ୍ ବାଗିର୍ ଥିଲା ପାଟ୍‌ନା ରଜାର୍ ଘର୍

ସଭେ ସବ୍‌କେ ସେନ୍‌ହ କରନ୍ ହେଁନ ଅଠିପର୍ ।୨୮।

ଲେକିନ୍ କେଭେଁ ରାଜ୍‌ମହଲ୍‌ନେ ଉଠଲା ସ୍ୱାର୍ଥର୍ ଗର୍‌ଡ଼ି

ଲହଁସି ପଡ଼୍‌ଲା ସ୍ନେହର୍ ଡିର୍ ଆର୍ ଦୁହଲି ଗଲା ଜଡ଼ି ।୨୯।

ବୟ୍‌କୁଂଠ କେବଲ୍ କବିମନ୍‌କର୍ କାଲ୍‌ପନିକୀ ସୃଷ୍‌ଟି,

ବାସ୍‌ତବ୍ ସଂସାର୍ ଆଡ଼୍‌କେ ଜଦ୍‌ରି ଦେବ ସଚ୍‌ଚା ଦୃଷ୍‌ଟି ।୩୦।

ଦେଖିବ ଇନେ କେବଲ୍ ବ୍ୟକ୍‌ତିର୍ ସ୍ୱାର୍‌ଥଟା ହି ସାର୍

ସ୍ୱାର୍‌ଥଟା ହି ଆୟ୍ ଅସ୍‌ତିତ୍ୱର ଏକ୍‌ଲା ମୂଲାଧାର୍ ।୩୧।

ସ୍ୱାର୍‌ଥମୂଲକ୍ ସୂର୍‌ୟ୍‌ଚଂଦ୍ର ଗ୍ରହର୍ ଗତିରୀତି

ସ୍ୱାର୍‌ଥ ଛାଡ଼୍‌ଲେଁ ଛନ୍‌କେଁ ଛିଡ଼ି ପଡ଼୍‌ବା ସବ୍‌କର୍ ସ୍ଥିତି ।୩୨।

ସ୍ୱାର୍‌ଥର୍ ଲାଗି ଘିଚାଟନା ହେସନ୍ ଚଂଦ୍ରକ୍ଷିତି

ସେନ୍‌ହ, ଭକ୍ତି, ପ୍ରୀତି – ଇ ସବ୍ ଅସ୍ଥାୟୀ ପ୍ରତୀତି ।୩୩।

ପିତା ଲାଗ୍ଲେଁ ମିସେଲ୍ କିଛୁ ମିଛ୍ ନାଇଁନେ ଇଥି,

ସ୍ୱାର୍‌ଥଟା ହି ସୃଷ୍ଟିର୍ ମୌଲିକ୍ ନୀତି ।୩୪।

 

(ଗ)

ଇ ସଂସାରେଁ କେହ୍‌ନି ଠାନେଁ ଦଦାଭାଇମାନେଁ

ୟାବଜ୍‌ଜୀବନ୍ ନାଇଁ ରହନ୍ ଏକାନେ, ଏକାନ୍‌ନେଁ ।୩୫।

ନିଜର୍ ଲାଗି ଗଢ଼ସନ୍ ସଭେ ଅଲଗ୍ ଅଲଗ୍ ଘର୍

ଯେ ଯାର୍ ଜୀବନ୍-ମାରଗେଁ ସେ ସେ ହେସନ୍ ଅଗ୍ରସର୍ ।୩୬।

ଭୁଗ୍‌ସନ୍ ଆପେଁ ସୁଖ୍ କି ତଖ୍‌ଲିପ୍, ଲବ୍‌ଧି କି ନୁକ୍‌ସାନି

ଆପ୍‌ନାର ବିଦ୍ୟା ବୁଦ୍‌ଧି, ଉଦ୍ୟମ୍ ଆରୁ ଅଦୃଷ୍‌ଟ ଜାନି ।୩୭।

ଭାଗର୍ ଲାଗି ଗୁଟେ ଗୁଟେ ଘରେଁ ଥରେ ଥରେ

ପଂଚାୟେତି ନିୟେ ନିସାବ୍ କେଭେଁ ନାଇଁ ସରେ ।୩୮।

କେନ୍ କେନ୍ ଘରେଁ ଖଡ଼େଁ ଜୁନ୍‌ହାଁ କଣ୍‌ହାଁ ପିତଲ୍ ଥାଲି

ଲାଗି ଲାଗ୍‌ସି ଭାଗର୍ ବେଲେଁ ମାହାନ୍ ଝଗର୍ ଗାଲି ।୩୯।

ଜଦ୍‌ରି ଥିବା ଜମିନ୍ ବାଡ଼ି ଗାଆଁ ଗଁଡ଼ାର୍ କଥା

ହେସି ନାଲିସ୍ ଫେରାଦ୍, ମରା ପିଟା, ହନା କଟା ।୪୦।

ରାଇଜ୍ ଜମିଦାରି ଭାଗର୍ ଲାଗି ଆଘର୍ କାଲେଁ

ଦଦା ଭାଇର୍ ୟୁଦ୍ଧ ଲାଗେ ବର୍‌ଛା ତରୁଆଲେଁ ।୪୧।

ପାଟ୍‌ନାଗଡ଼େଁ ଘଟିଥିତା ହେନ୍‌ତା ଘଟ୍‌ନା ଦିନେ

ନରସିଂ ଆରୁ ବଲରାମ୍ ଯେଭେଁ ହେଲେ ଭିନେ ଭିନେ ।୪୨।

 

(ଘ)

ଦେଶର୍ ମାହାନ୍ କବାର୍ କରିଥିଲେ ବଲରାମ୍,

ନାଇଁ ପାଇ କବାର୍ ଲାଗି କିଛୁ ଭି ଇନାମ୍ ।୪୩।

ନିଜର୍ ବଲି ଥିଲା କେବଲ୍‌ ‘କନ୍‌ଗାଁ’ ବାରପାଲି

କାହୁଁ ବସି ରହିଥିତେ ଧରି ହେତ୍‌କି ଖାଲି? ।୪୪।

ହେଇକରି ଜମିନ୍‌ଜୁତା କରଦ୍ ଜମିଦାର୍

ହରୁହର୍‌ଦମ୍ ଅଧିନ୍ କାହୁଁ ହେତେ ସେ ଦଦାର୍? ।୪୫।

ସେ ତ ଥିଲେ ନର୍‌ସିଂ ରଜାର୍ ଝାରେଁ ମାହା ବାଘ୍

ସିଂହର୍ ସାଁଗେଁ ରହି ରହି କୁହ୍‌ଲୁ ଥିଲା ରାଗ୍ ।୪୬।

ସିଂ ୟଦି ଭି ଝାରର୍ ରଜା, ଠାଟେଁ ଅନୁପମ୍,

ବାଘର୍ ବୁଦ୍ଧି, ତାକତ୍ ନୁହେ ତାର୍‌ନୁ କିଛି କମ୍ ।୪୭।

ଉକ୍‌ବୁକା ଉଦ୍‌ମୁଦା ହେଇ ନରସିଂ ଦଦାର୍‌ ଝାରେଁ

ରହିଥିଲେ ବାଘ୍ ବଲରାମ୍ ଜୁଏ ଲେଖେଁ ଖାରେଁ ।୪୮।

ଚାହୁଥିଲେ ରଜା ଗୁଟେ ହେବେ ବଲରାମ୍,

ଧର୍‌ବେ ନିଜେଁ ନିଜର୍ ରାଇଜ୍-ଶାସ୍ନର୍ ଲଗାମ୍ ।୪୯।

କର୍‌ବେ ପୂର୍‌ତି ପୁରୁଷାର୍‌ଥର୍ ଉଚ୍ଚା ଅଭିଲାଷ୍,

ଗଢ଼୍‌ବେ କୀର୍‌ତିର୍ ଉଚ୍ଚା ପ୍ରାସାଦ୍, କର୍ବେ ସେନେ ବାସ୍ ।୫୦।

 

(ଙ)

ମୁଡ଼େଁ ବୁଦ୍‌ଧି, ଦିହେଁ ଶକ୍‌ତି, ମନେ ସାହାସ୍ ଯାର୍

ଲଡ଼୍‌ବାର୍‌ଟା ଯାର୍ ବୁତା, ଯାର୍‌ନେଁ ଥିସି ହଥିଆର୍ ।୫୧।

ଥିସି ପୌରୁଷ୍ ଆରୁ ସଚ୍‌ଚା ସ୍ୱାଭିମାନର୍ ଜ୍ଞାନ୍

ସେନ୍‌ତା ପୁରୁଷ୍ ନୁର୍‌ସି ନିଜର୍ ଲାଗି ସ୍ୱାଧୀନ୍ ଠାନ୍ ।୫୨।

ନି ମାନେ ସେ ଦୁସର୍ କାହାର୍ ହୁକୁମ୍ କି ଶାସନ୍

ନିଜର୍ ମାର୍‌ଗେଁ ପାର୍‌ସି ଖୁଜି ନିଜର୍ ସିଂହାସନ୍ ।୫୩।

ସୃଷ୍‌ଟି କର୍‌ସି ପୁର୍‌ଥିର୍ ପୃଷ୍‌ଠେଁ ଆପ୍‌ନା ଇତିହାସ୍,

ନାଇଁ ହୁଏ ସେ ଅଦୃଷ୍ଟର୍ ଅଂଧା ବଂଧା ଦାସ୍ ।୫୪।

ତଭି ଇଛନ୍ ନର୍‌ସିଂ ଦେବର୍ ସେବକ୍ ବଲରାମ୍,

ବୁର୍‌ଥା ତାକର୍ ବଲ୍ ବପୁ ଆର୍ ମାହାନ୍ ଗୁଣଗ୍ରାମ୍ ।୫୫।

ଜନ୍‌ମେଁ ସାହା ହେଇଥିତେ ୟଦି ଭାଗ୍ୟର୍ ଦେବୀ

ପାଟନାର୍ ସିଂହାସନେଁ ଇଛନ୍ ଆସୀନ୍ ଥିତେ ସେ ଭି ।୫୬।

ହେଲେ, ଛୁଟ୍‌କୀ ରାନୀର୍ ଗର୍‌ଭେଁ ଜନମ୍ ଦୈବୀ କାମ୍

ଦୈବର୍ ଦୁଷେଁ ଜୀବନ୍‌ସାରା ହେବେ ସେ ଗୁଲାମ୍? ।୫୭।

 

(ଚ)

ନିଜର୍ ଅର୍‌ଜନ୍ ନୁହେ, କେବଲ୍ ଜନ୍‌ମର୍ ଫୁକଟ୍ ଦାନ୍

ପାୟ୍ଲେ ନର୍ସିଁ ଦଦା, ଦାୟ୍ଲେ ଦୟ୍ବର୍ ରୁଆ ଧାନ୍ ।୫୮।

ପୌରୁଷ୍, କବାର୍, ଗୁନ୍‌କେ ଯଦ୍‌ରି ତୌଲି ଦିଆ ଜାୟ୍

ଦଦା ତାଁକର୍ ଅଧା ବଲି ସଭେ ଦେବେ ରାୟ୍ ।୫୯।

ପରର୍ କରଦ୍ ଭେବେଁ ନର୍‌ସିଂ ନଉଥିତେ ଦିନ୍,

କାର୍ ଲାଗି ସେ ଏଡ଼େ ବଡ୍ ଆୟଜ୍‌? କାର୍ ଲାଗି ସ୍ୱାଧୀନ୍?।୬୦।

ନରମ୍ ଗାଦିର୍ କୁଲେଁ ଦଦା ଆରାମ୍ କରୁଥିବେ,

ବଲ୍‌ରାମ୍ ଯେ ରୁଝି ତାକୁଁ ସଲାମ୍ କରୁଥିବେ? ।୬୧।

କରୁଥିବେ ଦିନ୍‌ରାୟତ୍ ଖଟି ଦଦାର୍ ସବୁ କାମ୍

ଦଦା କିଛି ଦେବେ ନାଇଁ ଶ୍ରମର୍ ଦାମ୍, ଇନାମ୍ ? ।୬୨।

 

(ଛ)

ରାୟ୍‌ଜର୍ ବିସ୍‌ତାର୍ କାଜେ ଫଉଜ୍, ଅସ୍ତର୍ ଦିଅ ବଲି

ଦଦାର୍ ଠାନେ ଥର୍‌କେ ଥର୍ ସେ କର୍‌ତେ ଗଲେ ଅଲି ।୬୩।

ତବି ପର୍‌ତି ଥର୍ ରଜା ନର୍‌ସିଂ କଲେ ମନା

ଶେଷ୍‌କେ ଇଥିର୍ କାରଣ୍ ବଲ୍‌ରାମ୍‌କେ ଗଲା ଜନା ।୬୪।

ନର୍‌ସିଂ ଡରୁଥିଲେ ଅସ୍ତର୍ ‘ଉଜ୍ ଗଲେଁ ମିଲି

ବଲରାମ୍ ତ ନରସିଂକେ ଭି ଦେବା କାଁୟ୍ ସେ ଗିଲି ।୬୫।

ହାୟରେ କପାଲ୍ ! ଯାର୍ ଲାଗି ସେ ଜୀବନ୍ ଦେଇ ଦେତେ

ସେ ଦଦା ଫେର୍ ଭିତରେଁ ଭିତରେଁ କପଟ୍ କଲେ ଏତେ?।୬୬।

ଆଘୁଁ ପାଁଚି ଥିଲେଁ ହେନତା ବିଶ୍ୱାସଘାତୀ କାମ୍

କେଭୁଁ ରଜା ହେଇ ସାରି ଥିତେ ବଲ୍‌ରାମ୍ ।୬୭।

ରାଜ୍‌ଗାଦିନର୍ ରାଜ୍‌ନୀତି ଆୟ୍ ଅଜବ୍ ଯାଦୁ ଖେଲ୍

ପ୍ରାନର୍ ଭାୟ୍‌କେ ପର୍ କର୍‌ବାକେ ନାଇଁ ଲାଗେ ବେଲ୍ ।୬୮।

ଲାଗର୍ ଲେସର୍, ଗୁତା ଲେତା, ଚିନ୍‌ହାର୍ ଜନାର୍ ନାଇଁ

ହେନ୍‌ତା ଜନ୍‌କେ ଛନ୍‌କେଁ କର୍‌ସି ଦଦା, କକା, ଭାଇ ।୬୯।

ନର୍‌ସିଂ ଦଦା ଛୁଛେଇଁ ଯେନ୍ କଲେ ଅବିଶ୍ୱାସ୍,

ବଲରାମର୍ ଭିତ୍‌ରୁଁ ତହୁଁ ଉଠ୍‌ଲା ଲଂବା ଶ୍ୱାସ୍ ।୭୦।

ସେ ଘଡ଼ି ସେ ଭିତ୍‌ରେଁ ଭିତ୍‌ରେଁ କରିନେଲେ ଠିକ୍

ଦଦାର୍‌ନୁ ସେ ଭିନେ ହେବେ, ମାଗ୍‌ବେ ପଛେ ଭିଖ୍ ।୭୧।

 

(ଜ)

ବଲରାମର୍ ଭିତ୍‌ରି ଚିଂତା କେଭେଁ କେଭେଁ ଉଠି

ଅଜାନ୍‌ତକେଁ କଥାବାର୍‌ତା କାର୍‌ୟେଁ ପଡ଼େ ଫୁଟି ।୭୨।

ତାଁକର୍ ଚିତର୍ ଡାହା ଆରୁ ହୁରଦର୍ ଘାଆର୍ କଥା

ନର୍‌ସିଂ ଦେବର୍ ମାଆଁ ପୂରବୁଁ ପାଇଥିଲେ ପତା ।୭୩।

ଯାହା ପାରଲେ ଭୁରତା ଭୁରତି କଲେ କେତେ ଥର୍

ବୁର୍‌ଥା ହେଲା ସବୁ; ଇଛନ୍ ଥିତି ଭୟଂକର୍ ।୭୪।

ନର୍‌ସିଂକେ ଭି ଦେଇଥିଲେ ଇସାରା ଖୋବ୍ ଦିନୁ,

ପଡ଼ୁ ଯାହା ଦାମ୍ ସେ ବଲରାମର୍ ହୁରୁଦ୍ ଘିନୁ ।୭୫।

ମାଗବାର୍ ଆଘୁଁ ବାଗେ ୟଦି ନର୍‌ସିଂ ଦେଇଥିତା,

ବଲରାମର୍ ସଭାବ୍ ନାଇଁ ହେଇଥିତା ପିତା, ।୭୬।

ନରସିଂ ନାଁଇ ଦେଲା କିଛି ସ୍ୱାଧୀନ୍ ହେଲା ପଛେ

ଭାବି ଥିବା, ବଲରାମ୍ ତ କଲେକଲେଁ ଅଛେ ! ।୭୭।

ହେଲା କରି ଘର୍ ବୁଡ଼ି ଆୟଜ୍‌ ହେଲା ଆଁଠେ ପାନି,

ଭାଇ ଭାଇର୍ ୟୁଦ୍‌ଧ ହେବା, ଜାନି ପାର୍‌ଲେ ରାନୀ ।୭୮।

ବଲରାମର୍ ବଲ୍ ବୁଦ୍‌ଧି ଆର୍ ସ୍ୱଭାବ୍ ପ୍ରଭାବ୍ ଯାହା,

ନର୍‌ସିଂ ରଜାର୍ ସବୁ ନିଶ୍‌ଚେ କରିଦେବା ସ୍ୱାହା ।୭୯।

ସର୍‌ବନାଶ୍‌ଟା ଆସ୍‌ବାର୍ ଆଘୁଁ ଛାଡ଼ି ଦେଲେଁ ଭାଗେ,

ବର୍‌ତି ଯିବା ନର୍‌ସିଂ ଆଉର୍ ୟୁଦ୍‌ଧ ନାଇଁ ଲାଗେ ।୮୦।

ରାନୀ ମାଆଁ ଇଟା ମିସେ ଜାନିଥିଲେ ବନେ

ନର୍‌ସିଂ ତାକର୍ ବହୁତ୍ ଖାତିର୍ କର୍‌ସି ମନେ ମନେ ।୮୧।

ଇଛନ୍ ୟଦି ମାନି ନେବା ତାକର୍ ଉପଦେଶ୍

ବଁଚି ଯିବା ନିଜେଁ ଆଉର୍ ବଁଚିଯିବା ଦେଶ୍ ।୮୨।

 

(ଝ)

ଦିନେ ନର୍‌ସିଂ ଦେବ୍‌କେ ଡାକି କରି ରାନୀ ମାଆଁ

ବୟ୍‌ଲେବାବା ନର୍‌ସିଂ ! ଟିକେ ଶୁନ୍ କହୁଛେଁ ଯାହା ।୮୩।

ରମେଇ ଦେବ୍ ରଜାର୍ ଅମ୍‌ଲୁଁ ହାମର୍ ପରିବାର୍

ସର୍ଗର୍ ସମାନ୍ ବଲି କରି ଜାନିଛେ ସଂସାର୍ ।୮୪।

ଭାଗର୍ ଲାଗି ଇନେ କେଭେଁ ଭାଇର୍ ସାଁଗେଁ ଭାଇ

ଲଡ଼ାଲଡ଼ି ହେବାର୍ ଛାଡ୍, ଗାଲି ଲାଗି ନାଇଁ । ୮୫।

ତ ଭି ଆଝିର୍ ବଲରାମର୍ ସାଁଗେଁ କାଣା ତୋର୍

ଲାଗିଯିବା ବାଗର୍ ଲାଗି ହନକଟା ଜୋର୍ ?। ୮୬।

ତମ୍‌ହର୍‌ ବିବାଦ୍ ଲାଗି କାଣା କୁଲର୍ ମୁହେଁ କାଲି

ଲାଗିଯିବା ଆରୁ ଶତ୍‌ରୁମାନେ ମାର୍‌ବେ ତାଲି?। ୮୭।

ବାବା ! ସାବତ୍ ଭାଇ ହେଇ ଘଲେ ବଲରାମ୍

ତୋର୍ ଲାଗି ତ କରିଛେ ତାର୍ ଜୀବନ୍ ଯିବାର୍ କାମ୍ ।୮୮।

ବଲରାମର୍ ବଲେଁ ତୁଇ ଆଝିର୍ ଏଡ଼େ ବଡ୍,

ସ୍ୱାଧୀନ୍ କଲା ସେହି ତକେ, ଜବର୍ କଲା ଗଡ୍ ।୮୯।

କାମର୍ ଲାୟେକ୍ ତାକେ ତୁଇ ଦେଇ ଦେ ଇନାମ୍

ନିଜର୍ ଭୁଜେନ୍ ବାହାକେ ତୋର୍ ନିଜେଁ ନି କର୍ ବାମ୍ ।୯୦।

ଆଝିର୍ ତୁମ୍‌ହର୍‌ ଦୁହି ଭାଇର୍ ୟୁଦ୍‌ଧ ଲାଗିଗଲେଁ

କିହେ ନାଇଁ ଜାନେ କିଏ ପଡ଼ି ଯିବା ତଲେଁ ।୯୧।

ବାବା ! ତାକେ ରାୟଜର୍ ଖଁଡ଼େ ଦେଇପକା ଭାଗ୍

ଶୁଝି ପକା ବଲରାମର୍ କାମର୍ କିଛି ଲାଗ୍ ।୯୨।

ଭାଗେଲ୍ ହେଲେଁ ଦୁହି ଭାଇର୍ ହେବା ଯହ ଭଲ୍

ଜୁ’ଡ଼େ ବାହି ହେଲେଁ ଗଛେଁ ଆୟ୍‌ସି ଯହ ‘ଲ୍ । ୯୩।

ନିଜର୍ ନିଜର୍ ଭାଗେଁ ନିଜର୍ କରମ୍ କପାଲ୍ ଜାନି

ବଚିଁ ରହ ।” ବଲକିରି କାଦିଁ ବସ୍‌ଲେ ରାନୀ ।୯୪

ନର୍‌ସିଂ ଶୁନୁଥିଲେ ମାଆଁର୍ କଥା ଗୁଟେ ଧ୍ୟାନେଁ

ଇଛନ୍ ତାକର୍ କାଦିଁ ଯହୁଁ ପଡ଼ିଗଲା କାନେ । ୯୫।

ବୟ୍‌ଲେ“ମାଆଁ ! କାଁଦ ନାଇଁ, ନାଇଁ ଧର ଦୋଷ୍,

ଭାଗର୍ ଲାଗି ବଲରାମର୍ ୟଦି ଏତେ ରୋଷ୍ ।୯୬।

ତୁମ୍‌ହେଁ ଯେତେ କହିଦେବ ଦେମି ତାକେ ଭାଗ୍

ରଜା ହଉ ସେନିର୍ ସେ, ତାର୍ ମେଟୁ ରିସା ରାଗ୍ ।୯୭।”

 

(ଞ)

ସୁଧାର୍ ପୁଓର୍ ଉଦାର୍, କଅଁଲ୍ କଥା ରାନୀ ମାଆ

ଶୁନି କରି କାକର୍ ହେଲା ତାକର୍ ମନର୍ ଡାହା, ।୯୮।

ବୟ୍‌ଲେ“ବାବା! ଇ କାମେ ଆର୍ ବିଲମ୍ ଉଚିତ୍ ନୁହେ,

ବଲ୍‌ରାମର୍ ସାଁଗେଁ କଥା ହେଇ ଆସୁଁ ଦୁହେ” ।୯୯।

ମିଶି କରି ଭାଇର୍ ସାଁଗେଁ ଦଦା, ମାଆଁରାନୀ,

ତିନ୍‌ହି ଲୁକର୍ ଛାତି ଭିଜିଗଲା ଆଖିର୍ ପାନିଁ ।୧୦୦।

ଆଖିର୍ ପାନି ଦରୋଦରୋ ଗଲା ଜହୁଁ ବୁହି

ମର୍‌ମେ ରହିଥିଲା ଯେତେ ମଇଲ୍ ହେଲା ଧୁଇ ।୧୦୧।

ମାଆଁ ଆରୁ ଦଦାର୍‌ ପାହା ଛୁଇଁ ବଲରାମ୍

ବୟ୍‌ଲେ“ହୁକୁମ୍ କର ୟଦି ଅଛେ କିଛୁ କାମ୍”।୧୦୨।

ଆଖି ପୁଛି ପୁଛି କରି ଆପ୍‌ନା ପନତ୍ କାନିଁ

କଅଁଲ୍ କରି ବଲ୍‌ରାମକେ ବୟ୍‌ଲେ ମାଆଁରାନୀ ।୧୦୩ ।

“ତୁମ୍‌ହେ ଦୁହି ଭାଇ ୟଦି ମାନ୍‌ସ ମକେ ବୁଆ !

ହାଥୀ ଚଢ଼ି ଭେଟ୍‌ବ ମକେ କାଲ୍‌ହି ସକାଲ୍‌ପୁଆ”।୧୦୪।

ମାଆଁର୍ କଥା ମାନି ଯହୁଁ ସଥେଁ ଦୁହି ଭାଇ

ହାଥୀ ନେଇ ଭେଟ୍‌ଲେ ତାକୁଁ ସଖାଲ୍ ସଖାଲ୍ ଯାଇ ।୧୦୫।

ମାଆଁ ସେନୁ ଦୁହି ଜନ୍କେ ନେଲେ ସଁଗେଁ ସଁଗ୍

‘କଲାପଥର୍’ ନିକେ ଯେନ୍‌ନେଁ ବୁହୁଥିଲା ‘ଅଁଗ୍’ ।୧୦୬।

ନୟ୍‌ଦ୍‌ ଖଁଡ଼ିନେଁ ଦୁହି ଭାଇର୍ ମୟ୍‌ଧେଁ ହେଲେ ଠିଆ

ବୟ୍‌ଲେ“ଦୁହେଁ ମୋର୍ ନାଆଥିଁ କର ସତ୍-କିରିଆ” ।୧୦୭।

“କିରିଆ କରୁଛୁଁ” କହି ଯହୁଁ ଦୁହି ଭାଇ,

ଖଡାଁ ଛୁଇଁ ରହିଥିଲେ, ବୟ୍‌ଲେ ରାନୀ ମାଈ ।୧୦୮।

“ଅଁଗର୍ ଉତର୍ ପାଖର୍ ରାଇଜ୍ ବଲରାମର୍ ହଉ

ଦଖିନ୍ ଦିଗେଁ ଯେତେ ଅଛେ ନର୍‌ସିଂ ବେଟାର୍ ରହୁ”। ୧୦୯।

ଇ ଅଁଗ୍ ନଦୀ ଦୁହି ଭାଇର୍ ହଉ ରାଇଜ୍-ସୀମା

ବଲରାମର୍ ରାଇଜ୍ ତୁରଁତ୍ ନିଜେଁ ନଉ ଜିମା ।୧୧୦।

ମାଆଁର୍ କଥା ରଖ୍‌ଲେ ନରସିଂ

ବୟ୍‌ଲେ ମୋର୍ ପାଟ୍‌ନା-ସୀମା ଅଂଗ୍,

ଭାଂଗ୍‌ବା ପଛେ ମେରୁ ଗିରିର୍ ଶ୍ରିଂଗ୍

ନାଇଁ ହୁଏ ମାଁ ମୋର୍ ବଚନ୍ ଭଂଗ୍ ।୧୧୧।

 

ତିନ୍

(କ)

ଉସତ୍ ମନେଁ ଗଡ଼୍‌କେ ଫିରି ଆୟ୍‌ଲେ ବଲରାମ୍

ସଜିଲ୍ କଲେ ଜଲ୍‌ଦି ନିଜର୍ ସାଜୋ ସରଂଜାମ୍ ।୧।

ଠୁଲାଲେ ଝଟ୍ ନିଜର୍ ଜଂଗୀ ‘ଉଜ୍, ସଂଗୀ, ସାହା

ରାନୀ ମାଆଁର୍ ନିକେ ଯାଇ ବୟ୍‌ଲେ“ଆଝିର୍ ମାଁ ।୨।

ଛାଡ଼ିକରି ଯାଉଛେଁ ଇ ଜନମ୍ ମାଟି ମୋର୍

ଇ ଗଡ୍, ଇ ନୟଦ୍ ସ୍ୱରନ୍‌ବତୀ, ମାୟାବତୀ ଜୋର୍”। ୩।

କାଁଦି କାଁଦି ବୟ୍‌ଲେ“ଦିଅ ତମ୍‌ହର୍‌ ଆଶୀର୍‌ବାଦ୍”

ଶୁନିକରି ବୟ୍‌ଲେ ମାଆଁ, “ବେଟା ନାଇଁ କାଁଦ୍ ।୪।

ଦଦାର୍ ଠାନୁ ତୁଇ ହେଇ ଥିଲେଁ ଘଲେ ଭିନେ

ଇ ମାଟି ତୋର୍, ତୁଇ ଭି ଇ ମାଟିର୍ ସବୁଦିନେ, ।୫।

କିହେ କାହାର୍ ଠାନୁ କେଭେଁ ନାଇଁ ହୁଅ ପର୍,

ଦେଶର୍ ମଂଗଲ୍, ତୋର୍ ଭି ମଂଗଲ୍ କରୁଁନ୍ ମହେଶ୍ୱର୍ ।୬।

ଆଘର୍ ବାଗିର୍ ଦଦା ଆରୁ ଦଦାର୍‌ କୁଟୁମ୍ ପିଲା

କାହ୍‌ରି ସାଁଗେ ସେନୋର୍ ବଁଧନ୍ କର୍ବୁ ନାଇଁ ଢିଲା ।୭।

ଯା ରେ ପୁତା ! ଜୟ୍ ହେବା ତୋର୍ କରୁଛେଁ କଲ୍ୟାନ୍

ବଢୁ ରାଇଜ୍, ବଢୁ ଶିରି, ବଢୁ ଗୌରବ୍, ମାନ୍”। ୮।

ବଲରାମ୍‌କେ ପୁଟ୍‌ଲାଲେ ଆର୍ ନର୍‌ସିଂ ବୟ୍‌ଲେ“ଭାଇ !

ହାମର୍ ପାଟ୍‌ନାର୍ ଚୁହାନ୍ କୁଲର୍ ମୁହାସ୍ କାଟ୍‌ବୁ ନାଇଁ ।୯।”

 

(ଖ)

ଜନମ୍ ମାଟି ମାଁ’ର୍‌ନୁ ଅଂତର୍ ହେଲେ ବଲରାମ୍

ଆପ୍‌ନା ଦଲ୍ ଆର୍ ‘ଉଜ୍ ସାଁଗେଁ ଛାଡ଼୍‌ଲେ ପାଟ୍‌ନା ଧାମ୍ ।୧୦।

ବଢ଼୍‌ତେ ଗଲେ ଆଗ୍‌କେ ଆଗ୍‌କେ, ବର୍‌ପାଲି, ବର୍‌ଗଡ୍

ଭଟ୍‌ଲି ଆଦି ଠାନେ ଗଢ଼୍‌ଲେ ଜବ୍‌ବର୍ ଜବ୍‌ବର୍ ଗଡ୍ ।୧୧।

ଆସ୍‌ତେ ଆସ୍‌ତେ ଆୟ୍‌ଲେ ତେତ୍‌କେଁ ଉତର୍‌ନୁ ଉତର୍

କର୍‌ତେ ଗଲେ ଦଖଲ୍ ମୌଜା, ଇଲାକା ବିସ୍‌ତର୍ । ୧୨।

ଗାଡ଼୍‌ତେ ଗଲେ ବିଜୟଝଂଡା ସଭୁନେଁ ନିଜର୍

ଛୁଟ୍‌କି ପୁଟ୍‌କି ସର୍‌ଦାରମାନେ ବୟ୍‌ଲେ‘ରକ୍ଷା କର୍’।୧୩।

ବଡ୍ ବଡ୍ କେହି କେହି ସର୍‌ଦାର୍ ଲଗାଲେଁ ଗଡ଼୍‌ବଡ୍

ତାକିତ୍ ଆସେ ବୀର୍ ବଲରାମର୍, “ଲଡ଼୍‌ବୁ ବୟ୍‌ଲେଁ ଲଡ୍, ।୧୪।

ବାକି ବଁଚ୍‌ବାର୍ ଲାଲଚ୍ ଥିଲେଁ ଆ, ଗୁଡ଼୍‌ତଲେଁ ପଡ୍”,

ଏନ୍‌ତା ଭାବେଁ ବଢ଼୍‌ଲା ଆଘର୍ ହୁମା ଆର୍ ବରଗଡ୍ ।୧୫।

ଲୁଟିଖିଆ ପିଲା ଯେନ୍‌ତା ହେସି ଗଖେ ଧୁମା

ଗିଲି ଗିଲି ଗାଆଁମାନ ବଢ଼୍‌ଲା ରାଇଜ୍ ହୁମା ।୧୬।

(ରାଇଜ୍ ଭାଁଗି ଗଲା, ରାୟଜର୍ ନାଆଁ ଗଲା ଉଡ଼ି

ଅଛେ ବାକି ହୁମା ଗାଆଁ, ଅଛେ ହୁମା ଗୁଡ଼ି ।୧୭।

ଆଠି ସମଲପୁରି ଶଂଭୁର୍ ପହିଲ୍ ଆର୍ ପ୍ରଧାନ୍

ହୁମା ଗୁ ଡ଼ିର୍ ଈଶ୍ୱର୍ ବାବା ଭାରି ପହିଲ୍‌ମାନ୍ ।୧୮।

ତାକର୍ ମାହାନ୍ ପହିଲମାନିର୍ ରହିଛେ ପରମାନ୍

ଶୁନ୍ ସଭେ ଧିଆନ୍ ଦେଇ ଇ ହୁମା ପୁରାନ୍ ।୧୯।

ଥରେ ପରେ ଭାରି ଭୂକଁପ୍ ହଉଥିଲା ବଲି

ଦେଖ୍‌ଲେ ବାବା ତାକର୍ ଗୁଡ଼ି ପଡ଼ୁଥିଲା ଢଲି ।୨୦।

ଛେକି କରି ବକାଁ ଗୁଡ଼ି ଭୂଇଁ ଦେଲେ ଜାକିଁ

ବକାଁ ଗୁଡ଼ି ବଁକା ସଜେଁ ରହିଗଲା ଥାକି ।୨୧।

ସରଲ୍ ବାବାର୍ ନାଇଁ କିଛି ବଁକା ସିଧା ଜ୍ଞାନ୍

ଟେଢ଼ା ଗୁଡ଼ି ଆଡ଼େଁ ନାଇଁ ନିଅଁନ୍ ଧ୍ୟାନ୍ ।୨୨।

ଖାଡ଼ା ଅଛେ ଗୁଡ଼ି, ଗୁଟେ ଆଡ଼େଁ ହେଇ ବଁକା,

ପଡ଼େ ନାଇଁ, ପଡ଼ିଗଲା ବାଗିର୍ ହେସି ଶଁକା ।୨୩।

କାହାର୍ କାହାର୍ ମତେଁ, ଗୁଡ଼ି ଗଢ଼ୁ ମିସ୍‌ତ୍ରିମାନେ

ଭାରି ପୋଖତ୍ ଥିଲେ ପରେ ବାସ୍‌ତୁ ଶିଲ୍‌ପର୍ ଜ୍ଞାନେଁ ।୨୪।

ସୁପର୍ ଇନ୍‌ଜୀନୀୟର୍‌ନୁ ଭି ଥିଲେ ଜହ ଜ୍ଞାନୀ

ଟେଢ଼ା ଗୁଡ଼ି ଗଢ଼ିଥିଲେ ମୂଲୁଁ ଜାନି ଜାନି ।୨୫

ଦିନେ ‘ପିସାର୍ ଲିନିଂଗ୍’ ଟାୱାର୍ ବନାବାର୍ ବିଜ୍ଞାନ୍

ଇନେ ଥିଲା ବଲି କେ କେ ଦଉଛନ୍ ପ୍ରମାଣ୍ ।୨୬।

ହେଁ ଗୁରାକ ନାସ୍‌ତିକ୍ କଥା; ବାବା ବଲବାନ୍

ତାକର୍ ବଲେଁ ବଁକା ଗୁଡ଼ିର୍ ଅଁଟା ଅଛେ ଟାନ୍ ।୨୭।

କେଭେଁ ନାଇଁ ପଡ଼େ, ଦିସୁଥିସି ପତମାନ୍

ବାବାର୍ ସବୁ କରାମତି, ହାମର୍ ମତି ସାନ୍ ।୨୮।

ଆହେ ପୁନ୍ୟବାନ୍ ! ଶୁନ୍‌ଲେଁ କାବା ହେବ ହୁମା ବାବାର୍ ଗାଥାଗାନ୍ ।୨୯।

 

(ଗ)

ହୁମା ଦେଶର୍ ପୂରୁବ-ଉତର୍ ସୀମା ଛୁଇଁ ଛୁଇଁ

ଥିଲା ରାଇଜ୍ ସୁର୍‌ଗୁଜାଟା ରାକ୍ଷସ୍ ଲେଖେଁ ଶୁଇ ।୩୦।

ଦୁହି ଦେଶର୍ ସୀମା ଧୁଇ ବୁହି ନଉଥିଲା

ହାମର୍ ମାହାନଦୀ ସେଭେଁ ସୁନା ହୀରା ନୀଲା ।୩୧।

(ଏଭେଁ ହୀରାକୁଦେଁ ଜହୁଁ ତିଆର୍ ହେଲା ବଂଧ୍,

ସୁନା ହୀରା ନୀଲା ବୁହା ତହୁଁ ହେଲା ବଂଦ୍ ।୩୨।

ହେଲେଁ ମିସେ କେନାଲ୍ ବାଟେଁ ପାଇ ନଦୀର୍ ପାନି

ଆନୁଛେ ଆୟ୍‌ଜ୍‌ ଚାଷୀ ଖେତୁଁ ଫସଲ୍-ରତନ୍ ଛାନି ।୩୩।

ଆଘ ଯେନ୍‌ନେଁ କିରାସିନି ଡିବ୍‌ରି ଜଲୁଥିଲା

ଆଝିର୍ ସେନେଁ ଦେଖ ବିଜ୍‌ଲିରାନୀର୍ ନାନା ଲୀଲା ।୩୪।

ପଟୁ ପଡ଼ି ପଡ଼ି କେଭେଁ ତୁପି ହେବା ବଁଧା,

ଆଝୁଁ ହାମେ କାଁ ଯେ ହେମା ହେଁଥିର୍ ଡର୍‌ହେ ଅଁଧା ? ।୩୫।

ଖୂସୀ ହଉଁ ଦେଖି ଆଝିର୍ କଥା,

କାଲ୍‌ହିର୍ ଲାଗି କାଯେଁ ଆଝୁଁ ମୁଁଡ଼ର୍ ଛୁଛା ବଥା? ।୩୬।

 

(ଘ)

ମାହାନଦୀର୍ ଦଖିନ୍ ତୀରର୍ ଗାଆଁ ଚାଉଁର୍ ପୁର୍

ଏଭର୍ ସହର୍ ସମଲପୁରୁଁ ନୁହେ ଜହ ଧୁର୍ ।୩୭।

ନଦୀର୍ ଗୁଟେ ଗୁଟେ ତୀରେଁ ସହର୍ ଗାଆଁ ରହି

ଆଘର୍ ସୁଖର୍ ଦୁଖର୍ କଥା ହେସନ୍ କହା କହି ।୩୮।

ଆଘର୍ କାଲେଁ ଘଲେ ଥିଲା ସେହିନେ ହେଁ ଗାଁ ଚାଉଲ୍,

ମୁରହି, ଝୁରିର୍ ଲାଗି ଅର୍‌ଜି ଥିଲା ନାଆଁ ।୩୯।

ପୂର୍‌ବେଁ ଗାଆଁର୍ ଚାର୍‌ହି କୁତି ଥିଲା ନିଝା ଝାର୍

ରହୁଥିଲେ ସେନେଁ ପଶୁପକ୍ଷୀ ଅସୁମାର୍ ।୪୦।

କିସମ୍, କିସମ୍ ଜଁଗ୍‌ଲି ଜଁତୁ ସମର୍, ମିରିଗ୍, ବର୍‌ହା,

କୁଟ୍‌ରା ଚିଥଲ୍, ଗଡଁ। ଗଇଲ୍, ସାୟ୍‌ମୁଷା, ଧୋବ୍ ଖର୍‌ହା ।୪୧।

ଜାତିର୍ ଜାତିର୍ ପକ୍ଷୀ ତିତିର୍, ମୟୂର୍, ହରଡ୍,ପାରା,

ଗୁଁର୍‌ରୁ, ନକା, ପଣକା, କୁକ୍‌ରା ଭର୍‌ତି ଜଂଗଲ୍ ସାରା ।୪୨।

ରଜା ବଲରାମର୍ ଶିକାର୍ ସଉକ୍ ବଡ଼ାତାର୍

ଶିକାର୍ ଖେଲୁ ଥାଆଁନ୍ ବୁଲି ଇ ଝାରୁଁ ସେ ଝାର୍ ।୪୩।

ଚତୁର୍ ବଲରାମର୍ କଥା ପାର୍‌ତା କିଏ ଜାନି?

ନୁରୁଥିଲେ ତାକର୍ ନୁଆଁ ରାଇଜର୍ ରାଜ୍‌ଧାନୀ ।୪୪।

 

(ଙ)

ଦିନେ ଶିକାର୍ ଖେଲେଁ ରଜାର୍ ଶିକାରି କୁକୁର୍

ଖର୍ହାଟାକେ ଖେଦି ଖେଦି ନେଲା ଥୁରେ ଧୁର୍ ।୪୫।

ଟିକେ ପଛେଁ ଦେଖ୍‌ଲେ ରଜା କୁକୁର୍ ପୁତା ଡର୍‌ହେଁ

ଖର୍‌ହାର୍ ଆଘୁଁ ଡରି ମରି ଭାଗୁଛେ ତର୍‌ସରେଁ ।୪୬।

ଖର୍‌ହା ଚିପୋ କୁକୁର୍‌ଟାକେ ଖେଦୁଛେ ଜୋର୍ ତୁଡ଼େଁ

ନର୍ଦୁଛେ ସେ କୁକୁର୍ ଉଡ଼୍‌ଲା ବାଗିର୍ ଚାରହି ଗୁଡ଼େଁ । ୪୭।

ଧୁରୁଁ ଇଟା ଦେଖିକରି ରଜା ବଲରାମ୍

ଅଚାବୁହା ହେଲେ, ମଗଜ୍ ନାଇଁ ଦେଲା କାମ୍ ।୪୮।

ମୁସା ସିନେ କିଁଦ୍‌ରି ବୁଲ୍‌ସି ମାଁଜୋ ଦେଖିକରି

ବାଘର୍ ଆଘୁଁ ଛେଲ୍ ପଲାସି ଡର୍‌ହେଁ ଶଁକି କରି ।୪୯।

ଭୁକ୍‌ଲେଁ କୁକୁର୍ ଲୁକ୍‌ସି ଖର୍‌ହା ଗୁଛା ତରାତରା

ଭାଗ୍‌ସି ତର୍‌ସର୍ ଡରହେଁ, ସାୟେତ୍ ପଡ଼ିଯିବା ଧରା ।୫୦।

ହେଲେ, ଇନିର୍ ଖର୍‌ହା ଚିପୋର୍ ଚଲନ୍ ବିପ୍‌ରୀତ୍

ଖେଦା କୁକୁର୍ ହାର୍ ମାନୁଛେ, ଖର୍‌ହା ଟୁରାର୍ ଜିତ୍ !।୫୧

ଅଲୋକିତ୍ ଇ କଥା ! ତବି କୁକୁର୍‌ଟାକେ ଛେକି

ଦେଖ୍‌ଲେ ରଜା ଖର୍‌ହା ଅଛେ ସେ ପାଖେଁ ଲେଁଜ୍ ଟେକି ! ।୫୨।

ତେତ୍‌କେଁ ଯହୁଁ ନର୍‌ଦି ଗଲେ ରଜା ଖର୍‌ହା ପଛେଁ

ଟିକ୍ ଚହରାଁ ଦେଇ ଖର୍‌ହା ବୟ୍‌ଲା କାଁୟ୍‌ସେ ‘ଅଛେଁ’ ।୫୩।

ଫେର୍ କେନ୍‌ନିକେ ବିଜ୍‌ଲି ଲେଖେଁ ହେଇ ଅଁତର୍ ଧାନ୍

ଫୁନ୍ ଦେଖେଇ ଦିଏ ଟିକେ ବାଗିର୍ ଟିପି କାନ୍ ।୫୪।

ଉଠିକରି ମିଲ୍‌କି ଦିଏ ନିମିଷ୍ ଟାକର୍ ପଛେଁ

ଲୁକେ ପଖନ୍ କର୍‌ପନେ କି ଝୁରକୁଁଡ଼ିଆ ଗଛେଁ ।୫୫।

ଖର୍‌ହାର୍ ପିଛା ନର୍‌ଦି କୁଦି ରଜା ହେଲେ ଅଥା

ଖର୍‌ହାକେ କାଁୟ୍ ମାର୍‌ତେ ! ନାଇଁ ପାୟ୍‌ଲେ ଆଉର୍ ପତା ।୫୬।

ଲୁକ୍‌ଲୁକାନି ଖେଲ୍‌ତେ ଖର୍‌ହା ଗଲାନ କି ଅଛେ

ତାକି ନାଇଁ ପାର୍‌ଲେ ଜହୁଁ ରଜା ଟିକେ ରଁଚେ ।୫୭।

ଥାକି କରି ଝାରେଁ ଟିକେ ବେଲ୍

ଭାବି ଭାବି ଖର୍‌ହାର୍ ଅଜବ୍ ଖେଲ୍

ପାନ୍‌ତି ବେଲେଁ ଆୟ୍‌ଲେ ଫିରି ନିଜର୍ ଶିବିର୍ ନିକେ

ମନର୍ କଥା ରଖିଲେ ନିଜର୍ ମନେଁ

ଜାନ୍‌ଲା ନାଇଁ ଦୁସର୍ କେହି ଜନେ,

ଖାୟ୍‌ଲେ ନାଇଁ, ପି’ଲେ ନାଇଁ, ଶୁୟ୍‌ଲେ ଜବର୍ ଟିକେ ।୫୮।

 

ଚାରି

(କ)

ଅଧ୍‌ରାତିଆ ଦେଖ୍‌ଲେ ରଜା ତାଁକୁ ଡାକି କରି

ମାୟ୍‌ଝି ଜନେ ବୟ୍‌ଲେ‘‘ବେଟା ! ତକେ ଟାକି କରି ।୧।

ଅଛେଁ ମୁଇଁ ଲଂକେଶ୍ୱରୀ କେତ୍‌ନିକେତେ ଦିନୁ

ବେଟାରେ! କାଁୟ୍‌ତଭି ତୁଇ ମକେ ନିହେ ଚିନ୍‌ହୁ?’’ ।୨।

କହୁଁନ୍ କହୁଁନ୍ ଦିନର୍ ଶିକାର୍ ଖେଲର୍ ସେହି ଖର୍‌ହା

ମାଈର୍ ଦିହୁଁ ବାହାର୍ ହେଇ ରଜାର୍ ହାଥେଁ ଧରା ।୩।

ଦେଲା ଛନେ; ଛନ୍‌କେଁ ତହୁଁ ଛନ୍‌ଲି କରି ପାଖେଁ

ଉଭା ହେଇ ଉଭିଗଲା କେନ୍‌କେ ନିମିଷ୍‌ଟାକେଁ ।୪।

ତାହ୍‌ରି ଦିହୁଁ ବାହ୍‌ରି କରି ସେହି ଲଂକେଶ୍ୱରୀ

ଟିକେ ଆଘର୍ ଅବିକଲ୍ ସେ ମାଆଁ-ମୂରତି ଧରି ।୫।

ବୟ୍‌ଲେ‘‘ମକେ ଖର୍‌ହା ରୂପେଁ ଦେଖ୍ଲୁ ଝାରେଁ ଆୟଜ୍

ଅଛେଁ ଇଛନ୍ ସେମେଲ୍ କୁଦେଁ ଇ ସବୁ ମୋର୍ ରାୟ୍‌ଜ୍‌ ।୬।

 

(ଖ)

ହଜାର୍ ହଜାର୍ ବଛର୍ ହେଲା ଅଛେଁ ଇନେ ମୁଇଁ,

କେତେ ରଜାର୍ ସୁନାର୍ ‘ସଲ୍‌ ‘ଲିଛେ ଇ ଭୂଇଁ ।୭।

ଶୁଖିଛେ ଆର୍ ଝଡ଼ିଛେ ଭି; ହେଇଛେ ଉଜାର୍

କାଲର୍ ଧୁକା ଗରେଲ୍ ମାଡ଼େଁ କେଥେ ଯେ ରଜାର୍, ।୮।

ପତା ଘଲେ ଉଡ଼ି ହଜି ଯାଇଛେ କେନ୍ ଆଡ଼େଁ

ତୁପି ହେଇ ପଡ଼ିଛେ ଭି କେତେ ଗହୀର୍ ଗାଡ଼େଁ, ।୯।

କାଲର୍ ମାଡ଼େଁ ମାୟଟ୍ ହେଇଛେ ପକ୍‌କା ମହଲ୍‌ମାନ୍

ନାଶ୍ ହେଇଛେ ଆଘର୍ ବଢ଼େ ବଢ଼େ ସହର୍‌ମାନ୍ ।୧୦।

ସବ୍ ହେଇଛେ ପୁଡ଼ିଜଲି ଖାର୍

ଆୟ୍‌ଜ୍‌ ହେଇଛେ ବାଘର୍ ସାଁପର୍ ବିହାର୍ ଭୂଇଁ ଝାର୍ ।୧୧।

 

(ଗ)

ହେଲେଁ, ଇନେ ଇଂଦ୍ରଭୂତି ରଜା ଥିଲା ଜନେ

ଶୁନିଛୁ କାଁୟ୍ ତାଁକର୍ କଥା ? ରହିଛେ କାଁୟ୍ ମନେଁ? ।୧୨।

ସାତ୍‌ସ ବଛର୍ ଆଘର୍ ରଜା ସେହି ଇଂଦ୍ରଭୂତି

ପାଇଥିଲେ ଜ୍ଞାନ୍ ସିଦ୍ଧି ଆର୍ ଲେଖ୍‌ଲେ ହେଁ ନାଁର୍ ପୁଥି, ।୧୩।

ଧରମ୍-ଡୁରେଁ ଘିଚ୍‌ଲେ ତାକର୍ ବଜ୍ରୟାନ୍‌କେ ଛାଟେଁ

ଚାଲ୍‌ଲା ହେଁ ୟାନ୍ ବୌଦ୍‌ଧ ଧର୍‌ମର୍ ଦୁସର୍ ନୁଆଁ ବାଟେଁ ।୧୪।

ଇଂଦ୍ରଭୂତିର୍ ଆଘର୍ ପଛର୍ ଚକର୍‌ବର୍‌ତୀମାନେ

କାହିଁ କେଭେଁ ଲୁକି ହଜି ଗଲେ ଯେ କେ ଜାନେ, ।୧୫।

ଲେକିନ ଇଂଦ୍ରଭୂତିର୍ ସୁନାମ୍ ଇଛନ୍ ମିସେ ଅଛେ

ଲୁକେ ନିହେ, ହଜେ ନିହେ, ସଭେ ଗଲେ ପଛେ ।୧୬।

ଇଂଦ୍ରଭୂତି ଧର୍‌ମର୍ ଆସ୍‌ରା ଧରିଥିଲେ ବଲି

ତାକର୍ ନାଆଁ କାଲର୍ ଧୁକାମାଡ଼େଁ ନାଇଁ ଟଲି ।୧୭।

ଋତୁର୍ ସାଁଗେଁ ଧରମ୍ ମିସି ଧରିଛନ୍ ଇ ଧରା,

ଧରମ୍ ମାନି ଇନେ ହେସି ବର୍‌ଷା, ଶୀତ୍ ଆର୍ ଖରା ।୧୮।

ଧରମ୍ ନିୟମ୍ ମାନି ହଉଥିସି ରାତି ଦିନ୍,

ସୂର୍‌ୟ, ଚଂଦ୍ର, ଗ୍ରହ, ତରା ସଭେ ଧର୍‌ମାଧୀନ୍ ।୧୯।

ଧରମ୍ ମାନିକରି ଅଛନ୍ ଜୁଏ, ପବନ୍, ପାନି

ମୁନୁଷ୍ ଯାହା ଜାନି ଜାନି କରସି ଧରମ୍ ହାନି ।୨୦।

ଧରମ୍ ହାନି ହେଲେଁ ପଡ଼୍‌ସି ପାପ୍ ଅଧର୍‌ମର ପାର୍

ହେଲେଁ ମିସେଲ୍ ଶେଷେଁ ହେସି ହାର୍ ହେଁ ଦୁହିଟାର୍ ।୨୧।

ଧରମ୍ ଖଁଡ଼ା ଧରି ହେସନ୍ ଈଶ୍ୱର୍ ଅବ୍‌ତାର୍

ମାର୍‌ସନ୍ ପାପୀ ମୁନୁଷ୍, କର୍‌ସନ୍, ସଜ୍‌ଜନ୍ ପାର୍‌ଉତାର୍ ।୨୨।

ଇନ୍‌କେ ଧରମ୍ ଆସୁ ବଲି ଫିରି

ତୁଇ ପଠା ହେଇଛୁ, ସୋର୍ ରଖ୍‌ବୁ ଅବିସିରି ।୨୩।

 

(ଘ)

ରାୟ୍‌ଜର୍ ବୃଦ୍‌ଧି କାଯେ ତୁଇ ଯେତେ ୟୁଦ୍‌ଧ କର୍

ଧରମ୍‌ଟାକେ ହର୍‌ଦମ୍ କରିଥିବୁ ତୋର୍ ଅସ୍‌ତର୍ ।୨୪।

ମହାନଦୀ ତୋର୍ ସିମାନା ଲହଁକିଲେଁ ସୁର୍‌ଗୁଜା,

ହେଁନିର୍ ଉଁଠା ରଜା ମକେ ନାଇଁ କରେ ପୂଜା ।୨୫।

ବଲ୍‌ସି ମୁଇଁ ଦେବୀ ନୁହେଁ, ପଖନ୍ ଖଁଡ଼େ ଖାଲି,

ପଡ଼ିଛେଁ ଗଛ୍‌ତଲେଁ ବାରମାସି ଆଠକାଲି ।୨୬।

ରଜାକେ ଥର୍ ତିନେ ମୁଇଁ ଦେଲିଁନ ସପନ୍

ତବି ମକେ ପଖନ୍ ଖଁଡ଼େ ବଲ୍‌ସି ମନେଁ ମନ୍ ।୨୭।

ଜ୍ଞାନୀମାନେଁ ମାନ୍‌ସନ୍, ମୁଇଁ ମାଆଁ ମାହାମାଈ

ଆଦିଶକ୍‌ତି, ମଂଗ୍‌ଲା, କାଲୀ, ଶ୍ରୀଦୁର୍‌ଗା, ବାରାହୀ ।୨୮।

ମାତଂଗୀ, ରାମଚଁଡ଼ୀ ଆରୁ ଭୂବୁନେଶ୍ୱରୀ ମୁଇଁ,

ଲଂକେଶ୍ୱରୀ ଅଛେଁ, ହେମି ସମ୍‌ଲେଇ ଇ ଭୂଇଁ ।୨୯।

ଶକ୍‌ତିକେ ମୋର୍ ଭକ୍‌ତି କର୍, ତୋର୍ ରାଇଜ୍ ଯିବା ବଢ଼ି,

ନୟଦ୍‌ଖଁଡ଼ିନେଁ ସେମେଲ୍‌କୁଦେଁ ମୋର୍ ଗୁଡ଼ି ଦେ ଗଢ଼ି; ।୩୦।

ଡର୍‌ବୁ ନାଇଁ, ସୁର୍‌ଗୁଜାର୍ ଇଲାକା ଇଛନ୍ ହେଁଟା,

ହେଁଥିର୍ ଲାଗି ଲଡ଼୍‌ବା ରଜା, ହାର୍‌ବା ଜରୁର୍ ବେଟା ।୩୧।

 

(ଙ)

ସେମେଲ୍‌କୁଦର୍ ପାଖେଁ ଅଛେଁ ଖେଡ଼େଁ ଜୁନ୍‌ହାଁ ଗାଆଁ

‘ସଂବଲ୍’ ବଲି ଆଘର୍ କାଲେଁ ପଡ଼ୁଥିଲା ନାଆଁ । ୩୨।

ଆଘ ଥିଲା ବଢ଼େ ସହର୍, କହର୍ ଅଛେ ବାକି

ମେଟି ହଜି ଗଲେନ ତାର୍ ଦୁସର୍ ଯେତେ ସାଖୀ ।୩୩।

ସଂବଲ୍‌ ଗାଆଁ ସାମିଲ୍ କରି ଗଢ଼୍ ତୁଇ ଗଡ୍,

ସହର୍ ହେବା ‘ସମଲ୍‌ପୁର’ ତ ରାଇଜ୍ ‘ହୀରାଖଁଡ’ ।୩୪।

ବସା ହେଁନେଁ ଜବ୍‌ବର୍ ବସ୍‌ତି, ବଢ଼ା ରାୟଜ୍ ଆର୍ ବଲ୍,

ମଂଗ୍‌ଲା ମୁଇଁ, କର୍‌ମି ବାବା ! ସବ୍‌କର୍ ଭଲମଂଗଲ୍; ।୩୫।

ମୋର୍ ଗୁଡ଼ିଟା ଆଘ ତୁଇ ଗଢ଼୍ ,

ପଛ୍‌କେ କେଭେଁ ଘୁଚ୍‌ବୁ ନାଇଁ ଆଗ୍‌କେ ହର୍‌ଦମ୍ ବଢ୍ ।୩୬।

(ଚ) ବାବା ! ଇନିର୍ ମାଟିଁ ସାନି ହେଇଥିସି ସୁନା

ଇନିର୍ ପାହାଡ୍ ଦେସି ହୀରା, ‘କରା’ର୍‌ନୁ ଚାୟର୍‌ଗୁନା ।୩୭।

ହୀରା ସୁନାର୍ ମୁଲକ୍ ବଲି ଇନିର୍ ଲୁକେ ଜିଧା ,

ହେଲେଁ ମିସେଲ୍, ନଜର୍ ଉଚ୍‌ଚା, ବିଚାର୍ ଚଲନ୍ ସିଧା ।୩୮।

ଇନିର୍ ଲୁକର୍ କଥା କେନ୍‌ନେଁ କଅଁଲ୍, କେନ୍‌ନେ ଟାନ୍,

ଯାହା ହଉ, ନୁହେ ମହୁ ମେସାଲା ବିଷାନ୍ ।୩୯।

ଇନିର୍ ଭାଷି ଅଲଗ୍ ଭାଷି, ନୁହେ ଫକତ୍ ବୁଲି

ଇଟା ଇନିର୍ ଲୁକେ ନିଜେଁ ଯାଉଥିବେ ଭୁଲି ।୪୦।

କଟକ୍ ପୁରୀ ଆଡ଼େଁ ତମ୍‌ହେଁ ରଜାମାନେ ଇନୁଁ

ବିହାଚୁରାର୍ ମୁଟା ରଶି ଲାଗ୍‌ଲା ଯେନ୍ ଦିନୁଁ ।୪୧।

କଟକ୍ ପୁରୀ ଆଡ଼ର୍ ଭାଷା ଇନ୍‌କେ ପସିକରି

ଚିପୁଛେ ଆୟ୍‌ଜ ଇନିର୍ ଲୁକର୍ ଟଁଟି କଷିକରି ।୪୨।

ପଢ଼ି ପଢ଼ି ଉଡ଼ିଆ ଆର୍ ଶୁନି ଶୁନି କାନେଁ

ଅଜାନ୍‌ତିକେଁ ଇନିର୍ ସରଲ୍ କବି ଲେଖକ୍‌ମାନେ ।୪୩।

କରୁଥିବେ ଉଡ଼ିଆ ମାଇଁକେ ମାଆଁ ଜ୍ଞାନ୍

ମାଆଁର୍ କଥା ଆଡ଼୍‌କେ କିଲି ଦଉଥିବେ କାନ୍ ।୪୪।

ମାଇଁଟାକେ ମାଆଁ ବଲି କରୁଥିବେ ସେବା

ଭାବୁଥିବେ ମାଆଁର୍ ସେନ୍‌ହ ମାଇଁ ମିସେ ଦେବା ।୪୫।

ହେଲେଁ, ମାଇଁ କୁଲେଁ ଧରି ନାଇଁ ଦିଏ ଚୁମା,

ସେବା ନେବା ନେବା ଆରୁ ନିଜେଁ ହେବା ଧୁମା ।୪୬।

ଇନିର୍ ଭାଷାର୍ ଶବଦର୍ ଶେଷେଁ, ‘ଅକାର୍’ ରହେ ନାଇଁ

ହଲଁତ୍ ହେସି; ହଲଁତ୍ ଟାକେ ମାଇଁ ସହେ ନାଇଁ ।୪୭।

ଅ-କାର୍ ରଖି ଇନିର୍ ଶବ୍‌ଦ୍‌ କଲେଁ ଉଚ୍‌ଚାରନ୍,

ହେସି ମାଆଁର୍ ଇଜତ୍ ମହତ୍ ଦୁହିଟା ହରନ୍ ।୪୮।

 

(ଛ)

ହେଲେଁ, ଯେଭେଁ ହଉ ମାତ୍‌ରୁଭାଷା-ସଚେତନ୍

ହେବେ ଇନିର୍ କବି ଲେଖକ୍, ମୁନୁଷ୍ ସାଧାରନ୍ ।୪୯।

ଉଁଚା ହେବାର୍ ଲାଗି ୟଦି ଆଶା ଅଛେ ମନେଁ,

ଉଁଚା କର ଆଘ ମାତ୍‌ରୁଭାଷା ବଲି ଝନେ ।୫୦।

ଇନିର୍ ମାହାନ୍ କବି ଦିନେ ଗାୟ୍‌ବେ ନିଜର୍ ଗୀତେଁ

ସେନୁ ଚେତା ପଶ୍‌ବା ଇନିର୍ ଶିକ୍ଷିତ୍ ଲୁକର୍ ଚିତେଁ ।୫୧।

ଇନିର୍ କବି ଲେଖକ୍‌ମାନେ କଛା ଭିଡ଼ିକରି

ବାହାର୍‌ବେ ମାଁର୍ ଲାଗି ମେଛା ମୁଡ଼ି ମୁଡ଼ି କରି ।୫୨।

ଲିଖିତ୍ ରୂପେଁ ଆପ୍‌ନା ମାତ୍‌ରୁଭାଷା କର୍‌ବେ ଠିଆ

ଉସ୍‌କି ଯିବା ଅନାମେତ୍ ଇ ଭୂଇନୁଁ ଉଡ଼ିଆ ।୫୩।

ଜାନ୍‌ବା ସେଭେଁ ଇନିର୍ ଭାଷାର୍ ଅଛେ କେତେ ଜୋର୍,

ପସ୍‌ତାବା ତାର୍ ଆଘର୍ ବେଭାର୍ କରି କରି ସୋର୍ ।୫୪।

ପସ୍‌ତାବା ସେ କାଁଜେ ହେଲା ହେତେ ଜିଦ୍‌ଦଖୋର୍,

ମା’ ମାଗିକରି ମାନ୍‌ବା, ‘ତମହେଁ ନାନୀ ମୋର୍’ ।୫୫।

କର୍‌ବା ସେନୁ ବେଭାର୍ ଦିଆ ନିଆ

ପାର୍‌ବା ବୁଝି ଇନିର୍ ଭାଷା ତାର୍‌ନୁ ଖୋବ୍ ବଢ଼ିଆ ।୫୬।

ଶୁନ୍ କହୁଛେଁ ଶେଷେଁ, ତୋର୍ ଇ ନୁଆଁ ଦେଶେଁ

ଜାନ୍‌ସି ଲୋକ୍ ‘ଲୋକ୍ ସେବା’

ମାତ୍‌ରୁ-ଭୁଇଁ ଲାଗି ପାର୍‌ସି ସବୁ ତ୍ୟାଗି

ପ୍ରାନ୍ ଭି ବଲି ଦେଇ ଦେବା ।୫୭।

ସବକେ ଲଗା କାମେଁ, ସମଲପୁର ନାମେଁ

ସହର୍ ନୁଆଁ କରି ବସା

କାଲର୍ ମନେଁ ତୋର୍ ସୁନାମ୍ ଥିବା ସୋର୍

କର୍‌ବେ ସଭେ ପର୍‌ଶଁସା ।” ।୫୮। .

 

ପାଞ୍ଚ

ଝୁମ୍‌ରା ଟୁଟି ଗଲା, ଉଠି ପଡ଼୍‌ଲେ ରଜା ଝଟ୍

ଭାବ୍‌ଲେ, ଯାହା ଦେଖ୍‌ଲେ ସେଟା ସପନ୍ ଅବା ସତ୍ ।୧।

ପାର୍‌ଲେ ନାଇଁ କିଛି ବୁଝି, ଧଂଦି ହେଲେ ଯାହା,

ଆସ୍ତେ ଆସ୍ତେ ସୁର୍‌ତା ହେଲା, କହୟ୍‌ଲେ ଯାହା ମାଆ ।୨।

ସେମେଲ୍‌କୁଦେଁ ଗୁଡ଼ି ବନା, ବୟ୍‌ଲେ ଲଂକେଶ୍ୱରୀ

ଲେକିନ୍ ସେଟା ଅଛେ ତାକର୍ ସୀମା ଡେଗିକରି ।୩।

ସୁରୁଗୁଜାର୍ ହେଁ ଜାଗାନେଁ ସେ ତିଆର୍ କଲେଁ ଗୁଡ଼ି

ୟଦ୍‌ଧ ଲାଗ୍‌ବା; ହାର୍‌ଲେଁ ନିଜର୍ ରାଇଜ୍ ଯିବା ଉଡ଼ି ।୪।

ସୁର୍‌ଗୁଜା ତ ବଢ଼େ ରାଇଜ୍, ଶକତ୍ ବଲେଁ, ଧନେଁ,

ସୁରୁ ହୁମା, ଲୁକି ଯିବା ସେନିର୍ ଗୁଟେ କନେଁ, ।୫।

ନୁଆଁ ହୁମା ଦେଶର୍ ‘ଉଜ୍-ଅସ୍‌ତର୍-ଶସ୍‌ତର୍ କମ୍

ଅଛେ ସିନେ ନିଜର୍ ତାକତ୍, ବୁଦ୍‌ଧି ଆରୁ ଦମ୍ ।୬।

ଏନ୍‌ତା ଚିଂତା କରତେଲ୍ ବଲରାମ୍ ଶେଷେଁ କଲେ ସ୍ଥିର୍

ମାନ୍‌ବେ ଲଂକେଶ୍ୱରୀର୍ ହୁକୁମ୍, କଟ୍‌ଲେଁ କଟୁ ଶିର୍ ।୭।

ଗଢ଼ାବେ ସେ ଦେବୀର୍ ଗୁ ଡ଼ି ଜଲ୍‌ଦି ସେ ଜରୁର୍

ବସ୍‌ବେ ସେନେଁ ସମ୍‌ଲେଇ ମାଁ, ବସ୍‌ବା ସମଲ୍‌ପୁର୍ ।୮।

 

ଛଅ

ସେମେଲ୍ କୁଦେଁ ଗଢ଼ୈ ବସ୍ଲେ ରଜା ଦେବୀର୍ ଗୁଡ଼ି

ଠାନ୍ ବାଛି ସେ କରୈ ବୟ୍‌ଲେ ନିହି କୁଡ଼ା କୁଡ଼ି ।୧।

ଗଦୈ ବୟ୍‌ଲେ ବାୟେଲ୍‌ ପଥର୍ ମକର୍‌ଡ଼ା ଚୁନ୍ ଗୁଢ଼ି

ପୁର୍‌ଖା ମିସତ୍ରି ଆରଂଭ୍ କଲେ ନିହି ଜୁଡ଼ା ଜୁଡ଼ି ।୨

ସବ୍‌କର୍ ଇଚ୍ଛା, ଜଲ୍‌ଦି ଜଲ୍‌ଦି କାମ୍ ହଉ ଖତମ୍,

ଖାଡ଼ା ହଉ ମୁଖ୍‌ଶାଳାଟାର୍ ପହିଲ୍‌ ଜୁଡ଼୍‌କ ଖମ୍ ।୩।

ପୂରା ତତ୍‌ପର୍ ଭାବେଁ ସଭେ କର୍‌ତେ ଗଲେ କାମ୍

ଜଲଦି ଗୁଡ଼ି ପୂରା ହେଲେଁ ମିଲ୍‌ବା ଭଲ୍ ଇନାମ୍ ।୪।

ଇ ବୁଆ ! କାଁୟ୍ ମସ୍‌କୁଲ୍ କଥା ! କେନ୍‌ତା ଜତନ୍ କଲେଁ

ମୁଡ଼େ ଡେଁଗର୍ ଜୁଡ଼େ ଖୁଂବା ଧସ୍‌କି ପଡ଼୍‌ସି ତଲେଁ ।୫।

ଥର୍‌ଟେ ନୁହେ, ଖୁଂବା ଜୁଡ଼ା ହୁଏ ଥର୍‌କେ ଥର୍,

ହେଲେଁ, ଠହ୍‌ରେ ନାଇଁ ରାତିର୍ ଚାୟର୍‌ଟା ଭି ପହର୍ ।୬।

ଆଝିର୍ ସଁଝେଁ ଯଦ୍ରି ଜୁଡ଼ା ସରିଥିବା ଖମ୍

ରାତିର୍ ଭିତ୍‌ରେଁ ଶୁଇ ପଡ଼େ ଭୂଇଁ ଲମେଲମ୍ ।୭।

ସଖାଲ୍ ବେଲେଁ କାମ୍‌କେ ଗଲେଁ ଦେଖନ୍ ମିସ୍‌ତ୍ରିମାନେ,

କାବା ହେଇ ବସି ପଡ଼ନ୍ ଠିଆ ହେଲା ଠାନେ ।୮।

ବହସ୍ ବିଚାର୍ ବହୁତ୍ କରନ୍; ଯେତେ କଲେଁ ମିସେ

ରହସ୍ ବୁଝି ପାରନ୍ ନାଇଁ, ବୁଦ୍ଧି ନାଇଁ ଦିଶେ । ୯।

ଶେଷ୍‌କେ କଥା ଜାନ୍‌ଲେ ନିଜେଁ ରଜା ବଲରାମ୍,

ଭାବଲେ, ହେଁଟା ମିସତ୍ରିମନ୍‌କର୍ ହାରାମ୍‌ଖୋରି କାମ୍ ।୧୦।

ଥାବ୍ କଲେ ସେ ଆପ୍‌ନେ ହେବେ କାମ୍ କଲାନେ ବିଜେ

ପୁତା ଗୁତି ମିସ୍‌ତ୍ରିମନ୍‌କର୍ ବୁତା ଦେଖ୍‌ବେ ନିଜେଁ ।୧୧।

ରଜା ଆୟ୍‌ଲେ, ମିସ୍‌ତ୍ରିମନ୍‌କେ ହୁଡ଼୍‌ଲେ ବଡ଼ା ବେଲ୍

ବୟ୍‌ଲେ“ଜ୍ୟାଦା ପଗାର୍ ଲାଗି ଖେଲୁଛ ସବ୍ ଖେଲ୍ ।୧୨।

ଜାନି ଜାନି ଖମ୍ ଜୁଡ଼ାକ କରୁଛ କମଜୋର୍

ଧନ୍, ସମିୟା ନଉଛ ମୋର୍, ତମ୍‌ହେ ସଭେ ଚୋର୍, ।୧୩।

କାଲ୍‌ହିର୍ ଜଦ୍‌ରି ଖୁଂବା ଠିଆ ନାଇଁ ହେବା ଦମ୍‌ହେଁ

ଚଢ଼୍‌ବ ଶୁଲିଁ, ମର୍‌ବ ସଭେ ତମ୍‌ହେଁ” ।୧୪।

ସର୍‌ଜମିନ୍‌ନେଁ ରହି ରଜା ଜୁଡ଼ୈ ବୟ୍‌ଲେ ଖମ୍,

ମିସ୍‌ତ୍ରିମନ୍‌କେ କହନ୍, ‘ଠିକ୍ ସେ ଦେଖ ବୋ ଉଲମ’ ।୧୫।

ମନ୍‌କେ ଆୟ୍‌ଲେଁ ନିଜେଁ ଦେଖନ୍ ଉଲ୍‌ମୈ କରି ସୁତା,

ଠିକ୍‌କେ ବେଠିକ୍ ବଲି ଉଜ୍‌ରେଇ ବଲନ୍ ବନ୍‌ଲା ବୁତା ୧୬।

କେନ୍ କେନ୍ ଠାନେଁ ନୁଆଁ ପଥର୍ ଜୁଡ଼ୈ ବଲନ୍ ସମେଁ

ଆଶା କରନ୍, ଖମ୍ ଏଥର୍‌କ ଖାଡ଼ା ହେବା ଦମ୍‌ହେଁ ।୧୭।

କିଂତୁ ବାସି ଦିନ ଆସି ଦେଖନ୍ ଦୁହି ଖମ୍

ଆଗର୍ ବାଗିର୍ ଗଡ଼୍‌ଗଡୁଛେ ଭୁଇଁ ଲମେ ଲମ୍ ।୧୮।

ରଜା ନିଜେଁ ହେଲେ ଶେଷେଁ ବଡ଼ାତାର ବିତ୍‌ବିତା

ଖୁଂବାର୍ ଲାଗି ମନେ ମନେଁ କଲେ ନାନା ଚିଂତା ।୧୯।

ଖୁଂବା ଜୁଡ଼୍‌କ ଜୁଡ଼ୈ ଥିଲେ ନିଜେ ଠିଆ ହେଇ,

କାମେ ଟିଖେ ଗଲ୍‌ତି ନାଇଁ କରି ଦୁସର୍ କେହି ।୨୦।

ନିଜେଁ ମିସେ କେହ୍‌ନି ଦିଗେଁ ନାଇଁ କରି ହେଲା

ଦେଖୈ ବଲିଥିଲେ ଜ୍ୟାତିଷ୍‌ମାନ୍‌କେ ତିଥି, ବେଲା, ।୨୧।

ମିସ୍‌ତ୍ରି ବୁପ୍‌ରେ ହେତେ ୟତ୍‌ନେଁ କଲେ ଜୁଡ଼୍‌ବାର୍ କାମ୍

ତାପ୍‌ନେ ପୁରା ନିଘା କରିଥିଲେ ଅବିରାମ୍ ।୨୨।

ତଭି ତାଁକର୍ ଆଶା ଜହୁଁ ହେଲା ଧୁଲିସାତ୍

ଶଂକା କଲେ, ଥିବା ହେଁଥି ଶତ୍‌ରୁ ଭିଲର୍ ହାଥ୍ ।୨୩।

ଛିନା ଛକା ଦେଖିକରି ଭାୟେଲ୍ ଶତରୁ କେହି

ରାତିଁ କଁଚା ଖମ୍ ଜୁଡ଼ାକ ଦଉଛେ ପେଲ୍‌ହେଇ ।୨୪।

ଏନ୍‌ତା ଭାବି ସାରା ରାତିଁ ଜୁଗୈ ବୟ୍‌ଲେ ଖମ୍

ହେଲେଁ ଶେଷ୍‌କେ ଜାନ୍‌ଲେ, ହେଁ ସବ୍ ନିଜର୍ ମତିଭ୍ରମ୍ ।୨୫।

କଲେ, ଦେଖାଗଲା ଯେତେ ଯେତେ ପ୍ରତିକାର୍,

ସବୁ ବୁର୍‌ଥା, ଧସ୍‌କୁ ଥିଲା ଖୁଂବା ବାରଂବାର୍ ।୨୬।

ଶେଷେଁ ବୁଝି ପାର୍‌ଲେ ରଜା, ଦଇବ୍ ତାକର୍ ବାମ୍

ହେଁଥିର୍ ଲାଗି ଧସ୍‌କୁଛେ ଖମ୍, ନାଇଁ ହେବାର୍ କାମ୍ ।୨୭।

ପଡ଼୍‌ଲେ ତହୁଁ ରଜାର୍ ମନେଁ ଲଂକେଶ୍ୱରୀ ମାଆଁ

ଭାବ୍‌ଲେ ତାକର୍ ଗୁଡ଼ିର୍ କାମେଁ ସେ ହି ହେବେ ସାହା ।୨୮।

ବାହା ବୁଦ୍ଧିର୍ ବଲେଁ କରି ହେସି ସବୁ କାମ୍, ଏନ୍‌ତା ଆଘ ଭାବୁଥିଲେ ଦଂଭୀ ବଲରାମ୍ ।୨୯।

ତୟ୍ କରିନେଲେ ଇଛନ୍ ସେ ମନେଁ ମନ୍

ଯେତେ ଥାଉ ପଛେ ବଲ୍ ବୁଧି ଆରୁ ଧନ୍,

କର୍‌ମର୍ ‘ଲେଁ ନାଁଇ ଥାୟ୍ ଅଧିକାର୍,

ମୁଇଁ ମୁଇଁ ସିନେ ବଲ୍‌ସି ମୁନୁଷ୍ ଛାର୍

ଦଇବ୍ ଜଦ୍ରି ବାମ୍

ଭଲ୍ ନାଇଁ ହୟ୍ କର୍‌ମର୍ ପରିଣାମ୍ ।୩୦।

 

ସାତ

ପୈାରୁଷ୍ ପନ୍‌କେ ଇଛନ୍ ପଛେଁ ରଖି କରି ରଜା

କରାଲେ ମାଁ ଲଂକେଶ୍ୱରୀର୍ ଉଚିତ୍ ପୂଜାଧଜା ।୧।

ବାମ୍‌ହନ୍‌ମାନେ ମାଆଁର୍ ନାମେ କଲେ ୟଜ୍ଞ ହୋମ୍

ପଢ଼୍‌ଲେ ଜାତିର୍ ଜାତିର୍ ମଂତର୍, ହ୍ରୀଂ, କ୍ଳୀଂ, ଓମ୍ ।୨।

ବାମ୍‌ହନ୍‌ମନ୍‌କେ ଦେଲେ ରଜା ନାନା ଜାତିର୍ ଦାନ୍

ନିଜେଁ ମନେଁ ମନେଁ ମାଆଁର୍ ତୁସ୍‌ତି କରୁଥାଁନ୍ ।୩।

“ମାଆଁ ! ତୁଇ ସପନ୍ ଦେଲୁ ଇଟା ତୋର୍ ଆସ୍‌ଥାନ୍

ତୋର୍ ହୁକୁମ୍‌ଥି ତୋହ୍‌ରି ଗୁଡ଼ି, ହଉ ପଛେ ସାନ୍ ।୪।

ଗଢ଼ୈ ବସିକରି ମୁଇଁ ହେଲିଁ ହଲାପଟା

ଏଡ଼େ ଅଧମ୍, ଅପାରୁ ଆୟ୍ଁ, ଏଡ଼୍‌କି କପାଲ୍‌ଫଟା ।୫।

କାଁୟ୍‌ ଦୁଷେଁ ମୋର୍ ମୁଡ଼େ ଡେଗଁର୍ ଜୁ’ଡ଼େ ପକ୍‌କା ଖମ୍

ଥର୍ ଥର୍ ଧସ୍‌କି ପଡ଼ୁଛେ, ତୋର୍ କାଁୟ୍‌ଟା କଲିଁ କମ୍? ।୬।

କହ ମାଆଁ ! ମୋର୍ ହେଲା କାଁୟ୍ କେହ୍‌ନି କସୁର୍ ଗୁନ୍‌ହା

କେନ୍ କଥାନେ ଅଜାନ୍‌ତକେଁ କଲିଁ ଜଦ୍‌ରି ଉନା ।୭।

ବାଲୁତ୍ ମୁଇଁ, ପାଲୁଛୁ ତ ଜଗତ୍ ଜାକିର୍ ତୁଇ !

ଜନନି ! ମୋର୍ ଶରନ୍ ଗୋ ତୋର୍ ଚରନ୍-ପଦମ୍ ଦୁଇ ।୮।

କାଣା କଲେଁ ଖମ୍ ଜୁଡ଼ାକ ଖାଡ଼ା ହେବା କହ

ଲଗାମି ମୋର୍ ସାରା ଧନ୍ ଆର୍ ଲାଗ୍‌ବା ହେଲେଁ ଜହ ।୯।

ମୋର୍ ଗୁହାରି ବିଫଲ୍ ହେଲେଁ ଛାଡ଼୍‌ମି ନିଲଜ୍ ପ୍ରାନ୍

ମୋର୍ ମନର୍ ପନ୍ ଅଟଲ୍ ବଲି ମାଆଁ ତୁଇ ଜାନ୍” ।୧୦।

ରଜାର୍ ଭକ୍‌ତି ବିନ୍‌ତି ଦେଖି ଶୁନି ଲଂକେଶ୍ୱରୀ

ୟଜ୍ଞର୍ ପୂର୍ଣାହୂତି ଦିନ ଶକ୍‌ତି-ମୂର୍‌ତି ଧରି ।୧୧।

ଆୟ୍‌ଲେ ଜହୁଁ ରାତିଁ ରଜାର୍ ୟଜ୍ଞର୍ ଜାଗାନିକେ

ଦେଖି କରି ଦଂଭୀ ରଜା ଚମ୍‌କି ପଡ଼୍‌ଲେ ଟିକେ ।୧୨।

ଝକୁଥିଲେ ଦେବୀ ସୁନା ଲେଖେଁ ତରଲ୍‌ତର୍

ତାକର୍ ଦିହୁଁ ଛୁଟୁଥିଲା ଉଜଲ୍ ପ୍ରଭାର୍ ଶର୍ ।୧୩।

ବୁହି ଯାଉଥିଲା ମାହା ସୁହୁତି ଶକ୍‌ତିର୍

ଚହଲି ଚହଲି ନାଚୁଥିଲା ଲହରୀ ମାହାଜ୍ୟୋତିର୍ ।୧୪।

ଲକ୍ ଲକ୍ ଜିଭୁଁ ବୁହୁଥିଲା ଝର୍ ଝର୍ ମହୁଧାର୍

ଆଠିହାଥେଁ ଥିଲା ଜାତିର୍ ଜାତିର୍ ହଥିଆର୍ ।୧୫।

ଭେକ୍‌ଲା କିଂକର୍ ଲେଖେଁ ରଜା ହେବାର୍ ଦେଖିକରି

ଅଭୟ୍ ଦେବାର୍ ଲାଗି ତାକୁଁ କହ୍‌ୟ୍‌ଲେ ଲଂକେଶ୍ୱରୀ ।୧୬।

 

“ଡରୁଛୁ କାଁୟରେ? ମୁଇଁ ଆଁୟ୍ ପରେ

ତୋର୍ ଲଁକେଶରୀ ମାଆଁ

ବାଲୁତ୍ କୁମର୍ ! ମକେ ନାଇଁ ଡର୍,

ଆୟଜ୍ ଭିନ୍ ଭେସ୍ ଯାହା ।୧୭।

କହିଥିଲିଁ ଥରେ, ଭୁଲି ଗଲୁ ପରେ

ଭିନ୍ ଠାନେଁ ଭିନ୍ ନାମ୍

ଭିନ୍ ରୂପ୍ ଧରି ମୁଇଁ ଲଁକେଶରୀ

କର୍‌ସିଁ ତୁମ୍‌ହର୍‌ କାମ୍ ।୧୮।

ମୁଇଁ ମାହାମାୟୀ ଦୁର୍‌ଗା ବାରାହୀ

ସାରଲା, ଭୁବ୍‌ନେଶରୀ

ରାମଚଂଡିକା କାଲୀ ଚର୍‌ଚିକା

ଭଗ୍‌ବତୀ ଶଂକରୀ ।୧୯।

ହିଂଗୁଲା ମୁଇଁ ବିମ୍‌ଲା ଭି ମୁଇଁ

ମଁଗ୍‌ଲା ତାର୍‌ନୀ ତାରା

ରୂପ୍ ଆରୁ ଠାନ୍ ଜାନି ନାଆଁମାନ୍

ଭିନ୍ ଭିନ୍ ଦେଶ୍‌ସାରା ।୨୦।

ମୁଇଁ ଦୁନିଆଁର୍ ଶକ୍‌ତି ଆଧାର୍

ଜାନନ୍ ଭଗତ୍‌ମାନେଁ

ଅସୀମ ଶକ୍‌ତି ମିଲ୍‌ସି ଭକତି

ରଖିଥିଲେଁ ମୋର୍ ଠାନେଁ ।୨୧।

ଭକ୍‌ତିର୍ ଡୋର୍ ତୁଇ ମିସେ ମୋର୍

ଦିହେଁ ଗୁର୍‌ହେଇଛୁ ପୁତା !

ଘିଚି ତାନି କରି ମକେ ଆନିକରି

କରଉଛୁ ତୋର୍ ବୁତା ।୨୨।

ଏତେ ଦିନ୍ ହେଲା ଅଛୁ ଦୁହି ବେଲା

ନିର୍‌ଜଲା ଉପବାସୀ

ଭକ୍‌ତିଥିଁ ମତେ ପ୍ରୀତ୍ ଅରଚନ୍

ଅର୍‌ପନେଁ ନେଲୁ ଘିନି

ଇ କରାଲ୍ ଘୋର୍ ରୂପ୍ ଦେଖି ମୋର୍

ଡର୍ ନାଇଁ ଇହାଛିନି ।୨୪।

ଜାନିଛେଁରେ ମୁଇଁ ମୋର୍ କାଜେ ତୁଇଁ

ଗଢ଼ୌଛୁ ଗୁ ଡ଼ିଘର୍

ଖମ୍ ଜୁଡ଼େ ତାର୍ ଦମ୍ ନି ହେବାର୍

ଧସ୍‌କୁଛେ ଥର୍ ଥର୍ ।୨୫।

ହେଥିଁ ତୋର୍ ଦୋଷ୍ ଗୁନାହ୍

ମୁଇଁ ଦେଲେଁ କହି, ପାର୍‌ବୁ ତ ସହି?

ମନ୍ ନାଇଁ କରୁ ଉନା?” ।୨୬।

ରଜା ବୟ୍‌ଲେ“ତକେ ଲକ୍ଷେ ଜୁହାର୍, ଦୟାମୟୀ !

ଉନା ନାଇଁ କରେଁ ଗୋ ମନ୍ କସୁର୍ ଦେଲେଁ କହି ।୨୭।

କ୍ଷମା କରି ଦେ ଗୋ ଯାହା କରିଛେଁ କସୁର୍

କହ, କାଣା କଲେଁ ସବୁ ଅଲ୍‌ହନ୍ ହେବା ଦୂର୍ ।୨୮।

ତୋର୍ ଗୁଡ଼ିଟା ପୂରା ହଉ, ଖୁଂବା ହଉ ଠିଆ

ହେଁତିର୍ କାଜେଁ ଜୀବନ୍ ଦେମି, କରୁଛେଁ କିରିଆ” ।୨୯।

“ଶୁନ୍‌ରେ ପୁତା ! ତୋର୍ ଧନର୍ ଅଛେ ଜୋର୍,

ବଲେଁ ତ ତୁଇ ରାମର୍ ମିତା

ହେଁଥିର୍ ଅହକାଁର୍ କଲୁରେ ବଡ଼ା ତାର୍

ଭାବ୍‌ଲୁ ତୁଇ ଜଗଜିତା ।୩୦।

ଏକ୍‌ଲା ତୁଇ ଜନେ ଆପ୍‌ନା ମନେଁ ମନେଁ

ସରବ୍‌ଜାନ୍ ହେଇଗଲୁ

ଦୁସର୍ କେହି ଇନେ ଅଛେ କି ନାଇଁ ଦିନେ

ଭାବ୍‌ନା ଟିଖେ ନାଇଁ କଲୁ ।୩୧।

ଇଠାନେଁ ଝନେ ଘୋର୍ ସାଧକ୍ ଅଛେ ମୋର୍

ତାହାକେ କେଭେଁ ମୋର୍ କଥା,

କହ୍‌ୟଲୁ ନାଇଁ ତୁଇଁ ଚରନ୍ ତାର୍ ଛୁଇଁ,

ହେଁଥିର୍ ଦୁଷେଁ ହେଲୁ ଅଥା ।୩୨।

ସେ ମୋର୍ ଶକ୍‌ତିର୍ ସାକାର୍ ମୂର୍‌ତିର୍

ମୁନୁଷ୍ ରୂପୀ ଅବତାର୍,

ସେ ମୋର ହଥିଆର୍ ମଦଦ୍ ବିନା ତାର୍

ଦଉଲ୍ ନି ହୁଏ ତିଆର୍ ।୩୩।

ଦେଉଲେଁ ଖମ୍ ହେବା ସେ ତକେ ଦମ୍ ଦେବା

ନିଉଁତି କରି ତାକେ ଆନ୍

ଶକ୍‌ତି-ଅବତାର୍ ମୋର୍ ସେ, ମୁଇଁ ତାର୍

ଆତମା ବଲି ତୁଇ ଜାନ୍ ।୩୪।”

“ନିଉତି କରି ଆନ୍‌ମି ତାକୁଁ ନିଶ୍‌ଚେ ମୁଇଁ ମାଆଁ

ଜାନ୍‌ଲେଁ ମାହାନ୍ ଶକ୍‌ତିଧାରୀ ତୋର୍ ହେଁ ଭକ୍‌ତର୍ ନାଆଁ” ।୩୫।

“ବଲେଁ ‘ଈ’ ଟା ଥୁଇ କରି ଜୁଡ଼ି ଦେଲେଁ ‘ରାମ୍’

ତାର୍ ନାଁ ହେବା, ଖମ୍ ବି ହେବା, ସର୍‌ବା ଗୁ ଡ଼ିର୍ କାମ୍ ।୩୬।”

କହ୍‌ୟବା ଯାହା, ମାନ୍‌ବୁ ତାହା, କର୍‌ବୁ ନାଇଁ ଆନ୍

ଶକ୍‌ତି ଦେବା, ଖୁଂବା ହେବା ଲୁହା ଲେଖେଁ ଟାନ୍, ।୩୭।

ପାଣିଗ୍ରାହୀ-ବଂଶର୍ ରତନ୍, ସାଧିଛେ ତଂତର୍

ୟଂତର୍ ମଂତର୍ ବିଦ୍ୟାଥିଁ ସେ ଅଦ୍‌ଭୁତ୍-ସିଦ୍‌ଧିଧର୍ ।୩୮।

ଲେକିନ୍ ତାକେ ବଲ୍‌ସନ୍ ଲୁକେ “ବୟ୍‌ହା ଭୁଥା ବଲୀ,

ଲୋକ୍‌ଟା ଖରାପ୍ ଟେଣ୍‌ସି ସରାପ୍ ଚାଲ୍‌ସି ଢଲି ଢଲି” ।୩୯।

ଭଲ୍‌ଟାକେ ଭି ଅଜ୍ଞାନ୍ ଲୁକେ ବଲସନ୍ ଖରାପ୍ ଆୟ୍

ହୀରା ଜୀରା ବାର୍‌ବାର୍ ଶକ୍‌ତି ସବ୍‌କର୍ ନାଇଁ ଥାୟ ।୪୦।

ହେଁ ଭଗତ୍‌କେ କର୍‌ବୁ ଖାତିର୍, କର୍‌ବୁ ଆଘ ଥାବ୍

ବୁଝ୍‌ବୁ ଆଘ ନିଶ୍‌ଚିତ୍ ଭାବେଁ ମୋର୍ ନିଦେଶର୍ ଭାବ୍ ।୪୧।

ଫୁନ୍ କହୁଛେଁ, ମୋର୍ କବାରେଁ ଲାଗ୍‌ବା ନିଶ୍‌ଚେ ‘ବଲୀ’

ତାର୍ କଥାନୁ ତିଲ୍‌ଟେ ମିସେଲ୍‌ ନାଇଁ ଯିବୁ ଟଲି” ।୪୨।

ଏତ୍‌କି କହି ଉଭିଗଲେ ଜହୁଁ ଲଂକେଶ୍ୱରୀ

ଭେକ୍‌ଲା ରଜାର୍ ଚେତ୍‌ନା ଫିରି ଆୟ୍‌ଲା ସଟୋ କରି ।୪୩।

ଘଡ଼େ ବେଲ୍ ସେ ରହିଗଲେ ବିସ୍‌ମୟ୍-ଶରାହତ୍

ତେତ୍‌କେଁ ପର୍‌ତେ ହେଲା, ଯାହା ଦେଖ୍‌ଲେ ସବୁ ସତ୍ ।୪୪।

କିଁଦ୍‌ରୁ ଥିଲା ରଜାର୍ ମଗଜ୍ ଚକ୍ରି ଲେଖେଁ ଜୋର୍

ତବି ଦେବୀର୍ ସବୁକଥା ରଖିଥିଲେ ସୋର୍ ।୪୫।

ଦେବୀର୍ ଦର୍‌ଶନ୍ ଆରୁ ହୁକୁମ୍ ପାଇଥିଲେ ବଲି

ମନେଁ ମନେଁ ଆଶାର୍ ମସାଲ୍ ଉଠିଥିଲା ଜଲି ।୪୬।

ଦେବୀ କହିଥିଲେ, ଖୁଂବାର୍ ସୁତର୍ ଦେବା ଝନେ

ନ୍ୟୁତି ଆନ୍‌ବେ ନିଶ୍‌ଚେ ତାକେ, କଥାଟା ଆୟ ବନେ, ।୪୭।

କିଂତୁ ହେଜି ପାର୍‌ଲେ ନାଇଁ ସେ ମାହାତ୍‌ମାର୍ ନାଆଁ

ଗୁପାଗୁଲା ଲାଗ୍‌ଲା ଯାହା କହିଥିଲେ ମାଆଁ ।୪୮।

ଆଉର୍ ଥରେ ସ‘। ନାଆଁ ପଚ୍‌ରୈ ଥିତେ ସେ ଭି

ଲେକିନ୍ ପଚ୍‌ରା ହେବାର୍ ପୂରବୁଁ ଉଭିଗଲେ ଦେବୀ ।୪୯।

ଇଛନ୍ ରଜା ଘାଁଟି ହେଲେ ନାଆଁ ଭାବି ଭାବି,

ଗୁରୁ ଥିଲେଁ ବାହାର୍ କର୍‌ତେ ଗୁପା କଥାର୍ ଚାବି ।୫୦।

ଗୁରୁ ହି ଆଁନ୍ ବ୍ରମ୍‌ହାଁ, ବିଷ୍‌ନୁ ଆରୁ ମହେଶ୍ୱର୍

ଗୁରୁ ସାକ୍ଷାତ୍ ପର୍‌ବ୍ରମହଁ, କହିଛେ ଶାସ୍‌ତର୍ ।୫୧।

ଦେବୀ ଜଦ୍‌ରି ମାଆଁ, ଗୁରୁ ବାପର୍‌ନୁ ଉପର୍

ଆକାଶୁଁ ଭି ଆଉର୍ ବଡ୍ ସେ, ସ୍ୱରୂପ୍ ଅରୂପର୍ ।୫୨।

ଅଜ୍ଞାନ୍-ଅଂଧର୍ ଆଖିଁ ଲେପି ଜ୍ଞାନର୍ ଦିବ୍ୟାଂଜନ୍

ଗୁରୁ କରି ପା୍‌ରସନ୍ ସେତାର୍ ଅଂଧତ୍ୱ-ଭଂଜନ୍ ।୫୩।

ରାଜ୍‌ଗୁରୁଟେ ହାମର୍ ହରେକ୍ ରଜାର୍ ପାଖେଁ ରହି

ରଜାମନ୍‌କେ ଗୁପା କାମର୍ ସୂତ୍ର ଦେସନ୍ କହି ।୫୪।

ରଜାମାନେ ରାଜ୍‌ଗୁରୁକେ ପୂଜା କର୍‌ସନ୍ ରୁଝି

ବଡ୍ ବଡ୍ କାମେଁ ଲାଗ୍‌ସନ୍ ତାକର୍ ପାଖୁଁ ବୁଝିସୁଝି ।୫୫।

ପାଟ୍‌ନାଗଡ଼େଁ ମିସେ ଥିଲେ ଚୁହାନ୍ କୁଲର୍ ଗୁରୁ

ରଜାର୍ ନଜ୍‌ରେଁ ସେ ହି ଥିଲେ ସାକ୍ଷାତ୍ ମାହାପୁରୁ ।୫୬।

ସେହି ଗୁରୁବଂଶର୍ ଝନେ ଥିଲେ ଧମାଗଡ଼େଁ

ତଂତର୍ ମଂତର୍ ଜ୍ଞାନୀ ଥିଲେ, ନିହେଲେଁ ଭି ବଢ଼େଁ । ୫୭।

ନ୍ୟୁତି କରି ଆନ୍‌ଲେ ତାକୁଁ ରଜା କେଭେଁ ଦିନେ

ପୂଜା ସତ୍‌କାର୍ କରି ବୟ୍‌ଲେ“ଆଜ୍ଞା ! ଆପଣ୍ ଇନେଁ ।୫୮।

ଆଝୁଁ ହେବେ ଆମହର୍ ଗୁରୁ, କରୁନ୍ ସିଉକାର୍

ଆପଣ୍‌କର୍ ପାଦ୍-ପଦ୍‌ମେଁ ମୁଇଁ କରୁଛେଁ ଜୁହାର୍ ।୫୯।

ସ୍ୱୀକାର୍ କଲେ ରଜାର୍ ପ୍ରସ୍‌ତାବ୍ କଲ୍ୟାଣ୍‌କାରୀ ଗୁରୁ

ବୟ୍‌ଲେ“ଦେବୀର୍ ଆଶୀର୍‌ବାଦେଁ ଆଶା ତୁମ୍‌ହର୍‌ ପୂରୁ”।୬୦।

ତେତ୍‌କେଁ ଦିନା ଦୁଏ ଉତ୍‌ରୁଁ ଗଲେ ବଲରାମ୍

ଗୁରୁର୍ ଚରନ୍ ଧରି କଲେ ସାଷ୍‌ଟାଂଗେଁ ପ୍ରଣାମ୍ ।୬୧।

ଶୁନାଲେ ସବ୍ କଥା ଗୁଡ଼ିର୍, ଦେବୀର୍ ହୁକୁମ୍ କଥା

ବୟ୍‌ଲେ“ଗୁରୁ ! ଭାବି ଭାବି ହେଲିଁ ଅୟ୍‌ସୋ ଅଥା ।୬୨।

ତବି ମକେ ବିଲ୍‌କୁଲ୍ କିଛି ଜନା ଗଲା ନାଇଁ

ଗୁନୀର୍ ନାଆଁ ଯାହା କହ୍‌ୟ୍‌ଲେ ଦେବୀ ମାହାମାୟୀ ।୬୩।

ନାଆଁ ଯଦ୍‌ରିଁ ଜନା ନାଇଁ ପଡ଼େ ଠିକ୍‌ସେ ପୂରା

ସେ ଗୁନୀକେ କେନ୍‌ତା ଢଁଗେଁ କର୍‌ମୁଖୁଜା ନୁରା? ।୬୪।

ଗୁନୀର୍ ବିନା ନାଇଁ ହୁଏ ଗୁଡ଼ିର୍ ଖୁଂବା କାମ୍,

ଦୟା କରି ବାହାର୍ କରୁନ୍ ଗୁନୀର୍ ସ‘। ନାମ୍”।୬୫।

ଗୁରୁ ବୟ୍‌ଲେ“ଦେବୀର୍ କଥା ଯଦ୍‌ରି ଅଛେ ହେତୁ

କହ, ଶୁନ୍‌ମି, ଯେତ୍‌କି ନାଇଁ ବୁଝି ହେଲା ସେଥୁ” ।୬୬।

ରଜା ବୟ୍‌ଲେ“ମୋକେ ଦେବୀର୍ ଦୟା ବଡ଼ାତାର୍,

ହେତୁ ଅଛେ କଥା ପଦ୍‌କ, କରୁଛେ ଉଦ୍‌ଧାର୍ ।୬୭।

“ବଲେଁ ଈଟା ଥୁଇ କରି ଜୁଡ଼ି ଦେଲେଁ ରାମ୍

ତାର୍ ନାଁ ହେବା, ଖମ୍ ଭି ହେବା, ସର୍‌ବା ଗୁଡ଼ିର୍ କାମ୍”।୬୮।

ଲେକିନ୍ ଗୁରୁ! ଖମ୍ ତ ହେବା ପଥର୍‌ଥିଁ ଜୁଡ଼େଇ

ଇଟା କାହୁଁ ଆୟ୍‌ବା ହେଁନେଁ, ବଲେଁ ଥୁୟ୍‌ବା କେହି?।୬୯।

କିଏ ସେହି ମିସ୍ତ୍ରି ରାମ୍ ଯେ ଦେବା ଇଟା ଜୁଡ଼ି?

ଭାବି ଭାବି ଇ ସବ୍ ମୋର୍ ତ ଜ୍ଞାନ୍ ଗଲାନେ ବୁଡ଼ି” ।୭୦।

ଗୁରୁ ମୁଲୁର୍ ମୁଲୁର୍ ହଁସି ବୟ୍‌ଲେ“ଦେବୀମାନେଁ

ଗୁପତ୍ କଥା ଯେଭେଁ କହି ଦେସନ୍ ହାମର୍ ଠାନେଁ ।୭୧।

ସିଧାସରଲ୍‌ ଭାଷାଟାକେ କରସନ୍ ଟିକେ ଟେଢ଼ା

ଜାନି ଜାନି ଜ୍ଞାନୀମନ୍‌କେ କରି ଦେସନ୍ ବେଡ଼ା ।୭୨।

ତଂତ୍ରର୍ ପାଠେଁ ବିଶେଷ୍ ଭାବେଁ ରହିଥିସି ଠାର୍

ଦେବୀ ଆରୁ ଗୁରୁର୍ ବଲେଁ ହିଟ୍‌ସି ଗଁଠି ତାର୍ ।୭୩।

ଇନିର୍ ବୌଦ୍‌ଧ ତଂତ୍ରର୍ ସାଧକ୍ ସିଦ୍‌ଧାଚାର୍‌ୟମାନେ

ଧର୍‌ମର୍, ୟୋଗର୍ ତତ୍‌ତ୍ୱମାନ୍‌କେ ଲେଖ୍‌ଲେ ଚର୍‌ୟାଗାନେଁ ।୭୪।

ସେଥି ଥାୟ୍‌ସି ଉପ୍‌ରି ଭିତ୍‌ରି ଜୁ’ଡ଼େ ଅର୍‌ଥର୍ ମେଲ୍

ହେସି ସେଥିଁ ଉକିଆ ଆର୍ ଅଂଧିକାରର୍ ଖେଲ୍ ।୭୫।

‘ସଂଧ୍ୟା’ ଭାଷା ହେଁଟା; ଇନେଁ ସେଥିର୍ ପ୍ରଚଲନ୍

ବହୁତ୍ ଥିଲା, ଏଭେଁ ଲୁକେ ଅଲପ୍ ରଖିଛନ୍ ।୭୬।

ହେଁଥିର୍ ପ୍ରୟୋଗ୍ ଅଛେ ଦେବୀର୍ କଥେଁ କାହିଁ କାହିଁ,

ଶୁନ, କଥାର୍ ଅର୍‌ଥ ମୁଇଁ ବୁଝ୍‌ବାର୍ ବାକି ନାଇଁ ।୭୭।

‘ବଲେଁ’, ‘ଇ’ ଟା ବୟଲେଁ ‘ଦୀର୍ଘ ଈ’ଟା ଦେଲେଁ ଥୁଇ

‘ବଲୀ’ ଶବଦ୍ ମିଲୁଛେ ଆର୍ ଇଥିଁ ନିଧକ୍ ମୁଇଁ ।୭୮।

‘ବଲୀ’ ଶବ୍ଦେଁ ‘ରାମ’କେ ଜୁଡ଼ି ଦେଲେଁ ‘ବଲୀରାମ୍’

ଶବ୍ଦ ଗୁଟ୍‌କ ଆସୁଛେ ଆର୍ ହେଟାଁ ଗୁନୀର୍ ନାମ୍ ।୭୯।”

ବଲୀରାମ୍‌କେ ପାଖେଁ ଅଁତ୍‌ରେଁ କଲେଁ ଖୁଜାନୁରା

ନିଶ୍ଚେ ଭେଟି ହେବା, ଦେବୀର୍ ଗୁଡ଼ି ହେବା ପୂରା”।୮୦।

ଲଁକେଶରୀର୍ ବଁକା କଥାର୍ ଅର୍‌ଥ ହେଲା ଛାଟ୍

ଶଁକାର୍ ଅଁଧାର୍ ଫାଟିଗଲା, ଦିଶ୍‌ଲା ସଫା ବାଟ୍ ।୮୧।

ଜାନି ପାର୍‌ଲେ ରଜା ଦେବୀର୍ ଶକ୍‌ତିଧରର୍ ନାମ୍

କୁରୁତ୍ କୁରୁତ୍ ଭାବେଁ କଲେ ଗୁରୁକେ ପ୍ରଣାମ୍ ।୮୨।

ବଲୀରାମର୍ ଚେହ୍‌ରା ଚଲନ୍, ତାକର୍ ବଂଶର୍ ନାଆଁ,

ଯାହା କହି ଦେଇଥିଲେ ଲଁକେଶରୀ ମାଆଁ,। ୮୩।

ସେ ସବୁଥିର୍ ସୁତର୍ ଧରି ରଜା ବଲରାମ୍

ବଲୀରାମର୍ ପାୟଲେ ପତା, ତାକର୍ ଗାଆଁର୍ ନାମ୍ ।୮୪।

ସଖାସଚିବ୍ ହାଥେଁ ତାକୁଁ ନିଉତି ଆନ୍‌ଲେ ଝଟ୍,

ଭର୍‌ସା ହେଲା ଦେବୀର୍ ଗୁଡ଼ି ବନ୍‌ବା ଚଟାପଟ୍ ।୮୫।

ଘାୟ୍‌କେଁ ଛନ୍‌କେଁ ହ୍ରୀଇଂଗ୍ କ୍ଲୀଇଂଗ୍ ଫଟ୍ ବଲି ବଲି

ହଲି ହଲି ଗୁଡ଼ି ଠାନ୍‌କେ ପଁହଚି ଗଲେ ବଲୀ ।୮୬।

ମୁହେଁ ତାକର୍ ଫୁଟିଥିବା ମଂଦାର୍ ଫୁଲି ଲାଲ୍

ଚମ୍‌କୁ ଥିଲା ରକତ୍ ଚଂଦନ୍ ଟିକାଥିଁ କପାଲ୍ ।୮୭।

ପୁରୁବ୍ ଦିଗେଁ ଦିଶ୍‌ସି ଯେନ୍‌ତା ବେଲ୍ ଉଦା ସଖାଲ୍

କୁଁଚ୍ କୁଁଚିଆ ଝିଁତ୍‌ରୋ ଝାତ୍‌ରୋ ଝୁଲୁପ୍ ଝୁଲା ବାଲ୍ ।୮୮।

ଢାପି ଦଉଥିଲା ତାକର୍ ଡେବ୍‌ରି ଭୁଜନି ଗାଲ୍,

‘ବଲୀବୟହା’ର୍ ହେଁ ବ୍ୟକ୍ତିତ୍ୱ ଅନନ୍ୟ ବିଶାଲ୍‌ ।୮୯।

ବଲୀରାମର୍ ଆଗ୍‌କେ ଆସି ରଜା ବଲରାମ୍

ଲାଁଗଛାଟ୍ ହେଇ ତାଁକର୍ ପାଦେଁ ଜନାଲେ ପ୍ରଣାମ୍ ।୯୦।

ଇଟା ରଜା ବଲି ବଲୀର୍ ଟିଖେ ନାଇଁ ଭୟ୍

ଦୁସର୍ କେନନେଁ ରହିଥିଲା କାଁୟ୍‌ସେ ତାଁକର୍ ଲୟ୍ ।୯୧।

ସଥେଁ ଜୁନ୍‌ହାଁ ଚିନ୍‌ହାର୍ ଜନାର୍ ଲେଖେଁ ରଜାର୍ ସଁଗେଁ,

ବୟ୍‌ଲେପିଲାଟାକେ ସିଆନ୍ ବଲ୍‌ସନ୍ ଯେନ୍‌ତା ଢଁଗେଁ ।୯୨।

“ଉଠବୋ ବଲି ! କହ, ମୋର୍‌ନେଁ ଇଛନ୍ ଅଛେ ଯାଣା କାମ୍,

ହ୍ରୀଇଂଗ୍ କ୍ଲୀଇଂଗ୍ ଫଟ୍, ଉଠି ପଡ୍ ବୋ ବଲରାମ୍ !”।୯୩।

କିଁକର୍ ଲେଖେଁ ଉଠି ରଜା ହେଲେ ଜୁଡ଼ାହାଥ୍

ସଥେଁ ଯେନ୍‌ତା ଶକ୍‌ତିର୍ ମୂର୍‌ତିର୍ ସାମ୍‌ନାଥି ସାକ୍ଷାତ୍ ।୯୪।

ବୟ୍‌ଲେ ରଜା, “ମାହପ୍ରୁ ! ଦେଖ, ଇନିର୍ ଜୁଡ଼୍‌କ ଖମ୍”,

ଏତ୍‌କି ଶୁନି ବୟ୍‌ଲେ ବଲୀ, “ଜାନିଛେଁ ମରମ୍ ।୯୫।

ମକେ ମିସେ ଆଘୁଁ ମାଆଁ ଦେଇଛେ ସବ୍ କହି

କାଣା କଲେଁ ଖମ୍ ଜୁଡ଼ାକ ଦମ୍‌ହେଁ ଯିବା ରହି ।୯୬।

ଆସିଥିଲିଁ ହେଁଥିର୍ କାଜେଁ ଆଘୁଁ ଭି ଇନିକେ,

ତକେ ଖବର୍ ନାଇଁ ଦେଲେ କେହି ହେଲେଁ ଟିକେ ।୯୭।

ଉଲ୍‌ଟା କୁକୁର୍‌ଟାକେ ଲେଖେଁ ଖେଦ୍‌ଲେ ହୁଡ଼ି ହୁଡ଼ି,

ବୟ୍‌ଲେ ଇଟା ହେବା ହୁମା ରଜାର୍ ନିଜର୍ ଗୁଡ଼ି ।୯୮।

ମାଆଁର୍‌ ଭଗତ୍ ମୁଇଁ, ମାଆଁର୍ ଇଜ୍ଜତ୍ ଗଲା ବୁଡ଼ି

ହେଁଥିର୍ ଲାଗି ରିସା ହେଲା ଦେବୀ ମାଆଁ ବୁଢ଼ୀ ।୯୯।

କାଁ ବଲୁଛୁ ବତା ଇଛନ୍ ମକେ ଚଟାପଟ୍

ହ୍ରୀଇଂଗ୍ କ୍ଳୀଇଂଗ୍ ଫଟ୍ ସ୍ୱାହା ହ୍ରୀଇଂଗ୍ କ୍ଲୀଇଂଗ୍ ଫଟ୍ “।୧୦୦।

ରଜା ବୟ୍‌ଲେ“ମାହାପ୍ରୁ ! ମୁଇଁ ପିଲାଟେ ଅଧମ୍

ମାଫି ଦିଅ, କହ କେନ୍‌ତା ବନ୍‌ବା ଗୁଡ଼ିର୍ ଖମ୍”।୧୦୧।

“ଯେନତା ବଲମି କରବୁ ସେନତା? ଅଛେ ହେନତା ଦମ୍?

ଘୁଚ୍‌ବୁ ବୟ୍‌ଲେ ହେମା ଦେବୀର୍ ରିସ୍‌ମିଥିଁ ଭଷମ୍” ।୧୦୨।

ରଜା ବୟ୍‌ଲେ“କର୍‌ମି ମାହାପ୍ରୁ, ସତ୍ ସତ୍ ସତ୍”

“ଆଚ୍‌ଛା, ଆଚ୍‌ଛା, ଆଚ୍‌ଛା, ହ୍ରୀଇଂଗ୍ କ୍ଲୀଇଂଗ୍ ସ୍ୱାହା ଫଟ୍ ।୧୦୩।

ଦୁହି ଖୁଂବାର୍ ପାଖେଁ ରଖା ପଥର୍ ଚଟାପଟ୍

କାଲ୍‌ହିର୍ ରାତିଁ ଭେଟ୍‌ବୁ ମକେ ମଶାନର୍ ନିକଟ୍ ।୧୦୪।

ଡର୍‌ବୁ ନାଇଁ ବାବା ! ମୋର୍ ତ କିର୍‌ୟା କାମ୍ ବିକଟ୍

କାୟଲ୍ ତକ୍ ମୋର୍ ଇ କଥାମାନ୍‌କେ ରଖିଥା ଗୁପତ୍ ।୧୦୫।

ପଅର୍ ଦିନର୍ ପଁହତିଆକେ ଆୟ୍‌ବା ମାଁର୍ ତାକତ୍

ଫେର୍ ଗୁଟେ ଥର୍ ମାଆଁର୍ ନାଁଥିଁ କର୍ ତୁଇ ଶପଥ୍”।୧୦୬।

“ଫେର୍ ଗୁଟେ ଥର୍ ମାଆଁର ନାଁଥିଁ କରୁଛେଁ ଶପଥ୍”

“ପଅର୍ ଦିନ୍‌କେ ହାମର୍ ଯେତ୍‌କ ଚିଂତାର୍ ହେବା ଅସ୍ତ୍ ।୧୦୭।

ପଅର୍ ଦିନର୍ ପଁହତିଆନେଁ

ତିଆର୍ ଥିବେ ଗୁଡ଼ିଠାନେଁ

ତୁଇ ଥିବୁ, ସାରିଥିବୁ ସବୁ ବଂଦୋବସ୍‌ତ, ୧୦୮।

ଜାଉଛେଁ ବୋ ଯିମି ମୁଇଁ ମାଁ ହେବାନେ ବ୍ୟସ୍‌ତ୍‌

ହ୍ରୀଇଂଗ୍ କ୍ଳୀଇଂଗ୍ ଫଟ୍ ସ୍ୱାହା ହ୍ରୀଇଂଗ୍ କ୍ଳୀଇଂଗ୍ ଫଟ୍”।୧୦୯।

 

ଆଠ

ଆର ଦିନର୍ ରାତିଁ ରଜା ଗଲେ ମଶାନ୍ ନିକେ

ବଢ଼େ ନିଡର୍ ହେଲେଁ ଭି ସେ ଡରୁ ଥାଆନ୍ ଟିକେ ।୧।

ଚାର୍‌ହି ଆଡ଼େଁ ବିଟ୍‌ବିଟ୍ କଲା, ଗିଲ୍ ଗିଲ ଅଁଧାର୍ ଭରା

ପୁର୍‌ଥି କଲା, ଆକାଶ୍ କଲା, ନି ନ ଗୁଟ୍‌ଠେ ତରା ।୨।

ଶୁଇନ୍ ଶୁଇନ୍ ମାହା ଶୁଇନ୍, ସବୁ ନିଶବଦ୍

ମାହାନୟଦ୍‌ଟା ଯାହା ଟିକେ ନାଦୁଛେ ଗଦ୍ ଗଦ୍ ।୩।

ମଶାନ୍ ମୟ୍‌ଧେଁ ଠାନ୍‌କେଁ ଏକ୍‌ଲା ଟିକେ ବାଗିର୍ ଜୁଏ

ଜଲୁଥିଲା କାଁୟ୍‌ସେ, କାଁଜେ ନାଇଁ କହିହୁଏ ।୪।

ଖଡ଼େଁ ଧୁରୁଁ ଦେଖ୍‌ଲେ ରଜା, ସେନେ ବଲୀରାମ୍

ମାୟ୍‌ଝି ଟାକର୍ ସାଁଗେଁ କରୁଥିଲେ କାଣା କାମ୍ ।୫।

ମାୟ୍‌ଝି ଝନ୍‌କର୍ ମୂର୍‌ତି ଝକୁଥିଲା ଝକାଝକ୍

ପ୍ରଭା ଫିକୁ ଥିଲା ଚାର୍‌ହି କୁତି ହାଥେ ତକ୍ ।୬।

ବେଁକୁଁ ଅଁଟା ପାଖ୍‌କେ ଲମିଥିଲା ମଁଦାର୍‌ମାଲ୍

ଦିହର୍ କପ୍‌ଟା ଦିଶୁଥିଲା ରକତ୍ ମିତାଲ୍ ଲାଲ୍ ।୭।

ମୁଲ୍‌କି ହଁସିର୍ ଫୁଲ୍ ଫୁଟିଥାୟ୍ ଦର୍‌ଦର ଫୁଟା ଟୁଡ଼େଁ

ଝିତ୍‌ରି ମୁଁଡ଼ର୍ ଭୀମ୍ କଲିଆ ବାଲ୍ ଉଡ଼ୁଥାୟ ମୁଡ଼େଁ ।୮।

ଉତ୍‌ରି ଆସିଥିଲେ କାଁୟ୍‌ସେଁ ଆନଂଦ୍‌ମୟୀ ମାଆ

ଦୟ୍‌ବୀ କାର୍‌ୟେଁ ହେବେ ବଲି ବଲୀରାମର୍ ସାହା ।୯।

ସ୍ତଂଭିତ୍ ହେଲେ ଇ ସବ୍ ଦେଖି ରଜା ବଲରାମ୍

ଟେକି ଦେଲେ ଭୀତି ଆରୁ ଭକ୍‌ତିଥି ପ୍ରଣାମ୍ ।୧୦।

ଡରର୍ ମାରେଁ ବଲୀରାମ୍‌ନେ ନାଇଁ ହେଲେ ଭେଟ୍

ତର୍‌ସର୍ ଘର୍‌କେ ଫିରି ଆୟ୍‌ଲେ, ଭାବ୍‌ଲେ ହେଁଟା ପ୍ରେତ୍ ।୧୧।

ବସିଗଲେ ଭାବି ଭାବି ବଲୀରାମର୍ କଥା

ଭାବୁନ୍ ଭାବୁନ୍ ଲଟ୍‌କି ଗଲା ଦୁହି ଆଖିର୍ ପତା ।୧୨।

ଦେଖ୍‌ଲେ ମନେଁ, ତାକର୍ ଆଘେଁ ମାଆଁ ଦେବୀ ଠିଆ

ଚାର୍‌ହିକୁତି ଖେଲୁଛେ ଚକ୍‌ଚକିଆ ଉକିଆ ।୧୩।

ମାଆଁ ବୟଲେ, “ମଶାନ୍ ଠାନେ ଦେଖଲୁ ପୁତା କାକେ?

ଡର୍‌ଲୁ, ଚିନ୍‌ହି ପାର୍‌ଲୁ ନାଇଁ ନିଜର୍ ମାଁ ବୁଆକେ ।୧୪।

ମାଆଁ ବୁଆ ଦୁହେ ମିଶି ସୃଷ୍‌ଟି କର୍‌ସନ୍ ଠିଆ

ପୁର୍‌ଥିର୍ ମାହାନ୍ କାଜ୍ ନି ହୁଏ କେଭେଁ ଏକ୍‌ହାତିଆ ।୧୫।

ଶକ୍‌ତି ମିଶି ଗଲେଁ ଶିବର୍ ସଁଗେଁ ହେସି କାମ୍

ହରୁ ହର୍‌ଦମ୍ ହେତ୍‌କି ହେତୁ କର୍‌ବୁ ବଲରାମ୍ ।୧୬।

ତୋର୍ ବାହାଥିଁ ଜୋର୍ ଭରିଛେ, ମୁଡ଼େଁ ବୁଦ୍‌ଧି ଅଛେ,

ବିସ୍‌ତର୍ ‘ଉଜ୍ – ଅସ୍‌ତର୍ ଶସ୍‌ତର୍ ନାଇଁ ଥାଉ ପଛେ ।୧୭।

ହେଲେଁ ଘଲେ ବେଟା ରାମ୍‌ରେ ! ହେତ୍‌କି ସବୁ ନୁହେ

କାମ୍ ନି ହୁଏ ହାତ୍ ନି ଦେଲେଁ ମାଆଁବୁଆ ଦୁହେ ।୧୮।

ଶକ୍‌ତି ଶିବ୍ ତ ମାଆଁ ବୁଆ ତାହ୍‌କୁଁ ଭକ୍‌ତି ଭୟ୍

କର୍‌ବୁ ହେଲେଁ ଅବିସିରି ପାୟ୍‌ବୁ ଶିରି ଜୟ୍ ।୧୯।

ପାୟ୍‌ଲେଁ ସଖାଲ୍ ଆୟ୍‌ବେ ଦୁହେ ଗୁଡ଼ିବନା ନିକେ

ଡର୍‌ବୁ ନାଇଁ କର୍‌ବେ ଯାହା, ଧର୍‌ବୁ ଧିର୍‌ଜ ଟିକେ ।୨୦।

ଉଠ୍‌ରେ ପୁତା ! ପଁହ୍‌ତିଆ ତ ହେଲା ଆସିକରି

କର୍‌ତବେଁ ତୋର୍ ଲାଗ୍, କହୁଛେଁ ମୁଇଁ ଲଂକେଶ୍ୱରୀ”। ୨୧।

ଧଡ଼ପଡ଼ାତେଲ୍ ଉଠ୍‌ଲେ ରଜା, ଧକ୍ କରୁଥାୟ୍‌ ଛାତି

ଘମ୍‌ଘମାତେଲ୍ ଶରୀର୍, ମନେଁ ଭର୍‌ତି ବିଷମ୍ ତାତି ।୨୨।

ଆଘେଁ ତାକର୍ ସଥେଁ ଯେନ୍‌ତା ମାଆଁ ଲଂକେଶ୍ୱରୀ

ଠିଆଡ୍ ହେଇ ରହିଥିଲେ ଆଘର୍ ଆକାର୍ ଧରି ।୨୩।

ଲାଁଗ୍ ହେଇ ସେ ପଡ଼୍‌ଲେ ଭୂଇଁ, ଧୟ୍‌ଲେ ଦେବୀର୍ ପାହା

ବୟ୍‌ଲେ“ମାଆଁ ! କର୍‌ବୁ ଯାହା, ଜାନୁ ତୁଇ ତାହା ।୨୪।

ମୁଇଁ ତ ତୋର୍ ଅ ଜ୍ଞାନ୍ ପୁଓ, ସେବକ୍ ଆଜ୍ଞାଧୀନ୍

ତୋର୍ ଇ ରାଇଜ୍, ତୋର୍ ହୁକୁମର୍ ପାଲକ୍ ମୁଇଁ ଦୀନ୍ ।୨୫।

ଦିନ୍ ନଉଛେଁ ଦୁଶ୍‌ଚିଂତା ଥିଁ, ନିଦ୍ ନାଇଁନ ରାତିଁ

ତୋର୍ ଗୁଡ଼ିଟା ପୁରା ହେଲେଁ ପାୟ୍‌ତିଁ ମୁଇଁ ଶାଂତି ।୨୬।

ଦର୍ଶନ୍ ଦେଲା ଉତ୍‌ରୁଁ ତୁଇଁ ମୁଇଁ ବୁଝି ଗଲିଁ

ଶକ୍‌ତିର୍ ଶାସନ୍ ଇ ପୁର୍‌ଥିନେ ଆସୁଛେ ମାଁ ବଲି ।୨୭।

ଶକ୍‌ତିର୍ ବିନା ଗଛର୍ ପତର୍ ନାଇଁ ପାରେ ହଲି

ଶକ୍‌ତିର୍ ବିନା ବୟ୍‌ଠା ଗୁଟେ ନାଇଁ ପାରେ ଜଲି ।୨୮।

ଶକ୍‌ତିର୍ ବିନା ମୁନୁଷ୍ ପାଦେ ନାଇଁ ପାରେ ଚଲି

ଶକ୍‌ତି ପାୟ୍‌ଲେଁ ମେରୁ ପର୍‌ବତ୍ ଘାୟ୍‌କେ ପାର୍‌ବା ଟାଲି ।୨୯।

ଯାଉଛେଁ ମାଁ ଗୁଡ଼ିଠାନକେ ଆୟ୍‌ବେ ଇଛନ୍ ବଲୀ

ଖମ୍ ଜୁଡ଼ାକ ତିଆର୍ ହେବା ବଲି” ।୩୦।

ଉଠ୍‌ଲେ ରଜା ଗୁଧା ପୁଧା ସାୟ୍‌ଲେ ଚଟାପଟ୍

ଉପାସ୍ ପେଟେଁ ଗୁଡ଼ିନିକେ ପଁହଚି ଗଲେ ଝଟ୍ ।୩୧।

ଦେଖ୍‌ଲେ ଦୁହି ଖୁଂବାର୍ ଦୁହି ନିହିର୍ ପାଖେଁ ପାଖ୍

ଜୁଡ଼୍‌ବାର୍ ସାମାନ୍, ଆରୁ ପଥର୍ ଅଛେ ଥାକେଁ ଥାକ୍ ।୩୨।

ମିସ୍‌ତ୍ରି ଗୁତି ଚାର୍‌ହି କୁତି ହେଇଛନ୍ ତିଆର୍

ଅଛେ କର୍‌ନି ମାର୍‌ତୁଲ୍ ଆଦି ସବୁ ହଥିଆର୍ ।୩୩।

ରଜା ସେନେଁ ହେଲେ କି ହାଜର୍

‘ସମ୍‌ଲେଇ ଜି ଜୟ’ ବଲି ଉଠ୍‌ଲା ସବ୍‌କର୍ ସ୍ୱର୍ ।୩୪।

 

ନଅ

କହୁଁନ୍ କହୁଁନ୍ ବଲୀରାମ୍ ଆର୍ ୟୁବ୍‌ତୀ ତିରି ଝନେ

ଗୁଡ଼ିଠାନେଁ ହାଜର୍ ହେଲେ ଉସତ୍ ପୁସତ୍ ମନେଁ ।୧।

ଦୁହିଝନର୍ ମୁହେଁ ଫୁଟିଥିଲା ସେହି ଭାବ୍

ସଥେଁ ଯେନ୍‌ତା ପିଇଥିଲେ ଆନଂଦର୍ ସରାବ୍ ।୨।

ଚିନ୍‌ହ୍‌ଲେ ରଜା ଇଟା ଗଲା ରାତିର୍ ସେହି ତିରି

ଯାକେ ଦେଖି ମଶାନ୍‌ନୁ ସେ ଆସିଥିଲେ ତିରି ।୩।

ଗୋଡ଼୍‌ତଲେଁ ଲମ୍ ହେଲେ ରଜା ତାକୁଁ ଦେଖିକରି

ବଲୀ ଠିଆ କଲେ ତାକୁଁ ତଲୁଁ ଟେକି ଧରି ।୪।

ବୟ୍‌ଲେ“ତିଆର୍ ଅଛୁ? କର୍‌ବୁ ହାମର୍ କଥା ଝଟ୍?”

“କର୍‌ମି ମାହପ୍ରୁ ! ବୟ୍‌ଲେ ରଜା, “ ହ୍ରୀଇଂଗ୍ କ୍ଲୀଇଂଗ୍ ଫଟ୍ ।୫।

ବଲି କରି ବଲୀ ଆରୁ ତାକର୍ ସେ କନିଆଁ

ଝନ୍‌କ ଗୁଟେ ଗୁଟେ ଖୁଂବା ଠାନେଁ ହେଲେ ଠିଆ ।୬।

ବଲୀ ବୟଲେ, “ଜୁଡ଼ା ପଥର୍ ହାମର୍ ଚାର୍‌ହି କୁତି

ଦେବୀର୍ କାମେ ଆଝିର୍ ହାମେ ଦେମୁ ଆତ୍ମାହୁତି” ।୭।

ଶୁନିକରି ରଜା ହେଲେ ଅୟ୍‌ସୋ ଆଚଂବିତ୍

ମିସ୍‌ତ୍ରି ଗୁତି ସଭେ ହେଲେ ଅଚାବୁହା, ଭୀତ୍ ।୮।

ଥୁତୁମ୍ ଥାତୁମ୍ ହଉଥିଲେ ରଜା ବଲରାମ୍

କାଁ ବଲି ସେ କରାବେ ହେଁ ଜୀବନ୍ ନିଆ କାମ୍ ।୯।

ଜୁ’ଡ଼େ ଜୀଁ’ତା ମୁନୁଷ୍ ସେ ତୁପାବେ ଜାନି ଜାନି

ସେଥି ମିସେ ଜନେ ଅଛନ୍ ୟୁବ୍‌ତୀ ତିରିପ୍ରାନୀ ।୧୦।

ମୁନୁଷ୍-ଦେବ୍‌ତା ବଲୀରାମର୍ ନେବେ ସେ ଜୀବନ୍ !

ଯାକେ ଏତେ ଭକ୍ତି କର୍‌ସନ୍ ନିଜେଁ ମନେଁମନ୍ ! ।୧୧।

ବଲୀରାମ୍ ଯେ ବର୍‌ଗୁଥିଲେ, ଜୁଡ଼ା ଚଟାପଟ୍

ଦେବୀର୍ ହୁକୁମ୍ ଦେବୀର୍ କାମେ ଟିଖେ ନାଇଁ ହଟ୍,

ହ୍ରୀଇଂଗ୍ କ୍ଲୀଇଂଗ୍ ‘ଟ୍ ଓମ୍ ହ୍ରୀଇଂଗ୍ ‘ଟ୍ ।୧୨।

‘ହଁ’ କି ‘ନାଇଁ’ ହଉଥିଲେ ରଜା ମନେଁ ମନେଁ

ଦେଖନ୍‌ହାରି ଆସିକରି ଠିଆ ଜନେ ଜନେ ।୧୩।

ଦେଖୁଁନ୍ ଦେଖୁଁନ୍ କାହାର୍ ହୁକୁମ୍ ହେଲା କିଏ ଜାନେ

ଦୁହି ଖୁଂବା ପାଖ୍‌କେ ଚାଲ୍‌ଲେ ମିସ୍‌ତରି ଗୁତିମାନେଁ ।୧୪।

ଛାଡ଼୍‌ଲେ କିର୍‌ଲା ଜୋର୍‌ସେ ସଭେ, ‘ସମ୍‌ଲେଇ କି ଜୟ’

ଲାଗ୍‌ଲେ କାମେ ଜଂତର୍ ଲେଖେଁ, ସବ୍‌କର୍ ଗୁଟେ ଲୟ ।୧୫।

ଦୁହି ଖମର୍ ଜୁଡ଼ାନ୍ ଚାଲ୍‌ଲା ଧଡ଼ାଧଡ଼୍ ଏକ୍‌ଦମ୍

ବଲୀ ଆରୁ ତାକର୍ ତିରି ହେଇଛନ୍ ମେର୍‌ଖମ୍ ।୧୬।

ବୁଡ଼୍‌ଲା ଭି ଜୁଡ଼ାନ୍‌ଥି ପଛେ ଗୁଡ଼ର୍ ନଲହିାଡ଼୍

ପଖନ୍ ଲେଖେଁ ସଲ୍‌ଖେଁ ସଲଖ୍ ଦୁହେ ଅଛନ୍ ଠାଡ୍ ।୧୭।

ହଲ୍ ନାଇଁ କି ଚଲ୍ ନାଇଁ ନ, ଦୁହେ ଅବିକଲ୍

ଜୁଡ଼େ ଜୀଁ’ତା ଇସ୍‌ପାତ୍ ଖୁଂବା, ନିର୍‌ବିକାର୍ ନିଶ୍‌ଚଲ ! ।୧୮।

ଗୁହାର୍‌ଲା ଲେଖେଁ ସେ ଜୁଡ଼ାନ୍ ଦିହର୍ ଚାର୍‌ହି ପାଖେଁ

ତଲର୍ ଭାଗ୍‌କେ ତୁପି ତୁପି ଆୟ୍‌ଲା ଅଁଟା ଜାକେଁ ।୧୯।

ଏନ୍‌ତା ବେଲେଁ ଦୁହେ ଆପ୍‌ନା ଆପ୍‌ନା ଜୁଡ଼ାହାଥ୍

ଆପ୍‌ନା ଆପ୍‌ନା ଛାତି ପାଖେଁ ଥାପଲେ ଅକସ୍‌ମାତ୍ ।୨୦।

ଦୁହେ ଦୁହି ଜନର୍ ଆଡ଼୍‌କେ ଗ୍ରୀବା ଦେଲେ ଭାଗିଁ

ଦେଖ୍‌ଲେ ବଲୀ ଅର୍‌ଧାଂଗୀକେ, ବଲୀକେ ଅର୍‌ଧାଂଗୀ ।୨୧।

ଜନ୍‌କର୍ ଆଡ଼େଁ ଦୁସର୍ ଜନର୍ ନର୍‌ନିମେଷ୍ ନଜର୍ !

ଉଠ୍‌ତେ ଆସୁଥିଲା ଜୁଡ଼ାନ୍ ଉପରକେ ଉପର୍ ।୨୨।

ଗ୍ରୀବା ବୁଡ଼ି ଯିବାର୍ ବେଲା ହେଲା କି ନିକଟ୍

ଶୁଭ୍‌ଲା ବଲୀରାମର୍ ମୁହୁଁ ‘ହ୍ରୀଇଂଗ୍-ସ୍ୱାହା-ଫଟ୍’ ।୨୩।

ଗ୍ରୀବା ବୁଡ଼ିଯିବାକେ ଆର୍ ରେଁଚ ଅଛେ ଯାହା

ଗୁଟେ ଖମୁଁ ଶୁଭଲ୍। ‘ମାଆଁ’, ଦୁସର୍ ଖମୁଁ ‘ସ୍ୱାହା’ ।୨୪।

ଉଠ୍‌ତେ ଆସୁଥିଲା ଜୁଡ଼ାନ୍ ଉପର୍‌ନୁ ଉପର୍

ବୁଡ଼ିଗଲା ଦୁହି ଜନର୍ ଗ୍ରୀବା ସାଁଗେଁ ସ୍ୱର୍ ।୨୫

ଜୁଡ଼ି ହଉଥିଲା ଗୁଟେ ପଥର୍‌ଥି ପଥର୍

ଅଲଗ୍ ହଉଥିଲେ କିଂତୁ ଅର୍‌ଧନାରୀଶ୍ୱର୍ ।୨୬।

ଖୁଂବା ଜୁଡ଼୍‌କର୍ ଜୁଡ଼ାନ୍ ଅଛେ ଟିକେ ଟିକେ ବାକି

ଜୁ’ଡ଼େ ଆଖିର୍ ନଜର୍ ଅଛେ ଆଉର୍ ଜୁଡ଼େ ଆଁଖି ।୨୭।

ଉଠ୍‌ତେ ଆସୁଥିଲା ଜୁଡ଼ାନ୍ ଉପର୍‌ନୁ ଉପର୍

ବୁଡ଼ିଗଲା ଦେଖୁଁନ୍‌ ଦେଖୁଁନ୍‌ ନଜର୍‌ନୁ ନଜର୍ ।୨୮।

ହେଲେଁ ହେଇ ପାରନ୍ ଦୁହେ ଅଜର୍ କି ଅମର୍

ଲେକିନ୍ ସର୍‌ଲା ଦେଖାଦେଖି ଇ ମୁନୁଷ୍ ଜନ୍‌ମର୍ ।୨୯।

ଉଠତେ ଆସୁଥିଲା ଜୁଡ଼ାନ୍ ଉପରନୁ ଉପର୍

ତୁପି ଦେଲା ମୁଁଡ଼ର୍ ଟିପି ଜୁଡ଼େ ମୁନୁଷର୍ ।୩୦।

‘ବୁଡ଼୍‌ଲା’ ବେଲେଁ ମୁଡ଼ର୍ ଟୁପି ସର୍‌ଲା ବେଲେଁ ଜୁଡ଼ା

ହାଜର୍ ଥିଲେ ସେଠାନେଁ କେନ୍ ଆଡ଼ର୍ ଜୁଡ଼େ ବୁଢ଼ା ।୩୧।

‘ବୁଡ଼୍‌ଲା’ ବଲି ରଡ଼୍‌ଲା ଝନେ, ‘ସର୍‌ଲା’ ବଲି ଝନେ

କିର୍‌ଲା ଗଗା କଲେ ଦୁହେ ବହୁତ୍ ଦୁଖିତ୍ ମନେଁ ।୩୨।

ଜୁଡ଼ାନ୍ ଉଠ୍ତେ ଗଲା ଉପର୍ ଆଉର୍ କେତେ ହାଥ୍

ଠାଡ଼େଁ ଠାଡ଼େଁ ରଜା କରୁ ଥାଆନ୍ ଅଶ୍‌ରୁପାତ୍ ।୩୩।

ଦେଖନ୍‌ହାରିମାନେ କାଁଦୁଥିଲେ ଭି ବହୁତ୍

ବଲୀ, ବଲୀ-ପତ୍‌ନୀ ହେଲେ ବଲି ସ୍ତଂଭୀଭୂତ୍ ।୩୪।

ସ୍ତଂଭୀଭୂତ୍ ଶବଦ୍‌ଟା ଖାଲି କବିର୍ ଭାଷା ଥିଲା

ଆଝିର୍ ବାସ୍‌ତବ୍ ହେଲା ସେଥିର୍ ଅର୍ଥର୍ ଭୀଷଣ୍ ଲୀଲା ।୩୫।

ଜୁ’ଡ଼େ ପ୍ରାନୀ ଜାନି ଜାନି ଦେଲେ ଜୀବନ୍ ଦାନ୍

ଖୁଂବା ହେଲେ ଗୁଡ଼ିର୍ ଖୁଂବା ହେବା ବଲି ଟାନ୍ ।୩୬।

ଲାଭର୍, ୟଶର୍, ମୁକ୍‌ତିର୍‌, ପ୍ରତିଦାନର୍ ଲାଲଚ୍ ନାଇଁ

କେବଲ୍ ଦେବୀର୍ ଲାଗି ଏନ୍‌ତା ଦାନ୍ ଦେଖିଛ କାହିଁ? ।୩୭।

ଶୁନିଛ କାଁୟ୍ ନିଜର୍ ଆରୁ ଅର୍‌ଧାଂଗିନୀର୍ ପ୍ରାନ୍

ବଲୀରାମର୍ ଲେଖେଁ ଦୁସର୍ କେହି କଲା ଦାନ୍।୩୮।

ଶୁନିଛ କାଁୟ୍ ବଲୀର୍ ସଧର୍‌ମିଣୀର୍ ଲେଖେଁ କେହି

କର୍‌ଲା ମରନ୍ ଅଂଗୀକାର୍ ତାର୍ ବରର୍ ସଂଗୀ ହେଇ ? ୩୯।

ଧୟନ୍ ଧୟନ୍, ବଲୀ-ପତ୍ନୀ, ବଲୀରାମ୍

ଦେବୀର୍ ଲାଗି, ଦେଶର୍ ଲାଗି କଲ କେଡ଼େ କାମ୍! ।୪୦।

(ଇ ରଚନା ମାତ୍ରା ଛଁଦେଁ ବଁଧା ହେଇଛେ)

 

ଉପ୍‌ସଂହାର୍

ଦେବୀର୍ ଦେଉଲ୍ କାମ୍ ବଲ୍‌ରାମ୍

ସବ୍ କରିଦେଲେ ଶେଷ୍

ବସ୍‌ଲେ ଦେଉଲେଁ ଶକ୍‌ତି ଦେବ୍‌ତୀ

ନେଇ ନୁଆଁ ନାଆଁ ଭେସ୍ ।୧।

ସମ୍‌ଲେଇ ରୂପେଁ ଗରିବ୍ ଦୁଖୀର୍

ସବ୍‌କିରି ହେଲେ ମାଆଁ

ଡାକ୍ ଦେଲେଁ ଘୋର୍ ସଂକଟ୍ ବେଲେଁ

ଝଟ୍ କରି ହେଲେ ସାହା ।୨।

ତାର୍ ଜାଗା କଲେ ବଲରାମ୍ ଆସି

ବଲେଁ ଅଧିକାର୍ ବଲି

ସୁର୍‌ଗୁଜା ପତି ରିସ୍‌ମି ଜୁଏଥି

ମନେଁ ଯାଉଥାୟ୍ ଜଲି ।୩।

ଦଲି ଦେବା ବଲ- ରାମ୍‌କେ ବଲି ସେ

ସବଲ୍‌ ଆୟ୍‌ଲା ମାଡ଼ି

ଲଗାଲା ପ୍ରବଲ୍‌ ଲଡ଼େଇ , ହାର୍‌ଲା,

ଭାଗଲା ଦିରିବ୍ ଛାଡ଼ି ।୪।

କମ୍‌ତି ଫଉଜ୍, କମ୍ ହଥିଆର୍

ଥାଇ ଭିଲ୍ ବଲରାମ୍

ସମ୍‌ଲେଇ ମାଆଁ ଦମ୍ ଦେଲେ ବଲି

ଜିତିଗଲେ ସଂଗ୍ରାମ୍ ।୫।

ଶକତି ଦେବୀର୍ ସାଧକ୍ ଯେ, ତାର୍

କେଭେଁ ନାଇଁ ହୟ୍ ହାର୍

ପହଁରି ପହଁରି ଲହଁକି ପାର୍‌ସି

ଦୁସ୍‌ତର୍ ପାରାବାର୍ ।୬।

ହେଲେଁ, ଘାୟ୍ ସିନେ ସୁର୍‌ଗୁଜା ନାଗ୍

ଭାଗ୍‌ଲା ଘାୟ୍‌ଲା ହେଇ,

ଫୁନ୍ ଫିରି ଆସି ନାଇଁ ଚୋଟ୍ ମାରେ,

ନାଇଁ କହିପାରେ କେହି ।୭।

ତାର୍ ଆଘୁଁ ସାଁପ୍ ଦୋଲ୍ ନିକେ ଯାଇ

ନେଇ ଯିବେ ତାର୍ ଜାନ୍

ବଲି କରି ସଜ୍ କଲେ ବଲରାମ୍

ସୁର୍‌ଗୁଜା-ଅଭିୟାନ୍ ।୮।

ସେତାର୍ ସାଂଗ୍‌କେ ସେତାର୍ ଅଧୀନ୍

ଗାଂଗ୍‌ପୁର ଜୟ୍ କରି

ଆୟ୍‌ବେ ବଲି ସେ ବାହାରି ପଡ଼୍‌ଲେ

ସୁମ୍‌ରି ସମ୍‌ଲେଶରୀ ।୯।

ବୀର୍ ବଲରାମ୍ ବଢ଼ତେ ବଢ଼ତେ

ଗାଂଗ୍‌ପୁର୍ ଗଡ୍ ପାସେଁ

ସଜ୍‌ଜିତ୍ ହେଲେ ଶିବିର୍ ଗଡ଼େଇ

ଲଡ଼େଇ କରାର୍ ଆଶେଁ ୧୦।

ଗାଂଗ୍‌ପୁର୍ ରଜା ଲଡ଼େଇ ଭାବ୍‌ନା

ଛାଡ଼ି ଦେଇ କଲେକଲେଁ

ଶରନ୍ ମାଗ୍‌ଲେ ଲାଁଗ୍‌ଛାଟ୍ ହେଇ

ବଲ୍‌ରାମ୍-ପାହା-ତଲେଁ ।୧୧।

ପରଘେଇ ନେଲେ ତାହାକୁଁ ଆଉର୍

ମହଲ୍ ଭିତରେଁ ଦୁହେଁ

ଭାଂଗ୍ ଥାବ୍ କଲେ ବଲ୍‌ରାମ୍ ହେବେ

ଗାଂଗ୍‌ପୁର୍-ବଡ୍-ଜୁଏଁ ।୧୨।

ବଲ୍‌ର୍‌ମ୍‌ ନେଲେ କମଲ୍ କୁମାରୀ

ନନୀର୍ ବରନ୍‌ମାଲା

ସମଲ୍‌ପୁରର୍ ପାଟ୍‌ରାନୀ ହେଲେ

ଲାଜ୍‌କୁରୀ ରାଜ୍-ବାଲା ।୧୩।

ହାଥ୍ ହଥିଆର୍ ‘ଉଜ୍ ବଲର୍

କିଛି ନାଇଁ ହେଲା କ୍ଷୟ

ହୃଦ୍‌ଜୟ ସାଁଗେଁ ଗାଂଗ୍‌ପୁର୍ ଜୟ୍

କଲା ମାଲା-ବିନିମୟ୍ ।୧୪।

ଗାଂଗ୍‌ପୁର୍ ଗଡ଼େଁ ଜଲଦି ନିଜର୍

ଫଉଜ୍ ବଢ଼େଇ କରି

ବଲ୍‌ରାମ୍ ଗଲେ ସୁର୍‌ଗୁଜା ଗଡ୍

ଆଡ଼୍‌କେ ଲଡ଼େଇ କରି ।୧୫।

ସୁର୍‌ଗୁଜା ଆର୍ ସମଲ୍‌ପୁରର୍

ଲାଗ୍‌ଲା ଲଡ଼େଇ ଘୋର୍

ଲଡ଼ି ଲଡ଼ି କରି ସୁର୍‌ଗୁଜା ହେଲା

ହର୍‌ଜଁଗା କମ୍‌ଜୋର୍ ।୧୬।

ହାର୍ ମାନି ଫେର୍ ଶେଷ୍‌କେ ସେତାର୍

ନନୀର୍ ହାଥ୍‌କେ ଲାଜେଁ

ବଲରମ୍ ହାଥେଁ ଛଂଦି ପକାଲା

ସଂଧିକ୍ରିୟାର୍ କାଁଜେ ।୧୭।

ମାହାନ୍ ଚତୁର୍ ବଲ୍‌ରାମ୍ ଇଟା

ପାୟ୍‌ଲେ ବତର୍ କାଲ୍,

ଜୁଏଁ ହେଇ କରି ସସୁରର୍ ଦେଶ୍

ହାତ୍ କଲେ ଗୁଟେ ଚାଲ୍ ।୧୮।

ଗାଂଗ୍‌ପୁରଟାକେ କାବୁ କରିଥିଲା

ସୁର୍‌ଗୁଜା ଦର୍‌ବାର୍‌

କବୁଲ୍‌ କଲା ସେ ଛାଡ଼ି ଦେବା ସେନୁ

ତାର୍ ସବୁ ଅଧିକାର୍ ।୧୯।

ସୁର୍‌ଗୁଜା ରାଜ୍- ଶକ୍‌ତିର୍ ବିଷ୍

ଝଡ଼୍‌ଲା, ହେଁ ନାଗ୍ ସାଁପ୍

ପଡ଼ିଗଲା ବଲ୍‌ ରାମର୍ ପେଡ଼ି ଥିଁ,

ରହିଗଲା ଚୁପ୍‌ଚାପ୍ ।୨୦।

ସାଫ୍ ହେଇଗଲା ବଲରାମ୍ ଲାଗି

ଦେଶ-ବିସ୍‌ତାର୍-ରାହା

ଗୁଟେ ଗୁଟେ କରି ପଂଦ୍‌ର ଦେଶ୍‌କେ

ସମ୍‌ଲା ତାଁକର୍ ବାହା ।୨୧।

ମାଆଁ ସମ୍‌ଲେଇ- ନାଆଁ ନେଇ କରି

ଉଡ଼ାଲେ ସ୍ୱାଧୀନ ଧଜା

ପଂଦ୍‌ର୍‌ ଦେଶର୍ ଅଧିରାଜ୍ ହେଲେ

ବୀର୍ ବଲରାମ୍ ରଜା ।୨୨।

ସମ୍‌ଲେଇ ନାଆଁ ଲାଗିକରି ହେଲା

ସହର୍ ସମଲ୍‌ପୁର୍

ତାର୍ ଗୌରବ୍ ଗୀତର୍ ଲହର୍

ଖେପ୍‌ଲା ବହୁତ୍ ଧୂର୍ ।୨୩।

ଶେଷ୍ ହେଲା ଦେଶ୍- ବିସ୍‌ତାର୍ କାମ୍,

ଅସ୍‌ତର୍‌-ଝନ୍‌ଝାନ୍

ବଂଧୁକ୍ ଗୁଲି ହାଥ୍ ହଥିଆର୍

ଖେଲ୍ ହେଲା ଅବସାନ୍ ।୨୪।

ଏକ୍‌ଲା ଏକ୍‌ଲା ଆୟଜ୍ ବସି ବସି

ନିଜର୍ ସିଂହାସନେଁ

ବଲରାମ୍ ଦେବ୍ ଜୁଡ଼େ ଶବଦ୍

ଶୁନୁଛନ୍ ମନେଁ ମନେଁ ।୨୫।

ବଲୀରାମ୍-ଜୁଡ଼ି ବୁଡ଼ିଗଲା ବେଲେଁ

ପଥର୍ ଜୁଡ଼ାନ୍ ତଲେଁ

ସରିଗଲା ବେଲେଁ ଦୁହି ଝନ୍‌କର୍

ପ୍ରାନ୍‌ବାୟୁଁ କଲେକଲେଁ ।୨୬।

‘ବୁଡ଼୍‌ଲା’ ଆଉର୍ ‘ସର୍‌ଲା’ ଶବଦ୍

ଟେକିଥିଲେ ଦୁଇଝନ୍,

ସୋର୍ କରି ସେଟା ଘୋର୍ ବିଷାଦିତ୍

ବଲରାମ୍ ମନେଁ ମନ୍ ।୨୭।

ଭଲ୍ କରି ତହୁଁ ସେ ଦୁଇ ଝନର୍

ସଂଧାନ୍ ନେଇ କରି

ପୁଛି ଦେଲେ କିଛି ଦୁଖ୍, ଦୁଇଖଣ୍

ଗାଆଁ ଦାନ୍ ଦେଇକରି ।୨୮।

‘ବୁର୍ଲା’ ତାହିଁର୍ ଖଁଡ଼େ ଗାଆଁ ମାହା

ନଦୀର୍ ଭୁଜ୍‌ନୀ ପାଖେଁ

ଡେବ୍‌ରି କାନିଥିଁ ‘ସର୍‌ଲା’ ଗାଆଟାଁ

ସାଖୀ ଅଛେ ଆୟଜ୍ ଜାକେଁ ।୨୯।

ହେଲେଁ ମିସେ କାଲ୍- ସାଗର୍-ଗରଭେଁ

ପଡ଼ି ବୁଡ଼ି ଗଲା ପ୍ରାୟ୍,

ଶକ୍‌ତି-ପୀଠର୍ ସହିଦ୍ ଜୁଲିର୍

ନାଆଁ ତକ୍, ହାୟ୍ ହାୟ୍ ।୩୦।

ଭାବ୍-ଭାଷାର୍-ଭୁରକୁଟି

 

ଡାୟଭଁର୍‌ ଜନାନ୍

(ଭକ୍ତକବିର୍)

“କୁର୍ପାସିଂଧୁ ହେ ଭଗବାନ,

ତୁମର୍ ପଦମ୍-ପାଦେଁ ଆମର୍ ଶରନ ।”

ଆମେ ସଭେ ଯଂତର୍, ତୁମେ ତାର୍ ଚାଲକ

ସବ୍‌କେ ବାଟେ ନିଅ ହେ ନାରାୟନ ।”

-ଇ ବୃତିଥି ପକେଇ କରି ‘ଜନାନ’ ଗାୟବ୍)

ମାହାପ୍ରୁ ! ତୁଇଁ ବଢ଼େ କୁର୍‌ପନ

କୁଚ୍ଛି, କୁହାପେଟା, ପଖନ୍-କର୍ପନ । ଘୋଷା ।

ହେଲେଁ ଭି ଗୁଲ୍‌ଗୁଲା ନି କରୁ ହୁଲ୍‌ଗୁଲା,

ଜହ ଛାପ୍‌କି ଦେସୁ ତୋର୍ କୁର୍‌ପା-ଧନ

ଆମ୍‌କୁ ହଇରାନ କର୍‌ସୁ, ଆମର୍ ପ୍ରାନ

କଲ୍‌ବଲ୍ କର୍‌ସୁ ହର୍‌ଦମ୍, ମଧୁସୂଦନ !

ଇ ବିଷମ୍-ସଂସାର୍- ଝାରର୍ ଭୟାଂକାର

କିସମ୍ କିସମ୍ ଜଂତୁର୍ ଯେତେ କଷନ

ଯିମୁ ଆତ୍ମହେଁ ତରି ବୟ୍‌ଲା ବେଲ୍‌କେ ହରି !

ଉଲ୍‌ଟା ହେସୁ ଆମର୍ ଆଶା-ନାଶନ ।

ଝାର୍-ବାଟ୍ ଖୁଁଦ୍ ଖୁଁଦରା, କଁଟା ଝଁଟା ଗୁରା,

ଗିଜ୍‌ରିଛେ ହଜାରେ ଗୁଜା ପଖନ୍

ରିପଟ୍ କଲେଁ ତତେ ବଲ୍‌ସୁ, ନିସତ୍ ପୁତେ !

ଖର୍‌ସି ଲିପି ଧର୍‌ସା କର ଚିକନ୍ ।

ତୁଇ ଡାଇଭର୍ ବାହୁଛୁ ମଟର୍

ଆମ୍‌ହେଁ ପାସେନ୍‌ଜର୍ ଗୌଁଲିଆ ଜନ

ଟିକଟ୍ କାଟିକରି ବିକଟ୍ ଝାରୁଁ ହରି !

ତୋର୍ ନିକଟ୍ ନେବାକେ କଲୁଁ ଭଜନ

ପେଟେ ଭୁଗ ଖାଇ ଘଡ଼୍‌କେ ଛନ୍‌କେଁ ହାଇ

ଛାଡୁଛୁ ତ ଚିପୋ ଚକାନୟନ !

ଝୁମ୍‌ରା ୟଦି ମାଡ଼ି ଆଉଛେ ତ ଗାଡ଼ି

ଛାଡ଼ି ଘଡ଼େ କରି ପକା ଶୟନ

ଝୁମ୍‌ରି ଝୁମ୍‌ରି ଗାଡ଼ି ଷ୍ଟେରିଂଗ୍ ଦେଲେଁ ଛାଡ଼ି

ଇଆଡ୍ ସେଆଡ୍ ମାଡ଼ିଯିବା ବାହନ,

ନଶ୍‌ବା ତୋର୍ ମଟର, ଆମ୍‌ହର୍ ଭି ଗତର୍

ହେବା ଛିନ୍‌ଛତର, ମର୍‌ମୁ ବହନ ।

ଗାଡ଼ି ଆସ୍‌ତେ ଚଲା ଜହ ନାଇଁ ହଲା

ବିଦ୍‌ରି ଯିମୁ ଆମ୍‌ହେ କୁହା ମାଖନ,

ମଜା ମାର୍‌ବୁ ବଲି ତୁଇଁ ଆମକୁଁ ଛଲି

କରୁଛୁ ବୋ ହରି ! କେନ୍‌ତା ପେଖନ !

- ଆଖର୍

କବିରବି- ଶିଷ୍ୟ ନକଲ ନବିସ

ହନୁଦାସ କରି ଗୁରୁସ୍ମରନ

କରିଛେ ସର୍ଜନ ହେ ଦୁର୍ଜନଗନ !

ଇ ସର୍ପ-ଜନାନ ହନୁକରନ ।

ଉଡ୍ରୀ-ସମ୍ଲପୁରୀ ମିଶ୍ରନ-ମାଧୁରୀ

ପାନ କରି ପୂରି ଉଠିବା ମନ ।

 

ମମି ଆରୁ ଡେଡି

-୧-

କାନ୍ ଦିଅ ଘାୟ୍ ମାଆଁ ବୁଆ ଭାୟ୍ ବହେନ୍ ଆୁର୍ ନାନୀ

ଇଂଲିଶ୍ କହ ଜତ୍ ପାର ଜହ ଦେଖ ଇଂଲିଶ୍ ଠାନି ।୧।

ମାଆଁ ବଲ୍‌ବାର୍ ଶବ୍ଦକେ ଆର୍ ଘାୟ୍ ନାଇଁ ଧର ଟୁଣେଁ

ମମି’ ଶବ୍ଦର୍ ସମାନ୍ ସୁଁଦର୍ ଆୟ୍ ମାଆଁ କେନ୍ ଗୁନେଁ?।୨।

ୟୁଗ୍ ୟୁଗ୍ ଯାହା କହି କହି ମାଆଁ ଶବ୍ଦ ଯାଇଛେ ଜିହିଁ

ଝଟ୍ ଯାଉ ମରି ଆରୁ କାଁ କରି କରୁଥିବା ମିଇଁ ମିଇଁ ?।୩।

ମାଆଁକେ ନିଜର୍ କରି ଦିଅ ପର୍, ହର୍‌ଦମ୍ କହ ମମି

ନାୟଁତ୍ ଏଭର୍ ମାଆମାଁନକର୍ ମାନ୍ ନାଇଁ ଯିବା କମି?।୪।

-୨-

ବାପ୍ ନାଇଁ କହ, ପାପ୍ ହେବା ଜହ, କହନ ‘ଫାଦର୍’ ‘ଡେଡି’

ବାପ୍ ବଲ୍‌ସନ୍ ଗଅଁଲିଆ ଜନ୍, ଅନ୍‌ପଢ୍ ବେଡ଼ାବେଡ଼ୀ ।୫।

ଇଂଲିଶ୍ ପାଠ୍ ପଢ଼ିକରି ଠାଟ୍ ନାଇଁ କଲେଁ ଆର୍ ହେସି?

‘ଫରେନ୍’ ଫିର୍‌ଲା ନନୀ ଆର୍ ପିଲା ବଲ୍‌ବେ ତମ୍‌କେ ଦେଶୀ ।୬।

ସାସ୍ କି ସସୁର୍ ବୟ୍‌ଲେ କସୁର୍ ବଲି ସିଖ ‘ଇନ୍ ଲଅ’

ଖାସ୍ କରି ସବ୍ ଦର୍‌ପଢ଼ୀ ‘ଲଭ୍ ମେରେଜ୍’ ମାର୍କା ବହ ।୭।

-୩-

ଛାଡ଼ରେ ଅଢଂଗ୍ ତବ୍‌ଲା ମୃଦଂଗ୍ ବଜ ଇଂଲିଶ୍ ବାଜ୍

ରଡ଼ ପପ୍ ସଂଗ୍ ଜୋର୍ ହଲ ଜଂଘ୍, କାହିର୍ ମହତ୍ ଲାଜ୍?।୮।

ଭାରତ୍ ବାଗିର୍ ଭୂଇଁର୍ କାହିର୍ ଭାଷା ଆର୍ ସଂସ୍‌କୃତି?

ଭାବ୍‌ଲେ କେବଲ୍ ମନ୍ କଲ୍‌ବଲ୍ ତନ୍ ନାଇଁ ପାୟ୍ ଭୁତି ।୯।

ଭାରତ୍ ଭୂଇଁଥି ଯାଇଛେ ତ ବିତି ସହସ ଜାତିର୍ କାଲ୍

କାଁୟ୍ ଥାବ୍ ତାର୍ କେତେ ଯେ ଭାଷାର୍ ଛଂଦି ହେଇଛେ ଜାଲ୍ !।୧୦।

ଗାଆଁର୍ ବଁଧ୍‌ଲି ଗୁଁଦ୍‌ଲା ଗୁଁଦଲି, ଅୟ୍‌ସୋ ପୁହୁର୍ ପାନିଁ

ଛାୟ୍ ଦିଶେ ନାଇଁ ମୁହୁଁ ଆର୍ କାହିଁ ଦିଶ୍‌ବା ପାର୍‌ବ ଜାନି?।୧୧।

ସଂସ୍‌କୃତ ଆର୍ ସଂସ୍‌କୃତି ତାର୍ ଅୟ୍‌ସୋ ପୁର୍‌ନା, କୁହା,

ପୂରା ଅସକଟ୍ ନାଶ୍ କର ଝଟ୍, ମାଗି ଆନ ସବ୍ ନୁଆଁ ! ।୧୨।

-୪-ବ୍ରିଟିଶର୍ ବାହା ଗାଂଧୀଜି ଯାହା ଛୁଛେଇଁ ପକାଲେ ଛେଦି,

ସଂସ୍‌କୃତି ଆର୍ ଭାଷାଟାକେ ତାର୍ ପାର୍‌ଲେ ନାଇଁ ସେ ଖେଦି ।୧୩।

ଆମର୍ ଜିନିଷ୍ ଲୁଟିଛେ ବ୍ରିଟିଶ୍, ଦେଶ୍‌କେ ଦେଇଛେ ଭାଁଗି,

କରିଥିଲା ଭୁଲ୍ ତବି ‘ଗ୍ରେଟ୍ ଫୁଲ୍’ ହୁଅ ଇଂଲିଶ୍ ଲାଗି ।୧୪।

ଆହେ ମୋର୍ ‘ମମି’ ‘ଡେଡି’ ସଭେ ଜମି ତୟ୍ କର୍ ଗୁଟେ ଠାନେଁ

ଜଗ ଜହ ଜହ ଇଂଲିଶ୍-ଲହ ସଁସ୍‌କୃତି-ଉଦ୍ୟାନେଁ ।୧୫।

ଫୁଟୁ ଦେଶ୍‌ଭର୍ ଦେଖନ୍ ସୁଁଦର୍ ‘ଫାଇନ୍ ‘ରେନ୍’ ଫୁଲ୍

ଉସ୍‌କ ନିଜର୍ ଭାଷା ‘କଲ୍‌ଚର୍’ ନାଇଁ ରଖ ବିଲ୍‌କୁଲ୍

ଭାଷା ସଁସ୍କୃତି ହେଲେଁ କୁଟ୍‌କୁଟି ଦେଶ୍ ଗଲେଁ ‘।ଟି‘।ଟି

ହେମା ପରାଧୀନ୍ ସୁଖେଁ ନେମା ଦିନ୍ ପରର୍ ଚରନ୍ ଚାଟି ।୧୭।

ଆମର୍ ଭାରତ୍ ‘ମମି’

ଦଉରେ ଆସିସ୍, ଆସୁ ଇଂଲିଶ୍, ‘ୟାଂକି’ ଆଉର୍ ‘ଟମି’ ।୧୮।

(‘ପ୍ରୌଢ଼ ଶିକ୍ଷା ଶୀର୍ଷକ୍’ ଥାଇ କରି ୧୯୯୧ ମସିହାର ‘ନିସାନ’ - ୫ମ ସଂଖ୍ୟାଥିଁ ବାହାରିଥିଲା । ଇଠାନେଁ ଦୁଇଟା ଜାଗାର ଶବ୍ଦ ଆରୁ ଶୀର୍ଷକ୍ ବଦ୍‌ଲା ହେଇଛେ, ବନାନ୍ ପଦ୍ଧତି ଭି ବଦ୍ଲିଛେ ।)

 

ବିଦାୟ ଦଉଛେଁ ରାଜୀବ ଭାୟ୍

ଆମର୍ ଦେଶର୍ ଭୋଟ୍‌-ରାକ୍‌ସର୍‌ ଲୋକ୍-ଖାଉ ଭୋକ୍ ଦେଖ୍ଲ ଭାଇ?

ରାଜୀବ୍ ଗାଁଧୀର୍ ଶରୀର୍‌କେ ଭିଲ୍ ବମ୍-ମୁହେଁ ଆୟ୍‌ଜ ଦେଇଛେ ଖାଇ ।୧।

ଆମର୍ ଇ ଦେଶ୍ ଗିଲି ଗିଲି ଶେଷ୍ କର୍‌ବା ଅସୁର୍-ତଂତ୍ରୀ ଜୁଏ

ଜାଲୁଛନ୍ ଯେନ୍ ଇ ଦେଶେ ଏଖେନ୍ ଅଂଧା ବାପର୍ ଲବାର୍ ପୁଏ ।୨।

ଭାରତ୍‌-ଶାସନ୍‌- କଲ୍ ଦୁଶାସନ୍- ଦଦାର୍ ମିତାଲ୍ ଲାଲ୍‌ଟୀମାନେଁ

କର୍‌ବେ ଦଖଲ୍ ବଲି କଲ୍ କଲ୍ କରି ମରୁଛନ୍ ଅନେକ୍ ଠାନେଁ ।୩।

ହିଁସା ଅହଁକାର୍ ଗାଲି ତକ୍‌ରାର୍ ମାର୍‌ମର୍‌ଦନ୍ ମାମ୍‌ଲାବାଜି

ଠେଂଗ୍ ହଥିଆର୍ ପସ୍ତିଲୁ୍-ମାର୍ ସବ୍ କରୁଛନ୍ ଏଭର୍ ପାଜି-।୪।

ଶୟ୍‌ତାନ୍ ଦଲ୍, ଯେତେ ଛଲ୍‌ବଲ୍ ଅଛେ ସେ ସକଲ୍ ଭୋଟିଂ କାଲେଁ

ଲୁକ୍‌କୁଁ ଶିଖେଇ ଦେଲେନ ପକେଇ ଦେଶ୍‌କେ ଗହୀର୍ ରାସାଂତଲେଁ ।୫।

ଦେଶର୍ କାନୁନ୍ ଇଛେନ୍‌କା ଖୁନ୍ ! ଶାସନ୍ ଆଉର୍ କେନ୍‌ନେ ଅଛେ?

ଲୋକ୍ ଲାଗି ଆର୍ କେହ୍‌ନି ନେତାର୍ ସଥର୍ ମୁହାଁସ୍ କାଇଛେ ରଁଚେ?।୬।

ଭାରତ୍‌-ମରାର୍ ହାଥ୍ ହଥିଆର୍ ହଉଛେ ବାହାର୍ ଧରମ୍‌ପୁରୁଁ,

ତାମିଲ୍‌ନାଡ଼ୁର୍ ପେରେମ୍‌ବୁଦୁର୍ ମଶାନ୍ ପଦାର୍ ବହୁତ୍ ଧୂରୁଁ ।୭।

ସେ ପୁରର୍ ବମ୍ ରାଜୀବର୍ ୟମ୍ ବନ୍‌ଲା ଇଛନ୍ ନିର୍ବାଚନେଁ

ବଲି କରି ପ୍ରାନ୍ କହୁଛେ, ପୁରାନ୍ ଗାଉଛେ କେନର୍ ଗୁଆଁର୍ ଝନେଁ ।୮।

-୨-

ଧରମ୍-କରତ୍ ଆମର୍ ଭାରତ୍- ମାତାର୍ ଖତର୍ ଜୁଉଡ଼େ ଫାଲେଁ

ଫାଲ୍ କରି ସାନ୍ କଲା ବୟ୍‌ମାନ୍, କୁଟିଲ୍-ବ୍ରିଟିଶ୍-ଶାସନ୍-କାଲେଁ, ।୯।

ଧରମ୍-ପାଗଲ୍ ନୁଆଁ ଗୁଟେ ଦଲ୍ ଫେର୍ ତୁଏ ଦେଶ୍ ଭାଂଗ୍‌ବେ ବଲି

ଇଛନ୍ ବାହାର୍ ହେଇଛନ୍ ଆର୍ ମାରୁଛନ୍ ବମ୍ ବାରୁଦ୍-ନଲୀ ।୧୦।

ଧମକ୍ ଚମକ୍, କେନେଁ ଅଚାନକ୍ ମୁନୁଷ୍ ଭିଲର୍ ଉପ୍‌ରେଁ ଗୁଲି

ଚଲେଇ ହେଁ ଦଲ୍ ମୁନୁଷ୍-କତଲ୍- ତଂତ୍ରୀ-ଶାସନ୍ ଦେଲେନ ଖୁଲି ।୧୧।

ନାନା ଉତ୍ପାତ୍ ହାନ୍-ମାର୍-କାଟ୍ କଲେ ଲୁଟ୍‌ପାଟ୍ ବଲି ହେଁମାନେ

ନିଡର୍-ତଂତ୍ରୀ ପ୍ରଧାନ୍ ମଂତ୍ରୀ ଇଂଦିରା ଦେଲା ତାହାକୁଁ ପାନେ ।୧୨।

ପେସ୍‌ଲା ଜୱାନ୍, ଠୁକ୍‌ଲେ କମାନ୍, ଲକୁଲେ ତାକର୍ ‘ଧରମ୍ ଚାଡେଁ’

ଧର୍ମାବତାର୍- ଦଲ୍ ସର୍ଦାର୍- ଜାନ୍ ଉଡ଼ିଗଲା ଗୁଲିର୍ ଗଡେଁ ।୧୩।

ପାଁଚ୍‌ଲେ ସେ ଦଲ୍ ନେବା ପ୍ରତିଫଲ୍ ଇଂଦିରା ତାର୍ ଉରାଁଟ୍ ଲାଗି

ମର୍‌ବା ସେ, ତାର୍ ଭାରତ୍ ମାତାର୍ ଏକ୍‌ତା-ଦେଉଲ୍ ପଡ଼୍‌ବା ଭାଁଗି ।୧୪।

ତାର୍ ବଉଁଶର୍ କାର୍ ଝନ୍‌କର୍ ଛାୟ୍ ମିସେ ନାଇଁ ରହେନ ବାକି

ଗୁଟ୍ ଗୁଟ୍ କରି ଜାନ୍ ନେମୁ ହରି, ଗୁରୁର୍ କିରିଆ, ଧରମ୍ ସାଖୀ ।୧୫।

ଇଂଦିରା ଜାନ୍ କଲା କୁର୍‌ବାନ୍ ମାତୃଦେବୀର୍ ରକ୍ଷା-ଥାଲେଁ

ତାର୍ ନାଆଁ ସୋର୍ ପଡ଼ୁଥିସି ଜୋର୍ ରାଷଟ୍ରର୍ ଘୋର୍ ଆପଦ୍ କାଲେଁ ।୧୬।

ଦେବୀ-ଦୁର୍ଗାର୍ ନୁଆଁ ଅବତାର୍ ଇଂଦିରା ଥିଲା ଭାରତ୍ ଦେଶେଁ

ନାରୀ-ଶକ୍ତରି୍ ଦେଶ୍-ଭକ୍ତିର୍ ଅମର୍-ମୂର୍ତି ବନ୍‌ଲା ଶେଷେଁ ।୧୭।

ଭାବିଥିଲେ ଖଲ୍ ଦେଶ୍‌ଦ୍ରୋହୀ ଦଲ୍, “ଏତ୍‌କେଁ ଭାରତ୍ ବିଦ୍‌ରି ଯିବା

ଇଂଦିରା ଶେଷ୍ ପାଇଛେ ଇ ଦେଶ୍ ନାଇଁ ବାଁଚେ ଆର୍ ସେତାର୍ ସିବା ।୧୮।

ଗଢ଼ମା ଆମର୍ ଦେଶ୍ ଧର୍ମର୍, ଚଢ଼ମା ଆମର୍ ଧରମ୍-ରଥେଁ

ଆମର୍ କାନୁନ୍ ଲେଖିଦେବା ଖୁନ୍, ଚଲ୍‌ବା ଶାସନ୍ ଆମର୍ କଥେଁ ”। ୧୯।

ଏନ୍‌ତା ସପନ୍ ଦେଖି ମନେ ମନ୍ କୁରୁତ୍ କୁରୁତ୍ କଁସେଇମାନେଁ,

ଭାରତମ୍।ତାର୍ ଦିହୁଁ ଧାର୍ ଧାର୍ ଲହୁ ବହୁଥାୟ୍ ଅନେକ୍ ଠାନେଁ ।୨୦।

କୋଟି କୋଟି ଲୋକ୍ କରୁଥାଁନ୍ ଶୋକ୍, ଜୁଏ ଜଲୁଥାୟ୍ ହୁରୁଦ୍-ତଲେଁ

ବୁ ଡ଼ିଥାୟ୍‌ ଦେଶ୍ ଲୁକର୍ ଅଶେଷ୍ କାତର୍-ତପତ୍ ଅଶ୍ରୁ-ଜଲେଁ ।୨୧।

ଦେଖୁଁନ୍ ଦେଖୁଁନ୍ ଜନନୀର୍ ଖୁନ୍ କାଁଦି ବସିଥିଲା ରାଜୀବ୍ ଗାଁଧୀ

କାଁଦୁଥିଲେଁ ଭିଲ୍ ଶାସନ୍-ଗାଡିର଼୍ ଆଘେଁ ତାକେ ଦେଶ୍ ପକାଲାଁ ‘।ଦି ।୨୨।

ବୀର୍ ଜନନୀର୍ ବୀର୍ ପୁଓ ଧୀର୍ ରାଜୀବ ଗାଁଧୀର୍ ବୁଧିର୍ ଗୁନେଁ

ମାଆଁର୍ ସମାନ୍ ହେଲା ସନ୍‌ମାନ୍ ଦେଶ୍ ବିଦେଶର୍ ହରେକ୍ କୁନେଁ ।୨୩।

ଛାଡ଼ି ଦେଲା ମନ୍- ପସଂଦ୍ ଜୀବନ୍ ରାଜୀବ୍ ନିଜର୍ ମାଆଁର୍ ବାଗି

ଦେଲା ତନ୍ ମନ୍ ଦେଶର୍ ଶାସନ୍, ଦେଶ୍-ସେବା, ଦେଶ୍-ରକ୍ଷା ଲାଗି ।୨୪।

ଜୀବନ୍ ଯିବାର୍ ଡର୍ ଥିଲା ତାର୍, ଇଂଦିରା-ପୁଓ ରାଜୀବ୍ ତଭି

ପ୍ରାନ୍‌କେ ଖାତିର୍ ନାଇଁ କଲା ବୀର୍, ଡରାନ୍‌ଥିଁ ନାଇଁ ଗଲା ସେ ଦବି ।୨୫।

କେତେ ଗୁଲ୍‌ମାଲ୍ କେତେ ଜଂଜାଲ୍ ବିଷମ୍ ଅକାଲ୍ ଘୁଟ୍‌ଲା ଦେଶେଁ

ସବ୍ ଘାଟି ପାର୍ କଲା ସେ ମାଆଁର୍ ପୁଓ ବଲି ଯଶ୍ ପାୟ୍‌ଲା ଶେଷେଁ ।୨୬।

ନୁଆଁ ହେଲେଁ ଭିଲ୍ ରାଜୀବ୍ ଗାଁଧୀର୍ ସଜୀବ୍, ସୁତର୍ ବୁଧିର୍ ‘ଲେଁ

ତାର୍ ଥିଲା ତକ୍ ନାଇଁ ଧରି ଜଁକ୍ ଆମର୍ ଦେଶର୍ ଶାସନ୍ କଲେଁ ।୨୭।

କାଦୋ ଭର୍ ଭର୍ ପୁର୍‌ନି ବଁଧର୍ ଗୁଟେ ନ କମଲ୍ ରାଜୀବ୍ ଥିଲା

ଦର୍‌ଫୁଟା ଫୁଲ୍ କଲା ନିର୍ମୂଲ୍ କେନ୍ ଅସୁରର୍ ହିଂସ୍ର ଲୀଲା?।୨୮।

 

କୋସଲ୍ ଗୀତିକା

ଆଦିମକୀର୍ତିନିବହମହନୀୟା      ହୀରକଜନନୀଜନନି ମଦୀୟା

ପାଦଯୁଗଲସୁତଶିରବହନୀୟା ଜନନୀ

ଭତୂଲସଂଚିତରତ୍ନବଶିାଲା       ଘନବନଗୁଂଫିତଭୂଧରମାଲା

ପ୍ରକୃତିମନୋରମଚିତ୍ରଣଶାଲା ଜନନୀ

ବୈଭବଚୟପରିଶୋଭତିଗାତ୍ରୀ      କୋଟିତନୟପରିବର୍ଧନଧାତ୍ରୀ

ଜ୍ଞାନଧର୍ମନୟପୂରିତପାତ୍ରୀ ଜନନୀ

ଉକ୍ରଳକବଳିତବିକଲଶରୀରା      ବ୍ୟାକୁଲଲୋଚନବିଗଲିତନୀରା

ଉଡ୍ରୀବିଷକୃତମୂକବଧୀରା ଜନନୀ

ଜାଗ୍ରତସଂତତିସିଂଚତିସଲଲିା ବିକ୍ଳବପରିହୃତଚେତନଶୀଲା

ଈପ୍ସିତନିଜଜନଶାସନଲୀଲା ଜନନୀ

ଉକ୍ରଳଶାସନଶୃଂଖଲଛିନ୍ନା      ଉକ୍ରଲଭାଷାସଂସ୍କୃତଭିନ୍ନା

ପ୍ରଗତିପଥଶ୍ରମସତତସ୍ୱିନ୍ନା ଜନନୀ

ବିଜନିତନଗଣିତସତ୍‌ସୁତକନ୍ୟା      ବୀରସୁରେଂଦ୍ରପରାକ୍ରମଧନ୍ୟା

ଶ୍ରୀହଲଧରକବିତାରସବନ୍ୟା

ପ୍ଳାବିତପାବନଧରଣୀ ବଂଦେ କୋସଲଜନନୀ ।

 

କଲମ୍ ବୋ ମୋର୍

ସର୍‌ସତୀ ମାଁ ଲଖ୍‌ମୀ ରାନୀର୍ ସାଁଗେ ଲାଗିଗଲେଁ ଝଗ୍ଡ଼ା

ଝାଡ଼ୁଥିଲା ତାର୍ ଅସ୍‌ତର୍

ରୋଟ୍ ଖଡ଼୍‌କାର୍ ବଡ଼୍‌ଖା ବାଢୁଁନ୍ ଚତ୍‌ରାସି ଯେନ୍ ଜଗ୍ଡ଼ା

ସେଥିର୍ ଖଡ଼୍‌କା ଛିଡ଼େଇ କରିଛେଁ କଲମ୍ ଭୁଜେନ୍ ହସ୍‌ତର୍ ।୧।

ଶୁନ୍ ଶୁନ୍ ମୋର୍ ଲରୋଥରୋ ବୁଢ଼ା ହାତର୍ କଲମ୍ ଶୁନ୍‌ଗା

ଅୟ୍‌ଖର୍ ଲେଖା ଛାଡ଼ି ଦେ,

ସୁନ୍‌ଦର୍ ଆରୁ ସତ୍ ଶିବ୍ ଦେଖି ଗାଉଥିଲୁ ଯେନ୍ ଗୁନ୍‌ଗା

ଛାଡ଼ିଦେ, ବାଢୁନ୍ ଗଛେ ବନି ସବ୍ ଜଗ୍‌ଡ଼ା କେଚ୍‌ରା ଝାଡ଼ିଦେ ।୨।

ସୁନ୍‌ଦର୍ ଶିବ୍ ବଲି ଯାହା ସବ୍ ହଁସୁଥିଲା ତୋର୍ ସାମ୍‌ନେଁ

ଘରେଁ ଘରେଁ ଆର୍ ବାହାରେଁ

ଏଭେଁ ତ ଗାୟବ୍ ସେ ସବ୍ ପାଶବ୍ କାମ୍‌ନାର୍ ପୁରୀ ଧାମ୍‌ନେଁ

ଆକାଶ୍ ପାତାଲ୍ ମାୟ୍‌ଟ୍‌ ମତୁଆଲ୍ ଅସୁଂଦରର୍ ତିହାରେଁ ।୩।

ଉପ୍‌ରେଁ ଉପ୍‌ରେଁ ଫୁଲ୍‌ଗୁଲା ଆର୍ ରୁବ୍‌ରୁବା ଯାହା ଭିତ୍‌ରେଁ

ସେଟା ନୁହେ ଶିବ୍ ସୁଂଦର୍

ବାହାର୍ ଭିତର୍ ଧୋବ୍ ଫର୍‌ଫର୍ ଅଠିପର୍ ଥିବା ସୁତ୍‌ରେଁ

ସୁଖେଁ ହସ୍‌ମୁଖ୍ ସୁଂଦର୍ ଆର୍ ଦର୍‌ଦେଁ ଆଁଖଲ୍ ଦର୍‌ଦର୍ ।୪।

ସତ୍ ବଲି ହେଲେଁ କହ୍‌ୟମା କେନ୍‌ତା? ଫକତ୍ ଗେଜଟ୍ କାଗଜେଁ

ସବ୍ ସିନେ ସତ୍‌ସତାନି

ଆଝିର୍ ଯେନ୍‌ଟା ଦେଖି ପଢ଼ିଥିବ ସମିଥିବା ମନ୍ ମଗ୍‌ଜେଁ

କାୟ୍‌ଲ୍‌କେ ପଢ୍‌ବ, ଚମ୍‌କି ପଡ଼୍‌ବ, ସବ୍ ଛିଟାଖୋର୍ କଥାନି ।୫।

ଶିବର୍ ଇକାର୍ ମେଟିଛେ, ବିକାର୍ ସେତାର୍ ମିସେଲ୍ ଘଟୁଛେ

ଶବ୍ ଲେଖେଁ ଶିବ୍ ଦିଶୁଛେ,

ଅସୁଂଦରର୍ ଅସତର୍ ଆରୁ ଅଶିବର୍ ନିଶା ଘୁଟୁଛେ

ମହାକାଲ୍ ମୁହେଁ ଶିବର୍ ଟଁଟିର୍ ଚଟ୍‌ଚଟ୍ ବିଷ୍ ହଁସୁଛେ ।୬।

ଲରୋଥରୋ ମୋର୍ କଲମ୍ ! ଜୁଆନ୍ ଲୁହା ଖେଁଡ଼ ତୁଇ ବନିଯା,

ପଜେଇ ଦେବା ନ ଲୁହ୍‌ରା,

ନିଜର୍ ଖୁନ୍‌ଥି ଶାନ୍ ଦେମି ତକେ ମାନ୍ କଥା ମୋର୍ ମାନିଯା,

ହାନ୍‌ବୁ ଆଘ୍‌ଲୋ ମକେ, ପଛେଁ ଫେର୍ ଛାଁଚ୍‌ବୁ ଅସତ୍ ପୁହ୍‌ରା ।୭।

ଅଶିବ୍ ଯେତ୍‌କି ପାର୍‌ବୁ ମାର୍‌ବୁ, ଦେବୁ ଜାଗ୍ରତ୍ ପହ୍‌ରା

ତେତ୍‌କେଁ ଦେଖ୍‌ବେ କଲମ୍ ବୋ ମୋର୍ ଦୁସ୍‌ମନ୍ ଆର୍ ଦୋସ୍ତ୍

ଚୋସ୍ତ୍ ପାଁଆଲି ବଢୁଛେ କଲ୍‌ମି ସୁନ୍ଦର୍ ଶିବ୍ ଦୁହ୍‌ରା

ମୁଇଁ ସେତେବେଲେଁ ନାଇଁ ଥାୟ୍ଁ ଲୁକି ଯାଇଥିବା ମୋର୍ ଚେହ୍‌ରା ।୮।

 

ନୀଳମାଧବଙ୍କ ସମଲ୍‌ପୁରୀ ଗୀତ୍‌ମାଲା

ହରି ହୋ, ହରି

ସୁନ୍‌ସିଁ କହ କେନ୍ ବହଁଗର୍‌ର ତମ୍‌କେ ନେଲା ହରି ହୋ

ହାମର୍ କୋସଲ୍ ଦେଶୁଁ ପୁରୀ? ହୋ ଜଗ୍‌ନାଥ୍‌ ହରି ହୋ

ହେ ଜଗ୍‌ନାଥ୍‌ ହରି ହୋ, ମୋର୍ ଜଗ୍‌ନାଥ୍‌ ହରି । ଥାୟୀ ।

ବସ୍‌ଲ୍‌ ତମ୍‌ହେଁ ଠୁଁଠା ହଇ ପୁରୀ ନିଜେ ଜାଇ

ପେଟ୍ଏ ଠୁକି ଉଟୁସ୍ ପୁଟୁସ୍ ମାରୁଛ ରୋଟ୍ ହାଇ,

ହାମେ ଇନ ଭୁଖେଁଦୁଖେଁ ଅଛୁ ମରି ମରି ହୋ, (୧)

ହେ ଜଗ୍‌ନାଥ୍‌ ହରି ହୋ, ମୋର୍ ଜଗ୍‌ନାଥ୍‌ ହରି । ଥାୟୀ ।

ହାମର୍ ଶବର୍ ଭାୟାମାନେ ଜବର୍ ପୂଜା ସେବା

କରୁଥିଲେ ଭାବର୍ ଧନେ, ଭାବ୍, ହେତୁ ସେବା,

ଭାଗ୍‌ଲ ତିନେ ହେନ୍‌କେ ଇନୁ କାର୍ ଦୁଷେଁ କାଁକରି?... ହୋ । (୨)

ବିଦ୍‌ୟା ବୁଧି- ଶୁଇନ୍ ଶବର୍ ପୁଇନ୍ ସରଲ୍‌ମତି,

ପାୟ୍‌ଲା ଜହୁଁଲୁକିଛପି କୁଟିଲ୍ ବିଦ୍ୟାପତି

ଚୁରେଇ ନେଲା ତମ୍‌କେ, ତମ୍‌ହେଁ ନାଇଁ ପାର୍‌ଲ ଧରି ହୋ... । (୩)

ଉଡ଼୍‌ସା ହାମର୍ ପଡ଼୍‌ସା ମୁଲକ୍ ବଡ଼ା ସର୍ସା ଜାଗା

ପାୟ୍‌ବ ଜହ ଖାୟବ ବଲି ମାୟ୍‌ଲ ଇନୁ ଭାଗା,

ଥାପ୍‌ଲେ ସେନେଁ ଆପ୍‌ନା ରଜା ଯଯାତି କେଶରୀ ହୋ... । (୪)

କୋସଲ୍ ବଲେଁ ସୋନ୍‌ପୁରୁଁ ସେ ତୋଷଲ୍ କାବୁ କଲେ

ଯାଜ୍‌ପୁରିଆ ରାଜ୍‌ମହଲେଁ ଫସ୍‌ଲେ କନ୍‌ହାର୍ ତଲେ

ମହ୍‌ନି ଦେଲା ରଜାର୍ ନନୀ ଉପକୂଲୀ-ଅପ୍‌ସରି ହୋ... । (୫)

ବସେଇ ଦେଲେ ହାମର୍ ରଜା ତମ୍‌କେ ପୁରୀ ଧାମେ

ଫଶେଇ ଦେଲେ ଉଡ଼୍‌ସା ସାଁଗେଁ ହାମ୍‌କେ ତମ୍‌ହର୍‌ ନାମେ

ନଶେଇ ଦେଲେ ଉଡ୍ସ଼ାୱାଲେ ସବ୍ ଗଲୁଁନ ସରି ହୋ... । (୬)

ତମ୍‌ହର୍‌ ଠାନୁ କୋସଲ୍ ପରେ ବିଶା ଶହେ କୋଶ୍

ଛନ୍‌କେଁ ହାମର୍ ଇନ୍‌କେ ବୁହି ଆନ୍‌ବା ନଂଦୀଘୋଷ୍

ତୁର୍‌ତି ଆସ, ହାମର୍ ଆଶାର୍- ଭଁଡାର୍ ଦିଅ ଭରି ହୋ... । (୭)

ରତନ୍ ଭଁଡାର୍ ଲୁଭେଁ ସେନେ ଅଟ୍‌କି ନାଇଁ ରହ

ଜମିନ୍ ତଲେଁ ହାମର୍ ଇନେ ନାଇଁନ କାଣା କହ?

ଉଡ଼୍‌ସା ଆଡ଼ର୍ କୁଡ଼ନେୱାଲେ କରୁଛନ୍ ତସ୍‌କରି ହୋ... । (୮)

ଆସ ଦେଖ କୋସଲବ୍।ସୀର୍ ଉନ୍‌ମୁଦା ଉକ୍‌ବୁକି

ପୁରୀର୍ ଅଁଧାର୍ ଗୁଡ଼ି ଘରେଁ ନି ରହ ଆର୍ ଲୁକି

ଧସ୍କୁଛେ ହେଁ ଗୁଡ଼ିର୍ ପଖନ୍ ନି ପାର ଠହରି ହୋ... । (୯)

 

କଁସ୍‌ଲା ମାଆଁର୍ ନସ୍‌ଲା ରୂପ୍

କେଡ଼େ ଖୟଖିନା ହେଇଛେ ମାଁ ତୋର୍ ଗୋଡ଼୍ ହାତ୍ ମୁହୁଁ କାନ୍

କାହିଁଗଲା ତୋର୍ ସୁନା ରୁପା ହୀରା ଆୟ୍ ଅଲଁକାର୍‌ମାନ୍

କେନ୍‌ନୁ ଆୟ୍‌ଲେ ପାର୍ କରିନେଲେ ଚୋର୍

ପିଁଧନ୍ ଉଢ଼ନ୍‌ର ପାଟ୍ ପୀତାମର୍ ମଠା ବସ୍‌ତର୍ ତୋର୍ ।

ସୋନ୍‌ପୁରୁଁ ସୁନା ପନିଆଁ ଝଲ୍‌କା ବେଁଟ୍‌ଲା ଚାଆଁରି ମୁଡ଼ି

ପାଇଥିଲୁ ଜାହା ପିଁଧିଥିଲେଁ ତକେ କିଏ ବଲୁଥିତା ବୁଢ଼ୀ?

ଦେଖିଥିତେ ହେଲେଁ ଲୋକ୍ ସେ ବେଲର୍ ଠାନି

ଘାୟ୍‌କେଁ ଜାନ୍‌ତେ ଆୟ ହୋ ଇଟା ସେ ସୁଁଦ୍‌ରୀ କଁସ୍‌ଲା ରାନୀ ।

ବଲାଗିଁର୍-ଗଢ଼ା ପଥର୍ ବସ୍‌ଲା ସୁନା କାନ୍‌ଫୁଲ୍ ମୁଦି

ମାରି ନେଇଗଲା ନାକ୍‌ପୁଟ୍‌କିଟା ମିସେ କେନ୍ ଦୁର୍‌ବୁଧି?

ଡଁଡି ଗୁନା ପିଁଧି ବେଲୁଆରି ପାନ୍ ବିଡ଼େ

କଲେଁ ଥିଲେଁ ତୋର୍ ଡଉଲ୍ ମୁହଁକେ କେନ୍ତା ଅୟେନ୍ ଭିଡ଼େ!

କଲାହାଁଡ଼ିନର୍ ନିରୁଆଁ ରୁପାର୍ କତ୍‌ରିଆ ବଁଦ୍‌ରିଆ

ଖଗ୍‌ଲା ପତ୍‌ରେ ବେଁକେଁ ଥାଇପାରେ ତୁଇ ହେଇଥିଲୁ ବିହା;

ବିର୍‌ଝାଲେ ଲୋକ ‘ଆଗୋ ମର୍‌ହଟୀ ବୁଇ?

ଲାଜେଁ ସେଟାମାନ୍ ଖୁଲି କରି ତୁଇ ପରେ ଦେଇଥିଲୁ ଥୁଇ?

ଗାଁଗ୍‌ପୁରେଁ ଭାୟ୍- ବହେନ୍ ମଁଣ୍‌ଲୀ କର୍‌ମା ନାଚ୍‌ଲା ବେଲେଁ

ତୁଇ ମିସେ ପରେ ମିଶି ଜାଉଥିଲୁ ନାଚ୍‌ବାର୍ ମନ୍ ହେଲେଁ

ଢ଼ଲିଆ ଖୁସାର୍ ହୀରା ଫୁଲ୍‌ମାନ୍ ଫେକି

କୁରେଫୁଲେ ଖୁରେ ଖୁସୁଥିଲୁ ପରେ ସେତାକର୍ ଦେଖାଦେଖି?

କାହିଁଗଲା ହାୟ! ଆୟ୍‌ଜ ସେ ଚେହେରା? ହଜ୍‌ଲା କେନେ ସେ ଦିନ୍

ରାନୀ ହଇ ଆୟଜ୍ କାଆଁଜେ ହେଇଛୁ ଭିଖାରେନ୍ ଲେଖେଁ ହୀନ୍

କେକେ ମିସେ ତକେ ବଲୁଛନ୍ ବେଡ଼ୀ କଁଦୀ,

ହାମର୍ ସିଆନ୍- ମାନେ ନାଇଁ ଜାନି କାର୍ ଇ ଫେସାଦ୍ ଫଁଦୀ?

ଦମ୍ ଧରି ରହ ଦିନା ହୁଏ ମାଆଁ ଆର୍ ବଢ଼େଁ ନାଇଁ କାଁଦ୍

ଜୁଆନ୍ ଜୁଆନ୍ ପୁଓ ନନୀମାନେ କାଟିଦେବେ ସବ୍ ଫାଁଦ୍

ମୁକ୍‌ଲେଇ ନେବେ, ଫେର୍ ହେବୁ ତୁଇ ରାନୀ

ଆନ୍‌ତ ମାଆଁଗୋ ପୁଛି ଦେମି ତୋର୍, ବୁହ୍‌ତି ଆଖିର୍ ପାନି,

ଆନ୍‌ତ ରଗ୍ଡ଼ି ଦେମି ତୋର୍ ଗୋଡ଼୍ ଉଶାସ୍ ଲାଗ୍‌ବା ଟିକେ

ଗୋଡ଼୍ ଧୁଇଲ୍ ମୁଣେଁ ନେମି ଆର୍ ଜିମି ଲଡ଼େଇପଦର୍ ନିକେ,

ସୁଁଦର୍ ସାୟେର୍ ରଡ଼ି ଦେଇ କରି ଲଡ଼ି ଜିମି ଜଂଗ୍ ମାଆଁ

ଝଡ଼ିଜିମି ହେଲେଁ ଜିମି, ତୁଇ ନାଇଁ କର୍‌ବୁ ଘାୟ୍ ଭି ଆହା ।

 

ମାଆଁର୍ ମାଟି ପାନି ହାମର୍

ଗୟା ଗଗାଁ କାଶୀ

ମାଆଁଠାନୁ ଊନା ନୁହେ ମାଆଁର୍ ମୁହଁର୍ ଭାଷି

ଦୁହେ ମାଆଁ, ତାକର୍, ସେବା କର କୋସଲ୍‌ବାସୀ!

ଧୂରର୍ ପାଶର୍ ବହେନ୍ ଭାୟ

ଜେ ଜେନେ ଥ ଦେଖ ଘାୟ୍

ମାଆଁର୍ ଟଁଟି ସିର୍‌କିଟିଛେ କାହାର୍ ବିକଟ୍ ଫାଶି ।

ରାନୀ ମାଆଁ ହଇଛେ କାର୍ ନୌକ୍‌ରାନୀ, ଦାସୀ ।

ଦେଖ, ମୁହଁର୍ କଥା ମାଆଁର୍

ମୁହୁଁ ହେବାର୍ ନାଇଁ ବାହାର୍,

କାଁଦି କାଁଦି ଆଖିର୍ ପାନିଁ ଜାଉଛେ ସେ ଭାସି ।

ସିଆନ୍ ହେଲ, ଗିଆନ୍ ନାଇଁ,

କିଏ ମାଆଁ କିଏ ମାଇଁ,

ମାଆଁର୍ ଭେସେଁ ମାଇ ସବୁ ଦଉଛେରେ ଗ୍ରାସି ।

ତମ୍‌ହେଁ ଘରେଁ ସୁଇ ଥାଇ

ମାଆଁର୍ ଖାଦି ଦେସନ୍ ଖାଇ

ଢୁକି କରି ମାଆଁର୍ ଘରେଁ କୁଆ କୁକୁର୍ ଆସି ।

ଜାହା ହେବାର୍ ଥିଲା ହେଲା,

ଇଛନ୍ ମିସେ ଅଛେ ବେଲା

ଉଠ, ଲଡ଼, ବିଜାର୍, ତମ୍‌ହେଁ ନାଇଁ ହୁଅ ଖାସି ।

ଲଡ଼ି ଲଡ଼ି ଭୂଇଁ ତଲେଁ

ଝଡ଼ି ଗଲେଁ ପୁଇନ୍ ବଲେଁ

ମାଆଁର୍ ମାଟି ପାନି ହେବା ଗୟା ଗଁଗା କାଶୀ ।

ଅମର୍ ସହିଦ୍ ସୁଁଦର୍ ସାୟ୍

ଆସୀର୍ ଗଡ଼ୁଁ ଘାୟ୍

ଜବାବ୍ ଦଉ ସମଲ୍ କୋସଲ୍ ସୁନୁ ଚଂବଲ୍ ଝାଁସି ।

(ଚଂବଲ୍ ଉପତ୍ୟକା ପାଖର୍ ଝାଁସିର୍ ରାନୀର୍ ସ୍ୱାଧୀନତା ଚେତନା ଲାଗି ହେଁ ଇଲାକାକେ

ଇଠାନେ ସୋର୍ କରା ହେଇଛେ ।)

 

କର୍ନ କୁଂତୀ ବଚ୍‌ନିକା

ଯୁଜେଷ୍ଟି ଜେନ୍ ଖେଲିଥିଲେ ପହିଲ୍ ଜୁଆ ଖେଲ୍

ସେନୁ କଟେ ନିହେ ତାଲି ଗୁଟେ ପହର୍ ବେଲ୍,

ପହିଲ୍ ଖେଲେଁ ଶେଷର୍ ସଭୁ ପାରେଁ ହାରି ହାରି

ସରଲ୍‌ମନା ଧରମ୍ ପୁଏ ସଭୁ ଦେଲେ ସାରି

ଧନ୍ ସଂପତି, ଘୁଡ଼ା, ହାତୀ, ନୌକର୍ ନୌକରାନି

ରାଇଜ୍, ଚାର୍‌ହି ଭାଇ, ନିଜର୍ ପଛେଁ କୁଷ୍ଟାଁ ରାନୀ

ସଭୁ ଗଲା, ପଁଚୁପାଁଡ଼ବ୍ ହେଲେ କୁରୁଦାସ୍

ଇଜତ୍ ମହତ୍ ସଭୁ ଜାକିର୍ ହେଲା ସ ।ନାଶ୍ ।

କୁରୁସଭା ଘରେଁ ପୂରି ଥିଲେ ଗୁରୁଜନ୍

‘ଧରି ଆନ୍ ଦୁର୍‌ପତିକେ’ ବୟ୍‌ଲା ଦିର୍ୟୋଧନ୍,

‘ଇଛନ୍ ସେ ଆର୍ ରାନୀ ନୁହେ, ଆମ୍‌ହର୍ ଦାସୀ ହେବା

ଆମ୍‌ହେଁ ତାକେ ହୁକୁମ୍ ଦେମା, କର୍‌ବା ଆମ୍‌ହର୍ ସେବା

ଋତୁମତୀ ଦୁର୍‌ପତିକେ ଘିଚି ଘିଚି ବାଲ୍

ଆନିଥିଲା ଉତ୍‌ପତିଆ ଦୁଶାସନ୍ ଚଂଡ଼ାଲ୍ ।

କୁରୁକୁଲର୍ ବଡ଼୍‌ଖା ବହ, ମାହାରାନୀର୍ ଶାଢ଼ି

ବର୍‌କସି ସେ ତାକର୍ ଦିହୁଁ ନଉଥିଲା କାଢ଼ି ।

ଦୁର୍‌ପତିକେ ଦୁଶା କଲା ବେଲେଁ ବିବସନ୍

ହଁସୁଥିଲେ ନିଷ୍ଠୁର୍ କର୍ନ, ନିଲଜ୍ ଦୁର୍ଯ୍ୟୋଧନ୍,

ତାହୁଁ ସହେ ଗୁନା ଜହର ନିଲଜ୍ ଆରୁ ମାଈ

ହେଇ କରି ବସିଥିଲେ ପାଁଚି ପାଂଡବ୍ ଭାଇ ।

ଏକା ବଡ଼୍‌ଖା ଭାଇର୍ ଦୁଷେଁ ହେଲା ଏତେ ଦଶା,

ନୀଚ୍ କୁଲିଆ ଲୁକର୍ ଲେଖେଁ ହେଲେ ସେ ଲୋକ୍‌ହସା ।

ବଡ଼ଖା ଭାଇ କହିଥିଲେଁ ଦୁସର୍ ଭାଇମାନେ

ଦୁଶାସନର୍ ପରାନ୍ ସେହିଠାନେଁ ।

ଏକା ଭୀମର୍ ଗୁଟେ ଗୁଟେ ବିଧା ଖାଇ ଖାଇ

ଜାଇ ଥିତେ ଯମର୍ ରାଇଜ୍ କେତେ କୁରୁଭାଇ ।

ଆଉର୍ କେ କେ ଖାଇ ଖାଇ ଗୁଟେ ଗୁଟେ ଲାତ୍

ହିଟି ପଡ଼ି ହେଇଥିତେ ସେଠାନେ ନିପାତ୍ ।

ଦୁଶାସନର୍ ଛାତି ଫାରି, ହେଇ ଲହୁ-ଲାଲ୍

ରାନୀର୍ ବେନି ବାଁଧିଥିତେ ପବନର୍ ଦୁଲାଲ୍ ।

ସେହି କୁରୁସଭା ଘରେଁ ଥାଇ ମାହାରାନୀ

ଫିରି ପାଇଥିତେ ତାକର୍ ଆଘର୍ କେତେ ଠାନି ।

ହେଲେଁ, ଏକା ନରମ୍‌ମନା ଧରମ୍ ପୁଓ ଲାଗି

ପବନ୍ ପୁଓର୍ ମନର୍ ଗରମ୍ ଅଧେ ଗଲା ଭାଁଗି ।

ପାଁଚାଲୀକେ ଜୁଆର୍ ପାରେଁ ଥୁଇଥିଲେ ବଲି

ରିଷାରିଷି କରି ପବନ୍ ପୁଓ ମହାବଲୀ,

ବଲିଥିଲେ, “ଦଦାର୍ ଦୁହି ଜୁଆଖେଲା ବାହା

ଇଛନ୍ ଜୁଏ ଲେଛାମି ଆର୍ ଦେମି କରି ସ୍ୱାହା”

ବଲିଥିଲେ, “ଜା ସହଦେବ୍! ଜଲ୍‌ତା ଜୁଏ ଆନ”

ହେଲେ ଅରଜୁନ୍ ଭାଁଗି ଦେଲେ୍ ଦଦା ଭୀମର୍ ଟାନ୍ ।

ସାହାସ୍ ପାଇ ଜିଦି କରି ପଶୁ ଦୁଶାସନ୍

ଦୁର୍ପତିକେ କର୍‌ତେ ଗଲା ଜହୁଁ ବିବସନ୍,

ନିଜର୍ ପାଁଚି ପତିର୍ ଆଡୁଁ ନିରାଶ୍ ହେଇ କରି

ତୁସ୍ତି କଲେ ଦୁର୍ପତି, “ହୋ ଅଂତର୍ୟାମୀ ହରି!

ହେ ରମେଶ! ହେ ଗୁବିଂଦ୍! ପ୍ରଭୁ! କୁଷ୍ଟଁ! ନାରାୟନ୍

ବଁଚି ଥାଉନ୍ ଥାଉନ୍ ମତେ ହଉଛେ ମରନ୍,

ହରନ୍ କରି ନଉଛେ ମୋର୍ ମହତ୍ ଦୁଶାସନ୍

କାଁୟ୍ ଦୁଷେଁ ହୋ ଆୟଜ୍ ଭୁଗୁଛେଁ ମୁଇଁ ଇ କଷନ୍?

ଆୟଜ୍ ନିଶାଖା ମୁଇଁ, ପ୍ରଭୁ! ରଖ ହୋ ମୋର୍ ଲାଜ୍,

ନାଇଁନ ମୋର୍ ଦୁସର୍ କେହି, ହେ ଦ୍ୱାରିକାରାଜ୍ ।

ପ୍ରଭୁ! ମତେ ରକ୍ଷାକର, ହୁଅ ହୋ ମୋର୍ ସାହା”

ବଲି ରାନୀ ଉପର୍ ଆଡେଁ ଟେକି ଦେଲେ ବାହା

ଦେଖି କରି ଦୁର୍ପତିର୍ ଇ ବିପି ମାହାନ୍,

ଲୁକି କରି ସାହା ହେଲେ ସରବ୍ ଶକ୍‌ତିମାନ୍ ।

କାଁଦୁଥିଲେ ସଭାଘରେଁ ରାନୀ ଭୁକାର୍ ଛାଡ଼ି,

ଦୁଶାସନ୍ ଜେ ଘିଚୁଥିଲା ତାକର୍ ପିଁଧା ଶାଢ଼ି ।

ହେଲେଁ, ଦିସି ଜିବାର୍ ଆଘୁଁ ଗୁଟେ ଶାଢ଼ିର୍ ମୁଡ଼ି,

ନୂଆଁ ନୂଆଁ ଶାଢ଼ି ସେଥି ହେଇଥିଲା ଜୁଡ଼ି ।

ଜେତେ ଘିଚୁଥିଲେଁ ମିସେ ଶାଢ଼ି ନାଇଁ ସରେ,

ହଜାର୍ ଶାଢ଼ି ଗଦା ହେଲା ରଜାର୍ ସଭାଘରେଁ ।

ଶାଢ଼ି ଘିଚି ଘିଚି ଅଥା ହେଲା ଦୁଶାସନ୍,

ଶେଷେଁ ତଲେଁ ଲଥୋ କରି ନେଲା ସେ ଆସନ୍ ।

ସିଆନ୍‌ମାନେ ମନେଁ ମନେଁ କରୁଥିଲେ ଛି ଛି,

ହେଲେଁ ମିସେ କିହେ ନାଇଁ କହୁଥାଇଁ କିଛି ।

ପବନ୍ ପୁଓ ମାହାବଲୀ ହେଲେ ଜାଜର୍‌ମାନ୍,

ଛାଡ଼୍‌ଲେ ରଡ଼ି ଗୁଟେ ଜୁଆନ୍ ଶାର୍‌ଦୁଲର୍ ସମାନ୍ ।

ବୟଲେ, “ସୁନ ପର୍‌ତିଗ୍ୟାଁ ମୋର୍ ଜେ ଜେ ଅଛ ଇନେ,

ପାପୀ ଦୁଶାସନର୍ ଛାତି ଫାରି ଦେମି ଦିନେ ।

ଦେଖୁଥିବ ପିଇ ନେମି ଲହୁ, ନେମି ଜାନ୍,

ଅସୁଲ୍ ହେବା ଇ ପାଁଚାଲୀର୍ ଆଝିର୍ ଅପମାନ୍ ।”

ଏତ୍‌କିବେଲେଁ ଛାଡ଼୍‌ଲେ ରଡ଼ି ଗଧ ଆର୍ କୁଲ୍‌ହିଆ,

ତାକର୍ ସାଁଗେଁ ରଡ଼ି କରି କେତେ ଶିକାର୍‌ଖିଆ

ଚଢ଼େଇ ବଢ଼େଇ ଦେଲେ ସେ ଅମଂଗଲ୍ ରଡ଼ି,

ଧୃତରାଷ୍‌ଟ ରଜାର୍ କାନେଁ ସବୁ ଗଲା ପଡ଼ି ।

ରଜାର୍ ପଶିଗଲା ଚେତା, ସେନୁ ଦୁର୍ପତିକେ,

ଭୁର୍‌ତାଭୁର୍‌ତି ବହୁତ କଲେ, ଡାକି ନିଜର୍ ନିକେ ।

ଯୁଜେଷ୍ଟିକେ ବୟଲେ, “ବାବା! ଜାହା ଅନାଚାର୍

କଲା ବେଟା ଦୁର୍ଯ୍ୟୋଧନ ସେ କଥା ମନେଁ ଆର୍

ଧର ନାଇଁ; ମାଫି ଦିଅ ଦୁଶାସନର୍ ଦୋଷ୍,

ନିଅ ତମ୍‌ହର୍‌ ରାଇଜ୍, ନାଇଁ ହୁଅ ଅସଂତୋଷ୍ ।”

ପାଁଚାଲୀକେ ନେଇ ପାଁଚି ପାଂଡବ୍ ଭାଇମାନେ,

ଫିରୁଥିଲା ବେଲେଁ ବାଟେଁ ତାକୁ ଗୁଟେ ଠାନେ

ଭେଟି କରି ବୟ୍‌ଲା ଧୃତରାଷ୍ଟ୍ରର ଗୁଟେ ଦୂତ୍,

ରଜାର୍ ହକୁମ୍ ଖେଲବ ଚାଲ୍ ଆଉର୍ ଥରେ ଦ୍ୟୁତ୍ ।

ଯୁଜେଷ୍ଟି ଜେନ୍ ଖେଲିଥିଲେ ପହିଲ୍ ଜୁଆ ଖେଲ୍

ସେନୁ କଟେ ନିହେ ତାଲି ଗୁଟେ ପହର୍ ବେଲ୍ ।

ଥରେ ଖେଲି କରି ଭୁଗୁଥିଲେ କେଡ଼େ ଦଶା,

ତଭି ଫିରିଗଲେ ଡାକି ଦେଲା ଜହୁଁ ପଶା ।

ସବୁ ଜାନି ଜାନି ଇଛନ୍ ନୁଆଁ ଜୁଆ ଖେଲେଁ,

ବସିଗଲେ ଧରମ୍‌ପୁଓ ଆସି ଜେତେବେଲେଁ ।

ଖୁସୀ ହେଲା ଶକୁନି ଆର୍ ବୟଲା, ‘ଗୁଟେ ପାର୍,

ପକା ହେବା କାଠି ଆରୁ ଜାର୍ ଭି ହେବା ହାର୍

ରାଇଜ୍ ଛାଡ଼ି ସେ ଆରୁ ତାର୍ ଦୁସର୍ ଜେତେ ଭାଇ,

ବାର ବଛର୍ ଝାରର୍ ମୟଧେଁ ରହିଥିବେ ଜାଇ ।

ସେନୁ ଅଜ୍ଞାତ୍‌ବାସେଁ ଗୁଟେ ବଛର୍ ଲୁକି ଥିବେ,

ବଛର୍ ଶେଷେଁ ଆସି ନିଜର୍ ରାଇଜ୍ ପାଇଜିବେ ।

ଅଜ୍ଞାତବାସେଁ କେହି ଯଦି ଚିନ୍‌ହାଁ ପଡ଼ିଜାୟ,

ବାର ବଛର୍ ବନ୍‌କେ ଜିବେ ସଭେ ଆଉର୍ ଘାୟ ।’

ଏନ୍‌ତା କହି ଶକୁନି ତାର୍ ପଶାକାଠି ପାର୍,

ପକୈକରି ବୟ୍‌ଲା, “ପାଂଡବ୍! ତମ୍‌ହର୍‌ ହେଲା ହାର୍ ।

ଜିତିଗଲା ଆମ୍‌ହର୍ ଭନ୍‌ଜା ରଜା ଦୁର୍ଯ୍ୟୋଧନ୍,

ଛାଡ଼ ରାଇଜ୍, ବାର ବଛର୍ ଆଶ୍ରା କର ବନ୍ ।”

ଦୁର୍ଯ୍ୟୋଧନ୍ ଆର୍ ଦୁଶାସନ୍‌ର ନାନା ଉପହାସ୍,

ସହି କରି ପଁଚୁପାଂଡବ୍ ଗଲେ ବନବାସ୍ ।

କହି କହି ଗଲେ, “ଆମ୍‌ହେଁ ଆସିଗଲେଁ ଫିରି,

ରାଇଜ୍ ନି ଫିରାଲେଁ ତମ୍‌କେ ସବ୍‌କେ ଦେମୁଁ ଚିରି ।”

ପାଁଚାଲୀକେ ନେଇ କରି ପାଁଚି ପାଂଡବ୍ ଭାୟ,

ଘୋର୍ ବନସ୍ତେଁ ବାର ବାଛର୍ କାଟ୍ଲେ କଷ୍ଟେଁ ହାୟ!

ଚୋର୍ ଲେଖେଁ ଫେର୍ ବଛ୍‌ରେ ଲୁକି କରି ପାଁଚି ଭାଇ,

ଆର୍ ପାଁଚାଲୀ ମଚ୍ଛ ରଜାର୍ ନୌକର୍ ହେଲେ ଜାଇ ।

ପାଁଚାଲ୍ ରଜାର୍ ଲାର୍‌ରୀ ନନୀ ଇଂଦ୍ରପସ୍ଥର୍ ରାନୀ,

ଦୁର୍ପତି ଫେର୍ ହେଲେ ମଚ୍ଛ ରଜାର୍ ନୌକରାନୀ ।

ସତ୍ ଧରମ୍‌କେ ମାନି ପୁର୍ଥୀଜିତା ପାଁଚି ବୀରେ,

କାଟ୍‌ଲେ କେଡ଼େ କଷ୍ଟେଁ ତେର ବଛର୍ ଧୀରେ ଧୀରେ ।

ପନ୍ ମୁତାବକ୍ ତେର୍ ବଛର୍ ହେଲା ଜହୁଁ ଶେଷ୍,

ଦୁର୍ଯ୍ୟୋଧେନ୍‌କେ ସଂଦେଶ୍ ଦେଲେ, ‘ଫିରା ଆମ୍‌ହର୍ ଦେଶ୍ ।’

ଖେଖ୍‌ନି କରି ଲେଖ୍‌ଲା ତାକୁଁ ପାଜି ଦୁର୍ଯ୍ୟୋଧନ୍,

“ରାଇଜ୍ ନାଇଁ ଦିଏଁ, ତମ୍‌ହେଁ ଭଂଗ୍ କରିଛ ପନ୍ ।

ଫେର୍ ତମ୍‌ହେଁ ଜ, ଝାରେଁ ରହ ବାର୍ ବଛର୍ ଆଘ,

ତେତ୍‌କେଁ ଫିରି ଆୟ୍‌ବ ଯଦି ମତେ ରାଇଜ୍ ମାଗ ।”

ପାଂଡ଼ବ୍‌ମାନେ ୟୁଦ୍ଧ କରି ନିଜର୍ ଅଧିକାର୍,

ଘିଚିନେବେ ବଲି ପୂରା ହେଲେ କି ତିଆର୍ ।

ବିନା ୟୁଦ୍ଧେଁ କୁରୁ-ପାଂଡ଼ବ୍-ବିବାଦ୍ ଜାଉ ପଟି,

ବଲି ଚେଷ୍ଟା କଲେ କୃଷ୍ଣ ଧରମ୍-ଚକର୍-ବର୍ତୀ ।

ଦୁର୍ଯ୍ୟୋଧନର୍ ନିକେ ଆସି ଦେଲେ ଉପଦେଶ୍,

ବୟଲେ, “ତମ୍‌ହର୍‌ ଦୁହି କୁଲର୍ ବିବାଦ୍ କର ଶେଷ୍ ।

ଗାଆଁ ଗୁଟା ପାଁଚେ ପଁଚୁ ପାଂଡବ୍ ପାଇଗଲେଁ,

ରାଇଜ୍ ଦାବି ଛାଡ଼ି ରହିଜିବେ କଲେ କଲେଁ ।”

ଦୁର୍ଯ୍ୟୋଧନ୍ ଜେ ଜିଦି କଲା, “ବିନା ୟୁଦ୍ଧେଁ ମୁଇଁ,

ଛାଡ଼ି ନାଇଁ ଦିଏଁ ସୁଜିର୍ ଟିପି ନାପର୍ ଭୂଇଁ ।”

କୁରୁ ପାଂଡ଼ବ ୟୁଦ୍ଧର୍ ଲାଗି ଲାଗିଛେ ପ୍ରସ୍ତୁତି,

ଭାବୀ ୟୁଦ୍ଧର୍ କଥା ଭାବି ଚିଂତିତ୍ ହେଲେ କୁଂତୀ ।

ଭୀଷ୍ମ, ଦ୍ରୋଣ, କର୍ନ ବାଗିର୍ ମାହାନ୍ ରଥୀମାନେ,

କୌରବ୍ ଭିଲେଁ ରହି ୟୁଦ୍ଧ କର୍ବେ ଗୁଟେ ଠାନେଁ ।

ସବ୍‌କେ ଜିତି କର୍‌ନ ବୀରର୍ ରିସା ଭୟଂକର୍,

ପାଂଡ଼ବ୍ ଶବଦ୍ କର୍‌ନେ ପଡ଼୍‌ଲେ ସେ ହେସି ଖର୍‌ଖର୍ ।

ପାଂଡ଼ବ୍‌ମାନ୍‌କେ କିସି କରି ଥିସି ସବୁବେଲେଁ,

ଭାବ୍‌ସି ଜନମ୍ ସାର୍ଥକ୍ ହେବା ପାର୍ଥର୍ ଜୀବନ୍ ନେଲେଁ ।

କୁଂତୀର୍ ଅଂତର୍ ଭିତ୍‌ରେଁ ଥିଲା ଭାରି କର୍‌ନ - ଭୟ୍,

କର୍‌ନର୍ ଡର୍‌ହେଁ ବେଲୁ ବେଲ୍‌କେ ହେଲେ ସେ ଅଥୟ ।

ଭାବି ଭାବି ସବୁ କଥା କଲେ ସେ ବିଚାର୍,

ଦାବି କର୍‌ବେ କର୍‌ନର୍ ଠାନେଁ ମାଆଁର୍ ଅଧିକାର୍ ।

କର୍‌ନର୍ ଅବିହାରି ମାଆଁ ହେଇ ଲାଜେଁ ସିନେ,

ଉହୁଲେଇ ଦେଲେ ପାନିଁ ଜନମ୍ ଦେଲା ଦିନେ ।

ତ ବି ତ ସେ ନିଜର୍ ଦିହେଁ ତାକେ ବୁହିଥିଲେ,

ଗର୍‌ଭର୍ ଭାରା ସହି ଦିହର୍ ଲହୁ ଦେଇଥିଲେ ।

ତାଁକର୍ ଦିହର୍ ରକତ୍ ନିଶ୍ଚେ ଅଛେ କର୍‌ନର୍ ଦିହେଁ,

ନିଜର୍ ମାଆଁ ବଲି କରନ୍ ସିନେ ଜାନେ ନିହେଁ ।

ଇଛନ୍ ତାକେ ଲାଜ୍ ମହତ୍ ସବ୍ ପାସ୍‌ରି ଦେଇ କରି,

ପେଟର୍ ଗୁପତ କଥା କହି ଦେଲେଁ ଖୁଲି କରି,

ଜାନିଜିବା ଜହୁଁ ତାଁକର୍ ପହିଲ୍ ପୁଓ ବଲି,

କର୍‌ନ ନିଶ୍ଚେ ନିଜର୍ ଭିଲର୍ ଆଡ଼େଁ ଜିବା ଢ଼ଲି ।

ମୁହାଁସ୍ ଛାଡ଼ି କୌରବ୍ କୁଲୁଁ କର୍‌ନ ଆସିଗଲେଁ,

ସାହାସ୍ କିଏ ଦେବା ଆରୁ ଲଡ଼୍‌ବେ କାହାର୍ ବଲେଁ?

ଏନ୍‌ତା ଚିଂତା କର୍‌ତେଲ୍ କୁଂତୀ ଅଂତେଁ କଲେ ସ୍ଥିର୍,

କରନ୍ ନିକେ ଏକ୍‌ଲା ଆୟଲେ କୁଂତୀ ରାନୀ ଧୀରେ ଧୀରେ

ହାଜର୍ ହେଲେ କରନ୍‌ର ପାଶେଁ ଗଂଗାନଦୀର୍ ତୀରେ ।

ପୂରୁବ୍ ମୁହାଁ ଉପର୍ ବାହା ହୋଇ ପ୍ରତିଦିନ୍,

ସୂରୁଜ୍ ଧ୍ୟାନେଁ ଜପେଁ କରନ୍ ସେନେ ହୁଅଁନ୍ ଲୀନ୍ ।

ବେଲ୍ଢ଼ଲାକେ ସାରି କରି ରୁଝି ସୂର୍‌ୟଧ୍ୟାନ୍,

ଉଠନ୍ ଦାନୀ କର୍ନ ଆରୁ କରନ୍ ନାନା ଦାନ୍ ।

ପଁହଚି କରି ଦେଖ୍‌ଲେ କୁଂତୀ କର୍ନ ମହାବୀର୍,

ଧ୍ୟାନେଁ ଠିଆ ହେଇଥିଲେ ଥିଲେ ମୂର୍ତି ବାଗିର୍ ସ୍ଥିର୍ ।

ଧ୍ୟାନେଁ ଥିଲା କର୍ନକେ ସେ ପାର୍ତେ କାହୁଁ ଡାକି?

ଠିଆ ହେଇ ରହିଗଲେ ସେନେ ଟାକି ଟାକି ।

ଚିଆଲା କି ନରମ୍ ଚମେ ଗରମ୍ ଖରା, ଗଲେ,

ଠିଆ ହେଲେ ମାହାବାହୁ କର୍ନର୍ ଛାଇ ତଲେଁ ।

ଧିଆନ୍ ଶେଷେଁ ଉଲ୍‌ଟି କରି ଦେଖ୍‌ଲେ କର୍ନ ଦାନୀ,

ଝୁର୍‌ମୁରାଲା ପଦମ୍ ଫୁଲର ମାଲା ଲେଖେଁ ରାନୀ

କୁଂତୀ ଠିଆ ହେଇଥିଲେ ତାଁକର୍ ଛାଇ ତଲେଁ,

ଧରି ବାଁଧି ଅନା ହେଲା ଲେଖେଁ କଲେକଲେଁ ।

କର୍ନ ତାକର୍ ଆଉର୍ ଟିକେ ପାଶ୍‌କେ ଆସି କରି,

ଟାଁଚି ଟାଁଚି ବୟ୍‌ଲେ ଟିକେ ହଁସି କରି ।

“ଅଧିର୍ ଥର୍ ପୁଓ ଅଧମ୍ କର୍ନ ଇତାର୍ ନାମ୍,

ରାନୀର ପାଦେଁ ଇ ରାଧେୟ କରୁଛେ ପ୍ରନାମ୍ ।

ସୂତ୍ କୁଲର୍ ଇ ପୁଓ ରାନୀର୍ କର୍‌ବା କାଣା ସେବା?

କାଁୟ୍ ଊନା ଜେ ରାନୀ କୁଂତୀର୍, କାଁୟ ଦରବ୍ ସେ ଦେବା?”

“ବାପ୍ ନିହେ ତୋର୍ ଅଧିରଥ୍ କି ରାଧା ନିହେ ମାଆ;

ତୋର୍ ମାଆ ତ ମୁଇଁ ପୁତା!! ମାନ୍ କହୁଛେଁ ଜାହା ।

ବିହାର୍ ଆଘୁଁ ମୁଇଁ ତତେ ବୁହିଥିଲି ଦିହେଁ,

ନିହା ଜାନନ୍ ଇ ଲାଜ୍ ଲାଜ୍‌ନା କଥା ଇନେ କିହେ ।

ଇ ପୁର୍ଥୀକେ ଜେ ଦଉଛନ୍ ଉକିଆ ଆର୍ ତାପ୍,

ସେ ସୂର୍‌ୟ ମୋର୍ ସାଖୀ ଆରୁ ସେ ନିଜେଁ ତୋର୍ ବାପ୍ ।

ଜନମୁଁ ତୋର୍ ତ ଦିହେଁ ସାଂଜୁ, କାନେଁ କୁଁଡ଼ଲ୍ ଥିଲା,

ଦିଶୁଥିଲୁ ଅୟେନ୍ ଜେନ୍ତା ସର୍ଗର୍ ଦେବତା ପିଲା ।

ହାୟରେ କପାଲ୍! ଭାୟକୁଁ ତୁଇଁ ଚିନ୍‌ହିଁ ନାଇଁ ପାରି,

ଆୟଜ୍ ହେଇଛୁ ତାଁକର୍ ଶତ୍ରୁ କୌରବ୍-ସେବାକାରୀ ।

ପୁଅର୍ କର୍ତବ୍, ମାଁ ବୁଆକେ ସେ ଦେବା ସଂତୋଷ୍,

ଦୋଷ୍ କଲେଁ ଭି ମାଁ ବୁଆ ସେ ନି କରେ ଆକ୍ରୋଶ୍ ।

ସୁନ୍‌ରେ ପୁତା! ଆମ୍‌ହର୍ ସାରା ରାଇଜ୍ ଶିରି ଧନ୍,

ଲୁଟ୍‌ଲା କପଟ୍ ପଶାଖେଲେଁ ଦୁର୍ଜନ୍ ଦୁର୍ଯ୍ୟୋଧନ୍ ।

ଆନ୍ ଫିରେଇ, ଭାୟକର୍ ସାଁଗେଁ ଭୁଗ୍ ସେ ସଂପଦ୍ ଶିରି

ବଡ଼ ପୁଓରେ! ଆ ମୋର୍ କୁଲ୍‌କେ, ଆ ପୁତା! ଆ ଫିରି ।

ପୁର୍ଥୀଜିତା କର୍ନ ଅର୍‌ଜୁନ ସାଁଗେଁ ହେଲେଁ ଜୁଡ଼ି,

କପଟ୍ ବୁନା କୌରବ୍-ଗୌରବ୍-ମୁକୁଟ୍ ଜିବା ଝଡ଼ି ।

ବଲରାମ୍ ଆର୍ କୁଷ୍ଟଁର୍ ଲେଖେଁ କର୍ନ ଅର୍‌ଜୁନ ଦୁହେ,

ଜୁଡି ହେଲେଁ ଇ ଜଗ୍‌ତେଁ ଆର୍ କିଛି ଦୁଷ୍କର୍ ନୁହେ ।

ବହ୍‌ର୍ମାର୍ ଚାର୍‌ହିକୁତି ଘେରି ଥିଲେଁ ଅମର୍‌ମାନେ,

ଜେନ୍‌ତା ଦିସୁଥିସନ୍ ମାହାନ୍ ୟଜ୍ଞର୍ ବେଦିଠାନେଁ

ସେନ୍ତା ଅୟେନ୍ ଦିସୁଥିବୁ ପୁତା ମହାବୀର୍!

ବସିଥିବୁ ଯଦି ମୟ୍‌ଧେଁ ତୋର୍ ପାଁଚି ଭାଇର୍ ।

ଶ୍ରେଷ୍ଠ ସଭାବର୍ ପାଁଚି ଭାଇର୍ ଜେଷ୍ଠ୍ ତ ତୁଇଁ ଆଉ,

ସୂତ୍‌କୁମର୍ ଆର୍ କାଁଜେ ହେଇଥିବୁ ମହାବାହୁ!”

ଏତ୍‌କି ବେଲେଁ ବାପର୍ ସେନ୍‌ସ ହେଇକରି ସାନି,

ସୁନାଗଲା ଆକାଶ୍ ଆଡ଼ୁଁ ସୂରୟର୍ ମହାନ୍ ବାଣୀ,

“ସୁନ୍ ମହାବୀର! କୁଂତୀର୍ କଥା ଉଚିତ୍ ବଲି ଜାନ,

ମାନ୍‌ବୁ ହେଲେଁ ମାଆର୍ କଥା, ତୋର୍ ହେବା କଲ୍ୟାନ୍, ।”

କର୍ନ କିଂତୁ ଆଘର୍ ଲେଖେଁ ଥିଲେ ଅବିଚଲ୍,

ମାଆ ବୁଆର୍ କଥାର୍ କିଛି ନାଇଁ ହେଲା ଫଲ୍ ।

କୌରବ୍ ପାଂଡ଼ବ୍ ଭିଲର୍ ଆଡ଼େଁ ନିଜର୍ ମନୋଭାବ୍,

ଆଘର୍ ବାଗିର୍ ରଖ କର୍ନ ଦେଲେ ଇ ଜବାବ୍-

“ଖେତ୍ରି ଝି ଗୋ! ଅନେକ୍ କଥା କହିଦେଲ, ସତ୍,

ତଭି ମୋର୍ ତ ସେଥି ଶର୍‌ଧା ନି ହେଇ ଜାଗ୍ରତ୍ ।

ତମ୍‌ହର୍‌ କଥା ଗୁଟାରଁଗେଁ ପାଲନ୍ କଲେଁ ମିସେ,

ଧରମ୍ ହେବା ମୋର୍ ବଲି ତ ଭର୍‌ସା ନାଇଁ ଦିସେ ।

ଜନମ୍ ଦେଲ ରାନୀ! ମତେ ଫିକି ଦେଲ ପାନିଁ,

କେଡ଼େ ମାହାନ୍ ପାପ୍ କରିଛ ତମ୍‌ହେଁ ଜାନି ଜାନି ।

ଇ’ ଜନ୍‌ମେ ମୋର୍ ୟଶର୍ ଆଶା ନାଶ୍ କରିଛ ତମ୍‌ହେଁ,

ଜୀବନ୍ ସାରା ଭୁଗୁଛେଁ ତାର୍ ବଥା ମର୍‌ମେଁ ମର୍‌ମେଁ ।

ଖେତ୍ରି କୁଲେଁ ଜନମ୍ ହେବାର୍ ହେଲା ଜାହା ସାର୍,

ତମ୍‌ହର୍‌ ଦୁଷେଁ ନି ହେଲା ମୋର୍ କ୍ଷତ୍ରିୟ ସଂସ୍କାର୍ ।

କହ, ଶତ୍ରୁ ମିସେ ତମ୍‌ହର୍‌ ଲେଖେଁ ଜହ କେହି,

କରି ପାରେ ମୋର୍ ଅମଂଗଲ୍, ଜହ ପୀଡ଼ା ଦେଇ?

ପୁଅର୍ ମଂଗଲ୍ ଲାଗି ମୂଲୁଁ ମାଆର୍ ଲେଖେଁ ତମ୍‌ହେଁ,

ଟିଖେ ଯତନ ନାଇଁ କରି, ତଭି କେଡ଼େ ଦମ୍‌ହେଁ

ଇଛନ୍ ନିଜର୍ ମଂଗଲ୍ ଆଉର୍ ସ୍ୱାର୍ଥର୍ ଲାଗି ଖାଲି,

ପୁଓର୍ କର୍‌ତବ୍ କଥା କାନେଁ ଦଉଛ ମୋର୍ ଢାଲି ।

ପାଂଡ଼ବ୍ ଭିଲର୍ କୁଷ୍ଟାଁଜୁର୍ନର୍ ଯୁଡ଼ିକେ ଆଝର୍,

ନାଇଁ ଡରେ ଅଛେ କର୍ନ ଛଡ଼ା କେହି ବୀର୍?

ଏଛେନ୍ ଯଦି ମୁଇଁ ଡେଗିଦେମି କୌରବ୍ ଭିଲୁଁ,

ଛିକାର୍ କର୍‌ବେ ସଭେ, କର୍ନ! ଏଡ଼େ ଡର୍‌ହା ଥିଲୁ?”

ମୁଇଁ ତମ୍‌ହର୍‌ ପର୍‌ହୁଆଁ ଆର୍ ପାଂଡବ୍ ବଡ଼ଖା ଭାଇ,

ୟୁଦ୍ଧର୍ ଉଦ୍ୟମ୍ ଆଘୁଁ ଇ’ଟା କିହେ ଜାନି ନାଇଁ ।

ଇଛନ୍ ଭାଇ ବଲି ତମ୍‌ହର୍‌ ଭିଲେଁ ମିଶି ଗଲେଁ,

ଖେତ୍ରି କୁଲର୍ ନଜର୍ ଥି ତ ପଡ଼ିଯିମି ତଲେଁ!

ଚିନ୍‌ହାର୍ ହେଲା ଦିନୁ ଧୁର୍ତରାଷ୍ଟର୍ ପୁଓମାନେଁ,

କରିଛନ୍ ମୋର୍ ସୁଖ୍ ସୁବିଧା ନାନା ଦରବ୍ ଦାନେଁ ।

ପାଇଛେଁ ଭି ତାଁକର୍ ଆଦର୍ ମାୟେନ୍ ବଡ଼ାତାର୍,

ଇଛନ୍ ମୁଇଁ ସେ ସବୁକେ ପାର୍‌ମି ଭୁଲି ଆର୍?

ଶତ୍ରୁ ସାଁଗେଁ କେଭେଁ ତାକର୍ ୟୁଦ୍ଧ ଲାଗି ଗଲେଁ,

ମତେ ଆଘ ଆଦର୍ ପୂଜା କରି ଚରନ୍ ତଲେଁ,

ତାଁକର୍ ଲାଗି ଲଡ଼୍‌ମି ମୁଇଁ ବଲି ବିଶାସ୍ କରି,

ଠିଆ ହେସନ୍ ଶତ୍ରୁ ଆଘେଁ ପୂରା ସାହାସ୍ ଧରି ।

ସେଥିର୍ ଲାଗି ମୋର୍ ଠାନେ ତ ହେସନ୍ ଜୁଡ଼ାହାତ୍,

ଇଛନ୍ ତାଁକର୍ ଆଶା ନାଇଁ କରେଁ ଧୂଲିସାତ୍ ।

ମୋର୍ ବଲେଁ ଘୋର୍ ସଂକଟ୍ ମୟ୍‌ଧୁଁ ହେବାକେ ଉଦ୍ଧାର୍,

ମତେ ଭେଲା କରି ୟୁଦ୍ଧର୍ ଦୁସ୍ତର୍ ସାଗର୍ ପାର୍,

ହେବାକେ ତ ତାଁକର୍ ମନେ ଅଛେ କେଡ଼େ ଆଶ୍,

ଇଛନ୍ ମୁଇଁ ଛାଡ଼୍‌ଲେ ତାକୁଁ ହେବା ଧରମ୍ ନାଶ୍ ।

ଭରନ୍ ପୋଷନ୍ ଭୁଗୀ ଭାବେଁ ଦୁର୍ଯ୍ୟୋଧନର୍ ଠାନେଁ,

ଏଡ଼େ ସୁଖେଁ ଅଛନ୍ ଜେତେ ସଖା ସେବକ୍‌ମାନେ ।

ସେମାନେ ତାର୍ ଧନେ ଜାହା କଲେ ଉପଭୋଗ୍,

ସେ ଲାଗ୍ ଶୁଝି ଦେବାର୍ ଇଛନ୍ ମିଲିଛେ ସୁଯୋଗ୍ ।

ଦୁର୍ଯ୍ୟୋଧନ୍ର ଲାଗି ଲଡ଼ି ଜୀବନ୍ ଜାଉ ପଛେ,

ବଂଧୁର୍ କରଜ୍ ତାକେ ମୁଇଁ ଶୁଝି ଦେବାର୍ ଅଛେ ।

ପାଲିତ୍ ରୂପେଁ ଖାଲି ଖାଇ ପିଇ ବଢ଼ି କରି,

ମାଲିକ୍‌ଟାକେ ଅସଜ୍ ବେଲେଁ ଗଲେଁ ଛାଡ଼ି କରି

କରଜ୍ ନାଇଁ ଶୁଝି କରି ହେଲେଁ ଅନ୍ନଚୋର୍,

ନିନ୍ଦା ହେସି, “ହେନ୍‌ତା ଲୁକେ ବଢ଼େ ହାରାମ୍‌ଖୋର୍ ।”

ଉବ୍‌ଗାରିକେ ପସ୍‌ରି ଦେବାର୍ ହେନ୍‌ତା ଜେତେ ଲୋକ୍,

ଭୁଗୁଥିସନ୍ ଇ ଜନମେଁ ଆର୍ ପଛେଁ ମିସେ ଶୋକ୍ ।

ପାପ୍ ନି କରେଁ ତମ୍‌ହର୍‌ ଆଘେଁ ଅସତ୍ କହି କରି,

ଧୁର୍ତରାଷ୍ଟର୍ ଶହେ ପୁଓର୍ ପଖେଁ ରହି କରି

କର୍‌ମି ସମର୍ ମୁଇଁ ତମ୍‌ହର୍‌ ପାଁଚି ପୁଓର୍ ସଁଗେଁ,

ମର୍‌ମି ପଛେଁ, ଦେମି ତାକତ୍ ଜେତେ ଅଛେ ଅଁଗେଁ ।

ତଭି ତମ୍‌ହେଁ ଏଡ଼େ ଦୁଖେଁ ଆସିଛ ମୋର୍ ନିକେ,

ବୁର୍‌ଥା ନାଇଁ ହୁଏ ସେଟା, ସଫଲ୍ ହେବା ଟିକେ ।

ସୁନ, ଅର୍‌ଜୁନ ଛଡ଼ା ତମ୍‌ହର୍‌ ଦୁସର୍ ପୁଏ ପଡ଼ି

ଗଲେଁ ମିସେ କର୍ନର୍ ଆଘେଁ କେଭେଁ ଲଡ଼ି ଲଡ଼ି

ଚାର୍‌ହି ଭାଇର୍ କାହାକେ ଭି କର୍ନ ନାଇଁ ମାରେ,

ଅର୍‌ଜୁନ ସାଁଗେଁ କର୍ନର୍ ହେବା ୟୁଦ୍ଧ ପାରେ ପାରେ ।

ଅର୍ଜୁନ୍‌ଟାକେ ମାୟ୍‌ଲେଁ ମୁଇଁ ପାୟମି ୟୁଦ୍ଧର୍ ଫଲ୍,

ଅର୍‌ଜୁନ ହାଥେଁ ମଲେଁ ଅର୍‌ଜନ୍ କର୍‌ମି ଯଶ୍ ଉଜଲ୍ ।

କର୍ନ ମଲେଁ ପାଁଚ୍ କି ଅରଜୁନ୍ ମଲେଁ ମିସେ ପାଁଚ୍,

ପୁଓ ତମ୍‌ହର୍‌ ରହିଥିବେ, ନାଇଁ ଆସେ ଆଁଚ୍ ।

କିଛି ଊନା ନାଇଁ ହୁଏ, ଥିବା ଅଛେ ଜାହା,

ଆହା କେଡ଼େ ଯଶୋବଂତୀ ତମ୍‌ହେଁ ଗୋ ମୋର୍ ମାଆ!”

ଅଚଲ୍ କର୍ନର୍ କଥା ସଚଲ୍ କଲା ମାଆର୍ ମନ୍,

ଥରି ଥରି କର୍ନକେ ସେ କଲେ ଆଲିଂଗନ୍ ।

ମାହାନ୍ ଦୁଖେଁ ବୟ୍‌ଲେ“ବାବା! ଦଇବ୍ ବଲବାନ୍,

ତୋର୍ କଥା ହିଁ ରହୁ, କିଂତୁ କୌରବ୍ ମର୍‌ବେ ଜାନ୍ ।

ଚାୟର୍‌ର୍ଟା ଭାୟ୍‌କେ ଅଭୟ୍ ଦେଲୁରେ ଅରିସୂଦନ୍ ।

ରନ୍‌ଭୂଇଁନେଁ ଅଟଲ୍ ରହୁ, କଲୁ ଜାହା ପନ୍ ।

ମଂଗଲ୍ ହଉ ତୋର୍ ବାପାରେ ସୁଖେଁ ରହ ତୁଇଁ,”

ବୟ୍‌ଲେ କୁଂତୀ, କର୍ନ ତହୁଁ ମାଆର ପାହା ଛୁଇଁ

ବୟ୍‌ଲେ “ମାଆ! ନିଶ୍ଚେ ପାଲନ୍ କର୍‌ମି ମୁଇଁ ପନ୍,”

ତେତ୍‌କେଁ ଜେଝାର୍ ବାଟେଁ ସେ ସେ ଗଲେ ଦୁହି ଝନ୍ ।

 

ମେହେର୍ କବିର୍ କୁଶନ୍ କମାନି

ପଂଡିତ୍ କବି ସଚ୍ଚିଦାନଂଦ୍ ରଜା ଥିଲେ ବାମ୍ଡ଼ାର୍,

ଜାକ୍‌ଜମକ୍‌ଥି ବଡ଼ଖା ପୁଓର୍ କରୁଥିଲେ ବରୁଘର୍

ମହ୍‌ଲେଁ ତାକର୍ ଉରି ହେଇଥିଲେ ବର୍‌ପାଲି ଜମିଦାର୍,

ଅନୁଚର୍ କବି ‘ମାଲ୍ ମୋହ୍‌ରିର୍’ ମେହେର ଗଂଗାଧର୍ ।

ଦିନେ ମାତିଥାୟ୍ ରଜାର୍ ମହ୍‌ଲେଁ ଗହ୍‌ମହ୍ ଦର୍‌ବାର୍‌

ରଜା ଜମିଦାର୍ କବି-ଦାବିଦାର୍, ଭିଡ଼୍ ସେନେ ସବ୍‌କର;

ପଡ଼ିଛେ କୁଶନ୍, ସୁଖେଁ ବସିଛନ୍ ବର୍‌ପାଲି ଜମିଦାର୍,

ଠାଡ୍ ହୋଇଥଁ।ନ୍ ପଛାଡ଼େଁ ମାହାନ୍ ସ୍ରଷ୍ଟା ଗଂଗାଧର୍ ।

ପହଁଚିଲେ ଜହୁଁ ସଚ୍ଚିଦାନଂଦ୍ ଦେଖ୍‌ଲେ ଇ ଅବିଚାର୍,

ସଚ୍ଚା କବିର୍ ହୁରୁଦ୍ ତାକର୍ ହେଲା ଦୁଖ୍-ଜର୍ଜର୍,

ମେହେର୍ କବିର୍ କୁଶନ୍ ରଖାଲେ ପାଖେଁ ପାଖେଁ ଆପ୍‌ନାର,

ଅଭିମାନ୍ କଲେ କେତେ ଦେଖି କରି କବିର୍ ଇ ସମାଦର୍!

‘ଇଜ୍ଜତ୍ ଗଲା’ ଭାବ୍‌ଲେ ‘ଉଦାର୍’ ବର୍‌ପାଲି ଜମିଦାର୍

ଟିପ୍‌ଲେ ଗୁଲେର୍ ଗୁଟି ‘ଇଏ ମୋର୍ ଛୋଟ୍ ଗୁଟେ ନୌକର୍’

ଟାଁଚେନ୍ ସୁନ୍‌ଲେ ସଚ୍ଚିଦାନଂଦ୍, ସଚ୍ଚା ସମଝ୍‌ଦାର୍,

ବୟଲେ, “ତମର୍ ନୌକର୍ ସିନେ, ରଜା ମୋର୍ ହୁର୍‌ଦର୍ ।”

ଗ୍ୟାଁନ୍ ପାଇଗଲେ ବର୍‌ପାଲି ଜମିଦାର,

କବିର୍ ଅଧୀନ୍ ଆକାଶ୍ ଆର୍ ସାରା ସଂସାର୍,

ସମ୍ରାଟ୍ ମିସେ କବିଠାନୁ ସାନ୍, ଜମିଦାର୍ କାଁୟ୍ ଛାର୍ ।

(ଯୁକ୍ତାକ୍ଷର ଆଘର୍ ବର୍ନ, ହଲଂତ୍ ବର୍ନର୍ର ଆଘର୍ ବର୍ନ, ଔକାର୍ - ଇ ସବୁର୍ ଗୁରୁ ଉଚ୍ଚାରନ୍, ବୟ୍‌ଲେଁ୨ ମାତ୍ରା ଉଚ୍ଚାରନ୍ ହେବା; ଜେନ୍‌ତା :- ପଂଡ଼ିତ୍ ଶବ୍ଦର୍ ‘ପ’ ଗୁରୁ,‘ଡି’ ଗୁରୁ । ସଚ୍ଚିଦାନଂଦ୍ ଶବ୍ଦର୍ ‘ସ’ ଗୁରୁ, ‘ନଂ’ ଗୁରୁ। ଜାକ୍‌ଜମକ୍ ଶବ୍ଦଥି ‘ଜା’ ଗୁରୁ, ‘ମ’ ଗୁରୁ ଇତ୍ୟାଦି)। ଜେନ୍ ଘଟ୍‌ନାର୍ ବର୍ନନ୍ ଶ୍ରୀ ଭଗବାନ୍ ମେହେର୍ ମହାଶୟ୍ ତାକର୍ ‘ପିତୃ-ପ୍ରସଂଗ’ ବହିର୍ ପୃ:୫୮ଥି କରିଛନ୍ ସେଟା ଇ ପଦ୍ୟର୍ ନେହି ।)

 

ସାବନ୍ ପୁନି

‘ଆଝିର୍ ଜନମ୍ ହେଲେ କେତେ କବି ଋଷି ମୁନି

ସଭେ ତ ତୋର୍ ଜନମ୍‌ସଂଗୀ, ଆରେ ଶାବନ୍ ପୁନି!

କହ, ଆଝିର୍ କାହାର୍ ଲାଗି

ରସର୍ ଭାବର୍ ଅନୁରାଗୀ

କୁରୁତ୍ କୁରୁତ୍ ହଜାର୍ ହୁରୁଦ୍ ହଉଛେ ହୁର୍‌ଗୁନି?

ଦଉଛେ କାର୍ କୃତି ଆଶାର୍ ମୋତିହୀରା ବୁନି? ।୧ ।

ଦେଶର୍ ଲୁକର୍ କାନେଁ କାନେଁ କହ ଆଜର୍ ତୁଇଁ,

କିଏ ହରଷ୍ ଭରିଦେଲା ସରସ୍ୱତୀର୍ ଭୂଇଁ?

କିଏ ସରଗ୍ ସୁଧା ଆନି

ଗୀତର୍ ରସେଁ ସାନି ସାନି

ଢ଼ାଲି ଦେଲା ଧାରା ସାରା ଦେଶେଁ ଗଲା ବୁହି

ମୁନୁସ୍ ମନର୍ ବିଷାନ୍ ପୀଡ଼ା ନେବା ବଲି ଧୁଇ? ।୨ ।

ପୁଆଲ୍ ଛାଦନ୍ ମାଟିର୍ ଘରର୍ କିଏ ଟିଆଁ ପିଲା

ସିଆନ୍ ବେଲେଁ ବାଣୀର୍ ମାହାନ୍ ମହଲ୍ ଗଢ଼ିଥିଲା?

ଅସୀମ୍ ନଭେଁ ଉଡ଼ି ଉଡ଼ି

ସାଗର୍ ତଲେଁ ବୁଡ଼ି ବୁଡ଼ି,

କଠିନ୍ ଜମି କୁଡ଼ି କୁଡ଼ି, ଖୁଜି ହୀରାନୀଲା

ସୃଜି ଥିଲା କିଏ ବାଣୀ ରାନୀର୍ ରୂପର୍ ଲୀଲାର? ।୩ ।

କାହାର୍ ମାନସ୍ ଦେଶର୍ ସରଲ୍ ପଶୁପଖୀମାନେ

ଦୁଖର୍ ସୁଖର୍ ବଁଧୁବାଁଧବ୍ ହେସନ୍ ମୁନୁସ୍‌ଠାନେଁ,

ସେନ୍‌ହୀ ସରସ୍ ତରୁଲତା,

ବୁଝି ମୁନୁସ୍ ମନର୍ କଥା

ରୁଝି ଦେସନ୍ ଶୀତଲ୍ ଆଶାସ୍ ବିକଲ୍ ମୁନୁଷ୍ ପ୍ରାନେଁ,

ଦୁଲୁଥିସନ୍ ମୁନୁସ୍ ଭାଇର୍ ସୁଖର୍ ବେଲର୍ ଗାନେଁ? ।୪ ।

ଉପେକ୍ଷିତା ଜନମ୍ ଭୂଇଁର୍ ପଖନ୍ ଗୁଢ଼ିମାଟି

ନଦୀ ନାଲା ଝରନ୍ ପଗାର୍ ତିରିଥ୍ ଡଁଗର୍ ଘାଟି

ଖୁଜି ନୁରି ନୁଆଁ କରି

କିଏ ଜୀବନ୍ ଦେଲା ଭରି?

ସୃଜି ଦେଲା ମାଆର୍ ଲାଗି କିଏ ନୁଆଁ ଖ୍ୟାତି?

ମାଆର୍ ଲାଗି କାହାର୍ ହୁରୁଦ୍ ହଉଥିଲା ଘାଁଟି? ।୫ ।

ବଘିଗଲେଁ କାହାର୍ ଭାଷାଭାବର୍ ପାବନ୍ ରଥେଁ

ବାହିନେସି ସରଗ୍ ଦେଶର୍ ଉଜଲ୍ ଆନଂଦ୍ ପଥେଁ,

ଜେତେ ମଇଲ୍ ମନର୍ ତଲେଁ

ଥିସି, ସବୁ ଗଂଗା ଜଲେଁ

ଧୁଇ ମାଜି ଘଷି ସାଜି ଦେସି ସୁଁଦର୍ ସତେଁ,

ଶିବର୍ ଦେଉଲ୍ ଗଢ଼ି ଦେସି ଜୀବନ୍ ନଦୀର୍ ତଟେଁ? ।୬ ।

ଆମ୍‌ହର୍ ଦେଶର୍ ତିହାର୍ ତୁଇଁ ପୁଇଁନ୍ ଶାବନ୍ ପୁନି!

ସୁନା, ଲୁକର୍ କାନେଁ କାନେଁ

କବିର୍ ନାଆଁ ସଭୁଠାନେଁ

ଉସତ୍ ଆନଂଦ୍ ହେବେ ଦେଶର୍ ସଭେ ସୁନି ସୁନି ।”

“ସୁନ ବହେନ୍ ଭାଇମାନେ! ତମ୍‌ହର୍‌ କବିର୍ ନାଆଁ

ଆଘେଁ ଆଘେଁ ଅଛନ୍ ତାକର୍ ପୁଇଁନ୍ ଗଁଗା ମାଆଁ

ପଛେଁ ଧର, ଜେଭେଁ ଧର ଜିବା ପ୍ରାନର୍ ଦାହା

ତାକର୍ ନାଆଁ ଜାନିଛ, ସେ ତମ୍‌ହର୍‌ ଗଁଗାଧର୍,

ଆମ୍‌ହର୍ ମିସେ, କବି ସେ ତ ଇ ସାରା ବିଶ୍ୱର୍ ।

ଆଶା-ଆଂନଦ-ଆଲୋକ୍-ମଖା ତାଁକର୍ ଲେଖାମାନ୍

ମୁନୁସ୍ ଜାତିର୍ ହୁରୁଦ୍-ଗୁଡ଼ିଁ ପାଇପାରେ ଠାନ୍ ।

ତାକର୍ ଗୀତାକାଶୁଁ ଉଷାର୍ ଆଲୋକ୍ ଝରି ଝରି

ଦୁଖର୍ ନିଶି ଶେଷେଁ ଦେସି ଅରୁନ୍ ବରନ୍ ଭରି ।

‘ବିଷର୍ ଘରାର ନୁହେ ସୁଧା-ଭରା ଇ ସଂସାର୍,

ମୁନସ୍ ଜୀବନ୍ ମାହାପୁରୁର୍ ସେନ୍‌ହର୍ ମହୁଧାର୍,

ଅସୀମ୍ ଅମୃତ-ସାଗର୍ ସାଁଗେଁ ଜିବା ବଲି ମିଶି

ପଖନ୍ ଟାଁଗର୍ ଡେଗି ଡେଗି ବୁହି ଜାଉଥିସି

ସୁଖେ ନାଇଁ, ମରେ ନାଇଁ ମୁନୁଷ୍-ଜୀବନ୍-ଧାର୍,

କାରନ୍ କାଣା ମରନ୍ ଲାଗି ଦୁଖୀ ହେବୁ ଆର୍?

ଆନଁଦ୍ ମନେ, ନିଡର୍ ଭାବେଁ ବଁଚି ରହ ଭାଇ!

ବଲି କରି ମେହେର୍ କବି ଗଲେ ଗାଇ ଗାଇ ।

ମେହେର୍ କବିର୍ ପାହା ତଲେଁ କର ହୋ ଜୁହାର୍

ଆଜର୍ ତାକର୍ ଜନମ୍ତିଥିର୍ ମାନ ହୋ ତିହାର୍ ।!

 

ଋଷି ଜନାର୍ଦନ୍

ପୁହୁର୍ ସହର୍ ସମଲ୍‌ପୁରର୍ ମାହାନ୍ ପୁରୁଷ୍ ଋଷି ଜନାର୍ଦନ୍!

ମଇଲ୍ ମୁନୁଷ୍ ଦିହେଁ ଆହୋ! ପାୟଲ୍ ତମ୍‌ହେଁ କାହୁଁ,

ଗଂଗାଜଲେଁ ଫଟିକ୍ ଟାକର୍ ମନ୍!

କୁହା କାଦୋ, ଲଟକ୍ ଚିଖଲ୍

ଲଟର୍ ପଟର୍ ଢ଼ିଁଡ଼ା ଜଗଲ୍

ଫୁଡ଼ି ଫୁଡ଼ି କରି

ପୁର୍‌ନିବଁଧେଁ ଫୁଟ୍‌ସି ପଦମ୍ ଉଶାସ୍ ପୁଇନ୍ କହର୍ ଦେସି ଭରି;

ହେନ୍‌ତା ତମ୍‌ହେଁ ଫୁଟଲ ହାମର୍ କୁହା ସହର୍ ତଲୁଁ,

ବୁଆ ହାମର୍, ଉଠ୍‌ଲ ଆକାଶ୍ ଆଡ଼େଁ, ଲେକିନ୍,

ହାମେ ପୁଏ ତଲେଁ ରହିଗଲୁଁ ।

ହାମ୍‌କେ ତମ୍‌ହେଁ କହୁଥିଲ, “ଉପର୍ କୁତି ଉଠ, ଆସ” ବଲି,

ବୁଲି ବୁଲି ଗାଆଁର୍ ଖୁଲି,

ସମଲ୍‌ପୁରର୍ ବଡ଼ ସଡ଼ଖ୍ ଆର୍ ସାନ୍ ସଡ଼ଖ୍ ଆର୍

ପଡ଼ା ପଡ଼ାର୍ ଗଁଧ୍‌ରି ଗଲି ଗଲି!

ବେମାର୍ ସେମାର୍ ପଡ଼ିଥିଲେଁ ହଉ ହାଥୀ,

ହଉ ମୁନୁଷ୍-ଚାଁଟି,

ଉଷୋକଷା ଖୁସିମନେଁ ଦଉଥିଲ ବାଁଟି,

ଲୁକର୍ ଦିହର୍ ମନର୍ ଦରଦ୍ କରୁଥିଲ କମ୍

ତମ୍‌ହେଁ ଠିଆ ହେଲା ଠାନେଁ ଢ଼ୁକେ ନାଇଁ,

ଲୁକେ ପରେ ଯମ୍!

ରୁଗୀର୍ ଶରୀର ଛୁଇଁ କରି ଦେଖ୍‌ଲାଖିନି ନାଡ଼ି,

ଡ଼ାହା ଜରର୍ ମାହାନ୍ ବିଷମ୍ ତପ୍ତି ମିସେ

ଅଧାତିଆ ଜାଉଥିଲା ଛାଡ଼ି!

ଖୁଲା ମନେଁ, ମୁନୁଷ୍ ଜାତିର୍ କରୁଥିଲ ସେବା ।

ଧିଆନ୍ ଟିଖେ ନାଇଁ ଥାଇ କିଏ କେତେ ଦେବା ।

ଧିଆନ୍ ଥିଲା ଗିଆନ୍ ଧରମ୍ ପରର୍ ସେବା, ହିତେଁ,

ପରମ୍ ପୁରୁଷ୍ ମାହାପୁରୁର୍ ନାଆଁ ଜାହା ନାଚୁଥିଲା ଚିତେଁ ।

ପାପର୍ ଘରା ଇ ସଁସାରେଁ ଜେତ୍‌କି ଅଛେ ପୁଇନ୍ ପବିତର୍,

ତମ୍‌ହର୍‌ ଦିହେଁ, ମନେ ସଥେଁ କରିଥିଲା ଘର୍!

ତମ୍‌ହର୍‌ ଆଖିଁ ସଭେ ନିଜର୍, କିହେ ନିହେ ପର୍

ଇ ବସୁଧା କୁଟୁମ୍‌ଟେ ତମ୍‌ହର୍‌!

ଶହେ ବଛର୍ ଆଘର୍ ତମ୍‌ହର୍‌ ଜନମ୍‌ତିଥି କର୍‌ବେ ବଲି ସୋର୍

ଆଝିର୍ କେତେ ସାଧୁର୍ ସାଁଗେଁ ଅଛନ୍ କେତେ ଜାଲି ଜୁଆଚୋର୍,

ଅଛନ୍ କେତେ ହାମ୍‌ବଡ଼ିଆ, ନକ୍‌ଲି ନେତା, ଲୁଭୀ, ଟଁକାଖୋର୍,

ସେଥିର୍ ଝନେ ନିଜେଁ ବଲ୍‌ସନ୍

“ଆସ, ମତେ କର ଦର୍ଶନ୍,

ମୁଇଁ ସମଲ୍‌ପୁରର୍ ଅସଲ୍ ହୀରା ଆରୁ ନମ୍‌ନା ନାଗରିକ୍”

ଦର୍ଶନ୍ ଛାଡ଼, ଜାନ୍‌ଲା ଲୁକେ କର୍‌ସନ୍ ଯାହାର୍ ନାଆଁ ପଡ଼ଲେଁ

ଛି’ ଛି’ ଥୁ’ ଧିକ୍!

ହେନ୍‌ତା ହିପୋକିରିଟ ‘ହେପ’ମାନେ ଜାହା କରିଥିଲେ ପାପ୍

ପାସ୍‌ରି ଦିଅ ଜନାର୍ଦନ୍ ହୋ, କରିଦିଅ ମାଫ୍!

ସୋର୍ ପଡ଼ୁଛେ,

ମୋର ବୁଈ ଆର୍ ତମ୍‌ହର୍‌ ନାତିର୍

ହଉ ବଲି ବିହା

ମଁଗ୍‌ନି କରି ଆସିଥିଲ, ମୋର କୁରିଆ ତଲେଁ ହେଲ ଠିଆ,

ଡରି ଅଧା ମରିଥିଲିଁ ଅଧମ୍ ମୁଇଁ ତମ୍‌କେ ଦେଖି କରି

ଦେଖୁନ୍ ଦେଖୁନ୍ ଲାଖ୍‌ଲା ମକେ, ହାଥ୍‌ଟାକେ ମୋର୍

ଦେଲ ତମ୍‌ହେଁ ଧରି,

ଦମ୍‌ହେଁ ହେଲିଁ ଠିଆ, ଲେକିନ୍ ବିଜ୍‌ଲି ମେତାନ୍

ମାୟ୍‌ଲା ମତେ ସକ୍

ପାସ୍‌ରି ନାଇଁପାରେଁ ସେଟା, କେନ୍ ବେଟା ଆର୍

ପାସ୍‌ରି ଦେତା ସେଟା ସେତାର୍

ପାପୀ ଦିହର୍ ପୁଇନ୍ ପରାନ୍ ଉଡ଼ିଜିବାର୍ ତକ୍!

ମାହାପୁରୁର୍ ପାହା ହେତୁ କରି ମନେଁ ମନ୍

ତମ୍‌ହର୍‌ ପୁଇନ୍ ନାଆଁ ମୁଇଁ ନଉଛେଁ ହୋ ଋଷି ଜନାର୍ଦନ୍ ।

ଅମର୍‌ପୁରୁଁ ସମଲ୍‌ପୁରର୍ କର କଲ୍ୟାନ୍, ଢ଼ାଲିଦିଅ

ଗୀତାମୃତର୍ ଧାର୍,

ଖେପି ଜାଉ ଇ ବିରାଟ୍ ସଂସାର୍, ଧୁଇ ନଉ ହିଁସା ଅହଁକାର୍,

ପାପୀ ତାପୀ ସଭେ ପାପର୍ ସାଗର୍ ହଉନ୍ ପାର୍!

 

ଶ୍ରଦ୍ଧାକର୍ ସୂପକାର୍

ମାଆଁ ମାଗିଖାଈ, ରୁଘେଇ ଜେନ୍‌ନେଁ

ମାହ୍ରାନୀ ଆୟ୍ ମାଈଁ

ସୁହୁଜେ ଜେନ୍‌ନେଁ କବିତା-ନନୀର୍

ରୂପ୍‌ଗୁନ୍‌ ଫୁଟେ ନାଇଁ,

ମଂତ୍ରୀ ଏମେଲେ ମିଲ୍‌ୱାଲାନୁ ସେ

‘ମେସେଜ୍’ ମାଗ୍ସି ଜାଇ,

‘ସୋଭେନିର୍’ କୁଲେଁ ଥିସି କଲେ କଲେଁ

ଲାଜେଁ ନିଦ୍-ଗୁଟି ଖାଇ,

ଜିଦ୍‌କରି ଯଦି ଇଜତ୍ ମହତ୍ ନାଇଁ ଖାୟ ବିକି କରି

ଖାୟ୍‌ସି ଦିନେ ସେ ବିଷ୍ କି

ଉଚ୍‌କି ହେଇ ସେ ଜାୟ୍‌ସି ମରି,

ପ୍ରଜ୍ଞା ଜେନ୍‌ନେଁ ପ୍ରକାଶର୍ ଲାଗି ବିଜ୍ଞାପନର୍ ଦାସୀ

ସ୍ୱାଧୀନ୍ ଭାବ୍‌ନା ବାହାରି ପଡ଼୍‌ଲେଁ

ଜଲ୍‌ଦି ପାୟସି ଫାଶି,

ବାଁଚ୍‌ବାର୍ କାଜେ ବାଟ୍ ନାଇଁ ମିଲେ ପ୍ରବଚଂନାର୍ ବିନା,

ଲାଁଚ ଦେଇ କରି ଆପ୍‌ନାର

ହକ୍ ସଂପତି ହେସି ଘିନା,

ଜେନେଁ ସଂଗୀତ୍ କଲା ସାହିତ୍ୟ ବାଁଚି ଥାଇ ମୁର୍ଦାର୍,

କଲା ବଜାରିଆ ଦର୍‌ପଢ଼ା ଜେନେଁ

ସାଜିଛେଁ ସମଝ୍‌ଦାର୍... ଆହୋ ରୁଚି ଶୁଚି ସୁଆଦିଆ

ସୂପକାର୍ ସାହିତ୍ୟକାର୍ ଦଦା ଭଲ୍ କଲ ସେନୁ ପାଇଗଲ ପାର୍,

ଥରେ ଦେଇଥିଲିଁ ଗାଲି ବଲି ମୋର୍ କସୁର୍ ଧର୍‌ବ ନାଇଁ

ଅର୍‌ଜି କରୁଛେ ଭିଜ୍‌ଲା ଆଖିଥିଁ ଆୟଜ୍ ଜନେ ପାଣିଗ୍ରାହୀ

ମାନ୍‌ବର୍ ଚାହି, ବୟ୍‌ରିର୍ ଭଲ୍‌ଗୁନ୍

ହସ୍‌ତିନାପୁରେଁ ରାଜା୍ କଲା ବେଲେଁ ଧରମ୍ ଯୁଧିଷ୍ଠିର୍

ସାଂଗ୍ ହେଲେ ସେନେଁ ମାହ୍‌ପ୍ରୁ କୁଷ୍ଟଁ ଆରୁ ଅର୍‌ଜୁନ ବୀର୍,

ସାଂଗ୍ ହେଇକିରି କେତେ ଦୁଖ୍‌ସୁଖ୍, କେତେ ଠଟା ମସ୍‌ଗୁଲ୍

ହଉଥିଲେ ଦୁହେ, ଭିତ୍‌ରେଁ ତଫାତ୍ ନାଇଁ ଥାଇ ବିଲ୍‌କୁଲ୍ ।

ତାକର୍ ମୟ୍‌ଧେଁ ଦାନୀ କର୍ନର୍ କଥା ପଡ଼ିଥାୟ୍ ଦିନେ

କୁଷଟଁ କହ୍‌ୟଲେ, “କର୍ନ ବାଗିର୍ ଦାନୀ କିହେ ନିହେ ଇନେଁ”

ପାର୍‌ଥ ମାୟ୍‌ଲେ ଅର୍‌ଥ-ଦାୟକା, “ସଥେଁ ତାର୍ ଲେଖେଁ ଦାନୀ

ଦୁସର୍ କିହେ ବି ଅଛେ ଇନ ବଲି ମୁଇଁ ଭିଲ୍ ନାଇଁ ଜାନି;

ଦାଆ ଧରି କରି ତାର୍ ଲେଖେଁ ଆର୍ କିଏ ହେଲେଁ ଅଛେ କାହିଁ

କାହାରି ମିସେଲ୍ ମାନ୍ ସନ୍‌ମାନ୍ ଭାର୍ ଭାର୍ ଅପମାନ୍

ଦାନ୍ ଦେସି ତାର୍ ସମାନ୍ କିଏ ଜେ ନାଇଁ ସୁନି ମୋର୍ କାନ୍ ।”

କୌରବ୍ ଆରୁ ପାଂଡ଼ବ୍ ଭିଲେଁ ଲାଗିଥାୟ କିସାକିସି,

କର୍ନ ବେଲ୍‌ସୁଁ କୌରବ୍ ଭିଲେଁ ରହି ଜାଇଥିଲେ ମିସି,

କର୍ନ ଆଉର୍ ଅର୍‌ଜୁନ ଦୁହେ ହେଲେଁ ଭିଲ୍ ଦଦା ଭାୟ୍

ଝନେ ନାଇଁ ଜାନି ଦୁସର୍ ଝନ୍‌କ ଆପ୍‌ନା ସୋଦର୍ ଆୟ୍,

କର୍ନର୍ ଜନା ଥିଲା ଅର୍‌ଜୁନ ତାଁକର୍ ସମାନ୍ ବୀର୍

ତାଁକର୍ ବାଗିର୍ ପର୍‌ଚଂଡ଼୍ ତାର୍ ଗାଂଡ଼ୀବ୍, ଧୁନ୍-ତୀର୍ ।

ସିଂଟାକେ ତାର୍ କଟାର୍ ଦୁସର୍ ସିଂ ନାଇଁ ପାରେ ସହି

କର୍ନର୍ ସାଁଗେଁ ପାର୍‌ଥର୍ ଠିକ୍ ସେହି ଭାବ୍ ଥିଲା ରହି ।

ଏକୁଁ ଆର୍‌କେ ସେ ଦୁହି ମାହାବୀର୍, ଦୁହେ ଥିଲେ ଅରିସରି

ସୁହା ନାଇଁ ଜାୟ୍ କାହ୍‌କେ କାହରି ପର୍‌ଶଁସା ସୁନି କରି ।

କର୍ନର୍ ଯଶ୍ ପର୍‌ଶଁସା ସବ୍ ସତ୍ ହେଇଥିଲେଁ ମିସେ

ପାର୍‌ଥର୍ ମନ୍ ଆୟଁଖ୍‌କେ ସେ ସବ୍ ସତ୍ ଲେଖେଁ ନାଇଁ ଦିସେ ।

ଆପ୍‌ନାର ସାଂଗ୍ କୁଷ୍ଟଁର୍ ମୁହୁଁ ସୁନି କର୍ନର୍ ଗୁନ୍

ମନେଁ ମନେଁ ଟିକେ ଖିସାଲେ କାଁୟସେ ମାହାବୀର୍ ଅର୍‌ଜୁନ,

ଅଂତର୍‌ୟାମି ମାହାପ୍ରୁ କୁଷ୍ଟଁ କାହାରି ମନର୍ ଭାବ୍

ଜେତ୍‌କି ଗହୀର୍ ଭିତ୍‌ରେଁ ଥାଉ ନ, କରି ପାର୍‌ସନ୍ ଥାବ୍,

ପାର୍‌ଥର୍ ସଖା ହେଲେଁ ଭି କୁଷ୍ଟଁ ଖୋଦ୍ ଥିଲେ ମାହାପୁରୁ

ଜଗତ୍ ଯାକର୍ ସାଁଗେଁ ପାର୍‌ଥର୍ ଜ୍ଞାନ୍-ଦାତା ମାହାଗୁରୁ,

ଅଜ୍ଞାନ୍ ଆରୁ ଅହଁକାର୍ ସବ୍ ନାଶ୍ କର୍‌ବାର୍ ଲାଗି

ଜ୍ଞାନର୍ ଅଗ୍ନି ଅସ୍‌ତର୍ ଲୁକି ଲୁକି ସେ ଦେସନ୍ ଦାଗି!

କୁଷ୍ଟଁ ଭାବ୍‌ଲେ ଅର୍‌ଜୁନ ଆଘେଁ ଥୁଇଦେବ ପର୍‌ମାନ୍

ଅଜ୍ଞାନ୍ ଜିବା, ଜାନ୍‌ବା କର୍ନ କେନ୍ତା ଦେସନ୍ ଦାନ୍ ।

ଜାନ୍‌ବା ମୁନୁସ୍ ଦିହେଁ ଦୁର୍ଗୁନ୍ ସାଁଗେଁ ଭଲ୍ ଗୁନ୍ ଅଛେ

ରୁପାଲି ବିଜ୍‌ଲି ଥିସି ମେଘେଁ; ମେଘ୍ ବିଟ୍ କଲା ହଉ ପଛେ!

ମଗର୍ ମିତାର୍ ହଜାର୍ ହଜାର୍ ମାରୁ-ଜାନୁଆର୍-ଘର୍

ସାଗର୍ ତ ଆୟ୍; ହେଲେଁ ଭିଲ୍ ସେଟା ଆୟ୍ ତ ରତ୍ନାକର!

ଜାର୍ ମୁହେଁ ଥିସି ମାହାଘୋର୍ ବିଷ୍, ଚାବ୍‌ଲେ ଜାୟ୍‌ସି ଜାନ୍

ସେହି ବିଷ୍‌ଧର୍ ମୁଣେ ଥିସି ମଣି ବଲି ଅଛେ ପର୍‌ମାନ୍ ।

କାଦୋଭର୍ଭର୍ ପୁର୍‌ନିବଁଧର୍ ଉଦ୍‌ରେଁ ପଦମ୍‌ଫୁଲ,

ରକତ୍ ଘେଁଗାଲ୍ ଭର୍‌ତି ମାତୃ-ଗର୍‌ଭେଁ ଜୀବର୍ ମୂଲ୍,

ରହିଥିଲେଁ ମିସେ କେନ୍‌ସିଟା କାଣା ଘୃଣା କରୁଥିସି କିଏ?

କଁଟାର୍ କୁର୍‌ତା ଉଢ଼ଲା ଗୁଲାପ କିଏ ତୁଲି ନାଇଁ ନିଏ?

ନୀର୍ ମିଶା ଖୀର୍ ପାୟ୍‌ବା ଯଦିର୍ ହଁସ୍ ଛାଡ଼ି ଦେସି ନୀର୍

ଖୀର୍ ଶୁଷିନେସି; ଦୋଷ୍ ଛାଡ଼ି ଗୁନ୍ ଆଦର୍ କରସି ଧୀର୍ ।

କର୍ନର୍ ଖୁନ୍ ଛାଡ଼ି ତାର୍ ଗୁନ୍ ସଭେ ମାନ୍‌ବାର୍ ଚାହି,

ମାନୁ ଅର୍‌ଜୁନ ମିସେ ବଲି କରି ମାହାପୁରୁ ଭାବଗ୍ରାହୀ,

ଦିନାକେତେ ଛାଡ଼ି ବାହାରି ପଡ଼୍‌ଲେ ସଖା ଅର୍‌ଜୁନ ସାଁଗେଁ

ବାମ୍‌ହନ୍‌ ଭେଷ୍‌ଟେ ଧରି ଠାଡ଼୍ ହେଲେ ଧରମ୍‌ପୁଓର୍ ଆଘେଁ ।

ସେତେବେଲେଁ ଚାଲି ଥାୟ୍ ଭର୍‌ଦର୍ ପାଂଡ଼ବ୍ ଦର୍‌ବାର୍‌

ବାମ୍‌ହନ୍‌ ବୟଲେ, “ମାହାରାଜ୍! ଛାର୍ ସାମାନ୍‌ଟେ ଦର୍‌କାର;

ଯୟ୍‌ଗଁର୍ କାଜେ ଚଂଦନ୍‌କାଠ୍ ଫକତ୍ ମହନ୍ ଶହେ

ଶକତ୍ ଗରଜ୍ ପଡ଼ିଛେ ନାଁୟ୍‌ତ ଇଜ୍ଜତ୍ ନାଇଁ ରହେ ।”

ପୂଜ୍ୟ ବାମ୍‌ହନ୍‌ ଯାଜକର୍ ମୁହୁଁ ଇ କଥା ସୁନ୍‌ଲାଖିନି

ମାହ୍‌ରାଜ୍ ଦେଲେ ହୁକୁମ୍, “ତୁର୍‌ତି କାଠ୍ ଅନା ହଉ ଘିନି ।”

ତିନ୍‌ଘଡ଼ି ଗଲା, ପିଆଦା ଫିର୍‌ଲା, ଠାଡ଼ ହେଲା ଯୁଡ଼ାହାତ୍,

ବୟ୍‌ଲା, “ହଜୁର୍, ଖୁଜଲିଁ ହରେକ୍ ଦୁକାନ୍ ବଜାର୍ ହାଟ୍,

ଜାନ୍‌ଲିଁ, ହେତ୍‌କି ଚଁଦନ୍‌କାଠ୍ ତ କାହିଁ ନାଇଁ ମିଲି ପାରେ

ଛାଲିଛୁଲା କରି ଠୁଲାଲେଁ ମିସେଲ୍ ଜହ ହେଲେଁ ହେବା ଭାରେ ।”

ମାହାରାଜ୍ ଇଟା ସୁନି ଗୁମ୍‌ମାରି ବସି ରହିଗଲେ ଘାୟ୍

ତେତ୍‌କେଁ ବୟ୍‌ଲେ“ନାଇଁ ତ ମିଲ୍‌ଲା ଆର୍ କାଁୟ୍ କରାଯାୟ ।”

ଖୁସୁର୍ ମୁସୁର୍ ହେଇ ମାହ୍‌ପୁରୁ ସେନୁ ଫିରି ଆସି କରି

କର୍ନ ଦାନୀର୍ ନିକେ ଗଲେ ଦୁହେ ବାମ୍‌ହ୍‌ନିଆ ଭେସ୍ ଧରି

କର୍ନର୍ ଠାନୁ ଚାହେଲେ ସେତ୍‌କି ବାଗିର୍ ଚଁଦନ୍ କାଠ୍,

କର୍ନ ଜାନ୍‌ଲେ କାଠ୍ ଯୁଟାବାର୍ ନାଇଁନ କେନ୍‌ସି ବାଟ୍ ।

ଖମ୍‌ନୁ ଯଦ୍‌ରି କାଟି ଆନିକରି ଦାନ୍ ଦେବେ ନାଇଁ ଚଲେ,

ବଦ୍ କଁଚା କାଠ୍ ସମିଧ୍ ବନାଲେଁ ବିଲ୍‌କୁଲ୍ ନାଇଁ ଜଲେ ।

ଭରନ୍ ଭରନ୍ ରୁପା ସୁବରନ୍ ରୋଜ୍ ସେ ଦେସନ୍ ଦାନ୍

ଛାର୍ ଛିକ୍‌ରା ଇ କାଠ୍ ଦୁରା ଲାଗି ଆୟଜ୍ ହେବେ ହିନ୍‌ମାନ୍?

ଆପ୍‌ନାର ହେଇ ଜାହା କିଛି ଅଛେ, ଆପ୍‌ନା ଜୀବନ୍ ମିସେ

କିଏ ମାଗିଦେଲେଁ ଦେବାର୍ ବେଲ୍‌କେ ଆଗ୍‌ପଛ୍ ନାଇଁ ଦିସେ,

ଆୟଜ୍ ଦୁଇଝନ୍ ପୂଜ୍ୟ ବାମ୍‌ହନ୍‌ ଯୟ୍‌ଗଁର୍ କାଠ୍ ମାଗି,

ନାଇଁ ପାଇକରି, ମନ୍ ଊନା କରି ଛୁଛା ହାଥ୍ ଜିବେ ଭାଗି!

ମସ୍‌ରି ମସ୍‌ରି ଏନ୍‌ତା ଚିଁତାର୍-ଅଁତ୍‌ରା ବନିହାଁ ଛନେ

ସଁତାଲା ଉତ୍‌ରୁଁ ଦାତା କର୍ନର୍ ହଠାତ୍ ପଡ଼୍‌ଲା ମନେଁ,

ତାକର୍ ମହଲ୍ ଭିତରେଁ ରହିଛେ ଜେତେ ଜାଲି ଆର୍ ବାଟ୍

କବାଟ୍ ଦୁଆର୍‌ବଂଧ୍ ଭି ସେଥିର୍ ସବ୍ ଚଂଦନ୍ କାଠ୍,

ହଠାତ୍ ଉଠ୍‌ଲେ କର୍ନ ଆଉର୍ ଉଠାଲେ ନିଜର୍ ଧୁନ୍

କାଣ୍ ମାରି ମାରି କରିଦେଲେ ସବ୍ ଖଣ୍ ଖଣ୍ ନୁନ୍‌ଚୁନ୍,

ଗଦା ହେଲା ଶହେ ମହନ୍‌ନୁ ଜହ କାଠ୍, କଲେ ସବ୍ ଦାନ୍

ପାର୍‌ଥର୍ ମନେଁ ପର୍‌ତେ ଆୟ୍‌ଲା କର୍ନ ଦାନୀ ମାହାନ୍!

ମୁନ୍‌ସର୍ ଦିହେଁ ମିସାମିସି ହେଇ ଭଲ୍ ମନ୍ଦ୍ ଗୁନ୍ ଅଛେ

ମାନ୍‌ବାର୍ ଚାହି ତାର୍ ଜାହା ଭଲ୍, ବୟ୍‌ରି ହଉ ସେ ପଛେ!

 

ଏ ହଲିଆ ବୋ

ଏ’ ହଲିଆ ବୋ....

ଆବୋ ଜବର୍ କରି ଧରିଥା ନଂଗଲ୍

ଖେତର୍ ବତର୍ ଜାନି କରି ଯୁତ୍‌ରେ ପୁତା ହଲ୍ ।। ଧ୍ରୁବ ପଦ ।।

ହଲ୍ ଯୁତା ଆୟ୍ ତୋର୍ ବୁତାରେ ପୁତା କିଷାନ୍ ପିଲା!

ଆଁଟ୍ କରି ଥା ହାଥ୍ ମୁଠି ତୋର୍ ନାଇଁ କର୍‌ବୁ ଢ଼ିଲା,

ଇ ଦୁନିଆଁର୍ ‘କର୍‌ମା’ ନାଟେଁ ପିଟୁଥା ମାଁଦଲ୍ ।। ହଲିଆ ବୋ...

ତୋର୍ ଭୂଇଁ ଟିକ୍‌ରା ଭଟା, ନିହେ ରେ ବାହାଲ୍,

ଫାଲେ କଅଁଲ୍ ମାୟଟ୍ ଯଦି ବୋ କଠିନ୍ ଆର୍ ଫାଲ୍

ଯୁତି ଯୁତି ମାର୍ ପଟା ଆର୍ କରି ଦେ ସମ୍‌ତଲ୍ ।। ହଲିଆ ବୋ...

ମନ୍ ଦେଇ ତୋର୍ କାମ୍ କମାନି କର୍‌ବୁ ଅବିସିରି

ଝଁକେର୍ ଖରା କାକର୍ ଜାଡ଼େଁ ଥିବୁ ଅଁଟା ଭିରି

ଖାଟ୍‌ଲେଁ ଆଘୋ ପାୟ୍‌ବୁ ପଛେଁ ଦାୟ୍‌ବୁରେ ଫୟ୍‌ସଲ୍ ।। ହଲିଆ ବୋ..

ଭଦ୍‌ରି ଯଦି ନି ଭରେ ତୋର୍ ହଦ୍‌ରି ଜିବୁ ନାଇଁ,

ମନ୍ ୟାନି ଧନ୍ ନି ମିଲେ ବୋ ଇ ଦୁନିଆଁର୍ କାହିଁ,

କାଁୟ୍ ତିନେ ଦୁଖ୍ କାମ୍ ୟାନି ତୋର୍ ନାଇଁ ମିଲ୍‌ଲେଁ ଫଲ୍ ।। ହଲିଆ ବୋ...

ମାହ୍‌ପୁରୁ ତ ସାହ୍‌କାର୍ ତୋର୍ ପୁରେଇ ଦେବେ ଆଶ୍...

ତାସ୍ କରିଜା ତାକର୍ ଠାନେଁ ରଖିଥା ବିଶ୍ୱାସ୍,

ଦମ୍ ଧରିଥା ସବ୍‌କରି ସେ କର୍‌ବେରେ ମଂଗଲ୍ ।। ହଲିଆ ବୋ...

ନାଇଁ ହେଇ ଦେ ଇଆଡ଼୍ ସେଆଡ଼୍ ହଲ୍ ଯୁଡ଼ିକେ ତୋର୍

ଉଠେଇ କରି ପାଁଚନ୍ ବାଡ଼ି ମୁଠେଇ ଥା ବୋ ଜୋର୍

ପାଁଚ୍‌ଲୁକିଆ କୁଟୁମ୍ ନିଜର୍ କାବୁ କରି ଚଲ୍ ।। ହଲିଆ ବୋ....

ଏ’ ହଲିଆ ବୋ...

ମାଟିର୍ ମୁନୁସ୍ ନୁହୁ ନୁହୁ ତୁଇଁ

ମୁଣ୍ ଟେକିଥା ଆକାଶ୍ ଆଡ଼େଁ ପାଦ୍ ରଖିଥା ଭୂଇଁ,

କାଁୟ୍ ଚିଁତା ବୋ ଥିଲେ ଥାଉ କାଦୋ କି ଚିଖଲ୍ ।। ହଲିଆ ବୋ... ।

ଅଗସ୍‌ଟ ପଁଦ୍‌ର, ନବେର୍ ଆବାଜ୍

(୧୯୯୦ ମସିହା ହାମର ଭାରତବର୍ଷେଁ ଅଲଗ ଖଲିସ୍ତାନ ଦାବିର ପୃଷ୍ଠଭୂମି ଥିଁ ରଚିତ ପଦ୍ୟ)

ହାୟ୍ରେ କରାଲ୍ କାଲ୍!

ଫେର୍ ଘାୟ୍ କାଁୟ୍ କାତି ମାରିକରି ଭାରତ୍ ମାତାର୍ ଛାତିଁ,

ଚିରି ଦେବୁ ଆର୍ କରି ଦେବୁ ଫାଲ୍ ଫାଲ୍?

ମୁକ୍‌ତି ପାୟ୍‌ଲା ବେଲେଁ କିଏ କାଁଏ କଲ୍ପନା କରିଥିଲା

ମାତୃଦେବୀର୍ ଦେହ୍‌ରି ଭଗତ୍ ଶକତ୍ ଜୁଆନ୍ ପିଲା

ପାଲ୍‌ଟି ଜିବାରେ ମୁନୁସ୍ ଜାତିର୍ ରକତ୍-ମାଉଁସ୍ ଗିଲା!

ଧର୍‌ବା ଝାରର୍ ହିଂସ୍ର ଜଁତୁର୍ ଜଂଗ୍‌ଲି ଚଲନ୍ ଚାଲ୍! ।୧ ।

ମାଆର୍ କଂଠ ମଂଡ଼ନ୍ ଲାଗି ମହ୍‌ମହ୍ ଯୁଈ ଜାଈ

ମଲ୍ଲୀ ଟଗର୍ ମଂଦାର୍ ମିସା ସୁଂଦର୍ ମାଲ୍ ନାଇଁ,

ହିଂସାର୍ ନିଶା ମର୍‌ତେଲ୍ ପିଇ ପାଗଲ୍, ଉଲ୍ଲୁ ଭାଇ

ଉଲେଇ ଦେବାରେ ଭାୟ୍ ବହେନେର୍ ଛିନ୍ନ ମୁଁଡ଼ର୍ ମାଲ୍! ।୨ ।

ବେକାର୍ ସେ କାର୍-ଫଟ୍‌ଫଟି-ଜିପ୍ ଲୁଟି କରି ବୁଲି ବୁଲି

ଶିକାର୍ କର୍‌ବା ମୁନୁସ୍ ଭାୟ୍‌କେ ମାର୍‌ବା ମିସିନ୍-ଗୁଲି

ପିଚ୍‌କାରି ନଲି ବଂଧୁକ୍ ଧରି ଖେଲବା ରକତ୍ ହୁଲି

ମାଆଁର୍ ପୂଜାର୍ ଧୋବ୍ ଖିର୍ ଖିର୍ ପାଟ୍ କରିଦେବା ଲାଲ୍! ।୩ ।

ଶଂକର୍, ଗୁରୁନାନକ୍, କବିର ଓଗେର୍ ଧରମ୍‌ଗୁରୁ

ଜଲୁଛନ୍ କାଁୟ୍? ବଲୁଛନ୍ କାଁୟ ଶିଆଁତ୍ ସରଗ୍‌ପୁରୁଁ

ଭାୟ୍ ଭାୟ୍ କର ଭାରତ୍ ଯୁଦ୍ଧ, ହୁଅ ପାଂଡବ୍ - କୁରୁ?

ବୁଦ୍ଧ ଇଛନ୍ ଧରିଛନ୍ କାଁୟ୍ କଲ୍‌କୀର୍ ତରୁଆଲ୍? ।୪ ।

ମୁନୁସ୍ ଧରମ୍ ଗ୍ରଂଥମାନ୍‌କେଁ ନାଇଁ ହେଇ କାଁୟ୍ ଲେଖା?

ସାରା ପୁର୍ଥୀର୍ ମୁନୁସ୍ ଜାତିର୍ ଭିତର୍ ଜାକିର୍ ଏକା

ପିଁଧନ୍ ଉଢ଼ନ୍ ଭିନ୍ ଭିନ୍ ଜାହା ବାହାରେଁ ଜାୟ୍‌ସି ଦେଖା,

କିଏ ଲଂଡ଼ିତ୍-ମସ୍‌ତକ୍ କାର୍ ଲମାନ୍ ଶ୍ମଶ୍ରୁ ବାଲ୍ ।୫ ।

ହୁସିଆର୍ ଭାୟ! ହୁସିଆର୍ ହୁଅ! ସୁନ ହୋ ଖବର୍‌ଦାର୍!

ଜୁଏ ଲଗ ନାଇଁ ଆପ୍‌ନାର ଘରେଁ, ହେଇଜିବା ନାର୍‌ଖାର୍,

ଛାଡ଼ିଦିଅ ଆରେ ଛାଡ଼ିଦିଅ ସବ୍ ହିଂସାର୍ କାର୍‌ବାର୍

ଜାଲ୍‌ବ ଜଦ୍‌ରି ଜାଲ କପ୍‌ଟୀର୍ ରେଶମି କପଟ୍-ଜାଲ୍ ।୬ ।

ଛାଡ଼ ଅହଁକାର୍ ହିଂସା ବିକାର୍, ଅକାରନ୍ କିସାକିସି,

କାଁୟ୍ ଦର୍‌କାର ଜାଲିମ୍ ଜୁଲୁମ୍ ବର୍ବର୍ ରିସାରିସି

ପୁର୍‌ଥୀ ମାତାର୍ ସଭେ ସଂତାନ୍, ରହିଥାଉଁ ମିଲିମିସି

ଗାୟ୍‌ମା ଆସରେ ମାଆର୍ କୋରସ୍, ଏକ୍‌ସୁର୍-ଏକ୍‌ତାଲ୍ ।୭ ।

ପର୍‌ବୁଧିଁ ଆର୍ ନାଇଁ ପଡ଼୍ ଆରେ ଘରେଁ ନାଇଁ କୁଡ଼୍ ଖାଲ୍

ମୁଇଁ ତ ପଡ଼୍‌ମି ତୁଇ ଭିଁ ପଡ଼୍‌ବୁ ପଡ଼ିଜିମା ଦୁଲ୍‌ଦାଲ୍,

ସଁଭାଲ୍ ଭାୟ୍ରେ ଘାୟ୍ ହେଲେଁ ଦେଖ୍ ଆପ୍‌ନା ମାଆର୍ ହାଲ୍!

ସୁନ୍‌ରେ ବିକଟ୍ କାଲ୍

ଫେର୍ ଘାୟ୍ ତୁଇଁ କାତି ମାର୍ ନାଇଁ ଆପ୍‌ନା ମାଆର୍ ଛାତିଁ,

ନାଇଁ କର୍, ଆରେ ନାଇଁ କର୍ ଫାଲ୍ ଫାଲ୍ ।

ସନେଟ୍

 

ଜାନା ଆନାର୍ ହିସାବ୍ ବେକାର୍

ବଟେଇ ଦଉଛ କାହ୍‌କେ ଆଝିର୍? କିଏ ରେ ଜାଉଛେ କାହିଁ?

କାର୍ ଲାଗି ଆୟଜ୍ ତୁମର୍ ଆଖିର୍ ପାୟନ୍ ଟିକେ ଢ଼ଲ୍ ଢ଼ଲ୍?

କିଏ ସେ ଆଉଛେ ବଲି ଫେର୍ ଟିକେ ଉସତ୍ ହଉଛ ଭାଇ?

ଜାଉଛେ ଆଉର୍ ଆଉଛେ ଜେନ୍‌ଟା ଏକା ଆୟ୍ ଅବିକଲ୍ ।

ଅମରି ଗଛର୍ ପାଚ୍‌ଲା ପତର୍ ଗୁଟ୍‌କ ପଡ଼୍‌ବା ଝଡ଼ି

ନୂଆଁ ଗୁଟେ ଫେର୍ ଆଘେଁ ଅଛେ ତାର୍ ଲାଗ୍‌ତେ ଥାୟ୍‌ସି କଢ଼ି

କାୟ୍‌ଲକେ ଫୁଟ୍‌ବା, ହଁସ୍‌ବା, ଝଡ଼୍‌ବା ; ଭାବ୍‌ନା କାହିଁର୍ ଲାଗି?

କାଲ୍ ସମୁଦର୍ ଆଘର୍ ଲହର୍ ରଁଗ୍‌ତେ ବିଦ୍‌ରି ଗଲେଁ

ରଁଗି ରଁଗି ତାର୍ ପଛ୍‌କେ ଆଉଛେ ତାହ୍‌ରି ବାଗିର୍ ଗୁଟେ

ସମିୟା ସୁହୁତି ବୁହୁତେ ଜାଉଛେ ଅଠିପର୍ କଲେ କଲେଁ

ନାଇଁ ଥାକେ ଘାୟ, ନାଇଁ ସୁଖି ଜାୟ, ଧାର୍ ଘାୟ ନାଇଁ ଟୁଟେ ।

ରାୟତ୍ ଦିନ୍ ପଖ୍ ମାସ୍ ରିତୁ ସାଲ୍ - ବେକାର୍ ହିସାବ୍ ପୁତା!

ଉହୁଲି ଉହୁଲି ସୁହୁତି ଉପରେଁ କର୍ ଦୁନିଆଁର ବୁତା ।

(ଅମରି = ଚିରଂତନ, ଶାଶ୍ୱତ)

ହାମର୍ ରାମ୍‌ରାୟଜ୍

ପିଲା ଗୁଟେ ପରେ ପାଇଥିଲା ଥରେ ଅକାଲ୍ ମୁର୍ତୁ ରାମ୍-ରାୟ୍‌କେଁ

ରାମ୍‌କେ ଘଟ୍‌ନା କଲା ଦୁଖ୍‌ମନା, ମୋର୍ ଦୁଷେଁ ପିଲା ମଲା କାଁୟ୍‌ଜେ?

ମନେଁ ତାହାଁକର୍, ଧର୍ମର୍ ଡର୍ ଉଠ୍‌ଲା ପରେ?

ପର୍‌ଜାର୍ କର୍ ଚାକ୍‌ରି, ନିଜର୍ ବିବେକ୍ ପାହାର୍ କୁଟ୍‌ଲା ପରେ?

ତୁଇଁ ପର୍‌ଜାର୍ ଖାଉଛୁ ପଗାର୍, ଉଠ୍, ପାହା ତାର୍ ପୁଟ୍‌ଲା ଡର୍‌ହେଁ!

ରାମ୍-ଧୁନଶ୍‌ର୍‌ ଅନିୟେ ପାପର୍ ଶିର୍ ପୂଜି ଦେଲା, ବାଚଁଲା ପିଲା,

ରାମର୍ ଭାରତ୍ ହଉଛେ ଆରତ୍, କହୁଛେ, ‘ଶାସନ୍ ଅବ୍‌ଗା ଢ଼ିଲା,

ରାମ୍ ରାୟ୍‌ଜର୍ କଥା ନାମ୍‌ଭର ସୁଭ୍‌ସି ମିଛେଁ

କାମ୍ କଲାବେଲେଁ ‘ହାମ୍’ଟା ପହେଲେଁ ଲୋକ୍ ମରୁନ୍‌ନ ମୁଇଁ ବାଁଚିଛେଁ

କାଲ୍ ସଲା ଜାର୍ ମଲା ସେ, ସେତାର୍‌ପର୍‌ମାୟୁ କାଣା ମୁଇଁ ସଁଚିଛେଁ?

ଭାର୍‌ତେଁ ବହୁତ୍ ନିଦୁଷୀ-ବାଲୁତ୍-ମାୟ୍‌ଝି-କତଲ୍ ଚାଲିଛେ ରୁଝି

ଶାସ୍‌ନୀ ବାମ୍‌ହନ୍‌ ଖୁସି ଖାଉଛନ୍ ‘ଅଶୋକ୍’ ହୁଟ୍‌ଲେଁ ଗଂଗାଭୁଜି!

ଶାସ୍‌ନୀ ବୁଢ଼ାଟେ ଆଁଟେଁ ଗିଲିଗିଲି ମର୍‌ବା ଯଦି

ଶାସ୍‌ନୀ ଭିଲର୍ ଲିଡର୍-ଲୁକର୍ ବୁହି ଜିସି ଶୁଖା ଲହର୍ ନଦୀ!

ଶୋକ୍ ‘ସଂଦେଶ୍’ ପାୟ୍‌ସି ଇ ଦେଶ୍, ଉଦା ନାଇଁ ହୟ୍ ଆସ୍‌ନି,ଗଦି!

ଏଭର୍ ଶାସନ୍ ଅର୍ଥ ଆସନ, ଆସନ୍‌-କଭର ନକ୍‌ଲି ଖଦି

ଶାସକର୍ ଧ୍ୟାନ୍ ଧନ୍-ଯଶ୍-ମାନ୍ କର୍ତବ୍-ଗ୍ୟାନ୍? –ଗୁଦାମ୍‌ରଦି ।

(ନାମଭର = ନାମ ମାତ୍ର, ନିଷ୍ଠାହୀନ)

(ଶାସନୀ ବାମ୍‌ହନ୍‌ = ଶାସନ୍ କ୍ଷେତ୍ରର୍ ବଡ଼୍‌ବଡ଼ିଆ ଲୁକେ)

 

ରବିର୍ ଛାୟ୍ ଆର୍ ଖରା

(ବିଶ୍ୱକବି ରବୀଂଦ୍ରନାଥ ଠାକୁର ବିରଚିତ ଦୁଇଟା ବଂଗଲା କବିତାର ଅନୁବାଦ)

(କ)

ଥିଲା ମଗ୍‌ସିର୍ ମାସ୍

କାକ୍‌ରେଁ କାକ୍‌ରେଁ ଗାଧି ହେଇଥିଲା ପୁର୍ଥୀପିଠିର୍ ଘାଁସ୍ ।

ବେଲ୍ ଆଉଥିଲା ଉଦି

ଘାଁସ୍ ଦିହେଁ ଥାଇ ବେଲ୍‌କେ ଦେଖ୍‌ଲା, ବୟ୍‌ଲା କାକର୍ ବୁଁଦି,

“ରାୟତ୍ ସାରା ସିନେ ମୁଇଁ

ସପ୍‌ନେଁ ଦେଖ୍‌ଲିଁ ତମ୍‌କେ ତପନ୍! ନି ପାରେ ଇଛନ୍ ଛୁଇଁ,

ସୁରୁ ମୁଇଁ କମ୍‌ଜୋର୍,

ଧରି ନାଇଁ ପାରେଁ ତମ୍‌କେ, ଫକତ୍ କରୁଥିମି ସିନେ ସୋର୍,

ଲୁହ୍ ବୁଁଦେ ହଇକରି

ରହିଥିମି ଜାହା ତମ୍‌ହର୍‌ ବିରହେଁ ଛୁଟିଆ ଜୀବନ୍ ଧରି!

(ଖ)

ହାତ୍ ପାତିଥିଲେ କେଡ଼େ କେଡ଼େ ଲୋକ୍ ଛିନ୍‌ବେ ତମ୍‌ହର୍‌ ହାତର୍ ଦାନ୍

ତମ୍‌ହେଁ ନାଇଁ ଦେଲ, ଫିରିଗଲେ ସବ୍, ପାୟ୍‌ଲେ ଫକତ୍ ଅସମ୍ମାନ,

ଦାନ୍ ଦିଅ ବଲି ମୁଇଁ ନାଇଁ ଚାହି

ଦାନ୍‌ଦିଆ ଠାନ୍ ମୁଇଁର ମାଡ଼ି ନାଇଁ,

ଘରେ ମୁଇଁ ଶୁଇଁଥିଲା ବେଲେଁ ତମ୍‌ହେଁ ଡାକ୍‌ଲ, ବୟଲ ‘ନେ ତୋର୍ ଦାନ୍’,

ସୁନ୍‌ଲିଁ, ଉଠ୍‌ଲିଁ ଜୁଡ଼ାହାଥ୍ ହେଲିଁ, ବୟଲିଁ ଜୁହାର୍ ହେ ଭଗବାନ୍ ।

(ତପନ = ସୂର୍ୟ୍ୟ)

 

ନିଜର୍ କାଜେ ସୂକ୍ତି

ଦିଲ୍ଲୀ-ଲଡ଼୍‌ଡ଼ୁ ନାଇଁ ଖାୟଁ ମୁଇଁ ଭୋକ୍ କରୁଥାଉ ପଛେ

ଖାୟ୍‌ଲେଁ ଜେନ୍‌ଟା ପସ୍ତେଇ ହେମା, ସେଥି କାଁୟ୍ ସୁଖ୍ ଅଛେ?

ଦେଖନ୍ ସୁଁଦର୍ ଫଲସା ଫୁଲର୍ ନାଇଁନ କହର୍, ସତ୍,

ତ ବି କାଁ କରି ଦେଖ୍‌ଲେ କବିର୍ ହେସି ହେତେ ମୁହବତ୍?

 

ଭୋଟ୍ ସୁଲ୍‌ହେଇ

(ସୁଲ୍‌ହ୍‌ ପ୍ରକାର ଦର୍‌ବ ତେଲାନିଥିଁ ରଖିକରି ଜୁଏଁ ଭନ୍‌ଜ।ମନ୍‌କେ ସାଦର୍ ଦିଆ ହେଉଥିବାର୍

ଅନୁଷ୍ଠାନ୍ ବିଶେଶ୍ । ମୋର୍ ପିଲା ଦିନେ ସମଲପୁରର୍ ଅନେକ୍ ଠାନ୍ ଇଟା ଥିଲା ।

(୧୯୯୧ - ମେ ମାସର୍ ନିର୍ବାଚନ୍ ବେଲର୍ ପ୍ରତିକ୍ରିୟା)

କାଁ କରି ଆର୍ ବାକ୍‌ସେଁ କାହାର୍ ମୁଇଁ ଦଉଥିମି ଭୋଟ୍?

ଭୋଟ୍-ନେତା ମୋର୍ କାଗ୍‌ଜୁଁ କର୍‌ବା ଖରବ୍ ଖରବ୍ ନୋଟ୍ ।

ନାଇଁ ଦିଏ ମୁଇଁ ଭୋଟ୍ । (ଧ୍ରୁବ ପଦ)

ଭାରତ୍ ଦେଶର୍ ଝନ୍‌କେତେ ସତ୍ ଭଲ୍ ଲୋକ୍ ଦିଅ ଛାଡ଼ି,

ବାଦ୍ ବାକି ସବ୍ ରାଜ୍‌ନୀତିକାର୍ ଦୁର୍ନୀତି-ଖେଲ୍‌ଓ୍ୱାଡ଼ୀ,

ଭୋଟ୍-ମଗ୍‌ନିଆଁ ବନିଛନ୍ ଧନ୍-ଖେମ୍‌ତାର୍-ଘୋର-ରାଢ଼ୀ

ଖେମ୍‌ତା ପାୟ୍‌ଲେଁ ଖାୟବେ ଆମ୍‌କେ, ଅପ୍‌ନେ ବନ୍‌ବେ ରୋଟ୍,

ନାଇଁ ଦିଏ ମୁଇଁ ଭୋଟ୍ ।୧ ।

ବାକସ୍‌ମାନ୍‌କେଁ ଅନେକ୍ ରାକସ୍ ରହିଛନ୍ କଲେକଲେଁ

ମାୟାକାର୍ ସବ୍, ଭୋଟ୍ ମାରିନେବେ ଛଲ୍-ବଲ୍-କୌଶ୍‌ଲେଁ

ଭୋଟ୍ ପାଇକରି ନିର୍ବାଚନ୍‌ଟା ଆଲ୍‌ମାଲ୍ ଜୟ୍ କଲେଁ,

ବାହ୍‌ରୁଁନ୍ କଲା କର୍‌ବେ ଜୁହାର୍, ପଛ୍‌କେ ମାର୍‌ବେ ଚୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୨ ।

“ଜୁହାର୍ ଆଗ୍ୟାଁ! ବନେ ବନେ ସବ୍?” ବଲୁଥିବେ ଭୋଟ୍ ବେଲେଁ,

ତେତ୍‌କେଁ ଜେ ଗେଟ୍ ବାହ୍‌ରେଁ ତାକର୍ ଭେଟ୍‌ଘାଟ୍ ଘାୟ ହେଲେଁ,

‘ପ୍ଲେନ୍ ହେମି ଫେଲ୍’ ନେତା ବଲସନ୍ ମିନ୍‌ଟେ ସମିୟା ଦେଲେଁ,

ଭାବ୍ ଦେଖାସନ୍, “ଆ’ ବେଟା ମୋର୍ ପା’ତଲେଁ ତୁଇ ଲୋଟ୍”,

ନାଇଁ ଦିଏଁ ମୁଇଁ ଭୋଟ୍ ।୩ ।

ରାବନ୍ ଯେନ୍‌ତା ଜାନ୍‌କୀ ମାଆଁର୍ ମନର୍ ବିଶାସ୍ ଲାଗି

ହରନ୍ ବେଲ୍‌କେ ଘଡ଼୍‌କର ଭର୍ ଭେସ୍ ହେଲା ବୟ୍‌ରାଗୀ,

ହେନ୍‌ତା କେତେଟା ଭେଖ୍‌ଧାରୀ ଚୋର୍ ମାତୃଘାତକ୍ ଦାଗୀ,

ରାଜ୍‌ନୀତି-ବିରି-ଆଟ୍‌ଠାନେ ଠୋଲ୍, ଦଲ୍ ଦଲ୍ ଏକ୍‌ଜୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୪ ।

କେତେଝନ୍ ଆୟଜ୍ ଦେଶର ଦଶର୍ ଅସଲ୍ ସେବକ୍, ଭଲ୍?

ସ୍ୱାର୍ଥର୍ ଲାଗି ଇ ଦଲ୍ ଆଝିର୍, କାୟ୍‌ଲ୍‌କେ ଦୁସର ଦଲ୍

ବଦଲ୍ ଉଦଲ୍ ଲଗେଇ ଥିସନ୍, ଦେଶ୍ ଖାଲି ହଲ୍‌ଚଲ୍,

ଏନ୍‌ତା ଏଭର୍ ଦଲ୍ ଜେତେ ସବ୍ ଚୋର୍ ବଲ୍‌ଦର୍ ଗୋଠ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୫ ।

ନିର୍ବାଚନ୍ ଥିଁ ଦଲର୍ ଟିକଟ୍ ମିଲୁ କେନ୍‌କେନ୍ ବାଟୁଁ

ବଲି ଚଲିଥିସି ଉପରୱାଲାର୍ ଦଲାର୍‌କେ ଭିଲ୍ ଚାଟୁ,

ଘାୟ୍ ଘାୟ୍ ଘଁସା ହେସି ତାର୍ ଚପଲ୍, ଚରନ୍, ଆଁଠୁ,

ଦର୍‌କାର ଫେର୍ ଦଲର୍ ଦଲାର୍ ଟୁରାର୍ ରକମ୍ ମୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୬ ।

‘ରକମ୍ ଅର୍ଥ’ ‘ପ୍ରକାର୍’ ନିହେସେ, ‘ଅର୍ଥ’ କେବଲ୍ ଆୟ୍

ପ୍ରକାର୍ ଯେନ୍‌ତା ହଉନ ହେଁଥିର୍ କାଁୟ୍ ଅଛେ ପର୍‌ଓ୍ୱାୟ?

ରାଜ୍‌ନୀତି ଆୟଜ୍ ନୀତି ନାଇଁ ମାନେ, ନାଇଁ ଡରେ ‘ଅନ୍ୟାୟ’,

ଟିକଟ୍ ଗୁଟ୍‌କ ବଡ଼୍‌ଖା ବଡ଼୍‌ଖା ବନେ ବିଡ଼ା କେତେ ନୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୭ ।

ନିର୍ବାଚନର୍ ଖର୍ଚାର୍ କଥା ଶୁନ୍‌ଲେଁ ଲାଗ୍‌ସି କାବା,

ଝନେ ଝନ୍‌କର୍ କୁଡ଼େ କୁଡ଼େ ଲାଖ୍! କେନ୍‌ନୁ ଆୟ୍‌ସି ବାବା?

ହେତ୍‌କିଟେ କାଁୟ୍ ଝାଲ୍‌ପୁଛା ଧନ୍ ତୁପିଥିଲେ ବୁଆ ବବା?

କୁଷ୍ଟଁଧନର୍ ଚୁମା-ନିଆ ଆୟ୍ ସବ୍ ଗୁପିନୀର୍ ଓଠ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୮ ।

ମିଲ୍‌ଲେଁ ଟିକଟ୍ ଖଣ୍‌କ ଆଉର୍ କାଁୟ୍ ପର୍‌ୱାୟ୍ ଅଛେ?

ତୁପ୍‌ଲେଁ ବିହନ୍ ବିଜେ ଘିନିକରି ମିଲ୍‌ସି ତ ଫଲ୍ ଗଛେ,

ସହ୍ ସହ୍ ଗୁନ୍ ସହ୍‌ଜେଁ ଘିଚ୍‌ବା ଜାଇଛେ ଯଦ୍‌ରି ରଁଚେ,

ସହ୍‌ଜେଁ ପଁହ୍‌ଚି ହେସି ‘ଓଏସିଏସ୍’, ଘିନିକକରି ଗୁଟେ ଓଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୯ ।

୧୦

ନିର୍ବାଚନ୍ ଥି ହାର୍ ହେବା ବଲି କାର୍ ଅଛେ ଡର୍ ବାବୁ?

ଡାବୁ ଦେଇ କରି ଗୁଂଡ଼ା ଲଗାଲେଁ ‘ବୁଥ୍’ କରିହେସି କାବୁ;

କେନ୍ ପ୍ରାର୍ଥୀର୍ ଚୁତ୍‌ଲେଁ ଏଭର୍ ‘ଡିମନ୍‌କ୍ରେସି’ର୍ ଆବୁ

ନାଇଁନ ଜେ ମୁଇଁ ବାଛ୍‌ମି, ନିଛ୍‌ମି, ଚୋର୍ ଭିଲୁଁ ସଚ୍ଚୋଟ୍?

ନାଇଁ ଦିଏଁ ମୁଇଁ ଭୋଟ୍ ।୧୦ ।

୧୧

ଶିକ୍ଷା ବୟ୍‌ଲେଁ ସାକ୍ଷର୍; ଅଛେ ଛେଛ୍‌ରି ଖପର୍ ଘର୍,

ଦଲ୍-ପର୍ସାର୍ ଦାୟଲ୍ ଭି ନିଅଁଟ୍, ଦଲ୍‌ପତି-ନୌକର୍,

ଏସୁର୍ ଜଦ୍‌ରି ଏମ୍‌ପି ଏମେଲେ ବନି ଜାୟ୍ ତାର୍ ପର୍

ଦେଖ୍‌ବ ପରୁର୍ ଉଢ଼ବା ଜରୁର୍ ଜରିଦାର୍ ପେଁଟ୍ କୋଟ୍!

ନାଇଁ ଦିଏଁ ମୁଇଁ ଭୋଟ୍ ।୧୧ ।

୧୨

ଜେନ୍ ଦୁଖେଁ ଦେଶ୍ ହେଇଛେ ସ୍ୱାଧୀନ୍ ନାଇଁ ଦେଖି ନାଇଁ ଜାନି,

ରଁକୀର୍ ଦୁଖୀର୍ ଦୁଖ୍ ଥି ଆଖିର୍ ଥିପେ ନାଇଁ ଜାର୍ ପାନି,

ଦୁଖୀର୍ ରକତ୍ ଦେଶର୍ ସଁପଦ୍ ଶୁଷିନେସି ଜେନ୍ ପ୍ରାନୀ,

ଜାନ୍‌ତିକେଁ ନାଇଁ ଦିଏଁ ତାକେ ଭୋଟ୍, ଦେମି ଭଲ୍ କରି ଘୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୧୨ ।

୧୩

ବାଛ୍‌ଲ ଜାହ୍‌କେ ଭଲ ବଲି ତାର୍ କାଁୟ୍ ହେଲେ ଭଲ୍ ଗତି?

ଦଲ୍‌କେ ଢ଼ୁକଲେଁ ତାର୍ ମନେଁ ମନ୍ ବନ୍‌ସି ସେ ଦଲ୍‌ପତି,

ଚାଲ୍‌ସି ତେକ୍‌ତେଁ କେତେ ଝନ୍‌କର୍ ଦଲ୍‌ପଟା-ଦଲ୍‌ପଟି,

(ଆଝିର୍ କାଗ୍‌ଜେଁ ବିବୃତି ଦେବେ ଆମେ ସବ୍ ଏକ୍‌ମତି,

ଏକ୍‌ପତି ସବ୍ ଆମେ ଜନେ ଜନେ ପାଁଚ୍-ବର୍ଷିଆ-ସତୀ)

ଆଝିର୍ ଜେ ବଡ଼୍ ତାହ୍‌କେ ଦେଖ୍‌ବ କାୟ୍‌ଲ୍‌ ସବକୁରୁଁ ଛୋଟ୍

ନାଇଁ ଦିଏଁ ମୁଇଁ ଭୋଟ୍ ।୧୩ ।

୧୪

ଭିନ୍ ଭିନ୍ ଦଲ୍ ଭିତ୍‌ରେଁ ଦେଖ୍‌ବ ଛୁଛେଇଁ ଝଗର୍ ଝାଟି,

ଲୋକ୍‌ସଭା ଘର୍ ବାଦ୍ ନାଇଁ ଜାୟ, ସେନେ ଭିଲ୍ ହାତାହାତି,

ଗୁନ୍ଡ଼ା ଲେଖେନ୍ ଫିକାଫିକି ହେବା ନିଶ୍‌ଲା-ବଚନ୍-କାତି,

(ଲୋକ୍‌ସଭା କାମ୍ ଠପ୍ କରିଦେଇ ରଡ଼୍‌ତେଲ୍ କେନ୍ ‘ପାଟି’

ୱାକାଉଟ୍ କରି ଦେଖେଇ ହେସନ୍ ତାକର୍ ଅଲଗ୍ ଜାତି)

ସହ୍ ସହ୍ ଜେନ୍ ଏମ୍‌ପି ହେସନ୍ ଭଲ୍ ଥିବେ ଦଶ୍‌ଗୋଟ୍,

ନାଇଁ ଦିଏଁ ମୁଇଁ ଭୋଟ୍ ।୧୪ ।

୧୫

ରାଜ୍‌ନୀତି ଆୟଜ୍ ନଷ୍ଟ୍-ଭ୍ରଷ୍ଟ୍-ପୁଚ୍‌କୁନା-ପାୟନ୍-ନାଲି,

ବୁହୁଛେ କେବଲ୍ ଦୁର୍ନୀତି, ଧନ୍, ଖେମ୍‌ତାର୍ ଲୋଭ୍ ଖାଲି,

କଲାଧନ୍ ଚୋର୍ କାର୍‌ଖାନାକାର୍, ସିନେମା ପର୍ଦାୱାଲୀ

ସେଥିଁ ଢ଼ୁକି କରି ଛିଡ଼େଇ ଦେଲେନ ମାନବ୍-ଧର୍‌ମୁଁ ଗୋତ୍

ନାଇଁ ଦିଏଁ ମୁଇଁ ଭୋଟ୍ ।୧୫ ।

୧୬

କାର୍ କାଁୟ୍ ଜାୟ୍‌ତ, କିଏସେ ହିଂଦୁ, କିଏସେ ମୁସଲ୍‌ମାନ୍

ରାଜ୍‌ନୀତି ଆୟ୍‌ଜ୍‌ ମଗେଇ ଦଉଛେ ସବ୍‌କେ ଅଲଗ୍ ଠାନ୍,

ଚିତା ଚୟ୍‌ତନ୍ ବଡ଼୍ କଥା, ବଡ଼୍ ନୁହେ ମୁନ୍‌ସର୍ ପ୍ରାନ୍,

ହାନ୍ କାଟ୍ ମାର୍ ନର୍‌ସଂହାର୍ ହିଂସାର୍ ମାହ୍‌ସ୍ରୋତ୍

ବଂଦ୍ ନାଇଁ ହୟ୍, ଅଂଧ୍ ବାଗିର୍ ଦେଇଦେଲେଁ ମୁଇଁ ଭୋଟ୍? ।୧୭ ।

ଉପସଂହାର୍

ମୁଇଁ ନିଜେ କାଁୟ୍ ଭଲ୍‌ଟେ ଭାୟ୍‌ଲ ଜେ? ନୁହେଁ ଭଲ୍ ଜାନ୍‌ବାର୍,

ଭଲ୍ ହେଲେଁ ମୁଇଁ ଭଲ୍‌କେ ବାଛ୍‌ମି, ଭଲ୍ ହେବା ସର୍‌କାର୍,

ଲୋକ୍ ଜାନି ହେସି ଲୋକ୍‌ସର୍‌କାର୍-ମୋର୍ ଇ ଲେଖାର୍ ସାର୍,

ଭଲ୍ ହେମି ମୁଇଁ ଆଘ୍‌ଲି, ଜାନ୍‌ମି କିଏ ସତ୍ ସଚ୍ଚୋଟ୍!

ଖଲ୍ ଲାଗି ନୁହେ, ଦଲ୍ ଲାଗି ନୁହେ, ଭଲ୍ ଲାଗି ମୋର୍ ଭୋଟ୍ । ।

ଟେର୍‌ଛା ନଜର୍

 

ଝାରେଁ ଝାରେଁ ଫୁଟୁ ଝାର୍‌ମଲୀ ଭାର୍ ଭାର୍

(୧)

କାଗଜ୍-କେସ୍‌ରୀ ଏଭେଁ ହେଇକରି

ଉପ୍‌କୂଲୀ କେତେ ଝନ୍

‘ହାମେ ସିଂ’ ବଲି ରଡ଼ିରୁଡ଼ା କରି

ଜାର୍ ନାଆଁ ଧରସନ୍,

ସେହି ମାହ୍‌ରାଜ୍ କୋସ୍‌ଲି ‘ଯଯାତି’

‘ମଗଧ୍ ନିବାସୀ’ ବଲି

ଉଡ଼ିଆ କାବ୍ୟେଁ ଲେଖା ଅଛେ ଦେଖି

ରିସ୍‌ମି ଜାୟ୍‌ସି ଜଲି ।

କୋସଲ୍ ଦେଶର୍ ୟଶ୍ ଗୌରବ୍

ଉଡ଼ିଆ-ଶବଦ୍-ଜାଲେଁ

ଫସେଇ ଦେସନ୍ ଅନେକ୍ ଲେଖକ୍,

କବି ଉପକୂଲ୍ ଫାଲେଁ ।

କେଡ଼େ ବଡ଼୍ କବି କେଡ଼େ କୌଶଲେଁ

କେତେ ମିଛ୍ ଲେଖିଛନ୍

କୋସଲର୍ ରଜା ଯଯାତି ନାଆଁଥି,

ସୁନ ସୁଧୀ ସଜ୍ଜନ୍ ।

(୨)

ନାଲିସ୍ କରୁଛେଁ ଜେନ୍ ଉପ୍‌କୂଲୀ

ଉଡ଼ିଆ କବିର୍ ନାମେଁ

ମହାଯାତ୍ରା ସେ କରି ସାରି ଏଭେଁ

ଅଛନ୍ ଅମର ଧାମେଁ ।

ନଗେଂଦ୍ରବାଲା ସର୍‌ସତୀ ସାଁଗେଁ

ହଉଥିବେ ଦୁଖ୍ ସୁଖ୍

କହୁଥିବେ ପରେ, ମାଫ୍ କର ଦେବୀ!

ଜାହା ହେଲା ଭୁଲ୍‌ଚୁକ୍ ।

କବି ନାଇଁ ଥାଇ ସୁରୁ ବଁଧ୍‌ଲିର୍

ଚିଁଗ୍‌ରି, କୁତ୍‌ରି, ଠୁରୁ

ହାମର୍ ଲାଗି ସେ କାବ୍ୟ ସାଗ୍‌ରେଁ ମଗର୍,

ସେ ଯୁଗେଁ ଗୁରୁ ।

(ଯାହାର୍ ପାହାକେ ମୋର୍ ଶହ ଶହ

ଜୁହାର୍ ବହୁତ୍ ଧୂରୁଁ)

ମେହେର୍ କବିର୍ କୋସଲୀ -ଶବଦ୍

ଗଁଧ୍‌ଲା ସମ୍‌ଲପୁରୁଁ ।

‘କୀଚକ୍ ବଧ’ର୍ ‘ଛିନୁ’ ବଧିକରି

କଲେ ଜେ ଛୁଛେଇଁ ଛିଛି

କୋସ୍‌ଲୀ ଶବଦ୍ ଅରଥ୍ ରଁଚେ ବି

ନାଇଁ ଜାନିକରି କିଛି ।

(‘ତପସ୍ୱିନୀ’ର ‘ନିଛି’ ଦେଖି କରିଥିତେ ଛିଛି ମିଛାମିଛି!)

ଘିଚି ଦେଇଥିଲେ ଅବୋଧ୍ ଉଡ଼ିଆ

ଉପ୍‌କୂଲୀ କଲା ଗାର୍,

ଦଖିନ୍-କୋସଲ୍ ନାଆଁଗଁଧି ମିସେ

କାବ୍ୟେଁ ନାଇଁନ ଜାର୍ ।

ଶହେ ସାଲ୍ ଆଘେଁ ସେହି କବିବର୍

ଉପ୍‌କୂଲୀ ରାଧାନାଥ୍

ପର୍‌ଘେଇ ଥିଲେ କୋସଲ୍-ଚୁତ୍‌ଲେଁ

ଐତିହାସିକ୍-ଲାତ୍ ।

ନିହେ ମେଟେ, ନାଇଁ ମେଟେ ବି ସୁହ୍‌ଜେଁ

ଲାତର୍ କଜ୍‌ଲା-ଚିନ୍‌ହ୍‌

ମେଟ୍‌ବା ସାୟତ୍‌ କୋସ୍‌ଲ-ଉଡ଼୍‌ଶା

ୟଦି ହେବେ ଭିନ୍ ଭିନ୍,

ୟଦି କୋସଲ୍‌ନେଁ ଉଡ଼ିଆ କାବ୍ୟ

କବିତା, ଉଡ଼ିଆ ଭାଷା

ପଢ଼ା ହେବା ଶେଷ୍, ଇ କୋସଲ୍ ଦେଶ୍

କର୍‌ବା ତେନେ ସେ ଆଶା ।

ରାଧାନାଥ୍-ଲେଖା ଯଯାତି କେଶ୍‌ରୀ

ଉଡ଼ିଆ ଭେସର୍ ବହି

ନେଇ କରି ଭାଇ! ଏତେ ଏତେ କଥା

ଇଠାନେଁ ଦେଲିଁନ କହି ।

ସେହି ଅଲାଜୁଗ୍ ବହିର୍ ଯଦ୍‌ରି

ପଢ଼୍‌ବ ପହିଲ୍ ଧାଡ଼ି

ମୋର୍ କଥେଁ ଯଦି ଶଁକା ହଉଛେ ତ

ସୁହ୍‌ଜେଁ ପଲାବା ଛାଡ଼ି ।

(ହେଁ ବହି ଖୁଲ୍‌ଲେଁ, ରିସ୍‌ମି ବଲ୍‌ସି ପକା ଫଡ଼ୋ ଫଡ଼ୋ ଫାଡ଼ି!)

(୩)

ଉଡ଼ିଆ କାବ୍ୟ-ସାଗର୍-ପାରଗ୍

ରାଧାନାଥ ଲେଖେଁ ଜ୍ଞାନୀ

ଇଂଲିଶ୍ ମିଶେ ହେତେ ପଢ଼ି କାଣା

ଇତିହାସ୍ ନାଇଁ ଜାନି?

ଜାନିଥିବେ, ସେ ତ ପ୍ୟାରୀ ମୋହନର୍

‘ଓଡ଼ିଶାର୍ ଇତିହାସ୍’

ବଡ଼୍ ଇସ୍କୁଲୀ-ହାକିମ୍ ଭାବେଁ ହେଁ

ବହି କରିଥିବେ ପାସ୍ ।

(ସେଟା ସେତେବେଲେଁ ଗୁଟେ ବଲି ଥିଲା

ପିଲାପଢ଼ା ଇତିହାସ୍ ।)

ତଥାବି ଜଦ୍‌ରି ଯଯାତି କେଶ୍‌ରୀ

‘ମଗଧ୍ ନିବାସୀ’ ବଲି

ଲେଖ୍‌ଲେ, ତାକଁର୍ ମତ୍‌ଲବ୍ କାଣା

ନାଇଁପାରୁଁ ହାମେ କଲି?

କୋସଲ୍ ବେକେଁ ସେ ଫାଁଦ୍‌ଲେ ସେ ଯୁଗେଁ

ପହିଲ୍ ଶବଦ୍-ଡ଼ୋର୍;

ପଛ୍‌କେ ଦୁସର୍-ଦେଶର୍ ଭାଷାର୍

ଯଶ୍-ଗୌରବ୍-ଚୋର୍,

ଖୋବ୍ ନାମ ବଡ଼ା ଦର୍ଶନ୍ ଥୋଡ଼ା

ବଡ଼୍ ବଡ଼୍ ଝନାକେତେ

ଘିଚ୍‌ଲେ ସେ ଡୋର୍ ଜହ ଜହ ଜୋର୍,

ମୋର୍ ଦେଶ୍ ଅନାଏତେଁ,

ଘିଚି ହେଇଗଲା ଉଡ଼୍‌ଶା ଆଡ଼୍‌କେ,

ଭାଷା-ସଂସ୍କୃତି-ଖେତେଁ

କର୍‌ମି ଦାୟ୍‌ମି ଫସଲ୍ ବୟ୍‌ଲେଁ

ମାର୍ ଖାଉଛେ ବେତେଁ!

‘ଯଯାତି କେଶ୍‌ରୀ’ କାବ୍ୟ ଜଦ୍‌ରି

ପଢ଼୍‌ବ ଜାନ୍‌ବ ଭାଇ!

ଯଯାତିର୍ ପରେ ସଜ୍ଜନ୍-ରାଜ୍‌

ଚରିତର୍ ନାଇଁଥାଇ!

ଯାଜ୍‌ପୁରେଁ ପରେ ରାଜ୍ ମହଲ୍‌କେ

ମାହ୍‌ରାଜ୍ କୋସଲେଶ୍

ଚୋର୍ ଲଂପଟ୍ ଲେଖେଁ ସମିଥିଲେ

ପରେ ଧରି ନାରୀଭେସ୍!

ସେ ପରେ ରଜାର୍ ଯୁବ୍‌ତୀ ନନୀର୍

‘ସହି’ ବନି ଲୁକି ଲୁକି

ଅଁଧ୍‌ରିଆ ଛିନା କୁଠିକେ ନନୀର୍

ଚୋର୍ ଲେଖେଁ ଗଲେ ଢ଼ୁକି!

“ମୁହଁସଁଜ୍ ବେଲେଁ ପୁହଁଚିଲ ସହି!

ଅଁଧାର୍ ରାତିର୍ ବେଲା

ୱାପସ୍ ନାଇଁ ଜ, ରାୟତ୍‌ଟା ରହି ଜ”

- ଜେମା ପରେ କହିଦେଲା!

ଏଖେଁ ତ ଜୁଆନ୍ ଫିରିଜିବେ ବଲି

ରଁଚେ ନାଇଁଥାଇ ପାଁଚି,

ତାହିଁ ଜେ ତାଁକର୍ ନୁର୍‌ଲା ମୌକା

ଜେମାଦେଈ ଦେଲା ଯାଚି!

ଗୁଟେ ଦିଗୁଁ ସିନେ ବାହ୍‌ରେଁ ଅଁଧାର୍

ଆଉଥିଲା ଘୁଟି ଘୁଟି,

ଜୁଆନ୍‌ର ମନେ ଦଶ୍ ଦିଗୁଁ ଦଶ୍

ପୁନି-ଜନ୍ ଗଲା ଫୁଟି ।

ରହ୍‌ୟ୍‌ଲେ ଯଯାତି ସେଠାନେ ସେ ରାତିଁ,

ଗୁଟେ ବଲି ଖଟ୍ ଥିଲା,

ଗୁଟେ ଶେଯ୍ ଉଢ଼ି ସୁୟ୍‌ଲେ ସେ ଜେମା,

ଯଯାତି-ଜୁଆନ୍ ପିଲା ।

ଆସ୍ତେ ଆସ୍ତେ ‘ସହି’ର୍ ଦିହେଁ ଜେ

ଅଦ୍‌ଲେଇ ହେଲା ‘ଦେଈ’

ନାଇଁ ହେତା? ଗୁଟେ ସାନ୍ ଖଟେଁ ଦୁହେ

ସୁଇଥିଲେ ସାଁଗ୍ ହେଇ!

‘ଦେଈ’ ପାଇଗଲା ନ-ଦେଖ୍‌ଲା ସୁଖ୍,

ଭାବ୍‌ଲା ସେ ମନେଁମନ୍

‘ସହି’ ହେତା ଯଦି ଅଁର୍‌ରାଟେ ମୁଇଁ

ଯାଚି ଦେତିଁ ଯୌବନ୍!”

ସପନ୍ ଦେଖ୍‌ଲା ଲେଖେଁ ସେ ସହିକେ

ଜହୁଁ ବାହା ପୁଟ୍‌ଲେଇ

ଟିକେ ରହିଗଲା, ଅଁର୍‌ରାଟେ ସଥେଁ

ବଲି ଜାନି ଗଲା ଦେଈ!

ଲଜାଲା ରଜାର୍ ଲାଜ୍‌କୁରୀ ଜେମା,

‘କାଣା ଭାବୁଥିଲା ପିଲା’?

ବାହା-ଭିଡ଼ା ଟିକେ ଜାନ୍-ନ-କାନ୍ ସେ

କରିଦେଲା ଜହୁଁ ଢ଼ିଲା ।

ଯଯାତି ଜାନ୍‌ଲେ, ତାକେ ଭିଡ଼ି ନେଲେ,

କହିଦେଲେ ପରେ କାନେଁ

“ଅଁର୍‌ରାଟେ ହେଇ ଗଲିଁ ସହି! ଗୁଟେ

ବାବାଜିର୍ ବର୍‌ଦାନେଁ ।

ବର୍ ହେତିଁ ମୁଇଁ ରାତିଁ, ୟଦି ହେତ

ମୋର୍ କଥେଁ ରାଜି, ସହି!

ସାଁଗ୍ ହେଇ ଇନ ଦିନାକେତେ ସୁଖେଁ

ନାଇଁ ପାର୍‌ତାଁ ଗୋ ରହି?”

ଜେମା ପରେ ବଡ଼ା ସୁଖେଁ ଝଟ୍ ରାଜି

ହେଇ ଯଯାତିର୍ ଛାତି

ଭିଡ଼ି ଆନି କରି ଜାହା କଲା,

ଜାହା ଘଟ୍‌ଲା ସେ ଛୋଟ୍ ରାତି ।

ସେ କଥା ତ ମୁଇଁ ନାଇଁ ଲେଖି ପାରେଁ;

ଯେତ୍‌କି ଲେଖିଛେଁ ଇନେଁ

ବୁଆର୍ ଦିନେ ଭିଇ ବାଗିର୍ ଭଣ୍

ନାଇଁଲେଖି କେନ୍‌ସିନେଁ ।

ରାଧାନାଥ୍ ଜେମା ଯଯାତିର୍ ଲୀଲା

ଲେଖି ଯାଇଛନ୍ ଜାହା

ସେଟା ତ ତଁତର୍ ମଁତର୍ “କ୍ଲୀଂ...

କଂଦର୍ପାୟ ସ୍ୱାହା”! ରାଧାନାଥ୍ ଆଘେଁ ସଁସ୍କୃତ୍ କବି

‘ଅମରୁ’ ମର୍ତେ ଲାଜେଁ

‘ବିଲ୍‌ହଣ’ ‘ଜୟ-ଦେବ୍’ ଆରୁ ଆରୁ

କବି ଭି ଲାଗ୍‌ବେ ବାଜେ ।

ସାଏଦ୍ ଉଡ଼ିଆ କବି ସମ୍ରାଟ୍

ବଲି କହା ହେସି ଜାକେ

ସେହି ଉପେଂଦ୍ର ସଲ୍‌ଖେଁ ଠିଆଡ଼୍

ହେତେ ରାଧାନାଥ୍ ପାଖେଁ ।

ରାଧାନାଥ୍ ନିଜେଁ ଭଂଜର୍ ମୁଇଁ

ବଡ଼୍‌ଠାନୁ ବଡ଼୍ ଚେଲା’

ବଲି ଥରେ ନିଜେଁ ଲେଖିଥିଲେ ଜାହା

ସେଟା ପୂରା ସତ୍ ହେଲା ।

ଉଡ଼ିଆ କାବ୍ୟ ‘ଯଯାତି କେଶ୍‌ରୀ’

ଲେଖେଁ ଅଲାଜୁଗ୍ ବହି?

କେନ୍ ଭାୟ୍‌ଦଦା ବହେନ୍ ପଢ଼୍‌ବେ

ଏକେଠାନେଁ ବସିରହି?

ଇଉରୋପ୍ ମାହ୍‌ଦେଶର୍ ମିସେଲ୍

‘ଓଭଡି଼୍’ ‘ଦାଂତେ’ ‘ହୋମର୍’

‘ଭର୍ଜିଲ୍‌’ ଆରୁ ‘ବାୟ୍‌ରନ୍‌’ ଆଦି

ମର୍ଜି ଜଦ୍‌ରି ତୁମର୍

ହଉଛେ ତ ପଢ଼ି ପକ, ପଢ଼ ମିସେ

ହିଂଦୀ, ବଂଗ୍‌ଲା ବହି

କାହ୍‌ରିନୁ ଭଁଣ୍ ଲେଖାଥି ଉଡ଼ିଆ

ଊନା, ନାଇଁ ପାର କହି!

(୫)

ସହି ସାଁଗେଁ ପରେ ରହ୍‌ୟ୍‌ଲେ ଯଯାତି

ଧରି ସେହି ନାରୀ-ଭେସ୍

ସେ ଜେମାଦେଈର୍ ସେବା କରୁଥାଁନ୍,

ବାଁଧି ଦଉଥାଁନ୍ କେଶ୍ ।

ଜେମାର୍ ରାଜୀବ୍- ଚରନ୍ ମାଜି ସେ

ଅଲ୍‌ତା ଚିତ୍‌ରି କରି

ଦିନ୍ ବେଲେଁ ପୂରାପୂରି ପୌରୁଷ୍

ତାର୍‌ନେଁ ବିକ୍ରି କରି ।

ରାୟତ୍ ହେଲେଁ ଫେର୍ ଜେମାର୍ ଜୀବେଶ୍

ହଉଥାନ୍ କୋସଲେଶ୍

ଦିନା କେତେ ଗଲା ଲଂପଟ୍ ଲୀଲା

ହେଇଗଲା ପରେ ଶେଷ୍!)

ରଜାର୍ ସିପେହି ପକ୍ଡ଼ି ପକାଲା

ରଜାଠାନେଁ କଲା ପେଶ୍ ।

ଧୟନ୍ ସେ ରାଜକେ ନାଇଁ ଥାଇ ଜାର୍

ମର୍‌ମେଁ ମରମ୍ ଲେଶ୍!

ଯଯାତିକେ ପରେ ଜୁଏଁ କରି ଜାରି

କଲା ଇଟା ‘ଦେବାଦେଶ୍’!

ନିପୁତର୍ ରଜା, ଉଡ଼୍‌ଶାର୍ ଗାଦି

ଦାନ୍ ଦେଲା ଜୁଏଁ ପାଦେଁ

ଯଯାତି ଉଡ଼୍‌ଶା ରଜା ବନିଗଲେ

ସସୁରର୍ ପର୍‌ସାଦେଁ!

(୬)

କାର୍‌ସାଦି ଖାଲି କରିଛନ୍ ଭାଇ!

ଉଡ଼୍‌ଶାର୍ କବିବର୍,

କୋସ୍‌ଲର୍ ନାଆଁ - ୟଶ୍ ସୁନିଦେଲେଁ

ଲାଗୁଥିବା ମହା ଡର୍,

କୋସଲ୍-ଝାରର୍ କଁଟା ଜାଉଥିବା

ହୁର୍‌ଦେଁ ତାକର୍ ଗବି

କାର୍‌ସାଦି କରି ଯଯାତି କେଶ୍‌ରୀ

କଥା ଲେଖିଦେଲେ କବି ।

ଭାରତ୍ ଭୂଇଁର୍ କେନ୍ ରଜା ନାଇଁ

ହେଇଥିତା କୁର୍‌ତାର୍ଥ୍

ଯଯାତି ଜଦ୍‌ରି ତାର୍ ଜେମା କାଜେଁ

ଲମେଇ ଥାୟ୍‌ତେ ହାଥ୍?

କେନ୍ କିନ୍ନରୀ, ଅପ୍‌ସରୀ, କେନ୍

ସର୍‌ସତୀ-ରୂପ୍‌ବତୀ

ଖୁସି ନାଇଁ ହେତା ପାୟ୍‌ବାର୍ କାଜେ

ଯଯାତି ମିତାଲ୍ ପତି?

ଯଯାତି ମାୟ୍‌ଝି-ଲଂପଟ୍ ଲେଖେଁ

କାର୍ ଘରେଁ ଢ଼ୁକିକରି

କେନ୍ ଜେମାନିକେ ଯାୟ୍‌ତେ କାଆଁଜେ

ଚୋର୍ ଲେଖେଁ ଲୁକି କରି?

କୋସଲ୍ ନରେଶ୍ ନାମ୍‌ଜାଦା ସୋମ୍‌-

ବଉଁଶୀ ‘ଜନମେଜୟ୍’

ଉଡ଼୍ରବିଜୟୀ ବୀର୍ ବଲି ଜାର୍

ନାମ୍ - ଯଶ୍ ଅକ୍ଷୟ୍ ।

ସୁନାର୍ ସହର୍ ସୋନପୁରର୍ ଜାର୍

ଥିଲା ମୁଲ୍ ରାଜ୍‌ଧାନୀ,

‘ବିନ୍‌କା’ ଦୁସର୍ ରାଜ୍‌ଧାନୀ କଲେ

ଦେଶର୍ ଗରଜ୍ ଜାନି ।

ଜଂଗୀ ଫଉଜ୍ ସଂଗ୍ କରି ଖେପି

ଥିଲେ ଜେ ଉଡ଼୍ର ଆଡ଼େଁ

ଉଡ଼୍ର ରଜାର୍ ମୁଁଡ଼୍ ଜେ ଉଡ଼ାଲେ

ବଡ଼େ କୁଂତର୍ ମାଡ଼େଁ ।

ଜାର୍ ବଡ଼୍‌ଗଡ଼୍ ହେଇ ରହିଥିଲା

କଟକ୍ ଚୌଦୁଆର୍

ସେ ଆଡ଼ୁଁ କୋସଲ୍ ଦେଶ୍‌କେ ସମ୍‌ବା

ଦମ୍ ନାଇଁହୁଏ କାର୍ ।

ହୁସିଆର୍ ବୀର୍ ଜୁଗିଥିଲେ ଜାର୍

ଟେକି କରି ହଥିଆର୍,

ସେହି ମାହ୍‌ବୀର୍ ଜନ୍‌ମେଜୟର୍

କୋସଲ୍-ଉଡ଼୍‌ଶା ଭାର୍

ବୁହିଲେ ପଛ୍‌କେ ଯଯାତି କେଶ୍‌ରୀ

ବାହାବୀର୍ ବଲିଆର୍!

‘ଯଯାତି କେଶ୍‌ରୀ’ କାବ୍ୟର୍ କଥା

ଆୟ୍ ମିଛ୍ ଗୁଲିଆର୍

ଆଫୁଆର୍ ଅବା କେନ୍‌ସି କପ୍‌ଟି

ନୀଚ୍ ଉପ୍‌କୂଲିଆର୍ ।

(୭)

ଯାଜ୍‌ପୁରେଁ ରଜା ଯଯାତି ବସାଲେ

ଉପ୍‌କୂଲୀ-ରାଜ୍‌ଧାନୀ

ରାଜ୍ ପୋସାକ୍ ସେ ପିଁଧିଥିବେ, ଲୁକେ

ଦେଖିଥିବେ ରାଜ୍-ଠାନି ।

ବାଜିଥିବା ଜୋର୍ କୋସଲ୍ ଦେଶର୍

ମୁହ୍‌ରି ନିସାନ୍ ଢ଼ୋଲ୍

ସାଜି ହେଇଥିବେ ରଜା-ଘରିୟେନ୍,

ପଡ଼ିଥିବା ହରିବୋଲ୍ ।

କଁପି ଉଠିଥିବା ପୁର୍‌ଥୀ ଆକାଶ୍

ଉପ୍‌କୂଲୀ ସମୁଦର୍

ଯଯାତି ରଜାର୍ ଶହ ଶହ ଧଜା

ଉଡ଼ିଥିବା ଫର୍ ଫର୍ ।

କାହିଁଗଲା ଏତେ ବଡ଼୍ ବଡ଼୍ କଥା,

ଜେଭେଁ ନୁଆଁ ରାଜ୍‌ଧାନୀ

କଲେ ପ୍ରତିଷ୍ଠା କୋସଲ୍ ନରେଶ୍

ସାଁଗେଁ ଥାଇ ମାହ୍‌ରାନୀ ।

ହାୟ୍ ହାୟ୍ କବି ରାଧାନାଥ୍ ରାୟ୍

ଯଯାତିକେ କଲେ ଚୋର୍

ଉଡ଼୍‌ଶା ରଜାର୍ ସିପେଇର୍ ହାଥେଁ

ବଁଧାଲେ ତାହ୍‌କୁଁ ଡ଼ୋର୍!

(୮)

ଯାଜ୍ପୁରେଁ ରଜା ଯଯାତି ବସାଲେ

ଜେନ୍ ନୁଆଁ ରାଜ୍‌ଧାନୀ

ଗଢ଼ାଲେ ସେଠାନେଁ ଗୁଡ଼ିମାନ୍, ଧୂରୁଁ

ମାହାନ୍ ପଖନ୍ ଆନି ।

ମୁଗ୍‌ନି ପଥ୍‌ରେଁ ବନେଇ ବୟ୍‌ଲେଁ

ଅୟେନ୍ ମୂର୍ତିମାନ୍

ଆଝିର୍ ମିସେଲ୍ ଦେଖ୍‌ବ ବୟ୍‌ଲେଁ

ବଲ୍‌ବ ରହିଛେ ଜାନ୍ ।

କନୌଜ୍‌ନୁ ବେଦ୍-ବିଦ୍ୱାନ୍ ଦଶ୍

ହଜାର୍ ବିପ୍ର ଡାକି

ଯୟ୍‌ଗଁ କରାଲେ ‘ଦଶାଶ୍ୱମେଧ୍

ଘାଟ୍’ ଅଛେ ତାର୍ ସାଖୀ ।

ବିପ୍ରମନ୍‌କେ ଧନ୍-ଗାଆଁ-ଭୂଇଁ

କେତ୍‌ନେଇଁ କେତେ ଦାନ୍

ଦେଇ ଦେଇ କରି ଯଯାତି କେଶ୍‌ରୀ

ବସାଲେ ‘ଶାସନ୍’ ମାନ୍ ।

ଦେଶୁଁ ଅଜ୍ଞାନ୍ ହଟାଲେ, ବଢ଼୍‌ଲା

ଭାଷା ସଁସ୍‌କୃତ୍ ଜ୍ଞାନ୍

ଜେନ୍‌ଥିର୍ ଫଲେଁ ଉପକୂଲ୍‌ୱାଲେ

ଦେଖାସନ୍ ଏଡ଼େ୍ ଟାନ୍!

ଭୁବନେଶ୍ୱରେଁ ମୂଲ୍ କରିଥିଲେ

ଲିଁଗ୍‌ରାଜ୍ ଗୁଡ଼ି କାମ୍

ପୁରୀନେ ଦେଉଲ୍ ପୂରା କରି ଦେଲେ,

ହେଲା ଜଗ୍‌ନାଥ୍‌ ଧାମ୍ ।

‘ସୌରୀ ନାରେନ୍’ ଠାନେଁ

କାଠର୍ ମୂର୍ତି ପୂଜା କରୁଥିଲେ

କୋସ୍‌ଲୀ ଶବର୍‌ମାନେଁ ।

କୋସଲ୍ ଛାଡ଼୍‌ଲେ ଯଯାତି ଆଉର୍

ଜଗ୍‌ନାଥ୍‌ ମିସେ ବଲି

ଉଡ଼୍‌ଶା ଉଡ଼ୁଛେ ଉପ୍ରେଁ,

ହାମର୍ କୋସଲ୍ ପଡ଼ିଛେ ତଲି!

କୋସଲ୍ ତ ଖାଲି ହେଇଛେ ମୁନୁଷ୍‌-

ପଶୁର୍ ଜନମ୍-ସ୍ଥଲୀ

ରାଧାନାଥ୍ କାହୁଁ ଲେଖ୍‌ତେ ଯଯାତି

କୋସଲୁଁ ଆୟ୍‌ଲେ ବଲି?

ସହେ ସାଲେ ଆଘେଁ ରାଧାନାଥ୍ କବି

କଲେ ଜେନ୍ ଅବିଚାର୍

ଭାଷାର୍ ଖେତେଁ ସେ ବୁହାଲେ ଜେନ୍‌ତା

ପ୍ରାଂତୀ ଭାବ୍‌ନାଧାର୍,

‘କ୍ରାଂତିଧାରା’ଟା ଇହାଦେ ଦେଖାଲା

ତାଜା ପର୍‌ମାନ୍ ତାର୍!

ଭାଉଁର୍ ଭାଉଁର୍ କିଂଦ୍‌ରୁଛେ ଭାଇ!

ଅସୀମ୍ ସମିୟା-ସିଲି

ତଲ୍‌କେ ହଁସୁଛେ ହାଲ୍‌କେ ଉପର୍,

କାୟଲ୍ ତଲେଁ ଯିବା ବିଲି ।

ହଉ, ଉପ୍‌କୂଲେଁ ଫୁଟୁନ୍ କଟକୀ-

ଉଡ଼ିଆ-କମଲ୍-କଲୀ

ହାମର୍ କୋସ୍‌ଲେଁ ଝାରେଁ ଝାରେଁ ଫୁଟୁ

ଭାର୍ ଭାର୍ ‘ଝାର୍‌ମଲୀ’ ।

ଶଂକରାଚାର୍ୟକୃତ

 

ଭବାନ୍ୟଷ୍ଟକସ୍ତୋତ୍ରମ୍

(ଭୁଜଂଗପ୍ରୟାଦ ଛଂଦ)

- ଭାବାନୁବାଦ -

ନାଇଁନ ବୁଆମାଁ ନାଇଁନ ଉନିଆଁ

ସ୍ୱଜନ, ସାହା କିଂବା କୁଠିଆ, ହଲିଆ,

ନାଇଁନ ବିଦ୍ୟା କି ବୁର୍ତି ମୋର୍ ଗୋ ମାଆ!

ଭବାନୀ ଗୋ ତୁଇଁ ଝନେ ହି ମୋର୍ ସାହା ।୧ ।

କୁ-ସଂସାର୍‌-ଫାସେଁ ମାଁ ହେଇଛେଁ ଗୋ ବଂଧା,

ପଡ଼ିଛେଁ ଦୁଖେଁ ଇ ସଁସାର୍-ସାଗ୍‌ରେଁ ଅଂଧା,

ମୁଇଁ ଲୁଭୀ, କାମୀ, ନାଇଁନ ମୋର ସାହା

ସାହା ଏକ୍‌ଲା ତୁଇଁ ଭବାନୀ! ମୋର୍ ମାଆଁ! ।୨ ।

ନାଇଁ ଜାନେ ଧିଆନ୍, ନାଇଁ ଜାନେ ତଂତର୍,

ନି ଜାନେ ଦାନ୍‌ଦପାନ୍, ପୂଜା, ଧଜା, ମଂତର୍,

ମାହାନ୍ ଗବ ମୁଇଁ, କିହେ ନାଇଁ ସାହା,

ଏକ୍‌ଲା ତୁଇଁ ସାହା ଭବାନୀ! ମୋର୍ ମାଆଁ! ।୩ ।

ନାଇଁ ଜାନେ ପୁଇନ୍, ତିରିଥ୍ ନାଇଁ କରେଁ,

ନାଇଁ ଜାନେ ମୁକ୍‌ତି - ବରତ୍ ନାଇଁ ଧରେଁ,

ଭକ୍‌ତି ଆରୁ ଲୟର୍ ସୂତର୍ ନାଇଁ ଜାନେ,

ଏକ୍‌ଲା ତୁଇଁ ସାହା ମାଆଁ! ମୋର୍ ଇଠାନେଁ । ।୪ ।

କୁ-କବାର୍ କର୍‌ସିଁ ମାଁ! କରିଛେଁ ଗୋ କୁ-ସଂଗ୍

କୁ-ବୁଦ୍ଧିଆ ମୁଇଁ କର୍‌ସିଁ କୁଲ୍-ରୀତି-ଭଂଗ୍

କୁ-ଭାଷା କହ୍‌ୟସିଁ ମୋର୍ ମାହାନ୍ ଗଁଧ୍‌ରା ନଜର୍,

ସାହା ହ ଭବାନୀ! ମାଆଁ ଗୋ! ତ୍ରାହି କର୍ ।୫ ।

ନାଇଁ ଜାନେ ବ୍ରହ୍ମା ବିଷ୍‌ଣୁ, ମହେଶ୍, ଇଂଦର୍,

ନାଇଁ ଜାନେ ସୁରୁଜ୍, ନାଇଁ ଜାନେ ଚଂଦର୍,

ଏକ୍‌ଲା ତକେ ମୁଇଁ ଜାନିଛେଁ ଗୋ ମାଆଁ!

ଭବାନୀ ଗୋ ତୁଇଁ ଝନେନ ମୋର୍ ସାହା ।୬ ।

ଦୁଖେଁ, ଗାଲି ଝଗ୍‌ରେଁ ଭୁଲେଁ ଆରୁ ଭଲେଁ,

ପର୍-ଦେଶେଁ, ପର୍‌ବତେଁ, ଜୁଏ ଆରୁ ଜଲେଁ

ଦୁସମନ୍-ଭିଲେଁ, ଝାରେଁ ଜାହିଁ ଥିଲେଁ ମାଆଁ!

ଭବାନୀ ଗୋ! ତୁଇଁ ଝନେନ ମୋର୍ ସାହା ।୭ ।

ଦର୍‌ଦରି, ଅଲାର୍ ମୁଇଁ ବେମ୍‌ରିଆ ଗୋ ମାଆଁ!

ଭୁଗୁଛେଁ ଜରାରୋଗ୍ କୁଁଦା ମୁଇଁ ଜାହା,

ଅଲ୍‌ହନ୍‌ଥିଁ ପଡ଼ିଛେଁ ଦୁର୍‌ବଲ୍-ବୁଦ୍ଧି-ବାହା,

ଭବାନୀ! ମାଆଁ ମୋର୍! ଏକ୍‌ଲା ତୁଇ ସାହା । ।୮ ।

 

ବିନ୍‌ତି-୧

(ବିଶ୍ୱକବି ରବୀଂଦ୍ରନାଥର୍ ବଂଗ୍‌ଲା କବିତା ବହି ‘ନୈବେଦ୍ୟ’ର୍ ଅଂତର୍ଗତ୍ ‘ମୁକ୍‌ତି’ ଶୀର୍ଷକ୍ ରଚ୍‌ନାର୍ ଧାଡ଼ି ବିଶେଷର୍ ଭାବ ସଂପ୍ରସାରର୍ ‘ବିନତି-୧’ । ପାଁଚ୍‌ମାତ୍ରିକ୍ ପର୍ବେଁ ବଁଧା ଛଂଦ୍ ।)

କର୍‌ତା ମକେ ସୁରୁଟେ କୟାଁ ବୟ୍‌ଠା କରି ଦିଅ ହୋ

ଜଲାବ ମକେ ତୁମେ ହି ଶିଖା ହେଇ ହୋ

ହେବା ସେ କୟାଁ ବୟ୍‌ଠା ଝନେ ଦୀନ୍ ଦୁଖୀର୍ ପ୍ରିୟ ହୋ

କୁରିଆ-କୁନେଁ ରାତିଁ ଉକିଆ ଦେଇ ହୋ ।୧ ।

ଆୟ୍‌ବା ୟଦି ଆସୁ ଗରେଲ୍, ଆସୁ ଝଁକେର୍ ବର୍‌ଷା

ରକ୍ଷା କରୁ ଥିବ ତୁମେ ସେ ଦୀୟା ହୋ

ତୁମେ ହି ହେବ ଦୀନ୍ କୁରିଆ- ବାସୀର୍ ଏକ୍ ଭର୍‌ସା

ସାହାସେଁ ଭରି ଜିବା ସେତାର୍ ହିୟା ହୋ ।୨ ।

ମୁଇଁ ସୁରୁଜ୍ ଚାଁଦ୍ ମିତାଲ୍ ବଡ଼୍ ହେବାକେ ଡର୍‌ସିଁ

ବଡ଼୍‌କା ହେଇ ଆକାଶେଁ ନାଇଁ ରହେଁ ହୋ

ଏତ୍‌କି ମୋର୍ ବିନ୍‌ତି ସୁନ, ସୁରୁଟେ ଥାଇ ମର୍‌ସି

ଇଥୁଁ ଅଧିକା ଆଉର୍ ନାଇଁ କହେଁ ହୋ ।୩ ।

ମାହ୍‌ପ୍ରୁ ତୁମେ ପରେ ସରବ୍-ଗାମୀ ହୋ

ମୋର୍ ଅଁତର୍‌ୟାମୀ ହୋ ।୪।

 

ବିନ୍‌ତି-୨

ରୋଜ୍ ନଉଥିଲିଁ       ତୋର୍ ନାଆଁ ମୁଇଁ

ଗୀତାର୍ ଅଧିୟେ ଗାଇ ଗାଇ,

ମାହାପୁରୁ! କାହିଁ ହଜ୍‌ଲା ସେ ଦିନ୍?

ହେତେ ଖୁଜିନୁରି ନାଇଁ ପାଇ ।୧ ।

ରୋଜ୍ ଗାଉଥିଲିଁ ତୋର୍ ଗାନ୍ ମୁଇଁ

ତାନ୍‌ପୁରା ବାଁଧି ମୋର୍ ସୁରେଁ

ମାହାପୁରୁ! କେନେଁ ହଜ୍‌ଲା ସେ ଦିନ୍

କେନ୍ ଅସୁରିଆ ଲଁକାପୁରେଁ? ।୨ ।

କାଁୟ୍‌କରି ମୋର୍ ତାନ୍‌ପୁରା-ତାର୍

ମୁର୍‌ଚା ଧରିଛେ, ନାଇଁ ଜାନେଁ,

କାଁୟକରି ତୋର୍ ରସର୍ ଆନଂଦ୍‌

ଧାର୍ ସୁଖିଗଲା ମୋର୍ ପ୍ରାନେଁ? ।୩ ।

ମାହାପୁରୁ! ଫୁନ୍ କେଭେଁ ତୋର୍ ଗୁନ୍

ଗାୟ୍‌ମି ଆନଂଦ୍ ପ୍ରାନେଁ ଭରି?

ସରି ତ ଗଲାନ ଜୀବନ୍‌ଟା ମୋର୍

ନାଆଁକେଁ ଜିଇଁଛେଁ ମରି ମରି୪ ।

ମାହାପୁରୁ! ସୁନ, ବିନ୍‌ତି କରୁଛେଁ

ମକେ ସୁରଦାସ୍ କରିଦେ ହୋ

ତୁଇଁ ମୋର୍ ଶିରେଁ, ଦିହେଁ ଛିରେଁ ଛିରେଁ

ତୋର୍ ରସାନଂଦ୍ ଭରିଦେ ହୋ ।୫ ।

ଆଖିର୍ ଉଜଲ୍ ଉକିଆ ନେଇ ଜା,

କୃଷଣାଂଜନ୍ ଦୁହି ଆଖିଁ

ଲେପି’ଦେ ବହଲ୍ ବୁଥଲ୍ କରି ହୋ

ହାୟଁ ଅଂଜନ୍ ମୁଇଁ ମାଖି,

ନାଇଁ ଦିସୁ କାହିଁ କେହ୍‌ନି ଦୃଶ୍ୟ,

କେହ୍‌ନି ଦରବ୍ କାହିଁ ହେଲେଁ

ଦେଖୁଥିମି ଜାହା କୃଷ୍‌ଣ-ସାଗର୍

ଜେନ୍‌କେ ଦେଖ୍‌ମି ଜେତେବେଲେଁ । । ୬-୭ ।

ସୁର୍‌ଦାସ୍ ହେଇ ବୁଲୁଥିମି ତୋର୍

ଆନଂଦ୍-ସାଗର୍ କୁଲେଁ କୁଲେଁ,

ଅଂଧା-ସଁସାର୍-ବଂଧନ୍ ଖୁଲି,

ଫିକି ଦେଇକରି ମୁଇଁ ବୁଲି ବୁଲି

ମାହାପୁରୁ! ତୋର୍ ଭକ୍‌ତି-ସାଗ୍‌ରେଁ

ବୁଡ଼୍‌ମି ସହସା ଭୁଲେଁ ଭୁଲେଁ ।୮ ।

ବୁଡ଼ି ବୁଡ଼ି ମୁଇଁ ପସ୍‌ତେଇ ହେମି

ଜୀବନେ ଜେନ୍‌ଟା ସାର୍ ବଲି

ସାଉଁଟି ଗଁଠେଇ ଧରିଥିଲିଁ, ସବୁ

ଅସାର୍, ପୁଲ୍‌ଚି-ମୁଗ୍‌ଫଲି ।୯ ।

ପ୍ରଭୁ ହୋ! ଅସୀମ୍ ଆନଂଦ୍-ସାଗ୍‌ରେଁ

ବୁଡ଼ି ବୁଡ଼ି କେଭେଁ ଘାୟ୍ ହେଲେଁ

ହବ୍ଡ଼ାମି ତୋର୍ ପାହାକେ, ଜାହା ଭି

କର୍ ନାଇଁ ଛାଡ଼େଁ କେତେବେଲେଁ ।୧୦ ।

ମାହାପାପୀ ବଲି ମକେ ମାହାପୁରୁ!

ନାଇଁ ପାରୁ ତଲେଁ ଖେବ୍ଡ଼େଇ,

ଶକ୍‌ତି ପାୟ୍‌ମି, ହେମି ବହଁଗର୍

ତୋର୍ ପାଦୁଁ ବଲ୍ ଘିଚି ନେଇ ।୧୧ ।

ଶକ୍‌ତି ଦେଇଛୁ, ଆୟଜ୍ ଭି ଦଉଛୁ

ଦିହେଁ ମନେଁ ମୋର୍ ହର୍‌ମିସା

ଭକ୍‌ତି ରଁଚେ କି ଥିପେ ନାଇଁ ଦେଇ,

ଦେ’ ଇହାଛିନି ହାୟଁ ନିସା ।୧୨ ।

ସୁର୍‌ଦାସ୍ ମକେ କର୍ ପ୍ରଭୁ! ତୋର୍

ନାଆଁ ଗାଉଥିମି ଦିନ୍ ରାତି

କେଭେଁ ନାଇଁ ଛାଡ଼ୁ ଭକ୍‌ତିର୍ ନିସା

ମତି ସଦା ହେଁଥି ରହୁ ମାତି ।୧୩ ।

ମକେ ସୁର୍‌ଦାସ୍ କରିଦେ ପ୍ରଭୁ ହୋ!

କିଛୁ ନାଇଁ ଦେଖୁ ମୋର୍ ଆଖି,

ଭୀମ୍ ଭୁଏ କର୍, ଦେଖ୍‌ମି ଭିତ୍‌ରେଁ

ତକେ, ତୁଇଁ ହେବୁ ତାର୍ ସାଖୀ ।୧୪ ।

 

ବିନ୍‌ତି-୩

ସାକୀକେ (କ)

ତୋର୍ କୁଲେଁ ସୁଇ ପଡ଼ିଥିମି ବଲି

ବଡ଼ା ଦିନୁଁ ତକେ ଡାକୁଛେଁ ସାକୀ!

କେନ୍‌ତା ହେଲା ଲୋ ନାଇଁ ସୁନୁ ଘୁମୁ?

ମକେ ତୁଇଁ କାଣା ଦଉଛୁ ଫାଁକି? ।୧ ।

ହର୍‌ମେସା କାଣା ବୁତା ଥିସି ତୋର୍

ଦୁନିଆଁ ଜାକିର୍ ଲୁକର୍ ଘରେଁ?

କାଁୟ୍, ସଁଝେଁ, କାଁୟ୍ ରାତିଁ ଆରୁ କାଁୟ୍

ପହଁପହଁ ବେଲେଁ, ଦୁଇ ପହରେଁ? ।୨ ।

ତୁଇ ମକେ ମନ୍- ନଂଦନ୍-ବନେଁ

ଛାଡ଼ିଦେଲା ଦିନୁ ଏକ୍‌ଲା କରି

ମୋର୍ ମନ୍-ବନେଁ ମର୍‌ଡ଼ି ପଡ଼ିଛେ,

ମୁଇଁ ଛୁଛେଁ ଅଛେଁ ନିଶାସ୍ ଧରି ।୩ ।

ବଝାଭୁଥା ହେଇ ଅସ୍‌କଟ୍, ଚିରା

ଲେକ୍‌ରିଝେକ୍‌ରି ବୁହିଛେଁ ମନେଁ

କିଁଦ୍‌ରି କିଁଦ୍‌ରି ଉର୍‌କୁଲା ଲଗେଁ

ରାତିଁ ଉନ୍ଡ଼ୁଛେଁ ଅଁଧାର୍ କନେଁ ।୪ ।

କେତେ କାଲ୍ ଆରୁ ରଖ୍‌ବୁ ଏନ୍‌ତା

ଏକ୍‌ଲା ଏକ୍‌ଲା ପକେଇ କରି?

କାଁୟ୍‌ଜେ ନି ଆସୁ ଆଘର୍ ବାଗିର୍

ଦିଲ୍‌ରୁବା ଆରୁ ସୁରେଇ ଧରି? ।୫ ।

ପୂର୍‌ବେଁ ତୁଇ ତ ପିଲଉ ଥିଲୁ ଲୋ

ସୁରାଲୟୁଁ ଭରା ସୁରେଇ ଢାଲି

ରୁଂଗ୍‌ତେ ରୁଂଗ୍‌ତେ ପିଉଥାୟଁ ସାକୀ!

ନାଇଁ ହଉଥାୟ ପିଆଲା ଖାଲି ।୬ ।

ଢାଲୁ ଥାଉ ତୁଇ ମୁଇଁ ପିଇ ପିଇ

ମାତିଥାୟଁ ରସେଁ ଅଠି ପହ୍‌ରେଁ

ନିସାଖୋର୍ ବଲି ମୋର୍ ୟଶ୍ ଧଜା

ଟେକା ହେଇଥାୟ ସାରା ସହ୍‌ରେଁ ।୭ ।

ଭରିଥିସି ସାକୀ! ହର୍‌ମେସା ତୋର୍

ସୁରେଇ ଉଛୁଲ୍ ମୁଛୁଲ୍ ହେଇ

କେଡ଼େ ନାଇଁ କେଡ଼େ ଡେଂଗ୍ ସେ ସୁରେଇ

କେତେ ନାଇଁ କେତେ ତାର୍ ଗୁଲେଇ ।୮ ।

(ଖ)

ସାକୀ! ତୋର୍ ରୂପେଁ ଅରୂପ୍-ମହ୍‌ନି ଥିସି,

ଲାଗୁଥିସି ଦେଖୁଥା ବାଗି,

ଘାୟ୍ ଆନ୍‌ମନା ହେଲିଁ ବଲି ଲୋ

ମାନ୍‌ମୟୀ! କାହିଁ ଜାଇଛୁ ଭାଗି ।୯ ।

ହର୍‌ମେସା ତୁଇ ବୁହିଥିସୁ କେଡ଼େ

ଉଦାର୍ ହୁରୁଦ୍, କରୁଣାମୟୀ!

ଦୋଷ୍‌ଗୁନା ମୋର୍ ସବୁ ମାଫ୍ କରି

ଦେ’ସୁହାସିନୀ! ସୁଦୟା ବହି ।୧୦ ।

ବଡ଼ା ଦିନୁ ତକେ ହୁର୍‌ଗୁନି ହେଇ

ମରୁଛେଁ ସଁସାର୍‌ମହନୀ ମୋର୍!

ମକେ ପର୍ ନାଇଁ କର୍ ଚାଁଦ୍‌ମୁହିଁ!

ନୁରୁଛେ ପିୟାସୀ ପ୍ରାନ୍-ଚକୋର୍ ।୧୧ ।

(ଗ)

ରୁସା ଫୁଲା କରି ଆରୁ କେତେ କାଲ୍

ରଖିଥିବୁ ମକେ ଅଲ୍‌ଗା କରି

ତୋର୍ ଇ ପୁରାନା ପ୍ରେମିକର୍ କାଲ୍

ଆସ୍‌ତେ ଆସ୍‌ତେ ଜାଉଛେ ସରି ।୧୨ ।

ଆଘର୍ ବାଗିର୍ ଆ’ ତୁଇ ଫୁନ୍

ଘାୟ୍ ମୋର୍ ନିକେ ଆନଂନ୍ଦମୟୀ!

ଝୁର୍‌ମୁରା ମୋର୍ ମନ୍-ନଂଦନ୍-

ବନ- ପଲ୍ଲବେଁ ଭରିଦେ ଅୟି! ।୧୩ ।

ଅସର୍‌ତା ରସ୍ - ଅମ୍ଋତ୍ମୟ

ପରଶ୍ ଦେଇ ସେ ସରସ୍ କରେ୍ଁ

ଫୁଟି ଉଠୁ ଫୁଲ୍ ନାଚି ଉଠୁ ଫୁନ୍

ହରଷ୍-ଲହର୍ ହୃଦଂତରେଁ । ।୧୪ ।

ଆ’ ସାକୀ! ଫୁନ୍ ଦେବୁ ଦର୍‌ଶନ୍

ଆଲୋ ମୋର୍ ପ୍ରିୟା ଚିରନବୀନା!

ଉଲ୍‌ମି ଥିବା ଲୋ ଛାତିଁ ଦିଲ୍‌ରୁବା

ତାର୍ ସୁଖେଁ ବାଜୁଥିବା ହେଁ ବୀନା ।୧୫ ।

ତୁଇ ଗାଉଥିବୁ ସଜଲ୍ ଗଜଲ୍

ମୁଇଁ ପିଉଥିମି କାନେଁ ସେ ଗାନା

ତୋର୍ ସୁରାମୋଦେଁ ପାଲିଆ ଧର୍‌ମି

ତାନ୍ ଦଉଥିମି ଓଁମ୍ ତାନାନା ।୧୬ ।

ତୋର୍ ମୂର୍ଛନା - ମାଧ୍ୱୀକ୍ ମକେ

ମୂର୍ଚ୍ଛିତ୍ କରି ଦେବା ଲୋ ସାକୀ!

ତୁଇ ଦେଖୁଥିବୁ, କଲେକଲେଁ ମୁଜି

ହଉଥିବା ମୋର୍ ମୋହିତ୍ ଆଖି ।୧୭ ।

ଝୁମ୍‌ରି ଝୁମ୍‌ରି ଘୁଟ୍ ଘୁମ୍‌ରିଆ

ନିଦେଁ ତୋର୍ କୁଲେଁ ପଡ଼୍‌ମି ସୁଇ,

ଆଲୋ ଦୟାମୟୀ! ଭୁଲ୍ କରି ଭିଲ୍

ନିଦୁଁ ମକେ ନାଇଁ ଚେତାବୁ ତୁଇ ।୧୮ ।

 

ନୀଳମାଧବଙ୍କ ସମଲ୍‌ପୁରୀ ଗୀତ୍‌ମାଲା

ପ୍ରାର୍ଥନା

ମାହାପୁରୁ! ଜାନି ପାରୁଛେଁ, ହଜାର୍ ହଜାର୍ ଜନମ୍ ମୁଇଁ

ପଡ଼ୁଥିମି ଘୋର୍ ମର୍ତ୍ୟର୍ କେନ୍ ପୁଚ୍‌କୁନାମୟ ଭୂଇଁ ।୧ ।

ନର୍‌କର୍ କିରା ହେଇ ଭୁଗୁଥିମି ମୋର୍ ହାଥେଁ କଲା ପାପ୍,

ମକେ ତ୍ରାହି ନାଇଁକର୍ ଈଶ୍ୱର୍! ସାରା ବିଶ୍ୱର୍ ବାପ୍! ।୨ ।

ମୁଇଁ ଜାନି ଜାନି ଜେନ୍‌ତା ମାହାନ୍ ପାତକ୍ କରିଛେଁ ଇନେ

ହେଜା ଲେଖା ନାଇଁ ତହିଁର୍; ତୁମର୍ ନାମ୍ ନାଇଁ ନେଇଁ ଦିନେ ।୩ ।

ନାଇଁ ନେଇ ରାତି ସପ୍‌ନର୍ କୁଲେଁ, ଘାୟ୍ ହେଲେଁ ନିକୋ କରି,

ତ୍ରାହି କର୍ ବଲି ନାଇଁ କହି ପାରେଁ ସର୍‌ମେଁ ଜାଉଛେଁ ମରି ।୪ ।

ଭୁଲେଁ ଭୁଲେଁ ହଉ ଅବା ଜାନ୍‌ତିକେଁ ଦୁଖୀର୍ ଆଖିର୍ ଲହ

ନାଇଁ ପୁଛି ମୁଇଁ ନାଇଁ କରି ଆହା, ଆଖିଁ ଦେଖି ଅହରହ ।୫ ।

ସୁନି ସୁନି କରି ଆକୁଲ୍ ବିକୁଲ୍ କରୁଣ୍ ଆୱାଜ୍ କାର୍

ପଖନ୍ ସମାନ୍ ମର୍ମେ ମୋର୍ ତ ଟିଖେ ନାଇଁ ପଡ଼ି ଗାର୍ ।୬ ।

ମୁଇଁ ୟଦି ମୋର୍ ପାତ୍‌କର୍ ଫଲ୍ ନିଜେଁ ନାଇଁ ଭୋଗ୍ କରେଁ

ହଜାର୍ ଜନମ୍ ନରକର୍-କିରା ହେଇ ହେଇ ନାଇଁ ମରେଁ । ୭ ।

କାହୁଁ ଧୁଇ ହେବା ଦିହର୍ ମନର୍ ଗହେର୍ କଲଁକ୍ ଦାଗି?

ନର୍‌କର୍ ପାୟନ୍ ହଉ ହୋ ପୁଇନ୍ ଗଁଗା ଜଲ୍ ମୋର୍ ଲାଗି ।୯ ।

ୟଦି ଆହୋ ହରି! କରିଥିମି କାର୍ ଟିଖେ ରଁଚେ ଉବ୍‌ଗାର୍

ସେଟାକେ ଦେଖେଇ ଗରବ୍ ରୁବାବ୍ କରିଥିମି ସହେ ବାର୍ ।୧୦ ।

ଆପ୍‌ନା ମୁହୁରି ଆପେଁ ଫୁକି କରି ଢ଼ୋଲ୍ ପିଟିଥିମି ଖୋବ୍

ଦୁସର୍ ମୁହଁର୍ ତାରିପ୍‌କେ ମୋର ଥିସି ଅବିସିରି ଲୋଭ୍ ।୧୧ ।

କାଁୟ୍ ଲାଭ୍ ହେଲା ହେନ୍‌ତା ଉପର ଦେଖାନି କବାର୍ କରି

ତୁମେ ସବକର୍ ଅଂତରୟ୍।ମୀ! ସବୁ ତ ଜାନୁଛ ହରି! ।୧୨ ।

କେନ୍ ଲାଜେଁ ତିନେ ଗୁହାର୍ କର୍‌ମି ତ୍ରାହି କର ବଲି ପ୍ରଭୁ!

କିରା ପୋକ୍ କରି ଜନମ୍ ଦିଅ ହୋ ସହ୍‌ୟ୍‌ମି ବେଦ୍‌ନା ସଭୁ ।୧୩ ।

ହେତ୍‌କିନ ମକେ ଶକ୍‌ତି ଦିଅ ହୋ ହେତ୍‌କି ଗୁହାର୍ ହରି!

ଜାହା ବି କର୍‌ବି ଚୁପ୍‌ଚାପ୍ ମୁଇଁ ସହ୍‌ୟ୍‌ମି ଧିରଜ୍ ଧରି । ୧୪ ।

ତୁମର୍ ଶକତ୍ ସଜାୟ୍ ପାୟ୍‌ଲେଁ ମେଟି ଜିବା ମୋର୍ ପାପ୍

ବିମଲ୍ କମଲ୍ ଲେଖେଁ ଫୁଟିକରି ମୁଇଁ

ତୁମର୍ ପାହାନେ ଜୁହାର୍ କର୍‌ମି ଛିନ୍‌ବ ଦୟାଲ୍ ବାପ୍! ।୧୫ ।

 

ସୌମିତ୍ରର୍ ଆତ୍ମତ୍ୟାଗ୍

ରଘୁକୁଲ୍‌ମଣି ପର୍‌ଜାର୍ ବାପ୍ ସତ୍ୟସଂଧ୍ ରାମ୍

ମର୍ଯ୍ୟାଦାପୁରୁଷୋ ମ୍ ବଲି ଅମର୍ ଜାର୍ ସୁନାମ୍ । ।୧ ।

କରୁଥାଁନ୍ ଦିନେ ଦର୍‌ବାର୍‌, ବସି ସୁନାର୍ ସିଂହାସନେଁ,

ଡେବ୍‌ରି ପାଖ୍‌ଟା ଶୂଇନ୍, ମଉନ୍, ଜାନ୍‌କୀ-ନିର୍ବାସନେଁ । ।୨ ।

ସାଲ୍ କେତେ ହେଲା ପାତାଲ୍‌ପୁର୍‌କେ ସମି ଜାଇଛନ୍ ସୀତା

ନିର୍‌ନେହା ରାଜ୍ଶାସନ୍ୟଂତ୍ରେଁ ସତୀ ହେଇ ଧର୍ଷିତା । ।୩ ।

ଏକ୍‌ଲା ଏକ୍‌ଲା ରାମ୍ ବସିଛନ୍ ସୁନାର୍ ସିଂହାସନେଁ

ସୁନା ଦିହୁଁ ବୁହି ଜାଉଛେ ଲୁହୁର୍ ଫଲ୍‌ଗୁ-ସୁହୁତି ମନେଁ ।୪ ।

ରାମ୍ ବସି ବସି ଭିଜି ଜାଉଛନ୍, କିଏ ଦେଖୁଛେ ସେ କଥା?

କିଏ କେଭେଁ ଜାନି ପାର୍‌ସି କାହାର୍ ହୁରୁଦ୍ ତଲର୍ ବଥା? ।୫।

ରାମ୍ ବସିଛନ୍ ଦର୍‌ବାର୍‌ ଘରେଁ ନିୟେର୍ ସିଂହାସନେଁ,

ଜନା ନାଇଁ ଟାକି ରହିଛନ୍ ଆସି କେନ୍ ଦେଶୁଁ କିଏ ଝନେ । ।୬ ।

ତପସ୍ୱୀ ବାଗି ଭେସ୍ ଧରିଥାଁନ୍, ଅଜବ୍ ଚେହେରାଦାର୍

ଲୟ୍‌ଖନ୍‌କେ ଯେ ଦେଖ୍‌ଲେ, ବୟେଲେ, ‘ରାଜ୍‌ଭେଟ୍‌ ଦର୍‌କାର’ । ।୭।

ଲୟ୍‌ଖନ୍‌ ଜାଇ ରାମ୍‌କେ ଜନାଲେ, “ମହାରାଜ୍! ତପୀ ଝନେ

ଦର୍ଶନ୍ ଦେଇ ଆସିଛନ୍, ଡାକି ଅନା ହେଲେଁ ହେବା ବନେଁ । ।୮ ।

ରାମ୍ ସଂମତି ଦେଲେ, ତପସ୍ୱୀ ରାମ୍‌କେ ଭେଟ୍‌ଲେ ଆସି,

ଜନାସୁନା ନାଇଁ କିଏ ଆଁନ୍ ତପୀ, କେନ୍ ତପୋପବନ୍‌ବାସୀ । ।୯ ।

ରାମ୍ ସେତାଁକର୍ ସତ୍‌କାର୍ କରି, ପଚ୍‌ରାଲେ, “ମାହାଋଷି!

କାଁୟ୍ ସେବା ହାମେ କର୍‌ମୁ ଜାନ୍‌ଲେଁ ହେମୁ ଅତିଶୟ୍ ଖୁସୀ” । ।୧୦ ।

ଗଂଭୀର୍ ହେଇ ସେ ତପୀ ବୟ୍‌ଲେ “ରାଜନ୍! ଏକାଂତ୍ ଦେଲେଁ

ମୁଇଁ କଥା ହେମି; କିହେ ନାଇଁ ଥିବେ ହାମେ କଥା ହେଲା ବେଲେଁ, । ।୧୧।

ହାମେ ଦୁହେ କଥା ହେବାର୍ କେହି ବି ସୁନେଲ୍ଁ, ଦେଖେ୍‌ଲେଁ ତାର୍

ସିର୍ କାଟି ନେବ, କେହି ବି ହଉ ସେ, କର ଇ ଅଂଗୀକାର୍ ।।୧୨ ।

ରାମ୍ କଲେ ପନ୍; ହୁକୁମ୍ ସୁନାଲେ, “ଦେଖ୍ ଲୟଖନ୍ ଭାଇ!

ତପୀର୍ ବଚନ୍ ଠିକ୍‌ସେ ପାଲନ୍ ଜରୁର୍ ହେବାର୍ ଚାହି; ।୧୩।

ତପୀ ଆରୁ ମୁଇଁ ଇନେ ଥିବା ତକ୍ ସବ୍‌କେ ଇ ଠାନ୍ ମନା

ଜେଡ଼େ ବଡ଼୍ ଲୋକ୍ ହଉଁନ୍, କେତେ ଭି ହଉଁନ୍ ସେ ଦୁଖ୍‌ମନା; ।୧୪ ।

ନାଇଁ ମାନି କରି କେହି ବି ଆୟ୍ଲେଁ କଟ୍‌ବା ସେତାର୍ ସିର

ତୁଇ ଜାଇ ଇନୁ ଦର୍‌ବାର୍‌-ବାଟ୍ ଛେକିଥିବୁ ମାହାବୀର୍!।୧୫।

ରାମ୍ ସେନୁ ରାଜ୍-ସଭ୍ୟ ସବ୍‌କେ ତାହୁତ୍ ବିଦାୟ ଦେଲେ

ତପୀର୍ ସାଁଗେଁ ସେ ଏକ୍‌ଲାଟେ ରହି ବଡ଼ା ବେଲ୍ କଥା ହେଲେ । ।୧୬ ।

ତପୀ ରୂପୀ ‘କାଲ୍’ ବୟ୍‌ଲେ, ହେ ରାମ୍! ବର୍ହମାର୍ ସଂଦେଶ୍

ଆନି କରି ମୁଇଁ ତୁମର୍ ଇନ୍‌କେ କରିଛେଁ ଆୟଜ୍ ପ୍ରବେଶ୍; ।୧୭ ।

ସୁନ ପ୍ରଭୁ ରାମ୍! ତୁମେ ହି ବିଷ୍‌ଣୁ, ନେଲ ରାମ୍ ଅବତାର୍,

ଲବାର୍ ରାବନ୍ ଆଦି ଅସୁରର୍ କର୍‌ବାକେ ସଂହାର୍, ।୧୮ ।

ତୁମର୍ ସମିୟା ସରି ଆୟ୍‌ଲାନ ମୁନୁସ୍ ରୂପେଁ ଇ ଠାନେଁ

ଫୁନ୍ ବିଷ୍‌ଣୁର୍ ରୂପେଁ ପାୟ୍‌ବାକେ ଆତୁର୍ ଦେବ୍‌ତାମାନେ” ।୧୯ ।

ତପୀରୂପୀ ‘କାଲ୍’ ଇ ସବ୍ ଗହନ୍ କଥା କରି ବିସ୍‌ତାର

କହୁଥାଁନ୍ ବେଲେଁ ବାହାରେଁ ଘଟ୍‌ନା ଭିନ୍ ହେଲା ବିଧାତାର୍ ।୨୦ ।

ତପୀ ଆରୁ ରାମ୍ କଥା ହେଲା ବେଲେଁ ବୀର୍ ଲୟ୍‌ଖନ୍‌ ଜାଇ

ରାମର୍ ହୁକୁମ୍ ମୁତାବିକ୍ ଠିକ୍ ଜୁଗିଥାଁନ୍ ବାଟେଁ ଥାଇ, ।୨୧ ।

ଏନ୍‌ତା ବେଲ୍‌କେ ଦୁର୍ବାସା ଋଷି କାହୁଁ ଆସି ପୁହୁଚିଲେ,

ଋଷିକେ ଛେକ୍‌ଲେ ବୀର୍ ଲୟ୍‌ଖନ୍‌ ନାଇଁ ଘୁଚି କରି ତିଲେ । ।୨୨ ।

ଋଷି ତଁଦ୍ରାଲେ, “ରାମ୍‌ଠାନେଁ ମୋର୍ ଜରୁରି କବାର୍ ଅଛେ

ଇଛନ୍ ଜରୁରୁ ଭେଟ୍ ହେମି, ମୁଇଁ ଦେର୍ ନାଇଁ ସହେଁ ରଁଚେ । ।୨୩ ।

ରାମର୍ ପାଖ୍‌କେ ନିଅ ନାଇଁ ହେଲେଁ ରାମ୍‌କେ ଖବର୍ ଦିଅ,

ମୋର୍ ନାଆଁ ରାମ୍ ସୁନେଲ୍ଁ ଡକାବେ, ରାମ୍ ମୋର୍ ଅତି ପ୍ରିୟ” । ।୨୪ ।

ଲୟଖନ୍ ବୀର୍ ହିନ୍‌ତିବିନ୍‌ତି କର୍‌ତେଲ୍ ବଡ଼ାତାର୍

ବୟ୍‌ଲେ “ମହାନ୍ ଋଷିବର୍! ବଂଦ୍ ଅଛେ ରାଜ୍-ଦର୍‌ବାର୍‌ ; ।୨୫ ।

ରଜା ରାମ୍ ବଡ଼ା ଜଁଜାଲ୍ ଭିତ୍‌ରେଁ ରହିଛନ୍ ଇହାଛିନି

ଜଁଜାଲ୍ ଛିଡ଼୍‌ଲେଁ ତୁମ୍‌କେ ଭେଟେଇ ନେମି ପ୍ରଭୁ! ସେହିଖିନି ।।୨୬ ।

ଦୁର୍ବାସା ଋଷି ସୁନି ଜୁଏ ଲେଖେଁ ଜଲ୍‌ଲେ ରିସାର୍ ତୁଡ଼େଁ

ବୟ୍‌ଲେ, “ଇଛନ୍ ଅଭିଶାପ୍ ଜୁଏ ବର୍‌ଷାମି ତୋର୍ ମୁଡ଼େଁ । ।୨୭ ।

ଅଭିଶାପ୍ ଦେମି ରାମ୍‌କେ, ଦେଶ୍‌କେ, ଅୱଧ୍ ନଗର୍ ସାଁଗେଁ

ତିନ୍‌ହି ଭାୟ୍‌କର୍ ପୁଏ ଭି ପୁଡ଼୍‌ବେ ମୋର ହୁତାଶନ୍-ରାଗେଁ ।।୨୮ ।

ଲୟଖନ୍ ବୀର୍ ଟିର୍‌କୁ ଋଷିର୍ ବଜ୍ର-କଠୋର୍ ବାଣୀ

ସୁନି ଆକାଭୁତ୍! ହେଡ଼୍‌କି ଅଲ୍‌ହନ୍ ପଡ଼୍‌ବା ସେ ଜାନି ଜାନି! ।୨୯ ।

ୟଦି ଦୁର୍ବାସା ଋଷିର୍ ବଚନ୍ ସୁନି ସେ ସେଲ୍‌ହେଇ ଦେବେ

ତାକର୍ କାନ୍‌ତେଁ ସଭେ ମୁର୍‌ତୁର୍ ମୁହୁଁକେ ପେଲ୍‌ହେଇ ହେବେ! ।୩୦ ।

ଛନ୍‌କେଁ ମାହାନ୍ ତ୍ୟାଗର୍ ମୂର୍‌ତି ଲୟ୍‌ଖନ୍‌ କଲେ ତୟ୍

ରାମ୍‌କେ ସେହେଦେ ଭେଟ୍‌ବେ, ନିଜର୍ ସିର୍ କଟୁ କାଁୟ୍ ଭୟ୍? ।୩୧ ।

ତହୁଁ ଲୟ୍‌ଖନ ନିଜର୍ ଜୀବନ୍ ସୁହୁଜେଁ ପାୟନ୍ ଛଡ଼େଇ

ତତ୍‌କାଲ୍ ରଜା ରାମ୍‌ନିକେ ଜାଇ ସାମ୍‌ନାଥି ଠାଡ଼ ହେଇ ।୩୨ ।

ହାଥ୍ ଜୁଡ଼ିକରି ଜନାଲେ, “ହେ, ମାହାରାଜ୍! ଋଷି ଦୁର୍ବାସା

ବଡ଼ା ହର୍ବର୍ ହଉଛନ୍, ରାଜ୍-ଦର୍ଶନ୍ କରି ଆଶା ।।୩୩ ।

ରାମ୍ ସୁନିକରି ‘କାଲ୍’କେ ବିଦାୟ ଦେଇ ନିଜେଁ ଉଠିଆସି

ସ୍ୱାଗତ୍ ଜନାଲେ ଦୁର୍ବାସା ମାହାଋଷିକେ ମଧୁର୍ ଭାଷି ।୩୪ ।

ଡାକି ନେଲେ ଆରୁ କୁଶଲ୍ ପ୍ରଶ୍ନ ପଚ୍‌ରାଉଚ୍‌ରା କରି

ସତ୍‌କାର୍ କଲେ ବିଧି ମୁତାବିକ୍ ଭକ୍‌ତିର୍ ରାହା ଧରି ।୩୫ ।

ଦୁର୍ବାସା ସେନୁ ବୟ୍‌ଲେ, “ହଜାର୍ ବଛରର୍ ତପ୍ ଆଜ୍

ସର୍‌ଲା; ଇନ୍‌କେ ଭୋଜନର୍ କାଜେଁ ପୁହୁଁଚିଲିଁ ମାହାରାଜ୍! ।୩୬ ।

ପେଟେଁ ମୋର୍ ଆଜ୍ ହବ୍ୟବାହନ୍ ମହାନ୍ ଜଜର୍‌ମାନ୍

ଇହାଛିନି ମକେ କିଛୁ ହଉ କର ତୁର୍‌ତି ଭୋଜନ୍ ଦାନ୍ ।।୩୭ ।

ଖାନା ଅନା ହେଲା ; ଦୁର୍ବାସା ଋଷି ଟାଓ ଟାଓ ଗିଲି ସାରି

ଟଂଗ୍‌ନୁ ଭାଗ୍‌ଲେ ମୁଲ୍ ମୁଲ୍ ହଁସି ଢ଼େଁକାର୍ ଗୁଟାକୁ ମାରି । ।୩୮ ।

ସେନୁ ରଜା ରାମ୍ ସୁର୍‌ତାଲେ ‘କାଲ୍’ ଆଘେଁ କରିଥିଲା ପନ୍

ଗହେର୍ ଦୁଖର୍ ସାଗ୍‌ରେଁ ବୁଡ଼୍‌ଲେ ଉକ୍‌ବୁକା ହେଲା ମନ୍ । ।୩୯ ।

‘କାଲ୍’ ସାଁଗେଁ ନିଜେଁ କଥା ହେଲା ବେଲେଁ ଆସି ଲୟ୍‌ଖନ୍‌ ଭାୟ୍

ଦୋଷ୍ ଜହୁଁ କଲେ, ସିର୍‌କଟା ହେବା ପନ୍ ମୁତାବିକ୍, ହାୟ୍! ।୪୦ ।

ନିଜର୍ ଜୀବନୁଁ ଜହ ପ୍ରିୟ ଭାୟ୍ ମାହାବୀର୍ ଲୟ୍‌ଖନ୍‌

ସୀତା-ରାମ୍-ସେବା-ବେଦିନେ ଅର୍‌ପି ଦେଇଥିଲେ ତନ୍‌ମନ୍ । ।୪୧ ।

ତବି ରଜା ରାମ୍ ଜାହା ପନ୍ କଲେ ଭାଁଗ୍‌ବେ କେନ୍‌ତା କରି?

ସତ୍ୟସଂଧ୍ ରାମର୍ ହୁର୍‌ଦେଁ ଦୁବ୍‌ଧା ହେଇଛେ ଭରି । ।୪୨ ।

କୁଲ୍‌ଗୁରୁ ଋଷି ବସିଷ୍ଠ୍ ରାମର୍ ସବ୍ କଥା ଜାନିକରି

ବୟ୍‌ଲେ, “ଭାୟ୍‌କେ ତ୍ୟାଗ୍ କଲେଁ ହେବା ସିର୍‌କଟା ସାଁଗେଁ ସରି । ।୪୩ ।

ଇ ସବ୍ ଭାବ୍‌ନା କରି ରାମ୍ ଦୁଖେଁ ବସିଥାଁନ୍ ମନ୍ ମାରି

ପୁହୁଁଚିଲେ ମାହାବୀର୍ ଲୟ୍‌ଖନ୍‌ ହାଥେଁ ଧରି ତର୍‌ବାରି । ।୪୪ ।

ବୟ୍‌ଲେ, “ହେ ରାମ୍! ମୋର୍ ଲାଗି ତୁମେ ଦୁଖ୍ ନାଇଁ କର ମନ୍

ଧର ତର୍‌ବାରି, ମୋର୍ ସିର୍ କାଟ, ରଖ ଆପ୍‌ନାର ପନ୍, ।୪୫ ।

ବିଧି ଜାହା କିଛୁ ବିଧାନ୍ କରିଛେ ସେଟା ହେସି ଫଲ୍‌ବାନ୍

ମୁନସର୍ ହାଥେଁ କାଣା ଅଛେ? ବିଧି ଏକ୍‌ଲା ହି ବଲ୍‌ବାନ୍ ।।୪୬ ।

ରାମ୍ ସୁନିକରି ସୁନାଲେ ହୁକୁମ୍, “ପ୍ରିୟ ଲୟ୍‌ଖନ୍‌ ଭାୟ୍!

ଆଝୁଁ ମୁଇଁ ତକେ ତ୍ୟାଗ୍ କଲିଁ, ତ୍ୟାଗ୍ ଆରୁ ବଧ୍ ଏକ୍ ଆୟ୍ ।।୪୭ ।

ଲୟ୍‌ଖନ୍‌ ହାୟ୍! ବହୁତ୍ କାଁଦ୍‌ଲେ, ଛାଡ଼ି ଦେଲେ ସଭାଘର୍

ଆପ୍‌ନା ମହଲ୍ ଆଡ଼େଁ ନାଇଁ ଦେଖି, ଲମିଗଲେ ଟର୍ ଟର୍ । ।୪୮ ।

ସର୍‌ୟୁ ନୟଦ୍‌କେ ଜାଇ, ଆଚ୍‌ମନ୍ କରି, ନୟଦ୍‌ଖଁଡ଼ିଁ ବସି

ଜେତେ ଇଂଦ୍ରିୟମନ୍‌କର୍ ଗତି ବଂଦ୍ କରି ବର୍‌କସି ।୪୯ ।

ଶେଷେଁ ନିଶ୍ୱାସ୍ ବଂଦ୍‌କରି ୟୋଗ୍ ବଲେଁ ତ୍ୟାଗ୍ କଲେ ପ୍ରାନ୍

ଧୟନ୍ ଲୟ୍‌ଖନ୍‌! ରାମ୍ ସେବା ଲାଗି କଲେ ପ୍ରାନ୍ ବଲିଦାନ୍ ।୫୦ ।

 

ହଲ୍‌ଧର

“ବହସି ବପୁଷି ବିଶଦେ ବସନଂ ଜଲଦାଭମ୍ ।

ହଲତିଭୀତିମିଲିତୟମୁନାଭମ୍ । ।

କେଶବ! ଧୃତହଲଧରରୂପ!

ଜୟ ଜଗଦୀଶ ହରେ । ।” - ଗୀତଗୋବିଂଦ

(କ)

କୁସ୍‌ଟଁର୍ ଦଦା ବଲ୍‌ରାମ୍ ଗଦା - ୟୁଦ୍ଧର୍ ବିଶାରଦ୍

ମାତୁଥାଁନ୍ ଟେଁଡ଼ି ହରୁଁ ହର୍‌ଘଡ଼ି କଦମ୍‌ଫୁଲର୍ ମଦ୍,

ହେଁ ମଦ୍ ବହୁତ୍ କଡ଼ା

ଭାଉ ବି ବହୁତ୍ ଚଢ଼ା,

ରଜାର୍ କୁମାର୍ ବଲ୍‌ରାମ୍!, ଦାମ୍ ହଉନ ଜେତ୍‌କି ଚଢ଼ା,

ପର୍‌ଓ୍ୱାୟ୍ ନାଇଁ; ଚାହ୍‌ୟ୍‌ଲେଁ ଚକ୍‌ଲି ଗଢ଼୍‌ଲେଁ ଖିର୍‌ସା-ମଡ଼ା ।୧ ।

କଦମ୍ ଫୁଲର୍ ମଦର୍ ଅସଲ୍ ସୁନାମ୍ ‘କାଦଂବରୀ’

ଛାଁକ୍‌କେଁ ଗୁର୍‌ଦୁ ପଦ୍ ବାହାର୍‌ସି ‘ତେରି ମେରି’, ହାୟ୍ ହରି!୨ ।

କୁସ୍‌ଟଁ ଭି ପରେ ଧରିଥିଲେ ହାଁୟ୍ ବଲ୍‌ରାମ୍ ଅବ୍‌ତାର୍

ଲବାର୍ ଅସୁର୍ ମାରି ଉଶ୍ୱାସ୍ କଲେ ବସୁଧାର୍ ଭାର୍ ।୩ ।

ବଲରାମ୍ ଅବ୍‌ତାର୍,

ବାଁଦନ୍ କାଠର୍ ମସ୍ତ୍ ନଁଗଲ୍ କରିଥାଁନ୍ ହଥିଆର୍,

ଲୁହାର୍ କସ୍ନା ତାର୍

ହେଇଥାୟ୍ ଚୋକ୍ ଧାର୍

ପର୍‌ଘାଲେ ୟଦି ଘାୟ୍ ସେ କାହାକେ ଜାନ୍ ଉଡ଼ିଜାୟ ତାର୍ ।୪ ।

ପ୍ରଲଂବାସୁର୍ ମଲା ହେନ୍‌ତେଇ ଘାୟ ଖାଇ କରି ମାର୍

‘ହଲ୍‌ଧର’ ବଲି ବଲ୍‌ରାମ୍ ନାଆଁ ହେଇଗଲା ବିସ୍‌ତାର୍

ହଲ୍‌ଧର ସାଁଗେଁ ଲାଗ୍‌ଲେଁ କେହ୍‌ନି ପୋ’ର୍ ନାଇଁ ନିସ୍‌ତାର୍ ।୫ ।

ନଁଗଲ୍-ପତର୍ ମାହାନ୍ ବତର୍ କରି ଧରିଥାଁନ୍ ଖଁଦେଁ

ଟିକାକେଁ ମାର୍‌ବେ ବଲଁନ୍, ନଁଗଲ୍ ଟେକି କରି ହୁଁ ପଦେଁ ।୬ ।

କିଏ ହେଲେଁ ନାଇଁ ଡର୍‌ବା, ମଦେଁ ସେ ହରୁହର୍‌ଦମ୍ ଚୂର୍!

ନଁଗଲ୍ ଟେକ୍‌ଲେ କଲ୍‌ଜା ଫଫ୍‌ସା କଁପ୍ କଁପ୍ ଶତ୍ରୁର୍ ।

ହଉ ସେ ସୁର୍ ଅସୁର୍

ବଜ୍‌ରଂଗ୍ ବାହାଦୁର୍

ହଲ୍‌ଧର ଆଘେଁ ବଲ୍ ଉଡ଼ିଜାୟ୍ ଲଁକାସ୍ କୋସ୍ ସୁଦୂର୍ ।୭ ।

ହଲ୍‌ଧର ତାହିଁ ଫୁନ୍ ବଢ଼େ ମାଲ୍, କୁସ୍ତିଥିଁ ମସ୍‌ହୂର୍

ସହ ଗୁନ କହ ରନ ଖର୍‌ରା, ଜେ କଁପାୟ୍ ସମଲ୍‌ପୁର ।୮ ।

ଥରେ ପରେ ଗିରି- ଗୋବର୍ଧନ୍‌କେ ଚେଲିଥାଁନ୍ ହଲ୍‌ଧର

ଗଉର୍ ଟୁକେଲ୍ ଭିଲେଁ ନାଚୁଥାଁନ୍ ମଦ୍ ପିଇ ମନ୍‌ଭର୍ ।୯ ।

ନାଚ୍-ତାଲ୍, ଗୀତ୍-ସୁର୍

ପଦ୍‌କେ ପଦ୍ ମଧୁର୍

କାଂତ କଅଁଲ୍ ପଦାବଲି ଗୀତ୍ ଗୋବିଂଦ୍’ନୁ ମଧୁତର୍

ତାନ୍‌ମାନ୍ ଧରି ଗାନ୍ କରୁଥାଁନ୍ ଆଦି-ରସ୍ ସର୍‌ସର୍ ।୧୦ ।

ହଲଧର୍ ନାଚି ନାଚି କରି ତନ୍ ଡହକିଲା ବଡ଼ାତାଲ୍

ଘନା ହାଁଡ଼ି ଲେଖେଁ ଦିହର୍ ତପ୍‌ତି ହେଲା ଖୋବ୍ ଅସଁଭାଲ୍ ।୧୧।

ହଲ୍‌ଧର ସେନୁ ମନ୍ କଲେ ପାନିଁ ଗାଧ୍‌ବେ ବନିହାଁ ବେଲ୍,

ଟିକେ ଧୂରେ ନୁନୀ ୟମ୍‌ନା ବୁହୁଛେ ହେଇ ଖୋବ୍ ଉତିଏଲ୍ ।୧୨ ।

ଖଲ୍ ଖଲ୍ ଧାଇଁ ଜାଉଛେ, ପିଁଧିଛେ ନୀଲିଆ ଲହରୀମାଲ୍

ଉଦ୍ଦାମ୍ ନବ୍ - ୟୌବନ୍-ମଦେଁ ତାର୍ ଛାତି ଅସଁଭାଲ୍ ।୧୩ ।

ହଲ୍‌ଧର ଇଦି ଭାବ୍‌ଲେ, “ୟମ୍‌ନା ନୟଦ୍ ତ ରହିଛେ ପାଖେଁ,

ଇନ୍‌କେ ଆୟ୍‌ଲେଁ ଗାଧ୍‌ମି ବୁଡ଼ମି, ତାହାକେ ଇନ୍‌କେ ଡାକେଁ, ।୧୪ ।

“ୟମ୍‌ନା ଜଲ୍‌ଦି ଆ” ବଲି ତାକେ ହାକ୍ ଦେଲେ ହଲ୍‌ଧର

କିଂତୁ ୟମର୍ ବହେନ୍ ୟମ୍‌ନା! କାହାକେ ସେତାର୍ ଡର୍? ।୧୫ ।

ଜେତେ ତୋଡ଼୍ କରି ଗଗାଲେ ରଡ଼୍‌ଲେ ୟମ୍‌ନା ସୁନ୍‌ତା କାହିଁ?

ହଲ୍‌ଧର ତହୁଁ ରିସେଁ ତମ୍‌ତମ୍, ତାର୍ ନିକେ ଗଲେ ଧାଇଁ; ।୧୬ ।

ଫକ୍ ଗୁରା ତନ୍ ଚଁଦର୍-ବଦନ୍ ରିସାଜର୍ଜର୍, ଲାଲ୍

ନିଶାଥିଁ ନୟନ୍ ରକତ୍-ମଁଦାର୍; ଗୁଲାବ୍ ମିତାଲ୍ ଗାଲ୍ ।୧୭ ।

ହଲ୍ ଟେକି ବୀର୍ ବୟ୍‌ଲେ“ହୟ୍‌ଲୋ! ତୋର୍ ତ ରୁବାବ୍ ଖୋବ୍!

ହଲେଁ ଫାରି ନେମି ତୋର୍ ତନ୍! କାଣା । ନାଇଁନ ପରାନ୍-ଲୋଭ୍?” ।୧୮ ।

ୟମ୍‌ନା ପଡ଼୍‌ଲା ଲାଁଗ୍‌ଛାଟ ହେଇ ହଲ୍‌ଧର-ପାହା-ତଲେଁ

ହଲ୍‌ଧର ସେନୁ ଗାଧ୍‌ଲେ ସେତାର୍ ସୁନୀଲ୍ ଶୀତଲ୍ ଜଲେଁ;

ଧୋବ୍ ଫର୍‌ଫର୍ ରେସ୍‌ମି ଚାଦର୍ ହଲ୍‌ଧର-ଦିହେଁ ଥିଲା

ୟମ୍‌ନାର୍ ନୀଲ୍ ଜଲେଁ ସେ ଚାଦର୍ ହେଇଗଲା ଗାଢ଼୍ ନୀଲା,

ୟମ୍‌ନା ଡର୍‌ଲା ଭାୟ୍‌ଲ

ହଲ୍‌ଧର ଦେବେ ଗାୟଲ୍

ହୁଡ଼ାକୁଦା କଲେଁ ବୁଡ଼୍‌ବା ଇଜତ୍ ଆପ୍‌ନା ଗହେର୍ ପାନିଁ

ୟମ୍‌ନା ବିଚ୍‌ରୀ ଡରିଥରି କରି ହଉଥାୟ ଘାଁଟିସାନି ।୨୧ ।

ୟମ୍‌ନାର୍ ଡର୍ ଦେଖି ହଲ୍‌ଧର ବୟ୍‌ଲେ“ୟମ୍‌ନା ବୁଇ!

ବଡ଼ା ଖୁସୀ ହେଲିଁ ଗାଧି ତୋର୍ ରସେଁ, ଟିଖେ ନାଇଁ ଡର୍ ତୁଇ, ।୨୨ ।

ତୋର୍ ନୀଲ୍ ଜଲେଁ ବୁତ୍‌ରି

ଧୁବ୍‌ଲା ଇ ମୋର୍ ଉତ୍‌ରୀ

ଶ୍ୟାମ୍ ଘନ୍ ଲେଖେଁ ଦିସୁଛେ ଅୟେନ୍, ଥିଲା ଧୋବ୍ ଅସୁଁଦର୍

ଆଝୁଁ ଇ ଚାଦର୍ କର୍‌ମି ଆଦର୍, ଉଢ଼ିଥିମି ଅଠିପର୍” ।୨୩ ।

ସେ ଦିନୁଁ ନୀଲିଆ ଚାଦର୍‌କେ ସଦା ଉଢ଼ୁଥାଁନ୍ ହଲ୍‌ଧର

‘ହଲ୍‌ଧର’ ନାଆଁ ଥାଇ ନୁଆଁ ନାଆଁ ବଢ଼୍‌ଲା ‘ନୀଲାଂବର୍’ ।୨୪ ।

କଥା

 

ଅଭିସାର୍

(ମୂଲ୍‌ ବଂଗଲ୍।କବିତା-ବିଶକ୍ୱବି ରବୀଂଦ୍ରନାଥ-ବହି ‘କଥା’- ଉଦ୍ଧତୃ ‘ସଂଚୟିତା’ ପୃ:୪୩୧)

ମଥୁରାପୁରୀର୍ ପାଚ୍‌ରି ବାହାରେଁ (ଗେରୁଆ କରିଆ ପାରି)

ସୁଇଥାଁନ୍ ରାତିଁ ଏକ୍‌ଲାଟେ ଉପଗୁପ୍ତ ବରହମ୍‌ଚାରୀ ।୧ ।

ଘୁଟିଛେ ସାବନ୍ ମାସର୍ ବାଦଲ୍ ଆକାଶେଁ ନାଇଁନ ତରା

କୁହୁ କୁହୁ କଲା, ବହଲ୍ ଅଁଧାରେଁ ବୁଡ଼ିଛେ ଆକାଶ୍, ଧରା ।୨ ।

କାହାର୍ ପଁଜ୍‌ନା- ପିଁଧା ପାହା ପଡ଼ି ଛାତିଁ ସେ ସନ୍‌ନ୍ୟାସୀର୍

ଛନ୍‌କେଁ ସପନ୍ ଜଡ଼ତା ଟୁଟ୍‌ଲା ଚମ୍‌କି ଉଠ୍‌ଲେ ଧୀର୍ ।୩ ।

ତାର୍ ବୟ୍‌ଠାର୍ ଉକିଆ ପଡ଼୍‌ଲା ତାକର୍ ସୁଁଦର୍ ଆଖିଁ

ସେ ଆଁୟ୍‌ଖ୍‌ ଜୁଡ଼୍‌କ କ୍ଷମାର୍ କଅଁଲ୍ ଭାବ୍ ହେଇଥାୟ ମାଖି ।୪ ।

ମଥୁରାର୍ ନଟୀ ବାସବ୍‌ଦ । ଜୱାନୀର୍ ମଦେଁ ମାତି,

ଅଭିସାର୍ ନିକେ ଲମିଛେ ଏନ୍‌ତା ଅଁଧ୍‌ରିଆ ଛିନା ରାତିଁ ।୫ ।

ପିଁଧିଛେ ଦିବ୍ୟ ଆୟ୍ ଅଲଁକାର୍, ବାଜ୍‌ନି ପଁଜ୍‌ନା ଗୁଡ଼େଁ

ଉଢ଼ିଛେ ନୀଲିଆ, ସଁପୁର୍ ଉଢ଼ନି, (ଉଢ଼ନା ନାଇଁନ ମୁଡ଼େଁ) ।୬ ।

ଝାଁୟ୍ ଝାଁୟ୍ ଚାଲି ଜାଉଥାୟ୍ ନଟୀ, ସୁଭୁଛେ ପଁଜ୍‌ନା ନାଦ୍,

ସୁଷୁପ୍ତ ଉପ- ଗୁପ୍ତ ୟତିର୍ ଦିହେଁ ପଡ଼ିଗଲା ପାଦ୍ ।୭ ।

ନଟୀର୍ ଗମନ୍ ଥମ୍‌ଲା ସେହିନେ, ନଟୀ ଠାଡ଼୍ ହେଲା ଚୁପ୍

ସୁରୁ ବୟଠାର୍ ଉକିଆଥିଁ ଦେଖି ପାର୍‌ଲା ୟତିର୍ ରୂପ୍ ।୮ ।

ତରୁନ୍ ଉମର୍, ଗଉର୍ କାଂତି ଦିହେଁ ହଁସି ଉଠୁଥାୟ

ମୁହେଁ ଗୁଟେ ଗୁଟେ ଦର୍-ଦର୍-ଫୁଟା ଫୁଲ୍ ଅବା ଫୁଟୁଥାୟ ।୯ ।

ଶୁଭ୍ର ଲଲାଟେଁ ଜ୍ୟେତ୍‌ସ୍ନା ସମାନ୍ କଅଁଲ୍, ସିଆଁତ୍ ଭାବ୍,

ଦେଖି ଲାଜେଁ ଲାଜେଁ ଲଲିତ୍ କଂଠେଁ ନଟୀ ଦେଲାର ପ୍ରସ୍‌ତାବ୍:-।୧୦।

“କ୍ଷମା କର ମକେ କୁମାର୍ କିଶୋର୍! ପାଖେଁ ଅଛେ ଘର୍ ମୋର୍

ଆସ ଜିମା; ତୁମେ ନାଇଁ ସୁଅ ତଲେଁ; ଭୂଇଁ ତଲ୍ ସୁକଠୋର୍” ।୧୧ ।

ନଟୀର୍ ନିଉଁତା ପାଇଁ ସନ୍‌ନ୍ୟାସୀ ବୟ୍‌ଲେ ସଦୟ୍ ସ୍ୱରେଁ

ସମୟ୍ ଆୟ୍‌ଲେ ନିଜେଁ ପୁହୁଁଚିମି ସୁଁଦ୍‌ରୀ! ତମର୍ ଘରେଁ ।୧୨ ।

ଇହାଦେ ଆପ୍‌ନା ରୂପର୍ ପସ୍‌ରା ଜେନ୍‌କେ ନଉଛ ନିଅ

(ଦେର୍ ନାଇଁ କର, ବାଟ୍ ଦେଖୁଥିବେ ସେଆଡ଼େଁ ତୁମର୍ ପ୍ରିୟ) ।୧୩ ।

ସହସା ମାୟ୍ଲା ବିଜ୍‌ଲି, ସୁଭ୍‌ଲା ଘିଡ଼୍‌ଘିଡ଼ି ଘନ୍ ଘୋର୍

ପରିହାସ୍ କରି ନଟୀକେ ସଥେଁ ବା ଆକାଶ୍ ହଁସ୍‌ଲା ଜୋର୍ ।୧୪ ।

ତର୍‌ସି ତର୍‌ସି ବାସବ୍‌ଦ । ଗଲା ଆପ୍‌ନାର କାମେ;

ମାସ୍ କେତେ ଗଲା, ବସଂତ୍ ଆୟ୍‌ଲା, ପୁହୁଁଚିଲା ଧରାଧାମେ ।୧୫ ।

ବଉଲ୍ ଫୁଲର୍ ବାସେଁ ମତୁଆଲ୍, ଚଲ୍‌ଲା ମହୁଲି ଧୁକା

ରସାଲ୍ ବିଟପୀ ହଁସୁଛନ୍ ଧରି ବଉଲର୍ ଝୁଁକା ଝୁଁକା ।୧୬ ।

ଫୁଲର୍ ତିହାର୍ ମାନ୍‌ବାକେ ମଧୁ- ବନ୍‌କେ ମଥୁରାବାସୀ

ଜାଇଛନ୍ ; ଆୟ୍‌ଜ ଛିନା ବାଟେଁ କାହିଁ ଜାଉଛନ୍ ସନ୍‌ନ୍ୟାସୀ ।୧୭ ।

ବଡ଼ା ଧୂରୁଁ ବୁହି ଆଉଛେ ପବ୍‌ନେ ବେଣୁର୍ ମଂଦ୍ର ସ୍ୱନ୍

ସୁଇନ୍ ନଗର୍, ଦେଖୁଛେ, ହଁସୁଛେ ଆକାଶର୍ ପୁନି ଜନ୍ ।୧୮ ।

କୁହୁ କୁହୁ ସ୍ୱରେଁ କୁହୁରି ଉଠୁଛେ କୁଇଲି ବିରହ ମାରେଁ

ସନ୍‌ନ୍ୟାସୀ ଆୟଜ୍ ଜାଉଛନ୍ କାଁୟ୍ ନଟୀନିକେ ଅଭିସାରେଁ? ।୧୯ ।

(କହିଥିଲେ ନିଜେଁ ସମୟ୍ ଆୟ୍‌ଲେଁ ପୁହୁଁଚିବେ ନଟୀ-ଘରେଁ

ଆୟଜ୍ ଇ ବସଂତ୍ ରାତିଁ ୟତି କାଁୟ୍ ମତିହରା ଫୁଲ୍‌ଶରେଁ?) ।୨୦ ।

ନଗର୍-ପାଚ୍‌ରି ବାହାର୍ ଆଡ଼୍‌କେ ଛିନା ବାଟେଁ ଆସି ଆସି

ଖାଇ ପାର ହେଇ ଆମ୍ ବୁରେଇନେଁ ପୁହୁଁଚିଲେ ସନ୍‌ନ୍ୟାସୀ ।୨୧ ।

କେଁଦୁ କାଠ୍ ଲେଖେଁ ସେ ଗୁରୀର୍ କଲା ଶରୀର୍ ମଥୁରାବାସୀ

ରୋଗ୍-ଡେଗା-ଡରେଁ ଫିକିଛନ୍ ସେନେଁ, ଅସହାୟ୍ ସେ ନିରାଶୀ! ।୨୨ ।

ସନ୍‌ନ୍ୟାସୀ ଉପ ଗୁପ୍ତ ଜାନ୍‌ଲେ, ଇଟା ସେ ବାସବ୍‌ଦ ।

ମଥୁରାର୍ ସେହି ନଟୀ, ସେ ଦିନର୍ ଯୌବନ୍-ମଦ୍‌ମ । ।୨୩ ।

ସନ୍‌ନ୍ୟାସୀ ତାର୍ ମୁଡ଼୍‌କେ ଆପ୍‌ନା କୁଲେଁ ଥୁଇ କଲେ କଲେଁ,

ସୁଖା ଖଡ଼୍‌ଖଡ଼୍ ସେତାର୍ ଚଁଡ଼୍‌କେ ଭିଜାଲେ କାକର୍ ଜଲେଁ ।୨୪ ।

ବ୍ୟାଧି ଉଡ଼ାବାର୍ ଅମୋଘ୍ ମଂତ୍ର ଫୁକି ଦେଲେ ତାର୍ ସିରେଁ

ଆପ୍‌ନାର ହାଥେଁ ଶୀତଲ୍ ଚଁଦନ୍ ଲେପ୍‌ଲେ ତାର୍ ଶରୀରେଁ ।୨୫ ।

ଝଡ଼ୁଛେ କଲିକା, ଡାକୁଛେ କୁଇଲି, ଜୋଛ୍‌ନା-ମ । ରାତି

ନଟୀ ପଚାର୍‌ଲା, “କିଏ ତୁମେ ଜାର୍ ଏଡ଼େ ଦୟାମୟ୍ ଛାତି? ।୨୬ ।

କିଏ ତୁମେ ଦୟାମୟ?”

ଭିକ୍ଷୁ ବୟ୍‌ଲେ, “ଆଇଛେ ଭିକ୍ଷୁ, ଇଟା ହି ତାର୍ ସମୟ୍ ।।୨୭ ।

(ବଂଗ୍ଲା କବିତାର୍ ଭାବାନୁବାଦ୍)

 

ମୁକ୍‌ତି

ମୂଲ୍ ରଚନା - ବିଶ୍ୱକବି ରବୀଂଦ୍ରନାଥ ଠାକୁର

ମୁକ୍‌ତିର୍‌ ଲାଗି ୟୋଗୀ ବୈରାଗୀ ନାଇଁ ହୁଏଁ ମାହାପୁରୁ!

ୟୋଗ୍ ବୈରାଗ୍ ସାଧ୍‌ନାକେ ମୁଇଁ ଜୁହାର୍ କର୍‌ସିଁ ଧୂରୁଁ ।୧ ।

ଘର୍‌ସଁସାରର୍ ହଜାର୍ ଜଁଜାଲ୍ ବଁଧନ୍ ଭିତ୍‌ରେଁ ଥାଇ

ମାହାନ୍ ଆନଂଦ୍‌ମୟ୍ ମୁକ୍‌ତିର୍‌ ସୁଆଦ୍ ପାୟ୍‌ମି ତାହିଁ ।୨ ।

ଇ ଧରାର୍ ମାଟି-ବର୍‌ତନେଁ ତୁମେ ଭରିଦେବ ବାର୍‌ବାର୍

ତୁମର୍ ଅମୃତ ନାନା ରଂଗର୍, ନାନାଦି ବାସ୍‌ନାଦାର୍ ।୩ ।

ଲାଖ୍ ଲାଖ୍ ବତିୱାଲା ଦୀୟା ଲେଖେଁ ତୁମର୍ ଦେଉଲେଁ ରହି

ତୁମର୍ ଶିଖାଥିଁ ଜଲ୍ମି; ଉକିୟା ଫୟ୍ଲାମି ସାରା ମହୀ ।୪ ।

ୟୋଗାସନ୍ କରି ରୁଁଧିଦେଇ ମୋର୍ ସବୁ ଇଂଦ୍ରିୟ-ଦ୍ୱାର୍

ମୁକ୍‌ତି-ସାଧ୍‌ନା ନାଇଁ କରିପାରେଁ, ନୁହେଁ ହେଡ଼େ ପାର୍‌ବାର୍ ।୫ ।

ଜାହା ନିର୍‌ମଲ୍ ଆନଂଦ୍ ମିଲ୍‌ସି ଦୃଶ୍ୟେଁ, ସୁବାସେଁ, ଗାନେଁ

ତୁମର୍ ଆନଂଦ୍ ମିଲୁଥାଉ ସଦା ମନେଁ ହାୟ୍ଁ ସବ୍‌ଠାନେଁ ।୬ ।

ମୁକ୍‌ତି-ଆକାରେଁ ମୋର୍ ମୋହ ଜଲି ଉଠୁ

ଭକ୍‌ତି- ଆକାରେଁ ମୋର୍ ପ୍ରେମ୍ ଫଲି ଉଠୁ ।

(‘ନୈବେଦ୍ୟ’ - ‘ସଂଚୟିତା’ - ୯ମ ମୁଦ୍ରଣ - ପୃ: ୪୩୭ ଭାବାନୁବାଦ)

 

ବିଧାତାକେ ମୁମୂର୍ଷୁ ୟୋଦ୍ଧାର୍ ପ୍ରାର୍ଥନା

“ପଂଚତ୍ୱଂ ତନୁରେତୁ ଭୂତନିବହେ ସ୍ୱାଂଶା ମିଲଂତୁ ଧ୍ରୁବଂ

ଧାତସତ୍ୱାଂ ପ୍ରଣିପତ୍ୟ ସାଦରମିଦଂ ୟାଚେ ନିବଦ୍ଧାଂଜଲିଃ ।

ତଦ୍‌ବାପୀଷୁପୟସ୍ତଦୀୟମୁକୁରେ ଜ୍ୟୋତିସ୍ତଦୀୟାଂଗଣେ

ବ୍ୟୋମଃ ସ୍ୟାଚ୍ଚ ତଦୀୟବର୍‌ତ୍ମନି ଧରା ତ ।ଲବୃଂତେଽନିଲଃ ।”

- ଅମରୁ ଶତକ

“ଆବୋ ଘର୍‌ଛଡ଼ା ଜୁଆନ୍! ଘାୟ୍‌ଲା

ହେଇଛେ ତୋର୍ ଶରୀର୍

ଆର୍ ଘଡ଼େ ଗଲେଁ ପରାନ୍ ଛାଡ଼୍‌ବା

ଜରୁର୍ ପରମ୍‌ବୀର୍!

ମୁଇଁ ଆୟଁ ବିଧି, ସରବ୍ ଶକ୍‌ତିମାନ୍,

ଖୁସୀ ହେଲିଁ ଦେଖି ତୋର୍ କର୍ତବ୍ଜ୍ଞାନ

ତାରିଫ୍ କରୁଛେଁ, ଲଢ଼େଇ କରିଛୁ

ରଖିଛୁ ଦେଶର୍ ମାନ୍,

ସ୍ୱଦେଶର୍ କାଜେଁ ସହିଦ୍ ହଉଛୁ,

କରୁଛୁ ଜୀବନ୍‌ଦାନ୍,

ମୁଇଁ ତୋର୍ ଶେଷ୍ ଇଚ୍ଛା ପୂର୍‌ତି

ନିଶ୍ଚେ କର୍‌ମି ବୀର୍!

କହ ତୋର୍ ମନ୍ – କାମ୍‌ନା ମୋର୍‌ନେଁ

ନିଧକ୍ ନିସ୍‌ଫିକିର୍ ।”

ମାତ୍ଋ-ଭୁଇଁର୍ ମାତ୍ଋ-ଭାଷାର୍

ରକ୍ଷା ଦୀକ୍ଷା ନେଇ,

ବାପର୍ ଜେତ୍‌କ ଧନ୍, ଆପ୍‌ନାର

ଜୀବନ୍ ପାୟନ୍‌ଛଡ଼େଇ,

ଘାୟ୍‌ଲା ୟୋଦ୍ଧା ସଁସାରୁଁ ଭାଗ୍‌ବା,

ଘରୁଁ ଆସି ବଡ଼ା ଧୁରେଁ

ଘରେଁ ଏକ୍‌ଲାତୀ ପ୍ରିୟା ସାବିତ୍ରୀ

ରହିଛେ ପୀର୍‌ତିପୁରେଁ

ୟୋଦ୍ଧା ଇହାଦେ ଘୋର୍ ଚିଂତିତ୍

ହଉଛେ ପ୍ରିୟାର୍ ଲାଗି

କେନ୍‌ତା ହେବା ସେ ବିଧୁରା ବୁପ୍‌ରୀ?

ଆୟ୍ କେଡ଼େ ହତ୍‌ଭାଗୀ!

ଏନ୍‌ତା ଚିଂତା ସୁହୁତିର୍ ତୁଡ଼େଁ

ଉହୁଲି ଉହୁଲି ଦୁଖେଁ

ଜାଉଛେ ଜୁଆନ୍ ପଡ଼୍‌ବା ଘଡ଼୍‌କେଁ

ମରନ୍-ସାଗର୍ ମୁଖେଁ,

ଫୁନ୍ ବିଧାତାର୍ ଦିବ୍ୟ ବଚନ୍

ସମ୍‌ଲା ସେତାର୍ କାନେଁ

କାହିଁ ହଜିଗଲା ଦିହର୍ ବେଦ୍‌ନା,

ଜୋସ୍ ଭରିଗଲା ପ୍ରାନେଁ ।

ସୁଭ୍‌ଲା ଧାତାର୍ ଦୁହୁରା ବଚନ୍

“ପ୍ରେମିକ୍ ଜୁଆନ୍ ବୀର୍!

ପଂଚ ଭୂତର୍ ଉଲ୍‌ଟା ପିପଲ୍

ଗଛ୍‌ଟେ ନର୍-ଶରୀର୍;

କ୍ଷିତି, ଅପ୍, ତେଜ୍, ମରୁତ୍, ଆକାଶ୍

ଇ ପାଁଚ୍ ତ୍ୱେ ପାଁଇଛେ ବିକାସ୍,

ଦରଦ୍-ଫୁଟ୍‌ଲା ପଦମ୍ ଫୁଲର୍

ସମାନ୍ ଇ ତୋର୍ ତନ୍

ମଧୁ ସୌରଭ୍- ରଭସିତ ତୋର୍

ଛନ୍ ଛନ୍ ୟୌବନ୍,

ଛନ୍‌କେଁ ହରନ୍ କର୍‌ବା ମରନ୍,

ତେତ୍‌କର ନେବା ଛାନି

କ୍ଷିତି, ଜଲ୍, ତେଜ୍, ପବନ୍, ଗଗନ୍,

ତୋର୍ ତନ୍ ଛାଡ଼ି ହେବାରେ ମଗନ୍

ମେସି ହଜି ଯିବା ପାଁଚ୍ ମାହାଭୂତେଁ

ତୁଇ ନାଇଁ ପାରୁ ଜାନି ।

ସୁନ୍ ସ୍ୱାଭିମାନୀ! କର୍ ବିଶ୍ୱାସ୍

କହ ତୋର୍ ଜାହା ଶେଷ୍ ଅଭିଲାଷ୍,

ବର୍ ଦଉଛେଁରେ କର୍‌ମି କବାର୍

ତୋର୍ କଥା ଠିକ୍ ମାନି,

ଜିଂଦଗିଭର୍ ତୋର୍ ଇ ଦେଶର୍

ଜେତେ ବଂଚିତ୍, ଦୁଖୀ ମୁନ୍‌ସର୍

ସେବା କରୁଥିଲୁ ମନ୍ ତନ୍ ଦେଇ

କିଏ ହେଲେଁ ନାଇଁ ଜାନି?”

ଧାତାର୍ ବୟାନ୍ ସୁନ୍‌ଲା ଜୁଆନ୍

କପାଲେଁ ଜୁଡ଼୍‌ଲା ହାଥ୍, ବୟଲ୍।,

“ଦୟାଲ! ଧୟନ୍ କଲ ମକେ,

ଦେଇ ଖୁଦ୍ ମୁଲାକାତ୍,

ଆୟଜ୍ ଇ ଲଡ଼େଇ – ପଦ୍‌ରେଁ ଏକ୍‌ଲା

ରହିଥିଲା ବେଲେଁ ମୁଇଁ

ମୋର ତନ୍ ସୁଇ ପଡ଼୍‌ବା କାୟଲ୍।

ହେଇ ଇ ପୁଇନ୍ ଭୁଇଁ,

ସୁଇ ପଡ଼ୁ; ମୋର୍ ଆତ୍‌ମାରାମ୍‌ର

ଦୁଖ୍ ନାଇଁ ହୟ୍ ରଁଚେ,

ଇ ମରତ୍ ମାଟିଁ ଜନ୍‌ମିଲେଁ କେହି

ୟୁଗ୍ ୟୁଗ୍ ନାଇଁ ବଁଚେ,

ଜାନିଛେଁ ପଂଚ- ଭୂତର୍ ଲୁଁଦା ଇ

ଗାଗର୍‌କେ ଛାଡ଼ି ଦିନେ

ପ୍ରାନ୍-ଚେରେ ମୋର୍ ଜେନ୍ ଠାନେଁ ହେଲେଁ

ହେଇଥିତା ପ୍ରଭୁ! ଭିନେ,

ଆୟଜ୍ ଇନେ ହେବା ଭିନେ ଆରୁ ଜିବା

ଉଡ଼ି କାହିଁ କେତେ ଧୂର୍

ଘରା ଛାଡ଼ି, କାଟି ଧର୍‌ତି ମାତାର୍

ସ୍ନେହର୍ ବଁଧନ୍ ରେସ୍‌ମି ସୁତାର୍,

ଛାଡ଼ିଦେବା ତାର୍ ପ୍ରିୟତମ୍ ଦେଶ୍

କୋସଲ୍-ସମଲ୍‌ପୁର୍,

କେନେଁ ଖେଡ଼େଁ ଖେଡ଼େଁ ଫଲ୍‌ସି ଡାଲୁଆ

ଧାନ୍ ନୁହେ, ମଣି ରତନ୍ ସାଗୁଆ

ଜେନେଁ ହୀରାକୁଦେଁ ମିଲୁଥିଲା ହୀରା, ଜିତି କରି କୋହିନୂର୍

ଜେନେଁ କେଭୁଁ କେଭୁଁ ଥିଲା ଖିଁଡ଼ା ଗାଆଁ

ଖିଁଡ଼ାର୍ ଖଁଡ଼ାଥିଁ ଅର୍ଜିଲେ ନାଆଁ

ଶୂର୍ ବୀରେଂଦ୍ର ସୁରେଂଦ୍ର ସାୟ୍

ବିପ୍ଳବୀ ବାହାଦୁର୍,

ଭାରତ୍-ମୁକ୍‌ତି ସମ୍ରେଁ ଜେ ଆଘ

ଫୁର୍‌ଲେ ଶଁଖର୍ ସୁର୍,

ଗୁରା ଶତ୍ରୁର୍ ଗରବ୍ ଭାଁଗି ଜେ

କରିଥିଲେ ଚୂର୍ ଚୂର୍

ସଂବଲପୁର୍ ଦେଶର୍ ନାଆଁ ଜେ

କରିଥିଲେ ମସହୂର୍

ସେ ଭୂଇଁ ମୁର୍‌ଛି ଜିଉ ଚେରେ ମୋର୍

ଉଡ଼ିଜିବା ଫୁର୍‌ଫୁର୍

କେ ଜାନେ କେନ୍‌କେ, କେନ୍‌କେ କେଜାନେ,

ଇ ଠାନୁ କେତେ ଜେ ଧୁର୍ ।

ତଥାପି ହେଁ ମାହା- ବିଚ୍ଛେଦେଁ ମୋର୍

ଦୁଖ୍ ନାଇଁ ହୁଏ ଟିଖେ,

ଅମର୍ ହେଲେଁ ଭି ମରିଛନ୍ ଆସି

ଇ ମରତ୍ ଧର୍‌ତିକେ,

କୃଷ୍ଣ, ଜେ ନିଜେଁ ଦେବ୍ ଉପେଂଦ୍ର

ଆସି ଇନେ କରି କାମ୍

ଶବର୍ ଚିପୋର୍ ଶରାଘାତେଁ ମରି

ଫିରିଗଲେ ନିଜ୍ ଧାମ୍ । ମକେ ସୁର୍ଜିଛ

ଖେତ୍ରିଟେ କରି, ମରୁଛେଁ ଇ ରଣ୍-ଭୁଇଁ

ଖେତ୍ରିର୍ ଇଟା ଶ୍ରେଷ୍ଠ ମରନ୍,

ମିଲୁଛେ, ପାଉଛେଁ ମୁଇଁ;

ମାଗ୍‌ବାର୍ କିଛୁ ନାଇଁନ, ତଥାପି,

ମାଗୁଛେଁ କୃତାଂଜଲି

ସୁରୁ କାଜ୍ ଗୁଟେ କରିଦେବ ମୋର୍

ଦିହୁଁ ପ୍ରାନ୍ ଗଲେଁ ଚଲି ।

ମୋର୍ ଇ ଦିହର୍ ମାୟ୍‌ଟ, ପାୟନ୍ ଆଦି

ନେଇ ଜାହିଁ ପାରି ତାହିଁ

ନାଇଁ ମେସାବ୍ ହୋ ବିଧାତା! ଇ କଥା

ପାସ୍‌ରି ପକାବ ନାଇଁ ।”

ବିଧାତା ବୟଲେ, “ମଂଜୂର୍ କଲିଁ

ପ୍ରାର୍ଥନା ତୋର୍ ; କହ ତୋର୍ ଅଭିଲାଷ୍

କେନ୍ କେନ୍ ଠାନେଁ ମିଲା ହେବା ତୋର୍

ଲାସ୍-ଦିହୁଁ ନେଇ କେନ୍‌କେନ୍ ଭାଗ୍ ଖାସ୍?

ନାଇଁ ଛାଡ଼େ ପ୍ରାନ୍ ତୋର୍ ବୋ ଜୁଆନ୍!

ତୋର୍ ଶେଷ୍ କଥା ନାଇଁ ସର୍‌ବାର୍ ତକ୍

ଅଂତର୍ ଖୁଲି କହ ମନିଚ୍ଛା

ସ୍ୱଚ୍ଛଂଦ୍ ଭାବେଁ, ଛାଡ଼ି ସବ୍ ଧକ୍‌ଧକ୍ ।” ଜୁଆନ୍‌ର ବୟାନ୍

ଜୁଆନ୍ ବୟ୍‌ଲା, “ପ୍ରଭୁ! ମୋର୍ ଦିହୁଁ

ସଲିଲ୍ ତ୍ୱ ନେବ

ମୋର୍ ବଗାନର୍ ବଁଧ୍‌ଲି ସଲିଲେଁ

ସଲିଲେଁ ମିଲେଇ ଦେବ;

ହେନେଁ ଖେଲୁଥିସି ଖେଲ୍ ଖେଲ୍ ଅତି

ଫୁଲ୍ଲ ପଦମ୍ ଫୁଲ୍

ଚଂଚଲ୍ ଅଲି ଗୁଂଜନେଁ ସାରା

ଦିନ୍ ମାହା ମସ୍‌ଗୁଲ;

ହେନେଁ ପ୍ରାନ୍‌ପ୍ରିୟା ମୋର୍ ସାବିତ୍ରୀ

ଜାଇ ରୋଜ୍ ପଁହ ପଁହ,

ପହଁରି ପହଁରି ଶିଥିଲ୍‌ବସନା

କେଲି କଲା କାଲେଁ କୁଂଦଦଶନା

ତାର ଧଜ୍‌ଗୁରା ଅନୁପମ୍ ତନ୍

ବାସୁଥିସି ମହ ମହ;

ରାତିଁ ସେ ମାଖ୍‌ଲା ଗୁଲାବ ଅତର୍‌

କହର୍ ଗତ୍‌ରୁଁ ପାନିଁ

ମିଲି ହୁର୍ ହୁର୍ ପବ୍‌ନେଁ ଆୟ୍‌ସି

ମୋର୍ ନିକେ ମନ୍ ଜାନି ;

ମୁଇଁ ମୋର୍ ସେଜୁଁ ନାଇଁ ଉଠେଁ ନାଇଁ

ସର୍‌ଲେଁ ପ୍ରିୟାର୍ ସ୍ନାନ୍,

ସେ ମହା ପାବନ୍ ସୌରଭ୍ ପାଇ

ପୂରୁଥିସି ମୋର୍ ପ୍ରାନ୍ ।

ପରମ୍ ପୂଜ୍ୟ! ଅସୀମ୍ ଶକ୍‌ତିମାନ୍!

ହେ ବିଧାତା! ଫୁନ୍ ଦୟା କରି ଦିଅ କାନ୍,

ସ୍ନାନ୍ ସାରି ମୋର୍ ପ୍ରାନ୍ ସଂଗିନୀ ପତି ସୋହାଗିନ୍ ତନୁମଧ୍ୟମା ଆସି

ପାଟ୍ ଶାଢ଼ି ପିଁଧି ସାଜି ହେସି ବାସି

ଉଜ୍‌ରା ବେନୀର୍ କଲା କୁଁଚି କେଶ୍‌ରାଶି,

ଜେନ୍ ଦର୍‌ପନ୍ ସାମ୍‌ନେଁ ସେ ବସି

ବେନୀ ବାଁଧି ସାରି ମାଖି ସିଂଦୂର୍ ଟିକା

(ସିଁଦ୍‌ରେଁ ସୁରୁଟେ ଚୁମା ଦେଇକରି

ଚାହ୍‌ୟ୍‌ସି ନିତ୍ୟ ସଧବାର୍ ଶିରି)

ସେହି ଦର୍‌ପନ୍ ଝକୁଥିବା ଚିର୍

କାଲ୍, ନାଇଁ ହେବା ଫିକା,

ହାୟଥିଁର୍ ଲାଗି ମୋର୍ ଦିହୁଁ ପ୍ରଭୁ!

ସାରା ତେଜ୍ ଭାଗ୍ ନେଇ

ସେହି ଦର୍‌ପନେଁ କଲେକଲେଁ ଭରି

ଦେବ ହୁସିଆର୍ ହେଇ,

ଝକୁଥିବା ସେହି ଆୟ୍‌ନାର୍ ଛବି

ସ୍ମୃତିର୍ ଲଲାଟେଁ ତାର୍

ହୁର୍‌ଦୁଁ ଉଠ୍‌ଲା ବେଲେଁ ପ୍ରିୟପତି

ବିଚ୍ଛେଦ୍ - ହାହାକାର୍ ।

ଫୁନ୍ ସୁନ ପ୍ରଭୁ! ମୋର୍ ଶରୀରର୍

ସାରା ମାୟ୍‌ଟ୍‌ ଭାଗ୍ ନେବ

ମୋର୍ ବଗାନର୍ ସୁରୁ ଚଲା-ବାଟ୍

ଉପ୍‌ରେଁ ଦସେଇ ଦେବ;

ହେଁ ବଗାନେଁ ହାମେ ଦୁହେ ଖେଲୁଥିସୁଁ

ପୁଣ୍ୟ ପ୍ରୀତିର୍ ଖେଲ୍,

ବର୍ନନ୍ କରି ନାଇଁ ପାରେଁ ପ୍ରଭୁ!

ଲାଗ୍‌ବା ବନିହାଁ ବେଲ୍ ।”

ବିଧାତାର୍ ଉକ୍‌ତି

ବିଧାତା ବୟ୍‌ଲେ, “ପ୍ରେମର୍ ମଂତ୍ରେଁ

ପ୍ରେମର୍ ୟଂତ୍ରେଁ ହାମେ

ସୃଷ୍‌ଟି ପାଲନ୍‌କରସୁଁ ଜଗତ୍,

ପ୍ରେମ୍‌କେ ଲଗାସୁଁ କାମେ;

ଗୌରୀକେ ହର୍ ବିହା ହେଇ ସାରି

ହଜାର୍ ହଜାର୍ ସାଲ୍,

ପ୍ରିୟା ସାଁଗେଁ କରି କରି ପ୍ରେମ୍-ଖେଲ୍

ମଜେସେ ହର୍‌ଲେ କାଲ;

‘ଡନ୍ ଜୁଆନ୍’ ତ ନୁହୁରେ ଜୁଆନ୍!

ପୂରା କର୍ ଗାଥା ତୋର୍;

ସୁରୁତ୍ ଲାଗୁଛେ, ସୁନୁଥିମି, କହ

ଜେତ୍‌କି ପଡ଼ୁଛେ ସୋର୍;

ଭଡଁ ଭେସ୍‌ରର୍ ନାଆଁ ଗଁଧିହୀନ୍,

ଅୟେନ୍ ତୋର କଥାନି

ପାରିଜାତ୍ ଲେଖେଁ ଶୁଚି, ସୁଂଦର୍,

ନଂଦନ୍ ତୋର୍ ବାଣୀ,

ପ୍ରେମିକ୍ ଜୁଆନ୍ - ୟୋଦ୍ଧା! ବୟାନ୍

ବିସ୍‌ତାର୍ କରି କହ,

ପରୱାୟ୍ ନାଇଁ, ଲାଗୁ ପଛେ ଜେତେ

ସମିୟା ଲାଗ୍‌ବା ଜହ ।”

ଜୁଆନ୍‌ର୍‌ ବାକି ବୟାନ୍

ବଗାନର୍ ସୁରୁବାଟେଁ ସାବିତ୍ରୀ

ସୁରୁଜ୍ ଢ଼ଲକ୍।-ବେଲେଁ

ଜାଇ ମାତୁଥିସି ବାରିର୍ ଗୁଲାପ୍

ବଗାନ୍‌ନେ ଖୁସି-ଖେଲେଁ

ଦିନେ ଦିନେ ଜାଇ ପୁର୍‌ନି-ବଁଧ୍‌ଲି

ଘାଟୁଁ ସେ ଗରିଆ ଭରି

ଡେବ୍‌ରି ଖାକେଁ ସେ ଭରାୟୌବନୀ

ଗରିଆ ଖଖେଇ କରି,

ଲହଂଗ୍ ଝପର୍ ହେଇ ତିରି ଭଂଗ୍

ଠାନି କରି ହଲିଝୁଲି

ଛାତି ସର୍‌ସରା କରି ଆୟ୍‌ବାର୍

ଶୋଭା ମୁଇଁ ନାଇଁ ଭୁଲି,

କେଭେଁ ନାଇଁ ଭୁଲି ପାରେଁ

ଭାବୁଛେଁ ଇନର୍ ଘର୍ ଛାଡ଼ିକରି

ଗଲେଁ ଭିଲ୍ ଆର ପାରେଁ ।

ଦର୍ ଦର୍ ଫୁଟା ଗୁଲାପର୍ ଭାରି

ସଉକେନ୍ ବଲି ପ୍ରିୟା

ସେ ବଗାନେଁ ମୁଇଁ ଖଟୁଥାୟଁ, ହଉ

ଉବେଲ୍ କି ଅସମିୟା;

ପ୍ରିୟା ସାବ୍‌ତିରି ଖୁସି ରହୁ ବଲି

ସଦା ମୋର୍ ମତ୍‌ଲବ୍

ସେ ମୋର୍ ଜୀବ୍‌ନେଁ ଧନ୍ ଜନ୍ ସୁଖ୍

ଆନଂଦ୍, ଦୁସର୍ ସବ୍;

ମୋର୍ ସେ ବଗାନେଁ ହର୍‌ମେସା ଥାଉ

କଲି ବା ଫୁଟ୍‌ଲା-ଫୁଲ୍,

ଭାବି ଲହୁ-ଝାଲ୍ ଢାଲୁ ଥାୟଁ ମୁଇଁ

ପ୍ରେମ୍-ବଝା-ବୁଲ୍‌ବୁଲ୍,

ଦେଖି ପ୍ରିୟା ମୋର୍ ଦିହି ଉଦା ହେଲେଁ

ବୁଁଦା ବୁଁଦା ଘାମ୍‌ପାନିଁ,

ସୁଆଁଲି ସୁଆଲିଁ ପୁଛି ଦିଏ ହାଥେଁ

ଧରି ତାର୍ ସାଢ଼ିକାନି

ପ୍ରିୟାର୍ କୋମଲ୍ କର-କମଲର୍

ପରମ୍ ପାବନ୍

ପ୍ରେମର୍ ପର୍‌ଶେଁ ମୋର୍

ପ୍ରଚୁର୍-ପୁଲକ୍- ପୂର୍ଣ ଗତର୍

ଥର୍ ଥର୍ ଥରି ଉଠ୍‌ଲେଁ ମାହାନ୍ ଜୋର୍,

ଦେଖି କରି ମୋର୍ ଦିହେଁ ବିଦେହର୍

ଅଧୀନ୍ ନିଲଜ୍ ଦଶା

ଲାଜ୍‌ରୀ ପ୍ରିୟାର୍ ଚଁଡ଼େଁ ଫୁଟିଉଠେ

ଗୁଲାପି ମୁଲ୍‌କି-ହଁସା,

ରାଜ୍‌କୁରଂଗୀ-ଦୃଶାର୍ ନୟନ୍‌ କନେଁ ଫୁଟିଉଠେ ରାଗ୍,

ନୁହେ ରାଗ୍‌ରସା, ଲାଜ୍-ମିସା ତାର୍

ଅଂତର୍ ଅନୁରାଗ୍;

ସାବିତ୍ରୀ ସେନୁତିର୍‌ଛି ନଜର୍

ମାରି ଜାଉଥାୟ ଭାଗି

ଘର୍ ଭିତର୍‌କେ ତର୍‌ସର୍ ଗୁଟେ

ଭିର୍‌କୀ ମିର୍‌ଗୀ ବାଗି ।

ଖୁଦି ହେଇ ମୋର୍ ହୁର୍‌ଦେଁ ରହିଛେ

ସେ ପ୍ରେମ-ଛବି, ସେ

ନାଂଦନ୍ ଅନୁଭବ୍

ସେଟା ହି ମେଟେଇ ଦେସି ମନୁ ମୋର୍

ବାହାରିଆ ଦୁଖ୍ ସବ୍ ।

ଦିନେ ଦିନେ ଗୁଟେ ଅୟେନ୍ ସୁଁଦର୍

ଗୁଲାପ୍ କଲିକା ତୁଲି

ଖୁଁଚି ଦେସି କଲା କୁଁଚି କେଶ୍ ବଁଧା

ବେନୀ ଦିହେଁ ବୁଲ୍‌ବୁଲୀ

ମୁଇଁ ଥିଲେଁ ତାର୍ ପାଶେଁ,

ଆପେଁ ଖୁସୀ ହେଇ ମକେ ତାହୁଁ ଜହ

ଖୁସୀ କର୍‌ବାର୍ ଆଶେଁ ।

ଫୁଲ୍ ବଗାନ୍‌କେ ପ୍ରିୟା ସାବିତ୍ରୀ,

ହେଲେଁ ବେଲ୍ ଢଲା-କାଲ୍,

ଉସ୍‌ନାଖ୍ ମନେଁ ରାନୀ ହଁସ୍ ଲେଖେଁ

ଚାଲି ବଂକିମ୍-ଚାଲ୍

ଜାଉଥିଲା ବେଲେଁ ଲାଲ୍ ସୂର୍ଯ୍ୟର୍

ଆଭା ପଡ଼ି ମୁହେଁ ଦିସେ ଉଭାଗର୍

ପ୍ରାଚୀ-ବଧୂ ଅବା କୁଂକୁମ୍ ଜଲେଁ

ଭୁଲେଁ ଧୁଇଛେ କପାଲ୍

ଆରୁ ଦୁହି ଗୁରା ଗାଲ୍!

ବିଧାତା! ପ୍ରିୟାର୍ ଫୁଲ୍ ତୁଲା ବାଟେଁ

ଗୁଲାପ୍ ବଗାନେଁ ମୋର୍

ଇ ତନର୍ ସାରା ମାୟଟ୍ ଭାଗ୍ ନେଇ

ଦସାବ, ରଖିଥ ସୋର୍,

ହେଁ ମାଟିର୍ ଗୁଟେ ଅଣୁ ଲାଗି ଗଲେଁ

ପ୍ରିୟାର୍ ପଦମ୍-ପାଦେଁ

ମୋର୍ ପର୍‌ଶର୍ ସୁଖ୍ ତିଲେ ହଉ

ହେତାବା ଘୋର୍ ବିଷାଦେଁ ।

ଛନ୍‌କର୍ ମାୟ୍‌ନ୍‌ ହଉ ପଛେ, ମୋର୍

ପରଶ୍ ପାୟ୍‌ଲେଁ ତାର୍

ଘାୟ୍‌କର୍ ମାୟ୍‌ନ୍‌ ଘୁଚି ଜିବା ଦୁଖୀ

ମନୁଁ ଦୁଖ୍, ହାହାକାର୍ ।

ଫୁନ୍ ସୁନ ପ୍ରଭୁ! ଟାନ୍ ଖରା ଦିନେଁ

ଧର୍‌ତି ଉଠ୍‌ଲେଁ ତାତି,

ଶୀତ୍‌ଲାବା ବଲି ସାବିତ୍ରୀ ମୋର୍

ଝାଲ୍-ଘମ୍‌ଘମ୍ ଛାତି,

ମୋର୍ ସୁଖ୍ ଲାଗି ସୁରୁ ଗୁଟେ ତାଲ୍‌

ପତର୍-ଧୁକ୍‌ନି ହାଥେଁ

ଧରି ବଡ଼ା ବେଲ୍ ଧୁକି ଦଉଥାୟ୍

ହାମର୍ ଘରର୍ ଛାତେଁ,

‘ଥାଉ, ଥାଉ, ହେଲା’ ବଲି ମୁଇଁ ଜେତେ

ଛେକି ଦେଉଥିଲେ ମିସେ

ଫୁନ୍ ଧୁକି ଦିଏ, ମୋର୍ ଲାଗି ତାକେ

ମେହ୍‌ନତ୍ ନାଇଁ ଦିସେ ।

ହେ ବିଧାତା! ମୋର୍ ଦିହର୍ ଜେତ୍‌କ

ପବନ୍-ତ୍ୱ ନେବ

ସେ ଡାଲ୍ ପତର୍ ଧୁକ୍‌ନିର୍ ପାଖେଁ

ପାଖେଁ ଟିକେ ଥୁଇ ଦେବ,

ହୁର୍‌ଗୁନି ହେଲା ବେଲେଁ ପ୍ରିୟା ମୋର୍

ବିଚ୍ଛେଦ୍-ତୁଷାନଲେଁ

ହେଁ ପଁଖାଥି ଧୁକି ହେଇ କରି ମୋର୍

ପରଶ୍ ପାୟ୍‌ବା

ତପତ୍ ଛାତିର୍ ତଲେଁ ।

ବିଧି! ଶେଷେଁ ସୁନ, ମୋର ଦିହୁଁ ନେବ

ଜେତ୍‌କ ଆକାଶ୍ ଭାଗ୍

ଦେବ ତାର୍ ମନ୍-ଆକାଶେଁ ମିଶେଇ

ସଦା ମନେଁ ରଖିଥିବା ସେ ଦୁଖେଇ

ତାର୍ ପ୍ରତି ମୋର୍ ହୃଦର୍ ଅଶେଷ୍,

ସୀମାହୀନ୍ ଅନୁରାଗ୍ ।

ବିଧାତାର୍ ଜବାବ୍

ବିଧାତା ସୁନ୍‌ଲେ ଘାୟ୍‌ଲା ୟୋଦ୍ଧା

ପ୍ରେମିକର୍ କଥା,

ହଁସି ହଁସି ମୁଲମୁଲ୍

ଭାବ୍‌ଲେ, ଭକୁଆ, ନାଟର୍ ପୁତ୍‌ଲା

କରୁଛେ କେନ୍‌ତା

ପ୍ରେମ୍-ନିସା-ଧରା ଭୁଲ୍!

ବୟ୍‌ଲେ, “ଘାୟଲା ବୀର୍! ଖୁସୀ ହେଲିଁ ;

ନିକୋ ହେଇ କରି ତୁଇଁ

ଟେନ୍‌ଟେନ୍ ହେଇ ଉସ୍‌ନାଖ୍ ମନେଁ

ଫିରିଜିବୁ ଘର-ଭୁଇଁ ।”

ଶେଷ୍ ଲିପି

ସିଁପୁଟ୍ ସିଁପୁଟ୍ କରୁଥିଲା ଜେନ୍

ପ୍ରେମିକ୍ ଜୁଆନ୍ ବୀର୍,

ବିଧିର୍ ବିଧାନେଁ ନିକୋ ହେଇଗଲା

ସେତାର୍ କ୍ଷତ ଶରୀର୍,

ଆପ୍‌ନା ଘର୍‌କେ ଉତିଏଲ୍ ହେଇ

ଫିରି ସେ ଆୟଲା ଦିନେ,

ଘର୍ ଦେଖି କରି ତାର୍ ଛନ୍ ଛନ୍

ମନ୍ ହେଇଗଲା ଭିନେ,

ଇଟା କାଁୟ ହେଲା ହାୟ୍!

ଘର୍‌ଟା ଦିସୁଛେ ଅଁଧାର୍, ଘୁଟିଛେ

ଦୁଖର୍ ବହଲ୍ ଛାୟ୍!

ଜାନ୍‌ଲା, ଇଥିର୍ ଭିତ୍‌ରେଁ ପ୍ରୀତିର୍

ପ୍ରତିମା ଗୁଟ୍‌କ ତାର୍

ନାଇଁନ ଇ ପାରେଁ, ଘାଟ୍ ପାର୍ ହେଇ

ଗଲାନ ପହିଲ୍ ପାର୍

ବର୍‌ଗଡ଼୍ ପାର୍ ହେଇ, ଛାଡ଼ି ଦେଶ୍

କୋସଲ୍-ସମ୍‌ଲପୁର୍

କାହିଁ କେତେ ଧୁର୍! କେତେ ଧୁର୍! କେତେ ଧୁର୍!

ୟମ୍ ନେଇଗଲା, ଗଲା ସାବିତ୍ରୀ,

ରହିଛେ ସତ୍ୟବାନ୍!

ଧୟନ୍‌ରେ ବିଧାତା ଧୟନ୍ ଧୟନ୍ ତୋର୍

ଅଜବ୍ ସଂବିଧାନ୍!

 

ଅନୁଭବ୍ ଶୀଲା ଭଟ୍ଟାରିକାର୍

ହେଲାନ ଆୟ୍‌ଜ ଅନେକ ବଛର୍

କଥାଟା ମୋର୍ ବହୁତ୍ ପଛର୍,

ବହୁତ୍ ବହୁତ୍ ପଛର୍ ।

ମୁଇଁ ଶୀଲା ଭଟ୍ଟାରିକା ନନୀ

ସେତେବେଲେଁ ନୂତନ ୟୌବ୍‌ନୀ,

ଦିନେ ମୋର୍ ସେ ଦିବ୍ୟ କୁଆଁରୀ ପନ୍

ଜେନ୍ ଅଭିରାମ୍ ନୁଆଁ ଜୁଆନ୍ କରିଥିଲେ ହରନ୍,

ଇ ନର୍ମଦା ନଦୀର୍ ଗଦ୍‌ଗଦ୍

ଉନ୍ମଦ୍ ଶବଦ୍

ପରିପୂର୍ଣ୍ଣ, ଲୀଲା-ଚଂଚଲ୍-ତରେଁ

ବେତ୍ରଲତାର୍ ଅଲି-ଗୁଂଜନ୍-ମୁଖର୍-କୁଂଜ ଘରେଁ

ସେ ଅଭିରାମ୍ ଜୁଆନ୍ ପଛ୍‌କେ ହେଲେ ଭି ମୋର୍ ବର୍;

ଅନେକ୍ ବଛର୍, ଅନେକ୍ ଅନେକ୍ ବଛର୍,

କନିଆଁ ଆର୍ ବର୍,

ହେଇକରି କଲୁଁନ ଭି ଘର୍

କେଡ଼େ ସୁଂଦର୍, ଆହା କେଡ଼େ ସୁଂଦର୍

କେଡ଼େ ସୁଖର୍, ଆହା କେଡ଼େ ସୁଖର୍ ।

ପୂର୍ବେଁ ଜେନ୍‌ତା ସୁଖର୍ ଥିଲା ମଧୁ ଚୟ୍‌ତର୍ ରାତି,

ଆଝିର୍ ମିସେଲ୍ ଅଛେ ସେନ୍ତା, ସେହି ଚୁଗ୍‌ଚୁଗ୍ ତାତି,

ସେହି ଛାତି, ସେହି ରାତି,

ସେନ୍‌ତାଇ ଭି ଅଛେ ଆଘର୍ ରାତିର୍ ଚାର୍‌ହି ପହର୍,

ଫୁଲ୍ଲ ବଉଲ୍ ଫୁଲର୍, କଦମ୍ ଫୁଲର୍ ମହ୍‌ମହ୍ କହର୍,

ମୁଇଁ ଭି ତ ସେହି ଆଘର୍ ଶୀଲା ଭଟ୍ଟାରିକା

ସେ ବି ତ ଆଁନ୍ ସେ ଜୁଆନ୍,

ଜାର୍ ପ୍ରେମେ ମୁଇଁ ବିକା,

ତଥାପି ତ ଟିଖେ ନାଇଁ ମରି

ସେନ୍‌ତା ଅଛେ ଚେତ୍‌ନା ଭିତ୍‌ରେଁ ଅଜରୀ ଅମରୀ,

ଇ ନର୍ମଦା ନଦୀର୍ ଗଦ୍ ଗଦ୍ ଲୀଲା ଚଂଚଲ୍ ତରେଁ

ସେ ବେତ୍ ଲତାର୍ ଭଅଁର୍-ଗୁଂଜନ୍-ଭରା-କୁଂଜ ଘରେଁ,

ହେଲା ପହିଲ୍ ପହିଲ୍ ପ୍ରେମର୍ ବାସ୍ତବ୍ ନୁଆଁ ବେପାର୍

ଇତାକର୍ ମୋର୍, ଇତାକର୍ ମୋର୍ - ଶୀଲା ଭଟ୍ଟାରିକାର୍,

ହେଲା ପହିଲ୍ ପହିଲ୍ କରି ପ୍ରେମ୍‌ର ନୁଆଁ ବେପାର୍,

ସେ ଅନୁଭବ୍ ଲାଗି ଇ ମୋର୍ ମନ୍‌ଚିତ୍ ଆଝିର୍ ମିସେ

ଉକ୍‌ବୁକାସି ଆଝିର୍ ମିସେ;

ଲୁକାମି ଆୟଜ୍ କେନ୍‌ତା କରି? - ଉପାୟ ନାଇଁ ଦିସେ,

ମୋର୍‌ନୁ ମୁଇଁ ଲୁକାମି, ତାର୍ ଉପାୟ ନାଇଁ ଦିସେ ।

 

କର୍ନର୍ କବଚ୍ କୁଁଡ଼ଲ୍ ଦାନ୍

(କ) ଇଂଦ୍ର

ସ୍ୱର୍‌ଗର୍ ରଜା ଇଁଦର୍ ବହୁତ୍ ଲଁଦରଫଁ ଦରକାର୍

ସ୍ୱାର୍‌ଥ ସିଦ୍ଧି ଲାଗି କୁବୁଦ୍ଧି କର୍‌ସନ୍ ବାର୍‌ବାର୍ ।

ଦେଖ୍‌ସନ୍ ୟଦି କେନ୍ ମୁନ୍‌ସର୍ ଶିରିୟଶ୍ ବଢ଼୍‌ବାର୍

କେହ୍‌ନି ମୁନୁସ୍ ୟଶ୍‌କୀର୍ତିର୍ ବଡ଼୍ ଗୁଡ଼ି ଗଢ଼୍‌ବାର୍,

ଇଂଦ୍ର ସେତାର୍ ହିଁସା ଅହଁକାର୍ କର୍‌ସନ୍ ବଡ଼ା ତାର୍,

ଡର୍‌ସନ୍, ଘିଚି ନେବା ସେ ତାକର୍ ପଦ୍‌ବିର୍ ଅଧିକାର୍ ।

ଶିବ୍ ବର୍‌ହ୍‌ମାର୍ ବର୍ ପାୟ୍‌ବାକେ କେହି ତପ୍ କଲା ୟଦି

ଇଂଦ୍ରର୍ ମନେ ତୁଚ୍ଛା ମାହାଲିଆ ମାହା ଡର୍ ହେସି ଲଦି,

ଇଂଦ୍ର ଭଁଗେଇ ଦେସନ୍ ତୁର୍‌ତି

ତାର୍ ତପସ୍ୟା ନି ହୟ୍ ପୂର୍‌ତି,

ଏନ୍‌ତା ଅୟ୍‌ସୋ ଖରାପ୍ ବୁର୍‌ତି ଦେବ୍‌ରାଜ ଇଂଦ୍ରର୍;

ବିଧିର୍ ବିରାଟ୍ ରାଜ୍-ସଂସ୍ଥାର୍

ଆଁନ୍ ଦେବ୍‌ରାଜ ନିର୍‌ଦେଶ୍‌କାର୍,

ବଢ଼େ ନିର୍‌ଦୟ୍ କାର୍‌ପଟ୍‌ଦାର୍ ଘରଭଁଗା କେଂଦ୍ରର୍,

ପରର୍ ସୁଖର୍ ଘର୍ ସଂସାର୍ ଧ୍ୱଂସେଁ ଧୁରଂଧର୍,

ହାଁୟ ବଦ୍‌ଗୁନ୍ ଲାଗି ଇଂଦ୍ରର୍ ନାଆଁଟେ ପୁରଂଦର୍ ।

ବିଶ୍ୱାମିତ୍ର ବାଗିର୍ ତପୀର୍ ତପ୍ ଭାଁଗ୍‌ବାର୍ କାଜ୍

କର୍‌ବାକେ ଘୋର୍ ଘୃଣ୍ୟ ପଂଥା ଧର୍‌ସନ୍ ଦେବ୍‌ରାଜ,

ସ୍ୱର୍‌ଗର୍ କେନ୍ ସୁଁଦ୍‌ରୀ, ଧାଁଗ୍‌ରୀ

ଅପ୍‌ସରୀଟାକେ ଫୁସ୍‌ଲେଇ କରି,

ନାୟଁତ୍ ଡରେଇ, ବର୍‌ଗି ଦେସନ୍, “ତମ୍‌ହେଁ ଜାଇକରି ଆଜ୍

ହେଁ ତପୀର୍ ତପ୍ ଭାଁଗି ଦିଅ, ଛାଡ଼ି ନିଜର୍ ସରମ୍ ଲାଜ୍ ।”

ମେନ୍‌କା ମିତାଲ୍ ଅପ୍‌ସରୀ ଜାଇ

ତପୀର୍ ସାମ୍‌ନେଁ ନାଚି, ଗୀତ୍ ଗାଇ,

ଦେଖେଇ ନିଜର୍ ଜାନୁ ୟୌବନ୍, ଲୁଭେଇ ତପୀର୍ ମନ୍,

ଭଗ୍‌ନସ୍ କରି ଦେସନ୍ ତପୀର୍ ସଂୟମ୍, ଟାନ୍ ପନ୍,

ବର୍‌ବାଦ୍ ହେଇ ଜାୟସି ତାକର୍ ଲଂବା, କଠୋର ଶ୍ରମ୍;

ଦେବ୍‌ରାଜ ତହୁଁ ‘ହାୟ’ କରସନ୍, ଡର୍‌ଭୟ ହେସି କମ୍ ।

ହେଲେଁ, ଘାୟ୍ ଘାୟ୍ ବୃତ୍ର ବାଗିର୍ ଚେମଡ଼୍, କଠୋର୍ ତପୀ

ସାମ୍‌ନେଁ ହେନ୍‌ତା ଅପ୍‌ସରୀ ଦେଖି ରିସେଁ ଜାୟ୍‌ସନ୍ କଁପି,

ଅଭିଶାପ୍ ଜୁଏ ବର୍ଷାବାର୍‌କେ ବସ୍‌ବାର୍ ଦେଖିକରି

ଡର୍‌ହେଁ ତର୍‌ସର୍ ଭାଗ୍‌ତେଲ୍ ଫିରି ଆୟସନ୍ ଅପ୍‌ସରୀ,

ଦେବ୍‌ରାଜ ସେନୁ ସୁନିକରି ସବ୍ ହାଲ୍,

ତିଆର୍ ହେସନ୍ ଆରୁ ଦେଖି ଦେଶ୍‌କାଲ୍,

ଉଠ୍‌ସନ୍ ଧରି ବଜ୍ର, ଶକ୍‌ତି, ତୋମର୍, ବର୍‌ଛା, କାତି

ଇତ୍ୟାଦି ନାନା କିସମ୍ ଅସ୍‌ତ୍ର, ସଂଗ୍ରାମ-ମଦେଁ ମାତି,

କର୍‌ସନ୍ ଘୋର୍ ଲଡ଼େଇ; ଲେକିନ୍ ଖାୟ୍‌ସନ୍ ୟଦି ହାର୍

ଭାଗ୍‌ସନ୍ ଆରୁ ଶରନ୍ ନେସନ୍ ବିଷ୍‌ଣୁ କି ବ୍ରମ୍‌ହାଁର୍,

ଶତ୍ରୁକେ ନାଶ୍ କର୍‌ବାର୍ ଉପେ ଜାନି ବୁଝିକରି ଆସି

ଶତ୍ରୁକେ ଜିତି ସୁଖୀ ହେସନ୍ ସେ ସମେତ୍ ସରଗ୍‌ବାସୀ ।

(ଖ)

କର୍ନ

ମାହାବୀର୍, ଦାନୀ କର୍ନ ନୁହଁନ୍ ବୃତ୍ର ମିତାଲ୍ ତପୀ,

ନାଇଁ କରୁଥାଇ ଇଚ୍ଛା କେଭେଁ ସେ ବ୍ରମ୍‌ହାଁ-ଶିବ୍‌କେ ଜପି,

ଖୁସୀ କରି ବର୍ ପାଇ ଘିଚି ନେବେ ଇଂଦ୍ରର୍ ଅଧିକାର୍;

ଆତମ୍-ତୃପ୍‌ତି, ପର୍‌ଲୋକେଁ ସୁଖ୍

ଲାଭ୍ ଲାଗି ହେଇ ସଦା ଇଚ୍‌ଚ୍ଛୁକ୍,

ବାମ୍‌ହନ୍‌-ଭକ୍‌ତିମାନ୍ ଦେଇ ଦାନ୍ ଦଉଥାଁନ୍ ବଡ଼ାତାର୍,

ଦାନ୍ ଦେଲା ବେଲେଁ ତାକର୍ ନଜ୍‌ରେଁ ଦିସେ ପ୍ରାନ୍‌ଟା ଭି ଛାର୍ ।

(ଗ)

ଦେବ୍‌ରାଜ ଇଂଦ୍ରର୍ ଜାସୂସ୍

କର୍ନ କେନ୍‌ତା ଦାତା ଦାନୀ ତାର୍ ଦହ ଦହ ପର୍‌ମାନ୍

ତୁଆ ତୁଆ ସୁନି ସାରିଛନ୍ ଆଘୁଁ ଦେବ୍‌ରାଜ ଭଗ୍‌ବାନ୍,

କେନ୍‌ନିକେ ଦେବ୍‌ରାଜ୍‌ର ପକ୍‌କା ଜାସୂସ୍ ବା ନାଇଁ ଜାଁନ୍?

ଚଉଦଭୁବ୍‌ନେଁ କେହ୍‌ନିନେଁ କାହିଁ ନାଇଁନ ହେନ୍‌ତା ଠାନ୍ ।

ପାକିସ୍‌ତାନର୍ ଜାସୂସ୍ ଜେନ୍‌ତା ଆୟ୍‌ସନ୍ ଲୁକି ଲୁକି

କଁଟା-ତାର୍ ଦିଆ ହାମର୍ ଭାରତ୍-ସିମାନାକେ ଢ଼ୁକି ଢ଼ୁକି

ଭାର୍‌ତର୍ ମାହାମଂତ୍ରୀ ଆଉର୍, ସାଂସଦ୍-ଘରୁଁ ମିସେ

ଗୁପତ୍ ଖବର୍ ନେଇ ଭାଗ୍‌ସନ୍, କାକେ କିଛୁ ନାଇଁ ଦିସେ,

ହେନ୍‌ତା ଇଁଦର୍ ରଜାର୍ ଜାସୂସ୍ ସୁଁଘି ସୁଁଘି, ବୁଲି ବୁଲି

ଲୁକର୍ ଘର୍‌କେ ଢ଼ୁକି ଆୟ୍‌ସନ୍ ଲୁହାର୍ କବାଟ୍ ଖୁଲି,

ଲୁକି ରହିକରି ଲୁକର୍ ସୁଇଲା କୁଠିର୍ ପଲଁକ୍ ତଲେଁ

ବର୍-କନିଆଁର୍ ଫୁସ୍‌ଫାସ୍ ମିସେ ସୁନ୍‌ସନ୍ କଲେଁକଲେଁ,

ଚୁଁଟ୍‌ସନ୍ ଜାଇ ଇଁଦର୍ ରଜାର୍ ହଜାର୍-ଫୁଡ଼ିଆ କାନେଁ,

ପକ୍‌କା ଶାସନ୍‌କାର୍ ଦେବ୍‌ରାଜ କେନ୍ କଥା ନାଇଁ ଜାନେ?

କର୍ନ ସୂର୍‌ୟ ଦେବ୍‌ତାର୍ ପୁଓ, ଆୟ୍ ସେ ମାହାନ୍ ଦାନୀ,

ବାମ୍‌ହନ୍‌ମନ୍‌କେ ଦାନ୍ ଦେବାର୍‌ଥିଁ ଆୟ୍ ବଢ଼େ ସ୍ୱାଭିମାନୀ,

ସତ୍‌ବର୍‌ତୁଆ ରୋଜ୍ ଜାଇ ଠାଡ଼୍ ହେସି ଗଂଗାର୍ ପାନିଁ,

ସୂର୍‌ୟ ଧିଆନେ ମୟ୍‌ଧାନେ ତକ୍ ରହି, ଗାଇ ବେଦ୍-ବାଣୀ,

ସେନୁ ଦାନ୍‌ବୀର୍ ଦେସି ହାତ୍‌ଖୁଲା ଦାନ୍ ଜେ ମାଗ୍‌ସି ଜାହା,

ବାମ୍‌ହନ୍‌ମନ୍‌କେ ପ୍ରଣାମ, ଜୁହାର୍ କରି ଟେକି ମାହା ବାହା,

ମାଗ୍‌ଲେଁ ତାହାକେ ଦେଇ ପକାତା ସେ ଆପ୍‌ନାର ପ୍ରିୟ ଜାନ୍,

ଦାନ୍‌ବୀର୍ ଭାବେଁ ଅତି ଅଦ୍‌ଭୁତ କର୍ନର୍ ସ୍ୱାଭିମାନ୍!

ବିଧିର୍ ବିଧାନ୍ ବଡ଼ା ବିଚିତ୍ର! କର୍ନ ପରମ୍‌ବୀର୍,

ସୂର୍‌ୟ ଦେବର୍ ଆଡ଼ୁଁ ବଡ଼୍ ପୁଓ ହେଇ ମିସେ କୁନ୍‌ତୀର୍,

ଆରୁ ହେଇ ମିସେ ୟୁଧିଷ୍‌ଠିରର୍ ଅଗ୍ରଜ୍ ସହୋଦର୍,

ବନ୍‌ଲେ ବଂଧୁ ଦୁର୍ୟୋଧନର୍, ଶତ୍ରୁ ପାଂଡ଼ବର୍!

ଖାସ୍ ସେ ସବ୍ୟସାଚୀକେ ମାର୍‌ବେ ବଲି କରିଥିଲେ ପନ୍,

ହାଁୟ୍ ଭାବନ୍।ର୍ ଭାରେଁ ସୁଖ୍ ନାଇଁ ୟୁଧିଷ୍‌ଠିରର୍ ମନ୍ ।

ଦୁହି କାନେଁ ସୁଧା-କୁଁଡ଼ଲ୍, ଦିହେଁ ଅମିୟ-କବଚ୍ ଥାଇ

କର୍ନ ଘାୟ୍‌ଲା ହେଲେଁ ଭି ସମରେଁ ମରନ୍ ତାକର୍ ନାଇଁ,

କଉଶଲେଁ ତାର୍ ଦିହୁଁ ଦୁହି ସାଜୋ କରି ନେଲେଁ ଅଂତର୍

ମେଟି ଜିବା ବୀର୍ କର୍ନର୍ ଆଡ଼ୁଁ ୟୁଧିଷ୍‌ଠିରର୍ ଡର୍ ।

ୟୁଧିଷ୍‌ଠିର୍‌କେ ଇଂଦ୍ର ଖବର୍ ଦେଇଥିଲେ, “ଧର ଦମ୍

କର୍ନର୍ ଦୁହି ସାଜୋ ହଟାବାର୍ କରା ହେବା ଉଦ୍ୟମ୍ ।”

(ଘ)

ଦେବ୍‌ରାଜ ଇଂଦ୍ରର୍ କୂଟ୍ ଉପାୟ୍

ଆଜ୍ ଦେବ୍‌ରାଜ ତୟ୍ କରିଛନ, ଧର୍‌ବେ ବାମ୍‌ହନ୍‌ ଭେସ୍,

ସଲୋ ସଲୋ କରି ସର୍‌ଗୁଁ ଉତ୍‌ରି ପଡ଼୍‌ବେ ମରତ୍ ଦେଶ୍

ଖାକେଁ ପୁଥି, ହାଥେଁ ତମାର୍ ପାତ୍‌ରି,

ଗତ୍‌ରେଁ ଚିତ୍‌ରି-କାବ୍‌ରି ଉତ୍‌ରି,

ମୁଡ଼େଁ ଉଢ଼ି ତାଲ୍‌ପତର୍ ଛତ୍‌ରୀ

କର୍ନର୍ ଠାନୁ ମାଗ୍‌ବେ ଜଦ୍‌ରି କବଚ୍-କୁଁଡ଼ଲ୍ ଦାନ୍,

କର୍ନ ଜରୁର୍ ଦେଇ ଦେବା, ସେଥିଁ ଜାଉ ପଛେ ତାର୍ ଜାନ୍!

ପୁଓ ଅର୍‌ଜୁନ ଆରୁ ପାଂଡ଼ବ୍ ଭିଲର୍ ଭଲର୍ ଲାଗି

ସ୍ୱାର୍‌ଥୀ ଇଁଦର୍ ରଜା ଆସିଛନ୍ କର୍ନର୍ ନିକେ ମାଗି,

ବିପ୍ରର୍ ବାଗି ଭେସ୍ ଧରି ଆୟ୍‌ଜ ଚତୁର୍ ଆଖଂଡଲ୍

ମାରି ନେବେ ତାର୍ ଜୀବନ୍-ତାଲାର୍ ଚାବି ସାଁଜୁ-କୁଁଡ଼ଲ୍! । ।

(ଙ)

କର୍ନର୍ ବାପ୍ ସୂରୟ୍ ଦେବ୍‌ତାର୍ କାଜ୍

ସୂର୍‌ୟ ଦେବତା କାୟ୍‌ଲ ଦେଖିଥିଲେ ଇଂଦ୍‌ରର୍ ମତିଗତି

ଜାନ୍‌ଲେ ଇଂଦ୍ର ପୁଓ କର୍ନର୍ କର୍‌ବେ ଭୀଷଣ୍ କ୍ଷତି,

ପୁଓ ମୁହାସିଆ ସୂର୍‌ୟ ଦେବ୍‌ତା ହେଲେ ସ୍ନେହ-ଜର୍ଜର୍,

ବ୍ରାମ୍‌ହଣ୍‌ ରୂପେଁ ହାଜର୍ ହେଲେ ସେ ରାତିଁ ଘରେଁ କର୍ନର୍ ।

ସୁନାର୍ ସୁଁଦର୍ ପଲ୍‌କେଁ କର୍ନ ସୁଇଥାଁନ୍ ମାହାସୁଖେଁ,

ସୁଧାମୟ୍ ସୁନା କୁଁଡ଼ଲ୍ ଜୁଲି ଝକୁଥାୟ ଗୁରା ମୁଖେଁ,

ସପ୍‌ନେଁ ପୁଓକେ ଦର୍ଶନ୍ ଦେଇ ବୟ୍‌ଲେ, ‘ସତ୍ୟସଂଧ୍!

ସୁନ ହିତ୍ କଥା, ହେବାକେ ଜାଉଛେ ତୁମ୍‌ହର୍‌ ଭୀଷଣ୍ ମଂଦ୍,

ପାଂଡ଼ବ୍-ହିତେଁ ତୁମ୍‌ହର୍‌ ଅମୃତ୍-ଜାତ୍ ସାଁଜୁ କୁଁଡ଼ଲ୍

ନେଇଜିବେ ବଲି କାୟ୍‌ଲ ଇଠାନ୍‌କେ ଆୟ୍‌ବେ ଆଖଂଡ଼ଲ୍ ।

ଠିକ୍ ଜାନିଛନ୍ ଇଂଦ୍ର ତୁମ୍‌ହର୍‌ ମାହା-ଦାନ୍‌ବୀର୍-ପନ୍,

ଜାନିଛନ୍ ଘଲେ ଜଗ୍‌ତର୍ ଜେତେ ବ୍ରାମ୍‌ହନ୍-ସଜ୍‌ଜନ୍,

ଜେ ଜାହା ଦରବ୍ ମାଗ୍‌ଲେ କାହାକେ ତମ୍‌ହେ ‘ନାଇଁ’ ନାଇଁ କହ,

ଉଭ୍ଡ଼ା ପଡ଼ି ସେ ଦର୍‌ବର୍ ସାଁଗେଁ ଦକ୍ଷିଣା ଦେସ ଜହ,

ବ୍ରାମ୍‌ହନ୍ ଭେସ୍ ଧରି ଦେବ୍‌ରାଜ ହାଜର୍ ହେବେ ଇଠାନେଁ

ତୁମ୍‌ହର୍‌ କବଚ୍ ଆରୁ କୁଁଡ଼ଲ୍ ମାଗି ନେବେ ବଲି ଦାନେଁ,

କର୍ନ! ହେଁ ଦୁହି ଦରବ୍ ସରଗ୍-ସୁଧାର୍ ଭିତ୍‌ରୁଁ ଜାତ୍,

ହେଁଟା ନାଇଁ ଦେବ ଜୀବ୍‌ନେ ଜଦ୍‌ରି ଲୋଭ ଅଛେ ହେଲେଁ ତାତ୍!”

(ଚ)

କର୍ନ-ସୂର୍‌ୟର୍ କଥୋପ୍‌କଥନ୍

କର୍ନ ବୟ୍‌ଲେ“ପ୍ରଭୁ! କିଏ ତୁମେ ଧରି ବ୍ରାମ୍‌ହଣ୍‌ ଭେସ୍

ଏତେ ସେନୋକରି ଦଉଛ ଏନ୍‌ତା ବହୁତ୍ ହିତୋପଦେଶ୍?”

ବିପ୍ର ବୟ୍‌ଲେ“ତାତ୍! ମୁଇଁ ଆୟଁ ସୂର୍‌ୟ, ତମ୍‌ହର୍‌ ସ୍ନେହୀ,

ସ୍ନେହାଧୀନ୍ ହେଇ ଆଇଛେଁ ତମ୍‌କେ ହିତ୍ ଉପଦେଶ୍ ଦେଇ;

ଇଂଦ୍ରକେ କବଚ୍ ଆଉର୍ କୁଂଡ଼ଲ୍ ଦେଲେ ଦାନ୍

ଜାନିଥ ଜରୁର୍ ଆପଦ୍-ସାଗ୍‌ରେଁ ପଡ଼୍‌ବା ତମ୍‌ହରହ୍ ପ୍ରାନ୍ ।”

କର୍ନ ବୟ୍‌ଲେ“ମୋର୍ ହିତେଁ ତମ୍‌ହେଁ ହେ ସୂରୟ୍ ଭଗ୍‌ବାନ୍ ।

ଏତେ ତତ୍‌ପର୍ ଜହୁଁ ତହୁଁ ମୋର୍ ହେବା ସଦା କଲ୍ୟାନ୍;

ପ୍ରଭୁ! ସୁନ ମୋର୍ ବିନୀତ୍ ବଚନ୍; ଦାନ୍ ଆୟ୍ ମୋର୍ ପନ୍,

ହେଥୁଁ ଟସ୍‌କେଇ ନାଇଁ ଦିଅ ମକେ, ସୁନ ମୋର୍ ନିବେଦନ୍ ;

ସଁସାରର୍ ସଭେ ଜାନିଛନ୍, ମକେ ବାମ୍‌ହନ୍‌ ମାଗଲେଁ ଦାନ୍

ଦେଇ ଦେସିଁ ଜାହା ମାଗିଥିବେ, ମାଗି ଦେଲେଁ ଦେଇ ଦେତିଁ ପ୍ରାନ୍;

ପାଂଡ଼ବ୍-ହିତ୍ ଲାଗି ହେଲେଁ ହଉ, ୟଦି ଦେବ୍‌ରାଜ ଆସି

ହେବେ ମୋର୍ ସୁଧାମୟ୍ ସାଁଜୁ ଆରୁ କୁଁଡ଼ଲ୍-ପ୍ରତ୍ୟାଶୀ,

ଦୁହିଟା ଜରୁର୍ ଦେଇ ଦେମି, ୟଶ୍ ବଁଚିରହୁ ବଲି ମୋର୍,

ୟଶର୍ ରକ୍ଷା କର୍‌ତବ୍ ଆୟ, ହେଉ ଘୋର୍ ସୁକଠୋର୍;

ପ୍ରାନ୍ ଗଲେଁ ଜାଉ, ବଜାୟ ରଖ୍‌ମି ମୋର୍ ଦାତାଦାନୀ ପନ୍,

ଇଂଦ୍ର ମାଗ୍‌ଲେଁ ସାଁଜୁ-କୁଁଡ଼ଲ୍ କର୍‌ମି ସମର୍ପନ୍ ;

ୟଶ୍ ବଁଚି ଥିବା ମୋର୍ ଇହଲୋକ୍ ପରଲୋକ୍ ଦୁହିଠାନେଁ;

ଠୋ’ କୁଂଠିତ୍ ନାଇଁ ହୁଏଁ ଦେବ୍‌ରାଜନ୍‌କେ ଭିଖ୍‌ଦାନେଁ;

ବଦ୍‌ନାମ୍ ହେବା ମୁଇଁ ୟଦି ଭାଁଗି ଦେମି ମୋର୍ ଦାନୀ ପନ୍

ଜେନ୍ ପନ୍ ଲାଗି ମୋର୍ ପର୍‌ଶଁସା କର୍‌ସନ୍ ବ୍ରାମ୍‌ହନ୍‌;

ଅପୟଶ୍ ମୁଡ଼େଁ ବୁହିକରି ପ୍ରାନ୍ ନାଇଁ ରଖ୍‌ବାର୍ ଚାହି,

ମର୍‌ବାର୍ ଚାହି ମୁଣେ କୀର୍ତିର୍ ଉଜଲ୍ ମକୁଟ୍ ଥାଇ ।”

ସୂର୍‌ୟ ବୁଝାଲେ, “କର୍ନ! ନିଜର୍ ଜୀବନ୍‌କେ ରଖି ସିନେ

ମୁନୁସ୍ ସୁୟଶ୍ ଅର୍‌ଜିସି ପର୍‌ଲୋକ୍ ଲାଗି, ରହି ଇନେ?

ଇଠାନେ ହି ବାପ୍, ମାଆଁ, ପୁଓ, ମିତାମୟ୍‌ତର୍, ଗୋତ୍, ଭାଇ

ରହିଛନ୍ ସଭେ ସୁଖେଁ, ବୀର୍! ଖାସ୍ ତମ୍‌ହର୍‌ ମଦତ୍ ପାଇ,

ତମ୍‌ହେଁ ପ୍ରାନ୍ ଛାଡ଼ି ସବ୍‌କର୍ ଠାନୁଁ ନାଇଁ ହୁଅ ଇନୁଁ ଭିନେ

ବଁଚି ରହିକରି ଅଧିକ୍ ସୁୟଶ୍ ଅର୍‌ଜନ୍ କର ଇନେ ।

ମଲା ଲୋକ୍ ଲାଗି ୟଶ୍ କୀର୍‌ତିର୍ ଆରୁ କାଁୟ ଦର୍‌କାର

ମୁର୍‌ଦାର୍ ବେକେଁ ଫୁଲ୍‌ମାଲ୍ ଥିଲେଁ କାଁୟ୍ ଲାଭ୍ ହେସି କାର୍?

ଭାବ ଦାନ୍‌ବୀର୍ କର୍ନ! ଏଖେନ୍ ଆର୍ ଗୁଟେ କଥା ଫୁନ୍

ଲଡ଼େଇ କର୍‌ବ ଜେଭେଁ ହଉ ତମ୍‌ହେଁ ଆରୁ ବୀର୍ ଅର୍‌ଜୁନ,

ତମ୍‌ହର୍‌ ଅମିୟ କବଚ୍-କୁଁଡ଼ଲ୍ ରହିଥିବା ତକ୍ ଅଁଗେଁ

ଅର୍‌ଜୁନ କେଭେଁ ନାଇଁ ଜିତିପାରେ, ଲଡ଼୍‌ଲେଁ ତମ୍‌ହର୍‌ ସଁଗେଁ ।”

କର୍ନ ବୟ୍‌ଲେ“ପ୍ରଭୁ! ମାଫ୍ କର, ସଂମତି ଦିଅ ମୁଇଁ

ଦାନ୍ ଦେଇ କରି ପ୍ରାନ୍ ଜାଉ, ତବି ୟଶ୍ ବଁଚାମି ଇ ଭୁଇଁ ।”

ସୂର୍‌ୟ ବୟ୍‌ଲେ“ହଉ ତିନେ; ତମ୍‌ହେଁ ସାଁଜୁ-କୁଂଡ଼ଲ୍ ଦାନ୍

ମାଗ୍‌ଲେଁ ଇଂଦ୍ର ୟଦି ଦେଇଦେବ ରହୁ ବଲି ୟଶ୍‌ମାନ୍,

ଇଂଦ୍ରକେ ଆଘ ବୁଝେଇ ସୁଝେଇ କଥା କରିନେବ ସାର୍,

ତମ୍‌ହର୍‌ ଦାନର୍ ବଦ୍‌ଲେଁ ଦେବେ ସେ ଆଘ ନିଜେଁ ଆପ୍‌ନାର

ଅମୋଘ୍ ‘ଶକ୍‌ତି’ ବଲ୍‌ବାର୍ ହ୍‌ଥିଆର୍

ସମରେଁ ଜେନ୍‌ଟା କର୍‌ସି ଭୀଷଣ୍ ମାର୍

ଅବିସହ, ଅନିବାର୍,

କିହେ ନାଇଁ ପାଁନ୍ ପାର୍ ।”

ଏତ୍‌କିନେ କହି ବ୍ରାମ୍‌ହଣ୍‌ଭେସୀ ଭାସ୍‌କର୍ ଭଗବାନ୍

ସ୍ୱାଭିମାନୀ ଦାନୀ ପୁଓର୍ ସାମ୍‌ନୁଁ ହେଲେ ଅଂତର୍‌ଧାନ୍ ।

(ଛ)

ଆରେ ଦିନର୍ ଘଟ୍‌ନା

ଝୁଲ୍‌ପୁଲ୍ ଗଲା ପହଁପହଁ ହେଲା, ଗୁଟେ ଗୁଟେ ହେଇ ତରା

ଆକାଶ୍ ଭିତ୍‌ରେଁ ଲୁକ୍‌ତେଲ୍ ଗଲେ ଚେତ୍‌ଲା ଉତ୍‌ରୁଁ ଧରା,

ପୁଓ କର୍ନର୍ ଲହୁ ବର୍ନର୍ ବାଗିର୍ ଗେରୁଆ ଲାଲ୍

ବର୍‌ନେଁ ରଁଗେଇ ସୁକଠୋର୍ ତପୀ ପୂରବ୍‌ଦିଗର୍ ଭାଲ୍,

ସୂର୍‌ର୍ୟ ଉଦ୍‌ଲେ ବେଲେଁ ଉପାସନା ସମିୟା ହେବାର୍ ଜାନି

ଦାନୀ ମାହାବୀର୍ କର୍ନ ହାଜର୍ ହେଲେ ଗଂଗାର୍ ପାନିଁ ।

ଠାଡ଼୍ ହେଇ ଜବା-କୁସୁମ୍-ସମାନ୍ କଶ୍ୟପନଂଦନ୍

ମାହା ଦ୍ୟୁତିମାନ୍, ଧ୍ୱାଂତାରି ଦେବ୍ ସୂର୍‌ୟକେ ମନେଁ ମନ୍

ଧ୍ୟାନ୍ କରି ବେଦ୍ ମଂତ୍ର କର୍‌ତେ କର୍‌ତେ ଉଚ୍ଚାରଣ୍,

ରାତିର୍ ଘଟ୍‌ନା ମୂଲୁଁ ଶେଷ କରି ସୂର୍‌ୟକେ ନିବେଦନ୍,

ଜାନ୍‌ଲେ ଘଟ୍‌ନା ଠିକ୍ ବଲି ; ସେନୁ ସାରି ସୂର୍‌ୟର୍ ଧ୍ୟାନ

ଭଠାକେ ଆୟ୍‌ଲେ, ଦେଖ୍‌ଲେ ଇଂଦ୍ର ହାଜର୍ ନେବାକେ ଦାନ୍ ।

କର୍ନ ଅଜନା ଢ଼ଁଗେଁ ପଚ୍‌ରାଲେ, ଆଘ୍‌ଲି ପ୍ରଣାମ କରି,

“କାଁୟ୍ ଦାନ୍ ଦେମି ଦ୍ୱିଜବର୍! କହ, ଦେମି କାଁୟ୍ କାମ୍ କରି?

ବିପ୍ର ପ୍ରବର୍‌ତ! ଦେମି, ନେବ ୟଦି, ମନ୍ ଖୁଲି କରି କହ,

ସୁନା କଁଠୱାଲୀ ବନେ ବନେ ସୁରୁବାଲୀ ନାନୀ ସହ ସହ,

ସେତାକର୍ ସାଁଗେଁ ସୁଖେଁ କରି ଘର୍

ରହିଥିବ ଜୀବ୍ ଜିବାର୍ ଜାକର୍,

ନେବ ହେଲେଁ ଦେମି ଗୋଠ୍ ଗୋଠ୍ ଗାୟ୍ ରହିଥିଲା ଗାଆଁମାନ୍,

କହ, ନେବ କେନ୍ ଦାନ” ।

ଇଂଦ୍ର ବୟ୍‌ଲେ,“ଦିଅ ହାଁୟ୍ ସବୁ ମାଗୁଛେ ଜଦ୍‌ରି କେହି,

ମୁଇଁ ନାଇଁ ଆସି କର୍ନର୍ ଠାନୁ ହେଁଟାମାନ୍ ଦାନ୍ ଦେଇ;

ଜେନ୍ କୁଁଡଲ୍ କବଚ୍ ରହିଛେ କର୍ନ! ତୁମ୍‌ହର୍‌ ଦିହେଁ,

ଦିଅ ମକେ ଦାନ୍, ଦୁସର୍ ସାମାନ୍ କିଛି ମୁଇଁ ନାଇଁ ନିଏଁ;

ହେତ୍‌କି ଜଦ୍‌ରି ଦାନ୍ ଦେବ, ଛାଡ଼ି ଦୁହିଥିର୍ ମୁହୁବତ୍,

ପର୍‌ତେ କର୍‌ମି ସତ୍‌ବର୍‌ତୁଆ କର୍ନ ସତ୍‌କେ ସତ୍ ।”

କର୍ନ ବୟ୍‌ଲେ“ନିକୋ ଡିହି ଦେମି, ବନାବ ଜଦ୍‌ରି ଘର୍

ପୟ୍‌ର୍ଚ୍ଛା, ବହୁତ୍ ମଜବୁତ୍, ମନୋହର୍,

ଘର୍ ବସାବାର୍, ଲାୟେକ୍ ଅନେକ୍ ଧାଂଗ୍‌ରୀ ଦଉଛେଁ ମିସେ,

ଘରୱାଲୀ ବିନା ଘର୍ ନିକୋ ନାଇଁ ଦିସେ,

ଦେମି ବଢ଼େ ଡୁଲିମାନ୍ ଗଜ୍‌ବାହାଲେଁ, କଟାର୍ ତଲେଁ,

ମର୍‌ଡ଼ି ପଡ଼୍‌ଲେଁଧାନ୍ ନାଇଁ ମରେ, ମାୟ୍‌ଟ୍‌ ଉଲ୍‌ହା ଥିସି ଜଲେଁ,

ମୁଠ୍‌ନେ ମୁଠ୍‌ନେ ଖେଡ୍ ଦେବା ଧାନ୍, ହଁସୁଥିବା ମୁଲ୍‌ମୁଲ୍

ତାସ୍ କରି ସୁଖେଁ କୁଟୁମ୍‌ବଁସିଆ ହଁସୁଥିବ ଖୁଲ୍‌ଖୁଲ;

ନେବ ହେଲେଁ ନିଅ, ଦେମି ସହ ସହ କାଲୀ, ଗୁର୍‌ସାଲୀ ଗାୟ୍,

ସଁସାର୍ ଚଲାବ ଅତିଶୟ୍ ସୁଖେଁ, ପର୍‌ୱାୟ୍ ନାଇଁ ଥାୟ୍,

ବଛର୍ ବଛର୍ ଚଲ୍‌ଲା ବାଗିର୍ ଦଉଛେଁ ବୁର୍‌ତିବାଡ଼ି,

ମାଗ ଜାହା ଚାହି, ଫକତ୍ ଇ ମୋର୍ ସାଁଜୁ କୁଁଡ଼ଲ୍ ଛାଡ଼ି ।”

କର୍ନ ଜଚାଲେ ଜାହା ଜାହା, କଲେ ଜେତେ ସତ୍‌କାର୍ ବିଧି,

ଜେତେ ଭୁର୍‌ତାଲେ ସେ ସବ୍ ବୁର୍‌ଥା; ବିପ୍ରର୍ ଏକ୍ ଜିଦି

କେବଲ୍ କବଚ୍ କୁଂଡଲ୍ ନେବେ, କହୁଥାଁନ୍ ବାର୍ ବାର୍;

ଦୁସର୍ କେହ୍‌ନି ଦରବ୍ ତାକର୍ ନାଇଁ ଥାଇ ଦର୍‌କାର ।

କର୍ନ ତଥାପି ଆଖ୍‌ରି କୁସିସ୍ କଲେ, ହେଲେଁ ଭିଲ୍ ଅଥା,

ଜନାଲେ ନିଜର୍ କୁଁଡ଼ଲ୍-ସାଁଜୁର୍ ଅସଲ୍ ମରମ୍ କଥା;

ବୟ୍‌ଲେ, “ବିପ୍ର! ହେଁ ଦୁହି ଅମିୟ ସାଜୋ ଅଛେ ବଲି ମୋର୍,

ମୁଇଁ ନାଇଁ ହାରେଁ ଶତ୍ରୁର୍ ଥାଉ ଜେଡ଼େ ଅସ୍‌ତର୍ ଘୋର୍,

ଜେତେ ଜାନ୍-ମାରୁ ଅସ୍‌ତର୍ ମାରୁ ଜାନ୍ ନାଇଁପାରେ ଛୁଇଁ,

ହେଁ ଦୁହି ସାଜୋର୍ ଜୋର୍‌ଥିଁ ୟୁଦ୍ଧେଁ ଅବଧ୍ୟ ଆୟଁ ମୁଇଁ ।

ମୋର୍ ହାଁୟ୍ ଦୁହି ଅମ୍ଋତି ସାଜୋ ୟଦି ଦେଇ ଦେମି ଦାନ୍

ବୟ୍‌ରିର୍ ମାରେଁ ଲଡ଼େଇଥିଁ ମୋର୍ ଗତ୍‌ରୁଁ ଛାଡ଼୍‌ବା ଜାନ୍ ।

ବିପ୍ର! ବସୁଧା ଜିତି ଦାନ୍ ଦେମି, ଥିବା ଶୁଭ୍‌ଶିରି ଭରି,

ଜବର୍ କରେଇ ଦେମି ସିଁହାସନ୍,

କଁଟା ନାଇ ଥାୟ୍ କର୍‌ବ ଶାସନ୍ ;

ଜାହା ମାଗ ଦେଇ ପାର୍‌ମି, କେବଲ୍ ହାଁୟ୍ ସାଜୋ ଛାଡ଼ି କରି ।”

ଲେକିନ୍ କର୍ନ ଦୁହି ସାଜୋ କାଜେ କହୁଥିଲେ ଜାହା କିଛି,

ଜାନୁଥିଲେ ଦେବ୍‌ରାଜର୍ ହୁର୍‌ଦେଁ ନାଇଁ ପାରେ ଗାର୍ ଘିଚି,

ହୁରୁଦ୍‌ଟାକେ ସେ କରିଥିଲେ ଘୋର୍ ବଜ୍ର ସମାନ୍ ଟାନ୍

କର୍ନର୍ ଠାନୁ ସାଁଜୁ କୁଁଡ଼ଲ ମାଗିନେବେ ବଲି ଦାନ୍;

ତର୍‌କା ତର୍‌କି କରୁଥିଲେ ଟିକେ କର୍ନ ତାକର୍ ସାଁଗେଁ

ଭାୟ୍‌ଲ୍‌ ଦେବ୍‌ରାଜ ଭାବ୍‌ବେ ଶେଷ୍‌କେ ‘ହାଁୟ୍ ଦାନ୍ ନାଇଁ ମାଗେଁ ।’

ଲେକିନ୍ କର୍ନ ଦେଖ୍‌ଲେ ସହସ୍ରାକ୍ଷ ଅୟ୍‌ଧୋ ଅଁଧା!

ପାଂଡ଼ବ୍ ଭାୟ୍ ଭିଲର୍ ସ୍ୱାର୍‌ଥେଁ ଅୟ୍‌ସୋ ନଛୋଡ଼୍‌ବଁଧା!

(ଜ)

ଇଂଦ୍ରର୍ ପର୍‌ଦାଫାସ୍

ବାୟ୍‌ଧେଁ କର୍ନ ତହୁଁ ଇଂଦରର୍ ଆଘେଁ ତାର୍ ନୀଚ୍ ପନ୍

ଦେଖାବାର୍ କାଜେ ସଥେଁ ଜେନ୍‌ତେଇ ଧରି ବଡ଼୍ ଦର୍‌ପନ୍,

ଲେନି କରି ହଁସି ହଁସି କହି ଦେଲେ, “ଜାନିଥିଲିଁ ଦେବ୍‌ରାଜ!

ମୋର୍ କୁଁଡ଼ଲ୍ କବଚ୍ ନେବାକେ ଆୟ୍‌ବ ଇନ୍‌କେ ଆଜ୍;

ଲେକିନ୍ ମୁଇଁ ତ ଜାନିଥିଲିଁ ତୁମେ ଦେବ୍‌ରାଜ୍ ଭଗବାନ୍

ଜେତେବେଲେଁ ଖୁସୀ ହେସ ମୁନୁସ୍‌କେ ଦେସ ପରେ ବର୍‌ଦାନ୍!

ଛାର୍ ନର୍ ମୁଇଁ ପର୍‌ଭୁକେ ସାଁଜୁ କୁଁଡଲ୍ ଦେଲେଁ ଦାନ୍

ଶତ୍‌ରୁର୍ ମାରେଁ ମର୍ମି, ତମହର୍ ନାଇଁ ହେବା ଅପ୍‌ମାନ୍?

କର୍ନର୍ ଦାନ୍ ନେଇଗଲ ବଲି ହେଲା ତାର୍ ପ୍ରାନ୍ ନାଶ୍,

ଦୁନିଆଁ ଜାନ୍‌ବା, ଜରୁର୍ କର୍‌ବା ପର୍‌ଭୁର୍ ଉପହାସ୍!

ପ୍ରାର୍‌ଥନା ସୁନ ଦେବ୍-ସମ୍ରାଟ୍! ପର୍‌ଭୁ ଆଖଂଡଲ୍!

ମକେ ଦିଅ କିଛୁ ବଦଲ୍ ଆଉର୍ ନିଅ ସାଁଜୁ କୁଁଡ଼ଲ୍,

ମକେ ଆଘୋ ଦାନ୍ ଦେଇ କରି ୟଦି ପଛେଁ ନେବ ମୋର୍ ଦାନ୍

ସ୍ୱର୍‌ଗର୍ ଦେବ୍‌ରାଜର୍ ଆଉର୍ ନାଇଁ ହୟ୍ ଅପ୍‌ମାନ୍ ।”

ଇଂଦ୍ର ବୟ୍‌ଲେ, “କର୍ନ! ତୁମ୍‌ହର୍‌ ବୁଆ ସୂରୟ୍‌ର ସଁଗେଁ

ଆଘୁଁ କରି ସଲ୍‌ହା ସୁତରା ପକ୍‌କା, ଏଖେନ୍ ଏନ୍‌ତା ଢ଼ଁଗେଁ

ହିସାବ୍ କିତାବ୍ କଲ ଦାନ୍ ଦିଆ ବେଲେଁ, ହେଲ ହୁସିଆର୍,

ହଉ, ହେଲା ବୀର୍! ବଦଲ୍ ଉଦଲ୍ ଦାନ୍-ଦିଆ ହେଲା ସାର୍;

ଛାଡ଼ି କରି ମୋର୍ ଖାସ୍ ଅସ୍‌ତର୍ ଇ ମୋର୍ ବଜ୍ରବାନ୍

ଜାହା ଚାହି କହ, ଦେମି ଆରୁ ନେମି କବଚ୍-କୁଁଡ଼ଲ୍-ଦାନ୍ ।”

ପାଇଗଲେ ଜହୁଁ ଦାନର୍ ବଚନ୍, ବୟ୍‌ଲେ କର୍ନ ବୀର୍

“ଭଗ୍‌ବାନ୍! ମକେ ଦିଅ ଦାନ୍, ମୋର୍ ଦରକାର୍ ‘ଶକ୍‌ତିର’ ।

ସୁନିଛେଁ ତମ୍‌ହର୍‌ ହାଁୟ୍ ଅସ୍‌ତ୍ରର୍ ନାଆଁ,

ପର୍‌ଘାଲେଁ ପରେ କେଭେଁ ନାଇଁ ଜାୟ୍ ବାଆଁ,

ଲଡ଼େଇ ବେଲ୍‌କେ ଆଗ୍ ଧାଡ଼ିଁ ରହି ଜେଡ଼େ ବୀର୍, ମାହାବୀର୍

ଏଡ଼ୁ ଥାଉ ଆରୁ ମାରୁଥାଉ ଜାଁୟ୍ ଅସ୍‌ତର୍ ଜାଁୟ୍ ତୀର୍,

ସେ ତାର୍ ଆଡ଼୍‌କେ ଛାଡ଼୍‌ଲେଁ ‘ଶକ୍‌ତି’ ବାନ୍

ନାଶ୍‌କରି ଦେସି ପରେ ବୀରର୍ ଜାନ୍,

ଭଗବାନ୍! ମନେ ଦିଅ ହେଁ ‘ଶକ୍‌ତି’ ବାନ୍

ମୋର୍‌ନୁ ପାୟ୍‌ବ ସାଁଜୁ କୁଂଡ଼ଲ୍ ଦାନ୍ ।”

ଇଂଦ୍ର ବୟ୍‌ଲେ“ହଉ, ମୁଇଁ ଦେମି ହାଁୟ୍ ଅସ୍‌ତର୍ ମୋର୍,

ସତ୍ କଥା, ତାର କରାମତି ଯାହା ଘୋର;

ଲେକିନ୍ ‘ଶକ୍‌ତି’ ପ୍ରୟୋଗର୍ ସାଁଗେଁ ସର୍‌ତ ରହିଛେ ଗୁଟେ

ହାଁୟ୍ ହଥିଆର୍ ଅଦ୍‌ଭୁତ୍ ମାର୍ ମାର୍‌ସି ଏଖେଇ ଚୁଟେ,

ଜେଡ଼େ ବର୍‌କସ୍ ଗର୍‌ଜନ୍‌କାର୍

ହେଇ ଥାଉ, ହାଁୟ୍ ଶକ୍‌ତିର୍ ମାର୍

ନାଇଁ ସହିପାରେ, ମର୍‌ସି; ତେତ୍‌କେଁ ଟିଖେ ନାଇଁ ହୟ୍ ଦେର୍,

‘ଶକ୍‌ତି’ ଆୟ୍‌ସି ମୋର୍ ନିକେ ଫିରି, ମୋର୍‌ନେଁ ରହ୍‌ୟ୍‌ସି ଫେର୍ ।

ଇଟା ଜାନିକରି ନେବ ଅବା ନାଇଁ ଦିଅ ହାଁୟ ଅସ୍‌ତର୍

ବନେ କରି ଭାବି ତୟ୍ କର ବୀର୍‌ବର ।”

କର୍ନ କହ୍‌ୟ୍‌ଲେ, “ସର୍‌ତ ହେନ୍‌ତା ହଉ ପଛେ ଭଗ୍‌ବାନ୍!

ନେମି ମୁଇଁ ହାଁୟ୍, ଶକ୍‌ତି ଆୟୁଧ୍ ଦାନ୍;

ଅଛେ ଝନେ ଘୋର୍ ଗରଜନ୍‌କାର୍

ଦୁସ୍‌ମନ୍ ମୋର୍; ତାକେ ହାନ୍‌ବାର୍

କାଜେ ଦାନ୍ ନେମି ତୁମର୍ ହେଁ ଘୋର୍ ଅଦ୍‌ଭୁତ୍ ଅସ୍ତର୍,

ଏକ୍‌ଲା ତାକେ ହି ତିନ୍‌ହି ପୁରେଁ ମୋର୍ ଅଛେ ଜାହା କିଛୁ ଡର୍ ।

ଭୟଂକର୍ ସେ ମାହାନ୍ ବୀରର୍ ସିଂ ଲେଖେଁ ହୁଂକାର୍,

ତାର୍ ଆଘେଁ ହାର୍ ମାନ୍‌ସିଁ ମୁଇଁ ଭି, ଛାଡ଼୍‌ସିଁ ଅହଂକାର୍ ।”

ଇଂଦ୍ର ବୟ୍‌ଲେ, “ଜାହାକେ ମାର୍‌ବ ବଲି ନେବ ଅସ୍‌ତର୍

ତାର୍ ରକ୍ଷକ୍ ଦୁହି ମାହା ବାହା ଝନେ ମାହାପୁରୁଷର୍

ବେଦ୍ ବିଦ୍ୱାନ୍‌ମାନେ ମାନ୍‌ସନ୍, ପୂଜ୍ୟ ସେ ସଜ୍‌ଜନ୍

ଅଚିଂତନୀୟ, ଅଜୟ ସେ ନାରାୟଣ୍

ସେହି ମାହାତ୍‌ମା କୃଷ୍‌ଣ ସେତାର୍ ଜୀବନ୍ ରକ୍ଷାକାର୍,

ମୋର୍ ଶକ୍‌ତିଥି ଚାହୁଛ ଜାହାର୍ କର୍‌ବାକେ ସଂହାର୍ ।”

କର୍ନ କହ୍‌ୟ୍‌ଲେ, “ଜାହା ହଉ, ଦିଅ ମକେ ହିଁ ‘ଶକ୍‌ତି’ବାନ୍

ଲଡ଼େଇ ବେଲ୍‌କେ ଝନେ ହଉ ବୀର୍ ଶତ୍ରୁର୍ ନେମି ଜାନ୍,

ଦେମି ମୋର୍ ଦିହୁ ଅମ୍ଋତ୍ ସାଜୋ ନେବ ହେ ବଜ୍‌ର୍‌ଧର୍‌!,

ଲେକିନ୍ ଲାଗୁଛେ ଡର୍,

ଗତ୍‌ରୁଁ କବଚ୍ ଉତ୍‌କାଲେଁ ଦେହ୍ ଦିସ୍‌ବା ଭୟଂକର୍

ଅୟ୍‌ସୋ ଅସୁଂଦର୍,

ଖୟଖିନା ହେବା ଘୋର୍

ଭିର୍‌ଭିରନା ଭି, ଡର୍‌ଡ଼ର୍‌ନା ଭି, ଦିସ୍‌ବା ଚେହ୍‌ରା ମୋର୍ ।

ବର୍ ଦିଅ ମୋର୍ ଗତର୍ ଜେନ୍‌ତା ନାଇଁ ହେବା କଦାକାର୍,

ସୁଗୁନର୍ ସାଁଗେଁ ସୁରୂପ୍ ମିସେଲ୍ ମୁନ୍‌ସର୍ ଦର୍‌କାର ।”

ଇଂଦ୍ର ବୟ୍‌ଲେ, “ଗତ୍‌ରୁଁ ବର୍‌ମ ଉଁଚ୍‌ଲେଇ ନେଲେଁ ମିସେ

କର୍ନ! ତୁମ୍‌ହର୍‌ ବର୍ନ, ଚେହ୍‌ରା ଅସ୍‌କଟ୍ ନାଇଁ ଦିସେ,

ବାପ୍ ଭାସ୍‌କର୍ ମିତାର୍ ଗତର୍ ଭାସ୍ୱର୍ ହେବା ଫୁନ୍

କାହିଁ ନାଇଁ ରହେ ଟିଖେ ମିସେ ଦାଗ୍, ହେଇଥିଲା ବଲି ଖୁନ୍ ।

କିଂତୁ ସୁନିଥ ଜରୁରି ତାଗିଦ୍ ଆର୍ ଚେତାବନି ମୋର୍,

ହେଲେଁ ଭି ତାକତ୍ ଆର୍ କରାମତି ‘ଶକ୍‌ତି’ର୍ ମାହା ଘୋର୍,

ଦୁସର୍ କେହ୍‌ନି ଅସ୍‌ତର୍ ହାଥେଁ ରହିଥିବା କେତେ କାଲ୍,

ଜୀବନ୍ ଜିବାର୍ ଲେଖେଁନ୍ ଅଲ୍‌ହନ୍ ୟଦି ପଡ଼େ ନିହେ ତାଲ୍

ଭୁଲେଁ ଭୁଲେଁ ଭିଲ୍ କାହାରି ଆଡ଼୍‌କେ ‘ଶକ୍‌ତି’ ଛାଡ଼୍‌ବ ୟଦି,

ତାକେ ନାଇଁ ମାରେ, ତୁମ୍‌କେ ମାର୍‌ବା ରଝ୍‌ରାଝ୍ ହେଇ ଲଦି ।”

କର୍ନ କହ୍‌ୟ୍‌ଲେ, “କିରିୟା କରୁଛେଁ କେବଲ୍ ଅଲ୍‌ହନ୍ ବେଲେଁ

ପ୍ରାନ୍ ବଁଚାବାକେ ମାର୍‌ମି ‘ଶକ୍‌ତି’, ନାଇଁ ମାରେଁ ନାଇଁ ହେଲେଁ ।”

ସୁନି କର୍ନକେ ଜଲ୍‌ତା ‘ଶକ୍‌ତି’ ଅର୍‌ପିଲେ ଦେବ୍‌ରାଜ,

କର୍ନ ନିଜର୍ ସାଁଜୁ ଛଲାବାର୍ କାଜେ ହେଲେ ସଜ୍‌ବାଜ୍ ।

ଗଁଡ଼ାଗୟଲର ଚେମଡ଼ ଛାଲର୍ ଲେଖେଁ ମାଉଁସର ସଁଗେଁ

ଜନ୍‌ମୁଁ ଚପ୍‌କି କରି ରହିଥିଲା ଜାହା ଆପ୍‌ନାର ଅଁଗେଁ

ସେହି ସାଁଜୁ ନିଜେଁ ନିଜର୍ ଗତ୍‌ରୁଁ ଛଲେଇ ଛଲେଇ କରି

ବହ୍‌ରାବେ ବଲି କର୍ନ ନିଶ୍‌ଲା କର୍‌ରା ଅନେଇ କରି

ଛଲାତେଲ୍ ନେଲେ ନିଜର୍ ଗତ୍‌ରୁଁ ହଁସି ହଁସି ମୁଲ୍‌ମୁଲ୍,

ହୁରଦ୍‌ର ପୀଡ଼ା ଫୁଟୁ ଥାୟ୍ ମୁହେଁ ହେଇ ବା ଦିବ୍ୟ ଫୁଲ!

ଦେଖି ଇ ଅଜବ୍ ଦୃଶ୍ୟ ମାନବ୍ ଦାନବ୍ ଦେଖନ୍‌ହାର୍

ଆରୁ ଭି ଦେବ୍‌ତା ସଭେ କରୁଥାଁନ୍ କର୍ନର୍ ଜେଜେକାର୍,

ତାକର୍ ତାରିପ୍ କରି ଛାଡ଼ୁଥାଁନ୍ ମାହା ଘୋର୍ ସିଂ-ରଡ଼ି

ଲାଗୁଥାୟେ ସଥେଁ ବିନ୍ ମେଘେଁ କାହୁଁ ପଡ଼ୁଥାୟ ଘଡ଼୍‌ଘଡ଼ି!

ଟିକେ ଟିକେ କର୍ନର୍ ତନ୍ ଜହ ଜହ କଟୁ ଥାୟ

କର୍ନର୍ ମୁହେଁ ମୁଲ୍ ମୁଲ୍ ହଁସି-ଫୁଲ୍ ଜହ ଫୁଟୁଥାୟ,

ପୀଡ଼ାର୍ କେହ୍‌ନି କିସମ୍ ବିକାର୍ ମୁହେଁ ନାଇଁ ଦିସୁ ଥାୟ୍

ଘାୟ୍ ଭି ବୀରର୍ ମୁହୁଁ ନାଇଁ ଉଠି ପୀଡ଼ା ବ୍ୟଂଜକ୍ ‘ହାୟ୍’!

ପୀଡ଼ା ଆୟ୍ ଖାଁଟି ଖେତ୍‌ରି ବୀରର୍ ରକ୍‌ତର୍ ଉପାଦାନ୍

କର୍ନକେ ତାହିଁ ସୌର୍‌ୟର୍ ମୂଲ୍ ସୂର୍‌ୟ୍‌ର ସଂତାନ୍,

ସହଜାତ୍ ସାଁଜୁ କୁଂଡ଼ଲ୍ ଦିହୁଁ ବହ୍‌ରେଇ ଦେଲା ବେଲେଁ

ମାହା ଘୋର୍ ପୀଡ଼ା ହେବା ଜାନି ଜାନି ଦାନ୍ ଦେଲେ ଅବ୍‌ହେଲେଁ,

ହଁସି ହଁସି କରି ବହ୍‌ରାଲେ ଦିହୁଁ ସାଁଜୁ ଆରୁ କୁଁଡ଼ଲ୍

ଆଗ୍‌ତୁରା ଜାନି ମିସେ ଇଂଦ୍ରର୍ ନୀଚ୍ ଛଲ୍ କୌଶଲ୍ ।

ଦେଖି ଦେଖି ଦାନ୍‌ବୀର୍ କର୍ନର୍ ଜାନ୍ ଦିଆ କାର୍‌ବାର୍

ତାର୍ ସୁଖେଁ ନାଦୁ ଥାୟ୍ ସବୁ ଦେବ୍-ଦୁଂଦୁଭି ବାର୍‌ବାର୍,

କିର୍‌ଲଉଥାୟ ଆକାଶ୍ ‘ସାବାସ୍ ସାବାସ୍ କର୍ନ ବୀର୍’

ବର୍‌ଷଉ ଥାୟ୍ ଦିବ୍ୟ ସୁବାସ୍‌ମୟ୍ ଫୁଲ୍ ଅଗଁଡ଼ିର୍ ।

ଉଁଚ୍‌ଲେଇ ସାରି ଦିହୁଁ ସହଜାତ୍ କବଚ୍ କର୍ନ ଦାନୀ

ଦେଖୁଁନ୍ ଦେଖୁଁନ୍ କାନୁଁ ଅମ୍ଋତ୍ କୁଁଡ଼ଲ୍ ଜୁଡ଼ି ହାନି

ଲୁହ-ଝୋଲ୍ ଖୋଲ୍ ହାଥେଁ ଦୁହି ସାଜୋ ଇଂଦ୍ରକେ ଦେଲେ ଦାନ୍

ଇଂଦ୍ର ଦିସ୍‌ଲେ ବୀର୍ କର୍ନର୍ ସାମ୍‌ନେ ଅୟ୍‌ସୋ ସାନ୍ ।

କର୍ନ ଦାନୀର୍ ୟଶ୍ ଖେପୁ ଥାୟ୍ ଦଶ୍ ଦିଗ୍ ଛୁଇଁ ଛୁଇଁ

ଦେବ୍‌ରାଜ ଘୁଚିଗଲେ ଶୟ୍‌ତାନି ଖୁସି-ଭାରେଁ ଲୁଇଁ ଲୁଇଁ,

କର୍ନକେ ନାରି, କରି ପାଂଡ଼ବ୍ ଭିଲର୍ ଫାୟ୍‌ଦା ଖୁବ୍

ଚତୁର୍ ନିଲଜ୍ ଦେବ୍‌ରାଜ ଆଜ୍ ଖୁଲ୍‌ଖୁଲ୍ ଡୁବ୍‌ଡ଼ୁବ୍ ।

ପାଂଡ଼ବ୍‌ମନେ କର୍ନର୍ ହାଲ୍ ସୁନି ହେଲେ ଉଶ୍ୱାସ୍

କର୍ନର୍ ଆଡ଼ୁଁ ଘୁଚିଗଲା ଡର୍ ୟୁଧିଷ୍‌ଠିରର୍ ଖାସ୍,

କୌରବ୍ ଭିଲେଁ ମାହା ଘମ୍ଡ଼ିଆ, ଲବାର୍ ଦୁର୍ୟୋଧନ୍,

ଦୁଶାସନ୍ ଆଦି ଖିସେଇ ଖିସେଇ ସୁର୍‌କୁଟୁ କଲେ ମନ୍ ।

କଥା

 

ପାଂଡବ୍ ମାହାପ୍ରସ୍‌ଥାନ୍

ଅର୍‌ଜୁନ ଜାଇ ଦ୍ୱାର୍‌କାର୍ ୟଦୁ ବଂଶର୍ ହାଲ୍ ଜାନି

ଫିର୍‌ବାର୍ ବାଟେଁ ଭୋଗ୍‌କଲେ ଖୋବ୍ ଦୁର୍‌ୟୋଗ୍, ମାନ୍‌ହାନି,

ହତ୍‌ଶିରି, ହତ୍- ଶକ୍‌ତି ଆଘର୍ ମାହାବୀର୍ ଅରଜୁନ୍

ଟିକେ ମିସେ ନାଇଁ ପାର୍‌ଲେ ତାକର୍ ଗାଂଡ଼ୀବ୍ ମାହାଧୁନ୍ ;

ଦୁଖ୍-ଜର୍ ଭୁଗି ଗ୍ଲାନିର ଚାଦର୍ ଉଢ଼ି, ହସ୍‌ତିନାପୁର୍

ପୁହଁଚି ଭେଟ୍‌ଲେ ୟୁଧିଷ୍‌ଠିର୍‌କେ ହେଇ ଘୋର୍ ଶୋକାତୁର୍,

ଖବର୍ କହ୍‌ୟ୍‌ଲେ; ସବୁ ସୁନି ସ୍ଥିତ- ପ୍ରଜ୍ଞ ୟୁଧିଷ୍‌ଠିର୍

ଥୟ୍ ଧରି ହେଲେ ଜହ ଧୀର୍, ଗଂଭୀର୍,

ଭାବ୍‌ଲେ, “ପାର୍‌ଥ- ସାର୍‌ଥି କୃଷ୍‌ଣ ସାରି ପୁର୍‌ଥିର୍ କାମ୍

ମର୍ ତନୁ ଛାଡ଼ି ଫିରିଗଲେ ୟଦି ନିଜର୍ ଅମର୍ ଧାମ୍

ବଁଚି ରହି ଆର୍ ସହି ନାଇଁ ହୟ୍ ସଁସାରର୍ ଜଂଜାଲ୍,

ଧୀରେ ଧୀରେ ଜାରି ଦଉଛେ ଗତର୍ ସବାଖିଆ ମାହାକାଲ୍,

ତାର୍ ମୁହେଁ ହାମେ ପଡ଼୍‌ବାର୍ ଆଘୁଁ ଭବାବ୍‌ଧି ହେମୁ ପାର୍,

ସଁସାର୍ ଛାଡ଼୍‌ମୁଁ, ନାଇଁ ଟାକି ରହୁଁ ଆର୍”

ୟୁଧିଷ୍‌ଠି ତହୁଁ ଭାୟ୍‌କେ ବୟ୍‌ଲେ, “ମାହାମନା ଅର୍‌ଜୁନ!

ମୋର୍ ହୁର୍‌ଦର୍ ଶେଷ୍ ନିଷ୍‌ପତି ସୁନ୍,

ଜାନିଛୁ ତ ଭାୟା! ଆସ୍‌ତେ ଆସ୍‌ତେ ଆଉଛେ କରାଲ୍ କାଲ୍

ତାର୍ ଜାଲେଁ ହାମେ ଆଗ୍‌ତୁରା ୟଦି ଜିମା ସାମ୍‌ନାକେ ତାର୍ ।”

କିର୍‌ଟିର୍ କଥେଁ ବାକି ଦଦା ଭାୟ୍ ସଭେ ଦେଲେ ସଂମତି,

ସମ୍‌ମତି ଦେଲେ ମିସେ ଦୁଖ୍-ସୁଖ୍-ଛାୟ୍ ପାଂଚାଲୀ ସତୀ,

ସଭେ ତୟ୍ କଲେ, କାଟ୍‌ବେ ସଁସାର୍- ବଁଧନ୍, ଛାଡ଼୍‌ବେ ମାୟା,

ଧର୍‌ବେ ସର୍‌ଗ- ପୁର୍‌କେ ଜିବାର୍ ରାହା ।

ଦେଶ୍ ଅରାଜକ୍ ନାଇଁ ହଉ, ଚାଲୁ ଠିକ୍‌ସେ ଶାସନ୍ କାଜ୍

ବଲି ଭାବି କରି ୟୁଧିଷ୍‌ଠି ମାହାରାଜ୍

ଉ ରା-ସୁତ ପରିକ୍ଷିତର୍ କଲେ ରାଜ୍-ଅଭିଷେକ୍,

ନାବାଲକ୍ ଥିଲା ବଲି ତାର୍ ଦେଖ୍‌ରେଖ୍,

ଶାସନ୍‌-କବାର୍ କର୍‌ବେ ବବାର୍ ପୁଓ ୟୁୟୁସୁତ୍‌ସୁ ଭାୟ୍

ବଲି ମାହାରାଜ୍ ସବ୍‌କେ ସୁନାଲେ ନିଜର୍ ଆଖ୍‌ରି ରାୟ

ଭାୟ୍‌ବହ ସୁହୁ- ଦୁରାକେ ସେନୁ ସେ କହ୍‌ୟ୍‌ଲେ, “ଫଲ୍‌ବା ହିତ୍,

ହସ୍‌ତିନାପୁରେଁ ରଜା ହେଲେଁ ତୋର୍ ପୌତ୍ର ପରିକ୍ଷିତ୍,

ଇଁଦର୍‌ପ୍ରସ୍‌ଥେଁ କୃଷ୍‌ଣର୍ ନାତି ବଜ୍ର ୟଦ୍‌ରି ରହି

ରଜା ହେଇ କରି ଶାସନ୍ କର୍ବା ମହୀ ।”

ୟୁଧିଷ୍‌ଠି ସେନୁ ମାମୁ ବସୁଦେବ୍, ମାମୁ-ପୁଓ ବଲ୍‌ରାମ୍

ଆରୁ କୃଷ୍‌ଣର୍ କଲେ ତର୍‌ପନ୍ ଆଉର୍ ଶ୍ରାଦ୍ଧ କାମ୍,

ବେଦ୍‌ବ୍ୟାସ୍ ଆଦି ମୁନିକେ ନିଉଁତି ଦେଲେ ଖୋବ୍ ସମ୍‌ମାନ୍

ବାମ୍‌ହନ୍‌ମନ୍‌କେ ଖୁଆଲେ ଖୁୟେନ୍, ଦେଲେ ଜଜ୍‌ବଜ୍ ଦାନ୍,

କୁଲଗୁରୁ କୃପା- ଚାର୍ୟର୍ କରି ପାଦ୍‌ପୂଜା, ସତ୍‌କାର୍,

ଅର୍‌ପିଲେ ପର୍- ଖିତର୍ ଧନୁର୍- ବେଦ୍-ଶିକ୍ଷାର୍ ଭାର୍,

ମଂତ୍ରୀ ଆଉର୍ ପର୍‌ଜା-ମଁଡ୍‌ଲୀ ସବ୍‌କେ ଡକେଇ କରି

ବିଦାୟ ମାଗ୍‌ଲେ ମାହାୟାତ୍ରାର୍ ବିଷୟ୍ ପକେଇ କରି ।

ବହୁତ୍ କାତର୍ ହେଲେ ସମସ୍‌ତେ ସନ୍‌ନ୍ୟାସ୍ କଥା ସୁନି

ହୁରଦେଁ ବିଷାଦ୍- ବିହନ୍ ଗୁର୍‌ଦୁ ତତ୍‌କାଲ୍ ହେଲା ବୁନି,

‘ନାଇଁ ଛାଡ଼ିଦଉଁ କାହାକେ ଇଠାନୁ କାହିଁଜିବ ବଲି କରି

ପର୍‌ଜା-ମଁଡଲୀ ଅଡ଼ି ବସିଥିଲେ ଅଲି ଅର୍‌ଦଲି କରି,

ହେଲେଁ, ସମ୍‌ଦର୍ ଦିଗ୍‌କେ ନର୍‌ଦି ବସିଥିସି ଜେନ୍ ନଦୀ,

ଛେକି ନାଇଁ ହୟ୍ ତାକେ ଛେକ୍‌ବାର୍ ପ୍ରୟାସ୍ କର୍‌ବ ୟଦି ।

ଅନିବାର୍ ଜାନି ୟୁଧିଷ୍‌ଠି ମାହାରାଜର୍ ମନର୍ ଗତି

ପର୍‌ଜା-ମଁଡ଼୍‌ଲୀ ବହୁତ୍ କଷ୍‌ଟେଁ ଶେଷେଁ ଦେଲେ ସଂମତି ।

ୟୁଧିଷ୍‌ଠି ସେନୁ ଝଟ୍ କରିଦେଲେ ନିଜର୍ ଗତର୍ ଖାଲି,

ଉତ୍‌ରେଇ ଦେଲେ ରଜାର୍ ଭୂଷଣ୍, ପିଁଧ୍‌ଲେ ବକଲ୍ ଛାଲି,

ତାକର୍ ମିତାର୍ କଲେ ଭାୟ୍‌ମନେ ଆର୍ ମିସେ ମାହାରାନୀ

ବାଟ୍‌ଚଲା ବେଲେଁ ଆୟ୍ ଅଲଁକାର୍ ବୋଝ୍ ଭାର ବଲି ଜାନି ।

ଖମ୍‌ନର୍ ଦିଗେଁ ଲମ୍‌ଲେ ବେଲ୍‌କେ ପାଂଡ଼ବ୍ ପରିବାର୍

ହସ୍‌ତିନାପୁରେଁ ମାହେଜି - ମହଲେଁ ପଡ଼ିଗଲା ହାହାକାର୍;

ପଁଚ୍ ପାଂଡବ୍ ସାଁଗେଁ ପାଂଚାଲୀ ସଂନ୍ୟାସ୍ ନେବା ଲାଗି

ଲମିଗଲେ ବେଲେଁ କୁକୁର୍‌ଟେ ମିସେ ହେଲା ସେତାକର୍ ସାଁଗୀ ।

ପୂର୍‌ବେଁ ଜେନ୍‌ତା ପାଂଡ଼ବ୍‌ମନେ ଜୁଆ ଖେଲେଁ ସବ୍ ହାରି

ବନ୍‌ବାସ୍ କରି ଗଲା ବେଲେଁ ଦେଖି କାଁଦିଥିଲେ ନର୍‌ନାରୀ,

ଇଥର ସେନ୍ତା ପାଂଡବ୍ ପରିବାର୍

ଲମ୍‌ଲେ ବେଲ୍‌କେ ଜନ୍‌ତା ଆଁଖଲ ଢାଲୁଥାୟ୍ ଧାର୍‌ଧାର୍ ।

କିଂତୁ ଇଥର ଜନ୍‌ତାର୍ ଦୁଖେଁ କେହି ଭିଲ୍ ପାଂଡବ୍

ବିଦାୟ ବେଲର୍ ଦରଦ୍ ହୁର୍‌ଦେଁ ନାଇଁ କରି ଅନୁଭବ୍,

ମୁକ୍‌ଲି ପାର୍‌ଲେ ବଲି କାଟି ମାୟା- ସଁସାରର୍ ବଂଧନ୍

ଭରି ରହିଥିଲା ସର୍‌ଗର୍ ସୁଖେଁ ସବ୍‌କର୍ ସୁଖୀ ମନ୍ ।

ଘରୁଁ ସେମନ୍‌କେ ବଟାବାର କାଜେ ସାଁଗେଁ ଜାଇ ବଡ଼ା ଧୂର୍

ଯୁୟୁତ୍‌ସୁ ଆରୁ କ୍ରୁପ ଆଦି ଫିରି ଗଲେ ହସ୍‌ତିନାପୁର;

ନାଗ୍‌ରାଜ୍-ନନୀ ଉଲ୍‌ପି ସମ୍‌ଲେ ଗଂଗା ନଦୀର୍ ପାନିଁ

ମଣିପୁର୍ ଗଲେ ଚିତ୍‌ରାଂଗଦା; ବାକି ସବ୍ ମାଆଁ-ରାନୀ,

ଫିର୍‌ଲେ ମହଲ୍ ଆଡ଼୍‌କେ କୁଟୁମ୍- ବିଚ୍ଛେଦ୍ ଦୁଖ୍ ସହି

ପିଲା-ମାହାରାଜ୍ ପରୀକ୍ଷିତର୍ ଲାଗ୍‌ତେ ଭାଉଁରେ ରହି ।

ପାଂଚାଲୀ ଆରୁ ପଁଚ୍ ପାଂଡବ୍ ଉପାସ୍ ବରତ୍ ଧରି

ଚାଲ୍‌ତେଲ୍ ଗଲେ ସଲ୍‌ଖେଁ ସଲ୍‌ଖେଁ ପୂରୁବ୍‌କେ ମୁହୁଁ କରି,

ଆଘେଁ ୟୁଧିଷ୍‌ଠି, ତାକର୍ ପଛକେ ଭୀମ, ତହୁଁ ଅର୍‌ଜୁନ

ତେତ୍‌କେଁ ନକୁଲ୍, ତହୁଁ ସହଦେବ୍ ଫନୁ୍

ପାଁଚ୍ ବୀର୍ ପତି ପଛେଁ ପାଂଚାଲୀ ସାଧ୍ୱୀ, ତନ୍ୱୀ, ଶ୍ୟାମା,

କମଲ୍‌ନୟ୍‌ନୀ, ସୁଁଦ୍‌ରୀ-ସିଁଦୂର୍- ଟୀକା, ସୁକ୍‌ମାରୀ ବାମା ।

ସବ୍‌କର୍ ପଛେଁ ଲୁଁଗୁର୍ ଲୁଁଗୁର୍ କୁର୍‌କୁଟା ଚାଲୁଥାୟ୍

ନାମା ନାଇଁ ଭୁକେ, ନିକ୍ରାରାଲେଁ ମିସେ ସାଂଗ୍ ଛାଡ଼ି ନାଇଁ ଜାୟ୍ ।

ୟୋଗ୍ ଆରୁ ତ୍ୟାଗ୍- ଧରମ୍‌ବତୀ ପାଂଡବ୍ ପରିବାର୍

ନାନା ଦେଶ୍, ନାନା ନଦୀ, ପରବତ୍, ସମ୍‌ଦର୍ ହେଇ ପାର୍

ପୁହଁଚିଲେ ଜହୁଁ ଲାଲ୍-ସମ୍‌ଦର୍ ଖଁଡ଼ି

ଆଗ୍‌କେ ଆଉର୍ ଟିଖେ ନାଇଁ ହେଲା ବଢ଼ି ।

ନଦୀର୍ ସାମ୍‌ନେ ପର୍‌ବତ୍ ଲେଖେଁ ଛେକି ଦେଇକରି ବାଟ୍

ଅଗ୍‌ନି ଦେବତା ଧରି ମୁନ୍‌ସର୍ ଠାଟ୍,

ପଚ୍‌ରାଲେ, “ବାବୁ! ମୋର୍ ରୂପ୍‌ଗୁନ୍‌ ରଖିଛ କି ନାଇଁ ମନେ?

ସୋର୍ ପଡ଼ୁଛେ କି ନାଇଁ? ଖାଂଡ଼ବ୍ ବନେ

ଅର୍‌ଜୁନ ଆରୁ କୃଷ୍‌ଣର୍ ବଲ୍ ପାଇଥିଲିଁ ମୁଇଁ ବଲି

ଚର୍‌ଲି ଚତୁର୍- ଦିଗେଁ, ସେ ଖମନ୍ ଜାଇଥିଲା ପୂରା ଜଲି;

ଗାନ୍ଡ଼ୀବ୍ ଧୁନ୍ ଥିଲା ସେ ବେଲ୍‌କେ ବରୁନ୍ ଦେବର୍ ପାନିଁ

ଅକ୍ଷୟ୍ ତୂଣ୍ ସାଁଗେଁ ସେହି ଧୁନ୍ ମୁଇଁ ଦେଇଥିଲିଁ ଆନି,

ଇଁଦର୍ ଦେବର୍ ସାମ୍‌ନା କର୍‌ବେ ବଲି କୃଷ୍‌ଣାର୍‌ଜୁନ୍

ଆନଲିଁ ବରୁନ୍ ଦେବ୍‌ନୁ ଚକ୍ର ସୁଦର୍ଶନ୍, ସେ ଧୁନ୍

ସାଁଗେଁ ଅକ୍ଷୟ ଶର୍‌ମୁନା, ସେଭେଁ ଦର୍‌କାର ଥିଲା ଜାହା

କିଂତୁ ଗରଜ୍ ସର୍‌ବାର୍ ପଛେଁ ଅର୍‌ଜୁନ ମାହାବାହା

କର୍‌ବାର୍ ଥିଲା ତାକର୍ ସୁଖେଁ ସେ ସବୁ ପ୍ରତ୍ୟର୍ପନ୍

କୃଷଣ୍ ଜେନ୍‌ତା ଫିରେଇ ଦେଲେନ ଚକ୍ର ସୁଦଶର୍ନ ।”

ହେଲେଁ ଗାଂଡ଼ୀବ୍ ଶରାସନ୍ ଦିହେଁ ଦିବ୍ୟ ରତନ୍ ଖୋବ୍

ଲାଗିଥିଲା ବଲି ସବ୍ୟସାଚୀର୍ ଥିଲା ବଡ଼ା ତାର୍ ଲୋଭ୍;

ଅଗ୍‌ନିର୍ କଥା ସୁନି ଇହାଛିନି, କୁଟ୍‌ମର୍ କଥା ମାନି

ଧୁନ୍, ଶର୍‌ମୁନା ଅର୍‌ଜୁନ ଫିକି ଦେଲେ ସମ୍‌ଦର୍ ପାନିଁ;

ଅର୍‌ଜୁନ ହାଥୁଁ ଅଲ୍‌ଗେଇ ହେଲା ଜହୁଁ ଧୁନ୍ ସାଁଗେଁ ତୀର୍,

ହେଲେ ଦର୍‌ମରା ମଣି-ହରା ଫଣୀ ଲେଖେଁ ସେ ମହାନ୍ ବୀର୍ ।

ଅଗ୍‌ନି-ଦେବ୍‌ତା ସେନୁ ହେଲେ ଖିନି କେନ୍‌କେ ଅଁତର୍‌ଧାନ୍

ପାଂଡ଼ବ୍-ଭିଲ୍ ଅଗ୍‌ନି ଦିଗ୍‌କେ କଲେ ସେନୁ ପ୍ରସ୍‌ଥାନ୍

ଲବଣ୍-ସାଗର୍- ଉ ର୍ ତୀରେଁ ଅମ୍‌ରି ସେ ତୀରୁଁ ଫୁନ୍

ଧର୍‌ସିଲେ ଧରି ଦଖିନ୍-ପଚ୍ଛିମ୍ କୁନ୍,

ଥୁରେ ଧୂର୍ ଜାଇ ବଢ଼ତେଲ୍ ଗଲେ ପଚ୍ଛିମ୍ ଆଡ଼୍‌କେ ଖାଲି

ସମ୍‌ଦର୍ ତୀରେଁ ପହଁଚିଲେ ଚାଲି ଚାଲି,

ଦେଖ୍‌ଲେ ସେ ପାଖେଁ ବୁଡ଼ି ଜାଇଥିଲା ଅସତ୍-ସାଗର୍ ପାନିଁ

ଦ୍ୱାର୍‌କା ନଗ୍‌ରୀ, ୟଦୁବଂଶର୍ ପଛେଁ-ବନା ରାଜ୍‌ଧାନୀ ।

ସେନୁ ଫିରି କରି ଧର୍‌ତିର୍ ପରି- କ୍ରମଣ୍ କର୍‌ବେ ବଲି

ପାଂଡ଼ବ୍ ଭିଲ୍ ଆସ୍‌ତେ ଆସ୍‌ତେ ଉ ର ଦିଗେଁ ଚଲି

ୟୋଗ୍‌-ସଂୟମ୍‌- ରାସ୍‌ତାନୁ କିହେ ଟିଖେ ଭିଲ୍ ନାଇଁ ଟଲି,

ପାଂଚାଲୀ ଅବା ପାଁଚି ଭାୟ୍ ମାହା-ବଲୀ,

ଉ ର୍ ଦିଗେଁ ଚାଲି ଚାଲି ସଭେ ହିମାଚଲ ହେଲେ ପାର୍,

ପାୟ୍‌ଲେ ତେତ୍‌କେଁ ବାଲିର୍ ମାହାନ୍ ଦୁସ୍‌ତର୍ ପାରାବାର୍,

ମେରୁ ପର୍‌ବତ୍-ଶ୍ରେଷ୍ଠ୍

ପାଂଚାଲୀର୍ ପତନ୍

ଚାଲ୍‌ତେ ଚାଲ୍‌ତେ ଛନେ ପାଂଚାଲୀ ସତୀ

ୟୋଗ୍-ଧିଆନ୍ ଥୁଁ ଟଲିଗଲା ଜହୁଁ ମତି,

ଟଲ୍‌ଟାଲତେଲ୍ ତଲେଁ ପଡ଼ିଗଲେ ସେହି ଠାନେ ପାଂଚାଲୀ

ପଡ଼ୁଁନ୍ ପଡ଼ୁଁନ୍ ବିଚ୍‌ରୀର୍ ପ୍ରାନ୍ ତନ୍ ଛାଡ଼ି ଗଲା ଚାଲି ।

ଭୀମ୍ ହେଁ ଘଟ୍‌ନା ଦେଖି ସେ ଆଡ଼୍‌କେ ଘିଚ୍‌ଲେ ଦଦାର୍ ଧ୍ୟାନ୍,

ପଚ୍‌ରାଲେ, “ଦଦା! ପାପ୍ ନାଇଁ ଛୁଇଁ କେଭେଁ ପାଁଚାଲୀର୍ ପ୍ରାନ୍,

ଅଚଲ୍ ଅଟଲ୍ ଥିଲେ ସେ ଧରମ୍ - ବଲେଁ

କାଁକରି ତିନେ ଏନ୍‌ତେଇ ଇନେ ପଡ଼ିଗଲେ ଭୁଇଁ ତଲେଁ?”

ୟୁଧିଷ୍‌ଠି ହିମ୍- କାକର୍ ରହ୍‌ୟ୍‌ଲେ ଭୀମ୍-କଥା ସୁନି କାନେ

ଭଁୟ୍‌ରା ମିତାଲ୍ କାଁୟ୍‌ଜେ ରହି କେ ଜାନେ,

ବୟ୍‌ଲେ“ପାଚାଁଲୀ ଅର୍‌ଜୁନ ଆଡ଼େଁ ଜାଉଥିଲେ ଜହ ଢଲି

ହାଁୟ୍ ଦୋଷ୍ ଲାଗି ଇଠାନେ ପଡ଼୍‌ଲେ ଟଲି ।”

ପାଁଚାଲୀର୍ କୁତି ନାଇଁ ଦେଖିକରି, ସୁନେଇ ଇ ଉ ର୍

ୟୁଧିଷ୍‌ଠି ନାକ୍- ସଲ୍‌ଖେଁ ଲମ୍‌ତେ ଜାଉଥାଁନ୍ ଟର୍‌ଟର୍ ।

 

ସହଦେବର୍ ପତନ୍

ଥୁରେ ବାଟ୍ ସେନୁ ଜାଇ ବିଦ୍ୱାନ୍ ସହଦେବ୍ ପଡ଼ିଗଲେ,

ଦେଖି ଭୀମ୍ ଫୁନ୍ ୟୁଧିଷ୍‌ଠିର୍‌କେ ପଚ୍‌ରା ପୁଚ୍‌ରି କଲେ,

“ସହଦେବ୍ ଭାୟ୍ କାଁୟ୍ ଗୁନ୍‌ହା କଲା ବଲି

ଇଠାନେ ପଡ଼୍‌ଲା ଟଲି?”

ସୁନି ୟୁଧିଷ୍‌ଠି ବୟ୍‌ଲେ, “ସେ ଖୋବ୍ କରୁଥିଲା ଅଭିମାନ୍,

ସେତାର୍ ସମାନ୍ ନାଇଁନ ଦୁସର୍ ବୁଧିମାନ୍ ବିଦ୍ୱାନ୍ ।”

 

ନକୁଲର୍ ପତନ୍

ବଡ଼୍‌କା ଦଦାର୍ କଥା ସୁନି ଆର୍ ଦେଖି ଅବିଚଲ୍ ଢଂଗ୍,

ବାକି ତିନ୍ ଭାୟ ଚାଲ୍‌ଲେ ତାକର୍ ସଂଗ୍ ଧରି ଟଂଗ୍ ଟଂଗ୍,

ହେଲେଁ, ସହଦେବ୍ ଆରୁ ପାଁଚାଲୀର୍ ପ୍ରାନ୍ ଚାଲିଗଲା ବଲି

ବାଂଧବ୍-ପ୍ରିୟ ନକୁଲର୍ ପ୍ରାନ୍ ଜାଉଥାୟ୍ ପୁଡ଼ି ଜଲି,

ଘୋର୍ ଶୋକାକୁଲ୍ ବୁପ୍‌ରା ନକୁଲ୍ ଜହ ଧୂର୍ ନାଇଁ ଜାଇ

ଡଉଲ୍ ଡାଉଲ୍ ଗତର୍ ତାକର୍ ହେଇଗଲା ଧରାଶାୟୀ ।

ଭୀମ୍ ପଚ୍‌ରାଲେ ୟୁଧିଷ୍‌ଠିର୍‌କେ, “ନକୁଲର୍ ଦୋଷ୍ କହ”,

ପାୟ୍‌ଲେ ଜବାବ୍ ରୂପର୍ ରୁବାବ୍ ରହିଥିଲା ତାର୍ ଜହ,

ବୀର୍ ଭାୟ୍ ଭୀମ୍! କରମ୍ ମାଫିକ୍ ସଭେ ପାୟ୍‌ସନ୍ ଫଲ୍,

ଆସ ହାମେ ଜିମା ଆଗ୍‌କେ, ଇଠାନେ ରହ୍‌ୟ୍‌ବାର୍ ନୁହେ ଭଲ୍ ।”

 

ଅର୍‌ଜୁନ୍‌ର ପତନ୍

ସଭେ ଜାଉଥାଁନ୍ ଆଗ୍‌କେ, ହଠାତ୍ ଅର୍‌ଜୁନ ମାହାବୀର୍

ପଡ଼ିଗଲେ ତଲେଁ, ବାଜିଥିଲା ଜହୁଁ ଦୁଖର୍ ବିଷାନ୍ ତୀର୍,

ପ୍ରିୟା ପାଁଚାଲୀର୍ ପତନ୍ ପହିଲୁଁ ଦେଲା ଘୋର୍ ଦୁଖ୍ ମନେ

ସେନୁ ଫେର୍ ଭାୟ୍ ଦୁଇଟା ମର୍‌ଲେ ଝନ୍‌କର୍ ପଛେଁ ଝନେ,

କଲ୍‌ଜା ଦେଖିଆ ଢ଼ୁକିଥିଲା ଜହୁଁ ଏନ୍‌ତା ଦୁଖର୍ ବାନ୍,

ଅତ୍ରେକ୍ ପୀଡ଼ା ପାଇ ଅର୍‌ଜୁନ ପଡ଼୍‌ଲେ, ଛାଡ଼୍‌ଲେ ପ୍ରାନ୍ ।

ଭୀମ୍ ଦେଖି କରି ୟୁଧିଷ୍‌ଠିର୍‌କେ ବୟ୍‌ଲେ ଆଘର୍ ବାଗି

“ସତ୍-ବରତୁଆ ଅର୍‌ଜୁନ ଇନେ ପଡ଼୍‌ଲା କାହିର୍ ଲାଗି?”

ଏକ୍‌ମୁହାଁ ହେଇ ଚାଲ୍‌ତେ ଚାଲ୍‌ତେ ବୟ୍‌ଲେ ୟୁଧିଷ୍‌ଠିର୍,

“ଅର୍‌ଜୁନ କରୁ ଥିଲା ଅଭିମାନ୍, ସେ ଆୟ୍ ଶ୍ରେଷ୍ଠ ବୀର୍,

କହୁଥିଲା, ଗୁଟେ ଦିନେ ସେ ଚାହ୍‌ୟ୍‌ଲେଁ କର୍‌ବା ନିର୍‌ମାମୂଲ୍

ପୁରଥିର୍ ଜାହିଁ ଜାହିଁ ରହିଛନ୍ ହାମର୍ ଶତ୍‌ରୁ-କୁଲ୍!

କିର୍‌ଟି ଦୁସର୍ ଧନୁର୍ଧର୍‌କେ କରୁଥିଲା ହୀନ୍‌ମାନ୍

ତାର୍ ଫାଲେଁ ଗଲା ଇଠାନେ ସେତାର୍ ପ୍ରାନ୍ ।”

ଦଦାର୍ ଜବାବ୍ ସୁନି ତତ୍‌କାଲ୍ ଭୀମ୍ ପଡ଼ିଗଲେ ଭୁଇଁ

ଝଟ୍ ପଚ୍‌ରାଲେ, “ଦଦା! କାଁ କରି ଇନତା ପଡ଼୍‌ଲି ମୁଇଁ?”

ଜବାବ୍ ପାୟ୍‌ଲେ, “ଭାୟ୍ ଭୀମ୍‌ସେନ! ତୁଇଁ କରୁଥିଲୁ ଲୋଭ୍

ଜେତେ ପାରି ତେତେ ଜାହା ପାରି ତାହା ଗିଲ୍‌ବାର୍ କାଜେ ଖୋବ୍,

ଆରୁ ଭିଲ୍ ତୁଇଁ ଦୁସର୍ ଲୁକର୍ ବଲ୍ ନାଇଁ ବଲି କରି

ଆପ୍‌ନାର ମନେ ଆପ୍‌ରୂପୀ ଭାବ୍ ଧରି

ରୁବାବ୍ ବହୁତ୍ କରୁଥିଲୁ ମିସେ ଟିଁଗାଲି ବାଗିର୍ ଭାଇ!

ତାର୍ ଫଲେଁ ଆୟ୍‌ଜ୍‌ ହେଇଗଲୁ ଧରାଶାୟୀ!”

ଇ ଜବାବ୍ ଦେଇ ଭୀମର୍ ଆଡ଼୍‌କେ ନାଇଁ ଫିରି ଦେଖି କରି

ସାମ୍‌ନା ଆଡ଼୍‌କେ ୟୁଧିଷ୍‌ଠି ପାହା ଝଟ୍‌ପଟ୍ ଫେଁକି କରି

ଚାଲି ଜାଉଥାଁନ୍ ଦୁସର୍ ଆଡ଼୍‌କେ ନାଇଁ ଦେଇକରି ମନ୍

ପଛେଁ ପଛେଁ ଥାୟ୍ କୁକୁର୍ ଗୁଟ୍‌କ ପଛୁଆଲ୍ ଅନୁଖନ୍ ।

ଛନ୍ କେତେ ଛାଡ଼ି ରଥ୍-ଗର୍‌ଜନେଁ ଆକାଶ୍ ପୁର୍‌ଥି ଭରି

ୟୁଧିଷ୍‌ଠିରର୍ ପାଖେଁ ସର୍ଗର୍ ଦେବ୍‌ରାଜ ଅବ୍‌ତରି

ବୟ୍‌ଲେ “କୁଂତୀ- ନଂଦନ୍! ବସ ରଥେଁ

ସ୍ୟଂଦନ୍ ନେଇ ଜିବା ସର୍‌ଗର୍ ପଥେଁ ।”

ଗୁଇଁସ୍ ଗାଁଇସ୍ ହେଇ ୟୁଧିଷ୍‌ଠି ବୟ୍‌ଲେ, “ଦେବେଶ୍ୱର!

ପଡ଼ିଛନ୍ ବାଟେଁ ମୋର୍ ଚାର୍‌ହି ଭାୟ୍ ପ୍ରାନ୍‌ଠାନୁ ପ୍ରିୟତର୍,

ପଡ଼ିଛନ୍ ମିସେ ପ୍ରାନ୍-ସଂଗିନୀ ପାଂଚାଲୀ ମାହାରାନୀ

ସ୍ୟଂଦନେ ଜିମି ସବ୍‌କର୍ ସାଁଗେଁ ସବ୍‌କେ ସଁଖ୍‌ଲି ଆନି ।

ସରଗ୍‌ପୁରକେ ନାଇଁ ଜାୟଁ ମୁଇଁ ଏକ୍‌ଲା ହେ ସୁର୍‌ପତି!

ଦିଅ ଅନୁମତି, ମୋର୍ ସାଁଗେଁ ଜିବେ ଚାର୍‌ହି ଭାୟ୍, ଦୁର୍‌ପତି ।”

ଇଂଦ୍ର ବୟ୍‌ଲେ

“ଦେବୀ ଦ୍ରୌପଦୀ ଆଉର୍ ତୁମ୍‌ହର୍‌ ଖୋବ୍ ପ୍ରିୟ ଚାର୍‌ହି ଭାଇ,

ବାଟେଁ ନର୍-ତନୁ ପକେଇ ପହିଲୁଁ ଅଛନ୍ ସର୍‌ଗେଁ ଜାଇ,

ଏକ୍‌ଲା ତମ୍‌ହେଇ ନର୍‌ତନୁ ଧରି ମର୍‌ତୁଁ ଧରମ୍‌ରାଜ୍!

ଅମପୁର୍‌କେ ଅମ୍‌ରି ପାର୍‌ଲା ମିତାର୍ କରିଛ କାଜ୍,

ଛାଡ଼ି ଦିଅ ଭିନ୍ ଭାବ୍‌ନା, ଧର ଇ ଦିବ୍ୟ ସରଗ୍-ୟାନ୍

ସରଗ୍‌ପୁରନେ ପୁହୁଁଚିବ ଛିନ୍‌ଛାନ୍ ।”

ୟୁଧିଷ୍‌ଠି କହ୍‌ୟ୍‌ଲେ

“ଦେଖ ଦେବ୍‌ରାଜ! ଆଗତ୍-ନିଗତ-ସ୍ୱାମୀ!

ଇ କୁକୁର୍ ମୋର୍ ପରମ୍ ଭଗତ୍ ବିଶ୍ୱସତ୍ ଅନୁଗାମୀ,

ଘର୍ ଛାଡ଼ି କରି ବାହାରି ଆୟ୍‌ଲିଁ ବେଲୁଁ ହସ୍‌ତିନାପୁରୁଁ

ଲେଁଗ୍ଡ଼ିଛେ ଇୟେ ମୋର୍ ପଛେଁ ପଛେଁ ଇ ତକ୍ ହେତ୍‌କି ଧୂରୁଁ,

ମୋର୍ ଭଗତ୍‌କେ ମୁର୍‌ଛି ଏଛ୍‌ନି ଏକ୍‌ଲା ସରଗ୍‌ପୁର୍

ନାଇଁ ଜାଇପାରେଁ, ନାଇଁ ହେଇପାରେଁ ହେଡ଼େ ନିର୍‌ନେହା କ୍ରୂର୍ ।”

ଇଂଦ୍ର ବୟ୍‌ଲେ

“ତୁମ୍‌କେ ମିଲିଛେ ମୋର୍ ସମାନ୍‌ତା, ଅମର୍ ପଦ୍‌ବି, ସିଧି,

ସ୍ୱର୍‌ଗର୍ ସୁଖ୍ ଆଉର୍ ଲଖ୍‌ମୀ-ନିଧି,

କୁକୁର୍ ଚିପୋର୍ ସଂଗ୍ ଛାଡ଼, ଜିମା ଜଲ୍‌ଦି ଅମର୍‌ପୁର୍,

କୁକୁର୍‌କେ ଛାଡ଼ି ଏକ୍‌ଲା ଜିବାର୍ କାଜ୍ ନୁହେ ନିଷ୍ଠୁର୍ ।”

ୟୁଧିଷ୍‌ଠି କହ୍‌ୟ୍‌ଲେ

“ଅନାରୟ୍ କାଜ୍ ଆର୍‌ୟର୍ ହାଥେଁ ସଂଭବ୍ ନାଇଁ ହୟ୍

ଦେବ୍‌ରାଜ! ଝନେ ଆର୍‌ୟ କାହାକେ ନୁହେ କେଭେଁ ନିର୍‌ଦୟ୍,

ନାଇଁ ମିଲୁ ମକେ ହେନ୍‌ତା ଲଖ୍‌ମୀ ଜେନ୍‌ତା ପାୟ୍‌ମି ବଲି

ଅନୁଗତ୍‌ଟାକେ ମୁର୍‌ଛି ସେତାର୍ ହିତ୍ ଜାକ ଦେମି ବଲି ।”

ଇଂଦ୍ର ବୟ୍‌ଲେ-

“କୁକୁର୍ ଗୁସିଆଁ ଲୋକ୍ ଲାଗି ଭଗ୍‌ବାନ୍

ନାଇଁ ରଖି ଦେଇ ସର୍‌ଗେଁ କେହନି ଠାନ୍

କୁକ୍‌ରିଆ ଜାହା ପୁଇନ୍ ପାୟ୍‌ସି ୟଜ୍ଞ କରେଇ କରି

ବଁଧ କଟା କୁଆଁ ବାଉଲି କୁଡ଼େଇ କରି

କ୍ରୋଧବଶ୍ ବଲି ରାକ୍ଷସ୍ ନେସି ସେ ସବ୍ ଚୁରେଇ କରି

କୁଂତୀତନୟ୍! କାଜ୍ କର ଭାବି ଚିଁତି

କୁକୁର୍‌କେ ଛାଡ଼, ମୁର୍‌ଛ; ନାଇଁନ ନାମା ନିର୍‌ଦୟା ଇଥି ।”

ୟୁଧିଷ୍‌ଠି କହ୍‌ୟ୍‌ଲେ-

“ଭଗତ୍‌କେ ଛାଡ଼ି ଦେଲେଁ ଦେବ୍‌ରାଜ! ଫଲ୍‌ସି ଅଶେଷ୍ ପାପ୍,

ଜ୍ଞାନୀ ବଲ୍‌ସନ୍, ବ୍ରମ୍‌ହଁ ହତ୍ୟା ସରି ସେ ପାପର୍ ନାପ୍,

ଆପ୍‌ନାର ସୁଖ୍ ସ୍ୱାର୍‌ଥର୍ ଲାଗି ମୁଇଁ ନାଇଁ କରେଁ ତ୍ୟାଗ୍

ମୋର୍ ଅନୁଗତ୍, ଭଗତ୍ କୁକୁର୍ ବୁପ୍‌ରାକେ ମାହାଭାଗ୍!

ପ୍ରାନ୍ ବଁଚାବାର୍ କାଜେ ଇଚ୍‌ଛୁକ୍ କମ୍‌ଜୋର୍ ଲୋକ୍ କେହି,

କିଂବା ନିସାଖା ମୁନୁସ୍ ଆସ୍‌ଲେଁ ପାସ୍‌କେ ଶରନ୍ ନେଇ,

ଡର୍‌ହେଁ କପ୍‌ସିଲା ମୁନୁସ୍ ଆଉର୍ ଭଗତ୍ ଜନ୍‌କେ ମୋର୍

କେଭେଁ ନାଇଁ ଦିଏଁ ମୁର୍‌ଛି, ମୋର୍ ଇ ବ୍ରତ୍ ଆୟ୍ ସୁକଠୋର୍,

ବରତ୍ ଅଟୁଟ୍ ଥାଉ,

ପ୍ରାନ୍ ଜିବା ହେଲେଁ ଜାଉ ।”

ଇଂଦ୍ର ବୟ୍‌ଲେ-

“ମୁନୁସ୍ କର୍‌ସି ସ୍ୱାଧ୍ୟାୟ୍, ହୋମ୍, ଯଜ୍ଞ ଆଉର୍ ଦାନ୍

ଇତ୍ୟାଦି ଜେତେ ପୁଇନ କରମ୍, ସେ ସବୁର୍ ଫଲ୍‌ମାନ୍

ସେହି ‘କ୍ରୋଧବଶ’ କର୍‌ସି ହରନ୍-ଚାଲ୍

ସେ ସବ୍ କର୍‌ମେଁ ଶ୍ୱାନର୍ ନଜର୍ ପଡ଼ିଗଲେଁ ଆଲ୍‌ମାଲ୍,

କହୁଛେଁ ହେଁଥିର୍ ଲାଗି ଇ କୁକୁର୍- ଗୁଟ୍‌କ ମୁର୍‌ଛି ଦିଅ,

ଜଦ୍‌ରି ସରଗ୍- ପ୍ରାପ୍‌ତି ତମ୍‌ହର୍‌ ପ୍ରିୟ ।

ମାହାରାଜ୍! ତମ୍‌ହେଁ ଛାଡ଼ି ଚାର୍‌ହି ଭାୟ୍, ଛାଡ଼ି ପ୍ରିୟା ଦୁର୍‌ପତି

ପୁଇନ୍ କରମ୍ ବଲେଁ ଅର୍‌ଜିଛ ନର୍ ଦିହେଁ ସ୍ୱର୍‌ଗତି,

ପ୍ରିୟତମ୍ ଜନ୍ ଛାଡ଼ିଛ କିଂତୁ କୁକୁର୍‌ଟାକେ କାଁକରି

ଏଡ଼େ ବର୍‌କସ୍ ମୁହାସ୍‌-ସକିଁଲ୍। ଲଗେଇ ରହିଛ ଧରି?”

ୟୁଧିଷ୍‌ଠି କହ୍‌ୟ୍‌ଲେ-

“ମାହାଭାଗ୍! ମଲା ମୁର୍‌ଦାର୍ ସାଁଗେଁ କହ କେନ୍ ଠାନେ କାର୍

ହେସି ଛଡ଼ା-ଧରା, ଶତ୍‌ରୁ-ମିତ୍‌ରୁ- ବେଭାର୍ ଇ ଦୁନିଆଁର୍?

ମୋର୍ ଜେତେ ଭାୟ୍ ଆରୁ ପାଁଚାଲୀର୍ ଛାଡ଼ିଗଲା ଜହୁଁ ପ୍ରାନ୍

ଆରୁ ଜହୁଁ ମୋର୍ ଶକ୍‌ତି ନାଇଁନ ଶବ୍‌କେ ଜୀବନ୍-ଦାନ୍,

ମୁର୍‌ଛି ଆୟ୍‌ଲିଁ ଛାଡ଼ି ସବ୍ ଭାୟ୍ ଆରୁ ପାଁଚାଲୀର୍ ଶଅ

ମୁର୍‌ଦାର୍ ଛାଡ଼ି ଆଇଛେଁ, କରିଛେଁ କାଁୟ୍ ଦୋଷ୍‌ଗୁନା କହ ।

ଶରନ୍ ପସ୍‌ଲା ଲୋକ୍‌କେ ଡରାଲେଁ, ମାର୍‌ଲେଁ କେହ୍‌ନି ନାରୀ,

ବିପ୍ରର୍ ଧନ୍ ହର୍‌ଲେଁ, କର୍‌ଲେଁ ସାଂଗ୍ ସାଁଗେଁ ଦଗାଦାରି

ଗୁଟେ ଗୁଟେ କାମ୍ ଲାଗି ମିସି ମିସି ଅଧରମ୍ ଜେତେ ହେସି

ଅନୁଗତ୍ ଜନ୍ ମୁର୍‌ଛିଲେଁ ତାହୁଁ ନୁହେ କମ୍, ହେସି ବେସି ।

ମୁଇଁ ଘର୍ ଛାଡ଼ି ଆୟ୍‌ବାର୍ ବେଲୁଁ ଇ କୁକୁର୍ ସାଁଗେଁ ଅଛେ

କେଭେଁ ନାଇଁ ଛାଡ଼େଁ ଇନ୍‌ତା ସାଂଗ୍‌କେ ମୋର୍ ଜାହା ହଉ ପଛେ ।”

ଧର୍‌ମର୍ ଆବିର୍‌ଭାବ୍ ଆର୍ ଉକ୍‌ତି

ଇ ସବ୍ ସୁନ୍‌ଲେ ଶ୍ୱାନ୍-ରୂପ୍‌ଧର୍ ସ୍ୱୟଂ ଧରମ୍‌ରାଜ୍

ସ୍ୱରୂପେଁ ବୟ୍‌ଲେ“ସୁପୁତ୍! ହେଇଛେଁ କୁରୁତ୍ କୁରୁତ୍ ଆଜ୍,

ହରେକ୍ ଜାତିର୍ ଜୀବର୍ ଆଡ଼୍‌କେ ଦୟା ଆର୍ ସଦାଚାର୍

ସାଁଗେଁ ସଦ୍‌ବୁଧି ଥାଇ ତୁମ୍‌ହେ ସଦ୍- ବଂଶୀୟ ସୁପିତାର୍

ସଂତାନ୍ ବଲି ସତ୍ ପର୍‌ମାନ୍ ଦେଇଛ ଦୁସର୍ ବାର୍ ।

ପୂର୍‌ବେଁ ଦ୍ୱୈତ- ବନେ ଧରି ମୁଇଁ ୟକ୍ଷର୍ ଅବ୍‌ତାର୍

ତମ୍‌କେ ପର୍‌ଖି ପହିଲ୍ ଖେପିର୍ ପର୍‌ମାନ୍ ଥିଲିଁ ପାଇ

ପାୟନ୍ ପିଇ ଜାଇ ମରିଥିଲେ ଜେଭେଁ ତମ୍‌ହର୍‌ ଜେତ୍‌କ ଭାଇ,

ବଁଚାବାର୍ ଲାଗି ବର୍ ପାଇ ତମ୍‌ହେଁ ଛାଡ଼ି ନିଜ୍ ସହୋଦର୍

ସାବତ୍ ଭାୟ୍‌କେ ଭାବ୍‌ଲ ନିଜର୍ ଭାୟ୍‌ନୁ ନିକଟ୍‌ତର୍,

ମାଗ୍‌ଲ ମୋର୍‌ନୁ ମାଦ୍ରୀ ତନୟ୍ ନକୁଲର୍ ପ୍ରାନ୍‌ଦାନ୍

ପର୍‌ମାନ୍ ଦେଲ ପର୍‌କେ ଆପ୍‌ନା ବଲ୍‌ବାର୍ ମାହାଜ୍ଞାନ୍,

ଇ ଥର ଦୁହ୍‌ରି ସାବୁତ୍ ଦେଇଛ ଧରମ୍ ୟୁଧିଷ୍‌ଠିର୍!

ତମ୍‌ହେଁ ପୁର୍‌ଥିର୍ କେଭେଁ-ନି-ଦେଖ୍‌ଲା ପରମ୍ ଧରମ୍‌ବୀର୍ ।

ଏଛ୍‌ନି କହିଛ କୁକୁର୍ ତମ୍‌ହର୍‌ ଆପ୍‌ନାର ଅନୁଗତ୍

ତାକେ ନାଇଁ ଛାଡ଼ି, ଛାଡ଼୍‌ବ ବୟ୍‌ଲ ଇଂଦ୍ର ଜଚାଲା ରଥ୍!

ଭରତ୍‌ଶ୍ରେଷ୍‌ଠ! ଭାରତ୍! ମାହାନ୍ ଧରମ୍ କରମ୍ କରି

ତାର୍ ବଲେଁ ଜିବ ଅମର୍-ନଗର୍ ଏଛ୍‌ନିର୍ ତନ୍ ଧରି,

ପାଇ ସାୟ୍‌ଲନେ ଜେତ୍‌କ ନରେଶ୍ ଦିବ୍ୟ ପରମ୍ ଗତି

ସର୍‌ଗେଁ ତମ୍‌ହେଁ ହି ଏକ୍‌ଲା ତମ୍‌ହର୍‌ ସମତୁଲ୍ ନର୍‌ପତି,

ତମ୍‌ହର୍‌ କାଟର୍ ତମ୍‌ହର୍‌ ନାପର୍ କେହି

ଦୁସର୍ ମୁନୁସ୍ ଆୟଜ୍ ତକ୍ ନାଇଁ ହେଇ ।”

ଇ କଥା ସୁନେଇ ୟୁଧିଷ୍‌ଠିର୍‌କେ ବସେଇ ଦିବ୍ୟ ରଥେଁ

ଧର୍ମ ଆଉର୍ ଦେବ୍‌ରାଜ ନେଇ ଗଲେ ସର୍‌ଗର୍ ପଥେଁ,

ସାଁଗେଁ ଅଶ୍ୱିନୀ- କୁମାର୍ ଆଉର୍ ଦେବ୍‌ତା ମରୁଦ୍‌ଗଣ୍

ମହର୍‌ଷି ଆଦି ସହର୍‌ଷେଁ କଲେ ମନିଚ୍ଛା ବିଚରଣ୍,

ଆକାଶ୍ ମାର୍‌ଗେଁ ଆପ୍‌ନା ଆପ୍‌ନା ବିମାନ୍‌ମାନ୍‌କେଁ ରହି,

ସଭେ ରଜୋଗୁନ୍- ଶୁଇନ୍, ପୁଇନ୍- ଆତ୍‌ମା, ଇଂଦ୍ରିଜୟୀ,

ବୁଦ୍‌ଧି, ବିଚାର୍, ବଚନ୍, କରମ୍, ବିଶୁଦ୍‌ଧ, ନିର୍‌ମଲ୍,

ସବ୍‌କର୍ ବୁତା କବାର୍ କେବଲ୍ ତ୍ରିଲୋକର୍ ମଂଗଲ୍ ।

ୟୁଧିଷ୍‌ଠିର୍‌କେ ନେଇ ସର୍‌ଗର୍ ରଥ୍ ଜାଉଥାୟ ଉଡ଼ି,

ସବ୍‌କର୍ ତେଜେଁ ପୁରଥି, ଆକାଶ୍ ଜାଉଥାୟ୍ ପୂରା ବୁଡ଼ି ।

ଏନ୍‌ତା ବତ୍‌ରେଁ ମାହାନ୍ ବକ୍ତା ନାରଦ୍ ସରବ୍‌ଜାନ୍

ସବ୍‌କେ ସୁନଉଥାଁନ୍

“ଜେତେ ରାଜର୍‌ଷି ସର୍‌ଗେଁ ଅଛନ୍ ମର୍‌ତ୍ୟ-ଭୁବ୍‌ନୁଁ ଆସି

ସଭେ କରିଛନ୍ ଜାହା ବି ମାହାନ୍ ଉଜଲ୍ କୀର୍‌ତିରାଶି

ସେ ସବ୍‌କେ ତାପି ଦେଇଛନ୍ ୟଶେଁ ମାହାନ୍ ଧରମ୍‌ବୀର୍

ଚକର୍‌ବର୍‌ତୀ, କୌରବ୍ କୁଲ୍- ଚଂଦର୍ ୟୁଧିଷ୍‌ଠିର୍ ।

ଇତାକର୍ ବାଗି ସଦାଚାର୍, ତେଜ୍, ଯଶ୍-ସଂପତି ଗୁନେଁ

ମୁନୁସ ଶରୀର୍ ନେଇ

ଅମର୍‌ପୁର୍‌କେ କେହି

ଅମ୍‌ରି ପାରଲେ ବଲିକରି ମୁଇଁ ଏବ୍‌ତକ୍ ନିହେ ସୁନେଁ ।

ହେ ରାଜ୍‌ରାଜେଶ୍! ୟୁଧିଷ୍‌ଠି! ତଲୁଁ ଦେଖୁଥିଲ ଜେତେ ତରା

ଭାବୁଥିଲ ତେଜେଁ ଧୁବ୍‌ଲଉଥିଲେ ଧରା,

ସେ ସବ୍ ଇନିର୍ ଦେବ୍‌ତା କୁଲର୍ ଦୀପ୍‌ତୀ-ଧବଲ୍ ଘର୍

ଦେବ୍‌ତାମନ୍‌କେ ଦିଅ ଇହାଛିନି ଆପ୍‌ନାର ସୁନକର୍ ।”

ସୁନ୍‌ଲେ ଧରମ୍- ରାଜ୍ ୟୁଧିଷ୍‌ଠି ଅଚଲ୍-ସୁଧୀର୍-ମତି,

ନେଲେ ରାଜର୍‌ଷି ଆଉର୍ ଦେବ୍‌ତା- ମନ୍‌କର୍ ଅନୁମତି,

କହ୍‌ୟ୍‌ଲେ “ଦେବେଶ୍ୱର!

ହଉ ଶୁଭକର୍ ଅଥବା ଅଶୁଭ୍‌କର୍,

ସେହି ଠାନ୍ ମକେ ମିଲୁ ଜେନେ ମୋର୍ କୁଟୁମ୍ ଅଛନ୍ ଖାସ୍

ଦୁସର୍ କେହ୍‌ନି ନିବାସର୍ କାଜେ ନାଇଁ କରେଁ ଅଭିଲାଷ୍ ।”

ଇଂଦ୍ର କହ୍‌ୟ୍‌ଲେ ଖୋବ୍ କଲେକଲେଁ ମିଠାସୁରେଁ, “ମାହାରାଜ୍!

ଅର୍‌ଜି ପାରିଛ ସ୍ୱର୍‌ଗର୍ ଘର୍ ଖୁବ୍ କରି ଶୁଭ୍ କାଜ୍,

ମର୍‌ତ୍ୟପୁରର୍ ମୁହାଁସର୍ ଫାସ୍ ଘିଚି କାଁ କରି ଇନେ

ବଁଧନ୍ ଭିତ୍‌ରେଁ ଇ ସରଗ୍‌ପୁରେଁ ପଡ଼୍‌ବ ଆଉର ତିନେ?

ମାହାରାଜ୍! କାଣା ମୁନ୍‌ସର୍ ଭାବ୍- ସଂପଦ୍ ନିହେ ଦିସେ?

ସରଗ୍‌ପୁର୍‌କେ ଆଇଛ ନରେଶ୍! ଇନେ କର ଦର୍‌ଶନ୍

କେତେ ଦେବ୍‌ର୍‌ଷି ସିଦ୍‌ଧ ପୁରୁଷ୍ ଇନେ ଆସି ରହିଛନ୍ ।”

ଇଂଦ୍ରର୍ କଥା ସୁନି ୟୁଧିଷ୍‌ଠି ଦୁହ୍‌ରାଲେ ଉ ର୍

“ପହିଲୁଁ କହିଛେଁ, ଫେର୍ ବି କହୁଛେଁ ସୁନ ସ୍ୱର୍‌ଗେଶ୍ୱର୍!

ସରଗ୍ ଲାଗୁଛେ ମକେ ବିଲ୍‌କୁଲ୍ ଛିନା

ମୋର୍ ପ୍ରିୟତମ୍ ଭାୟ୍‌ମନ୍‌କର୍ ବିନା;

ରହିଛନ୍ ଜେନ୍ ଠାନେ

ମୋର୍ ପ୍ରିୟ ଭାୟ୍‌ମାନେ ଆର୍ ସେ ଡେଁଗେଇ

ଚତ୍‌ରୀ, ସ୍ୱ - ଗୁନ୍‌ବତୀ ପାଂଚାଲୀ

ଶ୍ରେଷ୍‌ଠ ୟୁବ୍‌ତୀ, ଶୁଧ୍ ସୁନା ରଂଗ୍‌ଓ୍ୱାଲୀ,

ସେନ୍‌କେ ଜିବାକେ ବହୁତ୍ ଚାହୁଛେ ପ୍ରାନ୍

ସେଠାନେ ରହ୍‌ୟ୍‌ମି, ମିଲୁ ମକେ ସେହି ଠାନ୍,

ହଉ ସେ ଜହନ୍‌ନାମ୍ ହଉ ସେ ସରଗ୍‌ଧାମ୍ ।

 

ଘେଁସ୍ ମାହାମିଲନ୍ ସମ୍‌ମାନ୍

(୩.୧୧.୨୦୦୨)

ଘେଁସ୍‌ବାସୀ ଭାୟ୍‌ମାନେ! ମକେ ଦେଇ ସମ୍‌ମାନ୍

ମାନ୍‌ଟାକେ ତାମି ବଲି ଦେଲ ଝୁଟ୍ ପର୍‌ମାନ୍,

ତିଲ୍‌ଟାକେ ତାଲ୍ ବଲି କହି ମକେ ଟେକିଛ,

ମୋର କେତେ ଦୋଷଗୁନା କିଏ କାଣା ଦେଖିଛ?

ଜାର୍ ସେବା କଲିଁ ବଲି ଦେଲ ମକେ ସମ୍‌ମାନ୍,

ଦେଖ ସେହି ଭାଷାମାଁର୍ ରହୁଛେ କି ନାଇଁ ପ୍ରାନ୍ ।

ଦୁସ୍‌ମନ୍‌ମାନେ ତାର୍ ସଭୁ କୁତି ଘେରିଛନ୍

ବଡ଼େ ବଡ଼େ ଅସ୍‌ତର୍ ହାତେଁ ସଭେ ଧରିଛନ୍,

ଏକ୍ କୋଟି ପୁଓଝୀ’ର ମାଆଁଟାକେ ମାର୍‌ବେ

ସେତାକର୍ ଭାଷାଟାର୍ ପୂରା ରାଜ୍ କର୍‌ବେ,

ହାମର୍ ମାଆଁର୍ ଭାଷା ଲୋପ୍ ହେବା ଇଠାନେଁ,

ତାର୍ ପ୍ରତିକାର୍ ହେବା କେନ୍‌ତେଇ କେଜାନେ,

ଇ ସବୁକେ ଭାବି କରି ମୋର୍ ମନ୍ ଅଠିପର୍

ଘାଁଟି ହେଇ ମରୁଥିସି, ହଉଥିସି ହର୍‌ବର୍ ।

ଧୟ୍‌ନ ତୁମ୍‌ହେ ଘେଁସ୍‌ବାସୀ! କେତେ ବୀର୍ ସନ୍‌ତାନ୍

ଭାଷା-ମାଁର୍ ସେବା ଲାଗି ଅର୍‌ପିଛ ତନ୍ ପ୍ରାନ୍ ।

ବୀର୍ ମାଟି ଘେଁସ୍! ତକେ କୋଟି କୋଟି ପର୍‌ନାମ୍,

ମନ୍ ହେସି ଇ ମାଟିଥି ନେତିଁ ଶେଷ୍ ବିଶ୍ରାମ୍,

ଘେଁସାଲିର୍ ପାୟନ୍ ବୁଁଦେ, ପତର୍‌ଟେ ତୁଲ୍‌ସୀ

ଦେତା କିଏ ମୋର୍ ଟୁଁଡ଼େଁ ବଲି ମନ୍ ବଲ୍‌ସି,

ଜିଉ ଚେରେ ଫୁର୍‌କରି ଇନୁ ଉଡ଼ିଜାୟ୍‌ତା

ବିଧାତାର୍ ବରେଁ ଇନେଁ ଜନମ୍ ସେ ପାୟ୍‌ତା,

ହଟ୍‌ଟେ କୁଂଜଲ୍ ସିଂ ଲେଖେଁ ଇ ମାଟିର୍,

ଶତ୍‌ରୁର୍ ବଲ୍‌ବପୁ ସବୁ କରି ବେଖାତିର୍,

ଖଁଡ଼ା ଧରି ଭାଷା-ମାଁର୍ ଦୁସ୍‌ମନ୍‌ମନ୍‌କେ

ହାନି କାଟି ପେଷି ଦେତା ଜଅଁରାଭବନ୍‌କେ,

ଭାଷା-ମାଆଁ ଲାଗି ଘିଚି ଆନି ଦେତା ମୁକ୍‌ତି;

ଏତ୍‌କିଥି ଶେଷ୍ କରି ଦେସିଁ ମେର୍ ଉକ୍‌ତି,

ଭାଷା-ମାଆଁ ଲାଗି ସଭେ ଆସ ପନ୍ କର୍‌ମା,

ତାର୍ ସେବା କରି କରି ମର୍‌ମା ତ ମର୍‌ମା ।

 

ଶେଷ୍ ପତର୍

ପଦ୍ୟାବଲୀ ପ୍ରଣେତାର ସଫେଇ

ଛଂଦୱାଲା ଚାୟର୍‌ପଦିଆ (ବା ଚାୟର୍‌ଧାଡ଼ିଆ) ବାକ୍ୟକେ ସଂସ୍‌କୃତ ଭାଷାଥି ପଦ୍ୟ କହାହେସି । ହେଲେଁ, ହିଂଦୀ, ବଂଗଲା, ଉଡ଼ିଆ ଆଦି ଭାଷା ଥି ଆରୁ ହାମର୍ ସମ୍‌ଲପୁରି-କୋସଲି ଭାଷାଥି ଭି ପଦ୍ୟର ସଂଜ୍ଞା ବଦଲି ଜାଇଛେ ।

 

୧୯୭୦ ମସିହାତକ ମୁଇଁ ଗୁଟେ ଭି ପଦ୍ୟ ନାଇଁ ଲେଖି; କେବଲ୍ ଗଦ୍ୟ ଲେଖିଥିଲିଁ ଉଡ଼ିଆ ଭାଷାଥି । ହେଲେଁ, ମୋର ଛଂଦବିଦ୍ୟାଗୁରୁ ସ୍ୱନାମଧନ୍ୟ କବି ରାଧାମୋହନ ଗଡ଼ନାୟକ ବଁଚିଥିଲେ ବେଲେଁ ତାକର ଆରୁ ଦୁସର କେତେକ କବିର ସାନ୍ନିଧ୍ୟ ପାଇକରି ସେମାନକର ପ୍ରଭାବଥୁଁ ୧୯୭୦-୧୯୮୩ ମସିହା ଭିତ୍‌ରେଁ ମୁଇଁ ଉଡ଼ିଆଥି କେତେଟା ପଦ୍ୟ ଲେଖିଥିଲିଁ । ହେଁ ସବୁଥୁଁ କେତେଟା ପଦ୍ୟ କେତେଟା ଉଡ଼ିଆ ପତ୍ରିକାଥି ପ୍ରକାଶ ପାଇଥିଲା ।

 

୧୯୮୪ ମସିହାନୁ ମୁଇଁ ହାମର ସମ୍‌ଲପୁରି-କୋସଲି ଭାଷାଥି ଗଦ୍ୟ ଆରୁ ପଦ୍ୟ ଲେଖି ଆସୁଛେଁ । ହାମର ଭାଷାଥି ଶବ୍ଦ ସିଲେବିଲ୍ (ଅକ୍ଷର) ଉଡ଼ିଆ ବାଗିର୍ ନୁହେ; ହଲଂତ୍ ସମନ୍ୱିତ ଇଂଲିଶ୍, ହିଂଦୀ ଆରୁ ବଂଗଲା ବାଗିର୍ ଆୟ । ତ, ବଂଗଲା ଭାଷାର ଖଁଡ଼ଦୁ ଛଂଦବିଜ୍ଞାନ ବହି ଆରୁ ବିଶ୍ୱକବି ରଂବୀଦ୍ରନାଥ ଆଜି ଅନେକ କବିର ଅନେକ କବିତା (ପଦ୍ୟ) ଅଧ୍ୟୟନ କରି ମୋର ଜେନ୍ ଅନୁଭବ ହେଲା ସେଟା ମୋର ସମଲପୁରିକୋସଲି ପଦ୍ୟମାନକେଁ ପ୍ରୟୋଗ କରିଛେଁ । ହେଁ ନୂଆଁ ଛଂଦ୍‌ମାନ୍‌କେଁ ପଦ୍ୟ ପଢ଼ବାର ବୟସିରା ନାଇଁ ହେବାର ତକ ପାଠକମାନକର ଅସୁବିଧା ହେବା ହି ହେବା । ହେଁଥିର ଲାଗି ମୁଇଁ ନାଚାର । ଛଂଦର ମୁତାବିକ ପଦ୍ୟ ପଢ଼ି ଜାନଲେଁ ସେଥୁଁ କିଛି ହଉ ଆନଂଦ ମିଲ୍‌ବା ବଲି ମୋର ଆଶା ।

 

ମୁଇଁ ନିଜକେ କବି ବଲି କେଭେଁ ନାଇଁ ଭାବେଁ । ମୁଇଁ ଶବ୍ଦ-ଫୁଲର ମାଲ ଗୁଁଥି ଜାନ୍‌ସିଁ କିଂତୁ ଭାବର ଖୁସ୍‌ବୁଦାର୍ ଫୁଲ ଫୁଟାବରଥି ପାରଗ ନୁହେଁ । ଜାହା ହଉ, ଭାଷାମାଆଁର ଗରୀବୀ ଊନା କରବାର ଲାଗି ୟଦି ମୋର ଇ ପଦ୍ୟାବଲୀ କିଛୁ ମଦଦ କରବା ତ ମୋର ମେହନତର ମଜୁରି ମକେ ଇ ପାରେଁ କି ଆର ପାରେଁ ମିଲିଜିବା

 

ମୋର ଇ ପଦ୍ୟମାନକେଁ ୟଥାସଂଭବ ହିଂଦୀ-ବନାନ ପଦ୍ଧତିର ଆସ୍‌ରା ନିଆ ହେଇଛେ ଆରୁ ମୋର ଭାଷାବିତ୍ ବଂଧୁ, ନାମଜାଦା କବି ଆରୁ ସାହିତ୍ୟକାର ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀର କହେ ଅନେକ ଶବ୍ଦର ୟଥାସଂଭବ ବିଶ୍ଲିଷ୍‌ଟ ବନାନ କରା ହେଇଛେ । ଇ ବହି ବାହାରବାର ଦିଗେଁ ସେ ବନିହାଁ ମଦଦ କରିଛନ ଆରୁ କେତେ ଠାନେଁ ମୋର ଶବ୍ଦ ବଦଲେଇ କରି ଜହ ସୁଂଦର ଶବ୍ଦ ଥୁଇ ଦେଇଛନ ।

 

ପ୍ରୌଢ଼ଶିକ୍ଷା

(ନୂଆଁ ‘ବେଙ୍ଗଲ୍‌ବ୍ୟୁଟି, ମାନେ, ବଙ୍ଗ୍ଲାଶ୍ରୀ ବୃ )

କାନ୍ ଦିଅ ଘାୟ୍ ମାଆଁ ବୁଆ ଭାୟ୍ ବହେନ୍ ଆଉର୍ ନାନୀ,

ଇଂଲିଶ୍ କହ ଯତ୍ ପାର କହ ଦେଖ ଇଂଲିଶ୍ ଠାନି ।

ମାଆଁ ବଲ୍‌ବାର୍ ଶବ୍ଦକେ ଆର୍ ଘାୟ୍ ଧର ନାଇଁ ଟୁଣେ

‘ମମି’ ଶବ୍ଦର୍ ସମାନ୍ ସୁଁଦର୍ ଆୟ୍ ମାଆଁ କେନ୍ ଗୁନେ?

ଯୁଗ୍ୟୁଗ୍ ଯାହା କହି ହେଇ ମାଆଁ ଶବ୍ଦ ଯାଇଛେ ଜିହିଁ,

ଝଟ୍ ଯାଉ ମରି, ଆର୍ କାଁ’ କରି କରୁଥିବା ମିଇଁ ମିଇଁ?

ମାଆଁକେ ନିଜର୍ କରି ଦିଅ ପର୍, ହର୍ଦମ୍ କହ ‘ମମି’,

ନାଇଁତ ଏଭର୍ ମାଅଁମାନ୍‌କର୍ ମାନ୍ ନାଇଁ ଯିବା କମି?

ବାପ୍ ନାଇଁ କହ ପାପ୍ ହେବା ଜହ, କହ ନ ‘ଫାଦର, ଡେଡ଼ି’

ବାପ୍ ବଲ୍‌ସନ୍ ଗଅଁଲିଆ ଜନ୍, ଅନ୍‌ପଢ଼୍ ବେଡ଼ାବେଡ଼ୀ ।

ଇଂଲିଶ୍ ପାଠ୍ ପଢ଼ି କରି ଠାଟ୍ ନାଇଁ କଲେଁ ଆର୍ ହେସି?

‘ଫରେନ୍’ ଫିର୍ଲା ନନୀ ଆର୍ ପିଲା ବଲ୍‌ବେ ତମ୍‌କେ ଦେଶୀ ।

ଶାଶ୍ କି ଶଶୁର୍ ବୟ୍‌ଲେଁ କସୁର୍! ବଲି ଶିଖ ‘ଇନ୍ ଲଅ’

ଖାସ୍ କରି ସବ୍ ଦର୍ ପଢ଼ୀ ଲଭ୍- ମେରେଜ୍-ମାର୍କା-ବହ’

ଛାଡ଼ରେ ଅଢ଼ଙ୍ଗ୍ ତବ୍‌ଲା ମୃଦଙ୍ଗ୍ ବଜ ଇଂଲିଶ୍ ବାଜ୍

ରଡ଼ ‘ପପ୍ ସଙ୍ଗ୍’ ଜୋର୍ ହଲ ଜଙ୍ଗ୍, କାହିର୍ ମହତ୍ ଲାଜ୍?

ଭାରତ୍ ବାଗିର୍ ଭୂଇଁର୍ କାହିର୍ ଭାଷା ଆର୍ ସଂସ୍କୃତି?

ଭାବ୍‌ଲେଁ କେବଲ୍ ମନ କଲ୍‌ବଲ୍ ତନ୍ ନାଇଁ ପାୟ୍ ଭୁତି ।

କାୟ୍ଁ ଥାବ୍ ତାର୍ କେତେ ଯେ ଭାଷାର୍ ଛନ୍ଦି ହେଇଛେ ଜାଲ୍?

ଗଅଁଲି ବଁଧ୍‌ଲି ଗୁଁଦ୍‌ଲା ଗୁଁଦ୍‌ଲି ଅୟ୍‌ସୋ ପୁହୁର୍ ପାନିଁ

ଛାୟ୍ ଦିଶେ ନାଇଁ ମୁହ୍ଁ ଆର୍ କାହିଁ ଦିଶ୍‌ବା ପାର୍ବ ଜାନି?

ସଂସ୍କୃତ୍ ଆର୍ ସଂସ୍କୃତି ତାର୍ ଅୟ୍‌ସୋ ପୁର୍ନା, କୁହା,

ପୁରା ଅସ୍‌କଟ୍ ନାଶ୍ କର ଝଟ୍, ମାଗି ଆନ ସବ୍ ନୂଆଁ ।

ବ୍ରିଟିଶ୍‌ର ବାହା ଗାନ୍ଧୀଜୀ ଯାହା ଛୁଛେ ପକାଲେ ଛେଦି

ସଂସ୍କୃତି ଆର୍ ଭାଷାଟାକେ ତାର୍ ପାର୍ଲେ ନାଇଁ ସେ ଖେଦି ।

ଆମର୍ ଜିନିଷ୍ ଲୁଟିଛେ ବ୍ରିଟିଶ୍, ଦେଶ୍‌କେ ଦେଇଛେ ଭାଁଗି,

କରିଥିଲା ଭୁଲ୍ ତଭି ‘ଗ୍ରେଟ୍ ଫୁଲ୍’ ହୁଅ ‘ଇଂଲଶି୍’ ଲାଗି ।

ହେ ମୋର୍ ‘ମଦର୍, ଫାଦର୍ ଅଦର୍ ପିପୁଲ୍ ବା ନର୍‌ମାନେ

ଜଗ ଜହ କହ ଇଂଲିଶ୍ ଲହ ସଂସ୍କୃତି ଉଦ୍ୟାନେ

ଫୁଟୁଦେଶ୍‌ଭର୍ ଦେଖନ୍ ସୁଁଦର୍ ‘ଫାଇନ୍ ଫରେନ୍’ ଫୁଲ୍

ଉସ୍କ ନିଜର୍ ଭାଷା ‘କଲ୍‌ଚର୍’, ନାଇଁ ରଖ ବିଲ୍‌କୁଲ୍ ।

ଭାଷା ସଂସ୍କୃତି ହେଲେଁ କୁଟ୍‌କୁଟି ଦେଶ୍ ଗଲେଁ ଫାଟି ଫାଟି,

ହେମା ପରାଧୀନ୍ ସୁଖେଁ ନେମା ଦିନ୍ ପରର୍ ଚରନ୍ ଚାଟି ।

ଆମର୍ ଭାରତ୍ ‘ମମି’

ଦଉରେ ଆଶିଷ୍ ଆଉ ଇଂଲିଶ୍ ‘ୟାଙ୍କି’ ଆଇର୍ ‘ଟମି’ ।

ଜାୟାର ଛାୟା.....

 

ପ୍ରୀତି ଉପହାର

ବକ୍ର ବିଷମ ଜୀବନ ପଥର ପିଚ୍ଛିଳ ଧାରେ ଧାରେ

ତୁମ ସଙ୍ଗତେ ଚାଲି ନ ଜାଣି ମୁଁ ଖସି ପଡ଼େଁ ବାରେ ବାରେ,

ବିଚଳିତ ମୋର ଚି ଅଚିରେ ସାମ୍ୟ ହରାଇ ବସେ,

ହରା ସାଥୀ! ମୋର ତୁମ ନତ ଶିରେ

ଖସି ପଡ଼େ ତେବେ ଚଣ୍ଡ ଅଧୀରେ

ଉଦ୍ଧତ ରୋଷଦଣ୍ଡ ମୋହର ଅଳୀକ ରୌଦ୍ର ରସେ ।

ଆପଣା-ପ୍ରମାଦ-ଅର୍ଜିତ ଯେତେ ସବୁ ଦୁର୍ଦ୍ଦଶା ପାଇଁ

ଦୁର୍ଦାନ୍ତ ମୁଁ ଏକ୍‌ଲା ତୁମକୁ ସବୁଥିରେ କରେ ଦାୟୀ

ମଣେ ମୁଁ ଧରାରେ ଆଗୋ ଅନନ୍ୟା! ଆଉ ସତେ କେହି ନାହିଁ!

ମଣେ ମୁଁ ମୋହର ସବୁ ପରାଜୟ, ସବୁ ଯନ୍ତ୍ରଣା ଲାଗି

ସଚିବ! ତୁମରି ଭୁଲ୍ ମନ୍ତ୍ରଣା ସର୍ବଦା ଦୋଷଭାଗୀ!

ତେଣୁ ମୋ’ର୍ ସବୁ ଅଗ୍ନିଗଳିତ, ଶାଣିତ ବଚନ ଖରେ

ଗୋଟି ଗୋଟି ହୋଇ ଗୋଟିକର ପରେ ପରେ

ଲକ୍ଷ୍ୟ ଅମୋଘ, ତୁମରି ଉପରେ ଝରେ!

ନିଷାଦର ବିଷଦିଗ୍‌ଧ ବିଷମ

ଦହନ-ଅସ୍ତ୍ର ଘୋର ନିର୍ମମ

ତୁଣିରୁ ବାହାରି ତ୍ରସ୍ତହରିଣୀ ଅଙ୍ଗେ ଯେସନେ ପଡ଼େ!

ଆପଣା ପକ୍ଷେ ଅବା ମୋ ବକ୍ଷେ ଶାନ୍ତି ଟିକିଏ ଲାଗି

ତୁମେ କଲେ କଲେ କଥାଏ କହିଲେ ହିଆର ମହୁରେ ପାଗି

ଚାହାଳୀ ପିଲାଏ ଚାହାଳିଲା ଏକ

ମହୁମାଛି ପରି, ହରାଇ ବିବେକ

ଆହୁରି ତୁମକୁ ବିନ୍ଧି ଦିଏଁ ମୁଁ ଅନ୍ଧ ରୋଷରେ ରାଗି

ଆହୁରି କରେଁ ମୁଁ ଆହତ ତୀବ୍ରତର

ବରଷାଇ ଦିଏଁ ଘନ ଘନ ମୋର ମୁନିଆଁ ବଚନ ଶର!

ତା’ ପରେ ତୁମେ କପୋଳ ଭିଜାଇ ତପ୍ତ ଲୋତକ ଜଳେ

ବେଦନା ଗୋପନ କରୁଥିଲ ଘନ ଅବଗୁଣ୍ଠନ ତଳେ

ବିଧୂର ହୃଦରେ ବହି ନୀରବରେ ଲାଞ୍ଛନା ଗୁରୁ ଭାର

ସହି ଯାଉଥିଲ ତୁମ ଏ ପ୍ରିୟର ଅପ୍ରିୟ ବ୍ୟବହାର ।

ଟିକିଏ ପରେ ମୋ ଚପଳ ବନ୍ୟ ମନ

ବୁଝି ପାରେ ମୁଁ ସେ ତୁଚ୍ଛ କାରଣେ

ଦେଖାଇଲି ନିଜ ପ୍ରିୟତମ ଜନେ

ଘୋର ଅପ୍ରିୟ ଦୁଃସହ ଆଚରଣ ।

‘କାହିଁକି ଆଘାତ ଦେଲି’ ବୋଲି ଘୋର

ଅନୁଶୋଚନାରେ ଅନ୍ତର ମୋର

ନୀରବରେ ଖାଲି କରୁଥାଏ ହାହାକାର,

‘ମମତା ମେଦୁର ଫୁଲ ଗୋଟିକରେ

ହାଣିଲି କାହିଁକି ନିର୍ମମ ହତିଆର’!

ତା’ ପରେ ଯେବେ ମୁକୁଳିତ ତୁମ ହୃଦୟ ପ୍ରସୂନ ‘ପରେ

ନୟନରୁ ମୋର ବିମଳ ସଲୀଳ ବିନ୍ଦୁ ବିନ୍ଦୁ ଝରେ

ଭୁଲ୍ ମୋର ତୁମେ ଭୁଲି ଗୋ ଅଚିରେ

ଖୋଲି ଖୋଲି ଦିଅ ଧୀରେ, ଅତି ଧୀରେ,

ଅରୁଣିମ ତୁମ ସୁନୟନ-ଶତଦଳ

ପ୍ରାନ୍ତ-ନିଶିର-ଶିଶିର-ବିନ୍ଦୁ-ସି ନ-ଛଳଛଳ!

ସେ ଆଖିରୁ ଜାଗେ ମୌନ ପ୍ରଶ୍ନ

‘କହ ତୁମେ ସତେ ପାଉଚ କି ମତେ ଭଲ?’

ନିଜ ହାତେ ତୁମ ଅଶ୍ରୁ ପୋଛିବ,

ସବୁ ଥର ପରି କହିବି ‘ଏ ମୋର ଶେଷ୍ ଦୋଷ କର କ୍ଷମା’

ପାବନ ପ୍ରୀତିର ଅମୂଲ୍ୟ ଏଇ

ନିଧି ନୀରବରେ ବାରବାର ନେଇ

ମରମ ଭିତରେ ଗୋପନେ ରଖିବ ଜମା,

ମନେ ମନେ ତୁମେ ନିଜକୁ ମଣିବ ଧନୀ

ଏଇ କି ତୁମର ବାସନା ଥିଲା ଗୋ ସଙ୍ଗିନୀ ସନାତନୀ!

ଶୁକ୍ତି ଗରଭେ ସି ତ ଘନ-ପୀରତି-ଲୋତକ-ଜଳ

ହୋଇ ସ ତ ସୃଜଇ ମୁକ୍ତାଫଳ,

କରାଳ କାଳର ପ୍ରବାହେ ଶୁକ୍ତି

ହଜେ, ଭାଜେ ଅବା ପାଏ ବିଲୁପ୍ତି

ସେଇ ରହସ୍ୟ ମୋତେ ଠିକ୍ ଜଣା ନାହିଁ;

ଜାଣେ ଉଜ୍ଜ୍ୱଳ ଅତୁଟ, ଅମର

ମୁକ୍ତାର ଫଳ ଆମର ପ୍ରେମର;

ସେଇ ମୁକ୍ତା ଗୋ ଥିବ, ରହିଥିବା ଆଗାମୀ ଜନ୍ମ ପାଇଁ ।

ମମତାରେ ଭରା କୋମଳ ତୁମର ମର୍ମବୀଣାର ତାରେ

ନିର୍ମମ କେତେ ଆଘାତ ଦେଇଛିଁ ବାରବାର ଅବିଚାରେ,

ଶୁଣିଛି ତୁମର ମୌନଗୀତିକା କରୁଣ କାମୋଦି ରାଗେ,

ଅନାହତ ଏକ ଝଙ୍କାର ତା’ର ଆଜି ମୋ ଚି ଜୋଗେ,

ବିହ୍ୱଳ କରେ ମୋତେ

ବୁଡ଼ାଇ ଦିଏ ମୋ ସକଳ ବୃ ବିକଳ ଗଭୀର ସ୍ରୋତେ ।

ଆଜି ମୁଁ କାହାକୁ ଦିଏଁ ନା ଆଘାତ, କାହାକୁ ଦିଏଁ ନା ଗାଳି

କାହା’ପରେ ମୋର ଦୁର୍ବହଭରା ଦେଉ ନାହିଁ ଆଉ ଢ଼ାଳି

କିଏ ସହିବ ମୋ ଅଳି ଅର୍ଦଳି ତୁମେ ତ ଯାଇଚ ଚାଲି?

ଜୀବନରେ ତୁମ ଜନ୍ମତିଥିରେ

ନେଲ ନାହିଁ କେବେ ମୋ ଓଠୁ ପ୍ରୀତିରେ

କେବେ ହେଲେ କିଛି ଦେଖାଣିଆ ଉପହାର,

ଆଜି ବିଦାୟର ବରଷକ ପରେ

ନୟନୁ ମୋର ଯେ ଅବିରତ ଝରେ

ତୁମ ସ୍ମୃତି-ତଟ-ଚୁମ୍ବୀ ଅମଳ, ଶୀତଳ, ଶାନ୍ତ ଧାର!

ତୁମେ ତ ଯମୁନା ସେ ପାରେ ରହିଚ ସଖି!

ଏ ପାରିରୁ ଦିଏଁ ତୁମ ଲାଗି ଶୁଭ୍ର ହୀରକହାର,

ପରିଚିତ ଏଇ ହାର ଲାଗି ତୁମେ ଅଭିଳାଷ ରଖିଚ କି?

ଏଇ ବାସନା କି ବସାଇବ ହୃଦଗତେ?

ଅଦ୍ୟାପି ମୋତେ ଭୁଲି ନାହିଁ ତୁମେ? ଭୁଲି ନାହିଁ ତୁମେ ସତେ?

ନୋହୁ ଏ ଜନମେ ପରଜନ୍ମରେ

ଉ ର ତୁମ ହୃଦୟରୁ ଥରେ

ଶୁଣିବି ବୋଲି ମୁଁ ତୃଷିତ ପାନ୍ଥ ଧାଇଁଛି ଲକ୍ଷ୍ୟ ପଥେ ।

X      x      x      x

ନିଭୃତ ନିଳୟେ ମୋର ଶୋଇଥିଲି

ଅଚେତନ , ପ୍ରଗାଢ଼ ନିଦରେ,

ଜଣାନାହିଁ ବାତାୟନ ଦେଇ ଜ୍ୟୋତ୍ସ୍ନା

କେବେ ଆସି ପଶିଲା ମୋ ଘରେ,

ଆଲୋକିତ କଲା ମୋର ଗୃହସାରା

ପୁଲକିତ କଲା ଦେହମନ,

ହେଉ ସେ ବାସ୍ତବ ଅବା ଅଳୀକ ସପନ!

ମନେ ହେଲା ଲଭିଲି ମୁଁ ପ୍ରାଣାରାମ ଶୁଭ୍ରଜ୍ୟୋତ୍ସ୍ନାସ୍ନାନ

ତା’ ପରେ ଦେଖିଲି ନାହିଁ

ଜ୍ୟୋତ୍ସ୍ନା ମୋହ ପାଇଁ,

ଅକସ୍ମାତ୍ ହୋଇଅଛିଲ ମ୍ଳାନ ।

ଚମକି ମଣିଲି ଜ୍ୟୋତି ନାହିଁ ଆକାଶରେ

ଅନ୍ଧକାରେ ଚିରକାଳ ହୋଇଅଛି ଅସ୍ତ,

ମାତ୍ର ତାହା ଭ୍ରାନ୍ତ, ମିଥ୍ୟା, ତା’ର କେବେ ହୁଏ ନାହିଁ ଅନ୍ତ!

ଦୃଷ୍ଟି ଅନ୍ତର୍ହିତ ସେ ଯେ ଭାବଅନ୍ତର୍ଗତ

ନୋହୁ ପଛେ ଦେହୀ ରୂପବନ୍ତ,

ନିଶ୍ଚିନ୍ତ ମୁଁ, ପଶ୍ଚିମରେ ସେଇ ଜ୍ୟୋତି ଲେଖା,

ଏବେ ଟିକେ ଗୁପ୍ତ, କାଲି ପ୍ରାଚୀ ଭାଲେ ପୁଣି ଦେବ ଦେଖା,

ଆଜି ମୋର ଲୋତକରେ ଧୋଇ ଦେବି

ଆକାଶର ସମସ୍ତ କାଳିମା

ନିର୍ମଳ ଗଗନେ ଜ୍ୟୋତି ଉଇଁବ ନିଶ୍ଚୟ

ଛୁଇଁ ପୂର୍ବ ଦିଗ୍‌ବଳୟ ସୀମା ।

ଜସଇ ଜ୍ୟୋତ୍ସ୍ନା ସେଇ ଜ୍ୟୋତି, ସେଇ ପୂତ ପ୍ରେମ

ଅନନ୍ତ ସେ ଅସୀମ ଅପାର,

ବିଦେହ ସେ, ଅଦେହ ସେ, ମୃତ୍ୟୁ ନାହିଁ ତାର ।

ନୀତି ସାହିତ୍ୟ

 

ଭର୍ତୃହରି ନୀତି ଶତକମ୍

(୧)

ବୋଦ୍ଧାରୋ ମତ୍ସରଗ୍ରସ୍ତାଃ ପ୍ରଭବଃ ସୟ୍ମଦୂଷିତାଃ ।

ଅବୋଧାପହତାଶ୍ଚନ୍ୟେ ଜୀର୍ଣମଙ୍ଗେ ସୁଭାଷିତମ୍ ।।

ସମ୍‌ଲପୁରୀ ଅନ୍‌ବାଦ୍

ମୁନୁଷ୍ ସମାଜ୍ ମୟ୍‌ଧେଁ ଅଛନ୍ ଯେତେ ସମଝ୍‌ଦାର୍

ସଭେ ହିଁସା ଦ୍ୱେଷର୍ ଗୁଟେ ଗୁଟେ ଅବତାର୍

ମାଲିକ୍ ଲୁକର୍ ମନେ ଭରି ଥିସିଁ ଅହଁକାର୍

ବାକି ଲୁକେ ପୂରା ଅବୁଝ, ପୂରା ଅଜାନ୍‌ବାର୍

କାଣା ହେବା ଶାସ୍ତର୍ ନୀତି ଆର୍?

ଗ୍ୟାଁନୀର୍ ଟୁଣେ ରହି କୁହି ଯିବାର୍ ହେବା ସାର୍!

(୨)

ଅଜ୍ଞଃ ସୁଖାମାରାଧ୍ୟଃ ସୁଖତରମାରାଧ୍ୟତେ ବିଶେଷଜ୍ଞଃ ।

ଜ୍ଞାନଲବଦୁର୍ବିଦଗ୍‌ଧଂ ବ୍ରହ୍ମାପି ତଂ ନରଂ ନ ରଂଜୟତି ।।

ସମଲପୁରୀ ଅନ୍‌ବାଦ୍

ସୁଖେଁ ବୁଝୈ ହେସି ତାକେ

ସେ ଲୋକ୍ ଯଦି

ପୂରା ଅଜାନ୍‌ବାର୍

ତାହୁଁ ଅଧିକ୍ ସୁଖେଁ ହେସି,

ଖାସା ଜ୍ଞାନୀ ଥିବା ଯଦି ଝନେ,

ଅଲପ୍ ଟିକେ ଜାନି କରି

ଜହ ଗରବ୍

ରଖିଥିଲେଁ ମନେ

ବର୍ହମା୍ ହେଲେଁ ମିଶେ ତାକେ

ପାରନ୍ ନାଇଁ, ମାନି ଯିବେ ହାର୍ ।