ଦେଉଳ ସାହି, କଟକ
୧୨-୭-୧୯୫୩
ସକାଳ ୬ଟା
ସ୍ନେହର-
କାଲି ତୋତେ ବିଦାୟ ଦେଇ ଯେତେବେଳେ ବସ୍ରେ ଆସିଲି, ସେତେବେଳେ ଆଉ ‘‘ଜନତା’’ ପାଇବାର ଆଶା ନ ଥିଲା- ଏତେ ଦେରୀ କଲା ସେ ଗାଡ଼ିବାଲା, ଯେ କହା ନ ଯାଏ । ତା ଛଡ଼ା ସେ ଆସୁ ଆସୁ ଅଧା ବାଟରେ ମୋଟର ବସ୍କୁ ରଖିଦେଲା- ରଖି ଦେଲାର ଅର୍ଥ, ମୋଟର ଆଉ ଚାଲିଲା ନାହିଁ- ଆମେ ସେଠାରେ ଏକଘଣ୍ଟା ବା ସେଥିରୁ ଅଧିକ ସମୟ ପଡ଼ି ରହିଲୁଁ;- ବସ୍ରେ, ଜଣେ ସ୍ତ୍ରୀଲୋକ, ଜଣେ ସାନ ଝିଅ, ଆଉ ୩।୪ ଜଣ ବୁଢ଼ା ମଧ୍ୟ ଥିଲେ-କି ହଟହଟା ! ଅନେକେ ଛ’ ଅଣା ପଇସାରୁ ଦୁଇ ଅଣା ପଇସା ଫେରାଇ ନେଇ ଚାଲିବାକୁ ଆରମ୍ଭ କଲେ ।
ଆମେ ସେହିପରି ପଡ଼ି ରହିଥାଉଁ । ତାପରେ ଗୋଟିଏ ଟ୍ରକ୍ରେ ଆମକୁ ନେଇ ରାଇସ୍ ମିଲ ପାଖରେ ଛାଡ଼ିଦେଲା- ସେ ଟ୍ରକ୍ରେ ଉଠିବା ଓ ଓହ୍ଲାଇବା ଯେ କି କଷ୍ଟ ତା ତୁମେ ବୁଝି ପାରୁଥିବ । ଏତେ ଉଚ୍ଚ-ପୁଣି ଓହ୍ଲାଇବା ପାଇଁ ବିଟ୍ ନାହିଁ- ଅତି କଷ୍ଟରେ ଜୁତା ଛତା ଓ ବ୍ୟାଗ ସବୁ ତଳକୁ ପକାଇ, ତଳକୁ ଓହ୍ଲାଇଲି- ତା ପରେ ଗୋଟାଏ ରିକ୍ସା କରି ଷ୍ଟେସନକୁ ଆସିଲି ।
Third Class ଟିକିଟ୍ ହଲ୍ରେ ପଶିଲି- ଅପେକ୍ଷା କରିବାକୁ ପଡ଼ିଲା ପ୍ରାୟ ଏକ ଘଣ୍ଟା- ଟିକିଟ୍ କିଣିବା ମହା ମୁସ୍କିଲ ବ୍ୟାପାର- ତେଣୁ ଜଣେ ଲୋକର ସାହାଯ୍ୟ ନେଲି- ଯାହାହେଉ ଟିକିଟ୍ କିଣି ଗାଡ଼ିରେ ଆସିଲି- ଗାଡ଼ି ଖାଲି ଥିଲା- ଭିଡ଼ ନ ଥିଲା ।
କଟକରେ ସାଢ଼େ ୮ଟା ରାତିରେ ପହଞ୍ଚିଲି- ସେଠୁ ଷ୍ଟେସନରେ କଟକଚଣ୍ଡୀ ବସ୍ ଧରିଲି- କଟକଚଣ୍ଡୀରୁ ଘରକୁ Rickshaw ରେ ଟ ୦।୨ ପଇସା ଦେଇ ଆସିଲି- ଘରେ ଆସି ଦେଖେଁ କେହି ନାହାନ୍ତି- ମୀନା ବଜାର କି ସିନେମା କ’ଣ ଦେଖି ଯାଇଛନ୍ତି- ତା ପରେ ସମସ୍ତେ ଆସି ପହଞ୍ଚିଗଲେ । ମୁଁ ରାତିରେ ଆଉ କିଛି ନ ଖାଇ ଶୋଇ ପଡ଼ିଲି- ହଁ, ଏହି ଚିଠି ଲେଖିବାର ଗୋଟିଏ ବିଶେଷ ଉଦ୍ଦେଶ୍ୟ ଏହି ଯେ, ‘ପଥେର ଦାବୀ’ ଶରତ୍ ଚାଟର୍ଜୀଙ୍କର ପଢ଼ିଥିଲି- ସେହି ପଥେର ଦାବୀ କଥାଟି ମନେ ପଡ଼ିଲା- ବସ୍ରୁ ଟ୍ରଙ୍କ୍ ଓହ୍ଲାଇବା- ବଳ ନ ଥିଲେ ବି-ତାହା ପଥେର ଦାବୀ ।
ଠିକ୍ ଏହିପରି ଅବସ୍ଥାରେ ପଡ଼ି ୨।୩ ବର୍ଷ ଆଗରୁ ଦିଲ୍ଲୀରେ ଗୋଟିଏ ବଡ଼ ଟ୍ରଙ୍କ୍ ଉଠାଇ ବସାକୁ ଆଣିଥିଲି ଘୋଡ଼ା ଗାଡ଼ିରୁ- ମୋ ଡାହାଣ ପାଖ ପଞ୍ଜରା ଯେପରି କଡ଼ କଡ଼ କରି ଭାଙ୍ଗିଗଲା ଅନୁଭବ କଲି । ତାପରେ କଟକ ଆସି ଦିନେ Flood affected area କୁ cycle କାନ୍ଧରେ ନେଇ ୧୦ଟା ବ୍ରିଚ୍, ପ୍ରତ୍ୟେକଟା ପ୍ରାୟ ୫୦ ଫୁଟ ହେବ, ପାରି ହେଲି- ଧର୍ମଶାଳା ପାଖରେ ( breach ), ନଈ ବାଲିରେ Cycle କୁ ଠେଲି ଠେଲି ନେଲି । ଘରକୁ କଟକ ଫେରି ଆସି ଠିକ୍ ତା ପର ଦିନ ହେଲା Pneumonia- ଯେଉଁଥିରେ ଦୁଇ ମାସ ଭୋଗିଲି ।
ତା ପରେ ତ ହଠାତ୍ ଦିନେ Asthma- ତା ଆଜି ପର୍ଯ୍ୟନ୍ତ ଚାଲିଛି । ଏ ସବୁ ‘ପଥର ଦାବୀ’- ଏ ସବୁ ଏଡ଼ାଇ ହୁଏ ନାହିଁ ବୋଲି କହିବାକୁ ହୁଏ- ଏବଂ ସେଥିପାଇଁ ମଧ୍ୟ ଭୋଗିବାକୁ ହୁଏ କିନ୍ତୁ ଏ ସବୁ ଯେ ପଥର ଦାବୀ । ପଥର ଦାବୀରେ ଆନନ୍ଦ ଯେପରି, କଷ୍ଟ ମଧ୍ୟ ସେହିପରି ।
ଦେଖିଲୁ ତ ଏହି ପଥର ଦାବାରେ ତୋତେ ତରତରରେ କିପରି ଛାଡ଼ି ଆସିଲି ସ୍ନେହ ଶ୍ରଦ୍ଧାର ଆଦାନ ପ୍ରଦାନ ନ ହେଉଣୁ । କୁଞ୍ଜୁରୁ ଆସିବେ ବୋଲି ମୁଁ ତରତରରେ ଚାଲି ଆସିଲି ।
ଏହି ପଥର ଦାବୀ ପାଇଁ ଆମକୁ ପ୍ରସ୍ତୁତି ହେବାକୁ ହେବ । ଏହି ପଥର ଦାବୀରେ କେତେ କଥା ଘଟେ- ଏହାକୁ ଭାବିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ ।
ହଁ, ସେଦିନ ଆସିଲାବେଳେ ଯେ ମୋତେ ଟିକିଟ୍ କରିବାରେ ସାହାଯ୍ୟ କରିଥିଲେ, ତାଙ୍କର ନାମ ରତ୍ନାକର ମିଶ୍ର- କୌଣସି ଏକ ହାଇସ୍କୁଲର ହେଡ଼ମାଷ୍ଟର ସେ- ସେ ମୋତେ ସେଦିନ ଗୋଟିଏ Post card ଦେଇଥିଲେ ତାଙ୍କର ଜଣେ ବନ୍ଧୁର D. Ed ପାଇଁ Selection ହୋଇଛି କି ନା ବୁଝି ଲେଖିବା ପାଇଁ । ମୋତେ Training College ଯିବାକୁ ହେବ- ବୁଝିବାକୁ ହେବ- ଚିଠି ଲେଖିବାକୁ ହେବ- ଏ ସବୁ ପଥର ଦାବୀ । ଆଉ ଅଧିକ କଣ ଲେଖିବି ?
ତୋର ମଙ୍ଗଳ ପାଞ୍ଚି ଏହିଠାରେ ଏହି ଚିଠି ବନ୍ଦ କଲି ।
ତୋର ଚିରକଲ୍ୟାଣକାଙ୍କ୍ଷୀ
ଲକ୍ଷ୍ମୀନାରାୟଣ ସାହୁ
ଦେଉଳସାହି, କଟକ
୧୪।୭।୧୯୫୩
ସକାଳ ୧୦ ଟା
ସ୍ନେହର-
ମୋର ଚିଠି ପାଇଥିବୁ- ମୁଁ କାଲି ଓ ଆଜି କିଛି ପଢ଼ି ନାହିଁ- କେବଳ ବହି ସଜଡ଼ାରେ ଲାଗିଛି- ସେଠି ସେହି ମୃତ୍ୟୁ ଘଟଣାର ବିଶଦ ବିବରଣ ମୋତେ ଲେଖିବୁ- ବିଧବା ସ୍ତ୍ରୀ ଓ ପିଲାଙ୍କର ଅବସ୍ଥା ଲେଖିବୁ ।
କୁଞ୍ଜୁରୁଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା କିଛି ଶୁଣି ନାହିଁ । କାଲି ରବିବାର ଥିଲା- ଆଜି ଅଫିସ୍ରୁ ଡାକ ଆସିଲେ ଜାଣିବି- ତୋ କଥା ଲେଖିବୁ- ମୋର ସ୍ନେହ ଜାଣିବୁ- ଇତି-
ତୋର ସ୍ନେହର
ଲ-
ଦେଉଳସାହି, କଟକ
୧୭-୭-୧୯୫୩
ସ୍ନେହର-
ଆଜି Philosophy ପଢ଼ୁଥିଲି । ପ୍ଳେଟୋ ସର୍ବପ୍ରଥମ ଆଦର୍ଶବାଦୀ ଦାର୍ଶନିକ, ପଶ୍ଚିମ ଦେଶରେ । ଜୀବନର ମୂଲ୍ୟଅଛି । ଏହି ସଂସାରକୁ ଆମର ଚରିତ୍ର ଦ୍ୱାରା ଉନ୍ନତି କରିବାକୁ ହେବ ।
ଆମର ଭାରତୀୟ ଦର୍ଶନରେ ବଡ଼ କଥା- ସତ୍ୟ ଶିବ ସୁନ୍ଦରର ଉପାସକ ଆମ୍ଭେମାନେ- ଏହି ସତ୍ୟ ଶିବ ସୁନ୍ଦର ହେବାର ଅର୍ଥ ଆମ ଜୀବନର ମୂଲ୍ୟ ଅଛି ଏବଂ ସେହି ମୂଲ୍ୟକୁ ଆହୁରି ବଢ଼ାଇବାକୁ ହେବ- ଏହି ସତ୍ୟ ଶିବ ସୁନ୍ଦରର ଯଥାର୍ଥ ଉପାସନା ଦ୍ୱାରା । ଭାରତୀୟ ଦର୍ଶନର ମୂଳବସ୍ତୁ ହେଉଛି ସମଗ୍ରତା- ସୁତରାଂ କେବଳ ଜାଗତିକ ଉପକାର ବା ମୂଲ୍ୟ ଦେଖିଲେ ଚଳିବ ନାହିଁ- ଆଧ୍ୟାତ୍ମିକ, ଶାରୀରିକ, ଆଧିଦୈବିକ ସବୁ ଦିଗରୁ ଆମ ଜୀବନକୁ ଏପରି ଗଢ଼ିବାକୁ ହେବ ଯଦ୍ଦ୍ୱାରା ଆମର ଜୀବନର ଅସଲ ମୂଲ୍ୟ ବଢ଼ିଯିବ ।
ଜୀବନର ମୂଲ୍ୟ କେବଳ ଖାଇବା, ପିଇବା ଓ ସୁସ୍ଥ ରହିବାରେ ନୁହେଁ- ଏ ଜୀବନର ମୂଲ୍ୟ ସମଗ୍ର ବିଶ୍ୱର କଲ୍ୟାଣ ଏବଂ ସମୃଦ୍ଧି । ଏଥିପାଇଁ ପ୍ରତ୍ୟକ ମାନବକୁ ଊର୍ଦ୍ଧ୍ୱ ଆଡ଼କୁ ଅର୍ଥାତ୍ ଉନ୍ନତି ଆଡ଼କୁ ଗତି କରିବାକୁ ହେବ- ଏହାହିଁ ଜୀବନର ସାର କଥା ।
ଆଉ ଅଧିକ କଣ ଲେଖିବି ? ତୋର ମଙ୍ଗଳ କାମନା କରି ରହିଲି- ଇତି ।
ତୋର
ସ୍ନେହର
ଲକ୍ଷ୍ମୀନାରାୟଣ ସାହୁ
ଦେଉଳ ସାହି, କଟକ
୧୯।୭।୫୩
ସ୍ନେହର-
ତୋର ଚିଠି ପାଇଲି । ମୋର ଦେହ ଟିକିଏ ଭଲ ଅଛି । ଯେତେବେଳେ ଟିକିଏ ଆକାଚାକା ଲାଗେ, ନିଶ୍ୱାସ କଷ୍ଟକର ହୁଏ, ପ୍ରାୟ ରାତି ୧୨ଟା ପରେ, ସେତେବେଳେ ସେହି Brovon ପାଟିବାଟେ ସମ୍ପକରେଁ, ଟିକିଏ ଥୟ ପଡ଼ିଯାଏ ।
ଆଜି ତୋତେ କ’ଣ ଲେଖିବି ?
Metaphysics ବା କଣ କହିବି ? ଅଧ୍ୟାତ୍ମ ବିଦ୍ୟା ?
–ବହି ଖଣ୍ଡିଏ ଧରିଛି- A. E. Taylor ଙ୍କ ବହି- ସେଥିରେ ପ୍ରଥମ କଥା ପଢ଼ୁଛି ଯାହା ସତ୍ୟ ପରି ଦିଶେ, ତାହା ହୁଏତ ପ୍ରକୃତ ସତ୍ୟ ନୁହେଁ, ତାହା ସତ୍ୟ ପରି ଭାସମାନ ହୋଇ ପାରେ ।
ମୁଁ କାଲି ଗୋଟିଏ କବିତା ଲେଖିଥିଲି ତୁମର ନିକଟ ବନ୍ଧୁର ମୃତ୍ୟୁକୁ ଭାବି- ତାହା ଏହ-
They jumped the bosom,
They married over the broom stick
They lived together for some years
Now he is dead as dodo
The sun rises again and again
The moon, the stars, the spring
all come again and again.
Life also will thus return
again and again
He is dead- dead as dodo
He lived, he ate, he dreamt, he slept
and now sleeps forever
The chapter is closed for him.
But a new chapter shall have to be written for the widow.
Ah ! this is life
Struggle and fury,
Death and misery,
Love and pain, came again and again.
She has a living death
The father of the son did not join the marriage
Now the son is dead,
the father is at the bier
He lived fast, he drank too much,
Sweated himself to death,
hurried to the grave.
No, no, no
What does it show ?
Dodo dodo.
ତୁ ଯେତେବେଳେ କୌଣସି ଦରକାର ହେବ Dictionary ବ୍ୟବହାର କରିବୁ । ତାହେଲେ ଅନେକ ନୂଆ କଥା ଶିଖି ପାରିବୁ । Atlas ବରାବର ଦେଖୁଥିବୁ । ଦେଖିଲେ ପୃଥିବୀର ସ୍ଥାନମାନଙ୍କର ଧାରଣା ତୋର ଠିକ୍ ହେବ । ଆଉ ପୃଥିବୀର ଭିନ୍ନ ଭିନ୍ନ ସ୍ଥାନଗୁଡ଼ିକ ତୋତେ ତୋର ହସ୍ତାମଳକବତ୍ ପ୍ରତୀୟମାନ ହେବ । ଇତି ।
ତୋର ସ୍ନେହର
ଲ-
ଦେଉଳ ସାହି
୨୧।୭।୫୩
ସ୍ନେହର-
ତୋ ଚିଠି କାଲି ସଞ୍ଜରେ ପାଇଲି । ଆଜି ଖୁବ୍ ଭୋରରୁ ଉଠି ତୋତେ ଉପହାର ଦେବାପାଇଁ ଏହି କବିତାଟି ଲେଖିଲି-
ପଥପ୍ରାନ୍ତେ ବସି ଆଉ କେତେ ଦିନ କହ ଏହିପରି ଯିବ
ଭବେ ମୁଁ ଆସି ଏତେଦିନ କେବଳ ବାହାରେ ବାହାରେ ବୁଲିଲି ଏବ ।
ଦିନ ଗଲା ଚାଲି ଶୁଣି ଶୁଣି କୋଇଲି ବୋଲି
ଏଥର ଉଠିବି ମୁହିଁ ଦେଖିବି ଚାରିଆଡ଼ କି ଅଛି କାହିଁ କିପରି ଏ ଭାବ ।।୧।।
ଏଡ଼େ ବିଶାଳ ବିଶ୍ୱ, ମୁଁ କେବଳ ହେଲି ନିଃସ୍ୱ
ଜୀବନ ଯୌବନ ସବୁଗଲା ଲିଭି ଖାଲି ବସି ବସି ଏବେ ହେଲି ହ୍ରସ୍ୱ ।
କଥା କୁହ କଥା କୁହ
ହେ ମୋର ପ୍ରିୟା ! ବିରହ ଦହ
ଏଥର ମୋର ଯାଇଛି ସବୁ, ନାହିଁ କିଛି
ଏଥର ମୁଁ ହେବି ନିଃସ୍ୱ ।।୨।।
ସଂସାର ପଥେ ବିଚରି ବିଚରି
କିଛି କି ବୁଝିଲି ଆଜି ସରି
ନାହିଁ, ନାହିଁ, କିଛି ବୁଝି ନାହିଁ
ଦିଅ ଦେଖା ହେ ମୋର ଭବସାଇଁ !
ତୁମ ବିନା ଅନ୍ୟ ପଥ କାହିଁ ? ମୁଁ ଯେ ଗଲିଣି ସରି ।।୩।।
ରାତି ଅଧେ କେତେ ମହୁରୀ ବାଜେ ରହି ରହି
ପ୍ରକୃତିର ଖଞ୍ଜା ବିଲୁଆ ଡାକେ ପଡ଼ି ରହି ସେହି
ମଙ୍ଗଳ ମହୁରୀ ବାଜଇ ଭେକର ଡମ୍ବରୁ କାନେ ଆସଇ
ଏଥର ବର୍ଷା ଶେଷେ ଶରଦ ଆସିଲେ
ଦୁର୍ଗ ମୁଖ ଚାହିଁ ରହିବି ମୁହିଁ ।।୪।।
ଶ୍ରେୟର ପଥେ କରିବି ବିଚରଣ
ପ୍ରେୟର ପଥେ ତ ବୁଲିଲି ଅନୁକ୍ଷଣ
ଯିବି ଏବେ ଊର୍ଦ୍ଧ୍ୱ ଗତି କରି
ତାରକା ଯହିଁ ରହନ୍ତି ସ୍ଫୁରି ସ୍ଫୁରି
ସେହି ପଥ ମୋର, କରିବ ସେ ପଥ
ମୋର ଅଶେଷ କଲ୍ୟାଣ ।।୫।।
ରାତି ପାହି ଆସେ କପୋଳ କୋକନଦ
ଆଉ କାହାର
ଦେଖି ଦେଖି ମୁହିଁ ଜୀବନ ନେବି
ସେ ଯେ ଲକ୍ଷ୍ମୀ ସରସ୍ୱତୀ ଶ୍ରୀର,
ଦିନ ମୋର ଯାଉ ଶାନ୍ତିରେ
ଏଥର ଏହି ଶେଷ ପ୍ରୟାଣ ଭଲରେ
ସମସ୍ତଙ୍କୁ ଆଶୀର୍ବାଦ ରହିବି ମୁହିଁ
ଚିର ସୁଖୀ ସୁଧୀର ।।୬।।
ରଜନୀର ଛାଇ ଯାଉଛି ଏବେ ଉଭେଇ
ଜୈତ୍ର ରଥେ ଏବେ ଅରୁଣ ଆସୁଛି ଉଇଁ
ମୁଁ ଦେଖିଛି କଲ୍ୟାଣ ପଥ
ସେହି ପଥ ବାହି ନେବି ଗୋ ମୋ ମନୋରଥ
ଏଥର ପାଇଛି ସୁପଥ, ଚିର ଚାଲିବି ତହିଁ ।।୭।।
ଉଠ, ଉଠ, ତେବେ ଆଳସ୍ୟ ତ୍ୟଜି
ଉଠିଲେଣି କାକ, ପିକ ଆଉସବୁ ଯେତେ
ସତ୍ୟ ବସ୍ତୁ ହେଜି ।
ଆରାଧନା କର ଏବେ ଜଗତ ଜୀବନ
ସକଳର ମଙ୍ଗଳ ହେଉ, ଦିଅ ପାପ ବରଜି ।।୮।
ଉଷାର ସ୍ନିଗ୍ଧ ରୂପଶ୍ରୀ ହେଇ ଦେଖ
ଆକାଶେ ସୂକ୍ଷ୍ମାଲୋକ ତୁମେ ଏବେ ନିରେଖ
ଉଠ, ଉଠ, ଜଗତ ବାସି !
ସକଳର କଲ୍ୟାଣ ମନାସି
ହେଉ ତୁମର ମଙ୍ଗଳ, ମଙ୍ଗଳ ଜଗତର ମଙ୍ଗଳ ଶିଖ ।।୯।।
ଏ ମଧ୍ୟ ସେହି ପଥର ଦାବୀ । ସମସ୍ତଙ୍କର ମଙ୍ଗଳ ପାଞ୍ଚିବା
ଆପଣାର ମଙ୍ଗଳ କରିବା-ଇତି-
ତୋର ସ୍ନେହକାଙ୍କ୍ଷୀ
ଲକ୍ଷ୍ମୀନାରାୟଣ ସାହୁ
ଦେଉଳ ସାହି, କଟକ
ତା ୨୪।୭।୫୩
ସ୍ନେହର-
କାଲି ରିକ୍ସା କରି ଅଫିସ୍ ଯାଇଥିଲି । ସେଠାରେ ୧୧ଟାରୁ ୫ଟା ପର୍ଯ୍ୟନ୍ତ କାମ କଲି । ତା ପରେ ଘରକୁ ଫେରିଲି । କାଲି ରାତିରେ ଏଠାରେ ଖୁବ୍ ବର୍ଷା- କୁଞ୍ଜୁରୁଙ୍କ ପାଖରୁ ଏ ପର୍ଯ୍ୟନ୍ତ ଚିଠି ଆସି ନାହିଁ ।
ମୁଁ କାଲି John Ruskinଙ୍କ ଜୀବନୀ ପଢ଼ୁଥିଲି । ସେ ଇଂଲଣ୍ଡରେ ( ୧୮୧୯-୧୯୦୦ ) ଥିଲେ । ମୁଁ ତାଙ୍କର ଖୁବ୍ ଭକ୍ତ, ତାଙ୍କର ବହି ପଢ଼ି- ଏପରି କି Intermediate ପଢ଼ିବା ବେଳେ ବିଲାତ ଯାଇ ଶିଷ୍ୟ ହେବି ଏପରି ଭାବିଥିଲି- କିନ୍ତୁ ଜାଣି ନ ଥିଲି, ଯେ ୧୯୦୮ ଖ୍ରୀଷ୍ଟାବ୍ଦକୁ ସେ ଆଉ ମରଧାମରେ ନ ଥିଲେ । ସେ ଭଲ ଛାତ୍ର ଥିଲେ, ଭଲ ବହି ଲେଖି ଯାଇଛନ୍ତି, ବଡ଼ ଦାନଶୀଳ ଥିଲେ । ଚିତ୍ରବିଦ୍ୟା ମଧ୍ୟ ଭଲ ଶିଖିଥିଲେ । ୧୮୪୮ ଖ୍ରୀଷ୍ଟାବ୍ଦରେ ଅର୍ଥାତ୍ ୨୯ ବର୍ଷ ବୟସରେ ସେ ବିବାହ କରିଥିଲେ । କିନ୍ତୁ ତାଙ୍କ ବୈବାହିକ ଜୀବନ, ତାଙ୍କ ସ୍ତ୍ରୀ ତଥା ତାଙ୍କ ମାଙ୍କ ଯୋଗୁଁ ଅତ୍ୟନ୍ତ ଅସୁଖକର ହୋଇଥିଲା । ୧୮୫୫ ଖ୍ରୀଷ୍ଟାବ୍ଦରେ ସ୍ତ୍ରୀ ସ୍ୱାମୀ ପାଖରୁ ଛାଡ଼ପତ୍ର ନେଲେ । ସେ ୨ୟ ଥର ବିବାହ କଲେ । ସେ Carlyle, Browings, Froude ପ୍ରଭୃତିଙ୍କ ସହିତରେ ଖୁବ୍ ମିଳୁଥିଲେ । ତାଙ୍କର ବହି The Seven Lamps of Architecture, The Stones of Venice, The Political Economy of Art, Unto the Last (୧୮୬୨), Sesame and Lilies (୧୮୬୫), The Crown of Wild Olive ଇତ୍ୟାଦି ମୁଁ ଖୁବ୍ ଭଲ ପାଏଁ । ଗାନ୍ଧି ତ ତାଙ୍କ Unto this Las ପଢ଼ି ନିଜ ଜୀବନ ଉପରେ ତାର ପ୍ରଭାବ ଖୁବ୍ ଅନୁଭବ କରିଥିଲେ । ତୁମେ ଯଦି ପାର ହାଇସ୍କୁଲ ଲାଇବ୍ରେରୀରୁ Unto this last ବହି ଆଣି ପଢ଼ିବ । Sesame and Lilies’ Crown of the Wild Olive ମଧ୍ୟ ପଢ଼ିପାର । ସେ ବଡ଼ ବକ୍ତା ମଧ୍ୟ ଥିଲେ । ତାଙ୍କର ଧନ ସମ୍ପତ୍ତି ଖୁବ୍ ଥିଲା- ସେ ସବୁ ଅନେକ artist ଇତ୍ୟାଦିଙ୍କୁ ଦାନ କରିଥିଲେ ।
Schiller ନାମରେ ଜଣେ ବଡ଼ ଚିନ୍ତାଶୀଳ ବ୍ୟକ୍ତି ଥିଲେ । ସେ ଅନେକ ବହି ଲେଖି ଯାଇଛନ୍ତି । ସେ ଦାର୍ଶନିକ ମଧ୍ୟ ଥିଲେ । ତାଙ୍କର ବାପା ଜଣେ army ସର୍ଜନ ଥିଲେ । Schiller ମିଲିଟେରୀ ସ୍କୁଲରେ ଭର୍ତ୍ତି ହେଲେ । କିନ୍ତୁ ଭଲ ଲାଗିଲା ନାହିଁ । ତା ପରେ ଆଇନ ବିଦ୍ୟା ପଢ଼ିଲେ । କିନ୍ତୁ ତାହା ତାଙ୍କୁ ଭଲ ନ ଲାଗିବାରୁ ଡାକ୍ତରୀ ପଢ଼ିବାକୁ ଆରମ୍ଭ କଲେ । କିନ୍ତୁ ଗେଟେଙ୍କ ସହ ହଠାତ୍ ଥରେ ପରିଚିତ ହୋଇ ସେ କବି ହେବାକୁ ଇଚ୍ଛା କଲେ । ସେ ନାଟକ ଲେଖିବାକୁ ଆରମ୍ଭ କଲେ । ହାସ୍ୟ ରସାତ୍ମକ ନାଟକ ଲେଖି ସେ ଥରେ ଜେଲ ଗଲେ । ଆଉ ହାସ୍ୟରସାତ୍ମକ ନାଟକ ଲେଖିବେ ନାହିଁ ତାଙ୍କ ଉପରେ ଆଇନ ଜାରୀ ହେଲା, Schiller କମ୍ପାନୀରୁ ପଳାଇଗଲେ । ଏବଂ ବିୟୋଗାନ୍ତକ ନାଟକ ଲେଖିଲେ । ପୁଣି ସେ ଜର୍ମାନୀକୁ ଫେରିଯାଇ ଐତିହାସିକ ନାଟକ ଲେଖିବାକୁ ଆରମ୍ଭ କଲେ । ୧୭୯୦ ଖ୍ରୀଷ୍ଟାବ୍ଦରେ ଫ୍ରେବୃୟାରୀ ମାସରେ Charlotte ନାମକ ଏକ କୁମାରୀର ପ୍ରେମରେ ପଡ଼ିଲେ, ୩୧ ବର୍ଷ ବୟସ ସେତେବେଳେ ତାଙ୍କୁ ତେଣୁ ଏପରି ହେବା ସ୍ୱାଭାବିକ । ତାଙ୍କୁ ହିଁ ବିବାହ କଲେ । ସେ ବଡ଼ ଦାର୍ଶନିକ ବୋଲି ପ୍ରଖ୍ୟାତ ହୋଇଥିଲେ । ଶେଷ ଜୀବନକୁ ପୁଣି ସେ କବି ହେଲେ ।
ତୁମେ ତ ଦେଖିଛ ମୁଁ କିପରି ସବୁବେଳେ କବି-ପଢ଼ୁଁ ପଢ଼ୁଁ କବି- ଲେଖୁ ଲେଖୁ କବି- କଥା କହୁଁ କହୁଁ କବି- କବି ହେବା ପାଇଁ କବି ଭାବରେ ପୂରିତ ହୋଇ ରହିବା ପାଇଁ ମୋର ମନ ସ୍ୱତଃ ଧାବିତ ହୁଏ ।
Schiller ୧୭୫୬ ରୁ ୧୮୦୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜୀବିତ ଥିଲେ ଅର୍ଥାତ୍ ୪୯ ବର୍ଷ ମାତ୍ର ବଞ୍ଚିଥିଲେ । କିନ୍ତୁ ବାପ୍ରେ ବାପ୍ କେତେ ଲେଖି ଯାଇଥିଲେ । ଶେଷ ଜୀବନ ତାଙ୍କର ଅସ୍ୱାସ୍ଥ୍ୟରେ କଟିଲା । ଘୋର ଅନ୍ଧକାର ଦେଖାଗଲା । କିନ୍ତୁ Goethe ଙ୍କ ବନ୍ଧୁତ୍ୱ ତାଙ୍କୁ ଆଲୋକ ଦେଇଥିଲା ।
ମୋର ବାଁ ପାଖ ସ୍ଫିକ୍ରେ ଗୋଟିଏ ବଥ ବାହାରିଛି- କଷ୍ଟ ଦେଉଛି । Brovon ସାହାଯ୍ୟରେ ଦେହ ପୂର୍ବାପେକ୍ଷା ଭଲ ଅଛି । ଚିଠି ଦେବୁ- ଇତି ।
ତୋର ଚିର ଶଭାର୍ଥୀ
ଲ-
ଦେଉଳ ସାହି, କଟକ
ତା ୨୭।୭।୫୩
ସ୍ନେହର-
ତୁମର ଚିଠି ପାଇଛି- କାଲି ନିର୍ବାଣ ସମ୍ବନ୍ଧରେ ପଢ଼ୁଥିଲି- ନିର୍ବାଣ କ’ଣ ତାର idea ମଧ୍ୟ ମୁଁ ଏଠାରେ ଦେଉଛି- ଦେଖିବୁ ।
ତୋତେ କେତେବେଳେ ତୁ କେତେବେଳେ ତୁମେ ଲେଖି ଯାଉଛି । ଯେତେବେଳେ ଯାହା ଆସୁଛି ମୋର ମନେ ହୁଏ ପୁରା ତୁ ସବୁବେଳେ କହିବାର ଅଧିକାର ମୁଁ ବର୍ତ୍ତମାନ ସୁଦ୍ଧା ପାଇ ନାହିଁ- ସେଥିପାଇଁ କେତେ କେତେବେଳେ ତୁମେ ହୋଇ ଯାଉଛି- ତୁମେରେ ଶ୍ରଦ୍ଧା ଅଛି, କିନ୍ତୁ ତୁ’ ରେ ଆନନ୍ଦ ଅଛି, ନୈକଟ୍ୟ ଅଛି ।
ତୋର ଶୁଭାକାଙ୍କ୍ଷୀ
ଲ- - -
Nirvana- The highest state of spiritual attainment for the Buddhist. Existence is a continual passage from one state into the next, man's earthly life being but one-episode. This round of existence is but a veil over reality. If ignorance, desires, and all other poisons can be removed, the individual is delivered from his fictitious individuality and from the round. This is the state of Nirvana and is completely discontinuous from the ‘round’. Nirvana can not be defined, since the terms used by man bear no relation to it.
ଦେଉଳ ସାହି
ତା ୨୯।୭।୫୩
ସ୍ନେହର-
ଆଜି ମୋ ପ୍ରାଣଟା କିମିତି ହେଉଛି- ବିଚ୍ଛିନ୍ନତା ମୋତେ ଘାରିଛି- ମୁଁ ସକଳ ପ୍ରିୟଙ୍କ ସହିତରେ ଯୁକ୍ତ ହୋଇ କିପରି ସ୍ୱର୍ଗସୁଖ ଲାଭ କରିବି ସେହି ଚିନ୍ତା ମୋତେ ଘାରିଛି- ଏହି ଚିରନ୍ତନ, ଶାଶ୍ୱତ ଆକାଂକ୍ଷା ମାନବର- ମୋର ମନର ସେହି ଅବସ୍ଥାରେ ତଳେ ଯେଉଁ କବିତା ଲେଖିଛି ସେଥିରେ ପ୍ରକାଶ କଲି-
This longing of the heart,
this longing of the soul,
To cling to them who are so dear to us
It ever flames forth and
like a moth beats
its wings against the light
And then finally drops dead
or gets burut.
There is joy in the sonl,
There is joy in the heart,
this longing to meet and touch,
This longing to see our
dear ones near to our heart
Oh ! this is delight,
empyrean delight
This is Heaven, elysian beauty,
This is God uniting with this love
This is creation, which makes
creation sweet.
This is spring when
cuckoos call
This is the Rains when
clouds wander over the sky
And pour, pour, pour rain
This is essence, this is Emotion
This is life with awakening,
this is poetry, this is prose,
this is beauty where
flowers change colours
From red to pink, from
white to yellow,
From day to day, from
moment to moment
A joy for the moment, a joy,
as it were, forever.
This is life. This is
beauty.
This is joy- supernal
Echoing and cooing from
heart to heart
From joy to joy, from
glory to glory
Only man with inhibitions
Cannot rise to that height
He feels his wings are
clipped and
he falls to the ground
ମୁଁ ଭାବୁଛି ଏ ମଧ୍ୟ ସେହି ପଥର ଦାବୀ । ମନୁଷ୍ୟ ଜୀବନ ପଥରେ ଗତି କରିବା ବେଳେ ଏହି ଦାବୀ ଅନୁଭବ କରେ- ବାରବାର- କିନ୍ତୁ ଚାପାପଡ଼ି ରହୁଥାଏ- ଏହି ମାୟା ଜାଲ ଛିନ୍ନ କଲେ, ନିର୍ବାଣ ଲାଭ ହୁଏ । ଅବସ୍ଥା କଳ୍ପନାରେ କିଛି କିଛି ଆଣିଲେ ମଧ୍ୟ ପୂର୍ଣ୍ଣଭାବେ ହୃଦୟଙ୍ଗମ କରି ହେଉ ନାହିଁ ।
ଆଜି କଲେଜରେ ଗୋଟିଏ ସଭା ଥିଲା- ଆଦିବାସୀ Research; Governor ସଭାପତି- କିନ୍ତୁ ବର୍ଷାଯୋଗୁଁ ଯାଇ ପାରିଲି ନାହିଁ । ଆଜି ହୁଏତ ଆମ ଇତିହାସ ପରୀକ୍ଷା ଫଳ ବାହାରିବ । ତୋର ମଙ୍ଗଳ କାମନା କରି ରହିଲି । ଇତି ।
ତୋର
ସ୍ନେହାକାଂକ୍ଷୀ
ଲ-
ଦେଉଳସାହି
୧-୮-୫୩
ସ୍ନେହର-
ବର୍ତ୍ତମାନ ଦିପହର ୧୨ ଟା ବାଜିଛି-ମେଘ ଅଛି- ଗରମ କରୁଛି- ପ୍ରକୃତିକୁ ଚାହିଁ ଶୋଇ ଶୋଇ ନାନାଭାବ ଆସୁଛି- କିନ୍ତୁ ଧରାହେଉ ନାହିଁ । ତେବେ ଯେତିକି ଆପଣାଛାଏଁ ଧରା ଦେଇଛି ତାହା ଏଠାରେ କବିତା ଆକାରରେ ପ୍ରକାଶ ପାଇଛି । ଅନନ୍ତର ଆକାଂକ୍ଷା ଏହିପରି ପ୍ରକୃତି ସହିତରେ ମିଳେ- କେତେ ଭାବ ଖେଳେ ।
କବିତା ଦିଅଟି ଏହ-
A spring ! A spring !
Cool, sweetening, gurgling
A spring ! A spring !
There the spring
And I stand by it
We two are drawn to each other
The willow branches bending and waving over
The spring ! the spring !
Should I stand and
merely gaze ?
Should I not taste and
slake my thirst ?
Should I not plunge in
the Holy union ?
A spring ! A spring !
And there's the moon !
The plantain shoots, now
Widening their
Branching long leaves
The moistened earth, the sombre
clouds,- but my heart heaves !
The vegetable plants! all shoot out
and new tiny shoots appear
to bloom bigger and
beautiful.
Only the heart heaves! - for
Union with the distant soul
The unforgotten, though lost in
the dazed clouds
Slumbering on the hills.
ତୁ ଛବି କାଟି ଜାଣୁ କି ? ମୋତେ ଛବି କାଟି ଆସେ ନି- କିନ୍ତୁ ଇଚ୍ଛା ହୁଏ । ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ଟିକିଏ କାଳି ଆଉ ଟିକିଏ କାଗଜ ଭିତରେ ଶିଳ୍ପୀ କେତେ ଭାବ ଫୁଟାଏ । ଆଶ୍ଚର୍ଯ୍ୟ ସେ ସାଧନା । ଏ ଜୀବନରେ ମୋର ତାହା ହୋଇ ପାରିଲା ନି ।
ମୁଁ ଦେଖୁଛି ଯେ ଯେଉଁ ଘରେ ଗୁଡ଼ାଏ ଛୁଆ ପିଲା ସେ ଘରେ ଶାନ୍ତି ରହେ ନାହିଁ । ଅତଏବ ଯଦି ଗୋଟିଏ ଘରେ ଭାଇ ଭଉଣୀ ୬।୭ଟା ହୋଇଥିବେ ତେବେ ସେମାନେ ବଡ଼ ହୋଇଗଲେ ସମସ୍ତେ ସ୍ୱତନ୍ତ୍ର ଘର କରିବା ଉଚିତ । ଅବଶ୍ୟ ଝିଅମାନେ ବିଭାହୋଇ ଅନ୍ୟ ଘରକୁ ଚାଲିଯିବେ କିନ୍ତୁ ସେଠି ମଧ୍ୟ ସ୍ୱାମୀର ଭାଇ ଇତ୍ୟାଦି ଗୁଡ଼ାଏ ଏକ ସଙ୍ଗରେ ଥିଲେ ମହାଗୋଳ ।
ଏହାଛଡ଼ା ମୁଁ ଭାବୁଛି ଯଦି State ସବୁ ଛୁଆ ପିଲାଙ୍କୁ ନେଇ ଯାଆନ୍ତା ଭଲ ହୁଅନ୍ତା । ଲୋକେ ବେଶୀ କାମ କରି ପାରନ୍ତେ । ନୋହିଲେ ଖାଲି ଚେଁ ଭେଁ, ଗୋଳମାଳ- ଏପରି ହେଲେ ଗୃହରେ ଶାନ୍ତି ରହେ ନାହିଁ- ସ୍ୱାମୀ ସ୍ତ୍ରୀ ପରସ୍ପର ଏକାଠି ବସି ନାନା କଥା ଏକତ୍ର କରି ପାରିବା ପାଇଁ ସମୟ ଓ ସୁଯୋଗ ପାନ୍ତି ନାହିଁ ।
କାଲି କାଶ ଖୁବ୍ ହୋଇଥିଲା- ଶ୍ୱାସ ସାମାନ୍ୟ- ଆଜି ଭଲ ଅଛି । ଚିଠି ଦେବୁ- କଲ୍ୟାଣ ନେବୁ- ଇତି ।
ତୋର ଶୁଭାକାଙ୍କ୍ଷୀ
ଲକ୍ଷ୍ମୀନାରାୟଣ ସାହୁ ।
ଦେଉଳ ସାହି
ତା ୮।୮।୫୩
ସ୍ନେହର-
ତୋ ଚିଠି ପାଇଲି । ମୋତେ ୩ ଦିନ ହେଲା ଜ୍ୱର । ୬ ତାରିଖରେ Radio talk ଥିଲା- ସନ୍ଧ୍ୟା ୬-୫ ମିନିଟରେ- ସେଠୁ ଫେରି ଜ୍ୱର- ସାଗୁ ଖାଉଛି- ଅଣ୍ଟା ଦରଜ- ଠିଆ ହୋଇ ପାରୁନି ।
ଆଜି Kantଙ୍କର ଗୋଟିଏ ବହି ପଢ଼ୁଥିଲି । Kant କହିଛନ୍ତି- The concept of relation is the concept of communion or interaction.
ମଣିଷକୁ ମଣିଷ ଚିହ୍ନିବା ବଡ଼ କଠିନ । ବଡ଼ ଗହନ ତତ୍ତ୍ୱ- ତଥାପି ବିଶ୍ୱାସରେ ଆଶ୍ରୟ, ଆନନ୍ଦ, ଆତ୍ମୋତ୍ସର୍ଗ ।
ଏହି ପ୍ରକୃତିକୁ ଚିହ୍ନିବା ସହଜ, କିନ୍ତୁ ମଣିଷକୁ ଚିହ୍ନିବା କଠିନ- ଏହି କଥା Kant କହନ୍ତି ।
କିନ୍ତୁ Hegel ଠିକ୍ ତାର ଓଲଟା କଥା କହନ୍ତି । ମଣିଷକୁ ଚିହ୍ନିବା ସହଜ ମାତ୍ର ପ୍ରକୃତିକୁ ଚିହ୍ନିବା ଆହୁରି କଠିନ । ମୋର ମତରେ ମଣିଷକୁ ଚିହ୍ନିବା ଆହୁରି କଠିନ । କାରଣ ମନୁଷ୍ୟ ପରିବର୍ତ୍ତିତ ହୁଏ- ପ୍ରକୃତି ପରିବର୍ତ୍ତିତ ହୁଏ ନାହିଁ । ତଥାପି ମଣିଷ ସହିତରେ ପରିଚୟ କରିବାର ଆନନ୍ଦ ପ୍ରକୃତିରେ ମିଳିବ ନାହିଁ । ଏହି ତ ଆନନ୍ଦ, ଏହି ତ ବିଜୟ, ଏହି ତ ଉଲ୍ଲାସ, ଏହି ତ ଶାଶ୍ୱତ, ସତ୍ୟ- ଏହି ତ ଚିରନ୍ତନ ବାଣୀ- ଏହି ତ- ଏହି ତ ।
ରବିବାର ଚୌଦ୍ୱାର ଯାଉଛି- ଅଧ୍ୟାପକ ଶ୍ରୀ ପ୍ରଭାତ ମୁଖାର୍ଜି ଏବଂ ଶ୍ରୀ ସୁଧାକର ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ମୋ ସହିତ ଯିବେ । ମୋର ପାଶ୍ ହୋଇଛି ।
ତୋର ଶୁଭ କାମନା କରି ରହିଲି-
ତୋର
ଶୁଭାକାଙ୍କ୍ଷୀ
ଲ-
ଦେଉଳ ସାହି
୨୫।୮।୫୫
ସ୍ନେହର-
ମୁଁ କାଲି ଅଫିସ୍ ଯାଇଥିଲି । ମୋର aboriginal songs ସବୁ ଠିକ୍ କରି ଦେବା ପାଇଁ, ସନ୍ଧ୍ୟା ପର୍ଯ୍ୟନ୍ତ ରହିଲି । ସନ୍ଧ୍ୟାରେ ବର୍ଷା ହେବାରୁ ମୋର ଶ୍ୱାସ ବଢ଼ିଲା । ଘରକୁ ବହୁତ କଷ୍ଟରେ ରିକ୍ସାରେ ଆସିଲି । Neo-Epinine ଓ Brovon ଦ୍ୱାରା ଅଧ ଘଣ୍ଟାକ ପରେ ଟିକିଏ ଆଶ୍ୱସ୍ତି ଅନୁଭବ କଲି ।
ଆଜି Everyman's Encyclopaedia ପଢ଼ୁଥିଲି । ସେଥିରେ ଗୋଟିଏ ଜାଗାରେ ପଢ଼ୁ ପଢ଼ୁ ଦେଖିଲି ଯେ ବାପର ନାମ ଯାହା ପୁଅର ନାମ ସେଇୟା- ଏହା କିପରି ହେଲା ବୁଝି ହେଉନି । Oliver Wendell Holines (୧୮୦୯-୯୪) । ସେ ଥିଲେ ଆମେରିକାର Poet ଏବଂ Essayist । ସେ M. D. ମଧ୍ୟ ପାଶ୍ କରିଥିଲେ । ପୁଣି ହୋମିଓପାଥି ସମ୍ୱନ୍ଧରେ ଅନେକ ପ୍ରବନ୍ଧ ଲେଖିଥିଲେ । ତାଙ୍କର ପୁଅ ସେହି ନାମଧାରୀ । Oliver Wendell Holmes (୧୯୪୧-୧୯୪୫ ) । ସେ ଆମେରିକା Supreme Courtରେ ଜଣେ Associate Judge ଥିଲେ ।
ଏପରି ବାପ ପୁଅର ଏକ ନାମ ଆଉ କେବେ କେଉଁଠି ମୁଁ ଦେଖି ନାହିଁ କିମ୍ବା ଶୁଣି ନାହିଁ । ଏହା କିପରି ହେଲା ମୁଁ ଭାବୁଛି ।
କାଲି ବଡ଼ ଆଶା କରିଥିଲି ତୁମ ନିକଟରୁ ଚିଠି ପାଇବି- ପାଇଲି ନାହିଁ । ଆଜି ଡାକ ଆସି ନାହିଁ- ହୁଏ ତ ଆଜି ତୋ ଚିଠି ପାଇବି ଆଶା କରେ । କଲ୍ୟାଣ ନେବୁ । ଇତି ।
ତୋର
ଚିର ଶୁଭାର୍ଥୀ
ଲକ୍ଷ୍ମୀନାରାୟଣ ସାହୁ
30, Chunapukur Lane
P. O. Bow Bazar.
Calcutta- 12.
ସ୍ନେହର-
କଟକରୁ ମେଲ୍ରେ ଆସିଲୁଁ । ମେଲ୍ ଦୁଇ ଘଣ୍ଟା late ଥିଲା । କଲିକତାରେ ଆସି ଆଜି ଦିନ ଗୋଟାକରେ ପହଞ୍ଚିଲୁ। ମୋ ପରୀକ୍ଷା ଆରମ୍ଭ ନଭେମ୍ବର ୧୯ରେ । ପଢ଼ାପଢ଼ି କରୁଛି ।
ଆଜି ସକାଳେ ବସି ବସି ପଢ଼ୁଥିଲି ରାଧାକୃଷ୍ଣନ୍ଙ୍କ An Idealist View of Life- ସେଥିରେ ଗୋଟିଏ କଥା ପଢ଼ି ତୁମ ପାଖକୁ ଲେଖିବାକୁ ମନ ହେଲା ।
କଥାଟି ଏହି:-
''Outward defeats and failure do not touch the inner meaning of life".
ତେବେ ପରୀକ୍ଷାରେ ପାଶ୍ ଫେଲ୍ରେ ଏତେ ଯାଏ ଆସେ ନାହିଁ । ସେଥିପ୍ରତି ଭ୍ରୂକ୍ଷେପ ନ କରି ଜ୍ଞାନ ଅର୍ଜନ କର- ସାହିତ୍ୟ ରଚନା କର- ପ୍ରବନ୍ଧ ଲେଖ- ଜୀବନର ଗଭୀର ପ୍ରଦେଶକୁ ଓହ୍ଲାଇବାକୁ ଚେଷ୍ଟା କର । ତା’ପରେ ସେଠୁ ଯାହା ପାଇବ ତାହା ସମସ୍ତଙ୍କ ପାଇଁ ବାଢ଼ିବାକୁ ଚେଷ୍ଟା କର । ଏହାହିଁ ତ ମହାପ୍ରାଣତା । ଏହାହିଁ ତ ଜୀବନର ମଧୁ । ଏହାହିଁ ତ ଜୀବନର ଗଭୀରତମ ଅଭିଜ୍ଞତା । ଏହାହିଁ ତ ସ୍ୱର୍ଗ । ଏହାହିଁ ତ ଭାବ ରାଜ୍ୟର ଅବସ୍ଥାନ । ଏହିଠାରେ ତ ଆମେ ଜୀବନର ସନ୍ଧାନ ପାଉଁ।
ଆଶାକରେ ଭଲ ଥିବୁ- ଚିଠି ଦେବୁ । ଇତି ।
ତୋର
ସ୍ନେହାକାଙ୍କ୍ଷୀ-
ଲ-
30, Chunapukur Lane
P. O. Bow Bazar.
Calcutta- 12.
20-11-53.
ସ୍ନେହର-
ତୋ ଚିଠି ପାଇଲି- ମୋତେ ଜ୍ୱର ହେଲା ୨ ଦିନ । ସେଥିରେ ଶ୍ୱାସ, କାଶ । କେତେବେଳେ ଯେ ହଜିଯିବି ଜଣା ନାହିଁ । କାଲି ପରୀକ୍ଷା ଆରମ୍ଭ ହେଲା । ଗୋଟିଏ Paper ଗଲା । ଆଜି ଛୁଟି ଅଛି । ଆଉ ୧୦ ଦିନ ଗଲେ ମୋ ପରୀକ୍ଷା ସରିବ । ତା’ପରେ କଟକ ଯିବି । ମୋର ସ୍ନେହ ଜାଣିବ । ଇତି ।
ତୋର-
ସ୍ନେହର
ଲ-
Life ! It is cut off.
We are born, the full view
we do not get,
But we, we shall always have
to attempt.
Thus tho' Reality recedes like
the horizon
Yet the pursuit is good,
we feel the blazon
Tho' we may not finally
fully grasp it,
Yet ever be on and on.